BSE Odisha 10th Class Life Science Notes Chapter 1 ପୋଷଣ

Odisha State Board BSE Odisha 10th Class Life Science Notes Chapter 1 ପୋଷଣ will enable students to study smartly.

BSE Odisha Class 10 Life Science Notes Chapter 1 ପୋଷଣ

प्रश्न और अभ्यास (ପ୍ରଶ୍ନ ଔର୍ ଅଭ୍ୟାସ)

→ ଉପକ୍ରମ (Introduction) :

  • ‘‘ଜୀବନ ପ୍ରକ୍ରିୟା’ର ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ହେଉଛି ପୋଷଣ । ଶରୀରର ଅଭିବୃଦ୍ଧି ଓ ବିଭିନ୍ନ କ୍ଷୟକ୍ଷତିର ପୂରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ।

→ ପୋଷଣ (Nutrition) :

  • ଖାଦ୍ୟରୁ ଶକ୍ତି ନିର୍ଗତ ହୋଇଥାଏ । ଆବଶ୍ୟକ ଶକ୍ତି ଜୀବର ବାହ୍ୟ ପରିବେଶରୁ ଖାଦ୍ୟ ପରିବହନ ପ୍ରକ୍ରିୟା ସମ୍ପାଦିତ ହୁଏ, ତାହାକୁ ପୋଷଣ କୁହାଯାଏ ।
  • ଖାଦ୍ୟରୁ ଶକ୍ତି ନିର୍ଗତ ହୋଇଥାଏ । ଆବଶ୍ୟକ ଶକ୍ତି ଜୀବର ବାହ୍ୟ ପରିବେଶରୁ ମିଳିଥାଏ । ଯେଉଁ ପ୍ରକ୍ରିୟାଦ୍ଵାରା ଜୀବର ବାହ୍ୟ ପରିବେଶରୁ ଅନ୍ତର୍ଦ୍ଦେଶକୁ  ସରଳୀକୃତ ଖାଦ୍ୟ ପରିବହନ ପ୍ରକ୍ରିୟା ସମ୍ପାଦିତ ହୁଏ, ତାହାକୁ ପୋଷଣ କୁହାଯାଏ।
  • ଶରୀରରେ ହେଉଥ‌ିବା ସମସ୍ତ ଜୈବରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ ।
  • ଜୀବ ଶରୀରରେ ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ, ପୋଷଣ ମାଧ୍ୟମରେ ହୋଇଥାଏ ।
  • ସବୁଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ ଓ ପରିବେଶରୁ ଆବଶ୍ୟକ ପୋଷକ ମଧ୍ୟ ଗ୍ରହଣ କରିଥାଏ ।
  • ପ୍ରାଣୀ ଓ ଅନ୍ୟସବୁ ଜୀବ ଖାଦ୍ୟ ପାଇଁ, ଉଭିଦ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭରଶୀଳ ଅଟନ୍ତି । ଉପାଦାନରେ ପରିଣତ ହୋଇ ସବୁ ଅଙ୍ଗ-ପ୍ରତ୍ୟଙ୍ଗରେ ଉପଲବ୍‌ଧ ହୋଇଥାଏ ।
  • ସରଳ ଖାଦ୍ୟର ଦହନ ଓ ଜାରଣ ଘଟି ଶକ୍ତି ମୋଚିତ ହୋଇଥାଏ ।
  • ଶକ୍ତିମୋଚନ ଏକ ତଥାକଥ୍ ଧ୍ୱଂସାତ୍ମକ ପ୍ରକ୍ରିୟା । ଏହା ‘ଅପଚୟ’ର ଉଦାହରଣ ।
  • ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟିହେବା ଏକ ଗଠନମୂଳକ ପ୍ରକ୍ରିୟା ଅଟେ । ଏହାକୁ ‘ଚୟ’ କୁହାଯାଏ । ଚୟ ଓ ଅପଚୟର ସମାହାର ହେଉଛି ‘ଚୟାପଚୟ’ (ଚୟାପଚୟ = ଚୟ + ଅପଚୟ) । ଏହା ଜୀବ ଶରୀରରେ ସବୁବେଳେ ଚାଲିଥାଏ ।

BSE Odisha 10th Class Life Science Notes Chapter 1 ପୋଷଣ

→ ଖାଦ୍ୟର ପ୍ରକାରଭେଦ (Types of food) :

  • ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ ତଥା ଶରୀର ଗଠନକାରୀ କ୍ଷମତା ଉପରେ ନିର୍ଭରକରି ଖାଦ୍ୟକୁ ମୁଖ୍ୟତଃ 6 ଭାଗର ବିଭକ୍ତ କରାଯାଇଛି । ଯଥା – ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଏବଂ ଜଳ ।

→ ଶ୍ଵେତସାର (Carbohydrates) :

  • ଆମେ ଖାଉଥ‌ିବା ଖାଦ୍ୟର ପ୍ରଧାନ ଶ୍ଵେତସାର ହେଉଛି ଶର୍କରା ଓ ମଣ୍ଡଦ ।
  • ଶ୍ଵେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ ।
  • ଗୁ କୋଜି (C6 H8 O6)ରେ ରହିଛି କାର୍ବନ, ଉଦଜାନ ଏବଂ ଅମ୍ଳଜାନ ।
  • କୋଷୀୟ ଶ୍ୱସନ ବେଳେ ଗ୍ଲୁକୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବା ସହିତ ଶକ୍ତି ନିର୍ଗତ ହୋଇଥାଏ ।
    CH2O + 6O2 → 6CO2 + 6HO + ଶକ୍ତି
  • ଏକ ଗ୍ରାମ୍ ଶ୍ଵେତସାରରୁ ପ୍ରାୟ 16 କିଲୋ ଜୁଲ (KJ) ଶକ୍ତି ନିର୍ଗତ ହୋଇଥାଏ ।

I. ଆଳୁ, ଭାତ ଓ ରୁଟିରେ ଥ‌ିବା ଶ୍ଵେତସାର ମଣ୍ଡଦ ଅଟେ ।
II. ଚିନି ଓ ଗୁଡ଼ରେ ଥ‌ିବା ଶ୍ଵେତସାର ସୁକ୍ରୋଜ ଅଟେ ।
III. ଫଳରସ ଓ ପନିପରିବାରେ ଥିବା ଶ୍ଵେତସାର ଗ୍ଲୁକୋଜ ଅଟେ ।

→ ପୁଷ୍ଟିସାର (Protein) :

  • ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ପରି ପ୍ରାଣିଜ ଦ୍ରବ୍ୟ ଓ ଡାଲି ଜାତୀୟ ଶସ୍ୟ, ସୋୟାବିନ୍ ଆଦିରୁ ଆମେ ଉଭିଦଜାତ ପୁଷ୍ଟିସାର ପାଇଥାଉ ।
  • ବିଭିନ୍ନ କୋଷ ନିକଟରେ ପହଞ୍ଚାଏ । ଶରୀରର ବୃଦ୍ଧି, ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଏକାନ୍ତ ଆବଶ୍ୟକ ।

→ (Fats / Lipids) :

  • ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ ଓ ତେଲ, ଘିଅରେ ସ୍ନେହସାର ଜାତୀୟ ଖାଦ୍ୟ ରହିଥାଏ । ଶରୀରରେ ସ୍ନେହସାର ଚର୍ବି ଭାବରେ
  • ସଂଚିତ ହୋଇ ରହେ ଓ ଆବଶ୍ୟକ ସ୍ଥଳେ କୋଷୀୟ ଶ୍ଵାସନଦ୍ୱାରା ଏହାର ଜାରଣ ହୁଏ ଓ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।
  • ଚର୍ମତଳେ ଚର୍ବିର ଏକ ଆସ୍ତରଣ ରହିଥାଏ ଓ ଏହା ତାପ ଅପରିବାହୀ ହୋଇଥିବାରୁ ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ । କୋଷଝିଲ୍ଲୀ ଗଠନ ପାଇଁ ଓ ଶକ୍ତି ପାଇଁ ଏହାର ମୁଖ୍ୟ ଭୂମିକା ରହିଛି ।

→ ଧାତୁସାର (Minerals) :

  • ଶରୀର ଗଠନପାଇଁ ବିଭିନ୍ନ ଧରଣର ଧାତୁସାର ଯଥା-ଲୌହ (Fe), କ୍ୟାଲସିୟମ୍ (Ca), ଆୟୋଡ଼ିନ୍ (I), ଫସ୍‌ଫରସ୍ (P), ସୋଡ଼ିୟମ୍‌(Na), ପୋଟାସିୟମ୍ (K) ଆଦି ଆବଶ୍ୟକ ।
  • ଶରୀରର ଆୟନ ସନ୍ତୁଳନ (Ionic balance) ରକ୍ଷା କରିବାରେ ଧାତୁସାରର ପ୍ରମୁଖ ଭୂମିକା ରହିଥାଏ ।

ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ୍ (Ca) ଓ ଲୋହିତ ରକ୍ତ କଣିକା (RBC)ରେ ଥିବା ହିମୋଗ୍ଲୋବିନ୍‌ର ଗଠନ ପାଇଁ ଲୌହ ଆବଶ୍ୟକ ହୋଇଥାଏ ।

→ ଭିଟାମିନ୍ (Vitamins) :

  • କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ ।
  • ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ।
  • ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ।

→ ଜଳ (Water):

  • କୋଷରେ ଥ‌ିବା କୋଷରସ ବା କୋଷ ଜୀବକର ପ୍ରାୟ 70-୨୦ ଭାଗ ଜଳ ଅଟେ ।
  • କୋଷର ସ୍ଥିତି ଓ ଏଥରେ ହେଉଥ‌ିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ ।
  • ଝାଳ, ପରିସ୍ରା ଓ ନିଃଶ୍ବାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ, ତାହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3 – 4 ଲିଟର ପାଣି ପିଇବା ଉଚିତ ।
  • ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ଦେଖାଦିଏ ।
    BSE Odisha 10th Class Life Science Notes Chapter 1 ପୋଷଣ 3

→ ପୋଷଣର ପ୍ରକାରଭେଦ (Types of Nutrition) :
BSE Odisha 10th Class Life Science Notes Chapter 1 ପୋଷଣ 4(Autotrophic nutrition):

  • ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି, ସେମାନଙ୍କୁ ସ୍ଵଭୋଜୀ କୁହାଯାଏ ।
  • ପତ୍ରହରିତ୍‌ ଥ‌ିବା ସମସ୍ତ ଉଭିଦ ଓ ନୀଳ ହରିତ ଶୈବାଳ ସୁଭୋଜୀର ଉଦାହରଣ ଅଟନ୍ତି ।
  • ସେମାନେ ପରିବେଶରୁ କଞ୍ଚାମାଲ ଓ ଶକ୍ତି ବ୍ୟବହାର କରି ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ଖାଦ୍ୟ ସେମାନଙ୍କ ଟିସୁ ମଧ୍ୟରେ ପ୍ରସ୍ତୁତ କରନ୍ତି ।
  • ଏମାନଙ୍କ ପୋଷଣକୁ ସ୍ବଭୋଜୀ ପୋଷଣ କୁହାଯାଏ । ଏହା ଦୁଇଟି ଉପାୟରେ ହୋଇଥାଏ । ଯଥା – ଆଲୋକଶ୍ଳେଷଣ ଓ ରସାୟଶ୍ଳେଷଣ ।

BSE Odisha 10th Class Life Science Notes Chapter 1 ପୋଷଣ 5(Photosynthesis) :

  • ସବୁଜ ଉଭିଦ ଓ ନୀଳ ହରିତ୍ ଶୈବାଳ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି ସବୁଜକଣିକାର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ କୁହାଯାଏ ।
    BSE Odisha 10th Class Life Science Notes Chapter 1 ପୋଷଣ 6

BSE Odisha 10th Class Life Science Notes Chapter 1 ପୋଷଣ

BSE Odisha 10th Class Life Science Notes Chapter 1 ପୋଷଣ 43 (Chemosynthesis):
ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ ଓ ଗନ୍ଧକ ବ୍ୟାକ୍ଟେରିଆ ପରି କେତେକ ରସାୟଶ୍ଳେଷଣ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ସଂଗ୍ରହ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ରସାୟଶ୍ଳେଷଣ କୁହାଯାଏ ।
BSE Odisha 10th Class Life Science Notes Chapter 1 ପୋଷଣ 7

BSE Odisha 10th Class Life Science Notes Chapter 1 ପୋଷଣ 8 (Heterotrophic Nutrition) :

  • ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିନପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଭିଦ ଉପରେ ନିର୍ଭର କରନ୍ତି ସେମାନଙ୍କୁ ପରଭୋଜୀ କୁହାଯାଏ।
  • ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀ
  • ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ ।

→ ପରଭୋଜୀ ପୋଷଣର ପ୍ରକାରଭେଦ :
ପରଭୋଜୀ ପୋଷଣ ମୁଖ୍ୟତଃ ଚାରିପ୍ରକାର ।
BSE Odisha 10th Class Life Science Notes Chapter 1 ପୋଷଣ 7

(i) BSE Odisha 10th Class Life Science Notes Chapter 1 ପୋଷଣ 9(Holozoic nutrition) :

  • ପରଜୀବୀୟ ପ୍ରାଣୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାଣୀ ଏହି ପ୍ରଣାଳୀରେ ଅନ୍ୟ ଉଦ୍ଭଦ ବା ପ୍ରାଣୀଙ୍କୁ ସଂପୂର୍ଣ୍ଣ ଅଥବା ଆଂଶିକ ଭାବରେ ଖାଦ୍ୟରୂପେ ଗ୍ରହଣ କରିଥା’ନ୍ତି ।
  • ପରିପାକ ପରେ ସରଳୀକୃତ ଖାଦ୍ୟର ଆତ୍ମୀକରଣ ବା ଅନ୍ତର୍ଗହଣ ହୋଇଥାଏ ।
  • ଏହା ଶରୀର ଗଠନରେ ଓ ଶରୀରକୁ କାର୍ଯ୍ୟକ୍ଷମ ରଖିବାରେ ସହାୟକ ହୋଇଥାଏ ।

(ii) ମୃତୋପଜୀବୀୟ ପୋଷଣ (Saprophytic nutrition) :

  • ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।
  • ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ଗ୍ରହଣ କରିପାରନ୍ତି ନାହିଁ ।
  • ସାଧାରଣତଃ ଖାଦ୍ୟ ଗ୍ରହଣବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି, ଶରୀର ବାହାରେ ହିଁ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ
  • ଛତୁ ଜାତୀୟ କବକ, ଇଷ୍ଟ୍, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କଠାରେ ଏହିପରି ପୋଷଣ ଦେଖିବାକୁ ମିଳିଥାଏ ।

(iii) BSE Odisha 10th Class Life Science Notes Chapter 1 ପୋଷଣ 10 (Parasitic Nutrition) :

  • ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟିସାଧନ କରନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ ।
  • ପରଜୀବୀମାନେ ଭୋଜଦାତା ଉଭିଦ ବା ପ୍ରାଣୀଙ୍କଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ପୁଷ୍ଟିସାଧନ କରିଥା’ନ୍ତି ।
  • ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥା’ନ୍ତି ।
  • ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ଉଭିଦ, ପ୍ଲାସ୍‌ଡ଼ିୟମ୍, ଉକୁଣୀ, ଜୋକ, କେତେକ କୃମି ପରି ପ୍ରାଣୀ ପରଜୀବୀ

କେତେକ ଭୋଜଦାତାର ଶରୀର ଭିତରେ ଅନ୍ତଃପରଜୀବୀ ଭାବେ ( ଉଦାହରଣ- ପ୍ଲାସ୍‌ମୋଡ଼ିୟମ୍) ଓ କେତେକ ଶରୀର ବାହାରେ ବାହ୍ୟପରଜୀବୀ ଭାବେ ( ଉଦାହରଣ – ଉକୁଣୀ) ରହିଥା’ନ୍ତି ।

(iv) BSE Odisha 10th Class Life Science Notes Chapter 1 ପୋଷଣ 11 (Symbiotic Nutrition) :

  • ବେଳେବେଳେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ । ଏହାକୁ ସହଜୀବୀତା କୁହାଯାଏ ।
  • ଏଥୁରେ କେହି କାହାରି କ୍ଷତି କରନ୍ତି ନାହିଁ, ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ଏହାକୁ ସହଜୀବୀୟ ପୋଷଣ କୁହାଯାଏ।
  • ଆମ ଅନ୍ତନଳୀରେ ସହଜୀବୀଭାବେ ରହୁଥ‌ିବା ଇସ୍‌ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ (B12) (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ଆମ ଅନ୍ତନଳୀର ସରଳୀକୃତ ଖାଦ୍ୟଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ ।
  • BSE Odisha 10th Class Life Science Notes Chapter 1 ପୋଷଣ 44

→ ଖାଦ୍ୟାଭାସକୁ ଆଧାର କରି ମୁଖ୍ୟତଃ ତିନି ଜାତିର ପ୍ରାଣୀ ଅଛନ୍ତି ।
(a) ଶାକାହାରୀ – ଉଭିଦ ବା ଉଭିଦଜାତ ପଦାର୍ଥ ଭକ୍ଷଣ କରୁଥିବା ପ୍ରାଣୀ ।
(b) ମାଂସାହାରୀ – ଅନ୍ୟ ପ୍ରାଣୀ ବା ପ୍ରାଣିଜ ପଦାର୍ଥକୁ ଭକ୍ଷଣ କରୁଥିବା ପ୍ରାଣୀ ।
(c) ସର୍ବାହାରୀ – ଖାଦ୍ୟରେ ବାଛବିଚାର ନ କରି ଯାହା ଖାଦ୍ୟୋପଯୋଗୀ ତାହା ଭକ୍ଷଣ କରୁଥିବା ପ୍ରାଣୀ । ଆଲୋକଶ୍ଳେଷଣ

BSE Odisha 10th Class Life Science Notes Chapter 1 ପୋଷଣ 5(Photosynthesis) :

  • ସବୁଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି । ଏହି ଶ୍ଵେତସାର ଜାତୀୟ ଖାଦ୍ୟ ଜୀବଜଗତର ସବୁ ଜୀବଙ୍କ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଖାଦ୍ୟ ଅଟେ ।
  • ଯେଉଁ ପ୍ରକ୍ରିୟାଦ୍ଵାରା ସବୁଜ ଉଭିଦ ସବୁଜକଣା ବା କ୍ଲୋରୋଫିଲ୍ ମାଧ୍ୟମରେ ଦୃଶ୍ୟମାନ ଆଲୋକ ଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ସହିତ ପରିବେଶରୁ ଗ୍ରହଣ କରିଥିବା ଅଙ୍ଗାରକାମ୍ଳ ଓ ଜଳକୁ ଉପଯୋଗ କରି ସରଳ ଶର୍କରା ତିଆରି କରିଥାଏ, ତାହା ଆଲୋକଶ୍ଳେଷଣ ପ୍ରକ୍ରିୟା ଅଟେ ।

→ ଆଧାର ଓ ସଂସ୍ଥା:

  • ପ୍ରତ୍ୟେକ ପ୍ରକ୍ରିୟା ପାଇଁ ଏକ ଆଧାର ଓ ସଂସ୍ଥା ଆବଶ୍ୟକ ହୋଇଥାଏ ।
  • ସବୁଜ ଉଦ୍ଭଦରେ ଆଲୋକଶ୍ଳେଷଣ ପାଇଁ ବ୍ୟବହୃତ ଆଧାର ସବୁଜ ପତ୍ର ଅଟେ । ସବୁଜ ପତ୍ରର ପୃଷ୍ଠରେ ଥ‌ିବା ଛୋଟ ଛୋଟ ରନ୍ଧ୍ରଗୁଡ଼ିକୁ ସ୍ତୋମ୍ ବା ଷ୍ଟୋମାଟା କୁହାଯାଏ । ଏହି ସ୍ତୋମ୍ ଦେଇ ପରିବେଶ ଓ ପତ୍ର ମଧ୍ୟରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ବିନିମୟ ଘଟେ । ସବୁଜପତ୍ରର ଅନ୍ତଃଗଠନ ସବୁଜ ରଙ୍ଗଯୁକ୍ତ ପାଲିସେଡ଼୍ ଓ ସ୍ପଞ୍ଜି ପାରେନ୍‌କାଇମା ଟିସୁଦ୍ୱାରା ହୋଇଥାଏ । ପତ୍ର ଭିତରେ ଥ‌ିବା ଏହି ଦୁଇ ପ୍ରକାର ପାରେନ୍‌କାଇମା ଟିସୁର କୋଷ ଭିତରେ କ୍ଲୋରୋପ୍ଲାଷ୍ଟ ନାମକ ଅଙ୍ଗିକା ରହିଥାଏ । କ୍ଲୋରୋପ୍ଲାଷ୍ଟରେ ଥ‌ିବା ରସକୁ ବ୍ୟୋମା କୁହାଯାଏ ।
  • ଥାଇଲାକଏଡ଼ ଦୀର୍ଘ ସରୁ ଚେପଟା ଥଳି ସଦୃଶ । ଥଳିର ଭିତର ସ୍ଥାନକୁ ମ୍ୟୁମେନ କୁହାଯାଏ । କେତେକ ସ୍ଥାନରେ ଛୋଟ ଥାଇଲାକଏଡ଼ ଥାକ ଥାକ ହୋଇ ସଜ୍ଜିତ ହୋଇ ରହିଥା’ନ୍ତି । ଏଭଳି ଥାକକୁ ଗ୍ରାନା କୁହାଯାଏ ।

→ ଆଧାର :
1. ସବୁଜ ପତ୍ରରେ ଥ‌ିବା ସ୍ତୋମ
2. ସବୁଜ ରଙ୍ଗଯୁକ୍ତ ପାଲିସେଡ଼ ଓ ସ୍ପଞ୍ଜି ପାରେନ୍‌କାଇମା ।
3. କ୍ଲୋରୋପ୍ଲାଷ୍ଟ

BSE Odisha 10th Class Life Science Notes Chapter 1 ପୋଷଣ

→ କ୍ଲୋରୋପ୍ଲାଷ୍ଟ :

  • ବ୍ୟୋମା (ରସ)ରେ ଏନ୍‌ଜାଇମ୍ ଥାଏ ।
  • ଦ୍ୱସ୍ତରୀୟ ଥାଇଲାକଏଡ୍.
  • ଭିତର ଙ୍ଗାନ ଲୁମେନ୍‌
  • ଥାକକୁ ଗ୍ରାନା କହନ୍ତି ।

ଥାଇଲାକଏଡ଼ର ପ୍ରତ୍ୟେକ ଝିଲ୍ଲୀ ସ୍ତରରେ କ୍ଲୋରୋଫିଲ୍, ପ୍ରୋଟିନ୍ ଓ ଲିପିଡ଼ର ବିଭିନ୍ନ ବୃହତ୍ ଅଣୁ ସଜେଇ ହୋଇ ରହିଥା’ନ୍ତି । ଏହିଭଳି ଗଠନଯୁକ୍ତ ଥାଇଲାକଏଡ଼ ଓ କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମା ରସ ‘ଆଲୋକଶ୍ଳେଷଣ ସଂସ୍ଥା’ ସୃଷ୍ଟି କରିଥା’ନ୍ତି ।

→ ପ୍ରକ୍ରିୟା :

  • ଆଲୋକଶ୍ଳେଷଣ ପ୍ରକ୍ରିୟାକୁ ଜାଣିବାପାଇଁ ବିଭିନ୍ନ ପରୀକ୍ଷା କରାଯାଇଛି ।
  • ପ୍ରଥମ ସିଦ୍ଧାନ୍ତ 1905 ମସିହାରେ ଫ୍ରେଡ଼ରିକ୍ ବ୍ଲାକ୍‌ମ୍ୟାନ୍ (Frederick Blackman) ଜଣାଇଥିଲେ ।
  • ଗୋଟିଏ ସହ ପ୍ରକ୍ରିୟା ଦୃଶ୍ୟମାନ ଆଲୋକ ଉପରେ ନିର୍ଭର କରେ । ଏହାକୁ ଆଲୋକ ପ୍ରକ୍ରିୟା କୁହାଯାଏ । ଅନ୍ୟଟି ଆଲୋକ ଉପରେ ନିର୍ଭର କରିନଥାଏ । ଏହାକୁ ଅନ୍ଧକାର ପ୍ରକ୍ରିୟା କୁହାଯାଏ ।

BSE Odisha 10th Class Life Science Notes Chapter 1 ପୋଷଣ 13

  • ଆସୁଥ‌ିବା ହାଇଡ୍ରୋଜେନ୍‌ଦ୍ୱାରା ଅଙ୍ଗାରକାମ୍ଳ ବିଜାରିତ ହୁଏ ଓ ସରଳ ଶର୍କରା ସଂଶ୍ଳେଷିତ ହେବା ସହିତ ଅମ୍ଳଜାନ ନିର୍ଗତ ହେବା ଦର୍ଶାଯାଇଥିଲା । ଏହା 1931 ମସିହରେ ଫନ୍‌ ନିଲ୍‌ଙ୍କଦ୍ବାରା ପରିକଳ୍ପନା କରାଯାଇଥିଲା । ରବର୍ଟ ହିଲ୍ 1937 ମସିହାରେ ଉନ୍ନତମାନର ପରୀକ୍ଷଣ ମାଧ୍ୟମରେ ପରିକଳ୍ପନାଟିକୁ ପ୍ରମାଣିତ କରିଥିଲେ । କ୍ଲୋରୋପ୍ଲାଷ୍ଟ କ୍ଲୋରୋଫିଲ୍ ମାଧ୍ୟମରେ ଆଲୋକ ଶକ୍ତିକୁ ବ୍ୟବହାର କରି ଗ୍ଲୁକୋଜ ସଂଶ୍ଳେଷଣ କରିଥାଏ । ଏହା ପାଇଁ 6 ଟି ଅଙ୍ଗାରକାମ୍ଳ (CO2) ଓ 12 ଟି ଜଳ (H2O) ଅଣୁ ବ୍ୟବହୃତ ହୁଏ ।

BSE Odisha 10th Class Life Science Notes Chapter 1 ପୋଷଣ 14

→ ଆଲୋକ ପ୍ରକ୍ରିୟା

  • ଆଲୋକ ପ୍ରକ୍ରିୟା ଦୃଶ୍ୟମାନ ଆଲୋକ ଉପସ୍ଥିତିରେ ଥାଇଲାକଏଡ୍ ଝିଲ୍ଲୀରେ ସଂଗଠିତ ହୁଏ ।
  • ପ୍ରଥମ ପର୍ଯ୍ୟାୟରେ ଝିଲ୍ଲୀରେ ସଜ୍ଜିତ କ୍ଲୋରୋଫିଲ୍ ଅଣୁଗୁଡ଼ିକର ସମଷ୍ଟି ଆଲୋକ ଶକ୍ତି ଗ୍ରହଣ କରନ୍ତି ।
  • ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କ୍ଲୋରୋଫିଲକୁ ଶକ୍ତି ସ୍ଥାନାନ୍ତରିତ କରିଥା’ନ୍ତି ।
  • କ୍ଲୋରୋଫିଲ୍‌କୁ ଆଲୋକ ପ୍ରତିକ୍ରିୟା କେନ୍ଦ୍ର ବା Photosystem I କୁ P700 କୁହାଯାଏ ।
  • କ୍ଲୋରୋଫିଲ୍‌ରୁ ଅଧ‌ିକ ଶକ୍ତି ସମ୍ପନ୍ନ ଅସ୍ଥିର ଇଲେକଟ୍ରନ୍ ବାହାରି ଆସେ ।
  • ଇଲେକ୍ସନ୍ ବିଭିନ୍ନ ବାହକ ଅଣୁ ମାଧ୍ୟମରେ ଗତିକରି ଏକ ଗ୍ରାହକ ଅଣୁ ପାଖରେ ପହଞ୍ଚେ ।
  • ଶେଷ ଗ୍ରାହକ ଅଣୁକୁ ସହକାରକ କୁହାଯାଏ ।
  • ନିକୋଟିନାମାଇଡ୍ ଏଡ଼େନାଇନନ୍ ଡାଇନ୍ୟୁକ୍ଲିଟାଇଡ଼ ଫସ୍‌ଫେଟ୍ ବା NADP+ ଇଲେକଟ୍ରନ୍ ଗ୍ରହଣ କରି ବିଜାରିତ NADPH ରେ ପରିଣତ ହୁଏ ।
    ଦ୍ୱିତୀୟ ପର୍ଯ୍ୟାୟରେ ଇଲେକ୍ସନ୍ ଶୂନ୍ୟତାକୁ ପୂରଣ କରିବାପାଇଁ ଆଲୋକ ପ୍ରତିକ୍ରିୟା କେନ୍ଦ୍ର P680 ବା Photosystem II କେନ୍ଦ୍ରରୁ ଇଲେକଟ୍ରନ୍ ଆସିଥାଏ ।
  • ଏହାଦ୍ଵାରା ଥାଇଲାକଏଡ ପରିବେଶରେ ଜଳ ଅଣୁର ଆଲୋକ ବିଶ୍ଳେଷଣ ହୁଏ । ଫଳରେ e, H+, Q, ନିର୍ଗତ ହୁଏ ।
  • ଥାଇଲାକଏଡ ମଧ୍ଯସ୍ଥିତ ଲ୍ୟୁମେନରେ ପ୍ରୋଟନ ଜମା ହୁଏ ।
  • ଏହାଦ୍ୱାରା ସୃଷ୍ଟ ଅବକ୍ରମ ବଳକୁ ଉପଯୋଗ କରି ADP ଅଧ‌ିକ ଶକ୍ତି ସମ୍ପନ୍ନ ATP ରେ ପରିଣତ ହୁଏ ।
  • NADPH ଓ ATP ଉଭୟ ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।

→ ଅନ୍ଧକାର ପ୍ରକ୍ରିୟା

  • ଆଲୋକ ଉପରେ ଅନ୍ଧକାର ପ୍ରକ୍ରିୟା ନିର୍ଭର କରିନଥାଏ ।
  • ଅଙ୍ଗାରକାମ୍ଳ ସ୍ତୋମ୍ ଦେଇ ଷ୍ଟୋମାରସରେ ଦ୍ରବୀଭୂତ ହୁଏ ।
  • ବ୍ୟୋମା ରସରେ 5-କାର୍ବନ ଯୁକ୍ତ ଏକ ଗ୍ରାହକ ଅଣୁ ଆଲୋକଶ୍ଳେଷଣ ଶକ୍ତି ବ୍ୟବହାର କରି ଏନ୍‌ଜାଇମ୍ ମାଧ୍ୟମରେ ବିବନ୍ଧିତ କରାଏ । ଜୈବିକ କ୍ରିୟା ଦ୍ବାରା 3-କାର୍ବନ ଯୁକ୍ତ ଶର୍କରା ତିଆରି ହୁଏ ।
  • ଗ୍ରାହନ ଅଣୁକୁ ରାଇବୋଲୋଜ୍ ବିସ୍‌ଫସ୍‌ଫେଟ୍ ବା RUBP ଓ ଏନ୍‌ଜାଇମ୍କୁ ରାଇବୋଲୋଜ୍ ବିସ୍‌ଫସଫେଟ୍ ରୁବିସ୍କୋ କୁହାଯାଏ ।
  • ରୁବିସ୍କୋର ଭୂମିକା ଗୁରୁତ୍ବପୂର୍ଣ୍ଣ ।

BSE Odisha 10th Class Life Science Notes Chapter 1 ପୋଷଣ

BSE Odisha 10th Class Life Science Notes Chapter 1 ପୋଷଣ 46
BSE Odisha 10th Class Life Science Notes Chapter 1 ପୋଷଣ 15

  • ଏହି ଅନ୍ଧକାର ପ୍ରକ୍ରିୟାକୁ ମେଲଭିନ୍ କେଲଭିନ୍‌ଙ୍କ ନାମାନୁସାରେ କେଲଭିନ୍‌ ଚକ୍ର କୁହାଯାଏ ।
  • ପ୍ରଥମ ପର୍ଯ୍ୟାୟରେ ଗ୍ରାହକ ଅଣୁ ସହ ଅଙ୍ଗାରକାମ୍ଳର ବିବନ୍ଧନ ହୁଏ ।
  • ଦ୍ଵିତୀୟ ପର୍ଯ୍ୟାୟରେ ଗ୍ଲୁକୋଜର ସଂଶ୍ଳେଷଣ ହୁଏ ।
  • ତୃତୀୟ ପର୍ଯ୍ୟାୟରେ ଗ୍ରାହକ ଅଣୁର ପୁନରୁତ୍ପାଦନ ହୁଏ ।

BSE Odisha 10th Class Life Science Notes Chapter 1 ପୋଷଣ 16(Digestive System of Man)

  • ଆମେ ଖାଉଥ‌ିବା ଖାଦ୍ୟ ସମୂହ ସିଧାସଳଖ ଖାଦ୍ୟରେ ପରିଣତ ହୁଏ ଓ ଶେଷରେ ରକ୍ତରେ ମିଶି ଥାଏ । ଏହାକୁ ହଜମ (ପରିପାକ) ବା ଜୀର୍ଣ୍ଣ ହେବା କହିଥାଉ । ଅଦରକାରୀ ଅଂଶ ମଳ ରୂପେ ଶରୀରରୁ ନିଷ୍କାସିତ ହୋଇଥାଏ । ଆମର ପାକତନ୍ତ୍ର ପାକନଳୀ ଓ ପାକଗ୍ରନ୍ଥିକୁ ନେଇ ଗଠିତ ।

BSE Odisha 10th Class Life Science Notes Chapter 1 ପୋଷଣ 17(Alimentary Canal)

  • ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୋଇଥାଏ ।
  • ପାକନଳୀର ଗଠନ ଓ କାର୍ଯ୍ୟ ଉପରେ ନିର୍ଭର କରି ଏହାକୁ ବିଭିନ୍ନ ଅଂଶରେ ଭାଗ ଗ୍ରସନୀ, ନିଗଳ ବା ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ଵାର ।

ପାକନଳୀ ଦେଖିବାକୁ ଗୋଟିଏ ଲମ୍ବ ଟ୍ୟୁବ୍ ପରି । ଏହାର କାନ୍ଥ ବର୍ତ୍ତୁଳ ବା ଚକ୍ରାକୃତି ପେଶୀ ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦୈର୍ଘ୍ୟ ପେଶୀଦ୍ଵାରା ଗଠିତ ହୋଇଥାଏ । ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ଶିଳନ ଫଳରେ କୁହାଯାଏ ।

BSE Odisha 10th Class Life Science Notes Chapter 1 ପୋଷଣ 45

(i) ପାଟି (Mouth) :

  • ଏହା ଚଳନଶୀଳ ଓଠଦ୍ୱାରା ପରିବେଷ୍ଟିତ ।
  • ଏହା ଖାଦ୍ୟର ଅନ୍ତର୍ଗହଣ ପାଇଁ ଉଦ୍ଦିଷ୍ଟ ।
  • ଏହା ମୁଖଗହ୍ଵରକୁ ଖୋଲି ରହିଛି ।

(ii) ମୁଖଗହ୍ଵର (Buccal Cavity) :

  • ପାଟି ଭିତରକୁ ରହିଥାଏ ମୁଖଗହ୍ଵର ।
  • ମୁଖଗହ୍ଵରର ଦୁଇ ପଟେ ଗାଲ; ଉପରେ ତାଳୁ ଓ
  • ତଳେ ଜିଭ ରହିଥାଏ ।

BSE Odisha 10th Class Life Science Notes Chapter 1 ପୋଷଣ

(a) ଦାନ୍ତ (Tooth):

  • ଉଠେ ଓ ଛଅ ବର୍ଷ ବେଳକୁ ଉକ୍ତ ଦାନ୍ତ ଝଡ଼ିବାକୁ ଆରମ୍ଭ କରେ । ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠେ । ବୟସ୍କ ଲୋକର ତଳ ଓ ଉପର ମାଢ଼ିରେ 32ଟି (16ଟି ଲେଖାଏଁ) ଦାନ୍ତ ଥାଏ । ପ୍ରତି ମାଢ଼ିରେ 4ଟି କର୍ଜନ ଦାନ୍ତ, 2 ଟି ଛେଦକ ବା ଶ୍ଵାନଦାନ୍ତ Canine), 4 ଟି ଚର୍ବଣ ଦାନ୍ତ ଓ ଟି ପେଷଣ ଦାନ୍ତ ରହିଅଛି।
  • ଖାଦ୍ୟାଭ୍ୟାସ ଉପରେ ନିର୍ଭର କରି ଆମର ଦାନ୍ତ 4 ପ୍ରକାରର ହୋଇଥାଏ ।

(b) && (Tongue) :

  • ମୁଖଗହ୍ଵରର ଉପରେ ତାଳୁ ଓ ତଳେ ମୋଟା, ମାଂସଳ ଜିଭ ରହିଥାଏ । ଏଥ‌ିରେ ତିନି ପ୍ରକାର ସ୍ବାଦମୁକୂଳ ରହିଥାଏ ।

କାର୍ଯ୍ୟ :

  • ଚର୍ବଣବେଳେ ଏହା ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇଥାଏ ।
  • ଏହା ଖାଦ୍ୟକୁ ଲାଳ ସହିତ ମିଶାଇଥାଏ ।
  • ଖାଦ୍ୟକୁ ଗିଳିବାରେ ସହାୟତା କରିଥାଏ ।
  • ଏହା ମିଠା, ଖଟା, ପିତା ଓ ଲୁଣିଆ ଆଦି ସ୍ଵାଦ ବାରିଥାଏ ।
  • ଏହା କଥା କହିବାରେ ସହାୟତା କରିଥାଏ ।

(iii) BSE Odisha 10th Class Life Science Notes Chapter 1 ପୋଷଣ 22 (Pharynx and Oesophagus) :

  • ନାସାପଥ ଓ ମୁଖଗହ୍ଵର ମିଶି ଗ୍ରସନୀ ତିଆରି ହୋଇଛି । ଏହା ଉଭୟ ଖାଦ୍ୟ ଓ ଶ୍ୱାସ ବାୟୁ ଯିବାପାଇଁ ଏକ ସାଧାରଣ ପଥ ।
  • ଏହାର ଶେଷମୁଣ୍ଡରେ ଦୁଇଟି ଦ୍ଵାର ରହିଛି । ଗୋଟିଏ ଦ୍ଵାର ଖୋଲିଛି ଶ୍ଵାସନଳୀ ଭିତରକୁ, ଅନ୍ୟଟି ଖୋଲିଛି ଖାଦ୍ୟନଳୀ ମଧ୍ୟକୁ ।
  • ଖାଦ୍ୟନଳୀର ଦ୍ଵାରକୁ ଗଲେଟ୍ ଓ ଶ୍ଵାସନଳୀର ଦ୍ଵାରକୁ ଗ୍ଲଟିସ୍ କୁହାଯାଏ । ଶ୍ଵାସନଳୀର ଦ୍ଵାରରେ ଏକ ତରୁଣାସ୍ଥିର ପ୍ଲେଟ ରହିଛି । ଏହି ପ୍ଲେଟ୍‌କୁ ଅଧ୍ୱଜିହ୍ଵା ବା ଏପିକ୍ଲଟିସ୍ କୁହାଯାଏ ।
  • ପ୍ରବେଶ କରିଥାଏ ।
  • ଗ୍ରାସନଳୀ ବେକ ମଧ୍ୟ ଦେଇ ତଳ ଆଡ଼କୁ ଗତି କରିଛି ଏବଂ ମଧ୍ୟଚ୍ଛଦାକୁ ଭେଦ କରି ପାକସ୍ଥଳୀକୁ ଖୋଲିଛି ।
  • କାର୍ଯ୍ୟ : ଏହା ମଧ୍ୟଦେଇ ପେରିଷ୍ଟାଲ୍‌ସିସ୍‌ରା ଖାଦ୍ୟ ଆପେ ଆପେ ପାକସ୍ଥଳୀ ମଧ୍ୟକୁ ପ୍ରବେଶ କରେ । ଏଠାରେ ଖାଦ୍ୟର କୌଣସି ପରିବର୍ତ୍ତନ ହୁଏ ନାହିଁ ।

(iv) BSE Odisha 10th Class Life Science Notes Chapter 1 ପୋଷଣ 23 (Stomach) :

  • ଏହା ମୋଟା, ମାଂସଳ ଓ ‘J’ ଆକୃତିର ଏକ ଥଳୀ ଅଟେ ଏବଂ ଏହା ଉଦର ଗହ୍ଵରର ଉପର ଅଂଶର ବାମପଟେ ରହିଥାଏ ।
  • ଏହାର ଉପର ଅଂଶ ଚଉଡ଼ା ଓ ତଳ ଅଂଶ କମ୍ ଓସାରିଆ ।
  • ଏହାର ଉପର ଅଂଶ ହୃତ୍‌ପିଣ୍ଡ ନିକଟରେ ଥ‌ିବାରୁ ସେହି ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
  • ଏହାର ମାଂସଳ କାନ୍ଥ ଖାଦ୍ୟକୁ ପାଚକରସ ସହିତ ମିଶିବାରେ ସାହାଯ୍ୟ କରେ ।
  • ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ ମଧ୍ୟକୁ ପ୍ରବେଶ କରେ ।

(v) BSE Odisha 10th Class Life Science Notes Chapter 1 ପୋଷଣ 24 (Small Intestine) :

  • ଏହା ପ୍ରାୟ 6 ମିଟର ଦୀର୍ଘ, ସରୁ ଓ କୁଣ୍ଡଳାକାର ନଳୀ ଅଟେ ।
  • ଏହାର ପ୍ରଥମ ଅଂଶକୁ ଗ୍ରହଣୀ, ମଧ୍ୟବର୍ତୀ ଅଂଶକୁ ଯେଯୁନମ୍ ଓ ଶେଷ ଅଂଶକୁ ଇଲିୟମ୍ କୁହାଯାଏ ।
  • କାର୍ଯ୍ୟ : ଏଠାରେ ପରିପାକ କ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ ଏବଂ ପରିପାକ ହୋଇଥ‌ିବା ଖାଦ୍ୟର ଅବଶୋଷଣ ବା ଆତ୍ମୀକରଣ ଘଟିଥାଏ ।

(vi) BSE Odisha 10th Class Life Science Notes Chapter 1 ପୋଷଣ 25 (Large Intestine) :

  • ଏହା କ୍ଷୁଦ୍ରାନ୍ତଠାରୁ ଛୋଟ ଓ ପ୍ରଶସ୍ତ ଅଟେ ।
  • ଏହା ସିକମ୍, କୋଲନ୍ ଓ ମଳାଶୟ ରେ ବିଭକ୍ତ ହୋଇଥାଏ ।
  • କାର୍ଯ୍ୟ : ଏଠାରେ ଅଜୀର୍ଣ୍ଣ ଖାଦ୍ୟ ମଳରେ ପରିଣତ ହୋଇଥାଏ ।

(vii) BSE Odisha 10th Class Life Science Notes Chapter 1 ପୋଷଣ 28

  • ଏହା ବୃହଦନ୍ତ୍ରର ଶେଷ ଆଡ଼କୁ ଅବସ୍ଥିତ ଏବଂ ଏହାର ଶେଷ ଭାଗରେ ଥ‌ିବା ଛିଦ୍ରକୁ ମଳଦ୍ଵାର କୁହାଯାଏ ।
  • କାର୍ଯ୍ୟ : ମଳାଶୟରେ ମଳ କିଛି ସମୟ ପାଇଁ ଗଚ୍ଛିତ ରହେ ଏବଂ ମଳଦ୍ଵାର ଦେଇ ନିଷ୍କାସିତ ହୁଏ ।

→ ପାକଗ୍ରନ୍ଥି (Digestive Glands) :

  • ଖାଦ୍ୟକୁ ସରଳୀକୃତ କରିବା ପାଇଁ ପାକନଳୀ ମଧ୍ଯରେ ଅନେକଗୁଡ଼ିଏ ପାକଗ୍ରନ୍ଥି ଅଛି । ଯଥା –

(i) BSE Odisha 10th Class Life Science Notes Chapter 1 ପୋଷଣ 29 (Salivary Glands) :

  • ମନୁଷ୍ୟର 3 ଯୋଡ଼ା ଲାଳଗ୍ରନ୍ଥି ରହିଛି ଏବଂ ଏହାର ବାହିକା (ducts)ଗୁଡ଼ିକ ମୁଖଗହ୍ଵର ମଧ୍ୟକୁ ଖୋଲି ରହିଥାଏ ।
  • ଏହି ଗ୍ରନ୍ଥିରୁ କ୍ଷରିତ ଲାଳ ଖାଦ୍ୟକୁ ପିଚ୍ଛିଳ ଓ ମଣ୍ଡପରି କରିଦିଏ ।
  • ଲାଳରେ ଥିବା ପାଚକ ଏନ୍‌ଜାଇମ୍‌କୁ ଟାୟାଲିନ୍ (Ptyalin) ବା ସାଲାଇଭାରି ଆମାଇଲେଜ୍ କୁହାଯାଏ ।

(ii) ଜଠର ଗ୍ରନ୍ଥି (Gastric Glands) :

  • ଏହି ଗ୍ରନ୍ଥିରୁ କ୍ଷରିତ ହେଉଥ‌ିବା ରସକୁ ପାଚକ ରସ କୁହାଯାଏ । ଏଥିରେ ଲବଣାମ୍ଳ (HCl) ସହିତ ପେପସିନ୍ ଓ ଲାଇପେଜ୍ ଏନ୍‌ଜାଇମ୍ ରହିଛି ।
  • ଏଗୁଡ଼ିକ ପାଚକ ରସ (Gastric juice) ଓ ଲବଣାମ୍ଳ (HCI) କ୍ଷରଣ କରିଥା’ନ୍ତି ।

BSE Odisha 10th Class Life Science Notes Chapter 1 ପୋଷଣ

(iii) BSE Odisha 10th Class Life Science Notes Chapter 1 ପୋଷଣ 30 (Liver) :

  • ଏହା ଶରୀରର ବୃହତ୍ତମ ଗ୍ରନ୍ଥି ଏବଂ ଏହା ଉଦର ଗହ୍ଵରର ଉପରିଭାଗର ଡାହାଣପାର୍ଶ୍ଵରେ ଅବସ୍ଥିତ । ଏହାର ବର୍ଣ୍ଣ ଲୋହିତ ବାଦାମୀ ।
  • ଏହା ପିତ୍ତ ରସ କ୍ଷରଣ କରେ ।

(iv) ଅଗ୍ନ୍ୟାଶୟ (Pancreas) :

  • ଏହା ଏକ ମିଶ୍ରିତ ଗ୍ରନ୍ଥି ।
  • ଏହା ମଧ୍ଯ ଖାଦ୍ୟନଳୀ ବାହାରେ ରହିଛି । ଏଥୁରୁ ଉଭୟ ଏନ୍‌ଜାଇମ୍ ଓ ହରମୋନ୍ କ୍ଷରିତ ହୁଏ । ଅଗ୍ନ୍ୟାଶୟ ରସରେ ଆମାଇଲେଜ, ଲାଇପେଜ୍ ଏବଂ ପ୍ରୋଟିଏଜ୍ ପରି ଖାଦ୍ୟ ହଜମକାରୀ ଏନ୍‌ଜାଇମ୍ ରହିଛନ୍ତି ।

→ ଆନ୍ତ୍ରିକ ଗ୍ରନ୍ଥି (Intestinal gland) :

  • କ୍ଷୁଦ୍ରାନ୍ତ୍ରରେ ଥ‌ିବା ଆନ୍ତ୍ରିକ ଗ୍ରନ୍ଥିଗୁଡ଼ିକରୁ ଆର୍ଥିକ ରସ କ୍ଷରିତ ହୁଏ । ଏହି ରସରେ ଥ‌ିବା ବିଭିନ୍ନ ପ୍ରକାରର ଏନ୍‌ଜାଇମ୍ ହଜମକ୍ରିୟା ଶେଷ କରନ୍ତି ।

→ ପାଚନ କ୍ରିୟା (Digestion) :

  • ଆମେ ଖାଉଥ‌ିବା ଖାଦ୍ୟରେ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ୍, ଧାତବ ଲବଣ ଓ ଜଳ ରହିଥାଏ । ଖାଦ୍ୟ ହଜମର ବିଭିନ୍ନ ପ୍ରକ୍ରିୟାଗୁନିକ
  • ହେଲା : ଖାଦ୍ୟ ଗ୍ରହଣ, ପାକକ୍ରିୟା, ଅବଶୋଷଣ, ଆତ୍ମୀକରଣ ଓ ମଳତ୍ୟାଗ ।

BSE Odisha 10th Class Life Science Notes Chapter 1 ପୋଷଣ 32
(A) ମୁଖଗହ୍ଵର (Buccal Cavity) :

  • ଏଠାରେ ଖାଦ୍ୟ ଚର୍ବିତ ଓ ପେଷିତ ହେବା ସଙ୍ଗେ ସଙ୍ଗେ ଟାୟାଲିନ୍‌ର କାର୍ଯ୍ୟକାରିତା ହାର ବୃଦ୍ଧି କରେ ।
  • ଖାଦ୍ୟରେ ଲାଳ ମିଶିବାଦ୍ୱାରା ଟାୟାଲିନ୍ ପ୍ରାୟ 30-40 ଭାଗ ମଣ୍ଡଦ (Starch)କୁ ମାଲ୍‌ଟୋଜ୍ (Maltose)ରେ ପରିଣତ କରେ ।

BSE Odisha 10th Class Life Science Notes Chapter 1 ପୋଷଣ 33

(B) BSE Odisha 10th Class Life Science Notes Chapter 1 ପୋଷଣ 34 (Stomach) :
ଭାଙ୍ଗି ଅତି ସୂକ୍ଷ୍ମଖଣ୍ଡରେ ପରିଣତ ହୁଏ । ପାକସ୍ଥଳୀରୁ ନିସୃତ ପାଚକ ରସ ଖାଦ୍ୟ ସହିତ ମିଶି ଏହାକୁ ଏକ ପ୍ରକାର ତରଳ ମଣ୍ଡ ବା ଚାଇମରେ ପରିଣତ କରେ । ଲବଣାମ୍ଳ (HCl) ପାକମଣ୍ଡକୁ ଅମ୍ଳାତ୍ମକ କରିବା ସହିତ ଜୀବାଣୁ ନାଶ କରେ । ପାଚକରସରେ ଦୁଇ ପ୍ରକାର ଏନ୍‌ଜାଇମ୍ ଥାଏ – ପେପ୍‌ସିନ୍ ଓ ଲାଇପେଜ୍ । ପେପ୍‌ସିନ୍ ଲବଣାମ୍ଳ ମାଧ୍ୟମରେ ସକ୍ରିୟ ହୁଏ ଓ ପ୍ରୋଟିନ୍ ଖାଦ୍ୟକୁ ପ୍ରୋଟିଓଜେସ୍ ଓ ପେପ୍‌ନ୍‌ରେ ପରିଣତ କରେ ।
BSE Odisha 10th Class Life Science Notes Chapter 1 ପୋଷଣ 35

(C) ଗ୍ରହଣୀ :
କ୍ଷୁଦ୍ରାନ୍ତର ଗ୍ରହଣୀଠାରେ ଯକୃତରୁ କ୍ଷରିତ ପିତ୍ତ ଓ ଅଗ୍ନ୍ୟାଶୟରୁ କ୍ଷରିତ ଅଗ୍ନ୍ୟାଶୟ ରସ ଖାଦ୍ୟରେ ଆସି ମିଶେ । ପିତ୍ତରେ ଥ‌ିବା ପିତ୍ତ ଲବଣ ଖାଦ୍ୟର ଅମ୍ଳତ୍ଵ ଦୂର କରେ ଓ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ ବା ଇମଲ୍ଟିଫିକେସନ୍ (Emulsification) କରାଇଥାଏ ।
BSE Odisha 10th Class Life Science Notes Chapter 1 ପୋଷଣ 36
BSE Odisha 10th Class Life Science Notes Chapter 1 ପୋଷଣ 37

(D) ଜେଜୁନମ୍ ଓ ଇଲିୟମ୍ :
ଏହି ସ୍ଥାନରେ ସମସ୍ତ ଖାଦ୍ୟର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ । ଜେଜୁନମ୍ ଓ ଇଲିୟମ୍‌ରୁ କ୍ଷରିତ ଆର୍ଥିକ ରସରେ ରହିଥ‌ିବା ବିଭିନ୍ନ ପ୍ରକାର ଏନଜାଇମ୍ ହଜମ ହୋଇନଥୁବା ଅବଶିଷ୍ଟ ଖାଦ୍ୟକୁ ସମ୍ପୂର୍ଣ ହଜମ କରିଥା’ନ୍ତି । ଏଠାରେ ହେଉଥ‌ିବା ହଜମ ପ୍ରକ୍ରିୟାଟି :
BSE Odisha 10th Class Life Science Notes Chapter 1 ପୋଷଣ 38

(E) ବୃହଦନ୍ତ୍ର :
ଖାଦ୍ୟ ବୃହଦନ୍ତ୍ରଠାରେ ପହଞ୍ଚିଲା ବେଳକୁ ଏହା ହଜମ ହୋଇ ସରଳୀକୃତ ଖାଦ୍ୟରେ ପରିଣତ ହୋଇଥାଏ ।

(v) BSE Odisha 10th Class Life Science Notes Chapter 1 ପୋଷଣ 39 (Absorption) :
ସମସ୍ତ ସରଳୀକୃତ ଖାଦ୍ୟ, ଭିଟାମିନ୍, ଧାତବ ଲବଣ ଓ ଜଳ ଇତ୍ୟାଦି ଆହାରନଳୀର କାନ୍ଥ ବାଟ ଦେଇ ରକ୍ତ ମଧ୍ୟକୁ ପ୍ରବେଶ କରିବା ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ । ଏହି ପ୍ରକ୍ରିୟା ନିଷ୍କ୍ରିୟ ଅବଶୋଷଣ ଓ ସକ୍ରିୟ ଅବଶୋଷଣଦ୍ୱାରା ହୋଇଥାଏ ।

(vi) BSE Odisha 10th Class Life Science Notes Chapter 1 ପୋଷଣ 40 (Assimilation) :

  • ଅବଶୋଷଣ ପରେ ସରଳୀକୃତ ଖାଦ୍ୟ ରକ୍ତଦ୍ୱାରା ବାହିତ ହୋଇ ଯକୃତରେ ପହଞ୍ଚେ । ଯକୃତରୁ ଏହା ଶରୀରର ବିଭିନ୍ନ ଅଂଶରେ ପହଞ୍ଚିଥାଏ ଏବଂ ଶକ୍ତିମୋଚନ ଓ ଅନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଥାଏ । ଖାଦ୍ୟର ଏହି ବିନିଯୋଗ
  • ଅଧିକାଂଶ ଏମିନୋ ଅମ୍ଳ ପୁଷ୍ଟିସାର ସଂଶ୍ଳେଷଣରେ ବ୍ୟବହୃତ ହୁଏ ଯାହାକି ଶରୀର ବୃଦ୍ଧି ଓ ଟିସୁର ପୁନଃନିର୍ମାଣରେ ସହାୟକ ହୁଏ । ବଳକା ଏମିନୋ ଅମ୍ଳ ଯକୃତରେ ୟୁରିଆରେ ପରିଣତ ହୁଏ ।

BSE Odisha 10th Class Life Science Notes Chapter 1 ପୋଷଣ

(vii) BSE Odisha 10th Class Life Science Notes Chapter 1 ପୋଷଣ 41 (Egestion) :
ଏକକାଳୀନ ନିମ୍ନଲିଖ୍ ଘଟଣାବଳୀଦ୍ଵାରା ମଳ ନିଷ୍କାସନ ହୋଇଥାଏ ।

  • ମଳଦ୍ଵାର ଚାରିପଟେ ରହିଥ‌ିବା ସଂକୋଚନ ପେଶୀର ଶିଥୁଳନ,
  • ମଳାଶୟ ପେଶୀର ସଂକୋଚନ,
  • ଉଦରପେଶୀ ଓ ମଧ୍ଯଚ୍ଛଦାର ସଂକୋଚନ ସହିତ ସାମୟିକ ଶ୍ଵାସ ବିରାମ ।

ମାଂସ ହଜମ କରୁଥିବା ଏନଜାଇମ୍ ଆମ ପାକସ୍ଥଳୀକୁ ହଜମ କରିପାରେ ନାହିଁ କାରଣ :

  • ପୁଷ୍ଟିସାର ହଜମ କରୁଥିବା ପ୍ରୋଟିଏଜ୍ ଜାତୀୟ ଏନଜାଇମ୍ ନିଷ୍କ୍ରିୟ ଅବସ୍ଥାରେ କ୍ଷରିତ ହୋଇଥାଏ । ପାକସ୍ଥଳୀର ଅମ୍ଳୀୟ ପରିବେଶରେ ଏହା ସକ୍ରିୟ ହୁଏ ଓ ପାକସ୍ଥଳୀରେ ଖାଦ୍ୟ ପହଞ୍ଚିଲେ ସାଧାରଣତଃ ଏନ୍‌ଜାଇମ୍ କ୍ଷରଣ
  • ଆମ ପାକସ୍ଥଳୀରେ ଅନେକ ଶ୍ଳେଷ୍ମକ ବା ମ୍ୟୁକସ୍ ଗ୍ରନ୍ଥି ରହିଛି । ସେଥୁରୁ କ୍ଷରିତ ମ୍ୟୁକସ୍ ଅମ୍ଳୀୟ ପରିବେଶ ତଥା ଏନ୍‌ଜାଇମ୍ ପ୍ରଭାବରୁ ପାକସ୍ଥଳୀକୁ ରକ୍ଷାକରେ ।
  • ପାକସ୍ଥଳୀର କୋଷମାନଙ୍କ ମଧ୍ୟରେ ଥ‌ିବା ନିବିଡ଼ ବନ୍ଧନ ଯୋଗୁଁ ସହଜରେ ପେପ୍‌ସିନ୍ ପାକସ୍ଥଳୀ କାନ୍ଥ ଭିତରକୁ ଟିସୁ କ୍ଷୟ କରିପାରେ ନାହିଁ ।
  • ଏଥ୍ ସହିତ ପାକସ୍ଥଳୀର କୋଷ ପ୍ରତି ଦୁଇ ବା ତିନିଦିନ ବ୍ୟବଧାନରେ ନୂଆ କୋଷଦ୍ଵାରା ପୁନଃସ୍ଥାପିତ ହୁଅନ୍ତି । ଏଥ୍ ଯୋଗୁଁ ଆମ ପାକସ୍ଥଳୀ ପେପ୍‌ସିନ୍ ଏନ୍‌ଜାଇମ୍ଵାରା ହଜମ ହୁଏନାହିଁ ।

Leave a Comment