CHSE Odisha Class 12 History Chapter 14 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 14 ଔପନିବେଶିକ ସହରସମୂହ-ସହରୀକରଣ, ଯୋଜନା ଏବଂ କାରୁକାର୍ଯ୍ୟ Objective Questions.

CHSE Odisha 12th Class History Chapter 14 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଗଞ୍ଜ କହିଲେ କ’ଣ ବୁଝ ?
(କ) ଏକ କ୍ଷୁଦ୍ର ସ୍ଥାୟୀ ବଜାର
(ଖ) ଏକ ପ୍ରଦେଶ
(ଗ) ଏକ ଜିଲ୍ଲା
(ଘ) ଏକ ରାଜ୍ୟ
Answer:
(କ) ଏକ କ୍ଷୁଦ୍ର ସ୍ଥାୟୀ ବଜାର

୨। ଡର୍‌ମାନେ ଭାରତରେ କେଉଁଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
(କ) ମୋସଲିପଟ୍ଟନମ୍
(ଖ) ପାତିଆଲା
(ଗ) ପଣ୍ଡିଚେରୀ
(ଘ) ଚନ୍ଦ୍ରଗିରି
Answer:
(କ) ମୋସଲିପଟ୍ଟନମ୍

୩ । ଇଷ୍ଟଇଣ୍ଡିଆ କମ୍ପାନୀ ନିମ୍ନୋକ୍ତ କେଉଁ ମସିହାରେ ମାଡ୍ରାସ୍‌ରେ ବାଣିଜ୍ୟକୋଠି ପ୍ରତିଷ୍ଠା କରିଥିଲେ ?
(କ) ୧୫୧୦ ଖ୍ରୀ.ଅ.
(ଖ) ୧୬୩୯ ଖ୍ରୀ.ଅ.
(ଗ) ୧୬୦୫ ଖ୍ରୀ.ଅ.
(ଘ) ୧୬୬୮ ଖ୍ରୀ.ଅ.
Answer:
(ଖ) ୧୬୩୯ ଖ୍ରୀ.ଅ.

୪। ପଲାସୀ ଯୁଦ୍ଧରେ ଇଂରେଜମାନେ ବଙ୍ଗର କେଉଁ ନବାବଙ୍କୁ ପରାସ୍ତ କରିଥିଲେ ?
(କ) କଲିକତା
(ଖ) ବମ୍ବେ
(ଗ) ମାଡ୍ରାସ୍
(ଘ) ପଣ୍ଡିଚେରୀ
Answer:
(ଖ) ବମ୍ବେ

CHSE Odisha Class 12 History Chapter 14 Objective Questions in Odia Medium

୫। ପଲାସୀ ଯୁଦ୍ଧରେ ଇଂରେଜମାନେ ବଙ୍ଗର କେଉଁ ନବାବଙ୍କୁ ପରାସ୍ତ କରିଥିଲେ ?
(କ) ମିଜାଫର୍
(ଖ) ମୀରକାଶିମ୍
(ଗ) ସିରାଜଉଦୌଲା
(ଘ) ଆଲିବର୍ଦ୍ଦି ଖାଁ
Answer:
(ଗ) ସିରାଜଉଘୋଲା

୬। ସୁଏଜ୍ କେନାଲକୁ କେବେ ଜାତି ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିଲା ?
(କ) ୧୭୯୭
(ଖ) ୧୮୬୯
(ଗ) ୧୬୬୯
(ଘ) ୧୮୮୯
Answer:
(ଖ) ୧୮୬୯

୭। ଫରାସୀମାନେ ଭାରତର କେଉଁଠାରେ ତାଙ୍କର ବାଣିଜ୍ୟକୋଠି ନିର୍ମାଣ କରିଥ୍ଲେ ?
(କ) ପାନାଜୀ
(ଖ) ପଣ୍ଡିଚେରୀ
(ଗ) କୋଚିନ୍
(ଘ) କାଲିକଟ୍
Answer:
(ଖ) ପଣ୍ଡିଚେରୀ

୮। ବଙ୍ଗର ନବାବ ସିରାଜଉଦୌଲା କେଉଁ ଯୁଦ୍ଧରେ ଇଂରେଜମାନଙ୍କଠାରୁ ପରାସ୍ତ ହୋଇଥିଲେ ?
(କ) ପଲାସୀ
(ଖ) ବକ୍ ସାର
(ଗ) ୱାଣ୍ଡିୱାସ୍
(ଘ) ଆର୍‌କଟ୍
Answer:
(କ) ପଲାସୀ

୯। ବମ୍ବେଠାରେ ଗେଟ୍ ୱେ ଅଫ୍ ଇଣ୍ଡିଆ କେବେ ନିର୍ମିତ ହୋଇଥିଲା ?
(କ) ୧୯୦୫
(ଖ) ୧୯୧୧
(ଗ) ୧୯୧୬
(ଖ) ୧୮୧୮
Answer:
(ଖ) ୧୯୧୧

୧୦ । ସିମଳା ଶୈଳନିବାସ କେବେ ପ୍ରତିଷ୍ଠିତ ହୋଇଥିଲା ?
(କ) ୧୮୧୪-୧୬
(ଖ) ୧୮୩୫-୩୬
(ଗ) ୧୮୧୦-୧୨
(ଘ) ୧୮୨୮-୩୦
Answer:
(କ) ୧୮୧୪-୧୬

୧୨ । ମାଉଣ୍ଟଆବୁ ଶୈଳନିବାସ କେବେ ପ୍ରତିଷ୍ଠିତ ହୋଇଥିଲା ?
(କ) ୧୭୮୫
(ଖ) ୧୮୧୮
(ଗ) ୧୮୨୦
(ଘ) ୧୯୪୦
Answer:
(ଖ) ୧୮୧୮

CHSE Odisha Class 12 History Chapter 14 Objective Questions in Odia Medium

୧୨ । ଇଷ୍ଟଇଣ୍ଡିଆ କମ୍ପାନୀ କେଉଁ ଶାସକଙ୍କଠାରୁ ଦାର୍ଜିଲିଂ ଅଧିକାର କରିଥିଲେ ?
(କ) ନେପାଳର ଶାସକ
(ଖ) ସିକିମ୍‌ ଶାସକ
(ଗ) ଚୀନ୍‌ର ସମ୍ରାଟ
(ଘ) ଭୁଟାନ୍‌ ରାଜା
Answer:
(ଖ) ସିକିମ୍‌ ଶାସକ

୧୩ । କଲିକତାର ଇଂରେଜମାନେ ଚାଳଘରକୁ କେବେ ନିଷେଧ କରିଥିଲେ ?
(କ) ୧୮୩୫
(ଖ) ୧୮୩୬
(ଗ) ୧୮୩୭
(ଘ) ୧୮୩୯
Answer:
(ଖ), ୧୮୩୬

୧୪ । ଭାରତରେ ପ୍ରଥମ ରେଳ ଚଳାଚଳ କେଉଁ ସ୍ଥାନ ମଧ୍ୟରେ ହୋଇଥିଲା ?
(କ) ବମ୍ବେରୁ ଗୋଆ
(ଖ) ବମ୍ବେରୁ ଥାନେ
(ଗ) କଲିକତାରୁ ବମ୍ବେ
(ଘ) ଦିଲ୍ଲୀରୁ ଆଗ୍ରା
Answer:
(ଖ) ବମ୍ବେରୁ ଥାନେ

୧୫ । କେଉଁ ଇଂରେଜ ଗଭର୍ଣ୍ଣର ସିମଳାକୁ ନିଜ ରାଜଧାନୀ କରିଥିଲେ ?
(କ) ଲର୍ଡ଼ ଡେଲ୍‌ହାଉସୀ
(ଖ) ଜନ୍ ଲରେନ୍ସ
(ଗ) ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍
(ଘ) ଲର୍ଡ଼ ରିପନ୍
Answer:
(ଖ) ଜନ୍ ଲରେନ୍‌ସ୍

୧୬ । ଭାରତରେ ଦଶବର୍ଷିଆ ଜନଗଣନା କେବେ ଆରମ୍ଭ ହେଲା ?
(କ) ୧୮୮୧
(ଖ) ୧୮୮୫
(ଗ) ୧୮୮୭
(ଘ) ୧୮୮୯
Answer:
(କ) ୧୮୮୧

B. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେଉଁ ଭାଇସ୍‌ରାୟ ସିମଳାକୁ ତାଙ୍କର ରାଜଧାନୀ କରିଥିଲେ ?
Answer:
ଭାଇସ୍‌ୟ ଜନ୍ ଲରେନ୍ସ ସିମଳାକୁ ତାଙ୍କର ରାଜଧାନୀ କରିଥିଲେ ।

CHSE Odisha Class 12 History Chapter 14 Objective Questions in Odia Medium

୨। କେଉଁ ସମୟ ମଧ୍ୟରେ ସିମଳା ଶୈଳନିବାସ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୧୪ ରୁ ୧୮୧୬ ଖ୍ରୀ.ଅ. ମଧ୍ଯରେ ସିମଳା ଶୈଳନିବାସ ପ୍ରତିଷ୍ଠା ହୋଇଥିଲା ।

୩ । କେବେ ଫରାସୀମାନେ ପଣ୍ଡିଚେରୀରେ ବାଣିଜ୍ୟକୋଠି ପ୍ରତିଷ୍ଠା କରିଥିଲେ ?
Answer:
୧୬୭୩ ଖ୍ରୀ.ଅ.ରେ ଫରାସୀମାନେ ପଣ୍ଡିଚେରୀରେ ବାଣିଜ୍ୟକୋଠି ପ୍ରତିଷ୍ଠା କରିଥିଲେ ।

୪ । ଗେଟ୍ ୱେ ଅଫ୍ ଇଣ୍ଡିଆ କେଉଁ ସହରରେ ଅଛି ?
Answer:
ଗେଟ୍ ୱେ ଅଫ୍ ଇଣ୍ଡିଆ ବମ୍ବେ ସହରରେ ଅଛି ।

୫। ବମ୍ବେରେ ଗେଟ୍ ୱେ ଅଫ୍ ଇଣ୍ଡିଆ କେଉଁ ଉଦ୍ଦେଶ୍ୟରେ ହୋଇଥିଲା ?
Answer:
ବମ୍ବେରେ ଗେଟ୍ ୱେ ଅଫ୍ ଇଣ୍ଡିଆ ଇଂଲଣ୍ଡର ରାଜା ପଞ୍ଚମ ଜର୍ଜ ଏବଂ ରାଣୀ ମେରୀଙ୍କୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା ।

୬। ତାଜମହଲ ହୋଟେଲର ନିର୍ମାତା କିଏ ?
Answer:
ବିଶିଷ୍ଟ ଶିଳ୍ପପତି ଜାମ୍‌ଦ୍‌ଜୀ ଟାଟା ତାଜମହଲ ହୋଟେଲର ନିର୍ମାତା ।

୭। ବଙ୍ଗର କେଉଁ କେଉଁ ଅଞ୍ଚଳର ଜମିଦାରୀ ଇଷ୍ଟଇଣ୍ଡିଆ କମ୍ପାନୀ ପାଇଥିଲା ?
Answer:
ବଙ୍ଗର ସୁତାନଟି, କଲିକତା, ଗୋବିନ୍ଦପୁର ଅଞ୍ଚଳର ଜମିଦାରୀ ଇଷ୍ଟଇଣ୍ଡିଆ କମ୍ପାନୀ ପାଇଥିଲା ।

୮। ଇଂରେଜ ଶାସନ ସମୟରେ ଭାରତରେ ବିଭିନ୍ନ ସୌଧଗୁଡ଼ିକର ନିର୍ମାଣ କେଉଁ ଶୈଳୀରେ ହୋଇଥିଲା ?
Answer:
ଇଂରେଜ ଶାସନ ସମୟରେ ଭାରତରେ ଇଂରେଜମାନେ ଇଣ୍ଡୋ-ସେରାସେନିକ୍ ଶୈଳୀରେ ବିଭିନ୍ନ ସୌଧ ଗୁଡ଼ିକର ନିର୍ମାଣ କରିଥିଲେ ।

୯। ଇଣ୍ଡୋ-ସେରାସେନିକ୍ ଶୈଳୀ କ’ଣ ?
Answer:
ଇଣ୍ଡୋ-ସେରାସେନିକ୍ ଶୈଳୀ କହିଲେ ଇଣ୍ଡିଆ (ଭାରତ) ଏବଂ ଇଉରୋପୀୟ ଶୈଳୀର ମଶ୍ରଣକୁ ବୁଝାଏ ।

୧୦ । ଇଣ୍ଡୋ-ସେରାସେନିକ୍ ଶୈଳୀରେ ନିର୍ମିତ ଦୁଇଟି ସୌଧର ନାମ ଲେଖ ।
Answer:
ଇଣ୍ଡୋ-ସେରାସେନିକ୍ ଶୈଳୀରେ ନିର୍ମିତ ଦୁଇଟି ସୌଧର ନାମ ହେଲା – ବମ୍ବେର ତାଜମହଲ ହୋଟେଲ ଏବଂ ଗେ ଅଫ୍ ଇଣ୍ଡିଆ ।

୧୧ । ବମ୍ବେର ଟାଉନ୍‌ହଲ୍ କେବେ ନିର୍ମିତ ହୋଇଥିଲା ?
Answer:
୧୮୩୩ ଖ୍ରୀ.ଅ.ରେ ବମ୍ବେର ଟାଉନ୍‌ହଲ୍ ନିର୍ମିତ ହୋଇଥିଲା ।

CHSE Odisha Class 12 History Chapter 14 Objective Questions in Odia Medium

୧୨ । ବମ୍ବେରେ ଏଲ୍‌ଫିନ୍ ଷ୍ଟୋନ୍ ସର୍କଲ କେବେ ନିର୍ମିତ ହୋଇଥିଲା ?
Answer:
୧୮୬୦ ଖ୍ରୀ.ଅ.ରେ ବମ୍ବେରେ ଏଲ୍‌ଫିନ୍‌ନ୍ ସର୍କଲ ନିର୍ମିତ ହୋଇଥିଲା ।

୧୩ । ଏଲ୍‌ଫିନ୍ ଷ୍ଟୋନ୍ ସର୍କଲର ନାମ ପରିବର୍ତ୍ତନ କରାଯାଇ କ’ଣ ରଖାଯାଇଥିଲା ?
Answer:
ଏଲ୍‌ପିନ୍ ଷ୍ଟୋନ୍ ସର୍କଲ୍‌ର ନାମ ପରିବର୍ତ୍ତନ କରାଯାଇ ଜଣେ ଇଂରେଜ ପତ୍ରକାରଙ୍କ ନାମରେ ହୋର୍ନିମାନ ସର୍କଲ ରଖାଯାଇଥିଲା ।

୧୪ । ଫୋର୍ଟ ଉଇଲିୟମ୍ ଦୁର୍ଗ ଇଂରେଜମାନେ କେଉଁ ସହରରେ ନିର୍ମାଣ କରିଥିଲେ ?
Answer:
ଫୋର୍ଟ ଉଇଲିୟମ୍ ଦୁର୍ଗ ଇଂରେଜମାନେ କଲିକତା ସହରରେ ନିର୍ମାଣ କରିଥିଲେ ।

୧୫। ଇଷ୍ଟଇଣ୍ଡିଆ କମ୍ପାନୀ ଆଧୁନିକ ସହରୀକରଣ ବ୍ୟବସ୍ଥା ପ୍ରଥମେ କେଉଁଠି ଆରମ୍ଭ କରିଥିଲେ ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀ ଆଧୁନିକ ସହରୀକରଣ ବ୍ୟବସ୍ଥା ପ୍ରଥମେ କଲିକତାରେ ଆରମ୍ଭ କରିଥିଲେ ।

C. ଶୂନ୍ୟସ୍ଥାନ ପୂରଣ କର ।

୧। __________________ ଖ୍ରୀ.ଅ.ରେ ଡବ୍‌ମାନେ ମୋସଲିପଟ୍ଟନମ୍ଠାରେ ସେମାନଙ୍କର ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
Answer:
୧୬୦୫

୨। ________________ ଖ୍ରୀ.ଅ.ରେ ଇଷ୍ଟଇଣ୍ଡିଆ କମ୍ପାନୀ ମାଡ୍ରାସ୍ତାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
Answer:
୧୬୩୯

CHSE Odisha Class 12 History Chapter 14 Objective Questions in Odia Medium

୩ । __________________ ଖ୍ରୀ.ଅ.ରେ ଫରାସୀମାନେ ପଣ୍ଡିଚେରୀରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
Answer:
୧୬୭୩

୪ । ସିରାଜଡଦୌଲା __________________ ର ନବାବ ଥିଲେ ।
Answer:
ବଙ୍ଗ

୫। ଗଭର୍ଣ୍ଣର ଜେନେରାଲ _________________ କଲିକତାରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ବ୍ୟବସ୍ଥା କରିଥିଲେ ।
Answer:
ଲର୍ଡ଼ ଡେଲ୍‌ହାଉସୀ

୬ | ସେଣ୍ଟ ଜର୍ଜ ଫୋର୍ଟ ______________ ସହରରେ ଅବସ୍ଥିତ ।
Answer:
ମାଡ୍ରାସ୍

୭ । ଭାରତରେ ପ୍ରଥମ ରେଳପଥ ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ________________ ଖ୍ରୀ.ଅ.ରେ ନିର୍ମାଣ କରାଯାଇଥିଲା ।
Answer:
୧୮୫୩

୮| _______________ ଖ୍ରୀ.ଅ.ରେ ଇଷ୍ଟଇଣ୍ଡିଆ କମ୍ପାନୀ ସିକିମ୍ବର ଶାସକଙ୍କଠାରୁ ଦାର୍ଜିଲିଂକୁ ପାଇଥିଲା ।
Answer:
୧୮୩୫

୯ । ଭାଇସ୍ ରାୟ ________________ ସିମଳାକୁ ତାଙ୍କ ରାଜଧାନୀ କରିଥିଲେ ।
Answer:
ଜନ୍ ଲରେନ୍ ସ

୧୦|__________________ ଖ୍ରୀ.ଅ.ରେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳଚଳାଚଳ ଆରମ୍ଭ ହୋଇଥିଲା ।
Answer:
୧୮୫୩

୧୧। _________________ ଖ୍ରୀ.ଅ.ରେ ପ୍ରଥମଥର ପାଇଁ ଭାରତରେ ଜନଗଣନା ପାଇଁ ଉଦ୍ୟମ ହୋଇଥିଲା ।
Answer:
୧୮୭୨

୧୨। _________________ ଖ୍ରୀ.ଅ.ରେ କଲିକତାରେ ଲଟେରୀ କମିଟି ପ୍ରତିଷ୍ଠା ହୋଇଥିଲା ।
Answer:
୧୮୧୭

CHSE Odisha Class 12 History Chapter 14 Objective Questions in Odia Medium

D. ଭ୍ରମ ସଂଶୋଧନ କର ।

୧। ଲଟେରୀ କମିଟି ଇଂରେଜମାନେ ବମ୍ବେରେ ପ୍ରତିଷ୍ଠା କରିଥିଲେ ।
Answer:
ଲଟେରୀ କମିଟି ଇଂରେଜମାନେ କଲିକତାରେ ପ୍ରତିଷ୍ଠା କରିଥିଲେ ।

୨। ଭାରତରେ ପ୍ରଥମ ରେଳପଥ କଲିକତାରୁ ମାଡ୍ରାସ୍ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିଲା ।
Answer:
ଭାରତରେ ପ୍ରଥମ ରେଳପଥ ବମ୍ବେରୁ ଥାନେ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିଲା ।

୩। ବମ୍ବେରେ ତାଜମହଲ ହୋଟେଲ ଇଂରେଜମାନେ ନିର୍ମାଣ କରିଥିଲେ ।
Answer:
ବମ୍ବେରେ ତାଜମହଲ ହୋଟେଲ ବିଶିଷ୍ଟ ଶିଳ୍ପପତି ଜାମ୍‌ଦ୍‌ଜୀ ଟାଟା ନିର୍ମାଣ କରିଥିଲେ ।

୪ । ଫୋର୍ଟ ଉଇଲିୟମ୍ ବମ୍ବେରେ ଅବସ୍ଥିତ ।
Answer:
ଫୋର୍ଟ ଉଇଲିୟମ୍ କଲକତାରେ ଅବସ୍ଥିତ ।

୫। ଫତେପୁରସିକ୍ରି ଶାହାଜାହାନ ନିର୍ମାଣ କରିଥିଲେ ।
Answer:
ଫତେପୁରସିକ୍ରି ଆକବର ନିର୍ମାଣ କରିଥିଲେ ।

୬। ମଦୁରାଇ ସହର ଉତ୍ତର ଭାରତରେ ଅବସ୍ଥିତ ।
Answer:
ମଦୁରାଇ ସହର ଦକ୍ଷିଣ ଭାରତରେ ଅବସ୍ଥିତ ।

CHSE Odisha Class 12 History Chapter 14 Objective Questions in Odia Medium

୭। ଗେଟ୍ ୱେ ଅଫ ଇଣ୍ଡିଆ ଦିଲ୍ଲୀରେ ଅବସ୍ଥିତ ।
Answer:
ଗେଟ୍ ୱେ ଅଫ୍ ଇଣ୍ଡିଆ ବମ୍ବେରେ ଅବସ୍ଥିତ ।

୮। ଭାରତରେ ଇଂରେଜମାନେ ନିର୍ମାଣ କରିଥିବା କାରୁକାର୍ଯ୍ୟର ଶୈଳୀକୁ ଇଣ୍ଡୋ-ଗ୍ରୀକ୍ ଶୈଳୀ କୁହାଯାଏ ।
Answer:
ଭାରତରେ ଇଂରେଜମାନେ ନିର୍ମାଣ କରିଥିବା କାରୁକାର୍ଯ୍ୟର ଶୈଳୀକୁ ଇଣ୍ଡୋ-ସେରାସେନିକ୍ ଶୈଳୀ କୁହାଯାଏ ।

CHSE Odisha Class 12 History Chapter 15 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 15 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ Short & Long Answer Questions.

CHSE Odisha 12th Class History Chapter 15 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ୧୮୮୫ରେ ଓଡ଼ିଶା ଗସ୍ତରେ ଆସିଥୁବା ଗଭର୍ଣ୍ଣର କିଏ ଥିଲେ ? ତାଙ୍କୁ କିଏ ସ୍ମାରକପତ୍ର ଦେଇ କ’ଣ ଦାବି?
Answer:
୧୮୮୫ରେ ଓଡ଼ିଶା ଗସ୍ତରେ ଆସିଥିବା ଗଭର୍ଣ୍ଣର ରିଚାର୍ଡ଼ ଥମ୍ପସନ୍ ଥିଲେ । ତାଙ୍କୁ ଉତ୍କଳସଭା ଏକ ସ୍ମାରକପତ୍ର ଦେଇ ଗଞ୍ଜାମ, ଜୟପୁର, ସମ୍ବଲପୁରକୁ ଓଡ଼ିଶା ସହିତ ଏକତ୍ର କରିବାପାଇଁ ଦାବି କରିଥିଲା ।

୨। ୧୮୮୮ରେ ବଙ୍ଗର କେଉଁ ଗଭଣ୍ଡିରଙ୍କୁ ସ୍ମାରକପତ୍ର ଦିଆଯାଇଥିଲା ଓ କ’ଣ ଆବେଦନ କରାଯାଇଥିଲା ?
Answer:
୧୮୮୮ରେ ବଙ୍ଗର ଲେପ୍‌ଟନାଣ୍ଟ ଗଭର୍ଣ୍ଣର ଏସ୍.ସି. ବେଲୀଙ୍କୁ ଉତ୍କଳସେଭା ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇ ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଓ ବଙ୍ଗରେ ମିଶିଥୁବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ପୃଥକ୍ କରିବାକୁ ଆବେଦନ କରାଯାଇଥିଲା ।

୩ । କେଉଁମାନଙ୍କର ହସ୍ତକ୍ଷେପ ଫଳରେ ବଙ୍ଗାଳୀମାନଙ୍କର ଓଡ଼ିଆ ଭାଷା ଉଚ୍ଛେଦ କରିବାର ଉଦ୍ୟମ ବିଫଳ ହୋଇଥିଲା ?
Answer:
ଓଡ଼ିଶାର କମିଶନର ଟି.ଇ. ରେଭେନ୍ସା ଏବଂ ବାଲେଶ୍ଵର-କଟକର କଲେକ୍ଟର ଭାଷାବିଜ୍ଞାନୀ ଜନ୍ ବିମସ୍‌ଙ୍କ ହସ୍ତକ୍ଷେପ ଫଳରେ ବଙ୍ଗାଳୀମାନଙ୍କର ଓଡ଼ିଆ ଭାଷା ଉଚ୍ଛେଦ କରିବାର ଉଦ୍ୟମ ବିଫଳ ହୋଇଥିଲା ।

୪। ଓଡ଼ିଆ ଭାଷାରେ ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା କେବେ ଓ କିଏ କରିଥିଲେ ?
Answer:
୧୮୬୯ ଖ୍ରୀ.ଅ.ରେ ବଙ୍ଗର ଲେଫ୍‌ଟନାଣ୍ଟ ଗଭଣ୍ଡିର ସାର୍ ଏ.ସି. ବେଲୀ ଓଡ଼ିଶାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।

୫ । ଗଞ୍ଜାମ ଓ ସମ୍ବଲପୁର ଯଥାକ୍ରମେ କେଉଁ ମସିହାରେ ଇଂରେଜମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ?
Answer:
୧୭୫୯ ମସିହାରେ ଗଞ୍ଜାମ ଏବଂ ୧୮୪୯ ମସିହାରେ ସମ୍ବଲପୁର ଇଂରେଜମାନଙ୍କଦ୍ଵାରା ଅଧୂକୃତ ହୋଇଥିଲା ।

CHSE Odisha Class 12 History Chapter 15 Short & Long Answer Questions in Odia Medium

୬ । ନୀଳମଣି ବିଦ୍ୟାରନ କେଉଁ ପତ୍ରିକାରେ ଇଂରେଜ ସରକାରଙ୍କ ଭାଷାନୀତିର ସମାଲୋଚନା କରିଥିଲେ ଏବଂ ଏଥ‌ିପାଇଁ କିଏ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ?
Answer:
ନୀଳମଣି ବିଦ୍ୟାରମ୍ଭ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ଇଂରେଜ ସରକାରଙ୍କ ଭାଷାନୀତିର ସମାଲୋଚନା କରିଥିଲେ ଏବଂ ଏଥିପାଇଁ ତାଙ୍କୁ ସ୍ଵଭାବ କବି ଗଙ୍ଗାଧର ମେହେର ଅଭିନନ୍ଦନ ଜଣାଇଥିଲେ ।

୭ । ଲର୍ଡ କର୍ଜନ ଓଡ଼ିଶା ଗସ୍ତରେ ଆସିବାଦ୍ଵାରା କି ଲାଭ ହୋଇଥୁଲା ?
Answer:
ହୃଦ୍‌ବୋଧ କରିଥିଲେ । ଯାହା ଫଳରେ ୧୯୦୩ ଜାନୁୟାରୀ ୧ ତାରିଖରୁ ସମ୍ବଲପୁର କୋର୍ଟ କଚେରିରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହୋଇଥୁଲା ।

୮ | କେବେ ଓ କେଉଁ ପ୍ରଦେଶରୁ ପୃଥକ୍ କରି ସମ୍ବଲପୁରକୁ ଓଡ଼ିଶା ଡିଭିଜନରେ ମିଶାଇ ଦିଆଗଲା ।
Answer:
୧୯୦୫ ଜୁଲାଇ ୧୯ ତାରିଖରେ ସମ୍ବଲପୁରକୁ କେନ୍ଦ୍ରୀୟ ପ୍ରଦେଶରୁ ପୃଥକ୍ କରି ଓଡ଼ିଶା ଡିଭିଜନରେ ମିଶାଇ ଦିଆଗଲା ।

୯ । ସାଇମନ୍ କମିଶନଙ୍କ ଭାରତ ଗସ୍ତବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ କେଉଁଠାରେ ଓ କାହିଁକି ଭେଟିଥିଲେ ?
Answer:
ଏହି ସଭ୍ୟମାନେ କମିଶନଙ୍କ ନିକଟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।

୧୦ । ଅଟ୍‌ ସବ୍‌କମିଟି କେଉଁ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିଶ କରିଥିଲା ?
Answer:
ଅଟ୍‌ ସବ୍‌କମିଟି ଓଡ଼ିଶା ଡିଭିଜନର ଅନୁଗୁଳ, ବଙ୍ଗର ମେଦିନିପୁର, ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ଗଞ୍ଜାମ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳ ଅଞ୍ଚଳକୁ ଏକତ୍ରକରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ସୁପାରିସ କରିଥିଲା ।

୧୧ । କେବେ ଓ କେଉଁଠାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କୁ ଅବଗତ କରାଯାଇଥିଲା ?
Answer:
୧୯୩୧ ମାର୍ଚ୍ଚ ୨୯ରେ କରାଚୀଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ଅଧୂବେଶନରେ ଓଡ଼ିଶାର ପ୍ରତିନିଧୁମାନେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଦାବି ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କୁ ଅବଗତ କରିଥିଲେ ।

୧୨ । ଓ’ଡ଼ୋନେଲ କମିଟି ପ୍ରସ୍ତାବର ପ୍ରତିବାଦ କରିବାପାଇଁ କେବେ ଏବଂ କେଉଁଠାରେ ଉତ୍କଳ ସମ୍ମିଳନୀର ଜରୁରୀ ଅଧୁବେଶନ ବସିଥିଲା ?
Answer:
ଓ’ଡ଼ୋନେଲ କମିଟି ପ୍ରସ୍ତାବର ପ୍ରତିବାଦ କରିବାପାଇଁ ୧୯୩୨ ଖ୍ରୀ.ଅ. ଅଗଷ୍ଟ ୨୧ ତାରିଖରେ ବ୍ରହ୍ମପୁରଠାରେ ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ଜରୁରୀ ଅଧୂବେଶନ ବସିଥିଲା ।

୧୩ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଶ୍ଵେତପତ୍ର କେବେ ପ୍ରକାଶ ପାଇଥିଲା ଏବଂ ଏଥିରେ ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ କେତେ ଥିଲା ?
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଶ୍ଵେତପତ୍ର ୧୯୩୩ ଖ୍ରୀ.ଅ. ମାର୍ଚ୍ଚ ୧୭ ତାରିଖରେ ପ୍ରକାଶ ପାଇଥିଲା ଏବଂ ଏଥିରେ ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ ୨୧,୫୪୫ ବର୍ଗ ମାଇଲ୍ ରଖାଯାଇଥିଲା ।

୧୪ । ମିଳିତ ସଂସଦୀୟ କମିଟି ଶ୍ଵେତପତ୍ର ପ୍ରସ୍ତାବିତ ଓଡ଼ିଶା ସହିତ କେଉଁ କେଉଁ ଅଞ୍ଚଳ ଯୋଗ କଲା ?
Answer:
ମିଳିତ ସଂସଦୀୟ କମିଟି ଶ୍ଵେତପତ୍ର ପ୍ରସ୍ତାବିତ ଓଡ଼ିଶା ସହିତ ଜୟପୁର ଜମିଦାରୀର ଅଂଶ, ଜଳନ୍ତର, ସାଲିହା ଏବଂ ପାରଳାଖେମୁଣ୍ଡି ସହର ସମେତ ପାରଳାଖେମୁଣ୍ଡି ଜମିଦାରୀର ଏକ ଅଂଶକୁ ଯୋଗ କଲା ।

୧୫ । ଭାରତ ଶାସନ ଆଇନ ୧୯୩୫ର କେଉଁ ଧାରାରେ ଓଡ଼ିଶାକୁ ଏକ ପୃଥକ୍ ପ୍ରଦେଶ ଭାବେ ସ୍ୱୀକୃତି ଦିଆଗଲା ଏବଂ କେବେ ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦେଶ ଘୋଷିତ ହେଲା ?
Answer:
ଭାରତ ଶାସନ ଆଇନ ୧୯୩୫ର ୨୮୯ ଧାରାରେ ଓଡ଼ିଶାକୁ ଏକ ପୃଥକ୍ ପ୍ରଦେଶ ଭାବେ ସ୍ଵୀକୃତି ଦିଆଗଲା ଏବଂ ୧୯୩୬ ମାର୍ଚ୍ଚ ୩ ତାରିଖରେ ‘ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦ୍ଦେଶ ୧୯୩୬’’ ଘୋଷିତ ହେଲା ।

CHSE Odisha Class 12 History Chapter 15 Short & Long Answer Questions in Odia Medium

୧୬ । କେଉଁମାନେ ସମ୍ବଲପୁରରେ ଭାଷା ଆନ୍ଦୋଳନକୁ ପରିଚାଳନା କରୁଥିଲେ ? କାହାକୁ ଏଥିପାଇଁ ସ୍ମାରକପତ୍ର ଦିଆଯାଇଥିଲା ?
Answer:
ମଦନମୋହନ ମିଶ୍ର, ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ବିହାରୀ ଦାସ ମହନ୍ତ, ବଳଭଦ୍ର ସୂପକାର ଆଦି ସମ୍ବଲପୁରରେ ଭାଷା ଆନ୍ଦୋଳନକୁ ପରିଚାଳନା କରୁଥିଲେ । ଲର୍ଡ଼ କର୍ଜନଙ୍କୁ ଏଥିପାଇଁ ସ୍ମାରକପତ୍ର ଦିଆଯାଇଥିଲା ।

୧୭ । ପ୍ରଥମ ଓଡ଼ିଆ ଜାତୀୟ ସମ୍ମିଳନୀ କେବେ ଅନୁଷ୍ଠିତ ହୋଇଥିଲା ? ଏହାକୁ କେଉଁମାନେ ଆୟୋଜନ କରିଥିଲେ ?
Answer:
୧୯୦୩ ଖ୍ରୀ.ଅ. ଡିସେମ୍ବର ୩୦ ଓ ୩୧ ତାରିଖରେ ପ୍ରଥମ ଓଡ଼ିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାକୁ ମଧୁସୂଦନ ଦାସ, କନିକାର ଜମିଦାର ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଆୟୋଜନ କରିଥିଲେ ।

୧୮ । ରିସଲୀ ସର୍କୁଲାର ସମ୍ପର୍କରେ ଲେଖ ।
Answer:
୧୯୦୩ ଡିସେମ୍ବର ୩ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ପ୍ରଦେଶ ଗଠନ କରିବାପାଇଁ ଲର୍ଡ଼ କର୍ଜନ ଯୋଜନା କରିଥିଲେ । ସେହିବର୍ଷ ପୁଣି ସମ୍ବଲପୁର କୋର୍ଟ କଚେରିରେ ଓଡ଼ିଆ ଭାଷା ପ୍ରଚଳନ କରାଗଲା । ତଦନୁଯାୟୀ ଭାରତ ସଚିବ ହେନରୀ ରିସ୍‌ ବଙ୍ଗ, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ସରକାରଙ୍କର ମତାମତ ଲୋଡ଼ିଥିଲେ । ଫଳରେ ପ୍ରକାଶିତ ହୋଇଥିଲା ରିସ୍‌ ସର୍କୁଲାର ।

୧୯ । ସିହ୍ନା ପ୍ରସ୍ତାବ ସମ୍ପର୍କରେ ଲେଖ ।
Answer:
ଇମ୍ପେରିଆଲ କାଉନସିଲର ସଭ୍ୟ ସଚ୍ଚିଦାନନ୍ଦ ସିହ୍ନା ପ୍ରସ୍ତାବ ରଖୁଥ‌ିଲେ ଯେ, ବଙ୍ଗ, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶରେ ଥ‌ିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନରେ ମିଶାଇଦେବା ପାଇଁ । ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏ ପ୍ରସ୍ତାବକୁ ଦୃଢ଼ଭାବରେ ସମର୍ଥନ କରିଥିଲେ ।

୨୦ । ନେହେରୁ କମିଟି କାହିଁକି ଗଠନ କରାଯାଇଥିଲା ?
Answer:
ପ୍ରଦେଶମାନଙ୍କର ସୀମା ନିର୍ଦ୍ଧାରଣର ପୁନର୍ବିଚାର ପାଇଁ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ସମ୍ମିଳନୀ ପକ୍ଷରୁ ଏକ କମିଟି ଗଢ଼ାଯାଇଥିଲା । ତାହା ଥିଲା ନେହେରୁ କମିଟି । ଏହାର ରିପୋର୍ଟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରସଙ୍ଗ ସ୍ଥାନ ପାଇଥିଲା ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ।

୧। ଫିଲିପ୍ ଡଫ୍ କମିଟି କ’ଣ ?
Answer:
ଦୀର୍ଘଦିନ ଧରି ଗଞ୍ଜାମର ଓଡ଼ିଆ ଭାଷାଭାଷୀ ଲୋକେ ଓଡ଼ିଶା ସହିତ ମିଶ୍ରଣ ପାଇଁ ଦାବି କରିଆସୁଥିଲେ । ଏହାର ଯଥାର୍ଥତା ଅନୁଧ୍ୟାନ କରିବାପାଇଁ ୧୯୨୪ ମସିହା ଡିସେମ୍ବର ୨୬ ତାରିଖ ଦିନ ଭାରତ ସରକାର ଦୁଇଜଣିଆ କମିଟି ନିଯୁକ୍ତ କରିଥିଲେ । ସେହି କମିଟିରେ ସି.ଏଲ୍.ଫିଲିପ୍ ଓ ଏ.ସି. ଡଫ୍ ସଭ୍ୟ ଥିଲେ । ତାଙ୍କ ନାମ ଅନୁସାରେ କମିଟିର ନାମ ଥିଲା ‘ଫିଲିପ୍-ଡପ୍ କମିଟି’ । କମିଟିର ସଭ୍ୟମାନେ ଓଡ଼ିଆମାନଙ୍କର ମତାମତ ସଂଗ୍ରହ ପାଇଁ ବିଭିନ୍ନ ସ୍ଥାନମାନ ପରିଦର୍ଶନ କରିଥିଲେ ଓ ସୁପାରିସ ରିପୋର୍ଟ ପ୍ରଦାନ କରିଥିଲେ । କିନ୍ତୁ ଏହି ରିପୋର୍ଟକୁ ମାନ୍ଦ୍ରାଜ ଶାସନମୁଖ୍ୟ ଗ୍ରହଣ କରିବାକୁ ରାଜି ହୋଇନଥିଲେ ।

CHSE Odisha Class 12 History Chapter 15 Short & Long Answer Questions in Odia Medium

୨। ଓ’ଡ଼ୋନେଲ କମିଟି ବିଷୟର ଯାହା ଜାଣ ଲେଖ ।
Answer:
ପାରଳାଖେମଣ୍ଡିର ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଇଂଲଣ୍ଡରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗଦେଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରଚେଷ୍ଟାକ୍ରମେ ସାର୍ ସାମୁଏଲ ଓ’ଡ଼ୋନେଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଓ’ଡ଼ୋନେଲେ କମିଟି ଗଠନ କରାଯାଇଥିଲା । ଅନେକ ଅନୁସନ୍ଧାନ ପରେ ଏହି କମିଟି ଓଡ଼ିଶା ପାଇଁ ମାନଚିତ୍ର ପ୍ରସ୍ତୁତ କରିଥିଲେ । ଓ’ଡ଼ୋନେଲ କମିଟି ଓଡ଼ିଶାର ସୀମା ସଙ୍କୁଚିତ କରିବାକୁ ପ୍ରସ୍ତାବ ଦେଇଥ‌ିବାରୁ ଓଡ଼ିଶାବାସୀଙ୍କର ଆଶା ପୂରଣ ହେଲାନାହିଁ । ଓଡ଼ିଆମାନେ ୧୯୩୪, ମାର୍ଚ୍ଚ ୧୯ ତାରିଖ ଦିନ ଓଡ଼ିଶାସାରା ସୀମା ଅଭିଯୋଗ ଦିବସ ପାଳନ କରିଥିଲେ । ଏହାପରେ ଓ’ଡ଼ୋନେଲ କମିଟି ତା’ର ସୁପାରିସ ରିପୋର୍ଟକୁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟିକୁ ପଠାଇ ଦେଇଥିଲା ।

୩ । ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରକାଶିତ ପତ୍ରପତ୍ରିକାଗୁଡ଼ିକର ନାମ କ’ଣ ଥିଲା ?
Answer:
ଊନ୍ନବିଂଶ ଶତାବ୍ଦୀରେ ବହୁ ଛାପାଖାନା ପ୍ରତିଷ୍ଠା କରାଯାଇଥିବାରୁ କେତେକ ସମ୍ବାଦପତ୍ର ଓ ପତ୍ରପତ୍ରିକା ପ୍ରକାଶ ଲାଭ କରିଥିଲା । ୧୮୬୬ରେ କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ଉତ୍କଳ ଦୀପିକା, ବାଲେଶ୍ଵରରେ ଫକୀର ମୋହନ ସେନାପତିଙ୍କ ସମ୍ପାଦନାରେ ସମ୍ବାଦବାହିକା, ସମ୍ବଲପୁରରେ ନୀଳମଣି ବିଦ୍ୟାରଙ୍କ ସମ୍ପାଦନାରେ ସମ୍ବଲପୁର ହିତୈଷିଣୀ, ପାରଳାଖେମୁଣ୍ଡିରେ ପଦ୍ମନାଭ ନାରାୟଣ ଦେଓଙ୍କ ପୃଷ୍ଠପୋଷକତାରେ ‘ଉତ୍କଳ ହିତୈଷିଣୀ ସମାଜ’ ଆଦି ପତ୍ର ପତ୍ରିକାଗୁଡ଼ିକ ପ୍ରକାଶ ପାଇଥିଲା ।

୪ । ଉତ୍କଳ ସଭା ସମ୍ପର୍କରେ ଲେଖ ।
Answer:
ଓଡ଼ିଆ ଭାଷାର ସ୍ଵତନ୍ତ୍ରତାକୁ ବଜାୟ ରଖିବାପାଇଁ ଏବଂ ଓଡ଼ିଆମାନଙ୍କ ମଧ୍ୟରେ ଭ୍ରାତୃତ୍ୱକୁ ସୁଦୃଢ଼ କରିବାପାଇଁ ୧୮୮୨ରେ କଟକଠାରେ ଗଠିତ ହୋଇଥିଲା ଉତ୍କଳ ସଭା । କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଚୌଧୁରୀ କାଶୀନାଥ ଦାସ ଆଦି ଏହି ସଭା ସହ ଜଡ଼ିତ ରହି ଓଡ଼ିଆ ଭାଷା ଆନ୍ଦୋଳନକୁ କ୍ରିୟାଶୀଳ କରାଇଥିଲେ । ୧୮୮୮ରେ ବଙ୍ଗର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ସାର୍. ଏସ୍.ସି. ବେଲୀ ଓଡ଼ିଶା ଭ୍ରମଣରେ ଆସିଥିଲାବେଳେ ତାଙ୍କୁ କଟକଠାରେ ଉତ୍କଳ ସଭା ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇ ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଥ‌ିବା ଓଡ଼ିଶା ଭାଷାଭାଷୀ ଅଞ୍ଚଳକୁ ଅଲଗା କରିଦେବାପାଇଁ ଅନୁରୋଧ କରାଯାଇଥିଲା ।

୫।  ଅଟ୍‌ ସବ୍-କମିଟି ସଂପର୍କରେ ଏକ ବିବରଣୀ ଦିଅ ।
Answer:
ସାଇମନ କମିଶନ ୧୯୨୮ରେ ଓଡ଼ିଆମାନଙ୍କର ସମସ୍ୟାର ସମାଧାନ ପାଇଁ ଏକ ସବ୍‌କମିଟି ଗଠନ କରିଥିଲେ । ମେଜର ସି.ଆର୍. ଅଟ୍‌ ଥିଲେ ଏହି ସବ୍‌କମିଟିର ଅଧ୍ୟକ୍ଷ । ଏହି ସବ୍‌କମିଟିର ସୁପାରିସକ୍ରମେ ଅନୁଗୁଳ, ବଙ୍ଗଦେଶର କିଛି ଅଂଶ, ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ଗଞ୍ଜାମ ଓ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଥିବା ଖଡ଼ିଆଳ ଅଞ୍ଚଳ ଓଡ଼ିଶା ସହିତ ମିଶ୍ରଣ ହେବାପାଇଁ ସ୍ଥିର ହୋଇଥିଲା । ମାତ୍ର ମାନ୍ଦ୍ରାଜ ସରକାର ଏହାର ତୀବ୍ର ପ୍ରତିବାଦ କରିଥିଲେ ।

୬ । ଓଡ଼ିଶାରେ ଭାଷା ଆନ୍ଦୋଳନ କିପରି ହୋଇଥିଲା ?
Answer:
ଦିଗରେ ସହାୟକ ହୋଇଥିଲା । ସେତେବେଳେ ଶିକ୍ଷା ବିଭାଗର କେତେଜଣ ପ୍ରଶାସକ କହୁଥିଲେ ଓଡ଼ିଆ ଭାଷା ଏକ ସ୍ଵତନ୍ତ୍ର ଭାଷା ନୁହେଁ । ମୋଗଲବନ୍ଦୀ ଅଞ୍ଚଳ ଅର୍ଥାତ୍ କଟକ, ବାଲେଶ୍ୱର ଓ ପୁରୀରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଲୋପ ସାଧନ ଥିଲା ସେମାନଙ୍କର ଉଦ୍ଦେଶ୍ୟ । ଦକ୍ଷିଣ ଓଡ଼ିଶାର କେତେକ ବିଦ୍ୟାଳୟରେ ତେଲୁଗୁ ଭାଷା ବାଧ୍ଯକରି ଶିକ୍ଷା ଦିଆଯାଉଥିଲା । ଏପରିକି ସେଠାକାର ଅଫିସରେ ଓଡ଼ିଆ କର୍ମଚାରୀମାନେ ନିର୍ଯାତିତ ହେଉଥିଲେ । ସେହିପରି ସମ୍ବଲପୁରସ୍ଥିତ ଶିକ୍ଷାନୁଷ୍ଠାନ ଓ ଅଫିସରେ ହିନ୍ଦୀ ଭାଷାର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଏପରିସ୍ଥଳେ ନିଜ ଭାଷାର ସୁରକ୍ଷାପାଇଁ ଓଡ଼ିଆମାନେ ଭାଷା ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଆଗେଇ ଆସିଥିଲେ ।

CHSE Odisha Class 12 History Chapter 15 Short & Long Answer Questions in Odia Medium

୭ । ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଜାତୀୟତାବାଦୀ ସାହିତ୍ୟିକମାନଙ୍କର ନାମ ଲେଖ ।
Answer:
ଊନବିଂଶ ଶତାବ୍ଦୀରେ ବହୁ ସାହିତ୍ୟିକ, ସାଂସ୍କୃତିକ ଓ ରାଜନୈତିକ ଅନୁଷ୍ଠାନର ପ୍ରତିଷ୍ଠା ଓ ପ୍ରଭାବ ବୃଦ୍ଧି ପାଇଥିଲା । ତନ୍ମଧ୍ୟରୁ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଶା ଗ୍ରାଜୁଏଟ୍ ଏସୋସିଏସନ୍’, କଟକରେ ‘ଉତ୍କଳ ସଭା’, ଜାତୀୟ ‘ସଭା’ ଓ ଗଞ୍ଜାମରେ ‘ଉତ୍କଳ ହିତବାଦିନୀ ସଭା ଆଦି ପ୍ରଧାନ । ଏଥୁ ସହିତ ଜାତୀୟତାବାଦୀ ଓଡ଼ିଆ ସାହିତ୍ୟିକ ମଧ୍ୟ ଜାତୀୟ ଚେତନା ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ମଧୁସୂଦନ ଦାସ, ଗୋପାଳଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଗଙ୍ଗାଧର ମେହେରଙ୍କ ନାମ ଉଲ୍ଲେଖଯୋଗ୍ୟ ।

୮ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ଅଭ୍ୟୁଦୟ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
୧୯୩୫ ଖ୍ରୀ.ଅ. ଭାରତ ଶାସନ ଆଇନର ୨୮୯ ଧାରାରେ ଓଡ଼ିଶା ଓ ସିନ୍ଧୁକୁ ଦୁଇଟି ପ୍ରଦେଶଭାବରେ ଗ୍ରହଣ କରାଗଲା । ୧୯୩୬ ଖ୍ରୀ.ଅ. ମାର୍ଚ୍ଚ ୩ ତାରିଖ ଦିନ ‘ଓଡ଼ିଶା ଅର୍ଡ଼ର’ ଇଂରେଜ ସରକାରଙ୍କଦ୍ଵାରା ଅନୁମୋଦିତ ହୋଇଥିଲା । ଏହାଫଳରେ ୧୯୩୬ ଖ୍ରୀ.ଅ. ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ରୂପେ ପ୍ରତିଷ୍ଠାଲାଭ କରିଥିଲା । ଏହି ପ୍ରଦେଶରେ କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କଳାହାଣ୍ଡି ଏହିପରି ୬ଟି ଜିଲ୍ଲା ରହିଥିଲା । ସାର୍ ଜନ୍ ଅଷ୍ଟିନ୍ ହବାକ୍ ଥିଲେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଗଭର୍ଣ୍ଣର ।

୯। ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ଵତନ୍ତ୍ର ଓଡ଼ିଶା ଗଠନରେ ମଧୁବାବୁଙ୍କ ଉଦ୍ୟମ କ’ଣ ଥିଲା ଆଲୋଚନା କର ।
Answer:
ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳିତ ହେବା ପରେ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଜାଗରଣ ଦେଖାଦେଇଥିଲା । ଏହାମଧ୍ଯରେ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କୁ ଏକତ୍ର କରିବାପାଇଁ ସେ ୧୯୦୩ରେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ସମ୍ମିଳନୀ’ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣପାଇଁ ସେ ଇଂଲଣ୍ଡ ଯାତ୍ରାକରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାପାଇଁ ଭାରତ ଶାସନ ସହିତ ଜଡ଼ିତ ଥିବା କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଥିଲେ । ଏହାପରେ ବିହାର-ଓଡ଼ିଶା ପ୍ରାଦେଶିକ ଲେଜିସ୍‌ଟିଭ୍ କାଉନ୍ସିଲର ସଭ୍ୟଭାବେ ସେ ବାରମ୍ବାର ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଯୁକ୍ତି ବାଢ଼ିଥିଲେ । ସାଇମନ୍ କମିଶନକୁ ସମଗ୍ର ଦେଶ ବର୍ଜନ କରିଥିବାବେଳେ ମଧୁବାବୁ ଏହାକୁ ସ୍ଵାଗତକରି ଓଡ଼ିଶା ଗଠନର ଦାବିକୁ ଉତ୍‌ଥାପନ କରିଥିଲେ ।

୧୦ | ବିହାର-ଓଡ଼ିଶା ପ୍ରଦେଶର ଜନ୍ମ କିପରି ନେଇଥୁଲା ?
Answer:
ମଧୁବାବୁଙ୍କ ପ୍ରଚେଷ୍ଟାରେ ଏବଂ ବଡ଼ଲାଟ ଲର୍ଡ ହାର୍ଡ଼ିଞ୍ଜଙ୍କ ସମ୍ମତିରେ ଓଡ଼ିଶାର ସମ୍ବଲପୁର, ଅନୁଗୁଳ, ବାଲେଶ୍ଵର, କଟକ ଏବଂ ପୁରୀ ଜିଲ୍ଲାକୁ ବଙ୍ଗରୁ ଆଣି ବିହାର ସହିତ ମିଶାଇ ଦିଆଗଲା । ଏପ୍ରିଲ ୧, ୧୯୧୨ରେ ବିହାର-ଓଡ଼ିଶା ପ୍ରଦେଶ ଜନ୍ମଲାଭ କରିଥିଲା । ଏହି ନୂତନ ପ୍ରଦେଶ ଗଠନ କରି ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପ୍ରଶ୍ନକୁ ଏଡ଼ାଇ ଦିଆଯାଇଥିଲା । ଇଂରେଜ ସରକାର ଯୁକ୍ତି କରିଥିଲେ ଯେ ବଙ୍ଗଳା ଭାଷା ଓ ସଂସ୍କୃତି ସହିତ ଓଡ଼ିଆମାନଙ୍କର କୌଣସି ସାମଞ୍ଜସ୍ୟ ନଥିବାରୁ ସେମାନଙ୍କ ଅଞ୍ଚଳକୁ ବିହାର ସହିତ ମିଶାଇ ଦିଆଗଲା । ମାତ୍ର ଏହା ଓଡ଼ିଆମାନଙ୍କର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଭବିଷ୍ୟତରେ ଉତ୍କଳ ପ୍ରଦେଶ ଗଠନ ପାଇଁ ପ୍ରେରଣା ଯୋଗାଇଥିଲା ।

୧୧ । ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କର ଭୂମିକା ଉଲ୍ଲେଖ କର ।
Answer:
ନବ ଉତ୍କଳର ଅନ୍ୟତମ ନିର୍ମାତା ଥିଲେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ । ୧୮୯୨ ଖ୍ରୀ.ଅ. ଏପ୍ରିଲ ୨୬ ତାରିଖ ଦିନ ଗଞ୍ଜାମର ପାରଳାଖେମୁଣ୍ଡିଠାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ପ୍ରଚେଷ୍ଟାରେ ପାରଳାଖେମୁଣ୍ଡି ଓ ଅନ୍ୟାନ୍ୟ ଅଞ୍ଚଳ ମାନ୍ଦ୍ରାଜରୁ ଆସି ଓଡ଼ିଶାରେ ମିଶିଥିଲା । ସେ ଥିଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ୧୯୨୪ର ସୀମା ନିର୍ଦ୍ଧାରଣ କମିଟି ଆଗରେ ସେ ଗଞ୍ଜାମକୁ ଓଡ଼ିଶା ସହିତ ମିଶାଇବାକୁ ଦାବି କରିଥିଲେ । ସେ ଇଂଲଣ୍ଡ ଯାତ୍ରା କରି ପ୍ରଥମ ଗୋଲଟେବୁଲ ବୈଠକରେ ଓଡ଼ିଶା ପ୍ରଦେଶ ଗଠନ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ । ଫଳରେ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଇଂରେଜ ସରକାର ଓ’ଡ଼ୋନେଲ୍ କମିଟି ଗଠନ କରିଥିଲେ । ୧୯୩୩ରେ ସେ କେତେକ ଅନୁଗାମୀଙ୍କୁ ନେଇ ଲଣ୍ଡନ ଯାତ୍ରା କରି ଜୟପୁର ଓ ପାରଳାଖେମୁଣ୍ଡିକୁ ଓଡ଼ିଶା ସହିତ ମିଶାଇବାକୁ ଦାବି କରିଥିଲେ ।

CHSE Odisha Class 12 History Chapter 15 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁ ଓ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓଙ୍କ ଭୂମିକା ବର୍ଣ୍ଣନା କର ।
Answer:
ନବିଂଶ ଶତାବ୍ଦୀରେ ଛିନ୍ନଭିନ୍ନ ଏବଂ ପରିତ୍ୟକ୍ତ ହୋଇପଡ଼ିଥିଲା ଉତ୍କଳ ଜନନୀ । ଇଂରେଜମାନେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ମାନ୍ଦ୍ରାଜ, ମଧ୍ୟପ୍ରଦେଶ, ବଙ୍ଗ ଏବଂ ବିହାର ପ୍ରଦେଶରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ଦେଇଥିଲେ । ଏହା ଓଡ଼ିଆ ଜାତିର ସ୍ଵାଭିମାନକୁ କ୍ଷୁଣ୍ଣ କରିବା ସହିତ ଓଡ଼ିଆମାନଙ୍କ ମନରେ ଗଭୀର ଆଘାତ ଦେଇଥିଲା । ତେଣୁ ଭାଷାଭିଭିକ ପ୍ରଦେଶ ଗଠନ ନିମିତ୍ତ ବିଭିନ୍ନ ସମୟରେ ଦାବି ଓ ଆନ୍ଦୋଳନ କରିଥିଲେ ଓଡ଼ିଶାର ନେତା, ସାଧାରଣ ଜନତା ଏବଂ ସାହିତ୍ୟିକମାନେ । ରାଜା ବୈକୁଣ୍ଠନାଥ ଦେ, ଫକୀରମୋହନ ସେନାପତି, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ନୀଳମଣି ବିଦ୍ୟାରମ୍ଭ, ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଆଦି ବ୍ୟକ୍ତିବିଶେଷଙ୍କ ପ୍ରଚେଷ୍ଟା ଫଳରେ ୧ ଏପ୍ରିଲ୍ ୧୯୩୬ରେ ଗଠିତ ହୋଇଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ।

ଓଡ଼ିଶାରେ ଜାତୀୟ ଚେତନାର ବିକାଶ – ଠିକ୍ ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ପରେ ପରେ ଓଡ଼ିଆ ଭାଷା ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟିହେଲା ସେମାନେ ଏକତ୍ରୀକରଣ ପାଇଁ ଚେଷ୍ଟିତ ହେଲେ । ବାଲେଶ୍ଵରର ଶ୍ୟାମାନନ୍ଦ ଦେ ୧୮୭୫ ଖ୍ରୀ.ଅ.ରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଇଂରେଜ ସରକାରଙ୍କୁ ସ୍ମାରକପତ୍ର ଦେଇଥିଲେ । ଏହା ଥିଲା ଓଡ଼ିଆମାନଙ୍କ ତରଫରୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ପ୍ରଥମ ସ୍ମାରକପତ୍ର । ୧୮୮୨ରେ ମଧୁସୂଦନ ଦାସ ‘ଓଡ଼ିଶା ସଂଘ’ ପ୍ରତିଷ୍ଠା କରି ଏହା ମାଧ୍ୟମରେ ବାରମ୍ବାର ଏକତ୍ରୀକରଣପାଇଁ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିପରି ସମ୍ବଲପୁରର ନୀଳମଣ ବିଦ୍ୟାରମ୍ଭ ସମ୍ବଲପୁରକୁ ଓଡ଼ିଶା ଡ଼ିଭିଜନ ସହ ମିଶ୍ରଣପାଇଁ ଦାବି କରିଥିଲେ ।

ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବାପାଇଁ ହେନେରୀ ରିସ୍‌ ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବଙ୍ଗର ସରକାରଙ୍କୁ ସେମାନଙ୍କ ମତ ମାଗିଲେ । ଏହାକୁ ‘ରିସ୍‌ଲୀ – ସର୍କୁଲାର’ ବୋଲି କୁହାଯାଇଥାଏ । ଏହାର ଫଳସ୍ଵରୂପ ୧୯୦୫ ମସିହାରେ ସମ୍ବଲପୁର ସମେତ କଳାହାଣ୍ଡି, ସୋନପୁର, ରେଢ଼ାଖୋଲ, ବାମଣ୍ଡା ଓ ପାଟଣା ମଧ୍ୟପ୍ରଦେଶରୁ ଏବଂ ବଣାଇ ଓ ଗାଙ୍ଗପୁର ଛୋଟନାଗପୁରରୁ ଆସି ଓଡିଶା ସହିତ ମିଶିଯାଇଥଲା । ଏହାପରେ ଓଡ଼ିଶା ଡିଭିଜନ ପଶ୍ଚିମବଙ୍ଗ ସହିତ ସାମିଲ ହୋଇ ରହିଲା । ଉତ୍କଳ ସମ୍ମିଳନୀ – ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହେଲା । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଏକତ୍ରୀକରଣ କରିବା । ଏହାରି ମାଧ୍ୟମରେ ୧୯୦୪ରୁ ୧୯୧୧ ପର୍ଯ୍ୟନ୍ତ ବହୁବାର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଉତ୍କଳ ସମ୍ମିଳନୀ ମାଧ୍ୟମରେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଯେଉଁ ଉଦ୍ୟମ କରିଥିଲେ ତାହା ଅବିସ୍ମରଣୀୟ ।

ବିହାର-ଓଡ଼ିଶା ପ୍ରଦେଶ ଗଠନ – ମଧୁବାବୁଙ୍କ ପ୍ରଚେଷ୍ଟାରେ ଏବଂ ବଡ଼ଲାଟ ହାର୍ଡ଼ିଞ୍ଜଙ୍କ ଇଚ୍ଛାରେ ଓଡ଼ିଶାର ସମ୍ବଲପୁର, ଅନୁଗୁଳ, ବାଲେଶ୍ଵର, କଟକ ଏବଂ ପୁରୀ ଜିଲ୍ଲାକୁ ବଙ୍ଗରୁ ଆଣି ବିହାର ସହିତ ମିଶାଇ ଦିଆଗଲା । ୧ ଏପ୍ରିଲ ୧୯୧୨ରେ ଜନ୍ମଲାଭ କଲା ବିହାର-ଓଡ଼ିଶା ପ୍ରଦେଶ । ୧୯୧୭ରେ ଭାରତ ସଚିବ ମଣ୍ଟେଗୁଙ୍କୁ ମଧୁବାବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ବିଷୟ ସୂଚାଇଥିଲେ । କିନ୍ତୁ ମଣ୍ଟେରୁ-ଚେମ୍‌ସଫୋର୍ଡ଼ ଯେଉଁ ଖସଡ଼ା ପ୍ରସ୍ତୁତ କଲେ, ସେଥ‌ିରେ ବିଚ୍ଛିନ୍ନାଞ୍ଚଳ ଓଡ଼ିଶାର ଏକତ୍ରୀକରଣ ପ୍ରଶ୍ନ ନଥିଲା । ଓଡ଼ିଆମାନଙ୍କର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ଵପ୍ନ ଭାଙ୍ଗିଯାଇଥିଲା ଖଣ୍ଡ ଖଣ୍ଡ ହୋଇ ।

୧୯୧୯ରେ ପୁରୀଠାରରେ ଉତ୍କଳ ସମ୍ମିଳନୀର ନେତାମାନେ ଇମ୍ପେରିଆଲ କାଉନସିଲ୍‌ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାବିକୁ ଉତ୍‌ଥାପନ କରିବାପାଇଁ ସଚ୍ଚିଦାନନ୍ଦ ସିହ୍ନା ଏବଂ କନିକା ରାଜା ରାଜେନ୍ଦ୍ର ଭଞ୍ଜଦେଓଙ୍କୁ ଅନୁରୋଧ କରିଥିଲେ । ୧୯୨୦ରେ ସିହ୍ଵା କାଉନସିଲ୍‌ରେ ପ୍ରସ୍ତାବ ଦେଇ କହିଥିଲେ ଯେ, ଯେଉଁ ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ବଙ୍ଗ, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶରେ ରହିଛି ତାହାକୁ ବିହାର-ଓଡ଼ିଶା ଡିଭିଜନରେ ମିଶାଇଦେବା ଏକାନ୍ତ ଆବଶ୍ୟକ । ସିହ୍ନାଙ୍କର ଏହି ପ୍ରସ୍ତାବକୁ କନିକା ରାଜା ଭଞ୍ଜଦେଓ ଦୃଢ଼ ସମର୍ଥନ କରିଥିଲେ, କିନ୍ତୁ ୧୯୧୯ର ଭାରତ ଶାସନ ଆଇନ ଓ ସିହ୍ନା ପ୍ରସ୍ତାବ ଇଂରେଜ ସରକାରଙ୍କୁ ପ୍ରଭାବିତ ନକରିବାରୁ ଓଡ଼ିଶାର ନେତାମାନେ କ୍ଷୁବ୍‌ଧ ହୋଇଥିଲେ । ଠିକ୍ ଏତିକିବେଳେ ପାରଳା ମହାରାଜ କୃଷ୍ଣଚନ୍ଦ୍ର ନାରାୟଣ ଦେଓଙ୍କ ସକ୍ରିୟ ଭୂମିକା ଓଡ଼ିଶାର ନେତାଙ୍କ ମନରେ ନୂତନ ଆଶ ସଞ୍ଚାର କରିଥିଲା ।

ଫିଲିପ୍-ଡଫ୍ କମିଟି – ପାରଳା ମହାରାଜ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ । ଫଳରେ କେନ୍ଦ୍ର ସରକାର ପ୍ରାଦେଶିକ ସୀମା ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ଫିଲିପ୍-ଡଫ୍ କମିଟି ନିଯୁକ୍ତ କରିଥିଲେ । ଏହି କମିଟି ତା’ର ରିପୋର୍ଟ ୧୯୨୪ରେ ଦାଖଲ କରିଥିଲେ । ରିପୋର୍ଟରେ ଦକ୍ଷିଣାଞ୍ଚଳର ଓଡ଼ିଆମାନେ ମାନ୍ଦ୍ରାଜ ଛାଡ଼ି ଓଡ଼ିଶା ଡିଭିଜନ ସହ ମିଶିବାକୁ ଚାହୁଁଛନ୍ତି ବୋଲି ଦର୍ଶାଯାଇଥିଲା । ମାତ୍ର ଏହି କମିଟିର ରିପୋର୍ଟକୁ ମାନ୍ଦ୍ରାଜ ସରକାର ବିରୋଧ କରିଥିଲେ । ଫଳରେ କେନ୍ଦ୍ର ସରକାର ଏ ଦାୟିତ୍ଵ ସାଇମନ ଉପରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସାଇମନ କମିଶନ – ୧୯୨୮ରେ ଭାରତ ଭୂମିରେ ପଦାର୍ପଣ କରିଥିବା ସାଇମନ କମିଶନକୁ ଭାରତୀୟ ଜାତୀୟ କଂଗ୍ରେସ ବର୍ଜନ କରିଥିଲେ । କିନ୍ତୁ ଉତ୍କଳ ସମ୍ମିଳନୀର ସଦସ୍ୟମାନେ ପାଟନାଠାରେ ଏହି କମିଶନକୁ ଅଭିନନ୍ଦନପୂର୍ବକ ସାକ୍ଷାତ୍‌କରି ଓଡ଼ିଶାର ଏକତ୍ରୀକରଣ ଦାବିକୁ ଉତ୍‌ଥାପନ କରିଥିଲେ । କମିଶନ ଓଡ଼ିଆମାନଙ୍କ ଦାବିକୁ ସହାନୁଭୂତିର ସହ ବିଚାରକରି ଦେଖିବା ସହ ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଅଟ୍‌ ସବ୍‌କମିଟି – ସାଇମନ କମିଶନର ସୁପାରିସକ୍ରମେ ଓଡ଼ିଶାର ସୀମା ନିର୍ଦ୍ଧାରଣପାଇଁ ଅଟ୍‌ଲୀ ସବ୍‌କମିଟି ଗଠନ କରାଯାଇଥିଲା । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ଏହି କମିଟି ଅନୁକୂଳ ମତପୋଷଣ କରିଥିଲା । ଏହି ସବ୍‌କମିଟିର ସୁପାରିସକ୍ରମେ ଅନୁଗୁଳ, ବଙ୍ଗ ପ୍ରଦେଶର କିଛି ଅଂଶ, ମାନ୍ଦ୍ରାଜ ପ୍ରେସିଡ଼େନ୍ସିରେ ଥିବା ଗଞ୍ଜାମ ଓ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଥିବା ଖଡ଼ିଆଳ ଅଞ୍ଚଳ ଓଡ଼ିଶା ଡିଭିଜନ ସହ ମିଶ୍ରଣ ହେବାପାଇଁ ସ୍ଥିର ହୋଇଥିଲା । ପୁନଶ୍ଚ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ଏହି କମିଟି ସରକାରଙ୍କୁ ପରାମର୍ଶ ଦେଇଥିଲା; ମାତ୍ର ମାନ୍ଦ୍ରାଜ ସରକାର ଏହାର ତୀବ୍ର ପ୍ରତିବାଦ କରିଥିଲେ । ପ୍ରଥମ ଗୋଲଟେବୁଲ ବୈଠକ – ଇଂଲଣ୍ଡରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ଓଡ଼ିଆମାନଙ୍କର ପ୍ରତିନିଧ୍ଵ କରି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବ ଆଗତ କରିଥିଲେ । ତାଙ୍କ ଉଦ୍ୟମ ଫଳରେ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ କମିଟି ଗଠନ କରାଯାଇଥିଲା ।

ଓ’ଡ଼ୋନେଲ କମିଟି ବା ସୀମା ନିର୍ଦ୍ଧାରଣ କମିଟି — ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ପାଇଁ ୧୯୩୧ରେ ଗଠିତ ହେଲା ଓ’ଡ଼ୋନେଲ କମିଟି । ଏହି କମିଟିରେ ଓଡ଼ିଶାରୁ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଓ ବିହାରରୁ ସଚ୍ଚିଦାନନ୍ଦ ସିହ୍ନା ପ୍ରତିନିଧ୍ଵ କରୁଥିଲେ । ଓ’ଡ଼ୋନେଲ କମିଟି ବହୁ ଅନୁସନ୍ଧାନ କରି ଓଡ଼ିଶାର ମାନଚିତ୍ର ପ୍ରସ୍ତୁତ କରିଥିଲେ । ବିଭିନ୍ନ ବର୍ଗର ୪୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କର ମତାମତ ଗ୍ରହଣ କରିଥିଲେ । ୧୯୧୩ର ଜନଗଣନା ଅନୁସାରେ ପାରଳାଖେମୁଣ୍ଡିରେ ତେଲୁଗୁମାନେ ଅଧିକ ସଂଖ୍ୟାରେ ବସବାସ କରୁଥିବାରୁ ଏହାକୁ ମାନ୍ଦ୍ରାଜ ସହିତ ମିଶ୍ରଣ କରିବାକୁ ସ୍ଥିର କରିଥିଲେ । ଓଡ଼ିଶାର କ୍ଷେତ୍ରଫଳ ମାତ୍ର ୩୦,୦୦୦ ବର୍ଗ କି.ମି. ଓ ଜନସଂଖ୍ୟା ମାତ୍ର ୮,୨୭,୦୦୦ ମଧ୍ଯରେ ସୀମିତ ରଖୁବାକୁ କମିଟି ମତପ୍ରଦାନ କରିଥିଲା ।

ଓଡ଼ିଶାବାସୀ ଏଥୁରେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ୧୯୩୪, ମାର୍ଚ୍ଚ ୧୯ ତାରିଖ ଦିନ ଓଡ଼ିଶାସାରା ସୀମା ଅଭିଯୋଗ ଦିବସ ପାଳନ କରିଥିଲେ । ଏହାପରେ ଓ’ଡ଼ୋନେଲ କମିଟି ତା’ର ସୁପାରିସକୁ ବିଚାରପାଇଁ ପାର୍ଲିଆମେଣ୍ଟାରୀ ଜଏଣ୍ଟ କମିଟିକୁ ପଠାଇ ଦେଇଥିଲେ । ପାର୍ଲିଆମେଣ୍ଟାରୀ ଜଏଣ୍ଟ କମିଟି – ଲର୍ଡ଼ ଲିନ୍‌ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ପାର୍ଲିଆମେଣ୍ଟାରୀ ଜଏଣ୍ଟ କମିଟି । ଓଡ଼ିଆମାନଙ୍କର ଦାବିକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରାଯାଇଥିଲା । ଅନୁଗୁଳ, ପଦ୍ମପୁର, ଖଡ଼ିଆଳ, ଗଞ୍ଜାମ, ବ୍ରହ୍ମପୁର, ଜୟପୁର, ପାରଳାଖେମୁଣ୍ଡିର ୩୦%, ମଳିହାସ ଏବଂ ଜଳନ୍ତର ପୂର୍ବତନ ଓଡ଼ିଶା ଡିଭିଜନ ସହ ମିଶି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ ବୋଲି ସ୍ଥିର କରାଗଲା । ଓଡ଼ିଶା ପ୍ରଦେଶ ଗଠନପାଇଁ ପଥ ପରିଷ୍କାର ହୋଇଗଲା ।

ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି – ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ନେତୃତ୍ଵରେ ଓଡ଼ିଶା ପ୍ରଶାସନିକ କମିଟି ଗଠନ କରାଯାଇଥିଲା । ମଧୁସୂଦନ ଦାସ, ଲକ୍ଷ୍ମୀଧର ମହନ୍ତି, ନୀଳମଣି ସେନାପତି, ଲୋକନାଥ ମିଶ୍ର ପ୍ରଭୃତି ୮ ଜଣ ସଭ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲା । ୧୯୩୩, ଡିସେମ୍ବର ୨୦ ତାରିଖ ଦିନ ଏହି କମିଟି ତା’ର ରିପୋର୍ଟ ପ୍ରସ୍ତୁତ କରିଥିଲା । କମିଟିର ସିଦ୍ଧାନ୍ତ ଅନୁସାରେ କଟକକୁ ଓଡ଼ିଶାର ରାଜଧାନୀ କରାଯାଇଥିଲା ଏବଂ ପୁରୀକୁ ଗ୍ରୀଷ୍ମନିବାସରୂପେ ପରିଗଣିତ କରାଯାଇଥିଲା । ଓଡ଼ିଶାରେ ଏକ ହାଇକୋର୍ଟ ଓ ବିଶ୍ଵବିଦ୍ୟାଳୟ ସ୍ଥାପନ କରିବାର ପ୍ରସ୍ତାବ ମଧ୍ୟ ଏହି . କମିଟିର ଅନୁମୋଦନ ଲାଭକରିଥିଲା । ବଡ଼ ବଡ଼ ପଦବୀ; ଯଥା – ଶିକ୍ଷା ନିର୍ଦ୍ଦେଶକ, ପୋଲିସ୍ ଇନ୍ସପେକ୍ଟର ଜେନେରାଲ, ରେଭିନ୍ୟୁ କମିଶନର ଆଦି ପଦବୀ ସୃଷ୍ଟି କରାଯାଇଥିଲା ।

୧୯୩୫ର ଭାରତ ଶାସନ ଆଇନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମ – ୧୯୩୫ରେ ପ୍ରଣୀତ ହେଲା ଭାରତ ଶାସନ ଆଇନ । ଏହି ଆଇନର ୨୮୯ ଧାରାରେ ଓଡ଼ିଶା ଏବଂ ସିନ୍ଧୁପ୍ରଦେଶ ଦ୍ଵୟକୁ ଦୁଇଟି ନୂତନ ପ୍ରଦେଶଭାବରେ ସ୍ଵୀକୃତି ପ୍ରଦାନ କରାଯାଇଥିଲା । ୩ ମାର୍ଚ୍ଚ ୧୯୩୬ରେ ଓଡ଼ିଶା ଆଇନ ଇଂରେଜ ସମ୍ରାଟଙ୍କ ଅନୁମୋଦନ ଲାଭକଲା । ଏହି ଅନୁମୋଦନକ୍ରମେ ୧୯୩୬ ଖ୍ରୀ.ଅ. ଏପ୍ରିଲ୍ ୧ ତାରିଖ ଦିନ ସୃଷ୍ଟିହେଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ । କଟକ, ପୁରୀ, ବାଲେଶ୍ଵର, ଗଞ୍ଜାମ, ସମ୍ବଲପୁର ଏବଂ କଳାହାଣ୍ଡି ଏହି ଛଅଟି ଜିଲ୍ଲା ସ୍ଥାନ ପାଇଥିଲା ସ୍ଵତନ୍ତ୍ର ପ୍ରଦେଶରେ । ସାର୍ ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ଗଭର୍ଣ୍ଣରଭାବରେ ଶପଥ ନେଇଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ବାସ୍ତବିକ ସଂଘର୍ଷମୟ । ଓଡ଼ିଆ ନେତାମାନଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ ଫଳରେ ସ୍ଵତନ୍ତ୍ର ଓଡ଼ିଶାର ଗଠନ କାର୍ଯ୍ୟ ସମ୍ଭବ ହୋଇପାରିଥିଲା । ତଥାପି ଓଡ଼ିଆମାନେ ଚାହୁଁଥିବା ସେମାନଙ୍କର ଆକାଙ୍‌କ୍ଷିତ ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିନଥିଲା । ଏହି ସଂଘର୍ଷମୟ ଗରୀୟାନ ଅତୀତର ସ୍ମୃତି ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଉନ୍ମାଦନା ସୃଷ୍ଟିକରି ଚାଲିଥବ ଅନନ୍ତକାଳ ପାଇଁ ।

CHSE Odisha Class 12 History Chapter 15 Short & Long Answer Questions in Odia Medium

୨ । ଓଡ଼ିଆ ଜାତୀୟତା ବିକାଶର କାରଣମାନ ଉଲ୍ଲେଖ କର ।
Answer:
ଓଡ଼ିଶାରେ ଜାତୀୟ ଚେତନା ବିକାଶ ମୂଳରେ ନିମ୍ନଲିଖତ କାରଣ ନିହିତ ରହିଥିଲା । ପ୍ରଥମତଃ, ଓଡ଼ିଆ ଜାତୀୟତା ବିକାଶର କାରଣ ଥିଲା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା । କେତେକ ଇଂରେଜ ପ୍ରଶାସକ, ଜମିଦାର ଓ ରାଜାଙ୍କ ଉଦ୍ୟମ ଫଳରେ ବହୁ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା । ଏଥୁରେ ମାତୃଭାଷା ଶିକ୍ଷା ଦିଆଯାଇଥିଲା । ସେଗୁଡ଼ିକ ମୁଖ୍ୟତଃ ସମ୍ବଲପୁର, ବାଲେଶ୍ୱର, କଟକ ଓ ବ୍ରହ୍ମପୁରରେ ପ୍ରତିଷ୍ଠିତ ହୋଇଥିଲା ।
ଦ୍ଵିତୀୟତଃ, ଓଡ଼ିଶାରେ ଛାପାଖାନା ପ୍ରତିଷ୍ଠା ଓ ବିଭିନ୍ନ ପତ୍ରପତ୍ରିକାର ପ୍ରକାଶନ ଓଡ଼ିଆ ଜାତୀୟତା ବିକାଶରେ ସହାୟକ ହୋଇଥିଲା । ଉନ୍ନବିଂଶ ଶତାବ୍ଦୀରେ ବହୁ ଛାପାଖାନା ପ୍ରତିଷ୍ଠା କରାଯାଇଥିବାରୁ କେତେକ ସମ୍ବାଦପତ୍ର ଓ ପତ୍ରପତ୍ରିକା ପ୍ରକାଶ ଲାଭ କରିଥିଲା । ଏଥୁମଧ୍ୟରୁ ୧୮୬୬ରେ କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ଉତ୍କଳ ଦୀପିକା, ବାଲେଶ୍ଵରରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ସମ୍ବାଦବାହିକା, ସମ୍ବଲପୁରରେ ନୀଳମଣି ବିଦ୍ୟାରମୂଙ୍କ ସମ୍ପାଦନାରେ ସୁଢ଼ଳ ପ୍ରେସ୍‌ରୁ ସମ୍ବଲପୁର ହିତୈଷିଣୀ, ପାରଳାଖେମୁଣ୍ଡିରେ ପଦ୍ମନାଭ ନାରାୟଣ ଦେଓଙ୍କ ପୃଷ୍ଠପୋଷକତାରେ ‘ଉତ୍କଳ ହିତୈଷିଣୀ ସମାଜ’ର ନାମ ଉଲ୍ଲେଖଯୋଗ୍ୟ ।

ତୃତୀୟତଃ, ସାହିତ୍ୟିକ, ସାଂସ୍କୃତିକ ଓ ରାଜନୈତିକ ଅନୁଷ୍ଠାନରେ ପ୍ରତିଷ୍ଠା ଓ ପ୍ରଭାବ ଓଡ଼ିଶା ଜାତୀୟତା ବିକାଶର ଅନ୍ୟ ଏକ କାରଣ ଥିଲା । ମଧୁସୂଦନ ଦାସଙ୍କ ଅଧ୍ଯକ୍ଷତାରେ ‘ଓଡ଼ିଶା ଗ୍ରାଜୁଏଟ୍ ଏସୋସିଏସନ୍’, କଟକରେ ‘ଉତ୍କଳ ସଭା’, ବାଲେଶ୍ଵରରେ ‘ଜାତୀୟ ସଭା’ ଓ ଗଞ୍ଜାମରେ ‘ଉତ୍କଳ ହିତବାଦିନୀ ସଭା’ ଆଦି ପ୍ରଧାନ । ଏଥ‌ି ସହିତ ଜାତୀୟତାବାଦୀ ଓଡ଼ିଆ ସାହିତ୍ୟିକ ମଧ୍ୟ ଜାତୀୟ ଚେତନା ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ମଧୁସୂଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଗଙ୍ଗାଧର ମେହେରଙ୍କ ନାମ ଉଲ୍ଲେଖଯୋଗ୍ୟ ।

ଚତୁର୍ଥତଃ, ଓଡ଼ିଆ ଭାଷା ସମସ୍ୟା ଓ ସେଥ‌ିପାଇଁ ଚାଲିଥିବା ଭାଷା ଆନ୍ଦୋଳନ ମଧ୍ଯ ଜାତୀୟ ଚେତନା ସୃଷ୍ଟି କରିବା ଦିଗରେ ସହାୟକ ହୋଇଥିଲା । ସେତେବେଳେ ଶିକ୍ଷା ବିଭାଗର କେତେଜଣ ପ୍ରଶାସକ କହୁଥିଲେ ଓଡ଼ିଆ ଭାଷା ଏକ ସ୍ଵତନ୍ତ୍ର ଭାଷା ନୁହେଁ । ମୋଗଲବନ୍ଦୀ ଅଞ୍ଚଳ ଅର୍ଥାତ୍ କଟକ, ବାଲେଶ୍ଵର ଓ ପୁରୀରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଲୋପ ସାଧନ ଥିଲା ସେମାନଙ୍କର ଉଦ୍ଦେଶ୍ୟ । ଦକ୍ଷିଣ ଓଡ଼ିଶାର କେତେକ ବିଦ୍ୟାଳୟରେ ତେଲୁଗୁ ଭାଷା ବାଧ୍ୟ କରି ଶିକ୍ଷା ଦିଆଯାଉଥିଲା । ଏପରିକି ସେଠାକାର ଅଫିସ୍‌ରେ ଓଡ଼ିଆ କର୍ମଚାରୀମାନେ ନିର୍ଯାତିତ ହେଉଥିଲେ । ଏପରିସ୍ଥଳେ ନିଜ ଭାଷାର ସୁରକ୍ଷା ପାଇଁ ଓଡ଼ିଆମାନେ ଆଗେଇ ଆସିଲେ । କେବଳ ସେତିକି ନୁହେଁ, ସରକାରଙ୍କଦ୍ୱାରା ରାସ୍ତାଘାଟ ନିର୍ମାଣ ଯୋଗୁଁ ବିଭିନ୍ନ ସ୍ଥାନ ସହିତ ଯୋଗାଯୋଗ ସ୍ଥାପନ ହୋଇପାରିଥିଲା । ଫଳରେ ଲୋକଙ୍କ ମଧ୍ୟରେ ଭାବ ବିନିମୟ ହୋଇପାରିଥିଲା । ଏହିପରି ଭାବେ ଓଡ଼ିଶାରେ ଜାତୀୟ ଚେତନା ବିକାଶ ହେବାଫଳରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ପଥ ସୁଗମ ହୋଇଥିଲା ।

୩ । ଓଡ଼ିଶାରେ ଭାଷାଭିଭିକ ଏକତା ପାଇଁ ଆନ୍ଦୋଳନର ଏକ ବିବରଣୀ ପ୍ରଦାନ କର । କିମ୍ବା, ଓଡ଼ିଆ ଭାଷାଭିଭିକ ଆନ୍ଦୋଳନ ଜାତୀୟ ଚେତନା ଉଦ୍ରେକ ଦିଗରେ କିପରି ସହାୟକ ହୋଇଥିଲା ?
Answer:
ଊନବିଂଶ ଶତକର ଶେଷ ଭାଗରେ ଓଡ଼ିଶାରେ ଏକ ଜନ ଆନ୍ଦୋଳନ ଦେଖା ଦେଇଥିଲା ଏବଂ ଏହା ଥିଲା ଓଡ଼ିଶାରେ ଭାଷାଭିତ୍ତିକ ଏକତାପାଇଁ ଆନ୍ଦୋଳନ । ଓଡ଼ିଶାରେ ଭାଷାଭିଭିକ ଆନ୍ଦୋଳନ ପାଇଁ ୧୮୬୬ ଖ୍ରୀ.ଅ.ର ନ’ଅଙ୍କ ଦୁର୍ଭିକ୍ଷ ଦାୟୀ ଥିଲା । ଏହା ଓଡ଼ିଆବାସୀଙ୍କ ପାଇଁ ଦାରୁଣ ବିପର୍ଯ୍ୟୟ ଆଣିଥିଲା ସତ; ମାତ୍ର ରାଜନୈତିକ କ୍ଷେତ୍ରରେ ଏହା ସହାୟକ ହୋଇଥିଲା । ଉକ୍ତ ଦୁର୍ଭିକ୍ଷ ପାଇଁ ବଙ୍ଗଳା ସରକାରଙ୍କର ଅପାରଗତା ପରୋକ୍ଷ ଭାବରେ ଦାୟୀ ବୋଲି ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏହାପରେ ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଭାଷାଭିଭିକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଓଡ଼ିଶାର ଏହି ଦୁର୍ଦ୍ଦିନରେ ପଡ଼ୋଶୀ ରାଜ୍ୟମାନଙ୍କର ମନୋଭାବ ଦୁର୍ଭାଗ୍ୟଜନକ ଥିଲା । ଏହି ସମୟରେ ଓଡ଼ିଶା ‘ଉତ୍କଳ- ଦୀପିକା’ ଭାଷାରେ ‘ତିନିଥେଣ୍ଟିୟା କାକୁଡ଼ିବାଡ଼ି’ ଭଳି ଯେଉଁ ତିନୋଟି ରାଜ୍ୟରେ ସମ୍ମିଳିତ ହୋଇ ରହିଥିଲା, ସେମାନେ ନିଜ ନିଜ ଅଞ୍ଚଳର ଓଡ଼ିଶାରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଲୋପ କରି ଦବାପାଇଁ ଉଦ୍ୟମ କରୁଥିଲେ । ତେଣୁ ବିଚ୍ଛିନ୍ନାଞ୍ଚଳରେ ରହିଥିବା ଓଡ଼ିଆମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଭାଷାଭିଭିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।

ବଙ୍ଗ ପ୍ରଦେଶର ଓଡ଼ିଶା ବିରୋଧୀ ନୀତି ଓଡ଼ିଆମାନଙ୍କ ମଧ୍ୟରେ ଭାଷାଭିଭିକ ଏକତା ପାଇଁ ପଥ ସୁଗମ କରିଥିଲା । ୧୮୬୪-୬୫ ଖ୍ରୀ.ଅ.ରେ ଉମାଚରଣ ହାଲଦାର ନାମକ ବଙ୍ଗର ଜଣେ ଡେପୁଟୀ ସ୍କୁଲ ଇନ୍ସପେକ୍ଟର ଓଡ଼ିଶାର ସ୍କୁଲମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ଶିକ୍ଷା ଦେବାପାଇଁ ପ୍ରସ୍ତାବ ଦେଲେ; ମାତ୍ର ଇନ୍ସପେକ୍ଟର ହାରିସନ୍ ସାହେବଙ୍କଦ୍ବାରା ଏହା ଅନୁମୋଦିତ ହେଲାନାହିଁ । ବସ୍ତୁତଃ ଇଂରେଜମାନେ ଓଡ଼ିଶା ବିଜୟ ସମୟରୁ ଓଡ଼ିଆ ଭାଷାକୁ ସ୍ବୀକୃତି ଦେଇ ଆସୁଥିଲେ । କୋଲବୁକ, ହାମିଲଟନ୍, ଷ୍ଟାଇଲିଙ୍ଗ, ଲିଙ୍ଗ, ହଣ୍ଟର, ବିମସ୍ ପ୍ରମୁଖ ପ୍ରଖ୍ୟାତ ଇଂରେଜ ଗବେଷକଗଣ ଭାରତୀୟ ଭାଷାମାନଙ୍କ ମଧ୍ୟରେ ଓଡ଼ିଆକୁ ଶ୍ରେଷ୍ଠ ସ୍ଥାନ ଦେଇ ଯାଇଛନ୍ତି । ଇଂରେଜ ପାଦ୍ରୀ ସାହେବ ଲେସି ଓ ସୁଟନ ଓଡ଼ିଆ ଭାଷା ଶିକ୍ଷାକରି କେତେକ ଓଡ଼ିଆ ପୁସ୍ତକ ଲେଖୁଥିଲେ । ଓଡ଼ିଆ ଭାଷା ପ୍ରତି ଇଂରେଜମାନଙ୍କର ମୂଳରୁ ସହାନୁଭୂତି ଥିଲା । ସୁତରାଂ ହାରିସନ୍ ସାହେବ ହାଲଦାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେବା ବିଚିତ୍ର ନଥିଲା । ଏହିପରି ଭାବେ ଇଂରେଜ ପ୍ରଶାସକମାନେ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।

କେତେଜଣ ବିଶିଷ୍ଟ ବଙ୍ଗୀୟ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରକୁ ବିରୋଧ କରୁଥିଲେ । ସେମାନଙ୍କ ମଧ୍ୟରେ ପ୍ରସିଦ୍ଧଥିଲେ ବଙ୍ଗଳା ଐତିହାସିକ ରାଜୋବ୍ରେଲାଲ ମିତ୍ର । ୧୮୬୮ ଖ୍ରୀ.ଅ. ଡିସେମ୍ବର ମାସରେ ସେ କଟକ କ୍ଲବରେ ଏକ ବକ୍ତୃତା ଦେଇ କହିଥିଲେ ଯେ ଓଡ଼ିଆ ଭାଷା ନ ଉଠିବା ପର୍ଯ୍ୟନ୍ତ ଓଡ଼ିଶାର ଉନ୍ନତି ସମ୍ଭବପର ନୁହେଁ । ଓଡ଼ିଶାର ଅଳ୍ପ କେତେକ ଶିକ୍ଷିତ ଯୁବକମାନଙ୍କ ପାଇଁ ଏହି ଭାଷାର ଆବଶ୍ୟକତା ନାହିଁ ବୋଲି ସେ ଯୁକ୍ତି କଲେ । ସେ କହିଲେ ଯେ ପ୍ରତିବର୍ଷ ବଙ୍ଗ ଭାଷାରେ ୫୦୦ ପୁସ୍ତକ ପ୍ରକାଶିତ ହେଉଥ‌ିବାବେଳେ ଗରିବ ଓଡ଼ିଶା ଗୋଟିଏ ପୁସ୍ତକ ମଧ୍ୟ ପ୍ରକାଶ କରିବା ଅବସ୍ଥାରେ ନାହିଁ । ତେଣୁ ତାଙ୍କର ମତ ହେଲା ଯେ ଓଡ଼ିଆମାନେ ବଙ୍ଗ ଭାଷାକୁ ଗ୍ରହଣ କରିନେଲେ ସେମାନେ ଲାଭବାନ୍ ହେବେ ଏବଂ ଓଡ଼ିଶାରେ ଶିକ୍ଷାର ଦ୍ରୁତ ପ୍ରସାର ହୋଇପାରିବ । ଏହି ସମୟରେ କାନ୍ତଲାଲ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବଙ୍ଗୀୟ ପଣ୍ଡିତ ‘‘ଓଡ଼ିଆ ଏକଟା ସ୍ଵତନ୍ତ୍ର ଭାଷା ନୟ’’ ନାମକ ପୁସ୍ତିକା ପ୍ରକାଶ କରି ତହିଁରେ ଓଡ଼ିଆ ବଙ୍ଗଳାର ଏକ ଉପଭାଷା ବୋଲି ଯୁକ୍ତି କଲେ । ୧୮୬୯ ଖ୍ରୀ.ଅ. ଜୁଲାଇ ମାସରେ ଡେପୁଟୀ ଇନ୍ସପେକ୍ଟର ଉମାଚରଣ ହାଲଦାର ‘କଟକ-ଷ୍ଟାର’’ ପତ୍ରିକାରେ ପ୍ରସ୍ତାବ ଦେଲେ ଯେ ଓଡ଼ିଆ ପୁସ୍ତକମାନ ସୁନ୍ଦର ବଙ୍ଗଳା ଅକ୍ଷରରେ ଛପାଯାଉ । ଅନେକ ବଙ୍ଗୀୟ ଏହି ପ୍ରସ୍ତାବ ସପକ୍ଷରେ ମତ ପ୍ରଦାନ କଲେ । ଏହିପରି ଭାବେ ବଙ୍ଗଳାର ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଆ ଭାଷାର ଉନ୍ନତି ପ୍ରତି ବୈମାତ୍ମକ ମନୋଭାବ ପ୍ରକାଶ କରିଥିଲେ ।

ଓଡ଼ିଆ ଭାଷାର ବିଲୋପ ସାଧନପାଇଁ ବଙ୍ଗୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କର ଏହିସବୁ ଅପଚେଷ୍ଟା ଓଡ଼ିଶାର ବୁଦ୍ଧିଜୀବୀ ଗୋଷ୍ଠୀ ପ୍ରତି ଏକ ଦାରୁଣ ଆଘାତ ଥିଲା । ସେମାନେ ଏହାର ନୀରବଦ୍ରଷ୍ଟା ହୋଇ ରହିପାରିଲେ ନାହିଁ । ଏହା ଫଳରେ ଓଡ଼ିଶାରେ ଭାଷା ଆନ୍ଦୋଳନର ସୂତ୍ରପାତ ହେଲା । ଓଡ଼ିଶାରେ ବସବାସ କରି ରହିଥ‌ିବା ଅନେକ ଉଚ୍ଚ ଶିକ୍ଷିତ ବଙ୍ଗାଳୀ ଏ ଦିଗରେ ଓଡ଼ିଆମାନଙ୍କୁ ଆନ୍ତରିକ ତଥା ଦୃଢ଼ ସମର୍ଥନ ଜଣାଇଥିଲେ । ଗୌରୀଶଙ୍କର ରାୟଙ୍କ ‘ଉତ୍କଳ ଦୀପିକା’ ଓ ଫକୀରମୋହନ ସେନାପତିଙ୍କ ‘ସମ୍ବାଦବାହିକା’ ଓଡ଼ିଆ ଭାଷା ସପକ୍ଷରେ ମୁଖପତ୍ର ରୂପେ କାର୍ଯ୍ୟ କଲା । କଟକ କମିଶନ୍‌ର ରେଭେନ୍ସା ସାହେବ ଓ ଅନେକ ଇଂରେଜ କର୍ମଚାରୀ ଓଡ଼ିଆ ଭାଷାର ସମର୍ଥନ କରିଥିଲେ । କଟକର ଦଳେ ନାଗରିକ ମଧ୍ୟ ସେମାନଙ୍କ ମାତୃଭାଷା ଓଡ଼ିଆର ସୁରକ୍ଷାପାଇଁ ରେଭେନ୍‌ସାଙ୍କ ମଧ୍ୟସ୍ଥତାରେ ବଙ୍ଗ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ୧୮୬୯ ଖ୍ରୀ.ଅ. ଉଇଲିୟମ୍ ଲସିଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶ ପାଇଁ ଏକ କମିଟି ଗଠିତ ହେଲା । ଓଡ଼ିଆ ଭାଷାର ଏହି ବିଜୟ ପାଇଁ କମିଶନର ରେଭେନ୍ସା ସାହେବ ମୁଖ୍ୟତଃ ଦାୟୀ ଥିଲେ । ଏହାପରେ ମଧ୍ୟ ବଙ୍ଗଳାର ପତ୍ରପତ୍ରିକାରେ ଓଡ଼ିଆ ଭାଷା ବିରୋଧୀ ଲେଖାମାନ ପ୍ରଚାରିତ ହୋଇଥିଲା; ମାତ୍ର ଇଂରେଜ ସରକାରଙ୍କ ସେସବୁ ଅଯୌକ୍ତିକ ମତ ପ୍ରତି ଗୁରୁତ୍ବ ଦେଲେନାହିଁ । ଅନ୍ୟ ପକ୍ଷରେ ସରକାରଙ୍କର ସହାନୁଭୂତିଶୀଳ ମନୋଭାବ ଶିକ୍ଷିତ ଓଡ଼ିଶାବାସୀଙ୍କୁ ଉତ୍ସାହିତ କଲା । ସେମାନେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ବଦ୍ଧପରିକର ହେଲେ । ଏହିପରି ଭାବେ ଇଂରେଜମାନେ ଓଡ଼ିଆ ଭାଷା ଆନ୍ଦୋଳନ ପ୍ରତି ନିଜର ସହାନୁଭୂତି ଓ ସମର୍ଥନ ପ୍ରକାଶ କରିଥିଲେ ।

ଓଡ଼ିଶାର ଭାଷାଭିଭିକ ଏକତା ପାଇଁ ଆନ୍ଦୋଳନରେ ଗଞ୍ଜାମବାସୀମାନେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମାନେ ସର୍ବପ୍ରଥମେ ସଭାସମିତି ଆୟୋଜନ କରି ଓଡ଼ିଆ ଭାଷାର ଉପାଦେୟତା ପ୍ରତି ଜନସଚେତନତା ସୃଷ୍ଟି କରିଥିଲେ । ୧୮୭୦ ଖ୍ରୀ.ଅ. ସେପ୍ଟେମ୍ବର ମାସରେ ଘୁମୁସର ଅନ୍ତର୍ଗତ ରସୁଲକୁଣ୍ଡାଠାରେ ଏକ ଜନ ସମାବେଶର ଆୟୋଜନ କରାଯାଇଥିଲା । ଗଞ୍ଜାମ ହିତବାହିନୀ ସଭା ‘ଏ ଦିଗରେ ଜନମତ ଜାଗ୍ରତ କରାଇବାରେ ସାହାଯ୍ୟ କରିଥିଲା । ସମ୍ବଲପୁରରେ ମଧ୍ୟ ହିନ୍ଦୀ ଭାଷା କଚେରି ଓ ଅଫିସରେ ଲଦି ଦିଆଯାଇଥିବାରୁ ସେଠାରେ ଏହି ଆନ୍ଦୋଳନ ଚାଲିଥିଲା । ୧୯୦୨ ଖ୍ରୀ.ଅ.ରେ ନୀଳମଣି ବିଦ୍ୟାଧରଙ୍କ ଉଦ୍ୟମକ୍ରମେ ରମ୍ଭା ନାମକ ସ୍ଥାନରେ ପ୍ରଥମ ଗଞ୍ଜାମ ଓଡ଼ିଶା ସମ୍ମିଳନୀ ଆହ୍ବାନ କରାଯାଇଥିଲା । ୧୯୦୨ ଡିସେମ୍ବର ୧୫ ତାରିଖ ଦିନ ବାଲେଶ୍ଵରର ରାଜା ବୈକୁଣ୍ଠନାଥ ଦେ ଭାରତର ତତ୍କାଳୀନ ବଡ଼ଲାଟ୍ ଲର୍ଡ଼ କର୍ଜନଙ୍କ ନିକଟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଏକ ସ୍ମାରକପତ୍ର ପଠାଇଥିଲେ ।

୧୯୦୩ରେ ଗଠନ କରାଯାଇଥିବା ଗଞ୍ଜାମ ଜାତୀୟ ସମିତିର ସଭାପତି ଓ ସମ୍ପାଦକ ଥିଲେ ପାରଳାଖେମୁଣ୍ଡିର ଶ୍ୟାମସୁନ୍ଦର ରାଜଗୁରୁ ଓ ନୀଳମଣି ବିଦ୍ୟାଧର, ଏହାର ପ୍ରଥମ ଅଧିବେଶନ ପାଇଁ ବ୍ରହ୍ମପୁରରେ ଆହ୍ଵାନ ଦିଆଯାଇଥିଲା । ଏଥ‌ିରେ ମଧୁସୂଦନ ଦାସ, ପଲ୍ଲୀକବି ନନ୍ଦକିଶୋର ବଳ, ବିଶ୍ଵନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରମୁଖ ବିଶିଷ୍ଟ ନେତୃବୃନ୍ଦ ଯୋଗଦେଇଥିଲେ । ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ଊନବିଂଶ ଶତକର ଶେଷ ପର୍ଯ୍ୟାୟରେ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଅଞ୍ଚଳଗୁଡ଼ିକ ଓଡ଼ିଶା ସହିତ ସମ୍ମିଶ୍ରଣ ହେବାପାଇଁ ଭାଷା ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହାର ଫଳସ୍ବରୂପ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ।

CHSE Odisha Class 12 History Chapter 15 Short & Long Answer Questions in Odia Medium

୪। ଓଡ଼ିଶାର ଭାଷା ଆନ୍ଦୋଳନରେ ମୁଦ୍ରାଯନ୍ତ୍ର, ପତ୍ରପତ୍ରିକା,ଏବଂ ସଂଘ ଓ ଅନୁଷ୍ଠାନଗୁଡ଼ିକର ଭୂମିକା ବର୍ଣ୍ଣନା କର ।
କିମ୍ବା, ଓଡ଼ିଶାର ଭାଷାଭିଭିକ ଏକତା ପାଇଁ ଆନ୍ଦୋଳନରେ ବିଭିନ୍ନ ଅନୁଷ୍ଠାନ, ମୁଦ୍ରାଯନ୍ତ୍ର ଓ ପତ୍ରପତ୍ରିକାର ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଓଡ଼ିଶାରେ ଭାଷାଭିଭିକ ଏକତା ପାଇଁ ଜାତୀୟ ଜାଗରଣରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଓ ପତ୍ରପତ୍ରିକା ପ୍ରକାଶନର ଅବଦାନ ଉଲ୍ଲେଖନୀୟ ଥିଲା । ୧୮୬୬ ଖ୍ରୀ.ଅ.ରେ ନ’ଅଙ୍କ ଦୁର୍ଭିକ୍ଷ ପୂର୍ବରୁ ମିଶନ୍ ପ୍ରେସ୍ (Misson Press) ଓଡ଼ିଶାର ଏକମାତ୍ର ପେସ୍ ଥିଲା । ଏହା ୧୮୩୭ ଖ୍ରୀ.ଅ.ରେ ପାଦ୍ରୀମାନଙ୍କଦ୍ୱାରା ସ୍ଥାପିତ ହୋଇ କେବଳ ଖ୍ରୀଷ୍ଟଧର୍ମ ପ୍ରଚାରପାଇଁ ବ୍ୟବହୃତ ହେଉଥିଲା । ଏହି ପ୍ରେସ୍‌ ୧୮୪୯ ଖ୍ରୀ.ଅ.ରୁ ‘ଜ୍ଞାନାରୁଣ’ ନାମକ ମାସିକ ପତ୍ରିକା, ୧୮୫୬ ଖ୍ରୀ.ଅ. ରୁ ‘ପ୍ରବୋଧ ଚନ୍ଦ୍ରିକା’ ଏବଂ ୧୮୬୧ ଖ୍ରୀ.ଅ. ରୁ ‘ଅରୁଣୋଦୟ’ ପତ୍ରିକା ପ୍ରକାଶିତ ହୋଇଥିଲା । ଖ୍ରୀଷ୍ଟଧର୍ମ ବ୍ୟତୀତ ଅନ୍ୟ କୌଣସି ବିଷୟ ଏହି ପତ୍ରିକାମାନଙ୍କରେ ସ୍ଥାନ ପାଉ ନଥିବାରୁ ଓଡ଼ିଶାର ଭାଷାଭିଭିକ ଏକତା ପାଇଁ ଜାତୀୟ ଜାଗରଣରେ ମିଶନ ପ୍ରେସର କୌଣସି ଉଲ୍ଲେଖନୀୟ ଅବଦାନ ନଥିଲା ।

୧୮୬୬ ଖ୍ରୀ.ଅ.ର ନ’ଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶାର ରାଜନୀତି ଓ ସଂସ୍କୃତିରେ ଏକ ଆଲୋଡ଼ାନ ଦେଖାଦେଲା । ଏହି ବର୍ଷ କଟକ ପ୍ରିଣ୍ଟିଙ୍ଗ ପ୍ରେସ୍ ପ୍ରତିଷ୍ଠିତ ହୋଇଥିଲା । ପୁନଶ୍ଚ, ୧୮୬୬ ଖ୍ରୀ.ଅ. ଅଗଷ୍ଟ ୪ ତାରିଖରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ‘ଉତ୍କଳ ଦୀପିକା’ର ଶୁଭ ଉଦ୍‌ଘାଟନ ହେଲା । ଏହାର ଦୁଇବର୍ଷ ପରେ ୧୮୬୮ ଖ୍ରୀ.ଅ.ରେ ଫକୀରମୋହନ ସେନାପତି ବାଲେଶ୍ବରରେ ଉତ୍କଳ ପ୍ରିଣ୍ଟିଙ୍ଗ କମ୍ପାନୀ ପ୍ରତିଷ୍ଠା କରି ସମ୍ବାଦବାହିକା ନାମରେ ପତ୍ରିକା ପ୍ରକାଶକଲେ । ଏହି ପତ୍ରିକାଦ୍ଵୟ ଓଡ଼ିଶାର ଭାଷା ଆନ୍ଦୋଳନର ମୁଖପତ୍ର ହୋଇ ରହିଥିଲା । ୧୮୭୫ ଖ୍ରୀ.ଅ.ରେ ବୈକୁଣ୍ଠନାଥ ଦେ ବାଲେଶ୍ବରରେ ‘ଦେ ପ୍ରେସ୍’ ପ୍ରତିଷ୍ଠା କରି ‘ଉତ୍କଳ ଦର୍ପଣ’ ପ୍ରକାଶ କଲେ । ଏହାପରେ ବହୁସଂଖ୍ୟକ ପତ୍ରିକା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଓଡ଼ିଶାରେ ଭାଷାଭିଭିକ ଏକତା ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ଅନୁପ୍ରାଣିତ କରିଥିଲା ।

ଊନବିଂଶ ଶତକର ଦ୍ଵିତୀୟ ଭାଗରେ ଓଡ଼ିଶାରୁ ପ୍ରକାଶିତ ପତ୍ରପତ୍ରିକାମାନଙ୍କ ମଧ୍ୟରେ ନିମ୍ନଲିଖ୍ ପତ୍ରିକାଗୁଡ଼ିକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା ଉତ୍କଳ ପୁତ୍ର, ପୁରୁଷୋତ୍ତମ ଚନ୍ଦ୍ରିକା, ସ୍ଵଦେଶୀ, ଉତ୍କଳ ମଧୁପ, ଓଡ଼ିଆ ଗେଜେଟ, ପ୍ରଜାବନ୍ଧୁ, ସେବକ ସଂସ୍କାରକ, ଶିକ୍ଷାବନ୍ଧୁ, ବ୍ୟବସାୟ, ଆଶା, ସମ୍ବଲପୁର ହିତୈଷିଣୀ, ଇନ୍ଦ୍ରଧନୁ, ବିଜୁଳି, ଉତ୍କଳ ବନ୍ଧୁ, ପ୍ରଭାତୀ ତାରା, ଗଡ଼ଜାତବାସିନୀ ପ୍ରଭୃତି ସେ ସମୟର ଭାଷାଭିଭିକ ଏକତା ପାଇଁ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏତଦ୍‌ବ୍ୟତୀତ କଟକ ଷ୍ଟାର, କଟକ ଆର୍ଟସ, ଗଞ୍ଜାମ ନିଉଜ୍, ଓଡ଼ିଶା ପ୍ରେଟ୍ରିଅଟ, ଓଡ଼ିଶା ଷ୍ଟୁଡେଣ୍ଟସ୍ ପ୍ରମୁଖ କେତେକ ଇଂରାଜୀ ପତ୍ରିକା ମଧ୍ୟ ଏହି ସମୟରେ ପ୍ରକାଶ ଲାଭ କରିଥିଲା । ଊନବିଂଶ ଶତକର ଶେଷପାଦରେ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜାଗରଣରେ ଏହିସବୁ ପତ୍ରପତ୍ରିକା ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ ।

ଊନବିଂଶ ଶତକର ଦ୍ଵିତୀୟାର୍ଦ୍ଧରେ ମଧ୍ୟ ବହୁସଂଖ୍ୟକ ଅନୁଷ୍ଠାନ ଓ ସଂଘ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ହୋଇ ଓଡ଼ିଶାରେ ଭାଷାଭିଭିକ ଆନ୍ଦୋଳନ ତଥା ଜାତୀୟ ଜାଗରଣକୁ ସକ୍ରିୟ କରି ରଖୁଥ‌ିଲେ । ଏହି ଅନୁଷ୍ଠାନଗୁଡ଼ିକ ସାମାଜିକ, ଅର୍ଥନୈତିକ, ଧାର୍ମିକ ତଥା ରାଜନୈତିକ ଆଭିମୁଖ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା । ୧୮୬୮-୬୯ ଖ୍ରୀ.ଅ. ଭାଷା ଆନ୍ଦୋଳନ ସମୟରେ ଉଲ୍ଲାସିନୀ ସଭା ଓଡ଼ିଆମାନଙ୍କର ଏବଂ କଟକ ସୋସାଇଟି ଓ ଡିବେଟିଙ୍ଗ କ୍ଲବ ବଙ୍ଗାଳୀମାନଙ୍କର ରଙ୍ଗମଞ୍ଚରୂପେ ବ୍ୟବହୃତ ହୋଇଥିଲା ।

ଉଲ୍ଲେଖନୀୟ ଥିଲେ ଉତ୍କଳ ବ୍ରାହ୍ମସମାଜ (୧୮୬୯), ପୁରୀ ସମାଜ (୧୮୭୦), ଗଞ୍ଜାମ ଉତ୍କଳ ହିତବାଦିନୀ ସମାଜ (୧୮୭୨), ଉତ୍କଳ ଭାଷା ଉଦ୍ଦୀପନୀ ସଭା (୧୮୭୩), ଭଦ୍ରକ ଦେଶ ହିତୈଷିଣୀ ସଭା (୧୮୭୪), ଗଞ୍ଜାମ ନିଶା ନିଷେଧ ସଭା (୧୮୭୫), ଉତ୍କଳ ସଭା (୧୮୭୭), ବାଲେଶ୍ଵର ଜାତୀୟ ସମାଜ (୧୮୭୮), ଢେଙ୍କାନାଳ ହିତୈଷିଣୀ ସଭା (୧୮୮୧), ଓଡ଼ିଶା ଏସୋସିଏସନ (୧୮୮୨), ଦୁର୍ନୀତି-ବିରୋଧନୀ ନିଶା ନିବାରଣ ସଭା (୧୮୮୪), ଉତ୍କଳ ସମ୍ମିଳନୀ ସଭା (୧୮୮୯), ଖ୍ରୀଷ୍ଟିଆନ୍ ସଂଘ (୧୮୯୬) ଇତ୍ୟାଦି ।

ଏକତା ପ୍ରତିଷ୍ଠା ପାଇଁ ଆନ୍ଦୋଳନରେ ଏମାନେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୮୮୨ ଖ୍ରୀ.ଅ.ରେ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍କଳ ସଭା ବା ଓଡ଼ିଶା ଏସୋସିଏସନ୍ ଗଠନ କରିଥିଲେ । ଏହାପରେ ଏହି ସଭା ଓଡ଼ିଆମାନଙ୍କର ଆଶା ଭରସା ହୋଇ ରହିଲା ଏବଂ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ନିଷ୍ପ୍ରଭ ହୋଇପଡ଼ିଲା । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଊନବିଂଶ ଶତକର ଶେଷପାଦରେ ଓଡ଼ିଶାରୁ ପ୍ରକାଶିତ ପତ୍ରପତ୍ରିକା, ସଂଘ ଓ ଅନୁଷ୍ଠାନ ପ୍ରଭୃତି ଭାଷାଭିଭିକ ଏକତା ପାଇଁ ଆନ୍ଦୋଳନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆରେ ପ୍ରକାଶିତ ପତ୍ରପତ୍ରିକା ଜରିଆରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ଜାତୀୟ ଜାଗରଣ ସୃଷ୍ଟି ହୋଇଥିଲା । ଏହି ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗଢ଼ିଉଠିଥିବା ସଂଘ ଓ ଅନୁଷ୍ଠାନଗୁଡ଼ିକ ଜରିଆରେ ଓଡ଼ିଆ ଭାଷାପ୍ରତି ଲୋକମାନଙ୍କର ଆଗ୍ରହ ବିଷୟରେ ଇଂରେଜ ସରକାର ସଚେତନ ହେଲେ । ଏହା ଫଳରେ ଓଡ଼ିଆ ଭାଷା ଏକ ସରକାରୀ ଭାଷାରୂପେ ସ୍ୱୀକୃତି ଲାଭ କରିଥିଲା ।

CHSE Odisha Class 12 History Chapter 4 Short Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ  Short Answer Questions.

CHSE Odisha 12th Class History Chapter 4 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଜୈନଧର୍ମ କେତେଜଣ ତୀର୍ଥଙ୍କରଙ୍କ ପ୍ରଚାରିତ ବାଣୀ ? କେଉଁ ଦୁଇଜଣ ତୀର୍ଥଙ୍କରଙ୍କ ନାମ ବୈଦିକ ସାହିତ୍ୟରେ ଉଲ୍ଲେଖ କରାଯାଇଛି ?
Answer:
ଜୈନଧର୍ମ ୨୪ ଜଣ ତୀର୍ଥଙ୍କରଙ୍କ ପ୍ରଚାରିତ ବାଣୀ ଅଟେ । ବୈଦିକ ସାହିତ୍ୟରେ ଋଷଭନାଥ ଓ ଆରିଷ୍ଟେନେମି ନାମକ ଦୁଇଜଣ ତୀର୍ଥଙ୍କରଙ୍କ ନାମ ଉଲ୍ଲେଖ କରାଯାଇଛି ।

୨। ମହାବୀର କେଉଁଠାରେ ଓ କେଉଁ ଗୋଷ୍ଠୀରେ ଜନ୍ମ ହୋଇଥିଲେ ? ତାଙ୍କର ମାତା ତ୍ରିଶଳା କେଉଁ ବଂଶସମ୍ଭୂତା ?
Answer:
ମହାବୀର ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତା ଥିଲେ ଲିଙ୍ଗବୀ ବଂଶସମ୍ଭୂତା ।

୩ । ଖ୍ରୀ. ପୂ. ୫୧୨ରେ କେଉଁଠାରେ ଏକ ଜୈନ ସମ୍ମିଳନୀ ବସିଥିଲା ? ଉକ୍ତ ସମ୍ମିଳନୀରେ କିଏ ସଭାପତି ଥିଲେ ?
Answer:
ଖ୍ରୀ. ପୂ. ୫୧୨ରେ ବଲ୍ଲଭୀ (ଗୁଜୁରାଟ)ଠାରେ ଏକ ବୌଦ୍ଧ ସମ୍ମିଳନୀ ବସିଥିଲା । ଉକ୍ତ ସମ୍ମିଳନୀରେ ଜୈନ ସନ୍ନ୍ୟାସୀ ନାଗାର୍ଜୁନ ସଭାପତିତ୍ୱ କରିଥିଲେ ।

CHSE Odisha Class 12 History Chapter 4 Short Answer Questions in Odia Medium

୪ । ମହାବୀର ଦିବ୍ୟଜ୍ଞାନ ଲାଭ କରିବାପରେ କେଉଁ କେଉଁ ନାମରେ ପରିଚିତ ହେଲେ ?
Answer:
ମହାବୀର ଦିବ୍ୟଜ୍ଞାନ ଲାଭ କରିବାପରେ ‘କେବଲୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ । ସଂସାରର ବନ୍ଧନକୁ ଛିନ୍ନ କରିଥିବାରୁ ସେ ନିଗ୍ରନ୍ଥ ନାମରେ ସିଦ୍ଧ ହେଲେ । ସମସ୍ତ କାମନା, ବାସନା, ଆସକ୍ତି ତଥା ଇନ୍ଦ୍ରିୟକୁ ଜୟ କରିଥୁବାରୁ ସେ ଜୀନ ନାମରେ ବିଖ୍ୟାତ ହୋଇଥିଲେ ।

୫। ପାର୍ଶ୍ଵନାଥ କିଏ ? ତାଙ୍କର ଚତୁର୍ଯ୍ୟାମ ଧର୍ମ କ’ଣ ଥିଲା ?
Answer:
ଜୈନଧର୍ମର ୨୩ତମ ଧର୍ମପ୍ରଚାରକ ଥିଲେ ପାର୍ଶ୍ଵନାଥ । ସେ ଯଜ୍ଞ, ପଶୁବଳି, ଦେବଦେବୀ ପୂଜା, ଜାତିପ୍ରଥା ଆଦିକୁ ବିରୋଧ କରି ସତ୍ୟ, ଅହିଂସା, ଆସ୍ତେୟ ଓ ଅପରିଗ୍ରହ ଭଳି ଚାରିସତ୍ୟକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ‘ଚତୁର୍ଯ୍ୟାମ ଧର୍ମ’ ପାଳନ କଲେ ମଣିଷ ମୋକ୍ଷଲାଭ କରିବ ବୋଲି ସେ ଦର୍ଶାଇଥିଲେ ।

୬ | ମହାବୀର ପ୍ରଥମେ କେଉଁଠାରେ ନିଜର ଧର୍ମମତ ପ୍ରଚାର କରିଥିଲେ ? ସେଠାରେ ସେ କେତେଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ ?
Answer:
ଜ୍ଞାନଲାଭ ପରେ ମହାବୀର ପ୍ରଥମେ ମଗଧର ପୁରାତନ ରାଜଧାନୀ ରାଜଗୃହ ସନ୍ନିକଟ ବିପୁଳାଚଳକୁ ଯାତ୍ରା କରିଥିଲେ । ସେଠାରେ ସେ ୧୧ ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ । ସମୟକ୍ରମେ ଲୋକମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।

୭ । ଜୈନ୍ୟ ସ୍ଥାପତ୍ୟର ବିକାଶ ସମ୍ପର୍କରେ ଲେଖ ।
Answer:
ଜୈନମାନେ ଅନେକ ସ୍ତୂପ ନିର୍ମାଣ କରିଥିଲେ । ଏଗୁଡ଼ିକ ଦ୍ଵାରବନ୍ଧ, ସ୍ତମ୍ଭ, ଛତ୍ର ପ୍ରଭୃତି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ହୋଇଥିଲା । ଅନେକ ଜୈନକୀର୍ତ୍ତି ଜୁନାଗଡ଼, ମଥୁରା, ବୁନ୍ଦେଲଖଣ୍ଡ ଓ ଗ୍ବାଲିଅର୍ ଆଦି ସ୍ଥାନରେ ଦେଖିବାକୁ ମିଳିଥାଏ । ଜୈନମାନଙ୍କର ବିହାରର ପାର୍ଶ୍ଵନାଥ ପର୍ବତ, ପାବାପୁରୀ, ରାଜଗିରି, କାଥୁଆୱାଡ଼ର ଗିରନାର ଆଦି ତୀର୍ଥସ୍ଥାନରେ ମନ୍ଦିରମାନ ରହିଅଛି ।

୮ | ମହାବୀର କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ମହାବୀର ଖ୍ରୀ.ପୂ. ୫୪୦ରେ ବୈଶାଳୀ ନିକଟବର୍ତ୍ତୀ କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ଥିଲା ।

CHSE Odisha Class 12 History Chapter 4 Short Answer Questions in Odia Medium

୯। ମହାବୀର କେଉଁଠାରେ ଓ କେଉଁ ବୃକ୍ଷମୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
Answer:
ମହାବୀର ୪୨ ବର୍ଷ ବୟସରେ ବୈଶାଖ ମାସ ଶୁକ୍ଳପକ୍ଷ ଦଶମୀ ତିଥ୍ୟରେ ଜୁମ୍ଭିକ ଗ୍ରାମରେ ପ୍ରବାହିତ ଋଜୁପାଳିକା ନଦୀ ତଟସ୍ଥ ଶାଳ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।

୧୦ । ମହାବୀରଙ୍କ ମୃତ୍ୟୁପରେ ଜୈନଧର୍ମ କେତେ ଭାଗରେ ଓ କ’ଣ କ’ଣ ନାମରେ ବିଭକ୍ତ ହୋଇଥିଲା ?
Answer:
ମହାବୀରଙ୍କ ମୃତ୍ୟୁପରେ ଜୈନଧର୍ମ ଦୁଇ ଭାଗରେ ବିଭକ୍ତ ହୋଇଥିଲା; ଯଥା – ଶ୍ଵେତାମ୍ବର ଏବଂ ଦିଗମ୍ବର ।

୧୧ । ଜୀନ ଶବ୍ଦର ଅର୍ଥ କ’ଣ ? କିଏ କିପରି ଜୀନ ନାମରେ ପରିଚିତ ହୋଇଥିଲେ ?
Answer:
ଜୀନ ଶବ୍ଦର ଅର୍ଥ ସଂସାରର ସମସ୍ତ ବନ୍ଧନରୁ ନିଜକୁ ମୁକ୍ତ କରିବା । ମହାବୀର ଦିବ୍ୟଜ୍ଞାନ ଲାଭକରି ସମସ୍ତ ଇନ୍ଦ୍ରିୟକୁ ଜୟ କରିଥିବାରୁ ସେ ଜୀନ ନାମରେ ପରିଚିତ ହୋଇଥିଲେ ।

୧୨ । ମହାବୀର କେବେ ଓ କେଉଁଠାରେ ମୃତ୍ୟୁବରଣ କରିଥିଲେ ?
Answer:
ମହାବୀର ଖ୍ରୀ.ପୂ. ୪୬୮ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ୟୁବରଣ କରିଥିଲେ ।

୧୩ । ଜୈନଧର୍ମର ତ୍ରିରତ୍ନ କ’ଣ ?
Answer:
ପୁନର୍ଜନ୍ମରୁ ଆତ୍ମାର ମୁକ୍ତିଲାଭ ପାଇଁ ମହାବୀର ତିନୋଟି ମାର୍ଗ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା – ସମ୍ୟକ୍ ଜ୍ଞାନ, ସମ୍ୟକ୍ ଚରିତ୍ର ଓ ସମ୍ୟକ୍ ବିଶ୍ଵାସ । ମହାବୀରଙ୍କର ଏହି ଉପଦେଶ ପଞ୍ଚମହାବ୍ରତ ନାମରେ ଖ୍ୟାତିଲାଭ କରିଥିଲା ।

୧୪ । ଜୈନଧର୍ମର ବିଭିନ୍ନ ଗ୍ରନ୍ଥର ନାମ ଲେଖ ।
Answer:
ଜୈନଧର୍ମର ବିଭିନ୍ନ ଗ୍ରନ୍ଥର ନାମ ହେଲା – ଅଙ୍ଗ, ଉପାଙ୍ଗ, ଆଗମ, କଳ୍ପସୂତ୍ର ।

CHSE Odisha Class 12 History Chapter 4 Short Answer Questions in Odia Medium

୧୫ । ଜୈନଧର୍ମାବଲମ୍ବୀମାନେ କର୍ମଫଳ ଏବଂ ପୁନର୍ଜନ୍ମରେ ବିଶ୍ଵାସ କରୁଥୁଲେ କାହିଁକି ? ଏହାଦ୍ଵାରା କ’ଣ ହୁଏ ?
Answer:
ଜୈନଧର୍ମାବଲମ୍ବୀମାନେ କର୍ମଫଳ ଓ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ନିଜ କର୍ମଯୋଗୁଁ ହିଁ ସାଧନାର ସିଦ୍ଧି ମିଳିଥାଏ । ମୁକ୍ତି ଓ ପୁନର୍ଜନ୍ମ ମହତ୍ କର୍ମ ଓ ମନ୍ଦକର୍ମଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ନିର୍ବାଣ ପ୍ରାପ୍ତି ହୋଇଥାଏ ।

୧୬ । ଜୈନଧର୍ମର ପଞ୍ଚ ମହାବ୍ରତ କ’ଣ ?
Answer:
ଜୀବନକୁ ନୀତିମୟ କରିବାପାଇଁ ଏବଂ ଉତ୍ତମ ଚରିତ୍ର ଗଠନ ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା — ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟ | ଏହାକୁ ଜୈନଧର୍ମର ପଞ୍ଚମହାବ୍ରତ କୁହାଯାଏ ।

୧୭ । ପାର୍ଶ୍ଵନାଥ କେବେ ଜନ୍ମଗ୍ରହଣ କରିଥିଲେ ? ତାଙ୍କ ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ପାର୍ଶ୍ଵନାଥ ଖ୍ରୀ.ପୂ. ୮୭୭ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶ୍ଵସେନ ଓ ମାତାଙ୍କ ନାମ ବାମାଦେବୀ ଥିଲା ।

୧୮ । ଭଦ୍ରବାହୁ କିଏ ? ସେ କେବେ କେଉଁଠାରେ ଜୈନଧର୍ମ ପ୍ରଚାର କରିଥିଲେ ?
Answer:
ଭଦ୍ରବାହୁ ଜଣେ ଜୈନ ସନ୍ନ୍ୟାସୀ । ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ସେ ଅନେକ ଜୈନ ସନ୍ନ୍ୟାସୀଙ୍କୁ ନେଇ ସୁଦୂର ଦକ୍ଷିଣରେ ଜୈନଧର୍ମ ପ୍ରଚାର କରିଥିଲେ ।

୧୯ । ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ କ’ଣ ? ଏହାକୁ ଅନ୍ୟ ଅର୍ଥରେ କ’ଣ କୁହାଯାଇଥାଏ ?
Answer:
ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ ହେଉଛି ବୌଦ୍ଧଧର୍ମର ଶ୍ରେଷ୍ଠବାଣୀ । ଏହା ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍ କର୍ମ, (୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ । ଏହାକୁ ଅନ୍ୟ ଅର୍ଥରେ ମଧ୍ୟମ ମାର୍ଗ କୁହାଯାଇଥାଏ ।

୨୦ । ଓଡ଼ିଶାର କେଉଁଠାରେ ବୌଦ୍ଧ କୀର୍ତ୍ତିମାନ ରହିଅଛି ?
Answer:
ଓଡ଼ିଶାର ରତ୍ନଗିରି ଓ ଲଳିତଗିରିଠାରେ ବୌଦ୍ଧ କୀର୍ତିମାନ ରହିଅଛି ।

CHSE Odisha Class 12 History Chapter 4 Short Answer Questions in Odia Medium

୨୧ । ବୁଦ୍ଧଙ୍କ ଶିଷ୍ୟ ହୋଇଥିବା ଉତ୍କଳ ବଣିକଦ୍ଵୟଙ୍କ ନାମ କ’ଣ ? ବୌଦ୍ଧଧର୍ମ କେଉଁ ଗଣିକା ଗ୍ରହଣ କରିଥିଲେ ?
Answer:
ବୁଦ୍ଧଙ୍କ ଶିଷ୍ୟ ହୋଇଥୁବା ଉତ୍କଳ ବଣିକଦ୍ବୟଙ୍କ ନାମ ତାପସୁ ଓ ଭଲ୍ଲିକ । ଗଣିକା ଅମ୍ବାପଲ୍ଲୀ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

୨୨। ହୋଇଥୁବା ଉତ୍କଳ ବଣିକଦ୍ଵୟଙ୍କ ନାମ ତାପସୁ ଓ ଭଲ୍ଲିକ । ଗଣିକା ଅମ୍ବାପଲ୍ଲୀ ବୌଦ୍ଧଧର୍ମ ଗ୍ରହଣ ଥିଲା ? ହୁଏନ୍‌ସାଂ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ?
Answer:
ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତକ୍ଷଶିଳା, ନାଳନ୍ଦା, ମହାବୋଧ ଏବଂ ପୁଷ୍ପଗିରି ଆଦି ବୌଦ୍ଧ ବିଶ୍ବବିଦ୍ୟାଳୟଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ହୁଏନ୍‌ସାଂ ନାଳନ୍ଦା ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।

୨୩ । ବୁଦ୍ଧଙ୍କ ପ୍ରଚାରିତ ଚାରି ଆର୍ଯ୍ୟ ସତ୍ୟ କ’ଣ ?
Answer:
ବୁଦ୍ଧଦେବ ଚାରୋଟି ମହାନ୍ ସତ୍ୟକୁ ଉପଲବ୍ଧ କରିଥିଲେ । ଏହି ଚାରୋଟି ସତ୍ୟ ହେଲା – ଦୁଃଖ, ଦୁଃଖରୁ କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ ଓ ନିର୍ବାଣ ଲାଭ ।

୨୪ । ବୁଦ୍ଧଙ୍କ ମତରେ ନିର୍ବାଣର ଅର୍ଥ କ’ଣ ? କ’ଣ କଲେ ନିର୍ବାଣ ଲାଭ ହୋଇଥାଏ ?
Answer:
ସାଂସାରିକ ଦୁଃଖରୁ ମୁକ୍ତିଲାଭ କରିବାର ଅନ୍ୟ ନାମ ହେଉଛି ନିର୍ବାଣ । କାମନାର ବିନାଶଦ୍ୱାରା ମନୁଷ୍ୟ ଜନ୍ମ ଓ ମୃତ୍ୟୁଚକ୍ରରୁ ମୁକ୍ତିଲାଭ କରିବା ସଙ୍ଗେ ସଙ୍ଗେ ନିର୍ବାଣ ଲାଭ କରିଥାଏ ।

୨୫ । ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ କ’ଣ ? ଏହା କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ ତ୍ରିପିଟକ । ଏହାକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – ସୂତ୍ରପିଟକ, ବିନୟପିଟକ ଏବଂ ଅଭିଧର୍ମପିଟକ ।

୨୬ । ଧର୍ମଚକ୍ର ପ୍ରବର୍ତ୍ତନ କ’ଣ ?
Answer:
ଗୌତମ ବୁଦ୍ଧ ନିରଞ୍ଜନା ନଦୀକୂଳରେ ଅଶ୍ଵତ୍‌ଥ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିବା ପରେ ବାରାଣସୀର ନିକଟବର୍ତ୍ତୀ ସାରନାଥର ମୃଗଉଦ୍ୟାନଠାରେ ପାଞ୍ଚଜଣ ବ୍ରାହ୍ମଣଙ୍କ ସମ୍ମୁଖରେ ପ୍ରଥମେ ନିଜର ଧର୍ମବାଣୀ ଶୁଣାଇଥିଲେ । ସେହି ପାଞ୍ଚଜଣ ତାଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ । ବୁଦ୍ଧଙ୍କଦ୍ୱାରା ଏହି ପ୍ରଥମ ଧର୍ମ ପ୍ରଚାରକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୨୭ । ବୌଦ୍ଧଧର୍ମର ତ୍ରିରତ୍ନ କ’ଣ ?
Answer:
ବୁଦ୍ଧଦେବ ଧର୍ମ ଏବଂ ସଂଘ ଉପରେ ଗୁରୁତ୍ଵ ଦେଉଥିଲେ । ବୌଦ୍ଧ ସନ୍ନ୍ୟାସୀମାନେ ବୌଦ୍ଧ ସଂଘରେ ଯୋଗଦେବାବେଳେ ଶପଥ ନେଇ ଉଚ୍ଚାରଣ କରୁଥିଲେ – ବୁଦ୍ଧ ଶରଣଂ ଗଚ୍ଛାମି, ଧର୍ମ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି । ଏହାକୁ ବୌଦ୍ଧ ଧର୍ମର ତ୍ରିରତ୍ନ କୁହାଯାଏ ।

B. ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ବୁଦ୍ଧଙ୍କ ମତରେ ନିର୍ବାଣ କ’ଣ ?
Answer:
ପୁନର୍ଜନ୍ମରୁ ମୁକ୍ତ ହୋଇ ମୋକ୍ଷଲାଭକୁ ଗୌତମ ବୁଦ୍ଧ ନିର୍ବାଣ ବୋଲି କହୁଥିଲେ । ନିର୍ବାଣ ହେଉଛି ଏକ ଅବ୍ୟକ୍ତ ଶବ୍ଦ । ଏଥିରେ ଆଶା-କାମନା, ଜନ୍ମ-ମୃତ୍ୟୁ, ଜରା-ଯୌବନ, ଦୁଃଖ-ସୁଖ ପ୍ରଭୃତିର ସ୍ଥାନ ନଥାଏ । ନିର୍ବାଣ ପାଇଁ ସଚିନ୍ତା ଓ ପବିତ୍ର କର୍ମ ଏକାନ୍ତ ଆବଶ୍ୟକ । କାରଣ ପବିତ୍ର ଚିନ୍ତା ବା ଇଚ୍ଛା ହେଉଛି ଆଶାମୁକ୍ତ ହେବାର ପ୍ରକୃତ ପାବଚ୍ଛ । ଏଥିପାଇଁ ସେ ଚାରୋଟି ନୀତିର ଅବତାରଣା କରିଥିଲେ, ଯାହାକୁ ‘ଚତୁରାନୁଶାସନ’ କୁହାଯାଏ । ଏଥିପାଇଁ ସେ ବ୍ୟକ୍ତିଗତ ସଂଯମ ଓ ନୈତିକତା ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ । ନିର୍ବାଣରେ ଆତ୍ମା ଚିରନ୍ତନ-ଶାଶ୍ୱତ ଜଗତରେ ଅବସ୍ଥାନ କରେ ।

୨ । ଜୈନ ତୀର୍ଥଙ୍କରମାନଙ୍କର ସମ୍ପର୍କରେ ଲେଖ ।
Answer:
ଜୈନ ଧର୍ମଗ୍ରନ୍ଥ ଅଙ୍ଗ, ଉପାଙ୍ଗ ଓ ମୂଳସୂତ୍ରରୁ ଜୈନ ତୀର୍ଥଙ୍କର ବା ପ୍ରଚାରକମାନଙ୍କ ସମ୍ବନ୍ଧରେ ଜଣାପଡ଼ିଥାଏ । ଏହି ଗ୍ରନ୍ଥଗୁଡ଼ିକରୁ ଜଣାପଡ଼ିଥାଏ ଯେ, ୨୩ ଜଣ ପ୍ରଚାରକ ବା ତୀର୍ଥଙ୍କର ଜୈନଧର୍ମ ପ୍ରଚାର କରିଥିଲେ । ଜୈନଧର୍ମର ପ୍ରଥମ ପ୍ରଚାରକ ଥିଲେ ଋଷଭନାଥ । ତାଙ୍କ ପରଠାରୁ ଅନ୍ୟ ୨୨ ଜଣ ପ୍ରଚାରକଙ୍କ ସମ୍ବନ୍ଧରେ କୌଣସି ଐତିହାସିକ ତଥ୍ୟ ମିଳେ ନାହିଁ । ଜୈନଧର୍ମର ୨୩ ତମ ପ୍ରଚାରକ ଥିଲେ ପାର୍ଶ୍ଵନାଥ । ସେ କ୍ଷତ୍ରିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଚାରିବ୍ରତ (ସତ୍ୟ, ଅହିଂସା, ଅଚୌର୍ଯ୍ୟ ଓ ଅପରିଗ୍ରହ) ପ୍ରଚାର କରିଥିଲେ । ମହାବୀରଙ୍କ ଜନ୍ମର ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଧର୍ମପ୍ରଚାର କରିଥିଲେ । ଏହି ଧର୍ମର ଶେଷ ପ୍ରଚାରକ ଥିଲେ ମହାବୀର । ସେ ପାର୍ଶ୍ଵନାଥଙ୍କ ବାଣୀକୁ ଆଧାର କରି ‘ପଞ୍ଚବ୍ରତ’ ପ୍ରଚାର କରିଥିଲେ ।

CHSE Odisha Class 12 History Chapter 4 Short Answer Questions in Odia Medium

୩ । ମହାବୀରଙ୍କ ମୁଖ୍ୟ ଧର୍ମବାଣୀ କ’ଣ ଥିଲା ?
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ସେ ପାର୍ଶ୍ଵନାଥଙ୍କ ପ୍ରଚାରିତ ବାଣୀକୁ ସମ୍ମାନ ଜଣାଇ ବ୍ରହ୍ମଚର୍ଯ୍ୟ ନାମକ ଏକ ନୂତନ ନୀତି ଏଥୁସହିତ ସଂଯୋଗ କରିଥିଲେ । ଫଳତଃ ମହାବୀରଙ୍କ ପ୍ରଚାରିତ ବାଣି ‘ପଞ୍ଚବ୍ରତ’ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ଏହି ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସତ୍ୟ, ଅହିଂସା, ଅଚୌର୍ଯ୍ୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ଥିଲା ପାଞ୍ଚ ବ୍ରତର ପାଞ୍ଚଗୋଟି ନୀତି । ଏଥୁସହିତ ସେ ମଧ୍ଯ ‘ତ୍ରିରନ୍’ ପ୍ରଚାର କରିଥିଲେ । ଏହା ଥିଲା ସତ୍ ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର । ଏହି ତ୍ରିରନ୍ ନୀତିକୁ ଅନୁସରଣ କଲେ ଆତ୍ମ ନିର୍ବାଣ ଲାଭକରି ଚରମ ଶାନ୍ତି ପାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ପିତୁଳା ପୂଜା, ଆଡ଼ମ୍ବରପୂର୍ଣ୍ଣ ପୂଜାପଦ୍ଧତି ଓ ବ୍ରାହ୍ମଣମାନଙ୍କର ଉପସ୍ଥିତିକୁ ଅସ୍ଵୀକାର କରିଥିଲେ । ଏପରିକି ନିର୍ବାଣପ୍ରାପ୍ତି ପାଇଁ କଠୋର ଆତ୍ମସଂଯମ ଓ ସନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।

୪। ଜୈନଧର୍ମ ଓ ବୌଦ୍ଧଧର୍ମର ଉତ୍‌ଥାନ ପୂର୍ବରୁ ଭାରତୀୟ ସମାଜ ଓ ଧର୍ମ କିପରି ଥୁଲା ?
Answer:
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଭାରତୀୟ ସମାଜରେ କୁସଂସ୍କାରପୂର୍ଣ୍ଣ ଏକ ଧାର୍ମିକ ଜୀବନର ପ୍ରତିଫଳନ ଘଟିଥିଲା । ଏହି ସମୟରେ ଭାରତୀୟ ସମାଜ ଜଟିଳ କର୍ମକାଣ୍ଡର ମାୟାଜାଲରେ ଛନ୍ଦି ହୋଇ ପଡ଼ିଥିଲା । ସମାଜରେ ନାରୀର ସ୍ଥାନ ହ୍ରାସ ପାଇଥିଲା । ବୈଦିକ ଯୁଗର ସରଳ ଏବଂ ନିରାଡ଼ମ୍ବର ଧର୍ମ ଏହି ସମୟରେ ଜଟିଳ ହୋଇପଡ଼ିଥିଲା । ଦେବଦେବୀ ପୂଜା ନିମିତ୍ତ ଯାଗଯଜ୍ଞ, ପଶୁବଳି ଆଦି ଉପରେ ବ୍ରାହ୍ମଣମାନେ ଗୁରୁତ୍ଵ ଆରୋପ କରିଥିଲେ । ଧର୍ମ ଓ ସମାଜର ଏପରି ଅଧଃପତନ କାଳରେ ଜୈନଧର୍ମ ଓ ବୌଦ୍ଧଧର୍ମର ଉତ୍‌ଥାନ ଘଟିଥିଲା । ଏହି ଦୁଇ ଧର୍ମ ଜାତିପ୍ରଥା, ଯାଗଯଜ୍ଞ, ପଶୁବଳି ପ୍ରଥା, ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଇତ୍ୟାଦି କୁସଂସ୍କାରକୁ ବିରୋଧ କରି ଅହିଂସା, ମାନବିକତା, ନୈତିକତା ତଥା ଆଦର୍ଶ ଜୀବନଧାରଣର ମାନ ନିର୍ଣ୍ଣୟ କରିଥିଲା ।

୫ । ଭାରତୀୟ କଳା ଓ ସ୍ଥାପତ୍ୟକୁ ଜୈନଧର୍ମର ଅବଦାନ ବିଷୟରେ ଉଲ୍ଲେଖ କର ।
Answer:
ଜୈନଧର୍ମ ଭାରତବର୍ଷରେ କଳା ଓ ସ୍ଥାପତ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ସମୟରେ ସେମାନେ ଜୈନ ତୀର୍ଥଙ୍କରମାନଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । ରାଜାମାନଙ୍କର ପୃଷ୍ଠପୋଷକତା ଲାଭକରି ଜୈନ କଳା ଓ ସ୍ଥାପତ୍ୟର ବିକାଶ ଘଟିଥିଲା । ମଥୁରା, ବୁନ୍ଦେଲଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ବହୁ ସୁନ୍ଦର ସୁନ୍ଦର ଜୈନମୂର୍ତ୍ତିମାନ ଦେଖିବାକୁ ମିଳିଥାଏ । କର୍ଣ୍ଣାଟକରେ ଶ୍ରବଣବେଲ୍‌ ଗୋଲ୍ଲାଠାରେ ଅବସ୍ଥିତ ଗୋମତେଶ୍ଵର ନାମକ ବାହୁବଳୀଙ୍କ ମୂର୍ତ୍ତି ଜୈନ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ । ଭୁବନେଶ୍ଵରର ଉଦୟଗିରି, ମଧ୍ୟପ୍ରଦେଶ, ଏଲୋରା ଏବଂ ମହାରାଷ୍ଟ୍ରର ଜୈନଗୁମ୍ଫାସମୂହ ଜୈନକଳାର ଅନନ୍ୟ ନିଦର୍ଶନ । ଦିରାର ଜୈନ ମନ୍ଦିରର କାରୁକାର୍ଯ୍ୟ ବିଶ୍ଵକୁ ବିସ୍ମିତ କରିଥାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୬ । ବୁଦ୍ଧଙ୍କ ମତରେ ଅହିଂସା କହିଲେ କ’ଣ ବୁଝାଯାଏ ?
Answer:
ବୁଦ୍ଧ ଅହିଂସା ମାର୍ଗରେ ପରିଚାଳିତ ହେବାପାଇଁ ଉପଦେଶ ଦେଇଥିଲେ । ସେ ‘ଅହିଂସା ପରମଧର୍ମ’ ଏହି ମନ୍ତ୍ର ପ୍ରଚାର କରିଥିଲେ । ବୌଦ୍ଧଧର୍ମରେ ଜୀବପ୍ରତି ଦୟା ଏକ ପରମ ନୀତିରୂପେ ବିବେଚିତ ହେଉଥିଲା । ନିଜ କାର୍ଯ୍ୟ ଓ ଚିନ୍ତାରେ ଜୀବଜଗତ ପ୍ରତି ଅହିଂସାଭାବ ପୋଷଣ କରିବାପାଇଁ ବୌଦ୍ଧମାନେ ସଦାସର୍ବଦା ଚେଷ୍ଟିତ ଥିଲେ । ବୁଦ୍ଧଙ୍କ ପ୍ରଣୀତ ଅହିଂସା ନୀତିରେ ଅଧ୍ଵ କଠୋରତା ପରିଲକ୍ଷିତ ହୋଇନଥିବାବେଳେ ମହାବୀରଙ୍କ ପ୍ରଣୀତ ଅହିଂସା ନୀତିରେ କଠୋରତା ସ୍ଥାନ ପାଇଥିଲା । କର୍ମବାଦ ଉପରେ ଗଭୀର ବିଶ୍ଵାସ ପାଇଁ ବୁଦ୍ଧ ସତ୍ୟ, ସଂଯମ, ଦୟା,ପ୍ରେମ, ଦାନ ଓ ଅହିଂସା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

୭ । ତ୍ରିପିଟକ ସଂପର୍କରେ ଲେଖ ।
Answer:
ବୌଦ୍ଧମାନଙ୍କର ପବିତ୍ର ସାହିତ୍ୟ ବା ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ । ତ୍ରିପିଟକ ତିନି ଭାଗରେ ବିଭକ୍ତ ହୋଇଅଛି; ଯଥା— (1)ବିନୟପିଟକ, (2) ସୂତ୍ରପିଟକ ଓ (3) ଅଭିଧର୍ମପିଟକ । ବିନୟପିଟକରେ ବୌଦ୍ଧଭିକ୍ଷୁମାନଙ୍କର କର୍ତ୍ତବ୍ୟ ଓ ବୌଦ୍ଧସଂଘର ପରିଚାଳନା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସୂତ୍ରପିଟକରେ ବୁଦ୍ଧଙ୍କର ଧର୍ମୋପଦେଶମାନ ବର୍ଣ୍ଣନା କରାଯାଇଅଛି । ଅଭିଧର୍ମ ପିଟକରେ ବୌଦ୍ଧଧର୍ମର ଅନ୍ତର୍ନିହିତ ଦର୍ଶନମାନ ବ୍ୟାଖ୍ୟା କରାଯାଇଅଛି ।

୮ | ବୁଦ୍ଧଙ୍କୁ କାହିଁକି ଭାରତର ଲୁଥର ବୋଲି କୁହାଯାଏ ?
Answer:
ଗୌତମ ବୁଦ୍ଧ ଜାତିପ୍ରଥାର ତୀବ୍ର ବିରୋଧ କରିଥିଲେ । ସେ ଜଣେ ବ୍ୟକ୍ତିକୁ କୁଳ ଅନୁସାରେ ନ ଚିହ୍ନି ତା’ର ଗୁଣଦ୍ଵାରା ଚିହ୍ନିବାପାଇଁ ଉପଦେଶ ଦେଇଥିଲେ । ଯେଉଁ ଜାତିର ହୋଇଥାଉନା କାହିଁକି ବ୍ୟକ୍ତି ଯଦି ଦୋଷୀ ସାବ୍ୟସ୍ତ ହୁଏ ସେ ଦଣ୍ଡ ପାଇବା ଉଚିତ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । ବୁଦ୍ଧଙ୍କର ଏହି ବାଣୀ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ଏହି ସମସ୍ତ ସଂସ୍କାରମୂଳକ ପଦକ୍ଷେପ ପାଇଁ ବୁଦ୍ଧଙ୍କୁ ଜର୍ମାନୀର ପ୍ରସିଦ୍ଧ ସଂସ୍କାରକ ମାର୍ଟିନ୍ ରୁଥରଙ୍କ ସହ ତୁଳନା କରାଯାଏ ଏବଂ ତାଙ୍କୁ ‘ଭାରତୀୟ ରୁଥର’ ରୂପେ ଅଭିହିତ କରାଯାଇଥାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୯ । ରାଜନୈତିକ କ୍ଷେତ୍ରରେ ଜୈନଧର୍ମର ଉଲ୍ଲେଖନୀୟ ପ୍ରଭାବ ବର୍ଣ୍ଣନା କର ।
Answer:
ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିପୁଳ ପରିବର୍ତ୍ତନ ଆଣିଥିଲା । ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ପାରସ୍ପରିକ ହିଂସା ଏବଂ ଶ୍ଳେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଏହି ଧର୍ମ ଉଦାର ‘ଚନ୍ଦ୍ରମୁନି’ରେ ପରିବର୍ତ୍ତିତ କରିଥିଲା । କଳିଙ୍ଗ ଗୌରବ ମହାମେଘବାହନ ଐର ଖାରବେଳ ଶେଷରେ ଜଣେ ଉଦାର, ଧାର୍ମିକ ତଥା ଧର୍ମସହିଷ୍ଣୁତାର ମୂର୍ତିମନ୍ତ ପ୍ରତୀକ ଭାବେ ଏହି ଜୈନଧର୍ମଦ୍ଵାରା ହିଁ ପ୍ରଭାବିତ ହୋଇଥିଲେ । ମୋଟ ଉପରେ ରାଜନ୍ୟବର୍ଗଙ୍କୁ ଏହି ଧର୍ମ ବହୁ ପରିମାଣରେ ଉଦାର ଓ ସହିଷ୍ଣୁ କରାଇଥିଲା ।

୧୦ । ମହାବୀରଙ୍କର ‘ଜୀବ ଓ ଅଜୀବ ତତ୍ତ୍ଵ’ ବିଷୟରେ ସଂକ୍ଷେପରେ ଲେଖ ।
Answer:
ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂଶାସିତ ଉପାଦାନଦ୍ୱାରା ଗଠିତ ବୋଲି ବର୍ତ୍ତମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା- ‘ଜୀବ’ ଏବଂ ‘ଅଜୀବ’ । ‘ଜୀବତତ୍ତ୍ଵ’ ଅନୁସାରେ ମଣିଷର ମୃତ୍ୟୁପରେ ସ୍ଥୂଳ ଶରୀରକୁ ବାଦ୍ ଦେଇ ଯାହା ଛାୟା ଆକାରରେ ରହିଥାଏ ତାହାହିଁ ଜୀବ । ଏହି ଜୀବଗୁଡ଼ିକ କାର୍ଯ୍ୟହୀନ ଅବସ୍ଥାରେ ରହିଥା’ନ୍ତି । ସେମାନଙ୍କର ଓଜନ ନାହିଁ । ସେମାନେ ଯୁଦ୍ଧ, ଗୁଣରହିତ, ମୃତ୍ୟୁହୀନ, ଅସଂଖ୍ୟ ଏବଂ ଶାଶ୍ଵତ । ବିଶ୍ଵର ଉପରିଭାଗରେ ସେମାନଙ୍କର ସ୍ଥିତି । ନିଜର ଆତ୍ମ-ବିକୃତି ଫଳରେ ସେମାନେ ଧରାବତରଣ କରନ୍ତି ଏବଂ ବିଭିନ୍ନ ଭୌତିକ ଶରୀର ଧାରଣ କରନ୍ତି । ବର୍ଷମାନଙ୍କ ପ୍ରଚାରିତ ଅଜୀବ ତତ୍ତ୍ଵ ପାଞ୍ଚୋଟି ଉପାଦାନକୁ ନେଇ ଗଠିତ । ସେଗୁଡ଼ିକ ହେଲା- ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ଗୁଦ୍‌ଗଳ । ‘ଧର୍ମ’ ଗତିର ନିୟମ ହିସାବରେ ପରିଗଣିତ ହୋଇଥିବାବେଳେ ଅଧର୍ମ ସ୍ଥାଣୁତ୍ଵକୁ ପରିଚାଳିତ କରାଏ । ‘କାଳ’ ନିୟନ୍ତ୍ରକ, ‘ଆକାଶ’ ଶୂନ୍ୟତାର ସମୟର କଲାବେଳେ ‘ଗୁଦ୍‌ଗଳ ବସ୍ତୁର ନିୟମ ନିର୍ଦ୍ଧାରଣ କରିଥାଏ ।

୧୧ । ବୁଦ୍ଧଦେବଙ୍କର ଦଶଶୀଳ ନୀତି ବିଷୟରେ ଲେଖ ।
Answer:
ଏକ ଶୁଦ୍ଧପୂତ ଏବଂ ନୀତିମୟ ଜୀବନଯାପନ ପାଇଁ ବୁଦ୍ଧଦେବ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକୁ ‘ଦଶଶୀଳ ନୀତି’ ନାମରେ ନାମିତ କରାଯାଇଥାଏ । ସେଗୁଡ଼ିକ ହେଲା- (୧) ଜୀବହିଂସା କରନାହିଁ, (୨) ଚୋରି କରନାହିଁ, (୩) ବ୍ୟଭିଚାର କରନାହିଁ, (୪) ମିଥ୍ୟା କୁହନାହିଁ, (୫) ମାଦକ ଦ୍ରବ୍ୟ ସେବନ କରନାହିଁ, (୬) ସୁକୋମଳ ଶଯ୍ୟାରେ ଶୟନ କରନାହିଁ, (୭) ନୃତ୍ୟ, ଗୀତ ଆଦି ଆମୋଦ ପ୍ରମୋଦ ପ୍ରତି ଆକୃଷ୍ଟ ହୁଅନାହିଁ, (୮) ଅସମୟରେ ଭୋଜନ କରନାହିଁ, (୯) ସୁବର୍ଷ ଆଦି ମୂଲ୍ୟବାନ୍ ବସ୍ତୁ ଗ୍ରହଣ କରନାହିଁ, (୧୦) ଅର୍ଥ ସଞ୍ଚୟ କରନାହିଁ । ଏହି ଦଶଶୀଳ ନୀତି ଅବଲମ୍ବନ କଲେ ମଣିଷ ଜୀବନ ନୀତିମୟ ହୋଇଥାଏ ଓ ସେ ସମସ୍ତ ସୁଗୁଣର ଅଧିକାରୀ ହୋଇଥାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୧୨ । ମହାଭିନିଷ୍କ୍ରମଣ କ’ଣ ?
Answer:
ଗୌତମ ମନୁଷ୍ୟ ଜୀବନରେ ଚାରିପ୍ରକାର ଦୃଶ୍ୟଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଦିନେ ଗୌତମ ଏକ ଜରାଗ୍ରସ୍ତ ବ୍ୟକ୍ତି, ବ୍ୟାଧୁଗ୍ରସ୍ତ ଶରୀର ଓ ଏକ ମଣିଷର ଶବ ଦେଖି ଉପଲବ୍‌ଧ୍ୱ କରିଥିଲେ ଯେ ପାର୍ଥିବ ଜୀବନ ଦୁଃଖପୂର୍ଣ୍ଣ । ଅନ୍ୟ ଏକ ଦିନ ସେ କପିଳବାୟୁର ରାଜପଥରେ ଏକ ପ୍ରଶାନ୍ତଚେତା ନିର୍ଲିପ୍ତି ସନ୍ୟାସୀଙ୍କ ଦିବ୍ୟମୂର୍ତ୍ତି ଅବଲୋକନ କରି ସେ ଚିନ୍ତା କଲେ ଯେ, ଦୁଃଖମୟ ସାଂସାରିକ ଜୀବନଠାରୁ ସନ୍ନ୍ୟାସ ଜୀବନଯାପନ କରିବା ହିଁ ଶ୍ରେଷ୍ଠ ମାର୍ଗ । ପରିଶେଷରେ ୨୯ ବର୍ଷ ବୟସରେ ଗୌତମ ନିଜର ନବଜାତ ପୁତ୍ର, ସୁନ୍ଦରୀ ସ୍ତ୍ରୀ ଓ କପିଳବାୟୁର ରାଜପ୍ରାସାଦ ପରିତ୍ୟାଗ କରି ସତ୍ୟର ଅନୁସନ୍ଧାନରେ ଗୃହତ୍ୟାଗ କରିଥିଲେ । ତାଙ୍କର ସାଂସାରିକ ଜୀବନ ପରିତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।

୧୩ । ବୌଦ୍ଧଧର୍ମ କାହିଁକି ବିଶେଷ ଲୋକପ୍ରିୟ ହୋଇପାରିଥିଲା ?
Answer:
ବୌଦ୍ଧଧର୍ମର ନୀତିଗୁଡ଼ିକ ଅତ୍ୟନ୍ତ ସରଳ ଓ ସହଜବୋଧ ଥିବାରୁ ଏହାକୁ ଗ୍ରହଣ କରିବାକୁ ଲୋକମାନେ ଆଗ୍ରହୀ ହେଉଥିଲେ । ବୌଦ୍ଧଧର୍ମରେ ବୈଦିକ ଯୁଗର ଜଟିଳ ଯାଗଯଜ୍ଞ ଇତ୍ୟାଦିର ସ୍ଥାନ ନଥିଲା । ସଂସ୍କୃତ ପରିବର୍ତ୍ତେ ଲୋକମାନେ ବୁଝିପାରୁଥିବା ସରଳ ଭାଷାରେ ବୁଦ୍ଧ ନିଜର ଧର୍ମବାଣୀ ପ୍ରଚାର କରିଥିଲେ । ଏହାଛଡ଼ା ଗୌତମ ବୁଦ୍ଧଙ୍କ ସରଳ ଏବଂ ନିରାଡ଼ମ୍ବର ଚରିତ୍ର ଲୋକମାନଙ୍କୁ ଆକର୍ଷିତ କରିଥିଲା । ବୌଦ୍ଧ ସଂଘଗୁଡ଼ିକ ଏହି ଧର୍ମକୁ ପ୍ରଚାର କରିବାପାଇଁ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସର୍ବୋପରି ବିମ୍ବିସାର, ଅଶୋକ, କନିଷ୍କ ଏବଂ ହର୍ଷବର୍ଦ୍ଧନ ଇତ୍ୟାଦି ସମ୍ରାଟଙ୍କ ପୃଷ୍ଠପୋଷକତା ଲାଭ କରି ବୌଦ୍ଧଧର୍ମ ବିଶେଷରୂପେ ପ୍ରଚାରିତ ଓ ପ୍ରସାରିତ ହୋଇପାରିଥିଲା ।

୧୪ । ଭାରତୀୟ ସଭ୍ୟତା ପ୍ରତି ବୌଦ୍ଧଧର୍ମର ଅବଦାନ କ’ଣ ଥିଲା ?
Answer:
ବୌଦ୍ଧଧର୍ମର ପ୍ରଭାବ ଭାରତୀୟ ସମାଜ, ଧର୍ମ, ସାହିତ୍ୟ, ଦର୍ଶନ ଏବଂ କଳା ଉପରେ ଅନୁଭୂତ ହୋଇଥିଲା । ବୁଦ୍ଧଙ୍କର ଜାତିଭେଦ ପ୍ରଥାର ବିରୋଧ ଏବଂ ଜଟିଳ ଯାଗଯଜ୍ଞ ଏବଂ ପଶୁବଳି ପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ ହିନ୍ଦୁଧର୍ମକୁ ବହୁ ପରିମାଣରେ ପ୍ରଭାବିତ କରିବା ସହିତ ହିନ୍ଦୁଧର୍ମରୁ ଏହି କୁସଂସ୍କାରଗୁଡ଼ିକ ଦୂରୀଭୂତ କରିବାରେ ସହାୟକ ହୋଇଥିଲା । ବୌଦ୍ଧଧର୍ମର ଅହିଂସା ନୀତିଦ୍ଵାରା ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ବୌଦ୍ଧଧର୍ମାବଲମ୍ବୀମାନେ ସାଧକ, ଅମରାବତୀ, ଗାନ୍ଧାର, ନାଳନ୍ଦା ପ୍ରଭୃତି ସ୍ଥାନରେ ସ୍ତୂପ ଓ ବୌଦ୍ଧମୂର୍ତ୍ତି ଆଦି ନିର୍ମାଣକରି ଭାରତୀୟ କଳା ଓ ସ୍ଥାପତ୍ୟକୁ ପରିପୁଷ୍ଟ କରିପାରିଥିଲେ । ବୁଦ୍ଧଙ୍କର ଜୀବନୀ ଓ ବାଣୀକୁ ପ୍ରାକୃତ ଭାଷାରେ ରଚନା କରାଯିବାରୁ ଆଞ୍ଚଳିକ ସାହିତ୍ୟର ଉନ୍ନତି ଘଟିଥିଲା । ନାଳନ୍ଦା, କନୌଜ, ବୁଦ୍ଧଗୟା, ତକ୍ଷଶିଳା ପ୍ରଭୃତି ସ୍ଥାନରେ ଥିବା ବୌଦ୍ଧମଠ ଓ ବିହାରଗୁଡ଼ିକ ଶିକ୍ଷାକେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଥିଲା । ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ଅନୁସରଣ କରି ବ୍ରାହ୍ମଣମାନେ ମନ୍ଦିର ଏବଂ ମଠ ଇତ୍ୟାଦି ନିର୍ମାଣ କରିଥିଲେ । ଏହିପରି ଭାବରେ ଭାରତୀୟ ସମାଜ, ଧର୍ମ, କଳା, ସ୍ଥାପତ୍ୟ ଇତ୍ୟାଦି ବୌଦ୍ଧଧର୍ମର ଦାନରେ ପରିପୁଷ୍ଟ ହୋଇପାରିଥିଲା ।

CHSE Odisha Class 12 History Chapter 4 Short Answer Questions in Odia Medium

୧୫ । ଭାରତୀୟ ସଭ୍ୟତା ପ୍ରତି ଜୈନଧର୍ମର ଅବଦାନମାନ ଉଲ୍ଲେଖ କର ।
Answer:
ଜୈନଧର୍ମରେ ଜାତିପ୍ରଥା, ଜଟିଳ ପୂଜାପଦ୍ଧତି ଓ ଯାଗଯଜ୍ଞ ଇତ୍ୟାଦିର ସ୍ଥାନ ନଥିବାରୁ ଏହା ଭାରତୀୟ ସଂସ୍କୃତିକୁ ବେଶ୍ ପ୍ରଭାବିତ କରିଥିଲା । ଜୈନ୍ୟ ସାଧୁସନ୍ଥମାନେ ସଂସ୍କୃତ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭାଷାରେ ଜୈନଧର୍ମ ଓ ଦର୍ଶନ ସମ୍ବନ୍ଧରେ ଅନେକ ପୁସ୍ତକ ରଚନା କରିବାଦ୍ଵାରା ଭାରତୀୟ ସାହିତ୍ୟ ସମୃଦ୍ଧ ହୋଇପାରିଥିଲା । ଜୈନ ସନ୍ନ୍ୟାସୀମାନଙ୍କଦ୍ଵାରା ପ୍ରତିଷ୍ଠିତ ଧର୍ମାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ କାଳରେ ଶିକ୍ଷା ଓ ଦର୍ଶନର ପୀଠସ୍ଥଳୀ ରୂପେ କାର୍ଯ୍ୟ କରିଥିଲା । ଜୈନଧର୍ମାବଲମ୍ବୀମାନଙ୍କର ଅହିଂସା ଓ ନୀତିମୟ ଆଦର୍ଶ ଜୀବନ ଭାରତୀୟମାନଙ୍କର ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା । ଖଜୁରାହୋର ଜୈନ ଭାସ୍କର୍ଯ୍ୟ, ଦକ୍ଷିଣ ବାଙ୍ଗାଲୋରର ଜୈନମନ୍ଦିର ଏବଂ ଭୁବନେଶ୍ଵରରେ ଥିବା ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ଭାରତୀୟ କଳା ଏବଂ ସ୍ଥାପତ୍ୟକୁ ବହୁ ମାତ୍ରାରେ ସମୃଦ୍ଧ କରିପାରିଥିଲା ।

୧୬ । ବୌଦ୍ଧଧର୍ମ ଏବଂ ଜୈନଧର୍ମ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟଗୁଡ଼ିକ ସଂକ୍ଷେପରେ ଦର୍ଶାଅ ।
Answer:
ଉଭୟ ବୌଦ୍ଧ ଓ ଜୈନଧର୍ମ ବୈଦିକ ଧର୍ମର ଜଟିଳ ପୂଜାପଦ୍ଧତି, ପୁରୋହିତ ଶ୍ରେଣୀର ପ୍ରାଧାନ୍ୟ, ବୈଦିକ ସମାଜର ଜାତିପ୍ରଥା ପ୍ରଭୃତି କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଉଭୟ ଧର୍ମ ଅହିଂସା ନୀତି, କର୍ମଫଳ, ପୁନର୍ଜନ୍ମ ଏବଂ ଶେଷରେ ମୋକ୍ଷ ବା ନିର୍ବାଣ ପ୍ରଭୃତି ମତବାଦ ଉପରେ ବିଶ୍ଵାସ କରୁଥିଲେ । ଉଭୟ ଧର୍ମ ସଂସ୍କୃତ ଭାଷା ପରିବର୍ତ୍ତେ ଜନସାଧାରଣଙ୍କର କଥିତ ଭାଷା (ପ୍ରାକୃତ ଓ ପାଲୀ) ପ୍ରଚାରର ମାଧ୍ୟମରୂପେ ଗ୍ରହଣ କରିଥିଲେ । ଏସବୁ ସତ୍ତ୍ଵେ ଉଭୟ ଧର୍ମ ମଧ୍ଯରେ କେତେକ ମୌଳିକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ନିର୍ବାଣପ୍ରାପ୍ତି ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ମୋକ୍ଷ ପ୍ରାପ୍ତି ପାଇଁ ଜୈନମାନେ ତ୍ରିରନୁ ଉପରେ ବିଶ୍ଵାସ କଲାବେଳେ ବୌଦ୍ଧମାନେ ଅଷ୍ଟାଙ୍ଗ ମାର୍ଗରେ ବିଶ୍ଵାସ କରୁଥିଲେ । ବୌଦ୍ଧଧର୍ମ ପାଳନ ପାଇଁ ସଂସାର ତ୍ୟାଗ କରି ସନ୍ନ୍ୟାସ ବ୍ରତ ଗ୍ରହଣ କରିବାର ବିଶେଷ ଆବଶ୍ୟକତା ନ ଥିଲା । ମାତ୍ର ଜୈନଧର୍ମ ପାଳନ କରିବାପାଇଁ କଠୋର ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବାର ଆବଶ୍ୟକତା ଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ Objective Questions.

CHSE Odisha 12th Class History Chapter 4 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କିଏ ତ୍ରୟୋବିଂଶ ତୀର୍ଥଙ୍କରଭାବେ ପ୍ରସିଦ୍ଧିଲାଭ କରିଥିଲେ ?
(କ) ଋଷଭନାଥ
(ଖ) ନେମିନାଥ
(ଗ) ପାର୍ଶ୍ଵ ନାଥ
(ଘ) ମହାବୀର
Answer:
(ଗ) ପାର୍ଶ୍ଵନାଥ

୨ । “ଚତୁର୍ଯ୍ୟାମ ଧର୍ମ”? କିଏ ପ୍ରଚାର କରିଥିଲେ ?
(କ) ପାର୍ଶ୍ଵନାଥ
(ଖ) ନେମିନାଥ
(ଗ) ଋଷଭନାଥ
(ଘ) ମହାବୀର
Answer:
(କ) ପାର୍ଶ୍ଵନାଥ

CHSE Odisha Class 12 History Chapter 4 Objective Questions in Odia Medium

୩ । ଜୈନଧର୍ମର ୨୪ତମ ବା ଶେଷ ପ୍ରଚାରକ କିଏ ଥିଲେ ?
(କ) ଋଷଭନାଥ
(ଖ) ମହାବୀର
(ଗ) ନେମିନାଥ
(ଘ) ପାର୍ଶ୍ଵନାଥ
Answer:
(ଖ) ମହାବୀର

୪ । କେଉଁ ସ୍ଥାନରେ ମହାବୀର ଜନ୍ମଗ୍ରହଣ କରିଥିଲେ ?
(କ) କପିଳବାସ୍ତୁ
(ଖ) କୁନ୍ଦଗ୍ରାମ
(ଗ) ଜୁମ୍ଭିକଗ୍ରାମ
(ଘ) ରାଜଗୃହ
Answer:
(ଖ) କୁନ୍ଦଗ୍ରାମ

୫ । କେଉଁଠାରେ ମହାବୀର ଦେହତ୍ୟାଗ କରିଥିଲେ ?
(କ) କୁଶୀନରା
(ଖ) ବୈଶାଳୀ
(ଗ) ପାବା
(ଘ) ରାଜଗୃହ
Answer:
(ଗ) ପାବା

୬ । ମହାବୀର କେଉଁଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) କୁନ୍ଦଗ୍ରାମ
(ଖ) ଜୁମ୍ଭିକଗ୍ରାମ
(ଗ) ବୈଶାଳୀ
(ଘ) ଗୟା
Answer:
(ଖ) ଜୁମ୍ଭିକଗ୍ରାମ

୭ | କିଏ ମହାବୀରଙ୍କ ପିତା ଥିଲେ ?
(କ) ସିଦ୍ଧାର୍ଥ
(ଖ) ପାର୍ଶ୍ଵନାଥ
(ଗ) ଋଷଭନାଥ
(ଘ) ଭଦ୍ରବାହୁ
Answer:
(କ) ସିଦ୍ଧାର୍ଥ

CHSE Odisha Class 12 History Chapter 4 Objective Questions in Odia Medium

୮ । କେବେ ମହାବୀର ଦେହତ୍ୟାଗ କରିଥିଲେ ?
(କ) ଖ୍ରୀ.ପୂ. ୪୬୪
(ଖ) ଖ୍ରୀ.ପୂ. ୪୬୫
(ଗ) ଖ୍ରୀ.ପୂ. ୪୬୬
(ଘ) ଖ୍ରୀ.ପୂ. ୪୬୮
Answer:
(ଘ) ଖ୍ରୀ.ପୂ. ୪୬୮

୯। ମହାବୀର କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ?
(କ) ଶାକ୍ୟ
(ଖ) ଜ୍ଞାତ୍ରିକ
(ଗ) ଈୟାକୁ
(ଘ) ମୋରୀୟ
Answer:
(ଖ) ଜ୍ଞାତ୍ରିକ

୧୦ । ଓଡ଼ିଶାର କେଉଁ ସମ୍ରାଟ ଜୈନଧର୍ମର ପୃଷ୍ଠପୋଷକ ଥିଲେ ?
(କ) ଅଶୋକ
(ଖ) ଖାରବେଳ
(ଗ) ମୁକୁନ୍ଦଦେବ
(ଘ) ପ୍ରତାପରୁଦ୍ରଦେବ
Answer:
(ଖ) ଖାରବେଳ

୧୧। ଗୌତମ ବୁଦ୍ଧ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(କ) କପିଳବାୟୁର ଲୁମ୍ବିନୀ ଉଦ୍ୟାନ
(ଖ) ବୈଶାଳୀ
(ଗ) ରାଜଗୃହ
(ଘ) ଊରୁବିଲ୍ବ
Answer:
(କ) କପିଳବାସ୍ତୁର ଲୁମ୍ବିନୀ ଉଦ୍ୟାନ

୧୨। କେବେ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ?
(କ) ଖ୍ରୀ.ପୂ. ୫୪୦
(ଖ) ଖ୍ରୀ.ପୂ. ୪୬୮
(ଗ) ଖ୍ରୀ.ପୂ. ୫୬୬
(ଘ) ଖ୍ରୀ.ପୂ. ୪୮୬
Answer:
(ଗ) ଖ୍ରୀ.ପୂ. ୫୬୬

CHSE Odisha Class 12 History Chapter 4 Objective Questions in Odia Medium

୧୩। ବୁଦ୍ଧ କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ?
(କ) ଜ୍ଞାତ୍ରିକ
(ଖ) ଶାକ୍ୟ
(ଗ) ଈକ୍ଷ୍ମାକୁ
(ଘ) ମୋରୀୟ
Answer:
(ଖ) ଶାକ୍ୟ

୧୪। କେଉଁଠାରେ ବୁଦ୍ଧ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) ରାଜଗୃହ
(ଖ) ବୈଶାଳୀ
(ଗ) କପିଳବାସ୍ତୁ
(ଘ) ବୁଦ୍ଧଗୟା
Answer:
(ଘ) ବୁଦ୍ଧଗୟା

୧୫। କେଉଁଠାରେ ବୁଦ୍ଧ ପ୍ରଥମେ ତାଙ୍କଦ୍ୱାରା ଆବିଷ୍କୃତ ସତ୍ୟକୁ ପ୍ରଚାର କରିଥିଲେ ?
(କ) ସାରନାଥ
(ଖ) ଗୟା
(ଗ) ଉରୁବିଲ୍ବ
(ଘ) କୁଶୀନରା
Answer:
(କ) ସାରନାଥ

୧୬। ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ ଲେଖ ।
(କ) ତ୍ରିପିଟକ
(ଖ) ଅଙ୍ଗ
(ଗ) ଉପାଙ୍ଗ
(ଘ) କଳ୍ପସୂତ୍ର
Answer:
(କ) ତ୍ରିପିଟକ

୧୭ । କେବେ ବୁଦ୍ଧ ଦେହତ୍ୟାଗ କରିଥିଲେ ?
(କ) ଖ୍ରୀ.ପୂ. ୫୪୦
(ଖ) ଖ୍ରୀ.ପୂ. ୫୬୬
(ଗ) ଖ୍ରୀ.ପୂ. ୪୮୬
(ଘ) ଖ୍ରୀ.ପୂ. ୪୬୮
Answer:
(ଗ) ଖ୍ରୀ.ପୂ. ୪୮୬

୧୮। କେଉଁ ସ୍ଥାନରେ ବୁଦ୍ଧଙ୍କ ନିର୍ବାଣପ୍ରାପ୍ତି ହୋଇଥିଲା ?
(କ) ପାବା
(ଖ) କୁଶୀନଗର
(ଗ) ସାରନାଥ
(ଘ) ବୋଧଗୟା
Answer:
(ଖ) କୁଶୀନଗର

CHSE Odisha Class 12 History Chapter 4 Objective Questions in Odia Medium

୧୯। ପ୍ରଥମ ବୌଦ୍ଧ ସମ୍ମିଳନୀ ଖ୍ରୀପୂ. ୪୮୬ରେ ମଗଧର ରାଜଧାନୀ ରାଜଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କିଏ ସଭାପତିତ୍ୱ କରିଥିଲେ ?
(କ) ଅଜାତଶତ୍ରୁ
(ଖ) ମହାକାଶ୍ୟପ
(ଗ) ହୁଏନ୍‌ସାଂ
(ଘ) ସାରୀପୁତ୍ତ
Answer:
(ଖ) ମହାକାଶ୍ୟପ

୨୦ । ଦ୍ଵିତୀୟ ବୌଦ୍ଧ ସମ୍ମିଳନୀ ଖ୍ରୀ.ପୂ. ୩୮୭ରେ କାଳାଶୋକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ କେଉଁଠାରେ ବସିଥିଲା ?
(କ) ରାଜଗୃହ
(ଖ) ବୈଶାଳୀ
(ଗ) ପାଟଳୀପୁତ୍ର
(ଘ) କୁଣ୍ତଳବନବିହାର
Answer:
(ଖ) ବୈଶାଳୀ

୨୧। ଖ୍ରୀ.ପୂ. ୨୫୦ରେ ଅଶୋକଙ୍କ ରାଜତ୍ଵ କାଳରେ ତୃତୀୟ ବୌଦ୍ଧ ସମ୍ମିଳନୀ ପାଟଳୀପୁତ୍ରଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କିଏ ସଭାପତିତ୍ୱ କରିଥିଲେ ?
(କ) ମୋଗଲିପୁରତିସ୍‌
(ଖ) ବସୁମିତ୍ର
(ଗ) ଅଶ୍ଵଘୋଷ
(ଘ) ସାରୀପୁତ୍ତ
Answer:
(କ) ମୋଗଲିପୁଭୃତିସ୍‌

୨୨। ବସୁମିତ୍ରଙ୍କ ସଭାପତିତ୍ୱରେ ଏବଂ କନିଷ୍କଙ୍କ ତତ୍ତ୍ୱାବଧାନରେ କାଶ୍ମୀରର କୁଣ୍ଡଳବନବିହାରଠାରେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲା । ଏହି ସମ୍ମିଳନୀରେ କିଏ ଉପସଭାପତି ପଦ ମଣ୍ଡନ କରିଥିଲେ ?
(କ) କାଳାଶୋକ
(ଖ) ଅଶୋକ
(ଗ) କନିଷ୍ଠ
(ଘ) ଅଶ୍ଵଘୋଷ
Answer:
(ଘ) ଅଶ୍ଵଘୋଷ

୨୩। କାହାକୁ ଜୈନଧର୍ମର ପ୍ରଥମ ତୀର୍ଥଙ୍କର ଭାବେ ବର୍ଣ୍ଣନା କରାଯାଇଛି ?
(କ) ବର୍ଦ୍ଧମାନ ମହାବୀର
(ଖ) ପାର୍ଶ୍ଵନାଥ
(ଗ) ଋଷଭନାଥ
(ଘ) ଭଦ୍ରବାହୁ
Answer:
(ଗ) ଋଷଭନାଥ

CHSE Odisha Class 12 History Chapter 4 Objective Questions in Odia Medium

୨୪। କିଏ ‘ନଟପୁତ୍ର’ ନାମର କଥୁତ ହୋଇଥିଲେ ?
(କ) ବର୍ଦ୍ଧମାନ ମହାବୀର
(ଖ) ସିଦ୍ଧାର୍ଥ
(ଗ) ଗୌତମ
(ଘ) ପାର୍ଶ୍ଵନାଥ
Answer:
(କ) ବର୍ଦ୍ଧମାନ ମହାବୀର

୨୫। ଗୌତମ ବୁଦ୍ଧଙ୍କ ଜୀବନକାଳରେ କେଉଁ ରାଜା ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ?
(କ) ବିମ୍ବିସାର
(ଖ) ଅଶୋକ
(ଗ) କନିଷ୍କ
(ଘ) ଖାରବେଳ
Answer:
(କ) ବିମ୍ବିସାର

୨୬। ଜ୍ଞାନ ପ୍ରାପ୍ତି ପରେ କେତେ ବର୍ଷ କାଳ ବୁଦ୍ଧ ନିଜର ମତ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ?
(କ) ୪୦
(ଖ) ୪୫
(ଗ) ୫୦
(ଘ) ୫୫
Answer:
(ଖ) ୪୫

୨୭। ବୌଦ୍ଧଧର୍ମର ସର୍ବଶ୍ରେଷ୍ଠ ପୃଷ୍ଠପୋଷକ ଭାବେ କାହାକୁ ବିଚାର କରାଯାଏ ?
(କ) ହର୍ଷବର୍ଦ୍ଧନ
(ଖ) କନିଷ୍କ
(ଗ) ଅଶୋକ
(ଘ) ଖାରବେଳ
Answer:
(ଗ) ଅଶୋକ

୨୮। କାହା ରାଜତ୍ଵ ସମୟରେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(କ) ଅଜାତଶତ୍ରୁ
(ଖ) ଅଶୋକ
(ଗ) କନିଷ୍ଠ
(ଘ) ଖାରବେଳ
Answer:
(ଗ) କନିଷ୍କ

CHSE Odisha Class 12 History Chapter 4 Objective Questions in Odia Medium

୨୯। ମହାବୀର କେଉଁ ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) ଋଜ୍ଜୁପାଳିକା
(ଖ) ନିରଞ୍ଜନା
(ଗ) ଗଙ୍ଗା
(ଘ) କୁଶୀନଗର
Answer:
(କ) ରଜ୍ଜୁପାଳିକା

୩୦। ନିମ୍ନଲିଖତ ମଧ୍ୟରୁ ଜୈନଧର୍ମର କେଉଁଟି ଏକ ଗ୍ରନ୍ଥ ?
(କ) କଳ୍ପସୂତ୍ର
(ଖ) ତ୍ରିପିଟକ
(ଗ) ସଂହିତା
(ଘ) ବଜ୍ରସୂଚୀ
Answer:
(କ) କଳ୍ପସୂତ୍

୩୧। ଗୋମତେଶ୍ଵର ବାହୁବଳୀ ମୂର୍ତ୍ତି କେଉଁଠାରେ ଦେଖାଯାଏ ?
(କ) ଶ୍ରବଣବେଲଗୋଲା
(ଖ) ପାବା
(ଗ) ମାଉଣ୍ଟ ଆବୁ
(ଘ) ଖଣ୍ଡଗିରି
Answer:
(କ) ଶ୍ରବଣବେଲଗୋଲା

୩୨। କାହାକୁ ‘ଏସିଆର ଆଲୋକ’ କୁହାଯାଏ ?
(କ) ମହାବୀର
(ଖ) ଗୌତମବୁଦ୍ଧ
(ଗ) ଶଙ୍କରାଚାର୍ଯ୍ୟ
(ଘ) ନିମ୍ବ।ର୍କ
Answer:
(ଖ) ଗୌତମବୁଦ୍ଧ

୩୩। କାହାକୁ ‘ଭାରତୀୟ ଲୁଥର’ କୁହାଯାଏ ?
(କ) ବୁଦ୍ଧଦେବ
(ଖ) ମହାବୀର
(ଗ) ଶଙ୍କର
(ଘ) ନିମ୍ବ।ର୍କ
Answer:
(କ) ବୁଦ୍ଧଦେବ

CHSE Odisha Class 12 History Chapter 4 Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧। _________ ଙ୍କୁ ପ୍ରଥମ ଜୈନ ତୀର୍ଥଙ୍କର ରୂପେ ବିଶ୍ଵାସ କରାଯାଏ ।
Answer:
ଋଷଭନାଥ

୨ । ___________ ଙ୍କୁ ତ୍ରୟୋବିଂଶ ତୀର୍ଥଙ୍କର ରୂପେ ବିଶ୍ଵାସ କରାଯାଏ ।
Answer:
ପାର୍ଶ୍ଵନାଥ

୩ । ମହାବୀର________ ରେ ମୃତ୍ୟୁବରଣ କରିଥିଲେ ।
Answer:
ଖ୍ରୀ.ପୂ. ୪୬୮

୪। ମହାବୀରଙ୍କର ମାତା ତ୍ରିଶଳା ____________ ବଂଶର ଥିଲେ ।
Answer:
ଲଚ୍ଛାବୀ

୫। ନାଳଦାରେ ମହାବୀର ___________ ନାମକ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ ।
Answer:
ଗୋଶାଳ ମାଲୀପୁତ୍ର

CHSE Odisha Class 12 History Chapter 4 Objective Questions in Odia Medium

୬ | _____________ ନଦୀକୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ ।
Answer:
ଋଜୁପାଳିକା

୭ । ମହାବୀର ଜୈନ _______ ରେ ଜନ୍ମଗ୍ରହଣ କରିଥିଲେ ।
Answer:
ଖ୍ରୀ.ପୂ. ୫୪୦

୮ । କଳିଙ୍ଗର ସମ୍ର।ଟ _________ ଥିଲେ ଜୈନଧର୍ମର ପ୍ରଧାନ ପୃଷ୍ଠପୋଷକ ।
Answer:
ଖାରବେଳ

୯। ପାର୍ଶ୍ଵନାଥ ତପସ୍ୟାରେ ଉପବିଷ୍ଟ ହୋଇ _________ ପ୍ରାପ୍ତ ହେଲେ ।
Answer:
କୈବଲ୍ୟ

୧୦। ସଂସାରର ବନ୍ଧନକୁ ଛିନ୍ନ କରିଥିବାରୁ ବର୍ତ୍ତମାନ ମହାବୀର __________ ନାମରେ ପରିଚିତ ହେଲେ ।
Answer:
ନିର୍ଗଛ

୧୧। ଅଶୀ ବର୍ଷ ବୟସରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଦିନ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର __________ ଠାରେ ଖ୍ରୀ.ପୂ. ________ ରେ ବୁଦ୍ଧଙ୍କର ନିର୍ବାଣ ହୋଇଥିଲା ।
Answer:
କୁଶୀନଗର, ୪୮୬

CHSE Odisha Class 12 History Chapter 4 Objective Questions in Odia Medium

୧୨। ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ଜୈନ ସନ୍ନ୍ୟାସୀ _________ ଅନେକ ଜୈନ ସନ୍ୟାସୀ ଓ ଚନ୍ଦ୍ରଗୁପ୍ତଙ୍କୁ ନେଇ ସୁଦୂର ଦକ୍ଷିଣରେ ଜୈନଧର୍ମ ପ୍ରଚାର କରିଥିଲେ ।
Answer:
ଭଦ୍ରବାହୁ

୧୩। ଜୈନଗ୍ରନ୍ଥଗୁଡ଼ିକ __________ ଭାଷାରେ ଲିଖୁତ ହେବାଦ୍ଵାରା ସାଧାରଣ ଲୋକେ ଜୈନଧର୍ମକୁ ସହଜରେ ବୁଝିପାରୁଥିଲେ ।
Answer:
ଅର୍ଦ୍ଧମାଗଧ

୧୪ । ଜୈନମାନେ __________ ଭାଷାରେ ସେମାନଙ୍କର ଧର୍ମର ପ୍ରଚାର କରୁଥିଲେ ।
Answer:
ପ୍ରାକୃତ

୧୫। ରାଜସ୍ଥାନର _________ ପର୍ବତରେ ଥିବା ଜୈନ ମାର୍ବଲ ମନ୍ଦିରଗୁଡ଼ିକ ଉତ୍କୃଷ୍ଟ କଳାର ନିଦର୍ଶନ ।
Answer:
ମାଉଣ୍ଟଆବୁ

୧୬ । ଶ୍ଵେତାମ୍ବର ଓ ଦିଗମ୍ବର ________ ଧର୍ମର ଦୁଇଟି ଗୋଷ୍ଠୀ ଅଟେ ।
Answer:
ଜୈନ

୧୭। ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ଭଗ୍ନାବଶେଷ __________ କଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।
Answer:
ଜୈନ

୧୮ । ଖ୍ରୀ.ପୂ. ୫୧୨ରେ ବଲ୍ଲଭୀଠାରେ ___________ ଙ୍କ ସଭାପତିତ୍ୱରେ ଜୈନ ସମ୍ମିଳନୀ ଆହୂତ ହୋଇଥିଲା ।
Answer:
ନାଗାର୍ଜୁନ

CHSE Odisha Class 12 History Chapter 4 Objective Questions in Odia Medium

୧୯। ଶାକ୍ୟ ବଂଶରେ ଜନ୍ମ ହୋଇଥିବାରୁ ସିଦ୍ଧାର୍ଥଙ୍କୁ __________ କୁହାଯାଉଥିଲା ।
Answer:
ଶାକ୍ୟସିଂହ

୨୦। ସର୍ବସାଧାରଣଙ୍କ ମଧ୍ୟରେ ବୌଦ୍ଧଧର୍ମକୁ __________ ଭାଷାରେ ପ୍ରଚାର କରାଯାଇଥିଲା ।
Answer:
ପ୍ରାକୃତ

୨୧। ବୁଦ୍ଧଙ୍କୁ _________ ରୂପେ ବିଦିତ କରଯାଏ ।
Answer:
ଭାରତୀୟ ଲୁଥର

୨୨। ପୁତ୍ରଟିଏ ଜନ୍ମ ପରେ ପରେ ସତ୍ୟର ସନ୍ଧାନ ନିମିତ୍ତ ଗୌତମ ବୁଦ୍ଧ ସଂସାର ତ୍ୟାଗ କରିଥିଲେ । ଏହାକୁ _________ କୁହାଯାଏ ।
Answer:
ମହାଭିନିଷ୍କ୍ରମଣ

୨୩ । _________ ପିଟକରେ ବୌଦ୍ଧଧର୍ମର ଅନ୍ତର୍ନିହିତ ଦର୍ଶନଗୁଡ଼ିକୁ ବ୍ୟାଖ୍ୟା କରାଯାଉଛି ।
Answer:
ଅଭିଧର୍ମ

୨୪। ବୁଦ୍ଧଦେବ ମୁମୂର୍ଷୁ ଅବସ୍ଥାରେ _________ ନାମ୍ନୀ ଜଣେ ଗ୍ରାମବାଳିକାଠାରୁ ଖାଦ୍ୟ ଆହରଣ କରିଥିଲେ ।
Answer:
ସୁଜାତା

୨୫। ଅଶ୍ଵତ୍‌ଥ ବୃକ୍ଷଟି ବୁଦ୍ଧଦେବ ଦିବ୍ୟଜ୍ଞାନ ଲାଭ କରିବାପରେ _________ ନାମରେ ପରିଚିତ ହୋଇଥିଲା ।
Answer:
ବୋଧଦ୍ରୁମ

CHSE Odisha Class 12 History Chapter 4 Objective Questions in Odia Medium

୨୬। ଗଣିକା ଅମ୍ବାପାଲୀ ________ ଧର୍ମ ଗ୍ରହଣ କରିଥିଲେ ।
Answer:
ବୌଦ୍ଧଧର୍ମ

୨୭। ବୁଦ୍ଧଦେବଙ୍କର ମୃତ୍ୟୁକୁ ବୌଦ୍ଧଗ୍ରନ୍ଥରେ ___________ ନାମରେ ନାମିତ କରାଯାଇଛି ।
Answer:
ମହାପରିନିର୍ବାଣ

୨୮। ବୌଦ୍ଧଶାସ୍ତ୍ର ଅନୁଯାୟୀ, ସ୍ଵାର୍ଥଜନିତ କାମନାକୁ ସମ୍ପୂର୍ଣ୍ଣ ଦୂରୀଭୂତ କରିବାଦ୍ଵାରା ଯେଉଁ ଅନିର୍ବଚନୀୟ ଆନନ୍ଦ ମିଳିଥାଏ ତାହା ହିଁ _________ ଅଟେ ।
Answer:
ନିର୍ବାଣ

୨୯। ଜୈନଧର୍ମର ପ୍ରତିଷ୍ଠାତା ମହାବୀରଙ୍କ ବାଲ୍ୟନାମ ________ ଥିଲା ।
Answer:
ବର୍ତ୍ତମାନ

୩୦। ଗୌତମ ବୁଦ୍ଧ _________ ଠାରେ ତାଙ୍କର ପ୍ରଥମ ଧର୍ମବାଣୀ ପ୍ରଚାର କରିଥିଲେ ।
Answer:
ସାରନାଥ

୩୧ । ଗୌତମ ବୁଦ୍ଧଙ୍କ ମତରେ ସକଳ ଦୁଃଖର କାରଣ ହେଲା _________ ।
Answer:
କାମନା

୩୨ । ହୀନଯାନ ଓ ମହାଯାନ ________ ଧର୍ମର ଦୁଇଟି ଗୋଷ୍ଠୀ ।
Answer:
ବୌଦ୍ଧ

CHSE Odisha Class 12 History Chapter 4 Objective Questions in Odia Medium

୩୩। ତ୍ରିପିଟକ ________ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ଅଟେ ।
Answer:
ବୌଦ୍ଧ

୩୪। ତ୍ରିପିଟକ ତିନୋଟି ବିଭାଗରେ ବିଭକ୍ତ, ଯଥା ସୂତ୍ରପିଟକ, _________ ପିଟକ ଓ ଅଭିଧର୍ମପିଟକ ।
Answer:
ବିନୟ

୩୫। ଅଶୋକଙ୍କଦ୍ଵାରା ଆହୂତ ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ଥିଲେ _________ ।
Answer:
ମୋଗଲିପୁଭତିସ୍‌

୩୬। ଓଡ଼ିଶାର ରନ୍‌ଗିରି ଓ ଲଳିତଗିରିର ଭଗ୍ନାବଶେଷ _________ କଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।
Answer:
ବୌଦ୍ଧ

୩୭ । ଅଜନ୍ତା ଓ ଏଲୋରାରେ ଥିବା କୀର୍ତ୍ତିମାନ __________ କଳାର ନିଖୁଣ ନିଦର୍ଶନ ।
Answer:
ବୌଦ୍ଧ

୩୮। କନିଷ୍କଙ୍କ ରାଜଧାନୀ _______ ଠାରେ ଏକ ପ୍ରକାଣ୍ଡ ଚୈତ୍ୟ ନିର୍ମାଣ ହୋଇଥିବାର ଚୀନ୍ ଦେଶର ବର୍ଣ୍ଣନାରୁ ମିଳିଥାଏ ।
Answer:
ପୁରୁଷପୁର

୩୯ । _________ ବୌଦ୍ଧ ସମ୍ମିଳନୀରେ ବୌଦ୍ଧଧର୍ମକୁ ବ୍ୟାଖ୍ୟା କରି ଏହା ଉପରେ ‘ମହାବିଭାଷା’ ନାମକ ଏକ ଟୀକା ପ୍ରସ୍ତୁତ କରାଯାଇଥିଲା ।
Answer:
ଚତୁର୍ଥ

୪୦| _________ ପିଟକରେ ବୌଦ୍ଧଧର୍ମର ବାଣୀ ଓ ଉପଦେଶ ସଂକଳିତ ହୋଇଛି ।
Answer:
ସୂତ୍ର

CHSE Odisha Class 12 History Chapter 4 Objective Questions in Odia Medium

୪୧। _________ ପିଟକରେ ବୌଦ୍ଧଭିକ୍ଷୁମାନଙ୍କର କର୍ତ୍ତବ୍ୟ ଓ ବୌଦ୍ଧସଂଘର ପରିଚାଳନାର ନିୟମମାନ ରହିଛି ।
Answer:
ବିନୟ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ବୁଦ୍ଧଙ୍କ ମତ ଅନୁସାରେ ନିର୍ବାଣ ପ୍ରାପ୍ତିର ନିଶ୍ଚିତ ମାର୍ଗ କ’ଣ ?
Answer:
‘ବୁଦ୍ଧଙ୍କ ମତ ଅନୁସାରେ ଅଷ୍ଟାଙ୍ଗ ମାର୍ଗ ହେଉଛି ନିର୍ବାଣ ପ୍ରାପ୍ତିର ନିଶ୍ଚିତ ମାର୍ଗ ।

୨ । ମହାବୀର କେଉଁଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
Answer:
ଜୁମ୍ଭିକ ଗ୍ରାମ ନିକଟରେ ପ୍ରବାହିତ ଋଜୁପାଳିକା ନଦୀତଟସ୍ଥ ଏକ ଶାଳବୃକ୍ଷ ମୂଳରେ ମହାବୀର ଦିବ୍ୟଜ୍ଞାନ ଲାଭ କରିଥିଲେ ।

୩। ତୀର୍ଥଙ୍କର ଅର୍ଥ କ’ଣ ?
Answer:
ତୀର୍ଥଙ୍କର ଅର୍ଥ ହେଉଛି ଧର୍ମପ୍ରଚାରକ ବା ପ୍ରବର୍ତ୍ତକ ।

୪। ଭଦ୍ରକ କିଏ ?
Answer:
ଗୌତମବୁଦ୍ଧ ପ୍ରଥମେ ରାଜଗୃହଠାରେ ଉଦ୍ରକଙ୍କ ନିକଟରୁ ଜ୍ଞାନ ଆହରଣ କରିଥିଲେ ।

CHSE Odisha Class 12 History Chapter 4 Objective Questions in Odia Medium

୫। ବୁଦ୍ଧଦେବ ଜନ୍ମ ନେଇଥିବା ରାଜବଂଶର ନାମ କ’ଣ ?
Answer:
ବୁଦ୍ଧଦେବ ଶାକ୍ୟ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ।

୬ | ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିବା ଦୁଇଜଣ ସମ୍ରାଟଙ୍କ ନାମ ଲେଖ ।
Answer:
ମୌର୍ଯ୍ୟ ସମ୍ରାଟ ଅଶୋକ ଏବଂ କୁଶାଣ ସମ୍ରାଟ କନିଷ୍କ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ।

୭ | ମହାବୀର କେବେ ଓ କେଉଁଠାରେ ଇହଲୀଳା ସମ୍ବରଣ କରିଥିଲେ ?
Answer:
ମହାବୀର ଖ୍ରୀ.ପୂ. ୪୬୮ରେ ପାବାଠାରେ ଇହଲୀଳା ସମ୍ବରଣ କରିଥିଲେ ।

୮ । ‘ମହାଭିନିଷ୍କ୍ରମଣ’ କହିଲେ କ’ଣ ବୁଝ ?
Answer:
ଗୌତମ ବୁଦ୍ଧ ସତ୍ୟର ସନ୍ଧାନ ପାଇଁ ୨୯ ବର୍ଷ ବୟସରେ ଗୃହତ୍ୟାଗ କରିବା ଘଟଣାକୁ ‘ମହାଭିନିଷ୍କ୍ରମଣ’ କୁହାଯାଏ ।

୯ । ଗୌତମ ବୁଦ୍ଧଙ୍କ ପୁତ୍ରର ନାମ କ’ଣ ଥିଲା ?
Answer:
ଗୌତମ ବୁଦ୍ଧଙ୍କ ପୁତ୍ରର ନାମ ରାହୁଳ ଥିଲା ।

୧୦। ଧର୍ମଚକ୍ର ପ୍ରବର୍ତ୍ତନ କ’ଣ ?
Answer:
ଗୌତମ ବୁଦ୍ଧ ସାରନାଥର ମୃଗବିହାରଠାରେ ପାଞ୍ଚଜଣ ବ୍ରାହ୍ମଣଙ୍କୁ ପ୍ରଥମ ଧର୍ମବାଣୀ ପ୍ରଦାନକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ ।

CHSE Odisha Class 12 History Chapter 4 Objective Questions in Odia Medium

୧୧। ବୌଦ୍ଧ ଧର୍ମାବଲମ୍ବୀମାନେ କେତୋଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ?
Answer:
ବୌଦ୍ଧଧର୍ମାବଲମ୍ବୀମାନେ ହୀନଯାନ ଓ ମହାଯାନ ନାମରେ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।

୧୨। ବୌଦ୍ଧଧର୍ମର ତ୍ରିରନ୍ କ’ଣ ?
Answer:
ବୁଦ୍ଧ, ଧର୍ମ ଓ ସଂଘକୁ ବୌଦ୍ଧଧର୍ମର ତ୍ରିରନୁ କୁହାଯାଏ ।

୧୩। ଓଡ଼ିଶାର କେଉଁଠାରେ ବୌଦ୍ଧଧର୍ମର କୀର୍ତ୍ତି ରହିଛି ?
Answer:
ଓଡ଼ିଶାର ଧଉଳିଗିରି, ଲଳିତଗିରି ଓ ରଗିରିଠାରେ ବୌଦ୍ଧ କୀର୍ତ୍ତି ରହିଛି ।

୧୪। ଖଣ୍ଡଗିରି ଓ ଉଦୟଗିରି କେଉଁ ଧର୍ମର କୀର୍ତ୍ତି ବହନ କରିଛି ?
Answer:
ଖଣ୍ଡଗିରି ଓ ଉଦୟଗିରି ଜୈନଧର୍ମର କୀର୍ତ୍ତି ବହନ କରିଛି ।

୧୫। କେଉଁଠାରେ ବୁଦ୍ଧଦେବ ମହାପରିନିର୍ବାଣ ଲାଭ କରିଥିଲେ ?
Answer:
୮୦ ବର୍ଷ ବୟସରେ ଖ୍ରୀ.ପୂ. ୪୮୬ରେ ଆଧୁନିକ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଅନ୍ତର୍ଗତ କୁଶୀନଗରଠାରେ ଗୌତମବୁଦ୍ଧ ମହାପରିନିର୍ବାଣ ଲାଭ କରିଥିଲେ ।

୧୬। ପାର୍ଶ୍ଵନାଥ କିଏ ?
Answer:
ପାର୍ଶ୍ଵନାଥ ଜୈନଧର୍ମର ୨୩ତମ ତୀର୍ଥଙ୍କର ଭାବେ ପରିଚିତ ।

୧୭। ଚତୁଃ ଆର୍ଯ୍ୟସତ୍ୟାନି ବା ଚାରି ଆର୍ଯ୍ୟସତ୍ୟ କ’’ଣ ?
Answer:
ବୁଦ୍ଧଙ୍କ ମତରେ, ଏ ଜୀବନ ଦୁଃଖପୂର୍ଣ୍ଣ, ଦୁଃଖର କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ ଓ ନିର୍ବାଣ ଲାଭ । ଏହା ଚାରି ଆର୍ଯ୍ୟସତ୍ୟ ନାମରେ ପରିଚିତ ।

CHSE Odisha Class 12 History Chapter 4 Objective Questions in Odia Medium

୧୮। ଜୈନଧର୍ମର ତ୍ରିରନ୍ କ’ଣ ?
Answer:
ସମ୍ୟକ୍ ବିଶ୍ଵାସ, ସମ୍ୟକ୍ ଜ୍ଞାନ ସମ୍ୟକ୍ କର୍ମ ହେଉଛି ଜୈନଧର୍ମର ତ୍ରିରନୁ ।

୧୯। ବୋଧଦ୍ରୁମ କାହାକୁ କୁହାଯାଏ ?
Answer:
ଗୌତମ ବୁଦ୍ଧ ନିରଞ୍ଜନା ନଦୀ କୂଳରେ ଥିବା ଅଶ୍ଵତ୍‌ଥ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିଥିବାରୁ ସେହି ବୃକ୍ଷକୁ ବୋଧଦ୍ରୁମ କୁହାଯାଏ ।

୨୦ । ରାଜଗୃହରେ କେଉଁ ପଣ୍ଡିତଙ୍କଠାରୁ ଗୌତମ ବୁଦ୍ଧ ଜ୍ଞାନ ଆହରଣ କରିଥିଲେ ?
Answer:
ରାଜଗୃହରେ ଆଲାରକାଲାମ୍ ଓ ଭଦ୍ରକ ରାମପୁତ୍ର ନାମକ ଦୁଇଜଣ ପଣ୍ଡିତଙ୍କଠାରୁ ବୁଦ୍ଧଦେବ ଜ୍ଞାନ ଆହରଣ କରିଥିଲେ ।

୨୧। କେଉଁ ଚାରୋଟି ଦୃଶ୍ୟ ପାଇଁ ଗୌତମ ଗୃହତ୍ୟାଗ କରିଥିଲେ ?
Answer:
ଏକ ବୃଦ୍ଧ ବ୍ୟକ୍ତି, ରୁଗ୍ଣ ବ୍ୟକ୍ତି, ଶବ ଏବଂ ଏକ ପ୍ରଶାନ୍ତଚିତ୍ତ ସନ୍ନ୍ୟାସୀଙ୍କୁ ଦେଖୁ ସାରିବା ପରେ ଚିରଦିନପାଇଁ ଗୌତମ ଗୃହତ୍ୟାଗ କରିଥିଲେ ।

୨୨। ବୁଦ୍ଧଗୟା କାହିଁକି ପ୍ରସିଦ୍ଧ ?
Answer:
ବୁଦ୍ଧଗୟାଠାରେ ଗୌତମ ଜ୍ଞାନପ୍ରାପ୍ତି ହୋଇଥିବାରୁ ଏହା ପ୍ରସିଦ୍ଧ ।

୨୩। ଦ୍ଵିତୀୟ ଜୈନସଭା କେବେ ଆହୂତ ହୋଇଥିଲା ?
Answer:
ମହାବୀର ଜୀନଙ୍କର ମହାପ୍ରୟାଣର ୯୮୦ ବର୍ଷ ପରେ ଗୁପ୍ତଯୁଗରେ ଜୈନଧର୍ମର ଦ୍ଵିତୀୟ ମହାସଭା ବଲ୍ଲଭୀଠାରେ ଆହୂତ ହୋଇଥିଲା ।

୨୪। ବର୍ତ୍ତମାନ ମହାବୀରଙ୍କର ପତ୍ନୀଙ୍କର ନାମ କ’ଣ ଥିଲା ?
Answer:
ବର୍ଦ୍ଧମାନ ମହାବୀରଙ୍କର ପତ୍ନୀଙ୍କର ନାମ ଯଶୋଦା ଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

୨୫। ଜୈନମାନେ କେଉଁ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ?
Answer:
ଜୈନମାନେ ଶ୍ଵେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।

୨୬। ମହାବୀରଙ୍କର ମୁଖନିଃସୃତ ବାଣୀ କେଉଁ ଧର୍ମଗ୍ରନ୍ଥରେ ସଂରକ୍ଷିତ ହୋଇଛି ?
Answer:
‘ପୂର୍ବ’ ନାମକ ଧର୍ମଗ୍ରନ୍ଥରେ ମହାବୀରଙ୍କର ଧର୍ମବାଣୀ ସଂରକ୍ଷିତ ହୋଇଛି ।

୨୭ । ଜୈନ ଧର୍ମଗ୍ରନ୍ଥଗୁଡ଼ିକର ନାମ ଲେଖ ।
Answer:
ଜୈନ ଧର୍ମଗ୍ରନ୍ଥଗୁଡ଼ିକର ନାମ ହେଉଛି ଅଙ୍ଗ, ଉପାଙ୍ଗ ଏବଂ କଳ୍ପସୂତ୍ର ।

୨୮। ପଞ୍ଚ ମହାବ୍ରତ କ’ଣ ?
Answer:
ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟକୁ ପଞ୍ଚ ମହାବ୍ରତ କୁହାଯାଏ ।

୨୯। ମହାବୀର କେଉଁ କେଉଁ ସ୍ଥାନରେ ନିଜର ଧର୍ମମତ ପ୍ରଚାର କରିଥିଲେ ?
Answer:
ଉତ୍ତର ଭାରତର ମିଥୁଳା, ଶ୍ରାବସ୍ତୀ, ଚମ୍ପା, ବୈଶାଳୀ ଓ ରାଜଗୃହ ପ୍ରଭୃତି ନଗରରେ ମହାବୀର ନିଜର ଧର୍ମମତ ପ୍ରଚାର କରିଥିଲେ ।

୩୦ । ଦିଗମ୍ବର କହିଲେ କ’ଣ ବୁଝ ?
Answer:
ଜୈନଧର୍ମରେ ବିଭେଦ ସୃଷ୍ଟି ହୋଇ ଏହା ଦୁଇ ଭାଗରେ ବିଭକ୍ତ ହେଲା; ଯଥା – ଶ୍ଵେତମ୍ବର ଓ ଦିଗମ୍ବର । ଯେଉଁମାନେ ଶୂନ୍ଯବସ୍ତ୍ର ବା ଉଲଗ୍ନ ରହୁଥିଲେ ସେମାନଙ୍କୁ ଦିଗମ୍ବର କୁହାଯାଉଥିଲା ।

୩୧। ମହାବୀର କେଉଁ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ?
Answer:
ମହାବୀର ଜ୍ଞାତ୍ରିକ କ୍ଷତ୍ରିୟ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 4 Objective Questions in Odia Medium

୩୨ । କେଉଁ ମୌର୍ଯ୍ୟ ସମ୍ରାଟ ଜୈନଧର୍ମ ଗ୍ରହଣ କରିଥିଲେ ।
Answer:
ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜୈନଧର୍ମ ଗ୍ରହଣ କରିଥିଲେ ।

୩୩ । କେବେ ପ୍ରଥମ ଜୈନସଭା ଆହୂତ ହୋଇଥିଲା ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପାଟଳୀପୁତ୍ରଠାରେ ଖ୍ରୀ.ପୂ. ୩୦୦ରେ ପ୍ରଥମ ଜୈନସଭା ଆହୂତ କରିଥିଲେ । ବିଖ୍ୟାତ ପଣ୍ଡିତ ସ୍ଥୂଳଭଦ୍ର ଏଥରେ ଅଧ୍ୟକ୍ଷତା କରିଥିଲେ ।

୩୪। ଜୀନ ଶବ୍ଦର ଅର୍ଥ କ’ଣ ?
Answer:
ଜୀନ ଶବ୍ଦର ଅର୍ଥ ଜିତେନ୍ଦ୍ରିୟ ।

୩୫। ନିଗ୍ରନ୍ଥ କାହାକୁ କୁହାଯାଏ ?
Answer:
ବର୍ତମାନ ମହାବୀରଙ୍କୁ ନିଗ୍ରନ୍ଥ କୁହାଯାଏ । ନିଗ୍ରନ୍ଥ ଶବ୍ଦର ଅର୍ଥ ବନ୍ଧନମୁକ୍ତ ।

୩୬ । କଳିଙ୍ଗର କେଉଁ ସମ୍ରାଟ ଜୈନଧର୍ମ ପ୍ରଚାରରେ ସହାୟକ ହୋଇଥିଲେ ?
Answer:
କଳିଙ୍ଗ ସମ୍ରାଟ ଦିଗ୍‌ବିଜୟୀ ଖାରବେଳ ଜୈନଧର୍ମ ପ୍ରଚାରରେ ସହାୟକ ହୋଇଥିଲେ ।

୩୭ । ଜୈନଧର୍ମରେ କାହା ଉପରେ ବେଶି ଗୁରୁତ୍ଵ ଦିଆଯାଉଥିଲା ?
Answer:
ଜୈନଧର୍ମରେ ଆତ୍ମଶୁଦ୍ଧି ଉପରେ ଅଧ‌ିକ ଗୁରୁତ୍ଵ ଦିଆଯାଉଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

D. ଭ୍ରମ ସଂଶୋଧନ କର ।

୧। ଜୈନମାନେ ବିଶ୍ଵର ସୃଷ୍ଟିକର୍ତ୍ତା ଓ ରକ୍ଷକ ଭାବେ ଈଶ୍ୱର ସର୍ବଶକ୍ତିମାନ୍ ବୋଲି ସ୍ଵୀକାର କରି ପୂଜା କରୁଥିଲେ ।
Answer:
ଜୈନମାନେ ଈଶ୍ଵର ସୃଷ୍ଟିକର୍ତ୍ତା ଓ ରକ୍ଷକ ଭାବେ ଈଶ୍ଵର ସର୍ବଶକ୍ତିମାନ୍ ବୋଲି ସ୍ଵୀକାର କରି ପୂଜା କରୁ ନଥିଲେ ।

୨। ବୌଦ୍ଧଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଶ୍ୱେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଗୋଷ୍ଠୀ ଥିଲା ।
Answer:
ଜୈନଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଶ୍ଵେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଗୋଷ୍ଠୀ ଥିଲେ ।

୩ । ବୌଦ୍ଧଧର୍ମ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଉଦାର ‘ଚନ୍ଦ୍ରମୁନି’ରେ ପରିବର୍ତ୍ତିତ କରିଥିଲା ।
Answer:
ଜୈନଧର୍ମ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଉଦାର ଚନ୍ଦ୍ରମୁନିରେ ପରିବର୍ତ୍ତିତ କରିଥିଲା ।

୪ । ଉପାଙ୍ଗ ବୌଦ୍ଧଦର୍ଶନ ପ୍ରତିଫଳନ କରିଥାଏ ।
Answer:
ଉପାଙ୍ଗ ଜୈନଧର୍ମ ପ୍ରତିଫଳନ କରିଥାଏ ।

୫| ହେମଚନ୍ଦ୍ର ବୌଦ୍ଧଶାସ୍ତ୍ର ଉପରେ ସମୀକ୍ଷା ରଚନା କରିଥିଲେ ।
Answer:
ହେମଚନ୍ଦ୍ର ଜୈନଶାସ୍ତ୍ର ଉପରେ ସମୀକ୍ଷା ରଚନା କରିଥିଲେ ।

୬। ଜୈନଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା ।
Answer:
ବୌଦ୍ଧଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

୭ | ନିରଞ୍ଜନା ନଦୀ କୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାୟିକ ଜ୍ଞାନ ଲାଭ କରିଥିଲେ ।
Answer:
ରଜ୍ଜୁପାଳିକା ନଦୀ କୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ ।

୮ । ଜ୍ଞାନପ୍ରାପ୍ତ ହୋଇ ସତ୍ୟକୁ ଉପଲବ୍‌ଧ କରିପାରିଥିବାରୁ ଗୌତମ ନିଗ୍ରନ୍ଥ ନାମରେ ପରିଚିତ ହୋଇଥିଲେ ।
Answer:
ଜ୍ଞାନପ୍ରାପ୍ତ ହୋଇ ସତ୍ୟକୁ ଉପଲବ୍ଧ କରିପାରିଥିବାରୁ ଗୌତମ ତଥାଗତ ନାମରେ ପରିଚିତ ହୋଇଥିଲେ ।

୯। ବିମ୍ବିସାରଙ୍କ ରାଜତ୍ଵ ସମୟରେ ତୃତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ।
Answer:
ଅଶୋକଙ୍କ ରାଜତ୍ଵ ସମୟରେ ତୃତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୧୦। ଗୌତମ ବୁଦ୍ଧଙ୍କୁ ନଟପୁତ୍ର କୁହାଯାଉଥିଲା ।
Answer:
ମହାବୀର ଜୀନଙ୍କୁ ନଟପୁତ୍ର କୁହାଯାଉଥିଲା ।

୧୧। ମହାବୀର ଜୀନଙ୍କୁ ଭାରତର ଲୁଥର ବୋଲି ଆଖ୍ୟା ଦିଆଯାଇଛି ।
Answer:
ଗୌତମ ବୁଦ୍ଧଙ୍କୁ ଭାରତର ଲୁଥର ବୋଲି ଆଖ୍ୟା ଦିଆଯାଇଛି ।

୧୨। ଅଶୋକଙ୍କୁ ଏସିଆର ଆଲୋକ କୁହାଯାଏ ।
Answer:
ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ କୁହାଯାଏ ।

CHSE Odisha Class 12 History Chapter 4 Objective Questions in Odia Medium

୧୩। ଅଶୋକଙ୍କଦ୍ଵାରା ଆହୂତ ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ନାଗାର୍ଜୁନ ଥିଲେ ।
Answer:
ଅଶୋକଙ୍କଦ୍ଵାରା ଆହୂତ ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ମୋଗଲିପୁର୍ନୀତିସ୍‌ ଥିଲେ ।

୧୪। ଓଡ଼ିଶାର ରନ୍‌ଗିରି ଓ ଲଳିତଗିରିର ଭଗ୍ନାବଶେଷ ମୌର୍ଯ୍ୟକଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।
Answer:
ଓଡ଼ିଶାର ରନ୍‌ଗିରି ଓ ଲଳିତଗିରିର ଭଗ୍ନାବଶେଷ ବୌଦ୍ଧକଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।

CHSE Odisha Class 12 History Chapter 15 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 15 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ Objective Questions.

CHSE Odisha 12th Class History Chapter 15 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। କେବେ ଇଂରେଜମାନେ ଓଡ଼ିଶା ଅଧୁକାର କରିଥିଲେ ?
(କ) ୧୮୦୧ ଖ୍ରୀ.ଅ.
(ଖ) ୧୮୦୨ ଖ୍ରୀ.ଅ.
(ଗ) ୧୮୦୩ ଖ୍ରୀ.ଅ.
(ଘ) ୧୮୦୪ ଖ୍ରୀ.ଅ.
Answer:
(ଗ) ୧୮୦୩ ଖ୍ରୀ.ଅ.

୨। ଦେଇ ଗଞ୍ଜାମ, ଜୟପୁର, ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇବାପାଇଁ କେବେ ଦାବି କରିଥିଲା ?
(କ) ୧୮୮୨ ଖ୍ରୀ.ଅ.
(ଖ) ୧୮୮୩ ଖ୍ରୀ.ଅ.
(ଗ) ୧୮୮୪ ଖ୍ରୀ.ଅ.
(ଘ) ୧୮୮୫ ଖ୍ରୀ.ଅ.
Answer:
(ଘ) ୧୮୮୫ ଖ୍ରୀ.ଅ.

୩। ବଙ୍ଗର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଏସ୍.ସି. ବେଲଙ୍କୁ ଉତ୍କଳସଭା ପକ୍ଷରୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଇ ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଓ ବଙ୍ଗରେ ମିଶିଥୁବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ପୃଥକ୍ କରିବାକୁ କେବେ ଆବେଦନ କରାଇଥିଲେ ?
(କ) ୧୮୮୫ ଖ୍ରୀ.ଅ.
(ଖ) ୧୮୮୬ ଖ୍ରୀ.ଅ.
(ଗ) ୧୮୮୭ ଖ୍ରୀ.ଅ.
(ଘ) ୧୮୮୮ ଖ୍ରୀ.ଅ.
Answer:
(ଘ) ୧୮୮୮ ଖ୍ରୀ.ଅ.

୪ । ବାଲେଶ୍ଵର ଜିଲ୍ଲା ସ୍କୁଲର କେଉଁ ବଙ୍ଗାଳୀ ଶିକ୍ଷକ କହିଥିଲେ, ‘ଓଡ଼ିଆ ଏକ୍‌ଟା ଭାଷା ନଏ ?
(କ) କାନ୍ତିଲାଭ ଭଟ୍ଟାଚାର୍ଯ୍ୟ
(ଖ) ଶ୍ୟାମାନନ୍ଦ ଦେ
(ଗ) ଗୌରୀଶଙ୍କର ରାୟ
(ଘ) ରାଧାନାଥ ରାୟ
Answer:
(କ) କାନ୍ତିଲାଭ ଭଟ୍ଟାଚାର୍ଯ୍ୟ

CHSE Odisha Class 12 History Chapter 15 Objective Questions in Odia Medium

୫। କେଉଁ ଅଞ୍ଚଳର ଲୋକମାନେ ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା’ ଗଠନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ପରିପୁଷ୍ଟ କରାଇଥିଲେ ?
(କ) ଗଞ୍ଜାମ
(ଖ) ବାଲେଶର
(ଗ) ସମଲପୁର
(ଘ) କଟକ
Answer:
(କ) ଗଞ୍ଜାମ

୬ । କଟକଠାରେ ଉତ୍କଳସଭା କେବେ ଗଠିତ ହୋଇଥିଲା ?
(କ) ୧୮୮୦ ଖ୍ରୀ.ଅ.
(ଖ) ୧୮୮୧ ଖ୍ରୀ.ଅ.
(ଗ) ୧୮୮୨ ଖ୍ରୀ.ଅ.
(ଘ) ୧୮୮୩ ଖ୍ରୀ.ଅ.
Answer:
(ଗ) ୧୮୮୨ ଖ୍ରୀ.ଅ.

୭ । କେବେ ମଧ୍ୟପ୍ରଦେଶର ମୁଖ୍ୟ କଚେରିମାନଙ୍କରୁ ଓଡ଼ିଆ ଭାଷା କମିଶନର ସାର୍ ଆଣ୍ଠୁ ଫ୍ରେଜର୍ ଶାସନଗତ ସୁବିଧା ଦୃଷ୍ଟିରୁ ସମ୍ବଲପୁର କୋର୍ଟ ଉଚ୍ଛେଦ କରି ହିନ୍ଦୀଭାଷା ପ୍ରଚଳନ କରାଇଥିଲେ ?
(କ) ୧୮୯୫ ଜାନୁୟାରୀ ୧୫
(ଖ) ୧୮୯୫ ଜାନୁୟାରୀ ୧୮
(ଗ) ୧୮୯୫ ଜାନୁୟାରୀ ୨୬
(ଘ) ୧୮୯୫ ଫେବୃୟାରୀ ୮
Answer:
(କ) ୧୮୯୫ ଜାନୁୟାରୀ ୧୫

୮ | ‘ସମ୍ବଲପୁର ହିତୈଷିଣୀର’ ସମ୍ପାଦକ କିଏ ଥିଲେ ?
(କ) ନୀଳମଣି ବିଦ୍ୟାରମ୍ଭ
(ଖ) ଧରଶାରଧର ମିତୁ
(ଗ) ବଳଭଦ୍ର ସୂପକାର
(ଘ) ମଦନମୋହନ ମିଶ୍ର
Answer:
(କ) ନୀଳମଣି ବିଦ୍ୟାରନୁ

୯ । ‘ରିସ୍‌ଲୀ ସର୍କୁଲାର’ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୦୧ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
(ଖ) ୧୯୦୨ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
(ଗ) ୧୯୦୩ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
(ଘ) ୧୯୦୪ ଖ୍ରୀ.ଅ. ଡିସେମ୍ବର ୩ ତାରିଖ
Answer:
(ଗ) ୧୯୦୩ ଖ୍ରୀ.ଅ. ଡିସେମ୍ବର ୩ ତାରିଖ

୧୦ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କେତୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ?
(କ) ୬ଟି
(ଖ) ୭ଟି
(ଗ) ୮ଟି
(ଘ) ୯ଟି
Answer:
(କ) ୬ଟି

୧୧ । କିଏ ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କୁ ଏକତ୍ରିତ କରି ୧୯୦୩ ମସିହାରେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ସମ୍ମିଳନୀ’ ?
(କ) ମଧୁସୂଦନ ଦାସ
(ଖ) ଗୋପବନ୍ଧୁ ଦାସ
(ଗ) ଗୌରୀଶଙ୍କର ରାୟ
(ଘ) ନୀଳମଣି ବିଦ୍ୟାରମ୍ଭ
Answer:
(କ) ମଧୁସୂଦନ ଦାସ

CHSE Odisha Class 12 History Chapter 15 Objective Questions in Odia Medium

୧୨ । କେବେ ଜନ୍ମଲାଭ କରିଥିଲା ବିହାର-ଓଡ଼ିଶା ପ୍ରଦେଶ ?
(କ) ୧ ଏପ୍ରିଲ୍ ୧୯୧୨
(ଖ) ୨ ଏପ୍ରିଲ୍ ୧୯୧୩
(ଗ) ୧ ଏପ୍ରିଲ୍ ୧୯୧୪
(ଘ) ୩ ଏପ୍ରିଲ୍ ୧୯୧୫
Answer:
(କ) ୧ ଏପ୍ରିଲ୍ ୧୯

୧୩ । ୧୯୧୮ରେ ଅନୁଷ୍ଠିତ ହୋଇଥୁବା ଉତ୍କଳ ସମ୍ମିଳନୀର ଅଧିବେଶନରେ କିଏ ସଭାପତିତ୍ଵ କରି ମଣ୍ଟେଗୁ- ଚେମ୍ସଫୋର୍ଡ଼ ଖସଡ଼ାକୁ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିଥିଲେ ?
(କ) ମଧୁସୂଦନ ଦାସ
(ଖ) ଗୋପବନ୍ଧୁ ଦାସ
(ଗ) ଗୌରୀଶଙ୍କର ରାୟ
(ଘ) ରାଜେଦୁ ନାରାୟଶ ଭୱଦେଓ
Answer:
(କ) ୧୩. ମଧୁସୂଦନ ଦାସ

୧୪ । କାହା ଅଧ୍ୟକ୍ଷତାରେ ୧୯୩୧ ସେପ୍ଟେମ୍ବର ମାସରେ ଏକ ସୀମା ନିର୍ଦ୍ଧାରଣ କମିଟି ଗଢ଼ାଯାଇଥିଲା ?
(କ) ସାମୁଏଲ ଓ’ଡୋନେଲ
(ଖ) ଲର୍ଡ଼ ଲିନ୍‌ଥଗୋ
(ଗ) ସଚ୍ଚିଦାନନ୍ଦ ସିହ୍ନା
(ଘ)ବି.ସି. ମୁଖାର୍ଜୀ
Answer:
(କ) ସାମୁଏଲ ଓ’ଡୋନେଲ

୧୫ । କେବେ ଓଡ଼ିଶାରେ ‘ସୀମା ଅଭିଯୋଗ ଦିବସ’ ପାଳନ କରାଯାଇଥିଲା ?
(କ) ୧୯୩୪ ମାର୍ଚ୍ଚ ୧୯ ତାରିଖ
(ଖ) ୧୯୩୫ ଜାନୁୟାରୀ ୧ ତାରିଖ
(ଗ) ୧୯୩୬ ଜାନୁୟାରୀ ୬ ତାରିଖ
(ଘ) ୧୯୩୭ ମାର୍ଚ୍ଚ ୧୪ ତାରିଖ
Answer:
(କ) ୧୯୩୪ ମାର୍ଚ୍ଚ ୧୯ ତାରିଖ

୧୬ । କେବେ ଜନ୍ ଅଷ୍ଟିନ୍ ହବାକଙ୍କ ନେତୃତ୍ୱରେ ଏକ ନଅଜଣିଆ ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠନ କରାଯାଇଥିଲା ?
(କ) ୧୯୩୦ ଖ୍ରୀ.ଅ.
(ଖ) ୧୯୩୧ ଖ୍ରୀ.ଅ.
(ଗ) ୧୯୩୨ ଖ୍ରୀ.ଅ.
(ଘ) ୧୯୩୩ ଖ୍ରୀ.ଅ.
Answer:
(ଘ) ୧୯୩୩ ଖ୍ରୀ.ଅ.

୧୭ । କେଉଁ ଆଇନ ଅନୁସାରେ ୧୯୩୬ ମାର୍ଚ୍ଚ ୩ ତାରିଖରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସଂକ୍ରାନ୍ତରେ ଇଂରେଜରାଜାଙ୍କର ଆଦେଶନାମା ବାହାରିଥିଲା ?
(କ) ୧୯୩୫ର ଭାରତ ଶାସନ ଆଇନ
(ଖ) ୧୯୩୩ର ହବାକ୍ କମିଟି ରିପୋର୍ଟ
(ଗ) ୧୯୩୨ର ‘ଓ’ଡୋନେଲ କମିଟି ରିପୋର୍ଟ’
(ଘ) ୧୯୩୦ର ଗୋଲଟେବୁଲ ବୈଠକର ନିଷ୍ପଭି
Answer:
(କ) ୧୯୩୫ର ଭାରତ ଶାସନ ଆଇନ

୧୮ । କେବେ ଜନ୍ମ ନେଇଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ?
(କ) ୧୯୩୩ ମାର୍ଚ୍ଚ ୧ ତାରିଖ
(ଖ) ୧୯୩୪ ଜାନୁୟାରୀ ୧ ତାରିଖ
(ଗ) ୧୯୩୫ ଫେବୃୟାରୀ ୧ ତାରିଖ
(ଘ) ୧୯୩୬ ଏପ୍ରିଲ ୧ ତାରିଖ
Answer:
(ଘ) ୧୯୩୬ ଏପ୍ରିଲ ୧ ତାରିଖ

୧୯ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଗଭଣ୍ଡିର କିଏ ଥିଲେ ?
(କ) ଲର୍ଡ଼ ହାଡ଼ିଞ୍ଜ
(ଖ) ଲର୍ଡ଼ କଜନ
(ଗ) ସାର୍ ଜନ୍ ଅଷ୍ଟିନ୍ ହବାକ୍
(ଘ) ଲର୍ଡ ମାଉଣ୍ଟବ୍ୟାଟେନ୍
Answer:
(ଗ) ସାର୍ ଜନ୍ ଅଷ୍ଟିନ୍ ହବାକ୍

୨୦ । ୧୯୦୨ ଖ୍ରୀ.ଅ.ରେ ଗଞ୍ଜାମ ସମ୍ମିଳନୀ କେଉଁଠାରେ ଆହୂତ ହୋଇଥିଲା ?
(କ) ପାରଳାଖେମୁଣ୍ଡି
(ଖ) ରମ୍ଭା
(ଗ) ବ୍ରହ୍ମପୁର
(ଘ) ଭୱନଗର
Answer:
(ଖ) ରମ୍ଭା

CHSE Odisha Class 12 History Chapter 15 Objective Questions in Odia Medium

୨୧ । ‘ଉତ୍କଳ ଦୀପିକା’ର କାହାର ସଂପାଦନାରେ ଆତ୍ମପ୍ରକାଶ କରିଥିଲା ?
(କ) ଗୌରୀଶଙ୍କର ରାୟ
(ଖ) ମଧୁସୂଦନ ଦାସ
(ଗ) ଗୌରୀଶଙ୍କର ରାୟ
(ଘ) ଫକୀରମୋହନ ସେନାପତି
Answer:
(କ) ଗୌରୀଶଙ୍କର ରାୟ

୨୨ । ୧୮୬୬ ଖ୍ରୀ.ଅ.ରେ ପ୍ରକାଶିତ ଉତ୍କଳ ଦୀପିକାର ସମ୍ପାଦକ କିଏ ଥିଲେ ?
(କ) ନୀଳମଣି ବିଦ୍ୟାରମ୍ଭ
(ଖ) ଫକୀରମୋହନ ସେନାପତି
(ଗ) ଗୌରୀଶଙ୍କର ରାୟ
(ଘ) ଗୋପବନ୍ଧୁ ଦାସ
Answer:
(କ) ଗୌରୀଶଙ୍କର ରାୟ

୨୩ । କାହାର ସମ୍ପାଦନାରେ ‘ସମ୍ବାଦବାହିକା’ ପ୍ରକାଶ ହୋଇଥିଲା ?
(କ) ନୀଳମଣି’ ବିଦ୍ୟାରମ୍ଭ
(ଖ) ଫକୀରମୋହନ ସେନାପତି
(ଗ) ମଧୁସୂଦନ ଦାସ
(ଘ) ଗୋପବନ୍ଧୁ ଦାସ
Answer:
(ଖ) ଫକୀରମୋହନ ସେନାପତି

୨୪ । ନୀଳମଣି ବିଦ୍ୟାରଙ୍କ ସମ୍ପାଦନାରେ କେଉଁ ସମ୍ବାଦପତ୍ର ପ୍ରକାଶ ଲାଭ କରିଥିଲା ?
(କ) ସମ୍ବଦବାହିକା
(ଖ) ଉତ୍କଳ ଦୀପିକା
(ଗ) ସମ୍ବଲପୁର ହିତୈଷିଣୀ
(ଘ) ମାତୃଭୂମି
Answer:
(ଗ) ସମ୍ବଲପୁର ହିତୈଷିଣୀ

୨୫ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବିରେ କିଏ ଓଡ଼ିଶାରୁ ୧୯୩୦ରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥ‌ିବା ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗଦେବାପାଇଁ ଯାଇଥିଲେ ?
(କ) ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
(ଖ) ବୀରକିଶୋର ଦେ
(ଗ) ବୈକୁଣ୍ଠନାଥ ଦେ
(ଘ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
Answer:
(ଘ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ

୨୬ । କିଏ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ?
(କ) ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
(ଖ) ହରେକୃଷ୍ଣ ମହତାବ
(ଗ) ବୀରକିଶୋର ଦେବ
(ଘ) କୃଷ୍ଣଚନ୍ଦ୍ର ନାରାୟଣ ଦେଓ
Answer:
(ଘ) କୃଷ୍ଣଚନ୍ଦ୍ର ନାରାୟଣ ଦେଓ

୨୭ । ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ କିଏ ଥିଲେ ?
(କ) ସାର୍ ଜନ୍ ଅଷ୍ଟିନ୍ ହବାକ୍
(ଖ) ବିଶନାଥ ଦାସ
(ଗ) ମଧୁସୂଦନ ଦାସ
(ଘ) ହରେକୃଷ୍ଣ ମହତାବ
Answer:
(କ) ସାର୍ ଜନ୍ ଅଷ୍ଟିନ୍ ହବାକ୍

୨୮ । ନିମ୍ନୋକ୍ତ କେଉଁ ଆଇନ ବଳରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ?
(କ) ୧୯୧୯ ଭାରତ ଶାସନ ଆଇନ
(ଖ) ୧୯୩୫ ଭାରତ ଶାସନ ଆଇନ
(ଗ) ୧୯୪୭ ଭାରତ ଶାସନ ଆଇନ
(ଘ) ୧୯୦୯ ଭାରତ ଶାସନ ଆଇନ
Answer:
(ଖ) ୧୯୩୫ ଭାରତ ଶାସନ ଆଇନ

୨୯ । ‘ଦି ଓଡ଼ିଶା’ ପତ୍ରିକାର ସମ୍ପାଦକ କିଏ ?
(କ) ଲିନ୍‌ଥଗୋ
(ଖ) ଗୌରୀଶଙ୍କର ରାୟ
(ଗ) ମଧୁସୂଦନ ଦାସ
(ଘ) ଗୋପବନ୍ଧୁ ଦାସ
Answer:
(ଗ) ମଧୁସୂଦନ ଦାସ

୩୦ । ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ସମ୍ପାଦକ କିଏ ?
(କ) ଗୋପବନ୍ଧୁ ଦାସ
(ଖ) ମଧୁସୂଦନ ଦାସ
(ଗ) ଫକୀରମୋହନ ସେନାପତି
(ଘ) କୃଷ୍ଣଚନ୍ଦ୍ର ନାରାୟଣ ଦେଓ
Answer:
(କ) ଗୋପବନ୍ଧୁ ଦାସ

CHSE Odisha Class 12 History Chapter 15 Objective Questions in Odia Medium

୩୧ । କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଉତ୍କଳ ସମ୍ମିଳନୀର କେଉଁ ଅଧୁବେଶନ ଆୟୋଜନ କରିଥିଲେ
(କ) ଷଷ୍ଠ ଅଧିବେଶନ
(ଖ) ସପ୍ତମ ଅଧିବେଶନ
(ଗ) ଅଷ୍ଟମ ଅଧ‌ିବେଶନ
(ଘ) ଦଶମ ଅଧ୍ଵବେଶନ
Answer:
(ଘ) ଦଶମ ଅଧ୍ଵବେଶନ

୩୨ । କେବେ ‘ସମାଜ’ ସମ୍ବାଦପତ୍ର ଆତ୍ମପ୍ରକାଶ କରିଥିଲା ?
(ଖ) ୧୯୧୯
(କ) ୧୯୧୮
(ଗ) ୧୯୨୦
(ଘ) ୧୯୨୧
Answer:
(ଖ) ୧୯୧୯

୩୩ । ଫିଲିପ୍-ଡପ୍-କମିଟି କେବେ ତା’ର ରିପୋର୍ଟ ଦାଖଲ କରିଥିଲେ ?
(କ) ୧୯୨୪, ଡିସେମ୍ବର ୨୬
(ଖ) ୧୯୨୬, ଡିସେମ୍ବର ୨୨
(ଗ) ୧୯୨୮, ଡିସେମ୍ବର ୨୧
(ଘ) ୧୯୨୨, ଡିସେମ୍ବର ୨୭
Answer:
(କ) ୧୯୨୪, ଡିସେମ୍ବର ୨୬ ।

B. ଶୂନ୍ୟସ୍ଥାନ ପୂରଣ କର ।

୧ । ________________ ଦିନ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା ।
Answer:
ଏପ୍ରିଲ ୧, ୧୯୩୬

୨। ବାଲେଶରରୁ _______________ ଲର୍ଡ଼ କର୍ଜନଙ୍କ ନିକଟକୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଏକ ସ୍ମାରକପତ୍ର ପଠାଇଥିଲେ ।
Answer:
ବୈକୁଣ୍ଠନାଥ ଦେ

୩ । ଗଞ୍ଜାମ ଜାତୀୟ ସମିତିର ପ୍ରଥମ ସଭାପତି ________________ ଥିଲେ ।
Answer:
ଶ୍ୟାମସୁନ୍ଦର ରାଜଗୁରୁ

CHSE Odisha Class 12 History Chapter 15 Objective Questions in Odia Medium

୪। ଗଞ୍ଜାମ ଜାତୀୟ ସମିତିର ପ୍ରଥମ ସମ୍ପାଦକ _________________ ଥିଲେ ।
Answer:
ନୀଳମଣି ବିଦ୍ୟାରମ୍ଭ

୫। ୧୯୩୦ ମସିହା ଡିସେମ୍ବର ମାସରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଖୋଲା ଅଧିବେଶନରେ ________________ ପୌରୋହିତ୍ୟ କରିଥିଲେ ।
Answer:
ମୟୂରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ

୬ । ସମ୍ପୃକ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଜନମତ କ’ଣ ଜାଣିବାପାଇଁ ________________ କମିଟି ଗଠନ କରାଯାଇଥିଲା ।
Answer:
ଫିଲିପ୍-ଡପ୍

୭ । __________________ ଦିନ ଓଡ଼ିଶା ସହ ୨୫ଟି ଗଡ଼ଜାତ ରାଜ୍ୟର ରାଜା ନିଜ ରାଜ୍ୟକୁ ମିଶାଇବା ପାଇଁ ମିଶ୍ରଣ ଦଲିଲରେ ସ୍ଵାକ୍ଷର କରିଥିଲେ ।
Answer:
୧୯୪୭ ମସିହା ଡିସେମ୍ବର ୧୫ ତାରିଖ

୮ । ଓଡ଼ିଶାର ଗଞ୍ଜାମ ଜିଲ୍ଲା ________________ ଖ୍ରୀ.ଅ.ରେ ଇଂରେଜମାନଙ୍କ ଦ୍ଵାରା କବଳିତ ହୋଇଥିଲା ।
Answer:
୧୭୫୯

୯। _________________ ଖ୍ରୀ.ଅ.ରେ ଇଂରେଜମାନେ ସମ୍ବଲପୁର ଅଧିକାର କରିଥିଲେ ଏବଂ ଏହା ________________ ର ଏକ ଅଂଶ ରୂପେ ପରିଣତ ହୋଇଥିଲା ।
Answer:
୧୮୪୯, ମଧ୍ୟପ୍ରଦେଶ

୧୦ । ଶ୍ୟାମାନନ୍ଦ ଦେ __________________ ଠାରେ ଏକ ଛାପାଖାନା ସ୍ଥାପନ କରିଥିଲେ ।
Answer:
ବାଲେଶ୍ଵର

୧୧। ସମ୍ବଲପୁରର କେତେକ ନେତୃସ୍ଥାନୀୟ ବ୍ୟକ୍ତି _________________ ଠାରେ କର୍ଜନଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।
Answer:
ସିମଳା,

୧୨ । ________________ ଦିନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡରେ ସ୍ଵତନ୍ତ୍ର ଓଡ଼ିଶା ସମ୍ପର୍କରେ ଏକ ଐତିହାସିକ ଭାଷଣ ଦେଇଥିଲେ ।
Answer:
୧୯୩୧, ଜାନୁୟାରୀ ୧୬ ତାରିଖ

୧୩ । ଲର୍ଡ଼ କର୍ଜନ ______________ ଦିନ ମାନ୍ଦ୍ରାଜ୍ ଗଭର୍ଣ୍ଣରଙ୍କୁ ଓଡ଼ିଶାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣର ଯୌକ୍ତିକତା ବିଷୟରେ ଲେଖିଥିଲେ ।
Answer:
୧୯୦୪ ଜାନୁଆରୀ ୫ ତାରିଖ

୧୪ । ଗଞ୍ଜାମର ଲୋକମାନେ ________________ ଗଠନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ପୁଷ୍ଟ କରିଥିଲେ ।
Answer:
ଗଞ୍ଜାମ ଉତ୍କଳ ହିତବାଦିନୀ ସଭା

CHSE Odisha Class 12 History Chapter 15 Objective Questions in Odia Medium

୧୫ । ଉତ୍କଳଗୌରବ ମଧୁସୂଦନ ଦାସଙ୍କର ମହାପ୍ରୟାଣ ______________ ଖ୍ରୀ.ଅ.ରେ ହୋଇଥିଲା ।
Answer:
୧୯୩୪

୧୬ । ______________ ଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ସାତଜଣିଆ କମିଟିଦ୍ଵାରା ମଣ୍ଟେଗୁ ଓ ଚେମ୍‌ସଫୋର୍ଡ଼ଙ୍କୁ ଦାବିପତ୍ର ଦିଆଯାଇଥିଲା ।
Answer:
ମଧୁସୂଦନ ଦାସ

୧୭ । _____________ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ ।
Answer:
ଶଶିଭୂଷଣ ରଥ

୧୮ । ଫିଲିପ୍-ଡଫ୍ – କମିଟି _______________ ଖ୍ରୀ.ଅ.ରେ ନିଯୁକ୍ତ ହୋଇଥିଲା ।
Answer:
୧୯୨୪

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଆଦ୍ୟ ପ୍ରଚେଷ୍ଟା କରିଥିବା ଦୁଇଜଣ ସାହିତ୍ୟିକଙ୍କ ନାମ ଲେଖ ।
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଆଦ୍ୟ ପ୍ରଚେଷ୍ଟା କରିଥିବା ଦୁଇଜଣ ସାହିତ୍ୟିକଙ୍କର ନାମ ହେଲା

୨। କେବେ ‘ଉତ୍କଳସଭା’ ଗଠିତ ହୋଇଥିଲା ?
Answer:
୧୮୮୨ରେ ‘ଉତ୍କଳସଭା’ ନାମକ ଅନୁଷ୍ଠାନ ଗଠିତ ହୋଇଥିଲା ।

୩ । ସମ୍ବଲପୁର କୋର୍ଟ କଚେରିରୁ ଓଡ଼ିଆଭାଷା କେବେ ଉଚ୍ଛେଦ ହୋଇଥିଲା ?
Answer:
୧୮୯୫ରେ ସମ୍ବଲପୁର କୋର୍ଟ କଚେରିରୁ ଓଡ଼ିଆଭାଷା ଉଚ୍ଛେଦ ହୋଇଥିଲା ।

କେବେ କାହା ନେତୃତ୍ଵରେ ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠିତ ହୋଇଥିଲା ?
Answer:
୧୯୩୩ ଖ୍ରୀ.ଅ.ରେ ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ନେତୃତ୍ଵରେ ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠିତ ହୋଇଥିଲା ।

୫ । ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ କେଉଁଠାରେ ବସିଥିଲା ?
Answer:
‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ କଟକଠାରେ ବସିଥିଲା

CHSE Odisha Class 12 History Chapter 15 Objective Questions in Odia Medium

୬ । କେବେ ସ୍ଵତନ୍ତ୍ର ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ?
Answer:
୧୯୧୨ ଖ୍ରୀ.ଅ.ରେ ସ୍ଵତନ୍ତ୍ର ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ।

୭ । କେବେ ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନ କରାଯାଇଥିଲା ?
Answer:
୧୯୦୩ ଖ୍ରୀ.ଅ.ରେ ସମ୍ବଲପୁରର କୋର୍ଟ କଚେରିରେ ଓଡ଼ିଆଭାଷା ପୁନଃ ପ୍ରଚଳନ କରାଯାଇଥିଲା ।

୮ । କିଏ ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇବାକୁ ଦାବି କରିଥିଲେ ?
Answer:
ପଣ୍ଡିତ ନୀଳମଣି ବିଦ୍ୟାରମ୍ଭ ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇବାକୁ ଦାବି କରିଥିଲେ ।

୯ । କେବେ ଓଡ଼ିଶାରେ ‘ସୀମା ଅଭିଯୋଗ ଦିବସ’ ପାଳିତ ହୋଇଥିଲା ?
Answer:
୧୯୩୪ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ଓଡ଼ିଶାରେ ‘ସୀମା ଅଭିଯୋଗ ଦିବସ’ ପାଳିତ ହୋଇଥିଲା ।

୧୦ । ‘ଫିଲିପ୍-ଡପ୍-କମିଟି’ କେବେ ତା’ର ରିପୋର୍ଟ ଦାଖଲ କରିଥିଲେ ?
Answer:
୧୯୨୪, ଡିସେମ୍ବର ୨୬ ତାରିଖ ଦିନ ଫିଲିପ୍-ଡଫ୍-କମିଟି ତା’ର ରିପୋର୍ଟ ଦାଖଲ କରିଥିଲେ ।

୧୧ । ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ସାର୍ ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ ଥିଲେ ।

୧୨ । କେଉଁ ଆଇନ ବଳରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ?
Answer:
୧୯୩୫ ଭାରତ ଶାସନ ବଳରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ।

୧୩ । ‘ଦି ଓଡ଼ିଶା’ ପତ୍ରିକାର ସମ୍ପାଦକ କିଏ ?
Answer:
ମଧୁସୂଦନ ଦାସ ଥିଲେ ‘ଦି ଓଡ଼ିଶା’ ପତ୍ରିକାର ସମ୍ପାଦକ ।

୧୪ । ସତ୍ୟବାଦୀ ବନବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୯୦୯ ଖ୍ରୀ.ଅ.ରେ ଗୋପବନ୍ଧୁ ଦାସ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

୧୫ । କେବେ ‘ସମାଜ’ ସମ୍ବାଦପତ୍ର ଆତ୍ମପ୍ରକାଶ କରିଥିଲା ?
Answer:
୧୯୧୯ ଖ୍ରୀ.ଅ.ରେ ‘ସମାଜ’ ସାପ୍ତାହିକ ସମ୍ବାଦପତ୍ର ଭାବରେ ଆତ୍ମପ୍ରକାଶ କରିଥିଲା ।

୧୬ । ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।

୧୭ । ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ସମ୍ପାଦକ କିଏ ?
Answer:
ଗୋପବନ୍ଧୁ ଦାସ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ।

CHSE Odisha Class 12 History Chapter 15 Objective Questions in Odia Medium

୧୮ । କୃଷ୍ଣଚନ୍ଦ୍ର ନାରାୟଣ ଦେଓ କେବେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ଦାବି କରିଥିଲେ ?
Answer:
୧୯୩୧ ଖ୍ରୀ.ଅ., ଜାନୁୟାରୀ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଦାବି କରିଥିଲେ ।

୧୯ । କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଉତ୍କଳ ସମ୍ମିଳନୀର କେଉଁ ଅଧୁବେଶନ ଆୟୋଜନ କରିଥିଲେ ?
Answer:
୧୯୧୪ ଖ୍ରୀ.ଅ.ରେ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଉତ୍କଳ ସମ୍ମିଳନୀର ଦଶମ ଅଧ‌ିବେଶନ ଆୟୋଜନ କରିଥିଲେ ।

୬୦ । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଇଂରେଜମାନଙ୍କ ସମୟରେ କେଉଁ କେଉଁ ପ୍ରଦେଶ ସହିତ ମିଶିକରି ରହିଥିଲା ।
Answer:
ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଇଂରେଜମାନଙ୍କ ସମୟରେ ବଙ୍ଗ, ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଓ ବିହାର ଏହି ଚାରିଗୋଟି ପ୍ରଦେଶ ସହିତ ମିଶିକରି ରହିଥିଲା ।

୨୧ । ଓଡ଼ିଶାର ପ୍ରଥମ ଓଡ଼ିଆ ଓକିଲ କିଏ ଥିଲେ ?
Answer:
ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଓଡ଼ିଆ ଓକିଲ ଥିଲେ ।

୨୨ । କେବେ କେଉଁଠାରେ ଓଡ଼ିଆମାନେ ମିଳିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଜନସଚେତନ କାର୍ଯ୍ୟକ୍ରମ କରିଥିଲେ ।
Answer:
୧୮୭୦ ଖ୍ରୀ.ଅ.ରେ ଗଞ୍ଜାମର ରସୁଲକୋଣ୍ଡାଠାରେ ଓଡ଼ିଆମାନେ ମିଳିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଜନ ସଚେତନ କାର୍ଯ୍ୟକ୍ରମ କରିଥିଲେ ।

୨୩ । କିଏ କେବେ ସମ୍ବଲପୁରର ସ୍କୁଲ କଚେରିରେ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ?
Answer:
୧୮୯୫ ଖ୍ରୀ.ଅ.ରେ ମଧ୍ୟପ୍ରଦେଶର ମୁଖ୍ୟ କମିଶନର ଆଣ୍ଠୁ ଫ୍ରେଜର ଶାସନଗତ ସୁବିଧା ଦୃଷ୍ଟିରୁ ସମ୍ବଲପୁର ସ୍କୁଲ କଲେଜରେ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।

୨୪ । ସମ୍ବଲପୁର ଅଞ୍ଚଳକୁ ଓଡ଼ିଶା ଡିଭିଜନରେ ମିଶାଇ ଦେବାପାଇଁ ସମ୍ବଲପୁରବାସୀ କେବେ ଓ କାହାକୁ ଅନୁରୋଧ କରିଥିଲେ ?
Answer:
୧୯୦୧ ଜୁଲାଇ ମାସରେ ସମ୍ବଲପୁରର କେତେକ ବିଶିଷ୍ଟ ଲୋକ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଆଣ୍ଠୁ ଫ୍ରେଜ୍‌ରଙ୍କୁ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶା ଡିଭିଜନରେ ମିଶାଇ ଦେବାପାଇଁ ଅନୁରୋଧ କରିଥିଲେ ।

୨୫ । ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି କାହା ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ?
Answer:
ଲର୍ଡ଼ ଲିନ୍‌ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଗଠିତ ହୋଇଥିଲା ।

୨୬ । ଓ’ଡ଼ୋନେଲ କମିଟି କେବେ ଓ କାହିଁକି ଗଠିତ ହୋଇଥିଲା ?
Answer:
ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ୧୯୩୧ ଖ୍ରୀ.ଅ.ରେ ଓ’ଡ଼ୋନେଲ କମିଟି ଗଠିତ ହୋଇଥିଲା ।

୨୭ । ଓ’ଡ଼ୋନେଲ୍ କମିଟିର ପ୍ରଥମ ବୈଠକ କେବେ ଆହୂତ ହୋଇଥିଲା ?
Answer:
ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ଓ’ଡ଼ୋନେଲ କମିଟିର ପ୍ରଥମ ବୈଠକ ୧୯୩୧ ନଭେମ୍ବର ୭ ତାରିଖରେ ଆହୂତ ହୋଇଥିଲା ।

୨୮ । ବିହାର-ଓଡ଼ିଶା ପ୍ରାଦେଶିକ ଲେଜିସ୍‌ଲେଟିଭ କାଉନ୍ସିଲର ଓଡ଼ିଆ ସଭ୍ୟ କିଏ ଥିଲେ ?
Answer:
ବିହାର-ଓଡ଼ିଶା ‘ପ୍ରାଦେଶିକ ଲେଜିସ୍‌ଟିଭ୍ କାଉନ୍‌ସିଲ୍‌ର ଓଡ଼ିଆ ସଭ୍ୟ ମଧୁସୂଦନ ଦାସ ଥିଲେ ।

୨୯ । ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନ କେବେ ଓ କେଉଁଠାରେ ହୋଇଥିଲା ? ଏଥୁରେ ମଧୁବାବୁ କ’ଣ ବିରୋଧ କରିଥିଲେ ?
Answer:
୧୯୧୨ ଖ୍ରୀ.ଅ.ରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର- ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ଘୋର ବିରୋଧ କରିଥିଲେ ।

CHSE Odisha Class 12 History Chapter 15 Objective Questions in Odia Medium

୩୦ । ଓ’ହୋନେଲ୍ କମିଟିରେ ଓଡ଼ିଶାର ପ୍ରତିନିଧୁତ୍ଵ କିଏ କରିଥିଲେ ?
Answer:
ଓ’ଡ଼ୋନେଲ୍ କମିଟିରେ ଓଡ଼ିଶାର କୃଷ୍ଣଚନ୍ଦ୍ର ନାରାୟଣ ଦେଓ ପ୍ରତିନିଧ୍ଵତ୍ଵ କରିଥିଲେ ।

୩୧। ବଙ୍ଗ, ମାନ୍ଦ୍ରାଜ୍ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବାପରେ ବିହାର-ଓଡ଼ିଶା ସରକାର ଓଡ଼ିଶା ପାଇଁ କ’ଣ ପ୍ରସ୍ତାବ ଦେଇଥିଲେ ?
Answer:
ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବାପରେ ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପପ୍ରଦେଶ ପାହ୍ୟା ଦେବାପାଇଁ ପ୍ରସ୍ତାବ ଦେଇଥିଲେ ।

୩୨। କୃଷ୍ଣଚନ୍ଦ୍ର ଗଜପତି କେଉଁଠାରେ ସାଇମନ୍ କମିଶନ୍‌କୁ ଭେଟିଥିଲେ ?
Answer:
କୃଷ୍ଣଚନ୍ଦ୍ର ଗଜପତି . ମାନ୍ଦ୍ରାଜଠାରେ ସାଇମନ୍ କମିଶନ୍‌କୁ ଭେଟିଥିଲେ ।

୩୩ । କେନ୍ଦ୍ରୀୟ ବିଧାୟକ ପରିଷଦର କେଉଁ ସଦସ୍ୟ ଅଟ୍‌ଲୀ ସବ୍-କମିଟିର ସଦସ୍ୟ ଥିଲେ ।
Answer:
କେନ୍ଦ୍ରୀୟ ବିଧାୟକ ପରିଷଦର ସଦ୍ୟ ଡକ୍ଟର ସୁର ୱକ ଅଟ୍‌ ସବ୍‌କମିଟିର ସଦସ୍ୟ ଥିଲେ ।

୩୪ । ପୃଥକ୍ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଓଡ଼ିଶା ସଭାରେ କିଏ ପ୍ରସ୍ତାବ ଆଗତ କରିଥିଲେ ।
Answer:
ପୃଥକ୍ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ସଭାରେ ହରେକୃଷ୍ଣ ମହତାବ ପ୍ରସ୍ତାବ ଆଗତ କରିଥିଲେ ।

୩୫ । ଅଟ୍‌ ସବ୍ କମିଟି କାହାକୁ କୁହାଯାଏ ?
Answer:
ସାଇମନ୍ କମିଶନର ସୁପାରିସ କ୍ରମେ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବାପାଇଁ ଏକ କମିଟି ସି.ଆର୍.ଅଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା, ଯାହାକୁ ଅଟ୍‌ ସବ୍-କମିଟି କୁହାଯାଏ ।

୩୬ । ପାରଳାଖେମୁଣ୍ଡିର କେଉଁ ଅନୁଷ୍ଠାନ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବାପାଇଁ ଓ’ଡୋନେଲ୍ କମିଟି ନିକଟରେ ଦାବି କରିଥିଲେ ?
Answer:
ପାରଳାଖେମୁଣ୍ଡିର ‘ଉତ୍କଳ ହିତୈଷିଣୀ’ ଅନୁଷ୍ଠାନ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବାପାଇଁ ଓ’ଡୋନେଲ କମିଟି ନିକଟରେ ଦାବି କରିଥିଲେ ।

୩୭ । ତୃତୀୟ ଗୋଲଟେବୁଲ ବୈଠକ ପରେ କିଏ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ?
Answer:
ତୃତୀୟ ଗୋଲଟେବୁଲ ବୈଠକ ପରେ ଭାରତ ସଚିବ ସାମୁଏଲ୍ ହୋର୍ ଭାରତ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ।

୩୮ । ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ ମାଇକୁ ବୃଦ୍ଧି କରାଯାଇଥିଲା ?
Answer:
ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ ୨୧,୫୫୫ ବର୍ଗ ମାଇଲ୍‌ରୁ ବୃଦ୍ଧି ପାଇ ୩୨,୬୯୫ ‘ବର୍ଗ ମାଇଲ୍ କରାଯାଇଥିଲା ।

୩୯ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ସୃଷ୍ଟି ହେଲା ?
Answer:
୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲା ।

୪୦ । କେଉଁ ଗଡ଼ଜାତ ରାଜାଙ୍କ ପ୍ରଚେଷ୍ଟାରେ ଉତ୍କଳ ବିଶ୍ଵବିଦ୍ୟାଳୟର ସୃଷ୍ଟି ହୋଇଥିଲା ?
Answer:
ପାରଳାଖେମୁଣ୍ଡିର ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓଙ୍କ ପ୍ରଚେଷ୍ଟାରେ ଉତ୍କଳ ବିଶ୍ଵବିଦ୍ୟାଳୟର ସୃଷ୍ଟି ହୋଇଥିଲା ।

୪୧ । ଓଡ଼ିଶାର କେଉଁ ଗଭର୍ଣ୍ଣର ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ?
Answer:
ଓଡ଼ିଶାର ଗଭଣ୍ଡି ଗୋଲ୍ଡବରୀ ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ।

୪୨ । କେଉଁମାନଙ୍କୁ ନେଇ ଫିଲିପ୍-ଡପ୍ କମିଟି ଗଠିତ ହୋଇଥିଲା ?
Answer:
ସି.ଏଲ୍. ଫିଲିପ୍ ଏବଂ ଏ.ସି. ଉଙ୍କୁ ନେଇ ଫିଲିପ୍-ଡଫ୍ କମିଟି ଗଠିତ ହୋଇଥିଲା ।

CHSE Odisha Class 12 History Chapter 15 Objective Questions in Odia Medium

୪୩ । ୧୮୮୮ରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଲେଫ୍‌ଟନାଣ୍ଟ ଗଭର୍ସର କିଏ ଥିଲେ ?
Answer:
୧୮୮୮ରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ସାର୍ ଏ.ସି ବେଲୀ ଥିଲେ ।

୪୪ । ଓ’ଡ଼ୋନେଲ କମିଟିର ଦୁଇଜଣ ସଦସ୍ୟଙ୍କ ନାମ ଲେଖ ।
Answer:
ଓ’ଡ଼ୋନେଲ କମିଟିର ଦୁଇଜଣ ସଦସ୍ୟଙ୍କର ନାମ ହେଲା– ବମ୍ବେର ଏଚ୍.ଏମ୍. ମେହେଟ୍ଟା ଏବଂ ଆସାମର ଟି.ଆର୍.ଫୁଜନ୍ ।

୪୫ । ଓଡ଼ିଶା ଡିଭିଜନରେ ମିଶିବା ପୂର୍ବରୁ କଳାହାଣ୍ଡି କେଉଁ ପ୍ରଦେଶର ଅନ୍ତର୍ଭୁକ୍ତ ଥୁଲା ?
Answer:
ଓଡ଼ିଶା ଡିଭିଜନରେ ମିଶିବା ପୂର୍ବରୁ କଳାହାଣ୍ଡି କେନ୍ଦ୍ରୀୟ ପ୍ରଦେଶର ଅନ୍ତର୍ଭୁକ୍ତ ଥିଲା ।

୪୬ । ବିହାର-ଓଡ଼ିଶା ପ୍ରଦେଶ କେବେ ଗଠନ କରାଯାଇଥିଲା ?
Answer:
୧୯୧୨ ଅଗଷ୍ଟ ୧ ତାରିଖରେ ବିହାର-ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ।

୪୭ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ସମ୍ପୃକ୍ତ ଥ‌ିବା ଦୁଇଟି କମିଟିର ନାମ ଲେଖ ।
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ସମ୍ପୃକ୍ତ ଥ‌ିବା ଦୁଇଟି କମିଟିର ନାମ ହେଲା ଓ’ଡ଼ୋନେଲ କମିଟି ଓ ହାବାକ୍ କମିଟି ।

D. ଭ୍ରମ ସଂଶୋଧନ କର ।

୧ । ଉତ୍କଳ ଦୀପିକାର ସମ୍ପାଦକ ଫକୀରମୋହନ ସେନାପତି ଥିଲେ ।
Answer:
ଉତ୍କଳ ଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟ ଥିଲେ ।

୨ । ସମ୍ବାଦବାହିକାର ସମ୍ପାଦକ ମଧୁସୂଦନ ଥିଲେ ।
Answer:
ସମ୍ବାଦବାହିକାର ସମ୍ପାଦକ ଫକୀରମୋହନ ସେନାପତି ଥିଲେ ।

୩ । ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ସହିତ ମିଶିଥିବାବେଳେ ସେଠାରେ ଓଡ଼ିଆ ଭାଷା ପ୍ରଚଳିତ ଥିଲା ।
Answer:
ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ସହିତ ମିଶିଥିବାବେଳେ ସେଠାରେ ତେଲୁଗୁ ଭାଷା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 15 Objective Questions in Odia Medium

୪। ୧୯୧୫ ଖ୍ରୀ.ଅ.ରେ ବିହାର-ଓଡ଼ିଶା ପ୍ରଦେଶ ନାମରେ ଏକ ନୂତନ ପ୍ରଦେଶ ଗଠନ କରି ଓଡ଼ିଶାକୁ ବିହାରର ଶାସନାଧୀନ କରି ରଖାଗଲା ।
Answer:
୧୯୧୨ ଖ୍ରୀ.ଅ.ରେ ବିହାର-ଓଡ଼ିଶା ପ୍ରଦେଶ ନାମରେ ଏକ ନୂତନ ପ୍ରଦେଶ ଗଠନ କରି ଓଡ଼ିଶାକୁ ବିହାରର ଶାସନାଧୀନ କରି ରଖାଗଲା ।

୫। ଓ’ଡ଼ୋନେଲ କମିଟି ୧୯୩୦ ଖ୍ରୀ.ଅ.ରେ ଗଠନ କରାଯାଇଥିଲା ।
Answer:
ଓ’ଡ଼ୋନେଲ କମିଟି ୧୯୩୧ ଖ୍ରୀ.ଅ.ରେ ଗଠନ କରାଯାଇଥିଲା ।

୬। ୧୮୬୬ ଖ୍ରୀ.ଅ.ର ନଅଙ୍କ ଦୁର୍ଭିକ୍ଷ ପରେ ତତ୍କାଳୀନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ ଟି.ଇ. ରେଭେନ୍ସା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
Answer:
୧୮୬୬ ଖ୍ରୀ.ଅ.ର ନଅଙ୍କ ଦୁର୍ଭିକ୍ଷ ପରେ ତତ୍କାଳୀନ ସେକ୍ରେଟାରୀ ଷ୍ଟାଫୋର୍ଡ଼ ନର୍ଥକୋଟ୍ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

୭ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରଥମେ ୪ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
Answer:
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରଥମେ ୬ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।

୮। ମଣ୍ଟେଗୁ-ଚେମ୍ସଫୋର୍ଡ଼ଙ୍କଦ୍ଵାରା ପ୍ରବର୍ତ୍ତିତ ୧୯୧୯ର ଭାରତ ଶାସନ ଆଇନ ଏବଂ ସିହ୍ନା ପ୍ରସ୍ତାବ ଓଡ଼ିଶାର ଏକତ୍ରୀକରଣ ପାଇଁ ଇଂରେଜ ସରକାରଙ୍କୁ ପ୍ରଭାବିତ କରିବାରୁ ଓଡ଼ିଶାର ନେତାମାନେ କ୍ଷୁବ୍ଧ ହୋଇ ଉଠିଲେ ।
Answer:
ମଣ୍ଟେଗୁ-ଚେମ୍‌ସଫୋର୍ଡ଼ଙ୍କଦ୍ଵାରା ପ୍ରବର୍ତ୍ତିତ ୧୯୧୯ର ଭାରତ ଶାସନ ଆଇନ ଏବଂ ସିହ୍ନା ପ୍ରସ୍ତାବ ଓଡ଼ିଶାର ଏକତ୍ରୀକରଣ ପାଇଁ ଇଂରେଜ ସରକାରଙ୍କୁ ପ୍ରଭାବିତ ନ କରିବାରୁ ଓଡ଼ିଶାର ନେତାମାନେ କ୍ଷୁବ୍ଧ ହୋଇ ଉଠିଲେ ।

୯ । ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ୧୯୦୩ରେ ଗୌରୀଶଙ୍କର ରାୟ ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀ ।
Answer:
ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କୁ ଏକତ୍ରିତ କରିବାପାଇଁ ୧୯୦୩ରେ ମଧୁବାବୁ ପ୍ରତିଷ୍ଠା କରିଥିଲେ ଉତ୍କଳସମ୍ମିଳନୀ ।

୧୦ । ୧୯୧୯ ଭାରତ ଶାସନ ଆଇନରେ ଭାରତର ଆଇନ ସ୍ୱାୟତ୍ତ ଶାସନ ପାଇଁ ଯେଉଁ ବ୍ୟବସ୍ଥା କରିଥିଲା, ସେଥୁରେ ଓଡ଼ିଆମାନଙ୍କ ପାଇଁ ସବୁ ସୁବିଧା ଥିଲା ।
Answer:
୧୯୧୯ ଭାରତ ଶାସନ ଆଇନରେ ଭାରତର ଆଇନ ସ୍ୱାୟତ୍ତ ଶାସନ ପାଇଁ ଯେଉଁ ବ୍ୟବସ୍ଥା ରହିଥିଲା, ସେଥ‌ିରେ ଓଡ଼ିଆମାନଙ୍କ ପାଇଁ କିଛି ସୁବିଧା ନ ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Short & Long Answer Questions.

CHSE Odisha 12th Class History Chapter 2(b) Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରଗ୍‌ବୈଦିକ ସଭ୍ୟତାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ସମ୍ପର୍କରେ ଆଲୋଚନା କର ।
କିମ୍ବା, ଋଗ୍‌ବୈଦିକ ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ପ୍ରତିପାଦନ କର ।
Answer:
ପ୍ରାଚୀନ ବୈଦିକ ଆର୍ଯ୍ୟ ସଭ୍ୟତା ହେଉଛି ଋଗ୍‌ଦିକ ବା ଆଦିବୈଦିକ ସଭ୍ୟତା । ଏହି ସମୟରେ ଆର୍ଯ୍ୟମାନେ ‘ସପ୍ତସିନ୍ଧୁ’ ଓ ପରେ ପଞ୍ଜାବ ଅଞ୍ଚଳରେ ବସବାସ କରୁଥିଲେ । ଏହାପରେ ଜନସଂଖ୍ୟା ବୃଦ୍ଧି, ନୂତନ ସ୍ଥାନ ଅନ୍ଵେଷଣ, ରାଜନୈତିକ ହହ ଓ ଅନ୍ୟ କେତେକ କାରଣ ଯୋଗୁଁ ଆର୍ଯ୍ୟ ସଭ୍ୟତା ବିସ୍ତାରିତ ହୋଇଥିଲା । ନିମ୍ନରେ ଆର୍ଯ୍ୟମାନଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ଉପରେ ଆଲୋଚନା କରାଯାଇଛି ।

  • ରାଜନୈତିକ ଅବସ୍ଥା– ରାଜନୈତିକ ସଂଗଠନ ଦୃଷ୍ଟିରୁ ଋଗ୍‌ବୈଦିକ ଆର୍ଯ୍ୟମାନେ ଏକ ସୁନିୟନ୍ତ୍ରିତ ଜୀବନଯାପନ କରୁଥିଲେ । ସ୍ଥାୟୀ ବସତି ସ୍ଥାପନ, ସଂଘବଦ୍ଧ ଜୀବନଯାପନ ଏବଂ ଉନ୍ନତ ଚିନ୍ତାଶକ୍ତି ପାଇଁ ଆର୍ଯ୍ୟ ସମାଜରେ ସୁଦୃଢ଼ ରାଜନୈତିକ ଅନୁଷ୍ଠାନମାନଙ୍କର ଅଭ୍ୟୁଦୟ ସମ୍ଭବ ହୋଇଥିଲା । ବୈଦିକ ସମାଜ ମୁଖ୍ୟତଃ ଗ୍ରାମ୍ୟ ସମାଜ ଥିଲା । ପ୍ରକୃତିର ରମଣୀୟ ପରିବେଶ ମଧ୍ୟରେ ସୁଶ୍ୟାମଳ ଶସ୍ୟକ୍ଷେତ୍ର ଓ ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତର ପରିବେଷ୍ଟିତ ଗ୍ରାମମାନଙ୍କରେ ଆର୍ଯ୍ୟମାନେ ବସବାସ କରୁଥିଲେ । ଗ୍ରାମ ଥିଲା ରାଜନୈତିକ ସଂଗଠନର ମୂଳପିଣ୍ଡ । କେତେକ ପରିବାରକୁ ନେଇ ଗ୍ରାମ ଗଠିତ ହୋଇଥିଲା ।, ପରିବାରର ମୁଖ୍ୟଙ୍କୁ ‘କୁଳପ’ ଏବଂ ଗ୍ରାମର ମୁଖ୍ୟଙ୍କୁ ‘ଗ୍ରାମୀଣ’ କୁହାଯାଉଥିଲା । କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ‘ବିଶ୍’ ଗଠିତ ହୋଇଥିଲା । ବିଶ୍ର ମୁଖ୍ୟ ଥିଲେ ‘ବିଶ୍ଵପତି’ । କେତେକ ବିଶ୍ଵକୁ ନେଇ ‘ଜନ’ ଗଠିତ ହୋଇଥିଲା । ‘ଗୋପ’ ଥିଲେ ଜନର ମୁଖ୍ୟ । ‘ଜନ’ର ଅର୍ଥ ଜାତି, ଜନର ଶାସନ ମୁଖ୍ୟ ଥିଲେ ‘ରାଜନ୍’ । ଋଗ୍‌ବୈଦିକ ଯୁଗରେ ରାଜତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ପ୍ରଜାମାନଙ୍କର ମଙ୍ଗଳ ସାଧନ, ଉନ୍ନତି ତଥା ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଥିଲା ତାଙ୍କର ପରମ କର୍ତ୍ତବ୍ୟ । ରାଜା ଥିଲେ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ । ରାଜା ପ୍ରଜାମାନଙ୍କଠାରୁ ‘ବଳି’ ନାମକ ଏକପ୍ରକାର କର ଆଦାୟ କରୁଥିଲେ । ଏହା ପ୍ରଜାମାନଙ୍କ ହିତରେ ବ୍ୟବହାର କରାଯାଉଥିଲା । ରାଜନ୍‌ଙ୍କୁ ରାଜକାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ରାଜକର୍ମଚାରୀ ପରିଷଦ ଥିଲା । ସେମାନେ ହେଲେ ପୁରୋହିତ, ସେନାନୀ, ଗ୍ରାମଣୀ, ସଂଗ୍ରହିତା, ସୂତ, ଗୋବିକୃତ, ସ୍ଥପତି ଓ ଉଗ୍ର । ରାଜାଙ୍କ ଅଖଣ୍ଡ କ୍ଷମତାକୁ ନିୟନ୍ତ୍ରିତ କରିବାକୁ ଦୁଇଟି ସଭାଗୃହ ଥୁଲା; ଯଥା- ସଭା ଓ ସମିତି । ପ୍ରଚଳିତ ପ୍ରଥା ଓ ନୀତି ଅନୁସାରେ ଦଣ୍ଡବିଧାନ କରାଯାଉଥିଲା । ଦଣ୍ଡପ୍ରଥା କଠୋର ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ସାମାଜିକ ଅବସ୍ଥା- ପ୍ରାଚୀନ ବୈଦିକ ଯୁଗର ସାମାଜିକ ଜୀବନ ଋଗ୍‌ଵେଦରେ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଅଛି । ସେମାନେ ମୁଖ୍ୟତଃ ଯାଯାବର ଥିବାରୁ ସରଳ ଓ ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ । ପିତୃକେନ୍ଦ୍ରିକ ପରିବାର ଭିଭିରେ ସାମାଜିକ ଜୀବନ ସେମାନଙ୍କର ଗଢ଼ି ଉଠିଥିଲା । ପରସ୍ପର ପ୍ରତି ସ୍ନେହ ଓ ସଦିଚ୍ଛା ଯୋଗୁ ପାରିବାରିକ ଜୀବନ ସୁଖମୟ ଥିଲା । ପରିବାରର ସମ୍ପଭିକୁ ସୁରକ୍ଷିତ କରିବା, ଯଜ୍ଞ ଓ ପୂଜା ଉପାସନା କରିବା, ବିବାହ ବ୍ରତ ସମ୍ପାଦନ କରିବା ଏବଂ ଶାନ୍ତି ଓ ସୌହାର୍ଯ୍ୟ ସ୍ଥାପନ କରିବା ଗୃହପତିଙ୍କର ଦାୟିତ୍ଵ ଥିଲା । ସମାଜରେ ନାରୀର ଭୂମିକା ଥିଲା ସମ୍ମାନଜନକ । ନାରୀମାନଙ୍କୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳୁଥୁଲା । ଗହମ, ଯବ, ଧାନ, ମଧୁ ଓ ଫଳ ପ୍ରଧାନ ଖାଦ୍ୟ ଥିଲା । ସେମାନେ ମାଛ ଓ ମାଂସ ମଧ୍ୟ ଭକ୍ଷଣ କରୁଥିଲେ । ସୋମରସ ଓ ସୁରା ସେମାନଙ୍କର ଅତି ପ୍ରିୟ ପାନୀୟ ଥିଲା । କାର୍ପାସ୍ ଓ ପଶମରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ପୋଷାକକୁ ବ୍ୟବହାର କରୁଥିଲେ । ସେମାନଙ୍କର ପରିଧେୟକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଶରୀରର ଉପରିଭାଗରେ ବସ୍ତ୍ର, ମଧ୍ୟଭାଗରେ ଉତ୍ତରୀୟ ଏବଂ ନିମ୍ନ ଭାଗରେ ଅନ୍ତରୀୟ ବ୍ୟବହୃତ ହେଉଥିଲା । ନାରୀ ଓ ପୁରୁଷ ଉଭୟେ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ । ଆର୍ଯ୍ୟ ନାରୀମାନେ ଅଳଙ୍କାର ପ୍ରିୟ ଥିଲେ । ସ୍ଵର୍ଣ୍ଣ, ରୌପ୍ୟ ଓ ପୋହଳାରେ ନିର୍ମିତ ଅଳଙ୍କାରଗୁଡ଼ିକୁ ସେମାନେ ପିନ୍ଧୁଥିଲେ । ଆମୋଦପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ଆର୍ଯ୍ୟମାନେ ବହୁବିଧ ଉପାୟ ଅବଲମ୍ବନ କରୁଥିଲେ । ନୃତ୍ୟ ଓ ସଙ୍ଗୀତରେ ସେମାନଙ୍କର ବିଶେଷ ଆଦର ଥିଲା । ପଶାଖେଳ, ଶିକାର, ମଲ୍ଲଯୁଦ୍ଧ, ନୌବିହାର ଆଦି ସେମାନଙ୍କର ମୁଖ୍ୟ ଅବଲମ୍ବନ ଥିଲା । ବୈଦିକ ଯୁଗରେ ଗୁରୁକୁଳ ଆଶ୍ରମରେ ଶିକ୍ଷାବ୍ୟବସ୍ଥା ରହିଥିଲା । ଶିକ୍ଷା ମୁଖ୍ୟତଃ ମୌଖିକ ଭିଭିରେ ଦିଆଯାଉଥିଲା ।
  • ଅର୍ଥନୈତିକ ଅବସ୍ଥା– ବୈଦିକ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ସମୃଦ୍ଧ ଥିଲା । କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଏହାଛଡ଼ା ସେମାନେ ପଶୁପାଳନ ଏବଂ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟଦ୍ଵାରା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ । ଧାନ, ଗହମ, ଯବ, ବାର୍ଲି, ମକା ଇତ୍ୟାଦି ସେମାନେ ଚାଷ କରୁଥିଲେ । ସେମାନେ ଘୋଡ଼ା, ମେଣ୍ଢା, ଛେଳି ପ୍ରଭୃତି ପଶୁମାନଙ୍କୁ ପାଳନ କରୁଥିଲେ । ଏହି ଯୁଗରେ କୃଷିଭିଭିକ ସମାଜପାଇଁ କୁଟୀରଶିଳ୍ପୀମାନ ଗଢ଼ି ଉଠିଥିଲା । କୁମ୍ଭକାର, ଚମାର, ବଢ଼େଇ ଓ କମାରମାନେ କୁଟୀରଶିଳ୍ପଦ୍ଵାରା ଜୀବିକା ନିର୍ବାହ କରୁଥିଲେ । ସେମାନଙ୍କୁ ବାଣିଜ୍ୟ ବ୍ୟବସାୟ ମଧ୍ୟ ଜଣାଥିଲା । ମୁଖ୍ୟତଃ ପଣ୍ୟଦ୍ରବ୍ୟ ଆଦାନ ପ୍ରଦାନ ମୂଲ୍ୟ ବିନିମୟରେ ବା ବସ୍ତୁ ବିନିମୟ ପଦ୍ଧତିରେ ହେଉଥିଲା । ବୈଦିକ ଆର୍ଯ୍ୟମାନଙ୍କର ଧର୍ମଧାରଣା ଓ ଆଧ୍ୟାତ୍ମିକ ଜୀବନ ଭାରତୀୟ ସଂସ୍କୃତିର ମୂଳ ଉତ୍ସ ଥିଲା । ସେମାନେ ମୁଖ୍ୟତଃ ପ୍ରକୃତି ଉପାସକ ଥିଲେ । ଋଗ୍‌ବେଦରୁ ଜଣାଯାଏ ଯେ, ଆର୍ଯ୍ୟମାନେ, ପୃଥ‌ିବୀ, ସୂର୍ଯ୍ୟ, ଇନ୍ଦ୍ର, ବରୁଣ, ଅଗ୍ନି, ସୋମ, ମରୁତ ଆଦି ଦେବଦେବୀମାନଙ୍କୁ ପୂଜା କରୁଥିଲେ । ପୃଥ‌ିବୀ ଶସ୍ୟ ଓ ପ୍ରଜନନ ଶକ୍ତିର ଆଧାର ରୂପେ ପୂଜା ପାଉଥିଲେ । ସେ ସମୟରେ ମୂର୍ତ୍ତିପୂଜା ପ୍ରଚଳିତ ନଥୁଲା । ଉପରୋକ୍ତ ସମସ୍ତ ଆଲୋଚନାରୁ ଜଣାଯାଏ ଯେ, ଋଗ୍‌ବେଦୀୟ ଆର୍ଯ୍ୟମାନେ ହିନ୍ଦୁଧର୍ମର ସୁଦୃଢ଼ ମୂଳଭିତ୍ତି ପ୍ରତିଷ୍ଠା କରିଥିଲେ । ଏହାପରେ ଏହା ସନାତନ ଧର୍ମରେ ରୂପାନ୍ତରିତ ହୋଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୧। ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ସମ୍ପର୍କରେ ଆଲୋଚନା କର ।
Answer:
ହରପ୍‌ପା ସଭ୍ୟତାର ଅବସାନ ପରେ ଯେଉଁ ନୂତନ ସଭ୍ୟତାର ଉନ୍ମେଷ ଘଟିଥିଲା ତାହାକୁ ବୈଦିକ ସଭ୍ୟତା ବା ଆର୍ଯ୍ୟ ସଭ୍ୟତା କୁହାଯାଏ । ଏହି ସଭ୍ୟତା ଏକ ଗ୍ରାମୀଣ ସଭ୍ୟତା ଥିଲା । ଏହି ସଭ୍ୟତାର ରାଜନୈତିକ ସଙ୍ଗଠନର ଚିତ୍ର ରଗ୍‌ବେଦରୁ ହିଁ ଜଣାପଡ଼ିଥାଏ । ବେଦ ଆର୍ଯ୍ୟମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ ଥିଲା । ରାଜା, ରାଜକର୍ମଚାରୀ, ସଭା ଓ ସମିତି, ବିଚାର ବ୍ୟବସ୍ଥା ଓ ସୈନ୍ୟବାହିନୀ ଥିଲା ବୈଦିକ ଯୁଗର ରାଜନୈତିକ ସଙ୍ଗଠନର ଗୋଟିଏ ଗୋଟିଏ ଅଂଶ ସଦୃଶ ।

  • ଗ୍ରାମ– ପ୍ରାଚୀନ ବୈଦିକ ଯୁଗର ଆର୍ଯ୍ୟମାନଙ୍କ ରାଜନୈତିକ ଜୀବନ ସୁସ୍ଥ ଏବଂ ଶୃଙ୍ଖଳିତ ଥିଲା । ପରିବାର ବା କୁଳ ସେମାନଙ୍କ ରାଜନୈତିକ ସଙ୍ଗଠନର ମୂଳପିଣ୍ଡ ଥିଲା । ପରିବାରର ମୁଖ୍ୟଙ୍କୁ ‘ଗୃହପତି’ ବା ‘କୁଳପତି’ କୁହାଯାଉଥିଲା । କେତେଗୁଡ଼ିଏ ପରିବାରକୁ ନେଇ ଗୋଟିଏ ଗ୍ରାମ ଗଠିତ ହୋଇଥିଲା । ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ କୁହାଯାଉଥିଲା । ଅନେକଗୁଡ଼ିଏ ବିଶ୍ଵର ମିଶ୍ରଣରେ ରାଷ୍ଟ୍ର ବା ଜନ ସୃଷ୍ଟି ହୋଇଥିଲା ।
  • ରାଜା– ବୈଦିକ ଯୁଗରେ ମୁଖ୍ୟତଃ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜତନ୍ତ୍ରର ମୁଖ୍ୟ । ରାଜାମାନେ ବଂଶାନୁକ୍ରମିକ ରାଜ୍ୟଶାସନ କରୁଥିଲେ । କେତେକ କ୍ଷେତ୍ରରେ ପ୍ରଜାମାନେ ରାଜାଙ୍କୁ ମନୋନୀତ କରୁଥିଲେ । ରାଜାମାନେ ଉତ୍ତମ ପୋଷାକ ପରିଧାନ କରୁଥିଲେ ଏବଂ ରାଜପ୍ରାସାଦରେ ଅବସ୍ଥାନ କରୁଥିଲେ । ବୀରତ୍ଵ ଓ ଶକ୍ତି ଉପରେ ରାଜାଙ୍କ ମନୋନୟନ ଓ ସ୍ଵୀକୃତି ନିର୍ଭର କରୁଥିଲା । ରାଜା ସିଂହାସନ ଆରୋହଣ କରିବା ସମୟରେ ପୁରୋହିତ ଅଭିଷେକ ଉତ୍ସବର ଆୟୋଜନ କରୁଥିଲେ । ରାଜା ପ୍ରଜାମାନଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ । ରାଜା ରାଜ୍ୟ ଶାସନର ସର୍ବୋଚ୍ଚ କର୍ତ୍ତା ଥିଲେ । ରାଜ୍ୟ ପାଇଁ ତାଙ୍କର ଅନେକ କର୍ତ୍ତବ୍ୟ ରହିଥିଲା । ତାଙ୍କର ପ୍ରଧାନ କର୍ତ୍ତବ୍ୟ ଥିଲା ପ୍ରଜାପାଳନ ଏବଂ ଶତ୍ରୁ ହାତରୁ ରାଜ୍ୟରକ୍ଷା । ରାଜା ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । ସେ ମଧ୍ୟ ଥିଲେ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ । ରାଷ୍ଟ୍ରର ଶାନ୍ତିଶୃଙ୍ଖଳା ରକ୍ଷାକରିବା ଥିଲା ତାଙ୍କର ଅନ୍ୟତମ କର୍ତ୍ତବ୍ୟ ।
  • ରାଜକର୍ମଚାରୀ – ଶାସନ କାର୍ଯ୍ୟରେ ସହଯୋଗ ଓ ପରାମର୍ଶ ପାଇଁ ରାଜା ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥିଲେ । ସମସ୍ତ ରାଜକର୍ମଚାରୀଙ୍କ ମଧ୍ୟରେ ପ୍ରଧାନ ଥିଲେ ପୁରୋହିତ । ସେ ଥିଲେ ରାଜାଙ୍କର ଉପଦେଷ୍ଟା । ତାଙ୍କଦ୍ୱାରା ରାଜାଙ୍କର ଅଭିଷେକ, ଯୁଦ୍ଧ ସମୟରେ ଅନୁକୂଳଜନିତ ମନ୍ତ୍ରପାଠ ଏବଂ ଅନ୍ୟାନ୍ୟ ଧର୍ମକାର୍ଯ୍ୟମାନ ସମ୍ପାଦିତ ହେଉଥିଲା । ସେନାନୀ ଥିଲେ ରାଜାଙ୍କର ସେନାପତି ଏବଂ ଯୁଦ୍ଧକ୍ଷେତ୍ରରେ ସେ ଶତ୍ରୁ ବିରୁଦ୍ଧରେ ସେନାବାହିନୀର ନେତୃତ୍ଵ ନେଉଥିଲେ । ‘ସୂତ’ ନାମକ କର୍ମଚାରୀ ରାଜାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ଲିପିବଦ୍ଧ କରି ରଖୁଥିଲେ । ରାଜସ୍ୱ ଆଦାୟ ପାଇଁ ‘ଭାଗଦୁଘ’ ନାମକ କର୍ମଚାରୀ ନିଯୁକ୍ତି ପାଇଥିଲେ । କୋଷାଧ୍ୟକ୍ଷ କାର୍ଯ୍ୟ ପରିଚାଳନା କରୁଥିଲେ ‘ସଂଗ୍ରହୀତା’ ଏବଂ ‘ଗୋବିକୃତ’ ଥିଲେ ମୁଖ୍ୟ ବନ୍ୟାଧ୍ୟାକାରୀ । ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ କୁହାଯାଉଥିଲା । ସେ ଏବଂ ବିଶ୍ଵପତି ରାଜାଙ୍କୁ ଯୁଦ୍ଧକ୍ଷେତ୍ରରେ ସହାୟକ ହେଉଥିଲେ । ‘ପତି’ଙ୍କ ଉପରେ ୧୦୦ଟି ଗ୍ରାମର ଶାସନ ଦାୟିତ୍ୱ ନ୍ୟସ୍ତ ଥିଲା । ସ୍ଥପତି ଥିଲେ ସୀମା ଅଞ୍ଚଳର ଶାସନକର୍ତ୍ତା । ‘ଉଗ୍ର’ ଥିଲେ ପୋଲିସ୍ ଅଧିକାରୀ । ସେମାନେ ଶାନ୍ତିଶୃଙ୍ଖଳା ଦାୟିତ୍ଵରେ ଥିଲେ । ଏହି ସମସ୍ତ ରାଜକର୍ମଚାରୀମାନେ ରାଜାଙ୍କୁ ଶାସନ କାର୍ଯ୍ୟରେ ବିଭିନ୍ନ ଉପାୟରେ ସାହାଯ୍ୟ କରୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ସଭା ଓ ସମିତି- ବୈଦିକ ରାଜାମାନେ ଶକ୍ତିଶାଳୀ ହେଲେ ମଧ୍ୟ ସ୍ଵେଚ୍ଛାଚାରୀ କିମ୍ବା ଅତ୍ୟାଚାରୀ ନଥିଲେ । ରାଜାଙ୍କୁ ଶାସନ ସମ୍ବନ୍ଧୀୟ ପରାମର୍ଶ ଦେବାପାଇଁ ‘ସଭା’ ଓ ‘ସମିତି’ ନାମରେ ଦୁଇଗୋଟି ଅନୁଷ୍ଠାନ ରହିଥିଲା । ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସଭା ଗଠିତ ହୋଇଥିଲା । ସ୍ଥାନୀୟ ନିୟମକାନୁନ୍ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ଦେଉଥିଲା । ଏହା ମଧ୍ୟ ଦୋଷୀମାନଙ୍କୁ ଦଣ୍ଡ ଦେବାପାଇଁ ନ୍ୟାୟାଳୟ ରୂପେ କାର୍ଯ୍ୟ କରୁଥିଲା । ସମିତି ଥିଲା ସବୁଠାରୁ ଜନପ୍ରିୟ ରାଜନୈତିକ ଅନୁଷ୍ଠାନ । ଏଥୁରେ ଉଭୟ ନାରୀ ଓ ପୁରୁଷ ସଦସ୍ୟ ରୂପେ ରହିପାରୁଥିଲେ । ସମସ୍ତ ଜାତୀୟ ସମସ୍ୟା ସମିତିରେ ମୁକ୍ତ ଭାବରେ ଆଲୋଚିତ ହେଉଥିଲା । ଏହା ରାଜାଙ୍କର ନିର୍ବାଚନ କରୁଥିଲା । ଏଥୁ ସହିତ ଯୁଦ୍ଧ, ରାଜ୍ୟରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସମିତିର ମତାମତ ଥିଲା ଏକାନ୍ତଭାବେ ଅପରିହାର୍ଯ୍ୟ । ସମିତିର ମୁଖ୍ୟଙ୍କୁ ‘ପତି’ କୁହାଯାଥିଲା । ରାଜାଙ୍କୁ ଦଣ୍ଡଦେବା କ୍ଷମତା ସମିତିର ରହିଥିଲା ।
  • ବିଚାର ବ୍ୟବସ୍ଥା – ବୈଦିକ ଯୁଗରେ ବିଚାର ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଯାଉଥିଲା । ପ୍ରଚଳିତ ପ୍ରଥା ଏବଂ ନୀତି ଅନୁସାରେ ନ୍ୟାୟପ୍ରଦାନ କରାଯାଉଥିଲା । ‘ଅଧ୍ଯକ୍ଷ’ ନାମ୍ନୀ ବିଚାରପତିଙ୍କଦ୍ଵାରା ଦୋଷୀର ବିଚାର କରାଯାଇ ଦଣ୍ଡବିଧାନ କରାଯାଉଥିଲା । ‘ଗ୍ରାମବାଦୀ’ ନାମକ ରାଜକର୍ମଚାରୀ ଗ୍ରାମ୍ୟ ବିବାଦର ସମାଧାନ କରୁଥିଲେ । ରାଜା ଥିଲେ ନ୍ୟାୟପ୍ରଦାନ କ୍ଷେତ୍ରରେ ସର୍ବଶେଷ ବିଚାରକ । ସେ ସମୟରେ ଦଣ୍ଡପ୍ରଥା କଠୋର ଥିଲା । ନ୍ୟାୟ ପାଇବା ସମସ୍ତଙ୍କର ଏକ ଅଧିକାରଭାବେ ସ୍ଵୀକୃତ ହୋଇଥିଲା ।
  • ସୈନ୍ୟ ସଙ୍ଗଠନ– ଶାନ୍ତିଶୃଙ୍ଖଳା ଓ ଧନଜୀବନର ସୁରକ୍ଷା ରାଜାଙ୍କର ପ୍ରଧାନ କର୍ତ୍ତବ୍ୟ ଥିବାରୁ ସୈନ୍ୟ ସଙ୍ଗଠନ ଉପରେ ଅଧ‌ିକ ଗୁରୁତ୍ଵ ଦିଆଯାଉଥିଲା । ରାଜା ଏକ ବିଶାଳ ସୈନ୍ୟବାହିନୀ ରଖୁଥିଲେ । ସୈନ୍ୟମାନେ ଶୃଙ୍ଖଳିତ ଥିଲେ । ସେନାପତିଙ୍କ ଆଦେଶକ୍ରମେ ସୈନ୍ୟମାନେ ପରିଚାଳିତ ହେଉଥିଲେ । ସୈନ୍ୟବାହିନୀରେ ପଦାତିକ, ଅଶ୍ଵାରୋହୀ ଏବଂ ରଥାରୋହୀ ସୈନ୍ୟ ରହିଥିଲେ । ଯୁଦ୍ଧ କରିବା ଏକ ଗୌରବର ବିଷୟ ଥ‌ିବାରୁ ସୈନ୍ୟବାହିନୀରେ ଯୋଗ ଦେବାକୁ ଲୋକମାନେ କୁଣ୍ଠିତ ହେଉନଥିଲେ । ସୈନ୍ୟମାନଙ୍କର ଆଶ୍ରୟସ୍ଥଳୀ ରୂପେ ‘ଦୁର୍ଗ’ ବା ‘ପୁର’ ବ୍ୟବହୃତ ହେଉଥିଲା । ପୁରର ଦାୟିତ୍ଵରେ ପୁରପତି ରହିଥିଲେ । ମୋଟାମୋଟିଭାବେ କହିବାକୁ ଗଲେ ବୈଦିକ ଯୁଗର ରାଜନୈତିକ ଅବସ୍ଥା ଥିଲା ସୁଦୃଢ଼ ।

୩ । ବୈଦିକ ଯୁଗର ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ଆଲୋଚନା କର ।
Answer:
ବୈଦିକ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ସମୃଦ୍ଧ ଥିଲା । କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଏହାଛଡ଼ା ସେମାନେ ପଶୁପାଳନ ଏବଂ ବିଭିନ୍ନପ୍ରକାର ବାଣିଜ୍ୟ ବ୍ୟବସାୟଦ୍ଵାରା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ ।

  • କୃଷି – କୃଷି ଥିଲା ବୈଦିକ ଯୁଗର ଆର୍ଯ୍ୟମାନଙ୍କର ମୁଖ୍ୟ ଜୀବିକା । ଅଧିକ ଅମଳ ପାଇଁ କୃଷିକ୍ଷେତ୍ରଗୁଡ଼ିକରେ ସେମାନେ ଖତ ଓ ସାର ପ୍ରୟୋଗ କରୁଥିଲେ । ଗହମ ଏବଂ ଯଅ ମୁଖ୍ୟତଃ ସେମାନେ ଚାଷ କରୁଥିଲେ । କପା ମଧ୍ୟ ସେ ସମୟରେ ଚାଷ କରାଯାଉଥିଲା । କୃଷି ଉଦ୍ଦେଶ୍ୟରେ ବେଦରେ ବହୁ ସ୍ତୋତ୍ର ରହିଅଛି, ଯାହା ମାଧ୍ୟମରେ ଆର୍ଯ୍ୟମାନେ କୃଷିଦେବତା ଇନ୍ଦ୍ରଙ୍କୁ ଜଳ ପ୍ରଦାନ ନିମିତ୍ତ ପ୍ରାର୍ଥନା କରୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପଶୁପାଳନ – ପଶୁପାଳନ କରିବାକୁ ଆର୍ଯ୍ୟମାନେ ଖୁବ୍ ଭଲ ପାଉଥିଲେ । ଗୋ-ସମ୍ପଦ ସେମାନଙ୍କ ଜୀବନର ଏକ ମୁଖ୍ୟ ଉପାଦାନ ଥିଲା । ଯେକୌଣସି ପରିବାରର ଅର୍ଥନୈତିକ ସ୍ଵଚ୍ଛଳତା ପାଳିତ ଗାଈ ଓ ବଳଦରୁ ନିର୍ଣ୍ଣୀତ ହେଉଥିଲା । ଶତ ଶତ ସଂଖ୍ୟାରେ ଗାଈ ଓ ବଳଦ ସେମାନେ ପାଳନ କରୁଥିଲେ । ଗାଈ ଜଗୁଆଳିମାନଙ୍କୁ ‘ଗୋପ’ କୁହାଯାଉଥିଲା । ଏତଦ୍‌ବ୍ୟତୀତ ସେମାନେ ଘୋଡ଼ା, ମେଣ୍ଢା ଓ ଛେଳି ପ୍ରଭୃତି ପଶୁମାନଙ୍କୁ ଘରେ ପାଳନ କରୁଥିଲେ । ପଶୁପାଳନରୁ ସେମାନେ କ୍ଷୀର ଓ ମାଂସ ପାଉଥିଲେ ଏବଂ ପଶୁମାନଙ୍କର ମଳରୁ ଖତସାର ପାଉଥିଲେ । ଅନେକ ସମୟରେ ଧେନୁ ବିନିମୟର ମାଧ୍ୟମ ରୂପେ ବ୍ୟବହୃତ ହେଉଥିଲା ।
  • ବାଣିଜ୍ୟ ଏବଂ ବ୍ୟବସାୟ– ଆର୍ଯ୍ୟ ସମାଜରେ ବୈଶ୍ୟ ଜାତିର ସୃଷ୍ଟି ବାଣିଜ୍ୟ ବ୍ୟବସାୟ ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେମାନେ ବିଭିନ୍ନ ଦ୍ରବ୍ୟ ଆମଦାନି ଏବଂ ରପ୍ତାନି କରୁଥିଲେ । ସେମାନେ ସାଧାରଣତଃ ବସ୍ତ୍ର ଓ ଜୋତା ରପ୍ତାନି କରୁଥିଲେ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରବ୍ୟମାନ ସ୍ଥାନାନ୍ତର କରାଯାଉଥିଲା । ଏଥିପାଇଁ ଅଶ୍ଵ, ରଥ, ବଳଦଗାଡ଼ି ଏବଂ ଗଧ ଆଦିର ସାହାଯ୍ୟ ନିଆଯାଉଥିଲା । ଜଳପଥରେ ମଧ୍ୟ ସେମାନେ ବ୍ୟବସାୟ କରୁଥିଲେ ।
  • ଅନ୍ୟାନ୍ୟ ବ୍ୟବସାୟ– କୃଷି ଓ ଗୋପାଳନ ବ୍ୟତୀତ ଆର୍ଯ୍ୟମାନେ ମଧ୍ୟ ଅନ୍ୟାନ୍ୟ ବ୍ୟବସାୟ କରୁଥିଲେ । କାଠକାମ ସମାଜରେ ଅନ୍ୟତମ ପେସାରୂପେ ଆଦୃତ ଥିଲା । ବଢ଼େଇମାନଙ୍କ ବ୍ୟତୀତ କମାର, ସ୍ଵର୍ଣ୍ଣକାର, ତନ୍ତୀ ଏବଂ ଚର୍ମକାର ଆଦି ମଧ୍ୟ ସେମାନଙ୍କର ପେସା ବଜାୟ ରଖୁଥିଲେ ।
  • ବିନିମୟ ବ୍ୟବସ୍ଥା – ଆଦିବୈଦିକ ଯୁଗରେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ଦ୍ରବ୍ୟ ବିନିମୟ ବ୍ୟବସ୍ଥା ପ୍ରଚଳିତ ଥିଲା । ବିଭିନ୍ନ ପ୍ରକାର ଦ୍ରବ୍ୟ ଓ ଅନ୍ୟ ଦ୍ରବ୍ୟଗୁଡ଼ିକର ବିନିମୟଦ୍ୱାରା ଲାଭ କରାଯାଉଥିଲା । ଅନେକ ସମୟରେ ଗାଈକୁ ବିନିମୟର ଏକକ ରୂପେ ବ୍ୟବହାର କରାଯାଉଥିଲା । ସେହି ସମୟରେ ‘ନିଷ୍କ’ ନାମକ ଏକ ସ୍ଵର୍ଣ୍ଣମୁଦ୍ରା ପ୍ରଚଳିତ ଥିଲା । ଏହାଦ୍ଵାରା ଦେଶ ଭିତରେ ତଥା ବହିର୍ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାକୁ ଆର୍ଯ୍ୟମାନେ ସଫଳ ହୋଇଥିଲେ । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ, ଆର୍ଯ୍ୟମାନଙ୍କର ଅର୍ଥନୀତି ସ୍ୱଚ୍ଛଳ ଥିଲା । ଏହା ସେମାନଙ୍କୁ ଏକ ସୁଖପ୍ରଦ ଜୀବନଯାପନ ପ୍ରଦାନ କରିବା ଦିଗରେ ସହାୟକ ହୋଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୪ । ବୈଦିକ ଆର୍ଯ୍ୟମାନଙ୍କର ସାମାଜିକ ଜୀବନ ଉପରେ ଆଲୋକପାତ କର ।
Answer:
ବୈଦିକ ସଭ୍ୟତା ଥୁଲା ଅତୀତ ଭାରତର ଏକ ଗୌରବମୟ ସଭ୍ୟତା । ଏହି ସଂସ୍କୃତି ଆର୍ଯ୍ୟ ଓ ଦ୍ରାବିଡ଼ ଜାତିର ଅବଦାନରେ ଗଢ଼ିଉଠିଥିଲା । ସମଗ୍ର ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଆର୍ଯ୍ୟ ସଂସ୍କୃତିରେ ଅନୁପ୍ରାଣିତ ହୋଇଥିଲା ଏବଂ ଏକ ସର୍ବଭାରତୀୟ ସଭ୍ୟତା ଗଢ଼ିଉଠିଥିଲା । ପ୍ରାଚୀନ ବୈଦିକ ଯୁଗର ସାମାଜିକ ଜୀବନ ଋଗ୍‌ଵେଦରେ ସୁନ୍ଦରଭାବେ ପ୍ରତିଫଳିତ ହୋଇଅଛି । ସେମାନେ ଛୋଟ ଛୋଟ ଗ୍ରାମରେ ବାସ କରୁଥିବାରୁ ପରସ୍ପର ସହିତ ଘନିଷ୍ଠ ସାମାଜିକ ସମ୍ପର୍କ ରଖୁଥିଲେ ।

  • ପରିବାର– ପିତୃକୈନ୍ଦ୍ରିକ ପରିବାର ଭିଭିରେ ସାମାଜିକ ଜୀବନ ଗଢ଼ିଉଠିଥିଲା । ପରିବାର ଉପରେ ପିତାଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ଥିଲା । ପିତାଙ୍କୁ କୁଳପ, କୁଳପତି ଅଥବା ଗୃହପତି ନାମରେ ଅଭିହିତ କରାଯାଉଥିଲା । ପରିବାରର ପ୍ରତିପୋଷଣ, ପିଲାମାନଙ୍କୁ ଶିକ୍ଷାଦାନ, ଶାନ୍ତିଶୃଙ୍ଖଳା ରକ୍ଷା, କନ୍ୟାଦାନ, ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଆଦି କର୍ତ୍ତବ୍ୟମାନ ସେ ସମ୍ପାଦନ କରୁଥିଲେ । ଉଦାରତା, ଦୟା ଏବଂ କ୍ଷମା ଆଦି ଗୁଣରେ ସେ ଥିଲେ ବିଭୂଷିତ । ସନ୍ତାନସନ୍ତତିମାନେ ପିତାଙ୍କର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ । ପରସ୍ପର ପ୍ରତି ସ୍ନେହ ଓ ସଦିଚ୍ଛା ଭିତ୍ତିରେ ପାରିବାରିକ ଜୀବନ ସୁଖମୟ ଥିଲା । ପିତାଙ୍କ ଆଦେଶ ଅମାନ୍ୟ କଲେ ଦଣ୍ଡଦେବା ବ୍ୟବସ୍ଥା ଗୃହପତିଙ୍କଠାରେ ନ୍ୟସ୍ତ ଥିଲା । ଅବାଧ୍ୟ ସନ୍ତାନ ପରିବାରରୁ ବହିଷ୍କୃତ ହେଉଥିଲେ । ପିତାଙ୍କ ଅନ୍ତେ ଜ୍ୟେଷ୍ଠପୁତ୍ର ପରିବାରର ଦାୟିତ୍ଵ ବହନ କରୁଥିଲେ । ଅତିଥ୍‌ ସତ୍କାର ପରିବାରର ଏକ ଧାର୍ମିକ କର୍ତ୍ତବ୍ୟ ଥିଲା । ଯୌଥ ପରିବାର ଥିଲା ବୈଦିକ ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ପତ୍ନୀଙ୍କ ସହ ଯୁକ୍ତ ହୋଇ କୁଳପତି ସମସ୍ତ ମାଙ୍ଗଳିକ କାର୍ଯ୍ୟମାନ ସଂପାଦନ କରୁଥିଲେ ।
  • ବାସଗୃହ– ଆର୍ଯ୍ୟମାନଙ୍କର ବାସଗୃହ ସାଧାରଣତଃ କାଠ, ବାଉଁଶ, ମାଟି ଓ ଛପରକୁ ନେଇ ତିଆରି ହୋଇଥିଲା । ପ୍ରତ୍ୟେକ ବାସଗୃହରେ ରୋଷେଇ ଏବଂ ପୂଜାର୍ଚ୍ଚନା ପାଇଁ ଏକ ସ୍ଵତନ୍ତ୍ର ଗୃହ ରହିଥିଲା । ଏତଦ୍‌ବ୍ୟତୀତ ବୈଠକଘର, ନାରୀମାନଙ୍କ ପାଇଁ ପ୍ରସାଧାନ କକ୍ଷ ତଥା ଗୃହପତିଙ୍କପାଇଁ କକ୍ଷମାନ ମଧ୍ୟ ନିର୍ମିତ ହୋଇଥିଲା । ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ଗୃହ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗ୍ରାମରେ ଅନେକଗୁଡ଼ିଏ ପରିବାର ବାସ କରୁଥିଲେ ।
  • ଖାଦ୍ୟପେୟ – ସେମାନଙ୍କର ଖାଦ୍ୟାଭ୍ୟାସ ଥିଲା ସରଳ । ସେମାନଙ୍କର ଖାଦ୍ୟ ମଧ୍ୟରେ ପ୍ରଧାନ ଥିଲା ଗହମ, ଯବ, ଧାନ, ମଧୁ ଓ ଫଳ । ସେମାନେ ମଧ୍ୟ ମାଛ ଓ ମାଂସ ଭକ୍ଷଣ କରୁଥିଲେ । ଦୁଗ୍‌ଧ, ଘୃତ ଏବଂ ଦୁଗ୍‌ଧଜାତ ସମସ୍ତ ପଦାର୍ଥ ସେମାନଙ୍କର ଅତି ପ୍ରିୟ ଖାଦ୍ୟ ଥିଲା । ସୋମ ନାମକ ଏକ ବୃକ୍ଷରୁ ସେମାନେ ମଦ ପ୍ରସ୍ତୁତ କରୁଥିଲେ । ଏହାକୁ ସୋମରସ କୁହାଯାଉଥିଲା । ସେମାନେ ସୁରା ନାମକ ଏକପ୍ରକାର ରସ ବିଭିନ୍ନ ଶସ୍ୟରୁ ପ୍ରସ୍ତୁତ କରୁଥିଲେ । ଏହା ସର୍ବତ୍ର ଏବଂ ସବୁ ସମୟରେ ପାନ କରାଯାଉଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପୋଷାକ–ପରିଚ୍ଛଦ– କାର୍ପାସ ଓ ପଶମରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ପୋଷାକକୁ ଆର୍ଯ୍ୟମାନେ ବ୍ୟବହାର କରୁଥିଲେ । ସାଧାରଣତଃ ସେମାନଙ୍କର ପରିଧେୟକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଶରୀରର ଉପର ଭାଗରେ ବସ୍ତ୍ର, ମଧ୍ୟଭାଗରେ ଉତ୍ତରୀୟ ଏବଂ ନିମ୍ନଭାଗରେ ଅନ୍ତରୀୟ ବ୍ୟବହୃତ ହେଉଥିଲା । ନାରୀ ଓ ପୁରୁଷ ଉଭୟେ ମୁଣ୍ଡରେ ପଗଡ଼ି ବ୍ୟବହାର କରୁଥିଲେ । ରାଜା ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ନାନା ରଙ୍ଗରେ ପ୍ରସ୍ତୁତ ପୋଷାକ ପରିଧାନ କରୁଥିଲେ । ମୁନିଋଷିମାନେ ମୃଗଚର୍ମ ଓ ବଳ୍‌କଳରେ ପ୍ରସ୍ତୁତ ପରିଧେୟ ପରିଧାନ କରୁଥିଲେ ।
  • ଅଳଙ୍କାର– ଉଭୟ ପୁରୁଷ ଓ ନାରୀ ଅଳଙ୍କାର ପରିଧାନ କରୁଥିଲେ । ନାରୀମାନେ କର୍ଣ୍ଣଶୋଭନ ବା କାନଫୁଲ ବହୁଳ ଭାବରେ ବ୍ୟବହାର କରୁଥିଲେ । ଏହାବ୍ୟତୀତ ସେମାନେ ହାର, କଙ୍କଣ, ନୂପୁର ଆଦି ଅଳଙ୍କାର ବ୍ୟବହାର କରୁଥିଲେ । ବହୁ ମୂଲ୍ୟବାନ୍ ପଥର ମଧ୍ଯ ଅଳଙ୍କାର ନିର୍ମାଣରେ ବ୍ୟବହୃତ ହେଉଥିଲା । କେଶ ପ୍ରସାଧନ ପ୍ରତି ନାରୀମାନଙ୍କର ବିଶେଷ ଆଗ୍ରହ ରହିଥିଲା । ନାରୀମାନେ ଅଳଙ୍କାର ପରିଧାନ ସହିତ ପୁଷ୍ପଭରଣକୁ ଭଲ ପାଉଥିଲେ । ପୁରୁଷମାନେ ଦାଢ଼ି ରଖୁବାକୁ ଅଧ‌ିକ ପସନ୍ଦ କରୁଥିଲେ । ପଶୁ ଚର୍ମରେ ନିର୍ମିତ ପାଦୁକା ସେମାନଙ୍କଦ୍ଵାରା ବ୍ୟବହୃତ ହେଉଥିଲା ।
  • ଆମୋଦପ୍ରମୋଦ – ଆମୋଦପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ଆର୍ଯ୍ୟମାନେ ବହୁବିଧ ଉପାୟ ଅବଲମ୍ବନ କରୁଥିଲେ । ନୃତ୍ୟ ଓ ସଙ୍ଗୀତରେ ସେମାନଙ୍କର ବିଶେଷ ଆଦର ଥିଲା । ସେମାନେ ବିଭିନ୍ନପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରୁଥିଲେ । ପଶାଖେଳ, ଶିକାର, ମଲ୍ଲଯୁଦ୍ଧ, ରଥଦୌଡ଼ ପ୍ରତିଯୋଗିତା, ନୌବିହାର ଆଦି ଅବସର ବିନୋଦନର ମୁଖ୍ୟ ଅବଲମ୍ବନ ଥିଲା ।
  • ଶିକ୍ଷାବ୍ୟବସ୍ଥା– ବୈଦିକ ସମାଜରେ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଉଥିଲା । ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନ ଶିକ୍ଷାର ଲକ୍ଷ୍ୟ ଥିଲା । ଉପନୟନ ସଂସ୍କାର ସହିତ ଛାତ୍ରମାନେ ବିଦ୍ୟା ଆରମ୍ଭ କରୁଥିଲେ । ସେ ସମୟରେ ଗୁରୁକୁଳ ଶିକ୍ଷାଶ୍ରମର ବ୍ୟବସ୍ଥା ରହିଥିଲା । ଛାତ୍ରମାନେ ଗୁରୁକୁଳରେ ରହି ଶିକ୍ଷାଲାଭ କରୁଥିଲେ । ଶିକ୍ଷା ମୁଖ୍ୟତଃ ମୌଖୂ ପଦ୍ଧତିରେ ଦିଆଯାଉଥିଲା । ଗୁରୁଶିଷ୍ୟ ପରମ୍ପରାରେ ଶିକ୍ଷା ତିଷ୍ଠି ରହିଥିଲା । ଶିକ୍ଷାଲାଭ କରୁଥିବା ବାଳକମାନଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା । ବିଦ୍ୟାଶିକ୍ଷା ପରେ ଛାତ୍ରମାନେ ଗୁରୁଙ୍କଠାରୁ ଅନୁମତି ନେଇ ସମାଜରେ ସେମାନଙ୍କର ଆଦର୍ଶ ଜୀବନ ଆରମ୍ଭ କରୁଥିଲେ ।
  • ନାରୀର ସ୍ଥାନ – ସମାଜରେ ନାରୀର ଭୂମିକା ସମ୍ମାନଜନକ ଥିଲା । ନାରୀମାନଙ୍କୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳୁଥିଲା । ସେମାନେ ସମସ୍ତପ୍ରକାର ସାମାଜିକ ଉତ୍ସବ ଓ ସଭାସମିତିରେ ଯୋଗଦାନ କରିପାରୁଥିଲେ । ପ୍ରତିଷ୍ଠାବାନ୍ ନାରୀ ପାଇଁ ସମାଜର ସବୁପ୍ରାଙ୍ଗଣ ମୁକ୍ତ ଥିଲା । ବିବାହ ସମ୍ପର୍କରେ ଏବଂ ସ୍ଵାମୀବରଣ କରିବାର ସ୍ଵାଧୀନତା ମଧ୍ୟ ସେମାନଙ୍କର ରହିଥିଲା । ବୈଦିକ ଋଷିମାନଙ୍କ ପରି ମନ୍ତ୍ର ରଚନାପୂର୍ବକ ଯେଉଁ ଆର୍ଯ୍ୟ ନାରୀମାନେ ନିଜର ବିଚକ୍ଷଣତା ପ୍ରଦର୍ଶନ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଆପାଲା, ବିଶ୍ଵବାରା ଏବଂ ଘୋଷା ଥିଲେ ଚିରସ୍ମରଣୀୟା ।
  • ଜାତିପ୍ରଥା– ବୈଦିକ ଆର୍ଯ୍ୟ ସମାଜରେ ଜାତିପ୍ରଥା ନଥିଲା । ଆର୍ଯ୍ୟ ବାଳକମାନେ ସମସ୍ତେ ସମାନ ଥିଲେ ଏବଂ ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ସମର୍ଥ ଥିଲେ । ବାସ୍ତବିକ ବୈଦିକ ଯୁଗର ସାମାଜିକ ଅବସ୍ଥା ଉନ୍ନତ ଓ ମାର୍ଜିତ ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୫ । ବୈଦିକ ଆର୍ଯ୍ୟମାନଙ୍କର ଧର୍ମଧାରଣା ସମ୍ପର୍କରେ ଆଲୋଚନା କର ।
Answer:
ବୈଦିକ ଆର୍ଯ୍ୟମାନଙ୍କର ଆଧ୍ୟାତ୍ମିକ ଜୀବନ ଥିଲା ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ବୈଦିକ ମନ୍ତ୍ରର ମୂର୍ଚ୍ଚନାରେ ନିନାଦିତ ହୋଇଥୁଲା ଭାରତବର୍ଷ । ପୃଥ‌ିବୀର ବିଭିନ୍ନ ସ୍ଥାନର ପ୍ରାଚୀନ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁସବୁ ଧର୍ମବିଶ୍ଵାସ ସୃଷ୍ଟି ହୋଇଥିଲା ସେସବୁ ମଧ୍ୟରେ ଭାରତର ବୈଦିକ ଧର୍ମ ଥିଲା ସର୍ବାଧ‌ିକ ଉନ୍ନତ । ଗଭୀର ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ମଧ୍ୟରେ ବୈଦିକ ଋଷିମାନେ ସେମାନଙ୍କ ଧର୍ମକଳ୍ପନା କରିଥିଲେ । ପ୍ରକୃତିଦ୍ଵାରା ସେମାନଙ୍କର ଜୀବନ ଏତେଦୂର ପ୍ରଭାବିତ ହୋଇଥୁଲା ଯେ, ସେମାନେ ସେହି ପ୍ରକୃତି ଉଦ୍ଦେଶ୍ୟରେ ନାନାପ୍ରକାର ସ୍ତୁତି ରଚନା କରିବାକୁ ଧର୍ମ ବୋଲି ଚିନ୍ତା କରୁଥିଲେ l

  • ବିଭିନ୍ନ ଦେବଦେବୀ – ଋଗ୍‌ବେଦରୁ ଜଣାଯାଏ ଯେ, ଆର୍ଯ୍ୟମାନେ ୩୩ଗୋଟି ଦେବଦେବୀଙ୍କୁ ଆରାଧନା କରୁଥିଲେ । ଏହି ସମସ୍ତ ଦେବଦେବୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଥିଲା । ସେମାନେ ହେଲେ (୧) ସ୍ଵର୍ଗରେ ଅବସ୍ଥାନ କରୁଥୁବା ଦେବତା, (୨) ବାୟୁମଣ୍ଡଳରେ ଅବସ୍ଥାନ କରୁଥିବା ଦେବତା ଏବଂ (୩) ପୃଥ‌ିବୀରେ ବିରାଜମାନ କରୁଥିବା ଦେବତା । ପ୍ରତ୍ୟେକ ବର୍ଗରେ ୧୧ଗୋଟି କରି ଦେବତା ରହିଥିଲେ । ସ୍ଵର୍ଗରେ ଅବସ୍ଥାନ କରୁଥିବା ଦେବତାମାନଙ୍କ ମଧ୍ୟରେ, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଆଦି ଥିଲେ ଅନ୍ୟତମ । ବାୟୁମଣ୍ଡଳରେ ଅଧୁଷ୍ଠିତ ହୋଇଥିବା ଦେବତାମାନଙ୍କ ମଧ୍ୟରେ ବାୟୁ, ମରୁତ, ପବନ ଆଦି ପ୍ରଧାନ ଥିଲେ । ଶେଷରେ ପୃଥ‌ିବୀରେ ପ୍ରସିଦ୍ଧିଲାଭ କରିଥିବା ଦେବତାମାନଙ୍କ ମଧ୍ୟରେ ପୃଥ‌ିବୀ, ଅଗ୍ନି, ବୃହସ୍ପତି, ସୋମ ଆଦି ବହୁତ ଲୋକପ୍ରିୟ ଥିଲେ । ବୈଦିକ ଯୁଗର ପ୍ରସିଦ୍ଧ ଦେବତା ଥିଲେ ଇନ୍ଦ୍ର । ସେ ପୁରନ୍ଦରରୂପେ ପରିଚିତ ଥିଲେ । ସେ ମଧ୍ୟ ଥିଲେ ବର୍ଷାର ଦେବତା । ତେଣୁ ଜଳ ପାଇଁ ତାଙ୍କୁ ବୈଦିକ ଋଷିମାନେ ପ୍ରାର୍ଥନା କରୁଥିଲେ । ବରୁଣ ଥିଲେ ସତ୍ୟ ଓ ପବନର ଦେବତା । ସୂର୍ଯ୍ୟ ଥୁଲେ ଅନ୍ଧକାର ବିନାଶକର୍ତ୍ତା । ସେ ଆଲୋକ, ଜୀବନ,ଧନ ଓ ଶକ୍ତିର ଦେବତା ରୂପେ ପୂଜିତ ହେଉଥିଲେ । ଋଗ୍‌ବେଦରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ରୂପେ ବର୍ଣ୍ଣନା କରାଯାଇଛି । ‘ଉଷା’ ଥିଲେ ପ୍ରାତଃକାଳର ଦେବୀ । ଋଗ୍‌ବେଦରେ ତାଙ୍କ ସୌନ୍ଦର୍ଯ୍ୟର ସ୍ତୁତିଗାନ କରାଯାଇଛି । ସେ ସମୟରେ ବିଷ୍ଣୁଙ୍କୁ ମଧ୍ୟ ତିନିଲୋକର ଦେବତା ହିସାବରେ ଗଣନା କରାଯାଇଥିଲା । ମରୁତ ଥିଲେ ଝଡ଼ର ଦେବତା । ସେ ସମୟରେ ‘ଯମ’ ଏକ ଦେବତା ରୂପେ ପୂଜିତ ହେଉଥିଲେ । ପୃଥ‌ିବୀ ମଧ୍ୟ ଶସ୍ୟ ଏବଂ ପ୍ରଜନନର ଦେବୀ ହିସାବରେ ପୂଜା ପାଉଥିଲେ । ଅଗ୍ନି ଏକ ବିଶିଷ୍ଟ ଦେବତାରୂପେ ପୂଜା ପାଉଥିଲେ । ପ୍ରତ୍ୟେକ ଆର୍ଯ୍ୟ ପରିବାରରେ ଅଗ୍ନି ଉପାସନା ପାଇଁ ଅଗ୍ନିଶାଳା ରହିଥିଲା । ଅଗ୍ନିସବୁ ଦେବତାମାନଙ୍କ ମଧ୍ୟରେ ସମନ୍ଵୟ ସ୍ଥାପନ କରୁଥିଲେ । ଅଗ୍ନିରେ ପ୍ରଦତ୍ତ ଆହୁତି ସେ ବିଭିନ୍ନ ଦେବଦେବୀଙ୍କ ନିକଟରେ ପହଞ୍ଚାଇ ଦେଉଥିଲେ । ଏହି ସମସ୍ତ ଦେବଦେବୀଙ୍କ ବ୍ୟତୀତ ସାବିତ୍ରୀ, ସରସ୍ଵତୀ, ବୃହସ୍ପତି ଆଦି ବହୁ ଦେବଦେବୀ ଋଗ୍‌ବୈଦିକ ଯୁଗରେ ପୂଜିତ ହେଉଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ଉପାସନା ପଦ୍ଧତି – ବୈଦିକ ଆର୍ଯ୍ୟମାନେ ପ୍ରକୃତିର ଉପାସକ ଥିଲେ । ପ୍ରକୃତିର ବିଭିନ୍ନ ରୂପକୁ ସେମାନେ ଆରାଧ୍ୟ ଦେବତାରୂପେ କଳ୍ପନା କରିଥିଲେ । ପ୍ରକୃତି ଆରାଧନା ମଧ୍ୟରେ ବୈଦିକ ଋଷିମାନେ ସେହି ସର୍ବଶକ୍ତିମାନ୍ ଈଶ୍ୱରଙ୍କ ସତ୍ତା ଉପଲବ୍‌ଧ କରିଥିଲେ । ସେମାନଙ୍କର ପୂଜା ପଦ୍ଧତି ଥିଲା ଅତ୍ୟନ୍ତ ସରଳ ତଥା ନିରାଡ଼ମ୍ବର । ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆର୍ଯ୍ୟମାନେ ବିଭିନ୍ନ ସ୍ତୋତ୍ର ଏବଂ ମନ୍ତ୍ର ରଚନା କରିଥିଲେ । ଏହି ସ୍ତୋତ୍ର ଏବଂ ମନ୍ତ୍ର ଉଚ୍ଚାରଣଦ୍ଵାରା ସେମାନେ ଦେବଦେବୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ପୁନଶ୍ଚ ସେମାନେ ମଧ୍ୟ ଯଜ୍ଞ ଅନୁଷ୍ଠାନଦ୍ଵାରା ଦେବଦେବୀଙ୍କୁ ସନ୍ତୁଷ୍ଟ କରୁଥିଲେ ।
  • ଏକେଶ୍ବରବାଦ – ଋଗ୍‌ଦିକ ଯୁଗରେ ଏକେଶ୍ଵରବାଦ ପ୍ରଚଳିତ ଥିଲା । ମୁନିଋଷିମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସେମାନେ ସମସ୍ତେ ସେ ଗୋଟିଏ ପ୍ରକୃତି ବା ସତ୍ୟର ଅଂଶ ବୋଲି ଆର୍ଯ୍ୟମାନେ ଉପଲବ୍ଧ କରିଥିଲେ ।
  • ଅନ୍ୟାନ୍ୟ ଧର୍ମଧାରଣା – ପ୍ରାର୍ଥନା ଏବଂ ଯଜ୍ଞ ବ୍ୟତୀତ ଆର୍ଯ୍ୟମାନେ ମୃତ୍ୟୁପରର ଜୀବନ ସମ୍ପର୍କରେ ମଧ୍ୟ ସଚେତନ ଥିଲେ । କର୍ମ ଅନୁସାରେ ମଣିଷ ପରିଚାଳିତ ହେଉଥ‌ିବାର ବିଶ୍ଵାସ ସେମାନଙ୍କର ଥିଲା । ସଡ଼କର୍ମ ମଣିଷକୁ ମୁକ୍ତି ପ୍ରଦାନ କରୁଥିବାବେଳେ କୁକର୍ମ ନର୍କକୁ ନେଇଥାଏ ବୋଲି ସେମାନଙ୍କର ଧାରଣା ଥିଲା । ମୃତ୍ୟୁ ପରେ ଶବଦାହ କରାଯାଇ ଚିତାଭସ୍ମକୁ ପାଣିରେ ବିସର୍ଜନ କରାଯାଉଥିଲା । ମୃତ୍ୟୁ ପରେ ଆତ୍ମାର ସଦ୍‌ଗତି ପ୍ରାପ୍ତି ନିମିତ୍ତ ସେମାନେ ଏହା କରୁଥିଲେ । ବୈଦିକ ଧର୍ମ ଓ ଦର୍ଶନରେ ଆଧ୍ୟାତ୍ମିକ ଦୃଷ୍ଟିକୋଣ ସଙ୍ଗେ ସଙ୍ଗେ ସାଂସାରିକ ସୁଖର ସମ୍ମିଶ୍ରଣ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଦିଗରୁ ବିଚାର କଲେ ଋଗ୍‌ବେଦ ସମୟର ସଂସ୍କୃତି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଥିଲା ।

୬ । ପରବର୍ତୀ ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ଉପରେ ଆଲୋଚନା କର ।
Answer:
ଋଗ୍‌ବୈଦିକ ଯୁଗର ସମାପ୍ତି ପରେ ପ୍ରାଚୀନ ଭାରତୀୟ ସଭ୍ୟତାର ଅନ୍ୟ ଏକ ପ୍ରସ୍ଥ ଉନ୍ମୋଚିତ ହୋଇଥିଲା । ଏହା ଥିଲା ପରବର୍ତ୍ତୀ ବୈଦିକ ଯୁଗ । ଏହି ଯୁଗରେ ରଚିତ ହୋଇଥିଲା ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ । ଏହି ସମୟରେ କୁରୁ, ପାଞ୍ଚାଳ, କାଶୀ, ବିଦେହ, ମତ୍ସ୍ୟ, ଗାନ୍ଧାର ଆଦି ରାଜ୍ୟର ଅଭ୍ୟୁଦୟ ଘଟିଥିଲା । ଋଗ୍‌ବୈଦିକ ଯୁଗର ସରଳତା କ୍ରମଶଃ ଅନ୍ତର୍ହିତ ହୋଇଯାଇଥିଲା ।

  • ରାଜା – ପରବର୍ତ୍ତୀ ବୈଦିକ ଯୁଗରେ ରାଜ୍ୟର ଆୟତନ ଓ ସମ୍ପଦ ବୃଦ୍ଧି ଫଳରେ ରାଜାମାନଙ୍କର ଶକ୍ତି ଓ ପରାକ୍ରମ ବୃଦ୍ଧି ପାଇଥିଲା । ତାଙ୍କର ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହେଉଥିଲା । ସେ ଥିଲେ ନିରଙ୍କୁଶ କ୍ଷମତାର ଅଧିକାରୀ । ପ୍ରଜାମାନେ ତାଙ୍କୁ ପୂର୍ବବତ୍ ‘ବନଃ ଶୁଳ୍‌କ’ ଏବଂ ‘ଭାଗ’ ନାମକ କର ପ୍ରଦାନ କରୁଥିଲେ । ପ୍ରଜାମାନଙ୍କ ଉପରେ ସେମାନେ ଅଧୂକ କ୍ଷମତା ଓ କର୍ତ୍ତୃତ୍ଵ ପ୍ରତିଷ୍ଠା କରିଥିଲେ । ସେମାନେ ନିଜକୁ ‘ରାଜାଧ୍ଵରାଜ, ‘ସମ୍ରାଟ’, ‘ଏକରାଟ’, ‘ଏକଚକ୍ରବର୍ତୀ’ ଆଦି ନୂତନ ଉପାଧ୍ଵରେ ଭୂଷିତ କରିଥିଲେ । ଯଶ ଗୌରବ ବୃଦ୍ଧି ଆଶାରେ ରାଜାମାନେ ରାଜସୂୟ, ବାଜପେୟ ଓ ଅଶ୍ଵମେଧ ଯଜ୍ଞମାନ ଆୟୋଜନ କରୁଥିଲେ । ଯୁଦ୍ଧରେ ଜୟଲାଭ କରିବା ପରେ ଏହି ଯଜ୍ଞମାନ ଆୟୋଜିତ ହେଉଥିଲା ।
  • ରାଜକର୍ମଚାରୀ – ରାଜାଙ୍କର କ୍ଷମତା ଓ ପରିସର ବୃଦ୍ଧି ପାଇବା ଫଳରେ ବହୁ ରାଜକର୍ମଚାରୀ ଶାସନକୁ ଦେଖାଶୁଣା କରିବାପାଇଁ ନିଯୁକ୍ତି ପାଇଥିଲେ । ଏହି ସମୟରେ ରାଜତନ୍ତ୍ର ଆଡ଼ମ୍ବରପୂର୍ଣ୍ଣ ଆକାର ଧାରଣ କରିଥିଲା । ରାଜକାର୍ଯ୍ୟ ପରିଚାଳନାପାଇଁ ସଚିବ ବା ମନ୍ତ୍ରୀ, କୋଷାଧ୍ୟକ୍ଷ, ସେନାପତି, ସୂତ ବା ସାରଥ ଏବଂ ଭାଗଦୁଘ ବା ରାଜସ୍ୱ ଆଦାୟକାରୀମାନେ ନିଯୁକ୍ତି ପାଇଥିଲେ । ଏହି ସମସ୍ତ କର୍ମଚାରୀ ସେମାନଙ୍କର କାର୍ଯ୍ୟ ପାଇଁ ରାଜାଙ୍କ ନିକଟରେ ଦାୟୀ ରହୁଥିଲେ । ଶାସନଗତ ସୁବିଧା ଦୃଷ୍ଟିରୁ ରାଜ୍ୟକୁ କେତେଗୁଡ଼ିଏ ପ୍ରଦେଶରେ ବିଭକ୍ତ କରାଯାଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ରାଜାଙ୍କ କର୍ତ୍ତବ୍ୟ– ରାଜ୍ୟ ଶାସନର ସମସ୍ତ କ୍ଷମତା ରାଜାଙ୍କଠାରେ କେନ୍ଦ୍ରୀଭୂତ ଥିଲା । କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ସମସ୍ତ କାର୍ଯ୍ୟ ରାଜାଙ୍କଦ୍ୱାରା ପରିଚାଳିତ ହେଉଥିଲା । ଅର୍ଥାତ୍ ରାଜା ଆଇନ ପ୍ରଣୟନ କରୁଥିଲେ ଏବଂ ବିଚାରପତିଭାବେ ଆଇନକୁ ତର୍ଜମା କରୁଥିଲେ । ଏହି ଅସୀମ କ୍ଷମତା ଉପଭୋଗ କରିବା ସତ୍ତ୍ୱେ ରାଜା ଅତ୍ୟାଚାରୀ ନଥିଲେ । ପ୍ରଜାମାନଙ୍କର ଧନଜୀବନ ସୁରକ୍ଷା କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ରାଜାଙ୍କର ମୁଖ୍ୟ କର୍ତ୍ତବ୍ୟରୂପେ ପରିଗଣିତ ହେଉଥିଲା ।
  • ସଭା ଓ ସମିତିର ସ୍ଥିତି – ରାଜାମାନଙ୍କର ଶକ୍ତି ବୃଦ୍ଧି ସଙ୍ଗେ ସଙ୍ଗେ ବୈଦିକ ଯୁଗର ସଭା ଓ ସମିତିଗୁଡ଼ିକର କ୍ଷମତା ହ୍ରାସ ପାଇଥଲା । ତଥାପି ରାଜାମାନେ ସ୍ଵେଚ୍ଛାଚାରୀ ହେବାକୁ ସମର୍ଥ ହେଉନଥିଲେ । ଆର୍ଯ୍ୟ ରାଜନୀତିର ପରମ୍ପରା ଅନୁଯାୟୀ ସେମାନେ ରାଜକର୍ମକୁ ଧର୍ମରୂପେ ବିବେଚନା କରିଥିଲେ । ଜନସାଧାରଣଙ୍କ ଅନୁଷ୍ଠାନ ଭାବରେ ରାଜା ସଭା ଓ ସମିତିକୁ ସହାୟକ ଅନୁଷ୍ଠାନରୂପେ ସ୍ଵୀକାର କରିଥିଲେ ଏବଂ ସେମାନଙ୍କର ପରାମର୍ଶ ଗ୍ରହଣ କରୁଥିଲେ । ଏହି ସମୟରେ ସଭା ସମ୍ପୂର୍ଣ୍ଣରୂପେ ତା’ର ଅସ୍ତିତ୍ଵ ହରାଇ ବସିଥିଲା ।
  • ଦଣ୍ଡ ବ୍ୟବସ୍ଥା – ପରବର୍ତ୍ତୀ ବୈଦିକ ଯୁଗରେ ଦଣ୍ଡବିଧାନ ବ୍ୟବସ୍ଥା ଅତୀବ କଠୋର ହୋଇପଡ଼ିଥିଲା । ଜମିଜମା ସଂକ୍ରାନ୍ତୀୟ ବ୍ୟବସ୍ଥା ନୀତି ବିଧବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା । ପିତାଙ୍କର ମୃତ୍ୟୁ ପରେ ଜ୍ୟେଷ୍ଠପୁତ୍ର ସମ୍ପତ୍ତିର ଉତ୍ତରାଧିକାରୀ ହେଉଥିଲା । ନାରୀ ଏବଂ ଶୂଦ୍ରମାନଙ୍କର ସମ୍ପତ୍ତିଗତ ଅଧିକାର ପରବର୍ତ୍ତୀ ବୈଦିକ ଯୁଗରେ ନଥିଲା । ଫୌଜଦାରୀ ଅପରାଧ ପାଇଁ ଦଣ୍ଡବିଧାନ କରାଯାଉଥିଲା । ଗ୍ରାମର ଅପରାଧଗୁଡ଼ିକ ସଭା ସମାଧାନ କରୁଥିଲା । ମାତ୍ର ଡକାୟତି ଏବଂ ଲୁଣ୍ଠନ ଆଦି କ୍ଷେତ୍ରରେ ଅପରାଧୀକୁ ରାଜା ଅଙ୍ଗ ଛେଦନ ଭଳି କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ ।
    ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ, ପରବର୍ତ୍ତୀ ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ବଳିଷ୍ଠ ଓ ସମୟ ଉପଯୋଗୀ ଥିଲା ।

୭ | ପରବର୍ତୀ ବୈଦିକ ଯୁଗର ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ପୂର୍ବାପେକ୍ଷା ଅଧିକତର ବ୍ୟାପକ ହୋଇଥିଲା । ଏହି ସମୟର ଅର୍ଥନୈତିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ।

  • କୃଷି – ପରବର୍ତ୍ତୀ ବୈଦିକ ଯୁଗରେ କୃଷିକ୍ଷେତ୍ରରେ ବହୁ ଉନ୍ନତି ସାଧୁତ ହୋଇଥିଲା । ଆର୍ଯ୍ୟମାନେ ବିଭିନ୍ନପ୍ରକାର ଶସ୍ୟ ଚାଷ କରୁଥିଲେ । ଧାନ, ଗହମ, ଯବ ଏବଂ ତୈଳବୀଜ ଆଦି ବହୁପରିମାଣରେ ଚାଷ ହେବାକୁ ଲାଗିଲା । ଉର୍ବରତା ବଢ଼ାଇବାପାଇଁ ସେମାନେ ଜମିରେ ଖତ ଓ ସାର ପ୍ରୟୋଗ କରୁଥିଲେ । ଚାଷକାର୍ଯ୍ୟରେ ସେମାନେ ବଳଦ, ମହିଷି ଆଦିକୁ ବ୍ୟବହାର କରୁଥିଲେ ।
  • ଶିଳ୍ପ – ପରବର୍ତ୍ତୀ ବୈଦିକ ଯୁଗରେ ନୂତନ ଶିଳ୍ପମାନ ଗଢ଼ିଉଠିବା ସଙ୍ଗେ ସଙ୍ଗେ ନୂତନ କର୍ମପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରେ ବୁଣାକାର, ସ୍ଵର୍ଣ୍ଣକାର, ବାରିକ, ରଜକ, ଗୃହ ନିର୍ମାତା, ମାଂସ ବିକ୍ରୟକାରୀ, ଚର୍ମକାର, ବଣିକ, ଲୌହକାର, କୁମ୍ଭକାର ଆଦି ଥିଲେ ଅନ୍ୟତମ । ଏହି ସମୟରେ ସମାଜରେ ବୟନ ଶିଳ୍ପର ବିଶେଷ ଉନ୍ନତି ଘଟିଥିଲା । କୃଷିଭିତ୍ତିକ ସମାଜରେ ଧାତୁନିର୍ମିତ ବସ୍ତୁର ଆବଶ୍ୟକତା ବିଶେଷଭାବେ ବୃଦ୍ଧି ପାଇଥିଲା । ସ୍ଵର୍ଣ୍ଣ, ଲୌହ ସହିତ ରୌପ୍ୟ, ତାମ୍ର, ସୀସା ଓ ବ୍ରୋଞ୍ଜନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରାଯାଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପଶୁପାଳନ – କୃଷି କାର୍ଯ୍ୟ ସହିତ ପଶୁପାଳନ ମଧ୍ଯ ଆର୍ଯ୍ୟମାନଙ୍କର ଅନ୍ୟତମ ଜୀବିକା ଥିଲା । ଗାଈ, ମେଣ୍ଢା, ଛେଳି, ଓଟ, ବଳଦ, କୁକୁର ପ୍ରଭୃତି ଗୃହପାଳିତ ପଶୁ ମଧ୍ୟରେ ପ୍ରଧାନ ଥିଲେ । ନୂତନ ଚାରଣଭୂମି ଓ କୃଷିକ୍ଷେତ୍ର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆର୍ଯ୍ୟମାନେ ଜଙ୍ଗଲ ନଷ୍ଟ କରୁଥିଲେ । ଜନସଂଖ୍ୟା ବୃଦ୍ଧି ଫଳରେ ସମାଜର ଅର୍ଥନୈତିକ ଆଭିମୁଖ୍ୟ ବୃଦ୍ଧି ପାଇଥିଲା ।
  • ବିନିମୟ ବ୍ୟବସ୍ଥା – ପରବର୍ତ୍ତୀ ବୈଦିକ ଯୁଗରେ ବିନିମୟ ବ୍ୟବସ୍ଥାର ଉନ୍ନତି ଘଟିଥିଲା । ‘ନିଷ୍କ’ ସହିତ ମଧ୍ୟ ସେ ସମୟରେ ‘ଶତମାଣ’ ଏବଂ ‘କୃଷକ’ ନାମକ ମୁଦ୍ରା ପ୍ରଚଳିତ ଥିଲା । ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବାପାଇଁ ‘ନିଗମ’ ସୃଷ୍ଟି ହୋଇଥିଲା । ଏହି ସମ୍ପର୍କରେ ‘ଗଣ’ ଏବଂ ‘ଶ୍ରେଷ୍ଠୀନ୍’ର ବର୍ଣ୍ଣନାରୁ ଜଣାପଡ଼ିଥାଏ ।
  • ପରିବହନ — ପରବର୍ତ୍ତୀ ବୈଦିକ ଯୁଗରେ ପରିବହନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିଥିଲା । ଗଧ, ଘୋଡ଼ା ବ୍ୟତୀତ ରଥ, ବିମାନ ତଥା ହସ୍ତୀକୁ ମଧ୍ୟ ପରିବହନ କାର୍ଯ୍ୟରେ ବିନିଯୋଗ କରାଯାଉଥିଲା । ଡଙ୍ଗାମାନ ନଦୀପଥରେ ଏବଂ ଜାହାଜସବୁ ସମୁଦ୍ର ପଥରେ ବାଣିଜ୍ୟ କାରବାର ପାଇଁ ଉଦ୍ଦିଷ୍ଟ ଥିଲା । ଜନସଂଖ୍ୟା ବୃଦ୍ଧି ହେତୁ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ବୃଦ୍ଧି ଘଟିଥିଲା ।
  • କର ବ୍ୟବସ୍ଥା– ପରବର୍ତ୍ତୀ ଯୁଗରେ ରାଜାଙ୍କୁ କର ଦେବା ପ୍ରଜାମାନଙ୍କର ନୈତିକ ଦାୟିତ୍ଵ ହୋଇଥିଲା । ଉତ୍ପାଦିତ ଶସ୍ୟର ଏକଷକ୍ଷାଂଶଠାରୁ ଦଶମାଂଶ ପର୍ଯ୍ୟନ୍ତ କର ରାଜା ସଂଗ୍ରହ କରୁଥିଲେ । ବ୍ୟବସାୟୀମାନେ ମଧ୍ୟ ରାଜାଙ୍କୁ କର ଦେଉଥିଲେ । କିନ୍ତୁ ବ୍ରାହ୍ମଣମାନେ କରଦାନରୁ ମୁକ୍ତ ଥିଲେ । ସେ ସମୟରେ ଅର୍ଥ କିମ୍ବା ଦ୍ରବ୍ୟ କର ଆକାରରେ ଆଦାୟ କରୁଥିଲେ । ସେ ସମୟରେ ମୁଦ୍ରାର ପ୍ରଚଳନ ଘଟିଥିଲା ।
  • ବାଣିଜ୍ୟ ବ୍ୟବସାୟ – ପରବର୍ତ୍ତୀ ବୈଦିକ ଯୁଗର ଜନଜୀବନ କେବଳ ଗ୍ରାମମାନଙ୍କର ସୀମିତ ନରହି ସହର- ନଗରମାନଙ୍କୁ ‘ପ୍ରସାରିତ ହୋଇଥିଲା । ସହର ଓ ନଗରଗୁଡ଼ିକ ଆନ୍ତର୍ଦେଶୀୟ ବାଣିଜ୍ୟ ବ୍ୟବସାୟ ଉପରେ ନିର୍ଭର କରୁଥିଲା । ଦେଶର ଦୂରବର୍ତ୍ତୀ ସ୍ଥାନକୁ ଯାତାୟାତ ପାଇଁ ରାସ୍ତାଘାଟ, ଗାଡ଼ି ଚାଲିବାପାଇଁ ଏବଂ ଅଶ୍ଵଚାଳିତ ରଥଗୁଡ଼ିକର ଦ୍ରୁତ ଯାତ୍ରା ପାଇଁ ବିଭିନ୍ନପ୍ରକାର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତାଘାଟର ଉନ୍ନତି ପାଇଁ ବାଣିଜ୍ୟ ବ୍ୟବସାୟ ସୂଚାରୁରୂପେ ଚାଲିପାରିଥିଲା । ସେଥ୍ ସଙ୍ଗେ ସଙ୍ଗେ ନଦନଦୀରେ ନୌଚାଳନା ଗୋଟିଏ ନିୟମିତ ରୀତିରେ ପରିଣତ ହୋଇଥିଲା । ଦେଶ ମଧ୍ୟରେ ସ୍ଥଳ ଓ ଜଳପଥରେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଆର୍ଯ୍ୟ ବଣିକମାନେ ବହିର୍ଦେଶମାନଙ୍କ ସହିତ ଜଳପଥରେ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ । ଏହା ଥିଲା ପରବର୍ତ୍ତୀ ବୈଦିକ ଯୁଗର ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ଵ । ଭାରତର ପ୍ରାକୃତିକ ପ୍ରାଚୁର୍ଯ୍ୟ ଦୃଷ୍ଟିରୁ ପରବର୍ତ୍ତୀ ବୈଦିକ ଯୁଗର ଆର୍ଯ୍ୟମାନେ ସୁଖମୟ ଜୀବନଯାପନ କରିପାରିଥିଲେ । ଏହି ସମସ୍ତ ବର୍ଣ୍ଣନାକୁ ଆଖି ଆଗରେ ରଖ୍ ମତବ୍ୟକ୍ତ କରାଯାଇପାରେ ଯେ, ପରବର୍ତ୍ତୀ ବୈଦିକ ଯୁଗରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି ଘଟିଥିଲା । କୃଷିକାର୍ଯ୍ୟ ବ୍ୟାପକ ହେବା ସହିତ ଆଦିବୈଦିକ ଯୁଗପରି ପରବର୍ତ୍ତୀ ବୈଦିକ ଯୁଗର ଲୋକମାନେ ପଶୁପାଳନ ମଧ୍ୟ କରୁଥିଲେ । ଜନସଂଖ୍ୟା ବୃଦ୍ଧିହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ଦ୍ରୁତ ପ୍ରସାରଲାଭ କରିଥିଲା । ଏହାଦ୍ଵାରା ଦେଶର ଅର୍ଥନୈତିକ ପ୍ରଗତି ପରିଲକ୍ଷିତ ହୋଇଥିଲା । ଏହା ପରବର୍ତ୍ତୀ ବୈଦିକ ଯୁଗର ସାମାଜିକ ଏବଂ ରାଜନୈତିକ ଜୀବନକୁ ପ୍ରଭାବିତ କରିଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୮। ପରବର୍ତୀ ବୈଦିକ ଯୁଗର ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ସମୟର ରଥ ଗଡ଼ିଚାଲିବା ସଙ୍ଗେ ସଙ୍ଗେ ଋଗ୍‌ବେଦୀୟ ସଭ୍ୟତା ପରିବର୍ତ୍ତିତ ହେବାକୁ ଲାଗିଲା । ଏହି ସମୟରେ ଆର୍ଯ୍ୟମାନେ ବିଭିନ୍ନ ଦିଗକୁ ବିସ୍ତାରିତ ହୋଇଥିଲେ । ଫଳତଃ ସେମାନଙ୍କର ଅନ୍ୟ କ୍ଷମତା ବୃଦ୍ଧି ପାଇଥିଲା ।

  • ଜାତିପ୍ରଥା – ବୈଦିକ ଆର୍ଯ୍ୟମାନେ ଯେଉଁପରି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ ତାହା ବେଶିଦିନ ସ୍ଥାୟୀ ହୋଇନଥିଲା । କାଳକ୍ରମେ ସମାଜର ଚତୁଃବର୍ଣ୍ଣର ଅଭ୍ୟୁଦୟ ଘଟିଲା ଏବଂ ତାହା ସମାଜର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଗଲା । ସମାଜରେ ନିର୍ଦ୍ଦିଷ୍ଟ ଚାରିଜାତି ଦେଖାଦେଇଥିଲା । ସାମାଜିକ ବର୍ଣ୍ଣ ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ବ୍ରାହ୍ମଣ । ବେଦ ଅଧ୍ୟୟନ, ଦାନ, ଯଜ୍ଞାଦି କାର୍ଯ୍ୟାନୁଷ୍ଠାନ, ରାଜାଙ୍କର ଅଭିଷେକ ଆଦି ଥୁଲା ତାଙ୍କର କର୍ମଗୁଡ଼ିକ ମଧ୍ୟରେ ଅନ୍ୟତମ । ସମାଜର ଦ୍ଵିତୀୟ ସ୍ତରରେ ରହିଥିଲେ କ୍ଷତ୍ରିୟ । ରାଜ୍ୟଜୟ, ଯୁଦ୍ଧ, ରାଜ୍ୟରକ୍ଷା, ପ୍ରଜାପାଳନ ଆଦି ସେମାନଙ୍କର କାର୍ଯ୍ୟ ଥୁଲା । ସମାଜର ତୃତୀୟ ଶ୍ରେଣୀଭୁକ୍ତ ହୋଇଥିଲେ ବୈଶ୍ୟମାନେ । ସେମାନେ କୃଷି, ଗୋପାଳନ, ବାଣିଜ୍ୟ ଏବଂ ବ୍ୟବସାୟାଦି କର୍ମ ସମ୍ପାଦନ କରୁଥିଲେ । ସମାଜରେ ଶେଷ ଜାତିରୂପେ ପରିଚିତ ଥିଲା ଶୂଦ୍ର । ଉପରବର୍ଣ୍ଣିତ ତିନି ଜାତିର ନାନାବିଧ ସେବାରେ ସେମାନେ ନିଜକୁ ନିୟୋଜିତ କରୁଥିଲେ । ଏହି ଜାତିପ୍ରଥା କାଳକ୍ରମେ ବଂଶାନୁକ୍ରମିକ ହୋଇଗଲା ।
  • ବର୍ଣ୍ଣାଶ୍ରମ ଧର୍ମ – ଅପରପକ୍ଷେ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବାପାଇଁ ଚାରି ଆଶ୍ରମ ସୃଷ୍ଟି ହୋଇଥିଲା । ଏହି ଚାରି ଆଶ୍ରମ ଥିଲା- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ । ବ୍ରହ୍ମଚର୍ଯ୍ୟ ପାଳନ ଅବସ୍ଥାରେ ଛାତ୍ରମାନେ ଗୁରୁକୁଳରେ ରହି ବିଦ୍ୟା ଅଧ୍ୟୟନ ସହିତ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ । ବିଦ୍ୟାଲାଭ ପରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଥିଲା ଏବଂ ଗୁରୁଙ୍କର ଅନୁମତି ନେଇ ଛାତ୍ରମାନେ ନିଜ ନିଜ ଗୃହକୁ ଫେରୁଥିଲେ । ବିଦ୍ୟା ଶିକ୍ଷାଲାଭ ପରେ ସେମାନେ ଗାର୍ହସ୍ଥ୍ୟ ଜୀବନ ଆରମ୍ଭ କରୁଥିଲେ । ଗୃହସ୍ଥ ହିସାବରେ ପିଲାମାନଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିସାରିବା ପରେ ଜୀବନର ତୃତୀୟ ପ୍ରସ୍ଥ ଆରମ୍ଭ ହେଉଥିଲା । ଏହି ଅବସ୍ଥା ବାନପ୍ରସ୍ଥ ନାମରେ ପରିଚିତ । ବାନପ୍ରସ୍ଥ କାଳରେ ମଣିଷ ଗୃହତ୍ୟାଗ କରି ସାଂସାରିକ ମୋହଜାଲରୁ ଅବ୍ୟାହତ ନେଇ ଜଙ୍ଗଲରେ ତପସ୍ୟାଚରଣ ପୂର୍ବକ ଫଳମୂଳ ଆଦି ସଂଗ୍ରହ କରି ଈଶ୍ଵର ଆରାଧନାରେ ସମୟ ଅତିବାହତି କରୁଥିଲେ । ଜୀବନର ଶେଷ ଆଶ୍ରମ ଥିଲା ସନ୍ୟାସ । ଗଭୀର ଭଗବତ୍ ପ୍ରେମରେ ନିମଜ୍ଜିତ ହୋଇ କଠୋର ତପସ୍ୟା ଏବଂ ଉପବାସାଦିରେ ମଣିଷ ସମୟ ଅତିବାହିତ କରୁଥିଲେ । ପରଲୋକରେ ହିତ ପାଇଁ ସେମାନେ ତପସ୍ୟାରତ ରହୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ଶିକ୍ଷା- ପରବର୍ତୀ ବୈଦିକ ଯୁଗରେ ଶିକ୍ଷାର ଆଦର ଥିଲା । ବାଲ୍ୟକାଳରୁ ସନ୍ତାନର ମାନସିକ ଓ ବୌଦ୍ଧିକ ବିକାଶପାଇଁ ପିତାମାତା ଯନ୍ତ୍ରଶୀଳ ଥିଲେ । ଉପନୟନ ପରେ ପିଲାମାନେ ଗୁରୁ ଆଶ୍ରମରେ ରହି ବିଦ୍ୟାଶିକ୍ଷା କରୁଥିଲେ । ଗୁରୁସେବା ସହିତ ବିଦ୍ୟା ଶିକ୍ଷା କରିବା ଏକ ଆଦର୍ଶ ଥିଲା । ବେଦାଧ୍ୟୟନ, ବ୍ୟାକରଣ, ପୁରାଣ, ତର୍କଶାସ୍ତ୍ର ଆଦି ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ସେମାନେ ଶାସ୍ତ୍ରରେ ଜ୍ଞାନଲାଭ କରିବା ସହିତ ବୈଷୟିକ ଶିକ୍ଷା; ଯଥା – ଗୋପାଳନ, କୃଷିକର୍ମ, ଦ୍ରବ୍ୟନିର୍ବାଣ, ଔଷଧ ପ୍ରସ୍ତୁତି ଆଦି ବିଷୟରେ ଶିକ୍ଷାଲାଭ କରୁଥିଲେ ।
  • ନାରୀର ସ୍ଥାନ— ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସମାଜରେ ସେମାନଙ୍କର ପଦମର୍ଯ୍ୟାଦା ହରାଇ ବସିଥିଲେ । ନାରୀମାନଙ୍କୁ ଶୂଦ୍ର ସହିତ ତୁଳନା କରାଯାଇଥିଲା । ସେମାନେ ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହ ଭାଗ ନେଇପାରୁ ନଥିଲେ । ସେମାନେ ପୁରୁଷମାନଙ୍କ ସହିତ ସମିତିରେ ଯୋଗଦାନ କରିବାର ଅଧିକାରରୁ ବଞ୍ଚିତ ହୋଇଥିଲେ । ସେମାନଙ୍କର ପିତା ବା ସ୍ଵାମୀର ସମ୍ପଭି ଉପରେ କୌଣସି ଅଧିକାର ନଥିଲା । ବିନା ଦ୍ଵିଧାରେ ସେମାନେ ପୁରୁଷର ପ୍ରାଧାନ୍ୟକୁ ମାନିନେଇଥିଲେ । ପିତାଙ୍କ ଇଚ୍ଛାନୁସାରେ କନ୍ୟାର ବିବାହ ସମ୍ପନ୍ନ ହେଉଥିଲା । ସମାଜରେ ବାଲ୍ୟବିବାହ ଏବଂ ଯୌତୁକ ଆଦି କଳଙ୍କିତ ପ୍ରଥା ବିସ୍ତାର ଲାଭ କରିଥିଲା । ଉପରୋକ୍ତ ଆଲୋଚନାରୁ ଜଣାପଡ଼ିଥାଏ ଯେ, ପରବର୍ତ୍ତୀ ବୈଦିକ ଯୁଗରେ ସମାଜ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରିଥିଲା । ଜାତିପ୍ରଥା, ବାଲ୍ୟବିବାହ, ଯୌତୁକ ଆଦି ବହୁ କଳଙ୍କିତ ପ୍ରଥା ସମାଜରେ ପ୍ରବେଶ କରିଥିଲା । ନାରୀ ସ୍ଵାଧୀନତା ବହୁଭାବରେ କ୍ଷୁଣ୍ଣ ହୋଇଥିଲା । ଜାତିପ୍ରଥା ପରବର୍ତ୍ତୀ ବୈଦିକ ସମାଜକୁ ଜଟିଳ କରିଦେଇଥିଲା ।

୯ । ପରବର୍ତୀ ବୈଦିକ ଯୁଗର ଧର୍ମ ବ୍ୟବସ୍ଥା ସମ୍ପର୍କରେ ଯାହା ଜାଣ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଧାର୍ମିକ ଜୀବନରେ ବହୁ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିଲା । ଆଦିବୈଦିକ ଯୁଗର ଆର୍ଯ୍ୟମାନେ ପାଳନ କରୁଥିବା ସରଳ ତଥା ନିରାଡ଼ମ୍ବର ଧର୍ମ ଜଟିଳତାରେ ଛନ୍ଦି ହୋଇଥିଲା । କର୍ମକାଣ୍ଡର ପ୍ରାଧାନ୍ୟ ସହ ଯାଗଯଜ୍ଞାଦି ଅନୁଷ୍ଠାନ ପାଇଁ ବ୍ୟୟ ବୃଦ୍ଧି ପାଇବା ସହିତ ବହୁ ନୂତନ ଦେବଦେବୀର ଆରାଧନା କରାଗଲା । ଏହିପରି ଭାବରେ ବହୁ ପରିବର୍ତ୍ତନର ସ୍ଵାକ୍ଷର ବହନ କରିଥିଲା ପରବର୍ତ୍ତୀ ବୈଦିକ ଯୁଗର ଧାର୍ମିକ ଜୀବନ ।

  • ନୂତନ ଦେବଦେବୀ ପୂଜାର ପ୍ରଚଳନ – ଧର୍ମ ଓ ଆଧ୍ୟାତ୍ମିକ ଅନୁଚିନ୍ତା ଆର୍ଯ୍ୟ ଜୀବନର ଏକ ମୁଖ୍ୟଧାରା ଥିଲା । ଋଗ୍‌ବେଦୀୟ ଧର୍ମରେ କାଳକ୍ରମେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ବୈଦିକ ଯୁଗର ସହଜ ଓ ନିରାଡ଼ମ୍ବର ଧର୍ମ କ୍ରମଶଃ ଜଟିଳତାର ଆବରଣରେ ଆଚ୍ଛାଦିତ ହୋଇଥିଲା । ପ୍ରକୃତିର ରୂପ ସହିତ ଦେବଦେବୀଙ୍କୁ ସମ୍ପୃକ୍ତ କରି ଧର୍ମଧାରଣା ଗଢ଼ିଉଠିଥିଲା । ଏହି ସମୟରେ ବହୁ ନୂତନ ଦେବଦେବୀଙ୍କର ଆବିର୍ଭାବ ଘଟିଲା । ଆଦିବୈଦିକ ଯୁଗରେ ପୂଜା ପାଉଥ‌ିବା ଇନ୍ଦ୍ର, ବରୁଣ, ଅଗ୍ନି, ଉଷା, ସରସ୍ଵତୀ, ମରୁତ ଆଦି ଦେବଦେବୀଙ୍କର ପୂଜାପ୍ରତି ଜନସାଧାରଣଙ୍କର ଆଗ୍ରହ କମି ଯାଇଥିଲା । ସେମାନେ ନୂତନ ଦେବଦେବୀଙ୍କୁ ପୂଜା କରିବାପାଇଁ ପ୍ରୟାସୀ ହୋଇଉଠିଲେ । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ବିଶେଷଭାବରେ ପ୍ରସାରଲାଭ କରିଥିଲା । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଏବଂ ମହେଶ୍ଵର ଧ୍ଵଂସକର୍ତ୍ତା ରୂପେ ପୂଜିତ ହେବାକୁ ଲାଗିଲେ । ଏଥୁସହିତ ମଧ୍ୟ ଗଣେଶ, କାର୍ତ୍ତିକ, ପାର୍ବତୀ, ଲକ୍ଷ୍ମୀ, ଦୁର୍ଗା, କାଳୀ ଏବଂ ସରସ୍ଵତୀ ଆଦି ପୂଜା ପାଇବାକୁ ଲାଗିଲେ । କେବଳ ସେତିକି ନୁହେଁ- ଗନ୍ଧର୍ବ, ଅପ୍‌ସରା, ନାଗ, ବିଦ୍ୟାଧର ଆଦି ଉପଦେବତାଙ୍କୁ ମଧ୍ୟ ସେହି ସମୟରେ ପୂଜା କରାଯାଉଥିଲା । ଅବତାରବାଦ ପୂଜା ସମାଜରେ ଆଦର ଲାଭ କରିଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପୂଜାପଦ୍ଧତି – ଏହି ସମୟରେ ପୂଜାପଦ୍ଧତିରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଆଦିବୈଦିକ ଯୁଗରେ ଥିବା ସରଳ ନିରାଡ଼ମ୍ବର ପୂଜାପଦ୍ଧତିରେ ବ୍ୟାପକ ସମ୍ପ୍ରସାରଣ ଘଟିବା ସହିତ ଅନେକ ନୂତନତା ଏଥ‌ିରେ ପ୍ରବେଶ କରିଥିଲା । ରଗ୍‌ବୈଦିକ ଯୁଗରେ ଯଜ୍ଞ ଆଦି କର୍ମ ଗୃହସ୍ଥଙ୍କଦ୍ୱାରା ସମ୍ପନ୍ନ ହେଉଥ‌ିବାବେଳେ ପରବର୍ତ୍ତୀ ବୈଦିକ ଯୁଗରେ ତାହା ସମ୍ଭବ ହେଲାନାହିଁ । ଯଜ୍ଞ କେବଳ ବ୍ରାହ୍ମଣମାନଙ୍କର ଏକଚାଟିଆ ଅସ୍ଵୀକାର ହୋଇ ରହିଲା ।
  • ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ – ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ସେମାନେ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିବା ନିମିତ୍ତ ଅପରିହାର୍ଯ୍ୟ ହୋଇପଡ଼ିଲେ । ବିଭିନ୍ନ ପ୍ରକାର ଯଜ୍ଞର ଆୟୋଜନ କରିବାକୁ ସେମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । ଏହା ବ୍ୟୟବହୁଳ ଥିଲା ଏବଂ ଏଥ‌ିପାଇଁ ସେମାନେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ । ବ୍ରାହ୍ମଣମାନେହିଁ ଧର୍ମ କ୍ଷେତ୍ରରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ଭରିଥିଲେ ।
  • ନୈତିକତା ଏବଂ କର୍ତ୍ତବ୍ୟ – ପରବର୍ତ୍ତୀ ବୈଦିକ ଯୁଗରେ ନୈତିକତା ଏବଂ ଧାର୍ମିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରାଯାଉଥିଲା । ମଣିଷ କେତେଗୁଡ଼ିଏ ଋଣ ସହିତ ଜନ୍ମଲାଭ କରିଥାଏ ବୋଲି ବ୍ରାହ୍ମଣମାନେ ପ୍ରଚାର କରୁଥିଲେ । ଏହି ଋଣଗୁଡ଼ିକ ପରିଶୋଧ କରିବା ଥିଲା ମଣିଷର ନୈତିକ କର୍ଭବ୍ୟ । ଏହି ଋଣଗୁଡ଼ିକ ମଧ୍ୟରେ ‘ଦେବଋଣ’, ‘ଋଷିଋଣ’ ଏବଂ ପିତୃଋଣ ଥୁଲା ଅନ୍ୟତମ । ଦେବତାମାନଙ୍କୁ ତୁଷ୍ଟ କରିବାପାଇଁ ‘ଯଜ୍ଞ’, ଋଷିମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ‘ତର୍ପଣ’ ଏବଂ ପିତୃପୁରୁଷ ଶାନ୍ତ କରିବାପାଇଁ ‘ଶ୍ରାଦ୍ଧ’ ଆଦି କରିବାକୁ ବ୍ରାହ୍ମଣମାନେ ଲୋକମାନଙ୍କୁ ପ୍ରବର୍ତାଉଥିଲେ ।
  • କର୍ମବାଦ – ପରବର୍ତ୍ତୀ ବୈଦିକ ଯୁଗରେ ମଧ୍ଯ କର୍ମବାଦ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପୁରୋହିତମାନେ ବସ୍ତୁତଃ କର୍ମକାଣ୍ଡ ପଦ୍ଧତି ଉପରେ ଗୁରୁତ୍ୱାରୋପ କରିବାବେଳେ ଦାର୍ଶନିକମାନେ କର୍ମବାଦର ଅବତାରଣା କରି ମୋକ୍ଷ ପାଇଁ ପଥ ଆବିଷ୍କାର କରିଥିଲେ । ମୃତ୍ୟୁ ପରେ ମଣିଷର ‘ଆତ୍ମା’ ମରଶରୀର ତ୍ୟାଗ କରି ବ୍ରହ୍ମ ବା ପରମାତ୍ମାଙ୍କ ସହିତ ମିଶିଥାଏ ।
  • ଦାର୍ଶନିକ ତତ୍ତ୍ଵ – ଋଗ୍‌ଦିକ ଯୁଗର ସରଳ ଧର୍ମବିଶ୍ଵାସ ପରବର୍ତୀ ବୈଦିକ ଯୁଗରେ କେବଳ ଯେ ଜଟିଳ ହୋଇପଡ଼ିଥିଲା ତାହା ନୁହେଁ, ଏଥ‌ିରେ ବହୁ ଦାର୍ଶନିକ ତତ୍ତ୍ଵର ସମ୍ମିଶ୍ରଣ ଘଟିଥିଲା । ‘ଆତ୍ମା ଏବଂ ପରମାତ୍ମା’ ସମ୍ପର୍କରେ ଜିଜ୍ଞାସା, ମଣିଷର କର୍ମର ବିଶ୍ଳେଷଣ, ମୋକ୍ଷ ଆଦି ବିଷୟରେ ବହୁ ଚର୍ଚ୍ଚା ଘଟିଥିଲା । ଏହା ଧର୍ମକୁ ଜଟିଳରୁ ଜଟିଳତର କରିଦେଇଥିଲା ।
  • ବିଭିନ୍ନ କୁସଂସ୍କାର – ପରବର୍ତ୍ତୀ ବୈଦିକ ଯୁଗରେ ବିଭିନ୍ନ କୁସଂସ୍କାର ସମାଜରେ ପ୍ରଚଳିତ ଥିଲା । ଲୋକମାନେ ଭୂତ, ପ୍ରେତ, ଗୁଣି ଏବଂ ଗାରେଡ଼ିରେ ବିଶ୍ଵାସ କରୁଥିଲେ । କୁହୁକ ଏବଂ ବଶୀକରଣ ଆଦି ବିଦ୍ୟା ସମାଜରେ ବହୁଳଭାବରେ ଆଦୃତିଲାଭ କରିଥିଲା । ବାସ୍ତବିକ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ କାୟାବିସ୍ତାର କରିଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Short & Long Answer Questions.

CHSE Odisha 12th Class History Chapter 2(b) Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। କେଉଁମାନେ ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ ଏବଂ ସେମାନଙ୍କ ସମ୍ପର୍କରେ କେଉଁଥରୁ ଜଣାପଡ଼ିଥାଏ ?
Answer:
ଆର୍ଯ୍ୟମାନେ ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ । ଆର୍ଯ୍ୟ ଶବ୍ଦର ଅର୍ଥ ହେଉଛି ସ୍ଵାଧୀନ ଓ ଉଦାରସମ୍ପନ୍ନ ମଣିଷ । ବୈଦିକ ସଭ୍ୟତାକୁ ରଗ୍‌ବୈଦିକ ଏବଂ ପରବର୍ତ୍ତୀ ବୈଦିକ ସଭ୍ୟତା ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି । ଆର୍ଯ୍ୟମାନଙ୍କର ସାହିତ୍ୟ ‘ବେଦ’ରୁ ବୈଦିକ ସଭ୍ୟତା ସମ୍ପର୍କରେ ଜଣାପଡ଼ିଥାଏ ।

୧। ଋଗ୍‌ବୈଦିକ ଆର୍ଯ୍ୟମାନେ କେଉଁ ଅଞ୍ଚଳରେ ବାସ କରିଥିଲେ ଏବଂ ସେମାନଙ୍କ ସାମାଜିକ ଜୀବନ କିପରି ଥୁଲା ?
Answer:
ଋଗ୍‌ବୈଦିକ ଆର୍ଯ୍ୟମାନେ ସପ୍ତସିନ୍ଧୁ ଅଞ୍ଚଳରେ ବାସ କରିଥିଲେ । ଏହିଠାରେ ପରିସ୍ଫୁଟ ଘଟିଥିଲା ଆର୍ଯ୍ୟମାନଙ୍କର ସାମାଜିକ ଜୀବନ । ସେମାନଙ୍କର ସାମାଜିକ ଜୀବନ ଥୁଲା ସରଳ, ନିରାଡ଼ମ୍ବର ଏବଂ ପବିତ୍ର । ଗ୍ରାମୀଣ ଜୀବନର ବାସ୍ତବ ପ୍ରତିଫଳନ ଘଟିଥିଲା ସେମାନଙ୍କର ସାମାଜିକ ଜୀବନରେ ।

CHSE Odisha Class 12 History Chapter 2(b) Short Answer Questions in Odia Medium

୩ । ପରବର୍ତୀ ବୈଦିକ ଯୁଗର ଜାତିପ୍ରଥା କିପରି ଥୁଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଜାତିପ୍ରଥା ଜଟିଳ ଆକାର ଧାରଣ କରିଥିଲା । ସମାଜରେ ନିର୍ଦ୍ଦିଷ୍ଟ ଚାରିଜାତି ଦେଖାଦେଇଥିଲା, ତାହା ହେଲା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର । ସମୟକ୍ରମେ ଏହି ଚାରି ଜାତିରୁ ବହୁ ଉପଜାତି, ଯଥା- କମାର, ବଢ଼େଇ, ତନ୍ତୀ, ରଥକାର, ମାଂସ ବ୍ୟବସାୟୀ ଆଦି ସୃଷ୍ଟି ହୋଇଥିଲା ।

୪। ଚତୁରାଶ୍ରମ କ’ଣ ?
Answer:
ପରବର୍ତ୍ତୀ ବୈଦିକ ଯୁଗର ଆର୍ଯ୍ୟମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ସମଗ୍ର ଜୀବନକୁ ସେମାନେ ଚାରିଗୋଟି ଆଶ୍ରମ ବା ଅବସ୍ଥାରେ ବିଭକ୍ତ କରିଥିଲେ । ସେଗୁଡ଼ିକ ଥିଲା – ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ । ଏହି ଚତୁରାଶ୍ରମ ପରବର୍ତ୍ତୀ ବୈଦିକ ଯୁଗରେ ସମାଜର ମୂଳାଧାର ଥିଲା ।

୫। ଆଦିବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ କିପରି ଥୁଲା ?
Answer:
ଆଦିବୈଦିକ ଯୁଗରେ ନାରୀମାନଙ୍କର ସ୍ଥାନ ବହୁ ଉଚ୍ଚରେ ଥିଲା । ସେମାନଙ୍କ ବିନା ପୁରୁଷମାନେ ଯଜ୍ଞାଦି କୌଣସି ଧାର୍ମିକ କାର୍ଯ୍ୟାନୁଷ୍ଠାନ କରିବାକୁ ସକ୍ଷମ ହେଉ ନଥିଲେ । ସମାଜରେ ସତୀପ୍ରଥା ପ୍ରଚଳିତ ନଥିଲେ ମଧ୍ୟ ବିଧବା ବିବାହ ପ୍ରଚଳିତ ଥିଲା । ସମାଜରେ ପର୍ଦା ପ୍ରଥା ନଥିଲା । ଆପାଲା, ଗାର୍ଗୀ, ମୈତ୍ରେୟୀ, ବିଶ୍ଵବାରା, ଲୋପାମୁଦ୍ରା ଆଦି ବିଦୁଷୀ ରମଣୀ ଏହି ଯୁଗରେ ପ୍ରସିଦ୍ଧି ଲାଭ କରିଥିଲେ ।

୬ । ପରବର୍ତୀ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ କିପରି ଥୁଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ । ସେମାନେ ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହ ଭାଗ ନେଇପାରୁ ନଥିଲେ । ସମାଜରେ ବାଲ୍ୟବିବାହ ଏବଂ ଯୌତୁକ ଆଦି କଳଙ୍କିତ ପ୍ରଥାର ପ୍ରଚଳନ ହୋଇଥିଲା ।

୭। ବେଦର ଅନ୍ୟନାମ କାହିଁକି ଶ୍ରୁତି ହୋଇଛି ?
Answer:
ବେଦର ଅନ୍ୟ ନାମ ଶ୍ରୁତି, କାରଣ ବହୁକାଳ ପର୍ଯ୍ୟନ୍ତ ଏହା ଲିପିବଦ୍ଧ ହୋଇ ନଥିଲା ଏବଂ ଗୁରୁ ଓ ଶିଷ୍ୟ ପରମ୍ପରାରେ ଶ୍ରବଣଦ୍ଵାରା ତାହା ମନେରଖାଯାଉଥିଲା । ହିନ୍ଦୁମାନେ ବିଶ୍ଵାସ କରନ୍ତି ଯେ ବେଦ ଭଗବାନଙ୍କ ମୁଖନିଃସୃତ ବାଣୀ ।

୮। ଆରଣ୍ୟକ ସମ୍ପର୍କରେ ଲେଖ ।
Answer:
ବେଦର ଏକ ଅଂଶବିଶେଷ ହେଉଛି ଆରଣ୍ୟକ । ଏଥୁରେ ରହିଛି ଦର୍ଶନତତ୍ତ୍ଵ । ସର୍ବମୋଟ ୬ ଗୋଟି ଆରଣ୍ୟକ ରହିଛି । ଆରଣ୍ୟକ କ୍ରମେ ପରିବର୍ତ୍ତିତ ହୋଇ ଉପନିଷଦ୍ ରୂପେ ପରିଚିତ ହେଉଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

୯। ଉପନିଷଦ୍ ସମ୍ପର୍କରେ ଲେଖ ।
Answer:
ଆରଣ୍ୟକର ପରିବର୍ଦ୍ଧିତ ରୂପକୁ ଉପନିଷଦ କୁହାଯାଏ । ଉପନିଷଦରେ ଗଭୀର ଆଧ୍ୟାତ୍ମିକ ଓ ବ୍ରହ୍ମତତ୍ତ୍ଵମାନ ଆଲୋଚିତ ହୋଇଛି । କର୍ମବାଦ, ପୁନର୍ଜନ୍ମ ପ୍ରଭୃତି ହିନ୍ଦୁଧର୍ମର ଗଭୀର ଦାର୍ଶନିକ ତତ୍ତ୍ବମାନ ଏଥିରେ ସନ୍ନିବେଶିତ ।

୧୦ । ବେଦ କେଉଁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ ? ଏହା କେତେ ଭାଗରେ ବିଭକ୍ତ ? ସେଗୁଡ଼ିକର ନାମ ଲେଖ ।
Answer:
ବେଦ ଆର୍ଯ୍ୟମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ । ଏହା ଚରି ଭାଗରେ ବିଭକ୍ତ; ଯଥା— ଋକ୍, ସାମ୍, ଯଦୁଃ, ଅଥର୍ବ । ଋଗ୍‌ବେଦ ସବୁଠାରୁ ପୁରାତନ ବେଦ ଅଟେ ।

୧୧ । ବ୍ରହ୍ମାବର୍ତ୍ତ କେଉଁ ନଦୀଦ୍ୱୟ ମଧ୍ୟରେ ଅବସ୍ଥିତ ଥିଲା ? ଏଠାରେ କେଉଁମାନେ ପ୍ରଥମେ ବସତି ସ୍ଥାପନ କରିଥିଲେ ?
Answer:
ସତ୍‌ଲେଜ୍ ଓ ଯମୁନା ନଦୀଦ୍ଵୟ ମଧ୍ଯରେ ବ୍ରହ୍ମାବଉଁ ଅବସ୍ଥିତ ଥିଲା । ଏଠାରେ ଆର୍ଯ୍ୟମାନେ ପ୍ରଥମେ ବସତି ସ୍ଥାପନ କରିଥିଲେ ।

୧୨ । ଋଗ୍‌ବୈଦିକ ପରିବାରର ମୁଖ୍ୟ କିଏ ଥିଲେ ? ତାଙ୍କର କର୍ତ୍ତବ୍ୟ କ’ଣ ଥିଲା ?
Answer:
ଋଗ୍‌ବୈଦିକ ପରିବାରର ମୁଖ୍ୟ ପିତା ଥିଲେ । ପରିବାରର ପ୍ରତିପୋଷଣ, ସନ୍ତାନମାନଙ୍କ ଶିକ୍ଷାଦାନ, ଶାନ୍ତିଶୃଙ୍ଖଳା ରକ୍ଷା, କନ୍ୟାଦାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଥିଲା ପିତାଙ୍କର କର୍ତ୍ତବ୍ୟ ।

୧୩ । ଆର୍ଯ୍ୟମାନେ ପିନ୍ଧୁଥ‌ିବା ପୋଷାକ କେତେ ପ୍ରକାର ଓ କ’ଣ କ’ଣ ?
Answer:
ଆର୍ଯ୍ୟମାନେ କାର୍ପାସ୍ ଓ ପଶମ ନିର୍ମିତ ବସ୍ତ୍ର ପରିଧାନ କରୁଥିଲେ । ସେମାନେ ସାଧାରଣତଃ ତିନିପ୍ରକାର ପୋଷାକ ବ୍ୟବହାର କରୁଥିଲେ ଯଥା ନୀଭି ବା ନିମ୍ନବସ୍ତ୍ର, ପରିଧାନ ବା ବାସ ଓ ଅଧ୍ୟାସ, ଅଚକ ବା ବହିର୍ବାସ ।

୧୪ । ଋଗ୍‌ବୈଦିକ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀମାନଙ୍କର ନାମ ଲେଖି ।
Answer:
ଋଗ୍‌ଦକ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀମାନେ ହେଲେ ଆପାଲା, ବିଶ୍ଵବାରା, ଘୋଷା, ଲୋପାମୁଦ୍ରା ଓ ସିକତା । ସମାଜରେ ସେମାନଙ୍କ ସ୍ଥାନ ଉଚ୍ଚରେ ଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

୧୫। ‘ବିପଥ’ କହିଲେ କ’ଣ ବୁଝ ? ଆର୍ଯ୍ୟମାନେ ହସ୍ତୀକୁ କେଉଁ କାର୍ଯ୍ୟରେ ଲଗାଉଥିଲେ ?
Answer:
ଅଙ୍କାବଙ୍କା ରାସ୍ତାରେ ଗମନ କରିବାପାଇଁ ଆର୍ଯ୍ୟମାନେ ‘ବିପଥ’ ନାମକ ଏକ ପ୍ରକାର ଯାନ ବ୍ୟବହାର କରୁଥିଲେ । ସେମାନେ ହସ୍ତୀକୁ ସାମରିକ କାର୍ଯ୍ୟରେ ଲଗାଉଥିଲେ ।

୧୬ । ଯଜୁର୍ବେଦରେ କ’ଣ ଉଲ୍ଲେଖ ଅଛି ? ଏହାକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ଯଜୁର୍ବେଦରେ ପୂଜାପଦ୍ଧତି ବ୍ୟାଖ୍ୟା କରାଯାଇଛି । ଏଥ‌ିରେ ରହିଛି ୪୦ଟି ମଣ୍ଡଳ । ଏହାକୁ ଶୁକ୍ଳ ଯଜୁର୍ବେଦ ଓ କୃଷ୍ଣ ଯଜୁର୍ବେଦ ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

୧୭ । ବୈଦିକ ଯୁଗରେ ଛାତ୍ରମାନେ ଅଧ୍ୟୟନ କରୁଥିବା ବିଦ୍ୟାପୀଠର ନାମ କ’ଣ ଥିଲା ? ସେଠାରେ କେଉଁ କେଉଁ ବିଷୟରେ ଶିକ୍ଷାଦାନ କରାଯାଉଥିଲା ?
Answer:
ବୈଦିକ ଯୁଗରେ ଛାତ୍ରମାନେ ଅଧ୍ୟୟନ କରୁଥିବା ବିଦ୍ୟାପୀଠର ନାମ ଗୁରୁକୁଳ ଥିଲା । ସେଠାରେ ଜ୍ଞାନ ଓ ଚରିତ୍ରର ବିକାଶ କରିବା ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ତର୍କଶାସ୍ତ୍ର, ନୀତିଶାସ୍ତ୍ର, ଧାତୁଶାସ୍ତ୍ର, ଯୁଦ୍ଧଶାସ୍ତ୍ର, ବ୍ରହ୍ମବିଦ୍ୟା, ଗଣିତ, ଜ୍ୟୋତିର୍ବିଦ୍ୟା ଓ ଦର୍ଶନ ଆଦି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।

୧୮ । ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା ମୁଖ୍ୟ କର୍ମଚାରୀମାନେ କିଏ ଥିଲେ ? କିଏ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଥଲେ ?
Answer:
ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା ମୁଖ୍ୟ କର୍ମଚାରୀମାନଙ୍କ ମଧ୍ୟରେ ପୁରୋହିତ, ସେନାନୀ ଓ ଗ୍ରାମଣୀମାନେ ମୁଖ୍ୟ ଥ୍ଷଲ । ପୁରୋହିତ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଥିଲେ ।

୧୯ । ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ କେଉଁ ସଂସ୍ଥା ରହିଥିଲା ଓ କ’ଣ କ’ଣ ?
Answer:
ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ ଦୁଇଟି ଗଣତାନ୍ତ୍ରିକ ସଂସ୍ଥା ରହିଥିଲା । ତାହା ହେଲା–ସଭା ଓ ସମିତି ।

CHSE Odisha Class 12 History Chapter 2(b) Short Answer Questions in Odia Medium

୨୦ । ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା କର୍ମଚାରୀମାନଙ୍କ ନାମ କ’ଣ ଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହଯ୍ୟ କରୁଥିବା କର୍ମଚାରୀମାନେ ହେଲେ — ବ୍ରାହ୍ମଣ ( ପୁରୋହିତ), ରାଜନ୍ୟ(ସମ୍ଭ୍ରାନ୍ତ), ମହିଷୀ (ପାଟରାଣୀ), ସୂତ(ରଥଚାଳକ), ସଂଗ୍ରହିତ୍ରୀ (କୋଷାଧ୍ୟକ୍ଷ), ଭାଗଦୁଘ (କର ଆଦାୟକାରୀ) କ୍ଷତ୍ରୀ ଓ ଅକ୍ଷବପ (ପଶାଖେଳ ତତ୍ତ୍ଵାବଧାରକ) ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ | ଋଗ୍‌ବେଦୀୟ ଧର୍ମର ପ୍ରଧାନ ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ବୈଦିକ ଆର୍ଯ୍ୟମାନଙ୍କର ଆଧ୍ୟାତ୍ମିକ ଜୀବନ ଥିଲା ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ସେମାନେ ପ୍ରକୃତିର ଉପାସକ ଥିଲେ । ସେମାନେ ପ୍ରକୃତିର ବିଭିନ୍ନ ରୂପକୁ ଦେବତା ବୋଲି ମନେକରି ଉପାସନା କରୁଥିଲେ । ପୃଥିବୀ, ଆକାଶ, ସୂର୍ଯ୍ୟ, ଇନ୍ଦ୍ର, ମରୁତ, ବାୟୁ, ଉଷା ଓ ବୃକ୍ଷ ଇତ୍ୟାଦିଙ୍କୁ ସେମାନେ ପୂଜା କରୁଥିଲେ । ଆର୍ଯ୍ୟମାନେ ଏକେଶ୍ୱରବାଦ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । ସ୍ତୋତ୍ର ଓ ମନ୍ତ୍ର ଉଚ୍ଚାରଣଦ୍ଵାରା ସେମାନେ ଦେବଦେବୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ପୂଜାପଦ୍ଧତିରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ନଥିଲା । ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପ୍ରାର୍ଥନା ଏବଂ ଯଜ୍ଞ ସମାପନ କରୁଥିଲେ । ସେତେବେଳେ ଜଟିଳ ଯଜ୍ଞ ଓ କର୍ମକାଣ୍ଡ ପ୍ରଚଳିତ ନଥିଲା । ସନାତନ ଧର୍ମ ଏହି ଆର୍ଯ୍ୟ ଧର୍ମର ରୂପାନ୍ତର ମାତ୍ର ।

୧। ପରବର୍ତୀ ବୈଦିକ ଯୁଗର ଧର୍ମଭାବନା ବିଷୟରେ ଯାହା ଜାଣ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଧର୍ମ କ୍ଷେତ୍ରରେ ଆରାଧନା, ଯାଗଯଜ୍ଞ ଓ ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବାରେ ଲାଗିଲା । ଋଗ୍‌ବୈଦିକ ଯୁଗର ସରଳ, ନିରାଡ଼ମ୍ବର ଏବଂ ପ୍ରାକୃତିକତା ଉପରେ ପର୍ଯ୍ୟବସିତ ଧର୍ମଧାରଣାର ପରିବର୍ତ୍ତନ ଘଟିଲା । ଧର୍ମଭାବନା ଜଟିଳ ଓ କଳୁଷିତ ହୋଇପଡ଼ିଲା । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, ଗଣେଶ ଓ ଦୁର୍ଗା ଆଦି ନୂତନ ଦେବଦେବୀଙ୍କର ଆବିର୍ଭାବ ଘଟିଥିଲା । ଯଜ୍ଞରେ ପଶୁବଳି ଦିଆଗଲା । କର୍ମବାଦ ଉପରେ ବିଶ୍ଵାସ ପ୍ରକଟିତ ହେଲା । ମନ୍ତ୍ର, ତନ୍ତ୍ର, ଗୁଣିଗାରେଡ଼ି ଓ ଭୂତ-ପ୍ରେତଙ୍କ ଭୟ ଲୋକମାନଙ୍କ ମଧ୍ୟରେ ପ୍ରବେଶ କଲା । ସମାଜରେ ବହୁ କୁସଂସ୍କାରର ସୂତ୍ରପାତ ଘଟିଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

୩ । ପରବର୍ତୀ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ନିରୂପଣ କର ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ । ଏ ଯୁଗରେ ନାରୀମାନେ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ଭାଗ ନେଇପାରୁ ନଥିଲେ । ନାରୀମାନେ ନିଜର ସମ୍ପଭିଗତ ଅଧିକାର ହରାଇ ବସିଥିଲେ । ନାରୀ ସ୍ଵାଧୀନତା ହ୍ରାସ ପାଇଥିଲା । ସମାଜରେ ବାଲ୍ୟବିବାହ, ବହୁପନ୍ଥୀଗ୍ରହଣ, ଯୌତୁକ ପ୍ରଥା, ସତୀଦାହ ପ୍ରଥା ଓ ପରଦା ପ୍ରଥା ଭଳି କୁସଂସ୍କାରଗୁଡ଼ିକ ମୁଣ୍ଡ ଟେକିଥିଲା । ଶିକ୍ଷା କ୍ଷେତ୍ରରେ ନାରୀମାନେ ପୂର୍ବପରି ପୁରୁଷମାନଙ୍କ ସହିତ ସମକକ୍ଷ ହୋଇପାରିଲେ ନାହିଁ । ପରିବାର ପାଇଁ କନ୍ୟା ଜନ୍ମ ଅଶୁଭ ଓ ଅବାଞ୍ଛିତରୂପେ ପରିଗଣିତ ହେବାକୁ ଲାଗିଲା । ସମାଜରେ ନାରୀ ସମ୍ପୂର୍ଣ୍ଣରୂପେ ଅବଦମିତ ହୋଇ ରହିଲା ।

୪ । ବୈଦିକ ଆର୍ଯ୍ୟମାନଙ୍କର ରାଜନୈତିକ ସଂଗଠନ ସମ୍ପର୍କରେ ଲେଖ ।
Answer:
ଆର୍ଯ୍ୟ ସମାଜରେ ସୁଦୃଢ଼ ରାଜନୈତିକ ଅନୁଷ୍ଠାନଗୁଡ଼ିକର ଅଭ୍ୟୁଦୟ ସମ୍ଭବ ହୋଇଥିଲା କେବଳ ସ୍ଥାୟୀ ବସତି ସ୍ଥାପନ, ସମୃଦ୍ଧ ଜୀବନଯାପନ ଏବଂ ଉନ୍ନତ ଚିନ୍ତାଶକ୍ତି ପାଇଁ । ରାଜନୈତିକ ସଂଗଠନର ମୂଳ ସ୍ତରରେ ଥିଲା ପରିବାର । ପରିବାରର ମୁଖ୍ୟ ଥିଲେ ପିତା । କେତେକ ପରିବାରର ସମ୍ମିଶ୍ରଣରେ ଗୋଟିଏ ଗ୍ରାମ ସୃଷ୍ଟି ହୋଇଥିଲା । ଗ୍ରାମର ମୁଖ୍ୟ ଥିଲେ ଗ୍ରାମଣୀ । କେତେକ ଗ୍ରାମକୁ ନେଇ ସୃଷ୍ଟି ହୋଇଥିଲା ‘ଅଞ୍ଚଳ’ ବା ‘ବିଶ୍’ । ‘ବିଶ୍’ର ପରିଚାଳନା ଦାୟିତ୍ଵରେ ଥିଲେ ‘ବିଶ୍ଵପତି’ । କେତେକ ବିଶ୍ଵକୁ ନେଇ ସୃଷ୍ଟି ହୋଇଥିଲା ‘ଜନ’ । ‘ଗୋପ’ ଥିଲେ ଏହାର ମୁଖ୍ୟ । କେତେକ ଜନକୁ ନେଇ ଏକ ବୃହତ୍ ରାଷ୍ଟ୍ର ଗଠିତ ହୋଇଥିଲା । ଏହାକୁ ଜନପଦ କୁହାଯାଉଥିଲା ଏବଂ ରାଜା ଥିଲେ ଏହାର ମୁଖ୍ୟ ।

୫ । ବୈଦିକ ଯୁଗର ସଭା ଓ ସମିତି ସମ୍ପର୍କରେ ଲେଖ ।
Answer:
ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସଭା ଗଠିତ ହୋଇଥିଲା । ସଭାର ମୁଖ୍ୟଙ୍କୁ ସଭାପତି କୁହାଯାଉଥିଲା । ସଭାରେ ଧନୀ, ଜ୍ଞାନୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଯୋଗଦାନ କରିପାରୁଥିଲେ । ସ୍ଥାନୀୟ ନିୟମ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରୁଥିଲା । ସମିତି ଥିଲା ଏକ ଜାତୀୟ ସଭା । ଏଥ‌ିରେ ପୁରୁଷ ଓ ନାରୀ ସଦସ୍ୟ ରହିପାରୁଥିଲେ । ସମସ୍ତ ଜାତୀୟ ସମସ୍ୟା ସମିତିରେ ମୁକ୍ତଭାବେ ଆଲୋଚିତ ହେଉଥିଲା । କେବଳ ରାଜା ନିର୍ବାଚନ ନୁହେଁ, ଯୁଦ୍ଧ, ରାଜ୍ୟରକ୍ଷା ଓ ଶାନ୍ତି ପ୍ରତିଷ୍ଠାପାଇଁ ସମିତିର ମତାମତ ଥିଲା ଏକାନ୍ତଭାବେ ଅପରିହାର୍ଯ୍ୟ । ସମିତି ଥିଲା ଏକ ଜନପ୍ରିୟ ରାଜନୈତିକ ସଂଗଠନ ।

CHSE Odisha Class 12 History Chapter 2(b) Short Answer Questions in Odia Medium

୬ । ବୈଦିକ ଯୁଗର ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
Answer:
ବୈଦିକ ଯୁଗରେ ଶିକ୍ଷାପ୍ରତି ଆର୍ଯ୍ୟମାନଙ୍କର ବିଶେଷ ଆଗ୍ରହ ଥିଲା । ଋଷି ଆଶ୍ରମ ଥିଲା ଶିକ୍ଷାୟତନ । ସେଠାରେ ମୌଖ୍ୟକ ଭାବରେ ଶିକ୍ଷାଦାନ ବ୍ୟବସ୍ଥା ଥିଲା । କ୍ଷତ୍ରିୟମାନଙ୍କ ପାଇଁ ଯୁଦ୍ଧବିଦ୍ୟା ଏବଂ ବ୍ରାହ୍ମଣମାନଙ୍କ ପାଇଁ ବେଦ ଅଧ୍ୟୟନ ବାଧ୍ୟତାମୂଳକ ଥିଲା । ଉପନୟନ ଉତ୍ସବ ପରେ ବାଳକମାନେ ଶିକ୍ଷାୟତନରେ ଯୋଗ ଦେଉଥିଲେ । ଆଦର୍ଶ ଓ ଶୃଙ୍ଖଳିତ ଜୀବନଯାପନ ପାଇଁ ଗୁରୁମାନେ ସର୍ବଦା ପରାମର୍ଶ ଦେଉଥିଲେ । ଗୁରୁସେବା ଛାତ୍ରର ପ୍ରଧାନ କର୍ତ୍ତବ୍ୟ ଥିଲା । ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନ ଶିକ୍ଷାର ଲକ୍ଷ୍ୟ ଥିଲା । ଶିକ୍ଷାଲାଭ କରୁଥିବା ବାଳକମାନଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା । ସେ ସମୟରେ ବେଦ ଦର୍ଶନ ଆଦି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।

୭ | ବୈଦିକ ଯୁଗର ପରିବାର ବିଷୟରେ ଆଲୋଚନା କର ।
Answer:
ବୈଦିକ ପରିବାର ଥୁଲା ଆର୍ଯ୍ୟ ସାମାଜିକ ସଂଗଠନର ମୂଳପିଣ୍ଡ । ବୈଦିକ ଯୁଗର ପରିବାର ଥିଲା ପିତୃକୈନ୍ଦ୍ରିକ । ପିତାଙ୍କୁ କୁଳପ ବା କୁଳପତି କୁହାଯାଉଥିଲା । ପରିବାରର ମୁଖ୍ୟ ହିସାବରେ ସେ ପରିବାରର ପ୍ରତିପାଳନ, ସନ୍ତାନମାନଙ୍କର ଶିକ୍ଷା ଓ ବିବାହ ସମ୍ପାଦନା ସମ୍ପତ୍ତି କ୍ରୟ ବିକ୍ରୟ ଏବଂ ଧାର୍ମିକ କାର୍ଯ୍ୟ ଆଦି କର୍ତ୍ତବ୍ୟ ପାଳନ କରୁଥିଲେ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ତାଙ୍କର ପୂର୍ଣ କର୍ତ୍ତୃତ୍ଵ ରହିଥିଲା । ବୈଦିକ ଯୁଗରେ ଯୌଥ ପରିବାର ପ୍ରଥା ପ୍ରଚଳିତ ଥିଲା ।

୮। ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ କିପରି ଥୁଲା ?
Answer:
ଋଗ୍‌ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ଉନ୍ନତ ଥିଲା । କୃଷି ଓ ପଶୁପାଳନ ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଶିଳ୍ପ ଓ କାରିଗରୀ ବିଦ୍ୟାରେ ସେମାନେ ନିପୁଣ ଥିଲେ । ଲୁହା, କାଠ, ଚମଡ଼ା, ସ୍ପର୍ଶ ଓ ମାଟିକାମ ଉପରେ ଆର୍ଯ୍ୟମାନେ ପାରଦର୍ଶିତା ଲାଭ କରିଥିଲେ । ସେମାନେ ଉଭୟ ସ୍ଥଳ ଓ ଜଳପଥରେ ବାଣିଜ୍ୟ କାରବାରରେ ଲିପ୍ତ ଥିଲେ । ଶିଳ୍ପ ପ୍ରତିଷ୍ଠା କରି ସେମାନେ ମଧ୍ଯ ଜୀବିକା ନିର୍ବାହ କରୁଥିଲେ । ଶଗଡ଼, ରଥ, ଘୋଡ଼ା, ଓଟ ଓ ଗଧଦ୍ଵାରା ସେମାନେ ସ୍ଥଳପଥରେ ବାଣିଜ୍ୟିକ ଦ୍ରବ୍ୟଗୁଡ଼ିକ ଚାଲାଣ କରୁଥିଲେ ।

CHSE Odisha Class 12 History Chapter 2(b) Short Answer Questions in Odia Medium

୯ | ଚାରିବେଦର ବିଷୟବସ୍ତୁଗୁଡ଼ିକ ଆଲୋଚନା କର ।
Answer:
ବେଦକୁ ଋକ୍, ସାମ୍, ଯଜୁ ଓ ଅଥର୍ବ ଏହିପରି ଚାରିଗୋଟି ଭାଗରେ ବିଭକ୍ତ କରାଯାଇଛି । ରଗ୍‌ବେଦ ହେଉଛି ସର୍ବପ୍ରାଚୀନ ବେଦ । ଏଥ‌ିରେ ୧୦ଟି ମଣ୍ଡଳ ଓ ୧୦୨୮ଟି ସ୍ତୋତ୍ର ରହିଛି । ଏହି ବେଦରେ ଆର୍ଯ୍ୟମାନଙ୍କର ସ୍ତୁତିମାନ ସମ୍ମିଳିତ ହୋଇଛି । ସାମବେଦରେ ୧୫୪୯ଟି ସ୍ତୁତି ରହିଛି । ଏହା ଭଜନ ଓ ପ୍ରାର୍ଥନାରେ ପରିପୂର୍ଣ୍ଣ । ଯଜୁର୍ବେଦରେ ଜଟିଳ ପୂଜାପଦ୍ଧତି ଓ କର୍ମକାଣ୍ଡମାନ ସ୍ଥାନ ପାଇଛି । ଅଥର୍ବ ବେଦ ୨୦ଟି ମଣ୍ଡଳ ଓ ୭୩୧ଟି ସ୍ତୋତ୍ରକୁ ନେଇ ଗଠିତ । ଅଥର୍ବ ବେଦରେ ଭୂତପ୍ରେତାଦି ଦୋଷରୁ ରକ୍ଷା ପାଇବାପାଇଁ ମନ୍ତ୍ର, ଯନ୍ତ୍ର ଓ ଇନ୍ଦ୍ରଜାଲ ଇତ୍ୟାଦି ଲିପିବଦ୍ଧ ।

୧୦ । ମହାଭାରତ ସମ୍ପର୍କରେ ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
Answer:
ରାମାୟଣଠାରୁ ମହାଭାରତ ମହାକାବ୍ୟଟି ବଡ଼ । ଏହି ମହକାବ୍ୟଟି ମହର୍ଷି ବ୍ୟାସଦେବଙ୍କଦ୍ୱାରା ରଚିତ । ରାମାୟଣ ପରେ ଏହା ରଚିତ ହୋଇଥିବାର ଅନୁମାନ କରାଯାଏ । ମହାଭାରତରେ ୧୦୦,୦୦୦ ଶ୍ଳୋକ ସନ୍ନିବେଶିତ । ଏହାକୁ ଶତ ସହସ୍ର ସଂହିତା କୁହାଯାଏ । ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ସଂଘର୍ଷ ହେଉଛି ଏହାର ମୁଖ୍ୟ କାରଣ । ତତ୍‌କାଳୀନ ଭାରତରେ ରାଜନୈତିକ, ସାମାଜିକ ଓ ଧର୍ମ ସମ୍ବନ୍ଧୀୟ ଜୀବନୀ ମହାଭାରତରୁ ଜଣାପଡ଼େ । ସେତେବେଳେ ସାମାଜିକ ଜୀବନ ଥିଲା ସନ୍ତୁଳିତ, ଧାର୍ମିକ ରୀତିରେ ସମାଜ ପରିଚାଳିତ ହେଉଥିଲା । ଏହି ଯୁଗରେ ମାନବିକ ମୂଲ୍ୟବୋଧର ଉନ୍ମେଷ ଘଟିଥିଲା ।

୧୧। ଋଗ୍‌ବୈଦିକ ଯୁଗ ଓ ପରବର୍ତୀ ବୈଦିକ ଯୁଗ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କର ।
Answer:
ରଗ୍‌ବୈଦିକ ଯୁଗ ଏବଂ ପରବର୍ତ୍ତୀ ବୈଦିକ ଯୁଗ ମଧ୍ୟରେ ନିମ୍ନଲିଖତ କେତେକ ପାର୍ଥକ୍ୟ ଦେଖାଯାଏ ।

  • ଋଗ୍‌ବୈଦିକ ଯୁଗରେ ରାଜାଙ୍କର କ୍ଷମତା ସୀମିତ ଥିଲା । ସେହି ସମୟର ପ୍ରଚଳିତ ପରମ୍ପରା ଓ ବିଧ୍ ଅନୁସାରେ ସେ କାର୍ଯ୍ୟ କରୁଥିଲେ ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଥିଲା ।
  • ଋଗ୍‌ବୈଦିକ ଯୁଗରେ ନାରୀମାନେ ସମାଜରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲେ । ସେମାନେ ଧର୍ମ ଅନୁଷ୍ଠାନମାନଙ୍କରେ ଯୋଗ ଦେଉଥିଲେ । ସେମାନେ ରାଜନୈତିକ ବ୍ୟାପାରରେ ମଧ୍ୟ ଅଂଶଗ୍ରହଣ କରିପାରୁଥିଲେ । ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ ସେମାନଙ୍କର ସମ୍ମାନ ହ୍ରାସ ପାଇଥିଲା । ପର୍ଦାପ୍ରଥା, ବାଲ୍ୟବିବାହ, ସତୀଦାହ ପ୍ରଥା ଆଦି ପ୍ରଚଳିତ ହୋଇଥିଲା ।
  • ଋଗ୍‌ବୈଦିକ ଯୁଗର ଧର୍ମ ଅତ୍ୟନ୍ତ ସରଳ ଥିଲା ଓ ବ୍ୟୟସାପେକ୍ଷ ନଥିଲା । କିନ୍ତୁ ପରବର୍ତୀ ବୈଦିକ ଯୁଗରେ ଧର୍ମ ଜଟିଳ ହୋଇପଡ଼ିଥିଲା ଓ ସେଥ‌ିରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ପ୍ରବେଶ କରି ଏହାକୁ କଳୁଷିତ କରିଦେଲା ।
  • ରଗ୍‌ବୈଦିକ ଯୁଗରେ କର୍ମ ଅନୁସାରେ ଆର୍ଯ୍ୟମାନଙ୍କର ବିଭାଗୀକରଣ ହେଉଥିଲା । କିନ୍ତୁ ପରବର୍ତ୍ତୀ ବୈଦିକ ଯୁଗରେ କର୍ମ ଅନୁସାରେ ଜାତିପ୍ରଥା ବା ଚତୁଃବର୍ଣ୍ଣ ସୃଷ୍ଟି ହୋଇ ବଂଶାନୁକ୍ରମିକ ହେଲା । କ୍ରମେ ଏହି ପ୍ରଥା ଅତ୍ୟନ୍ତ କଠୋର ହୋଇପଡ଼ିଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Objective Questions.

CHSE Odisha 12th Class History Chapter 2(b) Objective Questions

in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ବୈଦିକ ଆର୍ଯ୍ୟମାନେ କାହାର ଉପାସକ ଥିଲେ ?
(କ) ମାତୃଶକ୍ତି
(ଖ) ସୂର୍ଯ୍ୟ ଓ ଅଗ୍ନି
(ଗ) ପଶୁପତି
(ଘ) ପ୍ରକୃତି
Answer:
(ଘ) ପ୍ରକୃତି

୨। ଭୂତପ୍ରେତାଦି ବିଶ୍ଵାସ କେଉଁ ବେଦରେ ଲିପିବଦ୍ଧ ?
(କ) ଋଗ୍‌ ବେଦ
(ଖ) ଯଜୁର୍ବେଦ
(ଗ) ସାମବେଦ
(ଘ) ଅଥର୍ବ ବେଦ
Answer:
(ଘ) ଅଥର୍ବ ବେଦ

୩ । ବୈଦିକ ଯୁଗର ଜନପ୍ରିୟ ରାଜନୈତିକ ସଂଗଠନର ନାମ ହେଉଛି :
(କ) ପରିଷଦ
(ଖ) ବଟକରା
(ଗ) ସଂସ୍ଥା
(ଘ) ସମିତି
Answer:
(ଘ) ସମିତି

CHSE Odisha Class 12 History Chapter 2(b) Objective Questions in Odia Medium

୪ । ବୈଦିକ ଯୁଗରେ ଆର୍ଯ୍ୟମାନେ ମୁଦ୍ରା ରୂପେ ଏକ ସ୍ଵର୍ଣ୍ଣଖଣ୍ଡ ପ୍ରଚଳନ କରିଥିଲେ । ଏହାକୁ କ’ଣ କୁହାଯାଏ ?
(କ) ଟଙ୍କା
(ଖ) ବଟକରା
(ଗ) ମୁଦ୍ରା
(ଘ) ନିଷ୍କ
Answer:
(ଘ) ନିଷ୍କ

୫ । ଜନ କାହାକୁ କୁହାଯାଏ ?
(କ) ପରିବାରର ସମଷ୍ଟିକୁ
(ଖ) ବୈଦିକ ଯୁଗକୁ
(ଗ) ଗ୍ରାମର ସମଷ୍ଟିକୁ
(ଘ) ବିଶ୍ବର ସମଷ୍ଟିକୁ
Answer:
(ଘ) ବିଶ୍ବର ସମଷ୍ଟିକୁ

୬ । ବୈଦିକ ଯୁଗର ମୁଖ୍ୟ ରାଜନୈତିକ ସଂଗଠନର ନାମ କ’ଣ ?
(କ) ସଭା
(ଖ) ସଂସ୍ଥା
(ଗ) ପରିଷଦ
(ଘ) ଦରବାର
Answer:
(କ) ସଭା

୭ | କେଉଁ ବେଦରେ ପୂଜାପଦ୍ଧତିର ବ୍ୟାଖ୍ୟା ଦେଖୁବାକୁ ମିଳେ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଅଥର୍ବବେଦ
(ଘ) ଯଜୁର୍ବେଦ
Answer:
(ଘ) ଯଜୁର୍ବେଦ

୮। ସ୍ତୁତିମାନଙ୍କର ସ୍ଵରସଂଯୋଗ କେଉଁଥିରେ ଦେଖାଯାଏ ?
(କ) ଋଗ୍‌ବେଦ ସଂହିତା
(ଖ) ଯଜୁର୍ବେଦ ସଂହିତା
(ଗ) ସାମବେଦ ସଂହିତା
(ଘ) ଅଥର୍ବବେଦ ସଂହିତା
Answer:
(ଗ) ସାମବେଦ ସଂହିତା

୯ | ଆର୍ଯ୍ୟମାନଙ୍କର ସ୍ମୃତି କେଉଁଥରେ ସମ୍ବଳିତ ?
(କ) ଋଗ୍‌ବେଦ ସଂହିତା
(ଖ) ଯଜୁର୍ବେଦ ସଂହିତା
(ଗ) ସାମବେଦ ସଂହିତା
(ଘ) ଅଥର୍ବବେଦ ସଂହିତା
Answer:
(କ) ଋଗ୍‌ବେଦ ସଂହିତା

CHSE Odisha Class 12 History Chapter 2(b) Objective Questions in Odia Medium

୧୦। ରାଜା ପ୍ରଜାଙ୍କଠାରୁ ଆଦାୟ କରୁଥିବା କରର ନାମ କ’ଣ ?
(କ) ବଳି
(ଖ) ମୁଦ୍ର।
(ଗ) ଭାଗ
(ଘ) କର
Answer:
(କ) ବଳି

୧୧। ବୈଦିକ ଯୁଗରେ ଗଢ଼ିଉଠିଥିବା ଦୁଇଟି ରାଜନୈତିକ ସଂସଦ ‘ସଭା’ ଓ ‘ସମିତି’ ମଧ୍ୟରୁ କେଉଁଟିର ଭୂମିକା ଥିଲା ଅଧିକ ବ୍ୟାପକ ଓ ଗୁରୁତ୍ଵପୂର୍ଣ ?
(କ) ସମିତି
(ଖ) ସଭା ଓ ସମିତି
(ଗ) ସଭା
(ଘ) କୌଣସିଟି ନୁହେଁ
Answer:
(କ) ସମିତି

୧୨। ପରବର୍ତୀ ବୈଦିକ ଯୁଗରେ କେଉଁ ଦେବତା ଶ୍ରେଷ୍ଠ ବୋଲି ବିବେଚିତ ହେଉଥିଲେ ?
(କ) ବିଷ୍ଣୁ
(ଖ) ଇନ୍ଦ୍ର
(ଗ) ଅଗ୍ନି
(ଘ) ଶିବ
Answer:
(କ) ବିଷ୍ଣୁ

୧୩। ଋଗ୍‌ବୈଦିକ ଯୁଗରେ କେଉଁ ଦେବତା ଆର୍ଯ୍ୟମାନଙ୍କର ଅଧ୍ବକ ପ୍ରିୟ ଥିଲେ ?
(କ) ସୂର୍ଯ୍ୟ
(ଖ) ଅଗ୍ନି
(ଗ) ଇନ୍ଦ୍ର
(ଘ) ଶିବ
Answer:
(ଗ) ଇନ୍ଦ୍ର

୧୪। ବୈଦିକ ଯୁଗରେ ପ୍ରଚଳିତ ‘ବଳି’ କହିଲେ କ’ଣ ବୁଝାଯାଏ ?
(କ) ଓଜନର ଏକ ପରିମାପକ
(ଗ) ରାଜାଙ୍କର ଏକ ଉପାଧ୍
(ଖ) ଏକପ୍ରକାର କର
(ଘ) ରାଜାଙ୍କ ପ୍ରଦତ୍ତ ଦଣ୍ଡ
Answer:
(ଖ) ଏକପ୍ରକାର କର

CHSE Odisha Class 12 History Chapter 2(b) Objective Questions in Odia Medium

୧୫। ଦୀପବଂଶ କେଉଁ ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥ ?
(କ) ଜୈନଧର୍ମ
(ଖ) ବୌଦ୍ଧଧର୍ମ
(ଗ) ହିନ୍ଦୁଧର୍ମ
(ଘ) ମୁସଲମାନ ଧର୍ମ
Answer:
(ଖ) ବୌଦ୍ଧଧର୍ମ

୧୬। ବେଦ ଶବ୍ଦ ସଂସ୍କୃତର କେଉଁ ଶବ୍ଦରୁ ଆସିଅଛି ?
(କ) ବିଦ୍
(ଖ) ଶ୍ରୁତି
(ଗ) ଉପନିଷଦ
(ଘ) ବ୍ୟାଖ୍ୟା
Answer:
(କ) ବିଦ୍

୧୭ । ରାଜତନ୍ତ୍ରର ବା ରାଜ୍ୟର ମୁଖ୍ୟ କିଏ ଥିଲେ ?
(କ) ରାଜା
(ଖ) ସମ୍ରାଟ୍
(ଗ) ମନ୍ତ୍ରୀ
(ଘ) ପ୍ରଜାମାନେ
Answer:
(କ) ରାଜା

୧୮। କେଉଁ ବେଦ ସର୍ବପ୍ରାଚୀନ ଅଟେ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଯଜୁର୍ବେଦ
(ଘ) ଅଥର୍ବବେଦ
Answer:
(କ) ଋଗ୍‌ବେଦ

୧୯। ବୈଦିକ ଯୁଗରେ ପରିବାରର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
(କ) କୁଳପତି
(ଖ) ମୁଖ୍ୟପତି
(ଗ) ଜ୍ୟେଷ୍ଠ
(ଘ) ଗୃହପିତା
Answer:
(କ) କୁଳପତି

୨୦ । କେଉଁ ଯୁଗରେ ଜାତିପ୍ରଥା ସୃଷ୍ଟି ହୋଇଥୁଲା ?
(କ) ଋଗ୍‌ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟ ବୈଦିକ
(ଘ) ସାମବୈଦିକ
Answer:
(କ) ପରବର୍ତୀ ବୈଦିକ

CHSE Odisha Class 12 History Chapter 2(b) Objective Questions in Odia Medium

୨୧। ଚତୁରାଶ୍ରମ କେଉଁ ଯୁଗରେ ସୃଷ୍ଟି ହୋଇଥିଲା ?
(କ) ଋଗ୍‌ ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟବୈଦିକ
(ଘ) ସାମବୈଦିକ
Answer:
(ଖ) ପରବର୍ତ୍ତୀ ବୈଦିକ

୨୨ । କେଉଁ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ?
(କ) ଋଗ୍‌ ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟବୈଦିକ
(ଘ) ସାମବୈଦିକ
Answer:
(କ) ଋଗ୍‌ଦିକ

୨୩। ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କ ପୂଜା କେବେ ପ୍ରଚଳିତ ଥିଲା ?
(କ) ପରବର୍ତୀ ବୈଦିକ ଯୁଗ
(ଖ) ଆଦିବୈଦିକ ଯୁଗ
(ଗ) ମଧ୍ୟବୈଦିକ ଯୁଗ
(ଘ) ସାମବୈଦିକ ଯୁଗ
Answer:
(କ) ପରବର୍ତୀ ବୈଦିକ ଯୁଗ

୨୪। ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ କେଉଁ ଯୁଗରେ ବୃଦ୍ଧି ପାଇଥିଲା ?
(କ) ଆଦିବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧୁବୈଦିକ
(ଘ) ଅଥର୍ବବୈଦିକ
Answer:
(ଖ) ପରବର୍ତୀ ବୈଦିକ

୨୫। କେତେଗୁଡ଼ିଏ ଗ୍ରାମକୁ ନେଇ କ’ଣ ଗଠିତ ହୋଇଥିଲା ?
(କ) ବିଶ୍
(ଖ) ଜନ
(ଗ) ନଗର
(ଘ) ରାଜ୍ୟ
Answer:
(କ) ବିଶ୍

CHSE Odisha Class 12 History Chapter 2(b) Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧। _________ ବେଦରେ ପୂଜାପଦ୍ଧତି ବ୍ୟାଖ୍ୟା କରାଯାଇଛି ।
Answer:
ଯଦଃ

୨। ପ୍ରତ୍ୟେକ ବେଦକୁ __________ ଗୋଟି ଭାଗରେ ବିଭକ୍ତ କରାଯାଇଛି ।
Answer:
ଚାରି

୩ । _________ ବେଦରେ ସଙ୍ଗୀତ ବିଷୟରେ ଆଲୋଚନା କରାଯାଇଛି ।
Answer:
ଗନ୍ଧର୍ବ

୪। __________ ବେଦରେ ସ୍ଥାପତ୍ୟକଳା ସମ୍ପର୍କରେ ଆଲୋଚନା କରାଯାଇଛି ।
Answer:
ଶିଳ୍ପ

୫। ବୈଦିକ ଯୁଗର ଶେଷ ଭାଗରେ ରଚିତ ସାହିତ୍ୟକୁ ________ କୁହାଯାଏ ।
Answer:
ବେଦାନ୍ତ

୬। ଭୂତପ୍ରତାଦି ବିଷୟରେ ___________ ବେଦ ସୂଚନା ଦିଏ ।
Answer:
ଅଥର୍ବ

CHSE Odisha Class 12 History Chapter 2(b) Objective Questions in Odia Medium

୭। ଆଦିବୈଦିକ ଯୁଗରେ ବ୍ୟବହୃତ ମଦ୍ୟର ନାମ ___________ ଅଟେ ।
Answer:
ସୋମରସ

୮। ଛାତ୍ରମାନେ___________ ଆଶ୍ରମରେ ଶିକ୍ଷାଲାଭ କରୁଥିଲେ ।
Answer:
ଗୁରୁକୁଳ

୯। ଖ୍ରୀ.ପୂ. ୧୮୦୦ ରୁ ଖ୍ରୀ.ପୂ. ୮୦୦ ମଧ୍ୟରେ _________ ସଭ୍ୟତା ବିକାଶଲାଭ କରିଥିଲା ।
Answer:
ଋଗ୍‌ବୈଦିକ

୧୦। ଋବୈଦିକ ସଭ୍ୟତାରେ ___________ ପରିବାର ପ୍ରଥା ପ୍ରଚଳିତ ଥିଲା ।
Answer:
ଯୌଥ

୧୦। ଋଗ୍‌ବୈଦିକ ସଭ୍ୟତାରେ ___________ ପରିବାର ପ୍ରଥା ପ୍ରଚଳିତ ଥିଲା ।
Answer:

୧୧। ରଗ୍‌ବୈଦିକ ଯୁଗରେ __________ ମାନେ ଗଣିବାରେ ନିପୁଣତା ଲାଭ କରିଥିଲେ ।
Answer:
ପଣି

୧୨। ଗଣ ଶବ୍ଦର ଅର୍ଥ ହେଉଛି __________ |
Answer:
ବ୍ୟକ୍ତିସମୂହ

CHSE Odisha Class 12 History Chapter 2(b) Objective Questions in Odia Medium

୧୩ । ____________ ଓ __________ ଙ୍କ ପରି ଇନ୍ଦ୍ରଙ୍କୁ ଝଡ଼ ଓ ଘଡ଼ଘଡ଼ି ସହିତ ସଂଯୁକ୍ତ କରାଯାଇଥାଏ ।
Answer:
ଜିଅସ୍, ଥୋର

୧୪। ବୈଦିକ ଯୁଗରେ ____________ ଦେବତା ପାପୀଙ୍କୁ କଠୋର ଦଣ୍ଡ ଦେଉଥିବାର ବିଶ୍ଵାସ କରାଯାଏ ।
Answer:
ବରୁଣ

୧୫। ବୈଦିକ ଯୁଗରେ ମନୁଷ୍ୟ ଓ ଦେବତାମାନଙ୍କର ମଧ୍ୟସ୍ଥି ରୂପେ __________ ଙ୍କୁ କଳ୍ପନା କରାଯାଏ ।
Answer:
ଅଗ୍ନି

୧୬। ବୈଦିକ ଯୁଗରେ ପୋଲିସ୍ ଅଧିକାରୀଙ୍କୁ __________ କୁହାଯାଉଥିଲା ।
Answer:
ଉଗ୍ର

୧୭। ___________ ବ୍ରାହ୍ମଣରେ ଉଲ୍ଲେଖ ଅଛି ଯେ ନାରୀ ଥୁଲା ପୁରୁଷର ଅର୍ଦ୍ଧାଙ୍ଗିନୀ ।
Answer:
ଶତପଥ

୧୮ । __________ ଋଗ୍‌ବୈଦିକ ସମାଜରେ ଗ୍ରାମର ମୁଖ୍ୟ ଥିଲେ ।
Answer:
ଗ୍ରାମଣୀ

୧୯। ଋଷିମାନେ ବେଦକୁ ଈଶ୍ଵରଙ୍କ ମୁଖରୁ ଶୁଣି ମନେରଖିବାରୁ ଏହାକୁ ____________ କୁହାଯାଏ ।
Answer:
ଶ୍ରୁତି

CHSE Odisha Class 12 History Chapter 2(b) Objective Questions in Odia Medium

୨୦। ଚାରି ବେଦ ଥିଲା __________ , _________ , ___________ ଓ __________ ।
Answer:
ଋକ୍, ସାମ, ଯତଃ, ଅଥର୍ବ

୨୧। ଆର୍ଯ୍ୟମାନଙ୍କର ବାସସ୍ଥଳୀକୁ __________ କୁହାଯାଉଥିଲା ।
Answer:
ଆର୍ଯ୍ୟାବର୍ଷ

୨୨। କେତେକ ପରିବାରର ସମଷ୍ଟିକୁ ନେଇ ___________ ଗଠନ କରାଯାଉଥିଲା ।
Answer:
ଗ୍ରାମ

୨୩ । କେତେଗୁଡ଼ିଏ ଗ୍ରାମକୁ ନେଇ ଗଠିତ ହୋଇଥିବା ବିଶ୍ଵର ମୁଖ୍ୟଙ୍କୁ _________ କୁହାଯାଉଥିଲା ।
Answer:
ବିଶ୍ଵପତି

୨୪ । __________ ଯୁଗରେ ଜାତିପ୍ରଥା ସୃଷ୍ଟି ହୋଇଥିଲା ।
Answer:
ପରବର୍ତୀ ବୈଦିକ

୨୫। କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଇଥିଲା, ତାକୁ __________ କୁହାଯାଉଥିଲା ।
Answer:
ଜନପଦ

୨୬ । ଋଗ୍‌ବେଦରେ _________ ଟି ମଣ୍ଡଳ ଅଛି ।
Answer:
୧୦ଟି

CHSE Odisha Class 12 History Chapter 2(b) Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଆର୍ଯ୍ୟମାନଙ୍କର ଆଦିବାସସ୍ଥଳୀ କେଉଁଠାରେ ଥିଲା ?
Answer:
ଆର୍ଯ୍ୟମାନଙ୍କର ଆଦିବାସସ୍ଥାନ ଐତିହାସିକ ମ୍ୟାକ୍‌ସ ମୁଲାରଙ୍କ ଭାଷାରେ ମଧ୍ୟ ଏସିଆ ଅଞ୍ଚଳରେ ଥିଲା । ଅବଶ୍ୟ ଏହି ମତରେ ଭିନ୍ନତା ଦେଖାଯାଇଥାଏ ।

୨ । ଜନ କିପରି ଗଠିତ ହେଉଥିଲା ? ଏହାର ମୁଖ୍ୟ କିଏ ଥିଲେ ?
Answer:
କେତେଗୁଡ଼ିଏ ଗ୍ରାମକୁ ନେଇ ଜନ ଗଠିତ ହେଉଥିଲା । ଏହାର ମୂଖ୍ୟ ଥିଲେ ଗୋପ ।

୩ । ବୈଦିକ ପରିବାରର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
Answer:
ବୈଦିକ ପରିବାରର ମୁଖ୍ୟଙ୍କୁ କୁଳପତି (କୁଳପ) ବା ଗୃହପତି କୁହାଯାଉଥିଲା ।

୪ । ବୈଦିକ ସମାଜରେ ପରିବାରର ମୁଖ୍ୟ କିଏ ଥିଲେ ?
Answer:
ପିତା ବୈଦିକ ସମାଜରେ ପରିବାରର ମୁଖ୍ୟ ଥିଲେ ।

୫ । ବୈଦିକ ସଭ୍ୟତାରେ ମୁଖ୍ୟ ଶାସନକର୍ତ୍ତାଙ୍କୁ କ’ଣ କୁହାଯାଉଥିଲା । ସେ କାହାର ମୁଖ୍ୟ ଥିଲେ ?
Answer:
ବୈଦିକ ସଭ୍ୟତାରେ ମୁଖ୍ୟ ଶାସନକର୍ତ୍ତାଙ୍କୁ ରାଜନ୍ କୁହାଯାଉଥିଲା । ସେ ‘ଜନପଦ’ର ମୁଖ୍ୟ ଥିଲେ ।

CHSE Odisha Class 12 History Chapter 2(b) Objective Questions in Odia Medium

୬ | କେଉଁ ଯୁଗରେ ଚତୁରାଶ୍ରମ ସୃଷ୍ଟି ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଚତୁରାଶ୍ରମ ସୃଷ୍ଟି ହୋଇଥିଲା ।

୭ । କେଉଁ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ?
Answer:
ବୈଦିକ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ।

୮ | ରାମାୟଣ କିଏ ରଚନା କରିଥିଲେ ?
Answer:
ମହର୍ଷି ବାଲ୍ମୀକି ‘ରାମାୟଣ’ ରଚନା କରିଥିଲେ ?

୯। ସଭାର କାର୍ଯ୍ୟ କ’ଣ ଥିଲା ?
Answer:
ସଭାର ପ୍ରତିନିଧୁମାନେ ରାଜାଙ୍କୁ ରାଜକାର୍ଯ୍ୟ ପରିଚାଳନା କରିବାରେ ସାହାଯ୍ୟ କରୁଥିଲେ ।

୧୦। ବେଦର ଅନ୍ୟନାମ କ’ଣ ?
Answer:
ବେଦର ଅନ୍ୟନାମ ଶ୍ରୁତି ।

୧୧। ବୈଦିକ ଯୁଗରେ ଖ୍ୟାତିଲାଭ କରିଥିବା ଦୁଇଜଣ ମହିଳାଙ୍କ ନାମ ଉଲ୍ଲେଖ କର ।
Answer:
ଗାର୍ଗୀ ଓ ମୈତ୍ରେୟୀ ବୈଦିକ ଯୁଗର ଦୁଇଜଣ ବିଦୁଷୀ ମହିଳା ଥିଲେ ।

୧୨। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା କେବେ ପ୍ରଚଳିତ ଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୧୩। ଆର୍ଯ୍ୟାବର୍ଷ କହିଲେ କ’ଣ ବୁଝ ?
Answer:
ଉତ୍ତରରେ ହିମାଳୟ ପର୍ବତଶ୍ରେଣୀର ପାଦଦେଶରୁ ଆରମ୍ଭ କରି ଦକ୍ଷିଣରେ ବିନ୍ଧ୍ୟ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଆର୍ଯ୍ୟାବର୍ଷ କୁହାଯାଉଥିଲା ।

୧୪। ବୈଦିକ ଯୁଗରେ ଗଢ଼ି ଉଠିଥ‌ିବା ଦୁଇଟି ରାଜନୈତିକ ଅନୁଷ୍ଠାନର ନାମ ଲେଖ ।
Answer:
ବୈଦିକ ଯୁଗରେ ସଭା ଓ ସମିତି ନାମରେ ଦୁଇଟି ରାଜନୈତିକ ଅନୁଷ୍ଠାନ ଗଢ଼ିଉଠିଥିଲା ।

୧୫। ପରବର୍ତୀ ବୈଦିକ ଯୁଗରେ ସମାଜରେ କେଉଁ ଚାରୋଟି ଶ୍ରେଣୀ ସୃଷ୍ଟି ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ନାମରେ ଚାରିଗୋଟି ଶ୍ରେଣୀ ସୃଷ୍ଟି ହୋଇଥିଲା ।

୧୬। ବେଦ ଶବ୍ଦର ଅର୍ଥ କ’ଣ ?
Answer:
ବେଦ ସଂସ୍କୃତର ବିଦ୍ ଧାତୁରୁ ଉତ୍ପନ୍ନ ହୋଇଅଛି । ଏହାର ଅର୍ଥ ଜ୍ଞାନ ଆହରଣ କରିବା ବା ଜ୍ଞାନର ଗନ୍ତାଘର ।

୧୭ । ଆର୍ଯ୍ୟ ସଭ୍ୟତା କେତେ ଭାଗରେ ବିଭକ୍ତ ?
Answer:
ଆର୍ଯ୍ୟ ସଭ୍ୟତା ଦୁଇ ଭାଗରେ ବିଭକ୍ତ । ଯଥା— ରଗ୍‌ବୈଦିକ ସଭ୍ୟତା ଓ ପରବର୍ତ୍ତୀ ବୈଦିକ ସଭ୍ୟତା ।

୧୮। ବୈଦିକ ସମାଜ କି ଧରଣର ଥିଲା ?
Answer:
ବୈଦିକ ସମାଜ ଗ୍ରାମ ସମାଜ ଥିଲା ।

୧୯। ବୈଦିକ ସମାଜ ଓ ରାଜନୈତିକ ସଙ୍ଗଠନର ମୂଳ ଉତ୍ସ କ’ଣ ?
Answer:
ବୈଦିକ ସମାଜ ଓ ରାଜନୈତିକ ସଙ୍ଗଠନର ମୂଳ ଉତ୍ସ ପରିବାର ଅଟେ ।

CHSE Odisha Class 12 History Chapter 2(b) Objective Questions in Odia Medium

୨୦ । ଋଗ୍‌ବୈଦିକ ଯୁଗରେ ଶାସନ ପଦ୍ଧତି କିଭଳି ଥୁଲା ?
Answer:
ଋଗ୍‌ବୈଦିକ ଯୁଗରେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା ଏବଂ ରାଜାମାନେ ବଂଶାନୁକ୍ରମିକ ଶାସନ କରୁଥିଲେ ।

୨୧। ବିଶ୍ଵପତି କାହାଙ୍କୁ କୁହାଯାଉଥିଲା ?
Answer:
ବିଶ୍ଵର ମୁଖ୍ୟଙ୍କୁ ବିଷ୍ପତି କୁହାଯାଉଥିଲା ।

୨୨। ବୈଦିକ ସମାଜରେ ଜୀବନର ଧାରାକୁ କେତେ ଭାଗରେ ବିଭକ୍ତ କରାଯାଇଥିଲା ଓ ସେଗୁଡ଼ିକ କ’ଣ କ’ଣ ?
Answer:
ବୈଦିକ ସମାଜରେ ଆର୍ଯ୍ୟମାନେ ଜୀବନର ଧାରାକୁ ଚାରି ଭାଗରେ ବିଭକ୍ତ କରିଥିଲେ, ଯଥା – (୧) ବ୍ରହ୍ମଚର୍ଯ୍ୟ, (୨) ଗାର୍ହସ୍ଥ୍ୟ, (୩) ବାନପ୍ରସ୍ଥ ଓ (୪) ସନ୍ନ୍ୟାସ ।

୨୩। ବୈଦିକ ସଭ୍ୟତାରେ କି ପ୍ରକାର ଶିକ୍ଷା ପଦ୍ଧତି ପ୍ରଚଳନ ହୋଇଥିଲା ?
Answer:
ବୈଦିକ ସଭ୍ୟତାରେ ‘ଗୁରୁକୁଳ’ ଆଶ୍ରମରେ ଛାତ୍ରମାନେ ବ୍ୟାକରଣ, ତର୍କଶାସ୍ତ୍ର ଓ ବେଦ ଅଧ୍ୟୟନ କରୁଥିଲେ ।

୨୪। ସପ୍ତସିନ୍ଧୁ କେଉଁ କେଉଁ ନଦୀକୁ ନେଇ ଗଠିତ ?
Answer:
ଭଲ ସିନ୍ଧୁ, ବିସ୍ଫୋ, ଚନ୍ଦ୍ରଭାଗା, ଇରାବତୀ, ବିପାଶା, ଶତଦ୍ରୁ, ସରସ୍ଵତୀ ନଦୀଗୁଡ଼ିକୁ ସପ୍ତସିନ୍ଧୁ କୁହାଯାଏ ।

୨୫। କେଉଁମାନଙ୍କୁ ନେଇ ‘ସଭା’ ଓ ‘ସମିତି’ ଗଠନ ହୋଇଥିଲା ?
Answer:
ସମାଜରେ ବୟୋଜ୍ୟେଷ୍ଠ ଓ ବିଜ୍ଞ ବ୍ୟକ୍ତିଙ୍କୁ ନେଇ ସଭା ଗଠିତ ହୋଇଥିଲାବେଳେ ସମସ୍ତ ଜନସାଧାରଣଙ୍କୁ ନେଇ ସମିତି ଗଠିତ ହୋଇଥିଲା ।

୨୬। ବୈଦିକ ଯୁଗରେ ରାଜାମାନେ ଧାରଣ କରିଥିବା ଦୁଇଟି ଉପାଧ୍ର ନାମ ଲେଖ ।
Answer:
ବୈଦିକ ଯୁଗରେ ରାଜାମାନେ ଏକରାଟ ଓ ଚକ୍ରବର୍ତୀ ଉପାଧ୍ ଧାରଣ କରୁଥିଲେ ।

୨୭। ‘ଭାଗଦୁଘ’ କ’ଣ ?
Answer:
ପରବର୍ତ୍ତୀ ବୈଦିକ ସଭ୍ୟତା କାଳରେ ରାଜସ୍ୱ ଆଦାୟ ନିମିତ୍ତ ନିଯୁକ୍ତି ପାଇଥିବା ସ୍ଵତନ୍ତ୍ର ରାଜକର୍ମଚାରୀ ଗୋଷ୍ଠୀଙ୍କୁ ‘ଭାଗଦୁର୍ଘ’ କୁହାଯାଉଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୨୮। ଆର୍ଯ୍ୟ ରାଜାମାନେ ସମ୍ପାଦନ କରୁଥିବା ଯଜ୍ଞ ଭିତରୁ ଦୁଇଟିର ନାମ ଲେଖ ।
Answer:
ଆର୍ଯ୍ୟ ରାଜାମାନେ ସମ୍ପାଦନ କରୁଥିବା ଯଜ୍ଞ ଭିତରୁ ଦୁଇଟିର ନାମ ହେଲା – ରାଜସୂୟ ଯଜ୍ଞ ଓ ଅଶ୍ଵମେଧ ଯଜ୍ଞ ।

୨୯। କେବେ ରାମାୟଣ ଓ ମହାଭାରତ ରଚିତ ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ରାମାୟଣ ଓ ମହାଭାରତ ରଚିତ ହୋଇଥିଲା ।

୩୦। ପରବର୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନେ କେଉଁ କେଉଁ କର୍ମଗୁଡ଼ିକ ସମ୍ପାଦନ କରୁଥିଲେ ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନେ ଯାଗଯଜ୍ଞ, ପୂଜା ଏବଂ ଅନ୍ୟାନ୍ୟ ଧର୍ମକାର୍ଯ୍ୟଗୁଡ଼ିକ ସମ୍ପାଦନ କରୁଥିଲେ ।

୩୧। ପରବର୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନେ କେତେ ଜାତିରେ ବିଭକ୍ତ ହୋଇଥିଲେ ଓ କ’ଣ କ’ଣ ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନେ ଚାରି ଜାତିରେ ବିଭକ୍ତ ହୋଇଥିଲେ; ଯଥା- ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ।

୩୨। କେଉଁମାନେ ଲୁହାର ବ୍ୟବହାର ଜାଣିଥିଲେ ?
Answer:
ଆର୍ଯ୍ୟମାନେ ଲୁହାର ବ୍ୟବହାର ଜାଣିଥିଲେ ।

୩୩। ବୈଦିକ ଯୁଗରେ ଲୋକମାନଙ୍କ ପ୍ରଧାନ ଜୀବିକା କ’ଣ ଥିଲା ?
Answer:
ବୈଦିକ ଆର୍ଯ୍ୟମାନଙ୍କର କୃଷି ଓ ପଶୁପାଳନ ପ୍ରଧାନ ଜୀବିକା ଥିଲା ।

୩୪। ସମିତିର କାର୍ଯ୍ୟ କ’ଣ ଥିଲା ?
Answer:
ଯୁଦ୍ଧଘୋଷଣା, ଶାନ୍ତରକ୍ଷା ଓ ଦଳଗତ ନିର୍ବାଚନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମିତିଦ୍ୱାରା ସମ୍ପାଦିତ ହେଉଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୩୫। ସଂହିତା କ’ଣ ?
Answer:
ସଂହିତା କେତେକ ସ୍ତୋତ୍ରର ସମାହାର । ଏହାକୁ ବିଭିନ୍ନ ଯାଗଯଜ୍ଞରେ ଆବୃତ୍ତି କରାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧। ବୈଦିକ ସଭ୍ୟତାରେ ସଭା ଓ ସମିତିରେ ରାଜା ପ୍ରତିନିଧ୍ଵ କରୁଥିଲେ ।
Answer:
ବୈଦିକ ସଭ୍ୟତାରେ ସଭା ଓ ସମିତିରେ ଗ୍ରାମଣୀ ପ୍ରତିନିଧ୍ଵ କରୁଥିଲେ ।

୨ । ଭୂତ, ପ୍ରେତାଦି ବିଶ୍ଵାସ ରଗ୍‌ବେଦରେ ଲିପିବଦ୍ଧ ହୋଇଥିଲା ?
Answer:
ଭୂତ, ପ୍ରେତାଦି ବିଶ୍ଵାସ ଅଥର୍ବ ବେଦରେ ଲିପିବଦ୍ଧ ହୋଇଥିଲା ।

୩ । କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଉଥିଲା, ଯାହାକୁ ବିଶ୍ କୁହାଯାଉଥିଲା ।
Answer:
କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଉଥିଲା, ଯାହାକୁ ଜନପଦ କୁହାଯାଉଥିଲା ।

୪। ଅଶ୍ଵମେଧ ଯଜ୍ଞ ବୈଦିକ ଯୁଗରେ ସମାହିତ ହେଉଥିଲା ।
Answer:
ଅଶ୍ଵମେଧ ଯଜ୍ଞ ପରବର୍ତ୍ତୀ ବୈଦିକ ଯୁଗରେ ସମାହିତ ହେଉଥିଲା ।

୫ । ଜନ ଅର୍ଥ ସହର ।
Answer:
ଜନ ଅର୍ଥ ଜାତି ।

CHSE Odisha Class 12 History Chapter 2(b) Objective Questions in Odia Medium

୬। କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଜନ ଗଠିତ ହୋଇଥିଲା ।
Answer:
କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ବିଶ୍ ଗଠିତ ହୋଇଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା Short & Long Answer Questions.

CHSE Odisha 12th Class History Chapter 2(a) Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । କେବେ ଏବଂ କେଉଁମାନଙ୍କଦ୍ଵାରା ହରପ୍‌ପା ସଂସ୍କୃତି ଆବିଷ୍କୃତ ହୋଇଥୁଲା ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ବବିତ୍‌ମାନଙ୍କ ପ୍ରଚେଷ୍ଟାରେ ଦୁଇ ପ୍ରାଚୀନ ନଗରୀ ହରପ୍‌ପା ଓ ମହେଞ୍ଜୋଦାରୋର ଭଗ୍ନାବଶେଷ ମାଟିତଳୁ ଆବିଷ୍କୃତ ହୋଇଥିଲା ।

୨ । ହରପ୍‌ପା ଓ ମହେଞ୍ଜୋଦାରୋ କେଉଁଠାରେ ଅବସ୍ଥିତ ?
Answer:
ହରପ୍‌ପା ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ରାବୀ ନଦୀକୂଳରେ ଏବଂ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ ସିନ୍ଧୁନଦୀ କୂଳରେ ଅବସ୍ଥିତ । ଉଭୟ ନଗରୀ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

୩ । ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:
ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ଦୁର୍ଗ ଅଞ୍ଚଳରେ ଅବସ୍ଥିତ ଥିଲା । ଏହା ଅନେକଗୁଡ଼ିଏ ପ୍ରସ୍ତର ଚଟାଣକୁ ନେଇ ଗଠିତ ହୋଇଥିଲା । ପ୍ରତ୍ୟେକ ଚଟାଣର ଦୈର୍ଘ୍ୟ ଥିଲା 16 ମିଟର ପ୍ରସ୍ଥ ଥିଲା 6 ମିଟର । ବନ୍ୟା, ବାତ୍ୟା, ସଡ଼କ ଆଦି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବାପାଇଁ ଏହି ଶସ୍ୟାଗାର ଯେ ବ୍ୟବହୃତ ହୋଇଥିଲା, ଏଥୁରେ ସନ୍ଦେହର ଅବକାଶ ନାହିଁ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪। କେଉଁଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି ? ଏହାର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ?
Answer:
ମହେଞ୍ଜୋଦାରୋଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି । ଏହାର ଦୈର୍ଘ୍ୟ ୫୫ ମିଟର ଏବଂ ପ୍ରସ୍ଥ ୩୩ ମିଟର ଥଲା ।

୫ । ଲୋଥାଲ୍‌ଠାରେ କେଉଁ ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ ? ଏହା କାହିଁକି ପ୍ରସିଦ୍ଧ ଥିଲା ?
Answer:
ଲୋଥାଲ୍‌ଠାରେ ହରପ୍‌ପା ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ । ଏହା ବାଣିଜ୍ୟ କେନ୍ଦ୍ର ଭାବେ ପ୍ରସିଦ୍ଧ ଥିଲା ।

୬ । ହରପ୍‌ପା ସଭ୍ୟତାର ଅସ୍ତ୍ରଶସ୍ତ୍ର କେଉଁ କେଉଁ ଧାତୁରେ ନିର୍ମିତ ହୋଇଥିଲା ? ହରପ୍‌ପାବାସୀମାନେ କାହିଁକି ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଅସ୍ତ୍ରଶସ୍ତ୍ର ତମ୍ବା ଓ ବ୍ରୋଞ୍ଜରେ ନିର୍ମିତ ହେଉଥିଲା । ସେମାନେ ଶିକାର ପାଇଁ ତଥା ଯୁଦ୍ଧ ଓ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

୭। ହରପ୍‌ପା ସଂସ୍କୃତିର ସ୍ୱର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍ କ’ଣ କହିଛନ୍ତି ?
Answer:
ହରପ୍‌ପା ସଂସ୍କୃତିର ସ୍ବର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍‌ଙ୍କ ଉକ୍ତି ଥିଲା— ‘ସ୍ବର୍ଣ୍ଣ ଅଳଙ୍କାରଗୁଡ଼ିକ ଏତେ ସୁନ୍ଦର, ସୂକ୍ଷ୍ମ ଓ ଆକର୍ଷଣୀୟ ହୋଇଥିଲା ଯେ, ସତେ ଜଣାପଡୁଥିଲା ସେଗୁଡ଼ିକ ୫୦୦୦ ବର୍ଷ ପୂର୍ବେ କୌଣସି ଏକ ଗୃହରୁ ପ୍ରାପ୍ତ ନହୋଇ ଅଧୁନା ଲଣ୍ଡନସ୍ଥିତ ବଣ୍ଟ ରାସ୍ତାରେ ଥ‌ିବା ଯେକୌଣସି ଅଳଙ୍କାର ଦୋକାନରୁ ଅଣାଯାଇଛି ।’’

୮ । ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ କେଉଁ ଚାରିଜନ୍ତୁ ବିଦ୍ୟମାନ ଥିଲେ ?
Answer:
ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ ହସ୍ତୀ, ବ୍ୟାଘ୍ର, ଗଣ୍ଡା ଓ ମଇଁଷି ଏହି ଚାରିଜନ୍ତୁ ବିଦ୍ୟମାନ ଥିଲେ ।

୯ । କେଉଁଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି ? ଏହା କ’ଣ ସୂଚନା ଦେଉଛି ?
Answer:
କାଲିବଙ୍ଗଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି । ଏହି ଚିହ୍ନଗୁଡ଼ିକ ସୂଚନା ଦିଏ ଯେ ହରପପାବାସୀଙ୍କର ମୃତ୍ୟୁପରର ଜୀବନ ଉପରେ ବିଶ୍ଵାସ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସିନ୍ଧୁ ସଭ୍ୟତାର ଅଧ୍ବବାସୀମାନଙ୍କର ସାମାଜିକ ଜୀବନ କିପରି ଥିଲା ?
Answer:
ସିନ୍ଧୁ ସଭ୍ୟତାର ଅଧ୍ଵବାସୀମାନେ ପାରସ୍ପରିକ ସହଯୋଗ ଓ ସୁସଂହିତ ଜୀବନଯାପନ କରୁଥିଲେ । ସେମାନେ ବିଳାସପ୍ରିୟ ଥିଲେ । ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଅଳଙ୍କାର ପିନ୍ଧୁଥିଲେ । ତମ୍ବା, ସୁନା, ରୂପା, ବ୍ରୋଞ୍ଜ ଆଦି ଧାତୁର ବ୍ୟବହାର ଜାଣିଥୁଲେ କିନ୍ତୁ ଲୌହର ବ୍ୟବହାର ଜଣାନଥିଲା । ଧ୍ୱଂସାବଶେଷରୁ ମାଟିରେ ନିର୍ମିତ ମୂର୍ତ୍ତି ଓ ବିଭିନ୍ନ ପ୍ରକାର ଖେଳନା ବାହାରିଛି । ସେମାନେ କଳାପ୍ରିୟ ଥିଲେ । କାରୁକାର୍ଯ୍ୟପୂର୍ଣ୍ଣ ଅଳଙ୍କାର, ଚିତ୍ରିତ ମୃତ୍ତିକାପାତ୍ର ଓ ବହୁବିଧ କ୍ରୀଡ଼ାସାମଗ୍ରୀ ଉତ୍କୃଷ୍ଟ କଳାର ପ୍ରମାଣ ଦେଇଥାଏ । ଯୁଦ୍ଧ ଓ ପ୍ରତିରକ୍ଷା ନିମନ୍ତେ ସେମାନେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ସେମାନେ ମୃତବ୍ୟକ୍ତିକୁ ଅଗ୍ନିରେ ଦାହ କରୁଥିଲେ କିମ୍ବା ସମାଧୁ ଦେଉଥିଲେ । ବହିଃରାଷ୍ଟ୍ର ସହିତ ସେମାନଙ୍କର ବାଣିଜ୍ୟ ସମ୍ପର୍କ ଥିଲା । ସେମାନେ ପାରମ୍ପରିକତାରେ ବିଶ୍ଵାସ କରୁଥିଲେ । ମୋଟାମୋଟି ଭାବରେ ଦେଖୁବାକୁ ଗଲେ ସିନ୍ଧୁ ଅଧ୍ଵବାସୀଙ୍କର ସାମାଜିକ ଜୀବନ ଉନ୍ନତ ଥିଲା ।

୨ । ବୃହତ୍ ସ୍ଵାନାଗାର ସମ୍ପର୍କରେ ଟିପ୍ପଣୀ ପ୍ରଦାନ କର ।
Answer:
ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ଥିଲା ସବୁଠୁ ଆକର୍ଷଣୀୟ । ସ୍ନାନାଗାର ଥ‌ିବା ଗୃହଟିର ଦୈର୍ଘ୍ୟ ୧୮୦ ଫୁଟ (୫୫ ମିଟର), ପ୍ରସ୍ଥ ୧୮୦ ଫୁଟ (୩୩ ମିଟର) । ଜଳାଶୟର ଲମ୍ବା, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ୩୯ ଫୁଟ (୧୨ ମିଟର), ୨୩ ଫୁଟ (୭ ମିଟର) ଓ ୮ ଫୁଟ (୨.୫ ମିଟର) । ଜଳଭଣ୍ଡାର ସହିତ ଗୋଟିଏ କୂପରୁ ନଳ ସାହାଯ୍ୟରେ ନିର୍ମଳ ଜଳଯୋଗାଣ ଓ ଦୂଷିତ ଜଳର ନିଷ୍କାସନ ପାଇଁ ବ୍ୟବସ୍ଥା ଥିଲା । ସ୍ନାନାଗାରକୁ ପ୍ରବେଶ ପାଇଁ ଉଭୟ ପାର୍ଶ୍ଵରେ ଗ୍ୟାଲେରିର ବ୍ୟବସ୍ଥା ଥିଲା । ସ୍ନାନାଗାର ଚାରିପାଖରେ ଭିନ୍ନ ଭିନ୍ନ କୋଠରିମାନ ଦେଖୁବାକୁ ମିଳେ । ସେହି ସୁବୃହତ୍ ସ୍ନାନାଗାର ହେଉଛି ମହେଞ୍ଜୋଦାରୋରୁ ଆବିଷ୍କୃତ ହୋଇଥିବା ବାସଗୃହ ମଧ୍ୟରେ ସର୍ବାଧ‌ିକ ଚିତ୍ତାକର୍ଷକ ।

୩ । ସିନ୍ଧୁ ସଭ୍ୟତାର ସମୟ ନିରୂପଣ କର ।
Answer:
ଭାରତର ସର୍ବପ୍ରାଚୀନ ସିନ୍ଧୁ ସଭ୍ୟତାର ସମୟ ସମ୍ବନ୍ଧରେ ମତପାର୍ଥକ୍ୟ ଦେଖୁବାକୁ ମିଳେ । ସାର୍ ଜନ୍ ମାର୍ଶାଲ୍ ଏହି ସଭ୍ୟତାର ସମୟ ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ସୀମିତ ବୋଲି ମତପୋଷଣ କରିଛନ୍ତି । ପ୍ରନୃତତ୍ତ୍ଵ ବିଭାଗର ମୁଖ୍ୟ ସାର୍ ମର୍ଟିମର ହୁଇଲର ସିନ୍ଧୁ ସଭ୍ୟତାର ସମୟ ଖ୍ରୀ.ପୂ. ୨୫୦୦ ରୁ ୧୫୦୦ ମଧ୍ଯରେ ବୋଲି କହିଥିଲେ । ସମୟ କ୍ରମବିକାଶରେ C -୧୪ Method, ଫ୍ଲୋରେନ୍ ନାଇଟ୍ରୋଜେନ୍ ପରୀକ୍ଷା, ଜୀବାଶ୍ମ ପରୀକ୍ଷାଦ୍ଵାରା ହରପ୍ପା ସଭ୍ୟତାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି; ଯଥା – ପ୍ରାଥମିକ ସଭ୍ୟତା (ଖ୍ରୀ.ପୂ. ୩୫୦୦ ରୁ ୨୬୦୦), ବିକଶିତ ସଭ୍ୟତା (ଖ୍ରୀ.ପୂ. ୨୬୦୦ ରୁ ୧୮୦୦) ଏବଂ ପରବର୍ତ୍ତୀ ସଭ୍ୟତା (ଖ୍ରୀ.ପୂ. ୧୮୦୦ ପରଠାରୁ) ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪ । ହରପ୍ପା ଅଧ୍ବବାସୀଙ୍କ ଧର୍ମଭାବନା ବିଷୟରେ ଟିପ୍ପଣୀ ଦିଅ ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମଭାବନା ଥିଲା ଅନନ୍ୟ । ଭୂଖନନରୁ ଆବିଷ୍କୃତ ହୋଇଥିବା ସିଲ୍ ମୋହର, ବ୍ରୋଞ୍ଜ ଓ କାଦୁଅ ନିର୍ମିତ ମୂର୍ତ୍ତିରୁ ସେମାନଙ୍କ ଧର୍ମବିଶ୍ଵାସ କଥା ଜଣାପଡ଼େ । ସେମାନେ ସୃଷ୍ଟିର ଉତ୍ସ ଭାବରେ ମାତୃଦେବୀଙ୍କୁ ପୂଜା କରୁଥିଲେ । ସେମାନେ ପଶୁପତି ବା ଶିବଙ୍କୁ ଉପାସନା କରୁଥିବାର ପ୍ରମାଣ ମିଳେ । ଏତଦ୍‌ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ଜୀବଜନ୍ତୁ; ଯଥା— ବୃଷଭ, ବ୍ୟାଘ୍ର, ଗଣ୍ଡାର, ମହିଷ, ସର୍ପ ପ୍ରଭୃତିଙ୍କୁ ଆରାଧନା କରୁଥିଲେ । ସେମାନେ ସୂର୍ଯ୍ୟଦେବ ବା ସ୍ଵସ୍ତିକ ଉପାସନା କରୁଥିଲେ । ଅଶ୍ଵତ୍‌ଥ ଗଛ ଓ ନିମ୍ବଗଛକୁ ପୂଜା କରୁଥିଲେ । ସେମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ପ୍ରକଟ କରିଥିଲେ ।

୫। ହରପ୍‌ପା ଅଧିବାସୀମାନଙ୍କର ବାଣିଜ୍ୟ କାରବାର କିଭଳି ଥୁଲା ?
Answer:
ଉନ୍ନତ ଶିଳ୍ପ ସହିତ ହରପ୍ପା ସଭ୍ୟତାର ଅଧ୍ଵବାସୀମାନେ ବାଣିଜ୍ୟ ବ୍ୟବସାୟ ଉପରେ ଗୁରୁତ୍ୱାରୋପ କରୁଥିଲେ । ସେମାନେ ଭାରତ ବାହାରର ବିଭିନ୍ନ ସ୍ଥାନ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ମୋହର, ମାପ ଓ ଓଜନ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ପ୍ରସ୍ତରଖଣ୍ଡ ଏବଂ ବିଭିନ୍ନ ଆମଦାନୀ ଓ ରପ୍ତାନୀ ଦ୍ରବ୍ୟରୁ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଥାଏ । ହରପ୍‌ପା ସଭ୍ୟତାର ବାଣିଜ୍ୟିକ କେନ୍ଦ୍ରସ୍ଥଳଗୁଡ଼ିକ ମଧ୍ୟରୁ ହରପ୍‌ପା ଏବଂ ମହେଞ୍ଜୋଦାରେ ଥିଲା ପ୍ରଧାନ । ସହର ଏବଂ ଏହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ମଧ୍ୟରେ ଯୋଗସୂତ୍ର ସ୍ଥାପନଦ୍ଵାରା ଏହି ସଭ୍ୟତାର ବାଣିଜ୍ୟ ବ୍ୟବସାୟ ବିକାଶଲାଭ କରିଥିଲା । ବିଶେଷକରି ଗହମ, ଯବ, ବିଭିନ୍ନ ଶସ୍ୟ ଏବଂ କାର୍ପାସ୍ ବସ୍ତ୍ର ସେମାନେ ରପ୍ତାନି କରୁଥିଲେ ।

୬ । ହରପ୍‌ପା ଅଧ୍ଵବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସ୍ଵଚ୍ଛଳ ଥିଲା । କୃଷି, ପଶୁପାଳନ, ଶିଳ୍ପ ଏବଂ ବାଣିଜ୍ୟ ବ୍ୟବସାୟଦ୍ଵାରା ସେମାନେ ଏକ ସ୍ଵଚ୍ଛଳ ଆର୍ଥନୀତିକ ଅବସ୍ଥା ସୃଷ୍ଟି କରିଥିଲେ । ହର୍‌ପପାର ଲୋକମାନେ ମୁଖ୍ୟତଃ କୃଷିଜୀବୀ ଥିଲେ । ସେମାନେ ଗହମ, ମେଣ୍ଢା, ହାତୀ, ଘୁଷୁରି, ଓଟ ଆଦି ପଶୁଙ୍କୁ ଗୃହରେ ପାଳନ କରୁଥିଲେ । କୃଷି ସହିତ ପଶୁପାଳନ ମଧ୍ୟ ସେମାନଙ୍କର ଆର୍ଥନୀତିକ ଅବସ୍ଥାକୁ ସ୍ୱଚ୍ଛଳ କରିଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୭ । ସିନ୍ଧୁ ସଭ୍ୟତାକୁ କାହିଁକି ହରପ୍‌ପା ସଭ୍ୟତା ବୋଲି କୁହାଯାଏ ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ୱବିତ୍‌ ମାନଙ୍କର ପ୍ରଚେଷ୍ଟାରେ ହରପ୍‌ପା ଓ ମହେଞ୍ଜୋଦାରୋ, ଦୁଇଟି ନଗରୀର ଧ୍ୱଂସାବଶେଷଶ ଆବିଷ୍କାର କରାଯାଇଥିଲା । ପ୍ରଥମ ନଗରୀ ହରପ୍‌ପା ପଞ୍ଜାବ ପ୍ରଦେଶର ମଣ୍ଟେଗୋମାରୀ ଜିଲ୍ଲାର ଭାବୀ ନଦୀ କୂଳରେ ଏବଂ ଦ୍ଵିତୀୟ ନଗରୀ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁ ନଦୀ କୂଳରେ ଅବସ୍ଥିତ । ସମୟକ୍ରମେ ଭାରତ ଏବଂ ଭାରତ ବାହାରେ ଏପର୍ଯ୍ୟନ୍ତ ଏକହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ଏହି ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଅଛି । ସର୍ବପ୍ରଥମେ ହରପ୍‌ପାରୁ ଆବିଷ୍କୃତ ଏହି ସଭ୍ୟତାର ସାମଞ୍ଜସ୍ୟ ପ୍ରତ୍ୟେକ ସ୍ଥାନରେ ପରିଲକ୍ଷିତ ହୋଇଥାଏ । ତେଣୁ ଐତିହାସିକମାନେ ଭାରତର ସିନ୍ଧୁ ନଦୀକୂଳରେ ଗଢ଼ିଉଠିଥିବା ଏହି ପ୍ରାଚୀନ ସଭ୍ୟତାକୁ ହରପ୍‌ପା ସଭ୍ୟତା ବା ହରପ୍‌ପା ସଂସ୍କୃତି ରୂପେ ଅଭିହିତ କରିଥା’ନ୍ତି ।

୮ । ହରପ୍‌ପା ଅଧିବାସୀମାନଙ୍କର ଲିପି ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଭାଷା ଓ ଲିପି ସମ୍ପର୍କରେ ଏଯାବତ୍ କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ସିଲ୍‌ଗୁଡ଼ିକରୁ ମିଳିଥିବା ଲିପି ଏବଂ ଲେଖର ପାଠୋଦ୍ଧାର ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ଏପର୍ଯ୍ୟନ୍ତ ୪୦୦ରୁ ଊର୍ଦ୍ଧ୍ଵଲେଖ ଆବିଷ୍କୃତ ହୋଇସାରିଅଛି । ସେଗୁଡ଼ିକ କୀଳକ ଲିପିରେ ଲିଖୁତ । ସଭ୍ୟତାର ବିଭିନ୍ନ ପର୍ଯ୍ୟାୟରେ ଏହି ଲିପିଗୁଡ଼ିକର କୌଣସି ପରିବର୍ତ୍ତନ ହୋଇନାହିଁ । କେତେକ ଐତିହାସିକ ଏହାକୁ ତାମିଲ ଆଦି ଦ୍ରାବିଡ଼ ଭାଷାବର୍ଗ ସହିତ ସମ୍ପର୍କ ରହିଥିବାର ବର୍ଣ୍ଣନା କରିଥାନ୍ତି । ମାତ୍ର ପ୍ରଫେସର ଏସ୍.ଆର୍. ରାଓ ଏହି ଲିପିର ପାଠୋଦ୍ଧାର କରିବାପାଇଁ ପ୍ରଯନ୍ତ୍ର କରିଛନ୍ତି । ଏହି ଲିପିରୁ କ୍ରମବିକାଶ ହୋଇ ହିନ୍ଦୀ, ନାଗରୀ ଆଦି ବିଭିନ୍ନ ଭାଷା ଅକ୍ଷରମାନ ସୃଷ୍ଟି ହୋଇଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ବହୁଲିପିର ପାଠୋଦ୍ଧାର କରାଯାଇ ସାରିଲାଣି । ଏହାଦ୍ଵାରା ସିନ୍ଧୁ ସଭ୍ୟତା ବିଷୟରେ ଆଗାମୀ ଦିନଗୁଡ଼ିକରେ ବହୁ ତଥ୍ୟ ଜଣାପଡ଼ିବାର ସମ୍ଭାବନା ଉଜ୍ଜ୍ବଳ ହୋଇଉଠିଛି ।

୯ । ସିନ୍ଧୁ ସଭ୍ୟତାର ବିଲୟର କାରଣଗୁଡ଼ିକ କ’ଣ ଥିଲା ?
Answer:
ଖ୍ରୀଷ୍ଟପୂର୍ବ ୧୭୦୦ରୁ ୧୫୦୦ ମଧ୍ୟରେ କୌଣସି ଏକ ସମୟରେ ହରପ୍‌ପା ସଭ୍ୟତାର ଅବସାନ ଘଟିଛି ବୋଲି ବିଶ୍ଵାସ କରାଯାଏ । ଏହାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନଥିଲେ ମଧ୍ୟ ଏହା କେତେକ କାରଣ ଯୋଗୁ ହୋଇପାରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମର୍ଟିମର୍ ହୁଇଲର୍ କହିଛନ୍ତି ଯେ, ଆକ୍ରମଣ ପାଇଁ ମହେଞ୍ଜୋଦାରୋ ଓ ହରପ୍‌ପା ଧ୍ଵଂସମୁଖରେ ପଡ଼ିଥିଲା । ଅନ୍ୟ କେତେକ ଐତିହାସିକଙ୍କ ମତରେ, ସିନ୍ଧୁ ଉପତ୍ୟକାର ଜଳବାୟୁ ପରିବର୍ତ୍ତନ ଫଳରେ ମହେଞ୍ଜୋଦାରୋ –ହରପ୍‌ପା ପ୍ରାକୃତିକ ଗତିରେ ସଂସପ୍ରାପ୍ତ ହୋଇଯାଇଥିଲା । ସିନ୍ଧୁ ନଦୀର ବନ୍ୟା ଓ ସିନ୍ଧୁ ଉପତ୍ୟକାର ଭୂକମ୍ପ ଏହି ସଭ୍ୟତାର ବିଲୟର ଅନ୍ୟ କାରଣ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ହରପ୍ପା ସଂସ୍କୃତିର ନଗର ପରିକଳ୍ପନାର ମୁଖ୍ୟ ଦିଗଗୁଡ଼ିକ ଉପରେ ଆଲୋକପାତ କର ।
Answer:
ପୃଥ‌ିବୀର ପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରେ ସିନ୍ଧୁ ସଭ୍ୟତା ଅନ୍ୟତମ । ଏହି ସଭ୍ୟତାଟି ସିନ୍ଧୁନଦୀର ଅବବାହିକାରେ ବିକାଶଲାଭ କରିଥିଲା । ୧୯୨୧-୨୨ ଖ୍ରୀ.ଅ.ରେ ସାର୍ ଜନ୍ ମାର୍ଶାଲଙ୍କ ନେତୃତ୍ଵରେ ଭୂଖନନଦ୍ୱାରା ଏହି ସଭ୍ୟତା ଆବିଷ୍କୃତ ହୋଇଥିଲା । ଏହି ସଭ୍ୟତାଟି ସହରୀୟ ସଭ୍ୟତା ଥିଲା । ଭୂଖନନଦ୍ଵାରା ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଆବିଷ୍କୃତ ହୋଇଥିଲା । ହରପ୍ପା ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାର ରାବୀ ନଦୀ କୂଳରେ ଅବସ୍ଥିତ ଥିବା ସ୍ଥଳେ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁନଦୀ କୂଳରେ ଅବସ୍ଥିତ । ସଭ୍ୟତାର ବିକାଶ ସମୟ ଉପରେ ଐତିହାସିକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ସାର୍ ଜନ୍ ମାର୍ଶାଲଙ୍କ ମତରେ, ଏହି ସଭ୍ୟତାଟି ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ଗଢ଼ିଉଠିଥିଲା । ସାର୍ ମର୍ଟିମର୍ ହୁଇଲର୍ ଏହି ସଭ୍ୟତାର ସମୟ ସୀମାକୁ ଖ୍ରୀ.ପୂ. ୨୫୦୦ରୁ ୧୫୦୦ ମଧ୍ୟରେ ସୀମିତ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି । ସମସ୍ତ ଉକ୍ତିକୁ ବିଚାରକୁ ନେଇ ଅନୁମାନ କରାଯାଏ ଯେ ଖ୍ରୀ.ପୂ. ୩୦୦୦ ବେଳକୁ ସିନ୍ଧୁ ସଭ୍ୟତାର ତା’ର ପୂର୍ଣ୍ଣତାଲାଭ କରିଥିଲା ।

  • ନଗର ପରିକଳ୍ପନା – ବାସ୍ତବିକ ସିନ୍ଧୁ ସଭ୍ୟତାର ନଗର ନିର୍ମାଣଶୈଳୀ ଥୁଲା ମନୋଲୋଭା ଓ ଆକର୍ଷଣୀୟ । ସେମାନେ ନିଜର ନିଜସ୍ଵ ଦକ୍ଷତା ଓ ବୁଦ୍ଧି ବଳରେ ଏହି ନଗର ନିର୍ମାଣ କରିଥିଲେ । ନଗର ନିର୍ମାଣ ଓ ନାଗରିକ ଜୀବନଯାପନ ଦୃଷ୍ଟିରୁ ସିନ୍ଧୁ ଅଧ୍ଵବାସୀମାନେ ମିଶର ଓ ମେସୋପୋଟାମିଆଠାରୁ ଉନ୍ନତ ଓ ପ୍ରଗତିଶୀଳ ଥିଲେ ।
  • ଦୁର୍ଗ ଓ ଜନବସତି ଅଞ୍ଚଳ – ହରପ୍ପା ସଭ୍ୟତାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ନଗର ନିର୍ମାଣ । ପ୍ରତ୍ୟେକ ନଗରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଉଚ୍ଚସ୍ଥାନରେ ନିର୍ମିତ ହୋଇଥିଲା ଦୁର୍ଗ । ଏଠାରେ ଶାସକଗୋଷ୍ଠୀ ବା ପୁରୋହିତମାନେ ବସବାସ କରୁଥିଲେ । ଦୁର୍ଗର ନିମ୍ନଭାଗରେ ବିସ୍ତାରଲାଭ କରିଥିଲା ଜନବସତି ଅଞ୍ଚଳ । ନଗରର ଚତୁଃପାର୍ଶ୍ବ ପ୍ରାଚୀର ପରିବେଷ୍ଟିତ ଥିଲା । ହରପ୍ପା ଓ ମହେଞ୍ଜୋଦାରୋର ଗୃହଗୁଡ଼ିକ ପୋଡ଼ାଇଟାରେ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗୃହରେ ଶୟନକକ୍ଷ, ବୈଠକଘର ଓ ରୋଷେଇଘର ଥିଲା । ଗୃହଗୁଡ଼ିକରେ ସ୍ନାନାଗାର ଥିଲା ଏବଂ ଏହାର ଜଳ ନିଷ୍କାସନ ପାଇଁ ଛୋଟ ନାଳଗୁଡ଼ିକ ଥିଲା । ଏହି ଛୋଟ ନାଳଗୁଡ଼ିକ ବଡ଼ ନାଳକୁ ସଂଯୋଗ କରୁଥିଲା । ଗୃହରୁ ନଳା ଦେଇ ମଇଳା ପାଣି ଓ ଆବର୍ଜନା ନିର୍ଗତ ହେଉଥିଲା ଏବଂ ସହରର ମୁଖ୍ୟ ନାଳରେ ପଡ଼ୁଥିଲା ।
  • ରାସ୍ତା – ଅତ୍ୟାଧୁନିକ ନଗର ପରିକଳ୍ପନା ଅନୁଯାୟୀ ରାସ୍ତାର ଉଭୟ ପାର୍ଶ୍ଵରେ ଧାଡ଼ି ଧାଡ଼ି ହୋଇ ଗୃହଗୁଡ଼ିକ ତିଆରି ହୋଇଥିଲା । ରାସ୍ତାଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣକୁ ଲମ୍ବିଥିଲା । ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା । ରାସ୍ତା ଧାରରେ ନିଷ୍କାସନ ନାଳଗୁଡ଼ିକ ସଂଲଗ୍ନ ହୋଇ ନଗରର ଶେଷମୁଣ୍ଡ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ରାସ୍ତାଗୁଡ଼ିକରେ ଆଲୋକର ବ୍ୟବସ୍ଥା ଥିଲା । କେତେକ ମୁଖ୍ୟ ରାସ୍ତାର ଓସାର ୩୪ ଫୁଟ ଥିବାର ଅନୁମାନ କରାଯାଏ ।
  • ସର୍ବସାଧାରଣ ଗୃହ – ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ନିକଟରେ ଆବିଷ୍କୃତ ହୋଇଥିଲା ଏକ ବୃହତ୍ ଗୃହ । ଏହାର ଦୈର୍ଘ୍ୟ ୨୩୦ ଫୁଟ ଓ ପ୍ରସ୍ଥ ୭୮ ଫୁଟ । ଏଥିରେ ୩୩ ଫୁଟ ଲମ୍ବର ବୃହତ୍ ବାରଣ୍ଡା ସଂଲଗ୍ନ ହୋଇଥିବାର ଦେଖାଯାଇଥାଏ । ଏହି ଗୃହରେ କାଠ ନିର୍ମିତ ସ୍ତମ୍ଭମାନ ଲାଗିଥିଲା । ଏହି ଗୃହ ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ବାଦାନୁବାଦ ଦେଖାଯାଇଥାଏ । କେତେକ ଏହାକୁ ଉଚ୍ଚପଦବୀ ଅଳଙ୍କୃତ କରିଥିବା ଶାସକ ଶ୍ରେଣୀର କର୍ମଚାରୀଙ୍କ ବାସଗୃହରୂପେ ବର୍ଣ୍ଣନା କରିଥିବାବେଳେ ଅନ୍ୟମାନେ ଏହାକୁ ସର୍ବସାଧାରଣ ଗୃହ ବୋଲି ବର୍ଣ୍ଣନା କରିଥା’ନ୍ତି ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ବୃହତ୍ ଶସ୍ୟାଗାର – ହରସ୍କାର ଧ୍ୱଂସାବଶେଷ ମଧ୍ୟରୁ ଆବିଷ୍କୃତ ହୋଇଥିବା କେତେଗୁଡ଼ିଏ ଘରକୁ ସାଧାରଣ ଶସ୍ୟାଗାର ବା ଶସ୍ୟଭଣ୍ଡାର ବୋଲି ଅନୁମାନ କରାଯାଇଛି । ପ୍ରତ୍ୟେକଟି ଶସ୍ୟାଗାର ୫୦ ଫୁଟ ଲମ୍ବ ୨୦ ଫୁଟ ଓସାର ଥ‌ିବାର ଅନୁମାନ କରାଯାଏ । ଶସ୍ୟାଗାରଗୁଡ଼ିକ ହରପ୍ପା–ମହେଞ୍ଜୋଦାରୋର ଅର୍ଥନୈତିକ ସମୃଦ୍ଧି ପ୍ରମାଣ କରିଥାଏ । ପ୍ରଚୁର ମାତ୍ରାରେ ଗଚ୍ଛିତ ଶସ୍ୟ ନାଗରିକ ଜୀବନର ସ୍ଵାଚ୍ଛନ୍ଦ୍ୟ ଦିଗରେ ନିଶ୍ଚୟ ସହାୟକ ଥିଲା ।
  • ବୃହତ୍ ସ୍ନାନାଗାର – ମହେଞ୍ଜୋଦାରୋର ସୁବୃହତ୍ ସ୍ନାନାଗାର ସିନ୍ଧୁ ସଭ୍ୟତାର ଏକ ପ୍ରସିଦ୍ଧ ନିଦର୍ଶନରୂପେ ବିବେଚିତ ହୋଇଛି । ସ୍ନାନାଗାର ଅବସ୍ଥିତ ଥ‌ିବା ଗୃହଟିର ଲମ୍ବ ୧୮୦ ଫୁଟ (୫୫ ମିଟର) ଓ ପ୍ରସ୍ଥ ୧୦୮ ଫୁଟ (୩୩ ମିଟର) ଥିଲା । କେବଳ ସ୍ନାନାଗାରର ଲମ୍ବ ୩୯ ଫୁଟ (୧୨ ମିଟର), ପ୍ରସ୍ଥ ୨୩ ଫୁଟ (୭ ମିଟର) ଓ ଗଭୀରତା ୮ ଫୁଟ (୨.୫ ମିଟର) । ସ୍ନାନାଗାରକୁ ପ୍ରବେଶ କରିବାପାଇଁ ଉଭୟ ପାର୍ଶ୍ଵରେ ପାହାଚମାନ ଥିଲା । ସ୍ନାନାଗାରର କାନ୍ଥ ଓ ଚଟାଣ ଖୁବ୍ ଶକ୍ତ ଓ ସୁଦୃଢ଼ଭାବରେ ନିର୍ମିତ ହୋଇଥିଲା । ନିକଟରେ ଏକ ବଡ଼ କୂଅ ମଧ୍ୟରୁ ସ୍ନାନାଗାରକୁ ପାଣି ଆସିବାର ବନ୍ଦୋବସ୍ତ ଥିଲା । ନଳ ଦେଇ ସ୍ନାନାଗାରକୁ ପାଣି ପ୍ରବେଶ ଓ ନିଷ୍କାସିତ ହେଉଥିଲା । ସ୍ନାନାଗାରକୁ ଲାଗି ଛୋଟ ଛୋଟ କୋଠରିମାନ ଥିଲା । ସ୍ନାନାଗାରର ତିନିପାର୍ଶ୍ଵରେ ବସିବାପାଇଁ ଗ୍ୟାଲେରିଗୁଡ଼ିକ ନିର୍ମିତ ହୋଇଥିଲା ।
  • ଜଳ ନିଷ୍କାସନ ବ୍ୟବସ୍ଥା – ନଗର ପରିକଳ୍ପନାରେ ଜଳ ନିଷ୍କାସନ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଥିଲା । ଏହି ସଭ୍ୟତାର ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ଅନ୍ୟ କୌଣସି ପ୍ରାଗୈତିହାସିକ ସଭ୍ୟତାରେ ପରିଦୃଷ୍ଟ ହୁଏ ନାହିଁ । ଉତ୍ତମ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖୁ ସେମାନେ ରାସ୍ତାର ଉଭୟ ପାର୍ଶ୍ଵରେ ନାଳ ବା ନର୍ଦ୍ଦମାଗୁଡ଼ିକ ନିର୍ମାଣ କରିଥିଲେ । ଏଥୁରେ ଦୂଷିତ ଜଳ ଓ ଆବର୍ଜନା ନିଷ୍କାସିତ ହେଉଥିଲା । ନାଳଗୁଡ଼ିକ ଆଚ୍ଛାଦିତ ଥିଲା । ପ୍ରତ୍ୟେକ ଗୃହରୁ ଗୃହପାର୍ଶ୍ଵବର୍ତୀ ରାସ୍ତା ପର୍ଯ୍ୟନ୍ତ ଏବଂ ରାସ୍ତା ପାର୍ଶ୍ଵବର୍ତ୍ତୀ ନାଳରୁ ମୁଖ୍ୟ ନିଷ୍କାସନ ନାଳପର୍ଯ୍ୟନ୍ତ ସଂଯୋଗ ବ୍ୟବସ୍ଥା ରହିଥିଲା । ବାସ୍ତବିକ ସିନ୍ଧୁ ସଭ୍ୟତାର ସୁପରିକଳ୍ପିତ ନଗର ଯୋଜନା, ରୁଚିସମ୍ପନ୍ନ ବାସଗୃହ, ସୁଦୀର୍ଘ ଓ ପ୍ରଶସ୍ତ ରାସ୍ତା, ସୁସ୍ଥ ନାଗରିକ ଜୀବନ, ବୃହତ୍ ସ୍ନାନାଗାର, ବିଶାଳ ଶସ୍ୟାଗାର, ଅଭିନବ ଜଳ ନିଷ୍କାସନ ପଦ୍ଧତି ପ୍ରଭୃତି ବୈଶିଷ୍ଟ୍ୟଗୁଡ଼ିକ ଏହି ସଭ୍ୟତାକୁ ସୁନ୍ଦର, ସରସ ଓ ଆକର୍ଷଣୀୟ କରି ଥିଲା । ଯେତେବେଳେ ମିଶର ବାସୀମାନେ ପିରାମିଡ୍, ମେସୋପୋଟାମିଆବାସୀମାନେ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିଲେ, ସେତେବେଳେ ହରପ୍ପାବାସୀମାନେ ନିଜର ବସବାସ ପାଇଁ ଆକର୍ଷଣୀୟ ଗୃହଗୁଡ଼ିକ ନିର୍ମାଣ କରିଥିଲେ । ଗୃହ ଓ ନଗର ନିର୍ମାଣ କ୍ଷେତ୍ରରେ ସିନ୍ଧୁ ସଭ୍ୟତା ସମଗ୍ର ବିଶ୍ବରେ ଏକ ଅଦ୍ଵିତୀୟ ସ୍ଥାନ ଅଧୁକାର କରିଛି ।

୨ । ହରପ୍ପା ଅଧିବାସୀମାନଙ୍କର ସାମାଜିକ ଓ ଅର୍ଥନୈତିକ ଜୀବନ ଉପରେ ଆଲୋକପାତ କର ।
Answer:
ଏକ ସୁସଂହତ ତଥା ସନ୍ତୁଳିତ ଜୀବନ ଥିଲା ଏହି ସମାଜର ଆଭିମୁଖ୍ୟ । ସହରୀ ସଭ୍ୟତାର ଛାପ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ହରପ୍ପା ସଭ୍ୟତାର ସାମାଜିକ ଜୀବନରେ । ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ହୋଇଥିବା ବିଭିନ୍ନ ପ୍ରକାର ସିଲ୍ ମୋହର, ମୂର୍ତ୍ତି ଓ ଖୋଦିତ ଚିତ୍ରରୁ ଅଧିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନ ବିଷୟରେ ବହୁ ତଥ୍ୟର ପରିଚୟ ମିଳେ । ହରପ୍ପାବାସୀଙ୍କର ସାମାଜିକ ଜୀବନ ବେଶ୍ ଉନ୍ନତ ଓ ପରିମାର୍ଜିତ ଥିଲା ।

  • ବର୍ଷଭେଦ – ହରପାରେ ସଭ୍ୟତା ବିଭିନ୍ନ ବର୍ଣ୍ଣର ଲୋକ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରେ ପ୍ରୋଟୋ – ଅଷ୍ଟ୍ରେଲୀୟ, ମଙ୍ଗୋଲୀୟ, ଭୂମଧ୍ଯସାଗରୀୟ ଓ ଆଲ୍‌ପାନୀୟ ବର୍ଷର ଲୋକ ବାସ କରୁଥିଲେ । ସେମାନଙ୍କ ମଧ୍ୟରେ ସଂହତି ରହିଥିଲା । ସମାଜରେ ଶାନ୍ତି ବିରାଜମାନ କରୁଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ଖାଦ୍ୟ – ହରପ୍ପା ସଭ୍ୟତାର ଅଧିବାସୀମାନେ ଉଚ୍ଚମାନର ସୁସ୍ୱାଦୁ ଖାଦ୍ୟ ଭକ୍ଷଣ କରୁଥିଲେ । ସେମାନଙ୍କ ମୁଖ୍ୟ ଖାଦ୍ୟଦ୍ରବ୍ୟ ମଧ୍ୟରେ ଗହମ, ଧାନ, ଯବ, କ୍ଷୀର, ମାଛ, ମାଂସ, ଫଳମୂଳ ଓ ପନିପରିବା ଆଦି ପ୍ରଧାନ ଥିଲା । ସେମାନେ ମଧ୍ୟ ଛେଳି, କୁକୁଡ଼ା ଓ ଘୁଷୁରି ମାଂସ ଭକ୍ଷଣ କରୁଥିଲେ ।
  • ପୋଷାକ ଓ ପ୍ରସାଧନ – ହରପ୍ପା ସଭ୍ୟତାର ଅଧିବାସୀମାନେ ତୁଳା ଓ ପଶମର ତିଆରି ବସ୍ତ୍ର ପରିଧାନ କରୁଥିଲେ । ପୁରୁଷମାନେ କଟିବସ୍ତ୍ର ବ୍ୟବହାର କରୁଥିଲେ । ଶରୀରର ଉପରିଭାଗରେ ଆଉ ଖଣ୍ଡିଏ ଲୁଗା ପକାଉଥିଲେ । ଉଭୟ ନାରୀ ଓ ପୁରୁଷଙ୍କ ବସ୍ତ୍ର ମଧ୍ୟରେ ବିଶେଷ ଫରକ ନଥିଲା । ବିଭିନ୍ନ ପ୍ରକାରର ପ୍ରସାଧନର ବ୍ୟବହାରରୁ ଏହି ସଭ୍ୟତାର ଲୋକମାନେ ବିଳାସପ୍ରିୟ ଥ‌ିବାର ଅନୁମାନ କରାଯାଏ । ସେମାନେ ବିଭିନ୍ନ ଶୈଳୀରେ କେଶବିନ୍ୟାସ କରୁଥିଲେ । ମୁହଁରେ ପ୍ରଲେପ ବୋଳିବା ସଙ୍ଗେ ସଙ୍ଗେ ଓଠରେ ଅଧରରଞ୍ଜନୀ ଲଗାଉଥିଲେ । ପୁରୁଷମାନେ ଦାଢ଼ି ରଖିବାକୁ ଭଲ ପାଉଥିଲେ ।
  • ଅଳଙ୍କାର – ଧନୀ-ଗରିବ ନିର୍ବିଶେଷରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ଅଳଙ୍କାର ବ୍ୟବହାର କରୁଥୁଲେ । ଧନିକ ଶ୍ରେଣୀର ଲୋକମାନେ ସୁନା, ରୂପା, ହାତୀଦାନ୍ତ ତିଆରି ବହୁମୂଲ୍ୟର ଅଳଙ୍କାର ପରିଧାନ କରୁଥିଲେ । ଦରିଦ୍ରଲୋକେ ତମ୍ବା, ହାଡ଼, ଶଙ୍ଖ ଓ ମାଟି ତିଆରି ଅଳଙ୍କାରରେ ସଜ୍ଜିତ ହେଉଥିଲେ । ସେମାନେ ଶିଙ୍ଗ ଓ ହାତୀଦାନ୍ତରେ ତିଆରି ପାନିଆ ବ୍ୟବହାର କରୁଥିଲେ । ସ୍ତ୍ରୀଲୋକମାନେ ହାର, ମୁଦି, କାନଫୁଲ, ନାକଫୁଲ, ମୁଣ୍ଡକଣ୍ଟା, ବାଜୁବନ୍ଧ ପ୍ରଭୃତି ଅଳଙ୍କାର ବ୍ୟବହାର କରୁଥିଲେ । ପୁରୁଷମାନେ ବ୍ରୋଞ୍ଜ୍ ନିର୍ମିତ କ୍ଷୁର ବ୍ୟବହାର କରୁଥିଲେ ।
  • ମନୋରଞ୍ଜନ – ସିନ୍ଧୁ ଅଧ୍ଵବାସୀମାନଙ୍କର ବିଭିନ୍ନ ପ୍ରକାରର ଅବସର ବିନୋଦନ ଥିଲା । ଭୂଖନନରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଆବିଷ୍କୃତ ହୋଇଛି । ଶିଶୁମାନେ ମାଟିରେ ତିଆରି ପଶୁପକ୍ଷୀ ଓ କ୍ଷୁଦ୍ର କ୍ଷୁଦ୍ର ନରନାରୀଙ୍କ ମୂର୍ତ୍ତିକୁ ଖେଳନା କରି ଖେଳୁଥିଲେ । ଏହି ସଭ୍ୟତାର ଅଧିବାସୀମାନେ ନୃତ୍ୟ, ଗୀତ ଓ ପଶାଖେଳ ମାଧ୍ୟମରେ ଅବସର ବିନୋଦନ କରୁଥିଲେ । ଷଣ୍ଢ ଲଢ଼େଇ, କୁକୁଡ଼ା ଲଢ଼େଇ, ମାଛ ଧରିବା ପ୍ରଭୃତି ମୁଖ୍ୟ ମନୋରଞ୍ଜନ ଥିଲା ।
  • ଗୃହ ଉପକରଣ – ବିଭିନ୍ନ ଧରଣର ତିଆରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସେମାନେ ବ୍ୟବହାର କରୁଥିଲେ । ରୁପା, ତମ୍ବା ବ୍ରୋଞ୍ଜ୍ର ନିର୍ମିତ ପାତ୍ର ବ୍ୟବହାର କରୁଥିଲେ । ବ୍ରୋଞ୍ଜ୍ର ଛୁଞ୍ଚି, କ୍ଷୁର, ହାତୀଦାନ୍ତ ପାନିଆ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କଦ୍ଵାରା ମାଛକଣ୍ଟା, ଥାଳି, ଫୁଲକୁଣ୍ଡ, ଦାଆ, ପ୍ରସାଧନ ବାକ୍ସ ବ୍ୟବହୃତ ହେଉଥିଲା । ଲୌହର ବ୍ୟବହାର ସେମାନଙ୍କୁ ଜଣା ନଥିଲା । ମାଟିପାତ୍ରର ବ୍ୟବହାର ବହୁଳ ଥିଲା । ସେମାନେ ପ୍ରସ୍ତର ପାତ୍ର ମଧ୍ୟ ବ୍ୟବହାର କରୁଥିଲେ ।
  • ଶିକ୍ଷା – ଶିକ୍ଷା କ୍ଷେତ୍ରରେ ମିଶରୀୟ ଓ ସୁମେରୀୟମାନଙ୍କ ପରି ସେମାନେ ଏକପ୍ରକାର ଲିଖନ ପ୍ରଣାଳୀ ଜାଣିଥିଲେ । ଆବିଷ୍କୃତ ହୋଇଥିବା ସିଲ୍ ମୋହର ଉପରେ ଏକପ୍ରକାର ଲିପି ଦେଖୁବାକୁ ମିଳେ । ଏହି ଲିପିଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଇଥିଲା । ଏପର୍ଯ୍ୟନ୍ତ ୩୯୬ଟି ପର୍ଯ୍ୟନ୍ତ ସଂକେତର ତାଲିକା ପ୍ରସ୍ତୁତ କରାଯାଇଛି । ସିନ୍ଧୁ ଲିପିଗୁଡ଼ିକର ପାଠୋଦ୍ଧାର ହୋଇପାରିଲେ ସେ ସମୟର ଶିକ୍ଷା ସମ୍ବନ୍ଧରେ ଅନେକ କଥା ଜଣାପଡ଼ନ୍ତା ।
  • ସୁରକ୍ଷା – ଶତ୍ରୁ ସହିତ ସଂଘର୍ଷ, ଆତ୍ମରକ୍ଷା ତଥା ଶିକାର ପାଇଁ ହରପ୍ପା ଅଧ୍ଵବାସୀମାନେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ତମ୍ବା ଓ ବ୍ରୋଞ୍ଜୁରେ ତିଆରି ଅସ୍ତ୍ରଶସ୍ତ୍ରଗୁଡ଼ିକ ସାମରିକ କାର୍ଯ୍ୟରେ ଲାଗୁଥିଲା । ସେମାନେ ବର୍ଚ୍ଛା, କୁରାଢ଼ି, ଛୁରି ଓ ଧନୁଶର ବ୍ୟବହାର ଜାଣିଥୁଲେ । ଖଣ୍ଡା, ସାଞ୍ଜୁ, ଶିରସ୍ତ୍ରାଣ ଆଦି ବ୍ୟବହାର କରୁଥିଲେ ।
  • ଆର୍ଥନୀତିକ ଅବସ୍ଥା – ହରପ୍ପା ଅଧିବାସୀମାନଙ୍କର ଆର୍ଥିକ ମାନଦଣ୍ଡ ଅତି ଉନ୍ନତ ଓ ସ୍ୱଚ୍ଛଳ ଥିଲା । ଅର୍ଥନୈତିକ କ୍ଷେତ୍ରରେ ସେମାନେ ମିଶର ଓ ମେସୋପୋଟାମିଆବାସୀଙ୍କଠାରୁ ଉନ୍ନତ ଥିଲେ । କୃଷି ଓ ପଶୁପାଳନ ସେମାନଙ୍କର ମୁଖ୍ୟ ଜୀବିକା ଥିଲା ।
  • କୃଷି – ସିନ୍ଧୁନଦୀର ସମତଳ ଉର୍ବର ଉପତ୍ୟକା କୃଷିକାର୍ଯ୍ୟ ପାଇଁ ବେଶ୍ ସହାୟକ ଥିଲା । ସବୁବେଳେ ଅନୁକୂଳ ବୃଷ୍ଟିପାତ ହେଉଥିଲା । କୃଷି ମଧ୍ଯରେ ଧାନ, ଗହମ, ବାର୍ଲି, ଯଅ, ତୁଳା, ରାଶି ଓ ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଚାଷ କରୁଥିଲେ । ପ୍ରଚୁର ପରିମାଣରେ ଶସ୍ୟ ଉତ୍ପନ୍ନ ହେଉଥିଲା । ବଳକା ଶସ୍ୟକୁ ଶସ୍ୟାଗାରରେ ଗଚ୍ଛିତ ରଖୁଥିଲେ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପାଳନ – ହରପ୍ପା ସଭ୍ୟତାର ଅଧ‌ିବାସୀମାନେ ବିଭିନ୍ନ ପ୍ରକାରର ପଶୁପାଳନ କରୁଥିଲେ । ଗୋରୁ, ମହିଷ, ଘୁଷୁରି, ମେଣ୍ଢା, ହାତୀ ଓ ଓଟ ଆଦି ପଶୁଙ୍କୁ ପାଳନ କରୁଥିଲେ । ଘୋଡ଼ା ଓ କୁକୁରର ବ୍ୟବହାର ସେମାନଙ୍କୁ ଅଜଣା ଥିଲା । ଶିଶୁମାନଙ୍କ ଖେଳନା ଉପରେ ଚିତ୍ରିତ ହୋଇଥିବା ମାଙ୍କଡ଼, ମୂଷା, ଠେକୁଆ, ନେଉଳ, ବିଲେଇ ଓ ମୟୂର ଆଦି ଜନ୍ତୁଙ୍କ ଚିତ୍ରରୁ ଜଣାପଡ଼େ ଯେ ସେମାନେ ଏହି ଜୀବଜନ୍ତୁମାନଙ୍କୁ ମଧ୍ୟ ଜାଣିଥିଲେ ।
  • ଶିଳ୍ପ – କୃଷି ବ୍ୟତୀତ ଶିଳ୍ପ କ୍ଷେତ୍ରରେ ମଧ୍ୟ ହରପ୍ପା ଅଧିବାସୀମାନେ ଧୁରନ୍ଧର ଥିଲେ । କୁଶଳୀ କାରିଗର ଭାବରେ ସେମାନେ ବୟନ, ଧାତୁକାମ, ପ୍ରସ୍ତର ଓ ହାତୀଦାନ୍ତର କାମ, ଅଳଙ୍କାର ନିର୍ମାଣ ଓ ଯୁଦ୍ଧାସ୍ତ୍ର ତିଆରି କରିବାରେ ବେଶ୍ ଆଗୁଆ ଥିଲେ ।
  • ମୃତ୍‌ପାତ୍ର – ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥୁଲା ମୃତ୍‌ପାତ୍ର । ହାଣ୍ଡି, ପାନପାତ୍ର, ପ୍ଲେଟ୍, ସୁରେଇ, ଥାଳି, ଛିଦ୍ରଯୁକ୍ତ ଜାର୍, ପିଆଲା ଏବଂ କୁମ୍ଭ ଆଦି ମୃତ୍‌ପାତ୍ର ନିର୍ମାଣ କରିବାରେ ସେମାନେ ଥୁଲେ ସିଦ୍ଧହସ୍ତ । ସେମାନେ ମଧ୍ୟ ଚିତ୍ରିତ ନିର୍ମାଣ କରିଥିଲେ । ସେଣ୍ଡ୍‌ରେ ପାନିଆ, ଦାନ୍ତ, ଲତା, ପତ୍ର, କଉଡ଼ି ଓ କ୍ଷୁଦ୍ର ଗୋଲକ ଆଦି ଚିତ୍ରିତ ହେଉଥିଲା । ଲୋଥାଲଠାରେ ଆଧୁନିକ ମୃତ୍‌ପାତ୍ର ଆବିଷ୍କୃତ ହୋଇଛି ।
  • ବୟନ ଶିଳ୍ପ – ହରୱାର ଅଧିବାସୀମାନେ ଥିଲେ ବିଖ୍ୟାତ ବୁଣାକାର୍ । ସିନ୍ଧୁ ଉପତ୍ୟକାରୁ ବହୁଳ ପରିମାଣରେ କାର୍ପାସ ଓ ତୁଳା ଉତ୍ପାଦିତ ହେଉଥିଲା । ସେମାନେ ସୂତା ଓ ପଶମ ବସ୍ତ୍ର ବୟନ କରିବାରେ ସିଦ୍ଧହସ୍ତ ଥିଲେ । ବ୍ରୋଞ୍ଜ, ହାଡ଼ ଓ ଛୁଞ୍ଚର ଆବିଷ୍କାରରୁ ସେମାନେ ବସ୍ତ୍ରବୟନ କରୁଥିବାର ପ୍ରମାଣ ମିଳେ ।
  • ଅଳଙ୍କାର ଓ ଧାତବ ବସ୍ତୁ ନିର୍ମାଣ – ଆକର୍ଷଣୀୟ ଅଳଙ୍କାର ନିର୍ମାଣ କ୍ଷେତ୍ରରେ ହରପ୍ପାବାସୀମାନେ ଥିଲେ ସିଦ୍ଧହସ୍ତ । ଉଭୟ ପୁରୁଷ ଓ ସ୍ତ୍ରୀଲୋକଙ୍କ ପାଇଁ ଅଳଙ୍କାର ନିର୍ମିତ ହେଉଥିଲା ।
  • ବାଣିଜ୍ୟ – ଶିଳ୍ପ ସହିତ ବାଣିଜ୍ୟିକ କାରବାର ଉପରେ ହରପ୍ପାବାସୀମାନେ ଖୁବ୍ ଗୁରୁତ୍ଵ ଦେଉଥିଲେ । କେବଳ ଭାରତ ନୁହେଁ, ଭାରତ ବାହାରର ବିଭିନ୍ନ ସ୍ଥାନ ସୁମେର, ମିଶର, ପାରସ୍ୟ ଉପସାଗର ଓ ମେସୋପୋଟାମିଆ ସହିତ ମଧ୍ୟ ସେମାନେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ବାଣିଜ୍ୟ କ୍ଷେତ୍ରରେ ମାପ ଓ ଓଜନର ବ୍ୟବହାର ହରପ୍ପା ସଭ୍ୟତାର ଅଧିବାସୀମାନଙ୍କୁ ସମ୍ପୂର୍ଣ୍ଣରୂପେ ଜଣାଥିଲା ।
    ମୋଟ ଉପରେ ହରପ୍ପାବାସୀଙ୍କର ସୁସଂଗଠିତ ସାମାଜିକ ଜୀବନ ଓ ସ୍ୱଚ୍ଛଳ ଅର୍ଥନୀତି ଜୀବନ ଧାରଣର ମାନଦଣ୍ଡକୁ ବୃଦ୍ଧି କରିଥିଲା । କୃଷି, ଶିଳ୍ପ ଓ ବାଣିଜ୍ୟର ଅଭିବୃଦ୍ଧି ହରପ୍ପାବାସୀଙ୍କର ଜୀବନଚର୍ଯ୍ୟାକୁ ସ୍ଵଚ୍ଛନ୍ଦ ଓ ସୁଖମୟ କରିଥିଲା ।

୩ । ହରପ୍ପା ଅଧିବାସୀଙ୍କ ଧର୍ମଭାବନା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ଵାସ ଥିଲା ଅନନ୍ୟ । ସେମାନଙ୍କ ଧର୍ମଧାରଣା ସମ୍ପର୍କିତ କୌଣସି ବିବରଣୀ ଲିପିବଦ୍ଧ ହୋଇ ନଥିଲେ ମଧ୍ୟ ପ୍ରନୃତାତ୍ତ୍ଵିକ ଖନନରୁ ଆବିଷ୍କୃତ ବହୁ ମୋହର, ବ୍ରୋଞ୍ଜ୍ ମୂର୍ତ୍ତି, ପ୍ରସ୍ତର ମୂର୍ତ୍ତି ଓ ଟେରାକୋଟାରେ ନିର୍ମିତ ବହୁ ମୂର୍ତ୍ତିରୁ ସେମାନଙ୍କ ଧର୍ମ ବିଷୟରେ ବହୁ ଧାରଣା ମିଳେ । ଭୂଖନନରୁ ମିଳିଥିବା ମୃତବ୍ୟକ୍ତିମାନଙ୍କର ଶବସତ୍କାର ପ୍ରଣାଳୀ ହରପ୍ପା ସଭ୍ୟତାର ଅଧ‌ିବାସୀଙ୍କର ମୃତ୍ୟୁ ପରର ଜୀବନ ସମ୍ପର୍କିତ ରହିଥ‌ିବା ଜ୍ଞାନ ସମ୍ପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିଥାଏ ।

  • ମାତୃଶକ୍ତିର ଆରାଧନା – ମୃତ୍ତିକା ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ନାରୀମୂର୍ତ୍ତିମାନଙ୍କୁ ଦେଖୁ ଅନୁମାନ କରାଯାଇଛି ଯେ, ସିନ୍ଧୁବାସୀମାନେ ଏକ ମାତୃଶକ୍ତିର ଆରାଧନା କରୁଥିଲେ । ତେଣୁ ମାତୃକା ଉପାସନା ସହିତ ବଳିପ୍ରଥା ପ୍ରଚଳିତ ଥିଲା ବୋଲି ଅନୁମାନ କରାଯାଏ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପତି – ମାତୃଦେବୀ ସହିତ ପୁରୁଷ ଦେବତାଙ୍କର ପୂଜା ପ୍ରଚଳିତ ଥିଲା ବୋଲି ଅନୁମିତ ହୁଏ । ଗୋଟିଏ ସିଲ୍ ଉପରେ ଏକ ଦେବମୂର୍ତ୍ତିର ସୁନ୍ଦର ପ୍ରତିକୃତି ଦେଖିବାକୁ ମିଳେ । ତାହାଙ୍କର ତିନିମୁଖ ଓ ମସ୍ତକ ଉପରେ ଶୃଙ୍ଗ ବିଦ୍ୟମାନ । ସେ ଯୋଗାସନ ଅବସ୍ଥାରେ ଉପବିଷ୍ଟ । ତାହାଙ୍କ ଚାରିପାର୍ଶ୍ବରେ ଚାରିଟି ପଶୁ; ଯଥା- ହସ୍ତୀ, ବ୍ୟାଘ୍ର, ଗଣ୍ଡାର ଏବଂ ମହିଷ ଦେଖୁବାକୁ ମିଳେ । ଅନେକ ଦୃଷ୍ଟିରୁ ବିଶ୍ଳେଷଣ କରି ସେହି ତ୍ରିମୁଖବିଶିଷ୍ଟ ଯୋଗାସନ ଉପବିଷ୍ଟ ପଶୁ ପରିବେଷ୍ଟିତ ଦେବମୂର୍ତ୍ତିକୁ ଶିବ ପଶୁପତି ରୂପେ ଅନୁମାନ କରାଯାଉଛି । ଏହି ମୂର୍ତ୍ତିକୁ ଅନୁଧ୍ୟାନ କରି ସାର୍ ଜନ୍ ମାର୍ଶାଲ ଅନୁମାନ କରିଥିଲେ ଯେ ଶୈବଧର୍ମ ହେଉଛି ଭାରତର ପ୍ରାଚୀନତମ ଧର୍ମ ।
  • ଉପାସନାପୀଠ – ମହେଞ୍ଜୋଦାରୋ ଏବଂ ହରୱାର ଧ୍ବଂସସ୍ତୂପ ମଧ୍ୟରୁ କୌଣସି ପ୍ରକାର ମନ୍ଦିର ବା ଦେବାଳୟ ଆବିଷ୍କୃତ ହୋଇନାହିଁ ତେଣୁ ସେକାଳର ସର୍ବସାଧାରଣ ପୂଜା ଉପାସନା ଇତ୍ୟାଦିର ପରିଚୟ ମିଳିନାହିଁ ।
  • ପଶୁପୂଜା – ମାତୃଶକ୍ତି ଓ ପଶୁପତିଙ୍କ ପୂଜା ବ୍ୟତୀତ ହରପ୍ପା ଅଧ୍ଵବାସୀମାନେ କେତେପ୍ରକାର ପଶୁଙ୍କୁ ପୂଜା କରୁଥୁବାର ପ୍ରମାଣ ମିଳେ । ହରପ୍ପାରୁ ଆବିଷ୍କୃତ ବହୁ ମୋହରରୁ ଜଣାଯାଏ ଯେ ଏହି ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାର ପଶୁଙ୍କୁ ପୂଜା କରୁଥିଲେ । ଶିବଙ୍କ ବାହନରୂପେ ବୃଷଭଙ୍କୁ ପୂଜା କରାଯାଉଥିଲା । ବ୍ୟାଘ୍ର, ହସ୍ତୀ, ଗଣ୍ଡାର ପ୍ରଭୃତି ଜୀବଙ୍କୁ ପୂଜା କରାଯାଉଥିବାର ଅନୁମାନ କରାଯାଏ । ଏପରିକି ସର୍ପପୂଜା ପ୍ରଚଳନ ଥିବାର ପ୍ରମାଣ ମିଳେ ।
  • ବୃକ୍ଷପୂଜା – ବୃକ୍ଷ ଉପାସନା ଥିଲା ହରପ୍ପା ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ହରସ୍କାର ଅଧିବାସୀମାନେ ବଟବୃକ୍ଷକୁ ପୂଜା କରୁଥିବାର ଅନୁମାନ କରାଯାଏ । ବରଗଛ ସହିତ ନିମ୍ବଗଛକୁ ପୂଜା କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି ।
  • ଧାର୍ମିକ ବିଶ୍ଵାସ – ହରପ୍ପା ସଭ୍ୟତାରୁ ବହୁ ଶ୍ମଶାନ ଆବିଷ୍କୃତ ହୋଇଛି । ଜଣାଯାଏ ଯେ, ସେ ସମୟରେ ମୃତ ବ୍ୟକ୍ତିମାନଙ୍କୁ କବର ଦିଆଯାଉଥିଲା । ଶବଗୁଡ଼ିକ ପାଖରେ ମୃତ୍‌ପାତ୍ର, ଅଳଙ୍କାର, ଚୁଡ଼ି, କାନଫୁଲ, ଦର୍ପଣ, ବାଡ଼ି ଆଦି ଜିନିଷ ମିଳିଛି । ଲୋଥାଲରେ ଗୋଟିଏ ସ୍ଥାନରୁ ଦୁଇଟି କଙ୍କାଳ ବାହାରିଛି । ଏଥୁରୁ ଜଣାଯାଏ ଯେ, ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ସ୍ଥାନରେ କବର ଦିଆଯାଉଥିଲା । ହରପ୍ପାରୁ ମଧ୍ୟ କେତେକ ଭସ୍ମପାତ୍ର ଆବିଷ୍କୃତ ହୋଇଛି । ଏଥୁରୁ ଜଣାଯାଏ ଯେ, କେତେକ କ୍ଷେତ୍ରରେ ସେମାନେ ଶବକୁ ଦାହ କରୁଥିଲେ । ହରପ୍ପା ସଭ୍ୟତାର ଲୋକମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ସ୍ଥାପନ କରୁଥିଲେ । ସେମାନେ ଭୂତ, ପ୍ରେତ, ଗୁଣିଗାରେଡ଼ିରେ ବିଶ୍ଵାସ କରୁଥିବାର ଅନୁମାନ କରାଯାଏ । ହରପ୍ପା ସଭ୍ୟତାର ଧର୍ମଧାରଣା ବାସ୍ତବ କ୍ଷେତ୍ରରେ ଥିଲା ମହାନ୍ । ସୌର ଉପାସନା ବୈଦିକ ଯୁଗରୁ ନୁହେଁ, ବରଂ ହରପ୍ପା ସଭ୍ୟତାରୁ ଆରମ୍ଭ ହୋଇଥିଲା । ଶୈବ ଓ ଶାକ୍ତ ଧର୍ମର ଅୟମାରମ୍ଭ ହୋଇଥିଲା ଏହି ହରପ୍ପା ସଭ୍ୟତାରେ । ପରବର୍ତୀ ସମୟରେ ଏହି ଦୁଇ ଧର୍ମ ଭାରତର ବିଶିଷ୍ଟ ଧର୍ମରୂପେ ପ୍ରତିଷ୍ଠିତ ହୋଇଥିଲା ।

CHSE Odisha Class 12 History Chapter 16 Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 16 ଓଡ଼ିଶା ପ୍ରତି ଅବଦାନ : ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ସରଳା ଦେବୀ, ରମା ଦେବୀ ଓ ମାଳତୀ ଦେବୀ Long Answer Questions.

CHSE Odisha 12th Class History Chapter 16 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୀବନୀ ଓ କୃତିତ୍ବ ସଂକ୍ଷେପରେ ଲେଖ ।
Answer:
ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୧୮୭୭ ଖ୍ରୀ.ଅ. ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦୈତାରୀ ଦାସ ଜଣେ ମୋକ୍ତାର ଥିଲେ । ଗୋପବନ୍ଧୁଙ୍କ ମାତା ସ୍ଵର୍ଣ୍ଣମୟୀ ଦେବୀ ଦୈତାରୀ ଦାସଙ୍କ ତୃତୀୟା ପତ୍ନୀ ଥିଲେ । ରୂପଦେଈପୁର ମଧ୍ୟ ଭର୍ଣ୍ଣାକୁଲାର ବିଦ୍ୟାଳୟ ଏବଂ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷା ସମାପ୍ତ କରି ୧୮୯୯ ମସିହାରେ ଗୋପବନ୍ଧୁ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ । ୧୯୦୪ ଖ୍ରୀ.ଅ.ରେ ସେ ରେଭେନ୍ସା କଲେଜରୁ ବି.ଏ. ପାଶ୍ କରିଥିଲେ । ୧୯୦୬ ଖ୍ରୀ.ଅ.ରେ ସେ କଲିକତା ବିଶ୍ବବିଦ୍ୟାଳୟରୁ ବି.ଏଲ୍. ପାଶ୍ କରିଥିଲେ । କିଛିଦିନ ପାଇଁ ନୀଳଗିରି ସ୍କୁଲରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କଲାପରେ ସେ ପୁରୀରେ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ।

ଛାତ୍ରାବସ୍ଥାରୁ ଗୋପବନ୍ଧୁ ନିଜକୁ ଦୁଇଟି କାର୍ଯ୍ୟରେ ନିବିଷ୍ଟ କରିବାକୁ ଭଲ ପାଉଥିଲେ । ତାହା ହେଉଛି ଦେଶସେବା ଏବଂ ସାହିତ୍ୟ ସାଧନା । ରେଭେନ୍ସା କଲେଜରେ ପଢ଼ିଲାବେଳେ ସାଥୀ ବ୍ରଜସୁନ୍ଦର ଦାସଙ୍କ ସାହାଯ୍ୟରେ ସେ କେନ୍ଦ୍ରୀୟ ଯୁବ ଉତ୍କଳ ସଂଘ ଗଠନ କରିଥିଲେ । ଏହି ସଂଘ ତରଫରୁ ଦଳ ଦଳ ସ୍ଵେଚ୍ଛାସେବକ ୧୯୦୭ ଖ୍ରୀ.ଅ.ରେ ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ବନ୍ୟାପ୍ରପୀଡ଼ିତ ଲୋକମାନଙ୍କ ମଧ୍ୟରେ ସାହାଯ୍ୟ ବଣ୍ଟନ କରିଥିଲେ ।

୧୯୦୯ ଖ୍ରୀ.ଅ.ରେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଏବଂ ପରିଚାଳନାରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର ଦାସ ଗୋପବନ୍ଧୁଙ୍କ ସହିତ ସହଯୋଗ କରିଥିଲେ । ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ମଧ୍ୟ ସରକାରୀ ଚାକିରିର ମୋହ ତ୍ୟାଗ କରି ଏମାନେ ଅଳ୍ପ ଦରମାରେ ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏହି ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରମାନଙ୍କୁ ଆଦର୍ଶ ନାଗରିକ କରି ଗଢ଼ିବା ତଥା ପାର୍ଶ୍ଵବର୍ତୀ ଗ୍ରାମବାସୀଙ୍କ ମନରୁ ସାମାଜିକ ଅନ୍ଧବିଶ୍ବାସ ଦୂର କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସାର୍ ଆଶୁତୋଷ ମୁଖାର୍ଜୀ, ସାର୍ ଏଡ଼ୱାର୍ଡ଼ ଗେଟ୍ (ବିହାର-ଓଡ଼ିଶାର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଏବଂ ମହାତ୍ମା ଗାନ୍ଧି ଏହି ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଶିକ୍ଷା ପ୍ରଣାଳୀକୁ ବହୁତ ପ୍ରଶଂସା କରିଥିଲେ ।

ସାଧାରଣ ଲୋକମାନଙ୍କୁ ଦେଶର ସମସ୍ୟା ସମ୍ପର୍କରେ ଅବଗତ କରାଇବାପାଇଁ ତଥା ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଗୋପବନ୍ଧୁ ସମ୍ବାଦପତ୍ର ପ୍ରକାଶନର ଗୁରୁତ୍ୱ ଉପଲବ୍ଧି କରିଥିଲେ । ୧୯୧୩ ଖ୍ରୀ.ଅ.ରୁ ୧୯୧୯ ଖ୍ରୀ.ଅ. ପର୍ଯ୍ୟନ୍ତ ସେ ବ୍ରହ୍ମପୁରଠାରେ ଶଶିଭୂଷଣ ରଥଙ୍କଦ୍ବାରା ପ୍ରକାଶିତ ସମ୍ବାଦପତ୍ର ‘ଆଶା’ର ସମ୍ପାଦନା କାର୍ଯ୍ୟ ତୁଲାଇଥିଲେ । ୧୯୧୫ ଖ୍ରୀ.ଅ.ରେ ସେ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ପ୍ରେସ୍‌ ‘ସତ୍ୟବାଦୀ’ ନାମକ ମାସିକ ସାହିତ୍ୟ ପତ୍ରିକା ବାହାର କରିଥିଲେ । ୧୯୧୯ ଖ୍ରୀ.ଅ. ଅକ୍ଟୋବର ମାସରେ ସେ ଏହି ପ୍ରେସରୁ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’ ବାହାର କରିଥିଲେ । ପ୍ରତି ଶନିବାର ଏହି ସମ୍ବାଦପତ୍ର ପ୍ରକାଶିତ ହେଉଥିଲା ।

ଏଥ‌ିରେ ଦେଶର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଉଥିଲା । ସ୍ୱାସ୍ଥ୍ୟ ସମସ୍ୟା, ପ୍ରାଥମିକ ଶିକ୍ଷା, ଧର୍ମ, ଗ୍ରାମ-ପଞ୍ଚାୟତ, ସମବାୟ ଆନ୍ଦୋଳନ, କୃଷି, ଗ୍ରାମ୍ୟ ଶିଳ୍ପ ଏବଂ ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯାଉଥିଲା । କିଛିକାଳ ପରେ ‘ସମାଜ’ ପୁରୀରୁ ପ୍ରକାଶିତ ହେଲା । ଶେଷରେ ଏହା କଟକରୁ ପ୍ରକାଶ ପାଇଲା । ୧୯୩୦ ଖ୍ରୀ.ଅ.ରେ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶିତ ହେଲା । ଓଡ଼ିଶାର ସାଧାରଣ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବାରେ ‘ସମାଜ’ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଅଦ୍ୟାବଧୂ ଓଡ଼ିଶାର ସାଧାରଣ ଜନ ଜୀବନରେ ଏହି ସମ୍ବାଦପତ୍ରର ଗୁରୁତ୍ବ ଅସ୍ବୀକାର କରିହେବ ନାହିଁ ।

୧୯୧୭ ଖ୍ରୀ.ଅ.ରେ ଗୋପବନ୍ଧୁ ବିହାର-ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ଓଡ଼ିଶାର ବିଭିନ୍ନ ସମସ୍ୟା ବିଶେଷତଃ ବନ୍ୟା ସମ୍ବନ୍ଧରେ ସେ ସ୍ବରଉତ୍ତୋଳନ କରିଥିଲେ ।
ଗାନ୍ଧିଙ୍କ ଅସହଯୋଗ କାର୍ଯ୍ୟକ୍ରମ ଅନୁସାରେ ଗୋପବନ୍ଧୁ ଦାସ ବିହାର-ଓଡ଼ିଶା ବିଧାନସଭାରୁ ଇସ୍ତଫା ଦେଇଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ନାଗପୁର କଂଗ୍ରେସ ଅଧ୍ଵବେଶନର ସିଦ୍ଧାନ୍ତ ଅନୁସାରେ ଓଡ଼ିଶା ପାଇଁ ଭାଷାଭିଭିରେ ଏକ ସ୍ଵତନ୍ତ୍ର ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା । ଗୋପବନ୍ଧୁ ଏହାର ସଭାପତି ହେଲେ । ତାଙ୍କର ମୁଖପତ୍ର ‘ସମାଜ’ ଜରିଆରେ ସେ ଓଡ଼ିଶାର ଘରେ ଘରେ ଅସହଯୋଗର ବାର୍ତ୍ତା ପହଞ୍ଚାଇଦେଲେ ।

ଅସହଯୋଗ କାର୍ଯ୍ୟକ୍ରମ ଅନୁସାରେ ଜାତୀୟ ଶିକ୍ଷାର ପ୍ରସାର ପାଇଁ ଗୋପବନ୍ଧୁ ଉତ୍କଳ ସ୍ୱରାଜ ଶିକ୍ଷା ପରିଷଦ ଗଠନ କରିଥିଲେ ଏବଂ ତାଙ୍କଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିଥିଲେ । ସେ ଏହି ବିଦ୍ୟାଳୟ ପାଇଁ ୨୦,୦୦୦ ଟଙ୍କାର ସରକାରୀ ସାହାଯ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗୋପବନ୍ଧୁଙ୍କ ଅନୁରୋଧରେ ମହାତ୍ମା ଗାନ୍ଧି ୧୯୨୧ ଖ୍ରୀ.ଅ.ରେ ମାର୍ଚ୍ଚ ମାସରେ କଟକ ଆସିଥିଲେ । ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ କାଠଯୋଡ଼ି ନଈବାଲିର ସଭାରେ ଓଡ଼ିଶାର ଜନସାଧାରଣଙ୍କ ସହିତ ମହାତ୍ମା ଗାନ୍ଧିଙ୍କୁ ପରିଚିତ କରାଇ ଗୋପବନ୍ଧୁ କହିଥିଲେ, ‘ଏହି ଧର୍ମାତ୍ମା ଓ ପୁଣ୍ୟାତ୍ମାଙ୍କ ରାଜନୀତିରେ କୂଟ ରାଜନୀତିର ସତ୍ତା ନାହିଁ । ତାଙ୍କ ପ୍ରଚାରିତ ଭାରତବାସୀଙ୍କଦ୍ୱାରା ଗୃହୀତ ନୀତିକୁ ଆପଣାମାନେ ମନସ୍ଥ ହୋଇ ଅନୁସରଣ କରିବାକୁ ଉପସ୍ଥିତ । ଉତ୍କଳ ଯୁଗେ ଯୁଗେ ଧର୍ମ ବିଷୟରେ ଉଦାରତା ଦେଖାଇଛି । ନାନା ଧର୍ମର, ବର୍ଣ୍ଣର, ସମ୍ପ୍ରଦାୟର ଲୋକେ ଉତ୍କଳରେ ଏକୀଭୂତ ।

ପୁରୀ ଧାମରେ ଜାତିଭେଦ ନାହିଁ । ଆଜି ମହାତ୍ମା ଗାନ୍ଧିଙ୍କ ଶୁଭାଗମନ ଉତ୍କଳ ଇତିହାସରେ ଏକ ନୂତନ ଓ ଚିରସ୍ମରଣୀୟ ଘଟଣା । ଆପଣମାନେ ଉତ୍କଳୀୟଙ୍କର ପୂର୍ବ ଗୌରବ ଓ ଧର୍ମ, ଉଦାରତା ସ୍ମରଣ ରଖୁ ମହାତ୍ମାଙ୍କ କଥା ଶ୍ରବଣ କରନ୍ତୁ ।’’ ଗୋପବନ୍ଧୁ ଦାସ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାପାଇଁ ମନପ୍ରାଣ ଦେଇ ଲାଗିପଡ଼ିଲେ । କଂଗ୍ରେସ ପାଇଁ ଅର୍ଥ ସଂଗ୍ରହ କରିବା ନିମିତ୍ତ ଯେଉଁ ‘ତିଳକ ସ୍ଵରାଜ ପାଣ୍ଠି’’ ଗଢ଼ାଯାଇଥିଲା ସେଥ‌ିପାଇଁ ଗୋପବନ୍ଧୁ ଚାନ୍ଦା ସଂଗ୍ରହ କରିଥିଲେ । ଖଦଡ଼ ପିନ୍ଧିବା ପାଇଁ ପ୍ରଚାର, ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା ଏବଂ ନିଶା ନିବାରଣ ଆଦି ଗାନ୍ଧିଙ୍କ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମକୁ ଓଡ଼ିଶାରେ ସଫଳ କରିବାପାଇଁ ସେ ଉଦ୍ୟମ କରିଥିଲେ ।

୧୯୨୬ ଖ୍ରୀ.ଅ.ରେ ଗୋପବନ୍ଧୁ କଲିକତାଠାରେ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟଙ୍କୁ ସାକ୍ଷାତ୍ କରିଥିଲେ ଏବଂ ଲାଲାଜୀଙ୍କ ଅନୁରୋଧକ୍ରମେ ତାଙ୍କଦ୍ବାରା ସ୍ଥାପିତ ଲୋକସେବକ ମଣ୍ଡଳର ସଦସ୍ୟ ହୋଇଥିଲେ । ଅଳ୍ପକାଳ ପରେ ଗୋପବନ୍ଧୁ ଲୋକସେବକ ମଣ୍ଡଳର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ । ଗୋପବନ୍ଧୁ କଟକରେ ଲୋକସେବକ ମଣ୍ଡଳର ଶାଖା ପ୍ରତିଷ୍ଠା କରିଥିଲେ ଏବଂ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’କୁ ଏଥୁସହିତ ସମ୍ପୃକ୍ତ କରିଥିଲେ । ୧୯୨୬ ଖ୍ରୀ.ଅ.ରେ ଗୋପବନ୍ଧୁ ପୁରୀରେ ବିଧବାଶ୍ରମ ପ୍ରତିଷ୍ଠା କରିଥିଲେ । ବିଧବାମାନଙ୍କୁ ଶିକ୍ଷାଦେବା ତଥା ଉପାର୍ଜନକ୍ଷମ କରାଇବା ଏହି ବିଧବା ଆଶ୍ରମର ଉଦ୍ଦେଶ୍ୟ ଥିଲା । ୧୯୨୭ ଖ୍ରୀ.ଅ. ଜୁଲାଇ ମାସରେ ବୈତରଣୀ, ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀମାନଙ୍କର ବନ୍ୟାଦ୍ଵାରା ପ୍ରପୀଡ଼ିତ ଲୋକମାନଙ୍କୁ ଗୋପବନ୍ଧୁ ଏବଂ ଲିଙ୍ଗରାଜ ମିଶ୍ର ସାହାଯ୍ୟ ବାଣ୍ଟିଥିଲେ ।

୧୯୨୮ ଖ୍ରୀ.ଅ. ଏପ୍ରିଲ ମାସରେ ଗୋପବନ୍ଧୁ ଲାହୋରଠାରେ ଲୋକସେବକ ମଣ୍ଡଳର ବାର୍ଷିକ ଅଧୂବେଶନରେ ଯୋଗ ଦେଇଥିଲେ । ସେଠାରୁ ଫେରିଲାପରେ ସେ ଆନ୍ତ୍ରିକ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ପଚିଶ ଦିନପରେ ସେ ଜ୍ଵରମୁକ୍ତ ହୋଇଥିଲେ । ୧୯୨୮ ଖ୍ରୀ.ଅ. ଜୁନ୍ ଆରମ୍ଭରେ ସେ କଲିକତାରେ ଥ‌ିବା ଓଡ଼ିଆ ଶ୍ରମିକ ସଙ୍ଗଠନର ପରିଚାଳନା ବୁଝାବୁଝି କରିବାପାଇଁ ସେଠାକୁ ଯାତ୍ରା କରିଥିଲେ । କଲିକତାରୁ ଫେରିଲାପରେ ସେ ପୁଣି ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ସେହି ଜ୍ଵରରେ ୧୯୨୮ ଖ୍ରୀ.ଅ. ଜୁନ୍ ୧୭ ତାରିଖରେ ସେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କର ବୟସ ମାତ୍ର ୫୨ ବର୍ଷ ହୋଇଥିଲା । ସମାଜ ପାଇଁ କାର୍ଯ୍ୟବ୍ୟସ୍ତ ରହି ସେ ନିଜର ସ୍ବାସ୍ଥ୍ୟକୁ ହେଳା କରିଥିଲେ; ଫଳରେ ଅଳ୍ପ ବୟସରେ ସେ ପ୍ରାଣ ହରାଇଥିଲେ । ସେ ସମାଜ ପାଇଁ ବଞ୍ଚୁଥିଲେ ଏବଂ ସମାଜ ପାଇଁ ପ୍ରାଣ ଦାନ କରିଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୨। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କର କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଜମିଦାରୀର ଜମିଦାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଓଡ଼ିଶାର ଐତିହାସିକ ଗଙ୍ଗ ରାଜବଂଶରେ ୧୮୯୨ ଖ୍ରୀ.ଅ. ଏପ୍ରିଲ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ବାରବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ । ତାଙ୍କର ନାବାଳକ ଅବସ୍ଥାରେ ପାରଳାଖେମୁଣ୍ଡି ଜମିଦାରୀ କୋର୍ଟ ଅଫ୍ ୱାର୍ଡ଼ସ୍‌ (Court of Wards) ଦ୍ଵାରା ପରିଚାଳିତ ହୋଇଥିଲା । ସେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟ ଏବଂ ମାନ୍ଦ୍ରାଜର ନିଉଇଙ୍ଗଟନ୍ ଆବାସିକ ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଏହି ନିଉଇଙ୍ଗଟନ୍ ମହାବିଦ୍ୟାଳୟରେ ଧନୀ ଜମିଦାର ଛାତ୍ରମାନେ ଅଧ୍ୟୟନ କରୁଥିଲେ । ଏହି ମହାବିଦ୍ୟାଳୟରେ ଶିକ୍ଷାଲାଭ କାଳରେ ସେ ନିଜର ବ୍ୟକ୍ତିତ୍ଵକୁ ସୁଗଠିତ କରିଥିଲେ ତଥା କୃଷି ଏବଂ ଗ୍ରାମାଞ୍ଚଳର ବିକାଶ ସମ୍ବନ୍ଧରେ ଧାରଣା ଲାଭ କରିଥିଲେ ।

୧୯୧୩ ଖ୍ରୀ.ଅ.ରେ ଜମିଦାରୀର ଦାୟିତ୍ବ ହାତକୁ ନେବାପାଇଁ କୃଷ୍ଣଚନ୍ଦ୍ରଙ୍କୁ ଶିକ୍ଷା ସମାପ୍ତ ହେବା ପୂର୍ବରୁ ମହାବିଦ୍ୟାଳୟ ଛାଡ଼ିବାକୁ ପଡ଼ିଥିଲା । ଜମିଦାର ଭାବରେ କୃଷ୍ଣଚନ୍ଦ୍ର ବେଶ୍ ଉନ୍ନତମନା ଓ ଉଦାର ଥିଲେ ଏବଂ ସେ ଜମିଦାରୀର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ଜମିଦାରୀର ଦାୟିତ୍ଵ ହାତକୁ ନେବାପରେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ ବିଶେଷତଃ ଗଞ୍ଜାମ ଜିଲ୍ଲାକୁ ମାନ୍ଦ୍ରାଜ ପ୍ରଦେଶରୁ ଅଲଗା କରି ଓଡ଼ିଶାରେ ମିଶାଇବାପାଇଁ ସେ ଲାଗିପଡ଼ିଥିଲେ । ଯଦିଓ ତାଙ୍କର ଜମିଦାରୀ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ ଥିଲା, ସେ ନିଜକୁ ଓଡ଼ିଶା ଡିଭିଜନ୍‌ରେ ଚାଲୁଥିବା ଓଡ଼ିଆ ଆନ୍ଦୋଳନ ସହିତ ସମ୍ପର୍ଣ୍ଣଭାବେ ସମ୍ପୃକ୍ତ କରିଥିଲେ । ସେ କଟକର ଉତ୍କଳ ସାହିତ୍ୟ ସମାଜ ଏବଂ ସାକ୍ଷୀଗୋପାଳର ସତ୍ୟବାଦୀ ବିଦ୍ୟାଳୟକୁ ବହୁତ ଅର୍ଥ ଦାନ କରିଥିଲେ ।

୧୯୧୪ ଖ୍ରୀ.ଅ. ଡିସେମ୍ବର ମାସରେ ମହାରାଜା କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧ୍ଵବେଶନ ଆୟୋଜନ କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୨୨ ବର୍ଷ । ଏହି ସମ୍ମିଳନୀରେ ବିଭିନ୍ନ ଅଞ୍ଚଳମାନଙ୍କରୁ ପ୍ରାୟ ଦୁଇହଜାର ବ୍ୟକ୍ତି ଯୋଗଦାନ କରିଥିଲେ । ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ବିଶ୍ଵନାଥ କର, ଗୋଦାବରୀଶ ମିଶ୍ର, ଶଶିଭୂଷଣ ରାୟ ଏବଂ ଜଗବନ୍ଧୁ ସିଂହ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଏହି ଅଧିବେଶନରେ ଯୋଗଦାନ କରିଥିଲେ । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଇଂରେଜ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ସେବାଦାନ କରିଥିବା ହେତୁ ତାଙ୍କୁ ଇଂରେଜ ସରକାର ‘ରାଜାସାହେବ’ ଉପାଧ୍ ପ୍ରଦାନ କରିଥିଲେ ।

୧୯୨୪ ଖ୍ରୀ.ଅ.ରେ ଫିଲିପ୍-ଡଫ୍ କମିଟି ଆଗରେ ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଦେବାପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ ଭାବରେ ଦାବି କରିଥିଲେ । ତାଙ୍କ ମତଦ୍ୱାରା ପ୍ରଭାବିତ ହୋଇ ଏହି କମିଟି ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାରେ ମିଶାଇଦେବା ପାଇଁ ସୁପାରିଶ୍ କରିଥିଲେ । ଫିଲିପ୍ ଏବଂ ଡଫ୍ ପରେ କହିଥିଲେ, ‘ମୁଖ୍ୟତଃ ଗଞ୍ଜାମର ବିଶିଷ୍ଟ ଜମିଦାର ପାରଳାଖେମୁଣ୍ଡିର ମହାରାଜାଙ୍କ ମତ ଏବଂ ଇଚ୍ଛାକୁ ଭିତ୍ତି କରି ଆମ୍ଭେମାନେ ୧୯୨୪ ଖ୍ରୀ.ଅ.ରେ କମିଟି ରିପୋର୍ଟରେ ସୁପାରିସ୍ ଦେଇଥୁଲୁ ।’’

୧୯୨୭ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ରାଜକୀୟ କୃଷି କମିଶନ୍ (Royal Agriculture Commission) ର ସଭ୍ୟରୂପେ ନିଯୁକ୍ତ ହୋଇଥିଲେ । ଏହି କମିଶନର ଅଧ୍ୟକ୍ଷ ଥିଲେ ଭାରତର ପରବର୍ତ୍ତୀ ବଡ଼ଲାଟ୍ ଲର୍ଡ଼ ଲିନ୍‌ଲି । କମିଶନ୍‌ର ସଭ୍ୟଭାବେ କୃଷ୍ଣଚନ୍ଦ୍ର ଯେଉଁ ମତାମତ ଦେଇଥିଲେ ତାହାକୁ ଲର୍ଡ଼ ଲିନ୍‌ଲିଥ୍‌ ଗୁରୁତ୍ଵ ଦେଇଥିଲେ । କମିଶନ୍‌ର ସଭ୍ୟଭାବେ ସେ ଯେଉଁ ଅର୍ଥ ଉପାର୍ଜନ କରିଥିଲେ ତାହା ସେ କୁନୁଠାରେ ପୁଷ୍ଟି ଗବେଷଣା କେନ୍ଦ୍ର (Nutrition Research Centre) ପ୍ରତିଷ୍ଠା ପାଇଁ ଦାନ କରିଥିଲେ । ସେ ମଧ୍ୟ କୃଷିର ଗବେଷଣା ପାଇଁ କେତେକ ପାଣ୍ଠି (Endowment) ସୃଷ୍ଟି କରିଥିଲେ ।

୧୯୨୮ ଖ୍ରୀ.ଅ.ରେ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନ ସାଇମନ୍ କମିଶନ୍‌କୁ ବର୍ଜନ କଲାବେଳେ ପାରଳାଖେମୁଣ୍ଡି ମହାରାଜା ଏହି କମିଶନ୍ ଆଗରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ଦାବି ଉପସ୍ଥାପିତ କରିଥିଲେ । ଏହି ସମୟରେ ସେ ଓଡ଼ିଆମାନଙ୍କୁ ଆହ୍ବାନ ଦେଇ କହିଥିଲେ, ‘ସରକାରଙ୍କଠାରୁ ନ୍ୟାୟ ପାଇବାପାଇଁ ଏବେ ଯେଉଁ ସୁଯୋଗ ଆସିଛି ତାହା ହରାଇବା ଉଚିତ ହେବ କି ? ଆମ୍ଭମାନଙ୍କୁ ନିଜର ସ୍ୱାର୍ଥକୁ ସୁରକ୍ଷା କରିବାକୁ ପଡ଼ିବ । ଅନ୍ୟ କେହି ଆମକୁ ସାହାଯ୍ୟ କରିବା ଆଶା । ୧୯୩୦ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଞ୍ଜାମ ନିର୍ବାଚନମଣ୍ଡଳୀରୁ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ସେହିବର୍ଷ ବିହାର-ଓଡ଼ିଶା ସରକାର ଗୋଲଟେବୁଲ ବୈଠକକୁ ଓଡ଼ିଆମାନଙ୍କର ପ୍ରତିନିଧ୍ଵ ରୂପେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମ ସୁପାରିସ୍ କରିଥିଲେ ।

ସେ ଇଂଲଣ୍ଡରେ ଗୋଲଟେବୁଲ ବୈଠକ ଭିତରେ ଏବଂ ବାହାରେ ଦୃଢ଼ ଭାବରେ ଓଡ଼ିଆମାନଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି ଉପସ୍ଥାପିତ କରିଥିଲେ । ଉକ୍ତ ବୈଠକରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ସେ ଏକ ଦାବିପତ୍ର ଉପସ୍ଥାପିତ କରିଥିଲେ । ୧୯୩୧ ଖ୍ରୀ.ଅ. ଜାନୁୟାରୀ ୧୬ ତାରିଖରେ ଗୋଲଟେବୁଲ ବୈଠକରେ ଭାଷଣଦେଇ ସେ କହିଥିଲେ, ‘ମୁଁ ଆପଣମାନଙ୍କ ଆଗରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଶ୍ନ ଉତ୍‌ଥାପନ କରୁଛି । ଏହା ଓଡ଼ିଆମାନଙ୍କର ଜୀବନ ମରଣର ପ୍ରଶ୍ନ । ବର୍ତ୍ତମାନ ଓଡ଼ିଆମାନେ ବିଭିନ୍ନ ପ୍ରଦେଶରେ ପ୍ରଶାସନିକ କେନ୍ଦ୍ରଠାରୁ ଦୂରରେ ଲାଞ୍ଜଭାବେ ରହି ବିଭିନ୍ନ ଲାଞ୍ଛନା ଏବଂ ଅସୁବିଧା ଭୋଗକରୁଛନ୍ତି । ସଂଖ୍ୟାଲଘୁ ଭାବେ ଏହିସବୁ ପ୍ରଦେଶମାନଙ୍କର ନିୟୁତ ନିୟୁତ ଲୋକମାନଙ୍କ ସହିତ ମିଶି ରହିଥିବାହେତୁ ଏମାନଙ୍କ ଉପରେ କାହାର ଦୃଷ୍ଟି ପଡୁ ନାହିଁ ।’’

ଗୋଲଟେବୁଲ ବୈଠକ ଚାଲିଥିଲାବେଳେ ମହାରାଜା କୃଷ୍ଣଚନ୍ଦ୍ର ବ୍ୟକ୍ତିଗତ ଭାବରେ ଇଂଲଣ୍ଡର ଭାରତ ସଚିବ ସାର୍ ସାମୁଏଲ୍ ହୋର୍ ଏବଂ ଗୋଲଟେବୁଲ ବୈଠକର ଅନ୍ୟ ସଭ୍ୟମାନଙ୍କୁ ସାକ୍ଷାତ୍ କରିଥିଲେ ଏବଂ ସେମାନଙ୍କୁ ଓଡ଼ିଆମାନଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କର ପରିଶ୍ରମହେତୁ ଶେଷରେ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ଵତନ୍ତ୍ର ପ୍ରଦେଶ ଗଠନ ଦାବିକୁ ସ୍ବୀକାର କରିଥିଲେ । ବିହାରର ବିଶିଷ୍ଟ ନେତା ସଚ୍ଚିଦାନନ୍ଦ ସିଂହ ଯଥାର୍ଥରେ ମଧୁସୂଦନ ଦାସ ଏବଂ ବ୍ରଜସୁନ୍ଦର ଦାସଙ୍କୁ କହିଥିଲେ ଯେ ପାରଳାଖେମୁଣ୍ଡିର ମହାରାଜା ଅନିଚ୍ଛୁକ ଇଂରେଜ ସରକାରଙ୍କୁ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ରାଜି କରାଇଥିଲେ ଏବଂ ମଧୁସୂଦନ ଦାସଙ୍କର ଦୀର୍ଘ କଠିନ ପରିଶ୍ରମକୁ ଚୂଡ଼ାନ୍ତ ରୂପ ଦାନ କରିଥିଲେ ।

ଗୋଲଟେବୁଲ ବୈଠକରେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଦ୍ୟମ ଫଳରେ ଇଂରେଜ ସରକାର ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବାପାଇଁ ଓ’ଡନେଲ କମିଟି ଗଠନ କରିଥଲେ ।
ଓ’ଡ଼ୋନେଲ୍ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କ ଆଶା ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ କରି ନଥିଲା । ଏହା ପରାଳାଖେମୁଣ୍ଡି ମହାରାଜାଙ୍କ ପାଇଁ ବିଶେଷ ନୈରାଶ୍ୟଜନକ ହୋଇଥିଲା । କାରଣ ଏଥ‌ିରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି, ମେଦିନୀପୁର ଏବଂ ସିଂହଭୂମିକୁ ବାଦ ଦିଆଯାଇଥିଲା । ୧୯୩୨ ଖ୍ରୀ.ଅ. ଅଗଷ୍ଟ ୨୧ ତାରିଖରେ ବ୍ରହ୍ମପୁର ସହରରେ ଉତ୍କଳ ସମ୍ମିଳନୀର ଏକ ଜରୁରୀ ଅଧୂବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧୁବେଶନରେ ଓ’ଡ଼ୋନେଲ୍‌ କମିଟିର ପ୍ରତିକୂଳ ନିର୍ଦ୍ଧାରଣ ବିରୋଧରେ ବଡ଼ଲାଙ୍କୁ ଅବଗତ କରାଇବାପାଇଁ ପାରଳାଖେମୁଣ୍ଡି ମହାରାଜାଙ୍କ ଅଧିନାୟକତ୍ଵରେ ଏକ କମିଟି ଗଢ଼ାଯାଇଥିଲା । ଏହି କମିଟି ୧୯୩୨ ଖ୍ରୀ.ଅ. ସେପ୍ଟେମ୍ବର ୧୭ ତାରିଖରେ ସିମଳାଠାରେ ବଡ଼ଲାଟ୍ ଲର୍ଡ଼ ୱେଲିଂଡ଼ନଙ୍କୁ ସାକ୍ଷାତ କରିଥିଲେ ।

୧୯୩୩ ଖ୍ରୀ.ଅ. ଜୁଲାଇ ୩ ତାରିଖରେ ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ୱରେ ଏକ ଓଡ଼ିଆ ପ୍ରତିନିଧୁ ଦଳ ଲଣ୍ଡନଠାରେ ଭାରତ ସଚିବଙ୍କୁ ସାକ୍ଷାତ କରିଥିଲେ ଏବଂ ପାରଳାଖେମୁଣ୍ଡି ଓ ଜୟପୁରକୁ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବାପାଇଁ ଦାବି କରିଥିଲେ । ତେଲୁଗୁ ପ୍ରତିନିଧ୍ ଦଳର ଚାପ ତଥା ଭାରତ ସରକାର ଏବଂ ମାନ୍ଦ୍ରାଜ ସରକାରଙ୍କ ବିରୋଧ ହେତୁ ଇଂଲଣ୍ଡ ସରକାର ପାରଳାଖେମୁଣ୍ଡିକୁ ଓଡ଼ିଶାକୁ ହସ୍ତାନ୍ତର କରିବାପାଇଁ ରାଜି ହୋଇ ନଥିଲେ । କିନ୍ତୁ ଜୟପୁରକୁ ଓଡ଼ିଶାର ଅନ୍ତର୍ଭୁକ୍ତ କରିବାପାଇଁ ଇଂରେଜ କର୍ତ୍ତୃପକ୍ଷ ରାଜି ହୋଇଥିଲେ । ପାରଳାଖେମୁଣ୍ଡିର ଅଧିକାଂଶ ଲୋକ ତେଲୁଗୁ ହୋଇଥିବାରୁ ଇଂରେଜ କର୍ତ୍ତୃପକ୍ଷ ଏହାକୁ ଓଡ଼ିଶାକୁ ହସ୍ତାନ୍ତର କରିବାପାଇଁ ରାଜି ହୋଇ ନଥିଲେ । ତେଣୁ ମହାରାଜା କୃଷ୍ଣଚନ୍ଦ୍ର ତାଙ୍କର ଜମିଦାରୀକୁ ମାନ୍ଦ୍ରାଜ ଏବଂ ଓଡ଼ିଶା ମଧ୍ୟରେ ବିଭାଜନ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ସେ ଏହି ବିଭାଜନ ପ୍ରସ୍ତାବକୁ ମାନ୍ଦ୍ରାଜ ସରକାର ଏବଂ ଭାରତ ସଚିବଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ଏବଂ ମାନ୍ଦ୍ରାଜ ସରକାର ଏହି ବିଭାଜନ ପ୍ରସ୍ତାବକୁ ବିରୋଧ କରିଥିଲେ ।

ଶେଷରେ ୧୯୩୫ ଖ୍ରୀ.ଅ.ର ଭାରତ ଶାସନ ବିଧେୟକ ସମ୍ବନ୍ଧରେ ନିଯୁକ୍ତ ହୋଇଥିବା ଜଏଣ୍ଟ ସିଲେକ୍ଟ କମିଟି ଏହି ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଲର୍ଡ଼ ଲିନ୍‌ଲିଥ୍। ଏହି କମିଟିର ଅଧ୍ୟକ୍ଷ ଥିଲେ । ପୂର୍ବରୁ ଯେତେବେଳେ ଲିନ୍‌ଲିଥ୍‌ ରାଜକୀୟ କୃଷି କମିଶନ୍‌ର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ, ସେତେବେଳେ ମହାରାଜା କୃଷ୍ଣଚନ୍ଦ୍ର ଏହି କମିଶନ୍‌ର ସଭ୍ୟ ହୋଇଥିଲେ । ଲିନ୍‌ଲିଥ୍‌ଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସୁସମ୍ପର୍କ ହେତୁ ଲିନ୍‌ଲିଥ୍। ଏହି ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

୧୯୩୬ ଖ୍ରୀ.ଅ. ଏପ୍ରିଲ ପହିଲାରୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା । ସେହିଦିନ ମହାରାଜା କୃଷ୍ଣଚନ୍ଦ୍ର କଟକର ବାରବାଟୀ ଦୁର୍ଗ ନିକଟରେ ହଜାର ହଜାର ଲୋକଙ୍କୁ ଉଦ୍ୟାନ ଭୋଜିରେ ଆପ୍ୟାୟିତ କରିଥିଲେ । ତାଙ୍କର ପୂର୍ବପୁରୁଷ (ଅତୀତର ଗଙ୍ଗ ସମ୍ରାଟ) ମାନଙ୍କର ଅର୍ଦିଷ୍ଟ ପ୍ରେରଣାରେ ସେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ଉଦ୍ୟମ କରିଛନ୍ତ ବୋଲି ମହାରାଜା କୃଷ୍ଣଚନ୍ଦ୍ର ତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଅର୍ଜିତ ସମସ୍ତ ଅର୍ଥକୁ ମହାରାଜା କୃଷ୍ଣଚନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ । ସହଯୋଗୀମାନଙ୍କ ସହିତ ରାଜନୈତିକ ଦୃଷ୍ଟିରୁ ମତଭେଦ ହେବାରୁ ୧୯୪୪ ମସିହା ଜୁନ୍ ମାସରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ ସେ ରାଜନୀତିରୁ ପୂରାପୂରି ଅବସର ନେଇଥିଲେ । ୧୯୭୪ ଖ୍ରୀ.ଅ. ମେ ୨୫ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିଠାରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୩ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ ଭୂମିକା ଆଲୋଚନା କର ।
Answer:
୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିସାରିବା ପରେ ମଧ୍ୟଯୁଗୀୟ ଓଡ଼ିଶା ଆତ୍ମପରିଚୟ ହରାଇଥିଲା । ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ପୁରୋଭାଗରେ ଓଡ଼ିଶାବାସୀଙ୍କୁ ସାମିଲ କରାଇ ଏକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଯେଉଁ କେତେଜଣ ମହାନ୍ ନେତୃତ୍ୱଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ମଧ୍ୟରେ ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଓ ମଧୁସୂଦନ ଦାସ ଥିଲେ ସର୍ବଶ୍ରେଷ୍ଠ । ଓଡ଼ିଶାବାସୀଙ୍କ ମାନସପଟରେ ଜାତୀୟତାର ଭାବଧାରା ଜାଗ୍ରତ କରାଇ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଗଠନ କରିବାର ସ୍ଵପ୍ନକୁ ସାକାର କରାଇଥିଲେ ମଧୁସୁଦନ ଦାସ । ତାଙ୍କ ନିଷ୍ଠାପର ଉଦ୍ୟମ ଓ ସଂଗ୍ରାମ ଫଳରେ ପରିଶେଷରେ ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଆତ୍ମପ୍ରକାଶ କରିଥିଲା ।

ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳିତ ହେବାପରେ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଜାଗରଣ ଦେଖାଯାଇଥିଲା । ଏହା ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ୧୮୪୮ ଖ୍ରୀଷ୍ଟାବ୍ଦରେ କଟକର ସତ୍ୟଭାମାପୁର ଗ୍ରାମରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ । ୧୮୭୩ରେ କଲିକତା ବିଶ୍ଵବିଦ୍ୟାଳୟରୁ ଏମ୍.ଏ. ପାସ କରି ୧୮୭୮ ରେ ବି.ଏଲ୍ ଡ୍ରିଗ୍ରୀ ଲାଭକରି କଟକରେ ଓକିଲାତି ଆରମ୍ଭ କରିଥିଲେ । ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ସେ ୧୯୦୩ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀ । ସମ୍ବଲପୁର, ଗଞ୍ଜାମ, କଟକ, ବାଲେଶ୍ଵର ଆଦି ସବୁ ସ୍ଥାନରେ ରହିଥ‌ିବା ଓଡ଼ିଆମାନଙ୍କୁ ଏହି ସମ୍ମିଳନୀରେ ଯୋଗଦାନ ପୂର୍ବକ ନୂତନ ଓଡ଼ିଶା ଗଠନର ଆହ୍ଵାନ ଦେଇ ସେ କହିଲେ –
‘ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ,
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ
ଡେଇଁପଡି ସିନ୍ଧୁ ନୀରେ ।
ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ଵ, ପ୍ରେରଣା ଏବଂ ତ୍ୟାଗ ବଳରେ ଉତ୍କଳ ସମ୍ମିଳନୀ ଓଡ଼ିଆମାନଙ୍କ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା । ସେ ବିଭିନ୍ନ ସ୍ଥାନକୁ ଯାଇ ଉତ୍କଳ ସମ୍ମିଳନୀ ପାଇଁ ପ୍ରଚାର କାର୍ଯ୍ୟ ଚଳାଇଥିଲେ । ଏଥ‌ିପାଇଁ ସେ ନିଜର ବ୍ୟକ୍ତିଗତ ଅର୍ଥ ବ୍ୟୟ କରିଥିଲେ । ତାଙ୍କରି ପ୍ରେରଣାରେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କନିକାର ଜମିଦାର ରାଜେନ୍ଦ୍ର ନାରାୟଣ ଭଞ୍ଜ ତଥା ଅନ୍ୟ ଜମିଦାର ଏବଂ ରାଜାମାନେ ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏଥ‌ିପାଇଁ ତ୍ୟାଗ ସ୍ଵୀକାର କରିଥିଲେ ।

୧୯୦୭ ଖ୍ରୀ.ଅ.ରେ ମଧୁସୂଦନ ଇଂଲଣ୍ଡ ଯାତ୍ରା କରିଥିଲେ ଏବଂ ସେଠାକାର ଜନସାଧାରଣଙ୍କ ସମ୍ମୁଖରେ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଫଳରେ ଇଂଲଣ୍ଡର ଲର୍ଡ଼ସ୍‌ ସଭା (House of Lords) ରେ ଲର୍ଡ କର୍ଜନ ଓଡ଼ିଆମାନଙ୍କର ଦାବିକୁ ସମର୍ଥନ କରିଥିଲେ ଏବଂ କମନ୍ସ୍ ସଭା (House of Commons) ରେ ମେକୋଲଡ଼୍ ସ୍କଟ ଏହି ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଫଳରେ ଓଡ଼ିଶାକୁ ବଙ୍ଗରୁ ଅଲଗା କରାଯାଇଥିଲା ଏବଂ ୧୯୧୨ ମସିହାରେ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । କିନ୍ତୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ଉତ୍କଳ ସମ୍ମିଳନୀ ଜରିଆରେ ମଧୁସୂଦନ ଚେଷ୍ଟା ଚଳାଇଥିଲେ । ୧୯୦୭ ଖ୍ରୀ.ଅ.ରେ ଇଂଲଣ୍ଡର ସାମ୍ବାଦିକ ସମ୍ମିଳନୀରେ ସେ ‘ଅସନ୍ତୁଷ୍ଟ ଭାରତ’ (Discontented India) ନାମକ ପ୍ରଚାର ପୁସ୍ତିକା ବାଣ୍ଟିଥିଲେ । ଏଥ‌ିରେ ସେ ଭାରତ ତଥା ଓଡ଼ିଶାର ପ୍ରକୃତ ସମସ୍ୟାମାନ ଉତ୍‌ଥାପନ କରିଥିଲେ ।

୧୯୧୩ ଖ୍ରୀ.ଅ.ରେ ପୁରୀରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧ‌ିବେଶନରେ ମଧୁସୂଦନ ସଭାପତି ଆସନ ମଣ୍ଡନ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଆ ଅଞ୍ଚଳମାନଙ୍କର ଏକତ୍ରୀକରଣ, ସ୍କୁଲ, ଅଦାଲତ ଏବଂ ଅଫିସମାନଙ୍କରେ ଓଡ଼ିଆଭାଷାର ପ୍ରଚଳନ ଏବଂ ଓଡ଼ିଶାରେ ଇଂଜିନିୟରିଂ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଥିଲା । ୧୯୧୭ ଖ୍ରୀ.ଅ.ରେ ଭାରତ ସଚିବ ଏଡ଼ଉଇନ୍ ମଣ୍ଟେଗୁ ଭାରତକୁ ଆସିଥିଲେ । ଏହି ସମୟରେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ଗୋଟିଏ ପ୍ରଶାସନିକ ଏକକରେ ରଖାଯିବା ପାଇଁ ସେ ଦାବି କରିଥିଲେ । ୧୯୧୭ ଖ୍ରୀ.ଅ.ରେ ଓଡ଼ିଆମାନଙ୍କର ଅଭାବ ଅସୁବିଧାକୁ ଉପସ୍ଥାପିତ କରିବାପାଇଁ ମଧୁସୂଦନ ‘ଦି ଓଡ଼ିଆ’ ନାମକ ଏକ ସାପ୍ତାହିକୀ ପତ୍ରିକା ବାହାର କରିଥିଲେ । ଏହି ପତ୍ରିକାରେ ସେ ଆର୍ଥିକ ସ୍ଵାବଲମ୍ବନଶୀଳତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ୧୯୧୯ ଖ୍ରୀ.ଅ.ରେ ଭାତର ଶାସନ ଆଇନ ଅନୁସାରେ ମଧୁସୂଦନ ବିହାର-ଓଡ଼ିଶା ସରକାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ହୋଇଥିଲେ । ମଧୁସୂଦନ ଅବୈତନିକ ଭାବରେ ମନ୍ତ୍ରୀ ଦାୟିତ୍ୱରେ ରହିବାପାଇଁ ଇଚ୍ଛା କଲେ । କିନ୍ତୁ ସରକାର ତାଙ୍କର ମତ ପ୍ରତ୍ୟାଖ୍ୟାନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

୧୯୧୮ ଖ୍ରୀ.ଅ. ଶେଷ ଆଡ଼କୁ ମଧୁସୂଦନ ଉତ୍କଳ ସମ୍ମିଳନୀରୁ ଓହରି ଯାଇଥିଲେ । କିନ୍ତୁ ଜୀବନର ଶେଷ ମୁହୂର୍ତ୍ତରେ ସେ ସ୍ଵତନ୍ତ୍ର ଓଡ଼ିଶା ଗଠନପାଇଁ ସାଇମନ୍ କମିଶନଙ୍କୁ ଏକ ଦାବିପତ୍ର ଦେଇଥିଲେ । ୧୯୩୧ ଖ୍ରୀ.ଅ. ନଭେମ୍ବର ୧୧ ତାରିଖରେ ଓଡ଼ିଶା ସୀମା ନିର୍ଦ୍ଧାରଣ କମିଟି କଟକ ଆସିଲେ । ତେୟାଅଶୀ ବର୍ଷର ବୃଦ୍ଧ ମଧୁସୂଦନ ଦାସ ବଡ଼ିଭୋରରୁ ଉଠି ଏହି କମିଟିର ସଭ୍ୟମାନଙ୍କୁ କଟକ ରେଳଷ୍ଟେସନରୁ ପାଛୋଟି ନେଇଥିଲେ । ମୃତ୍ୟୁବେଳକୁ ତାଙ୍କର ଆଜୀବନ ଚେଷ୍ଟା ଫଳବତୀ ହୋଇଥିଲା । ସେତେବେଳକୁ ଇଂରେଜ ସରକାର ସ୍ୱତନ୍ତ୍ର ଓଡ଼ିଶା ଗଠନପାଇଁ ନିଷ୍ପତ୍ତି ଗ୍ରହଣ କରିସାରିଥିଲେ । କିନ୍ତୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କାର୍ଯ୍ୟ ସାକାର ହେବା ପୂର୍ବରୁ ଓଡ଼ିଆମାନଙ୍କର ବରେଣ୍ୟ ନାୟକ ଓ ପ୍ରାଣପ୍ରତିଷ୍ଠାତା ମଧୁସୂଦନ ଦାସ ୧୯୩୪ ଖ୍ରୀ.ଅ. ଫେବୃୟାରୀ ୪ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ଏସବୁ ସତ୍ତ୍ଵେ ନବ ଉତ୍କଳର ନିର୍ମାତାଭାବେ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ପୁରୋଧା ମଧୁସୂଦନ ଦାସଙ୍କର ଅବଦାନ ଥିଲା ଅତୁଳନୀୟ ।

CHSE Odisha Class 12 History Chapter 16 Long Answer Questions in Odia Medium

୪ । ବିଶିଷ୍ଟ ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ରମା ଦେବୀଙ୍କ କୃତିତ୍ଵ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
ଏକ ପକ୍ଷରେ ବିଦେଶୀ ଶତ୍ରୁସହ ସଂଗ୍ରାମ କରିବା ସହିତ ଅନ୍ୟ ପକ୍ଷରେ ନିଜ ରାଜ୍ୟବାସୀଙ୍କୁ ଯିଏ ମାତୃତ୍ଵର ଅମଳିନ ସ୍ନେହ ମମତାରେ ବାନ୍ଧି ରଖୁଲେ ସେ ହେଉଛନ୍ତି ମା’ ରମା ଦେବୀ । ୧୮୯୯ ଖ୍ରୀ.ଅ. ଡିସେମ୍ବର ୩ ତାରିଖ ଦିନ କଟକର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରମା ଦେବୀଙ୍କ ପିତା ଗୋପାଳବଲ୍ଲଭ ଦାସ ଓ ମାତା ଥିଲେ ବସନ୍ତ କୁମାରୀ ଦେଈ । ସର୍ବୋପରି ବଡ଼ବାପା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଭିଜାତ୍ୟ ଦିଗ୍‌ଦର୍ଶନ ଭିତରେ ଲାଳିତାପାଳିତା ହୋଇ ୧୯୧୪ ଖ୍ରୀ.ଅ.ରେ ମାତ୍ର ୧୫ ବର୍ଷ ବୟସରେ ଅନ୍ୟଏକ ଆଭିଜାତ୍ୟ ପରିବାରକୁ ସେ ବୋହୂ ହୋଇ ଯାଇଥିଲେ । ସ୍ଵାମୀ ଶ୍ରୀ ଗୋପବନ୍ଧୁ ଚୌଧୁରୀ ଡେପୁଟୀ କଲେକ୍ଟର ଓ ଶ୍ୱଶୁର ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ ଖେରସର ବିଖ୍ୟାତ ଜମିଦାର ଥିଲେ ।

ବିବାହର ମାତ୍ର ବର୍ଷ ମଧ୍ୟରେ ୩ଟି ସନ୍ତାନର ଜନନୀ ହୋଇ ସର୍ବକନିଷ୍ଠ ସନ୍ତାନର ମୃତ୍ୟୁବେଦନା ମଧ୍ୟ ତାଙ୍କୁ ସହିବାକୁ ପଡ଼ିଥିଲା; କିନ୍ତୁ ସ୍ବାମୀ, ପରିବାର, ସନ୍ତାନସନ୍ତତି ଇତ୍ୟାଦିକୁ ନେଇ ବ୍ୟକ୍ତିଗତ ସୁଖଦୁଃଖରେ ଆନ୍ଦୋଳିତା ଜଣେ ସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଅସାଧାରଣ ଜନନୀଙ୍କର ଆଭିର୍ଭାବ ହୁଏ ୧୯୨୧ ଖ୍ରୀଷ୍ଟାବ୍ଦରେ । ୧୯୨୧ ଖ୍ରୀଷ୍ଟାବ୍ଦ ଫେବୃୟାରୀ ମାସରେ ରମା ଦେବୀଙ୍କ ସ୍ଵାମୀ ଗୋପବନ୍ଧୁ ଚୌଧୁରୀ ଇଂରେଜ ସରକାରଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ କରି ଉଚ୍ଚ ସରକାରୀ ପଦବୀରୁ ଇସ୍ତଫା ଦେଇଥିଲେ । ସେହିବର୍ଷ ମାର୍ଚ୍ଚମାସ ଦୋଳପୂର୍ଣ୍ଣମୀ ଦିନ କଟକ ବିନୋଦବିହାରୀ ହତାରେ ଏକ ମହିଳା ସଭାରେ ମହାତ୍ମା ଗାନ୍ଧିଙ୍କ ଯୋଗଦାନ ଓ ସାନ୍ନିଧ୍ୟ ରମା ଦେବୀଙ୍କ କୁହୁଳୁଥ‌ିବା ଦେଶପ୍ରେମକୁ ପ୍ରଜ୍ଜ୍ୱଳିତ କରିଥିଲା ।

ମୁହୂର୍ତ୍ତକରେ ସବୁ ଭୋଗବିଳାସକୁ ତୁଚ୍ଛ କରି ଭାରତର ସ୍ବାଧୀନତା ସଂଗ୍ରାମରେ ଝାସଦେଉଥ‌ିବା ବୀର ସନ୍ତାନମାନଙ୍କୁ ଅଖଣ୍ଡ ମାତୃତ୍ଵ ପ୍ରଦାନ କରିବାକୁ ସେ ଆଗେଇ ଚାଲିଲେ । ୧୯୨୨ ଖ୍ରୀ.ଅ. ଡିସେମ୍ବରରେ ନିଷ୍ଫଳ ଭାରତ କଂଗ୍ରେସ କମିଟିର ବାର୍ଷିକ ଅଧ୍ଵବେଶନରେ ପ୍ରତିନିଧୂରୂପେ ଗୟା କଂଗ୍ରେସରେ ଯୋଗଦେଲେ । ଖଦୀବୋର୍ଡ଼ ଓ ଚରଖା ସଂଘର ସଦସ୍ୟା ହେଲେ । ୧୯୨୪ରେ କଟକର ପ୍ରାଦେଶିକ ସମ୍ମିଳନୀରେ ଯୋଗଦେଲେ । ୧୯୨୭ରେ ଅଲ୍ ଇଣ୍ଡିଆ ଓମେନ୍‌ସ୍ କନ୍‌ଫରେନ୍ସର ସଦସ୍ୟା ହେଲେ । ୧୯୩୦ ରେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ପ୍ରଥମ କାରାଦଣ୍ଡ ଭୋଗିଲେ । ୧୯୩୧ ରେ ହିନ୍ଦୁସ୍ତାନୀ ସେବାଦଳ ପାଇଁ ସ୍ୱେଚ୍ଛାସେବିକା ସଂଗ୍ରହ କାର୍ଯ୍ୟ କଲେ । ୧୯୩୨ରେ ପୂର୍ଣ୍ଣ ସ୍ଵରାଜ ସଂକଳ୍ପପତ୍ର ପାଠ କରି ପୁତ୍ର ମନମୋହନଙ୍କ ସହ କାରାବରଣ କଲେ । ଏହାପରେ କଟକରେ ଲବଣ ସତ୍ୟାଗ୍ରହରେ ଗିରଫ ହୋଇ ହଜାରିବାଗ୍ ଜେଲ୍‌କୁ ଗଲେ ।

ଏସବୁ ସହ ଗାନ୍ଧିଜୀଙ୍କର ଆଦର୍ଶରେ ସୂତାକଟା, ମେହେନ୍ତର ବସ୍ତି ସଫେଇ, କୁଷ୍ଠରୋଗୀଙ୍କ ସେବା, ମହିଳାମାନଙ୍କର ବିଭିନ୍ନ ତାଲିମ୍ କାର୍ଯ୍ୟ, ଆଦିବାସୀମାନଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଭୂଦାନ ଆନ୍ଦୋଳନ ଓ ପଦଯାତ୍ରା, କସ୍ତୁରବା ଟ୍ରଷ୍ଟ ଜରିଆରେ ମାତୃମଙ୍ଗଳ କେନ୍ଦ୍ର ଓ ବାବାଡ଼ି ଇତ୍ୟାଦି ରଚନାତ୍ମକ କାର୍ଯ୍ୟ ପରିଚାଳନା ଓ ଅନେକ ଗଠନମୂଳକ କାର୍ଯ୍ୟ ତାଙ୍କ ଦୀର୍ଘ, ନିରଳସ ଓ କର୍ମମୟ ଜୀବନକୁ ବୈଶିଷ୍ଟ୍ୟ ପ୍ରଦାନ କରିଥିଲା । ୧୯୫୮ ଖ୍ରୀ.ଅ. ଏପ୍ରିଲ୍‌ରେ ସ୍ଵାମୀ ଗୋପବନ୍ଧୁ ଚୌଧୁରୀଙ୍କର ଦେହାନ୍ତ ହେବାପରେ କିଛିକାଳ ଦୋହଲିଯାଇଥିବା ରମା ଦେବୀ ପୁଣି ମାତୃତ୍ବର ଏକ ଅନମନୀୟ ଦୃଢ଼ତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ମନଯୋଗୀ ହୋଇଥିଲେ ।

ସ୍ଵାମୀଙ୍କ ମୃତ୍ୟୁପରେ ବିନୋବାଙ୍କର ପଦଯାତ୍ରା ଆୟୋଜନ, ରାଉରକେଲା ଦଙ୍ଗାରେ ଶାନ୍ତି ସ୍ଥାପନ କାର୍ଯ୍ୟ, ଗାନ୍ଧି ରଚନାବଳୀକୁ ଓଡ଼ିଆରେ ପ୍ରସ୍ତୁତ କରିବା, କୋରାପୁଟ, ଗଞ୍ଜାମ, ଢେଙ୍କାନାଳ ଆଦି ଜିଲ୍ଲାର ମରୁଡ଼ି ପ୍ରତିକାର ପାଇଁ ଜୟପ୍ରକାଶ ନାରାୟଣଙ୍କ ସହଯୋଗରେ ଆନ୍ତର୍ଜାତିକ ରିଲିଫ୍ ଫଣ୍ଡ୍‌ର ସହାୟତା ନେବା, ଆଚାର୍ଯ୍ୟ ହରିହର ଦାସ ମେମୋରିଆଲ୍ ଟ୍ରଷ୍ଟ ଜରିଆରେ କଟକରେ କ୍ୟାନସର ରୋଗ ନିର୍ଣ୍ଣୟ କେନ୍ଦ୍ର ସ୍ଥାପନ କରିବା ଆଦି ବହୁମୁଖୀ କାର୍ଯ୍ୟ ନିମନ୍ତେ ରମା ଦେବୀ ନିଜକୁ ସମର୍ପି ଦେଇଥିଲେ । କୋରାପୁଟ, ଫୁଲବାଣୀ, କଳାହାଣ୍ଡି ଇତ୍ୟାଦି ଅରଣ୍ୟ ଅଧୁଷିତ ଇଲାକାଠାରୁ ଆରମ୍ଭ କରି ବରୀ, ଡେରାବିଶ ପରି ବନ୍ୟାବିପନ୍ନ ଅଞ୍ଚଳରେ ଲୋକମାନେ ‘ମାଆ’ କହିଲେ ରମା ଦେବୀଙ୍କୁ ହିଁ ବୁଝୁଥିଲେ । ଶୁଭ୍ର ଖଦଡ଼ ଶାଢ଼ି ପରିହିତା ଏହି କ୍ଷୁଦ୍ରକାୟା ମହିୟସୀ ମହିଳା ଯେଉଁଆଡ଼େ ଯାଉଥିଲେ ମାତୃତ୍ଵର ଏକ ସାତ୍ତ୍ଵିକ ଜ୍ୟୋତିର୍ବଳୟ ତାଙ୍କୁ ସବୁବେଳେ ଉଦ୍ଭାସିତ କରି ରଖୁଥିଲା ।

ଏତଦ୍‌ବ୍ୟତୀତ କଟକ ଥୋରିଆସାହିରେ ଥ‌ିବା ଭୂଦାନ ଅଫିସ୍‌ର ରୋଷେଇଘରେ ଅଧିକାଂଶ ସମୟ ସେ କଟାଇଥା’ନ୍ତି । ଦେଶୀ ବିଦେଶୀ ଅତିଥ୍ୟାମାନେ ଏଠି ଚମତ୍କୃତ ହୁଅନ୍ତି । ୧୯୬୬ ଖ୍ରୀ.ଅ.ରେ ‘ପଦ୍ମଶ୍ରୀ’ ଉପାଧ୍ୟାକୁ ପ୍ରତ୍ୟାଖ୍ୟାନ କରିବାପରେ ରମା ଦେବୀ ୧୯୮୧ ଖ୍ରୀ.ଅ.ରେ ବଜାଜ ପୁରସ୍କାର ସ୍ଵରୂପ ଏକଲକ୍ଷ ଟଙ୍କାର ଅର୍ଥ ସର୍ବୋଦୟ ଅନୁଷ୍ଠାନର ଆବଶ୍ୟକତା ପୂରଣ ପାଇଁ ଗ୍ରହଣ କରନ୍ତି । ୧୯୮୪ ଖ୍ରୀ.ଅ.ରେ ଉତ୍କଳ ବିଶ୍ୱବିଦ୍ୟାଳୟ ‘ବିଧ୍ଵ ପରମଭୂଷଣ’ ଉପାଧ୍ ଏବଂ ୧୯୮୫ ରେ ଷଷ୍ଠ ସାରଳା ସମ୍ମାନରେ ସମ୍ମାନିତା ରମା ଦେବୀଙ୍କ ପାଇଁ ଶ୍ରେଷ୍ଠ ସମ୍ଭାଷଣ ଥିଲା ‘ମାଆ’ ପଦଟି । ୧୯୮୫ ଖ୍ରୀ.ଅ. ଜୁଲାଇ ୨୨ ତାରିଖ ଦିନ ଏହି ମହୀୟସୀ ମହିଳା ରମା ଦେବୀଙ୍କର ଦେହାନ୍ତ ହୋଇଥିଲା । ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରସିଦ୍ଧ ଉକ୍ତି ରମା ଦେବୀଙ୍କ ପରି ଓଡ଼ିଶା ମା’ର ସୁଯୋଗ୍ୟା କନ୍ୟାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେହୁଏ । ସେହି ଉକ୍ତିର କିଛି ଅଂଶ ହେଉଛି – ‘ଜାତୀୟ ମମତା ବିଶ୍ଵଜନପ୍ରୀତି, ଉତ୍କଳବାସୀର ଏହା ହେଉ ନୀତି’’ । ବାସ୍ତବିକ ରମା ଦେବୀ ଯୋଗଜନ୍ମା ଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୫। ବିଶିଷ୍ଟ ନାରୀନେତ୍ରୀ ସରଳା ଦେବୀଙ୍କର କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
ନଦୀମାତୃକା ଓଡ଼ିଶାରେ ନାରୀମାତ୍ରେ ହିଁ କବି । ନାରୀର ନୀତିବୋଧ, ସାରସ୍ଵତ ପ୍ରଜ୍ଞା ଓ ପ୍ରତିଭା ଐତିହାସିକ ଓଡ଼ିଶାରେ ହିଁ ଉନ୍ମେଷିତ ହୋଇଥିଲା । ଓଡ଼ିଶାର ମାଟିକୁ ସବୁଜ ବନାନୀ କହିଲେ, ପ୍ରତିଭାମୟୀ ନାରୀମାନେ ତା’ର ସୁବାସିତ ପୁଷ୍ପ । ବହୁ ଘାତ ପ୍ରତିଘାତ ମଧ୍ୟରେ ସୃଷ୍ଟି ହୋଇଥିବା ଓଡ଼ିଆ ସାହିତ୍ୟ ନାରୀ ସ୍ୱାତନ୍ତ୍ର୍ୟର ମହିମାରେ ଅନୁରଣିତ । ୧୯୨୧ ଖ୍ରୀ.ଅ.ର ଗଣଧର୍ମୀ ରାଜନୀତି ଓ ଜନଜାଗରଣର ମହାପ୍ଲାବନରେ ଆଧୁନିକ ଓଡ଼ିଆ ନାରୀ ସାହିତ୍ୟ ସୃଷ୍ଟିଲାଗି ଅଦମ୍ୟ ଆବେଗ ନେଇ ଆଗେଇଆସିଲା । ସେମାନଙ୍କ ମଧ୍ୟରେ ଆତ୍ମପ୍ରକାଶ କଲେ ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତ୍, ନାରୀନେତ୍ରୀ ସରଳା ଦେବୀ, ପ୍ରବୀଣା ସୁଲେଖ୍କା ଲତିକା ଦେବୀ ପ୍ରମୁଖ ନାରୀମାନେ । ଏ ସମସ୍ତଙ୍କ ମଧ୍ୟରୁ ନାରୀନେତ୍ରୀ ସରଳା ଦେବୀ ସହଜରେ ବାରିହୋଇ ପଡୁଛି ।

ଓଡ଼ିଆ ସାହିତ୍ୟର ସାରସ୍ବତ କ୍ଷେତ୍ରର ଅନ୍ୟତମ ମହୀୟସୀ (ନାରୀକବି) କବି ଓ ନାରୀନେତ୍ରୀ ସ୍ୱନାମଧନ୍ୟା ସରଳା ଦେବୀ ୧୯୦୪ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ କଟକ ବାଲିକୁଦାର ପ୍ରଖ୍ୟାତ କାନୁନ୍‌ଗୋ ପରିବାରରେ ଭୂମିଷ୍ଠ ହୋଇଥିଲେ । ୧୯୮୬ ଖ୍ରୀ.ଅ. ଅକ୍ଟୋବର ଚାରି ତାରିଖରେ କଟକର ତଳତେଲେଙ୍ଗା ବଜାରସ୍ଥିତ ତାଙ୍କର ବାସଭବନରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ୮୨ ବର୍ଷ ଜୀବନକାଳ ମଧ୍ୟରେ ସେ ଦେଶର ମୁକ୍ତି ସଂଗ୍ରାମରେ, ରାଜନୀତି କ୍ଷେତ୍ରରେ ଓ ଜାତୀୟ ସାହିତ୍ୟରେ ସାଧନାର ଓ କୃତିତ୍ଵର ଉଜ୍ଜଳ ସ୍ବାକ୍ଷର ରଖାଯାଇଛନ୍ତି । ତାଙ୍କର ସ୍ଵାମୀ ଭାଗୀରଥ ମହାପାତ୍ର ୧୯୭୫ ଖ୍ରୀ.ଅ. ଅଗଷ୍ଟ ୨ ତାରିଖରେ ଏବଂ ୧୯୮୫ ନଭେମ୍ବରରେ ଏକମାତ୍ର ପୁତ୍ର ଅମିତାଭ ମହାପାତ୍ର ଇହଲୀଳା ସମ୍ବରଣ କରିଥିଲେ । ତେଣୁ ସରଳା ଦେବୀଙ୍କ ଶାରୀରିକ ଅସୁସ୍ଥତାଠାରୁ ମାନସିକ ଚିନ୍ତା ଅତ୍ୟନ୍ତ ଗୁରୁତର ଓ ଗଭୀରତର ଥିଲା । ସରଳା ଦେବୀ ଥିଲେ ସାଧନାପଥର ଯାତ୍ରୀ । ତେଣୁ ଅନେକ ଧୈର୍ଯ୍ୟଧରି ସେ ଆଘାତ ସହି ନେଇପାରୁଥିଲେ ।

୧୯୦୩ ରେ ସରଳା ଦେବୀ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ । ଦେଶସେବାରେ ତାଙ୍କର ଯେପରି ଉଗ୍ରନିଷ୍ଠା, ଓଜସ୍ବିନୀ ବକ୍ତୃତା ଦେବାରେ ସେହିପରି ଦକ୍ଷତା ଥିଲା । ତେଣୁ ସେ ଏକାଧ୍ଵକବାର କାରାବରଣ କରିଥିଲେ । ପ୍ରାଦେଶିକ କଂଗ୍ରେସ କମିଟିର ମହିଳା ବିଭାଗର ସେ ସମ୍ପାଦିକା ଓ ଓଡ଼ିଶା ବିଧାନସଭାର ସଭ୍ୟା ହୋଇଥିଲେ । ଉତ୍କଳ ସାହିତ୍ୟ ସମାଜର ସେ ସମ୍ପାଦିକା ଓ ଉପସଭାନେତ୍ରୀ ମଧ୍ୟ ଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟିୟର୍ ଥିଲେ । ସରଳା ଦେବୀ ତେଣୁ ପ୍ରତି କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଥିଲେ । ସରଳା ଦେବୀ ଜଣେ ନାରୀନେତ୍ରୀ ହୋଇଥିବାରୁ ନାରୀ ସମ୍ପର୍କରେ, ନାରୀ ସମସ୍ୟା ଉପରେ ସେ ବହୁ ପୁସ୍ତକ ଓ ପୁସ୍ତିକା ରଚନା କରିଛନ୍ତି । ସେଗୁଡ଼ିକମଧ୍ୟରୁ ‘ନାରୀର ଦାବି’, ‘ନାରୀର ସମସ୍ୟା’, ‘ନାରୀଜଗତ’, ‘ବୀରା ରମଣୀ ଜନାବାଈ’, ‘ଓଡ଼ିଆ ବୋହୂ’, ‘ସତ୍ୟଧର୍ମ’, ‘ବିଶ୍ବ ବିପ୍ଳବିନୀ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ସର୍ବୋପରି ତାଙ୍କର ‘ସାରଳା ମହାଭାରତରେ ନାରୀ’ ଓ ‘ଉତ୍କଳ ଭାରତୀ କୁନ୍ତଳାକୁମାରୀଙ୍କ କବି ପ୍ରତିଭା’ ଦୁଇଟି ପୁସ୍ତକ ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ଅବଦାନ ।

ଓଡ଼ିଆ କଥାସାହିତ୍ୟକୁ ତାଙ୍କର କୃତିତ୍ବର ଅବଦାନ ମଧ୍ଯ ଅବିସ୍ମରଣୀୟ । ‘ସବୁଜ ସାହିତ୍ୟ ସମିତି’ର ‘ବାସନ୍ତୀ’ ଉପନ୍ୟାସ ଏକାଧିକ ଲେଖକ ଲେଖ୍ଙ୍କ ଦ୍ବାରା ଲିଖ୍ । ସେଥୁରେ ସରଳା ଦେବୀ କେତୋଟି ପରିଛେଦ ଲେଖୁଥିଲେ । ସରଳା ଦେବୀଙ୍କ ସ୍ଵାମୀ ଭାଗିରଥୀ ମହାପାତ୍ର ୧୯୨୧ରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସେ ପୁଣି ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ପୁତ୍ର ଅମିତାଭ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ । ସରଳା ଦେବୀଙ୍କ ପରିବାର ଦେଶ, ଦଶ, ଜାତି ପାଇଁ ପ୍ରାଣବଳି ଦେଇଥିଲେ । ପରିଶେଷରେ ମହୀୟସୀ ମହିଳା ସରଳା ଦେବୀଙ୍କ ସମ୍ପର୍କରେ ଏତିକି କହିଲେ ସତ୍ୟର ଅପଳାପ ହେବ ନାହିଁ ଯେ, ସେ ଅତୀତରେ ଦେଶର ମୁକ୍ତି ସଂଗ୍ରାମର ଓଡ଼ିଆ ସାହିତ୍ୟର ବହୁ କ୍ଷେତ୍ରରେ ଥିଲେ ନୀରବ ସାକ୍ଷୀ ।

CHSE Odisha Class 12 History Chapter 16 Long Answer Questions in Odia Medium

୬। ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୀବନୀ ଓ କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
୧୯୦୪ ଖ୍ରୀ.ଅ. ଜୁଲାଇ ମାସ ୨୬ ତାରିଖ ଦିନ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ମାଳତୀ ଦେବୀଙ୍କର ଜନ୍ମ ହୋଇଥିଲା । ତାଙ୍କର ପିତା ଥିଲେ ପ୍ରଖ୍ୟାତ ଆଇନଜ୍ଞ କୁମୁଦନାଥ ସେନ୍ ଓ ମାତା ସ୍ନେହଲତା ସେନ୍ । ବାଲ୍ୟକାଳରୁ ପିତାମାତାଙ୍କ ପ୍ରେରଣା ପାଇ ମାଳତୀ ଦେବୀ ନିଜ ଜୀବନ ଗଢ଼ିଥିଲେ । ସ୍ଵଳ୍ପ ବୟସରୁ ସେ ଥିଲେ ସ୍ଵାଧୀନଚେତା । ପାଶ୍ଚାତ୍ୟ ଶିକ୍ଷାକୁ ଘୃଣା କରୁଥିବାରୁ ରବୀନ୍ଦ୍ରନାଥ ଠାକୁରଙ୍କଦ୍ଵାରା ସ୍ଥାପିତ ଶାନ୍ତିନିକେତନରେ ରହି ସେ ପାଠ ପଢ଼ିଥିଲେ । ସେଠାରେ ପାଠ ପଢୁଥ‌ିବା ସମୟରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଗୁରୁ ଭାବରେ ଗ୍ରହଣ କରିଥିଲେ । ଶାନ୍ତିନିକେତନରେ ଥ‌ିବା ସମୟରେ ୧୯୨୭ ଖ୍ରୀ.ଅ.ରେ ନବକୃଷ୍ଣ ଚୌଧୁରୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।

ବିବାହପରେ ସେ ଓଡ଼ିଶା ଆସି ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସ୍ଵାମୀଙ୍କଠାରୁ ପ୍ରେରଣା ଓ ଉତ୍ସାହ ପାଇ ମାଳତୀ ଦେବୀ ଜଗତ୍‌ସିଂହପୁର ଅନ୍ତର୍ଗତ ତରିକୁନ୍ଦଠାରେ କିଛି ଦିନ ରହି ଉନ୍ନତ ଧରଣର କୃଷିର ପ୍ରବର୍ତ୍ତନ କରିଥିଲେ ଏବଂ ତତ୍‌ସହିତ ସମାଜରୁ ନିରକ୍ଷରତା ଦୂରୀକରଣ ପାଇଁ ସେ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ ଏବଂ ତତ୍ ସହିତ ଅସ୍ପୃଶ୍ୟତା ନିବାରଣ, ଯୁବସଙ୍ଗଠନାଦି ଆଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ରଚନା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେ ଦେଶ ସେବାରେ ସମର୍ପିଦେଇଥିଲେ । ୧୯୩୦ ଖ୍ରୀ.ଅ.ର ଲବଣ ସତ୍ୟାଗ୍ରହରେ ଯୋଗଦାନ କରି ଇଞ୍ଚୁଡ଼ି ଓ କୁଜଙ୍ଗଠାରେ ଲବଣ ଆଇନ ଅମାନ୍ୟ କରିଥିଲେ । ବିଦେଶୀ ଦ୍ରବ୍ୟ ବର୍ଜନ, ନିଶା ନିବାରଣ, ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ଆଦି କାର୍ଯ୍ୟରେ ସରଳା ଦେବୀ ନିଜକୁ ନିୟୋଜିତ କରିଥିଲେ ।

ଗ୍ରାମ ଗ୍ରାମ ବୁଲି ସତ୍ୟାଗ୍ରହ ଆଦି କାର୍ଯ୍ୟରେ ସେ ଜନଚେତନା ସୃଷ୍ଟି କରିଥିଲେ । ୧୯୩୦ ମସିହା ସେପ୍ଟେମ୍ବର ୨୦ ତାରିଖରେ ସେ ଗିରଫ ହୋଇ ଶିଶୁକନ୍ୟା ଉତ୍ତରାଙ୍କ ସହ ୬ ମାସ କାରାଦଣ୍ଡ ଭୋଗିଥିଲେ । କାରାବରଣ ପରେ ଭାଗଲପୁର ସେଣ୍ଟ୍ରାଲ ଜେଲ୍‌ରୁ ମୁକ୍ତି ହୋଇ ସେ ପୁନରାୟ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ଯୋଗଦେଇଥିଲେ । ୧୯୩୨ ମସିହାରେ ସେ ପୁନଶ୍ଚ ଗିରଫ ହୋଇ ତାଙ୍କର ୪ ମାସର ଶିଶୁ ସହ ହଜାରିବାଗ ଜେଲ୍‌ରେ ଦିନ କାଟିଥିଲେ । ସେଠାରୁ କାରାମୁକ୍ତ ହେବାପରେ ଅସ୍ପୃଶ୍ୟତା ନିବାରଣ ଓ ଚାଷୀ ସଙ୍ଗଠନାଦି କାର୍ଯ୍ୟ କରିଥିଲେ । ୧୯୩୪ ଖ୍ରୀ.ଅ.ରେ କଂଗ୍ରେସ ସମାଜସେବୀ ପାର୍ଟିରେ ସେ ଯୋଗଦାନ କରିଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନରେ ସାମିଲ ହୋଇ ସେ କାର୍ଯ୍ୟ କରିଥିଲେ । ଏହାପରେ ସେ ଉତ୍କଳ ପ୍ରଦେଶ କମିଟିର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ । ୧୯୪୨ ଖ୍ରୀ.ଅ. ଭାରତଛାଡ଼ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ପୁନଶ୍ଚ କାରାବରଣ କରିବାକୁ ପଡ଼ିଥିଲା ।

୧୯୪୫ ରେ ସେ ଜେଲ୍‌ରୁ ମୁକ୍ତହୋଇ ‘ନବଜୀବନ ମଣ୍ଡଳ’ ନାମକ ଏକ ଅନୁଷ୍ଠାନ ଗଢ଼ି ସମାଜସେବା କରିବାରେ ନିଜକୁ ନିୟୋଜିତ କରିଥିଲେ । ସେହିପରି ଅନୁଗୁଳଠାରେ ସେ ବାଜିରାଉତ ଛାତ୍ରାବାସ ଗଠନ କରି ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିଥଲେ । ସେ ବିନୋବାଜୀଙ୍କ ଭଦାନ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାରେ ଭୂଦାନ ପଦଯାତ୍ରା କରିଥିଲେ । ଏହାପରେ ସେ ବିଭିନ୍ନ ସଙ୍ଗଠନର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟା ଥିଲେ । ସେ ମଧ୍ୟ ରାଜ୍ୟ ସମାଜ ମଙ୍ଗଳ ଉପଦେଷ୍ଟା ପରିଷଦର ପ୍ରଥମ ଅଧ୍ୟକ୍ଷା ହୋଇଥିଲେ । ଶ୍ରୀମତୀ ମାଳତୀ ଚୌଧୁରୀ ମଧ୍ୟ ଅନେକ ଉପାଧ୍ର ଅଧିକାରିଣୀ ହୋଇଥିଲେ । ସେ ଆଦିବାସୀ ଅଧୁଷିତ ଅଞ୍ଚଳରେ ସେବାକରି ବଜାଜ୍ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ଏହି ମହୀୟସୀ ମହିଳାଙ୍କର ୧୯୯୮ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ଦେହାନ୍ତ ହୋଇଥିଲା । ସମସ୍ତଙ୍କ ପାଇଁ ସେ ଥିଲେ ସ୍ନେହଶୀଳା ମାଆଟିଏ ।

CHSE Odisha Class 12 History Chapter 3 Questions and Answers in Odia Medium

Odisha State Board CHSE Odisha Class 12 History Solutions Chapter 3 ଷୋଡ଼ଶ ମହାଜନପଦ Questions and Answers.

CHSE Odisha Class 12 History Chapter 3 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ନିମ୍ନୋକ୍ତ କେଉଁ ରାଷ୍ଟ୍ର ବାରାଣସୀ ନାମରେ ପରିଚିତ ?
(କ) କୋଶଳ
(ଖ) ମଗଧ
(ଗ) କାଶୀ
(ଘ)ଭଜ୍ୱ
Answer:
(ଗ) କାଶୀ

୨। ନିମ୍ନୋକ୍ତ କେଉଁ ରାଷ୍ଟ୍ରର ରାଜଧାନୀ ଥିଲା ଶ୍ରାବସ୍ତୀ ?
(କ) କୋଶଳ
(ଖ) ଅଙ୍ଗ
(ଗ) କୁରୁ
(ଘ) ପାଞ୍ଚଳ
Answer:
(କ) କୋଶଳ

୩ । ଉତ୍ତର ପ୍ରଦେଶର ଆଧୁନିକ ଅଯୋଧ୍ୟାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) ଅଙ୍ଗ
(ଖ) ମଗଧ
(ଗ) କୋଶଳ
(ଘ) ଚେଦୀ
Answer:
(ଗ) କୋଶଳ

୪ । ଚମ୍ପା ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ଅଙ୍ଗ
(ଖ) ଚେଦୀ
(ଗ) ମଗଧ
(ଘ) ବତ୍ସ୍
Answer:
(କ) ଅଙ୍ଗ

CHSE Odisha Class 12 History Chapter 3 Questions and Answers in Odia Medium

୫। ରାଜଗୃହ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ଅଙ୍ଗ
(ଖ) ମଗଧ
(ଗ) କୋଶଳ
(ଘ) ଚେଦୀ
Answer:
(ଖ) ମଗଧ

୬। ଆଧୁନିକ ଦିଲ୍ଲୀ ଓ ମିରଟ ଜିଲ୍ଲାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) କୁରୁ
(ଖ) ପାଞ୍ଚଳ
(ଗ) ମତ୍ସ୍ୟ
(ଘ) ସୁରସେନ
Answer:
(କ) କୁରୁ

୭। ଆଧୁନିକ ରୋହିଲାଖଣ୍ଡ ଅଞ୍ଚଳରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) ମତ୍ସ୍ୟ
(ଖ) ସୁରସେନ
(ଗ) ପାଞ୍ଚଳ
(ଘ) ଆସାକା
Answer:
(ଗ) ପାଞ୍ଚାଳ

୮ । ବିରାଟ ନଗରୀ ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ମତ୍ସ୍ୟ
(ଖ) ଆସାକା
(ଗ) ଅବନ୍ତୀ
(ଘ) କୋଶଳ
Answer:
(କ) ମତ୍ସ୍ୟ

CHSE Odisha Class 12 History Chapter 3 Questions and Answers in Odia Medium

୯ । ମଥୁରା କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ସୁରସେନ
(ଖ) କୁରୁ
(ଗ) କୋଶଳ
(ଘ) କାଶୀ
Answer:
(କ) ସୁରସେନ

୧୦ । ଅବନ୍ତୀ ରାଷ୍ଟ୍ରର ପଡ଼ୋଶୀ ରାଷ୍ଟ୍ରର ନାମ କ’ଣ ଥିଲା ?
(କ) ଭଜି
(ଖ) ଆସାକା
(ଗ) ମଲ୍ଲ
(ଘ) ମତ୍ସ୍ୟ
Answer:
(ଖ) ଆସାକା

୧୧ । ପୋଟନା ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ମତ୍ସ୍ୟ
(ଖ) ପାଞ୍ଚଳ
(ଗ) କୁରୁ
(ଘ) ଆସାକା
Answer:
(ଘ) ଆସାକା

୧୨ । ଆଧୁନିକ କାଶ୍ମୀର, ପାକିସ୍ତାନର ପେଶୱାର ଓ ରାଓଲପିଣ୍ଡି ଜିଲ୍ଲାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) କମ୍ବୋଜ
(ଖ) ମଗଧ
(ଗ) ଗାନ୍ଧାର
(ଘ) ତକ୍ଷଶିଳା
Answer:
(ଗ) ଗାନ୍ଧାର

୧୩ । ତକ୍ଷଶିଳା କେଉଁଥ‌ିପାଇଁ ପ୍ରସିଦ୍ଧ ?
(କ) ବାଣିଜ୍ୟକେନ୍ଦ୍ର
(ଖ) ଶିକ୍ଷାକେନ୍ଦ୍ର
(ଗ) ତୀର୍ଥସ୍ଥାନ
(ଘ) ବୃଦ୍ଧଙ୍କ ଜନ୍ମସ୍ଥାନ
Answer:
(ଖ) ଶିକ୍ଷାକେନ୍ଦ୍ର

CHSE Odisha Class 12 History Chapter 3 Questions and Answers in Odia Medium

୧୪ । ପୁଞ୍ଜୁସାତି କେଉଁ ରାଜ୍ୟର ରାଜା ଥିଲେ ?
(କ) ଗାନ୍ଧାର
(ଖ) କମ୍ବୋଜ
(ଗ) ମଗଧ
(ଘ) ବିଦେହ
Answer:
(କ) ଗାନ୍ଧାର

୧୫ । କପିଳବାସ୍ତୁ ଏକ ___________ ରାଷ୍ଟ୍ର ।
(କ) ଗଣତାନ୍ତ୍ରିକ
(ଖ) ରାଜତାନ୍ତ୍ରିକ
(ଗ) ଏକସଂଘୀୟ ରାଷ୍ଟ୍ର
(ଘ) ଦ୍ବି-ସଂଘୀୟ ରାଷ୍ଟ୍ର
Answer:
(କ) ଗଣତାନ୍ତ୍ରିକ

B. ଶୂନ୍ୟସ୍ଥାନ ପୂରଣ କର ।

୧। କାଶୀ ଜନପଦ ଏକ _________ ରାଷ୍ଟ୍ର ଥିଲା ।
Answer:
ରାଜତାନ୍ତ୍ରିକ

୨ । ଅଙ୍ଗ ଜନପଦର ରାଜଧାନୀର ନାମ ଥିଲା ___________ ।
Answer:
ଚମ୍ପା

୩ । କୌଶାସ୍ତ୍ରୀ ____________ ର ରାଜଧାନୀ ଥିଲା ।
Answer:
ବସ ଜନପଦ

୪। ସୁରସେନ ଜନପଦରେ _____________ ବଂଶ ଶାସନ କରୁଥିଲେ ।
Answer:
ଯାଦବ

CHSE Odisha Class 12 History Chapter 3 Questions and Answers in Odia Medium

୫। ଆଧୁନିକ ____________ କୁ ନେଇ ଗଠିତ ହୋଇଥିଲା ଅବନ୍ତୀ ରାଷ୍ଟ୍ର ।
Answer:
ମାଲୱା

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ମହାବୀରଙ୍କ ମାତା କେଉଁ ରାଜକନ୍ୟା ଥିଲେ ?
Answer:
ମହାବୀରଙ୍କ ମା’ ତ୍ରିଶଳା ଥିଲେ ଲିଚ୍ଛବୀ ରାଜକନ୍ୟା ।

୨ । ପୁରାତନ କାଶୀ ରାଷ୍ଟ୍ର ବର୍ତ୍ତମାନ କେଉଁ ନାମରେ ପରିଚିତ ?
Answer:
ପୁରାତନ କାଶୀ ରାଷ୍ଟ୍ର ବର୍ତ୍ତମାନ ବାରାଣସୀ ନାମରେ ପରିଚିତ ।

୩ । ମହାବୀରଙ୍କ ମାତା କେଉଁ ରାଜକନ୍ୟା ଥିଲେ ?
Answer:
ମହାବୀରଙ୍କ ମା’ ତ୍ରିଶଳା ଥିଲେ ଲିଚ୍ଛବୀ ରାଜକନ୍ୟା ।

୪। ଆସାକା ଜନପଦ କେଉଁ ନଦୀକୂଳରେ ଅବସ୍ଥିତ ଥିଲା ?
Answer:
ଆସାକା ଜନପଦ ଗୋଦାବରୀ ନଦୀକୂଳରେ ଅବସ୍ଥିତ ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

D. ଭ୍ରମ ସଂଶୋଧନ କର ।

୧। ମହାବୀରଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ ।
Answer:
ମହାବୀରଙ୍କ ମାତାଙ୍କ ନାମ ଥଲା ତ୍ରିଶିଳା ।

୨ । ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ମହାବୀର ।
Answer:
ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ଗୌତମ ବୁଦ୍ଧ ।

୩ । ବିମ୍ବିସାର କୋଶଳର ରାଜା ଥିଲେ ।
Answer:
ବିମ୍ବିସାର ମଗଧର ରାଜା ଥିଲେ ।

୪। କାଶୀର ଦକ୍ଷିଣରେ କୋଶଳ ରାଜ୍ୟ ଥିଲା ।
Answer:
କାଶୀର ଉତ୍ତରରେ କୋଶଳ ରାଜ୍ୟ ଥିଲା ।

୫। ‘ରାଜଗୃହ’ ପୁରାତନ କୋଶଳ ରାଜ୍ୟର ରାଜଧାନୀ ଥିଲା ।
Answer:
ରାଜଗୃହ ପୁରାତନ ମଗଧ ରାଜ୍ୟର ରାଜଧାନୀ ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ‘ଅଙ୍ଗ’ ଜନପଦ କେଉଁଠି ଅବସ୍ଥିତ ଥିଲା ? ମଗଧର କେଉଁ ଶାସକ ଅଙ୍ଗ ରାଜ୍ୟକୁ ମଗଧରେ ଅନ୍ତର୍ଭୁକ୍ତ କରିଥିଲେ ?
Answer:

  • ‘ଅଙ୍ଗ’ ଜନପଦ ମଗଧର ପଡ଼ୋଶୀ ରାଷ୍ଟ୍ର ରୂପେ ପୂର୍ବ ବିହାରରେ ଅବସ୍ଥିତ ଥିଲା ।
  • ମଗଧର ରାଜା ବିମ୍ବିସାରଙ୍କ ସମୟରେ ଏହା ମଗଧରେ ଅନ୍ତର୍ଭୁକ୍ତ ହେଲା ।

୨ । ପୁରାତନ କୋଶଳ ରାଷ୍ଟ୍ର ବର୍ତ୍ତମାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ? ଏହାର ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ କୋଶଳ ରାଷ୍ଟ୍ର ଉତ୍ତର ପ୍ରଦେଶର ଆଧୁନିକ ଅଯୋଧ୍ୟାକୁ ନେଇ ଗଠିତ ହୋଇଥିଲା ।
  • ଏହାର ରାଜଧାନୀ ଥିଲା ଶ୍ରାବସ୍ତୀ ।

୩ । ପୁରାତନ ମଗଧ ରାଷ୍ଟ୍ର ଆଧୁନିକ କେଉଁ ସ୍ଥାନକୁ ନେଇ ସୃଷ୍ଟି ହୋଇଥିଲା ? ଏହାର ପୁରାତନ ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ ମଗଧ ରାଷ୍ଟ୍ର ଆଧୁନିକ ପାଟନା ଓ ଗୟା ଜିଲ୍ଲାକୁ ନେଇ ସୃଷ୍ଟି ହୋଇଥିଲା ।
  • ଏହା ପୁରାତନ ରାଜଧାନୀର ନାମ ଥିଲା ରାଜଗୃହ ।

୪ । ବସ୍ତ୍ର ରାଷ୍ଟ୍ର କେଉଁଠି ଅବସ୍ଥିତ ଥିଲା ? ଏହା କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ?
Answer:

  • ‘ବସ’ ରାଷ୍ଟ୍ର ଅବନ୍ତୀ ରାଷ୍ଟ୍ରର ଉତ୍ତର-ପୂର୍ବ ପାର୍ଶ୍ଵରେ ଅବସ୍ଥିତ ଥିଲା ।
  • ଏହା ଆଲ୍ଲାହାବାଦ ଓ ତତ୍‌ସଂଲଗ୍ନ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।

୫ | ଜନପଦ କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ? ଏହାର ପ୍ରସିଦ୍ଧ ସହର କ’ଣ ଥିଲା ?
Answer:

  • ‘କୁରୁ ଜନପଦ’ ଆଧୁନିକ ଦିଲ୍ଲୀ ଓ ମିରଟ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
  • ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଏହାର ଦୁଇଟି ପ୍ରଧାନ ସହର ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

୬। ପୁରାତନ ‘ଗାନ୍ଧାର’ ଜନପଦ କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ? ଏହାର ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ ଗାନ୍ଧାର ଜନପଦ ଆଧୁନିକ କାଶ୍ମୀର, ପାକିସ୍ତାନର ପେଶ୍ୱର ଓ ରାୱଲପିଣ୍ଡି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
  • ଏହାର ରାଜଧାନୀର ନାମ ଥିଲା ତକ୍ଷଶିଳା ।

୭ । ପୁରାତନ କାଳରେ ମାନବ ସମାଜରେ କେତୋଟି ଜାତି ଥିଲା ? ସେଗୁଡ଼ିକର ନାମ କ’ଣ ଥିଲା ?
Answer:

  • ପୁରାତନ କାଳରେ ମାନବ ସମାଜକୁ ଚାରିଗୋଟି ଜାତିରେ ବିଭକ୍ତ କରାଯାଇଥିଲା ।
  • ସେମାନେ ଥିଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ।

୮ | ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ କେତୋଟି ପ୍ରମୁଖ ଧର୍ମର ଆବିର୍ଭାବ ହୋଇଥିଲା ? ସେଗୁଡ଼ିକର ନାମ କ’ଣ ଥିଲା ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଦୁଇଗୋଟି ପ୍ରମୁଖ ଧର୍ମର ଆବିର୍ଭାବ ହୋଇଥିଲା ।
  • ସେଗୁଡ଼ିକର ନାମ ହେଲା ଜୈନଧର୍ମ ଓ ବୌଦ୍ଧଧର୍ମ ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ କେଉଁ ତିନିଗୋଟି କାରଣରୁ ଗୁରୁତ୍ୱପୂର୍ଣ୍ଣ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ନିମ୍ନୋକ୍ତ ତିନିଗୋଟି କାରଣରୁ ଗୁରୁତ୍ଵପୂର୍ଣ୍ଣ ଥିଲା; ସେଗୁଡ଼ିକ ହେଲା –

  • ଏହି ସମୟରେ ଭାରତରେ ୧୬ଟି ମହାଜନପଦ ବା ରାଷ୍ଟ୍ରର ଉତ୍ପତ୍ତି ହୋଇଥିଲା ।
  • ଭାରତରେ ବୌଦ୍ଧଧର୍ମ ଓ ଜୈନଧର୍ମର ଆବିର୍ଭାବ ଘଟିଥିଲା ।
  • ପୃଥ‌ିବୀରେ ବିଭିନ୍ନ ସ୍ଥାନରେ ଧର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିଥିଲା । ଚୀରେ କନ୍‌ଫୁସିୟସ୍ ଓ ଲାଓସେଙ୍କ ଆବିର୍ଭାବ ଘଟିଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

୨ । ‘ମଗଧ’ ମହାଜନପଦର ନିମ୍ନୋକ୍ତ ତିନିଗୋଟି ମୁଖ୍ୟ କଥା ହେଲା ।
Answer:

  • ମଗଧ ଏକ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।
  • ବିମ୍ବିସାର ଓ ଅଜାତଶତ୍ରୁ ଭଳି ବଳିଷ୍ଠ ରାଜାମାନେ ମଗଧକୁ ଏକ ସାମ୍ରାଜ୍ୟର ରୂପ ଦେଇଥିଲେ ।
  • ଆଧୁନିକ ପାଟନା ଓ ଗୟା ଜିଲ୍ଲାକୁ ନେଇ ତତ୍କାଳୀନ ମଗଧ ରାଷ୍ଟ୍ର ଗଠିତ ହୋଇଥିଲା ।

୩ । କୁରୁ ରାଜ୍ୟ ସମ୍ପର୍କରେ ଲେଖ ।
Answer:

  • କୁରୁ ରାଜ୍ୟ ସେତେବେଳେ ଆଧୁନିକ ଦିଲ୍ଲୀ ଓ ମିରଟକୁ ନେଇ ଗଠିତ ହୋଇଥିଲା ।
  • ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଏହାର ପ୍ରଧାନ ସହର ଥିଲା ।
  • କୁରୁ ରାଜ୍ୟ ଷଷ୍ଠ ଶତାବ୍ଦୀବେଳକୁ ଏହାର ଗୁରୁତ୍ଵ ହରାଇ ବସିଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତର ରାଜନୈତିକ ଅବସ୍ଥା କିପରି ଥିଲା ତାହାର ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତବର୍ଷ ଅନେକ ସ୍ବାଧୀନ ରାଷ୍ଟ୍ରରେ ବିଭକ୍ତ ହୋଇଥିଲା । ଏହି ସ୍ବାଧୀନ ରାଷ୍ଟ୍ରଗୁଡ଼ିକର ଶାସକମାନେ ନିଜ ନିଜର କ୍ଷମତା ତଥା ସାମ୍ରାଜ୍ୟ ବୃଦ୍ଧି ପାଇଁ ସଦାସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ଲିପ୍ତ ରହୁଥିଲେ । ଜୈନ ଭଗବତୀ ସୂତ୍ର ଏବଂ ବୌଦ୍ଧ ଅଙ୍ଗୁଭର ନିକାୟ ଗ୍ରନ୍ଥଦ୍ଵୟରୁ ଷୋହଳଟି ରାଷ୍ଟ୍ର ବା ମହାଜନପଦ ସମ୍ବନ୍ଧରେ ସୂଚନା ମିଳିଥାଏ । ଅଙ୍ଗୁରର ନିକାୟ ଓ ଅନ୍ୟାନ୍ୟ ବୌଦ୍ଧଗ୍ରନ୍ଥଗୁଡ଼ିକରୁ ସୂଚନା ମିଳେ ଯେ, ବୁଦ୍ଧଙ୍କ ଆବିର୍ଭାବ ଘଟିବା ପୂର୍ବରୁ ଏହି ସ୍ଵାଧୀନ ରାଷ୍ଟ୍ରଗୁଡ଼ିକର ପତନ ଘଟିଥିଲା । ଏହି ଷୋହଳଟି ମହାଜନପଦର ନାମ ହେଲା— କାଶୀ, କୋଶଳ, ଅଙ୍ଗ, ମଗଧ, ଭଜି ଗଣତନ୍ତ୍ର, ମଲ୍ଲ, ଚେଦୀ, ବତ୍ସ, କୁରୁ, ପାଞ୍ଚାଳ, ମତ୍ସ୍ୟ, ସୁରସେନ, ଆସାକା, ଗାନ୍ଧାର, ଅବନ୍ତୀ, କମ୍ବୋଜ ।

  • କାଶୀ – ମହାଜନପଦଗୁଡ଼ିକ ମଧ୍ୟରେ କାଶୀ ଥିଲା ବିଶେଷ ଶକ୍ତିଶାଳୀ । ବାରାଣସୀ ଥୁଲା ଏହାର ରାଜଧାନୀ । କାଶୀର ରାଜା ବ୍ରହ୍ମଦତ୍ତ କୋଶଳ ଅଧିକାର କରିଥିବାର ଜଣାଯାଏ । କାଳକ୍ରମେ କାଶୀ ରାଜ୍ୟର ସମୃଦ୍ଧିରେ ଈର୍ଷାନ୍ବିତ ହୋଇ ଅନ୍ୟାନ୍ୟ ମହାଜନପଦଗୁଡ଼ିକ ତାହାର ବିରୋଧ କରିଥିଲେ ଏବଂ କ୍ରମାଗତ ସଂଘର୍ଷ ତଥା ଯୁଦ୍ଧ ଯୋଗୁ କାଶୀ ରାଜ୍ୟର ପତନ ଘଟିଥିଲା ।
  • କୋଶଳ – ଆଧୁନିକ ଅଯୋଧ୍ୟା ଅଞ୍ଚଳକୁ ନେଇ କୋଶଳ ରାଜ୍ୟ ଗଠିତ ହୋଇଥିଲା । ଗୋମତୀ ଓ ସର୍ପିକ ନଦୀଦ୍ୱୟ ଏହି ରାଜ୍ୟର ଯଥାକ୍ରମେ ଦକ୍ଷିଣ ଓ ପୂର୍ବରେ ସୀମା ନିର୍ଦ୍ଧାରଣ କରୁଥିଲେ । ଶ୍ରାବସ୍ତୀ ଥିଲା ଏହାର ରାଜଧାନୀ ଏବଂ ପ୍ରଧାନ ସହର । କ୍ରମେ କୋଶଳ ଓ ମଗଧ ମଧ୍ୟରେ ନିଜ ନିଜର ରାଜନୈତିକ ପ୍ରାଧାନ୍ୟ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତାର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ କାଳରେ କୋଶଳ ମଗଧର ଅଂଶବିଶେଷରେ ପରିଣତ ହୋଇଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

  • ଅଙ୍ଗ – ମଗଧ ରାଜ୍ୟର ପୂର୍ବରେ ଅଙ୍ଗ ରାଜ୍ୟ ଅବସ୍ଥିତ ଥିଲା । ଚମ୍ପା ନଦୀ ଥିଲା ଅଙ୍ଗ ଓ ମଗଧରାଜ୍ୟ ଦ୍ଵୟର ସୀମାରେଖା । ଚମ୍ପା ନଗରୀ ଅଙ୍ଗ ରାଜ୍ୟର ରାଜଧାନୀ ଥିଲା । ଏହା ଏକ ବାଣିଜ୍ୟ ଓ ବ୍ୟବସାୟର କେନ୍ଦ୍ରସ୍ଥଳୀ ଥିଲା । ଅଙ୍ଗ ଓ ମଗଧ ରାଜ୍ୟଦ୍ୱୟ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଲାଗି ରହିଥିଲା । ପରିଶେଷରେ ମଗଧର ରାଜା ବିମ୍ବିସାର ଅଙ୍ଗ ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ମଗଧ – ଆଧୁନିକ ପାଟଣା ଓ ଗୟା ଜିଲ୍ଲାଦ୍ୱୟକୁ ନେଇ ତତ୍କାଳୀନ ମଗଧ ରାଜ୍ୟ ଗଠିତ ହୋଇଥିଲା । ଏହି ରାଜ୍ୟର ଉତ୍ତରରେ ଗଙ୍ଗାନଦୀ ଏବଂ ପଶ୍ଚିମରେ ସୋନନଦୀ ପ୍ରବାହିତ ହେଉଥିଲା । ଗିରିବ୍ରଜ ଏହାର ରାଜଧାନୀ ଥିଲା । ପରବର୍ତ୍ତୀ କାଳରେ ରାଜଗୃହକୁ ରାଜଧାନୀ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ରାଜଗୃହ ପରିବର୍ତ୍ତେ ପାଟଳୀପୁତ୍ରଠାରେ ମଗଧର ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା । ବେଦ ଓ ଜୈନଗ୍ରନ୍ଥଗୁଡ଼ିକରେ ମଗଧର ପ୍ରଥମ କେତେଜଣ ରାଜାମାନଙ୍କ ସମ୍ବନ୍ଧରେ ସୂଚନା ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା । ବେଦ ଓ ଜୈନଗ୍ରନ୍ଥଗୁଡ଼ିକରେ ମଗଧର ପ୍ରଥମ କେତେଜଣ ରାଜାମାନଙ୍କ ସମ୍ବନ୍ଧରେ ସୂଚନା ବିଶେଷ ବୃଦ୍ଧି ପାଇଥଲା ।
  • ଭଜି – ଭଜି ଗଣତନ୍ତ୍ର ଗଙ୍ଗାନଦୀର ଉତ୍ତରରେ ଅବସ୍ଥିତ ଥିଲା । ଏହା ଆଠଗୋଟି ଗୋଷ୍ଠୀ ବା ଦଳକୁ ନେଇ ଗଠିତ ହୋଇଥିଲା । ଏଗୁଡ଼ିକ ମଧ୍ୟରେ ଲିଚ୍ଛବି, ଜ୍ଞାତ୍ରିକ, ଭଜି ଓ ବିଦେହ ଗୋଷ୍ଠୀ ବିଶେଷ ଉଲ୍ଲେଖଯୋଗ୍ୟ । ଅନ୍ୟାନ୍ୟ ଗୋଷ୍ଠୀଗୁଡ଼ିକ ସମ୍ବନ୍ଧରେ ସଠିକ୍ ବିବରଣୀ ସଂଗୃହୀତ ହୋଇନାହିଁ । ବୈଶାଳୀ ବା ଆଧୁନିକ ମୁଜାଫରପୁର ଭଜି ଗଣତନ୍ତ୍ରର ରାଜଧାନୀ ଥିଲା ।
  • ମଲ୍ଲ ବା ମାଳବ – ମଲ୍ଲ ବା ମାଳବ ରାଜ୍ୟ ଭଜି ଗଣତନ୍ତ୍ରର ଉତ୍ତରରେ ଅବସ୍ଥିତ ଥିଲା । ଏହା କୁଲୁ ନଦୀଦ୍ଵାରା ଦୁଇଟି ଅଂଶରେ ବିଭକ୍ତ ହୋଇଥିଲା । ଗୋଟିଏ ଅଂଶର ରାଜଧାନୀ ଥୁଲା କୁଶୀନରା ଏବଂ ଅନ୍ୟ ଅଂଶର ରାଜଧାନୀ ଥିଲା ପାବା । ପ୍ରଥମେ ଏହି ରାଜ୍ୟରେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ମାତ୍ର ମଗଧର ରାଜା ବିମ୍ବିସାରଙ୍କ ସମୟବେଳକୁ ଏହି ରାଜ୍ୟରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲା । ସମ୍ରାଟ ଅଜାତଶତ୍ରୁ ମଲ୍ଲ ରାଜ୍ୟକୁ ମଗଧ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ଚେଦୀ – ଆଧୁନିକ ବୁନ୍ଦେଲଖଣ୍ଡ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଶୁଭ୍ରମତୀ ଏହାର ରାଜଧାନୀ ଥିଲା । ମତ୍ସ୍ୟ ଓ କାଶୀ ଏବଂ ଚେଦୀ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା ।
  • ବତ୍ସ – ଗଙ୍ଗାନଦୀର ଦକ୍ଷିଣରେ ବସ୍ତ୍ର ରାଜ୍ୟ ଅବସ୍ଥିତ ଥିଲା । ଏହା ଏକ ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା । କୋଶମ୍ବୀ ଏହାର ରାଜଧାନୀ ଥିଲା । କୋଶମ୍ବୀ ଆହ୍ଲାବାଦ ନିକଟବର୍ତ୍ତୀ ଯମୁନା ନଦୀ କୂଳରେ ଅବସ୍ଥିତ ଥିଲା । ବସ୍ତ୍ରରାଜା ଦଧିବାହନଙ୍କ ପୁତ୍ର ଉଦୟନ, ଅବନ୍ତୀର ରାଜା ପ୍ରଦ୍ୟୋତ ଏବଂ ମଗଧର ରାଜା ବିମ୍ବିସାର ବୁଦ୍ଧଙ୍କ ସମସାମୟିକ ଥିଲେ ।
  • କୁରୁ – ପାଲୀ ଗ୍ରନ୍ଥରୁ ଜଣାଯାଏ ଯେ, ଖ୍ରୀ.ପୂ. ଷଷ୍ଠ ଶତକରେ ଯୁଧୁଷ୍ଠିରଙ୍କ ବଂଶଧରମାନେ କୁରୁ ରାଜ୍ୟରେ ଶାସନ କରୁଥିଲେ । ଦିଲ୍ଲୀ ନିକଟବର୍ତ୍ତୀ ଇନ୍ଦ୍ରପ୍ରସ୍ଥ ଥିଲା ଏହି ରାଜ୍ୟର ରାଜଧାନୀ । ମୋଟାମୋଟି ଭାବରେ ଆଧୁନିକ ଦିଲ୍ଲୀ ଏବଂ ମିରଟ ଜିଲ୍ଲାକୁ ନେଇ କୁରୁ ରାଜ୍ୟ ଗଠିତ ହୋଇଥିଲା ।
  • ପାଞ୍ଚାଳ – ରୋହିଲାଖଣ୍ଡ ଓ ମଧ୍ୟ-ଭାରତର ଦୋଆବ ଅଞ୍ଚଳକୁ ନେଇ ପାଞ୍ଚାଳ ରାଜ୍ୟ ଗଠିତ ହୋଇଥିଲା । ଗଙ୍ଗାନଦୀ ଏହି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା; ଯଥା – ଉତ୍ତର ପାଞ୍ଚାଳ ଓ ଦକ୍ଷିଣ ପାଞ୍ଚାଳ । ଅହିଛତ୍ର ଓ କାମ୍ପିଲ୍ୟ ଯଥାକ୍ରମେ ଉତ୍ତର ପାଞ୍ଚାଳ ଓ ଦକ୍ଷିଣ ପାଞ୍ଚାଳର ରାଜଧାନୀ ଥିଲା । ବୌଦ୍ଧ ସାହିତ୍ୟରୁ ଜଣାଯାଏ ଯେ ଉତ୍ତର ପାଞ୍ଚାଳ ଅଧିକାର କରିବାପାଇଁ ପାଞ୍ଚାଳ ଓ କୁରୁ ରାଜ୍ୟଦ୍ୱୟ ମଧ୍ୟରେ ସଂଘର୍ଷ ଲାଗିଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

  • ମତ୍ସ୍ୟ – ଆଧୁନିକ ଜୟପୁର ଅଞ୍ଚଳ ସହିତ ତତ୍କାଳୀନ ମତ୍ସ୍ୟ ରାଜ୍ୟକୁ ଚିହ୍ନଟ କରାଯାଇଅଛି । ବିରାଟ ନଗରୀ ଥିଲା ଏହାର ରାଜଧାନୀ ।
  • ସୁରସେନ – ଯମୁନା ନଦୀକୂଳରେ ଅବସ୍ଥିତ ସୁରସେନ ରାଜ୍ୟର ରାଜଧାନୀ ଥିଲା ମଥୁରା । ମହାଭାରତ ଓ ପୁରାଣମାନଙ୍କରୁ ଜଣାଯାଏ ଯେ, ଯଦୁବଂଶର ରାଜାଗଣ ଏହି ରାଜ୍ୟରେ ରାଜତ୍ଵ କରୁଥୁଲେ ।
  • ଆସାକା – ଗୋଦାବରୀ ନଦୀକୂଳରେ ଅବସ୍ଥିତ ଥ‌ିବା ଆସାକା ରାଜ୍ୟର ରାଜଧାନୀ ଥୁଲା ପୋଟାଳ ବା ପୋଟନା ! ବାୟୁ ପରାଣରେ ଉଲ୍ଲେଖ ଅଛି ଯେ ଆସାକାର ରାଜାମାନେ ଥିଲେ ଈକ୍ଷାକୁ ବଂଶୀୟ ।
  • ଅବନ୍ତୀ – ଆଧୁନିକ ଉଜ୍ଜୟିନୀ ଏବଂ ନର୍ମଦା ଉପତ୍ୟକାର କେତେକାଞ୍ଚଳକୁ ନେଇ ଅବନ୍ତୀରାଜ୍ୟ ଗଠିତ ହୋଇଥିଲା । ବିନ୍ଧ୍ୟ ପର୍ବତମାଳା ଏହି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା । ଉଜ୍ଜୟିନୀ ଏହାର ରାଜଧାନୀ ଥିଲା । ଅବନ୍ତୀର ରାଜା ଚନ୍ଦ୍ରପ୍ରଦ୍ୟୋତ କୋଶାମ୍ବୀର ରାଜା ଉଦୟନଙ୍କର ସମସାମୟିକ ଥିଲେ । ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ, ରାଜା ଚନ୍ଦ୍ରପ୍ରଦ୍ୟୋତ ବିଶେଷ ପ୍ରଭାବଶାଳୀ ଥିଲେ । ପୁରାଣରେ ଉଲ୍ଲେଖ ଅଛି, ଅବନ୍ତୀର ଯଦୁବଂଶୀୟ ରାଜାମାନେ ଅବନ୍ତୀ, ବିଦର୍ଭ ଆଦି ନଗରୀ ପ୍ରତିଷ୍ଠା କରିଥିଲେ ।
  • ଗାନ୍ଧାର – ଆଧୁନିକ କାଶ୍ମୀର, ପାକିସ୍ତାନର ପେଶୱାର ଓ ରାୱଲପିଣ୍ଡି ଜିଲ୍ଲାକୁ ନେଇ ଗାନ୍ଧାର ରାଷ୍ଟ୍ର ଗଠିତ ହୋଇଥିଲା । ତକ୍ଷଶିଳା ଥିଲା ଏହାର ରାଜଧାନୀ । ଷଷ୍ଠ ଶତାବ୍ଦୀର ଶେଷ ସମୟ ବେଳକୁ ଗାନ୍ଧାର ଜନୈକ ପାରସ୍ୟ ରାଜାଙ୍କଦ୍ବାରା ଅଧିକୃତ ହୋଇଥିଲା । ପୁଞ୍ଜୁସାତି ଥିଲେ ଏହି ରାଜ୍ୟର ରାଜା ।
  • କମ୍ବୋଜ – ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ନେଇ କମ୍ବୋଜ ରାଷ୍ଟ୍ର ଗଠିତ ହୋଇଥିଲା । ଦ୍ଵାରକା ଥିଲା ଏହାର ରାଜଧାନୀ । ମହାଭାରତରୁ ଜଣାଯାଏ ଯେ, ଏଠାରେ ପ୍ରଥମେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଏଠାରେ ଗଣତନ୍ତ୍ର ଶାସନ ପ୍ରଚଳନ କରାଯାଇଥିଲା ।