BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Odisha State Board BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ Textbook Exercise Questions and Answers.

BSE Odisha Class 7 Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 1.
ତିନୋଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ ।
Solution:
ଅମ୍ଳୀୟ ପଦାର୍ଥ – ଲେମ୍ବୁ, ତେନ୍ତୁଳି ଓ ଭିନେଗାର୍ ।
କ୍ଷାରୀୟ ପଦାର୍ଥ – ଖାଇବାସୋଡ଼ା, ସାବୁନ ଓ ଚୂନପାଣି ।

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 2.
ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Solution:

(i) ଅମ୍ଳର ସ୍ବାଦ ଖଟା । (i) କ୍ଷାରକର ସ୍ବାଦ ଖାରିଆ ।
(ii) ଲେମ୍ବୁ, ତେନ୍ତୁଳି, ଭିନେଗାର, କଞ୍ଚା ଆମ୍ବ ଆଦିରେ ଅମ୍ଳ ଅଛି । (ii) ଖାଇବାସୋଡ଼ା, ସାବୁନ, ଚୂନପାଣି ଆଦିରେ କ୍ଷାରକ ଅଛି ।
(iii) ଅମ୍ଳ ନୀଳ ଲିଟ୍ମସ୍ ପେପରକୁ ନାଲି ରଙ୍ଗ କରେ । (iii) କ୍ଷାରକ ନାଲି ଲିଟ୍‌ସ୍ ପେପରକୁ ନୀଳ ରଙ୍ଗ କରେ ।
(iv) ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣ ଅମ୍ଳୀୟ ଦ୍ରବଣ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ହୋଇଯାଏ । (iv) ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଯାଏ ।

Question 3.
ଲିଟ୍‌ସ୍ କାଗଜ କିପରି ପ୍ରସ୍ତୁତ ହୁଏ ? ଏହାର ବ୍ୟବହାର କ’ଣ ?
Solution:

  • ଲିଟମସ୍ ଲାଇକେନ୍‌ରୁ ପ୍ରସ୍ତୁତ ହୁଏ । ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡରୂପରେ ମିଳେ । ଏହି କାଗଜକୁ ଲିଟ୍‌ସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର, ଯଥା— ନାଲି ଲିଟ୍ସ୍ କାଗଜ ଓ ନୀଳ ଲିଟ୍‌ସ୍ କାଗଜ ।
  • ବ୍ୟବହାର : କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବାପାଇଁ ଏହାକୁ ବ୍ୟବହାର କରାଯାଏ, ତେଣୁ ଏହାକୁ ସୂଚକ ମଧ୍ୟ କୁହାଯାଏ । ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍‌ସ୍ ପେପର ନାଲି ଓ କ୍ଷାରୀୟ ଦ୍ରବଣରେ ନାଲି ଲିଟ୍‌ସ୍ ପେପର ନୀଳ ରଙ୍ଗ ହୋଇଯାଏ ।

Question 4.
ପ୍ରଶମନୀକରଣ କ’ଣ ? ଉଦାହରଣ ସହ ବୁଝାଅ ।
Solution:

  • ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏହି ପ୍ରତିକ୍ରିୟାରେ ଲବଣ ଓ ଜଳ ଉତ୍ପନ୍ନ ହୋଇଥାଏ । ଏସ୍ଏସହ ତାପ ମଧ୍ୟ ଉତ୍ପନ୍ନ ହୁଏ ।
    ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ)
  • ଲବଣାମ୍ଳ (HCl) + ସୋଡ଼ିଅମ୍ ହାଇଡ୍ରକ୍‌ସାଇଡ (NaOH) → ଖାଇବା ଲୁଣ (NaCl) + ଜଳ (H,O)

Question 5.
ଚୂନପାଣି ଅମ୍ଳୀୟ| କ୍ଷାରୀୟ | ପ୍ରଶମିତ କି ? କିପରି ପ୍ରମାଣ କରିବ ।
Solution:
ଚୂନପାଣି କ୍ଷାରୀୟ ଅଟେ |
ପରୀକ୍ଷା’ :

  • ଗୋଟିଏ ନାକି ଲିଟମପ୍ କାଲେ ଗୋଟିଏ ନାଲ କିଟମାସ କାରକ ନେଇ ପ୍ରକ ଭାବେ ତୁମାପା ଶିରେ ତୁରାଯାଉ |
  • ଦେଖାଯିବ ଯେ ନାଲି ଲିଟ୍‌ସ୍ କାଗଜଟି ନୀଳ ହୋଇଯାଇଛି ଓ ନୀଳ ଲିଟ୍‌ସ୍ କାଗଜର ରଙ୍ଗ ଅପରିବର୍ତ୍ତିତ ରହିନି | ଏଥିର କଣାଗଲା ଯେ ବ୍ରନପାଣି ଯିରାମ ଅଟେ |

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 6.
ତୁମେ ନୂଆବର୍ଷରେ ତୁମ ସାଙ୍ଗପାଖକୁ ଅଭିନନ୍ଦନ ପତ୍ର ପଠାଇବା ପାଇଁ ଇଚ୍ଛୁକ । ଏକ ସୂଚକ ପଦାର୍ଥ ମାଧ୍ୟମରେ ଅଭିନନ୍ଦନ ପତ୍ରଟିଏ କିପରି ପ୍ରସ୍ତୁତ କରିବ ?
Solution:

  • ପ୍ରଥମେ ଏକ ବଡ଼ ଚାମଚ ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ବହଳିଆ ଦ୍ରବଣ ପ୍ରସ୍ତୁତ କରାଯାଉ ।
  • ବ୍ଲଟିଂ କାଗଜରେ ଏହି ଦ୍ରବଣକୁ ପକାଇ ଶୁଖାଯାଉ ।
  • ଏହାପରେ ବିଭିନ୍ନ ଆକାରରେ ଏହାକୁ କାଟି ତା ଉପରେ ସାବୁନ୍ ପାଣିରେ ତୁଳାଲଗା କାଠିଦ୍ୱାରା ବିଭିନ୍ନ ଚିତ୍ର ଅଙ୍କନ କରାଯାଉ ।

Question 7.
ନାଲି ଲିଟ୍‌ସ୍ ଓ ନୀଳ ଲିଟ୍‌ସ୍ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସିଟିର ପରିବର୍ତ୍ତନ ହେଲା ନାହିଁ । ଦ୍ରବଣଟି କେଉଁ ପ୍ରକୃତିର ଦର୍ଶାଅ ।
Solution:
ନାଲି ଲିଟ୍‌ସ୍ ଓ ନୀଳ ଲିଟ୍‌ସ୍ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସିଟିର ପରିବର୍ତ୍ତନ ହେଲାନାହିଁ ।

Question 8.
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ ।
(କ) ଚୂନପାଣି : କ୍ଷାରକ :: ପାତିତ ଜଳ : ______ |
(ଖ) ତେନ୍ତୁଳି : ଟାର୍‌ଟାରିକ୍ ଅମ୍ଳ :: ଦହି : ______ |
(ଗ) ନୀଳ ଲିଟ୍‌ସ୍‌ ନାଲି : ଅମ୍ଳ :: ନାଲି ଲିଟ୍‌ସ୍‌କୁ ନୀଳ : ______ |
(ଘ) ପ୍ରତିଅମ୍ଳ : ବଦହଜମ :: କାଲାମିନ୍ : ______ |
Solution:
(କ) ପ୍ରଶମିତ ଦ୍ରବଣ
(ଖ) ଲାକ୍ଟିକ୍ ଅମ୍ଳ
(ଗ) କ୍ଷାରକ
ଘ) ପିମ୍ପୁଡ଼ି କାମୁଡ଼ା

Question 9.
(କ) ଶିଳ୍ପ ଆବର୍ଜନା ଜଳ ସ୍ରୋତରେ ମିଶିବା ପୂର୍ବରୁ ଏହାକୁ ପ୍ରଶମିତ କରିବା ଜରୁରୀ ।
Solution:

  • ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥ‌ିରେ ଥ‌ିବା ଅମ୍ଳ ଜଳକୁ ପ୍ରଦୂଷିତ କରେ ।
  • ଫଳରେ ମାଛ, ଅନ୍ୟାନ୍ୟ ଜଳଜୀବ ଓ ସେହି ଜଳକୁ ବ୍ୟବହାର କରୁଥିବା ପ୍ରାଣୀମାନଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ । ତେଣୁ ପ୍ରଥମେ କ୍ଷାରକ ପ୍ରୟୋଗ କରି ଶିଳ୍ପ କାରଖାନାରୁ ନିର୍ଗତ ଜଳକୁ ପ୍ରଶମିତ କରିବା ଜରୁରୀ ।

(ଖ) ତୁମର ବଦହଜମ ରୋଗ ହେଲେ, ପ୍ରତିଅମ୍ଳ (antacid) ବଟିକା ଖାଅ |

  • ଆମ ପାକସ୍ଥଳୀରୁ ଖାଦ୍ୟ ହଜମ ନିମନ୍ତେ ସର୍ବଦା ଲବଣାମ୍ଳ କ୍ଷରିତ ହୋଇଥାଏ ।
  • ମାତ୍ର ଏହି ଅମ୍ଳ ଅଧିକ ମାତ୍ରାରେ କ୍ଷରିତ ହେଲେ, ଖାଦ୍ୟ ବଦହଜମ ହୋଇ ଆମକୁ ବହୁ କଷ୍ଟ ହୁଏ । ଅମ୍ଳର ପ୍ରଭାବକୁ ପ୍ରଶମିତ କରିବାପାଇଁ ପ୍ରତିଅମ୍ଳ ବଟିକା ଖାଇବାକୁ ହୁଏ ।

(ଗ) ବାସି ପଖାଳ ଖଟାଳିଆ ଲାଗେ ।
Solution:

  • ଅମ୍ଳଥ‌ିବା ଖାଦ୍ୟର ସ୍ବାଦ ଖଟାଳିଆ ।
  • ବାସି ପଖାଳରେ ବ୍ୟାକ୍ଟେରିଆ ଦ୍ବାରା ଅମ୍ଳ ସୃଷ୍ଟି ହେଉଥ‌ିବାରୁ ତାହା ଖଟା ଲାଗେ ।

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 10.
କେଉଁଟି ଠିକ୍|ଭୁଲ୍ ଚିହ୍ନାଅ ।
(କ) ପୋଟାସିଅମ୍ ହାଇଡ୍ରକ୍‌ସାଇଡ୍ ନାଲି ଲିଟ୍‌ସ୍‌କୁ ନୀଳ କରେ ।
(ଖ) ସୋଡ଼ିଅମ୍‌ ହାଇଡୁକ୍‌ସାଇଡ୍ ସହ ଲବଣାମ୍ଳ ମିଶିଲେ ପରସ୍ପର ପ୍ରଶମିତ ହୋଇ ଲବଣ ଓ ଜଳ ସୃଷ୍ଟି ହୁଏ ।
(ଗ) ନାଇଟ୍ରିକ୍ ଅମ୍ଳ ନାଲି ଲିଟ୍‌ସ୍‌କୁ ନୀଳ କରେ ।
(ଘ) କ୍ଷାରକ ଅଧିକ ହେଲେ ଦାନ୍ତମୂଳ ବିନ୍ଧେ ।
(ଙ) ଲେମ୍ବୁରସରେ ଅଧ୍ଵ ପରିମାଣରେ ଏସିଟିକ୍ ଅମ୍ଳ ଥାଏ ।
Solution:
(କ) ଠିକ୍ (ଖ) ଠିକ୍ (ଗ) ଭୁଲ୍ (ଘ) ଭୁଲ୍ (ଙ) ଭୁଲ୍

Question 11.
ତୁମକୁ ତିନୋଟି ବୋତଲରେ ଲବଣାମ୍ଳ, ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ ଓ ଚିନିପାଣି ପୃଥକ୍ ଭାବରେ ଦିଆଯାଇଛି । ତୁମ ପାଖରେ ସୂଚକ ଭାବରେ ମନ୍ଦିର ପାଖୁଡ଼ା ଦ୍ରବଣ ଅଛି । ତୁମେ ସେମାନଙ୍କୁ କିପରି ଚିହ୍ନିବ ?
Solution:

  • ପ୍ରଥମେ ମନ୍ଦିର ପାଖୁଡ଼ା ଦ୍ରବଣକୁ ତିନୋଟି ବୋତଲରେ ଥିବା ଦ୍ରବଣରେ ସମ ପରିମାଣରେ ମିଶାଯାଉ ।
  • ଯେଉଁ ବୋତଲରେ ଥ‌ିବା ଦ୍ରବଣର ରଙ୍ଗ ଗାଢ଼ ପାଟଳ ରଙ୍ଗ (Dark pink) ହୋଇଯିବ, ସେହି ବୋତଲରେ ଲବଣାମ୍ଳ ଅଛି ବୋଲି ଜଣାଯିବ ।
  • ଯେଉଁ ବୋତଲରେ ଥିବା ଦ୍ରବଣର ରଙ୍ଗ ସବୁଜ ରଙ୍ଗ ହୋଇଯିବ, ସେହି ବୋତଲରେ ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ ଅଛି ବୋଲି ଜଣାଯିବ ।
  • ଯେଉଁ ବୋତଲରେ ଦ୍ରବଣର ରଙ୍ଗ ପରିବର୍ତ୍ତନ ହେବ ନାହିଁ, ସେହି ବୋତଲରେ ଚିନିପାଣି ଅଛି ବୋଲି ଜଣାଯିବ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଅମ୍ଳ ଓ କ୍ଷାରକ :

  • ଯେଉଁ ପଦାର୍ଥକୁ ଚାଲେ ଖଟା ଲାଗେ, ସେଗୁଡ଼ିକ ଅମ୍ଳ । ଅମ୍ଳ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ଆସିସ୍’ରୁ ଆସିଛି, ଯାହାର ଅର୍ଥ ଖଟା ।
    ଲେମ୍ବୁରସ, କମଳାରସ, ଭିନେଗାର ଇତ୍ୟାଦି ଅମ୍ଳ ଅଟେ ।
  • ଆଙ୍ଗୁଳିରେ ଚିକ୍‌କଣ (Soapy) ଲାଗୁଥିବା କ୍ଷାରିଆ ସ୍ବାଦଯୁକ୍ତ ପଦାର୍ଥକୁ କ୍ଷାରକ କୁହାଯାଏ । ଖାଇବା ସୋଡ଼ା, ଚୂନପାଣି, ସାବୁନ ଇତ୍ୟାଦି କ୍ଷାରକ ଅଟେ ।

ନିମ୍ନ ସାରଣୀରେ ଲେଖାଥ‌ିବା ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ଵାଦ ମନେପକାଅ ଯେଉଁଟିକୁ ତୁମେ ଚାଖୁନାହଁ, ତାହା ବର୍ତ୍ତମାନ ଚାଖ ଓ ସାରଣୀ ପୂରଣ କର । ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ବାଦ
BSE Odisha Class 7 Science Solutions Chapter 3 Img 1
(iii) ଯେଉଁ ପଦାର୍ଥ ଦ୍ଵାରା କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରକୀୟ ଗୁଣ ଜାଣିହୁଏ, ସେଗୁଡ଼ିକୁ ସୂଚକ କୁହାଯାଏ ଏହି ସୂଚକ ପଦାର୍ଥର ସଂସ୍ପର୍ଶରେ ଆସିଲେ ଅମ୍ଳୀୟ କିମ୍ବା ହଳଦୀ, ମନ୍ଦାରଫୁଲ ଆଦି ସୂଚକ ପଦାର୍ଥ ଅଟନ୍ତି ।
BSE Odisha Class 7 Science Solutions Chapter 3 Img 2

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

→ ପ୍ତାତ୍କତିକ ସୂଚନ :
(a) ଲିଟ୍ମସ୍ :

  • ଲିଟ୍‌ସ୍କୁ ଏକ ମୁଖ୍ୟ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ । ଏହା ଲାଇକେନ୍‌ରୁ ପ୍ରସ୍ତୁତ ହୁଏ ।
  • ପାତିତ ଜଳରେ ଏହାର ପାଟଳ ଅମ୍ଳୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ଲାଲ ଏବଂ କ୍ଷାରୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ନୀଳ ହୁଏ ।
  • ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ । ଏହି କାଗଜକୁ ଲିଟ୍‌ସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର ଯଥା – ନାଲି ଲିଟ୍‌ସ୍ କାଗଜ ଓ ନୀଳ ଲିଟ୍‌ସ କାଗଜ ।
  • ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍‌ସ୍ ପେପର ବୁଡ଼ାଇଲେ ନାଲିରଙ୍ଗ ହୋଇଯାଏ ।
  • କ୍ଷାରୀୟ ଦ୍ରବଣରେ ନାଲି ଲିଟମସ ପେପର ବୁଡ଼ାଇଲେ ନୀଳ ରଙ୍ଗ ହୋଇଯାଏ ।

→ ତୁମପାଇଁ କାମ :
କଳପାଣି, ସାବୁନପାଣି, ସାମ୍ପୋ, ଲୁଣପାଣି, ଚିନିପାଣି, ଲୁଗାଧୁଆ ସୋଡ଼ାପାଣି, ଚୂନପାଣି ଓ ପାତିତ ଜଳରେ ଲିଟ୍‌ସ୍ କାଗଜ ବୁଡ଼ାଇ କେଇଁଥରେ ରଙ୍ଗ ବଦଳୁଛି ଲେଖ । (ପ୍ରଶ୍ନ ସହ ଉତ୍ତର)
BSE Odisha Class 7 Science Solutions Chapter 3 Img 3
(iv) ଯେଉଁ ପଦାର୍ଥରେ କୌଣସି ଲିଟ୍ସ୍‌ର ରଙ୍ଗ ବଦଳେ ନାହିଁ, ତାହାକୁ ପ୍ରଶମିତ (Neutral) ଦ୍ରବଣ କୁହାଯାଏ । ଏହି ଦ୍ରବଣ ଅମ୍ଳ ନୁହେଁ କି କ୍ଷାର ନୁହେଁ ।
(b) ହଳଦୀ :
ହଲଦାକ୍ତ ଏକ ପ୍ରାକୃତିକ ପୂର୍ବକ ଭାବରେ ବ୍ୟକ୍ତିପ୍ରାର କରାଯାଏ | ଶାରାୟ ଦଶାଶରେ ମିଶିଲେ ଏହାର ହଲଦିଆ ରଙ୍ଗ ବଦଳି ନାଲି ହୋଇଯାଏ ।

→ ତୁମପାଇଁ କାମ :
BSE Odisha Class 7 Science Solutions Chapter 3 Img 4

(c) ମନ୍ଦାର ଫୁଲ :
ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣକୁ ମଧ୍ୟ ଏକ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ । ଏହି ସୂଚକ ଅମ୍ଳୀୟ ଦ୍ରବଣ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ଏବଂ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଯାଏ ।

→ ତୁମପାଇଁକାମ :
କିଛି ମନ୍ଦାର ଫୁଲ ପାଖୁଡ଼ା ଆଣି କାଚ ଗ୍ଲାସ୍‌ରେ ରଖାଯାଉ । ଏଥ‌ିରେ ଅଳ୍ପ ଗରମ ପାଣି ମିଶାଇ ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ରଖ । ଏହି ରଙ୍ଗୀନ ଦ୍ରବଣ ଏକ ସୂଚକ । ଏହାକୁ ଲେମ୍ବୁରସ ଓ ଚୂନପାଣି ସହ ପୃଥକ ଭାବରେ ମିଶାଯାଉ । ପ୍ରସ୍ତୁତ ଦ୍ରବଣ ଲେମ୍ବୁରସ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ଧାରଣ କରେ । ପ୍ରସ୍ତୁତ ଦ୍ରବଣ ଚୂନପାଣି ସହ ମିଶିଲେ ସବୁଜ ରଙ୍ଗ ଧାରଣ କରିବ ।
BSE Odisha Class 7 Science Solutions Chapter 3 Img 5

  • ଅମ୍ଳବର୍ଷା – ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ, ଏହାକୁ ଅମ୍ଳବର୍ଷା (Acid Rain)କୁହାଯାଏ । ବାୟୁମଣ୍ଡଳରେ ଥ‌ିବା ପ୍ରଦୂଷକ ଅଙ୍ଗାରକାମ୍ଳ, ସଲ୍ଫର୍‌ ଡାଇଅକ୍‌ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ବର୍ଷାଜଳରେ ଦ୍ରବୀଭୂତ ହୋଇ ଯଥାକ୍ରମେ କାର୍ବୋନିକ୍ ଅମ୍ଳ, ଗନ୍ଧକାମ୍ଳ ଓ ନାଇଟ୍ରିକ୍ ଅମ୍ଳରେ ପରିଣତ ହୁଏ । ଏହିସବୁ ଅମ୍ଳମିଶା ବର୍ଷାଜଳ କୋଠାବାଡ଼ି, ଗଛଲତା ଓ ପ୍ରାଚୀନ କୀର୍ତ୍ତି, ଏପରିକି ତାଜମହଲର କ୍ଷତି ସାଧନ କରେ ।
  • ଡିଅକ୍‌ରାଇବୋ ନ୍ୟୁକ୍ଲିକ୍ ଅମ୍ଳ (DNA) – ଆମ ଶରୀରର କୋଷରେ ଏକ ଅମ୍ଳ ଅଛି, ଯାହାର ନାମ ଡିଅରାଇବୋ ନ୍ୟୁକ୍ଲିକ୍ ଅମ୍ଳ (DNA) । ଏହା ଆମ ଶରୀରର ଆକୃତି, ଉଚ୍ଚତା, ଆଖୁର ରଙ୍ଗ ପ୍ରଭୃତିକୁ ନିୟନ୍ତ୍ରଣ କରେ । ଶରୀର କୋଷ ଗଠନରେ ଆବଶ୍ୟକୀୟ ପୁଷ୍ଟିସାରରେ ଆମିନୋ ଅମ୍ଳ (Amino acid) ଏବଂ ସ୍ନେହସାରରେ ସ୍ନେହାମ୍ଳ (Fatty acid) ରହିଛି ।
  • ସତର୍କତା : ବିଭିନ୍ନ ଅମ୍ଳ ଓ କ୍ଷାର ବ୍ୟବହାର ସମୟରେ ଅଧ‌ିକ ସତର୍କ ରହିବା ଆବଶ୍ୟକ । କାରଣ ଏସବୁର ପ୍ରକୃତି କ୍ଷୟକାରୀ (corrosive), ଉତ୍ତେଜକ (irritating) ଓ ଚର୍ମ ପାଇଁ ଏହା କ୍ଷତିକାରକ ।

ଲିଟ୍ମମସ୍ କାଣକ, ହାଲଦା ମନ୍ଦାରଫୁଲ ଦୃରଣ ସହ କେତେକ ଦୃତଗ ମିଲାଇଟାଦ୍ଵାରା ସେମାନକର ରଙ୍ଗରେ କି ପରିବର୍ତ୍ତନ ହେଲା ନିମ୍ନ ସାରଣୀରେ ଲେଖ ।
BSE Odisha Class 7 Science Solutions Chapter 3 Img 6

→ ପ୍ରଣମନାକରଣ (Neutralisation) :
ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏଡ୍‌ସହ ତାପ ମଧ୍ଯ ଉତ୍ପନ୍ନ ହୁଏ । ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ହୋଇପାରେ ।

  • ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ)
  • ଲବଣାମ୍ଳ (HCI) + ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ (NaOH) → ଖାଇବା ଲୁଣ (NaCI) + ଜଳ (H2O)

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

→ ଦୈନନ୍ଦିନ ଜୀବନରେ ପ୍ରଣମନାକରଣ :

  • ବଦହକମ : ପାଳମଲାରୁ ଖାଦ୍ୟ ଦକାପ ପାଇଁ ଖରୁଥିବା ଲଭିଥିବା ମାତ୍ରା ଅଧିକ ହେଲେ, ଖାଦ୍ୟ ବଦହକମ ହୋଇ ବହୁ କଷ୍ଟଦାୟକ ହୁଏ । ତେଣୁ ପ୍ରତିଅମ୍ଳ (Antacid) ଖାଇ ଏହାକୁ ପ୍ରଶମିତ କରାଯାଏ ।
  • ପିମ୍ପୁଡ଼ି କାମୁଡ଼ା : ପିମ୍ପୁଡ଼ି କାମୁଡ଼ିଲେ ଆମ ଚର୍ମରେ ଫର୍ମିକ୍ ଅମ୍ଳ ପରି ଅମ୍ଳୀୟ ପଦାର୍ଥ ଆସି ପୀଡ଼ା ପ୍ରଦାନ କରେ । ତେଣୁ ଏହା ଉପରେ ଖାଇବା ସୋଡ଼ା କିମ୍ବା କାଲାମିନ୍ ଦ୍ରବଣ ଘଷିଲେ ଏହା ପ୍ରଶମିତ ହୁଏ ।
  • ଶିଳ୍ପ ଆବର୍ଜନା : ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥିରେ ଥିବା ଅମ୍ଳ ଜଳକୁ ଦୂଷିତ କରିଥାଏ ଏବଂ ମାଛ ତଥା ଅନ୍ୟାନ୍ୟ ଜଳଜୀବମାନଙ୍କର ମଧ୍ୟ ଅଶେଷ କ୍ଷତି ସାଧନ କରିଥାଏ । ତେଣୁ କ୍ଷାରକ ପ୍ରୟୋଗ କରି

→ ଆସ, କାଣିବା :

  • ଅମ୍ଳର ସ୍ବାଦ ଖଟା, କ୍ଷାରକର ସ୍ବାଦ କ୍ଷାରିଆ ଓ ଲବଣର ସ୍ବାଦ ଲୁଣିଆ ।
  • ଅମ୍ଳ ନୀଳ ଲିଟ୍‌ସ୍‌କୁ ନାଲି କରେ, କ୍ଷାରକ ନାଲି ଲିଟ୍‌ସ୍କୁ ନୀଳ କରେ ।
  • ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ ପ୍ରଶମିତ ପଦାର୍ଥ କୁହାଯାଏ ।
  • ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ।
  • ଅମ୍ଳ ଓ କ୍ଷାର ମିଶିଲେ, ଉଭୟ ପ୍ରଶମିତ ହୋଇ ଲବଣ ସୃଷ୍ଟି ହୁଏ । ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ପଦାର୍ଥ ହୋଲପାରେ |

BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Odisha State Board BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ Textbook Exercise Questions and Answers.

BSE Odisha Class 7 Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 1.
ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକ ମଧ୍ୟରେ କେଉଁଗୁଡ଼ିକ ଭୌତିକ ପରିବର୍ତ୍ତନ ?
(କ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା
(ଖ) ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା
(ଗ) ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପ୍‌ଟା କରିବା
(ଘ) ସ୍ଵଚ୍ଛ ଚୂନପାଣିକୁ ଗୋଟିଏ ସରୁ ମୁହଁ ଥ‌ିବା ଶିଶିରେ ନେଇ ଫୁଙ୍କିବା
(ଙ) ବିଭିନ୍ନ ଆବର୍ଜନା ପଦାର୍ଥରୁ ଖତ ତିଆରି କରିବା
(ଚ) ତୁଳାରୁ ସୂତା ପ୍ରସ୍ତୁତ କରିବା
Solution:
ନିମ୍ନଲିଖତଗୁଡିକ ଲୋଡିକ ପରିଦରନ –
(ଖ) ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା
(ଗ) ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପ୍‌ଟା କରିବା ଓ
(ଚ) ତୁଳାରୁ ସୂତା ପ୍ରସ୍ତୁତ କରିବା

BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 2.
ନିମ୍ନଲିଖ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କେଉଁଟି ଭୌତିକ କିନ୍ତୁ ଅପ୍ରତ୍ୟାବର୍ତ୍ତୀ ।
(କ) ଆଇସ୍‌କ୍ରିମ୍ ତରଳି ଯିବା
(ଗ) ଇଲେକ୍ଟ୍ରିକ୍ ବଲ୍‌ବ ଜଳାଇବା
(ଖ) ଚାଇନାମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା
(ଘ) କ୍ତହାକଣାରେ କଲକ କାଟିନ |
Solution:
(ଖ) ଚାଇନା ମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା । ଏହା ହେଉଛି ଭୌତିକ କିନ୍ତୁ ଅପତ୍ୟାବର୍ତ୍ତୀ

Question 3.
ଗୋଟିଏ କାଠଗଡ଼କୁ ଛୋଟ ଛୋଟ କରି କାଟି ଜଳାଇବାରେ ଦୁଇଟି ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥାଏ । ଦୁଇ ଦୁଇଟି କାରଣ ସହ ବୁଝାଅ ।
Solution:

  • ଗୋଟିଏ କାଠଗଡ଼କୁ ଛୋଟ ଛୋଟ କରି କାଟିଲେ ଭୋତିଲ ପରିଦଭ ଶଟିଥାଏ | କାଲ ହାଇଟ କାରଣ ନ୍ମିତନ ପଦାର ଉପନ୍ତ ହୋଲନଥାଏ |
  • କଟା କାଠଖଣ୍ଡକୁ ଜଳାଇଲେ ରାସାୟନିକ ପରିବର୍ତ୍ତନ ଘଟେ । କାରଣ କାଠଖଣ୍ଡ ଜଳି ନୂତନ କିମ୍ବା ପାଉଁଶ ଉତ୍ପନ୍ନ ହୋଇଥାଏ ।

Question 4.
ନିମ୍ନଲିଖୂତ ଅସମତୁଲ ରାସାୟନିକ ସମୀକରଣଗୁଡ଼ିକୁ ସମତୁଲ କର ।
(କ) Na + 02 → Na2O
(ଗ) N2 + H2 → NH3
(ଖ) Mg + Cl2 → MgCI2
(ଘ) KClO3→ KCl + O2
Solution:
(କ) 4Na + O2 = 2Na2O
(ଗ) N2 + 3H2 = 2NH3
(ଖ) Mg + Cl2 = MgCI2
(ଘ) 2KClO3 = 2KCl + 302

Question 5.
ନିମ୍ନଲିଖର ରାସାୟନିକ ପ୍ପତିକ୍ତିମାର୍ତିକୁ ସମତୁଲ ରାମାୟନିକ ସାରାକରଣ ପାବାଯମୟରେ ଦଶାର୍ଥ |
(କ) ଆଲୁମିନିୟମ୍ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଆଲୁମିନିୟମ୍‌ ଅକ୍‌ସାଇଡ୍ ଉତ୍ପନ୍ନ କରେ ।
Solution:
4Al + 302 → 2Al2O3

(ଖ) ସୋଡ଼ିୟମ୍ ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କାର୍ବୋନେଟ୍ ଉତ୍ପନ୍ନ ହୋଇଥାଏ ।
Solution:
4 Na + 3CO2 → 2Na2CO3 + C

(ଗ) ପୋଟାସିୟମ୍ନ, ଗଜଳ ସହ ପ୍ରତିକ୍ତିଯା କରି ପୋଟାସିୟମ ପ୍ରକପାଲତ୍ଭେ ତୁପାନ୍ତରିତ ହୁଏ |
Solution:
2K + S → K2S

(ଘ) କାଦନ ମରନାଥକ୍ସସlକତ୍ ଅମ୍ଳକାନରେ ଦହିତ ହେଲେ ଥକ୍କାରକାମ୍ଳ ଭତ୍ପନ୍ନ ହୁଏ |
Solution:
2CO + O2 → 2CO2

BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 6.
H2 + 1/2O2 → H2O ସମୀକରଣଟି ଠିକ୍ କି ଭୁଲ୍ ଯଥାର୍ଥତା ସହ ବୁଝାଅ ।
Solution:
H2 + 1⁄2O2 → H2O
(i) ସମାକରଣଟି ଭୁଲ ଅଟେ | କାଣେ ରାସାୟ୍ନନକ ସମାଜରଣ ଲେଖଦାଦେଲେ ପ୍ରତିକାରକଗୁଡିକ ସେଗୁଡିକର ଅଣୁର ସଂକେତ ଓ ଉତ୍ପାଦଗୁଡ଼ିକୁ ସେଗୁଡ଼ିକର ଅଣୁର ସଂକେତ ସାହାଯ୍ୟରେ ପ୍ରକାଶ କରାଯାଏ ।
(ii) \(\frac { 1 }{ 2 }\)O2, ଅମ୍ଳଜାନ ଅଣୁର ସଂକେତ ନୁହେଁ, O2, ଅମ୍ଳଜାନ ଅଣୁର ସଂକେତ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ପଦାର୍ଥର ପରିବର୍ତ୍ତନ :
ଆମ ଚତୁଃପାର୍ଶ୍ଵରେ ଦେଖୁଥ‌ିବା ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର; ଯଥା – (a) ଭୌତିକ ପରିବର୍ତ୍ତନ ଓ (b) ରାସାୟନିକ ପରିବର୍ତ୍ତନ ।

(a) ଭୌତିକ ପରିବର୍ତ୍ତନ –

  • ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ଭୌତିକ ପରିବର୍ତ୍ତନ କୁହାଯାଏ । ଏଥ‌ିରେ ପଦାର୍ଥର କେବଳ ରୂପ, ବର୍ଣ୍ଣ ଆଦିର ସାମୟିକ ପରିବର୍ତ୍ତନ ଘଟିଥାଏ ଏବଂ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ।
  • ଚିନିକୁ ଜଳରେ ଦ୍ରବୀଭୂତ କରି ସର୍ବତ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, କାଚ ଭାଙ୍ଗିବା, ବିଦ୍ୟୁତ୍ ବଲ୍‌ବ ଜଳିବା ଆଦି ପରିବର୍ତ୍ତନଗୁଡ଼ିକ ଭୌତିକ ପରିବର୍ତ୍ତନ ।

(b) ରାସାୟନିକ ପରିବର୍ତ୍ତନ –

  • ଯେଉଁ ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ ।
  • ଲୁହାରେ କଳଙ୍କି ଲାଗିବା, କାଠ ଜଳିବା, କ୍ଷୀରରୁ ଛେନା ହେବା ଇତ୍ୟାଦି ରାସାୟନିକ ପରିବର୍ତ୍ତନ ଅଟେ ।

→  ତୁମପାଇଁ କାମ :
ତଳ ସାରଣୀ ତୁମ ଖାତାରେ ଆଙ୍କ ଓ ପାଞ୍ଚଗୋଟି ଉଦାହରଣ ଦେଇ ସଂପୂର୍ଣ୍ଣ କର ।
BSE Odisha Class 7 Science Solutions Chapter 2 Img 1

ପ୍ରଶ୍ନ ୧ । (କ) ଗୋଟିଏ ଫୁଲଝରି ବାଣ ଜଳାଇବାବେଳେ ତୁମେ ଧରୁଥିବା ଅଂଶର କି ପ୍ରକାର ପରିବର୍ତ୍ତନ ହୁଏ ?
Solution:
ଫୁଲଝରି ବାଣ ଜଳାଇବାବେଳେ ଆମେ ଧରିଥିବା ଅଂଶର କୌଣସି ପରିବର୍ତ୍ତନ ହୁଏ ନାହିଁ ।

(ଖ) ଯାହା ଜଳିଗଲା ସେହି ପଦାର୍ଥର କି ପ୍ରକାର ପରିବର୍ତ୍ତନ ହେଲା ?
Solution:
ଯାହା ଜଳିଗଲା ସେହି ପଦାର୍ଥର ରାସାୟନିକ ପରିବର୍ତ୍ତନ ହେଲା । କାରଣ ବାରୁଦର ଦହନ ଘଟି ପାଉଁଶ (ନୂତନ ପଦାର୍ଥ) ସୃଷ୍ଟି ହେଲା । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।

(ଗ) ଫୁଲଝରିର ବାରୁଦ ଜଳିଥ‌ିବା ଅଂଶରେ ଥ‌ିବା ତାରର କି ପରିବର୍ତ୍ତନ ହୁଏ ?
Solution:
ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥ‌ିବା ତାରର ଭୌତିକ ପରିବର୍ତ୍ତନ ହୁଏ । କାରଣ ତାରଟି ଉତ୍ତପ୍ତ ହୋଇ ପ୍ରସାରିତ ହୋଇଥାଏ ଏବଂ ଥଣ୍ଡା ହେଲେ ମୂଳଅବସ୍ଥା ପ୍ରାପ୍ତ ହୋଇଥାଏ । ଏହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ

→  ତୁମପାଇଁ କାମ :
ଏଠାରେ ଦିଆଯାଇଥ‌ିବା ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ ଅଲଗା କରି ନିମ୍ନ ସାରଣିର ଉଦ୍ଦିଷ୍ଟ ସ୍ଥାନରେ ଲେଖ । ସେହି ପରିବର୍ତ୍ତନ ସପକ୍ଷରେ ଥ‌ିବା କାରଣ ଯଥା ସ୍ଥାନରେ ଲେଖ ।

  • ବାଇଗଣ କାଟି ରଖ୍ ଦେଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ।
  • ବାସି ପଖାଳ ଖଟା ଲାଗିବା ।
  • ଗୋଟିଏ ସରୁ ତାରକୁ ବଙ୍କାଇ ଇଂରାଜୀ ଆଠ ସଂଖ୍ୟା ତିଆରି କରିବା ।
  • ସାଇକେଲ୍ ଟ୍ୟୁବ୍‌ରେ ପମ୍ପ ଦେବା ।
  • ବାଣ ଫୋଟକା ଫୁଟି ଶବ୍ଦ ହେବା ।
  • ଚକ୍ ଗୁଣ୍ଡରୁ ଚକ୍‌ଖଡ଼ି ତିଆରି କରିବା ।
    Solution:
    BSE Odisha Class 7 Science Solutions Chapter 2 Img 2

ଭୌତିକ ଓ ରାସାୟନିକ ପରିବର୍ତ୍ତନର ତୁଳନା
BSE Odisha Class 7 Science Solutions Chapter 2 Img 3

→  ରାସାୟନିକ ପ୍ରତିକ୍ରିୟା :

  • ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟା ନିମନ୍ତେ ଉପାଦାନ ଗୁଡ଼ିକର ନିର୍ଦ୍ଦିଷ୍ଟ ଅନୁପାତ ରହିବା ଦରକାର ।
  • ରାସାୟନିକ ପ୍ରତିକ୍ରିୟା ନିମନ୍ତେ ସ୍ପର୍ଶ, ତାପ, ଆଲୋକ ପ୍ରଭୃତିର ଅନୁକୂଳ ଅବସ୍ଥା ଆବଶ୍ୟକ ହୁଏ ।
  • ରାସାୟନିକ ପ୍ରତିକ୍ରିୟାଦ୍ଵାରା ଉପାଦାନ ଗୁଡ଼ିକର ରାସାୟନିକ ପରିବର୍ତ୍ତନ ଘଟି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।

BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

→  ତୁମପାଇଁ କାମ :
ସେଥ‌ିରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍‌ ବାଇକାର୍ବୋନେଟ୍) ମିଶାଇ ଲକ୍ଷ୍ୟ କର କ’ଣ ହେଲା । ଅନ୍ୟ ଗୋଟିଏ ପରୀକ୍ଷା ନଳୀରେ ଅଳ୍ପ ସଦ୍ୟ ପ୍ରସ୍ତୁତ ସ୍ଵଚ୍ଛ ଚୂନପାଣି ନେଇ ରଖ । ପ୍ରଥମ ପରୀକ୍ଷାନଳୀ ମଧ୍ଯରେ ବୁଦ୍ ବୁଦ୍ ସୃଷ୍ଟି ହେବା ସହିତ ଗ୍ୟାସ୍ ନିର୍ଗତ ହେବ ଏବଂ ସଁ ଶବ୍ଦ ଶୁଣାଯିବ ।
ନିର୍ଗତ ହେଉଥ‌ିବା ଏହି ଗ୍ୟାସ୍‌ ତତ୍‌କ୍ଷଣାତ୍ ସ୍ବଚ୍ଛ ହେଲା ।
BSE Odisha Class 7 Science Solutions Chapter 2 Img 4
Solution:

  • ଭିନେଗାର ସହିତ ଖାଇବା ସୋଡ଼ାର ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ । ଏହି ଗ୍ୟାସ୍ ସଁ ସଁ ଶବ୍ଦ କରି ବୁଦ୍‌ବୁଦ୍ ହୋଇ ନିର୍ଗତ ହେବ ।
  • ଚୂନପାଣି ହେଉଛି କ୍ୟାଲସିୟମ୍‌ ହାଇଡ୍ରକ୍‌ସାଇଡ଼ର ଜଳୀୟ ଦ୍ରବଣ । ଏହା ସହିତ ଅଙ୍ଗାରକାମ୍ଳର ପ୍ରତିକ୍ରିୟା ଘଟିବାରୁ ଧଳା ଓ ଅଦ୍ରବଣୀୟ ପଦାର୍ଥ କ୍ୟାଲ୍‌ସିୟମ୍ କାର୍ବୋନେଟ୍ ସୃଷ୍ଟି ହେଲା । ଏହି ଯୌଗିକର ଉପସ୍ଥିତି ଯୋଗୁ ଚୂନପାଣି
  • ଉପରୋକ୍ତ ପରୀକ୍ଷଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା, କ୍ୟାଲ୍‌ସିୟମ୍ କାର୍ବୋନେଟ୍ ସୃଷ୍ଟି ହେବା ଓ ଚୂନପାଣିର ରଙ୍ଗ ଦୁଧୂ ହେବା ଗୋଟିଏ ଗୋଟିଏ ରାସାୟନିକ ପ୍ରତିକ୍ରିୟା ।

→  ତୁମପାଇଁ କାମ :
ଗୋଟିଏ ସ୍ୱଚ୍ଛ କାଚପାତ୍ରରେ ଚାମଚେ ତୁତିଆ (କପର୍ ସଲ୍‌ଫେଟ୍) ନେଇ ଆବଶ୍ୟକ ପରିମାଣର ଜଳ ମିଶାଇ ଦ୍ରବଣ ପ୍ରସ୍ତୁତ କର । ସୁବିଧା ଥିଲେ ଏହି ଦ୍ରବଣରେ ଦୁଇ/ ଚାରି ଟୋପା ଲଘୁ ଗନ୍ଧକାମ୍ଳ (ଡାଇଲୁଟ୍ ସଲ୍‌ଫୁରିକ୍‌ ଏସିଡ୍) ମିଶାଅ ।

ଏହି ଦ୍ରବଣର ବର୍ଣ୍ଣ ଲେଖ୍ଖ ଏବଂ ଗୋଟିଏ କାଚନଳୀରେ ଏଥୁରୁ ଅଳ୍ପ ନେଇ ରଖ । କାଚପାତ୍ରରେ ଥ‌ିବା ଦ୍ରବଣରେ କଳଙ୍କି ଲାଗି ନଥ‌ିବା ଗୋଟିଏ ଲୁହାକଣ୍ଟା ବୁଡ଼ାଇ ଛାଡ଼ିଦିଅ ଏବଂ ପ୍ରାୟ ଅଧଘଣ୍ଟା ପରେ ଦେଖ ‘କ’ଣ ପରିବର୍ତ୍ତନ ହେଲା । ଲୁହାକଣ୍ଟା ବୁଡ଼ାଇବା ପୂର୍ବରୁ ତୁତିଆ ଦ୍ରବଣର ରଙ୍ଗ କ’ଣ ଥିଲା ? ଅଧଘଣ୍ଟାଏ ପରେ ସେହି ଦ୍ରବଣର ରଙ୍ଗରେ କେଉଁ ପରିବର୍ତ୍ତନ ହେଲା ଓ ଲୁହାକଣ୍ଟାଟିର କିଭଳି ପରିବର୍ତ୍ତନ ଲକ୍ଷ୍ୟକଲ ।
Solution:

  • ପରୀକ୍ଷଣ ପୂର୍ବରୁ ତୁତିଆର ଦ୍ରବଣ ନୀଳ ରଙ୍ଗ ଥିଲା । ସେଥ‌ିରେ ଲୁହାକଣ୍ଟା ପକାଇବାର ଅଧଘଣ୍ଟା ପରେ ସେହି
  • ସବୁଜ ରଙ୍ଗ ଯୁକ୍ତ ଜଳରେ ଦ୍ରବଣୀୟ ପଦାର୍ଥ ହେଉଛି ଆଇରନ୍‌ ସଲ୍‌ଫେଟ୍ । ଲୁହାକଣ୍ଟା ଉପରେ ଧୂସର ରଙ୍ଗର ରାସାୟନିକ ପରିବର୍ତ୍ତନ ।

ପ୍ରଶ୍ନ ୨ । ସ୍କୁଲ୍ କାନ୍ଥ ବା ତୁମ ଘର କାନ୍ଥ ଚୂନ ଦିଆଗଲେ ସେ କାନ୍ଥ ସବୁ ପ୍ରଥମେ ପ୍ରଥମେ ପାଣିଚିଆ ଦେଖାଯାଏ । କିନ୍ତୁ କିଛି ସମୟ ପରେ ତାହା ଖୁବ୍ ଧଳା ଦେଖାଯାଏ । ଏପରି କାହିଁକି ହୁଏ ।
Solution:
କାନ୍ଥରେ ଚୂନ ଲିପିଦେଲେ ଚୂନପାଣି ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3) ସୃଷ୍ଟିକରେ । ଏହାର ରଙ୍ଗ ଧଳା ଓ ଜଳରେ ଅଦ୍ରବଣୀୟ ହୋଇଥିବାରୁ କାନ୍ଥ ଧଳା ଦିଶେ ।
ଚୂନ + ଅଙ୍ଗାରକାମ୍ଳ ଗ୍ୟାସ୍ = କ୍ୟାଲସିୟମ୍ କାର୍ବୋନେଟ୍ + ଜଳ
ପ୍ରଶ୍ନ ୩ । ନିମ୍ନଲିଖ ସାରଣୀଟି ପୁରଣ କର ।(ପ୍ରଶ୍ନ ସହ ଉତ୍ତର)
BSE Odisha Class 7 Science Solutions Chapter 2 Img 5

→  ରାସାୟନିକ ସମାଜରଣ :

  • ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଂକେତିକ ରୂପରେ ପ୍ରକାଶ କରାଯାଏ, ତାହାକୁ ରାସାୟନିକ ସମୀକରଣ କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥଗୁଡ଼ିକୁ ଉତ୍ପାଦ କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧ୍ଵ ପ୍ରତିକାରକ ବ୍ୟବହୃତ ହୁଏ । ସେହିପରି ଏକ ବା ଏକାଧ୍ଵ ଉତ୍ପାଦ ଉତ୍ପନ୍ନ ହୋଇଥାଏ ।
  • ରାସାୟନିକ ସମୀକରଣ ଲେଖୁଲା ବେଳେ, ସେହି ପ୍ରତିକାରକଗୁଡ଼ିକୁ ସେମାନଙ୍କର ଅଣୁ ସଂକେତ ଓ ଉତ୍ପାଦଗୁଡ଼ିକୁ

→  ରାସାୟନିକ ସମୀକରଣ ଲେଖୁବା ଳିୟମ :
(i) ରାସାୟନିକ ସମୀକରଣ ଲେଖୁବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଂକେତ ଜାଣିଥିବା ଆବଶ୍ୟକ । ଉଦାହରଣ ସ୍ଵରୂପ, ମ୍ୟାଗ୍ନେସିୟମ୍ ଫିତାରେ ଅଗ୍ନି ସଂଯୋଗ କଲେ ତାହା ଉଜ୍ଜ୍ବଳ ଆଲୋକ ପ୍ରକାଶ କରିବା ସହିତ ଜଳି ଉଠେ ଓ ଧଳା ବର୍ଣ୍ଣର ପାଉଁଶ ସୃଷ୍ଟି ହୁଏ । ଏହି ପାଉଁଶ ହେଉଛି ମାଗ୍ନେସିୟମ ଅକ୍‌ସାଇଡ୍ । ଏଠାରେ ମାଗ୍ନେସିୟମ୍ ଓ ଅମ୍ଳଜାନ ହେଉଛନ୍ତି ପ୍ରତିକାରକ । ମ୍ୟାଗ୍ନେସିୟମ୍ ଅଣୁର ସଂକେତ ଓ ପରମାଣୁର ପ୍ରତୀକ ସମାନ ଓ ତାହା Mg । ଅମ୍ଳଜାନ ଅଣୁରେ ଦୁଇଟି ପରମାଣୁ ଥାଏ ଓ ଏହାର ଅଣୁ ସଂକେତ O2 । ଏହି ପ୍ରତିକ୍ରିୟାର ଉତ୍ପାଦ ହେଉଛି ମାଗ୍ନେସିୟମ୍ ଅକ୍‌ସାଇଡ୍ ଓ ଏହାର ସଂକେତ MgO ।

(ii) ତେଣୁ ଏହି ସମୀକରଣର ବାମପାର୍ଶ୍ବରେ Mg ଓ O2, ଏବଂ ଡାହାଣ ପାର୍ଶ୍ଵରେ MgO ଲେଖିବାକୁ ହୁଏ ।

(iii) ଯଦି କୌଣସି ସମୀକରଣ ଲେଖୁବେଳେ ଏକରୁ ଅଧିକ ଉତ୍ପାଦକୁ କିମ୍ବା ପ୍ରତିକାରକକୁ ପ୍ରକାଶ କରିବା ଆବଶ୍ୟକ ହୋଇଥାଏ ତେବେ ସେଗୁଡ଼ିକର ଅଣୁ ସଂକେତ ମଧ୍ୟରେ ଯୁକ୍ତ ଚିହ୍ନ (+) ଲେଖୁ ପୃଥକ କରିବା ଆବଶ୍ୟକ । ଏଠାରେ ପ୍ରତିକାରକ ଦୁଇଟିକୁ ‘‘Mg +O2,” ଏବଂ ଏକମାତ୍ର ଉତ୍ପାଦ ପାଇଁ MgO ଲେଖାଯିବ ।

(iv) ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ଏକ ତୀର ଚିହ୍ନ (→) ଲେଖାଯାଏ । ତୀରଟି ବାମରୁ ଡାହାଣକୁ ସୂଚାଉଥ‌ିବାଦ୍ଵାର ପ୍ରତିକାରକରୁ ଉତ୍ପାଦ ଉତ୍ପନ୍ନ ହେବା ଦର୍ଶାଏ ।

(v) ପ୍ରଥମେ ରାସୟନିକ ସମାଜରଣଟି ପ୍ରତିକାରକ ଉତ୍ପାଦରତିକ ର ନାମକ୍ତ ବ୍ୟବହାର କରି ଲୋଖାଯାଇ ପାରିବ ।
BSE Odisha Class 7 Science Solutions Chapter 2 Img 6
(vi) ଉପରୋକ୍ତ ରାସାୟନିକ ସମୀକରଣଟି ପ୍ରତିକାରକ ଓ ସଂକେତ ବ୍ୟବହାର କରି ନିମ୍ନ ପ୍ରକାରରେ ଲେଖାଯାଏ,
BSE Odisha Class 7 Science Solutions Chapter 2 Img 7
(vii) ଉପରେକ୍ର ରାସପୂଳକ ସମାଜରଶକ୍ତ କଲଲ (skeletal) ବା ଅପମ (unbalanced) ସମାଜରଣ କହନ୍ତି |

(viii) ରାସାୟନିକ ପରିବର୍ତ୍ତନରେ ପରିବର୍ତ୍ତନ-ପୂର୍ବ ବସ୍ତୁତ୍ଵ ଏବଂ ପରିବର୍ତ୍ତନର ପର ବସ୍ତୁତ୍ଵ ସର୍ବଦା ସମାନ ରହେ ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରିଥିବା ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ଵ, ପ୍ରତିକ୍ରିୟା ଶେଷରେ ଉତ୍ପନ୍ନ ହୋଇଥ‌ିବା ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ୱ ସହ ସମାନ ଅଟେ ।

(ix) ଅସମତୁଲ ସମୀକରଣକୁ ସମତୁଲ କରିବା ଆବଶ୍ୟକ । ଆବଶ୍ୟକତା ଅନୁଯାୟୀ ଏକାତ୍ଵିକ ଉପାୟରେ ସମୀକରଣ ଗୁଡ଼ିକୁ ସମତୁଲ କରାଯାଇଥାଏ । ପ୍ରଥମେ ସବୁଠାରୁ ସରଳ (Hit and trial) ବା (trial and error) ପଦ୍ଧତି

BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

ଗାମାକରଣ ସମତୁଲ କରିବା ପ୍ରଣାଳୀ :
(i) ଅସମତୁଲ ସମାଜରେଶବରି ନିମ୍ ପ୍ରକାରରେ ଅଛି |
BSE Odisha Class 7 Science Solutions Chapter 2 Img 8
(ii) ଏହି ସମୀକରଣଟିର ଉଭୟ ପାର୍ଶ୍ଵରେ ମ୍ୟାଗ୍ନେସିୟମ୍ ପରମାଣୁ ସଂଖ୍ୟା ଗୋଟିଏ ଲେଖାଏଁ ଥ‌ିବାରୁ ସମାନ ଅଛି । କିନ୍ତୁ ଅମ୍ଳଜାନ ପରମାଣୁର ସଂଖ୍ୟା ବାମ ପାର୍ଶ୍ଵରେ ଦୁଇଟି ଓ ଡାହାଣ ପାର୍ଶ୍ଵରେ ଗୋଟିଏ ଥ‌ିବାରୁ ସମାନ ପାର୍ଶ୍ଵରେ ଦୁଇ ଗୁଣନ କରିବାକୁ ହେବ । ବର୍ତ୍ତମାନ ସମୀକରଣଟି ନିମ୍ନ ପ୍ରକାର ହେବ ।
BSE Odisha Class 7 Science Solutions Chapter 2 Img 9
(iii) ଏହା ଫଳରେ ଅମ୍ଳଜାନ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ସମାନ ହେଲା ; କିନ୍ତୁ ମାଗ୍ନେସିୟମ୍ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ଅସମାନ ହୋଇଗଲା । ବାମ ପାର୍ଶ୍ବରେ ଏହା କମ୍ ଥିବାରୁ ସେହି “Mg”’କୁ ଦୁଇଗୁଣ କରିବାକୁ ହେବ । ଏହାଦ୍ୱାରା ସେହି ସମୀକରଣଟି ନିମ୍ନପ୍ରକାର ହେବ ।
2 Mg + O2, = 2 MgO

(iv) ବର୍ତ୍ତମାନ ସମୀକରଣଟି ସମତୁଲ ହେଲା ଓ ଏହାର ତୀର (→) ଚିହ୍ନ ସ୍ଥାନରେ ସମାନ (=) ଚିହ୍ନ ଲେଖାଗଲା ।

ପ୍ରଣ ୪ । ନିମ୍ନଲିଖତ ପ୍ରତିକ୍ତିକଗୁଜ ପାଇଁ ସମତୁଲ ରାମାୟନିକ ସମାଜରଣ ଲେଖ |
(କ) ବାୟୁରେ ଅଙ୍ଗାରକ (କାର୍ବନ) ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ (କାର୍ବନ ଡାଇଅକ୍ସାଇଡ୍) ଉତ୍ପନ୍ନ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 10

(ଖ) ସୋଡ଼ିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 11

(ଗ) ଉଦ୍‌ଜାନ, କ୍ଲୋରିନ୍ ସହିତ ପ୍ରତିକ୍ରିୟା କଲେ ଲବଣାମ୍ଳ (ହାଇଡ୍ରୋଜେନ୍ କ୍ଲୋରାଇଡ୍) ଗ୍ୟାସ୍ ଉତ୍ପାଦିତ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 12

→ ଆପ, କାଣିବା :

  • ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ ।
  • ଏହି ସବୁ ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର ଯଥା : ଭୌତିକ ଓ ରାସାୟନିକ ପରିବର୍ତ୍ତନ ।
  • ଭୌତିକ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତୀ ଓ ଏଥିଯୋଗୁଁ ପଦାର୍ଥର କେବଳ ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ ।
  • ରାସାୟନିକ ପରିବର୍ତ୍ତନଗୁଡ଼ିକ ଅପ୍ରତ୍ୟାବର୍ତ୍ତୀ ଓ ଏହି ପରିବର୍ତ୍ତନ ଦ୍ଵାରା ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମଗୁଡ଼ିକ ପରିବର୍ତ୍ତନ ହୋଇଥାଏ ।
  • ରାସାୟନିକ ପରିବର୍ତ୍ତନ ଯୋଗୁ ସର୍ବଦା ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
  • ରାସାୟନିକ ପରିବର୍ତ୍ତନ ବେଳେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରୁଥିବା ପଦାର୍ଥକୁ ପ୍ରତିକାରକ ଓ ପ୍ରତିକ୍ରିୟା ବେଳେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ ଉତ୍ପାଦ କୁହାଯାଏ ।

BSE Odisha 7th Class Science Solutions Chapter 1 ପଦାର୍ଥ

Odisha State Board BSE Odisha 7th Class Science Solutions Chapter 1 ପଦାର୍ଥ Textbook Exercise Questions and Answers.

BSE Odisha Class 7 Science Solutions Chapter 1 ପଦାର୍ଥ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ପଦାର୍ଥର ତରଲାଦଗାରେ ନିଦପୁ ______ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ______ ନ ଥାଏ ।
(ଖ) ପଦାର୍ଥର ଗ୍ୟାସ।ୟାବମାରେ କଣିକାଗୁଡିକ ମଧ୍ୟରେ ଥିବା ପାରମରିକ ଆକପଣ ବିକ ______ ଥାଏ ।
(ଗ) ଯେଉଁ ବିଶୁଦ୍ଧ ପଦାର୍ଥର ପରମାଣୁଗୁଡ଼ିକ ସହଧର୍ମୀ ହୋଇଥାଏ, ତାହାକୁ ______ କୁହାଯାଏ ।
(ଘ) ବାୟୁ ଗୋଟିଏ ______ ପଦାର୍ଥ, କିନ୍ତୁ ଅଙ୍ଗାରକାମ୍ଳ ଗୋଟିଏ ______ ପଦାର୍ଥ |
(ଙ) ଗୋଟିଏ ସେକକ ପଦାଥରେ ________ ପ୍ରକାର ଅଣୁ ନ ଥାଏ ।
Solution:
(କ) ଆୟତନ, ଆକୃତି
(ଖ) ସବୁଠାରୁ କମ୍
(ଗ) ମୌଳିକ ପଦାର୍ଥ
(ଘ) ମିଶ୍ର, ଯୌଗିକ
(ଙ) ଭିନ୍ନ ଭିନ୍ନ

BSE Odisha 7th Class Science Solutions Chapter 1 ପଦାର୍ଥ

Questions 2.
ନିମ୍ନଲିଖୂତ ପଦାର୍ଥଗୁଡ଼ିକରୁ ମୌଳିକ, ଯୌଗିକ ଓ ମିଶ୍ରଣକୁ ଅଲଗା କରି ଲେଖ । କ୍ଲୋରିନ୍, ପାରଦ ବା ମର୍କୁରି, ଲାଇମ୍ ବା ଚୂନ, ଚିନି ସର୍ବତ, ଗନ୍ଧକାମ୍ଳ, ଫିରୀ, ବରଫ, କ୍ଷୀର, ହୀରା, ଲୁଣ
Solution:
BSE Odisha 7th Class Science Solutions Chapter 1 Img 1

Question 3.
ପ୍ରତୀକ ଓ ସଂକେତ ବ୍ୟବହାର କରି ନିମ୍ନଲିଖ ପଦାର୍ଥ ଗୁଡ଼ିକୁ ଲେଖ ।
(କ) ପାପାନିକାର ପରମାଣ୍ଡ
(ଖ) କ୍ଲୋରିନ୍ ଅଣୁ
(ଗ) ଚୂନପାଣିର ସଂକେତ
(ଘ) ଯବକ୍ଷାରଜାନର ଅଣୁ
Solution:
(କ) ମାଙ୍ଗାନିଜ୍‌ର ପରମାଣୁ – Mn
(ଖ) କ୍ଲୋରିନ୍ ଅଣୁ – Cl2
(ଗ) ଚୂନପାଣିର ସଂକେତ – Ca(OH)2
(ଘ) ଯବକ୍ଷାରଜାନର ଅଣୁ – N2

Question 4.
ଯୌଗିକ ଓ ମିଶ୍ରଣ ଭିତରେ ଦୁଇଟି ପାର୍ଥକ୍ୟ ଲେଖ ।
Solution:

ଯୌଗିକ ମିଶ୍ରଣ
(i) ଦୁଇ ବା ତତୋଧ୍ଵ ମୌଳିକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଥନ୍ତ୍ରପାତରେ ରାସାୟନିକ ପୃକ୍ତୟଦ୍ଵାରା ସଯୁକ୍ତ ହୋଇ ଯେଉଁ ନୂତନ ପଦାର୍ଥ ସୃଷ୍ଟି କରନ୍ତି ତାହାକୁ ଯୌଗିକ  ପଦାର୍ଥ କିହାଯାଏ |

ରଦାହରଣ ଜଳ (H2O)

(i) ଯେଉଁ ପଦାର୍ଥରେ ଏକାଧ୍ଵ ମୌଳିକ ବା ଯୌଗିକ ବା ଉଭୟ ମୌଳିକ ଓ ଯୌଗିକ ମିଶିକରି ଥାଏ, ତାହାକୁ ମିଶ୍ରଣ କୁ ହାଯାଏ । ଏମାନେ କୌଣସି
(ii) ଯୌଗିକରେ ଉପାଦାନଗୁଡ଼ିକ ନିଜସ୍ୱ ଧର୍ମ ହରାରଥା’ନ୍ତି | (ii) ମିଶ୍ରଣରେ ଉପାଦାନଗୁଡ଼ିକର ନିଜସ୍ବ ଗୁଣ ଅପରିବର୍ତିତ ରହିଥାଏ ।

Question 5.
ଯେଉଁ ମୌଳିକର ଅଣୁରେ ଏକରୁ ଅଧିକ ପରମାଣୁ ଥାଏ, ସେହିପରି ମୌଳିକର ତିନିଗୋଟି ଉଦାହରଣ ଦିଅ ।
Solution:
ଉଦାହରଣ – ଉଦ୍‌ଜାନ (H2) ଅମ୍ଳଜାନ (O2) ଏବଂ ଯବକ୍ଷାରଜାନ (ND2)

BSE Odisha 7th Class Science Solutions Chapter 1 ପଦାର୍ଥ

Question 6.
ତୁମେ ଜାଣିଛ O2, ଏବଂ O3, ଗୋଟିଏ ଅନ୍ୟଟିର ସମସ୍ଥାନିକ । ତେବେ ଏହି ଦୁଇଟି, ଦୁଇଟି ଭିନ୍ନ ପଦାର୍ଥ, O3 ର ନାମ ଲେଖ ଓ ଏହା ଆଜିକାଲି ସବୁଠାରେ କାହିଁକି ଆଲୋଚନା ହେଉଛି, ସଂକ୍ଷେପରେ ଲେଖ ।
Solution:
02, ଓ O3, ଗୋଟିଏ ଅନ୍ୟଟିର ସମସ୍ଥାନିକ । ତେବେ ଏହି ଦୁଇଟି ଭିନ୍ନ ପଦାର୍ଥ ।
O2 – ଅମ୍ଳଜାନର ସଂକେତ ଏବଂ O3 – ଓଜୋନ୍‌ର ସଂକେତ ।

  • ବାୟୁମଣ୍ଡଳର ‘ଷ୍ଟ୍ରାଟୋସ୍ପିୟର୍’’ ସ୍ତରରେ O3, ବା ଓଜୋନ୍ ସୃଷ୍ଟି ହୋଇଥାଏ ।
  • ଏହା ସୂର୍ଯ୍ୟରୁ ଆସୁଥ‌ିବା ମାରାତ୍ମକ ଅଲ୍‌ଟ୍ରାଭାଇଓଲେଟ୍‌ ବା ଅତିବାଇଗଣୀ ରଶ୍ମିକୁ ଶୋଷି ଦେଇଥାଏ ।
  • କ୍ଲୋରୋଫ୍ଲୋରୋ କାର୍ବନ (CFC) ଏହି ଓଜୋନ୍ ଅଣୁକୁ ନଷ୍ଟ କରିଦେଇଥାଏ । ଏହାକୁ ଓଜୋନ୍‌ ସ୍ତରର ଛିଦ୍ର କୁହାଯାଏ । ଫଳରେ ମାରାତ୍ମକ ଚର୍ମ କର୍କଟ ରୋଗର ପ୍ରାଦୁର୍ଭାବ ପୃଥ‌ିବୀ ପୃଷ୍ଠରେ ବୃଦ୍ଧି ପାଇଥାଏ ।

Question 7.
ପ୍ରୋଟିଏମ୍, ଡିଉଟେରିୟମ୍ ଓ ଟ୍ରାଇଟିୟମ୍, ଉଦ୍‌ଜାନର ତିନିଗୋଟି ସମସ୍ଥାନିକ । ଜଳର ସଂକେତ H2O ଓ ଏଦ୍ବାର ବ୍ୟବହାର ଦହକ | ତିରଟେରିଯାପ ଓ ଥମ୍ନକାନରୁ ପ୍ରସ୍ତୁତ ଯୌଗିକର ନାମ ଓ ଫକେତ ଲେଖା ଏବଂ ସେଦ୍ୱି ମେଟିକର ଦ୍ୟଦହାଇ କାଣ କାଣିଶ୍ଚ ଲେଖ |
Solution:

  • ପ୍ରୋଟିଏମ୍, ଡିଉଟେରିୟମ୍ ଓ ଟ୍ରାଇଟିୟମ୍, ଉଦ୍‌ଜାନର ତିନିଗୋଟି ସମସ୍ଥାନିକ ।
  • ଜଳର ସଂକେତ H2O |
  • ଡିଉଟେରିୟମ୍ ଓ ଅମ୍ଳଜାନରୁ ପ୍ରସ୍ତୁତ ଯୌଗିକର ନାମ ଭାରୀଜଳ ଓ ଏହାର ସଂକେତ D2O । ଏହାକୁ ଭାରୀଜଳ କୁହାଯାଏ ।

Question 8.
ଗୋଟିଏ ଧାତୁ ଓ ଅଧାତୁର ନାମ ଓ ସଂକେତ ଲେଖ, ଯାହା ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ ।
Solution:

  • ପାରଦ ଏକ ତରଳ ଧାତବ ମୌଳିକ । ଏହାର ସଂକେତ – Hg |
  • ବ୍ରୋମିନ୍ ଏକ ତରଳ ଅଧାତୁ । ଏହାର ସଂକେତ Br |

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ :
(i) ଆମ ଚତୁପାର୍ଶ୍ଵରେ ଆମେ ଅନେକ ପଦାର୍ଥ ଦେଖୁ । ଏହି ପଦାର୍ଥଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା –
(a) ପ୍ରାକୃତିକ ପଦାର୍ଥ ଓ (b) ମନୁଷ୍ୟକୃତ ପଦାର୍ଥ ।
(ii) ଜଳ, କାଠ, କୋଇଲା, ଖଣିଜ ପଦାର୍ଥ,ବାୟୁ ମୃତ୍ତିକା ଇତ୍ୟାଦି ପ୍ରାକୃତିକ ପଦାର୍ଥ ଅଟେ ।
(iii) ଆମେ ବ୍ୟବହାର କରୁଥିବା ଲୁଗାପଟା, ଆସବାବ ପତ୍ର, ବାସନକୁସନ, ଖାଦ୍ୟ ଓ ପାନୀୟ, ଜୀବନ ରକ୍ଷାକାରୀ ଔଷଧ, କୃଷିକ୍ଷେତ୍ରରେ ବ୍ୟବହାର ହେଉଥ‌ିବା ସାର ଓ କୀଟନାଶକ, ପ୍ଲାଷ୍ଟିକ ବସ୍ତୁ, କାଗଜ, କାଳି, ବିଭିନ୍ନ ଯାନବାହନ ଲତ୍ୟାଦି ମନ୍ମଯ୍ୟକର ପଦାର୍ଥ ଅଟେ |

→ ତୁମ ପାଇଁ କାମ :
ତୁମେ ବ୍ୟବହାର କରୁଥିବା ଓ ଘରେ ବାହାରେ ଦେଖୁଥ‌ିବା ଦଶଗୋଟି ପଦାର୍ଥର ତାଲିକା କର । ସେଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ପ୍ରାକୃତିକ ପଦାର୍ଥ ଓ କେଉଁଗୁଡ଼ିକ ମନୁଷ୍ୟକୃତ ପଦାର୍ଥ ବାଛ । ନିମ୍ନ ସାରଣୀଟି ତୁମ ଖାତାରେ ତିଆରି କରି ପୂରଣ କର ।
Solution:
BSE Odisha 7th Class Science Notes Chapter 1 Img 1

→ ପଦାର୍ଥର ଗୁଣ :

  • ପ୍ରତ୍ୟେକ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଅଛି ।
  • ତରଳ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏହାର ଆକୃତି ଧାରକ ପାତ୍ରର ଆକୃତି ଅନୁସାରେ ବଦଳିଥାଏ । କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି ।
  • ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନଥାଏ ।

→ ତୁମପାଇଁ କାପ :
(କ) ଗୋଟିଏ କାଚ ଗ୍ଲାସ୍‌ରେ ଜଳନେଇ, ଗ୍ଲାସ୍‌ର ବାହାର ପଟେ ଗୋଟିଏ ଦାଗ ଦେଇ ଭିତରେ ଥିବା ଜଳର ଉପର ସ୍ତରକୁ ଚିହ୍ନିତ କର । ପଥର ଖଣ୍ଡଟିକୁ ଧୀରେ ଗ୍ଲାସ୍ ଭିତରେ ଥ‌ିବା ପାଣିରେ ବୁଡ଼ାଇ ଦିଅ । ଗ୍ଲାସ୍ ଭିତରେ ଥ‌ିବା ଜଳ ସ୍ତରର ପରିବର୍ତ୍ତନ ହେଲାକି ? ଜଳସ୍ତରର ଯଦି ପରିବର୍ତ୍ତନ ହେଲା, କାହିଁକି ଏପରି ଦ୍ରେଲା ?
Solution:
ହଁ, ଗ୍ଲାସ ଭିତରେ ଥିବା ଜଳସ୍ତରର ପରିବର୍ତ୍ତନ ହେଲା । କାରଣ ପଥରଟି ଗ୍ଲାସ୍ ଭିତରେ ଯେତିକି ପରିମାଣର ସ୍ଥାନ ଅଧିକାର କଲା, ସେତିକି ଆୟତନର ଜଳ, ଦାଗ ଉପରକୁ ଉଠିଗଲା ।

(ଖ) ବିଭିନ୍ନ ଆକୃତିର ତିନି -ଚାରୋଟି କାଚ ବୋତଲ ସଂଗ୍ରହ କର । ପ୍ରତି ବୋତଲରେ ଏକ ଗ୍ଲାସ୍ ଜଳ ଭର୍ତ୍ତିକର । ବିଭିନ୍ନ ବୋତଲରେ ଜଳର ଆକୃତି ଲକ୍ଷ୍ୟ କର ।
ଏକା ପରିମାଣର ଜଳ ବିଭିନ୍ନ ବୋତଲରେ ଥିବାବେଳେ ସେହି ଜଳର ଆକୃତି ଏକାପରି ଅଟେ କି ?
Solution:
ନାଁ, ବିଭିନ୍ନ ବୋତଲରେ ଏକା ପରିମାଣର ଜଳଥିଲେ ମଧ୍ୟ ସେହି ଜଳର ଆକୃତି ଏକାପରି ନୁହେଁ, କାରଣ ତରଳ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏହାର ଆକୃତି ଧାରକ ପଦାର୍ଥର ଆକୃତି ଅନୁସାରେ ବଦଳୁଥାଏ ।

ପ୍ରଶ୍ନ ୧ । ଧୂପକାଠିରୁ ବାହାରୁଥ‌ିବା ଧୂଆଁ, ବାୟୁ, ଜେଟ୍ ପ୍ଲେନ୍‌ରୁ ବାହାରୁଥ‌ିବା ଧୂଆଁର କିଛି ନିର୍ଦ୍ଦିଷ୍ଟ ଆକୃତି ଅଛି କି ? ଏଥୁରୁ କେଉଁ ସିଦ୍ଧାନ୍ତରେ ତୁମେ ଉପନୀତ ହେଲ ?
Solution:
ଧୂପକାଠିରୁ ବାହାରୁଥିବା ଧୂଆଁ, ବାୟୁ, ଜେଟ୍, ପ୍ଲେନ୍‌ରୁ ବାହାରୁଥିବା ଧୂଆଁର କିଛି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏଥୁରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନ ଥାଏ ।

(ଗ) ଉପର (ଖ)ରେ ବ୍ୟବହୃତ ହୋଇଥିବା ଯେକୌଣସି ଗୋଟିଏ ଖାଲି ବୋତଲର ଓଜନ ନିର୍ଣ୍ଣୟ କର । ଏଥ‌ିପାଇଁ ତୁମ ସ୍କୁଲରେ ଥ‌ିବା ସ୍କିଙ୍ଗ୍ ବାଲାନ୍ସକୁ ବ୍ୟବହାର କରିପାର । ତା’ପରେ ସେହି ବୋତଲରେ ଜଳ ପୁରାଇ ଓଜନ ନିର୍ଣ୍ଣୟ କର । ଏହି ଦୁଇଟି ଓଜନ ମଧ୍ୟରେ ଥ‌ିବା ପାର୍ଥକ୍ୟ ତୁମପାଇଁ କାମ ବାହାର କର । ଏହାଦ୍ଵାରା କେଉଁ ସିବିନ୍ତ୍ରରେ ଉପନୀତ ହେଲ |
Solution:
ପ୍ରଥମେ କାଚ ବୋତଲ ଓ ପରେ ବୋତଲ ସହ ଜଳର ଓଜନକୁ ମାପ କରାଯାଉ । ଜଣାଯିବ ଯେ ଉଭୟ ଓଜନର ପାର୍ଥକ୍ୟ ଜଳର ଓଜନ ସହିତ ସମାନ । ଏଥୁ ଆମେ ଜାଣିଲୁ ଯେ ପ୍ରତ୍ୟେକ ପଦାର୍ଥର ବସ୍ତୁତ୍ଵ ଥାଏ ଓ ତାହା କିଛି ସ୍ଥାନ ଅଧ୍ୟାର କରିଥାଏ ।

BSE Odisha 7th Class Science Solutions Chapter 1 ପଦାର୍ଥ

→ ତୁମପାଇଁ କାପ:

ଗୋଟିଏ ବେଲୁନ୍‌ରେ ବାୟୁ ଭର୍ତ୍ତିକରି ସୂତାଦ୍ୱାରା ବାନ୍ଧି ଓଜନ କର । କ’ଣ ଲକ୍ଷ୍ୟ କଲ ?
Solution:
ବାୟୁ ଗୋଟିଏ ଗ୍ୟାସୀୟ ପଦାର୍ଥ । ଏହାର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନ ଥାଏ ମାତ୍ର ଓଜନ ଅଛି । ମାତ୍ର ବେଲୁନ୍ ମଧ୍ୟରେ ଥ‌ିବା ବାୟୁର ଓଜନ, ଆୟତନ ଓ ଆକାର ଅଛି । ବାୟୁକୁ ଆମେ ଦେଖ୍ ନପାରିଲେ ମଧ୍ୟ ଏହା ଏକ ପଦାର୍ଥ ।

ପ୍ରଶ୍ନ ୨ । ତାପ, ଆଲୋକ, ଅଙ୍ଗାର, ମୋବାଇଲ୍ ଫୋନ୍ ଓ ଶବ୍ଦ ପଦାର୍ଥ କି ? ଏମାନଙ୍କ ମଧ୍ୟରୁ ପଦାର୍ଥଗୁଡ଼ିକ ବାଛ ।
Solution:
ଅଙ୍ଗାର, ମୋବାଇଲ୍ ଫୋନ୍ ପଦାର୍ଥ ଅଟେ, କିନ୍ତୁ ତାପ, ଆଲୋକ ଓ ଶବ୍ଦ ପଦାର୍ଥ ନୁହଁନ୍ତି । ପଦାର୍ଥର ଓଜନ, ଆୟତନ ଓ ଆକାର ଅଛି । ତେଣୁ ଅଙ୍ଗାର ଓ ମୋବାଇଲ୍ ଫୋନ୍ ପଦାର୍ଥ ଶ୍ରେଣୀଭୁକ୍ତ ।
ପ୍ରଶ୍ନ ୩ । ପାଖରେ ଥାଇ ଦିଶଇ ନାହିଁ
ରାଗିଲେ ସେ ସବୁ ଭାଙ୍ଗି ଦିଏ
କହରେ ପିଲେ, କହ ସେ କିଏ ?
Solution:
ବାୟୁ ବା ପବନ ।

ପଦାର୍ଥର ବିଭିନ୍ନ ଅବସ୍ଥା :
(i) ପ୍ରତ୍ୟେକ ପଦାର୍ଥର ତିନୋଟି ଅବସ୍ଥା ଅଛି; ଯଥା – (କ) କଠିନ ଅବସ୍ଥା, (ଖ) ତରଳ ଅବସ୍ଥା ଓ ଦେଖିବାକୁ ପାଉ । ପଦାର୍ଥ ଗୋଟିଏ ଅବସ୍ଥାରୁ ଅନ୍ୟ ଗୋଟିଏ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ । ଏହା ଏକ ଭୌତିକ ପରିବର୍ତ୍ତନ ଅଟେ । ଏହି ସମୟରେ ପଦାର୍ଥର ଭୌତିକ ଗୁଣର ପରିବର୍ତ୍ତନ ହୋଇଥାଏ ।

(ii) କଠିନ ବରଫ ତରଳିଲେ ଜଳ ଉତ୍ପନ୍ନ ହୁଏ, ଯାହା ପଦାର୍ଥର ତରଳ ଅବସ୍ଥା । ତରଳ ଜଳକୁ ଗରମ କଲେ ତାହା ବାଷ୍ପରେ ପରିଣତ ହୁଏ ଓ ଏହା ଜଳର ଗ୍ୟାସୀୟ ଅବସ୍ଥା । ସେହିପରି ବାଷ୍ପ ଥଣ୍ଡା ହୋଇ ଜଳରେ ପରିଣତ ହୁଏ ଓ ଜଳମଧ୍ଯ ଅତ୍ୟଧ‌ିକ ଥଣ୍ଡାହୋଇ ବରଫରେ ପରିଣତ ହୋଇଥାଏ ।
BSE Odisha 7th Class Science Notes Chapter 1 Img 2
(କ) ପଦାର୍ଥର କଠିନ ଅବସ୍ଥା ଏହି ଅବସ୍ଥାରେ ପଦାର୍ଥର ନିଜସ୍ବ ଆକାର, ଆୟତନ ଓ ବସ୍ତୁତ୍ଵ ଥାଏ । ଏହାକୁ ଯେଉଁଠାରେ ରଖିଲେ ମଧ୍ୟ ଏହା କିଛି ସ୍ଥାନ ଅଧିକାର କରେ । ଉଦାହରଣ – ପଥର, ବରଫଖଣ୍ଡ, କାଠ, ଇଟା ।

(ଖ) ପଦାର୍ଥର ତରଳ ଅବସ୍ଥା – ଏହି ଅବସ୍ଥାରେ ପଦାର୍ଥର ନିଜସ୍ୱ ଆୟତନ ଓ ବସ୍ତୁତ୍ଵ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ଆକୃତି ନଥାଏ । ତରଳ ଅବସ୍ଥାରେ ପଦାର୍ଥର ଆକୃତି ଧାରକ ପାତ୍ରର ଆକୃତି ଉପରେ ନିର୍ଭର କରେ । ତରଳ ପଦାର୍ଥ ଯେଉଁ ପାତ୍ରରେ ରଖାଯାଇଥାଏ, ସେହି ଆକୃତି ପ୍ରାପ୍ତ ହୋଇଥାଏ । ଉଦାହରଣ – ଜଳ, ତେଲ, କ୍ଷୀର

(ଗ) ପଦାର୍ଥର ଗ୍ୟାସୀୟ ଅବସ୍ଥା – ଏହି ଅବସ୍ଥାରେ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ନଥାଏ, ମାତ୍ର ବସ୍ତୁତ୍ଵ ଥାଏ । ସାମାନ୍ୟ ତାପ ଓ ଚାପର ତାରତମ୍ୟ ହେଲେ ଏହାର ଆୟତନ ହ୍ରାସ ବୃଦ୍ଧି ଘଟେ । ଗ୍ୟାସୀୟ ପଦାର୍ଥଗୁଡ଼ିକୁ ସର୍ବଦା ଆବଦ୍ଧ ପାତ୍ରରେ ରଖାଯାଏ । ଗ୍ୟାସୀୟ ପଦାର୍ଥକୁ ଯେଉଁ ଆବଦ୍ଧ ପାତ୍ରରେ ରଖାଯାଏ, ତାହା ସେହି ପାତ୍ର ମଧ୍ଯରେ ସଂପୂର୍ଣ୍ଣ ରୂପେ ବ୍ୟାପିଥାଏ । ଉଦାହରଣ – ଅମ୍ଳଜାନ, ଉଦ୍‌ଜାନ, ଯବକ୍ଷାରଯାନ ।

→ ମନେରଖ :
ରନ୍ଧନଗ୍ୟାସ୍ ଓ ଡାକ୍ତରଖାନାରେ ଇସ୍ପାତ୍ ଟାଙ୍କି ମଧ୍ୟରେ ଥ‌ିବା ଅମ୍ଳଜାନ ଗ୍ୟାସ୍ ଯେତେବେଳେ ଉଚ୍ଚ ଚାପଯୁକ୍ତ ହୋଇ ରହିଥାଏ ସେତେବେଳେ ତାହା ତରଳ ଅବସ୍ଥାରେ ଥାଏ । ରେଗୁଲେଟର ସାହାଯ୍ୟରେ ଯେତେବେଳେ ଟାଙ୍କି ମୁହଁ ଖୋଲାଯାଏ ତାହା ବାୟୁମଣ୍ଡଳୀୟ ଚାପ ପାଇ ପୁଣି ବାଷ୍ପୀୟ ଅବସ୍ଥାକୁ ଆସିଯାଏ ।
ବାୟୁ ମଣ୍ଡଳରେ ଥିବା ଅମ୍ଳଜାନ ଗ୍ୟାସୀୟ ଅବସ୍ଥାରେ ହିଁ ରହିଥାଏ । କାରଣ ବାୟୁମଣ୍ଡଳୀୟ ତାପମାତ୍ରା ଓ ଚାପରେ ଏହା ଗୋଟିଏ ଗ୍ୟାସୀୟ ପଦାର୍ଥ ଅଟେ ।

→ ପଦାର୍ଥର ପ୍ରକୃତି :
କଠିନ ପଦାର୍ଥ :

  • ସ୍ଥିର ତାପମାତ୍ରାରେ କଠିନ ପଦାର୍ଥର ଆକାର, ଆକୃତି ଓ ଆୟତନର କୌଣସି ପରିବର୍ତ୍ତନ ହୁଏ ନାହିଁ ।
  • କାଠିନ ପଦାର୍ଥକ ସେକେଣସି ଷ୍ଠାନରେ ରଖାଯାଲପାରିବ |

→ ଉଇଲ ପଦାର୍ଥ :

  • ସ୍ଥିତ ତାପମାତ୍ରାରେ ପରଲ ପଦାର୍ଥର ଆୟତନ ଅପରିବର୍ତ୍ତିତ୍ ରହେ କିଛି ଏହ୍ରାସ ଆକାର ଥାକତି ଧାରକପାତ୍ରର ଆକୃତି ଅନୁସାରେ ବଦଳିଥାଏ ।
  • ତରଳ ପଦାର୍ଥ ରଖିବାପାଇଁ ଗୋଟିଏ ପାତ୍ରର ଆବଶ୍ୟକ ହୋଇଥାଏ । ତାହା ଖୋଲା ବା ଆବଦ୍ଧ ହୋଇପାରେ । ନଚେତ୍ ତରଳ ପଦାର୍ଥ ଉର୍ଦ୍ଧ୍ବରୁ ନିମ୍ନକୁ ବହିଯାଇଥାଏ ।

→ ଗ୍ୟାସୀୟ ପଦାର୍ଥ :

  • ସ୍ଥିର ତାପମାତ୍ରାରେ ଗ୍ୟାସୀୟ ପଦାର୍ଥର ଆକାର, ଆୟତନ ଓ ଆକୃତି ଆବଦ୍ଧ ଧାରକ ପାତ୍ରର ଆକାର, ଆୟତନ ଓ ଆକୃତି ଅନୁସାରେ ହୋଇଥାଏ ।
  • ଗ୍ୟାସୀୟ ପଦାର୍ଥକୁ ସର୍ବଦା ଆବଦ୍ଧ ପାତ୍ରରେ ରଖୁବାକୁ ହୁଏ । ନଚେତ୍ ଗ୍ୟାସୀୟ ପଦାର୍ଥ ପାତ୍ରରୁ ବାହାରିଯାଇ ବାୟୁମଣ୍ଡଳକୁ ଚାଲିଯାଏ ।

ପଦାର୍ଥର ତିନି ସାଧାରଣ ଅବସ୍ଥାର ଅନ୍ତଃ-ରୂପାନ୍ତରଣ (Inter-Conversion) :
ତାପର ପ୍ରୟୋଗରେ କଠିନ ପଦାର୍ଥ ତରଳ ପଦାର୍ଥରେ ରୂପାନ୍ତରିତ ହୁଏ । ତରଳ ପଦାର୍ଥକୁ ଉତ୍ତପ୍ତ କଲେ ଗ୍ୟାସୀୟ ପଦାର୍ଥରେ ପରିବର୍ତ୍ତିତ ହୁଏ । ଗ୍ୟାସୀୟ ପଦାର୍ଥକୁ ଥଣ୍ଡାକଲେ ତାହା ତରଳ ଅବସ୍ଥାକୁ ଆସିଥାଏ । ତରଳ ପଦାର୍ଥକୁ ଥଣ୍ଡା କଲେ ତାହା ପୁନଶ୍ଚ କଠିନାବସ୍ଥାକୁ ଫେରିଆସେ । ପଦାର୍ଥର ଏହି ତିନୋଟି ଅବସ୍ଥାର ଗୋଟିକରୁ ଅନ୍ୟଟିକୁ ହେଉଥ‌ିବା ପରିବର୍ତ୍ତନକୁ ଅନ୍ତଃ-ରୂପାନ୍ତରଣ କୁହାଯାଏ ।
BSE Odisha 7th Class Science notes Chapter 1 Img 3
ଳେନାଲ – ଯେଉଁ ତାପମାତ୍ରାରେ ବରଫ ତରଳି ଜଳରେ ପରିଣତ ହୁଏ, ତାହାକୁ ଜଳର ଗଳନାଙ୍କ (Melting Point) କୁହାଯାଏ । ଏହି ପ୍ରକ୍ରିୟାକୁ ଗଳନ (Melting) କୁହାଯାଏ ।
ହି ମାଙ୍କ – ଯେଉଁ ତାପମାତ୍ରାରେ ଜଳକୁ ଊର୍ଦ୍ଧ୍ବପାତନ ହିମାଙ୍କ (Freezing point) କୁହାଯାଏ ।
BSE Odisha 7th Class Science notes Chapter 1 Img 4
ସ୍ଫୁଟନାଙ୍କ – ଯେଉଁ ତାପମାତ୍ରାରେ ଜଳ ଫୁଟି ବାମ୍ଫ(steam)ରେ ପରିଣତ ହୁଏ ତାହାକୁ ଜଳର ସ୍ଫୁଟନାଙ୍କ (Boiling Point) କୁହାଯାଏ । ଏହି ପ୍ରକ୍ରିୟାକୁ ସ୍ଫୁଟନ କୁହାଯାଏ ।
ବାଷ୍ପୀକରଣ – ଜଳର ତାପମାତ୍ରା ସ୍ଫୁଟନ (୧୦୦° ସେ. ) ନହେଲେ ମଧ୍ୟ ସାଧାରଣ ତାପମାତ୍ରାରେ ଏହା ଗ୍ୟାସୀୟ ଅବସ୍ଥା (ଜଳୀୟ ବାଷ୍ପ) ପ୍ରାପ୍ତ ହୋଇଥାଏ । ଏହି ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।

ଜଳକୁ ଉତ୍ତପ୍ତ କରି ତାପମାତ୍ରାକୁ ୧୦୦° ସେ. (ସ୍ଫୁଟନାଙ୍କ) କଲେ ସ୍ଫୁଟନ ଘଟି ଜଳ ଗ୍ୟାସୀୟ ଅବସ୍ଥା (ବାମ୍ଫ) ପ୍ରାପ୍ତ ହୁଏ ।

ଊର୍ଦ୍ଧ୍ବପାତନ – କଠିନ ନାଫ୍‌ଲିନ୍ ଗୁଣ୍ଡକୁ ଉତ୍ତପ୍ତ କଲେ ତାହା ନ ତରଳି ଏକ କଠିନ ପଦାର୍ଥର ଆସ୍ତରଣ ସୃଷ୍ଟିହୁଏ । ଏହି ନାଫ୍‌ଲିନ୍ ବାଷ୍ପ ଥଣ୍ଡା ହୋଇ କଠିନ ଅବସ୍ଥାର ଏକ ଆସ୍ତରଣ ହୁଏ । ଏହି ପ୍ରକ୍ରିୟାକୁ ଊର୍ଷପାତନ କୁହାଯାଏ ।

ପ୍ରଶ୍ନ ୪ । ଗନ୍ଧକର୍ପୁର, ଆୟୋଡିନ୍ ଦାନା, ଆମୋନିୟମ୍ କ୍ଲୋରାଇଡ୍ ଲବଣ ଇତ୍ୟାଦି କଠିନ ପଦାର୍ଥକୁ ନେଇ କିଛି ସମୟ ଉତ୍ତପ୍ତ କଲେ , କ’ଣ ହେବ ?
Solution:
ଗନ୍ଧକର୍ପୁର, ଆୟୋଡି଼ନ୍ ଦାନା, ଆମୋନିୟମ୍ କ୍ଲୋରାଇଡ୍ ଲବଣ ଇତ୍ୟାଦି କଠିନ ପଦାର୍ଥକୁ ଉତ୍ତପ୍ତ କଲେ ତରଳ ନ ହୋଇ ତାହା ବାଷ୍ପ ହୋଇଥାଏ । ଏହି ବାଷ୍ପ ଥଣ୍ଡା ହୋଇ ତରଳ ଅବସ୍ଥାକୁ ନ ଆସି ପୁନଶ୍ଚ କଠିନ ଅବସ୍ଥା ପ୍ରାପ୍ତ ହୋଇଥାଏ । ଏଗୁଡ଼ିକୁ ଉଦ୍‌ବାୟୀ କଠିନ ପଦାର୍ଥ କୁହାଯାଏ ।

ଉଦ୍‌ବାୟୀ କଠିନ ପଦାର୍ଥ – କେତେକ କଠିନ ପଦାର୍ଥ ଅଛି ଯାହାକୁ ଉତ୍ତପ୍ତ କଲେ ତାହା ତରଳ ପଦାର୍ଥରେ ପରିଣତ ନ ହୋଇ ସିଧା ଗ୍ୟାସୀୟ ଅବସ୍ଥା ପ୍ରାପ୍ତ ହୋଇଥାନ୍ତି ଏବଂ ଥଣ୍ଡା ହେଲେ ସେମାନଙ୍କର ଗ୍ୟାସୀୟ ଅବସ୍ଥା ତରଳ ଅବସ୍ଥାକୁ ନ ଆସି କଠିନ ଅବସ୍ଥା ପ୍ରାପ୍ତ ହୋଇଥାଏ । ଏହିଭଳି କଠିନ ପଦାର୍ଥଗୁଡ଼ିକ ଏକ ସ୍ବତନ୍ତ୍ର ପ୍ରକାର କଠିନ ପଦାର୍ଥ ଏବଂ ଏଗୁଡ଼ିକୁ ଉଦ୍‌ବାୟୀ କଠିନ ପଦାର୍ଥ କୁହାଯାଏ ।

ଗଳନ, ସ୍ଫୁଟନ, ବାଷ୍ଟୀକରଣ, ଘନୀକରଣ ପରି ଉର୍ଦ୍ଧପାତନ ମଧ୍ୟ ଗୋଟିଏ ଭୌତିକ ପରିବର୍ତ୍ତନ ।

→ ପଦାର୍ଥର ଗଠନ :
(i) କେତେଗୁଡିଏ ଜାଣିକାନ୍ତି ନେଲ ପ୍ରତ୍ୟେକ ପଦାର୍ଥ ଗଠିତ | ଏଦ୍ୱି କଣିକାଗୁଗିକ ମଧ୍ୟରେ ଏକ ପ୍ରକାର ର୍ଥାକଗଣ ବଳ ଥାଏ ।
(ii) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ କିଛି ଶୂନ୍ୟସ୍ଥାନ ଥାଏ ଏବଂ କଣିକାଗୁଡ଼ିକ ନିର୍ଦ୍ଦିଷ୍ଟ ରୂପରେ ସଜ୍ଜା ହୋଇ ରହିଥାଆନ୍ତି । ଯେହେତୁ ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ତାହାର କଣିକା ମଧ୍ୟରେ ଥିବା ଆକର୍ଷଣ ବଳ ଭିନ୍ନ ଭିନ୍ନ ଅଟେ, ତେଣୁ ସେମାନଙ୍କ ମଧ୍ୟରେ ଥିବା ଶୂନ୍ୟସ୍ଥାନର ପରିମାଣ ଓ ସେଗୁଡ଼ିକର ସଜ୍ଜା ଭିନ୍ନ ଭିନ୍ନ
ହୋଇଥାଏ ।
(iii) କଠିନ ଅବସ୍ଥାରେ ପାଖାପାଖ୍ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନର ପରିମାଣ ସବୁଠାରୁ କମ୍ । ତେଣୁ ଏହି ଅବସ୍ଥାରେ ଦୁଇଟି କଣିକା ମଧ୍ୟରେ ଥ‌ିବା ଆକର୍ଷଣ ବଳ ସବୁଠାରୁ ତୀବ୍ର ଅଟେ । ଏହି ପ୍ରବଳ ଆକର୍ଷଣ ଯୋଗୁ, କଠିନ ଆକୃତି ସ୍ଥିର ଅଟେ । କଠିନ ପଦାର୍ଥର କିଛି ଅଂଶ ଅଲଗା କରିବାପାଇଁ ହାତୁଡ଼ି ବା ସେହିପରି କିଛି ଜିନିଷ ବ୍ୟବହାର କରିବାକୁ ପଡ଼ିଥାଏ ।
BSE Odisha 7th Class Science Notes Chapter 1 Img 5
(iv) ତରଳ ଅବସ୍ଥାରେ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଥିବା ଦୂରତ୍ୱ ସାମାନ୍ୟ
(v)ତେଣୁ ସେମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳ କମ୍ । ଏଣୁ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏହା ଧାରକ ପାତ୍ରର ଆକୃତି ନେଇଥାଏ । ତରଳ ପଦାର୍ଥ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରିଥାଏ ଓ ଏହା କଣିକାଗୁଡ଼ିକ ପ୍ରାୟତଃ ଏକାଠି ଥାଆନ୍ତି । ଗ୍ୟାସୀୟ ପଦାର୍ଥରେ କଣିକାଗୁଡ଼ିକ ମଧ୍ୟରେ ଅତ୍ୟଧିକ ଦୂରତ୍ବ ହେତୁ ପାରସ୍ପରିକ ଆକର୍ଷଣ ବଳ ଅତି କମ୍ ।
ବାହାରକୁ ଚାଲିଯାଏ ।

→ ପଦାର୍ଥର ଣ୍ଡୋଶୀ ବିରାଗ :

  • ଭୌତିକ ଥଟସ୍ଥା ହଶିକୋଣରୁ ପଦାର୍ଥକୁ ତିନି ପ୍ତକାରରେ କିଣନ୍ତ କରାଯାଲଥାଏ |
    ଯଥା – (କ) କଠିନାବସ୍ଥା, (ଖ) ତରଳାବସ୍ଥା, (ଗ) ଗ୍ୟାସୀୟାବସ୍ଥା ।
  • ପଦାର୍ଥଗ୍ମତିକ୍ତ ସେମନଙ୍କର ରାସାୟନିକ ସଂରଚନା (constitution) ଓ ଫକ୍ମତି (composition) ଅନ୍ତମାନ ମୌଳିକ, ଯୌଗିକ ଓ ମିଶ୍ରଣ ରୂପେ ବିଭକ୍ତ କରାଯାଏ ।
  • ଯେଉଁ ପଦାର୍ଥ ଗୁଡ଼ିକରେ କେବଳ ଗୋଟିଏ ପ୍ରକାର କଣିକା ଥାଏ, ସେଗୁଡ଼ିକୁ ବିଶୁଦ୍ଧ ପଦାର୍ଥ କୁହାଯାଏ । ମୌଳିକ ଓ ଯୌଗିକ ଏହି ପ୍ରକାରର ବିଶୁଦ୍ଧ ପଦାର୍ଥ ଅଟନ୍ତି । ତମ୍ବାତାର, ସୁନା ଆଦି ବିଶୁଦ୍ଧ ପଦାର୍ଥ ।
  • ଆଉ କେତେକ ପଦାର୍ଥ ଅଛି, ଯେଉଁଥିରେ ଏକରୁ ଅଧିକ ପ୍ରକାରର କଣିକା ଥାଏ । ଏହିଭଳି ପଦାର୍ଥକୁ ମିଶ୍ର ପଦାର୍ଥ ବା ମିଶ୍ରଣ କୁହାଯାଏ । କୋଇଲା ଏକ ମିଶ୍ର ପଦାର୍ଥ ।
  • ପଦାର୍ଥଗୁଡ଼ିକ ଯେକୌଣସି କ୍ଷେତ୍ରରୁ ସଂଗୃହିତ ହେଲେ ମଧ୍ୟ ସେମାନଙ୍କର ବିଶୁଦ୍ଧ ଅବସ୍ଥାରେ ଏକ ନିର୍ଦ୍ଦିଷ୍ଟ ପଦାର୍ଥରେ ଥ‌ିବା କଣିକାଗୁଡ଼ିକ ଏକାଭଳି ଦେଖାଯାଏ । ଏହିଭଳି ସରଳତମ ବିଶୁଦ୍ଧ ପଦାର୍ଥକୁ ମୌଳିକ କୁହାଯାଏ ।

ସାଧାରଣ ତାପମାତ୍ରାରେ ଅଙ୍ଗାରକ, ଫସଫରସ୍, ଗନ୍ଧକ, ଆୟୋଡ଼ିନ୍, ସୁନା, ରୂପା, ଦସ୍ତା, ଆଲୁମିନିୟମ୍, ସୀସା ଇତ୍ୟାଦି କଠିନ ମୌଳିକ । ପାରଦ ଓ ବ୍ରୋମିନ ତରଳ ମୌଳିକ । ଉଦ୍‌ଜାନ, ଅମ୍ଳଜାନ, ଯବକ୍ଷାରଜାନ, କ୍ଲୋରିନ୍, ହିଲିୟମ୍ ଇତ୍ୟାଦି ଗ୍ୟାସୀୟ ମୌଳିକ ।

ଆଜି ପର୍ଯ୍ୟନ୍ତ ଜାଣିଥୁବା ୧୧୫ ଟି ମୌଳିକ ମଧ୍ୟରୁ ୮୮ଟି ମୌଳିକ ପ୍ରାକୃତିକ ଓ ୨୭ଟି ମୌଳିକ ମନୁଷ୍ୟକୃତ

ପ୍ରଶ୍ନ ୬ । ଫିଲଟର୍‌ ପାଣି ବିଶୁଦ୍ଧ ପଦାର୍ଥ କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
Solution:
ଫିଲଟର୍ ପାଣି ବିଶୁଦ୍ଧ ପଦାର୍ଥ ନୁହେଁ । ଏହା ଏକ ମିଶ୍ରଣ । ଏଥୁରେ ଧାତବଲବଣ ଓ ଅମ୍ଳଜାନ ଦ୍ରବୀଭୂତ ହୋଇଥାଏ ।

→ ମେଲକରି ପୂଜାରେଦ :
(i) ମୌଳିକ ଗୁଡ଼ିକୁ ସେମାନଙ୍କର ଗୁଣ ଅନୁଯାୟୀ ତିନି ଭାଗରେ ବିଭକ୍ତ କରାଯାଇଛି; ଯଥା – ଧାତୁ (Metal), ଅଧାତୁ (Non-metal) ଉପଧାତୁ (Metalloid) |
(a) ଧାତୁ – ଧାତୁରୁ ତାର ଓ ପାତ୍ର ପସ୍ତୁତ କରାଯାଇପାରେ । ଧାତୁ ମଧ୍ୟ ତାପ ଓ ବିଦ୍ୟୁତ୍‌ର ସୁପରିବାହୀ । ଲୁହା, ଦସ୍ତା, ତମ୍ବା, ସୀସା, ଆଲୁମିନିୟମ, ସୁନା,ରୁପା, ଜିଙ୍କ୍, ମାଗ୍ନେସିୟମ୍ , କ୍ୟାଲସିୟମ୍ ଇତ୍ୟାଦି କଠିନ ଧାତବ ମୌଳିକର ଉଦାହରଣ ।
(b) ଅଧାତୁ – ଅଙ୍ଗାରକ, ଗନ୍ଧକ, ଫସ୍‌ଫରସ ଇତ୍ୟାଦି କଠିନ ଅଧାତୁ ମୌଳିକ ଅଟନ୍ତି । ଉଦ୍‌ଜାନ, ଅମ୍ଳଜାନ, ଯବକ୍ଷାରଜାନ, କ୍ଲୋରିନ୍, ହିଲିୟମ୍, ଇତ୍ୟାଦି ବାଷ୍ପୀୟ ଅଧାତୁ ମୌଳିକ ଅଟନ୍ତି ।
(c) ଉପଧାତୁ – ଯେଉଁ ମୌଳିକ ଉଭୟ ଧାତୁ ଓ ଅଧାତୁ ଉଭୟର ଗୁଣ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଉପଧାତୁ କୁହାଯାଏ । ଆର୍ସେନିକ୍, ବୋରନ୍, ସିଲିକନ୍ ଆଦି ଉପଧାତୁ ।

BSE Odisha 7th Class Science Solutions Chapter 1 ପଦାର୍ଥ

→  ବ୍ରୋମିନ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।

(ii) ପ୍ରାକୃତିକ ମୌଳିକ ପଦାର୍ଥକୁ ନେଇ ଆମ ପୃଥ‌ିବୀର ଭୂତ୍ଵକ ଗଠିତ ହୋଇଛି । ଭୂତ୍ଵକର ୯୯ ଭାଗ ପାର୍ଶ୍ଵ ସ୍ଥ ୧୦ଟି ମୌଳିକକୁ ନେଇ ଗଠିତ ।
BSE Odisha 7th Class Science Notes Chapter 1 Img 6
ଆଲୁମିନିୟମ୍ ସେଗୁଡ଼ିକ ହେଲା ଅଙ୍ଗାରକ, ଉଦ୍‌ଜାନ, ଅମ୍ଳଜାନ ଓ ଯବକ୍ଷାରଜାନ ।
(iii) ଉଦ୍‌ଜାନ ସବୁଠାରୁ ହାଲୁକା ଓ ଦହନଶୀଳ ମୌଳିକ । କିନ୍ତୁ ଅମ୍ଳଜାନ, ଅନ୍ୟାନ୍ୟ ପଦାର୍ଥର ଦହନରେ ସାହାଯ୍ୟ କରେ । ଉଦ୍‌ଜାନ ଓ ମାଗ୍ନେସିୟମ୍ ସୃଷ୍ଟି ହୁଏ ।

ଯୌଗିକ :
ଦୁଇ ବା ତତୋଽଧ୍ଵକ ମୌଳିକ ନିଜ ନିଜ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା କରି ଯେଉଁ ନୂତନ ପଦାର୍ଥ ଉତ୍ପନ୍ନ କରନ୍ତି, ତାହାକୁ ଯୌଗିକ ପଦାର୍ଥ କୁହାଯାଏ । ଯୌଗିକ ପଦାର୍ଥର ଗୁଣ ଏହାର ମୂଳ ମୌଳିକ ପଦାର୍ଥର ଗୁଣଠାରୁ ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ, ଅଙ୍ଗାରକାମ୍ଳ,ଚିନି, ଲୁଣ, ଜଳ, ଚକ୍‌ଖଡ଼ି, ଗ୍ଲୁକୋଜ୍, ଖାରସୋଡ଼ା, ଭିନେଗାର୍ ଇତ୍ୟାଦି ଯୌଗିକ ଅଟନ୍ତି । ଉଦାହରଣ – ୫୬ ଗ୍ରାମ୍ ଲୁହାଗୁଣ୍ଡ, ୩୨ ଗ୍ରାମ୍ ଗନ୍ଧକ ସହ ରାସାୟନିକ ସଂଯୋଗ ଘଟାଇ ୮୮ ଗ୍ରାମ୍ ଫେରସ୍ ସଲ୍‌ଫାଇଡ୍ ନାମକ ଯୌଗିକ ପଦାର୍ଥ ଉତ୍ପନ୍ନ କରେ ।

ମିଶ୍ରଣ :
(i) ଯେଉଁ ପଦାର୍ଥରେ ଏକାଧ୍ଵ ମୌଳିକ ବା ଯୌଗିକ ବା ଉଭୟ ମୌଳିକ ଓ ଯୌଗିକ ମିଶିକରିଥାଏ, ତାହାକୁ ମିଶ୍ରଣ କୁହାଯାଏ | ମିଶ୍ରଣ ଦୁଇ ପ୍ରକାରର ; ଯଥା – ସମଜାତୀୟ ମିଶ୍ରଣ ଓ ବିଷମ ଜାତୀୟ ମିଶ୍ରଣ । ମିଶ୍ରଣ ଗୋଟିଏ ବିଶୁଦ୍ଧ ପଦାର୍ଥ ନୁହେଁ । ଉଦାହରଣ ସ୍ୱରୂପ, ବାୟୁ, ଜଳ, ଚିନିସରବତ, ବାରମଜା ମିକ୍‌ର ଆଦି ମିଶ୍ରଣ ଅଟନ୍ତି ।
(iii) ମିଶ୍ରଣଗୁଡ଼ିକରେ ଥ‌ିବା ଉପାଦାନଗୁଡ଼ିକର ଗୁଣ ଅପରିବର୍ତ୍ତିତ ରହିଥାଏ, ମିଶ୍ରଣଗୁଡ଼ିକ ମିଶି ଉତ୍ପନ୍ନ କରିବାବେଳେ କୌଣସି ରାସାୟନିକ ପରିବର୍ତ୍ତନ ହୋଇ ନ ଥାଏ, ଉପାଦାନଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ଓଜନର ଅନୁପାତରେ
(iii) ପରୀକ୍ଷାଗାରରେ ବିଭିନ୍ନ ମିଶ୍ରଣକୁ ବିଭିନ୍ନ ଉପାୟରେ ପୃଥକ କରାଯାଇଥାଏ । ଏଥିପାଇଁ ଅବକ୍ଷେପଣ (Sedimentation), ଉତଳାଦ୍ରାନ (Decantation), ପରିସ୍ତବଣ (Filtration), ପାଦନ (Distilation), ଊର୍ଦ୍ଧ୍ବପାତନ୍ (Sublimation) ଆଦି ବିଜ୍ଞାନଗାର ପଦ୍ଧତି ଅବଲମ୍ବନ କରାଯାଏ ।

ପ୍ରଶ୍ନ ୭ । (i) ଅଙ୍ଗାରକାମ୍ଳରେ କେଉଁ କେଉଁ ମୌଳିକ ଥାଏ ?
Solution:
ଅଙ୍ଗାରକାମ୍ଳରେ ଅଙ୍ଗାରକ ଓ ଅମ୍ଳଜାନ ମୌଳିକ ଥାଏ ।

(ii) ଭୋଲଟାମିଟର ଯନ୍ତ୍ରରେ ଜଳ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ କରାଇଲେ କେଉଁ କେଉଁ ମୌଳିକ ଉତ୍ପନ୍ନ ହୁଏ ?
Solution:
ଉଦ୍‌ଜାନ ଓ ଅମ୍ଳଜାନ ଉତ୍ପନ୍ନ ହୁଏ ।

(iii) ଅଙ୍ଗାରକ, ଉଦ୍‌ଜାନ ଓ ଅମ୍ଳଜାନ ତିନୋଟି ମୌଳିକ, ଗ୍ଲୁକୋଜ ଗୋଟିଏ ଯୌଗିକ । ଏହାର ଯଥାଯଥ କାରଣ ଲେଖ ।
Solution:
ଅଙ୍ଗାରକ, ଉଦ୍‌ଜାନ ଓ ଅମ୍ଳଜାନ ପ୍ରତ୍ୟେକ ଏକ ପ୍ରକାରର ପରମାଣୁରେ ଗଠିତ ହୋଇଥିବାରୁ ଏଗୁଡ଼ିକୁ ମୌଳିକ କୁହାଯାଏ । ମାତ୍ର ଗ୍ଲୁକୋଜ (C6H12O6) କାର୍ବନ, ହାଇଡ୍ରୋଜେନ ଓ ଅକ୍ସିଜେନ୍ ତିନି ପ୍ରକାରର ପରମାଣୁରେ ଗଠିତ ହୋଇଅଛି । ତେଣୁ ଗ୍ଲା କୋଜ୍ ଏକ ଯୌଗିକ ଅଟେ ।

(iv) ୮୪ ଗ୍ରାମ୍ ଲୁହାଗୁଣ୍ଡ, ୫୪ ଗ୍ରାମ୍ ଗନ୍ଧକ ସହ ରାସାୟନିକ ସଂଯୋଗ ଘଟାଇଲେ କେତେ ଗ୍ରାମ୍ ଫେରସ୍ ସଲ୍‌ଫାଇଡ୍ ପ୍ରସ୍ତୁତ ହେବ ?
Solution:
୮୪ ଗ୍ରାମ ଲୁହାଗୁଣ୍ଡ, ୫୪ ଗ୍ରାମ ଗନ୍ଧକ ସହ ରାସାୟନିକ ସଂଯୋଗ ଘଟାଇଲେ (୮୪+୫୪) ଗ୍ରାମ୍ =୧୩୮ ଗ୍ରାମ ଫେରସ୍ ସଲ୍‌ଫାଇଡ୍ ପ୍ରସ୍ତୁତ ହେବ ।

→ ପରମାଣୁ ଓ ଅଣୁ :
ପରମାଣୁ :

  • ପ୍ରତ୍ୟେକ ମୌଳିକ ପଦାର୍ଥ ଅନେକ ଗୁଡ଼ିଏ କ୍ଷୁଦ୍ର କଣିକାର ସମଷ୍ଟି । ମୌଳିକର ଏହି କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
  • ଗୋଟିଏ ମୌଳିକର ସବୁ ପରମାଣୁ ଗୋଟିଏ ପ୍ରକାରର ହୋଇଥାଏ ।
  • କେତେକ ମୌଳିକ ଅଛନ୍ତି ଯେଉଁମାନଙ୍କର ଏକାଧିକ ପ୍ରକାରର ପରମାଣୁ ଥାଏ । ସେହିଭଳି ପରମାଣୁଗୁଡ଼ିକୁ ସମସ୍ଥାନିକ ବା ଆଇସୋଟୋପ୍ (Isotope) କହନ୍ତି । ମୂଳ ମୌଳିକର ଗୁଣ ତାହାର ସମସ୍ଥାନିକ ପରମାଣୁରେ ପରିଲକ୍ଷିତ ହୋଇଥାଏ । ଉଦାହରଣ ସ୍ୱରୂପ, କାର୍ବନ 12 ଓ କାର୍ବନ 14, ପ୍ରୋଟିୟମ୍ (1H), ଡିଉଟେରିୟମ (2H) ଓ ଟ୍ରାଇଟିୟମ୍ (3H)

ଅଣୁ :

  • ଯୌଗିକ ପଦାର୍ଥ ଅନେକ ଗୁଡ଼ିଏ କ୍ଷୁଦ୍ର କଣିକାର ସମଷ୍ଟି । ଯୌଗିକର ଏହି କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ ।
  • ଯୌଗିକର ଗୁଣ ଏହାର ଅଣୁରେ ମଧ୍ୟ ପରିଲକ୍ଷିତ ହୁଏ । ଯୌଗିକରେ ଯେଉଁ ଯେଉଁ ମୌଳିକ ସଂଯୁକ୍ତ ହୋଇଥାଏ. ସେହି ଯୌଗିକର ଅଣୁରେ ସେହି ମୌଳିକର ପରମାଣୁ ଥାଏ ।
  • କଠିନ ମୌଳିକଗୁଡ଼ିକର ଅଣୁ ଗୋଟିଏ ଲେଖାଏଁ ପରମାଣୁରେ ଗଠିତ । ଉଦାହରଣ – ଗନ୍ଧକ (S), ଅଙ୍ଗାରକ (C), ଲୌହ (Fe), ତମ୍ବା (Cu) ଇତ୍ୟାଦି ।
  • ଗ୍ୟାସୀୟ ମୌଳିକ ଅଣୁରେ ଦୁଇଟି ଲେଖାଏଁ ପରମାଣୁ ଥାଏ । ଉଦାହରଣ – ଉଦ୍‌ଜାନ (H2), ଅମ୍ଳଜାନ (O2), ଯବକ୍ଷାରଜାନ (N2) ଇତ୍ୟାଦି ।

ରାସାୟନିକ ପ୍ରତିକ୍ରିୟାରେ ମୌଳିକ ଓ ଯୌଗିକମାନଙ୍କର ଅଣୁ ଓ ପରମାଣୁ ଅଂଶ ଗ୍ରହଣ କରନ୍ତି ।

BSE Odisha 7th Class Science Solutions Chapter 1 ପଦାର୍ଥ

ମୌଳିକର ପ୍ରତୀକ (Symbol of Elements):
(i) ମୌଳିକର ସଂପୂର୍ଣ୍ଣ ନାମ ପରିବର୍ତ୍ତେ ବ୍ୟବହୃତ ହେଉଥ‌ିବା ସାଂକେତିକ କ୍ଷୁଦ୍ରନାମକୁ ମୌଳିକର ପ୍ରତୀକ କୁହାଯାଏ ।
(ii) ପ୍ରତୀକରେ ସେହି ମୌଳିକର ପ୍ରଥମ ଅକ୍ଷରଟି ବା ପ୍ରଥମ ଦୁଇଟି ଅକ୍ଷର ବ୍ୟବହୃତ ହୋଇଥାଏ । ମୌଳିକର ଲାଟିନ୍ ବା ଗ୍ରୀକ୍‌ନାମକୁ ଇଂରାଜୀ ଅକ୍ଷରଦ୍ବାରା ପ୍ରକାଶ କରାଯାଏ ।
(iii) କେତେକ ମୌଳିକର ଅଣୁ ଏହାର ପରମାଣୁଠାରୁ ଭିନ୍ନ । ଉଦାହରଣ ସ୍ଵରୂପ ଉଦ୍‌ଜାନ ମୌଳିକର ଅଣୁରେ ଦୁଇଟି ପରମାଣୁ ଥାଏ । ତେଣୁ ଉଦ୍‌ଜାନ ଅଣୁକୁ ଭିନ୍ନ ଏକ ଉପାୟରେ ଦର୍ଶାଯାଇଥାଏ । ତାହାକୁ ଆଣବିକ ସଂକେତ କୁହାଯାଏ । ଉଦ୍‌ଜାନର ଆଣବିକ ସଂକେତ H2, ଅମ୍ଳଜାନର ଆଣବିକ ସଂକେତ O2, ଯବକ୍ଷାରଜାନର ଆଣବିକ ସଂକେତ N2, ଇତ୍ୟାଦି ।

→ କେତେଗୋଟି ମୌଳିକର ନାମ ଓ ପ୍ରତୀକ
BSE Odisha 7th Class Science Notes Chapter 1 Img 7
ଯୌଗିକ ପଦାର୍ଥ ଓ ତାହାର ଆଣବିକ ସଂକେତ :
(i) ଦୁଇ ବା ତତୋଽଧ୍ଵକ ମୌଳିକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରକ୍ରିୟାଦ୍ଵାରା ସଂଯୁକ୍ତ ହୋଇ ଯେଉଁ ପଦାର୍ଥ ସୃଷ୍ଟି କରନ୍ତି, ତାହାକୁ ଯୌଗିକ ପଦାର୍ଥ କହନ୍ତି ।
(ii) ଯୌଗିକ ପଦାର୍ଥର ଗୁଣ ଏହାର ମୂଳ ମୌଳିକ ପଦାର୍ଥର ଗୁଣଠାରୁ ଭିନ୍ନ । ଯୌଗିକ ପଦାର୍ଥର ଏହି କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ । ଯୌଗିକ ପଦାର୍ଥର ସମସ୍ତ ଗୁଣ ଏହି ଅଣୁରେ ଦେଖ‌ିବାକୁ ମିଳେ ।

ଉଦାହରଣ – (କ) ଦୁଇଟି ଉଦଜାନ ପରମାଣୁ ଗୋଟିଏ ଅମ୍ଳଜାନ ପରମାଣୁ ସହ ରାସାୟନିକ ପ୍ରକ୍ରିୟାଦ୍ୱାରା ସଂଯୁକ୍ତ ହୋଇ ଗୋଟିଏ ଜଳ ଅଣୁ (H2O) ସୃଷ୍ଟି କରନ୍ତି । ଏଠାରେ ଜଳଅଣୁର ଆଣବିକ ସଂକେତ H2O ।
(ଖ) ଖାଦ୍ୟରେ ବ୍ୟବହାର କରୁଥିବା ସାଧାରଣ ଲୁଣ ଅଣୁରେ ଗୋଟିଏ ସୋଡ଼ିୟମ୍ ପରମାଣୁ ଓ ଗୋଟିଏ କ୍ଲୋରିନ୍ ପରମାଣୁ ଥାଏ, ତେଣୁ ସାଧାରଣ ଲୁଣର ସଂକେତ ହେଉଛି NaCl ।

→ କେତେକ ପୌଗିକ ଓ ସେମାନଙ୍କର ର୍ଥାଣବିକ ଫକେତ
BSE Odisha 7th Class Science Notes Chapter 1 Img 8

→ ଆପ, କାଣିବା :

  • ଜଳ, ବାୟୁ, ଘରଦ୍ଵାର, କାଠ, କୋଇଲା, ଇତ୍ୟାଦିକୁ ପଦାର୍ଥ କୁହାଯାଏ ।
  • କେତେକ ପଦାର୍ଥ ପ୍ରାକୃତିକ ଓ ଅନ୍ୟ କେତେକ ମନୁଷ୍ୟକୃତ ।
  • ପ୍ରତ୍ୟେକ ପଦାର୍ଥର ବସ୍ତୁତ୍ଵ ଥାଏ ଓ ତାହା କିଛି ସ୍ଥାନ ଅଧିକାର କରିଥାଏ ।
  • ପଦାର୍ଥ ତିନିପ୍ରକାର ଅବସ୍ଥାରେ ରହିପାରେ, ଯଥା : କଠିନ, ତରଳ ଓ ଗ୍ୟାସୀୟ ।
  • ପଦାର୍ଥର ତିନି ଅବସ୍ଥାର ଭୌତିକ ଧର୍ମ ଯଥା : ଆକାର, ଆକୃତି ଭିନ୍ନ ଭିନ୍ନ ହୋଇଥାଏ ।
  • ପଦାର୍ଥ ତିନି ପ୍ରକାର ଯଥା : ମୌଳିକ, ଯୌଗିକ ଓ ମିଶ୍ରଣ ।
  • ମୌଳିକ ଓ ଯୌଗିକ ପଦାର୍ଥଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
  • ମିଶ୍ରଣର ଉପାଦାନଗୁଡ଼ିକର ପୃଥକୀକରଣ କରିବା ସହଜ ।
  • ମୌଳିକର କ୍ଷୁଦ୍ରତମ କଣିକାକୁ ପରମାଣୁ ଓ ଯୌଗିକର କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ ।

BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions

Odisha State Board BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions

ଏବେ ସାରଣୀ ଦେଖ୍ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 
(କ) କେଉଁ ବୟସର ପିଲାଙ୍କ ସଂଖ୍ୟା ସର୍ବାଧିକ ? 
ସମାଧାନ:
9 ବର୍ଷ

(ଖ) କେଉଁ କେଉଁ ଦୁଇଟି ବୟସର ପିଲାଙ୍କ ସଂଖ୍ୟାର ପାର୍ଥକ୍ୟ 2 ?
ସମାଧାନ:
7-8 ବର୍ଷ ଓ 9-10 ବର୍ଷ

(ଗ) 10 ବର୍ଷ ବା ତା’ ଠାରୁ ଅଧିକ ବୟସର ପିଲାମାନଙ୍କ ସଂଖ୍ୟା କେତେ ?
ସମାଧାନ:
38 + 37 + 31 = 106

(ଘ) ସର୍ବନିମ୍ନ ବୟସ ଓ ସର୍ବାଧ‌ିକ ବୟସର ପିଲାମାନଙ୍କର ଅନୁପାତ କେତେ ?
ସମାଧାନ:
30 : 31

BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions

ନିଜେ କରି ଦେଖ:
1. ତୁମେ ଗୋଟିଏ ଲୁଡୁ ଗୋଟି ନିଅ ।
2. ଏହାକୁ ଗଡ଼ାଅ । ଯେଉଁ ସଂଖ୍ୟାଟି ପଡ଼ିବ, ନିମ୍ନ ସାରଣୀରେ ଥବା ସେହି ସଂଖ୍ୟା ସିଧାରେ ଟାଲି ଚିହ୍ନ ଦିଅ ।
3. ଏହିପରି 30 ଥର ଗଡ଼ାଇବା ପରେ ଟାଲି ଚିହ୍ନଗୁଡ଼ିକୁ ଗଣି କେଉଁ ସଂଖ୍ୟା କେତେ ଥର ପଡ଼ିଲା ତାହା ପୂରଣ କର ।

ଲୁଡୁ ଗୋଟିରେ ପଡୁଥିବା ସଂଖ୍ୟା ଟାଲି ଚିହ୍ନ ମୋଟ କେତେ ଥର ପଡ଼ିଲା
1.
2.
3.
4.
5.
6.

ସମାଧାନ:
BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions 1

4. ତୁମେ ତିଆରି କରିଥିବା ସାରଣୀକୁ ଦେଖୁ ନିମ୍ନ ପ୍ରଶ୍ନମାନଙ୍କ ଉତ୍ତର ଲେଖ । 
(କ) କେଉଁ ସଂଖ୍ୟାଟି ସବୁଠାରୁ ଅଧିକଥର ପଡ଼ିଲା ଓ କେତେ ଥର ପଡ଼ିଲା ?
ସମାଧାନ:
6 ସବୁଠାରୁ ଅଧିକ ଅର୍ଥାତ୍ 7 ଥର ପଡ଼ିଲା ।

(ଖ) କେଉଁ ସଂଖ୍ୟାଟି ସବୁଠାରୁ କମ୍‌ଥର ପଡ଼ିଲା ଓ କେତେ ଥର ପଡ଼ିଲା ? 
ସମାଧାନ:
4 ସବୁଠାରୁ କମ୍ ଅର୍ଥାତ୍ 3 ଥର ପଡ଼ିଲା ।

BSE Odisha 7th Class Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions

5. ତୁମେ ଓ ତୁମର ସାଙ୍ଗ ପ୍ରତ୍ୟେକ ଗୋଟିଏ ଲୁଡୁ ଗୋଟିକୁ 30 ଥର ଲେଖାଏଁ ଗଡ଼ାଅ ।
କେତେ ଥର ଲେଖାଏଁ 1, 2, 3, 4, 5 ଓ 6 ପଡ଼ିଲା ନିମ୍ନ ସାରଣୀ ପୂରଣ କର । ଉଭୟ ଫଳାଫଳ ସମାନ ହେଲା କି ?
BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions 2
ସମାଧାନ:
BSE Odisha Class 7 Maths Solutions Chapter 11 ତଥ୍ୟ ପରିସ୍ଖଳନା InText Questions 3

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4

Question 1.
A XYZ ଅଙ୍କନ କର ଯାହାର XY = 4.8 ସେ.ମି, YZ=5.3 ସେ.ମି. ZX=5.6 ସେ. ମି । ଏହାର ଶୀର୍ଷବିନ୍ଦୁ X ରୁ \(\overline{\mathbf{Y Z}}\) ପ୍ରତି ଲମ୍ବ ଅଙ୍କନ କରି ତା’ର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4
(i) 5.3 ସେ.ମି. ଦୈର୍ଘ୍ୟର YZ ରେଖାଖଣ୍ଡ ଅଙ୍କନ କର ।
(ii) Y କୁ କେନ୍ଦ୍ରକରି 4.8 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ଚାପ ଅଙ୍କନ କର । 
(iii) କୁ କେନ୍ଦ୍ରକରି 5.6 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଆଉ ଏକ ଚାପ ଅଙ୍କନ କର, ଯେପରି ତାହା ପୂର୍ବରୁ ଅଙ୍କା ହୋଇଥିବା ଚାପକୁ ଛେଦ କରିବ । ଛେଦବିଦୁର ନାମ X ହେଉ ।
(iv) \(\overline{\mathbf{X Y}}\) ଓ \(\overline{\mathbf{Z X}}\) ଅଙ୍କନ କର ΔXYZ ସଂପୁର୍ଣ୍ୱ କର
(v) X ବିନ୍ଦୁକୁ କେନ୍ଦ୍ର ଓ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ନେଇ ଏପରି ଏକ ଚାପ ଅଙ୍କନ କର ଯେପରି, ଚାପଟି \(\overline{\mathbf{Y Z}}\) କୁ ଦୁଇଟି ବିନ୍ଦୁରେ ଛେଦକରିବ । ବିନ୍ଦୁ ଦ୍ବୟର ନାମ P ଓ Q ହେଉ ।
(vi) P ଓ Q କୁ ଯଥାକ୍ରମେ କେନ୍ଦ୍ରରୂପେ ନେଇ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ଅଙ୍କନ କର ଯେପରି ଚାପଦ୍ବୟ \(\overline{\mathbf{Y Z}}\) ର ଯେଉଁପାର୍ଶ୍ବରେ X ଅଛି ତା’ର ବିପରୀତ ପାର୍ଶ୍ବରେ ପରସ୍ପରକୁ ଛେଦକରିବେ । ଛେଦବିନ୍ଦୁର ନାମ R ଦିଅ ।
(vii) \(\overline{\mathbf{X R}}\) ଅଙ୍କନ କର । \(\overleftrightarrow{\mathrm{XR}}\) ଓ \(\overleftrightarrow{\mathrm{YZ}}\) ପରସ୍ପରକୁ S ବିନ୍ଦୁରେ ଛେଦ କରିବେ । \(\overleftrightarrow{\mathrm{XS}}\) ର ଦୈର୍ଘ୍ୟ ମାପିଲେ XS = 4.4 ସେ.ମି. ହେଉ ।

Question 2.
(କ) ଗୋଟିଏ ସମବାହୁ ତ୍ରିଭୁଜ ଅଙ୍କନ କର, ଯାହାର ପ୍ରତ୍ୟେକ ବାହୁ 5.5 ସେ.ମି। ଏହାର ପ୍ରତ୍ୟେକ କୋଣର ପରିମାଣ ନିର୍ଣ୍ଣୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 1
(i) \(\overline{\mathrm{BC}}\) ଅଙ୍କନ କର ଯାହାର ଦୈର୍ଘ୍ୟ 5.5 ସେ.ମି. ।
(ii) B କୁ କେନ୍ଦ୍ରକରି 5.5 ସେ.ମି. ବ୍ୟାସାର୍ଦ୍ର ବିଶିଷ୍ଟ ଏକ ଚାପ ଅଙ୍କନ କର ।
(iii) C କୁ କେନ୍ଦ୍ରକରି 5.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର, ଯାହା ଅଙ୍କିତ ଚାପକୁ ଏକ ବିନ୍ଦୁରେ ଛେଦକରିବ । ଛେଦ ବିନ୍ଦୁଟିର ନାମ A ହେଉ ।
(iv) AB ଓ \(\overline{\mathrm{AC}}\) ଅଙ୍କନ କରି Δ ABC ସଂପୂର୍ଣ୍ଣ କର । ∠A, ∠B, ∠C ର ପରିମାଣ ମାପିଲେ m∠A = 60°, m∠B = 60° ଓ m∠C = 60° ହେଉ

(ଖ) 6 ସେ.ମି. ବାହୁ ବିଶିଷ୍ଟ ସମବାହୁ ତ୍ରିଭୁଜ ଅଙ୍କନ କରି ଏହାର ପ୍ରତ୍ୟେକ କୋଣର ପରିମାଣ ମାପି ନିଷ୍କ୍ରିୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 2
2 (କ) ଅଙ୍କନ ପ୍ରଣାଳୀକୁ ଅନୁସରଣ କରି POR ସମବାହୁ ତ୍ରିଭୁଜ ଅଙ୍କନ କର ।
Δ PQR ର m∠P = m∠Q= m∠R = 60° ହେଉ ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4

Question 3.
Δ POR ର PQ=5 ସେ.ମି. QR=5.5 ସେ.ମି. RP= 6 ସେ.ମି. ।
(କ) ଚିତ୍ର-କ ନକ୍ସାକୁ ବ୍ୟବହାର କରି POR ତ୍ରିଭୁଜ ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 3
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 4
(i) 5.5 ସେ.ମି. ଦୈର୍ଘ୍ୟର QR ରେଖାଖଣ୍ଡ ଅଙ୍କନ କର । 
(ii) Qକୁ ବ୍ୟାସାର୍ଦ୍ଧ ନେଇ 5 ସେ.ମି. (PQ) ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର ।
(iii) Rକୁ କେନ୍ଦ୍ର କରି 6 ସେ.ମି. (PR) ବ୍ୟାସାର୍ଷ ବିଶିଷ୍ଟ ଚାପ ଅଙ୍କନ କର, ଯେପରି ତାହା ପୂର୍ବରୁ ଅଙ୍କା ହୋଇଥିବା ଚାପକୁ ଛେଦ କରିବ । ଛେଦବିନ୍ଦୁର ନାମ P ହେଉ ।
(iv) \(\overline{\mathrm{PQ}}\) ଓ PR ଅଙ୍କନ କରି Δ POR ସଂପୂର୍ଣ୍ଣ କର ।

(ଖ) ପାର୍ଶ୍ଵସ୍ଥ ନକ୍ସା ଅନୁଯାୟୀ Δ POR ଅଙ୍କନ କର । ଉଭୟ ଅଙ୍କନରେ ସମାନ ଆକାରର ତ୍ରିଭୁଜ ମିଳିଲା କି? କାରଣ କ’ଣ ଲେଖ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 5
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.4 6
3(କ)ର ‘ଅଙ୍କନ ପ୍ରଣାଳୀ’ ଅନୁସରଣ କରି A QPR ଅଙ୍କନ କର ।
ଉଭୟ ଅଙ୍କନରେ ସମାନ ଆକାରର ତ୍ରିଭୁଜ ମିଳିଲା । କାରଣ ତ୍ରିଭୁଜ ଦ୍ଵୟ ବା-ବା-ବା ସର୍ବସମତା ଯୋଗୁ ସର୍ବସମ ଅଟେ ।

Question 4.
ଉମେଶ BC = 5 ସେ.ମି., CA = 3 ସେ.ମି. ଓ AB = 8.5 ସେ.ମି. ନେଇ A ABC ଅଙ୍କନ କରିବାକୁ ଚେଷ୍ଟା କଲେ । ତୁମେ ଏହି ମାପକୁ ନେଇ A ABC ଅଙ୍କନ କରିବାକୁ ଚେଷ୍ଟା କର । ତ୍ରିଭୁଜ ଅଙ୍କନ କରିବା ସମ୍ଭବ ହେଲା କି ? ତୁମ ଉତ୍ତର ସପକ୍ଷରେ କାରଣ ବୁଝାଇ ଲେଖ ।
ସମାଧାନ :
ଏଠାରେ BC + CA = 5 ସେ.ମି. + 3 ସେ.ମି. = 8 ସେ.ମି.  BC + CA < AB
∴ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ । କାରଣ BC + CA < AB

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2

Question 1.
ଗୋଟିଏ ଲେଖାଏ ସମକୋଣୀ, ସୂକ୍ଷ୍ମକୋଣୀ ଓ ସ୍ଥୁଳକୋଣୀ ତ୍ରିଭୁଜ ଅଙ୍କନ କର । ପ୍ରତ୍ୟେକ ତ୍ରିଭୁଜରେ ତିନୋଟି ଲେଖାଏଁ ମଧ୍ୟମା ଅଙ୍କନ କର ।
ସମାଧାନ:
ସମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 1
(i) ABC ନାମକ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର । 
(ii) Δ ABC ର B͞C କୁ ସମଦ୍ବିଖଣ୍ଡ କରିବା ପାଇଁ B ଉପରେ କମ୍ପାସର କଣ୍ଟାମୁନ ରଖ୍ BCର ମାପର ଅର୍ଦ୍ଧେକରୁ ଅଧିକ ଅଧ୍ଵବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର, ଯାହା BC ର ଉଭୟ ପାର୍ଶ୍ଵରୁ ବିସ୍ତୃତ ହୋଇ ରହିବ ।
(iii) ପୂର୍ବ ସୋପାନରେ କମ୍ପାସରେ ନେଇଥିବା ଚାପକୁ ପରିବର୍ତ୍ତନ ନକରି କମ୍ପାସର କଣ୍ଟାମୁନକୁ C ଉପରେ ରଖ୍ ଆଉ ଏକ ଚାପ ଅଙ୍କନ କର, ଯାହା ପୂର୍ବରୁ ଅଙ୍କାଯାଇଥିବା ଚାପକୁ X ଓ Y ବିନ୍ଦୁରେ ଛେଦ କରିବ ।
(iv) X ଓ Y ର ସଂଯୋଜକ ରେଖା ଅଙ୍କନ କର । \(\overleftrightarrow{\mathrm{XY}}\), ହେଉଛି BC ର ସମଦ୍ୱିଖଣ୍ଡକ ଲମ୍ବ । \(\overleftrightarrow{\mathrm{XY}}\), BC କୁ D ବିନ୍ଦୁରେ ଛେଦକରୁ ।
(v) D ହେଉଛି BC ର ମଧ୍ୟବିନ୍ଦୁ । BC ର ବିପରୀତ ଶୀର୍ଷବିନ୍ଦୁ A ସହିତ D କୁ ଯୋଗକର । A͞D ହେଉଛି ABC ତ୍ରିଭୁଜର ଗୋଟିଏ ମଧ୍ୟମା ।
(vi) ସେହିପରି B ବିନ୍ଦୁରେ AC ପ୍ରତି B͞E ମଧ୍ୟମା ଓ C ବିନ୍ଦୁରେ AB ପ୍ରତି CF ମଧ୍ୟମା ଅଙ୍କନ କର ।

ସୂକ୍ଷ୍ମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନ:
ସମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନକୁ ଅନୁସରଣ କରି Δ PQR ସୂକ୍ଷ୍ମକୋଣୀ ତ୍ରିଭୁଜର ମଧ୍ୟମା ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 2

ସ୍ଥୂଳକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନ:
ସମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନକୁ ଅନୁସରଣ କରି XYZ ସ୍ଥୂଳକୋଣୀ ତ୍ରିଭୁଜର ମଧ୍ୟମା ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 3

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2

Question 2.
Δ POR ନିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 4
(କ) ଏହାର P͞Q ର ମଧ୍ୟବିନ୍ଦୁ X ନିଅ । R͞X ମଧ୍ୟମା ଅଙ୍କନ କର ।
ସମାଧାନ:
ପୂର୍ବ ଉତ୍ତରକୁ ଅନୁସରଣ କରି R ବିନ୍ଦୁରେ P͞Q ପ୍ରତି R͞X ମଧ୍ୟମା ନିର୍ଣ୍ଣୟ କର ।

(ଖ) Q͞R ର ମଧ୍ୟବିନ୍ଦୁ Y ନିଅ । P͞Y ମଧ୍ୟମା ଅଙ୍କନ କର ।
ସମାଧାନ:
ସେହିପରି P ବିନ୍ଦୁରେ QR ପ୍ରତି P͞Y ମଧ୍ୟମା ନିର୍ଣ୍ଣୟ କର ।

(ଗ) ଏବେ R͞P ର ମଧ୍ୟବିନ୍ଦୁ ନିର୍ୟୟନ କରି ତୁମେ Q͞Z ମଧ୍ୟମା ଅଙ୍କନ କରି ପାରିବ କି ? କିପରି ?
ସମାଧାନ:
ଏବେ R͞P ର ମଧ୍ୟବିନ୍ଦୁ ନିଶ୍ଚୟ ନ କରି ଆମେ Q͞Z ମଧ୍ୟମା ପାଇପାରିବା ।
(i) P͞Y ଓ R͞X ର ଛେଦବିନ୍ଦୁର ନାମ G ଦିଅ ।
(ii) \(\overrightarrow{\mathrm{QG}}\) ଅଙ୍କନ କର ।
(iii) \(\overrightarrow{\mathrm{QG}}\) ଓ P͞R ର ଛେଦବିନ୍ଦୁର ନାମ Z ଦିଅ । ଓ QZ ଆବଶ୍ୟକ ମଧ୍ୟମା ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6

Question 1.
EF = 7:2 ସେ.ମି., m∠E = 90°, m∠F = 90° କୁ ନେଇ Δ EFG ଅଙ୍କନ ସମ୍ଭବ କି? ତୁମର ଉତ୍ତର ସପକ୍ଷରେ କାରଣ ଲେଖ ।
ସମାଧାନ:
ଏଠାରେ m∠E + m∠F = 90° 90° = 180°
ତେଣୁ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ କାରଣ ∠G ର ମାନ ନାହିଁ ।

Question 2.
Δ XYZ ଅଙ୍କନ କର, ଯାହାର m∠X = 60°, m∠Y = 30° ଏବଂ XY = 62 ସେ.ମି. 
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6
(i) \(\overline{\mathrm{XY}}\) ଅଙ୍କନ କର ଯାହାର ଦୈର୍ଘ୍ୟ 6.2 ସେ.ମି. 
(ii) XY ର X ବିନ୍ଦୁଠାରେ 60° ପରିମିତ କୋଣ ଅଙ୍କନ କର । ଫଳରେ \(\overrightarrow{\mathrm{XM}}\) ମିଳିବ ।
(iii) Y ବିନ୍ଦୁରେ XY ଉପରେ 30° ପରିମିତ କୋଣ ଅଙ୍କନ କର । ଫଳରେ \(\overrightarrow{\mathrm{YN}}\) ମିଳିବ । \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଯେଉଁ ବିନ୍ଦୁରେ ଫରସ୍ପରକୁ ଛେଦ କରିବେ, ତା’ର ନାମ Z ହେଉ ।
∴ XYZ ଆବଶ୍ୟକୀୟ ତ୍ରିଭୁଜ ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6

Question 3.
Δ KLM ଅଙ୍କନ କର, ଯାହାର LM = 5.4 ସେ.ମି., m∠L = 45°, m∠M = 90° 
ସମାଧାନ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6 12 ନମ୍ବର ‘ଅଙ୍କନ ପ୍ରଣାଳୀ’ ଅନୁସରଣ କରି Δ KLM ଅଙ୍କନ କର ।
(କ) ଏହି ତ୍ରିଭୁଜର ଅନ୍ୟ ଦୁଇ ବାହୁର ଦୈର୍ଘ୍ୟ ନିର୍ଣ୍ଣୟ କର । 
ସମାଧାନ:
 MK = 5.4 ସେ.ମି., LK = 7.6 ସେ.ମି.
(ଖ) ଏହାର ∠N ର ପରିମାଣ କେତେ?
ସମାଧାନ:
∠K ର ପରିମାଣ ∠45° ।
(ଗ) ବାହୁ ମାନଙ୍କର ଦୈର୍ଘ୍ୟ ଅନୁଯାୟୀ ଏହା କି ପ୍ରକାରର ତ୍ରିଭୁଜ? 
ସମାଧାନ:
(ଘ) କୋଣମାନଙ୍କର ମାପ ଅନୁଯାୟୀ ଏହା କି ପ୍ରକାରର ତ୍ରିଭୁଜ?
ସମାଧାନ:
ସମକୋଣୀ ତ୍ରିଭୁଜ

ଏବେ ଗୋଟିଏ ଟ୍ରେସିଂ-କାଗଜରେ ΔPQR ଅଙ୍କନ କର, ଯାହାର PR = 5.4 ସେ.ମି. m∠P=45°, m∠R=45°
PQR ତ୍ରିଭୁଜକୁ ଆଣି ΔLMN ଉପରେ ରଖ, ଯେପରି ΔPQR ର P ବିନ୍ଦୁ ଓ Q ବିନ୍ଦୁ ଯଥାକ୍ରମେ ΔLMN ର L ଓ M ବିନ୍ଦୁ ଉପରେ ରହିବ ।
ΔPQR ଓ ΔLMN ମଧ୍ଯରେ କ’ଣ ସମ୍ବନ୍ଧ ଅଛି ? କାରଣ କ’ଣ?
ସମାଧାନ:
ଟ୍ରେନିଂ କାଗଜରେ Δ PQR ଅଙ୍କନ କରିବା PR = 5.4 ସେ.ମି., ∠P = 45°, m∠R = 45° । ଦତ୍ତ ଅଛି ବର୍ତ୍ତମାନ Δ PQR କୁ Δ KLM ଉପରେ ଏପରି ପକାଇବ ଯେପରି M, Q ବିନ୍ଦୁ ସହ ମିଳିବ, K ଓ P ବିନ୍ଦୁ ପରସ୍ପର ମିଳିତ ହେବେ ଏବଂ L ଓ R ବିନ୍ଦୁ ମିଳିତ ହେବ ।
ଅର୍ଥାତ୍ Δ KML ≅ Δ PQR ହେବ, କାରଣ କୋ-ବା-କୋ ସର୍ବସମତା ରହିଛି ।

Question 4.
ABC Δ ଅଙ୍କନ କର, ଯାହାର BC = 5.3 ସେ.ମି., m∠B = 45° ଓ m∠A = 75°  ଏହି ତ୍ରିଭୁଜ ଅଙ୍କନର ସୋପାନଗୁଡ଼ିକୁ ଲେଖ 
ସମାଧାନ:
ଅଙ୍କନ ପ୍ରଣାଳୀ:
m∠C = 180° – (m∠A + m∠B) = 180° – (75° + 45°) = 60° 
(i) BC ଅଙ୍କନ କର ଯାହାର ଦୈର୍ଘ୍ୟ 5.3 ସେ.ମି. ।
(ii) BC ର B ବିନ୍ଦୁଠାରେ 45° ପରିମାଣର କୋଣ ଅଙ୍କନ କରାଯିବା ଫଳରେ \(\overrightarrow{\mathrm{BZ}}\) ମିଳିବ।
(iii) C ବିନ୍ଦୁରେ \(\overline{\mathrm{CB}}\) ଉପରେ 60° ପରିମିତ କୋଣ ଅଙ୍କନ କର । ଫଳରେ \(\overrightarrow{\mathrm{CY}}\) ମିଳିବ। \(\overrightarrow{\mathrm{BZ}}\) ଓ \(\overrightarrow{\mathrm{CY}}\) ଯେଉଁ ବିନ୍ଦୁରେ ପରସ୍ପରକୁ ଛେଦ କରିବେ, ତା’ର ନାମ A ହେଉ ।
∴ Δ ABC ଆବଶ୍ୟକୀୟ ତ୍ରିଭୁଜ ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ InText Questions

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ InText Questions

1. ଉପରୋକ୍ତ ଉଦାହରଣରେ l || m ହେଲେ,
ଛେଦକ ରେଖାଖଣ୍ଡର ନାମ କ’ଣ ?
ସମାଧାନ:
A͞B

ଏଠାରେ କେତେ ଯୋଡ଼ା ଏକାନ୍ତର କୋଣ ଅଛି ? 
ସମାଧାନ:
ଦୁଇଯୋଡ଼ା

ଏକାନ୍ତର ଯୋଡ଼ା କୋଣମାନଙ୍କୁ ସୂଚାଅ ।
ସମାଧାନ:
∠FAG ଓ ∠DBC, ∠RAG ଓ ∠DBS

ଛେଦକର ଏକ ପାର୍ଶ୍ଵସ୍ଥ ଅନ୍ତଃସ୍ଥ କୌଣମାନଙ୍କର ସମଷ୍ଟି ନିର୍ଣ୍ଣୟ କର । ସମଷ୍ଟି କେତେ ହେଲା ?
ସମାଧାନ:
180°

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ InText Questions

2. ଉଦାହରଣ– 4ରେ ଦିଆଯାଇଥିବା ଅଙ୍କନରେ ତ୍ରିଭୁଜର ଗୋଟିଏ ବାହୁ ଓ ତାର ସଂଲଗ୍ନ କୋଣ ଦ୍ଵୟର ପରିମାଣ ଦିଆଯାଇଛି । ଯଦି ଆମକୁ Δ PQR ଅଙ୍କନ କରିବାକୁ ଅଛି, ଯାହାର PR = 6 ସେ.ମି. m∠P = 60° ଓ m∠Q = 45° ଦିଆଯାଇଛି । ତୁମେ ଏହି ତ୍ରିଭୁଜ ଅଙ୍କନ କରିପାରିବ କି ? କିପରି ?
ସମାଧାନ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ InText Questions
m∠P + m∠Q + m∠R = 180°
⇒ 60° + 45° + m∠R = 180°
⇒ m∠R = 180° – 60° – 45° = 75°
ବର୍ତ୍ତମାନ Δ PQR ର PR ବାହୁ ଓ ତା’ର ସଂଲଗ୍ନ କୋଣ ଦ୍ଵୟ (∠P ଓ ∠R) ର ପରିମାଣ ଦତ୍ତ ଥ‌ିବାରୁ ତ୍ରିଭୁଜ ଅଙ୍କନ ସମ୍ଭବ ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5

Question 1.
Δ DEF ଅଙ୍କନ କର ଯାହାର DE = 5 ସେ.ମି., DF = 3 ସେ.ମି.ଏବଂ m∠EDF = 90° । ଏହି ତ୍ରିଭୁଜର ଅନ୍ୟ ବାହୁ ଓ କୋଣଗୁଡ଼ିକର ପରିମାଣ ନିର୍ଣ୍ଣୟ କର । ସେହିପରି ଗୋଟିଏ ଟ୍ରେସିଂ-କାଗଜରେ Δ XYZ ଅଙ୍କନ କର, ଯାହାର XY = 5 ସେ.ମି., XZ = 3 ସେ.ମି. ଏବଂ m ∠YXZ = 90° Δ XYZ କୁ Δ DEF ଉପରେ ଏପରି ଭାବରେ ରଖ ଯେପରି Δ DEF ର D ଓ E ବିନ୍ଦୁ ଯଥାକ୍ରମେ Δ XYZ ର X ଓ Y ବିନ୍ଦୁ ଉପରେ ରହିବ । କ’ଣ ଲକ୍ଷ୍ୟ କରୁଛ? Δ DEF ଓ Δ XYZ ମଧ୍ୟରେ କ’ଣ ସମ୍ପର୍କ ଅଛି? କାରଣ କ’ଣ?
ସମାଧାନ:
ଅଙ୍କନ ପ୍ରଣାଳୀ :
(i) 5 ସେ.ମି. ଦୈର୍ଘ୍ୟର DE ରେଖାଖଣ୍ଡ ଅଙ୍କନ କର ।
(ii) DE ର D ବିନ୍ଦୁରେ m∠MDE ଅଙ୍କନ କର ଯାହାର ପରିମାଣ 90° ହେବ ।
(iii) D କୁ କେନ୍ଦ୍ରକରି 3 ସେ.ମି. ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର । ଏହା \(\overrightarrow{\mathrm{DM}}\) କୁ F ବିନ୍ଦୁରେ ଛେଦ କରୁ ।
(iv) EF ଅଙ୍କନ କରି Δ DEF ସମ୍ପୂର୍ଣ୍ଣ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5
ଟ୍ରେସିଂ-କାଗଜରେ ଓ Δ XYZ ଅଙ୍କନ କଲେ,
Δ DEF = Δ XYZ ହେବ । କାରଣ ତ୍ରିଭୁଜଦ୍ଵୟ ସର୍ବସମ (ବା-କୋ-ବା ସର୍ବସମତା) ।

Question 2.
Δ ABC ଅଙ୍କନ କର ଯାହାର BC = 7.5 ସେ.ମି., AC = 5 ସେ.ମି., ଓ m∠c = 60°
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5 1
(i) 7.5 ସେ.ମି. ଦୈର୍ଘ୍ୟର BC ରେଖାଖଣ୍ଡ ଅଙ୍କନ କର । 
(ii) C ବିନ୍ଦୁରେ \(\overline{\mathrm{CB}}\) ଉପରେ ∠XCB ଅଙ୍କନ କର ଯାହାର ପରିମାଣ 60° ହେବ ।
(iii) C କୁ କେନ୍ଦ୍ର ନେଇ 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ A ବିନ୍ଦୁରେ ଛେଦ କରିବ । 
(iv) \(\overline{\mathrm{AB}}\) ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 7th Class Maths Solutions Chapter 10 ପରିମିତି InText Questions

Odisha State Board BSE Odisha 7th Class Maths Solutions Chapter 10 ପରିମିତି InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 10 ପରିମିତି InText Questions

ସମାଧାନ କର:
1. ବାବୁ ଗୋଟିଏ 30 ସେ.ମି. ଦୈର୍ଘ୍ୟ ଓ 18 ସେ.ମି. ପ୍ରସ୍ଥର ଆୟତାକୃତି ବିଶିଷ୍ଟ ଚିତ୍ର ଓ ଜନ୍ ଗୋଟିଏ 24 ସେ.ମି. ଦୈର୍ଘ୍ୟର ବର୍ଗୀକୃତି ବିଶିଷ୍ଟ ଚିତ୍ର କରିଥିଲେ। ଉଭୟ ଚିତ୍ରକୁ ଫ୍ରେମ୍ ଦେଇ ବନ୍ଧେଇ କରିବା ପାଇଁ ପ୍ରତି ସେ.ମି.କୁ 3 ଟଙ୍କା ହିସାବରେ କାହାର କେତେ ଖର୍ଚ୍ଚ ହେବ ? କାହା ଚିତ୍ର ବନ୍ଧେଇ ପାଇଁ ଅଧୁକ ଖର୍ଚ୍ଚ ହେବ ?
ସମାଧାନ:
ବାବୁ କରିଥିବା ଆୟତାକୃତି ଚିତ୍ରର ଦୈର୍ଘ୍ୟ (l) = 30 ସେ.ମି. ଓ ପ୍ରସ୍ଥ (b) = 18 ସେ.ମି. 
ପରିସୀମା = 2(l + b) = 2 (30 + 18) ସେ.ମି. = 2 × 48 ସେ.ମି. = 96 ସେ.ମି.
ଜନ୍ କରିଥିବା ଚିତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 24 ସେ.ମି.
∴ ପରିସୀମା = 4 × ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 4 × 24 ସେ.ମି. = 6 ସେ.ମି.
ଆୟତାକୃତି ଚିତ୍ର ଓ ବର୍ଗକୃତି ଚିତ୍ରର ପରିସୀମା ସମାନ ।
1 ସେ.ମି.କୁ 3 ଟଙ୍କା ହିସାବରେ 90 ସେ.ମି.କୁ ଖର୍ଚ୍ଚ ହେବ = 96 × 3 = 288 ଟଙ୍କା
∴ ଉଭୟ ଚିତ୍ର ପାଇଁ ସମାନ 288 ଟଙ୍କା ଖର୍ଚ୍ଚ ହେବ ।

2. ଗୋଟିଏ ବର୍ଗକ୍ଷେତ୍ର ଓ ଗୋଟିଏ ଆୟତକ୍ଷେତ୍ରର ପରିସୀମା ସମାନ ଅଟେ । ଆୟତ କ୍ଷେତ୍ରର ସ୍ଫୁରିପଟେ ତାର ଜାଲି ଦେବା ପାଇଁ ମିଟର ପ୍ରତି 5 ଟଙ୍କା ହିସାବରେ 400 ଟଙ୍କା ଖର୍ଚ୍ଚ ହେଲା। ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ କେତେ ?
ପ୍ରଥମେ ପ୍ରଶ୍ନର ସମାଧାନ କର । ତା’ପରେ ତଳ ପ୍ରଶ୍ନମାନଙ୍କର ଉତ୍ତର ଲେଖ ।
(i) ତାରଜାଲିର ଦୈର୍ଘ୍ୟ ଜାଣିବା ପାଇଁ କ’ଣ କରିବାକୁ ହେବ ?
(ii) ଆୟତ କ୍ଷେତ୍ରର ପରିସୀମା ସହ ତାର ଜାଲିର ଦୈର୍ଘ୍ୟର କ’ଣ ସଂପର୍କ ଅଛି ?
(iii) ଆୟତ କ୍ଷେତ୍ରର ପରିସୀମା କେତେ ?
(iv) ବର୍ଗକ୍ଷେତ୍ରର ପରିସୀମା ଜଣାଥିଲେ ସେଥ‌ିରୁ ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁ କିପରି ଜଣାପଡ଼ିବ ? 
(v) ଏଠାରେ ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କେତେ ହେଲା ?
ସମାଧାନ:
ମିଟର ପ୍ରତି 5 ଟଙ୍କା ହିସାବରେ 400 ଟଙ୍କା ଖର୍ଚ୍ଚ ହେବ = \(\frac{400}{5}\) = 80 ମିଟରକୁ ।
ଅର୍ଥାତ୍ ଆୟତକ୍ଷେତ୍ରର ପରିସୀମା = 80 ମିଟର = ବର୍ଗକ୍ଷେତ୍ରର ପରିସୀମା ।
BSE Odisha 7th Class Maths Solutions Chapter 10 ପରିମିତି InText Questions 1.1
(i) BSE Odisha 7th Class Maths Solutions Chapter 10 ପରିମିତି InText Questions 2
(ii) ଆୟତକ୍ଷେତ୍ରର ପରିସୀମା = ତାରଜାଲିର ଦୈର୍ଘ୍ୟ ।
(iii) ଆୟତକ୍ଷେତ୍ରର ପରିସୀମା = 80 ମି. ।
(iv) BSE Odisha 7th Class Maths Solutions Chapter 10 ପରିମିତି InText Questions 3
(v) ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 20 ମି. ।

BSE Odisha 7th Class Maths Solutions Chapter 10 ପରିମିତି InText Questions

ଉତ୍ତର ନିର୍ଣ୍ଣୟ କର:
(କ) ଗୋଟିଏ ଚୁଡ଼ିର ବ୍ୟାସ 3.5 ସେ.ମି. ହେଲେ ଏହାର ପରିଧୂ ନିର୍ଣ୍ଣୟ କର । 
ସମାଧାନ: 
ଏଠାରେ ଚୁଡ଼ିର ବ୍ୟାସ (d) = 3.5 ସେ.ମି.
∴ ଚୁଡ଼ିର ପରିଧି = πd = \(\frac{22}{7}\) × 3.5 ସେ.ମି. = 11 ସେ.ମି.

(ଖ) ଗୋଟିଏ ଚକର ବ୍ୟାସାର୍ଦ୍ଧ 21 ସେ.ମି. । ଏହା କେତେ ଥର ଘୂରିଲେ ମି. ଦୂରତା ଅତିକ୍ରମ କରିବ ? (π ≈ \(\frac{22}{7}\))
ସମାଧାନ: 
ଏଠାରେ ଚକର ବ୍ୟାସାର୍ଦ୍ଧ (r) = 21 ସେ.ମି.
∴ ଚକର ପରିସ୍ = 2πr = 2 × \(\frac{22}{7}\) × 21 ସେ.ମି. = 132 ସେ.ମି.
ଚକଟି 132 ସେ.ମି. ଦୂରତା ଅତିକ୍ରମ କରେ 1 ଥର ଘୂରିଲେ ।
6600 ସେ.ମି. ଦୂରତା ଅତିକ୍ରମ କରିବ \(\frac{6600}{132}\) = 50 ଥର ଘୂରିଲେ ।
∴ ଚକଟି 50 ଥର ଘୂରିଲେ 66 ମିଟର ଦୂରତା ଅତିକ୍ରମ କରିବ ।

ଉତ୍ତର ଲେଖ:
(କ) 1000 ବର୍ଗ ମି.ମି. ସହ କେତେ ବର୍ଗ ମିଟର ସମାନ ?
ସମାଧାନ: 
1 ମିଟର = 1000 ମିଲିମିଟର
∴ 1 ବର୍ଗମିଟର = (1000)2 ବର୍ଗ ମି.ମି. = 1000000 ବର୍ଗ ମି.ମି.
1000000 ବର୍ଗ ମି.ମି. = 1 ବର୍ଗମିଟର
1000 ବର୍ଗ ମି.ମି. = \(\frac{1}{1000}\) ବର୍ଗମିଟର = 0.001 ବର୍ଗ ମିଟର

(ଖ) 100 ବର୍ଗ.ମି. ସହ କେତେ ବର୍ଗ ସେ.ମି. ସମାନ ?
ସମାଧାନ: 
1 ମି. = 100 ସେ.ମି.
1 ବର୍ଗ ମିଟର = (100 ସେ.ମି.)2 = 10000 ବର୍ଗ ସେ.ମି.
100 ବର୍ଗମିଟର = 100 × 10000 ବର୍ଗ ସେ.ମି. = 10,00,000 ବର୍ଗ ସେ.ମି.

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1

Question 1.
ସ୍କେଲ ଓ କମ୍ପାସ୍ ବ୍ୟବହାର କରି 60° ପରିମାଣର ଏକ କୋଣ ଅଙ୍କନ କରି ତା’କୁ ସମଦ୍ଵିଖଣ୍ଡ କର ।
ସମାଧାନ:
ସୋପାନସମୂହ:
(i) ପ୍ରଥମେ l ଏକ ରେଖା ଅଙ୍କନ କରି ଏହା ଉପରେ ଏକ ବିନ୍ଦୁ B ଚିହ୍ନଟ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 1
(ii) B ବିନ୍ଦୁରେ କମ୍ପାସର କଣ୍ଟାମୁନ ରଖ୍ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର । ଚାପଟି l ରେଖାକୁ ଯେଉଁ ବିନ୍ଦୁରେ ଛେଦ କରିବ ସେ ବିନ୍ଦୁର ନାମ C ଦିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 2
(iii) ବର୍ତ୍ତମାନ କମ୍ପାସ୍‌ର କଣ୍ଟାମୁନ C ବିନ୍ଦୁରେ ରଖ୍ ପୂର୍ବ ବ୍ୟାସାର୍ଦ୍ଧ ବିଶିଷ୍ଟ ଆଉ ଏକ ଚାପ ଅଙ୍କନ କର ଯେପରି ଚାପଟି ପୂର୍ବୋକ୍ତ ଚାପକୁ ଏକ ବିନ୍ଦୁରେ ଛେଦକରିବ । ବିନ୍ଦୁଟିର ନାମ A ଦିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 3
(iv) \(\overrightarrow{\mathrm{BA}}\) ଅଙ୍କନ କର । ବର୍ତ୍ତମାନ ∠ABC ର ପରିମାଣ 60° ହେବ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 4
(v) ପୂର୍ବ ବ୍ୟାସାର୍ଦ୍ଧର ଅର୍ଦ୍ଧେକରୁ ସାମାନ୍ୟ ଅଧ‌ିକ ବ୍ୟାସାର୍ଦ୍ଧ ନେଇ କମ୍ପାସର କଣ୍ଟାମୁନ C ବିନ୍ଦୁରେ ରଖ୍ ଏକ ଚାପ ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 5
(vi) ବ୍ୟାସାର୍ଷକୁ ପରିବର୍ତ୍ତନକରି କମ୍ପାସର କଣ୍ଟାମୁନ A ବିନ୍ଦୁରେ ରଖ୍ ଆଉ ଏକ ଚାପ ଅଙ୍କନ କର ଯେପରି C ବିନ୍ଦୁରେ ଅଙ୍କିତ ଚାପକୁ ଏହା ଏକ ବିନ୍ଦୁରେ ଛେଦ କରିବ । ସେ ବିନ୍ଦୁର ନାମ D ହେଉ । \(\overrightarrow{\mathrm{BD}}\) ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 6
(vii) ବର୍ତ୍ତମାନ \(\overrightarrow{\mathrm{BD}}\) ରଶ୍ମିଟି ∠ABC ର ସମଦ୍ଵିଖଣ୍ଡକ ରଶ୍ମି ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1

Question 2.
କମ୍ପାସ୍ ଓ ସ୍କେଲ ବ୍ୟବହାରକରି 90° ପରିମାଣର ଏକ କୋଣ ଅଙ୍କନ କରିବାର ସୋପାନଗୁଡ଼ିକୁ ଲେଖ ।
ସମାଧାନ:
ସୋପାନସମୂହ:
(i) l ରେଖା ଅଙ୍କନକରି ଏହା ଉପରେ A ଏକ ବିନ୍ଦୁ ନିଅ ।
(ii) A ବିନ୍ଦୁକୁ କେନ୍ଦ୍ରକରି ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଯେପରି ଚାପଟି l ରେଖାକୁ ଏକ ବିନ୍ଦୁରେ ଛେଦକରିବ । ଉକ୍ତ ଛେଦବିନ୍ଦୁର ନାମ C ଦିଅ ।
(iii) ବ୍ୟାସାର୍ଷକୁ ନ ବଦଳାଇ କମ୍ପାସ୍‌ର କଣ୍ଟାମୁନ C ବିନ୍ଦୁରେ ରଖ୍ ଏକ ଚାପ ଅଙ୍କନ କର ଯାହା Aବିନ୍ଦୁରେ ଅଙ୍କିତ ଚାପକୁ ଏକ ବିନ୍ଦୁରେ ଛେଦ କରିବ । ଉକ୍ତ ଛେଦ ବିନ୍ଦୁର ନାମ D ଦିଅ ।
(iv) ବ୍ୟାସାର୍ଷକୁ ନ ବଦଳାଇ କମ୍ପାସ୍‌ର କଣ୍ଟାମୁନ । ବିନ୍ଦୁରେ ରଖ୍ ଆଉ ଏକ ଚାପ ଅଙ୍କନ କର ଯାହା A ବିନ୍ଦୁରେ ଅଙ୍କିତ ଚାପକୁ ଆଉ ଏକ ବିନ୍ଦୁରେ (C ବିନ୍ଦୁ ଭିନ୍ନ) ଛେଦକରିବ । ଉକ୍ତ ବିନ୍ଦୁର ନାମ E ଦିଅ ।
(v) ପୂର୍ବ ବ୍ୟାସାର୍ଦ୍ଧର ଅର୍ଦ୍ଧେକରୁ ସାମନ୍ୟ ଅଧିକ ବ୍ୟାସାର୍ଦ୍ଧ ନେଇ ପେନ୍‌ସିଲ୍‌ର କଣ୍ଟାମୁନ ଯଥାକ୍ରମେ D ଓ E ବିନ୍ଦୁରେ ରଖ୍ ଦୁଇଟି ପୃଥକ ଚାପ ଅଙ୍କନ କର ଯେପରି ଚାପଦ୍ଵୟ ପରସ୍ପରକୁ ଏକ ବିନ୍ଦୁରେ ଛେଦ କରିବେ । ଉକ୍ତ ଛେଦବିନ୍ଦୁର ନାମ B ଦିଅ ।
(vi) \(\overrightarrow{\mathrm{AB}}\) ଅଙ୍କନ କର ବର୍ତ୍ତମାନ ∠BAC ର ପରିମାଣ 90° ହେବ ।

Question 3.
8 ସେ.ମି. ଦୈର୍ଘ୍ୟର AB ରେଖାଖଣ୍ଡ ଅଙ୍କନକରି ତାହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର । AB କୁ ସମାନ ଋରିଭାଗ କରିପାରିବ କି ? କିପରି ?
ସମାଧାନ:
ସୋପାନସମୂହ:
(i) l ରେଖା ଅଙ୍କନକରି ଏହା ଉପରେ A ଏକ ବିନ୍ଦୁ ଚିହ୍ନଟ କର ।
(ii) କମ୍ପାସର କଣ୍ଟାମୁନ ସ୍କେଲର 0 ଠାରେ ଓ ପେନ୍‌ସିଲ୍‌ମୁନ 8 ସେ.ମି. ଠାରେ ରଖ୍ ଏକ ବ୍ୟାସାର୍ଦ୍ଧ ନିଅ । ତତ୍ପରେ କମ୍ପାସ୍‌କୁ ଉଠାଇଆଣି କମ୍ପାସ୍‌ର କଣ୍ଟାମୁନ A ଠାରେ ରଖୁ ଏକ ଚାପ ଅଙ୍କନ କର ଯେପରି ଚାପଟି l ରେଖାକୁ ଆଉ ଏକ ବିନ୍ଦୁରେ ଛେଦକରିବ । ବିନ୍ଦୁଟିର ନାମ B ଦିଅ ।
(iii) 8 ସେ.ମି.ର ଅଧା ଅର୍ଥାତ୍ 4 ସେ.ମିରୁ ଅଧ୍ କ ବ୍ୟାସାର୍ଦ୍ଧ ନେଇ ପେନ୍‌ସିଲର କଣ୍ଟାମୁନକୁ ଯଥାକ୍ରମେ A ଓ B ବିନ୍ଦୁରେ ରଖ୍ A͞B ର ଉପର ଓ ତଳ ଅର୍ଥ ସମତଳରେ ଦୁଇଟି ପୃଥକ୍ ଚାପ ଅଙ୍କନକର ଯେପରି ଚାପଦ୍ଵୟ ପରସ୍ପରକୁ ଦୁଇଟି ପୃଥକ୍ ବିନ୍ଦୁରେ ଛେଦକରିବେ ଛେଦବିନ୍ଦୁର ନାମ ଯଥାକ୍ରମେ X ଓ Y ନିଅ ।
(iv) \(\overleftrightarrow{\mathrm{XY}}\) ଅଙ୍କନ କର । \(\overleftrightarrow{\mathrm{XY}}\) ଓ A͞B ର ଛେଦବିନ୍ଦୁର ନାମ ୦ ଦିଅ । O ବିନ୍ଦୁରେ A͞B ଟି ସମଦ୍ଵିଖଣ୍ଡ ହେଲା ।
(v) ରେଖାଖଣ୍ଡଟିକୁ ସମାନ ଚାରିଭାଗ କରିବାକୁ ହେଲେ ପୂର୍ବପଦ୍ଧତିରେ A͞O ଓ B͞O କୁ ସମର୍ଦ୍ଦିଖଣ୍ଡ କଲେ ଯଥାକ୍ରମେ P ଓ Q ବିନ୍ଦୁ ମିଳିବ ଏବଂ AP = PO = OQ = QB ହେବ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 7