CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

Odisha State Board CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ Questions and Answers.

CHSE Odisha 11th Class Economics Solutions Chapter 14 ପରିସଂଖ୍ୟାନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। Statistic ଶବ୍ଦଟି କେଉଁ ଶବ୍ଦରୁ ଉଦ୍ଭବ ହେବାପରି ମନେ ହୁଏ ?
(i) ଲାଟିନ୍ ଶବ୍ଦ status
(ii) 60 statistique
(iii) ଜର୍ମାନ୍ ଶବ୍ଦ statistik
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୨। “ ବହୁବିଧ ଉପାଦାନ ଦ୍ବାରା ପ୍ରଭାବିତ ସାଂଖ୍ୟକ ତଥ୍ୟାବଳୀକୁ ପରିସଂଖ୍ୟାନ କୁହାଯାଏ” । ଉକ୍ତ ସଂଜ୍ଞାଟିକୁ କିଏ କହିଥୁଲେ ?
(i) ଏ.ଏଲ୍. ବାଉଲି
(ii) ୱେବଷ୍ଟର
(iii) ସ୍କୁଲ୍ ଓ କେଣ୍ଡାଲ
(iv) ହୋରେସ୍ ସେକ୍ରିଷ୍ଟ
Answer:
(iii) ସ୍କୁଲ୍ ଓ କେଣ୍ଡାଲ

୩। ପରିସଂଖ୍ୟାନର ଜନକ କାହାକୁ କହନ୍ତି ?
(i) ରୋନାଲ୍‌ଡ ଏ. ଫିସର
(ii) ଆଦାମ ସ୍ମିଥ
(iii) ଆରିଷ୍ଟୋଟଲ
(iv) ହେରୋଡଟସ୍
Answer:
(ii) ରୋନାଲ୍‌ଡ୍ ଏ. ଫିସର

୪। ଏକବଚନରେ ପରିସଂଖ୍ୟାନର ଅର୍ଥ
(i) ତଥ୍ୟ ସଂଗ୍ରହ ଓ ଉପସ୍ଥାପନ
(ii) ତଥ୍ୟ ବିଶ୍ଳେଷଣ
(iii) ତଥ୍ୟର ସ୍ଵରୂପ ନିର୍ଦ୍ଧାରଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ନିମ୍ନୋକ୍ତ କାର୍ଯ୍ୟାବଳୀ ମଧ୍ଯରୁ କେଉଁଟି ପରିସଂଖ୍ୟାନର କାର୍ଯ୍ୟ ନୁହେଁ ?
(i) ପ୍ରାକ୍‌କଳନା
(ii) ବଜାର ମୂଲ୍ୟ ନିର୍ଦ୍ଧାରଣ
(iii) ପୂର୍ବାନୁମାନ
(iv) କାଳ୍ପନିକ ସର୍ଭ ପରୀକ୍ଷା
Answer:
(iv) କାଳ୍ପନିକ ସର୍ଭ ପରୀକ୍ଷା

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ପରିସଂଖ୍ୟାନ ସିଦ୍ଧାନ୍ତ ଗୁଡ଼ିକ
(i) ଅବିକଳ
(ii) ସମ୍ଭାବ୍ୟ
(iii) ସଠିକ୍
(iv) କୌଣସିଟି ନୁହେଁ
Answer:
(ii) ସମ୍ଭାବ୍ୟ

୭। ନିମ୍ନୋକ୍ତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ପରିସଂଖ୍ୟାନର ଅନାସ୍ଥା ପ୍ରକଟ କରେ ।
(i) ସଂଖ୍ୟାଗୁଡ଼ିକ ଏକ ନିର୍ଭରଯୋଗ୍ୟ ବିଜ୍ଞାନ
(ii) ସଂଖ୍ୟାଗୁଡ଼ିକ ମିଛ କହନ୍ତି ନାହିଁ
(iii) ପରିସଂଖ୍ୟାନ ସବୁକିଛି ପ୍ରମାଣ କରିପାରେ
(iv) ପରିସଂଖ୍ୟାନ ନୀତି ନିର୍ଦ୍ଧାରଣରେ ସହାୟତା କରେ
Answer:
(iii) ପରିସଂଖ୍ୟାନ ସବୁକିଛି ପ୍ରମାଣ କରିପାରେ

୮। ବହୁବାଚନିକ ସଂଜ୍ଞା ଅନୁସାରେ ପରିସଂଖ୍ୟାନ
(i) ତଥ୍ଯ ସଂଖ୍ୟକ ଅଭିବ୍ୟକ୍ତି
(ii) ଯୁକ୍ତିସିଦ୍ଧ ତଥ୍ୟ
(iii) ଅନେକ ତଥ୍ୟର ସମାହାର
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୯। ନିମ୍ନୋକ୍ତ କେଉଁଟି ପରିସଂଖ୍ୟାନ ପରିସରଭୁକ୍ତ ନୁହେଁ ?
(i) ତଥ୍ଯ ଉପସ୍ଥ।ପନ
(ii) ନୀତି ନିର୍ଦ୍ଧାରଣ
(iii) ଏକକ ତଥ୍ୟର ଅଧ୍ୟୟନ
(iv) ସଂକ୍ଷିପ୍ତିକରଣ
Answer:
(iii) ଏକକ ତଥ୍ୟର ଅଧ୍ୟୟନ

୧୦ । କେଉଟି ପରିସଂଖ୍ୟାନର କାର୍ଯ୍ୟାବଳୀ ଅନ୍ତର୍ଭୁକ୍ତ ନୁହେଁ ?
(i) ତଥ୍ଯ ଉପସ୍ଥ।ପନ।
(ii) ପୂର୍ବାନୁମାନ
(iii) ତଥ୍ୟାବଳୀର ତୁଳନା
(iv) ମଜୁରିହାର ସ୍ଥିର କରିବା
Answer:
(iv) ମଜୁରିହାର ସ୍ଥିର କରିବା

୧୧। କିଏ ବହୁବଚନ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କରିଥିଲେ ?
(i) ବାଉଲେ
(ii) ବୋଦିଙ୍ଗଟନ୍
(iii) ହୋରାସ୍ ସେକ୍ଳିଷ୍ଟ
(iv) କ୍ରକ୍‌ଟନ ଓ କାଓଡେନ୍
Answer:
(iv) କ୍ରକ୍ସଟନ ଓ କାଓଡେନ୍

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୧୨। କେଉଁଟି ପରିସଂଖ୍ୟାନ ସମ୍ବନ୍ଧରେ ଠିକ୍ ନୁହେଁ ?
(i) ପରିସଂଖ୍ୟାନ ସାଂଖ୍ୟକ ତଥ୍ୟର ସମାହାର
(ii) ପରିସଂଖ୍ୟାନ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ କରେ
(iii) ପରିସଂଖ୍ୟାନ ନିୟମ ହାରାହାରି ଭିଭିରେ ଠିକ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରିସଂଖ୍ୟାନ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ କରେ

B. ଶୂନ୍ୟସ୍ଥାନ ପୂରଣ କର ।

୧। ପରିସଂଖ୍ୟାନ କହିଲେ _______________________ ଉକ୍ତିକୁ ବୁଝାଇଥାଏ।
Answer:
ସାଂଖ୍ୟକ

୨। ପୁରାକାଳରେ ପରିସଂଖ୍ୟ।ନକୁ _____________________ ବିଜ୍ଞାନ ବୋଲି ଅଭିହିତ କରାଯାଉଥିଲା ।
Answer:
ରାଜ୍ୟଶାସନ ସମ୍ବନ୍ଧୀୟ

୩। ପରିସଂଖ୍ୟାନ ଏକ ମାଟିପିଣ୍ଡୁଳା ସଦୃଶ ଯେଉଁଥୁରୁ କି ତୁମେ __________________ ଅଥବା ________________ ଗଢ଼ିପାରିବ।
Answer:
ଦେବତା, ଦାନବ

୪। ପରିସଂଖ୍ୟାନ ଏକ ___________________ ବିଜ୍ଞ।ନ ଅଟେ ।
Answer:
ରାଜ୍ୟଶାସନ ସମ୍ବନ୍ଧୀୟ

୫। ପରିସଂଖ୍ୟାନ ପଦ୍ଧତି ଅନଭିଜ୍ଞ ବ୍ୟକ୍ତିଙ୍କଦ୍ବାରା ___________________ ସାବ୍ୟସ୍ତ ହୋଇତାଏ ।
Answer:
କ୍ଷତିକାରକ

୬। ପରିସଂଖ୍ୟାନ ହେଉଛି ________________ ସମୂହର ସମଷ୍ଟି ।
Answer:
ତଥ୍ୟ

୭। ପରିସଂଖ୍ୟାନ ହେଉଛି ____________________ ତଥ୍ୟର ପରିପ୍ରକାଶ।
Answer:
ସାଂଖ୍ୟକ

୮। ପରିସଂଖ୍ୟାନ ଅନ୍ତର୍ଗତ ତଥ୍ୟାବଳୀ ଶୃଙ୍ଖଳିତ ଭାବେ ଏକ ________________________ ପଦ୍ଧତିରେ ସଂଗୃହୀତ ହୋଇଥାଏ।
Answer:
ବ୍ୟବସ୍ଥାସିଦ୍ଧ

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୯। ପରିସଂଖ୍ୟାନ __________________ କାରଣ ଦ୍ୱ।ରା ପ୍ରଭାବିତ ହୋଇଥାଏ ।
Answer:
ବହୁବିଧ

୧୦। ବହୁବାଚନିକା ଅର୍ଥରେ ପରିସଂଖ୍ୟାନ ______________________ ତଥ୍ୟର ସମାହାରକୁ ବୁଝାଇଥାଏ।
Answer:
ସାଂଖ୍ୟକ

୧୧। ______________________ ପରିସଂଖ୍ୟାନ ସାଂଖ୍ୟକ ତଥ୍ୟଗୁଡ଼ିକର ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟ ଭିଭିକ ଚିତ୍ର ପ୍ରଦାନ କରିଥାଏ।
Answer:
ବର୍ଣନାତ୍ମକ

୧୨। ବୈଜ୍ଞାନିକ ପରିସଂଖ୍ୟାନ _______________________ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପଭି ଓ ପୂର୍ବାନୁମାନ କରିବାରେ ସାହାଯ୍ୟ କରେ।
Answer:
ଆରୋହମାନ

୧୩। ପରିସଂଖ୍ୟାନ ସମ୍ବନ୍ଧୀୟ ନୀତି ଓ ନିୟମଗୁଡ଼ିକ ପଦାର୍ଥ ବିଜ୍ଞାନ ଭଳି __________________ ହୁଏ ନାହିଁ ।
Answer:
ସାର୍ବଜନୀନ

୧୪। ଏକ ଅନୁସନ୍ଧାନରେ ଯେଉଁ ମୌଳିକ ତଥ୍ୟ ସଂଗ୍ରହ କରାଯାଇଥାଏ ତାହାକୁ ____________________ ତଥ୍ୟ କୁହାଯାଏ ।
Answer:
ପ୍ରତ୍ୟକ୍ଷ

୧୫। ପୂର୍ବକାଳର ପରିସଂଖ୍ୟାନକୁ ________________________ କୁହାଯାଉଥିଲା ।
Answer:
ରାଷ୍ଟ୍ରର ବିଜ୍ଞାନ

୧୬। ପରିସଂଖ୍ୟାନ __________________ ଏକ ପ୍ରମୁଖ ସାଧନ ।
Answer:
ଅର୍ଥନୈତିକ ଯୋଜନା

୧୭। ପରିସଂଖ୍ୟାନ ଶବ୍ଦଟି ବହୁବିଧ ଦୃଷ୍ଟିରୁ ପରିସଂଖ୍ୟନର _____________________ ବୁଝାଏ ।
Answer:
ତଥ୍ୟାବଳୀ

୧୮ । ପରିସଂଖ୍ୟନ ଶବ୍ଦଟି ଅନନ୍ୟ ଦୃଷ୍ଟିରୁ ପରିସଂଖ୍ୟାନର _______________________ ବୁଝାଏ ।
Answer:
ପଦ୍ଧତି

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୧୯ । ପରିସଂଖ୍ୟାନ ବହୁବିଧ ଦୃଷ୍ଟିରୁ _______________________ କୁ ବୁଝାଏ ।
Answer:
ପରିସଂଖ୍ୟାନ ତଥ୍ୟାବଳୀ

୨୦ । ପରିସଂଖ୍ୟାନ ଅନନ୍ୟ ଦୃଷ୍ଟିରୁ ___________________________ କୁ ସୂଚାଏ ।
Answer:
ପରିସଂଖ୍ୟାନ ପଦ୍ଧତି

୨୧ । ପରିସଂଖ୍ୟାନ ତଥ୍ୟ ____________________________ ଦ୍ଵାରା ସଂଗ୍ରହ କରାଯାଏ ।
Answer:
ବ୍ୟବସ୍ଥାପିତ ପଦ୍ଧତି

୨୨ । ପରିସଂଖ୍ୟାନ ଅନୁସନ୍ଧାନର ପ୍ରଥମ ପର୍ଯ୍ୟାୟ ହେଉଛି ___________________________ ।
Answer:
ତଥ୍ୟ ସଂଗ୍ରହ

୨୩ । ପରିସଂଖ୍ୟାନ ଅନୁସନ୍ଧାନର ଶେଷ ପର୍ଯ୍ୟାୟ ହେଉଛି _______________________ ।
Answer:
ସ୍ବରୂପର ନିର୍ଦ୍ଧାରଣ

୨୪ । ତଥ୍ୟର ବିଶ୍ଳେଷଣ ଅର୍ଥ ତଥ୍ୟର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ________________________ ର ସାହାଯ୍ୟ ନେଉ ।
Answer:
ପରିସଂଖ୍ୟାନର ସାଧନ

୨୫ । ଭାରତୀୟ ରିଜର୍ଭ ବ୍ୟାଙ୍କର ଇସ୍ତାହାର ଏବଂ ଜାତୀୟ ଆୟବ୍ୟୟ ପରିସଂଖ୍ୟାନ ତଥ୍ୟର _______________________ ଉତ୍ସ ।
Answer:
ପରୋକ୍ଷ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ପରିସଂଖ୍ୟାନ କ’ଣ ?
Answer:
କେତେକ ସାଂଖ୍ୟକ ତଥ୍ୟର ସମାହାରକୁ ପରିସଂଖ୍ୟାନ କୁହାଯାଏ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୨। ପୂର୍ବକାଳରେ ପରିସଂଖ୍ୟାନକୁ କେଉଁ ନାମରେ ନାମିତ କରାଯାଇଥୁଲା ?
Answer:
ପୂର୍ବକାଳରେ ପରିସଂଖ୍ୟାନକୁ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଜ୍ଞାନ ନାମରେ ନାମିତ କରାଯାଇଥିଲା।

୩। ଏକବଚନ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କର ।
Answer:
କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ଅନୁଯାୟୀ ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନକୁ ପରିସଂଖ୍ୟାନ ରୂପେ ବିବେଚନା କରାଯାଏ।

୪। ପରିସଂଖ୍ୟାନର ବହୁବାଚନିକ ସଂଜ୍ଞା ପ୍ରଦାନ କର।
Answer:
ହୋରାସ୍ ସେକ୍ରିଷ୍ଟଙ୍କ ମତରେ, ପରିସଂଖ୍ୟାନ ହେଉଛି ବହୁବିଧ କାରଣଗୁଡ଼ିକ ଦ୍ଵାରା ପ୍ରଭାବିତ, ଏକ ଯୁକ୍ତିସିଦ୍ଧ ସଠିକ୍ ମାନଦଣ୍ଡ ଅନୁଯାୟୀ ଗଣନା ଅଥବା କଳନା କରାଯାଉଥବା, ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ହୋଇଥିବା ଏବଂ ପରସ୍ପର ସମ୍ପର୍କ ଥାଇ ଉପସ୍ଥାପନ କରାଯାଇଥିବା ସାଂଖ୍ୟକ ତଥ୍ୟର ସମାହାର ।

୫। ପରିସଂଖ୍ୟାନ କାହାଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ପରିସଂଖ୍ୟାନ ବହୁବିଧ କାରଣ ଦ୍ଵାରା ପ୍ରଭାବିତ ହୋଇଥାଏ।

୬। ପରିସଂଖ୍ୟାନର ସଂଶୟ କହିଲେ ତୁମେ କ’ଣ ବୁଝ ?
Answer:
ସଂଶୟ କହିଲେ ଆମେ ବୁଝୁ ସାଂଖ୍ୟକ ଅଭିବ୍ୟକ୍ତ ଓ ସାଂଖ୍ୟକ ପଦ୍ଧତି ପ୍ରତି ବିଶ୍ଵାସର ଅଭାବ।

୭। ବର୍ଣନାତ୍ମକ ପରିସଂଖ୍ୟାନ କ’ଣ ?
Answer:
ଯେତେବେଳେ ସାଂଖ୍ୟକ ତଥ୍ୟ ଗୁଡ଼ିକ ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟଭିଭିକ ଚିତ୍ର ପ୍ରଦାନ କରେ, ତାହାକୁ ବର୍ଣ୍ଣନାତ୍ମକ ପରିସଂଖ୍ୟାନ କୁହାଯାଏ।

୮। ବୈଜ୍ଞାନିକ ପରିସଂଖ୍ୟାନ କ’ଣ ?
Answer:
ବୈଜ୍ଞାନିକ ପରିସଂଖ୍ୟାନ ଆରୋହମାନ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପତ୍ତି ଓ ପୂର୍ବାନୁମାନ କରିବାରେ ସହାଯ୍ୟ କରେ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୯। ପରିସଂଖ୍ୟାନର ଦୁଇଟି କାର୍ଯ୍ୟାବଳୀ ଲେଖ ।
Answer:
(୧) ପରସଂଖ୍ୟାନ ଜଟିଳ ତଥ୍ୟାବଳୀଗୁଡ଼ିକୁ ସରଳ ଓ ବୋଧଗମ୍ୟ କରେ, (୨) ପରିସଂଖ୍ୟାନ ତୁଳନା କରିବାରେ ସହାୟତ କରେ।

୧୦। ପରିସଂଖ୍ୟାନର ଦୁଇଟି ସୀମାବଦ୍ଧତା ଲେଖ।
Answer:
(୧) ପରିସଂଖ୍ୟାନ କୌଣସି ବ୍ୟକ୍ତିଗତ ପରିମାପ ସହିତ ଜଡ଼ିତ ହୋଇ ନ ଥାଏ, (୨) ପରିସଂଖ୍ୟାନ ଗୁଣାତ୍ମକ ଘଟଣାଗୁଡ଼ିକୁ ଅଧ୍ୟୟନ କରେ ନାହିଁ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ପରିସଂଖ୍ୟାନ ତଥ୍ୟ ସମୂହର ସମଷ୍ଟି ସହିତ ସଂଶ୍ଳିଷ୍ଟ ।
Answer:
ବହୁବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ ।

୨। ବହୁବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ।
Answer:
ଏକବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ। ପରିସଂଖ୍ୟାନ କେବଳ ତଥ୍ୟର ଗୁଣକୁ ବିଚାର କରେ।

୩। ପରିସଂଖ୍ୟାନ କେବଳ ତଥ୍ୟର ଗୁଣକୁ ବିଚାର କରେ।
Answer:
ପରିସଂଖ୍ୟାନ କେବଳ ସାଂଖ୍ୟକ ତଥ୍ୟକୁ ବିଚାର କରେ।

୪। ପରିସଂଖ୍ୟାନର ଉପସଂହାର ସାର୍ବଜନୀନ ସତ୍ୟ ଅଟେ
Answer:
ପଦାର୍ଥ ବିଜ୍ଞାନର ଉପସଂହାର ସାର୍ବଜନୀନ ସତ୍ୟ ଅଟେ ।

୫। ପରିସଂଖ୍ୟାନ ହେଉଛି ରାଜ୍ୟଶାସନ ସମ୍ବନ୍ଧୀୟ ବିଜ୍ଞାନ ।
Answer:
ଠିକ୍

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ଏକବାଚନିକ ଅର୍ଥରେ ପରିସଂଖ୍ୟାନକୁ ସାଂଖ୍ୟକ ତଥ୍ୟର ସମାହାର ବୋଲି କୁହାଯାଏ।
Answer:
ବହୁବାଚନିକ ଅର୍ଥରେ ପରିସଂଖ୍ୟାନକୁ ସାଂଖ୍ୟକ ତଥ୍ୟର ସମାହାର ବୋଲି କୁହାଯାଏ।

୭। ତଥ୍ୟାବଳୀକୁ ଜଟିଳଭାବେ ପ୍ରକାଶ କରିବା ହେଉଛି ପରିସଂଖ୍ୟାନର କାର୍ଯ୍ୟ।
Answer:
ତଥ୍ୟାବଳୀକୁ ସହଜଭାବେ ପ୍ରକାଶ କରିବା ହେଉଛି ପରିସଂଖ୍ୟାନର କାର୍ଯ୍ୟ।

୮। ପରିସଂଖ୍ୟାନ ଏକକ ତଥ୍ୟ ଅଧ୍ୟୟନ କରେ ।
Answer:
ପରିସଂଖ୍ୟାନ ତଥ୍ୟ ସମୂହକୁ ଅଧ୍ୟୟନ କରେ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧ । ପରିସଂଖ୍ୟାନ କ’ଣ?
Answer:
ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics । ଏହି ଶବ୍ଦଟି ଲାଟିନ୍ ଶବ୍ଦ status , ଇଟାଲୀୟ ଶବ୍ଦ Statista , ଜର୍ମାନ୍ ଶବ୍ଦ statistick କିମ୍ବା ଫରାସୀ ଶବ୍ଦ Statique ରୁ ଉଦ୍ଭବ ହୋଇଛି ବୋଲି ବିଶ୍ୱାସ କରାଯାଏ । ଉପରୋକ୍ତ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ରାଜନୈତିକ ଅବସ୍ଥା । ଅନ୍ୟପକ୍ଷରେ କହିବାକୁ ଗଲେ ପରିସଂଖ୍ୟାନ ହେଉଛି ତଥ୍ୟ ସମୂହର ଏକ ବିଜ୍ଞାନ ।

କୌଣସି ଗୋଟିଏ ତଥ୍ୟକୁ ପରିସଂଖ୍ୟାନ କୁହାଯାଇନପାରେ । ତେଣୁ ଏକାଧିକ ତଥ୍ୟର ସମାହାରକୁ ପରିସଂଖ୍ୟାନ ବୋଲି କୁହାଯାଇଥାଏ । ଉଦାହରଣ ସ୍ୱରୂପ ଜଣେ ଲୋକର ଓଜନକୁ ଆମେ ପରିସଂଖ୍ୟାନ କହିପାରିବା ନାହିଁ । ଆମେ ଏକରୁ ଅଧିକ ଲୋକଙ୍କ ଓଜନକୁ ଉପସ୍ଥାପିତ କରିବା ତାହାକୁ ପରିସଂଖ୍ୟାନ କୁହାଯାଇପାରିବ ।

୨। ପରିସଂଖ୍ୟାନର ସଂଜ୍ଞା ନିରୂପଣ କର ।
Answer:
ପ୍ରଫେସର ହୋରସ୍ ସେକ୍ରିଷ୍ଟାଙ୍କ ପ୍ରଦତ୍ତ ସଂଜ୍ଞାକୁ ଏକ ପୂର୍ଣ୍ଣାଙ୍ଗ ଓ ଗ୍ରହଣୀୟ ସଂଜ୍ଞାରୂପେ ବିବେଚନା କରାଯାଏ । ତାଙ୍କ ମତରେ ‘ବହୁବିଧ ଉପାଦାନଦ୍ଵାରା ପ୍ରବାହିତ ତଥ୍ୟ ସମୂହର ଅନ୍ୟନାମ ହେଉଛି ପରିସଂଖ୍ୟାନ’’ । ଏକ ଯୁକ୍ତସିଦ୍ଧ ସଠିକ୍ ମାନଦଣ୍ଡ ପ୍ରୟୋଗ କରାଯାଉ ଏହାର ଗଣନା ଅଥବା ଅଟକଳକୁ ସଂଖ୍ୟାଆକାରରେ ହିଁ ଉପସ୍ଥାପନା କରାଯାଇଥାଏ । ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ତଥ୍ୟର ତୁଳନାତ୍ମକ ପରିପ୍ରକାଶ କରାଗଲେ ତାହା ପରିସଂଖ୍ୟାନରେ ମାନ୍ୟତା ଲାଭ କରେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୩। ତଥ୍ୟାବଳୀର ସଂକ୍ଷିପ୍ତକରଣ କ’ଣ ?
Answer:
କୌଣସି ସମସ୍ୟାର ତଥ୍ୟାବଳୀ ଏତେ ଜଟିଳ ଓ ବ୍ୟାପକ ଯେ, ତାହାକୁ ବୁଝିବା ଓ ମନେ ରଖୁବା ସହଜ ନୁହେଁ । ପରିସଂଖ୍ୟାନ ତଥ୍ୟାବଳୀକୁ ସଙ୍କୁଚିତ ଓ ସଂକ୍ଷିପ୍ତ କରି ଉପସ୍ଥାପନା କରେ। ଜଣକ ପକ୍ଷରେ ଭାରତର ପ୍ରତ୍ୟେକ ଲୋକଙ୍କର ଆୟ ମନେ ରଖୁବା ସମ୍ଭବ ନୁହେଁ । କିନ୍ତୁ ଭାରତର ମୁଣ୍ଡ ପିଛା ଆୟ ସହଜରେ ମନେ ରଖିହେବ।

୪। ପରିସଂଖ୍ୟାନରେ ପୁର୍ବାନୁମାନ କ’ଣ ?
Answer:
ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବାବେଳେ ପରିସଂଖ୍ୟାନ ସହାୟକ ହୋଇଥାଏ। ଅତୀତର ତଥ୍ୟକୁ ଆଧାର କରି ବିଭିନ୍ନ ସାଂଖ୍ୟକ ପଦ୍ଧତି ସାହାଯ୍ୟରେ ପୂର୍ବାନୁମାନ କରିବା ସମ୍ଭବ ହୋଇଥାଏ। ଉଦାହରଣ ସ୍ଵରୂପ, ୨୦୧୧ ମସିହାର ଜନଗଣନା ତଥ୍ୟକୁ ଭିତ୍ତିକରି ଆଗାମୀ ବର୍ଷମାନଙ୍କର ଜନସଂଖ୍ୟା ଆକଳନ କରିବା ସମ୍ଭବ ହୋଇଥାଏ। ଅର୍ଥନୀତି, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସଦାସର୍ବଦା ଅନିଶ୍ଚିତତାରେ ନିଷ୍ପତ୍ତି ଗ୍ରହଣ କରାଯାଏ। ଏ ପ୍ରକାର ନିଷ୍ପତ୍ତି ଗ୍ରହଣରେ ବିଭିନ୍ନ ସାଂଖ୍ୟକ ପଦ୍ଧତି ସହାୟକ ହୋଇଥାଏ।

୫। ପରିସଂଖ୍ୟାନର ସଂଶୟ କହିଲେ କ’ଣ ବୁଝ ?
Answer:
ପରିସଂଖ୍ୟାନର ଉପକାରିତା ସତ୍ତ୍ଵେ ପରିସଂଖ୍ୟାନକୁ ଏକ ସନ୍ଦେହ ଚକ୍ଷୁରେ ଦେଖାଯାଏ। ଏପରି କୁହାଯାଏ ଯେ, ପରିସଂଖ୍ୟାନ ସବୁକିଛି ପ୍ରମାଣିତ କରିପାରେ । ପୁନଶ୍ଚ କୁହାଯାଇଛି ଯେ ତିନି ପ୍ରକାରର ମିଛ ଦେଖାଯାଏ; ଯଥା – ମିଛ, ଡାହାମିଛ ଓ ପରିସଂଖ୍ୟାନ। ତେଣୁ ପରିସଂଖ୍ୟାନ ପ୍ରଥମ ଶ୍ରେଣୀର ମିଛ। ଏହା ମଧ୍ୟ କୁହାଯାଏ ଯେ, ଗୋଟିଏ ଗ୍ରାମ୍ ସତ କୁଇଣ୍ଟାଲ, କୁଇଣ୍ଟାଲ ପରିସଂଖ୍ୟାନ ସୃଷ୍ଟି କରିପାରେ। ପରିସଂଖ୍ୟାନର ସଂଶୟ କହିଲେ, ସାଂଖ୍ୟକ ଅଭିବ୍ୟକ୍ତି ଓ ସାଂଖ୍ୟକ ପଦ୍ଧତି ପ୍ରତି ବିଶ୍ଵାସର ଅଭାବ।

୬। ପରିସଂଖ୍ୟାନର ପ୍ରକୃତି ଉପରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ ?
Answer:
ଆମେ ପରିସଂଖ୍ୟାନର ପ୍ରକୃତି ଆଲୋଚନା କରିବା ସମୟରେ ପରିସଂଖ୍ୟାନ କଳା କିମ୍ବା ବିଜ୍ଞନ ତାହା ଆଲୋଚନା କରିଥାଉ । ଟିପେଙ୍କ ମତ ଅନୁସାରେ ପରିସଂଖ୍ୟାନ ଉଭୟ କଳା ଓ ବିଜ୍ଞାନ ଅଟେ । ଏକ ବିଜ୍ଞାନ ହିସାବରେ ପରିସଂଖ୍ୟାନ ସାଂଖ୍ କ ତଥ୍ୟାବଳୀର ବିଧ୍ଵବଦ୍ଧ ଅଧ୍ୟୟନ କରିଥାଏ । ଏକ କଳା ହିସାବରେ ପରିସଂଖ୍ୟାନ ବ୍ୟବହାର କରି କିପରି ଦୈନିକ ଜୀବନର ବିଭିନ୍ନ ସମସ୍ୟାକୁ ସମାଧାନ କରାଯାଇପାରିବ ତାହା ଆଲୋଚନା କରିଥାଏ ।

୭। ପରିସଂଖ୍ୟାନର ବିଭିନ୍ନ ପ୍ରଣାଳୀଗୁଡ଼ିକ କ’ଣ ?
Answer:
ପରିସଂଖ୍ୟାନର ବିଭିନ୍ନ ପ୍ରଣାଳୀଗୁଡ଼ିକ ତଳେ ଆଲୋଚନା କରାଗଲା ।
(i) ତଥ୍ୟ ସଂଗ୍ରହ (Collection of data)
(ii) ତଥ୍ୟ ଉପସ୍ଥାପନ (Presentation of data)
(iii) ତଥ୍ୟସଂଗଠିତ କରାଇବା (Organisation of data)

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
୧। ପରିସଂଖ୍ୟାନ ଓ ଅର୍ଥଶାସ୍ତ୍ର
Answer:
ପରିସଂଖ୍ୟାନ ଅର୍ଥଶାସ୍ତ୍ର ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଅର୍ଥନୀତିଜ୍ଞ ଆଲଫ୍ରେଡ୍‌ ମାର୍ଶାଲଙ୍କ ମତରେ “ ପରିସଂଖ୍ୟାନ ହେଉଛି ମାଟି ସଦୃଶ ଯାହାକୁ ବ୍ୟବହାର କରି ମୋଭଳି ପ୍ରତ୍ୟେକ ଅର୍ଥଶାସ୍ତ୍ରବିତ୍ ଇଟା ତିଆରି କରନ୍ତି।” ଏହାହିଁ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ମହତ୍ଵ ପ୍ରମାଣିତ କରୁଛି ।

ଯଦିଓ ଅତୀତରେ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ବ୍ୟବହାର ସୀମିତ ଥୁଲା, ଆଧୁନିକ କାଳରେ ସମ୍ଭାବ୍ୟତା, ପ୍ରତିଚୟନ, ସହସମ୍ବନ୍ଧ, ସୂଚକାଙ୍କ ଇତ୍ୟାଦି ଭଳି ସାଂଖ୍ୟକ ପଦ୍ଧତିର ଉଦ୍ଭାବନ ଓ ସାଂଖ୍ୟକ ଉପକରଣର ଭୂମିକା ବହୁଳ ଭାବରେ ବୃଦ୍ଧି କରିଛି। ଏହା ଅର୍ଥଶାସ୍ତ୍ରର ଆଧୁନିକ ଚିନ୍ତାଧାରାରେ ବିପ୍ଳବ ସୃଷ୍ଟି କରିଛି। ସାଂଖ୍ୟକ ବିଶ୍ଳେଷଣ ଆଧୁନିକ କାଳରେ ଅର୍ଥନୀତିକ ଗବେଷଣାର ଏକ ପ୍ରମୁଖ ଅଙ୍ଗ ହୋଇଛି ।

୨। ପରିସଂଖ୍ୟାନ ଓ ରାଷ୍ଟ୍ର
Answer:
ପରିସଂଖ୍ୟାନ ରାଷ୍ଟ୍ରପାଇଁ ପରିହାର୍ଯ୍ୟ ହୋଇଯାଇଛି । ପୁରାତନ କାଳରେ ରାଜା ଓ ମନ୍ତ୍ରଗଣ ଉପଯୁକ୍ତ ସାମରିକ ସଂଖ୍ୟାନ ଉପରେ ବହୁଳ ଭାବରେ ନିର୍ଭର କରୁଥିଲେ। ସେମାନଙ୍କ ଦ୍ଵାରା ସଂଗୃହୀତ ଜନସଂଖ୍ୟା, ସାମରିକ ଶକ୍ତି, ଅପରାଧ ଇତ୍ୟାଦି ସମ୍ବନ୍ଧୀୟ ଅଧ୍ବକାଂଶ ସାଂଖ୍ୟକ ତଥ୍ୟ କିମ୍ବା ପରିସଂଖ୍ୟାନ ପ୍ରଶାସନଗତ କାର୍ଯ୍ୟରେ ଉପଜାତ (by product) ଦ୍ରବ୍ୟ ଥିଲା। ସଂପ୍ରତି ରାଷ୍ଟ୍ରର ବର୍ଦ୍ଧିଷ୍ଣୁ କାର୍ଯ୍ୟାବଳୀ ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ସାହାଯ୍ୟ କରୁଛି।

ରାଷ୍ଟ୍ର ତା’ର ପ୍ରଶାସନର ସୁପରିଚାଳନା ପାଇଁ ସାଂଖ୍ୟକ ତଥ୍ୟର ପ୍ରମୁଖ ସଂଗ୍ରହକାରୀ ଓ ବ୍ୟବହାରକାରୀ, ସୁତରାଂ ପରିସଂଖ୍ୟାନ ଓ ରାଷ୍ଟ୍ର ପରସ୍ପର ଅଙ୍ଗଙ୍ଗୀଭାବେ ଜଡ଼ିତ । ସଂପ୍ରତି ରାଷ୍ଟ୍ରର କାର୍ଯ୍ୟାବଳୀ ବୃଦ୍ଧି ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ଓ ଗବେଷଣାରତ ଛାତ୍ରମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରୁଛି ।

୩ । ପରିସଂଖ୍ୟାନ ଓ ବ୍ୟବସାୟ
Answer:
ପରିସଂଖ୍ୟାନ ବ୍ୟବସାୟ ଉଦ୍ୟୋଗଗୁଡ଼ିକ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି। ବଦ୍ଧିଷ୍ଣୁ ପ୍ରତିଦ୍ବନ୍ଦ୍ବତା ପରିସ୍ଥିତିରେ ବ୍ୟବସାୟ ଉଦ୍ୟୋଗଗୁଡ଼ିକର ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଅଧିକାଂଶ ଉତ୍ପାଦନ ଆଜିକାଲି ଦ୍ରବ୍ୟର ଚାହିଦା ପ୍ରତ୍ୟାଶାରେ କରାଯାଉଛି । ବଜାରର ଅଧ୍ୟୟନ ସଠିକ୍ ଓ ସତର୍କତା ସହିତ କରା ନ ଗଲେ ପ୍ରତିଷ୍ଠାନଟିର ତିଷ୍ଠିବା କଷ୍ଟସାଧ୍ୟ ହୋଇପଡ଼ିବ।

ତେଣୁ ବ୍ୟବସାୟୀଗଣ ପ୍ରତିଦ୍ଵନ୍ଦୀ ବଜାରରେ ତିଷ୍ଠିବା ଓ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସାଂଖ୍ୟକ ଉପକରଣଗୁଡ଼ିକ ଉପରେ ନିର୍ଭର କରିଥାଆନ୍ତି । ପୁନଶ୍ଚ କ୍ରୟ, ବିକ୍ରୟ, ଅର୍ଥ ହିସାବର ଗୁଣାତ୍ମକ ନିୟନ୍ତ୍ରଣ, ବଜାର, ଉତ୍ପାଦ ଗବେଷଣା ଇତ୍ୟାଦି ଭଳି ବ୍ୟବସାୟିକ କାର୍ଯ୍ୟାବଳୀରେ ପରିସଂଖ୍ୟାନ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଇଯାଇଛି । ତେଣୁ ପରିସଂଖ୍ୟାନ ଓ ବ୍ୟବସାୟ ପରସ୍ପର ଅଙ୍ଗାଙ୍ଗୀଭାବେ ଜଡ଼ିତ ।

୪। ଏକବଚନ ଓ ବହୁବଚନରେ ପରିସଂଖ୍ୟାନର ଅର୍ଥ
Answer:
ପରିସଂଖ୍ୟାନର ଏକବାଚନିକ ସଂଜ୍ଞା ସାଂଖ୍ୟକ ପଦ୍ଧତି ସହିତ ସଂଶ୍ଳିଷ୍ଟ ଏବଂ ଏହା ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନ ସହିତ ଜଡ଼ିତ। ଯଦିଓ ବିଭିନ୍ନ ପରିସଂଖ୍ୟାନବିତ୍ ପରିସଂଖ୍ୟାନର ସଂଜ୍ଞା ଏକବାଚନିକ ମର୍ମରେ ନିରୂପଣ କରିଛନ୍ତି, କ୍ରକ୍ସଟନ୍ ଓ କାଓଡେନ୍‌ଙ୍କ ପ୍ରଦତ୍ତ ସଂଜ୍ଞାଟି ଅତି ସରଳ ଓ ବୋଧଗମ୍ୟ । କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ଅନୁଯାୟୀ ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନକୁ ପରିସଂଖ୍ୟାନ ରୂପେ ବିବେଚନା କରାଯାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପରିସଂଖ୍ୟନ କ’ଣ ? ଏହାର ଉପାଦେୟତା ବିଷୟରେ ଆଲୋଚନା କର ।
Answer:
ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics । ଏହି ଶବ୍ଦଟି ଲାଟିନ୍ ଶବ୍ଦ status , ଇଟାଲୀୟ ଶବ୍ଦ Statista, ଜର୍ମାନ ଶବ୍ଦ statistik କିମ୍ବା ଫରାସୀ ଶବ୍ଦ statique ରୁ ଉଦ୍ଭବ ହୋଇଛି ବୋଲି ବିଶ୍ଵାସ କରାଯାଏ । ଉପରୋକ୍ତ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ରାଜନୈତିକ ଅବସ୍ଥା । ଅନ୍ୟ ପକ୍ଷରେ କହିବାକୁ ଗଲେ ପରିସଂଖ୍ୟନ ହେଉଛି ତଥ୍ୟ ସମୁହର ଏକ ବିଜ୍ଞାନ ।

କୌଣସି ଗୋଟିଏ ତଥ୍ୟକୁ ପରିସଂଖ୍ୟନ କୁହାଯାଇନପାରେ । ତେଣୁ ଏକାଧ୍ଵ ତଥ୍ୟର ସମାହାରକୁ ପରିସଂଖ୍ୟନ ବୋଲି କୁହାଯାଏ । ଉଦାହରଣ ସ୍ଵରୂପ ଜଣେ ଲୋକର ଓଜନକୁ ଆମେ ପରିସଂଖ୍ୟନ କହିପାରିବା ନାହିଁ । ଆମେ ଯଦି ଏକରୁ ଅଧିକ ଲୋକଙ୍କ ଓଜନକୁ ଉପସ୍ଥାପିତ କରିବା ତାହାକୁ ପରିସଂଖ୍ୟନ କୁହାଯାଇପାରିବ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

ପରିସଂଖ୍ୟନର ସଂଜ୍ଞ। –
ପରିସଂଖ୍ୟନର ପରିସର ଏତେ ବ୍ୟାପକ ଯେ ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା କଷ୍ଟକର ବିଷୟ । ବିଭିନ୍ନ ସମୟରେ ପରିସଂଖ୍ୟାନବିତ୍‌ମାନେ ବିଭିନ୍ନ ଦୃଷ୍ଟି କୋଣରୁ ଏହା ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । ଏହିସବୁ ସଂଜ୍ଞା ସାଧାରଣତଃ ଦୁଇଶ୍ରେଣୀର । କେତେକଙ୍କ ମତରେ ପରିସଂଖ୍ୟାନ କହିଲେ ମୋଟାମୋଟି ଭାବରେ ସାଂଖ୍ୟକ ତଥ୍ୟକୁ ବୁଝାଇଥାଏ । ପ୍ରଫେସର ହୋବ୍‌ ସେକ୍ରିଷ୍ଟାଙ୍କ ପ୍ରଦତ୍ତ ସଂଜ୍ଞାକୁ ଏହି ଶ୍ରେଣୀଭୁକ୍ତ ଏକ ପୂର୍ଣାଙ୍ଗ ଓ ଗ୍ରହଣୀୟ ସଂଜ୍ଞାରୂପେ ବିବେଚନା କରାଯାଏ ।

ତାଙ୍କ ମତରେ ‘‘ ବହୁବିଧ ଉପାଦାନ ଦ୍ବାରା ପ୍ରଭାବିତ ତଥ୍ୟ ସମୂହର ଅନ୍ୟନାମ ହେଉଛି ପରିସଂଖ୍ୟାନ । ଏହି ଯୁକ୍ତିସିଦ୍ଧ ସଠିକ୍ ମାନଦଣ୍ଡ ପ୍ରୟୋଗ କରାଯାଇ ଏହାର ଗଣନା ଅଥବା ଅଟକଳକୁ ସଂଖ୍ୟା ଆଜାରରେ ହିଁ ଉପସ୍ଥାପନା କରାଯାଇଥାଏ । ପୂର୍ବନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଧେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ତଥ୍ୟର ତୁଳନାତ୍ମକ ପରିପ୍ରକାଶ କରାଗଲେ ତାହା ପରିସଂଖ୍ୟାନର ମାନ୍ୟତା ଲାଭ କରେ ।

Statistics may be defined as an aggregate of facts affected to a marked extent by multiplicity of causes, numerically expressed, enumerated according to a reasonable standard, of accuracy, collected in a systematic manner for a predetermined purpose, and placed in relation to each other ଏହି ସଂଜ୍ଞାକୁ ବିଶେଷଣ କଲେ ପରିସଂଖ୍ୟାନର ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଥାଏ ।

  • ସାଂଖିକ ଅଭିବ୍ୟକ୍ତି
  • ତଥ୍ୟ ସମଷ୍ଟି ।
  • ବହୁବିଧ କାରଣ ଦ୍ବାରା ବିଶ୍ଳେଷଣଭାବେ ପ୍ରଭାବିତ ସଂଖ୍ୟକ ତଥ୍ୟାବଳୀ
  • ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସାଂଖ୍ୟକ ତଥ୍ୟ ସଂଗ୍ରହ ।
  • ଯୁକ୍ତିଯୁକ୍ତ, ଶୁଦ୍ଧମାନର ତଥ୍ୟ ଉପସ୍ଥାପନ ।
  • ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ ।

(1) ଅର୍ଥନୈତିକ ସମସ୍ୟାର ଅଧୟନ କରିଥାଏ – ପରିସଂଖ୍ୟାନ ଅର୍ଥନୈତିକ ସମସ୍ୟାବଳୀର ଅଧ୍ୟୟନ କରିବାରେ ସାହାଯ୍ୟ କରିଥାଏ । ବିଭିନ୍ନ ଅର୍ଥନୈତିକ ସମସ୍ୟାଗୁଡ଼ିକ ହେଲା – ଅର୍ଥନୈତିକ ପ୍ରଗତି ସମସ୍ୟା, ମୁଦ୍ରାସ୍ପିତି ସମସ୍ୟା, ଦାରିଦ୍ର୍ୟ ସମସ୍ୟା, ବେଘରା ସମସ୍ୟା, ଜନସଂଖ୍ୟା ସମସ୍ୟା ଇତ୍ୟାଦି ।

(2) ଅର୍ଥନୈତିକ ନୀତି ପ୍ରଣୟନ କରିବାରେ ସାହଯ୍ୟ କରିଥାଏ – ପରିସଂଖିକ ତଥ୍ୟ ଅର୍ଥନୈତିକ ନୀତି ପ୍ରଣୟନ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ବିଭିନ୍ନ ଅର୍ଥନୈତିକ ନୀତିଗୁଡ଼ିକ ହେଲା – ଶିଳ୍ପନୀତି, ବ୍ୟାଙ୍କହାର ନୀତି, ଅର୍ଥନୈତିକ ନୀତି, ବିନିମୟ ହାର ନୀତି ଇତ୍ୟାଦି ।

(3) ଅର୍ଥନୈତିକ ଯୋଜନା ପ୍ରଣୟନ କରିବାରେ ସହାୟକ ହୋଇଥାଏ – ପରିସଂଖ୍ୟାନ ଅର୍ଥନୈତିକ ଯୋଜନା ତିଆରି କରିବାରେ ସାହାଯ୍ୟ କରିଥାଏ । ଯୋଜନା ତିଆରି କରିବା ସମୟରେ କେଉଁ ବିଭାଗକୁ ଅଧ‌ିକ ଗୁରୁତ୍ଵ ଦିଆଯିବ ତାହା ପରିସାଂଖିକ ବିଶ୍ଳେଷଣରୁ ଜଣାପଡ଼ିଥାଏ । ସେହି ବିଶ୍ଳେଷଣର ଫଳାଫଳ ଅନୁସାରେ ଯୋଜନା ପ୍ରଣୟନ କରାଯାଇଥାଏ ।

୨। ପରିସଂଖ୍ୟାନର ପରିସର ଓ ସଂଶୟ ବିଷୟରେ ଆଲୋଚନା କର ।
Answer:
ପରିସଂଖ୍ୟାନର ପ୍ରଣାଳୀ ଓ ପ୍ରୟୋଗକୁ ବିଚାରକୁ ନେଇ କେତେକ ପରିସଂଖ୍ୟାନ ବିତ୍ ତାହାର ସଂଜ୍ଞା ପ୍ରକରଣ କରିବାକୁ ଉଦ୍ୟମ କରିଛନ୍ତି । କ୍ରକସ୍ଟେନ୍‌ ଓ କାଓଡେନ୍ ପ୍ରଦତ୍ତ ସଂଜ୍ଞା ଏହି ଶ୍ରେଣୀର ସର୍ବୋତ୍‌କୃଷ୍ଟ ସଂଜ୍ଞା ଭାବରେ ପ୍ରତିଷ୍ଠା ଲାଭକରିଛି । ତାଙ୍କ ମତରେ ‘ସାଂଖିକ ତଥ୍ୟାବଳୀ ସଂଗ୍ରହ ହୋଇ ଉପସ୍ଥାପନା ବିଶ୍ଳେଷଣ ବାକ୍ଷ୍ୟା ସମୃଦ୍ଧି ବିଜ୍ଞାନ ହିଁ ପରିସଂଖ୍ୟାନ ବିଜ୍ଞାନ ହିଁ ପରିସଂଖ୍ୟାନ ।
ପରିସଂଖ୍ୟାନର ପରିସର :

ମୁଖ୍ୟତଃ ତିନୋଟି ଦୃଷ୍ଟିକୋଣରୁ ପରିସଂଖ୍ୟାନକୁ ଅବଲୋକନ କରାଯାଇଥାଏ ।
(1) ପରିସଂଖ୍ୟାନର ପ୍ରକୃତି – ପରିସଂଖ୍ୟାନର ପ୍ରକୃତି ଆଲୋଚନା କଲାବେଳେ ଆମେ ତାହା ଏକ କଳା କିମ୍ବା ବିଜ୍ଞାନ ତାହା ଅଧୟନ କରିଥାଉ । ଟିପେଟଙ୍କ ମତ ଅନୁସାରେ ‘ ପରିସଂଖ୍ୟାନ ହେଉଛି ଉଭୟ କଳା ଓ ବିଜ୍ଞାନ । ଏକ ବିଜ୍ଞାନ ହିସାବରେ ଏହା ପରିସଂଖ୍ୟାନର ବିଧିବଦ୍ଧ ପ୍ରଣାଳୀ ବିଷୟରେ ଅଧ୍ୟୟନ କରିଥାଏ । ଏକ କଳା ହିସାବରେ ଏହା ମନୁଷ୍ୟ ଜୀବନର ବିଭିନ୍ନ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିଥାଏ ।

(2) ପରିସଂଖ୍ୟାନର ବିଷୟବସ୍ତୁ – ଆମେ ପରିସଂଖ୍ୟାନର ବିଷୟବସ୍ତୁ ଆଲୋଚନା କଲାବେଳେ ମୁଖ୍ୟତଃ ଦୁଇଟି ଦୃଷ୍ଟିକୋଣରୁ ପରିସଂଖ୍ୟାନକୁ ଆଲୋଚନା କରିଥାଉ । ପ୍ରଥମତଃ ପରିସଂଖ୍ୟାନ ପରିମାଣାତ୍ମକ ତଥ୍ୟାବଳୀକୁ ସୁଚାଉଥ‌ିବାବେଳେ କେବଳ ଦ୍ବିତୀୟତଃ ଏହା ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳକୁ ବୁଝାଇଥାଏ । ପରିସଂଖ୍ୟାନ ଶାସ୍ତ୍ରର ବିଷୟବସ୍ତୁତ୍ ତସମ୍ବନ୍ଧୀୟ ପଦ୍ଧତି ଓ ପ୍ରୟୋଗ କୌଶଳ ମଧ୍ୟରେ ସୀମିତ ହୋଇଥିବାରୁ ଆମେ ତାହାକୁ ପରିସଂଖ୍ୟାନର ପରିସର ବୋଲି ବର୍ଣ୍ଣନା କରିଥାଉ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

(3) ପରିସଂଖ୍ୟାନର ବ୍ୟତିକ୍ରମ – ପରିସଂଖ୍ୟାନର ବ୍ୟତିକ୍ରମଗୁଡ଼ିକ ତଳେ ପ୍ରଦତ୍ତ ହେଲା ।

  • ଏହା ବ୍ୟକ୍ତିବିଶେଷ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏନାହିଁ ।
  • ଏହା ଗୁଣ ବା ଅବସ୍ଥାକୁ ଅଧ୍ୟୟନ କରେନାହିଁ ।
  • ପରିସଂଖ୍ୟାନର ଅପବ୍ୟବହାର କରାଯାଇପାରେ ।
  • ପରିସଂଖ୍ୟାନଦ୍ୱାରା ପ୍ରମାଣିତ ଫଳାଫଳ ଭୁଲ୍ ହୋଇପାରେ

ପରିସଂଖ୍ୟାନର ସଂଶୟ – ଦୂରୁପଯୋଗ ଯୋଗୁଁ ସାଧାରଣତଃ ପରିସଂଖ୍ୟାନ ଶ୍ରାସ୍ତ୍ର ଉପରେ ଲୋକମାନେ ଘୋର ଅବିଶ୍ୱାସ ପ୍ରକଟ କରିଥାନ୍ତି । ପରିସଂଖ୍ୟାନ କିପରି ଭାବରେ ଲୋକମାନଙ୍କ ମଧ୍ୟରେ ସଂଶୟ ସୃଷ୍ଟି କରିଥାଏ ତାହା ପରିସଂଖ୍ୟାନକୁ ଲକ୍ଷ୍ୟକରି ପ୍ରୟୋଗ କରାଯାଉଥିବା ବକ୍ତବ୍ୟମାନଙ୍କରୁ ସହଜରେ ଅନୁମାନ କରିହେବ ।

  • ସଂଖ୍ୟାଗୁଡ଼ିକ ମିଛକୁହନ୍ତି ନାହିଁ ବରଂ ମିଛୁଆମାନେ ସଂଖ୍ୟାର ଆଶ୍ରୟ ନିଅନ୍ତି ।
  • ପରିସଂଖ୍ୟାନ ଏକ ବିଶ୍ଵାସଘାତକ ବିଜ୍ଞାନ ଅଟେ ।
  • ପରିସଂଖ୍ୟାନ ସବୁକିଛି ପ୍ରମାଣ କରିବାରେ ସାହାଯ୍ୟକରେ ।
  • ମିଛ ତିନି ପ୍ରକାର – ମିଛ, ଡାହାମିଛ ଓ ପରିସଂଖ୍ୟାନ ।

ପରିସଂଖ୍ୟାନର ପ୍ରୟୋଗ ସମୟରେ ବିଶେଷ ଯତ୍ନ ଓ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ । ଅନ୍ଧଲୋକ ବତୀଖୁଣ୍ଟକୁ ଆଲୋକପାଇଁ ବ୍ୟବହାର ନକରି ଆଶାବାଡ଼ିରୂପେ ବ୍ୟବହାର କଲାଭଳି ଅନଭିଜ୍ଞ ଓ ଅଜ୍ଞ ଲୋକମାନେ ପରିସଂଖ୍ୟାନକୁ ଜ୍ଞାନ ଆହରଣ ବଦଳରେ ନିଜର ସ୍ବାର୍ଥସିଦ୍ଧି ପାଇଁ ବ୍ୟବହାର କରିଥାନ୍ତି । ପରିସଂଖ୍ୟାନର ପ୍ରୟୋଗ କରୁଥିବା ବ୍ୟକ୍ତି ଯତ୍ନଶୀଳ ଓ ସଚେତନ ନହେଲେ ବ୍ୟକ୍ତି ଓ ସମାଜର ମଙ୍ଗଳ ସାଧନ ସ୍ବରୂପ ପାହାଡ଼ ହୋଇପଡ଼େ ।

୩। ପରିସଂଖ୍ୟାନ ଶାସ୍ତ୍ରର ବହୁବଚନରେ ସଂଜ୍ଞା ନିରୂପଣ କର ।
କିମ୍ବା, ପରିସଂଖ୍ୟାନ ଶାସ୍ତ୍ର କହିଲେ ସାଂଖ୍ୟକ ତଥ୍ୟ (statistical data) କୁ ବୁଝାଇଥାଏ – ବର୍ଣ୍ଣନା କର ।
କିମ୍ବା, ସମସ୍ତ ପରିସଂଖ୍ୟାନ ତଥ୍ୟ ବା ଘଟଣାର ସାଂଖ୍ୟକ ବିବରଣୀ ହୋଇଥିଲେହେଁ ତଥ୍ୟ ବା ଘଟଣାର ସମସ୍ତ ସାଂଖ୍ୟକ ବିବରଣୀ ପରିସଂଖ୍ୟାନ ପଦବାଚ୍ୟ ନୁହନ୍ତି – ବ୍ୟାଖ୍ୟା କର ।
Answer:
ପରିସଂଖ୍ୟାନ ଶାସ୍ତ୍ରର ପରିସର ଏତେ ବଡ଼ ଯେ, ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା କଷ୍ଟକର । ତଥାପି ବିଭିନ୍ନ ସମୟରେ ପରିସଂଖ୍ୟାନ ବିତ୍‌ମାନେ ଏହି ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । କେତେକ ପରିସଂଖ୍ୟାନକୁ (ବହୁ ବଚନରେ) ପରିମାଣାତ୍ମକ ତଥ୍ୟାବଳୀ (quantitative data) ବା ସାଂଖ୍ୟକ ତଥ୍ୟାବଳୀ (statistical data) ବୋଲି ସୂଚାଉଥ୍ଲା ବେଳେ, ଆଉ କେତେକ ଏହାକୁ (ଏକ ବଚନରେ) ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳ (statistical methods and techniques) ବୋଲି ମତ ଦେଇଛନ୍ତି ।

ଯେଉଁ ପରି ସଂଖ୍ୟାନବିତ୍ ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟ (statistical data)କୁ ବୁଝାଏ ବୋଲି କହନ୍ତି, ସେମାନେ ପ୍ରଦତ୍ତ କରିଥ‌ିବା ସଂଜ୍ଞାଗୁଡ଼ିକ ମଧ୍ୟରୁ ହୋରେସ୍ ସେକ୍ରିଷ୍ଟଙ୍କ ପ୍ରଦତ୍ତ ସଂଜ୍ଞା ସବୁଠାରୁ ଗ୍ରହଣୀୟ ସଂଜ୍ଞା ବୋଲି ଧରାଯାଏ ।

ତାଙ୍କ ମତରେ, “Statistics may be defined as the aggregate of facts affected to a marked extent by multiplicity of causes, numerically expressed, enumerated or estimated according to a reasonable standard of accuracy, collected in a systematic manner for a predetermined purpose and placed in relation to each other’ ଏହି ଉକ୍ତିକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ସବୁ ସାଂଖ୍ୟକ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ ନୁହନ୍ତି । ପରିସଂଖ୍ୟାନ ପଦବାଚ୍ୟ ହେବାକୁ ହେଲେ ସାଂଖ୍ୟକ ତଥ୍ୟରେ ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ରହିଥିବା ଆବଶ୍ୟକ ।

(1) ସାଂଖ୍ୟକ ଅଭିବ୍ୟକ୍ତି – ଯେକୌଣସି ଉକ୍ତି ପରିସଂଖ୍ୟାନ ପଦବାଚ୍ୟ ହୁଏ ନାହିଁ । ପରିସଂଖ୍ୟାନର ପଦବାଚ୍ୟ ହେବାପାଇଁ ଉକ୍ତି ବା ବକ୍ତବ୍ୟଗୁଡ଼ିକୁ ଗାଣିତିକ ରାଶିସହ ପ୍ରକାଶ କରିବା ବାଞ୍ଛନୀୟ । ‘ଭାରତର ଲୋକମାନଙ୍କର ଆୟ ବୃଦ୍ଧି ହୋଇଛି’ ବା ‘କଟକରେ ଆମ୍ବ ଦର ହ୍ରାସ ହୋଇଛି’ ଇତ୍ୟାଦି ବକ୍ତବ୍ୟଗୁଡ଼ିକ ପରିସଂଖ୍ୟାନ ନୁହଁନ୍ତି ।

ଅପରପକ୍ଷରେ ‘ଭାରତର ଲୋକମାନଙ୍କର ଆୟରେ ଶତକଡ଼ା 15 ଭାଗ ବୃଦ୍ଧି ହୋଇଛି’ ବା ‘କଟକରେ ଆମ୍ବ ଦର 20 ଟଙ୍କାରୁ 17 ଟଙ୍କାକୁ ହ୍ରାସ ହୋଇଛି’ ଇତ୍ୟାଦି ବକ୍ତବ୍ୟ ପରିସଂଖ୍ୟାନ ପଦବାଚ୍ୟ ଅଟେ । ମେଧା, ସୌନ୍ଦର୍ଯ୍ୟ, ସାଧୁତା ଇତ୍ୟାଦି ଗୁଣାତ୍ମକ ଲକ୍ଷଣଯୁକ୍ତ ଉକ୍ତିଗୁଡ଼ିକ ପରିସଂଖ୍ୟାନର ପରିସରଭୁକ୍ତ ହୁଅନ୍ତି ନାହିଁ । ଯଦି କୌଣସି ଉପାୟରେ ଏହି ଗୁଣାତ୍ମକ ଲକ୍ଷଣଯୁକ୍ତ ଉକ୍ତିଗୁଡ଼ିକର ସାଂଖ୍ୟକ ଉପସ୍ଥାପନ କରାଯାଏ, ତାହାହେଲେ ସେଗୁଡ଼ିକ ପରିସଂଖ୍ୟାନ ହୋଇପାରନ୍ତି ।

(2) ତଥ୍ୟ ସମଷ୍ଟି – ଯେକୌଣସି ଗୋଟିଏ ଘଟଣା ବା ତଥ୍ୟକୁ ପରିସଂଖ୍ୟାନ କୁହାଯାଏ ନାହିଁ । କାରଣ ଏକକ ତଥ୍ୟ ତୁଳନାତ୍ମକ ଚିତ୍ର ପ୍ରଦାନ କରେ ନାହିଁ । କୌଣସି ଉକ୍ତି ସାଂଖ୍ୟକ ହେଲେ ମଧ୍ୟ ଯଦି ତାହା ଏକକ ହୋଇଥାଏ, ତାହାହେଲେ ତାହା ପରିସଂଖ୍ୟାନ ଦୃଷ୍ଟିରୁ ଗୁରୁତ୍ୱହୀନ ଅଟେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

‘କଟକରେ ଆମ୍ବ କିଲୋଗ୍ରାମ୍ ପିଛା 12 ଟଙ୍କା’ – ଏହି ଉକ୍ତିଟି ସାଂଖ୍ୟକ, କିନ୍ତୁ ଏକକ ଅଟେ । ତେଣୁ ପରିସଂଖ୍ୟାନ ପଦବାଚ୍ୟ ନୁହେଁ । କିନ୍ତୁ ‘କଟକ ଆମ୍ବ କି.ଗ୍ରା. ପିଛା 12 ଟଙ୍କା, ଭୁବନେଶ୍ଵରରେ 14 ଟଙ୍କା, ବ୍ରହ୍ମପୁରରେ ୨ ଟଙ୍କା, ସମ୍ବଲପୁରରେ 15 ଟଙ୍କା ଓ ରାଉରକେଲାରେ 17 ଟଙ୍କା’ ଉକ୍ତିଟି ତଥ୍ୟ ସମ୍ବଳିତ ହୋଇଥିବାରୁ ପରସଂଖ୍ୟାନ ପଦବାଚ୍ୟ ଅଟେ ।

(3) ବହୁବିଧ କାରଣଦ୍ୱାରା ବିଶେଷଜ୍ଞଭାବେ ପ୍ରଭାବିତ ସାଂଖ୍ୟକ ତଥ୍ୟାବଳୀ– ସାଂଖ୍ୟକ ତଥ୍ୟଗୁଡ଼ିକ ପରିସଂଖ୍ୟାନ ପଦବାଚ୍ୟ ହେବାକୁ ହେଲେ, ସେଗୁଡ଼ିକ ବହୁବିଧ କାରଣଦ୍ବାରା ପ୍ରଭାବିତ ହେଉଥ‌ିବା ଆବଶ୍ୟକ । କୌଣସି ବସ୍ତୁ ଉପରେ ପଡୁଥ‌ିବା ବାହ୍ୟ ପ୍ରଭାବଗୁଡ଼ିକୁ ସହଜରେ ପୃଥକ୍ ପୃଥକ୍ ଉନ୍ମୋଚନ କରିବା ସହଜ ନୁହେଁ । ତେଣୁ ସେଗୁଡ଼ିକର ସମ୍ମିଳିତ ପ୍ରଭାବ ଅଧ୍ୟୟନ କରାଯାଏ ।

ଉଦାହରଣସ୍ୱରୂପ, ଗୋଟିଏ ଦ୍ରବ୍ୟର ଦର ତାହାର ଯୋଗାଣ, ଚାହିଦା, ଆୟ, ସ୍ଥାନାପନ୍ନବସ୍ତୁ, ଆମଦାନୀ ଓ ରପ୍ତାନୀ ଇତ୍ୟାଦି ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । କିନ୍ତୁ ଦର ଉପରେ କେଉଁ ଉପାଦାନର କେତେ ପ୍ରଭାବ ଅଛି, ତାହା ନିର୍ଦ୍ଦିଷ୍ଟରୂପେ କହିବା କଷ୍ଟକର । ଏହାର ଆକଳନ ପରିବର୍ତ୍ତିତ ସ୍ଥାନ, କାଳ, ପାତ୍ରରେ ସମ୍ଭବ ହୋଇଥାଏ । ତେଣୁ ପରିସଂଖ୍ୟାନରେ ସାଂଖ୍ୟକ ତଥ୍ୟଗୁଡ଼ିକ କାରଣଗୁଡ଼ିକ ଯେ ପ୍ରଭାବିତ ହୋଇଥା’ନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ ।

(4) ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସାଂଖ୍ୟକ ତଥ୍ୟ ସଂଗ୍ରହ – ପରିସଂଖ୍ୟାନର ପଦବାଚ୍ୟ ହେବାକୁ ହେଲେ ସାଂଖ୍ୟକ ତଥ୍ୟଗୁଡ଼ିକ ଏକ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗ୍ରହ ହୋଇଥିବା ଆବଶ୍ୟକ । ଯେକୌଣସି ଉପାୟରେ ତଥ୍ୟ ସଂଗୃହୀତ ହେଲେ ତାହା ଗ୍ରହଣୀୟ ନୁହେଁ; ତଥ୍ୟ ସଂଗ୍ରହ କରିବା ସମୟରେ ଅନେକଗୁଡ଼ିଏ ଦୋଷ ତ୍ରୁଟି ରହିଯିବାର ସମ୍ଭାବନା ରହିଥାଏ । କିନ୍ତୁ ଯଦି ଏହା ଏକ ଶୃଙ୍ଖଳିତ ଓ ବିଜ୍ଞାନସମ୍ମତ ପ୍ରଣାଳୀରେ ହୋଇଥାଏ, ତାହେଲେ ଏହା ପରିସଂଖ୍ୟାନ ପଦବାଚ୍ୟ ହୋଇଥାଏ ।

(5) ଯୁକ୍ତିଯୁକ୍ତ ଶୁଦ୍ଧ ମାନର ତଥ୍ୟ ଉପସ୍ଥାପନା – ସାଂଖ୍ୟକ ତଥ୍ୟ ଦୁଇଟି ପ୍ରକାରରେ ସଂଗ୍ରହ କରାଯାଇଥାଏ; ଯଥା ସାମଗ୍ରିକ ଗଣନା (counting) ଓ ନମୁନା (sample) ଭିଭିରେ ସିଦ୍ଧାନ୍ତଗ୍ରହଣ । ସାମଗ୍ରିକ ଗଣନା ସବୁ ସମୟର ସମ୍ଭବ ନୁହେଁ । ତେଣୁ ନମୁନା ଭିଭିରେ ନିର୍ଦ୍ଦିଷ୍ଟ ତଥ୍ୟାବଳୀର ସିଦ୍ଧାନ୍ତ ଗ୍ରହଣ କରାଯାଏ । ସେଥ‌ିପାଇଁ ସିଦ୍ଧାନ୍ତର ଶୁଦ୍ଧତା, ସିଦ୍ଧାନ୍ତର ମାନ, ଉଦ୍ଦେଶ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ମନେକର, ଗୋଟିଏ ରାଲିରେ ଲୋକସଂଖ୍ୟା ଗୋଟି ଗୋଟି କରି ମାପିବା ସମ୍ଭବ ନୁହେଁ ।

ତେଣୁ ଆମେ ନମୁନା ଭିଭିରେ କହିପାରିବା ଯେ ଏହାର ଲୋକସଂଖ୍ୟା 10 ହଜାର । ଏହା କହିଲାବେଳେ ହୁଏତ 1000 ବା 2000 ବେଶୀ ବା କମ୍ ହୋଇପାରନ୍ତି । ଏହି ପାର୍ଥକ୍ୟକୁ ଏତେ ଗୁରୁତ୍ବ ଦିଆନଗଲେ ଚଳିବ । କିନ୍ତୁ ଦୁଇଟି ପିଲାଙ୍କର ଉଚ୍ଚତା ମାପରେ ଅଧ ସେଣ୍ଟିମିଟର ପାର୍ଥକ୍ୟକୁ ଉପେକ୍ଷା କରାଯାଇପାରିବ ନାହିଁ । ତେଣୁ ପରିସଂଖ୍ୟାନରେ ଶୁଦ୍ଧ ମାନ ଉପରେ ଗୁରୁତ୍ଵ ଦିଆଯାଇଥାଏ ।

(6) ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ – ସାଂଖ୍ୟକ ତଥ୍ୟ ସଂଗ୍ରହ କରିବା ପୂର୍ବରୁ କେଉଁ ଉଦ୍ଦେଶ୍ୟରେ ଏହା କରାଯାଉଛି, ତାହା ସ୍ପଷ୍ଟ ଓ ଅବିକଳଭାବରେ ବର୍ଣ୍ଣନା ହେବା ଉଚିତ । ଯଦି ତାହା ନ କରାଯାଏ, ତାହାହେଲେ ସମୟ ଓ ଅର୍ଥର ଅପଚୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି, କାରଣ ଅନେକଗୁଡ଼ିଏ ଅନାବଶ୍ୟକ ତଥ୍ୟ ସଂଗ୍ରହ କରାଯାଇଥାଏ ଓ ଉଦ୍ଦିଷ୍ଟ ତଥ୍ୟ ମିଳିପାରେ ନାହିଁ ।

ମନେକର, ଆମେ ନିମ୍ନ ଆୟବର୍ଗର ଜୀବନଧାରଣ ମୂଲ୍ୟସୂଚୀ ଗଠନ କରିବାକୁ ଚାହିଁଛେ । ଏ କ୍ଷେତ୍ରରେ ମୋଟରକାର, ରଙ୍ଗିନ୍ ଟି.ଭି., ରେଫ୍ରିଜରେଟର ଇତ୍ୟାଦି ବିଳାସ ସାମଗ୍ରୀର ମୂଲ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଅନାବଶ୍ୟକ । ତେଣୁ ପ୍ରଥମରୁ ଅନୁସନ୍ଧାନର ଉଦ୍ଦେଶ୍ୟ ସ୍ପଷ୍ଟଭାବରେ ବର୍ଣ୍ଣନା କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ପରିସଂଖ୍ୟାନର ଅର୍ଥ କେବଳ ସାଂଖ୍ୟକ ତଥ୍ୟାବଳୀ ନୁହେଁ । ଯେକୌଣସି ତଥ୍ୟାବଳୀ ପରିସଂଖ୍ୟାନର ପଦବାଚ୍ୟ ହେବାକୁ ହେଲେ ତାହା ସାଂଖ୍ୟକ ହେବା ସଙ୍ଗେ ସଙ୍ଗେ ତା’ଠାରେ ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ରହିଥିବା ଆବଶ୍ୟକ । ତେଣୁ ଯଥାର୍ଥରେ କୁହାଯାଇଛି, All statistics are numerical statement of facts, but all numerical statement of facts are not statistics.

୪। ପରିସଂଖ୍ୟାନ ଶାସ୍ତ୍ରର ଏକ ବଚନରେ ସଂଜ୍ଞା ନିରୂପଣ କର ।
କିମ୍ବା, ପରିସଂଖ୍ୟାନ ଶାସ୍ତ୍ର ଏକ ବିଜ୍ଞାନ – ଆଲୋଚନା କର ।
Answer:
ପରିସଂଖ୍ୟାନ ଶାସ୍ତ୍ରର ସଂଜ୍ଞା ସାଧାରଣତଃ ଦୁଇ ପ୍ରକାରର; ଯଥା— ସାଂଖ୍ୟକ ତଥ୍ୟ (Statistical data) ଏବଂ ପରିସଂଖ୍ୟାନ ପଦ୍ଧତି ଓ କୌଶଳ (statistical method and technique) ପରିସଂଖ୍ୟାନର ପ୍ରଣାଳୀ ଓ ପ୍ରୟୋଗକୁ ବିଚାରକୁ ନେଇ ଯେଉଁ ସଂଜ୍ଞା ନିରୂପଣ କରାଯାଇଛି ତାହା ପରିସଂଖ୍ୟାନ (ଏକ ବଚନରେ) ବୋଲି କୁହାଯାଏ । ଯେଉଁ ପରିସଂଖ୍ୟାନବିତ୍ ଏହି ମର୍ମରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କର ସଂଜ୍ଞା ନିମ୍ନରେ ଉଲ୍ଲେଖ କରାଯାଇଛି ।

ବୁକିଂଟନ୍‌ଙ୍କ ମତରେ, “Statistics is the science of estimates and probabilities.” କ୍ରକସ୍‌ଟନ୍‌ ଓ କାଓତଡନ୍‌ଙ୍କ ମତରେ, “Statistics may be defined as a science of collection, presentation, analysis and interpretation of numerical data.”

ସେଲିଗ୍‌ମାନ୍‌ଙ୍କ ମତରେ, “Statistics is the science which deals with the method of collection, classification and tabulation of numerical facts as a basis for explanation, description and comparison of phenomenon.
ଉପରୋକ୍ତ ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ, ସାଂଖ୍ୟକ ତଥ୍ୟାବଳୀ ସଂଗ୍ରହ, ଏହାର ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନହିଁ ‘ପରିସଂଖ୍ୟାନ’ ।

(1) ସାଂଖ୍ୟକ ତଥ୍ୟାବଳୀ ସଂଗ୍ରହ – ପରିସଂଖ୍ୟାନ ଶାସ୍ତ୍ରର ଅଧ୍ୟୟନ ଓ ଅନୁଶୀଳନପାଇଁ ସାଂଖ୍ୟକ ତଥ୍ୟ ସଂଗ୍ରହହିଁ ପ୍ରଥମ ପାହାଚ । ତେଣୁ ତଥ୍ୟ ସଂଗ୍ରହ ଯେକୌଣସି ପ୍ରକାରରେ କରିଦେଲେ ତାହା ପରିସଂଖ୍ୟାନ ନୁହେଁ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ବିଧବଦ୍ଧ ପଦ୍ଧତି ବା କୌଶଳ ଅବଲମ୍ବନ କରିବାକୁ ହୁଏ । ଏହି ପଦ୍ଧତି ବା କୌଶଳ ମଧ୍ଯ ବିଜ୍ଞାନସମ୍ମତ ହୋଇଥାଏ ।

(2) ତଥ୍ୟ ସଂଗଠନ – ଏହା ପରିସଂଖ୍ୟାନ ବିଷୟବସ୍ତୁର ଦ୍ଵିତୀୟ ପାହାଚ । ତଥ୍ୟ ସଂଗ୍ରହ ବହୁତ ବଡ଼ ଆକାରରେ ହୋଇଥାଏ ଓ ଏଥ‌ିରେ ବହୁତ ଭୁଲ୍‌ଭଟ୍‌କା ଥିବା ସହିତ ଅନେକ ଅନାବଶ୍ୟକ ତଥ୍ୟ ସଂଗୃହୀତ ହୋଇଥାଏ । ତେଣୁ ଅଶୋଧ ତଥ୍ୟରୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ଧାରଣା ଆଣିହୁଏ ନାହିଁ । ଏଣୁ ସଂଗୃହୀତ ତଥ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ସଜାଯାଏ । ସାଧାରଣତଃ ସଂଭାଗୀକରଣ ଓ ସାରଣୀ ମାଧ୍ୟମରେ ସଂଗୃହୀତ ତଥ୍ୟଗୁଡ଼ିକୁ ସଂଗଠିତ କରାଯାଏ । ଏହାଦ୍ୱାରା ଭୁଲ୍ ତଥ୍ୟ, ଅନାବଶ୍ୟକ ତଥ୍ୟ ଇତ୍ୟାଦି ବାହାର ହୋଇଯା’ନ୍ତି । ତେଣୁ ତଥ୍ୟକୁ ବ୍ୟାଖ୍ୟା ବା ବିଶ୍ଳେଷଣ କରିବା ସହଜ ହୁଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

(3) ତଥ୍ୟ ଉପସ୍ଥାପନା – ତଥ୍ୟଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟଭାବରେ ସଜାଇବା ପରେ ସେଗୁଡ଼ିକୁ ବ୍ୟବସ୍ଥାସିଦ୍ଧ ଓ ବୈଜ୍ଞାନିକ ପ୍ରଣାଳୀରେ ଉପସ୍ଥାପନା କରାଯାଏ । ଏହାଦ୍ଵାରା ତଥ୍ୟଗୁଡ଼ିକ ପାଠକ ମନରେ ବହୁଦିନ ରହିଯାଏ ଏବଂ ତୁଳନାତ୍ମକ ପଠନପାଇଁ ଏହା ସାହାଯ୍ୟ କରେ । ତଥ୍ୟଗୁଡ଼ିକୁ ବିଜ୍ଞାନସମ୍ମତ ସାରଣୀ, ଗ୍ରାଫ୍, ରେଖାଚିତ୍ର, ଚିତ୍ରଲେଖ ଇତ୍ୟାଦି ମାଧ୍ୟମରେ ଉପସ୍ଥାପନା କରାଯାଇଥାଏ । ଏହି ଉପସ୍ଥାପନା ଶୈଳୀକୁ ପରିସଂଖ୍ୟାନ କୁହାଯାଏ ।

(4) ତଥ୍ୟ ବିଶ୍ଳେଷଣ – ପରିସଂଖ୍ୟାନ ଶାସ୍ତ୍ରର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ତଥ୍ୟ ବିଶ୍ଳେଷଣ । ଏହାକୁ ବିଶ୍ଳେଷଣ କରିବାପାଇଁ କେତେଗୁଡ଼ିଏ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରାଯାଇଥାଏ । ବିଶ୍ଳେଷଣରେ ଦୁଇଟି ପଦ୍ଧତି ଅନୁସରଣ କରାଯାଇଥାଏ ; ଯଥା –
(i) ବର୍ଣ୍ଣନାତ୍ମକ ସାଂଖ୍ୟକୀ (descriptive statistics) ଓ
(ii) ଅନୁମାନସିଦ୍ଧ ସାଂଖ୍ୟକୀ (inferential statiscs) ।
ସଂଭାଗୀକରଣ, ସାରଣୀ, ରେଖାଚିତ୍ର କେନ୍ଦ୍ରୀୟ ମୂଲ୍ୟ, ବିଚ୍ଛୁରଣ, କକୁଦତା, ସହସମ୍ବନ୍ଧ, ସମାଶ୍ରୟୀ ଇତ୍ୟାଦି

(5) ତଥ୍ୟ ନିର୍ବାଚନ (ବ୍ୟାଖ୍ୟା) – ପରିସଂଖ୍ୟାନ ଶାସ୍ତ୍ର ଅଧ୍ୟୟନର ଏହା ଶେଷ ଅଧ୍ୟାୟ । ତଥ୍ୟ ବ୍ୟାଖ୍ୟା ଏକ ଗୁରୁତ୍ଵପୂର୍ଣ
କରିବାକୁ ତଥ୍ୟ ନିର୍ବାଚନ କୁହାଯାଏ । ଅନ୍ୟ ଭାଷାରେ କହିଲେ, ସାଂଖ୍ୟକ ତଥ୍ୟାବଳୀକୁ ବିଶ୍ଳେଷଣ କରି ଯେଉଁ ସିଦ୍ଧାନ୍ତ ମିଳେ, ତାହାକୁ ଉକ୍ତି ବା ବକ୍ତବ୍ୟରେ ପ୍ରକାଶ କରିବା ତଥ୍ୟ ନିର୍ବାଚନ ଅଟେ । ଏହି କାର୍ଯ୍ୟ ସମସ୍ତେ କରିପାରନ୍ତି ନାହିଁ । ଅଭିଜ୍ଞ ଓ ସଚେତନଶୀଳ ପରିସଂଖ୍ୟାନବିତ୍‌ ତଥ୍ୟ ନିର୍ବାଚନ କାର୍ଯ୍ୟ କରିଥା’ନ୍ତି ।
ଅତଏବ ଉପରୋକ୍ତ ପର୍ଯ୍ୟାୟମାନ ଦେଇ ଅଗ୍ରସର ହୋଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟାହିଁ ‘ପରିସଂଖ୍ୟାନ’ ।

୫। ପରିସଂଖ୍ୟାନର ପରିସର ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ଆଲୋଚନା କର ।
Answer:
ପରିସଂଖ୍ୟାନର ପରିସର ଏତେ ବ୍ୟାପକ ଯେ ଏହାର ସଂଜ୍ଞା ନିରୂପଣ କରିବା କଷ୍ଟକର। ପରିସଂଖ୍ୟାନର ପରିସର ତିନୋଟି ମୁଖ୍ୟ ଭିଭିରେ ଅଧ୍ୟୟନ କରାଯାଇପାରେ –

  1. ପରିସଂଖ୍ୟାନର ପ୍ରକୃତି,
  2. ପରିସଂଖ୍ୟାନର ବିଷୟବସ୍ତୁ,
  3. ଅନ୍ୟାନ୍ୟ ବିଜ୍ଞାନ ସହିତ ପରିସଂଖ୍ୟାନର ସଂପର୍କ ।

1. ପରିସଂଖ୍ୟାନର ପ୍ରକୃତି – ପରିସଂଖ୍ୟାନ, ବିଜ୍ଞାନ କିମ୍ବା କଳା। ବ୍ୟବସ୍ଥାସିଦ୍ଧ ଜ୍ଞାନକୁ ବିଜ୍ଞାନ କୁହାଯାଏ। ଏହା କୌଣସି ଘଟଣାର କାରଣ ଓ ପ୍ରଭାବର ସମ୍ବନ୍ଧକୁ ଅଧ୍ୟୟନ କରେ ଓ ଏହା ବୈଜ୍ଞାନିକ ନିୟମ ଆକାରରେ ସାଧାରଣୀକରଣ କରିବା ପାଇଁ ଚେଷ୍ଟା କରିଥାଏ। ଅନ୍ୟ ପକ୍ଷରେ, କଳା କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ତଥ୍ୟ ଗୁଡ଼ିକୁ ପରିଚାଳନା କରିବାର ଦକ୍ଷତାକୁ ବୁଝାଏ। ଅର୍ଥାତ୍ କଳା ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ଉପଯୋଗିତାକୁ ବୁଝାଏ।

ପରିସଂଖ୍ୟାନ ବୈଜ୍ଞାନିକ ଅଧ୍ୟୟନରେ ବ୍ୟବହୃତ ହୁଏ । ଶୁଦ୍ଧ ବିଜ୍ଞାନ ଭଳି ସାଂଖ୍ୟକ ଘଟଣା ଗୋଟିଏ କାରଣ ଦ୍ଵାରା ପ୍ରଭାବିତ ହୁଏ ନାହିଁ, ବରଂ ସାଂଖ୍ୟକ ଘଟଣା ସାଧାରଣତଃ ବହୁବିଧ କାରଣ ଯୋଗୁଁ ପ୍ରଭାବିତ ହୋଇଥାଏ ଓ ସେହି କାରଣଗୁଡ଼ିକର ସଠିକ୍ ପରିମାପ କରାଯାଇପାରେ ନାହିଁ । ସେଥ୍‌ପାଇଁ ସାଂଖ୍ୟକ ସିଦ୍ଧାନ୍ତ ଗୁଡ଼ିକ ଅନିଶ୍ଚିତ, ଭ୍ରମାତ୍ମକ, ଅନିର୍ଦ୍ଦିଷ୍ଟ ହୋଇଥାଏ। ତେଣୁ ପରିସଂଖ୍ୟାନକୁ ବିଜ୍ଞାନ ରୂପେ ଅଭିହିତ ନ କରି ବୈଜ୍ଞାନିକ ପ୍ରଣାଳୀ ରୂପେ ବିବେଚନା କରିବା ଉଚିତ୍ ।

ସେହିପରି ପରିସଂଖ୍ୟାନକୁ କଳା ରୂପେ ଅଭିହିତ କରାଯାଇପାରେ । କାରଣ ପରିସଂଖ୍ୟାନରେ ତଥ୍ୟ ସଂଗ୍ରହ ଓ ସିଦ୍ଧାନ୍ତ ପାଇବା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତିର ଉପଯୋଗ କରାଯାଏ ଏବଂ ଶେଷରେ ଉପଯୁକ୍ତ କ୍ଷେତ୍ରରେ ବ୍ୟବହାର କରାଯାଏ। ତେଣୁ ପରିସଂଖ୍ୟାନକୁ ଆଂଶିକ ଭାବରେ ବିଜ୍ଞାନ ଓ କଳା ରୂପେ ବିବେଚନା କରାଯାଏ।

2. ପରିସଂଖ୍ୟାନକୁ ଦୁଇଟି ଭାଗରେ ବିଭାଗୀକରଣ କରାଯାଏ; ଯଥା— ସାଂଖ୍ୟକ ପଦ୍ଧତି ଓ ପ୍ରୟୋଗାତ୍ମକ ପରିସଂଖ୍ୟାନ । ବିଭିନ୍ନ ସଂଜ୍ଞା, ନିୟମ, ପ୍ରଣାଳୀ ଓ ଗାଣିତିକ ପଦ୍ଧତିଗୁଡ଼ିକର ତଥ୍ୟ ସଂଗ୍ରହ, ସଂଗଠନ, ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟାନ କ୍ଷେତ୍ରରେ ଉପଯୋଗକୁ ବୁଝଉଥ‌ିବା ବିଷୟର ତାତ୍ତ୍ଵିକ ପରିପ୍ରକାଶ ସହିତ ସାଂଖ୍ୟକ ପଦ୍ଧତି ସଂଶ୍ଳିଷ୍ଟ ହୋଇଥାଏ। ଅନ୍ୟ ପକ୍ଷରେ ଭୌତିକ, ଜୈବ ବିଜ୍ଞାନ ଓ ସମାଜ ବିଜ୍ଞାନ ଭଳି ବିଭିନ୍ନ ବିଭାଗ ଗୁଡ଼ିକରେ ସାଂଖ୍ୟକ ପଦ୍ଧତିର ଉପଯୋଗକୁ ପ୍ରୟୋଗାତ୍ମକ ପରିସଂଖ୍ୟାନ ବୁଝାଇଥାଏ।

ପ୍ରୟୋଗାତ୍ମକ ପରିସଂଖ୍ୟାନ ପୁନଶ୍ଚ ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ; ଯଥା – ବର୍ଣ୍ଣନାତ୍ମକ ପରିସଂଖ୍ୟାନ ଓ ବୈଜ୍ଞାନିକ ପରିସଂଖ୍ୟାନ । ବର୍ଣନାତ୍ମକ ପରିସଂଖ୍ୟାନ ସାଂଖ୍ୟକ ତଥ୍ୟ ଗୁଡ଼ିକର ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟଭିତ୍ତିକ ଚିତ୍ର ପ୍ରଦାନ କରିଥାଏ। ଅନ୍ୟ ପକ୍ଷରେ ବୈଜ୍ଞାନିକ ପରିସଂଖ୍ୟାନ ଆରୋହମାନ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପଭି ଓ ପୁର୍ବାନୁମାନ କରିବାରେ ସାହାଯ୍ୟ କରେ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

3. ପରିସଂଖ୍ୟାନର ଅନ୍ୟାନ୍ୟ ବିଜ୍ଞାନ ସହିତ ସଂପର୍କ – ପରିସଂଖ୍ୟାନର ପରିସର ଏତେ ବ୍ୟାପକଓ ପ୍ରସାରିତ ଯେ ଏହା ସମସ୍ତ ବିଭାଗ ସହିତ ସଂଶ୍ଳିଷ୍ଟ କରାଯାଇପାରେ।
(କ) ପରିସଂଖ୍ୟାନ ଓ ଅର୍ଥଶାସ୍ତ୍ର – ଯଦିଓ ଅତୀତରେ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ବ୍ୟବହାର ସୀମିତ ଥିଲା, ଆଧୁନିକ କାଳରେ ସମ୍ଭାବ୍ୟତା, ପ୍ରତିଚୟନ, ସହସମ୍ବନ୍ଧ, ସୂଚକାଙ୍କ, ସମାଶ୍ରୟଣ ଇତ୍ୟାଦି ଭଳି ସାଂଖ୍ୟଙ୍କ ପଦ୍ଧତିର ଉଦ୍ଭାବନ ଓ ସାଂଖ୍ୟକ ଉପକରଣର ବିସ୍ତୃତ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ଭୂମିକା ବହୁଳ ଭାବରେ ବୃଦ୍ଧି କରିଛି ।

(ଖ) ପରିସଂଖ୍ୟାନ ଓ ରାଷ୍ଟ୍ର – ପୁରାତନ କାଳରେ ରାଜା ଓ ମନ୍ତ୍ରୀଗଣ ଉପଯୁକ୍ତ ସାମରିକ ଓ ରାଜକୋଷୀୟ ନୀତି ପ୍ରଣୟନ କରିବା ପାଇଁ ପରିସଂଖ୍ୟାନ ଉପରେ ବହୁଳ ଭାବରେ ନିର୍ଭର କରୁଥିଲେ। ସଂପ୍ରତି ରାଷ୍ଟ୍ରର ବର୍ଦ୍ଧିଷ୍ଣୁ କାର୍ଯ୍ୟାବଳୀ ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ଓ ଗବେଷଣାରତ ଛାତ୍ରମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରୁଛି । ରାଷ୍ଟ୍ର ତା’ର ପ୍ରଶାସନର ସୁପରିଚାଳନା ପାଇଁ ସାଂଖ୍ୟକ ତଥ୍ୟର ପ୍ରମୁଖ ସଂଗ୍ରହକାରୀ ଏବଂ ବ୍ୟବହାରକାରୀ, ସୁତରାଂ ପରିସଂଖ୍ୟାନ ଓ ରାଷ୍ଟ୍ର ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

(ଗ) ପରିସଂଖ୍ୟାନ ଓ ବ୍ୟବସାୟ ପରିସଂଖ୍ୟାନ ବ୍ୟବସାୟ ଉଦ୍ୟୋଗ ଗୁଡ଼ିକ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି। ବର୍ଦ୍ଧିଷ୍ଣୁ ପ୍ରତିଦ୍ଵନ୍ଦ୍ରିତା ପରିସ୍ଥିତିରେ ବ୍ୟବସାୟ ଉଦ୍ୟୋଗଗୁଡ଼ିକର ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଅଧିକାଂଶ ଉତ୍ପାଦନ ଆଜିକାଲି ଦ୍ରବ୍ୟର ଚାହିଦା ପ୍ରତ୍ୟାଶାରେ କରାଯାଉଛି। ବଜାର ଅଧ୍ୟୟନ ସଠିକ୍ ଓ ସତର୍କତା ସହିତ କରା ନ ଗଲେ ପ୍ରତିଷ୍ଠାନଟିର ତିଷ୍ଠିବା କଷ୍ଟସାଧ୍ୟ ହୋଇ ପଡ଼ିବ। ତେଣୁ ବ୍ୟବସାୟୀଗଣ ପ୍ରତିଦ୍ଵନ୍ଦୀ ବଜାରରେ ତିଷ୍ଠିବା ଓ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସାଂଖ୍ୟକ ଉପକରଣ ଉପରେ ନିର୍ଭର କରିଥା’ନ୍ତି।

(ଘ) ପରିସଂଖ୍ୟାନ ଓ ଭୌତିକ ବିଜ୍ଞାନ – ଜ୍ୟୋତିଷ ଶାସ୍ତ୍ର, ନୃତତ୍ତ୍ଵ, ରସାୟନ ଶାସ୍ତ୍ର, ପଦାର୍ଥ ବିଜ୍ଞାନ ଯାନ୍ତ୍ରିକ ବିଜ୍ଞାନ ଇତ୍ୟାଦି ଭଳି ଭୌତିକ ବିଜ୍ଞାନରେ ସାଂଖ୍ୟକ ପଦ୍ଧତି ପ୍ରଥମେ ପ୍ରୟୋଗ କରାଯାଇଥିଲା। ସଂପ୍ରତି ବିଜ୍ଞାନରେ ପରିସଂଖ୍ୟାନର ବର୍ଦ୍ଧିଷ୍ଣୁ ବ୍ୟବହାର କରାଯାଉଛି।

(ଙ) ପରିସଂଖ୍ୟାନ ଓ ପ୍ରାକୃତିକ ବିଜ୍ଞାନ – ଜୀବ ବିଜ୍ଞାନ, ଔଷଧ ଇତ୍ୟାଦି ଭଳି ସମସ୍ତ ପ୍ରାକୃତିକ ବିଜ୍ଞାନର ଅଧ୍ୟୟନରେ ପରିସଂଖ୍ୟାନ ଖୁବ୍ ଦରକାରୀ ବୋଲି ପ୍ରମାଣିତ ହୋଇଛି। ଡାକ୍ତରଙ୍କ ଦ୍ଵାରା ସଠିକ୍ ରୋଗକୁ ଚିହ୍ନଟ କରିବା, କୌଣସି ନିର୍ଦ୍ଦିଷ୍ଟ
ସଂଗଠନ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନ ଭଳି ଭୂମିକା ନିଭାଇଥାଆନ୍ତି ।

କାର୍ଯ୍ୟାବଳୀ :
(i) ନିର୍ଦ୍ଦିଷ୍ଟତା – ପରିସଂଖ୍ୟାନ ତଥ୍ୟାବଳୀଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାରରେ ଉପସ୍ଥାପନା କରେ । ସାଧାରଣ ଅଭିବ୍ୟକ୍ତ ଗୁଡ଼ିକୁ ସଂକ୍ଷେପରେ ଓ ନିର୍ଦ୍ଦିଷ୍ଟ ଆକାରରେ ଉପସ୍ଥାପନା କରିବା ହିଁ ପରିସଂଖ୍ୟାନର ପ୍ରଥମ ଓ ପ୍ରଧାନ କାର୍ଯ୍ୟ। ସୁତରାଂ ତଥ୍ୟାବଳୀ ବୋଧଗମ୍ୟ ହେବାରେ ପରିସଂଖ୍ୟାନ ସାହାଯ୍ୟ କରେ।

(ii) ସରଳୀକରଣ – ପରିସଂଖ୍ୟାନ ଜଟିଳ ତଥ୍ୟାବଳୀଗୁଡ଼ିକୁ ସରଳ ଓ ବୋଧଗମ୍ୟ କରେ। ଏଣୁ ତଥ୍ୟାବଳୀର ସରଳୀକରଣ ପରିସଂଖ୍ୟାନର ଅନ୍ୟ ଏକ ପ୍ରଧାନ କାର୍ଯ୍ୟ। ଯାହାଦ୍ଵାରା ଏହା ତତ୍ୟାବଳୀକୁ ବୋଧଗମ୍ୟ କରିବାରେ ସାହାଯ୍ୟ କରେ ।

(iii) ତୁଳନା – ପରିସଂଖ୍ୟାନ ତୁଳନା କରିବାରେ ସହାୟତା କରେ। ତଥ୍ୟାବଳୀଗୁଡ଼ିକୁ ତୁଳନା କରା ନ ଯାଇ ପାରିଲେ, ଏଗୁଡ଼ିକ ଅର୍ଥଶୂନ୍ୟ ହୋଇଯାଏ। ପରିସଂଖ୍ୟାନ ବିଭିନ୍ନ ପରିମାପ, ଯଥା— ହାରାହାରି, ବିଚ୍ଛୁରଣ, ଅନୁପାତ, ସହଗ ଇତ୍ୟାଦି ପ୍ରଣାଳୀ ବ୍ୟବହାର କରି ତଥ୍ୟାବଳୀ ଗୁଡ଼ିକୁ ତୁଳନା କରିଥାଏ। ଫଳରେ, ଏହା ତଥ୍ୟାବଳୀର ମହତ୍ଵକୁ ବୃଦ୍ଧି କରିବାରେ ସକ୍ଷମ ହୋଇଥାଏ।

(iv) ଉପକଳ୍ପନାର ପ୍ରସ୍ତୁତି ଓ ପରୀକ୍ଷଣ – ନୂତନ ତତ୍ତ୍ବ ପାଇବା ପାଇଁ ପରିସଂଖ୍ୟାନ ଉପକଳ୍ପନାର ପ୍ରସ୍ତୁତି ଓ ପରୀକ୍ଷଣରେ ସହାୟତା କରେ। ଉଦାହରଣ ସ୍ଵରୂପ, ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ ପାଇଁ ପରିବାର ମଙ୍ଗଳ କାର୍ଯ୍ୟକ୍ରମ ଫଳପ୍ରସୂ ଭଳି ଉପକଳ୍ପନାର ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣ ବ୍ୟବହାର କରି ସତ୍ୟତା ନିର୍ଣ୍ଣୟ କରାଯାଏ।

(v) ପ୍ରାଗୁଭି – ପରିସଂଖ୍ୟାନ ଭବିଷ୍ୟତ କଥନରେ ସହାୟତା କରେ । ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଗୁଡ଼ିକ କୌଣସି କ୍ଷେତ୍ରରେ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ପାଇଁ ପ୍ରାଗୁକ୍ତି କରିବାରେ ସାହାଯ୍ୟ କରେ। କାରଣ ଏହା ଉପଯୁକ୍ତ ନୀତି ଓ ଯୋଜନା ପ୍ରଣୟନ କରିବାରେ ସହାୟତା କରେ। ଏହି ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଭିତ୍ତିରେ ଯୋଜନା ପ୍ରଣୟନକାରୀ ଉତ୍ପାଦନ, ନିବେଶ, ଇତ୍ୟାଦିର ଭବିଷ୍ୟତ ଆକଳନ ପ୍ରସ୍ତୁତ କରେ।

(vi) ଅନିଶ୍ଚିତତାର ପରିମାପ – ପରିସଂଖ୍ୟାନ ଅନିଶ୍ଚିତତା ମାପ କରେ । ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣ ମାଧ୍ୟମରେ ଅନିଶ୍ଚିତତା ପରିପ୍ରେକ୍ଷୀରେ ନିଷ୍ପତ୍ତି ନିଆଯାଏ ଓ କେତେକ ଘଟଣାବଳୀର ଅଧ୍ୟୟନ କରାଯାଏ ଏବଂ ସେଗୁଡ଼ିକର ବିଭିନ୍ନ ନୀତି ଉପରେ ପ୍ରଭାବ ଅଧ୍ୟୟନ କରାଯାଏ। ଫଳରେ ସଂଗୃହୀତ ଓ ବିଶ୍ଳେଷଣ କରାଯାଇଥିବା ତଥ୍ୟାବଳୀ ଭିତ୍ତିରେ ସଠିକ୍ ଉପସଂହାର ମିଳିପାରିଥାଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ପରିସଂଖ୍ୟାନର ସୀମାବଦ୍ଧତା ଗୁଡ଼ିକୁ ଆଲୋଚନା କର ।
Answer:
ଯେପରି ପ୍ରତ୍ୟେକ ବିଷୟରେ କିଛି ତ୍ରୁଟି ରହିଥାଏ, ସେହିପରି ପରିସଂଖ୍ୟାନର କିଛି ତ୍ରୁଟି ରହିଛି । ପରିସଂଖ୍ୟାନର ବିଭିନ୍ନ ଉପକାର ସତ୍ତ୍ବେ, ଏଥରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଥାଏ ଏବଂ ସେହି ତ୍ରୁଟି ଗୁଡ଼ିକ ପରିସଂଖ୍ୟାନର ସୀମାବଦ୍ଧତା ।

(i) ପରିସଂଖ୍ୟାନ କୌଣସି ବ୍ୟକ୍ତିଗତ ପରିମାପ ସହିତ ଜଡ଼ିତ ହୋଇ ନ ଥାଏ। ପରିସଂଖ୍ୟାନ କୌଣସି ବ୍ୟକ୍ତି ଗତ ବସ୍ତୁକ ଅଧ୍ୟୟନ କରେ ନାହିଁ। ଏହା କେବଳ ସମଷ୍ଟିଗତ ତଥ୍ୟକୁ ଆଲୋଚନା କରେ। ତେଣୁ କୌଣସି ବ୍ୟକ୍ତି ବିଶେଷଙ୍କ ସଂପର୍କରେ ତଥ୍ୟ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସଂପର୍କ ନ ଥିଲେ, ପରିସଂଖ୍ୟାନରେ କୌଣସି ଅର୍ଥ ନାହିଁ।

(ii) ପରିସଂଖ୍ୟାନ ଗୁଣାତ୍ମକ ଘଟଣାଗୁଡ଼ିକୁ ଅଧ୍ୟୟନ କରେ ନାହିଁ, ପରିସଂଖ୍ୟାନ କେବଳ ସାଂଖ୍ୟକ ଘଟଣା ଗୁଡ଼ିକୁ ଅଧ୍ୟୟନ କରେ । ଯେଉଁ ଘଟଣାଗୁଡ଼ିକର ପରିମାଣାତ୍ମକ ପରିପ୍ରକାଶ ହୋଇପାରୁ ନ ଥୁବ ସାଂଖ୍ୟକ ପଦ୍ଧତି ସେଗୁଡ଼ିକ କ୍ଷେତ୍ରରେ ପ୍ରଯୁକ୍ତ ହୁଏ ନାହିଁ । ଉଦାହରଣ ସ୍ଵରୂପ ସାଧୁତା, ପାରଦର୍ଶିତା, ବୁଦ୍ଧିମତା ଇତ୍ୟାଦି ଯାହା ସଂଖ୍ୟା ଆକାରରେ ପ୍ରକାଶ କରାଯାଇପାରେ ନାହିଁ, ସାଂଖ୍ୟକ ପଦ୍ଧତି ଦ୍ଵାରା ପ୍ରତ୍ୟକ୍ଷ ଭାବରେ ଅଧ୍ୟୟନ କରାଯାଇ ପାରେ ନାହିଁ ।

(iii) ପରିସଂଖ୍ୟାନ ସମ୍ବନ୍ଧୀୟ ନିୟମ କେବଳ ହାରାହାରି ଭିଭିରେ ସତ୍ୟ – ପରିସଂଖ୍ୟାନ ସବୁ ଘଟଣା ସହିତ ସଂପୃକ୍ତ ଯେଉଁ ଗୁଡ଼ିକ ବହୁବିଧ କାରଣ ଦ୍ଵାରା ପ୍ରଭାବିତ ହୋଇଥାଏ ଓ ବୈଜ୍ଞାନିକ ପଦ୍ଧତି ଭଳି ସବୁ କାରଣରୁ ଗୋଟିଏ କାରଣର ପ୍ରଭାବକୁ ଅଧ୍ୟୟନ କରିବା ସାଂଖ୍ୟକ ପଦ୍ଧତିରେ ସମ୍ଭବ ନାହିଁ । ଫଳରେ ସବୁ ସମୟରେ ସମାନ ପରିସ୍ଥିତିରେ ଏକା ପ୍ରକାରର ଉପସଂହାର ମିଳି ନ ଥାଏ।

(iv) ପରିସଂଖ୍ୟାନ ସଂପୂର୍ଣ୍ଣ ବିଷୟକୁ ପରିପ୍ରକାଶ କରେ ନାହିଁ – କୌଣସି ସମସ୍ୟାକୁ ଅଧ୍ୟୟନ କରିବା ପାଇଁ ପରିସଂଖ୍ୟାନ ହେଉଛି ଗୋଟିଏ ପଦ୍ଧତି । ଯେହେତୁ ବିଭିନ୍ନ ସମସ୍ୟାଗୁଡ଼ିକ ସଂସ୍କୃତି, ଧର୍ମ ଓ ଦର୍ଶନ ଭଳି ବିଭିନ୍ନ ଉପାଦାନ ଦ୍ଵାରା ପ୍ରଭାବିତ ହୋଇଥଶଏ ଯେଉଁ ଗୁଡ଼ିକର ସାଂଖ୍ୟକ ବିଶେଷଣ ହୋଇପାରେ ନାହିଁ । ତେଣୁ ପରିସଂଖ୍ୟାନ ସମ୍ବନ୍ଧୀୟ ଉପସଂହାର ଗୁଡ଼ିକ ଅନ୍ୟାନ୍ୟ ପଦ୍ଧତି ସହିତ ସଂଯୋଗ ହେବା ଉଚିତ୍ ।

(v) ପରିସଂଖ୍ୟାନର ଅପପ୍ରୟୋଗ ହେବାର ସମ୍ଭାବନା ଥାଏ ଯଦି ସାଂଖ୍ୟକ ପଦ୍ଧତି ଅନଭିଜ୍ଞ ବ୍ୟକ୍ତିଙ୍କଦ୍ବାରା ବ୍ୟବହୃତ ହୁଏ, ଏହା ନିଶ୍ଚିତ ଭାବରେ ଭ୍ରମାତ୍ମକ ଉପସଂହାରରେ ପହଞ୍ଚାଇବ। ପୁନଶ୍ଚ ଯଦି ସାଂଖ୍ୟକ ଉପସଂହାର ଅସଂପୂର୍ଣ୍ଣ ତଥ୍ୟ କିମ୍ବା ଅନୁପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଭିଭିରେ ମିଳିଥାଏ, ତେବେ ଆମେ ଭ୍ରମାତ୍ମକ ଉପସଂହାରରେ ପହଞ୍ଚିଥାଉ। ସୁତରାଂ ପରିସଂଖ୍ୟାନ ଅପପ୍ରୟୋଗ ହେବାର ସମ୍ଭାବନା ଥାଏ।

(vi) ପରିସଂଖ୍ୟାନ କାରଣ ପ୍ରଭାବ ସମ୍ପର୍କ ଅଧ୍ୟୟନ କରେ ନାହିଁ – ଉପାଦାନମାନଙ୍କ ମଧ୍ୟରେ ଥା କାରଣ– ପ୍ରଭାବ ସମ୍ପର୍କକୁ ପରିସଂଖ୍ୟାନ ଅଧ୍ୟୟନ କରେ ନାହିଁ। ଏହା ଦୁଇ ବା ତତୋଽଧ୍ଵକ ଉପାଦାନ ମଧ୍ୟରେ ଥିବା ସମ୍ପର୍କକୁ ମାପିଥାଏ, କିନ୍ତୁ ସେମାନଙ୍କ ମଧ୍ୟରୁ କେଉଁଟି କାରଣ ଓ କେଉଁଟି ପ୍ରଭାବ ତାହା କହିପାରେ ନାହିଁ ।

(viii) ପରିସଂଖ୍ୟାନର ସଂଶୟ – ପରିସଂଖ୍ୟାନର ବ୍ୟବହାର ଅଭିଜ୍ଞ, ନିରପେକ୍ଷ ଓ ଦାୟିତ୍ଵବାନ୍ ବ୍ୟକ୍ତିମାନଙ୍କ ଦ୍ବାରା ହେବା ଉଚିତ୍। ଠିକ୍ ଭାବରେ ବ୍ୟବହୃତ ହେଲେ ପରିସଂଖ୍ୟାନ ଅତ୍ୟନ୍ତ ଉପଯୋଗୀ ହୁଏ, ଅନ୍ୟଥା ଏହା ଭୁଲ୍ ଫଳାଫଳ ଦେଇଥାଏ। ଡବ୍ଲ୍ୟୁ.ଆଇ.କିଙ୍ଗ୍‌ଙ୍କ ଭାଷାରେ, ପରିସଂଖ୍ୟାନ ମାଟି ସଦୃଶ। ସେଥୁରୁ ଜଣେ ତାଙ୍କର ଇଚ୍ଛାନୁସାରେ ଈଶ୍ବର ବା ରାକ୍ଷସ ତିଆରି କରିପାରିବେ ।
ସଂଶୟର ଅର୍ଥ ହେଉଛି ଅବିଶ୍ଵାସ। ପରିସଂଖ୍ୟାନର ସଂଶୟ କହିଲେ ଲୋକମାନଙ୍କର ପରିସଂଖ୍ୟାନ ପ୍ରତି ଅବିଶ୍ଵାସକୁ ବୁଝାଏ। ପରିସଂଖ୍ୟାନର ଯୁକ୍ତିଯୁକ୍ତ ବିହୀନ ବିଶ୍ଳେଷଣ ଓ ବ୍ୟାଖ୍ୟାନ ଯୋଗୁଁ ଜନସାଧାରଣଙ୍କର ପରିସଂଖ୍ୟାନ ଉପରୁ ବିଶ୍ଵାସ ଧୀରେ ଧୀରେ ହ୍ରାସ ପାଉଛି । ପରିଂଖ୍ୟାନର ସଂଶୟ ଗୁଡ଼ିକ ହେଲା-

  • ମିଛ ତିନିପକ୍ରାରର – ମିଛ, ଡାହାମିଛ ଓ ପରିସଂଖ୍ୟାନ
  • ପରିସଂଖ୍ୟାନଦ୍ଵାରା ଯେକୌଣସି କଥା ପ୍ରମାଣ କରିହେବ।
  • ପରିସଂଖ୍ୟାନ ଗୋଟିଏ ବିଶ୍ଵାସଘାତକ ବିଜ୍ଞାନ ଅଟେ।
  • ସଂଖ୍ୟାଗୁଡ଼ିକ ମିଛ କହନ୍ତି ନାହିଁ; ମିଛୁଆମାନେ ସଂଖ୍ୟାର ଆଶ୍ରୟ ନିଅନ୍ତି।

କିନ୍ତୁ ଏଥ‌ିପାଇଁ ପରିସଂଖ୍ୟାନକୁ ଦୋଷ ଦେବା ଉଚିତ୍ ନୁହେଁ । ପରିସଂଖ୍ୟାନ ଏକ ଯୁକ୍ତିଯୁକ୍ତ ବିଜ୍ଞାନ । କିନ୍ତୁ କେତେକ ମନ୍ଦ ପ୍ରକୃତିର ଲୋକମାନେ ସେମାନଙ୍କର ସ୍ଵାର୍ଥପାଇଁ ପରିସଂଖ୍ୟାନର ଦୁରୁପଯୋଗ କରିଥା’ନ୍ତି। ତେଣୁ ଆମେ ପରିସଂଖ୍ୟାନକୁ ଦୋଷ ନ ଦେଇ ଏଇ ସବୁ ସ୍ଵାର୍ଥପର, ଅନଭିଜ୍ଞ ଓ ମନ୍ଦ ପ୍ରକୃତିର ଲୋକମାନଙ୍କୁ ଦୋଷ ଦେବା ଉଚିତ୍।

Leave a Comment