CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

Odisha State Board CHSE Odisha Class 11 Economics Solutions Chapter 3 ଜନସଂଖ୍ୟା Questions and Answers.

CHSE Odisha 11th Class Economics Solutions Chapter 3 ଜନସଂଖ୍ୟା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତରେ ଜନସଂଖ୍ୟା ଇତିହାସରେ କେଉଁ ବର୍ଷକୁ ବୃହତ୍ତର ବିଭାଜକ କୁହାଯାଏ ?
(i) 1901
(ii) 1911
(iii) 1921
(iv) 1951
Answer:
(iii) 1921

2. 2001 ଜନଗଣନା ଅନୁସାରେ ଦେଶର ଜନସଂଖ୍ୟା କେତେ ?
(i) 100 କୋଟି
(ii) 102 6916
(iii) 102.7 କୋଟି
(iv) 110 କୋଟି
Answer:
(iii) 102.7 କୋଟି

3. ପରିବାର ନିୟୋଜନ କ’ଣ ?
(i) ପରିବାର ସଂଖ୍ୟା ହ୍ରାସ
(ii) ପରିବାର ଭିଭିକ ଯୋଜନା
(iii) ପରିବାର ଆକାର ସଂକୋଚନ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପରିବାର ଆକାର ସଂକୋଚନ

4. ଆମ ଦେଶରେ କେତେ ବର୍ଷ ଅନ୍ତରରେ ଜନଗଣନା କରାଯାଏ ?
(i) ପ୍ରତିବର୍ଷ
(ii) 5 ବର୍ଷରେ
(iii) 10 ବର୍ଷରେ
(iv) 20 ବର୍ଷରେ
Answer:
(iii) 10 ବର୍ଷରେ

5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜନ ବିସ୍ଫୋରଣ ଅନ୍ୟତମ ପରିଣାମ ଅଟେ ?
(i) ଭୂମି ଉପରେ ଚାପହ୍ରାସ
(ii) ନିବେଶଯୋଗ ସମ୍ବଳର ଅଭାବ
(iii) ସାମୁହିକ ସଞ୍ଚୟ ବୃଦ୍ଧି
(iv) ଦରଦାମ ହ୍ରାସ
Answer:
(ii) ନିବେଶଯୋଗ ସମ୍ବଳର ଅଭାବ

6. ଏଥ୍ ମଧ୍ୟରୁ କେଉଁଟି ଭାରତରେ ମୃତ୍ୟୁହାର ହ୍ରାସର ଅନ୍ୟତମ କାରଣ ଅଟେ ।
(i) ସ୍ୱ।ସ୍ଥ୍ୟ ଉପରେ ଅବନୀତି
(ii) ଜୀବନଯାପନ ମାନରେ ଅବନୀତି
(iii) ବିଳମ୍ବିତ ବିବାହ
(iv) ଶିକ୍ଷା ଓ ସଚେତନତାର ହ୍ରାସ
Answer:
(iii) ବିଳମ୍ବିତ ବିବାହ

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

7. ଏଥ୍ ମଧ୍ୟରୁ କେଉଁଟି ଭାରତରେ ଉଚ୍ଚ ଜନ୍ମହାରର ଅନ୍ୟତମ କାରଣ ଅଟେ ?
(i) ସାର୍ବଜନୀନ ବିବାହ
(ii) ଅଧ୍ଵ ବୟସରେ ନାରୀମାନଙ୍କ ବିବାହ
(iii) ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପୂର୍ବ ସଫଳତା
(iv) ପ୍ରାଚୁର୍ଯ୍ୟ
Answer:
(i) ସାର୍ବଜନୀନ ବିବାହ

8. ଜନସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ହେଲା –
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଉପରୋକ୍ତ କୌଣ ନୁହେଁ
Answer:
(ii) ଦ୍ବିତୀୟ

9. ଜନସଂଖ୍ୟା ଚଳନତତ୍ତ୍ଵ ଜନସଂଖ୍ୟାର କେଉଁ ଦିଗକୁ ଆଲୋଚନା କରେ ?
(i) ଗୁଣାତ୍ମକ
(ii) ପରିମାଣାତ୍ମକ
(iii) ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରିମାଣାତ୍ମକ

10. ଜନସଂଖ୍ୟାର ଚଳନତତ୍ତ୍ଵର ଦ୍ଵିତୀୟ ପର୍ଯ୍ୟାୟରେ କ’ଣ ଦେଖାଯାଏ ?
(i) ଅଧିକ ମୃତ୍ୟୁହାର ଓ କମ୍ ଜନ୍ମହାର
(ii) ଅଧ୍ଵ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର
(iii) ଅଧ‌ିକ ମୃତ୍ୟୁହାର ଓ ଅଧ୍ଵକ ଜନ୍ମହାର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଅଧିକ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର

11. ପରିବାର କଲ୍ୟାଣ ଯୋଜନା କ’ଣ ପାଇଁ ଉଦ୍ଦିଷ୍ଟ ?
(i) ଜନ୍ମହାର ହ୍ରାସ ଓ ମୃତ୍ୟୁହାର ବୃଦ୍ଧି
(ii) ଜନ୍ମହାର ବୃଦ୍ଧି ଓ ମୃତ୍ୟୁହାର ହ୍ରାସ
(iii) ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସ

12. ଉନ୍ନତି ରାଷ୍ଟ୍ରମାନେ ଜନସଂଖ୍ୟା ଚଳନତତ୍ତ୍ଵର କେଉଁ ସ୍ତରଦେଇ ଗତି କରିଥା’ନ୍ତି ?
(i) ପ୍ରଥମ ସ୍ତର
(ii) ଦ୍ଵିତୀୟ ସ୍ତର
(iii) ତୃତୀୟ ସ୍ତର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ତୃତୀୟ ସ୍ତର

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

13. ପ୍ରତି ଏକଶତ ଜନସଂଖ୍ୟାରେ ଶିଶୁ ଜନ୍ମସଂଖ୍ୟା କ’ଣ ସୂଚନା ଦିଏ ?
(i) ଶିଶୁ ମୃତ୍ୟୁହାର
(ii) ଶିଶୁ ଜନ୍ମହାର
(iii) ଉଭୟ ଶିଶୁ ଜନ୍ମହାର ଏବଂ ଶିଶୁ ମୃତ୍ୟୁହାର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଶିଶୁ ଜନ୍ମହାର

14. 1999 ମସିହା ଅକ୍ଟୋବର 12 ତାରିଖ ଦିନ କାହାର ଜନସଂଖ୍ୟା 600 କୋଟିରେ ପହଁଞ୍ଚିଲା ?
(i) ଭାରତ
(ii) ଚୀନ୍
(iii) ଆଫ୍ରିକା
(iv) ପୃଥ‌ିବୀ
Answer:
(iv) ପୃଥ‌ିବୀ

15. 2011 ଜନଗଣନା ଅନୁସାରେ ଭାରତରେ ଭାରତର ଜନସଂଖ୍ୟା କେତେ ?
(i) 121 କୋଟି
(ii) 100 6016
(iii) 102 କୋଟି
(iv) 110 କୋଟି
Answer:
(i) 121 କୋଟି

16. 2011 ଜନଗଣନାନୁଯାୟୀ ଦେଶର ସାକ୍ଷରତା ହାର କେତେ ?
(i) 55%
(ii) 74.04%
(iii) 65.02%
(iv) 85.21%
Answer:
(ii) 74.04%

17. 2011 ଜନଗଣନାନୁଯାୟୀ କେରଳ ରାଜ୍ୟର ସାକ୍ଷରତା ହାର କେତେ ?
(i) 74.04%
(ii) 85.21%
(iii) 90%
(iv) 93.9%
Answer:
(iv) 93.9%

18. 2011 ଜନଗଣନାନୁଯାୟୀ ଭାରତରେ ଜନସଂଖ୍ୟାର ଘନତା କେତେ ?
(i) 250
(ii) 364
(iii) 340
(iv) 324
Answer:
(ii) 364

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

19. 2011 ଜନଗଣନାନୁଯାୟୀ ଓଡ଼ିଶାର ଜନସଂଖ୍ୟାର ଘନତା କେତେ ?
(i) 269
(ii) 236
(iii) 250
(iv) 260
Answer:
(i) 269

20. 2011 ଜନଗଣନାନୁଯାୟୀ ଭାରତରେ ପ୍ରତି ଏକ ହଜାର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା କେତେ ?
(i) 900
(ii) 890
(iii) 950
(iv) 940
Answer:
(ii) 940

21. ପରିବାର କଲ୍ୟାଣ କାର୍ଯ୍ୟକ୍ରମ କେଉଁ ବର୍ଷ ପ୍ରଚଳନ କରାଯାଇଥିଲା ?
(i) 1951
(ii) 1956
(iii) 1971
(iv) 1977
Answer:
(i) 1951

22. ଭାରତର ପ୍ରଥମ ଜାତୀୟ ଜନସଂଖ୍ୟା ନୀତି କେଉଁ ମସିହାରେ ଘୋଷଣା କରାଯାଇଥିଲା ?
(i) 1952
(ii) 1976
(iii) 2000
(iv) 2010
Answer:
(ii) 1976

B. ଶୂନ୍ୟସ୍ଥାନ ପୂରଣ କର :

1. ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିହାର ଏବଂ ଜନସଂଖ୍ୟାର ବୃହତ୍ ଆକାରକୁ ଲକ୍ଷ୍ୟକରି, ଅର୍ଥଶାସ୍ତ୍ରୀମାନେ ଭାରତରେ ___________________ ଘଟିଛି ବୋଲି ମତପୋଷଣ କରିଛନ୍ତି ।
Answer:
ଜନବିସ୍ଫେ।ରଣ

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

2. ___________________ ମସିହାକୁ ବୃହତ୍ତର ବିଭାଜନ ବର୍ଷ ବୋଲି କୁହାଯାଏ ।
Answer:
1921

3. ଭାରତର ପ୍ରତ୍ୟେକ ବର୍ଷ ଜନସଂଖ୍ୟା ଦୃଷ୍ଟିରୁ ଗୋଟିଏ _________________________ ମହାଦେଶ ତିଆରି କରାଯାଇ ପାରୁଛି ।
Answer:
ଅଷ୍ମ୍ରଲିଆ

4. ପୃଥ‌ିବୀର ମୋଟ ଭୂଭାଗର ମାତ୍ର ଶତକଡ଼ା 2.4 ଭାଗ ଥାଇ ଭାରତ ବିଶ୍ଵ ଜନସଂଖ୍ୟାର ପ୍ରାୟ _________________ ପ୍ରତିଶତ ଲୋକଙ୍କୁ ପରିପୋଷଣ କରୁଛି ।
Answer:
17 %

5. ପ୍ରତ୍ୟେକ 1000 ଲୋକସଂଖ୍ୟାରେ ପ୍ରତ୍ୟେକ ବର୍ଷ ମୃତ୍ୟୁ ଜନ୍ମ ନେଉଥ‌ିବା ଶିଶୁମାନଙ୍କ ସଂଖ୍ୟାକୁ ଗଣିତ କରି ବାର୍ଷିକ _____________________ ଠିକ୍ କରାଯାଇଥାଏ ।
Answer:
ଜନ୍ମହାର

6. ଜନ୍ମହାର ଓ ମୃତ୍ୟୁହାରର ପ୍ରଭେଦ ହିଁ ଜନସଂଖ୍ୟାର ସ୍ଵାଭାବିକ _______________________ ଠିକ୍ କରିଥାଏ ।
Answer:
ବୃଦ୍ଧିହାର

7. ପ୍ରତ୍ୟେକ 1000 ଲୋକସଂଖ୍ୟାରେ ପ୍ରତ୍ୟେକ ବର୍ଷ ମୃତ୍ୟୁ ଜନସଂଖ୍ୟାକୁ ନେଇ ବାର୍ଷିକ ________________________ ନିର୍ଦ୍ଧାରଣ କରାଯାଏ ।
Answer:
ମୃତ୍ୟୁହାର

8. ଭାରତରେ ବିବାହ _______________________ ହୋଇଥିବାରୁ ଜନ୍ମହାର ଅଧିକ ହୋଇଥାଏ ।
Answer:
ସାର୍ବଜନୀନ

9. ଭାରତରେ କେତେକ ଅଧିବାସୀ ଏକରୁ ଅନେକ ସ୍ତ୍ରୀମାନଙ୍କୁ ବିବାହ କରିବା ଦେଖାଯାଏ, ଏହାକୁ ________________________ ପ୍ରଥା କୁହାଯାଏ ।
Answer:
ବହୁବିବାହ

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

10. ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରୁ ଭୂମି ଉପରେ _____________________ ମଧ୍ୟ ବୃଦ୍ଧି ପାଉଛି ।
Answer:
ଚାପ

11. ଜନସଂଖ୍ୟା ବୃଦ୍ଧି ହାରଠାରୁ କୃଷି ଉତ୍ପାଦନ ବୃଦ୍ଧି ହାର ଅଧିକ ନ ହେଲେ ____________________ ର ଅଭାବ ଦେଖାଦିଏ ।
Answer:
ଖାଦ୍ୟାନ୍ତର

12. ଦ୍ରୁତ _____________________ ବୃଦ୍ଧି ଦେଶରେ ବେକାରି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି ।
Answer:
ଜନସଂଖ୍ୟା

13. ଜନସଂଖ୍ୟା ବୃଦ୍ଧି ହେଲେ ବିଭିନ୍ନ ଦ୍ରବ୍ୟପାଇଁ ଚାହିଦା ସ୍ବତଃ _______________ ପାଇଥାଏ ।
Answer:
ବୃଦ୍ଧି

14. ସହର ଓ ଗ୍ରାମାଞ୍ଚଳ ଜନାକୀର୍ଣ୍ଣ ହେବାଫଳରେ କ୍ରମେ ଜଙ୍ଗଲ ଧ୍ଵଂସ ପାଉଛି ଏବଂ ଜଳ ଓ ବାୟୁ ____________________ ଆପେ ଆପେ ହ୍ରାସପାଏ ।
Answer:
ପ୍ରଦୂଷିତ

15. ବିକଶିତ ଦେଶମାନଙ୍କର ଅଭିଜ୍ଞତାରୁ ଜଣାଯାଏ ଯେ ସମାଜ ଶିଳ୍ପଭିତ୍ତିକ ଓ ସହରାଭିମୁଖୀ ହେଲେ __________________ ଆପେ ଆପେ ହ୍ରାସପାଏ ।
Answer:
ଜନ୍ମହାର

16. ପରିବାର କଲ୍ୟାଣ ଯୋଜନାର ସଫଳତା ________________________ ଉପରେ ନିର୍ଭରଶୀଳ ।
Answer:
ଜନସଚେତନତା

17. କୌଣସି ସ୍ବୀକୃତ _________________________ ବ୍ୟବସ୍ଥା ନ ଥ‌ିବାରୁ ବାର୍ଦ୍ଧକ୍ୟର ଅସହାୟତା ଦୂର କରିବାପାଇଁ ଲୋକମାନେ ବଡ଼ ପରିବାରକୁ ପସନ୍ଦ କରିଥା’ନ୍ତି ।
Answer:
ସାମାଜିକ ନିରାପତ୍ତା

18. ଲୋକମାନଙ୍କ ବିଶ୍ୱାସଭାଜନ ହେବାପାଇଁ ‘ପରିବାର ନିୟୋଜନ ଯୋଜନାକୁ _______________________ ଯୋଜନା ଭାବରେ ପୁନର୍ନିମିତ କରାଗଲା ।
Answer:
ପରିବାର କଲ୍ୟାଣ

19. 2011 ଜନଗଣନା ଅନୁଯାୟୀ ଭାରତରେ ଜନସଂଖ୍ୟାର ସାନ୍ଦ୍ରତା _______________________ଅଟେ ।
Answer:
382

20. 2000 ମସିହାର ଜନସଂଖ୍ୟା ନୀତିରେ ଜନସଂଖ୍ୟାର ଅଭିବୃଦ୍ଧି ______________________ ମସିହା ସୁଦ୍ଧା ସ୍ଥିର ରଖୁବା ପାଇଁ ଲକ୍ଷ କରାଯାଇଛି ।
Answer:
2045

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଜନବିସ୍ଫୋରଣ କାହାକୁ କୁହାଯାଏ ।
Answer:
ଯେଉଁ ଅବସ୍ଥାରେ ଦେଶର ଜନସଂଖ୍ୟା ଦ୍ରୁତ ବୃଦ୍ଧି ଅବିରତ ଭାବରେ ପରିଲକ୍ଷିତ ହୁଏ ଏବଂ ଜନସଂଖ୍ୟାର ଆକାର ବୃହତ୍, ତାହାକୁ ଜନବିସ୍ଫୋରଣ କୁହାଯାଏ ।

2. କେଉଁ ବର୍ଷକୁ ‘ବୃହତ୍ ବିଭାଜନ’ର ବର୍ଷ ବୋଲି କୁହାଯାଏ ?
Answer:
1921 ମସିହାକୁ ବୃହତ୍ ବିଭାଜନର ବର୍ଷ କୁହାଯାଏ ।

3. 1921 ମସିହାକୁ କାହିଁକି ବୃହତ୍ ବିଭାଜନ ବୋଲି କୁହାଯାଏ ।
Answer:
1921 ମସିହା ପୂର୍ବରୁ ଦେଶରେ ଜନସଂଖ୍ୟାର ଅଭିବୃଦ୍ଧି ଅତ୍ୟନ୍ତ ନଗଣ୍ୟ ଥିଲା, ମାତ୍ର 1921 ମସିହା ପରବର୍ତୀ ସମୟରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ତେଣୁ 1921 ମସିହାକୁ ବୃହତ୍ ବିଭାଜନ ବର୍ଷ କୁହାଯାଏ ।

4. 2011 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା କେତେ ଥିଲା ?
Answer:
2011 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା 121 କୋଟି ଥିଲା ।

5. 2011 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର କେତେ ?
Answer:
2011 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର 74.04% ।

6. ଜନସଂଖ୍ୟା ଚଳନ ତତ୍ତ୍ବ କ’ଣ ?
Answer:
ଯେଉଁ ତତ୍ତ୍ଵରେ କୌଣସି ଅର୍ତବ୍ୟବସ୍ଥାରେ ଜନ୍ମହାର ଓ ମୃତ୍ୟୁହାର ପରିମାଣାତ୍ମକ ପରିବର୍ତ୍ତନ ପ୍ରତିଫଳିତ ହୋଇଥାଏ ତାହାକୁ ଜନସଂଖ୍ୟା ଚଳନତତ୍ତ୍ଵ କୁହାଯାଏ ।

7. ଭାରତରେ କେଉଁ ବର୍ଷ ପ୍ରଥମ ଜନଗଣନା ଆରମ୍ଭ ହୋଇଥିଲା ?
Answer:
1881 ମସିହାରେ ପ୍ରଥମ ଜନଗଣନା ଆରମ୍ଭ ହୋଇଥିଲା ।

8. ଶିଶୁ ମୃତ୍ୟୁହାର କ’ଣ ?
Answer:
ପ୍ରତି ହଜାରରେ ଶୂନ୍ୟରୁ 5 ବର୍ଷ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ଶିଶୁ ମୃତ୍ୟୁହାର କୁହାଯାଏ ।

9. ଜନ୍ମହାର କାହାକୁ କୁହାଯାଏ ?
Answer:
ଦେଶରେ ପ୍ରତି ହଜାର ଜନସଂଖ୍ୟାରେ ଜନ୍ମଗ୍ରହଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ଜନ୍ମହାର କୁହାଯାଏ ।

10. ମୃତ୍ୟୁହାର କ’ଣ?
Answer:
ପ୍ରତି ଏକହଜାର ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାକୁ ମୃତ୍ୟୁହାର କୁହାଯାଏ ।

11. ଦେଶଷର କେତେ ବର୍ଷରେ ଥରେ ଜନସଂଖ୍ୟା ଗଣନା କରାଯାଏ ?
Answer:
ପ୍ରତି ଦଶ ବର୍ଷ ପରେ ଜନସଂଖ୍ୟା ଗଣନା କରାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

12. 2011 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ଘନତା ବା ସାନ୍ଦ୍ରତା କେତେ ?
Answer:
ପ୍ରତି ବର୍ଗ କିଲୋମିଟରରେ 364 ଜଣ ।

13. 2011 ଜନଗଣନା ଅନୁସାରେ ଓଡ଼ିଶାର ଜନସଂଖ୍ୟାର ଘନତା କେତେ ?
Answer:
ପ୍ରତି ବର୍ଗ କିଲୋମିଟରରେ 269 ଜଣ ।

14. ଜନ୍ମହାର ହ୍ରାସ ପାଇଁ ଦୁଇଟି ପଦକ୍ଷେପ ଉପସ୍ଥାପନ କର ।
Answer:
ଶିକ୍ଷାର ପ୍ରସାର ଓ କର୍ମନିଯୁକ୍ତି ବୃଦ୍ଧି ।

15. ମୃତ୍ୟୁହାର ହ୍ରାସର ଦୁଇଟି କାରଣ ଉଲ୍ଲେଖ କର ।
Answer:
ସଂକ୍ରାମକ ରୋଗର ନିୟନ୍ତ୍ରଣ, ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ସେବା ।

16. ଜନସଂଖ୍ୟା ବିସ୍ଫୋରଣର କାରଣ କ’ଣ ?
Answer:
ଉଚ୍ଚ ଜନ୍ମହାର, ସ୍ଵଳ୍ପ ମୃତ୍ୟୁହାର, ସ୍ଥାନାନ୍ତର ଜନବିସ୍ଫୋରଣର କାରଣ ଅଟେ ।

17. ଉଚ୍ଚ ଜନ୍ମହାରର କାରଣ କ’ଣ ?
Answer:
ସାର୍ବଜନୀନ ବିବାହ, ନିରକ୍ଷରତା, ଦାରିଦ୍ର୍ୟ ଆଦି ଉଚ୍ଚ ଜନ୍ମହାରର ମୁଖ୍ୟ କାରଣ ।

18. ଜନସଂଖ୍ୟା ଚଳନର କେଉଁ ପର୍ଯ୍ୟାୟ ସର୍ବଦା ଗ୍ରହଣୀୟ ?
Answer:
ତୃତୀୟ ପର୍ଯ୍ୟାୟ

19. ଭାରତର ଜନସଂଖ୍ୟା ଚଳନର କେଉଁ ପର୍ଯ୍ୟାୟ ଦେଇ ଗତି କରୁଛି ?
Answer:
ଦ୍ୱିତୀୟ ପର୍ଯ୍ୟାୟ

20. ଜନସଂଖ୍ୟା ଚଳନ ତତ୍ତ୍ଵର ଦ୍ଵିତୀୟ ପର୍ଯ୍ୟାୟର ଲକ୍ଷଣ କ’ଣ ?
Answer:
ଉଚ୍ଚ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. 1901 ମସିହାକୁ ବୃହତ ବିଭାଜନ ବର୍ଷ କୁହାଯାଏ
Answer:
1921 ମସିହାକୁ ବୃହତ୍ ବିଭାଜନ ବର୍ଷ କୁହାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

2. ଜନସଂଖ୍ୟା ଚଳନ ତତ୍ତ୍ବ ଜନସଂଖ୍ୟାର ଗୁଣାତ୍ମକ ଦିଗକୁ ଆଲୋଚନା କର ।
Answer:
ଜନସଂଖ୍ୟା ଚଳନ ତତ୍ତ୍ଵ ଜନସଂଖ୍ୟାର ପରିମାଣାତ୍ମକ ଦିଗକୁ ଆଲୋଚନା କରେ ।

3. ଭାରତରେ 1921 ମସିହାରେ ପ୍ରଥମେ ଜନଗଣନା ଆରମ୍ଭ କରାଗଲା
Answer:
ଭାରତରେ 1881 ମସିହାରେ ପ୍ରଥମେ ଜନଗଣନା ଆରମ୍ଭ କରାଗଲା ।

4. ଜନସଂଖ୍ୟା ଦୃଷ୍ଟିରୁ ଭାରତ ପ୍ରଥମ ବୃହତ୍ତମ ଦେଶ ।
Answer:
ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ଵିତୀୟ ବୃହତ୍ତମ ଦେଶ ।

5. ଜନସଂଖ୍ୟା ଚଳନ ତତ୍ପରେ 4ଟି ପର୍ଯ୍ୟାୟ ରହିଛି ।
Answer:
ଜନସଂଖ୍ୟା ତତ୍ତ୍ଵରେ 3ଟି ପର୍ଯ୍ୟାୟ ରହିଛି ।

6. ଜନସଂଖ୍ୟାର ଚଳନ ତତ୍ତ୍ବର ଦ୍ବିତୀୟ ପର୍ଯ୍ୟାୟରେ ଅଧ‌ିକ ମୃତ୍ୟୁହାର ଓ କମ୍ ଜନ୍ମହାର ଦେଖାଯାଏ ।
Answer:
ସ୍ଵଳ୍ପ ମୃତ୍ୟୁହାର ଦେଖାଯାଏ ।

7. ଉଚ୍ଚ ମୃତ୍ୟୁହାର ଓ ଉଚ୍ଚ ଜନ୍ମହାର ଜନସଂଖ୍ୟା ଚଳନ ତତ୍ତର ପ୍ରଥମ ସ୍ତରର ବିଶେଷତ୍ଵ
Answer:
ଜନସଂଖ୍ୟାର ଚଳନ ତତ୍ତ୍ଵର ଦ୍ଵିତୀୟ ପର୍ଯ୍ୟାୟରେ ଅଧୂକ ଜନ୍ମହାର ଓ ସ୍ଵଚ୍ଛ ମୃତ୍ୟୁହାର ଦେଖାଯାଏ ।

8. ଭାରତ ସମ୍ପ୍ରତି ଜନସଂଖ୍ୟା ଚଳନତତ୍ତ୍ବର ପ୍ରଥମ ସ୍ତର ଦେଇ ଗତି କରୁଛି ।
Answer:
ଭାରତ ସମ୍ପ୍ରତି ଜନସଂଖ୍ୟା ଚଳନତତ୍ତ୍ଵର ଦ୍ଵିତୀୟ ସ୍ତର ଦେଇ ଗତି ଗରୁଛି ।

9. ଉନ୍ନତ ରାଷ୍ଟ୍ରମାନେ ଚଳନ ତତ୍ତର ପ୍ରଥମ ସ୍ତର ଦେଇ ଗତି କରନ୍ତି ।
Answer:
ଉନ୍ନତ ରାଷ୍ଟ୍ରମାନେ ଚଳନ ତତ୍ତ୍ଵର ତୃତୀୟ ସ୍ତରଦେଇ ଗତିକରନ୍ତି ।

10. ଜନସଂଖ୍ୟା ଚଳନ ତତ୍ତ୍ବର ପ୍ରଥମ ସ୍ତରରେ ଉଚ୍ଚ ଜନ୍ମହାର ଓ ସ୍ଵଚ୍ଛ ମୃତ୍ୟୁହାର ଦେଖାଯାଏ ।
Answer:
ଜନସଂଖ୍ୟା ଚଳନ ତତ୍ତ୍ଵର ପ୍ରଥମ ସ୍ତରରେ ଉଚ୍ଚ ଜନ୍ମହାର ଓ ଉଚ୍ଚ ମୃତ୍ୟୁହାର ଦେଖାଯାଏ ।

11. ଜନସଂଖ୍ୟା ଚଳନ ତତ୍ତ୍ଵର ଦ୍ଵିତୀୟ ସ୍ତରରେ ସ୍ଵଳ୍ପ ଜନ୍ମହାର ଓ ସ୍ଵଳ୍ପ ମୃତ୍ୟୁହାର ଦେଖାଯାଏ
Answer:
ଜନସଂଖ୍ୟା ଚଳନ ତତ୍ତ୍ଵର ତୃତୀୟ ସ୍ତରରେ ସ୍ଵଳ୍ପ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର ଦେଖାଯାଏ ।

12. ପ୍ରତି ଏକଶତ ଜନସଂଖ୍ୟାରେ ଶିଶୁ ଜନ୍ମସଂଖ୍ୟା ଜନ୍ମହାର ସୂଚନା ଦିଏ
Answer:
ପ୍ରତି ଏକହଜାର ଜନସଂଖ୍ୟାରେ ଶିଶୁ ଜନ୍ମସଂଖ୍ୟା ଜନ୍ମହାର ସୂଚନା ଦିଏ ।

13. ଭାରତରେ ଉଚ୍ଚ ଜନ୍ମହାର ଓ ସ୍ଵଳ୍ପ ମୃତ୍ୟୁହାର ଦେଖାଯାଏ ।
Answer:
ଠିକ୍

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

14. ଜନସଂଖ୍ୟା ପ୍ରଚଳନ ତତ୍ତ୍ବର ପ୍ରଥମ ସ୍ତରଟି ଅର୍ଥନୈତିକ ବିକାଶ ପାଇଁ ଗ୍ରହଣୀୟ
Answer:
ଜନସଂଖ୍ୟା ଚଳନତତ୍ତ୍ଵର ତୃତୀୟ ସ୍ତରଟି ଅର୍ଥନୈତିକ ବିକାଶ ପାଇଁ ଗ୍ରହଣୀୟ ।

15. 2001 ଜନଗଣନା ତୁଳନାରେ 2011 ମସିହା ଜନଗଣନାରେ ଜନ୍ମହାର ବୃଦ୍ଧି ଘଟିଛି ।
Answer:
2001 ଜନଗଣନା ତୁଳନାରେ 2011 ମସିହା ଜନଗଣନାରେ ଜନ୍ମହାର ହ୍ରାସ ଘଟିଛି ।

16. ଜନବିସ୍ଫୋରଣ କେବଳ ଉଚ୍ଚ ଜନ୍ମହାର ଯୋଗୁଁ ଘଟିଥାଏ ।
Answer:
ଜନବିସ୍ଫୋରଣ ଉଚ୍ଚ ଜନ୍ମହାର, ସ୍ଵଳ୍ପ ମୃତ୍ୟୁହାର ଓ ସ୍ଥାନାନ୍ତର ଯୋଗୁଁ ଘଟିଥାଏ ।

17. ପ୍ରତି ଏକଶତ ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାକୁ ମୃତ୍ୟୁହାର କୁହାଯାଏ
Answer:
ପ୍ରତି ଏକହଜାର ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାକୁ ମୃତ୍ୟୁହାର କୁହାଯା।

18. ଭାରତରେ ମୃତ୍ୟୁହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।
Answer:
ଭାରତରେ ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଉଛି ।

19. ଭାରତରେ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଛି ।
Answer:
ଭାରତରେ ଶିଶୁ ମୃତ୍ୟୁହାର ହ୍ରାସ ପାଉଛି ।

20. ଭାରତର ମହିଳା ସଂଖ୍ୟା ପୁରୁଷମାନଙ୍କ ସଂଖ୍ୟାଠାରୁ ଅଧିକ
Answer:
ଭାରତର ପୁରୁଷ ସଂଖ୍ୟା ମହିଳାମାନଙ୍କ ସଂଖ୍ୟାଠାରୁ ଅଧ୍ଵ ।

21. ଭାରତରେ ମହିଳା ସାକ୍ଷରତା ହାର ପୁରୁଷମାନଙ୍କ ତୁଳନାରେ ଅଧିକ
Answer:
ଭାରତରେ ପୁରୁଷମାନଙ୍କ ସାକ୍ଷରତା ହାର ମହିଳାମାନଙ୍କ ତୁଳନାରେ ଅଧିକ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

22. ଜନ୍ମହାର ହ୍ରାସ ଓ ମୃତ୍ୟୁହାର ବୃଦ୍ଧିଦ୍ୱାରା ଜନବିସ୍ପୋରଣକୁ ନିୟନ୍ତ୍ରଣ କରାଯିବା ଦରକାର
Answer:
ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସଦ୍ବାରା ଜନବିସ୍ଫୋରଣକୁ ନିୟନ୍ତ୍ରଣ କରାଯିବା ଦରକାର ।

23. ପରିବାର କଲ୍ୟାଣ ଯୋଜନା ଜନ୍ମହାର ହ୍ରାସ ଓ ମୃତ୍ୟୁହାର ବୃଦ୍ଧି ପାଇଁ ଉଦ୍ଦିଷ୍ଟ ।
Answer:
ପରିବାର କଲ୍ୟାଣ ଯୋଜନା ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସପାଇଁ ଉଦ୍ଦିଷ୍ଟ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ତିନୋଟି ବାକ୍ୟ ମଧ୍ଯରେ ଦିଅ ।

1. ଜନବିସ୍ଫୋରଣ କହିଲେ କ’ଣ ବୁଝ ?
Answer:
ଜନସଂଖ୍ୟାର ଦ୍ରୁତଗତିରେ ବୃଦ୍ଧିକୁ ଜନବିସ୍ଫୋରଣ କୁହାଯାଏ । ଭାରତର ଜନସଂଖ୍ୟା କେବଳ ବିଶାଳ ନୁହେଁ, ଯେଉଁ ହାରରେ ଏହାର ବୃଦ୍ଧି ଘଟିଛି ତାହା ଭୟାବହ । ଯେତେବେଳେ ଜନସଂଖ୍ୟାର ବୃଦ୍ଧି ତୀବ୍ରତର ହୋଇଥାଏ, ସେତେବେଳେ ଜନବିସ୍ଫୋରଣ ଘଟିଛି ବୋଲି କୁହାଯାଏ । ଜନବିସ୍ଫୋରଣ ସାଧାରଣତଃ ଉଚ୍ଚ ଜନ୍ମହାର ଓ ମୃତ୍ୟୁହାର ହ୍ରାସ ଘଟୁଥିବା ସମୟରେ ପରଲକ୍ଷିତ ହୁଏ । ତେଣୁ ଦ୍ରୁତ ଜନସଂଖ୍ୟା ବୃଦ୍ଧିହାର ଏବଂ ଜନସଂଖ୍ୟାର ବୃହତ୍ ଆକାରକୁ ଲକ୍ଷ୍ୟକରି, ଭାରତରେ ଜନବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି ।

2. ବୃଦ୍ଧିଜନପିତ ଚାପର କି କି ଲକ୍ଷଣ ଦେଖାଯାଉଛି ?
Answer:
ଜନସଂଖ୍ୟା ବୃଦ୍ଧିଜନିତ ଚାପ ଭାରତର ନିମ୍ନଲିଖ୍ ବିଷୟଗୁଡ଼ିକ ଉପରେ ପ୍ରଭାବିତ ହେଉଅଛି ।

  • ଜନସଂଖ୍ୟା ବୃଦ୍ଧିଦ୍ୱାରା ଦେଶରେ ଦାରିଦ୍ର୍ୟ ବୃଦ୍ଧି ହେବାରେ ଲାଗିଛି ।
  • ଏହାଦ୍ଵାରା ଖାଦ୍ୟଶସ୍ୟର ଅଭାବ ହେତୁ ଆମେ ଏଥପାଇଁ ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ କରିବାକୁ ବଧ ହେଉଛୁ ।
  • ଜନସଂଖ୍ୟା ବୃଦ୍ଧି ଆମ ଦେଶର ମୁଣ୍ଡପିଛା ଆୟ ଓ ମୁଣ୍ଡପିଛା ଭୂମି କମାଇବାରେ ଦାୟୀ ।
  • ଜୀବନଧାରଣର ମାନ ଆମ ଦେଶର ଲୋକମାନଙ୍କ ଅତି ନିମ୍ନସ୍ତରର ହେବାର କାରଣ ପାଇଁ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦାୟୀ ।
  • ବେକାରି ଓ ବେରୋଜଗାରି ବହୁମାତ୍ରାରେ ବଢ଼ିଚାଲିଛି ।
  • ଜନସଂଖ୍ୟା ବୃଦ୍ଧିଯୋଗୁଁ ସର୍ବସାଧାରଣ ସେବା; ଯଥା – ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ପ୍ରଭୃତି ବିପର୍ଯ୍ୟସ୍ତ ହୋଇଛି ।
  • ଦେଶର ମୁଦ୍ରାଷ୍ଟୀତି ମଧ୍ୟ ଏହି ବୃଦ୍ଧିଦ୍ୱାରା ପ୍ରଭାବିତ ହୋଇଛି ।

3. ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ କି କି ସାମାଜିକ ପଦକ୍ଷେପମାନ ନିଆଯିବା ଆବଶ୍ୟକ ଦର୍ଶାଅ ।
Answer:
ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ସାମାଜିକ ପରିବର୍ତ୍ତନ ଆବଶ୍ୟକ । ନିମ୍ନଲିଖ୍ ଉପାୟରେ ସମାଜର ପରିବର୍ତ୍ତନ ଅଣାଯାଇପାରିବ ।

  • ଶିକ୍ଷାର ପ୍ରସାରଦ୍ବାରା ଲୋକମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା
  • ବିଳମ୍ବ ବିବାହକୁ ସାମାଜିକ ସ୍ବୀକୃତି ଦେବା
  • ନାରୀମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା
  • ନାରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ଗୁରୁତ୍ୱ ପ୍ରଦାନ କରିବା ଓ
  • ସମାଜରୁ ଅନ୍ଧବିଶ୍ବାସ ନିରାକରଣ ଇତ୍ୟାଦି ଦ୍ଵାରା ବୃଦ୍ଧି ମଧ୍ୟ ରୋକିହେବ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

4. ଜନସଂଖ୍ୟା ବୃଦ୍ଧିର ପ୍ରତିରୋଧ କରିବା ପାଇଁ କି କି ଅର୍ଥନୈତିକ ପଦକ୍ଷେପର ଗୁରୁତ୍ଵ ରହିଛି ଦର୍ଶାଅ ।
Answer:
ଅର୍ଥନୈତିକ ବିକାଶ ଜନସଂଖ୍ୟା ବୃଦ୍ଧିର ସର୍ବୋତ୍କୃଷ୍ଟ ଗର୍ଭନିରୋଧକ ବୋଲି କୁହାଯାଏ । ଅର୍ଥନୈତିକ ବିକାଶ ହେଲେ ଜନସାଧାରଣ ଛୋଟ ପରିବାର ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ତେଣୁ ଏ ଦିଗରେ ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରିବା ଉଚିତ ।

  • ଶିଳ୍ପର ବହୁଳ ବିକାଶ ଆବଶ୍ୟକ ।
  • ଦେଶର ନୂତନ ସହର ଗଠନ କିମ୍ବା ଉପସ୍ଥିତ ସହରଗୁଡ଼ିକର ବୃଦ୍ଧି ହେଲେ ଛୋଟ ପରିବାର ଗଠନକୁ ଲୋକମାନେ ପସନ୍ତ କରିବେ ।
  • ଅଧ୍ଵସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ।
  • ଦାରିଦ୍ର୍ୟ ଦୂରୀକରଣପାଇଁ ପଦକ୍ଷେପ ନିଆଯିବା ଦରକାର ।
  • ବାଣିଜ୍ୟ ଓ ବ୍ୟବସାୟ ଦିଗରେ ବୃଦ୍ଧି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

5. ଜନସଂଖ୍ୟା ବୃଦ୍ଧିକୁ ପ୍ରତିରୋଧ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପମାନ ଉଲ୍ଲେଖ କର ।
Answer:

  • ଆତ୍ମସଞ୍ଜମ ରକ୍ଷା କରିବା ।
  • ଅଧୂକ ଚିତ୍ତବିନୋଦନ କେନ୍ଦ୍ର ସ୍ଥାପନ କରିବା ।
  • ଜନ୍ମନିୟନ୍ତ୍ରଣ ବିଷୟକୁ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସ୍ଥାନ ଦେବା ।
  • ସାଧାରଣ ଲୋକ ବୁଝିବା ଭଳି ପ୍ରଚାର ମାଧ୍ୟମରେ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ।
  • ଜନ୍ମନିୟନ୍ତ୍ରଣ ଯୋଜନାକୁ ଅଧିକ ବ୍ୟାପକ କରିବା ସହିତ ଏହାକୁ ଲୋକପ୍ରିୟ କରିବା ପାଇଁ ଅଧ‌ିକ ପ୍ରୋତ୍ସାହନର ବ୍ୟବସ୍ଥା ରହିବା ଦରବାର । ଶେଷରେ ସର୍ବସାଧାରଣ ପରିବାର ନିୟନ୍ତ୍ରଣ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ସ୍ୱେଚ୍ଛାକୃତଭାବେ ମନ ବଳାଇବା ଆବଶ୍ୟକ ।

6. ଭାରତ ଏକ ଜନବହୁଳ ଦେଶ– ଏହା କ’ଣ ଯଥାର୍ଥ ?
Answer:
ଯେଉଁ ଦେଶର ଜନସଂଖ୍ୟା ସେ ଦେଶର ଆବଶ୍ୟକ ଜନସଂଖ୍ୟାଠାରୁ ଅଧିକ ସେହି ‘ଦେଶକୁ ଜନବହୁଳ ଦେଶ’ କୁହାଯାଏ । ଏହି ଦୃଷ୍ଟିରୁ ଯଦି ଦେକାଯାଏ, ଭାରତ ଏକ ଜନବହୁଳ ଦେଶ । ପୃଥ‌ିବୀର ଜନସଂଖ୍ୟା ଦୃଷ୍ଟିରୁ ଆମ ଦେଶର ସ୍ଥାନ ଦ୍ବିତୀୟ ଯଦିଓ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଆମଦେଶ ସପ୍ତମ ସ୍ଥାନ ଅଧିକାର କରିଛି । ପୃଥ‌ିବୀର ପ୍ରାୟ 2.4 ଶତାଂଶ ଭୂମି ଭାରତରେ ଥିଲାବେଳେ ଏହାର ଜନସଂଖ୍ୟାର 16 ଶତାଂଶ ଭାରତବାସୀ ।

ଭାରତର ଜନସଂଖ୍ୟା 1996 ମସିହାରେ ୨। କୋଟି ଥିଲା I 2001 ମସିହା ଜନଗଣନା ଅନୁଯାୟୀ ତାହା 102.7 କୋଟି ଏବଂ 2011 ମସିହା ଜନଗଣନା ଅନୁଯାୟୀ ତାହା 121 କୋଟିରେ ପହଞ୍ଚିଛି । ଏହାର ଜନସଂଖ୍ୟା ଆମେରିକା, ରୁଷିଆ ଓ ଜାପାନର ମିଳିତ ଜନସଂଖ୍ୟାଠାରୁ ଅଧୂକ । ପ୍ରତ୍ୟେକ ବର୍ଷ ଭାରତ ଅଷ୍ଟ୍ରେଲିଆର ମୋଟ୍ ଜନସଂଖ୍ୟା ପରିମାଣର ବିଶାଳ ଜନରାଶି ନିଜ ଜନସଂଖ୍ୟାରେ ମିଶାଇ ଚାଲିଛି । ପ୍ରତିବର୍ଷ 1.6 କୋଟି ଲୋକ ବଢୁଛନ୍ତି । ତେଣୁ ଭାରତର ଜନସଂଖ୍ୟା ଏହାର ଆବଶ୍ୟକତାଠାରୁ ଢେର୍ ଅଧିକ । ତେଣୁ ଏହା ଏକ ଜନବହୁଳ ରାଷ୍ଟ୍ର ।

7. ଭାରତର ଶିଶୁ ମୃତ୍ୟୁହାର ।
Answer:
ଶିଶୁ ମୃତ୍ୟୁହାର କହିଲେ ଜନ୍ମ ନେଉଥ‌ିବା ପ୍ରତି ହଜାର ଶିଶୁଙ୍କ ମଧ୍ୟରୁ 0.5 ବୟସ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ବୁଝାଏ । ଏହି ହାର ଭାରତରେ ବହୁତ ଅର୍ଧକ । ଉଚ୍ଚ ଶିଶୁ ମୃତ୍ୟୁହାର ମୁଖ୍ୟତଃ ସୁଷମ ଖାଦ୍ୟର ଅଭାବ, ବାଳିକା ଶିଶୁମାନଙ୍କ ଯତ୍ନର ଅଭାବ, ନିମ୍ନମାନର ପରିମଳ ବ୍ୟବସ୍ଥା । ସ୍ୱାସ୍ଥ୍ୟସେବାର ଅଭାବଜନିତ କାରଣରୁ ହୋଇଥାଏ । ଅବଶ୍ୟ ଭାରତରେ ଶିଶୁ ମୃତ୍ୟୁହାର କମିବାରେ ଲାଗିଛି, ତଥାପି ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଏହା ବହୁତ ଅଧିକ । ଏହା 2000 ମସିହାରେ ହଜାର ପ୍ରତି 68 ଥିଲା କିନ୍ତୁ 2006 ମସିହାବେଳକୁ 57 କୁ ଖସିଆସିଛି ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

8. ପରିବାର ନିୟନ୍ତ୍ରଣ କହିଲେ କ’ଣ ବୁଝ ?
Answer:
ପରିବାର ନିୟନ୍ତ୍ରଣ କହିଲେ ଯୋଜନାବଦ୍ଧ ପରିବାର ଗଠନ କରିବା । ଯୋଜନାବଦ୍ଧ ପରିବାର କହିଲେ, ପରିବାରର ସଭ୍ୟ ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ସୀମିତ ରଖ୍ବା ଓ ଦୁଇଟି ସନ୍ତାନର ଜନ୍ମ ମଧ୍ୟରେ ଅଧିକ ବ୍ୟବଧାନ ରଖ୍ବା । ପରିବାର ନିୟନ୍ତ୍ରଣ ଯୋଜନାର ପ୍ରଧାନ ଆଭିମୁଖ୍ୟ ହେଲା– ଏକ ସଚେତନଶୀଳ ପିତାମାତା ଶ୍ରେଣୀ ଗଠନ, ସନ୍ତାନସନ୍ତତିଙ୍କୁ ସ୍ୱାସ୍ଥ୍ୟବାନ୍ କରିବା ଓ ଜୀବନଧାରଣର ମାନକୁ ଉନ୍ନତ କରିବା । ଭାରତରେ ପରିବାର ନିୟନ୍ତ୍ରଣ ଯୋଜନାକୁ ଜନସଂଖ୍ୟା ପ୍ରତିରୋଧ କରିବା ପାଇଁ ପ୍ରଧାନ ଆୟୁଧରୂପେ ବ୍ୟବହାର କରାଯାଉଛି ।

9. ଭାରତରେ ମୃତ୍ୟୁହାର ହ୍ରାସର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ବିଭିନ୍ନ କାରଣରୁ ଭାରତରେ ମୃତ୍ୟୁହାର ହ୍ରାସ ପାଉଛି । ସେଗୁଡ଼ିକ ହେଲା

  • ଶିଶୁ ମୃତ୍ୟୁହାର ହ୍ରାସ ।
  • ପ୍ରସବକାଳୀନ ମୃତ୍ୟୁହାର ହ୍ରାସ ।
  • ହଇଜା, ବସନ୍ତ, ମ୍ୟାଲେରିଆ, ପ୍ଲେଗ୍ ଭଳି ମହାମାରୀଗୁଡ଼ିକର ନିରାକରଣ ।
  • ପ୍ରାକୃତିକ ବିପର୍ଯ୍ୟୟ ଯଥା ବଢ଼ି, ବନ୍ୟା, ବାତ୍ୟା, ମରୁଡ଼ିର ଉପଯୁକ୍ତ ମୁକାବିଲା କରାଯାଇଥିବା ହେତୁ ।
  • ଜୀବନଧାରଣ ମାନର ଉନ୍ନତି ।
  • ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ।

10. ଭାରତରେ ଉଚ୍ଚ ଜନ୍ମହାରର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ଭାରତରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିର କାରଣ ହେଲା– ଏହାର ଉଚ୍ଚ ଜନ୍ମହାର । ଏହି ଉଚ୍ଚ ଜନ୍ମହାରର କାରଣଗୁଡ଼ିକ ହେଲା–

  • ଶିକ୍ଷାର ଅଭାବ
  • ଦାରିଦ୍ର୍ୟରେ ପୀଡ଼ିତ
  • ବାଲ୍ୟ ବିବାହ
  • ସାର୍ବଜନୀନ ବିବାହ
  • ଖ୍ରୀଷ୍ଟପ୍ରଧାନ ଜଳବାୟୁ
  • ଅନ୍ଧବିଶ୍ଵାସ
  • ଉଚ୍ଚ ଶିଶୁ ମୃତ୍ୟୁହାର
  • ଅଜ୍ଞତା
  • ଚିତ୍ତବିନୋଦନ କେନ୍ଦ୍ରର ଅଭାବ
  • ମନ୍ଥର ଅର୍ଥନୈତିକ ବିକାଶ

11. 1921 ମସିହାକୁ କାହିଁକି ‘ବୃହତ୍ ବିଭାଜନ’ ବର୍ଷ କୁହାଯାଏ ?
Answer:
1981 ମସିହା ଜନଗଣନାଠାରୁ 1911 ମସିହା ଜନଗଣନା ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ବୃଦ୍ଧିହାର କମ୍ ଥିଲା । କିନ୍ତୁ 1911 ରୁ 1921 ଦଶନ୍ଧିରେ ଭାରତର ଜନସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ହ୍ରାସ ପାଇଥିଲା । 1921 ମସିହା ଜନଗଣନାଠାରୁ ଭାରତର ଜନ୍ମସଂଖ୍ୟା ଆଜି ପର୍ଯ୍ୟନ୍ତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଚି । ଯେହେତୁ ଭାରତର ଜନଗଣନା ଇତିହାରସରେ କେବଳ 1921 ଜଗନଗଣନାରେ ଏହାର ଲୋକସଂଖ୍ୟା ହ୍ରାସ ପାଇଥିଲା ଏବଂ ଏହାର ପୂର୍ବ ଓ ପର ଜନଗଣନାଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ପାଇଛି । ତେଣୁ 1921 ମସିହାକୁ ‘ବୃହତ୍ ବିଭାଜନ’ ବର୍ଷ କୁହାଯାଏ ।

12. ଜନସଂଖ୍ୟା ଚଳନତତ୍ତ୍ବ କହିଲେ କ’ଣ ବୁଝ ?
Answer:
ଜନସଂଖ୍ୟା ଚଳନତତ୍ତ୍ବ ଅନୁସାରେ, ଅର୍ଥନୈତିକ ବିକାଶ ସହିତ ଜନ୍ମହାର ଓ ମୃତ୍ୟୁହାରର ସମ୍ବନ୍ଧ ରହିଛି । ଏହି ତତ୍ତ୍ଵ ବିଭିନ୍ନ ଦେଶର ଅର୍ଥନୈତିକ ବିକାଶର ଇତିହାସ ଉପରେ ଆଧାରିତ । ଏହି ତତ୍ତ୍ବ ଅନୁସାରେ, ଅର୍ଥନୈତିକ ବିକାଶଦ୍ଵାରା ଜନ୍ମହାର ଓ ମୃତ୍ୟୁହାର ହ୍ରାସ ହୋଇଥାଏ ଏବଂ ଜନ୍ମହାର ଓ ମୃତ୍ୟୁହାରକୁ ଦେଶର ଅର୍ଥନୈତିକ ବୃଦ୍ଧିକ୍ରମରେ ତିନୋଟି ସୋପାନରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା-

(i) ପ୍ରଥମ ସୋପାନ – ଏହି ସମୟରେ ଉଭୟ ଜନ୍ମହାର ଓ ମୃତ୍ୟୁହାର ଉଚ୍ଚ । ତେଣୁ ଜନସଂଖ୍ୟା ବୃଦ୍ଧିହାର ଓ ମୃତ୍ୟୁହାର ଉଚ୍ଚ । ତେଣୁ ଜନସଂଖ୍ୟା ବୃଦ୍ଧିହାର ନିମ୍ନ ରହିଥାଏ । ଏହି ପ୍ରକାର ଜନବୃଦ୍ଧି ସାଧାରଣତଃ ଅନୁନ୍ନତ ଅର୍ଥନୀତି ତଥା ପାରମ୍ପରିକ ସମାଜରେ ଘଟିଥାଏ ।

(ii) ଦ୍ଵିତୀୟ ସୋପାନ – ଏହି ସୋପାନରେ ଜନ୍ମହାର ଉଚ୍ଚ ରହିଥ‌ିବାବେଳେ ମୃତ୍ୟୁହାର ହ୍ରାସ ଘଟିଥାଏ । ଫଳତଃ, ଜନସଂଖ୍ୟା ବୃଦ୍ଧିହାର ଅଧିକ ରହେ । ଏହି ପ୍ରକାର ପରିସ୍ଥିତି ପ୍ରାୟତଃ ବିକାଶଶୀଳ ଦେଶମାନଙ୍କରେ ଦେଖାଯାଏ ।

(iii) ତୃତୀୟ ସୋପାନ ଏହି ସୋପାନରେ ଉଭୟ ଜନ୍ମହାର ଓ ମୃତ୍ୟୁହାର କମ୍‌ଥାଏ । ଏହାଦ୍ଵାରା ଜନସଂଖ୍ୟା ବୃଦ୍ଧିହାର କମ୍ ରହେ । ଏହିଭଳି ପରିସ୍ଥିତି ଶିଳ୍ପ-ବିକଶିତ ଦେଶଗୁଡ଼ିକରେ ଦେଖାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଜନ୍ମ ନିୟନ୍ତ୍ରଣର ସାମାଜିକ ଓ ଅର୍ଥନୈତିକ ଉପାୟ ।
Answer:
ଉଚ୍ଚ ଜନ୍ମହାରର କାରଣ ସମ୍ପର୍କୀୟ ଆଲୋଚନାରୁ ଜଣାଯାଏ ଯେ ଏହା ସହିତ ବହୁ ସାମାଜିକ ପ୍ରତିବନ୍ଧକ ମଧ୍ୟ ଜଡ଼ିତ । ଏହି ପରିପ୍ରେକ୍ଷୀରେ କେତେକ ସାମାଜିକ ଉପାୟ ଉପରେ ମଧ୍ୟ ଗୁରୁତ୍ବାରୋପ କରିବା ଉଚିତ । ବାଲ୍ୟବିବାହ ଏକ ସାମାଜିକ ବ୍ୟାଧ୍ ।

ଏହାଦ୍ଵାରା ଉଭୟ ପୁରୁଷ ସ୍ତ୍ରୀମାନଙ୍କର ଗର୍ଭାଧାନ ସମୟ ଅଧ‌ିକ ହୁଏ । ଆଇନ ତଥା ଜନସଚେତନତା ଦ୍ଵାରା ବିବାହର ବୟସ ସୀମା ବୃଦ୍ଧି କରାଗଲେ ଜନ୍ମହାର ହ୍ରାସ ପାଇବ । ତେଣୁ ବିବାହର ସର୍ବନିମ୍ନ ହ୍ରାସପାଏ । ତେଣୁ ଶିକ୍ଷା, ବିଶେଷତଃ ନାରୀଶିକ୍ଷାର ବ୍ୟାପକ ପ୍ରସାର ସର୍ବାଦୌ ଆବଶ୍ୟକ ଏବଂ ବାର୍ଦ୍ଧକ୍ୟକାଳୀନ ସୁରକ୍ଷା ପ୍ରଦାନ କରାଗଲେ, ପୁତ୍ର ସନ୍ତାନ ପାଇବାର ଇଚ୍ଛା ସହିତ ଜନ୍ମହାର ମଧ୍ୟ ହ୍ରାସ ପାଇବ ।

ଦାରିଦ୍ର୍ୟ ଉଚ୍ଚ ଜନ୍ମହାରର ଅନ୍ୟତମ କାରଣ । ତେଣୁ ପରିବାରକୁ ଅର୍ଥନୈତିକ ଦୃଷ୍ଟି କୋଣରୁ ସାହାଯ୍ୟ କରିବା ନିମନ୍ତେ ଅଧିକ ସନ୍ତାନ ଆବଶ୍ୟକ ହୋଇଥାଏ । ତେଣୁ ଦାରିଦ୍ର୍ୟତାର ଦୂରୀକରଣ ମାଧ୍ୟମରେ ଜନ୍ମହାର ହ୍ରାସ ନିମନ୍ତେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ । ଏହା ସହିତ କୃଷି, ଗ୍ରାମୀଣ କ୍ଷୁଦ୍ରଶିଳ୍ପ ତଥା ରାସ୍ତାଘାଟର ଉନ୍ନତି ଦ୍ୱାରା ଜନ୍ମହାରକୁ ନିମ୍ନଗାମୀ କରାଯାଇପାରିବ ଏବଂ ସମାଜ ଯେତେ ଶିଳ୍ପଭିଭିକ ଓ ସହରାଭିମୁଖୀ ହେବ ଜନ୍ମହାର ସେତେ ଅଧିକ ହ୍ରାସ ପାଇବ ।

2. ପରିବାର ନିୟନ୍ତ୍ରଣ ଉପାୟ ଓ ପ୍ରଶାସନିକ ଉପାୟ ।
Answer:
ପରିବାର ନିୟନ୍ତ୍ରଣ ଉପାୟ ଅବଲମ୍ବନ କରି ପ୍ରବଳ ବେଗରେ ବୃଦ୍ଧି ପାଉଥ‌ିବା ଜନ୍ମହାରକୁ ହ୍ରାସ କରାଯାଇପାରେ । ପରିବାର ନିୟନ୍ତ୍ରଣ ହେଉଛି ଏକ ପଦ୍ଧତି ଯେଉଁଥ‌ିରେ କି ପ୍ରତ୍ୟେକ ପରିବାରର ଆକାର ନିର୍ଦ୍ଧାରିତ ହୋଇଥାଏ । ଜନ୍ମ ନିରୋଧ ଉପକରଣଗୁଡ଼ିକର ବହୁଳ ପ୍ରସାର ଓ ବ୍ୟାପକ ବ୍ୟବହାର ଏହା ସମ୍ଭବ ହୋଇପାରିବ ।

ପରିବାର ନିୟନ୍ତ୍ରଣ ନିମନ୍ତେ ବ୍ୟବହାର କରାଯାଉଥିବା ଉପକରଣଗୁଡ଼ିକର ବ୍ୟାପକ ବ୍ୟବହାର ନିମନ୍ତେ ଲୋକମାନଙ୍କୁ ପ୍ରେରଣା ଦେବା ଉପରେ ପରିବାର ନିୟନ୍ତ୍ରଣର ସଫଳତା ନିର୍ଭର କରେ । ପରିବାର ନିୟନ୍ତ୍ରଣର ସଫଳତା ନିର୍ଭର କରେ । ପରିବାର ନିୟନ୍ତ୍ରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ନିମନ୍ତେ ଗଣମାଧ୍ୟମ ଯଥା ଖବରକାଗଜ, ରେଡ଼ିଓ, ଟେଲିଭିଜନ ଓ ପତ୍ରପତ୍ରିକା, ପଥପ୍ରାନ୍ତ ସଭା ଇତ୍ୟାଦିର ସହାୟତା ନେବା ନିତାନ୍ତ ଆବଶ୍ୟକ । ଜନ୍ମ ନିୟନ୍ତ୍ରଣ ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରମାନ ସ୍ଥାପନ କରିବା ଉଚିତ ।

ଉପନ୍ଯୁକ୍ତ ପରିବାର ନିୟନ୍ତ୍ରଣ ଉପାୟ ସହ, କେତେକ ଶାସନଗତ ପଦକ୍ଷେପମାନ ଗ୍ରହଣ କଲେ, ଜନ୍ମହାର ହ୍ରାସ ପାଇପାରେ । ଗୋଟିଏ ବା ଦୁଇଟି ସନ୍ତାନ ନିୟମ ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀମାନଙ୍କର ଲକ୍ଷ୍ୟ ହେବା ଉଚିତ । ଏ ଦିଗରେ ସରକାର ନିୟମ ପ୍ରଣୟନ କରି ପରିବାରର ଜନସଂଖ୍ୟାକୁ ସୀମାବଦ୍ଧ କରିପାରିଲେ ଜନ୍ମହାର ହ୍ରାସ ପାଇପାରିବ ଏବଂ ଛୋଟ ପରିବାର ଗଠନ ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ପ୍ରୋତ୍ସାହନ ଉଦ୍ଦୀପକ ଯୋଜନାମାନ କାର୍ଯ୍ୟକାରୀ ହେବା ଉଚିତ ।

3. ବହୁ ବିବାହ ପ୍ରଥା ଓ ବିଧବା ବିବାହ ।
Answer:
ଭାରତରେ କେତେକ ଅସ୍ଵାସୀ ଏକରୁ ଅନେକ ସ୍ତ୍ରୀମାନଙ୍କୁ ବିବାହ କରିବା ଦେଖାଯାଏ । ଏହାକୁ ବହୁ ବିବାହ ପ୍ରଥା କୁହାଯାଏ । କେତେକ ଧନୀ ଶ୍ରେଣୀର ଲୋକ ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ନିମନ୍ତେ ଅଧ‌ିକ ସଂଖ୍ୟକ ସ୍ତ୍ରୀମାନଙ୍କୁ ବିବାହ କରିବା ପସନ୍ଦ କରନ୍ତି । କେହି କେହି ବେଶୀ ସଂଖ୍ୟକ ସନ୍ତାନ ପ୍ରଶବ କରିବା ନିମନ୍ତେ ମନ ଦେଇଥା’ନ୍ତି । ପୁଅଟିଏ ପାଇବା ଆଶାରେ କେତେକ ବ୍ୟକ୍ତି ମଧ୍ୟ ଏକରୁ ଅନେକ ସ୍ତ୍ରୀମାନଙ୍କୁ ବିବାହ କରିବାର ଉଦାହରଣ ସମାଜରେ ଦେଖାଦେଇଥାଏ । ଏଣୁ ଏହି ବହୁ ବିବାହ ପ୍ରଥାଦ୍ଵାରା ଦେଶର ଉଚ୍ଚ ଜନ୍ମହାର ମଧ୍ୟ ଦେଖାଦିଏ ।

ପୂର୍ବେ ହିନ୍ଦୁ ସମାଜରେ ବିଧବା ବିବାହ ପ୍ରଥା ଲୋପ କରାଯାଉଥିଲା । ମାତ୍ର କାଳକ୍ରମେ ସାମାଜିକ ପରିବର୍ତ୍ତନ, ଶିକ୍ଷାର ପ୍ରସାର ତଥା ପାଶ୍ଚାତ୍ୟ ଦେଶର ଚଳଣିକୁ ଅନୁସରଣ କରି, କେତେକ ବିଧବା ମହିଳା ବିବାହ ନିମନ୍ତେ ଆଗେଇ ଆସୁଥୁବା ଦେଖାଯାଏ । ତେବେ ଏହା ଏକ ସମାଜ ସଂସ୍କାରର ନମୁନା ହେଲେ ମଧ୍ୟ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହା ଏକ ସହଯୋଗୀ କାରଣ ବୋଲି ଧରାଯିବ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

4. ଜନ୍ମହାର ଓ ମୃତ୍ୟୁହାର
Answer:
ପ୍ରତ୍ୟେକ 1000 ଜନସଂଖ୍ୟାରେ ପ୍ରତ୍ୟେକ ବର୍ଷ ଜନ୍ମ ନେଉଥ‌ିବା ଶିଶୁମାନଙ୍କ ସଂଖାକୁ ଗଣତି କରି ବାର୍ଷିକ ଜନ୍ମହାର ଠିକ୍ କରାଯାଇଥାଏ । ସେହିପରି, ପ୍ରତ୍ୟେକ 1000 ଲୋକ ସଂଖ୍ୟାରେ ପ୍ରତ୍ୟେକ ବର୍ଷ ମୃତ୍ୟୁ ଜନସଂଖ୍ୟାକୁ ନେଇ ବାର୍ଷିକ ମୃତ୍ୟୁହାର ନିର୍ଦ୍ଧାରଣ କରାଯାଏ । ଜନ୍ମହାର ଜନସଂଖ୍ୟା ବୃଦ୍ଧିରେ ସହାୟକ ହେବାବେଳେ ମୃତ୍ୟୁହାର ଜନସଂଖ୍ୟା ବୃଦ୍ଧିକୁ ପ୍ରତିରୋଧ କରେ ।

ଜନ୍ମହାର ବୃଦ୍ଧି ଯେତିକି ବିପଦପୂର୍ଣ୍ଣ, ମୃତ୍ୟୁହାର ବୃଦ୍ଧି ସେତିକି ଅହିତକର । ତେଣୁ ପ୍ରତ୍ୟେକ ଦେଶ ଉଭୟର ହ୍ରାସ ଘଟାଇବା ଲକ୍ଷ୍ୟ ରଖନ୍ତି । ମାତ୍ର, ମୃତ୍ୟୁହାର ହ୍ରାସ ଘଟାଇବା ଯେତିକି ସହଜ, ଜନ୍ମହାର ହ୍ରାସ ଘଟାଇବା ସେତେ ସହଜ ନୁହେଁ । ମୃତ୍ୟୁହାର ଆର୍ଥିକ ପ୍ରଗତି ସହ ପ୍ରତ୍ୟକ୍ଷ ସମ୍ପର୍କିତ ବେଳେ ଜନ୍ମହାର ଅନ୍ୟାନ୍ୟ ଯଥା— ସାମାଜିକ, ଧାର୍ମିକ ଉପାଦାନ ଆଦି ଉପରେ ନିର୍ଭରଶୀଳ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଭାରତୀୟ ଅର୍ଥବ୍ୟବସ୍ଥାର ଜନସାଂଖ୍ୟକ ବୈଶିଷ୍ଟ୍ୟ ଆଲୋଚନା କର
Answer:
ସାଂଖ୍ୟକ ତତ୍ୱ ସମ୍ପର୍କରେ ଜନସଂଖ୍ୟାର ଆକାର ଓ ଅଭିବୃଦ୍ଧି ହାର କେବଳ ମାତ୍ର ଏକ ସୁ ଳ ଧାରଣା ଦେଇପାରେ, କିନ୍ତୁ ପ୍ରତ୍ୟେକ ଦେଶ ଜନସଂଖ୍ୟାର ଗତି, ଆକୃତି ଓ ପ୍ରକୃତିରେ କେତେକ ବିଶେଷ ଲକ୍ଷଣ ପରିଦ୍ର ଷ୍ଟହୁଏ, ଯାହାର ବିଶ୍ଳେଷଣ ଅର୍ଥନୈତିକ ବିକାଶକୁ ଜନସଂଖ୍ୟା କିଭଳି ପ୍ରଭାବିତ କରୁଛି, ତାହା ଜାଣିବା ସହଜ ହୁଏ ।

ଅର୍ଥାତ୍ ବର୍ଷିତ ଜନସଂଖ୍ୟାର ମାନ ନିଦ୍ଧାରଣ କରିଥାଏ । ଯେ କୌଣସି ଦେଶର ଜନସଂଖ୍ୟାର ବୈଶିଷ୍ଟ୍ୟ ଆଲୋଚନା କଲାବେଳେ ଆମକୁ ଜନସଂଖ୍ୟାର ଉଭୟ ପରିମାଣାତ୍ମକ (Quantitative) ଏବଂ ଗୁଣାତ୍ମକ (Qulitative) ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ, ନିମ୍ନରେ ଭାରତୀୟ ଜନସଂଖ୍ୟା ଦୃଶ୍ୟପଟର କେତେଗୁଡ଼ିଏ ମୁଖ୍ୟ ବୈଶିଷ୍ଟ୍ୟ ଆଲୋଚନା କରାଯାଇଛି ।

(i) ଜନସଂଖ୍ୟାର ବିରାଟ ଆକାର ଓ ଦୃତ ଅଭିବୃଦ୍ଧି (Large Size and Fast Growth of Population) : ଭାରତୀୟ ଜନସଂଖ୍ୟାର ବିଶାଳତା ଏବଂ ଦୃତ ଅଭିବୃଦ୍ଧି ହେଉଛି ଅର୍ଥବ୍ୟବସ୍ଥାର ଏକ ପ୍ରଧାନ ବୈଶିଷ୍ଟ୍ୟ,2011 ମସିହାରେ ଜନଗଣନାନୁସାରେ ଭାରତର ଜନସଂଖ୍ୟା 121.02 କୋଟି ଯାହା 1921 ଜନସଂଖ୍ୟାର ପ୍ରାୟ ଚାରି ଗୁଣରୁ ଅଧ୍ଵ ।

ପ୍ରତ୍ୟେକ ବର୍ଷ ପ୍ରାୟତଃ 2 କୋଟି ଲୋକ ଅର୍ଥାତ ବାର୍ଷିକ 1.60% ବୃଦ୍ଧି ପାଉଛି, ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହ ସମାନ, ସମଗ୍ର ଭୂଭାଗର 2.4 ପ୍ରତିଶତ ଭାରତରେ ଥିବା ବେଳେ ମୋଟ୍ ପୃଥ‌ିବୀ ଜନସଂଖ୍ୟାର 17.5% ଭାରତରେ ବାସ କରନ୍ତି । ବିଶ୍ଵ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ଵିତୀୟ ଜନବହୁଳ ରାଷ୍ଟ୍ର । ଅତଏବ ଉପରୋକ୍ତ ବୈଶିଷ୍ଟ୍ୟ ରାଷ୍ଟ୍ର ଅର୍ଥନୀତିଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

(ii) ଜନସଂଖ୍ୟା ଚଳନତତ୍ବର ଦ୍ବିତୀୟ ସ୍ତର (Second Stage of Demographic Transition) : ବର୍ତ୍ତମାନଭାରତ ଚଳନତତ୍ଵର ଦ୍ଵିତୀୟ ସ୍ତରରେ ଗତିକରୁଛି । ଏହି ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧି ଦ୍ବାରା ଲୋକମାନଙ୍କର ଜୀବନ ଧାରଣର ମାନ ଓ ବାସ୍ତବ ଆୟରେ ଉନ୍ନତି ପରିଲିକ୍ଷିତ ହୋଇଥାଏ, ଯଦ୍ଵାରା ମୃତ୍ୟୁହାର, ହ୍ରାସ ପାଏ ଏବଂ ଜନ୍ମହାର ପ୍ରାୟତଃ ହ୍ରାସ ପାଏ ନହିଁ ।

ଏହାଫଳରେ ଜନସଂଖ୍ୟରେ ଦୃତ ବୃଦ୍ଧିପାଏ, ପ୍ରାୟ p ରୁ m ପ୍ରତିଶତ ବୃଦ୍ଧିପାଏ ଯାହାକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ, 2010 ରେ ଜନ୍ମହାର ଓ ମୃତ୍ୟୁହାର ଯଥାକ୍ରମେ 22.1 ଓ 7.2 କୁ ହ୍ରାସ ପାଇଛି, ଅର୍ଥାତ୍‌ଉଚ୍ଚ ଜନ୍ମ ହାର ଏବଂ ହ୍ରାସମାନ ମୃତ୍ୟୁହାର ଯୋଗୁଁ ଭାରତର ଜନସଂଖ୍ୟାର ଦୃତ ଅଭିବୃଦ୍ଧି ଘଟୁଛି ।

(iii) ଜନସଂଖ୍ୟା ଘନତାରେ ଅଭିବୃଦ୍ଧି (Rising Density of Population) – ସାଧାରଣତଃ ଏକ ବର୍ଗ କିଲୋମିଟର ଭୂଭାଗରେ ବାସ କରୁଥିବା ହାରାହାରୀ ଜନସଂଖ୍ୟାକୁ ବୁଝାଏ, ଦେଶର ମଣିଷ–ଭୂମି ଅନୁପାତଦ୍ୱାରା ଜନସଂଖ୍ୟାର ଘନତା ହିସାବ କରାଯାଏ । ଭାରତରେ ଜନସଂଖ୍ୟାର ଘନତ୍ଵ 1901 ମସିହାରେ ମାତ୍ର 77 ଥ‌ିବା ବେଳେ 2011 ଜନଗଣନାନୁସାରେ ତାହା 382 ରେ ପହଞ୍ଚିଲା, କିନ୍ତୁ ଜନସଂଖ୍ୟାର ଘନତା ଓ ଅର୍ଥନୈତିକ ବିକାଶ ସ୍ତର ମଧ୍ଯରେ କୌଣସି ପ୍ରତ୍ୟକ୍ଷ ବିବାଦ ମୁକ୍ତ ସମ୍ପର୍କ ସ୍ଥାପନ କରିବା ସମ୍ଭବ ନୁହେଁ । ଯାହାର ବିରୋଧାଭାଷ ଜାପାନ ଓ ଆଫଗାନିସ୍ଥାନ ଦେଶ କ୍ଷେତ୍ରରେ ଦେଖିବାକୁ ମିଳେ, ତେବେ ବର୍ତ୍ତମାନ ପୃଥ‌ିବୀରେଏକ ଜନବହୁଳ ରାଷ୍ଟ୍ର ।

(iv) ଗ୍ରାମାଞ୍ଚଳ ଜନସଂଖ୍ୟାର ପ୍ରାଧାନ୍ୟ : (Predominance of Agriculture) କୁହାଯାଏ ‘‘ ଭାରତ ଗାଁରେ ରହୋ’’ ଅର୍ଥାତ୍ ଗ୍ରାମାଞ୍ଚଳ ଜନସଂଖ୍ୟାର ପ୍ରାଧାନ୍ୟ ଭାରତୀୟ ଜନସଂଖ୍ୟାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ସ୍ଵାଧୀନତା ପରେ ଶିଳ୍ପାୟନ ଓ ସହରୀକରଣ ପରେ ସହରାଞ୍ଚଳରେ ଜନସଂଖ୍ୟା ଓ ଅନୁପାତ ବଢୁଛି ସତ ତଥାପି ଭାରତ ଏକ ଗ୍ରାମ ପ୍ରଧାନ ଦେଶ ହୋଇ ରହିଛି ।

1951 ମସିହାରେ ଗ୍ରାମାଞ୍ଚଳରେ 82.7% ବାସକରୁଥିବାବେଳେ ସହରାଞ୍ଚଳରେ 17.3% ଥିଲା । 2011 ରେ ଗ୍ରାମାଞ୍ଚଳରେ ବାସକରୁଥି ଅନୁପାତ 68.84 % କୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳ ଜନସଂଖା 31.16% କୁ ବୃଦ୍ଧି ପାଇଛି । ଏବେବି ଭାରତରେ ଗ୍ରାମାଞ୍ଚଳ ଲୋକ ସଂଖ୍ୟାର ପ୍ରାଧାନ୍ୟ ରହିଛି। ତେଣୁ ଆମ ଦେଶକୁ ଗ୍ରାମୀଣ ଭାରତ (rural India) ବୋଲି କୁହାଯାଏ ।

(v) ନାରୀ ପ୍ରତିକୁଳ ଲିଙ୍ଗାନୁପାତ (Sex Ratio Unfavourable to women)
ପରୁଷ ଓ ମହିଳାଙ୍କ ସଂଖ୍ୟା ତୁଳନା କଲେ ପୁରୁଷଙ୍କ ଅନୁପାତ ଅଧିକ ଦେଖାଯାଏ । ଏହାକୁ ସମାଜ ବିଜ୍ଞାନୀ ନାରୀ ପ୍ରତି ସମାଜର ଅବହେଳା ପ୍ରତିଫଳନ ବୋଲି ଦର୍ଶାଉଛନ୍ତି । 1901 ମସିହାରେ ଜନଗଣନା ଅନୁସାରେ ପ୍ରତି ଏକ ହଜାର ପରୁଷରେ 972 ନାରୀ ଥିବାବେଳେ 2011 ମସହା ଜନଗଣନା ଅନୁସାରେ ପ୍ରତି ହଜାର ପୁରୁଷଙ୍କ ଅନୁପାତରେ 940 ଜଣ ମହିଳା ଅଛନ୍ତି ।

ମହିଳାମାନଙ୍କ ଅପେକ୍ଷାକୃତ କମ ଅନୁପାତ ଏକ ଉଦ୍‌ବେଗର କାରଣ ହୋଇଛି । ଉନ୍ନତ ଦେଶମାଙ୍କରେ ଏହି ନାରୀ ପୁରୁଷ ଅନୁପାତ ମହିଳାଙ୍କ ସପକ୍ଷରେ ଯାଉଥିବାବେଳେ, ଭାରତରେ କେବଳ କେରଳରେ (1084) ଏହା ଦେଖାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(vi) ଜନସଂଖ୍ୟାର ନିମ୍ନଗୁଣାତ୍ମକ ମାନ (Low quality of population) – ଜନସଂଖ୍ୟାର ଗୁଣାତ୍ମକମାନ କହିଲେ ଦେଶରେ ସାକ୍ଷରତା ହାର ଲୋକମାନେ ହାସଲ କରିଥିବା ପ୍ରାବିଧ‌ି ତାଲିମ୍ ସ୍ତର ଓ ଲୋକମାନଙ୍କର ହାରାହାରି ଆୟୁ ପ୍ରତ୍ୟାଶାକୁ ବୁଝାଏ । ଏହି ମାନଦଣ୍ଡ ଭାରତୀୟ ଜନସଂଖ୍ୟା କ୍ଷେତ୍ରରେ ପ୍ରୟୋଗ କଲେ ଆମ ଜନସଂଖ୍ୟାର ନିମ୍ନ ଗୁଣାତ୍ମକମାନର ସୂଚନା ମିଳିଥାଏ । 2001 ମସିହାରେ ଭାରତରେ ସାକ୍ଷରତାର ହାର 65.38 ଶତାଂଶ ଥିଲା ।

2011 ମସିହାରେ ଏହା ବୃଦ୍ଧିପାଇ 74% ରେ ପହଞ୍ଚିଛି । ତନିମଧ୍ୟରୁ ପରୁଷ ସାକ୍ଷରତା ହାର 82.46 % ଥିଲାବେଳେ ମହିଳା ସାକ୍ଷରତା ହାର 65.46% ଅଛି । ଉନ୍ନତ ରାଷ୍ଟ୍ରମାନଙ୍କରେ ଶତପ୍ରତିଶତ ସାକ୍ଷରତାହାର ଥିବାବେଳେ ଭାରତରେ ଯଥେଷ୍ଟ କମ୍ । ବର୍ତ୍ତମାନ ଆମ ଦେଶରେ ସର୍ବାଧ‌ିକ ସାକ୍ଷରତା ହାର କେରଳରେ (93.91%) ଏବଂ ସର୍ବନିମ୍ନ ବିହାର (63.82%) । ହାରାହାରି ଆୟୁ ପ୍ରତ୍ୟାଶା – ଜନସଂଖ୍ୟାର ଗୁଣାତ୍ମକ ମାନ ନିର୍ଦ୍ଧାରଣ ର ଏକ ପ୍ରମୁଖ ମାନଦଣ୍ଡ, 1951 ମସିହାରେ ଭାରତରେ ହାରାହାରୀ ଆୟୁ ପ୍ରତ୍ୟାଶା 33 ବର୍ଷ ଥିଲାବେଳେ 2001 ମସିହାରେ 63.9 ବର୍ଷରେ ପହଞ୍ଚିଛି ।

ଶିଶୁ ମୃତ୍ୟୁହାର ଓ ମୃତ୍ୟୁହାରର ହ୍ରାସମାନ ଗତି ଯୋଗୁଁ ଆୟୁର ପ୍ରତ୍ୟାଶା ବୃଦ୍ଧି ପାଇଛି । ଉନ୍ନତ ଦେଶ ଯଥା ନରୱେ, ଅଷ୍ଟ୍ରେଲିଆରେ ଆୟୁ ପ୍ରତ୍ୟଶା ହାର 80.5 ବର୍ଷ, 81.4 ବର୍ଷ ଥିଲା । ତେଣୁ ଆମେ ନିମ୍ନରେ ଅଛୁ । ପ୍ରାବିଧ୍ଵ ତାଲିମ ସ୍ତର – ଦୃଷ୍ଟିକୋଣରୁ ବିଚାର କଲେ ଆମ ଦେଶରେ ଏକ ନିୟୁତ ଜନସଂଖ୍ୟାରେ ଡାକ୍ତର ସଂଖ୍ୟା 13 ଓ ଇଂଜିନିୟରଙ୍କ ସଂଖ୍ୟା 16 ରେ ଥିଲାବେଳେ ଉନ୍ନତ ଦେଶମାନଙ୍କ ତୁଳନାରେ ଏହା ନିମ୍ନ ଅଟେ ।

(vii) ନିମ୍ନଭାରି ବୟସ ସରଂଚନା (Bottom – heavy age structure) – ଭାରତୀୟ ଜନସଂଖ୍ୟାର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା ବୟସ ସିରଞ୍ଚନାରେ ଉତ୍ପାଦନ ଅକ୍ଷମ ଶିଶୁଙ୍କ ଅନୁପାତ ଉନ୍ନତ ଦେଶ ତୁଳନାରେ ଯଥେଷ୍ଟ ଅଧିକ । 1951 ମସିହାରେ ଶିଶୁଙ୍କ ଅନୁପାତ 37.4 ପ୍ରତିଶତ ଥିବା ବେଳେ 2011 ମସିହା ରେ ଏହା 34.33 ଶତାଂଶରେ ସୀମିତ ଅଛି । ଯାହା ଜନସଂଖ୍ୟାର 40.63 ଶତାଂଶ ଲୋକ ଅଣ ଉତ୍ପାଦୀ ଉପୋଭକ୍ତା
ଉପରୋକ୍ତ ଆଲୋଚନାରୁ ଏହା ସୁଷ୍ପଷ୍ଟ ଯେ, ଭାରତରେ ଜନସଂଖ୍ୟା ଗୁଣାତ୍ମକ ମାନ ଅତି ନିମ୍ନ ସ୍ତରର । ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରସ୍ତୁତ ମାନବୀୟ ବିକାଶ ସୂଚକ (HDI) 2011 ଅନୁଯାଇ ଭାରରର ସ୍ଥାନ 134 ତମ ଥିବା ପ୍ରକାଶ । ଏହା ଏକ ଅନୁନ୍ନତ ଅର୍ଥବ୍ୟବସ୍ଥାର ଚରିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ ।

2. ଭାରତୀୟ ଜନସଂଖ୍ୟାର ନୀତି ବର୍ଣ୍ଣନା କର ।
Answer:
ଭାରତ ତା’ର ଜନସଂଖ୍ୟାର ଅହେତୁକ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ପୃଥିବୀର ପ୍ରଥମ ଦେଶ ଭାବେ 1952 ମସିହାରେ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ କଲା । ପ୍ରଥମେ ଏହି ନୀତି ମାଧ୍ୟମରେ ପରିବାରର ଆକାରକୁ ସୀମିତ ରଖ୍ ଓ ଜନ୍ମର ବ୍ୟବଧାନକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ପରବର୍ତ୍ତୀ କାଳରେ ପରିବାର ନିୟନ୍ତ୍ରଣ ବଦଳରେ ପରିବାର କଲ୍ୟାଣ ନାମରେ କାର୍ଯ୍ୟକ୍ରମ ଜାରି ରହିଲା; କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଜନସଂଖ୍ୟା ନୀତିରେ ଜନସଂଖ୍ୟାର ଆକାର, ଅଭିବୃଦ୍ଧି, ସଂରଞ୍ଚନା, ଶିକ୍ଷା ଓ ମାତୃମଙ୍ଗଳ ଆଦିକୁ ସଂଶ୍ଳିଷ୍ଟ କରାଯାଇ ପରିବର୍ତ୍ତନ ସହିତ ଲକ୍ଷ୍ୟସାଧନରେ ପହଞ୍ଚିବା ପାଇଁ ଏକ ବାଧ୍ୟତାମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି ।

ଜନସଂଖ୍ୟାର ନିୟନ୍ତ୍ରଣର ଉପାୟ– ଜନ୍ମହାର ହ୍ରାସ ନିମନ୍ତେ କେତେକ ଉପାୟମାନ ଅବଲମ୍ବନ କରାଯାଇପାରେ । ସେଗୁଡ଼ିକ ହେଲା –

(କ) ପରିବାର ନିୟନ୍ତ୍ରଣ ଉପାୟ –
(i) ଉପଯୁକ୍ତ ପ୍ରେରଣା,
(ii) ଜନ୍ମନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,
(iii) ଗବେଷଣା,
(iv) ଲୋକପ୍ରିୟ ଆନ୍ଦୋଳନ ।

(ଖ) ସାମାଜିକ ଉପାୟ –
(i) ବିବାହ ବୟସ ବୃଦ୍ଧି,
(ii) ଶିକ୍ଷାର ପ୍ରସାର,
(iii) ମହିଳାମାନଙ୍କର ମର୍ଯ୍ୟାଦା ବୃଦ୍ଧି,
(iv) ବାର୍ଦ୍ଧକ୍ୟକାଳୀନ ସୁରକ୍ଷା ପ୍ରଦାନ ।

(ଗ) ଅର୍ଥନୈତିକ ଉପାୟ –
(i) ଦାରିଦ୍ର୍ୟ ଦୂରୀକରଣ,
(ii) ଗ୍ରାମ୍ୟକ୍ଷେତ୍ରରେ ବିକାଶ,
(iii) ଶିଳ୍ପବିକାଶ,
(iv) ଶିକ୍ଷାରେ ଅଧ୍ୟ ବିନିଯୋଗ,
(v) ଜନ୍ମନିରୋଧକ ଔଷଧର ପର୍ଯ୍ୟାପ୍ତ ଯୋଗାଣ ଓ ବନ୍ଧ୍ୟାକରଣ ନିମନ୍ତେ ପ୍ରୋତ୍ସାହନ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(ଘ) ପ୍ରଶାସିନିକ ଉପାୟ –
(i) ଏକ ବା ଦୁଇ ସନ୍ତାନର ନିୟମ,
(ii) ପ୍ରୋତ୍ସାହନ ଓ ନିରୁତ୍ସାହ ।

ଭାରତ ପୃଥ‌ିବୀରେ ପ୍ରଥମ ଦେଶ ଯେ କି ପରିବାର ନିୟନ୍ତ୍ରଣକୁ ଏକ ସରକାରୀ କାର୍ଯ୍ୟକ୍ରମ ରୂପରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭରୁ କାର୍ଯ୍ୟକାରୀ କରିଆସୁଛି । 1951 ଠାରୁ 1961 ମସିହା ସମୟକୁ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରୀକ୍ଷାମୂଳକ ସମୟ ବୋଲି ଧରାଯାଏ । ଏହି କାର୍ଯ୍ୟକ୍ରମକୁ ଲୋକମାନେ ସ୍ଵଇଚ୍ଛାରେ ଗ୍ରହଣ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ତୃତୀୟ ଯୋଜନାରେ ଦେଶରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧିହାରକୁ ପ୍ରତିରୋଧ କରିବାର ଲକ୍ଷ୍ୟ ରଖାଗଲା । 1966 ମସିହାରେ ଏକ ସ୍ବତନ୍ତ୍ର ଜନ୍ମନିୟନ୍ତ୍ରଣ ବିଭାଗ ଓ କେନ୍ଦ୍ରରେ ଜନ୍ମନିୟନ୍ତ୍ରଣ କମିଶନର ପଦବୀ ସୃଷ୍ଟି କରାଗଲା ।

1977 ମସିହା ଜୁନ୍ ମାସରେ କେନ୍ଦ୍ରରେ ପ୍ରତିଷ୍ଠିତ ଜନତା ସରକାର ଜନସଂଖ୍ୟା ନୀତି ଘୋଷଣ କଲେ । ଏହି ନୂତନ ନୀତିରେ ପ୍ରଧାନତଃ ଦୁଇଟି ନୂତନ ଆଭିମୁଖ୍ୟ ଲକ୍ଷ୍ୟ କରାଯାଏ । ପ୍ରଥମତଃ, ଏହା ସ୍ଵେଚ୍ଛାକୃତ ପରିବାର ନିୟନ୍ତ୍ରଣ ସହିତ ପରିବାରର ସ୍ଵାସ୍ଥ୍ୟସେବା ଉପରେ ଏହି ନୀତି ପ୍ରାଧାନ୍ୟ ଦେଲା । ଅର୍ଥାତ୍ ଜନ୍ମନିୟନ୍ତ୍ରଣ ସହ, ସ୍ବାସ୍ଥ୍ୟସେବା, ମାତୃମଙ୍ଗଳ, ଶିଶୁପାଳନ ଓ ପୁଷ୍ଟିସାର ଖାଦ୍ୟ ଯୋଗାଣ ଆଦିକୁ ସଂଶ୍ଳିଷ୍ଟ କରିବା ନୂତନ ନୀତିର ଉଦ୍ଦେଶ୍ୟ ହେଲା । ତେଣୁ ଏହା ନୂତନ ନୀତି ଅନୁସାରେ ‘ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ’ ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଗଲା ।

ଷଷ୍ଠ ପଞ୍ଚବାର୍ଷିକ ଯୋଜନା ଦେଶର ଜନସଂଖ୍ୟାକୁ ସୀମିତ ରଖୁବାର ଦୀର୍ଘକାଳୀନ ଲକ୍ଷ୍ୟ ସ୍ଥିରକରି, ଏହାର ହାସଲ ନିମନ୍ତେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କଲା । ସପ୍ତମ ଯୋଜନା ସମୟ ମଧ୍ୟରେ ସମସ୍ତଙ୍କ ପାଇଁ ସ୍ଵାସ୍ଥ୍ୟସେବା ଯୋଗାଇବା ଏବଂ 2000 ମସିହାରୁ ନିଟ୍ ପ୍ରଜନନ ହାର 1 କୁ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଥିଲା । ଏହି ଯୋଜନାରେ ମଧ୍ୟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ଅଗ୍ରାଧ୍ୟାକାର ଦିଆଯାଇଥିଲା । ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ଉଭୟ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ସପ୍ତମ ଯୋଜନାର ମୂଳ ଲକ୍ଷ୍ୟଥିଲା ।

1992 ମସିହା ଅପ୍ରେଲ ପହିଲା ତାରିଖରେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା । 1991 ମସିହା ଡିସେମ୍ବର ମାସରେ ଯୋଜନା କମିଶନ ଜାତୀୟ ଉନ୍ନୟନ ପରିଷଦରେ ‘ଜନସଂଖ୍ୟା ନିୟନ୍ତ୍ରଣ ଆହ୍ବାନ ଓ କୋଶଳ’ ଶୀର୍ଷକନାମକ ଦଲିଲ ଦସ୍ତାବିଜ୍ ଉପସ୍ଥାପନ କଲେ ।ଏଥିରେ ଉଲ୍ଲେଖ ଥିଲା, ଜନ ବିସ୍ଫୋରଣ, ଯାହାକି ଦେଶର ସାମାଜିକ, ଅର୍ଥନୈତିକ ବିକାଶ ନିମନ୍ତେ ସମଗ୍ର ପ୍ରଚେଷ୍ଟାକୁ ପ୍ରତିହତ କରୁଛି । ତାହା ଦେଶ ପକ୍ଷରେ ଏକମାତ୍ର ଅତି ଜରୁରୀ ସମସ୍ୟା । ତେଣୁ ସରକାର ଏକକର୍ମ ଯୋଜନା ପ୍ରସ୍ତାବ (Action Plan) ରଖିଲେ ।

ଏହାକୁ କେବଳ ପ୍ରଚାରରେ ସୀମିତ ନ କରାଯାଇ ଏହାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଅଧ‌ିକ ଗୁରୁତ୍ଵ ଦିଆଯାଇଛି । ଏହାକୁ କେବଳ ପ୍ରଚାରରେ ସୀମିତ ନ କରାଯାଇ ଏହାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଅଧ‌ିକ ଗୁରୁତ୍ଵ ଦିଆଯାଇଛି । କାରଣ ଏହି ଜନ ବିସ୍ଫୋରଣ ବର୍ତ୍ତମାନ ବୋମା ବିସ୍ଫୋରଣଠାରୁ ଯେ ଅଧିକ ଭୟଙ୍କର ତାହା ସମସ୍ତେ ଅନୁଭବ କଲେଣି ।

ଜାତୀୟ ଜନସଂଖ୍ୟା ନୀତି, 2000 – ଏମ୍.ଏସ୍. ସ୍ଵାମୀନାଥନ୍ କମିଟି 1994 ମସିହାରେ ଏକ ଖସଡ଼ା ପ୍ରସ୍ତୁତ କରିଥିଲେ ଯାହା ସରକାରଙ୍କଦ୍ଵାରା 2000 ମସିହା ଫେବୃୟାରୀ 15 ତାରିଖରେ ଘୋଷଣା କରାଯାଇଥିଲା । ଯେଉଁଥିରେ 2045 ମସିହା ପର୍ଯ୍ୟନ୍ତ ଦେଶର ଜନସଂଖ୍ୟାକୁ ସ୍ଥିର ରଖୁବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ନିମ୍ନରେ 2000 ମସିହା ଜନସଂଖ୍ୟା ନୀତି ଉଲ୍ଲେଖ ହୋଇଛି ।

(a) ଜନ୍ମ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସାଧନର ସ୍ୱଳ୍ପତାକୁ ଦୂର କରିବା, ଶିଶୁ ସ୍ଵାସ୍ଥ୍ୟର ସେବା ଯୋଗାଇବା, ଯାହା ଏକ ସ୍ଵଳ୍ପକାଳୀନ ଲକ୍ଷ୍ୟ ।
(b) ମୋଟ ପ୍ରଜନନ ହାରକୁ 2010 ସୁଦ୍ଧା ପ୍ରତିସ୍ଥାପନ ସ୍ତରରେ ସ୍ଥିର ରଖୁବା; ଯାହା ଏକ ମଧ୍ୟମକାଳୀନ ଲକ୍ଷ୍ୟ ଥିଲା ।
(c) ଜନସଂଖ୍ୟାର ଅଭିବୃଦ୍ଧିକୁ 2045 ମସିହା ସୁଦ୍ଧା ସ୍ଥିର ରଖୁ କରିବା ଓ ପର୍ଯ୍ୟାବରଣର ସୁରକ୍ଷା ଓ ସାମାଜିକ ଉନ୍ନତି ଏହି ନୂତନ ନୀତିର ଏକ ଦୀର୍ଘକାଳୀନ ଲକ୍ଷ୍ୟ ଥିଲା ।

3. ଭାରତରେ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣଗୁଡ଼ିକ ଆଲୋଚନା କର ।
କିମ୍ବା, ଭାରତରେ ଜନସଂଖ୍ୟା ବିସ୍ଫୋରଣର କାରଣଗୁଡ଼ିକ ଦର୍ଶାଅ ।
Answer:
ଭାରତର ଜନସଂଖ୍ୟା କ୍ରମାଗତଭାବରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିବର୍ଷ ଭାରତର ଜନସଂଖ୍ୟା 1.93% ହାରରେ ବୃଦ୍ଧି ହୋଇ ଚାଲିଛି । 1991 ମସିହା ଜନଗଣନା ଅନୁଯାୟୀ ଭାରତର ଲୋକସଂଖ୍ୟା 84.4 କୋଟି ଥିଲା । ତାହା 1996 ମସିହାବେଳକୁ 91.6 କୋଟିକୁ ଟପିଗଲାଣି । ପ୍ରତିବର୍ଷ ଆମେ 1.6 କୋଟି ଅଧିକ ଲୋକଙ୍କର ମୁହଁ ଦେଖିବାକୁ ପାଉଛୁ ।

2001 ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା 102.7 କୋଟି ଏବଂ ଏହି ଦୃଷ୍ଟିରୁ ଏହା ପୃଥ‌ିବୀରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଏତେ ଦ୍ରୁତଗତିରେ ବୃଦ୍ଧିକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଉଛି । ଏତେ ଉଚ୍ଚତମ ହାରରେ ଜନସଂଖ୍ୟା ବୃଦ୍ଧିପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ । ଏହି କାରଣଗୁଡ଼ିକ ହେଲା –

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(A) ଉଚ୍ଚ ଜନ୍ମହାର
(B) ମୃତ୍ୟୁହାରର ହ୍ରାସ ।

(A) ଉଚ୍ଚ ଜନ୍ମହାର (High Birth Rate)– 1991 ମସିହା ପରିସଂଖ୍ୟାନରୁ ଜଣାଯାଇଛି ଯେ, ଭାରତରେ ଜନ୍ମହାର ପ୍ରତି ହଜାରରେ 29.1 । ଅବଶ୍ୟ ଏହା 28.3 କୁ 1996 ମସିହାବେଳକୁ ଖସିଆସିଛି । ତଥାପି ଏହି ହାର ବହୁତ ଅଧିକ । ନିମ୍ନଲିଖ କାରଣଗୁଡ଼ିକପାଇଁ ଏହି ହାର ଅଧୂକ ରହିଛି ।

(i) ସାର୍ବଜନୀନ ବିବାହ (Universal marriage) : ଆମ ଦେଶରେ ବିବାହ ଏକ ସାର୍ବଜନୀନ ସମାଜିକ ପ୍ରଥା । ଏହାକୁ ସମସ୍ତେ ପବିତ୍ର କର୍ତ୍ତବ୍ୟ ବୋଲି ମନେକରନ୍ତି । ଆମ ଦେଶରେ ସବୁ ପୁଅ ଝିଅକୁ ବିବାହ କରିବାକୁ ପଡ଼ିଥାଏ । ଅବିବାହିତ ବ୍ୟକ୍ତିଙ୍କୁ ସମାଜ ଘୃଣା ଦୃଷ୍ଟିରେ ଦେଖୁଥାଏ ।

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଭାରତରେ 15 ରୁ 44 ବର୍ଷ ବୟସସୀମା ମଧ୍ୟରେ ପ୍ରାୟ 76 ଭାଗ ମହିଳା ବିବାହ ସୂତ୍ରରେ ଆବଦ୍ଧ ହୋଇଥା’ନ୍ତି । ଏହି ସମୟ ମଧ୍ୟରେ ସେମାନେ ଅଧ୍ବକ ଶିଶୁ ଜନ୍ମ କରିବାର ସମ୍ଭାବନା ଥାଏ; କିନ୍ତୁ ଇଂଲଣ୍ଡ ଭଳି ଉନ୍ନତ ଦେଶରେ 35 ବର୍ଷୀୟା ମହିଳାମାନଙ୍କ ମୋଟ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଅବିବାହିତ ରହିଥା’ନ୍ତି । ତେଣୁ ଏହି ସାର୍ବଜନୀନ ବିବାହ ପ୍ରଥା ଯୋଗୁଁ ଭାରତରେ ଜନ୍ମହାର ଅଧିକ ।

(ii) ବାଲ୍ୟବିବାହ (Early marriage) : ବାଲ୍ୟବିବାହ ଆମ ଦେଶର ଅତି ପୁରୁଣା ପ୍ରଚଳିତ ପ୍ରଥା । ଅବଶ୍ୟ ଏହି ପ୍ରଥା ବଦଳି ଯାଇଛି; କିନ୍ତୁ ଏହା ସଂପୂର୍ଣ୍ଣରୂପେ ଉଚ୍ଛେଦ ହୋଇପାରିନାହିଁ । ଆମ ଦେଶର ପ୍ରାୟ 80 ଭାଗ ବାଳିକା 15 ରୁ 20 ବର୍ଷ ବୟସ ମଧ୍ୟରେ ବିବାହ କରିଥା’ନ୍ତି । ଗ୍ରାମାଞ୍ଚଳରେ ଏହା ମଧ୍ୟ ଆହୁରି କମ୍ । ଏହାଦ୍ୱାରା ମହିଳାମାନଙ୍କର ପ୍ରସବକାଳ ସୁଦୀର୍ଘ ହୋଇଥାଏ । ତେଣୁ ସେମାନେ ଅଧୁକ ଶିଶୁ ଜନ୍ମ କରିବାର ସମ୍ଭାବନା ଥାଏ; କିନ୍ତୁ ଇଂଲଣ୍ଡରେ ସାଧାରଣତଃ ବାଳିକାମାନେ 30 ବର୍ଷ ବୟସରେ ଓ ଆମେରିକାରେ 41 ବର୍ଷ ବୟସରେ ବିବାହ କରିଥା’ନ୍ତି ।

(iii) ବିଧବା ପୁନର୍ବିବାହ (Widow remarriage) : ଆଗକାଳରେ ଆମ ଦେଶରେ ବିଧବାମାନେ ଆଉଥରେ ବିବାହ କରିବାକୁ ମନା ଥିଲା । ସେମାନଙ୍କ ମଧ୍ୟରୁ ଅନେକ ବାଲ୍ୟବିଧବା ମଧ୍ୟ ରହୁଥିଲେ । ବର୍ତ୍ତମାନ ତାହା ବଦଳି ଯାଇଛି । ଆମ ଦେଶରେ ବିଧବାମାନେ ଆଉଥରେ ବିବାହ କରିବାପାଇଁ ସୁଯୋଗ ମିଳିଛି । ଏହାଦ୍ୱାରା ସେମାନେ ଆଉଥରେ ପିଲାଜନ୍ମ କରିବାର ସୁଯୋଗ ପାଉଛନ୍ତି । ତେଣୁ ଏହା ମଧ୍ଯ ଉଚ୍ଚ ଜନ୍ମହାରର କାରଣ ।

(iv) ଗ୍ରୀଷ୍ମପ୍ରଧାନ ଜଳବାୟୁ (Hot climate) : ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ । ଗ୍ରୀଷ୍ମପ୍ରଧାନ ଦେଶରେ ଶୀତପ୍ରଧାନ ଦେଶ ତୁଳନାରେ ଝିଅମାନେ ଶୀଘ୍ର ବୟଃପ୍ରାପ୍ତ ହୋଇଥା’ନ୍ତି । ଆମ ଦେଶରେ ଝିଅମାନେ 12 ରୁ 14 ବର୍ଷ ବୟସ ମଧ୍ୟରେ ବୟଃପ୍ରାପ୍ତ ହୋଇଥା’ନ୍ତି । ଏହାଦ୍ଵାରା ପିତାମାନେ ବାଳିକାମାନଙ୍କର ଶୀଘ୍ର ବିବାହ କରାଇଥାନ୍ତି । ତେଣୁ ଆମ ଦେଶର ମହିଳାମାନଙ୍କର ଜନ୍ମ କରିବାର ଶକ୍ତି ପ୍ରଖର ଏବଂ ଦୀର୍ଘସ୍ଥାୟୀ ହୋଇଥାଏ, ଯାହାଦ୍ଵାରା ଅଧ୍ବକ ଶିଶୁ ଜନ୍ମ କରିବା ସମ୍ଭବ ହୁଏ ।

(v) ଯୌଥ ପରିବାର ବ୍ୟବସ୍ଥା (Joint family system) : ଆମ ଦେଶରେ ଯୌଥ ପରିବାର ବ୍ୟବସ୍ଥା ଆମ ସମାଜର ମୁଖ୍ୟ ଭିଭିଭୂମି । ଯଦିଓ ଏହି ପ୍ରଥା କାଳକ୍ରମେ ହ୍ରାସ ପାଇବାରେ ଲଗିଛି, ତଥାପି ଏହା ବିଲୋପ ହୋଇନାହିଁ । ଯୌଥ ପରିବାର ବ୍ୟବସ୍ଥାରେ ପିଲାମାନଙ୍କର ଲାଳନପାଳନ, ଶିକ୍ଷା ବ୍ୟବସ୍ଥା ଇତ୍ୟାଦି ଦାୟିତ୍ବ ପରିବାରର ସମସ୍ତ ଉପାର୍ଜନକାରୀ ସଦସ୍ୟ ସମ୍ମିଳିତଭାବରେ ତୁଲାଇଥା’ନ୍ତି । ତେଣୁ ବ୍ୟକ୍ତିଗତଭାବରେ କାହାରି ଉପରେ ଅର୍ଥନୈତିକ, ସାମାଜିକ ଚାପ ପଡ଼ି ନଥାଏ । ଫଳତଃ, ବ୍ୟକ୍ତିଗତ ହିସାବରେ କେହି ପରିବାର ଆକାରକୁ ସୀମିତ ରଖୁବାପାଇଁ ବ୍ୟଗ୍ରତା ପ୍ରକାଶ କରି ନଥା’ନ୍ତି । ସୁତରାଂ ପରିବାରର ଶିଶୁସଂଖ୍ୟା ବଢ଼ି ଚାଲିଥାଏ ।

(vi) କୃଷିର ପ୍ରାଧାନ୍ୟ (Predominance of Agriculture) : ଭାରତ ଏକ କୃଷିପ୍ରଧାନ ଦେଶ । ଭାରତର କୃଷିରେ ସାଧାରଣତଃ ପରିବାରର ସବୁସଦସ୍ୟ କାମ କରିଥାନ୍ତି । ଚାଷ ସମୟରେ, ବୁଣାବୁଣି, ବେଉଷଣ ତଥା ଅମଳ ସମୟରେ ଘରର ମହିଳାମାନେ, ପିଲାମାନେ ସାହାଯ୍ୟ କରିଥା’ନ୍ତି । ତେଣୁ ଅଧ୍ଵ ପିଲା ଜନ୍ମ ହେଲେ ପରିବାରର କୃଷିକାର୍ଯ୍ୟରେ ସାହାଯ୍ୟ କରିବେ ବୋଲି ଅଧିକାଂଶ ଲୋକ ମନେକରନ୍ତି । ତେଣୁ ପରିବାରର ସଦସ୍ୟ ସଂଖ୍ୟା ବଢ଼ିବାରେ ବିଶେଷ ପ୍ରତିବନ୍ଧକ ନ ଥାଏ ।

(vii) ଦାରିଦ୍ର୍ୟ (Poverty) : ଦାରିଦ୍ର୍ୟ ଆମ ଦେଶର ଜନ୍ମହାର ବୃଦ୍ଧି କରିବାର ଅନ୍ୟତମ କାରଣ । ଆମ ଦେଶର ଅଧିକାଂଶ ଲୋକ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ । ସେମାନେ ଭାବନ୍ତି ଯେ, ଅଧ୍ଵସଂଖ୍ୟକ ପୁତ୍ରକନ୍ୟା ଜନ୍ମ ହେଲେ ସେମାନଙ୍କ ଦାରିଦ୍ର୍ୟ ଓ କ୍ଳେଶ ଲାଘବ ହେବ । ସେମାନଙ୍କର ଧାରଣା ଯେ, ପରିବାରର ଆୟର ବୃଦ୍ଧି ପରିବାରର ସଦସ୍ୟ ସଂଖ୍ୟାର ବୃଦ୍ଧି ଉପରେ ନିର୍ଭର କରେ । ତେଣୁ ସେମାନେ ସ୍ଵଳ୍ପକୁଟୁମ୍ବୀ ପରିବାର ଅପେକ୍ଷା ବହୁକୁଟୁମ୍ବୀ ପରିବାର ଚାହିଁଥା’ନ୍ତି ।

(viii) ନିରକ୍ଷରତା, ଅଜ୍ଞତା ଓ ଅନ୍ଧବିଶ୍ଵାସ (IIliteracy, Ignorance and Superstitions) : ଆମ ଦେଶର ବହୁଳାଶ ଜନସଂଖ୍ୟା ନିରକ୍ଷର । 1991 ମସିହା ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର 52% । ନିରକ୍ଷରତା ଅଜ୍ଞତା ଓ ଧର୍ମାନ୍ଧତା ସୃଷ୍ଟିକରେ । ନିରକ୍ଷରତା ଯୋଗୁଁ ଲୋକମାନେ ସଚେତନ ହୋଇପାରନ୍ତି ନାହିଁ । ତାହାଛଡ଼ା ସେମାନେ ମଧ୍ୟ ପରିବାର ନିୟନ୍ତ୍ରଣ ଯୋଜନାର ସଫଳ ରୂପାୟନ ଦେବାରେ ବ୍ୟର୍ଥ ହୁଅନ୍ତି ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

ତାହାଛଡ଼ା ଆମ ଦେଶରେ ପିଲାଟିଏ ଜନ୍ମ ହେଲେ ଈଶ୍ଵରଙ୍କ ଆଶୀର୍ବାଦ ବୋଲି ଭାବନ୍ତି । ସେମାନେ ମଧ୍ୟ ପୁଅକୁ ଝିଅ ଅପେକ୍ଷା ଅଧ୍ବକ ପ୍ରାଧାନ୍ୟ ଦିଅନ୍ତି । ଗୋଟିଏ ପୁଅପାଇଁ ଲୋକମାନେ ଅଧ୍ଵସଂଖ୍ୟକ ଝିଅ ଜନ୍ମ କରିବାରେ ଦ୍ବିଧା ପ୍ରକାଶ କରନ୍ତି ନାହିଁ । କାରଣ ଲୋକମାନେ ଭାବନ୍ତି ପୁଅ ମୁଖାଗ୍ନି, ଶ୍ରାଦ୍ଧକ୍ରିୟା ଇତ୍ୟାଦି କଲେ ବାପାମାଆଙ୍କର ସ୍ବର୍ଗପ୍ରାପ୍ତି ହୋଇଥାଏ । ଆହୁରି ମଧ୍ୟ ବହୁତ ଲୋକ କୃତ୍ରିମ ଉପାୟରେ ପରିବାର ନିୟନ୍ତ୍ରଣକୁ ଧର୍ମଦ୍ରୋହୀ ଓ ଈଶ୍ଵରଦ୍ରୋହୀ ବୋଲି ବିବେଚନା କରନ୍ତି । ତେଣୁ ଲୋକମାନଙ୍କର ଏହି ପ୍ରକାର ଆଚରଣ ଓ ମନୋଭାବ ଜନସଂଖ୍ୟା ହ୍ରାସ ପରିକଳ୍ପନାକୁ ପ୍ରତିହତ କରେ ।

(ix) ଉଚ୍ଚ ଶିଶୁ ମୃତ୍ୟୁହାର (High Infant mortality) : ଭାରତର ଶିଶୁ ମୃତ୍ୟୁହାର ବହୁତ ଅର୍ଧ । ଏହା ପ୍ରତି ହଜାରରେ 74 ଅଟେ । ଦେଶର ଅଧିକାଂଶ ଶିଶୁ 0-15 ବର୍ଷ ବୟସ ମଧ୍ୟରେ ମୁତ୍ୟୁମୁଖରେ ପଡ଼ିଥା’ନ୍ତି । ତେଣୁ ପିତାମାତାଙ୍କର ଗୋଟିଏ ପିଲା ଉପରେ ବିଶ୍ଵାସ ନ ଥାଏ । ତେଣୁ ସେମାନେ କୃତ୍ରିମ ଉପାୟରେ ପରିବାର ନିୟନ୍ତ୍ରଣ କରିବା ପରିବର୍ତ୍ତେ ଅଧ୍ୟା ଶିଶୁ ଜନ୍ମ ଦେବାକୁ ନିରାପଦ ମନେକରନ୍ତି ।

(x) ନିମ୍ନମାନର ଜୀବନ ଧାରଣ (Low standard of living) : ଜୀବନଧାରଣ ମାନ ଆମ ଦେଶରେ ଅତି ନିମ୍ନ ଅଟେ । ଦେଶର ଅଧିକାଂଶ ଲୋକ ଭଲ କରି ଗଣ୍ଡେ ଖାଇବାକୁ ପାଆନ୍ତି ନାହିଁ, ଖଣ୍ଡେ ପିନ୍ଧିବାକୁ ପାଆନ୍ତି ନାହିଁ । ବହୁତ ଲୋକ ଗଛତଳେ, ରାସ୍ତାକଡ଼ରେ, କୁଡ଼ିଆଘରେ ରହନ୍ତି । ସେମାନେ ଟେଲିଭିଜନ୍, ରେଡ଼ିଓ, ସମ୍ବାଦପତ୍ର ପ୍ରଭୃତି ଗଣମାଧ୍ୟମର ସୁଯୋଗ ପାଇପାରନ୍ତି ନାହିଁ ଯାହାଫଳରେ ଜନସଂଖ୍ୟା ସମ୍ବନ୍ଧୀୟ ବିବରଣୀ ତାଙ୍କ ପାଖରେ ପହଞ୍ଚିପାରେ ନାହିଁ । ତେଣୁ ସେମାନେ ପରିବାର ନିୟନ୍ତ୍ରଣ ବିଷୟରେ ଅନଭିଜ୍ଞ ରହନ୍ତି ।

(xi) ଧୂମା ସହରୀକରଣ (Slow process of urbanisation) : ଆମ ଦେଶରେ ସହରରେ ବହୁତ କମ୍ ଲୋକ ବସବାସ କରନ୍ତି । ପିଲାମାନଙ୍କର ଲାଳନପାଳନ, ଶିକ୍ଷା, ଖାଦ୍ୟ, ବସ୍ତ୍ର ଇତ୍ୟାଦି ପାଇଁ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ସହରର ଲୋକ ସ୍ଵଳ୍ପକୁଟୁମ୍ବୀ ପରିବାରକୁ ପସନ୍ଦ କରିଥା’ନ୍ତି । ଯେହେତୁ ଖୁବ୍ କମ୍ ଲୋକ ସହରରେ ରହନ୍ତି, ଏହା ଜନ୍ମହାର ବୃଦ୍ଧିରେ ସହାୟତା ପ୍ରଦାନ କରିଥାଏ ।

(xii) ଚିତ୍ତବିନୋଦନ ସୁଯୋଗର ଅଭାବ (Lack of recreational facilities) : ଦାରିଦ୍ର୍ୟଯୋଗୁଁ ଜନସାଧାରଣ କୌଣସି ଚିତ୍ତବିନୋଦନର ସୁଯୋଗ ପାଆନ୍ତି ନାହିଁ । ଭାରତରେ ମଧ୍ୟ ଚିତ୍ତବିନୋଦନ କେନ୍ଦ୍ରର ଅଭାବ ପରିଲକ୍ଷିତ ହୋଇଥାଏ । ଏଣୁ ଲୋକମାନେ ପରିବାର ଓ ପିଲାମାନଙ୍କ ସହିତ ବହୁତ ସମୟ କଟାଇ ଥାଆନ୍ତି । ବହୁତ ସମୟ ସେମାନେ ସ୍ତ୍ରୀମାନଙ୍କ ସହିତ ସହବାସ କରନ୍ତି, ଯାହାଫଳରେ ଜନ୍ମହାର ବୃଦ୍ଧି ହୋଇଥାଏ ଜନ୍ମହାର ବୃଦ୍ଧି ହୋଇଥାଏ ।

(B) ମୃତ୍ୟୁହାର ହ୍ରାସ (Low Death rate) – ଭାରତରେ ମୃତ୍ୟୁହାର ଦ୍ରୁତଗତିରେ ହ୍ରାସ ପାଉଥବାରୁ ଜନସଂଖ୍ୟାର ବୃଦ୍ଧି ଘଟିଛି । ଏହି ହାର 1991 ମସିହାରେ ପ୍ରତି ହଜାର ଲୋକରେ 10.1 ଥିଲାବେଳେ, ଏହା 1996 ମସିହାବେଳକୁ ୨ କୁ ହ୍ରାସ ପାଇଛି । ଏହାଦ୍ୱାରା ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଘଟୁଛି । ମୃତ୍ୟୁହାର ହ୍ରାସର କାରଣଗୁଡ଼ିକ ନିମ୍ନରେ ପ୍ରଦତ୍ତ କରାଯାଇଛି ।

(i) ମହାମାରୀ ରୋଗ ନିୟନ୍ତ୍ରଣ (Control of epidemics) : ଦେଶରେ ମହାମାରୀ ରୋଗଗୁଡ଼ିକ; ଯଥା – ହଇଜା, ମ୍ୟାଲେରିଆ, ବସନ୍ତ, ପ୍ଲେଗ୍ ପ୍ରଭୃତିର ନିୟନ୍ତ୍ରଣ କରାଯାଇଛି । ତେଣୁ ମୃତ୍ୟୁହାର କମିଛି ।

(ii) ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ (Control of natural calamities) – 1943 ମସିହା ପରଠାରୁ ଦେଶରେ ଦୁର୍ଭିକ୍ଷ ହୋଇନାହିଁ । ଆମେ ବନ୍ୟା, ବାତ୍ୟା ସମୟରେ ଜାଗତିଆର ରହୁ ଅଛୁ । ତେଣୁ ଏହି ସମୟରେ ଲୋକମାନଙ୍କର ମୃତ୍ୟୁକୁ

(iii) ପ୍ରସୂତିକାଳୀନ ମୃତ୍ୟୁହାର ହ୍ରାସ (Fall in the maternity mortality ) Answer:ଆଜିକାଲି ଆଧୁନିକ ପ୍ରଣାଳୀରେ ମ୍ୟାଲେରିଆ, ବସନ୍ତ, ପ୍ଲେଗ୍ ପ୍ରଭୃତିର ନିୟନ୍ତ୍ରଣ କରାଯାଇଛି । ତେଣୁ ମୃତ୍ୟୁହାର କମିଛି ।

(iv) ପରମାୟୁ ବୃଦ୍ଧି (Rise in life expectancy) – ଦେଶରେ ପରମାୟୁ 61 ବର୍ଷ ବୟସକୁ ବୃଦ୍ଧି ହୋଇଥିବା ଯୋଗୁଁ ମୃତ୍ୟୁହାର ମଧ୍ୟ କମିଯାଇଛି ।

(v) ହସ୍‌ପିଟାଲଜନିତ ସୁବିଧା (Medical facilities) – ଆଗ ଅପେକ୍ଷା ବର୍ତ୍ତମାନ ଆମ ଦେଶରେ ଅଧ୍ଵସଂଖ୍ୟକ ହସ୍‌ପିଟାଲ, ଡାକ୍ତର, ଔଷଧ, ନର୍ସ, ଧାଈ ଯୋଗାଇ ଦିଆଯାଇଛି, ଯାହାଫଳରେ ଲୋକମାନେ ସହଜରେ ଏଗୁଡ଼ିକ ଉପଲବ୍‌ କରୁଛନ୍ତି । ଏଣୁ ମୃତ୍ୟୁହାର କମିଛି ।

(vi) ଶିକ୍ଷାର ପ୍ରସାର (Spread of education) – ସମାଜରେ ଶିକ୍ଷାର ପ୍ରସାର ଘଟିଛି । ଏହାଦ୍ୱାରା ଜନସାଧାରଣ ଖାଦ୍ୟପେୟ, ଶିକ୍ଷା, ଶିଶୁର ବିକାଶ, ସ୍ୱାସ୍ଥ୍ୟ ପ୍ରଭୃତିରେ ଧ୍ୟାନ ଦେଉଛନ୍ତି । ତେଣୁ ସେମାନେ ସୁଷମ ଖାଦ୍ୟ ତଥା ଉତ୍ତମମାନର ଜୀବନଧାରଣ ପ୍ରତି ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ଏଣୁ ମୃତ୍ୟୁହାର ହ୍ରାସ ଘଟିଛି ।

4. ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ଆଲୋଚନା କର ।
କିମ୍ବା, ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦେଶର ଦ୍ରୁତ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମକୁ ପ୍ରତିହତ କରେ । ତୁମେ ଏହି ଉକ୍ତି ସହିତ ଏକମତ କି ? କାରଣ ସହ ଉତ୍ତର ଦିଅ ।
କିମ୍ବା, ଜନସଂଖ୍ୟା ବୃଦ୍ଧି ଜାତୀୟ ପ୍ରଗତି ପାଇଁ ଏକ ବିପଦ – ଏହି ଉକ୍ତିର ସତ୍ୟତା ଭାରତୀୟ ଅର୍ଥନୀତି ପରିପ୍ରେକ୍ଷୀରେ ଆଲୋଚନା କର ।
Answer:
ଏକ ଅର୍ଥନୀତିର ସମୃଦ୍ଧି ସେହି ଦେଶର ପ୍ରାକୃତିକ ସମ୍ବଳ ଓ ମାନବିକ ସମ୍ବଳର ଉପଯୋଗ ଉପରେ ନିର୍ଭର କରେ । ପ୍ରାକୃତିକ ସମ୍ବଳର ଯେଗାଣ ସୀମିତ; କିନ୍ତୁ ମାନବିକ ସମ୍ବଳର ଯୋଗାଣ ଆବଶ୍ୟକତା ଅନୁଯାୟୀ ହ୍ରାସବୃଦ୍ଧି କରାଯାଇପାରେ । ପ୍ରାକୃତିକ ସମ୍ବଳର ସଦୁପଯୋଗ ମାନବିକ ସମ୍ବଳର ସହାୟତାରେ କରାଯାଇପାରେ ।

ତେଣୁ ଦେଶର ଅର୍ଥନୈତିକ ବିକାଶଧାରାରେ ମାନବିକ ସମ୍ବଳର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଦେଶର ମାନବିକ ସମ୍ବଳର ସମୃଦ୍ଧି ଜନସଂଖ୍ୟାର ପରିମାଣାତ୍ମକ ଓ ଗୁଣାତ୍ମକ ବୃଦ୍ଧି ଉପରେ ନିର୍ଭର କରେ । ଯେତେବେଳେ ଜନସଂଖ୍ୟାର ଗୁଣାତ୍ମକ ବୃଦ୍ଧି ନ ହୋଇ ପରିମାଣାତ୍ମକ ବୃଦ୍ଧି ଘଟେ, ତାହାକୁ ମାନବିକ ସମ୍ବଳର ବିକାଶ କହିବା ପରିବର୍ତ୍ତେ ଜନବହୁଳତା କହନ୍ତି । ଜନବହୁଳତା ଦେଶର ଅଭିବୃଦ୍ଧିକୁ ପ୍ରତିହତ କରେ । ବର୍ତ୍ତମାନ ଆମ ଜଣାପଡ଼ିବ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(1) ଜାତୀୟ ଆୟବୃଦ୍ଧି ଉପରେ ଚାପ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ହେତୁ ଲୋକମାନଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ସମ୍ଭବ ହୋଇପାରୁ ନାହିଁ । ପ୍ରତିବର୍ଷ ପ୍ରାୟ 16 ନିୟୁତ ଲୋକ ଆମ ଦେଶର ଉପସ୍ଥିତ ଜନସଂଖ୍ୟାରେ ଯୋଗଦିଅନ୍ତି । ଏହାଫଳରେ ଜାତୀୟ ଆୟ ଉପରେ ଚାପ ପଡ଼ିଥାଏ । ଆମ ଦେଶର ମୁଣ୍ଡପିଛା ଆୟ ଅନ୍ୟାନ୍ୟ ଦେଶ ତୁଳନାରେ ବହୁତ କମ୍ । 1994-95 ମସିହା ମୂଲ୍ୟ ହିସାବରେ ଆମ ଦେଶର ବର୍ତ୍ତମାନ ମୁଣ୍ଡପିଛା ଆୟ ମାତ୍ର 8232 ଟଙ୍କା । ବିଗତ 50 ବର୍ଷ ଭିତରେ ଆମ ଦେଶରେ ବହୁତ ଉନ୍ନତି ସାଧୁ ହୋଇଛି ।

1950-51 ଓ 1980-81 ମସିହା ମଧ୍ୟରେ ଜାତୀୟ ଆୟର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର 3.6 ଶତାଂଶ ହୋଇଥ‌ିବାବେଳେ ମୁଣ୍ଡପିଛା ଆୟ ମାତ୍ର 1.3 ଶତାଂଶ ହାରରେ ବୃଦ୍ଧିପାଇଛି । ଏହାର କାରଣ, ବର୍ଦ୍ଧିତ ଜାତୀୟ ଆୟର ଏକ ବଡ଼ଭାଗ ଲୋକମାନଙ୍କର ଭରଣପୋଷଣରେ ଖର୍ଚ୍ଚ ହୋଇଥାଏ । ତେଣୁ ମୁଣ୍ଡପିଛା ଆୟର ଅଭିବୃଦ୍ଧି ହାର ବହୁତ ମନ୍ଥର ।

(2) ଭୂମି ଉପରେ ଚାପ – 1950-51 ମସିହାରୁ 1996-97 ମସିହା ସୁଦ୍ଧା ଦେଶର ଭୌଗୋଳିକ ଆୟତନର କୌଣସି ଅଭିବୃଦ୍ଧି ଘଟିନାହିଁ । କିନ୍ତୁ ଏହି ସମୟ ମଧ୍ୟରେ ଜନସଂଖ୍ୟାର ବୃଦ୍ଧି ପ୍ରାୟ ଦୁଇଗୁଣରୁ ଅଧିକ । ଏହାଦ୍ଵାରା ଭୂମି ଉପରେ ଅଧ୍ବକ ଚାପ ସୃଷ୍ଟି ହେଉଛି । ପରିସଂଖ୍ୟାନରୁ ଜଣାଯାଏ, 1921 ମସିହାରେ ଦେଶର ମୁଣ୍ଡପିଛା କୃଷିଭୂମିର ପରିମାଣ 1.11 ଏକର ଥିଲା । କିନ୍ତୁ 1981 ମସିହାକୁ 0.6 ଏକରକୁ ହ୍ରାସ ପାଇଛି । ଏହା ପ୍ରମାଣ କରୁଛି ଯେ, ଜନସଂଖ୍ୟା ବୃଦ୍ଧିହେତୁ ଜମି ଜୋତର ବିଘଟନ ଘଟୁଛି । ଫଳତଃ, କୃଷି ଉତ୍ପାଦିତାର ଅଭିବୃଦ୍ଧି ହୋଇପାରୁନାହିଁ ।

(3) ଖାଦ୍ୟଶସ୍ୟ ଅଭାବ – ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ହେବାଦ୍ୱାରା ଭୂମି ଉପରେ ପ୍ରବଳ ଚାପ ସୃଷ୍ଟି ହୁଏ । ଏହାଦ୍ଵାରା ଭୂମିର ଶସ୍ୟ ଉତ୍ପାଦିତା ଶକ୍ତି ହ୍ରାସ ପାଇଥାଏ । ଯଦିଓ ବର୍ତ୍ତମାନ ଦେଶରେ ପ୍ରାୟ 175 ନିୟୁତ ଟନ୍‌ର ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇପାରୁଛି, ତଥାପି ମୁଣ୍ଡପିଛା ଖାଦ୍ୟଯୋଗାଣରେ କିଛି ଅଭିବୃଦ୍ଧି ହେବାର ପରିଲକ୍ଷିତ ହେଉନାହିଁ ।

ଦେଶର ପ୍ରାୟ ଏକୃତୀୟାଂଶ ଲୋକ ଅଧିକାଂଶ ଦିନ ପେଟପୂରା ଗଣ୍ଡିଏ ଖାଇବାକୁ ପାଉନାହାନ୍ତି । ଦେଶର ଖାଦ୍ୟଶସ୍ୟ ସମସ୍ୟାର ସମାଧାନ ପାଇଁ ଆମକୁ ବିଦେଶରୁ ବହୁପରିମାଣର ଖାଦ୍ୟଶସ୍ୟ ଆମଦାନୀ କରିବାକୁ ପଡ଼ିଥାଏ । ଫଳତଃ, ଦେଶର ସ୍ୱଳ୍ପ ବୈଦେଶିକ ମୁଦ୍ରା ଉପରେ ଚାପ ପଡ଼ିଥାଏ, ଯାହାକି ଦେଶର ଅର୍ଥନୈତିକ ବିକାଶକୁ ପ୍ରତିହତ କରେ ।

(4) ବେକାର ସମସ୍ୟା – ବେକାରି ଓ ବେରୋଜଗାରୀ ଦେଶର ଅର୍ଥନୈତିକ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଭାରତରେ ବେକାର ସମସ୍ୟା ଅତି ଉତ୍କଟ । ଏହାର ମୁଖ୍ୟ କାରଣ, ଦେଶର ଶ୍ରମଯୋଗାଣ ବୃଦ୍ଧିର ହାରଠାରୁ ଜନସଂଖ୍ୟାର ବୃଦ୍ଧିର ହାର ବହୁତ ଅତ୍ମକ । ପ୍ରତିବର୍ଷ ଦେଶରେ ନିଯୁକ୍ତିର ଯେତିକି ସୁଯୋଗ ସୃଷ୍ଟି ହୁଏ, ତାହାଠାରୁ ଅଧିକ ଲୋକ ଶ୍ରମଶକ୍ତିରେ ଯୋଗଦିଅନ୍ତି । ବେରୋଜଗାରୀ ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରରେ ଅଧ୍ଵ ।

ଗଣବେକାରି ବ୍ୟତୀତ ଅନ୍ୟ ବେକାରି; ଯଥା – ଅର୍ବବେକାରି, ଛଦ୍ମବେଶୀ ବେକାରି ମଧ୍ୟ ବହୁଳଭାବରେ ଭାରତରେ ସମସ୍ୟା ସୃଷ୍ଟିକରୁଛି । ପରିସଂଖ୍ୟାନରୁ ଜଣାଯାଇଛି, ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ 50 ଲକ୍ଷରୁ ଅଧୂକ ଲୋକ ଶ୍ରମଶକ୍ତିରେ ଯୋଗ ଦେଉଛନ୍ତି । କିନ୍ତୁ ଏତେ ଲୋକଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରୁ ନାହିଁ । ଏହାଦ୍ୱାରା ବେକାରି ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି ।

(5) ନିମ୍ନମାନର ଜୀବନଧାରଣ – ଯଦିଓ ଦେଶର ଜାତୀୟ ଆୟ 1950 ରୁ 1981 ମସିହା ମଧ୍ୟରେ ବୃଦ୍ଧି ଘଟିଛି, ତଥାପି ଲୋକମାନଙ୍କର ଜୀବନଧାରଣ ମାନରେ କିଛି ଉନ୍ନତିସାଧନ ହୋଇନାହିଁ । ଆମ ଦେଶର ଲୋକମାନଙ୍କର ଜୀବନଧାରଣ ମାନ ଅତି ନିମ୍ନ । ଅଧ୍ଯକାଂଶ ଲୋକ ଦିନବେଳା ଗଣ୍ଡାଏ ଖାଇବାକୁ ପାଆନ୍ତି ନାହିଁ, ଖଣ୍ଡିଏ ପିନ୍ଧିବାକୁ ପାଆନ୍ତି ନାହିଁ । ବହୁତ ଲୋକ ଦେଶର ରାସ୍ତାକଡ଼ରେ ଜୀବନଯାପନ କରନ୍ତି ।

ଦେଶରେ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥାର ବହୁଳ ଅଭାବ ରହିଛି । ପ୍ରାୟ ଦେଶର ଏକ ତୃତୀୟାଂଶରୁ ଅଧ୍ଵ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ରହୁଛନ୍ତି । ସାଧାରଣ ଜୀବନଯାପନପାଇଁ ଜଣେ ବ୍ୟକ୍ତି ପ୍ରତିଦିନ 2580 କ୍ୟାଲୋରୀ ଖାଦ୍ୟ ଖାଇବା କଥା । କିନ୍ତୁ ଆମ ଦେଶର ଲୋକମାନେ ହାରାହାରି 1880 କ୍ୟାଲୋରୀ ଖାଦ୍ୟ ପ୍ରତିଦିନ ଖାଇଥା’ନ୍ତି । ଏଥୁରୁ ଅନୁଶୀଳନ କରାଯାଇପାରେ ଯେ, ଆମମାନଙ୍କ ଜୀବନଧାରଣ ମାନ କେତେ ନିକୃଷ୍ଟ । ଏହାର ମୁଖ୍ୟ କାରଣ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ।

(6) ଅଣଉତ୍ପାଦନଶୀଳ ଉପଭୋକ୍ତାଙ୍କ ବୃଦ୍ଧି – ଜନସଂଖ୍ୟା ବୃଦ୍ଧିହେଲେ ଅଣଉତ୍ପାଦନଶୀଳ ଉପଭୋକ୍ତାଙ୍କ ବୃଦ୍ଧି ହୁଏ । ଶିଶୁ ଓ ବୃଦ୍ଧଲୋକମାନେ ଉତ୍ପାଦନ ପ୍ରକ୍ରିୟାକୁ କିଛି ଦାନ କରନ୍ତି ନାହିଁ, ମାତ୍ର ସେମାନେ ଭାଗ ଭୋଗ କରୁଥା’ନ୍ତି । ପରିସଂଖ୍ୟାନରୁ ଜଣାଯାଇଛି, ଆମ ଦେଶରେ ଶିଶୁ ଓ ବୃଦ୍ଧ ଲୋକମାନେ ଜନସଂଖ୍ୟାର 48 ଶତାଂଶ ।

ସେମାନେ ଦେଶ ପ୍ରତି ବୋଝ ହୋଇଥାଆନ୍ତି । ଜନସଂଖ୍ୟାର ବୃଦ୍ଧିହେଲେ ଏହି ଶ୍ରେଣୀର ଉପଭୋକ୍ତାଙ୍କର ସଂଖ୍ୟା ଅଧ‌ିକ ବୃଦ୍ଧି ହୋଇଥାଏ । ପାଶ୍ଚାତ୍ୟ ଦେଶରେ ଏମାନଙ୍କର ସଂଖ୍ୟା ବହୁତ କମ୍ । ଏହି ଅଣଉତ୍ପାଦନଶୀଳ ଉପଭୋକ୍ତାଙ୍କ ବୃଦ୍ଧି ଫଳରେ ଆମ ଦେଶର ସୀମିତ ସମ୍ବଳ ଉପରେ ଚାପ ପଡୁଛି ଏବଂ ଅର୍ଥନୈତିକ ପ୍ରଗତି ବ୍ୟାହତ ହେଉଅଛି ।

(7) ପୁଞ୍ଜିଗଠନ ବ୍ୟାହତ – ଦେଶର ଅଭିବୃଦ୍ଧିପାଇଁ ଦୃତଗତିରେ ପୁଞ୍ଜିଗଠନ ଅନିବାର୍ଯ୍ୟ । ପୁଞ୍ଜିଗଠନ ଜନସଂଖ୍ୟା ବୃଦ୍ଧିଦ୍ୱାରା ବ୍ୟାହତ ହୁଏ । ବଦ୍ଧିତ ଲୋକମାନଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ଚିକିତ୍ସା ସୁବିଧା ଯୋଗାଇବାକୁ ହୁଏ । ମୋଟ ଉପରେ କହିଲେ, ସେମାନଙ୍କର ଉପଭୋଗ ବୃଦ୍ଧିପାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବାପାଇଁ ଦେଶର ଜାତୀୟ ଆୟର ଏକ ବଡ଼ ଭାଗ ଖର୍ଚ୍ଚ କରିବାକୁ ପଡ଼େ, ଯାହାଫଳରେ ପୁଞ୍ଜିଗଠନ କରିବାପାଇଁ ସ୍ୱଳ୍ପ ପରିମାଣର ଆୟ ବଳିପଡ଼ିପାରେ ବା କିଛି ନ ଥାଏ ବୋଲି କୁହାଯାଇପାରେ । ଆହୁରି ମଧ୍ୟ ପୁଞ୍ଜିଗଠନ ଘରୋଇ ସଞ୍ଚୟ ଉପରେ ନିର୍ଭର କରେ । କିନ୍ତୁ ଯେହେତୁ ଆମ ଦେଶର ଲୋକଙ୍କ ମୁଣ୍ଡପିଛା ଆୟ ଅତି କମ୍, ଘରୋଇ ସଞ୍ଚୟ ମଧ୍ଯ କମ୍, ତେଣୁ ଆମ ଦେଶରେ ପୁଞ୍ଜିଗଠନ ଏକ କଷ୍ଟକର ବ୍ୟାପାର ହୋଇଛି । ଫଳତଃ, ଅର୍ଥନୈତିକ ବିକାଶଧାରା ମନ୍ଥର ହୋଇଛି ।

(8) ଅଧ‌ିକ ଖର୍ଚ୍ଚାନ୍ତ ଜନସଂଖ୍ୟା ବୃଦ୍ଧି ହେଲେ ବିଶେଷତଃ, ଶିଶୁମାନଙ୍କ ସଂଖ୍ୟା ଅଧ‌ିକ ହେଲେ ସେମାନଙ୍କ ଲାଳନପାଳନ, ଶିକ୍ଷା ଓ ସ୍ବାସ୍ଥ୍ୟ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ହୋଇଥାଏ । କେବଳ ଶିକ୍ଷା ବାବଦରେ ବ୍ୟୟ କଥା ବିଚାର କଲେ କୁହାଯାଇପାରେ ଯେ, ପ୍ରତ୍ୟେକ ଛାତ୍ରପାଇଁ ମାସିକ ଆୟ ପ୍ରାୟ 100 ଟଙ୍କା ।

ଏକ କଳନାରୁ ଜଣାଯାଏ ଯେ, ଲୋକସଂଖ୍ୟା ଯଦି ପ୍ରତିବର୍ଷ 1.60 କୋଟି ଲେଖାଏଁ ବୃଦ୍ଧି ହୁଅନ୍ତି, ତାହାହେଲେ ଆମକୁ ପ୍ରତିବର୍ଷ 1.27 ଲକ୍ଷ ଅଧ୍ଵ ବିଦ୍ୟାଳୟ, 3.77 ଲକ୍ଷ ଶିକ୍ଷକ, 50 ଲକ୍ଷ ନୂତନ ନିଯୁକ୍ତି ସୁଯୋଗ, 25 ଲକ୍ଷ ବାସଗୃହ ଯୋଗାଇବାକୁ ପଡ଼ିବ । ଏହା ବ୍ୟତୀତ ଅଧିକ ଡାକ୍ତର, କଲେଜ, ଔଷଧ, ପରିମଳ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପୋଲିସ୍ ବ୍ୟବସ୍ଥା ଆବଶ୍ୟକ ହେବ । ତେଣୁ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଦେଶ ଉପରେ ବୋଝ ହୋଇଯିବାରେ ଲାଗିଛି ।

(9) କର୍ମଦକ୍ଷତା ହ୍ରାସ – ଜନସଂଖ୍ୟା ବୃଦ୍ଧି ହେତୁ ଲୋକମାନଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ । ସୁଷମ ଖାଦ୍ୟ, ଭଲ ବାସଗୃହ, ଉନ୍ନତମାନର ଜୀବନଯାପନ କର୍ମଦକ୍ଷତା ବଢ଼ାଇଥାଏ । କିନ୍ତୁ ଭାରତରେ ଲୋକମାନଙ୍କ ଆୟ ପ୍ରାୟତଃ ପିଲାମାନଙ୍କ ପିଛା ଖର୍ଚ୍ଚ ହୋଇଯାଇଥାଏ । କାରଣ ବହୁତ ପିଲାମାନଙ୍କ ଯତ୍ନ କରିବାକୁ ସେମାନଙ୍କୁ ପଡ଼ିଥାଏ । ତେଣୁ ସେମାନେ ଫଳ, କ୍ଷୀର, ମାଂସ ତଥା ଅନ୍ୟାନ୍ୟ ସୁଷମ ଖାଦ୍ୟ ଖାଇପାରନ୍ତି ନାହିଁ । ସେହିଭଳି ମଧ୍ୟ ସେମାନେ ଭଲ ପରିବେଶରେ ରହିପାରନ୍ତି ନାହିଁ । ତେଣୁ ସେମାନଙ୍କର ଦକ୍ଷତାର ହ୍ରାସ ହୁଏ ।

(10) ପରିବେଶ ଉପରେ ଚାପ – ଜନସଂଖ୍ୟା ବୃଦ୍ଧିହେତୁ ପ୍ରାକୃତିକ ସମ୍ବଳ; ଯଥା— ମାଟି, ପାଣି, ପବନ, ଜଙ୍ଗଲ, ନଦୀ, ପାହାଡ଼ ଉପରେ ଅଧ‌ିକ ନିର୍ଭର କରିବାକୁ ପଡ଼ିଥାଏ । ଏହିଗୁଡ଼ିକୁ ଅଧ‌ିକ ମାତ୍ରାରେ ବ୍ୟବହାର କରିବାଦ୍ୱାରା ପରିବେଶ ଅସନ୍ତୁଳିତ ହୋଇଯାଏ । ଅଧ୍ବକ ଜଙ୍ଗଲ କାଟିବା, ଗାଡ଼ିମଟର ଚଳାଚଳ, ଶିଳ୍ପର ବୃଦ୍ଧି ହେତୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏହାଦ୍ଵାରା ଆମ ସାଧାରଣ ଜୀବନଯାପନରେ ବ୍ୟାହତ ସୃଷ୍ଟି ହେଉଅଛି । ଏସବୁର ମୂଳକାରଣ ଜନସଂଖ୍ୟାର ଅଭିବୃଦ୍ଧି ।

(11) ସାମାଜିକ ଅଶାନ୍ତି ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସାମାଜିକ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରେ । ଲୋକମାନେ ଗ୍ରାମାଞ୍ଚଳରୁ ସହରାଭିମୁଖୀ ହୁଅନ୍ତି । ବେକାରି ସଂଖ୍ୟା ବୃଦ୍ଧି ଘଟେ । ଫଳତଃ, ଚୋରି, ଡକାୟତି, ହତ୍ୟା ଭଳି ଜଘନ୍ୟ ଘଟଣାର ବୃଦ୍ଧି ହୋଇଥାଏ । ଅପମିଶ୍ରଣ, ଜୁଆ ପ୍ରଭୃତି ଖରାପ କାର୍ଯ୍ୟରେ ଲୋକମାନେ ଲିପ୍ତ ହୁଅନ୍ତି । ମିଥ୍ୟା, ଅବିବେକିତା, ଅସାଧୁତା ପ୍ରଭୃତିର ପ୍ରାଧାନ୍ୟ ଘଟିଥାଏ ।

ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ହେତୁ ଏହିସବୁ ପ୍ରକାର ସାମାଜିକ କୁକର୍ମର ବୃଦ୍ଧି ଘଟିଚାଲିଛି । ଦେଶରେ ସବୁବେଳେ ରାଜନୈତିକ ଓ ସାମାଜିକ ସଂଘର୍ଷ ହୋଇ ସାମାଜିକ ଶାନ୍ତି ନଷ୍ଟ କରିବା ସଙ୍ଗେ ସଙ୍ଗେ ଅର୍ଥନୈତିକ ବିକାଶକୁ ପ୍ରତିହତ କରୁଛି ।

Leave a Comment