Odisha State Board CHSE Odisha Class 11 Economics Solutions Chapter 5 ଶିଳ୍ପ Questions and Answers.
CHSE Odisha 11th Class Economics Solutions Chapter 5 ଶିଳ୍ପ
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
1. ଭାରତ ସରକାର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କରିଥିଲେ ?
(i) 1947
(ii) 1956
(iii) 1948
(iv) 1950
Answer:
(iii) 1948
2. ପ୍ରଥମ ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(i) ଦୁଇଟି
(ii) ଚାରିଟି
(iii) ତିନିଟି
(iv) ପାଞ୍ଚଟି
Answer:
(ii) ଚାରିଟି
3. 1956 ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(i) ଦୁଇଟି
(ii) ଚାରିଟି
(iii) ତିନିଟି
(iv) ପାଞ୍ଚଟି
Answer:
(iii) ତିନିଟି
4. 1956 ମସିହା ଶିଳ୍ପନୀତି ଅନୁସୂଚୀ ‘କ’ରେ କେତୋଟି ଶିଳ୍ପ ରଖାଗଲା ?
(i) 17ଟି
(ii) 22ଟି
(iii) 20ଟି
(iv) 12ଟି
Answer:
(i) 17ଟି
5. 1956 ମସିହା ଶିଳ୍ପନୀତି ଅନୁସୂଚୀ ‘ଖ’ରେ କେତୋଟି ଶିଳ୍ପ ରଖାଗଲା ?
(i) 17ଟି
(ii) 22ଟି
(iii) 20ଟି
(iv) 12ଟି
Answer:
(iv) 12ଟି
6. କେଉଁ ଶିଳ୍ପନୀତିକୁ ଭାରତର ଅର୍ଥନୈତିକ ସମ୍ବିଧାନ ବୋଲି କୁହାଯାଏ ?
(i) 1948 ମସିହା ଶିଳ୍ପନୀତି
(ii) 1977 ମସିହା ଶିଳ୍ପନୀତି
(iii) 1956 ମସିହା ଶିଳ୍ପନୀତି
(iv) 1991 ମସିହା ଶିଳ୍ପନୀତି
Answer:
(iii) 1956 ମସିହା ଶିଳ୍ପନୀତି
7. 1991 ମସିହା ଶିଳ୍ପନୀତି କେତେ କିଲୋମିଟର ବ୍ଯସାର୍ଦ୍ଧ ମଧ୍ୟରେ ପ୍ରଦୂଷଣ ପ୍ରବଣ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ନାହିଁ ?
(i) 20 କି.ମି.
(ii) 27 କି.ମି.
(iii) 25 କି.ମି.
(iv) 30 କି.ମି.
Answer:
(iii) 25 କି.ମି.
8. 1991 ମସିହା ଶିଳ୍ପନୀତି କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା କେତେକୁ ଧାର୍ଯ୍ୟ କରିଛି ?
(i) 50 ଲକ୍ଷ
(ii) 60 ଲକ୍ଷ
(iii) 55 ଲକ୍ଷ
(iv) 30 ଲକ୍ଷ
Answer:
(ii) 60 ଲକ୍ଷ
9. ନିମ୍ନୋକ୍ତ କେଉଁ ଶିଳ୍ପ ନିମନ୍ତେ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ ?
(i) ତମାଖୁ
(ii) ଚିନି
(iii) ପ୍ରତିରକ୍ଷା ସାମଗ୍ରୀ
(iv) ନିଶାଯୁକ୍ତ ପାନୀୟ
Answer:
(ii) ଚିନି
10. 1991 ମସିହା ଶିଳ୍ପନୀତି ଅନୁସାରେ ସର୍ବୋଚ୍ଚ ବିଦେଶୀ ନିବେଶ କେତେ ହୋଇପାରିବ ?
(i) 40 ପ୍ରତିଶତ
(ii) 50 ପ୍ରତିଶତ
(iii) 51 ପ୍ରତିଶତ
(iv) 49 ପ୍ରତିଶତ
Answer:
(iii) 51 ପ୍ରତିଶତ
11. 1991 ମସିହା ଶିଳ୍ପନୀତି କେତୋଟି ଶିଳ୍ପକୁ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ସଂରକ୍ଷଣ କଲା ?
(i) 17ଟି
(ii) 7ଟି
(iii) 5ଟି
(iv) 8ଟି
Answer:
(iv) 8ଟି
12. ଉଦ୍ୟୋଗୀକରଣ କହିଲେ ତୁମେ କ’ଣ ବୁଝ ?
(i) ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି
(ii) ଉଦ୍ୟୋଗ ସଂଖ୍ୟା ବୃଦ୍ଧି
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)
13. ଉଦ୍ୟୋଗୀକରଣ ଗୋଟିଏ ଉପାଦେୟତା ଦର୍ଶାଅ |
(i) ଅତ୍ମକ ଆୟ
(ii) ଅଧ୍ଵକ ନିଯୁକ୍ତି
(iii) ଅଧ୍ଵ ଉତ୍ପାଦନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ
14. 1956 ମସିହାର ଶିଳ୍ପନୀତିରେ କେତୋଟି ଶିଳ୍ପକୁ ସରକାରୀ କ୍ଷେତ୍ରପାଇଁ ସଂରକ୍ଷିତ ରଖାଯାଇଥିଲା ?
(i) 15ଟି
(ii) 16ଟି
(iii) 17ଟି
(iv) 18ଟି
Answer:
(iv) 18ଟି
B. ଶୂନ୍ୟସ୍ଥାନ ପୂରଣ କର :
1. ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ _____________________ ମସିହା ଶିଳ୍ପନୀତିର ପ୍ରଧାନ ଉପାଦାନ ଥିଲା ।
Answer:
1991
2. 1956 ମସିହାର ଶିଳ୍ପନୀତିରେ ___________________ ଟି ଶିଳ୍ପକୁ ସରକାରୀ କ୍ଷେତ୍ରପାଇଁ ସଂରକ୍ଷିତ ରଖାଯାଇଥିଲା ।
Answer:
17
3. ଶିଳ୍ପାୟନ ଫଳରେ ଶିଳ୍ପ କ୍ଷେତ୍ରରେ ଶ୍ରମର _____________________ ‘ବୃଦ୍ଧି ପାଇଥାଏ ।
Answer:
ଉତ୍ପାଦିକାଶକ୍ତି
4. ଭାରତୀୟ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାକୁ ସମସ୍ତେ _____________________ ମାଧ୍ୟମରେ ସମାଧାନ କରାଯାଇପାରିବ ।
Answer:
ଶିଳ୍ପାୟନ
5. ଭାରତୀୟ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାକୁ ସମସ୍ତେ _________________ ଗାଡ଼ି ଅର୍ଥବ୍ୟବସ୍ଥା ବୋଲି ବର୍ଣ୍ଣନା କରିଥାନ୍ତି ।
ଶଗଡ଼
6. _______________________ ର ବିକାଶ ବିନା କୃଷିର ଆଧୁନିକୀକରଣ ସମ୍ଭବ ହୁଏ ନାହିଁ ।
Answer:
ଶିଳ୍ପ
7. ଭାରତର ସ୍ଥାଣୁ କୃଷିବ୍ୟବସ୍ଥାକୁ ଗତିଶୀଳ କରିବାପାଇଁ _____________________ ବିକାଶ ନିତାନ୍ତ ଅପରିହାର୍ଯ୍ୟ ବୋଲି ଅର୍ଥଶାସ୍ତ୍ରୀମାନେ ମତବ୍ୟକ୍ତ କରିଥାନ୍ତି ।
Answer:
ଶିଳ୍ପ
8. ପ୍ରତିରକ୍ଷ। ଉପାଦନରେ ସ୍ୱ।ବଲମ୍ୱ। ହେବାପାଇଁ ______________________ ଅପରିହାର୍ଯ୍ୟ ହୋଇଥାଏ ।
Answer:
ଶିଳ୍ପାୟନ
9. ଶିଳ୍ପ।ୟନ _________________ପ୍ରକ୍ରିୟାକୁ ଦ୍ରୁତତର କରିଥାଏ ।
Answer:
ସହରୀକରଣ
10. ଦେଶୀୟ ଶିଳ୍ପଗୁଡ଼ିକର ମାଲିକାନ, ପରିଚାଳନା ଓ ନିୟନ୍ତ୍ରତ ସଂକ୍ରାନ୍ତରେ ସରକାର ଯେଉଁ ନୀତି, ନିୟମ ଓ ବିଧବ୍ୟବସ୍ଥାର _____________________ ରେ ପ୍ରତିଫଳିତ ହୋଇଥାଏ ।
Answer:
ଶିଳ୍ପନୀତି
11. 1948 ମସିହା ଶିଳ୍ପନୀତି ଭାରତରେ ଏକ ______________ଅର୍ଥବ୍ୟବସ୍ଥାର ଭିତ୍ତି ସ୍ଥାପନ କରିଥିଲା ।
Answer:
ମିଶ୍ରିତ
12. ଶିଳ୍ପକୁ ନିୟନ୍ତ୍ରଣମୁକ୍ତ କରି ସରକାରୀ ହସ୍ତକ୍ଷେପରୁ ରକ୍ଷା କରିବା ଏବଂ ଶିଳ୍ପର ଭବିଷ୍ୟତ୍ ପ୍ରଗତିକୁ ମୁକ୍ତ ବଜାର ପ୍ରକ୍ରିୟା ସହିତ ସଂଯୁକ୍ତ କରିବା ଥିଲା ____________________ ର ଲକ୍ଷ୍ୟ ।
Answer:
ଉଦାରୀକରଣ
13. ଉଦ୍ୟୋଗମାନଙ୍କର ଆଧୁନିକୀକରଣ, ଢାଞ୍ଚାଗତ ପରିବର୍ତ୍ତନ ଓ ବନ୍ଦ ଫଳରେ କର୍ମଶ୍ରୁତ ହେଉଥିବା ଶ୍ରମିକମାନଙ୍କୁ ପୁନଃଥଇଥାନ ଓ କ୍ଷତିପୂରଣ ପ୍ରଦାନ ଆଦି କରିବାପାଇଁ _______________ ଗଠିତ ହୋଇଥିଲା ।
Answer:
ଜାତୀୟନବୀକରଣ ପାଣ୍ଠି
14. ରାଷ୍ଟ୍ରୀୟ କ୍ଷେତ୍ର ପ୍ରତିଷ୍ଠାନରୁ ପୁଞ୍ଜି ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରି, ଏଭଳି ଶିଳ୍ପମାନଙ୍କୁ ________________________ କ୍ଷେତ୍ରପାଇଁ ଉନ୍ମୁକ୍ତ କରିବା ଥିଲା 1991 ମସିହା ଶିଳ୍ପ ନୀତିର ଅସଲ ଉଦ୍ଦେଶ୍ୟ ।
Answer:
ବେସରକାରୀ
15. ଦେଶର ଉନ୍ନତ ଅଞ୍ଚଳରେ ସ୍ଥାୟୀ ସମ୍ପତ୍ତିରେ 25 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସରକାରୀ ସ୍ବୀକୃତ ଅନଗ୍ରସର ଅଞ୍ଚଳରେ 75 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଥିବା ସମସ୍ତ ନୂତନ ଶିଳ୍ପ ସଂସ୍ଥାକୁ ସରକାରୀ __________________ କରିଦିଆଗଲା।
Answer:
ଅନୁମତିପତ୍ର
C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ଭାରତର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କଲା ?
Answer:
1948 ମସିହା ଏପ୍ରିଲ 6 ତାରିଖ ଦିନ ଭାରତର ପ୍ରଥମ ଶିଳ୍ପନୀତି ଘୋଷଣା କରାଗଲା ।
2. 1956 ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ବର୍ଗରେ ବିଭକ୍ତ କଲା ?
Answer:
1956 ମସିହା ଶିଳ୍ପନୀତି ଶିଳ୍ପକୁ ତିନୋଟି ବର୍ଗରେ ବିଭକ୍ତ କଲା ।
3. 1956 ମସିହା ଶିଳ୍ପନୀତିର ଅନୁସୂଚୀ-‘ଖ’ରେ କେତୋଟି ଶିଳ୍ପ ରଖାଗଲା ?
Answer:
1956 ମସିହା ଶିଳ୍ପନୀତିର ଅନୁସୂଚୀ-‘ଖ’ରେ 12ଟି ଶିଳ୍ପ ରଖାଗଲା ।
4. 1956 ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
Answer:
ସମାଜବାଦୀ ଢାଞ୍ଚାର ସମାଜ ଗଠନ 1956 ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ ଥିଲା ।
5. ନୂତନ ଶିଳ୍ପନୀତି କେବେ ଘୋଷିତ ହେଲା ?
Answer:
ନୂତନ ଶିଳ୍ପନୀତି 1991 ମସିହା ଜୁଲାଇ ମାସ 24 ତାରିଖ ଦିନ ଘୋଷିତ ହୋଇଥିଲା ।
6. ଲାଇସେନ୍ସ୍ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପର ନାମ ଲେଖ ।
Answer:
ଲାଇସେନ୍ସ୍ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପ ହେଲା— (i) ନିଶାଯୁକ୍ତ ପାନୀୟ, (ii) ତମାଖୁ ।
7. 1991 ମସିହା ଶିଳ୍ପନୀତିର ଗୋଟିଏ ଆଭିମୁଖ୍ୟ ଲେଖ ।
Answer:
1991 ମସିହା ଶିଳ୍ପନୀତିର ଗୋଟିଏ ଆଭୁମୁଖ୍ୟ ନିୟନ୍ତ୍ରଣରୁ ମୁକ୍ତ କରିବା । ହେଲା– ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅନାବଶ୍ୟକ ଅମଲା ତାନ୍ତ୍ରିକ
8. ବର୍ତ୍ତମାନ କେତୋଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ ?
Answer:
ବର୍ତ୍ତମାନ ଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ ।
9. 1991 ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ କେତେ ପ୍ରତିଶତ ନିବେଶ କ୍ଷମତାର ଅଂଶଧନ ଦେଇଥିଲା ।
Answer:
1991 ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ 51 ପ୍ରତିଶତ ନିବେଶ କ୍ଷମତାର ଅଂଶଧନ ଦେଇଥିଲା ।
10. ଅତି କ୍ଷୁଦ୍ର ଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା କେତେ ଟଙ୍କା ?
Answer:
ଅତି କ୍ଷୁଦ୍ରଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା ହେଉଛି 5 ଲକ୍ଷ ଟଙ୍କା ।
11. କେତୋଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ବର୍ତ୍ତମାନ ସଂରକ୍ଷିତ ?
Answer:
8ଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ବର୍ତ୍ତମାନ ସଂରକ୍ଷିତ ।
12. MRTP ଆଇନ୍ କେବେ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ?
Answer:
1970 ମସିହାରେ ଆଇନ୍ MRTP ପ୍ରବର୍ତ୍ତନ କରାଯାଇଥିଲା ।
13. ଶିଳ୍ପନୀତି କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରରେ ଦ୍ରୁତ ଶିଳ୍ପାୟନ ତଥା ଶିଳ୍ପର ବିକାଶପାଇଁ ଯେଉଁ ନୀତି, କାର୍ଯ୍ୟକ୍ରମ ଅବଲମ୍ବନ କରାଯାଏ ତାହାକୁ ଶିଳ୍ପନୀତି କୁହାଯାଏ ।
14. 1956 ଶିଳ୍ପନୀତିରେ କେଉଁ ଶିଳ୍ପକ୍ଷେତ୍ରରେ ସରକାରଙ୍କର ଏକାଧିକାର ରହିଥିଲା ?
Answer:
ଅସ୍ତ୍ରଶାସ୍ତ୍ର, ପରମାଣୁ ଶକ୍ତି, ରେଳ ଓ ବାୟୁ ପରିବହନ ପ୍ରଭୃତି 4ଟି ଶିଳ୍ପ ସରକାରଙ୍କ ଏକାତ୍କାର ପରିଚାଳନାଭୁକ୍ତ ହୋଇଥିଲା ।
15. କୁଟୀର ଶିଳ୍ପ କାହାକୁ କୁହାଯାଏ ?
Answer:
ଯେଉଁ ଶିଳ୍ପ ପରିବାରର ସଦସ୍ୟମାନଙ୍କଦ୍ୱାରା ବାସଗୃହରେ ଅଳ୍ପ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହୋଇଥାଏ, ତାହାକୁ କୁଟୀରଶିଳ୍ପ କୁହାଯାଏ ।
16. 1956 ଶିଳ୍ପନୀତିରେ କେଉଁ ଶ୍ରେଣୀର ଶିଳ୍ପ କେବଳ ଘରୋଇ କ୍ଷେତ୍ରଦ୍ୱାରା ପରିଚାଳିତ ହେବାର ବ୍ୟବସ୍ଥା ରହିଲା ?
Answer:
‘ଗ’ ଶ୍ରେଣୀର ଅନ୍ତର୍ଭୁକ୍ତ ଶିଳ୍ପଗୁଡ଼ିକ
17. ଶିଳ୍ପକ୍ଷେତ୍ରର ଜାତୀୟ ଆୟକୁ ଅବଦାନ କେତେ ?
Answer:
ଜାତୀୟ ଆୟକୁ ଶିଳ୍ପର ଅବଦାନ 28 ଶତାଂଶ ।
18. ଭାରତରେ ଶିଳ୍ପକ୍ଷେତ୍ରରେ କେତେ ଭାଗ ଲୋକ କାର୍ଯ୍ୟ କରନ୍ତି ?
Answer:
17.6 ଶତାଂଶ ଲୋକ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରନ୍ତି ।
19. ମିଶ୍ରିତ ଅର୍ଥନୀତି କାହାକୁ କୁହାଯାଏ ?
Answer:
ଯେଉଁ ଅର୍ଥବ୍ୟବସ୍ଥାରେ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକର ସହାବସ୍ଥାନ ଘଟେ, ତାହାକୁ ମିଶ୍ରିତ ଅର୍ଥନୀତି କୁହାଯାଏ ।
20. କେଉଁ ଯୋଜନାରେ ଶିଳ୍ପ ଉପରେ ଗୁରୁତ୍ଵ ଦିଆଯାଇଥିଲା ?
Answer:
ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଶିଳ୍ପଉପରେ ଗୁରୁତ୍ଵ ଦିଆଯାଇଥିଲା ।
D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. 1956 ଶିଳ୍ପନୀତି ଶିଳ୍ପକୁ ଚାରିଟି ଶ୍ରେଣୀରେ ବିଭକ୍ତ କଲା ।
Answer:
1956 ଶିଳ୍ପନୀତି ଶିଳ୍ପକୁ ତିନୋଟି ଶ୍ରେଣୀରେ ବିଭକ୍ତ କଲା ।
2. 1956 ଶିଳ୍ପନୀତିର ଅନୁସୂଚୀ ‘କ’ରେ 12ଟି ଶିଳ୍ପ ରହିଛି ।
Answer:
1956 ଶିଳ୍ପନୀତିର ଅନୁସୂଚୀ-‘କ’ରେ 17ଟି ଶିଳ୍ପ ରହିଛି ।
3. ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା 60 ଲକ୍ଷ ।
Answer:
ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା 5 ଲକ୍ଷ ।
4. କ୍ଷୁଦ୍ରଶିଳ୍ପ ଉନ୍ନୟନ ସଙ୍ଗଠନ କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ପ୍ରତିଷ୍ଠା କରାଯାଇଥିଲା ।
Answer:
କ୍ଷୁଦ୍ରଶିଳ୍ପ ଉନ୍ନୟନ ସଙ୍ଗଠନ କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ପ୍ରତିଷ୍ଠା କରାଯାଇଥିଲା ।
5. ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ କ୍ଷୁଦ୍ରଶିଳ୍ପକୁ ଋଣ ଯୋଗାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।
6. 1991 ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶ ପ୍ରାପ୍ୟ ପ୍ରଦାନ ବିଭ ମନ୍ତ୍ରଣାଳୟ ଦ୍ୱାରା କରାଯିବ ।
Answer:
1991 ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶକାରୀଙ୍କ ପ୍ରାପ୍ୟ ପ୍ରଦାନ ରିଜର୍ଭ ବ୍ୟାଙ୍କଦ୍ଵାରା କରାଯିବ ।
7. 1991 ମସିହା ଶିଳ୍ପନୀତି ବିଦେଶୀ ବାଣିଜ୍ୟିକ କମ୍ପାନୀକୁ 49 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ନିବେଶର ସୁବିଧା ଦେଲା ।
Answer:
1991 ମସିହା ଶିଳ୍ପନୀତି ବିଦେଶୀ ବାଣିଜ୍ୟିକ କମ୍ପାନୀକୁ 51 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ନିବେଶର ସୁବିଧା ଦେଲା ।
8. କ୍ଷୁଦ୍ର ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ଜାତୀୟ ହସ୍ତତନ୍ତ୍ର ଉନ୍ନୟନ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
Answer:
କ୍ଷୁଦ୍ର ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ଜାତୀୟ ହସ୍ତଶିଳ୍ପ ନିଗମ ପ୍ରତିଷ୍ଠା କରାଗଲା ।
9. ସହାୟକ ଶିଳ୍ପର ବିନିଯୋଗ ସୀମା ହେଉଛି 60 ଲକ୍ଷ ଟଙ୍କା ।
Answer:
ସହାୟକ ଶିଳ୍ପର ବିନିଯୋଗ ସୀମା ହେଉଛି 75 ଲକ୍ଷ ଟଙ୍କା ।
10. କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା ହେଉଛି 60 ଲକ୍ଷ ଟଙ୍କା ।
Answer:
କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା ହେଉଛି 25 ଲକ୍ଷ ଟଙ୍କା ।
11. କ୍ଷୁଦ୍ରଶିଳ୍ପମାନଙ୍କ ଋଣର ଚାହିଦା ପୂରଣ କରିବାପାଇଁ ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ ନାମରେ ଏକ ଶୀର୍ଷ ବ୍ୟାଙ୍କ ପ୍ରତିଷ୍ଠା କରାଗଲା ।
Answer:
ଠିକ୍ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି/ତିନୋଟି ବାକ୍ୟ ମଧ୍ୟରେ ଦିଅ ।
1. ଶିଳ୍ପ ଲାଇସେନ୍ସ ବ୍ୟବସ୍ଥା କ’ଣ ?
Answer:
ଶିଳ୍ପ ପ୍ରତିଷ୍ଠା, ସମ୍ପ୍ରସାରଣ ଇତ୍ୟାଦିପାଇଁ ସରକାରଙ୍କଦ୍ୱାରା ଦିଆଯାଉଥିବା ଅନୁମତି ପତ୍ରକୁ ଲାଇସେନ୍ସ କୁହାଯାଏ । ଏହି ଲାଇସେନ୍ସ ବ୍ୟବସ୍ଥା ଶିଳ୍ପମାନଙ୍କୁ ଅଯଥା ଅମଲାତାନ୍ତ୍ରିକ କଟକଣାରେ ରଖ୍ ଶିଳ୍ପବିକାଶରେ ବାଧା ସୃଷ୍ଟି କରେ । ଏହି ବ୍ୟବସ୍ଥାର ବିଲୋପ ପାଇଁ 1991 ମସିହା ଶିଳ୍ପନୀତି, ଲାଇସେନ୍ସ ମୁକ୍ତ ବ୍ୟବସ୍ଥା ଗ୍ରହଣ କଲେ ।
ନୂତନ ଶିଳ୍ପନୀତି 18ଟି ଗୁରୁତ୍ଵପୂର୍ଣ୍ଣ ଶିଳ୍ପ ବ୍ୟତୀତ ସମସ୍ତ ଶିଳ୍ପ ଉପରୁ ବାଧ୍ୟତାମୂଳକ ଲାଇସେନ୍ସ ବ୍ୟବସ୍ଥା ଉଚ୍ଛେଦ କଲା । ଏହି ଗୁରୁତ୍ଵପୂର୍ଣ୍ଣ ଶିଳ୍ପଗୁଡ଼ିକ ହେଲା– କୋଇଲା ଓ ଲିଗ୍ନାଇଟ୍, ପେଟ୍ରୋଲ ଓ ପେଟ୍ରୋଲଜାତ ଦ୍ରବ୍ୟ, ନିଶାଯୁକ୍ତ ପାନୀୟ, ଚିନି, ତମାଖୁ, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ବିସ୍ଫୋରଣ, ପ୍ରତିରକ୍ଷା ସାମଗ୍ରୀ, ବିପଦଜ୍ଜନକ ରାସାୟନିକ ଦ୍ରବ୍ୟ ଇତ୍ୟାଦି ।
2. ଏମ୍.ଆର.ଟି.ପି. ଆଇନ୍ର ସଂଶୋଧନ କହିଲେ କ’ଣ ବୁଝ ?
Answer:
ଅସାଧୁ ଉପାୟ ଅବଲମ୍ବନ କରୁଥିବା କମ୍ପାନୀମାନଙ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏମ୍.ଆର.ଟି.ପି. ଆଇନ୍ ରହିଛି । ନୂତନ ଶିଳ୍ପନୀତିରେ ଭାରତୀୟ ଶିଳ୍ପ ପ୍ରଗତିରେ କ୍ଷତିକାରକ ପ୍ରଭାବ ପକାଉଥିବା! ବଡ଼ ବଡ଼ କମ୍ପାନୀମାନଙ୍କର ବିନିଯୋଗ ନିଷ୍ପଭିରେ ଏହି ଆଇନ୍ ଲାଗୁକରି କେଉଁଭଳି ଭାବେ ସରକାର ହସ୍ତକ୍ଷେପ କରିପାରିବେ ତାହା ନୂତନ ଶିଳ୍ପନୀତିରେ ସୁସ୍ପଷ୍ଟଭାବେ ଉଲ୍ଲେଖ କରାଗଲା ।
ଫଳରେ ଏମ୍.ଆର.ଟି.ପି. ଆଇନ୍ର ସଂଶୋଧନ କରାଗଲା । ଏହି ସଂଶୋଧ ଆଇନ୍ ଏକାଧିକାରୀ,ପ୍ରତିବନ୍ଧକକାରୀ ଓ ଅସାଧୁ ବାଣିଜ୍ୟ ବ୍ୟବସାୟୀ କାରବାରରେ ସଂଶ୍ଳିଷ୍ଟ କମ୍ପାନୀମାନଙ୍କୁ ନିୟନ୍ତ୍ରଣ ଓ ପ୍ରତିରୋଧ କରିବାପାଇଁ ଅଧିକ ଗୁରୁତ୍ବାରୋପ କରିଅଛି । ଖାଉଟିମାନଙ୍କ ସ୍ବାର୍ଥରକ୍ଷା ନିମିତ୍ତ ଏହି ସଂଶୋଧ ଆଇନ୍ରେ ବ୍ୟବସ୍ଥା ରଖାଯାଇଛି ।
3. ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା କ’ଣ ?
Answer:
ରାଷ୍ଟ୍ରାୟତ୍ତ ସ୍ତରରେ ରୁଗ୍ଣ ବିବେଚିତ ହେଉଥିବା ଶିଳ୍ପ ସମୂହର ପୁନଃ ସଂସ୍ଥାପନ ପାଇଁ ଶୈଳ୍ପିକ ଓ ଆର୍ଥିକ ପୁନର୍ଗଠନ ପରିଷଦ ସହିତ ପରାମର୍ଶ କରିବା ବ୍ୟବସ୍ଥା ରଖାଗଲା ଏବଂ 1991 ମସିହା ଶିଳ୍ପନୀତିରେ, ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ, ସାଙ୍ଗଠନିକ ପରିବର୍ତ୍ତନ ଓ ବନ୍ଦ ଫଳରେ ଛଟେଇ ହେଉଥିବା ଶ୍ରମିକମାନଙ୍କର ପୁନଃ ଥଇଥାନ ଓ କ୍ଷତିପୂରଣପାଇଁ ଜାତୀୟ ନବୀକରଣ ପାଣ୍ଠିର ଗଠନ ବ୍ୟବସ୍ଥା କରାଗଲା । ଏହି ପୁନର୍ଗଠନ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା ପାଇଁ ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଚଳନ କରାଗଲା ।
4. 1991 ଶିଳ୍ପନୀତିର ଆଭିମୁଖ୍ୟଗୁଡ଼ିକ କ’ଣ ?
Answer:
1991 ମସିହା ଶିଳ୍ପନୀତିରେ ଉଦାରୀକରଣ ଓ ଘରୋଇ କରଣର ବୈଶିଷ୍ଟ୍ୟମାନ ପ୍ରତିଫଳିତ ହେଲା । ପୂର୍ବ ପ୍ରଚଳିତ ଶିଳ୍ପନୀତି ଯାହାକି ସମାଜବାଦ ଓ ରାଷ୍ଟ୍ରୀୟ ଉଦ୍ୟୋଗର ପ୍ରାଧାନ୍ୟ ଉପରେ ପର୍ଯ୍ୟବସିତ ହୋଇ ଶିଳ୍ପ ବିକାଶ ପ୍ରକ୍ରିୟାକୁ ଅମଲାତାନ୍ତ୍ରିକ ତଥା ରାଜନୈତିକ ନିୟନ୍ତ୍ରଣାଧୀନ କରି ଶିଳ୍ପ ବ୍ୟବସ୍ଥାକୁ ଲାଇସେନ୍ସ ଓ ପର୍ମିଟ୍ ସର୍ବସ୍ଵ କରିଥିଲା ।
ସେଥୁରୁ ଶିଳ୍ପ ଜଗତକୁ ସମ୍ପୂର୍ଣ୍ଣଭାବେ ମୁକ୍ତିକରି ଏକ ଉଦାର ତଥା ମୁକ୍ତ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ ହେବାର ସାହସିକ ପଦକ୍ଷେପ ନେବାର ପ୍ରୟାସ କରିଥିଲା । ଏହି ଶିଳ୍ପନୀତି ବୈଦେଶିକ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଇବା ଏହାର ବିଶେଷ ଲକ୍ଷ ଥିଲା । ଏହାଦ୍ଵାରା ଅଧ୍ୟରୁ ଅଧ୍ଵ ଶିଳ୍ପ ପ୍ରତିଷ୍ଠା ହୋଇପାରିବାର ଲକ୍ଷ୍ୟ ସହ ନିଯୁକ୍ତି ତଥା ଜାତୀୟ ଆୟ ବୃଦ୍ଧି ଏହି ଶିଳ୍ପନୀତିର ଅନ୍ୟତମ ଆଭିମୁଖ୍ୟ ।
F. ପାଞ୍ଚୋଟି/ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
1. କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ
Answer:
(i) କ୍ଷୁଦ୍ରଶିଳ୍ପ ସାଧାରଣତଃ ଏକ ସ୍ଵତନ୍ତ୍ର ଉଦ୍ୟୋଗ ଭାବରେ ସହରାଞ୍ଚଳରେ ପ୍ରତିଷ୍ଠା କରାଯାଇଥାଏ । ମାତ୍ର କୁଟୀରଶିଳ୍ପ ମୁଖ୍ୟତଃ ଗ୍ରାମାଞ୍ଚଳରେ କାର୍ଯ୍ୟ କରିଥାଏ ।
(ii) କ୍ଷୁଦ୍ରଶିଳ୍ପ ସଂଗୃହିତ କଞ୍ଚାମାଲକୁ ଯନ୍ତ୍ର ସାହାଯ୍ୟରେ ପ୍ରକ୍ରିୟାକରଣ କରିଥାଏ । ଏଥିପାଇଁ ଯନ୍ତ୍ରପାତି, ସ୍ଵତନ୍ତ୍ର ଗୃହ, ଶ୍ରମିକ ଆଦି ଉପାଦାନମାନଙ୍କର ଆବଶ୍ୟକତା ପଡ଼ିଥାଏ । ମାତ୍ର କୁଟୀରଶିଳ୍ପ ପରିବାରର ସଦସ୍ୟମାନଙ୍କଦ୍ୱାରା ନିଜ ବାସଗୃହରେ ଉତ୍ପାଦନ କରିଥାଏ । ଏଥିପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକତା ନଥାଏ ।
(iii) କ୍ଷୁଦ୍ରଶିଳ୍ପ ପାଇଁ 60 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇପାରେ । ମାତ୍ର କୁଟୀର ଶିଳ୍ପପାଇଁ ସର୍ବାଧ୍ଵ 5 ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥାଏ, 1991 ମସିହା ଶିଳ୍ପନୀତି ଅନୁଯାୟୀ ।
2. ଶିଳ୍ପ ଏବଂ ବାହ୍ୟ ପ୍ରଭାବ
Answer:
ଶିଳ୍ପର ବାହ୍ୟ ପ୍ରଭାବ ସର୍ବାଧିକ । ଏହାର ଦୃଢ଼ ଅଗ୍ର ଅନୁବନ୍ଧନ ଓ ପଶ୍ଚାତ୍ ଅନୁବନ୍ଧନ ରହିଛି । ଶିଳ୍ପର ଅଭିବୃଦ୍ଧି ଫଳରେ ପରିବହନ ବ୍ୟବସ୍ଥା, ଶକ୍ତି ଉତ୍ପାଦନ, ଶିକ୍ଷା ଯୋଗାଯୋଗ, ବ୍ୟାଙ୍କ୍ ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ପ୍ରଭୂତ ବିକାଶ ସାଧୁ ହୋଇଥାଏ । ନୂତନ ସହର ଓ ଶିଳ୍ପ ଜନ୍ମନିଏ । ଏହାକୁ ଶିଳ୍ପର ଅଗ୍ର ଅନୁବନ୍ଧନ କୁହାଯାଏ ।
ଠିକ୍ ସେହିପରି ଶିଳ୍ପ ଅଭିବୃଦ୍ଧିପାଇଁ କଞ୍ଚାମାଲ ଯୋଗାଣ କ୍ଷେତ୍ର ଯଥା ଖଣି, କ୍ଷୁଦ୍ର ଶିଳ୍ପ ଇତ୍ୟାଦିର ବିକାଶ ଘଟେ । ଏହାକୁ ପଶ୍ଚାତ୍ ଅନୁବନ୍ଧନ କୁହାଯାଏ । ତେଣୁ ଶିଳ୍ପର ବିକାଶ ଉଭୟ ଅଗ୍ର ଓ ପଶ୍ଚାତ୍ ଅନୁବନ୍ଧନରେ ସହାୟକ ହୋଇ ଦ୍ରୁତ ବାହ୍ୟ ପ୍ରଭାବ ଆଣିଥାଏ ।
3. ଶିଳ୍ପ ଏବଂ କୃଷିର ବିକାଶ
Answer:
ଜନସଂଖ୍ୟାର ପ୍ରବଳ ଚାପ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ତିକ୍ତ ଅନୁଭୂତି । ଏହା ଜୋତକୁ ବିଭାଜନ ଓ ବିଖଣ୍ଡନ କରିଥାଏ । ଫଳରେ ଆଧୁନିକ କୃଷି ପଦ୍ଧତିର ଉପଯୋଗ ଅସମ୍ଭବ ହୋଇପଡ଼େ । ଭାରତୀୟ କୃଷିର ସ୍ଵଳ୍ପ ଉତ୍ପାଦିତାର ଏହା ମୁଖ୍ୟ କାରଣ । ଏହି ସମସ୍ୟାର ସମାଧାନ ଶିଳ୍ପ ବିକାଶ ଦ୍ବାରା ସମ୍ଭବ । ଶିଳ୍ପର ବିକାଶ ଫଳରେ ଲୋକମାନଙ୍କର ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ଘଟେ ।
ଏହା ଭୂମି ଉପରେ ଥିବା ଜନସଂଖ୍ୟାର ଚାପ ହ୍ରାସ କରେ । ଫଳରେ ଅପେକ୍ଷାକୃତ ବୃହତ୍ତର ଜୋତରେ ଆଧୁନିକ କୃଷି ପ୍ରଣାଳୀ ଉପଯୋଗ କରିବାଦ୍ୱାରା କୃଷି ଉତ୍ପାଦିତା ବୃଦ୍ଧି ଘଟେ ଏବଂ କୃଷି କ୍ଷେତ୍ରରେ ଅନୁଭୂତ ଛଦ୍ମବେଶୀ ବେକାରୀ ହ୍ରାସପାଏ । ତେଣୁ କୃଷିର ବିକାଶ କ୍ଷେତ୍ରରେ ଶିଳ୍ପର ଭୂମିକା ସ୍ପଷ୍ଟ ।
4. ଭାରତୀୟ କ୍ଷୁଦ୍ର ଶିଳ୍ପ ବ୍ୟାଙ୍କ ଏବଂ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ।
Answer:
କ୍ଷୁଦ୍ରଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ନୂତନ ଶିଳ୍ପନୀତି 1991 କେତେକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରଖୁଲା । କ୍ଷୁଦ୍ରଶିଳ୍ପୀମାନଙ୍କ ଋଣର ଚାହିଦା ପୂରଣ କରିବାପାଇଁ ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ ନାମରେ ଏକ ଶଳ୍ପ ବ୍ୟାଙ୍କ୍ ପ୍ରତିଷ୍ଠା କରାଗଲା । ଏହି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ଏକ ଶାଖା ରୂପେ କାର୍ଯ୍ୟ କରିବାର ବ୍ୟବସ୍ଥା ରଖାଗଲା ।
ନୂତନ ଶିଳ୍ପନୀତି 1991, କ୍ଷୁଦ୍ରଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟପାଇଁ ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କଲା । ଉତ୍ପାଦିତ ଦ୍ରବ୍ୟର ବିକ୍ରୟପାଇଁ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମକୁ ଅନୁମତି ପ୍ରଦାନ କଲା । ମୋଟ ଉପରେ କହିବାକୁ ଗଲେ, କ୍ଷୁଦ୍ରଶିଳ୍ପର ଆଧୁନିକୀକରଣ ଏବଂ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରି ଉତ୍ପାଦନ ଓ ଉତ୍ପାଦିତା ବୃଦ୍ଧିପାଇଁ ନୂତନ ଶିଳ୍ପନୀତି 1991, ସମସ୍ତ ବ୍ୟବସ୍ଥା ଗ୍ରହଣ କଲା ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଆଲୋଚନା କର ।
Answer:
ସଂପ୍ରତି ଶିଳ୍ପାୟନ ଓ ଆର୍ଥନୀତିକ ଉନ୍ନୟନ ଏକାର୍ଥବୋଧକ ବିବେଚିତ ହେଉଛି । କାରଣ ଗୋଟିଏ ଦେଶର ପ୍ରଗତି ସେହି ଦେଶର ଶିଳ୍ପ ସମୃଦ୍ଧିରୁ ପ୍ରତୀୟମାନ ହୁଏ । ଆଧୁନିକ ଅର୍ଥଶାସ୍ତ୍ରୀମାନେ ଶିଳ୍ପାୟନକୁ ଅର୍ଥନୈତିକ ଉନ୍ନୟନର ପନ୍ଥାସ୍ବରୂପ ଗ୍ରହଣ କରିଛନ୍ତି ।
ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ, ଫ୍ରାନ୍ସ ଓ ଜର୍ମାନୀ ପ୍ରଭୃତି ଦେଶ ଉନ୍ନତ ଦେଶରୂପେ ପରିଚିତ ହେବାର ମୁଖ୍ୟ କାରଣ ହେଲା ସେମାନଙ୍କର ଶିଳ୍ପସମୃଦ୍ଧି, ଅନ୍ୟପକ୍ଷରେ ଶିଳ୍ପବିସ୍ତାର ଲାଭ ନ କରିଥିବାରୁ ଭାରତ, ପାକିସ୍ତାନ, ସିଂହଳ, ବର୍ମା ଓ ଚୀନ୍ ପ୍ରଭୃତି ଦେଶ ଅନୁନ୍ନତ ଦେଶରୂପେ ବିବେଚିତ ହେଉଛନ୍ତି । ଅନୁନ୍ନତ ଦେଶସମୂହ ବର୍ତ୍ତମାନ ଦେଶର ଦ୍ରୁତ ଶିଳ୍ପାୟନ କରି ବିକାଶୋନୁ ଖୀ ହେବାକୁ ଚେଷ୍ଟା ଚଳାଇଛନ୍ତି ।
ଶିଳ୍ପ କହିଲେ ବିନିର୍ମାଣ କାର୍ଯ୍ୟାବଳୀକୁ ବୁଝାଏ । ଶିଳ୍ପାୟନ ଅର୍ଥ ହେଉଛି ବିନିର୍ମାଣ ଶିଳ୍ପ ପ୍ରତିଷ୍ଠା କରିବା । ପୂର୍ବେ ଶିଳ୍ପାୟନ କହିଲେ ଯାହା ବୁଝାଯାଉଥିଲା ବର୍ତ୍ତମାନ ତାହା ଏକ ଭିନ୍ନ ରୂପ ନେଇଛି । ଅତୀତରେ ଅଳ୍ପ ପୁଞ୍ଜି ଓ ସରଳ ଯନ୍ତ୍ରପାତି ବ୍ୟବହାର କରି କ୍ଷୁଦ୍ରାୟତନ ବିଶିଷ୍ଟ ଶିଳ୍ପମାନଙ୍କରେ ଉତ୍ପାଦନ କାର୍ଯ୍ୟ କରାଯାଉଥିଲା ।
ମାତ୍ର ଊନବିଂଶ ଶତାବ୍ଦୀର ଶିଳ୍ପ ବିପ୍ଳବ ପରେ ପରେ ଶିଳ୍ପାୟନର ଧାରା ପରିବର୍ତ୍ତିତ ହୋଇଛି । ଆଧୁନିକ ଅର୍ଥରେ ଶିଳ୍ପାୟନ କହିଲେ, ଉତ୍ପାଦନ କ୍ଷେତ୍ରରେ ଉନ୍ନତ କୌଶଳ ଓ ଯନ୍ତ୍ରପାତିର ପ୍ରୟୋଗ, ବହୁଳ ପୁଞ୍ଜିର ବ୍ୟବହାର ଓ ଶ୍ରମବିଭାଜନ ପଦ୍ଧତିର ଅବଲମ୍ବନକୁ ବୁଝାଏ । ଏହି ଦୃଷ୍ଟିରୁ ବିଚାର କଲେ ଶିଳ୍ପାୟନ ହେଉଛି ଅର୍ଥନୈତିକ ଉନ୍ନୟନର ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ।
ବର୍ତ୍ତମୀନ ବିଶ୍ୱର ଅଧିକାଂଶ ଅନୁନ୍ନତ ଦେଶ ଦ୍ରୁତ ଅର୍ଥନୈତିକ ପ୍ରଗତି ହାସଲ କରିବାପାଇଁ ଶିଳ୍ପାୟନର ଆଶ୍ରୟ ନେଇଛନ୍ତି । ଭାରତରେ ଏହାର ବ୍ୟତିକ୍ରମ ହୋଇନାହିଁ । ଭାରତରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଦେଶରେ ଶିଳ୍ପ ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଶିଳ୍ପକ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି । ଭାରତ ବର୍ତ୍ତମାନ ଶିଳ୍ପ ଜଗତରେ ପଞ୍ଚବିଂଶ ସ୍ଥାନ ଅଧ୍ୟାର କରିଛି । ତଥାପି ଭାରତକୁ ଶିଳ୍ପ ଉନ୍ନୟନ କ୍ଷେତ୍ରରେ ଆହୁରି ସୁଦୂର ପଥ ଅତିକ୍ରମ କରିବାକୁ ଅଛି । ବର୍ତ୍ତମାନ ପ୍ରଶ୍ନ ହୋଇପାରେ ଯେ ଶିଳ୍ପାୟନ ଉପରେ କାହିଁକି ଏତେ ଗୁରୁତ୍ବ ଦିଆଯାଉଛି ? ଏହାର ଉତ୍ତରରେ ନିମ୍ନଲିଖିତ –
(1) ପ୍ରାକୃତିକ ସମ୍ବଳର ବିନିଯୋଗ – ଭାରତବର୍ଷ ପ୍ରାକୃତିକ ଓ ମାନବିକ ସମ୍ବଳରେ ଭରପୂର । ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏଥିରେ ବିପୁଳ ପରିମାଣର କୃଷିଜ କଞ୍ଚାମାଲ; ଯଥା – ଝୋଟ, ଧୂଆଁପତ୍ର, କପା, ଆଖୁ ଓ ତୈଳବୀଜ ପ୍ରଭୃତି ପ୍ରଚୁର ପରିମାଣରେ ମିଳୁଛି । ଆମ ଦେଶରେ ଲୌହପିଣ୍ଡ, ମାଙ୍ଗାନିଜ୍, ଗ୍ରାନାଇଟ୍, ମାଇକା ପ୍ରଭୃତି ବିପୁଳ ପରିମାଣରେ ରହିଥିବା ଭୂ-ତତ୍ତ୍ବବିଦ୍ମାନେ ଗବେଷଣା ଫଳରେ ଜାଣିପାରିଛନ୍ତି । ଆମର ବନଜ ସମ୍ବଳ ସୁଦୂରପ୍ରସାରୀ; ଯେଉଁଥିରୁ କି ବନଜାତ ଦ୍ରବ୍ୟ ସଂଗ୍ରହ କରି କେତେକ ଶିଳ୍ପକୁ ଯୋଗାଇ ଦେବାର ସୁବିଧା ରହିଛି ।
ଶକ୍ତି ସମ୍ବଳରେ ଆମ ଦେଶ ସମୃଦ୍ଧ । ଆମର ଇନ୍ଧନ ସମ୍ବଳ; ଯଥା— କୋଇଲା ଓ ପେଟ୍ରୋଲ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଜଳଜ ବିଦ୍ୟୁତଶକ୍ତି ଉତ୍ପାଦନ କରିବାପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଭାରତ ଶ୍ରମ ଶକ୍ତିରେ ପୃଥିବୀରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଆମ ଦେଶରେ ଏହି ସମସ୍ତ ଉପାଦାନ ଭରପୂର ହୋଇ ରହିଥିବାରୁ ତାହାର ଯଥାର୍ଥ ଉପଯୋଗପାଇଁ ଦ୍ରୁତ ଶିଳ୍ପାୟନ ଆବଶ୍ୟକ ମନେକରାଯାଉଛି ।
(2) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି – ଦ୍ରୁତ ଶିଳ୍ପାୟନ ଜାତୀୟ ଆୟ ଓ ମୁଣ୍ଡପିଛା ଆୟକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଶିଳ୍ପାନ୍ନତ ଦେଶମାନଙ୍କରେ ମୁଣ୍ଡପିଛା ଆୟ ଅଧିକ ହୋଇଥିବା ଏହି ମତବାଦକୁ ସମର୍ଥନ କରେ । ଯେଉଁ ଦେଶମାନଙ୍କରେ ମୁଣ୍ଡପିଛା ଆୟ ସ୍ଵଳ୍ପ ସେହି ଦେଶଗୁଡ଼ିକ କୃଷିଭିତ୍ତିକ ଓ ଶିଳ୍ପଦୃଷ୍ଟିରୁ ଅନଗ୍ରସର ହୋଇଥିବା ଲକ୍ଷ୍ୟ କରାଯାଏ ।
ଶିଳ୍ପ କୃଷି ଅପେକ୍ଷା ଅଧିକ ଉତ୍ପାଦନଶୀଳ । କାରଣ ସେଥିରେ ବହୁଳ ପରିମାଣ ପୁଞ୍ଜି ଏବଂ ଆଧୁନିକ ଯନ୍ତ୍ରପାତି ଓ ବିଶେଷଜ୍ଞ କୁଶଳୀ ଶ୍ରମିକଙ୍କୁ ବ୍ୟବହାରରେ ଲଗାଯାଇପାରେ । ଏହିସବୁ ଦୃଷ୍ଟିରୁ ଭାରତର ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିପାଇଁ ଶିଳ୍ପ ବିକାଶ ଉପରେ ଗୁରୁତ୍ବ ଆରୋପ କରାଯାଉଛି ।
(3) ଶିଳ୍ପାୟନ ଓ ନିଯୁକ୍ତି – ଭାରତରେ ବହୁସଂଖ୍ୟକ ଲୋକ ବେକାର ଅବସ୍ଥାରେ କାଳାତିପାତ କରନ୍ତି । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଗଣବେକାରି ଦେଖୁବାକୁ ମିଳେ । ଗ୍ରାମାଞ୍ଚଳରେ ବେକାରି, ଅର୍ବବେକାରି ଓ ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ଅଧିକ । ଆମ ଦେଶରେ ଜନଶକ୍ତିର ପ୍ରାୟ 70 ଶତାଂଶ ଲୋକ କୃଷିକ୍ଷେତ୍ରରେ ନିଯୁକ୍ତିର ଆଶ୍ରୟ ନେଇଥା’ନ୍ତି । 1981 ମସିହାରେ କରାଯାଇଥିବା ଜନଗଣନାରୁ ଜଣାଯାଏ ଯେ, ପ୍ରତିବର୍ଷ ପ୍ରାୟ 43 ଲକ୍ଷ ଲୋକ ଶ୍ରମବଜାରକୁ ପ୍ରବେଶ କରି ଶ୍ରମଯୋଗାଣ ବୃଦ୍ଧି କରୁଛନ୍ତି ।
ଉପସ୍ଥିତ ପରିସ୍ଥିତିରେ ଏହାର ଗୋଟିଏ ମାତ୍ର ପ୍ରତିକାର ଚିନ୍ତା କରାଯାଇପାରେ । ତାହା ହେଉଛି ଶ୍ରମଶକ୍ତିକୁ କୃଷିକ୍ଷେତ୍ରରୁ ଶିଳ୍ପକ୍ଷେତ୍ରକୁ ସ୍ଥାନାନ୍ତରିତ କରିବା । ଦେଶର ଶିଳ୍ପାୟନ କରି ସେମାନଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରେ । ଏହା କରାଯାଇ ପାରିଲେ ଆମେ ଦୁଇପ୍ରକାର ସୁବିଧା ଲାଭ କରିପାରୁ । ପ୍ରଥମତଃ, କୃଷିରୁ ଶିଳ୍ପକୁ ଶ୍ରମଶକ୍ତି ସ୍ଥାନାନ୍ତର ହେବା ଫଳରେ କୃଷି ଉତ୍ପାଦନଶୀଳତା ବୃଦ୍ଧି ହୁଏ । ଦ୍ଵିତୀୟତଃ, ଶିଳ୍ପବିକାଶ ହେବା ଫଳରେ ଦେଶର ଜାତୀୟ ଆୟ ବୃଦ୍ଧି ହେବା ସମ୍ଭାବନା ଥାଏ ।
(4) ଶିଳ୍ପାୟନ ଓ କୃଷି ଉନ୍ନୟନ – ଦେଶରେ ଶିଳ୍ପ ବିକାଶ କୃଷି ଉନ୍ନୟନକୁ ସାହାଯ୍ୟ କରେ । ଯନ୍ତ୍ରପାତିର ବ୍ୟବହାର ଯୋଗୁଁ କୃଷିକାର୍ଯ୍ୟ ଅପେକ୍ଷାକୃତ ସହଜ ହୁଏ । ଉନ୍ନତ କୃଷି ଯନ୍ତ୍ରପାତି ଶିଳ୍ପମାନଙ୍କରେ ନିର୍ମାଣ କରାଯାଇଥାଏ । ଉନ୍ନତ ସାର ଉତ୍ପାଦନ ଓ ଜଳସେଚନ ସୁବିଧାପାଇଁ କୃଷିଜୀବୀମାନଙ୍କୁ ଶିଳ୍ପ ଉପରେ ନିର୍ଭର କରିବାକୁ ପଡ଼େ ।
ଏହିପରି ଭାବରେ ଶିଳ୍ପବିକାଶ କୃଷିବିକାଶରେ ସହାୟକ ହୋଇଥାଏ । ସେହିପରି କୃଷି ଉନ୍ନୟନ ମଧ୍ଯ ଶିଳ୍ପ ଉନ୍ନୟନରେ ସହାୟକ ହୋଇଥାଏ । କୃଷିଜ ଉତ୍ପାଦ ଶିଳ୍ପମାନଙ୍କରେ କଞ୍ଚାମାଲରୂପେ ବ୍ୟବହୃତ ହୁଏ । ଏହିପରି ଭାବରେ କୃଷି ଓ ଶିଳ୍ପ ପରସ୍ପରକୁ ସାହାଯ୍ୟ କରି ଦେଶକୁ ଅଭିବୃଦ୍ଧି ପଥରେ ଆଗେଇ ନେଇଥା’ନ୍ତି ।
(5) ଶିଳ୍ପାୟନ ଏବଂ ଦେଶଜ ଚାହିଦା – ଆମ ଦେଶରେ ଶିଳ୍ପ ଉତ୍ପାଦପାଇଁ ଏକ ବିସ୍ତୃତ ଆଭ୍ୟନ୍ତରୀଣ ବଜାର ରହିଛି ଓ ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଶିଳ୍ପଜାତ ଦ୍ରବ୍ୟପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୁତରାଂ ଦେଶର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଶିଳ୍ପ ବିକାଶ ହେବା ଅତ୍ୟାବଶ୍ୟକ ମନେହେଉଛି । ପୁନଶ୍ଚ, ଭାରତ ପରମ୍ପରାଗତ ଭାବେ ଯେପରି ପ୍ରାଥମିକ ଦ୍ରବ୍ୟ ରପ୍ତାନୀ କରିଆସୁଥିଲା ତାହା ଉପରେ ନିର୍ଭର କରିବା ସମୀଚୀନ ହେଉନାହିଁ ।
କାରଣ ବିନିର୍ମିତ ଦ୍ରବ୍ୟ ତୁଳନାରେ କଞ୍ଚାମାଲର ଦାମ୍ ବୈଦେଶିକ ବଜାରରେ ନୂନ ହୋଇଥାଏ । ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ବୈଦେଶିକ ରାଷ୍ଟ୍ରମାନେ ଆମ କଞ୍ଚାମାଲର ବିକଳ୍ପ ଦ୍ରବ୍ୟ ବ୍ୟବହାର କରିବାକୁ ଆରମ୍ଭ କଲେଣି । ତେଣୁ ଆମର ପ୍ରାଥମିକ ଦ୍ରବ୍ୟର ରପ୍ତାନୀ ବଜାର ସୀମିତ ହେବାକୁ ଆରମ୍ଭ କଲାଣି; ତାହା ସାଙ୍ଗକୁ ଆମର ମଧ୍ୟ ଶିଳ୍ପଜାତ ଦ୍ରବ୍ୟପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୁତରାଂ ଏହିସବୁ କାରଣରୁ ଆମ ଦେଶରେ ଦ୍ରୁତ ଶିଳ୍ପାୟନ ଅତ୍ୟାବଶ୍ୟକ ମନେକରାଯାଉଛି ।
(6) ଶିଳ୍ପାୟନ ଓ ବୈଦେଶିକ ବଜାରର ଚାହିଦା – ବିନିର୍ମିତ ଦ୍ରବ୍ୟପାଇଁ ବୈଦେଶିକ ବଜାର ଉପରେ ନିର୍ଭରଶୀଳତା ନିରାପଦ ନୁହେଁ । ଏହା ବିଶେଷତଃ, ପ୍ରତିରକ୍ଷା ସାମଗ୍ରୀପାଇଁ ପ୍ରଯୁଜ୍ୟ । ବର୍ତ୍ତମାନ ଯେପରି ବିଭିନ୍ନ କାରଣରୁ ଆନ୍ତର୍ଜାତିକ ଉତ୍ତେଜନା ପ୍ରକାଶ ପାଉଛି ସେଥିରେ ଅନ୍ୟ ଦେଶ ଉପରେ ନିର୍ଭର କରିବା ଦେଶ ପ୍ରତି ବିପଦର କାରଣ ହୋଇପାରେ । ଏହି କାରଣରୁ ମୁଖ୍ୟତଃ ଅଧିକାଂଶ ରାଷ୍ଟ୍ର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି । ଏହି ଯୁକ୍ତି ମଧ୍ୟ ଆର୍ଥନୀତିକ ଉନ୍ନୟନପାଇଁ ପ୍ରଯୁଜ୍ୟ ।
(7) ଶିଳ୍ପାୟନ ଓ ବିସ୍ତାରର ପ୍ରଭାବ— ଶିଳ୍ପ ପ୍ରତିଷ୍ଠା ହେବା ଫଳରେ ଲୋକମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୁଏ । ସେମାନେ ନୂତନ କୌଶଳ ଓ ବୈଷୟିକ ଜ୍ଞାନ ଆହରଣ କରିବା ସୁଯୋଗ ଲାଭ କରନ୍ତି । ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ । ସୁତରାଂ ଏହିସବୁ କାରଣରୁ ଦେଶରେ ଶିଳ୍ପ ବିକାଶ ହେବା ଏକ ଜରୁରୀ ଆବଶ୍ୟକତା ରୂପେ ବିବେଚିତ ହୁଏ । ଶିଳ୍ପାୟନ ଅର୍ଥନୈତିକ ଉନ୍ନୟନର ଅନୁଚର ରୂପେ କାର୍ଯ୍ୟକରେ ।
2. ଭାରତ ସରକାରଙ୍କ 1956 ମସିହା ଶିଳ୍ପନୀତିର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
1948 ମସିହା ଶିଳ୍ପନୀତି ଦୀର୍ଘ ଆଠବର୍ଷକାଳ କାର୍ଯ୍ୟକାରୀ ହେବା ଫଳରେ ଆମ ଦେଶରେ ପ୍ରକୃତ ଶିଳ୍ପଯୁଗର ଶୁଭାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଦେଶରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା; ଯଥା –
(1) 1950 ମସିହାରେ ଭାରତରେ ସମ୍ବିଧାନ ପ୍ରଣୀତ ହୋଇଥିଲା ।
(2) ସମ୍ବିଧାନରେ ନାଗରିକମାନଙ୍କୁ କେତେକ ଅଧିକାର ଓ ଦାୟିତ୍ୱ ଦିଆଯାଇଥିଲା ।
(3) ଭାରତରେ ଅର୍ଥନୈତିକ ପ୍ରଗତିପାଇଁ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
(4) ଦେଶରେ ସମାଜବାଦୀ ରାଷ୍ଟ୍ର ଢାଞ୍ଚାରେ ଏକ ସମାଜ ପ୍ରତିଷ୍ଠା କରିବାପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ।
(5) ପ୍ରଥମ ପଞ୍ଚବାର୍ଷିକ ଯୋଜନାର ସାଫଲ୍ୟ ଉପରେ ନିର୍ଭର କରି ଉଚ୍ଚ ଅଭିଳାଷ ସମ୍ବଳିତ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରାଯାଇଥିଲା ।
(6) ଦେଶରେ ଗୁରୁ ଓ ବୃହତ୍ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ଏହିସବୁ ଘଟଣା ସମ୍ବଳିତ ପରିବର୍ତ୍ତିତ ପରିସ୍ଥିତିକୁ ଆଖ୍ୟାଗରେ ରଖ୍ ଭାରତ ସରକାରଙ୍କ ଶିଳ୍ପନୀତିର ପରିବର୍ତ୍ତନ କରିବା ଆବଶ୍ୟକ ହୋଇଥିଲା । ସୁତରାଂ 1956 ମସିହା ଅପ୍ରେଲ ମାସରେ ଭାରତରେ ଏକ ନୂତନ ଶିଳ୍ପନୀତି ଘୋଷଣା କରାଯାଇଥିଲା ।
ନୂତନ ଶିଳ୍ପନୀତିର ଆଭିମୁଖ୍ୟ – 1956 ମସିହା ଶିଳ୍ପନୀତିର ନିମ୍ନଲିଖିତ ପ୍ରଧାନ ଲକ୍ଷ୍ୟଗୁଡ଼ିକ ଉଲ୍ଲେଖନୀୟ ।
(1)’ ଦେଶରେ ଅର୍ଥନୈତିକ ପ୍ରଗତିର ହାରକୁ ଦ୍ରୁତତର କରିବା ସଙ୍ଗେ ସଙ୍ଗେ ଶିଳ୍ପ ବିସ୍ତାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ।
(2) ଗୁରୁଶିଳ୍ପ ଓ ମଧ୍ୟବର୍ତ୍ତୀ ଶିଳ୍ପର ବିକାଶ କରିବା ।
(3) ରାଷ୍ଟ୍ରାୟତ୍ତ ସ୍ତରକୁ ସଂପ୍ରସାରଣ କରିବା ।
(4) ଏକ ବଦ୍ଧିଷ୍ଣୁ ଓ ବୃହତ୍ ମିଳିତସ୍ତର ଗଠନ କରିବା ।
(5) ଆୟ ଓ ସମ୍ପଦ ବଣ୍ଟନରେ ବୈଷମ୍ୟ ଦୂର କରିବା ।
(6) ଆୟ କେତେକ ବା ମୁଷ୍ଟିମେୟ ଲୋକଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ହେବା ଓ ଏକଚାଟିଆ ବ୍ୟବସାୟ ବୃଦ୍ଧି ହେବାକୁ ପ୍ରତିରୋଧ କରିବା ।
ଏହି ସମସ୍ତ ଲକ୍ଷ୍ୟ ହାସଲ କରିବାପାଇଁ 1956 ଶିଳ୍ପନୀତିରେ ବ୍ୟବସ୍ଥା କରାଯାଇଥିଲା । ଶିଳ୍ପ ସମୂହ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକର ସୀମାରେଖା ଚିହ୍ନିତ ହୋଇଥିଲା ।
(a) ବୃହଦାୟତନ ଶିଳ୍ପ – ପ୍ରଧାନ ପ୍ରଧାନ 17 ଗୋଟି ଶିଳ୍ପ; ଯଥା – ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା, ଆଣବିକ ଶକ୍ତି, ଲୌହ ଓ ଇସ୍ପାତ, ଗୁରୁ ଶିଳ୍ପ ଓ ଯନ୍ତ୍ରପାତି, ଗୁରୁ ବୈଦ୍ୟୁତିକ ସାମଗ୍ରୀ, ଖଣିଜ ଦ୍ରବ୍ୟ ଓ ତୈଳ, ବ୍ୟୋମଯାନ ଓ ରେଳ ପରିବହନ ଏବଂ ଜାହାଜ ନିର୍ମାଣ ପ୍ରଭୃତି ଶିଳ୍ପକୁ ପ୍ରଥମଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିଳ୍ପମାନଙ୍କର ଜାତୀୟ ଗୁରୁତ୍ବ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତ୍ ବିକାଶ କାର୍ଯ୍ୟକ୍ରମ ଦାୟିତ୍ଵ ସରକାରଙ୍କୁ ଦିଆଯାଇଛି ।
ଆଲୁମିନିୟମ୍ ଓ ସେହି ଜାତୀୟ ଧାତବ ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ ଓ ସାର, ଔଷଧ, ସଡ଼କ ପରିବହନ ଓ ଜାହାଜ ଚଳାଚଳ ପ୍ରଭୃତି 12 ଗୋଟି ଶିଳ୍ପକୁ ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିଳ୍ପସମୂହକୁ କାଳକ୍ରମେ ସରକାରୀ ନିୟନ୍ତ୍ରଣ ଓ ପରିଚାଳନାଧୀନ କରିବାପାଇଁ ବ୍ୟବସ୍ଥା ରହିଛି । ଏହି ପ୍ରକାର ଶିଳ୍ପ ପ୍ରତିଷ୍ଠା କରିବାରେ ସରକାରଙ୍କୁ ସାହାଯ୍ୟ କରିବାପାଇଁ ଘରୋଇ ସଂସ୍ଥାମାନଙ୍କ ଭୂମିକାକୁ ସ୍ଵୀକାର କରାଯାଇଛି । ଘରୋଇ ସ୍ତରରେ ଥିବା ଅବଶିଷ୍ଟ ଅନ୍ୟାନ୍ୟ ସମସ୍ତ ଶିଳ୍ପକୁ ତୃତୀୟ ଶ୍ରେଣୀ ପରିସରଭୁକ୍ତ କରାଯାଇଛି ।
ଏହି ସମସ୍ତ ଶିଳ୍ପର ଭବିଷ୍ୟତ୍ ବିକାଶ ଧାରାର ଦାୟିତ୍ଵ ଘରୋଇ ବ୍ୟକ୍ତିବିଶେଷଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି କାର୍ଯ୍ୟରେ ସହାୟକ ହେବା ପାଇଁ ସରକାର ଅର୍ଥ ଓ ଶକ୍ତି ଯୋଗାଣ ଏବଂ ପରିବହନ ସୁବିଧା ଯୋଗାଣ ଦାୟିତ୍ୱ ନେବା ବ୍ୟବସ୍ଥା କରାଯାଇଛି ।
ଶିଳ୍ପର ଉପରୋକ୍ତ ଶ୍ରେଣୀ ପ୍ରକରଣ ଯାହାହେଉନା କାହିଁକି ଧରାବନ୍ଧା ବା ସୁଦୃଢ଼ ନଥିଲା । ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସରକାର ଯେକୌଣସି କ୍ଷେତ୍ରରେ ହସ୍ତକ୍ଷେପ କରିବାର ଅଧିକାର ପ୍ରାପ୍ତ ହୋଇଥିଲେ । ସେହିପରି ପ୍ରଥମ ଶ୍ରେଣୀ ଅନ୍ତର୍ଭୁକ୍ତ ଯେକୌଣସି ଦ୍ରବ୍ୟ ବ୍ୟକ୍ତିବିଶେଷ ନିଜ ଉଦ୍ଦେଶ୍ୟରେ ଉତ୍ପାଦନ କରିବାରେ କୌଣସି ପ୍ରତିବନ୍ଧକ ନଥିଲା ।
(b) କ୍ଷୁଦ୍ରଶିଳ୍ପ – କ୍ଷୁଦ୍ରଶିଳ୍ପ ସମୂହରେ ନିଯୁକ୍ତି ସୁଯୋଗ ଅଧିକ ହୋଇଥିବା ଦୃଷ୍ଟିରୁ ଏବଂ ଆମ ଦେଶରେ ବେକାରଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବାରୁ 1956 ମସିହା ଶିଳ୍ପନୀତିରେ ଏହିପ୍ରକାର ଶିଳ୍ପ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦିଆଯାଇଥିଲା । ପୁନଶ୍ଚ କ୍ଷୁଦ୍ରଶିଳ୍ପର ବିସ୍ତାର ଦେଶରେ ଜାତୀୟ ଆୟର ସୁଷମ ବଣ୍ଟନ କରିଥାଏ ଏବଂ ସ୍ଥାନୀୟ ସମ୍ବଳର ସଦୁପଯୋଗ କରିବାରେ ସହାୟକ ହୋଇଥାଏ । ପୁନଶ୍ଚ ସେମାନେ ବୃହତ୍ ଶିଳ୍ପମାନଙ୍କର ସହାୟକ ଓ ଆନୁଷଙ୍ଗିକ ଶିଳ୍ପରୂପେ କାର୍ଯ୍ୟ କରନ୍ତି ।
(c) ଶ୍ରମିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମ୍ପର୍କ – ଏହି ଘୋଷଣାରେ ଶିଳ୍ପମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଉତ୍ସାହିତ କରିବାପାଇଁ ଅଧିକ ସୁବିଧା ସୁଯୋଗ ଦେବାର ଆବଶ୍ୟକତା ଉପଲବ୍ଧ କରାଯାଇଛି । ପରିଚାଳନା
(d) ଆଞ୍ଚଳିକ ବୈଷମ୍ୟ ଦୂରୀକରଣ – ଦେଶର ଅନୁନ୍ନତ ଅଞ୍ଚଳମାନଙ୍କରେ ଦ୍ରୁତ ଶିଳ୍ପାୟନ କରିବା ପାଇଁ ସରକାର ଏହିସବୁ ଅଞ୍ଚଳକୁ ଗମନାଗମନ ଓ ପରିବହନ ସୁବିଧା ଏବଂ ଶକ୍ତି ସୁବିଧା ରିହାତି ହାରରେ ଯୋଗାଇବାପାଇଁ ପ୍ରସ୍ତାବ କରାଯାଇଛି ।
(e) ବୈଷୟିକ ଓ ପରିଚାଳନାଗତ କର୍ମଚାରୀ– ଦେଶର ଶିଳ୍ପାୟନ ପ୍ରକ୍ରିୟାକୁ ଦ୍ରୁତତର କରିବାକୁ ହେଲେ ଶିଳ୍ପମାନଙ୍କୁ କୁଶଳୀ କାରିଗର ଓ ପରିଚାଳକ ଯୋଗାଇଦେବାର ଆବଶ୍ୟକତାକୁ ସ୍ଵୀକାର କରାଯାଇଛି ।
(f) ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପରିଚାଳନା – ରାଷ୍ଟ୍ରାୟତ୍ତ ସ୍ତରରେ ଶିଳ୍ପସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେସବୁର ସୁପରିଚାଳନା କରାଯିବା ବିଷୟ ଏହି ଘୋଷଣାରେ ବିଚାରକୁ ନିଆଯାଇଛି ଏବଂ ସେସବୁର ପରିଚାଳନା ବ୍ୟାବସାୟିକ ଭିଭିରେ କରାଯିବାପାଇଁ ନିଷ୍ପରି ନିଆଯାଇଛି ।
ସମୀକ୍ଷା – ଏହି ନୂତନ ଶିଳ୍ପନୀତିରେ ରାଷ୍ଟ୍ରାୟତ୍ତ ସ୍ତରରେ ଶିଳ୍ପ ସଂଖ୍ୟା ୨ ରୁ 29 କୁ ବୃଦ୍ଧି ପାଇଛି । ଶିଳ୍ପମାନଙ୍କୁ ଯେଉଁ ତିନିଶ୍ରେଣୀଭୁକ୍ତ କରାଯାଇଛି ତାହା ସେତେ କଠୋରଭାବେ କାର୍ଯ୍ୟକାରୀ କରାନଯାଇଥିବାରୁ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ଘରୋଇ ଶିଳ୍ପମାନଙ୍କ ନୀତିଗତ ନିଷ୍ପତ୍ତି ନିଆଯାଇଛି ।
ଘରୋଇ ସଂସ୍ଥାମାନଙ୍କୁ ଜାତୀୟକରଣ କରିବା ଭୟ ଦୂର ହେବା ସଙ୍ଗେ ସଙ୍ଗେ ଶ୍ରମିକମାନଙ୍କୁ ପରିଚାଳନାରେ ଅଂଶଗ୍ରହଣ କରିବା ସୁବିଧା ଦିଆଯାଇଛି । ପରିଶେଷରେ ଏହିସବୁ କ୍ଷୁଦ୍ରଶିଳ୍ପର ଉତ୍ପାଦନ କୌଶଳ ଉନ୍ନତ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି ।
1956 ମସିହାର ଶିଳ୍ପନୀତିରେ ଉପର୍ୟ୍ୟକ୍ତ ଅଭିନନ୍ଦନୀୟ ବୈଶିଷ୍ଟ୍ୟମାନ ଥାଇ ମଧ୍ୟ ତାହା ଅନେକ ଦୃଷ୍ଟିକୋଣରୁ ସମାଲୋଚିତ ହୋଇଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(1) ଏହି ଶିଳ୍ପନୀତିରେ ଘରୋଇ ସ୍ତରର ପରିସରକୁ ସଙ୍କୁଚିତ କରାଯାଇଛି ଓ ରାଷ୍ଟ୍ରାୟତ୍ତ ସ୍ତର ଉପରେ ପ୍ରାଧାନ୍ୟ ଦିଆଯାଇଛି ।
(2) ଘରୋଇ ସ୍ତର ଅପେକ୍ଷା ରାଷ୍ଟ୍ରାୟତ୍ତ ସ୍ତରକୁ ଅଧ୍ଵ ନମନୀୟ କରାଯାଇଛି । ଉଦାହରଣସ୍ୱରୂପ ଘରୋଇ ସ୍ତର ରାଷ୍ଟ୍ରାୟତ୍ତ ସ୍ତରର ସହଯୋଗୀ ସ୍ତରରୂପେ ବିବେଚିତ ହୋଇଛି ।
(3) ଆମର ପ୍ରଶାସନିକ ବ୍ୟବସ୍ଥାର ଆର୍ଥିକ ଚାପ ଅଧିକ ହୋଇଥିଲାବେଳେ ରାଷ୍ଟ୍ରାୟତ୍ତ ସ୍ତରରେ ସମ୍ପ୍ରସାରଣ ଦେଶ ପକ୍ଷରେ ଅଧୂକ ବ୍ୟୟବହୁଳ ହୋଇଛି ।
(4) ଘରୋଇ ସ୍ତର ଅପେକ୍ଷା ରାଷ୍ଟ୍ରାୟତ୍ତ ସ୍ତରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଆମର ଶିଳ୍ପନୀତି ଗତିଶୀଳ ନହୋଇ ପାରମ୍ପରିକ ଧାରାରେ ପରିଚାଳିତ ହୋଇଛି ।
(5) ବହୁ କ୍ଷେତ୍ରରେ ଶିଳ୍ପନୀତିର ବିରୁଦ୍ଧାଚରଣ କରାଯାଉଛି । ଉଦାହରଣସ୍ୱରୂପ ରାଷ୍ଟ୍ରାୟତ୍ତ ସ୍ତରପାଇଁ ସଂରକ୍ଷିତ ହୋଇଥିବା କ୍ଷେତ୍ରମାନଙ୍କରେ ଘରୋଇ ସଂସ୍ଥାମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଓ ଲାଇସେନ୍ସ ଇତ୍ୟାଦି ଦିଆଯାଇଛି । ଆଞ୍ଚଳିକ ବୈଷମ୍ୟ ଦୂର ହେବା ପରିବର୍ତ୍ତେ ଘନୀଭୂତ ହେବା ଲକ୍ଷ୍ୟ କରାଯାଉଛି ।
ବୈଦେଶିକ ବିନିଯୋଗ ଓ ସହଯୋଗକୁ ବିନା ବାଛବିଚାରରେ ବ୍ୟବହାର କରାଯାଉଥିବାରୁ ଆମର ଗଚ୍ଛିତ ବୈଦେଶିକ ପାଣ୍ଠି ଉପରେ ଗୁରୁତର ଚାପ ସୃଷ୍ଟି ହୋଇଛି । ପୁଞ୍ଜିବହୁଳ ଶିଳ୍ପ ପ୍ରତିଷ୍ଠାନକୁ ଉତ୍ସାହିତ କରାଯାଉଥିବାରୁ ନିଯୁକ୍ତି ସୁଯୋଗ ଆଶାନୁରୂପ ସମ୍ପ୍ରସାରିତ ହୋଇପାରି ନାହିଁ । ଏହିସବୁ କାରଣରୁ ଆମ ଦେଶରେ ଶିଳ୍ପନୀତିର ପୁନର୍ବିନ୍ୟାସ କରିବା ଆବଶ୍ୟକ ହୋଇଛି ।
ଉପରୋକ୍ତ ସମାଲୋଚନା ସତ୍ତ୍ବେ ଆମର ନୂଆ ଶିଳ୍ପନୀତିକୁ ଦେଶର ଅର୍ଥନୈତିକ ସମ୍ବିଧାନ ରୂପେ ବିବେଚନା କରାଯାଇପାରେ । ଏହି ଶିଳ୍ପନୀତିର ବ୍ୟବସ୍ଥାସମୂହକୁ ଦ୍ବିତୀୟ ଓ ତୃତୀୟ ପଞ୍ଚବାର୍ଷିକ ଯୋଜନାକାଳରେ ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯାଇଛି । ‘କ’ ଶ୍ରେଣୀ ତାଲିକା ଅନ୍ତର୍ଭୁକ୍ତ ଶିଳ୍ପ;
ଯଥା— କୋଇଲା, ଲୌହ ଓ ଶକ୍ତିପ୍ରଦାୟୀ ଶିଳ୍ପମାନଙ୍କୁ ଜାତୀୟକରଣ କରାଯାଇନାହିଁ । ଅନ୍ୟପକ୍ଷରେ ସେସବୁ ଶିଳ୍ପର ସମ୍ପ୍ରସାରଣକୁ ସରକାରୀ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯାଇଛି । ବିଶ୍ୱବ୍ୟାଙ୍କରୁ ଆର୍ଥିକ ସାହାଯ୍ୟ ପାଇବାପାଇଁ ସରକାର ସେମାନଙ୍କୁ ସାହାଯ୍ୟ କରିଛନ୍ତି । ସରକାରଙ୍କ ଉଦ୍ୟମରେ ରାଉରକେଲା, ଭିଲାଇ ଓ ଦୁର୍ଗାପୁରଠାରେ ତିନିଗୋଟି ଲୁହା କାରଖାନା ସ୍ଥାପନ ହୋଇପାରିଛି । ବାସ୍ତବରେ ଏହି ଶିଳ୍ପନୀତି ଶିଳ୍ପ ଉନ୍ନୟନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ।
3. ଭାରତ ସରକାରଙ୍କ 1991 ମସିହାର ଶିଳ୍ପନୀତି ପୁନର୍ବିନ୍ୟାସର ଆଭିମୁଖ୍ୟ ବର୍ଣ୍ଣନା କର ।
Answer:
1990-91 ମସିହାବେଳକୁ ଦେଶର ଅର୍ଥନୈତିକ ସ୍ଥିତି ଓ ବ୍ୟବସ୍ଥାରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଲା । ବୈଦେଶିକ ମୁଦ୍ରାର ସଙ୍କଟ, ଶିଳ୍ପ ଉତ୍ପାଦନର ହ୍ରାସ, ମୋଟ ଘରୋଇ ଉତ୍ପାଦର ହ୍ରାସ, ସରକାରୀ ସଂସ୍ଥାଗୁଡ଼ିକର କ୍ଷତି, ଘରୋଇ ସଂସ୍ଥାଗୁଡ଼ିକର
ଦେଖାଦେଲା । ଏହି ଅବସ୍ଥାର ମୁକାବିଲାପାଇଁ ଏକ ନୂତନ ଆର୍ଥିକ ନୀତି ଘୋଷଣା କରାଗଲା । ଏହି ନୀତିର ପରିପୂରକ ଭାବରେ ଏକ ନୂତନ ଶିଳ୍ପନୀତି ମଧ୍ୟ 1991 ମସିହା ଜୁଲାଇ ମାସରେ ଘୋଷଣା କରାଗଲା । ଏହି ଶିଳ୍ପନୀତିର ମୁଖ୍ୟ ଆଭିମୁଖ୍ୟଗୁଡ଼ିକ ହେଲା –
(1) ଶିଳ୍ପ ଅନୁମତିପତ୍ର ବ୍ୟବସ୍ଥାରେ ଉଦାରୀକରଣ – ଆଗରୁ ଯେଉଁ ‘ଅନୁମତି ପତ୍ର ବ୍ୟବସ୍ଥା’ ରହିଥିଲା, ତାହା ଦ୍ରୁତ ଶିଳ୍ପାୟନ ପଥରେ ଅନ୍ତରାୟ ସୃଷ୍ଟି କରୁଥିଲା ବୋଲି ଅନୁଭବ କରାଗଲା । ତେଣୁ ଏହି ନୀତିରେ ଶିଳ୍ପଗୁଡ଼ିକୁ ଅନୁମତିପତ୍ର ବ୍ୟବସ୍ଥାରୁ ମୁକ୍ତ କରାଯିବାର ବ୍ୟବସ୍ଥା ରହିଲା । ଦେଶର ଉନ୍ନତ ଅଞ୍ଚଳମାନଙ୍କରେ ସ୍ଥାୟୀ ସମ୍ପତ୍ତିର 25 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିଥିବା ଏବଂ ସରକାରୀ ସ୍ଵୀକୃତ ଅନଗ୍ରସର ଅଞ୍ଚଳମାନଙ୍କରେ ଏଥନିମନ୍ତେ 75 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିଥିବା ବୃଦ୍ଧି ଓ ନୂତନ ଦ୍ରବ୍ୟ ଉତ୍ପାଦନପାଇଁ ସରକାରଙ୍କର ଅନୁମତିର ଆବଶ୍ୟକତା ଆଉ ରହିଲା ନାହିଁ ।
(2) ସରକାରୀ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ଶିଳ୍ପଗୁଡ଼ିକୁ ସଂରକ୍ଷଣମୁକ୍ତ – ଏହି ଶିଳ୍ପନୀତିରେ ସରକାରୀ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ଶିଳ୍ପଗୁଡ଼ିକୁ ସଂରକ୍ଷଣମୁକ୍ତ କରାଯାଇ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣପାଇଁ ଦ୍ଵାର ଉନ୍ମୁକ୍ତ କରିବାର ବ୍ୟବସ୍ଥା କରାଗଲା ।
- ଏହି ନୀତିରେ ସରକାରୀ କ୍ଷେତ୍ରରେ ଥିବା 17 ଟି ଶିଳ୍ପ ମଧ୍ୟରୁ 11 ଟି ଶିଳ୍ପ ବର୍ତ୍ତମାନ ଘରୋଇ କ୍ଷେତ୍ରପାଇଁ ଉନ୍ମକ୍ତ ରଖାଗଲା । କେବଳ ଗୁରୁତ୍ବପୂର୍ଣ, ଉଚ୍ଚମାନ ପ୍ରଯୁକ୍ତି କୌଶଳ ନିୟୋଜନ ସାପେକ୍ଷ ଭିତ୍ତିଭୂମି ସଂକ୍ରାନ୍ତୀୟ କ୍ଷେତ୍ରଗୁଡ଼ିକ ସରକାରୀ ମାଲିକାନାରେ ରହିବ ।
- ସାଧାରଣ କ୍ଷେତ୍ର ଶିଳ୍ପଗୁଡ଼ିକରେ ସରକାର ବିନିଯୋଗ କରିଥିବା ବିପୁଳ ଅଂଶଧନର କିଛି ଅଂଶ ପ୍ରତ୍ୟର୍ପଣ କରିବାପାଇଁ ସ୍ଥିର କରାଗଲା ।
- ଏହି ଶିଳ୍ପନୀତିରେ, ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ, ସାଙ୍ଗଠନିକ ପରିବର୍ତ୍ତନ ଓ ବନ୍ଦ ଫଳରେ ଛଟେଇ ହେଉଥିବା ଶ୍ରମିକମାନଙ୍କର ପୁନଃ ଥଇଥାନ ଓ କ୍ଷତିପୂରଣପାଇଁ ଜାତୀୟ ନବୀକରଣ ପାଣ୍ଠି (National Renewal Fund) ର ଗଠନ ବ୍ୟବସ୍ଥା କରାଗଲା ।
- ଆଧୁନିକ ପ୍ରଯୁକ୍ତି କୌଶଳର ସ୍ୱଳ୍ପ ବିନିଯୋଗ କରୁଥିବା ସାମାଜିକ ଗୁରୁତ୍ୱହୀନ କ୍ଷୁଦ୍ରାୟତନ ବିଶିଷ୍ଟ ଶିଳ୍ପସଂସ୍ଥାଗୁଡ଼ିକରେ ପୁଞ୍ଜି ବିନିଯୋଗ ଆବଶ୍ୟକତାର ପୁନଃ ସମୀକ୍ଷା କରିବାପାଇଁ ଚିନ୍ତା କରାଗଲା ।
(3) ବିଦେଶୀ ପୁଞ୍ଜି ବିନିଯୋଗ ଓ ବୈଦେଶିକ ପ୍ରଯୁକ୍ତି କୌଶଳର ଆନୟନ ସଂକ୍ରାନ୍ତୀୟ କଟକଣା ହ୍ରାସ – ଆଗରୁ ବୈଦେଶିକ ପୁଞ୍ଜି ଓ ପ୍ରଯୁକ୍ତି କୌଶଳର ଆନୟନକୁ ସରକାର କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରୁଥିଲେ । ଏହାପାଇଁ ସରକାରଙ୍କଠାରୁ ପ୍ରଥମେ ଅନୁମତି ନେବାକୁ ପଡୁଥିଲା । ଏହା ଦେଶରେ ଦ୍ରୁତ ଶିଳ୍ପାୟନରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ବୋଲି ଏହି ଶିଳ୍ପନୀତିରେ ଅନୁଭବ କରାଯାଇ ଏହାର ଯଥାଯଥ ପ୍ରତିକାରର ବ୍ୟବସ୍ଥା କରାଗଲା –
- ଏଣିକି ବିଦେଶୀ କମ୍ପାନୀମାନେ ଦେଶର ଯେକୌଣସି ଶିଳ୍ପରେ ଅଂଶଧନର ଶତକଡ଼ା 51 ଭାଗ ପର୍ଯ୍ୟନ୍ତ ସରକାରଙ୍କ ବିନା ଅନୁମତିରେ ପୁଞ୍ଜି ଖଟାଇ ପାରିବେ ।
- ଦେଶକୁ ବୈଦେଶିକ ପ୍ରଯୁକ୍ତି କୌଶଳ ଆକର୍ଷଣ କରିବାପାଇଁ ବ୍ୟବସ୍ଥାମାନ ରଖାଗଲା । ବୈଦେଶିକ ପ୍ରଯୁକ୍ତି କୌଶଳ ଆହରଣପାଇଁ ଘରୋଇ ସଂସ୍ଥାମାନେ ଅଂଶଧନର 40 ଶତାଂଶ ସରକାରଙ୍କ ବିନା ଅନୁମତିରେ ଖର୍ଚ୍ଚ କରିପାରିବେ ।
- ଏହି ନୀତି ଅନୁସାରେ ଦିଆଯାଇଥିବା ରୟାଲଟି ବା ରାଜଭାଗ ଯଦି ଶିଳ୍ପଜାତ ଦ୍ରବ୍ୟର ଘରୋଇ ବିକ୍ରୟ ପରିମାପର ପାଞ୍ଚ-ଶତାଂଶ ଓ ରପ୍ତାନୀକୁ ଆଠ-ଶତାଂଶରୁ ଅଧିକା ନ ହୁଏ, ତାହାହେଲେ ସଂପୃକ୍ତ ଶିଳ୍ପସଂସ୍ଥାକୁ ବୈଦେଶିକ ସହଯୋଗୀମାନଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିବାର ସ୍ଵାଧୀନତା ପ୍ରଦାନ କରାଗଲା ।
(4) ବେସରକାରୀ ଶିଳ୍ପକୁ ଦିଆଯାଉଥିବା ଆନୁଷ୍ଠାନିକ ଋଣକୁ ଅଂଶଧନରେ ପରିଣତ କରିବା ବ୍ୟବସ୍ଥାର ବିଲୋପ ବେସରକାରୀ ଶିଳ୍ପ ସାଧାରଣତଃ ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କମାନଙ୍କରୁ ଋଣ ଆଣି ସେମାନଙ୍କର ପୁଞ୍ଜି ସୁଦୃଢ଼ କରିଥା’ନ୍ତି । ପୂର୍ବରୁ ଏହି ଅର୍ଥଲଗାଣକାରୀ ସଂସ୍ଥାମାନେ ଦେଇଥିବା ଋଣକୁ ସଂପୃକ୍ତ ଶିଳ୍ପର ଅଂଶଧନରେ ପରିଣତ କରିଦେଇପାରିବେ ବୋଲି ବ୍ୟବସ୍ଥା ଥିଲା ।
ଫଳରେ ଏହି ଶିଳ୍ପସଂସ୍ଥାର ମାଲିକମାନେ ଏହାର ମାଲିକାନା ରଣଦାନକାରୀ ସଂସ୍ଥାମାନଙ୍କ ହାତକୁ ଚାଲିଯିବାର ଭୟରେ ଆତଙ୍କିତ ହେଉଥିଲେ । ଏହି ବ୍ୟବସ୍ଥା ବେସରକାରୀ କ୍ଷେତ୍ରର ସମୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଅନୁଭବ କରାଯାଇ ନୂତନ ଶିଳ୍ପନୀତିରେ ତାହାର ବିଲୋପପାଇଁ ବ୍ୟବସ୍ଥା ଗ୍ରହଣ କରାଗଲା ।
(5) ଏକଚାଟିଆ ବାଣିଜ୍ୟ ଅଧିର ପ୍ରୟୋଗର କଟକଣା (MRTP) ଆଇନ ବ୍ୟବସ୍ଥାରେ କୋହଳ – 1967 MRTP ଆଇନ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧ୍ଵ ସମ୍ପତ୍ତି ଠୁଳ କରିଥିବା ଶିଳ୍ପ ସଂସ୍ଥାମାନଙ୍କଠାରେ MRTP ଆଇନ ଲାଗୁ ହେବାର ବ୍ୟବସ୍ଥା ଥିଲା ।
ଏହି ଆଇନ୍ ଅନୁସାରେ ଆୟୋଗର ବିନା ଅନୁମତିରେ ଉପରୋକ୍ତ ସଂସ୍ଥାଗୁଡ଼ିକ ନୂଆ ବ୍ୟବସାୟ ପ୍ରତିଷ୍ଠାନ କରିପାରିବେ ନାହିଁ । ଫଳରେ ଦେଶରେ ଦ୍ରୁତ ଶିଳ୍ପ ବିକାଶ ଘଟିବାରେ ମଧ୍ୟ ହେଳା ହେଉଥିଲା । କିନ୍ତୁ ନୂଆ ଶିଳ୍ପନୀତି ଅନୁସାରେ ଏହି ଶିଳ୍ପସଂସ୍ଥାମାନେ ଯେକୌଣସି ଶିଳ୍ପ ପ୍ରତିଷ୍ଠାପାଇଁ ଆଉ MRTP ଆୟୋଗର ଅନୁମତିର ଦରକାର କରିବେ ନାହିଁ ।
(6) ଶିଳ୍ପ ପ୍ରତିଷ୍ଠାନ ଅଞ୍ଚଳ ନିର୍ଦ୍ଧାରଣରେ କୋହଳ ନୀତି – ଏଣିକି ଏକ ନିୟୁତରୁ କମ୍ ଥିବା ଜନବସତିରେ ଶିଳ୍ପ ପ୍ରତିଷ୍ଠାପାଇଁ ସରକାରଙ୍କଠାରୁ କୌଣସି ଅନୁମତିର ଆବଶ୍ୟକତା ରହିଲା ନାହିଁ । ଏକ ନିୟୁତରୁ ଅଧିକ ଥିବା ଜନବସତିର 25 କି.ମି. ଦୂରରେ ଶିଳ୍ପାଞ୍ଚଳ ଗଢ଼ିଉଠିପାରିବାର ବ୍ୟବସ୍ଥା କରାଗଲା ।