CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

Odisha State Board CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ Questions and Answers.

CHSE Odisha 11th Class Economics Solutions Chapter 7 ବୈଦେଶିକ ବାଣିଜ୍ୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତୀୟ ଆମଦାନୀର ସର୍ବବୃହତ୍ ଅଂଶ ହେଉଛି –
(i) ପେଟ୍ରୋଲଜାତ ଦ୍ରବ୍ୟ
(ii) ଖାଇବାତେଲ
(iii) ସାର
(iv) ଲୁହା ଓ ଇସ୍ପାତ
Answer:
(i) ପେଟ୍ରୋଲଜାତ ଦ୍ରବ୍ୟ

2. ଭାରତୀୟ ରପ୍ତାନିର ସର୍ବବୃହତ୍ ଅଂଶ ହେଉଛି –
(i) ଝୋଟଜାତ ଦ୍ରବ୍ୟ
(ii) ମୁକ୍ତା ଓ ଅଳଙ୍କାର
(iii) ଚମଡ଼ା
(iv) ତିଆରି ପୋଷାକ
Answer:
(ii) ମୁକ୍ତା ଓ ଅଳଙ୍କାର

3. ଭାରତ କେଉ ରାଷ୍ଟ୍ରରୁ ସର୍ବାଧ‌ିକ ଆମଦାନୀ କରୁଛି ।
(i) ଜର୍ମାନୀ
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

4. ଭାରତ ସର୍ବାଧ୍ଵ ରପ୍ତାନି କେଉଁ ରାଷ୍ଟ୍ରକୁ କରଥାଏ ?
(i) ଜର୍ମାନୀ
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

5. ଭାରତ ସର୍ବାଧ୍ଵ ରପ୍ତାନି କେଉଁ ରାଷ୍ଟ୍ରକୁ କରଥାଏ ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

5. ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ ହେଉଛି –
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଚିନ୍
(iii) ସଂଯୁକ୍ତ ଆରବ
(iv) ଇଂଲଣ୍ଡ
Answer:
(ii) ଚିନ୍

6. ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଙ୍ଗଠନ କେତୋଟି ରାଷ୍ଟ୍ରକୁ ନେଇ ଗଠିତ ?
(i) 8 ଟି
(ii) 11 ଟି
(iii) 10 ଟି
(iv) 21 ଟି
Answer:
(iii) 10 ଟି

7. 2002-07 ରପ୍ତାନୀ-ଆମଦାନୀ ନୀତି ବାଣିଜ୍ୟିକ ଗୃହମାନଙ୍କୁ କେତୋଟି ଶ୍ରେଣୀରେ ବିଭକ୍ତ କରିଛି ?
(i) 4 ଟି
(ii) 10 ଟି
(iii) 6 ଟି
(iv) 11 ଟି
Answer:
(i) 4 ଟି

8. ବୈଦେଶିକ ବାଣିଜ୍ୟ ଅର୍ଥ କ’ଣ ?
(i) ଦେଶ ମଧ୍ୟରେ ବାଣିଜ୍ୟ
(ii) ଦେଶ ଦେଶ ମଧ୍ୟରେ ବାଣିଜ୍ୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଦେଶ ଦେଶ ମଧ୍ୟରେ ବାଣିଜ୍ୟ

9. ଭାରତର ପାରମ୍ପରିକ ରପ୍ତାନି ଦ୍ରବ୍ୟର ନାମ ହେଲା :
(i) ଚା
(ii) ରାସାୟନିକ ସାର
(iii) ଚାଉଳ
(iv) ଖଣିଜ ତୈଳ
Answer:
(i) ଚା

10. ଏଥୁମଧ୍ୟରୁ କେଉଁଟି ପୁଞ୍ଜିଦ୍ରବ୍ୟର ଉଦାହରଣ ଅଟେ ?
(i) ଯନ୍ତ୍ରପାତି
(ii) ଖାଦ୍ୟଶସ୍ୟ
(iii) ଖାଇବା ତେଲ
(iv) ମୂଲ୍ୟବାନ୍ ପଥର
Answer:
(i) ଯନ୍ତ୍ରପାତି

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

11. ଦଶମ ଯୋଜନାର ରପ୍ତାନୀ-ଆମଦାନୀ ନୀତିର ଉଦ୍ଦେଶ୍ୟ କ’ଣ ଥିଲା ?
(i) ନୂଆ ରପ୍ତାନୀଯୋଗ୍ୟ ଦ୍ରବ୍ୟ ଚିହ୍ନଟ କରିବା
(ii) ଭାରତୀୟ ଟଙ୍କାର ଅବମୂଲ୍ୟାୟନ କରିବା
(iii) ଭାରତୀୟ ଟଙ୍କାକୁ ପୂର୍ଣ୍ଣ ପରିବର୍ତ୍ତନୀୟ କରିବା
(iv) ରପ୍ତାନୀ ଉପରୁ ପରିମାଣାତ୍ମକ କଟକଣା ଉଠାଇଦେବା
Answer:
(iv) ରପ୍ତାନୀ ଉପରୁ ପରିମାଣାତ୍ମକ କଟକଣା ଉଠାଇଦେବା

12. 2003-04 ମସିହାରେ ଭାରତର ବାଣିଜ୍ୟିକ ନିଅଣ୍ଟ କେତେ ଥିଲା ?
(i) 42,069 କୋଟି ଟଙ୍କା
(ii) 36181 କୋଟି ଟଙ୍କା
(iii) 65714 କୋଟି ଟଙ୍କା
(iv) 27302 କୋଟି ଟଙ୍କା
Answer:
(iii) 65714 କୋଟି ଟଙ୍କା

B. ଶୂନ୍ୟସ୍ଥାନ ପୂରଣ କର :

1. ଦେଶର ରାଜନୈତିକ ସୀମାର ବାହାରେ ଯେଉଁ ବାଣିଜ୍ୟିକ କାରବାର ହୋଇଥାଏ, ତାହାକୁ _______________ ବାଣିଜ୍ୟ କୁହାଯାଏ ।
Answer:
ବୈଦେଶିକ

2. ଦେଶ ମ୍‌ୟରେ ଦ୍ରବ୍ୟ ଓ ସେବାର ଦେଶନେତା ସହିତ ସଂପୃକ୍ତ ବାଣିଜ୍ୟିକ କାରବାର ହୋଇଥାଏ, ତାହାକୁ ____________________ ବାଣିଜ୍ୟ କୁହାଯାଏ ।
Answer:
ଆଭ୍ୟନ୍ତରୀଣ

3. ସ୍ଵାଧୀନତା ଲାଭ ପୂର୍ବରୁ ଭାରତର ବୈଦେଶିକ ବାଣିଜ୍ୟର ପ୍ରକୃତି ଥିଲା ସ୍ଵାଭାବିକ ଭାବେ _________________ ।
Answer:
ଉପନିବେଶବାଦ

4. ଯୋଜନା ଯୁଗରେ ଆମ ରପ୍ତାନୀ ବାଣିଜ୍ୟର ମୂଲ୍ୟ ଆମ ଆମଦାନୀ ବାଣିଜ୍ୟର ମୂଲ୍ୟ ସହିତ ତାଳଦେଇ ନ ପାରିବାରୁ _______________ ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇଲା ।
Answer:
ବାଣିଜ୍ୟିକ ନିଅଣ୍ଟ

5. ଭାରତ, ଭୂଟାନ୍, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ବ୍ୟତୀତ ଅନ୍ୟ ________________________ ଦେଶ SAARCର ସଦସ୍ୟ ଅଟେ ।
Answer:
ବାଙ୍ଗଲାଦେଶ

6. 1981 ମସିହାର ଟଣ୍ଡନ୍ କମିଟି ଏକ ________________________ ପ୍ରୋତ୍ସାହନ ନୀତି ପ୍ରବର୍ତ୍ତନପାଇଁ ସୁପାରିସ କରିଥିଲେ ।
Answer:
ରପ୍ତାନୀ

7. ________________ ସଙ୍ଗଠନ ନିକଟରେ ଭାରତର ବୃହତ୍ତମ ବାଣିଜ୍ୟିକ ଅଂଶୀଦାରଭାବେ ମୁଣ୍ଡ ଟେକିଛି ।
Answer:
ଇଉରୋପୀୟ ସଂଘ

8. ବିଗତ ଯୋଜନାକାଳ ମଧ୍ୟରେ ଉଭୟ ଆମଦାନୀ ଓ ରପ୍ତାନିର ମୂଲ୍ୟବୃଦ୍ଧି ପାଇଥିଲେ ମଧ୍ୟ ଆମଦାନୀ କ୍ଷେତ୍ରରେ ଏହା ରପ୍ତ।ନି ଅପେକ୍ଷ। ____________________ ଅଟେ ।
Answer:
ଅଧ୍ଯକ

9. 2004-09 ବୈଦେଶିକ ବାଣିଜ୍ୟ ନୀତିର ମେଳିକ ଲକ୍ଷ୍ୟ ହେଲା, ବାଣିଜ୍ୟକୁ _________________ କରିବା ।
Answer:
ଦ୍ବିଗୁଣିତ

10. ଉତ୍ତମ ଗୁଣଭା ରକ୍ଷାପାଇଁ, ରପ୍ତାନୀ ଦ୍ରବ୍ୟପାଇଁ ________________ ର ବ୍ୟବସ୍ଥା କରାଯିବ ।
Answer:
ଟ୍ରେଡ଼ମାର୍କ

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

11. 2004-09 ବୈଦେଶିକ ବାଣିଜ୍ୟ ନୀତି ଆମଦାନିକୁ ଉଦାରୀକରଣ ଓ ରପ୍ତାନିକୁ ପ୍ରୋତ୍ସାହନ ଦେଇ ମୁଖ୍ୟତଃ __________________ ରପ୍ତାନି ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଛି ।
Answer:
ଆମଦାନୀ ଭିତ୍ତିକ

12. 2004-09 ବୈଦେଶିକ ବାଣିଜ୍ୟ ନୀତିରେ ଲକ୍ଷ୍ୟ ରଖାଯାଇଥିଲା ଯେ, ପ୍ରତିବର୍ଷ ବାର୍ଷିକ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧିହାର ହେବ 16 ପ୍ରତିଶତ, କିନ୍ତୁ 2004-05 ଆର୍ଥିକ ବର୍ଷରେ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧିହାର ______________________ ପ୍ରତିଶତ ।
Answer:
24

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବାଣିଜ୍ୟିକ ମୂଲ୍ୟ କାହାକୁ କହନ୍ତି ?
Answer:
କୌଣସି ନିର୍ଦ୍ଦିଷ୍ଟ ବର୍ଷ ମଧ୍ୟ ଏକ ରାଷ୍ଟ୍ରର ସମସ୍ତ ରପ୍ତାନି ଓ ଆମଦାନିର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ

2. ବାଣିଜ୍ୟ ସଂରଚନା କହିଲେ କ’ଣ ବୁଝ ?
Answer:
ଏକ ରାଷ୍ଟ୍ରର ରପ୍ତାନି ଏବଂ ଆମଦାନି ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା ବା ସାମାହାର କହନ୍ତି ।

3. ବାଣିଜ୍ୟ ସଂରଚନା କ’ଣ ସୂଚନା ଦିଏ ?
Answer:
ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସୃଷ୍ଟିକରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।

4. ଭାରତର ଦୁଇଟି ଆମଦାନୀ ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ଦୁଇଟି ଆମଦାନୀ ଦ୍ରବ୍ୟ ହେଲା – (i) ପେଟ୍ରୋଲଜାତ ଦ୍ରବ୍ୟ (ii) ଖାଇବାତେଲ ।

5. ଭାରତର ସର୍ବାଧ୍ଵ ରପ୍ତାନି ଓ ଆମଦାନୀ ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ସର୍ବାଧ୍ଵ ରପ୍ତାନି ଓ ଆମଦାନି ଦ୍ରବ୍ୟ ହେଲା – (i) ମୁକ୍ତା ଓ ଅଳଙ୍କାର, (ii) ପେଟ୍ରୋଲଜାତ ଦ୍ରବ୍ୟ ।

6. ଭାରତର ଦୁଇଟି ରପ୍ତାନି ଓ ଆମଦାନି ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ଦୁଇଟି ରପ୍ତାନି ଓ ଆମଦାନି ଦ୍ରବଣ ନାମ ହେଲା– (i) ମୁକ୍ତା ଓ ଅଳଙ୍କାର, (ii) ତିଆରି ପୋଷାକ ।

7. ବାଣିଜ୍ୟର ଦିଗ କହିଲେ କ’ଣ ବୁଝ ?
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥ‌ିବା ବାଣିଜ୍ୟିକ ସମ୍ପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ ।

8. କେତୋଟି ରାଷ୍ଟ୍ରକୁ ନେଇ OECD ରାଷ୍ଟ୍ର ଗଠିତ ।
Answer:
ଦଶଟି ରାଷ୍ଟ୍ରକୁ ନେଇ OECD ରାଷ୍ଟ୍ର ଗଠିତ ।

9. କେଉଁ ରାଷ୍ଟ୍ର ଭାରତର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ଭାରତର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ।

10. OPEC କୁ ପୂର୍ଣ ରୂପରେ ଲେଖ ।
Answer:
ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ

11. ଦାନ-ପ୍ରଦାନ ସମତୁଳନ ସମସ୍ୟା ରାଷ୍ଟ୍ର ସମୂହ । କହିଲେ କ’ଣ ବୁଝ ?
Answer:
ଯଦି ରପ୍ତାନି ମୂଲ୍ୟ ଆମଦାନୀ ମୂଲ୍ୟଠାରୁ କହୁଏ, ରାଷ୍ଟ୍ରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ; କାରଣ ରାଷ୍ଟ୍ରର ପ୍ରାପ୍ୟ ଦେଶ ମୂଲ୍ୟଠାରୁ କମ୍ । ଏହାକୁ ଆମଦାନପ୍ରଦାନ ସମତୁଳନ ସମସ୍ୟା ବୋଲି କୁହାଯାଏ ।

12. ଆଦାନ-ପ୍ରଦାନ ସମସ୍ୟାର ସମାଧାନପାଇଁ ଭାରତ ନେଉଥ‌ିବା ନୀତିର ନାମ କ’ଣ ?
Answer:
ଆଦାନ-ପ୍ରଦାନ ସମସ୍ୟାର ସମାଧାନପାଇଁ ଭାରତ ନେଉଥ‌ିବା ନୀତି ହେଉଛି ରପ୍ତାନି ବର୍ଶନ ଓ ଆମଦାନି ପ୍ରତିସ୍ଥାପନ ।

13. ରପ୍ତାନୀ-ଆମଦାନୀ ନୀତି 2004-09ର ଆଭିମୁଖ୍ୟ କ’ଣ ?
Answer:
ରପ୍ତାନୀ-ଆମଦାନୀ ନୀତି 2004-09ର ଆଭିମୁଖ୍ୟ ହେଲା– ବିଶ୍ଵ ବଜାରରେ ଭାରତର ବାଣିଜ୍ୟିକ ଅଂଶ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ବିଗୁଣିତ କରିବା ଏବଂ ତା ସଙ୍ଗେ ସଙ୍ଗେ ଦେଶର ନିଯୁକ୍ତି ସମ୍ଭାବନାକୁ ମଧ୍ୟ ବୃଦ୍ଧି କରିବା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

14. କେତୋଟି ଦ୍ରବ୍ୟର ରପ୍ତାନୀ ବୃଦ୍ଧିପାଇଁ 2002-07 ରପ୍ତାନୀ-ଆମଦାନୀ ନୀତି ପ୍ରୋତ୍ସାହନ ପ୍ରଦାନ କରିଛି ?
Answer:
ଯାନ୍ତ୍ରିକ ଦ୍ରବ୍ୟ, ବୈଦ୍ୟୁତିକ ଦ୍ରବ୍ୟ, ହାତବନ୍ଧା ଘଡ଼ି, ଯୋତା-ଚପଲ, ରାସାୟନିକ ଦ୍ରବ୍ୟ, ଗହଣା ଇତ୍ୟାଦି 106ଟି ଦ୍ରବ୍ୟକୁ ରପ୍ତାନୀ ପ୍ରୋତ୍ସାହନ ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା ।

15. ବାଣିଜ୍ୟିକ ଗୃହ କାହାକୁ କହନ୍ତି ?
Answer:
ଯେଉଁ ଗୁଣଗୁଡ଼ିକ ହାରାହାରି 25କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦ୍ରବ୍ୟ ରପ୍ତାନି କରୁଥ‌ିବେ, ତାହାକୁ ବାଣିଜ୍ୟିକ ଗୃହ କୁହାଯାଏ ।

16. ଦେଶୀୟ ବାଣିଜ୍ୟ କାହାକୁ କୁହାଯାଏ ?
Answer:
କୌଣସି ରାଷ୍ଟ୍ରର ଭୌଗୋଳିକ ସୀମା ମଧ୍ୟରେ କରାଯାଉଥ‌ିବା ବାଣିଜ୍ୟ କାରବାରକୁ ଦେଶୀୟ ବାଣିଜ୍ୟ କୁହାଯାଏ ।

17. ବୈଦେଶିକ ବାଣିଜ୍ୟ କହିଲେ କ’ଣ ବୁଝ ?
Answer:
କୌଣସି ଦେଶ ପୃଥ‌ିବୀର ଅନ୍ୟ ଦେଶ ସହିତ କରୁଥିବା ବାଣିଜ୍ୟ କାରବାରକୁ ବୈଦେଶିକ ବାଣିଜ୍ୟ କୁହାଯାଏ ।

18. ଆମଦାନୀ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ଦେଶ ନିଜ ଦେଶର କୌଣସି ଦ୍ରବ୍ୟର ଚାହିଦାର ପରିପୂରଣପାଇଁ ଅନ୍ୟ ଦେଶରୁ ସେହି ଦ୍ରବ୍ୟ ଗ୍ରହଣ କରିବାକୁ ଆମଦାନୀ କୁହାଯାଏ ।

19. ରପ୍ତାନୀ କାହାକୁ କହନ୍ତି ?
Answer:
କୌଣସି ଦେଶ ନିଜ ଦେଶରେ ଉତ୍ପାଦିତ ହେଉଥ‌ିବା ଦ୍ରବ୍ୟ ଅନ୍ୟ ଦେଶକୁ ଯୋଗାଣ କଲେ ତାହାକୁ ରପ୍ତାନୀ କୁହାଯାଏ ।

20. ଦ୍ରବ୍ୟ ଆମଦାନୀର ବିଶେଷତ୍ଵ କ’ଣ ?
Answer:
ନିଜ ଦେଶରେ ସୁବିଧାରେ ଉତ୍ପାଦିତ ହୋଇପାରୁନଥିବା ଦ୍ରବ୍ୟ ବିଦେଶରୁ ସ୍ଵଳ୍ପ ମୂଲ୍ୟରେ ଗ୍ରହଣ କରି ଦେଶ ଭିତରେ ଚାହିଦା ପୂରଣ କରିବାପାଇଁ ଆମଦାନୀର ବିଶେଷତ୍ଵ ।

21. ମୁଦ୍ରାର ଅବମୂଲ୍ୟାୟନ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ରାଷ୍ଟ୍ରର ମୁଦ୍ରାର ମୂଲ୍ୟ ଅନ୍ୟ ରାଷ୍ଟ୍ରମାନଙ୍କ ମୁଦ୍ରାର ମୂଲ୍ୟ ତୁଳନାରେ ହ୍ରାସ କରାଗଲେ ତାହାକୁ ଅବମୂଲ୍ୟାୟନ କୁହାଯାଏ ।

22. ମୁଦ୍ରାର ମୂଲ୍ୟ ଅବମୂଲ୍ୟାୟନ କରାଗଲେ ବହିର୍ବାଣିଜ୍ୟରେ କି ପ୍ରଭାବ ପଡ଼ିଥାଏ ।
Answer:
ମୁଦ୍ରାର ମୂଲ୍ୟ ଅବମୂଲ୍ୟାୟନ କରାଗଲେ ରପ୍ତାନୀ ବୃଦ୍ଧିପାଏ ।

23. ନିଅଣ୍ଟିଆ ବାଣିଜ୍ୟ କ’ଣ ?
Answer:
ଯେତେବେଳେ ଆମଦାନୀର ମୂଲ୍ୟ ରପ୍ତାନୀର ମୂଲ୍ୟଠାରୁ ଅଧିକ ହୁଏ । ତାହାକୁ ନିଅଣ୍ଟିଆ ବାଣିଜ୍ୟ କୁହାଯାଏ ।

24. ମୁଦ୍ରାର ଅବମୂଲ୍ୟାୟନଦ୍ୱାରା ଘରୋଇ ଦ୍ରବ୍ୟର ଦାମ୍‌ରେ କି ପରିବର୍ତ୍ତନ ଦେଖାଦିଏ ?
Answer:
ମୁଦ୍ରାର ଅବମୂଲ୍ୟାୟନଦ୍ୱାରା ଘରୋଇ ଦ୍ରବ୍ୟର ଦାମ୍ ବିଦେଶୀ ଦ୍ରବ୍ୟର ଦାମ୍ ତୁଳନାରେ ହ୍ରାସପାଏ ବା ଘରୋଇ ଦ୍ରବ୍ୟ ଅପେକ୍ଷାକୃତ ଶସ୍ତା ହୋଇଥାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୂଲ କି ଠିକ୍ ଲେଖ ।

ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. ବୈଦେଶିକ ବାଣିଜ୍ୟ କହିଲେ ଦେଶ ମଧ୍ୟରେ କ୍ରୟବିକ୍ରୟ କରାଯାଉଥ‌ିବା ଦ୍ରବ୍ୟ ଓ ସବୋକୁ ବୁଝାଇଥାଏ ।
Answer:
ବୈଦେଶିକ ବାଣିଜ୍ୟ କହିଲେ ଦେଶ ଦେଶ ମଧ୍ୟରେ କ୍ରୟ ବିକ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବାକୁ ବୁଝାଇଥାଏ ।

2. ବୈଦେଶିକ ବାଣିଜ୍ୟ କାରବାରରେ କେବଳ ରପ୍ତାନୀ କରୁଥିବା ରାଷ୍ଟ୍ର ଉପକୃତ ହୋଇଥାଏ ।
Answer:
ବୈଦେଶିକ ବାଣିଜ୍ୟ କାରବାରରେ ଉଭୟ ରପ୍ତାନୀ ଓ ଆମଦାନୀ କରୁଥିବା ରାଷ୍ଟ୍ର ଉପକୃତ ହୋଇଥା’ନ୍ତି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

3. ଆମଦାନୀ ମାଧ୍ୟମରେ ଦେଶର ଉଦ୍‌ବୃତ୍ତ ଉତ୍ପାଦନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି ହୁଏ ।
Answer:
ରପ୍ତାନୀ ମାଧ୍ୟମରେ ଦେଶର ଉଦ୍‌ବୃତ୍ତ ଉତ୍ପାଦନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି ହୁଏ ।

4. 2000-01 ଆର୍ଥିକ ବର୍ଷରେ ରପ୍ତାନୀଠାରୁ ଆମଦାନୀ କମ୍ ହୋଇଥିଲା ।
Answer:
2000-01 ଆର୍ଥିକ ବର୍ଷରେ ରପ୍ତାନୀଠାରୁ ଆମଦାନୀ ଅଧିକ ହୋଇଥିଲା ।

5. ଭାରତରେ ରପ୍ତାନୀ-ଆମଦାନୀ ଅନୁପାତ ବୃଦ୍ଧି ପାଇ ଆସୁଛି ।
Answer:
ଭାରତରେ ରପ୍ତାନୀ-ଆମଦାନୀ ଅନୁପାତ ହ୍ରାସ ପାଇ ଆସୁଛି ।

6. ରପ୍ତାନୀ ଆମଦାନୀଠାରୁ ଅଧିକ ହେଲେ ଏହା ଦେଶ ପାଇଁ ହିତକର ।
Answer:
ଠିକ୍

7. ରପ୍ତାନୀ ଆମଦାନୀଠାରୁ ଅଧ୍ଵ ହେଲେ ନିଅଣ୍ଟିଆ ବାଣିଜ୍ୟିକ ପରିସ୍ଥିତି ସୃଷ୍ଟି ହୁଏ ।
Answer:
ଆମଦାନୀ ରପ୍ତାନୀଠାରୁ ଅଧିକ ହେଲେ ନିଅଣ୍ଟିଆ ବାଣିଜ୍ୟିକ ପରିସ୍ଥିତି ସୃଷ୍ଟି ହୁଏ ।

8. ଘରୋଇ ଦ୍ରବ୍ଯ ପ୍ରତିବଦଳରେ ବିଦେଶୀ ଦ୍ରବ୍ୟର ଚାହିଦା ବୃଦ୍ଧି ଆମଦାନୀ ପ୍ରତିସ୍ଥାପନର ଉଦାହରଣ ।
Answer:
ବିଦେଶୀ ଦ୍ରବ୍ୟ ପ୍ରତିବଦଳରେ ଘରୋଇ ଦ୍ରବ୍ୟର ଚାହିଦା ବୃଦ୍ଧି ଆମଦାନୀ ପ୍ରତିସ୍ଥାପନର ଉଦାହରଣ ।

9. କୋହଳ ବାଣିଜ୍ୟ ନୀତି ଯୋଗୁଁ ଆମଦାନୀ ହ୍ରାସ ପାଇଛି ।
Answer:
କୋହଳ ବାଣିଜ୍ୟ ନୀତି ଯୋଗୁଁ ଆମଦାନୀ ବୃଦ୍ଧି ପାଇଛି ।

10. ଭାରତର ଅଧିକାଂଶ ବାଣିଜ୍ୟ ବିକାଶଶୀଳ ଦେଶମାନଙ୍କ ସହିତ ହୋଇଥାଏ ।
Answer:
ଭାରତର ଅଧିକାଂଶ ବାଣିଜ୍ୟ ବିକଶିତ ଦେଶମାନଙ୍କ ସହିତ ହୋଇଥାଏ ।

11. ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ ମୁଖ୍ୟତଃ କୃଷିଜାତ ଦ୍ରବ୍ୟ ରପ୍ତାନି କରୁଥିଲା ।
Answer:
ଠିକ୍ ।

12. 1981 ମସିହାର ଟଣ୍ଡନ୍ କମିଟି ଏକ ଆମଦାନୀ ପ୍ରୋତ୍ସାହକ ନୀତି ପ୍ରବର୍ତ୍ତନପାଇଁ ସୁପାରିସ୍ କରିଥିଲା ।
Answer:
1981 ମସିହାର ଟଣ୍ଡନ୍ କମିଟି ଏକ ରପ୍ତାନୀ ପ୍ରୋତ୍ସାହକ ନୀତି ପ୍ରବର୍ତ୍ତନ ପାଇଁ ସୁପାରିସ୍ କରିଥିଲା ।

13. ପେଟ୍ରୋଲିୟମ୍ ସମ୍ବନ୍ଧୀୟ ପଦାର୍ଥ ହେଉଛି ଭାରତର ଏକ ଗୁରୁତ୍ଵପୂର୍ଣ ରପ୍ତାନୀ ଦ୍ରବ୍ୟ ।
Answer:
ପେଟ୍ରୋଲିୟମ୍ ସମ୍ବନ୍ଧୀୟ ପଦାର୍ଥ ହେଉ ଭାରତର ଏକ ଆମଦାନୀ ଦ୍ରବ୍ୟ ।

14. ଆମଦାନୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆମ ଦେଶରେ ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରାଯାଇଛି ।
Answer:
ରପ୍ତାନୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆମ ଦେଶରେ ସ୍ଵତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରାଯାଇଛି ।

15. ଭାରତ ଯୋଜନା ଯୁଗରେ ପ୍ରବେଶ କଲାବେଳେ ଏହାର ବାଣିଜ୍ୟ ନୀତି ‘ଆର୍ଥନୀତିକ ଜାତୀୟତାବାଦ’ ଓ ରପ୍ତାନୀ ପ୍ରତି ଅନାଗ୍ରହ’ ଆଦର୍ଶ ଦ୍ଵୟ ଦ୍ବାରା ଅନୁପ୍ରାଣିତ ହୋଇଥିଲା ।
Answer:
ଭାରତ ଯୋଜନା ଯୁଗରେ ପ୍ରବେଶ କଲାବେଳେ ଏହାର ବାଣିଜ୍ୟ ନୀତି ‘ଆର୍ଥନୀତିକ ଜାତୀୟତାବାଦ’ ଓ ‘ରପ୍ତାନୀ ପ୍ରତି ଅନାଗ୍ରହ’ ଆଦର୍ଶ ଦ୍ଵୟ ଦ୍ବାରା ଅନୁପ୍ରାଣିତ ହୋଇଥିଲା ।

16. ଖୋଲା ସାଧାରଣ ଲାଇସେନ୍ସ ବ୍ୟବସ୍ଥା ପୁଂଜିଦ୍ରବ୍ୟ, କଞ୍ଚାମାଲ ଓ ଯନ୍ତ୍ରପାତିର ରପ୍ତାନୀକୁ ସୁବିଧାଜନକ କରିବା ପାଇଁ ପ୍ରବର୍ତ୍ତନ କରାଯାଇଥିଲା ।
Answer:
ଖୋଲା ସାଧାରଣ ଲାଇସେନ୍ସ ବ୍ୟବସ୍ଥା ପୁଞ୍ଜିଦ୍ରବ୍ୟ, କଞ୍ଚାମାଲ୍ ଓ ଯନ୍ତ୍ରପାତିର ଆମଦାନୀକୁ ସୁବିଧାଜନକ କରିବା ପାଇଁ ପ୍ରବର୍ତ୍ତନ କରାଯାଇଥିଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

17. ସ୍ଵାଧୀନତା ଲାଭ ପୂର୍ବରୁ ଭାରତର ରପ୍ତାନୀ – ଆମଦାନୀ ନୀତି ଔପନିବେଶିକ ସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ପରିଚାଳିତ ହେଉଥିଲା ।
Answer:
ଠିକ୍ ।

E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

1. ବାଣିଜ୍ୟ ସଂରଚନା କ’ଣ ?
Answer:
ଏକ ରାଷ୍ଟ୍ରର ରପ୍ତାନୀ ଏବଂ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା କୁହାଯାଏ । ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ କେବଳ ଖାଦ୍ୟଶସ୍ୟ ଯଥା – କଫି, ଚା, ତୈଳବୀଜ, ମସଲା ଏବଂ ଚମଡ଼ା, ତୁଳାବସ୍ତ୍ର ଓ ତୂଳା ରପ୍ତାନୀ କରୁଥିଲା । ଅନ୍ୟପକ୍ଷରେ ଆମଦାନୀ ସାମଗ୍ରୀରେ ମୁଖ୍ୟତଃ ବିଭିନ୍ନ ଖାଉଟି ଦ୍ରବ୍ୟ, ମେସିନ୍, ଲୁହା ଓ ଇସ୍ପାତ ଦ୍ରବ୍ୟ ତଥା ବିଭିନ୍ନ ରାସାୟନିକ ଦ୍ରବ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ସ୍ଵାଧୀନତାପ୍ରାପ୍ତି ପରେ ପରେ ଭାରତରେ ନିର୍ମାଣ ଯୁଗ ଆରମ୍ଭ ହେଲା ।

ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନିମନ୍ତେ ବିଦେଶରୁ ବିଭିନ୍ନ ଯନ୍ତ୍ରପାତି, କଳକବ୍‌ଜା, ପୁଞ୍ଜିଦ୍ରବ୍ୟ ଏବଂ କେତେକ ଖାଉଟୀ ଦ୍ରବ୍ୟ ଆମଦାନୀ କରିବାକୁ ପଡ଼ିଲା । ତେଣୁ ଆମଦାନୀ ପରିମାଣରେ ବୃଦ୍ଧି ଘଟିଲା ସେହିପରି ରପ୍ତାନି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଲା । କେତେକ ପାରମ୍ପରିକ ଦ୍ରବ୍ୟ ବ୍ୟତୀତ ବିବିଧ ଅଣପାରମ୍ପରିକ ସାମଗ୍ରୀ ଦେଶ ବିଦେଶକୁ ରପ୍ତାନୀ କରିବାରେ ସମର୍ଥ ହେବାର ଦେଖାଗଲା । ତେଣୁ ସ୍ବାଧୀନତା ପରେ ଦେଶର ବୈଦେଶିକ ବାଣିଜ୍ର କ୍ଷେତ୍ରରେ ପରିମାଣାତ୍ମକ ତଥା ବିବିଧତା ଅଭିବୃଦ୍ଧି ପ୍ରତୀୟମାନ ହୁଏ ।

2. ଆମଦାନୀ ସଂରଚନା କ’ଣ ?
Answer:
ଆମଦାନୀ ବା ରପ୍ତାନୀ କଲାବେଳେ ବିବିଧ ଦ୍ରବ୍ୟ ଓ ସେବାର ପରିମାଣ ତଥା ମୂଲ୍ୟର ଗତିକୁ ବିଶ୍ଳେଷଣ କରାଯାଏ । ପରାଧୀନ ଭାରତ ଓ ସ୍ଵାଧୀନୋତ୍ତର ଭାରତର ଆମଦାନୀ ସଂରଚନାରେ ଥ‌ିବା ଦ୍ରବ୍ୟରେ ଯଥେଷ୍ଟ ଅସାମଞ୍ଜସ୍ୟ ଅନୁଭୂତ ହୁଏ । 2007-08ରେ ପେଟ୍ରୋଲ ଓ ପିଚ୍ଛିଳ ପଦାର୍ଥ, ମୁକ୍ତା, ମୂଲ୍ୟବାନ ପଥର, ଲୁହା ଓ ଇସ୍ପାତ, ସାର, ବିଭିନ୍ନ ପ୍ରକାର ପୁଞ୍ଜିଦ୍ରବ୍ୟର ଆମଦାନୀର ଅତ୍ୟଧ୍ବକ ବୃଦ୍ଧି ଘଟିଲା ।

1960-61 ମସିହା ପୂର୍ବରୁ ଦେଶ ଖାଦ୍ୟଦ୍ରବ୍ୟ ଆମଦାନୀ କରୁଥିଲା । ଏହା ଆମଦାନୀ ସଂରଚନାରେ ବିଶେଷଭାବେ ହ୍ରାସ ଘଟିଛି । ଦେଶ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଉଟି ଦ୍ରବ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହୋଇଥିବା କାରଣରୁ ଏପ୍ରକାର ପରିବର୍ତ୍ତନ ଦେଖାଦେଇଛି ।

3. ରପ୍ତାନୀ ସଂରଚନା କ’ଣ ?
Answer:
ଭାରତୀୟ ରପ୍ତାନୀ ବାଣିଜ୍ୟର ରୂପରେଖ ଅଧ୍ୟୟନ କଲେ ଏଥୁରେ କାଳକ୍ରମେ କୃଷି ଓ କୃଷି-ସଂଶ୍ଳିଷ୍ଟ ଦ୍ରବଣ ଗୁରୁତ୍ଵ ହ୍ରାସ ଏବଂ ପାରମ୍ପରିକ ଓ ଅଣପାରମ୍ପରିକ ଶିଳ୍ପଜାତ ଦ୍ରବ୍ୟର ଗୁରୁତ୍ଵ ବୃଦ୍ଧି ପାଇଛି । ତେଣୁ ଦେଶ ଅନୁନ୍ନତ ପ୍ରାଥମିକ ଦ୍ରବ୍ୟ ଉତ୍ପାଦନକାରୀ ସ୍ତର ଅତିକ୍ରମ କରି ଏକ ସ୍ପନ୍ଦିତ ଶିଳ୍ପ ଅର୍ଥନୀତିରେ ପରିଣତ ହୋଇପାରିଛି । ଝୋଟ, ଚା’ ଏବଂ ଅନ୍ୟାନ୍ୟ ପାରମ୍ପରିକ ଦ୍ରବ୍ୟଗୁଡ଼ିକର ରପ୍ତାନୀ ଦ୍ରୁତଗତିରେ ହ୍ରାସ ପାଇଛି । ଅନ୍ୟପକ୍ଷରେ ହସ୍ତଶିଳ୍ପ, ପୋଷାକପତ୍ର, ମେସିନ୍ ଓ ବିଭିନ୍ନ ଯାନ୍ତ୍ରିକ ଦ୍ରବ୍ୟ, ଚମଡ଼ା ଓ ଚମଡ଼ା ନିମତ ବିଭିନ୍ନ ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇଛି । ବର୍ତ୍ତମାନର ରପ୍ତାନୀ ସଂରଚନାରେ ମୁକ୍ତା ଓ ଅଳଙ୍କାରର ସ୍ଥାନ ସର୍ବାଗ୍ରେ ଥ‌ିବାର ଦେଖାଯାଏ ।

4. ବୈଦେଶିକ ବାଣିଜ୍ୟର ଦିଗ କହିଲେ କ’ଣ ବୁଝ ?
Answer:
ବୈଦେଶିକ ବାଣିଜ୍ୟର ଦିଗ କହିଲେ ଆମକୁ ବୁଝିବାକୁ ହେବ ଯେ କେଉଁ କେଉଁ ଦେଶ ସହିତ ଆମର ବାଣିଜ୍ୟ କାରବାର ସଂଶ୍ଳିଷ୍ଟ । ସ୍ଵାଧୀନତା ପୂବେ ଇଂଲଣ୍ଡ ଆମର ବୈଦେଶିକ ବାଣିଜ୍ୟର ପ୍ରଧାନ ଅଂଶୀଦାର ଥିଲା । ବର୍ତ୍ତମାନ ଏହା ଦ୍ରୁତ ଗତିରେ ହ୍ରାସ ପାଇଥ୍‌ବାର ଦେଖାଯାଏ । ତେବେ ବର୍ତ୍ତମାନ ଆମ ଦେଶର ବାଣିଜ୍ୟ ପୃଥ‌ିବୀର ପ୍ରାୟ 190ଟି ଦେଶ ସହିତ ସଂପୃକ୍ତ ।

ଫଳରେ ବୈଦେଶିକ ବାଣିଜ୍ୟର ଦିଗ ଅଧ୍ଵକ ବ୍ୟାପକ ତଥା ବିସ୍ତୀର୍ଣ୍ଣ ହୋଇପାରିଛି । ବର୍ତ୍ତମାନ ଆମେରିକା ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ଭାବେ ମୁଣ୍ଡ ଟେକିଛି । ଏଥୁସହିତ ଇଉରୋପୀୟ ରାଷ୍ଟ୍ର ସଂଘଭୁକ୍ତ ଦେଶ, ଏସିଆ ଓ ଓସିଆନିଆ, ସାର୍କ ଦେଶମାନଙ୍କ ସହିତ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ, ଚୀନ ଏବଂ ଆଫ୍ରିକୀୟ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ରହିଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
F. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

1. ରପ୍ତାନୀ ପ୍ରୋତ୍ସାହନ ଓ ଆମଦାନୀ ପ୍ରତିସ୍ଥାପନ ।
Answer:
ଯଦି ରପ୍ତାନୀ ମୂଲ୍ୟ ଆମଦାନୀ ମୂଲ୍ୟଠାରୁ କମ୍ ହୁଏ, ରାଷ୍ଟ୍ରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ; କାରଣ ରାଷ୍ଟ୍ରର ପ୍ରାପ୍ୟ ଦେଶ ମୂଲ୍ୟଠାରୁ କମ୍ । ଏହାକୁ ଆଦାନ ପ୍ରଦାନ ସମତୁଳନ ସମସ୍ୟା ବୋଲି କୁହାଯାଏ । ଭାରତ ସମେତ ସମସ୍ତ ବିକାଶଶୀଳ ରାଷ୍ଟ୍ର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଭାରତ ରପ୍ତାନୀ ବୃଦ୍ଧି ଏବଂ ଆମଦାନୀ ହ୍ରାସ କରିବାକୁ ତା’ର ଉଦ୍ୟମ ଜାରି ରଖୁଛି ।

ରପ୍ତାନୀ ବର୍ଦ୍ଧନ ଓ ଆମଦାନୀ ପ୍ରତିସ୍ଥାପନ ଆମର ଜାତୀୟ ନୀତି ହିସାବରେ ଗ୍ରହଣ କରାଯାଇଛି । ବିଦେଶର ଉତ୍ପାଦନକାରୀଙ୍କୁ ପ୍ରତିଯୋଗିତାରୁ ରକ୍ଷା କରିବା ନିମିତ୍ତ, ଭାରତୀୟ ବାଣିଜ୍ୟଭିତ୍ତିକ ଶିଳ୍ପଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସରକାର ବିଭିନ୍ନ ପ୍ରକାରର ପ୍ରୋତ୍ସାହନମାନ ଦେବାକୁ ଆଗେଇ ଆସିଲେ । ଆମଦାନୀ ହେଉଥ‌ିବା ଦ୍ରବ୍ୟର ବିକଳ୍ପ ନିଜେ ତିଆରି କରିବାକୁ ଆମଦାନୀ ପ୍ରତିସ୍ଥାପନ କୁହାଯାଏ । ରାଷ୍ଟ୍ର ଅଧ୍ଵ ଯନ୍ତ୍ରପାତି, ପ୍ରାବିଧ‌ି ଜ୍ଞାନ ଇତ୍ୟାଦି ହାସଲ କଲେ ଆମଦାନୀ ପ୍ରତିସ୍ଥାପନ ଦ୍ରବ୍ୟ ତିଆରି କରିପାରିବ । ଏବଂ ଶିଳ୍ପର ବିକାଶ ପାଇଁ ଯନ୍ତ୍ରପାତି, କଳକବ୍‌ଜା ତଥା ଆଧୁନିକ ଜ୍ଞାନ କୌଶଳର ଆବଶ୍ୟକତା ହେଲା । ଏଣୁ ବାଣିଜ୍ୟନୀତିରେ କୋହଳ ଆମଦାନୀ ମାଧ୍ୟମରେ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଗଲା ।

2. ଆନ୍ତର୍ଜାତିକ ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବାଣିଜ୍ୟ
Answer:
ଦେଶର ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ବୈଦେଶିକ ବାଣିଜ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ବୈଦେଶିକ ବାଣିଜ୍ୟ ବା ବହିର୍ବାଣିଜ୍ୟ କୁହାଯାଏ । ପ୍ରକାରନ୍ତରେ କହିଲେ ଦେଶର ରାଜନୈତିକ ସୀମାର ବାହାରେ ଯେଉଁ ବାଣିଜ୍ୟିକ କରିବାର ହୋଇଥାଏ, ତାହାକୁ ବୈଦେଶିକ ବାଣିଜ୍ୟ କୁହାଯାଏ ।

ଅର୍ଥାତ୍ ଦେଶ ଦେଶ ମଧ୍ୟରେ ଦ୍ରବ୍ୟ, ସେବା ଓ ଆର୍ଥିକ ସମ୍ବଳର ପ୍ରବାହକୁ ବୈଦେଶିକ ବାଣିଜ୍ୟ କୁହାଯାଏ । ବୈଦେଶିକ ବାଣିଜ୍ୟର ଅନ୍ୟନାମ ହେଲା ଆନ୍ତର୍ଜାତିକ ବାଣିଜ୍ୟ । ଆଭ୍ୟନ୍ତରୀଣ ବାଣିଜ୍ୟ ଦେଶ ମଧ୍ୟରେ ଦ୍ରବ୍ୟ ଓ ସେବାର ଦେଣନେଣ ସହିତ ସମ୍ପୃକ୍ତ ହୋଇଥିବାରୁ ଏହାକୁ ଆନ୍ତର୍ଜାତିକ ବାଣିଜ୍ୟଠାରୁ ପୃଥକ୍ ବୋଲି ବିବେଚନା କରାଯାଇଥାଏ ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

3 ବାଣିଜ୍ୟର ସଂରଚନା ଓ ବାଣିଜ୍ୟର ଦିଗ
Answer:
ଏକ ରାଷ୍ଟ୍ରର ରପ୍ତାନୀ ଓ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା କହନ୍ତି । ଏହାର ଧାରା ରାଷ୍ଟ୍ରର ଘରୋଇ ଉତ୍ପାଦନ ଢ଼ାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଏକ ଦ୍ରବ୍ୟର ଆମଦାନୀ ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇଥିବା କଥା ସୂଚାଏ । ପୁଞ୍ଜିଦ୍ରବ୍ୟର କ୍ରମାଗତଭାବେ ଆମଦାନୀ ବୃଦ୍ଧି ରାଷ୍ଟ୍ରର ଶିଳ୍ପକ ଅଭିବୃଦ୍ଧି ପ୍ରତିଫଳିତ କରେ ।

ତେଣୁ ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ । ସ୍ଵାଧୀନତା ପରେ ଭାରତର ବୈଦେଶିକ ବାଣିଜ୍ୟ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ପାରମ୍ପରିକ ଦ୍ରବ୍ୟ ଯଥା ଖାଦ୍ୟଶସ୍ୟ, ଲୁହାପଥର ଇତ୍ୟାଦିର ରପ୍ତାନୀ ହ୍ରାସ ପାଇ ଅଣପାରମ୍ପରିକ ଦ୍ରବ୍ୟ ଯଥା ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଦ୍ରବ୍ୟ ଅଳଙ୍କାର ଇତ୍ୟାଦିର ରପ୍ତାନୀ ବୃଦ୍ଧି ପାଇଛି । ଠିକ୍ ହେସିପରି ଆମଦାନୀ କ୍ଷେତ୍ରରେ ମଧ୍ୟ ସାର, ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ, ମୁକ୍ତା ଓ ମୂଲ୍ୟବାନ୍ ପଥର ଇତ୍ୟାଦିର ଆମଦାନୀ ବୃଦ୍ଧି ପାଇଛି ।

କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥବା ବାଣିଜ୍ୟିକ ସମ୍ପର୍କକୁ ବହିଃର୍ବାଣିଜ୍ୟର ଦିଗ କୁହାଯାଏ । ବହିଃବାଣିଜ୍ୟ ଦିଗର କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନକୁ ସୂଚାଏ । ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଭାରତର ବାଣିଜ୍ୟିକ ସମ୍ପର୍କ ମୁଖ୍ୟତଃ ବ୍ରିଟେନ୍ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ଥିଲା । କିନ୍ତୁ ସ୍ଵାଧୀନତାପରେ ଭାରତର ବାଣିଜ୍ୟିକ ସମ୍ପର୍କ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସ୍ଥାପିତ ହୋଇପାରିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଭାରତର ବାଣିଜ୍ୟ ସଂରଚନା ଆଲୋଚନା କର ।
Answer:
ଏକ ରାଷ୍ଟ୍ରର ରପ୍ତାନୀ ଏବଂ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା ବା ସମାହାର କହନ୍ତି । ଏହାର ଧାରା ରାଷ୍ଟ୍ରର ଘରୋଇ ଉତ୍ପାଦନ ଢାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଏକ ଦ୍ରବ୍ୟର ଆମଦାନୀ ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇବା କଥା ସୂଚାଏ । ପୁଞ୍ଜିଦ୍ରବ୍ୟର କ୍ରମାଗତଭାବେ ଆମଦାନୀ ବୃଦ୍ଧି ରାଷ୍ଟ୍ରର ଶିଳ୍ପୀକ ଅଭିବୃଦ୍ଧି ପ୍ରତିଫଳିତ କରେ ତେଣୁ, ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।

ସ୍ଵାଧୀନତା ପରେ ଭାରତର ବୈଦେଶିକ ବାଣିଜ୍ୟ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି । ପାରମ୍ପରିକ ଦ୍ରବ୍ୟ ଯଥା, ହସ୍ତଶିଳ୍ପଜାତ ଦ୍ରବ୍ୟ, ଖାଦ୍ୟଶସ୍ୟ, ଲୁହାପଥର ଇତ୍ୟାଦିର ରପ୍ତାନି ହ୍ରାସପାଇ ଅଣପାରମ୍ପରିକ ଦ୍ରବ୍ୟଯଥା, ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଦ୍ରବ୍ୟ, ଅଳଙ୍କାର ଇତ୍ୟାଦିରେ ରପ୍ତାନି ବୃଦ୍ଧିପାଇଛି । ଠିକ୍ ସେହିପରି ଆମଦାନୀ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ସାର, ପେଟ୍ରୋଲିୟମଜାତ ଦ୍ରବ୍ୟ, ମୁକ୍ତା ଓ ମୂଲ୍ୟବାନ ପଥର ଇତ୍ୟାଦିର ଆମଦାନୀ ବୃଦ୍ଧିପାଇଛି ।

ଆମଦାନୀ ସଂରଚନା :
ଭାରତର ଆମଦାନୀ ପେଡ଼ି ବିବିଧ ଦ୍ରବ୍ୟର ଏକ ସମାହାର ମାତ୍ର । ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଆମଦାନୀ ପେଡ଼ିରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ । କେତେକ ମୁଖ୍ୟ ଦ୍ରବ୍ୟର ତଳେ ଦର୍ଶାଯାଇଛି ।

(i) ଖାଦ୍ୟ ଦ୍ରବ୍ୟ ଓ ପଶୁସମ୍ପଦ – 1960-61ରେ ଖାଦ୍ୟଦ୍ରବ୍ୟ ଓ ପଶୁସମ୍ପଦର ଆମଦାନୀ ମୂଲ୍ୟ 286 କୋଟି ଟଙ୍କା ଥିଲା । ଏହା ମୋଟ ଆମଦାନିର 15.9 ପ୍ରତିଶତ । 1970-71ରେ ଏହା 242 କୋଟି ଟଙ୍କାକୁ ହ୍ରାସ ପାଇଛି, ଯାହା ମୋଟ ଆମଦାନିର 14.8 ପ୍ରତିଶତ । କିନ୍ତୁ 1980-81ରେ ଆମଦାନୀ ମୂଲ୍ୟ 280 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲେ ମଧ୍ୟ ମୋଟ ଆମଦାନୀରେ ଏହାର ଅଂଶ ମାତ୍ର 2.2.3 ପ୍ରତିଶତ । ଏଥୁଁ ଭାରତ ଯେ ଖାଦ୍ୟ ଶସ୍ୟ ଏବଂ ପଶୁସମ୍ପଦ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାକୁ ଯାଉଛି, ଏହା ସୁସ୍ପଷ୍ଟ ।

(ii) କଞ୍ଚାମାଲ୍ ଓ ଶିଜୋପଯୋଗୀ ମଧ୍ୟବର୍ତ୍ତୀ ଦ୍ରବ୍ୟ – କଞ୍ଚାମାଲ୍ ଓ ମଧ୍ୟବର୍ତ୍ତୀ ଦ୍ରବଣ ଆମଦାନୀ ଭାରତରେ ବୃଦ୍ଧି ପାଉଛି । 1960-61 ମସିହାରେ ଏହା ମୋଟ ଆମଦାନିର 43.2 ପ୍ରତିଶତ ଥିଲାବେଳେ 1980-81ରେ ଏହା 77.8 ପ୍ରତିଶତକୁ ବୃଦ୍ଧି ପାଇଛି । ଆମଦାନି ସଂରଚନାରେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ ଶିଳ୍ପୀକ ଅଭିବୃଦ୍ଧି ସହିତ ଢାଞ୍ଚାଗତ ପରିବର୍ତ୍ତନର ସୂଚନା ଦିଏ ।

(କ) ଖାଇବା ତେଲ – ଖାଇବାତେଲର ଆମଦାନୀ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥୁରୁ ଭାରତ ଯେ ଖାଇବା ତେଲ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନୁହେଁ । ତାହା ପ୍ରତିଫଳିତ ହେଉଛି । କିନ୍ତୁ ମୋଟ୍ ଆମଦାନିର ଏହା ଏକ ଗୌଣ ଅଂଶ । 1970-71ରେ ଏହା 1.7 ଶତାଂଶ ଥିବାବେଳେ 2001-02ରେ ଏହା 0.19 ଶତାଂଶକୁ ହ୍ରାସ ପାଇଛି ।

(ଖ) ପେଟ୍ରୋଲଜାତ ଦ୍ରବ୍ୟ – ପେଟ୍ରୋଲଜାତ ଦ୍ରବ୍ୟ ଭାରତୀୟ ଆମାଦାନି ପେଡ଼ିର ସର୍ବବୃହତ୍ ଅଂଶ । ପରିସଂଖ୍ୟାନ ମୁତାବକ ଏହା ଦୃତି ଗତିରେ ବୃଦ୍ଧିପାଇ ଚାଲିଛି । 1960-61 ତୁଳନାରେ ପେଟ୍ରୋଲଜାତ ଦ୍ରବ୍ୟର ଆମଦାନୀ 2001-02ରେ 612 ଗୁଣ ବୃଦ୍ଧି ପାଇଛି, ଯାହା ମୋଟ୍ ଆମଦାନିର 27 ଶତାଂଶ । ଅର୍ଥନୈତିକ ବିକାଶ ସହିତ ପେଟ୍ରୋଲଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଉଥ‌ିବାରୁ ଏବଂ ନିଜସ୍ବ ଉତ୍ପାଦନ ଖୁବ୍ କମ୍ ହେଉଥ‌ିବାରୁ ଆମଦାନୀ ଉପରେ ଭାରତ ମୁଖ୍ୟତଃ ନିର୍ଭର କରି ଆସୁଛି । ବିଶ୍ୱ ବଜାରରେ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ଆମଦାନୀ ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିଛି ।

(ଗ) ସାର – କୃଷି ଉତ୍ପାଦିକା ଶକ୍ତି ବୃଦ୍ଧିପାଇଁ ସାରର ଭୂମିକା ଗୁରୁତ୍ଵପୂର୍ଣ୍ଣ । 1970-71ରୁ 1980-81 ମଧ୍ୟରେ ଏହା 85.1 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1980-81ରୁ 1990-91 ମଧ୍ୟରେ ଏହା 115 ପ୍ରତିଶତ ଏବଂ 1990-91ରୁ 2001-02 ମଧ୍ଯରେ 67 ପ୍ରତିଶତ ବୃଦ୍ଧି ପାଇଛି । ଏହା ଭାରତରେ ସାର ଉତ୍ପାଦନ ବୃଦ୍ଧିର ସୂଚନା ଦିଏ ।

(ଘ) ଲୁହା ଓ ଇସ୍ପାତ – ଲୁହା ଓ ଇସ୍ପାତର ଆମଦାନି ମଧ୍ଯ ଭାରତରେ ବୃଦ୍ଧି ପାଇବାରେ ଲାଗିଛି । ରାଷ୍ଟ୍ରର ଚାହିଦା ମେଣ୍ଟାଇବାପାଇଁ ସକ୍ଷମ ହୋଇ ନ ପାରିବାରୁ ଆମଦାନୀ ଉପରେ ନିର୍ଭର କରୁଛି ।

(ଙ) ମୁକ୍ତା ଓ ମୂଲ୍ୟବାନ ପଥର – ସଂପ୍ରତି ଭାରତ ମୁକ୍ତା ଓ ମୂଲ୍ୟବାନ୍ ପଥର ଆମଦାନି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ପାଇଛି । ବିଶ୍ଵ ବଜାରରେ ଭାରତୀୟ ଅଳଙ୍କାରର ବିଶେଷ ଚାହିଦା ଥ‌ିବାରୁ ମୁକ୍ତା ଓ ମୂଲ୍ୟବାନ୍ ପଥର ଆମଦାନିର ଗୁରୁତ୍ଵ ରହିଛି । 1980-81ରୁ 1990-91 ମଧ୍ୟରେ ଏହାର ଆମଦାନି 652 ପ୍ରତିଶତ ବୃଦ୍ଧି ପାଇଥିବାବେଳେ, 1990-91ରୁ 2001-02 ମଧ୍ଯରେ 490 ପ୍ରତିଶତ ବୃଦ୍ଧି ପାଇଛି ।

(iii) ପୁଞ୍ଜିଦ୍ରବ୍ୟ – ବୈଦ୍ୟୁତିକ ଓ ଅଣବୈଦ୍ୟୁତିକ ଯନ୍ତ୍ରପାତି, ପରିବହନ ଯନ୍ତ୍ରପାତି ଇତ୍ୟାଦି ପୁଞ୍ଜିଦ୍ରବ୍ୟ ଭାରତୀୟ ଆମଦାନୀର ଏକ ପ୍ରମୁଖ ଅଂଶ । ଦେଶର ଔଦ୍ୟୋଷିକ ବିକାଶ ଧାରାକୁ ଜାରି ରଖୁବାପାଇଁ ଭାରତ ଦରକାରୀ ପୁଞ୍ଜିଦ୍ରବ୍ୟ ଆମଦାନୀ କରି ଆସୁଛି। 1980-81 ରୁ 1990-91 ମଧ୍ୟରେ ପୁଞ୍ଜିଦ୍ରବ୍ୟର ଆବଦାନି ପ୍ରାୟ 448 ଶତାଂଶ ବୃଦ୍ଧି ପାଇଥ‌ିବାବେଳେ, 1990-91 ରୁ 2001-02 ମଧ୍ଯରେ 168 ଶତାଂଶ ବୃଦ୍ଧି ଘଟିଛି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

ରପ୍ତାନି ସଂରଚନା :
ପ୍ରାକ୍ ବ୍ରିଟିଶ୍ କାଳରେ ଭାରତ କେତେକ ପାରମ୍ପରିକ ଦ୍ରବ୍ୟ ରପ୍ତାନି କରୁଥିଲା । ଏହାର ରପ୍ତାନି ପେଡ଼ିରେ କେତେକ ପ୍ରାଥମିକ ଦ୍ରବ୍ୟ ହସ୍ତତନ୍ତ୍ର ସାମଗ୍ରୀ ଇତ୍ୟାଦି ରହିଥିଲା । କିନ୍ତୁ ସ୍ବାଧୀନ ଭାରତରେ ଯୋଜନାର ଯୁଗ ଆରମ୍ଭରୁ ରପ୍ତାନି ପେଡ଼ିରେ ଥ‌ିବା ଦ୍ରବ୍ୟର ଆକାର ଓ ରଙ୍ଗ ବଦଳିବାରେ ଲାଗିଛି । ନିଜର ବିକାଶ ସହିତ ତାଳଦେଇ ଭାରତ ବିଶ୍ଵ ବଜାରର ଏକ ପ୍ରମୁଖ ଅଂଶୀଦାର ହୋଇ ପାରିଛି । ଏହାର ରପ୍ତାନି ପେଡ଼ି ଆଦି ଅନେକ ଅଣପାରମ୍ପରିକ ଦ୍ରବ୍ୟର ସମାହାର ।

(i) କୃଷି ଓ କୃଷିସହଜାତ ଦ୍ରବ୍ୟ – ସାରଣୀରୁ ଏହା ସ୍ପଷ୍ଟ ଯେ କୃଷି ଓ କୃଷି ସଦ୍‌ଜାତ ଦ୍ରବ୍ୟର ରପ୍ତାନି 1970-71ରୁ 1980-81 ମଧ୍ୟରେ 322 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1980-81 ରୁ 1990-91 ମଧ୍ୟରେ 200 ପ୍ରତିଶତ ଏବଂ 1990-91 ରୁ 2001-02ରେ 364 ପ୍ରତିଶତ ବୃଦ୍ଧି ପାଇଛି । କୃଷି ଓ କୃଷିଜାତ ଦ୍ରବ୍ୟର ଏହି ରପ୍ତାନି ଭାରତର ଆତ୍ମମନିର୍ଭରଶୀଳତାର ପରିଚୟ । ସତୁରୀ ଦଶକରୁ ଆରମ୍ଭ ହୋଇଥିବା ସବୁଜ ବିପ୍ଳବର ଏହା ଅବଦାନ ।

(ii) ଖଣିଜ ଦ୍ରବ୍ୟ – ଖଣିଜ ଦ୍ରବ୍ୟ ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । 1960-61ରେ ରପ୍ତାନି କରୁଥ‌ିବା 84 କୋଟି ଟଙ୍କାର ଖଣିଜ ଦ୍ରବ୍ୟ 2001-02ରେ 4736 କୋଟି ଟଙ୍କାରେ ପହଞ୍ଚିଛି । ଖଣିଜ ଦ୍ରବ୍ୟମାନଙ୍କ ମଧ୍ୟରୁ ଲୁହାପଥର ଭାରତର ଏକ ମୁଖ୍ୟ ରପ୍ତାନି ଦ୍ରବ୍ୟ । ଭାରତରେ ପ୍ରଚୁର ଲୁହାପଥର ମହଜୁଦ ଥ‌ିବାରୁ ଏହା ଆଜି ଏକ ଅଣପାରମ୍ପରିକ ରପ୍ତାନି ଦ୍ରବ୍ୟ ରୂପେ ପରିଗଣିତ ହୋଇଛି ।

1960-61 ମସିହାରେ ଲୁହାପଥରର ରପ୍ତାନି ମାତ୍ର 27 କୋଟି ଟଙ୍କା ଥିବାବେଳେ 1970-71ରେ 177କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ହାର 333 ଶତାଂଶ । ସେହିପରି 1970-71 ରୁ 1980-81 ମଧ୍ଯରେ 158 ଶତାଂଶ, 1980-81 ରୁ 1990-91 ମଧ୍ଯରେ ଶତାଂଶ ଏବଂ 1990-91 ରୁ 2001-02 ମଧ୍ଯରେ 94 ଶତାଂଶ ଅଭିବୃଦ୍ଧି ଘଟିଛି । ଅଭ୍ର କ୍ଷେତ୍ରରେ ମଧ୍ୟ ଭାରତ ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର । 1970- 71ରୁ ଅଭ୍ରର ରପ୍ତାନି କ୍ରମାଗତ ବୃଦ୍ଧି ପାଉଛି ।

(iii) ଶିଳ୍ପଜାତ ଦ୍ରବ୍ୟ – ଏହା ବିଶ୍ଵବଜାରରେ ଭାରତୀୟ ଶିଳ୍ପଜାତ ଦ୍ରବ୍ୟର ଚାହିଦାର, ଦୃତ ବୃଦ୍ଧି ସୂଚିତ କରିବା ସଙ୍ଗେ ସଙ୍ଗେ ଭାରତର ଦୃତ ଶିଳ୍ପାୟନ ପ୍ରତିଫଳନ କରେ । ଶିଳ୍ପଜାତ ଦ୍ରବ୍ୟ ରପ୍ତାନି ପେଡ଼ିର ପ୍ରାୟ 77 ଶତାଂଶ । କେତେକ ମୁଖ୍ୟ ଶିଳ୍ପଜାତ ଦ୍ରବ୍ୟର ରପ୍ତାନି ସମ୍ବନ୍ଧରେ ନିମ୍ନରେ ଆଲୋଚନା କରାଯାଇଛି ।

(କ) ମୁକ୍ତା ଓ ଅଳଙ୍କାର – ଭାରତ ପ୍ରସ୍ତୁତ ମୁକ୍ତା ଓ ଅଳଙ୍କାର ବିଶ୍ଵ ବଜାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଫଳରେ ଏହାର ରପ୍ତାନି 1960-61 ରୁ 2001-02 ମଧ୍ଯରେ ମାତ୍ର 1.6 କୋଟି ଟଙ୍କାରୁ ବଢ଼ି 34.845 କୋଟି ଟଙ୍କାରେ ପହଞ୍ଚିପାରିଛି । 1980-81 ପରେ ମୁକ୍ତା ଓ ଅଳଙ୍କାରର ଚାହିଦା ବିଶ୍ଵବଜାରରେ ବହୁଗୁଣିତ ହେବାରୁ ଭାରତ ତା’ର ରପ୍ତାନି ମଧ୍ୟ ଅନୁରୂପ ବୃଦ୍ଧିକରି ଚାଲିଛି । ମୁକ୍ତା ଓ ଅଳଙ୍କାରର ପରିମାଣ ଭାରତୀୟ ରପ୍ତାନି ପେଡ଼ିରେ ସର୍ବାଧ‌ିକ । 2001-02 ପରିସଂଖ୍ୟାନ ଅନୁସାରେ ଏହା ମୋଟ ରପ୍ତାନିର 16.6 ପ୍ରତିଶତ ।

(ଖ) କପା ଓ ସୂତା ବସ୍ତ୍ର – କପା ଓ ସୂତା ବସ୍ତ୍ରର ରପ୍ତାନି କ୍ରମାଗତ ବୃଦ୍‌ଧି ପାଇଥିଲେ ମଧ୍ୟ 1990-91ରୁ 2001- 02 ମଧ୍ୟରେ ହୋଇଥ‌ିବା ଅଭିବୃଦ୍ଧି ଉଲ୍ଲେଖଯୋଗ୍ୟ । ଏହି ସମୟ ମଧ୍ୟରେ ରପ୍ତି ପ୍ରାୟ 598 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ ରପ୍ତାନିର 7 ଶତାଂଶ ।

(ଗ) ତିଆରି ପୋଷାକ – ଭାରତ ତିଆରି ପୋଷକର ରପ୍ତାନି ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି । ମୁଖ୍ୟତଃ 1990-91ରୁ 2001-02 ମଧ୍ଯରେ ଏହାର ରପ୍ତାନି 4012 କୋଟି ଟଙ୍କାରୁ ବୃଦ୍ଧିପାଇ 23,877 କୋଟି ଟଙ୍କାରେ ପହଞ୍ଚୁଅଛି । ଏହି ଅଭିବୃଦ୍ଧି ହାର 495 ଶତାଂଶ । ଏହା ମୋଟ ରପ୍ତାନିର 11.4 ଶତାଂଶ ।

(ଘ) ଚମଡ଼ା ଓ ଚମଡ଼ାଜାତ ଦ୍ରବ୍ୟ – 1970 ପରେ ଭାରତର ଚମଡ଼ା ଓ ଚମଡ଼ାଜାତ ଦ୍ରବ୍ୟର ରପ୍ତାନି ବହୁଗୁଣିତ ହୋଇଛି । 1980-81ରୁ 1990-91 ମଧ୍ୟରେ ରପ୍ତାନି 560 ଶତାଂଶ ବୃଦ୍ଧି ପାଇଥିବାବେଳେ 2001-02ରେ 250 ଶତାଂଶ ବୃଦ୍ଧି ପାଇଛି । ଏହା ମୋଟ୍ ରପ୍ତାନିର ମୂଲ୍ୟର ପ୍ରାୟ 3.5 ପ୍ରତିଶତ ।

(ଙ) ଯାନ୍ତ୍ରିକ ଦ୍ରବ୍ୟ – ଭାରତର ଶିଳ୍ପୀକ ଅଭିବୃଦ୍ଧି ତାହାକୁ ଏକ ଯନ୍ତ୍ରପାତି ରପ୍ତାନିକାରୀ ରାଷ୍ଟ୍ରର ମାନ୍ୟତା ଦେଇଛି । ଭାରତୀୟ ରାଷ୍ଟ୍ରାୟତ୍ତ ଓ ଘରୋଇ ଶିଳ୍ପ ଉନ୍ନତମାନର ଯନ୍ତ୍ରପାତି ତିଆରି କରି ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ସଙ୍ଗେ ସଙ୍ଗେ ବିଶ୍ୱବଜାରରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ସାରଣୀରୁ ଏହା ସ୍ପଷ୍ଟ ଯେ 1980-81ରୁ 1990-91 ମଧ୍ୟରେ ଯାନ୍ତ୍ରିକ ଦ୍ରବ୍ୟର ରପ୍ତାନି 368 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1990-91ରୁ 2001-02 ମଧ୍ଯରେ 753 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ୍ ରପ୍ତାନି ମୂଲ୍ୟର 15.8 ପ୍ରତିଶତ ।

(4) ଖଣିଜ ତୈଳ ଓ ଲୁବ୍ରିକାଣ୍ଟ – ସାରଣୀରୁ ଏହା ସ୍ପଷ୍ଟ ଯେ 1980-81 ପରେ ଭାରତୀୟ ଖଣିଜ ତୈଳ ଓ ଲୁବ୍ରିକାଣ୍ଟର ରପ୍ତାନି ଦୃତ ଗତିରେ ବୃଦ୍ଧି ପାଇଛି । 1980-81, 1990-91 ମଧ୍ୟରେ ଏହି ବୃଦ୍ଧି 3285 ପ୍ରତିଶତ ଥିବାବେଳେ 1990-91 2001-02 ମଧ୍ୟରେ 998 ପ୍ରତିଶତ ହୋଇଛି । 1970-71 ରୁ 1980-81 ମଧ୍ୟରେ ଏହି ମାତ୍ର 115 ପ୍ରତିଶତ ଥିଲା । ଏହି ପରିସଂଖ୍ୟାନ ଭାରତ ଯେ ଖଣିଜ ତୈଳ ଓ ଲୁବ୍ରିକାଣ୍ଟ୍ ଉତ୍ପାଦନ କ୍ଷେତ୍ରରେ ଆଗେଇ ଚାଲିଛି, ତାହା ପ୍ରମାଣ ଦିଏ ।

(5) ଅନ୍ୟାନ୍ୟ ଦ୍ରବ୍ୟ – ଭାରତର ରପ୍ତାନି ପେଡ଼ିରେ ମଧ୍ୟ ଅନ୍ୟାନ୍ୟ ଦ୍ରବ୍ୟ ଦେଖିବାକୁ ମିଳେ। 1980-81 ରୁ 1990-91 ମଧ୍ୟରେ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ଦୃତ ହ୍ରାସ ପାଇଥିଲେ ହେଁ 1990-91 ରୁ 2001-02 ମଧ୍ୟରେ 60- 96 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ ରପ୍ତାନିର 16.2 ପ୍ରତିଶତ । ଅନ୍ୟାନ୍ୟ ଦ୍ରବ୍ୟର ଏହି ରେକର୍ଡ଼ ବୃଦ୍ଧି ନୂତନ ଆର୍ଥିକନୀତିର ପ୍ରଭାବ ।

ଉଭୟ ଆମଦାନି ଓ ରପ୍ତାନି ସଂରଚନାରୁ ଏହା ସ୍ପଷ୍ଟ ଯେ ଭାରତରେ ଢ଼ାଞ୍ଚାଗତ ପରିବର୍ତ୍ତନ ସଙ୍ଗଠିତ ହୋଇଛି । ଆମଦାନୀ ହେଉଥ‌ିବା ଦ୍ରବ୍ୟ ଉତ୍ପାଦନ କରି ଭାରତ ନିଜର ଦରକାର ମୁତାବକ ନୂତନ ଦ୍ରବ୍ୟ ଆମଦାନୀ କରି ପାରିଛି ଏବଂ ରପ୍ତାନିକୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି ।

2. ଭାରତୀୟ ବହିଃବାଣିଜ୍ୟର ଦିଗ ସମ୍ବନ୍ଧରେ ଆଲୋକପାତ କର ।
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥିବା ବାଣିଜ୍ୟିକ ସମ୍ପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ । କେଉଁ ରାଷ୍ଟ୍ରଗୁଡ଼ିକୁ ଏକ ରାଷ୍ଟ୍ର ରପ୍ତାନି କରୁଛି ଏବଂ କେଉଁ ରାଷ୍ଟ୍ରରୁ ଆମଦାନି କରୁଛି, ତାହା ବହିଃବାଣିଜ୍ୟର ଦିଗହିଁ ପ୍ରତିଫଳିତ କରେ । ବହିଃବାଣିଜ୍ୟର ଦିଗହିଁ ପ୍ରତିଫଳିତ କରେ । ବହିଃବାଣିଜ୍ୟ ଦିଗର କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନକୁ ସୂଚାଏ ।

ଏଥୁରୁ ରାଷ୍ଟ୍ରର ରାଜନୈତିକ ଏବଂ କୁଟନୈତିକ ସମ୍ପର୍କରେ ହୋଇଥିବା ପରିବର୍ତ୍ତନ ଜଣାପଡ଼େ । ଭାରତୀୟ ବହିଃବାଣିଜ୍ୟର ଦିଗ ଭାରତର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଥ‌ିବା ରାଜନୈତିକ ଓ କୁଟନୈତିକ ସମ୍ପର୍କର ପରିବର୍ତ୍ତନ ଫଳରେ ବିଭିନ୍ନ ସମୟରେ ହେଉଥିବା ମାଣିଜ୍ୟିକ ସମ୍ପର୍କର ପରିବର୍ତ୍ତନ ଉପସ୍ଥାପନା କରେ । ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଭାରତରେ ବାଣିଜ୍ୟିକ ସମ୍ପର୍କ ମୁଖ୍ୟତଃ ବ୍ରିଟେନ୍ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ଥିଲା । କିନ୍ତୁ ସ୍ଵାଧୀନତାପରେ ଭାରତର ବାଣିଜ୍ୟିକ ସମ୍ପର୍କ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସ୍ଥାପିତ ହୋଇପାରିଛି । ଭାରତୀୟ ବହିଃବାଣିଜ୍ୟର ଦିଗ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ବହିଃ ବାଣିଜ୍ୟ ଇତିହାସରେ ନୂତନ ଯୁଗ ସୃଷ୍ଟି ହୋଇପାରିଛି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

ଭାରତୀୟ ବହିଃବାଣିଜ୍ୟ ସହ ସଂଶ୍ଳିଷ୍ଟ ଥ‌ିବା ରାଷ୍ଟ୍ରମାନଙ୍କୁ ମୁଖ୍ୟତଃ ପାଞ୍ଚଟି ଗୋଷ୍ଠୀରେ ବର୍ଗିକରଣ କରାଯାଇପାରେ ।
(1) ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଙ୍ଗଠନ – ଏହି ଗୋଷ୍ଠୀ ଦଶଟି ରାଷ୍ଟ୍ରର ସମାହାର । ସେମାନେ ହେଲେ ବେଲ୍‌ଜିୟମ୍, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ବ୍ରିଟେନ୍ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ୍ ।

(2) ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀରେ ମୁଖ୍ୟତଃ 4ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି । ସେମାନେ ହେଲେ – ଇରାନ୍, ଇରାକ୍, କୁଏତ୍ ଓ ସାଉଦିଆରବ । ଏହି ସମସ୍ତ ରାଷ୍ଟ୍ର ଖଣିଜ ତୈଳ ଉତ୍ପାଦନ କରି ଅନ୍ୟଦେଶକୁ ରପ୍ତାନି କରନ୍ତି ।

(3) ପୂର୍ବ ୟୁରୋପୀୟ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀରେ 1992-93 ପୂର୍ବବର୍ତ୍ତୀ ରୁଷିଆ ବା ସଂଯୁକ୍ତ ସୋଭିଏତ୍ ରୁଷ ରାଷ୍ଟ୍ର ସମୂହ, ରୋମାନିଆ ଆଦି ରାଷ୍ଟ୍ର ଅନ୍ତର୍ଭୁକ୍ତ ।

(4) ବିକାଶଶୀଳ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀ ସମସ୍ତ ବିକାଶଶୀଳ ରାଷ୍ଟ୍ର ଯଥା – ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ସିଙ୍ଗାପୁ, ଥାଇଲାଣ୍ଡ, ସୁଦାନ୍, ତାଞ୍ଜାନିଆ ଇତ୍ୟାଦି ଏସୀୟ ଏବଂ ଆଫ୍ରିକୀୟ ରାଷ୍ଟ୍ରଙ୍କୁ ନେଇ ଗଠିତ ।

(5) ଅନ୍ୟାନ୍ୟ ରାଷ୍ଟ୍ର ସମୂହ – ଉପରୋକ୍ତ ରାଷ୍ଟ୍ର ସମୂହ ମଧ୍ୟରେ ନଥିବା ସମସ୍ତ ରାଷ୍ଟ୍ର ଏହି ଅନ୍ୟାନ୍ୟ ରାଷ୍ଟ୍ର ସମୂହ ମଧ୍ୟରେ ଅନ୍ତର୍ଭୁକ୍ତ ।

ଆମଦାନିର ଦିଗ :
ଭାରତ OECDରୁ କରୁଥିବା ଆମଦାନି ମୋଟ ଆମଦାନିର ସର୍ବାଧ‌ିକ ଅଂଶ । 1960-61ରେ ଏହା 78 ପ୍ରତିଶତ ଥ‌ିବାବେଳେ କ୍ରମାଗତ ହ୍ରାସପାଇ 2003-04ରେ 37-8 ପ୍ରତିପତରେ ପହଞ୍ଚିଛି । OPEC ଗୋଷ୍ଠୀରୁ ଆମଦାନୀ କରୁଥି 1980-81ରେ 27.8 ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବ ୟୁରୋପୀୟ ରାଷ୍ଟ୍ରରୁ ହେଉଥ‌ିବା ଆମଦାନୀ 1980-81ରେ 3.4 ପ୍ରତିଶତରୁ ବୃଦ୍ଧିପାଇ 10.3 ପ୍ରତିଶତରେ ପହଞ୍ଚିଥ‌ିବାବେଳେ 2000-01 ଏବଂ 2002-03ରେ ଯଥାକ୍ରମେ 1.3 ଏବଂ 1.6 ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ବିକାଶଶୀଳ ରାଷ୍ଟ୍ରମାନଙ୍କଠାରୁ ହେଉଥ‌ିବା ଆମଦାନି କ୍ରମାଗତ ବୃଦ୍ଧିପାଇ 2002-03 ମସିହାରେ ମୋଟ୍ ଆମଦାନିର 20.1 ପ୍ରତିଶତ ହୋଇଛି । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କଠାରୁ ହେଇଥ‌ିବା ଆମଦାନି ଆଶାତୀତ ବୃଦ୍ଧି ପାଇଛି । 1960-61ରେ ମୋଟ ଆମଦାନୀର ଏହା 2.2 ପ୍ରତିଶତ ଥିଲା । କିନ୍ତୁ 200-01ରେ ଏହା 36.2 ପ୍ରତିଶତ ଏବଂ 2003-0466 33.3 ପ୍ରତିଶତରେ ପହଞ୍ଚିଛି ।

ଯୁକ୍ତରାଷ୍ଟ୍ର ଆମେରିକାରୁ ହେଉଥ‌ିବା ଭାରତର ଆମଦାନୀ ସର୍ବଦା ସର୍ବାଧ୍ଵ ରହିଆସୁଥିଲେ ମଧ୍ୟ ମୋଟ ଆମଦାନୀରେ ଏହାର ଅଂଶ ହ୍ରାସ ପାଇଛି । 1960-61ରେ ଏହା 29.2 ପ୍ରତିଶତ ଥିବାବେଳେ 2003-04ରେ 5.4 ପ୍ରତିଶତକୁ ହ୍ରାସ ପାଇଛି । ସଂଯୁକ୍ତ ରାଷ୍ଟ୍ରରୁ ହେଉଥ‌ିବା ଆମଦାନି ମଧ୍ଯ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହା ମୋଟ ଆମଦାନୀର ଦ୍ୱିତୀୟ ବୃହତ୍ ଅଂଶୀଦାର ରାଷ୍ଟ୍ର । 1980-81ରୁ ଆମଦାନୀ କ୍ଷେତ୍ରରେ ଜାପାନ୍, ଫ୍ରାନ୍ସ, ଜର୍ମାନୀ ଇତ୍ୟାଦି ରାଷ୍ଟ୍ରରେ ପ୍ରାଧାନ୍ୟ ଉପଲବ୍‌ଧ ହେଉଛି ।

ରପ୍ତାନିର ଦିଗ :
ଭାରତୀୟ ରପ୍ତାନି ଦିଗରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । OECDକୁ ଭାରତ ସର୍ବାଧ୍ଵ ରପ୍ତାନି କରିଥାଏ । 1960-61ରେ ଏହା 66.1 ଶତାଂଶ ଥିବାବେଳେ 1980-81ରେ ଏହା 46.6 ଶତାଂଶକୁ ଏବଂ 2003- 04ରେ 46.4 ଶତାଂଶକୁ ହ୍ରାସ ପାଇଥିଲେ ମଧ୍ୟ ମୋଟ ରପ୍ତାନିର ଏହା ସର୍ବାଧ‌ିକ ଅଂଶ । OPECକୁ ରପ୍ତାନି କ୍ରମାଗତ ବୃଦ୍ଧିପାଇବାର ଚିତ୍ର ସ୍ପଷ୍ଟ ହୋଇଛି । 1960-61ରେ ମୋଟ ରପ୍ତାନିର ଏହା 4.1 ଶତାଂଶ ଥିବାବେଳେ, 2003-04ରେ 15 ଶତାଂଶରେ ପହଞ୍ଚିଛି ।

କିନ୍ତୁ ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ହେଉଥ‌ିବା ରପ୍ତାନିର 1980-81ରୁ ଦୃତ ହ୍ରାସ ପାଇ 2003-04ରେ 1.8 ଶତାଂଶରେ ପହଞ୍ଚିଛି । ବିକାଶଶୀଳ ରାଷ୍ଟ୍ରମାନଭ୍ ହେଉଥ‌ିବା ଭାରତୀୟ ଉଲ୍ଲେଖଯୋଗ୍ୟ । ଭାରତୀୟ ରପ୍ତାନିର ଏହା ଅଂଶ ଲଗାତର ବୃଦ୍ଧି ପାଇବାରେ ଲାଗିଛି । 2003-04ର ପରିସଂଖ୍ୟାନ ଅନୁସାରେ ଭାରତୀୟ ରପ୍ତାନିର ଏହା 32.6 ଶତାଂଶ । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ଭାରତୀୟ ରପ୍ତାନିର ଅଂଶ 1960-61ରେ 8.0 ଶତାଂଶ ଥିଲା । ଏହା 2000-04ରେ 4.2 ଶତାଂଶକୁ ହ୍ରାସ ପାଇଛି ।

ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ । 2002-03ରେ ବେଲ୍‌ଜିୟମ୍ ଓ ସଂଯୁକ୍ତ ରାଷ୍ଟ୍ର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥ‌ିବାବେଳେ 2005-06 ଓ 2006-07ରେ ଚୀନ୍ ଓ ସଂଯୁକ୍ତ ଆରବ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ଭାରତର ବାଣିଜ୍ୟ ବନ୍ଧୁରୂପେ ଚୀନ୍ ଓ ସଂଯୁକ୍ତ ଆରବର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

3. ରପ୍ତାନି ଓ ଆମଦାନୀ ନୀତି 2002-07 ଆଲୋଚନା କର ।
Answer:
2002-07 ମସିହା ସମୟ ଅବଧୂପାଇଁ ସରକାରଙ୍କ ରପ୍ତାନ୍ତି-ଆମଦାନୀ ନୀତିର 2002 ମସିହା ମାର୍ଚ୍ଚ 31 ତାରିଖ ଦିନ ଘୋଷଣା କରାଯାଇଥିଲା । ଏହି ନୀତି ପୂର୍ବବର୍ତ୍ତୀ ରପ୍ତାନି-ଆମଦାନୀର ନୀତି ସୁଫଳକୁ ଦୃଢ଼ କରାଇବା ପାଇଁ ସଙ୍ଗେ ସଙ୍ଗେ 2007 ମସିହା ସୁଦ୍ଧା ଦେଶୀୟ ବାଣିଜ୍ୟକୁ ବିଶ୍ବବାଣିଜ୍ୟର ଏକଶତାଂଶରେ ପହଞ୍ଚାଇଦେବା ଆହ୍ୱାନର ମୁକାବିଲା କରିବାପାଇଁ ଉଦ୍ଦିଷ୍ଟ ଥିଲା ।

ଉଦାରୀକରଣ ପଦ୍ଧତିର ସରଳୀକରଣ, ଆମଦାନୀ ଓ ରପ୍ତାନିକାରୀମାନଙ୍କ ପାଇଁ କାରବାରୀ ଖର୍ଚ୍ଚ ହ୍ରାସ ଏବଂ କୃଷିଜାତ ଦ୍ରବ୍ୟ, ଚମଡ଼ା ଦ୍ରବ୍ୟ, ସୂତାବସ୍ତ୍ର, କୁଟୀର ଶିଳ୍ପ, ହସ୍ତଶିଳ୍ପ ଓ କ୍ଷୁଦ୍ରଶିଳ୍ପ ଭଳି ଦେଶର ଗଭୀର ପାରଦର୍ଶିତା ଥ‌ିବା କ୍ଷେତ୍ରମାନଙ୍କ ଉପରେ ଅଧିକ ଧ୍ୟାନଦେବା ଥିଲା ଏହି ନୂତନ ନୀତିର ମୌଳିକ ଆଦର୍ଶ । ଆମଦାନୀ ଉପରୁ ପରିମାଣାତ୍ମକ କଟକଣା ମଧ୍ୟ ଉଠାଇ ଦିଆଗଲା ।

ଗୁଣାତ୍ମକମାନେ ମାନ ନିର୍ଦ୍ଧାରଣ, ଚିହ୍ନଟ ଲେବଲ୍ ଲଗାଣ ଓ ପୁଟୁଳୀକରଣ ପ୍ରଭୃତି ଦୃଷ୍ଟିକୋଣରୁ ଆମଦାନୀ କରାଯାଉଥ‌ିବା ଦ୍ରବ୍ୟଗୁଡ଼ିକୁ ସ୍ଵଦେଶୀ ଦ୍ରବ୍ୟ ସହିତ ଗୋଟିଏ ପର୍ଯ୍ୟାୟଭୁକ୍ତ କରିବା ଫଳରେ ଆମଦାନୀ-ରପ୍ତାନି କାରବାର ସ୍ଵଚ୍ଛଦ ହେବ ବୋଲି ବିଶ୍ଵାସ କରାଗଲା । ଶୁକ୍ଳଯୋଗ୍ୟତା ଜମାଖାତା ଯୋଜନା, ଶୁକ୍ଳ ରିହାତି ଭରଣା ପ୍ରମାଣ ପତ୍ର, ଆଗୁଆ ଲାଇସେନ୍ସ ବ୍ୟବସ୍ଥା ଏବଂ ରପ୍ତାନୀ ବିବେଚନାପାଇଁ ନିବୃତ୍ତ ଆଦି ଶୁଳ୍କକୁ ପ୍ରଭାବ ଶୂନ୍ଯ କରୁଥିବା ଯୋଜନାମାନ ଚାଲୁରହିଲେ ମଧ୍ୟ ସେମାନଙ୍କୁ ସରଳ କରିଦିଆଗଲା । ଅସଲି ରପ୍ତାନିକାରୀମାନଙ୍କ ସୁବିଧା ଓ ଆବଶ୍ୟକତାକୁ ଆରେ ରଖୁ ଉପରୋକ୍ତ ଯୋଜନାଗୁଡ଼ିକୁ ବାରମ୍ବାର ସମୀକ୍ଷା କରିବାର ବ୍ୟବସ୍ଥା କରାଗଲା ।

ପ୍ରମାଣପତ୍ର ଜମାଖାତା ଯୋଜନା ସମାପ୍ତ କରିବାଭଳି କେତେକ ପଦ୍ଧତିଗତ ସରଳୀକରଣ କାର୍ଯ୍ୟକାରୀ ହେଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ସମନ୍ଵୟ ରକ୍ଷାକରାଯିବା ଫଳରେ ରପ୍ତାନୀକାରୀମାନଙ୍କୁ ପ୍ରତିଯୋଗୀ ଦରରେ ରପ୍ତାନୀ ପୂର୍ବ ଓ ରପ୍ତାନୀ ପରବର୍ତୀ ବୈଦେଶିକ ଓ ଦେଶୀୟ ମୁଦ୍ରା ଋଣ ଯୋଗାଇଦେବା ସମ୍ଭବ ହେଲା । ମର୍ଯ୍ୟାଦାବନ୍ତ ରପ୍ତାନୀକାରୀମାନଙ୍କୁ ସ୍ୱୀୟ ପ୍ରମାଣପତ୍ର ଭିଭିରେ ଲାଇସେନ୍ସ ଯୋଗାଇଦେବାର ସୁବିଧା କରିଦିଆଗଲା । 2007 ମସିହା ସୁଦ୍ଧା ଭାରତ ବିଶ୍ଵ ବାଣିଜ୍ୟର ଏକ-ଶତାଂଶ ଅଧିକାର କରିବା ଲକ୍ଷ୍ୟ ପୂରଣ କରିପାରିବ ବୋଲି ଆଶାପୋଷଣ କରାଗଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

  • ରପ୍ତାନିର ବାର୍ଷିକ ଲକ୍ଷ୍ୟ 80 ଶତ କୋଟି ଡଲାରକୁ ବୃଦ୍ଧି କରିବା ।
  • ବିଶ୍ଵବାଣିଜ୍ୟରେ ଭାରତର ଅଂଶ ତତ୍କାଳୀନ 0.67 ଶତାଂଶରୁ 1.0 ଶତାଂଶକୁ ବୃଦ୍ଧି କରିବା ।
  • ରପ୍ତାନୀକୁ ପରିମାଣଗତ କଟକଣାମୁକ୍ତ କରିବା ।
  • କୃଷିଜାତ ଦ୍ରବ୍ୟର ରପ୍ତାନିପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇଦେବା ।
  • ରପ୍ତାନିକୁ ଉତ୍ସାହିତ କରିବାପାଇଁ ‘ବିଶେଷ ଆର୍ଥନୀତିକ ମଣ୍ଡଳ’ମାନଙ୍କର ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେବା ।
  • ‘ଶୁଳ୍କ ଅଧିକାର ଯୋଗ୍ୟ ଜମାଖାତା’ ଏବଂ ‘ରପ୍ତାନୀ ବର୍ଷକ ପୁଞ୍ଜିଦ୍ରବ୍ୟ’ ଯୋଜନାଦ୍ଵୟକୁ ଅଧ‌ିକ କୋହଳ କରିବା ।
  • କୁଟୀର ଓ କ୍ଷୁଦ୍ରଶିଳ୍ପ ସଂସ୍ଥାମାନଙ୍କୁ ବଜାର ସୁବିଧା ଯୋଗାଁଦେବା ।
  • ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଶୁଳ୍କମୁକ୍ତ ସୁବିଧା ଯୋଗାଇଦେବାପାଇଁ ଯୋଜନାର ପରିବର୍ତ୍ତନ କରିବା ।
  • ରସାୟନ ଓ ପେଟ୍ରୋରସାୟନ ଶିଳ୍ପକୁ ଉତ୍ସାହିତ କରିବାପାଇଁ ନିବନ୍ଧନ ଦେୟ 250 ପ୍ରତିଶତ ୱାପସ ଦେବାର ବ୍ୟବସ୍ଥା କରିବା ।
  • ମୂଲ୍ୟବାନ୍ ପଥର ଓ ଗହଣା ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର ଓ ଲଶଇସେନ୍ସ ବ୍ୟବସ୍ଥାର ଉଚ୍ଛେଦ ଏବଂ ଗହଣା ରପ୍ତାନୀକୁ ଶୁଳ୍କ ରିହାତି ପ୍ରଦାନ ।
  • ଭାରତୀୟ ରପ୍ତାନୀପାଇଁ ନୂଆ ବଜାର ସନ୍ଧନା ଲକ୍ଷ୍ୟରେ ଆଫ୍ରିକୀୟ ଦେଶମାନତ୍ତ୍ଵ ଉପରେ ଗୁରୁତ୍ଵ ପ୍ରଦାନ ।
  • ଉତ୍ତର ପୂର୍ବାଞ୍ଚଳ, ଜାମ୍ମୁ ଓ କାଶ୍ମୀର ଆଦି ବନ୍ଧନଠାରୁ ଦୂରରେ ଥିବା ଅଞ୍ଚଳରେ ସ୍ଥାପିତ ଶିଳ୍ପ ସଂସ୍ଥାମାନଙ୍କୁ ପରିବହନ ସହାୟତା ଯୋଗାଇ ଦେବା ।
  • ବିଦେଶରେ ଶିଳ୍ପ ବନ୍ ଦକରି ତାହାକୁ ଭାରତକୁ ସ୍ଥାନାନ୍ତରିତ କରିବାର ଉଦ୍ୟମକୁ ପ୍ରୋତ୍ସାହନ ପ୍ରଦାନ କରିବା ।

4. ରପ୍ତାନୀ-ଆମଦାନୀ ନୀତି 2004-09 ଆଲୋଚନା କର ।
Answer:
ସରକାର 2004 ମସିହା ଅଗଷ୍ଟ 31 ତାରିଖ ଦିନ ଏକ ନୂତନ ବାଣିଜ୍ୟ ନୀତି ଘୋଷଣା କରିଥିଲେ । ଏହି ନୂତନ ନୀତି ଦଶମ ଯୋଜନାର ରପ୍ତାନୀ-ଆମଦାନୀ ନୀତିଠାରୁ ବିଶେଷ ଅଲଗା ହୋଇ ନଥିଲେ ମଧ୍ୟ ଏହା ସମଗ୍ର ଭାରତୀୟ ବୈଦେଶିକ ବାଣିଜ୍ୟକୁ ଏକ ସମନ୍ବିତ ଦୃଷ୍ଟିକୋଣରୁ ବିଚାର୍ କରିବା ସଙ୍ଗେ ସଙ୍ଗେ ଏହି କ୍ଷେତ୍ରର ବିକାଶପାଇଁ ଏକ ଏକୀକୃତ ଖସଡ଼ା ପ୍ରସ୍ତୁତ କରିଥିଲା ।

2009 ମସିହା ସୁଦ୍ଧା ବିଶ୍ବବାଣିଜ୍ୟରେ ଭାରତୀୟ ଅଂଶକୁ ଦୁଇଗୁଣ କରିବା ଏବଂ ନିୟୋଜନ ସୃଷ୍ଟିକୁ ଗୁରୁତ୍ଵ ଦେଇ ବାଣିଜ୍ୟ ନୀତିକୁ ଆର୍ଥନୀତିକ ଅଭିବୃଦ୍ଧିର ଅସ୍ତ୍ରରୂପେ ବ୍ୟବହାର କରିବା ଥିଲା ଏହି ନୂତନ ନୀତିର ଦ୍ବୈତ ଅଭିପ୍ରାୟ । ଏହି ନୀତିର ମୌଳିକ ଉତ୍ପାଦନଗୁଡ଼ିକ ହେଲା –

  • କୃଷି ଉତ୍ପାଦନ ରପ୍ତାନୀ ଉପରେ ଗୁରୁତ୍ବ ଆରୋପ ।
  • ପୁଞ୍ଜିଦ୍ରବ୍ୟ ଆମଦାନୀ କରିବାର ସୁବିଧା ପ୍ରଦାନ ।
  • ରତ୍ନ ଓ ଗହଣା, ହସ୍ତତନ୍ତ୍ର, ହସ୍ତକଳା, ଚମଡ଼ା ଓ ଜୋତା ଉତ୍ପାଦନ ସମ୍ପର୍କୀୟ ନିୟୋଜନ ସଘନ କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ପ୍ରଦାନ ।
  • ଉଦାର ପୁଞ୍ଜିଦ୍ରବ୍ୟ ଆମଦାନୀ ପରିକଳ୍ପନା ଅନୁଯାୟୀ କ୍ଷୁଦ୍ର ଓ ମଧ୍ୟମ ରପ୍ତାନୀକାରୀମାନଙ୍କୁ ସୁବିଧା ପ୍ରଦାନ ।
  • ତିନୋଟି ନୂଆ ରପ୍ତାନୀ ବୃଦ୍ଧି କାର୍ଯ୍ୟକ୍ରମ ରୂପାୟନର ପରିକଳ୍ପନା ।
    → ରପ୍ତାନୀକାରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷ୍ୟରେ ‘ଲକ୍ଷ୍ୟଯୁକ୍ତ ପରିଯୋଜନା’ ରୂପାୟନର ପରିକଳ୍ପନା ।
    → ବିଶ୍ଵ ବଜାରରେ ଭାରତୀୟ ସେବାରପ୍ତାନୀପାଇଁ ଏକ ଶକ୍ତିଶାଳୀ ବ୍ୟବସାୟିକ ଛାପ ସୃଷ୍ଟି ଲକ୍ଷ୍ୟରେ ‘ଭାରତରୁ ଉଦ୍ଭବ ସେବା ଯୋଜନା’ ରୂପାୟନର ପରିକଳ୍ପନା ।
    → କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି କରିବା ଲକ୍ଷ୍ୟରେ ବିଶେଷ କୃଷି ଉତ୍ପାଦ ଯୋଜନା’ ରୂପାୟନର ପରିକଳ୍ପନା ।
  • ରପ୍ତାନୀକାରୀମାନଙ୍କପାଇଁ ସରଳୀକୃତ ପଦ୍ଧତି ଓ ଯୁକ୍ତିସିଦ୍ଧ ଉପାୟମାନ ଲାଗୁ କରିବା ଉପରେ ଗୁରୁତ୍ବ ଆରୋପ ।
  • ଭାରତର ରପ୍ତାନୀ ଓ ଆମଦାନୀ ବାଣିଜ୍ୟକୁ ସୁଗମ କରିବାପାଇଁ ଗୋଦାମ ଭିତ୍ତିଭୂମିର ସୃଷ୍ଟି ଉପରେ ଗୁରୁତ୍ଵ ଆରୋପ ।
  • ବୈଦେଶିକ ବାଣିଜ୍ୟର ଉନ୍ନତିପାଇଁ ଦେଶରେ ‘ମୁକ୍ତ ବାଣିଜ୍ୟ ଓ ଗୋଦାମଘର ମଣ୍ଡଳ’ମାନ ପ୍ରତିଷ୍ଠା କରିବାପାଇଁ ନିଷ୍ପଭି ।
  • ଦେଶସାରା ‘ଜୈବ-ପ୍ରଯୁକ୍ତିବିଦ୍ୟା ଉଦ୍ୟାନ’ମାନ ପ୍ରତିଷ୍ଠା କରିବାପାଇଁ ନିଷ୍ପତ୍ତି ।
  • ଦେଶରୁ ରପ୍ତାନୀ ହେଉଥ‌ିବା ସମସ୍ତ ଦ୍ରବ୍ୟ ଉପରୁ ‘ସେବାକର’ ପ୍ରତ୍ୟାହାର କରିବାପାଇଁ ନିଷ୍ପତ୍ତି ।

5. ରପ୍ତାନୀ-ଆମଦାନୀ ନୀତି 1991-92 ଆଲୋଚନା କର ।
Answer:
1991-92 ମସିହାରୁ ଭାରତର ଆର୍ଥନୀତିକ ସଂସାର ପ୍ରକ୍ରିୟା ଆରମ୍ଭ ହେଲା । ଏହା ଫଳରେ ଯେଉଁ ନୂତନ ରପ୍ତାନୀ-ଆମଦାନୀ ନୀତିର ପରିକଳ୍ପନା କରାଗଲା, ତାହା ଦେଶର ରପ୍ତାନୀ ଦକ୍ଷତା ବୃଦ୍ଧି ଉପଲକ୍ଷେ ସରଳୀକୃତ ପଦ୍ଧତି ଅନୁସରଣ ପୂର୍ବକ ଏକ ରପ୍ତାନୀ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲା । ବାଣିଜ୍ୟିକ କଟକଣା ହଟାଇ, ବାଣିଜ୍ୟିକ ଶୁଳ୍କ ହ୍ରାସ କରି, ବାସ୍ତବବାଦୀ ବଜାରଭିଭିକ ମୁଦ୍ରା ବିନିମୟରେ ହାର ପ୍ରଚଳନ କରି ରପ୍ତାନୀକରିମାନଙ୍କୁ ସମାନ ପ୍ରୋତ୍ସାହନ ଯୋଗାଇଦେଇ ପୂର୍ବର ରପ୍ତାନୀ ବିରୋଧୀ ମାନସିକତାରୁ ମୁକ୍ତିଲାଭ କରିବା ଥିଲା ଏହି ନୀତିର ଉଦ୍ଦେଶ୍ୟ ।

ଏହି ସଂସ୍କାର ପ୍ରକ୍ରିୟା ଉଦାରୀକରଣ, ଉନ୍ମୁକ୍ତତା, ସ୍ବଚ୍ଛତା ଓ ଜଗତୀକରଣର ଭିଭିଉପରେ ପ୍ରତିଷ୍ଠିତ ହୋଇଥିଲା । ବିଶ୍ୱବଜାରରେ ଆବଶ୍ୟକତାକୁ ଆଖୁ ଆଗରେ ରଖ୍ ଭାରତୀୟ ଶିଳ୍ପର ପ୍ରତିଯୋଗିତା ସାମର୍ଥ୍ୟ ବୃଦ୍ଧି କରାଇବାପାଇଁ ରପ୍ତାନୀକୁ ଏହି ନୀତିରେ ପ୍ରାଥମିକତା ଦିଆଯାଇଥିଲା । ଏହି ନୀତିକୁ କାର୍ଯ୍ୟକାରୀ କରିବାପାଇଁ ନିଆଯାଇଥିବା ପଦକ୍ଷେପମାନଙ୍କର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

(i) ଟଙ୍କାର ଅବ ମୂଲ୍ୟାୟନ – ଘରୋଇ ମୁଦ୍ରାର ବାହ୍ୟମୂଲ୍ୟ ହ୍ରାସ କରିବାକୁ ଅବମୂଲ୍ୟାୟନ କୁହାଯାଇଥାଏ । ଦେଶକୁ ଗୁରୁତର ବହିର୍ବାଣିଜ୍ୟ ସଙ୍କଟରୁ ଉଦ୍ଧାର କରିବାପାଇଁ 1991 ମସିହା ଜୁନ୍ ମାସରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ କରାଯାଇଥିଲା । ଅବମୂଲ୍ୟାୟନ ଯୋଗୁଁ ବୈଦେଶିକ ବଜାରରେ ଭାରତୀୟ ଦ୍ରବ୍ୟ ସୁଲଭ ହେବା ଫଳରେ ଆମର ରପ୍ତାନୀ ବୃଦ୍ଧି ପାଇଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

(ii) ଟଙ୍କାର ପରିବର୍ତ୍ତନୀୟତା – ପ୍ରଥମାବସ୍ଥାରେ ଭାରତୀୟ ଟଙ୍କାକୁ ଆଂଶିକଭାବେ ପରିବର୍ତ୍ତନୀୟ କରାଗଲା । ଏହାଫଳରେ ଭାରତୀୟ ରପ୍ତାନିକାରୀମାନେ ସେମାନଙ୍କ ବୈଦେଶିକ ମୁଦ୍ରା ଆୟର 40 ଶତାଂଶକୁ ସରକାରୀ ନିର୍ଦ୍ଧାରିତ ଦରରେ ଏବଂ ଅବଶିଷ୍ଟ 60 ଶତାଂଶକୁ ବଜାର ଦରରେ ବିକ୍ରି କରିବାକୁ କ୍ଷମ ହେଲେ । 1994 ମସିହା ଅଗଷ୍ଟ 19 ତାରିଖରୁ ଭାରତୀୟ ଟଙ୍କାକୁ ଦ୍ରବ୍ୟ ଓ ସେବା ସହିତ ସଂପୃକ୍ତ ନଗଦୀ ଖାତାରେ ସଂପୂର୍ଣ୍ଣ ପରିବର୍ତ୍ତନୀୟ କରିଦିଆଗଲା । କହିବା ବାହୁଲ୍ୟ ଯେ ଏହା ରପ୍ତାନୀପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କଲା ।

(iii) ରପ୍ତାନୀଭିତ୍ତିକ ଆମଦାନୀର ଉଦାରୀକରଣ – ଅନେକ ଦ୍ରବ୍ୟକୁ ଆମଦାନୀ ଲାଇସେନ୍ସ ଆହରଣ ପ୍ରକ୍ରିୟାରୁ ମୁକ୍ତି କରିଦିଆଗଲା । ରପ୍ତାନୀ ଆୟକୁ ଆମଦାନୀ ଉଦ୍ଦେଶରେ ବ୍ୟୟ କରିବାପାଇଁ ରପ୍ତାନୀକାରୀମାନଙ୍କୁ ଅନୁମତି ଦିଆଗଲା । ରପ୍ତାନୀଯୋଗ୍ୟ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ସାଧନମାନଙ୍କ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଗଲା ।

ଆମଦାନୀ ଶୁଳ୍କକୁ ପର୍ଯ୍ୟାୟକ୍ରମେ ହ୍ରାସକରି ତାହାକୁ ଅନ୍ୟାନ୍ୟ ଦେଶରେ ପ୍ରଚଳିତ ଆମଦାନୀ ଶୁଳ୍କହାର ସହିତ ସମାନ କରିଦେବେ ବୋଲି ସରକାର ଘୋଷଣା କଲେ । ପୁଞ୍ଜି ଦ୍ରବ୍ୟର ଆମଦାନୀକୁ ଆହୁରି ଉଦାର କରାଯାଇ ତାହାକୁ ମୁକ୍ତ ସାଧାରଣ ଲାଇସେନ୍ସ ବ୍ୟବସ୍ଥାଭୁକ୍ତ କରିଦିଆଗଲା । ଅନେକ ଦ୍ରବ୍ୟକୁ ନିୟନ୍ତ୍ରିତ ଆମଦାନୀ ତାଲିକାରୁ କାଢ଼ିଆଣି ମୁକ୍ତ ସାଧାରଣ ଲାଇସେନ୍ସ ତାଲିକାଭୁକ୍ତ କରିଦିଆଗଲା । ଏହା ଆମଦାନୀର ପରିସରକୁ ବ୍ୟାପକ କରିଦେବା ସଙ୍ଗେ ସଙ୍ଗେ ତାହାକୁ ଅଧିକ ଉଦାର କରିଦେଲା ।

(iv) ନିୟନ୍ତ୍ରଣମୁକ୍ତ ରପ୍ତାନୀ ବ୍ୟବସ୍ଥା – ରପ୍ତାନୀ ଉପରେ ଥ‌ିବା ନିୟନ୍ତ୍ରଣକୁ ସର୍ବନିମ୍ନ ସ୍ତରକୁ ଖସାଇ ଦିଆଗଲା । ଏହା ଫଳରେ ମାତ୍ର କେତୋଟି ଦ୍ରବ୍ୟ ଉପରେ ରପ୍ତାନୀ କଟକଣା ଜାରି ରହିଲା । ରପ୍ତାନୀ ଶୁଳ୍ପକୁ ଆଉ ସରକାରୀ ଆୟର ଉତ୍ସ ବୋଲି ବିଚାର କରାଗଲା ନାହିଁ । ବରଂ ଏହାକୁ ଆନ୍ତର୍ଜାତିକ ବଜାରରେ ଭାରତୀୟ ରପ୍ତାନୀକାରୀମାନଙ୍କୁ ପ୍ରତିଯୋଗିତା ସାମର୍ଥ୍ୟ ବୃଦ୍ଧିର ଅସ୍ତ୍ର ବୋଲି ବିବେଚନା କରାଗଲା ।

(v) ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳ ପ୍ରତିଷ୍ଠା – ରପ୍ତାନୀକୁ ଉତ୍ସାହିତ କରିବାପାଇଁ ସରକାର ଦେଶରେ ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରିବାପାଇଁ ଘୋଷଣା କରିଛନ୍ତି । ଏହି ମଣ୍ଡଳଗୁଡ଼ିକ ରପ୍ତାନୀପାଇଁ ଆନ୍ତର୍ଜାତିକ ପ୍ରତିଯୋଗିତା ସହାୟକ ପରିବେଶ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି । ଦେଶକୁ ବୈଦେଶିକ ବିନିମୟ ମୁଦ୍ରା ପ୍ରବାହ ସୁବିଧାଜନକ କରିବାପାଇଁ ସରକାର ଏହି ମଣ୍ଡଳଗୁଡ଼ିକରେ ନାନାବିଧ ରିହାତି ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଏହି ମଣ୍ଡଳଗୁଡ଼ିକରେ ସେବାକର ଧାର୍ଯ୍ୟ ନ କରିବାପାଇଁ ଟେଲିଫୋନ୍, ଜଲାଲୀ ଓ ବୀମା ଆଦି ସେବା ପ୍ରଦାନକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

(vi) ନିୟୋଜନ ଅଭିମୁଖୀ ପଦକ୍ଷେପ – ରପ୍ତାନୀ ବୃଦ୍ଧି ମାଧ୍ୟମରେ ଅଧିକ ନିୟୋଜନ ସୁଯୋଗ ସୃଷ୍ଟି କରିବାପାଇଁ ପୂର୍ଣ୍ଣ ବିନିଯୋଗ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କୁଟୀରଶିଳ୍ପ, ହସ୍ତକଳା ଓ କ୍ଷୁଦ୍ରଶିଳ୍ପ ଭଳି ଏହି ଶ୍ରେଣୀର ଚିହ୍ନିତ ଶିଳ୍ପମାନଙ୍କୁ ସରକାର ଅନେକ ରପ୍ତାନୀର ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି ।

(vii) ନୂତନ ରପ୍ତାନୀଯୋଗ୍ୟ ଦ୍ରବ୍ୟମାନଙ୍କର ଚିହ୍ନଟ – ପାରମ୍ପରିକ ଓ ଅଣପାରମ୍ପରିକ ରପ୍ତାନୀଯୋଗ୍ୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ଅନେକ ରପ୍ତାନୀଯୋଗ୍ୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ଅନେକ ରପ୍ତାନୀଯୋଗ୍ୟ ଦ୍ରବ୍ୟକୁ ସରକାର ଚିହ୍ନଟ କରିଛନ୍ତି । ଏହିସବୁ ଦ୍ରବ୍ୟମାନଙ୍କରେ ଆମାଦନୀ ହେଉଥ‌ିବା ସାଧନର ସୀମିତ ବ୍ୟବହାର ଦୃଷ୍ଟିରୁ ସେମାନଙ୍କ ଉତ୍ପାଦନପାଇଁ ଖୁବ୍ କମ୍ ବୈଦେଶିକ ମୁଦ୍ରା ଆବଶ୍ୟକ ହୋଇଥିବାରୁ ଏମାନଙ୍କୁ ଆଦର୍ଶ ରପ୍ତାନୀ ଦ୍ରବ୍ୟ ଭାବରେ ବିବେଚନା କରାଗଲା ।

(viii) ସରକାରୀ ବାଣିଜ୍ୟିକ ସଂସ୍ଥାମାନଙ୍କ ଭୂମିକାର ପୁନନିର୍ଦ୍ଧାରଣ – ନୂତନ ରପ୍ତାନୀ-ଆମଦାନୀର ନୀତିରେ ସୁରକାରୀ ବାଣିଜ୍ୟିକ ସଂସ୍ଥାମାନଙ୍କ ଭୂମିକାର ପୁନନିର୍ଦ୍ଧାରଣ କରାଯାଇଛି । ଏଣିକି ଘରୋଇ ବାଣିଜ୍ୟିକ ସଂସ୍ଥାମାନଙ୍କ ସହିତ ପ୍ରତିଯୋଗିତା କରିବେ ବୋଲି ସେମାନଙ୍କୁ ଜଣାଇ ଦିଆଯାଇଛି ।

Leave a Comment