Odisha State Board CHSE Odisha Class 11 Odia Solutions Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ Exercise Questions and Answers.
CHSE Odisha Class 11 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ
ର୍ଥନୁଛେଦ – ୧
୧୯୩୦ ମସିହା ଅକ୍ଟୋବର ୧୨ ତାରିଖ ………………………. ଲମ୍ନ ସ୍ନନିଶିଡ |
ପ୍ରଶ୍ନବଳୀ :
୧. ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ୧୯୩୦ ମସିହା ଅକ୍ଟୋବର ୨୨ ତାରିଖ କାହିଁକି ସ୍ମରଣୀୟ ?
(ଖ) ରାମଚନ୍ଦ୍ରଙ୍କ ଅଯୋଧ୍ୟା ତ୍ୟାଗ କ’ଣ ଶିକ୍ଷା ଦିଏ ?
(ଗ) ‘ଯାହା ଆଦେଶ ହେବ ତାହା ପାଳନ କରିବୁ’ ଏହା କିଏ କାହାକୁ କହିଛନ୍ତି ?
(ଘ) ମହାତ୍ମା ଗାନ୍ଧୀଙ୍କ ଅନୁସାରେ ବର୍ତ୍ତମାନର କର୍ତ୍ତବ୍ୟ କ’ଣ ?
୨. ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ମହାତ୍ମାଜୀ ଆଶ୍ରମ ପରିତ୍ୟାଗ କଲାବେଳେ ଉଚ୍ଚାରଣ କରିଥିବା ମନ୍ତ୍ରର ଉଦ୍ଦେଶ୍ୟ କ’ଣ ?
(ଖ) ମହାତ୍ମାଜୀ ଆଶ୍ରମ ତପାର କଲାବେଳେ କେଇ ଶକ ଚଲାରଣ କରିଥ୍ଲେ ?
(ଗ) ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ତ୍ୟାଗ ଦୃଶ୍ୟ କ’ଣ ସ୍ମରଣ କରାଇ ଦିଏ ?
ନମୂନା ଉରର : ଉପଭୋକ୍ତ ପୃଶଗ୍ନତିକର ରଭର ପାଠ୍ୟପୁସୃଜରେ ଦିଆଯାଲଛି |
ଅନୁଚ୍ଛେଦ – ୨
ଜୀବନ ଚାହେଁ ……………………………….. ତାହାର ଶିଷ୍ୟ ବାଛିଲା ।
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । ଅଳସୁଆ ଲୋକ କାହାକୁ ପ୍ରଲୋଭନ ଦେଖାଇ କେଉଁଠାରେ ରଖେ ?
୨। ନିର୍ବୋଧ ଲୋକମାନେ କ’ଣ ଅନୁଭବ କରୁଥାନ୍ତି ?
୩ । ଜୀବନକୁ ପ୍ରକୃତ ଭଲ ପାଇବାର ଅର୍ଥ କ’ଣ ?
୪। କେଉଁମାନଙ୍କୁ ଭଗବାନ ତାଙ୍କ ଶିଷ୍ୟ ବାଛି ନେଲେ ?
(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ତୁର୍କୀ ଦେଶର ସାଧାରଣ ଲୋକେ କେଉଁ କଥାକୁ ପ୍ରବାଦ ରୂପେ ବ୍ୟବହାର କରନ୍ତି ?
୨। କେଉଁ ଚିନ୍ତା ମଣିଷକୁ ତା’ ଅଜାଣତରେ ଆଳସ୍ୟର ଶିକାର କରେ ?
୩ । ମଣିଷ କାହାକୁ ଓ କାହିଁକି ଅନ୍ୟମାନଙ୍କଠାରୁ ଲୁଚାଏ
ନମ୍ଭମା ରଉତ :
(କ) ୧ । ଅଳସୁଆ ଲୋକ ସଇତାନ୍କୁ ପ୍ରଲୋଭନ ଦେଖାଇ ନିଜ ଦେହରେ ଆଣି ରଖେ ।
୨। ନିର୍ବୋଧ ଲୋକମାନେ ଆଳସ୍ୟ ଭିତରେ, ସେମାନେ କାମରୁ ଛୁଟି ପାଇଛନ୍ତି ବୋଲି ଅନୁଭବ କରିଥାନ୍ତି ।
୩ । ଜୀବନକୁ ପ୍ରକୃତ ଭଲପାଇବାର ଅର୍ଥ ସମୟ ନଷ୍ଟ ନ କରିବା ।
୪। ଯେଉଁମାନେ କାଠ କାଟୁଥିଲେ, ଜାଲ ବୁଣୁଥିଲେ, ହଳ କରୁଥିଲେ, ସେଇମାନଙ୍କ ଭିତରୁ ଭଗବାନ ତାଙ୍କ ଶିଷ୍ୟ ବାଛି ନେଲେ ।
(ଖ) ୧। ସଇତାନ୍ର ଏତେ ଶକ୍ତି ଯେ ସେ ଅନ୍ୟମାନଙ୍କୁ ପ୍ରଭାବିତ କରି ନିଜ ସାଙ୍ଗକୁ ନେଇଯାଏ, ମାତ୍ର ଅଳସୁଆ ଲୋକ ସଇତାନ୍କୁ ପ୍ରଲୋଭନ ଦେଖାଇ ନିଜ ଦେହରେ ଆଣି ରଖିଦିଏ ବୋଲି ତୁର୍କୀ ଦେଶର ସାଧାରଣ
୨ । ଯେଉଁ ଲୋକ ଦୀର୍ଘସୂତ୍ରୀ ଅର୍ଥାତ୍ କୌଣସି କାମକୁ ସଙ୍ଗେ ସଙ୍ଗେ ନକରି ଆଜିର କାମ ଆସନ୍ତାକାଲି ବା ସପ୍ତାହ ପରେ ଅନେକ ଭଲ କାମ କରିବ ବୋଲି ଚିନ୍ତା କରୁଥାଏ ଓ ସେଥିପାଇଁ ଅପେକ୍ଷା କରିଥାଏ, ସେଭଳି ଟି. ମଣିଷକୁ ତା’ ଅଜାଣତରେ ଆଳସ୍ୟର ଶିକାର କରେ ।
୩ । ମଣିଷ ଦାରିଦ୍ର୍ୟକୁ ଅନ୍ୟମାନଙ୍କଠାରୁ ଲୁଚାଏ । ସେ ଚାହେଁ ଅନ୍ୟମାନେ ତାହାର ଅଭାବକୁ ଜାଣି ନପାରନ୍ତୁ ।
ଅନୁଚ୍ଛେଦ – ୩
ସ୍ବାଧୀନତା ହାସଲ କରିବା ………………………………………… ଅତ୍ୟନ୍ତ ଆଢଣପକ |
ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । ଆମେ କେଉଁ ସ୍ଵାଧୀନତା ଅର୍ଜନ ପାଇଁ ଉଦ୍ୟମ କରିଥାଉ ?
୨। ଆମେ ଜନସାଧାରଣଙ୍କର କେଉଁ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଉଦ୍ୟମ କରିଥାଉ ?
୩ । ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଲେ କ’ଣ ହେବ ?
୪ । ଯୋଜନାଗୁଡ଼ିକର ଯେତେ ପରିମାଣରେ କାର୍ଯ୍ୟକାରୀ ହେବାକଥା ନ ହୋଇ ପାରିବାର ପ୍ରଧାନ କାରଣ କ’ଣ ?
(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ଗାନ୍ଧିଜୀଙ୍କ ଦୃଷ୍ଟିରେ ଭାରତର ସ୍ବରୂପ କ’ଣ ଥିଲା ?
୨ । ବୈଶଯିକ ବାତିଦ୍ୟ କିପରି ଦୃର କରାଯାଲପାରିନ୍ଦ ?
୩ । ଭାରତାଯାମାନଙ୍କ ପ୍ରଥମ ଓ ପ୍ତଧାନ ଆବଶ୍ୟକତା କଣ ?
ନମ୍ଭମା ରଉତ :
(କ) ୧ । ଆମେ ପୂର୍ବତର ତଥା ମହତ୍ତର ସ୍ଵାଧୀନତା ଅର୍ଜନ କରିବା ନିମନ୍ତେ ଉଦ୍ୟମ କରିଥାଉ ।
୨। ଥମେ କନସାଧାରଣଙ୍କ ବେପାସିକ ଦାବିଦ୍ୟ ଦରକରିବା ଏବଂ ଆଧ୍ୟାମିକ୍ ବିମାମ ଦ୍ଵଜପର କରିବା ଉତ୍ତରଶ୍ୟରେ ଉଦ୍ୟମ କରିଥାଉ ।
୩। ଗୃହନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଲେ, ସ୍ଵଳ୍ପବେତନ ଭୋଗୀ କର୍ମଚାରୀଙ୍କୁ ବାସଗୃହ ଯୋଡାଇ ହେବ ।
୪ । ମୋକଳା ଗ୍ତିଡିକାର ସେରେ ପରିମାସର କାଯ୍ୟକାରୀ ହେବା କଥା ନା ହୋଲ ପାତିବାର ଜାଣ୍ଟ ନାମାଣ କପ୍ୟାରେ ରାବନ୍ତରିକଭାର ଅଣାଚ |
(ଖ) ୧। ଗାନ୍ଧିଜୀଙ୍କ ଦୃଷ୍ଟିରେ ଭାରତର ସ୍ବରୂପ ଥିଲା ଦୟନୀୟ । ସେ ଭାରତର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏ ସେ ଦେଖୁଥୁଲେ ଅଗଣିତ ଜ୍ୟୋତିହୀନ ଆଖ୍ ଓ ଦୟନୀୟ ପ୍ରତିଛବି । ସେମାନେ କୁଡ଼ିଆ ଘରେ, ଖତଗଦା ମଝିରେ ରହିଥିଲେ ବି, ସେମାନଙ୍କ ଭିତର ଜ୍ଞାନର ନିର୍ଯ୍ୟାସ ଗାଢ଼ ଥିଲା ।
୨। ବୈଷୟିକ ଦାରିଦ୍ର୍ୟ ଦୂରକରିବା ପାଇଁ ଆମକୁ ସବୁମତେ ଉଦ୍ୟମ କରିବାକୁ ପଡ଼ିବ । ଯୋଜନାକୃତ ଅର୍ଥନୈତିକ ଉନ୍ନୟନ ଦ୍ବାରା ଏବଂ ଶିଳ୍ପ ଓ ରପ୍ତାନୀ ଦ୍ବାରା ବୈଷୟିକ ଦାରିଦ୍ର୍ୟ ଦୂର ହୋଇପାରିବ ।
୩ । ଭାରତୀୟମାନେ ଦରିଦ୍ର ଓ ନିରାଶୟ ଭାବରେ ଜୀବନ ଅତିବାହିତ କରୁଛନ୍ତି । ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଭାରତୀୟମାନେ ସ୍ତଥମ ଓ ପ୍ତଧାନ ର୍ଥାବଣ୍ୟକତା |
ଅନୁଚ୍ଛେଦ – ୪
ଦେଶଛାଡ଼ି ଜଣେ ଯଦି …………………………………. ଅନୃପୃଣିତ କରନ୍ତି |
ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କ’ଣ ଦେଖିବାକୁ ବ୍ୟାକୁଳ ହେଉଥିଲେ ?
୨। କେଉଁ ଦୁଇଜଣଙ୍କୁ ଆନ୍ତରିକ ସମ୍ବର୍ଦ୍ଧନା ମିଳିଥିଲା ?
୩ । ଗାନ୍ଧିଜୀ କେଉଁ ଦୁଇ ପକ୍ଷର କ୍ଷତ ଶୀଘ୍ର ଆରୋଗ୍ୟ ହେଉ ବୋଲି କାମନା କରିଛନ୍ତି ?
୪। କେଉଁମାନେ ଗାନ୍ଧିଜୀଙ୍କ ଠାରୁ ମହାନ୍ ?
(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ମୋହନ ଦକ୍ଷିଣ ଆଫ୍ରିକାରୁ କ’ଣ ନେଇ ଫେରିଲେ ?
୨ । କେଉଁ କଥା ଗାନ୍ଧିଜୀଙ୍କ ସ୍ମରଣରେ ରହିବ ?
୩ । ଗାନ୍ଧିଜୀଙ୍କ ସ୍ମାରକୀ ଗ୍ରନ୍ଥରେ ସ୍କଟ୍ କ’ଣ ଲେଖୁଥିଲେ ?
ନମ୍ଭମା ରଉତ :
(କ) ୧ । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କଲ୍ୟାଣ ଦେଖିବାକୁ ବ୍ୟାକୁଳ ହେଉଥିଲେ ।
୨ । ଗାନ୍ଧୀ ଓ କସ୍ତୁରବାଙ୍କୁ ଆନ୍ତରିକ ସମ୍ବର୍ଦ୍ଧନା ମିଳିଥିଲା ।
୩ । ଗାନ୍ଧିଜୀ ଭାରତୀୟ ଓ ୟୁରୋପୀୟ ଦୁଇପକ୍ଷର କ୍ଷତ ଶୀଘ୍ର ଆରୋଗ୍ୟ ହେଉ ବୋଲି କାମନା କରିଛନ୍ତି ।
୪। ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି, ସେମାନେ ଗାନ୍ଧିଜୀଙ୍କ ଠାରୁ ମହାନ୍ ।
(ଖ) ୧। ମୋହନ ସବୁ ଅପ୍ରୀତିକର ସ୍ମୃତିକୁ ଭୁଲିଯାଇ, ଦକ୍ଷିଣ ଆଫ୍ରିକାର ଗୋଟିଏ ସୁନ୍ଦର ଚିତ୍ର ହୃଦୟରେ ଧରି ଫେରିଲେ ।
୨ । ତାଙ୍କୁ ଯେପରି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି, ସେହି କଥା ତାଙ୍କର ସବୁଦିନ ସ୍ମରଣରେ ରହିବ ।
୩ । ଗାନ୍ଧିଜୀଙ୍କ ସ୍ମାରକୀ ଗ୍ରନ୍ଥରେ ସ୍କଟସ୍ ସବୁ ତିକ୍ତତା ଭୁଲିଯାଇ ଶ୍ରଦ୍ଧା ଓ ଆନ୍ତରିକତା ପୂର୍ବ କେତୋଟି ଧାଡ଼ି ଲେଖିଥିଲେ । ସେ ଲେଖିଥିଲେ ଗାନ୍ଧିଜୀ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣିଆଣି, ଅକ୍ଳାନ୍ତ ଭାବେ ଦୀନ ଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଅନୁପ୍ରାଣିତ କରିଥିଲେ ।
ଅନୁଚ୍ଛେଦ – ୫
ପାତିତ୍ୟ କାତାପ୍ – କାବ୍ୟର …………………. ଚାଳନା କରିବା ଶ୍ରେୟ ।
ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ସାହିତ୍ୟକୁ ଜାତୀୟ ଜୀବନର କ’ଣ ବୋଲି କୁହାଯାଇଛି ?
୨ । କେତେବେଳେ ଜାତୀୟ ସାହିତ୍ୟ ଗଠିତ ହୁଏ ?
୩। କ’ଣ ଜୀବନ୍ତ ମୂର୍ତ୍ତି ପରିଗ୍ରହଣ କରି ସାହିତ୍ୟ ରୂପେ ପ୍ରକାଶିତ ହୁଏ ?
୪ । କେଉଁମାନେ କଠୋର ସାଧନା କରିବା ଉଚିତ ?
(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ଜାତୀୟ ସାହିତ୍ୟ ପ୍ରତି ଦୃଷ୍ଟିପାତର ଆବଶ୍ୟକତା କ’ଣ ?
୨ । କେତେବେଳେ ଜାତୀୟ ସାହିତ୍ୟ ସୃଷ୍ଟି ହୁଏ ?
୩ । ସାହିତ୍ୟ ସେବକମାନକର ଆର୍ଥଦଣ କାଣ ହେବା ଉଚିତ ?
ନମ୍ଭମା ରଉତ :
(କ) ୧। ସାହିତ୍ୟକୁ ଜାତୀୟ ଜୀବନର ମାନମନ୍ଦିର ଓ ଜାତୀୟ ଜୀବନର ପରିମାପକ ବୋଲି କୁହାଯାଇଛି ।
୨ । ସମୟ ବିଶେଷରେ ଜାତି ମଧ୍ୟରେ ପ୍ରବଳ ଆକାଙ୍କ୍ଷା, ଉଦ୍ଦୀପନା, ଆଶା ଓ ଅନୁରାଗ ଜାତୀୟ ଜୀବନରେ ପ୍ରବେଶ କରିବା ଦ୍ଵାରା ଜାତୀୟ ସାହିତ୍ୟ ଗଠିତ ହୁଏ ।
୩ । ଗୋଟିଏ ଆକାଂକ୍ଷା, କୌଣସି ଏକ ସ୍ଥାନରୁ ବାହାରି ଦାବାଗ୍ନି ସଦୃଶ ଦେଶଯାକ ବ୍ୟାପିଗଲା ପରେ ଭାଷା ମାଧ୍ୟମରେ ତାହା ଜୀବନ୍ତ ମୂର୍ତ୍ତି ପରିଗ୍ରହ କରି ସାହିତ୍ୟରୂପେ ପ୍ରକାଶିତ ହୁଏ ।
(ଖ) ୧ । କାତାୟ ମାହିତ୍ୟ ହି କ।ବଳର ପରିମାପକ | ପଦି କାତାପ୍ କାବନର ପରିମାଣ ଓ କ।ତାପର ଗପି ନିର୍ପଣ କରିବାକ୍ କାତାପ ପୃତି ହବିପାରେ ଥାବଣ୍ୟଜଣ ରହିଛି |
୨ । ସାହିତ୍ୟ ଗଠନ କରିବାକୁ ବାଞ୍ଛା କରନ୍ତି, ସେମାନେ କଠୋର ସାଧନା କରିବା ଉଚିତ । ଗତି ନିରୂପଣ କରିବାକୁ ଇଚ୍ଛା, ତାହେଲେ ଜାତୀୟ ସାହିତ୍ୟ ପ୍ରତି ଦୃଷ୍ଟିପାତର ଆବଶ୍ୟକତା ରହିଛି । ପ୍ରବେଶ କରିଥାଏ ଏବଂ ତାହା ଜାତୀୟ ସାହିତ୍ୟ ସୃଷ୍ଟି କରେ ।
୩ । ଯେଉଁ ପ୍ରକାର ସାହିତ୍ୟ ଗଠିତ ହେଲେ, ତାହା ଘରେ ଘରେ ପ୍ରବେଶ କରିବ ଏବଂ ଜାତୀୟ ଜୀବନକୁ ଗୋଟିଏ ଛାଞ୍ଚରେ ଢାଳି ପଦାରେ ଠିଆ କରାଇବ । ସାହିତ୍ୟ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖ୍ ଲେଖନୀ ଚାଳନା ହିଁ, ସାହିତ୍ୟ ସେବକଙ୍କର ତହିଁ ପ୍ରତି ଲକ୍ଷ୍ୟ ରହିବା ଉଚିତ । ସେହି ସେବକଙ୍କର ଆଦର୍ଶ ହେବା ଉଚିତ ।
ଅନୁଚ୍ଛେଦ – ୬
ଅଗଷ୍ଟ ପନ୍ଦରରେ ଆଜି ………………………………………………. ଙପ୍ରତ ଜମନ୍ଦାଦ |
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ୧୯୪୨ ମସିହା କାହିଁକି ସ୍ମରଣୀୟ ?
୨। ଉଁମାନେ କତିଦ୍ୱାପର କଥାବସ୍ତୁ ?
୩ । ବର୍ତ୍ତମାନ ସ୍ଵାଧୀନତା ରକ୍ଷା କରିବାର ଦାୟିତ୍ଵ କାହାର ?
୪। ଯେକୌଣସି ଦାୟିତ୍ୱ ପାଇଁ କାହା ପ୍ରଜ୍ଞା ଓ କାହାର ଶକ୍ତି ଦରକାର ?
(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। କାହିଁଆନାଓ|ଲାବାର କ୍ଦହକ ପଳେଯତେ ?
୨ । ସ୍ଵାଧାନମା ଙ୍କସ୍ଵାମୀଣ ଉପରେ କିପରି ଅତପାପାର କାରାଯାଇଥିଲା ?
୩ । ମଦ୍ଵାପ୍ନରୁସମାନକରି କ’ଣ ରଯା ବ୍ଦାରିବା କାତିତ କରନ୍ତ ?
ନମୁନା ଉତ୍ତର
(କ) ୧ । ୧୯୪୨ ମସିହା ସ୍ମରଣୀୟ, କାରଣ ଏହିବର୍ଷ ବ୍ରିଟିଶ୍ ସରକାରର ଗୁଳି ଚାଲିଥିଲା ପାଞ୍ଚଶହ ଅଠତିରିଶ ଥର ଏବଂ ଏଥିରେ ଏକହଜାର ଅଠେଇଶ ମରିଥିଲେ, ଆହତ ହୋଇଥିଲେ ବତିଶି ଶହ, ଏହାଛଡ଼ା ଜେଲ୍, ଜୋରିମାନା, ମାଡ଼, ଗାଳିର ସୀମା ରହିନଥୁଲା ।
୨ । ଯେଉଁମାନେ ପୂର୍ଣ୍ଣ ସ୍ଵାଧୀନତାପାଇଁ ଲଢ଼େଇ କରି ଆତ୍ମବଳି ଦେଇଛନ୍ତି, ସେମାନେ ଇତିହାସର କଥାବସ୍ତୁ ।
୩ । ବର୍ତ୍ତମାନ ସ୍ଵାଧୀନତା ରକ୍ଷା କରିବାର ଦାୟିତ୍ଵ ଯୁବକ ବନ୍ଧୁମାନଙ୍କର ।
୪। ଯେକୌଣସି ଦାୟିତ୍ବ ପାଇଁ ବାର୍ଦ୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତି ଦରକାର ।
(ଖ) ୧ । ଜାଲିଆନାୱାଲାବାଗ୍ରେ ଥିବା ନଭଶ୍ଚୁମି ସ୍ମରଣ ସ୍ତମ୍ଭ ଦେଖିଲେ ଜେନେରାଲ୍ ଡାୟାର କଥା ମନେପଡ଼େ । ସେ ସେଇଠି ଭାରତୀୟ ଲୋକମାନଙ୍କୁ ପୋକମାଛି ପରି ମାରିଥିଲା ।
୨। ସ୍ଵାଧୀନତା ସଂଗ୍ରାମୀମାନଙ୍କ ଉପରେ ବ୍ରିଟିଶ୍ ସରକାର ଗୁଳି ଚଳାଇ ଦେଇଥିଲେ । ପୁନଶ୍ଚ ସେମାନଙ୍କ ଉପରେ ଅନେକ ସମୟରେ ଜେଲ୍, ଜୋରିମାନା, ମାଡ଼, ଗାଳି ଅତ୍ୟାଚାରର ସୀମା ରହୁନଥିଲା ।
୩। ମହାପୁରୁଷମାନେ ବହୁ କଷ୍ଟ ସ୍ବୀକାର କରି ଏ ଦେଶରେ ସ୍ଵାଧୀନତାର ଦୃଢ଼ ଭିଭି ସ୍ଥାପନ କରିଯାଇଛନ୍ତି । ସେହି ଦୃଢ଼ ଭିଭିକୁ ରକ୍ଷା କରିବା ବର୍ତ୍ତମାନ ଜାତିର କର୍ତ୍ତବ୍ୟ ।
ଅନୁଚ୍ଛେଦ – ୭
ପ୍ରଥମ ବିଶ୍ବ ସମନ୍ବିତ …………………………………………….. ଅସ୍ମରସିତ କରିଦେଲାଣି |
ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ମାନବୀୟ କାର୍ଯ୍ୟକଳାପର ଯୁକ୍ତିସଂଗତ ପରିଚାଳନା ନ କଲେ କ’ଣ ହେବ ?
୨। ଆମେ ପୃଡତ୍ୟକ କେତେ ପାସ୍ତ୍ରହିଁନ୍ନା ଥଆଁଦିଁ ବଅଣାଦ୍ଵାର କରୁଛି ?
୩ । ୨୦୫୦ ମସିହା ବେଳକୁ କ’ଣ ହେବ ?
୪। ସାମୁଦ୍ରିକ ଅଞ୍ଚଳ ଉପରେ ମଣିଷର ନିର୍ଭରଶୀଳତା ବଢ଼ିବା ଦ୍ଵାରା କ’ଣ ଘଟୁଛି ?
(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ପ୍ରଥମ ବିଶ୍ବ ସମନ୍ବିତ ଆକଳନ ରିପୋର୍ଟରେ କ’ଣ ସତର୍କ କରାଯାଇଛି ?
୨ । ସାମୁଦ୍ରିକ ଅଞ୍ଚଳ ଆମକୁ କ’ଣ ଯୋଗାଇଥାଏ ?
୩ । ମାନବୀୟ କାର୍ଯ୍ୟକଳାପର କେଉଁ ପ୍ରତିକୂଳ ପ୍ରଭାବ ସମୁଦ୍ର
ନମୁନା ଉତ୍ତର
(କ) ୧ । ମାନବୀୟ କାର୍ଯ୍ୟକଳାପର ଯୁକ୍ତିସଂଗତ ପରିଚାଳନା ନ କଲେ ସାମୁଦ୍ରିକ ସମ୍ବଳର ସହନଶୀଳତା ଧ୍ବଂସ ହେବ ଏବଂ ଅସନ୍ତୁଳିତ ସମୁଦ୍ର ମଣିଷର ବ୍ୟବହାର ଉପଯୋଗୀ ନ ହୋଇ ମାନବଜାତି ପାଇଁ ଏକ ଭୟାବହ ଭବିଷ୍ୟତ ସୃଷ୍ଟି କରିବ ।
୨ । ଆମେ ପ୍ରତ୍ୟେକ ମାତ୍ର ଗୋଟିଏ ଘନକିଲୋମିଟର ସାମୁଦ୍ରିକ ଅଞ୍ଚଳର ଏକ ପଞ୍ଚମାଂଶକୁ ବ୍ୟବହାର କରୁଛୁ । ୩ । ୨୦୫୦ ମସିହା ବେଳକୁ ପୃଥିବୀର ଜନସଂଖ୍ୟା ହଜାରେ କୋଟି ଛୁଇଁଯିବ ।
୪। ସାମୁଦ୍ରିକ ଅଞ୍ଚଳ ଉପରେ ମଣିଷର ନିର୍ଭରଶୀଳତା ବଢ଼ିବା ଦ୍ଵାରା ଉପକୂଳ ଓ ସମୁଦ୍ରତଳର ବ୍ୟବହାରରେ ଉପରେ ପଡୁଛି ।
(ଖ) ୧ । ପ୍ରଥମ ବିଶ୍ଵ ସମନ୍ବିତ ଆକଳନ ରିପୋର୍ଟରେ ସାମୁଦ୍ରିକ ସମ୍ବଳ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି । ଏଥୁରେ ବ୍ୟବହାର, ବଢ଼ୁଥିବା ପ୍ରଦୂଷଣ ତଥା ଅନ୍ୟାନ୍ୟ କାରଣଗୁଡ଼ିକ ସମୁଦ୍ର ଉପରେ ମାତ୍ରାତିରିକ୍ତ ଚାପ ପକାଉଛି |
୨ । ଅଞ୍ଚଳରୁ ଆମେ ଆମର ବାର୍ଷିକ ଅମ୍ଳଜାନ ଆବଶ୍ୟକତା, ସାରା ଜୀବନପାଇଁ ମଧୁରଜଳ ଏବଂ ଆମେ ଖାଉଥିବା ସମସ୍ତ ସାମୁଦ୍ରିକ ଖାଦ୍ୟ ଯୋଗାଇଥାଏ ।
୩ । ମାନବୀୟ କାର୍ଯ୍ୟକଳାପ ଆଣବିକ ପରୀକ୍ଷଣରେ ତେଜସ୍କ୍ରିୟ ପଦାର୍ଥ ଦୀର୍ଘ କାଳଧରି ଜମାହୋଇ ରହିବାଦ୍ୱାରା ସମୁଦ୍ରରେ ତେଲ ବୋହିଯିବା ଦ୍ଵାରା, ମାତ୍ରାତିରିକ୍ତ ପରିମାଣରେ ମାଛ ଧରାଯିବା ଦ୍ଵାରା ତଥା ବେଳାଭୂମିରେ ଅନିୟନ୍ତ୍ରିତ ପର୍ଯ୍ୟଟନ ପରି ଅର୍ଥନୈତିକ କାର୍ଯ୍ୟକଳାପ ଦ୍ବାରା ପ୍ରତିକୂଳ ପ୍ରଭାବ ସମୁଦ୍ର ଓ ମହାସାଗର ଉପରେ ପଡୁଛି ।
ଥଡିରିକ୍ତ ଅନ୍ଛେଦ ସମ୍ଲି,ଲିତ ପ୍ରଣୋରର
ଅନ୍ମଚଚ୍ଛଦ – ୧
ଦେଶ ଛାଡ଼ି ଜଣେ ଯଦି ବିଦେଶରେ କୋଡ଼ିଏ ବର୍ଷ ରହିଯାଏ ତେବେ ସେଇ ବିଦେଶଟା ତାଙ୍କର ଦ୍ବିତୀୟ ଘର ହୋଇଯାଏ । ବିଦାୟକାଳୀନ ସଭାରେ ଭାରତୀୟଙ୍କ ସହିତ ଅନେକ ଇଂରେଜ ଉପସ୍ଥିତ ଥିଲେ । ବିଦାୟ ସମ୍ବର୍ଦ୍ଧନାର ଉତ୍ତର ଦେଇ ଗାନ୍ଧିଜୀ କହିଥିଲେ, ‘‘ଯଦି ମାତୃଭୂମି ପରେ କେଉଁ ଦେଶ ମୋର ଅଧୂକ ପ୍ରିୟ, ପବିତ୍ର ହୋଇଥାଏ ତେବେ ତାହା ହେଉଛି ଦକ୍ଷିଣ ଆଫ୍ରିକା । ମୁଁ ଦୁଃଖର ସହିତ ଏ ଦେଶ ଛାଡ଼ୁଛି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ମୋ ଭିତରେ ଯେଉଁ ବ୍ୟବଧାନ ରହିବ ତାହା ବରଂ ମତେ ଏ ଦେଶ ଆଡ଼କୁ ଆକର୍ଷିତ କରିବ । ଦକ୍ଷିଣ ଆଫ୍ରିକାର କଲ୍ୟାଣ ଦେବାକୁ ମୁଁ ସର୍ବଦା ବ୍ୟାକୁଳିତ ହେଉଥବି । ଏଠି ଆଗେଇ ଆସିଛନ୍ତି, ତାହା ମୋର ସବୁଦିନେ ସ୍ମରଣ ରହିବ ।’’
କହିବା ବାହୁଲ୍ୟ, ଗୋଟିଏ ସ୍ଥାନରେ ନୁହେଁ, ପ୍ରାୟ ପନ୍ଦରଟି ସ୍ଥାନରେ ଗାନ୍ଧୀ ବା’ଙ୍କ ସହିତ ବିଦାୟ ନେବାକୁ ପହଞ୍ଚିଲେ । ଦୁହିଁଙ୍କୁ ଅତି ଆନ୍ତରିକ ସମ୍ବର୍ଦ୍ଧନା ମିଳୁଥିଲା । କେତେ ସ୍ଥାନରେ ସେ କହୁଥିଲେ, ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ । ଆଠବର୍ଷ ସତ୍ୟାଗ୍ରହ ସଂଗ୍ରାମ ଚାଲିଛି । ଭାରତୀୟମାନେ ସାହସର ସହିତ ଲଢ଼ିଛନ୍ତି । ୟୁରୋପୀୟମାନେ ପଛରେ ପଡ଼ିନାହାନ୍ତି । ଯାହାହେଉଛି ଏବେ ଯୁଦ୍ଧ ସରିଲା । ଉଭୟ ପକ୍ଷର କ୍ଷତ ଶୀଘ୍ର ଆରୋଗ୍ୟ ହେଉ ବୋଲି ସେ କାମନା କରୁଥିଲେ । ତାଙ୍କର କ୍ଳାନ୍ତ ଦେହ ମନ ଦେଶକୁ ଫେରି କିଛିଦିନ ବିଶ୍ରାମ ନେବାକୁ ବ୍ୟାକୁଳ ଥିଲା । ମାତ୍ର ଗୋଖଲେ ତାଙ୍କୁ ଡକାଇଲେ । ସେତେବେଳେ ଗୋଖଲେ ଲଣ୍ଡନରେ । ଅଗତ୍ୟା ଯିବାକୁ ହେବ । ସାଙ୍ଗରେ କ୍ୟାଲେନ୍ବାକ୍ ଯାଉଥିବାରୁ ମୋହନ ଆଶ୍ଵସ୍ତ ହେଲେ ।
ଜାହାଜରେ ପଶିବା ପୂର୍ବରୁ ମୋହନ ସ୍ମିସନ ଓ ପୋଲାକଙ୍କ ହାତରେ ସ୍କଙ୍କ ପାଖକୁ ଗୋଟିଏ ଉପହାର ପଠାଇଥିଲେ । ତାହା ହେଉଛି ହଳେ ଚପଲ ଯାହାକୁ ଜେଲ୍ରେ ଥିବା ସମୟରେ ମୋହନ ଯତ୍ନର ସହିତ ତିଆରି କରିଥିଲେ । ସ୍କଟ୍ ତାଙ୍କ କୃଷି ଉପଲକ୍ଷେ ଗୋଟିଏ ସ୍ମାରକୀ ଗ୍ରନ୍ଥ ପ୍ରକାଶ ପାଉଥାଏ । ସେଥରେ ଗୋଟିଏ ଲେଖା ଦେବାପାଇଁ ଆୟୋଜକମାନେ ସ୍କଙ୍କୁ ଅନୁରୋଧ କଲେ ।
ଏହି ସ୍ମାରକୀରେ ସ୍କ ସମସ୍ତ ତିକ୍ତତା ଭୁଲି ଗାନ୍ଧିଜୀଙ୍କ ସମ୍ପର୍କରେ ଶ୍ରଦ୍ଧା ଓ ଆନ୍ତରିକତାପୂର୍ବ କେତୋଟି ଧାଡ଼ି ଲେଖୁଥିଲେ । ସେ ଆରମ୍ଭ କଲେ, ‘ଗୋଟିଏ ପୁରୁଷ ପୂର୍ବେ ମୁଁ ଗାନ୍ଧୀଙ୍କ ଶତ୍ରୁପକ୍ଷ ଥିଲି ।’’ ସ୍କଟ୍ସ ମୁକ୍ତକଣ୍ଠରେ କହିଥିଲେ, ‘ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣି ଆଣନ୍ତି ଏବଂ ସେ ଅକ୍ଳାନ୍ତ ଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।’’
ପ୍ରଶ୍ନବଳୀ :
୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ମୋହନ ଦକ୍ଷିଣ ଆଫ୍ରିକାରୁ କ’ଣ ନେଇ ଫେରିଲେ ?
(ଖ) ଗାନ୍ଧିଜୀଙ୍କ ସ୍ମରଣରେ ସବୁଦିନେ କ’ଣ ରହିବ ?
(ଗ) ମାତୃଭୂମି ପରେ କେଉଁ ଦେଶ ତାଙ୍କର ଅଧ୍ବକ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ?
(ଘ) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ କେତୋଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଲେ ?
୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) କେଉଁମାନେ ଗାନ୍ଧିଜୀଙ୍କଠାରୁ ମହାନ୍ ?
(ଖ) ସ୍କଙ୍କ ପାଖକୁ ମୋହନ କି ଉପହାର ପଠାଇଥିଲେ ?
(ଗ) ସ୍କଙ୍କ ସ୍ମାରକୀ ବକ୍ତୃତାରେ ସେ ଗାନ୍ଧିଜୀଙ୍କ ପ୍ରତି କି ପ୍ରକାର ମନୋଭାବ ପୋଷଣ କରିଥିଲେ ?
ନମୁନା ଉତ୍ତର
୧. (କ) ମୋହନ ସମସ୍ତ ପ୍ରକାର ଅପ୍ରୀତିକର ସ୍ମୃତିକୁ ଭୁଲିଯାଇ ନିଜର ପ୍ରିୟ ଓ ପବିତ୍ର ଦେଶ ଦକ୍ଷିଣ ଆଫ୍ରିକାର ଗୋଟିଏ ସୁନ୍ଦର ଚିତ୍ର ହୃଦୟରେ ଧରି ଫେରିଥିଲେ ।
(ଖ) ଯେଉଁ ସାହାଯ୍ୟ କରିଛନ୍ତି ତାହା ଗାନ୍ଧିଜୀଙ୍କର ସ୍ମରଣରେ ସବୁଦିନେ ରହିବ ।
(ଗ) ମାତୃଭୂମି ପରେ ଦକ୍ଷିଣ ଆଫ୍ରିକା ତାଙ୍କର ଅଧିକ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ।
(ଘ) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ ପନ୍ଦରଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଥିଲେ ।
(କ) ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ଗାନ୍ଧିଜୀଙ୍କଠାରୁ ମହାନ୍ ।
(ଖ) ଜେଲ୍ରେ ଥିବା ସମୟରେ ଯତ୍ନର ସହିତ ନିଜେ ତିଆରି କରିଥିବା ହଳେ ଚପଲ ଗାନ୍ଧିଜୀ ସ୍କଟ୍ସଙ୍କ ପାଖକୁ ନେବାକୁ ପହଞ୍ଚିଥିଲେ ।
(ଗ) ସ୍କଟ୍ ତାଙ୍କ ସ୍ମାରକୀ ବକ୍ତୃତାରେ ଦର୍ଶାଇଥିଲେ ଯେ ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ କରନ୍ତି ।
ଅନୁଚ୍ଛେଦ – ୨
ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି, କାଳେ ଲୋକେ କଅଣ କହିବେ ପରା ! କିନ୍ତୁ ‘ଲୋକମତ’ ଜିନିଷଟା କିମାକାର ବସ୍ତୁ, ଭଲା କେତେ ଲୋକ ତଦାରଖ କରନ୍ତି ? ଏହି ଜାନୁଆରକୁ କିଏ କେତେ ଭାବରେ ଚିତ୍ରି ଯାଇଅଛନ୍ତି । ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ବିଧାନ କରିଥିଲେ, କେବଳ ଏହି ଜନ୍ତୁକୁ ଭୟ କରି । ଲୋକପବାଦ ଓ ଲୋକମତର ପରାକ୍ରମ ଢେର୍ ବେଶି; କିନ୍ତୁ ଟିକିଏ ଥୟ କରି ଦେଖିଲେ ଜାଣିପାରିବ ଯେ, ଏ ଗୋଟିଏ ‘ହୋ’ । ଗୋଟିଏ ତାରକୁ ଦୁଇଆଡ଼େ ଟାଣି ବାନ୍ଧିଦିଅ, ଗୋଟିଏ ଅଂଶରେ ଟିକିଏ ଟଂ କରି ଆଘାତ କରିଦିଅ ଦେଖୁବ ଯେ, ଶବ୍ଦଟି ତାର ତମାମ ବ୍ୟାପିଯିବ ଓ ତାରଟି ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଶବ୍ଦମୟ ହୋଇଯିବ । ପୂର୍ବରୁ ଏଥିରେ ଗୋଟିଏ ଉଦାହରଣ ଅଛି, ତାହା ଅବଶ୍ୟ ଅଧିକାଂଶ ପାଠକ ଜାଣନ୍ତି ।
ଯେଉଁମାନେ ଜାଣନ୍ତି ନାହିଁ, ସେମାନଙ୍କ ଉପକାର ନିମନ୍ତେ ପୁନରୁକ୍ତି ଦୋଷ ମାର୍ଜନୀୟ । ଏକ ରାଜାଙ୍କ ଉଆସରେ ଜଣେ ଧୋବା ଥିଲା । ସେ ଧୋବାର ଲୁଗାବୁହା ଗଧଟିର ନାମ ବୁଧୂ । ଦିନେ ସେ ଗଧଟି ମରିଗଲା । ଧୋବାର କାର୍ଯ୍ୟ ଅଚଳ ହେଲା । ସେ ଗଧକୁ ବାହୁନିକରି ଧୋବା କାନ୍ଦୁଥାଏ । ରାଜାଙ୍କର ଜଣେ ପାଖଲୋକ ଧୋବାକୁ କାନ୍ଦିବାର କାରଣ ପଚାରିବାରୁ ଧୋବା କାନ୍ଦି କାନ୍ଦି ଉତ୍ତର ଦେଲା, ‘ବୁଟି ମରିଗଲା’ । ଭୃତ୍ୟ ଏହା ଶୁଣି କାନ୍ଦି କାନ୍ଦି ନଅରକୁ ଆସି ସମସ୍ତ ଭୃତ୍ୟଙ୍କୁ କହିଲା, ‘ବୁଧୂଟି ମରିଗଲା’ । ଭୃତ୍ୟଯାକ ସମସ୍ତେ ବୁଧୂକୁ ବାହୁନିକରି କାନ୍ଦିଲେ । ରାଣୀମହଲରେ ଏ ଖବର ପହଞ୍ଚିଲାରୁ ରାଣୀଯାକ ମଧ୍ୟ ବୁଧୂ ନାଁ ଧରି କାନ୍ଦିଲେ । ରାଜା ଶୁଣିଲେ, ସେ ମଧ୍ୟ ବୁଧୂ ଯୋଗୁଁ କେତେ କାନ୍ଦିଲେ । ନଅରବ୍ୟାପୀ କୋଳାହଳ ବୁଧୂ ଯୋଗୁଁ ପଡ଼ିଗଲା ।
ଯେଉଁଠାରେ ଶୁଣ, ବୁଧୁର ବିୟୋଗ ହେତୁ ଶୋକ । ଏହି ଶୋକ ସମ୍ବାଦ ମନ୍ତ୍ରୀଙ୍କ କାନରେ ପଡ଼ିବାରୁ ମନ୍ତ୍ରୀ ନଅରକୁ ଆସି ଦେଖିଲେ, ଏପରି ସମାଚାର ! ସେ ରାଜାଙ୍କୁ ପଚାରିଲେ, ଯେଉଁ ବୁଧୂଆପାଇଁ କାନ୍ଦୁଛ ସେ ବୁଧୂ କିଏ ? ରାଣୀମାନେ ଭୃତ୍ୟ ମହଲକୁ ସମ୍ବାଦ ଦେଲେ, ଭୃତ୍ୟମାନେ ପ୍ରଥମ ଭୃତ୍ୟକୁ ପଚାରିଲେ; ପ୍ରଥମ ଭୃତ୍ୟ ଉପାଦାନରେ ଗଠିତ । ଆମର ଏ କଥାକୁ ବିଶ୍ୱାସ ନ କରି ସୁଦ୍ଧା ସାଧାରଣତଃ ପରୀକ୍ଷା କରିଦେଲେ ସନ୍ଦେହ ତୁଟିଯିବ । ତୁମ୍ଭେ ଦାଣ୍ଡରେ ପାଟିକରି ଦଉଡ଼ ‘‘ଆରେ ! ଚୋର ଗଲାରେ ! ଆରେ ଚୋର ଗଲାରେ’’– ଦେଖ୍, ଦଣ୍ଡକ ମଧ୍ୟରେ ଶତାଧ୍ଵ ଲୋକ ତୁମର ଅନୁଗାମୀ ହେବେ ଓ ଚିତ୍କାର କରିବେ । କିନ୍ତୁ ଶତକଡ଼ା ଜଣେ ସୁଦ୍ଧା ତୁମ ପଛରେ ଦଉଡ଼ିବା ପୂର୍ବରୁ ତୁମ୍ଭଙ୍କୁ ପ୍ରଥମେ ଚୋରର ବୃତ୍ତାନ୍ତ ବା ତଥ୍ୟ ପଚାରିବାକୁ ଯିବେ ନାହିଁ । ଅଧିକାଂଶ ଲୋକାପବାଦ, ଜନରବ, ଜେଜେକାର, ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ, ବିଚାରହୀନ ଅନୁସରଣର ଫଳ ।
ପ୍ରଶ୍ନବଳୀ :
୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଲୋକାପବାଦକୁ ଲେଖକ କେଉଁ ଦୃଷ୍ଟିରେ ଦେଖୁଛନ୍ତି ?
(ଖ) ‘ପୁନରୁକ୍ତି ଦୋଷ’ କ’ଣ ?
(ଗ) ଅଧିକାଂଶ ଲୋକେ କାହାକୁ ଭାରି ଡରନ୍ତି ?
(ଘ) ବୁଧୂ କିଏ ?
୨. ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ସମଗ୍ର ରାଜ୍ୟରେ ଶୋକର କାରଣ କ’ଣ ଥିଲା ?
(ଖ) ଜନରବ ଓ ଜନମତ କାହାର ଅନୁସରଣ ମାତ୍ର ?
(ଗ) ଲୋକମତ ଗଠନର ଉପାଦାନ କାଶ ?
ନମୁନା ଉତ୍ତର
(କ) ଲେଖକ ଲୋକାପବାଦକୁ ଏକ ତଦାରଖଶୂନ୍ୟ କିମାକାର ବସ୍ତୁ ଭାବରେ ବିବେଚନା କରି ଏହାକୁ ଗୋଟିଏ ‘ହୋ’ ଭାବରେ ଦେଖହଛି |
(ଖ) ପୂର୍ବରୁ କଥ୍ତ ବିଷୟ ଓ ଜଣାଶୁଣା ପ୍ରସଙ୍ଗକୁ ପୁନର୍ବାର କହିବା ହେଉଛି ‘ପୁନରୁକ୍ତି ଦୋଷ’ ।
(ଗ) ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି ।
(ଘ) ରାଜାଙ୍କ ଉଆସରେ ଥିବା ଧୋବାର ଲୁଗାବୁହା ଗଧଟିର ନାମ ବୁଧ୍ୟା
୨ (ଗ) ସମଗ୍ର ରାଜ୍ୟରେ ଶୋକର କାରଣ ଥିଲା – ରାଜ ଉଆସରେ ଥିବା ଧୋବାର ବୁଧୂ ନାମକ ଗଧର ମୃତ୍ୟୁ ।
(ଘ) ଜନରବ ଓ ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ ଓ ବିଚାରହୀନ ପ୍ରସଙ୍ଗର ଅନୁସରଣ ଫଳ ମାତ୍ର ।
(ଙ) ତଦାରଖ ଶୂନ୍ୟ ଓ ଶୁଣାଶୁଣି ଉପରେ ନିର୍ଭରଶୀଳ ବୁଧୂ ନାମକ ଗଧର ମୃତ୍ୟୁରେ ସାରା ରାଜଉଆସ କାନ୍ଦିବା ପରି ବିଚାରହୀନ ଅନୁଗାମୀ ହେବାହିଁ ଲୋକମତ ଗଠନର ଉପାଦାନ ।
ଅନୁଚ୍ଛେଦ – ୩
ଅଗଷ୍ଟ ପନ୍ଦରରେ ଆଜି ମନେପଡ଼େ ନୃଶଂସ ଜେନେରାଲ୍ ଡାୟାର । ଜାଲିଆନାୱାଲା ବାଗ୍ରେ ଆଜି ଯେଉଁ ନଭଶ୍ଚୁମ୍ବୀ ସ୍ମରଣ ସ୍ତମ୍ଭ ଠିଆହୋଇଛି, ଠିକ୍ ସେଇଠି ମଶାମାଛି ପରି ମଣିଷକୁ ମାରିଥିଲା ଜେନେରାଲ୍ ଡାୟାର । ପୁଣି କେତେବର୍ଷ ପରେ ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କର ଗୁଳି ଚାଲିଲା ପାଞ୍ଚଶହ ଅଠତିରିଶ ଥର । ମରିଥିଲେ ଏକ ହଜାର ଅଠାଇଶ, ଆହତ ହେଲେ ବତିଶ ଶହ; ତା’ଛଡ଼ା ଜେଲ୍, ଜୋରିମାନା, ମାଡ଼, ଗାଳି, ଅତ୍ୟାଚାରର ସୀମା ରହିଲା ନାହିଁ ।
ଏବେ ପୁଣି ମନେପଡ଼ନ୍ତି ପଣ୍ଡିତ ନେହେରୁ । ପଞ୍ଜାବର କେଉଁ ଏକ ଅନାମଧେୟ ନାଭା ଜେଲ୍ରେ ତାଙ୍କ ଉପରେ ହେଲା ଦାରୁଣ ଅତ୍ୟାଚାର । ନିରନ୍ଧ୍ର ନିଭୃତ କୋଠରି; ମଶା, ମାଛି, ମୂଷାମାନଙ୍କର ଉପଦ୍ରବ । କୋଟିପତି ମୋତିଲାଲଙ୍କ ପୁଅ ଜବାହାର, ହାରୋ-ଏଟନର ରାଜକୁମାର ଜବାହାର । କାହାଣୀ ପରି ଲାଗେ– ନାଭା ଜେଲ୍ରେ ଶୟନ, ମୁହଁ ଉପରେ ମଶାମାନଙ୍କର ବେହରଣ । ଶୋଇବା ନହେଲେ ଉଠିବସି ଭାରତର ଭବିଷ୍ୟତ କଥା ଭାବିଲେ ଅମୃତପୁତ୍ର ଜବାହାର । ବହୁବାର ଜେଲ୍ ଅନ୍ତର ଆଜି ଗୌରବରେ ଭରିଯାଏ । ଥରେ କଚେରିରେ ତାଙ୍କ ବିଚାର ଚାଲିଥିଲାବେଳେ ଜଣେ ଜଜ୍ଙ୍କୁ ସେ ଶୁଣାଇଥିଲେ – ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ଏକ ପରମ ସୌଭାଗ୍ୟ । ଦେଶର ପୂର୍ଣ୍ଣ ସ୍ଵାଧୀନତାପାଇଁ ଲଢ଼ୁ ଲଢ଼ୁ ଦେଶପାଇଁ ଆତ୍ମବଳି ଦେବାଠାରୁ ଅଧିକ ଗୌରବ ଆଉ ମଣିଷର କ’ଣ ଥାଇପାରେ ?’’
ଆଜି ଏସବୁ ଇତିହାସ । ଯେଉଁମାନେ ମୁହାଁମୁହିଁ ଠିଆହୋଇ ରକ୍ତମାଂସର ଶରୀର ନେଇ ଏସବୁ ସହ୍ୟ କରିଥିଲେ, ସେମାନେ ଏବେ ଇତିହାସର କଥାବସ୍ତୁ । ସେହିମାନଙ୍କ ଚରମ ତ୍ୟାଗର ମୂଲ୍ୟରେ ଏହି ଦେଶକୁ ବହିଆଣିଥିଲେ ସ୍ଵାଧୀନତାର ଉଜ୍ଜ୍ବଳ ଆଲୋକ । ଯେଉଁମାନେ ସ୍ବାଧୀନତା ଆଣିଥିଲେ, ସେମାନେ ତାଙ୍କ କାମ ସାରିଦେଇ ଚାଲିଯାଇଛନ୍ତି । ତାକୁ ରଖୁବାର ଦାୟିତ୍ଵ ବର୍ତ୍ତମାନ ଆମ୍ଭମାନଙ୍କର, ବିଶେଷତଃ ଆମ ଯୁବକ ବନ୍ଧୁମାନଙ୍କର । ଯେ କୌଣସି ଦାୟିତ୍ଵପାଇଁ ବାର୍ଦ୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତି ଦରକାର । ଗାନ୍ଧୀ ଥିଲେ ଏ ଦେଶର ପ୍ରଜ୍ଞା ଓ ନେହେରୁ ଥିଲେ ଯୌବନର ପ୍ରତୀକ ସାହସ ଓ ଶକ୍ତି । ସେହି ମହାପୁରୁଷମାନେ ଏ ଦେଶର ଯେଉଁ ଦୃଢ଼ ଭିଭି ସ୍ଥାପନ କରିଯାଇଛନ୍ତି, ତାକୁଇ ରକ୍ଷାକରିବା ବର୍ତ୍ତମାନ ଜାତିର କର୍ତ୍ତବ୍ୟ । ଜାତି ଯୁବକମାନଙ୍କ ଶକ୍ତି ଉପରେ ବେଶି ନିର୍ଭର କରୁଥିବାରୁ ଯୁବକମାନେହିଁ ଏହି ମୁହୂର୍ତ୍ତରେ ସବୁଠୁ ବେଶି ଜାଗ୍ରତ ହେବା ଦରକାର । ଜାଗୃତିର ଅର୍ଥ ଅସଂଯତ ଉନ୍ମାଦ ନୁହେଁ, ସଂଯତ କର୍ମବାଦ ।
ପ୍ରଶ୍ନବଳୀ :
୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଜାଲିଆନାଓ୍ବାଲାବାଗ୍ କାହିଁକି ସ୍ମରଣରେ ଆସେ ?
(ଖ) ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ କିପରି ଅତ୍ୟାଚାର କରାଯାଉଥିଲା ?
(ଘ) ଜେଲ୍ରେ ଶେଶଇ ନ ହେଲେ ଜବାହାର କ’ଣ କରୁଥିଲେ ?
୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ବ୍ରିଟିଶ୍ ଅତ୍ୟାଚାର ସ୍ଵାଧୀନତା ସଂଗ୍ରାମୀଙ୍କପାଇଁ କିପରି ପରମ ସୌଭାଗ୍ୟ ଥିଲା ?
(ଖ) ଦେଶକୁ ସ୍ଵାଧୀନତା କିପରି ଆସିଲା ?
(ଗ) ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କପାଇଁ ପ୍ରାବନ୍ଧିକଙ୍କ ବାର୍ତ୍ତା କ’ଣ ?
୨ . (କ) ଜାଲିଆନାଓ୍ବାଲାବାଗ୍ର ନଭଶ୍ଚୁମ୍ବୀ ସ୍ତମ୍ଭ ପାଖରେ ଜେନେରାଲ ଡାୟାର ମଶାମାଛି ପରି ମଣିଷଙ୍କୁ ମାରିଥିଲେ ଯାହା ଲେଖକଙ୍କ ସ୍ମରଣରେ ଆସିଥାଏ ।
(ଖ) ସ୍ଵାଧୀନତା ସଂଗ୍ରାମୀଙ୍କୁ ହତ୍ୟାକରି, ମାଡ଼ଗାଳି ଦେଇ, ଜେଦଣ୍ଡ ଦେଇ, ଜୋରିମାନା କରି, ମଶା-ମାଛି-ମାରିଥିଲେ ଯାହା ଲେଖକଙ୍କ ସ୍ମରଣରେ ଆସିଥାଏ ।
(ଗ) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି ପାଞ୍ଚ ଶହ ଅଠତିରିଶ ଥର ଚାଲିଥିଲା ।
(ଘ) ଜେଲ୍ରେ ଶୋଇ ନ ହେଲେ ଜବାହାର ଉଠି ବସି ଭାରତର ଭବିଷ୍ୟତ କଥା ଭାବୁଥିଲେ ।
୨ .(କ) ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵ ଓ ନିର୍ଦ୍ଦେଶରେ କାମ କରିବା, ସ୍ଵାଧୀନତା ସଂଗ୍ରାମରେ ଭାରତର ସେବା କରିବା ଓ ପାଧାନତାପାଇଁ ଲଣୁ ଲୁଣୁ ଦେଶପଲଁ ଆମ୍ବ୍ବଳି ଦେବା ଓ ରନ୍ତ୍ର ମାପର ଶରୀର ନେଲ ବଟିଣୃ ନିପାତନା ଚାଲିଥିଲା ଥ୍ଲାଲା |
(ଖ) ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ ସ୍ବାଧୀନତାପାଇଁ ଲଢ଼ି ଲଢ଼ି ସ୍ଵାଧୀନତା ସଂଗ୍ରାମୀମାନେ ଇଂରେଜ ଅତ୍ୟାଚାର ସହି ସହି ଆତ୍ମବଳି ଦେବା ଓ ରକ୍ତ ମାଂସର ଶରୀର ନେଇ ବ୍ରିଟିଶ୍ ନିର୍ଯାତନା ସହିବାଦ୍ବାରା ଦେଶକୁ ପାଧାନତା ଅପିଲା |
(ଗ) ଅସଂଯତ ଉନ୍ମାଦ ନହୋଇ ସଂଯତ କର୍ମବାଦ ମଧ୍ୟରେ ଜାଗ୍ରତ ହୋଇ ମହାପୁରୁଷମାନେ ଦେଶର ଯେଉଁ ଦୃଢ଼ ବାର୍ତ୍ତା ଅଟେ ।
ଅନୁଚ୍ଛେଦ – ୪
ଯୋଗକୁ ହେଉ ବା ଦୁର୍ଯୋଗକୁ ହେଉ କୁରୁକୁଳର ଆଚାର୍ଯ୍ୟ ଦ୍ରୋଣ ଓ ପ୍ରତ୍ୟାଖ୍ୟାତ ଏକଲବ୍ୟ ମଧ୍ଯରେ ପୁଣି ଥରେ ସାକ୍ଷାତ୍ ହୋଇଚି । ଗୁରୁଙ୍କୁ ଚକିତକରି ଏକଲବ୍ୟ ତା’ର ବିଦ୍ୟାର ପରିଚୟ ଦେଇଚି । ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଏବଂ ବିଶ୍ଵାସ ବଳରେ କିପରି ପରମ୍ପରାଗତ ସକଳ ନିୟନ୍ତ୍ରଣକୁ ଲଂଘନ କରିଯାଇପାରେ, ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ତାହାରି ପରିଚୟ ଦେଇଚି । ଯେକୌଣସି ଆଚାର୍ଯ୍ୟ ଏଥରେ ଗୌରବାନ୍ବିତ ଅନୁଭବ କରିବାର କଥା । ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ଦ୍ରୋଣ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥାନ୍ତେ । ଗୁରୁ ଛାତ୍ରଠାରୁ ଶିଖୁଥାନ୍ତା, ପରମ୍ପରାର ନିର୍ମୋକ ଖସି ପଡ଼ିଥାନ୍ତା; ଦ୍ରୋଣାଚାର୍ଯ୍ୟଙ୍କ ଭିତରେ ଥିବା ଅସଲ ଗୁରୁ ସେଦିନ ନବଜନ୍ମ ଲାଭ କରିଥାଆନ୍ତା ।
କିନ୍ତୁ ମହାଭାରତକାର ବ୍ୟାସଦେବଙ୍କର କାବ୍ୟଦୃଷ୍ଟିରେ ହୁଏତ ଏତକ ସାହସ ନଥିଲା । ସାମାଜିକ ପ୍ରେୟ ଉପରେ ମାନବିକ (ଆଧ୍ୟାତ୍ମିକ ?) ଶ୍ରେୟର ବିପୁଳତାକୁ ଚିହ୍ନିନେବା ଲାଗି ସାହିତ୍ୟ ଦୃଷ୍ଟିରେ ଯେଉଁ ସାହସ ରହିବା ଦରକାର, ଓ ସେ ଏହି ଦୁଃସାହସର ଶାସ୍ତି ଦେବାକୁ ଏକ ସାହିତ୍ୟିକ ନ୍ୟାୟ ଖୋଜିବସିଲେ । ଏହି ଶାସ୍ତିକୁ ଏକ ଆବଶ୍ୟକତା ବୋଲି କଥା ସମ୍ପୂର୍ଣ୍ଣ ହେଲା । କୌଳିକତା ଜିତିଲା, କୁଳୀନତା ଜିତିଲା; କିନ୍ତୁ ଆଚାର୍ଯ୍ୟ ପଦର ଅପମାନ କରାଗଲା । ଫଳତଃ, ଜ୍ଞାନୀ-ଦ୍ରୋଣ ଦ୍ବେଷୀ-ଦ୍ରୋଣରେ ରୂପାନ୍ତରିତ ହେଲେ । ଆଚାର୍ଯ୍ୟ ଦ୍ରୋଣ ଆପଣାର ପ୍ରଧାନତମ ଆଚାରଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କଲେ ।
ତାଙ୍କ ଈର୍ଷା ତାଙ୍କର ଶ୍ରଦ୍ଧାଶୀଳତାକୁ ମାରିଦେଲା । ତାହାର ବଦଳରେ ସେ ଚତୁରତାକୁ ଆପଣାର ସର୍ବୋପାଦେୟ ସନ୍ତକ ରୂପେ ବ୍ୟବହାର କରିବାକୁ ବାହାରିଲେ । ଏକଲବ୍ୟକୁ ସେ ଗୁରୁଦକ୍ଷିଣା ମାଗିଲେ । ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଏକ ଧାତୁମୂଳ ସମ୍ବନ୍ଧ ରହିଚି । କିନ୍ତୁ ଏକଲବ୍ୟ ଓ ଦ୍ରୋଣଙ୍କର ଉପାଖ୍ୟାନରେ ଏଣିକି ଯେଉଁ ଦକ୍ଷିଣା ମାଗିବା ଓ ଦକ୍ଷିଣା ଦେବାର ଅଭିନୟ କରାଗଲା, ସେଥୁରେ ଦାକ୍ଷିଣ୍ୟ ଲାଗି କୌଣସି ସ୍ଥାନହିଁ ନଥଲା । ଦ୍ରୋଣ ଆଙ୍ଗୁଠି ମାଗିଲେ । ଏକଲବ୍ୟ ଆପଣା ହାତର ଆଙ୍ଗୁଠି କାଟିକରି ତାଙ୍କୁ ଦେଲା । ମହାଭାରତର ରଚୟିତା ବ୍ୟାସଦେବ କେଉଁ ଉଦ୍ଦେଶ୍ୟର ସାଧନ ବା କେଉଁ ଯୁକ୍ତିର ପ୍ରତିଷ୍ଠା ଲାଗି ଏପରି ଏକ ଦୃଶ୍ୟର ଅବତାରଣା କରାଇଲେ କେଜାଣି ? ଭାରତୀୟ ଶାସ୍ତ୍ରରେ ଗୁରୁଙ୍କୁ ପିତା ବୋଲି କୁହାଯାଇଛି ।
କେଉଁ ପିତା ପୁତ୍ରଠାରୁ ଆଙ୍ଗୁଠି ମାଗିଥାନ୍ତା ? ଯେଉଁ କବି ବା କଥାକାର ଆପଣାର କାବ୍ୟଗ୍ରନ୍ଥରେ ଏପରି ଏକ ଅଭିଆଣର ଭିଆଣ କରାଇଲେ, ସେହି କବି ପ୍ରକୃତରେ କେଉଁ ସାଂସ୍କୃତିକ ପରମ୍ପରାର ପ୍ରତିନିଧ୍ଵ କରୁଥିଲେ ? ଏ ଦେଶର ଇତିହାସରେ ପ୍ରକୃତରେ ଯଦି ସେପରି କୌଣସି ପରମ୍ପରା କୌଣସି ଯୁଗରେ ସମାଜର ସ୍ଵୀକୃତି ପାଇଥୁଲା, ଆଜି ସେହି ପରମ୍ପରାକୁ ଆପଣାର ବୋଲି କହି ମୁଁ କେତେଦୂର ଗର୍ବ ବା ଗୌରବ ଅନୁଭବ କରିପାରିବି ? ମୋର ସମାଜ ସହିତ ସମ୍ମିଳିତ ହେବା ଲାଗି ଏହି ପରମ୍ପରା ମୋତେ ପ୍ରକୃତରେ କେତେଦୂର ସତ୍ପ୍ରେରଣା ଦେଇପାରିବ ? – ଅନେକ ସମୟରେ ମୁଁ ଆପଣାକୁ ଏହିପରି ନାନା ପ୍ରଶ୍ନ ପଚାରିବି ।
ପ୍ରଶ୍ନବଳୀ :
୧. ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ପରମ୍ପରାର ନିୟନ୍ତ୍ରଣକୁ କିପରି ଲଙ୍ଘନ କରାଯାଇପାରିବ ?
(ଖ) ମହାଭାରତରେ ବ୍ୟାସଦେବଙ୍କଠାରେ କେଉଁ ପ୍ରକାର ସାହସ ନଥିଲା ?
(ଗ) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ କ’ଣ କରିଥା’ନ୍ତି ?
(ଘ) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ କି ସମ୍ପର୍କ ରହିଛି ?
୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ଜ୍ଞାନୀ-ଦ୍ରୋଣ ଦ୍ବେଷୀ-ଦ୍ରୋଣରେ ପରିଣତ ହେଲେ କାହିଁକି ?
(ଖ) କେଉଁ ଅଭିଆଣ କଥା ବ୍ୟାସଦେବ ଭିଆଇଲେ ?
(ଗ) ଲେଖକ କେଉଁ ପ୍ରଶ୍ନ ଆପଣାକୁ ପଚାରିବାକୁ କହିଛନ୍ତି ?
ନମୁନା ଉତ୍ତର
(କ) ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଏକଲବ୍ୟ ପରି ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଓ ବିଶ୍ଵାସ ବଳରେ ପରମକାର ପକଳ ନିୟନ୍ତ୍ରମନ୍ତ୍ର ଲଗାନ କଫନ କରିଯାଲପାଲିର |
(ଖ) ମହାଭାରତର ରଚୟିତା କବି ବ୍ୟାସଦେବଙ୍କଠାରେ ସାମାଜିକ ପ୍ରେୟ ଉପରେ ମାନବିକ ଅଥବା ଆଧ୍ୟାତ୍ମିକ ଶ୍ରେୟର ବିପୁଳତାକୁ ଚିହ୍ନି ନେବାର ଯେଉଁ ସାହିତ୍ୟିକ ଦୃଷ୍ଟିର ସାହସ ରହିବା ଉଚିତ, ସେହି ପ୍ରକାର କାବ୍ୟଦୃଷ୍ଟିକ ସାହସ ନଥିଲା ।
(ଗ) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥା’ନ୍ତେ । (ଘ) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଧାତୁମୂଳ ସମ୍ବଳ ରହିଛି ।
୨. (କ) ଦ୍ରୋଣାଚାର୍ଯ୍ୟ ଗୁରୁ ଓ ଆଚାର୍ଯ୍ୟ ପଦର ଅପମାନ କରି ତଳକୁ ଓହ୍ଲାଇ ଆଚାର୍ଯ୍ୟ ଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କରି ଏକଲବ୍ୟକୁ ଆଙ୍ଗୁଠିକୁ ଗୁରୁ ଦକ୍ଷିଣା ଭାବରେ ମାଗିଲେ – ଯାହାଦ୍ୱାରା ଜ୍ଞାନୀ- ଦ୍ରୋଣ ଦେଷୀ-ଦ୍ରୋଣରେ ପରିଣତ ହେଲେ ।
(ଗ) ଭାରତୀୟ ଶାସ୍ତ୍ରରେ ଗୁରୁ ପିତାବତ୍ । ଦ୍ରୋଣ ଗୁରୁ ପିତା ହୋଇ ପୁତ୍ରରୂପୀ ଶିଷ୍ୟ ଏକଲବ୍ୟଠାରୁ ଆଙ୍ଗୁଠି ମାଗିବା ପ୍ରସଙ୍ଗକୁ ଏକ ଅଭିଆଣ କଥା ଯାହା ବ୍ୟାସଦେବ ନିଜର କାବ୍ୟ-ଗ୍ରନ୍ଥରେ ଭିଆଇଲେ ।
(ଗ) ପିତାରୂପୀ ଗୁରୁ ପୁତ୍ରରୂପୀ ଶିଷ୍ୟଠାରୁ ଆଙ୍ଗୁଠି ଦକ୍ଷିଣା ମାଗି ନେଇପାରେ– ଏହି ଅଭିଆଣ ପରମ୍ପରାକୁ ଆପଣାର କରି ଗୌରବ ଅନୁଭବ କରିବା ଏବଂ ସାମାଜିକ ସ୍ତରରେ ଥିବା ଏପ୍ରକାର ଗୁରୁଦକ୍ଷିଣା ପରମ୍ପରାରେ ନିଜକୁ କେତେଦୂର ସମ୍ମିଳିତ କରି ଏ ଘଟଣାରୁ ସପ୍ରେରଣା ପାଇହେବ – ଏପ୍ରକାର ପ୍ରଶ୍ନ ଲେଖକ ପ୍ରତ୍ୟେକ ପାଠକ ଆପଣାକୁ ପଚାରିବାକୁ କହିଛନ୍ତି ।
ଅନୁଚ୍ଛେଦ – ୫
ପରବର୍ତ୍ତୀ କାଳରେ ଅର୍ଥାତ୍ ସ୍ଵାଧୀନତାପ୍ରାପ୍ତି ପରେ ତାଙ୍କ ସହିତ ଯେଉଁମାନେ କାମ କରିବାକୁ ଆସିଲେ ସେମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ । ପାଇବା ସମ୍ଭବ ନଥିଲା । ସେମାନେ ଥିଲେ ତାଙ୍କ ସୁଖର ସାଥୀ । ଅବଶ୍ୟ ଏହାର ବ୍ୟତିକ୍ରମ ଅଛି । ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ରମାଦେବୀ ଆଗେ ଆଗେ ଚାଲିଛନ୍ତି । ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥତିକୁ ଭ୍ରୂକ୍ଷେପ ନ କରି ଚାଲିଛନ୍ତି । ସେହି ବେଶରେ ତାଙ୍କୁ ଯିଏ ଦେଖୁଛି ସେ ତାଙ୍କ ବିଷୟରେ ଯେମିତି କହିବ ଅନ୍ୟମାନେ କିଭଳି ବା କହିବେ ? ଯେଉଁମାନେ ତାଙ୍କୁ ପ୍ରକୃତ ଅର୍ଥରେ ଜାଣନ୍ତି, ସେମାନଙ୍କ ଭିତରୁ ଯିଏସବୁ ଲେଖ୍ ଜାଣନ୍ତି ତାଙ୍କରି ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁଦେଲେ ଓଡ଼ିଆ ଭାଷାରେ ତାହା ହୋଇଯାଆନ୍ତା ଗୋଟିଏ ଉଲ୍ଲେଖଯୋଗ୍ୟ ଜୀବନୀ ପୁସ୍ତକ ।
ସେଭଳି ଉଦ୍ୟମ ଏ ପର୍ଯ୍ୟନ୍ତ ହେଲା ନାହିଁ । ଯେଉଁମାନେ ଦେଶପ୍ରେମରେ ଉଦ୍ବୁଦ୍ଧ, ଦେଶର ମୁକ୍ତି ସଂଗ୍ରାମରେ ଯୋଗଦେଇ କିଛି ତ୍ୟାଗ କରିଛନ୍ତି; ଦରିଦ୍ରର ଭାଷା ବୁଝିପାରନ୍ତି, ଜାତି, ଧର୍ମ, ଭାଷାର ଊର୍ଦ୍ଧ୍ବକୁ ଯାଇ ନିଜକୁ ମାନବଧର୍ମୀ ବୋଲି ବିଚାରିବାକୁ କିଛିଦୂର ସମର୍ଥ ହୋଇଛନ୍ତି– ସେହିମାନଙ୍କ ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁବେ ବୋଲି ମୁଁ ତ ଏହି ୧୯୮୩ ପର୍ଯ୍ୟନ୍ତ ଆଶା ରଖୁଛି । ସେ ଆଶା ପୂରଣ ହେବ କି ନାହିଁ ତାହା ଭବିଷ୍ୟତହିଁ କହିବ ।
ଏବେ ସେ ଗୋଟିଏ ସାପ୍ତାହିକ ପତ୍ରିକାରେ ତାଙ୍କ କଥା ଲେଖୁଛନ୍ତି । ତାହାର ଆବଶ୍ୟକତା ନିଶ୍ଚୟ ରହିଛି । ସେ ଗୋଟାଏ ଖୁବ୍ ଭଲ କାମ କରୁଛନ୍ତି; କିନ୍ତୁ ସେଇଟା ତାଙ୍କ ଜୀବନୀ ନୁହେଁ । ରଙ୍ଗମଞ୍ଚରେ ଅଭିନୟ କଲାବେଳେ ଦର୍ଶକହିଁ କହିପାରିବେ ସେ କିଭଳି କ’ଣ କରୁଚି – ସେ ନିଜେ ଯେତେ ଉଦ୍ୟମ କଲେ ବି କହିପାରିବ ନାହିଁ । ରମାଦେବୀ ନିଜ ବିଷୟରେ କେତେଦୂର କ’ଣ ଲେଖୁବେ ? ଏମିତି ହୋଇପାରେ ଯେ, ସେ କେତେକ ଦୃଷ୍ଟିରୁ ନିଜକୁ ଚିହ୍ନି ନାହାନ୍ତି; ଅର୍ଥାତ୍ ତାଙ୍କ ସାଧନା ଓ କର୍ମର ଫଳ ଓଡ଼ିଶାର ଜନସାଧାରଣଙ୍କ ଉପରେ କିଭଳି ପ୍ରଭାବ ପକାଇଛି ସେ କେମିତି ଜାଣିବେ ? ଯେତେବେଳେ ଆତ୍ମଜୀବନୀ ହେଉଛି ନିଜକୁ ଜଣେ ନିଜେ ଯାହା ଦେଖୁଛି ବା ଜାଣିଛି ତାହାର ବର୍ଣ୍ଣନା ମାତ୍ର । ତାହା କଦାପି ଜୀବନୀର ସ୍ଥାନ ପୂରଣ କରିଦେଇ ପାରିବ ନାହିଁ । ଲେଖକର ଯେଉଁ ଯୋଗ୍ୟତା ଏହି ସମ୍ପର୍କରେ ଏଠାରେ ଉଲ୍ଲେଖ କରି ସେହି ଯୋଗ୍ୟତା ନଥିବା ଜଣେ ପ୍ରସିଦ୍ଧ ଲେଖକ ଯେତେ କସରତ କଲେ ମଧ୍ୟ ସଫଳ ହୋଇପାରିବ ନାହିଁ ।
ଓଡ଼ିଆ ଭାଷାରେ ପ୍ରକାଶିତ କେତୋଟି ଜୀବନୀ ଅତି ଖରାପ ହୋଇଛି, ତାହା ଆମେ ସମସ୍ତେ ଊଣା ଅଧିକେ ଜାଣୁ । ଏ ପୁସ୍ତକରେ ମୁଁ ରମାଦେବୀଙ୍କ ଜୀବନୀ ବା ତାଙ୍କ କୃତି ବିଷୟରେ ଲେଖୁନାହିଁ । ତାଙ୍କ ସହିତ ମିଶି ଓ ତାଙ୍କ ନିର୍ଦ୍ଦେଶ ବା ଇଚ୍ଛା ଅନୁସାରେ କାମ କରିବାର ସୁଯୋଗ ମତେ ମିଳିଛି ।
ପ୍ରଶ୍ନବଳୀ :
୧. ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ କେଉଁମାନେ ସୁଯୋଗରୁ ବଞ୍ଚିତ ହେଲେ ?
(ଖ) ରମାଦେବୀଙ୍କ ଜୀବନୀ ପୁସ୍ତକ କିଏ ଲେଖୁବା ଉଚିତ ?
(ଗ) ବାଲେଶ୍ଵରରେ ଲବଣ ଆଇନ ଅମାନ୍ୟ ବେଳେ ତାଙ୍କ ପଛରେ କେଉଁମାନେ ପୁଲିସର ଉପସ୍ଥିତିକୁ ଭୃକ୍ଷେପ ନ କରି ଚାଲିଥିଲେ ?
(ଘ) ଲେଖକର ଯୋଗ୍ୟତା ନ ଥାଇ ଜଣେ ଲେଖିଲେ କ’ଣ ହୁଏ ?
୨. ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ଜୀବନୀର ସ୍ଥାନ କାହିଁକି ପୂରଣ ହୋଇପାରିବ ନାହିଁ ?
(ଖ) ଆତ୍ମଜୀବନୀ କହିଲେ କ’ଣ ବୁଝାଏ ?
(ଗ) ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀ ଗ୍ରନ୍ଥ ଖରାପ ହେବାର କାରଣ କ’ଣ ?
ନମୁନା ଉତ୍ତର :
(କ) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ ତାଙ୍କ ସହିତ ଯେଉଁମାନେ ସୁଖର ସାଥୀ ରୂପରେ କାମ କରିବାକୁ ଆସିଥିଲେ ସେହିମାନେ ଜାଣିବାର ସୁଯୋଗ ପାଇଲେ ନାହିଁ ।
(ଖ) ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ନେତୃତ୍ଵ ନେଇ ଆଗେ ଆଗେ ଚାଲିଥିବା ରମାଦେବୀଙ୍କୁ ଯେଉଁମାନେ ପ୍ରକୃତ ଅର୍ଥରେ ଜାଣନ୍ତି ପ୍ରତ୍ୟକ୍ଷ ଦେଖୁଛନ୍ତି ଓ ଯେଉଁମାନେ ଦେଶପ୍ରେମୀ, ତ୍ୟାଗୀ, ଭିତରୁ ଜଣେ ରମାଦେବୀଙ୍କ ଜୀବନୀ ଲେଖୁବା ଉଚିତ ।
(ଗ) ବାଲେଶ୍ବରରେ ଲବଣ ଆଇନ ଅମାନ୍ୟବେଳେ ତାଙ୍କ ପଛରେ ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥିତିକୁ ଭ୍ରୂକ୍ଷେପ ନ କରି ଚାଲିଥିଲେ ।
(ଘ) ଲେଖକର ଯୋଗ୍ୟତା ନ ଥାଇ ଜଣେ ଯେତେ କସରତ କଲେ ମଧ୍ୟ ଲେଖକ ଭାବରେ ସଫଳ ହୋଇପାରିବ ନାହିଁ ।
୨. (କ) ଜୀବନୀ ଦେଖୁଥିବା ବ୍ୟକ୍ତିର ଅନୁଭବଦ୍ଵାରା ସଫଳ ହୋଇଥାଏ । ଆତ୍ମଜୀବନୀରେ ଲେଖକ ନିଜକୁ ନିଜେ ଦେଖୁ, ଚିହ୍ନି ଜାଣି ଲେଖୁଥିବାରୁ ଜୀବନୀର ସ୍ଥାନ ଆତ୍ମଜୀବନୀ ପୂରଣ କରିପାରିବ ନାହିଁ ।
(ଖ) ଆତ୍ମଜୀବନୀ ହେଉଛି ନିଜେ ଲେଖକ ନିଜକୁ ନିଜେ ଯେପରି ଦେଖୁଛି, ଯାହା ନିଜ ବିଷୟରେ ଜାଣିଛି ତାହାର ବର୍ଣ୍ଣନା ମାତ୍ର ।
(ଗ) ନିଜ ବିଷୟରେ ଲେଖକ ଠିକ୍ ଦେଖ୍ କହିପାରିବ ନାହିଁ । ନିଜ ବିଷୟରେ କ’ଣ କେତେଦୂର ଲେଖିହେବ ଓ ଲେଖାରେ ନିଜ ବ୍ୟକ୍ତିତ୍ଵର ପ୍ରଭାବଶାଳୀ ଦିଗକୁ ଜାଣିବା ଓ ପ୍ରକାଶ କରିବା ସହଜ ନୁହେଁ । ଏହି କାରଣରୁ ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀ ଗ୍ରନ୍ଥ ଖରାପ ହୋଇଛି ।