Odisha State Board CHSE Odisha Class 11 Odia Solutions Grammar ସମ୍ବାଦ ଲିଖନ Exercise Questions and Answers.
CHSE Odisha Class 11 Odia Grammar ସମ୍ବାଦ ଲିଖନ
୨. ସମ୍ବାଦ ଲିଖନ :
‘ସଂପାଦକଙ୍କୁ ପତ୍ର’ ଏକ ସ୍ଵତନ୍ତ୍ର ଲିଖନ କଳା :
ବ୍ୟକ୍ତିଗତ ପତ୍ର, ଆଫିସିକ ପତ୍ର ଓ ବାଣିଜ୍ୟିକ ପତ୍ର ନିର୍ଦ୍ଦିଷ୍ଟ ବ୍ୟକ୍ତି, ପଦବୀଧାରୀ ଓ ସଂସ୍ଥାଠାରୁ ଉଦ୍ଦେଶ୍ୟ ଭିଭିରେ ପ୍ରତିକ୍ରିୟା, ସମୂହ ସ୍ଵାର୍ଥ, ସମୂହ ଉଦ୍ଦେଶ୍ୟ ଓ ସାର୍ବଜନୀନ ଗଣ ସଚେତନତା ନିମନ୍ତେ ଏ ଶ୍ରେଣୀୟ ପତ୍ରର ମହନୀୟ ଭୂମିକା ରହିଛି । ସମ୍ପାଦକଙ୍କୁ ପତ୍ରରେ ସ୍ଥାନୀୟ ସମସ୍ୟା, ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବାଦ ବିଷୟରେ ପ୍ରତିକ୍ରିୟା, ପାରମାର୍ଶିକ ତଥ୍ୟ ବିଚାର ପ୍ରଦାନ, ପ୍ରକାଶିତ ସମ୍ବାଦ ବିଷୟରେ ସମର୍ଥନସୂଚକ – ଅଭିଯୋଗସୂଚକ – ନିନ୍ଦା ଓ ପ୍ରଶଂସାମୂଳକ ପତ୍ର ବିନିମୟ ପ୍ରସଙ୍ଗ ଭାବରେ ଉପସ୍ଥାପନ ହୋଇଥାଏ ।
ନିରପେକ୍ଷତା ଓ ସମୂହ ପ୍ରୟୋଜନକୁ ଦେଖ୍ ସମ୍ପାଦକ ପ୍ରକାଶ କରିବା ହେବେ । ତେଣୁ ଏ ଧରଣର ପତ୍ରରେ ବ୍ୟକ୍ତିଗତ ସ୍ପର୍ଶ ଓ ଭାବନାସମୂହ ଭାବନାମୂଳକ ହୋଇ ଲେଖାଯିବା ଉଚିତ । ତେଣୁ ଯେଉଁ ପତ୍ରରେ ବସ୍ତୁନିଷ୍ଠ ତଥ୍ୟ, ସାଂପ୍ରତିକ ସମସ୍ୟା, ସତ୍ୟାଶ୍ରୟୀ ପ୍ରସଙ୍ଗ ଓ ବୌଦ୍ଧିକ ଚିନ୍ତାଧାରା ପ୍ରକାଶ ପାଇଥାଏ, ସେହି ପ୍ରକାରର ପତ୍ରକୁ ଉପଯୁକ୍ତ ସଂପାଦକଙ୍କୁ ପତ୍ର ବା ଓ ଏଥୂ ନିମନ୍ତେ ସେ ସ୍ପଷ୍ଟୀକରଣ ମଧ୍ୟ ଘୋଷଣା କରିଥା’ନ୍ତି । ଏହି ଶ୍ରେଣୀୟ ସମ୍ବାଦ ଲିଖନ କୌଶଳ ବିଷୟରେ ସଂକ୍ଷିପ୍ତରେ ଧାରଣା ଦିଆଗଲା ।
- ସାମୂହିକ ସମସ୍ୟା, ଦୈବୀ ଦୁର୍ବିପାକ, ମୂଲ୍ୟବୋଧ, ମାନବୀୟ ସମ୍ବେଦନା ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ସମ୍ବାଦ ହେବା ବିଧେୟ ।
- ସମ୍ବାଦ ଲିଖନ ସମୟରେ ସ୍ପଷ୍ଟ, ସରଳ, ସିଧାସଳଖ ଓ ବୋଧଗମ୍ୟ ଭାଷା ବ୍ୟବହୃତ ହେବା ବାଞ୍ଛନୀୟ ।
- ବିଷୟବସ୍ତୁ ପୂର୍ଣାଙ୍ଗ ଲେଖାଯିବା ଉଚିତ ।
- ସମ୍ବାଦ ବାସ୍ତବ, ସଠିକ, ଚିନ୍ତାମୂଳକ ଓ ଯଥାର୍ଥ ହେବା ଉଚିତ ।
- ସମ୍ବାଦର ବିଷୟବସ୍ତୁ ପୂର୍ଣ୍ଣାଙ୍ଗ ହୋଇଥିବା ବିଧେୟ ।
- ସମ୍ବାଦ ଲିଖନ କାଳରେ ଶଈର୍ଷକ (ଶିରୋନାମା), ସୂଚନା, ବିବରଣୀ ଓ ସମାପ୍ତି ଉପରେ ଗୁରୁତ୍ବ ଦିଆଯିବା ବିଧେୟ ।
(୧) ଶୀର୍ଷକ (Heading) : ସମ୍ବାଦର ଶୀର୍ଷକ ଚମତ୍କାର ଓ ଆକର୍ଷଣୀୟ ହେବା ଉଚିତ, ଯାହାକି ସମଗ୍ର ଘଟଣାର ସଂକ୍ଷିପ୍ତ ସାରକୁ ପ୍ରତିଫଳିତ କରିପାରୁଥବ ।
(୨) ସୂଚନା : ଏହା ଶିରୋନାମା ତଳେ ସାମାନ୍ୟ ମୋଟା ଓ ଛୋଟ ଅକ୍ଷରରେ ଲେଖାଯାଇଥାଏ, ଯାହାକି ମୂଳ ଘଟଣାର ପରିଚୟ ପ୍ରଦାନ କରେ । ଏହା ସଂକ୍ଷିପ୍ତ ତଥା ଆକର୍ଷଣୀୟ ହେବା ଉଚିତ । ଏହା ଲେଖିଲାବେଳେ ସାମ୍ବାଦିକ କିଏ (Who), କ’ଣ (What), କେତେବେଳେ (When), କେଉଁଠାରେ (Where) ଏବଂ କାହିଁକି (Why) ଆଦି ୫ଟି ବିଷୟ ଉପରେ ଗୁରୁତ୍ଵ ଦେବା ଉଚିତ ।
(୩) ବିବରଣୀ : ଉପଯୁକ୍ତ ବିବରଣୀ ଉପସ୍ଥାପନ ନ ହେଲେ ସମ୍ବାଦ ପରିବେଷଣ ଚମତ୍କାର ହୋଇପାରେନା ।
(୪) ସମାପ୍ତି : ସମ୍ବାଦର ସମାପ୍ତି ଯଥୋପଯୁକ୍ତ ହେଲେ ତାହା ପାଠକକୁ ଅଧିକ ଆକର୍ଷିତ କରେ ।
ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :
ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରାୟ ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଦେବାକୁ ହେବ ।
୧। ତୁମ ଅଞ୍ଚଳରେ ହଇଜା ବ୍ୟାପୁଥିବାର ଏକ ସମ୍ବାଦ ଲେଖି କୌଣସି ଦୈନିକ ଖବରକାଗଜକୁ ପଠାଅ ।
ଉତ୍ତର :
ସମୟ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭୁବନେଶ୍ଵର ।
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେ ସ୍ଥାନିତ କରିବାକୁ ଅନୁରୋଧ ।
ରାମଚନ୍ଦ୍ର ବିଶ୍ବାଳ
ଗୋପିଆକୁଦ
ଅଣନ୍ତେଲା ଯୋଗ୍ମ ଦୃକଲା ତ୍ୟାପ୍ଛି
ଜଗତ୍ସିଂହପୁର ଜିଲ୍ଲା, ଗୋପିଆକୁଦ ଅଞ୍ଚଳରେ ହଇଜା ରୋଗ ବ୍ୟାପିବାରେ ଲାଗିଛି । ଏଠାରେ ଏକ ସପ୍ତାହ ଧରି ୧୦ ଜଣରୁ ୧୫ ଜଣ ଲୋକ ହଇଜା ରୋଗରେ ପୀଡ଼ିତ ହୋଇ, ନିକଟସ୍ଥ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ୪ ଜଣ ଘରକୁ ଫେରିଲେ ମଧ୍ୟ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ଏଣେ ଗାଁରେ ଆଉ କେତେ ଜଣ ହଇଜା ରୋଗରେ ଆକ୍ରାନ୍ତ ହୋଇ, ଘରୋଇ ଭାବେ ଚିକିତ୍ସିତ ହେଉଛନ୍ତି । ଏଭଳି ରୋଗ ବ୍ୟାପିବାର କରୁଛନ୍ତି ।
ପାଣି ସିଝାଇ ପିଇଲା ଭଳି ସଚେତନତା ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇନାହିଁ । ଫଳରେ ଏହି ଅଞ୍ଚଳର ଗଣ୍ଡକିପୁର, ମାଳହଙ୍କା, ଉଆସଡ଼ିହ ଆଦି ଗ୍ରାମରେ ଆତଙ୍କ ଖେଳିଯାଇଛି । ଏପରିକି ସେହି ଗ୍ରାମକୁ ବାହାର ଗ୍ରାମରୁ ବନ୍ଧୁବାନ୍ଧବଙ୍କ ଯିବା ଆସିବା ମଧ୍ୟ ବନ୍ଦ ହୋଇଯାଇଛି । ତାହେଲେ ରୋଗକୁ ନିୟନ୍ତ୍ରଣ କରାଯାଇପାରନ୍ତା । ସ୍ବାସ୍ଥ୍ୟ ବିଭାଗ ଏଥପ୍ରତି ଦୃଷ୍ଟି ନ ଦେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି
୨। ତୁମ ମହାବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ବିବରଣୀର ଏକ ସମ୍ବାଦ ପ୍ରସ୍ତୁତ କର ।
କିମ୍ବା, ତୁମ ମହାବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଏକ ସମ୍ବାଦ ପ୍ରସ୍ତୁତ କର ।
ଉତ୍ତର :
ସମାବଳ,
ସମ୍ବାଦ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ଵର-୧୦
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେ ସ୍ଥାନିତ କରିବାକୁ ଅନୁରୋଧ ।
ଶାଶ୍ଵତା ମହ୍ତାକୁଡ଼
ସଭାପତି, ଛାତ୍ରୀ ସଂସଦ
ପଆଁୟତ ମହିଳା ମହାବିଦ୍ୟାଲଗ୍ନ, ବାଲଁଥା
ପଞ୍ଚୟତ ମଦିନା ମଦ୍ରାବିଦ୍ୟାଳକର ବାପକ ଭମବ
କୁଜଙ୍ଗ ବ୍ଲକ ଅଧୀନରେ ଏକ ଉଲ୍ଲେଖଯୋଗ୍ୟ ଶିକ୍ଷାନୁଷ୍ଠାନ, ପଞ୍ଚାୟତ ମହିଳା ମହାବିଦ୍ୟାଳୟ, ବାଲିଆ । ଗତ ତା ୧୪.୪.୨୦୧୬ ରିଖ, ସୋମବାର ଛାତ୍ରୀ ସଂସଦର ସଭାପତି, ଶାଶ୍ଵତୀ ମହାକୁଡ଼ଙ୍କ ପ୍ରଚେଷ୍ଟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗ ଦେଇଥିଲେ, ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଡକ୍ଟର ବିଭୁତି ମିଶ୍ର । ପୁନଶ୍ଚ ଛାତ୍ରମାନଙ୍କୁ ଉଦ୍ବୋଧନ ଦେବାକୁ, ମୁଖ୍ୟଅତିଥୁ ଭାବେ ଯୋଗ ଦେଇଥିଲେ ଡି.ଏଲ୍.ସି. ନିରୁପମା ପଣ୍ଡା । ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଚଳଚ୍ଚିତ୍ର ଜଗତର ଅଭିନେତା ତଥା ଅଧ୍ୟାପକ ବିକାଶ ଲେଙ୍କା ।
ସ୍ଵାଗତ ସଙ୍ଗୀତ ଗାନ ପରିବେଶକୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଛାତ୍ରୀ ସଂସଦର ସଭାପତି ଶାଶ୍ୱତୀ ମହାକୁଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ରୀନା ମହାନ୍ତି ଅତିଥ୍ଙ୍କର ପରିଚୟ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ଶେଷରେ ଛାତ୍ରୀମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ସହଯୋଗ କରି ଉତ୍ସବଟିକୁ ସରସ ସୁନ୍ଦର କରିଥିଲେ ।
୩। ଦୁର୍ନୀତିଖୋର ସରପଞ୍ଚଙ୍କ ଯୋଗୁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଆଗେଇ ପାରୁନଥିବାରୁ ଏକ ସମ୍ବାଦ ଲେଖ ।
ସମ୍ପାଦକ,
ସମାଜ, ଗୋପବନ୍ଧୁ ଭବନ, କଟକ-୧
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେ ସ୍ଥାନିତ କରିବାକୁ ଅନୁରୋଧ ।
ଭଗବାନ ପଣ୍ଡା
ମଲଂରାଲପୁର
ସ୍ମବିଧାବାଦା ସରପଞ୍ଚ
ମଙ୍ଗରାଜପୁର ପଞ୍ଚାୟତ, କୁଜଙ୍ଗ ବ୍ଲକ ଅଧୀନରେ ଥିବା ବଡ଼ ପଞ୍ଚାୟତ । ଏହି ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ଦଶ ହଜାରରୁ ଅଧ୍ବକ ହେବ । ଦୀର୍ଘଦିନରୁ ଏହି ପଞ୍ଚାୟତରେ ସରକାରୀ ସ୍ତରରେ ଗ୍ରାମୀଣ ବିକାଶ ଯୋଜନା ଅତି ସଫଳ ଭାବେ କାର୍ଯ୍ୟ କରି ଆସୁଥିଲା । ମାତ୍ର ବର୍ତ୍ତମାନର ସରପଞ୍ଚ ଏହି ଯୋଜନାକୁ ସୁଚାରୁ ରୂପେ ପରିଚାଳନା କରୁନାହାଁନ୍ତି । ଗ୍ରାମର ବିକାଶ ପାଇଁ ଓ ଗରିବ ଲୋକଙ୍କ ଥଇଥାନ ପାଇଁ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା ସରପଞ୍ଚଙ୍କ ସୁପାରିସରେ ଆସୁଥିବାରୁ, ସରପଞ୍ଚ ବେଶ୍ ଫାଇଦା ଉଠାଉଛନ୍ତି । ଏପରିକି ଯେଉଁମାନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦିଆଯାଉଛି,
ପାଇବା କଥା, ସେମାନଙ୍କୁ ଦେବାପାଇଁ ସୁପାରିସ କରୁନାହାଁନ୍ତି; ମାତ୍ର ଯେଉଁମାନେ ଭତ୍ତା ପାଇବା କଥା ନୁହେଁ, ସେମାନେ ସରପଞ୍ଚଙ୍କ ସୁପାରିସରେ ତାହା ପାଉଛନ୍ତି ।
କୌଣସି ସ୍ଥାନରେ ସାହି ସାହି ମଧ୍ୟରେ ଗଣ୍ଡଗୋଳ ଲାଗିଲେ, ସରପଞ୍ଚ ତାହାର ଆପୋସ ମିଳାମିଶା ନ କରି, ବରଂ ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ସହାୟ ହେଉଛନ୍ତି । ବିଶେଷକରି ଯେଉଁମାନେ ତାଙ୍କ ରାଜନୈତିକ ଦଳର ବ୍ୟକ୍ତି, ସେମାନଙ୍କ ପ୍ରତି ସରପଞ୍ଚ ଅଲଗା ବ୍ୟବସ୍ଥା କରୁଛନ୍ତି । ଗ୍ରାମ୍ୟ ସଡ଼କ ଯୋଜନାରେ, ତାଙ୍କ ସାନଭାଇକୁ କାମ କରିବାର ଦାୟିତ୍ଵ ଦେଇ, ସେ ନିମ୍ନମାନର କାମ କରାଇଛନ୍ତି । ସାଧାରଣ ଗରିବ ଲୋକଙ୍କୁ ସେ ବହୁ ଭାବରେ ଶୋଷଣ କରି ଡରାଇ ରଖିଛନ୍ତି । ତାଙ୍କ ବିରୁଦ୍ଧରେ ଉପର ସ୍ତରକୁ ଦରଖାସ୍ତ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଯଦି ଏହିଭଳି ସରପଞ୍ଚ ଦୀର୍ଘଦିନ ଧରି ଆମ ଅଞ୍ଚଳରେ ରହିବେ, ତାହେଲେ ଆମ ପଞ୍ଚାୟତକୁ ସରକାରୀ ସ୍ତରରେ ଆସୁଥିବା ଯୋଜନା ଯଥାର୍ଥ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ।
୪ । ଜାଗର ଉପଲକ୍ଷେ ଗାଁରେ ଅନୁଷ୍ଠିତ ସାତ ରାତି ବାଦୀପାଲା ବିଷୟରେ ସମ୍ବାଦଟିଏ ଲେଖ ।
ଉଉର :
ସମ୍ପାଦକ,
ଧରିତ୍ରୀ, ବି-୨୬, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ୱର -୧୦
ଏ ସମ୍ବାଦଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ଲାଗି ପ୍ରେରଣ କରୁଛୁ । ଆପଣ ଆମ ଅଞ୍ଚଳର ଏହି ବିଶେଷ ସମ୍ବାଦଟିକୁ, ଆପଣଙ୍କ ଖବରକାଗଜରେ ପ୍ତକାଶ କରିବାପାଇଁ ଅନୁରୋଧ ।
ସନ୍ତ୍ରରାରେ ବାଦାମାଳା
ଜଗତ୍ସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍ର ସନ୍ତରା ଗ୍ରାମରେ ତା୨.୨.୧୬ରିଖ ମଙ୍ଗଳବାରଠାରୁ ତା ୮.୨.୧୬ରିଖ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ବାଦୀପାଲା ପରିବେଷଣ କରାଯାଇ, ପାଲା ସଂସ୍କୃତିର ମର୍ଯ୍ୟାଦା ରକ୍ଷା କରାଯାଇଛି । ସନ୍ତରାର ଗାଦିମଠରେ ଦୀର୍ଘଦିନ ହେଲା ଜାଗର ଯାତ୍ରା କରାଯାଉଛି । ଏହି ଯାତ୍ରାରେ ଭକ୍ତମାନେ ଆସି ଜାଗର ଜାଳିବା ସହିତ, ନିରଞ୍ଜନ କର, ଜଗନ୍ନାଥ ମିଶ୍ର, ରାଘବ ସୁବୁଦ୍ଧି, ନିତ୍ୟାନନ୍ଦ ବେଉରା, ନିରଞ୍ଜନ ପଣ୍ଡା, ପ୍ରମିଳା ରଥ, ଚିନ୍ମୟୀ ପଣ୍ଡା, ଜାଗୃତି ସେନ ପ୍ରଭୃତି ଗାୟକ/ ଗାୟିକାମାନେ ପୁରାତନ ପାଲା କଥାବସ୍ତୁକୁ, ନୂତନ ଶୈଳୀରେ ଉପସ୍ଥାପନ କରିଛନ୍ତି ।
ପୁନଶ୍ଚ ସେମାନଙ୍କ ୫ମଧ୍ୟରେ ଯେଉଁ ପ୍ରଶ୍ନୋତ୍ତର ବା ବାଦବିବାଦ ଲାଗି ରହେ, ତାହାର ସମାଧାନ ମଧ୍ୟ ସେମାନେ କରନ୍ତି । ଜାଗର ମେଳାରେ ଭକ୍ତମାନେ ପାଲା ଦେଖି ରାତି ଉଜାଗର ରହି ଜାଗର ଜାଳିଛନ୍ତି । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଉତ୍ସାହୀ ଯୁବକ, ଅଶୋକ ପାଣି, କ୍ଷୀରୋଦ ସାମଲ, ବିଭୁରଞ୍ଜନ ଜେନା, ଶାଶ୍ୱତ ସାମନ୍ତରାୟ, ସମୀର ଛାଟୋଇ ଆଦି ପରିଚାଳନା କରିଥିଲେ । ଉଦ୍ଯାପନ ଉତ୍ସବ ଦିନ ସାଂସଦ ଓ ବିଧାୟକ ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେବା ସହିତ, ପାଲା ପରିବେଷଣକାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ ।
୫ । ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଯୌତୁକଜନିତ ଅପରାଧକୁ ନେଇ କୌଣସି ଖବରକାଗଜକୁ ଏକ ସମ୍ବାଦ ପଠାଅ ।
ଉତ୍ତର :
ର୍ସମାଦକ,
ପ୍ରଗତିବାଦୀ, ମଞ୍ଚେଶ୍ଵର ଶିଳ୍ପାଞ୍ଚଳ, ଭୁବନେଶ୍ଵର
ମହାଶୟ,
ଏ ସମ୍ବାଦଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ଲାଗି ପ୍ରେରଣ କରୁଛୁ । ଆପଣ ଆମ ଅଞ୍ଚଳର ଏହି ବିଶେଷ ସମ୍ବାଦଟିକୁ, ଆପଣଙ୍କ ଖବରକାଗଜରେ ପ୍ତକାଶ କରିବାକୁ ଅନୁରୋଧ ।
ଦ୍ରରେକ୍ତଯ ଦାସ
ବରଦା
ବଧ୍ନନିମ୍ନାତନା ଅରିମୋଗରେ ଶାଶୁ ଗିରଫ
ରଘୁନାଥପୁର, କିଶନ ନଗର ଥାନା ଅନ୍ତର୍ଗତ ବରଦା ଗ୍ରାମରେ ବୋହୂକୁ ନିର୍ଯାତନା ଅଭିଯୋଗରେ ଜନୈକ ଶାଶୁ ଗିରଫ ହୋଇଛନ୍ତି । ଏହି ଘଟଣାରେ ସ୍ବାମୀ ଓ ଶ୍ଵଶୁର ଫେରାର ଅଛନ୍ତି । ୨୯)ଙ୍କର କିଶନ ନଗର ଥାନା ଅନ୍ତର୍ଗତ ବରଦା ଗ୍ରାମର କୁମର ସେଠୀଙ୍କ ପୁଅ ପ୍ରତାପକୁମାରଙ୍କ ସହିତ ୨୦୧୫ ଜୁନ୍ ୧୭ ତାରିଖରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ କନ୍ୟାଘର ପକ୍ଷରୁ ଯୌତୁକ ପ୍ରଦାନ କରାଯାଇଥିଲା । ତେବେ ଗତ କିଛି ଦିନ ହେଲା, ଚପଳାକୁ ତା’ର ସ୍ବାମୀ, ଶାଶୁ, ଶ୍ୱଶୁର ଅର୍ଧ ଯୌତୁକ ଆଣିବାକୁ କହି କରାଯାଇଥିଲା । ଦଇବ କୃପାରୁ କିରୋସିନି ଢାଳିବା ସମୟରେ ଗୁହାଳ ଘରୁ ମାରଣା ଗାଈଟି ଫିଟି ଆସିବାରୁ ଶାଶୁ ଓ ନଣନ୍ଦ ଏଥିରେ ସଫଳ ହୋଇପାରିଲେ ନାହିଁ ।
ସୁଯୋଗ ଦେଖି ଚପଳା ଭାଇ ପ୍ରଫୁଲ୍କୁ ଫୋନ୍ କରିଥିଲା ଓ ପଡ଼ିଶା ଘରକୁ ଦୌଡ଼ି ପଳାଇଥିଲା । ସେତେବେଳକୁ ତା’ ଦେହସାରା କିରୋସିନି ଝରୁଥିଲା । ଭାଇ ପ୍ରଫୁଲ୍ଲ ଆସି ଚପଳାକୁ ଘରକୁ ନେଇ ଯାଇଥିଲା । ଏ ବିଷୟରେ ନିଜେ ଚପଳା କିଶନ ନଗର ଥାନାରେ ଏତଲା ଦେଇଛନ୍ତି । ଘଟଣାରେ ପୋଲିସ୍ ଶାଶୁକୁ ଗିରଫ କରିଛନ୍ତି । କେସ୍ ନଂ – ୧୦୪/୦୬, ପୋଲିସ୍ ଏଯାବତ୍ ଯୌତୁକ ସାମଗ୍ରୀ ଜବତ କରିଥିଲେ ବି ଚପଳାଙ୍କ ସ୍ବାମୀ, ଶ୍ୱଶୁର ଓ ନଣନ୍ଦଙ୍କୁ ଗିରଫ କରିପାରି ନାହାଁନ୍ତି । ନାରୀ ନିର୍ଯାତନା ଓ ବଧୂ ନିର୍ଯାତନାକାରୀଙ୍କ ପ୍ରତି କଠୋର ଦଣ୍ଡ ନ ମିଳୁଥିରୁ ଏ ପ୍ରକାର ଘଟଣା ବଢ଼ିଚାଲିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
୬ | ଖରାଦିନେ ବାରମ୍ବାର ବିଜୁଳି କାଟିବା ଉପରେ ଏକ ସମ୍ବାଦ ଲେଖ ।
ଉତ୍ତର :
ସମ୍ବାଦ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ଵର-୧୦
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେସ୍ଥାନିତ କରିବାକୁ ଅନୁରୋଧ ।
ବିକୁଲିଭ ଲୁଚକାଳି ଖେଳ
ବର୍ତ୍ତମାନ ସମୟରେ ବିଜୁଳି ବା ଇଲେକ୍ଟ୍ରିର ଉପାଦେୟତା ସମସ୍ତେ ଅନୁଭବ କରୁଛନ୍ତି । ବିଜୁଳି ଆମ ବଞ୍ଚିବା ଓ ସହଜ ସରଳ ଭାବରେ ଜୀବନଧାରଣ କରିବାର ଏକ ପ୍ରମୁଖ ମାଧ୍ୟମ ହୋଇଗଲାଣି । ଆମର କୁଜଙ୍ଗ ବ୍ଲକ୍ ଅଧୀନରେ ଥିବା ବାଗୋଇ ଗ୍ରାମପଞ୍ଚାୟତ ଓ ଏହାର ପାଖଆଖ ଗ୍ରାମଗୁଡ଼ିକ କୁଜଙ୍ଗର ବିଜୁଳି ଯୋଗାଣ ସଂସ୍ଥା ଅଧୀନରେ ରହିଅଛି । ଏହି ସପ୍ତାହେ ହେଲାଣି ଏଠାରେ ବିଜୁଳି ବାରମ୍ବାର କଟାଯାଉଛି । ଏପରିକି ସମୟେ ସମୟେ ପାଞ୍ଚ ମିନିଟ୍ ଆସିଲାବେଳେ ଦଶ ମିନିଟ୍ ଚାଲିଯାଉଛି । ଚାଲିଗଲା ପରେ କେଉଁ ସମୟରେ ବିଜୁଳି ଆସିବ ତାହାର ଠିକଣା ରହୁନାହିଁ । ବିଜୁଳି ସତେ ଯେପରି ଆମମାନଙ୍କ ସହିତ ଲୁଚକାଳି ଖେଳୁଛି । ଖରାଦିନେ ଏଭଳି ଅନିୟମିତ ଭାବେ ବିଜୁଳି କାଟିବା ଲୋକଙ୍କ ପାଇଁ ଅସହ୍ୟ ହେଉଛି ।
ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ବୃଦ୍ଧ, ରୋଗୀ ଓ ଶିଶୁମାନେ ନ ଶୋଇ, ଅନ୍ୟମାନଙ୍କ ପ୍ରସାର ହେଉଛି, ସବୁ ଗାଁକୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ । ମାତ୍ର ଯେଉଁ ଗାଁକୁ ବିଜୁଳି ଆଲୁଅ ଯୋଗାଇ ଦିଆଯାଇଛି, ତାହା ଠିକ୍ ରୂପେ କାର୍ଯ୍ୟ କରୁଛି କି ନାହିଁ ସେଥୁପ୍ରତି କାହାର ନିଜର ନାହିଁ । ଏହିପରି ଯଦି ବିଜୁଳି ଯୋଗାଣ ବାରମ୍ବାର ବନ୍ଦ ରୁହେ, ତାହେଲେ ଜନସାଧାରଣ ବିଜୁଳି ଯୋଗାଣ ଅଫିସ୍କୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।
୮। ତୁମ ମହାବିଦ୍ୟାଳୟ +୨ ପରିଷଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ୍ ହେବା ଘଟଣାକୁ ଭିତ୍ତି କରି ସମ୍ବାଦ ପ୍ରସ୍ତୁତ କର |
ଭଉର :
ସମ୍ପାଦକ,
ସମ୍ବାଦ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ଵର-୧୦
ମଦ୍ରାଣଯ୍ ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ କାଗଜରେ ସ୍ବାନିତ କରିବାକୁ ଅନୁରୋଧ ।
ରାଧାମାଧବ ପତି
କ୍ତିଡ଼ା ସମାଦଜ
ରଘୁନାଥ ମହାବିଦ୍ୟାଳୟ, ନୂଆଗାଁ
ଜଗତ୍ସିଂହପୁର ଜିଲ୍ଲାର ରଘୁନାଥ ମହାବିଦ୍ୟାଳୟ, ନୂଆଗାଁରେ ଗତ ତା ୭.୪.୧୬ରୁ ୧୪.୪.୧୬ ଦୀର୍ଘ ଆଠଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ +୨ ପରିଷଦର ସ୍ଵୀକୃତି ନେଇ, ଜଗତ୍ସିଂହପୁର ଜିଲ୍ଲାର ୧୫ଟି କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଧ୍ଯକ୍ଷ ପ୍ରତିଯୋଗୀ ଛାତ୍ରମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋବୃତ୍ତି ସୃଷ୍ଟି କରିବାପାଇଁ ପ୍ରେରଣା ଦେଇଥିଲେ । ଖେଳଦ୍ୱାରା ଶରୀର ଓ ମନ ସୁସ୍ଥ ରହେ ବୋଲି ଅଧ୍ୟକ୍ଷ ଅଭିମତ ଦେଇଥିଲେ ।
ଦୀର୍ଘ ଆଠଦିନ ଧରି ଖେଳୁ ସୁଚାରୁରୂପେ ପରିଚାଳନା କରିଥିଲେ, ରଘୁନାଥ ମହାବିଦ୍ୟାଳୟ ଛାତ୍ର ସଂସଦର ସଦସ୍ୟମାନେ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ଦୁଇ ଥର ଖେଳିବାକୁ ସୁଯୋଗ ପାଇଥିଲେ । ଶେଷରେ ପଞ୍ଚାୟତ ମହାବିଦ୍ୟାଳୟ, ଜଗନ୍ନାଥପୁର ଏବଂ ରଘୁନାଥ ମହାବିଦ୍ୟାଳୟ, ନୂଆଗାଁ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଦିଷ୍ଟ ସମୟ ଶେଷରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । +୨ ପରିଷଦର ଅଧ୍ୟକ୍ଷ ଛାତ୍ରମାନଙ୍କୁ ଉଦ୍ବୋଧନ ଦେବା ସହିତ, ଚମ୍ପିୟନ୍ ମହାବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରିଥିଲେ ।
୯ା ପୋଲିସ୍ମର ର୍ମମଯୋଚିତ ପଦଯେପ ଯୋଗୁ ଏକ ବଢ଼ ଧରଣର ତକାୟତି ଉଦ୍ୟମ ପଣ୍ଡ ହୋଲଥିବା ପଟଣାର ଏକ ଦେଉ ଲେଖ |
ଉତ୍ତର :
ଏକ ଖବର ଲେଖ ।
ଧରିତ୍ରୀ, ବି-୨୬, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ୱର – ୧୦
ମଦ୍ରାଣଯ୍ ,
ଏ ପତ୍ମାଦଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ଲ।ଭି ପ୍ତେରଣ କରୁଛ | ଆପଣ ଆମ୍ମାନକ ସମାପନା ହଦଯମ କରି ଏହାକୁ ଆପଣଙ୍କ ଖବରକାଗଜରେ ପ୍ରକାଶ କରିବାପାଇଁ ଅନୁରୋଧ ।
ରଶ୍ନନାଥ ମହାନ୍ତି
ପଅଁପଲ୍ଲା
ପୋଲିସ୍ ଚଡ଼ାଇରେ ଡକାୟତି ଯୋଜନା ପଣ୍ଡ
ଗତକାଲି (ତା ୧୫.୭.୧୬, ଶୁକ୍ରବାର), ତିର୍ତ୍ତୋଲ ପୋଲିସ୍ ଏକ ଡକାୟତ ଦଳକୁ ଧରିବା ପାଇଁ ସକ୍ଷମ ହୋଇଛି । ତିର୍ତ୍ତୋଲ ଥାନା ଅଧୀନରେ, ଦୁଇମାସ ଭିତରେ ପ୍ରାୟ ପାଞ୍ଚ ସାତୋଟି ଡକାୟତି ହୋଇଯିବାରୁ ପୋଲିସ୍ ସକ୍ରିୟ ହୋଇଥିଲା । ଅନୁସନ୍ଧାନରୁ ସେମାନେ ଜାଣି ପାରିଥିଲେ, ସବୁ ଡକାୟତିଗୁଡ଼ିକ ପ୍ରାୟ ଏକ ପ୍ରକାର ଥିଲା । ଡକାୟତମାନେ ରାତି ପ୍ରାୟ ଗୋଟାଏରୁ ଦୁଇଟା ଭିତରେ, ପଛପଟ ଗ୍ରିଲ୍ ଭାଙ୍ଗି ଘରେ ପଶି ଡକାୟତି କରୁଥିଲେ । ସେମାନଙ୍କ ହସ୍ତରେ ମାରଣାସ୍ତ୍ର ଓ ବୋମା ଥିବାର ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏଭଳି ଡକାୟତିକୁ ରୋକିବାପାଇଁ ଏବଂ ଡକାୟତଙ୍କୁ ଧରିବା ପାଇଁ ପୋଲିସ୍ ତତ୍ପର ହୋଇଥିଲା । ପୋଲିସ୍ ଖବର ମିଳିଥିଲା, ବନବିହାରୀ ବିଦ୍ୟାଳୟର ପଡ଼ିଆରେ କେତେକ କରିଥିଲା । ସାତଜଣଙ୍କ ମଧ୍ୟରୁ ପାଞ୍ଚଜଣ ଧରା ପଡ଼ିଥିଲେ ମଧ୍ୟ ଆଉ ଦୁଇଜଣ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ବୋମା ଭିଡ଼ିବା ଜିନିଷ, ଚାରୋଟି ରିଭଲଭର, ୨୦ଟି ଅଫୁଟା ଗୁଳି ଏବଂ କେତେକ ନିଶା ସାମଗ୍ରୀ ଜବତ କରାଯାଇଥିଲା । ପୋଲିସ୍ ଅତି ଚତୁରତାର ସହ ଏବଂ ସତର୍କତାରେ ଡକାୟତଙ୍କୁ ଧରିଥିବାରୁ, ଯୋଜନା କରୁଥିବା ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଥିଲା । ଗିରଫ ହୋଇଥିବା ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କେବଳ ତିର୍ତ୍ତୋଲ ପୋଲିସ୍ଙ୍କ ପାଇଁ ଡକାୟତମାନେ ଧରାପଡ଼ିଥିବାରୁ, ଜନସାଧାରଣ ଆଶ୍ୱସ୍ତ ହୋଇଛନ୍ତି ।
୧୦ । ତୁମ ଅଞ୍ଚଳରେ ନୂଆ କରି ଏକ ବ୍ୟାଙ୍କ ଶାଖା ପ୍ରତିଷ୍ଠା ହୋଇଥିବାର ଖବରଟିଏ ପ୍ରସ୍ତୁତ କର ।
ଉତ୍ତର :
ସମାଦଳ,
ପ୍ରମେୟ, ଜାଗମରା, ଭୁବନେଶ୍ଵର
ମଦାଶୟ,
ଇକ୍ତ ସମ୍ପାଦଟି ଆପଣଙ୍କ ଖବରକାଗଜରେ ପ୍ରତପାଳ ନିମନ୍ତେ ପ୍ରେରଣ କଲୁ | ଏହାକୁ ଆପଣକ ଖବରକାଗଜରେ ସ୍ଥାନିତ କରିବାପାଇଁ ଅନୁରୋଧ ।
ବିଶ୍ଵନାଥ ରଥ
କୁଲଲ
ନୂତନ ବ୍ୟାଙ୍କ ଶାଖା ପ୍ରତିଷ୍ଠା
ଜଗତ୍ସିଂହପୁର (ତା ୧୫.୫.୧୬) କୁଜଙ୍ଗ ଏକ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ । ଏଠାରେ ତିନୋଟି କଲେଜ, ଚାରୋଟି ହାଇସ୍କୁଲ, ତହସିଲ ଅଫିସ୍, ବ୍ଲକ୍ ଅଫିସ୍, ଟ୍ରେଜେରି ଏବଂ ଦୁଇଟି କୋର୍ଟ ରହିଛି । ଏହି ସ୍ଥାନରେ ପୂର୍ବର ଦୁଇଟି ଜାତୀୟକରଣ ବ୍ୟାଙ୍କ ଓ ଦୁଇଟି ଘରୋଇ ବ୍ୟାଙ୍କ ରହିଥିଲା । ଯେହେତୁ ଏହା ଏକ ବ୍ୟବସାୟିକ କେନ୍ଦ୍ରସ୍ଥାନ, ତେଣୁ ଏଠାରେ ଏହି କେତୋଟି ବ୍ୟାଙ୍କ୍ ସବୁବେଳେ ଭିଡ଼ ଲାଗି ରହୁଥିଲା । ଲୋକମାନେ ସେବା ପାଇବାପାଇଁ ଲାଇନ୍ ଦେଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ । ଏହି ପରିପ୍ରେକ୍ଷୀରେ ଏଠାରେ, କୁଜଙ୍ଗର ମୁଖ୍ୟ ରାସ୍ତା (କଟକ-ପାରାଦ୍ଵୀପ ରାସ୍ତା) ନିକଟରେ ଏକ ନୂତନ ବ୍ୟାଙ୍କ ପ୍ରତିଷ୍ଠା କରିବାର ବ୍ୟବସ୍ଥା କରାଯାଇଥିଲା । ଗତକାଲି ସିଣ୍ଡିକେଟ୍ ବ୍ୟାଙ୍ଗ୍ର ଏକ ନୂତନ ଶାଖା ଏଠାରେ ଖୋଲାଯାଇଛି । ସେହି ବ୍ୟାଙ୍କର ଅଧ୍ଯକ୍ଷ ଓ ଚେୟାରମ୍ୟାନ୍ ଫିତା କାଟି ବ୍ୟାଙ୍କ୍ ଉଦ୍ଘାଟନ କରିଥିଲେ । ଉପସ୍ଥିତ ଗ୍ରାହକମାନଙ୍କୁ ମିଷ୍ଟାନ୍ନ ବଣ୍ଟାଯାଇଥିଲା । କେତେକ ଗ୍ରାହକ ପ୍ରଥମ ଦିନରେ ଆକାଉଣ୍ଟ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ସିଣ୍ଡିକେଟ୍ ବ୍ୟାଙ୍କ୍ ଯୋଗୁ, ଏହି ର୍ଥଞ୍ଚଲର ଲଗାପାଧାରଣରେ ଅର୍ଥରାଶି ଲେଖ ଦେଶରେ ସ୍ନବିଥା ଦେବ ବୋଲି ଆଶା କରାଯାଇଛି |
ଅତିରିକ୍ତ ପୃଣୋଉର
୧। ତୁମ ଗ୍ରାମର ‘ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା’ ଅନୁସାରେ ନିର୍ମାଣଧୀନ ରାସ୍ତାର ନିମ୍ନମାନର କାର୍ଯ୍ୟ ସପକରେ ହକି ଆକଷଣ କରିବା ଉଦେଶ୍ୟରେ ଦୈନିକ ସବାଦପତ୍ରର ସଂପାଦନକରୁ ପତ୍ର ଲେଖ |
ତା ୧୫.୭.୨୦୧୬
ସମ୍ମାନନାମ ସଂପାଦକ, ସମାଜ
ଗୋପବନ୍ଧୁ ଭବନ, କଟକ – ୧
ମଦ୍ରାଣଯ,
ଆମେ ଗୋପୀନାଥପୁର ଗ୍ରାମବାସୀବୃନ୍ଦ ଆପଣଙ୍କ ଦୈନିକ ପତ୍ରିକାରେ ଆମ ଗ୍ରାମରେ ନିର୍ମିତ ହେଉଥିବା ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ର ନିମ୍ନମାନର ରାସ୍ତାକାମ ସଂପର୍କରେ ଅଭିଯୋଗଟି ପ୍ରକାଶ ପାଇଁ ପ୍ରଦାନ କରୁଛୁ । ଆପଣ ଏହାର ପ୍ରକାଶ କରି ସରକାରୀ ସ୍ତରରେ ଓ ସାଧାରଣ ଜନତାଙ୍କ ପାଖରେ ଏଥପ୍ରତି ସଚେତନତା ସୃଷ୍ଟି ପାଇଁ ଆମକୁ ସହଯୋଗ କରିବେ ବୋଲି ଆଶା କରୁଛୁ ।
ଆପଣକର ନିଶସ୍ତ୍
ଣ୍ଠାମବାପାବନ୍ଦ, ଗୋପାଳାଥପୁର
” ଗୋପାନାଥପୁର ପ୍ରାପ ସତଲ ଯୋଜନାର ରାସ୍ତା କାପରେ ଦ୍ବେରଫେର “
ଗ୍ରାମ୍ୟ କନତାର ଦାଶସ୍ଥାଯା ସ୍ନବିଧାପାଇଁ ‘ପ୍ରଧାନମନ୍ତ୍ରଣ ପ୍ରାପ୍ୟ ସଡ଼କ ଯୋଜନା ” ଏକ ଗଣଦିତୈଯା ସେବାପୂଜକ ଯୋଜନା । ଏହି ଯୋଜନା ଅନୁସାରେ ଆମ ଗ୍ରାମକୁ ମୁଖ୍ୟ ରାସ୍ତା ସହିତ ସଂଯୋଗପାଇଁ ପଞ୍ଚାୟତ ସମିତି ହେଡ୍କ୍ୱାର୍ଟରଠାରୁ ଆମ ଗ୍ରାମ ପର୍ଯ୍ୟନ୍ତ ୫ କି.ମି. ରାସ୍ତା ପାଇଁ ଟେଣ୍ଡର୍ ଆହ୍ଵାନ କରାଯାଇଥିଲା । ବହୁ ଅଭିଯୋଗ ପରେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ପଞ୍ଚାୟତ ସମିତି କାର୍ଯ୍ୟାଳୟର କେତେକ ସ୍ଵାର୍ଥପିପାସୁ କିରାଣି, ସହକାରୀ ଯନ୍ତ୍ରୀ, ବି.ଡ଼ି.ଓ., କଂକ୍ରିଟ୍ ରାସ୍ତା ସ୍ଥାନରେ ୩ ଇଞ୍ଚ୍ କଂକ୍ରିଟ ଓ ପାଣିଯୋଡ଼ ଉପରେ ପୋଲ ନିର୍ମାଣ ଖୁବ୍ ନିମ୍ନମାନର ହୋଇଛି ।
ଉପଯୁକ୍ତ ଭାବରେ ମାଟିପଡ଼ି ରୋଲର ମଧ୍ଯ ଚଳାଯାଇ ମାଟିକୁ ମଧ୍ଯ ଉପଯୁକ୍ତ ଚାପ ଦିଆଯାଇ ନାହିଁ । ଏଥପ୍ରତି ଜିଲ୍ଲାପାଳ, ବିଭାଗୀୟ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅଭିଯୋଗ ଜଣାଇଲେ ବି ଯଥାର୍ଥ ପଦକ୍ଷେପ ନିଆଯାଉନାହିଁ । ରାଜନୀତି ଓ କ୍ଷମତା ପାଖରେ ସରକାରୀ ଅର୍ଥ ଆତ୍ମସାତ୍ ହେଉଛି । ଏହି ମର୍ମରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ନଚେତ୍ ଗ୍ରାମବାସୀ ଆନ୍ଦୋଳନପାଇଁ ବାହାରିବା ସାର ହେବ ।
୨। ତୂପ ମଦ୍ରାଢିଦ୍ୟାଳୟରେ ର୍ଥପାପନା ଓ ପରିଚାଳନା ସମକରେ ପୂବ ପ୍ତକାଣିତ ଅତିସନ୍ଧିତ୍ସଲଲ ସମାଦନ୍ତ ପ୍ରତିବାଦ କରି ସମ୍ପାଦକଙ୍କୁ ପତ୍ର ଲେଖ ।
Solution:
ଶିରୋନାମା – ସାକ୍ଷୀପୁର ମହାବିଦ୍ୟାଳୟର ଶିକ୍ଷାଦାନ ସମ୍ବନ୍ଧରେ ।
ତା. ୧୪.୭.୧୬
ସଂପାଦକ, ଦୈନିକ ‘ସମୟ’,
ମଥେଣ୍ୟଉ, ରବନେଶ୍ବର
ମହାଶୟ,
‘ସମୟ’ର ତା. ୧୩.୬,୧୬ ସଂଖ୍ୟାରେ ପ୍ରକାଶ ପାଇଥିଲା । ସମ୍ବାଦଟିର ବିବରଣୀ ଆମ ଦୃଷ୍ଟିକୁ ଆସିଛି । ସେଥିରେ ଆପଣଙ୍କର ସାମ୍ବାଦିକ ଶିକ୍ଷକମାନଙ୍କ ଘରୋଇ ଟ୍ୟୁସନରେ ବ୍ୟସ୍ତ ରହିବା, ଘରୋଇ କୋଚିଂ ସେଣ୍ଟର ପରିଚାଳନା କରିବା, ଅଧ୍ୟାପକ ଓ ଅଧ୍ୟାପିକାମାନେ ୩୦ ଭାଗ ମାତ୍ର ପାଠ୍ୟକ୍ରମ ଶେଷ କରିବା, ବିନା ଛୁଟି ଦରଖାସ୍ତରେ ଶ୍ରେଣୀରେ ପାଠଦାନ ନ କରି ଘରେ ଅଭିଯୋଗ କରି ତାହାର ସ୍ପଷ୍ଟୀକରଣ ଦେବାକୁ ଉଚିତବୋଧ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ବିଗତ ୩ ବର୍ଷର ପରୀକ୍ଷା ଫଳରେ ଆମ୍ଭ ମହାବିଦ୍ୟାଳୟର ୭୫% ଭାଗ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇ ଆସୁଛନ୍ତି । ପ୍ରତିବର୍ଷ ପାଠ୍ୟକ୍ରମ ପ୍ରତ୍ୟେକ ଅଧ୍ୟାପକ ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ ଶେଷ କରିଥା’ନ୍ତି ଓ ଏକମାସ ଆମ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଟ୍ୟୁସନ କିମ୍ବା ଘରୋଇ କୋଚିଂ ସେଣ୍ଟରରେ ସଂପୃକ୍ତ ଥିବାର ଅଭିଯୋଗ ପ୍ରମାଣ ଛାତ୍ରଭାବରେ ମୁଁ ଅନୁଭବ କରିଛି ଯେ ବର୍ତ୍ତମାନ ଆମ କଲେଜ ମୂଲ୍ୟବୋଧଭିଭିକ ଶିକ୍ଷାଦାନ ଦୃଷ୍ଟିରୁ ଏକ ଆଗଧାଡ଼ିର ଆଦର୍ଶ ପାଖରେ କରିଛନ୍ତି । ଏଥିପ୍ରତି ଦୃଷ୍ଟିଦେଇ ଆଗାମୀ ଦିନରେ କୌଣସି ଅନୁଷ୍ଠାନ ସମ୍ପର୍କରେ ତଥ୍ୟରହିତ ସମ୍ବାଦ ପ୍ରକାଶ ନକରିବାକୁ ବିନମ୍ର ଅନୁରୋଧ ଛାତ୍ର ସମାଜ ତରଫରୁ କରାଯାଉଅଛି ।
ଆପଣଙ୍କର ବିଶ୍ୱବି
ସଭାପତି, ଛାତ୍ର ସଂସଦ
ପରାପତି, ଛାତୃ ସମଦ
ସାପ୍ରାପ୍ଟର ମନ୍ତ୍ରାବିଦ୍ୟାନଗ୍ନ, ପୁରା
୩ । ଓଡ଼ିଆ ଭାଯାକୁ ସରକାରୀ ଭାଷା ଭାବରେ ପ୍ରତ୍ୟେକ ସ୍ତ୍ରରରେ କାମ୍ବିକାପା ବାତି ଜଯାର ତୁମ କଲେଜର ଛାତ୍ରଛାତ୍ରୀମାନଙ୍କ ତରଫରୁ ଏକ ଦୈନିକ ସମ୍ବାଦପତ୍ରିକାର ସମ୍ପାଦକଙ୍କୁ ପତ୍ର ଲେଖ ।
Solution:
ଶିରୋନାମା – ଓଡ଼ିଆ ଭାଷାକୁ ସରକାରୀ ଭାଷାଭାବରେ ପ୍ରକୃତ କାର୍ଯ୍ୟକାରୀ କରିବା କେବେ ?
ତା. ୨୪.୨.୧୬
ସପାଦକ, ସମ୍ବାଦ
ଏ-୬୨, ନୟାପଲ୍ଲୀ, ଭୁବନେଶ୍ବର-୩
ମଦ୍ରାଣକ୍ଷ,
ସଂପ୍ରତି ଆପଣଙ୍କ ଦୈନିକ ପତ୍ରିକା ସହିତ ରାଜ୍ୟର ସମସ୍ତ ପତ୍ରିକାର ମୁଖ୍ୟପୃଷ୍ଠାରେ ପ୍ରକାଶ ପାଇଛି ଯେ ସରକାର ଉଚ୍ଚଶିକ୍ଷା ସ୍ତରରୁ ଛାତ୍ରଛାତ୍ରୀ ଅଭାବରୁ ଓଡ଼ିଆ ପାଠ୍ୟକ୍ରମ ଉଠାଇଦେଲେ । ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟର ଭାଷାପ୍ରୀତିକର କର୍ତ୍ତୃପକ୍ଷ +୩ ଶେଷ ବର୍ଷ ଶିକ୍ଷାଧାରାରୁ ମାତୃଭାଷା ଉଠାଇ ଦେଇଥିଲେ । ଆଗକୁ ବି ବର୍ଣ୍ଣବୋଧରେ ଓଡ଼ିଆ ବର୍ଷକୁ ଉଠାଇ ଏ କ୍ଷେତ୍ରରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଚୀନ, ରୁଷ୍ଠ, ଜାପାନ, ଫ୍ରାନ୍ସ, ଜର୍ମାନୀ ଭଳି ରାଷ୍ଟ୍ରରେ ମାତୃଭାଷାରେ ଶିକ୍ଷାଦାନ, ଗବେଷଣା, ପ୍ରଯୁକ୍ତି ବିଦ୍ୟା ଅଧ୍ୟୟନ କରାଯାଉଛି । ସେଠି ଭାଷା ଜାତିର ସ୍ବାଭିମାନ ଓ ଅସ୍ମିତା; ଏକ ପାଠ ବିଷୟ ମାତ୍ର ନୁହେଁ ।
ମାତ୍ର ଆମ ରାଜ୍ୟରେ ଭାଷାଶିକ୍ଷା ଓ ଭାଷାଜ୍ଞାନକୁ ନେଇ ସ୍ବାଭିମାନ କରିବାର ଯେ ହୁଏ ଏକଥା ଭାଷାଭିଭିକ ଏକଦା ୧୮୩୮ରେ ଓଡ଼ିଶାର ସାମ୍ରାଜ୍ୟବାଦୀ ସରକାର ମାତ୍ର ୧୫ ଦିନ ମଧ୍ୟରେ ଉପଯୁକ୍ତ ବିରାମଚିହ୍ନ ରଖ୍ ସର୍ବତ୍ର ଓଡ଼ିଆ ପ୍ରଚଳନ କରିପାରିଥିଲେ । କିନ୍ତୁ ଆମ୍ଭେ ସ୍ବାଧୀନତା ପାଇବା ପରେ ୧୯୫୪|୧୯୬୬|୧୯୮୩/୧୯୮୫/୧୯୯୧/ ୧୯୯୬ ଆଦି ରାଜନୀତିକ- ଆର୍ଥିକ ବର୍ଷରେ ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷାଭାବରେ ପ୍ରତ୍ୟେକ ଅଫିସ୍, ଶିକ୍ଷାଧାରା, ଆଫିସିକ କାଗଜପତ୍ର, ନାମଫଳକ, ପ୍ରଚାରପତ୍ର, ଘୋଷଣା ବୋଲି ଇତ୍ୟାଦିରେ ବ୍ୟବହାର କରିବାକୁ ନିୟମ କରି ମଧ୍ୟ ଏଯାବତ୍ ପ୍ରଚଳନ ଓ କାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଛି । ଏହାର କାରଣ ଅମଲାତାନ୍ତ୍ରିକ ଅବହେଳା ଓ ମିଥ୍ୟା କୂଟନୀତି ଭାଷା ସ୍ବାଭିମାନରେ ବାଧକ ହୋଇଉଠିଛି ।
ଓଡ଼ିଶାରେ ଓଡ଼ିଆ ଭାଷା ଅପଦସ୍ଥ ହେଉଥିବାର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏଥୁରୁ ମନେହୁଏ ଓଡ଼ିଆମାନଙ୍କର ସ୍ବାଭିମାନ ବୋଲି କିଛି ନାହିଁ । ଓଡ଼ିଶାରେ ଓଡ଼ିଆ ଭାଷାକୁ ହତାଦର କରାଯିବା ନିଶ୍ଚିତଭାବେ ପରିତାପର ବିଷୟ । ଓଡ଼ିଶାରେ ଛତୁଫୁଟିଲା ଭଳି ଇଂରାଜୀ ମିଡ଼ିୟମ୍ ସ୍କୁଲ ଖୋଲାଯିବା, ବିଭିନ୍ନ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ, ବାସଗୃହାଦିର ନାମଫଳକ ଇଂରାଜୀ ଭାଷାରେ ଲେଖାଯିବା, ବ୍ରତ-ବିବାହାଦି ମାଙ୍ଗଳିକ ଅନୁଷ୍ଠାନ ଉପଲକ୍ଷେ ପ୍ରସ୍ତୁତ ହେଉଥିବା ନିମନ୍ତ୍ରଣ ପତ୍ରଗୁଡ଼ିକ ଇଂରାଜୀ ବାଧ୍ୟବାଧକତାରେ ଯେଉଁଠି ଓଡ଼ିଆ ଭାଷା ବ୍ୟବହୃତ ହୋଇଛି, ତାହା ବିକୃତ ରୂପ ଧାରଣ କରିଥିବା ଦେଖିବାକୁ ମିଳୁଛି । ଓଡ଼ିଆ ଭାଷାର ସେହି ବିକୃତ ରୂପ ଉପରେ ସମସ୍ତଙ୍କର ନଜର ପଡ଼ୁଛି; ମାତ୍ର ତାକୁ ସଜାଡ଼ିବାପାଇଁ କାହାର ଉଦ୍ୟମ ନାହିଁ । ‘ପାଣି ଟାଙ୍କି’ ବୋଲି ଲେଖାଯାଇ ତାହା ସହର ସାରା ଘୂରି ବୁଲୁଛି । ରେଳଗାଡ଼ିର ନାମ ତଥା ଷ୍ଟେସନ୍ରେ ଟଙ୍ଗାଯାଇଥିବା
ରେଳଡ଼ବା, ପ୍ଲାଟଫର୍ମ ଓ ପ୍ରେକ୍ଷାଳୟ ପ୍ରଭୃତିରେ ‘ଧୂମପାନ ନିଷେଧ’ ପରିବର୍ତ୍ତେ ସର୍ବର୍ତ୍ତ ଧୂମ୍ରପାନ ନିଷେଧ’ ବୋଲି ଲେଖାଯାଇଛି । ଶାସନଧାରା ଓ ପରିଚାଳନା ବ୍ୟବସ୍ଥାରେ ଆମ ମାତୃଭାଷାର ମର୍ଯ୍ୟାଦା ନାହିଁ । ସାରୋଳ ଦାସ ଓ ଜଗନ୍ନାଥ ଦାସଙ୍କଦ୍ୱାରା ପ୍ରଚଳିତ ଲକ୍ଷ ଲକ୍ଷ ଓଡ଼ିଆ ଶବ୍ଦ ଅବ୍ୟବହୃତ ହୋଇ ଏ ଭାଷାର ଶବ୍ଦଶକ୍ତି କମି କମି ଆସୁଛି । ଭାଷାର ସ୍ବାତନ୍ତ୍ର୍ୟ ଦୁର୍ବଳ ହେବାରୁ ପରିଚିତି ମଧ୍ୟ ଦୁର୍ବଳ ଓ ପ୍ରଗତି ଶିଳ ହୋଇଉଠୁଛି । ଆମର ବନାନଧାରାରେ ଶବ୍ଦ ବ୍ୟବହାରରେ ଅନେକ ତ୍ରୁଟି ଉପରେ ପ୍ରତିଦିନ ବହୁ ବ୍ୟକ୍ତିଙ୍କର ଦୃଷ୍ଟି ଅବଶ୍ୟ ପଡୁଥବ ।
ମାତ୍ର କେହି କେବେ ପ୍ରତିବାଦ କରିଛନ୍ତି କି ? ଏହାର ସଂଶୋଧନ ନିମନ୍ତେ କର୍ତ୍ତୃପକ୍ଷଙ୍କ ନିକଟରେ କେହି କେବେ ଅଭିଯୋଗ କରିନାହାନ୍ତି । ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ସହ ତା’ର ସମୃଦ୍ଧି କାମନା ପ୍ରତ୍ୟେକ ଓଡ଼ିଆଙ୍କର ଲକ୍ଷ୍ୟ ହେବା ଉଚିତ । ଭୋଗରାଇରେ ନାମଫଳକ ଓଡ଼ିଆରେ ଲେଖାଯିବା ବେଳକୁ ବିଶ୍ବବିଦ୍ୟାଳୟର ସ୍ନାତକ ସ୍ତରରେ ଭାଷାର ସ୍ବତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ନାହିଁ । ସରକାରଙ୍କ ପ୍ରଶାସନିକ ଭାଷାକୋଷ କୌତୁକ ଶବ୍ଦର ଭଣ୍ଡାର ।
ଆପଣଙ୍କର ବିଶ୍ୱବି
ଛାତ୍ରଛାତ୍ର।ବନ୍ଦି
ମଧୁପ୍ରର କଲେଜ, କଟକ
୪। ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ଦେବାପାଇଁ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ସଂପାଦକଙ୍କୁ ଏକ ପତ୍ର ଲେଖ ।
Solution:
ଶିରୋନାମା – ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି ।
ତା. ୧୮.୦୨.୧୬
ଫପାଦକ, ଦୈନିକ ପୃକାତନ୍ତ୍ର
କଟକ – ୨
ଆପଣଙ୍କ ଦୈନିକ ପତ୍ରିକା ମାଧ୍ୟମରେ ଆମେ କେନ୍ଦୃ ସରକାରକ ଣ୍ଟଭଦ୍ଵଯ ଆକପଣ କରିବାକୃ ମାଲ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟ ଦେବାକୁ ସଦୟ ବିଚାରପାଇଁ ଅନୁରୋଧ କରୁଛୁ । ଏହି ମର୍ମରେ ଆମର ଲିଖୁ ଅନୁରୋଧ ଏହିକି ଯେ ଓଡ଼ିଶା ଖଣିଜ ସମ୍ପଦ, ବନ୍ୟ ସମ୍ପଦ ଓ ସାମୁଦ୍ରିକ ସମ୍ପଦର କ୍ଷେତ୍ର ହୋଇ ମଧ୍ୟ ସଂପ୍ରତି ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ି ଭଳି ଦୈବୀ ଦୁର୍ବିପାକର ସମ୍ମୁଖୀନ ହୋଇ କ୍ରମଶଃ ଦରିଦ୍ର ହୋଇପଡୁଛି । ଏ ରାଜ୍ୟର ସମ୍ପଦ କେନ୍ଦ୍ର ସରକାରଙ୍କ ଅଧୀନ ହୋଇ ବିଦେଶକୁ ରପ୍ତାନୀ କରାଯାଉଛି । ମାତ୍ର ରପ୍ତାନୀ ଲାଭାଂଶ ମାତ୍ର ୧୦% ଓଡ଼ିଶାର ଦରିଦ୍ର ଜନସାଧାରଣ ପାଉଛନ୍ତି । ୧୯୯୯ ବାତ୍ୟା ପରେ ଓଡ଼ିଶାର ଆର୍ଥିକ କ୍ଷୟକ୍ଷତିକୁ ଦେଖ୍ କେନ୍ଦ୍ର ସରକାର ଏହାକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ମାତ୍ର ସାତବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ପିଲା ବିକ୍ରି, କନ୍ୟା ସନ୍ତାନ ବିକ୍ରି, ନାରୀ ଚାଲାଣ, ଦାଦନ ଶ୍ରମିକପାଇଁ ଭିଟାମାଟି ଛାଡ଼ିବା, ଖାଦ୍ୟ ଅଭାବରେ ଆତ୍ମହତ୍ୟା, ସମୂହ ଆତ୍ମଝାସ, ଆମ୍ବ ଟାକୁଆକୁ ଖାଦ୍ୟରୂପେ ଗ୍ରହଣ – ଏପ୍ରକାର ଦୁଃଖଦ ଅନୁଭବ ଓଡ଼ିଶାବାସୀଙ୍କର ରହିଛି । ମୁଣ୍ଡପିଛା ଖର୍ଚ୍ଚ ତୁଳନାରେ ଓଡ଼ିଶାର ଆୟ ୬୦ରୁ ୭୦ ଭାଗ କମ୍ । ମୁଣ୍ଡପିଛା ଦୈନିକ ଆୟ ୧୦ ଟଙ୍କା ହୋଇଥିବା ବେଳେ ବଞ୍ଚିବାପାଇଁ ଅପରପକ୍ଷରେ ମୁଣ୍ଡପିଛା ଆୟ ବ୍ୟୟ ୬୦ ଟଙ୍କା – ୪୦ ଟଙ୍କା ଥିବା କେତେକ ରାଜ୍ୟ ଆର୍ଥିକ ଅନୁଦାନ ପାଇଚାଲିଛନ୍ତି । ଓଡ଼ିଶାର ସାଂସଦମାନେ ୧୯୯୯ ବାତ୍ୟା, ୨୦୦୦ ବନ୍ୟା, ୨୦୦୩ ବନ୍ୟା ଓ ମରୁଡ଼ି ସମୟରେ ସ୍ୱତନ୍ତ୍ର ଅନୁଦାନ ଦାବି କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ରଭାବରେ ବିଚାର କରି ଦୈବୀ ତାଡ଼ନାରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ମନରେ ଆତ୍ମଭରସା ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟ ସଂପନ୍ନ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ଉଚିତ ।
ସଂପ୍ରତି ଆମେ ୨୦ଟି କଲେଜର ଛାତ୍ରଛାତ୍ରୀମାନେ ମିଳିତ ଭାବେ ପ୍ରତିବାଦ କରି କେନ୍ଦ୍ରର ବୈମାତୃକ ଅର୍ଥନୀତିର ନିନ୍ଦା କରିଥିଲୁ । କେନ୍ଦ୍ରୀୟ କର୍ତ୍ତୃପକ୍ଷ ଘୋଷଣାପାଇଁ ଜନସଚେତନତା ସୃଷ୍ଟି କରିବାପାଇଁ ଉଗ୍ର ଆହ୍ଵାନ ଦିଆଯାଉଛି । ପ୍ରତ୍ୟେକ ଓଡ଼ିଆ ଏହି ମର୍ମରେ ସମ୍ପାଦକଙ୍କୁ ଓ ଆନୁଷଙ୍ଗିକ ଦାୟବଦ୍ଧତାକୁ ନିଜେ ସମ୍ପାଦନ କରିବା ମର୍ମରେ ପତ୍ର ଲେଖୁ ଜନଜାଗୃତି ନିର୍ମାଣ କରିବା କଟକ ! ପ୍ରତ୍ୟେକ ରାଜନୀତିକ ଦଳ ଭେଦଶୂନ୍ୟ ହୋଇ ଏଥନିମନ୍ତେ ମିଳିତ ଦାବି ଉପସ୍ଥାପନା କରିବା ଉଚିତ ।
ଆପଣମର ବିଶ୍ଵସ୍
ବଦ୍ୟାଆବନ୍ଦି
ପୁଦାପ ନପାର କରନଳ
ତେଜାନାକ
୫ | ଚିଲିକା ହ୍ଦକୃ ସ୍ତଦ୍ବଯାଗମନ କରିବାପାଇଁ ଆନ୍ଦଣ୍ୟକ ପଦଯେପ ନୋତାକୁ କଉପରକ ଦ୍ଘି ଆକଷଣ ନିମନ୍ତେ ସଂପାଦକଙ୍କୁ ପତ୍ର ଲେଖ ।
Solution:
ଶୀର୍ଷକ – ଛବିଳ ଚିଲିକା କେବେ ପ୍ରଦୂଷଣମୁକ୍ତ ହେବ ?
ତା. ୧୪.୩.୧୬
ଫପାଦକ, ଦୈନିକ ଧରିତ୍ରା
ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ୱର
ମହାଶୟ,
ଏହି ସପ୍ତାହ ୦୭-୧-୧୬ରୁ ୧୪-୧-୧୬ ମଧ୍ୟରେ ୩ ଥର ଆପଣଙ୍କ ଦୈନିକ ପତ୍ରିକାରୁ ପଢ଼ିବାକୁ ପାଇଲି ଯେ ଚିଲିକାର ପରିବେଶ ଦୁର୍ଗନ୍ଧ, ଚିଲିକା କାନ୍ଦୁଛି, ଚିଲିକା ୧୦୦ ବର୍ଷ ପରେ କାଦୁଅ ଯୋଡ଼ଟିଏ ହୋଇଯିବ ଇତ୍ୟାଦି । ମତ୍ସ୍ୟଜୀବୀ, ମାଛଚାଷକୁ ନେଇ ରାଜନୀତି, ମାଛଧରାକୁ ନେଇ ସଂଘର୍ଷ, ହତ୍ୟା ସହିତ ପର୍ଯ୍ୟଟନସ୍ଥଳୀ ଚିଲିକା କୂଳରେ ଜନସାଧରଣଙ୍କଦ୍ବାରା ଏହି ପର୍ଯ୍ୟଟନସ୍ଥଳକୁ କଳୁଷିତ ଓ ଅମାନବିକ କରିତୋଳୁଛି । ଆଗନ୍ତୁକ ଅତିଥୁ ପକ୍ଷୀମାନଙ୍କ ମୃତ ଶବ ଉପରେ ଚିଲିକାର ନଳବନ, ଚଢ଼େଇହଗା ପାହାଡ଼ ତା’ର ଶୋଭାକୁ ଦୁଃଖଦ ଅଶ୍ରୁଚିତ୍ର କରିବସୁଛି । ସାରା ଜଗତରେ ଯେଉଁ ଚିଲିକାର ଦୃଶ୍ୟ ଉତ୍କଳକୁ ଛବିଳ ଉତ୍କଳର ପରିଚିତି ଦେଇଥିଲା ତା’ର ଛବି ବାୟୁ, ଜଳ, ସ୍ଥଳ, ଲୋକସ୍ଵଭାବ, ଶବ୍ଦ ଆଦି ବିବିଧ ଦିଗରୁ ପ୍ରଦୂଷିତ । ପଚାମାଛ, ସାମୁଦ୍ରିକ ପ୍ରାଣୀଙ୍କ ପଚାଶରୀର, ଖୋଳପା, ଚିଲିକା ଉପକଣ୍ଠର ବାସିନ୍ଦା ଓ ବ୍ୟବସାୟୀଙ୍କ ପଚମାନ ୮ କୁ ଚିଲିକା ଶୋଭା ପରିବର୍ତ୍ତେ କୋଳରେ ଧାରଣ କରିବାକୁ ବାଧ୍ୟ ହେଉଛି । ଚିଲିକାର ଉପକଣ୍ଠ ଓ ତା’ର ନୀଳ ଜଳରାଶିକୁ ଦେଖିଲେ ମନେହେବ ଚିଲିକା ସୁନ୍ଦରୀ ପ୍ରତିଦିନ ସରକାରୀ, ବେସରକାରୀ, ରାଜନୀତିକ ଓ ସାଧାରଣ ଜନତାର ସବୁ କଳୁଷିତ ଆଚରଣକୁ ଧରି ଜୀର୍ଘଶୀର୍ଣ୍ଣ ଓ ରୂପହୀନ ହୋଇଉଠୁଛି । ଚିଲିକାର ଚାରୁଚିତ୍ରପଟ ଆଜି ପର୍ଯ୍ୟଟକମାନଙ୍କୁ ଅରୁଚିକର ସତ୍ତ୍ବେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହୁଛନ୍ତି । ଚିଲିକାର ବିଶାଳ ଗଭୀର ବକ୍ଷ ଆଜି କ୍ରମଶଃ ପୋତି ହୋଇପଡୁଛି । ଇତିହାସର ମୁକସାକ୍ଷୀ ଚିଲିକା ନିଜେ ଇତିହାସ ହୋଇଯିବାକୁ ବସିଛି । ସଚେତତା ତଥା ଉଦ୍ୟମ ଏକାନ୍ତ ଜରୁରୀ ହୋଇପଡ଼ିଛି ।
ନନ୍ଦଲା
ଚିଲିକା ଉପଖଣ୍ଡ, ଖୋର୍ଦ୍ଧା
ଆପଣକରି ବିଣ୍ୟ
ନଟବର ମାନଫିଦୃ
୬ | ଓଡିଶାରେ ନକ୍ଵଲପଛାଣ କାର୍ଯ୍ୟକଳାପ ଓ ତାର ସମ୍ବ୍ୟ ପୃତିକାର ସମଳରେ ମତ ଦେଲ ସମାଦକରୁ ଏକ ପତ୍ର ଲେଖ |
Solution:
ଣିଗୋନାପା – ଓଡ଼ିଶାରେ ନକ୍ସଲ ଲୀଳା ଓ ତା’ର ପ୍ରତିକାର ।
ତା. ୧୧.୩.୧୬
ସଂପାଦକ, ଦୈନିକ ଓଡ଼ିଶା ଭାସ୍କର
ମଞ୍ଚେଶ୍ଵର, ଭୁବନେଶ୍ବର
ମହାଶୟ,
ସଂପ୍ରତି ସମଗ୍ର ଓଡ଼ିଶାରେ ନକ୍ସଲଙ୍କ ସହିତ ମାଓବାଦୀଙ୍କ ମିଳନ ଅଜଣା ଆତଙ୍କ କୋରାପୁଟରୁ ସମ୍ବଲପୁର ପର୍ଯ୍ୟନ୍ତ ଖେଳାଇ ଦେଇଛି । ନକ୍ସଲ୍ଙ୍କ ପ୍ରତିକ୍ରିୟାଶୀଳ ହିଂସାତ୍ମକ କାର୍ଯ୍ୟକଳାପ କେବଳ ଓଡ଼ିଶା ସରକାର ନୁହେଁ – ଆନ୍ଧ୍ର, ବଙ୍ଗଳା, ମନୋଭାବ ନେଇ ଏମାନଙ୍କୁ କେବେ ବି ଦମନ କରିପାରିବେ ନାହିଁ; ସୁତରାଂ ଏ ଦିଗରେ ଅନ୍ୟ କେତେକ ବିକଳ୍ପ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବାର ଆବଶ୍ୟକତା ସମ୍ପର୍କରେ ଆମ୍ଭେ ଏ ପତ୍ର ମାଧ୍ୟମରେ ସରକାରଙ୍କୁ ପରାମର୍ଶ ଦେଉଛୁ । କେବେ ବି ସାହସ କରିନାହାନ୍ତି । ଯଦିବା କିଏ କେବେ ପ୍ରତିବାଦ କରିଛି, ଆଇନର ଭୟ ଦେଖାଇ ତାକୁ ଦମନ କରାଯାଇଛି । ଅତ୍ୟାଚାରର ମାତ୍ରା ଯଥେଷ୍ଟ କମିଯାଇଛି । ଏଇଥପାଇଁ ଆଦିବାସୀମାନଙ୍କ ମନରେ ଏମାନଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ସୃଷ୍ଟି ହୋଇଛି ।
ଆଦିବାସୀମାନଙ୍କଠାରୁ ଦୃଢ଼ ସମର୍ଥନ ପାଇ ଏମାନେ ନିଜ ନିଜ ସଙ୍ଗଠନକୁ ସୁଦୃଢ଼ ତଥା ପ୍ରସାରିତ କରିବାରେ ଲାଗିଛନ୍ତି । ଆଦିବାସୀଙ୍କ ମନରେ ସରକାର ତଥା ସରକାରୀ କଳ ପ୍ରତି ଦୃଢ଼ ଆସ୍ଥା ତଥା ବିଶ୍ବାସ ସୃଷ୍ଟି ନହେଲେ, ନକ୍ସଲମାନଙ୍କ ଅମାନବ … ଆଦୃଶିଆ ପଦକ୍ଷେପ ନେବାକୁ ପଡ଼ିବ । ପ୍ରଥମେ ଅତ୍ୟାବଶ୍ୟକ ସାମଗ୍ରୀଭାବେ ଚାଉଳ, କିରାସିନି ପ୍ରଭୃତିର ସୁଲଭ ତଥା କରାଯାଇ ସେସବୁର ଫାଇଦା ନେବାକୁ ପରାମର୍ଶ ଦିଆଯିବା ସଙ୍ଗେ ସଙ୍ଗେ ଅନୁରୂପ ସୁବିଧା ଯୋଗାଇ ଦିଆଯିବା ଅବଶ୍ୟକ । ଏଥ୍ ସଙ୍ଗେ ସଙ୍ଗେ ସଜୋଟ, ଦକ୍ଷ, ନିଷ୍ପାବାନ୍ କର୍ମଚାରୀମାନଙ୍କୁ ବାଛି ବାଛି ଆଦିବାସୀ ଅଞ୍ଚଳରେ ନିଯୁକ୍ତି ଦିଆଯାଇ ସେନଙ୍କ ବିଶ୍ୱାସ ସୃଷ୍ଟି ହେବ । ସରକାରଙ୍କୁ ସେମାନେ ନିଜର ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରିବେ । ସନ୍ତ୍ରାସବାଦୀମାନଙ୍କଠାରୁ ମୁହଁ ଫେରାଇ ଏଥିରେ ସନ୍ଦେହ ନାହିଁ ।
ମାଲ୍କାନ୍ଗିରି
୧୧୮୩୮୧୬
ଆପଣକରି ବିଣ୍ୟ
ନଟବର ମାନଫିଦୃ
୭। ଶିକ୍ଷା-ଦଲାଲଙ୍କଠାରୁ ଶିକ୍ଷାଧାରା ଓ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାପାଇଁ ଏକ ପତ୍ର ସମ୍ପାଦକଙ୍କୁ ଲେଖ ।
Solution:
ଣିଗୋନାପା – ଓଡ଼ିଶାରେ ନକ୍ସଲ ଲୀଳା ଓ ତା’ର ପ୍ରତିକାର ।
ତା. ୮.୨.୧୬
ସଂପାଦକ, ମାତୃଭାଷା
ବାଳକୃଷ୍ଣ ମାର୍ଗ, କଟକ-୨
ମହାଶୟ,
ଆକର୍ଷଣୀୟ ବିଜ୍ଞାପନ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବାରେ ଲାଗିଛନ୍ତି । ଜାତୀୟ ତଥା ଏବନ୍ଧିତ ବୋଲି ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଥିବାବେଳେ, ତା’ର ସତ୍ୟାସତ୍ୟ ପରୀକ୍ଷା କରିବାର କୌଣସି ବ୍ୟବସ୍ଥା . . . । ଖୋଦ୍ ରାଜଧାନୀରେ ଦିଲ୍ଲୀ, ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ପ୍ରଭୃତି ଦେଶଗୁଡ଼ିକର ଖ୍ୟାତନାମା କରିଥିଲେ । ଏ ଦିଗରେ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅନେକ ଠକ ଅନୁଷ୍ଠାନର ଦଲାଲ (ମାଲିକ)ମାନଙ୍କୁ ଗିରଫ କରାଯାଇଥିଲା । କେତେକ ଦଲାଲ ନିଜ ନିଜ ଅନୁଷ୍ଠାନରେ ତାଲା ପକାଇ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ ।
ଦେବା ଦ୍ଵାହିରେ ଓଡ଼ିଶାରେ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଅଧଗ୍ରହଣ କାର୍ଯ୍ୟକ୍ରମ ହାତକୁ ନେଲେଣି । ଏଠାରେ ପଇସା ବଦଳରେ ଜ୍ଞାନ ଦିଆଯିବା ସାଧାରଣ ଖଟିଖ୍ୟା, କୃଷିକାରୀ, ମନ୍ଦିର ନୀତି, ଜେଜମାନୀ କରି ବଞ୍ଚୁଥିବା ଓଡ଼ିଆ ପିଲାଙ୍କପାଇଁ ଏ ଶିକ୍ଷାଧାରାର ଦରଜା ବନ୍ଦ ହେବ । ଧନୀ ଶ୍ରେଣୀର ବିଦ୍ୟାର୍ଥୀ ମେଧା ନଥାଇ ବି ସୁବିଧା ପାଇବେ । ଫଳରେ ମେଧାଶୂନ୍ୟ ଭାବରେ ଶିକ୍ଷା ସଙ୍କଟ ସୃଷ୍ଟି କରିବେ । ନୂଆ ନୂଆ ବିଷୟ ଖୋଲି ସେସବୁପାଇଁ ବିଭିନ୍ନ ଖ୍ୟାତିସମ୍ପନ୍ନ ବିଶ୍ଵବିଦ୍ୟାଳୟମାନଙ୍କରୁ ଅନୁମୋଦନ ମିଳିସାରିଛି ବୋଲି ମିଥ୍ୟା କହୁଣିକୁ ବୋହିଯିବ ।
୮। ଧର୍ମଘଟ ଓ ବନ୍ଦ ପାଳନ ବିପକ୍ଷରେ ପ୍ରତିକ୍ରିୟା ପ୍ରକାଶ କରି ସମ୍ପାଦକଙ୍କୁ ଏକ ପତ୍ର ଲେଖ ।
Solution:
ଶିରୋନାମା – ଧର୍ମଘଟର ମିଥ୍ୟାଚାର ବନ୍ଦ ହେଉ ।
ତା. ୧୫.୨.୧୬
ସଂପାଦକ, ଧରିତ୍ରୀ
ମରେଶ୍ଵର ଶିଳ୍ଲାଅଁନ୍ଦ, ରପୁଲଗଡ଼
ମହାଶୟ,
ଦାବି କ’ଣ ଥିଲା ବା ଧର୍ମଘଟ ସଫଳ ହେଲା ଧର୍ମଘଟ କାହା ବିରୁଦ୍ଧରେ ? ଏହାକୁ ସରକାର ବିରୋଧୀ ଜନସାଧାରଣ କ୍ଷତିସ୍ତ ହେବେ । ଖଟିଖୁ, ମଜୁରିଆ କର୍ମକ୍ଷେତ୍ରକୁ ଯାଇ ନ ପାରି ସେଦିନ ପରିବାର ପାଇଁ ଦୁଇମୁଠା ଅନ୍ନ ଯୋଗାଡ଼ରୁ ବଞ୍ଚିତ ହେବେ । ଯେଉଁ ଦାବି ନେଇ ବାମଦଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ଯଦି ଜନହିତକାରୀ ଏବଂ ତାହା କି ନାହିଁ ତାହା ଚର୍ଚ୍ଚାର ବିଷୟ ନୁହେଁ । ଚିନ୍ତାର ବିଷୟ ହେଉଛି ง ଧର୍ମଘଟ ଭାବେ ପ୍ରଚାର କରାଯାଉଥିଲେ ବି ଏଥିରେ ପ୍ରକୃତରେ ନିୟମ ଗଢ଼ିବାର ବ୍ୟବସ୍ଥା କରିପାରିବେ । ଏତେସବୁ ନାଟକ କାହିଁକି ? ନିରୀହ ଖଟିଖ୍ ଦିନମଜୁରିଆଙ୍କ ପେଟ ମାରିବା ଏବଂ ଜନସାଧାରଣଙ୍କୁ ହଇରାଣ କରିବା ଛଡ଼ା ଏପ୍ରକାର ଆନ୍ଦୋଳନର ଅନ୍ୟ କିଛି ଉଦ୍ଦେଶ୍ୟ ବା ଉପଲବ୍ଧ ତର୍କସଙ୍ଗତ ଦିଶୁନାହିଁ । ଦେଶର ଶାନ୍ତିକାମୀ ନିରୀହ ଜନତାଙ୍କ ସହ ପ୍ରତାରଣା ବନ୍ଦ ହେବା ଉଚିତ । ଏତଦ୍ବ୍ୟତୀତ ବନ୍ଦପାଳନକୁ ରାଜନୀତିକ ଦଳମାନେ କୌତୁକ କରିତୋଳିଛନ୍ତି । କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥିବା ଓ ଅଂଶୀଭୂତ ଦଂ ବି ଭୋଟ ବାକ୍ସ ବୃଦ୍ଧିପାଇଁ ବନ୍ଦପାଳନର ମସୁଧା କରୁଛି ଓ ସରକାରୀ ବିରୁଦ୍ଧ ପ୍ରଚାର ବୋଲି ଗାଉଛନ୍ତି । ଏହା ସାଧାରଣ ନାଗରିକଙ୍କୁ ବୋକା କରିଦେଉଛି ଓ କଳୁଷିତ ରାଜନୀତିକୁ ନେଇ ଅଧିକ ମାନସିକ ଘୃଣା ଦେଉଛି । ପୁନଶ୍ଚ
ଆମ ଦେଶରେ ମୂଲ୍ୟହୀନ, ସଙ୍କଟଶୂନ୍ୟ ବିଭିନ୍ନ ଘଟଣାକୁ ପ୍ରତିବାଦର ଆଳ କରି ବିଭିନ୍ନ ରାଜନୈତିକ ଦଳ ତରଫରୁ ସହର ପଛଘୁଞ୍ଚା ଦେଉନାହାନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପରିତାପର ବିଷୟ । ଏସବୁ ଜାତୀୟ ସ୍ୱାର୍ଥ ଓ ଜନସ୍ବାର୍ଥର ପରିପନ୍ଥୀ । ଏଭଳି ବନ୍ଦ ପାଳନବେଳେ ସାଧାରଣ ଜନତା, ଶ୍ରମଜୀବୀ, ଛାତ୍ରଛାତ୍ରୀ, ବ୍ୟବସାୟୀ, କୃଷକ କେତେ କ୍ଷତିଗ୍ରସ୍ତ ହୋଇଥାନ୍ତି ତାହା ଅକଳନୀୟ । ଏଣୁ ସରକାର ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରି ଆଇନ ଅମାନ୍ୟକାରୀମାନଙ୍କୁ ଦୃଢ଼ହସ୍ତରେ ଦମନ କରନ୍ତୁ ।
ଆପଣବର ବିଶ୍ଵମୃ
ମଲିକି ଚରଣ ଦଲାଲ
ଟଙ୍କପାଣି ରୋଡ଼, ଭୁବନେଶ୍ଵର
୧୫।୦୨ ।୧୬
୯ । ବଦ୍ଧିତ ଜନସଂଖ୍ୟା ଓ କୃଷି ଉତ୍ପାଦନର ହ୍ରାସକୁ ନେଇ ଏକ ପ୍ରତିକ୍ରିୟାଶୀଳ ପତ୍ର ସଂପାଦକଙ୍କୁ ଲେଖ ।
Solution:
ଶିରୋନାମା – ବଦ୍ଧିତ ଜନସଂଖ୍ୟା ଓ ଉତ୍ପାଦନର
ତା. ୧୮.୧୨.୧୬
ସଂପାଦକ, ଧରିତ୍ରୀ
ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ଵର
ମହାଶୟ,
ଭାରତବର୍ଷରେ ଜନସଂଖ୍ୟାର ଘନ ଘନ ବୃଦ୍ଧି ଆଜି ଖାଦ୍ୟାଭାବକୁ ସ୍ବାଗତ କରିଛି । ବାସଭୂମି ପାଇଁ କୃଷିଭୂମିକୁ କ୍ରମେ ବର୍ଷିତ ଜନସମାଜ କବଳିତ କରିବାକୁ ଆରମ୍ଭ କରିଛି । ଏହା ଫଳରେ ଭୂମିର ଆୟତନରେ ସିନା ସଂକୋଚନ ଘଟୁନାହିଁ; କିନ୍ତୁ କୃଷି ଉପଯୋଗୀ ଭୂମି ଉପରେ ଗଢ଼ିଉଠୁଛି ସୁରମ୍ୟ ପ୍ରାସାଦ, ପ୍ରଗତିକାମୀ ଶିଳ୍ପାଞ୍ଚଳ । ଜନସଂଖ୍ୟା ବୃଦ୍ଧିର ସମାନୁପାତିକ ହାରରେ କୃଷି ଉତ୍ପାଦନ ହାର ହ୍ରାସ ପାଇବାକୁ ଲାଗିଛି । କୃଷି ଉତ୍ପାଦନ ବୃଦ୍ଧି କରାଇବାପାଇଁ ଉଦ୍ୟମ ଜାରି ରହିଥିବା ସତ୍ତ୍ବେ ବସୁନ୍ଧରା କିନ୍ତୁ ବନ୍ଧ୍ୟା ହୋଇଗଲାଣି । ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଫଳରେ ବସୁମତୀର ଉତ୍ପାଦିକା ଶକ୍ତି ହ୍ରାସ ପାଉଛି । ବଦ୍ଧିତ ଜନସଂଖ୍ୟାକୁ ବନ୍ଧ୍ୟା-ବସୁନ୍ଧରାର ଅଭିମାନ ଆଜି ମନୁଷ୍ୟର ଗଭୀର ଚିନ୍ତାର କାରଣ ହୋଇପଡ଼ିଛି ।
ସଂପ୍ରତି କୃଷି ବିଜ୍ଞାନୀମାନେ ମତ ଦେଲେଣି ଭୁବନେଶ୍ଵରର ବାସିନ୍ଦା ଆଗାମୀ ୨୦ ବର୍ଷ ପରେ ଏ ମାଟିର ପାଣି, ପବନ, ଖାଦ୍ୟ ଖାଇ ଓ ଗ୍ରହଣକରି ଶାରୀରିକଭାବରେ ଗେଡ଼ା ଓ ପଙ୍ଗୁ ହୋଇଯିବେ । କାରଣ ଭୂମିଜଳ ଓ ମୃତ୍ତିକା କ୍ରମଶଃ ବିଷାକ୍ତ ହୋଇଉଠୁଛି । ଏହା ବିଶ୍ଵର ଯେକୌଣସି ବର୍ଦ୍ଧିତ ଜନସଂଖ୍ୟା ସହରର ସଙ୍କଟ ମଧ୍ୟ । ନଦୀମାନେ ହଁ ପୋତିହୋଇପଡ଼ି ଏପରି ବ୍ୟବସ୍ଥାରେ ଜନସଂଖ୍ୟା ବୃଦ୍ଧିକୁ ସଙ୍କୁଚିତ କରି କର୍ତ୍ତୃପକ୍ଷ ଭୂମିଜଳ ଓ ପରିବେଶର ସୁରକ୍ଷିତ ପ୍ରବାହପାଇଁ ବେଳ ଥାଉଁ ଥାଉଁ ବନ୍ଧ ନ ବାନ୍ଧିଲେ ନିଷ୍ଫଳା ଭୂମି ଉପରେ ମଣିଷହିଁ ଆଗାମୀ ଦିନରେ ସଙ୍କଟରେ ପଡ଼ି ମଣିଷ ମାଂସ ୱାଇବ । ଏଥପ୍ରତି ବୁଦ୍ଧିଜୀବୀ ଓ ସରକାର ଚିନ୍ତା ପ୍ରକଟପାଇଁ ଅନୁରୋଧ କରୁଛୁ ।
ଉତ୍ତରାଛକ, ଧଉଳି
ରୁବନେଶ୍ୟର
ଆପଣବର ବିଶ୍ଵମୃ
ମାନବନ୍ଦ୍ବ କର
୧୦ା ଙପୃତି ବୈପଯିକ ଶିଯାନୁପାନର ଶିଯଧାର କିପରି କ୍ରମିତ ଓ କନ୍ନଯିବ ପରମଚାର ଧାରଣା ସଫ୍ଟ କରୁଛି ଏକ ପ୍ରତିକ୍ରିୟାଶୀଳ ଚିନ୍ତାନିଷ୍ଠ ପତ୍ର ସମ୍ପାଦକଙ୍କୁ ଲେଖ ।
Solution:
ଶିରୋନାମା – ବୈପଯିକ ଶିଯାନୁପାନର କିପରି ପରମଚାର
ତା, ୨୧.୩.୧୬
ସଂପାଦକ, ଅନୁପମ ଭାରତ,
ବ୍ରହ୍ମପୁର ।
ମହାଶୟ,
ଜ୍ଞାନ ଓ ଶିକ୍ଷାଠାରୁ ବଳି ପବିତ୍ରକାରୀ ଜିନିଷ ଏ ବିଶ୍ୱରେ ଆଉ କିଛି ନାହିଁ । ‘ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।’’ ମାତ୍ର ଏହି ଜ୍ଞାନ କ୍ରମଶଃ କଳୁଷିତ ହେବାକୁ ବସିଲାଣି । ବୈଷୟିକ ଶିକ୍ଷାକୁ ସାଧାରଣ ଶିକ୍ଷାଠାରୁ ଗୁରୁତ୍ଵପୂର୍ଣ୍ଣ ଛାତ୍ରଛାତ୍ରୀ ଚୟନ କରାଯାଉଛି । ଆମ ରାଜ୍ୟରେ ବିପିୟୁଟି, କେନ୍ଦ୍ରରେ ସିବିଏସ୍ଇ, କେତେକ କ୍ଷେତ୍ରରେ ଶିକ୍ଷାନୁଷ୍ଠାନମାନେ ନିଜେ ଏହି ପ୍ରବେଶିକା ପରୀକ୍ଷା କରୁଛନ୍ତି । ଅଧିକାଂଶ ମେଧାବୀ ପିଲା ମଧ୍ୟ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇପାରୁନାହାନ୍ତି । ଡାକ୍ତରୀ ଶିକ୍ଷା ପାଇଁ ସ୍ବଳ୍ପ ଆସନ ଦୃଷ୍ଟିରୁ ପ୍ରବେଶିକା ପରୀକ୍ଷାରେ ପ୍ରତିଯୋଗିତା ତୀବ୍ରତର ହେଉଛି । ଅଧିକାଂଶ ସ୍ଥଳରେ ଦେଖାଯାଉଛି ଯେ, ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ପିଲାମାନେ ମଧ୍ୟ ପ୍ରବେଶିକା ପରୀକ୍ଷାରେ ଗଡ଼ପଡୁଛନ୍ତି । ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଛି ।
କଲେଜ ଓ ଛାତ୍ରାବାସରେ ନୂଆ ପିଲାମାନଙ୍କୁ ପୁରୁଣା ପିଲାମାନେ ମାନସିକ, ଶାରୀରିକ ଓ ନୈତିକ ସ୍ତରରେ ଆଘାତ ପ୍ରଦାନ କରୁଛନ୍ତି । ଏହାକୁ ‘ତ୍ୟାଗିଙ୍ଗ୍’ ଆଖ୍ୟା ଦିଆଯାଇ ଆଇନତଃ ନିଷିଦ୍ଧ କରାଯାଇଥିଲେ ମଧ୍ୟ କାହିଁକି ଛାଡ଼ିବୁ ? କି ରୁଗ୍ଣ ମାନସିକତା ? ବେଳେବେଳେ ଏହି ବର୍ବରତା ଚରମସୀମାରେ ପହଞ୍ଚୁଛି– ତାହାର ବିଶଦ ବର୍ଣ୍ଣନା କିଶୋରୀ ଏହା ଭୟରେ ପାଠ ଛାଡ଼ିଦେଉଛନ୍ତି । କେତେକ ପିଲା ଅନ୍ୟ ବିଭାଗକୁ ଚାଲିଯାଉଛନ୍ତି । କେତେକ ସ୍ତରରେ ମାନସିକ ବିକୃତି ସୃଷ୍ଟି ହେଉଛି ଏବଂ କେହି କେହି ଆତ୍ମହତ୍ୟାପ୍ରବଣ ହେଉଛନ୍ତି ଓ ମରୁଛନ୍ତି ମଧ୍ଯ । ମାତ୍ର ଏସବୁ ସଦାସର୍ବଦା କେସ୍ ଆକାରରେ ଥାନା, କୋର୍ଟ କଚେରିରେ ଦରଜ ହେଉନାହିଁ । ସାନପିଲାମାନେ ଅତ୍ୟନ୍ତ କଷ୍ଟର ସହିତ ଏସବୁ ସହ୍ୟ କରୁଛନ୍ତି । ଆମ ସମୟରେ (୧୯୭୭) ଆଇଆଇଟି ପଢ଼ିବାକୁ ଯାଇଥିବା ଜଣେ ପିଲା ଏହାଯୋଗୁ ମାନସିକ ବିକୃତ ହୋଇ ଚିକିତ୍ସା ହୋଇଥିଲା ଓ ପରେ ପରେ ଆତ୍ମହତ୍ୟା କରିଥିଲା ।
ଜଣେ ପିଲା ଆଇସି ସିଟ୍ ଛାଡ଼ି ଓଏଏସ୍ ପାଇଥିଲା ଓ ଅନ୍ୟ ଜଣେ ଆଇଏଏସ୍ ପାଇଥିଲା । ଏହିପରି ଅନେକ ଉଦାହରଣ ଦିଆଯାଇପାରେ । ମାତ୍ର ଏହାଦ୍ୱାରା ସମସ୍ତ ପିଲାଙ୍କର ଭବିଷ୍ୟତ ଜୀବନରେ ରୁଗ୍ଣ ମାନସିକତା ସୃଷ୍ଟି ହୋଇଥାଏ ଓ ଏହାଯୋଗୁ କର୍ମକ୍ଷେତ୍ରରେ ଦୁର୍ନୀତି ଓ ଅସଜୋଟତାର ପ୍ରବେଶ ହୋଇଥାଏ । ଏପରି କରୁଥିବା ପିଲାକୁ କଦାପି ସଭ୍ୟ କୁହାଯାଇପାରିବ ନାହିଁ । ଯଦିଓ ନାମଲେଖା ସମୟରେ ଏହା ନ କରିବାପାଇଁ ପିଲାମାନେ ଚୁକ୍ତିପତ୍ର ଦସ୍ତଖତ କରୁଛନ୍ତି ତଥାପି ସେମାନେ ପରବର୍ତ୍ତୀ ସମୟରେ ଏହା କରୁଛନ୍ତି । ଏଥିପାଇଁ କଠୋର ପଦକ୍ଷେପ ନିଆଯିବା ଦରକାର । ପ୍ରଥମ ବର୍ଷର ସମସ୍ତ ନୂଆ ପିଲାଙ୍କୁ ଶିକ୍ଷକମାନଙ୍କ ଉପସ୍ଥିତିରେ ଉପର ଶ୍ରେଣୀର ପିଲାମାନଙ୍କୁ ଚିହ୍ନା କରାଇବା
ଉଚିତ । ଛାତ୍ରାବାସରେ ନୂଆ ପିଲା ରହୁଥିବା ବର୍ଗରେ ଏକ କୋଠରିରେ ଜଣେ ଅଧ୍ୟାପକ କିମ୍ବା ସହକାରୀ ପ୍ରଫେସର ଭଲମନ୍ଦ ବୁଝିବାପାଇଁ ରହିବା ଦରକାର । ଗୋଟିଏ କୋଠରିରେ ଗୋଟିଏ ବର୍ଗର ପିଲାମାନେ ରହିବା ଦରକାର । ରାତ୍ରି ୯ଟା ପରେ ଦାୟିତ୍ଵରେ ଥିବା କର୍ମଚାରୀ, ଅଧୀକ୍ଷକ ଓ ମୁଖ୍ୟମାନେ ସରପ୍ରାଇଜ୍ ଭିଜିଟ୍ କରି ଏହାର ଆକଳନ କରିବା ଉଚିତ । ଏଥିପାଇଁ ପିଲାମାନଙ୍କୁ କଠୋର ଦଣ୍ଡବିଧାନ ନକରି ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ଦରକାର । ମାନସିକ ପରାମର୍ଶ, ଯୋଗ ଓ ଧ୍ୟାନ ଏଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଅଟେ । ଏହାଦ୍ଵାରା ପିଲାଟି ପରିବର୍ତ୍ତନ ନହେଲେ ତା’ ପ୍ରତି ଦଣ୍ଡବିଧାନ କରିବା ଛଡ଼ା ଆଉ କିଛି ବାଟ ନାହିଁ । କେବଳ ଆଇନ ପ୍ରଣୟନଦ୍ଵାରା ଏହାକୁ ବନ୍ଦ କରିହେବ ନାହିଁ ।
ଏସବୁ ଊର୍ଦ୍ଧ୍ୱରେ ଶତକଡ଼ା ୬୦ ଭାଗ ବିଦ୍ୟାର୍ଥୀ ଏସବୁ ଅନୁଷ୍ଠାନରେ ଟ୍ୟୁସନ୍ ଓ କୋଚିଂ ଦଲାଲ କରୁଥିବା ଶିକ୍ଷକଙ୍କ ନମ୍ବର ରଖ୍ ସାର୍ଟିଫିକେଟ ପାଉଛନ୍ତି । ଏମାନେ ପିତାମାତାଙ୍କର ବୋଝ ହେବା ସଙ୍ଗେ ସଙ୍ଗେ ଜାତିର ବୋଝ ବି ହେଉଛନ୍ତି । ଲାଗୁଛି । ଏଥପ୍ରତି ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧିବା ଓ ସଚେତନ ହେବା ନ୍ୟାୟରେ ଶିକ୍ଷକ, ଛାତ୍ର, ଅଭିଭାବକ ଓ କର୍ତ୍ତୃପକ୍ଷ ସଚେତନ ହୋଇ ଉପାୟ ଓ ପନ୍ଥା ଗ୍ରହଣ ନକଲେ ଜ୍ଞାନହିଁ ସଙ୍କଟର କାରଣ ହୋଇ ଉଭା ହେବ, ଏଥିରେ ଦ୍ବିମତ ନାହିଁ ।
ଆପଣଙର ବଣିପୃ
ଧମାନନ୍ଦ ତାପ
ନାରଗାଁ ଦାଣ
କାଗଡମିତ୍ରପୁର