CHSE Odisha Class 11 Odia Solutions Chapter 5 ସାହାଡ଼ା ବୃକ୍ଷ

Odisha State Board CHSE Odisha Class 11 Odia Solutions Chapter 5 ସାହାଡ଼ା ବୃକ୍ଷ Textbook Exercise Questions and Answers.

CHSE Odisha Class 11 Odia Chapter 5 ସାହାଡ଼ା ବୃକ୍ଷ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଗୋଲକ ବୃକ୍ଷକୁ ________ ବୃକ୍ଷ ବୋଲି କୁହାଯାଏ । (ମହାଦ୍ରୁମ, ବୋଧଦ୍ରୁମ, ମହାକଳ୍ପ, ସତ୍ୟକଳ୍ପ)
Solution:
ମହାକଳ୍ପ |

(ଖ) ଗୋଲକ ବୃକ୍ଷକୁ ପ୍ରତ୍ୟେକ ଦିନ କିଏ ପୂଜା କରନ୍ତି ? (ବ୍ୟାସ, ଗାନ୍ଧାରସେନ, ଧୃତରାଷ୍ଟ୍ର, ଭୀଷ୍ମ)
Solution:
ଗାନ୍ଧାରସେନ ।

(ଗ) ଗୋଲକ ବୃକ୍ଷକୁ ସୂର୍ଯ୍ୟଙ୍କ ରଥର କେଉଁ ଅଙ୍ଗ ସହ ତୁଳନା କରାଯାଇଛି ? (ଚକ, ଅଖ, ଅର, ଅଶ୍ଵ)
Solution:
ଚକ ।

(ଘ) ବିଶ୍ଵନାଥ ସ୍ଵାମୀ କେଉଁ ନକ୍ଷତ୍ରରେ ବୁଲି ବାହାରିଥିଲେ ? (ଚିତ୍ରା, ଶତଭିଷା, ସ୍ଵାତୀ, ବିଶାଖା)
Solution:
ଶତଭିଷା |

(ଙ) ମହେଶ୍ଵର କେଉଁ ନଦୀକୂଳରେ ବୁଲୁଥିବାବେଳେ ସାହାଡ଼ା ବୃକ୍ଷକୁ ଦେଖ‌ିଲେ ? (ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ)
Solution:
ବୈତରଣୀ ।

(ଚ) ବାମଦିଗରେ ଥ‌ିବା ସାହାଡ଼ା ବୃକ୍ଷକୁ ଦେଖୁ ବୃଷଭ କ’ଣ କଲା ? (ପତ୍ର ଆଣି ମୁଣ୍ଡରେ ଲଗାଇଲା, ପତ୍ରକୁ ଖାଇଦେଲା, ଗଛ ଦେହରେ ଘଷିହେଲା, ଡାଳ ଭାଙ୍ଗି ପକାଇଲା)
Solution:
ପତ୍ର ଆଣି ମୁଣ୍ଡରେ ଲଗାଇଲା ।

(ଛ) କେଉଁ ଗଛର ପତ୍ର ପାଖରେ ଥିଲେ ଶତ୍ରୁକ୍ଷୟ ହୁଏ ? (ସାହାଡ଼ା, ନିମ୍ବ, ବରକୋଳି, ବିଲ୍ଵ)
Solution:
ବରକୋଳି ।

CHSE Odisha Class 11 Odia Solutions Chapter 5 ସାହାଡ଼ା ବୃକ୍ଷ

(ଜ) ସଦାନନ୍ଦ ବୃଷଭ ପିଠିରେ ବସି କେତେ ଭୁବନ ବୁଲିଲେ ? (ଦ୍ୱାଦଶ, ଚତୁର୍ଦ୍ଦଶ, ପଞ୍ଚଦଶ, ଅଷ୍ଟାଦଶ)
Solution:
ଚତୁର୍ଦ୍ଦଶ ।

(ଝ) କେଉଁ ପତ୍ର ଛିଣ୍ଡାଇ ମଥାରେ ଘେନିଲେ ଅନେକ ଦୋଷ କ୍ଷୟ ଯାଏ ? (ଶ୍ଵେତଦୁବ, କୁଶ, ବରକୋଳି ପତ୍ର, ବେଲପତ୍ର)
Solution:
ଶ୍ଵେତଦୁବ ।

(ଞ) କେଉଁ ଗଛର ଝଡ଼ିଲା ପତ୍ର ମୁଣ୍ଡରେ ଘେନିଲେ ବ୍ୟକ୍ତିର ଜ୍ଞାନ/ଅଜ୍ଞାନରେ କରିଥିବା ସକଳ ପାପ ଦୂର . ହୋଇଯାଏ ? ( ବର, ସାହାଡ଼ା, ବେଲ, ତୁଳସୀ)
Solution:
ତୁଳସୀ

(ଟ) ସାହାଡ଼ା ପତ୍ରକୁ ଘେନିଲେ କ’ଣ ପ୍ରାପ୍ତ ହୁଏ ? (ପାନ, ଭୋଜନ, ଯଶ, ଧନ)
Solution:
ଭୋଜନ |

(୦) ‘ସାହାଡ଼ା ବୃକ୍ଷର ମାହାତ୍ମ୍ୟ’ କବିତା ମହାଭାରତର କେଉଁ ପୂର୍ବରୁ ଗୃହୀତ ହୋଇଛି ? ( ଆଦିପର୍ବ, ମଧ୍ୟପର୍ବ, ବନପର୍ବ, ସଭାପର୍ବ)
Solution:
ଆଦିପର୍ବ ।

(ଡ) ଶିବ କପିଳାସକୁ କେତେବେଳେ ଫେରିଲେ ? ( ପ୍ରଭାତରେ, ସୂର୍ଯ୍ୟାସ୍ତରେ, ମଧ୍ୟାହ୍ନରେ, ସନ୍ଧ୍ୟାରେ)
Solution:
ସୂର୍ଯ୍ୟାସ୍ତରେ ।

(ଢ) ପଞ୍ଚବକ୍ତ୍ରର ଅର୍ଥ କ’ଣ ? (ପାଞ୍ଚଟି ଆଖୁ, ପାଞ୍ଚଟି ମୁହଁ, ପାଞ୍ଚଟି ହାତ, ପାଞ୍ଚଟି ଗୋଡ଼)
Solution:
ପାଞ୍ଚଟି ମୁହଁ ।

(ଶ) ଅମୃତ ଯୋଗାଡ଼ ରନ୍ଧନ କରି ଉମା ବିମୁଖ ହେଲେ କାହିଁକି ? (ଶିବ ଆସିଯିବାରୁ, ଶିବ ନ ଆସିବାରୁ, ଗଣେଶ ନଥ‌ିବାରୁ, ଶିବ ଅସୁସ୍ଥ ଥ‌ିବାରୁ)
Solution:
ଶିବ ନ ଆସିବାରୁ ।

(ତ) ଉମା କେତେବେଳେ ଖାଇ ବସିଲେ ? (ଦିନ ଦିପହରବେଳେ, ତେର ଘଡ଼ି ଗଡ଼ିଯିବାରୁ, ଶିବଙ୍କ ଆସିବାରୁ, ସନ୍ଧ୍ୟା ହୋଇଯିବାରୁ)
Solution:
ତେର ଘଡ଼ି ଗଡ଼ିଯିବାରୁ ।

(ଥ) ପାର୍ବତୀ କାହିଁକି ଅଧାଖିଆ ହୋଇ ଉଠିଗଲେ ? (ଖାଦ୍ୟ ଭଲ ନ ଲାଗିବାରୁ, ଶିବ ଆସିଯିବାରୁ, ଦେହ ଅସୁସ୍ଥ ହେବାରୁ, ବାହାରେ କେହି ଡାକିବାରୁ )
Solution:
ଶିବ ଆସିଯିବାରୁ |

(ଦ) ଶିବ ଆସିଯିବାରୁ ପାର୍ବତୀ ଖାଦ୍ୟଦ୍ରବ୍ୟ ସବୁକୁ କେଉଁଠି ଲୁଚାଇଲେ ? (ରୋଷଶାଳାରେ, ଶୋଇବାଘରେ, ବୃଷଭ ଗୁଆଣିରେ, ପିଣ୍ଡାତଳରେ)
Solution:
ବୃଷଭ ଗୁଆଣିରେ ।

(ଧ) କୁଣ୍ଡରେ ଅମୃତ ଯୋଗାଡ଼ ପାଇଁ ଆନନ୍ଦରେ ଭୋଜନ କରି ବୃଷଭ କାହାକୁ ସ୍ମରଣ କଲା ? (ଶିବଙ୍କୁ, ଦେବୀଙ୍କୁ, କରତାର, ଚନ୍ଦ୍ରଙ୍କୁ)
Solution:
କରତାର ।

(ନ) ସେବକର ଚିନ୍ତା କାହାକୁ ଲାଗିଥାଏ ? (ରାଜାକୁ, ସ୍ବାମୀକୁ, ଦେବତାଙ୍କୁ, ଦସ୍ୟୁକୁ)
Solution:
ସ୍ୱାମୀକୁ ।

(ପ) ପାର୍ବତୀଙ୍କ କଥା ଶୁଣି ଶିବ କ’ଣ କଲେ ? (ରାଗିଲେ, ହସିଲେ, କାନ୍ଦିଲେ, ମନ ଦୁଃଖକଲେ)
Solution:
ହସିଲେ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) କାହାକୁ ମହାକଳପ ବୃକ୍ଷ ବୋଲି କୁହାଯାଇଛି ?
Solution:
ଗୋଲକ ବୃକ୍ଷକୁ ମହାକଳପ ବୃକ୍ଷ ବୋଲି କୁହାଯାଇଛି ।

(ଖ) କେଉଁ ବୃକ୍ଷ ମହାପାତକ ହରଣ କରେ ?
Solution:
ତୁଳସୀ ବୃକ୍ଷ ମହାପାତକ ହରଣ କରେ ।

(ଗ) ଦୋଷୀ କନ୍ୟା କାହାକୁ ବିବାହ କରିବ ?
Solution:
ଦୋଷୀ କନ୍ୟା ଗୋଲକ ବୃକ୍ଷକୁ ବିବାହ କରିବ ।

(ଘ) କେଉଁ ରାଜାଙ୍କ ନବର ମଝିରେ ଗୋଲକ ବୃକ୍ଷ ଅଛି ?
Solution:
ଗାନ୍ଧାରସେନ ରାଜାଙ୍କ ନବର ମଝିରେ ଗୋଲକ ବୃକ୍ଷ ଅଛି ।

(ଙ) ଗୋଲକ ବୃକ୍ଷକୁ ନିତିଦିନ କିଏ ପୂଜା କରୁଥିଲେ ?
Solution:
ଗୋଲକ ବୃକ୍ଷକୁ ନିତିଦିନ ରାଜା ଗାନ୍ଧାରସେନ ପୂଜା କରୁଥିଲେ ।

(ଚ) ବ୍ୟାସ ଗାନ୍ଧାରସେନଙ୍କୁ ଭାଗ୍ୟବନ୍ତ ରାଜା ବୋଲି କାହିଁକି କହିଛନ୍ତି ?
Solution:
ଗାନ୍ଧାରସେନ ପ୍ରତିଦିନ ସାହାଡ଼ା ଗଛକୁ ପୂଜା କରୁଥିବାରୁ, ବ୍ୟାସ ତାଙ୍କୁ ଭାଗ୍ୟବନ୍ତ ରାଜା ବୋଲି କହିଛନ୍ତି ।

(ଜି) ସାହାଡ଼ା ବୃକ୍ଷକୁ ଦର୍ଶନ କଲେ କ’ଣ ହୁଏ ?
Solution:
ସାହାଡ଼ା ବୃକ୍ଷକୁ ଦର୍ଶନ କଲେ କୋଟି ପାତକ ହରଣ ହୁଏ ।

(ଝ) ସାହାଡ଼ା ବୃକ୍ଷ ମାହାତ୍ମ୍ୟ ବିଷୟରେ କିଏ କାହାକୁ କହିଛନ୍ତି ?
Solution:
ସାହାଡ଼ା ବୃକ୍ଷ ମାହାତ୍ମ୍ୟ ବିଷୟରେ ବ୍ୟାସଦେବ ରାଜା ଗାନ୍ଧାରସେନଙ୍କୁ କହିଛନ୍ତି ।

(ଉ) ଶୂଳପାଣି କେଉଁ ମାସ ଓ କେଉଁ ତିଥିରେ ବୃଷଭ ପିଠିରେ ବସି ବୁଲି ବାହାରିଥିଲେ ?
Solution:
ଶୂଳପାଣି ବୃଷଭ ମାସ ଓ କୃଷ୍ଣପକ୍ଷ ତିଥିରେ ବୃଷଭ ପିଠିରେ ବସି ବୁଲି ବାହାରିଥିଲେ ।

(ଟ) ଶୂଳପାଣି ହୃଦୟରେ କ’ଣ ଆଭରଣ କରିଥିଲେ ?
Solution:
ଶୂଳପାଣି ହୃଦୟରେ ଉଡ଼ଙ୍ଗ ବା ସର୍ପ ଆଭରଣ କରିଥିଲେ ।

(୦) ଶୂଳପାଣିଙ୍କ ବୁଲାଣି କାଳରେ ଅନ୍ତରୀକ୍ଷରେ କାହାର ଶବ୍ଦ ଶୁଭୁଥିଲା ?
Solution:
ଶୂଳପାଣିଙ୍କ ବୁଲାଣି କାଳରେ ଅନ୍ତରୀକ୍ଷରେ ନବଲକ୍ଷ ଡମ୍ବରୁ ଶବ୍ଦ ଶୁଭୁଥିଲା ।

(ଡ) ମହେଶ୍ଵର ଅନେକ ତୀର୍ଥ ଦର୍ଶନ ପରେ କେଉଁ ନଦୀ ପାଖକୁ ଗଲେ ?
Solution:
ମହେଶ୍ଵର ଅନେକ ତୀର୍ଥ ଦର୍ଶନ ପରେ ବୈତରଣୀ ନଦୀ ପାଖକୁ ଗଲେ ।

(ଥ) କିଏ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଲା ?
Solution:
ଶିବଙ୍କ ବୃଷଭ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଲା ।

(ଦ) ବୃଷଭ କେଉଁ ବୃକ୍ଷର ପତ୍ରକୁ ମଥାରେ ଘେନିଥିଲା ?
Solution:
ବୃଷଭ କେଉଁ ବଯର ପତ୍ରକୁ ମଥାରେ ଘେନିଥିଲା |

(ଧ) ବାମରେ ଥିବା ସାହାଡ଼ା ବୃକ୍ଷର ପତ୍ର ଘେନିଲେ କ’ଣ ହୁଏ ?
Solution:
ବାମରେ ଥ‌ିବା ସାହାଡ଼ା ବୃକ୍ଷର ପତ୍ର ଘେନିଲେ ଅମୃତ ଯୋଗାଡ଼ ମିଳିଥାଏ ।

(ନ) କ’ଣ କଲେ ଅମୃତ ଯୋଗାଡ଼ ମିଳେ ବୋଲି ବୃଷଭ କହିଛି ?
Solution:
ବାମରେ ଥିବା ସାହାଡ଼ା ବୃକ୍ଷର ପତ୍ର ଘେନିଲେ ଅମୃତ ଯୋଗାଡ଼ ମିଳେ ବୋଲି ବୃଷଭ କହିଛି ।

(ପ) ଡାହାଣ ପାଖରେ ଥ‌ିବା ବରକୋଳି ବୃକ୍ଷର ପତ୍ର ଘେନିଲେ କ’ଣ ହୁଏ ?
Solution:
ଡାହାଣ ପାଖରେ ଥ‌ିବା ବରକୋଳି ବୃକ୍ଷର ପତ୍ର ଘେନିଲେ ଶତ୍ରୁ କ୍ଷୟ ହୁଏ ।

(ଫ) କ’ଣ କଲେ ଶତ୍ରୁ କ୍ଷୟଯାଏ ବୋଲି ବୃଷଭ କହିଛି ?
Solution:
ଡାହାଣ ପାଖରେ ଥ‌ିବା ବରକୋଳି ବୃକ୍ଷର ପତ୍ର ଘେନିଲେ ଶତ୍ରୁ କ୍ଷୟଯାଏ ବୋଲି ବୃଷଭ କହିଛି ।

CHSE Odisha Class 11 Odia Solutions Chapter 5 ସାହାଡ଼ା ବୃକ୍ଷ

(ବି) ଆଗରେ ଶ୍ଵେତଦୁବ ଦେଖ‌ିଲେ କ’ଣ କରିବ ?
Solution:
ଆଗରେ ଶ୍ଵେତଦ୍ଭବ ଦେଖ‌ିଲେ, ତାହାକୁ ତୋଳିଆଣି ମଥାରେ ଘେନିବ ।

(ଭ) ତୁଳସୀ ବୃକ୍ଷ ଦେଖ‌ିଲେ କ’ଣ କରିବ ?
Solution:
ତୁଳସୀ ବୃକ୍ଷ ଦେଖ‌ିଲେ, ତାହାର ଝଡ଼ିଲା ପତ୍ରକୁ ମଥାରେ ଘେନିବ ।

(ର) ସାହାଡ଼ା ପତ୍ର ଘେନିଲେ କ’ଣ ହୁଏ ?
Solution:
ସାହାଡ଼ା ପତ୍ର ଘେନିଲେ ସୁପକ୍ଵ ଅନ୍ନ ପ୍ରାପତ ହୁଏ ।

(ଳ) ବୃଷଭ କେଉଁ ଚରିତ କଥା କହିଛି ?
Solution:
ବୃଷଭ ବୃକ୍ଷ ଚରିତ କଥା କହିଛି ।

(ବି) ସଦାନନ୍ଦ କ’ଣ ପରୀକ୍ଷା କରି ଜାଣିବା ବୋଲି କହିଛନ୍ତି ?
Solution:
ସାହାଡ଼ା ବୃକ୍ଷ ଘେନିଲେ ଭୋଜନ ପ୍ରାପ୍ତ ହୁଏ, ସଦାନନ୍ଦ ତାହା ପରୀକ୍ଷା କରି ଜାଣିବା ବୋଲି କହିଛନ୍ତ ।

(ଶ) ଶିବ କପିଳାସରେ କେତେବେଳେ ବିଜେ କଲେ ?
Solution:
ଶିବ କପିଳାସରେ ଆଦିତ୍ୟ ଅସ୍ତବେଳେ ବିଜେ କଲେ ।

(ଷ) କିଏ ଅମୃତ ଯୋଗାଡ଼ କରିଥିଲେ ?
Solution:
ଉମା ଅମୃତ ଯୋଗାଡ଼ କରିଥିଲେ ।

(ସ) ସ୍ଵାମୀଙ୍କ ବାଟ ଚାହିଁ କିଏ ବିମୁଖ ଥିଲେ ?
Solution:
ସ୍ଵାମୀଙ୍କ ବାଟ ଚାହିଁ ଦେବୀ ଉମା ବିମୁଖ ଥିଲେ ।

(ହ) ଠାକୁରାଣୀ କେତେ ଘଡ଼ି ଅନ୍ତରରେ ମଣୋହି ବିଜେ କଲେ ?
Solution:
ଠାକୁରାଣୀ ତେର ଘଡ଼ି ଅନ୍ତରରେ ମଣୋହି ବିଜେ କଲେ ।

(ୟ) ଠାକୁରାଣୀ କେତେ ଗୁଣ୍ଡା ଭୁଞ୍ଚିଲା ପରେ ଡମ୍ବରୁର ଶବ୍ଦ ଶୁଭିଲା ?
Solution:
ଠାକୁରାଣୀ ତିନିଗୁଣ୍ଡା ଭୁଞ୍ଚିଲା ପରେ ଡମ୍ବରୁର ଶବ୍ଦ ଶୁଭିଲା ।

(ଲ) କ’ଣ ଶୁଣି ଗୋସାମଣୀ ବିଷାଦ ହେଲେ ?
Solution:
ଡମ୍ବରୁର ଡିବି ଡିବି ଶବ୍ଦ ଶୁଣି ଗୋସାମଣୀ ବିଷାଦ ହେଲେ ।

(୦) ଠାକୁରାଣୀ ମଣୋହି କେଉଁଠାରେ ଲୁଚାଇଥିଲେ ?
Solution:
ଠାକୁରାଣୀ ମଣୋହି ବୃଷଭ ଗୁଆଣିରେ ଲୁଚାଇଥିଲେ ।

(8) ନନ୍ଦିକେଶ୍ଵର ବୃଷଭକୁ କେଉଁଠି ବାନ୍ଧିଲା ?
Solution:
ନନ୍ଦିକେଶ୍ଵର ବୃଷଭକୁ ନେଇ ଖମ୍ବରେ ବାନ୍ଧିଲା ।

(ୟ) ବୃଷଭ ଭାଣ୍ଡରେ କ’ଣ ଥ‌ିବା ଦେଖୁଲା ?
Solution:
ବୃଷଭ ଭାଣ୍ଡରେ ଅମୃତି ଯୋଗାଡ଼ ଥିବା ଦେଖିଲା ।

(ଲ) ଈଶ୍ଵର ମହାବୃଷଭକୁ ହସିକରି କ’ଣ କହିଲେ ?
Solution:
ଈଶ୍ଵର ମହାବୃଷଭକୁ ହସିକରି, ସାହାଡ଼ା ବୃକ୍ଷ ନେଇ କେଉଁ ଫଳ ପାଇଲୁ ବୋଲି କହିଲେ ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ବ୍ରହ୍ମା କେଉଁ ବୃକ୍ଷ ସୃଷ୍ଟି କରିଥିଲେ ଓ କାହିଁକି ?
Solution:
ବୃକ୍ଷ, ଯାହାକି ଗୋଲକ ବୃକ୍ଷ, ତାହାକୁ ଦୋଷୀ କନ୍ୟା ବିଭା କରିବାପାଇଁ ବ୍ରହ୍ମା ସୃଷ୍ଟି କରିଥିଲେ ।

(ଗ) ବିଶ୍ଵନାଥ ପ୍ରଥମେ କେଉଁ ପୁରକୁ ବିଜେ କରିଥିଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବିଶ୍ଵନାଥ ପ୍ରଥମେ ମଧ୍ୟପୁରକୁ ବିଜେ କରିଥିଲେ ।

(ଘ) ମହେଶ୍ଵର ଅନେକ ତୀର୍ଥ ଦର୍ଶନ ପରେ କ’ଣ କଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ମହେଶ୍ଵର ଆନ୍ଦୋଳ ଡାଥ ଦଶନ କଲାପରେ ବୈତରଖା ନଦୀ କୂଳରେ ପହଞ୍ଲେ |

(ଙ) ତୁଳସୀ ବୃକ୍ଷର କେଉଁ ପତ୍ରକୁ ମଥାରେ ନେବାପାଇଁ ବୃଷଭ କହିଛି ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମଥାରେ ନେବାପାଇଁ ବୃଷଭ କହିଛି ।

(ଚ) ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମଥାରେ ନେଲେ କ’ଣ ହେବ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ତୁଳସୀ ବୃକ୍ଷର ଝଡ଼ିଲା ପତ୍ରକୁ ମଥାରେ ନେଲେ, ଜାଣତରେ ବା ଅଜାଣତରେ ଯେତେ ପାପ ଅଛି, ସବୁପାପ ଦୂର ହୋଇଥାଏ ।

(ଛ) ମହାଦେବ ଚତୁର୍ଦ୍ଦଶ ଭୁବନ ବୁଲିଲାବେଳେ ବୃଷଭକୁ କାହା ପାଖକୁ ନେଇ ନାହାଁନ୍ତି ?
Solution:
ଚତୁର୍ଦ୍ଦଶ ଭୁବନ ବୁଲିଲାବେଳେ ବୃଷଭକୁ ଘାସ, ପାଣି ଆଦି ଆହାର ପାଖକୁ ନେଇ ନାହାଁନ୍ତି ।

(ଜ) ସୂର୍ଯ୍ୟ ଅସ୍ତ ପରେ ମହାଦେବ କେଉଁଠାରେ ବିଜେ କଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ସୂର୍ଯ୍ୟ ଅସ୍ତ ପରେ ମହାଦେବ କପିଳାସରେ ବିଜେ କଲେ ।

(ଝ) ଉମା କାହିଁକି ବିମୁଖ ହେଲେ ?
Solution:
ଫେରିବା ବାଟକୁ ଚାହିଁ ଚାହିଁ ଉମା ବିମୁଖ ହେଲେ ।

(ଞ) ଉମା ତେରଘଡ଼ି ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ କ’ଣ କଲେ ?
Solution:
ତେରଘଡ଼ି ପର୍ଯ୍ୟନ୍ତ ଅପେକ୍ଷା କରିବାପରେ, ନିଜେ ମଣୋହିର ବ୍ୟବସ୍ଥା କଲେ ।

(ଟ) ମହାଦେବଙ୍କ ଡମ୍ବରୁ ଶବ୍ଦ ଶୁଣି ଗୋସାମଣୀଙ୍କର କ’ଣ ହେଲା ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ମହାଦେବଙ୍କ

(୦) ଗୋସାମଣୀ ଗୁଆଣିରେ କ’ଣ ଲୁଚାଇଲେ ?
Solution:
ଗୁଆଣିରେ ପିଠା, ଖିରି, ଶାକର ଲୁଚାଇଲେ ।

(ଉ‍) ଦେବୀ ଉମା କେଉଁଥରେ ପାଣି ନେଇ ମହାଦେବଙ୍କ ଛାମୁରେ ଉପସ୍ଥିତ ହେଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଦେବୀ ଉମା ରତ୍ନଝରୀରେ ପାଣିନେଇ ମହାଦେବଙ୍କ ଛାମୁରେ ଉପସ୍ଥିତ ହେଲେ ।

(ଢ) ଈଶ୍ବର ନନ୍ଦିକେଶ୍ଵରଙ୍କୁ ଡାକି କ’ଣ କହିଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଈଶ୍ବର ନନ୍ଦିକେଶ୍ଵରଙ୍କୁ ଡାକି କହିଲେ, ବୃଷଭକୁ କୌଣସି ପ୍ରକାର ଖାଇବାକୁ ନଦେଇ ଖମ୍ବରେ ବାନ୍ଧିଦେବ ।

(ଣ) ନନ୍ଦିକେଶ୍ଵର ବୃଷଭଙ୍କୁ ବାନ୍ଧିବା ପରେ ବୃଷଭ କ’ଣ ବିଚାର କରିଛି ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ନନ୍ଦିକେଶ୍ୱର ବୃଷଭଙ୍କୁ ବାନ୍ଧିବାପରେ ବୃଷଭ ବିଚାର କରିଛି, ମୋତେ ପରୀକ୍ଷା କରିବା ପାଇଁ ଈଶ୍ବର ଏପରି କରିଛନ୍ତି ।

(ତ) ବୃଷଭ ଭୋଜନ କରିସାରି କାହାକୁ ସ୍ମରଣ କଲା ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବୃଷଭ ଭୋଜନ କରିସାରି କରତାର ଦେବ ବା ସୂର୍ଯ୍ୟ ଦେବଙ୍କୁ ସ୍ମରଣ କଲା ।

(ଥ) ଈଶ୍ବର ବୃଷଭକୁ ଚାହିଁ କ’ଣ କହିଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଈଶ୍ବର ବୃଷଭକୁ ଚାହିଁ ହସିଲେ ଏବଂ ସାହାଡ଼ା ବୃକ୍ଷକୁ ନେଇ କେଉଁ ଫଳ ପାଇଲୁ ବୋଲି କହିଲେ ।

(ଦ) ଈଶ୍ଵରଙ୍କ ପ୍ରଶ୍ନର ବୃଷଭ କ’ଣ ଉତ୍ତର ଦେଇଛି ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବୃଷଭ କହିଲା ଶାସ୍ତ୍ରକଥା କେବେହେଲେ ମିଥ୍ୟା ନୁହେଁ, ଯାହା ପାଇଁ ସୂର୍ଯ୍ୟଦେବଙ୍କ ଭକ୍ତମାନେ ସୁଖ ପାଇଥା’ନ୍ତି ।

(ଧ) ଗୁଆଣିରେ କ’ଣ ଦେଖ୍ ମହାଦେବ ବିଷାଦ ହେଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଗୁଆଣିରେ ଦିବ୍ୟଭୋଜନର ଚିହ୍ନ ଓ ସୁଗନ୍ଧିତ କର୍ପୂର ରସର ସ୍ଵରୂପ ଦେଖ୍ ଈଶ୍ଵର ବିଷାଦ ହେଲେ ।

CHSE Odisha Class 11 Odia Solutions Chapter 5 ସାହାଡ଼ା ବୃକ୍ଷ

(ନ) ଗିରିଜାଙ୍କ କଥା ଶୁଣି ଶିବ କି ପ୍ରତିକ୍ରିୟା ପ୍ରକାଶ କଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଗିରିଜାଙ୍କଠାରୁ କଥାର ସତ୍ୟାସତ୍ୟ ଶୁଣିବା ପରେ ଶିବ ହସିଥିଲେ ।

Question 4.
ପ୍ରାୟ ତିରିଶଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ।

(କ) ଦୋଷୀ କନ୍ୟାକୁ କାହିଁକି ଗୋଲକ ବୃକ୍ଷ ସହିତ ବିବାହ କରାଯାଏ ?
Solution:
ଉକ୍ତ ପ୍ରସଙ୍ଗଟି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଦୋଷୀ କନ୍ୟା ବା ଉଆଁସୀ କନ୍ୟା ଯାହାକୁ ବିବାହ କରେ, ସେହି ବର ମୃତ୍ୟୁବରଣ କରେ । ଦୋଷୀ କନ୍ୟାକୁ ଗୋଲକ ବୃକ୍ଷକୁ ବିବାହ କରାଇଲେ, ତା’ର ସେହି ଦୋଷ ନଷ୍ଟ ହୋଇଥାଏ ଏବଂ ପରେ ଯାହାକୁ ସେ ବରରୂପେ ବରଣ କରେ ତାହାର ମୃତ୍ୟୁ ହୁଏ ନାହିଁ ।

(ଖ) ବିଶ୍ଵନାଥ କେବେ ବୃଷଭ ଉପରେ ବସି ବୁଲି ବାହାରିଲେ ?
Solution:
ବାହାରିଲାବେଳେ ଶୁଭ ସମୟ ଦେଖୁଥିଲେ । ବୃଷଭ ମାସ, କୃଷ୍ଣପକ୍ଷ ଦଶମୀ ତିଥ୍, ଗୁରୁବାର ଓ ଶତଭିଷା ନକ୍ଷତ୍ର ବିକେ ସମୟରେ ସେ ବଲି ବାହାରିଥିଲେ |

(ଗ) ସାହାଡ଼ା ପତ୍ର ଘେନିଲେ କ’ଣ ହୁଏ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଶିବ ବୃଷଭ ଉପରେ ଯିବା ସମୟରେ, ବୃଷଭ ସାହାଡ଼ା ପତ୍ରଟିକୁ ମଥାରେ ଘେନିଥିଲା । ଶିବ ଏହାର କାରଣ ପଚାରିବାରୁ, ବୃଷଭ କହିଲା ବାମପଟରେ ଥ‌ିବା ସାହାଡ଼ା ବୃକ୍ଷର ପତ୍ର ଶିରରେ ଘେନିଲେ, ତା’ପାଇଁ ଅମୃତ ଯୋଗାଡ଼ ବା କରାଯାଏ |

(ଘ) ସଦାନନ୍ଦ କେଉଁ କଥା ପରୀକ୍ଷା କରିବା ବୋଲି ବୃଷଭକୁ କହିଛନ୍ତି ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବୃଷଭ ସାହାଡ଼ା ଗଛର ମାହାତ୍ମ୍ୟ ଜଣାଇ କହିଛି, ଏହି ବୃକ୍ଷର ପତ୍ର ଶିରରେ ଲଗାଇଲେ ସୁପକ୍ଵ ଅନ୍ନପ୍ରାପ୍ତ ହୋଇଥାଏ । ସଦାନନ୍ଦ ବୃଷଭର ଏହି କଥାକୁ ପରୀକ୍ଷା କରିବେ ବୋଲି କହିଛନ୍ତି ।

(ଙ) ତୁଳସୀ ପତ୍ରକୁ ମଥାରେ ମାରିଲେ କ’ଣ ହୁଏ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବୃଷଭ ହେଉ ବା ଅଜାଣତରେ ହେଉ ଯେତେ ପାପ କରିଥିଲେ, ସେହି ପାପ ଦୂର ହୋଇଥାଏ ।

(ଚ) ଠାକୁରାଣୀ ମଣୋହିରେ ବିଜେ କଲା ପରେ କ’ଣ ହେଲା ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଠାକୁରାଣୀ ସ୍ଵାମୀ ଶିବଙ୍କୁ ଅପେକ୍ଷା କରି କରି ଶେଷରେ ମଣୋହିରେ ବିଜେକଲେ । ମଣୋହିରେ ବିଜେକରି ମାତ୍ର ତିନିଗୁଣ୍ଡା ଭୁଞ୍ଜିଛନ୍ତି, ସେ ସମୟରେ ଶିବଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା ।

(ଛ) ସଦାନନ୍ଦ ନନ୍ଦିକେଶ୍ଵରଙ୍କୁ ଡାକି କ’ଣ ନିର୍ଦ୍ଦେଶ ଦେଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ସଦାନନ୍ଦ ନନ୍ଦିକେଶ୍ବରକୁ ଡାକି ନିର୍ଦ୍ଦେଶ ଦେଲେ ବୃଷଭକୁ ନେଇ ଗୁଆଣିରେ ବାନ୍ଧିବୁ ଏବଂ ଖତ, ଆହାର, ଘାସ, ପାଣି ଆଦି କିଛି ଖାଇବାକୁ ଦେବୁ ନାହିଁ । ଈଶ୍ବର ବୃଷଭକୁ ପରୀକ୍ଷା କରିବାପାଇଁ ଏପରି କରିଥିଲେ ।

(ଜ) ବୃଷଭକୁ ଗୁଆଣିରେ ବାନ୍ଧିବା ପରେ କ’ଣ ହେଲା ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ବୃଷଭକୁ ଗୁଆଣିରେ ବାନ୍ଧିବା ଯୋଗାଡ଼ ପୂରିଅଛି । ସେ ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ଈଶ୍ଵର ପାଇଁ ଆଦେଶ ଦେଲେ ମଧ୍ୟ ବୃଷଭ ଦେଖିଲା, ତା’ ଖାଇବା ଭାଣ୍ଡରେ ଅମୃତ ସୂର୍ଯ୍ୟଦେବଙ୍କୁ ସ୍ମରଣ କରି ସନ୍ତୋଷ ମନରେ ତାହାକୁ ଖାଇଲା ।

(ଝ) ବୃଷଭକୁ ପରୀକ୍ଷା କରିବାକୁ ଯାଇ ରାତିରେ ଶିବ କ’ଣ ଦେଖୁଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବୃଷଭକୁ ପରୀକ୍ଷା କରିବାକୁ ଯାଇ ରାତିରେ ଶିବ ଦେଖ‌ିଲେ, ବୃଷଭ ବିକଳରେ ଶୋଇଛି ଏବଂ ସାହାଡ଼ା ବୃକ୍ଷକୁ ମଥାରେ ଘେନି କେଉଁ ଫଳ ପାଇଲୁ ବୋଲି ହସି ହସି ତାହାକୁ ସେ ପଚାରିଲେ ।

(ଞ) ବୃଷଭର ଖାଇବା ବିଷୟରେ ଶିବ ପାର୍ବତୀଙ୍କୁ ପଚାରି କି ଉତ୍ତର ପାଇଲେ ?
Solution:
ଉକ୍ତ ପ୍ରସଙ୍ଗଟି କବି ସାରଳା ଦାସଙ୍କ ରଚିତ ‘ସାହାଡ଼ା ବୃକ୍ଷ’ କବିତାରେ ବର୍ଣ୍ଣନା କରାଯାଇଛି । ବୃଷଭର ପଚାରିଲେ । ପାର୍ବତୀ କହିଲେ, ତୁମ ଆସିବା ବିଳମ୍ବ ଦେଖୁ ମୁଁ ଖାଇ ବସିଥିଲି ଏବଂ ଏହାକୁ ତୁମ ନିକଟରେ ଲୁଚାଇବାପାଇଁ ଗୁଆଣିରେ ଖାଦ୍ୟ ନେଇ ପକାଇଥୁଲି ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.
(କ) ଓଡ଼ିଆ ଲୋକକଥା ‘ସାହାଡ଼ା ବୃକ୍ଷ’ କବିତାରେ କିପରି ସଫଳ ଭାବରେ ଉପସ୍ଥାପିତ ହୋଇଛି ଆଲୋଚନା କର ।
Solution:
ଶୂଦ୍ରମୁନି ସାରଳା ଦାସ ଥିଲେ ଏ ମାଟିର ମହାକବି । ସେ ପ୍ରକୃତରେ ଓଡ଼ିଆ ଭାଷା ସାହିତ୍ୟର ଜନକ । ଯୁଗ ଯୁଗର ସଂସ୍କୃତ ରକ୍ଷଣଶୀଳତାର ନିଗଡ଼ ବନ୍ଧନରେ ବନ୍ଧା ହୋଇଥ‌ିବା ପ୍ରାକୃତ ଭାଷାକୁ ସେ ମହାମନ୍ତ୍ରରେ ଅଭିମନ୍ତ୍ରିତ କରିଛନ୍ତି । ଦେବୀଙ୍କ କରୁଣା ଲାଭକରି ଏଭଳି ମହାକାବ୍ୟ ରଚନା କରିଥିବା କଥା ସେ ସ୍ବୀକାର କରିଛନ୍ତି । ମୂଳ ମହାଭାରତର କାହାଣୀକୁ ସେ ଗ୍ରହଣ କରିଥିଲେ ବି, ସେଥିରେ ଓଡ଼ିଆ ଜାତିର ଅନେକ ଲୋକକଥା ଓ ଚରିତ୍ରମାନଙ୍କୁ ଲୋକ ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି ।

ଫଳରେ ତାଙ୍କର ମହାଭାରତ ହୋଇଛି ମୌଳିକ ସୃଷ୍ଟି । ଆଲୋଚ୍ୟ ‘ସାହାଡ଼ା ବୃକ୍ଷ’ କବିତାରେ ସାହାଡ଼ା ବୃକ୍ଷ ଲୋକକଥାଟି ମହାଭାରତର ‘ଆଦିପର୍ବ’ରେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କ ବିବାହ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି । ଏହା ମୂଳ ସଂସ୍କୃତ ମହାଭାରତରେ ନଥିଲେ ମଧ୍ୟ ଓଡ଼ିଶାର ଲୋକବିଶ୍ଵାସ ଓ ଚଳଣିକୁ ପୌରାଣିକ ଆଖ୍ୟାନ ଭାବରେ କବି ବର୍ଣ୍ଣନା କରିଛନ୍ତି । ‘ଉଆଁସୀ କନ୍ୟାକୁ ସାହାଡ଼ା ବର’ ବର୍ଣ୍ଣନାରେ କବି ସାରଳା ଦାସ ଲେଖୁଛନ୍ତି, ଧୃତରାଷ୍ଟ୍ର ଓ ଗାନ୍ଧାରୀ ବ୍ରହ୍ମରାକ୍ଷସ ଗଣରେ ଜନ୍ମଗ୍ରହଣ କରିଥିବାରୁ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲା କିମ୍ବା ଗାନ୍ଧାରୀକୁ ବର ମିଳୁନଥିଲା ।

ମାତ୍ର ଗାନ୍ଧାରୀ ଯାହାକୁ ପତିରୂପେ ବରଣ କରିବେ, ସେ ସଙ୍ଗେ ସଙ୍ଗେ ମୃତ୍ୟୁମୁଖରେ ପଡ଼ିବେ । ସେଥ‌ିପାଇଁ ଏଭଳି ଅରିଷ୍ଟ ଖଣ୍ଡନ ଉଦ୍ଦେଶ୍ୟରେ, ବ୍ୟାସଙ୍କ ବିଧାନ ଅନୁସାରେ ଗାନ୍ଧାରୀ ଗୋଟିଏ ସାହାଡ଼ା ଗଛକୁ ବିବାହ କରିଥିଲେ ଓ ପରେ ଧୃତରାଷ୍ଟ୍ରଙ୍କୁ ସ୍ଵାମୀରୂପେ ଗ୍ରହଣ କରିଥିଲେ । ଓଡ଼ିଶାରେ ଏବେ ମଧ୍ୟ ଜନସମାଜରେ ସାହାଡ଼ା ବିବାହ ବିଧ୍ ପ୍ରଚଳିତ ଅଛି । ଏପରକି ଦ୍ବିତୀୟ ସ୍ତ୍ରୀ ମୃତ୍ୟୁପରେ ତୃତୀୟ ବିବାହ ପୂର୍ବରୁ, ବେଦି ଉପରେ ସାହାଡ଼ା ଗଛକୁ ବିବାହ କରାଯାଇଛି । ପୁଣି ଏହା କର୍ମକାଣ୍ଡ ପଦ୍ଧତିରେ ମଧ୍ୟ ସ୍ଥାନ ଶିବ ଓ ପାର୍ବତୀଙ୍କୁ ଦେବୀ ଚରିତ୍ର ଭାବରେ ଗ୍ରହଣ କରାନଯାଇ, ଲୋକ ସମାଜରେ ପ୍ରଚଳିତ ସାଧାରଣ ସ୍ଵାମୀ ସ୍ତ୍ରୀ ଭଳି ଅପେକ୍ଷା ନକରି ଭୋଜନ କରିବା, ଲୋକଗଳ୍ପ ବର୍ଣ୍ଣନା ଭଳି ମନେହେଉଛି । ସମାହାର ବୋଲି କୁହାଯାଇପାରେ ।

(ଖ) ‘ସାହାଡ଼ା ବୃକ୍ଷ’ କବିତାର ସାରମର୍ମ ଲେଖ ।
Solution:
ଆଦିକବି ସାରଳା ଦାସ ଓଡ଼ିଆ ଜାତୀୟ ଜୀବନର ରୂପକାର । ତାଙ୍କର ମହାଭାରତ ଓଡ଼ିଆଙ୍କ ଜୀବନ ବେଦ । ସେ ମହାଭାରତୀୟ କଥାବସ୍ତୁକୁ, ଅତି ସାଧାରଣ କଥାବସ୍ତୁ ଭାବରେ ବର୍ଣ୍ଣନା କରିବାକୁ ଚାହିଁଛନ୍ତି । ନୀତିବୋଧ ସାହାଡ଼ା ବୃକ୍ଷ କବିତାରେ, ସେ ସାହାଡ଼ା ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ସାହାଡ଼ା ବୃକ୍ଷକୁ ସୂର୍ଯ୍ୟଙ୍କ ରଥର ଚକ ଓ କଳ୍ପବୃକ୍ଷ ଭାବରେ ସୂଚିତ କରିଛନ୍ତି । ଏହି ବୃକ୍ଷକୁ ପ୍ରଜାପତି ଦୋଷୀ କନ୍ୟାର ବିବାହ ଉଦ୍ଦେଶ୍ୟରେ ସୃଷ୍ଟି କରିଛନ୍ତି ବୋଲି କବି କହିଛନ୍ତି । ବ୍ୟାସଙ୍କଠାରୁ ସାହାଡ଼ା ଗଛର ବିଶେଷତାକୁ ଶୁଣିବା ପରେ, ରାଜା ଗାନ୍ଧାରସେନ ତାଙ୍କ ନଅରର ମଝିସ୍ଥାନରେ ଏକ ସାହାଡ଼ା ବୃକ୍ଷ ପୂଜୁଥିବାର କଥା ଶୁଣାଇଛନ୍ତି । ବ୍ୟାସଦେବ ‘ତୁ ବଡ଼ ଭାଗ୍ୟବନ୍ତ ରାଜା’ ବୋଲି କହିଛନ୍ତି । ଯେହେତୁ ସାହାଡ଼ା ବୃକ୍ଷକୁ ଦର୍ଶନ କଲେ କୋଟି କୋଟି ପାପରୁ ମୁକ୍ତି ମିଳେ, ସେଥ‌ିପାଇଁ ସେ ସାହାଡ଼ା ବୃକ୍ଷ ପୂଜୁଛନ୍ତି ବୋଲି ଗାନ୍ଧାରସେନ ବ୍ୟାସଙ୍କୁ କହିଛନ୍ତି ।

ବ୍ୟାସ କହିଛନ୍ତି, ସେହି ଗୋଟିଏ ମାହାତ୍ମ୍ୟ ସାହାଡ଼ା ଗଛର ନାହିଁ ବରଂ ତାହାର ଆହୁରି ବ୍ୟାସଦେବ ଏହି ପ୍ରସଙ୍ଗରେ ଶିବ ପରିବାରର ଏକ କୌତୁକପୂର୍ଣ୍ଣ କାହାଣୀ ବଖାଣି ବସିଛନ୍ତି । ଥରେ ଶିବ ବୃଷଭ ଉପରେ ବସି ଚତୁର୍ଦ୍ଦଶ ଭୁବନ ବୁଲିଛନ୍ତି । ବୁଲି ବୁଲି ସେ ପହଞ୍ଚିଛନ୍ତି, ବୈତରଣୀ ନଦୀକୂଳରେ । ସେହି ବାଟରେ ବାମପଟରେ ଏକ ସାହାଡ଼ା ଗଛ ରହିଥିଲା । ବୃଷଭ ସାହାଡ଼ା ଗଛର ଗୋଟିଏ ପତ୍ର ଆଣି ମଥାରେ ରଖୁଲା । ଶିବ ବୃଷଭକୁ ଏହାର କାରଣ ପଚାରିଥିଲେ । ବୃଷଭ କହିଲା, ସାହାଡ଼ା ଗଛର ପତ୍ରକୁ ମଥାରେ ଧାରଣକଲେ ସେଦିନ ଦିବ୍ୟଭୋଜନ ବା ଅମୃତ ଭୋଜନ ମିଳିଥାଏ । ଏହି ପରିପ୍ରେକ୍ଷୀରେ ବୃଷଭ ବରକୋଳି ପତ୍ର, ଶ୍ଵେତଦୁବ ଓ ତୁଳସୀପତ୍ରର ମହତ୍ତ୍ଵକୁ ବଖାଣି ବସିଛି ।

ବୃଷଭର କଥା ଶୁଣି, ଶିବ ସାହାଡ଼ା ଗଛର ମାହାତ୍ମ୍ୟକୁ ପରୀକ୍ଷା କରିବାକୁ ଚାହିଁଛନ୍ତି । ବୃଷଭକୁ ବହୁସ୍ଥାନ ବୁଲାଇ ବୁଲାଇ, ସୂର୍ଯ୍ୟ ଅସ୍ତ ହେଲାବେଳକୁ ବାସସ୍ଥାନ କପିଳାସକୁ ଫେରିଛନ୍ତି । ଏଣେ ପାର୍ବତୀ ଅମୃତ ଭୋଜନ ସଜାଡ଼ି ଶିବଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି । ଶିବଙ୍କ ଫେରିବାର ବିଳମ୍ବ ହେବାରୁ ସେ ଅମୃତ ପରି ବିଭିନ୍ନ ଖାଦ୍ୟ ବାଢ଼ି ଖାଇ ବସିଛନ୍ତି । ଖାଇବାର ଠିକ୍ ତିନିଗୁଣ୍ଡା ନେଇଛନ୍ତି, ତେବେ ଶିବଙ୍କର ଆସିବାର ସୂଚନା ମିଳିଛି । ଶିବଙ୍କ ଡମ୍ବରୁ ଶବ୍ଦ ଶୁଣି, କାଳେ ଶିବ ରୋଷକରିବେ ତେଣୁ ସବୁ ଖାଦ୍ୟଦ୍ରବ୍ୟ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ଆସି, ମୁହଁ ଧୋଇ ଶିବଙ୍କ ପାଖରେ ପହଞ୍ଚିଛନ୍ତି । ଶିବ ନନ୍ଦିକେଶ୍ୱରକୁ ଡାକି କହିଛନ୍ତି, ଆଜି ବୃଷଭକୁ କିଛି ଖାଇବାକୁ ଦେବୁ ନାହିଁ, ସେମିତି ଖୁଣ୍ଟରେ ବାନ୍ଧିବୁ । ନନ୍ଦି ଶିବଙ୍କ ଆଜ୍ଞାରେ ବୃଷଭକୁ ନେଇ ଖୁଣ୍ଟରେ ବାନ୍ଧିଛି । ବୃଷଭ ଦେଖୁଛି ତା’ ଖାଦ୍ୟ କୁଣ୍ଡରେ ଦିବ୍ୟଭୋଜନ ରହିଛି ଏବଂ ମନଖୁସିରେ ସେ ତାହା ଖାଇଛି ।

ଶିବ ପରଦିନ ସକାଳେ ଆସି ବୃଷଭକୁ ପଚାରିଛନ୍ତି, ତା’କୁ ଆଜି କିପରି ଦିବ୍ୟଭୋଜନ ମିଳିଛି । ବୃଷଭ କହିଲା, ମୋତେ ଦିବ୍ୟଭୋଜନ ମିଳିଛି । ଏପରିକି ଆପଣ ଖାଇବା ପୂର୍ବରୁ ଅମୃତ ଭୋଜନ କରିଛି । ଶିବ କଥାର ସତ୍ୟାସତ୍ୟ ଜାଣିବାକୁ ପାର୍ବତୀକୁ ପଚାରିଛନ୍ତି । ପାର୍ବତୀ ସତକଥା କହିବାରୁ, ଶିବ ସାହାଡ଼ା ପତ୍ରର ମହିମା ଜାଣିଛନ୍ତି ।
ସାହାଡ଼ା ଗଛର ମାହାତ୍ମ୍ୟକୁ କବି ସୁନ୍ଦର ଭାବେ, ଲୋକ କାହାଣୀ ପ୍ରକାଶ କରିବା ଛଳରେ ବର୍ଣ୍ଣନା କରି, ନିଜର ବିଶେଷତା ପ୍ରମାଣ କରିଛନ୍ତି ।

(ଗ) ବୃକ୍ଷ ମାହାତ୍ମ୍ୟ ଉପସ୍ଥାପନରେ ସାରଳା ଦାସଙ୍କ ସ୍ଵତନ୍ତ୍ରତା ବିଚାର କର ।
Solution:
‘ସାହାଡ଼ା ବୃକ୍ଷ’ କବିତାରେ କବି ଆଦିକବି ସାରଳା ଦାସ ବୃକ୍ଷର ମାହାତ୍ମ୍ୟ ଉଲ୍ଲେଖ କରିଛନ୍ତି । ଏହି କରିବାକୁ ଯାଇ ସେ ବ୍ୟାସ ଓ ଗାନ୍ଧାରସେନଙ୍କ ଉକ୍ତି ପ୍ରତ୍ଯୁକ୍ତି ଏବଂ ଶିବ ପରିବାରର କାହାଣୀକୁ ସୁନ୍ଦର ଭାବରେ ବର୍ଣ୍ଣନା କବି ବ୍ୟାସଦେବଙ୍କ ମାଧ୍ୟମରେ କହିଛନ୍ତି, ସାହାଡ଼ା ବୃକ୍ଷ ସୂର୍ଯ୍ୟଦେବଙ୍କ ରଥର ଚକ । ଏହା ମଧ୍ୟ କଳ୍ପବୃକ୍ଷ । ଅର୍ଥାତ୍ କଳ୍ପବୃକ୍ଷ ନିକଟରେ ଯେଉଁ କାମନା କରାଯାଏ, ସେହି କାମନା ପୂରଣ ହୋଇଥାଏ । ସେହିପରି ସାହାଡ଼ାବୃକ୍ଷ ଅଭୀଷ୍ଟ ପୂରଣକାରୀ । ବିବାହ ମେଳକରେ ପ୍ରଜାପତି ସାହାଡ଼ା ଗଛକୁ ବିଶେଷ ଉଦ୍ଦେଶ୍ୟରେ ସୃଷ୍ଟି କରିଛନ୍ତି । କୌଣସି ଦୋଷୀ କନ୍ୟା ବିବାହ ହେଉନଥିଲେ, କିମ୍ବା କନ୍ୟାଦୋଷରୁ ବର ମୃତ୍ୟୁବରଣ କରୁଥିଲେ, ସେଭଳି କନ୍ୟାକୁ ସାହାଡ଼ା ବୃକ୍ଷ ସହିତ ବିବାହ କରିବାର ବିଧୂରହିଛି । ଗାନ୍ଧାରସେନ କହିଛନ୍ତି, ସେ ତାଙ୍କ ନଅର ମଝି ସ୍ଥାନରେ, ସାହାଡ଼ା ବୃକ୍ଷକୁ ପୂଜା କରୁଛନ୍ତି । ସେହି ବୃକ୍ଷକୁ ପୂଜାକଲେ ଓ ଦର୍ଶନ କଲେ କୋଟି କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ତାଙ୍କର ବିଶ୍ଵାସ ରହିଛି ।

ଗାନ୍ଧାରସେନଙ୍କୁ ବୁଝାଇବାକୁ ଯାଇ ବ୍ୟାସଦେବ କହିଛନ୍ତି, ସାହାଡ଼ା ବୃକ୍ଷର ଆହୁରି ଅନେକ ମହିମା ରହିଛି । ଏହି ପ୍ରସଙ୍ଗରେ ସେ, ଶିବ ଓ ବୃଷଭଙ୍କର କଥାକୁ ବଖାଣି ବସିଛନ୍ତି । ଶିବ ବୃଷଭ ଉପରେ ଆରୋହଣ କରି ବୁଲୁଥିବାବେଳେ ବୃଷଭ ଯାତ୍ରାପଥର ବାମପଟରେ ଏକ ସାହାଡ଼ା ବୃକ୍ଷ ଦେଖୁଥିଲା । ସେ ସେହି ଗଛରୁ ପତ୍ର ଛିଡ଼ାଇ ଶିରରେ ଲଗାଇଥିଲା । ଶିବ ଏହାର କାରଣ ପଚାରିବାରୁ ବୃଷଭ କହିଛି, ସାହାଡ଼ା ପତ୍ରର ଅନେକ ମହିମା ରହିଛି। ଏହାକୁ ଶିରରେ ଘେନିଲେ ସେଦିନ ଦିବ୍ଯଭୋଜନ ବା ଅମୃତ ଭୋଜନ ମିଳିଥାଏ । ଏହି ପ୍ରସଙ୍ଗରେ ବୃଷଭ କହିଛି, ଯାତ୍ରା ସମୟରେ ଡାହାଣ ପାଖରେ ବରକୋଳି ବୃକ୍ଷ ଥିଲେ, ତହିଁରୁ ପତ୍ରଟିଏ ଆଣି ଶିରରେ ଲଗାଇଲେ ଶତ୍ରୁନାଶ ହୋଇଥା’ନ୍ତି । ଯାତ୍ରାବେଳେ ଅଗ୍ରଭାଗରେ ହୋଇଥାଏ ।

ପୁନଶ୍ଚ ପଶ୍ଚାତ୍ ଭାଗରେ ଯଦି ତୁଳସୀ ଗଛ ଥାଏ, ତା’ହେଲେ ସେହି ଗଛର ଝଡ଼ିଲା ପତ୍ରକୁ ଆଣି ମଥାରେ ଲଗାଇଲେ, ଜାଣତରେ ହେଉ ବା ଅଜାଣତରେ ହେଉ ଜୀବନରେ ଯେତେ ପାପ ସ୍ଵ, ସବୁପାପରୁ ନିସ୍ତାର ମିଳିବ । ଆଉ କୌଣସି ପ୍ରକାର ପାପ ରହିବ ନାହିଁ । ବୃଷଭ କଥା ଶୁଣି, ଶିବ ସାହାଡ଼ା ବୃକ୍ଷର ମହିମାକୁ ପରୀକ୍ଷା କରିଛନ୍ତି ଏବଂ ଶେଷରେ ବୃଷଭ କଥାର ସତ୍ୟତାର ପ୍ରମାଣ ମିଳିଛି । ସେହିଦିନ ବୃଷଭକୁ ଦୈବଯୋଗରୁ ଅମୃତ ସମାନ ଭୋଜନ ମିଳିଛି । କବି ସାରଳା ଦାସ ଏଭଳି ପ୍ରସଙ୍ଗକୁ ବା ଓଡ଼ିଶାର ଲୋକବିଶ୍ଵାସକୁ କାଜ୍ୟିକ ରୂପଦେଇ ନିଜର ମହତ୍ତ୍ଵ ପ୍ରତିପାଦିତ କରିଛନ୍ତି ।

(ପ) ‘ଗୋଲକ ଦ୍ଵୟ’ ର ମହାତ୍ମ୍ଯ ରପମାପନରେ କଢି ସାରଳା ଦାସ୍. କର ।
Solution:
ମାଟିର କବି ସାରଳା ଦାସ ଥିଲେ ପଞ୍ଚଦଶ ଶତାବ୍ଦୀର ଖ୍ୟାତନାମା କବି । ସେ ଓଡ଼ିଆ ଭାଷାରେ ଅନେକ ଗ୍ରନ୍ଥ ରଚନା କରି ନିଜର କବିତ୍ଵ ଓ ଅପୂର୍ବ କଳ୍ପନାବିଳାସତାର ପରିଚୟ ଦେଇଛନ୍ତି । ସେ ମୂଳ ମହାଭାରତରୁ କଥାବସ୍ତୁ ସଂଗ୍ରହ କରିଥିଲେ ବି, ତାହାକୁ ସମ୍ପୂର୍ଣ୍ଣରୂପେ ଓଡ଼ିଶାର ପାଣିପାଗରେ ରସୋତ୍ତୀର୍ଣ୍ଣ କରିବାକୁ ଚେଷ୍ଟା କରିଛନ୍ତି । ଫଳରେ ସେ ଅସାଧାରଣ ଭାବେ ଜନପ୍ରିୟତାର ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି । ମୂଳ କଥାବସ୍ତୁରେ ସଂଯୋଜିତ ଆଖ୍ୟାନଗୁଡ଼ିକୁ ସେ ନିଜସ୍ଵ ରୁଚିବୋଧରେ ଗଢ଼ି ତୋଳିଛନ୍ତି । ଫଳରେ କଥାବସ୍ତୁ ହୋଇଛି ଶତ ପ୍ରତିଶତ ଓଡ଼ିଶା ମାଟିର ଓ ଓଡ଼ିଶା ସାମାଜିକ ସାହାଡ଼ା ବୃକ୍ଷକୁ କବି ଗୋଲକ ବୃକ୍ଷ ବୋଲି କହିଛନ୍ତି । ଏହା କବିଙ୍କର ନିଜସ୍ଵ ପରିକଳ୍ପନା ।

ସାହାଡ଼ା ବୃକ୍ଷ ତାଙ୍କ ଲେଖନୀରେ ହୋଇଛି ସୂର୍ଯ୍ୟଙ୍କ ରଥର ଚକ। ଏହି ବୃକ୍ଷ ପୁଣି ମହାକଳ୍ପ ବୃକ୍ଷ । ସାହାଡ଼ା ଗଛ ସମସ୍ତଙ୍କ ମନର ଅଭୀଷ୍ଟ ପୂରଣକାରୀ ବୋଲି ସେ କଥାବସ୍ତୁ ଉପସ୍ଥାପନରେ ପ୍ରମାଣ କରିଛନ୍ତି । ପୁନଶ୍ଚ ପ୍ରଜାପତି ଏହି ବୃକ୍ଷକୁ ସୃଷ୍ଟି କରିଛନ୍ତି, କେବଳ ଦୋଷୀ କନ୍ୟାଙ୍କ ବିବାହ ରିଷ୍ଟ ଖଣ୍ଡନ କରିବାପାଇଁ । ଓଡ଼ିଶାର ଲୋକବିଶ୍ଵାସ ଓ ଚଳଣିରେ ରହିଛି, ‘ଉଆଁସୀ କନ୍ୟାକୁ ଅମାବାସ୍ୟା ତିଥ୍ୟରେ ଜନ୍ମଗ୍ରହଣ କରିଥିବାରୁ, ତାହାକୁ ବ୍ରହ୍ମ ଅସୁରୀ ଦୋଷ ଲାଗିଥିଲା । ସେ ଯାହାକୁ ପତିରୂପେ ବରଣ କରିବାପାଇଁ ଯୋଜନା ପ୍ରସ୍ତୁତ କରୁଥିଲା, ସେହି ପତି ଅକାଳରେ ମୃତ୍ୟୁବରଣ କରୁଥିଲା । ଗାନ୍ଧାରୀ ପରି ଧୃତରାଷ୍ଟ୍ର ମଧ୍ୟ କୁକ୍ଷଣରେ ଜନ୍ମ ହୋଇଥିଲେ । ସେ ଯାହାକୁ ବିବାହ କରୁଥିଲେ, ସେ ମଧ୍ଯ ମରି ଯାଉଥିଲା । ମୂଳ ସଂସ୍କୃତ ମହାଭାରତରେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କର ଏଭଳି ଚିତ୍ରଣ ନାହିଁ । ସାରଳା ଦାସଙ୍କର ଏହା ଏକ ସ୍ଵତନ୍ତ୍ର ପରିକଳ୍ପନା, ଯାହାକୁ ନେଇ ସେ ପରିକଳ୍ପନା କରିଛନ୍ତି ।

ଫଳରେ ଶିବ ପାର୍ବତୀ ଦେବୀ ଚରିତ୍ର ନହୋଇ, ହୋଇଛନ୍ତି ମାନବୀୟ । କଥାବସ୍ତୁ ହୋଇଛି ଲୋକରୁଚିର । ଶିବ ନିର୍ଦ୍ଦିଷ୍ଟ ଦିନ, ନିର୍ଦ୍ଦିଷ୍ଟ କାଳବେଳା ନେଇ ଚତୁର୍ଦ୍ଦଶ ଭୁବନ ବୁଲି ବାହାରିଛନ୍ତି । ଏହି ବୁଲିବା ଅବସରରେ, ତାଙ୍କର ବାହନ ବୃଷଭ ସାହାଡ଼ା ପତ୍ରକୁ ଆଣି ମଥାରେ ଲଗାଇଛନ୍ତି । ଶିବ ଏହାର କାରଣ ପଚାରିବାରୁ, ବୃଷଭ କହିଛି, ସାହାଡ଼ା ବୃକ୍ଷର ପତ୍ର ଅଭୀଷ୍ଟ ପୂରଣକାରୀ । ସେହି ପତ୍ରକୁ ମଥାରେ ଲଗାଇଲେ, ସେଦିନ ଦିବ୍ୟଭୋଜନ ବା ଅମୃତ ସମାନ ଭୋଜନ ମିଳିଥାଏ । ଶିବ ବୃଷଭ କଥାର ପରୀକ୍ଷା କରିବାପାଇଁ ଚାହିଁଛନ୍ତି । ପାର୍ବତୀଙ୍କ ପାଇଁ ବୃଷଭକୁ ଦିବ୍ଯଭୋଜନ ମିଳିଛି । ଏହି କାହାଣୀକୁ ଅତି ସ୍ଵାଭାବିକ ଭାବେ କବି ବର୍ଣ୍ଣନା କରି ନିଜ କଳ୍ପନାବିଳାସତାର ପରିଚୟ ଦେଇଛନ୍ତି । କବି ନିଜ କଳ୍ପନାବିଳାସତା ପାଇଁ, ତାଙ୍କର ମହାଭାରତକୁ ଲୋକରୁଚିର କରିପାରିଛନ୍ତି ।

(ଙ) କାହାଣୀ ପରିକଳ୍ପନା, ଶବ୍ଦ ସଂଯୋଜନା ଓ ବିଷୟ ଉପସ୍ଥାପନରେ ସାରଳା ଦାସଙ୍କ ମୌଳିକତା ବିଚାର କର ।
Solution:
ସାରଳା ଦାସ ପଞ୍ଚଦଶ ଶତାବ୍ଦୀର କବି । ସେହି ସମୟଥୁଲା ଓଡ଼ିଆ ଜାତି ଓ ଓଡ଼ିଆ ମାଟି ପାଇଁ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ଓଡ଼ିଆ ଜାତିର ନିଜସ୍ଵ ମୌଳିକତାକୁ ଗ୍ରହଣ କରିଥିଲେ କବି ସାରଳା ଦାସ । ଓଡ଼ିଆ ଭାଷା ସାହିତ୍ୟକୁ ସ୍ଵତନ୍ତ୍ର ମର୍ଯ୍ୟାଦା ଦେବାକୁ ସେ ଇଚ୍ଛା କରିଥିଲେ । ପାରମ୍ପରିକ ସଂସ୍କୃତଗ୍ରନ୍ଥର ଏକଚ୍ଛତ୍ରବାଦୀ ବିଚାରଧାରାକୁ ସେ ବଦଳାଇ ଦେବାକୁ ଚାହିଁଥିଲେ । ସଂସ୍କୃତ ମହାଭାରତର କାହାଣୀକୁ ସେ ଗ୍ରହଣ କରିଥିଲେ ବି ନିଚ୍ଛକ ଓଡ଼ିଆ ମାଟିର କଥାକୁ ସେ ବିଭିନ୍ନ ସାରଳା ଦାସ ‘ଆଦିପର୍ବ’ରେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କ ବିବାହ ପର୍ଯ୍ୟାୟରେ ଓଡ଼ିଆ ଲୋକକଥା ବା ଲୋକଉକ୍ତିକୁ ସୁନ୍ଦର ଭାବରେ ସଂଯୋଜିତ କରିଛନ୍ତି । ‘ଉଆଁସୀ କନ୍ୟାକୁ ସାହାଡ଼ା ବର’ ଓଡ଼ିଆ ଜନସମାଜରେ ଏକ ବହୁ ପ୍ରଚଳିତ ପ୍ରବଚନ ।

ଗାନ୍ଧାରୀ ଥିଲେ ଦୋଷୀକନ୍ୟା | ସେ ଉଆଁସୀ କନ୍ୟା ଭାବରେ ଯାହାକୁ ବିବାହ କରୁଥିଲେ ସେ ବର ମୃତ୍ୟୁବରଣ କରୁଥିଲା । ସେଥ‌ିପାଇଁ ତାଙ୍କୁ ସାହାଡ଼ା ଗଛକୁ ବିବାହ କରାଯାଇ, ପରବର୍ତ୍ତୀ ସମୟରେ ଧୃତରାଷ୍ଟ୍ରଙ୍କୁ ବିବାହ କରାଯାଇଥିଲା । ଏହି କଥାକୁ ସ୍ପଷ୍ଟ କରିବାକୁ ଯାଇ ସେ ସାହାଡ଼ା ଗଛର ଅନ୍ୟ ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ସାହାଡ଼ା ପତ୍ରକୁ ମଥାରେ ଲଗାଇଲେ ଦିବ୍ୟଭୋଜନ ମିଳେ, ତାହାକୁ ସ୍ପଷ୍ଟ କରିବା ପାଇଁ ଶିବ, ପାର୍ବତୀଙ୍କୁ ନେଇ ସୁନ୍ଦର କାହାଣୀ ପରିକଳ୍ପନା କରିଛନ୍ତି । ଏଥୁରେ ଶିବଙ୍କୁ ପ୍ରତିକ୍ରିୟାଶୀଳ, ପାର୍ବତୀଙ୍କୁ ଓଡ଼ିଆଘରର ଗୃହିଣୀ ଓ ବୃଷଭକୁ ଆଜ୍ଞାକାରୀ ବାହନ ଭାବରେ ପରିକଳ୍ପନା କରି କବି କାହାଣୀକୁ ଆଗେଇ ନେଇଛନ୍ତି ।

ଏଭଳି ପ୍ରସଙ୍ଗ ମୂଳ ମହାଭାରତରେ ନଥିଲେ ମଧ୍ୟ କବି ସାରଳା ଦାସ ଗ୍ରନ୍ଥକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏପରି କହିଛନ୍ତି । ସାରଳା ଦାସ ଅନେକ ଶବ୍ଦ ସଂଯୋଜନା କରିଛନ୍ତି, ଯାହାକି ତାଙ୍କର ନିଜସ୍ଵ ଓ ଓଡ଼ିଶାର ଲୋକମୁଖରେ ପ୍ରଚଳିତ । ସେହି ଶବ୍ଦଗୁଡ଼ିକ ହେଉଛି, ‘ଗୋଲକ ବୃକ୍ଷ’, ‘ସ୍ଵିଜିତ’, ‘ଦୋଷୀକନ୍ୟା’, ‘ଯୁଗତି’, ‘ମଝା ଥାନେ’, ‘ମୁ’, ‘ପ୍ରତିବାଚ’, ‘ଶାହାସ୍ର’, ‘ବଇଲ’, ‘ବୟର’, ‘ହାଦେ’, ‘ଗ୍ୟାନେ ଅଗ୍ୟାନେ’, ‘ପଇଲମେ’, ‘ଗୁଆଣି’ । ସାରଳା ଦାସ ଗାନ୍ଧାରୀ ଓ ଧୃତରାଷ୍ଟ୍ରକୁ ଯେଭଳି ଚିତ୍ରଣ କରିଛନ୍ତି, ମୂଳ ସଂସ୍କୃତ ମହାଭାରତରେ ସେପରି ନାହିଁ । ସାହାଡ଼ା ଗଛ ପ୍ରାୟ ପ୍ରତ୍ୟେକ ଓଡ଼ିଆଘର ଆଗରେ ରହିଥାଏ । ଏହାକୁ ସମସ୍ତେ ଦାନ୍ତକାଠି ରୂପେ ବ୍ୟବହାର କରନ୍ତି । ଦେଖାଇବାପାଇଁ କବି ଏକ ସୁନ୍ଦର ବିଷୟ ଉପସ୍ଥାପନ କରିଛନ୍ତି । ବୋଲି ଏହିଭଳି ପ୍ରମାଣ କରାଯାଇପାରେ ।

ଣାଯାଏ, ସେ ନିଶ୍ଚିତ ଭାବରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ରଦେବଙ୍କ ସମସାମୟିକ ଥିଲେ । ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ସେପରି କିଛି ଉଲ୍ଲେଖଯୋଗ୍ୟ ସୃଷ୍ଟି ନଥିଲା । ଓଡ଼ିଶାର ପଣ୍ଡିତ କବିଗଣ ସଂସ୍କୃତ ଭାଷାରେ ଗ୍ରନ୍ଥ ରଚନା କରି ଭାରତବର୍ଷରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ମୁରାରି ମିଶ୍ର, ଜୟଦେବ, ବିଶ୍ଵନାଥ କବିରାଜ ଓ ଗୋବଦ୍ଧନାଚାର୍ଯ୍ୟଙ୍କ ପରି କବି/ଆଳଙ୍କାରିକ ଆଜି ମଧ୍ୟ ସାହିତ୍ୟ ଆଲୋଚକଙ୍କ ନିକଟରେ ପ୍ରଶଂସିତ ହୋଇଥା’ନ୍ତି । ଓଡ଼ିଆ ଧାରଣା ଥିଲା ଯେ, ଦେବଭାଷା ସଂସ୍କୃତରେ ହିଁ ପୁରାଣ ରଚିତ ହୋଇଥାଏ । ଏହାର ନୀରବ ପ୍ରତିବାଦରେ ଓ ଗଭୀର ସ୍ଵାଭିମାନରେ ସାରଳା ଦାସ ପ୍ରଥମେ ଓଡ଼ିଆରେ ଲେଖୁଲେ ବିରାଟାୟତନ ମହାଭାରତ । ଆଜିବି ଓଡ଼ିଆ ମହାଭାରତ ହିଁ ବୁଝାଇଥାଏ ।

CHSE Odisha Class 11 Odia Solutions Chapter 5 ସାହାଡ଼ା ବୃକ୍ଷ

(କ) ଲେଖକ ପରିତିନି :

ପଞ୍ଚଦଶ ଷୋଡ଼ଶ ଶତାବ୍ଦୀ ଥିଲା ପ୍ରାଦେଶିକ ଭାଷା ଓ ସାହିତ୍ୟର ନବ ଅଭ୍ୟୁଦୟର କାଳ । ଓଡ଼ିଶାରେ ଏଥ‌ିପାଇଁ ପରିବେଶ ଥିଲା ସବୁଠାରୁ ଅଧିକ ଉପଯୋଗୀ । ବୋଧହୁଏ ସାରଳା ଦାସ ଥିଲେ ସମସାମୟିକ ଭାରତବର୍ଷର ସବୁଠାରୁ ସାହସିକ କବିପ୍ରତିଭା । ମହାଭାରତ ପରି ମହାଗ୍ରନ୍ଥ କଥ୍ୟ ଭାଷାରେ ଲିଖ୍ ହେବା ନିଶ୍ଚିତଭାବରେ ଏକ କଳ୍ପନାନୀତ ବ୍ୟାପାର ଥିଲା । କେବଳ ଓଡ଼ିଆ କାହିଁକି ସମଗ୍ର ଭାରତୀୟ ଭାଷାରେ ଏତେବଡ଼ ଏକାକୀ ଗ୍ରନ୍ଥରଚନା ସେତେବେଳେ ସ୍ଵପ୍ନ ଥିଲା । ବୌଦ୍ଧ ସହଜିଆ କବିଙ୍କର କେତୋଟି ସାଧନା ସଙ୍ଗୀତ ଥିଲା । ନାଥଯୋଗୀମାନେ ସାନ୍ଧ୍ୟ ଭାଷାରେ କିଛି ଗଦ୍ୟ/ ପତ୍ୟ ମିଶ୍ରିତ ରଚନା ଲେଖୁଥିଲେ । ତା’ପରେ ଲକ୍ଷେ ଚାଳିଶ ହଜାର ଶ୍ଳୋକର ମହାଭାରତ । ସାରଳା ଦାସ ନିଜକୁ ଦେବୀଙ୍କର ଭକ୍ତ ବୋଲି ସ୍ବୀକାର କରିଛନ୍ତି । ସେହି ଦେବୀଙ୍କର ଦୟାରେ ସେ ଏତେବଡ଼ କାର୍ଯ୍ୟ କରିପାରିଲେ ବୋଲି
CHSE Odisha Class 11 Odia Solutions Chapter 5 Img 1
ସାରଳା ଦାସ ତାଙ୍କ ମହାଭାରତର ବହୁସ୍ଥଳରେ ଦେବୀଙ୍କର ମହିମା ବର୍ଣ୍ଣନା କରିଛନ୍ତି । ନିଜେ ସେ ମୂର୍ଖ, ଅଳ୍ପ ବୟସ୍କ । ତାଙ୍କର ଏକାନ୍ତ ଶିଶୁବୁଦ୍ଧି । ଜୀବନରେ ସେ କେବେ ପଣ୍ଡିତମଣ୍ଡଳୀ ମଧ୍ଯରେ ବସି ନାହାଁନ୍ତି । ଦେବୀ ପରମା ବୈଷ୍ଣବୀ ସାରଳେ ଦୟାକଲେ । ମୂର୍ଖ ଅପଣ୍ଡିତ ସିଦ୍ଧେଶ୍ଵର ପରିଡ଼ା ହେଲେ ମହାକବି ସାରଳା ଦାସ । ଦେବୀ ରାତିରେ କହିଦିଅନ୍ତି । ପ୍ରଭାତ ଅବକାଶରୁ କବି ସେ ସବୁକଥା ତାଳପତ୍ରରେ ଲେଖୁଦିଅନ୍ତି । କବି ଯାହା କହୁଛନ୍ତି ସବୁ ସାରଳାଦେବୀଙ୍କ ଆଦେଶ । ଏହି ବିଷୟ ବର୍ଣ୍ଣନା କରି ସାରଳା ଦାସ ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 5 Img 2
ଦେବୀଙ୍କ ପାଖରେ ମହାକବି ସାରଳା ଦାସ ଯେଉଁ ଦୟିନୀ ପ୍ରକାଶ କରିଛନ୍ତି, ଏହାକୁ କେତେକ ଗବେଷକ ଭାଭିକ ମିଥ୍ୟା ଆଖ୍ୟା ଦେଇଛନ୍ତି । ସାରଳା ଦାସଙ୍କ ନାମରେ ଆହୁରି ବହୁ କିମ୍ବଦନ୍ତୀ ଶୁଣାଯାଏ । କେତେକ ମହାଭାରତ ପୋଥିରେ ତାଙ୍କ ଜନ୍ମ ସମ୍ପର୍କିତ ବିବରଣୀମାନ ମଧ୍ୟ ରହିଛି । ତେବେ ସାରଳା ଦାସ ପୂର୍ବାଶ୍ରମରେ ଥିଲେ ଜଣେ କୃଷକ । ତାଙ୍କ ନାମ ବୃଦ୍ଧାର ଆକୁଳ ପ୍ରାର୍ଥନାରେ ତାଙ୍କୁ କାନ୍ଧରେ ବସାଇ ନଦୀ ଭିତରେ ପଶିଲେ । ହଠାତ୍‌ ନଦୀରେ ଜଳ ବଢ଼ିବାକୁ ଲାଗିଲା । ଶୁଖୁଲା ନଈରେ ପାଣି ବଢ଼ି ସିଦ୍ଧେଶ୍ଵରଙ୍କୁ ମୁଣ୍ଡେ ପାଣି ହେଲା । ତା’ପରେ ସେ ବୃଦ୍ଧା ଉଦ୍ଦେଶ୍ୟରେ କହିଲା, ‘ମା’ ଲୋ ? ତୁ କିଏ ? ଏବେ ତୁ ତୋତେ ରକ୍ଷାକର । ମୁଁ ଆଉ ପାରୁନି ।’’ ହଠାତ୍ ପାଣି ଛାଡ଼ିଗଲା । ଆକାଶବାଣୀ ହେଲା – ସିଦ୍ଧେଶ୍ଵର !

ମୁଁ ତୋ ଉପରେ ପ୍ରସନ୍ନ । ମୋ ଇଚ୍ଛାରେ ତୁ ମହାଭରତ ରଚନା କର । ସେଇ ଦେବୀଙ୍କ ଦୟାରୁ ସାରଳା ଗ୍ରନ୍ଥ ରଚନା କଲେ । ତାଙ୍କର ସାହିତ୍ୟ ସୃଷ୍ଟିଲାଗି, ତାଙ୍କୁ ଯେତେବେଳେ ବ୍ରାହ୍ମଣମାନଙ୍କ କୋପଦୃଷ୍ଟିରେ ପଡ଼ିବାକୁ ହେଲା, ସେ ଘୋଷଣା କଲେ ଆପଣା ଜାତିସ୍କରତ୍ଵ । ତୋଳିଛନ୍ତି ଏକ ବିରାଟ କାବ୍ଯସୌଧ । ସବୁଥରେ ଭରି ଦେଇଛନ୍ତି ସେ ଆପଣାର ମୌଳିକ ଚିନ୍ତାଧାରା, ମୌଳିକ ପ୍ରକାଶଭଙ୍ଗୀ । ତାଙ୍କର ମହାଭାରତ ବଣ୍ଠିତ ସମସ୍ତ ଚରିତ୍ର ଖାଣ୍ଟି ଓଡ଼ିଆ । ଭୀମ-ଅର୍ଜୁନ, ନକୁଳ-ସହଦେବ, ଯୁଧୁଷ୍ଠିର ଓ କୃଷ୍ଣ ସମସ୍ତେ ଓଡ଼ିଆଘରର ପୁଅ ।

ଓଡ଼ିଆ ସମାଜର କଥ ଲୋକକଥା ଓ କାହାଣୀକୁ ସେ ତାଙ୍କର ମହାଭାରତରେ ବର୍ଣ୍ଣନା କରିଛନ୍ତି । ବାହାବ୍ରତ, ଓଷାବାର, ତୀର୍ଥକ୍ଷେତ୍ର, ଚାଷବାସ, ରାଜ୍ୟଶାସନ ସବୁଥ୍‌ରେ ଓଡ଼ିଆମୀର ପରିଚୟ ମିଳିଥାଏ । ସମାଜର ସାମାଜିକ ମୂଲ୍ୟବୋଧ ଅବକ୍ଷୟ ସେ ଦୁଇଆଖୁରେ ଦେଖପାରି ନାହାଁନ୍ତି, ତେଣୁ ସୁଧାରିନେବା ପାଇଁ କଥାଛଳରେ କେତେ ଉପଦେଶ ଦେଇଛନ୍ତି । ସେ ଚାହିଁଛନ୍ତି ଏକ ସୁସ୍ଥ ସମାଜ । ଯେଉଁଠି ଆନନ୍ଦ ଥବ, କର୍ମ କରିବା ପାଇଁ ପ୍ରେରଣା ଧ୍ରୁବ, ଲୋକେ ତାଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ଆଗ୍ରହ ସହକାରେ ପାଳନ କରୁଥିବେ ।

ସାରଳା ଦାସଙ୍କ ‘ଚଣ୍ଡୀପୁରାଣ’ ତାଙ୍କ ପରିଣତ ବୟସର ରଚନା; କିନ୍ତୁ ବିଚିତ୍ର ରାମାୟଣ ଗ୍ରନ୍ଥ ସେ ଲେଖୁଥିଲେ ସବା ଆଗେ । ସେତେବେଳେ ତାଙ୍କ ନାମ ସିଦ୍ଧେଶ୍ଵର ଥିଲା । ଦେବୀଙ୍କ କରୁଣା ଲାଭକରି ସେ ହେଲେ ସାରଳା ଦାସ । ତା’ପରେ ସେ ରଚନା କଲେ ଓଡ଼ିଆ ଜାତିର ମହାଗ୍ରନ୍ଥ ମହାଭାରତ ।
ଆଲୋଚ୍ୟ କବିତାଟି ସାରଳା ଦାସଙ୍କ ଆଦିପର୍ବର ଅଂଶବିଶେଷ । ଏଥରେ କବିଙ୍କର ସ୍ଵାତନ୍ତ୍ର୍ୟ, ବର୍ଣ୍ଣନା କୁଶଳତା, ମନସ୍ତାତ୍ତ୍ଵିକ ଭାବ ଓ ଚରିତ୍ର ଚିତ୍ରଣର ବିଶେଷତା ପରିଲକ୍ଷିତ ହୁଏ ।

(ଖ) କବିତାର ପୃଷ୍ଠଭୂମି

ସାରଳା ଦାସଙ୍କ ମହାଭାରତରେ ଆଦିପର୍ବ ବର୍ଣ୍ଣିତ ଅଛି ଗାନ୍ଧାରୀ ଓ ଧୃତରାଷ୍ଟ୍ର ବିବାହ ପ୍ରସଙ୍ଗରେ, ସାହାଡ଼ା ବୃକ୍ଷର ମହିମା ଉଲ୍ଲେଖ କରାଯାଇଛି । ଏହା ମୂଳ ସଂସ୍କୃତ ମହାଭାରତରେ ନଥିଲେ ମଧ୍ୟ ଓଡ଼ିଶାର ଲୋକବିଶ୍ଵାସ ଓ ଚଳଣିକୁ କବି ଏଥିରେ ବର୍ଣ୍ଣନା କରିଛନ୍ତି । ‘ଉଆଁସୀ କନ୍ୟାକୁ ସାହାଡ଼ା ବର’’ ଓଡ଼ିଆଭାଷୀ ଜନସମାଜରେ ଏକ ବହୁପ୍ରଚଳିତ ପ୍ରବଚନ । ଗାନ୍ଧାରର ରାଜକନ୍ୟା ଗାନ୍ଧାରୀ ଅମାବାସ୍ୟା ତିଥ୍ୟରେ ଜନ୍ମଗ୍ରହଣ କରିଥିଲେ । ତେଣୁ ଗାନ୍ଧାରୀଙ୍କୁ ‘ବ୍ରହ୍ମଅସୁରୀ ଦୋଷ’’ ଲାଗିଥିଲା । ଗାନ୍ଧାରୀ ଯାହାଙ୍କୁ ପତିରୂପେ ବରଣ କରୁଥିଲେ, ସେ ବିବାହ ପୂର୍ବରୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିଲେ । ଗାନ୍ଧାରୀଙ୍କ ପରି ଧୃତରାଷ୍ଟ୍ର ମଧ୍ୟ ଏକ କୁକ୍ଷଣରେ ଜନ୍ମ ହୋଇଥିଲେ । ସେଥିଲାଗି ଧୃତରାଷ୍ଟ୍ର ଯେଉଁ କନ୍ୟାକୁ ବିବାହ କରୁଥିଲେ, ସେ ମଧ୍ଯ ବିବାହ ବାସୀଦିନ ମୃତ୍ୟୁମୁଖରେ ପଡ଼ୁଥିଲେ ।

ମୂଳ ସଂସ୍କୃତ ମହଭାରତରେ, ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କର ଏପରି ଚିତ୍ରଣ ନାହିଁ । ଧୃତରାଷ୍ଟ୍ର ଓ ଗାନ୍ଧାରୀ ଯାହାଙ୍କୁ ପତିରୂପେ ବରଣ କରିବେ ସେ ସଙ୍ଗେ ସଙ୍ଗେ ମୃତ୍ୟୁମୁଖରେ ପଡ଼ିବେ । ସେଥ୍ପାଇଁ ଏ ଅରିଷ୍ଟ ଖଣ୍ଡନ ଉଦ୍ଦେଶ୍ୟରେ, ବ୍ୟାସଙ୍କ ବିଧାନ ଅନୁସାରେ ଗାନ୍ଧାରୀ ସାହାଡ଼ା ଗଛକୁ ବିବାହ କରିଥିଲେ । ସାହାଡ଼ା ଗଛର ବର୍ଣ୍ଣନା ପୂର୍ବରୁ, ସାହାଡ଼ା ପତ୍ର ମଥାରେ ଖେସିଲେ ଦିବ୍ୟଭୋଜନ ମିଳେ ବୋଲି କବି ବର୍ଣ୍ଣନା କରିଛନ୍ତି । ଏଥିରେ ଶିବ, ପାର୍ବତୀ, ବୃଷଭ ଓ ନନ୍ଦିକୁ ଦୈବୀ ଚରିତ୍ରଭାବେ ଚିତ୍ରଣ କରାନଯାଇ, ସାଧାରଣ ଚରିତ୍ରଭାବେ ବର୍ଣ୍ଣନା କରି, ସାରଳାଦାସ ପ୍ରସଙ୍ଗଟିକୁ ବେଶ୍ ଲୋକରୁଚିର କରିବାକୁ ଚେଷ୍ଟା କରିଛନ୍ତି ।

ସାହାଡ଼ା ଗଛ ବିଶେଷ ଉପକାରୀ ଓ ବଳବୀର୍ଯ୍ୟ ବର୍ଷକ । ସେଥ୍‌ପାଇଁ ପ୍ରାୟ ପ୍ରତ୍ୟେକ ଓଡ଼ିଆ ଘର ଆଗରେ ସାହାଡ଼ା ଭାବେ ଶସ୍ୟ କ୍ଷେତ୍ରରେ ପୋତିଥା’ଓଁ । ସାହାଡ଼ା ଡାଳକୁ ଅଗ୍ନି ଉତ୍ସବରେ ସାର ପକାଇବା ପାଇଁ କୃଷକ ବ୍ୟବହାର କରିଥାଏ । କବି ସାରଳା ଦାସ, ସାହାଡ଼ା ଗଛର ମହାତ୍ମ୍ୟକୁ ଏଠାରେ ବର୍ଣ୍ଣନା କରିଛନ୍ତି । ରଥର ଚକ । ଏହା ମଧ୍ୟ ମହାକଳ୍ପ ବୃକ୍ଷ । ଅର୍ଥାତ୍ କଳ୍ପବୃକ୍ଷ ନିକଟରେ ଯାହାକାମନା କରାଯାଏ, ସେହି କାମନା ପୂରଣ ହେଲାପରି, ସାହାଡ଼ା ବୃକ୍ଷ ଅଭୀଷ୍ଟ ପୂରଣକାରୀ ।

ସେହି ବୃକ୍ଷଦ୍ଵାରା ପରିବେଶ ଶୁଦ୍ଧ ରହେ ଏବଂ ରୋଗ ପୋକ ଆଦି ସହଜରେ ବଂଶବିସ୍ତାର କରିପାରନ୍ତି, ନାହିଁ । ତେଣୁ ଏହା ମହାପାତକ ହରଣ କରେ ବୋଲି ବ୍ୟାସଦେବ ବୁଝାଇ ଅଛନ୍ତି । ବିବାହମେଳକର ଦେବତା ପ୍ରଜାପତି, ସାହାଡ଼ା ଗଛକୁ ବିଶେଷ ଉଦ୍ଦେଶ୍ୟରେ ସୃଷ୍ଟି କରିଛନ୍ତି । କୌଣସି ଦୋଷୀ କନ୍ୟାର ବିବାହ ହେଉ ନଥିଲେ, କିମ୍ବା କନ୍ୟାଦୋଷରୁ ବର ମୃତ୍ୟୁବରଣ କରୁଥିଲେ, ସେଭଳି କନ୍ୟାକୁ ସାହାଡ଼ା ଗଛ ସହିତ ବିବାହ କରିବାର ବିଧ୍ଵ ରହିଛି ।

ଗୋଟିଏ ସାହାଡ଼ା ବୃକ୍ଷ ରହିଛି । ସେହି ସାହାଡ଼ା ବୃକ୍ଷକୁ ସେ ସବୁଦିନ ପୂଜାକରି ଆସୁଛନ୍ତି । ଗାନ୍ଧାରସେନଙ୍କ କଥା ଶୁଣି, ବ୍ୟାସଦେବ କହିଲେ, ‘ତୁ ବଡ଼ ଭାଗ୍ୟବନ୍ତ ରାଜା । କେଉଁ ଫଳ ଆଶାରେ ତୁ ସାହାଡ଼ା ବୃକ୍ଷକୁ ପୂଜା କରୁଅଛୁ ।’’ ବ୍ୟାସଙ୍କ କଥାର ଉତ୍ତର ଦେଇ, ଗାନ୍ଧାରସେର୍ଟ କହିଲେ, ଯେହେତୁ ସାହାଡ଼ା ବୃକ୍ଷ ସୂର୍ଯ୍ୟଙ୍କ ରଥଚକ, ତେଣୁ ସେହି ବୃକ୍ଷକୁ ଦର୍ଶନକଲେ କୋଟି କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ସେ ଜାଣିଛନ୍ତି । ଗାନ୍ଧାରସେନଙ୍କ କଥା ଶୁଣି ବ୍ୟାସ କହିଲେ କେବଳ ସେହି ଗୋଟିଏ ମାହାତ୍ମ୍ୟ ସାହାଡ଼ା ବୃକ୍ଷର ନାହିଁ । ଆହୁରି ଅନେକ ମାହାତ୍ମ୍ୟ ରହିଛି । ବ୍ୟାସଦେବ ସାହାଡ଼ା ଗଛର ବିଶେଷତାକୁ ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଦଶମୀତିଥ୍, ଗୁରୁବାର, ଶତଭିଷା ନକ୍ଷତ୍ର ସମୟରେ ବିଶ୍ଵନାଥ ସ୍ଵାମୀ ବୁଲି ବାହାରିଥିଲେ । ଏହିଭଳି ଏକ ବିଶେଷ ଦିନରେ ବିଶ୍ଵନାଥ ସ୍ଵାମୀ ଶିବ ତାଙ୍କର ବାହନ ବୃଷଭ ଉପରେ ବସି ପରିଭ୍ରମଣରେ ବାହାରିଲେ ।

ବିଭିନ୍ନ ସ୍ଥାନ ବୁଲିବା ଅବକାଶରେ, ସେ କେତେକ ତୀର୍ଥସ୍ଥାନକୁ ମଧଗଲେ । ଶିବ ବୃଷଭ ଉପରେ ବସି ବୈତରଣୀ ନଦୀକୂଳରେ ଯାଉଥିବା ସମୟରେ, ସେଠାରେ ବାମପାଖରେ ସାହାଡ଼ା ବୃକ୍ଷଟି ରହିଥିଲା । ସେହି ବୃକ୍ଷକୁ ଦେଖ୍ ବୃଷଭ ସେଥୁରୁ ଗୋଟିଏ ପତ୍ର ଆଣି, ମଥାରେ ଲଗାଇଦେଲା । ଯଥାଶୀଘ୍ର ବୃଷଭଟି ସାହାଡ଼ା ପତ୍ରକୁ କାହିଁକି ମଥାରେ ଲଗାଇଲା, ତାହାର କାରଣ ଜାଣିବାକୁ ଈଶ୍ଵର ଇଚ୍ଛାକଲେ । ଶିବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୃଷଭ କହିଲେ, ଏହି ସାହାଡ଼ା ବୃକ୍ଷର ପତ୍ର ମଥାରେ ଲଗାଇଲେ ସବୁପ୍ରକାର ଶୁଭଫଳ ମିଳିଥାଏ ।

ପୁନଶ୍ଚ ବାମପାର୍ଶ୍ବରେ ଥ‌ିବା ସାହାଡ଼ା ବୃକ୍ଷର, ପତ୍ରଟିକୁ ଶିରରେ ଘେନିଲେ, ସେଦିନ ଦିବ୍ୟଭୋଜନ ବା ଅମୃତଭୋଜନ ମିଳିଥାଏ । ସେହିପରି ଯାତ୍ରା ସମୟରେ ଡାହାଣ ପାଖରେ ବରକୋଳି ଗଛ ଥିଲେ ଏବଂ ତହିଁରୁ ଗୋଟିଏ ପତ୍ରରେ ଶିରରେ ଘେନିଲେ ଶତ୍ରୁନାଶ ହୋଇଥା’ନ୍ତି । ଯାତ୍ରାବେଳେ ଅଗ୍ରଭାଗରେ ଶ୍ଵେତ ଦୁବ ଦେଖ‌ିଲେ ଏବଂ ତାହାକୁ ଆଣି ମଥାରେ ଘେନିଲେ, ଅନେକ ପ୍ରକାର ପାପ କ୍ଷୟ ହୋଇଥାଏ । ପୁନଶ୍ଚ ପଶ୍ଚାତ୍‌ଭାଗରେ ଯଦି ତୁଳସୀ ଗଛ ଥାଏ, ତା’ହେଲେ ପଛକୁ ଲେଉଟି, ତୁଳସୀ ଗଛରୁ ଝଡ଼ିଥ‌ିବା ପତ୍ରଟିକୁ ଆଣି ମଥାରେ ଲଗାଇଲେ, ଜାଣତରେ ହେଉ ବା ଅଜାଣତରେ ହେଉ ଜୀବନରେ ଯେତେ ପାପ ଧ୍ରୁବ, ସେହି ପାପ ଦୂର ହୋଇଥାଏ ।

ବୃଷଭ କଥା ଶୁଣି ଶିବ ମନରେ ବିଚାରକଲେ, ସାହାଡ଼ା ପତ୍ରକୁ ଶିରରେ ଲଗାଇଲେ ଯେ ଦିବ୍ୟଭୋଜନ ମିଳିବ, ତାହାକୁ ଆଜି ସେ ପରୀକ୍ଷା କରିବେ । ତେଣୁ ମହାଦେବ ଜାଣି ଜାଣି ଚତୁର୍ଦ୍ଦଶ ଭୁବନ ବୃଷଭକୁ ବୁଲାଇଲେ । କୌଣସି ସମୟରେ ପାଣି ପିଇବାର କିମ୍ବା ଘାସ ଖାଇବାର ସୁଯୋଗ ସେ ଦେଲେ ନାହିଁ । ବୃଷଭକୁ ଉପବାସ ରଖ୍ ସେ ମନଭରି ବୁଲିଲେ । ଗିରି ଅରଣ୍ୟ ଅନେକ ସ୍ଥାନ ଅତିକ୍ରମ କଲେ । ଶେଷରେ ସୂର୍ଯ୍ୟ ଅସ୍ତାଚଳଭିମୁଖୀ ହେବାରୁ ସେ ନିଜ ବାସସ୍ଥାନ କପିଳାସକୁ ଫେରିଲେ ।

ବିଭିନ୍ନ ପ୍ରକାର ଭୋଜନ ପ୍ରସ୍ତୁତ କରିଛନ୍ତି । ଶିବ ତେଣେ ନନ୍ଦିକୁ ମନେ ମନେ ଶିବଙ୍କ ଉପରେ ସ୍ଵାମୀ ବୁଲିଯାଇଛନ୍ତି ଫେରିଲେ ଭେଜନ କରିବେ, ସେଥ‌ିପାଇଁ ଶିବଙ୍କ ପତ୍ନୀ ଉମା କରିଛନ୍ତି । ଅମୃତ ଭଳି ଭୋଜନ ପ୍ରସ୍ତୁତକରି, ଉମା ସ୍ଵାମୀଙ୍କର ଫେରିବା ବାଟକୁ ଅପେକ୍ଷା ନେଇ ବିଭିନ୍ନ ସ୍ଥାନ ବୁଲାଉଛନ୍ତି । ଫେରିବାର ସମୟ ଅତିକ୍ରାନ୍ତ ହେଲାଣି । ଫଳରେ ଉମା ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ଶିବଙ୍କୁ ଖାଇବାକୁ ଦେବା ପରେ ନିଜେ ଖାଇବେ, ସେଥୂପାଇଁ କ୍ଷୁଧାରେ ସେ ବିମୁଖ ହୋଇଛନ୍ତି । ଶେଷରେ ବହୁସମୟ ଅପେକ୍ଷା କଲାପରେ, ପାର୍ବତୀ ନିଜେ ମାଣୋହି କରିବେ ବୋଲି ‘ଚିନ୍ତାକଲେ । ସେଥ‌ିପାଇଁ
CHSE Odisha Class 11 Odia Solutions Chapter 5 Img 3
ସବୁ ଖାଦ୍ୟପଦାର୍ଥ ବାଢ଼ି ସାରିବାପରେ ପାର୍ବତୀ ଠିକ୍ ତିନି ଚାରିଗୁଣ୍ଡା ଖାଇଛନ୍ତି କି ନାହିଁ, ତେଣେ ଡମ୍ବରୁ ଶବ୍ଦ ଶୁଣାଗଲା । ଶିବ ବା ସ୍ଵାମୀ ଆସିବାର ସୂଚନା ପାଇ ପାର୍ବତୀ ବିଚଳିତ ହୋଇପଡ଼ିଲେ । ସ୍ଵାମୀଙ୍କୁ ଅପେକ୍ଷା ନକରି ଖାଇଥ‌ିବା କଥା ସେ ଜାଣିଲେ ନିଶ୍ଚୟ ଅସନ୍ତୁଷ୍ଟ ହେବେ । ଡମ୍ବରୁ ଶବ୍ଦଶୁଣି ପାର୍ବତୀ ନିଜେ ଖାଇବାକୁ ବସିଥିବା କଥା ଶିବଙ୍କ ନିକଟରେ ପକାଇଦେଲେ । ସେଥ‌ିରେ ଥିବା ପିଠା, ଖିରି, ଶାକର ସବୁ ବୃଷଭ କୁଣ୍ଡରେ ପକାଇ ତରତର ହୋଇ ମୁହଁ ହାତ ଧୋଇଦେଲେ ।

ସବୁଦିନ ପରି ଶିବଙ୍କ ପାଇଁ ରତ୍ନଝରିରେ ପାଣି ପୂରାଇ ପାର୍ବତୀ ଆସି ତାଙ୍କ ପାଖରେ ପହଞ୍ଚିଗଲେ । ଶିବ ବୃଷଭ ପିଠିରୁ ଓହ୍ଲାଇବା ମାତ୍ରେ ଆଜ୍ଞାକାରୀ ନନ୍ଦି ଆସି ପହଞ୍ଚି ଯାଇଥିଲା । ଶିବ ନନ୍ଦିକୁ ଆଦେଶ ଦେଲେ, ବୃଷଭକୁ ନେଇ ଗୁହାଳରେ ଯଥାଶୀଘ୍ର ବାନ୍ଧିଦିଅ । ଶିବଙ୍କ ଆଦେଶାନୁସାରେ ନନ୍ଦି, ବୃଷଭକୁ ନେଇ ଖୁଣ୍ଟରେ ବାନ୍ଧିଦେଲେ । ଶିବ ନନ୍ଦିକୁ ଡାକି କହିଲେ, ବୃଷଭକୁ କୌଣସି ପ୍ରକାର ଘାସ, କୁଟା, ଅନ୍ନ ଆଦି ଖାଇବାକୁ ଦେବୁନାହିଁ । ଆଜ୍ଞାବହ ଭାବରେ ନନ୍ଦି, ଆଦେଶାନୁସାରେ ବୃଷଭକୁ ଗୁହାଳେ ବାନ୍ଧିଦେଇ, ବାହାରୁ ଭଲଭାବରେ ଟାଣକରି କବାଟ କିଳିଦେଲା । ବୃଷ ମନେ ମନେ ଚିନ୍ତାକଲା, ମୋତେ ପରୀକ୍ଷା କରିବାପାଇଁ ଶିବ ଏହା କରିଛନ୍ତି । ସେ ଯେ ମୋର ପ୍ରଭୁ, ଏହା ଚିନ୍ତାକରି ନାହାଁନ୍ତି । ଯଦି ଆଜି ମୋତେ ଖାଇବାକୁ ନମିଳେ ବା ମୋର ମଥାରେ ଲଗାଇଥିବା ସାହାଡ଼ାପତ୍ର ମାହାତ୍ମ୍ୟ ଯଦି ନିଷ୍ଫଳ ହୁଏ, ତା’ହେଲେ ଭକ୍ତି ଭାବରେ ବିଶ୍ଵାସ ସହ ସାହାଡ଼ାପତ୍ର ଘେନିବାର କୌଣସି ମୂଲ୍ୟ ରହିବ ନାହିଁ । ଖୁଣ୍ଟ ପାଖରେ ପଡ଼ିଥିବା ବାସିକୁଟା ଖାଇବାକୁ ଗଲାବେଳେ, ବୃଷଭ ଦେଖିଲା, ତା’ଖାଇବା କୁଣ୍ଡରେ ଅମୃତ ପରି ଖାଦ୍ୟ ରହିଛି ।

ଖାଦ୍ୟ ଦେଖୁ ବୃଷଭ ଖୁସିହେଲା ଏବଂ ସନ୍ତୋଷ ମନରେ ସେସବୁ ଖାଇଲା । ଏହା ନିଶ୍ଚୟ ବିଧୂ ନିର୍ଦ୍ଦିଷ୍ଟ ହୋଇ ରହିଛି ବୋଲି ମନେମନେ ବିଚାରିଲା । ବୃଷଭକୁ ଅମୃତ ଖାଦ୍ୟ ମିଳିବା ଯୋଗକୁ ବର୍ଣ୍ଣନା କରି କବି ସାରଳା ଦାସ ବୃଷଭ ପାଇଁ ଲେଖୁଛନ୍ତି, ହେ ସାଧୁ, ପଣ୍ଡିତମାନେ, ଯାହା ହେବା କଥା, ତାହାହିଁ ହେବ । ତାକୁ କେହି ବଦଳାଇ ପାରିବେ ନାହିଁ । ତେଣୁ ସେହି ଜଗତକର୍ତ୍ତାଙ୍କର ମହିମା ଗାନ କର । ଈଶ୍ଵର ମୋତେ କଷ୍ଟଦେବାକୁ ଇଚ୍ଛାକଲେ ମଧ୍ୟ ସେଥୁରୁ ମୋତେ ମୁକ୍ତି ମିଳିଲା । କର୍ମ ଅନୁସାରେ ବ୍ୟାସଦେବ ଗାନ୍ଧାରସେନଙ୍କୁ କହିଲେ, ଏହି ସାହାଡ଼ା ବୃକ୍ଷର ଏହିଭଳି ମହିମା ରହିଛି । ଯେହେତୁ ବୃଷଭ ଶିରରେ ଏହି ପତ୍ର ଆଦରରେ ଘେନିଥିଲା, ସେଥ‌ିପାଇଁ ଏହି ଫଳ ମିଳିଲା । ପାର୍ବତୀ ବୃଷଭ କୁଣ୍ଡରେ ଯେଉଁ ଅମୃତ ମାଣୋହି ପୂରାଇ ଦେଇଥିଲେ, ସେହି ଅମୃତ ମାଣୋହି ଖାଇ ସେ ତୃପ୍ତ ହୋଇଥିଲା । ସେ ନିଜର ଭୋକ ଓ ଶୋଷକୁ ମେଣ୍ଟାଇ ମହାଆନନ୍ଦ ଲାଭ କରିଥିଲା ।

ଶିବ ଜାଣିଶୁଣି ବୃଷଭ ପାଇଁ ଆଉ କୌଣସି ପ୍ରକାର ଖାଇବା ବ୍ୟବସ୍ଥା କଲେ ନାହିଁ । ତାଙ୍କର ଉଦ୍ଦେଶ୍ୟ ଥିଲା ବୃଷଭ କିପରି କ୍ଷୁଧାରେ ରହିବ ଏବଂ ମଥାରେ ସାହାଡ଼ାପତ୍ର ଲଗାଇବା ଫଳ କିପରି ମିଥ୍ୟା ହେବ । ପରଦିନ ସକାଳୁ ଶିବ କବାଟ ଖୋଲି ବୃଷଭକୁ ଦେଖିଲେ । ବୃଷଭ ଖାଇନାହିଁ ବୋଲି ସହାନୁଭୂତି ପ୍ରକାଶ କରିବାକୁ ଇଚ୍ଛାକଲେ । ହସି ହସି ଶିବ ବୃଷଭକୁ ପଚାରିଲେ, କାଲି ମଥାରେ ସାହାଡ଼ାପତ୍ର ଲଗାଇ କେଉଁଭଳି ଖାଦ୍ୟ ଖାଇବାକୁ ପାଇଲୁ । ଶିବଙ୍କ କଥାର ଉତ୍ତର ଦେବାକୁ ଯାଇ ବୃଷଭ କହିଲା, ସାହାଡ଼ା ବୃକ୍ଷର ଯେ ମାହାତ୍ମ୍ୟ ରହିଛି, ଏହା ହେଉଛି ଶାସ୍ତ୍ର ବାଣୀ । ଶାସ୍ତ୍ରବାଣୀ କେବେହେଲେ ମିଥ୍ୟା ହୁଏ ନାହିଁ । ଯେଉଁମାନେ ଭକ୍ତି ଭାବରେ ଶାସ୍ତ୍ରବାଣୀକୁ ପାଳନ କରନ୍ତି, ସେମାନେ ସୁଖଲାଭ କରିଥା’ନ୍ତି । ଈଶ୍ଵର ତଥାପି ବୃଷଭ କଥାକୁ ବୁଝି ନଥା’ନ୍ତି । ବରଂ ଉପହାସ କରି କହିଛନ୍ତି, ତୁ ଯେଉଁଭଳି ଫଳ ପାଇଲୁ, ସଂସାରରେ ଏହିଭଳି ବିଶ୍ଵାସ କରୁଥିବା ଲୋକଙ୍କୁ ସେହିଭଳି ଫଳ ମିଳୁ ।

ବୃଷଭ କହିଲା, ମୁଁ ବିଶ୍ୱାସର ସହିତ ସାହାଡ଼ାପତ୍ର ଶିରରେ ଲଗାଇବାର ଫଳ ପାଇଅଛି । ତୁମ୍ଭେ ମଣୋହି କରିବା ପୂର୍ବରୁ ମୁଁ ଆଗେ ଦିବ୍ୟଭୋଜନ କରିଛି । ଯାହାର ସ୍ଵାମୀ ନିଜେ ଈଶ୍ଵର, ସେ କେବେହେଲେ ଉପବାସ ରହିବ ନାହିଁ । ପୁନଶ୍ଚ ସେବକ ଚିନ୍ତା ଯଦି ପ୍ରଭୁଙ୍କୁ ନଲାଗିବ, ତା’ହେଲେ ଏ ସଂସାର ଚଳିପାରିବ ନାହିଁ । ଯେଉଁ ଯେଉଁ ଅମୃତ ମଣୋହି ତୁମେ ଦେଖନ୍ତୁ । ସେଥୁରୁ କିପରି ଆମୋଦକର ସୁବାସ ବାହାରୁଛି ଜାଣନ୍ତୁ । ସେଥୁରୁ ବୁଝିପାରିବେ ମୁଁ କିପରି ଅମୃତ ମଣୋହି କରିଛି । ବୃଷଭ କଥାର ସତ୍ୟତା ଜାଣି ଶିବ ମନେମନେ ଲଜ୍ଜିତ ହେଲେ । ଏହା କିପରି ସମ୍ଭବ ହେଲା ବୋଲି ସେ ଆଶ୍ଚର୍ଯ୍ୟ ହେଲେ । ଏହାର ରହସ୍ୟ ଜାଣିବାପାଇଁ ସେ ପାର୍ବତୀଙ୍କୁ ପଚାରିଲେ, ମୁଁ ଯେଉଁ ଖାଦ୍ୟ ଖାଇଲି, ସେହି ଦିବ୍ୟଭୋଜନ ବୃଷଭକୁ କିପରି ମିଳିଲା ।

ତା’କୁ ଖାଇବା ପାଇଁ କିଏ ସେ ଖାଦ୍ୟ ଦେଲା । ପାର୍ବତୀ ସ୍ମିତହସ କରି ଘଟଣାର ସତ୍ୟାସତ୍ୟ ପ୍ରକାଶ କରେ । ପାର୍ବତୀ କହିଲେ, ତୁମର ଆସିବାରେ ବିଳମ୍ବ ହେବାର ଦେଖ୍ ମୁଁ ଖାଦ୍ୟ ବାଢ଼ି ଖାଇ ବସିଥିଲି । ଏହି ସମୟରେ ଡମ୍ବରୁ ଶବ୍ଦ ଶୁଣି, ତୁମେ ଆସୁଥିବାରୁ ସୂଚନା ପାଇଥୁଲି । ତୁମକୁ ଖାଇବାକୁ ନଦେଇ, ମୁଁ ଖାଉଥବା କଥାରେ, ତୁମେ କାଳେ କ୍ଷୁଧାରେ କ୍ରୋଧ ପ୍ରକାଶ କରିବ, ସେଥ୍ପାଇଁ ମୁଁ ବାଢ଼ିଥିବା ଖାଦ୍ୟତକ ବୃଷଭ ଖାଇବାପାତ୍ରରେ ଅଜାଡ଼ି ଦେଇଥୁଲି । ଶିବ ପାର୍ବତୀଙ୍କ କଥା ଶୁଣି ହସିଥିଲେ ଏବଂ ସାହାଡ଼ା ବୃକ୍ଷକୁ ବିଶ୍ଵାସର ସହିତ ଘେନିଲେ ଏପରି ଫଳ ମିଳିଥାଏ ବୋଲି ଜାଣିଲେ ।

କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 5 Img 4
CHSE Odisha Class 11 Odia Solutions Chapter 5 Img 5

Leave a Comment