Odisha State Board CHSE Odisha Class 11 Odia Solutions Chapter 7 ହିମକାଳ Textbook Exercise Questions and Answers.
CHSE Odisha Class 11 Odia Chapter 7 ହିମକାଳ Question Answer
ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :
Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(କ) ଦଣ୍ଡଧର କହିଲେ କ’ଣ ବୁଝ ? (ରାଜା, ଯମଦେବତା, ପୁଲିସ, ବିଚାରପତି)
Solution:
ଯମ ଦେବତା ।
(ଖ) ନିମ୍ନଲିଖ କେଉଁ ନାମଟି କୃଷ୍ଣଙ୍କର ନୁହେଁ ? (ପୀତବାସ, କଞ୍ଜନୟନ, ରୋହିଣୀନନ୍ଦନ, ଯଶୋଦାନନ୍ଦନ )
Solution:
ରୋହିଣୀନନ୍ଦନ
(ଗ) ପଦ୍ମିନୀର ସ୍ଵାମୀ କିଏ ? (ଚନ୍ଦ୍ର, ପୃଥିବୀ, ସୂର୍ଯ୍ୟ, ପୁଷ୍କରିଣୀ)
Solution:
ସୂର୍ଯ୍ୟ ।
(ଙ) ମିତ୍ର ସହିତ କିଏ ପ୍ରାଣତ୍ୟାଗ କରେ ? (ପାଣି, କ୍ଷୀର, ମହୁ, ଘିଅ)
Solution:
କ୍ଷୀର ।
(ଚ) କୋଟି ବ୍ରହ୍ମାଣ୍ଡ ନାଥ କିଏ ? (କୃଷ୍ଣ, ଜଗନ୍ନାଥ, ରାମ, ରାଜା)
Solution:
ଜଗନ୍ନାଥ
(ଛ) ଚିତ୍ରଭାନୁର ଅର୍ଥ କ’ଣ ? (ନିଆଁ, ପାଣି, ଖରା, ରେଜେଇ)
Solution:
ନିଆଁ ।
(ଜ) ନିମ୍ନଲିଖ କେଉଁ କାର୍ଯ୍ୟଟି ଶୀତଋତୁ ଲାଗି ପ୍ରଯୁଜ୍ୟ ନୁହେଁ ? (ନବ ନିଶାର ସଜାଡ଼ିଲା, ତପନ ଜଳେ ପ୍ରୀତିକଲା, ମନ୍ଦିର ଭେଦ ନିରୋଧ, ଚନ୍ଦ୍ର ଚନ୍ଦନକୁ ସ୍ନେହ କଲା)
Solution:
ଚନ୍ଦ୍ର ଚନ୍ଦନକୁ ସ୍ନେହ କଲା ।
(ଝ) ହିମ ଋତୁରେ ନିମ୍ନଲିଖିତ କେଉଁ କାର୍ଯ୍ୟଟି ହୁଏ ନାହିଁ ? (ଦିବସ ସାନ ହୁଏ, ପଦ୍ମବନ ବିକଶିତ ହୁଏ, ପଦ୍ମବନ ପୋଡ଼ିଯାଏ, ଶୀତଳ ଜଳରୁ ଆଗ୍ରହ ତୁଟି ଯାଏ ।)
Solution:
ପଦ୍ମବନ ବିକଶିତ ହୁଏ ।
(ଞ) ନିମ୍ନଲିଖୂ କେଉଁ ବ୍ୟକ୍ତି ପଦ୍ମସହିତ ସଂପୃକ୍ତ ନୁହେଁ ? (ବ୍ରହ୍ମା, ସୂର୍ଯ୍ୟ, ଲକ୍ଷ୍ମୀ, ଯମ)
Solution:
ଯମ ।
(୦) ଦୁଃଖ ପଡ଼ିବାବେଳେ ବନ୍ଧୁମାନେ କି ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ? (ସୁଖୀ ହୁଅନ୍ତି, ବିମୁଖ ହୁଅନ୍ତା, ସମବେଦନା ଦିଅନ୍ତି, କ୍ରୋଧ ପ୍ରକାଶ କରନ୍ତି)
Solution:
ବିମୁଖ ହୁଅନ୍ତି ।
(ଡ) ଶୀତ ଋତୁରେ ସୂର୍ଯ୍ୟ କେଉଁ ଦିଗକୁ ଗତି କରନ୍ତି ? (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)
Solution:
ଦକ୍ଷିଣ ।
(ଢ) ହସନ୍ତୀ କହିଲେ କ’ଣ ବୁଝ ? (ହସୁଥିବା ଝିଅ, ସକାଳର ସୂର୍ଯ୍ୟକିରଣ, ନିଆଁ ଉହେଇ, ଉଦୟ ହୋଇ ଆସୁଥିବା ଚନ୍ଦ୍ର)
Solution:
ନିଆଁ ଉହେଇ ।
(6) ଆମ ଦେଶରେ କେଉଁ ମାସକୁ ହିମଋତୁ କୁହାଯାଏ ? (ଆଷାଢ଼-ଶ୍ରାବଣ, କାର୍ତ୍ତିକ-ମାର୍ଗଶିର, ଫାଲଗୁନ-ଚୈତ୍ର, ବୈଶାଖ-ଜ୍ୟେଷ୍ଠ)
Solution:
କାର୍ତ୍ତିକ-ମାର୍ଗଶୀର ।
(ତ) ନିମ୍ନଲିଖୂ କେଉଁ ନାମଟି ସୂର୍ଯଙ୍କର ନୁହେଁ ? (ସହସ୍ରାଶୁ, ସହସ୍ରାକ୍ଷ, ବିକର୍ଜନ, ଦିବାକର)
Solution:
ସହସ୍ରାକ୍ଷ ।
Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନ ମୂଲ୍ୟ ୧ ନମ୍ବର ।
(କ) ‘ହିମକାଳ’ କବିତାର କବି କିଏ ?
Solution:
‘ହିମକାଳ’ କବିତାର କବି ଦୀନକୃଷ୍ଣ ଦାସ ।
(ଖ) ଏହି କବିତାଟି କବିଙ୍କର କେଉଁ କାବ୍ୟର ଅଂଶବିଶେଷ ?
Solution:
ଏହି କବିତାଟି କବିଙ୍କର ସର୍ବଶ୍ରେଷ୍ଠ କାବ୍ୟକୃତି ‘ରସକଲ୍ଲୋଳ’ କାବ୍ୟର ଅଂଶବିଶେଷ ।
(ଗ) ଶୀତଋତୁ ଆସିବାରୁ ଦିବସର କି ଦଶା ହେଲା ?
Solution:
ଶୀତଋତୁ ଆସିବାରୁ ଦିବସର ନ୍ୟୁନ ଭାବର ଦଶା ହେଲା ।
(ଘ) ବ୍ରହ୍ମାଙ୍କ ଆସନ କିଏ ?
Solution:
ବ୍ରହ୍ମାଙ୍କ ଆସନ ପଦ୍ମ ।
(ଙ) ପଦ୍ମର ସ୍ଵାମୀ ବୋଲି କାହାକୁ କୁହାଯାଇଛି ?
Solution:
ପଦ୍ମର ସ୍ଵାମୀ ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି ।
(ଚ) କାହାକୁ କାହିଁକି ଶ୍ରୀନିବାସ ବୋଲି କୁହାଯାଇଛି ?
Solution:
ଶ୍ରୀ ଅର୍ଥ ଲକ୍ଷ୍ମୀ, ଲକ୍ଷ୍ମୀ ବାସ କରୁଥିବାରୁ ପଦ୍ମର ଅନ୍ୟନାମ ଶ୍ରୀନିବାସ ବୋଲି କୁହାଯାଇଛି ।
(ଛ) କୃଷ୍ଣଙ୍କ କରରେ କିଏ ଶୋଭାପାଏ ?
Solution:
କୃଷ୍ଣ ବା ଭଗବାନ୍ ବିଷ୍ଣୁଙ୍କ କରରେ ପଦ୍ମ ଶୋଭାପାଏ ।
(ଝ) କର୍ପୂର ଚନ୍ଦନ କେତେବେଳେ ଅଗ୍ନିପରି ପ୍ରତୀୟମାନ ହୁଏ ?
Solution:
କର୍ପୂର ଚନ୍ଦନ ବିରହକାଳରେ ଅଗ୍ନିପରି ପ୍ରତୀୟମାନ ହୁଏ ।
(ଞ) ମିତ୍ର ସହିତ କିଏ ପ୍ରାଣତ୍ୟାଗ କରେ ?
Solution:
କ୍ଷୀର ଜଳ ସହିତ ମିତ୍ରତା ପାଇଁ ପ୍ରାଣତ୍ୟାଗ କରେ ।
(ଟ) ଭଗବାନ୍ ଜଗନ୍ନାଥ କେତେବେଳେ କାହିଁକି ଲକ୍ଷ୍ମୀଙ୍କୁ କୋଳରେ ବସାଇ ଅନେକ ଲୁଗା ଘୋଡ଼ି ହୁଅନ୍ତି ?
Solution:
ଭଗବାନ୍ ଜଗନ୍ନାଥ ଶୀତଋତୁରେ ଶୀତରୁ ରକ୍ଷା ପାଇବାପାଇଁ ଲକ୍ଷ୍ମୀଙ୍କୁ କୋଳରେ ବସାଇ ଅନେକ ଲୁଗା |
(୦) ଅଗ୍ନି କାହିଁକି ଘରେ ଘରେ ପୂଜା ପାଇଲେ ?
Solution:
ଶୀତରୁ ରକ୍ଷା ପାଇବାପାଇଁ ଘରେ ଘରେ ଅଗ୍ନି ପୂଜା ପାଇଲେ ।
(ଡ) ଶୀତକୁ କିଏ ନିନ୍ଦା କରେ ?
Solution:
ଶୀତର ପ୍ରକୋପରୁ ରକ୍ଷା ପାଇବାପାଇଁ ଛାତିରେ ଦୁଇ ହାତ ଛନ୍ଦି କଷ୍ଟ ପାଉଥିବା ବ୍ୟକ୍ତି ଶୀତକୁ ନିନ୍ଦା କରେ ।
(ଢ) ମନରୁ କିଏ ଶୀତ ଭୟ ଛାଡ଼ିଦେଲା ?
Solution:
ନୂଆ ଶୀତଲୁଗା ସଜାଡ଼ିଥିବା ବ୍ୟକ୍ତି ମନରୁ ଶୀତଭୟ ଛାଡ଼ିଲେ ।
(ଢ) ଶୀତଋତୁରେ ସୂର୍ଯ୍ୟ କେଉଁ ଦିଗକୁ ଗତି କରନ୍ତି ?
Solution:
ଶୀତଋତୁରେ ସୂର୍ଯ୍ୟ ଦକ୍ଷିଣ ଦିଗକୁ ଗତି କରନ୍ତି ।
(ତ) ଶୀତରୁ ରକ୍ଷା ପାଇବାପାଇଁ ଲୋକ କ’ଣ କରେ ?
Solution:
ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ ଉଷୁମ ପାଣିକୁ ଭଲ ପାଇଲେ ଏବଂ ଘରର ଜଳାକବାଟି ଆଦି ବନ୍ଦ କରି, ନିଆଁ ଉହ୍ନେଇ ପାଖରେ ବସିଲେ ।
Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସମ୍ପର୍କରେ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର।
(କ) କୃଷ୍ଣକଥା ଶ୍ରବଣରେ କେଉଁ ବ୍ୟଥା ଦୂର ହୁଏ ବୋଲି କବି କହିଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କୂଶକଥା ଣ୍ଡବଣରେ ଦଣ୍ଡଧର ବ୍ୟଥା ବା ମୃତ୍ୟୁଲୋକର ଅଧୂପତି ଯମଦଣ୍ଡ ଦୂର ହୁଏ ବୋଲି କବି କହିଛନ୍ତି ।
(ଖ) ଶୀତଋତୁ ଆଗମନରେ କିଏ ପୋଡ଼ିଗଲା ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଣାତରତୁ ଆଗମନରେ ପଦନନ ପୋଡ଼ିଗଲା ।
(ଗ) ସୁଖ ଓ ଦୁଃଖରେ ବନ୍ଧୁମାନେ କିପରି ବ୍ୟବହାର କରନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ସୁଖବେଳେ ଅନୁକୂଳ ଓ ଦୁଃଖ ବେଳେ ପୃତିକ୍ତଲ ବ୍ୟବହାର ବହିଯାନେ କରିଥାନ୍ତି |
(ଘ) ବିଚ୍ଛେଦ ସମୟରେ ଚନ୍ଦ୍ର ଓ ଚନ୍ଦନ ପ୍ରେମୀ ଯୁଗଳଙ୍କୁ କିପରି ଲାଗେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ବିଚ୍ଛେଦ ସମୟରେ ଚନ୍ଦ୍ର ଓ ଚନ୍ଦନ ପ୍ରେମୀ ଯୁଗଳଙ୍କୁ ବିଷତୁଲ୍ୟ ବା ନିଆଁ ପରି ଲାଗେ ।
(ଙ) କ୍ଷୀର କାହିଁକି ଆତ୍ମହତ୍ୟା କରେ ବୋଲି କବି କହିଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କ୍ଷୀରର ଜଳ ସହିତ ମିତ୍ରତା ଥିବାରୁ, ଜଳର ମୃତ୍ୟୁ ପାଇଁ କ୍ଷୀର ଆତ୍ମହତ୍ୟା କରେ ବୋଲି କବି କହିଛନ୍ତି ।
(ଚ) ଶୀତରେ ଜଗନ୍ନାଥ କିପରି ବେଶଭୂଷା ହେଲେ ?
Solution:
ବସାଇ କେତେ ପ୍ରକାର ବସ୍ତ୍ର ଘୋଡ଼ାଇ ହୋଇ ବେଶଭୂଷା ହେଲେ ।
(ଛ) ଘରେ ଘରେ କାହିଁକି ଅଗ୍ନି ଉଦୟ ହେଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଘରେ ଘରେ ଅଗ୍ନି ଉଦୟ ହେଲେ ।
(ଜ) କେହି ମନରୁ କାହିଁକି ଶୀତ ଭୟ ଛାଡ଼ିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କେହି ନବ ନିଶାର ବା ନୂଆ ଶୀତଲୁଗା ସଜାଡ଼ି ରଖିବା ହେତୁ ମନରୁ ଶୀତ ଭୟ ଛାଡ଼ିଲେ ।
(ଝ) ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ କି କି ପ୍ରତିଷେଧକ ବ୍ୟବସ୍ଥା କଲେ ?
Solution:
ଉଷୁମ ପାଣି ବ୍ୟବହାର କରିବା ସହିତ ଘରର ଜଳ କବାଟି ବନ୍ଦକରି ନିଆଁ ଉହ୍ଲେଇରେ ନିଆଁ ପୋଇଁଲେ ।
(ଞ୍) ଅଗୁରୁଧୂପ ପୁରେ ପଶି ଲୋକେ କ’ଣ ଗାଇ ତୋଷ ହେଉଥିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଗୁରୁଧୂପ ପୁରେ ପଶି ଲୋକେ କୃଷ୍ଣ ଚରିତ ଗୀତ ଗାଇ ତୋଷ ହେଉଥିଲେ ।
Question 4.
ପ୍ରାୟ ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।
(କ) ଗୋପପୁରରେ ଶୀତଋତୁ ପ୍ରବେଶ କରିବାରୁ କି କି ଘଟଣା ଘଟିଲା ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଗୋପପୁରରେ ଶୀତଋତୁ ପ୍ରବେଶ କରିବାରୁ ପୀତବାସ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାର ଲୀଳାଖେଳା କଲେ । ଏହି ସମୟରେ ଦିବସ ସାନ ହେଲା ଓ ପଦ୍ମବନ ଧ୍ବଂସ ହେଲା ପରି ଘଟଣା ଘଟିଲା ।
(ଖ) ପଦ୍ମକୁ କେଉଁମାନେ କାହିଁକି ରକ୍ଷା କରିପାରିଲେ ନାହିଁ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ପଦ୍ମକୁ ବ୍ରହ୍ମା, ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଆଦି ବଡ଼ ବଡ଼ ପ୍ରଭୁମାନେ ରକ୍ଷା କରିପାରିଲେ ନାହିଁ, କାରଣ ଯାହାର ଯାହା ଭୋଗ କରିବା ପାଇଁ କପାଳରେ ରହିଛି, ସେ ତାହା ନିଶ୍ଚୟ ଭୋଗ କରିବ ।
(ଗ) ଏହି ପ୍ରସଙ୍ଗକୁ କବି ଦୀନକୃଷ୍ଣ କିପରି ବର୍ଣ୍ଣନା କରିଅଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଭଲ ସମୟରେ ବ୍ରହ୍ମା ପଦ୍ମ ଉପରେ ବସିଥାନ୍ତି । ଲକ୍ଷ୍ମୀ ଉଲ୍ଲେଖ କରିଛନ୍ତି ।
(ଙ) ସାଧାରଣ ଲୋକ ଶୀତକୁ କିପରି ଅନୁଭବ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ସାଧାରଣ ଲୋକଙ୍କର ଶୀତ ହେତୁ ଦେହ ଥରିଉଠିଲା ଓ ସେମାନେ ଯୋଡ଼ହସ୍ତ ହୋଇ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କଲେ । କେହି କେହି ପଡ଼ିଲେ ।
(ଚ) ଶୀତ ଆସିବାରୁ ଲୋକେ କେଉଁ ପଦାର୍ଥରେ ଆଗ୍ରହ ପ୍ରକାଶ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତ ଆସିବାରୁ ଲୋକେ ନୂଆ ଶୀତବସ୍ତ୍ରରେ, ତୁଳାଶେଯ ବା ରେଜେଇରେ, ଉଷୁମ ପାଣିରେ, ନିଆଁ ଉହ୍ନେଇରେ ନିଆଁ ପୋଇଁବାରେ ଆଗ୍ରହ ପ୍ରକାଶ କଲେ ।
(ଛ) ଶୀତରୁ ରକ୍ଷାପାଇବା ପାଇଁ ଲୋକେ କ’ଣ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ ଏବଂ ଉହ୍ଲେଇରେ ନିଆଁ ପୋଇଁଲେ । ଆଉ କେତେକ ନୂଆ ଶୀତବସ୍ତ୍ର ବ୍ୟବହାର କଲେ ।
(ଜ) ଶୀତଯୋଗୁଁ କେଉଁସବୁ ପଦାର୍ଥରୁ ଲୋକଙ୍କ ଆଗ୍ରହ ତୁଟିଗଲା ?
Solution:
ଉପରୁ ସ୍ନେହଭାବ ତୁଟିଗଲା ।
(ଝ) କୃଷ୍ଣ ଚରିତ ଗାନରେ କିଏ କାହିଁକି କିପରି ଖୁସି ହେଉଥିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଗୁରୁ ଓ ଧୂପ ନିଆଁ ଦିଆଯାଇଥିବା ସେମାନେ ରକ୍ଷା ପାଇବା ସହିତ ଭକ୍ତି ଭାବରେ ଉଦ୍ବୁଦ୍ଧ ହୋଇଥିଲେ ।
ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :
(କ) ‘ହିମକାଳ’ କବିତା ଅବଲମ୍ବନରେ ଶୀତଋତୁର ପ୍ରାକୃତିକ ଚିତ୍ର ପ୍ରଦାନ କର ।
Solution:
ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼ । ପ୍ରକୃତିର ନୈସର୍ଗିକ ବିଳାସ ତା’ପ୍ରାଣରେ ସୃଷ୍ଟି କରିଛି ବିଚିତ୍ର ଭାବ । ଋତୁଚକ୍ରର ଆବର୍ତ୍ତନ ତା’ପ୍ରାଣରେ ସୃଷ୍ଟି କରିଛି ଭାବାନ୍ତର । କବିମାନେ ସେହି ଦୃଷ୍ଟିରୁ ସେମାନଙ୍କର କାବ୍ୟ କବିତାରେ ପ୍ରକୃତିର ସ୍ଵରୂପକୁ ଜୀବନ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ‘ହିମକାଳ’ କବିତାଟି ରୀତିଯୁଗର ଅନ୍ୟତମ ବିଶିଷ୍ଟ କବି ଦୀନକୃଷ୍ଣ ଭାବରେ ଏବଂ ରୀତିଯୁଗୀୟ କାବ୍ୟାଦର୍ଶ ଅନୁସରଣରେ ପ୍ରକୃତି ବର୍ଣ୍ଣନା କରିଛନ୍ତି । ସେ ବିଭିନ୍ନ ଋତୁ ବର୍ଣ୍ଣନା ଦେଇ, ଋତୁକାଳୀନ ସାମାଜିକ ପ୍ରଭାବକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି । କବି ଶୀତଋତୁର ମନୋଜ୍ଞ ବର୍ଣ୍ଣନା ଦେଇଛନ୍ତି । ଶୀତଋତୁ ଆସିବାରୁ ଦିବସ ନ୍ୟୁନ ଅର୍ଥାତ୍ ଛୋଟ ହୋଇଗଲା ଏବଂ ରାତ୍ରି ଶୀତଳକାରକ ଦ୍ରବ୍ୟ ଇଚ୍ଛା କରୁଥିଲେ ବି, ଶୀତ ଆସିବାରୁ ସମସ୍ତେ ଅଗ୍ନି ନିକଟରେ ରହିବାକୁ ଚେଷ୍ଟା କଲେ ।
ହିମକାଳ ବା ଶୀତ ସମୟ ଆସିବାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହୋଇଥିଲା । ଫଳରେ ଧରା ପୃଷ୍ଠରେ ଉତ୍ତାପ କମିଗଲା । ସମସ୍ତେ ଶୀତକୁ ଭୟ କଲେ । ଶୀତରୁ ରକ୍ଷାପାଇବା ପାଇଁ ସବୁଆଡ଼େ ନିଆଁଜାଳି ଲୋକମାନେ ରହିଲେ । ଶୀତହେତୁ ଲୋକମାନେ ଯୋଡ଼ହସ୍ତ ହେଲେ । କାରଣ ଯୋଡ଼ହସ୍ତ ହୋଇ ସେମାନେ ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଚେଷ୍ଟା କଲେ । ପୁନଶ୍ଚ ଶୀତର ପ୍ରକୋପ ଯୋଗୁ କେତେ ବ୍ୟକ୍ତି ଛାତିରେ ଦୁଇହାତ ଛନ୍ଦି ରହିବାର ଦେଖାଗଲା । ଶୀତକଷ୍ଟ ଏତେ ପୋଇଁବାକୁ ଇଚ୍ଛାକଲେ । ଉହ୍ନେଇରେ ଜାଳିଲେ । ଭକ୍ତିଭାବାପନ୍ନ ବ୍ୟକ୍ତିମାନେ ଅଗୁରୁ ଓ ଧୂପ ନିଆଁ ଦିଆଯାଇଥବା ଘରେ ବସି କୃଷ୍ଣଚରିତ ଗାନ କଲେ ।
(ଖ) ଗଠିତ ଦ୍ବିମକାଳ କବିତା ଅବଲମୂନାରେ ଦାନତ୍କଣକର କବିତ୍ଵ ଓ ପାଣିତ୍ୟ ପୂଚନା ଦିଆ |
Solution:
‘ହିମକାଳ’ କବିତାଟି ଭକ୍ତକବି ତଥା ରୀତିଯୁଗର ଅନ୍ୟତମ ଶ୍ରେଷ୍ଠ କବି ଦୀନକୃଷ୍ଣ ଦାସଙ୍କର ଲୋକପ୍ରିୟ କାବ୍ୟ ‘ରସକଲ୍ଲୋଳ’ର ଅଂଶବିଶେଷ । ରସକଲ୍ଲୋଳ କାବ୍ୟ ସ୍ରଷ୍ଟାଚିତ୍ତର ପଦ୍ୟମୟ କମନୀୟ ପ୍ରତିଲିପି । ରୀତିଯୁଗୀୟ କାବ୍ୟାଦର୍ଶ ନେଇ କବି ଏଥୁରେ ଅଳଙ୍କାର, ରସ, ଗୁଣ, ରୀତି ଓ ଧ୍ଵନି ଆଦି ବ୍ୟବହାର କରିଛନ୍ତି । ତଥାପି ନିର୍ମଳ କବିତ୍ଵ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । କୌଣସି ସ୍ଥାନରେ ସେ କବିତାରେ କୃତ୍ରିମତା ପ୍ରଦର୍ଶନ କରିନାହାଁନ୍ତି । ବରଂ ସମୁଦାୟ କାବ୍ୟର ନମୁନା ହେଉଛି ଆମର ଆଲୋଚ୍ୟ କବିତା ‘ହିମକାଳ’ ।
ସେ ସମଗ୍ର କାବ୍ୟକୁ ‘କ’ ଆଦ୍ୟ ଅକ୍ଷରରେ ବର୍ଣ୍ଣନା କରି କବିତ୍ଵର ପରିଚୟ ଦେଇଛନ୍ତି । ‘କ’ ଅକ୍ଷର ନିୟମ ନେଇ ସେ ଯେପରି କୃଷ୍ଣ ରସାଶ୍ରିତ କାବ୍ୟ ହିମକାଳ ଆସିବାରୁ ଓ କୁହୁଡ଼ି ପଡ଼ିବାରୁ ପଦ୍ମବନ ଧ୍ୱଂସ ହେଲା । ପ୍ରକୃତିର ଏହି ସାଧାରଣ ଦୃଶ୍ୟକୁ କବି ଅସାଧାରଣ ଭାବରେ ପ୍ରକାଶ କରି ନିଜର କବିତ୍ଵ ଓ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି । ପଦ୍ମର ବିଶେଷତା ବର୍ଣ୍ଣନା କରି କବି ଲେଖିଛନ୍ତି, କୁଶକେତୁ ବା ବ୍ରହ୍ମାଙ୍କ ଆସନ ହେଉଛି ପଦ୍ମ । ଲକ୍ଷ୍ମୀ ମଧ୍ଯ ପଦ୍ମବନରେ ବାସ କରିଥାନ୍ତି । ବିଷ୍ଣୁଙ୍କ କରରେ ସଦାସର୍ବଦା ପଦ୍ମ ଶୋଭା ପାଉଥାଏ ।
ପଦ୍ମର ସ୍ଵାମୀ ବା ପ୍ରଭୁ ହେଉଛନ୍ତି ସ୍ବୟଂ ସୂର୍ଯ୍ୟଦେବ । ପଦ୍ମ ସହିତ କେତେ ବଡ଼ ବଡ଼ ଦେବଦେବୀଙ୍କର ସମ୍ପର୍କ ଥୁଲେ ମଧ୍ୟ କେହି ପଦ୍ମକୁ ଏହି ବିପଦ ସମୟରେ ରଖିପାରିଲେ ନାହିଁ । ବରଂ ପଦ୍ମ ଭାଗ୍ୟରେ ଯାହା ଥିଲା, ତାହା ସେ ଭୋଗକଲା । ପୁନଶ୍ଚ ଏକ ସର୍ବକାଳୀନ ସତ୍ୟ ପ୍ରକାଶ କରି କବି ଲେଖିଛନ୍ତି, କୁଶଳରେ ସମସ୍ତେ ସୁମୁଖ ହେଲାବେଳେ, ବିପଦ ସମୟରେ ସମସ୍ତେ ବିମୁଖ ହୋଇଥାନ୍ତି । କବିତାରେ ଶବ୍ଦ ସଂଯୋଜନାରେ କବି ନିଜର ବିଶେଷତା ପ୍ରମାଣ କରିଛନ୍ତି । ଉଦାହରଣ ସ୍ୱରୂପ କେତେକ ଶବ୍ଦକୁ ନିଆଯାଇପାରେ – ‘କାନ୍ତ-କାନ୍ତା’, ‘ପୟ ପୟରେ’, ‘କଞ୍ଜନୟନ’, ‘କଞ୍ଜ’, ‘କଞ୍ଜନେତ୍ରୀ’, ‘ନବ ନିଶାର’, ‘ଚନ୍ଦ୍ର ଚନ୍ଦନ ସ୍ନେହଗଲା’ ।
(ଗ) ‘ହିମକାଳ’ କବିତା ଆଧାରରେ କବିଙ୍କ ଶୀତ ସୌନ୍ଦର୍ଯ୍ୟ ବର୍ଣ୍ଣନାକୁ ନିଜ ଭାଷାରେ ଲେଖ ।
Solution:
କବିର ଦୃଷ୍ଟିଭଙ୍ଗୀ ସ୍ଵତନ୍ତ୍ର । ସାଧାରଣ ମଣିଷ ଯାହାକୁ ଦେଖି ମଧ୍ୟ ଦେଖିପାରେ ନାହିଁ, କବି ତାହାକୁ ତା’ର ଜ୍ଞାନ ନେତ୍ରରେ ଦେଖେ । ଫଳରେ କବି ନିଆରା ଦୃଷ୍ଟିନେଇ କବିତା ଆକାରରେ ପାଠକ ନିକଟରେ ବଖାଣି ବସେ । ମନୋଜ୍ଞ ଭାବରେ ଚିତ୍ରଣ କରିଛନ୍ତି । ଆସିବାରୁ ଦିନ କ୍ରମଶଃ କମି କମି ଆସିଛି । କୁହୁଡ଼ି ପଡ଼ିବାରୁ ପଦ୍ମବନ ଧ୍ୱଂସ ହୋଇଛି । ସବୁବେଳେ ଶୋଭା ପାଉଥିବା ପଦ୍ମ ଲୋକମାନେ ନିଆଁ ପୁଆଁଇଛନ୍ତି । ଶୀତ ପାଇଁ କେହି କେହି ଥରି ଉଠିବା ସହିତ ହାତ ଯୋଡ଼ି ଦେଇଛି ଓ ଆଉ କେହି ହୃଦୟରେ କର ଛନ୍ଦି, ଶୀତକୁ ନିନ୍ଦା କରିଛି । ସମସ୍ତେ ଯେଭଳି ବିକଳ ହୋଇ ଅଗ୍ନିର ଉପସ୍ଥିତି କାମନା କରିଛନ୍ତି ।ଯେଉଁମାନେ ଘରେ ରହିଛନ୍ତି, ସେମାନେ ଶୀତରୁ ରକ୍ଷାପାଇବା ପାଇଁ ନୂଆ ଶୀତବସ୍ତ୍ର ସଜାଡ଼ି ରଖିଛନ୍ତି ।
ତୁଳାଶେଯ ବା ରେଜେଇ ବ୍ୟବହାର କରିବାକୁ କେହି କେହି ଇଚ୍ଛା କରିଛନ୍ତି । ଥଣ୍ଡା ଜଳକୁ ସମସ୍ତେ ଦୂରେଇ ଦେଇ ଉଷୁମ ପାଣିରେ ମନ ବଳାଇଛନ୍ତି । ଘରକୁ ଉଷୁମ ରଖିବାପାଇଁ ସମସ୍ତେ ଜଳାକବାଟିକୁ ବନ୍ଦ କରି ଦେଇଛନ୍ତି ଓ ନିଆଁ ଉହ୍ଲେଇ ପାଖରେ ବସି ସେକି ହୋଇଛନ୍ତି । ଗରିବ ଲୋକମାନେ ଶୀତବସ୍ତ୍ର ଅଭାବରେ, ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଜଙ୍ଘ ଓ ଆଣ୍ଠୁ ମଧ୍ଯରେ ଜାକି ହୋଇ ରହିଛନ୍ତି ଓ ଖରାରେ ବସିଛନ୍ତି କିମ୍ବା ନିଆଁ ପୋଇଁଛନ୍ତି ।
(ଘ) ପଠିତ କବିତାରୁ କବି ଦୀନକୃଷ୍ଣଙ୍କ ଭକ୍ତି ଭାବନାର ପରିଚୟ ଦିଅ ।
Solution:
ଦୀନକୃଷ୍ଣ ଥିଲେ ଭକ୍ତ । ଜଗନ୍ନାଥଙ୍କର ପରମ ଉପାସକ । ଜଗନ୍ନାଥଙ୍କଠାରେ ସେ କୃଷ୍ଣତ୍ଵ ଆରୋପ କୃଷ୍ଣ ହେଉଛନ୍ତି ତାଙ୍କର ଆରାଧ୍ୟ ଦେବତା । ସେହି କୃଷ୍ଣଙ୍କର ଲୀଳାଖେଳାକୁ ନେଇ ସେ ରଚନା କରିଛନ୍ତି ଅନେକ କାବ୍ୟ କବିତା । ଜଣେ ଭକ୍ତ ଓ ପୂର୍ଣ୍ଣ ସମର୍ପିତ ପ୍ରାଣ ନହେଲେ ସେ କେବେହେଲେ ଏଭଳି ସାରସ୍ଵତ ସୃଷ୍ଟି କରିପାରିବେ ନାହିଁ । ବଖାଣି ବସିଛନ୍ତି । ତାଙ୍କ ମତରେ କୃଷ୍ଣନାମ ଶ୍ରବଣରେ ସବୁପାପ ଦୂର ହୋଇଯାଏ ଏବଂ ଯମଦଣ୍ଡରୁ ମୁକ୍ତି ମିଳିଥାଏ । କୃଷ୍ଣ ଋତୁରେ ଗୋପୀମାନଙ୍କ ସହିତ ସେ ଅପୂର୍ବ କ୍ରୀଡ଼ା କରିଛନ୍ତି । କୃଷ୍ଣ ଓ ବିଷ୍ଣୁ ମଧ୍ୟରେ ସେ ଅଭେଦ ପରିକଳ୍ପନା କରିଛନ୍ତି । ସେଥିପାଇଁ ପଦ୍ମବନ ଧ୍ଵଂସ ପ୍ରସଙ୍ଗରେ ଭଗବାନ ବିଷ୍ଣୁ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥା’ନ୍ତି ବୋଲି କହିଛନ୍ତି ।
ଶୀତଋତୁରେ ଦେବ ମନ୍ଦିରରେ ଦେବଦେବୀଙ୍କୁ ଶୀତବସ୍ତ୍ର ଲାଗି କରାଯାଏ । କବି ଏହି ପର୍ଯ୍ୟାୟରେ ତାଙ୍କର ଆରାଧ୍ୟ –
କବି ଯେଉଁ ପର୍ଯ୍ୟାୟରେ ସାମାନ୍ୟ ସୁଯୋଗ ପାଇଛନ୍ତି, ସେଠାରେ ତାଙ୍କର ଆରାଧ୍ୟ ଦେବତାଙ୍କ ମହିମାଗାନ କରିଛନ୍ତି । ମହିମାଗାନ ସହିତ ତାଙ୍କର ଦିବ୍ୟ ସ୍ଵରୂପକୁ ସ୍ମରଣ କରାଇ ଦେଇଛନ୍ତି । ଶୀତଋତୁରେ ଲୋକମାନେ ଉହ୍ଲେଇରେ ନିଆଁ ରଖି ନିଆଁ ପୋଇଁଲେ । ମିଳିତ ଭାବରେ ବସି, ଅଗୁରୁ ଧୂପପୁର ଅର୍ଥାତ୍ ମନ୍ଦିରମାନଙ୍କରେ କୃଷ୍ଣ ଚରିତ ଗୀତ ଗାନକରି ମନ ସନ୍ତୁଷ୍ଟ କଲେ ବୋଲି କବି ଉଲ୍ଲେଖ କରିଛନ୍ତି । ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ କବି ଦୀନକୃଷ୍ଣ ପ୍ରଥମେ ଭକ୍ତ ଓ ପରେ କବି ।
(କ) କବି ପରିଚୟ :
ଓଡ଼ିଆ ସାହିତ୍ୟର ମଧ୍ୟଯୁଗୀୟ କାବ୍ୟ ପରମ୍ପରା ଭିତରେ ଦୀନକୃଷ୍ଣ ଦାସ ଏକ ବହୁଚର୍ଚ୍ଚିତ ପ୍ରତିଭା । ରୀତିଯୁଗର ଇତିହାସକାରମାନେ ଜାଣିପାରିଛନ୍ତି ଯେ କବି ଦୀନକୃଷ୍ଣ ଉପେନ୍ଦ୍ର ଭଞ୍ଜଙ୍କର କିଞ୍ଚିତ୍ ପୂର୍ବବର୍ତ୍ତୀ କବି । ଯଥାର୍ଥରେ ତାଙ୍କ ବିଷୟରେ କୁହାଯାଇଛି – ‘ରୀତି ସାହିତ୍ୟ ପରମ୍ପରାର ଆଦ୍ୟସ୍ରଷ୍ଟା ଦୀନକୃଷ୍ଣ ଦାସ ହିଁ ଆଳଂକାରିକ କାବ୍ୟ ସାହିତ୍ୟର ଧାରା ପ୍ରବାହିତ କରି ଦୀନକୃଷ୍ଣ ଭକ୍ତକବି ଜୟଦେବଙ୍କ ତୁଲ୍ୟ ଓଡ଼ିଆ ସାହିତ୍ୟରେ ଗୌରବ ଅର୍ଜନ କରିଛନ୍ତି । ତାଙ୍କ କାବ୍ୟ ପ୍ରତିଭାର ସର୍ବଶ୍ରେଷ୍ଠ ନିଦର୍ଶନ ‘ରସକଲ୍ଲୋଳ’ । ଏତଦ୍ବ୍ୟତୀତ ସେ ଅନ୍ୟାନ୍ୟ ବହୁ କାବ୍ୟକବିତା ରଚନା କରିଛନ୍ତି । ସେହି ଦୀନକୃଷ୍ଣ ଦାସ ଯେତେଜଣ ହୁଅନ୍ତୁନା କାହିଁକି, ‘ରସକଲ୍ଲୋଳ’ର କବି ଦୀନକୃଷ୍ଣ ସପ୍ତଦଶ ଶତାବ୍ଦୀର ପ୍ରତିଭା ।
ତାଙ୍କର ଆବିର୍ଭାବ ଓ ତିରୋଧାନ କାଳକୁ ଆନୁମାନିକ ଖ୍ରୀ. ୧୬୫୦ ରୁ ଖ୍ରୀ. ୧୭୧୩ ପର୍ଯ୍ୟନ୍ତ ଧରାଯାଇପାରେ । ଦୀନକୃଷ୍ଣଙ୍କ ତଥାପି ଦୀନକବି ଦୀନକୃଷ୍ଣ ଥିଲେ ନିର୍ଭିକ ଓ ସ୍ପଷ୍ଟବାଦୀ । ତାଙ୍କର କାବ୍ୟରାଜି ଥିଲା ଅପୂର୍ବ ଶୋଭାବିମଣ୍ଡିତ । ସେ ଯେଉଁ ଅଧୀନରେ ସେ ନାମକୁ ମାତ୍ର ରାଜା; ମାତ୍ର ତାଙ୍କର ବିଳାସୀ ଅଭିଳାଷ ଓ କବି ବୋଲାଇବାର ପିପାସା ପ୍ରବଳ ଥିଲା; ତେଣୁ ସେ ଦୀନକୃଷ୍ଣଙ୍କ ପ୍ରତି କଠୋର ଆଦେଶ କରିଥିଲେ ଯେ, ତାଙ୍କ ନାମରେ କାବ୍ୟ କବିତା ଭଣିତା କରିବାପାଇଁ । ହେଲେ କରିବାକୁ ହେଲେ ମଧ୍ୟ ସେ ବିଚଳିତ ହେଲେ ନାହିଁ । ନିଜର ନିଭୀକତାର ପରିଚୟ ଦେବାକୁ ଯାଇ ସେ ଲେଖୁଥିଲେ –
ଉଦ୍ଘୋଷଣ ହେବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ କଥା । ଦୀନକୃଷ୍ଣଙ୍କର ଏହି ବାଣୀ ତାଙ୍କୁ କାଳଜୟୀ କରିରଖୁଛି । ଜୀବନରେ ସର୍ବସ୍ଵ ହରାଇ, ଏକଘରକିଆ ହୋଇ, ବ୍ରାହ୍ମଣୀ ନଦୀକୂଳରେ କୁଡ଼ିଆ କରି ରହିଥିଲେ ବି ସେ ନିଜର ସ୍ବାଭିମାନକୁ ମିଳେ । ସେ ରସକଲ୍ଲୋସ ବ୍ୟତୀତ ଅନ୍ୟ ଯେଉଁ ଗ୍ରନ୍ଥସବୁ ଲେଖୁଛନ୍ତି, ସେଥୁମଧ୍ୟରୁ ଆର୍ତ୍ତତ୍ରାଣ ଚଉତିଶା, ବାରମାସୀ କୋଇଲି, ଗୁଣ୍ଡିଚାବିଜେ, ନାବକେଳି, ରାଧାକବଚ, ରସବିନୋଦ, ଭାବସମୁଦ୍ର, ଗୁଣସାଗର, ପ୍ରସ୍ତାବ ସିନ୍ଧୁ, ନାମରତ୍ନ ଗୀତା, ଅମୃତସାଗର, ତତ୍ତ୍ୱସାଗର, ମହିମାସାଗର, କୃଷ୍ଣଦାସ ବୋଲି ଆଦି ଉଲ୍ଲେଖନୀୟ । ଏହି ଗ୍ରନ୍ଥମାନଙ୍କ ମଧ୍ୟରୁ ‘ରସକଲ୍ଲୋଳ’ ଓ ‘ଆର୍ତ୍ତତ୍ରାଣ ଚଉତିଶା’ ଅଧ୍ବକ ଲୋକପ୍ରିୟ । ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ ସମ୍ବନ୍ଧରେ ବୀମ୍ସ ସାହେବଙ୍କ ମତ ବିଶେଷ ଉଲ୍ଲେଖଯୋଗ୍ୟ । ସେ ୧୮୭୨ ମସିହାରେ ଯଥାର୍ଥରେ ଲେଖୁଥିଲେ –
“The Rasakallola” or “Waves of Delight” is most popular poem in Orissa. Its songs are sung by the peasantry in every part of the country. Many of its lines have passed into proverbs and have become household words with all classes. It owes this great popularity in some measure to its comparatives freedom from long Sanskrit words being for the most part, except when the poet soars, into the higher style, written in the purest and simplest Oriya vernacular.”
କବି ଦୀନକୃଷ୍ଣଙ୍କର ସର୍ବଶ୍ରେଷ୍ଠ କବିକୃତି ହେଉଛି ‘ରସକଲ୍ଲୋଳ’ । କେବଳ ସଂସ୍କୃତ ଭାଷାକୁ ବାଲେ ‘ରସକଲ୍ଲୋଳ’ କାବ୍ୟଭଳି ସୁଲଳିତ କାବ୍ୟରଚନା ଅନ୍ୟ କୌଣସି ଭାଷାରେ ପରିଲକ୍ଷିତ ହୁଏ ନାହିଁ । ଏହାର ଶବ୍ଦ ସଂଯୋଜନା କୁହାଯାଇଛି – ‘କଲ୍ଲୋଳେ ପଦ ଲାଳିତ୍ୟ’’ । ସ୍ଥଳରେ ରହିଛି ଯୌନବିଳାସର ବହୁଇଙ୍ଗିତ । ଏହା ସତ୍ତ୍ବେ କବି ଦୀନକୃଷ୍ଣଙ୍କ କାବ୍ଯସାଧନା ରୀତିଯୁଗୀୟ କାବ୍ୟଧାରାର ଏକ ମଧୁମୂର୍ଦ୍ଧନା ଯେ ତୋଳିଛି ଏହା ନିଃସନ୍ଦେହରେ କୁହାଯାଇପାରେ । ସମ୍ପୃକ୍ତ କାବ୍ୟର ପ୍ରତ୍ୟେକଟି ସ୍ଥାନରୁ କବିଙ୍କର ନିର୍ମଳ
(ଖ) କବିତାର ପୃଷ୍ଠଭୂମି :
କବିତାଟି ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସର୍ବଶ୍ରେଷ୍ଠ କାବ୍ୟକୃତି ‘ରସକଲ୍ଲୋଳ’ କାବ୍ୟର ଏକାଦଶ ଛାନ୍ଦର ଅଂଶବିଶେଷ । ଓ କୃଷ୍ଣଙ୍କର ଲୀଳାଖେଳାକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି । ଋତୁ ବର୍ଣ୍ଣନା ପ୍ରାଚୀନ କାବ୍ୟ ରଚନାର ଏକ ସୁନ୍ଦର ପରମ୍ପରା । କାବ୍ୟର କଥାବସ୍ତୁ ଓ ନାୟକନାୟିକାମାନଙ୍କର ମାନସିକଗ ପ୍ରାଚୀନ କାବ୍ୟକାରମାନେ ବିଶେଷକରି ବୈଷ୍ଣବ ଭକ୍ତ କବିମାନେ ପ୍ରତ୍ୟେକ ଛାନ୍ଦର ଆରମ୍ଭରେ ନିଜର ଇଷ୍ଟଙ୍କର ବନ୍ଦନା କରିଛନ୍ତି । କବି ଦୀନକୃଷ୍ଣ ଛାନ୍ଦର ଆରମ୍ଭରେ କୃଷ୍ଣଙ୍କର ମହିମା ସ୍ମରଣ କରାଇଛନ୍ତି । ପୁନଶ୍ଚ କାବ୍ୟ ରଚନା କରାଯାଉଥିଲା ରସିକ, ପଣ୍ଡିତ ତଥା ବିଦଗ୍ଧ ପାଠକମାନଙ୍କ ପାଇଁ । ତେଣୁ ସେଭଳି ପାଠକଙ୍କୁ କବି ସମ୍ବୋଧନ କରି କୃଷ୍ଣ ନାମର ମହତ୍ତ୍ଵ ସୂଚାଇଅଛନ୍ତି । କବି କହୁଛନ୍ତି, ହେ ପଣ୍ଡିତମାନେ କର୍ଷରେ କୃଷ୍ଣକଥା ସଦାସର୍ବଦା ଶ୍ରବଣ କର । କୃଷ୍ଣନାମ ଶ୍ରବଣ କଲେ ମୃତ୍ୟୁଲୋକର ଅଧୂତି ଯମଦଣ୍ଡ ତୁମକୁ ଲାଗିବ ନାହିଁ । କରିଛି ହିମମୟ ହିମକାଳ । ହିମଋତୁ ଆସିବାରୁ ଦିବାଭାଗର ସମୟସୀମା କ୍ରମଶଃ କମି କମି ଆସିଛି । କୁହୁଡ଼ି ପଡ଼ିବାରୁ ପଦ୍ମବନ ପୋଡ଼ି ଗଲାଭଳି ନଷ୍ଟ ହୋଇଯାଇଛି ।
ଥାଏ, ସେ ତାହା ଭୋଗ କରିଥାଏ । ସେଥୁରୁ କେହି ତାକୁ ରକ୍ଷା କରିପାରନ୍ତି ନାହିଁ । ଯିଏ ଯେତେ ବଡ଼ ହେଲେ କିମ୍ବା ବଡ଼ଲୋକଙ୍କ ଛତ୍ରଛାୟାତଳେ ରହିଲେ ମଧ୍ୟ ତାହାକୁ ତା’ର ମନ୍ଦଭାଗ୍ୟ ଭୋଗ କରିବାକୁ ପଡ଼ିଥାଏ । ଯେପରି ପଦ୍ମ ହେଉଛି, କୁଶକେତୁ ବା ବ୍ରହ୍ମାଙ୍କର ଆସନ । ଲକ୍ଷ୍ମୀଙ୍କର ନିବାସ ସ୍ଥାନ ହେଉଛି ପଦ୍ମ। ଭଗବାନ ବିଷ୍ଣୁଙ୍କ କରରେ ସଦାସର୍ବଦା ପଦ୍ମ ଶୋଭା ପାଉଥାଏ । ସୂର୍ଯ୍ୟ ହେଉଛନ୍ତି ପଦ୍ମର ନାଥ ବା ସ୍ଵାମୀ । ପଦ୍ମ ସହିତ ଏତେ ଦେବଦେବୀଙ୍କର ସମ୍ପର୍କ ଓ ପ୍ରିୟତା ଥିଲେ ମଧ୍ୟ, ହିମ ଦାଉରୁ କେହି ପଦ୍ମକୁ ରକ୍ଷା କରିପାରନ୍ତି ନାହିଁ । ଶୀତଋତୁର କାକର ପଦ୍ମବନକୁ ପୋଡ଼ି ନଷ୍ଟ କରିଦେଇଥାଏ । ପଦ୍ମ ଭାଗ୍ୟରେ ଯାହା ଥୁଲା, ତାହା ସେ ଭୋଗ କରିଥାଏ । ପୁନଶ୍ଚ କବି ଆହୁରି କହିଛନ୍ତି, ସମ୍ପଦ ବା ସୁଖ ସମୟରେ ସମସ୍ତେ ଆସି ପ୍ରିୟଭାବ ପ୍ରକାଶ କରିଥାନ୍ତି, ମାତ୍ର ଦୁଃଖ ବା ବିପଦ ସମୟରେ କେହି ଦେଖା ଦିଅନ୍ତି ନାହିଁ । ବରଂ ବିପଦ ପଡ଼ିଥିବା ଲୋକପ୍ରତି ସେମାନେ ବିମୁଖ ଭାବ ପ୍ରକାଶ କରିଥାନ୍ତି ।
ସୁଖ ସମୟରେ ବା ଆନନ୍ଦ କାଳରେ ଯାହା ସୁଖର ଭାବକୁ ଦ୍ବିଗୁଣିତ କରୁଥାଏ, ଦୁଃଖ ସମୟରେ ତାହା ସେଭଳି ଭାବ ପ୍ରକାଶ କରିନଥାଏ । ବରଂ ସେହି ସୁଖକାରକ ଦ୍ରବ୍ୟ ଦୁଃଖର ମାତ୍ରାକୁ ବଢ଼ାଇ ଦେଇଥାଏ । ଏହାକୁ ବୁଝାଇବାକୁ ଯାଇ କବି ଉଦାହରଣ ଦେଇ କହିଛନ୍ତି – କର୍ପୂର ଚନ୍ଦନ ହେଉଛି ଶରୀର ପାଇଁ ଶୀତଳକାରକ । ମିଳନ ସମୟରେ ଏହା ଶରୀରକୁ ସୁଖ ଦେଇଥାଏ । କିନ୍ତୁ ବିଯୋଗ ସମୟରେ ଶୀତଳକାରକ କର୍ପୂର ଚନ୍ଦନ ବିରହୀ ପ୍ରାଣକୁ ଶୀତଳ ନକରି ଅଗ୍ନିଭଳି ଦହନ କରିଥାଏ । ଦ୍ଵିତୀୟ ଉଦାହରଣ ଦେଇ କବି କହିଛନ୍ତି ଚନ୍ଦ୍ର ସଦାସର୍ବଦା ଶୀତଳ ଆଲୋକ ପ୍ରଦାନ କରିଥାଏ । ମାତ୍ର ବିରହୀ ପାଇଁ ସେହି ଚନ୍ଦ୍ର କିରଣ ବିଷତୁଲ୍ୟ ଜ୍ଵାଳା ଦେଇଥାଏ । ପୁନଶ୍ଚ ମଳୟ ପବନ ବିଗ୍ରହ କାଳରେ ଆନନ୍ଦଦାୟକ ନହୋଇ ବିପରୀତ ବୋଧ ହୋଇଥାଏ ; ଅର୍ଥାତ୍ ବିଷଭଳି ମନେ ହୋଇଥାଏ ।
ଅନେକ କ୍ଷେତ୍ରରେ ପ୍ରୀତିପାଇଁ ଜୀବନ ଦେବାକୁ ମଧ୍ୟ ହୋଇଥାଏ । ତାହାକୁ ବୁଝାଇବାକୁ ଯାଇ କବି କ୍ଷୀର ନୀର ପ୍ରୀତି କଥା ଉଲ୍ଲେଖ କରିଛନ୍ତି । କ୍ଷୀର ଓ ନୀର ସହଜରେ ମିଶି ଯାଇଥାନ୍ତି । ସେମାନଙ୍କ ମଧ୍ୟରେ ସେହିଭଳି ସ୍ଵଭାବ ରହିଥାଏ । ସେମାନଙ୍କ ମଧ୍ୟରେ ସମାନ ଧର୍ମ ରହିଥିଲେ ହେଁ କ୍ଷୀର ସିଝିବା ସମୟରେ ଜଳର ମୃତ୍ୟୁ ହୋଇଥାଏ । ଜଳ ମିତ୍ର କ୍ଷୀର ପାଇଁ ପ୍ରାଣତ୍ୟାଗ କରିଥାଏ । ଅନେକ ସମୟରେ ଦେଖାଯାଇଥାଏ ଯେ, ନିଜରକ୍ଷଣ ଅସମ୍ଭାଳ ହୋଇଥାଏ । ସେହି ସମୟରେ ସେ ଅନ୍ୟକୁ ରକ୍ଷାକରିବା ପାଇଁ ସମର୍ଥ ହୋଇନଥାଏ । ଯେପରି ବ୍ରହ୍ମା, ବିଷ୍ଣୁ, ସୂର୍ଯ୍ୟ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଶୀତରେ ବିଚଳିତ ହୋଇଥା’ନ୍ତି । ସେମାନେ ଅନ୍ୟକୁ ରକ୍ଷା କରିବା ସମ୍ଭବ ହୋଇନଥାଏ । କୋଟି ବ୍ରହ୍ମାଣ୍ଡର ନାଥ, ଜଗତର ପାଳନକର୍ତ୍ତା, ଯେକି ସଦାସର୍ବଦା ହସ୍ତରେ ଶଙ୍ଖ ଓ ଚକ୍ର ଧରିଥା’ନ୍ତି, ସେ ମଧ୍ଯ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କରିଥା’ନ୍ତି ।
ପଦ୍ମଲୋଚନା ଲକ୍ଷ୍ମୀକୁ କୋଳରେ ଧରି ବିଭିନ୍ନ ବସ୍ତ୍ର ଘୋଡ଼ାଇ ହୋଇ ଶୀତ ପ୍ରକୋପରୁ ମୁକ୍ତି ପାଇଥା’ନ୍ତି । ପୁନଶ୍ଚ ଶୀତ ପ୍ରଭାବରୁ ରକ୍ଷା ପାଇବାପାଇଁ ସୂର୍ଯ୍ୟ କିଛି ତେଜ ନେଇ ଦକ୍ଷିଣ ଦିଗକୁ ଗତି କରିଛନ୍ତି । ଅଗ୍ନି ଶୀତକୁ ଭୟକରି, ବିଭିନ୍ନ ଗୃହରେ ନିଜର କାନ୍ତି ପ୍ରକାଶ କରିଛି । ସେହି ଅଗ୍ନିକୁ ସେବାକରି ବା ନିଆଁ ପୁଆଁଇ ଶୀତ କଷ୍ଟରୁ ରକ୍ଷାପାଇବା ପାଇଁ ଲୋକମାନେ ଚେଷ୍ଟା ଶୀତ ଋତୁରେ, ଅଧିକ ଥଣ୍ଡା ଅନୁଭୂତ ହେବାରୁ ଲୋକେ ଯୋଡ଼ହସ୍ତ ହୋଇ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କରିଛନ୍ତି । ସେହି ଶୀତର ପ୍ରକୋପ ଯୋଗୁ କେହି କେହି ଛାତିରେ ଦୁଇହାତ ଛନ୍ଦିଛନ୍ତି । ସେଭଳି କରି ଶୀତ ପ୍ରଭାବରୁ ନିଜକୁ ଯାଇଛନ୍ତି । ସେମାନଙ୍କ ଶରୀର ନଇଁ ପଡ଼ିଲାପରି ହୋଇଛି । ବିକଳରେ ସେମାନେ ନିଆଁରେ ସେକି ହେବାକୁ ଇଚ୍ଛା କରିଛନ୍ତି । ଶୀତର ପ୍ରକୋପ ଓ ମାତ୍ରା ସମ୍ପର୍କରେ କଥୋପକଥନ ହୋଇଛନ୍ତି । ଶୀତକୁ ସେମାନେ ଗାଳି ଦେଇଛନ୍ତି ।
ଏହି କଷ୍ଟଦାୟକ କବିତାର ଶେଷ ପର୍ଯ୍ୟାୟରେ ଦୀନକୃଷ୍ଣ ନିଜର ଭକ୍ତିଭାବକୁ ପରିପ୍ରକାଶ କରିଛନ୍ତି । କାରଣ ସେ ଥିଲେ ପ୍ରଥମେ ଭକ୍ତ ଓ ପରେ କବି । ଶ୍ରୀକୃଷ୍ଣଙ୍କଠାରେ ନିଜକୁ ସେ ସଂପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଛନ୍ତି । ସେ ତାଙ୍କର କାବ୍ୟ ସାଧନାରେ ଗତିକରି ଅବଶେଷରେ, ନିଜକୁ ସେହି ପ୍ରିୟତମ ଓ ଗତିମୁକ୍ତିଦାତାଙ୍କ ପାଖରେ ଉତ୍ସର୍ଗକରି ଗଭୀର ଆନନ୍ଦ ଲାଭ କରିଛନ୍ତି । କବିଙ୍କ ମତରେ ଏହି କ୍ଷଣଭଙ୍ଗୁର ସଂସାରରେ କିଛି ସ୍ଥାୟୀ ନୁହେଁ । ସବୁକିଛି ଅନିତ୍ୟ । କେବଳ କୃଷ୍ଣକଥା ଓ କୃଷ୍ଣ ନାମହିଁ ଏକମାତ୍ର ସାର ବୋଲି ସେ ଉଲ୍ଲେଖ କରିଛନ୍ତି । କାରଣ କୃଷ୍ଣ କଥାହିଁ ସଂସାରର ସମସ୍ତ ଦୁଃଖକୁ ବିନାଶ କରିପାରେ ।
ଭାବ ପ୍ରକାଶ କରିଛନ୍ତି । କୃଷ୍ଣଙ୍କ ପାଇଁ ଯେଉଁ କାର୍ଯ୍ୟ କରିବା କଥା, ସେହି କାର୍ଯ୍ୟରେ କେବେ ହେଲେ ହେଳା କରିବ ନାହିଁ । ବରଂ ସେହି କାର୍ଯ୍ୟ କରିବାପାଇଁ ସର୍ବଦା ତତ୍ପର ହୋଇ ରହିବ । କୃଷ୍ଣଙ୍କ ପାଇଁ ଯାହା ରୁଚିର, ସେଭଳି ଦ୍ରବ୍ୟ ସଜାଡ଼ି ରଖିବ ଓ କୃଷ୍ଣଙ୍କ ଗୀତ ଶ୍ରଦ୍ଧାରେ ଗାନ କରିବ । ଏହା କରିବାଦ୍ଵାରା କୃଷ୍ଣ ତୁମ ଉପରେ ନିଶ୍ଚୟ ସନ୍ତୁଷ୍ଟ ହେବେ ବୋଲି କବି କହିଛନ୍ତି । ଶେଷରେ ତାଙ୍କ ପ୍ରତି ପ୍ରସନ୍ନ ଭାବ ରଖିବାପାଇଁ ସେ ପଣ୍ଡିତମାନଙ୍କ ନିକଟରେ ଗୁହାରି କରିଛନ୍ତି ।
(ଗ) କଠିନ ଶବ୍ଦ ଓ ଏହାର ଅର୍ଥ :