CHSE Odisha Class 11 Odia Solutions Chapter 8 ମିତ୍ରତା

Odisha State Board CHSE Odisha Class 11 Odia Solutions Chapter 8 ମିତ୍ରତା Textbook Exercise Questions and Answers.

CHSE Odisha Class 11 Odia Chapter 8 ମିତ୍ରତା Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ‘ବିଭାବସୁ ବଂଶେ ଜାତ ଆମ୍ଭର’ – ବିଭାବସୁ ଶବ୍ଦର ଅର୍ଥ କ’ଣ ? (ସୂର୍ଯ୍ୟ, ଚନ୍ଦ୍ର, ସୋମ, ନାଗ)
Solution:
ସୂର୍ଯ୍ୟ ।

(ଖ) ସୁଗ୍ରୀବ କେଉଁ ଦେଶର ରାଜା ଥିଲେ ? (ଅଯୋଧ୍ୟା, କିଷ୍କିନ୍ଧ୍ୟା, ହସ୍ତିନା, ଲଙ୍କା)
Solution:
କିଷ୍କିନ୍ଧ୍ୟା ।

(ଗ) ରାମ ଓ ସୁଗ୍ରୀବ କ’ଣ ଖାଇ ବଞ୍ଚିଲେ ? (ଫଳମୂଳ, ଭାତଡ଼ାଲି, ରୁଟି-ତରକାରୀ, ପଣା-ପାଣି)
Solution:
ଫଳମୂଳ ।

(ଘ) ‘ବାଧା ମାତା ଭ୍ରାତାରେ ଉପୁଜିଛି – କହିଲେ କାହାକୁ ବୁଝାଏ ? (ଲକ୍ଷ୍ମଣ, ବାଳୀ, ହନୁମାନ, ଭରତ)
Solution:
ବାଳୀ ।

(ଙ) ରାମ ଓ ସୁଗ୍ରୀବଙ୍କର କାହାକୁ ସାଧ ପାଇଁ ଇଚ୍ଛା ? (ପାପ, ବୈରି, ପୁଣ୍ୟ, ଧର୍ମ)
Solution:
ବୈରି ।

(ଚ) ସୁଗ୍ରୀବ ବାଳୀ ଡରରେ କେଉଁଠି ଲୁଚିଥିଲେ ? (ବନ, ଗୃହ, ଗିରି, ପ୍ରାସାଦ)
Solution:
ଗିରି ।

(ଛ) ସିଂହ ହାତୀକୁ ମାରିଲେ ମଧ୍ୟ କାହାକୁ ଡରେ ? (ବ୍ୟାଘ୍ର, କୁକୁର, ଶରଭ, ଶୁକର)
Solution:
ଶରଭ ।

(ଜି) କିଏ ଜନ୍ମହେବା ମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଥିଲା ? (ହନୁମାନ, ବାଳୀ, ଅଙ୍ଗଦ, ସୁଗ୍ରୀବ)
Solution:
ହନୁମାନ ।

(ଝ) ରାମ ଓ ସୁଗ୍ରୀବ କାହାକୁ ସାକ୍ଷୀରଖୁ ମିତ୍ର ହେଲେ ? (ଲକ୍ଷ୍ମଣ, ହନୁମାନ, ବହ୍ନି, ପର୍ବତ)
Solution:
ବହ୍ନି ।

CHSE Odisha Class 11 Odia Solutions Chapter 8 ମିତ୍ରତା

(ଞ) ଦୁନ୍ଦୁଭି ଅସ୍ଥିକୁ ରାମଚନ୍ଦ୍ର କିପରି ଫିଙ୍ଗିଦେଲେ ? (ହାତରେ, ବାମପାଦର ବୃଦ୍ଧାଙ୍ଗୁଳିରେ, ଶରରେ, ଧନୁହଳରେ)
Solution:
ବାମପାଦର ବୃଦ୍ଧାଙ୍ଗୁଳିରେ ।

(ଟ) ବଜ୍ରଠାରୁ କାହାର ଆଣ୍ଠୁ ଅଧ‌ିକ ? (ସପ୍ତଶାଳା, ଲକ୍ଷ୍ମଣର ଶର, ରାମଙ୍କ ବାଣ, ବାଳୀର ଶକ୍ତି)
Solution:
ସପ୍ତଶାଳା ।

(୦) ବିରାଧାରି କିଏ ? (ରାମ, ଲକ୍ଷ୍ମଣ, ସୁଗ୍ରୀବ, ବାଳୀ)
Solution:
ରାମ

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନ ମୂଲ୍ୟ –

(କ) ‘ମିତ୍ରତା’ କବିତାର କବି କିଏ ?
Solution:
‘ମିତ୍ରତା’ କବିତାର କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ।

(ଖ) ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ କେଉଁଠି ?
Solution:
ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ ଗଞ୍ଜ।ମାତ୍ର ଶୁମ୍ନସର |

(ଘ) ‘ରାମ ସୁଗ୍ରୀବ ମିତ୍ରତା’ କେଉଁ କାବ୍ୟର ଅଂଶବିଶେଷ ?
Solution:
‘ରାମ ସୁଗ୍ରୀବ ମିତ୍ରତା’ ‘ବୈଦେହୀଶ ବିଳାସ’ କାବ୍ୟର ଅଂଶବିଶେଷ ।

(ଙ) କେଉଁ ବେନିଜନଙ୍କର ଏକ ଦଶା ପଡ଼ିଥିଲା ?
Solution:
ରାମ ଓ ସୁଗ୍ରୀବ ବେନିଜନଙ୍କର ଏକ ଦଶା ପଡ଼ିଥିଲା ।

(ଚ) ସୂର୍ଯ୍ୟଙ୍କ ପୁତ୍ର କିଏ ?
Solution:
ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବ ।

(ଚ୍ଛ) ‘ପର ଧରଷଣେ’ ଶବ୍ଦର ଅର୍ଥ କ’ଣ ?
Solution:
‘ପର ଧରଷଣେ’ ଶବ୍ଦର ଅର୍ଥ ଅନ୍ୟଦ୍ଵାରା ଦୁଃଖ ପାଇବା ।

(ଖ) କାହା ପାଇଁ ସୁଗ୍ରୀବଙ୍କ ଜୀବନରେ ବାଧା ଉପୁଜିଥିଲା ?
Solution:
ଭ୍ରାତା ବାଳୀ ପାଇଁ ସୁଗ୍ରୀବଙ୍କ ଜୀବନରେ ବାଧା ଉପୁଜିଥିଲା ।

(ଟ) ରାମଚନ୍ଦ୍ର ଓ ସୁଗ୍ରୀବଙ୍କର କାହାକୁ ବିନାଶ କରିବାର ଇଚ୍ଛା ଅଛି ?
Solution:
ରାମଚନ୍ଦ୍ର ଓ ସୁଗ୍ରୀବଙ୍କର ବୈରି ବିନାଶ କରିବାର ଇଚ୍ଛା ଅଛି ।

(୦) ରାମ ଓ ସୁଗ୍ରୀବ କାହିଁକି ମିତ୍ର ହେଲେ ?
Solution:
ରାମ ଓ ସୁଗ୍ରୀବ ସମଦଶାପନ୍ନ ହୋଇଥ‌ିବାରୁ ମିତ୍ର ହେଲେ ।

(ତ) ପଶୁରାଜ ସିଂହ ଅତି ବଳଶାଳୀ ହେଲେ ମଧ୍ୟ କାହାକୁ ଡରୁଥାଏ ?
Solution:
ପଶୁରାଜ ସିଂହ ଅତି ବଳଶାଳୀ ହେଲେ ମଧ୍ୟ ଶରଭକୁ ଡରୁଥାଏ ।

(ଢ) ରାମ ଉତ୍ସାହରେ କ’ଣ କହିଲେ ?
Solution:
ରାମ ଉତ୍ସାହରେ ଗୋଟିଏ ବାଣରେ ବାଳୀକୁ ବିନ୍ଧି ପକାଇବେ ବୋଲି କହିଲେ ।

(ଣ) ସୁଗ୍ରୀବ ସୀତା କେଉଁ ଲୋକରେ ଥିଲେ ମଧ୍ୟ ଖୋଜାଇ ଆଣିବେ ବୋଲି କହିଛନ୍ତି ?
Solution:
ସୁଗ୍ରୀବ ସୀତା ବ୍ରହ୍ମଲୋକରେ ଥିଲେ ମଧ୍ୟ ଖୋଜାଇ ଆଣିବେ ବୋଲି କହିଛନ୍ତି ।

(ତ) କିଏ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଛି ?
Solution:
ହନୁମାନ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଛି ।

(ଥ) ରାମ ଓ ସୁଗ୍ରୀବ କିପରି ମିତ୍ର ହେଲେ ?
Solution:
ରାମ ଓ ସୁଗ୍ରୀବ ସମଦଶାପନ୍ନ ଥ‌ିବାରୁ, ସେମାନେ ବହ୍ନିକୁ ସାକ୍ଷୀ ରଖ୍ ମିତ୍ର ହେଲେ ।

(ଦ) ରାମଚନ୍ଦ୍ର ସୁଗ୍ରୀବକୁ କାହାକୁ ଦେଖାଅ ବୋଲି କହିଛନ୍ତି ?
Solution:
ରାମଚନ୍ଦ୍ର ସୁଗ୍ରୀବକୁ ଶତ୍ରୁକୁ ଦେଖାଅ ବୋଲି କହିଛନ୍ତି ।

(ଧ) ସୁଗ୍ରୀବ ରାମଚନ୍ଦ୍ରଙ୍କୁ ବାଳୀକୁ ବଧ କରିବାକୁ ହେଲେ କାହାର ଅସ୍ଥି ଟେକିବାକୁ କହିଛନ୍ତି ?
Solution:
ସୁଗ୍ରୀବ ରାମଚନ୍ଦ୍ରଙ୍କୁ ବାଳୀକୁ ବଧ କରିବାକୁ ହେଲେ ଦୁନ୍ଦୁଭିର ଅସ୍ଥି ଟେକିବାକୁ କହିଛନ୍ତି ।

(ନ) ରାମଚନ୍ଦ୍ର ତାଙ୍କର କେଉଁ ପାଦ ଆଙ୍ଗୁଳିରେ ଦୁନ୍ଦୁଭି ଅସ୍ଥିକୁ ଟେକି ଫୋପାଡ଼ିଦେଲେ ?
Solution:
ରାମଚନ୍ଦ୍ର ତାଙ୍କର ଚାମ ପାଦ ତୃଦ୍ଧାଲୁଲିରେ ଦୁନ୍ଦୁଭି ଅସ୍ଥିକୁ ଟେକି ଫୋପାଡ଼ିଦେଲେ |

(ପ) ଦୁନ୍ଦୁଭି ଅସ୍ଥି ପଡ଼ିବାର ଶବ୍ଦ ଶୁଣି କିଷ୍କିନ୍ଧ୍ୟାର ଲୋକମାନେ କ’ଣ ଭାବିଲେ ?
Solution:
ଦୁନ୍ଦୁଭି ଅସ୍ଥି ପଡ଼ିବାର ଶବ୍ଦ ଶୁଣି କିଷ୍କିନ୍ଧ୍ୟାର ଲୋକମାନେ ଭାବିଲେ ବଜ୍ରାଘାତରେ ମୈନାକ ପର୍ବତ ଦୂରରେ ପଡ଼ିଲା ।

(ଫ) ‘ବିରାଧାରି’ ଶବ୍ଦର ଅର୍ଥ କ’ଣ ?
Solution:
‘ବିରାଧାରି’ ଶବ୍ଦର ଅର୍ଥ ବିରାଧ ରାକ୍ଷସର ଶତ୍ରୁ ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନାପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

(କ) ସୁଗ୍ରୀବ କାହିଁକି ବାଳୀକୁ ଡରୁଥିଲେ ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବାଳୀ ସୁଗ୍ରୀବକୁ ମାରିଦେବା ପାଇଁ ସବୁବେଳେ ଖୋଜୁଥ‌ିବାରୁ, ସୁଗ୍ରୀବ ବାଳୀକୁ ଡରୁଥିଲେ ।

(ଖ) ହନୁମାନ କାହିଁକି ସୂର୍ଯ୍ୟଙ୍କୁ ଧରିଥିଲେ ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ହନୁମାନ ଜନ୍ମ ସମୟରେ ସୂର୍ଯ୍ୟଙ୍କୁ ଖାଇବା ନିମନ୍ତେ ଡେଇଁ କରି ଧରି ପକାଇଥିଲେ ।

CHSE Odisha Class 11 Odia Solutions Chapter 8 ମିତ୍ରତା

(ଗ) ଦୁନ୍ଦୁଭି କିଏ ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ପୁରାଣରେ ବର୍ଣ୍ଣିତ ଅସୁର ଦୁନ୍ଦୁଭି ବାଳୀକୁ ଯୁଦ୍ଧ ପାଇଁ ଆହ୍ଵାନ ଦେଇଥିଲେ ମଧ୍ୟ ବାଳୀ ଭୟରେ ପାତାଳକୁ ପଳାଇଥିଲା, ମାତ୍ର ବାଳୀ ତାକୁ ଅନୁସରଣ କରି ପାତାଳ ପୁରରେ ବଧ କରିଥିଲା ।

(ଘ) ଇନ୍ଦ୍ର ମୈନାକ ଉପରେ ବଜ୍ରାଘାତ କରିଥିଲେ କାହିଁକି ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ମୈନାକ ପର୍ବତର ପକ୍ଷ ଥିଲା ଏବଂ ସେ ଉଡ଼ିଯାଇ ବିଭିନ୍ନ ସ୍ଥାନରେ ପଡ଼ୁଥ‌ିବାରୁ ଅନେକ ଜନପଦ ନଷ୍ଟ ହୋଇଯାଉଥିଲା । ପ୍ରଜାଙ୍କ ବିକଳ ଶୁଣି ଇନ୍ଦ୍ର ବଜ୍ରପାତ କରି ତା’ର ପକ୍ଷଛେଦନ କରିଥିଲେ ।

(ଶ‍) ଦୁନ୍ଦୁଭି ଅସ୍ଥି ହାଲୁକା ହୋଇଯାଇଛି ବୋଲି ସୁଗ୍ରୀବ କାହିଁକି ଭାବିଲା ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୂର୍ଯ୍ୟକିରଣ ପଡ଼ି ଦୁନ୍ଦୁଭି ଅସ୍ଥି ହାଲୁକା ହୋଇଯାଇଛି ବୋଲି ସୁଗ୍ରୀବ ଭାବିଲା ।

(ଚ) ସପ୍ତଶାଳା କ’ଣ ?
Solution:
ଏବଂ ସେହି ସପ୍ତଶାଳାକୁ ଯିଏ ଗୋଟିଏ ବାଣରେ ବିନ୍ଧି ପାରିବ ସେ ବାଳୀକୁ ମାରିପାରିବ । ସୁତରାଂ ସପ୍ତଶାଳା ନାଦା ପଦ୍ୟର ଏକ ମାନଦଣ୍ଡ |

(ଛ) ରଘୁବୀର କିଏ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ରଘୁବଂଶରେ ରାମଚନ୍ଦ୍ରଙ୍କର ଜନ୍ମ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ରଘୁବୀର ବୋଲି କୁହାଯାଇଛି ।

(ଜ) ବିଭାବସୁ ବଂଶ କହିଲେ କ’ଣ ବୁଝ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବିଭାବସୁ ଅର୍ଥ ସୂର୍ଯ୍ୟ । ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜାତ ହୋଇଥିବାରୁ, ତାଙ୍କ ବଂଶକୁ ବିଭାବସୁ ବଂଶ ବୋଲି କୁହାଯାଇଛି ।

(ଝ) କିଏ ପିଲାବେଳେ ସୂର୍ଯ୍ୟଙ୍କୁ ଧରିଥିଲା ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ହନୁମାନ ପିଲାବେଳେ ସୂର୍ଯ୍ୟଙ୍କୁ ଧରିଥିଲା ।

(ଞ) ଶ୍ରୀରାମ ସୁଗ୍ରୀବ କିପରି ମିତ୍ର ହେଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀରାମ ଓ ସୁଗ୍ରୀବ ବନରେ ହେଲେ ।

(ଟ) ବିଧେରେ କିଏ ବିଭାବସୁଙ୍କ ପୁତ୍ର ଅଟନ୍ତି ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବିଧ୍ୟରେ ସୁଗ୍ରୀବ ବିଭାବସୁଙ୍କ ପୁତ୍ର ଅନ୍ତପ୍ର!ରଣ କରି ପାତାଳ ମଧ କରିଥିଲା |

(୦) କେଉଁମାନଙ୍କ ପ୍ରବୋଧନାରେ ରାମ ଓ ସୁଗ୍ରୀବ କାଳଯାପନ କରୁଥିଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସାନଭାଇ ଲକ୍ଷ୍ମଣଙ୍କ ପ୍ରବୋଧନାରେ ରାମ ଓ ମନ୍ତ୍ରୀଙ୍କ ପ୍ରବୋଧନାରେ ସୁଗ୍ରୀବ କାଳଯାପନ କରୁଥିଲେ ।

(ତ‍) ‘ବାଧା ମାତା ଭ୍ରାତାରେ ଉପୁଜିଛି? – ର ଅର୍ଥ କ’ଣ ?
Solution:
ରାମଚନ୍ଦ୍ର ଓ ଭ୍ରାତା ବାଳୀ ବାଧାରେ ସୁଗ୍ରୀବ ରାଜା ହେବାରେ ବାଧା ଉପୁଜାଇଛନ୍ତି ବୋଲି, ଏଠାରେ କୁହାଯାଇଛି ।

(ଣ) ସୁଗ୍ରୀବ ପର୍ବତରେ କାହିଁକି ଲୁଚିଥିଲେ ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୁଗ୍ରୀବ ବାଳୀ ଡରରେ ପର୍ବତରେ ଲୁଚିଥିଲେ ।

(ତ) ସୁଗ୍ରୀବ ବିନୟର ସହିତ କ’ଣ କହିଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୁଗ୍ରୀବ ବିନୟର ସହିତ କହିଲେ, ଯଦି ବାଳୀକୁ ବଧ କରିବାକୁ ଇଚ୍ଛା ଅଛି, ତା’ହେଲେ ଦୁନ୍ଦୁଭି ଅସ୍ଥି ଟେକି ନିଜ ଶକ୍ତିର ପରୀକ୍ଷା ଦିଅ ।

(ଥ) ବିଧାତା ସପ୍ତଶାଳା ବୃକ୍ଷରେ ବାଳୀର ଅଧେ ବଳ କାହିଁକି ରଖୁଥିଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବାଳୀର ପାଦପାତରେ ପୃଥ‌ିବୀର ଭାରା ଦୁର୍ବିସହ ହେବାରୁ, ବିଧାତା ତୁଳାଦଣ୍ଡରେ ଜିନିଷକୁ ସମାନ ଭାଗରେ ରଖୁଲା ପରି, ସପ୍ତଶାଳା ବୃକ୍ଷରେ ବାଳୀର ଅଧେ ବଳ ରଖୁଥିଲେ ।

Question 4.
ପ୍ରାୟ ତିରିଶଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ।

(କ) ‘ବେନିଜନେ ପଡ଼ିଛି ଏକ ଦଶା’– କାହା ପ୍ରସଙ୍ଗରେ ଓ କାହିଁକି କୁହାଯାଇଛି ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ‘ବେନିଜନେ ପଡ଼ିଛି ଏକଦଶ’– ଏହା ଶ୍ରୀରାମ ଓ ସୁଗ୍ରୀବଙ୍କ ଉଦ୍ଦେଶ୍ୟରେ କୁହାଯାଇଛି । କାରଣ ଉଭୟେ ବନରେ ବୁଲିବା ସମୟରେ ହେଲେ |

(ଖ) ରାମ ଓ ସୁଗ୍ରୀବ କାହିଁକି ମିତ୍ର ହେବା ଉଚିତ ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ପତ୍ନୀ ବିରହରେ ରାମଚନ୍ଦ୍ର ଓ ପୁତ୍ର । ସେହିପରି ରାମ ଅଯୋଧ୍ୟାରେ ରାଜା ହେବାରୁ ଓ ସୁଗ୍ରୀବ କିଷ୍କିନ୍ଧ୍ୟାର ରାଜା ହେବାରୁ ବଞ୍ଚିତ ହୋଇ ବନର ଫଳମୂଳ ଖାଇ ବଞ୍ଚୁଛନ୍ତି । ସୁତରାଂ ରାମ ଓ ସୁଗ୍ରୀବ ମିତ୍ର ହେବା ଉଚିତ ।

(ଗ) ରାମଚନ୍ଦ୍ରଙ୍କ ବୀରତ୍ଵର ପରୀକ୍ଷା ସୁଗ୍ରୀବ କିପରି ନେଲେ ?
Solution:
ପାଇଁ କହିବାରୁ ସୁଗ୍ରୀବ, ରାମଚନ୍ଦ୍ରଙ୍କ ଶକ୍ତିର ପରୀକ୍ଷା ନେଇଥିଲେ । ପ୍ରଥମେ ପର୍ବତ ପ୍ରାୟ ରୁଣ୍ଡ ହୋଇଥିବା ସପ୍ତଶାଳାକୁ ଗୋଟିଏ ବାଣରେ ଛେଦି ଦେଇଥିଲେ ।

(ଘ) ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ସହଜରେ ଫିଙ୍ଗି ଦେବାରୁ ସୁଗ୍ରୀବ ମନରେ କି ସନ୍ଦେହ ଜାତ ହେଲା ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ସହଜରେ ଫିଙ୍ଗି ଦେବାରୁ ସୁଗ୍ରୀବଙ୍କ ମନରେ ସନ୍ଦେହ ହୋଇଥିଲା । ସେ ଭାବିଥିଲେ, ଦୁନ୍ଦୁଭିର ମାଂସ ପଚି ନଷ୍ଟ ହୋଇଯାଇଛି ଏବଂ ସୂର୍ଯ୍ୟ କିରଣରେ ତା’ର ଅସ୍ଥି ଶୁଷ୍କ ହୋଇଯାଇଛି, ତେଣୁ ରାମଚନ୍ଦ୍ର

(ଙ) ସପ୍ତଶାଳା ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କର ।
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସପ୍ତଶାଳା ଥିଲା ବଜ୍ରଠାରୁ କରି ଜିନିଷ ରଖୁଲା ପରି ବାଳୀର ଅଧେ ବଳକୁ ସପ୍ତଶାଳାରେ ରଖିଥିଲେ । ଗୋଟିଏ ନାଗସାପ ସାତବାଙ୍କ ହୋଇ ଶୋଇଛି ଏବଂ ସେଥୁରେ ସାତଟି ଶାଳଗଛ ଠିଆ ହୋଇଛି । ଗୋଟିଏ ଶରରେ ଯେ ସାତଟି ଶାଳଗଛକୁ ବିନ୍ଧିପାରିବ, ସେ ବାଳୀ ସହ ଯୁଦ୍ଧ ପାଇଁ ସମର୍ଥ ହେବ ।

(ଚ) ସୁଗ୍ରୀବର କାହା ଉପରେ ଭରସା ଥିଲା, ଓ କାହିଁକି ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୁଗ୍ରୀବର ଶ୍ରୀରାମଙ୍କ ବଳ ଉପରେ ଭରସା ଥିଲା । କାରଣ ସୁଗ୍ରୀବଙ୍କ କହିବା ଅନୁସାରେ ରାମଚନ୍ଦ୍ର ନିଜ ଶକ୍ତିର ପରିଚୟ ଦେଇଥିଲେ । ଶ୍ରୀରାମ ବାଳୀକୁ ମାରିପାରିବେ ବୋଲି ଭରସା ହୋଇଥିଲା ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.

(କ) ରାମ ଓ ସୁଗ୍ରୀବଙ୍କର ମିତ୍ରତା କିପରି ହେଲା, ତାହା ଉଲ୍ଲେଖ କର ।
Solution:
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିଯୁଗର ଶ୍ରେଷ୍ଠ ଆଳଙ୍କାରିକ କବି । ସେ ବହୁ କାବ୍ୟ କବିତା ରଚନା କରି ମଧ୍ୟଯୁଗୀୟ ଓଡ଼ିଆ କାବ୍ଯସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେ ନାନାଶାସ୍ତ୍ର ଅଧ୍ୟୟନ କରି କାବ୍ୟ ସମୁଦ୍ରରେ ଅବଗାହନ କରିଥିଲେ । ‘ବୈଦେହୀଶ ବିଳାସ’ ତାଙ୍କ ପ୍ରତିଭାର ଏକ ସାର୍ଥକ ଦ୍ୟୋତନା । କଥାବସ୍ତୁ ବର୍ଣ୍ଣନାରେ ଏ କାବ୍ୟର ମୂଲ୍ୟ ଅନନ୍ୟ । ଏଥରେ ନୈଷଧୀୟ ପ୍ରଭାବ ଲକ୍ଷ୍ୟ କରାଯାଏ । ଆଲୋଚ୍ୟ କବିତା ‘ମିତ୍ରତା’ କବିଙ୍କର ‘ବ’ ଅନୁପ୍ରାସରେ ରଚନା କରାଯାଇଥିବା କାବ୍ୟ ‘ବୈଦେହୀଶ ବିଳାସ’ର ଅଂଶବିଶେଷ । ପବିତ୍ର ଗ୍ରନ୍ଥ ରାମାୟଣର କଥାବସ୍ତୁ ଉପରେ ଆଧାରିତ ଏ ପିତୃସତ୍ୟ ରକ୍ଷା କରିବାକୁ ଯାଇ, ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇଛନ୍ତି । ସାଙ୍ଗରେ ଯାଇଛନ୍ତି ପ୍ରାଣସମା ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ । ବନବାସ କାଳରେ ଲଙ୍କପତି ରାବଣ ସୀତାଙ୍କୁ ମାୟାକରି ଚୋରାଇ ନେଇଛି । ସୀତାଙ୍କ ସନ୍ଧାନରେ ଦୁହେଁ ମିତ୍ରତା ସୂତ୍ରରେ ହୋଇଛନ୍ତି ଆବଦ୍ଧ । ଅପହରଣ କରି ନେଇଛି । ରାମଚନ୍ଦ୍ର ସୂର୍ଯ୍ୟବଂଶର ଦାୟାଦ । ସୁଗ୍ରୀବ ସୂର୍ଯ୍ୟଙ୍କର ପୁତ୍ର ।

ରାମଚନ୍ଦ୍ର ଅଯୋଧ୍ୟା ରାଜପଦରୁ ବଞ୍ଚିତ ହେଲା ଭଳି ସୁଗ୍ରୀବ କିଷ୍କିନ୍ଧ୍ୟାର ରାଜା ହେବାର ସୌଭାଗ୍ୟ ପାଇନାହାନ୍ତି । ଉଭୟେ ବନଚାରୀ ଭାବରେ ବନର ଫଳମୂଳ ଭକ୍ଷଣ କରି ଜୀବନ ଅତିବାହିତ କରୁଛନ୍ତି । ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କ ଆଶ୍ଵାସନାରେ ଦୁଃଖ ଲାଘବ କଲାଭଳି, ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନାରେ ଦୁଃଖ ଲାଘବ କରୁଛନ୍ତି । ରାମ ବିମାତା କୈକେୟୀଙ୍କ ପାଇଁ ଏବଂ ସୁଗ୍ରୀବ ବଡ଼ଭାଇ ବାଳୀଙ୍କ ପାଇଁ ବନବାସ କଷ୍ଟ ଭୋଗ କରୁଛନ୍ତି । ଉଭୟେ ଶତ୍ରୁ ସଂହାର ପାଇଁ ସଂକଳ୍ପବଦ୍ଧ ହୋଇ ମିତ୍ର ହେବାର ସଂକଳ୍ପ ସେନା ଲଗାଇ ସୀତା ବ୍ରହ୍ମଲୋକରେ ଥିଲେ ମଧ୍ୟ ଅକ୍ଳେଶରେ ଖୋଜି ଆଣିବାପାଇଁ ସ୍ବୀକାର କରିଛନ୍ତି । ଫଳରେ ଉଭୟେ ଉଭୟଙ୍କ ଦୁଃଖ ଅନୁଭବ କରି, ଅଗ୍ନିକୁ ସାକ୍ଷୀ ରଖ୍ ବନ୍ଧୁତ୍ଵ ସ୍ଥାପନ କରିଛନ୍ତି । କବି ଲେଖନୀରେ ରାମ ସୁଗ୍ରୀବଙ୍କ ମିତ୍ରତା ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ଓ ମନୋଜ୍ଞ ହୋଇପାରିଛି ।

(ଖ) ରାମଙ୍କୁ ବାଳୀ ସହ ଲଢ଼ିବା ପୂର୍ବରୁ ଯେଉଁ ଦୁଇଟି ଶକ୍ତି ପରୀକ୍ଷା ଦେବାକୁ ପଡ଼ିଥିଲା ତାହାର ବର୍ଣ୍ଣନା କର ।
Solution:
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିଯୁଗର ଶ୍ରେଷ୍ଠ କବି । ‘ବ’ ଅନୁପ୍ରାସ ନିୟମରେ ସେ ରଚନା କରିଛନ୍ତି, ଅଂଶବିଶେଷ । ‘ରାମାୟଣ’ର ସୁନ୍ଦରାକାଣ୍ଡ କଥାବସ୍ତୁ ଉପରେ ଆଧାରିତ ରାମଚନ୍ଦ୍ର ଓ ସୁଗ୍ରୀବଙ୍କ ମିତ୍ରତା ସ୍ଥାପନ ଏହି କବିତାର ମୁଖ୍ୟ ପ୍ରସଙ୍ଗ । ଏଥିରେ ମଧ୍ୟ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ନିକଟରେ ଶକ୍ତି ପରୀକ୍ଷା ବିଷୟଟି ଅନ୍ୟତମ ଆକର୍ଷଣୀୟ କଥାବସ୍ତୁ । ପିତୃସତ୍ୟ ପାଳନ କରିବାକୁ ଯାଇ ଆଦର୍ଶ ପୁତ୍ର ରାମଚନ୍ଦ୍ର ଭାଇ ଓ ଭାର୍ଯ୍ୟାକୁ ନେଇ ଚଉଦ ବର୍ଷ ବନବାସ ଯାଇଛନ୍ତି । ମାୟାବୀ ରାବଣ, ମାୟାକରି ସୀତାଙ୍କୁ ଅପହରଣ କରିନେଇଛି । ରାମଚନ୍ଦ୍ର ସୀତାଙ୍କୁ ଅନ୍ଵେଷଣ କରି ବନରେ ଭ୍ରମଣ କରୁ କରୁ ସୁଗ୍ରୀବଙ୍କ ସହିତ ଭେଟ ହୋଇଛି । ଉଭୟେ କଥୋପକଥନ କରି, ସମଦଶାପନ୍ନ ବୋଲି ଅନୁଭବ କରିଛନ୍ତି ।

ଗୋଟିଏ ବାଣରେ ବିନାଶ କରିଦେବେ । ମାତ୍ର ସୁଗ୍ରୀବଙ୍କର ମିତ୍ର ରାମଙ୍କ କଥା ଉପରେ ଆସ୍ଥା ସ୍ଥାପନ କରି ପାରିନାହାଁନ୍ତି । ସେ ରାମଙ୍କ ନିକଟରେ ଶକ୍ତି ପରୀକ୍ଷା ପାଇଁ, ଦୁଇଟି ପ୍ରସଙ୍ଗ କହିଛନ୍ତି । ପ୍ରଥମ ପରୀକ୍ଷାଟି ହେଉଛି, ଦୁନ୍ଦୁଭି ରାକ୍ଷସର ଅସ୍ଥି ଉତ୍ତୋଳନ । ବାଳୀ ଦୁର୍ଦାନ୍ତ ରାକ୍ଷସ ଦୁନ୍ଦୁଭିକୁ ମାରି, ତା’ର ଅସ୍ଥିସମୂହକୁ ପର୍ବତପ୍ରାୟ ରୁଣ୍ଡ କରିଥିଲା । ସେହି ଅସ୍ଥିକୁ ଯିଏ ଫିଙ୍ଗିଦେଇ ପାରିବ ସେ ବାଳୀ ସହ ଯୁଦ୍ଧପାଇଁ ସମର୍ଥ ହେବ ବୋଲି ସୁଗ୍ରୀବ କହିଛନ୍ତି । ରାମ ବାମପାଦ ବୁଢ଼ା ଆଙ୍ଗୁଠିରେ ସେ ଅସ୍ଥିକୁ ଫିଙ୍ଗି ଦେଇଛନ୍ତି । ଯେପରି ହାତୀ ଶୁଣ୍ଢରେ ପଦ୍ମଫୁଲକୁ ତୋଳି ଆକାଶକୁ ଫିଙ୍ଗିଦିଏ, ରାମଚନ୍ଦ୍ର ଅତି ସହଜରେ ସେହି ଅସ୍ଥି ଗଦାକୁ ଫିଙ୍ଗି ଦେଇଛନ୍ତି । କିଷ୍କିନ୍ଧ୍ୟାବାସୀ ସେହି ଶବ୍ଦ ଶୁଣି ଭାବିଛନ୍ତି, ଇନ୍ଦ୍ରଙ୍କ ବଜ୍ରାଘାତରେ ମୈନାକ ପର୍ବତ ଦୂରରେ ପଡ଼ିଛି । ସୁଗ୍ରୀବ ଏହା ଦେଖ୍ ଚିନ୍ତାକରିଛି ଯେ ମାଂସ, ଚର୍ମ ଓ ରକ୍ତଦ୍ଵାରା ଦୁନ୍ଦୁଭି ବଡ଼ ଓଜନିଆ ହୋଇଥିଲା । ସୂର୍ଯ୍ୟ କିରଣରେ ଏଗୁଡ଼ିକ ପଡ଼ି ଶୁଖୁ ହାଲୁକା ହୋଇଯାଇଛି ତେଣୁ ସୁଗ୍ରୀବଙ୍କ ମନରେ ସନ୍ଦେହ ଆସିଛି ଏବଂ ସେ ରାମଙ୍କୁ ଦ୍ୱିତୀୟ ପରୀକ୍ଷାସ୍ଥଳୀକୁ ଘେନି ଯାଇଛନ୍ତି ।

ଦ୍ବିତୀୟ ପରୀକ୍ଷା ସପ୍ତଶାଳା ଛେଦନ । ବିଧାତା ବାଳୀ ବଳକୁ ସମାନ କରି ଅର୍ଦ୍ଧେକ ବଳକୁ ସପ୍ତଶାଳାରେ ରଖୁଥିଲେ । ଗୋଟିଏ ନାଗସାପ ସାତବାଙ୍କ ହୋଇ ଶୋଇଛି । ସେହି ସାତଟି ବାଙ୍କରେ ସାତଟି ଶାଳଗଛ ଠିଆ ହୋଇଛି । ଗୋଟିଏ ଶରରେ ଯେ ସାତୋଟି ଯାକ ଶାଳଗଛକୁ ବିନ୍ଧିପାରିବ, ସେ ବାଳି ସହ ଯୁଦ୍ଧ ପାଇଁ ସମର୍ଥ ହେବ । ରାମଚନ୍ଦ୍ର ପାଦରେ ସର୍ପର ଲାଙ୍ଗୁଳକୁ ଛୁଇଁ ଦେବାରୁ ସେ ସଳଖାଯାଇଛି ଏବଂ ରାମଚନ୍ଦ୍ର ଗୋଟିଏ ଶରରେ ସାତଟି ଶାଳଗଛକୁ ଛେଦନ କରିଛନ୍ତି । ଏହିପରି ରାମ ବାଳୀ ସହ ଯୁଦ୍ଧ କରିବା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନକରି ସୁଗ୍ରୀବର ଆସ୍ଥାଭାଜନ ହୋଇଛନ୍ତି ।

CHSE Odisha Class 11 Odia Solutions Chapter 8 ମିତ୍ରତା

Question 6.
‘ମିତ୍ରତା’ କବିତାରୁ କବିଙ୍କର ଶବ୍ଦ ସଂଯୋଜନା ଓ ବର୍ଣ୍ଣନା ଚାତୁର୍ଯ୍ୟର ପରିଚୟ ପ୍ରଦାନ କର ।
Solution:
ରୀତିଯୁଗର ସର୍ବଶ୍ରେଷ୍ଠ କବି ଉପେନ୍ଦ୍ର ଭଞ୍ଜ । ସେ ପୁଣି କବିସମ୍ରାଟ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର କବିତ୍ଵ, ପାଣ୍ଡିତ୍ୟ, ଶବ୍ଦ ସଂଯୋଜନା ଓ ବର୍ଣ୍ଣନା ଚାତୁରୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି । ଆଲୋଚ୍ୟ ‘ମିତ୍ରତା’ କବିତାଟି ‘ବ’ ଅନୁପ୍ରାସ ନିୟମରେ ରଚନା କରାଯାଇଛି । ଏହା ‘ଚକ୍ରକେଳି ବାଣୀ’ ରାଗରେ ଆଲୋଚ୍ୟ କବିତାରେ ଶବ୍ଦ ସଂଯୋଜନା ଅତ୍ୟନ୍ତ ଶ୍ରୁତିମଧୁର ହୋଇଛି । ଏହାର ପ୍ରତ୍ୟେକ ପଦ ମୁଦୁ ଓ ଲଳିତ ବଂଶ’, ‘ବିଭୂତି’, ‘ବିହାୟସେ’ ପ୍ରଭୃତି ଶବ୍ଦ ପ୍ରୟୋଗ ସୃଷ୍ଟିକୁ ମହିମାନ୍ବିତ ହୋଇଛି । ଏଥ‌ିରେ ଯେକୌଣସି ଶବ୍ଦକୁ ବିଚାର କରି, ତାହାର ସଂଯୋଜନା ଉପଯୁକ୍ତ ସ୍ଥାନରେ ହୋଇଛି ବୋଲି ବୁଝିବାକୁ ହେବ । ରାମ ଓ ସୁଗ୍ରୀବ ସମଦଶାପନ୍ନ । ସେମାନେ ପରସ୍ପର କଥୋପକଥନ କରି ଜାଣିପାରିଛନ୍ତି, ରାମ ବିମାତାଙ୍କ ପାଇଁ ଏବଂ ସୁଗ୍ରୀବ ଭାଇ ବାଳୀଙ୍କ ପାଇଁ ଏଭଳି ଦଶା ଭୋଗ କରୁଛନ୍ତି । ବର୍ଣ୍ଣନା ବେଶ୍ ନାଟକୀୟ ଓ ଜୀବନ୍ତ ମନେହୋଇଛି ।

କବି ବର୍ଣ୍ଣନା ଚାତୁରୀରେ ବାଳୀଙ୍କ ବଳକୁ ଅଷ୍ଟପାଦ ବିଶିଷ୍ଟ ଶରଭ ସହିତ ତୁଳନା କରିଛନ୍ତି । ଅଳ୍ପକଥାରେ, ଗୋଟିଏ ଶବ୍ଦ ବା ପଦରେ ସେ ଅନେକ ପୌରାଣିକ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି । ଯେପରି ‘ବିଭାବସୁ ବଂଶେ ଜାତ ଆମ୍ଭର, ବିଧୂରେ ତ ତାଙ୍କ କୁମର ।’ ‘ବାଧା ମାତା ଭ୍ରାତାରେ ଉପୁଜିଛି’, ‘ବାଳଭାନୁ ଜନ୍ମ ଡେଇଁ ଧରିଛି’, ‘ଦୁନ୍ଦୁଭି ଅସ୍ଥି’, ‘ସପ୍ତଶାଳା’, ‘ମଇନାକ ଉଡ଼ି’ ଇତ୍ୟାଦିରୁ ଏହା ସ୍ପଷ୍ଟ ଜଣାପଡ଼େ । ଏସବୁ ଦୃଷ୍ଟିରୁ ବିଚାର କରି ଦେଖ‌ିଲେ, ଆଲୋଚ୍ୟ କବିତାଟିରେ କବିଙ୍କ ଶବ୍ଦ ସଂଯୋଜନା ଓ ବର୍ଣ୍ଣନା ଚାତୁରୀ ଅତ୍ୟନ୍ତ ମନୋଜ୍ଞ ହୋଇଛି ।

(ଘ) ‘ମିତ୍ରତା’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।
Solution:
ଯେଉଁ କେତେଜଣ କବି ଆଦୃତ କରାଇଥିଲେ, ସେମାନଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ । ଆଲୋଚ୍ୟ ଉପରେ ଆଧାରିତ ଉକ୍ତ କାବ୍ୟର ଏହି ଅଂଶଟି ରାମ ସୁଗ୍ରୀବ ମିତ୍ରତା ବର୍ଣ୍ଣନାର ଉତ୍କୃଷ୍ଟ ବିଷୟବସ୍ତୁ । ଚୋରାଇ ନେଇଛି । ପତ୍ନୀ ବିରହବିଧୁରା ରାମଙ୍କର ବନରେ ସାକ୍ଷାତ ହୋଇଛି କିଷ୍କିନ୍ଧ୍ୟାର ସୁଗ୍ରୀବଙ୍କ ସହିତ । ଉଭୟେ ସୂର୍ଯ୍ୟଙ୍କର ପୁତ୍ର । ରାମ ଯେପରି ଅଯୋଧ୍ୟାର ରାଜା ହେବାରୁ ବଞ୍ଚିତ, ସୁଗ୍ରୀବ ମଧ୍ଯ ସେହିପରି କିଷ୍କିନ୍ଧ୍ୟାର ରାଜପଦରେ ଅଭିଷିକ୍ତ ହୋଇ ପାରିନାହାନ୍ତି । ଉଭୟେ ବନବାସୀ ଓ ପତ୍ନୀହରା । ସେମାନେ ବନର ଫଳମୂଳ ଖାଇ ଜୀବନ ନିର୍ବାହ କରୁଛନ୍ତି । ଉଭୟ ସମଦଶାପନ୍ନ ହୋଇଥିବାରୁ ଅଗ୍ନିକୁ ସାକ୍ଷୀରଖ୍ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇଛନ୍ତି ।

ସୁଗ୍ରୀବ ସୀତାଙ୍କୁ ଖୋଜି ଆଣିବାର ପ୍ରତିଶ୍ରୁତି ପ୍ରଦାନ କଲାବେଳେ, ରାମଚନ୍ଦ୍ର ବାଳୀକୁ ବଧ କରିବାର ଅଭୟ ପ୍ରଦାନ କରିଛନ୍ତି । ଜନ୍ମ ସମୟରେ ସୂର୍ଯ୍ୟଙ୍କୁ ଧରିଥିବା ହନୁମାନଦ୍ୱାରା ସୁଗ୍ରୀବ ସୀତାଙ୍କୁ ଖୋଜାଇ ଆଣିବା ପାଇଁ କହିଛନ୍ତି । ସୁଗ୍ରୀବ କହିଛନ୍ତି ବାଳୀଠାରେ ରହିଛି ଶତସିଂହର ବଳ । ତାହାକୁ ବଧ କରିବା ପୂର୍ବରୁ ସୁଗ୍ରୀବଙ୍କ ଅନୁରୋଧରେ ରାମଚନ୍ଦ୍ର ଦୁଇଟି ଶକ୍ତି ପରୀକ୍ଷା ଦେଇଛନ୍ତି । ପ୍ରଥମତଃ ମୃତ ଦୁନ୍ଦୁଭି ରାକ୍ଷସର ଅସ୍ଥିର ଉତ୍ତୋଳନ ଏବଂ ଦ୍ଵିତୀୟତଃ ଗୋଟିଏ ଶିରିରେ ସପ୍ତଶାଳା ଛେଦନ । ଦୁନ୍ଦୁଭି ରାକ୍ଷସ୍‌ର ଅସ୍ଥି ପର୍ବତ ସମାନ ପଡ଼ିଥିଲେ ବି, ରାମଚନ୍ଦ୍ର ବାମପାଦର ବୁଢ଼ା ଆଙ୍ଗୁଳିରେ ଅନାୟସରେ ତାହାକୁ ଉଠାଇ ଫିଙ୍ଗି ଦେଇଥିଲେ । ରାମଚନ୍ଦ୍ର ଅକ୍ଳେଶରେ ଦୁନ୍ଦୁଭି ଅସ୍ଥିକୁ ଫିଙ୍ଗିଦେବାରୁ ସୁଗ୍ରୀବ ଭାବିଲେ ଯେ, ଏହା ପଚି ନଷ୍ଟ ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟ କିରଣରେ ଶୁଖୁଲା ହୋଇଥିବାରୁ ରାମଚନ୍ଦ୍ର ତାହା ସହଜରେ ଫୋପାଡ଼ି ଦେଇଥିଲେ ।

ପରେ ବସୁଧା ଭାରକ୍ରାନ୍ତ ହେବାରୁ ବିଧାତା ବାଳୀର ଅଧାବଳ ସପ୍ତଶାଳା ଗଛରେ ରଖିଲେ । ସପ୍ତଶାଳାକୁ ଗୋଟିଏ ବାଣରେ ରାମଚନ୍ଦ୍ର ଭେଦ କରିଥିଲେ । ଏହି କବିତାଟିରେ ରାମ ଓ ସୁଗ୍ରୀବଙ୍କ ସମଦଶା ବର୍ଣ୍ଣନା, ରାମଙ୍କ ବୀରତ୍ଵ ପ୍ରକାଶିତ ହୋଇଛି । କବିଙ୍କର ଏହି ଛାନ୍ଦଟି ଏତେ ଲୋକପ୍ରିୟ ଯେ ଗ୍ରାମାଞ୍ଚଳର କି ଶିକ୍ଷିତ, କି ଅଶିକ୍ଷିତ ସମସ୍ତେ ଆଗ୍ରହର ସହିତ ଏହାକୁ ଗାନ କରିଥା’ନ୍ତି ।

(ଡ) କବିତାର ନାମକରଣ ‘ମିତ୍ରତା’ ଦିଆଯିବାର ସାର୍ଥକତା ବିତାର କର ।
Solution:
ସାରସ୍ଵତ ସୃଷ୍ଟିର ନାମକରଣ ଏକ ସ୍ଵତନ୍ତ୍ର ପର୍ଯ୍ୟାୟ । ଏଥ‌ିରେ ସ୍ରଷ୍ଟା ସେହି ସୃଷ୍ଟିର କଥାବସ୍ତୁ ବା ନାୟକ ନୁହେଁ । ଏହା ‘ବୈଦେହୀଶ ବିଳାସ’ କାବ୍ୟର ଅଂଶବିଶେଷ । ଏଥିରେ ରାମାୟଣର କଥାବସ୍ତୁକୁ ବର୍ଣ୍ଣନା କରାଯାଇଛି । ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ଦେଖାହେଲା ପରେ ପରସ୍ପର ପରସ୍ପର ମଧ୍ୟରେ ସହାନୁଭୂତିଶୀଳ କଥୋପକଥନ ହୋଇଛନ୍ତି । ରାମଚନ୍ଦ୍ର ପିତୃସତ୍ୟ ପାଳନରେ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କୁ ନେଇ ବନବାସ କରିଛନ୍ତି । ବନବାସ ସମୟରେ ରାବଣ, ମାୟାକରି ସୀତାଙ୍କୁ ଅପହରଣ କରିଛି । ଶୋକାକୁଳିତ ରାମଚନ୍ଦ୍ର ସୀତାଙ୍କ ସନ୍ଧାନରେ ବନରେ ବୁଲୁଥ‌ିବା ସମୟରେ, କିଷ୍କିନ୍ଧ୍ୟା ରାଜପଦରୁ ବିତାଡ଼ିତ ସୁଗ୍ରୀବଙ୍କ ସହିତ ଭେଟ ହୋଇଛି । ରାମଚନ୍ଦ୍ର ଦୁଃଖରେ ସୁଗ୍ରୀବକୁ କହିଛନ୍ତି, ଆମେ ସମଦଶାପନ୍ନ । ଅର୍ଥାତ୍ ବନବାସ ସମୟରେ ପତ୍ନୀ ସୀତାଙ୍କୁ ମୁଁ ହରାଇ ଯେପରି ଦୁଃଖରେ ଅଛି, ଠିକ୍ ସେହିପରି ତୁମେ ମଧ୍ଯ ପତ୍ନୀ ରୋମାକୁ ବାଳୀ ଅପହରଣ କରି ନେଇଥିବାରୁ ଦୁଃଖରେ ଅଛ । ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜନ୍ମ ଏବଂ ସୁଗ୍ରୀବ ସୂର୍ଯ୍ୟଙ୍କର ପୁତ୍ର । ଉଭୟେ ଅଯୋଧ୍ୟା ଏବଂ କିଷ୍କିନ୍ଧ୍ୟାରେ ରାଜା ହେବାକଥା । ମାତ୍ର ଭାଗ୍ୟର ବିପର୍ଯ୍ୟୟ ହେତୁ, ସେମାନେ ହୋଇଛନ୍ତି ରାଜ୍ୟହରା ।

ଓ ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନାରେ ନିଜ ନିଜ ଦୁଃଖ ଲାଘବ କରୁଛନ୍ତି । ରାମଚନ୍ଦ୍ର ବିମାତା କୈକେୟୀଙ୍କ ଚକ୍ରାନ୍ତରେ ଏବଂ ହେବା ଉଚିତ । ରାମ ଅନାୟାସରେ ଗୋଟିଏ ଶରରେ ବାଳୀବଧ କରିଦେବେ ବୋଲି କହିବାରୁ, ସୁଗ୍ରୀବ ବ୍ରହ୍ମଲୋକରେ ଥିଲେ ମଧ୍ୟ ସୀତାଙ୍କୁ ଖୋଜି ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ରାମ ଓ ସୁଗ୍ରୀବ ଅଗ୍ନିକୁ ସାକ୍ଷୀରଖୁ ମିତ୍ର ଆମ ସମାଜରେ ଏକ ଚଳଣି ରହିଛି, ଯଦି କେହି କେହି ସମଦଶାପନ୍ନ, ସମଭାବାପନ୍ନ, ସମାନ ନାମ ହୋଇଥା’ନ୍ତି, ତାହାହେଲେ ସେମାନେ ମିତ୍ର ବା ମଇତ୍ର ହୋଇଥା’ନ୍ତି । ରାମଚନ୍ଦ୍ର ଓ ସୁଗ୍ରୀବ ସମାନ ବଂଶର ଏବଂ ସମଦଶାପନ୍ନ ହୋଇଥ‌ିବାରୁ ସେମାନେ ମିତ୍ର ହୋଇଛନ୍ତି । କବିତାରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ, ଏହାର ନାମକରଣ ‘ମିତ୍ରତା’ ଯଥାର୍ଥ ହୋଇଛି ।

(କ) ଲେଖକ ପରିତିନି :

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟର ଜଣେ ପ୍ରସ୍ତୁତଯଶା କବି । ତାଙ୍କ ପାଣ୍ଡିତ୍ୟ ଓ କବିତ୍ର ଥିଲା ଅନନ୍ୟ ସାଧାରଣ । ସାରା ଜୀବନ ସେ ଥିଲେ ସାହିତ୍ୟ ଜଗତର ଜଣେ ନିରଳସ ସାଧକ । ବିଦ୍ୟାନୁରାଗୀ ଉପେନ୍ଦ୍ର ଭଞ୍ଜ ନିଜର ପାଣ୍ଡିତ୍ୟ ଅର୍ଜନ ପାଇଁ ବହୁ ପଣ୍ଡିତ ତଥା ସାଂସ୍କୃତିକ କ୍ଷେତ୍ରର ସାହାଯ୍ୟ ଲାଭ କରିଥିଲେ । ସେ ଘୁମୁସର ବା ଆଧୁନିକ ଗଞ୍ଜାମ ମଧ୍ୟଯୁଗରେ ଓଡ଼ିଶାର ରାଜ ଦରବାରରେ ସଙ୍ଗୀତ ଚର୍ଚ୍ଚା ଥିଲା ଏକ ପ୍ରଧାନ କର୍ମ । ଉପେନ୍ଦ୍ର ଭଞ୍ଜ ଘୁମୁସରର ରାଜ ଦରବାରରେ ଓ ନୟାଗଡ଼ର ରାଜଦରବାରରେ ସାହିତ୍ୟ ଚର୍ଚ୍ଚା ମଧ୍ଯରେ ନିଜକୁ ଆବଦ୍ଧ ରଖୁଥିଲେ । ସେ ଥିଲେ ସିଦ୍ଧସାଧକ । ବୁଗୁଡ଼ାର ସିଦ୍ଧଗୁମ୍ଫା ଓ ନୟାଗଡ଼ର ‘ରଘୁନାଥ ପୀଠ’ ତାଙ୍କ ସାଧନାର ପୀଠ ଥିଲା । ଘୁମୁସର ରାଜଦରବାରରେ ରାଜସିଂହାସନ ପାଇଁ ଘଟିଥିବା ନାରକୀୟ ଲୀଳାରେ ନିଜକୁ ସମ୍ପୃକ୍ତ ନରଖ୍ ସେ ଜ୍ଞାନ ସାଧନପାଇଁ ଦେଶାନ୍ତର ହୋଇ ନୟାଗଡ଼ରେ ଆଶ୍ରୟ ନେଇଥିଲେ । ସେ ସମ୍ଭବତଃ ଖ୍ରୀ. ୧୬୮୦ ରୁ ଖ୍ରୀ. ୧୭୨୦ ପର୍ଯ୍ୟନ୍ତ ଜୀବିତ ଥିଲେ ବୋଲି ଅନୁମାନ କରାଯାଏ ।

ରୀତିଯୁଗର ଅନ୍ୟାନ୍ୟ ଶ୍ରେଷ୍ଠକବି କବି ଦୀନକୃଷ୍ଣ, ଧନଞ୍ଜୟ ଓ ଅଭିମନ୍ୟୁ ଆଦିଙ୍କ କବିପ୍ରତିଭା ଓ ପାଣ୍ଡିତ୍ୟଠାରୁ ତାଙ୍କର ପ୍ରତିଭା ଥିଲା ଆହୁରି ପ୍ରାଣବନ୍ତ ଓ ପ୍ରଭାବଶାଳୀ । ଏହି ମହାନ୍ ପ୍ରତିଭାଧର କବିଙ୍କୁ ସମଗ୍ର ଓଡ଼ିଆ ଜାତି ‘କବି ସମ୍ରାଟ’ ଉପାଧ୍ଧରେ ଭୂଷିତ କରିଛି । ପ୍ରତିସ୍ପର୍ଶୀ ସଂସ୍କୃତ ପଣ୍ଡିତଙ୍କ ଅହମିକା ବିରୁଦ୍ଧରେ ସଂଗ୍ରାମ କରି ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସମକକ୍ଷ କରିବାପାଇଁ ଉପେନ୍ଦ୍ରଙ୍କ ସାଧନା ବାସ୍ତବିକ ଉଲ୍ଲେଖନୀୟ । ସେ ରୀତିକାବ୍ୟ ଓ ସଂସ୍କୃତ କାବ୍ୟର ସମସ୍ତ ଗୁଣ ଓ ଲକ୍ଷଣକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜର କଳ୍ପନାବିଳାସ, ପୁରାଣଜ୍ଞାନ, ସଙ୍ଗୀତଜ୍ଞାନ, ଅଳଙ୍କାର ଜ୍ଞାନ ଓ ଶବ୍ଦଅର୍ଥ ଜ୍ଞାନକୁ ତାଙ୍କ ସେ କାବ୍ୟ ସାଧନା ମାର୍ଗରେ ବିଶେଷ ଭାବରେ ଶ୍ରୀହର୍ଷଙ୍କ ନୈଷଧ କାବ୍ୟକୁ ଅନୁସରଣ କରିଥିଲେ ହେଁ, ମାଘ, ଭାରବୀ ଓ କାଳିଦାସଙ୍କୁ ମଧ୍ୟ ଗ୍ରହଣ କରିଥିଲେ । ସଂସ୍କୃତ କାବ୍ୟଶାସ୍ତ୍ର ଓ ପୁରାଣ ବ୍ୟତୀତ ଅଭିଧାନ ଗ୍ରନ୍ଥ, ଅଳଙ୍କାର ଶାସ୍ତ୍ର ଓ ସଙ୍ଗୀତ ଶାସ୍ତ୍ରକୁ ମଧ୍ଯ ଆୟତ୍ତ କରିଥିଲେ । ଉପେନ୍ଦ୍ରଙ୍କ କାବ୍ୟର ଶବ୍ଦ ଓ ଅର୍ଥର ଏକ ବ୍ୟାପକ ଭୂମିକା ଲକ୍ଷଣୀୟ । ଏଥିପାଇଁ ସେ ଯଥାର୍ଥରେ କହିଥିଲେ – ‘ମୁଁ ଲଭିଛି ଶବଦ ସାଗର ପାର ।’’

ଜଣେ ସଙ୍ଗୀତ କବିଭାବେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ଥିଲା ଅସାଧାରଣ । ତାଙ୍କର ସଙ୍ଗୀତ ସାଧାରଣ ମଣିଷଠାରୁ ଦରବାରର ବିଳାସୀ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସବୁଠି ଥିଲା ଅତ୍ୟନ୍ତ ଆଦରର ବସ୍ତୁ । ଏହି ପ୍ରତିଭାକୁ ଲକ୍ଷ୍ୟକରି ଉତ୍କଳମଣି ଗୋପବନ୍ଧୁ ଲେଖୁଥିଲେ –
CHSE Odisha Class 11 Odia Solutions Chapter 8 Img 1
ମହାକାବ୍ୟ ଓ କାବ୍ଯବ୍ୟତୀତ ଉପେନ୍ଦ୍ର ଅସଂଖ୍ୟା ଛାନ୍ଦ, ଚଉପଦୀ, ଚଉତିଶା, ଦୋହା, ପୋଇ ଆଦି ରଚନା କରି ଜଣେ ପ୍ରତିଷ୍ଠିତ ସଙ୍ଗୀତକାର କବିର ଗୌରବ ଅର୍ଜନ କରିଛନ୍ତି । ମଧ୍ୟଯୁଗୀୟ କାବ୍ୟ ସାହିତ୍ୟ ତାଙ୍କ ସିଦ୍ଧି ଓ ସାଧନାରେ ‘ଭଞ୍ଜଯୁଗ’ ନାମରେ ନାମିତ ହେବାର ଗୌରବ ଅର୍ଜନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କବିଙ୍କର ପ୍ରମୁଖ କାବ୍ୟକୃତି
(୧) ଲାବଣ୍ୟବତୀ, (୨) ବୈଦେହୀଶ ବିଳାସ, (୩) କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, (୪) ରସିକ ହାରାବଳୀ, (୫) ପ୍ରେମ ସୁଧାନିଧ୍ୟ, (୬) ଛାନ୍ଦଭୂଷଣ, (୭) ରସପଞ୍ଚକ, (୮) ଅବନା ରସତରଙ୍ଗ, (୯) ସୁଭଦ୍ରା ପରିଣୟ, (୧୦) କଳାକଉତୁକ, (୧୧) ଚିତ୍ରକାବ୍ୟ ବନ୍ଧୋଦୟ, (୧୨) ରସଇ/ଦଶପୋଇ ।

ଉପେନ୍ଦ୍ରଙ୍କ ବିମଳ କାବ୍ଯସାଧନା ନିକଟରେ ଓଡ଼ିଆ ସାହିତ୍ୟ ଋଣୀ । ରାଜପରିବାରର ଅନ୍ତର୍ଦ୍ଦହ ସାଙ୍ଗକୁ ଓଡ଼ିଶାର ଅସ୍ଥିର ରାଜନୈତିକ ଅବହାୱା ମଧ୍ୟରେ ରସପୂର୍ଣ୍ଣ କାବ୍ୟସାଧନା ଉପେନ୍ଦ୍ରଙ୍କ ପାଇଁ କିଛି କମ୍ ସାଧନାର କଥା ନଥିଲା । ଏକ ଦେଇଛି ଏକ ଆଶାତୀତ ମର୍ଯ୍ୟାଦା ଓ ଗୁରୁଗମ୍ଭୀର ପ୍ରତିଷ୍ଠା ।

(ଖ) କବିତାର ପୂଣରୁମି :

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ମିତ୍ରତା’ କବିତାଟି ତାଙ୍କର ‘ବ’ ଅନୁପ୍ରାସରେ ରଚିତ ସର୍ବଶ୍ରେଷ୍ଠ କାବ୍ୟ ‘ବୈଦେହୀଶ ବିଳାସ’ର ଅଷ୍ଟବିଂଶ ଛାନ୍ଦର ଅଂଶବିଶେଷ । ଉକ୍ତ କାବ୍ୟଟି ରାମାୟଣ କଥାବସ୍ତୁକୁ ନେଇ ରଚନା କରାଯାଇଛି । ମର୍ଯ୍ୟାଦା ଜାନକୀ ଏବଂ ଅନୁଜ ଲକ୍ଷ୍ମଣ । ସେ ବନରେ ବହୁ ଅସୁର ସଂହାର କରି ମୁନିଙ୍କର ଯଜ୍ଞ ରକ୍ଷା କରିଛନ୍ତି । ଶେଷରେ ସେମାନେ ପହଞ୍ଚିଛନ୍ତି ପଞ୍ଚବଟୀରେ । ସେହି ଅରଣ୍ୟରେ ସେମାନେ ଲଙ୍କାର ରାଜା ରାବଣର ଭଉଣୀ ସୂର୍ପଣଖାର ବ୍ୟବହାରରେ ଛଦ୍ମବେଶରେ ସୀତାଙ୍କୁ ଅପହରଣ କରି ଲଙ୍କାକୁ ନେଇଯାଇଛି । ସୀତାଙ୍କୁ ଖୋଜି ଖୋଜି ରାମଚନ୍ଦ୍ର ଓ ଲକ୍ଷ୍ମଣ କିସ୍କିନ୍ଧ୍ୟାରେ ପହଞ୍ଚିଛନ୍ତି । ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସହିତ ଭେଟ ହୋଇଛି । ପରସ୍ପର ପରସ୍ପରର ଦୁଃଖରେ ସହାନୁଭୂତି ପ୍ରକାଶ କରିଛନ୍ତି ଓ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇଛନ୍ତି । ଏହାହିଁ କବିତାର କଥାବସ୍ତୁ ।

(ଗ) କବିତାର ସାରକଥା :

ଉଭୟଙ୍କୁ ସମାନ ଦଶା ପଡ଼ିଛି ବୋଲି ସୂଚନା ଦେଇଛନ୍ତି । ରାମଚନ୍ଦ୍ର ହେଉଛନ୍ତି ସୂର୍ଯ୍ୟବଂଶର ଦାୟାଦ ଏବଂ ସୁଗ୍ରୀବ ହେଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର । ସୁତରାଂ ସେମାନଙ୍କ ମଧ୍ୟରେ ବଂଶଗତ ସାମ୍ୟ ରହିଥ‌ିବା, ସେମାନେ ଜାଣିପାରିଛନ୍ତି । ରାମଚନ୍ଦ୍ରଙ୍କ ସୁଗ୍ରୀବଙ୍କ ପତ୍ନୀ ରୋମାଙ୍କୁ ବଡ଼ ଭାଇ ବାଳୀ ଅପହରଣ କରିନେଇ ଥ‌ିବାରୁ ସେ ମଧ୍ୟ ଦୁଃଖରେ ରହିଛନ୍ତି । ଉଭୟେ ଉଭୟ ନିଜ ରାଜ୍ୟରେ ରାଜା ହେବା କଥା । ଅର୍ଥାତ୍ ରାମଚନ୍ଦ୍ର ଅଯୋଧ୍ୟାରେ ଏବଂ ସୁଗ୍ରୀବ କିଷ୍କିନ୍ଧ୍ୟାରେ ରାଜା ହୋଇଥା’ନ୍ତେ । ମାତ୍ର ବିଧୂର ବିଧାନ ବଡ଼ ବିଚିତ୍ର । ଉଭୟେ ରାଜ୍ୟହରା ଓ ପତ୍ନୀହରା ହୋଇ ବନରେ ବୁଲୁଛନ୍ତି । ବନର ଫଳମୂଳ ଭକ୍ଷଣ କରି ସେମାନେ ଜୀବନଧାରଣ କରିଛନ୍ତି । ରାମଚନ୍ଦ୍ର କେବଳ ଅନୁଜ ଭ୍ରାତା ଲକ୍ଷ୍ମଣଙ୍କ ପାଇ ଏବଂ ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନା ପାଇ ନିଜ ନିଜ ଦୁଃଖ ଲାଘବ କରୁଛନ୍ତି ।

ମାତା କୈକେୟୀଙ୍କ ପାଇଁ ରାମଚନ୍ଦ୍ର ସିଂହାସନରେ ବସିବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ସୁଗ୍ରୀବ, ଭ୍ରାତା ବାଳୀର ଶତ୍ରୁତା ପାଇଁ ରାଜା ହୋଇ ରହିବା ସମ୍ଭବ ହୋଇନାହିଁ । ଉଭୟଙ୍କ ମଧ୍ୟରେ ଏହିଭଳି ସାମ୍ୟତା ରହିଥ‌ିବାରୁ ଉଭୟେ ମିତ୍ରତା ସୂତ୍ରରେ ଆବଦ୍ଧ ହେବା ଉଚିତ ବୋଲି ସଂକଳ୍ପ କରିଛନ୍ତି । ସୁଗ୍ରୀବ ରାମଚନ୍ଦ୍ରଙ୍କୁ କହିଛନ୍ତି –, ‘ଉଭୟଙ୍କ ମଧ୍ୟରେ ଏତେ ସାମ୍ୟ ଥିଲେ ବି, ମୁଁ ଆପଣଙ୍କଠାରୁ ଆହୁରି ଦୁଃଖରେ ରହିଛି । ଆପଣ ନିର୍ଭୟରେ ବନରେ ବୁଲିପାରୁଛନ୍ତି, ମାତ୍ର ମୁଁ ବାଳୀ ଭୟରେ ବନରେ ନିର୍ଭୟରେ ରହିପାରୁନାହିଁ । କାରଣ ବାଳୀ ଯେକୌଣସି ସମୟରେ ମୋତେ ଆକ୍ରମଣ କରିବ, ସେଥ‌ିପାଇଁ ମୁଁ ପର୍ବତଗୁହାରେ ଲୁଚି ଲୁଚି ରହିଛି ।’ ନିଜର ଏଭଳି
ମାରିପାରୁଥିଲେ ମଧ୍ୟ ଶରଭ ଅର୍ଥାତ୍ ଅଷ୍ଟପଦ ବିଶିଷ୍ଟ ମୃଗକୁ ଭୟ କରିଥାଏ ।’ ଏଠାରେ କବି ସୁଗ୍ରୀବକୁ ବଳୀୟାନ ସିଂହ ସହିତ ତୁଳନା କରିଥିଲାବେଳେ, ବାଳୀକୁ ତା’ଠାରୁ ଅଧ‌ିକ ବଳଶାଳୀ ଶରଭ ସହିତ ତୁଳନା କରିଛନ୍ତି ।

ରାମଚନ୍ଦ୍ର ଓ ସୁଗ୍ରୀବ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାମଚନ୍ଦ୍ର କହିଛନ୍ତି, ସେ ଗୋଟିଏ ବାଣରେ ବାଳୀକୁ ବିନ୍ଧି ଦେବେ । ଅର୍ଥାତ୍ ତାଙ୍କର ଗୋଟିଏ ବାଣ ବାଳୀ ମୃତ୍ୟୁର କାରଣ ହେବ । ରାମଚନ୍ଦ୍ରଙ୍କର ଏଭଳି କଥା ଶୁଣି, ସୁଗ୍ରୀବ କହିଛନ୍ତି, ସୀତା ଯେକୌଣସି ସ୍ଥାନରେ ଥିଲେ ମଧ୍ୟ, ଏପରିକି ବ୍ରହ୍ମଲୋକରେ ଥିଲେ ମଧ୍ୟ, ସେ ତାଙ୍କୁ ଖୋଜି ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୁଗ୍ରୀବ ଭଣଜା ହନୁମାନକୁ ଦେଖାଇ ତାହାର ଅଦ୍ଭୁତ ପରାକ୍ରମ ବର୍ଣ୍ଣନା କରିଛନ୍ତି । ସୁଗ୍ରୀବ ଅଗ୍ନିକୁ ସାକ୍ଷୀରଖ୍ ମିତ୍ର ହୋଇଛନ୍ତି । ସନ୍ଦେହ ଆସିଛି । ସେ ବିନୟର ସହିତ, ଶତ୍ରୁକୁ ମାରିବା ପୂର୍ବରୁ ଦୁଇଥର ବଳ ପରୀକ୍ଷା କରିବାପାଇଁ କହିଛନ୍ତି । ସୁଗ୍ରୀବଙ୍କର ଅନୁରୋଧ ରକ୍ଷାକରି ରାମଚନ୍ଦ୍ର ଦୁଇଥର ଶକ୍ତି ପରୀକ୍ଷା ଦେଇଛନ୍ତି ।

CHSE Odisha Class 11 Odia Solutions Chapter 8 ମିତ୍ରତା

ପ୍ରଥମ ପରୀକ୍ଷା ହେଉଛି, ମୃତ ଦୁନ୍ଦୁଭି ରାକ୍ଷସର ଅସ୍ଥି ଉତ୍ତୋଳନ । ବାଳୀ ଏହି ଦୁର୍ଦାନ୍ତ ଦୁନ୍ଦୁଭି ଅସୁରକୁ ମାରିଥିଲା । ତା’ର ଅସ୍ଥିସମୂହ ପର୍ବତପ୍ରାୟ ରୁଣ୍ଡ ହୋଇ ପଡ଼ିଥିଲା । ଆକାଶକୁ ଫିଙ୍ଗି ଦେଇଛନ୍ତି । ସେହି ଦୃଶ୍ୟକୁ ତୁଳନା କରି ଏବଂ ରାମଚନ୍ଦ୍ରଙ୍କ ଅସାମାନ୍ୟ ବୀରତ୍ଵର ପ୍ରମାଣ କରି କବି କହିଛନ୍ତି, ହାତୀ ଯେପରି ପଦ୍ମଫୁଲକୁ ତୋଳିକରି ସହଜରେ ଆକାଶକୁ ଫିଙ୍ଗିଦିଏ, ଠିକ୍ ସେହିପରି ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ଆକାଶକୁ ଫିଙ୍ଗି ଦେଇଛନ୍ତି । ସେହି ଫିଙ୍ଗିବାର ଭୟଙ୍କର ଶବ୍ଦ ଶୁଣି କିଷ୍କିନ୍ଧ୍ୟାବାସୀ ଭାବିଛନ୍ତି, ଇନ୍ଦ୍ରଙ୍କ ବଜ୍ରଘାତରେ ମୈନାକ ପର୍ବତ ଉଡ଼ି ଦୂରରେ ପଡ଼ିଛି ।

ଆସିନାହିଁ । ସେ ଚିନ୍ତା କରିଛନ୍ତି, ରକ୍ତ, ମାଂସ, ଚର୍ମଦ୍ଵାରା ଦୁନ୍ଦୁଭି ବଡ଼ ଓଜନିଆ ଥିଲା । କିନ୍ତୁ ତା’ର ଶରୀର ପଚି ନଷ୍ଟ ହୋଇଯାଇଛି । ଫଳରେ ରାମଚନ୍ଦ୍ର ସହଜରେ, ଅସ୍ଥିକୁ ଦୂରକୁ ଫିଙ୍ଗି ଦେଇଛନ୍ତି । ତେଣୁ ସୁଗ୍ରୀବଙ୍କ ମନରେ ସନ୍ଦେହ ଆସିଛି । ବାଳୀ ଚାଲିଲାବେଳେ ତା’ର ଓଜନିଆ ପାଦପାତରେ ବସୁଧା ଭାରାକ୍ରାନ୍ତ ହୋଇଛି । ଏଣୁ ବସୁଧାର ଅନୁରୋଧରେ ବ୍ରହ୍ମା ବାଳୀର ଅଧାବଳ ସପ୍ତଶାଳା ଗଛରେ ରଖୁଛନ୍ତି । ତୁଳାଦଣ୍ଡର ଉଭୟ ପାର୍ଶ୍ଵରେ ସମାନଭାର ରଖୁଲାଭଳି ହୋଇଛି । ଏହି ସପ୍ତଶାଳାକୁ ଇନ୍ଦ୍ରାଦି ଦେବତାମାନେ ମଧ୍ୟ ଗୋଟିଏ ଶରରେ ବିନ୍ଧି ପାରିନାହାନ୍ତି । ତା’ର କାରଣ ଗୋଟିଏ ସାପ ଲାଙ୍ଗୁଳକୁ ଛୁଇଁଦେବାରୁ ସେ ସଳଖ୍ ସିଧା ହୋଇଯାଇଛି । ସାତଟି ଶାଳଗଛ ସିଧାହୋଇ ଏକ ଦିଗରେ ରହିବାରୁ ରାମଚନ୍ଦ୍ର ଗୋଟିଏ ଶରରେ ତା’କୁ ଭେଦକରିଛନ୍ତି ।

କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 8 Img 2
CHSE Odisha Class 11 Odia Solutions Chapter 8 Img 3

Leave a Comment