+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Odisha State Board Plus Two First Year Optional Odia Question Answer Chapter 3 ମଲାଜହ୍ନ Textbook Exercise Questions and Answers.

Plus Two First Year Optional Odia Chapter 3 ମଲାଜହ୍ନ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ବାପା ବଡ଼ ଶରଧାରେ ସତୀର ଜନ୍ମବେଳର ନାଁ କ’ଣ ଦେଇଥିଲେ?
(କ) ଅନୁପମା
(ଖ) ନିରୁପମା
(ଗ) ସତ୍ୟଭାମା
(ଘ) ପ୍ରିୟତମା
Answer:
(ଗ) ସତ୍ୟଭାମା

Question 2.
କାହାର ନାଁ ସାଙ୍ଗେ ବାହାର ଭିତର କୋଉଟା ତ ଟିକେ ମିଳୁ ନଥୁଲା?
(କ) ସତୀ
(ଖ) ସୌରଭୀ
(ଗ) ଚଇତା
(ଘ) ନାଥନନା
Answer:
(କ) ସତୀ

Question 3.
ସତୀ ଦୁଷ୍ଟପଣର ଗୋଟିଏ ଝିଅ ବୋଲି ସେଆଡ଼କୁ କିଏ ଏକାବେଳକେ ଆଖୁ ବୁଜି ଦେଇଥିଲେ?
(କ) ସାଙ୍ଗସାଥୀ
(ଖ) ବାପାମା
(ଗ) ଗାଁ ଲୋକେ
(ଘ) ବଡ଼ମା
Answer:
(ଖ) ବାପାମା

Question 4.
ବୋଉ ଅଜାଣତରେ ପାନପେଡ଼ିରୁ ବେଶୀକରି ଦି’ଖଣ୍ଡ ପାନ ଭାଙ୍ଗିଦେଇ ସତୀ କୁଆଡ଼କୁ ବାହାରି ପଡ଼ିଲା?
(କ) ଗାଁ ତୋଟା
(ଖ) ଗହୀର ବିଲ
(ଗ) ସାଇଆଡ଼େ ଟିକେ ବୁଲିଆସିବାକୁ
(ଘ) ମାମୁ ଘର
Answer:
(ଗ) ସାଇଆଡ଼େ ଟିକେ ବୁଲିଆସିବାକୁ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 5.
ଘର ଝିଅ, ପର ତ ଆଉ ଆସିବେ ନାହିଁ ଆକଟିବାକୁ– ଏକଥା କିଏ କହିଲେ?
(କ) ନାଥନନା
(ଖ) ବୋଉ
(ଗ) ଜମିଦାର
(ଘ) ବାପା
Answer:
(ଘ) ବାପା

Question 6.
ନିଉଛଣା ଜୀବନର ନିର୍ଲଜ କାହାଣୀଗୁଡ଼ିକୁ କାଗଜ ଉପରେ କିଏ ଢାଳି ଦେଇଛି?
(କ) ସତୀ
(ଖ) ନାଥନନା
(ଗ) ବଉଳ
(ଘ) ନିଶି
Answer:
(କ) ସତୀ

Question 7.
ପାଞ୍ଚ ବର୍ଷବେଳୁ, ଭଲକରି ଜ୍ଞାନ ହେବା ଆଗରୁ, ସମସ୍ତେ ତ ଆମ କୁଳରେ ପୁଣି ବାହା ହୁଅନ୍ତି – ଏକଥା କିଏ କହିଛି?
(କ) ସତୀର ବୋଉ
(ଖ) ସତୀ
(ଗ) ନାଥନନା
(ଘ) ଜମିଦାର
Answer:
(ଖ) ସତୀ

Question 8.
ଗାଁର କେଉଁ ପଟେ ଯୋରଟି ଲମ୍ବି ଯାଇଥିଲା?
(କ) ପୂର୍ବ
(ଖ) ପଶ୍ଚିମ
(ଗ) ଉତ୍ତର
(ଘ) ଦକ୍ଷିଣ
Answer:
(ଗ) ଉତ୍ତର

Question 9.
ସତୀ କଇଁଫୁଲ ତୋଳିବା ପାଇଁ କେଉଁ ପାଣିରେ ପଶିଥୁଲା?
(କ) ନଦୀ
(ଖ) ନାଳ
(ଗ) ଯୋର
(ଘ) ପୋଖରୀ
Answer:
(ଗ) ଯୋର

Question 10.
ମରୁନାଇଁ ବୁଡ଼ି ସିଆଡ଼େ, ଅଲକ୍ଷଣୀ ଟୋକୀ ! କିଏ କାହାକୁ କହିଛି?
(କ) ବୋଉ ସତୀକୁ
(ଖ) ନାଥନନା ସତୀକୁ
(ଗ) ଜମିଦାର ସତୀକୁ
(ଘ) ବାପା ସତୀକୁ
Answer:
(କ) ବୋଉ ସତୀକୁ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 11.
ସତୀର ବାପାଙ୍କ ନାଁ କ’ଣ?
(କ) ବୈଷ୍ଣବ ଦାଶ
(ଖ) ଅନାଦି ମିଶ୍ର
(ଗ) ଶରତ ପଣ୍ଡା
(ଘ) ଭରତ ପତି
Answer:
(ଖ) ଅନାଦି ମିଶ୍ର

Question 12.
ସତୀର ବାପା ଦାଣ୍ଡଘରେ ବସି କ’ଣ ଲେଖୁଥିଲେ?
(କ) ଚିଠି
(ଖ) ବହି
(ଗ) କବିତା
(ଘ) ପୋଥ୍
Answer:
(ଘ) ପୋଥ୍

Question 13.
ଗୋବର୍ଦ୍ଧନ କାନଗୋଇର ଝିଅ ନାଁ କ’ଣ?
(କ) ରୂପା
(ଖ) ସୁନା
(ଗ) ହୀରା
(ଘ) ମୋତି
Answer:
(ଗ) ହୀରା

Question 14.
ଦିନେ ଦିନେ ଖରାବେଳେ ସତୀ ବୋଉ ପାଖରେ ବସି କ’ଣ ପଢୁଥାଏ?
(କ) ଭାଗବତ
(ଖ) ରାମାୟଣ
(ଗ) ହରିବଂଶ
(ଘ) ଗୋପୀଭାଷା
Answer:
(ଖ) ରାମାୟଣ

Question 15.
ସତୀ ଆଉ ବଉଳ ମିଶି କେଉଁଥିରେ ଡଙ୍ଗା ତିଆରି କରୁଥିଲେ?
(କ) ମାଟିରେ
(ଖ) ସୋଲରେ
(ଗ) କାଗଜରେ
(ଘ) ପତରରେ
Answer:
(ଗ) କାଗଜରେ

Question 16.
ବାହାଘର ପ୍ରସଙ୍ଗ ଗୋଟାଏ ଅମୁହାଁ ଦେଉଳ ବୋଲି କାହାକୁ ଲାଗୁଥୁଲା?
(କ) ସତୀକୁ
(ଖ) ନାଥନନାକୁ
(ଗ) ସଇତାକୁ
(ଘ) ସତୀର ବୋଉକୁ
Answer:
(କ) ସତୀକୁ

Question 17.
କଇଁଫୁଲ ତୋଳିଲାବେଳେ ଯୋର ବନ୍ଧ ଉପରେ ସତୀ କାହାକୁ ଦେଖୁଲା?
(କ) ବାପା
(ଖ) ବୋଉ
(ଗ) ନାଥନନା
(ଘ) ବଉଳ
Answer:
(ଗ) ନାଥନନା

Question 18.
ଗାଁ ଜମିଦାର ସତୀର କେଉଁଠିକି ଯୋଗ୍ୟ ନୁହେଁ ବୋଲି ନାଥନନା ମନ୍ତବ୍ୟ ଦେଲେ?
(କ) ମଥାର ମଣିକୁ
(ଖ) ଗୋଡ଼ ଆଙ୍ଗୁଳିକୁ
(ଗ) ଓଳି ତଳକୁ
(ଘ) ଦେହର ମଳିକୁ
Answer:
(ଖ) ଗୋଡ଼ ଆଙ୍ଗୁଳିକୁ

Question 19.
ଥାଳିଆରୁ ପାନତକ ଉଠାଇ ନେଇ ନାଥନନା କେଉଁଠାକୁ ଫିଙ୍ଗିଦେଲେ?
(କ) ଦୁଆରକୁ
(ଖ) ଦାଣ୍ଡକୁ
(ଗ) ବାରିକୁ
(ଘ) ନଳାକୁ
Answer:
(କ) ଦୁଆରକୁ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 20.
କେଉଁଥରେ ସତୀର ସବୁଦିନେ ଶରଧା?
(କ) ଫୁଲରେ
(ଖ) ଖେଳରେ
(ଗ) ନାଚରେ
(ଘ) ରାନ୍ଧଣାରେ
Answer:
(କ) ଫୁଲରେ

Question 21.
କାହାକୁ ଟାଣ ଟାଣ କଥା କହିପକେଇଥିବାରୁ ସତୀର ମନ ଖରାପ ହେଉଥ୍ଲା?
(କ) ବାପାଙ୍କୁ
(ଖ) ନାଥନନାଙ୍କୁ
(ଗ) ବୋଉକୁ
(ଘ) ଜମିଦାରକୁ
Answer:
(ଖ) ନାଥନନାଙ୍କୁ

Question 22.
ସତୀର ବଉଳ କିଏ?
(କ) ଅନୁତାର ସ୍ତ୍ରୀ
(ଖ) ଜମିଦାରଙ୍କ ପୋଇଲି
(ଗ) ନାଥନନାଙ୍କ ଭଉଣୀ
(ଘ)ପ୍ରଭାକର ମିଶ୍ରଙ୍କ ଝିଅ
Answer:
(ଗ) ନାଥନନାଙ୍କ ଭଉଣୀ

Question 23.
ସତୀ ହାତରେ କ’ଣ ଧରି ଚିତା ଲେଖୁବାରେ ଲାଗିଗଲା?
(କ) ଦୀପ
(ଖ) ଡିବି
(ଗ) ଲଣ୍ଡନ
(ଘ) ମହମବତୀ
Answer:
(କ) ଦୀପ

Question 24.
ସତୀର ବଉଳର ନାଁ କ’ଣ?
(କ) ପୁଷି
(ଖ) ଶଶୀ
(ଗ) ନିଶି
(ଘ) ମୂଷି
Answer:
(ଗ) ନିଶି

Question 25.
ବାହାଘର ଦିନଠାରୁ ତା’ ଜୀବନ ଗୋଟିକ ଲାଗି ଏଆଡ଼େ କ’ଣ ଗଢ଼ା ହେଉଛି ବୋଲି ସତୀ କହିଛି?
(କ) ଗଳାହାର
(ଖ) ସୁନାଚୂଡ଼ି
(ଗ) ହୀରାମୁଦି
(ଘ) ଲୁହା ଶିକୁଳି
Answer:
(ଘ) ଲୁହା ଶିକୁଳି

Question 26.
କାହାକୁ ଇନ୍ଦ୍ର ଚନ୍ଦ୍ର ତାଙ୍କ ଜିଦ୍ରରୁ ଟଳେଇ ପାରିବେ ନାହିଁ?
(କ) ସତୀର ବାପାଙ୍କୁ
(ଖ) ନାଥନନାଙ୍କୁ
(ଗ) ଜମିଦାରଙ୍କୁ
(ଘ) ଅତୁତାକୁ
Answer:
(କ) ସତୀର ବାପାଙ୍କୁ

Question 27.
ମୁଁ ତ ଜୀବନ ଥାଉଁ ସତୀକି ସେ ବୁଢ଼ାଟା ସାଙ୍ଗେ ବାହା ଦେଇ ପାରିବି ନାହିଁ – ଏ କଥା କିଏ କହିଛି?
(କ) ସତୀର ବାପା
(ଖ) ସତୀର ବୋଉ
(ଗ) ନାଥନନା
(ଘ) ସତୀର ମାମୁ
Answer:
(ଖ) ସତୀର ବୋଉ

Question 28.
ବରଟା ବୁଢ଼ା ଆଉ ଦୋଭେଇ ବୋଲି ବାହାଘର ଭାଙ୍ଗିଦେବାକୁ କିଏ କହିଲେ?
(କ) ସତୀର ବୋଉ
(ଖ) ନାଥନନା
(ଗ) ସତୀର ବାପା
(ଘ) ସତୀର ବଉଳ
Answer:
(ଖ) ନାଥନନା

Question 29.
ବାହାଘର ସମ୍ବନ୍ଧ ଭାଙ୍ଗିବାକୁ କିଏ ରାଜି ହେଲେ ନାଇଁ?
(କ) ସତୀ
(ଖ) ନାଥନନା
(ଗ) ସତୀର ବାପା
(ଘ) ଜମିଦାର
Answer:
(ଗ) ସତୀର ବାପା

Question 30.
ନାଥନନାଙ୍କ ବୋଉକୁ ସତୀ କ’ଣ ବୋଲି ଡାକୁଥୁଲା?
(କ) ମାଉସୀ
(ଖ) ବଡ଼ମା’
(ଗ) ଅପା
(ଘ) ଆଈ
Answer:
(ଖ) ବଡ଼ମା’

Question 31.
ସତୀର ବର କିପିର ଥିଲା?
(କ) ଦରବୁଢ଼ା, ତ୍ରିପଣ୍ଡ କଳା
(ଖ) ଗୋରା, ସରୁ
(ଗ) ପତଳା, ଡେଙ୍ଗା
(ଘ) ଗେଡ଼ା, କଣା
Answer:
(କ) ଦରବୁଢ଼ା, ତ୍ରିପଣ୍ଡ କଳା

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 32.
ନାଥନନା ଅଭିମାନ କରି କାହିଁକି ଚାଲି ଯାଇଥିଲେ?
(କ) ସତୀ ତାଙ୍କୁ ନମସ୍କାର ନ କରିବାରୁ
(ଖ) ନାଥନନାଙ୍କ ହାତକୁ ସତୀ ପାନ ନ ଦେବାରୁ
(ଗ) ତାଙ୍କ ଆଗରେ ଗୀତ ନ ଗାଇବାରୁ
(ଘ) ତାଙ୍କ କଥାରେ ନାଚ ନ କରିବାରୁ
Answer:
(ଖ) ନାଥନନାଙ୍କ ହାତକୁ ସତୀ ପାନ ନ ଦେବାରୁ

Question 33.
ରଙ୍ଗଣୀ ଫୁଲଗୁଡ଼ା ସତୀ ଉପରେ ଅଜାଡ଼ି ଦେଇ କ’ଣ ହେବ ବୋଲି ବଉଳ କହିଲା?
(କ) କୁଆଁର ପୁନେଇ ପୂଜା
(ଖ) ମଧୁଶଯ୍ୟା
(ଗ) ଫୁଲହାର
(ଘ) ପିଲାଖେଳ
Answer:
(ଖ) ମଧୁଶଯ୍ୟା

Question 34.
ବରଘର ସତୀକୁ ନେବା ପାଇଁ କ’ଣ ପଠେଇଲେଣି ବୋଲି ବଉଳ କହିଲା?
(କ) ଚିଠି
(ଖ) ଦୂତ
(ଗ) କଣ୍ଟ
(ଘ) ପିଆଦା
Answer:
(ଗ) କଣ୍ଟ

Question 35.
କେଉଁ ଜିନିଷ ପରି ଏ ଝିଅଗୁଡ଼ାଙ୍କୁ ଗୋଟାଏ କାହା ବେକରେ ଛନ୍ଦିଦେଲେ ଏମା’ ମାନଙ୍କର କର୍ତ୍ତବ୍ୟ ସରେ ବୋଲି ସତୀ କହିଛି?
(କ) ଜମିବାଡ଼ି
(ଖ) ଘରଦ୍ବାର
(ଗ) ଠାକୁର ବାସନ
(ଘ) ଘରର ଚଳନ୍ତ ଜିନିଷ
Answer:
(ଘ) ଘରର ଚଳନ୍ତି ଜିନିଷ

Question 36.
କେତେ ବର୍ଷରେ ନାଥର ଘାଟି ଥିଲା ବୋଲି ବଡ଼ମା’ କହିଲେ?
(କ) ବାଇଶ ବର୍ଷରେ
(ଖ) ବାର ବର୍ଷରେ
(ଗ) ବାଉନ ବର୍ଷରେ
(ଘ) ଷାଠିଏ ବର୍ଷରେ
Answer:
(କ) ବାଇଶ ବର୍ଷରେ

Question 37.
ସତୀ କେଉଁଦିନ ନାଥନନାଙ୍କ ଘରକୁ ଯାଇଥିଲା?
(କ) ନାଥନନାଙ୍କ ଜନ୍ମଦିନରେ
(ଖ) କୁଆଁର ପୁନେଇଁରେ
(ଗ) ନିଶିର ବାହାଘରରେ
(ଘ) ନାଥନନାଙ୍କ ବାହାଘରରେ
Answer:
(କ) ନାଥନନାଙ୍କ ଜନ୍ମଦିନରେ

Question 38.
ସତୀ ଦଣ୍ଡକରେ କେତେ ପିଠା ଗଢ଼ି ଥୋଇଦେଲାଣି ବୋଲି ବଡ଼ମା’ କାହାକୁ କହିଲେ?
(କ) ଅପୂର୍ବକୁ
(ଖ) ନେତବୋଉ ଖୁଡ଼ୀଙ୍କି
(ଗ) ନାଥନନାଙ୍କୁ
(ଘ) ବଉଳକୁ
Answer:
(ଖ) ନେତବୋଉ ଖୁଡ଼ୀଙ୍କି

Question 39.
ଭୟ ଆଉ ଭାବନାରେ ଦରମରା ହୋଇ ସତୀ ଦିନରାତି ଖାଲି ବିଛଣାରେ ପଡ଼ି ରହିଲା କାହିଁକି?
(କ) ତା’ର ଶାଶୂଘରକୁ ଯିବା ଆୟୋଜନ ହେବାରୁ
(ଖ) ତାକୁ ଜ୍ଵର ହେବାରୁ
(ଗ) ନାଥନନା ନ ଆସିବାରୁ
(ଘ) ତା’ ବୋଉଙ୍କର ଦେହ ଖରାପ ହେବାରୁ
Answer:
(କ) ତା’ର ଶାଶୂଘରକୁ ଯିବା ଆୟୋଜନ ହେବାରୁ

Question 40.
କାହାକୁ ବଳି ଦେବାକୁ ନେଲାବେଳେ ତା’ ଆଖୁର କରୁଣ ମିନତି କେହି ଶୁଣନ୍ତି ନାହିଁ?
(କ) ସିଂହ ଛୁଆକୁ
(ଖ) ନିରୀହ ଛେଳିଛୁଆକୁ
(ଗ) ବାଘ ଛୁଆକୁ
(ଘ) ମଇଁଷି ଛୁଆକୁ
Answer:
(ଖ) ନିରୀହ ଛେଳିଛୁଆକୁ

Question 41.
କେଉଁଦିନ ସତୀ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲା?
(କ) ତା’ ବାହାଘର ଦିନ
(ଖ) କୁଆଁର ପୁନେଇଁ ଦିନ
(ଗ) ଶାଶୂଘରକୁ ଯିବାଦିନ
(ଘ) ନାଥନନାଙ୍କ ଜନ୍ମଦିନ
Answer:
(ଗ) ଶାଶୂଘରକୁ ଯିବାଦିନ

Question 42.
ସତୀର ସବାରୀ କବାଟ ଫାଙ୍କରେ କାହା ଦିହ ଦିଶୁଥିଲା?
(କ) ତା’ ବାପାଙ୍କର
(ଖ) ତା’ ବୋଉର
(ଗ) ଜମିଦାରଙ୍କର
(ଘ) ନାଥନନାଙ୍କର
Answer:
(ଘ) ନାଥନନାଙ୍କର

Question 43.
ଶାଶୂଘର ଯିବାପାଇଁ ସତୀକୁ କେତେ ସମୟ ଲାଗିଥିଲା?
(କ) ଗୋଟିଏ ରାତି
(ଖ) ଗୋଟିଏ ଦିନ
(ଗ) ଦୁଇଦିନ
(ଘ) ଗୋଟିଏ ଓଳି
Answer:
(କ) ଗୋଟିଏ ରାତି

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 44.
ସତୀ ବରର ମୁହଁଯାକ କ’ଣ ସଇଁ ହୋଇ ଯାଇଥିଲା?
(କ) ଅବିର ରଙ୍ଗ
(ଖ) କଟାଦାଗ
(ଗ) ବସନ୍ତର ଦାଗ
(ଘ) ପୋଡ଼ାଦାଗ
Answer:
(ଗ) ବସନ୍ତର ଦାଗ

Question 45.
ସତୀ ତା’ ସ୍ଵାମୀଙ୍କର କ’ଣ ଥିଲା?
(କ) ପ୍ରଥମ ସ୍ତ୍ରୀ
(ଖ) ଦ୍ଵିତୀୟ ସ୍ତ୍ରୀ
(ଗ) ରକ୍ଷିତା
(ଘ) ତୃତୀୟ ସ୍ତ୍ରୀ
Answer:
(ଖ) ଦ୍ବିତୀୟ ସ୍ତ୍ରୀ

Question 46.
ସ୍ଵାମୀଙ୍କ ମୁହଁ ଦେଖିବାପରେ ସତୀ ଯେଉଁ ଲାବଣ୍ୟସିନ୍ଧୁପଖଳା ଚିର ପରିଚିତ ମୁହଁଟି ମନେ ପକାଇଲା ତାହା କାହାର?
(କ) ନାଥନନାଙ୍କର
(ଖ) ତା’ ବାପାଙ୍କର
(ଗ) ତା’ ବଉଳର
(ଘ) ତା’ ବୋଉଙ୍କର
Answer:
(କ) ନାଥନନାଙ୍କର

Question 47.
ଶାଶୁଘରେ ସତୀ ବସିଥିବା କୋଠରୀରେ କ’ଣ ମୋଟେ ନଥିଲା?
(କ) ବିଜୁଳିବତୀ
(ଖ) ଖଟ
(ଗ) ଆଲମାରି
(ଘ) ଜଳାକବାଟି
Answer:
(ଘ) ଜଳାକବାଟି

Question 48.
ସତୀର ସଉତୁଣୀର ପୁଅ ନାଁ କ’ଣ?
(କ) ହଟ
(ଖ) ବଟ
(ଗ) ନଟ
(ଘ) ଜଟ
Answer:
(ଗ) ନଟ

Question 49.
ତା’ ବାପାକୁ କିଏ ଓଷଦ କରିଛି ବୋଲି ନଟ କହିଲା?
(କ) ଧାଈମା’
(ଖ) ନୂଆମା’
(ଗ) ଜେଜେମା
(ଘ) କେହି ନୁହେଁ
Answer:
(କ) ଧାଈମା’

Question 50.
ସତୀର ଶାଶୁଘରେ ପକ୍‌କା କୂଅଟି କେଉଁଠି ଥିଲା?
(କ) ଦାଣ୍ଡପଟେ
(ଖ) ବାଡ଼ିପଟେ
(ଗ) ପିଣ୍ଡାତଳେ
(ଘ) ମଝି ଅଗଣାରେ
Answer:
(ଗ) ପିଣ୍ଡାତଳେ

Question 51.
ଶାଶୂଘରେ ସତୀର ସକାଳ ଓଳିଟା କିପରି କଟେ?
(କ) ଶଶୁର ସେବାରେ
(ଖ) ସ୍ଵାମୀ ସେବାରେ
(ଗ) ଶାଶୁଙ୍କ ସେବାରେ
(ଘ) ପୂଜା କରିବାରେ
Answer:
(ଗ) ଶାଶୁଙ୍କ ସେବାରେ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 52.
ସତୀଠାରୁ ଭଣ୍ଡାର ଘର ଚାବି କିଏ ମାଗିନେଲେ?
(କ) ତା’ ଶାଶୁ
(ଖ) ତା’ ସ୍ଵାମୀ
(ଗ) ନଟ
(ଘ) ସଉରଭୀ
Answer:
(ଖ) ତା’ ସ୍ଵାମୀ

Question 53.
କପିଳେଶ୍ୱରଙ୍କ ପାଖକୁ ଯିବାପାଇଁ କେତେଖଣ୍ଡ ସବାରୀ ଯୋଗାଡ଼ ହୋଇଥିଲା?
(କ) ଖଣ୍ଡ
(ଖ) ଦୁଇଖଣ୍ଡ
(ଗ) ତିନିଖଣ୍ଡ
(ଘ) ପାଞ୍ଚଖଣ୍ଡ
Answer:
(ଗ) ତିନିଖଣ୍ଡ

Question 54.
ସତୀକୁ ଦେଖୁଯିବାକୁ ବାପାସାନ୍ତେ କାହାକୁ ପଠାଇଥିଲେ?
(କ) ନିଧୂଆ
(ଖ) ପାଣୁଆ
(ଗ) ସଇତା
(ଘ) ନାଥୁଆ
Answer:
(ଗ) ସଇତା

Question 55.
ବୁଢ଼ା ଚାକର ସଇତା ସତୀକୁ କେଉଁ ନାଁରେ ସମ୍ବୋଧନ କରୁଥିଲା?
(କ) ସତୀମା’
(ଖ) ବୁଢ଼ିଆ
(ଗ) ବୁଢ଼ୀ
(ଘ) କୁନିମା’
Answer:
(ଗ) ବୁଢ଼ୀ

Question 56.
ନଟର ଜାଆଁଳା ବାଳ କେଉଁ ଠାକୁରଙ୍କ ପାଖରେ ପକାଇବାପାଇଁ ସ୍ଥିର ହୋଇଥିଲା?
(କ) ନୀଳକଣ୍ଠେଶ୍ଵର
(ଖ) ବାଲୁଙ୍କେଶ୍ଵର,
(ଗ) କପିଳେଶ୍ବର
(ଘ) ଭୁବନେଶ୍ବର
Answer:
(ଗ) କପିଳେଶ୍ୱର

Question 57.
ନାଥନନା କେତେ ଟଙ୍କା ଦେଇ ରାତିକ ପାଇଁ ଆଶ୍ରୟ ଦେବାପାଇଁ ସାହୁକୁ କହିଲେ?
(କ) ତିନୋଟି ଟଙ୍କା
(ଖ) ଟଙ୍କାଟିଏ
(ଗ) ଯୋଡ଼ିଏ ଟଙ୍କା
(ଘ) ଚାରି ଟଙ୍କା
Answer:
(ଗ) ଯୋଡ଼ିଏ ଟଙ୍କା

Question 58.
ଜମିଦାରଙ୍କ ଅସଲ ନାଁ କ’ଣ?
(କ) ରାମଚନ୍ଦ୍ର ମିଶ୍ର
(ଖ) ନରହରି ମିଶ୍ର
(ଗ) ସୀତାକାନ୍ତ ମହାନ୍ତି
(ଘ) ଅନୁତ ମିଶ୍ର
Answer:
(ଖ) ନରହରି ମିଶ୍ର

Question 59.
କଟକ ଛାଡ଼ି ନାଥନନା ଓ ସତୀ କେଉଁ ଗାଡ଼ିରେ ଗାଁକୁ ଗଲେ?
(କ) ରେଳଗାଡ଼ି
(ଖ) ବଳଦଗାଡ଼ି
(ଗ) ଶୂନଗାଡ଼ି
(ଘ) ଘୋଡ଼ାଗାଡ଼ି
Answer:
(ଖ) ବଳଦଗାଡ଼ି

Question 60.
ରେଳଗାଡ଼ିରେ ଯାଇ ସତୀ ଓ ନାଥନନା କେଉଁ ସହରରେ ଓହ୍ଲାଇଲେ?
(କ) ପୁରୀ
(ଖ) କଟକ
(ଗ) କଲିକତା
(ଘ) ବାଲେଶ୍ବର
Answer:
(ଖ) କଟକ

Question 61.
ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ସତୀ ସହିତ ପିଲାଦିନେ କ’ଣ ବସିଥିଲେ?
(କ) ବଉଳ
(ଖ) ସଙ୍ଗାତ
(ଗ) ଅଶୋକା
(ଘ) ମକର
Answer:
(ଗ) ଅଶୋକା

Question 62.
ନାଥନନାଙ୍କ ପୂରା ନାଁ କ’ଣ?
(କ) ଗୋପୀନାଥ ପହରାଜ
(ଖ) ଲୋକନାଥ ତ୍ରିପାଠୀ
(ଗ) ଯଦୁନାଥ ମହାପାତ୍ର
(ଘ) ପ୍ରିୟନାଥ ପାଣିଗ୍ରାହୀ
Answer:
(ଖ) ଲୋକନାଥ ତ୍ରିପାଠୀ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 63.
କଟକରେ ସତୀ ପାଖରେ ଥିବା ଚାକରାଣୀର ନାଁ କ’ଣ?
(କ) ପୂରବୀ
(ଖ) ମାଧବୀ
(ଗ) ସାଧବୀ
(ଘ) କରବୀ
Answer:
(ଗ) ସାଧବୀ

Question 64.
ସତୀର ବାପା ବୋଉ ଚାଲିଗଲା ପରେ ବୁଢ଼ା ଚାକର ସଇତା କାହା ଘରେ କାମ କରୁଥିଲା?
(କ) ପ୍ରଭାକର ମିଶ୍ର
(ଖ) ଅଦ୍ଭୁତ ମହାନ୍ତି
(ଗ) ଲୋକନାଥ ତ୍ରିପାଠୀ
(ଘ) ସଦାଶିବ ଦାସ
Answer:
(ଖ) ଅଦ୍ଭୁତ ମହାନ୍ତି

Question 65.
ମୁହଁ ପୋଡ଼ା ବାମୁଣଗୁଡ଼ାକ କେଉଁଠାରେ ନିଶାପ କରୁଛନ୍ତି ବୋଲି ସଇତା କହିଲା?
(କ) ଗାଁ ଚଉପାଢ଼ୀରେ
(ଖ) ଭାଗବତ ଟୁଙ୍ଗୀରେ
(ଗ) ଝୁଲଣ ମଣ୍ଡପରେ
(ଘ) ଗାଁ ଦାଣ୍ଡରେ
Answer:
(ଖ) ଭାଗବତ ଟୁଙ୍ଗୀରେ

Question 66.
ସତୀ ଜୀବନରେ କାହାକୁ ତା’ ନିଜର ବୋଲି ଅନୁଭବ କରିଥିଲା?
(କ) ବଉଳ ନିଶିକୁ
(ଖ) ବୁଢ଼ାଚାକର ସତିଆକୁ
(ଗ) ନାଥନନାଙ୍କୁ
(ଘ) ସ୍ଵାମୀ ନରହରି ମିଶ୍ରଙ୍କୁ
Answer:
(ଗ) ନାଥନନାଙ୍କୁ

Question 67.
ନାଥନନା ଘରେ ବସି କାମ ଚଳିଲା ଭଳି କ’ଣ ଗୋଟାଏ ସଜାଡୁଥିଲେ?
(କ) ବାଟୁଳିଖଡ଼ା
(ଖ) ବନ୍ସୀଖଡ଼ା
(ଗ) ଖେପାଜାଲ
(ଘ) ଫାଶିଜାଲ
Answer:
(ଖ) ବନ୍ସୀଖଡ଼ା

Question 68.
‘ମଲାଜହ୍ନ’ ଉପନ୍ୟାସର ଲେଖକ କିଏ?
(କ) କାହ୍ନୁ ଚରଣ ମହାନ୍ତି
(ଖ) ଶାନ୍ତନୁ କୁମାର ଆଚାର୍ଯ୍ୟ
(ଗ) ଗୋପୀନାଥ ମହାନ୍ତି
(ଘ) ଉପେନ୍ଦ୍ର କିଶୋର ଦାସ
Answer:
(ଘ) ଉପେନ୍ଦ୍ର କିଶୋର ଦାସ

Question 69.
‘ମଲାଜହ୍ନ’ ଉପନ୍ୟାସର ନାୟକ କିଏ?
(କ) ଦାସନନା
(ଖ) ନାଥନନା
(ଗ) ପଞ୍ଚୁନନା
(ଘ) ବୁଢ଼ାନନା
Answer:
(ଖ) ନାଥନନା

Question 70.
‘ମଲାଜହ୍ନ’ ଉପନ୍ୟାସର ନାୟିକାର ନାମ କ’ଣ?
(କ) ସତୀ
(ଖ) ନେତୀ
(ଗ) ପ୍ରୀତି
(ଘ) ଗୀତି
Answer:
(କ) ସତୀ

Question 71.
ସତୀର ଶାଶୂଘର ଗାଁ ନାଁ କ’ଣ?
(କ) ଗୋବିନ୍ଦପୁର
(ଖ) ମଦନପୁର
(ଗ) ମୁକୁନ୍ଦପୁର
(ଘ) ବନମାଳିପୁର
Answer:
(ଗ) ମୁକୁନ୍ଦପୁର

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 72.
ସତୀଠାରୁ ତା’ର ବଉଳ ନିଶିର ବୟସ କେତେ ବର୍ଷ ସାନ ହେବ?
(କ) ଚାରିବର୍ଷ
(ଖ) ବର୍ଷେ
(ଗ) ଦୁଇବର୍ଷ
(ଘ) ତିନିବର୍ଷ
Answer:
(କ) ଚାରିବର୍ଷ

Question 73.
ବୟସରେ ସ୍ଵାମୀ କାହା ସାଙ୍ଗର ହେବେ ବୋଲି ସତୀ ଅନୁମାନ କରିଛି?
(କ) ନାଥନନାଙ୍କ ସାଙ୍ଗର
(ଖ) ବାପାଙ୍କ ସାଙ୍ଗର
(ଗ) ସତିଆ ସାଙ୍ଗର
(ଘ) ଅନୁତା ସାଙ୍ଗର
Answer:
(ଖ) ବାପାଙ୍କ ସାଙ୍ଗର

Question 74.
ସତୀକୁ ଖୋଜୁ ଖୋଜୁ ଅନ୍ଧାରରେ ତା’ର ସ୍ୱାମୀଙ୍କ ମୁଣ୍ଡ କେଉଁଠାରେ ଖୁବ୍ ଜୋର୍‌ରେ ବାଡ଼େଇ ହୋଇଗଲା?
(କ) କାନ୍ଥରେ
(ଖ) କବାଟରେ
(ଗ) ଖଟ ଦିହରେ
(ଘ) ଦୁଆରବନ୍ଧରେ
Answer:
(ଗ) ଖଟ ଦିହରେ

Question 75.
ନଟ ସତୀକୁ କ’ଣ ବୋଲି କହି ଡାକୁଥୁଲା?
(କ) ମାଉସୀ
(ଖ) ନୂଆମା’
(ଗ) ବୋଉ
(ଘ) ଅପା
Answer:
(ଖ) ନୂଆମା’

Question 76.
ସତୀର ଶାଶୁଘରେ ଥିବା ଧାଈମା’ର ନାଁ କ’ଣ?
(କ) ବନଲତା
(ଖ) ତଅପୋଇ
(ଗ) ସଉରଭୀ
(ଘ) ଆଶାଲତା
Answer:
(ଗ) ସଉରଭୀ

Question 77.
ସତୀର ଶାଶୁଙ୍କୁ କେଉଁ କାମରେ ଦଣ୍ଡେ ଫୁରୁସତ୍ ନଥାଏ?
(କ) ଘର କାମରେ
(ଖ) ଠାକୁରପୂଜାରେ
(ଗ) ରନ୍ଧାବଢ଼ାରେ
(ଘ) ଅତିଥ୍ ଚର୍ଚ୍ଚାରେ
Answer:
(ଖ) ଠାକୁରପୂଜାରେ

Question 78.
କେଉଁ ଘୋଡ଼ା ଉପରେ ଚଢ଼ି ନଟ ଖେଳୁଥିଲା?
(କ) ମାଟିଘୋଡ଼ା
(ଖ) କାଠଘୋଡ଼ା
(ଗ) ବେତଘୋଡ଼ା
(ଘ) ଲୁହାଘୋଡ଼ା
Answer:
(କ) ମାଟିଘୋଡ଼ା

Question 79.
ସତୀର ସ୍ଵାମୀ ତାକୁ କେଉଁଘର ଚାବି ମାଗିଲେ?
(କ) ଶୋଇବାଘର
(ଖ) ଭଣ୍ଡାରଘର
(ଗ) ଖମାରଘର
(ଘ) ଠାକୁରଘର
Answer:
(ଖ) ଭଣ୍ଡାରଘର

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 80.
ସତୀକୁ ଭଣ୍ଡାରଘର ଚାବି କିଏ ଦେଇଥିଲେ?
(କ) ସ୍ଵାମୀ
(ଖ) ଶାଶୁ
(ଗ) ସଉରଭୀ
(ଘ) ଚମ୍ପାମା’
Answer:
(ଖ) ଶାଶୁ

Question 81.
କେତେ ଦିନରେ ଶାଶୂ ପୁରୀରୁ ଫେରିଆସିବେ ବୋଲି ସତୀକୁ କହିଲେ?
(କ) ମାସ ଦୁଇଟାରେ
(ଖ) ମାସ ଛଅଟାରେ
(ଗ) ମାସ ଚାରିଟାରେ
(ଘ) ମାସ ଗୋଟାକରେ
Answer:
(ଘ) ମାସ ଗୋଟାକରେ

Question 82.
ସେଦିନ ରାତିରେ ସାହୁ ନାଥନନା ଓ ସତୀଙ୍କୁ କ’ଣ ଜଳଖୁଆ ଖାଇବାକୁ ଦେଇଥୁଲା?
(କ) ଛେନାଗଜା
(ଖ) ରସଗୋଲା
(ଗ) କ୍ଷୀରଗଜା
(ଘ) ମାଲପୁଆ
Answer:
(ଖ) ରସଗୋଲା

Question 83.
ସତୀର ସ୍ଵାମୀ ସତୀକୁ କେଉଁଠାକୁ ନେଇଯିବାପାଇଁ ନାଥନନାଙ୍କୁ କହିଲେ?
(କ) ସତୀର ବାପଘରକୁ
(ଖ) ସହରର ବେଶ୍ୟାପଡ଼ାକୁ
(ଗ) ଅନାଥାଶ୍ରମକୁ
(ଘ) ମହିଳା ନିକେତନକୁ
Answer:
(ଖ) ସହରର ବେଶ୍ୟାପଡ଼ାକୁ

Question 84.
ସତୀର ଭାବନାରେ କେଉଁ ଜାତିଟା ସବୁଠୁଁ ନିଉଛଣା, ସବୁଠୁଁ ହତଭାଗ୍ୟ?
(କ) ପୁରୁଷ ଜାତିଟା
(ଖ) ମଣିଷ ଜାତିଟା
(ଗ) ନଡ଼ିଆ ତେଲ
(ଘ) ଜଡ଼ାତେଲ
Answer:
(ଗ) ସ୍ତ୍ରୀ ଜାତିଟା

Question 85.
ନାଥନନାଙ୍କ ହାତକୁ ଗରମ ପାଣିରେ ଧୋଇଦେଇ ସତୀ କେଉଁ ତେଲ ପଟିବାନ୍ଧି ଦେଲା?
(କ) ସୋରିଷ ତେଲ
(ଖ) ରାଶିତେଲ
(ଗ) ସ୍ତ୍ରୀ ଜାତିଟା
(ଘ) ଭିକାରୀ ଜାତିଟା
Answer:
(ଗ) ନଡ଼ିଆ ତେଲ

Question 86.
ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର କ’ଣ ସବୁ ସଜାଡ଼ି ରଖୁଥିଲେ?
(କ) ପୁରୁଣା ଖାତା
(ଖ) ପୁରୁଣା ବହି
(ଗ) ପୁରୁଣା ଚିଠି
(ଘ) ପୁରୁଣା ସାର୍ଟିଫିକେଟ୍
Answer:
(କ) ପୁରୁଣା ଖାତା

Question 87.
ଅଚୁତି କେଉଁ ପଦବୀରେ ଥିଲେ?
(କ) ଗାଁ ପଞ୍ଚାୟତର ସରପଞ୍ଚ
(ଖ) ଗ୍ରାମସଭାର ମୁଖ୍
(ଗ) ଗାଁ ଚାଟଶାଳୀର ମାଷ୍ଟର
(ଘ) ଗାଁ ଡାକଘରର ପୋଷ୍ଟମାଷ୍ଟର
Answer:
(ଗ) ଗାଁ ଚାଟଶାଳୀର ମାଷ୍ଟର

Question 88.
ସଇତା ଲୁଗା କାନି ଭିତରୁ କ’ଣ କାଢ଼ି ସତୀକୁ ଦେଲା?
(କ) ଗୋଟିଏ ନୋଟ୍ ବିଡ଼ା
(ଖ) ଖଣ୍ଡେ ଧଳା କାଗଜ
(ଗ) ହଳେ ପେଣ୍ଡୁଫୁଲ
(ଘ) ପଟେ ସୁନା ଶଙ୍ଖା
Answer:
(ଖ) ଖଣ୍ଡେ ଧଳା କାଗଜ

Question 89.
ତା’ ନାଁରେ କିଏ ଏତଲା ଦେବାକୁ ଯାଉଛନ୍ତି ବୋଲି ଅଚୁତା ଶୁଣିଲା?
(କ) ନାଥନନା
(ଖ) ସତୀ
(ଗ) ସଇତା
(ଘ) ପ୍ରଭାକର
Answer:
(କ) ନାଥନନା

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 90.
ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କରିଗଲେ?
(କ) ଭାଗବତ ପୋଥ୍
(ଖ) ମହାପ୍ରସାଦ
(ଗ) ପଇତା
(ଘ) ତୁଳସୀଚଉରା
Answer:
(ଗ) ପଇତା

Question 91.
ସତୀ ସାହିର କାହା ଘରକୁ ଯିବାପାଇଁ ଚାହୁଁଥିଲା?
(କ) ଅଚୁତି ମହାନ୍ତିଙ୍କ ଘରକୁ
(ଖ) ପ୍ରଭାକର ମିଶ୍ରଙ୍କ ଘରକୁ
(ଗ) ସଇତା ଘରକୁ
(ଘ) ଗୋବର୍ଦ୍ଧନ କାନଗୋଇ ଘରକୁ
Answer:
(ଖ) ପ୍ରଭାକର ମିଶ୍ରଙ୍କ ଘରକୁ

Question 92.
ସତୀକୁ ଘରୁ ବାହାର କରିଦେଇ ବ୍ରାହ୍ମଣ ସମାଜ ପାଖରେ କ୍ଷମା ମାଗି କ’ଣ କରିବା ପାଇଁ ପ୍ରଭାକର ମିଶ୍ର ନାଥନନାଙ୍କୁ ପରାମର୍ଶ ଦେଲେ?
(କ) ଆଶୀର୍ବାଦ ନେବା
(ଖ) ଜାତି ହେବା
(ଗ) ପ୍ରଣିପାତ ହେବା
(ଘ) ପଞ୍ଚଗବ୍ୟ କରିବା
Answer:
(ଘ) ପଞ୍ଚଗବ୍ୟ କରିବା

Question 93.
ବ୍ରାହ୍ମଣ ସମାଜ ପାଖରେ କ୍ଷମା ମାଗିନେଇ ଟିକିଏ ପଞ୍ଚଗବ୍ୟ କରିଦେଲେ ଅଡ଼ୁଆ ଛିଡ଼ିଯିବ ବୋଲି ନାଥନନାଙ୍କୁ କିଏ ପରାମର୍ଶ ଦେଲେ?
(କ) ଅଚୁତି ମହାନ୍ତି
(ଖ) ଗୋବର୍ଦ୍ଧନ କାନଗୋଇ
(ଗ) ପ୍ରଭାକର ମିଶ୍ର
(ଘ) ଅଗାଧୁ ମହାପାତ୍ରେ
Answer:
(ଗ) ପ୍ରଭାକର ମିଶ୍ର

Question 94.
କାହାର ଖୁସି ଉପରେ ନ୍ୟାୟର ବାଟ ଗଢ଼ା ହୁଏ?
(କ) ସରପଞ୍ଚର
(ଖ) ଗଉଁତିଆର
(ଗ) ଜମିଦାରର
(ଘ) ମାଲିକର
Answer:
(ଗ) ଜମିଦାରର

Question 95.
ଧାଈମା’ର ନାମ କ’ଣ?
(କ) ମାଳତି
(ଖ) ସୌରଭୀ
(ଗ) ସବିତା
(ଘ) ଗୁରୁବାରି
Answer:
(ଖ) ସୌରଭୀ

Question 96.
ନଟ କିଏ?
(କ) ଜମିଦାରଙ୍କ ପୁଅ
(ଖ) ସତୀର ପୁଅ
(ଗ) ସଇତାର ପୁଅ
(ଘ) ସୌରଭୀର ପୁଅ
Answer:
(କ) ଜମିଦାରଙ୍କ ପୁଅ

Question 97.
ନାଥନନା କଟକରେ କ’ଣ ଖୋଜୁଥିଲେ?
(କ) ଚାକିରି
(ଖ) ଘରଭଡ଼ା
(ଗ) ଘରଡ଼ିହ
(ଘ) ମୋଟରଗାଗଡ଼ି
Answer:
(କ) ଚାକିରି

Question 98.
ସତୀର ବାପା ବୋଉ କିପରି ମଲେ?
(କ) ହଇଜାରେ
(ଖ) ବସନ୍ତରେ
(ଗ) ଦୁର୍ଘଟଣାରେ
(ଘ) ଚିନ୍ତାଗ୍ରସ୍ତ ହୋଇ
Answer:
(କ) ହଇଜାରେ

Question 99.
ନାଥନନାଙ୍କର ହାତ କେମିତି ପୋଡ଼ିଗଲା?
(କ) ଚୂଲି ନିଆଁରେ
(ଖ) ମହମବତୀ ନିଆଁରେ
(ଗ) ତତଲା ପେଜ ପଡ଼ି
(ଘ) ଘର ପୋଡ଼ିରେ
Answer:
(କ) ଚୂଲି ନିଆଁରେ

Question 100.
କେତେବର୍ଷ ଲାଗି ଲାଗି ମଧ୍ୟ ଅନୁତା ଅପର ପ୍ରାଇମେରୀ ପାଶ୍ କରି ପାରିନଥିଲା?
(କ) ୩ ବର୍ଷ
(ଖ) ୪ ବର୍ଷ
(ଗ) ୮ ବର୍ଷ
(ଘ) ୫ ବର୍ଷ
Answer:
(ଘ) ୫ ବର୍ଷ

Question 101.
କାହା ଅନୁଗ୍ରହରୁ ଅଦ୍ଭୁତ ଗାଁ ଚାଟଶାଳୀରେ ଚାକିରି ପାଇ ପାରିଥିଲା?
(କ) ପ୍ରଭାକର ମିଶ୍ର
(ଖ) ଲୋକନାଥ ତ୍ରିପାଠୀ
(ଗ) ଜମିଦାର
(ଘ) ବିଷ୍ଣୁଦାସ
Answer:
(ଖ) ଲୋକନାଥ ତ୍ରିପାଠୀ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 102.
ମୋର ତୋ’ ଉପରେ ଷୋଳପଣ ଅଧିକାର – ଏକଥା କିଏ କାହାକୁ କହିଛି?
(କ) ଜମିଦାର ସତୀକୁ
(ଖ) ସତୀର ବାପା ସତୀକୁ
(ଗ) ନାଥନନା ସତୀକୁ
(ଘ) ସୌରଭୀ ନଟକୁ
Answer:
(କ) ଜମିଦାର ସତୀକୁ

Question 103.
ଇହ ପରକାଳରେ ସ୍ଵାମୀଛଡ଼ା ସ୍ତ୍ରୀର ଅନ୍ୟଗତି ନାହିଁ ବୋଲି କେଉଁଠି ଅଛି?
(କ) ଇତିହାସରେ
(ଖ) ଗଣିତରେ
(ଗ) ଶାସ୍ତ୍ରରେ
(ଘ) ବିଜ୍ଞାନରେ
Answer:
(ଗ) ଶାସ୍ତ୍ରରେ

Question 104.
ଡଙ୍ଗା ଭିତରୁ ନଟ ପାଟିକରି କାହାକୁ ଡାକିଲା?
(କ) ନୂଆମା’କୁ
(ଖ) ସୌରଭୀକୁ
(ଗ) ବାପାକୁ
(ଘ) ଧାଈମା’କୁ
Answer:
(କ) ନୂଆମା’କୁ

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ଜନ୍ମ ହେଲାବେଳେ ବାପା ଶରଧାରେ ସତୀର ନାଁ କ’ଣ ଦେଇଥିଲେ?
Answer:
ଜନ୍ମ ହେଲାବେଳେ ବାପା ଶରଧାରେ ସତୀର ନାଁ ସତ୍ୟଭାମା ଦେଇଥିଲେ ।

Question 2.
ବାପା ଦାଣ୍ଡଘରେ ବସି କ’ଣ ଲେଖୁଥିଲେ?
Answer:
ବାପା ଦାଣ୍ଡଘରେ ବସି ପୋଥ୍ ଲେଖୁଥିଲେ ।

Question 3.
ଗୋବର୍ଦ୍ଧନ କାନଗୋଇର ଝିଅ ନାଁ କ’ଣ?
Answer:
ଗୋବର୍ଦ୍ଧନ କାନଗୋଇର ଝିଅ ନାଁ ହୀରା ।

Question 4.
ସେଦିନ ହଠାତ୍ ବନ୍ଧ ଉପରେ ସତୀ କାହାର ପାଟି ଶୁଣି ଚମକି ପଡ଼ିଲା?
Answer:
ସେଦିନ ହଠାତ୍ ବନ୍ଧ ଉପରେ ସତୀ ନାଥନନାର ପାଟି ଶୁଣି ଚମକି ପଡ଼ିଲା ।

Question 5.
ଶୈଶବରେ ସତୀ କେଉଁ ସ୍ୱଭାବର ଥିଲା?
Answer:
ଶୈଶବରେ ସତୀ ଟିକେ ଚଞ୍ଚଳ ଓ ଚପଳ ତଥା ଦୁଷ୍ଟ ସ୍ଵଭାବର ଥିଲା ।

Question 6.
ନାଥନନା କେଉଁ ଛୁଟିରେ ଘରକୁ ଆସିଥିଲେ?
Answer:
ନାଥନନା ଦଶହରା ଛୁଟିରେ ଘରକୁ ଆସିଥିଲେ ।

Question 7.
ବରଘରର ସମ୍ପରି କଥା ଶୁଣି ସତୀ କ’ଣ ଅନୁଭବ କଲା?
Answer:
ବରଘରର ସଂପରି କଥା ଶୁଣି ସତୀ ମନେ ମନେ ଖୁସି ହୋଇଯାଇଛି ତା’ର ଛାତି କୁଣ୍ଢେମୋଟ ହୋଇଯାଇଛି ।

Question 8.
ସତୀର ବର ଦେଖୁବାକୁ କିପରି ବୋଲି ବର୍ଣ୍ଣନା ହୋଇଛି?
Answer:
ସତୀର ବର ଦେଖୁବାକୁ ଦରବୁଢ଼ା, ମୋଟା, କଳା ବୋଲି ବର୍ଣ୍ଣନା ହୋଇଛି ।

Question 9.
ସତୀର ବର ଶରୀରରେ କେଉଁ ଅଳଙ୍କାର ପରିଧାନ କରିଥିଲେ?
Answer:
ସତୀର ବର ଶରୀରରେ ସୁନାହାର ଓ ଖଡୁ ଅଳଙ୍କାର ପରିଧାନ କରିଥିଲେ ।

Question 10.
ସତୀକୁ ପୁଆଣି କରି ବାପା କେଉଁ ମାସରେ ପଠେଇବେ ବୋଲି କହୁଥିଲେ?
Answer:
ସତୀକୁ ପୁଆଣି କରି ବାପା ମାଘମାସରେ ପଠେଇବେ ବୋଲି କହୁଥିଲେ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 11.
ସତୀଠାରୁ ତା’ର ବଉଳ ବୟସରେ କେତେ ବର୍ଷ ସାନ ହେବ?
Answer:
ସତୀଠାରୁ ତା’ ବଉଳ ବୟସରେ ୪ ବର୍ଷ ସାନ ହେବ ।

Question 12.
ଦିହଯାକ ଅଷ୍ଟଅଳଙ୍କାର ମଣ୍ଡି ହୋଇଥିବାର ସତୀ କାହାକୁ ଦେଖୁଲା?
Answer:
ଦିହଯାକ ଅଷ୍ଟଅଳଙ୍କାର ମଣ୍ଡି ହୋଇଥିବାର ସତୀ ତା’ ଶାଶୁମା’କୁ ଦେଖୁଲା ।

Question 13.
ସତୀର ଶାଶୂଘରେ ଥିବା ଧାଈମା’ର ନାଁ କ’ଣ?
Answer:
ସତୀର ଶାଶୂଘରେ ଥ‌ିବା ଧାଈମା’ର ନାଁ ସୌରଭୀ ।

Question 14.
ଧାଈମା’ କି କାମ କରେ ବୋଲି ନଟ କହିଲା?
Answer:
ଧାଈମା’ ନଟକୁ ଦୁଧ ପେଇଦିଏ, ଦାଣ୍ଡକୁ ବୁଲେଇନେବା କାମ କରେ ବୋଲି ନଟ କହିଛି ।

Question 15.
ସତୀକୁ ଭଣ୍ଡାର ଘର ଚାବି କିଏ ଦେଲେ?
Answer:
ସତୀକୁ ଭଣ୍ଡାର ଘର ଚାବି ସତୀର ଶାଶୁମା’ ଦେଲେ ।

Question 16.
ଗୋଟାଏ ଭଙ୍ଗା ମାଟି ଘୋଡ଼ା ଉପରେ ଚଢ଼ି କିଏ ଖେଳୁଥିଲା?
Answer:
ଗୋଟିଏ ଭଙ୍ଗା ମାଟି ଘୋଡ଼ା ଉପରେ ଚଢ଼ି ନଟ ଖେଳୁଥିଲା ।

Question 17.
ଭଲ ଘୋଡ଼ାଟିଏ କିଣି ଦେବାପାଇଁ ନଟ କାହାକୁ କହିଲା?
Answer:
ଭଲ ଘୋଡ଼ାଟିଏ କିଣି ଦେବାପାଇଁ ନଟ ନୂଆମା’ ତଥା ସତୀକୁ କହିଲା ।

Question 18.
ସତୀକୁ ଦେଖୁଯିବାପାଇଁ ବାପା ସାନ୍ତେ କାହାକୁ ପଠାଇଥିଲେ?
Answer:
ସତୀକୁ ଦେଖୁଯିବାପାଇଁ ବାପା ସାନ୍ତେ ଘରର ଚାକର ସଇତାକୁ ପଠାଇଥିଲେ ।

Question 19.
ସତୀ ବାପଘରର ବୁଢ଼ା ଚାକର ନାଁ କ’ଣ?
Answer:
ସତୀ ବାପଘରର ବୁଢ଼ା ଚାକର ନାଁ ସଇତା ।

Question 20.
କେଉଁ ଠାକୁରଙ୍କ ପାଖରେ ନଟର ବାଳ ପଡ଼ିବାର ସ୍ଥିର ହୋଇଥିଲା ?
Answer:
କପିଳେଶ୍ଵର ମହାଦେବ ଠାକୁରଙ୍କ ପାଖରେ ନଟର ବାଳ ପଡ଼ିବାର ସ୍ଥିର ହୋଇଥିଲା ।

Question 21.
ନଟର ବାଳ ପକାଇ ଯିବାପାଇଁ କେତେଖଣ୍ଡ ସବାରୀ ଯୋଗାଡ଼ ହୋଇଥିଲା?
Answer:
ନଟର ବାଳ ପକାଇ ଯିବାପାଇଁ ତିନି ଖଣ୍ଡ ସବାରୀ ଯୋଗାଡ଼ ହୋଇଥିଲା ।

Question 22.
ସତୀର ସ୍ଵାମୀଙ୍କ ନାଁ କ’ଣ?
Answer:
ସତୀର ବର ତଥା ସ୍ଵାମୀର ନାଁ ନରହରି ମିଶ୍ର ।

Question 23.
ନାଥନନା ଅନ୍ନପୂର୍ଣ୍ଣା ବୋଲି କାହାକୁ କହିଲେ?
Answer:
ନାଥନନା ଅନ୍ନପୂର୍ଣ୍ଣା ବୋଲି ସତୀକୁ କହିଲେ ।

Question 24.
ହୋଟେଲରେ ଖାଇବାପାଇଁ ସତୀ ନାଥନନାଙ୍କୁ ବାରଣ କରୁଥିଲା କାହିଁକି?
Answer:
ହୋଟେଲରେ ଖାଇବାପାଇଁ ସତୀ ନାଥନନାଙ୍କୁ ବାରଣ କରିବାର କାରଣ କଟକରେ ବସନ୍ତ ବ୍ୟାପିଛି । ତେଣୁ ସେ ନାଥନନାଙ୍କୁ କଟକର ହୋଟେଲରେ ନଖାଇବାକୁ କହିଛି ।

Question 25.
ଶେଷରେ ନାଥନନା ସତୀକୁ ନେଇ ଗାଁକୁ ଯିବାକୁ ସ୍ଥିର କଲେ କାହିଁକି?
Answer:
ନାଥନନାଙ୍କ ପାଖରେ ସଞ୍ଚିତ ଥିବା ସମସ୍ତ ଅର୍ଥରାଶି ଶେଷ ହୋଇଯିବାରୁ ନାଥନନା ସତୀକୁ ନେଇ ଗାଁକୁ ଯିବାକୁ ସ୍ଥିର କଲେ ।

Question 26.
ବଡ଼ମା’ କେଉଁ ମାସରୁ ପୁରୀ ଚାଲିଯାଇଥିଲେ?
Answer:
ବଡ଼ମା’ କାର୍ତ୍ତିକ ମାସରୁ ପୁରୀ ଚାଲିଯାଇଥିଲେ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 27.
ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର କ’ଣ ସବୁ ସଜାଡ଼ି ରଖୁଥିଲେ?
Answer:
ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର ବହିସବୁ ସଜାଡ଼ି ରଖୁଥିଲେ ।

Question 28.
ସଇତା କେଉଁ ଉଦ୍ଦେଶ୍ୟରେ ସତୀକୁ ଦେଖା କରିବାପାଇଁ ନାଥନନାଙ୍କ ଘରକୁ ଆସିଥିଲା?
Answer:
ସଇତା ଅଚୁତି ମହାନ୍ତିର ଚିଠି ଦେବା ଉଦ୍ଦେଶ୍ୟରେ ସତୀକୁ ଦେଖା କରିବାପାଇଁ ନାଥନନାଙ୍କ ଘରକୁ ଆସିଥିଲା ।

Question 29.
ସଇତା ଲୁଗା କାନି ଭିତରୁ କ’ଣ କାଢ଼ି ସତୀକୁ ଦେଲା?
Answer:
ସଇତା ଲୁଗା କାନି ଭିତରୁ ଖଣ୍ଡେ ଧଳା କାଗଜ କାଢ଼ି ସତୀକୁ ଦେଲା ।

Question 30.
ସାରା ଗାଁରେ କେଉଁ ଦୁଇଜଣ ସତୀର ନିଜର ହୋଇଥିଲେ?
Answer:
ସାରା ଗାଁରେ ସଇତା ଓ ନାଥନନା ଏଇ ଦୁଇଜଣ ସତୀର ନିଜର ହୋଇଥିଲେ ।

Question 31.
ଜମିଦାର ଖୁସି ଉପରେ ନ୍ୟାୟର ବାଟ ଗଢ଼ାହୁଏ ବୋଲି କିଏ ମନେକଲା?
Answer:
ଜମିଦାର ଖୁସି ଉପରେ ନ୍ୟାୟର ବାଟ ଗଢ଼ାହୁଏ ବୋଲି ସତୀ ମନେକଲା ।

Question 32.
ଛୋଟପିଲାଟି ପରି କୋଳକରି କିଏ ନେଇ ସତୀକୁ ବିଛଣାରେ ଶୁଆଇଦେଲେ?
Answer:
ଛୋଟପିଲାଟି ପରି କୋଳକରି ନାଥନନା ନେଇ ସତୀକୁ ବିଛଣାରେ ଶୁଆଇଦେଲେ ।

Question 33.
ସତୀକୁ ଘରୁ ବାହାର କରିଦେବାପାଇଁ ନାଥନନାଙ୍କୁ କିଏ ପରାମର୍ଶ ଦେଲେ?
Answer:
ସତୀକୁ ଘରୁ ବାହାର କରିଦେବାପାଇଁ ନାଥନନାଙ୍କୁ ଅଚ୍ୟୁତି ମହାନ୍ତି ଓ ପ୍ରଭାକର ମିଶ୍ର ପରାମର୍ଶ ଦେଲେ ।

Question 34.
ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କରିଗଲେ?
Answer:
ପ୍ରଭାକର ମିଶ୍ର ପଇତା ଛୁଇଁ ଶପଥ କରିଗଲେ ।

Question 35.
ସାଙ୍ଗରେ କାହାକୁ ନେଇ ସାଇଆଡ଼େ ଯିବ ବୋଲି ସତୀ ନାଥନନାଙ୍କୁ ଅନୁରୋଧ କଲା?
Answer:
ସାଙ୍ଗରେ ସଇତାକୁ ନେଇ ସାଇଆଡ଼େ ଯିବ ବୋଲି ସତୀ ନାଥନନାଙ୍କୁ ଅନୁରୋଧ କଲା ।

Question 36.
ସତୀ ସାହିର କାହା ଘରକୁ ଯିବାପାଇଁ ଚାହୁଁଥିଲା?
Answer:
ସତୀ ସାହିର ପ୍ରଭାକର ମିଶ୍ରଙ୍କୁ ଘରକୁ ଯିବାପାଇଁ ଚାହୁଁଥିଲା ।

Question 37.
ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ପିଲାଦିନେ ସତୀ ସହିତ କ’ଣ ବସିଥିଲେ?
Answer:
ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ପିଲାଦିନେ ସତୀ ସହ ଅଶୋକା ବସିଥିଲେ ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ – ୧ ନମ୍ବର ।

Question 1.
ଦାଣ୍ଡ ପାହାଚ ଉପରେ ଗୋଡ଼ ଦେଲାବେଳେ ପଛରୁ ସତୀକୁ କିଏ ଡାକିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଦାଣ୍ଡ ପାହାଚ ଉପରେ ଗୋଡ଼ ଦେଲାବେଳେ ପଛରୁ ସତୀକୁ ତା’ର ବାପା ଡାକିଲେ ।

Question 2.
ବାହାହେବା କଥାଟା ସତୀକୁ କେମିତି ଲାଗେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ବାହାହେବା କଥାଟା ସତୀକୁ ଭାରି ଅପୂର୍ବ ଲାଗିଲା । ଯେମିତି ଗୋଟିଏ ଅମୁହାଁ ଦେଉଳ ଆଖୁ ଉଢ଼ାଳରେ ସତେ କି କେତେ ଅପୂର୍ବ ଦରବ ଠୁଳ ହୋଇଛି ତା’ ଭିତରେ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 3.
ଛଅମାସ ହେଲା ନାଥନନା କୁଆଡ଼େ ଓ କାହିଁକି ଯାଇଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଛଅ ମାସ ହେବ ନାଥନନା କଟକ ପାଠ ପଢ଼ିବାପାଇଁ ଯାଇଥିଲେ ।

Question 4.
ସତୀର ବିବାହ ପ୍ରସ୍ତାବ ଭାଙ୍ଗି ଦେବାପାଇଁ ନାଥନନା କାହିଁକି କହୁଥିଲେ ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବିବାହ ପ୍ରସ୍ତାବ ଭାଙ୍ଗିଦେବା ପାଇଁ ନାଥନନା କହିବାର କାରଣ ଥିଲା ସତୀର ଯାହା ସାଙ୍ଗରେ ବାହାଘର ଲାଗିଥିଲ! ସେ ଦରବୁଢ଼ା, ମୋଟା ଓ ତ୍ରିପଣ୍ଡକଳା । ତେଣୁ ନାଥନନା ଏଥିରେ ଅରାଜି ହୋଇ ବାହାଘର ଭାଙ୍ଗିଦେବାକୁ କହିଛନ୍ତି ।

Question 5.
ଯମ ଘରକୁ ଯାଉଚି ବୋଲି ସତୀ କାହାକୁ କହିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଯମଘରକୁ ଯାଉଛି ବୋଲି ସତୀ ତା’ର ସ୍ୱାମୀକୁ କହିଲା ।

Question 6.
ପହିଲି ଦେଖାରେ ଶାଶୂ ସତୀକୁ ତୁନି ତୁନି କ’ଣ କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ପହିଲି ଦେଖାରେ ଶାଶୂ ସତୀକୁ ତୁନି ତୁନି କହିଲେ, ‘ଦେଖୁଛୁ ତ କେମିତି ଏକୁଟିଆ ଘର, ଏତେ ଲାଜକଲେ ଚଳିବ କୋଉଠୁ, ଝିଅ?’

Question 7.
ନଟର ବାଳ ପଡ଼ିବାର ଦୁଇଦିନ ଆଗରୁ ମା’ ପୁରୀ ବାହାରିଗଲେ କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନଟର ବାଳ ପଡ଼ିବାର ଦୁଇଦିନ ଆଗରୁ ମା’ ପୁରୀ ବାହାରିଗଲେ । କାରଣ ସତୀର ଶାଶୂ ଚାହୁଁନଥିଲେ ଯେ ସୌରଭୀ ଦାସୀ ସେମାନଙ୍କ ସାଙ୍ଗରେ ମନ୍ଦିରକୁ ଯାଉ ।

Question 8.
ରେଳଗାଡ଼ି ଦେଖୁ ସତୀର କ’ଣ ମନେହେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ରେଳଗାଡ଼ି ଦେଖୁ ସତୀର ମନେହେଲା ସତେ ଯେମିତି କୋଉ କାହାଣୀମାଳାର ଅସୁରରାଜା ହଜିଥ‌ିବା ରଜା ଝିଅକୁ ଖୋଜିବାକୁ ଧାଇଁଛି ।

Question 9.
ନାଥନନାଙ୍କ ହାତରେ ଫୋଟକା ହେଲା କିପରି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ଦେହ ଖରାପ ହେବାରୁ ନାଥନନା ନିଜେ ରୋଷେଇ କାମ କରିଛନ୍ତି । ଫଳରେ ଭାତ ଗାଳିବା ସମୟରେ ପେଜ ପଡ଼ି ହାତରେ ଫୋଟକା ହୋଇଯାଇଛି ।

Question 10.
କଟକ ବସାଘରେ ସତୀକୁ ଛାଡ଼ିଦେଇ ନାଥନନା ବଜାରକୁ ଗଲେ କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କଟକ ବସାଘରେ ସତୀକୁ ଛାଡ଼ିଦେଇ ନାଥନନା ରୋଷେଇ ସରଞ୍ଜାମ କିଣିବା ପାଇଁ ବଜାରକୁ ଗଲେ ।

Question 11.
ସତୀ ଓ ନାଥନନା କଟକ ବୁଲି ଆସିଛନ୍ତି ଶୁଣି ପଡ଼ୋଶୀ ସ୍ତ୍ରୀଲୋକ କାବା ହେଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଓ ନାଥନନା କଟକ ବୁଲି ଆସିଛନ୍ତି ଏବଂ କିଛି କାମ ନଥାଇ କିଛି ଦିନ ଏଠାରେ ରହିବେ । ଏହାର ଅର୍ଥ ସେମାନେ ଖୁବ୍ ବିତ୍ତଶାଳୀ ତଥା ବଡ଼ ଜମିଦାର ବୋଲି ଧରିନେଇ ପଡ଼ିଶା ସ୍ତ୍ରୀ ଲୋକଟି କାବା ହୋଇଛି ।

Question 12.
ସତୀ ଧନ୍ୟ ସ୍ଵାମୀଟିଏ ପାଇଚ ବୋଲି କିଏ ମନ୍ତବ୍ୟ ଦେଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଯେତେବେଳେ ପଡ଼ିଶା ଘର ସ୍ତ୍ରୀ ଲୋକଟିକୁ ନାଥନନା ଓ ନିଜ ବିଷୟରେ କହିଛି ସେତେବେଳେ ସ୍ତ୍ରୀ ଲୋକଟି ନାଥନନାଙ୍କୁ ସତୀର ସ୍ୱାମୀ ବୋଲି ଧରିନେଇ ତାଙ୍କର ଏତାଦୃଶ ସ୍ତ୍ରୀପ୍ରତି ପ୍ରୀତି ଓ ଯତ୍ନଶୀଳ ମନୋଭାବ ଯୋଗୁଁ ଧନ୍ୟ ସ୍ଵାମୀଟିଏ ପାଇଛ ବୋଲି କହିଛି ।

Question 13.
ସତୀକୁ ନେଇ ଗାଁକୁ ଫେରିଯିବା ପାଇଁ ନାଥନନା ନିଷ୍ପତ୍ତି କଲେ କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କଟକ ସହରରେ କିଛି ଦିନ ରହିଲାପରେ ସଞ୍ଚିତ ଅର୍ଥରାଶି ଶେଷ ହୋଇଯାଇଛି । ନାଥନନା ଅନୁଭବ କରିଛନ୍ତି ଯେ ସହରରେ ସତୀକୁ ନେଇ ଚଳିବା ଆଉ ସମ୍ଭବ ନୁହେଁ । ଅନ୍ୟପକ୍ଷରେ ସେ କୌଣସି ଚାକିରି ଯୋଗାଡ଼ କରିପାରି ନାହାନ୍ତି । ତେଣୁ ସତୀକୁ ନେଇ ଗାଁକୁ ଫେରିଯିବା ପାଇଁ ନାଥନନା ନିଷ୍ପଭି କଲେ ।

Question 14.
ଗାଁରେ ପହଞ୍ଚିବା ପରେ ସତୀ ନାଥନନାଙ୍କ ଘରର ଅବସ୍ଥା କିପରି ଥ‌ିବାର ଦେଖୁଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଗାଁରେ ପହଞ୍ଚିବା ପରେ ସତୀ ଦେଖୁଛି ନାଥନନାଙ୍କ ଘରେ କେହି ନାହାନ୍ତି ଏବଂ ଖୁବ୍ ଅଯତ୍ନ ଅବସ୍ଥାରେ ପଡ଼ିରହିଛି ସେଇ ଘର । ଦୁଆର ଭିତରେ ଆଣ୍ଠୁଏ ଅରମା ହୋଇଛି ।

Question 15.
ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ପ୍ରଭାକର ମିଶ୍ର ନାଥନନାଙ୍କ କଥାରେ ଅପମାନିତ ହୋଇ କ୍ରୋଧରେ ନିଜ ପଇତା ଛୁଇଁ ନାଥନନାଙ୍କୁ ଜାତିରୁ ବହିଷ୍କାର କରିବାର ଶପଥ ନେଇଛନ୍ତି ।

Question 16.
ସତୀକୁ ନିଜ ଘରେ ଦେଖ୍ ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ କ’ଣ କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀକୁ ନିଜ ଘରେ ଦେଖ୍ ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ, ଯିଏକି ପିଲାବେଳେ ସତୀ ସହ ଅଶୋକା ବସିଥିଲେ, ନଚିହ୍ନିଲା ପରି ହୋଇ ସିଆଡ଼େ ଯା, ସିଆଡ଼େ ଯା, ଠାକୁର ଦେବତା ଘର, ମାରା ହୋଇଯିବ ବୋଲି କହିଛି ।

Question 17.
ନାଥନନାଙ୍କୁ ସମାଜ ବାସନ୍ଦରୁ ମୁକାଳିବା ପାଇଁ ସତୀ କେଉଁ ନିଷ୍ପତ୍ତି ନେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନାଙ୍କୁ ସମାଜ ବାସନ୍ଦରୁ ମୁକାଳିବାପାଇଁ ସତୀ ଶେଷରେ ନାଥନନାଙ୍କୁ ଛାଡ଼ି ଚାଲିଯିବାକୁ ନିଷ୍ପଭି ନେଲା ।

(ଘ) ୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ (୩୦ଟି ଶବ୍ଦ ମଧ୍ୟରେ) ଲେଖା ଓ ଲେଖକଙ୍କ ସୂଚନା ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ – ୨ ନମ୍ବର।

Question 1.
ପାଣିରୁ ଉଠି ଆସିବାପରେ ନାଥନନାଙ୍କୁ ଦେଖୁ ସତୀ ଲାଜକଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଖରାବେଳେ କଇଁଫୁଲ ତୋଳିବା ଆଶାରେ ସତୀ ଯୋରରେ ପଶିଛି । ଏହି ସମୟରେ ବନ୍ଧ ଉପରୁ ନାଥନନା ଡାକ ପକାଇଛନ୍ତି । ଏହି ଡାକରେ ସତୀ ପାଣିରୁ ଉଠିଆସିଛି । ମାତ୍ର ପାଣିଲାଗି ଓଦାଲୁଗା ତା’ ଦେହରେ ଜଡ଼ି ଯାଇଛି ଏବଂ ନାଥନନା କେମିତି,ଏକ ଭିନ୍ନ ନଜରରେ ତାକୁ ଦେଖୁଛନ୍ତି । ଫଳରେ ସତୀକୁ ଲାଜ ଲାଗିଛି ।

Question 2.
ପ୍ରଥମ ଦେଖାରେ ଶାଶୂଙ୍କର ରୂପ ସତୀକୁ କିପରି ଲାଗିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ପ୍ରଥମ ଦେଖାରେ ଶାଶୂଙ୍କର ରୂପ ସତୀକୁ ଖୁବ୍ ପ୍ରଭାବିତ କରିଛି । ବୁଢ଼ୀ ହେଲେ ବି ବୟସର କୌଣସି ଲକ୍ଷଣ ତାଙ୍କ ଦେହରେ ପାଇନାହିଁ ସତୀ । ସୁନାପରି ତାଙ୍କ ଦେହ ଦୂରରୁ ଝଟକୁଛି । ମୁହଁଟି ସମୁଜ୍ଜ୍ବଳ ଲାଗିଛି ସତୀକୁ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 3.
ନଟର କଥା ଶୁଣି ସତୀର ଆଖ୍ ଦି’ଟା ଲୁହରେ ପୂରି ଉଠିଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନଟ ହେଉଛି ସତୀର ସଉତୁଣୀର ପୁଅ; ମାତ୍ର ନଟର ନିଷ୍କପଟ ଭାବନାରେ ସତୀ ଶାଶୂଘରର ଅନେକ କଥା ଶୁଣିଛି । ସୌରଭୀ ଦାସୀର ଅତ୍ୟାଚାର, ଶାଶୁବୁଢ଼ୀ ମା’ର ଅସହାୟତା ଓ ନିଜ ବାପା ଅର୍ଥାତ୍ ସତୀର ସ୍ବାମୀଙ୍କ ଅମନୋଯୋଗିତା କଥା ନଟଠାରୁ ଶୁଣି ସତୀର ଆଖୁ ଦି’ଟା ଲୁହରେ ପୂରି ଉଠିଲା ।

Question 4.
ମୋର ବି କାଳ ଆସିଲା ବୋଲି ସତୀ କେବେ ଓ କାହିଁକି ଭାବିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
‘ମୋର ବି କାଳ ଆସିଲା’ – ଏକଥା ସତୀ ଭାବିବାର କାରଣ ସତୀ ତା’ର ଶାଶୂଘରେ କେବଳ ତା’ ଶାଶୁଙ୍କୁ ହିଁ ତା’ର ସ୍ନେହ ଓ ଶ୍ରଦ୍ଧାର ତଥା ଭକ୍ତିର ଜୀବନ୍ତ ମୂର୍ତି ବୋଲି ଧରିନେଇଛି । କିନ୍ତୁ ସତୀର ଶାଶୁମା’ ଯେଉଁଦିନ ପୁଅ ଉପରେ ଅର୍ଥାତ୍ ସତୀର ସ୍ବାମୀ ଉପରେ ଅଭିମାନ କରି ପୁରୀ ଯିବାକୁ ବାହାରିଛନ୍ତି, ସେତେବେଳେ ସତୀ ମନରେ ଏପରି ଭାବନା ଆସିଛି ।

Question 5.
ସତୀକୁ ନେଇ ନାଥନନା ତା’ ଶାଶୂଘରେ ପହଞ୍ଚିବାପରେ ତା’ର ସ୍ୱାମୀ କ’ଣ କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀକୁ ନେଇ ନାଥନନା ତା’ ଶାଶୂଘରେ ପହଞ୍ଚିବାପରେ ତା’ର ସ୍ଵାମୀ ନରହରି ମିଶ୍ର ଖୁବ୍ ବିରକ୍ତରେ, କ୍ରୋଧରେ ଅନେକ ଅପମାନଜନକ କଥା କହିଛନ୍ତି । କହିଛନ୍ତି ଯେ ସେ ସତୀର ମୁହଁ ଚାହିଁବେ ନାହିଁ । ଏମିତିକି ସତୀକୁ ସହରର ବେଶ୍ୟାପଡ଼ାରେ ଛାଡ଼ି ଦେବାପାଇଁ ମଧ୍ୟ କହିଛନ୍ତି ।

Question 6.
ଚଳନ୍ତା ଗାଡ଼ି ଭିତରେ ମୁଁ କେଉଁ ଅଜଣା ବାଟର ବାଟୋଇ ବୋଲି କିଏ ଓ କାହିଁକି ଭାବିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସ୍ଵାମୀ ଖୁବ୍ ଅପମାନ ଦେଇ ଅସ୍ୱୀକାର କରିବାରୁ ସତୀ କିଛି ଉପାୟ ନପାଇ ନାଥନନା ସହ ରେଳଗାଡ଼ିରେ କଟକ ଯାଇଛି । ରେଳଡ଼ବା ଭିତରେ ସେ ନିଜକୁ ଜଣେ ଅଜଣା ବାଟର ବାଟୋଇ ବୋଲି ଭାବିଛି କାରଣ ତା’ ଜୀବନର ଯାତ୍ରା କେଉଁଆଡ଼େ ଯାଉଛି ବୋଲି ସେ କିଛି ବୁଝିପାରିନାହିଁ ।

Question 7.
କଟକରେ ପହଞ୍ଚିବା ପରେ ସତୀର ମାନସିକ ଅବସାଦ ଦେଖାଦେଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କଟକରେ ପହଞ୍ଚିବା ପରେ ସତୀ ନାଥନନାଙ୍କ ଆଚରଣ ଓ ଚରିତ୍ରକୁ ଭିନ୍ନ ଦୃଷ୍ଟିରେ ବିଚାର କରିଛି । ନାଥନନା ଜାଣିଶୁଣି ତାକୁ ନେଇ କଟକ ଚାଲିଆସିଛନ୍ତି ବୋଲି ସେ ଭାବିଛି । ଫଳରେ ସତୀ କଟକରେ ଖୁବ୍ ମାନସିକ ଅବସାଦରେ ଘାଣ୍ଟି ହୋଇଛି ।

Question 8.
କଟକରେ ଥ‌ିବାବେଳେ ସତୀର ବାପାବୋଉ ସମ୍ପର୍କରେ ନାଥନନାଙ୍କର କ’ଣ କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କଟକରେ ଥିବା ସମୟରେ ସତୀ ବାରମ୍ବାର ତା’ ବାପା ବୋଉଙ୍କ କଥା ବୁଝିବାକୁ ଚାହିଁଛି । ହେଲେ ନାଥନନା କୌଣସି ନା କୌଣସି ବାହାନା କରି ଏଇ କଥାକୁ ଆଡ଼େଇ ଯାଇଛନ୍ତି । ଶେଷରେ ସତୀର ଜିଦ୍ ଆଗରେ ହାର୍ ମାନିଛନ୍ତି ନାଥନନା ଏବଂ ଯେଉଁ କଥା ଆଉ କାହାଠାରୁ ସତୀ ଶୁଣିବ ବୋଲି ଭାବିଥିଲେ ସେହି କଥା କହିଛନ୍ତି । ସତୀର ବାପାବୋଉ ହଇଜାରେ ମରିଯାଇଛନ୍ତି ବୋଲି ବାଧ୍ୟ ହୋଇ ସେ ସତୀକୁ ଜଣାଇଛନ୍ତି ।

Question 9.
ଗାଁରେ ବ୍ରାହ୍ମଣମାନେ ଭାଗବତ ଟୁଙ୍ଗୀରେ କାହିଁକି ନିଶାପ କରୁଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଗାଁର ବ୍ରାହ୍ମଣମାନେ ଭାଗବତ ଟୁଙ୍ଗିରେ ସତୀକୁ ଗାଁରୁ ତଡ଼ିବାପାଇଁ ଓ ନାଥନନାଙ୍କୁ ବାଟକୁ ଆଣିବାପାଇଁ ନିଶାପ କରିଛନ୍ତି । ତାହା ପୁଣି ଟାଉଟର ଗାଁ ଚାଟଶାଳୀର ମାଷ୍ଟର୍ ଅଚ୍ୟୁତି ମହାନ୍ତର କଥାରେ ।

Question 10.
ଚିଠି ପଢ଼ିସାରି ଚିରି ଦେବାପାଇଁ ଅନୁତି ମହାନ୍ତି କାହିଁକି ସତୀକୁ କହିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଗାଁ ଚାଟଶାଳୀର ମାଷ୍ଟର ଟାଉଟର ଅଚ୍ୟୁତି ମହାନ୍ତିର ଆଖ୍ ବେସାହାରା ସ୍ଵାମୀ ପରିତ୍ୟକ୍ତା ସତୀର ପୈତୃକ ସଂପରି ଉପରେ ପଡ଼ିଛି । ସେ ଏହି ସଂପତ୍ତିକୁ ଆୟତ୍ତ କରିବା ଉଦ୍ଦେଶ୍ୟରେ ନାଥନନା ଓ ସତୀର ସଂପର୍କକୁ ଖରାପ ନଜରରେ ବିଚାର କରିଛି ଏବଂ କୁଚକ୍ରାନ୍ତକରି ଚିଠି ଲେଖୁଛି । ଏଇ ଚିଠି କାଳେ ନାଥନନା ହାତରେ ପଡ଼ିଗଲେ କିଛି ଅସୁବିଧା ହେବ, ତେଣୁ ସେ ଚିଠି ପଢ଼ିସାରି ଚିରି ଦେବାକୁ କହିଛି ।

Question 11.
ତମେ ମତେ ଘରୁ ବାହାର କରିଦିଅ ବୋଲି ସତୀ ନାଥନନାଙ୍କୁ କାହିଁକି କହିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଅନୁଭବ କରିପାରିଛି ଯେ ନାଥନନା ତା’ ଯୋଗୁ ନାନା ସମସ୍ୟାରେ ପଡୁଛନ୍ତି, ଖୁବ୍ ହଇରାଣ ହରକତ ହେଉଛନ୍ତି । ତେଣୁ ସେ ନାଥନନାଙ୍କୁ କହିଛି ତମେ ମୋତେ ଘରୁ ବାହାର କରିଦିଅ ।

Question 12.
ଖାଲି ଟୋକେଇଟା ଧରି ସଇତା ସେଦିନ ଫେରିଆସିଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନାଙ୍କୁ ଏକଘରକିଆ କରିଦେଇଛନ୍ତି ଅନ୍ୟ ବ୍ରାହ୍ମଣମାନେ । ଗାଁବାଲାଙ୍କ କୌଣସି ସାହାଯ୍ୟ ସହଯୋଗ ତାଙ୍କୁ ମିଳିବନି ବୋଲି ରୋକ୍‌ଠୋକ୍ ମନା କରିଦେଇଛନ୍ତି ସେମାନେ । ଯାହାର ପ୍ରମାଣ ଦେବାକୁ ଯାଇ ଗାଁ ବାଲା ପରିବା ପାଇଁ ଆସିଥିବା ଚାକର ସଇତାକୁ କିଛି ନଦେଇ ଫେରାଇ ଦେଇଛନ୍ତି । ତେଣୁ ସଇତା ଖାଲି ଟୋକେଇ ଧରି ଫେରିଆସିଛି ।

Question 13.
ସତୀ ପ୍ରଭାକର ମିଶ୍ରଙ୍କ ଘରକୁ ଯିବାପାଇଁ ଚାହୁଁଛି ଶୁଣି ସଇତା ଆଶ୍ଚର୍ଯ୍ୟ ହେଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଯୋଉ ପ୍ରଭାକର ମିଶ୍ରଙ୍କ ପାଇଁ ସତୀ ଓ ନାଥନନା ଅପମାନିତ ହୋଇ ଏତେ ହଇରାଣ ହରକତ ହେଇଛନ୍ତି, ସତୀ ସେଇ ପ୍ରଭାକର ମିଶ୍ରଙ୍କ ଘରକୁ ଯିବ ବୋଲି ସତୀ ବାହାରିବା ଯୋଗୁ ସଇତା ଆଶ୍ଚର୍ଯ୍ୟ ହେଲା ।

(ଙ) ୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ (୧୫୦ ଶବ୍ଦ ମଧ୍ଯରେ ଉତ୍ତର) ।

Question 1.
ମଲାଜହ୍ନ ଉପନ୍ୟାସର ଶିରୋନାମା ସାର୍ଥକତା ଦର୍ଶାଅ ।
କିମ୍ବା, ନାମକରଣ ଦୃଷ୍ଟିରୁ ‘ମଲାଜହ୍ନ’ର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଉପନ୍ୟାସର ନାମ କାହିଁକି ‘ମଲାଜହ୍ନ’ ରଖାଯାଇଛି ଆଲୋଚନା କର ।
Answer:
ଓଡ଼ିଆ ଉପନ୍ୟାସ ସାହିତ୍ୟାକାଶରେ ଜଣେ ଉଜ୍ଜ୍ଵଳ ନକ୍ଷତ୍ର ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ । ଏକମାତ୍ର ଉପନ୍ୟାସ ରଚନା କରି ମଧ୍ୟ ଔପନ୍ୟାସିକର ସ୍ୱତନ୍ତ୍ର ମର୍ଯ୍ୟାଦା ହାସଲ କରିଥିବା ଅନନ୍ୟ ପ୍ରତିଭା ଥିଲେ ଉପେନ୍ଦ୍ର କିଶୋର । କଥାବସ୍ତୁର ସୁନ୍ଦର ଉପସ୍ଥାପନା, ଚରିତ୍ର ଚିତ୍ରଣ ବିଚକ୍ଷଣତା, ଭାଷା ଶୈଳୀର ସରଳତା ତାଙ୍କ ସୃଷ୍ଟିକୁ ଦେଇଥିଲା ଅସାଧାରଣ ଲୋକପ୍ରିୟତା, ଯାହାର ପ୍ରମାଣ ବହନ କରେ ତାଙ୍କର ଅନନ୍ୟ କଳାକୃତି ‘ମଲାଜହ୍ନ’ ଉପନ୍ୟାସ । ସ୍ଵାଧୀନତା ପୂର୍ବବର୍ତ୍ତୀ କାଳର ସାମାଜିକ ଘଟଣାର ଏକ ମାର୍ମିକ ଆଲେଖ୍ୟ ଏହି ଉପନ୍ୟାସ । ତେବେ ନାମକରଣ ଦୃଷ୍ଟିରୁ ବିଚାର କଲେ ଔପନ୍ୟାସିକଙ୍କ ପ୍ରତିଭାର ଝଲକ ଅନୁଭୂତ ହେବ ।

ପ୍ରତ୍ୟେକ ସ୍ରଷ୍ଟା ନିଜ ସୃଷ୍ଟିର ନାମକରଣ କରିଥାଏ । ଏହି ନାମକରଣ ହିଁ ତା’ର ପରିଚୟକୁ ସ୍ୱତନ୍ତ୍ର କରିଥାଏ । ତେବେ ଏହି ନାମକରଣ ପ୍ରୟୋଗରେ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ‘ମଲାଜହ୍ନ’ର ବୈଶିଷ୍ଟ୍ୟ ସ୍ଵୀକାର କରାଯାଇପାରେ । ନାୟିକା ଜୀବନର କରୁଣ କାହାଣୀ ଉପନ୍ୟାସର ଉପଜୀବ୍ୟ ହେଲେ ବି ନାୟିକାର ନାମ ଆଧାରରେ ଏହି ଉପନ୍ୟାସର ନାମକରଣ କରାଯାଇପାରିଥା’ନ୍ତା; ମାତ୍ର ଔପନ୍ୟାସିକ ତତ୍କାଳୀନ ବହୁ ଔପନ୍ୟାସିକଙ୍କ ଗତାନୁଗତିକତାକୁ ଛାଡ଼ି ଏହାର ନାମକରଣକୁ ବିଶେଷ ଗୁରୁତ୍ୱର ସହ ବିଚାର କରିଛନ୍ତି । ଉତ୍କଣ୍ଠିତ ଭାବବ୍ୟଞ୍ଜନା ଔପନ୍ୟାସିକଙ୍କର ନାମାଙ୍କନରେ ସ୍ପଷ୍ଟ ।

ଉପନ୍ୟାସର କଥାବସ୍ତୁ ଅନ୍ତର୍ନିହିତ ଭାବସମ୍ପଦର ପ୍ରତୀକ ହେଉଛି ମଲାଜହ୍ନ । ଏକାଧାରରେ ଏହା ଏକ କଳାତ୍ମକ ରସଚେତନାର ସଫଳ ସାହିତ୍ୟିକ ସଂକେତ । ନିଜର ରସାଳ ଗଦ୍ୟସୃଷ୍ଟିର ଶିରୋନାମାରେ ଚନ୍ଦ୍ର ଶବ୍ଦ ପ୍ରୟୋଗ ନକରି ସେ ଜହ୍ନ ଶବ୍ଦ ପ୍ରୟୋଗ କରି ସତେବା ସାରଲ୍ୟ, ସାର୍ବଜନୀନତା ତଥା ପଦ୍ୟ ପରିବର୍ତ୍ତେ ଗଦ୍ୟଚେତନାର ସୂକ୍ଷ୍ମ ଚତୁର ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି ।

ସତୀର ଜୀବନ-ଜହ୍ନ ମଉଳି ଯାଉଛି । ନାଥନନା ଓ ସତୀ ଉଭୟଙ୍କର ପ୍ରେମ-ଗଗନର ଉଜ୍ଜ୍ବଳ ଜ୍ୟୋତ୍ସ୍ନା ନିଷ୍ପ୍ରଭ ପାଲଟି ଯାଇଛି । ରଜନୀର ଅପୂର୍ବ ଆଗମନୀ ସଙ୍ଗୀତ ଗାଇ ସୁକୁମାରୀ ସତୀ ବୁକୁରେ ଯେଉଁ ମୟୂଖର ଉତ୍ତାଳ ତରଙ୍ଗ ସୃଷ୍ଟି ହୋଇଥିଲା ତାହା ପାହାନ୍ତି ପ୍ରହରର ମଲାଜହ୍ନର ମଳିନତାରେ ହତଶ୍ରୀ ହୋଇପଡ଼ି ସତୀପ୍ରାଣକୁ ସରସତାହୀନ ଅନ୍ଧକାରାଚ୍ଛନ୍ନ କରୁଣତାରେ ଆବୃତ କରି ଦେଇଛି । ମଲାଜହ୍ନ ପରି ଜୀବନରେ ସବୁ ଦୀପ୍ତି ସବୁ ସୁଖ ସୋହାଗକୁ ହରାଇଛି ସତୀ । ବାସ୍ତବିକ ଔପନ୍ୟାସିକଙ୍କ ନାମକରଣର ସାର୍ଥକତା ଅନନ୍ୟ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 2.
ନାଥନନାଙ୍କ ଚରିତ୍ର ଚିତ୍ରଣ କର ।
କିମ୍ବା, ଲୋକନାଥ ତ୍ରିପାଠୀ ଓରଫ୍ ନାଥନନା ଚରିତ୍ରର ବିଶେଷତ୍ଵ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଯେଉଁ କେତେଜଣ ଔପନ୍ୟାସିକ ଖୁବ୍ କମ୍ ଉପନ୍ୟାସ ରଚନା କରି ମଧ୍ୟ ଔପନ୍ୟାସିକର ମୁକୁଟ ପରିଧାନ କରି ପାଠକ ପ୍ରାଣରେ ଏକ ସ୍ଵତନ୍ତ୍ର ଆସନ ପ୍ରତିଷ୍ଠା କରି ପାରିଛନ୍ତି, ସେଇ ପ୍ରତିଭାମାନଙ୍କ ମଧ୍ୟରୁ ‘ମଲାଜହ୍ନ’ ଶୀର୍ଷକରେ ମାତ୍ର ଗୋଟିଏ ଉପନ୍ୟାସ ରଚନା କରି ଚର୍ଚ୍ଚାରେ ଥ‌ିବା ଉପେନ୍ଦ୍ର କିଶୋର ଦାସ ଅନ୍ୟତମ । ସରଳ-ତରଳ-କଳକଳ-ଢଳଢଳ ବର୍ଣ୍ଣନା ଭଙ୍ଗୀରେ ଏକ କରୁଣ ରସାତ୍ମକ ସାମାଜିକ କଥାବସ୍ତୁକୁ ସାର୍ଥକ ରୂପେ ଉପସ୍ଥାପିତ କରି ଉପେନ୍ଦ୍ର କିଶୋର ଯେ କେବଳ ନିଜ କଳାକାରିଗରୀର ବାହାଦୁରୀ ଦେଖାଇଛନ୍ତି ତାହା ନୁହେଁ, ବରଂ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭଣ୍ଡାରକୁ ଏକ ଅମୂଲ୍ୟ ସୃଷ୍ଟି ପ୍ରଦାନ କରିଯାଇଛନ୍ତି ।

‘ମଲାଜହ୍ନ’ ଉପନ୍ୟାସର ନାୟିକା ସତୀର ଚରିତ୍ର ପାଠକ ପ୍ରାଣରେ ଯେମିତି ତା’ର ସ୍ଥିତିକୁ ଜାହିର କରିପାରିଛି ଠିକ୍ ସେମିତି ନାୟକ ନାଥନନା ବି ପାଠକର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ସତୀ ପ୍ରତି ତା’ର ସମ୍ବେଦନଶୀଳ ମନୋଭାବନା, ସମାଜ ପ୍ରତି ତା’ର କର୍ତ୍ତବ୍ୟ ଓ ସର୍ବୋପରି ଏକ ଉତ୍ତମ ପୁରୁଷ ଚରିତ୍ର ଭାବରେ ନାଥନନା ଏକ ଆଦର୍ଶମୟ ଚରିତ୍ର ।

ନାଥନନା ଅର୍ଥାତ ଲୋକନାଥ ତିଆଡ଼ୀ ଯିଏ ପରମ୍ପରାବିରୋଧୀ ନୁହେଁ, ବରଂ ସଂସ୍କାରକ । ସେ ସମାଜର ନୀତିନିୟମ ଭାଙ୍ଗୁଥ‌ିବା ଦୁର୍ଦାନ୍ତ ନୁହେଁ ବରଂ ସମାଜରେ ନବଚେତନାର ଉନ୍ମେଷକାରୀ ସତ୍‌ସାହସୀ । ନିଜ ମନର ମାନସୀ ପ୍ରେମିକା ଉପରେ ହକ୍ ଜାହିର କରୁଥିବା ପ୍ରେମିକ ପୁରୁଷ ନୁହେଁ, ପ୍ରେମଲାଗି ତ୍ୟାଗ ଓ ସହଯୋଗର ହାତ ବଢ଼େଇ ଦେଇଥ‌ିବା ଦରଦୀ ମଣିଷ । ନିଜ ଜୀବନର ସୁଖଶାନ୍ତି ବାଛି ନେଇଥିବା ଜଣେ ସ୍ଵାର୍ଥୀ ମଣିଷ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥ‌ିବା ଜଣେ ମହାନ୍ ଚରିତ୍ର ଏଇ ନାଥନନା ।

ସତୀର ବାପା ଅନାଦୀ ମିଶ୍ର ଉପରେ ରାଗିଥିଲେ ବି ହଇଜାବେଳେ ତାଙ୍କୁ ସାହାଯ୍ୟ କରିବାକୁ ଆଗଭର ହୋଇଛନ୍ତି । ସତୀ ପ୍ରତି ଅନ୍ତର୍ମନରେ ଭଲପାଇବା ଥିଲେ ବି ତା’ ବାପାଙ୍କ ଖୁସି ଆଉ ସତୀର ନୀରବତା ଆଗରେ କିଛି କହିନାହାଁନ୍ତି । ଉପଯୁକ୍ତ ଶିକ୍ଷା ମନୁଷ୍ୟର ଅଜ୍ଞାନ ଅନ୍ଧକାରକୁ ଦୂରକରି ତାକୁ ଜ୍ଞାନାଲୋକରେ ଉଦ୍ଭାସିତ କରେ । ଆଦର୍ଶ ଜୀବନ ନିଷ୍ଠା ଓ ନୈତିକ ଚରିତ୍ରବତ୍ତା ମନୁଷ୍ୟର ବୈଶିଷ୍ଟ୍ୟ ନିର୍ଦ୍ଧାରଣ କରେ, ମନୁଷ୍ୟଠାରେ ଦୁର୍ଲଭ ମାନବିକତାର ପରିଚୟ ଦିଏ । ଉପେନ୍ଦ୍ର କିଶୋରଙ୍କ ଦୃଷ୍ଟିରେ ନାଥନନା ଏକ ଆଦର୍ଶ ଚରିତ୍ର । ସେ ନିଜ ଜୀବନ ବିନିମୟରେ ସତୀ ଜୀବନର ଦୁଃଖମୋଚନ ପାଇଁ ଅଗ୍ରସର ହୋଇଛି । ସମାଜର କୁତ୍ସା ଅପବାଦକୁ ପାଦରେ ଦଳି ସେ ସତୀ ପାଇଁ ଯେଉଁ ସହାନୁଭୂତି ଓ ତ୍ୟାଗକରି ଦେଖାଇଛନ୍ତି ତାହା ନାଥନନା ଚରିତ୍ରର ପ୍ରଧାନ ବିଶେଷତ୍ଵ ।

Question 3.
ସତୀ ଚରିତ୍ରର ବିଶେଷତ୍ଵ ଉଲ୍ଲେଖ କର ।
କିମ୍ବା, ‘ମଲାଜହ୍ନ’ ଉପନ୍ୟାସର ମୁଖ୍ୟ ଚରିତ୍ର ସତୀର ଚରିତ୍ର ଚିତ୍ରଣ କର ।
କିମ୍ବା, ସତୀ ଜୀବନର କରୁଣ କାହାଣୀ ହିଁ ‘ମଲାଜହ୍ନ’ ଉପନ୍ୟାସ – ଏହି ଉକ୍ତିର ବିଚାର କର ।
କିମ୍ବା, ଭାଗ୍ୟର ଦାରୁଣାଘାତରେ ନାୟିକାର କରୁଣ କାହାଣୀ ହିଁ ମଲାଜହ୍ନର ଉପନ୍ୟାସ – ଆଲୋଚନା କର ।
Answer:
ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ସେମାନଙ୍କ କୃତିକୁ ନେଇ ଏଯାବତ୍ ଚର୍ଚ୍ଚିତ ଓ ପ୍ରଶଂସିତ ସେମାନଙ୍କ ମଧ୍ୟରୁ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ଅନ୍ୟତମ ମହାନ୍ ସାଧକ । ସ୍ଵଳ୍ପ ସୃଷ୍ଟି ମଧ୍ୟରେ ବି ସାହିତ୍ୟ ଜଗତରେ ନିଜ ପାଇଁ ଏକ ସ୍ଵତନ୍ତ୍ରାସନ ପ୍ରତିଷ୍ଠା କରିନେବାରେ ଉପେନ୍ଦ୍ର କିଶୋର ସର୍ବାଗ୍ରେ ସ୍ମରଣୀୟ । ତାଙ୍କ ପ୍ରତିଭାର ଜ୍ୟୋତି ବହନ କରେ ‘ମଲାଜହ୍ନ’ର ସଫଳତା । ‘ମଲାଜହ୍ନ’ର ଲୋକପ୍ରିୟତା ବଖାଣେ ତାଙ୍କ କାରିଗରୀର ଗାଥା । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ସତୀର କରୁଣ ଜୀବନ କାହାଣୀ ପାଠକକୁ ଆଜିବି ବାନ୍ଧି ରଖୁବାରେ ବେଶ୍ ସଫଳ ମନେହୁଏ ।

ସତୀର ଚରିତ୍ର ଚିତ୍ରଣରେ ଔପନ୍ୟାସିକଙ୍କର କୃତିତ୍ୱ ଦୃଷ୍ଟିରୁ ମଲାଜହ୍ନ ଉପନ୍ୟାସର ଲୋକପ୍ରିୟତା ବିଚାର କରାଯାଇପାରେ । ଅନ୍ୟଭାବରେ କହିଲେ ଉପେନ୍ଦ୍ର କିଶୋର ଏହି ଚରିତ୍ରର ସୁନ୍ଦର ଉପସ୍ଥାପନାରେ ହିଁ ପାଠକକୁ କାହାଣୀ ସହ ଜଡ଼ିତ କରିବାରେ ଅଧିକ ସଫଳ ମନେହୁଅନ୍ତି । ବିଶେଷ କରି ସତୀର ମାନସିକ ଚେତନା ଯେପରି ଭାବରେ ମୁକ୍ତିଲାଭ କରିଛି, ମଲାଜହ୍ନ ଉପନ୍ୟାସରେ ତାହା ବେଶ୍ ଉପଭୋଗ୍ୟ ।

ଉପନ୍ୟାସର ପ୍ରାରମ୍ଭିକ ପର୍ଯ୍ୟାୟରେ ସତୀର ସ୍ଵାଭାବିକ ମାନସିକ ଚେତନା ତଥା ଅନୁରୂପ ଭାବେ ତା’ର କୁମାରୀ- ସୁଲଭ ଚପଳତା ବା ଯୌବନୋଚ୍ଛଳତା ଯେତିକି ଆକର୍ଷଣୀୟ ପରଣତି ପର୍ଯ୍ୟାୟରେ ତା’ର ପ୍ରଣୟ ବିଫଳତା ତଥା ଜୀବନଯାତ୍ରା କକ୍ଷରେ ଅସାରତା ଓ ନୈରାଶ୍ୟଜନିତ ଅସ୍ଵାଭାବିକ କରୁଣ ପ୍ରତିକ୍ରିୟା ସେତିକି ସହାନୁଭୂତି ସଞ୍ଚାରକ । ଗୋଟିଏ ପାଖରେ ସାମାଜିକ ଦୁଃଖ ଯନ୍ତ୍ରଣା ଏବଂ ଅନ୍ୟ ପାଖରେ ମାନସିକ ଘାତପ୍ରତିଘାତ ମଧ୍ଯରେ ବିଫଳ ପୌରାଣିକ ଚରିତ୍ର ସାଜି ସତୀ ଦାମ୍ପତ୍ୟ ଜୀବନର ଅମୃତ ଆସ୍ବାଦନ କରିପାରି ନାହିଁ।

ନିଭୀକତାର ପରିଚୟ ଦେଇ କଳଙ୍କିତ ସମାଜ ବିଧାନକୁ ପଦାଘାତ କରିବା ତା’ପକ୍ଷରେ ଅସମ୍ଭବ । ବାପାବୋଉଙ୍କର ଅବାଧ୍ଯ ଭାବରେ ସ୍ଵାଧୀନ ଝିଅଟେ ସାଜି ନିଜ ଜୀବନର ପନ୍ଥା ନିର୍ବାଚନ କରିନେବା କିମ୍ବା ନାଥନନା ପାଖରେ ନିଜ ମନ ତଳର କଥା ପ୍ରକାଶ କରି ତାଙ୍କ ସହ ଘରକରି ରହିବା ନିଶ୍ଚିତରୂପେ ବିଡ଼ମ୍ବିତ । ସେଇ କାରଣରୁ ସତୀ ଅନ୍ତର୍ମନର ସଂଘର୍ଷ, ତା’ ଚରିତ୍ରର ମାନସିକ ପ୍ରତିକ୍ରିୟା ଉପନ୍ୟାସର ମାର୍ମିକ ଉପାଦାନ ପାଇଁ ଯଥେଷ୍ଟ ।

ଦୁଃଖ ଶୋକ ଯନ୍ତ୍ରଣାର ଅଗ୍ନିଦାହରେ ସୁବର୍ଣ୍ଣସମ ଝଲସି ଉଠିଛି ମଲାଜହ୍ନର ନାୟିକା ସତୀ । ଜୀବନତମାମ୍ ଲୁହ ପିଇ ସମାଜର ତାଡ଼ନାରେ ବିନା ପ୍ରତିବାଦରେ ଅଜଣା କୋଉ ବାଟର ବାଟୋଇ ସାଜି ବାହାରିଯାଇଛି ସତୀ । ବାସ୍ତବିକ ସତୀ ଚରିତ୍ର ଚିତ୍ରଣ ବେଶ୍ ଭାବଗର୍ଭକ ହୋଇପାରିଛି ।

Question 4.
ମଲାଜହ୍ନ ଉପନ୍ୟାସରେ ଜମିଦାର ଚରିତ୍ରର ସ୍ଵରୂପ ଦର୍ଶାଅ ।
କିମ୍ବା, ‘ମଲାଜହ୍ନ’ ଉପନ୍ୟାସର ନାୟିକା ସତୀର ସ୍ଵାମୀ ନରହରି ମିଶ୍ରଙ୍କ ସମ୍ବନ୍ଧରେ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟର ବିକାଶରେ ଉପନ୍ୟାସର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଉପନ୍ୟାସ ସାହିତ୍ୟର ଅନ୍ୟତମ ବିଭାଗ ଓ ଏହା ଏକ ଅନନ୍ୟ ଗଦ୍ୟକଳା । ତେବେ ଓଡ଼ିଆ ଉପନ୍ୟାସ ସାହିତ୍ୟ ଊନବିଂଶ ଶତାବ୍ଦୀରେ ଆରମ୍ଭ ହୋଇ ଯେମିତି ପାଠକର ପ୍ରିୟ ହୋଇପାରିଥିଲା, ସେମିତି ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ତେବେ ଓଡ଼ିଆ ଉପନ୍ୟାସ ସାହିତ୍ୟର ଉନ୍ମେଷ ଲଗ୍ନରେ ଯେଉଁ ବିଶିଷ୍ଟ ପ୍ରତିଭାମାନଙ୍କ ଉପନ୍ୟାସ ସର୍ବାଧ‌ିକ ଲୋକପ୍ରିୟ ଓ ଚର୍ଚ୍ଚିତ ହୋଇଥିଲା, ସେମାନଙ୍କ ମଧ୍ୟରୁ ଉପେନ୍ଦ୍ର କିଶୋର ଦାସ ଓ ତାଙ୍କର ଏକମାତ୍ର ଉପନ୍ୟାସ ସୃଷ୍ଟି ‘ମଲାଜହ୍ନ’ ଅନ୍ୟତମ । ଏହି ‘ମଲାଜହ୍ନ’ ଉପନ୍ୟାସର ଚରିତ୍ରମାନଙ୍କ ମଧ୍ୟରୁ ନରହରି ମିଶ୍ର ଅନ୍ୟତମ । ମୁଖ୍ୟ ଚରିତ୍ର ଅର୍ଥାତ୍ ନାୟିକାର ସ୍ୱାମୀ ଭାବରେ ସେ ଯେମିତି ପାଠକର ଦୃଷ୍ଟି ଆକର୍ଷଣ କରିଛି ଜମିଦାର ଭାବରେ କଠୋର ନିଷ୍ପଭି ଶୁଣାଇଥିବାରୁ ସେତିକି ଘୃଣାର ପାତ୍ର ହୋଇଛି । ଔପନ୍ୟାସିକ ଖୁବ୍ ସୁନ୍ଦର ଭାବରେ ଉକ୍ତ ଚରିତ୍ରଟିର ଉପସ୍ଥାପନ କରିଛନ୍ତି ।

ଔପନ୍ୟାସିକଙ୍କ ଭାଷାରେ ସେ ଖୁବ୍ ମୋଟା, ତ୍ରିପଣ୍ଡ କଳା । ଜମିଦାର ନରହରି ମିଶ୍ରଙ୍କୁ ପାଠକ କୁଚରିତ୍ର ଭାବରେ ହିଁ ଗ୍ରହଣ କରିବାକୁ ବାଧ୍ୟ ହେବ । ପ୍ରଥମ ପତ୍ନୀର ବିୟୋଗ ପରେ ସତୀକୁ ବିବାହ କରିବା, ଯେଉଁ ସତୀ ତା’ ବୟସଠାରୁ ବହୁତ ସାନ ହୋଇଥିବା ସତ୍ତ୍ଵେ ଧନର ଆଭିଜାତ୍ୟ ବଳରେ ତାକୁ ନିଜର କରିବାକୁ ଚେଷ୍ଟା କରିବା, ନାରୀ ଦେହ ପ୍ରତି ଲୋଭରଖ୍ ଘରର ଦାସୀ ସୌରଭୀ ସହ ଅନୈତିକ ସଂପର୍କ ରଖୁବା, ନିଜ ମା’ଙ୍କ ନିଷ୍ପତ୍ତିକୁ ଗ୍ରହଣ ନକରିବା, ଏମିତିକି ନାୟିକା ସତୀର ଚରିତ୍ର ପ୍ରତି ଖୁବ୍ କଟୁ ମନ୍ତବ୍ୟ ରଖୁବା ଆଦି ବର୍ଣ୍ଣନା ଭିତରେ ଔପନ୍ୟାସିକ ଏହି ପୁରୁଷ ଚରିତ୍ର ସଂପର୍କରେ ଅନେକ ବିରୋଧାତ୍ମକ ଭାବନା ହିଁ ସୃଷ୍ଟି କରିଛନ୍ତି । ଏହି ଉପନ୍ୟାସରେ ଜମିଦାର ନରହରି ମିଶ୍ର ତଥା ସତୀର ସ୍ଵାମୀ ଚରିତ୍ରକୁ ଏକ କୁଚରିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଉତ୍ତମ ଚରିତ୍ରମାନଙ୍କ ମହନୀୟତାର ପରିପ୍ରକାଶ ପାଇଁ ଔପନ୍ୟାସିକଙ୍କ ଏହି ଚରିତ୍ର ସମ୍ବନ୍ଧୀୟ ବର୍ଣ୍ଣନା ହୃଦୟସ୍ପର୍ଶୀ ମନେହୁଏ ।

Question 5.
ମଲାଜହ୍ନ ଉପନ୍ୟାସର ଗୌଣ ଚରିତ୍ରଗୁଡ଼ିକ ଉପରେ ଆଲୋଚନା କର ।
କିମ୍ବା, ‘ମଲାଜହ୍ନ’ ଉପନ୍ୟାସ ଉଭୟ ଗୌଣ ଚରିତ୍ର ଓ ମୁଖ୍ୟ ଚରିତ୍ରର ଅପୂର୍ବ ସମାବେଶ – ଆଲୋଚନା କର ।
Answer:
ଉପନ୍ୟାସ ମାନବ ଜୀବନର ଜୀବନ୍ତ କଳା-କର୍ମ । ତେଣୁ ଉପନ୍ୟାସରେ ଲେଖକ ବିବିଧ ଚରିତ୍ର ଚିତ୍ରଣ କରିଥା’ନ୍ତି । ଚରିତ୍ର ଚିତ୍ରଣ ଉପନ୍ୟାସର ଅନ୍ୟତମ ବଳିଷ୍ଠ ଉପାଦାନ । ଏ ଦିଗରେ ଔପନ୍ୟାସିକଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ । ତେବେ ଆଧୁନିକ ସାହିତ୍ୟ ବିକାଶ କାଳରେ ଉପନ୍ୟାସର କଳେବରକୁ ବହୁବର୍ଷା ଓ ବୈଚିତ୍ରପୂର୍ଣ୍ଣ କରିଥିବା ଔପନ୍ୟାସିକମାନଙ୍କ ମଧ୍ୟରୁ ଉପେନ୍ଦ୍ର କିଶୋର ଦାସ ଅନ୍ୟତମ ବଳିଷ୍ଠ ପ୍ରତିଭା । ତାଙ୍କର ଏକମାତ୍ର ଉପନ୍ୟାସ କଳାକୃତି, ଯାହାର ନାମ ‘ମଲାଜହ୍ନ’ । ‘ମଲାଜହ୍ନ’ର ଘାଟନିକ ପ୍ରବାହ ପାଇଁ ଚରିତ୍ର ହେଉଛି ଅପରିହାର୍ଯ୍ୟ ଅଙ୍ଗ । ଏଥରେ ଚରିତ୍ରର ଚମତ୍କାର ଅବତାରଣା ଓ ଯଥାର୍ଥ ପ୍ରୟୋଗ ଉପେନ୍ଦ୍ରଙ୍କର ସୃଷ୍ଟିକର୍ମକୁ ସାର୍ଥକ କରିଛି ।

ଉପନ୍ୟାସରେ ଚିତ୍ରିତ ଚରିତ୍ରକୁ ଆମେ ଦୁଇ ଭାଗରେ ବିଭକ୍ତ କରିଥାଉ; ଯଥା – ମୁଖ୍ୟ ଚରିତ୍ର ବା ପ୍ରଧାନ ଚରିତ୍ର, ଅନ୍ୟଟି ଗୌଣ ଚରିତ୍ର । ଗୌଣ ଚରିତ୍ରଗୁଡ଼ିକ ମୁଖ୍ୟ ଚରିତ୍ରର ଦୀପ୍ତି ଓ ଦ୍ୟୁତିକୁ ପ୍ରକଟନ କରିବାରେ ସାହାଯ୍ୟ କରିଥାନ୍ତି । ‘ମଲାଜହ୍ନ’ର ନାୟିକା ସତୀ ଓ ନାୟକ ନାଥନନାଙ୍କ ବ୍ୟତିରେକ ଅନ୍ୟାନ୍ୟ ଗୌଣଚରିତ୍ରଗୁଡ଼ିକ ସମାଜ ତତ୍‌କାଳୀନ ପ୍ରତିଛବି ଆଙ୍କିବାରେ ସଫଳ ହୋଇଛନ୍ତି । କଥାବସ୍ତୁକୁ ଗତିଶୀଳ କରାଇଛନ୍ତି । କଥାବସ୍ତୁର ପରିଧ‌ିରେ ନିଜ ନିଜର ଅବଦାନ ବାଢ଼ି ଉପେନ୍ଦ୍ରଙ୍କ ସୃଷ୍ଟିକଳ୍ପନାକୁ ନିଶ୍ଚିତରୂପେ ସାଫଲ୍ୟମଣ୍ଡିତ କରିଛନ୍ତି । ଏହି ଚରିତ୍ରଗୁଡ଼ିକ ହେଉଛନ୍ତି – ଗାଁ ଚାଟଶାଳୀର ଟାଉଟର ମାଷ୍ଟର ଅଚ୍ୟୁତି ମହାନ୍ତି, ପୁରୋହିତ ପ୍ରଭାକର ମିଶ୍ର, ବୁଢ଼ା ଚାକର ସଇତା, ସତୀର ଶାଶୂଘର ଦାସୀ ସୌରଭୀ, ଚମ୍ପାମା’, ସତୀର ବୁଢ଼ୀ ଶାଶୁ ଆଦି ।.

ଏମାନେ କେବଳ ଯେ କଥାବସ୍ତୁର ପ୍ରବାହକୁ ପ୍ରଖର କରିଛନ୍ତି ତାହା ନୁହେଁ ବରଂ ନିଜ ନିଜ ଦୀପ୍ତିରେ ପାଠକପ୍ରାଣକୁ ପ୍ରଭାବିତ କରାଇଛନ୍ତି । ଅଚ୍ୟୁତି ମହାନ୍ତିର ଖଳଚକ୍ରାନ୍ତ ଉପନ୍ୟାସକୁ ଯେମିତି ଭିନ୍ନ ମୋଡ଼ ଦେଇଛି ପ୍ରଭାକର ମିଶ୍ରଙ୍କ ମୁରବୀପଣିଆ ସେମିତି ସାମାଜିକ ବ୍ୟବସ୍ଥାର ଚିତ୍ର ଧାରଣ କରିଛି । ବାସ୍ତବିକ ଗୌଣ ଚରିତ୍ରଗୁଡ଼ିକ ଅନନ୍ୟ ।

Question 6.
ମଲାଜହ୍ନ ଉପନ୍ୟାସରେ ବର୍ଷିତ ସହରୀ ଜୀବନର ଚିତ୍ର ବର୍ଣ୍ଣନା କର ।
Answer:
ଔପନ୍ୟାସିକ ଉପନ୍ୟାସର କାହାଣୀ ଓ ଚରିତ୍ରକୁ ପାଠକର ନିକଟତର ତଥା ସୃଷ୍ଟିକୁ ଲୋକପ୍ରିୟ କରିବାପାଇଁ ବାତାବରଣ ବା ପରିବେଶକୁ ଅନୁସରଣ କରେ । ଫଳରେ ଉପନ୍ୟାସରେ ଫୁଟିଉଠେ ସମକାଳୀନ ସମାଜ ଚିତ୍ର, ଗ୍ରାମ୍ୟସଂସ୍କୃତି ଓ ସହରୀ ସଭ୍ୟତାର ଚିତ୍ର । ଏହି ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ମଧ୍ୟ ସହରୀ ଜୀବନ ଓ ଗ୍ରାମ ଜୀବନର ମଧୁର ବର୍ଣ୍ଣନା ଖୁବ୍ ସ୍ୱତନ୍ତ୍ର । ସୁତରାଂ ଯଦି ‘ମଲାଜହ୍ନ’ ଉପନ୍ୟାସରେ ଏହି ସହରୀ ଜୀବନର ଚିତ୍ର ଗ୍ରାମ୍ୟ ସଂସ୍କୃତିକୁ ସନ୍ଧାନ କରାଯାଏ, ଏହା ନିଶ୍ଚିତ ପାଠକର ନଜରକୁ ଆସିବ । ‘ମଲାଜହ୍ନ’ ଓଡ଼ିଆ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ଏକ ଅନନ୍ୟ କଥାଫସଲ । ଏଇ ଗୋଟିଏ ମାତ୍ର ଉପନ୍ୟାସ ହିଁ ଯଥେଷ୍ଟ ଥିଲା ସ୍ରଷ୍ଟା ଉପେନ୍ଦ୍ର କିଶୋର ଦାସଙ୍କ ପାଇଁ । ଉପେନ୍ଦ୍ର କିଶୋର ଦାସ ଯେଉଁ ଔପନ୍ୟାସିକର ମୁକୁଟ ପିନ୍ଧିଛନ୍ତି ତାହା କେବଳ ଏଇ ଗୋଟିଏ ମାତ୍ର କଥାକଳାସୃଷ୍ଟି ‘ମଲାଜହ୍ନ’ ପାଇଁ ।

ତେବେ ପ୍ରଶ୍ନନୁଯାୟୀ ଏହି ଉପନ୍ୟାସରେ ସହରୀ ଜୀବନର ଚିତ୍ର ରହିଥିଲେ ମଧ୍ୟ ଏହା ସେତେ ଅଧିକ ନୁହେଁ । ଗ୍ରାମ୍ୟ ଜୀବନର ଯେଉଁଭଳି ଚିତ୍ର ଏଥୁରେ ରହିଛି ସହରୀ ଜୀବନର ଚିତ୍ର ତାହା ତୁଳନାରେ ଗୌଣ ମନେହୁଏ । ଲେଖକ ସତୀ ତଥା ନାୟିକା, ସ୍ଵାମୀଦ୍ଵାରା ଅପମାନିତା ତଥା ପରିତ୍ୟଜା ହେଲାପରେ ନାୟକ ନାଥନନାଙ୍କ ସହ କଟକ ଯାଇଛି ଏବଂ ଏହିଠାରୁ ସହରୀ ଜୀବନର ବର୍ଣ୍ଣନା ରହିଛି ।

ନାଥନନା ଓ ସତୀ ଅଳ୍ପଦିନ ହେଲେ ବି କଟକ ସହରରେ ଚଳିଛନ୍ତି, କଟକର ସଂଭ୍ରାନ୍ତ ଜୀବନଧାରାକୁ ଅନୁଭବ କରିଛନ୍ତି । ଏହାର ବର୍ଣ୍ଣନା ଏତେ ଦୀର୍ଘ ନହେଲେ ବି ବେଶ୍ ପ୍ରଭାବଶାଳୀ । କଟକରେ ଗୋଟିଏ ବସାଘର ଅର୍ଥାତ୍ ଭଡ଼ାଘର ନେଇ ନାୟକ ନାୟିକା ରହିବା କାଳରେ, ରୋଷେଇ ସରଞ୍ଜାମ ହାତ ପାହାନ୍ତାରୁ ସୁବିଧାରେ କିଣି ଆଣିବା, ରୋଷେଇ ପାଇଁ ପୂଝାରି ଖୋଜିବା, ହାତରେ ଭାତ ନରାନ୍ଧି ହୋଟେଲରେ ଖାଇବା ଆଦିର ବର୍ଣ୍ଣନା ଖୁବ୍ ପ୍ରାସଙ୍ଗିକ ମନେହୁଏ । ସହରୀ ଜୀବନରେ ସହଜରେ ଚାକିରି ନ ମିଳିବା, ଜଣେ ପୂଝାରି ନପାଇବା ପରି ବାସ୍ତବ ଚିତ୍ର ପାଠକର ଦୃଷ୍ଟି ଆକର୍ଷଣ କରେ ।

Question 7.
ଗ୍ରାମ୍ୟ ପରିବେଶ ବର୍ଣ୍ଣନାରେ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କର ନୈପୁଣ୍ୟ ନିର୍ଣ୍ଣୟ କର । କିମ୍ବା, ‘ମଲାଜହ୍ନ’ ଉପନ୍ୟାସରେ ଗ୍ରାମ୍ୟ ପରିବେଶର ବର୍ଣ୍ଣନା ବେଶ୍ ଚିତ୍ତାକର୍ଷକ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
ଉପନ୍ୟାସର ଅନ୍ୟତମ ଆକର୍ଷଣ ଏହାର ବର୍ଣ୍ଣନାଚାତୁରୀ । ପରିବେଶ ଓ ପ୍ରକୃତି ବର୍ଣ୍ଣନାରେ ଉପନ୍ୟାସର କଥାବସ୍ତୁକୁ ଜୀବନ୍ତ କରି ଗଢ଼ିତୋଳେ । ଔପନ୍ୟାସିକଙ୍କ ଅନନ୍ୟ କାରିଗରୀର ପରିଚୟ ମଧ୍ଯ ବହନ କରେ ଏହି ବର୍ଣ୍ଣନାଚାତୁରୀ । ଏ କ୍ଷେତ୍ରରେ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କ କଳାକାରିଗରୀ ମଧ୍ୟ ସମ୍ମାନଯୋଗ୍ୟ ଓ ପ୍ରଶଂସନୀୟ । ତାଙ୍କର ଏକମାତ୍ର ଉପନ୍ୟାସ ‘ମଲାଜହ୍ନ’ ଏହାର ଏକ ଉଜ୍ଜ୍ଵଳ ପ୍ରମାଣ । ‘ମଲାଜହ୍ନ’ର କଥାବସ୍ତୁରେ ଏହି ବର୍ଣ୍ଣନାଧର୍ମିତା ପାଠକ ପ୍ରାଣକୁ ପୁଲକିତ କରେ । ବିଶେଷ କରି ଗ୍ରାମ୍ୟ ପରିବେଶର ସୁନ୍ଦର ବର୍ଣ୍ଣନା ପାଠକ ପାଖରେ ଖୁବ୍ ଆଦରଣୀୟ ହୋଇପାରିଛି ।

ଉପନ୍ୟାସର ସାମାଜିକ ପୃଷ୍ଠଭୂମି ସଂଗଠନ ପାଇଁ ଔପନ୍ୟାସିକ ଆନୁଷଙ୍ଗିକ ଭାବେ ପଲ୍ଲୀପ୍ରକୃତିର ନିସର୍ଗ ପ୍ରତିକୃତି ବାଢ଼ିଛନ୍ତି । ଉପେନ୍ଦ୍ର କିଶୋରଙ୍କ ସୃଷ୍ଟି ଚେତନା ଅନୁରୂପ ଭାବରେ ଗାଁ ଗହଳର ଦୁଇଟି ଅପରିଣତ କିଶୋରକିଶୋରୀଙ୍କ ଜୀବନରେ ପ୍ରେମପାଇଁ ଦୁଃଖଦୁର୍ଗତି ତଥା କାରୁଣ୍ୟର ଚିତ୍ର ଆଙ୍କିବା ଅବକାଶରେ ପଲ୍ଲୀ ପ୍ରାକୃତିକ ପରିବେଷ୍ଟନୀକୁ ଆଶ୍ରୟ କରିଛି। ବାସ୍ତବରେ ପଲ୍ଲୀ ସୁଷମା ପଲ୍ଲୀ ଜୀବନର ସହଚର । ଗ୍ରାମ୍ୟ ପ୍ରକୃତି ଗାଁ ଗହଳର ଜନସାଧାରଣଙ୍କର ହସକାନ୍ଦର ସାଥୀ ତଥା ସୁଖଦୁଃଖର ଆଧାର । ଗାଁଗହଳିର ଘଟଣା ଉପସ୍ଥାପନରେ ପଲ୍ଲୀର ପ୍ରକୃତି ରୂପାୟନ କରିବା ଆଦୌ ଅସଙ୍ଗତ ତଥା ଅପ୍ରାସଙ୍ଗିକ ନୁହେଁ । ଅଧ୍ଵନ୍ତୁ ଉପେନ୍ଦ୍ର କିଶୋରଙ୍କ ପରିପୁଷ୍ଟ ଲେଖନୀ ଏବଂ ସୁଦୂରପ୍ରସାରୀ କଳ୍ପନାବିଳାସ ପଲ୍ଲୀ ପରିବେଷ୍ଟନୀ ବିନ୍ୟାସ ପାଇଁ ଅନୁକୂଳ ହୋଇପାରିଛି ।

ଉପନ୍ୟାସରୁ ଦୁଇଧାଡ଼ି ଏଠାରେ ପ୍ରସଙ୍ଗକ୍ରମେ ଲେଖାଯାଇପାରେ – ‘ବାରିପଡ଼ିଆର ମଥାନରା ଗଛ ମହୁଡ଼ ଉପରେ ଆମ ଗାଁ ନଡ଼ିଆଗଛଯାକ ପରିଚିତ ବନ୍ଧୁପରି ଯେତେବେଳେ ଗୋଟି ଗୋଟି ହୋଇ ଭଣ୍ଡି ଚାହିଁଲେ X X X ’ ନାଥନନା ଓ ସତୀ କଟକରୁ ଗାଁକୁ ଫେରିବାପରେ ଲେଖକଙ୍କ ଏହି ବର୍ଣ୍ଣନା କେବଳ ଦୁହେଁ ଅନେକ ଏହିଭଳି ଉଦ୍ଧୃତାଂଶ ରହିଛି ଯାହା ଔପନ୍ୟାସିକଙ୍କ ଗ୍ରାମ୍ୟ ପରିବେଶ ବର୍ଣ୍ଣନାର ସାର୍ଥକତା ବହନ କରେ ।

ସେହିପରି ସତୀ ଜମିଦାରକୁ ବିବାହ କରି ଗାଁରୁ ବିଦାୟନେଇ ଗଲାବେଳେ ଲେଖକ ତଥା ଔପନ୍ୟାସିକ ସତୀ ତୁଣ୍ଡରେ ଯାହା ଭାବନା ଉଲ୍ଲେଖ କରିଛନ୍ତି, ତାହା ଔପନ୍ୟାସିକଙ୍କ ବର୍ଣ୍ଣନାଚାତୁରୀର ଏକ ଅନନ୍ୟ ପ୍ରମାଣ ବହନ କରୁଛି । ଔପନ୍ୟାସିକଙ୍କ ଭାଷାରେ – ‘ ବାଟ ଦୁଇପଟେ ପିଲାଦିନ ଚିହ୍ନା ମୋର ଗଛପତ୍ରସବୁ ଯାହା ଛାଇରେ ବସି କେତେ ନିଶୂନ ଦିହରେ ମୋର ନାଥନନାଙ୍କ ସାଙ୍ଗରେ କଟିଯାଇଛି, ଗୋଟି ଗୋଟି ହୋଇ ମୋଠୁ ବିଦା ହୋଇ ଘରକୁ ଚାଲିଗଲେ । ଗାଁ ମୁଣ୍ଡର ସେହି ଗହଳିଆ ତାଳବଣ ଯୋର କୂଳେକୂଳେ ବାଉଁଶ ବଣର ମହକା ଛାଇ ତଳେ ଶିଉଳିଲଗା ସେଇ ବଡ଼ ପଥରଟି, ଗାଧୋଇଲାବେଳେ ନିତି ଯାହା ଉପରେ ଗୋଡ଼ ଘଷ, ସବାରୀର ଅଳ୍ପ ଫାଙ୍କା ବାଟେ ସମସ୍ତେ ମୋତେ ଥରେ ଥରେ ଚାହିଁଦେଲେ ।’’ ଏହିପରି ଅନେକ ଉଦାହରଣ ଯାହା ଉପନ୍ୟାସର ଅଂଶବିଶେଷ ତାହା ପ୍ରମାଣିତ କରିଛି ଔପନ୍ୟାସିକଙ୍କ କଳା-କାରିଗରୀର ସ୍ପର୍ଶ । ‘ମଲାଜହ୍ନ’ ଉପନ୍ୟାସର ଏ ବର୍ଣନା ଖୁବ୍ ଚମତ୍କାର ସହ ଜୀବନ୍ତ ମଧ୍ୟ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 8.
ସତୀର ବୈବାହିକ ଜୀବନ ସମ୍ପର୍କରେ ଆଲୋକପାତ କର ।
କିମ୍ବା, ଶାଶୁଘରେ ସତୀର ଜୀବନଧାରଣ ସମ୍ପର୍କରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ଉପନ୍ୟାସର ଉନ୍ମେଷ ଓ ବିକାଶ ପର୍ବରେ ଜଣେ ବହୁ ପରିଚିତ ଓ ପ୍ରତିଷ୍ଠିତ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ । ପରାମାଣାତ୍ମକ ଦୃଷ୍ଟିରୁ ନୁହେଁ ବରଂ ଗୁଣାତ୍ମକ ଦୃଷ୍ଟିରୁ ଯିଏ ଓଡ଼ିଆ ଉପନ୍ୟାସ ରଚନା ପରମ୍ପରାରେ ନିଜ ନାଁକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ରଖିବାରେ ସଫଳ ହୋଇଛନ୍ତି, ନିର୍ବ୍ବନ୍ଦ୍ବରେ ସେ ହେଉଛନ୍ତି ଉପେନ୍ଦ୍ର କିଶୋର । ସହଜ ସରଳ ପ୍ରକାଶଭଙ୍ଗୀ, ସୁନ୍ଦର କଥାବସ୍ତୁ ଓ ଚମତ୍କାର ଚରିତ୍ରଚିତ୍ରଣ ତାଙ୍କ ଏକମାତ୍ର ଅମୂଲ୍ୟ ସୃଷ୍ଟି ‘ମଲାଜହ୍ନ’କୁ କାଳଜୟୀ କରାଇଛି । ସମାଜର ସମସ୍ୟା ଓ ନାରୀମନର ଅକୁହା କଥାର ଏକ କରୁଣ ରସାତ୍ମକ କାହାଣୀକୁ ନେଇ ଏଇ ଉପନ୍ୟାସ ଆଜି ବି ପାଠକ ପ୍ରାଣରେ ଆଲୋଡ଼ନ ସୃଷ୍ଟି କରିବାରେ ସଫଳ ମନେହୁଏ । ସତୀ ଜୀବନର ଯାତନାଭରା କଥା ହିଁ ଉପନ୍ୟାସର କାହାଣୀ । ବାଲ୍ୟ ବିବାହରେ ସତୀ ମୁକୁନ୍ଦପୁର ଜମିଦାର ଘରକୁ ବୋହୂ ହୋଇଯାଇଛି।

ସଂସାର କ’ଣ, ସ୍ଵାମୀ କ’ଣ, ଶାଶୁଘର କ’ଣ ଏକଥା ବୁଝିବା ଆଗରୁ ସତୀ ଓଢ଼ଣାଟାଣି ନଇଁ ନଇଁ ଶାଶୂଘର ଏରୁଣ୍ଡି ଡେଇଁଛି । ନିଜର ମନତଳ କଥା ମନରେ ରଖୁ, ନିଜ ବରର ରୂପକୁ ଅପସନ୍ଦ କରି ମଧ୍ୟ ନୀରବରେ ନିଜ ମନକୁ ଶାଶୂଘର ଲାଗି ବୁଝେଇଛି । ହେଲେ ସ୍ଵାମୀ ଯେତେବେଳେ ଖଟ ଉପରେ ତା’ସହ ସମ୍ପର୍କ ରଖୁବାକୁ ଚାହିଁଛନ୍ତି ସେ ଏହାକୁ ଗ୍ରହଣ କରିପାରି ନାହିଁ । ପ୍ରତିବାଦରେ ସେ ଛଟପଟ ହୋଇ ସ୍ଵାମୀଠାରୁ ଦୂରେଇଯାଇଛି । ସଂସାର ଦୃଷ୍ଟିରେ ଜମିଦାର ନରହରି ମିଶ୍ର ସିନା ସତୀର ସ୍ଵାମୀ ହୋଇଛନ୍ତି; ମାତ୍ର ସତୀ ନିଜ କାୟମନ-ବାକ୍ୟରେ ତାଙ୍କୁ ସ୍ୱାମୀ ଭାବରେ ଗ୍ରହଣ କରିପାରି ନାହିଁ । ଜମିଦାରଙ୍କ ସୌରଭୀ ଦାସୀ ସହ ଅନୈତିକ ସମ୍ପର୍କକୁ ଆଖ୍ୟାରେ ଦେଖୁ ସେ ତା’ର ସ୍ୱାମୀଙ୍କୁ ଘୃଣା କରିଛି ।

ଅନ୍ୟପକ୍ଷରେ ସତୀର ସଉତୁଣୀ ପୁଅ ନଟର ଦୁଃଖକାହାଣୀ ତାକୁ ପ୍ରଭାବିତ କରିଛି ଏବଂ ଶାଶୁଙ୍କ ସେବା ତାକୁ ଜୀବନ ଧାରଣର ପ୍ରେରଣା ଦେଇଛି । ସତୀ ନିଜ ଜୀବନର ବାକି ସମୟ ଏଇ ଦୁଇଜଣଙ୍କ ପାଇଁ କାଟିଦେବ ବୋଲି ସ୍ଥିର କରିନେଇଛି; ମାତ୍ର ଏହା ବି ପୂର୍ଣ ହୋଇପାରି ନାହିଁ । ବିଧୂର ବିଧାନରେ ସେ ଶାଶୂଘରର ଶେଷ ଅବଲମ୍ବନ ତା’ଶାଶୁମା’ର ସ୍ନେହକୁ ହରାଇଛି, ଯେତେବେଳେ ତା’ଶାଶୂ ନରହରି ମିଶ୍ର ଅର୍ଥାତ୍ ତାଙ୍କ ପୁଅ ଉପରେ ଅଭିମାନ କରି ପୁରୀ ପଳେଇଛନ୍ତି । ଶେଷରେ ସେ ମଧ୍ୟ ଶାଶୂଘରୁ ଦୂରେଇ ଯାଇଛି । ଶାଶୂଘରେ ସୀତର ଦୁର୍ଦ୍ଦଶା ବାସ୍ତବତଃ ବେଶ୍ ମାର୍ମିକ ଓ ହୃଦୟ ବିଦାରକ ।

Question 9.
ମଲାଜହ୍ନ ଉପନ୍ୟାସର ଭାଷା ଓ ଶୈଳୀ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କର ।
Answer:
କଥାରେ ଅଛି “Style is the man” । ପ୍ରତ୍ୟେକ ବ୍ୟକ୍ତିର ରୁଚି ଭିନ୍ନ ଭିନ୍ନ । ତେଣୁ ପସନ୍ଦଠାରୁ କାର୍ଯ୍ୟ ପର୍ଯ୍ୟନ୍ତ ଅନେକରେ ଭିନ୍ନତା ପରିଲକ୍ଷିତ ହେବା ସ୍ଵାଭାବିକ । ଏ ଦୃଷ୍ଟିରୁ ପ୍ରତ୍ୟେକ ସ୍ରଷ୍ଟା ନିଜ ରୁଚି, ନିଜ ଶୈଳୀ ଅନୁସାରେ ନିଜକୁ ଜାହିର କରିଥାଏ । ପ୍ରତ୍ୟେକ ସ୍ରଷ୍ଟାଙ୍କ ଏହି ନିର୍ଦ୍ଦିଷ୍ଟ ଶୈଳୀ ହିଁ ତାଙ୍କ ପ୍ରତିଭାର ଅସଲ ପରିଚୟ । ଏ କ୍ଷେତ୍ରରେ ଉପେନ୍ଦ୍ର କିଶୋର ଦାସ ବାଦ୍ ଯିବେ ବା କିପରି !

ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭା ଓ ତାଙ୍କ ରଚିତ ଏକମାତ୍ର ଉପନ୍ୟାସ ‘ମଲାଜହ୍ନ’ ଯେତିକି ଲୋକପ୍ରିୟ ହୋଇଥିଲା ସେତିକି ପ୍ରତିଷ୍ଠା ଆଣିଦେଇଥୁଲା ସ୍ରଷ୍ଟାଙ୍କୁ । କଥାବସ୍ତୁର ସୁପରିକଳ୍ପନାଠାରୁ ଚରିତ୍ର ଚିତ୍ରଣର ଚମତ୍କାରିତା ପର୍ଯ୍ୟନ୍ତ ବର୍ଣ୍ଣନାର ସାବଲୀଳତାରେ ମଲାଜହ୍ନ ଖୁବ୍ ପାଠକାଦୃତ ।

‘ମଲାଜହ୍ନ’ର କଥାବସ୍ତୁ ସହ ଉପେନ୍ଦ୍ର କିଶୋରଙ୍କ ଅସରନ୍ତି ଭାବୁକତାର ମଧୁର ସମନ୍ବୟ ପାଠକକୁ ରସସିକ୍ତ ସ୍ଵପ୍ନପୁରୀର ସନ୍ଧାନ ଦିଏ । ସରଳ-ତରଳ-ସାବଲୀଳ ଭାଷା ବିନ୍ୟାସ ଔପନ୍ୟାସିକଙ୍କ ସ୍ବତଃସ୍ଫୁର୍ଣ କବିତ୍ଵ ବା ରସସିକ୍ତ ଭାବୁକତାର ଉତ୍କୃଷ୍ଟ ପରିଚାୟକ । ପ୍ରତିଭାବାନ୍ କାବ୍ୟକାର ପରି ଉପେନ୍ଦ୍ର କିଶୋର ନିଜ ଉପନ୍ୟାସର କଥାବସ୍ତୁରେ ଭାଷାର ବଣ୍ଠିଳ ଇନ୍ଦ୍ରଧନୁ ସଜାଇଛନ୍ତି । ‘ମଲାଜହ୍ନ’ ଉପନ୍ୟାସର ଭାଷା ଉପେନ୍ଦ୍ରଙ୍କ ଲେଖନୀରୁ ଝରିପଡ଼ିଛି ଚିରପ୍ରବାହମାନ ଅମଳ ମନ୍ଦାକିନୀ ପରି ।

ପଦ୍ୟ ହୋଇଥିଲେ ହୁଏତ ‘ମଲାଜହ୍ନ’ ଏକ ଚମତ୍‌କାର କାବ୍ୟ ହୋଇଥାନ୍ତା । କିନ୍ତୁ ଯେହେତୁ ଏହା ଏକ ଗଦ୍ୟକଳା, ତେଣୁ ଏହାକୁ କିଛି ସମାଲୋଚକ ଗଦ୍ୟକାବ୍ୟ (Prose epic) ବୋଲି ବିଚାର କରନ୍ତି । Ralph foxଙ୍କ ମତକୁ ଯଦି ଏଠାରେ ଉଲ୍ଲେଖ କରାଯାଏ ତେବେ କିଛି ଅପ୍ରସାଙ୍ଗିକ ମନେହେବ ନାହିଁ । ଉପନ୍ୟାସ ସଂପର୍କରେ ମତଦେଇ ସେ ଉଲ୍ଲେଖ କରିଛନ୍ତି – ‘It is the novel that becomes pure peotry”.

ବାସ୍ତବରେ ଏହି ସାମାଜିକ ଉପନ୍ୟାସଟିର ବର୍ଣ୍ଣନାତ୍ମକ ଭାଷାଶୈଳୀ ପାଠକକୁ ଖୁବ୍ ଆକର୍ଷିତ କରିଛି । ପ୍ରକୃତିର ବର୍ଣ୍ଣନାଠାରୁ ଆରମ୍ଭ କରି ନାୟିକାର ମନସ୍ତତ୍ତ୍ୱକୁ ପ୍ରକାଶ କରିବା ପର୍ଯ୍ୟନ୍ତ ଆଜି ବି ପାଠକର ବେଶ୍ ପ୍ରିୟ ଉପନ୍ୟାସ ହୋଇପାରିଛି ‘ମଲାଜହ୍ନ’ । ପ୍ରସଙ୍ଗକ୍ରମେ ଉପନ୍ୟାସର କେତୋଟି ଧାଡ଼ି ଏଠାରେ ଦୃଷ୍ଟାନ୍ତ ସ୍ଵରୂପ ଉଲ୍ଲେଖ କରାଯାଇପାରେ – ‘ଶରତ୍ ଗଲା ନଈପଠାରେ ତଣ୍ଡିଫୁଟା ମଉଛବ ବଢ଼ାଇ ଦେଇ । ବିଲ ପଡ଼ିଆରେ ଶୁଖୁଲା ନୁଖୁରା ଭୂଇଁ ଉପରେ ପାହାନ୍ତା ପହରର ଗଙ୍ଗଶିଭଳି ଶେଯପରାକ୍ରମେ ସରିଆସିଲା ।’’

Question 10.
ମଲାଜହ୍ନ ଉପନ୍ୟାସ ତତ୍‌କାଳୀନ ସାମାଜିକ ଜୀବନର ବିଶ୍ବସ୍ତ ଦଲିଲ୍ କିପରି ପ୍ରତିପାଦନ କର ।
କିମ୍ବା, ‘ମଲାଜହ୍ନ’ ଉପନ୍ୟାସରେ ସମସାମୟିକ ସମାଜଚିତ୍ର କିପରି ପ୍ରତିଫଳିତ ହୋଇଛି ଆଲୋଚନା କର ।
କିମ୍ବା, ଏକ ସାର୍ଥକ ସାମାଜିକ ଉପନ୍ୟାସ ଭାବରେ ‘ମଲାଜହ୍ନ’ର ମୂଲ୍ୟାଙ୍କନ କର ।
କିମ୍ବା, ‘ମଲାଜହ୍ନ ଏକ ସାର୍ଥକ ସାମାଜିକ ଉପନ୍ୟାସ’ – ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଏକ ସମାଜଭିଭିକ କଥାବସ୍ତୁ ଆଧାରରେ ରଚିତ ‘ମଲାଜହ୍ନ’ ଉପନ୍ୟାସର ବିଚାର କର ।
Answer:
ଓଡ଼ିଆ ଉପନ୍ୟାସ ସାହିତ୍ୟର ଉନ୍ମେଷ ପର୍ବରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ସେମାନଙ୍କ ସ୍ୱଚ୍ଛ ସୃଷ୍ଟି ମଧ୍ୟରେ ନିଜ ପ୍ରତିଭାର ସ୍ୱାତନ୍ତ୍ର୍ୟ ଉପସ୍ଥାପିତ କରିଯାଇଛନ୍ତି, ସେଇ ପ୍ରତିଭାମାନଙ୍କ ମଧ୍ୟରୁ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ଅନ୍ୟତମ ସାର୍ଥକ ସ୍ରଷ୍ଟା । ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ, ବରଂ ଗୁଣାତ୍ମକ ଦୃଷ୍ଟିରୁ ତାଙ୍କର ସିଦ୍ଧି ଓଡ଼ିଆ ଉପନ୍ୟାସ ପାଠକ ପାଖରେ ଆଜି ବି ଅମଳିନ । ଏକ ସାଧାରଣ ଘଟଣାକୁ ସରସ ସୁନ୍ଦର ଭାବରେ ପାଠକ ଆଗରେ ତୋଳିଧରି କରୁଣ ରସରେ ପାଠକ ପ୍ରାଣକୁ ରସାପ୍ତ କରାଇବାରେ ସେ ଖୁବ୍ ପ୍ରବୀଣ, ଯାହାର ଏକ ଜ୍ଵଳନ୍ତ ପ୍ରମାଣ ‘ମଲାଜହ୍ନ’ ଉପନ୍ୟାସ ।

‘ମଲାଜହ୍ନ’ର ରଚନାର ସମୟ ୧୯୨୮ ମସିହା ଅର୍ଥାତ୍ ସ୍ଵାଧୀନତା ପୂର୍ବବର୍ତ୍ତୀ କାଳର । ସେ ସମୟର ସାମାଜିକ ଆବେଦନ ଓ ଘଟଣାବଳୀକୁ ଏଥରେ ନିଚ୍ଛକ ଭାବରେ ଉପସ୍ଥାପିତ କରାଯାଇଛି । ସେ ଦୃଷ୍ଟିରୁ ‘ମଲାଜହ୍ନ’ ଏକ ସାର୍ଥକ ସାମାଜିକ ଉପନ୍ୟାସ । ତେବେ ଏହାର ପରିକଳ୍ପନା ଏକ ସମାଜଭିଭିକ କଥାବସ୍ତୁର ଆଧାରରେ । ଉପେନ୍ଦ୍ର କିଶୋର ଦାସ ଲେଖନୀ ଚାଳନା କରିବାବେଳକୁ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ସାମାଜିକ ଉପନ୍ୟାସର ଲୋକପ୍ରିୟତା ବେଶ୍ ସୁଦୃଢ଼ ଥିଲା । ଐତିହାସିକ, ରାଜନୈତିକ, ମନସ୍ତାତ୍ତ୍ଵିକ ଉପନ୍ୟାସ ଅପେକ୍ଷା ପାଠକ ସାମାଜିକ ଉପନ୍ୟାସ ପ୍ରତି ବିଶେଷ ଦୁର୍ବଳତା ପ୍ରକାଶ କରୁଥିଲେ । ସମ୍ଭବତଃ ସେହି କାରଣରୁ ଉପେନ୍ଦ୍ର କିଶୋର ସାମାଜିକ ଉପନ୍ୟାସ ରଚନା ପ୍ରତି ବିଶେଷ ଦୃଷ୍ଟି ଦେଇଥିଲେ ।

‘Literature is the mirror of the society’ ଇଂରାଜୀର ଏଇ ଉକ୍ତି ‘ମଲାଜହ୍ନ’ ଉପନ୍ୟାସରେ ସାର୍ଥକଭାବେ ରୂପାୟିତ । ୧୯୨୮ ମସିହାବେଳକୁ ସାମାଜିକ ଜୀବନଧାରାର ସମସ୍ୟାକୁ କେନ୍ଦ୍ରକରି ଏହାର ମନୋରମ ପରିକଳ୍ପନା । ଅଶିକ୍ଷା, ନିରକ୍ଷରତା, ବାଲ୍ୟବିବାହ, ଜାତିପ୍ରଥା, ରକ୍ଷଣଶୀଳ ସାମାଜିକ ବିଧ, ପରମ୍ପରା, ଅନ୍ଧବିଶ୍ୱାସ, ହଇଜା ମହାମାରୀ, ଦିଅଁଦେବତାଙ୍କ ପାଖରେ ଅଭିଷେକ ଇତ୍ୟାଦିର ବର୍ଣ୍ଣନା ଉପନ୍ୟାସର ସାମାଜିକତାକୁ ପାଠକ ଆଗରେ ଧରିରଖୁଛି ।

‘ମଲାଜହ୍ନ’ର କଥାବସ୍ତୁ ଉପସ୍ଥାପନା, ଚରିତ୍ର ସଂଯୋଜନାରେ ଔପନ୍ୟାସିକଙ୍କର ସାମାଜିକ ଦୃଷ୍ଟିଭଙ୍ଗୀ ଯେପରି ସ୍ପଷ୍ଟ, ଉପନ୍ୟାସର ପରିବେଶ ରୂପାୟନରେ ସାମାଜିକତାର ସ୍ପର୍ଶ ସେପରି ଉଜ୍ଜ୍ଵଳ । ପଲ୍ଲୀ ପ୍ରକୃତିର ମନୋହର ପ୍ରତିଛବି ଶବ୍ଦର ତୂଳୀରେ ଅଙ୍କନ କରି ଔପନ୍ୟାସିକ ସମାଜ ଚେତନାର ଆଭାସ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ସୁତରାଂ ଚରିତ୍ର ଚିତ୍ରଣ ଦୃଷ୍ଟିରୁ ହେଉ ଅବା କଥାବସ୍ତୁର ଉପସ୍ଥାପନା ଦୃଷ୍ଟିରୁ ହେଉ ‘ମଲାଜହ୍ନ’ ଯେ ଏକ ସାର୍ଥକ ସାମାଜିକ ଉପନ୍ୟାସ ଏଥ‌ିରେ ଦ୍ବିମତ ନାହିଁ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
‘ମଲାଜହ୍ନ’ ଉପନ୍ୟାସ କେବେ ରଚନା କରାଯାଇଥିଲା?
(A) ୧୯୨୮
(B) ୧୯୩୬
(C) ୧୯୪୨
(D) ୧୯୫୦
Answer:
(A) ୧୯୨୮

Question 2.
‘ମଲାଜହ୍ନ’ ଉପନ୍ୟାସର ମୁଖ୍ୟ ଚରିତ୍ର କିଏ?
(A) ନାଥନନା
(B) ଅନାଦି ମିଶ୍ର
(C) ସତୀ
(D) ବଉଳ
Answer:
(C) ସତୀ

Question 3.
‘ମଲାଜହ୍ନ’ ଏକ କେଉଁ ପ୍ରକାର ଉପନ୍ୟାସ?
(A) ଐତିହାସିକ
(B) ପୌରାଣିକ
(C) ରାଜନୈତିକ
(D) ସାମାଜିକ
Answer:
(D) ସାମାଜିକ

Question 4.
୪। କୁଆଡ଼େ ବାହାରିଲେ ବୋଉ ଚିଡ଼େ?
(A) ଯାତ୍ରାକୁ
(B) ମାମୁଘରକୁ
(C) ଆଖଡ଼ାକୁ
(D) ବାହାରକୁ
Answer:
(D) ବାହାରକୁ

Question 5.
ସତୀଘର ବାରିପଟ ଆମ୍ବତୋଟାରେ କିଏ ଭାରି ଜୋର୍‌ରେ ଗର୍ଜୁଥାଏ?
(A) ବାଘ
(B) ପବନ
(C) କୁକୁର
(D) ବିଲୁଆ
Answer:
(B) ପବନ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 6.
ସତୀ ଦାଣ୍ଡ ପାହାଚ ଉପରେ ଗୋଡ଼ ଦେଲାବେଳକୁ କିଏ ପଛରୁ ଡାକିଛି?
(A) ବୋଉ
(B) ବଉଳ
(C) ବାପା
(D) ନାଥନନା
Answer:
(C) ବାପା

Question 7.
କିଏ ଶାଶୂଘରୁ ଫେରି ନାହିଁ?
(A) ବଉଳ
(B) କମଳାନାନୀ
(C) ସତୀ
(D) ହୀରା
Answer:
(D) ହୀରା

Question 8.
ବ୍ରାହ୍ମଣ ଘରେ କେତେ ବର୍ଷରେ ବାହାଘର କରି ଦିଆଯାଉଥିଲା?
(A) ୨୦ ବର୍ଷରେ
(B) ୨୫ ବର୍ଷରେ
(C) ୫ ବର୍ଷରେ
(D) ୧୦ ବର୍ଷରେ
Answer:
(C) ୫ ବର୍ଷରେ

Question 9.
ଶରତଋତୁରେ ନଈ ପଠାରେ କ’ଣ ଶୋଭାପାଏ?
(A) ମନ୍ଦାର ଫୁଲ
(B) କାଶତଣ୍ଡୀ ଫୁଲ
(C) ଟଗର ଫୁଲ
(D) କୌଣସିଟି ନୁହେଁ
Answer:
(B) କାଶତଣ୍ଡୀ ଫୁଲ

Question 10.
ସତୀ କେଉଁ ଫୁଲ ପାଇଁ ପାଣିରେ ପଶିଲା?
(A) କଇଁ
(B) ପଦ୍ମ
(C) ସିଙ୍ଗଡ଼ାହାର
(D) ଜଳବିରା
Answer:
(A) କଇଁ

Question 11.
କିଏ ସତୀ ପାଣିରେ ପଶିଥ୍ୟାବାର ଦେଖୁ ପାଟିକଲା?
(A) ବୋଉ
(B) ନାଥନନା
(C) ବାପା
(D) ବଉଳ
Answer:
(B) ନାଥନନା

Question 12.
କାହାକୁ ଦେଖୁ ସତୀ ମନେ ମନେ ରାଗିଲା?
(A) ବଉଳ
(B) ହୀରା
(C) ନାଥନନା
(D) ବୋଉ
Answer:
(C) ନାଥନନା

Question 13.
ପାଣି ଭିତରେ ଠିଆହୋଇ ସତୀ କାହାକୁ ପାର୍ଟି ଫିଟେଇଲା ନାହିଁ?
(A) ବଉଳକୁ
(B) ସାଙ୍ଗକୁ
(C) ଗାଁ ପିଲାଙ୍କୁ
(D) ନାଥନନାଙ୍କୁ
Answer:
(D) ନାଥନନାଙ୍କୁ

Question 14.
ନାଥନନା କେତେ ମାସ ହେବ ଗାଁରେ ନଥିଲେ?
(A) ଛଅମାସ
(B) ଦୁଇମାସ
(C) ଚାରିମାସ
(D) ତିନିମାସ
Answer:
(A) ଛଅମାସ

Question 15.
ନାଥନନା ପାଠ ପଢ଼ିବାପାଇଁ କେଉଁଠିକି ଯାଇଥିଲେ?
(A) ଭୁବନେଶ୍ଵର
(B) କଟକ
(C) କଲିକତା
(D) ତକ୍ଷଶିଳା
Answer:
(B) କଟକ

Question 16.
କେଉଁ ଛୁଟିରେ ନାଥନନା ଘରକୁ ଫେରିଛନ୍ତି?
(A) ଦୋଳ
(B) ଖରାଦିନ
(C) ଦଶହରା
(D) ରଜ
Answer:
(C) ଦଶହରା

Question 17.
ନାଥନନା ଘରକୁ ଆସିଲେ ଆଗେ କାହାକୁ ଖୋଜନ୍ତି?
(A) ବାପାଙ୍କୁ
(B) ବୋଉଙ୍କୁ
(C) ବଉଳକୁ
(D) ସତୀକୁ
Answer:
(D) ସତୀକୁ

Question 18.
ନାଥନନା ଘରକୁ ଆସିଲେ କିଏ ଲୁଚେ?
(A) ସତୀ
(B) ବଉଳ
(C) ନିଶି
(D) ହୀରା
Answer:
(A) ସତୀ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 19.
ବର୍ଷା ହେଲେ ସତୀ କାହା ସହ କାଗଜ ଡଙ୍ଗା ଭସାଏ?
(A) ନାଥନନା
(B) ହୀରା
(C) ବଉଳ
(D) କମଳୀନାନୀ
Answer:
(C) ବଉଳ

Question 20.
କାହା କଷ୍ଟ ଦେଖୁ ସତୀକୁ ଅଡ଼ୁଆ ଲାଗେ?
(A) ବଉଳର
(B) ବେବୀର
(C) ନିଶିର
(D) ନାଥନନାଙ୍କର
Answer:
(D) ନାଥନନାଙ୍କର

Question 21.
ସତୀ ଶାଶୂଘରେ ରାଣୀ ହୋଇ ରହିବ ବୋଲି କିଏ କହିଛି?
(A) ବଡ଼ମା’
(B) ବଉଳ
(C) ବୋଉ
(D) ବାପା
Answer:
(C) ନାଥନନା

Question 22.
କିଏ ଆସିଲେ ବୋଉ ଦଣ୍ଡେଅଧେ କଥାବାର୍ତ୍ତା କରେ?
(A) ମାମୁ
(B) ବାପା
(C) ନାଥନନା
(D) ବଡ଼ଅଜା
Answer:
(B) ବଉଳ

Question 23.
କିଏ ଭାରି ମାମଲତ୍‌କାର ପରି କହିଲା?
(A) ସତୀ
(B) ବାପା
(C) ବଉଳ
(D) ନାଥନନା
Answer:
(D) ନାଥନନା

Question 24.
ଚଉରା ପାଖରେ ସତୀ କ’ଣ ଜାଳେ?
(A) ଘିଅବଳିତା
(B) କର୍ପୂର
(C) ତେଲଦୀପ
(D) ଧୂପବତୀ
Answer:
(A) ଘିଅବଳିତା

Question 25.
କିଏ ଭାରି ଏକଜିଦିଆ ଲୋକ?
(A) ନାଥନନା
(B) ସତୀର ବାପା
(C) ସତୀ
(D) ବଉଳ
Answer:
(B) ସତୀର ବାପା

Question 26.
ବାହାଘର ବେଳେ ସତୀକୁ କିଏ ଗାଧୋଇଦେଲା?
(A) ଭାଉଜ
(B) ବଡ଼ମା’
(C) ବୋଉ
(D) ହୀରାବୋଉ
Answer:
(B) ବଡ଼ମା’

Question 27.
ବଉଳ ସତୀକୁ କାହାକୁ ଚିହ୍ନାଇ ଦେଇଛି?
(A) ବରକୁ
(B) ଶ୍ୱଶୁରକୁ
(C) କୁଣିଆଙ୍କୁ
(D) ନାଥନନାଙ୍କୁ
Answer:
(A) ବରକୁ

Question 28.
କିଏ ଦରବୁଢ଼ା ତ୍ରିପଣ୍ଡକଳା ଆଉ ମୋଟା ମଣିଷ ଥିଲା?
(A) ନାଥନନା
(B) ସତୀର ବଉଳ
(C) ସତୀର ଶ୍ଵଶୁର
(D) ସତୀର ବର
Answer:
(D) ସତୀର ବର

Question 29.
କିଏ ମନେ ମନେ ଖାଲି ଠାକୁରଙ୍କ ନାମ ଜପିଛି?
(A) ସତୀ
(B) ବୋଉ
(C) ବଉଳ
(D) ବଡ଼ମା’
Answer:
(B) ବୋଉ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 30.
ବୋଉ କାହା ପାଇଁ ପାନ ଭାଙ୍ଗିବାକୁ ସତୀକୁ କହିଛନ୍ତି?
(A) ବାପାଙ୍କ ପାଇଁ
(B) କୁଣିଆଙ୍କ ପାଇଁ
(C) ନାଥନନାଙ୍କ ପାଇଁ
(D) ବଡ଼ ମା’ ପାଇଁ
Answer:
(C) ନାଥନନାଙ୍କ ପାଇଁ

Question 31.
ନାଥନନା ଦୁଇବର୍ଷ ହେଲା କୁଆଡ଼େ ପଳେଇଥିଲେ?
(A) ବୁଲିବାକୁ
(B) କଟକ
(C) କଲିକତା
(D) ସୁରଟ
Answer:
(B) କଟକ

Question 32.
କିଏ ପିଲାଟି ଦିନରୁ ଏକଜିଦିଆ ଆଉ ଅଭିମାନୀ?
(A) ସତୀ
(B) ବଉଳ
(C) ହୀରା
(D) ନାଥନନା
Answer:
(D) ନାଥନନା

Question 33.
ବଉଳର ନନା କିଏ?
(A) ନାଥନନା
(B) ନରହରି
(C) ସୁଦେଶ
(D) ସତୀର ବର
Answer:
(A) ନାଥନନା

Question 34.
ଦାଣ୍ଡରେ ବାପାଙ୍କ ପାଟି ଶୁଣି କିଏ ତରତର ହୋଇ ଉଠି ଚାଲିଗଲା?
(A) ସତୀ
(B) ସତୀର ବୋଉ
(C) ନାଥନନା
(D) ବଉଳ
Answer:
(B) ସତୀର ବୋଉ

Question 35.
କାହାଯୋଗୁଁ ସତୀର ସବୁ ଗୋଳମାଳ ହୋଇଯାଉଛି?
(A) ବଉଳ ଯୋଗୁଁ
(B) ବୋଉ ଯୋଗୁଁ
(C) ପର୍ବ ଯୋଗୁଁ
(D) ନାଥନନା ଯୋଗୁଁ
Answer:
(D) ନାଥନନା ଯୋଗୁଁ

Question 36.
କାହାକୁ ଦେଖୁବ ବୋଲି ଜହ୍ନିଫୁଲ ଏତେଦିନଯାକେ ମଉଳି ନଥାଏ?
(A) ସତୀକୁ
(B) ନାଥନନାକୁ
(C) ପୁନେଇଁ ଜହ୍ନକୁ
(D) ବଉଳକୁ
Answer:
(C) ପୁନେଇଁ ଜହ୍ନକୁ

Question 37.
ଜହ୍ନ ରାଇଜର ରାଣୀ କିଏ?
(A) ସତୀ
(B) ବଉଳ
(C) ଜହ୍ନିଫୁଲ
(D) ନିଶି
Answer:
(C) ଜହ୍ନିଫୁଲ

Question 38.
କାହାକୁ ପାନ ଦେଲାବେଳେ ସତୀର ହାତ ଥରିଥିଲା?
(A) ନାଥନନାଙ୍କୁ
(B) ଗାଁ ଭାଇନାକୁ
(C) ବାପାଙ୍କୁ
(D) ପୂଜକଙ୍କୁ
Answer:
(A) ନାଥନନାଙ୍କୁ

Question 39.
ସତୀ ନାଁରେ କିଏ ମିଛ କହିଛି ବୋଲି ସଖୀ ଭାବିଛି?
(A) ବୋଉ
(B) ଗାଁ ଝିଅ
(C) ବଉଳ
(D) ନାଥନନା
Answer:
(C) ବଉଳ

Question 40.
କାହାର ସବୁଦିନେ ଫୁଲରେ ଶରଧା?
(A) ସତୀର
(B) ବଉଳର
(C) ନାଥନନାର
(D) ହୀରାର
Answer:
(A) ସତୀର

Question 41.
କିଏ ସତୀକୁ ଫୁଲ ତୋଳିବାକୁ ଡାକିଛି?
(A) ଗାଁ ନାନୀ
(B) ବଉଳ
(C) ନାଥନନା
(D) ବଡ଼ମା’
Answer:
(B) ବଉଳ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 42.
ସତୀର ବାପା ତା’ ବୋଉକୁ କେଉଁ ଗାଁ କଥା କହୁଥିଲେ?
(A) ମୁଜରାବାଦ
(B) ମୁକୁନ୍ଦପୁର
(C) ମୁନାଫାନଗର
(D) ମକନ୍ଦପାଟ
Answer:
(B) ମୁକୁନ୍ଦପୁର

Question 43.
ବଉଳର ବୋଉକୁ ସତୀ କ’ଣ ସମ୍ବୋଧନ କରୁଥିଲା?
(A) ବଉଳମା’
(B) ଚାନ୍ଦବୋଉ
(C) ବଡ଼ମା’
(D) ମିତମା’
Answer:
(C) ବଡ଼ମା’

Question 44.
ସତୀ କାହାଘରେ ପହଞ୍ଚିଲା ବେଳକୁ ବର୍ଷା ଆରମ୍ଭ ହୋଇଗଲାଣି?
(A) ନାଥନନା ଘରେ
(B) ଦୋକାନଘରେ
(C) ବୈଠକଘରେ
(D) ସିନେମାଘରେ
Answer:
(A) ନାଥନନା ଘରେ

Question 45.
କାହାର ମନ ଜମା ଗୋଟାଏ ଜାଗାରେ ଥୟ ନୁହେଁ?
(A) ସତୀର
(B) ନାଥନନାର
(C) ବଉଳର
(D) ବଡ଼ମା’ର
Answer:
(C) ବଉଳର

Question 46.
କିଏ ଘୋଡ଼ାପରି ବୁଲୁଛି ବୋଲି ସତୀ ବଡ଼ମା’ କହିଛି?
(A) ନେତବୋଉ
(B) ନିଶି
(C) ସତୀ
(D) ନାଥନନା
Answer:
(B) ନିଶି

Question 47.
ଯୋର କୂଳେ କୂଳେ କେଉଁ ବଣ ଥିଲା?
(A) କିଆବଣ
(B) ଫୁଲବଣ
(C) ବାଉଁଶବଣ
(D) କଣ୍ଟାବଣ
Answer:
(C) ବାଉଁଶବଣ

Question 48.
ସତୀ କାହା ହାତ ଉପରେ ଆଉଜି ବେଦୀ ଉପରେ ବସିରହିଲା?
(A) ବରର ହାତ
(B) ନଣନ୍ଦ ହାତ
(C) ବ୍ରାହ୍ମଣ ହାତ
(D) ଭଣ୍ଡାରୁଣୀ ହାତ
Answer:
(D) ଭଣ୍ଡାରୁଣୀ ହାତ

Question 49.
ବାହାଘର କର୍ମ ସରିଗଲା ପରେ ସତୀକୁ କିଏ ଆଣି ଆଉ ଗୋଟା ଘରେ ବସାଇ ଦେଇଗଲା?
(A) ଘରର ପୋଇଲୀ
(B) ଶାଶୁମା’
(C) ଭଣ୍ଡାରୁଣୀ
(D) ଦାସବୋହୂ
Answer:
(A) ଘରର ପୋଇଲୀ

Question 50.
କାହା ଥଣ୍ଡା ହାତ ଲାଗି ସତୀର ନିଦ ଭାଙ୍ଗିଗଲା?
(A) ନାଥନନାଙ୍କର
(B) ଶାଶୂର
(C) ସ୍ଵାମୀଙ୍କର
(D) ଦାସୀର
Answer:
(C) ସ୍ଵାମୀଙ୍କର

Question 51.
କିଏ ଦୀପିଟିକୁ ଲିଭାଇ ଦେଇଛି?
(A) ସତୀର ସ୍ଵାମୀ
(B) ସତୀ
(C) ଜଣେ ଦାସୀ
(D) ସୌରଭୀ
Answer:
(B) ସତୀ

Question 52.
ବୁଦ୍ଧି ଆଉ ଦୃଢ଼ତାରେ କାହା ମୁହଁ ସମୁଜ୍ଜ୍ବଳ?
(A) ସତୀର
(B) ସତୀ ସ୍ଵାମୀର
(C) ସତୀ ଶାଶୂର
(D) ଦାସୀର
Answer:
(C) ସତୀ ଶାଶୂର

Question 53.
ଆଗେ ନଟ କାହା ପାଖରେ ଶୋଉଥିଲା?
(A) ବୋଉ
(B) ସୌରଭୀ
(C) ଜେଜେ ମା’
(D) ଦାସୀ
Answer:
(B) ସୌରଭୀ

Question 54.
କିଏ ବିଚାରି ଭାରି ସ୍ନେହରଙ୍କା ବୋଲି ସତୀ ଭାବିଛି?
(A) ସତୀର ସ୍ଵାମୀ
(B) ନଟ
(C) ସତୀର ଶାଶୁ
(D) ଦାସୀ
Answer:
(B) ନଟ

Question 55.
ସତୀ ମୁଣ୍ଡ ଉପରେ କିଏ ବିକଟ ଶବ୍ଦକରି ଉଡ଼ିଗଲା?
(A) କାଉ
(B) ବାଦୁଡ଼ି
(C) ପେଚା
(D) ଚେମେଣିଆଁ
Answer:
(C) ପେଚା

Question 56.
ଶାଶୁଘରେ ସକାଳ ଓଳି ସତୀର କେମିତି କଟିଯାଏ?
(A) ଫୁଲତୋଳାରେ
(B) ଘର ଓଳାରେ
(C) ନଟ ସେବାରେ
(D) ଶାଶୂଙ୍କ ସେବାରେ
Answer:
(D) ଶାଶୂଙ୍କ ସେବାରେ

Question 57.
ସତୀର ଶାଶୁ କୋଉଘର ଚାବି ସତୀ ହାତରେ ଦେଲେ?
(A) ଭଣ୍ଡାର ଘରର
(B) କୋଠଘରର
(C) ଠାକୁର ଘରର
(D) ଖଞ୍ଜାଘରର
Answer:
(A) ଭଣ୍ଡାର ଘରର

Question 58.
ନଟ କ’ଣ କିଣିଦେବା ପାଇଁ ସତୀକୁ କହିଛି?
(A) ପେଁକାଳି
(B) ଘୋଡ଼ା
(C) ଖେଳନା
(D) ସାଇକେଲ
Answer:
(B) ଘୋଡ଼ା

Question 59.
କିଏ ଭାରି କଳିହୁରି ବୋଲି ନଟ କହିଛି?
(A) ନଟର ମା’
(B) ସତୀର ଶାଶୂ
(C) ପୋଇଲି ଚମ୍ପା
(D) ସୌରଭୀ
Answer:
(D) ସଉରଭୀ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 60.
ଘର ଭିତରେ କାହାକୁ ଦେଖୁ ସୌରଭୀ ଚମକି ପଡ଼ିଲା?
(A) ସାପକୁ
(B) ସତୀକୁ
(C) ସତୀର ଶାଶୁକୁ
(D) ଚମ୍ପାକୁ
Answer:
(B) ସତୀକୁ

Question 61.
ସତୀ ବାପଘର ବୁଢ଼ା ଚାକରର ନାଁ କ’ଣ?
(A) ସଇତା
(B) ଶରତ
(C) ମଦନା
(D) ହରିଆ
Answer:
(A) ସଇତା

Question 62.
ସତୀଘର ଗାଁରେ କୋଉ ରୋଗ ବ୍ୟାପିଛି ବୋଲି ସଇତା ସତୀକୁ ଜଣାଇଛି?
(A) ମ୍ୟାଲେରିଆ
(B) ହଇଜା
(C) ଡେଙ୍ଗୁ
(D) ବସନ୍ତ
Answer:
(B) ହଇଜା

Question 63.
କିଏ କଟକ ଯାଇଛି ଡାକ୍ତର ଆଣିବାକୁ?
(A) ସତୀର ବାପା
(B) ନରହରି ମିଶ୍ର
(C) ନଖିଆ ପୁଅ
(D) ନାଥୁଆ ତିଆଡ଼ି
Answer:
(D) ନାଥୁଆ ତିଆଡ଼ି

Question 64.
ମନ୍ଦିରକୁ ଯିବାପାଇଁ କେତୋଟି ସବାରୀ ଦରକାର ବୋଲି ସତୀ ଶୁଣିଛି?
(A) ପାଞ୍ଚଟି
(B) ଦୁଇଟି
(C) ତିନୋଟି
(D) ଚାରୋଟି
Answer:
(C) ତିନୋଟି

Question 65.
ସତୀର ଶାଶୂ କେଉଁଠିକି ଯିବେ ବୋଲି ଜଣେଇଦେଲେ?
(A) ତୀର୍ଥକୁ
(B) ପୁରୀକୁ
(C) ବୃନ୍ଦାବନକୁ
(D) ମଥୁରାକୁ
Answer:
(B) ପୁରୀକୁ

Question 66.
ସତୀର ଶାଶୂଘରେ ତା’ର ଶେଷ ଅବଲମ୍ବନ କିଏ ଥିଲେ?
(A) ଚମ୍ପାଦାସୀ
(B) ସତୀର ସ୍ଵାମୀ
(C) ସତୀର ଶାଶୁ
(D) ସୌରଭୀ ପୋଇଲି
Answer:
(C) ସତୀର ଶାଶୁ

Question 67.
ସତୀକୁ କିଏ ଆଣି ସବାରୀରେ ବସାଇ ଦେଲା?
(A) ସୌରଭୀ
(B) ନୂଆଦାସୀ
(C) ସତୀର ସ୍ଵାମୀ
(D) ଚମ୍ପାମା’
Answer:
(D) ଚମ୍ପାମା’

Question 68.
ନଟ କାହା ପାଖରେ ବସି ମନ୍ଦିରକୁ ଗଲା?
(A) ସତୀ ପାଖରେ
(B) ଚମ୍ପାମା’ ପାଖରେ
(C) ସୌରଭୀ ପାଖରେ
(D) କୌଣସିଟି ନୁହେଁ
Answer:
(C) ସୌରଭୀ ପାଖରେ

Question 69.
ଅନେକ ବାଟ ଆସିଲାପରେ ସବାରୀ କୋଉଠି ରହିଲା?
(A) ଗଛମୂଳରେ
(B) ନଈକୂଳରେ
(C) ଆମ୍ବତୋଟାରେ
(D) ମନ୍ଦିର ପାଖରେ
Answer:
(B) ନଈକୂଳରେ

Question 70.
କାହା ସବାରୀ ସବା ପଛରେ ଯାଇ ପହଞ୍ଚିଲା?
(A) ସତୀ ସ୍ଵାମୀଙ୍କର
(B) ସୌରଭୀର
(C) ଚମ୍ପାମା’ର
(D) କୌଣସିଟି ନୁହେଁ
Answer:
(A) ସତୀ ସ୍ଵାମୀଙ୍କର

Question 71.
ନଟକୁ କିଏ ନୂଆ ପାଟ ପିନ୍ଧାଇଛି?
(A) ସତୀ
(B) ସୌରଭୀ
(C) ସତୀର ସ୍ଵାମୀ
(D) ଚମ୍ପାମା’
Answer:
(D) ଚମ୍ପାମା’

Question 72.
ଭିଡ଼ ଭିତରେ ସତୀ କାହାକୁ ଦେଖୁ ପକେଇଛି?
(A) ନାଥନନାଙ୍କୁ
(B) ବାପାଙ୍କୁ
(C) ଗାଁ ସାଙ୍ଗକୁ
(D) ସଇତାକୁ
Answer:
(A) ନାଥନନାଙ୍କୁ

Question 73.
ବୁଢ଼ା ସାହୁ ଦୋକାନୀ କ’ଣ ଦେଖ୍ ତରଳିଗଲା?
(A) ଛୁରୀ ଦେଖୁ
(B) ଟଙ୍କା ଦେଖୁ
(C) ଫୁଲ ଦେଖ୍
(D) ସତୀକୁ ଦେଖୁ
Answer:
(B) ଟଙ୍କା ଦେଖୁ

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 74.
ନରହରି ମିଶ୍ର କିଏ?
(A) ବ୍ରାହ୍ମଣ ପୂଜକ
(B) ଦୋକାନୀ
(C) ସତୀର ସ୍ବାମୀ
(D) ଡାକୁ
Answer:
(C) ସତୀର ସ୍ଵାମୀ

Question 75.
କିଏ ଓଦା ଭୂଇଁରେ ଲଥକରି ଶୋଇପଡ଼ିଲା?
(A) ସାହୁକାର
(B) ଜମିଦାର
(C) ନାଥନନା
(D) ସତୀ
Answer:
(D) ସତୀ

Question 76.
ସତୀ ନାଥନନା ସହ ପୁଣି ଶାଶୂଘରକୁ କେଉଁଥରେ ଫେରିଥିଲା?
(A) ସବାରୀରେ
(B) ମୋଟରଗାଡ଼ିରେ
(C) ବଳଦଗାଡ଼ିରେ
(D) ଚାଲି ଚାଲି
Answer:
(C) ବଳଦଗାଡ଼ିରେ

Question 77.
କିଏ ବାହାର ଆଡ଼କୁ ଚାହିଁ ଗାଡ଼ି ଭିତରେ ବସିଥିଲା?
(A) ସତୀ
(B) ନାଥନନା
(C) ବଉଳ
(D) ସାହୁକାର
Answer:
(B) ନାଥନନା

Question 78.
କିଏ ସତୀର ମୁହଁ ଚାହିଁବ ନାହିଁ ବୋଲି କହିଲା?
(A) ସତୀର ସ୍ଵାମୀ
(B) ସତୀର ବାପା
(C) ଶାଶୁମା’
(D) ନାଥନନା
Answer:
(A) ସତୀର ସ୍ଵାମୀ

Question 79.
ଟୋକେଇରେ କ’ଣ ବୋଝେଇ କରି ନାଥନନା ଆଣି ଥୋଇଛନ୍ତି?
(A) ଘରକରଣା ଜିନିଷ
(B) ଖାଦ୍ୟପଦାର୍ଥ
(C) ଲୁଗାପଟା
(D) ବହିଖାତା
Answer:
(A) ଘରକରଣା ଜିନିଷ

Question 80.
ନାଥନନା ଗଣ୍ଡାଏ ଖାଇଦେଇ କ’ଣ ଖୋଜିବାକୁ ବାହାରିଲେ?
(A) ଚାକରାଣୀ
(B) ଡାକ୍ତର
(C) ପୂଝାରୀ
(D) ଗାଈ
Answer:
(C) ପୂଝାରୀ

Question 81.
କାର୍ତ୍ତିକ ମାସରେ ନାଥନନାଙ୍କ ବୋଉ କୁଆଡ଼େ ଯାଇଥିଲେ?
(A) ଚଣ୍ଡିଖୋଲ
(B) କଟକ
(C) ଭଦ୍ରକ
(D) ପୁରୀ
Answer:
(D) ପୁରୀ

Question 82.
କିଏ ଗାଁଯାକ ଏକାଠି କରି ନାଥନନାଙ୍କୁ ଏକଘରକିଆ କରିବ ବୋଲି ଭାବିଛି?
(A) ନରହରି ମିଶ୍ର
(B) ଅଚ୍ୟୁତି ମହାନ୍ତି
(C) ପ୍ରଭାକର ମିଶ୍ର
(D) ସଇତା
Answer:
(B) ଅଚ୍ୟୁତି ମହାନ୍ତି

Question 83.
ଶେଷରେ ସତୀ କ’ଣ କରିଛି?
(A) ଆତ୍ମହତ୍ଯା
(B) ନିଆଁ ଲଗେଇଦେଇଛି
(C) ଘରଛାଡ଼ି ପଳେଇଛି
(D) ହତ୍ୟା କରିଛି
Answer:
(C) ଘରଛାଡ଼ି ପଳେଇଛି

Question 84.
ସତୀ କାହା ଉଦ୍ଦେଶ୍ୟରେ ଚିଠି ଲେଖୁଛି?
(A) ସତୀର ସ୍ଵାମୀ
(B) ବଉଳ
(C) ଗାଁ ବାଲା
(D) ନାଥନନା
Answer:
(D) ନାଥନନା

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 85.
କିଏ ଚୋର ପରି ଶିକୁଳି ଫିଟାଇ ବାହାରି ଯାଇଥିଲେ?
(A) ସତୀ
(B) ନାଥନନା
(C) ଅଚ୍ୟୁତି ମହାନ୍ତି
(D) ସଇତା
Answer:
(A) ସତୀ

Question 86.
ପିଲାଦିନେ ସତୀ ସାଙ୍ଗରେ କିଏ ଅଶୋକା ବସିଥିଲା?
(A) ନିଶି
(B) ପ୍ରଭାକରଙ୍କ ସ୍ତ୍ରୀ
(C) ହୀରା
(D) ପ୍ରଭାକରଙ୍କ ଭଉଣୀ
Answer:
(B) ପ୍ରଭାକରଙ୍କ ସ୍ତ୍ରୀ

Question 87.
ନାଥନନା ଗାଁବାଲାକୁ କାହାର ଧମକ ଦେଇଛନ୍ତି?
(A) ମାଡ଼ର
(B) ଗୁଣ୍ଡାର
(C) ଛୁରୀର
(D) ଥାନାର
Answer:
(D) ଥାନାର

Question 88.
କାହା କଥା ଭାବି ସତୀକୁ ବିଚିତ୍ର ଲାଗେ?
(A) ନାଥନନା କଥା
(B) ଅଚ୍ୟୁତି ଅବଧାନ କଥା
(C) ପ୍ରଭାକରନନା କଥା
(D) ସଇତା କଥା
Answer:
(A) ନାଥନନା କଥା

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
‘ମଲାଜହ୍ନ’ ଉପନ୍ୟାସଟି କାହାଦ୍ଵାରା ରଚିତ?
Answer:
‘ମଲାଜହ୍ନ’ ଉପନ୍ୟାସଟି ଉପେନ୍ଦ୍ର କିଶୋର ଦାସଙ୍କଦ୍ୱାରା ରଚିତ ।

Question 2.
ତାଙ୍କର ଅନ୍ୟ ଦୁଇଟି ରଚନାର ନାମ ଲେଖ ।
Answer:
‘ଆଲାଉଦ୍ଦିନ୍’, ‘କାଉଁରୀ’ ଦେଶର ଗୋରୀ’ ଉପେନ୍ଦ୍ର କିଶୋର ଦାସଙ୍କ ଦ୍ବାରା ରଚିତ ଅନ୍ୟ ଦୁଇଟି ରଚନା ।

Question 3.
ଉପେନ୍ଦ୍ର କିଶୋର ଦାସଙ୍କ ଅପ୍ରକାଶିତ ଉପନ୍ୟାସର ନାମ କ’ଣ?
Answer:
ଉପେନ୍ଦ୍ର କିଶୋର ଦାସଙ୍କ ଅପ୍ରକାଶିତ ଉପନ୍ୟାସର ନାମ ‘ଅତୁଠ ବଣିକ’।

Question 4.
୪। ଔପନ୍ୟାସିକ ବ୍ୟତୀତ ଉପେନ୍ଦ୍ର କିଶୋର ଦାସଙ୍କ ଅନ୍ୟ ପରିଚୟ କ’ଣ?
Answer:
ଔପନ୍ୟାସିକ ବ୍ୟତୀତ ଉପେନ୍ଦ୍ର କିଶୋର ଦାସ ଜଣେ ଚିତ୍ରକର ଓ ଶିଶୁ ସାହିତ୍ୟିକ ଭାବେ ପରିଚିତ ।

Question 5.
ଉପେନ୍ଦ୍ର କିଶୋର ଦାସଙ୍କ ପିତାଙ୍କ ନାମ କ’ଣ?
Answer:
ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସଙ୍କ ପିତାଙ୍କ ନାମ ରାୟବାହାଦୁର ରାଜକିଶୋର ଦାସ ।

Question 6.
ଉପେନ୍ଦ୍ର କିଶୋର ଦାସଙ୍କୁ କିଏ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ?
Answer:
ଉପେନ୍ଦ୍ର କିଶୋର ଦାସଙ୍କୁ ମଧୁସୂଦନ ଦାସଙ୍କ ସାନଭାଇ ତଥା ‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା ଗୋପାଳବଲ୍ଲଭ ଦାସ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ ।

Question 7.
ଉପେନ୍ଦ୍ର କିଶୋର ଦାସ କେଉଁ ପତ୍ରିକାର ସମ୍ପାଦକ ଥିଲେ?
Answer:
ଉପେନ୍ଦ୍ର କିଶୋର ଦାସ ‘ବାରୁଣୀ’ ଶୀର୍ଷକ ଏକ ପତ୍ରିକାର ସମ୍ପାଦକ ଥିଲେ ।

Question 8.
‘ମଲାଜହ୍ନ’ ଉପନ୍ୟାସ କେବେ ରଚିତ ହୋଇଥିଲା?
Answer:
‘ମଲାଜହ୍ନ’ ଉପନ୍ୟାସ ୧୯୨୮ ମସିହାରେ ରଚିତ ହୋଇଥିଲା ।

Question 9.
‘ମଲାଜହ୍ନ’ ଉପନ୍ୟାସରେ କାହା ଜୀବନରେ ଦୁଃଖ କାହାଣୀ ବର୍ଣିତ?
Answer:
‘ମଲାଜହ୍ନ’ ଉପନ୍ୟାସରେ ନାୟିକା ସତ୍ୟଭାମା ଓରଫ୍ ସତୀ ଜୀବନର ଦୁଃଖ କାହାଣୀ ବର୍ଣ୍ଣିତ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 10.
‘ମଲାଜହ୍ନ’ ଉପନ୍ୟାସରେ କିଏ ନିଜ ଜୀବନର କଥା ବର୍ଣ୍ଣନା କରିଛି ?
Answer:
‘ମଲାଜହ୍ନ’ ଉପନ୍ୟାସରେ ସତୀ ନିଜ ଜୀବନର କଥା ବର୍ଣ୍ଣନା କରିଛି ।

Question 11.
‘ମଲାଜହ୍ନ’ ଏକ କେଉଁ ପ୍ରକାର ଉପନ୍ୟାସ?
Answer:
‘ମଲାଜହ୍ନ’ ଏକ ସାମାଜିକ ଉପନ୍ୟାସ ।

Question 12.
‘ମଲାଜହ୍ନ’ ଉପନ୍ୟାସର କଥାବସ୍ତୁ କାହା ଉପରେ ପର୍ଯ୍ୟବସିତ?
Answer:
‘ମଲାଜହ୍ନ’ ଉପନ୍ୟାସର କଥାବସ୍ତୁ ସତୀ ଜୀବନ ଦୁଃଖଦ କାହାଣୀ ଉପରେ ପର୍ଯ୍ୟବସିତ ।

Question 13.
‘ମଲାଜହ୍ନ’ ଉପନ୍ୟାସରେ ଚରିତ୍ର ଦୃଷ୍ଟିରୁ ମୁଖ୍ୟ କିଏ?
Answer:
‘ମଲାଜହ୍ନ’ ଉପନ୍ୟାସରେ ଚରିତ୍ର ଦୃଷ୍ଟିରୁ ସତ୍ୟଭାମା ତଥା ନାୟିକା ସତୀ ମୁଖ୍ୟ ।

Question 14.
ସତୀକୁ କେଉଁଆଡ଼େ ବୁଲିବାକୁ ତା’ବୋଉ ମନା କରିଛନ୍ତି?
Answer:
ସତୀକୁ ଦାଣ୍ଡଆଡ଼େ ତଥା ବାହାର ଆଡ଼େ ବୁଲିବାକୁ ତା’ ବୋଉ ମନା କରିଛନ୍ତି ।

Question 15.
ବାପାଙ୍କ ଡାକରେ ସତୀ କ’ଣ ହୋଇ ଠିଆହେଲା?
Answer:
ବାପାଙ୍କ ଡାକରେ ସତୀ ଚମକିପଡ଼ି କାଠପିତୁଳି ପରି ଠିଆହେଲା ।

Question 16.
ବାପା କାହା ପାଇଁ ବରଘର ଖୋଜା ଲଗାଇଥା’ନ୍ତି?
Answer:
ବାପା ସତୀପାଇଁ ବରଘର ଖୋଜା ଲଗାଇଥା’ନ୍ତି ।

Question 17.
କବାଟ କୋଣରୁ ଗୋଡ଼ ଚିପିଚିପି ସତୀ କୁଆଡ଼େ ଚାଲିଗଲା?
Answer:
କବାଟ କୋଣରୁ ଗୋଡ଼ ଚିପିଚିପି ସତୀ ତଳଘର ଆଡ଼େ ଚାଲିଗଲା ।

Question 18.
ସତୀର ବାପା ତା’ ବୋଉଙ୍କୁ କାହିଁକି ବିଗିଡ଼ିଲେ?
Answer:
ସତୀର ବାପା ତା’ ବୋଉଙ୍କୁ ସତୀର ବାହାରେ ବୁଲାବୁଲିକୁ ନେଇ ବିଗିଡ଼ିଲେ ।

Question 19.
କୋଉଁଠି ସକାଳୁ ସଞ୍ଜଯାଏ ମହୁମାଛିଙ୍କ ଭିଡ଼?
Answer:
ସତୀଘର ବାରିପଟ ଫୁଲଫୁଟା ବାତାପି ଗଛରେ ସକାଳୁ ସଞ୍ଜଯାଏ ମହୁମାଛିଙ୍କ ଭିଡ଼ ।

Question 20.
ହୀରା କେଉଁଠୁ ଫେରିନାହିଁ?
Answer:
ଗୋବଦ୍ଧନ କାନଗୋଇର ଝିଅ ହୀରା ତା’ ଶାଶୂଘରୁ ଫେରିନାହିଁ ।

Question 21.
କେଉଁ ଘରେ ଝିଅକୁ ପାଞ୍ଚବର୍ଷ ବୟସ ହେଲାବେଳେ ବାହାଘର କରି ଦିଆଯାଉଥିଲା?
Answer:
ହିନ୍ଦୁଘରେ ବିଶେଷ କରି ବ୍ରାହ୍ମଣଘରେ ଝିଅକୁ ପାଞ୍ଚବର୍ଷ ବୟସ ହେଲାବେଳେ ବାହାଘର କରି ଦିଆଯାଉଥିଲା ।

Question 22.
ଶରତ ଋତୁରେ କେଉଁଠି କାଶତଣ୍ଡୀଫୁଲ ଶୋଭାପାଏ?
Answer:
ଶରତ ଋତୁରେ ନଈପଠାରେ କାଶତଣ୍ଡୀଫୁଲ ଶୋଭାପାଏ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 23.
ଗାଁର ଉତ୍ତରପଟେ କ’ଣ ଥିଲା?
Answer:
ଗାଁର ଉତ୍ତରପଟେ ଏକ ଯୋର ଥିଲା ।

Question 24.
କଇଁଫୁଲ ତୋଳିବାକୁ କିଏ ପାଣିରେ ପଶିଲା?
Answer:
କଇଁଫୁଲ ତୋଳିବାକୁ ସତୀ ପାଣିରେ ପଶିଲା?

Question 25.
କଟକକୁ କିଏ ଛଅମାସ ହେବ ପଢ଼ିବାକୁ ଯାଇଥିଲା?
Answer:
କଟକକୁ ନାଥନନା ଛଅମାସ ହେବ ପଢ଼ିବାକୁ ଯାଇଥିଲା ।

Question 26.
ଦଶହରା ଛୁଟିରେ କିଏ ଗାଁକୁ ଫେରିଥିଲା?
Answer:
ଦଶହରା ଛୁଟିରେ ନାଥନନା ଗାଁକୁ ଫେରିଥିଲା ।

Question 27.
ରାଗରେ କାହା ମୁହଁ ଲାଲ୍ ପଡ଼ିଯାଇଥିଲା?
Answer:
ରାଗରେ ସତୀର ମୁହଁ ଲାଲ୍ ପଡ଼ିଯାଇଥିଲା ।

Question 28.
କିଏ ସତୀଘରକୁ ଆସିଲେ ପ୍ରଥମେ ସତୀଙ୍କୁ ଖୋଜନ୍ତି?
Answer:
ନାଥନନା ସତୀଘରକୁ ଆସିଲେ ପ୍ରଥମେ ସତୀକୁ ଖୋଜନ୍ତି ।

Question 29.
କାହାକୁ ଦେଖ‌ିଲେ ସତୀ ଲୁଚି ଯାଉଥିଲା?
Answer:
ନାଥନନାଙ୍କୁ ଦେଖ‌ିଲେ ସତୀ ଲୁଚି ଯାଉଥିଲା ।

Question 30.
କାହା ରାଗ ଦଣ୍ଡକେ ଉଭେଇ ଯାଏ?
Answer:
ସତୀ ବୋଉଙ୍କ ଭାଗ ଦଣ୍ଡକେ ଉଭେଇ ଯାଏ ।

Question 31.
ବର୍ଷା ଆସିଲେ ସତୀ ତା’ ବଉଳ ସହ କ’ଣ କରେ?
Answer:
ବର୍ଷା ଆସିଲେ ସତୀ ତା’ ବଉଳ ସହ କାଗଜରେ ଡଙ୍ଗା କରି ଭସାଏ ।

Question 32.
ନାଥନନାଙ୍କ କଷ୍ଟଦେଖି କାହାକୁ ଅଡ଼ୁଆ ଲାଗେ ?
Answer:
ନାଥନନାଙ୍କ କଷ୍ଟଦେଖି ସତୀକୁ ଅଡ଼ୁଆ ଲାଗେ ।

Question 33.
କିଏ ଦାଣ୍ଡଘରେ ପୋଥ୍ ଲେଖନ୍ତି
Answer:
ସତୀର ପିତା ଅନାଦି ମିଶ୍ର ଦାଣ୍ଡଘରେ ପୋଥ୍ ଲେଖନ୍ତି ।

Question 34.
କାହା ଅଭିମାନ ଚିରକାଳ ରହିଥିଲେ ଭଲ ହୋଇଥା’ନ୍ତା?
Answer:
ନାଥନନାଙ୍କ ଅଭିମାନ ଚିରକାଳ ରହିଥିଲେ ଭଲ ହୋଇଥା’ନ୍ତା ।

Question 35.
କିଏ ରାଣୀ ହୋଇ ରହିବ ବୋଲି ବଉଳ କହିଛି?
Answer:
ସତୀ ରାଣୀ ହୋଇ ରହିବ ବୋଲି ବଉଳ କହିଛି ।

Question 36.
କ’ଣ ଶୁଣି ସତୀର ଛାତି କୁଣ୍ଢେମୋଟ ହୋଇଗଲା?
Answer:
ସତୀର ବରଘର ଧନୀ ଏଇକଥା ଶୁଣି ସତୀର ଛାତି କୁଣ୍ଢେମୋଟ ହୋଇଗଲା ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 37.
ଇନ୍ଦ୍ର ଚନ୍ଦ୍ର ହେଲେ ବି କାହାକୁ ଟଳେଇ ପାରିବେ ନାହିଁ ?
Answer:
ଇନ୍ଦ୍ର ଚନ୍ଦ୍ର ହେଲେ ବି ସତୀର ବାପାଙ୍କୁ ଟଳେଇ ପାରିବେ ନାହିଁ ।

Question 38.
କେଉଁଠି ସତୀ ଘିଅ ବଳିତା ଜାଳେ?
Answer:
ସତୀ ଚଉରା ପାଖରେ ଘିଅ ବଳିତା ଜାଳେ ।

Question 39.
ନାଥନନା କ’ଣ ପ୍ରତିଜ୍ଞା କଲେ ?
Answer:
ନାଥନନା ଆଉ ସତୀ ଘରକୁ ଆସିବେ ନାହିଁ ବୋଲି ପ୍ରତିଜ୍ଞା କଲେ ।

Question 40.
କ’ଣ ଜାଣିବାକୁ ସତୀର କୌତୂହଳ ହୋଇଛି?
Answer:
ସତୀର ବର କିଏ ବୋଲି ଜାଣିବାକୁ ସତୀର କୌତୂହଳ ହୋଇଛି ।

Question 41.
କିଏ ସତୀକୁ ତା’ର ବରକୁ ଚିହ୍ନାଇ ଦେଇଛି?
Answer:
ବଉଳ ସତୀକୁ ତା’ର ବର କିଏ ବୋଲି ଚିହ୍ନାଇ ଦେଇଛି ।

Question 42.
ସତୀ ବୋଉ ସବୁଦିନେ କାହାକୁ ଜପୁଥିଲା?
Answer:
ସତୀ ବୋଉ ସବୁଦିନେ ଠାକୁରଙ୍କୁ ଜପୁଥିଲା ।

Question 43.
ଅନ୍ଧାର ଭିତରେ କାହା ଗୋରା ଦେହ ନିଆଁ ପରି ଜଳୁଥୁଲା?
Answer:
ଅନ୍ଧାର ଭିତରେ ନାଥନନାଙ୍କ ଗୋରା ଦେହ ନିଆଁ ପରି ଜଳୁଥିଲା ।

Question 44.
ପିଲାଦିନୁ କାହା ସ୍ଵର ଶୁଣି ଶୁଣି ସତୀର ଅଭ୍ୟାସ ହୋଇଯାଇଛି?
Answer:
ପିଲାଦିନୁ ନାଥନନାଙ୍କ ସ୍ବର ଶୁଣି ଶୁଣି ସତୀର ଅଭ୍ୟାସ ହୋଇଯାଇଛି ।

Question 45.
ସତୀ କାହା କଥାରେ ନାଥନନାଙ୍କ ପାଇଁ ପାନ ଭାଙ୍ଗିଛି?
Answer:
ସତୀ ତା’ବୋଉ କଥାରେ ନାଥନନାଙ୍କ ପାଇଁ ପାନ ଭାଙ୍ଗିଛି ।

Question 46.
ଦାଣ୍ଡରେ କାହା ପାଟି ଶୁଣି ସତୀ ବୋଉ ତରତର ହୋଇ ଉଠି ଚାଲିଗଲା?
Answer:
ଦାଣ୍ଡରେ ସତୀ ବାପାଙ୍କ ପାଟିଶୁଣି ସତୀ ବୋଉ ତରତର ହୋଇ ଉଠି ଚାଲିଗଲା ।

Question 47.
କାହା ମୁହଁରେ ବସନ୍ତର ଦାଗ ଥିଲା?
Answer:
ସତୀ ବରର ମୁହଁରେ ବସନ୍ତରୋଗର ଦାଗ ଥିଲା ।

Question 48.
ନିଶି କିଏ ଓ ତା’ର ନନାର ନାମ କ’ଣ?
Answer:
ନିଶି ହେଉଛି ସତୀର ବଉଳ ଓ ତା’ର ନନାଙ୍କ ନାମ ଲୋକନାଥ ତ୍ରିପାଠୀ ଓରଫ୍ ନାଥନନା ।

Question 49.
ଚାନ୍ଦର ଭାରିଜା ବୋଲି ସତୀ କାହାକୁ କହିଛି ।
Answer:
ଚାନ୍ଦର ଭାରିଜା ଜହ୍ନିଫୁଲ ବୋଲି ସତୀ କହିଛି ।

Question 50.
ସତୀ କାହାକୁ ବଡ଼ମା’ ବୋଲି ସମ୍ବୋଧନ କରିଛି?
Answer:
ସତୀ ବଉଳର ବୋଉକୁ ବଡ଼ମା’ ବୋଲି ସମ୍ବୋଧନ କରିଛି ।

Question 51.
କାହାକୁ ଧାଈମା’ ବୋଲି ନଟ କହିଛି?
Answer:
ସଉରଭୀ ଦାସୀକୁ ଧାଈମା’ ବୋଲି ନଟ କହିଛି ।

Question 52.
ସତୀର ସ୍ଵାମୀ ଦେଖିବାକୁ କିପରି ଥିଲା?
Answer:
ସତୀର ସ୍ୱାମୀ ଦରବୁଢ଼ା, ତ୍ରିପଣ୍ଡ କଳା ଓ ଖୁବ୍ ମୋଟା ଥିଲା ।

Question 53.
ନଟ କିଏ?
Answer:
ନଟ ହେଉଛି ସତୀ ସ୍ଵାମୀଙ୍କର ପ୍ରଥମ ସ୍ତ୍ରୀର ପୁଅ ।

Question 54.
ସତୀର ଶାଶୂଘରେ ସକାଳଓଳି କେମିତି କଟୁଥିଲା?
Answer:
ସତୀର ଶାଶୁଘରେ ସକାଳ ଓଳି ତା’ର ବିଧବା ଶାଶୁର ସେବାରେ କଟୁଥିଲା ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 55.
ସଉରଭୀର ଆଚରଣ କିପରି ବୋଲି ନଟ କହିଥିଲା?
Answer:
ସଉରଭୀ ଦାସୀ ଭାରି କଳିହୁରୀ ବୋଲି ନଟ କହିଥିଲା ।

Question 56.
ସଇତା କିଏ?
Answer:
ସଇତା ହେଉଛି ସତୀ ବାପଘରର ପୁରୁଣା ଚାକର ।

Question 57.
ନାଥୁଆ ତିଆଡ଼ି କାହିଁକି କଟକ ଯାଇଥିଲା ବୋଲି ସଇତା କହିଛି?
Answer:
ନାଥୁଆ ତିଆଡ଼ି ହଇଜାର ଚିକିତ୍ସା ପାଇଁ ଡାକ୍ତର ଆଣିବାକୁ କଟକ ଯାଇଥିଲା ବୋଲି ସଇତା କହିଛି ।

Question 58.
ସତୀ ଶାଶୂଘରେ ବୁଢ଼ୀ ପୋଇଲୀ କିଏ?
Answer:
ସତୀ ଶାଶୂଘରେ ବୁଢ଼ୀ ପୋଇଲି ହେଉଛି ଚମ୍ପା ମା’ ।

Question 59.
ସତୀର ଶାଶୂ ସତୀ ହାତରେ କ’ଣ ଧରେଇଛି?
Answer:
ସତୀର ଶାଶୂ ସତୀ ହାତରେ ଭଣ୍ଡାର ଘରର ଚାବି ଧରେଇଛି ।

Question 60.
କପିଳେଶ୍ଵର ମନ୍ଦିରରେ କ’ଣ ହେବ ବୋଲି ସତୀ ଜାଣିଲା?
Answer:
କପିଳେଶ୍ଵର ମନ୍ଦିରରେ ସତୀର ସଉତୁଣୀର ପୁଅ ନଟର ଜାଆଁଳବାଳ ପଡ଼ିବ ବୋଲି ସତୀ ଜାଣିଲା ।

Question 61.
ସତୀର ଶାଶୁ ଅଭିମାନରେ କେଉଁଠିକି ପଳେଇବେ ବୋଲି ବାହାରିଥିଲେ?
Answer:
ସତୀର ଶାଶୁ ପୁଅ ଉପରେ ଅଭିମାନ କରି ପୁରୀ ପଳେଇବେ ବୋଲି ବାହାରିଥିଲେ ।

Question 62.
କିଏ କିଏ ନଟର ଜାଆଁଳବାଳ ପକେଇବାକୁ କପିଳେଶ୍ଵର ମନ୍ଦିରକୁ ଯାଇଥିଲେ?
Answer:
ସତୀ, ସତୀର ସ୍ୱାମୀ, ଚମ୍ପା ମା’ ଓ ସୌରଭୀ ଦାସୀ ନଟର ଜାଆଁଳବାଳ ପକେଇବାକୁ କପିଳେଶ୍ଵର ମନ୍ଦିର ଯାଇଥିଲେ ।

Question 63.
କେଉଁ ଦିନ ନଟର ଜାଆଁଳବାଳ ପଡ଼ିଥିଲା?
Answer:
ଶିବଙ୍କ ପୁଷ୍ୟାଭିଷେକ ଦିନ କପିଳେଶ୍ଵର ମନ୍ଦିରରେ ନଟର ଜାଆଁଳବାଳ ପଡ଼ିଥିଲା ।

Question 64.
ଡଙ୍ଗାରେ ନଟ ବଡ଼ ପାଟିରେ କ’ଣ କହି କାନ୍ଦି ଉଠିଲା?
Answer:
ଡଙ୍ଗାରେ ନଟ ବଡ଼ ପାଟିରେ ନୂଆମା’ କାହିଁଲେ ବୋଲି କହି କାନ୍ଦି ଉଠିଲା ।

Question 65.
ଗଛ ଡାଳେ ଡାଳେ କ’ଣ ବଜାଇ ପାଗଳା ପବନ ଭିତରେ ଝଡ଼ ଗର୍ଜିଗଲା?
Answer:
ଗଛ ଡାଳେ ଡାଳେ ଯମରାଇଜର ରାମତାଳି ବଜାଇ ପାଗଳା ପବନ ଭିତରେ ଝଡ଼ ଗର୍ଜିଗଲା ।

Question 66.
ପବନରେ ଦେହମୁଣ୍ଡର ଲୁଗା କେମିତି ଉଡୁଥାଏ?
Answer:
ପବନରେ ଦେହମୁଣ୍ଡର ଲୁଗା ପତାକା ପରି ଉଡୁଥାଏ ।

Question 67.
ଦେଉଳବେଢ଼ାକୁ ଲାଗି କ’ଣ ଥିଲା?
Answer:
ଦେଉଳବେଢ଼ାକୁ ଲାଗି ଗୋଟିଏ ଗୁଡ଼ିଆ ଦୋକାନ ଥିଲା ।

Question 68.
ସଇତା ହାତରେ ସତୀ କାହା ପାଖକୁ ଖବର ଦେଇଥିଲା?
Answer:
ସଇତା ହାତରେ ସତୀ ନାଥନନା ପାଖକୁ ଖବର ଦେଇଥିଲା ।

Question 69.
ଭଡ଼ାଘର ଭିତରେ ବସିରହି ସତୀ କ’ଣ ଭାବିବାକୁ ଲାଗିଲା?
Answer:
କଟକର ଭଡ଼ାଘର ଭିତରେ ବସିରହି ସତୀ ଦୁନିଆ ବ୍ରହ୍ମାଣ୍ଡ କଥା ଭାବିବାକୁ ଲାଗିଲା ।

Question 70.
ସତୀର ବାହାଘର ପ୍ରଥମେ କାହା ସାଙ୍ଗରେ ଠିକ୍ ହୋଇଥିଲା?
Answer:
ସତୀର ବାହାଘର ପ୍ରଥମେ ନାଥନନାଙ୍କ ସାଙ୍ଗରେ ଠିକ୍ ହୋଇଥିଲା ।

Question 71.
ସତୀର ବାପା ମା’ଙ୍କର କ’ଣ ହେଲା ?
Answer:
ସତୀର ବାପା ମା’ ହଇଜାରେ ମରିଗଲେ ।

Question 72.
ସାଧବୀ କିଏ?
Answer:
କଟକ ଭଡ଼ାଘରେ ନାଥନନାଙ୍କ ପାଖରେ କାମ କରୁଥିବା ଚାକରାଣୀ ଥିଲା ସାଧବୀ ।

Question 73.
ନାଥନନାଙ୍କ ପୂର୍ଣ୍ଣ ନାମ କ’ଣ ଥିଲା?
Answer:
ନାଥନନାଙ୍କ ପୂର୍ଣ୍ଣ ନାମ ଥିଲା ଲୋକନାଥ ତ୍ରିପାଠୀ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 74.
ଅଚୁତି ମହାନ୍ତି କିଏ?
Answer:
ଅଚ୍ୟୁତି ମହାନ୍ତି ସତୀ ଗାଁର ଜଣେ ଖଳ ଚରିତ୍ର, ଯିଏ ଚାଟଶାଳୀର ମାଷ୍ଟର ଥିଲା ।

Question 75.
ସଇତା କାହାକୁ ବୁଢ଼ୀ ବୋଲି ଡାକୁଥୁଲା?
Answer:
ସଇତା ସତୀକୁ ବୁଢ଼ୀ ବୋଲି ଡାକୁଥୁଲା ।

Question 76.
ସତୀର ବାପା ମା’ ମଲାପରେ ସଇତା କାହାଘରେ କାମ କରୁଥିଲା?
Answer:
ସତୀର ବାପା ମା’ ମଲାପରେ ସଇତା ଅଚୁତି ମହାନ୍ତି ଘରେ କାମ କରୁଥିଲା ।

Question 77.
କିଏ ସତୀର ପୈତୃକ ସମ୍ପତ୍ତି ନେବାକୁ ଚକ୍ରାନ୍ତ ରଚିଛି?
Answer:
ସତୀଘର ଗାଁ ଚାଟଶାଳୀର ଶିକ୍ଷକ ଟାଉଟର ଅଚ୍ୟୁତି ମହାନ୍ତି ସତୀର ପୈତୃକ ସମ୍ପଭି ନେବାକୁ ଚକ୍ରାନ୍ତ ରଚିଛି ।

Question 78.
ଅନାଦି ମିଶ୍ର କିଏ?
Answer:
ଆନାଦି ମିଶ୍ର ହେଉଛନ୍ତି ସତୀର ବାପା ।

Question 79.
ଜ୍ଞାନ ହେଲା ଦିନୁ ସତୀ କାହା ପାଖରେ ନିଜ ମନକୁ ଅର୍ପଣ କରିଥିଲା?
Answer:
ଜ୍ଞାନ ହେଲା ଦିନଠୁ ସତୀ ନାଥନନାଙ୍କ ପାଖରେ ନିଜ ମନକୁ ଅର୍ପଣ କରିଥିଲା ।

Question 80.
କିଏ ସତୀକୁ କଥା ନ କହି ପିଣ୍ଢାରେ ଗୁମ୍ମାରି ବସିଥିଲା?
Answer:
ସଇତା ସତୀକୁ କଥା ନକହି ପିଣ୍ଢାରେ ଗୁମ୍ମାରି ବସିଥିଲା ।

Question 81.
ବାଡ଼ିପଟ ତୋଟା ଗହଳିରେ କିଏ ବୋବାଇଲା?
Answer:
ବାଡ଼ିପଟ ତୋଟା ଗହଳିରେ ବିଲୁଆ ବୋବାଇଲା ।

Question 82.
ଗାଁ ପୁରୋହିତଙ୍କ ପୁଅ ନାଁ କ’ଣ?
Answer:
ଗାଁ ପୁରୋହିତଙ୍କ ପୁଅ ନାଁ ପ୍ରଭାକର ମିଶ୍ର ।

Question 83.
ସତୀ ସଇତାକୁ ନେଇ କାହା ଘରକୁ ଯାଇଛି?
Answer:
ସତୀ ସଇତାକୁ ନେଇ ପ୍ରଭାକର ମିଶ୍ରଙ୍କ ଘରକୁ ଯାଇଛି ।

Question 84.
ସତୀ ପିଲାଦିନେ କାହା ସହ ଅଶୋକା ବସିଥିଲା?
Answer:
ସତୀ ପିଲାଦିନେ ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ ସହ ଅଶୋକା ବସିଥିଲା ।

Question 85.
ଜୀବନରେ ସତୀ କାହାକୁ କାମନା କରିଛି; ମାତ୍ର ଅଧିକାର କରିନାହିଁ ।
Answer:
ଜୀବନରେ ସତୀ ନାଥନନାଙ୍କୁ କାମନା କରିଛି; ମାତ୍ର ଅଧିକାର କରିନାହିଁ ।

Question 86.
ସତୀ ଗଲାବେଳେ କାହା ମୁହଁ ଦେଖପାରିଲା ନାହିଁ?
Answer:
ସତୀ ଗଲାବେଳେ ନାଥନନାଙ୍କ ମୁହଁ ଦେଖୁପାରିଲା ନାହିଁ ।

Question 87.
ଗଲାବେଳକୁ ସତୀର ବଡ଼ ଇଚ୍ଛା କ’ଣ ଥିଲା?
Answer:
ଗଲାବେଳକୁ ସତୀର ବଡ଼ ଇଚ୍ଛା ଥିଲା ନାଥନନାଙ୍କୁ କହିକି ଯିବାପାଇଁ ।

Question 88.
କାହା ଭଲ ପାଇଁ ସତୀ ବିଦାୟ ନେଇଛି?
Answer:
ନାଥନନାଙ୍କ ଭଲ ପାଇଁ ସତୀ ବିଦାୟ ନେଇଛି ।

Question 89.
ଉପନ୍ୟାସର ପରିଣତି ବେଳକୁ ସତୀ କାହା ଉଦ୍ଦେଶ୍ୟରେ ଚିଠି ଲେଖୁଛି?
Answer:
ଉପନ୍ୟାସର ପରିଣତି ବେଳକୁ ସତୀ ନାଥନନାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖୁଛି ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 90.
ସତୀ କେଉଁ କଥା ପଚାରିଲେ ନାଥନନା ବାଆଁରେଇ ଦିଅନ୍ତି?
Answer:
ସତୀ ଗାଁ କଥା ପଚାରିଲେ ନାଥନନା ସବୁଶୁଣି ବାଆଁରେଇ ଦିଅନ୍ତି ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

Question 1.
‘ମଲାଜହ୍ନ’ ଉପନ୍ୟାସ କାହାର ରଚନା ଓ ଏହା କେବେ ଚରନା କରାଯାଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
‘ମଲାଜହ୍ନ’ ଉପନ୍ୟାସ ଉପେନ୍ଦ୍ର କିଶୋର ଦାସଙ୍କ ରଚନା ଓ ଏହା ୧୯୨୮ ମସିହାରେ ରଚନା କରାଯାଇଥିଲା ।

Question 2.
ଉପେନ୍ଦ୍ର କିଶୋର ଦାସ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଉପେନ୍ଦ୍ର କିଶୋର ଦାସ ଫେବୃୟାରୀ ୨୧ ତାରିଖ ୧୯୦୧ ମସିହାରେ କୁମୁଡ଼ା ଜୟପୁରରେ ଜନ୍ମଗ୍ରହଣ କରିଥିଲେ ।

Question 3.
କେଉଁ କଥା ନାୟିକା ପାଇଁ କାଳ ହେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ପିଲାଟି ଦିନରୁ ନାୟିକାର ଦୁଷ୍ଟ ଆଚରଣ ପ୍ରତି ବାପା ମା’ ଏକଦମ୍ ଆଖୁ ବୁଜି ଦେଇଥବାଟା ହିଁ ପରବର୍ତୀ କାଳରେ ନାୟିକା ପାଇଁ କାଳ ହେଲା ।

Question 4.
ସତ୍ୟଭାମା କେଉଁ କଥାଟିକୁ ହାଡ଼େ ହାଡ଼େ ଅନୁଭବ କରିଛି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଉପନ୍ୟାସର ନାୟିକା ସତ୍ୟଭାମା ରାଗ ଅଭିମାନରେ ଜୀବନରେ କରିଥିବା ଭୁଲ କଥାଟିକୁ ହାଡ଼େ ହାଡ଼େ ଅନୁଭବ କରିଛି ।

Question 5.
ବର୍ଷା ପବନ ଦେଖୁ ସତୀର କ’ଣ ମନେହେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଉପନ୍ୟାସର ମୁଖ୍ୟ ଚରିତ୍ର ସତୀ ବର୍ଷା ପବନ ଦେଖ୍, ଟିକେ ସାଇଆଡ଼େ ବୁଲି ଯିବାକୁ ମନେକରିଛି । ବୋଉ ଖିଆପିଆ ସାରି ଶୋଇବା ପାଇଁ ଯିବା ଯୋଗୁ ସେ ଏପରି ଚିନ୍ତା କରିଛି ।

Question 6.
ଦାଣ୍ଡଘରେ କିଏ କ’ଣ କରୁଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଦାଣ୍ଡଘରେ ସତୀର ବାପା ଅନାଦି ମିଶ୍ର ବସି ପୋଥ୍ ଲେଖୁବା କାମ କରୁଥିଲେ ।

Question 7.
କବାଟ କୋଣରୁ ଗୋଡ଼ ଚିପିଚିପି କିଏ କୁଆଡ଼େ ଚାଲିଗଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ବାହାରକୁ ବାହାରିଲା ବେଳେ ତା’ ବାପା ଦେଖୁ ଦେଇଛନ୍ତି । ଫଳରେ ସତୀର ବୋଉଙ୍କୁ ବିରକ୍ତ ହୋଇଛନ୍ତି । ଏତିକିବେଳେ ସତୀ କବାଟ କୋଣରୁ ଗୋଡ଼ ଚିପିଚିପି ତଳଘରକୁ ଚାଲିଯାଇଛି ।

Question 8.
‘ଭାରି କୌତୁକ ସତେ ଏକା’ କାହା ପାଇଁ କେଉଁ କଥା କୌତୁକ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ପାଇଁ ବାହାଘର କଥା ଭାରି କୌତୁକ ସତେ ଏକା ! ଓଢ଼ଣା ପକାଇ କନିଆଁ ହବା । ସମସ୍ତଙ୍କ ଆଗରେ ନଇଁ ନଇଁ ଚାଲିବା କଥା । ଏଇସବୁ କଥା କିଶୋରୀ ସତୀ ମନରେ କୌତୂହଳ ସୃଷ୍ଟି କରିଛି ।

Question 9.
ସତୀ କେଉଁଠି କ’ଣ ପାଇଁ ପଶିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ତାଙ୍କ ଗାଁର ଉତ୍ତରପଟେ ତଥା ତାଙ୍କ ବାରିପଟରେ ବହିଯାଉଥବା ଯୋରରେ କଇଁଫୁଲ ତୋଳି ଆଣିବା ପାଇଁ ପଶିଲା । ଅଶିଣ ମାସର ଖରାବେଳେ କଇଁଫୁଲ ଲୋଭରେ ସେ ଅଣ୍ଟାଏ ପାଣିରେ ପଶିଥିଲା ।

Question 10.
ସତୀ କେତେବେଳେ କାହିଁକି ଚମକି ପଡ଼ିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ କଇଁଫୁଲ ଲୋଭରେ ଖରାବେଳଟାରେ ବାରିପଟ ଯୋରରେ ପଶିଥିଲା । ଏତିକିବେଳେ ହଠାତ୍ ବନ୍ଧ ଉପରେ ନାଥନନା ପାଟି କରିଥିଲା । ନାଥନନାଙ୍କ ପାଟି ଶୁଣି ସତୀ ଚମକି ପଡ଼ିଥିଲା ।

Question 11.
କାହାର କୋଉ ପ୍ରସ୍ତାବ ସତୀକୁ ଅଡ଼ୁଆ ଲାଗିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋଶ ଦାସ
ସତୀ ପାଣିରେ ପଶିଥ୍‌ବାର ଦେଖୁ ନାଥନନା ବିରକ୍ତ ହୋଇଥିଲା । ତଥାପି ସତୀ ସେମିତି ପାଣି ଭିତରେ ଠିଆ ହୋଇରହିଥିଲା । ନାଥନନାଙ୍କୁ କିଛି ବି କହି ନଥିଲା । ତେଣୁ ନାଥନନା ପ୍ରସ୍ତାବ ଦେଇ କହିଥିଲେ – ‘‘ତୁ ଆସିବୁ ନା, ଫେର୍ ମୁଁ ଯିବି ତୋ ପାଖକୁ ?” ନାଥନନାଙ୍କ ଏଇ ପ୍ରସ୍ତାବ ସତୀକୁ ଅଡ଼ୁଆ ଲାଗିଲା ।

Question 12.
ନାଥନନା କେତେ ମାସ ପରେ କ’ଣ ପାଇଁ ଗାଁକୁ ଆସିଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା କଟକରେ ରହି ପାଠ ପଢୁଥିଲେ । ପ୍ରାୟ ଛଅମାସ ପରେ ଦଶହରା ଛୁଟି କଟେଇବା ପାଇଁ ସେ ଗାଁକୁ ଆସିଥିଲେ ।

Question 13.
‘ସ୍ତ୍ରୀ ଲୋକଙ୍କର ପୁଣି ଆଖରେ ଏତେ ତେଜ !’ ଏକଥା କାହାକୁ ଲକ୍ଷ୍ୟକରି ସତୀ ଭାବିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ କଇଁଫୁଲ ତୋଳିବା ଯୋଗୁଁ ପାଣିରେ ପଶି ଓଦା ଜୁଡୁବୁଡୁ ହୋଇ ଘରକୁ ଫେରିଥିଲା । ଘରେ ଏକଥା ସତୀ ବୋଉ ନଜରକୁ ଆସିଲାପରେ ସତୀ ବୋଉ ଖୁବ୍ ରାଗରେ ସତୀକୁ ବିରକ୍ତ ହୋଇଥିଲେ । ସତୀ ତା’ ବୋଉକୁ ଲକ୍ଷ୍ୟକରି ସ୍ତ୍ରୀଲୋକର ଆଖରେ ଏତେ ତେଜ ବୋଲି ଭାବିଥିଲା ।

Question 14.
କ’ଣ ପାଇଁ ସତୀ ବୋଉଙ୍କ ରାଗ ଉଭେଇଗଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ମନୋମୁଖୀ କାର୍ଯ୍ୟକଳାପ ସତୀ ବୋଉଙ୍କୁ ପସନ୍ଦ ହେଉନଥିଲା । ଖରାବେଳେ ଘରେ ନରହି ଯୋରରେ ପଶି ଓଦା ହୋଇ ଆସିବା ସତୀ ବୋଉଙ୍କୁ କ୍ରୋଧୃତ କରିଥିଲା । ଫଳରେ ସେ ଖୁବ୍ ବିରକ୍ତ ହୋଇ ସତୀକୁ ଟାଣ କଥା କହିଥିଲେ । ଫଳରେ ସତୀ କାନ୍ଦିଥିଲା । ସତୀର କାନ୍ଦ ଦେଖୁ ସତୀବୋଉଙ୍କ ସବୁରାଗ ଉଭେଇଗଲା ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 15.
ଦୁଆରେ ପାଣି ଜମିଗଲେ ବଉଳ ସହ ମିଶି କିଏ କ’ଣ କରେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ବର୍ଷା ହୋଇ ସତୀଘର ଦୁଆରେ ପାଣି ଜମିଗଲେ ସତୀ ତା’ ବଉଳ ସହ ମିଶି କାଗଜର ଡଙ୍ଗାକରି ସେ ଜମି ରହିଥ‌ିବା ପାଣିରେ ଭସାଏ ।

Question 16.
‘‘ସେମିତ ଡଙ୍ଗା ହୁଏନା ଜମା ।” ଏକଥା କିଏ କାହାକୁ କହିଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଦିନେ ବର୍ଷାହୋଇ ଛାଡ଼ିଯିବା ପରେ ସତୀ ଓ ତା’ ବଉଳ ମିଶି ଡଙ୍ଗା ତିଆରି କରି ଭସାଉଥିଲେ । ସତୀର ବଉଳର ଭାଇ ନାଥନନା ଏସବୁ ଦେଖ୍ ସତୀର ଡଙ୍ଗା ତିଆରି କରିବା ପ୍ରସଙ୍ଗରେ କହିଥିଲେ ‘ସେମିତି ଡଙ୍ଗା ହୁଏନା ଜମା’।

Question 17.
କାହା ମୁହଁ କାଗଜ ପରି କାହିଁକି ଶେତା ପଡ଼ିଗଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀକୁ କାଗଜ ଡଙ୍ଗା ତିଆରି ଶିଖାଇବା ଉଦ୍ଦେଶ୍ୟରେ ସତୀର ପିଠି ଉପରେ ଆଉଜି ପଡ଼ି ନାଥନନା କାଗଜ ଡଙ୍ଗାଟିକୁ ପାଣିରୁ ଉଠେଇନେଲେ । ନାଥନନାଙ୍କର ଏପରି ବ୍ୟବହାର ସତୀ ମନରେ ଆଘାତ ଦେଇଥିଲା । ସେ ନାଥନନାଙ୍କୁ ବିରକ୍ତରେ ଟିକେ ଟାଣପଣରେ ଏଗୁଡ଼ିକ ତାକୁ ଭଲଲାଗେ ନାହିଁ କହିଥିଲା । ଏହି କଥା ଶୁଣି ନାଥନନାଙ୍କ ମୁହଁ କାଗଜ ପରି ଶେତା ପଡ଼ିଗଲା ।

Question 18.
ସତୀର ବାପା ନାଥନନାଙ୍କ ଉପରକୁ କାହିଁକି ଚିଡ଼ିଗଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାପା ସତୀର ବାହାଘର ଏକ ଦରବୁଢ଼ା ମୋଟା କଳା ଲୋକଟା ସହ ଲଗାଇଥିଲେ । ଏକଥା ଉଭୟ ସତୀ ବୋଉ ଓ ନାଥନନାଙ୍କ ପାଇଁ ଗ୍ରହଣ ଯୋଗ୍ୟ ହୋଇନଥିଲା । ନାଥନନା ଏହାର ପ୍ରତିବାଦ କରିଥିଲେ । ସେଥ‌ିପାଇଁ ସତୀର ବାପା ନାଥନନାଙ୍କ ଉପରେ ଚିଡ଼ିଗଲେ ।

Question 19.
କାହା କାହା ଜିଦ୍ ଦେଖ୍ କିଏ ତୁନି ରହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାହାଘରକୁ ନେଇ ସତୀର ବାପା ଓ ନାଥନନାଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ଉଭୟେ ଉଭୟଙ୍କ ଜିଦରେ ଅଟଳ ରହିବା ଦେଖୁ ସତୀବୋଉ ତୁନିହୋଇ ରହିଲେ ।

Question 20.
ସତୀର ବର ଦେଖୁବାକୁ କେମିତି ଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବର ଦେଖିବାକୁ ଖୁବ୍ ଅସୁନ୍ଦର ଥିଲା । ବୟସରେ ସେ ସତୀ ବାପାଙ୍କ ବୟସର ଥିଲା । ଦରବୁଢ଼ା ତ୍ରିପଣ୍ଡକଳା ଓ ଖୁବ୍ ମୋଟା ଥିଲା ସତୀର ବର ।

Question 21.
ବର ଦେଖୁ କାହାକୁ କାହିଁକି ଚିଡ଼ିମାଡ଼ିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ମନରେ ବାହାଘରକୁ ନେଇ ପ୍ରଥମରୁ କୌତୂହଳ ଥିଲା । ତା’ ବଉଳ ଆସି ସତୀର ବର କିଏ ବୋଲି ଚିହ୍ନାଇ ଦେଲାପରେ ସତୀ ତା’ବରର ରୂପ ଦେଖୁଥିଲା । ତ୍ରିପଣ୍ଡ କଳା, ମୋଟା ଦରବୁଢ଼ା ବର ଦେଖୁ ସତୀକୁ ଚିଡ଼ିମାଡ଼ିଲା ।

Question 22.
କିଏ ବଗୁଲିଆ ଟୋକାଙ୍କ ପରି ଦୌଡ଼ିଆସି କ’ଣ କରୁଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସଞ୍ଜ ପବନ ବଗୁଲିଆ ଟୋକାଙ୍କ ପରି ଥରେ ଥରେ ଦୌଡ଼ିଆସି ଜହ୍ନି ଗଛର ରଞ୍ଜାକୁ ଟେକିଦେଇ ପଳାଇ ଯାଉଥୁଲା ଦୂରକୁ ।

Question 23.
ନାଥନନା କାହିଁକି ପାନତକ ଦୁଆରକୁ ଫିଙ୍ଗିଦେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ଘରକୁ ଆସିଲେ ସତୀ ବୋଉ ସତୀକୁ ପାନ ଭାଙ୍ଗିବାକୁ କୁହନ୍ତି । ଥରେ ନାଥନନା ଆସିଲା ପରେ ସତୀ ତାଙ୍କ ପାଇଁ ପାନ ଭାଙ୍ଗିଛି, ହେଲେ ଲାଜ ଓ ଅଭିମାନରେ ନାଥନନାଙ୍କ ହାତକୁ ବଢ଼ାଇ ଦେଇପାରି ନାହିଁ । ଫଳରେ ରାଗରେ ନାଥନନା ପାନତକ ଦୁଆରକୁ ଫିଙ୍ଗିଦେଲେ ।

Question 24.
ଜହ୍ନିଫୁଲକୁ ସତୀ କ’ଣ କ’ଣ ସମ୍ବୋଧନ କରେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ଫୁଲରେ ବଡ଼ ଶରଧା । କୁଆଁର ପୁନେଇଁ ଜହ୍ନରେ ସତୀ ତାଙ୍କ ଅଗଣାରେ ଲାଗିଥିବା ଜହ୍ନିଫୁଲକୁ ଦେଖ୍, ତାକୁ ଜହ୍ନ ରାଇଜର ରାଣୀ ଓ ଚାନ୍ଦର ଭାରିଯା ବୋଲି ସମ୍ବୋଧନ କରେ ।

Question 25.
ନିଶି କିଏ, ସେ ନାଥନନାଙ୍କର କ’ଣ ହେବ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଉପେନ୍ଦ୍ର କିଶୋର ଦାସଙ୍କ ‘ମଲାଜହ୍ନ’ ଉପନ୍ୟାସରେ ନିଶି ହେଉଛି ନାୟିକା ସତୀର ବଉଳ, ଯିଏ କି ସତୀଠାରୁ ବୟସରେ ଚାରିବର୍ଷ ସାନ । ନିଶି ନାଥନନାଙ୍କର ଭଉଣୀ ।

Question 26.
ସତୀକୁ କେଉଁଠି କାହିଁକି ଲୋଭ ହେଉଥିଲା ରହିବାକୁ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନାଥନନାଙ୍କ ଘରକୁ ଗୋଟିଏ ପୂଜା ଅବସରରେ ଯାଇଛି । ଖିଆପିଆ ସରିଲା ବେଳକୁ ରାତି ହୋଇଯାଇଛି । କାଲି ସକାଳ ସତୀ ଆଉଥରେ ନାଥନନାଙ୍କୁ ଟିକେ ଦେଖିପାରିବ ଏହି ଲୋଭରୁ ସତୀ ନାଥନନା ତଥା ତା’ ବଉଳ ଘରେ ରହିବାକୁ ଲୋଭ କରିଥିଲା ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 27.
ସତୀକୁ କେତେବେଳେ କାହିଁକି ସବୁ ଅନ୍ଧାର ଦେଖୁଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାହାଘର ହୋଇଛି ମୁକୁନ୍ଦପୁରର ଜମିଦାର ନରହରି ମିଶ୍ରଙ୍କ ସହ । ବାହାବେଦୀ ଉପରେ ଓଢ଼ଣା ଭିତରେ ବହୁ କଷ୍ଟରେ ମୁହଁକୁ ଟେକି ବରର ମୁହଁକୁ ଦେଖୁଛି ସତୀ । ପୋଡ଼ା କାଠ ପରି ରଙ୍ଗ, ସେଥ୍ରେ ମୁହଁଯାକ ବସନ୍ତର ଦାଗ ସିଇଁ ହୋଇ ରହିଛି । ଏରୂପ ଦେଖ୍ ସତୀକୁ ସବୁ ଅନ୍ଧାର ଦିଶିଲା ।

Question 28.
କିଏ କାହାର ସଉତୁଣୀ ପୁଅ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନଟ ସତୀର ସଉତୁଣୀର ପୁଅ । ସତୀ ବାହାହେବା ପୂର୍ବରୁ ସତୀର ସ୍ୱାମୀ ଯାହାକୁ ବିବାହ କରିଥିଲେ ସେ ତା’ର ଏକମାତ୍ର ପୁତ୍ର ନଟକୁ ସ୍ୱାମୀ ଦାୟିତ୍ୱରେ ଛାଡ଼ିଦେଇ ମରିଯାଇଥିଲେ ।

Question 29.
‘ବାପାକୁ ଓଷଦ କରିଛି କୁଆଡ଼େ’! ଏକଥା କିଏ କାହା ଉଦ୍ଦେଶ୍ୟରେ କହିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନଟ ଏକଥା ତା’ ନୂଆମା’ ସତୀକୁ ସଉରଭୀ ଦାସୀ ଉଦ୍ଦେଶ୍ୟରେ କହିଥିଲା । ନଟର ବାପା ତଥା ସତୀର ସ୍ଵାମୀ ଅର୍ଥାତ୍ ଜମିଦାର ନରହରି ମିଶ୍ରଙ୍କର ସଉରଭୀ ଦାସୀ ସହ ପାପ ସଂପର୍କ ଥିଲା । ସଉରଭୀ ଦାସୀ ନରହରି ମିଶ୍ରଙ୍କୁ ଓଷଦ କରି ତା’ ଇଚ୍ଛା ମୁତାବକ କାର୍ଯ୍ୟ କରାଉଛି ବୋଲି ନଟ ଏକଥା କହିଥିଲା ।

Question 30.
ଶାଶୂଘରେ କ’ଣ ଦେଖୁ ସତୀକୁ ଅପମାନ ଲାଗିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଶାଶୂଘରେ ସୌରଭୀ ଦାସୀ ସହ ସତୀର ସ୍ଵାମୀ ଅର୍ଥାତ୍ ଜମିଦାର ନରହରି ମିଶ୍ରଙ୍କ ଅନୈତିକ ସମ୍ପର୍କକୁ ଦେଖ୍ ସତୀକୁ ଅପମାନ ଲାଗିଲା । ଗୋଟିଏ ଘର ଭିତରେ ସେମାନଙ୍କ କଥାବାର୍ତ୍ତା ଓ ହସାହସି ସତୀ ମନରେ ଆଘାତ ଦେଲା ।

Question 31.
ତିଆଡ଼ି ଘର ନାଥିଆ କେଉଁଠିକୁ କାହିଁକି ଡାକ୍ତର ଆଣିବାକୁ ଯାଇଛି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଶାଶୁଘରକୁ ତାଙ୍କ ଘରର ବୁଢ଼ା ଚାକର ଆସିଥିଲା । ସେ ଖବର ଦେଇଥିଲା ଯେ ସତୀଘର ଗାଁରେ ହଇଜା ବ୍ୟାପିଛି । ତିଆଡ଼ି ଘରର ନାଥୁଆ ଏଇ ହଇଜାର ମୁକାବିଲା କରିବା ପାଇଁ କଟକ ଯାଇଛି ଡାକ୍ତର ଆଣିବାକୁ ।

Question 32.
କେଉଁ ଦିନ ସତୀର ଶେଷ ଭରସା ଟିକକ ଚାଲିଗଲା ବୋଲି ସତୀ ଭାବିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଦରବୁଢ଼ା ଜମିଦାରକୁ ବିବାହ କରିଥିଲେ ବି ତାଙ୍କୁ ସ୍ବାମୀ ଭାବରେ ଗ୍ରହଣ କରିପାରି ନଥିଲା । ଶାଶୂଘରେ କେବଳ ଶାଶୂବୁଢ଼ୀ ସେବାରେ ସେ ଦିନ କାଟୁଥିଲା । ହେଲେ ହଠାତ୍ ଦିନେ ସତୀର ଶାଶୁ ପୁଅର ନିଷ୍ପଭିରେ ଅଭିମାନ କରି ପୁରୀ ଯିବାକୁ ବାହାରିଲେ । ସେଇଦିନ ସତୀର ଶେଷ ଭରସାଟିକକ ଚାଲିଗଲା ବୋଲି ସତୀ ଭାବିଥିଲା ।

Question 33.
ସତୀ କେଉଁମାନଙ୍କ ସହ କ’ଣ ପାଇଁ କପିଳେଶ୍ଵର ମନ୍ଦିର ଯାଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନଟର ଜାଆଁଳା ବାଳ ପକେଇବା ପାଇଁ ସ୍ଵାମୀ ଜମିଦାର ନରହରି ମିଶ୍ର, ସଉରଭୀ ଦାସୀ, ନଟ ଓ ବୁଢ଼ୀ ଦାସୀ ଚମ୍ପା ମା’ ସହ ସତୀ କପିଳେଶ୍ଵର ମନ୍ଦିର ଯାଇଥିଲା ।

Question 34.
କପିଳେଶ୍ଵର ମନ୍ଦିରରେ କିଏ କାହିଁକି ହଜିଗଲା ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କପିଳେଶ୍ଵର ମନ୍ଦିରରେ ନଟର ଜାଆଁଳ ବାଳ ପକାଇବା ଦିନ ପୁଷ୍ୟାଭିଷେକ ଥିଲା । ଫଳରେ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥଲା । ଏଇ ଭିଡ଼ ଭିତରେ ସତୀ ଗହଳି ଯୋଗୁଁ ହଜିଗଲା ।

Question 35.
ମନ୍ଦିରରେ ନାଥନନା ଭେଟ ହେଲା ପରେ ସତୀକୁ କେମିତି ଲାଗିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ମନ୍ଦିରରେ ସତୀ ହଜିଯାଇଥିଲା ଅର୍ଥାତ୍ ତା’ର ସ୍ଵାମୀ ଆଉ ଦାସୀଙ୍କଠାରୁ ଦୂରେଇ ଯାଇଥିଲା । ଠିକ୍ ଏଇ ସମୟରେ ମନ୍ଦିର ପ୍ରାଙ୍ଗଣରେ ନାଥନନାଙ୍କୁ ଦେଖୁ ବୁଡ଼ିଯାଇଥବା ଲୋକ ହଠାତ୍ ମାଟି ଛୁଇଁଲା ପରି ତାକୁ ଲାଗିଥିଲା ।

Question 36.
ସାହୁ ଦୋକାନୀ ଆଶ୍ରୟ ଦେବାକୁ କିପରି ରାଜି ହୋଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ଓ ସତୀ ଅନ୍ଧାର ଭିତରେ ମନ୍ଦିର ପ୍ରାଙ୍ଗଣକୁ ଲାଗିକରି ଥବା ଗୁଡ଼ିଆ ଦୋକାନରେ ରାତିଟା କାଟିବାକୁ ଚାହିଁଥିଲେ । ସାହୁ ଦୋକାନୀ ପ୍ରଥମେ ରାଜି ହୋଇ ନାହିଁ; ମାତ୍ର ନାଥନନା ଯେତେବେଳେ ଯୋଡ଼ିଏ ଟଙ୍କା ତା’ ଖଟ ଉପରେ ରଖିଦେଲେ । ସେତେବେଳେ ସାହୁ ଦୋକାନୀ ଆଶ୍ରୟ ଦେବାକୁ ରାଜି ହୋଇଗଲା ।

Question 37.
ନାଥନନା ଶଗଡ଼ଗାଡ଼ିବାଲାକୁ କାହା ଘରକୁ କାହିଁକି ଯିବାକୁ କହିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ସ୍ଵାମୀ ଓ ଦାସୀମାନଙ୍କଠାରୁ ଅଲଗା ହେଲାପରେ ନାଥନନା ହିଁ ଥିଲେ ଏକମାତ୍ର ସାହା ଭରସା । ରାତି ପାହିଗଲା ପରେ ନାଥନନା ସତୀପାଇଁ ଶଗଡ଼ଗାଡ଼ିର ବ୍ୟବସ୍ଥା କରିଥିଲେ । ସତୀକୁ ଠିକ୍‌କ୍ ଶାଶୂଘରେ ପହଞ୍ଚାଇବା ପାଇଁ ଦୃଢ଼ ସଙ୍କଳ୍ପ କରିଥିବା ନାଥନନା ଶଗଡ଼ଗାଡ଼ି ବାଲାକୁ ନରହରି ମିଶ୍ରଙ୍କ ଘରକୁ ଯିବାକୁ କହିଥିଲେ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 38.
ସୂତୀକୁ କିଏ କାହିଁକି ସ୍ଵୀକାର ନକରି ଅପମାନିତ କରିଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ବାହାରେ ଗୋଟିଏ ରାତି କଟେଇ ଫେରିଥୁବାରୁ ସତୀର ସ୍ଵାମୀ ଜମିଦାର ନରହରି ମିଶ୍ର ତାଙ୍କୁ ସ୍ବୀକାର ନକରି ଅପମାନିତ କରିଥିଲେ ।

Question 39.
ସତୀକୁ ଅପମାନିତ କରି ତା’ ସ୍ଵାମୀ କ’ଣ କହିଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନାଥନନାଙ୍କ ସହ ପୁଣି ସ୍ୱାମୀ ଘରକୁ ଫେରିବା ପରେ ତା’ର ସ୍ବାମୀ ତାକୁ କଟୁ ସମାଲୋଚନା କରିଥିଲେ । ସତୀ ଜାଣିଶୁଣି ସେମାନଙ୍କଠାରୁ ଦୂରେଇ କୋଉ ନାଗର ସହ ରାତି ବିତେଇଛି ବୋଲି କହିଥିଲେ । ଆହୁରି ମଧ୍ୟ ସତୀକୁ ନେଇ ସହରର କୌଣସି ବେଶ୍ୟାପଡ଼ାରେ ଛାଡ଼ିଦେବାକୁ ସେ ନାଥନନାଙ୍କୁ କହିଥିଲେ ।

Question 40.
ନାଥନନା ମୁହଁଟା ଦଣ୍ଡକେ କାହିଁକି ବେଦନାରେ ଝାଉଁଳି ପଡ଼ିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀକୁ ତା’ର ସ୍ଵାମୀ ଅସ୍ଵୀକାର କଲାପରେ ସେ ନାଥନନାଙ୍କ ସହ କଟକ ଚାଲିଆସିଥିଲା। ନାନା ଆଶାଆଶଙ୍କାରେ ସତୀର ମନ ଦୁଃଷ୍କୃତ ହୋଇଥିଲା । ଫଳରେ ତା’ ଆଖୁ ଲୁହ ଅମାନିଆ ହୋଇ ଝରିପଡ଼ିଥିଲା । ସତୀର କାନ୍ଦିବା ଦେଖୁ ନାଥନନାଙ୍କର ମୁହଁଟା ଦଣ୍ଡକରେ ବେଦନାରେ ଝାଉଁଳି ପଡ଼ିଥିଲା ।

Question 41.
ସତୀ କାହାକୁ କୋଉ ମିଛ କଥା କହିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର କାନ୍ଦିବା ଦେଖୁ ନାଥନନା ଏହାର କାରଣ ଜାଣିବାକୁ ଚାହିଁଥିଲେ । ସତୀ ନାଥନନାଙ୍କୁ ପ୍ରକୃତ କଥା ଲୁଚାଇ ତା’ର ମୁଣ୍ଡ ବଥା ହେଉଛି ବୋଲି କହିଥିଲା ।

Question 42.
ନାଥନନା ପୂଝାରୀ କାହିଁକି ଖୋଜୁଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ସତୀକୁ ନେଇ କଟକରେ ତାଙ୍କ ପାଖରେ ରଖୁଥିଲେ । ସତୀ ପାଇଁ ତାଙ୍କ ଅନ୍ତରରେ ଥୁଲା ଅଜସ୍ର ଶ୍ରଦ୍ଧା । ତେଣୁ ସତୀକୁ ରୋଷେଇ କରିବାର କଷ୍ଟନଦେବା ପାଇଁ ସେ ପୂଝାରୀ ଖୋଜୁଥିଲେ ।

Question 43.
ପଡ଼ିଶା ସ୍ତ୍ରୀଲୋକର କୋଉ କଥାରେ ସତୀର ଛାତି ସୁଖରେ ପୂରିଉଠିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ସତୀ ଯେଉଁ ଭଡ଼ାଘରେ ରହିବାପରେ ତା’ର ପଡ଼ୋଶୀ ସତୀ ସହ ସମ୍ପର୍କ ଯୋଡ଼ିଥିଲା । ପଡ଼ିଶା ସ୍ତ୍ରୀଲୋକଟି ନାଥନନାଙ୍କୁ ସତୀର ସ୍ଵାମୀ ବୋଲି ଭାବି, ତାଙ୍କର ପ୍ରଶଂସା କରିଥିଲା । ତେଣୁ ଏଇ କଥାରେ ସତୀର ଛାତି ସୁଖରେ ପୂରି ଉଠିଥିଲା ।

Question 44.
ନାଥନନା ସତୀକୁ କେଉଁ କଥା ନିଜ ମୁହଁରେ କହିବେ ନାହିଁ ବୋଲି ଭାବିଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କଟକରେ ନାଥନନାଙ୍କ ପାଖରେ ଥିଲାବେଳେ ସତୀ ବାରମ୍ବାର ନିଜ ଘର ଓ ବାପାବୋଉଙ୍କ କଥା ଜାଣିବାକୁ ଇଚ୍ଛାକରି ସେମାନଙ୍କ କଥା ନାଥନନାଙ୍କୁ ପଚାରୁଥିଲା । ମାତ୍ର ସତୀର ବାପାବୋଉ ହଇଜାରେ ମରିଯାଇଥିବା କଥାଟିକୁ ନାଥନନା ନିଜ ମୁହଁରେ କହିବେ ନାହିଁ ବୋଲି ଭାବିଥିଲେ ।

Question 45.
ନାଥନନାର କେଉଁ ହାତ କେମିତି ପୋଡ଼ିଯାଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋଷ ଦାସ
ସତୀର ଦେହ ଅସୁସ୍ଥ ହେବାରୁ ନାଥନନା ନିଜ ହାତରେ ରୋଷେଇ କରିଥିଲେ । ହାଣ୍ଡି ଓହ୍ଲାଉ ଓହ୍ଲାଉ ପେଜ ପଡ଼ି ତାଙ୍କର ବାଁ ହାତ ପୋଡ଼ି ଯାଇଥିଲା ।

Question 46.
ଅଜାଣତରେ ସତୀକୁ ପାଖକୁ ଭିଡ଼ିଧରି ନାଥନନା ଚୁମ୍ବନ ଦେବାପରେ ତା’ର କ’ଣ ପ୍ରତିକ୍ରିୟା ସୃଷ୍ଟି ହେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ଅଜାଣତରେ ସତୀକୁ ଭିଡ଼ିଧରି ଚୁମ୍ବନ ଦେବାପରେ ସେ ରହସ୍ୟମୟ ସ୍ପର୍ଶରେ ସତୀର ହୃଦୟ ବିଚିତ୍ର ଛନ୍ଦରେ ବାଜି ଉଠିଲା । ତା’ର ରକ୍ତରେ ଝଡ଼ ବହିଗଲା ।

Question 47.
ନାଥନନା କାହିଁକି ଚାକିରି ଖୋଜୁଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ଓ ସତୀ କଟକରେ ଭଡ଼ାଘର ନେଇ ରହିଥିଲେ । କଟକ ସହର ସବୁଜିନିଷ କିଣା । ତେଣୁ ରୋଜଗାର ନକଲେ ଚଳିବେ କେମିତି ! ତେଣୁ ନାଥନନା ଚାକିରି ଖୋଜୁଥିଲେ ।

Question 48.
ସତୀକୁ ନେଇ ଗାଁକୁ ଫେରିଯିବା ପାଇଁ ନାଥନନା ନିଷ୍ପତ୍ତି ନେଲେ କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀକୁ ନେଇ କଟକରେ ରହିବା ସମୟରେ ନାଥନନାଙ୍କ ପାଖରେ ଯାହାକିଛି ସଞ୍ଚୟ ଥୁଲା ସବୁ ସରିଯାଇଥିଲା । ଅନ୍ୟପକ୍ଷରେ ରୋଜଗାରର ପନ୍ଥା ବି କିଛି ଯୋଗାଡ଼ ହୋଇପାରିନଥିଲା । ତେଣୁ ନାଥନନା ସତୀକୁ ନେଇ ଗାଁକୁ ଫେରିଯିବାର ନିଷ୍ପତ୍ତି ନେଇଥିଲେ ।

Question 49.
ଗାଁରେ ପହଞ୍ଚିବାପରେ ନାଥନନାଙ୍କ ଘରର ଅବସ୍ଥା କିପରି ଥ‌ିବାର ସତୀ ଦେଖୁଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନାଥନନାଙ୍କ ସହ ଗାଁରେ ପହଞ୍ଚିଲା ପରେ ଦେଖୁଥିଲା ଯେ ନାଥନନାଙ୍କ ଦୁଆର ଭିତରେ ଆଣ୍ଟିଏ ଅରମା ହୋଇଛି, ଯେମିତି ଅନେକ ଦିନହେଲା କେହି ରହୁନାହାନ୍ତି ।

Question 50.
ନାଥନନାଙ୍କ ଘରେ ପହଞ୍ଚି ସତୀ କାହା ବିଷୟରେ ପଚାରିଲା ଓ ସେ କେଉଁଠିକୁ ଯାଇଛନ୍ତି ବୋଲି ନାଥନନା କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ନାଥନନା ଓ ସତୀ ଗାଁକୁ ଫେରିଲା ପରେ ସତୀ ନାଥନନାଙ୍କ ବୋଉ ବିଷୟରେ ପଚାରିଲା ଓ ସେ କାର୍ତ୍ତିକ ମାସରେ ପୁରୀ ତୀର୍ଥରେ ଯାଇଛନ୍ତି ବୋଲି ନାଥନନା କହିଲେ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 51.
ଅଚୁତି କିଏ ଓ ସେ କ’ଣ କରୁଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଅଚ୍ୟୁତି ହେଉଛି ସତୀ ଗାଁର ଜଣେ ଲୋକ, ଯିଏ କି ଗାଁ ଚାଟଶାଳୀର ମାଷ୍ଟର । ନାଥନନାଙ୍କ ଅନୁଗ୍ରହରେ ଏଇ ଅଚ୍ୟୁତି ମହାନ୍ତି ଚାଟଶାଳୀରେ ଖଣ୍ଡେ ଚାକିରି ପାଇଥିଲା ।

Question 52.
ଅଚୁତି ମହାନ୍ତି କାହା ହାତରେ କାହା ପାଖକୁ ଚିଠି ପଠାଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଅଚ୍ୟୁତି ମହାନ୍ତି ସତୀ ଘରର ପୁରୁଣା ବୁଢ଼ା ଚାକର ସଇତା ହାତରେ ସତୀ ପାଖକୁ ଚିଠିଟିଏ ପଠାଇଥିଲା ।

Question 53.
ଇନ୍ଦ୍ରିୟ ଲାଳସା ଆଗରେ କ’ଣ କ’ଣ ପ୍ରତିଦିନ ବଳି ଦିଆହୁଏ ବୋଲି ସତୀ ଉପଲବ୍ଧି କରିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଉପଲବ୍ଧି କରିଛି ଯେ ଇନ୍ଦ୍ରିୟ ଲାଳସା ଆଗରେ ପ୍ରତିଦିନ ହଜାର ହଜାର ଗରିବର ସର୍ବସ୍ଵ ଓ ସତୀର ସତୀତ୍ଵ ବଳି ଦିଆହୁଏ ।

Question 54.
କିଏ କାହାକୁ ନିଆଁପାଣି ଅଟକ ରଖୁବାକୁ ପ୍ରଥମେ କହିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଅଚ୍ୟୁତି ମହାନ୍ତି ଭାଗବତ ଟୁଙ୍ଗୀରେ ବ୍ରାହ୍ମଣମାନଙ୍କୁ ବସାଇ ଲୋକନାଥ ତିଆଡ଼ିକୁ ନିଆଁପାଣି ଅଟକ ରଖୁବାକୁ ପ୍ରଥମେ କହିଥିଲା ।

Question 55.
ସଇତା କାହାକୁ କାହିଁକି ମାରିବାକୁ ବାହାରିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସଇତା ବାଟରୁ ଶୁଣିକରି ଆସିଥିଲା ତା’ ବୁଢ଼ୀ ଅର୍ଥାତ୍ ପ୍ରଥମ ମାଲିକର ଝିଅ ସତୀର ଅପନିନ୍ଦା । ତେଣୁ ସଇତା ତା’ ସତୀ ବିଷୟରେ ଏଣୁ ତେଣୁ ଖରାପକରି କହୁଥ‌ିବା ଅଚୁତି ମହାନ୍ତିକୁ ମାରିବାକୁ ବାହାରିଥିଲା ।

Question 56.
ପ୍ରଭାକର ମିଶ୍ର କ’ଣ ଛୁଇଁ ଶପଥ କଲେ ଏବଂ କ’ଣ କହିଲେ ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ପ୍ରଭାକର ମିଶ୍ର ଅଚ୍ୟୁତି ମହାନ୍ତିର ପ୍ରରୋଚନାରେ ସତୀର ବିରୋଧ କରି ନିଜ ପଇତା ଛୁଇଁ ଶପଥ କରି କହିଲେ ‘‘ମୁଁ ଯେବେ ବ୍ରାହ୍ମଣ ସନ୍ତାନ ହୋଇଥାଏ, ତେବେ ଏହାର ପ୍ରତିକାର କରିବି ।’’

Question 57.
ସତୀ ନାଥନନାଙ୍କଠାରୁ କାହା ସାଙ୍ଗରେ କୁଆଡ଼େ ଯିବାକୁ ଅନୁମତି ମାଗିଥୁଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଅନୁଭବ କରିଥିଲା ଯେ ତା’ ଯୋଗୁଁ ଅଯଥାରେ ଅସୁବିଧାରେ ପଡୁଛନ୍ତି ନାଥନନା । ତେଣୁ ସେ ଏହାର ସମାଧାନ ନିମନ୍ତେ ସଇତା ସାଙ୍ଗରେ ସାଇଆଡ଼େ ତଥା ପ୍ରଭାକର ମିଶ୍ରଙ୍କ ଘରକୁ ଯିବାକୁ ଅନୁମତି ମାଗିଥିଲା ।

Question 58.
ସତୀକୁ ନିଜ ଘରେ ଦେଖ୍ ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ କ’ଣ କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ପ୍ରଭାକର ମିଶ୍ରଙ୍କ ଘରକୁ ଯାଇ ପହଞ୍ଚିଲାବେଳକୁ ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ, ଯିଏ ସତୀର ପିଲାଦିନ ଅଶୋକା ଥିଲା; ସେ ସତୀକୁ ନଚିହ୍ନିଲା ପରି ହୋଇ ‘ସିଆଡ଼େ ଦୂରେଇ ଯା, ଠାକୁର ଘର ମାରା ହେବ’’ ବୋଲି କହି ଅପମାନିତ କରିଥିଲା ।

Question 59.
ପ୍ରଭାକର ମିଶ୍ରଙ୍କ ଘରୁ ଫେରିବା ପରେ ସତୀର କ’ଣ ଅନୁଭବ ହେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ପ୍ରଭାକର ମିଶ୍ରଙ୍କ ଘରୁ ଫେରିଲାବେଳକୁ ଅନୁଭବ କରିଥିଲା ଯେ ଏଇ ଲୋକଗୁଡ଼ାଙ୍କ ପାଖରେ ହୃଦୟର ସମ୍ପର୍କ ବୋଲି କିଛି ନାହିଁ ।

Question 60.
ନାଥନନାଙ୍କୁ ସମାଜ ବାସନ୍ଦରୁ ମୁକାଳିବା ପାଇଁ ସତୀ କେଉଁ ନିଷ୍ପତ୍ତି ନେଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନାଥନନାଙ୍କୁ ସମାଜ ବାସନ୍ଦରୁ ମୁକୁଳାଇବା ପାଇଁ ତାଙ୍କୁ ଛାଡ଼ି ନଜଣାଇ କୁଆଡ଼େ ଚାଲିଯିବାକୁ ନିଷ୍ପଭି ନେଇଥିଲା ।

(ଘ) ୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ ଓ ଉତ୍ତର । (୩୦ଟି ଶବ୍ଦ ମଧ୍ୟରେ)

Question 1.
ସତୀର ବାପା ତା’ ବୋଉ ଉପରେ ବିରକ୍ତ ହେବାର କାରଣ କ’ଣ ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଉପନ୍ୟାସର ମୁଖ୍ୟ ଚରିତ୍ର ସତୀ ପିଲାଟି ଦିନରୁ ଅଲିଅଳୀ, ଗେହ୍ଲାରେ ବଢ଼ିଛି । ଗୋଟିଏ ବୋଲି ଝିଅ, ତେଣୁ ବାପା ବୋଉ ତାକୁ କମ୍ ଆକଟ କରିଛନ୍ତି । ହେଲେ ସତୀ ଯେତେବେଳେ କିଶୋର ଅବସ୍ଥାରେ ପହଞ୍ଚିଛି, ସେତେବେଳେ ତା’ର ଏପରି ବୁଲାବୁଲି ଓ ମୁକ୍ତାଚରଣ ତା’ର ବାପା ଅନାଦି ମିଶ୍ରଙ୍କୁ ଭଲ ଲାଗିନାହିଁ । ଅନ୍ୟପଟେ ସତୀର ବାହାଘର ମଧ୍ୟ ଖୋଜିଛନ୍ତି ସତୀର ବାପା । ଏପରି ସମୟରେ ସତୀର ବୁଲାବୁଲିକୁ ଅପସନ୍ଦ କରି ଏବଂ ଏସବୁ ସତୀବୋଉଙ୍କ ଅବହେଳା ବିଚାର କରି ସତୀର ବାପା ତା’ ବୋଉ ଉପରେ ବିରକ୍ତ ହୋଇଛନ୍ତି ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 2.
ସତୀର ବାହାରେ ବୁଲିବା ପ୍ରସଙ୍ଗରେ ତା’ର ବାପା ତାଙ୍କ ସ୍ତ୍ରୀଙ୍କୁ କ’ଣ କହିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାହାରେ ବୁଲିବା ସତୀ ବାପାଙ୍କୁ ଭଲ ଲାଗିନାହିଁ । ଏନେଇ ସେ ସତୀବୋଉଙ୍କୁ ଦୋଷ ଦେଇଛନ୍ତି । ବିରକ୍ତ ହୋଇ କହିଛନ୍ତି, ‘‘ତମ ଆଖୁକି ସୁନ୍ଦର ଦିଶିଲେ ଗାଁ ଲୋକଙ୍କୁ ତ ତା’ ସୁନ୍ଦର ଦିଶୁନାହିଁ । ଘର ଝିଅ, ପର ତ ଆଉ ଆସିବେ ନାହିଁ ଆକଟିବାକୁ । ମୁଁ ଇଆଡ଼େ ବରଘର ଖୋଜା ଲଗେଇଥାଏ, ଝିଅ ସିଆଡ଼େ ଘୋଡ଼ା ପରି ଦାଣ୍ଡହାଟରେ ବୁଲୁଥାଆନ୍ତୁ ।’’

Question 3.
ବାହାଘର କଥାଶୁଣି ସତୀ ଦିନଯାକ କ’ଣ ଭାବିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ବାହାଘର କଥାଶୁଣି ସତୀ ସେ ଦିନଯାକ ଖାଲି ବାହାଘର କଥା ମନେ ପକାଇଲା । ଓଢ଼ଣାପକାଇ କନିଆଁ ହବା, ସମସ୍ତଙ୍କ ଆଗରେ ନଇଁ ନଇଁ ଚାଲିବା କଥା ଭାବିଲା । ଏଇ ବାହାହବା କଥାଟି ଭାରି କୌତୁକ ଲାଗିଲା କିଶୋରୀ ସତୀକୁ । ସତୀକୁ ଲାଗିଲା ବାହାଘର ଯେମିତି ଗୋଟାଏ ଅମୁହାଁ ଦେଉଳ ।

Question 4.
କେଉଁ କଥାସବୁ ମନକୁ ଆସିଥିଲେ ସତୀର ଜୀବନ ଭିନ୍ନ ବାଟରେ ଯାଇପାରିଥା’ନ୍ତା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ବାହାଘର କଥାଶୁଣି ପିଲାଦିନେ ସତୀମନରେ କୌତୁକ ସୃଷ୍ଟି ହୋଇଛି । ତେବେ ଏଇ ବାହାହେବା ଭିତରେ ପୁଣି କେତେ ପରିବର୍ତ୍ତନ, କେତେ ପ୍ରଳୟ କେତେ ସୃଷ୍ଟି ଯେ ଖଞ୍ଜା ହୋଇଛି, ସେଇ କଥା ନାରୀମାନେ ଜାଣନ୍ତି ନାହିଁ ବୋଲି ସତୀ ଭାବିଛି । ପିଲାଦିନେ ଏଇକଥା ସତୀ ମନକୁ ଆସିନଥୁଲା, ଯଦି ଆସିଥାଆନ୍ତା ତେବେ ସତୀର ଜୀବନ ଭିନ୍ନ ବାଟରେ ଯାଇପାରିଥା’ନ୍ତା ବୋଲି ସତୀ ଚିନ୍ତା କରିଛି ।

Question 5.
ଶରତ ଋତୁର ବର୍ଣ୍ଣନା ଉପନ୍ୟାସରେ କିପରି କରାଯାଇଛି ଲେଖ ।
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଔପନ୍ୟାସିକଙ୍କ ବର୍ଣ୍ଣନାଶୈଳୀ ଖୁବ୍ ଚମତ୍‌କାର । ଔପନ୍ୟାସିକଙ୍କ ଭାଷାରେ ଶରତ ଋତୁ ଖୁବ୍ ମନୋରମ । ନଈ ପଠାରେ କାଶତଣ୍ଡୀ ଫୁଲର ମଉଚ୍ଛବ ବଢ଼ାଇ ଦେଇଛି ଶରତ । ବିଲପଡ଼ିଆରେ ଶୁଖିଲା ନୁଖୁରା ଭୂଇଁ ଉପରେ ପାହାନ୍ତା ପ୍ରହରର ଗଙ୍ଗଶିଉଳି ଶେଯ ପରି ଖୁବ୍ ସୁନ୍ଦର ।

Question 6.
ପାଣିରେ ପଶିଥବାବେଳେ ସତୀ କାହା ଉପରେ କାହିଁକି ରାଗିଗଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଖୁବ୍ ସ୍ୱାଧୀନଚେତା ଝିଅଟେ, ଗାଁର ଉତ୍ତରପଟେ ତାଙ୍କ ବାଡ଼ି କରଦେଇ ବହି ଯାଇଥିବା ଯୋରରେ ଦିନେ ଖରାବେଳେ କଇଁଫୁଲ ତୋଳିବା ଲୋଭରେ ପାଣି ଭିତରକୁ ପଶିଥିଲା । ଏହି ସମୟରେ ବନ୍ଧ ଉପରୁ ଏସବୁ ଦେଖୁ ନାଥନନା ସତୀକୁ ଡାକିଥିଲେ । ସତୀ ଏପରି ଅବସ୍ଥାରେ ନାଥନନାଙ୍କ ଆବିର୍ଭାବ ପସନ୍ଦ କରିନାହିଁ, ତେଣୁ ସତୀ ସେଇ ପାଣିରେ ପଶିଥିବା ବେଳେ ନାଥନନାଙ୍କ ଉପରେ ରାଗିଗଲା ।

Question 7.
ପାଣିରୁ ଉଠି ଆସିବା ପରେ ନାଥନନାଙ୍କୁ ଦେଖୁ ସତୀ ଲାଜକଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କଇଁଫୁଲ ତୋଳିବା ଆଶାରେ ସତୀ ଯୋରରେ ପଶିଥିଲା । ଏଇ ସମୟରେ ନାଥନନା ଡାକରେ ପାଣିରୁ ଉଠି ଆସିଥିଲା । ଓଦା ହୋଇ ତା’ଦେହରେ ଲୁଗା ଜଡ଼ିଯାଇଥୁଲା ଆଉ ନାଥନନା ତା’ ଦେହକୁ କେମିତି ଗୋଟିଏ ଅଲଗା ଭାବରେ ଚାହିଁଥିଲେ । ତେଣୁ ସତୀ ପାଣିରୁ ଉଠିଆସିବା ପରେ ନାଥନନାଙ୍କୁ ଦେଖ୍ ଲାଜ କଲା ।

Question 8.
ସତୀ ଲୁଗା ଶୁଖାଇଲା ବେଳେ ତା’ବୋଉ କାହିଁକି ବିରକ୍ତ ହେଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଲାଜରେ ଓଦା ଜଡ଼ସଡ଼ ହୋଇ ଘରକୁ ଫେରିଥିଲା । ଭିତର ଘର ପିଣ୍ଡାରେ ଲୁଗା ଶୁଖାଇଲାବେଳେ ସତୀର ବୋଉ ସତୀକୁ ଦେଖ୍ ପକାଇଲେ । ତାଙ୍କୁ ନଜଣାଇ ଖରାବେଳେ କୁଆଡ଼େ ବୁଲିବାକୁ ପଳେଇଥବାରୁ ସେ କଟମଟ କରି ରାଗରେ ସତୀକୁ ଚାହିଁଲେ । ସତୀ ଫୁଲ ଆଣିବାକୁ ଯାଇଥିବା କଥା କହିବାରୁ ସେ ବିରକ୍ତ ହେଲେ । କାରଣ ସତୀର ବାପାଙ୍କ ତାଗିଦ୍ ଆଉ ସତୀର ବର ଖୋଜା ହେଉଥିଲା । ତେଣୁ ତା’ର ଏପରି ବୁଲିବା ଆଦୌ ଗ୍ରହଣୀୟ ଓ କ୍ଷମଣୀୟ ନୁହେଁ ବୋଲି ସତୀ ବୋଉ ଭାବିଥିଲେ ।

Question 9.
କେଉଁ କାମଟା କରିବା ଦରକାର ଥିଲା ବୋଲି ସତୀ ନିଜ ମନକୁ ବୁଝାଇଛି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ପ୍ରତି ନାଥନନାଙ୍କ ବ୍ୟବହାର ସତୀକୁ ଟିକେ ଅଲଗା ପ୍ରକାର ଲାଗିଛି। ବରଷା ପାଣିରେ ବଉଳ ସହ କାଗଜ ଡଙ୍ଗା ଭସାଇଲା ବେଳେ ନାଥନନା ସତୀର ପିଠି ଉପରେ ଏକରକମ ଆଉଜି ପଡ଼ିଛନ୍ତି । ଏଇ ଆଚରଣ ସତୀକୁ ଅନ୍ୟାୟ ପରି ବୋଧ ହୋଇଛି । ସେ ନାଥନନାଙ୍କୁ ଟିକେ କଟୁକରି କଥା କହିଛି; କିନ୍ତୁ ଅନ୍ତର୍ମନରେ ନାଥନନାଙ୍କ ପାଇଁ ଯଥେଷ୍ଟ ସ୍ନେହ ସାଇତି ରଖୁଛି । ଏଥିରେ ନାଥନନା ମୁହଁ ଝାଉଁଳି ପଡ଼ିଛି ଓ ସେ ମୁହଁପୋତି ସେଠୁ ଚାଲିଯାଇଛନ୍ତି । ସତୀ ନିଜ ମନକୁ ବୁଝାଇଛି ଯେ ଆଜି ଯାହା କରିଛି, ତାହା ଦରକାର ଥିଲା ।

Question 10.
ସତୀ ବୋଉ ସବୁବେଳେ କାହିଁକି ମୁହଁ ଶୁଖେଇ ବସୁଥୁଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାପା ଅନାଦି ମିଶ୍ର ସତୀର ବାହାଘର ମୁକୁନ୍ଦପୁରର ଜମିଦାର ଦରବୁଢ଼ା, କଳା, ମୋଟା ନରହରି ମିଶ୍ରଙ୍କ ସହ ଠିକ୍ କରିଥିଲେ । ଜମିଦାର ପ୍ରଥମ ସ୍ତ୍ରୀ ମରିଯାଇଥିଲା ଓ ତା’ର ପ୍ରଥମ ସ୍ତ୍ରୀର ଗୋଟିଏ ପୁଅ ମଧ୍ୟ ଥିଲା । ଏସବୁ ଘଟଣା ଯୋଗୁ ସତୀ ବୋଉ ସତୀର ବାହାଘର ସେଇ ଜମିଦାର ସହ ହେଉ ଏକଥା ଚାହୁଁନଥିଲେ; ହେଲେ ଏହାର ପ୍ରତିବାଦ କରିବାର ସାହସ ମଧ୍ୟ ଜୁଟେଇ ପାରୁନଥିଲେ । ତେଣୁ ନୀରବରେ ସବୁବେଳେ ମୁହଁ ଶୁଖେଇ ବସୁଥିଲେ ।

Question 11.
ସତୀର ବର ବିଷୟରେ ନାଥନନା କାହାକୁ କ’ଣ କହି ବୁଝାଇବାକୁ ଚାହିଁଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାହାଘର ଜଣେ ଦରବୁଢ଼ା ଜମିଦାର ସହ ସ୍ଥିର ହୋଇଥିଲା । ଏହାକୁ ନାଥନନା ବିରୋଧ କରି ସତୀ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ନାଥନନା କହିଥିଲେ – ‘‘ବରଟା ବୁଢ଼ା, ସେଥୁରେ ପୁଣି ଦୋଷେଇ । ହେଲା ଏବେ, ସେ ଏ ଗାଁର ଜମିଦାର, ବଡ଼ ଲୋକ; କିନ୍ତୁ ସତୀ ଗୋଡ଼ ଆଙ୍ଗୁଳିକି ଯୋଗ୍ୟ ନୁହେଁ ସେ ।’’

Question 12.
ସତୀ କାହିଁକି ଖିଡ଼ିକଟା ଧଡ଼କରି ବନ୍ଦ କରିଦେଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାହାଘର ମୁକୁନ୍ଦପୁର ଜମିଦାର ନରହରି ମିଶ୍ରଙ୍କ ସହ ସ୍ଥିର ହୋଇଥିଲା । ବରଯାତ୍ରୀ ଓ ବର ସତୀର ଘରକୁ ଆସିଲା ଦିନ ବଉଳ ସତୀକୁ ତା’ ବର କିଏ ବୋଲି ଚିହ୍ନାଇ ଦେଇଥିଲା । ସତୀ ଖିଡ଼ିକି ବାଟେ ଦେଖୁଥଲା ଯେ ତା’ର ବର ଦରବୁଢ଼ା, ତ୍ରିପଣ୍ଡ କଳା, ଖୁବ୍ ମୋଟା । ସେଥ‌ିରେ ପୁଣି ସୁନାହାର ଆଉ ଖଡ୍ଗ ନାଇ ଅପୂର୍ବ ସୁନ୍ଦର ଦିଶୁଥିଲା । ତେଣୁ ସତୀର ଆଉ ଚାହିଁବାକୁ ମନ ହେଲାନାହିଁ । ତେଣୁ ସେ ଧଡ଼କରି ଖିଡ଼ିକଟା ବନ୍ଦ କରିଦେଲା ।

Question 13.
ସ୍ତ୍ରୀ ଜାତିର କୋଉ ପ୍ରବୃରି କଥା ସତୀ ଭାବିଛି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଅନ୍ତର ଭିତରେ ନାଥନନାଙ୍କ ପ୍ରତି ଦୁର୍ବଳତା ଥିଲେ ବି, ସେଇକଥା ବାହାରେ ପ୍ରକାଶ କରିବାକୁ ଦେଇନାହିଁ ସେ । ଯେତିକି ସଂଯମତା ଆଚରଣ କରିବା କଥା ସତୀ ଯଥାସମ୍ଭବ ତାହା କରିଛି । ନାଥନନାଙ୍କ ସହ ମିଶିବାକୁ ଲାଜ କରିଛି । ଆଉ ସ୍ତ୍ରୀ ଜାତିର ପ୍ରବୃତ୍ତି ବିଷୟରେ ଭାବିଛି ଯେ ସ୍ତ୍ରୀ ଜାତିର ଗୋଟିଏ ପ୍ରବୃତ୍ତି, ଯୋଉଠି ଲାଜ କରିବା କଥା ନୁହେଁ, ଲାଜ କଥା ଟିକେ ଅନୁକୂଳ ହେଲେ ସଂସାରଯାକର ଲାଜ ଆସି ସେଠି ଓଜାଡ଼ି ହୋଇପଡ଼େ ।

Question 14.
ସତୀର ଛାତିରେ କାହିଁକି ନାଥନନାଙ୍କ ପାଇଁ ସୁଖର ଜୁହାର ଉତୁରି ଉଠିଲା ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଘରକୁ ନାଥନନା ଆସିବାର କାରଣ ଭାବେ ସତୀ ଯେତେବେଳେ ଜାଣିଛି ଯେ ତାଙ୍କର ତାହା ପ୍ରତି ଅନୁରାଗ ରହିଛି । ନାଥନନା ସ୍ପଷ୍ଟଭାବରେ ସତୀକୁ କହିଛନ୍ତି ଯେ ସେ କେବଳ ସତୀ ପାଇଁ ତାଙ୍କ ଘରକୁ ଆସୁଛନ୍ତି । ତାଙ୍କର ଏଇ କେଇପଦ କଥାକୁ ସତୀ କେଜାଣି କେତେଥର ମନେ ମନେ ଉଚ୍ଚାରଣ କରିଛି । ତାକୁ ଦେଖୁ ଲୋଭରେ ନାଥନନା ତାଙ୍କ ଘରକୁ ଆସନ୍ତି ତେଣୁ ସତୀ ଛାତିରେ ନାଥନନାଙ୍କ ପାଇଁ ସୁଖର ଜୁହାର ଉତୁରି ଉଠିଲା ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 15.
‘‘ଯେତେ ବେଗି ଏ ଜଞ୍ଜାଳରୁ ଖଲାସ ହେବ ସେତେ ଭଲ ।” ଏକଥାର ତାତ୍ପର୍ଯ୍ୟ ବୁଝାଅ ।
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ବାହାଘର ନରହରି ମିଶ୍ରଙ୍କ ସହ ହୋଇଛି । ହେଲେ ପରମ୍ପରା ଅନୁସାରେ ଝିଅ ପରେ ପୁଆଣି ହୋଇ ଶାଶୂଘରକୁ ଯିବ । ତେଣୁ ଏଇ ଝିଅ ବିଦା ପ୍ରସଙ୍ଗରେ ସତୀ ବଉଳ ନିଶିଙ୍କର ବୋଉ ସତୀ ଘରକୁ ଆସି ସତୀବୋଉକୁ ବୁଝେଇଛନ୍ତି ଯେତେ ଶୀଘ୍ର ଝିଅକୁ ବିଦାକରି ଜଞ୍ଜାଳରୁ ଖଲାସ ହେବା ଭଲ ।

Question 16.
ସତୀ କାହିଁକି ଓଦା ନ ବଦଳି ଶୋଇପଡ଼ିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନାଥନନା ଘରକୁ ଗୋଟିଏ ପୂଜାରେ ଯୋଗଦେବା ପାଇଁ ଯାଇଛି । ଭୋଜିଭାତ ସରୁ ସରୁ ରାତି ଟିକେ ଅଧିକ ହୋଇଯାଇଛି । ଯଦିଓ ସତୀର ଇଚ୍ଛା ନଥ୍‌ଲା ଫେରିବାକୁ ତଥାପି ସତୀ ଫେରିବାକୁ କହିଛି । ବାଟରେ ଫେରିଲାବେଳକୁ ଓଦା ହୋଇଯାଇଛି ବର୍ଷାରେ । ସତୀବୋଉ ଲୁଗା ବଦଳିବାକୁ କହିଥିଲେ ବି ସତୀ ଲୁଗା ବଦଳେଇ ନାହିଁ । କାରଣ ନାଥନନା ଦେହ ଲାଗି ସେ ଲୁଗା ସତୀକୁ ବାସନା ହୋଇଛି । ତେଣୁ ସେ ଲୁଗା ନ ବଦଳାଇ ଶୋଇପଡ଼ିଲା ।

Question 17.
ସ୍ଵାମୀଙ୍କର କେଉଁ କଥା ଶୁଣି ସତୀକୁ ଛୁଞ୍ଚି ଫୋଡ଼ି ହୋଇଗଲା ପରି ଲାଗିଛି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନରହରି ମିଶ୍ରଙ୍କୁ ବିବାହ କରିଥିଲେ ବି ଅନ୍ତର୍ମନରେ ତାଙ୍କୁ ସ୍ବାମୀ ଭାବରେ ଗ୍ରହଣ କରି ପାରିନାହିଁ । ସ୍ଵାମୀ ତାକୁ ନିଜ ପାଖକୁ ନେଲାବେଳେ ସେ ବଳପୂର୍ବକ ଦୂରେଇ ଆସିଛି । ସ୍ୱାମୀକୁ ତା’ଦେହ ଛୁଇଁବାକୁ ଦେଇ ନାହିଁ । ଫଳରେ ସ୍ଵାମୀ ଜମିଦାର ନରହରି ମିଶ୍ର ତାକୁ ଘରେ ପୋଇଲୀ କରି ଖଟେଇବାର ଧମକ ଦେଇଛନ୍ତି । ଆଉ ଜଣକୁ ବିବାହ କରି ତାକୁ ଦୂର ଦୂର ମାର୍ ମାର୍ କରି କଷ୍ଟଦେବେ; ଏମିତିକି ତା’ର ଖାଇବା ପିଇବା ବନ୍ଦ କରିଦେବେ ବୋଲି କହିଛନ୍ତି । ଏଇ କଥାଗୁଡ଼ିକୁ ସତୀକୁ ଛୁଞ୍ଚି ଫୋଡ଼ିଲା ପରି ଲାଗିଛି ।

Question 18.
ପ୍ରଥମ ଦେଖାରେ ସତୀ ଶାଶୂଙ୍କର ରୂପ ସତୀକୁ କିପରି ଲାଗିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଜମିଦାରଙ୍କୁ ବିବାହ କରି ଯେତେବେଳେ ତାଙ୍କ ଘରକୁ ଯାଇଛି, ସେତେବେଳେ ତା’ର ଶାଶୂର ରୂପ ତାକୁ ଚକିତ କରିଦେଇଥିଲା । ସେ ବୁଢ଼ୀ, କିନ୍ତୁ ଏତେ ବୟସର କୌଣସି ଲକ୍ଷଣ ତାଙ୍କ ଦେହରେ ନଥିଲା । ପିଞ୍ଛିପରି ଲମ୍ବା ପତଳା ଦେହ, ସୁନାପରି ଦୂରରୁ ଝଟକୁଥିଲା । ବୁଦ୍ଧି ଆଉ ଦୃଢ଼ତାରେ ମୁହଁଟି ସମୁଜ୍ଜଳ ଦିଶୁଥିଲା ।

Question 19.
ସତୀର ମନ ତା’ ସ୍ଵାମୀ ପ୍ରତି ଘୃଣାରେ ଭରିଗଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ସ୍ଵାମୀଠାରୁ କଟୁକଥା ଶୁଣିଥିଲେ ମଧ୍ୟ ଧୈର୍ଯ୍ୟଧରି ଶାଶୁ ସେବାରେ ମନଦେଇ ଦିନ କାଟିଦେବ ବୋଲି ଚିନ୍ତା କରିଥିଲା । ସ୍ଵାମୀକୁ ଧୀରେ ଧୀରେ ଭଲ ପାଇବ ବୋଲି ମନକୁ ବୁଝାଇଥଲା । ହେଲେ ଦିନେ ଦେଖୁଲା ତାଙ୍କ ଘରର ଜଣେ ଦାସୀ ସୌରଭୀ ତା’ ସ୍ଵାମୀ ସାର୍ଟର ବୋତାମ ଖୋଲିଦେଉଛି ଏବଂ ଖୁବ୍ ଖୁସିରେ ହସାହସି ହୋଇ ଗପାଗପି ହେଉଛନ୍ତି । ଏହି ଦୃଶ୍ୟ ଦେଖ୍ ସତୀର ମନ ତା’ ସ୍ଵାମୀ ପ୍ରତି ଘୃଣାରେ ଭରିଗଲା ।

Question 20.
ନଟର କଥା ଶୁଣି ସତୀର ଆଖ୍ ଦି’ଟା ଲୁହରେ ପୂରି ଉଠିଲା କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀର ସଉତୁଣୀ ପୁଅ ନଟ । ପିଲାଟି ପ୍ରତି ସତୀ ମନରେ ଅହେତୁକ ଶ୍ରଦ୍ଧା ଓ ସ୍ନେହ ଜାଗି ଉଠିଥିଲା । ଏଇ ନଟଠାରୁ ସତୀ ଶୁଣିବାକୁ ପାଇଥିଲା ଯେ ମା’ଛେଉଣ୍ଡ ପିଲାଟି ପ୍ରତି ଦାସୀ ପୋଇଲି ସଉରଭୀ କିପରି ଅତ୍ୟାଚାର ଓ ଅନ୍ୟାୟ କରିଛନ୍ତି । ଏମିତିକି ଏସବୁ ଜାଣି ସୁଦ୍ଧା ତା’ର ବାପା ଅର୍ଥାତ୍ ଖୋଦ୍ ଜମିଦାର ନରହରି ମିଶ୍ରଙ୍କ ନୀରବତା ଆଉ ଉଦାସୀନତା ସତୀ ମନରେ ଗଭୀର ଆଘାତ ଦେଇଥିଲା । ନଟର ଏଇସବୁ କଥା ଶୁଣି ସତୀର ଆଖୁ ଲୁହରେ ପୂରିଉଠିଲା ।

Question 21.
‘ମୋର ଶେଷ ଅବଲମ୍ବନଟିକକ ଏ ଘରୁ ଗଲା’ – ସତୀ କେବେ କାହିଁକି ଏଇ କଥା କହିଥୁଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଶାଶୂଘରେ କେବଳ ଶାଶୂ ସେବା କରି ଜୀବନ ବିତେଇ ଦେବ ବୋଲି ଭାବିଥିଲା । ତା’ଶାଶୂଙ୍କର ତା’ପ୍ରତି ଥ‌ିବା ଶ୍ରଦ୍ଧା ଓ ବିଶ୍ୱାସ ତାକୁ ସବୁ ଦୁଃଖକୁ ସାମ୍‌ନା କରିବାର ସାହସ ଦେବ ବୋଲି ସେ ଚିନ୍ତାକରିଥିଲା । ମାତ୍ର ସତୀର ଶାଶୂ ତାଙ୍କ ପୁଅ ଅର୍ଥାତ୍ ଜମିଦାର ନରହରି ମିଶ୍ରଙ୍କ ଉପରେ ଅଭିମାନ କରି ପୁରୀ ଚାଲିଯିବାକୁ ବାହାରିଲେ । ସତୀ ସ୍ଵାମୀଙ୍କର ଅତ୍ୟଧ‌ିକ ସୌରଭୀ ଦାସୀପ୍ରୀତିକୁ ସହ୍ୟ କରିନପାରି ସତୀର ଶାଶୂ ଏହି ନିଷ୍ପଭି ନେଇଥିଲେ । ସେ ଘରୁ ଗଲାଦିନ ସତୀ ଭାବିଲା ତା’ର ଶେଷ ଅବଲମ୍ବନ ଟିକକ ଗଲା ।

Question 22.
ମନ୍ଦିରରେ ସେ ଦିନ ସତୀ ଜୀବନରେ କ’ଣ ସବୁ ଘଟିଗଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ନଟର ଜାଆଁଳା ବାଳ ପକାଇବା ଉଦ୍ଦେଶ୍ୟରେ ସ୍ବାମୀ ଓ ଅନ୍ୟ ଦୁଇ ଦାସୀଙ୍କ ସହ କପିଳେଶ୍ଵର ମନ୍ଦିର ଯାଇଥିଲା । ପୁଷ୍ୟାଭିଷେକ ଯୋଗୁଁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା ଓ ଏଇ ଭିଡ଼ରେ ସତୀ ଚମ୍ପାମା’ ବୁଢ଼ୀ ଦାସୀର କାନି ଛାଡ଼ି ସେମାନଙ୍କଠାରୁ ଅଲଗା ହୋଇଯାଇଥିଲା । ଅନ୍ୟ ପକ୍ଷରେ ପ୍ରବଳ ଝଡ଼ବର୍ଷା ଆସିବା କାରଣରୁ ତା’ ସ୍ବାମୀ, ସୌରଭୀ ଓ ଚମ୍ପା ଦାସୀ ନଟକୁ ନେଇ ଡଙ୍ଗାରେ ବସି ଫେରିବାକୁ ପ୍ରସ୍ତୁତ ହୋଇଥିଲେ କିନ୍ତୁ ସତୀ ଡଙ୍ଗା ପାଖରେ ପହଞ୍ଚି ପାରିନଥିଲା । ଗଭୀର ଦୁଃଖ ଓ ହତାଶା ଭିତରେ ଥିଲାବେଳେ ସତୀର ସାହାରା ହେବାକୁ ସେଠାରେ ନାଥନନା ପହଞ୍ଚିଯାଇଥିଲେ । ନାଥନନାଙ୍କୁ ଦେଖୁ ସତୀ ପିଣ୍ଡରେ ପ୍ରାଣ ପଶିଲା ।

Question 23.
‘ଇଏ ଆଉ ମୋ ସ୍ବାମୀ’ – ଏକଥା କିଏ କାହିଁକି ଭାବିଛି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଅସହାୟ ଅବସ୍ଥାରେ କପିଳେଶ୍ଵର ମନ୍ଦିରରେ ନାଥନନାଙ୍କୁ ଭେଟିଛି । ତା’ର ଅନ୍ତର୍ମନରେ ସେ ସ୍ଵାମୀ ଜମିଦାର ନରହରି ମିଶ୍ର ଓ ନାଥନନାଙ୍କୁ ତୁଳନା କରିଛି । ଉଭୟ ପୁରୁଷ ଭିତରେ ଥିବା ପାର୍ଥକ୍ୟକୁ ସେ ଅନୁଭବ କରିଛି ସହଜରେ । ତେଣୁ ଏହି ତୁଳନାସ୍ଵରୂପ ସତୀ କହିଛି ଇଏ ଅର୍ଥାତ୍ ନାଥନନା ଓ ମୋ ସ୍ଵାମୀ ଅର୍ଥାତ୍ ନରହରି ମିଶ୍ର ।

Question 24.
ସତୀ ଓଦା ଭୂଇଁରେ ଲଥ୍କରି କାହିଁକି ଶୋଇପଡ଼ିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ କପିଳେଶ୍ଵର ମନ୍ଦିରରେ ତା’ସ୍ଵାମୀ ଓ ଅନ୍ୟମାନଙ୍କଠାରୁ ଅଲଗା ହୋଇ ଅସହାୟ ହୋଇପଡ଼ିଥିଲାବେଳେ ନାଥନନା ହିଁ ତା’ର ସାହା ଭରସା ସାଜିଥିଲେ । ଲାଞ୍ଚଦେଇ ସାହୁ ଦୋକାନୀରେ ରାତି କଟେଇବାର ବ୍ୟବସ୍ଥା କରିଥିଲେ । ସେଇ ଘରେ ସତୀକୁ ଶୋଇବାକୁ କହି ନାଥନନା ଥଣ୍ଡାରେ ବାହାରେ ଶୋଇବାକୁ ଚାଲିଗଲେ । ସତୀ ଚାହୁଁଥିଲା ନାଥନନା ବରଂ ଭିତରେ ଶୁଅନ୍ତୁ ସେ ବାହାରେ ଶୋଇପଡ଼ିବ । ତେଣୁ ଅଭିମାନରେ ବିଛଣାକୁ ଫୋପାଡ଼ି ଦେଇ ସେ ତଳେ ଲଥକରି ଶୋଇପଡ଼ିଲା ।

Question 25.
ସତୀକୁ ତା’ ସ୍ୱାମୀ କାହିଁକି କ’ଣ କହି ସ୍ଵୀକାର କରି ନଥିଲେ?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
କପିଳେଶ୍ଵର ମନ୍ଦିରରେ ସତୀ ଅଲଗା ହୋଇଯିବାରୁ ତା’ ସ୍ଵାମୀ ତାକୁ ଛାଡ଼ି ପଳେଇ ଆସିଥିଲେ । ନାଥନନା ସହ ସେ ତା’ ପରଦିନ ଶଗଡ଼ଗାଡ଼ିରେ ମୁକୁନ୍ଦପୁର ତା’ଶାଶୂଘରକୁ ଫେରିଥିଲା । ହେଲେ ଗୋଟିଏ ରାତି ଜାଣିଶୁଣି କୋଉ ପର ପୁରୁଷ ନାଗର ସହ ବିତେଇଛି ବୋଲି କହି ସତୀର ସ୍ଵାମୀ ତାକୁ ଗ୍ରହଣ କରିବାକୁ ମନା କରିଦେଲେ ଏବଂ ବହୁ ଅପମାନଜନକ କଥା କହି ତାକୁ ସହରର ବେଶ୍ୟା ପଡ଼ାରେ ଛାଡ଼ିଦେବାକୁ ନାଥନନାକୁ କହିଥିଲେ ।

Question 26.
ପୁରୁଷ ଜାତି ଓ ନାରୀ ଜାତି ଭିତରେ ପ୍ରଭେଦକୁ ନେଇ ସତୀ କ’ଣ ଭାବିଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଯେତେବେଳେ ସ୍ଵାମୀଙ୍କଦ୍ବାରା ଅପମାନିତ ହୋଇ ନାଥନନାଙ୍କ ସହ କଟକ ଯାଇଛି ସେତେବେଳେ ଭାବିଛି ଯେ ଏଇ ପୁରୁଷ ଜାତିଟା ସମାଜରେ ମଥା ହୋଇ ଅନେକ ଭୁଲ୍ କରୁଛି ଅଥଚ କେହି ପାଟି ଫିଟାଇବାକୁ ନାହିଁ । ହେଲେ ନାରୀ ଜାତି, ସବୁଠୁ ହତଭାଗ୍ୟ ନିଉଛୁଣା ଏଇ ନାରୀ ଜାତି । ଯୌବନର ଶିଉଳିପରା ବାଟରେ ଚାଲିଲାବେଳେ ଏ ଜାତିର ଟିକେ ଗୋଡ଼ ଥରିବାକୁ ଯେପରି ସମାଜ ଜଗି ବସିଥାଏ, ହଜାରେ ଆଖ୍ ମେଲି ସବୁବେଳେ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

Question 27.
କଟକରେ ପହଞ୍ଚିଲାପରେ ସତୀ ମନରେ ନାଥନନାଙ୍କ ପ୍ରତି ରାଗ ଆସିଛି କାହିଁକି?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀକୁ ନେଇ ନାଥନନା କଟକରେ ଏକ ଭଡ଼ାଘରେ ରଖୁଛନ୍ତି । ସତୀ ମନରେ କିନ୍ତୁ ଦେଖାଦେଇଛି ଭାବାନ୍ତର । ସେ ନାଥନନାଙ୍କ ବ୍ୟବହାର ତଥା ଆଚରଣକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି । ସ୍ଵାମୀଙ୍କ ଅସ୍ବୀକାର ସମୟରେ ନାଥନନା କାହିଁକି ତାଙ୍କୁ ହାତଗୋଡ଼ ଧରି ଅନୁରୋଧ କଲେ ନାହିଁ, କାହିଁକି କ୍ଷମା ପ୍ରାର୍ଥନା କରି ସତୀକୁ ତାଙ୍କ ପାଖରେ ଛାଡ଼ିଲେ ନାହିଁ ଏସବୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସତୀ ମନରେ । ତେଣୁ ସେ ନାଥନନାଙ୍କୁ ସନ୍ଦେହ କରି ତାଙ୍କ ଉପରେ ରାଗିଛି ।

Question 28.
ଚାକିରି ନପାଇବା ପୂର୍ବରୁ ଅଚୁତି କ’ଣ କ’ଣ କରୁଥିଲା ।
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ଅଚ୍ୟୁତି ମହାନ୍ତି, ନାଥନନାଙ୍କ ଅନୁଗ୍ରହରୁ ଚାଟଶାଳୀରେ ମାଷ୍ଟର ଚାକିରି ପାଇଥିଲା, ୟାପୂର୍ବରୁ ପାଞ୍ଚବର୍ଷ ଲାଗଲାଗ୍ ବିଦ୍ୟାଦେବୀଙ୍କ ସହ ରୀତିମତ ଯୁଦ୍ଧକରି ଯେତେବେଳେ ନିଜ ଇଲାକାଟାକୁ ଅପର ପ୍ରାଇମେରୀ ସୀମାର ବେଶି ଦୂରକୁ ବଢ଼େଇ ପାରିଲେ ନାହିଁ, ସେତେବେଳେ ବିରକ୍ତ ହୋଇ ପଢ଼ାଛାଡ଼ି ଗାଁ ଭିତରେ କୋଉଠି ତ୍ରିନାଥମେଳା ହେଲା, ଚୌଧୁରୀ ପୋଖରୀରେ କୋଉଦିନ ଜାଲ ପଡ଼ିଲା, କୋଉଦିନ ଖାସି କଟାହେଲା ଏଇ ଖବରନେଇ ବୁଲୁଥିଲେ ।

Question 29.
ସଇତା କାହିଁତ ଗୋଟେ ପଣେ ଥରିବାକୁ ଲାଗିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସଇତା ସତୀ ଘରର ପୁରୁଣା ବୁଢ଼ା ଚାକର । ସତୀର ବାପା ଅନାଦି ମିଶ୍ରଙ୍କ ଲୁଣ ଖାଇ ସେ ଜୀବନ ଧାରଣ କରିଥିଲା । ସତୀକୁ ପିଲାଟି ଦିନରୁ ଚିହ୍ନିଥିଲା । ସତୀ ତା’ର ସ୍ନେହର ବୁଢ଼ୀଡାକରେ ବିହ୍ବଳ ହୋଇଉଠୁଥିଲା । ଏଇ ସତୀ ନାଆଁରେ ଟାଉଟର ଚୋର ଅଚ୍ୟୁତି ମହାନ୍ତି ଗାଁ ଭାଗବତ ଟୁଙ୍ଗୀରେ ଯେତେବେଳେ ଅନେକ କଟୁ କଥା କହିଥିଲା, ସେସବୁକୁ ସେ ବିଶ୍ଵାସ କରିପାରି ନଥିଲା । ସେ ଗାଁବାଲାଙ୍କ କଥାରେ ସତୀ ପରି ଝିଅର ଅବମାନନା ହୋଇଛି ଭାବି ଉତ୍‌କ୍ଷିପ୍ତ ହୋଇଉଠିଥିଲା । ତେଣୁ ସେ ରାଗରେ ଗୋଟେ ପଣେ ଥରିବାକୁ ଲାଗିଲା ।

Question 30.
ସତୀ ପ୍ରଭାକର ମିଶ୍ରଙ୍କ ଘରକୁ କାହିଁକି ଯାଇଥିଲା?
Answer:
ଉପନ୍ୟାସ – ମଲାଜହ୍ନ
ଔପନ୍ୟାସିକ – ଉପେନ୍ଦ୍ର କିଶୋର ଦାସ
ସତୀ ଅନୁଭବ କଲା ଯେ ସେ ନାଥନନାଙ୍କ ସହ ରହିଲେ ନାଥନନା ବହୁତ ହଇରାଣ ହେବେ, ଅନେକ ଅସୁବିଧାରେ ପଡ଼ିବେ । ତେଣୁ ସେ ଏହାର କିଛି ସମାଧାନ କରିବାକୁ ଇଚ୍ଛା କରିଥିଲା । ବ୍ରାହ୍ମଣମାନଙ୍କ ମୁଖ୍ୟ ପ୍ରଭାକର ମିଶ୍ରଙ୍କ କହିବାନୁସାରେ ସତୀକୁ ଯଦି ନାଥନନା ଛାଡ଼ିଦେବେ ତେବେ ପଞ୍ଚଗବ୍ୟ କରି ନାଥନନାଙ୍କୁ ପୁଣି ଜାତିରେ ନିଆଯିବ । ତେଣୁ ନାଥନନାଙ୍କ ତରଫରୁ କ୍ଷମାପ୍ରାର୍ଥନା କରି ସତୀ ନାଥନନାଙ୍କ ଜୀବନରୁ ପଳେଇବା ପୂର୍ବରୁ ସବୁ ଠିକ୍ କରିଦେବା ପାଇଁ ପ୍ରଭାକର ମିଶ୍ରଙ୍କ ପାଖକୁ ଯାଇଥିଲା ।

+2 1st Year Odia Optional Chapter 3 ମଲାଜହ୍ନ Summary

ଔପନ୍ୟାସିକଙ୍କ ପରିଚୟ :
ଓଡ଼ିଆ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ, ବରଂ ଗୁଣାତ୍ମକ ଦୃଷ୍ଟିରୁ ଯେଉଁ କେତେଜଣ ବିଶିଷ୍ଟ ଔପନ୍ୟାସିକ ଖ୍ୟାତି ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ପ୍ରତିଭା ଥିଲେ ଉପେନ୍ଦ୍ର କୁମାର ଦାସ । କଟକ ଜିଲ୍ଲାର କୁମୁଡ଼ା ଜୟପୁରର ଏକ ବିଶିଷ୍ଟ ଜମିଦାର ପରିବାରରେ ୧୯୦୧ ମସିହା ଫେବୃୟାରୀ ୨୧ ତାରିଖରେ ଏହି ମହାନ୍ ପ୍ରତିଭାଙ୍କ ଜନ୍ମ ହୋଇଥିଲା ।

ରାୟବାହାଦୁର ରାଜକିଶୋର ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଉପେନ୍ଦ୍ର କିଶୋର ଥିଲେ ତୃତୀୟ ପୁତ୍ର । ତେବେ ତାଙ୍କର ପିଉସା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳ ବଲ୍ଲଭ ଦାସ ଉପେନ୍ଦ୍ରଙ୍କୁ ପୋଷ୍ୟପୁତ୍ରଭାବରେ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଖୁବ୍ ପ୍ରାଚୁର୍ଯ୍ୟ ଭିତରେ ସେ କାଳ କାଟିଥିଲେ । ଶିକ୍ଷାକ୍ଷେତ୍ରରେ ବି ଜଣେ ସଫଳ ଶିକ୍ଷାବିତ୍ ଥିଲେ ଉପେନ୍ଦ୍ର କିଶୋର ଦାସ । ଛୋଟବେଳୁ ଭଲ ପଢ଼ୁଥ‌ିବା ଏହି ପ୍ରତିଭା ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ିବା ପାଇଁ ମଧ୍ୟ ଯାଇଥିଲେ ଏବଂ ଏଇଠାରେ ହିଁ ତାଙ୍କ ଜୀବନରେ ଆସିଥୁଲା ଅନ୍ୟ ଏକ ମୋଡ଼ ।

ଜାତୀୟତାବାଦୀ ଭାବଧାରାରେ ସେ ଅନୁପ୍ରାଣିତ ହୋଇଥିଲେ । ମାତୃଭୂମିର ପରାଧୀନତା ତାଙ୍କୁ ବ୍ୟତିବ୍ୟସ୍ତ କରିଥିଲା । ଫଳତଃ ଗୋପବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଶା ମାଟିରେ ଯେଉଁ ଅସହଯୋଗ ଆନ୍ଦୋଳନ ଚାଲିଥିଲା ସେ ନିର୍ଦ୍ଦରେ ସେଇ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେତେବେଳକୁ ଉପେନ୍ଦ୍ର ରେଭେନ୍ସାର ଛାତ୍ର । ଫଳତଃ ଏହି ମେଧାବୀ ଛାତ୍ରଟିର ପଢ଼ାଜୀବନ ଆନ୍ଦୋଳନ ପାଇଁ ବ୍ୟାହତ ହୋଇଥିଲା । ପାଠପଢ଼ାରୁ ସିନା ଅବ୍ୟାହତି ନେଇଥିଲେ; ମାତ୍ର ଦେଶ ମାତୃକାର ସେବା, ନିଜ ମାଟିକୁ ପରାଧୀନତାରୁ ମୁକ୍ତି ଦେବାର ଇଚ୍ଛାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା । ଅଧିକରୁ ଅଧିକ ସକ୍ରିୟ ସେ ହୋଇଥିଲେ ସ୍ଵାଧୀନତାର ସଂଗ୍ରାମରେ ।

ଉପେନ୍ଦ୍ର କିଶୋର ଦାସ ଏକାଧାରରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ, ସୁଦକ୍ଷ ଚିତ୍ରକର ଏବଂ ସ୍ଵାଧୀନତା ସଂଗ୍ରାମୀ । ତେବେ ଜୀବନକାଳ ମଧ୍ୟରେ ମାତ୍ର ଗୋଟିଏ ଉପନ୍ୟାସ ରଚନା କରି ବି ଜଣେ ସଫଳ ଔପନ୍ୟାସିକ ମୁକୁଟ ପିନ୍ଧୁଥ‌ିବା ଏହି ମହାନ୍ ଔପନ୍ୟାସିକ ଶିଶୁ ସାହିତ୍ୟିକ ଭାବରେ ମଧ୍ୟ ଅନେକ ସୁଖ୍ୟାତି ଲାଭ କରିଛନ୍ତି ।

ସେ କେବଳ ପରାଧୀନତାରେ ବିବ୍ରତ ହୋଇ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇନଥିଲେ, ସମାଜର ଯନ୍ତ୍ରଣାକ୍ଳିଷ୍ଟ ଚରିତ୍ରମାନଙ୍କ ଅନ୍ତର୍ବେଦନାରେ ମଧ୍ୟ ଖୁବ୍ ମର୍ମାହତ ହୋଇପଡୁଥିଲେ; ଯାହାର ବାସ୍ତବ ରୂପ ତାଙ୍କ କୃତିଗୁଡ଼ିକରେ ଫୁଟି ଉଠୁଥିଲା । ଜଣେ ଦରଦୀ ମଣିଷ ପରି ଅନ୍ୟର ଦୁଃଖକଷ୍ଟକୁ ନିଜ ଅନ୍ତରରେ ଅନୁଭବି ପାରୁଥିଲେ । ସମାଜରେ ଦୁର୍ବଳମାନଙ୍କୁ, ଦରିଦ୍ର ଜନତାଙ୍କୁ ଯେକୌଣସି ପ୍ରକାରରେ ସାହାଯ୍ୟ କରିବାକୁ ବ୍ୟସ୍ତ ହୋଇପଡୁଥିଲେ ଉପେନ୍ଦ୍ର କିଶୋର ଦାସ, ଯାହା ତାଙ୍କର ଅନ୍ୟତମ ଚମତ୍କାର ଗୁଣ ଥିଲା ।

ଉପେନ୍ଦ୍ର କିଶୋର ଦାସ ଗୋଟିଏ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ବିଳାସ ବ୍ୟସନରେ ତାଙ୍କ କୈଶୋର କଟିଥୁଲା, ଖାଲି ସେତିକି ନୁହେଁ ଜଣେ ମେଧାବୀ ଛାତ୍ର ଭାବରେ ମଧ୍ୟ ଖୁବ୍ ପ୍ରତିଷ୍ଠା ପାଇଥିଲେ, ଯଦି ଚାହିଁଥା’ନ୍ତେ ଖୁବ୍ ସୁନ୍ଦର ଭାବେ ଉଚ୍ଚପଦସ୍ଥ କର୍ମଚାରୀ ରୂପେ ନିଯୁକ୍ତ ହୋଇ ସୁଖରେ ଜୀବନ ବିତେଇ ପାରିଥା’ନ୍ତେ; ମାତ୍ର ସେ ସୁଖମୟ ଜୀବନ ଓ ଅଳ୍ପ ଦିନର ଏଇ ଆନନ୍ଦ ଅପେକ୍ଷା ଦେଶସେବା, ଦରିଦ୍ର ଜନତାଙ୍କ ସାହାଯ୍ୟ ସହଯୋଗ ଓ ସାହିତ୍ୟ ସାଧନାକୁ ନିଜ ଜୀବନର ବ୍ରତଭାବରେ ଗ୍ରହଣ କରିନେଇଥିଲେ । ଜଣେ ବିଳାସରେ ବଢ଼ି ଆସୁଥୁବା ଚରିତ୍ରର ଏଭଳି ପଦକ୍ଷେପ ଏତେ ସହଜ ନୁହେଁ । ନିଜର ବ୍ୟକ୍ତିଗତ ସୁଖ ସ୍ଵାଚ୍ଛନ୍ଦ୍ୟକୁ ବଳି ଦେଇ ଅନ୍ୟଲାଗି ନିୟୋଜିତ ହେବାର ମହତପଣିଆ ଗୋଟେ କମ୍ ବଡ଼ କଥା ନୁହେଁ । ତେଣୁ ଏହି ଦୃଷ୍ଟିରୁ ଉପେନ୍ଦ୍ର କିଶୋର ଦାସ ଅଜସ୍ର ପ୍ରଶଂସାର ପାତ୍ର ନିଶ୍ଚୟ । ଆଭିଜାତ୍ୟ ଜୀବନଶୈଳୀ ଭିତରୁ ବାହାରି ସାଧାରଣ ଜନତାଙ୍କ ପାଇଁ ଚିନ୍ତାକରିବା ହିଁ ତାଙ୍କର ଅସାଧାରଣତା ।

ଜନସେବକ, ଦେଶସେବକ ଓ ମାତୃଭାଷାର ପୂଜକ ଉପେନ୍ଦ୍ରକିଶୋର ନିଜ ସାହିତ୍ୟ ସାଧନାପାଇଁ ମଧ୍ଯ ଓଡ଼ିଆ ପାଠକ ପାଖରେ ଚିର ଅମର ରହିବେ, ଏଥରେ ଦ୍ବିମତ ନାହିଁ । ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ମଲାଜହ୍ନ’ ତାଙ୍କୁ ଆଜି ବି ପାଠକ ପାଖରେ ପରିଚିତ କରାଇବାରେ ଖୁବ୍ ସଫଳ ହେଉଛି ।

ଜଣେ ଉଚ୍ଚକୋଟୀର ଶିଶୁ ସାହିତ୍ୟିକ ଭାବରେ ସେ ରଚନା କରିଯାଇଛନ୍ତି ‘ଆଲ୍ଲାଉଦ୍ଦିନ୍’, ‘କାଉଁରୀ ଦେଶର ଗୋରୀ’, ‘ଭୂତକୋଠି’, ‘ଡାଆଣୀ ଆଲୁଅ’, ‘ବାଳୁଆ ବଳିଆ’ ପ୍ରଭୃତି ଶିଶୁ ମନୋରଞ୍ଜନଧର୍ମୀ ଗଳ୍ପମାନ । ମୁଷ୍ଟିମେୟ ସାହିତ୍ୟ ସୃଷ୍ଟି ମଧ୍ୟରେ ସେ ଯେପରି ଲୋକପ୍ରିୟତା ହାସଲ କରିଥିଲେ ଅନ୍ୟ ସାହିତ୍ୟିକମାନଙ୍କ ପାଖରେ ତାହା ଖୁବ୍ କମ୍ ଦେଖୁବାକୁ ମିଳେ ।

ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ନିୟୋଜିତ କରି ଦେଇଥ‌ିବା ଏଇ ମହାନ୍ ପ୍ରତିଭା ‘ବାରୁଣୀ’ ନାମକ ଏକ ପତ୍ରିକାର ପରିଚାଳନା ଦାୟିତ୍ଵରେ ମଧ୍ୟ ଥିଲେ ଏବଂ ଏହା ସହିତ ତୂଳୀ ଧରି ନିଜ ଅନ୍ତର୍ଭାବନାର ଚିତ୍ର ଆଙ୍କିବାରେ ତାଙ୍କର ଥିଲା ଅହେତୁକ ଆନ୍ତରିକତା । ତେଣୁ ସେ ଯେ କେବଳ ଜଣେ ନିଷ୍ଠାପର ଦେଶସେବକ ଓ ସୁଦକ୍ଷ ସାହିତ୍ୟ ସାଧକ ଥିଲେ ତାହା ନୁହେଁ, ବରଂ ଜଣେ ଚିତ୍ରକର ଭାବରେ ନିପୁଣ କଳାକାର ଥିଲେ ।

‘ଅତୁଠ ବଣିକ’ ଶୀର୍ଷକ ଗୋଟିଏ ଉପନ୍ୟାସ ଉପେନ୍ଦ୍ର ରଚନା କରିଥିବାର ଚର୍ଚ୍ଚା ହୁଏ । ହେଲେ ଏଯାବତ୍ ଏ ସମ୍ବନ୍ଧରେ କୌଣସି ଯୁକ୍ତିଯୁକ୍ତ ତଥ୍ୟପ୍ରମାଣ ମିଳିପାରି ନାହିଁ । ସମ୍ଭବତଃ କୌଣସି ନା କୌଣସି କାରଣରୁ ଏହା ଲେଖାଯାଇ ନାହିଁ କିମ୍ବା ପ୍ରକାଶ ପାଇପାରି ନାହିଁ । ସ୍ଵଳ୍ପ ସୃଷ୍ଟି ପାଇଁ ହୁଏତ ଲୋକ ତାଙ୍କୁ ପାସୋରି ପକାଇ ପାରନ୍ତି, ମାତ୍ର ସେଇ ସୃଷ୍ଟିଗୁଡ଼ିକର ଗୁଣାତ୍ମକ ମୂଲ୍ୟ ତାଙ୍କୁ ଜଣେ ସଫଳ ସ୍ରଷ୍ଟାର ମର୍ଯ୍ୟାଦା ଦେଉଥ‌ିବ । ବିଳାସ ବ୍ୟସନଠାରୁ ଦୂରରେ ରହି ଏକ ସାଧାରଣ ଜୀବନକୁ ଆପଣେଇ ଥ‌ିବା ଏହି ସାହିତ୍ୟସାଧକ ୧୯୭୨ ମସିହା ଏପ୍ରିଲ ମାସ ୨୦ ତାରିଖରେ କଟକ ତୁଳସୀପୁରସ୍ଥିତ ବାସଭବନରେ ସକଳ କୃତିକୁ ପଛରେ ଛାଡ଼ି ଫେରିଯାଇଥିଲେ ଆରପାରିକୁ ।

ଉପନ୍ୟାସର ସାରକଥା :
‘ମଲାଜହ୍ନ’ ଏକ ସାର୍ଥକ ଉପନ୍ୟାସ । ଉପେନ୍ଦ୍ର କିଶୋରଙ୍କ ଏଇ ଗୋଟିଏ ସୃଷ୍ଟି ହିଁ ତାଙ୍କ ଲେଖକ ଜୀବନର ଅନନ୍ୟ । ସାର୍ଥକତା । ଏକ ସାମାଜିକ କଥାବସ୍ତୁରେ ସୁନ୍ଦର ଚରିତ୍ର ଚିତ୍ରଣ ପାଠକକୁ ବାନ୍ଧିରଖୁଛି ଆଉ ରଖୁବ ମଧ୍ୟ ।

ଗୋଟିଏ ଛୋଟିଆ ଗାଁର ବ୍ରାହ୍ମଣ ଶାସନରେ ଅନାଦି ମିଶ୍ରଙ୍କ ଘର । ତାଙ୍କର ଏକମାତ୍ର ଅଲିଅଳୀ କନ୍ୟାରତନ ସତ୍ୟଭାମା ତଥା ସତୀ । ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରେ ପିଲାଟି ଦିନରୁ ସେ ଅଖ୍ୟାତ ପଲ୍ଲୀକୋଳରେ ଖୁବ୍ ଚଳଚଞ୍ଚଳ ଆଉ ମନଲୋଭା ସୌନ୍ଦର୍ଯ୍ୟର ଅଧିକାରଣୀ ସତୀ । ନିଜ ସୁନ୍ଦରତା ନେଇ ସତେ ଯେମିତି ଗୋଟିଏ ପାହାଡ଼ୀ ଝରଣା ପରି କଳକଳ ଝଳଝଳ ଅବିରତ । ସେଇ ସତୀ ଓ ତା’ର ଜୀବନର ଦୁଃଖ ଦରଦଭରା ଘଟଣାବଳୀର ଏକ ମାର୍ମିକ ଶବ୍ଦ ଖେଳ ହିଁ ଉପନ୍ୟାସ ।

ଦୁଷ୍ଟପଣରେ ପାଞ୍ଚଘର ନାଁ ପକାଉଥବା ଟିକେ ଗେହ୍ଲା ଏଇ ସତୀ ବାପା ମା’ଙ୍କ ଶାସନର ଆଢୁଆଳରେ ଗାଁ ଯାକ ବୁଲେ । ଏଗାର (୧୧) ବର୍ଷ ବୟସବେଳକୁ ତା’ ବାପା ମା’ ତାକୁ ବିବାହ ଦେଇ କନ୍ୟାଦାୟରୁ ଖୁବ୍ ଜଲ୍‌ଦି ମୁକ୍ତି ପାଇବାପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ତା’ର ଟଙ୍ଗଟଙ୍ଗ ହୋଇ ଗାଁ ଦାଣ୍ଡରେ ବୁଲିବା ବାପାମା’ଙ୍କୁ ଭଲ ଲାଗିନାହିଁ । ତେଣୁ ଏଥରେ ଲାଗିଛି ପ୍ରତିବନ୍ଧକ । ସବୁକଥାରେ ମାର୍ଜିତ ଭାବ ଆଣିବାପାଇଁ ଚାଲିଛି ଆକଟ ଓ ପରାମର୍ଶ ପ୍ରଦାନ । ଫଳରେ ଉପନ୍ୟାସର ମୁଖ୍ୟ ଚରିତ୍ର ତଥା ନାୟିକା ସତ୍ୟଭାମା ଓରଫ୍ ସତୀ ଜୀବନରେ ଆସିଛି ପରିବର୍ତ୍ତନ ।

ଅନ୍ୟପକ୍ଷରେ ସେଇ କ୍ଷୁଦ୍ର ଗାଁର ଅନ୍ଧାରୁଆ ଅପରିଚିତ ସ୍ଥାନରୁ ପରିଚୟର ପ୍ରୟାସରେ ଆଲୋକର ଅନୁସନ୍ଧାନ ନିମନ୍ତେ ସହରକୁ ପଢ଼ିବାକୁ ଯାଇଛି ଲୋକନାଥ ତ୍ରିପାଠୀ ଓରଫ୍ ସତୀର ଅତି ପ୍ରିୟ ନାଥନନା । ପିଲାଟି ଦିନରୁ ସତୀ ଓ ନାଥନନା ଭିତରେ ଅବାରିତ ସମ୍ପର୍କ । ମୁହଁ ଖୋଲି ନ କହିଲେ ବି ଅନ୍ତର ଭିତରେ ଉଭୟ ଉଭୟଙ୍କୁ ମନଭରି ଭଲ ପାଇଛନ୍ତି । ପରସ୍ପର ନିବିଡ଼ ବନ୍ଧନରେ ଆବଦ୍ଧ ହୋଇ ପଡ଼ିଛନ୍ତି ଅନ୍ତର୍ମନରେ ।

ସତ୍ୟଭାମାର ଅନାବିଳ ସ୍ନେହ ଆଦରର ବନ୍ଧୁ ନାଥନନା ତଥା ଲୋକନାଥଙ୍କର ପ୍ରାଣର ପିତୁଳା ସତୀ । ସତୀର ବଉଳ ନିଶିର ବଡ଼ଭାଇ ନାଥନନା ପ୍ରତି ସତୀ ମନରେ ଅହେତୁକ ଦୁର୍ବଳତାକୁ ଔପନ୍ୟାସିକ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି । ଅନାଦି ମିଶ୍ର ସତୀର ବାହାଘର ଏକ ରୁଗ୍‌ଣ ବୃଦ୍ଧ ଜମିଦାର ସହିତ କରିଦେବାର ସ୍ଥିର କରିଛନ୍ତି । ନାଥନନା ଅନାଦି ମିଶ୍ରଙ୍କ ନିଷ୍ପତ୍ତିର ପ୍ରତିବାଦ କରିଛି । ତା’ର ସବୁ ଯୁକ୍ତି ସତୀ ବାପାଙ୍କ ପାଖରେ ନିଷ୍ଫଳ ହୋଇଛି ଓ ସତୀ ସେଇ ବୃଦ୍ଧ ଜମିଦାରଙ୍କୁ ବିବାହ କରିବାର ସ୍ଥିର ହୋଇଛି ।

ସତୀ ଜୀବନରେ ଆସିଛି ଦୁଃଖ ଓ ଦୁର୍ଦ୍ଦଶାର ଦିନ । ସତୀ ବୋଉଙ୍କର ନୀରବ ପ୍ରତିବାଦ ତା’ର ପ୍ରିୟ ନାଥନନାଙ୍କ ଉଚ୍ଚାରିତ ଯୁକ୍ତିଧର୍ମୀ ପ୍ରତିବାଦ ଅସଫଳ ହୋଇଛି ଏବଂ ସତୀର ବିବାହ ସେଇ ଦରବୁଢ଼ା କଳା ବସନ୍ତମୁହାଁ ପ୍ରଥମ ପତ୍ନୀହରା ଜମିଦାର ନରହରି ମିଶ୍ରଙ୍କ ସହ ହୋଇଛି । ଜମିଦାର ତା’ର ପ୍ରଥମ ପତ୍ନୀକୁ ହରାଇଛି । ପ୍ରଥମ ପତ୍ନୀର ଗୋଟିଏ ପୁଅ ।

ଜମିଦାର ଘରକୁ ବୋହୂ ହୋଇ ଯାଇଥିବା ସତୀ କିନ୍ତୁ ସେଠାରେ ଖୁସି ହୋଇପାରି ନାହିଁ । ଜମିଦାରଙ୍କ ପରିବାର ସହ ସେ ନିଜକୁ ମିଶାଇ ପାରିନି । ତା’ ଆଖ୍ୟାରେ ଧରାପଡ଼ିଛି ତା’ର ଦରବୁଢ଼ା ଜମିଦାର ସ୍ବାମୀର ଦାସୀ ସୌରଭୀ ସହ ଥିବା ଅନୈତିକ ସମ୍ପର୍କ । ଏମିତି ହୋଇଛି ଯେ ସତୀ ତା’ସ୍ୱାମୀର ପତ୍ନୀତ୍ବକୁ ସ୍ଵୀକାର କରିବାକୁ ଇଚ୍ଛା କରିନାହିଁ । ଯେଉଁଥ୍ପାଇଁ ତାକୁ ଖୁବ୍ ମାନସିକ ତଥା ଶାରୀରିକ ନିର୍ଯାତନା ମିଳିଛି । ସତୀର ମନ ଘୃଣାରେ ଭରିଉଠିଛି । ନିଜ ଭାଗ୍ୟକୁ ନିନ୍ଦାକରି ସତୀ ନାଥନନା କଥା ମନେ ପକାଇଛି ।

ପିଲାଟି ଦିନରୁ ମୁକ୍ତ ଆକାଶର ବିହଙ୍ଗ ପରି ଉଡ଼ି ବୁଲୁଥିବା କିଶୋରୀ ସତୀ ସ୍ଵାମୀ ସଂସାର, ଦାସୀମାନଙ୍କ ଦୌରାତ୍ମ୍ୟର ପଞ୍ଜୁରୀ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଛି । ସେଇ ସଂସାର ଭିତରୁ ମୁକ୍ତି ପାଇବା ନିମନ୍ତେ ବ୍ୟତିବ୍ୟସ୍ତ ହୋଇଉଠିଛି । ସତୀ ସେଇ ସ୍ଵାମୀ ସଂସାରରେ ତା’ ଦେବୀପ୍ରତିମା ଶାଶୁମା’ ଓ ସଉତୁଣୀର ପୁଅ ନଟ ପ୍ରତି ଆସକ୍ତ ହୋଇ ସେମାନଙ୍କ ପାଇଁ ସବୁ ଦୁଃଖକଷ୍ଟ ମଥାପାତି ସହ୍ୟ କରିନେବାର ପଣ କରିଥିଲେ ବି, ତା’ ମନ କୋଉଠି ନା କୋଉଠି ସୁଯୋଗ ଖୋଜିଛି ମୁକ୍ତି ପାଇଁ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

ଘଟଣାକ୍ରମେ ଏମିତି ସୁଯୋଗ ଜୁଟିଛି ସତୀ ଭାଗ୍ୟରେ । ଜମିଦାର ନିଜ ପୁତ୍ରସନ୍ତାନ ନଟର ମାନସିକ ପୂରଣ ନିମନ୍ତେ ସପରିବାର କପିଳେଶ୍ଵର ମନ୍ଦିରକୁ ଯାଇଛନ୍ତି । ସେଦିନ ପୁଷ୍ୟାଭିଷେକ କାରଣରୁ ପ୍ରବଳ ଭିଡ଼ ହୋଇଛି । ମାନସିକ କର୍ମ ଓ ଦିଅଁ ଦର୍ଶନାଦି ସମସ୍ତ କାର୍ଯ୍ୟ ସରିଆସିଲାବେଳକୁ ସେଇ ଜନଗହଳିରେ ସତୀ ଅନ୍ୟମାନଙ୍କ ପାଖରୁ ଅଲଗା ହୋଇଯାଇଛି । ଆସନ୍ନ ପ୍ରଳୟଙ୍କରୀ ବର୍ଷା ଓ ପବନରୁ ରକ୍ଷା ପାଇବା ନିମନ୍ତେ ଜମିଦାର, ନଟ, ଦାସୀ ସୌରଭୀ ଓ ଅନ୍ୟମାନେ ତରତର ହୋଇ କପିଳେଶ୍ଵର ମନ୍ଦିରରୁ ବାହାରି ନଦୀପାର ହୋଇଯାଇଛନ୍ତି । ସତୀ କିନ୍ତୁ ଅନୁସରଣ କରି ବିଫଳ ହୋଇ ଫେରିଛି ।

ଏହି ମନ୍ଦିରରେ ହିଁ ସତୀ ଜୀବନରେ ଆସିଛି ଆଉ ଏକ ପରିବର୍ତ୍ତନ । ସ୍ଵାମୀ ଓ ସବାରୀଠାରୁ ଦୂରେଇ ଯାଇଥିବା ଏକଲା ସତୀର ଆକସ୍ମିକ ଭାବରେ ଭେଟ ହୋଇଛି ତା’ର ପ୍ରାଣପ୍ରିୟ ନାଥନନାଙ୍କ ସହ । ଉଭୟେ ମନ୍ଦିରର ଅଦୂରରେ ଜନୈକ ଗୁଡ଼ିଆର ଘରେ ରାତି କଟାଇଛନ୍ତି । ପରଦିନ ସକାଳୁ ନାଥନା ବଳଦଗାଡ଼ିର ବ୍ୟବସ୍ଥା କରି ସତୀକୁ ତା’ର ଶାଶୁଘରେ ପହଞ୍ଚାଇବାକୁ ବାହାରିଛି ହେଲେ ସତୀ ତା’ ଶାଶୁଘରେ ପହଞ୍ଚିଲା ବେଳକୁ ଘଟିଛି ଆଉ ଏକ ଦୁଃଖଦ ଘଟଣା । ସତୀର ସ୍ଵାମୀ ଜମିଦାର ସତୀକୁ କୁଳଟା ବୋଲି କହି ଅପମାନିତ କରିଛି ଏବଂ ଗ୍ରହଣ ନକରି ଫେରିଯିବାକୁ କହିଛି । ଜମିଦାରଙ୍କ ଏପରି ବ୍ୟବହାରରେ ସତୀ ମାନସିକ କ୍ଷେତ୍ରରେ ଭାଙ୍ଗିପଡ଼ିଛି । ନାଥନନା ସତୀର ସ୍ଵାମୀଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଛି ମାତ୍ର ସତୀର ସ୍ଵାମୀ ତାଙ୍କର କୌଣସି କଥାକୁ ଗ୍ରହଣ କରିନାହିଁ । ଫଳରେ ନାଥନନା ସତୀକୁ ନେଇ ରେଳଗାଡ଼ିରେ ବସି କଟକ ଚାଲିଆସିଛି । ସତୀ ଜୀବନରେ ଆସିଛି ଆଉ ଏକ ପରିବର୍ତ୍ତନ ।

କଟକରେ ସେମାନେ ଅବସ୍ଥାନ କରିଛନ୍ତି ଭଡ଼ାଘରେ । ସତୀ ଆଉ ଗୋଟେ ଜୀବନ ଜିଇଁଛି । ନାଥନନାଙ୍କୁ ପାଖକୁ ଚିହ୍ନିଛି । ସେଇଠି ଖବର ପାଇଛି ଗାଁ କଥା, ବାପାମା’ଙ୍କ କଥା । ତା’ଦୁଃଖ କଷ୍ଟ ସୀମା ଲଙ୍ଘନ କରିଛି ଯେତେବେଳେ ସେ ଶୁଣିଛି ତା’ ବାପା ମା’ ଆଉ ଏଇ ସଂସାରରେ ନାହାଁନ୍ତି । ସ୍ଵାମୀଙ୍କଠାରୁ ପରିତ୍ୟକ୍ତ ହୋଇଛି, ପିତୃମାତୃ-ହୀନ ହୋଇଛି, ଜୀବନର ସବୁ ସ୍ଵପ୍ନସମ୍ବଳ ହରାଇ ଏକୁଟିଆ ହୋଇପଡ଼ିଛି ସତୀ । ଦୁଇ ଚାରିଦିନ ନିଜ ଉପରେ ନିୟନ୍ତ୍ରଣ ହରାଇ କାନ୍ଦି କାନ୍ଦି ଦିନ କଟେଇଛି ସତୀ ।

ପରେ ସେ ନିଜର ଆଶା, ଭରସା ଓ ଆଶ୍ରୟସ୍ଥଳ ରୂପେ ନାଥନନାଙ୍କୁ ମନେ ମନେ ସ୍ଥିର କରିନେଇଛି ଏବଂ ତା’ର ଏଇ ଦୁର୍ଦ୍ଦିନରେ ନାଥନନା ବାସ୍ତବିକ ଯେଉଁ ବଦାନ୍ୟ ଦେଖାଇଛନ୍ତି ସେଥ‌ିପାଇଁ ନାଥନନା ପ୍ରତି କୃତଜ୍ଞତାରେ ତା’ର ମନ ଭରିଯାଇଛି । ପରକ୍ଷଣରେ ବିଭିନ୍ନ ଆଶଙ୍କା ଭିତରେ ନାଥନନାଙ୍କ ପ୍ରତି ତା’ର ସନ୍ଦେହ ଆସିଛି । ଘୃଣାରେ ମନ ବିଷାକ୍ତ ହୋଇଉଠିଛି ତା’ର ନାଥନନାଙ୍କ ପ୍ରତି । ସତୀ ଭାବିଛି ନାଥନନା କିଛି ମନ୍ଦ ଉଦ୍ଦେଶ୍ୟ ରଖ୍ ତାକୁ ଗାଁକୁ ନନେଇ ଏଠି କଟକ ସହରକୁ ନେଇ ଆସିଛନ୍ତି । ତେଣୁ ସେ ବାରମ୍ବାର ଜିଦ୍ କରିଛି ଘରକୁ ଅର୍ଥାତ୍ ଗାଁକୁ ଫେରିଯିବା ପାଇଁ । ଅନ୍ୟ ପକ୍ଷରେ ଆର୍ଥିକ ଅନଟନ ଯୋଗୁଁ ନାଥନନା ବି ବହୁ ଅସୁବିଧାର ସମ୍ମୁଖୀନ ହୋଇ ଶେଷକୁ ଗାଁକୁ ଫେରି ଆସିବାକୁ ବାଧ୍ୟ ହୋଇଛି । ଶେଷରେ ସତୀ ଓ ନାଥନନା ନିଜ ଜନ୍ମଭୂମି ଅର୍ଥାତ୍ ଗାଁକୁ ଫେରିଛନ୍ତି । ଗାଁ ଘରେ ଏକାଠି ରହିଛନ୍ତି । ନାଥନନାଙ୍କ ବୋଉ ପୁରୀକୁ ତୀର୍ଥ ପଳାଇଛନ୍ତି ଏବଂ ତାଙ୍କ ଭଉଣୀ ନିଶି ତଥା ସତୀର ବଉଳ ଶାଶୁଘରକୁ ପଳେଇଥିବାରୁ ନାଥନନାଙ୍କ ଘର ଶୂନ୍ୟ । ଏପରି ସମୟରେ ନାଥନନା ଆଉ ସତୀ ଗୋଟିଏ ଘରେ ଏକାଠି ରହିବା କଥା ସତୀକୁ ଭଲ ଲାଗିନାହିଁ । ଲଜ୍ଜା ସଂକୋଚ ଏବଂ ସର୍ବୋପରି ବାପ ମା’ ଶୂନ୍ୟ ଗାଁ ଭୂଇଁ ସତୀ ପକ୍ଷରେ ଉପଭୋଗ୍ୟ ହୋଇପାରି ନାହିଁ ।

ତେବେ ଏଇଠାରୁ ହିଁ କଥାବସ୍ତୁରେ ଔପନ୍ୟାସିକ ଆଣିଛନ୍ତି ଆଉ ଏକ ପରିବର୍ତ୍ତନ । ଗାଁ ଚାହାଳିର ଶିକ୍ଷକ ଅଚ୍ୟୁତି ମହାନ୍ତି ଖଳ ଚରିତ୍ର ଭାବରେ ଆବିର୍ଭାବ ହୋଇଛନ୍ତି । ଏହି ଟାଉଟରର କୋପଦୃଷ୍ଟି ପଡ଼ିଛି ସତୀ ଓ ନାଥନନାଙ୍କ ଉପରେ । ସ୍ଵାମୀ ପରିତ୍ୟକ୍ତା ସତୀର ପୈତୃକ ସମ୍ପଭିକୁ ହାତେଇବା ପାଇଁ ଅନୁତି ଚକ୍ରାନ୍ତ କରି ଚିଠି ଲେଖୁଛି ସତୀ ନିକଟକୁ । ତେବେ ତା’ର ଏଇ ଚକ୍ରାନ୍ତ ଅସଫଳ ହେବାରୁ ସେ କ୍ରୋଧରେ ସତୀକୁ ହଇରାଣ କରିବା ଉଦ୍ଦେଶ୍ୟ ନେଇ ଗାଁ ଲୋକଙ୍କୁ ସେମାନଙ୍କ ବିରୋଧରେ ମତେଇଛି ।

ଅଚ୍ୟୁତିର ଏହି କାର୍ଯ୍ୟକଳାପ ପ୍ରତ୍ୟକ୍ଷ ରୂପ ନେଇଛି, ଯେତେବେଳେ ସେ ଗାଁରେ ନାଥନନାଙ୍କୁ ଏକ ଘରକଥା କରିବା ପ୍ରସଙ୍ଗ ଉଠିଛି । ଅଚ୍ୟୁତିର ଷଡ଼ଯନ୍ତ୍ର ଜାଲ ପ୍ରସାରିତ କରିଛି ଗାଁ ମୁଖ୍ୟ ପ୍ରଭାକର ପୁରୋହିତ ପର୍ଯ୍ୟନ୍ତ । ପ୍ରଭାକର ମିଶ୍ର, ଅଚୁତି ମହାନ୍ତି ଓ ଗ୍ରାମବାସୀ ଜିଦ୍ କରିଛନ୍ତି ଯଦି ସତୀକୁ ନଛାଡ଼ିବ ତେବେ ନାଥନନାଙ୍କୁ ନିଆଁ ପାଣି ବାସନ୍ଦ କରାଯିବ । ନାଥନନାଙ୍କ ଧୈର୍ଯ୍ୟ ସୀମା ଲଘୁଛି । ସେ ଭୟ ଦେଖାଇବାପାଇଁ ପୋଲିସ୍‌ର ଆଶ୍ରୟ ନେବାକୁ କହିଛନ୍ତି ଏବଂ ଏକପ୍ରକାର ଭୟ ଦେଖାଇ ଗ୍ରାମବାସୀଙ୍କୁ ତଡ଼ିଦେଇଛନ୍ତି ।

କେବଳ ସତୀପାଇଁ ନାଥନନାଙ୍କର ଦୁଃଖ, ଦୁର୍ଗତି, ଗ୍ରାମବାସୀଙ୍କର ନିର୍ମମ ବ୍ୟବହାର, କୁସିତ ବିଦୂପ, ସମାଲୋଚନା ସତୀ ମନରେ ଦାରୁଣ ଆଘାତ ଦେଇଛି । ନିଜକୁ ଅଭିଶପ୍ତ ବୋଲି ଭାବି ସେ ବିବ୍ରତ ହୋଇପଡ଼ିଛି । ଶେଷବେଳକୁ ସତୀ ପ୍ରଭାକର ମିଶ୍ରଙ୍କଠାରୁ ପ୍ରତିଶ୍ରୁତି ନେଇଛି ଯେ ସେ ଚାଲିଗଲେ ଗ୍ରାମବାସୀମାନେ ନାଥନନାଙ୍କୁ ଗ୍ରହଣ କରିବେ । ସତୀ ଚିଠିଟିଏ ଲେଖୁ କୁଆଡ଼େ ଚାଲିଯିବାକୁ ବାହାରିଛି ।

କଠିନ ଶବ୍ଦ ଓ ଏହାର ଅର୍ଥ –

  • ଟିପଣା – ସ୍ମାରକଲିପି, ଜାତକର ସଂକ୍ଷିପ୍ତ ବିବରଣୀ ।
  • ଦୋଭେଇ – ଦୋବେଇ-ଦ୍ଵିତୀୟବାର ବିବାହିତ ପୁରୁଷ ।
  • ହେଜମେଳ – ମିଳାମିଶା, ଘନିଷ୍ଠତା ।
  • ଆଣକାଠି – ଚିତାଲେଖା କାଠି ।
  • ମହତାପ – ଶୁଭ୍ର ଜ୍ୟୋତ୍ସ୍ନା, ଚଉନ୍ଦ୍ରଉଦିଆ ବାଣ ।
  • ଡବଡ଼ବି – ଯେ ସ୍ଥାନ କାଳ ପାତ୍ର ବିଚାର ନକରି ଅନବରତ ଗପେ ।
  • ଦୂରନ୍ତ – ଦୁର୍ବର୍ଷ, ଯାହାକୁ ପ୍ରତିହତ କରିବା କଷ୍ଟସାଧ୍ୟ ।
  • ଅପନ୍ତରା – ଅଗମ୍ୟ ଅଞ୍ଚଳ ।
  • ଟସ୍କର – ତସ୍କର, ଚୋର ।
  • ଫରାକତ – ପ୍ରଶସ୍ତ, ଫର୍ଚ୍ଚା ।
  • ବସନ୍ତରା – ପଣା ସଂକ୍ରାନ୍ତରେ ତୁଳସୀ ଚଉରାରେ ଦିଆଯାଉଥ‌ିବା ସଚ୍ଛିଦ୍ର ଘଡ଼ି ।
  • କୃତାର୍ଥ – କୃତକାର୍ଯ୍ୟ, ସନ୍ତୁଷ୍ଟ ।
  • ଆରଦୋଳି – ଜଞ୍ଜାଳ ।
  • ଅନିର୍ବଚନୀୟ – ବର୍ଣ୍ଣନାତୀତ ।ଙ୍ଗ
  • ଓଳିଗି – ନମସ୍କାର, ପ୍ରଣାମ ।
  • ପଞ୍ଚଗବ୍ଯ – ଗାଈ ମୃତ, ଗୋବର, କ୍ଷୀର, ଘିଅ ଓ ଦହିର ମିଶ୍ରଣ ।
  • ଅବ୍ଯାଜ – ନିଷ୍କପଟ ।
  • ଠଣା – କାନ୍ଥକୁରା, ମାଟିକାନ୍ଥରେ ଛୋଟ ଜିନିଷଟିଏ ରଖୁବାପାଇଁ କରାଯାଇଥିବା ସ୍ଥାନ ବିଶେଷ ।
  • ଦହଗଞ୍ଜ – ହଇରାଣ, କଲବଲ, ଯନ୍ତ୍ରଣାକ୍ତ ।

ନାଟକର ସଂଜ୍ଞା ଓ ସ୍ବରୂପ

ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ନାଟକ ଅନ୍ୟତମ । ସାହିତ୍ୟ ରାଜ୍ୟର ଏହା ଏକ ମନୋରମ କଳାକୃତି । ସାହିତ୍ୟକୁ ପ୍ରାଚୀନ କାଳରେ କାବ୍ୟ ଅର୍ଥରେ ଗ୍ରହଣ କରାଯାଉଥିଲା । କାବ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା; ଯଥା – ଦୃଶ୍ୟ କାବ୍ୟ ଓ ଶ୍ରାବ୍ୟ କାବ୍ୟ । କାବ୍ୟ, କବିତା, ଉପନ୍ୟାସ ଓ ଗଳ୍ପ ଆଦି ପଢ଼ାଯାଏ, ଶୁଣାଯାଏ; ମାତ୍ର ନାଟକ ଏକାଧାରାରେ ପଢ଼ା, ଶୁଣା ଓ ଦେଖାଯାଇଥାଏ । ଫଳତଃ ନାଟକକୁ ମିଶ୍ରକଳା ନାମରେ ଅଭିହିତ କରାଯାଏ । ଏମିତିରେ ବି ନାଟକକୁ ଏକ ଅଭିନୟ କଳା ମଧ୍ୟ କୁହାଯାଏ । ସୁତରାଂ ଏହା ହିଁ ଦୃଶ୍ୟ କାବ୍ୟ । ଜୀବନର ସୁଖ-ଦୁଃଖ, ହସ- କାନ୍ଦ, ଆନନ୍ଦ-ବିଷଦ, ନିଚ୍ଛକ ରୂପ ବର୍ଷିଳ ହୋଇଥାଏ ନାଟକରେ । ତେଣୁ ନାଟକକୁ ଜୀବନ ମହାନାଟକର ଏକ ପ୍ରତ୍ୟକ୍ଷ କଳା କୁହାଯାଏ । ଜୀବନ ଓ ସମାଜ ନାଟକର କଳେବର ମଧ୍ୟରେ ଫୁଟିଉଠେ । ଏହିସବୁ ଦୃଷ୍ଟିରୁ ସାହିତ୍ୟରେ ଆଜି ନାଟକର ଭୂମିକା ସ୍ଵତନ୍ତ୍ର ।

ନାଟକର ସଂଜ୍ଞା :
ସାହିତ୍ୟ ଜଗତରେ ନାଟକର ପ୍ରାଚୀନତା ସର୍ବଜନ ସ୍ଵୀକୃତ । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ନାଟକର ସଂଜ୍ଞାରେ ମଧ୍ୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭେଦରେ ନାନା ମୁନି ନାନା ମତ ଦେଖାଯାଏ । ‘‘କାବ୍ୟଷୁ ନାଟକଂ ରମ୍ୟମ୍’’ – କାବ୍ୟର ବିଭିନ୍ନ ବିଭାଗ ମଧ୍ୟରେ ନାଟକ ହେଉଛି ରମଣୀୟ । ଏହି ରମଣୀୟ କଳାକୁ ନାଟ୍ୟ ସମାଲୋଚକମାନେ ନିଜ ନିଜ ଦୃଷ୍ଟିରୁ ବିଚାର କରି ଆଲୋଚନା କରିଛନ୍ତି ।

ତେବେ ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ବ୍ରହ୍ମା ଚାରି ବେଦରୁ ଉପାଦାନ ସଂଗ୍ରହ କରି ରଚନା କଲେ ଦୃଶ୍ୟ କାବ୍ୟ ବା ନାଟକ । ରଗ୍‌ବେଦରୁ କଥା, ସାମବେଦରୁ ଗାନ, ଯଜୁର୍ବେଦରୁ କ୍ରିୟା ବା ଅଭିନୟ ଏବଂ ଅଥର୍ବ ବେଦରୁ ରସ – ଏହି ଚାରୋଟି ବିଷୟକୁ ନେଇ ବ୍ରହ୍ମା ରଚନା କଲେ ନାଟକ ।

ପାଣିନୀଙ୍କ ମତରେ ‘ନଟ୍’ ଧାତୁରୁ ନାଟକର ଉତ୍ପତ୍ତି । ନଟ୍ ଧାତୁ ‘ନୃତ୍’ ଧାତୁର ପ୍ରକୃତ ରୂପ । ଏହି ‘ନଟ୍’ ଶବ୍ଦର ପ୍ରକୃତ ଅର୍ଥ ହେଉଛି ‘ଅଙ୍ଗଚାଳନା’ । ନାଟ୍ୟ ଶବ୍ଦଟି ମଧ୍ୟ ‘ନଟ୍’ ଧାତୁରୁ ଉତ୍ପନ୍ନ ଅନ୍ୟ ଏକ ଶବ୍ଦ, ଯାହାର ଅର୍ଥ ହେଉଛି ନଟର କର୍ମ । ତେବେ ‘ନଟ୍’ ଧାତୁରୁ ନାଟ୍ୟ, ନାଟକ ଏବଂ ନଟ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ।

ଏହି ନାଟକର ସଂଜ୍ଞା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମନୀଷୀଗଣ ଭିନ୍ନ ଭିନ୍ନ ବାଗରେ ଦେଇ ଆସିଛନ୍ତି । ଇଂରାଜୀ ସାହିତ୍ୟରେ ବ୍ୟବହୃତ ଡ୍ରାମା (Drama) ଶବ୍ଦଟି ଓଡ଼ିଆ ଭାଷାରେ ବ୍ୟବହୃତ ନାଟକର ପାରିଭାଷିକ ଶବ୍ଦ ଭାବରେ ବ୍ୟବହୃତ ହୋଇଥାଏ । ପ୍ରଥମେ ପ୍ରାଚ୍ୟ ସମାଲୋକଗଣଙ୍କ ନାଟକ ସମ୍ବନ୍ଧୀୟ ସଂଜ୍ଞା ବିଚାର କରିବା । ‘ସାହିତ୍ୟ ଦର୍ପଣ’ ଅଳଙ୍କାର ଗ୍ରନ୍ଥରେ ବିଶ୍ଵନାଥ କବିରାଜ କହିଛନ୍ତି – ‘‘ଚିତ୍ରାଭିନେୟଂ ଦୃଶ୍ୟମ୍’’ । ଯାହା ଅଭିନୀତ ହୋଇପାରିବ ତାହା ହିଁ ଦୃଶ୍ୟ କାବ୍ୟ ବା ନାଟକ । ତେବେ ଆଧୁନିକ କାଳଖଣ୍ଡରେ ନାଟକକୁ ଆଉ ଦୃଶ୍ୟକାବ୍ୟର ସୀମା ସରହଦ ମଧ୍ୟରେ ସୀମିତ କରାଯାଉ ନାହିଁ ।

ପ୍ରାଚ୍ୟ ଭୂଖଣ୍ଡର ମନୀଷୀ ଆଳଙ୍କାରିକ ମମ୍ମଟ୍ଟ ନାଟକର ସଂଜ୍ଞା ନିରୂପଣ କରି କହିଛନ୍ତି କାବ୍ୟର ବିଭାବ ଓ ଅନୁଭାବ ଗୀତଯୁକ୍ତ ହୋଇ ନଟଦ୍ଵାରା ଅଭିନୀତ ହେଲେ ତାହା ନାଟକ ହୁଏ । ଯଥା –

‘‘ଅନୁଭାବ ବିଭବାନାଂ ବର୍ଣ୍ଣନା କାବ୍ୟମୁଚ୍ୟତେ
ଚେଷାମେବ ପ୍ରୟୋଗାତ୍ସୁ ନାଟ୍ୟ ଗୀତାଦି ରଞ୍ଜିତଂ ।’’

ଆଚାର୍ଯ୍ୟ ସାଗର ନନ୍ଦୀଙ୍କ ମତରେ ଲୋକଙ୍କ ସୁଖଦୁଃଖ ଅବସ୍ଥାରୁ ସମୁଦ୍‌ଭୂତ ସତ୍ୟାସତ୍ୟର ଅଭିନୟ ହେଉଛି ନାଟକ । ଯଥା –

‘‘ଅବସ୍ଥା ଯାତୁ ଲୋକସ୍ୟ ସୁଖଦୁଃଖ ସମୁଦ୍‌ଭବା
ସତ୍ୟାସତ୍ୟାଭିନୟ ପ୍ରାୱେ ନାଟ୍ୟମିତ୍ୟଭିଧୀୟତେ ।”

ପୁନଶ୍ଚ ଲୋକବୃତ୍ତିକୁ ଯାହା ଅନୁକରଣ କରିଥାଏ, ତାହାକୁ ମଧ୍ୟ ନାଟକ ବୋଲି କୁହାଯାଇଥାଏ । ଆଚାର୍ଯ୍ୟ ଅଭିନବ ଗୁପ୍ତ ନାଟକ ସମ୍ପର୍କରେ କହିଛନ୍ତି ଯେ ନାଟକ ହେଉଛି ଗୋଟିଏ ଦୃଶ୍ୟକାବ୍ୟ ଯାହାକି ପ୍ରତ୍ୟକ୍ଷ କଳ୍ପନା, ଅଧବସାୟ, ସତ୍ୟ ଏବଂ ଅସତ୍ୟର ବିଲକ୍ଷଣ ରୂପ ଧାରଣ କରି ସର୍ବସାଧାରଣଙ୍କୁ ଆନନ୍ଦ ଦାନ କରିଥାଏ । ଗୁପ୍ତଙ୍କ ଭାଷାରେ –

‘‘ପ୍ରତ୍ୟକ୍ଷ କଚ୍ଛାନୁବ୍ୟବସାୟବିଷୋୟୋ ଲୋକ ପ୍ରସିଦ୍ଧ
ସତ୍ୟାସତ୍ୟ ବିଦି ଲକ୍ଷତ୍ରାତ୍ ଯଚ୍ଛଦେବା ଚୌ ଲୋକସଂ ସର୍ବସ୍ୟ
ସାଧାରଣତୟା ସତ୍ତ୍ଵେନ ଭାବ୍ୟମାନଶ୍ଚର୍ଯ୍ୟ ମାଣୋଽର୍ଥେ ନାଟ୍ୟମ୍ ।’’

ସେହିପରି ବାମନ ଆଚାର୍ଯ୍ୟଙ୍କ ମତାନୁଯାୟୀ – ‘‘ଅଭିନୟାତ୍ମକଂ କାବ୍ୟ ନାଟ୍ୟମ୍‌ ’’ ଅର୍ଥାତ୍ ଯାହା ଅଭିନୟ କରାଯାଏ ତାହା ଦୃଶ୍ୟକାବ୍ୟ । ସଂସ୍କୃତ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ କବି କାଳିଦାସଙ୍କ ମତରେ ଶିକ୍ଷିତ ଲୋକଙ୍କ ସନ୍ତୋଷବିଧାନ ଯେଉଁ ଅଭିନୟଦ୍ବାରା ସମ୍ଭବ ହୁଏ, ତାହା ହିଁ ନାଟକ । କାଳିଦାସଙ୍କ ଭାଷାରେ –

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

‘‘ଆପରିତୋଷାଦ୍ ବିଦୁଷୀ ନ ସାଧୁ ମନୋ ପ୍ରୟୋଗବିଜ୍ଞାନମ୍
ବଳବଦପି ଶିକ୍ଷିତାନାଂ ଆସନ୍ୟ ପ୍ରତ୍ୟୟଂ ଚେତାଃ ।’’

ତେଣୁ ଉପରୋକ୍ତ ପ୍ରାଚ୍ୟ ମନୀଷୀମାନଙ୍କର ନାଟକ ସମ୍ବନ୍ଧୀୟ ସଂଜ୍ଞାଗୁଡ଼ିକୁ ଅନୁଧ୍ୟାନ କଲେ ସହଜରେ ଜଣାଯାଏ ଯେ ଜନସାଧାରଣଙ୍କର ସୁଖଦୁଃଖାଦି ଅବସ୍ଥା ଭେଦର ଅଭିନୟ ଉପଯୋଗ୍ୟ ବାସ୍ତବାଶ୍ରୟୀ କଳାକୃତି ପରିପ୍ରକାଶ ହେଉଛି ନାଟକ । ପ୍ରାଚ୍ୟ ମନୀଷୀଗଣ ନାଟକକୁ କାବ୍ୟର ଏକ ବିଭାଗ ରୂପେ ଗ୍ରହଣ କରିଯାଇଛନ୍ତି, ଯାହା ବର୍ତ୍ତମାନ ଏତେ ଦୂର ଗ୍ରହଣଯୋଗ୍ୟ ମନେହୁଏ ନାହିଁ । ତେଣୁ ପ୍ରାଚ୍ୟ ସାହିତ୍ୟର ମନୀଷୀଗଣଙ୍କ ନାଟକ ସମ୍ପର୍କିତ ସଂଜ୍ଞା ଜାଣିବା ପରେ ପାଶ୍ଚାତ୍ୟ ସାହିତ୍ୟର ବିଦ୍ଵାନ୍‌ଗଣ ନାଟକ ସମ୍ବନ୍ଧରେ ଯେଉଁ ସଂଜ୍ଞାମାନ ପ୍ରଦାନ କରିଛନ୍ତି ତାହାର ବିଚାର ବିଶ୍ଳେଷଣ ଏଠାରେ କରଯାଇପାରେ ।

କେବଳ ପ୍ରାଚ୍ୟ ଆଲୋଚକମାନେ ଯେ ନାଟକକୁ ନେଇ ଅନେକ ସଂଜ୍ଞା ନିର୍ଦ୍ଧାରଣ କରିଯାଇଛନ୍ତି ତାହା ନୁହେଁ; ପାଶ୍ଚାତ୍ୟ ସମାଲୋଚକମାନେ ମଧ୍ୟ ଏ ସମ୍ପର୍କରେ ଅନକେ ତାତ୍ତ୍ଵିକ ତଥ୍ୟ ଉପସ୍ଥାପନ କରିଯାଇଛନ୍ତି । ପାଶ୍ଚାତ୍ୟ ସାହିତ୍ୟରେ ଗ୍ରୀକ୍ ସାହିତ୍ୟାଚାର୍ଯ୍ୟ ଆରିଷ୍ଟୋଟଲ୍ (Aristotle)ଙ୍କ ମତରେ ନାଟକ ହେଉଛି – “Imitation of action of the form of the action.” ଅର୍ଥାତ୍ ନାଟକ ଲୋକବୃତ୍ତର ଅନୁକରଣ । Elizabeth Drew ତାଙ୍କର ‘Discovery of Drama’ ପୁସ୍ତକରେ ନାଟକର ସଂଜ୍ଞା ନିରୂପଣ କରିବାକୁ ଯାଇ ଲେଖିଛନ୍ତି – “Drama is a creation and representation of life in terms of theatre.” ଅର୍ଥାତ୍ ନାଟ୍ୟମଞ୍ଚରେ ଯାହା ଜୀବନର ପ୍ରତିନିଧୃତ୍ଵ କରେ ତାହା ହିଁ ନାଟକ ।

ସେହି ପାଶ୍ଚାତ୍ୟର ଅନ୍ୟତମ ସମାଲୋଚକ ସିସେରୋ (Ciciro)ଙ୍କ ମତରେ, “Drama is the copy of life, a mirror of custom and reflection of truth.” ଅର୍ଥାତ୍ ନାଟକ ହେଉଛି ଜୀବନର ଅନୁକୃତି, ସାମାଜିକ ଚଳଣିର ଦର୍ପଣ ଓ ସତ୍ୟର ପ୍ରତିଫଳନ ।

ସମାଲୋଚକ ଏକ୍ସାରଡାଇସ୍ ନିକଲ (Ellardias Nicoll) ତାଙ୍କର ‘Theory of Drama’ ଗ୍ରନ୍ଥରେ ନାଟକର ସଂଜ୍ଞା ନିରୂପଣ କରିବାକୁ ଯାଇ ଉଲ୍ଲେଖ କରିଛନ୍ତି – “Drama is the art of expressing ideas about life in such a manner as to render the express and capable of interpretation by actors and likely to interest an audience assembled to hear the words and witness the action.”
ଅର୍ଥାତ୍ ଦଳେ ଅଭିନେତା ଅଭିନେତ୍ରୀ ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ଜୀବନର ନାନା ଭାବ ଭାବନାକୁ ଯେପରି କ୍ରିୟାତ୍ମକ ଭାବରେ ପ୍ରକାଶ କରନ୍ତି ଓ ତାକୁ ଦର୍ଶକ ଦେଖି ଯେପରି ଉତ୍ସାହିତ ହୁଅନ୍ତି ତାହା ହିଁ ନାଟକ ।

ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ସାହିତ୍ୟର ବିଦ୍ୱାନ୍‌ମାନଙ୍କଦ୍ୱାରା ନିର୍ମିତ ନାଟକର ବହୁବିଧ ସଂଜ୍ଞାଗୁଡ଼ିକୁ ଅନୁଧ୍ୟାନ କଲାପରେ ଉଭୟ ମଧ୍ୟରେ ଅନେକ ସାମ୍ୟ ରହିଥିବା ପରିଲକ୍ଷିତ ହୁଏ । ଉଭୟ ପ୍ରବୀଣମାନଙ୍କ ସଂଜ୍ଞାରେ ଯାହା ସାମ୍ୟ ପରିଲକ୍ଷିତ ହୁଏ, ସେଗୁଡ଼ିକ ହେଉଛି –

  • ନାଟକ ସହ ଅଭିନୟ ସମ୍ପୃକ୍ତ
  • ନାଟକରେ ସମକାଳୀନ ସମାଜର ଚିତ୍ର ପ୍ରତିଫଳିତ
  • ନାଟକ ଏକ କଳା, ଯେଉଁଥୁରେ ଜୀବନ ପ୍ରତିବିମ୍ବିତ

ଏହି ଦୃଷ୍ଟିରୁ ନାଟକ ହେଉଛି ଅଭିନୟୋପଯୋଗୀ ଏକ କଳାକୃତି, ଯେଉଁଥରେ ମଣିଷର ସୁଖ-ଦୁଃଖ ସହ ସାମାଜିକ ଚଳଣିର ବିଭିନ୍ନ ବିଭାବ ଉଦ୍‌ଭାସିତ ହୋଇଉଠେ । ଦର୍ଶକ ହୃଦୟରେ ଏହା ଗଭୀର ରେଖାପାତ କରେ । ଯୁଗର ପ୍ରବୃତ୍ତିକୁ ଓ ଆଶାଆକାଂକ୍ଷାକୁ ନେଇ ନାଟକ ରଚିତ ହୁଏ । ଗୋଟିଏ ଜାତିକୁ ତା’ର ରଙ୍ଗମଞ୍ଚ ଓ ନାଟକରୁ ସ୍ପଷ୍ଟ ଭାବରେ ଜଣାଯାଏ । ସୁତରାଂ ନାଟକ କେବଳ ଯେ ମନୋରଞ୍ଜନ ପାଇଁ ରଚନା କରାଯାଏ ତାହା ନୁହେଁ; ତାହାକୁ ସମାଜ ତଥା ଜୀବନଶୈଳୀକୁ ପ୍ରଭାବିତ କରାଇବା ଉଦ୍ଦେଶ୍ୟରେ ମଧ୍ୟ ରଚନା କରାଯାଏ ।

ନାଟକର ସ୍ୱରୂପ :
ସାହିତ୍ୟର ଅନ୍ୟାନ୍ୟ ବିଭାଗ ତୁଳନାରେ ନାଟକର ସ୍ବାତନ୍ତ୍ର୍ୟ ସହଜରେ ଅନୁମେୟ । ଏହା ବ୍ୟତୀତ ଅନ୍ୟାନ୍ୟ ବିଭାଗ ପାଠ୍ୟ, କିନ୍ତୁ ଏହା ଦୃଶ୍ୟ । ଏଠାରେ ପାଶ୍ଚାତ୍ୟ ସମାଲୋଚକ ମର୍‌ଜରୀ ବୋଲ୍ଟଟନ୍‌ (Marjori Boulton) ଙ୍କ ମତକୁ ପ୍ରସଙ୍ଗକ୍ରମରେ ଉପସ୍ଥାପିତ କରିବା ଉଚିତ ମନେହୁଏ । ତାଙ୍କ ମତରେ “It is a literature that walks and talks before our eyes.” ଏହା ସର୍ବଜନବୋଧ ଏବଂ ସଶ୍ରଦ୍ଧ ଲୋକପ୍ରିୟତାର ଅଧିକାରୀ । ଯେହେତୁ ମାନବ ଜୀବନର ନିଖୁଣ ଚିତ୍ରକୁ ଦେଖାଇବାରେ ଏହା ସଫଳ ତେଣୁ ଏହା ସର୍ବାଧ‌ିକ ଲୋକପ୍ରିୟ ତଥା ଗଣମାନସ ଆକୃଷ୍ଟକାରୀ ।

ନାଟକର ଜୀବନ ଜୀବନ୍ତ କଳା । ଏହାର ସାଫଲ୍ୟ ପ୍ରମାଣିତ ହୁଏ ରଙ୍ଗମଞ୍ଚରେ । ନାଟ୍ୟକାର ତେଣୁ ନାଟକ ପାଇଁ ମଞ୍ଚଟିକୁ ଅନୁସରଣ କରେ । ତେଣୁ ନାଟ୍ୟକାର, ଅଭିନେତା ଓ ଦର୍ଶକଙ୍କ ମିଳିତ ସହଯୋଗରେ ହି ନାଟକର ଯଥାର୍ଥ କଳାତ୍ମକ ରୂପ ଫୁଟିଉଠେ ।

ନାଟକର ଶିଳ୍ପଗତ ସୁଷମା ଓ କଳାଗତ କୌଶଳ ସହଜସାଧ୍ୟ ନୁହେଁ, ଖୁବ୍ କଠିନ । ନିଜର ଅନୁଭୂତି ଓ ଅଭିଜ୍ଞତାର ଉପଯୋଗରେ ନାଟ୍ୟକାର ପାଠକର ମନୋରଞ୍ଜନ ପାଇଁ ଯତ୍ନବାନ୍ ହୋଇଥାଏ । ଅନେକ ନିୟମ ଭିତରେ ରହି ନାଟ୍ୟକାର ଏହାର ସଫଳତା ପାଇଁ ଯତ୍ନବାନ୍ ହୋଇଥାଏ । ସାହିତ୍ୟର ଅନ୍ୟ ବିଭାଗ ଅପେକ୍ଷା ନାଟକରେ ଟିକେ ଅଧ‌ିକ ନିୟନ୍ତ୍ରଣ ତଥା ବିଧ୍ଵ ପାଳନ କରିବାକୁ ହୁଏ । କଥାବସ୍ତୁର ବର୍ଣ୍ଣନା, ଚରିତ୍ରର ସଠିକ୍ ଚୟନ, ସଂଳାପର ପ୍ରତୋପଯୋଗିତା, ମଞ୍ଚର ସାର୍ଥକତା ସବୁ ସମ୍ପର୍କରେ ନାଟ୍ୟକାର ଯତ୍ନବାନ୍ ହେବା ଉଚିତ । ଏହିସବୁର ମିଳିତ ସଫଳତା ଉପରେ ନାଟକର ସଫଳତା ନିର୍ଭର କରେ ।

ନାଟକ ହେଉଛି ମୁଖ୍ୟତଃ ଜୀବନର କାହାଣୀ । ସେଥ‌ିରେ ସଫଳତା ଅଛି, ବିଫଳତା ଅଛି, ଆନନ୍ଦ ଅଛି, ବିଷାଦ ଅଛି । ନାଟକ ସହିତ ସମ୍ପୃକ୍ତ ମୁଖ୍ୟ ଚାରିପକ୍ଷ ହେଉଛନ୍ତି ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ଏବଂ ଦର୍ଶକ । ଏମାନଙ୍କ ଜୀବନବୋଧର ସୂକ୍ଷ୍ମତାକୁ ନେଇ ନାଟକର ବିସ୍ତାର । ଏହା ଯେତେ ବାସ୍ତବ ହେବ, ନାଟକଟି ସେତେ ରସୋତ୍ତୀର୍ଣ୍ଣ ହୋଇପାରିବ । ପୁଣି ନାଟକ ଶିକ୍ଷାପ୍ରଦ ହେବା ବି ତା’ର ଲୋକପ୍ରିୟତା ଉପରେ ଯଥେଷ୍ଟ ପ୍ରଭାବ ବିସ୍ତାରକାରୀ; ତେଣୁ ନାଟକର ସାରମର୍ମ ତଥୀ କଥାବସ୍ତୁ ଶିକ୍ଷାପ୍ରଦ ହେବା ବାଞ୍ଛନୀୟ ।

ସାହିତ୍ୟର ଅନ୍ୟ ବିଭାଗ ତଥା ଗଳ୍ପ, ଉପନ୍ୟାସ, କବିତା ଆଦି ଅପେକ୍ଷା ନାଟକ ଅଧିକ ପ୍ରଭାବଶାଳୀ । ତେଣୁ ନାଟ୍ୟକାର ଏଥରେ ସମାଜ ସଂସ୍କାର ଓ ସଚେତନତା ସୃଷ୍ଟି ନିମନ୍ତେ ଅଧିକରୁ ଅଧିକ ପ୍ରୟାସ କରିଥାଏ । ଉଚ୍ଚକୋଟୀର ନାଟକ ସମାଜକୁ ମୁଗ୍ଧ କରେ, ଶୃଙ୍ଖଳାରେ ବାନ୍ଧି ଦିଏ, ସାମାଜିକ ମଣିଷକୁ ଉତ୍ତମ ନାଗରିକ ହେବାର ସାହାଯ୍ୟ କରେ । ତେଣୁ ଏ ଧରଣର ନାଟକ ଲୋକପ୍ରିୟ ହେବା ସହ କାଳଜୟୀ ହେବା ସ୍ଵାଭାବିକ ।

ଓଡ଼ିଆ ନାଟକର ବିକାଶଧାରା :
ଭାରତୀୟ ପ୍ରାଚୀନ ସଂସ୍କୃତ ସାହିତ୍ୟରେ ନାଟକ ‘ପଞ୍ଚମବେଦ’ ଭାବରେ ବହୁ ପ୍ରସିଦ୍ଧି ଲାଭ କରିଛି । ଭାସ, କାଳିଦାସ, ବିଶାଖାଦତ୍ତ ଆଦି ମହାନ୍ ନାଟ୍ୟକାରମାନେ ସଂସ୍କୃତରେ ନାଟକ ରଚନା କରି ଲୋକମାନ୍ୟତା ପ୍ରାପ୍ତ ହୋଇଛନ୍ତି । ଓଡ଼ିଶାରେ ଶ୍ରୀଜଗନ୍ନାଥ ନାଟ୍ୟମଣ୍ଡପ ମଧ୍ୟରେ ଅନର୍ଘରାଘବ, ଗୀତଗୋବିନ୍ଦ, ପ୍ରବୋଧ ଚନ୍ଦ୍ରୋଦୟ ଇତ୍ୟାଦି ସଂସ୍କୃତ ନାଟକ ଅଭିନୀତ ହୋଇଥୁବାର ପ୍ରମାଣ ମଧ୍ଯ ସୁଲଭ । ଏଥିସହିତ ୧୮୬୯ ମସିହାରେ ରଘୁନାଥ ପରିଚ୍ଛାଙ୍କ ‘ଗୋପୀନାଥ ବଲ୍ଲଭ’ ନାଟକ ପ୍ରଥମ କରି ଓଡ଼ିଆ ଭାଷାକୁ ନାଟ୍ୟ ମାଧ୍ୟମର ମର୍ଯ୍ୟାଦା ପ୍ରଦାନ କରିଛି । ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ଲୋକ ସଂସ୍କୃତି ଓ ପରମ୍ପରାକୁ କେନ୍ଦ୍ର କରି ପାଲା, ଦାସକାଠିଆ, ସୁଆଙ୍ଗ, ଲୋକନାଟ, ଯାତ୍ରା ଓ ମୋଗଲ ତାମସା ଇତ୍ୟାଦି ଅନୁଷ୍ଠିତ ହୋଇଆସିଛି, ଯାହାକୁ ଓଡ଼ିଶୀ ଯାତ୍ରା-ନାଟକ ପର୍ଯ୍ୟାୟଭୁକ୍ତ କରାଯାଇପାରେ ।

ଓଡ଼ିଆ ଶିଳ୍ପ, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଦେଶ । ଓଡ଼ିଶାର ପ୍ରତି ମନ୍ଦିର ଗାତ୍ରରେ ଲାସ୍ୟମୟୀ ନର୍ତ୍ତକୀର ଅପୂର୍ବ ନୃତ୍ୟଛଟା । ତେଣୁ ନାଟକର ସ୍ଵରୂପ ଓ ପ୍ରକୃତି ଦୃଷ୍ଟିରୁ ବିଧବଦ୍ଧ ଓଡ଼ିଆ ନାଟକ ଊନବିଂଶ ଶତାବ୍ଦୀର ଶେଷପାଦ ଆଡ଼କୁ ପ୍ରକାଶ ଲାଭ କରିଥିଲେ ମଧ୍ୟ, ଓଡ଼ିଆ ନାଟ୍ୟକଳା ଏକ ଦୀର୍ଘ ପରମ୍ପରାଦ୍ବାରା ସମୃଦ୍ଧ ହୋଇଆସିଛି । ଓଡ଼ିଶାର ପ୍ରତି ପ୍ରସ୍ତର ଖଣ୍ଡ ନାଟକୀୟ ଭଙ୍ଗୀରେ ଲୀଳାଦୀପ୍ତ ଥିଲା । ମନ୍ଦିର ଦୂର୍ଗ, ରାଜପ୍ରସାଦ, ପାହାଡ଼ ପର୍ବତ ଗାତ୍ରରେ ଏଇ ଶିଳ୍ପୀ ସୃଷ୍ଟି କରିଛି ଜୀବନର ନାଟ୍ୟରସ ।

ଓଡ଼ିଶାର ରାଜା, ପ୍ରଜା ସମସ୍ତେ କଳାର ପୂଜାରୀ । ଏଇ କଳା ଚେତନା ହିଁ ଓଡ଼ିଶାର ନାଟ୍ୟକଳାର ବିଚିତ୍ର ପରମ୍ପରା ସୃଷ୍ଟି କରିଛି । ସମୟର ବିବର୍ତ୍ତନରେ ଯୁଗ ରୁଚିର ବିଭିନ୍ନତା ନେଇ ଓଡ଼ିଶାର ନୃତ୍ୟ, ଅଭିନୟ, ପାଲା, ଦାସକାଠିଆ, ଲୋକନାଟ୍ୟ, ଯାତ୍ରା, ଲୀଳା, ସୁଆଙ୍ଗ ଓ ନାଟକ ଆଦି କ୍ରମେ ବିକାଶପଥର ଅଭିଯାତ୍ରୀ ହୋଇପାରିଛି ।

ଆଦିପର୍ବ (୧୮୭୦-୧୯୦୦):
ଓଡ଼ିଆ ନାଟ୍ୟକଳାର ଆଦିପର୍ବ ଥୁଲା ସଂସ୍କୃତ ପ୍ରଭାବିତ । ପ୍ରଥମ ଏଇ ସମୟରେ ଓଡ଼ିଆରେ ସଂସ୍କୃତଧର୍ମୀ ଦୃଶ୍ୟ କାବ୍ୟର ପ୍ରାବଲ୍ୟ ଦେଖା ଦେଇଥିଲା । ଭରତଙ୍କର ନାଟ୍ୟଶାସ୍ତ୍ରରେ ଏ ଶ୍ଳୋକରେ ଓଡ଼ିଶାରେ ନାଟକ ବା ଉଡ୍ର ଦେଶରେ ନାଟକ ଅଭିନୟ ହେବାର ପ୍ରମାଣ ରହିଛି । ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଶିଳାଲେଖରେ ନୃତ୍ୟଶୀଳା ଅଙ୍ଗନାର ଚିତ୍ର ରହିଛି । ଜୟଦେବଙ୍କ ପ୍ରସିଦ୍ଧ ରଚନା ଗୀତଗୋବିନ୍ଦର ସଙ୍ଗୀତ ନୃତ୍ୟ ଇତ୍ୟାଦିର ପ୍ରୟୋଗ ସମ୍ପର୍କୀୟ ଯଥେଷ୍ଟ ପ୍ରମାଣ ରହିଛି ।

ମୁରାରି ମିଶ୍ର ଓ କୃଷ୍ଣ ମିଶ୍ର ପ୍ରମୁଖ ସଂସ୍କୃତ ନାଟ୍ୟକାର ଏଇ ଓଡ଼ିଶା ଭୂମିର ଲେଖକ । ଓଡ଼ିଶାର ବିଭିନ୍ନ ମନ୍ଦିରମାନଙ୍କର ବେଢ଼ା ସଂଲଗ୍ନ ନାଟମଣ୍ଡପ ଓ ନାଟମନ୍ଦିରମାନ ଓଡ଼ିଆ ନାଟ୍ୟକଳା ସମ୍ପର୍କରେ ଦୃଢ଼ ଯୁକ୍ତି ଉପସ୍ଥାପନ କରେ । ଉତ୍କଳ ଭୂମି ବହୁ ପ୍ରାଚୀନ ଲୋକନାଟ୍ୟର ଏକ ସ୍ଵତନ୍ତ୍ର ପୀଠରୂପେ ବିରାଜିତ । ରାମଲୀଳା, କୃଷ୍ଣଲୀଳା, ମୋଗଲତାମସା, ଚଢ଼େୟାନାଟ, ପାଟୁଆନାଟ, ଦଣ୍ଡନାଟ, ଘୋଡ଼ାନାଟ, କଣ୍ଢେଇନାଟ, ପାଲା ଓ ବିଭିନ୍ନ ଲୋକନାଟ୍ୟ ଓଡ଼ିଆ ନାଟ୍ୟକଳାର ବିସ୍ତୃତ ପରିଚୟ ପ୍ରକାଶ କରେ ।

ନ’ ଅଙ୍କ ଦୁର୍ଭିକ୍ଷ, ପରାଧୀନତାର ବନ୍ଧନ, ଭାଷା ବିଲୋପ ଆନ୍ଦୋଳନ ପ୍ରଭୃତି ବିଭିନ୍ନ ପ୍ରକାର ଦୁର୍ବିପାକ ମଧ୍ଯରେ ଓଡ଼ିଆ ଭାଷା ବଞ୍ଚି ରହିଲା ଓ ପରେ ପରେ ଏଥ‌ିରେ ଦେଖାଦେଲା ଗୀତିନାଟ୍ୟ । ୧୮୬୮ ମସହିରେ ରଚିତ ରଘୁନାଥ ପରିଚ୍ଛାଙ୍କର ଗୋପୀନାଟ ବଲ୍ଲଭ ଗୀତିନାଟ୍ୟ ଓଡ଼ିଆ ନାଟ୍ୟ ସାହିତ୍ୟର ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି । ଏହାପରେ ଜଗନ୍ନାଥ ପାଣି, ଗୋପାଳ ଦାସ, ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତି ପ୍ରଭୃତି ବିଶିଷ୍ଟ ନାଟ୍ୟକାରମାନେ ଗୀତିନାଟ୍ୟର ବଳିଷ୍ଠ ଧାରାକୁ ସମୃଦ୍ଧି କରିଅଛନ୍ତି ।

୧୮୬୮ ମସିହାରେ ଯଦିଓ ‘ଗୋପୀନାଥବଲ୍ଲଭ’ ରଚିତ ହୋଇଛି; ମାତ୍ର ଏହାକୁ ନାଟକ କୁହାଯାଇ ନ ପାରେ । ୧୮୭୬ ମସିହା ଓଡ଼ିଆ ନାଟ୍ୟ ସାହିତ୍ୟରେ ସ୍ମରଣୀୟ ହୋଇ ରହିଛି । ଏଇ ମସିହାରେ ନାଟ୍ୟକାର ଜଗନ୍ମୋହନ ଲାଲାଙ୍କର ପ୍ରଥମ ନାଟକ ‘ବାବାଜୀ’ ଜନ୍ମ ନେଇଥିଲା । ପରେ ପରେ ୧୮୮୭ ବେଳକୁ ଜଗନ୍ମୋହନ ମଧ୍ଯ ‘ସତୀ’ ନାଟକ ରଚନା କଲେ । କିନ୍ତୁ ଏହା ପୂର୍ବରୁ ୧୮୮୦ ମସିହାରେ ନାଟ୍ୟକାର ରାମଶଙ୍କର ରାୟ ‘କାଞ୍ଚି କାବେରୀ’ ନାମକ ନାଟକ ରଚନା କରିଥିଲେ । ଓଡ଼ିଆ ନାଟକ କ୍ଷେତ୍ରରେ ପ୍ରଥମ ଓଡ଼ିଆ ନାଟକ ଅଦ୍ୟାବଧୂ ଏକ ବିବାଦମାନ ସମସ୍ୟା । କେତେଜଣ ଆଲୋଚକ ‘ବାବାଜୀ’ ନାଟକକୁ ପ୍ରଥମ ନାଟକ ଭାବରେ ଗ୍ରହଣ କରନ୍ତି । ମାତ୍ର ‘ବାବାଜୀ’ ନାଟକର କେତେକ ଦୋଷତ୍ରୁଟି ପ୍ରଦର୍ଶନ କରି କେତେଜଣ ଏହାକୁ ପ୍ରଥମ ନାଟକ ଭାବରେ ସ୍ଵୀକୃତି ନ ଦେଇ ରାମଶଙ୍କର ରାୟଙ୍କର ‘କାଞ୍ଚ୍ କାବେରୀ’କୁ ପ୍ରଥମ ନାଟକ ଭାବରେ ମର୍ଯ୍ୟାଦା ଦିଅନ୍ତି । ମାତ୍ର ସମୟ ଦୃଷ୍ଟିରୁ ଦେଖ‌ିଲେ ଜଗନ୍ମୋହନ ଲାଲାଙ୍କର ‘ବାବାଜୀ’ ନାଟକ ରାମଶଙ୍କରଙ୍କର ‘କାଞ୍ଚି କାବେରୀ’ ନାଟକର ପୂର୍ବସୃଷ୍ଟି ହୋଇଥିବାରୁ ଏହା ଓଡ଼ିଆ ନାଟକ କ୍ଷେତ୍ରରେ ଆଦିସୃଷ୍ଟିର ମର୍ଯ୍ୟାଦା ପାଇବା ଯୁକ୍ତିଯୁକ୍ତ ମନେହୁଏ ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

‘କାଞ୍ଚି କାବେରୀ’ ପରେ ରାମଶଙ୍କର ବିଷମୋଦକ, ଚୈତନ୍ୟଲୀଳା, ରାମ ବନବାସ, ରାମାଭିଷେକ, କଂସବଧ, ଲୀଳାବତୀ, କାଞ୍ଚନମାଳା, ବନମାଳୀ, ଯୁଗଧର୍ମ, କଳିକାଳ ଓ ବୁଢ଼ାବର ପ୍ରଭୃତି ଚଉଦଖଣ୍ଡ ନାଟକ ରଚନା କରିଛନ୍ତି । ଏହି ସମୟର ଅନ୍ୟତମ ନାଟ୍ୟକାର କାମପାଳ ମିଶ୍ରଙ୍କର ବସନ୍ତ ଲଳିତିକା, ହରିଶ୍ଚନ୍ଦ୍ର, ସୀତା ବିବାହ, ଦୁର୍ଗା, ଶର୍ବରୀ ଇତ୍ୟାଦି ନାଟକଗୁଡ଼ିକ ଗୋଟିଏ ଗୋଟିଏ ସଫଳ ସୃଷ୍ଟି ।

ଏ ସମୟର ଅନ୍ୟତମ ନାଟ୍ୟକାର ହେଉଛନ୍ତି ଭିକାରୀଚରଣ ପଟ୍ଟନାୟକ । ନାଟ୍ୟଧାରାର ଗତାନୁଗତିକ ଶୈଳୀରେ ସେ କଟକ ବିଜୟ, ସଂସାର ଚିତ୍ର, ନନ୍ଦୀକେଶରୀ, ରତ୍ନମାଳୀ, ରାଜା ପୁରୁଷୋତ୍ତମଦେବ, ଯୌତୁକ ଓ ନିରୁପମା ଇତ୍ୟାଦି ନାଟକ ରଚନା କରିଛନ୍ତି ।

ଚିକିଟିର ଯୁବରାଜ ରାଧାମୋହନ ନରେନ୍ଦ୍ର ଦେବ ଏଇ ସମୟରେ ପ୍ରେମ ତରଙ୍ଗ, ପରିମଳା, ପାଣ୍ଡବ ବନବାସ ଓ ପ୍ରକୃତ ପରିଣୟ ଇତ୍ୟାଦି ନାଟକ ସୃଷ୍ଟି କରିଛନ୍ତି । ଓଡ଼ିଆ ସାହିତ୍ୟର ସୁପରିଚିତ ସମାଲୋଚକ ପଣ୍ଡିତ ଗୋପୀନାଥ ନନ୍ଦ ସୀତା ବନବାସ, ଜାନକୀ ପରିଣୟ, ଜନ୍ମଭ ରାଘବ, ଦ୍ରୌପଦୀ ହରଣ ଇତ୍ୟାଦି ନାଟକ ରଚନା କରିଛନ୍ତି । ଗୋପୀନାଥଙ୍କ ନାଟ୍ୟଶୈଳୀ ବିଶେଷ ଭାବରେ ସଂସ୍କୃତ ପ୍ରଭାବରେ ପ୍ରଭାବିତ ।

ଏହାଛଡ଼ା ବିଶ୍ଵମୋହନ ରାଚେନ୍ଦ୍ରଦେବ, ବିଶୋର ଚନ୍ଦ୍ର, ରାଜେନ୍ଦ୍ର ଦେବ, ପଦ୍ମନାଭ ନାରାୟଣ ଦେବ ଓ ଗୌରଚନ୍ଦ୍ର ଗଜପତି ଦେବ, ହରିହର ରଥ ଓ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ନାଟ୍ୟକାରମାନେ ଏଇ ସମୟରେ ଅନେକ ନାଟକ ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଏଇ ସମୟର ନାଟକ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ଓ ସଙ୍ଗୀତବହୁଳ । ଏଗୁଡ଼ିକରେ ପ୍ରଯୁକ୍ତ ସଂଳାପ ଖୁବ୍ ଦୀର୍ଘ, ମୋଟ ଉପରେ ଐତିହାସିକ ଚେତନା ସମୃଦ୍ଧ ।

ଦ୍ବିତୀୟ ପର୍ବ (୧୯୦୧-୧୯୩୫) :
ବିଂଶ ଶତକର ପ୍ରାରମ୍ଭ ଓଡ଼ିଆ ନାଟକର ବିକାଶ ପଥରେ ପ୍ରକୃତରେ ଉଲ୍ଲେଖଯୋଗ୍ୟ । ଓଡ଼ିଶାରେ ପାଶ୍ଚାତ୍ୟ ଶାସନ ଓ ତହିଁରୁ ମୁକ୍ତିଲାଭ କରିବାପାଇଁ ଓଡ଼ିଶାବାସୀଙ୍କର ଦୁର୍ବାର ବ୍ୟାକୁଳତା ଓଡ଼ିଆଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କଲା । କଳା ସ୍ଥାପତ୍ୟରେ ପରିପୂର୍ଣ୍ଣ ଓଡ଼ିଆ ଜାତି ପୁଣି ଥରେ ସ୍ଵାଭିମାନୀ ହୋଇ ଉଠିବାକୁ ଆପ୍ରାଣ ଉଦ୍ୟମ କଲା । ସତ୍ୟବାଦୀର ସାହିତ୍ୟିକ ଗୋଷ୍ଠୀ ଓଡ଼ିଆ ପ୍ରାଣରେ ଜାତୀୟ ଜାଗରଣ ସୃଷ୍ଟି କରିବାପାଇଁ ନେତୃତ୍ଵ ନେଲେ ।

ଏ ଜାତିର ଗୌରବମଣ୍ଡିତ ତେଜୋଦୀପ୍ତ ଇତିହାସକୁ ଏ ଜାତି ସମ୍ମୁଖରେ ଉପସ୍ଥାପନ କରି ଭଗ୍ନହୃଦୟ ଓଡ଼ିଆ ପ୍ରାଣରେ ନୂତନ ଜାତୀୟତାବୋଧ ସଞ୍ଚାର କରିବା ଥିଲା ଏହି ସାହିତ୍ୟିକ ଗୋଷ୍ଠୀର ଆଭିମୁଖ୍ୟ । ଏ ଗୋଷ୍ଠୀର ଅନ୍ୟତମ ବିଶିଷ୍ଟ ସାହିତ୍ୟିକ ଗୋଦାବରୀଶ ମିଶ୍ର ‘ମୁକୁନ୍ଦଦେବ’ ଓ ‘ପୁରୁଷୋତ୍ତମଦେବ’ ନାମକ ଦୁଇଟି ଐତିହାସିକ ନାଟକ ସୃଷ୍ଟି କରି ଜାତୀୟ ଜାଗରଣକୁ ତ୍ବରାନ୍ବିତ କରିପାରିଥିଲେ । ଇତିହାସର ସତ୍ୟ ସହିତ କେତେକ କାଳ୍ପନିକ ଚରିତ୍ର ପରିବେଷଣ କରି ଗୋଦାବରୀଶ ନାଟକକୁ ଜୀବନ୍ତ କରିବାର ପ୍ରଚେଷ୍ଟା କରିଥିଲେ ।

ତାଙ୍କ ପୂର୍ବରୁ ମୋହନସୁନ୍ଦର ଦେବ ଗୋସ୍ୱାମୀ ଓ ଗୋବିନ୍ଦଚନ୍ଦ୍ର ଶୁରଦେଓ ପ୍ରମୁଖ ନାଟ୍ୟକାର ପେଟେଣ୍ଟ ମେଡ଼ିସିନ ଫାର୍ଶ, କୁଳରକ୍ଷା ଫାର୍ଶ, ନରମେଧ ଯଜ୍ଞ, ସାକ୍ଷୀଗୋପାଳ, ନାରକାସୁରବଧ, ରାସଲୀଳା ଓ ଉତ୍କଳ ରମଣୀ ଆଦି ନାଟକ ରଚନା କରିଥିଲେ । ତେଣୁ ପୌରାଣିକତା ଓ ଐତିହାସିକତା ଏ ସମୟର ବିଶେଷତ୍ୱ ।

ଏଇ ସମୟରେ ନାଟ୍ୟକାର ଅଶ୍ବିନୀ କୁମାର ଘୋଷଙ୍କ କୃତିତ୍ୱ ଉଲ୍ଲେଖଯୋଗ୍ୟ । ଓଡ଼ିଶୀ ନାଟ୍ୟଜଗତକୁ ତାଙ୍କର ମହନୀୟ ଅବଦାନ ହେଉଛି ଭୀଷ୍ମ, ସାବିତ୍ରୀ, ହିନ୍ଦୁ ରମଣୀ, କଳାପାହାଡ଼, କୋଣାର୍କ, ପାଇକପୁଅ, ଉତ୍କଳ ଗୌରବ, ଗୋବିନ୍ଦ ବିଦ୍ୟାଧର, କପିଳେନ୍ଦ୍ର ଦେବ, ଭଞ୍ଜ-ଭୁଜଙ୍ଗ ପ୍ରଭୃତି ଅନେକ ନାଟକ । ଓଡ଼ିଆ ନାଟ୍ୟ ଜଗତର ସେ ଜଣେ ଅପ୍ରତିଦ୍ବନ୍ଦୀ ସ୍ରଷ୍ଟା ।

ପରେ ପରେ କାର୍ତ୍ତିକଚନ୍ଦ୍ର ଘୋଷଙ୍କର, ‘ମୀରକାଶିମ’, ‘ବୀର ଅଭିମନ୍ୟୁ’ ପ୍ରଭୃତି ନାଟକ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଶରତ୍‌ରାସ, ବସନ୍ତବିଳାସ, ବରୁଣ ବିଜୟ, କାଳୀୟ ଦଳନ ପ୍ରଭୃତି ଅନେକ ଭକ୍ତି ରସାତ୍ମକ ନାଟକ, ବାଳକୃଷ୍ଣଙ୍କର ‘ଚନ୍ଦ୍ରଗୁପ୍ତ’ ଓ ‘ଶିବଦାସ’, ମାୟାଧର ମାନସିଂହଙ୍କର ରାଜକବି, ଉପେନ୍ଦ୍ର, ପୁଷିତା, ପୂଜାରିଣୀ, ନଷ୍ଟନୀଡ଼, ବାରବାଟୀ, ଦୁର୍ଭିକ୍ଷ ଓ ରାମଚନ୍ଦ୍ର ମହାପାତ୍ରଙ୍କର ସୁଦାମା, ରଘୁ ଅରକ୍ଷିତ ଇତ୍ୟାଦି ନାଟକ ସୃଷ୍ଟି ହୋଇ ଓଡ଼ିଆ ନାଟ୍ୟଜଗତକୁ ସମୃଦ୍ଧି କରିପାରିଛି । ଓଡ଼ିଆ ନାଟକର ଦ୍ବିତୀୟ ପର୍ବରେ ନାଟକଗୁଡ଼ିକର ଶିଳ୍ପକୌଶଳ କ୍ରମଶଃ ମାର୍ଜିତ ରୂପରେଖ ନେଇଥିଲା ଓ ଆଧୁନିକ ପର୍ବ ପାଇଁ ପ୍ରସ୍ତୁତିକରଣ ହିଁ ଏଇ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା ।

ତୃତୀୟ ପର୍ବ (୧୯୩୬-୧୯୬୦) :
୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା । ଉତ୍କଳର ଜାତୀୟ ଜୀବନରେ ନୂତନ ଜୀବନର ସଞ୍ଚାର ସମ୍ଭବ ହେଲା । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ନିର୍ମିତ ରଙ୍ଗମଞ୍ଚ ନୂତନ ଭାବରେ ଗଠିତ ହେଲା ।

ଏଇ ସମୟରେ ଓଡ଼ିଶା ନାଟ୍ୟଜଗତକୁ କାଳୀଚରଣଙ୍କ ଆଗମନ ଏକ ସ୍ବତନ୍ତ୍ର ପର୍ଯ୍ୟାୟ ସୃଷ୍ଟି କଲା । କାଳୀଚରଣଙ୍କ ପୂର୍ବରୁ ରଚିତ ନାଟକଗୁଡ଼ିକର ଅଭିନୟ ସାଫଲ୍ୟ ନ ଥିଲା । କାଳୀଚରଣ ପ୍ରଥମ କରି ସଫଳ ମଞ୍ଚନାଟ୍ୟ ସୃଷ୍ଟି କରିବାରେ ଆତ୍ମନିୟୋଗ କଲେ । ତାଙ୍କରି ପ୍ରଚେଷ୍ଟାରେ ଏତିକିବେଳକୁ ଓଡ଼ିଶା ଥୁଟର୍ସ ଗଠିତ ହେଲା । ଏଇ ସ୍ଥାୟୀ ରଙ୍ଗମଞ୍ଚରେ ଓଡ଼ିଆ ଅଭିନେତ୍ରୀମାନେ ପ୍ରଥମ ଥର ପାଇଁ ଅଭିନୟର ସୁଯୋଗ ପାଇଲେ ।

କବିଚନ୍ଦ୍ର କାଳୀଚରଣ ଥିଲେ ଏକାଧାରରେ ଅଭିନେତା, ସଙ୍ଗୀତଜ୍ଞ, ନାଟ୍ୟକାର ଓ ନିର୍ଦ୍ଦେଶକ । ଓଡ଼ିଆ ନାଟକକୁ ଦର୍ଶକଙ୍କ ସାମନାରେ ପହଞ୍ଚାଇବାରେ ତାଙ୍କର ଅନନ୍ୟ ଚିନ୍ତାଧାରା ଓ କୌଶଳ ଅବର୍ଣ୍ଣନୀୟ । ତାଙ୍କ ରଚିତ ଭାତ, ଗାର୍ଲସ୍କୁଲ, ରକ୍ତମାଟି, ଫଟାଭୂଇଁ, ହରିଶ୍ଚନ୍ଦ୍ର, ମୃଗୟା, ଶକୁନ୍ତଳା, ଅଭିଯାନ, ରକ୍ତମନ୍ଦାର, ପ୍ରତିଶୋଧ, ଜୟଦେବ, ସାରଳାଦାସ, ଅତିବଡ଼ି ଜଗନ୍ନାଥ ଦାସ ପ୍ରଭୃତି ନାଟକଗୁଡ଼ିକ ତାଙ୍କ ଅମର ପ୍ରତିଭାର ସ୍ମାରକୀ ବହନ କରିଛି । ନୃତ୍ୟ ସଙ୍ଗୀତରେ ଭରା ତାଙ୍କର ନାଟକଗୁଡ଼ିକର ମଞ୍ଚସାଫଲ୍ୟ ତାଙ୍କ କୃତିତ୍ଵର ବିଶେଷତ୍ଵ ।

ଓଡ଼ିଆ ନାଟକରେ ସାମାଜିକ ଚେତନା ସମ୍ପ୍ରସାରଣ କରିବାରେ କାଳୀଚରଣଙ୍କ ଭୂମିକା ଉଲ୍ଲେଖନୀୟ । ତେଣୁ କାଳୀଚରଣଙ୍କ ପରେ ପରେ ଓଡ଼ିଆ ନାଟକରେ ସମସ୍ୟାବହୁଳ ସମାଜ ଜୀବନର ବିଶେଷ ଚିତ୍ର ପ୍ରକାଶିତ ହେଲା । କାଳୀଚରଣଙ୍କ ପରେ କାଳିନ୍ଦୀଚରଣ ପାଣିଗ୍ରାହୀ, ଗୋପାଳ ଛୋଟରାୟ, କମଳଲୋଚନ ମହାନ୍ତି, ଭଞ୍ଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁ କର ଓ ରାମଚନ୍ଦ୍ର ମିଶ୍ର ପ୍ରମୁଖ ନାଟ୍ୟକାରଗଣ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାକୁ ନେଇ ବହୁ ନାଟକ ସୃଷ୍ଟି କରିଅଛନ୍ତି ।

୬୦ ପରବର୍ତ୍ତୀ କାଳଖଣ୍ଡରେ ନାଟକ :
ଓଡ଼ିଆ ନାଟକର ୬୦ ପରବର୍ତ୍ତୀ କାଳଖଣ୍ଡରେ ନାଟ୍ୟକାର ମନୋରଞ୍ଜନ ଦାସ ଜଣେ ସଫଳ ସ୍ରଷ୍ଟା । ନାଟ୍ୟକାରଙ୍କର ନବନାଟ୍ୟ ଆନ୍ଦୋଳନର ନାଟକ ଭାବରେ ଆଗାମୀ ଅବରୋଧ, ସାଗର ମନ୍ଥନ, କାଠଘୋଡ଼ା, ବନହଂସ, ଅରଣ୍ୟ ଫସଲ ଓ ଅମତସ୍ୟ ପୁତ୍ର ଇତ୍ୟାଦି ସଫଳ ସୃଷ୍ଟି । ପରୀକ୍ଷାଧର୍ମୀ, ପ୍ରୟୋଗଧର୍ମୀ, ପ୍ରତୀକଧର୍ମୀ ନାଟକ ଆଲୋଚ୍ୟ କାଳରେ ବିପୁଳ ପରିମାଣରେ ସୃଷ୍ଟି ହେବାକୁ ଲାଗିଛି । ନାଟ୍ୟମଞ୍ଚ ଓ ନାଟ୍ୟଶିଳ୍ପରେ ମଧ୍ୟ ବିପୁଳ ପରିବର୍ତ୍ତନ ସଙ୍ଘଟିତ ହେଉଛି । ଆଲୋଚ୍ୟ କାଳରେ ଏଇ ଧରଣର ନାଟକ ରଚନା କରିବାରେ ବିଶ୍ୱଜିତ ଦାସ, ବିଜୟ ମିଶ୍ର, କାର୍ତ୍ତିକଚନ୍ଦ୍ର ରଥ, ବସନ୍ତକୁମାର ମହାପାତ୍ର, ଡକ୍ଟର ରତ୍ନାକର ଚଇନି ଓ ଅକ୍ଷୟ ମହାନ୍ତି ଇତ୍ୟାଦି ନାଟ୍ୟକାରଗଣଙ୍କ କୃତିତ୍ୱ ପ୍ରଶଂସନୀୟ ।

ବିଜୟ ମିଶ୍ରଙ୍କ ‘ଶବବାହନମାନେ’, ବିଶ୍ୱଜିତ ଦାସଙ୍କ ‘ଶୁଣ ସୁଜନେ’, ‘ସମ୍ରାଟ’, ‘ମୃଗୟା’, ‘ନାଲିପାନ ବିବି, କଳାପାନ ଟୀକା’, ବସନ୍ତ ମହାପାତ୍ରଙ୍କ ‘ଜ୍ଵାଳା’, ‘ଶୃଙ୍ଗାରଶତକ’ ଓ ରତ୍ନାକର ଚଇନିଙ୍କ ‘ପୁନଶ୍ଚ ପୃଥ‌ିବୀ’, ‘ରାଜହଂସ’, ‘ ଅପଦେବତା’, ‘ଅଥଚ ଚାଣକ୍ୟ’ ଇତ୍ୟାଦି ନାଟକଗୁଡ଼ିକର ସାରସ୍ୱତ ଜଗତରେ ନୂତନ ଦିହୁଡ଼ି ଜଳାଇ ଦେଇଛନ୍ତି । ଏସବୁ ନାଟକରେ ଅତ୍ୟାଧୁନିକ ମଣିଷର ଅସଙ୍ଗତିବୋଧ, ଅସମାଞ୍ଜସ୍ୟତା ଇତ୍ୟାଦି ଦର୍ଶାଇ ଦିଆଯାଇଛି । କଳେବରରେ ଏଗୁଡ଼ିକ ସଂକ୍ଷିପ୍ତ ହେଲେ ମଧ୍ୟ ଶିଳ୍ପ ଦୃଷ୍ଟିରୁ ଏଗୁଡ଼ିକ ଉନ୍ନତ ।

ପ୍ରକୃତରେ ଆଧୁନିକ କାଳର ଓଡ଼ିଆ ନାଟକ ଅଧ‌ିକ କେତେ ପାଦ ଆଗେଇପାରିଛି । ଆଧୁନିକ ଜୀବନଯାତ୍ରାର ସଫଳ ରୂପାୟନ ଘଟିଛି । ଅତ୍ୟାଧୁନିକ କାଳର ଓଡ଼ିଆ ନାଟ୍ୟ ସହିତ୍ୟରେ ଅତ୍ୟାଧୁନିକ ଓଡ଼ିଆ ନାଟକ ଆଉ ପାରମ୍ପରିକ ନାଟ୍ୟ ରଚନାରୀତିକୁ ଅନୁସରଣ କରୁନାହିଁ; ବରଂ ପାରମ୍ପରିକ ପଞ୍ଚାଙ୍କ ବିଶିଷ୍ଟ ନାଟ୍ୟ ରଚନାଶୈଳୀକୁ ପରିହାର କରି ଏହା ଗୋଟିଏ ମାତ୍ର ପଟ୍ଟଭୂମି ଉପରେ ପର୍ଯ୍ୟବସିତ ହେଲାଣି । ମଣିଷ ମନର ମାନସିକତାକୁ ନାଟକର ବହୁ କ୍ଷେତ୍ରରେ ହିଁ ଦର୍ଶାଇ ଦିଆଯାଉଛି । ଏହା ବ୍ୟତୀତ ନାନାବିଧ ସାମାଜିକ ସମସ୍ୟା ଓ ମଣିଷ ମନର ନାନାବିଧ ସମସ୍ୟାକୁ ଏଥ‌ିରେ ହିଁ ସ୍ଥାନିତ କରାଯାଇଛି ।

+2 1st Year Optional Odia Solutions Chapter 3 ମଲାଜହ୍ନ Question Answer

ଉପରୋକ୍ତ ନାଟକଗୁଡ଼ିକରେ ନାଟ୍ୟକାରମାନେ ଜୀବନର ଉଗ୍ର ବାସ୍ତବ ସତ୍ୟର ନଗୁରୂପ ଚିତ୍ରକଳ୍ପ, ପ୍ରତୀକ, ରୂପକଳ୍ପ ଓ ସୂଚନାଧର୍ମୀ ସଂଳାପ ଚାତୁରୀ ମଧ୍ୟରେ ପ୍ରକଟିତ ହୋଇଛି । ସାମ୍ପ୍ରତିକ ମଣିଷର ଉଦାସୀନତା, ହତାଶା, ବିଚ୍ଛିନ୍ନତା ଇତ୍ୟାଦିର ବ୍ୟାଖ୍ୟାକାର ଭାବରେ ଏହି ନାଟ୍ୟକାରମାନେ ବର୍ଣ୍ଣନାତ୍ମକ ଦୀର୍ଘଧର୍ମୀପ୍ରଧାନ ଭାଷା ଓ ସଂଳାପ ଅପେକ୍ଷା ସୂଚନାଧର୍ମୀ ବକ୍ତବ୍ୟପ୍ରଧାନ କ୍ଷୁଦ୍ର ସଂଳାପ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଛନ୍ତି । କାହାଣୀ ବର୍ଣ୍ଣନାର ଊର୍ଦ୍ଧ୍ବରେ ଜୀବନର ସମସ୍ୟା, ଦ୍ବନ୍ଦ ଓ ନିର୍ଦ୍ଦିଷ୍ଟ ସମୟର ଚାପ ଏହି କାଳଖଣ୍ଡର ନାଟକସବୁର ଉପଜୀବ୍ୟ ହୋଇଛି ।

ସମୟର ତାଳେତାଳେ ବଦଳିଛି ମଞ୍ଚକୌଶଳ । ବଦଳିଛି ସଂଳାପ ରଚନାର ଧାରା । କାହାଣୀରେ ଆସିଛି ବିପ୍ଲବ, ସମାଜରୁ ବ୍ୟକ୍ତି ଅନ୍ତର୍ନିହିତ ଭାବଧାରା ପର୍ଯ୍ୟନ୍ତ ସବୁକିଛି ରୂପ ନେଇଛି ଖୁବ୍ ଚମତ୍କାର ଢଙ୍ଗରେ । ସାଧାରଣ ଦର୍ଶକର ଇଚ୍ଛାର ସମ୍ମାନ ରଖୁ ରଖୁ ଏଇ ନାଟକ ତା’ର ବିକାଶପଥରେ ଅନେକ ଉତ୍ଥାନ ଓ ପତନ ସହ କେବେକେବେ ବୌଦ୍ଧିକ ସ୍ତରର ଖେଳକସରତକୁ ନିଜ କଳେବର ମଧ୍ୟରେ ସାମିଲ କରିନେଇଛି ତ ପୁଣି କେବେ ଫେରିଛି ସେଇ ଗତାନୁଗତିକ ଧାରାକୁ । ତେବେ ଏତେସବୁ ଭିତରେ ଓଡ଼ିଆ ନାଟକ ଏକ ସୁସ୍ଥଧାରାରେ ବିକାଶପଥରେ ଅଗ୍ରସର ଏକଥା ସ୍ଵୀକାର କରାଯିବାରେ ଅସୁବିଧା ନାହିଁ ।

Leave a Comment