BSE Odisha 10th Class Odia Grammar ‘ଣତ୍ୱ’ ବିଧ୍ ଓ ‘ଷତ୍ବ’ ବିଧ୍

Odisha State Board BSE Odisha 10th Class Odia Solutions ‘ଣତ୍ୱ’ ବିଧ୍ ଓ ‘ଷତ୍ବ’ ବିଧ୍ Textbook Exercise Questions and Answers.

BSE Odisha Class 10 Odia Grammar ‘ଣତ୍ୱ’ ବିଧ୍ ଓ ‘ଷତ୍ବ’ ବିଧ୍

(A) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
‘ଣତ୍ୱ’ ବିଧ୍ କାହାକୁ କୁହାଯାଏ ?
Answer:
ପଦ ମଧ୍ୟରେ ‘ନ’ ସ୍ଥାନରେ ‘ଣ’ ହେବାକୁ ‘ଣତ୍ୱ’ ବିଧ୍ କୁହାଯାଏ ।

Question 2.
ପଦ ମଧ୍ୟରେ କେଉଁ କେଉଁ ବର୍ଷ ପରେ ‘ନ’ ଥିଲେ ‘ଣ’ ହୁଏ ?
Answer:
ପଦ ମଧ୍ଯରେ ‘ଋ’, ‘ର’, ଓ ‘ଷ’ ପରେ ‘ନ’ ଥିଲେ ‘ଣ’ ହୁଏ ।

Question 3.
ପଦରେ ‘ନ’ ଓ ‘ଣ’ ମଧ୍ୟରେ କେଉଁ କେଉଁ ବର୍ଷ ବ୍ୟବଧାନ ଥିଲେ ‘ନ’ର ‘ଣ’ ହୁଏ ?
Answer:
ପଦରେ ‘ନ’ ଓ ‘ଣ’ ମଧ୍ୟରେ ‘କ’ ବର୍ଗ, ‘ପ’ ବର୍ଗ ଏବଂ ଯ, ୟ, ୱ, ହ ଏବଂ (°) ଅନୁସ୍ବାର ବର୍ଷ ବ୍ୟବଧାନ ଥିଲେ ‘ନ’ ର ‘ଣ’ ହୁଏ ।

Question 4.
‘ମନ’– ଏଠାରେ ‘ନ’ କାହିଁକି ‘ଣ’ ହୋଇନାହିଁ ?
Answer:
‘ମନ’ – ଏହି ଶବ୍ଦଟି ଭାଷାରେ ଅବିକଳ ଏହିପରି ଚଳୁଅଛି ଏବଂ ଏହି ଶବ୍ଦରେ ‘ର’ ‘ର’ କିମ୍ବା ‘ଷ’ ବର୍ଣ୍ଣ ନାହିଁ । ତେଣୁ ‘ନ’ ର ‘ଣ’ ହେଉ ନାହିଁ ।

Question 5.
ରଚନା ଏଠାରେ ‘ନ’ କାହିଁକି ‘ଣ’ ହୋଇନାହିଁ ?
Answer:
‘ରଚନା’– ଏହି ଶବ୍ଦରେ ‘ର’ ଓ ‘ନ’ ମଧ୍ୟରେ ‘ଚ’ ବର୍ଗର ‘ଚ’ ବର୍ଷ ବ୍ୟବଧାନ ଥିବା ହେତୁ ‘ନ’ର ‘ଣ’ ହୋଇନାହିଁ ।

BSE Odisha 10th Class Odia Grammar ‘ଣତ୍ୱ’ ବିଧ୍ ଓ ‘ଷତ୍ବ’ ବିଧ୍

Question 6.
ଭାଷଣ– ଏଠାରେ ‘ଷ’ ବର୍ଷ ପରେ ନ ଥିବାରୁ ‘ନ’ ର ‘ଣ’ ହୋଇଛି ।
Answer:
ଭାଷଣ– ଏଠାରେ ‘ଷ’ ବର୍ଷ ପରେ ନ ଥିବାରୁ ‘ନ’ ର ‘ଣ’ ହୋଇଛି ।

Question 7.
ରାମାୟଣ- ଏଠାରେ ‘ନ’ ର ‘ଣ’ କାହିଁକି ହୋଇଛି ?
Answer:
ରାମାୟଣ – ଏଠାରେ ‘ର’ ଓ ‘ନ’ ବର୍ଷ ମଧ୍ୟରେ ‘ଆ’ ସ୍ଵରବର୍ଣ୍ଣ, ‘ପ’ ବର୍ଗର ‘ମ’ ବର୍ଣ୍ଣ ଓ ‘ୟ’ ବ୍ୟବଧାନ ଥିବା ହେତୁ ‘ନ’ ର ‘ଣ’ ହୋଇଅଛି ।

Question 8.
‘ନ’ ସ୍ଥାନରେ ‘ଣ’ ବ୍ୟବହୃତ ହୋଇଥିବା ଗୋଟିଏ ଶବ୍ଦର ଉଦାହରଣ ଦିଅ ।
Answer:
ପ୍ରାଣ ।

Question 9.
‘ଷତ୍ବ’ ବିଧ୍ କାହାକୁ କୁହାଯାଏ ?
Answer:
ପଦ ମଧ୍ୟରେ ‘ସ’ ସ୍ଥାନରେ ‘ଷ’ ହେବାକୁ ‘ଷତ୍ଵ’ ବିଧ୍ କୁହାଯାଏ ।

Question 10.
କେଉଁ କେଉଁ ସ୍ୱରବର୍ଷ ପରେ ‘ସ’ ଥିଲେ ‘ସ’ର ପରିବର୍ତ୍ତନ ହୁଏ ନାହିଁ ?
Answer:
‘ଅ’ ଓ ‘ଆ’ ପରେ ‘ସ’ ଥିଲେ ‘ସ’ ର ପରିବର୍ତ୍ତନ ହୁଏ ନାହିଁ ।

Question 11.
କେଉଁ କେଉଁ ସ୍ୱରବର୍ଣ୍ଣ ପରେ ‘ସ’ ଥିଲେ ‘ସ’ ର ‘ଷ’ ହୁଏ ?
Answer:
‘ଇ’ ଠାରୁ ‘ଔ’ ପର୍ଯ୍ୟନ୍ତ ସ୍ଵରବର୍ଷ ପରେ ‘ସ’ ଥିଲେ ‘ସ’ ର ‘ଷ’ ହୁଏ ।

Question 12.
କେଉଁ କେଉଁ ବ୍ୟଞ୍ଜନ ବର୍ଣ୍ଣ ପରବର୍ତୀ ‘ସ’ ର ‘ଷ’ ହୁଏ ?
Answer:
‘କ’ ବର୍ଗ, ଏବଂ ‘ର’କାର ପରବର୍ତ୍ତୀ

Question 13.
କେଉଁ ସନ୍ଧିଜାତ ‘ସ’ର ‘ଷ’ ହୁଏ ?
Answer:
ବିସର୍ଗ ସନ୍ଧିଜାତ ‘ସ’ର ‘ଷ’ ହୁଏ ।‘ସ’ ର ‘ଷ’ ହୁଏ ।

BSE Odisha 10th Class Odia Grammar ‘ଣତ୍ୱ’ ବିଧ୍ ଓ ‘ଷତ୍ବ’ ବିଧ୍

Question 14.
କେଉଁ ଶବ୍ଦଗୁଡ଼ିକୁ ବୈଦେଶିକ ଶବ୍ଦ କୁହାଯାଏ ?
Answer:
`ମ ଭାଷାରେ ବ୍ୟବହୃତ ହେଉଥ‌ିବା ବିଦେଶୀ ଶବ୍ଦଗୁଡ଼ିକ ବୈଦେଶିକ ଶବ୍ଦ କୁହାଯାଏ ।

Question 15.
କେଉଁ ଶବ୍ଦଗୁଡ଼ିକରେ ‘ଷତ୍ଵ’ ବିଧୂ ନିୟମ ଲାଗୁହୁଏ ନାହିଁ ?
Answer:
ବୈଦେଶିକ ଶବ୍ଦଗୁଡ଼ିକରେ ‘ଷତ୍ଵ’ ବିଧ୍ ନିୟମ ଲାଗୁହୁଏ ନାହିଁ ।

(B) ନିର୍ଦ୍ଦେଶାନୁସାରେ ଉତ୍ତର ଲେଖ ।

Question 1.
(ପ୍ ର୍ ଅ ସ୍ ଊ ନ୍ ଅ) – ଏହି ବର୍ଣ୍ଣରୂପର ଶବ୍ଦରୂପ କ’ଣ ହେବ ?
Answer:
ପ୍ରସୂନ

Question 2.
‘ବିଦୀର୍ଣ୍ଣ’ – ଏହି ଶବ୍ଦରେ କେଉଁ ବର୍ଷ ପରେ ‘ଣ’ ଅଛି ?
Answer:
‘ର’ ପରେ

Question 3.
‘ଅନ୍ଵେଷଣ’ – ଏହି ଶବ୍ଦରେ କେଉଁ ବର୍ଷ ପରେ ‘ଣ’ ଅଛି ?
Answer:
‘ଷ’ ପରେ

Question 4.
‘ମାର୍ଗଣ’ – ଏଠାରେ ‘ର’ ଓ ‘ନ’ ମଧ୍ୟରେ କେଉଁ ବର୍ଣ୍ଣ ବ୍ୟବଧାନ ଅଛି ?
Answer:
‘କ’ ବର୍ଗର ‘ଗ’ ବର୍ଷ

Question 5.
ଅର୍ଜୁନ – ଏଠାରେ ‘ନ’ ସ୍ଥାନରେ ‘ଣ’ ହୋଇନାହିଁ କାହିଁକି ?
Answer:
‘ଜ’ ବ୍ୟବଧାନ ହେତୁ

BSE Odisha 10th Class Odia Grammar ‘ଣତ୍ୱ’ ବିଧ୍ ଓ ‘ଷତ୍ବ’ ବିଧ୍

Question 6.
ଅଣାକାର – ଏଠାରେ ‘ଣ’ ଅଛି କାହିଁକି ?
Answer:
ସ୍ଵାଭାବିକ ଭାବରେ

Question 7.
ଆସ୍ତିକ – ଏଠାରେ କେଉଁ ବର୍ଷ ପରେ ‘ସ’ ଅଛି ?
Answer:
‘ଆ’ ପରେ

Question 8.
ଶୁଶ୍ରୂଷା – ଏଠାରେ କାହା ପରେ ‘ଷ’ ଅଛି ?
Answer:
‘ଉ’ ପରେ

Leave a Comment