CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

Odisha State Board CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା Questions and Answers.

CHSE Odisha 11th Class Political Science Solutions Chapter 13 ବ୍ୟବସ୍ଥାପିକା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତବର୍ଷ ଏକ ___________ ରାଷ୍ଟ୍ର ।
(କ) ସଂସଦୀୟ ଗଣତାନ୍ତ୍ରିକ
(ଖ) ରାଷ୍ଟ୍ରପତୀୟ ପୁଞ୍ଜିବାଦୀ
(ଗ) ବୈଜ୍ଞାନିକ ସମାଜବାଦୀ
(ଘ) ଧର୍ମଭିଭିକ
Answer:
(କ) ସଂସଦୀୟ ଗଣତାନ୍ତ୍ରିକ

୨ । ___________ ର ସଦସ୍ୟମାନଙ୍କଦ୍ଵାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
(କ) କେବଳ ରାଜ୍ୟସଭା
(ଖ) କେବଳ ଲୋକସଭା
(ଗ) ସଂସଦ ଓ ରାଜ୍ୟ ବିଧାନସଭା
(ଘ) ସଂସଦର ଉଭୟ ସଦନ
Answer:
(ଘ) ସଂସଦର ଉଭୟ ସଦନ

୩ । ଓଡ଼ିଶାରୁ ରାଜ୍ୟସଭାରେ ___________ ଜଣ ସଦସ୍ୟ ଅଟନ୍ତି ।
(କ) ୧୨
(ଖ) ୧୧
(ଗ) ୧୦
(ଘ) ୧୩
Answer:
(ଗ) ୧୦

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୪ । ରାଷ୍ଟ୍ରପତିଙ୍କଦ୍ଵାରା ମନୋନୀତ ___________ ଜଣ ଆଙ୍ଗ୍ଲଭାରତୀୟ ସଦସ୍ୟ ଲୋକସଭାରେ ଅଛନ୍ତି ।
(କ) ୧୨
(ଖ) ୧୦
(ଗ) ୨୧
(ଘ) ୨
Answer:
(ଘ) ୨

୫ । ___________ ଭାରତୀୟ ସଂସଦର ଅଧିକ କ୍ଷମତାଶାଳୀ ସଦନ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ବିଧାନସଭା
(ଘ) ବିଧାନପରିଷଦ
Answer:
(କ) ଲୋକସଭା

୬ । ଲୋକସଭାର ସାଧାରଣ କାର୍ଯ୍ୟକାଳ ___________ ବର୍ଷ ।
(କ) ୫
(ଖ) ୪
(ଗ) ୬
(ଘ) ୩
Answer:
(କ) ୫

୭ । ___________ ର ସଂସଦକୁ ପୃଥିବୀର ସବୁ ସଂସଦର ଜନନୀ କୁହାଯାଏ ।
(କ) ଆମେରିକା
(ଖ) ଜାପାନ
(ଗ) ରୁଷିଆ
(ଘ) ଇଂଲଣ୍ଡ
Answer:
(ଘ) ଇଂଲଣ୍ଡ

୮ । ଭାରତର ସଂସଦ ___________ କକ୍ଷ ବିଶିଷ୍ଟ ।
(କ) ୩
(ଖ) ୨
(ଗ) ୪
(ଘ) ୧
Answer:
(ଖ) ୨

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୯ । ସଂସଦ ଲୋକସଭା, ରାଜ୍ୟସଭା ଏବଂ ___________ ଙ୍କୁ ନେଇ ଗଠିତ ।
(କ) ପ୍ରଧାନମନ୍ତ୍ରୀ
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ରାଷ୍ଟ୍ରପତି
(ଘ) ଉପରାଷ୍ଟ୍ରପତି
Answer:
(ଗ) ରାଷ୍ଟ୍ରପତି

୧୦ । ହେଉଛି ସଂସଦର ନିମ୍ନ କକ୍ଷ ଏବଂ ଜନପ୍ରିୟ ଗୃହ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ବିଧାନସଭା
(ଘ) ବିଧାନପରିଷଦ
Answer:
(ଖ) ରାଜ୍ୟସଭା

୧୧ । ___________ କୁ ସଂସଦର ଉଚ୍ଚ କକ୍ଷ କୁହାଯାଏ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ବିଧାନସଭା
(ଘ) ବିଧାନପରିଷଦ
Answer:
(ଖ) ରାଜ୍ୟସଭା

୧୨ । ଲୋକସଭାର ସଭ୍ୟମାନେ ଜନସାଧାରଣଙ୍କଦ୍ବାରା ___________ ଭାବରେ ନିର୍ବାଚିତ ହୋଇଥାଆନ୍ତି ।
(କ) ପ୍ରତ୍ୟକ୍ଷ
(ଖ) ପରୋକ୍ଷ
(ଗ) ବେଳେବେଳେ ପ୍ରତ୍ୟକ୍ଷ ଓ ବେଳେବେଳେ ପରୋକ୍ଷ
(ଘ) ନିର୍ବାଚକ କଲେଜ
Answer:
(କ) ପ୍ରତ୍ୟକ୍ଷ

୧୩ । ଲୋକସଭାର ସଭ୍ୟ ପଦ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ___________ ବର୍ଷ ଓ ରାଜ୍ୟସଭାର ସଭ୍ୟପଦ ପାଇଁ ___________ ବର୍ଷ ଦରକାର ଅଟେ ।
(କ) ୨୫, ୩୦
(ଖ) ୩୦, ୨୫
(ଗ) ୩୨, ୨୬
(ଘ) ୨୬, ୩୦
Answer:
(କ) ୨୫, ୩୦

୧୪ । ଓଡ଼ିଶାର ___________ ଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି ।
(କ) ୨୦
(ଖ) ୨୨
(ଗ) ୨୧
(ଘ) ୨୩
Answer:
(ଗ) ୨୧

୧୫ । ___________ ରାଜ୍ୟରୁ ସର୍ବାଧିକ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି ।
(କ) ବିହାର
(ଖ) ମଧ୍ୟପ୍ରଦେଶ
(ଗ) ଉତ୍ତରପ୍ରଦେଶ
(ଘ) ପଣ୍ଙିମବଇଂ
Answer:
(ଗ) ଉତ୍ତରପ୍ରଦେଶ

୧୬ । ___________ କକ୍ଷ ସଂସଦର ସ୍ଥାୟୀ କକ୍ଷ ।
(କ) ଉଚ୍ଚ
(ଖ) ନିମ୍ନ
(ଗ) ଦ୍ଵିତୀୟ
(ଘ) କୌଣସିଟି ନୁହେଁ
Answer:
(କ) ଉଚ୍ଚ

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୧୭ । ___________ ଲୋକସଭାର ସମସ୍ତ ବୈଠକରେ ଅଧ୍ୟକ୍ଷତା କରନ୍ତି ।
(କ) ରାଷ୍ଟ୍ରପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) ବାଚସ୍ପତି
Answer:
(ଘ) ବାଚସ୍ପତି

୧୮ । ବାଚସ୍ପତି ତାଙ୍କର ଇସ୍ତଫାପତ୍ର ___________ ଙ୍କ ନିକଟକୁ ପଠାଇଥାଆନ୍ତି ।
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ଉପବାଚସ୍ପତି
(ଘ) ଉପରାଷ୍ଟ୍ରପତି
Answer:
(ଗ) ଉପବାଚସ୍ପତି

୧୯ । କୌଣସି ବିଲ୍ ସାଧାରଣ ବିଲ୍ କି ଅର୍ଥବିଲ୍ ସେ ସମ୍ପର୍କରେ ___________ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି ।
(କ) ରାଷ୍ଟ୍ରପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) ବାଚସ୍ପତି
Answer:
(ଘ) ବାଚସ୍ପତି

୨୦ । ସଂସଦର ମିଳିତ ଅଧୂବେଶନରେ ___________ ଅଧ୍ୟକ୍ଷତା କରନ୍ତି ।
(କ) ଲୋକସଭାର ବାଚସ୍ପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ
Answer:
(କ) ଲୋକସଭାର ବାଚସ୍ପତି

୨୧ । ଜରୁରୀ ପରିସ୍ଥିତି ସମୟରେ ___________ ଦେଶ ପାଇଁ ଆଇନ ପ୍ରଣୟନ କରନ୍ତି ।
(କ) ବିଧାନସଭା
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ସଂସଦ
(ଘ) ରାଷ୍ଟ୍ରପତି
Answer:
(ଗ) ସଂସଦ

୨୨ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ସାମୂହିକ ଭାବରେ ___________ ନିକଟରେ ଦାୟୀ ।
(କ) ବିଧାନସଭା
(ଖ) ରାଜ୍ୟସଭା
(ଗ) ପ୍ରଧାନମନ୍ତ୍ରୀ
(ଘ) ଲୋକସଭା
Answer:
(ଘ) ଲୋକସଭା

୨୩ । ___________ ଲୋକସଭାରେ ନିର୍ଣ୍ଣାୟକ ଭୋଟ ଦିଅନ୍ତି ।
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ବାଚସ୍ପତି
(ଘ) ଉପରାଷ୍ଟ୍ରପତି
Answer:
(ଗ) ବାଚସ୍ପତି

୨୪ । ଅନାସ୍ଥା ପ୍ରସ୍ତାବ ___________ ରେ ଗୃହୀତ ହେଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।
(କ) ବିଧାନସଭା
(ଖ) ରାଜ୍ୟସଭା
(ଗ) ବିଧାନ ପରିଷଦ
(ଘ) ଲୋକସଭା
Answer:
(ଘ) ଲୋକସଭା

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୨୫ । ଅର୍ଥବିଲ୍ କେବଳ ___________ ରେ ଆଗତ ହୋଇଥାଏ ।
(କ) ବିଧାନ ପରିଷଦ
(ଖ) ରାଜ୍ୟସଭା
(ଗ) ନିର୍ବାଚନ ଆୟୋଗ
(ଘ) ଲୋକସଭା
Answer:
(ଘ) ଲୋକସଭା

୨୬ । ଚିଠାର ଚରମ ପର୍ଯ୍ୟାୟକୁ ___________ କୁହାଯାଏ ।
(କ) ବିଧେୟକ
(ଖ) ଆଇନ
(ଗ) ରାୟ
(ଘ) ଅଧ୍ୟାଦେଶ
Answer:
(ଖ) ଆଇନ

୨୭ । ରାଜ୍ୟସଭାର ସର୍ବାଧିକ ସଭ୍ୟସଂଖ୍ୟା ___________ ଓ ଲୋକସଭାର ସର୍ବାଧିକ ସଭ୍ୟ ସଂଖ୍ୟା ___________ ।
(କ) ୨୫୦, ୫୪୫
(ଖ) ୫୪୫, ୨୫୦
(ଗ) ୧୪୭, ୨୫୦
(ଘ) ୨୫୦, ୫୪୮
Answer:
(କ) ୨୫୦, ୫୪୫

୨୮ । ରାଜ୍ୟସଭାର ପ୍ରତ୍ୟେକ ସଭ୍ୟଙ୍କର କାର୍ଯ୍ୟକାଳ ___________ ବର୍ଷ ।
(କ) ୫
(ଖ) ୭
(ଗ) ୬
(ଘ) ୮
Answer:
(ଗ) ୬

୨୯ । ପ୍ରତି ___________ ବର୍ଷରେ ରାଜ୍ୟସଭାର ଏକ -ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।
(କ) ତିନି
(ଖ) ଚାରି
(ଗ) ଛଅ
(ଘ) ଦୁଇ
Answer:
(ଘ) ଦୁଇ

୩୦ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ସମ୍ପୂର୍ଣ୍ଣ କ୍ଷମତା ___________ ର ରହିଛି ।
(କ) ବିଧାନ ସଭା
(ଖ) ରାଜ୍ୟସଭା
(ଗ) ପ୍ରଧାନମନ୍ତ୍ରୀ
(ଘ) ଲୋକସଭା
Answer:
(ଘ) ଲୋକସଭା

୩୧ । ସମ୍ବିଧାନର ସଂଶୋଧନ ବିଷୟକ ବିଧେୟକ ___________ ଦ୍ଵାରା ଗୃହୀତ ହେବା ଆବଶ୍ୟକ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ସଂସଦର ଉଭୟ ଗୃହ
(ଘ) ଲୋକସଭା, ରାଜ୍ୟସଭା ଓ ବିଧାନସଭା
Answer:
(ଗ) ସଂସଦର ଉଭୟ ଗୃହ

୩୨ । ଲୋକସଭାରେ ଗୃହୀତ ଅର୍ଥ ବିଧେୟକକୁ ରାଜ୍ୟସଭା କେବଳ ___________ ଦିନ ପାଇଁ ସ୍ଥଗିତ ରଖିପାରିବେ ।
(କ) ୧୬
(ଖ) ୧୫
(ଗ) ୧୪
(ଘ) ୧୩
Answer:
(ଗ) ୧୪

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୩୩ । ___________ ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।
(କ) ରାଷ୍ଟ୍ରପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) ବାଚସ୍ପତି
Answer:
(ଖ) ଉପରାଷ୍ଟ୍ରପତି

୩୪ । ଓଡ଼ିଶା ରାଜ୍ୟ ବିଧାନସଭାର ସଭ୍ୟସଂଖ୍ୟା ___________ ।
(କ) ୧୪୮
(ଖ) ୧୪୫
(ଗ) ୧୪୭
(ଘ) ୨୫୦
Answer:
(ଗ) ୧୪୭

୩୫ । ___________ ରାଜ୍ୟର ପ୍ରଧାନ ମୁଖପାତ୍ର ।
(କ) ରାଜ୍ୟପାଳ
(ଖ) ବାଚସ୍ପତି
(ଗ) ମୁଖ୍ୟମନ୍ତ୍ରୀ
(ଘ) ବିରୋଧୀ ଦଳର ନେତା
Answer:
(ଗ) ମୁଖ୍ୟମନ୍ତ୍ରୀ

୩୬ । ରାଜ୍ୟ ବିଧାନମଣ୍ଡଳର ନିମ୍ନ ସଦନକୁ ___________ କହନ୍ତି ।
(କ) ବିଧାନପରିଷଦ
(ଖ) ବିଧାନସଭା
(ଗ) ରାଜ୍ୟସଭା
(ଘ) ଉଚ୍ଚ ନ୍ୟାୟାଳୟ
Answer:
(ଖ) ବିଧାନସଭା

୩୭ । ଓଡ଼ିଶା ବିଧାନସଭାର ___________ ଟି ସ୍ଥାନ ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ସଂରକ୍ଷିତ ହୋଇଅଛି ।
(କ) ୫୮
(ଖ) ୫୬
(ଗ) ୫୭
(ଘ) ୮୬
Answer:
(ଖ) ୫୬

୩୮ । ବିଧାନସଭାର ଅଧ୍ୟକ୍ଷଙ୍କ ___________ କହନ୍ତି ।
(କ) ବାଚସ୍ପତି
(ଖ) ଚେୟାରମ୍ୟାନ୍
(ଗ) ଅଧ୍ୟକ୍ଷ
(ଘ) ସଭାପତି
Answer:
(କ) ବାଚସ୍ପତି

୩୯ । ଭାରତର ___________ ଟି ରାଜ୍ୟରେ ବିଧାନପରିଷଦ ଅଛି ।
(କ) ୪
(ଖ) ୬
(ଗ) ୫
(ଘ) ୮
Answer:
(ଗ) ୫

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୪୦ । ବିଧାନପରିଷଦର ସଦସ୍ୟଙ୍କ କାର୍ଯ୍ୟକାଳ ___________ ବର୍ଷ ।
(କ) ୬
(ଖ) ୭
(ଗ) ୫
(ଘ) ୪
Answer:
(କ) ୬

୪୧ । ବିଧାନପରିଷଦ ଏକ ___________ ଗୃହ ।
(କ) ସାୟୀ
(ଖ) ଅର୍ଦ୍ଧସ୍ଥାୟୀ
(ଗ) ଚିରସ୍ଥାୟୀ
(ଘ) କୌଣସିଟି ନୁହେଁ
Answer:
(ଖ) ଅର୍ଦ୍ଧସ୍ଥାୟୀ

୪୨ । ବିଧାନସଭାର ଅଧିବେଶନ ଆହ୍ବାନ କରିବା ___________ ଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ।
(କ) ରାଜ୍ୟପାଳ
(ଖ) ବାଚସ୍ପତି
(ଗ) ମୁଖ୍ୟମନ୍ତ୍ରୀ
(ଘ) ସଂସଦୀୟ ମନ୍ତ୍ରୀ
Answer:
(କ) ରାଜ୍ୟପାଳ

୪୩ । କିଏ ସର୍ବଭାରତୀୟ ସେବା ସୃଷ୍ଟି କରିପାରିବେ ?
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ରାଷ୍ଟ୍ରପତି
(ଘ) ପ୍ରଧାନମନ୍ତ୍ରୀ
Answer:
(ଖ) ରାଜ୍ୟସଭା

B. ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ବଜେଟ୍ କାହାକୁ କୁହଯାଏ ?
Answer:
ବାର୍ଷିକ ଆୟବ୍ୟୟର ଅଟକଳକୁ ବଜେଟ୍ କୁହାଯାଏ ।

୨ । କୋରମ୍ କାହାକୁ କହନ୍ତି ?
Answer:
ସଂସଦରେ ଯେକୌଣସି ଗୃହରେ ଏକ-ଦଶମାଂଶ ସଭ୍ୟ ଉପସ୍ଥିତ ଥିଲେ ବିଧ୍ଵବଦ୍ଧ ବୈଠକ ହୋଇଥାଏ ଏବଂ ଏହି ନୂନତମ ସଭ୍ୟ ସଂଖ୍ୟାକୁ କୋରମ୍ କୁହାଯାଏ ।

୩ । ବିଲ୍ କ’ଣ ?
Answer:
ବିଲ୍‌ର ଅର୍ଥ ଏକ ଚିଠା ଆଇନ ଯାହା ପ୍ରସ୍ତାବିତ ଆଇନର ଶୀର୍ଷକ ଧାରା, ଉପଧାରା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଗଠିତ ହୋଇଥାଏ ।

୪ । ଅର୍ଥ ବିଧେୟକ କ’ଣ ?
Answer:
ଗୋଟିଏ ବିଧେୟକ ଅର୍ଥ ବିଧେୟକ କି ନୁହେଁ ବୋଲି ନିର୍ଦ୍ଧାରଣ କରିବାର କ୍ଷମତା କେନ୍ଦ୍ର କ୍ଷେତ୍ରରେ ଲୋକସଭାର ବାଚସ୍ପତି ଓ ରାଜ୍ୟ କ୍ଷେତ୍ରରେ ବିଧାନସଭାର ବାଚସ୍ପତିଙ୍କର ରହିଛି । ଏହି ବିଧେୟକରେ ଅର୍ଥ ଆଗମନ, ବ୍ୟୟ ଓ ଆର୍ଥିକ ନୀତି ସ୍ଥାନ ପାଇଥାଏ ।

୫ । ମୁଲତବୀ ପ୍ରସ୍ତାବ (Adjournment Motion) କ’ଣ ?
Answer:
ପ୍ରଶାସନିକ ଦୋଷତ୍ରୁଟି ଓ ଜରୁରୀ ବିଷୟରେ ବ୍ୟବସ୍ଥାପକ ସଭାରେ ଆଲୋଚନା ପାଇଁ ଗୃହର ସଭ୍ୟମାନେ ମୁଲତବୀ ପ୍ରସ୍ତାବ ଆଗତ କରନ୍ତି ।

୬ । ଝୁଲା ସଂସଦ (Hung Parliament) କହିଲେ ତୁମେ କ’ଣ ବୁଝ ?
Answer:
ସଂସଦର ନିମ୍ନ ସଦନ ପାଇଁ ହେଉଥ‌ିବା ସାଧାରଣ ନିର୍ବାଚନରେ ଯଦି କୌଣସି ଦଳ ନିର୍ଦ୍ଦିଷ୍ଟ ବା ସ୍ପଷ୍ଟଭାବେ ପୂର୍ବ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିବା ପରିସ୍ଥିତିରେ ଏକକ ବା ମିଳିତ ଭାବେ ମନ୍ତ୍ରୀମଣ୍ଡଳ ଗଠନ କରିବା ଅସମ୍ଭବ ହୋଇପଡ଼େ, ସେହି ଅବସ୍ଥାକୁ “ଝୁଲା ସଂସଦ’’ କୁହାଯାଏ ।

୭ । ନିର୍ଣ୍ଣାୟକ ମତଦାନ କ’ଣ ?
Answer:
କୌଣସି ବିଷୟରେ ବ୍ୟବସ୍ଥାପିକାରେ ଭୋଟ ଗ୍ରହଣ ସମୟରେ ଯଦି ସମର୍ଥନ ଓ ବିରୋଧରେ ସମାନ ସଂଖ୍ୟକ ଭୋଟ ମିଳିଥାଏ ତେବେ ଗୃହର ଅଧ୍ୟକ୍ଷ ତାଙ୍କର ବିଶେଷ ମତଦାନ କରନ୍ତି ଓ ତାହାହିଁ ନିର୍ଣ୍ଣାୟକ ହୋଇଥାଏ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

C. ଗୋଟିଏ ଶବ୍ଦ / ପଦରେ ଉତ୍ତର ଦିଅ ।

୧ । କିଏ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ଅଧ୍ୟକ୍ଷତା କରନ୍ତି ?
Answer:
ଲୋକସଭାର ବାଚସ୍ପତି

୨ । ସଂସଦ କ୍ଷେତ୍ରରେ କିଏ ଅର୍ଥବିଧେୟକକୁ ପ୍ରମାଣପତ୍ର ଦିଅନ୍ତି ?
Answer:
ଲୋକସଭାର ବାଚସ୍ପତି

୩ । ବାଚସ୍ପତିଙ୍କ ଭୋଟକୁ କ’ଣ କୁହାଯାଏ ?
Answer:
ନିର୍ଣ୍ଣାୟକ ଭୋଟ (Casting Vote)

୪ । ଭାରତରେ ଅବଶେଷ କ୍ଷମତା କାହାଠାରେ ନ୍ୟସ୍ତ ?
Answer:
କେନ୍ଦ୍ରୀୟ ସଂସଦ

୫ । ଲୋକସଭାର ମନୋନୀତ ସଦସ୍ୟମାନେ କେଉଁ ସମ୍ପ୍ରଦାୟର ?
Answer:
ଆଙ୍ଗ୍ -ଭାରତୀୟ

୬ । ବିଧାନସଭାର ବୈଠକ ବସିବା ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତିକୁ କ’ଣ କୁହାଯାଏ ?
Answer:
କୋରମ୍ (Quorum)

୭ । ପ୍ରତି ଦୁଇବର୍ଷରେ ଥରେ ରାଜ୍ୟସଭା ଓ ବିଧାନପରିଷଦର କେତେ ସଦସ୍ୟ ଅବସର ନିଅନ୍ତି ?
Answer:
ଏକ-ତୃତୀୟାଂଶ

୮ । କେଉଁ ବିଧେୟକ କରଧାର୍ଯ୍ୟ, କର ଉଚ୍ଛେଦ, କରହ୍ରାସ, କର ପରିବର୍ତ୍ତନ ଓ ନିୟନ୍ତ୍ରଣ ଆଦି ରାଜସ୍ଵ ସଂପର୍କୀୟ ପ୍ରଶ୍ନ ସହ ଜଡ଼ିତ ?
Answer:
ରାଜସ୍ଵ ମଞ୍ଜୁରୀ ବିଧେୟକ (Finance Bill)

୯ । ବାର୍ଷିକ ଆୟବ୍ୟୟର ଅଟକଳ ବା ବିବରଣୀକୁ କ’ଣ କୁହାଯାଏ ?
Answer:
ବଜେଟ୍

୧୦ । ଭାରତରେ ଆର୍ଥିକବର୍ଷ କେବେ ଆରମ୍ଭ ହୁଏ ?
Answer:
ଏପ୍ରିଲ ୧ ରୁ

D. ଭ୍ରମ ସଂଶୋଧନ କର ।

୧ । ସଂସଦ ନିଜର ଅବମାନନା ପାଇଁ ସଦସ୍ୟମାନଙ୍କୁ ନିଜେ ଦଣ୍ଡବିଧାନ କରିପାରିବେ ନାହିଁ ।
Answer:
ସଂସଦ ନିଜର ଅବମାନନା ପାଇଁ ଯେକୌଣସି ସଦସ୍ୟଙ୍କୁ ନିଜେ ଦଣ୍ଡବିଧାନ କରିପାରିବେ ।

୨ । ସମ୍ବିଧାନ ସଂଶୋଧନ ବିଧେୟକ ଉପରେ ସଂସଦର ଉଭୟ ଗୃହ ସହମତ ନ ହେଲେ ମିଳିତ ବୈଠକରେ ଆହ୍ବାନ କରାଯାଏ ।
Answer:
ସମ୍ବିଧାନ ସଂଶୋଧନ ବିଧେୟକ ଉପରେ ସଂସଦର ଉଭୟ ଗୃହ ସହମତ ନ ହେଲେ ମିଳିତ ବୈଠକ ବସିବାର ବ୍ୟବସ୍ଥା ନାହିଁ ।

୩ । ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଗୃହର ସଦସ୍ୟମାନ ନିଜ ମଧ୍ୟରୁ ନିର୍ବାଚନ କରିଥା’ନ୍ତି ।
Answer:
ରାଜ୍ୟସଭାର ଅଧ୍ୟକ୍ଷରୂପେ ନିଜ ପଦବୀବଳରେ ଭାରତର ଉପରାଷ୍ଟ୍ରପତି କାର୍ଯ୍ୟକରନ୍ତି ।

୪ । ଅର୍ଥବିଧେୟକ ସଂସଦର ଯେକୌଣସି ଗୃହରେ ପ୍ରଥମେ ଆଗତ କରିହେବ ।
Answer:
ଅର୍ଥବିଧେୟକ ସଂସଦର କେବଳ ନିମ୍ନସଦସ ଅର୍ଥାତ୍ ଲୋକସଭାରେ ପ୍ରଥମେ ଆଗତ କରିହେବ ।

୫ । ଜାମ୍ମୁ ଓ କାଶ୍ମୀର ବିହାର ଓ ମହାରାଷ୍ଟ୍ରରେ ଏକସଦଳୀୟ ବ୍ୟବସ୍ଥାପିକା ରହିଛି ।
Answer:
ଜାମ୍ମୁ ଓ କାଶ୍ମୀର, ବିହାର ଓ ମହାରାଷ୍ଟ୍ରରେ ଦ୍ବିସଦଳୀୟ ବ୍ୟବସ୍ଥାପିକା ରହିଛି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୬ । ବିଧାନସଭା ଏକ ସ୍ଥାୟୀ ଗୃହ ।
Answer:
ବିଧାନସଭା ଏକ ଅସ୍ଥାୟୀ ଗୃହ । (କିମ୍ବା, ବିଧାନପରିଷଦ ଏକ ସ୍ଥାୟୀ ଗୃହ)

୭ । ଗୃହର କୋରମ୍ ହେଉଛି ମୋଟ ସଭ୍ୟସଂଖ୍ୟାର ଏକ-ତୃତୀୟାଂଶ !
Answer:
ଗୃହର କୋରମ୍ ହେଉଛି ମୋଟ ସଭ୍ୟସଂଖ୍ୟାର ଏକ-ଦଶମାଂଶ ।

୮ । ଅର୍ଥ ବିଧେୟକ କ୍ଷେତ୍ରରେ ରାଜ୍ୟସଭାର କୌଣସି କ୍ଷମତା ନାହିଁ ।
Answer:
ଅର୍ଥବିଧେୟକ ଗୃହୀତ କରିବା କ୍ଷେତ୍ରରେ ରାଜ୍ୟସଭା ୧୪ ଦିନ ବିଳମ୍ବ ଘଟାଇ ପାରିବ ।

୯ । ୨୦୦୯ ମସିହାରେ ଚତୁର୍ଦ୍ଦଶ ଲୋକସଭା ଗଠିତ ହୋଇଥିଲା ।
Answer:
୨୦୦୯ ମସିହାରେ ପଞ୍ଚଦଶ ଲୋକସଭା ଗଠିତ ହୋଇଥିଲା ।

୧୦ । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କଦ୍ବାରା ମନୋନୀତ ସଦସ୍ୟ ନାହାନ୍ତି ।
Answer:
ରାଜ୍ୟସଭାରେ ରାଷ୍ଟ୍ରପତିଙ୍କଦ୍ଵାରା ମନୋନୀତ ୧୨ ଜଣ ସଦସ୍ୟ ରହିଛନ୍ତି ।

E. ଶୂନ୍ୟସ୍ଥାନ ପୂରଣ କର ।

୧ । ସଂସଦରେ ପ୍ରଶ୍ନକାଳ (Question Hour) ଦିନ ___________ ରୁ ___________ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ।
Answer:
୧୧ ରୁ ୧୨

୨ । ସଂସଦରେ ଶୂନ୍ୟକାଳ (Zero Hour) ଦିନ ___________ ରୁ ___________ ଟା ମଧ୍ୟରେ ଅନୁଷ୍ଠିତ ହୁଏ ।
Answer:
୧୨ ରୁ ୧

୩ । ଆର୍ଥିକ ଓ କାର୍ଯ୍ୟପାଳିକା ନିୟନ୍ତ୍ରଣ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭା ଅପେକ୍ଷା ___________ ।
Answer:
ଅଧୂକ ।

୪ । ___________ ବିଧେୟକ କ୍ଷେତ୍ରରେ ଲୋକସଭା ଓ ରାଜ୍ୟସଭା ମଧ୍ଯରେ ସହମତି ନ ଦେଲେ ସମ୍ବିଧାନର ୧୦୮ ଧାରା ବଳରେ ___________ ଉଭୟଗୃହର ମିଳିତ ଅଧୂବେଶନ ଆହ୍ବାନ କରନ୍ତି ।
Answer:
ଅଣ-ଅର୍ଥ (ସାଧାରଣ), ରାଷ୍ଟ୍ରପତି

୫ । ___________ ବିଧେୟକ ଲୋକସଭାରେ ଗୃହୀତ ନହେଲେ ଖର୍ଚ୍ଚଦାବି ଓ ସମ୍ମିଳିତ ପାଣ୍ଠିରୁ ଅର୍ଥବ୍ୟୟ ସମ୍ଭବ ହୋଇ ନ ଥାଏ ?
Answer:
ବ୍ୟୟମଞ୍ଜୁରୀ ବିଧେୟକ (Appropriation Bill)

୬ । ସରକାରୀ ବିଧେୟକ ଓ ବେସରକାରୀ ବିଧେୟକ ଆଗତ କରିବାକୁ ଗୃହର ଅନୁମତି ପାଇଁ ଯଥାକ୍ରମେ ___________ ଦିନ ଓ ___________ ମାସ ପୂର୍ବରୁ ବିଜ୍ଞପ୍ତି ଦେବାକୁ ହୁଏ ?
Answer:
୭ (ସାତ) ଦିନ ଓ ୦୧ (ଏକ) ମାସ

୭ । ଅନାସ୍ଥା ପ୍ରସ୍ତାବ ଓ ___________ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାକୁ ବାଧ୍ୟ ହୁଏ ।
Answer:
କାଟ୍

୮ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଖର୍ଚ୍ଚଦାବି ଗୃହୀତ କରାଇବାପାଇଁ ଓ ___________ ପ୍ରୟାଗ କରାଯାଏ ?
Answer:
ବନ୍ଦ (Closure) ଓ ଗିଲୋଟିନ୍ (Guillotine)

୯ । ___________ ର ପ୍ରସ୍ତାବ କ୍ରମେ ସଂସଦ ସଂଯୁକ୍ତ ରାଜ୍ୟ ପାଇଁ ବିଧାନପରିଷଦ ସୃଷ୍ଟି କିମ୍ବା ବିଳୟ କରିପାରେ ।
Answer:
ବିଧାନସଭା

୧୦ । ଓଡ଼ିଶା ବିଧାନସଭାରେ ହରିଜନ ବା ତଫସିଲଭୁକ୍ତ ଜାତି (SC) ଓ ତଫସିଲଭୁକ୍ତ ଜନଜାତି ବା ଆଦିବାସୀ (ST) ଙ୍କ ପାଇଁ ଯଥାକ୍ରମେ ___________ ଓ ___________ ଗୋଟି ସ୍ଥାନ ସଂରକ୍ଷିତ ରହିଛି ।
Answer:
୨୨, ୩୪

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାର ନାମ ଲେଖ ।
Answer:
ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାର ନାମ ସଂସଦ ।

୨ । ସଂସଦ କାହାକୁ ନେଇ ଗଠିତ ?
Answer:
ସଂସଦ ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାକୁ ନେଇ ଗଠିତ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୩ । ସଂସଦର ଦୁଇ କକ୍ଷ ମଧ୍ୟରୁ କେଉଁଟି ଅଧୂକ ଶକ୍ତିଶାଳୀ ?
Answer:
ସଂସଦର ଦୁଇ କକ୍ଷ ମଧ୍ୟରୁ ଲୋକସଭାଟି ଅଧୁକ ଶକ୍ତିଶାଳୀ ।

୪ । ଲୋକସଭାର କାର୍ଯ୍ୟକାଳ କେଉଁ ପରିସ୍ଥିତିରେ ବଢ଼ାଯାଇପାରିବ ?
Answer:
ଜାତୀୟ ଜରୁରୀ ପରିସ୍ଥିତି ଜାରି ସମୟରେ ରାଷ୍ଟ୍ରପତି ଲୋକସଭାର କାର୍ଯ୍ୟକାଳକୁ ଏକ ବର୍ଷ ବଢ଼ାଇ ଦେଇପାରିବେ ।

୫ । ଲୋକସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା କେତେ ?
Answer:
ଲୋକସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା ୫୪୫ ।

୬ । ଲୋକସଭାର ବାଚସ୍ପତି କିପରି ନିର୍ବାଚିତ ହୁଅନ୍ତି ?
Answer:
ଲୋକସଭା ନିର୍ବାଚନ ପରେ ନିର୍ବାଚିତ ସଭ୍ୟମାନେ ପ୍ରଥମ ବୈଠକରେ ଶପଥ ନେଇସାରି ସେମାନଙ୍କ ମଧ୍ୟରୁ ତି ଓ ଆଉ ଜଣକୁ ଉପବାଚସ୍ପତି ଭାବରେ ବାଛିଥା’ନ୍ତି ।

୭ । ଲୋକସଭାର ସର୍ବୋଚ୍ଚ କର୍ତ୍ତୃପକ୍ଷ କିଏ ?
Answer:
ଲୋକସଭାର ସର୍ବୋଚ୍ଚ କର୍ତ୍ତୃପକ୍ଷ ବାଚସ୍ପତି ।

୮। ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ଏହାର କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ ନଥାଏ ।

୯ । କେଉଁ ନିୟମ ଭିତ୍ତିରେ ରାଜ୍ୟସଭାର ସଭ୍ୟମାନେ ଅବସର ଗ୍ରହଣ କରନ୍ତି ?
Answer:
ପ୍ରତି ଦୁଇ ବର୍ଷରେ ରାଜ୍ୟସଭାର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।

୧୦ । ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକଚାଟିଆ ଅଧୁକାର ସଂସଦର କେଉଁ ସଦନର ଅଛି ?
Answer:
ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକଚାଟିଆ ଅଧୁକାର ରାଜ୍ୟସଭାର ଅଛି ।

୧୧ । ବିଲ୍ କିପରି ଆଇନରେ ପରିଣତ ହୁଏ ?
Answer:
ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିବା ବିଲ୍‌ ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଲା ପରେ ଆଇନରେ ପରିଣତ ହୁଏ ।

୧୨ । ରାଜ୍ୟସଭା ଆର୍ଥିକ କ୍ଷେତ୍ରରେ ଦୁର୍ବଳ କାହିଁକି ?
Answer:
ରାଜ୍ୟସଭାରେ କୌଣସି ଅର୍ଥ ବିଧେୟକ ଆଗତ କରାଯାଇପାରୁ ନଥିବାରୁ ଏବଂ ଏହାକୁ ଅନୁମୋଦନ କରିବା ଏହାର କୌଣସି ଭୂମିକା ନଥିବାରୁ ଆର୍ଥିକ କ୍ଷେତ୍ରରେ ଏହା ଦୁର୍ବଳ ଅଟେ ।

୧୩ । ଲୋକସଭାର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଲୋକସଭାର ମନମୁଖୀ ବ୍ୟବସ୍ଥାପନାକୁ ନିୟନ୍ତ୍ରଣ କରିବା ରାଜ୍ୟସଭାର ପ୍ରଧାନ କାର୍ଯ୍ୟ ।

୧୪ । କେଉଁ ବିଧେୟକ କ୍ଷେତ୍ରରେ ରାଷ୍ଟ୍ରପତି ମିଳିତ ବୈଠକ ଡାକି ପାରନ୍ତି ?
Answer:
ସାଧାରଣ ବିଧେୟକ କ୍ଷେତ୍ରରେ ସଂସଦର ଉଭୟ ଗୃହ ମଧ୍ୟରେ ମତବିଭେଦତା ଦେଖାଗଲେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ବୈଠକ ଡାକିପାରନ୍ତି ।

୧୫ । ଲୋକସଭାର ବାଚସ୍ପତିଙ୍କୁ କିପରି ତାଙ୍କ ପଦରୁ ବହିଷ୍କାର କରାଯାଇପାରିବ ?
Answer:
ଲୋକସଭାର ଅନ୍ଧାଧୁକ ସଭ୍ୟମାନଙ୍କଦ୍ଵାରା ଅନୁମୋଦନ ଲାଭ କରିଥିବା ଏକ ପ୍ରସ୍ତାବଦ୍ଵାରା ବାଚସ୍ପତିଙ୍କୁ ବହିଷ୍କାର କରାଯାଇପାରିବ ।

୧୬ । ସଂସଦର କେଉଁ ଗୃହକୁ ବୟସ୍କଙ୍କ ସଦନ କୁହାଯାଏ ?
Answer:
ସଂସଦର ଉଚ୍ଚ କକ୍ଷ ରାଜ୍ୟସଭାକୁ ବୟସ୍କଙ୍କ ସଦନ କୁହାଯାଏ ।

୧୭ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେତେ ଶ୍ରେଣୀୟ ମନ୍ତ୍ରୀ ଥାନ୍ତି ଓ କ’ଣ କ’ଣ ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାଧାରଣତଃ ତିନି ଶ୍ରେଣୀର ମନ୍ତ୍ରୀ ଥାଆନ୍ତି, ଯଥା- କ୍ୟାବିନେଟ୍, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ । ଏତଦ୍‌ବ୍ୟତୀତ ସଂସଦୀୟ ସଚିବ ନାମରେ ଚତୁର୍ଥ ପ୍ରକାର ମନ୍ତ୍ରୀ ମଧ୍ୟ କେତେକ କ୍ଷେତ୍ରରେ ରହିଥା’ନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୧୮ । କୌଣସି ଗୁରୁତ୍ବପୂର୍ଣ୍ଣ ଆଇନଗତ ପ୍ରଶ୍ନର ସମାଧାନ ପାଇଁ ରାଷ୍ଟ୍ରପତି କାହାର ପରାମର୍ଶ ମାଗିଥା’ନ୍ତି ?
Answer:
କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନଗତ ପ୍ରଶ୍ନର ସମାଧାନ ପାଇଁ ରାଷ୍ଟ୍ରପତି ୧୪୩ ଧାରାନୁଯାୟୀ ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ଲୋଡ଼ନ୍ତି ।

୧୯ । ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ?
Answer:
ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା ୫୦,୦୦୦ ଟଙ୍କା ଅଟେ ।

୨୦ । ଗୋଟିଏ ରାଜ୍ୟର ରାଜ୍ୟପାଳଙ୍କଠାରୁ ରିପୋର୍ଟ ନ ପାଇଥିଲେ ମଧ୍ୟ ସେହି ରାଜ୍ୟରେ ରାଷ୍ଟ୍ରପତି ରାଷ୍ଟ୍ରପତି ଶାସନ ଜାରି କରିପାରିବେ କି ?
Answer:
ହଁ, ରାଜ୍ୟପାଳ ଭିନ୍ନ ଅନ୍ୟ ସୂତ୍ରରୁ ପ୍ରାପ୍ତ ତଥ୍ୟ ଉପରେ ରାଷ୍ଟ୍ରପତିଙ୍କର ବିଶ୍ଵାସ ହେଲେ ରାଷ୍ଟ୍ରପତି ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିପାରିବେ ।

୨୧ । ମୁଖ୍ୟ ନିର୍ବାଚନ କମିଶନରଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୨୨ । ଲୋକସଭାରେ କେଉଁ ପ୍ରକାର ମନୋନୀତ ସଦସ୍ୟ ଥାଆନ୍ତି ?
Answer:
ଲୋକସଭାରେ ରାଷ୍ଟ୍ରପତିଙ୍କଦ୍ଵାରା ଆଙ୍ଗେ-ଭାରତୀୟ ସଂପ୍ରଦାୟରୁ ମନୋନୀତ ଦୁଇଜଣ ସଦସ୍ୟ ଥାଆନ୍ତି |

୨୩ । ରାଜ୍ୟସଭା ପାଇଁ ରାଷ୍ଟ୍ରପତି କେତେ ଜଣ ସଭ୍ୟଙ୍କୁ ମନୋନୀତ କରିପାରିବେ ?
Answer:
ରାଜ୍ୟସଭା ପାଇଁ ରାଷ୍ଟ୍ରପତି କଳା, ବିଜ୍ଞାନ, ସମାଜସେବା, ସାହିତ୍ୟ ଆଦି କ୍ଷେତ୍ରରେ କୃତିତ୍ଵସଂପନ୍ନ ଲୋକମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ମନୋନୀତ କରିପାରିବେ ।

୨୪ । କୌଣସି ପରିସ୍ଥିତିରେ ରାଷ୍ଟ୍ରପତି ରାଜ୍ୟସଭାକୁ ଭାଙ୍ଗି ଦେଇପାରିବେ କି ?
Answer:
ନା, ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ରାଷ୍ଟ୍ରପତି କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ଭାଙ୍ଗି ଦେଇପାରିବେ ନାହିଁ ।

୨୫ । ସମ୍ବିଧାନ ସଂଶୋଧନ ଚିଠା-ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ ରହିତ କରିପାରିବେ କି ?
Answer:
ହଁ, ସମ୍ବିଧାନ ଚିଠା-ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ ରହିତ କରିପାରିବେ ।

୨୬ । ସଂସଦର ଦୁଇ ସଦନ ମଧ୍ଯରେ ସମ୍ବିଧାନ ସଂଶୋଧନ ଚିଠା ଆଇନ ସମ୍ବନ୍ଧରେ ମତ ପାର୍ଥକ୍ୟ ଘଟିଲେ ବିଲ୍‌ର କ’ଣ ହୁଏ ?
Answer:
ସଂସଦର ଦୁଇ ସଦନ ମଧ୍ଯରେ ସମ୍ବିଧାନ ସଂଶୋଧନ ଚିଠା ଆଇନ ସମ୍ବନ୍ଧରେ ମତପାର୍ଥକ୍ୟ ଘଟିଲେ ବିଲଟି ଗୃହୀତ ହୋଇନପାରି ପ୍ରତ୍ୟାହୃତ ହୋଇଥାଏ ।

୨୭ । କେଉଁ ସାମ୍ବିଧାନିକ ପଦାଧୂକାରୀ ସଂସଦର ଆଲୋଚନାରେ ଭାଗ ନେଇପାରିବେ, ମାତ୍ର ଭୋଟଦାନ କରିପାରିବେ ନାହିଁ ?
Answer:
ଭାରତର ମୁଖ୍ୟ ଅଧ୍ଵବକ୍ତା, ମୁଖ୍ୟ ହିସାବରକ୍ଷକ ଓ ନିରୀକ୍ଷଣକ ସଂସଦର ଆଲୋଚନାରେ ଭାଗନେଇ ପାରିବେ, ମାତ୍ର ଭୋଟଦାନ କରିପାରିବେ ନାହିଁ ।

୨୮ । ସଂସଦରେ ରେଳବାଇ ବଜେଟ୍ କିଏ ଉପସ୍ଥାପନ କରନ୍ତି ?
Answer:
ସଂସଦରେ ରେଳବାଇ ବଜେଟ୍, ସାଧାରଣ ବଜେଟ୍ ଉପସ୍ଥାପନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ରେଳବାଇ ମାତ୍ର ଉପସ୍ଥାପନ କରନ୍ତି ।

୨୯ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ (Midterm election) କହିଲେ କ’ଣ ବୁଝାଏ ?
Answer:
ସଂସଦ ବା ରାଜ୍ୟ ବିଧାନସଭା ପାଇଁ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ । କିନ୍ତୁ ୫ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ କୌଣସି କାରଣରୁ ଏକକ ବା ମିଳିତଭାବେ କୌଣସି ରାଜନୈତିକ ଦଳ ମନ୍ତ୍ରୀମଣ୍ଡଳ ଗଠନ କରି ନପାରିଲେ କେନ୍ଦ୍ର କ୍ଷେତ୍ରରେ ରାଷ୍ଟ୍ରପତି ଓ ରାଜ୍ୟ କ୍ଷେତ୍ରରେ ରାଜ୍ୟପାଳ ଯଥାକ୍ରମେ ଲୋକସଭା ଓ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ଘୋଷଣା କରନ୍ତି । ଏହି ନିର୍ବାଚନକୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କୁହାଯାଏ ।

୩୦ । କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ଲୋକସଭାକୁ ଆଇଣ୍ଡିଆନ୍ ସଂପ୍ରଦାୟର ସଭ୍ୟଙ୍କୁ ମନୋନୀତ କରନ୍ତି ?
Answer:
ଲୋକସଭାରେ ଦୁଇଜଣ ଆଙ୍ଗେ-ଇଣ୍ଡିଆନ୍ ସଂପ୍ରଦାୟର ନିର୍ବାଚିତ ସଭ୍ୟ ନଥିବା ପରିସ୍ଥିତିରେ ରାଷ୍ଟ୍ରପତି ଲୋକସଭାକୁ ସର୍ବାଧ‌ିକ ଦୁଇଜଣ ଆଙ୍ଗ୍‌-ଇଣ୍ଡିଆନ୍ ସଭ୍ୟ ମନୋନୀତ କରନ୍ତି |

୩୧ । ରାଜ୍ୟସଭାକୁ କାହିଁକି ରାଜ୍ୟମାନଙ୍କର ସଭା (Council of States) କୁହାଯାଏ ?
Answer:
ରାଜ୍ୟସଭା ରାଜ୍ୟମାନଙ୍କୁ ପ୍ରତିନିଧିତ୍ଵ କରୁଥିବାରୁ ଏହାକୁ ‘ରାଜ୍ୟମାନଙ୍କର ସଭା’ କୁହାଯାଏ ।

୩୨ । ଗୋଟିଏ ଅର୍ଥବିଲ୍‌କୁ କିଏ ପ୍ରମାଣପତ୍ର ପ୍ରଦାନ କରନ୍ତି ?
Answer:
ଗୋଟିଏ ଅର୍ଥବିଲ୍‌କୁ ନିମ୍ନ ସଦନର ବାଚସ୍ପତି ଅର୍ଥାତ୍ ସଂସଦ କ୍ଷେତ୍ରରେ ଲୋକସଭାର ବାଚସ୍ପତି ଏବଂ ରାଜ୍ୟ କ୍ଷେତ୍ରରେ ବିଧାନସଭାର ବାଚସ୍ପତି ପ୍ରମାଣପତ୍ର ଦିଅନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୩୩ । ସଂସଦର ନ୍ୟାୟିକ କାର୍ଯ୍ୟାବଳୀ କ’ଣ ?
Answer:
ମହାଭିଯୋଗ ପ୍ରସ୍ତାବ ଗୃହୀତ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତି ଆଦି ଉଚ୍ଚ ସାମ୍ବିଧାନିକ ପଦାଧ୍ୟାକାରୀମାନଙ୍କୁ ବହିଷ୍କାର କରିବା ଏବଂ ନିଜର ସ୍ଵାଧୁକାର ଭଙ୍ଗ ବିଷୟରେ ବିଚାର କରି ଅର୍ଥ ବା କାରାଦଣ୍ଡ ଦେବାର କ୍ଷମତାକୁ ସଂସଦର ନ୍ୟାୟିକ କାର୍ଯ୍ୟାବଳୀର ପରିସରଭୁକ୍ତ କରାଯାଇପାରେ ।

B. ପାଞ୍ଚଗୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

୧ । ସଂସଦୀୟ ଆଧୂପତ୍ୟର ଅର୍ଥ କ’ଣ ?
Answer:
ସଂସଦ ରାଷ୍ଟ୍ରର ପ୍ରତିନିଧୂମୂଳକ ବ୍ୟବସ୍ଥାପକ ସଭା ଏବଂ ସମସ୍ତ କ୍ଷମତାର ଉତ୍ସ ଓ ଆଧାର । ମନ୍ତ୍ରୀମାନେ ସଂସଦର ସଭ୍ୟ ଏବଂ ଜନସାଧାରଣଙ୍କର ପ୍ରତ୍ୟକ୍ଷ ପ୍ରତିନିଧ୍ଵ । ତେଣୁ ମନ୍ତ୍ରୀମଣ୍ଡଳ ତା’ର ପ୍ରତ୍ୟେକ କାର୍ଯ୍ୟପାଇଁ ସଂସଦ ନିକଟରେ ଉତ୍ତରଦାୟୀ ରହେ । ଶାସନ କ୍ଷେତ୍ରରେ ସଂସଦର କର୍ତ୍ତୃତ୍ଵ ଜାହିର କରିଥାଏ । ଅନାସ୍ଥା ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ ଏବଂ କାଟ ପ୍ରସ୍ତାବ ଜରିଆରେ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାର କ୍ଷମତା ମଧ୍ଯ ସଂସଦର ରହିଛି । ଏଣୁ ସଂସଦୀୟ ଆଧୂପତ୍ୟ କହିଲେ ସଂସଦର ଅଖଣ୍ଡ କ୍ଷମତାକୁ ବୁଝାଇଥାଏ ।

୨ । ସଂସଦକୁ କାହିଁକି ଜନମତର ଶ୍ରେଷ୍ଠ ପ୍ରତିନିଧୂରୂପେ ବର୍ଣନା କରାଯାଇଛି ?
Answer:
ସଂସଦ ଏକ ପ୍ରତିନିଧୂମୂଳକ ଅନୁଷ୍ଠାନ ହୋଇଥିବାରୁ ଏହା ସମସ୍ତ କ୍ଷମତାର ଉତ୍ସ ଓ ଆଧାର । ଏହା ଲୋକମାନଙ୍କର ଦାବି ଓ ଆବଶ୍ୟକତାକୁ ଯଥାସମ୍ଭବ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଅର୍ଥ ସମ୍ବଳିତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ । ତେଣୁ ସଂସଦକୁ ଜନମତର ଶ୍ରେଷ୍ଠ ପ୍ରତିନିଧୁରୂପେ ବର୍ଣ୍ଣନା କରାଯାଇଛି ।

୩ । ବାଚସ୍ପତି କଥା କହନ୍ତି ନାହିଁ – ବୁଝାଅ ।
Answer:
ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟ କରିବାପାଇଁ ବାଚସ୍ପତିଙ୍କର ନିରପେକ୍ଷ ଓ ନିନ୍ଦନୀୟ ମନୋଭାବ ଏକାନ୍ତ ଆବଶ୍ୟକ । ଲୋକସଭାର ଅଧ୍ଯକ୍ଷ ହିସାବରେ ସେ ଲୋକସଭାର ସମସ୍ତ ବୈଠକରେ ଅଧ୍ୟକ୍ଷତା କରନ୍ତି । ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରି ତର୍କବିତର୍କ ନିୟନ୍ତ୍ରଣ କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ସେ କୌଣସି ଆଲୋଚନା କିମ୍ବା ତର୍କବିତର୍କରେ ଅଂଶଗ୍ରହଣ କରନ୍ତି ନାହିଁ । କେବଳ କୌଣସି ବିଷୟରେ ସପକ୍ଷ ଓ ବିପକ୍ଷ ଭୋଟ ସମାନ ହେଲେ ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇ ଉକ୍ତ ଅଚଳାବସ୍ଥା ଦୂର କରନ୍ତି । ସେଥିପାଇଁ ବାଚସ୍ପତି କଥା କହନ୍ତି ନାହିଁ, ବରଂ ଆଇନକାନୁନ୍‌ରେ ସବୁ କରନ୍ତି ।

୪ । ଲୋକସଭା ମନ୍ତ୍ରୀମଣ୍ଡଳକୁ କିପରି ନିୟନ୍ତ୍ରଣ କରେ ?
Answer:
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସାମୂହିକଭାବରେ ଲୋକସଭା ନିକଟରେ ଦାୟୀ । ଅନାସ୍ଥା ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ, ଖର୍ଚ୍ଚ କାଟ, ପ୍ରଶ୍ନୋତ୍ତର ଇତ୍ୟାଦି ମାଧ୍ୟମରେ ଲୋକସଭା ମନ୍ତ୍ରୀମଣ୍ଡଳ ଉପରେ ନିଜର କର୍ତ୍ତୃତ୍ଵ ଜାରି କରିଥାଏ । ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ, କାଟ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବାକୁ ପଡ଼ିଥାଏ ।

୫ । ‘ରାଜ୍ୟସଭା ଭାରତୀୟ ସଂସଦର ଦ୍ବିତୀୟ କକ୍ଷ ଅଟେ’ – ବୁଝାଅ ।
Answer:
ରାଜ୍ୟସଭା ଭାରତୀୟ ସଂସଦର ଏକ ସ୍ଥାୟୀ ଏବଂ ଦ୍ଵିତୀୟ କକ୍ଷ ଅଟେ । ଆଞ୍ଚଳିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଲୋକସଭା ତୁଳନାରେ ରାଜ୍ୟସଭାର କ୍ଷମତା ସୀମିତ ହେଲେ ମଧ୍ୟ ଦ୍ଵିତୀୟ କକ୍ଷ ଭାବରେ ଏହାର ଯଥେଷ୍ଟ ଉପାଦେୟତା ରହିଛି । ରାଜ୍ୟସଭା ଲୋକସଭାର ସ୍ଵେଚ୍ଛାଚାରକୁ ପ୍ରତିହତ କରିଥାଏ । ବିଭିନ୍ନ ପ୍ରଶ୍ନ, ମୁଲତବୀ ପ୍ରସ୍ତାବ, ତର୍କବିତର୍କ ଓ ସରକାରୀ ନୀତିର ସମାଲୋଚନା ମାଧ୍ୟମରେ ରାଜ୍ୟସଭା ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ଜନମତକୁ ଅନେକାଂଶ ପ୍ରଭାବିତ କରେ ।

ଏତଦ୍‌ବ୍ୟତୀତ ଲୋକସଭାରେ ଗୃହୀତ ହୋଇଥିବା ବିଧେୟକରେ କୌଣସି ଦୋଷତ୍ରୁଟି ଥିଲେ ତାକୁ ସଂଶୋଧନ କରି ଉତ୍ତମ ଆଇନ ପ୍ରଣୟନ କରିବାରେ ଲୋକସଭା ସହାୟକ ହୋଇଥାଏ । ତେଣୁ ରାଜ୍ୟସଭା ସଂସଦର ଦ୍ଵିତୀୟ କକ୍ଷ ହେଲେ ମଧ୍ୟ ଅଦରକାରୀ ନୁହେଁ । ଲୋକସଭା ଉପଭୋଗ କରୁନଥୁବା ଦୁଇଟି ବିଶେଷ କ୍ଷମତା ରାଜ୍ୟସଭା ଉପଭୋଗ କରେ ।

ସମ୍ବିଧାନର ୨୪୯ ଧାରା ଅନୁଯାୟୀ ରାଜ୍ୟସଭା ତାହାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ଅନୁମୋଦନକ୍ରମେ ସଂସଦକୁ ରାଜ୍ୟ ତାଲିକାଭୁକ୍ତ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରିବାପାଇଁ କ୍ଷମତା ପ୍ରଦାନ କରେ । ପୁନଶ୍ଚ ସମଗ୍ର ଦେଶ ପାଇଁ ସର୍ବଭାରତୀୟ ସ୍ତରରେ କୌଣସି ନୂତନ ଚାକିରି ସଂସ୍ଥା ଖୋଲିବା ସମ୍ବନ୍ଧରେ ରାଜ୍ୟସଭା ପାର୍ଲିଆମେଣ୍ଟକୁ ସୁପାରିଶ କରିଥାଏ ।

୬ । କେଉଁ କେଉଁ କ୍ଷେତ୍ରରେ ଉଭୟ ଲୋକସଭା ଓ ରାଜ୍ୟସଭା ସମାନ କ୍ଷମତା ଉପଭୋଗ କରନ୍ତି ?
Answer:
ଲୋକସଭା ଏକ ଲୋକପ୍ରିୟ ପ୍ରତିନିଧୂମୂଳକ ସଦନ ହୋଇଥିବାରୁ ରାଜ୍ୟସଭା ତୁଳନାରେ ଅଧ୍ଵକ କ୍ଷମତା ଉପଭୋଗ କରୁଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଲୋକସଭା ଓ ରାଜ୍ୟସଭା ସମାନ କ୍ଷମତା ଉପଭୋଗ କରନ୍ତି । ସାଧାରଣ ବିଧେୟକ ଗ୍ରହଣ କରିବା କ୍ଷେତ୍ରରେ ଉଭୟ ଲୋକସଭା ଓ ରାଜ୍ୟସଭା ସମାନ କ୍ଷମତାର ଅଧିକାରୀ । ସମ୍ବିଧାନ ସଂଶୋଧନ କରିବା କ୍ଷେତ୍ରରେ ଉଭୟ ସଭାର ସମାନ କ୍ଷମତା ରହିଛି ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ ଓ ମହାଭିଯୋଗ ପ୍ରସ୍ତାବ ଗ୍ରହଣ ବିଷୟରେ ଉଭୟ ସଭା ସମାନ କ୍ଷମତା ଉପଭୋଗ କରନ୍ତି । ଏତଦ୍‌ବ୍ୟତୀତ ଉଚ୍ଚତମ ନ୍ୟାୟାଳୟର ବିଚାରପତି, ମହାସମୀକ୍ଷକ ଇତ୍ୟାଦିଙ୍କର ପଦଚ୍ୟୁତିପାଇଁ ପ୍ରସ୍ତାବ ଗ୍ରହଣ କରିବାରେ ଉଭୟର ସଭାର ସମାନ କ୍ଷମତା ରହିଛି ।

୭ । ସଂସଦୀୟ ସ୍ଵାଧୀକାର କ’ଣ ?
Answer:
ସଂସଦର ସଭ୍ୟମାନେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ଯେଉଁ ସୁବିଧା ସୁଯୋଗମାନ ଉପଭୋଗ କରନ୍ତି, ତାକୁ ସଂସଦୀୟ ସ୍ଵାଧିକାର କୁହାଯାଏ ।
(କ) ସଭ୍ୟମାନେ ସଂସଦରେ ଯେଉଁ ମତ ପ୍ରକାଶ କରନ୍ତି ସେଥିପାଇଁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଗତ କରାଯାଇ ପାରିବ ନାହିଁ ।
(ଖ) ଅଧୁବେଶନ ଚାଲିଥିବା ସମୟରେ ଅଧ୍ୟକ୍ଷଙ୍କୁ ନଜଣାଇ କୌଣସି ସଭ୍ୟଙ୍କୁ ଗିରଫ କରାଯାଇପାରିବ ନାହିଁ ।
(ଗ) ଏତଦ୍‌ବ୍ୟତୀତ ସଭ୍ୟମାନେ ରହଣି ନିମିତ୍ତ ରିହାତି ଭଡ଼ାରେ ବାସଗୃହ, ଅଧୂବେଶନ ସମୟରେ ଭତ୍ତା, ଯାତାୟାତ ପାଇଁ ରେଳ ପାସ୍ ଇତ୍ୟାଦି କେତେକ ସୁବିଧା ସୁଯୋଗ ପାଇଥାଆନ୍ତି ।
(ଘ) ସଭ୍ୟମାନଙ୍କ ଭାଷଣ ଯୋଗୁଁ ସେମାନଙ୍କ ବିରୋଧରେ ନ୍ୟାୟାଳୟରେ ମୋକଦ୍ଦମା କରାଯାଇପାରିବ ନାହିଁ ।

୮ । ମୁଲତବୀ ପ୍ରସ୍ତାବ କ’ଣ ?
Answer:
ସାଧାରଣ ସ୍ଵାର୍ଥଜଡ଼ିତ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ ତଥା ଜରୁରୀ ବିଷୟକୁ ସରକାର ଏବଂ ଲୋକମାନଙ୍କ ଦୃଷ୍ଟିକୁ ଆଣିବାପାଇଁ ଲୋକସଭାର ସଭ୍ୟମାନେ ମୁଲତବୀ ପ୍ରସ୍ତାବ ଆଣିଥାଆନ୍ତି । ସାମ୍ପ୍ରଦାୟିକ ସଂଘର୍ଷ, ଧର୍ମଘଟ, ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ବିଷୟକୁ କେନ୍ଦ୍ର କରି ବିରୋଧୀ ଦଳର ସଦସ୍ୟମାନେ ଏହି ପ୍ରସ୍ତାବ ଆଣନ୍ତି । ଏହାଦ୍ଵାରା ସଭ୍ୟମାନେ ସରକାରଙ୍କର ଅପାରଗତା ଦର୍ଶାଇ ଥାଆନ୍ତି ।

୯ । ଭାରତର ସଞ୍ଚିତ ପାଣ୍ଠି ବିଷୟରେ ଟିପ୍ପଣୀ ଦିଅ ।
Answer:
ସମ୍ବିଧାନର ୨୨୬ ଧାରା ଅନୁସାରେ ଭାରତରେ ଏକ ସମ୍ପ୍ରତ ପାଣ୍ଠି ରହିବ । ଏହି ପାଣ୍ଠିରେ ଭାରତ ସରକାରଙ୍କ ବିଭିନ୍ନ ପ୍ରକାର ଖଜଣା, କର, ଟିକସ, ଋଣ, ଅଗ୍ରିମ ପରିଶୋଧ ହେଉଥିବା ଋଣ ପ୍ରଭୃତିରୁ ଆଦାୟ ହେଉଥିବା ସମସ୍ତ ରାଜସ୍ଵ ଏହି ସଞ୍ଚତ ପାଣ୍ଠିରେ ଜମାଇବେ । ଭାରତ ସରକାରଙ୍କ ସମସ୍ତ ବ୍ୟୟ ଏହି ପାଣ୍ଠି ବହନ କରେ । ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଏହି ପ୍ରକାର ରାଜ୍ୟ ସମ୍ପ୍ରତ ପାଣ୍ଠି ନାମରେ ଏକ ପାଣ୍ଠି ରହିଛି ।

୧୦ । ଭାରତର ଜରୁରୀ ପାଣ୍ଠି କ’ଣ ?
Answer:
ସମ୍ବିଧାନର ୨୬୭ ଧାରା ଅନୁସାରେ ଭାରତରେ ଏକ ଜରୁରୀ ପାଣ୍ଠି ରହିବାର ବ୍ୟବସ୍ଥା ରହିଛି । ଏହି ପାଣ୍ଠି ରାଷ୍ଟ୍ରପତିଙ୍କ ଦାୟିତ୍ଵରେ ଥାଏ । ପାର୍ଲିଆମେଣ୍ଟର ଆଇନ ଅନୁସାରେ ପ୍ରତିବର୍ଷ ଏହି ପାଣ୍ଠିରେ ଅର୍ଥ ଜମା କରାଯାଏ । କୌଣସି କାରଣରୁ ଠିକ୍ ସମୟରେ ଦେଶର ବଜେଟ୍ ଗୃହୀତ ହୋଇ ନ ପାରିଲେ; ବଜେଟ୍‌ରେ ବ୍ୟବସ୍ଥା ହୋଇଥିବାରୁ ଅର୍ଥ କୌଣସି ନିର୍ଦ୍ଦିଷ୍ଟ ଖର୍ଚ୍ଚ ପାଇଁ କମ୍ ହେଲେ; ସରକାରଙ୍କୁ କୌଣସି ଆକସ୍ମିକ ଖର୍ଚ୍ଚ ବହନ କରିବାକୁ ପଡ଼ିଲେ ସରକାର ଜରୁରୀ ପାଣ୍ଠିରୁ ଅର୍ଥ ଆଣି ଏହି ଖର୍ଚ୍ଚକୁ ମୁକାବିଲା କରନ୍ତି । ପରେ ବଜେଟ୍ ଆଗତ କରି ପାର୍ଲିଆମେଣ୍ଟର ଅନୁମୋଦନ କ୍ରମେ ନିଆଯାଇଥିବା ଅର୍ଥ ଜରୁରୀ ପାଣ୍ଡିକୁ ଫେରାଇ ଦିଆଯାଏ । ତେଣୁ ଏହା ଏକ ଆପଦକାଳୀନ ପାଣ୍ଠି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୧୧ । ଲୋକସଭାର ସଭ୍ୟ ହେବାପାଇଁ କେଉଁ କେଉଁ ଯୋଗ୍ୟତା ଥିବା ଆବଶ୍ୟକ ?
Answer:
ସଂସଦର ଲୋକସଭାର ସଭ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖତ ଯୋଗ୍ୟତା ଥିବା ଦରକାର
(କ) ସେ ଭାରତୀୟ ନାଗରିକ ହୋଇଥବେ ।
(ଖ) ତାଙ୍କୁ ୨୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସ ହୋଇଥିବ ।
(ଗ) ସେ କୌଣସି ସରକାରୀ ଲାଭଜନକ ବ୍ୟବସାୟରେ ସମ୍ପୃକ୍ତ ନଥିବେ ।
(ଘ) ସେ ମସ୍ତିଷ୍କ ବିକୃତ ବା ଦେବାଳିଆ ହୋଇନଥିବେ ।
(ଙ) ଜନପ୍ରତିନିଧ୍ଵ ଆଇନଦ୍ଵାରା ସେ ଅନ୍ୟ କୌଣସି କାରଣରୁ ଅଯୋଗ୍ୟ ଘୋଷିତ ହୋଇ ନଥିବେ ।

୧୨ । ଲୋକସଭାର ବାଚସ୍ପତିଙ୍କ ନିଯୁକ୍ତି ଓ କାର୍ଯ୍ୟାବଳୀ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:
ସମ୍ବିଧାନର ୯୩ ଧାରା ଅନୁସାରେ ଲୋକସଭାର କାର୍ଯ୍ୟ ପରିଚାଳନା କରିବାପାଇଁ ଜଣେ ବାଚସ୍ପତି ରହିଛନ୍ତି । ସେ ଲୋକସଭାର ସଭ୍ୟମାନଙ୍କଦ୍ଵାରା ନିଜ ମଧ୍ୟରୁ ଜଣଙ୍କୁ ନିର୍ବାଚିତ କରିଥା’ନ୍ତି । ସେ ଲୋକସଭାର ବୈଠକମାନଙ୍କରେ ସଂସଦର ଯୁଗ୍ମ ଅଧୂବେଶନରେ ଅଧ୍ୟକ୍ଷତା କରନ୍ତି । କୌଣସି ଚିଠା ଆଇନ ଅର୍ଥ-ଚିଠା ବୋଲି ସେ ପ୍ରମାଣପତ୍ର ଦିଅନ୍ତି ।

୧୩ । ଲୋକସଭାର ବାଚସ୍ପତି କିପରି ପଦଚ୍ୟୁତ ହୁଅନ୍ତି ?
Answer:
ସମ୍ବିଧାନର ୯୪ ଧାରାରେ ଲୋକସଭାର ବାଚସ୍ପତିଙ୍କୁ ପଦଚ୍ୟୁତ କରିବାର ପଦ୍ଧତି ବର୍ଣ୍ଣିତ ହୋଇଛି । ଲୋକସଭା ୧୪ ଦିନିଆ ନୋଟିସ୍ ଦେଇ ଗୃହର ସଂଖ୍ୟାଗରିଷ୍ଠ ମତ ସହ ବାଚସ୍ପତିଙ୍କୁ ପଦଚ୍ୟୁତ କରିଥାଏ । ଲୋକସଭାର ସଭ୍ୟପଦ ହରାଇଲେ ମଧ୍ୟ ବାଚସ୍ପତି ପଦଚ୍ୟୁତ ହୁଅନ୍ତି ।

୧୪ । ଅର୍ଥ ବିଧେୟକର ବିଶେଷତ୍ଵଗୁଡ଼ିକ ବୁଝାଇ ଦିଅ ।
Answer:
ଗୋଟିଏ ଅର୍ଥ ବିଧେୟକର ନିମ୍ନଲିଖୂତ ବିଶେଷତ୍ଵ ରହିଛି –
(କ) ନିମ୍ନ ସଦନର ବାଚସ୍ପତି ଏକ ବିଧେୟକକୁ ଅର୍ଥ ବିଧେୟକ ବୋଲି ସୁପାରିଶପତ୍ର ଦେଇଥା’ନ୍ତି ।
(ଖ) ଏକ ଅର୍ଥ ବିଧେୟକ କେବଳ ନିମ୍ନ ସଦନରେ ପ୍ରଥମେ ଆଗତ ହୋଇପାରେ ।
(ଗ) ଗୃହରେ ଅର୍ଥ ବିଧେୟକ ଆଗତ ହେବା ପୂର୍ବରୁ ମୁଖ୍ୟ କାର୍ଯ୍ୟପାଳିକାଙ୍କ ପୂର୍ବ ଅନୁମତି ଆବଶ୍ୟକ ହୋଇଥାଏ ।
(ଘ) ଅର୍ଥ ବିଧେୟକକୁ ଗୃହୀତ କରିବା କ୍ଷେତ୍ରରେ ବ୍ୟବସ୍ଥାପିକାର ଦୁଇ ସଦନ ମଧ୍ଯରେ ମତ ବିଭେଦତା ଦେଖାଦେଲେ ଯୁଗ୍ମ ଅଧୂବେଶନ ଆହ୍ବାନ କରାଯାଇପାରିବ ନାହିଁ ।
(ଙ) ଅର୍ଥ ବିଧେୟକ ବ୍ୟବସ୍ଥାପିକାଦ୍ଵାରା ଗୃହୀତ ହୋଇସାରିବା ପରେ ଏହାକୁ ଅନୁମୋଦନ କରିବା କ୍ଷେତ୍ରରେ ମୁଖ୍ୟ କାର୍ଯ୍ୟପାଳିକା ‘ସୁଗିତ ଭିଟୋ’ କ୍ଷମତା ପ୍ରୟୋଗ କରିପାରନ୍ତି ନାହିଁ ।

୧୫ । ସଂସଦର ମିଳିତ ଅଧୂବେଶନ ।
Answer:
ଏକ ଚିଠା ବିଧେୟକ ସଂସଦର ଉଭୟ ଗୃହର ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହୁଏ । କିନ୍ତୁ ଏକ ସାଧାରଣ ବିଧେୟକଙ୍କୁ ଅନୁମୋଦନ କରିବା କ୍ଷେତ୍ରରେ ଉଭୟ ରାଜ୍ୟସଭା ଓ ଲୋକସଭା ମଧ୍ୟରେ ମତବିଭେଦତା ଓ ତଦ୍ଵଜନିତ ଅଚଳ ଅବସ୍ଥା ସୃଷ୍ଟି ହେଲେ ଭାରତର ରାଷ୍ଟ୍ରପତି ସଂସଦର ମିଳିତ ଅଧୂବେଶନ ଆହ୍ବାନ କରନ୍ତି । ଏହି ଅଧୂବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

ଏହି ଅଧୂବେଶନର ନିଷ୍ପତ୍ତି ସଂସଦର ଉଭୟ ସଦନର ନିଷ୍ପଭିରୂପେ ଗୃହୀତ ହୁଏ । ଲୋକସଭାର ସଭ୍ୟସଂଖ୍ୟା ରାଜ୍ୟସଭାଠାରୁ ଅଧିକ ହୋଇଥିବାରୁ ଏହି ଅଧୂବେଶନର ସାଧାରଣତଃ ଲୋକସଭାର ମତ ବଳବତ୍ତର ରୁହେ । ଅର୍ଥବିଧେୟକ କ୍ଷେତ୍ରରେ ଲୋକସଭାର ପ୍ରାଧାନ୍ୟ ରହୁଥିବାରୁ ମିଳିତ ଅଧୂବେଶନ ଆହ୍ବାନର ଆବଶ୍ୟକତା ଦେଖାଯାଇନଥାଏ । ୨୦୦୨ ମସିହାରେ ଆତଙ୍କବାଦ ନିରାକରଣ ବିଧେୟକ ଗ୍ରହଣପାଇଁ ସଂସଦର ମିଳିତ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ।

୧୬ । ବିଧାନସଭାରେ ଗୃହୀତ ହୋଇଥିବା ଚିଠା ପ୍ରସ୍ତାବରେ ରାଜ୍ୟପାଳ ତାଙ୍କର ଦସ୍ତଖତ ଦେବାକୁ ବାଧ୍ୟ କି ?
Answer:
ବିଧାନସଭାରେ ଗୃହୀତ ହୋଇଥିବା ଚିଠାଟି ରାଜ୍ୟପାଳଙ୍କ ସ୍ବୀକୃତି ଲାଭ କରି ଆଇନରେ ପରିଣତ ହୁଏ; କିନ୍ତୁ ରାଜ୍ୟପାଳ ନିଜର ସ୍ଵୀକୃତି ଦେବାପାଇଁ ବାଧ୍ୟ ନୁହନ୍ତି । ବିଧାନସଭାରେ ଗୃହୀତ ହୋଇଥିବା ବିଲ ଯେତେବେଳେ ରାଜ୍ୟପାଳଙ୍କ ନିକଟକୁ ଯାଏ, ସେତେବେଳେ ରାଜ୍ୟପାଳ ଚାହିଁଲେ ସେହି ବିଲ୍‌କୁ ସ୍ବୀକୃତି ନ ଦେଇ ପୁନଃବିଚାର ନିମନ୍ତେ ବିଧାନସଭାକୁ ଫେରାଇ ଦେଇପାରନ୍ତି ।

ମାତ୍ର ଯଦି କୌଣସି ପରିବର୍ତ୍ତନ ନହୋଇ ସେହି ବିଲ୍‌ ପୁଣି ଥରେ ରାଜ୍ୟପାଳଙ୍କ ନିକଟରେ ପହଞ୍ଚେ, ତେବେ ରାଜ୍ୟପାଳ ତାକୁ ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି । ଏତଦ୍‌ବ୍ୟତୀତ ବିଧାନସଭାରେ ଗୃହୀତ ହୋଇଥିବା ବିଲ୍‌ରେ ନିଜର ସ୍ବାକ୍ଷର ନଦେଇ ରାଜ୍ୟପାଳ ସମ୍ବିଧାନର ୨୦୦ ଓ ୨୦୧ ଧାରା ବଳରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇପାରିବେ ।

୧୭ । ବିଧାନ ପରିଷଦ କିପରି ଉଚ୍ଛେଦ ହୁଏ ?
Answer:
ସମ୍ବିଧାନର ୧୬୯ ଧାରାନୁସାରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି କୌଣସି ରାଜ୍ୟର ବିଧାନ ପରିଷଦକୁ ଉଚ୍ଛେଦ କରିପାରିବେ । ଉକ୍ତ ବିଧାନସଭାରେ ଏଥପାଇଁ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ଓ ଉପସ୍ଥିତ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଭୋଟଦ୍ଵାରା ଗୃହୀତ ଉଚ୍ଛେଦ ପ୍ରସ୍ତାବ ମଞ୍ଜୁର ହୋଇଥିବା ଦରକାର ।

୧୮ । ଓଡ଼ିଶା ବ୍ୟବସ୍ଥାପକ ସଭାର ଗଠନ ବର୍ଣନା କର ।
Answer:
ଓଡ଼ିଶାର ବ୍ୟବସ୍ଥାପକ ସଭା ରାଜ୍ୟପାଳ ଓ ବିଧାନସଭାକୁ ନେଇ ଗଠିତ । ରାଜ୍ୟପାଳ ବିଧାନସଭାର ଏକ ସଭ୍ୟ ନହେଲେ ମଧ୍ୟ ସେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶା ବ୍ୟବସ୍ଥାପକ ସଭା ଏକ ସଦନବିଶିଷ୍ଟ ଏବଂ ଏହି ସଦନର ନାମ ବିଧାନସଭା । ଓଡ଼ିଶାର ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ଅଟେ । ସେମାନେ ସାବାଳକ ଭୋଟ ପ୍ରଥାଦ୍ଵାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି ।

୧୯ । ବିଧାନପରିଷଦ ଗଠନରେ ରାଜ୍ୟରେ ଥିବା ସ୍ବାୟତ୍ତ ଶାସନ ଅନୁଷ୍ଠାନର ଭୂମିକା କ’ଣ ?
Answer:
ବିଧାନପରିଷଦ ବିଭିନ୍ନ ପ୍ରକାର ସଦସ୍ୟଙ୍କ ମଧ୍ୟରେ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧୂ ଅନ୍ୟତମ ଅଟନ୍ତି । ଗୃହର ମୋଟ ସଭ୍ୟସଂଖ୍ୟାର ଏକ-ତୃତୀୟାଂଶ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ, ପଞ୍ଚାୟତିରାଜ ସଂସ୍ଥା ଆଦି ସ୍ଵାୟତ୍ତ ଶାସନ ଅନୁଷ୍ଠାନଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

୨୦ । ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ବିଧାନସଭା ବାଚସ୍ପତିଙ୍କ ମୁଖ୍ୟ କାର୍ଯ୍ୟାବଳୀଗୁଡ଼ିକ ହେଉଛି –
(କ) ବିଧାନସଭାର ଅଧିବେଶନରେ ଅଧ୍ଯକ୍ଷତା କରିବା ।
(ଖ) ବିଧାନସଭାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା, ତର୍କ-ବିତର୍କ ନିୟନ୍ତ୍ରଣ କରିବା ଓ ଗୃହ ପରିଚାଳନା କରିବା ।
(ଗ) ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଓ ସଭ୍ୟମାନଙ୍କର ଅଧିକାର ସଂରକ୍ଷଣ କରିବା ।
(ଘ) ବିଭିନ୍ନ ଗୃହ କମିଟିର ସଭ୍ୟମାନଙ୍କୁ ନିଯୁକ୍ତ କରିବା !
(ଙ) କୌଣସି ବିଧେୟକକୁ ଅର୍ଥ ବିଧେୟକ ବୋଲି ସୁପାରିସ ଦେବା ।
(ଚ) ବିଧାନସଭାରେ ଗୃହୀତ ବିଧେୟକକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇବା ।

୨୧ । ଗୋଟିଏ ରାଜ୍ୟରେ କିପରି ବିଧାନପରିଷଦ ସୃଷ୍ଟି ହୁଏ ?
Answer:
ଗୋଟିଏ ରାଜ୍ୟରେ ବିଧାନ ପରିଷଦ ସୃଷ୍ଟି ହେବାପାଇଁ ସେହି ରାଜ୍ୟର ବିଧାନସଭାରେ ବିଧାନ ପରିଷଦ ସୃଷ୍ଟିହେବା ସଂକ୍ରାନ୍ତୀୟ ପ୍ରସ୍ତାବ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ଓ ଉପସ୍ଥିତ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଭୋଟଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ । ଏହାକୁ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଅନୁମୋଦନ କଲେ ବିଧାନପରିଷଦ ସୃଷ୍ଟି ହୁଏ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

C. ପାର୍ଥକ୍ୟ ଦର୍ଶାଅ

୧ । ବିଧେୟକ ଓ ଆଇନ :
Answer:
ଆଇନ ପ୍ରଣୟନ ପାଇଁ ଯେଉଁ ପ୍ରସ୍ତାବ ସଂସଦରେ ଆଗତ ହୁଏ ତାକୁ ବିଧେୟକ ବା ବିଲ୍ କୁହାଯାଏ । ଅର୍ଥ ବିଧେୟକ କ୍ଷେତ୍ରରେ ଲୋକସଭା ଅଧିକ କ୍ଷମତାଶାଳୀ ଏବଂ ଏହା ପ୍ରଥମେ ଲୋକସଭାରେ ଆଗତ ହୁଏ । ଅର୍ଥବିଲ୍ ସାଧାରଣ ବିଧେୟକ ଯେକୌଣସି ଗୃହରେ ଆଗତ ହୋଇପାରେ । ସଂସଦର ଉଭୟ ଗୃହରେ ଗୃହୀତ ହେବାପରେ ବିଧେୟକକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କଲାପରେ ବିଧେୟକଟି ଆଇନରେ ପରିଣତ ହୁଏ । ତେଣୁ ବିଧେୟକ ହେଉଛି ଆଇନର ପୂର୍ବାବସ୍ଥା ଓ ଆଇନ ହେଉଛି ବିଧେୟକର ଚରମ ବ୍ୟବସ୍ଥା ।

୨ । ସାଧାରଣ ବିଧେୟକ ଓ ଅର୍ଥ ବିଧାୟକ :
Answer:
ସାଧାରଣ ବିଧେୟକ ସରକାରୀ ବା ବିରୋଧୀ ଦଳର ସଭ୍ୟଙ୍କଦ୍ବାରା ଆଗତ କରାଯାଇପାରେ । ମାତ୍ର ସାଧାରଣ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନରେ ସଂସଦର ଯେକୌଣସି ଗୃହରେ ଆଗତ କରାଯାଇପାରେ । ମାତ୍ର ଅର୍ଥ ବିଧେୟକ କେବଳ ସରକାରଙ୍କଦ୍ଵାରା ଆଗତ କରାଯାଇଥାଏ । ଏକ ବିଧେୟକକୁ ଅର୍ଥ ବିଧେୟକ ବୋଲି ଲୋକସଭାର ବାଚସ୍ପତି ସୁପାରିଶପତ୍ର ଦିଅନ୍ତି ।

ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଅର୍ଥବିଲ୍ କେବଳ ଲୋକସଭାରେ ଆଗତ କରାଯାଇଥାଏ । ସାଧାରଣ ବିଲ୍ ସଂସଦରେ ଗୃହୀତ ହେଲାପରେ ମଧ୍ୟ ରାଷ୍ଟ୍ରପତି ପୁନର୍ବିଚାରପାଇଁ ଫେରାଇ ଦେଇପାରନ୍ତି; ମାତ୍ର ଅର୍ଥ ବିଲ୍‌କୁ ରାଷ୍ଟ୍ରପତି ପୁନର୍ବିଚାର ପାଇଁ ଫେରାଇ ପାରିବେ ନାହିଁ । ସାଧାରଣ ବିଧେୟକକୁ ରାଜ୍ୟସଭା ୬ ମାସ ପର୍ଯ୍ୟନ୍ତ ଅଟକାଇ ରଖିପାରେ, ମାତ୍ର ଅର୍ଥ ବିଲ୍‌କୁ କେବଳ ୧୪ ଦିନ ପାଇଁ ଅଟକାଇ ରଖିପାରେ । ଅର୍ଥ ବିଲ୍‌କୁ ନିୟନ୍ତ୍ରଣ କରିବାରେ ଲୋକସଭାର ପୂର୍ଣ୍ଣ କର୍ତ୍ତୃତ୍ଵ ରହିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଜ୍ୟସଭାର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତ ପାର୍ଲିଆମେଣ୍ଟରେ ରାଜ୍ୟସଭା ଏକ ସ୍ଥାୟୀ ଉଚ୍ଚଗୃହ । ଏହା ସଂଘୀୟ ସ୍ଵାର୍ଥ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଏହା ସ୍ଥାୟୀ ଶାସନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟମାନଙ୍କର ସ୍ଵାର୍ଥକୁ ବିଶେଷଭାବରେ ସୁରକ୍ଷା ଦିଏ ।

ଗଠନ : ସଭ୍ୟ ସଂଖ୍ୟା : ସମ୍ବିଧାନର ୮୦ ଧାରା ଅନୁସାରେ ରାଜ୍ୟସଭାର ସଭ୍ୟସଂଖ୍ୟା ୨୫୦ ଅଟେ । ତନ୍ମଧ୍ୟରୁ ୧୨ ଜଣ ସଭ୍ୟ ରାଷ୍ଟ୍ରପତିଙ୍କଦ୍ବାରା ମନୋନୀତ ହୁଅନ୍ତି ଏବଂ ଅନ୍ୟ ୨୩୮ ଜଣ ସଭ୍ୟ ବିଧାନସଭା (ରାଜ୍ୟ) ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସମାନୁପାତିକ ବା ଏକକ ହସ୍ତାନ୍ତରଣୀୟ ଭୋଟ ବ୍ୟବସ୍ଥା ଅନୁସାରେ ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ।

ଯୋଗ୍ୟତା : ରାଜ୍ୟସଭାର ସଭ୍ୟହେବା ପାଇଁ ନିମ୍ନ ଯୋଗ୍ୟତା ଥିବା ଆବଶ୍ୟକ ।
(୧) ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
(୨) ତାଙ୍କୁ ୩୦ ବର୍ଷ ହୋଇଥିବ ।
(୩) ସେ ବିକୃତମସ୍ତିଷ୍କ ବା ଦେବାଳିଆ ହୋଇନଥିବେ ।
(୪) ପାର୍ଲିଆମେଣ୍ଟର ସଭ୍ୟ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
(୫) ସେ ବେତନଭୋଗୀ କର୍ମଚାରୀ ହୋଇନଥିବେ ।

କାର୍ଯ୍ୟକାଳ : ରାଜ୍ୟସଭା ଏକ ସ୍ଥାୟୀ କକ୍ଷ । ରାଜ୍ୟସଭାର ପ୍ରତ୍ୟେକ ସଭ୍ୟ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ରାଜ୍ୟସଭା ଏପରିଭାବେ ଗଠିତ ଯେ ଏହାର ଏକ-ତୃତୀୟାଂଶ ସଭ୍ୟ ପ୍ରତି ଦୁଇ ବର୍ଷରେ ଅବସର ଗ୍ରହଣ କରନ୍ତି । ସେମାନେ ସମସ୍ତ ୬ ବର୍ଷରେ କାର୍ଯ୍ୟକାଳ ସମ୍ପୂର୍ଣ କରିଥାଆନ୍ତି ।

ଅଧକ୍ଷ : ସମ୍ବିଧାନର ୮୯ ଧାରା ଅନୁସାରେ ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷତା କରନ୍ତି । ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ରାଜ୍ୟସଭାର ବୈଠକ ପରିଚାଳନା ପାଇଁ ଜଣେ ଉପାଧ୍ୟକ୍ଷ ରାଜ୍ୟସଭାର ସଦସ୍ୟଙ୍କଦ୍ଵାରା ନିର୍ବାଚିତ ହୋଇଥାଆନ୍ତି । ଉଭୟ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷ ଅନୁପସ୍ଥିତ ହେଲେ ବୈଠକରେ ସଭାପତିତ୍ବ କରିବା ପାଇଁ ଉପରାଷ୍ଟ୍ରପତିଙ୍କଦ୍ବାରା ମନୋନୀତ ଏକ ତାଲିକା ବରିଷ୍ଠତା ଭିଭିରେ ତିଆରି ହୋଇଥାଏ ।

କାର୍ଯ୍ୟାବଳୀ : ରାଜ୍ୟସଭାର ନିମ୍ନଲିଖତ କ୍ଷମତା ପରିସର ସମ୍ବିଧାନରେ ୧୦୭ ଓ ଅନ୍ୟାନ୍ୟ ଧାରାରେ ଉଲ୍ଲେଖ ଅଛି ।
(୧) ଆଇନ ପ୍ରଣୟନ କ୍ଷମତା : ଅର୍ଥ ସମ୍ବନ୍ଧୀୟ ଚିଠା ଆଇନ ବ୍ୟତୀତ ଅନ୍ୟ କୌଣସି ଚିଠା ଆଇନ ରାଜ୍ୟସଭାରେ ଉପସ୍ଥାପିତ ହୋଇ ଆଲୋଚିତ ହୋଇପାରିବ । ରାଜ୍ୟସଭାର ବିନା ଅନୁମୋଦନରେ କୌଣସି ଅଣଆର୍ଥିକ ସାଧାରଣ ଆଇନ ଚିଠା ଆଇନରେ ପରିଣତ ହୋଇପାରିବ ନାହିଁ । ବିବାଦୀୟ ପରିସ୍ଥିତିରେ ଉଭୟ ସଦନର ମିଳିତ ଅଧୂବେଶନରେ ସଂଖ୍ୟାଗରିଷ୍ଠ ମତରେ ସେଭଳି ବିବଦମାନ ଆଇନର ମଞ୍ଜୁର କରାଯାଇପାରିବ । ଏଭଳି ଦୁଇଥର ମିଳିତ ଅଧୂବେଶନ ବସି ବିବଦମାନ ଆଇନକୁ ମଞ୍ଜୁରୀ ଦିଆଯାଇଛି । ଯେକୌଣସି ଚିଠା ଆଇନ ବିଷୟରେ ଛଅମାସ ଭିତରେ ରାଜ୍ୟସଭା ନିଷ୍ପତ୍ତି ନେବାକୁ ହେବ । ଏହି ମିଳିତ ଅଧୂବେଶନକୁ ରାଷ୍ଟ୍ରପତି ସମ୍ବିଧାନର ୧୦୮(୧) ଅନୁସାରେ ଡାକନ୍ତି ଏବଂ ଏହି ମିଳିତ ଅଧୂବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(୨) ଅର୍ଥ ସମ୍ବନ୍ଧୀୟ କ୍ଷମତା : ରାଜ୍ୟସଭାର ଅର୍ଥ ସମ୍ବନ୍ଧୀୟ କ୍ଷମତା ଅତି ସୀମିତ । ଅର୍ଥବିଲ୍ କେବଳ ଲୋକସଭାରେ ହିଁ ଆଗତ ହୁଏ । ଲୋକସଭାଦ୍ଵାରା ଗୃହୀତ ଅର୍ଥବିଲ୍‌କୁ ରାଜ୍ୟସଭା ମାତ୍ର ୧୪ ଦିନ ପାଇଁ ଅଟକାଇ ରଖୁପାରେ । ୧୪ ଦିନ ମଧ୍ୟରେ ରାଜ୍ୟସଭା ଏହି ବିଲ୍ ଉପରେ କୌଣସି ସୁପାରିସ ନଦେଲେ ତାହା ଗୃହୀତ ହେଲା ବୋଲି ଧରି ନିଆଯାଏ । ସମ୍ବିଧାନର ୧୦୯ ଧାରାରେ ଏହି ବ୍ୟବସ୍ଥା ଯୋଗୁଁ ରାଜ୍ୟସଭାର ଅର୍ଥ ସମ୍ବନ୍ଧୀୟ କ୍ଷମତା ନାହିଁ ବୋଲି କୁହାଯାଏ ।

(୩) କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ : ରାଜ୍ୟସଭା ମନ୍ତ୍ରୀମଣ୍ଡଳକୁ ଗାଦିଚ୍ୟୁତ କରିପାରେ ନାହିଁ । ରାଜ୍ୟସଭାରେ ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ପାରିବେ ନାହିଁ । ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ରାଜ୍ୟସଭାର ସଭ୍ୟମାନେ ଉତ୍ତର ଆଦାୟ କରନ୍ତି । ବିଭିନ୍ନ ବିଷୟରେ ବିତର୍କ, ଆଲୋଚନା, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ମୁଲତବୀ ପ୍ରସ୍ତାବ ଆଦି ମାଧ୍ୟମରେ ସରକାରଙ୍କର ଦୋଷ ଦୁର୍ବଳତାକୁ ପଦାକୁ ଆଣିଥାଆନ୍ତି । ବିଭିନ୍ନ ଯାଞ୍ଚ କମିଟି, ଗୃହ କମିଟି ଓ ସଂସଦୀୟ ଅନୁସନ୍ଧାନକାରୀ କମିଟିର ରାଜ୍ୟସଭାର ସଭ୍ୟମାନେ ଏହି ଶାସନ କଳ ଉପରେ ନିୟନ୍ତ୍ରଣ କରନ୍ତି । ରାଜ୍ୟସଭାରେ ବିରୋଧୀ ଦଳର ପ୍ରାଧାନ୍ୟ ଥିଲେ ମନ୍ତ୍ରୀମଣ୍ଡଳକୁ ମାପିଚୁପି କାର୍ଯ୍ୟ କରିବାକୁ ପଡ଼ିଥାଏ ।

(୪) ବିଚାରଗତ କ୍ଷମତା : ରାଷ୍ଟ୍ରପତିଙ୍କ ବହିଷ୍କରଣ ପ୍ରତିକ୍ରିୟାରେ ରାଜ୍ୟସଭାର କ୍ଷମତା ଲୋକସଭା ସଙ୍ଗେ ସମାନ । ରାଷ୍ଟ୍ରପତିଙ୍କ ବିଷୟରେ ଅଭିଯୋଗ ଫଦ ଉପସ୍ଥାପନା ବା ବିଚାର କ୍ଷମତା ରାଜ୍ୟସଭାର ରହିଛି । ସେହିପରି ରାଜ୍ୟସଭାର ସ୍ଵାଧୀକାର ଭଙ୍ଗ ବିଷୟରେ ବିଚାର କରି ନ୍ୟାୟାଳୟ ପରି ଅର୍ଥ ବା ଜେଲଦଣ୍ଡ ଦେବାର କ୍ଷମତା ରହିଛି । ବିଚାରପତିମାନଙ୍କୁ ପଦଚ୍ୟୁତ କରିବାର ଲୋକସଭା ସହିତ ସମାନ କ୍ଷମତା ରାଜ୍ୟସଭା ଉପଭୋଗ କରେ ।

(୫) ସମ୍ବିଧାନ ସଂଶୋଧନ କ୍ଷମତା : ସମ୍ବିଧାନ ସଂଶୋଧନ କରିବାରେ ରାଜ୍ୟସଭାର ସମାନ କ୍ଷମତା ରହିଛି । ଲୋକସଭାରେ ସମ୍ବିଧାନ ସଂଶୋଧନ ଆଇନ ମଞ୍ଜୁରିପ୍ରାପ୍ତ ହୋଇଥିଲେ ରାଜ୍ୟସଭାର ସଦସ୍ୟଙ୍କ ଅନୁମୋଦନ ଦରକାର । ୪୪ତମ ସଂଶୋଧନ ଚିଠା-ଆଇନର ୫ଟି ଧାରା କାଟ ଖାଇଯାଇଥିଲା । ଅନ୍ୟାନ୍ୟ ଧାରାସବୁ ଗୃହୀତ ହୋଇ ମଞ୍ଜୁରି ପାଇଲା । ସମ୍ବିଧାନ ସଂଶୋଧନ ପାଇଁ ମିଳିତ ବୈଠକ ଡକାଇବାର ବ୍ୟବସ୍ଥା ନାହିଁ । ଏଣୁ ସମ୍ବିଧାନ ସଂଶୋଧନ କ୍ଷମତାରେ ରାଜ୍ୟସଭାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

(୬) ନିର୍ବାଚନ କ୍ଷମତା : ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର କ୍ଷମତା ରହିଛି । ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ ମଧ୍ୟ ରାଜ୍ୟସଭା ନିର୍ବାଚିତ କରନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

(୭) ସଂଘୀୟ ସ୍ଵାର୍ଥ ପ୍ରହରୀ କ୍ଷମତା : ଦୁଇ-ତୃତୀୟାଂଶ ସଦସ୍ୟଙ୍କ ମତ ଅନୁସାରେ ଏକ ବର୍ଷ ପାଇଁ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରିପାରିପାରିବେ ବୋଲି ରାଜ୍ୟସଭାରେ ପ୍ରସ୍ତାବ କରାଯାଇପାରିବ । ୨୪୯ ଧାରା ଅନୁସାରେ ଜାତୀୟ ଗୁରୁତ୍ବ ଦୃଷ୍ଟିରୁ ରାଜ୍ୟ ହାତରୁ କ୍ଷମତା କାଢ଼ିନେବା ପାଇଁ କେବଳ ରାଜ୍ୟର ପ୍ରତିନିଧୂମୂଳକ ସଦନ ହିସାବରେ ରାଜ୍ୟସଭାର କ୍ଷମତା ରହିଛି । ଏପରି ପ୍ରସ୍ତାବର ମିଆଦ ସର୍ବୋଚ୍ଚ ଦୁଇ ବର୍ଷ ପାଇଁ ବଳବତ୍ତର ରହିବ । ପ୍ରଥମ ବର୍ଷ ପରେ ଆଉ ଏକ ବର୍ଷପାଇଁ ମିଆଦକୁ ବଢ଼ାଇବା ଲାଗି ଦୁଇ-ତୃତୀୟାଂଶ ମତରେ ପ୍ରସ୍ତାବ ଗ୍ରହଣ କରିବାକୁ ହେବ ।

(୮) ଜରୁରିକାଳୀନ କ୍ଷମତା : ଲୋକସଭାର ଯଦି ବିଘଟନ ଘଟିଥାଏ, ନିର୍ବାଚନ ହୋଇନଥାଏ, ଜରୁରିକାଳୀନ ଘୋଷଣାକୁ ରାଜ୍ୟସଭାରେ ମଞ୍ଜୁରି ନିମନ୍ତେ ଉପସ୍ଥାପିତ କରିବାର ବ୍ୟବସ୍ଥା ରହିଛି । ରାଜ୍ୟସଭାରେ ପ୍ରସ୍ତାବ ଗୃହୀତ ନହେଲେ ଦୁଇ ମାସ ପରେ ଘୋଷଣା ଅକାମୀ ହୋଇଯିବ । ଲୋକସଭାର ବିଘଟନ ଘଟିଲେ ମଧ୍ୟ ଉଭୟ ସଦନରେ ଜରୁରିକାଳୀନ ଘୋଷଣାକୁ ପ୍ରସ୍ତାବଦ୍ଵାରା ଗୃହୀତ କରାଇବାକୁ ହେବ । ରାଜ୍ୟସଭାର ଏ କ୍ଷେତ୍ରରେ କ୍ଷମତା ସମାନ । ପ୍ରତ୍ୟେକ ସଦନରେ ଜରୁରୀକାଳୀନ ଘୋଷଣା ଉପସ୍ଥାପିତ ହେବ ଓ ପ୍ରସ୍ତାବ ଜରିଆରେ ଗୃହୀତ ହେବ । ଯେହେତୁ ପ୍ରସ୍ତାବ ସବୁ ଚିଠା-ଆଇନ ନୁହେଁ; ତେଣୁ ୧୦୮ ଧାରା ଅନୁସାରେ ମିଳିତ ବୈଠକ ଡକାଯାଇପାରିବ ନାହିଁ ।

(୯) ଉପରାଷ୍ଟ୍ରପତିଙ୍କ ବହିଷ୍କରଣ : ସମ୍ବିଧାନ ୬୬(ଖ) ଧାରା ଅନୁସାରେ ଉପରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରିବାପାଇଁ ପ୍ରସ୍ତାବ କେବଳ ରାଜ୍ୟସଭାରେ ହିଁ ଆଗତ କରାଯାଇପାରିବ । ଏହି ପ୍ରସ୍ତାବ ରାଜ୍ୟସଭାର ଅର୍ଦ୍ଧାଧ‌ିକ ସଭ୍ୟଙ୍କ ସମର୍ଥନ ଲାଭ କରି ଲୋକସଭାଦ୍ଵାରା ଗୃହୀତ ହେଲେ ଉପରାଷ୍ଟ୍ରପତି ବହିଷ୍କୃତ ହୁଅନ୍ତି ।

(୧୦) ରାଜ୍ୟସଭାର ଭୂମିକା : ଇଂଲଣ୍ଡର ଲର୍ଡ଼ ସଭାପରି ରାଜ୍ୟସଭା ପାର୍ଲିଆମେଣ୍ଟର ଦ୍ଵିତୀୟ ଗୃହ ହୋଇଥିଲେ ମଧ୍ୟ ଲର୍ଡ଼ ସଭା ତୁଳନାରେ ଏହାର ଯଥେଷ୍ଟ ଉପାଦେୟତା ରହିଛି । ରାଷ୍ଟ୍ର ଶାସନରେ ଏହା ଗୌଣ ନୁହେଁ ।

(୧୧) ବୟସ୍କମାନଙ୍କ ଗୃହ : ରାଜ୍ୟସଭାର ସଭ୍ୟପଦ ପାଇଁ ସର୍ବନିମ୍ନ ବୟସ ୩୦ ଧାର୍ଯ୍ୟ ହୋଇଥିବାବେଳେ ଲୋକସଭାପାଇଁ ଏହା ୨୫ ବର୍ଷ ବୋଲି ସ୍ଥିର ହୋଇଛି । ରାଜ୍ୟସଭାରେ ବୟସ୍କ, ଦକ୍ଷ, ଅଭିଜ୍ଞ ଓ ଜ୍ଞାନୀ ଲୋକମାନେ ସ୍ଥାନ ପାଇଥାଆନ୍ତି । ସେମାନଙ୍କର ଦୀର୍ଘଦିନର ଅଭିଜ୍ଞତା ଓ ଦକ୍ଷତା ରାଷ୍ଟ୍ରର ଉନ୍ନତି ପାଇଁ ସହାୟକ ହୁଏ ।

(୧୨) ବ୍ୟବସ୍ଥାପନା କ୍ଷେତ୍ରରେ : ଆଇନ ପ୍ରଣୟନ କ୍ଷେତ୍ରରେ ଲୋକସଭାର ତରବରିଆ ଓ ଅନଭିଜ୍ଞ ବିଲ୍‌ଗୁଡ଼ିକ ରାଜ୍ୟସଭାର ବୟସ୍କ ଓ ଅଭିଜ୍ଞ ସଭ୍ୟମାନଙ୍କଦ୍ଵାରା ଆଲୋଚିତ ହେଲାବେଳକୁ ମୂଳ ବିଲ୍‌ରୁ ଦୋଷତ୍ରୁଟିକୁ ସଂଶୋଧନ ପାଇଁ ସୁଚିନ୍ତିତ ପରାମର୍ଶ ଦିଅନ୍ତି ।

୧୯୬୨ରେ ଯୌତୁକ ଆଇନ, ୧୯୭୦ରେ ରାଜ୍ୟମାନଙ୍କର ହାତପାଣ୍ଠି ଉଚ୍ଛେଦ ଆଇନ ଏବଂ ୧୯୮୬ରେ ଡାକ ବିଲ୍, ୧୯୯୦ରେ ପ୍ରସାର ଭାରତୀ ବିଲ୍ ପ୍ରଭୃତି ରାଜ୍ୟସଭା ଲୋକସଭାଠାରୁ ଭିନ୍ନ ମତ ପୋଷଣ କରି ଲୋକସଭା ଉପରେ ଯଥେଷ୍ଟ ଗୁରୁତ୍ଵ ହାସଲ କରିଛି ।

(୧୩) ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା : ରାଜ୍ୟସଭା ଏକ ସ୍ଥାୟୀ କକ୍ଷ । ଲୋକସଭାର କାର୍ଯ୍ୟକାଳ ସରିଯାଇଥିଲେ ରାଷ୍ଟ୍ରପତି ଯେପରି ଅଗଣତାନ୍ତ୍ରିକଭାବେ କ୍ଷମତା ପ୍ରୟୋଗ ନ କରନ୍ତି, ରାଜ୍ୟସଭା ସେଥୁପ୍ରତି ଦୃଷ୍ଟି ଦିଏ । ଲୋକସଭାଦ୍ଵାର ଗୃହୀତ ବିଲ୍ ରାଜ୍ୟସଭାରେ ଆଲୋଚିତ ହେବା ଦ୍ଵାରା ସମୟର ବ୍ୟବଧାନ ବଢ଼େ ଓ ନାଗରିକମାନେ ବିଲ୍ ସମ୍ପର୍କରେ ସୁଚିନ୍ତିତ ମତ ପ୍ରକାଶ କରିପାରନ୍ତି । ଏହାଦ୍ଵାରା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହୁଏ ।

୨ । ଲୋକସଭାର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଲୋକସଭା ଭାରତ ପାର୍ଲିଆମେଣ୍ଟର ପ୍ରଥମ ବା ନିମ୍ନ ସଦନ । ଏହି ସଭ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି । ଏଠାରେ ଭାରତୀୟ ଲୋକମତର ପ୍ରତିଫଳନ ହୋଇଥାଏ ।

ଗଠନ : ସମ୍ବିଧାନର ୮୧ ଧାରା ଅନୁସାରେ ଲୋକସଭାର ସଦସ୍ୟ ସଂଖ୍ୟା ସ୍ଥିର କରାଯାଇଛି । ଏହାର ସଦସ୍ୟମାନେ ତ୍ରିସ୍ତରରେ ସଭ୍ୟ ହୁଅନ୍ତି ।

ପ୍ରଥମ – ବିଭିନ୍ନ ରାଜ୍ୟର ନିର୍ବାଚନମଣ୍ଡଳୀରୁ ଅତି ବେଶିରେ ୫୨୫ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି । ଭାରତର ରାଜ୍ୟମାନଙ୍କୁ ସର୍ବାଧ‌ିକ ୫୨୫ଟି ନିର୍ବାଚିତ ମଣ୍ଡଳୀରେ ବିଭକ୍ତ କରାଯାଇ ପ୍ରତ୍ୟେକରୁ ଜଣେ ଲେଖାଏଁ ସଭ୍ୟଙ୍କୁ ପ୍ରତ୍ୟକ୍ଷଭାବେ ନିର୍ବାଚିତ କରାଯିବ ।

ଦ୍ଵିତୀୟ – କେନ୍ଦ୍ରଶାସିତ ଅଞ୍ଚଳରୁ ଅତି ବେଶୀରେ ୨୦ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିବାର ବ୍ୟବସ୍ଥା ଅଛି । ସେମାନେ ସମ୍ପୃକ୍ତ ଅଞ୍ଚଳରୁ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହେବେ ।

ତୄତୀୟ – ମନୋନୟନ – ଆଙ୍ଗ୍‌-ଭାରତୀୟ ସମ୍ପ୍ରଦାୟ ଲୋକସଭାରେ ଉପଯୁକ୍ତଭାବେ ପ୍ରତିନିଧ୍ଵତ୍ଵ କରୁନଥିବାରୁ ରାଷ୍ଟ୍ରପତି ଅନୁଭବ କଲେ ୨ ଜଣ ଆଙ୍ଗ୍‌ଲୋ–ଭାରତୀୟ ସଭ୍ୟଙ୍କୁ ସେ ଲୋକସଭାକୁ ମନୋନୀତ କରିପାରିବେ ।

ଯୋଗ୍ୟତା – ସମ୍ବିଧାନର ୮୪ ଧାରା ଅନୁଯାୟୀ ଲୋକସଭାର ସଭ୍ୟ ହେବା ପାଇଁ ଜଣେ ଲୋକର ନିମ୍ନଲିଖତ ଯୋଗ୍ୟତା ଥିବା ଆବଶ୍ୟକ ।

(୧) ସେ ଭାରତର ନାଗରିକ ହୋଇଥୁବେ ।
(୨) ତାଙ୍କୁ ଅନ୍ୟୁନ ୨୫ ବର୍ଷ ବୟସ ହୋଇଥିବ ।
(୩) ପାର୍ଲିଆମେଣ୍ଟର ସଭ୍ୟ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
(୪) ସେ ବିକୃତମସ୍ତିଷ୍କ ବା ଦେବାଳିଆ ହୋଇନଥିବେ ।
(୫) ସେ ସରକାରଙ୍କର ବେତନଭୋଗୀ କର୍ମଚାରୀ ହୋଇନଥିବେ ।
(୬) ନିର୍ବାଚନ ଅଫିସରଙ୍କ ସମ୍ମୁଖରେ ସମ୍ବିଧାନ ପ୍ରତି ଆନୁଗତ୍ୟ ସ୍ବୀକାର କରି ସତ୍ୟପାଠ କରିବେ ।

ନିର୍ବାଚନ : ଲୋକସଭାର ସଭ୍ୟମାନେ ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକମାନେ ଲୋକସଭାର ସଭ୍ୟମାନଙ୍କୁ ନିର୍ବାଚିତ କରନ୍ତି । ସାର୍ବଜନୀନ ସାବାଳକ ଭୋଟପ୍ରଥା ଓ ଗୁପ୍ତ ଭୋଟ ଜରିଆରେ ନାଗରିକମାନେ ସେମାନଙ୍କର ଭୋଟ ଅଧିକାର ସାବ୍ୟସ୍ତ କରିଥାଆନ୍ତି । ଓଡ଼ିଶାରୁ ୨୧ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି । ଏମାନଙ୍କ ମଧ୍ୟରେ ଅନୁସୂଚିତ ଉପଜାତି ମଧ୍ୟରୁ ୫ ଜଣ, ଅନୁସୂଚିତ ଜାତି ମଧ୍ୟରୁ ୩ ଜଣ, ଅବଶିଷ୍ଟ ୧୩ ଜଣ ସାଧାରଣ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୁଅନ୍ତି ।

କାର୍ଯ୍ୟକାଳ : ସମ୍ବିଧାନର ୮୩ ଧାରା ଅନୁସାରେ ଲୋକସଭାର କାର୍ଯ୍ୟକାଳ ୫ ବର୍ଷ । ଲୋକସଭାର କାର୍ଯ୍ୟକାଳକୁ ଆବଶ୍ୟକସ୍ଥଳେ ବୃଦ୍ଧି କିମ୍ବା ହ୍ରାସ କରାଯାଇପାରେ । ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷିତ ହୋଇଥିବା ସମୟରେ ରାଷ୍ଟ୍ରପତି ଲୋକସଭାର କାର୍ଯ୍ୟକାଳକୁ ଅଧିକ ଏକ ବର୍ଷ ବୃଦ୍ଧି କରିପାରନ୍ତି । ଦ୍ଵାଦଶ ଲୋକସଭା ମାତ୍ର ୧୩ ମାସ ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆସୁ ଭୋଟରେ ହାରିଗଲା ପରେ ବିରୋଧୀ ଦଳ ସରକାର ଗଠନରେ ସକ୍ଷମ ନହେଲାରୁ ରାଷ୍ଟ୍ରପତି ସରକାରଙ୍କୁ ଭାଙ୍ଗି ଦେଇଥିଲେ ଓ ଲୋକସଭା ଭଙ୍ଗ ପରେ ସାନି ନିର୍ବାଚନ ହୋଇଥିଲା ।

ଶପଥ : ଲୋକସଭାର ସଭ୍ୟମାନଙ୍କୁ ବାଚସ୍ପତି କିମ୍ବା ଉପବାଚସ୍ପତି କିମ୍ବା ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଯେକୌଣସି ବରିଷ୍ଠ ସଭ୍ୟ ଶପଥପାଠ କରାଇଥାନ୍ତି ।

କୋରମ୍ : ପାର୍ଲିଆମେଣ୍ଟର ଯେକୌଣସି ଗୃହର କାର୍ଯ୍ୟ ଆରମ୍ଭ କରିବାପାଇଁ ଏକ ନିର୍ଦ୍ଦିଷ୍ଟସଂଖ୍ୟକ ସଭ୍ୟଙ୍କର ଉପସ୍ଥିତ ଆବଶ୍ୟକ । ଏହାକୁ କୋରମ୍ କୁହାଯାଏ ।

କାର୍ଯ୍ୟାବଳୀ : ଲୋକସଭାର କାର୍ଯ୍ୟ ପାର୍ଲିଆମେଣ୍ଟର କାର୍ଯ୍ୟ ବୋଲି ସାଧାରଣତଃ ଧରି ନିଆଯାଇଥାଏ । ଏଣୁ ଲୋକସଭାର କାର୍ଯ୍ୟଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା ।

(୧) ଆଇନ ପ୍ରଣୟନ କ୍ଷମତା : ଯେକୌଣସି କେନ୍ଦ୍ର ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କ୍ଷମତାର ଉତ୍ସ ହେଉଛି ଲୋକସଭା । ଅର୍ଥ ସମ୍ବନ୍ଧୀୟ ବା ଅନ୍ୟାନ୍ୟ ଚିଠା ଆଇନ ଲୋକସଭାରେ ଉପସ୍ଥାପିତ କରାଯାଇପାରିବ । ଏହା ସହିତ ବଳ କଷାକଷି ହେଲେ ସଂଖ୍ୟାତ୍ମକ ସଦସ୍ୟ ଥିବାରୁ ଲୋକସଭା ସର୍ବଦା ବିଜୟୀ ହୁଏ । ରାଜ୍ୟସଭା ଯଦି କୌଣସି ବିଷୟରେ ଲୋକସଭା ସହିତ ଏକମତ ନ ହୁଏ, ତେବେ ମିଳିତ ଅଧୂବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(୨) ଅର୍ଥ ସମ୍ବନ୍ଧୀୟ କ୍ଷମତା : ଲୋକସଭାରେ ରାଷ୍ଟ୍ରପତିଙ୍କ ସୁପାରିସ ସହିତ ଅର୍ଥ ସମ୍ବନ୍ଧୀୟ ଚିଠା ଆଇନ ଉପସ୍ଥାପିତ ହୋଇପାରିବ ।

କରଧାର୍ଯ୍ୟ : ନାଗରିକମାନଙ୍କ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ କରଧାର୍ଯ୍ୟ କରିବାପାଇଁ ଲୋକସଭାରେ ପ୍ରସ୍ତାବ ଆଗତ ହୁଏ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

ବଜେଟ୍ ଉପସ୍ଥାପନ : ଗୋଟିଏ ବର୍ଷରେ ସମ୍ଭାବିତ ଆୟ ଓ ବ୍ୟୟର ଅଟକଳକୁ ବାର୍ଷିକ ବଜେଟ୍ କୁହାଯାଏ । ସମ୍ବିଧାନ ୧୧୨ ଧାରାରେ ବ୍ୟବସ୍ଥା ଅଛି ଯେ ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ସେହି ବର୍ଷ ଆୟବ୍ୟୟ ଅଟକଳକୁ ପାର୍ଲିଆମେଣ୍ଟରେ ଉପସ୍ଥାପିତ କରାଇବେ । ସାଧାରଣତଃ ଏହି ବଜେଟ୍ ଅର୍ଥମନ୍ତ୍ରୀଙ୍କଦ୍ଵାରା ଲୋକସଭାରେ ଆଗତ ହୁଏ ।

ଖର୍ଜଦାବି : ବଜେଟ୍ ଆଗତ ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ସେମାନଙ୍କର ବିଭାଗର ଖର୍ଜଦାବି ଲୋକସଭାରେ ଉପସ୍ଥାପିତ କରନ୍ତି । ଲୋକସଭା ଏହି ଖର୍ଚ୍ଚଦାବି ଉପରେ ଆଲୋଚନା କରି ବ୍ୟୟଭାର କମାଇବା ବା ବଢ଼ାଇବା ପ୍ରସ୍ତାବ ଦେଇପାରେ ।

ସମ୍ପ୍ରତ ପାଣ୍ଠି : ଭାରତ ସରକାରଙ୍କର ସମସ୍ତ ସୂତ୍ରରୁ ଆଦାୟ ହେଉଥିବା ଅର୍ଥ ସଞ୍ଚତ ବା ସମ୍ମିଳିତ ପାଣ୍ଠିକୁ ଯାଏ । ପାର୍ଲିଆମେଣ୍ଟର ଅନୁମୋଦନ କ୍ରମେ ଏହି ପାଣ୍ଠିରୁ ଅର୍ଥ ଉଠାଯାଇ ଋଣ ପରିଶୋଧ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରାଯାଏ । ଏହା ବ୍ୟତୀତ ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାର ଅଧ୍ୟକ୍ଷ, ସପ୍ରିମ୍‌କୋର୍ଟର ବିଚାରପତି ପ୍ରଭୃତିଙ୍କର ଦରମା ଇତ୍ୟାଦି ସଞ୍ଚ ପାଣ୍ଠିରୁ ଦିଆଯାଏ । ଏ ବିଷୟରେ ଲୋକସଭା କେବଳ ଆଲୋଚନା କରିପାରେ । ଆର୍ଥିକ କ୍ଷେତ୍ରରେ ରାଜ୍ୟସଭାର କିଛି କ୍ଷମତା ନାହିଁ କହିଲେ ଚଳେ ।

(୩) ପ୍ରଶାସନିକ ନିୟନ୍ତ୍ରଣ : ସମ୍ବିଧାନର ୭୫(କ) ଧାରା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଭ୍ୟମାନେ ଲୋକସଭା ନିକଟରେ ମିଳିତଭାବରେ ଦାୟୀ ରହନ୍ତି । ଲୋକସଭା ଅବିଶ୍ବାସ ପ୍ରସ୍ତାବ ଗ୍ରହଣ କରି ମନ୍ତ୍ରୀମଣ୍ଡଳକୁ ପଦଚ୍ୟୁତ କରିପାରେ । ଏତଦ୍‌ବ୍ୟତୀତ ଅର୍ଥ ସମ୍ବନ୍ଧୀୟ ଚିଠା ଆଇନକୁ ଲୋକସଭା ନାମଞ୍ଜୁର କଲେ ତାହା ସରକାରଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ସଙ୍ଗେ ସମାନ ହୋଇଥାଏ । ଫଳରେ ମନ୍ତ୍ରୀମଣ୍ଡଳ କ୍ଷମତାରୁ ବିତାଡ଼ିତ ହୁଅନ୍ତି । ଏହା ସମ୍ଭବ ଯେତେବେଳେ କ୍ଷମତାସୀନ ଦଳରେ ମତଭେଦ ଓ ସଂଖ୍ୟାନ୍ୟୁନତା ଘଟିଥାଏ । କିନ୍ତୁ କ୍ଷମତାସୀନ ଦଳର ସଂଖ୍ୟାଗରିଷ୍ଠତା ଅକ୍ଷୁଣ୍ଣ ଥଲେ ଏହିପରି ପ୍ରସ୍ତାବ ବା ଅର୍ଥବିଲ୍‌ ନାମଞ୍ଜୁର ଅବାସ୍ତବ ସ୍ଵପ୍ନରେ ପରିଣତ ହୋଇଥାଏ ।

ପ୍ରଶ୍ନୋତ୍ତର : ଲୋକସଭା ପ୍ରଶ୍ନୋତ୍ତର ସମୟରେ ସରକାରଙ୍କର ଦୋଷଦୁର୍ବଳତା ପଦାରେ ପକାଇ ନିନ୍ଦିତ କରାଇପାରିବେ ଓ ଭୋଟରମାନଙ୍କ ନିକଟରେ ସରକାରଙ୍କର ଅପାରଗତା ପ୍ରମାଣିତ କରିଦେଇପାରିବେ ।

ମୁଲତବୀ ପ୍ରସ୍ତାବ : ମୁଲତବୀ ପ୍ରସ୍ତାବ ଆଗତ କରି ସରକାରଙ୍କ ଅପାରଗତା ଦର୍ଶାଇ ଆଲୋଚନା କରାଇବାଦ୍ଵାରା ସରକାର ଲୋକମୁଖରେ ନିନ୍ଦିତ ହୁଅନ୍ତି । ଯେକୌଣସି ଜରୁରି ସାଧାରଣ ଗୁରୁତ୍ଵପୂର୍ଣ୍ଣ ମୁଲତବୀ ବିଷୟରେ ପ୍ରସ୍ତାବ ଆଗତ କରାଯାଇପାରେ । ଧର୍ମଘଟ, ବଢ଼ି, ଅଗ୍ନିକାଣ୍ଡ, ହତ୍ୟା, ସାମ୍ପ୍ରଦାୟିକ ସଂଘର୍ଷ ଇତ୍ୟାଦି ବିଷୟ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରି ସରକାରଙ୍କୁ ଅଡୁଆରେ ପକାଯାଇପାରେ ।

ବାଚସ୍ପତିଙ୍କ କାର୍ଯ୍ୟ :
(୧) ଲୋକସଭାର ଅଧ୍ୟକ୍ଷ :
(i) ସେ ପ୍ରତ୍ୟେକ ବୈଠକରେ ଅଧ୍ୟକ୍ଷତା କରନ୍ତି ଏବଂ ଲୋକସଭା ଏବଂ ଅନ୍ୟସଭାର ମିଳିତ ବୈଠକରେ ସେ ଅଧ୍ଯକ୍ଷତା କରନ୍ତି ।
(ii) ସେ ଗୃହରେ ଶାନ୍ତିଶୃଙ୍ଖଳିତ ରକ୍ଷା କରନ୍ତି । କୌଣସି ସଭ୍ୟ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ତାଙ୍କୁ ଗୃହରୁ ବହିଷ୍କାର କରିପାରନ୍ତି । ସଭ୍ୟମାନଙ୍କର ଅପ୍ରାସଙ୍ଗିକ ଆଲୋଚନା ଓ ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦିଅନ୍ତି ।
(iii) ବିଲ୍ ଉପସ୍ଥାପନ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ବୈଧାନିକ ପ୍ରଶ୍ନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାଚସ୍ପତିଙ୍କ ଅନୁମତିକ୍ରମେ ଗୃହରେ କାର୍ଯ୍ୟକାରୀ ହୁଏ ।
(iv) ବିଭିନ୍ନ ବିଲ୍ ଉପରେ ବାଚସ୍ପତି ଭୋଟ ଗ୍ରହଣ କରନ୍ତି ଏବଂ ବିଲ୍‌ର ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ ସେ ନିଜର ନିର୍ଣ୍ଣାୟକ ଭୋଟ ଦେଇ ସମସ୍ୟାର ସମାଧାନ କରନ୍ତି ।
(v) ସେ ନିଜେ କେତେକ ଗୃହ କମିଟିର ଅଧ୍ୟକ୍ଷ ଅଟନ୍ତି । ଅନ୍ୟ କେତେକ କମିଟିର ଅଧ୍ୟକ୍ଷଙ୍କୁ ସେ ମନୋନୀତ କରନ୍ତି ।

(୨) ସଭ୍ୟମାନଙ୍କର ଅଧିକାର ସୁରକ୍ଷା :
(i) ବାଚସ୍ପତି ଲୋକସଭାର ମର୍ଯ୍ୟାଦା ରକ୍ଷା କରନ୍ତି ।
(ii) ଲୋକସଭା ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା ଓ ସ୍ବାଧ୍ଵକାର ସୁରକ୍ଷା କରନ୍ତି ।
(iii) ତାଙ୍କ ବିନା ଅନୁମତିରେ କୌଣସି ସଭ୍ୟ ଗିରଫ ହୋଇପାରିବେ ନାହିଁ ।
(iv) ସେ ସ୍ଵାଧୀକାର ଭଙ୍ଗ କରିଥିବା ସଭ୍ୟଙ୍କୁ କିମ୍ବା ଅନୁଷ୍ଠାନକୁ ବିଚାର କରି ଦଣ୍ଡ ଦିଅନ୍ତି ।

(୩) ଯୋଗସୂତ୍ର ରକ୍ଷାକାରୀ :
ପାର୍ଲିଆମେଣ୍ଟର ସମସ୍ତ ତଥ୍ୟ ବାଚସ୍ପତିଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଏ । ବାଚସ୍ପତିଙ୍କ ଅଜ୍ଞାତସାରରେ ଲୋକସଭାର ସଭ୍ୟମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିପାରନ୍ତି ନାହିଁ । ରାଷ୍ଟ୍ରପତି ଲୋକସଭାକୁ ଭାଷଣ ଦେବାକୁ ଆସିଲେ ବାଚସ୍ପତି ତାଙ୍କୁ ସ୍ଵାଗତ ଜଣାନ୍ତି ।
(୪) ଅର୍ଥବିଲ୍‌ର ପ୍ରମାଣପତ୍ର :
କୌଣସି ବିଲ୍ ସାଧାରଣ ବିଲ୍ କିମ୍ବା ଅର୍ଥବିଲ୍ ବୋଲି ଦ୍ବନ୍ଦ ଉପୁଜିଲେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି । ବାଚସ୍ପତିଙ୍କ ପ୍ରମାଣପତ୍ର ବଳରେ ଅର୍ଥବିଲ୍ ନିର୍ଣ୍ଣୀତ ହୁଏ ।

ଭୂମିକା : ଉପରୋକ୍ତ କାର୍ଯ୍ୟ ପାଇଁ ତାଙ୍କୁ ମାନ୍ୟବର ପଦରେ ସମ୍ବୋଧନ କରାଯାଇଥାଏ । ବାଚସ୍ପତିଙ୍କ ସମ୍ମାନ ହେଉଛି ଲୋକସଭାର ସମ୍ମାନ । ସେ ଦଳରୁ ଇସ୍ତଫା ଦେଇ ନିର୍ଦ୍ଦଳୀୟ ବ୍ୟକ୍ତି ହିସାବରେ ଲୋକସଭାର ସଭାପତି ପଦମଣ୍ଡନ କରିଥାଆନ୍ତି । ସେ କମ୍ କହନ୍ତି, ମାତ୍ର ଯାହା କହନ୍ତି ତାହାହିଁ ସମସ୍ତଙ୍କର ଶିରୋଧାର୍ଯ୍ୟ । ଗୃହର ଅବମାନନା ବା ସ୍ଵାଧୀକାରଭଙ୍ଗ ହେଲେ ବାଚସ୍ପତି ଗୃହର ସ୍ଵାଧୀକାର କମିଟିକୁ ଦାୟିତ୍ଵ ଦିଅନ୍ତି । ସେମାନଙ୍କ ରିପୋର୍ଟ ଓ ଗୃହର ମଞ୍ଜୁରି ପରେ ବାଚସ୍ପତି କାର୍ଯ୍ୟକାରୀ କରନ୍ତି । ବ୍ରିଜ୍‌ ପତ୍ରିକାର ସମ୍ପାଦକ କରଞ୍ଜିଆଙ୍କୁ ସ୍ଵାଧୀକାର ଭଙ୍ଗ ଅଭିଯୋଗରେ ବାଚସ୍ପତି ଗୃହର ନିଷ୍ପତ୍ତି ଅନୁସାରେ ଭର୍ତ୍ସନା କରିଥିଲେ । କେତେକ ବ୍ୟକ୍ତିଙ୍କୁ ଜେଲଦଣ୍ଡ ମଧ୍ୟ ଦିଆଯାଇଅଛି । ଲୋକସଭାର ଗୌରବ ଓ କାର୍ଯ୍ୟଦକ୍ଷତା ବାଚସ୍ପତିଙ୍କ ବିଚକ୍ଷଣତା ଉପରେ ନିର୍ଭର କରେ । ସେ ମିଷ୍ଟଭାଷୀ, ଉପହାସପ୍ରିୟ ଓ ସହନଶୀଳ ହେବା ଦରକାର । ସେ ଲୋକସଭା ବାହାରେ ଲୋକସଭାର ପ୍ରତିନିଧୃତ୍ଵ କରନ୍ତି । ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀର ସେ ହେଉଛନ୍ତି ଅଧ୍ୟକ୍ଷ । ଲୋକସଭାର ସଚିବାଳୟ ବାଚସ୍ପତିଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରେ । ଲୋକସଭାର ଗୌରବ ଓ କାର୍ଯ୍ୟଦକ୍ଷତା ବାଚସ୍ପତିଙ୍କ ଦକ୍ଷତା ଉପରେ ନିର୍ଭର କରେ ।

୪ । ଭାରତୀୟ ସଂସଦର କ୍ଷମତା ଓ କାର୍ଯ୍ୟାବଳୀ ତର୍ଜମା କର ।
Answer:
ଭାରତୀୟ ସଂସଦ ରାଷ୍ଟ୍ରପତି ଏବଂ ରାଜ୍ୟସଭା ଓ ଲୋକସଭା ନାମକ ଦୁଇଟି ସଦନକୁ ନେଇ ଗଠିତ । ରାଜ୍ୟସଭା ରାଜ୍ୟମାନଙ୍କୁ ଓ ଲୋକସଭା ଲୋକମାନଙ୍କୁ ପ୍ରତିନିଧୃତ୍ଵ ପ୍ରଦାନ କରିଥାଏ । ରାଜ୍ୟସଭାର ମୋଟ ସଭ୍ୟ ସଂଖ୍ୟା ୨୫୦ ଓ ସେମାନଙ୍କ ମଧ୍ୟରୁ ୨୩୮ ଜଣ ସମ୍ପୃକ୍ତ ରାଜ୍ୟ ବିଧାନସଭାଦ୍ଵାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହେଉଥିବାବେଳେ କଳା, ବିଜ୍ଞାନ, ସମାଜସେବା, ସାହିତ୍ୟ ଆଦି କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ଲୋକମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରିଥା’ନ୍ତି । ଏହା ଏକ ଅର୍ଥ-ସ୍ଥାୟୀ ଗୃହ ଅଟେ । ପ୍ରତି ଦୁଇ ବର୍ଷରେ ଏହାର ଏକ-ତୃତୀୟାଂଶ ସଦସ୍ୟ ଅବସର ଗ୍ରହଣ କରନ୍ତି । ଭାରତର ଉପ-ରାଷ୍ଟ୍ରପତି ନିଜ ପଦବୀ ବଳରେ ଏହାର ଅଧ୍ୟକ୍ଷରୂପେ କାର୍ଯ୍ୟ କରୁଥିବାବେଳେ ଗୃହର ସଭ୍ୟମାନେ ନିଜ ମଧ୍ୟରୁ ଜଣଙ୍କୁ ଉପାଧ୍ଯକ୍ଷରୂପେ ନିର୍ବାଚିତ କରନ୍ତି । ଅନ୍ୟ ପକ୍ଷରେ, ଲୋକସଭାର ମୋଟ ସଭ୍ୟସଂଖ୍ୟା ୫୪୫ । ଏହି ସଭ୍ୟମାନେ ନାଗରିକମାନଙ୍କଦ୍ଵାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ଏହି ସଭ୍ୟମାନଙ୍କ ମଧ୍ୟରେ ଆଙ୍ଗ୍‌-ଭାରତୀୟ ସଦସ୍ୟ ନଥୁଲେ ରାଷ୍ଟ୍ରପତି ଦୁଇଜଣ ଆଙ୍ଗ୍‌-ଭାରତୀୟ ପ୍ରତିନିଧ୍ଵ ମନୋନୀତ କରିଥା’ନ୍ତି । ଲୋକସଭାର ସାଧାରଣ କାର୍ଯ୍ୟକାଳ ପାଞ୍ଚ ବର୍ଷ ହେଲେ ମଧ୍ୟ ଜରୁରୀ ପରିସ୍ଥିତିରେ ଏହାର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇପାରେ କିମ୍ବା ଆବଶ୍ୟକ ହେଲେ ନିର୍ଦ୍ଧାରିତ କାର୍ଯ୍ୟକାଳ ପୂର୍ବରୁ ଏହାକୁ ଭାଙ୍ଗିଦେଇ ରାଷ୍ଟ୍ରପତି ସାନି ନିର୍ବାଚନ ଘୋଷଣା କରିପାରନ୍ତି । ଗୃହର ସଭ୍ୟମାନେ ନିଜ ମଧ୍ୟରୁ ଜଣେ ବାଚସ୍ପତି ଓ ଅନ୍ୟ ଜଣେ ଉପ-ବାଚସ୍ପତି ନିର୍ବାଚନ କରନ୍ତି ଯିଏ ଲୋକସଭାର ଅଧିବେଶନରେ ଅଧ୍ଯକ୍ଷତା କରିବା ସହ ଗୃହର କାର୍ଯ୍ୟ ପରିଚାଳନା କରିଥା’ନ୍ତି ।

ସଂସଦର କ୍ଷମତା ଓ କାର୍ଯ୍ୟାବଳୀ :
ସଂସଦୀୟ ଗଣତନ୍ତ୍ରରେ ସଂସଦକୁ ସାର୍ବଭୌମତ୍ବର ଉତ୍ସ ଓ ଆଧାର କୁହାଯାଏ ଏବଂ ଏଥୁରୁ ଏହାର କ୍ଷମତା ଓ କାର୍ଯ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ମିଳିଥାଏ । ବାସ୍ତବରେ ସମ୍ବିଧାନର ସୀମା ମଧ୍ୟରେ ସୀମିତ ରଖ୍ ଭାରତୀୟ ସଂସଦକୁ ଅଧ‌ିକ କ୍ଷମତାସମ୍ପନ୍ନ କରାଯାଇଛି । ଭାରତର ସଂସଦର କ୍ଷମତା ଓ କାର୍ଯ୍ୟାବଳୀକୁ ନିମ୍ନମତେ ଆଲୋଚନା କରାଯାଇପାରେ ।

(୧) ଆଇନ ପ୍ରଣୟନ କ୍ଷମତା : ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିବାରୁ ସଂସଦ କେନ୍ଦ୍ରତାଲିକା ଓ ୟୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରିପାରେ । କିନ୍ତୁ ଯୁଗ୍ମ ତାଲିକାଭୁକ୍ତ କୌଣସି ବିଷୟରେ ପ୍ରଣୀତ କେନ୍ଦ୍ରୀୟ ଆଇନ ରାଜ୍ୟ ଆଇନର ବିରୋଧ କଲେ ଓ ଉକ୍ତ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିନଥିଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।

ଜରୁରୀ ପରିସ୍ଥିତି, ବୈଦେଶିକ ଚୁକ୍ତିର କାର୍ଯ୍ୟକାରିତା, ରାଜ୍ୟସଭାରେ ଗୃହୀତ ସ୍ବତନ୍ତ୍ର ପ୍ରସ୍ତାବ ଆଦି କ୍ଷେତ୍ରରେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ମଧ୍ୟ ଆଇନ ପ୍ରଣୟନ କରିପାରେ । ସଂସଦଦ୍ଵାରା ଗୃହୀତ ଚିଠା – ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକଲେ ଆଇନରେ ପରିଣତ ହୁଏ ।

ଗୋଟିଏ ସାଧାରଣ ବିଧେୟକ ସଂସଦର ଯେକୌଣସି ଗୃହରେ ପ୍ରଥମେ ଆଗତ କରାଯାଇ ପାରୁଥୁବାବେଳେ ଅର୍ଥବିଧେୟକ ପ୍ରଥମେ କେବଳ ଲୋକସଭାରେ ଆଗତ କରାଯାଇଥାଏ । ରାଷ୍ଟ୍ରପତି ବିଧେୟକକୁ ଅନୁମୋଦନ କରିବା ସମୟରେ ନିଜର ‘ସ୍ଥଗିତ ଭିଟୋ’ କ୍ଷମତା ପ୍ରୟୋଗ କରିପାରନ୍ତି । ସଂସଦଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନ ବିରୋଧୀ ହେଲେ ଉଚ୍ଚତମ ନ୍ୟାୟାଳୟ ନିଜର ନ୍ୟାୟିକ ପୁନରାବଲୋକନ କ୍ଷମତା ବଳରେ ଏହାକୁ ଅଣସାମ୍ବିଧାନିକ ବା ଅସିଦ୍ଧ ଘୋଷଣା କରିପାରେ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

(୨) ଆର୍ଥିକ କ୍ଷମତା : କେନ୍ଦ୍ର ସରକାରଙ୍କ ଆୟ ବ୍ୟୟ ମଞ୍ଜୁର କରିବା ଓ କରଧାର୍ଯ୍ୟ କରିବାର କ୍ଷମତା ସଂସଦର ରହିଛି । ସଂସଦର ବିନା ଅନୁମୋଦନରେ ଗୋଟିଏ ପଇସା ମଧ୍ୟ କର ଆକାରରେ ଆଦାୟ କରିହେବ ନାହିଁ କିମ୍ବା ଖର୍ଚ୍ଚ ମଧ୍ୟ କରାଯାଇପାରିବ ନାହିଁ । ଅର୍ଥ ସମ୍ବନ୍ଧୀୟ ସମସ୍ତ ବିଲ୍ ଲୋକସଭାରେ ପ୍ରଥମେ ଆଗତ ହୁଏ । ଲୋକସଭାଦ୍ଵାରା ଗୃହୀତ ଅର୍ଥବିଧେୟକକୁ ରାଜ୍ୟସଭା ଅନୁମୋଦନ ପ୍ରଦାନ ପରିପ୍ରେକ୍ଷୀରେ ୧୪ ଦିନ ବିଳମ୍ବ ଘଟାଇପାରିବ ।

ରାଷ୍ଟ୍ରପତିଙ୍କ ପୂର୍ବ ଅନୁମତି ବିନା କୌଣସି ଅର୍ଥବିଧେୟକ ଲୋକସଭାରେ ଆଗତ କରାଯାଇ ପାରୁନଥିବାରୁ ସଂସଦର ଅନୁମୋଦନ ପରେ ରାଷ୍ଟ୍ରପତି ଏହାକୁ ସ୍ବୀକୃତି ଦେବାକୁ ବାଧ୍ୟ ହୋଇଥା’ନ୍ତି ଓ ସ୍ଥଗିତ ଭିଟୋ ପ୍ରୟୋଗ କରିପାରନ୍ତି ନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ କେନ୍ଦ୍ରର ବାର୍ଷିକ ଆୟବ୍ୟୟର ଅଟକଳ ବା ବଜେଟ୍ ଆଗତ କରନ୍ତି । ସଂସଦ ବାର୍ଷିକ ବଜେଟ୍ ଓ ବ୍ୟୟମଞ୍ଜୁରି ବିଲ୍‌କୁ ଅନୁମୋଦନ କରିଥାଏ । ସଂସଦ ବଜେଟ୍ ଅନୁମୋଦନ ଓ କାଟ୍ ପ୍ରସ୍ତାବ ମାଧ୍ୟମରେ ଆର୍ଥିକ ବ୍ୟାପାରରେ କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାରି କରିଥାଏ ।

(୩) କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ : ଭାରତ ପରି ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଥବା ମନ୍ତ୍ରୀପରିଷଦ ନିଜର ସମସ୍ତ ପ୍ରଶାସନିକ ତ୍ରୁଟିବିଚ୍ୟୁତି ପାଇଁ ସାମୂହିକଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାଏ । ମନ୍ତ୍ରୀମାନେ ସଂସଦର ସଭ୍ୟ ହୋଇଥିବାରୁ ସଂସଦର ସମସ୍ତ ଅଧୂବେଶନରେ ଯୋଗ ଦିଅନ୍ତି, ସଭ୍ୟମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ସରକାରୀ ନୀତି ଓ କାର୍ଯ୍ୟକୁ ଗୃହରେ ଉପସ୍ଥାପନ କରିବା ସହ ଏହା ସପକ୍ଷରେ ଯୁକ୍ତି ବାଢ଼ିଥା’ନ୍ତି ।

ସଭ୍ୟମାନେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରି, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ଅନାସ୍ଥା ପ୍ରସ୍ତାବ ଇତ୍ୟାଦି ଆଗତ କରି ସରକାରୀ ନୀତିର ତର୍ଜମା ଓ ମୂଲ୍ୟାଙ୍କନ କରିବା ମାଧ୍ୟମରେ କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାରି କରନ୍ତି । ମନ୍ତ୍ରୀମଣ୍ଡଳ ଲୋକସଭାର ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ ପଦଚ୍ୟୁତ ହୋଇଥାଏ । ସଂସଦ ବିଭିନ୍ନ ସଂସଦୀୟ ସମିତି ମାଧ୍ୟମରେ ମନ୍ତ୍ରୀପରିଷଦ ତଥା ସରକାରଙ୍କ କାର୍ଯ୍ୟାବଳୀ ଅନୁଧ୍ୟାନ କରି ଗୃହରେ ଆଲୋଚନା କରିବାଦ୍ୱାରା କାର୍ଯ୍ୟପାଳିକାର ସ୍ୱେଚ୍ଛାଚାରିତାରେ ଅଙ୍କୁଶ ଲାଗିଥାଏ ।

(୪) ନ୍ୟାୟିକ କ୍ଷମତା : ମହାଭିଯୋଗ ପ୍ରସ୍ତାବ ଗୃହୀତ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର
ବିଚାରପତି ଆଦି ଉଚ୍ଚ ସାମ୍ବିଧାନିକ ପଦାଧ୍ଵକାରୀମାନଙ୍କୁ ବହିଷ୍କାର କରିବାର କ୍ଷମତା ସଂସଦର ରହିଛି । ସଂସଦ ନିଜର ସ୍ଵାଧୀକାର ଭଙ୍ଗ ବିଷୟ ବିଚାର କରି ନ୍ୟାୟାଳୟ ପରି ଅର୍ଥ ବା କାରାଦଣ୍ଡ ଦେବାର କ୍ଷମତା ରହିଛି । ସଂସଦର ଏହି କ୍ଷମତାଗୁଡ଼ିକ ନ୍ୟାୟାଳୟରେ ବିଚାରଯୋଗ୍ୟ ନୁହେଁ ।

(୫) ନିର୍ବାଚନଗତ କାର୍ଯ୍ୟ : ସଂସଦର ସମସ୍ତ ସଭ୍ୟ ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ନିର୍ବାଚକମଣ୍ଡଳୀ ଗଠନ କରୁଥିବାବେଳେ ଲୋକସଭା ଓ ରାଜ୍ୟସଭାର କେବଳ ନିର୍ବାଚିତ ସଦସ୍ୟମାନେ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ସହ ମିଶି ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ନିର୍ବାଚକମଣ୍ଡଳୀ ଗଠନ କରିଥା’ନ୍ତି । ଉଭୟ ଗୃହର ସଦସ୍ୟମାନେ ସମ୍ପୃକ୍ତ ଗୃହର ଅଧକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ କରିଥା’ନ୍ତି ।

(୬) ସମ୍ବିଧାନ ସଂଶୋଧନ କ୍ଷମତା : ସମ୍ବିଧାନର ୩୬୮ ଧାରା ଅନୁଯାୟୀ ସଂସଦ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ କରେ ଓ ଏହି କ୍ଷେତ୍ରରେ ମୁଖ୍ୟଭୂମିକା ଗ୍ରହଣ କରେ । ସମ୍ବିଧାନ ସଂଶୋଧନ ଚିଠା ବିଧେୟକ ଯେକୌଣସି ଗୃହରେ ଆଗତ କରାଯାଇପାରେ । ଅଳ୍ପ କେତେକ ସଂଘୀୟ ବିଷୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସମ୍ବିଧାନ ସଂଶୋଧନ ଚିଠା ବିଧେୟକ ସଂସଦରେ ସାଧାରଣ ବା ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ସହ ଅନୁମୋଦିତ ହେଲେ ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହୁଏ ।

ସେହି ସ୍ଵଳ୍ପ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହୋଇଥାଏ । ସମ୍ବିଧାନ ସଂଶୋଧନ ପ୍ରସ୍ତାବ କ୍ଷେତ୍ରରେ ଉଭୟ ଗୃହ ମଧ୍ୟରେ ମତବିଭେଦତା ଦେଖାଗଲେ ଯୁଗ୍ମ ଅଧିବେଶନ ଡକାଯିବା ସମ୍ପର୍କରେ ସମ୍ବିଧାନ ନୀରବ ଅଟେ; କାରଣ ଏହି ପ୍ରସ୍ତାବ ଉଭୟ ଗୃହରେ ପୃଥକ୍ ପୃଥକ୍‌ଭାବେ ଅନୁମୋଦିତ ହେବା ବାଞ୍ଛନୀୟ ।

ବ୍ରିଟିଶ୍ ସଂସଦ ଓ ଭାରତୀୟ ସଂସଦ ମଧ୍ଯରେ ଏକ ତୁଳନାତ୍ମକ ଆଲୋଚନା କଲେ ଏହା ସୁସ୍ପଷ୍ଟ ହୁଏ ଯେ ବ୍ରିଟିଶ୍ ସଂସଦ ପରି ଭାରତୀୟ ସଂସଦ ସାର୍ବଭୌମ ନୁହେଁ । ଭାରତରେ ଏକ ଲିଖୁତ ଓ ଅନମନୀୟ ସମ୍ବିଧାନଦ୍ଵାରା ନିର୍ଦ୍ଧାରିତ ପରିସୀମା, ଉଚ୍ଚତମ ନ୍ୟାୟାଳୟର ନ୍ୟାୟିକ ପୁନରାବଲୋକନ କ୍ଷମତାର ଅଙ୍କୁଶ, ନାଗରିକର ମୌଳିକ ଅଧୂକାର ଓ ଜନମତର ବଳୟଦ୍ଵାରା ଭାରତୀୟ ସଂସଦର କାର୍ଯ୍ୟଧାରା ନିୟନ୍ତ୍ରିତ ହେଉଥିବାରୁ ଏହା ବ୍ରିଟିଶ୍ ସଂସଦ ପରି ସାର୍ବଭୌମ ହୋଇପାରି ନାହିଁ ।

୫ । ସଂସଦରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଲୋଚନା କର ।
କିମ୍ବା, ସଂସଦରେ ଚିଠା ବିଧେୟକ (Bill) ଟି କିପରି ଆଇନ (Act) ରେ ପରିଣତ ହୁଏ ବର୍ଣନା କର ।
Answer:
ସମ୍ବିଧାନର ୧୦୭ ଧାରାରେ ଆଇନ ପ୍ରଣୟନ ପଦ୍ଧତି ବିଷୟରେ ଉଲ୍ଲେଖ ରହିଛି । କ୍ଷମତା ପୃଥକୀକରଣ ନିୟମ ଅନୁସାରେ ବ୍ୟବସ୍ଥାପିକା ଉପରେ ସମସ୍ତ ଆଇନ ପ୍ରଣୟନ କ୍ଷମତା ନ୍ୟସ୍ତ ଥିଲେ ମଧ୍ୟ କାର୍ଯ୍ୟପାଳିକା ବାସ୍ତବରେ ପ୍ରଶାସନିକ ଦୃଷ୍ଟିରୁ ଆଇନ ପ୍ରଣୟନ କରେ । ଚିଠା ଆଇନକୁ ତିନି ଭାଗରେ ବିଭକ୍ତ କରାଯାଇଛି ।

ରାଷ୍ଟ୍ରପତିଙ୍କ ବିନା ପରାମର୍ଶରେ ଅର୍ଥବିଲ୍ ଲୋକସଭାରେ ଆଗତ ହୋଇପାରିବ ନାହିଁ । ଏହାହିଁ କେବଳ ଲୋକସଭାରେ ଆଗତ ହେବ ।

ସାଧାରଣ ବିଲ୍ : ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି (୧) ସରକାରୀ, (୨) ବେସରକାରୀ । ଏହା ଯେକୌଣସି ଗୃହରେ ଆଗତ କରାଯାଇପାରିବ । ଯେଉଁ ସାଧାରଣ ବିଲ୍‌କୁ ମନ୍ତ୍ରୀ ଆଗତ କରନ୍ତି ତାହାହିଁ ସରକାରୀ ବିଲ୍ ଓ ଯାହାକୁ ସାଧାରଣତଃ ସଦସ୍ୟ ଆଗତ କରନ୍ତି ତାହାକୁ ହିଁ ବେସରକାରୀ ବିଲ୍ କହନ୍ତି । ବେସରକାରୀ ସଦସ୍ୟଙ୍କ ଆଇନ ସାଧାରଣତଃ ପ୍ରତ୍ୟାହୃତ ହୋଇଥାଏ । ସାଧାରଣ ବିଭାଗୀୟ ମନ୍ତ୍ରୀ ସେ ବିଷୟରେ ସରକାରଙ୍କ ନୀତି ଘୋଷଣା କରନ୍ତି ଓ ଭବିଷ୍ୟତରେ ସରକାରଙ୍କ ତରଫରୁ ଚିଠା ଆଇନ ଆଗତ କରିବାପାଇଁ ଆଶ୍ଵାସନା ଦେଇଥାଆନ୍ତି ।

ଏହି ବିଲ୍ ଉପରେ ଉଭୟ ଗୃହର ସମାନ କ୍ଷମତା ଅଛି । ଯଦି ବିଲ୍ ଉପରେ କୌଣସି ବିବାଦ ଉପୁଜେ ତାହାହେଲେ ସମ୍ବିଧାନର ୧୦୮ଧାରା ଅନୁସାରେ ରାଷ୍ଟ୍ରପତି ମିଳିତ ବୈଠକ ଡାକିପାରନ୍ତି ଏବଂ ଲୋକସଭାର ବାଚସ୍ପତି ଏଥିରେ ଅଧ୍ୟକ୍ଷତା କରନ୍ତି । ସାଧାରଣ ବିଲ୍‌କୁ ରାଜ୍ୟସଭା ୬ ମାସ ପର୍ଯ୍ୟନ୍ତ ଅଟକାଇ ରଖୁପାରେ ।

ସମ୍ବିଧାନ ସଂଶୋଧନ ବିଲ୍ : ଏହା ଯେକୌଣସି ଗୃହରେ ଆଗତ ହୋଇପାରିବ । ପ୍ରାୟ ମୁଖ୍ୟତଃ ଲୋକସଭାର ସଦସ୍ୟ ଏହାକୁ ପ୍ରଥମେ ଲୋକସଭାରେ ଆଗତ କରନ୍ତି ।

ଏହି ବିଲ୍ ଉପରେ ଉଭୟ ରାଜ୍ୟସଭା ଏବଂ ଲୋକସଭାର ସମାନ କ୍ଷମତା ଅଛି । ଏହି ବିଲ୍ ଉପରେ କୌଣସି ମିଳିତ ବୈଠକ ଡକାଯାଇପାରିବ ନାହିଁ ।

ବିଲଟି ଆଇନରେ ପରିଣତ ହେବା ପାଇଁ ତିନୋଟି ସ୍ତର ଦେଇ ଗତି କରିଥାଏ ।

(୧) ପ୍ରଥମ ପାଠ : ସାଧାରଣ ବିଲ୍ ବା ଅଣ-ଅର୍ଥବିଲ୍ ସଂସଦର ଯେକୌଣସି ଗୃହରେ ଆଗତ ହୋଇପାରେ । ଯେଉଁ ସଦସ୍ୟ ବିଲ୍ ଆଗତ କରିବେ ସେ ମାସକ ପୂର୍ବରୁ ବାଚସ୍ପତି କିମ୍ବା ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଲିଷ୍କୃତ ନୋଟିସ୍ ଦେବେ । ଯଦି ଲୋକସଭାରେ ବିଲ୍‌ ଆଗତ ହେବ, ତେବେ ବାଚସ୍ପତି ତାହାକୁ ଲୋକସଭାର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବେ ଓ ବିଲ୍‌ର ପ୍ରଥମ ପାଠ ପାଇଁ ତାରିଖ ଧାର୍ଯ୍ୟ କରିବେ ।

ସେହି ନିର୍ଦ୍ଦିଷ୍ଟ ତାରିଖରେ ବିଲ୍ ଆଗତ କରୁଥିବା ସଦସ୍ୟ ବିଲ୍‌ର ଶିରୋନାମା ପାଠ କରିବେ ଓ ବିଲ୍‌ର ଉଦ୍ଦେଶ୍ୟ ଓ ଗୁରୁତ୍ଵ ଉପରେ ଏକ ସଂକ୍ଷିପ୍ତ ଭାଷଣ ଦେବେ । ତା’ପରେ ବିଲ୍‌ ଭାରତ ଗେଜେଟ୍‌ରେ ପ୍ରକାଶିତ ହେବ । ଏହିଠାରେ ପ୍ରଥମ ପାଠ ଶେଷ ହେବ ।

(୨) ଦ୍ଵିତୀୟ ପାଠ : ଦ୍ଵିତୀୟ ପାଠ ପାଇଁ ନିର୍ଦ୍ଧାରିତ ତାରିଖ ଓ ସମୟରେ ବିଲ୍ ଆଗତକାରୀ ସଭ୍ୟ ବିଲ୍‌କୁ ଗ୍ରହଣ କରିନେବାକୁ ଗୃହକୁ ଅନୁରୋଧ କରନ୍ତି । ବିଲ୍‌ ଗୃହୀତ ହେବା ପୂର୍ବରୁ ତିନୋଟି ପନ୍ଥା ଗ୍ରହଣ କରାଯାଏ; ଯଥା – ବିଲ୍‌ଟି ବିଲ୍‌ ସଙ୍ଗେ ସଙ୍ଗେ ଆଲୋଚିତ ହୋଇ ଗୃହୀତ ହେବା ବା ସେଥୁପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବା, (୨) ଏହାକୁ ଯାଞ୍ଚ କମିଟିକୁ ପଠାଯିବା, (୩) ଜନମତ ସଂଗ୍ରହ ପାଇଁ ବିଲ୍‌ଟିକୁ ବହୁଳଭାବେ ପ୍ରଚାର କରାଇବା ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

ବିଲ୍‌ ଜରୁରୀ ବା ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଧାରିତ ହୋଇଥିଲେ ତାହା ସଙ୍ଗେ ସଙ୍ଗେ ଆଲୋଚିତ ହୋଇ ଗୃହୀତ ହୁଏ କିମ୍ବା ଯାଞ୍ଚ କମିଟିକୁ ପଠାଇ ଦିଆଯାଏ ।

କମିଟି ପର୍ଯ୍ୟାୟ : ଯାଞ୍ଚ କମିଟି ବିଲଟିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରେ । ଆବଶ୍ୟକ ମନେକଲେ ବିଲ୍ ଉପରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବାପାଇଁ ଏହି ଯାଞ୍ଚ କମିଟି ଉପକମିଟି ନିଯୁକ୍ତ କରେ । ଯାଞ୍ଚ କମିଟି ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରେ । ବିଲ୍‌ର ଯେକୌଣସି ସଂଶୋଧନ ଆଣିବା କ୍ଷମତା ଯାଞ୍ଚ କମିଟିର ଅଛି । ବିଭିନ୍ନ ପରୀକ୍ଷା ପରେ ଯାଞ୍ଚ କମିଟି ଏକ ବିବରଣୀ ପ୍ରସ୍ତୁତ କରେ ।

ବିବରଣୀ ପର୍ଯ୍ୟାୟ : ଯାଞ୍ଚ କମିଟିର ଆଲୋଚନା ସରିବା ପରେ ଯାହା ଯାହା ନିଷ୍ପତ୍ତି ହେଲା ତାହାର ଏକ ବିବରଣୀ ରିପୋର୍ଟ ଆକାରରେ କମିଟିର ଚେୟାରମ୍ୟାନ୍ ଲୋକସଭାରେ ଦାଖଲ କରନ୍ତି । ଯେଉଁମାନେ ବିରୁଦ୍ଧ ମତ ଦିଅନ୍ତି ସେମାନେ ବିରୁଦ୍ଧ ମତ ଲିଖତ ଭାବରେ ଦେଇଥାଆନ୍ତି ।

ସଂଶୋଧନ ପ୍ରସ୍ତାବ ପର୍ଯ୍ୟାୟ : ଏହି ସ୍ତରରେ ବିଶଦ୍ ଆଲୋଚନା ହୋଇ ସଂଶୋଧନ ଅଣାଯାଇଥାଏ । ସାଧାରଣ ସଦସ୍ୟମାନେ କେବଳ ଏହି ସ୍ତରରେ ସଂଶୋଧନ ପ୍ରସ୍ତାବ ଆଗତ କରିଥାଆନ୍ତି । ଆଲୋଚନା ପରେ ପ୍ରଥମେ ସଂଶୋଧନ ପ୍ରସ୍ତାବ ଓ ପରେ ଧାରା ଉପଧାରାକୁ ଅନୁମୋଦନ ନିମନ୍ତେ ସଦସ୍ୟଙ୍କ ଭୋଟପାଇଁ ଉପସ୍ଥାପିତ ହୁଏ । ଭୋଟ ନିଆଯାଏ ।

ଯଦି ସଂଶୋଧନ ପ୍ରସ୍ତାବ ପାସ୍ ହେଲା, ତେବେ ତାହା ମୂଳ ଚିଠା ଆଇନରେ ଥିବା ଧାରାକୁ ସଂଶୋଧ କଲା ବୋଲି ଧରାଯାଏ । ଶେଷରେ ଚିଠା ଆଇନର ମୂଳଠାରୁ ଶେଷ ପର୍ଯ୍ୟନ୍ତ ନାମକରଣ, ପ୍ରସ୍ତାବନା, ତାଲିକା ବା ପରିଶିଷ୍ଟ ଆଦି ଉପରେ ଭୋଟ ନିଆଯାଏ । ଉପସ୍ଥିତ ଥିବା ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଅନୁମୋଦନ ପରେ ଚିଠା ଆଇନର ଦ୍ଵିତୀୟ ପାଠ ଶେଷ ହୋଇଥାଏ ।

(୩) ତୃତୀୟ ପାଠ : ବିଲ୍‌ର ତୃତୀୟ ପାଠ ବିଶେଷ ଗୁରୁତ୍ଵପୂର୍ଣ୍ଣ ନୁହେଁ । ତୃତୀୟ ପାଠ ପର୍ଯ୍ୟାୟରେ ବିଲ୍‌ର ପ୍ରସ୍ତାବକ ବିଲ୍‌କୁ ଗ୍ରହଣ କରିବା ପାଇଁ ଗୃହର ଅନୁମୋଦନ ଲୋଡ଼ନ୍ତି । ଏହି ସମୟରେ ବିଲ୍ ଉପରେ ଆଲୋଚନାକୁ ସୀମିତ କରାଯାଏ । ବିଲ୍‌ରେ ଯଦି କୌଣସି ଭାଷାଗତ ତ୍ରୁଟି ରହିଥାଏ ସେଗୁଡ଼ିକ ମୌଖକ ସଂଶୋଧନ ପ୍ରସ୍ତାବଦ୍ଵାରା ସଂଶୋଧୃତ ହୋଇଥାଏ । ଏହାପରେ ବିଲ୍ ଉପରେ ଭୋଟ ଗ୍ରହଣ କରାଯାଏ ।

ଯଦି ବିଲ୍‌ ଗୃହରେ ଉପସ୍ଥିତ ଥିବା ଅର୍ଦ୍ଧାଧ‌ିକ ସଭ୍ୟଙ୍କର ସମର୍ଥନ ଲାଭ କରେ, ତେବେ ବିଲ୍‌ ଗୃହଦ୍ଵାରା ଗୃହୀତ ହେଲା ବୋଲି ଘୋଷଣା କରାଯାଏ । ତା’ପରେ ଗୃହର ଅଧ୍ୟକ୍ଷଙ୍କ ଦସ୍ତଖତ ନିଆଯାଇ ବିଲ୍‌କୁ ଅନ୍ୟ ଗୃହକୁ ପଠାଯାଏ ।

ଅନ୍ୟ ଗୃହର ଅନୁମୋଦନ : ଅନ୍ୟ ଗୃହ ଉପରୋକ୍ତ ଅନୁରୂପ ଉପାୟମାନଙ୍କଦ୍ୱାରା ବିଲ୍‌କୁ ପାସ୍ କରନ୍ତି । ବିଲ୍ ପାସ୍ କରିବା କ୍ଷେତ୍ରରେ ଅନ୍ୟ ଗୃହ ନିମ୍ନଲିଖତ ଉପାୟମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟ ଅବଲମ୍ବନ କରିପାରନ୍ତି ।

(୧) ଏହା ପ୍ରଥମ ଗୃହକୁ ପାସ୍ ହୋଇ ଆସିଥିବା ବିଲ୍‌କୁ କୌଣସି ପରିବର୍ତ୍ତନ ନକରି ପାସ୍‌ କରି ଦେଇପାରେ ।
(୨) ଏହା ବିଲ୍‌ର କୌଣସି ଧାରାକୁ ପରିବର୍ତ୍ତନ କରି ପାସ୍ କରିପାରେ ।
(୩) ବିଲ୍‌କୁ ପାସ୍ ନକରି ନିଜ ପାଖରେ ଅଟକେଇ ରଖିପାରେ ।

ମିଳିତ ଅଧୂବେଶନ (୧୦୮ ଧାରା) : ରାଜ୍ୟସଭାରେ ଉକ୍ତ ଚିଠା ଆଇନ ଗୃହୀତ ନହେଲେ ବା କୌଣସି ସଂଶୋଧନ ପାଇଁ ଲୋକସଭା ଓ ରାଜ୍ୟସଭା ସହିତ ଏକମତ ନହେଲେ, ରାଷ୍ଟ୍ରପତି ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧୂବେଶନ ଡାକନ୍ତି । ମିଳିତ ଅଧୂବେଶନରେ ନୂତନ ସଂଶୋଧନ ପ୍ରସ୍ତାବ ଆସିପାରିବ ନାହିଁ, କେବଳ ବିବଦମାନ ସଂଶୋଧନର ବିଚାର କରାଯିବ । ଯଦି ମିଳିତ ଅଧୂବେଶନରେ ସଂଖ୍ୟାତ୍ମକ ଭୋଟରେ ସଂଶୋଧନ ସହ ବା ବିନା ସଂଶୋଧନରେ ଚିଠା ଆଇନ ଗୃହୀତ ହୁଏ, ତେବେ ତାହା ଉଭୟ ସଦନରେ ଗୃହୀତ ହୋଇଛି ବୋଲି ଧରାଯିବ ।

ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ସମ୍ବିଧାନର ୧୧୧ ଧାରାନୁସାରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ବିନା କୌଣସି ଚିଠା ଆଇନ, ଆଇନରେ ପରିଣତ ହୋଇପାରିବ ନାହିଁ । ରାଷ୍ଟ୍ରପତି ସାଧାରଣଚିଠା ଆଇନକୁ ମଞ୍ଜୁର କରିପାରନ୍ତି ବା ଯେଉଁ ସଦନରେ ଏହା ପ୍ରଥମେ ଆଗତ ହୋଇଛି ସେହି ସଦନକୁ ନିଜ ମତାମତ ବା ସୁପାରିସ ସହୁ ଫେରାଇ ଦେଇପାରନ୍ତି ।

ଯଦି ଉଭୟ ସଦନ ରାଷ୍ଟ୍ରପତିଙ୍କ ସୁପାରିସ ବା ସଂଶୋଧନକୁ ଗ୍ରହଣ କରନ୍ତି ବା ନକରି ପୂର୍ବ ଚିଠା ଆଇନକୁ ଆଉଥରେ ଅନୁମୋଦନ କରନ୍ତି ତେବେ ତାହାକୁ ରାଷ୍ଟ୍ରପତି ମଞ୍ଜୁର ଦେବାକୁ ମଧ୍ୟ ବାଧ୍ୟ । ରାଷ୍ଟ୍ରପତିଙ୍କ ଭିଟୋ କ୍ଷମତା ଏପରି କରିବା ଦ୍ବାରା ରାଷ୍ଟ୍ରପତି ଚିଠା ଆଇନକୁ ଡେରି କରାଇଦେଇପାରନ୍ତି । ତେଣୁ ଏହି କ୍ଷମତାକୁ ବିଳମ୍ବନ କ୍ଷମତା ବା ‘ସ୍ଥଗିତ ଭିଟୋ’ କ୍ଷମତା କୁହାଯାଏ ।

(୨) ପକେଟ୍ ଭିଟୋ : ରାଷ୍ଟ୍ରପତିଙ୍କ ପକେଟ୍ ଭିଟୋ କ୍ଷମତା ରହିଛି । ରାଷ୍ଟ୍ରପତି କୌଣସି ଚିଠା ଆଇନକୁ ମଞ୍ଜୁର ନକରି ବା ନ ଫେରାଇ ନିଜ ପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଖୁପାରନ୍ତି । ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲାପରେ ଏହା (Act) ବା ଆଇନରେ ପରିଣତ ହୁଏ । କିନ୍ତୁ ଏହା ଆମେରିକାର ରାଷ୍ଟ୍ରପତିଙ୍କ ପକେଟ୍ ଭିଟୋ କ୍ଷମତା ସହ ତୁଳନୀୟ ନୁହେଁ ।

୬ । ସଂସଦର ଆର୍ଥିକ ଆଇନ ପ୍ରଣୟନ (Financial Procedure) ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ସଂସଦ ନିକଟରେ ରାଷ୍ଟ୍ରର ମୁଦ୍ରାକୋଷ ରହିଥାଏ । ଏହାର ବିନା ଅନୁମୋଦନରେ ଗୋଟିଏ ପଇସା ମଧ୍ୟ କର ଆକାରରେ ଆଦାୟ କରାଯାଇପାରିବ ନାହିଁ କିମ୍ବା ଗୋଟିଏ ପଇସା ମଧ୍ଯ ଖର୍ଚ୍ଚ କରାଯାଇପାରିବ ନାହିଁ । ଏହା ଆମେରିକୀୟ ସ୍ଵାଧୀନତା ଆନ୍ଦୋଳନ ପରିପ୍ରେକ୍ଷୀରେ ‘ବିନା ପ୍ରତିନିଧୃତ୍ବରେ କର ଦେବୁ ନାହିଁ’’ ସର୍ଭକୁ ପୂରଣ କରିଥାଏ । ଲୋକପ୍ରତିନିଧୁମାନଙ୍କୁ ନେଇ ଗଠିତ ସଂସଦର ବିନା ଅନୁମୋଦନରେ ସାଧାରଣ କର ଆଦାୟ ବା ସାଧାରଣ ଅର୍ଥ ବ୍ୟୟ ସମ୍ଭବପର ନୁହେଁ ।

ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ସଂସଦର ନିମ୍ନସଦନ ଅର୍ଥାତ୍ ଲୋକସଭା କରଧାର୍ଯ୍ୟ ଓ ବ୍ୟୟବରାଦ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରେ । କିନ୍ତୁ ଏହି କ୍ଷେତ୍ରରେ ପ୍ରଥମ ଉଦ୍ୟୋଗ କାର୍ଯ୍ୟପାଳିକା ତରଫରୁ ହୋଇଥାଏ । ରାଷ୍ଟ୍ରପତିଙ୍କ ପୂର୍ବ ଅନୁମୋଦନ ସହ ସମସ୍ତ ଅର୍ଥବିଧେୟକ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କଦ୍ଵାରା ଲୋକସଭାରେ ପ୍ରଥମେ ଆଗତ ହୁଏ । ଦେଶର ବାର୍ଷିକ ଆୟ-ବ୍ୟୟର ଅଟକଳ ବା ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକସଭାରେ ଉପସ୍ଥାପନ କରନ୍ତି ।

ବଜେଟ୍‌ରେ ସମସ୍ତ ପ୍ରସ୍ତାବିତ ଆୟ ଓ ବିଭିନ୍ନ ବିଭାଗର ବ୍ୟୟର ହିସାବ ଦିଆଯାଇଥାଏ । ଏଥିରେ ନୂତନ କରଧାର୍ଯ୍ୟ ପ୍ରସ୍ତାବର ସୂଚନା ମଧ୍ୟ ଥାଏ । ପ୍ରତ୍ୟେକ ମନ୍ତ୍ରୀ ନିଜ ବିଭାଗୀୟ ଖର୍ଚ୍ଚର ଦାବି ଉପସ୍ଥାପନ କରନ୍ତି ଓ ତାହା ଲୋକସଭାରେ ଆଲୋଚନା ପରେ ଗୃହୀତ ହୁଏ । ଯଦି ସଂସଦର କୌଣସି ସାଂସଦ ଚାହିଁବେ ତାହାହେଲେ ବିଭାଗୀୟ ଖର୍ଚ୍ଚ ଆଲୋଚନାବେଳେ ସେ କାଟ ପ୍ରସ୍ତାବ ଆଣିପାରିବେ ।

ସରକାରଙ୍କ ଖର୍ଚ୍ଚ ଦୁଇ ପ୍ରକାର, ଯଥା – (i) ଗୋଟିଏ ସଂସଦର ପୂର୍ଷ ଅନୁମୋଦନ ସାପେକ୍ଷ ଓ (ii) ସଞ୍ଚିତ ପାଣ୍ଠିରୁ ନିର୍ଦ୍ଦେଶିତ ଖର୍ଚ୍ଚ । ପ୍ରଥମଟିରେ ଭୋଟ ଆବଶ୍ୟକ ବିଷୟ ରହିଥିବାବେଳେ ଦ୍ଵିତୀୟଟିରେ ଭୋଟ ଅନାବଶ୍ୟକ ବିଷୟ ରହିଥାଏ । ଦ୍ଵିତୀୟ ପ୍ରକାର ଖର୍ଚ୍ଚ ଦାବିକୁ ସଂସଦ ଆଗ୍ରାହ୍ୟ କରିପାରେ ନାହିଁ । ପ୍ରଥମ ପ୍ରକାର ଖର୍ଚ୍ଚ ଉପରେ ଲୋକସଭାରେ ବ୍ୟାପକ ଆଲୋଚନା ହୁଏ ଓ ସେଥୁରୁ ଯେକୌଣସି ଖର୍ଚ୍ଚକୁ ଅଗ୍ରାହ୍ୟ କରିଦେବାର କ୍ଷମତା ଲୋକସଭାର ରହିଛି ।

ବଜେଟ୍ ଓ ବ୍ୟୟଦାବି (Demand for Grants) : ବଜେଟ୍‌ର ଦୁଇଟି ଅଂଶ ରହିଥାଏ; ଯଥା- ସାଧାରଣ ବଜେଟ୍ ଓ ରେଳ ବିଭାଗ ବଜେଟ୍ । ସଂସଦରେ ପ୍ରଥମ ରେଳମନ୍ତ୍ରୀ ରେଳ ବଜେଟ୍ ଆଗତ କରନ୍ତି ଓ ତା’ପରେ ଅର୍ଥମନ୍ତ୍ରୀ ସାଧାରଣ ବଜେଟ୍ ଆଗତ କରନ୍ତି । ବଜେଟ୍ କରଧାର୍ଯ୍ୟ ପ୍ରସ୍ତାବ, ରାଜସ୍ଵ ଓ ବ୍ୟୟର ପୂର୍ଖ ହିସାବ ଫର୍ଦ୍ଦ ଆଦିକୁ ଅନ୍ତର୍ଭୁକ୍ତ କରିଥାଏ । ଗୃହରେ ବଜେଟ୍ ଆଲୋଚନା ସମୟରେ ସରକାରଙ୍କ ଆର୍ଥିକ ନୀତି ଓ କାର୍ଯ୍ୟକ୍ରମକୁ ଆଲୋଚନା, ସମାଲୋଚନା ଓ ମୂଲ୍ୟାଙ୍କନ କରାଯାଇଥାଏ ।

ଏହି ସାଧାରଣ ଆଲୋଚନା ପରେ ଖର୍ଚ୍ଚଦାବି ଉପରେ ଭୋଟ ଗ୍ରହଣ କରାଯାଏ । ଏହି କ୍ଷେତ୍ରରେ ପ୍ରତ୍ୟେକ ବିଭାଗ ସ୍ଵତନ୍ତ୍ରଭାବେ ତିନିଗୋଟି ସ୍ତରବିଶିଷ୍ଟ ‘ବ୍ୟୟ ଫର୍ଦ’ (Demand for Grant) ଉପସ୍ଥାପନ କରନ୍ତି । ପ୍ରଥମ ସ୍ତରରେ ମୋଟ ବ୍ୟୟର ପ୍ରସ୍ତାବ, ଦ୍ଵିତୀୟ ସ୍ତରରେ ବ୍ୟୟର ଉପ-ବିଭାଗଗୁଡ଼ିକର ତାଲିକା ଓ ତୃତୀୟ ସ୍ତରରେ ଉପ-ବିଭାଗଗୁଡ଼ିକର ବ୍ୟୟର ସମ୍ପୂର୍ଣ୍ଣ ବିବରଣୀ ସ୍ଥାନ ପାଇଥାଏ ।

କାଟ୍ ପ୍ରସ୍ତାବ : ଏହି କାଟ୍ ପ୍ରସ୍ତାବ ମାଧ୍ୟମରେ ସଂସଦର ସଭ୍ୟମାନେ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମକୁ ସମାଲୋଚନା କରିଥା’ନ୍ତି କିମ୍ବା ନିର୍ଦ୍ଦିଷ୍ଟ ଅଭିଯୋଗ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏହା ସାଧାରଣତଃ ତିନି ପ୍ରକାରର; ଯଥା —
(i) ନୀତି ନାପସନ୍ଦ କାଟ୍ (Disapproval of policy cut) : ଏହି ପ୍ରସ୍ତାବରେ ସରକାରଙ୍କ ଖର୍ଚ୍ଚଦାବିରୁ ଏକ ଟଙ୍କା କମାଇ ଦିଆଯିବାର ପ୍ରସ୍ତାବ ଆଗତ ହୋଇଥାଏ ।
(ii) ମିତବ୍ୟୟୀ କାଟ୍ (Economy cut) : ମିତବ୍ୟୟିତା, ଆର୍ଥିକ ଶୃଙ୍ଖଳା ଓ ସଂଯମତା ରକ୍ଷା ପାଇଁ ବ୍ୟୟସଙ୍କୋଚନ ପ୍ରସ୍ତାବ ଆସିଥାଏ ।
(iii) ପ୍ରତୀକ କାଟ୍ (Token cut) : ଏହାର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ଉପସ୍ଥାପନ ପାଇଁ ସ୍ବର ଉତ୍ତୋଳନ । ଏହାର ବ୍ୟବହାର ଅଧିକ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

ଶିରଛେଦ ବା ଗିଲୋଟିନ୍ (Guilotine) : ନିର୍ଦ୍ଧାରିତ ସମୟ ମଧ୍ୟରେ ବଜେଟ୍ ସମ୍ବନ୍ଧୀୟ ସମସ୍ତ ବିଷୟ ଗୃହର ଅନୁମୋଦନ ପାଇଁ ଏହି ‘ଗିଲୋଟିନ୍’ ପଦ୍ଧତିର ପ୍ରୟୋଗ କରାଯାଇଥାଏ । ଏହି ପଦ୍ଧତିରେ ବିନା ଆଲୋଚନାରେ ଏକାଧୁକ ଅନୁଦାନ ଦାବି ଉପରେ ଭୋଟ ନିଆଯାଇଥାଏ । ସେହିପରି ଏକ ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହେଲେ ‘କ୍ଲୋଜର’ (Closure) ପ୍ରୟୋଗ କରାଯାଇ ଆଲୋଚନାର ପରିସମାପ୍ତି ଘୋଷଣା କରାଯାଇ ଖର୍ଚ୍ଚ ଦାବି ଉପରେ ଭୋଟ ନିଆଯାଏ ।

ଭୋଟ୍ ଅନ୍ ଆକାଉଣ୍ଟ (Vote on Account) : ବଜେଟ୍ ଆଲୋଚନା ଓ ଅନୁମୋଦନ ଏକ ସମୟସାପେକ୍ଷ ପ୍ରକ୍ରିୟା ଅଟେ । ଏଣୁ କୌଣସି ପରିସ୍ଥିତିରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଓ ଅନୁମୋଦନ ସମ୍ଭବ ନହେଲେ ଏହି ‘ ଭୋଟ୍ ଅନ୍ ଆକାଉଣ୍ଟ’ ବା କାମଚଳା ବଜେଟ୍ ସଂସଦରେ ଉପସ୍ଥାପନ କରାଯାଏ ଯାହା ବିନା ଆଲୋଚନାରେ ସଂସଦର ଅନୁମୋଦନ ଲାଭ କରେ । ଏହା ସରକାରଙ୍କୁ ଭାରତର ଘନୀଭୂତ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ କରେ । ଏହା ସାଧାରଣତଃ ଦୁଇ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରେ ।

ବଜେଟ୍ ଓ ବ୍ୟୟମଞ୍ଜୁରୀ ଚିଠା (Appropriation Bill)ର ଅନୁମୋଦନ : ସଂସଦଦ୍ଵାରା ବଜେଟ୍ ଅନୁମୋଦନ ପରେ ସଂସଦର ଆର୍ଥିକ ବ୍ୟାପାରରେ ପୂର୍ଣ୍ଣଚ୍ଛେଦ ପଡ଼େ ନାହିଁ । ବଜେଟ୍ ସଂସଦର ଅନୁମୋଦନ ଲାଭ ନ କରିପାରିଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ସହ ସମାନ ବୋଲି ଏହାକୁ ଗ୍ରହଣ କରାଯାଏ । ବଜେଟ୍‌ର ଅନୁମୋଦନ ସହ କାର୍ଯ୍ୟପାଳିକା ବଜେଟ୍‌ର ପ୍ରସ୍ତାବ ଅନୁଯାୟୀ ବ୍ୟୟ କରିବା ନିମନ୍ତେ ସଂସଦ ଏକ ‘ବ୍ୟୟମଞ୍ଜୁରୀ ଚିଠା’ ଅନୁମୋଦନ କରେ । ଏହି ବ୍ୟୟମଞ୍ଜୁରୀ ଚିଠା ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହୋଇ ବଜେଟ୍‌କୁ କାର୍ଯ୍ୟକ୍ଷମ କରିଥାଏ ।

ଫାଇନାନ୍ସ ଚିଠା (Finance Bill)ର ଅନୁମୋଦନ : ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ପରେ ଲୋକସଭାରେ ଏହି ଫାଇନାନ୍ସ ଚିଠା ଉପସ୍ଥାପନ କରାଯାଇଥାଏ । ବ୍ୟୟମଞ୍ଜୁରୀ ଚିଠାର ଅନୁମୋଦନ ପରେ ଏହି ଫାଇନାନ୍ସ ଚିଠା ଗୃହରେ ଆଲୋଚନା ହୁଏ । ଏହା ସାଧାରଣ ଚିଠା ଅନୁମୋଦନ ପ୍ରକ୍ରିୟାରେ ଗୃହରେ ଆଲୋଚିତ ଓ ଗୃହୀତ ହୁଏ । ଏହା ସରକାରଙ୍କୁ କରଧାର୍ଯ୍ୟ ମାଧ୍ୟମରେ ରାଜ୍ୟର ରାଜସ୍ଵ ଆଦାୟ ପାଇଁ ଅନୁମତି ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ । ଏହି ଫାଇନାନ୍ସ ଚିଠା ସଂସଦଦ୍ଵାରା ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହେଲେ ସଂସଦର ଆର୍ଥିକ ଆଇନ ପ୍ରଣୟନ ପ୍ରକ୍ରିୟାରେ ପୂର୍ଣଚ୍ଛେଦ ପଡ଼ିଥାଏ ।

ଅର୍ଥବିଧେୟକ କ୍ଷେତ୍ରରେ ଲୋକସଭାର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ଲୋକସଭାରେ ପ୍ରଥମେ ଆଗତ ହୋଇ ଗୃହୀତ ହୋଇସାରିବା ପରେ ଅର୍ଥବିଧେୟକ ରାଜ୍ୟସଭାକୁ ଯାଏ । ରାଜ୍ୟସଭାରେ ୧୪ ଦିନ ମଧ୍ୟରେ ଏହାକୁ ଗୃହୀତ କରାଯାଇପାରେ କିମ୍ବା ମତାମତ ସହ ଲୋକସଭାର ପୁନଃ ବିଚାର ପାଇଁ ଫେରାଇ ଦିଆଯାଇପାରେ କିମ୍ବା କୌଣସି ନିଷ୍ପତ୍ତି ନିଆଯାଇନପାରେ । ମାତ୍ର ୧୪ ଦିନ ପରେ ଲୋକସଭାଦ୍ଵାରା ଏହାର ପୁନଃ ବିଚାର କରାନଗଲେ କିମ୍ବା ରାଜ୍ୟସଭାଦ୍ଵାରା ଗୃହୀତ ନହେଲେ ମଧ୍ୟ ଅର୍ଥବିଧେୟକ ସଂସଦର ଉଭୟ ସଦନଦ୍ଵାରା ଗୃହୀତ ହୋଇଛି ବୋଲି ଧରିନିଆଯାଏ । ସଂସଦଦ୍ଵାରା ଗୃହୀତ ବଜେଟ୍ ବା ଅର୍ଥବିଧେୟକ କ୍ଷେତ୍ରରେ ରାଷ୍ଟ୍ରପତି ନିଜର ‘ସୁଗିତ ଭିଟୋ’ କ୍ଷମତା ପ୍ରୟୋଗ କରିପାରନ୍ତି ନାହିଁ ଓ ସ୍ବୀକୃତି ଦେବାକୁ ପ୍ରାୟତଃ ବାଧ୍ୟ ହୋଇଥା’ନ୍ତି ।

ବିଧାନସଭାର ଗଠନ : ସମ୍ବିଧାନର ୧୭୦ ଧାରା ଅନୁସାରେ ରାଜ୍ୟର ବିଧାନସଭାର ଗଠନ ପ୍ରଣାଳୀ ବର୍ଣନା କରାଯାଇଛି । ବିଧାନସଭାର ସଭ୍ୟମାନେ ଲୋକଙ୍କଦ୍ବାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ରାଜ୍ୟରେ ୫୦୦ରୁ ଅଧିକ ଓ ୬୦ରୁ କମ୍ ସଂଖ୍ୟକ ସଭ୍ୟ ବିଧାନସଭାରେ ରହିପାରିବେ ନାହିଁ । ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ସଦସ୍ୟ ରହିଛନ୍ତି ।

୭ । ଓଡିଶା ରାଜ୍ୟ ବିଧାନସଭାର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ସମ୍ବିଧାନର ୧୬୮ ଧାରା ଅନୁସାରେ ରାଜ୍ୟପାଳ ବିଧାନସଭାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ରାଜ୍ୟର ବ୍ୟବସ୍ଥାପିକା ଗୃହଭାବରେ ଏହା ସ୍ବୀକୃତିପ୍ରାପ୍ତ । କେତେକ ରାଜ୍ୟରେ ଏହା ଦ୍ବିକକ୍ଷୀୟ ବିଶିଷ୍ଟ ହୋଇଥିବାବେଳେ ଓଡ଼ିଶାର ଏକକକ୍ଷୀୟ ଆକାରରେ ପ୍ରତିଷ୍ଠିତ ଏବଂ ବିଧାନସଭା ନାମରେ ପରିଚିତ । ଓଡ଼ିଶାରେ ବିଧାନ ପରିଷଦ ନାହିଁ । ରାଜ୍ୟପାଳଙ୍କ ସ୍ବୀକୃତି ବିନା ବିଧାନସଭାରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ନାହିଁ ।

ବିଧାନସଭାର ଗଠନ : ସମ୍ବିଧାନର ୧୭୦ ଧାରା ଅନୁସାରେ ରାଜ୍ୟର ବିଧାନସଭାର ଗଠନ ପ୍ରଣାଳୀ ବର୍ଣନା କରାଯାଇଛି । ବିଧାନସଭାର ସଭ୍ୟମାନେ ଲୋକଙ୍କଦ୍ବାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ରାଜ୍ୟରେ ୫୦୦ରୁ ଅଧିକ ଓ ୬୦ରୁ କମ୍ ସଂଖ୍ୟକ ସଭ୍ୟ ବିଧାନସଭାରେ ରହିପାରିବେ ନାହିଁ । ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ସଦସ୍ୟ ରହିଛନ୍ତି ।

ସଂରକ୍ଷଣ : ସମ୍ବିଧାନର ୩୩୨ ଧାରା ଅନୁଯାୟୀ ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ବିଧାନସଭାରେ ପ୍ରତିନିଧୂତ୍ବ ପାଇଁ ବ୍ୟବସ୍ଥା ଅଛି । ସେହି ଅନୁସାରେ ଓଡ଼ିଶାରେ ୩୪ଟି ସ୍ଥାନ ଆଦିବାସୀ ଓ ୨୨ଟି ସ୍ଥାନ ହରିଜନଙ୍କ ପାଇଁ ଉଦ୍ଦିଷ୍ଟ ।

ମନୋନୟନ : ସମ୍ବିଧାନର ୩୩୩ ଧାରା ଅନୁସାରେ ରାଜ୍ୟପାଳଙ୍କ ମତରେ ଆଙ୍ଗ୍‌ଲୋ – ଭାରତୀୟ ସମ୍ପ୍ରଦାୟର ବିଧାନସଭାରେ ଉପଯୁକ୍ତ ପ୍ରତିନିଧୂ ହୋଇନଥିଲେ ସେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବିଧାନସଭାକୁ ମନୋନୀତ କରିପାରନ୍ତି; ମାତ୍ର ଓଡ଼ିଶା ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ଯୋଗ୍ୟତା : ସମ୍ବିଧାନର ୧୭୩ ଧାରା ଅନୁସାରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ହେଲେ ବ୍ୟକ୍ତିଙ୍କର ନିମ୍ନଲିଖତ ଯୋଗ୍ୟତା ଥିବା ଆବଶ୍ୟକ ।

(୧) ସେ ଭାରତୀୟ ନାଗରିକ ହୋଇଥବେ ।
(୨) ନିର୍ବାଚନ ପରିଚାଳକଙ୍କ ନିକଟରେ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ ପାଇଁ ଶପଥପାଠ କରିବେ ।
(୩) ତାଙ୍କୁ ଅନ୍ତତଃ ୨୫ ବର୍ଷ ହୋଇଥିବ ।
(୪) ନିର୍ବାଚନ ଆଇନଦ୍ଵାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ଥିବ ।
(୫) ସରକାରୀ ପାଣ୍ଠିରୁ ଦରମା ବା ବ୍ୟବସାୟ ସୂତ୍ରରେ ଅର୍ଥଲାଭଜନିତ ଅଣରାଜନୀତିକ ପଦବୀ ଧାରଣ କରି ନଥୁବେ ଅର୍ଥାତ୍ କଣ୍ଟ୍ରାକ୍ଟର, ସରକାରୀ ବ୍ୟବସାୟ ସୂତ୍ରରେ ସରକାରଙ୍କ ସହିତ ଚୁକ୍ତିବଦ୍ଧ ହୋଇନଥିବେ ।
(୬) ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଅମାନତ ଜମା ରଖୁବାକୁ ପଡ଼େ ।

କାର୍ଯ୍ୟକାଳ : ବିଧାନସଭାର ସାଧାରଣ କାର୍ଯ୍ୟକାଳ ୫ ବର୍ଷ । ଜାତୀୟ ଜରୁରିକାଳୀନ ପରିସ୍ଥିତି ସମୟରେ ରାଷ୍ଟ୍ରପତି ବିଧାନସଭାର କାର୍ଯ୍ୟକାଳ ଆଉ ଏକ ବର୍ଷ ବଢ଼ାଇ ଦିଅନ୍ତି । ଏହାର ସର୍ବନିମ୍ନ ସମୟ ବିଧାନସଭାର ଆସ୍ଥା ଏବଂ ରାଜ୍ୟ ଜରୁରିକାଳୀନ ପରିସ୍ଥିତି ଉପରେ ନିର୍ଭର କରେ ।

ଅଧୂବେଶନ : ଏହାର ଅଧୂବେଶନ ରାଜ୍ୟପାଳଙ୍କଦ୍ଵାରା ଆହୂତ ହୁଏ ଏବଂ ସ୍ଥଗିତ ହୁଏ। ଅନ୍ତତଃ ବର୍ଷକୁ ଦୁଇ ଥର ବିଧାନସଭା ବସେ । ବର୍ଷକୁ ଆପାତତଃ ୬୦ ଦିନ ବସେ । ପ୍ରତି ବିଷୟ ସଂଖ୍ୟାଧ‌ିକ ମତରେ ନିଷ୍ପତ୍ତି ନିଆଯାଏ । ଯଦି କୌଣସି ସଦସ୍ୟ ଏକ ସମୟରେ ୬୦ ଦିନ ବିନାନୁମତିରେ ଅନୁପସ୍ଥିତ ରହିଲେ ବିଧାନସଭାରେ ତାଙ୍କ ସ୍ଥାନ ଖାଲି ପଡ଼ିଲା ବୋଲି ଘୋଷଣା କରାଯାଇପାରିବ ।

କୋରମ୍ : ବିଧାନସଭାର ସମୁଦାୟ ସଦସ୍ୟ ୧/୧୦ ଅଂଶ ସଦସ୍ୟଙ୍କ ଅନୁପସ୍ଥିତ ହେଲେ କୋରମ୍ ହୁଏ ନାହିଁ ଏବଂ ବିଧାନସଭାର ଅଧୂବେଶନକୁ ସ୍ଥଗିତ ରଖାଯାଏ ।

କ୍ଷମତା ଓ କାର୍ଯ୍ୟାବଳୀ :
(୧) ବ୍ୟବସ୍ଥାପିକା କ୍ଷମତା : ବିଧାନସଭାର ପ୍ରଧାନ କାର୍ଯ୍ୟ ହେଲା ଆଇନ ପ୍ରଣୟନ କରିବା । ରାଜ୍ୟ ତାଲିକା ଓ ସଂଯୁକ୍ତ ବା ଯୁଗ୍ମ ତାଲିକାସ୍ଥ ବିଷୟମାନଙ୍କ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ବିଧାନସଭାର ରହିଛି । ଯୁଗ୍ମ ତାଲିକାରୁ ଯଦି କେନ୍ଦ୍ର ଆଇନ ପ୍ରଣୟନ କରିଥିବା, ସେ ଆଇନକୁ ବିରୋଧ କରୁଥିବା ବ୍ୟବସ୍ଥା ବିଧାନସଭା କରିପାରିବ ନାହିଁ । ବିଧାନସଭାରେ ଗୃହୀତ ବିଲ୍ ରାଜ୍ୟପାଳଙ୍କ ସ୍ଵୀକୃତି ଲାଭ କରି ଆଇନରେ ପରିଣତ ହୁଏ ।

(୨) କାର୍ଯ୍ୟପାଳିକା ନିୟନ୍ତ୍ରଣ : ରାଜ୍ୟ ମନ୍ତ୍ରିମଣ୍ଡଳ ମିଳିତଭାବେ ବିଧାନସଭା ନିକଟରେ ଦାୟୀ ରହିବେ ବୋଲି ସମ୍ବିଧାନର ୧୬୪ ଧାରାରେ ବର୍ଣ୍ଣିତ ହୋଇଛି । ଫଳରେ ମନ୍ତ୍ରୀମାନେ ବ୍ୟକ୍ତିଗତଭାବରେ ଓ ମିଳିତଭାବରେ ବିଧାନସଭା ନିକଟରେ ଦାୟୀ । ବିଧାନସଭାର ସଦସ୍ୟମାନେ ବିଭାଗୀୟ ମନ୍ତ୍ରୀମାନଙ୍କୁ ନାନା ପ୍ରକାର ପ୍ରଶ୍ନ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ, ଅନାସ୍ଥା ପ୍ରସ୍ତାବ, କାଟ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ ଆଦି ଆଗତ କରି କାର୍ଯ୍ୟପାଳିକାର ସ୍ୱେଚ୍ଛାଚାରିତା ମନୋଭାବକୁ ଗୃହୀତ ନହେଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦିଏ ।

(୩) ଆର୍ଥିକ କ୍ଷମତା : ବିଧାନସଭାର ବିନା ଅନୁମୋଦନରେ ଗୋଟିଏ ପଇସା ଖର୍ଚ୍ଚ ହୋଇପାରିବ ନାହିଁ । ତେଣୁ ବିଧାନସଭା ରାଜ୍ୟ ପାଣ୍ଠି ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅର୍ଜିନାନ୍‌ସଦ୍ବାରା ସମସ୍ତ ଆଇନ ପାସ୍‌ ହୋଇପାରେ; ମାତ୍ର ବଜେଟ୍ ନୁହେଁ । ବିଧାନସଭାର ବିନା ଅନୁମୋଦନରେ ନୂତନ କର ଲାଗୁ ହୁଏ ନାହିଁ କି ପ୍ରଚଳିତ କରକୁ ମଧ୍ୟ ଛାଡ଼ କରାଯାଇପାରିବ ନାହିଁ । ରାଜ୍ୟ ବିଧାନସଭା ଭାଙ୍ଗି ଯାଇଥଲେ ପାର୍ଲିଆମେଣ୍ଟ ସେହି ରାଜ୍ୟ ପାଇଁ ବଜେଟ ପସ୍ତତ କରେ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

(୪) ସମ୍ବିଧାନ ସଂଶୋଧନ କ୍ଷମତା : ସଂଘୀୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସମ୍ବିଧାନର ୩୬୮ ଧାରାନୁସାରେ କେତେକ ସମ୍ବିଧାନ ସଂଶୋଧନ ଚିଠା ଆଇନ ରାଜ୍ୟ ବିଧାନସଭାର ଅନୁମୋଦନ ପାଇଁ ପଠାଯାଇଥାଏ । ଏହି କ୍ଷେତ୍ରରେ ସମ୍ବିଧାନ ପ୍ରକ୍ରିୟାରେ ବିଧାନସଭା ଅଂଶଗ୍ରହଣ କରନ୍ତି । ମୁଖ୍ୟତଃ ସମ୍ବିଧାନରେ ୫୪, ୫୫ ଧାରା ଇତ୍ୟାଦି ପାଇଁ ବିଧାନସଭା ଅନୁମୋଦନ ଆବଶ୍ୟକ ।

(୫) ନିର୍ବାଚନ କ୍ଷମତା : ରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭାର ସଦସ୍ୟ ନିର୍ବାଚନ, ବିଧାନସଭାର ବିଚ ଉପବାଚସ୍ପତି ନିର୍ବାଚନରେ ବିଧାନସଭାର ସଦସ୍ୟମାନେ ଅଂଶଗ୍ରହଣ କରନ୍ତି ।

(୬) ନ୍ୟାୟିକ କ୍ଷମତା : ବିଧାନସଭାରେ କୌଣସି ସଦସ୍ୟଙ୍କର ବା ବାଚସ୍ପତିଙ୍କର ସ୍ଵାଧୀକାର ଭଙ୍ଗ ଅଭିଯୋଗ ହେଲେ ସେ ବିଷୟରେ ସ୍ଵାଧୀକାର କମିଟିର ରିପୋର୍ଟ ବିଚାର ଆଲୋଚନା ପରେ ଦୋଷୀକୁ ଅର୍ଥ ବା ଜେଲଦଣ୍ଡ ଦେବାର କ୍ଷମତା ବିଧାନସଭାର ରହିଅଛି । ସୁପ୍ରିମକୋର୍ଟଙ୍କ ମତରେ ବିଧାନସଭାର କ୍ଷମତା ଏ ଦିଗରେ ଚୂଡ଼ାନ୍ତ । ସେ ନିଷ୍ପତ୍ତି ବିରୋଧରେ କୌଣସି ଅପିଲ୍ ହୋଇପାରିବ ନାହିଁ ।

(୭) ବିବିଧ କ୍ଷମତା :
(i) ବିଧାନସଭାରୁ ବିଶ୍ବବିଦ୍ୟାଳୟମାନଙ୍କର ସିନେଟ୍‌କୁ ପ୍ରତିନିଧୂ ନିର୍ବାଚିତ ହୁଅନ୍ତି ।
(ii) ସାଧାରଣ ସେବା ଆୟୋଗର ବିବରଣୀ ଆଲୋଚନା କରେ ଓ ଏହାର ସୁପାରିସକୁ କାହିଁକି ସରକାର ଗ୍ରହଣ କରି ନାହାନ୍ତି ତାହାର କୈଫିୟତ୍ ସରକାରଙ୍କଠାରୁ ଶୁଣେ ।
(iii) ବିଭିନ୍ନ ବିଷୟରେ ପ୍ରସ୍ତାବ ଗ୍ରହଣ କରି ସରକାରଙ୍କୁ ସୁପାରିସ କରେ ।
(iv) ଯୋଜନାର ରୂପରେଖ ଓ ଗତି ନିୟନ୍ତ୍ରଣ କରେ । କେନ୍ଦ୍ର ନିକଟରେ ରାଜ୍ୟ ତରଫରୁ ଗୁହାରି ଜଣାଇବାକୁ ମିଳିତ ପ୍ରତିନିଧୂ ଦଳ ପଠାଇପାରେ ।
(v) ଅନୁସନ୍ଧାନ କରିବାପାଇଁ କମିଟିମାନ ବସାଇପାରେ ।
(vi) ସରକାରୀ ଦଳର ସଂସ୍କାର ପାଇଁ କମିଟି ଗଠନ କରିପାରେ ।
(vii) ରାଜ୍ୟର ମଙ୍ଗଳ ପାଇଁ ଯେକୌଣସି ପଦକ୍ଷେପ ନେଇପାରେ ।

ଯେତେବେଳେ ସରକାରୀ ଦଳର ଅବସ୍ଥା ଦୋଦୁଲ୍ୟମାନ ହୁଏ ସେତେବେଳେ ବିଧାନସଭାର ଗୁରୁତ୍ଵ ବୃଦ୍ଧି ପାଏ । କମିଟିମାନଙ୍କ ଜରିଆରେ ମନ୍ତ୍ରୀମାନଙ୍କ ବାହୁଛାୟା ତଳେ ଥିବା ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରି ନିଜର ଦୃଢ଼ କ୍ଷମତା ଉପଭୋଗ କରିପାରେ । ଜନମତକୁ ପ୍ରତିଫଳିତ କରି ସରକାରଙ୍କୁ ପ୍ରକୃତ ରାସ୍ତାକୁ ଆଣିବାରେ ବିଧାନସଭାର ଗୁରୁଦାୟିତ୍ଵ ରହିଛି ।

Leave a Comment