Odisha State Board CHSE Odisha Class 11 Political Science Solutions Chapter 6 ନ୍ୟାୟ Questions and Answers.
CHSE Odisha 11th Class Political Science Solutions Chapter 6 ନ୍ୟାୟ
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ଯର ଠିକ ଭଲରଟି
୧ । ସରକାରୀ ପଦପଦବୀ ହାସଲ କରିବା________ ପ୍ରକାର ନ୍ୟାୟ ।
(କ) ଆଇନଗତ ନ୍ୟାୟ
(ଖ) ରାଜନୈତିକ ନ୍ୟାୟ
(ଗ) ସାମାଜିକ ନ୍ୟାୟ
(ଘ) ଅର୍ଥନୈତିକ ନ୍ୟାୟ
Answer:
(ଖ) ରାଜନୈତିକ ନ୍ୟାୟ
୨ । ନ୍ୟାୟର ଦାର୍ଶନିକ ତତ୍ତ୍ଵ ଅନୁଯାୟୀ ହିନ୍ଦୁ ବିଧୁଶାସ୍ତ୍ରରେ ଆଇନ ଉପରେ _____________ କୁ ପ୍ରାଧାନ୍ୟ ଦିଆଯାଇଛି । _________ ।
(କ) ଧର୍ମ ନ୍ୟାୟ
(ଖ) ସଂଶୋଧନ ନ୍ୟାୟ
(ଗ) ସାମାଜିକ ନ୍ୟାୟ
(ଘ) ଅର୍ଥନୈତିକ ନ୍ୟାୟ
Answer:
(କ) ଧର୍ମ ନ୍ୟାୟ
୩ । ମାର୍କ୍ସବାଦୀ ତତ୍ତ୍ଵ ଅନୁସାରେ __________ ବ୍ୟବସ୍ଥାରେ ନ୍ୟାୟ ମିଳେ ।
(କ) ଶ୍ରେଣୀ ବିଭାଜିତ ସମାଜ
(ଖ) ଶ୍ରେଣୀବିହୀନ ସମାଜ
(ଗ) ପୁଞ୍ଜିବାଦୀ
(ଘ) ରାଷୄ୍
Answer:
(ଖ) ଶ୍ରେଣୀବିହୀନ ସମାଜ
୪ । __________ ନ୍ୟାୟର ଅର୍ଥ ହେଉଛି ବିବାଦୀୟ ପକ୍ଷର ତ୍ରୁଟିପୂର୍ଣ୍ଣ ଆଚରଣ ସଂଶୋଧନ କରିବା ଓ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ।
(କ) ବଣ୍ଟନ ନ୍ୟାୟ
(ଖ) ସଂଶୋଧନ ନ୍ୟାୟ
(ଗ) ଦୈବୀ ନ୍ୟାୟ
(ଘ) ନୈତିକ ନ୍ୟାୟ
Answer:
(ଖ) ସଂଶୋଧନ ନ୍ୟାୟ
(B) ଗୋଟିଏ ଧାଡ଼ିରେ ଉତ୍ତର ଦିଅ ।
୧ । ସାମାଜିକ ନ୍ୟାୟ କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ଆଦି ଭିଭିରେ ସୃଷ୍ଟି ହେଉଥିବା ମଣିଷକୃତ ଅସମାନତାକୁ ଦୂରକରି ସାମାଜିକ ସମାନତା ପ୍ରତିଷ୍ଠା କରିବା ସାମାଜିକ ନ୍ୟାୟର ଲକ୍ଷ୍ୟ ଅଟେ ।
୨ । ଅର୍ଥନୈତିକ ନ୍ୟାୟ କ’ଣ ?
Answer:
ପ୍ରତ୍ୟେକ ଲୋକର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ କରିବା ଓ ଅର୍ଥନୈତିକ ଶୋଷଣରୁ ତାକୁ ମୁକ୍ତ କରିବା ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ଅଟେ ।
୩ । ରାଜନୈତିକ ନ୍ୟାୟ କ’ଣ ?
Answer:
ରାଷ୍ଟ୍ରର ରାଜନୈତିକ ଜୀବନରେ ସ୍ଵାଧୀନ ଓ ଅବାଧ ଅଂଶଗ୍ରହଣର ସୁଯୋଗଲାଭକୁ ରାଜନୈତିକ ନ୍ୟାୟ କୁହାଯାଏ ।
୪ । ଆଇନଗତ ନ୍ୟାୟ କ’ଣ ?
Answer:
ଆଇନ ସମ୍ମୁଖରେ ସମସ୍ତେ ସମାନ ଏବଂ ଆଇନ ସମସ୍ତଙ୍କୁ ସମାନ ସୁଯୋଗ ଓ ସୁରକ୍ଷା ପ୍ରଦାନ କରିବା ବ୍ୟବସ୍ଥାକୁ ଆଇନଗତ ନ୍ୟାୟ କୁହାଯାଏ ।
(C) ଗୋଟିଏ ପଦରେ ଉତ୍ତର ଦିଅ ।
୧ । ଆଇନଗତ ନ୍ୟାୟର ନୀତିଗୁଡ଼ିକ ବାସ୍ତବରେ ପରିଣତ ହେଲେ ତାହାକୁ କ’ଣ କୁହାଯାଏ ?
Answer:
ରାଜନୈତିକ ନ୍ୟାୟ
୨ । କେବଳ ଆଇନ ନୁହେଁ ଅନ୍ୟ କାହାଦ୍ଵାରା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିହେବ ?
Answer:
ସାମାଜିକ ଅଭ୍ୟାସ ଓ ସାମାଜିକ ଅନୁଷ୍ଠାନ
୩ । କେଉଁ ବ୍ୟବସ୍ଥାରେ ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ହାସଲ କରିହେବ ବୋଲି ମାର୍କ୍ସବାଦୀମାନେ ବିଶ୍ଵାସ କରନ୍ତି ?
Answer:
ଶ୍ରେଣୀବିହୀନ ସମାଜ
୪ । କେଉଁ ତତ୍ତ୍ଵ ନ୍ୟାୟକୁ ଚରମ ଲକ୍ଷ୍ୟ ହିସାବରେ ବିବେଚନା କରେ ?
Answer:
ପ୍ରାକୃତିକ ତତ୍ତ୍ଵ
୫ । ବଣ୍ଟନ ନ୍ୟାୟ ଓ ସଂଶୋଧନ ନ୍ୟାୟ ବିଷୟରେ କିଏ କହିଥିଲେ ?
Answer:
ଆରିଷ୍ଟୋଟଲ୍
(D) ଭ୍ରମ ସଂଶୋଧନ କର ।
୧ । ଜନ୍ ଅଷ୍ଟିନ୍ ଓ ହବସ୍ ସାମାଜିକ ନ୍ୟାୟର ପ୍ରବକ୍ତା ଥିଲେ ।
Answer:
ଜନ୍ ଅଷ୍ଟିନ୍ ଓ ହବସ୍ ଆଇନଗତ ନ୍ୟାୟର ପ୍ରବକ୍ତା ଥିଲେ ।
୨ । ଜାତିଭେଦ, ଅସ୍ପୃଶ୍ୟତା ଆଦି କୃତ୍ରିମ ବିଭେଦତା ଦୂର କରିବା ରାଜନୈତିକ ନ୍ୟାୟ ଅଟେ ।
Answer:
ଜାତିଭେଦ, ଅସ୍ପୃଶ୍ୟତା ଆଦି କୃତ୍ରିମ ବିଭେଦତା ଦୂର କରିବା ସାମାଜିକ ନ୍ୟାୟ ଅଟେ ।
୩ । ରାଜନୈତିକ ନ୍ୟାୟ ବିନା ଅର୍ଥନୈତିକ ନ୍ୟାୟ ମିଳିପାରିବ ନାହିଁ ।
Answer:
ଅର୍ଥନୈତିକ ନ୍ୟାୟ ବିନା ରାଜନୈତିକ ନ୍ୟାୟ ମିଳି ପାରିବ ନାହିଁ ।
୪ । ଆଇନଗତ ତତ୍ତ୍ଵ ଅନୁସାରେ ରାଷ୍ଟ୍ର ନ୍ୟାୟ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖୁଥିବାରୁ ପ୍ରକୃତ ନ୍ୟାୟ ମିଳେ ନାହିଁ !
Answer:
ମାର୍କ୍ସବାଦୀ ତତ୍ତ୍ଵ ଅନୁସାରେ ରାଷ୍ଟ୍ର ନ୍ୟାୟ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖୁଥୁବାରୁ ପ୍ରକୃତ ନ୍ୟାୟ ମିଳେ ନାହିଁ ।
୫ । ‘ସର୍ବାଧିକ ଲୋକଙ୍କ ସର୍ବାଧିକ ମଙ୍ଗଳ’ ନ୍ୟାୟର ମୌଳିକ ଲକ୍ଷ୍ୟ ନୁହେଁ ।
Answer:
‘ ସର୍ବାଧିକ ଲୋକଙ୍କ ସର୍ବାଧିକ ମଙ୍ଗଳ’ ନ୍ୟାୟର ମୌଳିକ ଲକ୍ଷ୍ୟ ଅଟେ ।
(E) ଶୂନ୍ୟସ୍ଥାନ ପୂରଣ କର ।
୧ । __________ ନ୍ୟାୟକୁ ଖ୍ରୀଷ୍ଟଧର୍ମ ସହ ସଂଯୋଜିତ କରିଥିଲେ ।
Answer:
ସେଣ୍ଟ ଅଗଷ୍ଟାଇନ୍
୨ । _________ ଙ୍କ ବିଚାରରେ ନ୍ୟାୟର ଅର୍ଥ ପ୍ରତ୍ୟେକ ବ୍ୟକ୍ତିକୁ ତା’ର ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବା ।
Answer:
ପ୍ଲ।ଟୋ
୩ । ବିବାଦର ପକ୍ଷମାନଙ୍କ ବକ୍ତବ୍ୟ ଶୁଣି ସାରି ନ୍ୟାୟାଳୟ ପ୍ରଦାନ କରୁଥିବା ରାୟ ମଧ୍ଯରେ _________ ନ୍ୟାୟ ଅଛି ।
Answer:
ସଂଶୋଧନ
୪ । ମାର୍କ୍ସବାଦୀଙ୍କ ମତରେ _________ ର ପତନଦ୍ଵାରା ଅର୍ଥନୈତିକ ନ୍ୟାୟ ହାସଲ କରିହେବ ।
Answer:
ରାଷୄ୍
୫ । ଭାରତରେ ନ୍ୟାୟକୁ _________ ଅର୍ଥରେ ଗ୍ରହଣ କରାଯାଇଛି ।
Answer:
ଧର୍ମ ବା ଔଚିତ୍ୟ
୬ । __________ ନ୍ୟାୟକୁ ବ୍ୟକ୍ତିର କର୍ମ ବିଶେଷଜ୍ଞତା ଆଧାରରେ ବିଚାର କରିଥିଲେ ।
Answer:
ପ୍ଲ।ଟୋ
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।
୧ । ସାମାଜିକ ନ୍ୟାୟର ଅର୍ଥ କ’ଣ ?
Answer:
ମନୁଷ୍ୟ ସମାଜରେ ଥିବା ବୈଷମ୍ୟ ଦୂର କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ହେଉଛି ସାମାଜିକ ନ୍ୟାୟ । ସମାଜରୁ ଅସମାନତା, ଅନ୍ୟାୟ ଓ ଅତ୍ୟାଚାର ଦୂର କରି ସାମାଜିକ ସମାନତା ପ୍ରତିଷ୍ଠା କରିବା ଏହାର ଲକ୍ଷ୍ୟ ଅଟେ ।
୨ । ରାଜନୈତିକ ନ୍ୟାୟ କ’ଣ ବୁଝାଅ ।
Answer:
ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ରାଜନୈତିକ ନ୍ୟାୟର ଲକ୍ଷ୍ୟ ଅଟେ । ଲାସ୍କଙ୍କ ମତରେ ରାଷ୍ଟ୍ରର କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାର ଅଧିକାର ପାଇଁ ସମାନ ସୁଯୋଗକୁ ‘ ରାଜନୈତିକ ନ୍ୟାୟ’ କୁହାଯାଏ ।
୩ । ଅର୍ଥନୈତିକ ନ୍ୟାୟ କ’ଣ ?
Answer:
ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଯୋଗାଇବା ହେଉଛି ‘ ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ’ । ଏହା ଶ୍ରେଣୀବିହୀନ ଶୋଷଣମୁକ୍ତ ସମାଜର ପରିସର ମଧ୍ୟରେ ଉପଲବ୍ଧ ହୋଇଥାଏ । ଜନମଙ୍ଗଳ ରାଷ୍ଟ୍ରର ଏହା ପ୍ରଧାନ କର୍ତ୍ତବ୍ୟ ଅଟେ ।
(B) ପାଞ୍ଚଗୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।
୧ । ସାମାଜିକ ନ୍ୟାୟ କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ବାସସ୍ଥାନ, ବୃଦ୍ଧି ଓ ଶ୍ରେଣୀ ନିର୍ବିଶେଷରେ ପ୍ରତ୍ୟେକ ନାଗରିକକୁ ସାମାଜିକ ପରିବେଶ ମଧ୍ୟରେ ସମାନ ସୁବିଧା ସୁଯୋଗ ଦେବା ହେଉଛି ସାମାଜିକ ନ୍ୟାୟ । ସମସ୍ତ ପ୍ରକାର ସାମାଜିକ ବିଭେଦତା ଓ କୁସଂସ୍କାର ସାମାଜିକ ସଂପର୍କକୁ କଳୁଷିତ କରେ ଏବଂ ସମାଜ କ୍ରମଶଃ ଦୁର୍ବଳ ହୋଇପଡ଼େ । ତେଣୁ ସମାନ ବ୍ୟବସ୍ଥା ଓ ସମାନ ସୁଯୋଗ ସାମାଜିକ ନ୍ୟାୟର ମୂଳଭିଭି ଅଟେ । ସମାଜରୁ ଅସମାନତା, ଅନ୍ୟାୟ ଓ ଅତ୍ୟାଚାର ଦୂର କରିବା ଏହାର ଲକ୍ଷ୍ୟ ଅଟେ । ଜାତିଭେଦ ଓ ଅସ୍ପୃଶ୍ୟତା ବିରୁଦ୍ଧରେ ଏହା କାର୍ଯ୍ୟ କରେ । କେବଳ ରାଷ୍ଟ୍ରର ଆଇନ ମାଧ୍ୟମରେ ନୁହେଁ, ବରଂ ସାମାଜିକ ଅଭ୍ୟାସ ଓ ସାମାଜିକ ଅନୁଷ୍ଠାନମାନଙ୍କ ମାଧ୍ୟମରେ ସାମାଜିକ ନ୍ୟାୟର ଲକ୍ଷ୍ୟ ପୂରଣ କରାଯାଇପାରିବ ।
୨ । ରାଜନୈତିକ ନ୍ୟାୟ କ’ଣ ?
Answer:
ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ସମସ୍ତଙ୍କୁ ଅଂଶଗ୍ରହଣର ମୁକ୍ତ ତଥା ସମାନ ସୁଯୋଗ ପ୍ରଦାନ କରିବା ହେଉଛି ରାଜନୈତିକ ନ୍ୟାୟର ଲକ୍ଷ୍ୟ । ଆଇନଗତ ନ୍ୟାୟର ନୀତିଗୁଡ଼ିକୁ ବାସ୍ତବରେ କାର୍ଯ୍ୟରେ ପରିଣତ କରିବା ହେଉଛି ରାଜନୈତିକ ନ୍ୟାୟ । ରାଜନୈତିକ ଦଳ, ଚାପଗୋଷ୍ଠୀ ଆଦି ରାଜନୈତିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ପଦପଦବୀ ଗ୍ରହଣ, ମତଦାନ, ସରକାରଙ୍କୁ ଆବେଦନ ଓ ସମାଲୋଚନା କରିବାର ଅଧିକାର ଓ ବାକ୍ ସ୍ଵାଧୀନତା ଇତ୍ୟାଦି ରାଜନୈତିକ ନ୍ୟାୟକୁ ଫଳବତୀ କରିଥାଏ । .
୩ । ଅର୍ଥନୈତିକ ନ୍ୟାୟ କ’ଣ ?
Answer:
ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ସର୍ବନିମ୍ନ ଅର୍ଥନୈତିକ ଉପାଦାନ ଯୋଗାଇବା ହେଉଛି ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ । ଅର୍ଥନୈତିକ ନ୍ୟାୟ ବିନା ସାମାଜିକ ଓ ରାଜନୈତିକ ନ୍ୟାୟ ମିଳିବା ଅସମ୍ଭବ । ଏକ ଶ୍ରେଣୀବିହୀନ ଓ ଶୋଷଣମୁକ୍ତ ବା ସମାଜବାଦୀ ସମାଜରେ ଏହା ଉପଲବ୍ଧ ହୋଇଥାଏ । ଅର୍ଥନୈତିକ ନ୍ୟାୟ ବଣ୍ଟନ ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବା ଜନମଙ୍ଗଳ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ । ସମାଜରେ ଅର୍ଥନୈତିକ ବୈଷମ୍ୟ ଦୂରୀକରଣ ଓ ବୃଦ୍ଧ, ଦୁର୍ବଳବର୍ଗ, ଅସହାୟମାନଙ୍କ ପାଇଁ ଆର୍ଥିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ମାଧ୍ୟମରେ ଅର୍ଥନୈତିକ ନ୍ୟାୟର ଉପଲବ୍ଧି ପାଇଁ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରାଯାଇଥାଏ । ମାର୍କ୍ସବାଦୀଙ୍କ ମତରେ ରାଷ୍ଟ୍ରର ପତନଦ୍ଵାରା ବାସ୍ତବ ଅର୍ଥନୈତିକ ନ୍ୟାୟ ମିଳିପାରିବ ।
(C) ପାର୍ଥକ୍ୟ ଦର୍ଶାଅ ।
୧ । ରାଜନୈତିକ ନ୍ୟାୟ ଓ ଅର୍ଥନୈତିକ ନ୍ୟାୟ
Answer:
(i) ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ରାଜନୈତିକ ନ୍ୟାୟର ଲକ୍ଷ୍ୟ ଅଟେ । ଲାସ୍କଙ୍କ ମତରେ, “ ରାଷ୍ଟ୍ରର କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାର ଅଧୂକାର ପାଇଁ ସମାନ ସୁଯୋଗକୁ ରାଜନୈତିକ ନ୍ୟାୟ କୁହାଯାଏ । ଅନ୍ୟପକ୍ଷରେ ସମସ୍ତଙ୍କୁ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଯୋଗାଇଦେବା ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ଅଟେ ।
(ii) ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ, ରାଜନୈତିକ ପଦପଦବୀ ଗ୍ରହଣର ଅଧିକାର, ମତଦାନ ଓ ବାକ୍ ସ୍ଵାଧୀନତା ରାଜନୈତିକ ନ୍ୟାୟକୁ ଫଳବତୀ କରୁଥିବାବେଳେ ଆର୍ଥିକ ଶୋଷଣରୁ ମୁକ୍ତି ଓ ଆର୍ଥିକ ନିରାପତ୍ତା ପ୍ରଦାନ ମାଧ୍ୟମରେ ଅର୍ଥନୈତିକ ନ୍ୟାୟ ପ୍ରଦାନ କରାଯାଇଥାଏ।
(iii) ରାଷ୍ଟ୍ର ମଧ୍ୟରେ ରାଜନୈତିକ ନ୍ୟାୟ ଉପଲବ୍ଧ ହେଉଥିବାବେଳେ ମାର୍କ୍ସବାଦୀମାନଙ୍କ ମତରେ ରାଷ୍ଟ୍ରର ପତନରେ ଅର୍ଥନୈତିକ ନ୍ୟାୟ ଉପଲବ୍ଧ ହୋଇପାରେ ।
(iv) ଅର୍ଥନୈତିକ ନ୍ୟାୟ ବିନା ରାଜନୈତିକ ନ୍ୟାୟ ଉପଭୋଗ କରାଯାଇ ନପାରେ ।
(v) ରାଜନୈତିକ ନ୍ୟାୟ ଗଣତନ୍ତ୍ରର ଆଧାର ହୋଇଥିବାବେଳେ ଅର୍ଥନୈତିକ ନ୍ୟାୟ ସମାଜବାଦର ଆଧାର ଅଟେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ନ୍ୟାୟ କ’ଣ ? ଏହାର ଉତ୍ସ ଏବଂ ପ୍ରକାରଭେଦଗୁଡ଼ିକ ଆଲୋଚନା କର ।
Answer:
ରାଜନୀତି, ଧର୍ମନୀତି, ଦର୍ଶନ ଓ ନ୍ୟାୟତତ୍ତ୍ଵର କେନ୍ଦ୍ରବିନ୍ଦୁ ହେଉଛି ‘ନ୍ୟାୟ’ । ଏହାର ପରିସର ଏତେ ବ୍ୟାପକ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଏହାର ପ୍ରକୃତ ଅର୍ଥକୁ ସ୍ପଷ୍ଟ କରିପାରେ ନାହିଁ । ନ୍ୟାୟ ମନୁଷ୍ୟର ବାହ୍ୟ ତଥା ଆଭ୍ୟନ୍ତରୀଣ ମନୋଭାବର ଏକ ସୂକ୍ଷ୍ମ ଅଭିବ୍ୟକ୍ତି । ନିରପେକ୍ଷତାର ଅନ୍ୟନାମ ହେଉଛି ‘ନ୍ୟାୟ’ । Digest ପୁସ୍ତକରେ ନ୍ୟାୟର ସଂଜ୍ଞା ଦିଆଯାଇଛି । ତାହା ହେଲା, “ ପ୍ରତ୍ୟେକକୁ ତା’ର ଅଧିକାର ଦେବାପାଇଁ ସ୍ଥିର ଓ ବାଧ୍ୟତାମୂଳକ ତତ୍ତ୍ଵକୁ ନ୍ୟାୟ କୁହାଯାଏ ।” ଏହାର ବିଭିନ୍ନ ଆଦର୍ଶ ଥାଏ; ଯଥା – ସମ୍ମାନଜନକଭାବେ ବଞ୍ଚିବା, କାହାକୁ ଆଘାତ ନଦେବା, ପ୍ରତ୍ୟେକଙ୍କୁ ତା’ର ପ୍ରାପ୍ୟ ଦେବା । ନ୍ୟାୟ ତତ୍ତ୍ଵ ଉଭୟ ମାନବୀୟ ଓ ଐଶ୍ଵରିକ ଜ୍ଞାନଦ୍ଵାରା ସମୃଦ୍ଧ ଉଚିତ ଓ ଅନୁଚିତ ବିଜ୍ଞାନ ।
ପ୍ଲାଟୋ – “ ନିର୍ଦ୍ଧାରିତ ସ୍ଥାନରେ ରହି ନାଗରିକ ଆନ୍ତରିକତାର ସହିତ ଯେଉଁ କର୍ତ୍ତବ୍ୟ ସମ୍ପାଦନ କରେ ତାହାହିଁ ନ୍ୟାୟ ।”
ସାଲମଶୁ – ରାଷ୍ଟ୍ର ଏବଂ ବ୍ୟକ୍ତି ମଧ୍ୟରେ ଆଦର୍ଶ ସମ୍ପର୍କ ପ୍ରତିଷ୍ଠା ହେଉଛି ନ୍ୟାୟ ।
ଉତ୍ସ – ବିଚାରପତି Holms ନ୍ୟାୟ ସମ୍ବନ୍ଧରେ କହନ୍ତି ଯେ, “ ଏହା ସମୟ ଓ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତିତ ହୋଇପାରେ ।” ଏଣୁ ନ୍ୟାୟର ନିର୍ଦ୍ଦିଷ୍ଟ ଉତ୍ସ ପାଇବା କଷ୍ଟକର, ତଥାପି ନିମ୍ନଲିଖତ ସୂତ୍ରକୁ ଏ ଦୃଷ୍ଟିରୁ ଅବଜ୍ଞା କରାଯାଇ ନ ପାରେ ।
ଧର୍ମ – ନ୍ୟାୟ ମୁଖ୍ୟତଃ ଈଶ୍ଵର ସମ୍ବନ୍ଧୀୟ । ଚିରନ୍ତନ ଆଇନ ଈଶ୍ବରଙ୍କ ସହିତ ସମଧର୍ମୀ । ସମଗ୍ର ବିଶ୍ବ ଈଶ୍ବରଙ୍କ ହେଉଥିବାରୁ ସମାଜରେ ମନୁଷ୍ୟମାନଙ୍କର ପାରସ୍ପରିକ ବ୍ୟବହାର ମଧ୍ୟ ଈଶ୍ଵରଙ୍କ ଇଚ୍ଛାରେ ପରିଚାଳିତ ହୁଏ । ଏଣୁ ସବୁପ୍ରକାର ମାନବୀୟ ଆଇନ ପ୍ରାକୃତିକ ଓ ଐଶ୍ଵରୀୟ ଆଇନରୁ ସୃଷ୍ଟ |
ପ୍ରକୃତି – ଈଶ୍ବର ଓ ବିବେକ ଯେଉଁ ଅର୍ଥରେ ବ୍ୟବହୃତ ହୁଏ ଗ୍ରୀକ୍ ଦର୍ଶନର Stoic ମାନେ ପ୍ରକୃତିକୁ ସେହି ଅର୍ଥରେ ବ୍ୟବହାର କରନ୍ତି । ସେମାନଙ୍କ ମତରେ ମନୁଷ୍ୟ ପ୍ରକୃତି ମଧ୍ଯରେ ବସବାସ କରୁଥିବାରୁ ସ୍ଵାଭାବିକ ବିବେକଦ୍ଵାରା ପରିଚାଳିତ ହୁଏ । ବାର୍କର୍ କହନ୍ତି ଯେ, ପ୍ରାକୃତିକଭାବେ ମନୁଷ୍ୟମାନେ ସ୍ଵାଧୀନ ଏବଂ ସ୍ଵାୟତ୍ତଶାସିତ । ସେମାନେ ସମସ୍ତେ ସମାନ । ସେମାନଙ୍କ ମଧ୍ୟରେ ଐକ୍ୟ ଓ ସଂହତି ମଧ୍ୟ ଥାଏ । ଏହାର ଅର୍ଥ ହେଲା ଯେ, “ପ୍ରାକୃତିକ ନ୍ୟାୟ ସ୍ଵତନ୍ତ୍ରତା, ସମାନତା ଓ ସ୍ଵାୟତ୍ତଶାସିତ ।
ଅର୍ଥନୀତି – ଏହା ମୁଖ୍ୟତଃ ଏକ ମାର୍କସୀୟ ଚିନ୍ତାଧାରା । ଶାସକ ଶ୍ରେଣୀର ସ୍ଵାର୍ଥରକ୍ଷା ନ୍ୟାୟର କାମ । ଶାସକ ଶ୍ରେଣୀର ଅର୍ଥନୀତି ନ୍ୟାୟକୁ ନିୟନ୍ତ୍ରଣ କରେ । ଯେତେବେଳଯାଏ ରାଷ୍ଟ୍ରର ବିଲୋପ ନ ଘଟିଛି ସେତେଦିନଯାଏ ସକଳ ମନୁଷ୍ୟ ସମାନ ହୋଇପାରିବେ ନାହିଁ ବା ଅଣଆର୍ଥନୀତିକ ତଥା ଉଚିତ ନ୍ୟାୟ ପ୍ରତିଷ୍ଠିତ ହୋଇପାରିବ ନାହିଁ ।
ନୀତିଶାସ୍ତ୍ର – ପ୍ରତ୍ୟେକ ବ୍ୟକ୍ତିର ବାହ୍ୟ ଆଚରଣ ଓ କାର୍ଯ୍ୟକୁ ନୈତିକତା ପରିସର ମଧ୍ୟରେ କରାଇବା ଓ ପ୍ରତ୍ୟେକ ବ୍ୟକ୍ତିକୁ ନୀତି ସଚେତନ କରାଇବା ହେଉଛି ନ୍ୟାୟର କାର୍ଯ୍ୟ । ନୈତିକତା ନ ରହିଲେ ନ୍ୟାୟ ରହେନାହିଁ ।
ଏହାଛଡ଼ା ପରମ୍ପରା ଓ ସଂସ୍କୃତି ଅନେକ ସମୟରେ ନ୍ୟାୟ ସୃଷ୍ଟିର କାରଣ ହୋଇଥା’ନ୍ତି | ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟକୁ ସାମାଜିକ ପରିପ୍ରେକ୍ଷୀରେ ବିଚାର କରିବା, ଉଚିତ କାର୍ଯ୍ୟ ପାଇଁ ପ୍ରଶଂସା ଓ ଅନୁଚିତ କାର୍ଯ୍ୟ ପାଇଁ ଦଣ୍ଡବିଧାନ ନ୍ୟାୟର ଲକ୍ଷ୍ୟ ।
ନ୍ୟାୟର ଭତ୍ସ – ବାର୍କରଙ୍କ ମତରେ, ନ୍ୟାୟର ଚାରିଗୋଟି ଉତ୍ସ ରହିଛି; ଯଥା – ଧାର୍ମିକ, ପ୍ରକୃତି, ଅର୍ଥନୈତିକ ସ୍ଵାର୍ଥ ଓ ନୀତିଶାସ୍ତ୍ର ।
ନ୍ୟାୟର ପ୍ରକାରଭେଦ – ଆରିଷ୍ଟୋଟଲ୍ ନ୍ୟାୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି; ଯଥା – (1) ବଣ୍ଟନ ନ୍ୟାୟ (Distributive Justice) & (2) ସଂଶୋଧନାତ୍ମକ ନ୍ୟାୟ (Corrective Justice) । କିନ୍ତୁ ସାଧାରଣତଃ ନ୍ୟାୟକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ଯଥା – (1) ସାମାଜିକ ନ୍ୟାୟ, (2) ଅର୍ଥନୈତିକ ନ୍ୟାୟ, (3) ରାଜନୈତିକ ନ୍ୟାୟ।
(1) ସାମାଜିକ ନ୍ୟାୟ (Social Justice) – “ ସମାଜରେ ବାସ କରୁଥିବା ଲୋକମାନେ ସେମାନଙ୍କର ଅଧିକାର ଓ ସ୍ବାର୍ଥକୁ ସଂରକ୍ଷିତ କରିବା ପ୍ରଣାଳୀକୁ ‘ସାମାଜିକ ନ୍ୟାୟ’ କୁହାଯାଏ ।” ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ବାସସ୍ଥାନ ନିର୍ବିଶେଷରେ ସମସ୍ତଙ୍କୁ ସୁବିଧା ସୁଯୋଗ ପ୍ରଦାନ ସାମାଜିକ ନ୍ୟାୟର ମାଧ୍ୟମ ଅଟେ । ସମାଜର ଦୁର୍ବଳ ଶ୍ରେଣୀ ଓ ଦାରିଦ୍ର୍ୟ ଜର୍ଜରିତ ବ୍ୟକ୍ତିର ଉନ୍ନତିସାଧନ ଓ ଶୋଷଣମୁକ୍ତି ଏହାର ଲକ୍ଷ୍ୟ ଅଟେ । ଭାରତ ସମ୍ବିଧାନର ଚତୁର୍ଥ ଖଣ୍ଡରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ଵ ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠାପାଇଁ ପ୍ରତିଶ୍ରୁତିବଦ୍ଧ । ଏକ ଉଦାରବାଦୀ ସମାଜରେ ଶୋଷଣ, ଅତ୍ୟାଚାର ଓ ବୈଷମ୍ୟ ଆଦି ଦୁର୍ବଳତାର ପ୍ରତିରୋଧକ ହିସାବରେ ସାମାଜିକ ନ୍ୟାୟ କାର୍ଯ୍ୟ କରିଥାଏ ।
ଏହା ଏପରି ଏକ ସାମାଜିକ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଠି ସମାନ ସ୍ଥିତିରେ ସମସ୍ତେ ବ୍ୟକ୍ତିତ୍ଵ ବିକାଶପାଇଁ ସମାନ ସୁବିଧାପ୍ରାପ୍ତ ହୋଇଥା’ନ୍ତି । ଏହା ରାଷ୍ଟ୍ରୀୟ ଆଇନଗତ ହସ୍ତକ୍ଷେପଦ୍ଵାରା ମନୁଷ୍ୟକୃତ ଅସମାନତା ଆଦି ଦୂର କରିବାପାଇଁ ଉଦ୍ୟମ କରିଥାଏ । ଏହା ବ୍ୟକ୍ତିର ଅଧିକାର ଓ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ସମନ୍ଵୟ ସ୍ଥାପନ କରେ । ଏହା ଭାରତ ପରି ଜନମଙ୍ଗଳ ରାଷ୍ଟ୍ରର ମୌଳିକ ନୀତି ଅଟେ।
ଭାରତରେ ସମ୍ବିଧାନର 15 ଧାରାରେ ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ ଆଦି କାରଣରୁ ବିଭେଦତା ସୃଷ୍ଟିକୁ ବାରଣ କରାଯାଇଛି । 16 ଧାରାରେ ସରକାରୀ କର୍ମସଂସ୍ଥାନ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ପ୍ରଦାନ, 17 ଧାରାରେ ଅସ୍ପୃଶ୍ୟତାର ବାରଣ, 23 ଧାରାରେ ବିନା ମଜୁରିରେ ଶ୍ରମ ପ୍ରଦାନକୁ ବାରଣ, 29 ଧାରାରେ ସଂଖ୍ୟାନ୍ୟୁନ ଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ, 38 ସୃଷ୍ଟି ଆଦି ବ୍ୟବସ୍ଥା ଧାର୍ଯ୍ୟହୋଇ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ କରାଯାଇଛି । ‘ନିରାପତ୍ତାଭିଭିକ ବୈଷମ୍ୟ’ (Protective Discrimination) ବ୍ୟବସ୍ଥାଦ୍ୱାରା ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି । ବିଭିନ୍ନ ଅର୍ଥନୈତିକ କରାଯାଇଛି ।
(2) ଅର୍ଥନୈତିକ ନ୍ୟାୟ (Economic Justice) – “ ସମାଜରେ ସମ୍ପଦର ସୁଷମ ବଣ୍ଟନକୁ ଅର୍ଥନୈତ କୁହାଯାଏ ।” ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ଆର୍ଥିକ ସ୍ଵଚ୍ଛଳତା, ସମାନ କାମ ପାଇଁ ସମାନ ମଜୁରି, ଧନୀ-ଦରିଦ୍ର ମଧ୍ୟରେ ଆୟଗତ ପାର୍ଥକ୍ୟ ହ୍ରାସ, ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଆର୍ଥିକ ସାହାଯ୍ୟ ଆଦି ଅର୍ଥନୈତିକ ନ୍ୟାୟର ଉଦାହରଣ ଅଟେ । ଏକ ଅର୍ଥନୈତିକ ଶୋଷଣମୁକ୍ତ ଶ୍ରେଣୀ ସଂଘର୍ଷବିହୀନ ସମାଜ ପ୍ରତିଷ୍ଠା ଏହାର ଲକ୍ଷ୍ୟ ଅଟେ । ମାର୍କସ୍ଦୀମାନେ ଶୋଷଣ ଓ ଅର୍ଥନୈତିକ ଅନ୍ୟାୟର ମୂଳ କାରଣରୂପେ ବ୍ୟକ୍ତିଗତ ସମ୍ପରିକୁ ସୂଚିତ କରି ଏହାର ଉଚ୍ଛେଦ ପାଇଁ ଦାବି କରିଥା’ନ୍ତି । ଭାରତୀୟ ସମ୍ବିଧାନର 38 ଧାରା ମଧ୍ଯରେ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ଅର୍ଥନୈତିକ ନ୍ୟାୟର ପ୍ରତିଫଳନ ଘଟିଛି ।
(3) ରାଜନୈତିକ ନ୍ୟାୟ (Political Justice) – “ ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ପ୍ରତ୍ୟେକ ଲୋକ ସ୍ଵାଧୀନଭାବେ ଅଂଶଗ୍ରହଣ କରିବାକୁ ରାଜନୈତିକ ନ୍ୟାୟ କୁହାଯାଏ ।” ରାଜନୈତିକ ସମାନତା ରାଜନୈତିକ ନ୍ୟାୟର ମୂଳ ଆଧାର ଅଟେ । ପ୍ରତ୍ୟେକ ସାବାଳକକୁ ଭୋଟଦାନର ଅଧିକାର ପ୍ରଦାନ, ଆଇନର ଶାସନ ବ୍ୟବସ୍ଥା, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ ପରିଚାଳନା, ଚିନ୍ତନ ଓ ପ୍ରକାଶନର ସ୍ଵାଧୀନତା, ସରକାର ଗଠନ ଓ ସରକାରଙ୍କୁ ସମାଲୋଚନା କରିବାର ସ୍ଵାଧୀନତା ପ୍ରଦାନ ଆଦି ମାଧ୍ୟମରେ ରାଜନୈତିକ ନ୍ୟାୟ ପ୍ରତିଷ୍ଠା କରାଯାଇପାରେ । ଏକ ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏବଂ ଜାତୀୟ ସ୍ଵାଧୀନତାର ପରିବେଶରେ ରାଜନୈତିକ ନ୍ୟାୟ ଉପଲବ୍ଧ ହୋଇଥାଏ । ଭାରତରେ ମୌଳିକ ଅଧୂକାର ମାଧ୍ୟମରେ ଏହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଣୁ ଆଧୁନିକ ଜନମଙ୍ଗଳ ରାଷ୍ଟ୍ରରେ ସମାନତା ଓ ସ୍ୱତନ୍ତ୍ରତା ନ୍ୟାୟର ଚିନ୍ତାଧାରା ଉପରେ ଆଧାରିତ ଅଟନ୍ତି ।
୨ । ନ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ତତ୍ତ୍ଵଗୁଡ଼ିକ ଆଲୋଚନା କର ।
Answer:
ନ୍ୟାୟ ସମ୍ବନ୍ଧରେ ବିଭିନ୍ନ ତତ୍ତ୍ଵ ଅବତାରଣା କରାଯାଉଥିଲେ ମଧ୍ୟ ଚାରିଗୋଟି ସିଦ୍ଧାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଛି ଯାହାକି ନିମ୍ନରେ ପ୍ରଦାନ କରାଗଲା ।
ପ୍ରାକୃତିକ ତତ୍ତ୍ଵ – ଏହି ତତ୍ତ୍ଵର ପ୍ରବର୍ତ୍ତକ ଗ୍ରୀସ୍ର ଷ୍ଟାଇକ୍ମାନେ ଥିଲେ । ପରବର୍ତ୍ତୀ ସମୟରେ ରୋମାନ୍ମାନେ ଏହି ତତ୍ତ୍ଵର ପ୍ରସାର କଲେ । ରୋମ୍ର ନ୍ୟାୟବାଦୀମାନେ ମତ ଦିଅନ୍ତି ଯେ ନ୍ୟାୟ ହେଉଛି ଜୀବନର ପରମ ଲକ୍ଷ୍ୟ । ପ୍ରକୃତିକୁ ସେମାନେ ହେତୁବାଦ ଓ ବିବେକର ସମଧର୍ମୀ ବୋଲି ବିଚାର କରନ୍ତି ।
ନ୍ୟାୟ ବିବେକପ୍ରସୂତ ଓ ବିବେକ ଉପରେ ଆଧାରିତ ।” ଏହା ଚିରନ୍ତନ, ଶାଶ୍ବତ ଓ ସାର୍ବଜନୀନ । ରାଷ୍ଟ୍ରର ଅସ୍ତିବାଚକ ଆଇନ ଓ ପ୍ରାକୃତିକ ନ୍ୟାୟ ସମଗୁଣ ବିଶିଷ୍ଟ ବୋଲି ରୋମାନ୍ ନ୍ୟାୟବାଦୀମାନେ ମତ ଦିଅନ୍ତି । ଖ୍ରୀଷ୍ଟିଆନ୍ ଧର୍ମର ବହୁଳ ପ୍ରସାରଦ୍ଵାରା ପ୍ରକୃତି ଓ ଈଶ୍ଵରଙ୍କୁ ଏକାକାର କରିଦିଆଗଲା । St. Augustine “ନ୍ୟାୟକୁ ଈଶ୍ବରସତ୍ତାର ଅବଦାନ” ବୋଲି ପ୍ରଚାର କଲେ । କାଳକ୍ରମେ ବିଚାରପତିମାନେ ସେମାନଙ୍କ ବିବେକଦ୍ଵାରା ପ୍ରଭାବିତ ହୋଇ ଉଚିତ ସୃଜନତା, ଶ୍ରେୟତ୍ଵ ପ୍ରଭୃତିକୁ ପ୍ରାକୃତିକ ନ୍ୟାୟଭାବେ ସ୍ଵୀକାର କଲେ । ଏହି କାରଣରୁ ପ୍ରାକୃତିକ ନ୍ୟାୟ ଓ ଐଶ୍ଵରୀକ ମତବାଦ ମିଶିଗଲେ ଏବଂ ବିଚାପତିମାନେ ଧର୍ମାବତାରଭାବେ ପରିଗଣିତ ହେଲେ ।
ଦାର୍ଶନିକ ତତ୍ତ୍ଵ – ପ୍ଲାଟୋ “ଦାର୍ଶନିକ ତତ୍ତ୍ଵ’’ର ପ୍ରବକ୍ତା ଥିଲେ । ତାଙ୍କ ରଚିତ ‘Republics’ ରେ ସେ କାର୍ଯ୍ୟାତ୍ମକ ନ୍ୟାୟ ବିଷୟରେ ଆଲୋକପାତ କରିଛନ୍ତି । ନିର୍ଦ୍ଧାରିତ ପରିସର ମଧ୍ୟରେ ନିଯୁକ୍ତ ବ୍ୟକ୍ତି ଯଦି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଉପଯୁକ୍ତଭାବେ ସମ୍ପାଦନ କରେ, ପ୍ଲାଟୋଙ୍କ ମତରେ ତାହା ହେଉଛି ନ୍ୟାୟ । ଇଂଲଣ୍ଡରେ ନ୍ୟାୟକୁ ଧର୍ମଭାବେ ଗ୍ରହଣ କରାଯାଇଛି । ପ୍ରତ୍ୟେକଙ୍କୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିବାକୁ ନ୍ୟାୟ କୁହାଯାଏ । Aristotle ବଣ୍ଟନ ନ୍ୟାୟ ଓ ସଂଶୋଧନୀ ନ୍ୟାୟଦ୍ଵାରା ସମାଜରେ ସମୀକରଣ ପ୍ରକ୍ରିୟା ଓ ସଂଶୋଦନ ପ୍ରକ୍ରିୟା ଆରମ୍ଭ କରିଥିଲେ । ତାଙ୍କ ମତରେ, “ ସମାନ ଲୋକଙ୍କ ମଧ୍ୟରେ ସମବଣ୍ଟନ ହେବା ନ୍ୟାୟ ।” ପୂର୍ବରୁ ହୋଇଥିବା ଚ୍ୟୁତି ବିଚ୍ଯୁତିର ସଠିକ୍ ସଂଶୋଧନ ମଧ୍ଯ ନ୍ୟାୟ । ଦାର୍ଶନିକ ନ୍ୟାୟତତ୍ତ୍ଵ ବିଶ୍ଵାସ କରେ ଯେ ଉଚିତ ଆଦେଶ ବଳରେ ପ୍ରତ୍ୟେକଙ୍କୁ ତା’ର ପ୍ରାପ୍ୟ ଦିଆଯିବ ଓ ସମାଜିକ ସୌହାର୍ଯ୍ୟର ବିକାଶ ଘଟିବ ।
ଆଇନଗତ ତତ୍ତ୍ବ – ରାଷ୍ଟ୍ରଦ୍ୱାରା ଆଇନର କାର୍ଯ୍ୟକାରିତା ଏହି ତତ୍ତ୍ଵରେ ବର୍ଣ୍ଣିତ ହୋଇଅଛି | ସାଧାରଣ ଲୋକ ରାଷ୍ଟ୍ର ଆଇନକୁ ନ୍ୟାୟଭାବେ ଗ୍ରହଣ କରନ୍ତି । ଏହି ତତ୍ତ୍ଵ ନ୍ୟାୟକୁ ଆଇନସିଦ୍ଧ କରେ ଏବଂ ଆଇନକୁ ନ୍ୟାୟର ଏକ ଆୟୁଧରୂପେ ବିଚାର କରେ । ଆଇନ ଯଦି ନ୍ୟାୟ ପ୍ରଦାନରେ ବିଫଳ ହୁଏ ତେବେ ତାହା ଅତ୍ୟାଚାରପାଇଁ ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ ହୁଏ । ଆଇନ ଓ ନ୍ୟାୟ ପରସ୍ପର ନିର୍ଭରଶୀଳ । ଆଇନାନୁଯାୟୀ ନ୍ୟାୟ ଦେବାକୁ ହେଲେ ଅପରାଧୀକୁ ତା’ ବିରୁଦ୍ଧରେ ହୋଇଥବା ଅଭିଯୋଗଗୁଡ଼ିକ ଜଣାଇବା; ନିଜର ନିର୍ବୋଷତା ପ୍ରମାଣ କରିବାପାଇଁ ତାକୁ ଉପଯୁକ୍ତ ସୁଯୋଗ ଦେବା, ଯେଉଁ ଅଦାଲତରେ ଅପରାଧ ବିଚାର ହେଉଥିବ ତାହା ସ୍ଵାଧୀନ, ନିରପେକ୍ଷ ଓ ସଛୋଟ ହୋଇଥିବ ଏବଂ ସେହି ମକଦ୍ଦମା ମୁକ୍ତ ଏବଂ ଉଚିତଭାବେ ପରିଚାଳିତ ହେବା ଆବଶ୍ୟକ । “ ଆଇନଗତ ତତ୍ତ୍ଵ ବହୁତ ସ୍ପଷ୍ଟ ।” ଅଧିକାରଗୁଡ଼ିକର ସାମ୍ବିଧାନିକ ସୁରକ୍ଷା, ଦକ୍ଷ ଓ ନିରପେକ୍ଷ ବିଚାର ବ୍ୟବସ୍ଥା ଆଇନଗତ ତତ୍ତ୍ଵକୁ ଶକ୍ତିଶାଳୀ କରେ ।
ମାର୍କସ୍ଵାଦୀ ତତ୍ତ୍ବ – ନ୍ୟାୟ ସମ୍ବନ୍ଧରେ ଆଲୋଚିତ ଉଦାରବାଦୀ ତତ୍ତ୍ଵଗୁଡ଼ିକୁ ମାର୍କସ୍ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ନ୍ୟାୟକୁ ସେ ଶ୍ରେଣୀଗତ ବିଚାର ମଧ୍ୟରେ ଆବଦ୍ଧ କରିଛନ୍ତି । ତାଙ୍କ ମତରେ, ଉତ୍ପାଦନ ଓ ତତ୍ସମ୍ପର୍କୀୟ ରାଜନୀତିକ ଢାଞ୍ଚା ସହିତ ନ୍ୟାୟ ସଂପୃକ୍ତ । ଘରୋଇ ପୁଞ୍ଜି ଓ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଏପରି ଅସ୍ଵାଭାବିକ, ଅନୁଚିତ ଓ ଅଯୌକ୍ତିକ ଯେ ତାହା ଅଳ୍ପ କେତେକ ସମ୍ପଭିବାନ୍ ଲୋକଙ୍କୁ ବହୁସଂଖ୍ୟକ ଖଟିର୍ଦ୍ଧାଙ୍କ ଉପରେ ଅତ୍ୟାଚାର କରିବାର ସୁଯୋଗ ଦିଏ । ଯେଉଁଠାରେ ରାଷ୍ଟ୍ର ଶ୍ରେଣୀ ସଂଘର୍ଷର ସମ୍ମୁଖୀନ ସେଠାରେ ନ୍ୟାୟ ନିରପେକ୍ଷ ଓ ସାର୍ବଜନୀନ ହେବା ଅସମ୍ଭବ ।
ମାର୍କସ୍ଙ୍କ ମତରେ, “ ଯେପର୍ଯ୍ୟନ୍ତ ରାଷ୍ଟ୍ରର ବିଲୋପ ନଘଟିଛି, ଶ୍ରେଣୀ ସଂଘର୍ଷ ନତୁଟିଛି ଓ ଘରୋଇ ସମ୍ପତି ଉଚ୍ଛେଦ ନ ହୋଇଛି, ସେତେବେଳଯାଏ ନ୍ୟାୟ ନିରପେକ୍ଷ ନହୋଇ ପକ୍ଷପାତ କରିବାକୁ ବାଧ୍ୟ ।” ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ପୁଞ୍ଜିବାଦର ବିଲୋପ, ରାଷ୍ଟ୍ରର ଉଚ୍ଛେଦ ସମ୍ଭବ ହେଲେ, ନ୍ୟାୟ ସମାନତା ସୃଷ୍ଟି କରିପାରିବ । ତାଙ୍କ ମତରେ, ନ୍ୟାୟ ଉତ୍ପାଦନ ଓ ବଣ୍ଟନ ପ୍ରକ୍ରିୟା ସହିତ ସଂପୃକ୍ତ ।
“ ନ୍ୟାୟ ମୁଖ୍ୟତଃ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ।” ଏହା ସମାଜର ପ୍ରତ୍ୟେକ ନାଗରିକକୁ ତା’ର ଆତ୍ମବିକାଶ କ୍ଷେତ୍ରରେ ସାହାଯ୍ୟ କରେ । ଆଇନ ନ୍ୟାୟକୁ ସୁରକ୍ଷା ପ୍ରଦାନ କରେ । “ ନ୍ୟାୟ ବିଳମ୍ବିତ ହେବା ଅର୍ଥ ନ୍ୟାୟରୁ ବଞ୍ଚିତ ହେବା ।”
୩ । ସାମାଜିକ ନ୍ୟାୟ କ’ଣ ? ଏହାର ଗୁରୁତ୍ଵ ଆଲୋଚନା କର ।
Answer:
‘ନ୍ୟାୟ’ (Justice) ରାଜନୀତି ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ । ଏହାର ପ୍ରାଚୀନ ଧାରଣା – ‘ତୁମେ ଯେପରି ମଞ୍ଜି ବୁଣିବ ସେଭଳି ଫସଲ ଅମଳ କରିବ’ ଉପରେ ଆଧାରିତ ଅଟେ । ‘ନ୍ୟାୟ’ ଶବ୍ଦଟି ଗୋଟିଏ ଲାଟିନ୍ ଶବ୍ଦ ‘ଜସ୍’ (Jus) ରୁ ଉଦ୍ଧୃତ ହୋଇଛି ଯାହାର ଅର୍ଥ ‘ବନ୍ଧନ’ । ଏହା ଉଚିତ ଓ ଅନୁଚିତ ମଧ୍ଯରେ ପାର୍ଥକ୍ୟ, ସ୍ଵେଚ୍ଛାଚାରିତାର ଅନୁପସ୍ଥିତି, ସ୍ଵତନ୍ତ୍ର ସୁବିଧାସୁଯୋଗ ଓ ମନୁଷ୍ୟକୃତ ପ୍ରଭେଦର ଅନୁପସ୍ଥିତିକୁ ସୂଚିତ କରିଥାଏ । ମନୁଷ୍ୟ ଓ ସମାଜର । ସମସ୍ତ କାର୍ଯ୍ୟର ନିରପେକ୍ଷ ବିଚାର ଓ ଯୁକ୍ତିଯୁକ୍ତତାକୁ ନ୍ୟାୟ କୁହାଯାଏ । ନ୍ୟାୟକୁ ଆଲୋକ ସହ ତୁଳନା କରାଯାଏ । ନ୍ୟାୟର ଅଭାବରେ ଯେଉଁ ଅନ୍ଧକାର ସୃଷ୍ଟି ହୁଏ ତାହା ଅତ୍ୟନ୍ତ ତୀବ୍ର ଓ ଭୟଙ୍କର ।
ନ୍ୟାୟର ମୌଳିକ ଉପାଦାନ :
(i) ନ୍ୟାୟ ସମାଜର ନୈତିକ ମୂଲ୍ୟବୋଧ ସହ ସଂପୃକ୍ତ ଅଟେ ।
(ii) ନ୍ୟାୟ ବ୍ୟକ୍ତି ପାଇଁ ଅଧିକାରର ସୁଯୋଗ ସୃଷ୍ଟି କରେ ।
(iii) ନ୍ୟାୟର ପରିବେଶରେ ବ୍ୟକ୍ତିର ଜୀବନ ଶୃଙ୍ଖଳିତ ଓ ଉନ୍ନତ ହୋଇଥାଏ ।
(iv) ନ୍ୟାୟ ବ୍ୟକ୍ତିଭିତ୍ତିକ, ଦର୍ଶନଭିଭିକ ଓ ଆଇନଗତ ହୋଇପାରେ ।
ନ୍ୟାୟ ତିନି ଭାଗରେ ବିଭକ୍ତ; ଯଥା – ସାମାଜିକ ନ୍ୟାୟ, ଅର୍ଥନୈତିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ।
ସାମାଜିକ ନ୍ୟାୟ (Social Justice) ସମାଜରେ ବାସ କରୁଥିବା ଲୋକମାନେ ସେମାନଙ୍କ ଅଧିକାର ଓ ସ୍ବାର୍ଥକୁ ସଂରକ୍ଷଣ କରିବା ପ୍ରଣାଳୀକୁ ସାମାଜିକ ନ୍ୟାୟ କୁହାଯାଏ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ଆଦି ନିର୍ବିଶେଷରେ ସମସ୍ତ ସୁବିଧାସୁଯୋଗ ପ୍ରଦାନ ସାମାଜିକ ନ୍ୟାୟର ମାଧ୍ୟମ ଅଟେ । ଏକ ଉଦାରବାଦୀ ସମାଜରେ ଶୋଷଣ, ଅତ୍ୟାଚାର ଓ ବୈଷମ୍ୟ ଆଦି ଦୁର୍ବଳତାର ପ୍ରତିରୋଧକ ହିସାବରେ ସାମାଜିକ ନ୍ୟାୟ କାର୍ଯ୍ୟ କରିଥାଏ । ସମାଜର ଦୁର୍ବଳ ଶ୍ରେଣୀ ଓ ଦାରିଦ୍ର୍ୟ ଜର୍ଜରିତ ବ୍ୟକ୍ତିର ଉନ୍ନତିସାଧନ ଓ ଶୋଷଣରୁ ମୁକ୍ତି ଏହାର ଲକ୍ଷ୍ୟ ଅଟେ । ଏହା ଏପରି ଏକ ସାମାଜିକ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଠି ସମାନ ସ୍ଥିତିରେ ସମସ୍ତେ ବ୍ୟକ୍ତିତ୍ଵ ବିକାଶ ପାଇଁ ସମାନ ସୁବିଧାପ୍ରାପ୍ତ ହୋଇଥା’ନ୍ତି ।
ଏହା ବ୍ୟକ୍ତିର ଅଧିକାର ଓ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ସମନ୍ବୟ ସ୍ଥାପନ କରେ । ଏହା ରାଷ୍ଟ୍ରୀୟ ଆଇନଗତ ହସ୍ତକ୍ଷେପଦ୍ବାରା ମନୁଷ୍ୟକୃତ ଅସମାନତା ଆଦି ଦୂର କରିବାପାଇଁ ଉଦ୍ୟମ କରିଥାଏ । ପି.ବି. ଗଜେନ୍ଦ୍ରଗଡ୍ରଙ୍କ ମତରେ, “ ସାମାଜିକ ନ୍ୟାୟର ଅର୍ଥ ସମସ୍ତ ପ୍ରକାର ସାମାଜିକ ଅସମାନତାର ବିଲୋପ ଓ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଉନ୍ନତି ପାଇଁ ସମାନ ସୁବିଧାସୁଯୋଗ ପ୍ରଦାନ ।” କେ. ସୁବାରାଓଙ୍କ ଭାଷାରେ, “ବୃହତ୍ତର ଅର୍ଥରେ ଏହା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନରେ ଅସନ୍ତୁଳନ ଉଚ୍ଛେଦ ପାଇଁ କାର୍ଯ୍ୟ କରେ । ସଂକ୍ଷିପ୍ତ ଅର୍ଥରେ ସାମାଜିକ ନ୍ୟାୟ ଏକ ବାସ୍ତବ ସୁସନ୍ତୁଳିତ ସାମାଜିକ ନ୍ୟାୟ
ପ୍ରଦାନ ପାଇଁ ଆବଶ୍ୟକୀୟ ସର୍ଭାବଳୀ :
(i) ଆଇନ ସମ୍ମୁଖରେ ସମାନତା ।
(ii) ସ୍ବତନ୍ତ୍ର ଅଧିକାରର ଅନୁପସ୍ଥିତି ।
(iii) ପ୍ରଭେଦ ବା ବିଭେଦ ସୃଷ୍ଟିକାରୀ ସମସ୍ତ ବ୍ୟବସ୍ଥାର ପ୍ରତିରୋଧ ।
(iv) ଅନ୍ଧବିଶ୍ଵାସ ଓ ସାମାଜିକ କୁସଂସ୍କାରମୁକ୍ତ ସାମାଜିକ ବ୍ୟବସ୍ଥା ।
(v) ଜାତିପ୍ରଥାର ବିଲୋପସାଧନ ।
(vi) ସଂପତ୍ତିର ଅସମାନ ବଣ୍ଟନ ନୀତିର ଅବସାନ ।
(vi) ଗଣତାନ୍ତ୍ରିକ ସରକାର ।
(viii) ବ୍ୟକ୍ତି ସ୍ଵାଧୀନତା ଓ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ସୁଷମ ସନ୍ତୁଳନ ରକ୍ଷା । ଭାରତର ସାମ୍ବିଧାନିକ
ବ୍ୟବସ୍ଥାରେ ସାମାଜିକ ନ୍ୟାୟ :
ଭାରତୀୟ ସମାଜ ଜାତି, ଧର୍ମ ଓ ଭାଷା କାରଣରୁ ବିଭାଜିତ । ଅସ୍ପୃଶ୍ୟତା, ସାଂପ୍ରଦାୟିକତା ଆଦି ସାମାଜିକ କୁସଂସ୍କାରର ପ୍ରଚଳନ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । ଊନବିଂଶ ଶତାବ୍ଦୀର ସାମାଜିକ ସଂସ୍କାରକମାନେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାପାଇଁ ଏହି ସାମାଜିକ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସମାନତା, ସ୍ଵାଧୀନତା ଓ ନ୍ୟାୟ ସପକ୍ଷରେ ସଚେତନଶୀଳତା ସୃଷ୍ଟି କରିଥିଲା । ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନର ତୃତୀୟ ଖଣ୍ଡରେ ବର୍ଣ୍ଣିତ ମୌଳିକ ଅଧିକାର ମାଧ୍ୟମରେ ସାମାଜିକ ନ୍ୟାୟର ଆଇନଗତ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଭାରତୀୟ ସମ୍ବିଧାନର ୧୫ ଧାରାରେ ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ ଆଦି କାରଣରୁ ବିଭେଦତା ସୃଷ୍ଟିକୁ ବାରଣ କରାଯାଇଛି ।
୧୬ ଧାରାରେ ସରକାରୀ କର୍ମସଂସ୍ଥାନ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ପ୍ରଦାନ, ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ, ୨୩ ଧାରାରେ ବିନା ମଜୁରୀରେ ଶ୍ରମ ପ୍ରଦାନ ବା ବେଠି ବ୍ୟବସ୍ଥାକୁ ବାରଣ, ୨୯ ଧାରାରେ ଧର୍ମଗତ ଓ ଭାଷାଗତ ସଂଖ୍ୟାନ୍ୟୁନ ଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ, ୩୦ ଧାରାରେ ଏହି ସଂଖ୍ୟାନ୍ନ ଗୋଷ୍ଠୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ସ୍ବାଧୀନତା ପ୍ରାପ୍ତି ଆଦି ବ୍ୟବସ୍ଥାଦ୍ୱାରା ସାମାଜିକ ନ୍ୟାୟର ଭିଭିକୁ ଦୃଢ଼ କରାଯାଇଛି । ଏହି ସମସ୍ତ ବ୍ୟବସ୍ଥା ମୌଳିକ ଅଧିକାରର ପରିସରଭୁକ୍ତ ହୋଇ ନ୍ୟାୟଯୋଗ୍ୟ ଅଟେ । ଏ
ତଦ୍ବ୍ୟତୀତ ସମ୍ବିଧାନ ଚତୁର୍ଥ ଖଣ୍ଡରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୩୮ ଧାରାରେ ବ୍ୟକ୍ତିର ଜନମଙ୍ଗଳ ସଂପର୍କିତ ସାମାଜିକ ବ୍ୟବସ୍ଥାର ସ୍ଥିତି, ୪୨ ଧାରାରେ ‘ ଶ୍ରମିକର କାର୍ଯ୍ୟକ୍ଷେତ୍ରରେ ମାନବିକ ପରିବେଶ ସୃଷ୍ଟି ଆଦି ବ୍ୟବସ୍ଥା ଧାର୍ଯ୍ୟ ହୋଇ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ ‘ କରାଯାଉଛି । ‘ନିରାପତ୍ତାଭିଭିକ ବୈଷମ୍ୟ’ (Protective Discrimination) ବ୍ୟବସ୍ଥାଦ୍ଵାରା ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି । ବିଭିନ୍ନ ଅର୍ଥନୈତିକ ଯୋଜନା ଓ ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନ ମାଧ୍ୟମରେ ଭାରତରେ ସାମାଜିକ ନ୍ୟାୟର ପ୍ରତିଶ୍ରୁତି ପୂରଣପାଇଁ କାର୍ଯ୍ୟ କରାଯାଉଛି ।