Odisha State Board CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା Questions and Answers.
CHSE Odisha 11th Class Political Science Solutions Chapter 8 ଧର୍ମନିରପେକ୍ଷତା
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ‘ଧର୍ମନିରପେକ୍ଷ’ ଶବ୍ଦଟି _________ ପ୍ରଥମେ ବ୍ୟବହାର କରିଥିଲେ ।
(କ) ଜର୍ଜ ଜାକୋର୍ ହୋଲିଓକ୍
(ଖ) ଆଲ୍ବେରିକୋ ଜେଣ୍ଟିଲି
(ଗ) ବାରୁଚ ସ୍ନିବୋଞ୍ଜା
(ଘ) ବର୍ଟାଣ୍ଡ ରସେଲ୍
Answer:
(କ) ଜର୍ଜ ଜାକୋର୍ ହୋଲିଓକ୍
୨ । ‘ଧର୍ମନିରପେକ୍ଷ’ ଶବ୍ଦଟି ପ୍ରଥମେ _________ ମସିହାରେ ବ୍ୟବହୃତ ହେଲା ।
(କ) ୧୮୫୭
(ଖ) ୧୮୫୩
(ଗ) ୧୮୫୧
(ଘ) ୧୮୮୫
Answer:
(ଗ) ୧୮୫୧
୩ । ରାଜନୈତିକ ଅର୍ଥରେ ଚର୍ଚ୍ଚଠାରୁ ରାଷ୍ଟ୍ରର ପୃଥକୀକରଣକୁ ___________ କୁହାଯାଏ ।
(କ) ଧର୍ମନିରପେକ୍ଷତା
(ଖ) ଧାର୍ମିକ ଅସହିଷ୍ଣୁତା
(ଗ) ବିଶୃଙ୍ଖଳାବାଦ
(ଘ) ରକ୍ଷଣଶୀଳତା
Answer:
(କ) ଧର୍ମନିରପେକ୍ଷତା
୪ । ଭାରତ ସମ୍ବିଧାନର ପ୍ରାକ୍କଥନରେ ‘ଧର୍ମନିରପେକ୍ଷ’ ଶବ୍ଦକୁ __________ ସମ୍ବିଧାନ ସଂଶୋଧନ ଆଇନରେ ଯୋଗ କରାଯାଇଛି ।
(କ) ୧୯୭୬ ମସିହାର ୪୨ ତମ
(ଖ) ୧୯୭୮ ମସିହାର ୪୪ ତମ
(ଗ) ୯୧ ତମ ସମ୍ବିଧାନ ସଂଶୋଧନ
(ଘ) ୭୩ତମ ସମ୍ବିଧାନ ସଂଶୋଧନ
Answer:
(କ) ୧୯୭୬ ମସିହାର ୪୨ ତମ
(B) ଗୋଟିଏ ଧାଡ଼ିରେ ଉତ୍ତର ଦିଅ ।
୧ । ଭାରତ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ?
Answer:
ଭାରତରେ କୌଣସି ରାଷ୍ଟ୍ରୀୟ ଧର୍ମ ନଥିବାରୁ ଓ ସମସ୍ତଙ୍କୁ ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଥିବାରୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଅଟେ ।
୨ । ଭାରତୀୟ ଧର୍ମନିରପେକ୍ଷତାବାଦ ଧାର୍ମିକତାର ବିରୋଧୀ କି ?
ଭାରତୀୟ ଧର୍ମନିରପେକ୍ଷତାବାଦ ଧାର୍ମିକତାର ବିରୋଧୀ ନୁହେଁ ବରଂ ଆନୁଷ୍ଠାନିକ ଧାର୍ମିକ ପ୍ରଭୁତ୍ଵର ବିରୋଧୀ ଅଟେ ।
(C) ଭ୍ରମ ସଂଶୋଧନ କର
୧ । ଭାରତରେ ରାଷ୍ଟ୍ର ଓ ଧର୍ମ ପରସ୍ପର ସଂଯୋଜିତ ଅଟନ୍ତି ।
Answer:
ଭାରତରେ ରାଷ୍ଟ୍ର ଓ ଧର୍ମ ପରସ୍ପରଠାରୁ ପୃଥକ୍ ଅଟନ୍ତି ।
୨ । ଭାରତରେ ଧର୍ମ ଉପରେ କର ବସେ ।
Answer:
ଭାରତରେ କୌଣସି ଧର୍ମ ଉପରେ କର ବସେ ନାହିଁ ।
୩ । ଭାରତ ସମ୍ବିଧାନର ୨୫-୨୯ ଧାରା ମଧ୍ଯରେ ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଛି ।
Answer:
ଭାରତ ସମ୍ବିଧାନର ୨୫-୨୮ ଧାରା ମଧ୍ଯରେ ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଛି ।
୪ । ଜଗତୀକରଣ ଧର୍ମନିରପେକ୍ଷତାକୁ ବିରୋଧ କରେ ।
Answer:
ଜଗତୀକରଣ ଫଳରେ ଭାରତୀୟ ନିରପେକ୍ଷ ଢାଞ୍ଚାର ଆଦର ବୃଦ୍ଧି ପାଉଛି ।
(D) ଶୂନ୍ୟସ୍ଥାନ ପୂରଣ କର ।
୧ । ଯେଉଁ ରାଷ୍ଟ୍ରରେ ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଧର୍ମର ପ୍ରଭାବ କମ୍ ଥାଏ ତାହାକୁ ________ ରାଷ୍ଟ୍ର କୁହାଯାଏ ।
Answer:
ଧର୍ମନିରପେକ୍ଷ
୨ । ଇଂରାଜୀ ଅଭିଧାନ ଅନୁଯାୟୀ ଯେଉଁ ରାଷ୍ଟ୍ରରେ ସାଧାରଣ ସାମାଜିକ ଓ ରାଜେନୈତିକ କାର୍ଯ୍ୟଧାରାରେ ଧର୍ମର ସଂପୃକ୍ତି ରହିବା ଉଚିତ ନୁହେଁ ତାହାକୁ __________ ରାଷ୍ଟ୍ର କୁହାଯାଏ ।
Answer:
ଧର୍ମନିରପେକ୍ଷ ।
୩ । ‘ଧର୍ମନିରପେକ୍ଷ’ (Secular) ଶବ୍ଦଟି ଲାଟିନ୍ ଶବ୍ଦ ___________ ରୁ ଉଦ୍ଧୃତ ଯାହାର ଅର୍ଥ ____________ ।
Answer:
‘ସେକ୍ସଲାରିସ୍’ (Seacularis); ଗୋଟିଏ ଯୁଗ ବା ପିଢ଼ି ସହ ସମ୍ପୃକ୍ତ ।
୪ । ଧର୍ମ ଓ ରାଜନୀତି ପରସ୍ପରଠାରୁ ସମ୍ପୂର୍ଣ୍ଣ ପୃଥକ୍ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରଧର୍ମକୁ ଆଦୌ ସମର୍ଥନ ଦେଉ ନଥିବା, ଧର୍ମନିରପେକ୍ଷତା _____________ ଧର୍ମନିରପେକ୍ଷତା କୁହାଯାଏ ।
Answer:
ପାଶ୍ଚାତ୍ୟ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପାଞ୍ଚଟି ବାକ୍ୟରେ ଉତ୍ତର ଦିଅ ।
୧ । ଧର୍ମନିରପେକ୍ଷତାର ପାଶ୍ଚାତ୍ୟ ଦୃଷ୍ଟିଭଙ୍ଗୀ କ’ଣ ?
Answer:
ଧର୍ମନରିପେକ୍ଷ ରାଷ୍ଟ୍ରରେ ରାଜନୈତିକ ଅନୁଷ୍ଠାନ ଓ ଧର୍ମ ପରସ୍ପରଠାରୁ ପୃଥକ୍ ହେବା ଆବଶ୍ୟକ । କିନ୍ତୁ ଯେତେବେଳେ ରାଷ୍ଟ୍ର ଧାର୍ମିକ ବ୍ୟାପାରରେ ଆଦୌ ହସ୍ତକ୍ଷେପ କରେ ନାହିଁ ଅର୍ଥାତ୍ ଉଭୟ ଧର୍ମ ଓ ରାଷ୍ଟ୍ର ପରସ୍ପରଠାରୁ ସମ୍ପୂର୍ଣ ପୃଥକ୍ ରହିଥା’ନ୍ତି ତାହାକୁ ପାଶ୍ଚାତ୍ୟ ଧର୍ମନିରପେକ୍ଷତାବାଦ କୁହାଯାଏ । ଏଠାରେ ଉଭୟ ଧର୍ମ ଓ ରାଷ୍ଟ୍ର ନିଜସ୍ଵ ସ୍ଵତନ୍ତ୍ର ପରିସରରେ କାର୍ଯ୍ୟ କରନ୍ତି । ଧର୍ମଭିଭିରେ କୌଣସି ସାଧାରଣ କାର୍ଯ୍ୟକ୍ରମ ବା ନୀତି କାର୍ଯ୍ୟକାରୀ କରାଯାଇ ନଥାଏ ।
ଧର୍ମ ଆଇନଗତ ପରିସର ମଧ୍ୟରେ କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିପାରେ ନାହିଁ । ଉଦାହରଣ ସ୍ଵରୂପ, ଯଦି ଧର୍ମ କୌଣସି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ମନ୍ଦିର ପ୍ରବେଶ ଅଧିକାର ନ ଦିଏ, ତେବେ ରାଷ୍ଟ୍ର ସେଥିରେ ହସ୍ତକ୍ଷେପ କରିପାରିବ ନାହିଁ । ରାଷ୍ଟ୍ର ସମ୍ପ୍ରଦାୟଭିତ୍ତିକ ବା ସଂଖ୍ୟାନ୍ୟୁନର ଅଧିକାରକୁ ସ୍ବୀକୃତି ଦେଇପାରେ ନାହିଁ । ଅଧୁକାଂଶ ପାଶ୍ଚାତ୍ୟ ଧାର୍ମିକ ପ୍ରସଙ୍ଗ ଅପେକ୍ଷା ଅଧିକ ଗୁରୁତ୍ଵ ଦେଇଥାଏ ।
୨ । ଧର୍ମନିରପେକ୍ଷତାର ଭାରତୀୟ ଦୃଷ୍ଟିଭଙ୍ଗୀ କ’ଣ ?
Answer:
ଧର୍ମନିରପେକ୍ଷତା ପ୍ରତି ଭାରତୀୟ ଦୃଷ୍ଟିଭଙ୍ଗୀ ମୁଖ୍ୟତଃ ଧାର୍ମିକ ବିବିଧତା ଉପରେ ପର୍ଯ୍ୟବସିତ । ଏଠାରେ ଧର୍ମ ଓ ରାଷ୍ଟ୍ର ପରସ୍ପରଠାରୁ ପୃଥକ୍ ହେଲେ ମଧ୍ୟ ରାଷ୍ଟ୍ର ଧାର୍ମିକ ବ୍ୟାପାରରେ ଆଇନ ଓ ନୀତିସମ୍ମତ ହସ୍ତକ୍ଷେପ କରିଥାଏ । ସ୍ଵତନ୍ତ୍ରତା, ସମାନତା ଓ ଶାନ୍ତି ବ୍ୟାହତ ହେଲେ ରାଷ୍ଟ୍ର ହସ୍ତକ୍ଷେପ କରିପାରେ । ଏଠାରେ ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଏହା ସମସ୍ତଙ୍କର ଧାର୍ମିକ ସ୍ଵାଧୀନତା ଓ ସମାନତା ଉପରେ ଗୁରୁତ୍ଵ ଦିଏ ।
ଧାର୍ମିକ ସଂସ୍କାରରେ ରାଷ୍ଟ୍ରର ଯୋଗଦାନ ମଧ୍ଯ ରହିଥାଏ । ଭାରତରେ ଅସ୍ପୃଶ୍ୟତା ନିବାରଣ, ବାଲ୍ୟବିବାହ ପ୍ରଥା, ସତୀପ୍ରଥା ଇତ୍ୟାଦିର ନିଷେଧ ଆଦି ଏହାର ଉଦାହରଣ ଅଟେ । ଭାରତରେ ଧର୍ମର ବହୁଳତା ରହିଥିବାରୁ ଧର୍ମସହିଷ୍ଣୁତା ଓ ସବୁ ଧର୍ମର ସମାନ ସହାବସ୍ଥାନ ପ୍ରସଙ୍ଗ ମଧ୍ଯ ଧର୍ମନିରପେକ୍ଷତା ସହ ଯୋଡ଼ିହୋଇ ରହିଛି । ସାମ୍ପ୍ରଦାୟିକତାବାଦ, ଜାତିବାଦ, ସାମାଜିକ ହେଉଛି ମୁଖ୍ୟ ପ୍ରସଙ୍ଗ ।
୩ । ପାଶ୍ଚାତ୍ୟ ଧର୍ମନିରପେକ୍ଷତା ଓ ଭାରତୀୟ ଧର୍ମନିରପେକ୍ଷତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ରାଷ୍ଟ୍ର ଓ ଧର୍ମର ପୃଥକୀକରଣର ପ୍ରକୃତି ଭିଭିରେ ପାଶ୍ଚାତ୍ୟ ଓ ଭାରତୀୟ ଧର୍ମନିରପେକ୍ଷତାର ସ୍ଵରୂପ ନିର୍ଭର କରେ । ଏହି ଦୁଇ ଦୃଷ୍ଟିଭଙ୍ଗୀ ମଧ୍ଯରେ ନିମ୍ନୋକ୍ତ ପାର୍ଥକ୍ୟ ପରିଦୃଷ୍ଟ ହୁଏ :
(i) ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଓ ଧର୍ମ ନିଜସ୍ଵ ପରିସର ମଧ୍ୟରେ କେହି କାହାର ବ୍ୟାବାରରେ ହସ୍ତକ୍ଷେପ କରନ୍ତି ନାହିଁ । କିନ୍ତୁ ଭାରତୀୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଆଇନର ପରିସର ମଧ୍ୟରେ ଧାର୍ମିକ ସଂସ୍କାରକୁ ସମର୍ଥନ କରେ ।
(ii) ସମ୍ପ୍ରଦାୟ ବା ସଂଖ୍ୟାନ୍ୟୁନର ଅଧିକାର ଉପରେ ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ କମ୍ ଗୁରୁତ୍ଵ ଦିଆଯାଉଥିବାବେଳେ ଅଧିକାର ଓ ସଂଖ୍ୟାନ୍ୟୁନର ଅଧିକାରର ସୁରକ୍ଷା ପାଇଁ ଭାରତୀୟ ଧର୍ମନିରପେକ୍ଷତାବାଦ ଯତ୍ନବାନ୍ ହୋଇଥାଏ ।
(iii) ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ ବ୍ୟକ୍ତି ସ୍ଵାଧୀନତା ଗୁରୁତ୍ଵ ପାଉଥିବାବେଳେ ଭାରତୀୟ ଧର୍ମନିରପେକ୍ଷତାରେ ସମାନତା ଗୁରୁତ୍ଵ ପ୍ରାପ୍ତ ହୋଇଥାଏ ।
(iv) ପାଶ୍ଚାତ୍ୟ ଧର୍ମନିରପେକ୍ଷତା ମୁଖ୍ୟତଃ ଧାର୍ମିକ ସାଦୃଶ୍ୟତାର ପରିବେଶରେ କାର୍ଯ୍ୟ କରୁଥିବାବେଳେ ଭାରତୀୟ ଧର୍ମନିରପେକ୍ଷତା ଧାର୍ମିକ ବିବିଧତାର ପରିବେଶରେ କାର୍ଯ୍ୟ କରିଥାଏ ।
(v) ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଧର୍ମକୁ ଆଦୌ ସମର୍ଥନ ଦେଉ ନଥିବା ବେଳେ ଭାରତୀୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଆଇନସମ୍ମତ ସମର୍ଥନ ଧର୍ମକୁ ପ୍ରଦାନ କରିଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଭାରତୀୟ ରାଜନୀତିରେ ଧର୍ମନିରପେକ୍ଷତାର ସମସ୍ୟାବଳୀ ଆଲୋଚନା କର ।
Answer:
୪୨ତମ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାର ପରବର୍ତୀ ଅବସ୍ଥାରେ ଭାରତୀୟ ସମ୍ବିଧାନର ପ୍ରାକ୍କଥନ ଏହାକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କରିଛି । ସ୍ଵାତନ୍ତ୍ରତାକୁ ସାମ୍ବିଧାନିକ ଆଦର୍ଶରୂପେ ଗ୍ରହଣକରି ଚିନ୍ତନ, ପ୍ରକାଶନ, ବିଶ୍ଵାସ, ପୂଜା ଉପାସନା ଇତ୍ୟାଦିରୁ ସ୍ଵାଧୀନତା ପ୍ରଦାନ କରିବାପାଇଁ ଏହା ସଂକଳ୍ପବଦ୍ଧ ଅଟେ । ମୌଳିକ ଅଧିକାର ଅଧ୍ୟାୟରେ ୨୫ ଠାରୁ ୩୦ ଧାରା ମଧ୍ଯରେ ବର୍ଣ୍ଣିତ ଧର୍ମ ସଂକ୍ରାନ୍ତୀୟ ଅଧୁକାର (Right to Religion)ରେ ଧର୍ମ ପ୍ରଚାର, ଉପାସନା, ପ୍ରସାରର ପୂର୍ଣ୍ଣ ସ୍ଵାଧୀନତା ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଛି ।
ଅତୀତ ଭାରତର ଇତିହାସରେ ‘ଜିଜିୟା’ ଭଳି ଅନେକ କର (Tax) ବିଭିନ୍ନ ଧର୍ମ ଉପରେ ବସାଯାଉଥିଲା । ମାତ୍ର ଭାରତୀୟ ସମ୍ବିଧାନର ୨୭ ଧାରାରେ କୌଣସି ଧର୍ମ ଉପାସନା ବା ପ୍ରଚାର କ୍ଷେତ୍ରରେ କୌଣସି କରଧାର୍ଯ୍ୟର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏଣୁ ଆଉରଙ୍ଗଜେବଙ୍କର ଧର୍ମ ଅସହିଷ୍ଣୁ ନୀତିକୁ ଗ୍ରହଣ ନ କରି ଆକବରଙ୍କର ଧର୍ମସହିଷ୍ଣୁ ନୀତିକୁ ଆଦର୍ଶ ରୂପେ ଗ୍ରହଣ କରିବାପାଇଁ ଇତିହାସ ହିଁ ପ୍ରେରଣା ଦେଇଛି ।
ସ୍ଵାଧୀନତା ପ୍ରାପ୍ତି ସମୟରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ହିଁ ସମ୍ବିଧାନ ପ୍ରଣେତାମାନଙ୍କୁ ଭାରତକୁ ଏକ “ ଧର୍ମନିରପେକ୍ଷ” ରାଷ୍ଟ୍ରରୂପେ ଚିତ୍ରିତ କରିବାପାଇଁ ପ୍ରେରଣା ଆଣି ଦେଲା । ଭାରତରେ ଧର୍ମର ବହୁଳତା (Religious Pluralism) ହେତୁ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଧର୍ମନିରପେକ୍ଷ ନୀତି ଅଧିକ ବାସ୍ତବ ଓ ସ୍ପୃହଣୀୟ ବୋଧ ହେଲା ।
ଭାରତରେ ଧର୍ମନିରପେକ୍ଷ ନୀତିର ଅର୍ଥ ଯାହା ଇଉରୋପୀୟ ଦେଶମାନଙ୍କର ଏହାର ଅର୍ଥ ଠିକ୍ ବିପରୀତ ଅଟେ । ସେହି ଦେଶମାନଙ୍କରେ ଗୋଟିଏ ଦେଶର, ଧର୍ମପ୍ରତି ଉଦାସୀନତା ବା ଅପକ୍ଷପାତିତାକୁ ତାହାର ଧର୍ମନିରପେକ୍ଷ ନୀତିରୂପେ ଗ୍ରହଣ କରାଯାଏ । ମାତ୍ର ଭାରତରେ ଧର୍ମ ନିରପେକ୍ଷତାର ଅର୍ଥ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ଗ୍ରହଣ କରାଯିବ ନାହି ଏବଂ ପ୍ରତ୍ୟେକ ଧର୍ମକୁ ସମାନ ସମ୍ମାନ ପ୍ରଦର୍ଶନ କରାଯିବ ।
ଭାରତରେ ସମ୍ପୂର୍ଣ୍ଣ ଧର୍ମସହିଷ୍ଣୁତା ନୀତି ଅନୁସୃତ ହେଉଛି । ଡଃ ରାଧାକ୍ରିଷ୍ଣନ୍ଙ୍କ ମତରେ, “କୌଣସି ଲୋକକୁ ଧର୍ମଗତ କାରଣରୁ କୌଣସି ଜିନିଷର ଉପଭୋଗରୁ ବଞ୍ଚିତ କରାଯାଇ ପାରିବ ନାହିଁ ଓ ସାଧାରଣ ଜୀବନଯାପନ କ୍ଷେତ୍ରରେ ସମସ୍ତଙ୍କର ପୂର୍ଣ୍ଣ ଅଂଶ ରହିବ ।’’ ତେଣୁ ସାମାଜିକ ନ୍ୟାୟର ଦୃଷ୍ଟିକୋଣରୁ ତଫସିଲଭୁକ୍ତ ଜାତି, ଉପଜାତି, ସାମାଜିକ ଅନୁନ୍ନତ ଶ୍ରେଣୀ, ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠୀ ଇତ୍ୟାଦିଙ୍କୁ ଯେଉଁ ସ୍ଵତନ୍ତ୍ର ସୁଯୋଗ ପ୍ରଦାନ କରାଯାଇଛି, ତାହା ଧର୍ମନିରପେକ୍ଷ ନୀତିର ବିରୋଧୀ ନୁହେଁ ।
ପୃଥିବୀର ପଶ୍ଚିମାଞ୍ଚଳ ରାଜ୍ୟମାନଙ୍କରେ ଧର୍ମକୁ ରାଜନୀତିଠାରୁ ପୃଥକ୍ କରିବାର ପ୍ରକ୍ରିୟାରୁ ହିଁ ଧର୍ମନିରପେକ୍ଷ ନୀତିର ଜନ୍ମ । ମାତ୍ର ଭାରତରେ ସେହି ସୂତ୍ରରେ କୌଣସି ପ୍ରଭାବ ଧର୍ମନିରପେକ୍ଷତା ଉପରେ ପଡ଼ିନାହିଁ ।
ଭାରତ ନିଜକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଘୋଷଣା କରିସାରିବା ପରଠାରୁ ଭାରତର ଏହି ନୀତି ଘାତ ପ୍ରତିଘାତର ସ୍ତର ଦେଇ ଗତି କରିଆସୁଅଛି । ରାଷ୍ଟ୍ର ଏବଂ ଏହାର ରାଜନୈତିକ ପଦାଧ୍ୟାକାରୀମାନେ ଧର୍ମକୁ ଅସ୍ତ୍ରରୂପେ ବ୍ୟବହାର କରି ନିଜର ରାଜନୈତିକ ଲକ୍ଷ୍ୟ ସାଧନ କରୁଛନ୍ତି । ଅନ୍ୟପକ୍ଷରେ ଏହି ସୁଯୋଗ ଫଳରେ ଧର୍ମ, ରାଜନୀତିର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଅନଧିକାର ପ୍ରବେଶ କରୁଛି । ଏଣୁ ଉଭୟ ଆଡ଼ୁ ଆଚରଣ ନୀତିକୁ ଅମାନ୍ୟ କରିଯିବା ଫଳରେ ଆଜି ଭାରତରେ ଏହି ନୀତି ଏକ ସମସ୍ୟା ରୂପେ ଦେଖାଦେଇଛି ।
ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍, ହରିଜନ ଓ ଆଦିବାସୀମାନଙ୍କର ଧର୍ମ ପରିବର୍ତ୍ତନ, ଶାହାବାନୁ ମକଦ୍ଦମାର ରାୟ, ତଲାକ୍ପ୍ରାପ୍ତ ମୁସଲମାନ ସ୍ତ୍ରୀ ଲୋକମାନଙ୍କର ସ୍ଵାର୍ଥରକ୍ଷା ସଂକ୍ରାନ୍ତୀୟ ଆଇନ, ଏକ ଏକବିଧ ଦେୱାନୀ ଆଇନ (Uniform Civil Code) ପାଇଁ ଦାବୀ ମିରଟ୍ ଦଙ୍ଗା ଇତ୍ୟାଦି ଏହି ସମସ୍ୟାକୁ ଲୋକଲୋଚନକୁ ଆଣିପାରିଛି । ଧର୍ମନିରପେକ୍ଷତା ସମ୍ବନ୍ଧୀୟ ସମସ୍ୟା ସାଂପ୍ରଦାୟିକତା (Communal- ism) ସୃଷ୍ଟି ପାଇଁ ଦାୟୀ ଅଟେ । ଗୋଟିଏ ଧାର୍ମିକ ଗୋଷ୍ଠୀର ଲକ୍ଷ୍ୟ ଓ ଆଦର୍ଶକୁ ଚରିତାର୍ଥ କରିବାପାଇଁ ରାଜନୀତିର ବଳୟ ମଧ୍ୟରେ ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ନୀତି କରିବା ହିଁ ସାଂପ୍ରଦାୟିକତା ଅଟେ । ସାଂପ୍ରଦାୟିକତା ଧର୍ମନିରପେକ୍ଷତାର ବିରୋଧୀ ଅଟେ । ଭାରତ ବିଭାଜନ ସମୟଠାରୁ ସ୍ଵାଧୀନତୋର ଭାରତରେ ମଧ୍ୟ ଏହି ସାଂପ୍ରଦାୟିକତା ନୀତିର ବହୁଳ ପ୍ରସାର ଘଟିଛି ।
ଧର୍ମ ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିବିଶେଷ ବା ଦଳ ପ୍ରତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୌଣସି ପକ୍ଷପାତ ନୀତି ଗ୍ରହଣ କରାଗଲେ ସାମ୍ପ୍ରଦାୟିକତାର ଚରମ ପରିପ୍ରକାଶ ଘଟିଥାଏ।
ଧର୍ମନିରପେକ୍ଷତାର ସମସ୍ୟା :
ଭାରତରେ ଧର୍ମନିରପେକ୍ଷତା ନୀତି ପାଇଁ ଦେଖାଯାଉଥିବା ସମସ୍ୟାଗୁଡ଼ିକୁ ମୁଖ୍ୟତଃ ନିମ୍ନଲିଖତ ଦୃଷ୍ଟିକୋଣରୁ ବ୍ୟବଚ୍ଛେଦ କରାଯାଇ ଆଲୋଚନା କରାଯାଇପାରେ ।
(୧) ଧର୍ମ ସମ୍ବନ୍ଧୀୟ ସ୍ଵାଧୀନତାର ସମସ୍ୟା- ଭାରତରେ ଧର୍ମନିରପେକ୍ଷତା କହିଲେ ପ୍ରତ୍ୟେକ ଧର୍ମକୁ ସମାନ ସମ୍ମାନ ପ୍ରଦର୍ଶନ କରାଯିବା ବୁଝାଉଥିବାରୁ, ଏଠାରେ ୨୫ ଧାରାରେ ଭାରତୀୟ ନାଗରିକକୁ ଯେ କୌଣସି ଧର୍ମ ଗ୍ରହଣ ପ୍ରଚାର ଓ ବ୍ୟବହାର କରି ପାରିବାର ମୌଳିକ ଅଧିକାର ପ୍ରଦାନ କରାଯାଇଛି । ପୁନଶ୍ଚ ୨୭ ଧାରାରେ କୌଣସି ଧର୍ମ ସମ୍ବନ୍ଧୀୟ କର (Tax) ଧାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ଥିର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇ ଧର୍ମନିରପେକ୍ଷ ନୀତିର ବାସ୍ତବ କାର୍ଯ୍ୟକାରିତା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି ।
(୨) ସଂଖ୍ୟାନ୍ନ ଧର୍ମର ନିରାପତ୍ତା ସଂକ୍ରାନ୍ତୀୟ ସମସ୍ୟା – ୨୬ ଧାରା ଅନୁଯାୟୀ ଧାର୍ମିକ ବିଷୟାବଳୀର ସୂଚାରୁ ବିନ୍ୟାସ ପାଇଁ ସମ୍ପୂର୍ଣ୍ଣ ସ୍ଵାଧୀନତା ଓ ନିରାପତ୍ତା ପ୍ରଦାନ କରାଯାଇଛି | ସଂଖ୍ୟାନ୍ୟୁନ ଧାର୍ମିକ ଗୋଷ୍ଠୀ ନିଜ ଧର୍ମର ବ୍ୟବହାର, ପ୍ରଚାର ଇତ୍ୟାଦି ପାଇଁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କ୍ରୟ କରି ପାରିବାର ଓ ନିଜର କାର୍ଯ୍ୟକ୍ରମ ନିଜସ୍ଵ ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଧାରିତ କରିବାର ପୂଣ୍ଡି ଅଧିକାର ଉପଭୋଗ କରୁଛନ୍ତି । ୨୮ ଧାରା ଅନୁଯାୟୀ ସରକାରୀ ବା ସରକାରୀ ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନମାନଙ୍କରେ କୌଣସି ଧର୍ମ ସଂକ୍ରାନ୍ତୀୟ ଶିକ୍ଷା ଦିଆଯାଇ ପାରିବ ନାହିଁ ବୋଲି ସାମ୍ବିଧାନିକ ବ୍ୟବସ୍ଥା ରହିଛି । ସଂଖ୍ୟାନ୍ୟୁନ ଗୋଷ୍ଠୀ ନିଜ ଧର୍ମ ପ୍ରଚାର କରିପାରିବେ, ମାତ୍ର ନିଜ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିପାରିବେ ନାହିଁ ।
(୩) ଧାର୍ମିକ ନିଜତ୍ବକୁ ପରିତ୍ୟାଗ ସଂକ୍ରାନ୍ତୀୟ ସମସ୍ୟା – ଭାରତୀୟ ସମ୍ବିଧାନ ସଂଖ୍ୟାନ୍ୟୁନ ଗୋଷ୍ଠୀକୁ ସେମାନଙ୍କର ସ୍ଵତନ୍ତ୍ରତା ବା ନିଜତ୍ଵ ବଜାୟ ରଖୁବାର ପୂର୍ଣ୍ଣ ଅଧିକାର ଦେଇଛି । ତେଣୁ ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖୁଥିବାବେଳେ ସେମାନେ ଅନ୍ୟ ଧର୍ମ ପ୍ରତି ବିଚ୍ଛିନ୍ନତା ମନୋଭାବ ସୃଷ୍ଟି କରନ୍ତି ଓ ଏହି କୁ-ମନୋବୈଜ୍ଞାନିକ ନୀତି ପରସ୍ପର ପ୍ରତି ବିଦ୍ବେଷ ଭାବ ସୃଷ୍ଟି କରିବା ସହ ଜାତୀୟ ଏକତା ଓ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ । ଏଣୁ ନିଜସ୍ଵ ସ୍ଵତନ୍ତ୍ରତା ରକ୍ଷା ଓ ଜାତୀୟ ସଂହତି ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପାରୁ ନ ଥିବାରୁ ଅନେକ ବିପଦ ସୃଷ୍ଟି ହେଉଛି । ଗୋଟିଏ ପକ୍ଷରେ ଧାର୍ମିକ ନିଜତ୍ଵ ରକ୍ଷାର ସାମ୍ବିଧାନିକ ଅଧୁକାର ପ୍ରଦାନ ଓ ଅନ୍ୟପକ୍ଷରେ ଜାତୀୟ ମହାସ୍ରୋତରେ ସାମିଲ ହେବା ପାଇଁ ଏହି ସଂକୀର୍ଣ୍ଣ ଭାବଧାରା ବା ବିଶ୍ଵାସକୁ ପରିତ୍ୟାଗ ପାଇଁ ଆହ୍ବାନ ବାସ୍ତବରେ ଦୁଇ ପରସ୍ପର ବିରୋଧୀ ମତ ଅଟେ।
(୪) ଧର୍ମ ଉପରେ ଆଧୁନିକତାର ପ୍ରଭାବଜନିତ ସମସ୍ୟା ନୀତିନିୟମ ଦୃଷ୍ଟିରୁ ସାମାଜିକ ସଂସ୍ଥାର ମାଧ୍ୟମରେ ଧାର୍ମିକ ଓ ସାଂସ୍କୃତିକ ସଂହତି ଆଣିବାପାଇଁ ରାଷ୍ଟ୍ର କିଛି ପ୍ରୟାସ କଲେ ମୌଳିକତାବାଦୀ (Fundamentalist) ମାନେ ଏହାର ଘୋର ବିରୋଧ କରୁଛନ୍ତି । ଏହା ଫଳରେ ସମାଜର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଦ୍ବେଷ ସୃଷ୍ଟି ହେଉଛି ଓ ଐକ୍ୟ ମନୋଭାବ ପରିବର୍ତ୍ତେ ସାମ୍ପ୍ରଦାୟିକତାର ବିଭୀଷିକାମୟ ଦୃଶ୍ୟ ଦେଖିବାକୁ ମିଳୁଛି । ଶାହାବାନୁ ମକଦ୍ଦମାର ରାୟ ପରେ ମୁସଲମାନ ଧର୍ମର ମୌଳିକତାବାଦୀମାନେ ସରକାରଙ୍କ ଉପରେ ଏହି ରାୟରେ ପରିବର୍ତ୍ତନ ଆଣିବାପାଇଁ ପ୍ରଭାବ ପକାଇଥିଲେ । ଏକବିଧ ଦେୱାନୀ ଆଇନ (Uniform Civil Code) ପ୍ରଚଳିତ ପାଇଁ ଦାବୀକୁ ଏହି କାରଣରୁ ବିରୋଧ କରାଯାଇଛି ।
(୫) ଜାତିଗତ ରାଜନୀତିଜନିତ ସମସ୍ୟା ଜାତିଗତ ବିଭେଦତା ଭାରତୀୟ ରାଜନୀତିରେ ଏକ ଦୃଢ଼ ଆସନ ପାତି ବସିଛି । ରାଜନୀତିରେ ଜାତିଗତ ଅନ୍ତଃଯୁଦ୍ଧର ପ୍ରଶ୍ରୟ ଓ ଉତ୍ସାହ ଦିଆଯାଇଛି । ଏହା ଫଳରେ ରାଜନୈତିକ ଅସ୍ଥିରତା ଦୃଷ୍ଟି ହେବା ସଙ୍ଗେ ସଙ୍ଗେ ଜାତୀୟ ସଂହତି ପ୍ରତି ବିପଦରେଖାମାନ ସୃଷ୍ଟି ହେଉଛି । ଜାତିଗତ ଶ୍ରେଷ୍ଠତ୍ୱ ପାଇଁ ଅନ୍ତଃଯୁଦ୍ଧ ଫଳରେ ଧର୍ମନିରପେକ୍ଷ ନୀତି ପୂର୍ଣ୍ଣମାତ୍ରାରେ ବାଧାପ୍ରାପ୍ତ ହେଉଛି; କାରଣ ଜାତି ସହିତ ଧାର୍ମିକ ବିଶ୍ଵାସ, ପୂଜାପଦ୍ଧତି ଇତ୍ୟାଦି ଓତଃପ୍ରୋତ ଭାବରେ ଜଡ଼ିତ । ଧର୍ମନିରପେକ୍ଷ ନୀତି ପ୍ରତି ଏହି ନୂତନ ବିପଦ, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଅନେକାଂଶରେ ଦାୟୀ ଅଟେ ।
(୬) ଅସ୍ପୃଶ୍ୟମାନଙ୍କୁ ସ୍ଵତନ୍ତ୍ର ସାହାଯ୍ୟ ଓ ମର୍ଯ୍ୟାଦା ପ୍ରଦାନଜନିତ ସମସ୍ୟା – ୧୭ ଧାରାରେ ଅସ୍ପୃଶ୍ୟତାକୁ ସମ୍ପୂର୍ଣ୍ଣ ଆଇନଗତ ବାରଣ କରାଯାଇଛି । ମାତ୍ର ସରକାର ଏବଂ ବିଶେଷ କରି କ୍ଷମତାସୀନ ଦଳ ଅସ୍ପୃଶ୍ୟମାନଙ୍କୁ ସ୍ଵତନ୍ତ୍ର ସୁବିଧା, ସୁଯୋଗ ଦେଇ ସେମାନଙ୍କ ପାଇଁ “ଭୋଟ୍ବ୍ୟାଙ୍କ୍’ ତିଆରି କରୁଛନ୍ତି । ଏହା ଫଳରେ ଅସ୍ପୃଶ୍ୟମାନେ ଏକ ସ୍ଵତନ୍ତ୍ର ଗୋଷ୍ଠୀ ହୋଇ ରହିବାପାଇଁ ଉଚିତ ମନେ କରୁଛନ୍ତି ଏବଂ ଏହା ମୌଳିକ ଅଧୂକାର ଓ ସାମ୍ବିଧାନିକ ଲକ୍ଷ୍ୟର ବିରୁଦ୍ଧାଚରଣ କରୁଛି । ଏହା ସାମ୍ପ୍ରଦାୟିକ ମନୋଭାବ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଧର୍ମନିରପେକ୍ଷନୀତି ପ୍ରତି ବିପଦ ସୃଷ୍ଟି କରୁଛି ।
(୭) ଧର୍ମଭିଭିକ ରାଜନୈତିକ ଦଳଦ୍ଵାରା ସୃଷ୍ଟ ସମସ୍ୟା – ରାଜନୈତିକ ଦଳ ଭାରତୀୟ ଗଣତନ୍ତ୍ର ପାଇଁ ଏକାନ୍ତ ଆବଶ୍ୟକ ଅଟେ । ଏହା ଜନମତର ଜନ୍ମଦାତା ଓ ବାହକ ମଧ୍ୟ ଅଟେ । ଏହା ଏକ ସଂକୀର୍ଣ୍ଣ ଲକ୍ଷ୍ୟ ବା ଦର୍ଶନକୁ ଗ୍ରହଣ କଲେ ରାଜନୈତିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୁଏ । ଧର୍ମକୁ ଭିଭିକରି ରାଜନୈତିକ ଦଳ ସୃଷ୍ଟି ହେଲେ ଏହା ଏକ ସଂକୀର୍ଣ୍ଣ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀରେ ପରିଣତ ହୁଏ ଓ ସାମ୍ପ୍ରଦାୟିକତା ସୃଷ୍ଟି କରିଥାଏ । ଅନ୍ୟପକ୍ଷରେ, ଧର୍ମକୁ ରାଜନୀତିଠାରୁ ପୃଥକ୍ କରିବାର ଲକ୍ଷ୍ୟ ଏହାଦ୍ଵାରା ବାଧାପ୍ରାପ୍ତ ହୁଏ । ଧର୍ମ ରାଜନୀତିର ନିଭୃତ ଇଲାକା ମଧ୍ୟରେ ପ୍ରବେଶ କରିବାଦ୍ଵାରା ଐକ୍ୟ ମନୋଭାବର ସଞ୍ଚାଳନ ଦିଗରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୁଏ । କିନ୍ତୁ ଭାରତରେ ହିନ୍ଦୁ ମହାସଭା, ମୁସ୍ଲିମ୍ ଲିଗ୍ ।
(୮) ଧର୍ମଭିତ୍ତିକ ରାଜ୍ୟ ସ୍ଥାପନ ପାଇଁ ଦାବି ଜନିତ ସମସ୍ୟା ପଞ୍ଜାବରେ ହିଂସାତ୍ମକ ଘଟଣା ସୃଷ୍ଟି କରି ଏକ ସ୍ଵତନ୍ତ୍ର ‘ଖଲିସ୍ଥାନ (Khalistan) ରାଜ୍ୟ ଦାବି କରୁଛନ୍ତି । ସେମାନଙ୍କଦ୍ଵାରା ପବିତ୍ର ସ୍ଵର୍ଣ୍ଣମନ୍ଦିର ଅପବ୍ୟବହାର ନିଶ୍ଚିତ ଭାବରେ ଧର୍ମନିରପେକ୍ଷତା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଗୁର୍ଖମାନେ ପବିତ୍ର ସ୍ଵର୍ଣ୍ଣମନ୍ଦିର ଅପବ୍ୟବହାର ନିଶ୍ଚିତ ଭାବରେ ଧର୍ମନିରପେକ୍ଷତା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଗୁର୍ଖମାନେ । ପଶ୍ଚିମବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଏକ ସ୍ଵତନ୍ତ୍ର ‘ଗୁର୍ଖାଲ୍ୟାଣ୍ଡ’ (Gorkhaland) ପାଇଁ କରୁଥିବା ଦାବି ମଧ୍ଯ ଧର୍ମନିରପେକ୍ଷତା ପାଇଁ ଏକ ବିପଦ ଅଟେ ।
ଉପରୋକ୍ତ ସମସ୍ୟାଗୁଡ଼ିକୁ ତର୍ଜମା କଲେ ଏହା ସ୍ପଷ୍ଟ ହୁଏ ଯେ ଧର୍ମକୁ ରାଷ୍ଟ୍ରଶାସନର ନୀତିକୁ ପ୍ରଭାବିତ କରିବା ପାଇଁ ସୁଯୋଗ ଦେବା ବା ଧର୍ମ ଆପେ ଆପେ ରାଜନୀତିର ବଳୟ ମଧ୍ୟକୁ ଚାଲି ଆସିବା ଫଳରେ ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି ହେଉଛି । ୧୯୮୬-୮୭ ମସିହାରେ ୨୦୦୦ ଗୋଟି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା । ୧୯୮୭ ମସିହାରେ ଅପ୍ରେଲ ମାସରୁ ଜୁନ୍ ମାସ ମଧ୍ୟରେ ଗୁଜରାଟ, ମିରଟ, ଦିଲ୍ଲୀ ଓ ଜାଗାଓଁଠାରେ ସାମ୍ପ୍ରଦାୟିକ ଦଙ୍ଗା ହୋଇ ସରକାରୀ ତଥ୍ୟ ଅନୁଯାୟୀ ୧୫୭ ଜଣ ମୃତ୍ୟୁବରଣ କରିଥିଲେ ଓ ୩୦୨ ଜଣ ଗୁରୁତରଭାବେ ଆହତ ହୋଇଥିଲେ । ଏହି ତଥ୍ୟାବଳୀର ଧର୍ମଦ୍ଵାରା ସୃଷ୍ଟ ସାମ୍ପ୍ରଦାୟିକତାର ଭୟାବହତା ଓ କୁ-ପ୍ରକୃତି ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିଥାଏ ।
ସମସ୍ୟାର ସମାଧାନ ସୂତ୍ର :
ପ୍ରଫେସର ଡି.ଇ. ସ୍ମିଥ୍ ଧର୍ମନିରପେକ୍ଷତା ପ୍ରତି ସୃଷ୍ଟି ହୋଇଥିବା ବିପଦର ଦୂରୀକରଣ ପାଇଁ ନିମ୍ନଲିଖତ ବିଷୟଗୁଡ଼ିକ ଉପରେ ଗୁରୁତ୍ଵ ଆରୋପ କରିବା ନିମନ୍ତେ ମତାମତ ଦେଇଛନ୍ତି ।
ପ୍ରଥମତଃ, ଇତିହାସର ବିଜ୍ଞାନସମ୍ମତ ଅଧ୍ୟୟନ ମାଧ୍ୟମରେ ଭାରତରେ ଧର୍ମନିରପେକ୍ଷ ନୀତିର ଗତି ଓ ପ୍ରକୃତି ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଗଲେ ଏହାର ଯଥାଯୋଗ୍ୟତା ସମ୍ପର୍କରେ ଏକ ଆନ୍ତଃଚେତନା ସୃଷ୍ଟି ହେବ । ଦ୍ଵିତୀୟତଃ, ପ୍ରତ୍ୟେକ ଧର୍ମ ଓ ବ୍ୟକ୍ତିଙ୍କ ମଧ୍ୟରେ ସହିଷ୍ଣୁତା ନୀତିର ଚରମ ପରିପ୍ରକାଶ ଘଟିବା ଉଚିତ । ଧର୍ମ ବିଶ୍ଵାସର ପ୍ରଚାର ହେବା ଆବଶ୍ୟକ ।
ଚତୁର୍ଥତଃ, ରାଜନୀତି ଓ ଧର୍ମ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭାବରେ ପୃଥକ୍ ରହିବା ଆବଶ୍ୟକ ।
ପଞ୍ଚମତଃ, ସାମାଜିକ ସଙ୍ଗଠନ ଓ ସମ୍ପର୍କ ଧାର୍ମିକ ନୀତିଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ନ ହୋଇ ରାଷ୍ଟ୍ରଦ୍ୱାରା ନିର୍ଦ୍ଧାରିତ ଆଇନ କାନୁନ ଅନୁଯାୟୀ ନିୟନ୍ତ୍ରିତ ହେବା ଉଚିତ ।
ଷଷ୍ଠତଃ, ପ୍ରତ୍ୟେକ ଧର୍ମକୁ ସମାନ ପରିମାଣରେ ସାମ୍ବିଧାନିକ ଅଧୂକାର ଓ ନିରାପତ୍ତା ପ୍ରଦାନ କରାଯିବା ଉଚିତ।
ସପ୍ତମତଃ, ଧର୍ମ ଓ ସମ୍ପ୍ରଦାୟ ଭିଭିକ ରାଜନୈତିକ ଦଳ ସ୍ଥାପିତ ହେବା ଉଚିତ ନୁହେଁ, କିମ୍ବା ସ୍ଥାପିତ ହେଲେ ମଧ୍ୟ ସ୍ଵୀକୃତି ଦିଆଯିବା ଉଚିତ ନୁହେଁ ।
ନବମତଃ, ସାମ୍ପ୍ରଦାୟିକ ଦ୍ଵନ୍ଦର ଆଶୁ ସମାଧାନ ପାଇଁ ସ୍ଵତନ୍ତ୍ର ବିଚା ବିଭାଗୀୟ ସଂସ୍ଥା ସ୍ଥାପିତ ହେବା ଉଚିତ । ଏହା ଏକ ଅଧସ୍ତନ ବିଚାର ସଂସ୍ଥା ରୂପେ କାର୍ଯ୍ୟ କରିବା ଉଚିତ । ଏହା ଫଳରେ ଏହାକୁ ଅଧିକ ପ୍ରଜ୍ଜ୍ୱଳିତ କରୁଥିବ ।
ଦଶମତଃ, ସରକାରଙ୍କର ସଂରକ୍ଷଣ ନୀତି (Reservation Policy)ର ପ୍ରକୃତି ପରିବର୍ତ୍ତନ ହେବା ଆବଶ୍ୟକ । ଏହା କେବଳ ସଂଖ୍ୟାନ୍ୟୁନ ଅନୁନ୍ନତ ଗୋଷ୍ଠୀ ବା ସମ୍ପ୍ରଦାୟ ପ୍ରତି ପ୍ରଯୁଜ୍ୟ ନ ‘ହାଇ ଏହି କ୍ଷେତ୍ରରେ ବ୍ୟକ୍ତିର ଆର୍ଥିକ ଅବସ୍ଥାକୁ ମାନଦଣ୍ଡ ରୂପେ ଗ୍ରହଣ କରାଯିବା ଉଚିତ । ଏହା ଫଳରେ ଜାତିର୍ଗତ ବିଭେଦତା ସୃଷ୍ଟି ହେବ ନାହିଁ ଓ ଧର୍ମନିରପେକ୍ଷ ନୀତିର ସଠିକ୍ ପ୍ରୟୋଗ କରାଯାଇ ପାରିବ ।
ବୈଜ୍ଞାନିକ ମନୋବୃତ୍ତି, ଅନ୍ଵେଷଣ ପ୍ରତି ଦୁର୍ବଳତା, ଜ୍ଞାନାଲୋକରେ ଉଦ୍ଭାସ୍ଥିତ ହେବାପାଇଁ ଆଗ୍ରହ, ଐତିହାସିକ ମୂଲ୍ୟବୋଧସମ୍ପନ୍ନ ଶିକ୍ଷା ବ୍ୟବସ୍ଥା, ଧର୍ମଠାରୁ ବିଚ୍ଛିନ୍ନ ରାଷ୍ଟ୍ରଶାସନ ନୀତି ଓ ରାଜନୀତି, ବୃହତ୍ତର ଲକ୍ଷ୍ୟସମ୍ପନ୍ନ ରାଜନୈତିକ ଦଳ, ଲୋକମାନଙ୍କର ପାର୍ଥିବ ଆବଶ୍ୟକତାର ପୂରଣ, ଉତ୍ତମ ସାମାଜିକ ନିରାପତ୍ତା ବ୍ୟବସ୍ଥାର ପ୍ରବର୍ତ୍ତନ, ଧାର୍ମିକ ନୀତିରେ ଆଧୁନିକ ପ୍ରଗତିଶୀଳତାର ସ୍ପର୍ଶ ପ୍ରଦାନ, ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଥିବା ସମୟିକ ବିଦ୍ବେଷ ଭାବର ଶାନ୍ତିପୂର୍ଣ୍ଣ ତ୍ବରାନ୍ବିତ କରାଯାଇପାରିବ ।
୨ । ଭାରତରେ ଧର୍ମନିରପେକ୍ଷତାର ସ୍ଥିତି ତର୍ଜମା କର ।
Answer:
ଏକ ମୌଳିକ ଭିଭି ପ୍ରଦାନ କରିଥାଏ । ଧର୍ମନିରପେକ୍ଷବାଦ ଅସ୍ତିସୂଚକ ଦୃଷ୍ଟିରୁ ଏଭଳି ଏକ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଥରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ପାରସ୍ପରିକ ପ୍ରେମ, ଦୟାଭାବ, ଭ୍ରାତୃଭାବ ଏବଂ ମାନବ ଜାତିର ସେବା ଆଦି ମୂଲ୍ୟବୋଧ ନିହିତ ଥାଏ । ଏହି ସମସ୍ତ ଉପାଦାନ ସାମ୍ପ୍ରଦାୟିକ ସଦ୍ଭାବ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟ ସଂହତିର ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ଏହି ଧର୍ମନିରପେକ୍ଷବାଦର ରୂପାୟନ ପାଇଁ ଏକ ‘ଧର୍ମନିରପେକ୍ଷ ରାଷ୍ଟ୍ର’ ତତ୍ତ୍ଵର ‘ସର୍ବଧର୍ମ ସମଭାବ’ ତତ୍ତ୍ଵ ଉପରେ ଆଧାରିତ । ଭାରତୀୟ ଧର୍ମ ନିରପେକ୍ଷତା କେବଳ ସାଂପ୍ରଦାୟିକତାବାଦକୁ ଘୃଣା କରେ ନାହିଁ, ବରଂ ଏହା ପ୍ରତ୍ୟେକ ଧର୍ମ ପ୍ରତି ସମାନ ମନୋଭାବ ପ୍ରଦର୍ଶନ କରେ ।
ଭାରତ ଧର୍ମନିରପେ ଚରିତ୍ର ବହନ କରିବା କ୍ଷେତ୍ରରେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନ ସମୟର ‘ଅଣଧାର୍ମିକ ଜାତୀୟତାବାଦ’ (Non-religus Nationalism) ବା ‘ଅଣ–ସାମ୍ପ୍ରଦାୟିକ ଜାତୀୟତାବାଦ’ (Non-Communalised Nationalism) ରୂପକ ଆଦର୍ଶଦ ଦାୟୀ ଅଟେ । ଧର୍ମ ଭିଭିରେ ଭାରତ ବିଭାଜନ ହେବା ପରେ ମଧ୍ୟ ଅନେକ, ମୁସଲମାନ ଭାରତରେ ରହିବାକୁ ପଦ କରିବା କାରଣରୁ ଭାରତୀୟ ଜାତୀୟ ସଂହତିର ଅନ୍ୟତମ ମାଧ୍ୟମ ରୂପେ ଧର୍ମନିରପେକ୍ଷବାଦକୁ ଗ୍ରହଣ କରାଗଲା । ଅନ୍ୟପକ୍ଷରେ ୧୯୪୮ ମସିହାରେ ଗାନ୍ଧିଜୀଙ୍କ ଦୁଃଖଦ ହତ୍ୟା ଭାରତରେ ପ୍ରମାଣ କରିଦେଲା ଯେ କେବଳ ଧର୍ମନିରପେକ୍ଷ ବ୍ୟସ୍ତୁ ଓ ସାମ୍ପ୍ରଦାୟିକ ସଦ୍ଭାବ ମାଧ୍ୟମରେ ଭାରତର କଷ୍ଟ ଅର୍ଜିତ ସ୍ଵାଧୀନତା ସଂରକ୍ଷଣ କରାଯାଇପାରିବ ।
ଭାରତରେ ଜାତୀୟ ସଂହତି ରକ୍ଷା ପଇଁ ଧର୍ମନିରପେକ୍ଷ ବ୍ୟବସ୍ଥାର କାର୍ଯ୍ୟକାରିତା : ୪୨ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ପ୍ରାକ୍ କଥନର ସଂଶୋଧନ କରାଯାଇ ଭାରତକୁ ଏକ ‘ଧର୍ମନିରପେକ୍ଷ’ ରାଷ୍ଟ୍ର ରୂପେ ଘୋଷଣା କରାଯାଇଛି । କିନ୍ତୁ ଭାରତୀୟ ରାଷ୍ଟ୍ରୀୟ ବ୍ୟବହୃ ମଧ୍ୟରେ ଧର୍ମନିରପେକ୍ଷ ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନେକ ନୀତି କାର୍ଯ୍ୟ କରୁଛି । ସାମ୍ପ୍ରଦାୟିକ ଦଙ୍ଗାର ବିଜନକାରୀ ପ୍ରଭାବଠାରୁ ମୁକ୍ତ ହୋଇ ଦେଶରେ ଏକତା ଓ ସଂହତି ରକ୍ଷା କରିବା କେବଳ ‘ ଧର୍ମନିରପେକ୍ଷ’ ବ୍ୟବସ୍ଥାଦ୍ଵାର ହିଁ ସମ୍ଭବ ହୋଇପାରିବ ବୋଲି ଦେଶରେ ସୃଷ୍ଟ ଅନେକ ଦଙ୍ଗା ମାଧ୍ୟମରେ ସୃଷ୍ଟି ଧାରଣା ସୃଷ୍ଟି ହୋଇଛି ।
ଭାରତ ‘ଧର୍ମନିରପେକ୍ଷ’ ଚରିତ୍ର ଶ୍ରୁତିଷ୍ଠା ପାଇଁ ନିମ୍ନଲିଖୂତ ମୁଖ୍ୟ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି –
(1) ଭାରତରେ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ସ୍ଵୀକୃତି ଦିଆଯାଇ ନାହିଁ ।
(2) ସମ୍ବିଧାନର ୧୫(୧) ଧାରାନୁସାର ଧର୍ମକୁ ଆଧାର କରି ରାଷ୍ଟ୍ର କୌଣସି ନାଗରିକଙ୍କ ବିରୁଦ୍ଧରେ ପକ୍ଷପାତ ନୀତି କରାଯାଇଛି ।
(3) ୧୬(୧) ଧାରାର ବ୍ୟବସ୍ଥା ଅନୁଯାୟୀ କେବଳ ଧର୍ମଗତ କାରଣରୁ କୌଣସି ନାଗରିକ ସରକାରୀ ପଦବୀ ବା ଚାକିରୀରେ ନିଯୁକ୍ତିରୁ ବଞ୍ଚିତ ହେବେ ନାହିଁ ବୋଲି ନୀତି ଗ୍ରହଣ କରାଯାଇଛି ।
(4) ୧୭ ଧାରାରେ ଅସ୍ପୃଶ୍ୟତା ଚ୍ଛେଦ କରାଯାଇଛି । ଅସ୍ପୃଶ୍ୟତା ଧର୍ମନିରପେକ୍ଷତାକୁ ବିରୋଧ କରୁଥିବାରୁ ତାହାର ବିଲୋପ ପାଇଁ ୧୯୫୫ ମସିହାରେ ନାଗରିକ ଅଧୁକାର ଆଇନ ପ୍ରଣୟନ କରାଯାଇଛି ।
(5) ସମ୍ବିଧାନର ୨୫(୧) ଧର୍ମରେ ସମସ୍ତଙ୍କୁ ନିଜର ବିବେକ ଅନୁଯାୟୀ ଯେ କୌଣସି ଧର୍ମ ଗ୍ରହଣ, ଧର୍ମପ୍ରଚାର ଓ ଧର୍ମପାଳନର ସ୍ଵାଧୀନ ପ୍ରଦାନ କରାଯାଇଛି ।
(6) ୨୬ ଧାରାରେ ପ୍ରତ୍ୟେକ ଧର୍ମସମ୍ପ୍ରଦାୟ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ସ୍ଵାଧୀନତା ପାଇଛନ୍ତି ।
(7) ୨୭ ଧାରାରେ କୌଣ ଧର୍ମ ଉପରେ ରାଷ୍ଟ୍ର କର ଧାର୍ଯ୍ୟ ଓ ଆଦାୟ କରିବାକୁ ବାରଣ କରାଯାଇଛି ।
(8) ୨୮ ଧାରାରେ ସରଗରୀ ବା ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଧର୍ମଶିକ୍ଷା ପ୍ରଦାନକୁ ବାରଣ କରାଯାଇଛି ।
(9) ୨୯(୨) ଧାରାନୁସରେ କେବଳ ଧର୍ମକୁ ଆଧାର କରି ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ ନିମନ୍ତେ କୌଣସି ବ୍ୟକ୍ତିଙ୍କୁ ବାରଣ କରାଯାଇପାରିବ ନାହିଁ ।
(10) ୩୦ ଧାରାରେ ବୌଣସି ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠୀ ନିଜସ୍ଵ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ସ୍ଵାଧୀନତା ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟ ସରକାରୀ ଅନୁଦାନରୁ ବଞ୍ଚତ ନ ହେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
(11) ୪୪ ଧାରାରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ‘ସମାନ ଦେୱାନି ସଂହିତା’ (Uniform Civil Code) ପ୍ରଣୟନର ନିଶ ରାଷ୍ଟ୍ରକୁ ଦିଆଯାଇଛି ।
(12) ୫୧(କ) ଧାରେ ବିଭେଦତା ସତ୍ତ୍ଵେ ଦେଶର ମିଶ୍ର ସଂସ୍କୃତିର ସୁରକ୍ଷା, ଭ୍ରାତୃଭାବର ଉଦ୍ରେକ, ଜାତୀୟ ଏକତା ଓ ସଂହତି ା ପାଇଁ ନାଗରିକର କର୍ତ୍ତବ୍ୟକୁ ସୂଚିତ କରାଯାଇଛି ।
ଧର୍ମନିରପେକ୍ଷତା ଚରିତ୍ର ରକ୍ଷା ଦିଗରେ ପ୍ରତିବନ୍ଧକ :
- ଧର୍ମଭିଭିକ ରାଜନୈତିକ ଦଳର ସୃଷ୍ଟି ଓ ଜନମତକୁ ନିଜ ସପକ୍ଷରେ ନେବାପାଇଁ ସଂକୀର୍ଣ୍ଣ ଧାର୍ମିକ ନୀତିର
- ଖଲିସ୍ଥାନ ପରି ଧର୍ମଭିଭିକ ରାଜ୍ୟ ସ୍ଥାପନ ପାଇଁ ଦୃଢ଼ ଦାବି ।
- ଧର୍ମକୁ ଭୋଟବ୍ୟାଙ୍କ ରୂପେ ରାଜନୈତିକ ଦଳମାନଙ୍କଦ୍ଵାରା ଉପଯୋଗ ।
- ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀର ନିରାପତ୍ତା ଓ ସ୍ଵାର୍ଥରକ୍ଷା ଉପରେ ବିପଦ ସୃଷ୍ଟି ।
- ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ।
- ଧର୍ମାନ୍ତରୀକରଣ ଆଦି ଭାରତର ଧର୍ମନିରପେକ୍ଷ ଚରିତ୍ରକୁ ବିବର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଜାତୀୟ ସଂହତିକୁ ବିପନ୍ନ କରୁଛି ।
ଧର୍ମନିରପେକ୍ଷ ଚରିତ୍ର ରକ୍ଷା ମାଧ୍ୟମରେ ଜାତୀୟ ସଂହତି ରକ୍ଷା ପାଇଁ ଗୃହୀତ ବିଭିନ୍ନ ପଦକ୍ଷେପ :
- ଶିକ୍ଷା ବ୍ୟବସ୍ଥା ଧର୍ମନିରପେକ୍ଷ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ହେବା ଉଚିତ ।
- ବିଭିନ୍ନ ଧର୍ମର ମୁଖ୍ୟ ଧାର୍ମିକ ଉତ୍ସବକୁ ସରକାରୀ ଉଦ୍ୟୋଗରେ ସଦ୍ଭାବନା ପ୍ରତିଷ୍ଠାର ମାଧ୍ୟମ ରୂପେ ପାଳନ କରାଯିବା ଆବଶ୍ୟକ ।
- ଧାର୍ମିକ ସହିଷ୍ଣୁତାଭାବର ପାଳନ ।
- ଧାର୍ମିକ ବ୍ୟାପାରରେ ସୁପ୍ରସାରିତ ଗଣତାନ୍ତ୍ରିକ ମାନବବାଦୀ ଦୃଷ୍ଟିଭଙ୍ଗୀ ସୃଷ୍ଟି ପାଇଁ ସରକାରୀ ଓ ବେସରକାରୀ ସଙ୍ଗଠନମାନଙ୍କଦ୍ଵାରା ସମ୍ମିଳନୀ ଅବା ଆଲୋଚନା ଚକ୍ର ଆୟୋଜନ ।
- ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ଓ ବେସରକାରୀ ଅନୁଷ୍ଠାନମାନଙ୍କର ସମନ୍ଵୟ ରକ୍ଷାକାରୀ ଭୂମିକା ।