Odisha State Board CHSE Odisha Class 11 Sanskrit Solutions Grammar अदृष्टगद्यानुवाद Textbook Exercise Questions and Answers.
CHSE Odisha Class 11 Sanskrit Grammar अदृष्टगद्यानुवाद
उत्कलभाषयाङ्गलभाषया वा अनुवादं कुरु ।
1. कस्मिंश्चिदधिष्ठाने हरिर्नाम रजकः प्रतिवसति स्म । तस्यैको गर्दभ आसीत् । घासाभावात् स दुर्बलतां गतः । एकदासौ रजकः अटव्यां परिभ्रमन् मृतमेकं व्याघ्रमपश्यत् । ततः स चिन्तितवान् – अहो ! शोभनमापतितम् । अस्यैव चर्मणा रासभं प्रतिच्छाद्य यवक्षेत्रेषु उत्स्रक्ष्यामि; येन व्याघ्रं मत्वा समीपवर्तिनः क्षेत्रपालाः एतत्सविधं नायास्यन्ति ।
ଓଡ଼ିଆ ଅନୁବାଦ – କୌଣସି ଏକ ଗ୍ରାମରେ ହରି ନାମରେ ଜଣେ ରଜକ (ଧୋବା) ବାସ କରୁଥିଲା । ତାହାର ଗୋଟିଏ ଗଧ ଥିଲା । ଘାସ ଅଭାବରେ ସେ (ଗଧ) ଦୁର୍ବଳ ହୋଇଯାଉଥିଲା । ଦିନେ ସେହି ରଜକ ଜଙ୍ଗଲରେ ବୁଲି ବୁଲି ମରିଯାଇଥିବା ଗୋଟିଏ ବାଘର ଶବକୁ ଦେଖିଲା । ତାହାପରେ ସେ ଚିନ୍ତାକଲା ଆହେ ! ମୋର ଏକ ଶୁଭବେଳା ଆସିଲା । ଏହି ମୃତ ବାଘର ଚର୍ମଦ୍ଵାରା ଗଧର ସମ୍ପୂର୍ଣ୍ଣ ଅଙ୍ଗକୁ ଆଚ୍ଛାଦନ କରି ଯବକ୍ଷେତ୍ରରେ ଛାଡ଼ିଦେଇ ଆସିବି, ଯାହାଫଳରେ ଏହାକୁ ବାଘ ମନେକରି ନିକଟରେ ଥିବା ଜମିର ରକ୍ଷଣକାରୀମାନେ ଏହା ନିକଟକୁ ଆସିବେ ନାହିଁ ।
2. एकस्मिन् बने सिंहदम्पती प्रतिवसतः स्म । एकस्मिन्नहनि सिंही पुत्रद्वयमजीजनत् । सिंहोऽपि नित्यमेव मृगान् व्यापाद्य सिंहौ ददाति । अथान्यस्मिन्नहनि तेन न किमपि समासादितम् । बने भ्रमतोऽस्य रविरस्तं गतः । ततोऽसौ गृहं प्रत्यागच्छन् शृगालशिशुं प्राप्तवान् । बालकोऽयमित्यवधार्य जीवन्तमेव तं सिंहौ समर्पितवान् ।
ଓଡ଼ିଆ ଅନୁବାଦ – ଗୋଟିଏ ବଣରେ ସିଂହ ଦମ୍ପତି ବାସ କରୁଥିଲେ । ଦିନେ ସିଂହପତ୍ନୀ ଦୁଇଟି ସିଂହଶାବକ ପ୍ରସବ କଲା । ସିଂହ ମଧ୍ୟ ପ୍ରତିଦିନ ପଶୁମାନଙ୍କୁ ମାରି ସିଂହୀକୁ ଖାଇବାପାଇଁ ଦେଉଥିଲା । ଅନନ୍ତର ଏକଦିନ ସିଂହ କୌଣସି ପଶୁଙ୍କୁ ମାରିବାପାଇଁ ପାଇଲା ନାହିଁ । ବନ ମଧ୍ୟରେ ବୁଲି ବୁଲି ସନ୍ଧ୍ୟା ହୋଇଗଲା । ତା’ପରେ ସେହି ସିଂହ ଗୃହକୁ ଫେରିବା ସମୟରେ ଗୋଟିଏ ଶୃଗାଳ ଶାବକକୁ ପାଇଲା । ଏହାକୁ ଶିଶୁ ଶାବକ ମନେକରି ଜୀବନ୍ତ ଅବସ୍ଥାରେ ସିଂହୀକୁ ଖାଇବାପାଇଁ ଦେଇଦେଲା
अथासौ वणिशिशुः स्नानोपकरणमादाय प्रहृष्टमनास्तेनाभ्यागतेन सह प्रस्थितः । तथानुष्ठिते वणिक् स्नात्वा तं शिशुं नदीगुहायां प्रक्षिप्य तद्द्वारं वृहच्छिलयाछाद्य सत्वरं गृहमागतः । पृष्ठश्च तेन वणिजा – ‘भो अभ्यागत, कथ्यतां कुत्र मे शिशुर्यस्त्वया सह नदीं गतः’ इति । स आह- ‘नदीतोयात् सह श्येनेन हृतः’ इति । श्रेष्ठ्याह – ‘मिथ्यावादिन, किं कच्छिचेनो वालं हर्तुं शक्नोति ? तत् समर्पय मे सुतम् । अन्यथा राजकुले निवेदयिष्यामि’ |
ଓଡ଼ିଆ ଅନୁବାଦ – ଏହାପରେ ସେହି ବଣିକ ଶିଶୁ ସ୍ନାନ ଉପକରଣ ଧରି ପ୍ରୀତମନା ହୋଇ ସେହି ନବାଗତ ବଣିକ୍ ଅତିଥୁଙ୍କ ସହିତ ସ୍ନାନ ପାଇଁ ଚାଲିଗଲା । ଏହିପରି କରାଯାଆନ୍ତେ ସେହି ବଣିକ ସ୍ନାନସାରି ଶିଶୁଟିକୁ ନଦୀଗାଡ଼ ମଧ୍ଯରେ ପକାଇଦେଇ ତା’ର ଦ୍ଵାରଦେଶକୁ ଏକ ବିଶାଳ ପଥରଖଣ୍ଡରେ ଘୋଡ଼ାଇଦେଇ ଶୀଘ୍ର ଘରକୁ ଫେରିଆସିଲା । ଯେତେବେଳେ ବଣିକ୍ ପଚାରିଲା – ‘ହେ ଅଭ୍ୟାଗତ ବନ୍ଧୁ ! ମୋର ତୁମ ସହିତ ନଦୀକୁ ସ୍ନାନ ପାଇଁ ଯାଇଥବା ଶିଶୁପୁତ୍ର କେଉଁଆଡ଼େ ଗଲା’ ? ସେତେବେଳେ ସେ (ଅଭ୍ୟାଗତ) ‘ନଦୀଜଳ ମଧ୍ୟରୁ ଶିଶୁଟିକୁ ଛଞ୍ଚାଣ ଅପହରଣ କରିନେଲା’’ ବୋଲି କହିଲା । ବଣିକ୍ ସେଠ କହିଲା ମିଥ୍ୟାବାଦୀ, କେବେହେଲେ ଶିଶୁ ବାଳକକୁ ଛଞ୍ଚାଣ ଅପହରଣ କରିପାରେ ତେଣୁ ମୋର ପୁତ୍ରକୁ ମୋତେ ସମର୍ପଣ କର, ଅନ୍ୟଥା ରାଜକୁଳରେ ବିଚାର ପାଇଁ ନିବେଦନ କରିବି।
4. एकदा विक्रमोराजा तस्य प्रसिद्धिं श्रुत्वा तस्याह्ननाय पुरोहितं प्रेषितवान् । पुरोहितोऽपि तद्न्तिकं गत्वा नमस्कृत्याऽब्रवीति, भोः स्वामिन्, राजा भवन्तमाहूयाति, तत्रागन्तव्यम् । योगिनोक्तम् – तर्हि गम्यते । ततः तत्र गत्वा राजानं प्रति भणितम् – भो राजन्, त्वं यदि मत्त्रसाधनं करिष्यसि, तर्हि तेन जरामरणरहितो भविष्यसि । राज्ञोक्तम् – त्वं मां मन्त्रमुपदिश; अहं मन्त्रं साधयिष्यामि ।
ଓଡ଼ିଆ ଅନୁବାଦ – ଏକଦା ରାଜା ବିକ୍ରମ ତାଙ୍କର ଖ୍ୟାତି ଶୁଣି ତାଙ୍କୁ ଡାକିବାପାଇଁ ପୁରୋହିତଙ୍କୁ ପଠାଇଲେ । ପୁରୋହିତ ମଧ୍ୟ ତାଙ୍କ ନିକଟକୁ ଯାଇ ନମସ୍କାର କରି କହିଲେ – ହେ ପ୍ରଭୁ, ରାଜା ଆପଣଙ୍କୁ ଡକାଇ ଅଛନ୍ତି, ସେଠାକୁ ଯାଆନ୍ତୁ । ଯୋଗୀ କହିଲେ – ତା’ହେଲେ ଯିବା । ସେଠାକୁ ଯାଇ ରାଜାଙ୍କୁ କହିଲେ – ହେ ରାଜନ୍, ତୁମେ ଯଦି ମନ୍ତ୍ରସାଧନ କରିବ ତେବେ ସେହି ମନ୍ତ୍ରସାଧନ ବଳରେ ଜରାମରଣ ରହିତ ହୋଇଯିବ । ରାଜା କହିଲେ – ତୁମେ ମୋତେ ମନ୍ତ୍ର ଉପଦେଶ ଦିଅ, ମୁଁ ମନ୍ତ୍ରକୁ ସାଧନ କରିବି ।
5. स च राजपुत्रः प्रतिदिनं प्रभाते राजदर्शनादनन्तरं स्ववेतनलव्धस्यार्थस्य यच्छति देवेभ्यो ब्राह्मणेभ्यश्चार्धम्, स्थितस्य चार्धं दरिद्रेभ्यो ददाति, निक्षिपति च तदबशिष्टं भोज्यविलासव्ययार्थं पत्न्या हस्ते । ततो धृतायुधो राजद्वारमहर्निशं सेवते । यदा च राजा स्वयमादिशति तदा याति स्वगृहम् ।
ଓଡ଼ିଆ ଅନୁବାଦ – ସେହି ରାଜପୁତ୍ର ମଧ୍ୟ ପ୍ରତିଦିନ ପ୍ରଭାତରେ ରାଜାଙ୍କୁ ଦର୍ଶନ କରିସାରି ନିଜେ ବେତନ ଭାବରେ ଲାଭ କରିଥିବା ଅର୍ଥରୁ ଦେବତା ଓ ବ୍ରାହ୍ମଣଙ୍କୁ ଅଧେ ଦାନ କରିଦିଏ, ଗଚ୍ଛିତ ଥିବା ଅର୍ଥରୁ ଅଧେ ଦରିଦ୍ରମାନଙ୍କୁ ଦେଇଦିଏ ଓ ଅବଶିଷ୍ଟ ଲବ୍ଧ ଧନକୁ ନିଜର ପତ୍ନୀ ହସ୍ତରେ ଭୋଗବିଳାସ ପାଇଁ ଅର୍ପଣ କରେ । ଏହାପରେ ଅସ୍ତ୍ରଧାରଣ କରି ଦିନରାତି ରାଜଦ୍ୱାରରେ ରାଜସେବାରେ ନିରତ ହୁଏ । ଯେତେବେଳେ ରାଜା ନିଜେ ଆଦେଶ କରନ୍ତି ସେତେବେଳେ ନିଜ ଗୃହକୁ ଯାଏ ।
6. इति कथां समाख्याय वेतालः निशि पथि यान्तं तं नृपं पुनरब्रवीत् – “राजन् ! ब्रूहि स योगेन्द्रः नरदेहे प्रवेशात् कथं वा पूर्वं प्रारुदत् ? किमर्थं वा अनृत्यत् ? अत्र मे महत् कौतुकं वर्तते ।” इति वेतालात् श्रुत्वा राजा मौनं विभज्य अवादीत् – ” श्रृणु वेताल ! बाल्ये पितृभ्यां लालितम् अद्यं इदं शरीरं त्याज्यमीति दुःखितः प्रथमं रुरोद । नवं देहं प्रविश्य अधिकं व्रतं साधयिष्यामि इति यौवनलाभहर्षीत् ननर्त च ।”
ଓଡ଼ିଆ ଅନୁବାଦ – ଏହିଭଳି କଥା କହି ବେତାଳ ରାତ୍ରିରେ ମାର୍ଗରେ ଅତିକ୍ରମ କରୁଥିବା ସେହି ରାଜାଙ୍କୁ ପୁନର୍ବାର କହିଲା – ‘ରାଜନ୍ ! ନରଦେହରେ ପ୍ରବେଶ କରିବା ପୂର୍ବରୁ ସେହି ଯୋଗୀଶ୍ରେଷ୍ଠ କାହିଁକି କ୍ରନ୍ଦନ କରୁଥିଲେ ? କେଉଁଥିପାଇଁ ନାଚୁଥୁଲେ ? ଏ ବିଷୟରେ ମୋର ଅତ୍ୟନ୍ତ କୌତୂହଳ ଜାତ ହେଉଛି ।’’ ଏହିକଥା ବେତାଳଠାରୁ ଶୁଣି ରାଜା ମୌନ ତ୍ୟାଗକରି କହିଲେ – ‘ହେ ବେତାଳ, ତୁମେ ଶୁଣ ! ବାଲ୍ୟକାଳରେ ପିତାମାତାଙ୍କଦ୍ୱାରା ଲାଳିତପାଳିତ ହୋଇଥିବା ସେହି ଶରୀରକୁ ଆଜି ତ୍ୟାଗ କରିବାକୁ ହେବ ବୋଲି ଦୁଃଖ୍ ହୋଇ ପ୍ରଥମେ କାନ୍ଦିବାକୁ ଲାଗିଲା । ନୂତନ ଶରୀରରେ ପ୍ରବେଶ କରି ଅଧୂକ ବ୍ରତସାଧନ କରିବି ବୋଲି ଯୌବନଲାଭ ଆନନ୍ଦରେ ନାଚିବାକୁ ଲାଗିଲା ।’’
7. अस्ति कस्मिंञ्चिदुवनप्रदेशे नानाजलचरसनाथं महत्सरः । तत्र च कृताश्रयो वक एको वृद्धभावमुपागतो मत्स्यान्व्यापादयितुमसामर्थः । ततश्च क्षुत्क्षामकण्ठः सरस्तीर उपविष्टो मुक्ताफलप्रकरसदृशैरश्रुप्रवाहैर्धरातलमभिषिञ्चन् रुरोद । एकः कुलीरको नानाजलचरसमेतः समेत्य तस्य दुःखेन दुःखितः सादरमिदमूचे ‘माम, किमद्य त्वया नाहारवृत्तिरनुष्ठीयते । केवलमश्रुपूर्णनेत्रभ्यां सनिःश्वासेन स्थीयते ।’
ଓଡ଼ିଆ ଅନୁବାଦ – କୌଣସି ଏକ ବନପ୍ରଦେଶରେ ନାନା ଜଳଚରଯୁକ୍ତ ବଡ଼ ହ୍ରଦଟିଏ ଅଛି । ସେଠାରେ ଆଶ୍ରୟ ନେଉଥିବା ଗୋଟିଏ ବଗ ବୃଦ୍ଧ ହୋଇଯିବାରୁ ମାଛମାନଙ୍କୁ ମାରିବାପାଇଁ ଅସମର୍ଥ ହୋଇଗଲା । ତା’ପରେ କ୍ଷୁଧାରେ ଶୁଷ୍କକଣ୍ଠ ହୋଇ ସେହି ହ୍ରଦକୂଳରେ ବସି ମୁକ୍ତାଫଳ ସଦୃଶ ଅଶୁପ୍ରବାହଦ୍ଵାରା ପୃଥିବୀତଳକୁ ଓଦାକରି କାନ୍ଦିବାକୁ ଲାଗିଲା । ଗୋଟିଏ କଙ୍କଡ଼ା ନାନା ଜଳଜୀବଙ୍କ ସହିତ ମିଶି ତା’ର (ବଗର) ଦୁଃଖରେ ଦୁଃଖ୍ ହୋଇ ଆଦରର ସହିତ ଏହିପରି କହିଲା – ‘ମାମୁ, କାହିଁକି ଆପଣ ଆଜି କିଛି ନ ଖାଇ ନ ପିଇ ନିରାହାର ରହିଛନ୍ତି । କେବଳ ଅଶ୍ରୁପୂର୍ଣ୍ଣ ନୟନରେ ଦୀର୍ଘନିଃଶ୍ବାସ ପକାଇ ବସିଅଛନ୍ତି ।’’
8. अथाऽसौ महीपतिः सूच्यग्रविद्ध इव तच्छयनं त्यक्त्वा तत्क्षणादेवोत्थितः – ‘अहो, ज्ञायतामत्र प्रच्छादनपटे मत्कुणो युको वा नूनं तिष्ठति, येनाहं दष्टः’ इति । अथ ये कचुकिनस्तत्र स्थितास्ते सत्वरं प्रच्छादनपट गृहीत्वा सुक्ष्मदृष्ट्या वीक्षांचकुः । अत्रन्तरे स मत्कुणञ्चापल्यात् खान्दं प्रविष्टः । सा मन्दविसर्पिणयापि वस्त्रसन्ध्यन्तर्गता तैर्दृष्टा व्यापादिता च ।
ଓଡ଼ିଆ ଅନୁବାଦ – ଅନନ୍ତର ରାଜା ଛୁଞ୍ଚର ଅଗ୍ରବିଦ୍ଧ ହେଲାଭଳି ସେହି ଶଯ୍ୟାକୁ ଛାଡ଼ି ତତ୍କ୍ଷଣାତ୍ ତାହାକୁ ତ୍ୟାଗକରି ଉଠିପଡ଼ିଲେ – ‘ଆହେ, ଦେଖ ଏହି ପ୍ରଚ୍ଛାଦନ ବସ୍ତ୍ରରେ ଛାରପୋକ ବା ଉକୁଣି ରହିଯାଇଛି ଯାହାଦ୍ୱାରା କି ମୁଁ ଦଂଶିତ ହୋଇଛି ।’ ଏହାପରେ ସେଠାରେ ଯେଉଁ ରାଜକର୍ମଚାରୀମାନେ ଥିଲେ ସେମାନେ ସହସା ସେହି ଆଚ୍ଛାଦକ ବସ୍ତ୍ର ଧରି ତନ୍ନ ତନ୍ନ କରି ପରୀକ୍ଷା କରିବାକୁ ଲାଗିଲେ । ଏହି ସମୟରେ ଛାରପୋକଟି ଚପଳତା ହେତୁରୁ ଖଟ ମଧ୍ୟରେ ପଶିଗଲା ।
9. ततः कदाचित् देवसभायां पुरन्दरः सकलमुनिवृन्दमध्यस्थं वीणामुनिम् आह – ‘मुने ! इदानीं भूलोके का नाम वार्ता’ इति । ततः नारदः प्राह – “सुरनाथ ! न किमपि आश्चर्यम् । किन्तु धारानगरवासी श्री भोजभूपालो रोगपीडीतो नितराम् अस्वस्थो वर्तते । स तस्य रोगः केनापि न निवारितः । तत् अनेन भोज – नृपालेन भिषग्वरा अपि स्वदेशात् निष्कासिताः । वैद्यकशास्त्रमपि अनृतमितिं निरस्तम् ।”
ଓଡ଼ିଆ ଅନୁବାଦ – ଏହାପରେ କୌଣସି ଏକ ସମୟରେ ଦେବସଭା ମଧ୍ଯରେ ଇନ୍ଦ୍ର ସକଳ ମୁନିବୃନ୍ଦଙ୍କ ମଧ୍ୟରେ ଥିବା ବୀଣାମୁନି ନାରଦଙ୍କୁ କହିଲେ – ‘ହେ ମୁନି ! ବର୍ତ୍ତମାନ ପୃଥିବୀଲୋକର ଖବର କଅଣ?’ ତା’ପରେ ନାରଦ କହିଲେ – “‘ସୁରନାଥ ! ସେଭଳି କିଛି ଆଶ୍ଚର୍ଯ୍ୟ ନାହିଁ । କିନ୍ତୁ ଧାରାନଗରରେ ବାସ କରୁଥିବା ଶ୍ରୀ ଭୋଜରାଜ ରୋଗପୀଡ଼ିତ ହୋଇ ଅତ୍ୟନ୍ତ ଅସୁସ୍ଥ ଅଛନ୍ତି । ତାଙ୍କର ସେହି ରୋଗ କେହିହେଲେ ଭଲ କରିପାରୁ ନାହାଁନ୍ତି । ରାଜା ଭୋଜ ୟା’ ମଧ୍ୟରେ ବୈଦ୍ୟଶ୍ରେଷ୍ଠମାନଙ୍କୁ ନିଜ ଦେଶରୁ ବାହାର କରିଦେଲେଣି । ଡାକ୍ତରୀବିଦ୍ୟା ମଧ୍ୟ ମିଥ୍ୟା ବୋଲି ପ୍ରମାଣିତ ହେଲାଣି ।’’
10. अस्ति कस्मिंश्चिद् वनप्रदेशे महान् न्यग्रोधपादपः । तत्र मेघवर्णो नाम वायसराजः प्रतिवसति स्म । स तत्र विहितदुर्गरचनः सपरिजनः कालं नयति । तथाऽन्योऽरिमर्दन नामोलूकराजो असंख्योलूकपरिवारो गिरिगुहादुर्गाश्रयः प्रतिवसति स्म । स उलूकराजः पूर्वविरोधवशाद् यं कंचिद् वायसम् आसादयति तं व्यापाद्यं । – ! गच्छति । अथान्येद्युः स वायसराजः सवान्साचिवानुहूय प्रोवाच भोः ! उल्लुकराजस्तावदस्माकं शत्रुः नित्यमेव निशागमे समेत्य अस्मत्पक्षाविनाशं करोति । तत्कथमस्य प्रतिविधातव्यम् ।’
ଓଡ଼ିଆ ଅନୁବାଦ – କୌଣସି ଏକ ବନପ୍ରଦେଶରେ ଏକ ବିଶାଳ ବଟବୃକ୍ଷ ଥିଲା । ସେଠାରେ ମେଘବର୍ଣ୍ଣ ନାମକ କାକରାଜ ବାସ କରୁଥିଲା । ସେ ସେଠାରେ ନିଜର ପରିଜନ ସହିତ ଦୁର୍ଗ ନିର୍ମାଣ କରି କାଳ କଟାଉଥିଲା । ସେହିଭଳି ଅରିମର୍ଦ୍ଦନ ନାମକ ଅନ୍ୟ ଜଣେ ଉଲ୍ କରାଜ ନିଜର ଅସଂଖ୍ୟ ଉଲୂକ ପରିବାର ସହିତ ଗିରିଗୁମ୍ଫା ଦୁର୍ଗକୁ ଆଶ୍ରୟକରି ବାସ କରୁଥିଲା । ସେହି ଉଲ୍ କରାଜ ପୂର୍ବଶତ୍ରୁତା ବଶରୁ ଯେଉଁ କୁଆକୁ ପାଉଥିଲା ତାକୁ ମାରି ପଳାଇଯାଉଥଲା । ଅନନ୍ତର ଅପର ଏକଦିନ ସେହି କାକରାଜ ସମସ୍ତ ମନ୍ତ୍ରୀମାନଙ୍କୁ ଡକାଇ କହିଲା – ‘ହେ ମନ୍ତ୍ରୀଗଣ ! ଆମ୍ଭମାନଙ୍କର ଶତ୍ରୁ ଉଲ୍ କରାଜ ପ୍ରତିଦିନ ରାତ୍ରି ଆଗମନରେ ଆମ୍ଭ ସହ ମିଶି ଆମ୍ଭ ପରିବାରକୁ ବିନାଶ କରୁଅଛି । ତେଣୁ ଏହାର କିଭଳି ପ୍ରତିକାର କରାଯିବ ?’
11. एवं क्रमेण ते गच्छन्तोऽवन्तीं प्राप्ताः । तत्र शिप्राजले कृतस्नाना महाकालं प्रणम्य यावन्निच्छान्ति, तावत् भैरावनन्दो नाम योगी सम्मुखो बभूव । ततस्तं ब्राह्मणोचितविधिना सम्भाव्य तेनैव सह तस्य मठं जग्मुः अथ तेन ते पृष्ठाः – ‘कुतो भवन्तः समायताः ? क्व यास्यथ ? किं प्रयोजनम् ? ततस्तरैभिहितम् – ‘वयं सिद्धियातिकाः । तत्र यास्याम, यत्र धनप्राप्तिर्भूत्युर्वा भविष्यत्येव निश्चयः’ । भैरवानन्दोऽपि तेषां सिद्ध्यर्थं बहुपायं सिद्धिवतिचतुष्टयं कृत्वा अर्पयत् । आह च – ‘गम्यतां हिमालयादिशि । तत्र सम्प्रत्पानां यत्र वार्तिः पतिष्याति तत्र निधिमसन्दिग्धं प्रप्स्यथ’ ।
ଓଡ଼ିଆ ଅନୁବାଦ – ଏହିଭଳି ସେମାନେ ଯାଇ ଅବନ୍ତୀ ନଗରୀରେ ପହଞ୍ଚିଲେ । ସେଠାରେ ଶିପ୍ରାଜଳରେ ସ୍ନାନସାରି ମହାକାଳେଶ୍ୱରଙ୍କୁ ପ୍ରଣାମ କରି ଯେତେବେଳେ ଯିବାପାଇଁ ଇଚ୍ଛା କରନ୍ତି ସେହି ସମୟରେ ଭୈରବାନନ୍ଦ ନାମକ ଯୋଗୀକୁ ଭେଟିଲେ । ତା’ପରେ ତାଙ୍କୁ ବ୍ରାହ୍ମଣ ବିହିତ ବିଧିରେ ସମାର୍ଜନ କରି ତାଙ୍କ ସହ ତାଙ୍କର ମଠକୁ ଗଲେ । ସେ ଯୋଗୀ ତାଙ୍କୁ ପଚାରିଲେ – ‘ଆପଣମାନେ କେଉଁଠାରୁ ଆସିଲେ ? କେଉଁଆଡ଼େ ଯିବେ ? ଆପଣମାନଙ୍କର କି ପ୍ରୟୋଜନ ଅଛି?’ ତା’ପରେ ସେମାନେ କହିଲେ – ‘ଆମ୍ଭେ ସିଦ୍ଧିଯାତ୍ରୀ ଅଟୁ । ଆମ୍ଭେ ସେହିଠାକୁ ଯିବୁ ଯେଉଁଠାରୁ ନିଶ୍ଚିତ ଧନପ୍ରାପ୍ତି ହେବ ।’ ଭୈରବାନନ୍ଦ ମଧ୍ୟ ସେମାନଙ୍କର ସିଦ୍ଧି ନିମନ୍ତେ ବହୁ ଉପାୟଯୁକ୍ତ ସିଦ୍ଧିକାରକ କରଣ୍ଡକ ଚାରୋଟି ପ୍ରଦାନ କଲେ ଏବଂ କହିଲେ – ‘ହିମାଳୟ ଦିଗରେ ଯାଅ । ଆପଣମାନେ ପାଇଥିବା ଏହି ସିଦ୍ଧି କରଣ୍ଡକ ଯେଉଁଠାରେ ଖସିପଡ଼ିବ ସେହିଠାରେ ଧନ ନିଃସନ୍ଦେହ ଭାବରେ ଲାଭ କରିବ ।
12. ह्वैनसाङ्गमहोदयस्तु नीजभारतयात्रावर्णनप्रसंङ्गे विद्यालयानां विवरणं प्रस्तुस्तवान् । तस्यानुसारम् – अस्मप्रदेशे कामरूपं वैदिक – विद्याया महाकेन्द्रमभूत् । विद्यालयोऽयं राज्ञा भास्करवर्मणा स्थापितः । काशीकलिङ्गोज्जयिन्यादिभ्यः प्रदेशभ्यः विद्यार्थिनेस्तत्रागताः । तास्मिन् युगे काश्यां वहुनिदेवमन्दिराणि बभ्रुवुः । तत्र निर्मलजलप्रस्रवाः प्रवाहिताः ।
ଓଡ଼ିଆ ଅନୁବାଦ – ହେନ୍ସାଂ ମହୋଦୟ ନିଜର ଭାରତଯାତ୍ରା ବର୍ଣ୍ଣନ ପ୍ରସଙ୍ଗରେ ବିଦ୍ୟାଳୟମାନଙ୍କର ବିବରଣ ପ୍ରସ୍ତୁତ କରିଥିଲେ । ତାଙ୍କ ମତାନୁସାରେ କାମରୂପ ବୈଦିକବିଦ୍ୟାର ଏକ ବିଶାଳ କେନ୍ଦ୍ର ଥିଲା । ଏହି ବିଦ୍ୟାଳୟ ରାଜା ଆସୁଥିଲେ । ସେହି ଯୁଗରେ କାଶୀ ପ୍ରଦେଶରେ ଅନେକଗୁଡ଼ିଏ ଦେବମନ୍ଦିର ଥିଲା । ସେଠାରେ ନିର୍ମଳ ଜଳ ପ୍ରସ୍ରବଣଗୁଡ଼ିଏ
13. सन्ति पञ्च मातरः इति हि पण्डिताः वदन्ति । तासां मातृणाम् अन्यतमा खलु पृथिवी । यतः सा माता इव लोकान् धारयति पालयति च । पृथिव्याश्च अंशविशेषो नराणां जन्मभूमिः । सापि मातृवत् सदा माननीया । जननी यथा मातृभक्तानाम्, जन्मभूमिस्तथा देशभक्तानां परमा देवता । तस्याः कृते ते प्राणान् अपि परित्यजन्ति, किं पुनः स्वर्गम् । अतः जननीव स्वर्गदापि अधिका जन्मभूमिः । ये खलु देशभक्ताः, ते जन्मभूमि विहाय स्वर्गमपि गन्तुं नेच्छान्ति । नास्ति तेषां कृते अन्यः स्वर्गः । जन्मभूमिरेव तेषां परमः स्वर्गः ।
ଓଡ଼ିଆ ଅନୁବାଦ – ପଣ୍ଡିତମାନେ ପଞ୍ଚସଂଖ୍ୟକ ମାତା ଅଛନ୍ତି ବୋଲି କହିଥାଆନ୍ତି । ସେହି ମା’ମାନଙ୍କ ମଧ୍ୟରେ ପୃଥିବୀ ଅନ୍ୟତମା ଅଟେ । ଯେହେତୁ ସେ ମା’ ଭଳି ଲୋକମାନଙ୍କୁ ଧାରଣ କରିଛି ଓ ପରିପାଳନ କରୁଅଛି । ଲୋକମାନଙ୍କର ଜନ୍ମଭୂମି ପୃଥିବୀର ଅଂଶବିଶେଷ ଅଟେ । ଏଣୁ ଜନ୍ମଭୂମି ମା’ ଭଳି ସମ୍ମାନଯୋଗ୍ୟ । ମାତୃଭକ୍ତମାନଙ୍କର ଜନନୀ ଭଳି ଦେଶଭକ୍ତମାନଙ୍କର ଜନ୍ମଭୂମି ପରମ ଦେବତା ଅଟେ । ତାହା ନିମନ୍ତେ ସେମାନେ ପ୍ରାଣବଳି ଦେଇଥା’ନ୍ତି, ସ୍ବର୍ଗ ସେମାନଙ୍କ ପକ୍ଷରେ ତୁଚ୍ଛ । ଏଣୁ ଜନନୀ ଭଳି ଜନ୍ମଭୂମି ସ୍ବର୍ଗଠାରୁ ସମସ୍କୋ ଅଟେ । ଯେଉଁମାନେ ଦେଶଭକ୍ତ ଅଟନ୍ତି ସେମାନେ ଜନ୍ମଭୂମିକୁ ଛାଡ଼ି ସ୍ବର୍ଗକୁ ମଧ୍ୟ ଯିବାପାଇଁ ଇଚ୍ଛା କରନ୍ତି ନାହିଁ । ସେମାନଙ୍କ ପାଇଁ ଅନ୍ୟ କୌଣସି ସ୍ଵର୍ଗ ନାହିଁ । ଜନ୍ମଭୂମି ହିଁ ସେମାନଙ୍କର ପରମ ସ୍ଵର୍ଗ ଅଟେ ।
14. कस्मिंश्चित् देशे देवशर्मा नाम परिव्राजकः प्रतिवसति स्म । तस्य अनेकवस्त्रविक्रयवशात् मह्ती वित्तमात्रा संजाता । ततः स न कस्यचित् विश्वसिति । नक्तन्तिवं तां वित्तमात्रां कक्षान्तरात् न मुञ्चति । अथ परावित्तपहारी कश्चित् धूर्त – स्तामर्थमात्रां तस्य कक्षान्तरगतां विलोक्य व्यचिन्तयत् – ‘कथं मया अस्य इयमर्थमात्रा हर्त्तव्या’ ।
ଓଡ଼ିଆ ଅନୁବାଦ – କୌଣସି ଏକ ଦେଶରେ ଦେବଶର୍ମା ନାମକ ପରିବ୍ରାଜକ ବାସ କରୁଥିଲା । ତା’ର ଅନେକ ବସ୍ତ୍ର ବିକ୍ରି ହେବା କାରଣରୁ ବିପୁଳ ଧନରାଶି ଜମା ହୋଇଥିଲା । ସେହି ପରିବ୍ରାଜକ (ବିପୁଳ ଧନରାଶି ହେତୁରୁ) କାହାକୁ ବିଶ୍ଵାସ କରୁନଥିଲା । ସେ ନିଜର ସେହି ଧନମାତ୍ରାକୁ ନିଜ ଗୃହରୁ ଦିବାରାତ୍ର ବାହାରକୁ ଯିବାକୁ ଦେଉନଥୁଲା, (ଅର୍ଥାତ୍ ତ୍ୟାଗ କରୁନଥିଲା) । ପରଧନ ହରଣକାରୀ କୌଣସି ଭୂଇଁ ତା’ର (ଦେବଶର୍ମାର) ଗୃହ ମଧ୍ୟରେ ସେହି ଧନରାଶିକୁ ଦେଖ୍ ଚିନ୍ତା କରିବାକୁ ଲାଗିଲା – ‘କିଭଳି ଭାବରେ ମୁଁ ଏହାର ଧନକୁ ଅପହରଣ କରିବି ।’’
15. विक्रमार्के राज्यं कुर्वति कश्चित् योगी उज्जायिर्नी प्रति आगतः । स च वेदज्योतिभरतशास्त्रादिषु अतीव कुशलः, किं बहुना ? तत्सदृशोऽन्यो नास्ति । स साक्षात् सर्वज्ञ एव । एकदा विक्रमो राजा तस्य प्रसिद्धिं श्रुत्वा तमाह्वातुं पुरोहितं प्रेषितवान् । पुरोहितोऽपि तदान्तिकं गत्वा नमस्कृत्याब्रवीत् – ‘भोः स्वामिन्, राजा भवन्तमाह्मयाति, तदागन्तव्यम् ।’
ଓଡ଼ିଆ ଅନୁବାଦ – ବିକ୍ରମାଦିତ୍ୟ ରାଜ୍ୟଶାସନ କରିବା ସମୟରେ କୌଣସି ଏକ ଯୋଗୀ ଉଜ୍ଜୟିନୀରେ ଆସି ପହଞ୍ଚିଲେ । ସେ ବେଦ, ଜ୍ୟୋତିଷ ଏବଂ ଭରତଶାସ୍ତ୍ରାଦି ବିଷୟରେ ମଧ୍ୟ ଅତୀବ ଦକ୍ଷ ଥିଲେ । ଅଧିକା ବା କ’ଣ କହିବା ? ତାଙ୍କ ଭଳି ଆଉ କେହି ନଥିଲେ । ସେ ସାକ୍ଷାତ୍ ସର୍ବଜ୍ଞ ଥିଲେ । ଥରେ ରାଜା ବିକ୍ରମ ତାଙ୍କର ପ୍ରସିଦ୍ଧି ଶୁଣି ତାଙ୍କୁ ଡାକିବା ପାଇଁ ନିଜର ପୁରୋହିତଙ୍କୁ ପଠାଇଲେ । ପୁରୋହିତ ମଧ୍ୟ ସେହି ଯୋଗୀଙ୍କ ନିକଟକୁ ଯାଇ ନମସ୍କାର କରି କହିଲେ ସ୍ଵାମୀ ! ରାଜା ଆପଣଙ୍କୁ ଡକାଇ ଅଛନ୍ତି, ସେଠାକୁ (ରାଜଦରବାରକୁ) ଯାଆନ୍ତୁ ।
16. दीपोत्सवः भारतीयानां प्रसिद्धं पर्व अस्ति । अस्य प्रारम्भः रामायणकालात् अभवत् । यदा श्रीरामचन्द्रः रावणं निहत्य अयोध्यायाम् आगच्छत् तदा जनैः स्वगृहेषु मंगलसूचकाः दीपकाः प्रज्वालिताः । अस्मिन् उत्सवे जनाः लक्ष्मीपूजां कुर्वन्ति । अयमुत्सवः कार्त्तिकमासस्य अमावास्यायां संपाद्यते । पर्व इदम् प्रकाशस्य पर्व भवति ।
ଓଡ଼ିଆ ଅନୁବାଦ – ଦୀପୋତ୍ସବ ଭାରତୀୟମାନଙ୍କର ପ୍ରସିଦ୍ଧ ପର୍ବ ଅଟେ । ଏହାର ଆରମ୍ଭ ରାମାୟଣକାଳରୁ ହୋଇଥିଲା । ଯେତେବେଳେ ଶ୍ରୀରାମଚନ୍ଦ୍ର ରାବଣକୁ ମାରି ଅଯୋଧ୍ୟାକୁ ଆସିଥିଲେ ସେତେବେଳେ ଲୋକମାନଙ୍କଦ୍ୱାରା ନିଜ ନିଜ ଘରମାନଙ୍କରେ ମଙ୍ଗଳସୂଚକ ଦୀପ ପ୍ରଜ୍ଜ୍ୱଳିତ ହୋଇଥିଲା । ଏହି ଉତ୍ସବରେ ଲୋକମାନେ ଲକ୍ଷ୍ମୀପୂଜା କରନ୍ତି । ଏହି ଉତ୍ସବ କାର୍ତ୍ତିକ ମାସର ଅମାବାସ୍ୟାରେ ସଂପନ୍ନ ହୁଏ । ଏହି ପର୍ବ ପ୍ରକାଶର ପର୍ବ ଅଟେ ।
17. कश्मिंश्चिद् तपोवने धौम्यनामा ऋषिः अवसत् । तस्य आश्रमे विद्यार्थिनः विद्याध्ययनार्थम् आगच्छन्ति स्म । तेषु शिष्येषु आरुणिः अपि एकतमः आसीत् । सः सौम्यः विनम्रः सरलहृदयश्च आसीत् । एकदा ऋषिः तं वर्षर्तौ आश्रमस्य क्षेत्रेषु जलं रोद्धुम् प्रेषयत । आरुणिः गुरोः आज्ञा स्वीकृत्य तथा कर्तुं क्षेत्रम् अगच्छत् । गुरोः आज्ञा कथं सफला भवेत् इति विचार्य स – निजशरीरमेव वन्धस्थाने अस्थापयत् ।
ଓଡ଼ିଆ ଅନୁବାଦ – କୌଣସି ଏକ ତପୋବନରେ ଧୌମ୍ୟ ନାମକ ଋଷି ବାସ କରୁଥିଲେ । ତାଙ୍କର ଆଶ୍ରମରେ ବିଦ୍ୟାର୍ଥୀମାନେ ବିଦ୍ୟାଶିକ୍ଷା ନିମନ୍ତେ ଆସୁଥିଲେ । ସେହି ଶିଷ୍ୟମାନଙ୍କ ମଧ୍ୟରେ ଆରୁଣି ମଧ୍ଯ ଏକ ଶିଷ୍ୟ ଥିଲେ । ସେ ସୁନ୍ଦର, ବିନମ୍ର ଓ ସରଳ ହୃଦୟର ଥିଲେ । ଥରେ ଋଷି ତାକୁ ବର୍ଷାଋତୁରେ ଆଶ୍ରମର କ୍ଷେତରେ ଜଳ ରୋକିବାକୁ ପଠାଇଲେ । ଆରୁଣି ଗୁରୁଙ୍କର ଆଜ୍ଞାକୁ ସ୍ଵୀକାର କରି ସେହିପରି କରିବାକୁ କ୍ଷେତକୁ ଗଲେ । ଗୁରୁଙ୍କର ଆଜ୍ଞା କିପରି ସଫଳ ହୋଇପାରିବ ଏହା ବିଚାରକରି ସେ ନିଜ ଶରୀରକୁ ହିଁ ବନ୍ଧ ସ୍ଥାନରେ ସ୍ଥାପନ କଲେ ।
18. को न जानाति महात्मनो गान्धिनो नाम । एष खलु महापुरुषो न केवलं भारतस्य हितमाचचार, अपितु विश्वस्यापि जगतः । यद्यपि नास्ति साम्प्रतं महात्मा गान्धी अस्मिन्नवसरे जगति भैतिकेन देहेन, किन्तु यशः शरीरेण अद्यापि विद्यते, स्थास्यति च चिरम् । सत्यम्, अहिंसा, लोकसेवा च रत्नन्नयमस्य जीवनस्य प्रधानमुदेश्यमासीत् । एततत्रयस्य उपासनयैव एष विश्ववन्दनीयो जातः ।
ଓଡ଼ିଆ ଅନୁବାଦ – କିଏ ନ ଜାଣେ ମହାତ୍ମା ଗାନ୍ଧୀଙ୍କର ନାମ । ଏହି ମହାପୁରୁଷ କେବଳ ଭାରତର ହିତସାଧନ କରିନାହାଁନ୍ତି, ପରନ୍ତୁ ସମଗ୍ର ବିଶ୍ବ ତଥା ସଂସାରର ହିତସାଧନ କରିଛନ୍ତି । ଯଦିଚ ବର୍ତ୍ତମାନ ମହାତ୍ମା ଗାନ୍ଧୀ ନାହାଁନ୍ତି ଏହି ମୁହୂର୍ତ୍ତରେ ଭୌତିକ ଶରୀରରେ; କିନ୍ତୁ ଯଶ ଶରୀରରେ ଆଜି ମଧ୍ୟ ରହିଛନ୍ତି ଓ ଚିରକାଳ ପର୍ଯ୍ୟନ୍ତ ରହିଥିବେ । ସତ୍ୟ, ଅହିଂସା ଓ ଲୋକସେବା ତିନିଗୋଟି ରତ୍ନ ତାଙ୍କ ଜୀବନର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଏହି ତିନଗୋଟିଦ୍ଵାରା ସେ ବିଶ୍ୱବନ୍ଦିତ ହେ।ଇଛନ୍ତିା
19. मनुष्य: जीवननिर्वाहय यां कामपि आजीविकां गृहीतुं शक्नोति । पठनं, पाठनं, कृषि, वाणिज्यं, सेवाकर्म, समाजसेवादिकं वा प्रन्तु स सदा जीवन साफल्या सत्कर्म अवश्य कुर्यात् । निरूदेश्यं जीवनं विनश्यति । अतः कदाचिदपि उदेश्यत्यागो न विधेयः । मनुष्यस्य सदूयोगेन सदुदेश्यमपि अवश्यं पूर्णं भवति ।
ଓଡ଼ିଆ ଅନୁବାଦ – ମନୁଷ୍ୟ ଜୀବନ ନିର୍ବାହ ନିମନ୍ତେ ଯେକୌଣସି ଜୀବିକା ଗ୍ରହଣ କରିବାକୁ ସମର୍ଥ । ପଠନ, ପାଠନ, କୃଷି, ବାଣିଜ୍ୟ, ସେବାକର୍ମ ବା ସମାଜସେବାଦି, କିନ୍ତୁ ସେ ସର୍ବଦା ଜୀବନର ସଫଳତା ନିମନ୍ତେ ସତ୍ଵକର୍ମ ଅବଶ୍ୟ କରିବା ଉଚିତ । ଉଦ୍ଦେଶ୍ୟରହିତ ଜୀବନ ବିନଷ୍ଟ ହୋଇଥାଏ । ଏଣୁ କେବେହେଲେ ମଧ୍ୟ ଉଦ୍ଦେଶ୍ୟ ତ୍ୟାଗ କରିବା ଉଚିତ ନୁହେଁ । ମନୁଷ୍ୟର ସତ୍ ଉଦ୍ୟୋଗଦ୍ଵାରା ସଉଦ୍ଦେଶ୍ୟ ମଧ୍ଯ ନିଶ୍ଚୟ ପୂର୍ଣ୍ଣ ହୋଇଥାଏ ।