Odisha State Board CHSE Odisha Class 12 Optional Odia Solutions Chapter 20 ସନ୍ଧି Textbook Exercise Questions and Answers.
+2 2nd Year Odia Optional Chapter 20 ସନ୍ଧି Question Answer
(କ)୧ ନମ୍ବର ବିଶିଷ୍ଟ ଗୋଟିଏ ବାକ୍ୟ ବା ଶବ୍ଦରେ ଉତ୍ତରମୂଳକ ପ୍ରଶ୍ନବଳୀ ।
Question ୧।
ସନ୍ଧି କାହାକୁ କୁହାଯାଏ ?
ଉ –
ପରସ୍ପର ସନ୍ନିହିତ ଦୁଇଟି ବର୍ଷର ମିଳନ ଦ୍ଵାରା ଗୋଟିକର କିମ୍ବା ଉଭୟର କିଛି ପରିବର୍ତ୍ତନ ହେଲେ ସେହି ମିଳନକୁ ‘ସନ୍ଧି’ କୁହାଯାଏ ।
Question ୨।
ସନ୍ଧିପଦ କାହାକୁ କହନ୍ତି ?
ଉ –
ଦୁଇଟି ବର୍ଣ୍ଣର ମିଳନଦ୍ଵାରା ଗୋଟିକର କିମ୍ବା ଉଭୟର କିଛି ପରିବର୍ତ୍ତନ ହୋଇଥାଏ । ସନ୍ଧିଦ୍ୱାରା ଦୁଇ ପଦ ଏକ ପଦରେ ପରିଣତ ହୁଏ । ଏହି ଏକ ପଦକୁ ସନ୍ଧିପଦ କୁହାଯାଏ ।
Question ୩ ।
ସନ୍ଧି କେତେ ପ୍ରକାର ?
ଉ –
ସନ୍ଧି ମୁଖ୍ୟତଃ ତିନିପ୍ରକାର ।
(i) ସ୍ୱର ସନ୍ଧି, (ii) ବ୍ୟଞ୍ଜନ ସନ୍ଧି, (iii) ବିସର୍ଗ ସନ୍ଧି ।
Question ୪।
ସ୍ଵରସନ୍ଧି କାହାକୁ କୁହାଯାଏ ?
ଉ –
ପରସ୍ପର ସନ୍ନିହିତ ଦୁଇଟି ସ୍ଵରବର୍ଣ୍ଣର ମିଳନଦ୍ଵାରା ଯେଉଁ ସନ୍ଧି ହୁଏ ତାହାକୁ ‘ସ୍ବର ସନ୍ଧି’ କୁହାଯାଏ ।
Question ୫।
ବ୍ୟଞ୍ଜନ ସନ୍ଧି କାହାକୁ କୁହାଯାଏ ?
ଉ –
ପରସ୍ପର ସନ୍ନିହିତ ଦୁଇଟି ସ୍ଵରବର୍ଣ୍ଣର ମିଳନ ଦ୍ଵାରା ଯେଉଁ ସନ୍ଧି ହୁଏ ତାହାକୁ ‘ବ୍ୟଞ୍ଜନ ସନ୍ଧି’ କୁହାଯାଏ ।
Question ୬।
ବିସର୍ଗ ସନ୍ଧି କାହାକୁ କୁହାଯାଏ ?
ଉ –
ବିସର୍ଗଯୁକ୍ତ ଶବ୍ଦପରେ କୌଣସି ସ୍ଵରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତ ହେଲେ ସେଠାରେ ବିସର୍ଗ ସନ୍ଧି ହୋଇଥାଏ ।
Question ୭ ।
ଦୁଇଟି ସ୍ଵରସନ୍ଧିର ଉଦାହରଣ ଦିଅ ?
ଉ –
ଦୁଇଟି ସ୍ଵରସନ୍ଧିର ଉଦାହରଣ –
(i) ଗ୍ରନ୍ଥ + ଆଳୟ = ଗ୍ରନ୍ଥାଳୟ
(ii) ନୀଳ + ଅମ୍ବର = ନିଳାମ୍ବର
Question ୮।
ଦୁଇଟି ବ୍ୟଞ୍ଜନ ସନ୍ଧିର ଉଦାହରଣ ଲେଖ ।
ଉ –
ଦୁଇଟି ବ୍ୟଞ୍ଜନ ସନ୍ଧିର ଉଦାହରଣ –
(i) ଉତ୍ + ଛେଦ = ଉଚ୍ଛେଦ
(i) ଉତ୍ + ଲେଖ = ଉଲ୍ଲେଖ
Question ୯।
ଦୁଇଟି ବିସର୍ଗ ସନ୍ଧିର ଉଦାହରଣ ଦିଅ ।
ଉ –
ଦୁଇଟି ବିସର୍ଗ ସନ୍ଧିର ଉଦାହରଣ –
ନିଃ + ଧନ = ନିର୍ଜନ
ତତଃ + ଅଧ୍ଵ = ତତୋଧିକ
Question ୧୦ ।
‘ସ’ ଜାତ ବିସର୍ଗର ଦୁଇଟି ସନ୍ଧି ଦର୍ଶାଅ ।
ଉ –
‘ସ’ ଜାତ ବିସର୍ଗ –
ମନସ୍ = ମନଃ
ତମସ = ତମଃ
ରଜସ୍ = ରଜଃ
Question ୧୧ ।
‘ର’ ଜାତ ବିସର୍ଗର ଦୁଇଟି ସନ୍ଧି ଦର୍ଶାଅ ।
ଉ –
‘ର’ ଜାତ ବିସର୍ଗ –
ମୁହୁର୍ = ମୁହୁଃ
ଅନ୍ତର = ଅନ୍ତଃ
Question ୧୨ ।
ନିମ୍ନୋକ୍ତ ଶବ୍ଦ ଗୁଡ଼ିକର ସନ୍ଧି ବିଚ୍ଛେଦ କର ।
ଦଶାନନ, ବିଦ୍ୟାଳୟ, ଚଳଚ୍ଚିତ୍ର, ଉଚ୍ଚାରଣ, ଉଦ୍ଧାର, ଆରେକ, ଗବେଷଣା, ଗବାକ୍ଷ, ମହାକାଶ, ସୁଧାଂଶୁ, ସ୍ନେହାସ୍ପଦ, ବିୟୋଷ୍ଠ, ହୃଷୀକେଶ, ଗିରୀଶ, ଶଙ୍କର, ଶିରୋଧାର୍ଯ୍ୟ, ରାଜନୀଶ, ଅଧୀନ, ଦୁରବସ୍ଥା, ନମସ୍କାର, ପୁରସ୍କାର, ନୀରୋଗ, ନିରନ୍ତର, ମନୋଭାବ, ପରିଷ୍କାର ।
ଉ –
Img 1
Question ୧୩ ।
ନିମ୍ନୋକ୍ତ ସନ୍ଧିଗୁଡ଼ିକର ପଦ ଉଲ୍ଲେଖ କର ।
ଉତ୍ + ଯାପନ, ବାକ୍ + ଦେବୀ, ଦିକ୍ + ପାଳ, ଦିକ୍ + ଗଜ, ବାକ୍ + ମୟ, ଜଗତ୍ + ନାଥ, ଗୋ + ଏଷଣା, ତପଃ + ବଳ, ଦିକ୍ + ମଣ୍ଡଳ, ଜଗତ୍ + ଜୀବନ, ଉତ୍ + ଲାସ, କ୍ଷିତି + ଈଶ, ସୂର୍ଯ୍ୟ + ଉଦୟ, ଉତ୍ + ବେଳିତ, ମହା + ଉତ୍ସବ, ନିଃ ମନଃ + କାମନା, ଷଟ୍ + ଆନନ, କିମ୍ + କର, ସମ୍ + ଶୋଧନ, ପୁନଃ ପୁରୁଷ + ଉତ୍ତମ ।
ଉ –
Img 2
Introduction :
ସଂଜ୍ଞା :
ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ଆଦ୍ୟବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ । ଯଥା –
ଉଦାହରଣ :
ଦେବ + ଆଳୟ = ଦେବାଳୟ
ଲମ୍ବ + ଉଦର = ଲମ୍ବୋଦର
ଜଗତ୍ + ନାଥ = ଜଗନ୍ନାଥ
ପୁନଃ + ବାର = ପୁନର୍ବାର
ଅନ୍ତଃ + ହିତ = ଅନ୍ତର୍ହିତ
ହିତ + ଉପଦେଶ = ହିତୋପଦେଶ
ଦିକ୍ + ଅମ୍ବର = ଦିଗମ୍ବର
ସମ୍ + ରକ୍ଷଣ = ସଂରକ୍ଷଣ
ପୁନଃ + ଉକ୍ତି = ପୁନରୁକ୍ତି
ଦୁଇଟି ବର୍ଷର ମିଳନଦ୍ୱାରା ଗୋଟିକର କିମ୍ବା ଉଭୟର କିଛି ପରିବର୍ତ୍ତନ ହୋଇଥାଏ । ସନ୍ଧିଦ୍ୱାରା ଦୁଇପଦ ଏକ ପଦରେ ପରିଣତ ହୁଏ । ଏହି ଏକ ପଦକୁ ‘ସନ୍ଧିପଦ’ କୁହାଯାଏ ।
ସନ୍ଧିର ପ୍ରକାର ଭେଦ :
ସ୍ୱରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ ଓ ବିସର୍ଗକୁ ନେଇ ସନ୍ଧି ହେଉଥିବାରୁ ସନ୍ଧି ମୁଖ୍ୟତଃ ତିନି ପ୍ରକାର ଯଥା – (୧) ସ୍ଵରସନ୍ଧି, (୨) ବ୍ୟଞ୍ଜନ ସନ୍ଧି, (୩) ବିସର୍ଗ ସନ୍ଧି ।
ସ୍ଵରସନ୍ଧି :
ପରସ୍ପର ସନ୍ନିହିତ ଦୁଇଟି ସ୍ଵରବର୍ଣ୍ଣର ମିଳନଦ୍ୱାରା ଯେଉଁ ସନ୍ଧି ହୁଏ, ତାହାକୁ ‘ସ୍ଵରସନ୍ଧି’ କୁହାଯାଏ ।
ଦଣ୍ଡ + ଆଦେଶ = ଦଣ୍ଡାଦେଶ
ସୂର୍ଯ୍ୟ + ଉଦୟ = ସୂର୍ଯ୍ୟୋଦୟ
ସର୍ବ + ଉଚ୍ଚ = ସର୍ବୋଚ୍ଚ
(୧) ‘ଅ’ ବା ‘ଆ’ ପରେ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି ‘ଆ’ ହୁଅନ୍ତି । ସେହି ‘ଆ’ ଆକାର (।) ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ । ଯଥା –
ଦଶ + ଆନନ = ଦଶାନନ
ସୁଧା + ଅଂଶୁ = ସୁଧାଂଶୁ
ଦଣ୍ଡ + ଆଦେଶ = ଦଣ୍ଡାଦେଶ
ଉଚ୍ଚ + ଆସନ = ଉଚ୍ଚାସନ
ଏକ + ଆତ୍ମା = ଏକାତ୍ମା
ମହା + ଅନ୍ଧକାର = ମହାନ୍ଧକାର
(୨) ‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି ‘ଈ’ ହୁଅନ୍ତି । ସେହି ‘ଈ’ ଈକାର (ୀ) ହୋଇ ପୂର୍ବବର୍ଷରେ ଯୁକ୍ତ ହୁଏ । ଯଥା
ଅତି + ଇବ = ଅତୀବ
ରବି + ଇନ୍ଦ୍ର = ରବୀନ୍ଦ୍ର
ଅତି + ଇତ = ଅତୀତ
(୩) ‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ’ ଥିଲେ ଦୁହେଁ ମିଶି ‘ଉ’ ହୁଅନ୍ତି । ସେହି ‘ଉ’ ବର୍ଷ ଊକାର (ୁ) ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ । ଯଥା –
ସାଧୁ + ଉକ୍ତି = ସାଧୂକ୍ତି
ମରୁ + ଉଦ୍ୟାନ = ମରୁଦ୍ୟାନ
ଲଘୁ + ଊର୍ମି = ଲଘୂର୍ମି
କଟୁ + ଉକ୍ତି = କଟୂକ୍ତି
ଭାନୁ + ଉଦୟ = ଭାନୁଦୟ
ସିନ୍ଧୁ + ଊର୍ମି = ସିନ୍ଦୂର୍ମି
(୪) ‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି ‘ଏ’ ହୁଅନ୍ତି । ସେହି ‘ଏ’ ବର୍ଷ ଏକାର (େ) ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ । ଯଥା
ନର + ଇନ୍ଦ୍ର = ନରେନ୍ଦ୍ର
ଶୁକ + ଇଚ୍ଛା = ଶୁଭେଚ୍ଛା
ଗଜ + ଇନ୍ଦ୍ର = ଗଜେନ୍ଦ୍ର
ଜ୍ଞାନ + ଇନ୍ଦ୍ରିୟ = ଜ୍ଞାନେନ୍ଦ୍ରିୟ
(୫) ‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି ‘ଓ’ ହୁଅନ୍ତି । ସେହି ‘ଓ’ ବର୍ଷ ‘ଓ’ କାର (ୋ) ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ । ଯଥା
ପୁରୁଷ + ଉତ୍ତମ =
ଜ୍ଞାନ + ଉଦୟ = ଜ୍ଞାନୋଦୟ
ଲମ୍ବ + ଉଦର = ଲମ୍ବୋଦର
(୬) ‘ଅ’ ବା ‘ଆ’ ପରେ ‘ଋ’ ଥିଲେ ଦୁହେଁ ମିଶି ‘ଅର୍’ ହୁଅନ୍ତି । ଏହି ‘ଅ’ ପୂର୍ବ ବର୍ଷରେ ଯୁକ୍ତ ହୁଏ ଏବଂ ‘ର୍’ ରେଫ୍ () ହୋଇ ପରବର୍ଣ୍ଣରେ ଯୁକ୍ତ ହୁଏ । ଯଥା
ଦେବ + ଋଷି = ଦେବର୍ଷି
ମହା + ଋଷି =ମହର୍ଷି
ବ୍ରହ୍ମ + ଋଷି = ବ୍ରହ୍ମର୍ଷି
(୭) ‘ଅ’ ବା ‘ଆ’ ପରେ ‘ଏ’ ବା ‘ଐ’ ଥିଲେ ଦୁହେଁ ମିଶି ‘ଐ’ ହୁଅନ୍ତି । ଏହି ‘ଐ’ ଐକାର (ୈ) ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ । ଯଥା
ଜନ + ଏକ = ଜନୈକ
ଅନ + ଏକ = ଅନୈକ
ଜନ + ଏବ = ଜନୈବ
ହିତ + ଏଷୀ = ହିତୈଷୀ
(୮) ‘ଅ’ ବା ‘ଆ’ ପରେ ‘ଓ’ ବା ‘ଔ’ ଥିଲେ ଦୁହେଁ ମିଶି ‘ଔ’ ହୁଅନ୍ତି । ଏହି ‘ଔ’ ଔକାର (ୌ) ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ । ଯଥା –
ବନ + ଔଷଧ = ବନୌଷଧ୍
ମହା + ଔଷଧ = ମହୋଷଧ୍
ସର୍ବ + ଔଷଧ = ସର୍ବୋଷଧ୍
(୯) ‘ଇ’ ବା ‘ଈ’ ପରେ ‘ଇ’, ‘ଈ’ ଭିନ୍ନ ଅନ୍ୟ ସ୍ଵରବର୍ଷ ଥିଲେ ‘ଇ’ ବା ‘ଈ’ ସ୍ଥାନରେ ‘ୟ’ ହୁଏ । ଏହି ‘ୟ’ ପୂର୍ବ ବର୍ଷରେ ‘ୟ’ ଫଳା () ହୋଇ ପରବର୍ତ୍ତୀ ସ୍ଵରବର୍ଣ୍ଣ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ । ଯଥା
ଯଦି + ଅପି = ଯଦ୍ୟପି
ପ୍ରତି + ଆଶା = ପ୍ରତ୍ୟାଶା
ଅଧ୍ + ଅକ୍ଷ = ଅଧ୍ୟକ୍ଷ
ଭୂମି + ଅଧ୍ବକାରୀ = ଭୂମ୍ୟଧ୍ବକାରୀ
(୧୦)‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ’ ଭିନ୍ନ ଅନ୍ୟ ସ୍ଵରବର୍ଣ ଥିଲେ ‘ଉ’ ବା ‘ଊ’ ସ୍ଥାନରେ ‘ୱ’ (ଅବର୍ଗ୍ୟ ବ) ହୁଏ । ଏହି ‘ୱ’ ପୂର୍ବବର୍ଣ୍ଣରେ ୱ ଫଳା ( ହୁଏ । ପରବର୍ତ୍ତୀ ସ୍ଵରବର୍ଷ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ ।
ଯଥା –
ସୁ + ଆଗତ = ସ୍ଵାଗତ
ଅନୁ + ଇତ = ଅନ୍ୱିତ
ବହୁ + ଆଡ଼ମ୍ବର = ବହ୍ଵାଡ଼ମ୍ବର
ବଧୂ + ଆଗମନ = ବଧ୍ଵାଗମନ
ଅନୁ + ଏଷଣ = ଅନ୍ଵେଷଣ
(୧୧)‘ଋ’ ପରେ ‘ଋ’ ଭିନ୍ନ ଅନ୍ୟ ସ୍ଵରବର୍ଷ ଥିଲେ ‘ଋ’ ସ୍ଥାନରେ ‘ର୍’ ହୁଏ । ଏହି ‘ର୍’ ପୂର୍ବବର୍ଷରେ ର ଫଳା (ୃ) ହୁଏ ଏବଂ ପରବର୍ତ୍ତୀ ସ୍ଵରବର୍ଷ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ । ଯଥା
ପିତୃ + ଆଦେଶ = ପିତୃାଦେଶ
ମାତୃ + ଆଦେଶ =ମାତୃାଦେଶ
ମାତୃ + ଆଳୟ = ମାତୃାଳୟ
ପିତୃ + ଇଚ୍ଛା = ପିତ୍ରିଚ୍ଛା
(୧୨)‘ଏ’ ପରେ ସ୍ୱରବର୍ଷ ଥିଲେ ‘ଏ’ ସ୍ଥାନରେ ‘ଅୟ’ ଏବଂ ‘ଐ’ ପରେ ସ୍ଵରବର୍ଷ ଥିଲେ ‘ଐ’ ସ୍ଥାନରେ ‘ଆୟ’ ହୁଏ । ‘ଅୟ’ ଓ ‘ଆୟ’ରେ ଥିବା ‘ଅ’ ଓ ‘ଆ’ ପୂର୍ବ ବର୍ଷରେ ଯୁକ୍ତ ହୁଏ ଏବଂ ‘ୟ’ ସହିତ ପରବର୍ତ୍ତୀ ସ୍ଵରବର୍ଣ୍ଣ ଯୁକ୍ତ ହୁଏ । ଯଥା –
ନେ + ଅନ = ନୟନ
ଗୈ + ଅକ = ଗାୟକ
ବୈ + ଅକ = ବାୟକ
ଚେ + ଅନ = ଚୟନ
ନୈ + ଅକ = ନାୟକ
ଶେ + ଅନ = ଶୟନ
(୧୩)‘ଓ’ ପରେ ସ୍ୱରବର୍ଷ ଥିଲେ ‘ଓ’ ସ୍ଥାନରେ ‘ଅବ୍’ ହୁଏ ଏବଂ ‘ଔ’ ପରେ ସ୍ୱରବର୍ଷ ଥିଲେ ‘ଔ’ ସ୍ଥାନରେ ‘ଆବ୍’ – ହୁଏ। ‘ଅବ୍’ ଓ ‘ଆବ୍’ ରେ ଥିବା ‘ଅ’ ଓ ‘ଆ’ ପୂର୍ବ ବର୍ଷରେ ଯୁକ୍ତ ହୁଏ ଏବଂ ‘ବ୍’ ସହିତ ପରବର୍ତ୍ତୀ ସ୍ଵରବର୍ଣ୍ଣ ଯୁକ୍ତ ହୁଏ । ଯଥା –
ପୋ + ଇତ୍ର = ପବିତ୍ର
ଭୋ + ଅନ = ଭବନ
ପୋ + ଅନ = ପବନ
ବ୍ୟଞ୍ଜନ ସନ୍ଧି :
ପରସ୍ପର ସନ୍ନିହିତ ବ୍ୟଞ୍ଜନ ବର୍ଣ୍ଣ ସହିତ ସ୍ଵର କିମ୍ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ । ଯଥା –
ଦିକ୍ + ଅନ୍ତ = ଦିଗନ୍ତ
ଉତ୍ + ଛେଦ = ଉଚ୍ଛେଦ
ଦିକ୍ + ଅମ୍ବର = ଦିଗମ୍ବର
(୧) ‘ତ’ ବା ‘ଦ୍’ ପରେ ଯଦି ‘ଚ୍’ କିମ୍ବା ‘ଛ’ ଥାଏ ତେବେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଚ୍’ ହୁଏ । ପରବର୍ତ୍ତୀ ‘ଚ୍’ ବା ଛ୍” ଏହି ‘ବ୍’ ସହିତ ଯୁକ୍ତ ହୁଏ । ଯଥା –
ଉତ୍ + ଚାରଣ = ଉଚ୍ଚାରଣ
ଶରତ୍ + ଚନ୍ଦ୍ର = ଶରଚ୍ଚତ୍ର
ଚଳତ୍ + ଚିତ୍ର = ଚଳଚ୍ଚିତ୍ର
(୨) ‘ତ୍’ ବା ‘ଦ୍’ ପରେ ଯଦି ‘ଜ୍’ ବା ‘ଝୁ’ ଥାଏ ତେବେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଜ୍’ ହୁଏ । ପରବର୍ତୀ ‘ଜ୍’ ବା ‘ଟ୍’ ଏହି ‘ଜ୍’ ସହିତ ଯୁକ୍ତ ହୁଏ । ଯଥା –
ଉତ୍ + ଜ୍ବଳ = ଉଜ୍ଜ୍ଵଳ
ଯାବତ୍ + ଜୀବନ = ଯାବଜ୍ଜୀବନ
ତତ୍ + ଜନିତ = ତଜ୍ଜନିତ
(୩) ‘ତ୍’ ବା ‘ଦ୍’ ପରେ ଯଦି ‘ହ୍’ ଥାଏ, ତେବେ ଦୁହେଁ ମିଶି ‘ଦ୍ଧ’ ହୁଅନ୍ତି ଯଥା
ଉତ୍ + ହାର = ଉଦ୍ଧାର
ତଦ୍ + ହିତ = ତଦ୍ଧାର
ଉତ୍ + ହିତ = ଉଦ୍ଧତ
ଜଗଦ୍ + ହିତ = ଜଗଦ୍ଧତ
(୪) ‘ତ୍’ ବା ‘ଦ୍’ ପରେ ଯଦି ‘ଲ’ ଥାଏ, ତେବେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଚ୍’ ହୁଏ ଏବଂ ‘ଶ୍’ ସ୍ଥାନରେ ‘ଛ’ ହୁଏ । ଏହି ‘ଚ୍’ ଓ ‘ଛ’ ମିଶି ‘ଛ’ରେ ପରିଣତ ହୁଅନ୍ତି । ଯଥା –
ମୃତ୍ + ଶକଟିକ =ମୃଚ୍ଛକଟିକ
ଉତ୍ + ଶ୍ବାସ = ଉଚ୍ଛ
ଉତ୍ + ଶୃଙ୍ଖଳ = ଉଚ୍ଛୃଙ୍ଖଳ
(୫) ବର୍ଗର ପ୍ରଥମ ବର୍ଷ ପରେ ସ୍ୱରବର୍ଣ୍ଣ, ବର୍ଗର ତୃତୀୟ ବର୍ଷ, ଚତୁର୍ଥ ବର୍ଷ କିମ୍ବା ୟ, ର, ଳ୍, ହ ଥିଲେ ବର୍ଗର ପ୍ରଥମ ବର୍ଷ ସ୍ଥାନରେ ସେହି ବର୍ଗର ତୃତୀୟ ବର୍ଣ୍ଣ ହୁଏ । ପରେ ସ୍ଵରବର୍ଷ ଥିଲେ ତାହା ସେହି ତୃତୀୟ ବର୍ଣ୍ଣରେ ଯୁକ୍ତ ହୁଏ । ଯଥା –
ଦିକ୍ + ଅନ୍ତ = ଦିଗନ୍ତ
ସତ୍ + ଇଚ୍ଛା = ସଦିଚ୍ଛା
ଦିକ୍ + ଅମ୍ବର = ଦିଗମ୍ବର
ବାକ୍ + ଈଶ = ବାଗୀଶ
ଦିକ୍ + ଗଜ = ଦିଗ୍ଗଜ
(୬) ବର୍ଗର ପ୍ରଥମ ବର୍ଷ ପରେ ବର୍ଗର ପଞ୍ଚମ ବର୍ଷ ଥିଲେ ବର୍ଗର ପ୍ରଥମ ବର୍ଷ ସ୍ଥାନରେ ବର୍ଗର ପଞ୍ଚମ ବର୍ଣ୍ଣ ହୁଏ । ଯଥା –
ବାକ୍ + ମୟ = ବାଡ୍ମୟ
ଚିତ୍ର + ମୟ = ଚିନ୍ମୟ
ଦିକ୍ + ନାଗ = ଦିଡ୍ନାଗ
(୭) ‘ମ୍’ ପରେ କୌଣସି ବର୍ଗ୍ୟ ବ୍ୟଞ୍ଜନ ବର୍ଷ ଥିଲେ ‘ମ୍’ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ । ପଞ୍ଚମ ବର୍ଣ୍ଣ ଓ ପରବର୍ତ୍ତୀ ବ୍ୟଞ୍ଜନବର୍ଣ୍ଣ ମିଶି ଅନୁନାସିକ ଯୁକ୍ତବର୍ଣ୍ଣ ହୁଅନ୍ତି । ସମୟେ ସମୟେ ଅନୁନାସିକ ଯୁକ୍ତବର୍ଷକୁ ଅନୁସ୍ଵାର ଦେଇ ମଧ୍ଯ ଲେଖା ଯାଇପାରେ । ଯଥା –
ସମ୍ + କର = ସଙ୍କର
କିମ + ବଦନ୍ତି = କିମ୍ବଦନ୍ତୀ
କିମ୍ + କର = କିଙ୍କର
ସମ୍ + ଗ୍ରହ = ସଂଗ୍ରହ
(୮) ‘ମ୍’ ପରେ ଅବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣ ଥିଲେ ‘ମ୍’ ସ୍ଥାନରେ ଅନୁସ୍ଵାର ହୁଏ । ଯଥା –
ସମ୍ + ଯୋଗ = ସଂଯୋଗ
ସମ୍ + ଯୁକ୍ତ = ସଂଯୁକ୍ତ
ସମ୍ + ଲଗ୍ନ = ସଂଲଗ୍ନ
ସମ୍ + ସାର୍ = ସଂସାର
(୯) ‘ଦ୍’ ବା ‘ଧ୍’ ପରେ କ୍, ଖ୍, ପ୍, ଫ୍, କିମ୍ବା ‘ସ’ ଥିଲେ ‘ଦ୍’ ବା ‘ଧ’ ସ୍ଥାନରେ ‘ତ୍’ ହୁଏ । ଯଥା –
ତଦ୍ + ପରିମାଣ = ତତ୍ପରିମାଣ
ତଦ୍ + କାଳ = ତତ୍କାଳ
ତଦ୍ + ଫଳ = ତତ୍ଫଳ
(୧୦)‘ଷ୍’ ପରେ ‘ତ୍’ ଥିଲେ ‘ତ୍’ ସ୍ଥାନରେ ‘ଟ୍’ ଏବଂ ‘ଥ୍’ ଥିଲେ ‘ଥ୍’ ସ୍ଥାନରେ ‘Q’ ହୁଏ । ଯଥା –
ତୁଷ୍ + ତ = ତୁଷ୍ଟ
ରୁଷ୍ + ତ = ରୁଷ୍ଟ
ଶିଷ୍ + ତ = ଶିଷ୍ଟ
(୧୧)‘ସମ୍’ ଓ ‘ପରି’ ଦୁଇଟି ଉପସର୍ଗ ପରେ କାର, କୃତ, କୃତି, କରଣ ଆଦି ପଦ ଥିଲେ ତେବେ ସେ କ୍ଷେତ୍ରରେ ‘ସ’ ର ଆଗମ ହୁଏ ଏବଂ ଷତ୍ଵବିଧ୍ ଅନୁସାରେ ‘ସ’ ସ୍ଥଳ ବିଶେଷରେ ‘ଷ’କୁ ରୂପାନ୍ତର ଲାଭକରେ । ‘ସମ୍’ରେ ଥିବା ‘ମ’ ଅନୁସ୍ଵାର ହୁଏ ।
ସମ୍ + କୃତ = ସଂସ୍କୃାତ
ସମ୍ + କାର = ସଂସ୍କାର
ସମ୍ + କୃତି = ସଂସ୍କୃାତି
ବିସର୍ଗ ସନ୍ଧି :
ବିସର୍ଗର ସ୍ଵତନ୍ତ୍ର ବ୍ୟବହାର ନାହିଁ । ବିସର୍ଗଯୁକ୍ତ କେତେକ ପଦର ବ୍ୟବହାର କରିଥାଉ । ସାଧାରଣତଃ ପଦର ଅନ୍ତଃସ୍ଥିତ ‘ର୍’ ଓ ‘ସ୍’ ସ୍ଥାନରେ ବିସର୍ଗ (୫) ହୋଇଥାଏ । ତେଣୁ ବିସର୍ଗକୁ ‘ର’ ଜାତ ଓ ‘ସ’ ଜାତ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯେଉଁ ବିସର୍ଗ ‘ର’ ସ୍ଥାନରେ ହୋଇଥାଏ । ତାହା ‘ର’ ଜାତ ବିସର୍ଗ । ଯଥା – ଅନ୍ତର-ଅନ୍ତଃ, ପ୍ରାତର – ପ୍ରାନ୍ତଃ, ମୁହୁର୍ – ମୁନଃ ଇତ୍ୟାଦି । ଯେଉଁ ବିସର୍ଗ ‘ସ’ ସ୍ଥାନରେ ହୋଇଥାଏ, ତାହା ‘ସ’ ଜାତ ବିସର୍ଗ । ତମସ୍ – ତମଃ, ପୟସ୍ – ପୟଃ, ମନସ୍ – ମନଃ ଇତ୍ୟାଦି ।
ବିସର୍ଗଯୁକ୍ତ ଶବ୍ଦ ପରେ କୌଣସି ସ୍ଵରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତ ହେଲେ, ସେଠାରେ ବିସର୍ଗ ସନ୍ଧି ହୁଏ । ଯଥା –
ନିଃ + ଧନ = ନିର୍ଦ୍ଧନ
ନିଃ + ଚୟ = ନିଶ୍ଚୟ
ନିଃ + ଜନ = ନିର୍ଜନ
ଦୁଃ + ଚିନ୍ତା = ଦୁଶ୍ଚିନ୍ତା
(୧) ଅକାର ପରସ୍ଥିତ ‘ର’ ଜାତ ବିସର୍ଗ ପରେ ସ୍ୱରବର୍ଣ୍ଣ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଷ କିମ୍ବା ଯ, ର, ଲ, ବ, ହ, ଥିଲେ ବିସର୍ଗ ସ୍ଥାନରେ ‘ର୍’ ହୁଏ । ଯଥା –
ପୁନଃ + ଉତ୍ଥାନ = ପୁନରୁତ୍ଥାନ
ଅନ୍ତଃ + ଗତ = ଅନ୍ତର୍ଗତ
ଅନ୍ତଃ + ଧାନ = ଅନ୍ତର୍ଦ୍ଧାନ
ଅନ୍ତଃ + ଦାହ = ଅନ୍ତର୍ଦାହ
ପୁନଃ + ଜନ୍ମ = ପୁନର୍ଜନ୍ମ
ପୁନଃ + ବାର = ପୁନର୍ବାର
(୨) ଅ, ଆ, ଭିନ୍ନ ସ୍ଵରବର୍ଣ ପରିସ୍ଥିତି ବିସର୍ଗ ପରେ ସ୍ୱରବର୍ଣ୍ଣ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଷ କିମ୍ବା ଯ, ଯ, ଲ, ବ, ହ, ଥିଲେ ବିସର୍ଗ ସ୍ଥାନରେ ‘ର’ ହୁଏ । ପରେ ସ୍ୱରବର୍ଷ ଥିଲେ ତାହା ‘ର୍’ ରେ ମିଶିଯାଏ ଓ ପରେ ବ୍ୟଞ୍ଜନ ବର୍ଣ୍ଣ ଥିଲେ ‘ର୍’ ରେଫ୍ () ହୁଏ । ଯଥା –
ନିଃ + ଅଳସ = ନିରଳସ
ନିଃ + ଆହାର = ନିରାହାର
ନିଃ + ଈଶ୍ଵର = ନିରୀଶ୍ୱର
ନିଃ + ଆକାର = ନିରାକାର
ନିଃ + ଆଡ଼ମ୍ବର = ନିରାଡ଼ମ୍ବର
ଦୁଃ + ଆରୋଗ୍ୟ = ନିରାରୋଗ୍ୟ
(୩) ସଜାତ ବିସର୍ଗ ପୂର୍ବରୁ ‘ଅ’ ଥିଲେ ଏବଂ ପରେ ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଷ କିମ୍ବା ଯ, ର, ଲ, ହ, ଥିଲେ ବିସର୍ଗ ଏବଂ ତାହାର ପୂର୍ବବର୍ତୀ ‘ଅ’ ଉଭୟ ମିଶି ‘ଓ’ ହୋଇଥା’ନ୍ତି । ଏହି ‘ଓ’ ପୂର୍ବ ବର୍ଷରେ ଯୁକ୍ତ ହୁଏ । ଯଥା –
ଅଧଃ + ଗତି = ଅଧୋଗତି
ପୁରଃ + ଭାଗ = ପୁରୋଭାଗ
ନଭଃ + ଗତ = ନଭୋଗତ
ତେଜଃ + ମୟ = ତେଜୋମୟ
(୪) ସଜାତ ବିସର୍ଗର ପରେ ଯଦି ‘ଅ’ ଥାଏ । ଏହି ‘ଅ’ ଲୋପପାଏ ଏବଂ ବସର୍ଗ ‘ଓ’ ହୁଏ । ଯଥା –
ତତଃ + ଅଧ୍ଵ = ତତୋଧୀକ
ବୟଃ + ଅକ = ବୟୋ
(୫) ହ୍ରସ୍ଵସ୍ଵର ପରବର୍ତ୍ତୀ ବିସର୍ଗ ପରେ ‘ର’ ଥାଇ ସନ୍ଧି ହେଲେ ବିସର୍ଗର ଲୋପ ହୁଏ ଏବଂ ପୂର୍ବବର୍ତ୍ତୀ ସ୍ଵର ଦୀର୍ଘ ହୁଏ । ଯଥା –
ନିଃ + ରବ = ନୀରବ
ନିଃ + ରୋଗ = ନୀରୋଗ
ନିଃ + ରସ = ନୀରସ
ଚକ୍ଷୁଃ + ରୋଗ = ଚକ୍ଷୂରୋଗ
(୬) ପଦାନ୍ତ ବିସର୍ଗ ପରେ ‘ଚ’ ବା ‘ଛ’ ଥିଲେ ବିସର୍ଗ ସ୍ଥାନରେ ‘ଶ’ ହୁଏ । ଏହି ‘ଶ’ ସହିତ ପରବର୍ତ୍ତୀ ବର୍ଷ ଯୁକ୍ତ ହୋଇ ସନ୍ଧି ହୁଏ । ଯଥା –
ନିଃ + ଚୟ = ନିଶ୍ଚୟ
ଦୁଃ + ଚିନ୍ତା = ଦୁଶ୍ଚିନ୍ତା
(୭) ପଦାନ୍ତ ବିସର୍ଗ ପରେ ‘ଟ’ ବା ‘ଠ’ ଥିଲେ ବିସର୍ଗ ସ୍ଥାନରେ ‘ଷ’ ହୁଏ । ଏହି ‘ଷ’ ସହିତ ପରବର୍ତ୍ତୀ ବର୍ଷ ଯୁକ୍ତ ହୋଇ ସନ୍ଧି ହୁଏ । ଯଥା –
ଧନୁଃ + ଟଙ୍କାର = ଧନୁଷ୍ଟଙ୍କାର
ନିଃ + ଠୀବନ = ନିଷ୍ଠାବନ
(୮) ପଦାନ୍ତ ବିସର୍ଗ ପରେ ‘ତ’ ବା ‘ଥ’ ଥିଲେ ବିସର୍ଗ ସ୍ଥାନରେ ‘ସ’ ହୁଏ । ଏହି ‘ସ’ ସହିତ ପରବର୍ତ୍ତୀ ବର୍ଷ ଯୁକ୍ତ ହୋଇ ସନ୍ଧି ହୁଏ । ଯଥା –
ନଭଃ + ତଳ = ନଭସ୍ତଳ
ମନଃ + ତାପ = ମନସ୍ତାପ
ଅଧଃ + ତନ = ଅଧସ୍ତନ
ନିଃ + ତେଜ = ନିସ୍ତେଜ
(୯) ବିସର୍ଗ ପରେ ‘କ’, ‘ପ’ କିମ୍ବା ‘ଫ’ ଥିଲେ ବିସର୍ଗ ‘ସ’ ହୁଏ । କେତେକ ସ୍ଥଳରେ ଷତ୍ଵବିଧ୍ ଅନୁସାରେ ‘ଷ’ ହୁଏ । ଯଥା
ନମଃ + କାର = ନମସ୍କାର
ଶ୍ରେୟଃ + କର = ଶ୍ରେୟସ୍କର
ପୁରଃ + କାର = ପୁରସ୍କାର
ବାଚଃ + ପତି = ବାଚସ୍କାତି