+2 1st Year Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି Question Answer

Odisha State Board Plus Two First Year Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି Textbook Exercise Questions and Answers.

Plus Two First Year Sanskrit Optional Chapter 3 ମୁଦ୍ରିକା ପ୍ରାପ୍ତି Question Answer

अतिसंक्षेपेण उत्तरं लिखत-

(क) बन्धनीमध्यात् शुद्धम् उत्तरं चित्वा लिखत-

Question 1.
‘अभिज्ञानशाकुन्तलम्’ नाटकस्य रचयिता ___________________। (व्यास:, कालिदासः, मुरारि)
Answer:
कालिदासः

Question 2.
‘मुद्रिकाप्राप्ति:’ नाटकस्य ___________________ अङ्कात् आनीतः। (पञ्चम, षष्ठ, सप्तम)
Answer:
षष्ठ

Question 3.
प्रसीदन्तु प्रसीदन्तु मे ___________________। (महोदयाः, महाशयाः, भावमिश्रा:)
Answer:
भावमिश्रा:

Question 4.
राज्ञा ते ___________________ दत्तः। (दण्डः, परिग्रहः, मुद्रिका)
Answer:
परिग्रहः

Question 5.
अहं खलु ___________________ निवासी धीवरः। (शक्रावतार, गङ्गा, हिमालय)
Answer:
शक्रावतार

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

Question 6.
धीवरः ___________________ कुटुम्वभरणम् अकरोत्। (कृषिकार्यै:, मत्स्यवन्धनोपायैः, पशुपालनैः)
Answer:
मत्स्यवन्धनोपायैः

Question 7.
एकस्मिन् दिवसे मया ___________________ प्राप्तः। (रोहितमत्स्यकः, झषः, कर्कट:)
Answer:
रोहितमत्स्यकः

Question 8.
मत्स्यस्य उदराभ्यन्तरे ___________________ प्रेक्षितम्। (हारं, अङ्गुलीयकं, नूपुरं)
Answer:
अङ्गुलीयकं

Question 9.
प्रविशतु ___________________ स्वामिप्रसादार्थम्। (भावमिश्र, महोदय, आवुत्त:)
Answer:
आवुत्त:

Question 10.
राजा धीवरं ___________________ प्रदत्तम्। (अङ्गुलीयकं, पारितोषिकं, हारं)
Answer:
पारितोषिकं

Question 11.
धीवरः शूलादवतीर्य्य ___________________ स्कन्धे समारोपितः। (हस्ति, अश्व, मनुष्य)
Answer:
हस्ति

Question 12.
तस्य दर्शनेन भक्त कोऽपि ___________________ जनः स्मृतः। (वन्धु, अभिमत:, अन्ध)
Answer:
अभिमत:

Question 13.
राजा मुहूर्तं प्रकृति गम्भीरोऽपि ___________________ आसीत्। (पर्युत्सुकमना, दुःखमना, आनन्दमना)
Answer:
पर्युत्सुकमना

Question 14.
इतः अर्द्ध युष्माकमपि ___________________ मूल्यं भवतु। (रत्नः, सुमन:, हारं)
Answer:
सुमन:

Question 15.
___________________ कर्म न विवर्जनीयम्। (चौर:, क्षौर:, कौलिकं)
Answer:
कौलिकं

(ख) अतिसंक्षेपेण उत्तरं लिखत-

Question 1.
कं ताड़यित्वा रक्षिणौ प्रविशतः?
Answer:
ପୁରୁଷକୁ

Question 2.
दृश ब्राह्मण इति राज्ञा ते परिग्रहो दत्त?
Answer:
ସୁନ୍ଦର ବ୍ରାହ୍ମଣ

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

Question 3.
धीवरः कुत्र अवसत्?
Answer:
ଶକ୍ରାବତାରତୀର୍ଥରେ

Question 4.
धीवर: जालवड़िशमत्स्यबन्धनोपायैः किं करोति?
Answer:
ପରିବାର ପ୍ରତିପୋଷଣ

Question 5.
कीदृशः कर्म न विवर्जनीयम्?
Answer:
କୌଳିକକର୍ମ

Question 6.
श्रोत्रियः कुत्र दारुणः भवति?
Answer:
ପଶୁବଧ କାର୍ଯ୍ୟରେ

Question 7.
एकस्मिन्दिवसे धीवरः किं प्राप्तः?
Answer:
ରୋହିମାଛଟିଏ

Question 8.
यदा रोहित: खण्डशः कृतः तस्य उदराभ्यन्तरे किं प्रेक्षितम्?
Answer:
ଅଙ୍ଗୁଳୀୟକ ବା ମୁଦି

Question 9.
सूचक ! इह कुत्र अप्रमत्तौ मां प्रतिपालयतम्?
Answer:
ଗୋପୁରଦ୍ବାରରେ

Question 10.
अग्रहस्तौ मे इमं कं व्यापादयितुं स्फुरत:?
Answer:
ଗ୍ରନ୍ଥିଛେଦକକୁ

Question 11.
अस्माकमीश्वरः किं धृत्वा आगच्छति?
Answer:
ରାଜାଙ୍କ ଆଦେଶପତ୍ର

Question 12.
अधुना धीवरः केषां वलिर्भवतु?
Answer:
ଶାଗୁଣା ଓ ବିଲୁଆଙ୍କର

Question 13.
जालोपजीविकः कुत्र गत्वा प्रतिनिवृत्तः?
Answer:
ଯମାଳୟକୁ

Question 14.
एतद् भक्ती अङ्गुलीयकमूल्यसस्मितं किं ते दत्तम्?
Answer:
ପୁରସ୍କାର

Question 15.
धीवरः राज्ञा तथा अनुगृहीतः यथा कस्मात् अवतार्य हस्तिस्कन्धे समारोपितः?
Answer:
ଶୂଳିରୁ

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

Question 16.
कस्य दर्शनेन भर्ती को ऽप्यभिमतो जनः स्मृतः?
Answer:
ମୁଦ୍ରିକାର

Question 17.
भट्टारक ! इतः अर्धं युष्माकमपि किं भवतु?
Answer:
ଫୁଲକିଣାର ମୂଲ୍ୟ

Question 18.
धीवरः रक्षिणां महत्तरः कः संवृत्तः?
Answer:
ପ୍ରିୟମିତ୍ର

(ग) उत्कलभाषया अनुवादं कुरुत-

Question 1.
नामीदृशस्य अकार्यस्य कारकः।
Answer:
ମୁଁ ଏପରି ଅକର୍ମ କରେ ନାହିଁ ।

Question 2.
अहं खलु शक्रावतारवासी धीवरः।
Answer:
ମୁଁ ଶକ୍ରବତାରତୀର୍ଥରେ ବାସ କରୁଥିବା ଧୀବର ଅଟେ |

Question 3.
विशुद्ध इदानीमस्य आजीवः।
Answer:
ବଡ଼ ପବିତ୍ର ଜୀବିକାଟିଏ ।

Question 4.
एकस्मिन् दिवसे मया रोहितमत्स्यकः प्राप्तः।
Answer:
ଏକଦିନେ ମୁଁ ରୋହିମାଛଟିଏ ପାଇଲି ।

Question 5.
पश्चादहं विक्रयार्थं दर्शयन्नेव गृहीतो भावमिश्रः ।
Answer:
ପରେ ଏହାକୁ ବିକ୍ରୟ ପାଇଁ ଦେଖାଉଥ‌ିବାବେଳେ ଆପଣମାନେ ମୋତେ ଧରିନେଲେ ।

Question 6.
तदित: राजकुलमेव गच्छामः।
Answer:
ତେଣୁ ଏଠୁ ଚାଲ ରାଜଭବନକୁ ଯିବା ।

Question 7.
सूचक ! इह गोपुरद्वारे अप्रमत्तौ प्रतिपालयतं माम्, यावत् राजकुलं प्रविश्य निष्क्रमामि।
Answer:
ସୂଚକ ! ଏହି ଗୋପୁରଦ୍ଵାରରେ ସାବଧାନ ହୋଇ ମୋତେ ରାଜଭବନକୁ ଯାଇ ବାହାରି ଆସିବାଯାଏ ପ୍ରତୀକ୍ଷା କଉ।

Question 8.
ननु अवसरोपसर्पणीया राजानो भवन्ति।
Answer:
ଅବସର ଦେଖୁ ରାଜାଙ୍କ ପାଖକୁ ଯିବାକୁ ହୋଇଥାଏ ।

Question 9.
स्फुरतो मे अग्रहस्तौ इमं ग्रन्थिच्छेदकं व्यापादयितुम्।
Answer:
ଏହି ଗଣ୍ଠିକଟାକୁ ମାରିଦେବାକୁ ମୋ ହାତର ଅଗ୍ରଭାଗଦ୍ଵୟ ସ୍ଫୁରଣ ହେଉଛି ।

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

Question 10.
मुञ्च तं जालोपजीविकम्।
Answer:
ସେ ଧୀବରକୁ ଛାଡ଼ିଦିଅ।

Question 11.
यमवसतिं गत्वा प्रतिनिवृत्तः खल्वेषः।
Answer:
ଇଏ ଯମାଳୟକୁ ଯାଇ ଫେରିଆସିଲା ।

Question 12.
एष खलु राज्ञा तथा अनुगृहीतः यथा शूलादवतार्य हस्तिस्कन्धे समारोपितः।
Answer:
ରାଜା ଏହାକୁ ଏପରି ଅନୁଗୃହୀତ କଲେ ଯେପରି ଶୂଳିରୁ ଓହ୍ଲାଇ ଆଣି ହାତୀ କାନ୍ଧରେ ବସାଇଦେଲେ ।

Question 13.
तस्य दर्शनेन भत्री कोऽप्यभिमतो जनः स्मृतः।
Answer:
ତା’ର ଦର୍ଶନ ମାତ୍ରକେ ରାଜା କୌଣସି ଜଣେ ପ୍ରିୟ ବ୍ୟକ୍ତିକୁ ସ୍ମରଣ କଲେ ।

Question 14.
ननु भणामि अस्य मत्स्यशत्रोः कृते।
Answer:
ବରଂ କହିବି ଏହି ଧୀବର ନିମିତ୍ତ ।

Question 15.
इतः अर्द्ध युष्माकमपि सुमनोमूल्यं भवतु।
Answer:
ଏଥରୁ ଅଧେ ଆପଣମାନଙ୍କର ଫୁଲକିଣାର ମୂଲ୍ୟ ହେଉ ।

Question 16.
साम्प्रतमस्माकं महत्तर प्रियवयस्यः संवृत्तोऽसि।
Answer:
ବର୍ତ୍ତମାନ ତୁମେ ଆମର ବଡ଼ ପ୍ରିୟମିତ୍ର ହୋଇଗଲା।

संक्षेपेण उत्तरं लिखत-

Question 1.
कथं राजपुरुषाः धीवरं राजानं निकषा आनीतवन्त:?
Answer:
ଧୀବର ଏକ ରୋହିମାଛର ପେଟରୁ ପାଇଥିବା ସୁବର୍ଣ୍ଣ ମୁଦ୍ରିକାକୁ ବିକିବାପାଇଁ ଯେତେବେଳେ ବଜାରରେ ଦେଖାଉଥିଲା ସେତେବେଳେ ତାହା ରାଜା ଦୁଷ୍ୟନ୍ତଙ୍କର ନାମାଙ୍କିତ ମୁଦ୍ରିକା ହୋଇଥିବାରୁ ତାକୁ ଦେଖୁ ରାଜପୁରୁଷମାନେ ଧୀବରକୁ ଚୋର ବୋଲି ଭାବି ଧରିଥିଲେ । ରାଜରକ୍ଷୀ ଧୀବରକୁ ବାନ୍ଧିନେଇ ରାଜଶ୍ୟାଳକଙ୍କ ମାଧ୍ୟମରେ ରାଜା ଦୁଷ୍ୟନ୍ତଙ୍କ ନିକଟକୁ ନେଇ ଆସିଥିଲେ ।

Question 2.
कथं धीवरः राजपुरुषैः धृत:?
Answer:
ଗଙ୍ଗାନଦୀ ତୀରରେ ମାଛମାରି କୁଟୁମ୍ବ ଭରଣପୋଷଣ କରୁଥିବା ଏକ ଧୀବର ଥରେ ରୋହିମାଛଟିଏ ଧରି ତାକୁ ଖଣ୍ଡ ଖଣ୍ଡ କରି କାଟିବାବେଳେ ସେଥୁରୁ ଏକ ଉଜ୍ଜ୍ଵଳ ରନୁମୁଦ୍ରିକାଟିଏ ପାଇଲା । ଏହାପରେ ଏହାକୁ ବିକ୍ରି କରିବାପାଇଁ ନେଇ ବଜାରରେ ଦେବା ସମୟରେ ରାଜରକ୍ଷୀମାନେ ତାକୁ ଧରିଥିଲେ । କାରଣ ସେହି ମୁଦ୍ରିକାଟିରେ ରାଜାଙ୍କର ନାମ ଉଲ୍ଲେଖ ଥିଲା । ଏଣୁ ଚୋର ବୋଲି ଭାବି ରାଜକର୍ମଚାରୀମାନେ ଧୀବରକୁ ବାନ୍ଧି ନେଇଗଲେ । ଏହିପରିଭାବେ ସେ ଧୀବରଟି ରାଜପୁରୁଷଙ୍କଦ୍ୱାରା ଧରାହେଲା ।

Question 3.
कथं धीवर: दोषमुक्तः?
Answer:
ମତ୍ସ୍ୟ ଉଦରରୁ ପାଇଥ‌ିବା ମୁଦ୍ରିକାଟିକୁ ଯେତେବେଳେ ଧୀବର ବିକ୍ରି କରିବାପାଇଁ ବଜାରକୁ ଗଲା ସେତେବେଳେ ସେ ରାଜକର୍ମଚାରୀମାନଙ୍କଦ୍ୱାରା ଧରାଗଲା । ସେମାନେ ତାକୁ ବାନ୍ଧିନେଇ ରାଜା ଦୁଷ୍ୟନ୍ତଙ୍କ ନିକଟକୁ ନେଇଗଲେ । ମୁଦ୍ରିକାଟିରେ ରାଜା ଦୁଷ୍ୟନ୍ତଙ୍କର ନାମୋଲ୍ଲେଖ ଥିବାରୁ ତାକୁ ନେଇ ରାଜଶ୍ୟାଳକ ଯେତେବେଳେ ରାଜାଙ୍କୁ ଦେଲେ, ସେତେବେଳେ ରାଜା ତାହା ଦେଖୁ ତାଙ୍କର ପୂର୍ବସ୍ମୃତି ଫେରିପାଇଲେ । ଶକୁନ୍ତଳାଙ୍କ କଥା ମନେପକାଇ ସ୍ତମ୍ଭୀଭୂତ ହୋଇଯାଇ ଉତ୍କଣ୍ଠିତ ହେଲେ । ଏହାକୁ ଦେଇଥ‌ିବା ଧୀବରକୁ ପାରିତୋଷିକ ଓ ଉପହାର ଦେଇ ଦୋଷମୁକ୍ତ କରିବାକୁ ଆଦେଶ ଦେଲେ । ରାଜାଜ୍ଞା ପାଇ ରାଜଶ୍ୟାଳକ ଧୀବରକୁ ବନ୍ଧନମୁକ୍ତ କଲେ ଓ ଧୀବରଟି ଦୋଷମୁକ୍ତ ହେଲା ।

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

Question 4.
कथं राजा दुष्यन्तः पर्युत्सुकमना आसीत्?
Answer:
ଯେତେବେଳେ ରାଜାଶ୍ୟାଳକ ଧୀବରଠାରୁ ରାଜାଙ୍କର ନାମାଙ୍କିତ ମୁଦ୍ରିକା ନେଇ ଦୁଷ୍ୟନ୍ତଙ୍କୁ ପ୍ରଦାନ କଲେ ସେତେବେଳେ ଏହା ଦେଖିବାମାତ୍ରକେ ସେ ସ୍ତମ୍ଭୀଭୂତ ହୋଇଯାଇଥିଲେ । କିଛି ସମୟ ଚିନ୍ତାକରି ସେ ଉତ୍କଣ୍ଠିତ ହୋଇଥିଲେ । କାରଣ ଏହା ତାଙ୍କୁ ତାଙ୍କର ପ୍ରିୟତମା ପତ୍ନୀ ଶକୁନ୍ତଳାଙ୍କୁ ସ୍ମରଣ କରାଇଥିଲା । ଏଣୁ ସେ ଉତ୍କଣ୍ଠମନା ହୋଇଥିଲେ ।

Question 5.
धीवरराजंपुरुषयोः मध्ये कथं मित्रता संजात?
Answer:
ରାଜରକ୍ଷୀ ରାଜଦ୍ଵାରରେ ଧୀବରକୁ ଧରି ତାକୁ ମାରିବାକୁ ସଜବାଜ ହେଉଥ‌ିବାବେଳେ ରାଜଶ୍ୟାଳକ ହାତରେ ଆଜ୍ଞାପତ୍ର ସହ ଉପହାର ଓ ପାରିତୋଷିକ ଆଣି ଧୀବର ଦୋଷମୁକ୍ତ ବୋଲି କହି ତାହା ତାଙ୍କୁ ପ୍ରଦାନ କରିଥିଲେ । ଧୀବରର ରାଜାଙ୍କର ଏତାଦୃଶ ଉପକାର ସାଧନ ଓ ପୁରସ୍କାର ପ୍ରାପ୍ତିଯୋଗୁ ତା’ ସହ ମିତ୍ରତା କରିବାପାଇଁ ରାଜପୁରୁଷ ଇଚ୍ଛାକଲେ । ଏହାପରେ ମିତ୍ରତାର ସାକ୍ଷୀ ସ୍ଵରୂପ ଶୁଣ୍ଢିଶାଳାରେ ଯାଇ ପ୍ରବେଶ କରିଥିଲେ । ଏହିପରି ଭାବେ ସେମାନଙ୍କ ମଧ୍ୟରେ ମିତ୍ରତା ହୋଇଥିଲା ।

Question 6.
कीदृशं कर्म न विवर्जनीयम्?
Answer:
ଯେଉଁ ବ୍ୟକ୍ତିର ଯାହା କୌଳିକ କର୍ମ ତାହା ସେ କେବେ ବର୍ଜନ କରିବା ଉଚିତ ନୁହେଁ । ସେ କର୍ମ ଯେତେ ନିନ୍ଦନୀୟ ହେଉ ପଛେ । ଯେପରି ପଶୁମାରଣ ଅତୀବ ଦାରୁଣ ବା କଷ୍ଟଦାୟକ ହେଲେ ମଧ୍ୟ ଯଜ୍ଞକାଳରେ ଶ୍ରୋତ୍ରିୟବେଦଜ୍ଞ ବ୍ରାହ୍ମଣଦ୍ୱାରା ଏହା କରାଯାଇଥାଏ ।

दीर्घप्रश्नोत्तराणि

Question 1.
‘अभिज्ञानशाकुन्तलम्’ नाटके मुद्रिकाप्राप्तिः प्रसङ्गम् आलोचयत ।
ଊ – ସଂସ୍କୃତ ସାହିତ୍ୟରେ ମହାକବି କାଳିଦାସଙ୍କ ବିରଚିତ ‘ଅଭିଜ୍ଞାନଶାକୁନ୍ତଳମ୍’ ନାଟକର ଷଷ୍ଠ ଅଙ୍କରେ ମୁଦ୍ରିକାପ୍ରାପ୍ତି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । ପୁରୁବଂଶର ମହାପ୍ରଦୀପ ରାଜା ଦୁଷ୍ୟନ୍ତ ମୃଗୟାବସରରେ କଣ୍ଢାଶ୍ରମରେ ଅପ୍‌ସରାସମ୍ଭୁତା ମେନକାକନ୍ୟା ଶକୁନ୍ତଳାକୁ ଦେଖୁ ତାଙ୍କର ରୂପରେ ବିମୋହିତ ହୋଇ ତାଙ୍କୁ ଗାନ୍ଧର୍ବ ବିବାହ କରିଥିଲେ। ପୁନଶ୍ଚ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲାବେଳେ ସେ ସ୍ୱନାମାଙ୍କିତ ମୁଦ୍ରିକାକୁ ଶକୁନ୍ତଳାଙ୍କୁ ପ୍ରଦାନ କରିଥିଲେ। ଶକୁନ୍ତଳା ଦୁଷ୍ୟନ୍ତଙ୍କ କଥା ଚିନ୍ତାକରୁଥିବାବେଳେ ମହାକୋପି ଦୁର୍ବାସାଙ୍କର ଅଭିଶାପରେ ସେ ବିସ୍ମୃତ ହୋଇଗଲେ । ଅଭିଜ୍ଞାନ ଦର୍ଶନରେ ପୁନଃ ସ୍ମରଣ ହେବାକଥା କହି ଦୁର୍ବାସା ଚାଲିଯାନ୍ତେ ଏକଥାକୁ ସଖୀମାନେ ଜାଣିଥିଲେ।

ମହର୍ଷି କଣ୍ଠଙ୍କଦ୍ୱାରା ଶକୁନ୍ତଳା ରାଜା ଦୁଷ୍ୟନ୍ତଙ୍କ ନିକଟକୁ ପ୍ରେଷିତା ହେବାବେଳେ ମାର୍ଗରେ ଦୁର୍ଭାଗ୍ୟବଶତଃ ଶକ୍ରାବତାର ତୀର୍ଥରେ ସ୍ନାନ କଲାବେଳେ ଶକୁନ୍ତଳାଙ୍କ ହସ୍ତରୁ ମୁଦ୍ରିକାଟି ଚ୍ୟୁତ ହୋଇ ଜଳମଧ୍ଯରେ ପଡ଼ିଗଲା । ଏହାପରେ ସେହି ମୁଦ୍ରିକାଟିକୁ ଏକ ରୋହୀମାଛ ଗିଳିଦେଲା । ସେହି ନଦୀତଟରେ ଏକ ଧୀବର ମାଛମାରି ନିଜର ଜୀବିକା ନିର୍ବାହ କରୁଥିଲା । ଥରେ ତା’ର ଜାଲରେ ସେହି ମାଛଟି ପଡ଼ିଲା । ତାକୁ କାଟିବାରୁ ତା’ ପେଟଭିତରୁ ଉଜ୍ଜ୍ବଳ ମୁଦ୍ରିକାଟି ମିଳିଲା । ଧୀବର ଏହାକୁ ନେଇ ବଜାରରେ ବିକ୍ରି କରୁଥ‌ିବାବେଳେ ରାଜକର୍ମଚାରୀଙ୍କଦ୍ଵାରା ଧରାପଡ଼ିଥିଲା । ରାଜଶ୍ୟାଳକ ରକ୍ଷୀଙ୍କ ଦ୍ବାରା ଧୀବରକୁ ବାନ୍ଧିନେଇ ତାଠାରୁ ସେ ମୁଦ୍ରିକାଟି ନେଇ ରାଜା ଦୁଷ୍ୟନ୍ତଙ୍କ ନିକଟକୁ ଗଲେ । ରାଜଦ୍ୱାରରେ ରାଜଶ୍ୟାଳକ ରକ୍ଷୀଙ୍କ ହସ୍ତରେ ଧୀବରକୁ ରଖୁ ରାଜନିର୍ଦ୍ଦେଶ ପାଇଁ ଦୁଷ୍ୟନ୍ତଙ୍କ ନିକଟକୁ ଗଲେ ।

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

ଏହାପରେ ରାଜା ଦୁଷ୍ୟନ୍ତ ରାଜଶ୍ୟାଳକଙ୍କଠାରୁ ସେ ମୁଦ୍ରିକା ବିଷୟ ଶୁଣି ତାକୁ ଦେଖିବା ମାତ୍ରକେ ତାଙ୍କର ସବୁକଥା ଅର୍ଥାତ୍ ଶକୁନ୍ତଳାଙ୍କ ସହ ବିବାହ ବିଷୟ ମନେପଡ଼ିଗଲା । ଚକ୍ଷୁ ତାଙ୍କର ଲୋତକାପ୍ଲତ ହୋଇଗଲା । କିଛି ସମୟ ସ୍ଥିର ଓ ନିଶ୍ଚୟ ରହି ଗମ୍ଭୀର ହୋଇଗଲେ ଓ ଉତ୍କଣ୍ଠିତ ମଧ୍ଯ ହେଲେ । ଏହାପରେ ଖୁସିରେ ଏହାକୁ ପାଇଥିବା ଧୀବର ଉଦ୍ଦେଶ୍ୟରେ, ତା’ର ପାରିତୋଷିକ ଓ ଉପହାର ପ୍ରଦାନ କଲେ । ରାଜଶ୍ୟାଳକ ମଧ ସେସବୁ ଆଣି ଧୀବରକୁ ପ୍ରଦାନ କରିଥିଲେ ଏବଂ ଧୀବର ରାଜାଙ୍କର ଉପକାର କରିଥିବାରୁ ତା’ସହିତ ମିତ୍ରତା କରିବାପାଇଁ ଇଚ୍ଛା କଲେ । ସେ ଧୀବର ମଧ୍ୟ ନିଜର ଅର୍ଥରୁ ପୂଜାପାଇଁ କିଛି ଦେବାକୁ ଇଚ୍ଛା କଲା । ଏହାପରେ ସମସ୍ତେ ବନ୍ଧୁତାର ସାକ୍ଷୀସ୍ଵରୂପ ମଦ୍ୟପାନ ନିମନ୍ତେ ଶୁଣ୍ଢିଶାଳାରେ ପ୍ରବେଶ କଲେ ।

ଏଣୁ ମହାକବି କାଳିଦାସ ଯେପରି ଭାବେ ନାଟକରେ ଏ ବିଷୟକୁ ଉପସ୍ଥାପନ କରିଛନ୍ତି ତାହା ସମସ୍ତଙ୍କର ବେଶ୍ ହୃଦୟଗ୍ରାହୀ ହୋଇପାରିଛି । ଏହି ମୁଦ୍ରିକାହିଁ ରାଜା ଦୁଷ୍ୟନ୍ତଙ୍କର ଶକୁନ୍ତଳା ଓ ପୁତ୍ର ସର୍ବଦମନର ପ୍ରାପ୍ତିର ମାଧ୍ୟମ ତଥା ଅଭିଜ୍ଞାନ ହୋଇଛି । ଏହାକୁ ଆଧାରକରି ନାଟକର ନାମକରଣ ମଧ୍ଯ ‘ଅଭିଜ୍ଞାନଶାକୁନ୍ତଳମ୍’ ରଖାଯାଇଛି ।

+2 1st Year Sanskrit Optional Chapter 3 ମୁଦ୍ରିକାପ୍ରାପ୍ତି Summary

ଲେଖକ ପରିଚୟ – ଏହା ମହାକବି କାଳିଦାସଙ୍କ ବିରଚିତ ‘ଅଭିଜ୍ଞାନଶାକୁନ୍ତଳମ୍’ ନାଟକର ଷଷ୍ଠ ଅଙ୍କରୁ ଆନୀତ । ସଂସ୍କୃତ ସାହିତ୍ୟରେ କାଳିଦାସ ମହାକବିଭାବେ ପରିଚିତ । ବିକ୍ରମାଦିତ୍ୟଙ୍କର ରାଜସଭାର କବି ଭାବେ ସେ ପ୍ରତିଷ୍ଠିତ ହୋଇଥିଲେ । ଭାରତର ଉଜ୍ଜୟିନୀ ନିବାସୀରୂପେ ସେ ପରିଚିତ । ତାଙ୍କର ସମୟ ପ୍ରଥମ ଶତକ ବୋଲି ଉଲ୍ଲେଖ ମିଳେ । ତାଙ୍କର ପ୍ରମୁଖ କାବ୍ୟକୃତିଗୁଡ଼ିକ ହେଲା – ‘ରଘୁବଂଶମ୍’ ଓ ‘କୁମାରସମ୍ଭବମ୍’ ମହାକାବ୍ୟ, ‘ମେଘଦୂତମ୍’ ଓ ‘ଋତୁସଂହାରମ୍’ ଗୀତିକାବ୍ୟ ବା ଖଣ୍ଡକାବ୍ୟ ଏବଂ ‘ଅଭିଜ୍ଞାନଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଓ ‘ବିକ୍ରମୋର୍ବଶୀୟମ୍’ ଆଦି ନାଟକ ।

ବିଷୟ ପ୍ରବେଶ – କାଳିଦାସ ବିରଚିତ ‘ଅଭିଜ୍ଞାନଶାକୁନ୍ତଳମ୍’ ନାଟକରେ ସାତଟି ଅଙ୍କ ରହିଛି । ଏହାର ଷଷ୍ଠ ଅଙ୍କରେ ‘ମୂଦ୍ରିକାପ୍ରାପ୍ତି’ ବିଷୟ ବର୍ଣ୍ଣିତ ହୋଇଛି । ଶକ୍ରାବତାର ତୀର୍ଥରେ ସ୍ନାନକାଳରେ କଣ୍ଠସୁତା ଶକୁନ୍ତଳାଙ୍କ ହସ୍ତରୁ ବ୍ୟତା ଅଙ୍ଗୁଳୀୟକ ଧୀବରଦ୍ଵାରା ମତ୍ସ୍ୟଉଦରରୁ ପ୍ରାପ୍ତ ହୋଇଛି । ବିକ୍ରୟ ସମୟରେ ରକ୍ଷୀମାନଙ୍କଦ୍ୱାରା ଦେଖାଯାଇ ରାଜା ଦୁଷ୍ୟନ୍ତଙ୍କ ସମ୍ମୁଖକୁ ନିଆଯାଇଛି । ରାଜା ଦୁଷ୍ୟନ୍ତ ମୁଦ୍ରିକା ଦର୍ଶନ କରି ଅଭିପ୍ରେତ ଶକୁନ୍ତଳାଙ୍କୁ ସ୍ମରଣ କରିପାରିଛନ୍ତି ଏବଂ ଉପଯୁକ୍ତ ପାରିତୋଷିକ ଓ ପୁରସ୍କାରଦ୍ୱାରା ଧୀବରକୁ ସମ୍ମାନିତ କରିଛନ୍ତି । ଏହି କଥା ଅତିସୁନ୍ଦରଭାବେ ‘ମୁଦ୍ରିକାପ୍ରାପ୍ତି’ ବିଷୟରେ ବର୍ଣ୍ଣିତ ହୋଇଛି ।

୧। ତତଃ ପ୍ରବିଶତି ନାଗରିକ …………………. ବିଶୁଦ୍ଧ ଇଦାନୀମାଜୀବ ।

ଶବ୍ଦାର୍ଥ – ତାଡ଼ୟିତ୍ୱ = ମାଡ଼ଦେଇ । କୁମ୍ଭୀରକ = ଚୋର । ଅଙ୍ଗୁଳୀୟକମ୍ = ମୁଦ୍ରିକା । ସମାସାଦିତମ୍ = ପ୍ରାପ୍ତହେଲା । ପ୍ରତିଗ୍ରହଃ = ପୁରସ୍କାର । ଆବୃତ୍ତ = ଭିଣୋଇ । କୁଟୁମ୍ବ = ପରିବାର ।

ଅନୁବାଦ – (ତାହାପରେ ନଗରରକ୍ଷକ, ରାଜଶ୍ୟାଳ ଓ ପଛରେ ବନ୍ଧାହୋଇଥିବା ଜଣେ ପୁରୁଷଙ୍କୁ ଧରି ଦୁଇଜଣ ରକ୍ଷୀଙ୍କ ପ୍ରବେଶ)

ଦୁଇ ରକ୍ଷୀ – (ପୁରୁଷଟିକୁ ମାଡ଼ଦେଇ) ଆରେ ଚୋର, କହ କେଉଁଠାରୁ ଏହି ରାଜକୀୟ ମୁଦ୍ରିକା ଯହିଁରେ ମଣିସଂଯୋଜନପୂର୍ବକ (ରାଜାଙ୍କ) ନାମ ମୁଦ୍ରିତ ହୋଇଛି, ତୋଦ୍ୱାରା ପ୍ରାପ୍ତ ହେଲା ।

ଧୀବର – (ଉଭୟ ନାଟକସହ) ମହାଶୟମାନେ ପ୍ରସନ୍ନ ହୁଅନ୍ତୁ । ମୁଁ ଏପରି କର୍ମ କରେ ନାହିଁ ।

ପ୍ରଥମ – ତେବେ କ’ଣ ଉପଯୁକ୍ତ ବ୍ରାହ୍ମଣ ବୋଲି (ଭାବି) ରାଜାଙ୍କଦ୍ୱାରା ଉପହାର ଦତ୍ତ ହୋଇଛି ।

ପୁରୁଷ – ଶୁଣନ୍ତୁ ବର୍ତ୍ତମାନ । ମୁଁ ଶକ୍ରାବତାର ମଧ୍ଯରେ ବାସ କରୁଥିବା ଜଣେ ଧୀବର ।

ଦ୍ଵିତୀୟ – ଆରେ ଚୋର ! କ’ଣ ଆମଦ୍ୱାରା ଜାତିକଥା ପଚରାଯାଇଛି?

ଶ୍ୟାଳ – ସୂଚକ, କହୁ କହୁ, ସବୁକଥା କ୍ରମ ଅନୁସାରେ, ଏହାକୁ ମଝିରେ ବାଧା ଦିଅନାହିଁ ।

ଉଭୟେ – ଆବୁର ( ଭିଣୋଇ) ଙ୍କର ଯାହା ଆଜ୍ଞା । (ଧୀବରକୁ) କୁହ ।

ଧୀବର – ମୁଁ ଜାଲ ଏବଂ ବନଶୀ ଆଦି ସାହାଯ୍ୟରେ ମାଛଧରି କୁଟୁମ୍ବ ଭରଣ କରେ ।

ଶ୍ୟାଳ – (ହସି) ବଡ଼ ବିଶୁଦ୍ଧ ବୃତ୍ତି ତ !

ବ୍ୟାକରଣ
ସନ୍ଧିବିଚ୍ଛେଦ – ପୁରୁଷମାଦାୟ = ପୁରୁଷମ୍ + ଆଦାୟ । ନାହମୀଦୃଶସ୍ୟ = ନ + ଅହମ୍ + ଇଦୃଶସ୍ୟ । ଅସ୍ମାଭିର୍ବସତଃ = ଅସ୍ଵାଭଃ + ବସତଃ । ଜାତିଶ୍ଚ = ଜାତିଃ + ଚ । ସର୍ବମନୁକ୍ରମେଣ = ସର୍ବମ୍ + ଅନୁକ୍ରମେଣ । ଯଦାବୁତ୍ତ = ଯତ୍ + ଆବୁତ୍ତ ।

ସମାସ – ନାଗରିକଃ = ନଗରଂ ରକ୍ଷତି ଇତି (ଉପପଦ ତତ୍) । ଅକାର୍ଯ୍ୟସ୍ଯ = ନ କାର୍ଯ୍ୟ, ତଥ୍ୟ (ନଞ୍ଜ୍ ତତ୍) । ଅନୁକ୍ରମେଣ = କ୍ରମଂ ପଶ୍ଚାତ୍, ତେନ (ଅବ୍ୟୟୀଭାବ ) । ମତ୍ସ୍ୟବନ୍ଧନାପାୟୈ = ମଧ୍ୟାନାଂ ବନ୍ଧନଂ, ତସ୍ୟ ଉପାୟ, ଡଃ (୬ଷ୍ଠୀ ତତ୍) । କୁଟୁମ୍ବଭରଣମ୍ = କୁଟୁମ୍ବସ୍ୟ ଭରଣମ୍ (୬ଷ୍ଠ ତତ୍) ।

ସକାରଣବିଭକ୍ତି – କୁମ୍ଭାଳକ ! = ସମ୍ବୋଧନେ ୧ମା । ତ୍ରୟା = ଅନୁସ୍ତେ କଉଁରି ୩ୟା । ତେ = ସମ୍ପ୍ରଦାନେ ୪ର୍ଥୀ । ମାମ୍ = ‘ଅନ୍ତରା’ ଯୋଗେ ୨ୟା । କୁଟୁମ୍ବଭରଣମ୍ = କର୍ମଣି ୨ୟା ।

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

ପ୍ରକୃତିପ୍ରତ୍ୟୟ – ବଦ୍ଧମ୍ = ବଧୂ + କ୍ତ । ଆଦାୟ = ଆ + ଦା + ଲ୍ୟାପ୍ । ସମାସାଦିତମ୍ = ସମ୍ + ଆ + ସଦ୍ + କ୍ତ । କାର୍ଯ୍ୟ = କୃ + ଯତ୍ । ଦରଃ = ଦା + କ୍ତ । ଭରଣମ୍ = ଭର୍ + ଲୁଟ୍ ।

୨। ଧୀବର …………….. ଶ୍ରୋତ୍ରିୟଃ ।

ଶ୍ଳୋକ – ସହଜ କିଳ ଯଦ୍‌ବିନିନ୍ଦିତଂ ନ ତୁ ତତ୍ କର୍ମ ବିବର୍ଜନୀୟମ୍
ପଶୁମାରଣକର୍ମଦାରୁନଃ ଅନୁକମ୍ପା ମୃଦୁକୋଽପିଶ୍ରୋତ୍ରିୟଃ ॥

ଅନ୍ବୟ – ବିନିନ୍ଦିତମପି ଯତ୍ କର୍ମ ସହଜଂ, ତତ୍ ନହି ବିବର୍ଜନୀୟମ୍, କିଳ ଶ୍ରୋତ୍ରିୟ ଅନୁକମ୍ପା ମୃଦୁଃ ଅପି ପଶୁମାରଣ କର୍ମଦାରୁନଃ (ଭବତି) ।

ଶବ୍ଦାର୍ଥ – ବିବର୍ଜନ = ପରିତ୍ୟାଗ । ଶ୍ରୋତ୍ରିୟଃ = ବ୍ରାହ୍ମଣ । ଅନୁକମ୍ପା = ଦୟା । ମୃଦୁକଃ = କୋମଳ । ଦାରୁନଃ = କଷ୍ଟ ।

ଅନୁବାଦ – ଧୀବର (ପୁରୁଷ) – ପ୍ରଭୁ ଏପରି କୁହନ୍ତୁ ନାହିଁ । (ଅନ୍ୟଦ୍ଵାରା) ବିନିନ୍ଦିତ ହେଲେ ହେଁ, ଯାହାର ଯେଉଁ କର୍ମ ସହଜ (ଅର୍ଥାତ୍ ଜନ୍ମସହ ଆଗତ) ତାହା ବର୍ଜନ କରିବା ଉଚିତ ନୁହେଁ । ଶ୍ରୋତ୍ରିୟ (ବୈଦିକ ବ୍ରାହ୍ମଣ) ଦୟାଭାବ ନେଇ କୋମଳ ହୋଇଥିଲେ ହେଁ, (ଯଜ୍ଞରେ) ପଶୁମାରଣ କର୍ମରେ ନିଷ୍ଠୁର ଅଟନ୍ତି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଅନୁକମ୍ପାମୃଦୁକୋଽପି = ଅନୁକମ୍ପାମୂଦୁକଃ + ଅପି ।

ସମାସ – ପଶୁମାରଣମ୍ = ପଶୁନାଂ ମାରଣମ୍‌ (୬ଷ୍ଠୀ ତତ୍) ।

ସକାରଣବିଭକ୍ତି – ଶ୍ରୋତ୍ରିୟ = କଉଁରି ୧ ମା । ପଶୁମାରଣମ୍ = କର୍ମଣି ୨ୟା ।

ପ୍ରକୃତିପ୍ରତ୍ୟୟ – ବିବର୍ଜନୀୟମ୍ = ବି + ବର୍ଜ + ଅନୀୟ । ମାରଣମ୍ = ମୃ + ଲୁଟ୍ ।

୩। ନାଗରିକଶ୍ୟପଃ …………………… ମୁଖ୍ୟ ବା ଦ୍ରକ୍ଷ୍ୟସି ।

ଶବ୍ଦାର୍ଥ – ରୋହିତମତ୍ସ୍ୟ = ରୋହିମାଛ । ପ୍ରେକ୍ଷେ = ଦେଖନ୍ତେ । ଭାସୁରମ୍ = ଉଜ୍ଜ୍ଵଳ । ମୁଵତ = ଛାଡ଼ । ବିକ୍ରୟାୟ = ବିକ୍ରୟ ନିମନ୍ତେ । ବିସୁଗନ୍ଧୀ = ଦୁର୍ଗନ୍ଧଯୁକ୍ତ । ନିବେଦ୍ୟ = ଜଣାଇ । ଚିର = ବିଳମ୍ବ । ସୁମନମଃ = ଫୁଲମାଳ । ପିନନ୍ଧୁମ୍ = ପିନ୍ଧାଇବାକୁ । ଗୃଧ୍ର = ଶାଗୁଣା । ଶୁନଃ = କୁକୁରର ।

ଅନୁବାଦ – ଶ୍ୟାଳ – ତା’ପରେ?

ଧୀବର – ଏକ ଦିବସରେ ରୋହିମାଛଟିଏ ଖଣ୍ଡଖଣ୍ଡ କରି କାଟିଲି । ଯେତେବେଳେ ତା’ ପେଟ ଭିତରକୁ ଚାହିଁଲି ସେତେବେଳେ ଏହି ରମ୍ବୋଜ୍ଜ୍ବଳ ମୁଦ୍ରିକାଟି ଦେଖୁଲି । ପରେ ଏହାକୁ ବିକ୍ରୟ ନିମିତ୍ତ ଦେଖାଇବାବେଳେ ଆପଣମାନଙ୍କଦ୍ୱାରା ଗୃହୀତ ହେଲି । ମୋତେ ମାରନ୍ତୁ ବା ଛାଡ଼ନ୍ତୁ, ଏହାହିଁ ଏହାର ଆଗମ ବୃତ୍ତାନ୍ତ (ପ୍ରାପ୍ତି ଘଟଣା) ।

ଶ୍ୟାଳ – ଜାନୁକ, (ଏ ଲୋକଟି) ଯେ ଆମ ଗନ୍ଧଯୁକ୍ତ । ଗୋଧ୍ଵକ୍ଷକ ଏବଂ ମତ୍ସ୍ୟବନ୍ଧନକାରୀ, ଏହା ନିଃସନ୍ଦେହ । ଏହାର ମୁଦ୍ରିକା ଦର୍ଶନ ବିଷୟ ବିଚାରଣୀୟ । ମୁଁ ରାଜକୁଳକୁ ହିଁ ଯିବି ।
ରକ୍ଷାଦ୍ଵୟ – ତାହାହେଉ । ଚାଲରେ ଗଣ୍ଠିକଟା ଚାଲ୍ । (ସମସ୍ତଙ୍କର ପରିକ୍ରମଣ)

ଶ୍ୟାଳ – ସୂଚକ ଏହି ରାଜଦ୍ବାରରେ ଅପ୍ରମତ୍ତ (ସାବଧାନ) ରହି, ଏ ମୁଦ୍ରିକା ଯେପରି ମିଳିଛି, ରାଜାଙ୍କୁ ଜଣାଇ ତାଙ୍କଠାରୁ ଆଦେଶ ଲାଭକରି ବାହାରି ଆସିବା ପର୍ଯ୍ୟନ୍ତ ମୋତେ ଅପେକ୍ଷା କର ।

ଉଭୟେ – ରାଜାଙ୍କର ପ୍ରସାଦନନିମିତ୍ତ ଆବୁତ୍ତ (ପୁର) ପ୍ରବେଶ କରନ୍ତୁ । (ଶ୍ୟାଳ ନିଶ୍ରାନ୍ତ)

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

ସୂଚକ – ଆବୁତ୍ତ ତ ବିଳମ୍ବ କରୁଛନ୍ତି ।

ଜାନୁକ – ଅବସର ଦେଖୁ ତ ରାଜାମାନଙ୍କ ପାଖକୁ ଯିବା ଉଚିତ ।

ସୂଚକ – ମୋ ହାତର ଅଗ୍ରଭାଗଦ୍ଵୟ ବଧ ନିମିତ୍ତ ଫୁଲମାଳ ପିନ୍ଧାଇ ଦେବାଲାଗି ଫରକି ଉଠୁଛି ।

ଧୀବର – ଅକାରଣରେ ଆପଣ ମୋର ହନ୍ତା ହୋଇପାରିବେ ନାହିଁ ।

ଜାନୁକ – (ଚାହିଁ) ହେଇ ଆମ ପ୍ରଭୁ ରାଜାଙ୍କ ଆଦେଶ ଲାଭକରି ପତ୍ରହସ୍ତ ହୋଇ ଏଇ ଆଡ଼କୁ ମୁଖକରିବା ଦିଶିଲେଣି । (ଏବେ)ତୁ ଗୃଧ୍ରର ବଳି ହେବୁ ଅଥବା କୁକୁର ମୁଖ ଦେଖିବୁ । (ପ୍ରବେଶ କରି)

ବ୍ୟାକରଣ
ସନ୍ଧିବିଚ୍ଛେଦ – ତତସ୍ତତଃ = ତତଃ + ତତଃ । ଉଦରାଭ୍ୟନ୍ତରେ = ଉଦର + ଅଭ୍ୟନ୍ତରେ । ତାବଦେତଦ୍ = ତାବତ୍ + ଏତଦ୍ । ପଶ୍ଚାଦିହ = ପଶ୍ଚାତ୍ + ଇହ । ଦର୍ଶୟନ୍ତେବ = ଦର୍ଶୟନ୍ + ଏବ । ତାବଦେତସ୍ୟ = ତାବତ୍ + ଏତସ୍ୟ । ମତ୍ସ୍ୟଦରାଭ୍ୟନ୍ତରଗତିମିତି = ମତ୍ସ୍ୟ + ଉଦର + ଅଭ୍ୟନ୍ତରଗତମ୍ + ଇତି । ଇଦାନୀମେତସ୍ୟ = ଇଦାନୀମ୍ + ଏତସ୍ୟ । = ଖଳୁ + ଆବୁରଃ । ବଳିଭବତୁ = ବହିଃ + ଭବତୁ ।

ସମାସ – ମତ୍ସ୍ୟଦର = ମତ୍ସ୍ୟସ୍ୟ ଉଦର (୬ଷ୍ଠୀ ତତ୍) । ରାଜକୁଳମ୍ = ରାଜ୍ଞ କୁଳମ୍ (୬ଷ୍ଠୀ ତତ୍) । ରାଜଶାସନମ୍ = ରାଜ୍ଞ ଶାସନମ୍ (୬ଷ୍ଠୀ ତତ୍) ।

ସକାରଣବିଭକ୍ତି – ଦିବସେ = ଅଧିକରଣେ ୭ମୀ । ମୟା = ଅନୁକ୍ତ କର୍ଭରି ୩ୟା । ରାଜକୁଳମ୍ = କର୍ମଣି ୨ୟା । ଗୋପୁରଦ୍ଵାରେ = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ପ୍ରାପ୍ତ = ପ୍ର + ଆପ୍ + କ୍ତ । ପ୍ରବିଶ୍ୟ = ପ୍ର + ବିଶ୍ + ଲ୍ୟାପ୍ । ପରିକ୍ରମ୍ୟ = ପରି + କ୍ରମ୍ + ଲ୍ୟପ୍ । ବିଲୋକ୍ୟ = ବି + ଲୁକ୍ + ଲ୍ୟାପ୍ ।

୪। ନାଗରିକ ଶ୍ୟାଳ ………….. ସମାରୋପିତଃ ।

ଶବ୍ଦାର୍ଥ – ମୁଞ୍ଚ = ଛାଡ଼ । ଜାଲୋପଜୀବିକମ୍ = ଧୀବରକୁ । ସାମ୍ପ୍ରତମ = ବର୍ତ୍ତମାନ । ଉତିଷ୍ଠ = ଉଠ । ପାରିତୋଷିକମ୍ = ପୁରସ୍କାର । ଗୃହୀଣ = ଗ୍ରହଣ କର । କଟକମ୍ = ସୁବର୍ଣ୍ଣ ବା ଅର୍ଥ । ଶୂଳାତ୍ = ଶୂଳିରୁ । ଅବତାର୍ଯ୍ୟ = ଓହ୍ଲାଇ । ସମାରୋପିତଃ = ବସାଇଦେଲା ।

ଅନୁବାଦ – ଶ୍ୟାଳ – ଶୀଘ୍ର, ଶୀଘ୍ର ଏହାକୁ – (ଏହିପରି ଅନେକ କହି)

ଧୀବର – ଆହେ ନିହତ ହେଲି ।

ଶ୍ୟାଳ – ସେହି ଜାଲଜୀବୀକୁ ଛାଡ଼ିଦିଅ । ଏହାର ମୁଦ୍ରିକାପ୍ରାପ୍ତି କଥା ସତ୍ୟ । ଯେପରି ଆମ ସ୍ଵାମୀ କହିଲେ ।

ସୂଚକ – ଯାହା ଆବୁତ୍ତ କହୁଛନ୍ତି । ଏଲୋକ ଯମଗୃହରେ ପ୍ରବେଶକରି ଫେରିଆସିଛି ।

ଧୀବର – ପ୍ରଭୁ ! ବର୍ତ୍ତମାନ ମୋର ଜୀବିକା ତୁମଦ୍ୱାରା କିଣାଗଲା ବା ଅପହୃତ ହେଲା । (ଏହିପରି କହି ପାଦତଳେ ପଡ଼ିଗଲା)

ଶ୍ୟାଳ – ଉଠ । ରାଜା ମୁଦ୍ରିକାର ମୂଲ୍ୟ ପରିମାଣରେ ଏହି ପାରିତୋଷିକ ମଧ୍ୟ ଦିଆଇଛନ୍ତି । ତେଣୁ ତାହା ଗ୍ରହଣ କର । (ଧୀବରକୁ ଅର୍ଥ ପ୍ରଦାନ କଲେ)

ଧୀବର – (ଆନନ୍ଦ ସହ ପ୍ରଣାମପୂର୍ବକ ପ୍ରତିଗ୍ରହଣ କରି) ଅନୁଗୃହୀତ ହେଲି ।

ଜାନୁକ – ଏହା ନିଶ୍ଚୟ ରାଜାଙ୍କର ସେପରି ଅନୁଗ୍ରହ ଯେପରି ଶୂଳିରୁ ଓହ୍ଲାଇଆଣି ହାତୀ କାନ୍ଧରେ ଆରୋପିତ ହେଲା ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ହତୋଽସ୍ମି = ହତଃ ଅସ୍ଥି । ଖମ୍ବେଷ = ଖଳୁ + ଏଷ । ଶୂଳାଦବତାର୍ଯ୍ୟ = ଶୂଳାତ୍ + ଅବତାର୍ଯ୍ୟ

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

ସମାସ – ଜାଲୋପଜୀବିକମ୍ = ଜାଲମ୍ ଉପଜୀବିକଂ ଯସ୍ୟ ସ, ତମ୍ (ବହୁବ୍ରୀହିଃ) । ଯମବସତିମ୍ = ଯମସ୍ୟ ବସତିମ୍ (୬ଷ୍ଠୀ ତତ୍) । ହସ୍ତିସ୍କନ୍ଧ = ହସ୍ତୀ ସ୍କନ୍ଧ, ତସ୍ମିନ୍ (୬ଷ୍ଠ ତତ୍) ।

ସକାରଣବିଭକ୍ତି – ଜାଲୋପଜୀବିକମ୍ = କର୍ମଣି ୨ୟା । ଯମବସତିମ୍ = କର୍ମଣି ୨ୟା । ଧୀବରାୟ = ସମ୍ପ୍ରଦାନେ ୪ର୍ଥୀ । ଶୂଳାତ୍ = ଅପାଦାନେ ୫ମୀ । ହସ୍ତିସ୍କନ୍ଧ = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ – ହତଃ = ହଜ୍‌ + କ୍ତ । ଉପପନଃ = ଉପ + ପଦ୍ + କ୍ତ । ଗତ୍ମା = ଗମ୍ + କ୍ସାଚ୍ । ନିବୃତ୍ତ = ନି + ବୃତ୍ + କ୍ତ । ଅନୁଗୃହୀତ = ଅନୁ + ଗ୍ରହ୍ + ଣିଚ୍ + କ୍ତ । ଅବତାର୍ଯ୍ୟ = ଅବ + ତୃବ୍ + ଣିଚ୍ + ଲ୍ୟାପ୍ । ସମାରୋପିତଃ = ସମ୍ + ଆ + ରୋପ୍ + ଣିଚ୍ + କ୍ତ ।

୫। ସୂଚକ ………………… ନିଷ୍ଠାନ୍ତା ସର୍ବେ ।

ଶବ୍ଦାର୍ଥ – ପାରିତୋଷିକ = ପୁରସ୍କାର । ମହାର୍ହ = ମହାମୂଲ୍ୟ । ଅଭିମତଃ = ପ୍ରିୟ । ସ୍ଵତଃ = ମନେପଡ଼ିବା । ପର୍ଯ୍ୟସ୍ତୁକମନା = ବ୍ୟସ୍ତମନା । ସୁମନଃ = ଫୁଲମାଳ ।

ଅନୁବାଦ – ସୂଚକ – ଆବୁତ୍ତ ! ପୁରସ୍କାରରୁ ଜଣାପଡୁଛି, ମହାମୂଲ୍ୟ ରନୁମୁଦ୍ରିକାଟି ରାଜାଙ୍କର ଆଦରଣୀୟ ଥିଲା ।

ଶ୍ୟାଳ – ସେଥ‌ିରେ ଥିବା ମୂଲ୍ୟବାନ୍ ରନ୍ ଯେ ରାଜାଙ୍କଦ୍ୱାରା ସମାଦୃତ ତାହା ମୁଁ ମନେ କରୁନାହିଁ ।

ଉଭୟେ – ପୁଣି କ’ଣ?

ଶ୍ୟାଳ – ତା’ର ଦର୍ଶନରେ ରାଜାଙ୍କଦ୍ୱାରା କେହିଜଣେ ପ୍ରିୟଲୋକ ମନେପଡ଼ିଲେ । ଯେହେତୁ ସେ ପ୍ରକୃତି ଗମ୍ଭୀର ହେଲେହେଁ ମୁହୂର୍ଭକ ପାଇଁ ଲୋତକପୂର୍ଣନୟନ ହୋଇଗଲେ ।

ସୂଚକ – ରାଜା ଆବୃତ୍ତଙ୍କଦ୍ଵାରା ସେବିତ ହେଲେ ।

ଜାନୁକ – ବରଂ କୁହ, ଏହି ମତ୍ସ୍ୟଜୀବୀଙ୍କ ଭର୍ଭା (ଧୀବର) ନିମିତ୍ତ ।

ଧୀବର – ହଜୁର୍ ! ଏଥୁ ଅଧେ ଆପଣମାନଙ୍କର ପୁଷ୍ପର ମୂଲ୍ୟ ହେଉ ।

ଜାନୁକ – ଧୀବର ! ବର୍ତ୍ତମାନ ତୁମେ ଅଧ‌ିକ ମହତ୍ଵ ଓ ମୋର ପ୍ରିୟବନ୍ଧୁ ହୋଇଗଲ । (ସମସ୍ତେ ନିଷ୍ଠାନ୍ତ)

ବ୍ୟାକରଣ
ସନ୍ଧିବିଚ୍ଛେଦ – ପୁନସ୍ତର୍କୟାମି = ପୁନଃ + ତର୍କୟାମି । କୋଽପ୍ୟଭିମତଃ = କଃ + ଅପି + ଅଭିମତଃ । ଶୋଚିତଶ୍ଚ = ଶୋଚିତଃ + ଚ । ସଂବୃତ୍ତୋଽସି = ସଂବୃରଃ + ଅସି ।

ସମାସ – ମହାରଢ଼େନ = ମହାର୍ହ ରନଂ, ତେନ (କର୍ମଧାରୟ) । ସୁମନୋମୂଲ୍ୟମ୍ = ସୁମନମଃ ମୂଲ୍ୟମ୍ (୬ଷ୍ଠ ତତ୍ତ୍ଵ) ।

CHSE Odisha Class 11 Sanskrit Optional Solutions Chapter 3 ମୁଦ୍ରିକା ପ୍ରାପ୍ତି

ସକାରଣବିଭକ୍ତି – ପାରିତୋଷିକେଣ = କରଣେ ୩ୟା । ମହାର୍ହରଡ୍ରେନ = କରଣେ ୩ୟା । ଦର୍ଶନେନ = କରଣେ ୩ୟା । ମତ୍ସ୍ୟଶକ୍ରୋ = ‘କୃତ୍’ଯୋଗେ ୬ଷ୍ଠୀ ।

ପ୍ରକୃତିପ୍ରତ୍ୟୟ – ଭବିତବ୍ୟମ୍ = ଭୂ + ଣିଚ୍ + ତଥ୍ୟ । କୃତ୍ରା = କୃ + କ୍ସାଚ୍ । ସ୍ଵତଃ = ସ୍କୃ + କ୍ତ । ସଂବୃକଃ = ସମ୍ + ବୃତ୍ + ଲୁ ।

Leave a Comment