CHSE Odisha Class 11 Sociology Unit 5 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 5 ସମାଜଶାସ୍ତ୍ର, ପଦ୍ଧତି ଏବଂ ପ୍ରୟୋଗ କୌଶଳ Short Answer Questions.

CHSE Odisha 11th Class Sociology Unit 5 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣ (observation) କହିଲେ କ’ଣ ବୁଝ ?
Answer:
ପର୍ଯ୍ୟବେକ୍ଷଣର ଅର୍ଥ, ଦେଖିବା ବା ନିରୀକ୍ଷଣ କରିବା । ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ଵରେ ଘଟିଯାଉଥ‌ିବା ଘଟଣାଗୁଡ଼ିକୁ ଆମେ ଦେଖୁଥାଉ । ମାତ୍ର ଏସବୁକୁ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କୁହାଯାଏ ନାହିଁ । କିନ୍ତୁ ପର୍ଯ୍ୟବେକ୍ଷଣ ଯଦି କୌଣସି ଉଦ୍ଦେଶ୍ୟ ରଖ୍ ବ୍ୟବସ୍ଥିତ ଢଙ୍ଗରେ କରାଯାଇ ସିଦ୍ଧାନ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ, ତେବେ ତାକୁ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କୁହାଯିବ ।

2. ପର୍ଯ୍ୟବେକ୍ଷଣର ସଂଜ୍ଞା ପ୍ରଦାନ କର ।
Answer:
ଶ୍ରୀମତୀ ପି.ଭି. ୟଙ୍ଗ ଲେଖୁଛନ୍ତି ‘‘ପର୍ଯ୍ୟବେକ୍ଷଣ ଘଟଣାଗୁଡ଼ିକ ସ୍ବାଭାବିକଭାବେ ଘଟୁଥିବା ସମୟରେ ଆଖୁଦ୍ଵାରା ସୁବ୍ୟବସ୍ଥିତ ଓ ସୁବିଚାରିତ ଭାବେ କରାଯାଉଥିବା ଅଧ୍ୟୟନ ଅଟେ ।’’

3. ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କହିଲେ କ’ଣ ବୁଝ ?
Answer:
ଯେଉଁ ଅଧ୍ୟୟନ ବିଷୟକୁ ନିୟନ୍ତ୍ରଣ କରାଯାଏ ନାହିଁ, ବରଂ ଘଟଣା ଯେପରି ଘଟୁଥାଏ ସେହି ସ୍ଵାଭାବିକ ବା ବାସ୍ତବରୂପକୁ ନିରୀକ୍ଷଣ କରାଯାଏ । ତାହାକୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କୁହାଯାଏ ।

4. ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କହିଲେ କ’ଣ ବୁଝ ?
Answer:
ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଏକ ପଦ୍ଧତି, ଯାହା ସାହାଯ୍ୟରେ ଗବେଷକ ଅଧ୍ୟୟନ କରାଯାଉଥିବା ଘଟଣା ଓ ପରିସ୍ଥିତିକୁ ନିୟନ୍ତ୍ରିତ କରି ତଥ୍ୟ ସଂଗ୍ରହ କରିଥାଏ । ଅନ୍ୟ ଅର୍ଥରେ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ହେଉଛି ଏପରି ଏକ ବିଧ୍ ଯାହାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତତ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଯୋଜନା ସୁନିଶ୍ଚିତ କରାଯାଇଥାଏ । ଏଥ‌ିପାଇଁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣକୁ ମଧ୍ଯ ପୂର୍ବ ନିୟୋଜିତ ବା ବ୍ୟବସ୍ଥିତ ପର୍ଯ୍ୟବେକ୍ଷଣ କୁହାଯାଇଥାଏ ।

5. ସହଭାଗୀ ପର୍ଯ୍ୟବେକ୍ଷଣ (Participant Observation) କହିଲେ କ’ଣ ବୁଝ ?
Answer:
ଯଦି ଅଧ୍ୟୟନ କର୍ତ୍ତା ନିଜେ, ଅଧ୍ୟୟନ ସମୂହ ବା ସମୁଦାୟର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଅଧ୍ୟୟନ ସମୂହର ସଦସ୍ୟଙ୍କ ବାସ୍ତବ ଜୀବନ ତଥା ଦୈନନ୍ଦିନ ବ୍ୟବହାରରେ ସକ୍ରିୟ ଭାଗନିଏ ଏବଂ ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସେମାନଙ୍କର ଉତ୍ସବ, ସଂସ୍କାର, କର୍ମକାଣ୍ଡ ତଥା ଅନ୍ୟ କ୍ରିୟାକଳାପ ଇତ୍ୟାଦିରେ ଏକ ପ୍ରକାର ନିଜକୁ ମିଶାଇ ଦେଇ ଅଧ୍ୟୟନ କରେ, ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

6. ସହଭାଗୀ ପର୍ଯ୍ୟବେକ୍ଷଣର ସଂଜ୍ଞା ପ୍ରଦାନ କର ।
Answer:
ଶ୍ରୀମତୀ ୟଙ୍ଗଙ୍କ ଭାଷାରେ ‘‘ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣକୁ ପ୍ରୟୋଗ କରୁଥିବା ସହଭାଗୀ ପର୍ଯ୍ୟବେକ୍ଷଣ କର୍ତ୍ତା ଯେଉଁ ସମୂହର ଅଧ୍ୟୟନ କରୁଥାଏ, ସେହି ସମୂହରେ ବାସକରେ ଏବଂ ସେହି ସମୂହର ଜୀବନଧାରାରେ ଭାଗନେଇଥାଏ ।

7. ସହଭାଗୀ ପର୍ଯ୍ୟବେକ୍ଷଣର ଅବଧାରଣା କେବେ ଓ କାହାଦ୍ଵାରା କରାଯାଇଥିଲା ?
Answer:
ସହଭାଗୀ ପର୍ଯ୍ୟବେକ୍ଷଣର ଅବଧାରଣା ସର୍ବପ୍ରଥମେ ୧୯୨୪ ମସିହାରେ ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ୍ ନିଜର ପ୍ରକାଶିତ “‘Social Discovery’ ପୁସ୍ତକରେ କରିଥିଲେ । ଏହା ପରଠାରୁ ସମାଜବିଜ୍ଞାନର ଏକ ମହତ୍ତ୍ଵପୂର୍ଣ୍ଣ ଗବେଷଣାର ମାଧ୍ୟମ ରୂପେ ଏହାର ପ୍ରୟୋଗ କରାଯାଇ ଆସୁଅଛି ।

8. ଅସହଭାଗୀ ପର୍ଯ୍ୟବେକ୍ଷଣ (Non-Participant Observation) କହିଲେ କ’ଣ ବୁଝ ?
Answer:
ଯଦି ପର୍ଯ୍ୟବେକ୍ଷଣ କର୍ତ୍ତା କୌଣସି ସମୂହର ନିକଟ ଏବଂ ଘନିଷ୍ଠ ସମ୍ବନ୍ଧରେ ନ ଆସି ଏକ ସାଧାରଣ ଅପରିଚିତ ବ୍ୟକ୍ତି ରୂପରେ ଘଟଣାର ଅଧ୍ୟୟନ କରେ ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ‘ଅସହଭାଗୀ ପର୍ଯ୍ୟବେକ୍ଷଣ (Non- Participant observation) କୁହାଯାଏ ।

9. ଅର୍ଥ ସହଭାଗୀ ପର୍ଯ୍ୟବେକ୍ଷଣ (Quasi-Participant Observation) କହିଲେ କ’ଣ ବୁଝ ?
Answer:
ସମ୍ପୂର୍ଣ ସହଯୋଗୀତା ଦ୍ବାରା ଅଧ୍ୟୟନର ବସ୍ତୁନିଷ୍ଠତା ଲୋପ ପାଇବାର ଭୟ ଥାଏ ଓ ସମ୍ପୂର୍ଣ୍ଣ ଅସହଭାଗୀତା ଦ୍ଵାରା ଅଧ୍ୟୟନର ଗୋପନୀୟତା ତଥା ମହତ୍ତ୍ବପୂର୍ଣ୍ଣ ତଥ୍ୟ ପ୍ରାପ୍ତି ନ ହେବାର ଆଶଙ୍କା ରହିଥାଏ । ଏ ଦୃଷ୍ଟିରୁ ଅଧ୍ୟୟନକୁ ଅଧିକ ବୈଜ୍ଞାନିକ କରିବା ଲାଗି ଏହାକୁ ଆଂଶିକ ସହଭାଗୀ ଓ ଆଂଶିକ ଅସହଭାଗୀ କରାଯାଇଥାଏ । ଏହାକୁ ଅର୍ଦ୍ଧ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ । ଏ ପ୍ରକାର ପର୍ଯ୍ୟବେକ୍ଷଣ ଉଭୟ ସହଭାଗୀ ଓ ଅସହଭାଗୀ ପର୍ଯ୍ୟବେକ୍ଷଣର ବୈଶିଷ୍ଟ୍ୟମାନ ଅଟେ ।

10. ସାମୂହିକ ପର୍ଯ୍ୟବେକ୍ଷଣ (Mass Observation) କହିଲେ କ’ଣ ବୁଝ ?
Answer:
ପର୍ଯ୍ୟବେକ୍ଷଣ ଯଦି ଗୋଟିଏ ବ୍ୟକ୍ତିଦ୍ୱାରା ନ ହୋଇ ଅନେକ ବ୍ୟକ୍ତିଙ୍କ ଦ୍ବାରା ସାମୁହିକ ଭାବରେ କରାଯାଏ, ତାହା ହେଲେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ସାମୂହିକ ପର୍ଯ୍ୟବେକ୍ଷଣ କୁହାଯାଏ ।

11. ସାମୂହିକ ପର୍ଯ୍ୟବେକ୍ଷଣର ସଂଜ୍ଞା ପ୍ରଦାନ କର ।
Answer:
ସିନ୍ ପାଓ ୟାଙ୍ଗ (HsinPao Yang) ଙ୍କ ମତରେ, ‘‘ସାମୂହିକ ପର୍ଯ୍ୟବେକ୍ଷଣ ନିୟନ୍ତ୍ରିତ ଓ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଏକ ସମ୍ମିଶ୍ରଣ । ଏଥ‌ିରେ ଅନେକ ବ୍ୟକ୍ତିଙ୍କ ଦ୍ୱାରା ତଥ୍ୟ ଗୁଡ଼ିକର ପର୍ଯ୍ୟବେକ୍ଷଣ କରାଯାଇ ଆଲେଖନ କରାଯାଏ ଏବଂ ତଥ୍ୟ ଗୁଡ଼ିକର ସଂକଳନ ଏବଂ ପ୍ରୟୋଗ ଏକ ମୁଖ୍ୟ ବ୍ୟକ୍ତି ଦ୍ଵାରା କରାଯାଇଥାଏ ।’’

12. ପ୍ରଶ୍ନବଳୀ (Questionnaire) କହିଲେ କ’ଣ ବୁଝ ?
Answer:
ପ୍ରଶ୍ନବଳୀ ହେଉଛି ବିଭିନ୍ନ ପ୍ରଶ୍ନର ଏକ ସୂଚୀ । ଏହି ପଦ୍ଧତିରେ ଅଧ୍ୟୟନ ବିଷୟ ନିମିତ୍ତ ଯେଉଁ ଆବଶ୍ୟକ ହୋଇଥାଏ, ତାହା ପାଇବା ପାଇଁ ପ୍ରଥମେ କେତେକ ପ୍ରଶ୍ନର ନିର୍ମାଣ କରାଯାଇଥାଏ । ଏହାକୁ ପ୍ରଶ୍ନବଳୀ (Questionnaire) କୁହାଯାଏ ।

13. ଡାକଦ୍ଵାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) କହିଲେ କ’ଣ ବୁଝ ?
Answer:
ପ୍ରଶ୍ନବଳୀ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫେରସ୍ତ କରିଦେବା ପାଇଁ ଏକ ନିବେଦନ ପତ୍ର ସହିତ ଡାକଦ୍ବାରା ଉତ୍ତରଦାତାଙ୍କ ପାଖକୁ ପଠାଇ ଦିଆଯାଏ । ଉତ୍ତରଦାତାଙ୍କ ଠାରୁ ଡାକ ମାଧ୍ୟମରେ ପ୍ରାପ୍ତ ସୂଚନାର ଆଧାରରେ ଅଧ୍ୟୟନ ସମ୍ବନ୍ଧିତ ନିଷ୍କର୍ଷ ପ୍ରସ୍ତୁତ କରାଯାଏ । ପ୍ରଶ୍ନବଳୀର ଉପଯୋଗ ଡାକ ମାଧ୍ୟମରେ କରାଯାଉଥ‌ିବାରୁ ଏହାକୁ ମଧ୍ୟ ଡାକଦ୍ବାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) କୁହାଯାଏ ।

14. ପ୍ରଶାବଳୀର ସଂଜ୍ଞା ପ୍ରଦାନ କର ।
Answer:
ଗୁଡ଼େ ଏବଂ ହାଙ୍କ ମତରେ, ‘ସାଧାରଣଭାବେ ପ୍ରଶ୍ନବଳୀ ଶବ୍ଦଟି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଏକ ଉପକରଣକୁ ଦର୍ଶାଇଥାଏ, ଯାହାକୁ ଏକ ଫର୍ମ ମାଧ୍ୟମରେ ଉତ୍ତରଦାତା ପୂରଣ କରିଥାଏ ।’’

15. ଅନୁସୂଚୀ (Schedule) କହିଲେ କ’ଣ ବୁଝ ?
Answer:
ଅନୁସୂଚୀ ହେଉଛି, ଅଧ୍ୟୟନ ବିଷୟ ସହିତ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଏକ ବ୍ୟବସ୍ଥିତ ଏବଂ ଶ୍ରେଣୀବଦ୍ଧ ସୂଚୀ, ଯାହା ସାହାଯ୍ୟରେ ଅଧ୍ୟୟନ କର୍ତ୍ତା ସୂଚନାଦାତାଙ୍କ ସହିତ ସାକ୍ଷାତ୍‌କାର କରି ଆବଶ୍ୟକ ସୂଚନା ସଂଗ୍ରହ କରିଥାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

16. ସାକ୍ଷାତ୍‌କାର ଅନୁସୂଚୀ (Interview Schedule) କହିଲେ କ’ଣ ବୁଝ ?
Answer:
ପ୍ରାଥମିକ ତଥ୍ୟ ସଂଗ୍ରହ ପାଇଁ ଅନୁସୂଚୀ ହେଉଛି, ଏପରି ଏକ ମାଧ୍ୟମ ଯେଉଁଥରେ ପର୍ଯ୍ୟବେକ୍ଷଣ, ସାକ୍ଷାତ୍‌କାର ତଥା ପ୍ରଶ୍ନବଳୀର ବୈଶିଷ୍ଟ୍ୟ ଗୁଡ଼ିକ ପରିଲକ୍ଷିତ ହୋଇଥାଏ । ଏଥିରେ ଅଧ୍ୟୟନ କର୍ତ୍ତା, ସୂଚନାଦାତାଙ୍କୁ ସାକ୍ଷାତକରି ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବାରୁ ଏହାକୁ ସାକ୍ଷାତକାର ଅନୁସୂଚୀ (Interview Schedule) କୁହାଯାଏ ।

17. ଅନୁସୂଚୀର ସଂଜ୍ଞା ପ୍ରଦାନ କର ?
Answer:
ଗୁଡ଼େ ଏବଂ ହାଙ୍କ ମତରେ, ଅନୁସୂଚୀ ହେଉଛି, କେତେକ ପ୍ରଶ୍ନର ସମଷ୍ଟି, ଯାହା ଏକ ସାକ୍ଷାତ୍‌କାର କର୍ତ୍ତା, ଅନ୍ୟ ବ୍ୟକ୍ତିଙ୍କୁ ମୁହାଁ ମୁହିଁ ପଚାରି ତାର ଉତ୍ତର ନିଜେ ଲିପିବଦ୍ଧ କରିଥାଏ ।

18. କମ୍‌ ତ୍ରି-ସ୍ତରୀୟ ନିୟମକୁ ଯେଉଁ ତିନୋଟି ଐତିହାସିକ କାଳ ସହ ସମ୍ପର୍କ କରିଛନ୍ତି ତାହା ଉଲ୍ଲେଖ କର ।
Answer:
ଅଗଷ୍ଟ କମ୍‌ ମାନବ ବିକାଶର ତିନୋଟି ସ୍ତରକୁ ତିନୋଟି ଐତିହାସିକ କାଳ ସହ ସଂପର୍କୀତ କରିଛନ୍ତି । ଏହି ଅନୁସାରେ ପ୍ରଥମ ସ୍ତର ୧୩୦୦ ମସିହା ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା । ଦ୍ୱିତୀୟ ସ୍ତର ୧୩୦୦ ମସିହା ଓ ୧୮୦୦ ମସିହା ମଧ୍ୟରେ ଥିଲା । ୧୮୦୦ ମସିହାଠାରୁ ବିଶ୍ୱରେ ତୃତୀୟ ସ୍ତର ପ୍ରାଧାନ୍ୟ ଲାଭ କରିଛି ।

19. ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର (Theological or Fictitious Stage) କହିଲେ କ’ଣ ବୁଝ ?
Answer:
କଣ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ହେଉଛି ସେହି ସ୍ତର ଯେତେବେଳେ ମନୁଷ୍ୟ ସବୁ ଘଟଣାକୁ କେତେ ଅତି ପ୍ରାକୃତିକ ଶକ୍ତି ଦୃଷ୍ଟିରୁ ଦେଖୁଥାଏ ଓ ବିଚାର କରିଥାଏ । ଏହି ସ୍ତରରେ ପ୍ରତ୍ୟେକ ଘଟଣା ପଛରେ କୌଣସି ନା କୌଣସି ଶକ୍ତିର ହାତ ଥ‌ିବା କଥା ମନୁଷ୍ୟ ଭାବିଥାଏ । ମନୁଷ୍ୟ ଧରିନିଏ ଯେ ସମସ୍ତ ଘଟଣା ଅଲୌକିକ ବା ଅତି ପ୍ରାକୃତିକ ଶକ୍ତିର କ୍ରିୟାର ପରିଣାମ ଅଟେ । ଆଦିମ ମାନବ ପ୍ରତ୍ୟେକ ନଦୀ ଓ ବୃକ୍ଷରେ ଈଶ୍ବରଙ୍କୁ ଦେଖୁଥାଏ ।

20. ଧର୍ମଶାସ୍ତ୍ରର ସ୍ତର କେତେଗୋଟି ସ୍ତରରେ ବିଭକ୍ତ ଓ ସେଗୁଡ଼ିକ କ’ଣ କ’ଣ ଅଟେ ?
Answer:
କଷ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ତିନିଗୋଟି ସ୍ତରରେ ବିଭକ୍ତ । ସେଗୁଡ଼ିକ ହେଲା – (୧) ଆତ୍ମାବାଦ (Fetishism), (୨) ବହୁବିବାହ (Polytheism), (୩) ଏକତାବାଦ |(Monotheism)

21. ଆତ୍ମାବାଦ (Fetishism) କହିଲେ କ’ଣ ବୁଝ ?
Answer:
ସାମାଜିକ ବିକାଶର ଆରମ୍ଭରେ ମନୁଷ୍ୟ ବିଶ୍ୱାସ କରୁଥିଲା ଯେ ସମସ୍ତ ଜୀବନଯୁକ୍ତ ଓ ଜଡ଼ ବସ୍ତୁ ଜୀବନ୍ତ ଅଟେ । ଅର୍ଥାତ୍ ସଂସାରରେ ଯେତେ ବସ୍ତୁ ଅଛି ସେହି ବସ୍ତୁର ଜୀବନ ଥାଏ । ପ୍ରତ୍ୟେକ ବସ୍ତୁ ଭିତରେ ଆତ୍ମା ବାସ କରୁଛି ବୋଲି ସେମାନେ ବିଶ୍ଵାସ କରୁଥିଲେ । ଏପରିକି ଜଡ଼ ବସ୍ତୁଗୁଡ଼ିକ ଜୀବନ ବିହୀନ ନୁହଁନ୍ତି ଏବଂ ପ୍ରତ୍ୟେକ ବସ୍ତୁର ଏକ ଆତ୍ମା ରହିଛି । ବସ୍ତୁ ଗୁଡ଼ିକର ସ୍ଥିତି ଓ ଗତି ନିମନ୍ତେ ଏହି ଆତ୍ମାଗୁଡ଼ିକ ଦାୟୀ ଅଟନ୍ତି । ଆଦିମାନବର ଚିନ୍ତନ ଏହି ସ୍ତରରେ ଥିଲା ।

22. ବହୁଦେବବାଦ (Polytheism) କହିଲେ କ’ଣ ବୁଝ ?
Answer:
ଯେହେତୁ ପ୍ରତ୍ୟେକ ବସ୍ତୁ ନିମନ୍ତେ ଗୋଟିଏ ଆତ୍ମା ଥାଏ, ତେଣୁ ସମସ୍ତ ବସ୍ତୁ ନିମନ୍ତେ ବହୁ ସଂଖ୍ୟକ ଆତ୍ମା ଥାଏ । କିନ୍ତୁ ବହୁ ସଂଖ୍ୟକ ଆତ୍ମା ମାନସିକ ଭ୍ରମ ସୃଷ୍ଟି କଲା ଏବଂ ଆତ୍ମାବାଦ ବା ପ୍ରେତବାଦ ଦୁର୍ବଳ ହୋଇପଡ଼ିଲା । ଏକ ନିର୍ଦ୍ଦିଷ୍ଟ ସ୍ତରରେ ଏହି ପ୍ରକାର ଭ୍ରମର ରକ୍ଷା ପାଇବା ନିମନ୍ତେ ମନୁଷ୍ୟ ମନ ଆତ୍ମାଗୁଡ଼ିକର ସଂଖ୍ୟାକୁ ହ୍ରାସ କଲା ଏବଂ ନିର୍ଦ୍ଦିଷ୍ଟ ସଂଖ୍ୟକ ଦେବତାଙ୍କୁ ସୃଷ୍ଟି କଲା । ତେଣୁ ଆତ୍ମାବାଦ ପରିବର୍ତ୍ତେ ବହୁଦେବବାଦର ଉତ୍ପତ୍ତି ହେଲା । କମ୍ଫେ ଏହାକୁ ବହୁଦେବବାଦ ନାମରେ ନାମିତ କରିଛନ୍ତି ।

23. ଏକ ଦେବବାଦ (Monotheism) କହିଲେ କ’ଣ ବୁଝ ?
Answer:
ଧାର୍ମିକ ସ୍ତରରେ ବିକାଶର ତୃତୀୟ ସ୍ତରକୁ କମ୍ ଏକଦେବବାଦ ବୋଲି କହିଛନ୍ତି । ଯେତେବେଳେ ମନୁଷ୍ୟ ମନ ଉତ୍ତମରୂପେ ସଂଗଠିତ ହୋଇଯାଏ, ସେତେବେଳେ ସେ ଅନେକ ଦେବତାଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରିଦିଏ । ତେଣୁ ଏହି ସ୍ତରରେ ମନୁଷ୍ୟ ଅନେକ ଦେବତାଙ୍କୁ ଗ୍ରହଣ ନ କରି ଏକ ମାତ୍ର ଦେବତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ସ୍ଥାପନ କଲା । ଈଶ୍ବରଙ୍କୁ ସମଗ୍ର ବ୍ରହ୍ମାଣ୍ଡର ମାଲିକ ବୋଲି ବିଚାର କରାଗଲା ଏବଂ ସେ ସମସ୍ତ ଘଟଣାକୁ ନିୟନ୍ତ୍ରିତ ଓ ନିର୍ଦ୍ଦେଶିତ କରନ୍ତି ବୋଲି ମନୁଷ୍ୟ ବିଶ୍ଵାସ କଲା । ସମସ୍ତ ପ୍ରାକୃତିକ ଘଟଣା ସେହି ଦେବତାଙ୍କ ଦ୍ବାରା ପରିଚାଳିତ । ସେ ହେଉଛନ୍ତି ସର୍ବ ଶକ୍ତିମାନ ।

24. ଇମାଇଲ୍ ଦୁର୍ଖମ୍ (Emile Durkheim)ଙ୍କ ମତରେ ‘‘ଆତ୍ମହତ୍ୟା’’ କହିଲେ କ’ଣ ବୁଝାଏ ?
Answer:
୧୮୯୭ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା (suicide) ଗ୍ରନ୍ଥ ରଚନା କରିଥିଲେ । ତାଙ୍କ ମତରେ ମନସ୍ତାତ୍ତ୍ଵିକ କାରକ ଗୁଡ଼ିକ ହେଉଛି ସାମାଜିକ ଅବସ୍ଥାର ଫଳ । ସାମାଜିକ ଅବସ୍ଥା, ମନ (Mind) କୁ ପ୍ରଭାବିତ କରେ । ତେଣୁ ଆତ୍ମହତ୍ୟା ସାମାଜିକ ଅବସ୍ଥା ସହିତ ସଂପର୍କୀତ । ଏହା ମନସ୍ତାତ୍ତ୍ଵିକ ଅବସ୍ଥା ସହିତ ସଂପର୍କୀତ ନୁହେଁ ।

25. ଇମାଇଲ୍ ଦୁର୍ଖମ୍‌ଙ୍କ ‘‘ଆତ୍ମହତ୍ୟା’’ (Suicide) ର ସଂଜ୍ଞା ପ୍ରଦାନ କର ।
Answer:
ଦୁର୍ଖଙ୍କ ମତରେ ‘ଆତ୍ମହତ୍ୟା’’ ଶବ୍ଦ ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଘଟୁଥୁବା ମୃତ୍ୟୁର ସମସ୍ତ ଘଟଣାକୁ ଦର୍ଶାଇଥାଏ । ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପର ଫଳାଫଳ କ’ଣ ହେବ ସେ ଜାଣିଥାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

26. ସଂସ୍କୃତିକରଣ (Sanskritisation) ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ହିନ୍ଦୁ ସମାଜରେ ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ସଂସ୍କୃତୀକରଣ ବୋଲି କୁହାଯାଏ । ଏହା ସାମାଜିକ ଓ ସାଂସ୍କୃତିକ ପରିବତ୍ତର୍ନରେ ପ୍ରତୀକ ଭାବେ ପରିଚିତ ହୋଇଥାଏ । ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ସର୍ବପ୍ରଥମେ ଏହି ଶବ୍ଦର ପ୍ରୟୋଗ କରିଥିଲେ ।

27. ସଂସ୍କୃତିକରଣ ଶବ୍ଦର ସୃଷ୍ଟି ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ପ୍ରଖ୍ୟାତ ଭାରତୀୟ ସମାଜବିଜ୍ଞାନୀ ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ତାଙ୍କ ରଚିତ ‘କୁର୍ଗମାନଙ୍କର ଧର୍ମ ଓ ସମାଜ’’ ନାମକ ପୁସ୍ତକରେ ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ବୁଝାଇବା ପାଇଁ ସର୍ବପ୍ରଥମେ ଏହି ‘‘ସଂସ୍କୃତିକରଣ’’ (Sanskritisation) ଶବ୍ଦଟିକୁ ସୃଷ୍ଟି କରିଥିଲେ । ଏହି ପୁସ୍ତକଟି ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା ।

28. ସଂସ୍କୃତିକରଣ (Sanskritisation) କହିଲେ କ’ଣ ବୁଝ ?
Answer:
ସଂସ୍କୃତିକରଣ ଭାରତୀୟ ସମାଜର ଏକ ଅନ୍ତଃ ପ୍ରକ୍ରିୟା ଅଟେ । ହିନ୍ଦୁ ସମାଜରେ ସାଂସ୍କୃତିକ ଓ ଗତିଶୀଳତାକୁ ବୁଝାଇବାକୁ ସମାଜବିଜ୍ଞାନୀ ଏମ୍. ଏନ୍. ଶ୍ରୀନିବାସ ସର୍ବପ୍ରଥମେ ସଂସ୍କୃତିକରଣ ଶବ୍ଦଟିକୁ ପ୍ରୟୋଗ କରିଥିଲେ । ଏହି ପ୍ରକ୍ରିୟା ମାଧ୍ୟମରେ ନିମ୍ନଜାତିର ହିନ୍ଦୁ ବା ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, ବିଚାରଧାରା ଓ ଜୀବନଶୈଳୀକୁ ପରିବର୍ତ୍ତନ କରି ଜାତି ସ୍ତରୀକରଣ ପ୍ରକ୍ରିୟାରେ ଉଚ୍ଚ ପ୍ରସ୍ଥିତି ଲାଭ କରିବାକୁ ଚେଷ୍ଟା କରିଥାନ୍ତି ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣର ମୌଳିକ ଗୁଣ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣର ମୌଳିକ ଗୁଣ ହେଉଛି : –
(କ) ମାନବ ଇନ୍ଦ୍ରିୟ ଗୁଡ଼ିକର ପୂର୍ଣ୍ଣ ବିନିଯୋଗ ।
(ଖ) ପର୍ଯ୍ୟବେକ୍ଷଣ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ସୁବିଚାରିତ ପଦ୍ଧତି ।
(ଗ) ପର୍ଯ୍ୟବେକ୍ଷଣ ସାମାଜିକ ଗବେଷଣାର ହେଉଛି ପ୍ରତ୍ୟକ୍ଷ ପଦ୍ଧତି ।
(ଘ) ପର୍ଯ୍ୟବେକ୍ଷଣ ଏକ ବୈଜ୍ଞାନିକ ପଦ୍ଧତି ଅଟେ ।
(ଙ) ଏହା ଘଟଣା ଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ କରିଥାଏ ।
(ଚ) ପର୍ଯ୍ୟବେକ୍ଷଣ କାରଣ-ଫଳାଫଳ ସମ୍ବନ୍ଧକୁ ସ୍ପଷ୍ଟ କରିଥାଏ ।

2. ପର୍ଯ୍ୟବେକ୍ଷଣର ପ୍ରକାରଭେଦ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣକୁ ଛଅଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା –
(କ) ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ।
(ଖ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ।
(ଗ) ସହଭାଗୀ ପର୍ଯ୍ୟବେକ୍ଷଣ।
(ଘ) ଅସହଭାଗୀ ପର୍ଯ୍ୟବେକ୍ଷଣ ।
(ଙ) ଅର୍ଦ୍ଧ ସହଭାଗୀ ପର୍ଯ୍ୟବେକ୍ଷଣ ।
(ଚ) ସାମୁହିକ ପର୍ଯ୍ୟବେକ୍ଷଣ ।

3. ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଉପଯୋଗିତା ଉଲ୍ଲେଖ କର ।
Answer:
(କ) ପର୍ଯ୍ୟବେକ୍ଷଣ କର୍ତ୍ତା ଅନେକ ବିଶେଷ ସମସ୍ୟା, ପରିସ୍ଥିତି ତଥା କ୍ରିୟାଗୁଡ଼ିକୁ ସରଳତା ପୂର୍ବକ ଅଧ୍ୟୟନ କରିଥାଏ ।
(ଖ) ଏହି ପର୍ଯ୍ୟବେକ୍ଷଣ ଦ୍ବାରା ଅଧ୍ୟୟନ କର୍ତ୍ତା, ଅଧ୍ୟୟନ ସାମଗ୍ରୀ ଦ୍ବାରା ପ୍ରଭାବିତ ହୋଇନଥାଏ । ଯାହାଫଳରେ ବାସ୍ତବ ଏବଂ ବିଶ୍ଵାସନୀୟ ତଥ୍ୟ ସଂଗ୍ରହ କରାଯାଇପାରେ ।
(ଗ) ଅଧ୍ୟୟନ କର୍ତ୍ତାର ବ୍ୟବହାର ଉପରେ ବା ଅଧ୍ୟୟନ କରାଯାଉଥିବା ଘଟଣା ଉପରେ ନିୟନ୍ତ୍ରଣ ନ ରହିବା ଫଳରେ ଏହି ପ୍ରକାର ପର୍ଯ୍ୟବେକ୍ଷଣ ଅଧ‌ିକ ବସ୍ତୁନିଷ୍ଠ ହୋଇଥାଏ ।
(ଘ) ପରିବର୍ତ୍ତନଶୀଳ ସାମାଜିକ ବ୍ୟବହାରକୁ ଏହି ପର୍ଯ୍ୟବେକ୍ଷଣ ଦ୍ବାରା ସରଳଭାବରେ ବୃଝି ହୁଏ ।

4. ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଅପକାରିତାମାନ ଦର୍ଶାଅ ।
Answer:
(କ) ଏ ପ୍ରକାର ପର୍ଯ୍ୟବେକ୍ଷଣରେ ଗବେଷକ ଉପରେ ନିୟନ୍ତ୍ରଣ ନ ରହିବା ହେତୁ ଯଦି ଗବେଷକର ବ୍ୟକ୍ତିଗତ ଭୁଲ୍ ହୋଇଯାଏ ତେବେ ସମ୍ପୂର୍ଣ୍ଣ ଅଧ୍ୟୟନ ଭୁଲ୍ ହୋଇଯିବାର ଆଶଙ୍କା ଥାଏ ।
(ଖ) ଦର୍ଶକ ଭାବେ ଗବେଷକ ଆବଶ୍ୟକ ତଥା ଅନାବଶ୍ୟକ ସବୁପ୍ରକାର ସୂଚନାକୁ ଏକତ୍ରିତ କରିଥାଏ । ଯାହାଫଳରେ ଅଯଥା ସମୟ ଏବଂ ପରିଶ୍ରମ କରିବାକୁ ପଡ଼ିଥାଏ ।
(ଗ) ବେଷକ ସୁବିଧା ଦେଖ୍ ତାହା ଲେଖୁଥାଏ । ଫଳରେ ହୁଏତ ଅଧିକ ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ବାଦ୍ ଦେଇ କମ୍ ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ଲେଖୁବାର ସମ୍ଭାବନା ଥାଏ ।
(ଘ) ଏହି ପର୍ଯ୍ୟବେକ୍ଷଣ କାଳରେ ଯଦି ଗବେଷକ ଧୈର୍ଯ୍ୟହୀନ ହୋଇପଡ଼ନ୍ତି, ତେବେ ଅନେକ ବାସ୍ତବ ଏବଂ ଉପଯୋଗୀ ତଥ୍ୟ ପାଇବାରୁ ସେ ବଞ୍ଚତ ହୁଅନ୍ତି ।

5. ନିୟନ୍ତ୍ରିତ ଓ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(କ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କରାଯାଉଥ‌ିବା ଘଟଣା ବା ପରିସ୍ଥିତିକୁ ନିୟନ୍ତ୍ରିତ କରି ପର୍ଯ୍ୟବେକ୍ଷଣ କରାଯାଏ । ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ଘଟଣା ବା ପରିସ୍ଥିତି ପର୍ଯ୍ୟବେକ୍ଷଣ କର୍ତ୍ତାର ନିୟନ୍ତ୍ରଣରେ ନ ଥାଏ ।

(ଖ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷଣ କର୍ରା ପୂର୍ବ-ନିଶ୍ଚିତ ନିର୍ଦ୍ଦେଶ ଅନୁସାରେ ନିଜର ବ୍ୟବହାର ଓ କାର୍ଯ୍ୟ ଶୈଳୀକୁ ନିୟନ୍ତ୍ରିତ କରି ପର୍ଯ୍ୟବେକ୍ଷଣ କାର୍ଯ୍ୟ କରିଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ନିଜ ବ୍ୟବହାର ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ ନ ଥାଏ।

CHSE Odisha Class 11 Sociology Unit 5 Short Answer Questions in Odia Medium

(ଗ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ପ୍ରଥମେ ଏକ ନିଶ୍ଚିତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବାକୁ ପଡିଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ କୌଣସି ପୂର୍ବ-ଯୋଜନା ନ ଥାଇ, ଯେ କୌଣସି ସମୟରେ ଓ ଯେକୌଣସି କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କରାଯାଏ।

(ଘ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ପାଇଁ ଏକ କୃତ୍ରିମ ବାତାବରଣ ସୃଷ୍ଟି କରିବାକୁ ପଡ଼ିଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ନିୟନ୍ତ୍ରଣ ନ ରହିବା ଯୋଗୁଁ ଅଧ୍ୟୟନ ଅଧିକ ସ୍ଵାଭାବିକ ହୋଇଥାଏ ।

(ଙ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କର୍ତ୍ତାର ମନୋବୃତ୍ତି, ବିଚାରଧାରା, ତଥା ବ୍ୟକ୍ତିଗତ ପକ୍ଷପାତ ଇତ୍ୟାଦିର ପ୍ରଭାବ ପଡ଼ିନଥାଏ । ଫଳରେ ଅଧ୍ୟୟନ ଅଧ୍ଵ ନିରପେକ୍ଷ ଓ ବିଶ୍ବସନୀୟ ହୋଇଥାଏ । ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷଣ କର୍ତ୍ତା ନିଜର ସ୍ୱତନ୍ତ୍ରତା ତଥା ବ୍ୟକ୍ତିଗତ ରୁଚିର ଅଧ‌ିକ ପ୍ରୟୋଗ କରିଥାଏ । ତେଣୁ ଅଧ୍ୟୟନ ପକ୍ଷପାତ ପୂର୍ଣ ଏବଂ କମ୍ ବିଶ୍ୱସନୀୟ ହୋଇଥାଏ ।

(ଚ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ, କ୍ଷୁଦ୍ର ବା କୌଣସି ବିଶେଷ ପକ୍ଷକୁ ଅଧ୍ୟୟନ କରିବା ପାଇଁ ଅଧିକ ଉପଯୁକ୍ତ ଅଟେ । ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ବୃହତ୍ତ ସମୂହର ଅଧୟନ ପାଇଁ ଉପଯୁକ୍ତ ଅଟେ ।

(ଛ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ କର୍ତ୍ତା ସ୍ଵାଧୀନ ହୋଇନଥାଏ, ତେଣୁ ଘଟଣା ଏବଂ ବ୍ୟବହାର ଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ ସମ୍ଭବପର ହୋଇନଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ସ୍ଵାଧୀନତା ଥିବା ଯୋଗୁଁ କୌଣସି ସମୂହର ଗଭୀର ଅଧ୍ୟୟନ ସମ୍ଭବପର ଅଟେ ।

6. ସହଭାଗୀ ପର୍ଯ୍ୟବେକ୍ଷଣର ଗୁରୁତ୍ବ ବା ଉପକାରିତାମାନ ଦର୍ଶାଅ ।
Answer:
ସହଭାଗୀ ପର୍ଯ୍ୟବେକ୍ଷଣର ବା ଉପକାରିତାମାନ ହେଲା –
(କ) ବାସ୍ତବ ବ୍ୟବହାର ଅଧ୍ୟୟନ ସମ୍ଭବପର ଅଟେ ।
(ଖ) ପ୍ରତ୍ୟକ୍ଷ ଅଧ୍ୟୟନ କରାଯାଇଥାଏ ।
(ଗ) ସ୍ଵପ୍ନ ଓ ଗଭୀର ଅଧ୍ୟୟନ ସମ୍ଭବପର ଅଟେ ।
(ଘ) ସରଳ ଅଧ୍ୟୟନ କରାଯାଇଥାଏ ।

7. ସହଭାଗୀ ପର୍ଯ୍ୟବେକ୍ଷଣର ମୁଖ୍ୟ ଅପକାରିତାମାନ ଉଲ୍ଲେଖ କର ।
Answer:
ସହଭାଗୀ ପର୍ଯ୍ୟବେକ୍ଷଣର ମୁଖ୍ୟ ଅପକାରିତାମାନ ହେଲା –
(କ) ବସ୍ତୁନିଷ୍ଠତାର ଅଭାବ ପରିଲକ୍ଷିତ ହୋଇଥାଏ ।
(ଖ) ପୂର୍ଣ୍ଣ ସହଭାଗୀତା ସମ୍ଭବପର ନୁହେଁ ।
(ଗ) ଏହା ବ୍ୟୟ-ବହୁଳ ପ୍ରଣାଳୀ ଅଟେ ।
(ଘ) ସମୂହ ବ୍ୟବହାରରେ ପରିବର୍ତ୍ତନ ।
(ଙ) ବିଶିଷ୍ଟ ସମୂହର ଅଧ୍ୟୟନରେ ଅସୁବିଧା ।
(ଚ) ଉଚିତ୍ ପ୍ରତିନିଧ୍ର ଅଭାବ ।

8. ଅସହଭାଗୀ ପର୍ଯ୍ୟବେକ୍ଷଣର ଉପକାରିତାମାନ ଦର୍ଶାଅ ।
Answer:
ଅସହଭାଗୀ ପର୍ଯ୍ୟବେକ୍ଷଣର ଉପକାରିତାମାନ ହେଲା –
(କ) ଅଧ‌ିକ ସହଯୋଗ ।
(ଖ) ଅଧ‌ିକ ତଥ୍ୟ ସଂଗ୍ରହ ।
(ଗ) ମିତବ୍ୟୟୀ ପ୍ରଣାଳୀ ।
(ଘ) ଅଧ୍ବକ ବିଶ୍ବସନୀୟ ତଥ୍ୟ ସଂଗ୍ରହ ।
(ଙ) ବସ୍ତୁନିଷ୍ଠ ଅଧ୍ୟୟନ ସମ୍ଭବପର ଅଟେ ।

9. ଅସହଭାଗୀ ପର୍ଯ୍ୟବେକ୍ଷଣର ଦୋଷ ଛୁଟି ବା ଅପକାରିତାମାନ ଉଲ୍ଲେଖ କର ।
Answer:
ଅସହଭାଗୀ ପର୍ଯ୍ୟବେକ୍ଷଣର ମୁଖ୍ୟ ଦୋଷ ତ୍ରୁଟି ଗୁଡ଼ିକ ହେଲା –
(କ) ଏ ପ୍ରକାର ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତା ଘଟଣାଗୁଡ଼ିକୁ ସମୂହର ସଦସ୍ୟଙ୍କ ଦୃଷ୍ଟିକୋଣରୁ ନ ଦେଖ୍, ନିଜ ଦୃଷ୍ଟିକୋଣରୁ ଦେଖୁଥାଏ ।
(ଖ) କୌଣସି ଗ୍ରୁପ୍ତ ଏବଂ ଦରକାରୀ ସୂଚନା ପାଇବା ଦିଗରେ ଅସହଭାଗୀ ପର୍ଯ୍ୟବେକ୍ଷଣ ବିଶେଷ ସାହାଯ୍ୟ କରିପାରେ ନାହିଁ ।
(ଗ) ଅଧ୍ୟୟନ ଅସ୍ଵାଭାବିକ ଓ ତ୍ରୁଟିପୂର୍ଣ୍ଣ ହୋଇଥାଏ ।
(ଘ) ଏହି ପ୍ରକାର ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କାର୍ଯ୍ୟ ଅସମାପ୍ତ ରହିଯିବାର ସମ୍ଭାବନା ଥାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

10. ସହଭାଗୀ ପର୍ଯ୍ୟବେକ୍ଷଣ ଓ ଅସହଭାଗୀ ପର୍ଯ୍ୟବେକ୍ଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(କ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତା ଅଧ୍ୟୟନ ସମୂହର ଅଭିନ୍ନ ଅଙ୍ଗଭାବେ ଘଟଣାର ଅଧ୍ୟୟନ କରିଥାଏ,
ମାତ୍ର ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତାର ଭୂମିକା ଜଣେ ଅପରିଚିତ ଏବଂ ମୌନସ୍ରଷ୍ଟା ରୂପେ ହୋଇଥାଏ ।
(ଖ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତା ଜଣେ ଗୁପ୍ତଚର ପରି ସମୂହର ଜୀବନଧାରାରେ ମିଶିଯାଇ ଏହାର ସ୍ଵାଭାବିକ ବ୍ୟବହାରକୁ ଅଧ୍ୟୟନ କରିପାରିଥାଏ । ଅସହଭାଗୀ ପର୍ଯ୍ୟବେକ୍ଷଣରେ ସମୂହର ସଦସ୍ୟମାନେ ଅଧ୍ୟୟନ କର୍ତ୍ତାକୁ ଜଣେ ଅପରିଚିତ ବ୍ୟକ୍ତିଭାବେ କୃତ୍ରିମ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ।
(ଗ) ସହଭାଗୀ ପର୍ଯ୍ୟବେକ୍ଷଣରେ ଘଟଣା ଗୁଡ଼ିକର ସ୍ବପ୍ନ ଓ ଗଭୀର ଅଧ୍ୟୟନ ସମ୍ଭବପର ହୋଇଥାଏ, ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ ସମୂହର ବାହ୍ୟ ବ୍ୟବହାରକୁ ଯେଉଁ ରୂପରେ ଜାଣିହୁଏ, ଗୋପନୀୟ ତଥ୍ୟକୁ ସେହି ରୂପରେ ଜାଣି ହୁଏ ନାହିଁ ।
(ଘ) ସହଭାଗୀ ପର୍ଯ୍ୟବେକ୍ଷଣରେ ତଥ୍ୟ ଗୁଡ଼ିକର ପରୀକ୍ଷଣ ଓ ପୁନଃ ପରୀକ୍ଷଣ ସମ୍ଭବପର ହୋଇଥାଏ; କିନ୍ତୁ ଅସହଭାଗୀ ପର୍ଯ୍ୟବେକ୍ଷଣର ତଥ୍ୟଗୁଡ଼ିକର ତୁଳନାତ୍ମକ ପରୀକ୍ଷା କଷ୍ଟକର ଅଟେ ।
(ଙ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧିକ ସମୟ ଓ ଧନ ଆବଶ୍ୟକ ହୋଇଥାଏ; ମାତ୍ର ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅପେକ୍ଷାକୃତ କମ୍ ସମୟ ଓ ଧନ ଦରକାର ପଡ଼େ ।
(ଚ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନର ବସ୍ତୁନିଷ୍ଠତା କମ୍ ଦେଖାଯାଏ କିନ୍ତୁ ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ ଅଧ‌ିକ ବସ୍ତୁନିଷ୍ଠ ଏବଂ ନିରପେକ୍ଷ ହୁଏ ।

11. ପ୍ରଶ୍ନବଳୀର ଉପଯୋଗିତା ଦର୍ଶାଅ ।
Answer:
ପ୍ରଶ୍ନବଳୀର ଉପଯୋଗିତା ବା ଉପକାରିତାମାନ ହେଲା
(କ) ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ ।
(ଖ) ଅପେକ୍ଷାକୃତ କମ୍ ଧନ, ଶ୍ରମ ଓ ସମୟ ବ୍ୟୟ ।
(ଗ) ଅଧ୍ୟୟନର ପୁନରାବୃତ୍ତି ସମ୍ଭବ ଅଟେ ।
(ଘ) ଉଭୟ ଅଧ୍ୟୟନ କର୍ତ୍ତା ଓ ସୂଚନାଦାତାଙ୍କ ପାଇଁ ସୁବିଧାଜନକ ଅଟେ ।
(ଙ) ପରିସଂଖ୍ୟାନ ସମ୍ବନ୍ଧୀୟ ବିଶ୍ଳେଷଣରେ ସୁବିଧା ।
(ଚ) ସ୍ଵତନ୍ତ୍ର ଏବଂ ପ୍ରାମାଣିକ ସୂଚନା
(ଛ) ବସ୍ତୁନିଷ୍ଠ ସୂଚନାର ସମ୍ଭାବନା ।
(ଜି) ସରଳ ଉପଯୋଗ ।

12. ପ୍ରଶ୍ନବଳୀର ଦୋଷ ବା ଅପକାରିତା ଦର୍ଶାଅ ।
Answer:
ପ୍ରଶ୍ନବଳୀର ଦୋଷ ବା ଅପକାରିତା ମାନ ହେଲା –
(କ) ଅଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ଅନୁପଯୁକ୍ତ ଅଟେ ।
(ଖ) ଗଭୀର ଅଧ୍ୟୟନ ପାଇଁ ଅନୁପଯୁକ୍ତ ଅଟେ ।
(ଗ) ଉତ୍ତର ପ୍ରାପ୍ତିର ସମସ୍ୟା ।
(ଘ) ସାର୍ବଜନୀନ ପ୍ରଶ୍ନଗୁଡ଼ିକର ନିର୍ମାଣ ଅସମ୍ଭବ ।
(ଙ) ଉତ୍ତରଦାତାର ଦ୍ବନ୍ଦ୍ବର ସମସ୍ୟା ।
(ଚ) ବ୍ୟକ୍ତିଗତ ସମ୍ପର୍କର ଅଭାବ ।
(ଛ) ଅସ୍ପଷ୍ଟ ହସ୍ତାକ୍ଷରର ସମସ୍ୟା ।

13. ପ୍ରଶ୍ନବଳୀର ବୈଶିଷ୍ଟ୍ୟ ବା ଲକ୍ଷଣମାନ ଉଲ୍ଲେଖ କର ।
Answer:
(କ) ପ୍ରଶ୍ନବଳୀ ଅଧ୍ୟୟନର ବିଭିନ୍ନ ପକ୍ଷ ସହିତ ସମ୍ବନ୍ଧିତ ସୂଚନା ଗୁଡ଼ିକୁ ପ୍ରାପ୍ତ କରିବାପାଇଁ ଅନେକ ପ୍ରଶ୍ନର ଏକ ବ୍ୟବସ୍ଥିତ ସୂଚୀ ଅଟେ ।
(ଖ) ଏହା ସୂଚନାଦାତାଙ୍କ ଠାରୁ ପ୍ରାଥମିକ ସାମଗ୍ରୀ ସଂଗ୍ରହ କରିବାର ହେଉଛି ଏକ ଅପ୍ରତ୍ୟକ୍ଷ ଉପକରଣ ।
(ଗ) ସାଧାରଣତଃ ପ୍ରଶ୍ନବଳୀ ଡାକଦ୍ବାରା ପଠାଯାଇଥାଏ, ମାତ୍ର ସ୍ଥଳ ବିଶେଷରେ ବ୍ୟକ୍ତିଗତ ଭାବେ ମଧ୍ୟ ଏହା ବିତରଣ କରାଯାଇଥାଏ ।
(ଘ) ପ୍ରଶ୍ନବଳୀରେ ଉତ୍ତରଦାତା ନିଜେ ଫର୍ମ ପୂରଣ କରିଥାଏ ।
(ଙ) ପ୍ରଶ୍ନବଳୀ ଦ୍ଵାରା କେବଳ ଶିକ୍ଷିତ ବ୍ୟକ୍ତିଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଥାଏ ।
(ଚ) ଏହି ପଦ୍ଧତିରେ ଉତ୍ତର ସଂଗ୍ରହ କଲାବେଳେ ଉତ୍ତରଦାତାଙ୍କ ସମ୍ମୁଖରେ ପ୍ରଶ୍ନକର୍ତ୍ତା ନ ଥ‌ିବାରୁ, ସେ ନିଃସଙ୍କୋଚରେ କେତେକ ଗୁପ୍ତତଥ୍ୟ ପ୍ରକାଶ କରିଦିଏ ।

14. ଅନୁସୂଚୀର ଉପଯୋଗିତା ବା ମହତ୍ତ୍ବ ଉଲ୍ଲେଖ କର ।
Answer:
ଅନୁସୂଚୀର ଉପଯୋଗିତା ବା ମହତ୍ତ୍ବଗୁଡ଼ିକ ହେଲା –
(କ) ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ହୋଇଥାଏ ।
(ଖ) ଯଥାର୍ଥ ତଥା ନିର୍ଭରଯୋଗ୍ୟ ସୂଚନା ପ୍ରାପ୍ତ ହୋଇଥାଏ ।
(ଗ) ଏହା ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଉପଯୁକ୍ତ ଅଟେ ।
(ଘ) ସର୍ବାଧ‌ିକ ଜବାବ ବା ଉତ୍ତର ମିଳି ପାରିଥାଏ ।
(ଙ) ପ୍ରଶ୍ନଗୁଡ଼ିକର ପରିବର୍ତ୍ତନ ସମ୍ଭବପର ହୋଇଥାଏ ।
(ଚ) ପର୍ଯ୍ୟବେକ୍ଷଣର ସୁବିଧା ସମ୍ଭବପର ଅଟେ ।
(ଛ) ଅସ୍ପଷ୍ଟ ପ୍ରଶ୍ନଗୁଡ଼ିକର ବ୍ୟାଖ୍ୟା ସମ୍ଭବ ଅଟେ ।
(ଜ) ତଥ୍ୟଗୁଡ଼ିକୁ ଲିପିବଦ୍ଧ କରିବାରେ ଏକ ରୂପତା ସମ୍ଭବ ଅଟେ ।

15. ଅନୁସୂଚୀର ଦୋଷ ବା ଅପକାରିତାମାନ ଦର୍ଶାଅ ।
Answer:
ଅନୁସୂଚୀର ଦୋଷ ବା ଅପକାରିତା ମାନ ହେଲା –
(କ) ସାର୍ବଜନୀନ ପ୍ରଶ୍ନର ସମସ୍ୟା ।
(ଖ) ଅଧିକ ଧନ ଏବଂ ସମୟ ବ୍ୟୟ ।
(ଗ) ସଂଗଠନାତ୍ମକ ସମସ୍ୟା ।
(ଘ) ବିଶାଳ କ୍ଷେତ୍ରପାଇଁ ଅନୁପଯୁକ୍ତ ଅଟେ ।
(ଙ) ଉତ୍ତରଦାତାଙ୍କ ସହିତ ସମ୍ପର୍କରେ ସମସ୍ୟା ।
(ଚ) ସୂଚନାଦାତାର ପକ୍ଷପାତ ପୂର୍ଣ୍ଣ ବ୍ୟବହାର ।

16. ଅଗଷ୍ଟ କମ୍‌ଙ୍କ ତ୍ରି-ସ୍ତରୀୟ ନିୟମ (Law of three Stages of Auguste Comte) କହିଲେ କ’ଣ ବୁଝ ?
Answer:
ସମାଜଶାସ୍ତ୍ରର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ଅଗଷ୍ଟ କମ୍‌ । ତାଙ୍କ ମଧ୍ୟରେ ମାନବ ମନ ବା ଭାବନାର ବିକାଶ ମୁଖ୍ୟତଃ ତିନିଗୋଟି ବିଭିନ୍ନ ସ୍ତର ମଧ୍ୟ ଦେଇ ଗତିକରିଥାଏ । ସେଗୁଡ଼ିକ ହେଲା –
(୧) ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର (Theological or Fictitious Stage)
(୨) ମେଟାଫାଇଜିକାଲ୍ ପର୍ଯ୍ୟାୟ (Metaphysical stage)
(୩) ପ୍ରତ୍ୟକ୍ଷାତ୍ମକ ବା ବୈଜ୍ଞାନିକ ସ୍ତର (Positive or Scientific Stage) ଏହାକୁ ତ୍ରି-ସ୍ତରୀୟ ନିୟମ କୁହାଯାଏ ।

17. ତାତ୍ତ୍ଵିକ ସ୍ତର (Metaphysical Stage) କହିଲେ କ’ଣ ବୁଝ ?
Answer:
ମାନବ ଚିନ୍ତନର ବିବର୍ତ୍ତନର ଦ୍ବିତୀୟ ସ୍ତର ହେଉଛି ତାତ୍ତ୍ଵିକ ସ୍ତର । ଏହା ମଧ୍ୟ ଭାବନାତ୍ମକ ବା ଅମୂର୍ଖ ସ୍ତର (Abstract Stage) ନାମରେ ପରିଚିତ । ଏହା ମାନବ ଚିନ୍ତା ଶକ୍ତିର ମଧ୍ୟବର୍ତ୍ତୀ ସ୍ତର ଅଟେ । ଯେତେବେଳେ ମାନବ ଚିନ୍ତନର ବିକାଶ ଘଟିଲା, ତର୍କଶକ୍ତିର ମଧ୍ଯ ବିକାଶ ଘଟିଲା । ପ୍ରତ୍ୟେକ ଘଟଣାକୁ ଈଶ୍ବର ନିୟନ୍ତ୍ରଣ ଓ ପରିଚାଳିତ କରନ୍ତି ବୋଲି ମନୁଷ୍ୟ ଗ୍ରହଣ କଲା ନାହିଁ । ଏହି ସ୍ତରରେ ମନୁଷ୍ୟ ଧରିନେଲା ଯେ ସମସ୍ତ ଘଟଣାର କାରଣ ଈଶ୍ଵର ନୁହଁନ୍ତି ଏବଂ ଏହି ଘଟଣାଗୁଡ଼ିକୁ ସେ ନିୟନ୍ତ୍ରଣ କରନ୍ତି ନାହିଁ ।

ଏକ ଅମୂର୍ଖ ବା ଅଦୃଶ୍ୟଶକ୍ତି ସମସ୍ତ ଘଟଣାକୁ ସୃଷ୍ଟି କରେ ଓ ନିୟନ୍ତ୍ରଣ କରେ । ଏହି ସ୍ତରରେ ମନୁଷ୍ୟ ସମଗ୍ର ବ୍ରହ୍ମାଣ୍ଡର ମାଲିକ ରୂପେ ଏକ ଅମୂର୍ଖ ଶକ୍ତିକୁ ଗ୍ରହଣ କରେ ।

CHSE Odisha Class 11 Sociology Unit 5 Short Answer Questions in Odia Medium

18. ପ୍ରତ୍ୟକ୍ଷାତ୍ମକ ବା ବୈଜ୍ଞାନିକ ସ୍ତର (Positive or Scientific Stage) କହିଲେ କ’ଣ ବୁଝ ?
Answer:
ଅଗଷ୍ଟ କମ୍‌ଙ୍କ ମତରେ ମାନବ ଚିନ୍ତନର ଶେଷ ବା ତୃତୀୟ ସ୍ତର ହେଉଛି ପ୍ରତ୍ୟକ୍ଷାତ୍ମକ ସ୍ତର । ଏହି ସ୍ତରକୁ ମଧ୍ଯ ବୈଜ୍ଞାନିକ ସ୍ତର କୁହାଯାଏ । ଏହି ସ୍ତରରେ ମସ୍ତିଷ୍କ ଦୈବୀଧାରଣା ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ଉଦ୍ଦେଶ୍ୟ ଘଟଣାଗୁଡ଼ିକର କାରଣକୁ ଖୋଜିବାର ବୃଥା କଥାକୁ ଛାଡ଼ିଦିଏ ଓ ଘଟଣାଗୁଡ଼ିକର ବାସ୍ତବ ଓ ନିଶ୍ଚିତ ସମ୍ବନ୍ଧ ଖୋଜିବାରେ ଲାଗିଯାଏ । ଏହି ସ୍ତରରେ ମନୁଷ୍ୟ ଭୌତିକ ଘଟଣାଗୁଡ଼ିକୁ ନିଜର ବୁଦ୍ଧି ସହାୟତାରେ ବିଚାର କରିବାକୁ ପ୍ରୟାସ କରିଥାଏ ।

ଏଠାରେ ବିଶ୍ବାସ ବା କଳ୍ପନାର ସ୍ଥାନ ନାହିଁ । ପ୍ରତ୍ୟକ୍ଷାତ୍ମକ ସ୍ତରରେ ବିବେକ, ବୁଦ୍ଧି ଓ ଅବଲୋକନ ଉପରେ ଅଧ‌ିକରୁ ଅଧ୍ଵ ଗୁରୁତ୍ଵ ଦିଆଯାଏ । ଅନୁଭୂତି ଭିଭିରେ ବୈଜ୍ଞାନିକ ନିୟମଗୁଡ଼ିକର ପ୍ରସ୍ତୁତି ବୈଜ୍ଞାନିକ ସ୍ତରର ମୁଖ୍ୟ ଆଧାର ଅଟେ ।

19. ଦୁର୍ଖମଙ୍କ ମତରେ ସାମାଜିକ ପ୍ରବାହ (Social Current) କ’ଣ ଅଟେ ?
Answer:
ଆତ୍ମହତ୍ୟାର କାରଣ ସମ୍ବନ୍ଧୀୟ ବ୍ୟାଖ୍ୟାନ ନିମନ୍ତେ ଦୁଖ୍ ଏକ ସଂପ୍ରତ୍ୟୟର ବିକାଶ କରିଛନ୍ତି ଯାହା ‘‘ସାମାଜିକ ପ୍ରବାହ’’ (Social Current) ଭାବରେ ଜଣା । ସାମାଜିକ ପ୍ରବାହ ସାମାଜିକ ଅବସ୍ଥା (Social Condition) ଦ୍ୱାରା ସୃଷ୍ଟି ହୋଇଥାଏ । ଏ ପ୍ରସଙ୍ଗରେ ଦୁର୍ଖମ୍ ସଂହତି (Integration) ଏବଂ ସମାଜ ଦ୍ବାରା ନିୟନ୍ତ୍ରଣ (Regulations) ଆଧାରିତ ଦୁଇଟି ସାମାଜିକ ଅବସ୍ଥାକୁ ଉଲ୍ଲେଖ କରିଛନ୍ତି । ସେ ଏହି ଦୁଇଟି ଅବସ୍ଥାକୁ ସାମାଜିକ ପ୍ରବାହର ଉତ୍ସ ଭାବରେ ଉଲ୍ଲେଖ କରିଛନ୍ତି । ସାମାଜିକ ପ୍ରବାହ ଆତ୍ମହତ୍ୟା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସାମାଜିକ ପ୍ରବାହ ବ୍ୟକ୍ତିମାନଙ୍କୁ ପ୍ରଭାବିତ କରେ ଏବଂ ସେମାନଙ୍କୁ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିଥାଏ ।

20. ଦୁର୍ଖମ୍ ଆତ୍ମହତ୍ୟାକୁ କେତେ ଭାଗରେ ବିଭକ୍ତ କରିଛନ୍ତି ଏବଂ ସେଗୁଡ଼ିକ କ’ଣ ଅଟେ ?
Answer:
ସାମାଜିକ ଅବସ୍ଥା ଏବଂ ଏଥୁରୁ ସୃଷ୍ଟି ହେଉଥ‌ିବା ସାମାଜିକ ପ୍ରବାହ ଆଧାରରେ ଦୁର୍ଖମ୍ ଚାରି ପ୍ରକାର ଆତ୍ମହତ୍ୟାକୁ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା (୧) ଅହଂବାଦୀ ଆତ୍ମହତ୍ୟା (Egoistic Suicide), (୨) ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide), (୩) ଅନୋମିକ୍ ଆତ୍ମହତ୍ୟା (Anomic Suicide) ଓ ସାଂଘାତିକ ଆତ୍ମହତ୍ୟା (Fatalistic Suicide) । ଦୁର୍ଖମ୍ ଆତ୍ମହତ୍ୟାର ପ୍ରତ୍ୟେକ ପ୍ରକାରକୁ ସମାଜର ସଂହତି କିମ୍ବା ସମାଜ ଦ୍ବାରା ନିୟନ୍ତ୍ରଣର ମାତ୍ରା (Degree) ସହିତ ସଂଯୋଗ କରିଛନ୍ତି ।

21. ଅହଂବାଦୀ ଆତ୍ମହତ୍ୟା (Egoistic Suicide) କହିଲେ କ’ଣ ବୁଝ ?
Answer:
ଯେତେବେଳେ ସାମୂହିକତା କିମ୍ବା ସମୂହ ସହିତ ବ୍ୟକ୍ତିର ସଂଯୋଗର ଅଭାବ ରହେ ସେତେବେଳେ ଏହି ପ୍ରକାର ଆତ୍ମହତ୍ୟା ଦେଖାଯାଏ । ଅର୍ଥାତ ଯେତେବେଳେ ବ୍ୟକ୍ତି ସାମାଜିକ ସମୂହଠାରୁ ନିଜକୁ ଅତିମାତ୍ରାରେ ବିଚ୍ଛିନ୍ନ ହୋଇ ପଡ଼ିଥିବା ଅନୁଭବ କରେ ସେତେବେଳେ ବ୍ୟକ୍ତିର ସାମାଜିକ ସମୂହ ସହିତ ଥ‌ିବା ସମନ୍ୱୟ କିମ୍ବା ସଂପର୍କ ଅତିମାତ୍ରାରେ ବିଗିଡ଼ିଯାଏ ବା ସମୂହ ଭିତରେ ଆଭ୍ୟନ୍ତରିକ ସଂଯୋଗଶୀଳତା (Cohesiveness) କୁ ବଜାୟ ରଖାଯାଏ ନାହିଁ ସେତେବେଳେ ଉପରୋକ୍ତ ପରିସ୍ଥିତି ଦେଖାଯାଏ ।

22. ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) କହିଲେ କ’ଣ ବୁଝ ?
Answer:
ଯେତେବେଳେ ସାମାଜିକ ସଂହତି ଅତ୍ୟନ୍ତ ଦୃଢ଼, ସେତେବେଳେ ଆତ୍ମହତ୍ୟାର ଅଧ‌ିକ ସମ୍ଭାବନା ଦେଖାଦିଏ । ଏହି ପ୍ରକାର ଆତ୍ମହତ୍ୟାକୁ ଦୁର୍ଖମ୍ ପରାର୍ଥବାଦୀ ଆତ୍ମହତ୍ୟା ବୋଲି କହିଛନ୍ତି । ଏହି ଆତ୍ମହତ୍ୟା ଏକ ପ୍ରକାର ତ୍ୟାଗ ଅଟେ । ଦୃଢ଼ ସାମାଜିକ ସଂହତି ଏବଂ ବ୍ୟକ୍ତିର ସମାଜ ପ୍ରତି ଅତ୍ୟଧକ ଅନୁରକ୍ତି ଥିଲେ ବ୍ୟକ୍ତି ସମାଜର ମୂଲ୍ୟ ତୁଳନାରେ ନିଜ ଜୀବନକୁ ମୂଲ୍ୟହୀନ ମନେ କରେ । ତେଣୁ ସମାଜର ହିତପାଇଁ ନିଜେ ନିଜକୁ ଉତ୍ସର୍ଗ କରିଥାଏ । ଉଦାହରଣ ସ୍ୱରୂପ ମୃତ ସ୍ଵାମୀର ଚିତୀରେ ସ୍ତ୍ରୀ ଝାସଦେବା ବା ପୂର୍ବ କାଳରେ ପ୍ରଚଳିତ ସତୀଦାହ ପ୍ରଥା ।

23. ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) କହିଲେ କ’ଣ ବୁଝ ?
Answer:
ଦୁର୍ଖମ୍ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ସମାଜର ନିୟନ୍ତ୍ରଣ କ୍ଷମତା ବିପର୍ଯ୍ୟସ୍ତ ହୋଇପଡ଼େ, ସେତେବେଳେ ଯେଉଁ ଆତ୍ମହତ୍ୟା ଦେଖାଯାଏ, ତାହାକୁ ଅପ୍ରତିମାନୀୟ ଆତ୍ମହତ୍ୟା କୁହାଯାଏ । ତାଙ୍କ ମତରେ ଯେତେବେଳେ ଏକ ସମାଜ ଏକ ଆକସ୍ମିକ ଘଟଣା ବା ଜଟିଳ ପରିସ୍ଥିତିର ସମ୍ମୁଖୀନ ହୁଏ, ସେତେବେଳେ ଏହାର କାର୍ଯ୍ୟ କରିବାର କ୍ଷମତା ବିପର୍ଯ୍ୟସ୍ତ ହୋଇପଡ଼େ । ଅର୍ଥନୈତିକ ମାନ୍ଦାବସ୍ଥା (Economic Depression) ପରି ସଂକଟ ସମୟରେ କର୍ମଚାରୀ ତାର ଚାକିରି ହରାଏ, ଧନୀକ ବ୍ୟକ୍ତି ଦରିଦ୍ର ହେବା ଇତ୍ୟାଦି ଘଟଣାରେ ଯେଉଁ ଆତ୍ମହତ୍ୟା ଦେଖାଯାଇଥାଏ, ତାହାକୁ ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) କୁହାଯାଏ ।

24. ଭାଗ୍ୟବାଦୀ ଆତ୍ମହତ୍ୟା (Fatalistic Suicide) କହିଲେ କ’ଣ ବୁଝ ?
Answer:
ଦୁର୍ଖମ୍‌ଙ୍କ ମତରେ ନିୟନ୍ତ୍ରଣ ମାତ୍ରାଧ‌ିକ ହେଲେ ଭାଗ୍ୟବାଦୀ ଆତ୍ମହତ୍ୟା ଦେଖାଯାଏ । ଯେଉଁ ବ୍ୟକ୍ତିମାନଙ୍କର ଭବିଷ୍ୟତର ଦ୍ବାରକୁ ନିର୍ଭୟ ଭାବରେ ବନ୍ଦ କରିଦିଆଯାଏ ଏବଂ ଯେଉଁ ବ୍ୟକ୍ତିମାନଙ୍କୁ ଦମନମୂଳକ ବା ପିଡ଼ାଦାୟକ ଶୃଙ୍ଖଳାଦ୍ୱାରା ନିୟନ୍ତ୍ରଣ କରାଯାଏ, ସେତେବେଳେ ଯେଉଁ ଆତ୍ମହତ୍ୟା ଦେଖାଯାଇଥାଏ ତାହାକୁ ଭାଗ୍ୟବାଦୀ ଆତ୍ମହତ୍ୟା (Fatalistic Suicide) କୁହାଯାଏ । ଉଦାହରଣ ସ୍ଵରୂପ ଏକ କ୍ରୀତଦାସ (Slave) ନିଜ ମୁନିବର (Master) ଅତ୍ୟାଚାରରେ ଅତିଷ୍ଠ ହୋଇ ଯେଉଁ ଆତ୍ମହତ୍ୟା କରିଥାଏ ତାହା ଭାଗ୍ୟବାଦୀ ଆତ୍ମହତ୍ୟା ଅଟେ ।

CHSE Odisha Class 11 Sociology Unit 5 Short Answer Questions in Odia Medium

25. ପ୍ରଫେସର ଜି. ଏସ୍. ଘୂରେ (Prof. G. S. Ghurey) ଙ୍କ ପ୍ରଦତ୍ତ ଜାତିର ମୁଖ୍ୟ ଲକ୍ଷଣମାନ ଆଲୋଚନା କର ।
Answer:
ପ୍ରଫେସର ଜି. ଏସ୍. ଘୂରେ ତାଙ୍କ ରଚିତ ପୁସ୍ତକ ‘ଭାରତରେ ଜାତି ଏବଂ ପ୍ରଜାତି’’ (Caste and Race in India) ରେ ଜାତିର ମୁଖ୍ୟ ଲକ୍ଷଣମାନ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା –
(୧) ଜାତି ଏକ ସମୂହ ଯାହାର ସଦସ୍ୟ ପଦ ଜନ୍ମଦ୍ଵାରା ସ୍ଥିର ହୋଇଥାଏ ।
(୨) ଜାତି ବ୍ୟବସ୍ଥାରେ ପରିଦୃଷ୍ଟ ସ୍ତରୀକରଣରେ ବ୍ରାହ୍ମଣମାନେ ଶୀର୍ଷସ୍ଥାନ ଅଧିକାର କରିଥାନ୍ତି ।
(୩) ଜାତି ବ୍ୟବସ୍ଥା ଏହାର ସଦସ୍ୟମାନଙ୍କ ପାଇଁ ସାମାଜିକ, ମିଳାମିଶା, ଖାଦ୍ୟ ଓ ପାନୀୟ ଗ୍ରହଣରେ କଟକଣା ଜାରି କରିଥାଏ ଏବଂ କେଉଁ ଜାତିର ସଦସ୍ୟ କେଉଁ ଜାତି ସହିତ କିଭଳି ସାମାଜିକ ମିଳାମିଶା କରିବ ତାହା ସ୍ଥିର କରିଥାଏ ।
(୪) ପୃଥକ୍ ପୃଥକ୍ ଜାତିପାଇଁ ସାମାଜିକ ସ୍ଵତନ୍ତ୍ର ସୁବିଧା ସୁଯୋଗ ତଥା ପ୍ରତିବନ୍ଧକ ଭିନ୍ନ ଭିନ୍ନ ହୋଇଥାଏ ।
(୫) ଜାତିର ସଦସ୍ୟମାନେ କୌଳିକ ବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ଅଟନ୍ତି ।
(୬) ପ୍ରତ୍ୟେକ ଜାତିର ସଦସ୍ୟ ନିଜ ଜାତି ମଧ୍ୟରେ ବିବାହ କରିଥାନ୍ତି ।

26. ସଂସ୍କୃତିକରଣ ପ୍ରକ୍ରିୟାର ଲକ୍ଷଣମାନ ଦର୍ଶାଅ ।
Answer:
ସଂସ୍କୃତିକରଣ ପ୍ରକ୍ରିୟାର ଲକ୍ଷଣମାନ ହେଲା –
(୧) ସଂସ୍କୃତିକରଣ ଭାରତୀୟ ସମାଜର ଏକ ସାମାଜିକ ଓ ସାଂସ୍କୃତିକ ସଞ୍ଚଳନ ପ୍ରକ୍ରିୟା ଅଟେ ।
(୨) ସଂସ୍କୃତିକରଣ ଏକ ଆନ୍ତଃଦେଶୀୟ ପରିବର୍ତ୍ତନ ପ୍ରକ୍ରିୟା ଅଟେ ।
(୩) ସାମାଜିକ ସ୍ତରୀକରଣରେ ନିଜର ସାମାଜିକ ପ୍ରସ୍ଥିତି ଉଚ୍ଚ କରିବା ଏହାର ପ୍ରଧାନ ଲକ୍ଷ୍ୟ ଅଟେ ।

Leave a Comment