Odisha State Board CHSE Odisha Class 12 Economics Solutions Chapter 14 ମୁଦ୍ରା Short & Long Answer Questions.
CHSE Odisha 12th Class Economics Chapter 14 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।
1. ମୁଦ୍ରାର ସଂଜ୍ଞା କ’ଣ ?
Answer:
କ୍ରାଉଦରଙ୍କ ପ୍ରଦତ୍ତ ମୁଦ୍ରାର ସଂଜ୍ଞା ହେଲା, “ବିନିମୟର ମାଧମରୂପେ ସାଧାରଣତଃ ଗୃହୀତ ହେଉଥୁବା ଏବଂ ଏକ ସମୟରେ ମୂଲ୍ୟ ପରିମାପକ ଓ ମୂଲ୍ୟର ନିଧାନ ଆକାରରେ କାର୍ଯ୍ୟ କରୁଥିବା ଯେକୌଣସି ଜିନିଷ ମୁଦ୍ରା ଅଟେ ।’’ ଅର୍ଥାତ୍ ବିନିମୟର ମାଧ୍ୟମ ରୂପେ ମୁଦ୍ରା ସାଧାରଣରେ ଗ୍ରହଣୀୟ ।
2. ପଣ୍ୟ ବିନିମୟ ବ୍ୟବସ୍ଥା କ’ଣ ?
Answer:
ପ୍ରାଚୀନ କାଳରେ ଅର୍ଥବ୍ୟବସ୍ଥାରେ ମୁଦ୍ରା ନଥିଲା କିମ୍ବା ଏହାର ଆବଶ୍ୟକତା ଅନୁଭୂତ ହେଉନଥିଲା । ବ୍ୟକ୍ତିବିଶେଷ ଦ୍ରବ୍ୟର ସିଧାସଳଖ ବିନିମୟ କରୁଥିଲେ । ଏହାକୁ ପଣ୍ୟ ବିନିମୟ ପ୍ରଥା କୁହାଯାଏ । ଦ୍ରବ୍ୟ ଓ ସେବାର ପ୍ରତ୍ୟକ୍ଷ ବିନିମୟ ବ୍ୟବସ୍ଥା ହିଁ ପଣ୍ୟ ବିନିମୟ
ବ୍ୟବସ୍ଥା ।
3. ମୁଦ୍ରା କିପରି ବିନିମୟର ଏକ ମାଧ୍ୟମରୂପେ କାର୍ଯ୍ୟ କଲା ?
Answer:
ମୁଦ୍ରାର ଉପସ୍ଥିତି ବିନିମୟକୁ ଅଧ୍ଵ ସରଳ ଓ ସହଜ କଲା । ମୁଦ୍ରା ବିନିମୟରେ ଦ୍ରବ୍ୟ ଓ ସେବାର କ୍ରୟବିକ୍ରୟ ସୁବିଧାରେ ହୋଇପାରିଲା । ମୁଦ୍ରା ପ୍ରତିବଦଳରେ ଦ୍ରବ୍ୟ ବା ସେବା ବିକ୍ରୟ କରି ଅର୍ଜିତ ମୁଦ୍ରାରେ ଆବଶ୍ୟକୀୟ ଦ୍ରବ୍ୟ ବା ସେବା କ୍ରୟ ବିନା ପ୍ରତିବନ୍ଧକରେ ସମ୍ଭବ ହୋଇପାରିଲା । ସମୟ ଓ ଶକ୍ତିର ଅପଚୟ ନ କରି ମଣିଷ ଯେକୌଣସି ସମୟରେ ଯେକୌଣସି ଦ୍ରବ୍ୟ, ମୁଦ୍ରା ମାଧ୍ୟମରେ କ୍ରୟକରିବାର ସୁଯୋଗ ଲାଭ କରିପାରିଲା ।
4. ମୁଦ୍ରାର କାର୍ଯ୍ୟାବଳୀ ଦର୍ଶାଅ ।
Answer:
ମୁଦ୍ରା ମୁଖ୍ୟତଃ ଚାରିଗୋଟି କାର୍ଯ୍ୟ କରିଥାଏ, ଯଥା –
(a) ଦ୍ରବ୍ୟ ଓ ସେବା ବିନିମୟର ମାଧ୍ୟମ,
(b) ମୂଲ୍ୟର ପରିମାପକ,
(c) ସ୍ଥଗିତ ଦେୟର ଧାରକ ଓ
(d) ମୂଲ୍ୟର ଭଣ୍ଡାର ।
5. ପଣ୍ୟ ବିନିମୟ ବ୍ୟବସ୍ଥାରେ ଅଭାବର ଦ୍ବିପାକ୍ଷିକ ମେଳର ଅନୁପସ୍ଥିତି କାହିଁକି ଦେଖାଯାଏ ?
Answer:
ଯଦି ଦୁଇ ପକ୍ଷ ଏକ ସମୟରେ ପରସ୍ପରର ଦ୍ରବ୍ୟ ପାଇଁ ଇଚ୍ଛା ପ୍ରକାଶ କରନ୍ତି, ତେବେ ପଣ୍ୟ ବିନିମୟ ସମ୍ଭବ ହୋଇଥାଏ । ଏହାକୁ ଅଭାବର ଦ୍ବିପାକ୍ଷିକ ମେଳ ବୋଲି କୁହାଯାଏ । ପଣ୍ୟ ବିନିମୟ କ୍ଷେତ୍ରରେ ଥିବା ଏହି ଅସୁବିଧା ଏକ ସମସ୍ୟା ନଥୁଲା, ଯେପର୍ଯ୍ୟନ୍ତ ମଣିଷର ଚାହିଦା ସୀମିତ ଥିଲା । କିନ୍ତୁ ଅଭାବର ବ୍ୟାପକତା ସହିତ ବିନିମୟ ବିପୁଳ ବୃଦ୍ଧି ପଣ୍ୟ ବିନିମୟ ବ୍ୟବସ୍ଥାରେ ସଙ୍କଟ
ସୃଷ୍ଟି କଲା ।
6. ମୁଦ୍ରାଦ୍ଵାରା ମୂଲ୍ୟର ସ୍ଥାନାନ୍ତର କିଭଳି ସମ୍ଭବ ?
Answer:
ମୁଦ୍ରା ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ କିମ୍ବା ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତି ପାଖକୁ ମୂଲ୍ୟର ସ୍ଥାନାନ୍ତର ସହଜରେ ହୋଇପାରୁଛି । ଧନ ସ୍ଥାନାନ୍ତର ମୁଦ୍ରା ମାଧ୍ୟମରେ ସହଜରେ ସମ୍ଭବ । ଠିକ୍ ସେହିପରି ଯଦି ଧନ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରାଯିବାକୁ ଅଛି, ତାହାହେଲେ ମୁଦ୍ରା ମାଧ୍ୟମରେ ଏହି କାର୍ଯ୍ୟ ସହଜରେ ହୋଇପାରିବ ।
7. ମୁଦ୍ରାକୁ ଋଣ ବ୍ୟବସ୍ଥାର ଆଧାର ବୋଲି କାହିଁକି କୁହାଯାଏ ?
Answer:
ଆଧୁନିକ ଅର୍ଥବ୍ୟବସ୍ଥାରେ ରଣର ଭୂମିକା ଗୁରୁତ୍ଵପୂର୍ଣ୍ଣ । ମୁଦ୍ରା ସମଗ୍ର ଋଣ ବ୍ୟବସ୍ଥାର ଆଧାର । ବାଣିଜ୍ୟିକ ବ୍ୟାଙ୍କ ଋଣ ସୃଷ୍ଟି କରିଥା’ନ୍ତି । ଏହା ମୁଦ୍ରା ବିନା ଅସମ୍ଭବ ।
8. ମୁଦ୍ରା ଓ ନିକଟ ମୁଦ୍ରା ମଧ୍ୟରେ ଥିବା ସାମଞ୍ଜସ୍ୟ ଲେଖ ।
Answer:
ଉଭୟ ମୁଦ୍ରା ଓ ନିକଟ ମୁଦ୍ରା ତରଳ ପରିସମ୍ପଭି ଅଟନ୍ତି । ସେମାନଙ୍କ ମଧ୍ୟରେ କେବଳ ତରଳତାର ତାରତମ୍ୟ ରହିଛି । ମୁଦ୍ରା ଓ ନିକଟ ମୁଦ୍ରା ଉଭୟ ମୂଲ୍ୟ ସଞ୍ଚୟର ଧାରକ । ଅବଶ୍ୟ, ନିକଟ ମୁଦ୍ରା ଅଧିକ ଆୟ ପ୍ରଦାନକାରୀ । ଉଭୟ ମୁଦ୍ରା ଓ ନିକଟ ମୁଦ୍ରାର ଧାରକ ଏସବୁର ମୂଲ୍ୟପ୍ରାପ୍ତି ନିମନ୍ତେ ଦାବି କରିପାରିବେ ।
9. ମୁଦ୍ରା ସୃଜନ କ’ଣ ?
Answer:
ବ୍ୟାଙ୍କମାନେ କେବଳ ମୁଦ୍ରା କାରବାର କରିନଥା’ନ୍ତି, ବରଂ ସେମାନେ ମୁଦ୍ରା ବା ଋଣ ସୃଷ୍ଟି କରିଥା’ନ୍ତି । ସେମାନେ ଜମା ଆକାରରେ ଯେତେ ଅର୍ଥଲାଭ କରନ୍ତି, ତାହାଠାରୁ ଅନେକ ବେଶି ଋଣ ଦେଇଥା’ନ୍ତି । ଏହି ଋଣ ପ୍ରକ୍ରିୟାରେ ହିଁ ବ୍ୟାଙ୍କମାନେ ଋଣ ମୁଦ୍ରା ସୃଷ୍ଟି କରିଥା’ନ୍ତି ।
10. ହିସାବ ମୁଦ୍ରା କ’ଣ ?
Answer:
ଯେଉଁ ମୁଦ୍ରା ଆକାରରେ ସମସ୍ତ ପଦାର୍ଥର ମୂଲ୍ୟ ପ୍ରକାଶିତ ହୋଇଥାଏ, ତାହାକୁ ହିସାବ ମୁଦ୍ରା କୁହାଯାଏ । ଭାରତରେ ଟଙ୍କାକୁ ହିସାବ ମୁଦ୍ରା କୁହାଯାଏ । ସେହିପରି ଜର୍ମାନୀରେ ମାର୍କ, ଆମେରିକାରେ ଡଲାରକୁ ହିସାବ ମୁଦ୍ରା କୁହାଯାଏ ।
11. ବାସ୍ତବ ମୁଦ୍ରା କ’ଣ ?
Answer:
ଯେଉଁ ମୁଦ୍ରା ସାହାଯ୍ୟରେ କ୍ରୟ-ବିକ୍ରୟ ଏବଂ ପାଉଣା ପରିଶୋଧ କରାଯାଇଥାଏ, ସେହି ମୁଦ୍ରାକୁ ବାସ୍ତବ ମୁଦ୍ରା କୁହାଯାଏ । ବର୍ତ୍ତମାନ ପ୍ରଚଳିତ ବିଭିନ୍ନ ମୂଲ୍ୟର ଧାତବ ମୁଦ୍ରା ଓ କାଗଜ ମୁଦ୍ରା ବାସ୍ତବ ମୁଦ୍ରା ଅଟେ । ବାସ୍ତବ ମୁଦ୍ରାକୁ ବିଗ୍ରାହ୍ୟ ମୁଦ୍ରା ମଧ୍ୟ କୁହାଯାଏ ।
12. ବିଧ୍ୱଂଗ୍ରାହ୍ୟ ମୁଦ୍ରା କ’ଣ ?
Answer:
ଯେଉଁ ମୁଦ୍ରାକୁ ଆଇନତଃ ସମସ୍ତେ ଗ୍ରହଣ କରନ୍ତି, ତାହାକୁ ବିଗ୍ରାହ୍ୟ ମୁଦ୍ରା କୁହାଯାଏ ଏବଂ ଯଦି କେହି ବିଧ୍ହ୍ୟ ମୁଦ୍ରା ଗ୍ରହଣ କରିବାକୁ ବିରୋଧ କରନ୍ତି, ତେବେ ତାହା ଦଣ୍ଡନୀୟ ଅପରାଧ ରୂପେ ବିବେଚିତ ହୁଏ । ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କଦ୍ବାରା ପ୍ରଚଳିତ ନୋଟ୍ ଓ ଟଙ୍କା ବିଧୁଗ୍ରାହ୍ୟ ମୁଦ୍ରା ଅଟେ । ଏହି ବିହ୍ୟ ମୁଦ୍ରା ଧାତବ ମୁଦ୍ରା ଓ କାଗଜ ମୁଦ୍ରା ଆକାରରେ ପ୍ରଚଳିତ ହୋଇଥାଏ ।
13. ପ୍ରାମାଣିକ ମୁଦ୍ରା କ’ଣ ?
Answer:
ପ୍ରାମାଣିକ ମୁଦ୍ରା ସୁନା ଅଥବା ରୁପା କିମ୍ବା ଉଭୟର ମିଶ୍ରଣରେ କର୍ତ୍ତୃପକ୍ଷଙ୍କଦ୍ୱାରା ତିଆରି କରାଯାଇଥାଏ । ପ୍ରାମାଣିକ ମୁଦ୍ରାର ରେଖାଙ୍କିତ ମୂଲ୍ୟ ଅନ୍ତର୍ନିହିତ ମୂଲ୍ୟ ସହିତ ସମାନ ହୋଇଥାଏ । ପ୍ରାମାଣିକ ମୁଦ୍ରା ଉପରେ ଯେଉଁ ମୂଲ୍ୟ ଅଙ୍କିତ ହୋଇଥାଏ, ତାହା ସେହି ମୁଦ୍ରାରେ ବ୍ୟବହୃତ ହୋଇଥିବା ଧାତୁର ମୂଲ୍ୟ ସହିତ ସମାନ ହୋଇଥାଏ । ଏହି ମୁଦ୍ରାକୁ ମଧ୍ୟ ପୂର୍ଣ୍ଣାବୟବ ମୁଦ୍ରା ବୋଲି କୁହାଯାଏ ।
14. ପ୍ରତୀକ ମୁଦ୍ରା କ’ଣ ?
Answer:
ପ୍ରତୀକ ମୁଦ୍ରା ଦେଶର ଗୌଣ ବା ସହାୟକ ମୁଦ୍ରାରୂପେ ବିବେଚିତ ହୁଏ । ଏହା ମୁଖ୍ୟତଃ କ୍ଷୁଦ୍ର କ୍ଷୁଦ୍ର କାରବାର ପାଇଁ ଉଦ୍ଦିଷ୍ଟ ହୋଇଥାଏ । ଏହି ମୁଦ୍ରା କ୍ଷେତ୍ରରେ ମୁଦ୍ରାର ଅଙ୍କିତ ମୂଲ୍ୟ ତାହାର ଅନ୍ତର୍ନିହିତ ମୂଲ୍ୟଠାରୁ ଅଧିକ ହୋଇଥାଏ । ଏହାର ଗ୍ରାହ୍ୟତା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ।
15. ପ୍ରତିନିଧୂମୂଳକ ମୁଦ୍ରା କ’ଣ ?
Answer:
ଯେଉଁ କାଗଜ ମୁଦ୍ରାକୁ ସମମୂଲ୍ୟବିଶିଷ୍ଟ ଧାତୁରେ ରୂପାନ୍ତରିତ କରାଯାଇପାରେ, ତାହାକୁ ପ୍ରତିନିଧୂମୂଳକ ମୁଦ୍ରା କୁହାଯାଏ । ଏହାକୁ ମଧ୍ୟ ପୂର୍ଣ୍ଣାବୟବଯୁକ୍ତ ପ୍ରତିନିଧୂମୂଳକ ମୁଦ୍ରା କୁହାଯାଏ । ମୁଦ୍ରା ପ୍ରଚଳନକାରୀ କର୍ତ୍ତୃପକ୍ଷ ଏହି ମୁଦ୍ରାକୁ ନିର୍ଦ୍ଦିଷ୍ଟ ହାରରେ ଧାତବ ମୁଦ୍ରାରେ ରୂପାନ୍ତରିତ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥା’ନ୍ତି । ପ୍ରତିନିଧୂମୂଳକ ମୁଦ୍ରାର କୌଣସି ଅନ୍ତର୍ନିହିତ ମୂଲ୍ୟ ନଥାଏ ।
16. ରୂପାନ୍ତରଣୀୟ କାଗଜ ମୁଦ୍ରା କ’ଣ ?
Answer:
ମୁଦ୍ରା ପ୍ରଚଳନକାରୀ କର୍ତ୍ତୃପକ୍ଷ ଯେଉଁ ବ୍ୟାଙ୍କ ନୋଟ୍କୁ ଲୋକମାନଙ୍କ ଚାହିଦା ଅନୁଯାୟୀ ମାନକ ମୁଦ୍ରାରେ ରୂପାନ୍ତରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥା’ନ୍ତି, ସେସବୁ ମୁଦ୍ରାକୁ ରୂପାନ୍ତରଣୀୟ କାଗଜମୁଦ୍ରା କୁହାଯାଏ । ଏହା କୌଣସି ଏକ ମୂଲ୍ୟବାନ୍ ଧାତୁରେ ରୂପାନ୍ତରିତ ହୋଇପାରୁଥିବା ବ୍ୟାଙ୍କ ନୋଟକୁ ବୁଝାଏ ।
17. ଅରୂପାନ୍ତରଣୀୟ କାଗଜ ମୁଦ୍ରା ବା ଆଦିଷ୍ଟ ମୁଦ୍ରା କହିଲେ କ’ଣ ବୁଝ ?
Answer:
ଯେତେବେଳେ କାଗଜ ମୁଦ୍ରା ବା ବ୍ୟାଙ୍କ ନୋଟ୍ କୌଣସି ମୂଲ୍ୟବାନ୍ ଧାତୁ ବା ଧାତବ ମୁଦ୍ରାରେ ରୂପାନ୍ତରଣ ନ ହୋଇପାରେ, ସେତେବେଳେ ସେହି ମୁଦ୍ରାକୁ ଅରୂପାନ୍ତରଣୀୟ ବା ଆଦିଷ୍ଟ ମୁଦ୍ରା କୁହାଯାଏ । ଆଦିଷ୍ଟ ମୁଦ୍ରା ପୂର୍ଣ୍ଣାବୟବ ମୁଦ୍ରାରେ ରୂପାନ୍ତରଣ ହୋଇ ନଥାଏ । ଅରୂପାନ୍ତରଣୀୟ ମୁଦ୍ରା ବା ଆଦିଷ୍ଟ ମୁଦ୍ରା କେବଳ ଆଇନର ସମର୍ଥନ ଓ ସର୍ବଜନନଗ୍ରାହ୍ୟତା ଉପରେ ଭିଭିକରି ପ୍ରଚଳିତ ହୋଇଥାଏ ।
18. କାଗଜ ମୁଦ୍ରା ବା ନୋଟ୍ କ’ଣ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରଙ୍କଦ୍ବାରା ପ୍ରଚଳିତ ସମସ୍ତ ନୋଟ୍ ମୁଦ୍ରାକୁ କାଗଜ ମୁଦ୍ରା କୁହାଯାଏ । ଭାରତରେ ଟଙ୍କିକିଆ କାଗଜ ନୋଟ୍କୁ ସରକାର ପ୍ରଚଳନ କରନ୍ତି । କିନ୍ତୁ ଅନ୍ୟ ସମସ୍ତ କାଗଜ ନୋଟ୍ କେନ୍ଦ୍ରୀୟ ବ୍ୟାଙ୍କଦ୍ବାରା ପ୍ରଚଳନ କରାଯାଏ । ଏହିସବୁ ମୁଦ୍ରାକୁ ବିଧ୍ୱଂଗ୍ରାହ୍ୟ କୁହାଯାଏ ।
19. ରାଜକୋଷୀୟ ପତ୍ର କ’ଣ ?
Answer:
ରାଜକୋଷୀୟ ପତ୍ର ସରକାରଙ୍କ ଏକ ଋଣ ବ୍ୟତୀତ ଅନ୍ୟ କିଛି ନୁହେଁ । ସରକାର ସାଧାରଣତଃ ରାଜକୋଷୀୟ ପତ୍ର ସାହାଯ୍ୟରେ ଋଣ ଉଠାଣ କରିଥା’ନ୍ତି । ସରକାର ସ୍ବଳ୍ପକାଳୀନ ଋଣ ଉଠାଇବାର ଏହା ହେଉଛି ଏକ ମୁଖ୍ୟ ମାଧ୍ୟମ । ରାଜକୋଷୀୟ ପତ୍ର ବ୍ୟାଙ୍କମାନଙ୍କ ପାଇଁ ଏକ ତରଳ ପରିସମ୍ପତ୍ତି ରୂପେ ବିବେଚିତ ହୋଇଥାଏ ।
20. ବଣ୍ଡ କହିଲେ କ’ଣ ବୁଝ ?
Answer:
ବଣ୍ଢ ପ୍ରାୟଶଃ ମୁଦ୍ରାର ଏକ ଉଦାହରଣ । ନିର୍ଦ୍ଧାରିତ ସୁଧ ହାରରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ପରିଶୋଧ କରିବା ନିମିତ୍ତ କମ୍ପାନୀ ଯେଉଁ ଋଣ ସ୍ବୀକାର୍ଯ୍ୟପତ୍ର ପୁଞ୍ଜି ବଜାରରେ ବିକ୍ରୟ କରନ୍ତି, ତାହାକୁ ବଣ୍ଡ୍ କୁହାଯାଏ । ଏହା ମଧ୍ୟ କମ୍ପାନୀର ଏକ ଦେୟତା ।
21. ଋଣ ସ୍ଵୀକାରପତ୍ର କ’ଣ ?
Answer:
କମ୍ପାନୀମାନେ ଅଧିକ ପୁଞ୍ଜି ବିନିଯୋଗ ପାଇଁ କେବଳ ସଂଗୃହୀତ ଅଂଶଧନ ଉପରେ ନିର୍ଭର ନକରି ବଜାରରୁ ଋଣ ମଧ୍ୟ ଯୋଗାଡ଼ କରନ୍ତି । ଏହା ଋଣ ସ୍ଵୀକାରପତ୍ର ମାଧ୍ୟମରେ କରାଯାଏ । କମ୍ପାନୀ ଲାଭାଂଶ ବଣ୍ଟନ ପୂର୍ବରୁ ସ୍ବୀକୃତିପ୍ରାପ୍ତ ଋଣ ପତ୍ରାତ୍କାରୀମାନଙ୍କୁ ସର୍ବଦା ଋଣ ବାବଦରେ ସୁଧ ଦେଇଥାଏ । ସୁଧର ହାର ଏକ ସ୍ଥିର ପ୍ରତିଶତ, ଯାହାକି କମ୍ପାନୀ ବିନିଯୋଗକାରୀଙ୍କୁ ଜଣାଇ ଦେଇଥାଏ ।
22. ଅଂଶଧନ (ଷ୍ଟକ୍) କହିଲେ କ’ଣ ବୁଝ ?
Answer:
ଅଂଶପୁଞ୍ଜିର ଏକତ୍ରୀକରଣ କରି ଯେଉଁ ପାଣ୍ଠି ସୃଷ୍ଟି ହୁଏ, ତାହାକୁ ଷ୍ଟକ୍ କୁହାଯାଏ । ଏହାଦ୍ଵାରା ଯେକୌଣସି ପରିମାଣର ପାଣ୍ଠି ନିଜେ ରଖାଯିବା ସହ ତାହାକୁ ମଧ୍ୟ ବିନିଯୋଗ ନିମିତ୍ତ ଯେକୌଣସି ପରିମାଣରେ ହସ୍ତାନ୍ତର କରାଯାଇପାରେ । ମୋଟ ଉପରେ କହିବାକୁ ଗଲେ ପୁଞ୍ଜିର ଏକତ୍ରୀକରଣକୁ ଷ୍ଟକ୍ କୁହାଯାଏ ।
23. ଅଂଶ କହିଲେ କ’ଣ ବୁଝ ?
Answer:
ବିଭିନ୍ନ କମ୍ପାନୀଗୁଡ଼ିକ ସେମାନଙ୍କ ପୁଞ୍ଜି ସଂଗ୍ରହ ନିମିତ୍ତ ଅଂଶ ବିକ୍ରୟ କରିଥା’ନ୍ତି । ତେଣୁ କୌଣସି କମ୍ପାନୀର ସଂଗୃହୀତ ମୋଟ ପୁଞ୍ଜିର ଯେଉଁ ଭାଗ ଜଣେ ଅଂଶୀଦାରଙ୍କ ନିଜସ୍ୱ, ତାହାକୁ ଅଂଶ କୁହାଯାଏ । ଅଂଶୀଦାରମାନେ ପୁଞ୍ଜି ବିନିଯୋଗ ବାବଦକୁ କମ୍ପାନୀର ଲାଭ ଓ କ୍ଷତିର ଅଂଶୀଦାର ହୋଇଥା’ନ୍ତି ।
24. ପ୍ରାୟଶଃ ମୁଦ୍ରା କ’ଣ ?
Answer:
ସହଜରେ ମୁଦ୍ରାରେ ରୂପାନ୍ତରଣୀୟ ହୋଇପାରୁଥି ତରଳ ପରିସମ୍ପତ୍ତିକୁ ପ୍ରାୟଶଃ ମୁଦ୍ରା କୁହାଯାଏ । ବ୍ୟାଙ୍କ୍ ନିକଟରେ ଥିବା ମିଆଦୀ ଜମା, ବିନିମୟ ପତ୍ର, ରାଜକୋଷୀୟ ପତ୍ର, ବଣ୍ଡ୍ ଓ ଋଣ ସ୍ବୀକାରପତ୍ର ପ୍ରଭୃତି ହେଉଛି ପ୍ରାୟଶଃ ମୁଦ୍ରା ବା ବିକଳ୍ପ ମୁଦ୍ରାର ଦୃଷ୍ଟାନ୍ତ । ପ୍ରାୟଶଃ ମୁଦ୍ରାଗୁଡ଼ିକରେ ଧନସମ୍ପଭିଗୁଡ଼ିକ ଯଦିଓ ମୁଦ୍ରା ପରି ଶହେ ପ୍ରତିଶତ ତରଳ ନୁହନ୍ତି, ତଥାପି ତରଳତା ଦୃଷ୍ଟିରୁ ଏହା ମୁଦ୍ରାର ପାଖାପାଖ୍ ବା ନିକଟତର ।
25. ନିକଟ ମୁଦ୍ରା, ମୁଦ୍ରା କି ?
Answer:
ସହଜରେ ମୁଦ୍ରାରେ ରୂପାନ୍ତରଣୀୟ ହୋଇପାରୁଥିବା ତରଳ ପରିସମ୍ପତ୍ତିକୁ ନିକଟ ମୁଦ୍ରା କୁହାଯାଏ । କିନ୍ତୁ ନିକଟ ମୁଦ୍ରା, ମୁଦ୍ରା ନୁହେଁ କାରଣ ସେମାନେ ମୂଲ୍ୟର ପରିମାପକ ନୁହଁନ୍ତି କିମ୍ବା ଏହା ପଛରେ ସରକାରୀ ସ୍ଵୀକୃତି ନଥାଏ ।
26. ମୁଦ୍ରାର କାର୍ଯ୍ୟାବଳୀ ଦର୍ଶାଅ ।
Answer:
ମୁଦ୍ରା ମୁଖ୍ୟତଃ ଚାରିଟି କାର୍ଯ୍ୟ କରିଥାଏ; ଯଥା –
(i) ଦ୍ରବ୍ୟ ଓ ସେବା ବିନିମୟର ମାଧ୍ୟମ,
(ii) ମୂଲ୍ୟର ପରିମାପକ,
(iii) ସ୍ଥଗିତ ଦେୟର ଧାରକ ଓ
(iv) ମୂଲ୍ୟର ଭଣ୍ଡାର ।
27. ସ୍ଥଗିତ ପାଉଣାର ମାନକ କ’ଣ ?
Answer:
ଭବିଷ୍ୟତରେ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ସ୍ଥଗିତ ପ୍ରାପ୍ୟ ପ୍ରଦାନ କୁହାଯାଏ । ପରିଶୋଧର ଦିନକୁ ଘୁଞ୍ଚାଇ ଦେଲେ ଋଣଦାତା ବା ଋଣଗ୍ରହୀତା କେହି ବି କ୍ଷତିଗ୍ରସ୍ତ ହୁଅନ୍ତି ନାହିଁ ବରଂ କାରବାର କମ୍ ବିପଦପୂର୍ଣ୍ଣ ହୋଇପାରେ । କ୍ରେତା ବର୍ତ୍ତମାନ ଦ୍ରବ୍ୟ କ୍ରୟ କରି ତାହାର ମୂଲ୍ୟକୁ ଭବିଷ୍ୟତରେ ପ୍ରଦାନ କରିଥାଏ । ତେଣୁ ମୁଦ୍ରା ସ୍ଥଗିତ ପାଉଣାର ମାନକଭାବେ କାର୍ଯ୍ୟ କରିଥାଏ ।
28. ବ୍ୟୟରେ ସମ-ସୀମାନ୍ତ ଉପଯୋଗିତା ମୁଦ୍ରାଦ୍ଵାରା କିପରି ସମ୍ଭବ ?
Answer:
ସୀମିତ ଆୟ ଯାହା ମୁଦ୍ରା ଆକାରରେ ବିଭିନ୍ନ ପ୍ରତିଯୋଗିତାମୂଳକ ଅଭାବକୁ ମେଣ୍ଟାଇବା ନିମନ୍ତେ ବ୍ୟୟ କରାଯାଏ, ତାହାକୁ ବଣ୍ଟନ କୁହାଯାଏ । ଫଳରେ ଉପଭୋକ୍ତା ସର୍ବାଧିକ ମୋଟ ଉପଯୋଗିତା ପାଇପାରେ । ଅର୍ଥାତ୍ ବିଭିନ୍ନ ଦିଗରେ ଖର୍ଚ୍ଚ ହେଉଥିବା ଆୟର ସମାନ ପରିମାଣର ସୀମାନ୍ତ ଉପଯୋଗିତା ମିଳିଥାଏ । ଏହା କେବଳ ମୁଦ୍ରାଦ୍ବାରା ହିଁ ସମ୍ଭବ ହୋଇଥାଏ ।
29. ମୁଦ୍ରା କିପରି ଜାତୀୟ ଆୟ ପରିମାପ କରେ ?
Answer:
ଦେଶର ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦନ କରାଯାଉଥିବା ଦ୍ରବ୍ୟ ସାମଗ୍ରୀ ଓ ସେବାର ମୂଲ୍ୟାୟନ ମୁଦ୍ରା ସାହାଯ୍ୟରେ କରାଯାଏ । ଉତ୍ପାଦନର ସମସ୍ତ ଦ୍ରବ୍ୟର ମୁଦ୍ରା ମୂଲ୍ୟକୁ ଯୋଗକଲେ ଜାତୀୟ ଆୟ ଜଣାପଡ଼େ । ତେଣୁ ମୁଦ୍ରା ସାହାଯ୍ୟରେ ଜାତୀୟ ଆୟର ପରିମାପ କରାଯାଏ ।
B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି|ଛଅଟି ବାକ୍ୟରେ ଦିଅ ।
1. ପଣ୍ୟ ବିନିମୟ ବ୍ୟବସ୍ଥାରେ ଦ୍ରବ୍ୟ ସହ ଦ୍ରବ୍ୟର ପ୍ରତ୍ୟକ୍ଷ ବିନିମୟ କିପରି ହୋଇଥାଏ ?
Answer:
ପ୍ରାଚୀନ କାଳରେ ଅର୍ଥବ୍ୟବସ୍ଥାରେ ମୁଦ୍ରା ନଥିଲା ଏବଂ ଏହାର ଆବଶ୍ୟକତା ଅନୁଭୂତ ହେଉନଥିଲା । ବ୍ୟକ୍ତିବିଶେଷ ଦ୍ରବ୍ୟର ସିଧାସଳଖ ବିନିମୟ କରୁଥିଲେ । ଏହାକୁ ପଣ୍ୟ ବିନିମୟ ପ୍ରଥା କୁହାଯାଏ । ଦ୍ରବ୍ୟ ଓ ସେବାର ପ୍ରତ୍ୟକ୍ଷ ବିନିମୟ ବ୍ୟବସ୍ଥା ହିଁ ପଣ୍ୟ ବିନିମୟ ବ୍ୟବସ୍ଥା । ଏଠାରେ ଏକ ଦ୍ରବ୍ୟ ସେବା ଅନ୍ୟ ଏକ ଦ୍ରବ୍ୟ ବା ସେବା ସହିତ ସିଧାସଳଖ ବିନିମୟ ହୋଇଥାଏ । ପ୍ରାଚୀନ ମଣିଷ କେବଳ ପଣ୍ୟ ବିନିମୟ ପ୍ରଥା ଅବଲମ୍ବନ କରି ନିଜର ସୀମିତ ଅଭାବ ମୋଚନ କରୁଥିଲା ।
2. ପଣ୍ୟ ବିନିମୟ ବ୍ୟବସ୍ଥାରେ ମୂଲ୍ୟ ସଞ୍ଚୟରେ କ’ଣ ଅସୁବିଧା ହୁଏ ?
Answer:
ଅନିଶ୍ଚିତ ଭବିଷ୍ୟତ ପାଇଁ ସଞ୍ଚୟ କରାଯାଏ । ପଣ୍ୟ ବିନିମୟ ବ୍ୟବସ୍ଥାରେ ଦ୍ରବ୍ୟ ମହଜୁଦ କରି ସଞ୍ଚୟ କରାଯାଉଥିଲା । କିନ୍ତୁ ମହଜୁଦ କାଳରେ ଦ୍ରବ୍ୟର ମୂଲ୍ୟରେ ଦ୍ରୁତ ହ୍ରାସ ଘଟୁଥିଲା । ମହଜୁଦ ପାଇଁ ସ୍ଥାନର ଅଭାବ ଦେଖାଗଲା । ଦ୍ରବ୍ୟ ଆକାରରେ ସଞ୍ଚୟ ହେଉଥିବାରୁ ବହୁବିଧ ସମସ୍ୟା ମୁଣ୍ଡ ଟେକିଲା । ପୁନଶ୍ଚ, ନଷ୍ଟଶୀଳ ପଦାର୍ଥର ସଞ୍ଚୟ ସମ୍ଭବ ନଥିଲା । ତେଣୁ ପଣ୍ୟ ବିନିମୟ ବ୍ୟବସ୍ଥାରେ ସଞ୍ଚୟ ଏକ ପ୍ରମୁଖ ସମସ୍ୟାର ରୂପ ନେଲା ଏବଂ ଏହା ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ହେଲା ।
3. କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ମୁଦ୍ରା କିପରି ଏକ ମାଧ୍ୟମ ?
Answer:
ପଣ୍ୟ ବିନିମୟ ବ୍ୟବସ୍ଥାରେ ଦ୍ରବ୍ୟ ବା ସେବା ସହିତ ଅନ୍ୟ ଦ୍ରବ୍ୟ ବା ସେବାର ସିଧାସଳଖ ବିନିମୟ ହେଉଥିଲା ।
କିନ୍ତୁ ମୁଦ୍ରାର ଉପସ୍ଥିତି ବିନିମୟକୁ ଅଧିକ ସରଳ ଓ ସହଜ କଲା । ମୁଦ୍ରା ବିନିମୟରେ ଦ୍ରବ୍ୟ ଓ ସେବାର କ୍ରୟବିକ୍ରୟ ସୁବିଧାରେ ହୋଇପାରିଲା । ମୁଦ୍ରା ପ୍ରତିବଦଳରେ ଦ୍ରବ୍ୟ ବା ସେବା ବିକ୍ରୟ କରି ଅର୍ଜିତ ମୁଦ୍ରାରେ ଆବଶ୍ୟକୀୟ ଦ୍ରବ୍ୟ ବା ସେବା କ୍ରୟ ବିନା ପ୍ରତିବନ୍ଧକରେ ସମ୍ଭବ ହୋଇପାରିଲା । ସମୟ ଓ ଶକ୍ତିର ଅପଚୟ ନକରି ମଣିଷ ଯେକୌଣସି ସମୟରେ ଯେକୌଣସି ଦ୍ରବ୍ୟ, ମୁଦ୍ରା ମାଧ୍ୟମରେ କ୍ରୟ କରିବାର ସୁଯୋଗ ଲାଭ କରିପାରିଲା । ମୁଦ୍ରାର ଉପସ୍ଥିତି ବିନିମୟ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର କରିବାକୁ ସମର୍ଥ ହୋଇପାରିଲା ।
4. ମୁଦ୍ରା କିପରି ଅର୍ଥନୈତିକ ସ୍ଵାଧୀନତା ଆଣିଦିଏ ?
Answer:
ମୁଦ୍ରାର ଏକ ମୁଖ୍ୟ କାର୍ଯ୍ୟ ହେଲା – ଏହା ବିନିମୟର ଏକ ସାଧାରଣ ମାଧ୍ୟମଭାବେ କାର୍ଯ୍ୟ କରେ । ଏକ ମୁଦ୍ରା ପ୍ରଚଳିତ ଅର୍ଥନୀତିରେ ବିକ୍ରେତାଙ୍କୁ କ୍ରେତା ଅନ୍ଵେଷଣ କରିବାକୁ ପଡ଼େନାହିଁ ବା କ୍ରେତାଙ୍କୁ ବିକ୍ରେତା ମଧ୍ୟ ଅନ୍ଵେଷଣ କରିବାକୁ ପଡ଼େନାହିଁ । ମୁଦ୍ରା ସାଧାରଣ କ୍ରୟଶକ୍ତିର ଏକ ପ୍ରତୀକରୂପେ କାର୍ଯ୍ୟ କରିଥାଏ । ଏହା ସାହାଯ୍ୟରେ ଯେକୌଣସି ଦ୍ରବ୍ୟ କ୍ରୟ କରାଯାଇପାରେ । ଏହାଦ୍ଵାରା ମଣିଷ ଅର୍ଥନୈତିକ ସ୍ଵାଧୀନତା ଉପଭୋଗ କରେ । ବ୍ୟକ୍ତିବିଶେଷ ନିଜର ଦ୍ରବ୍ୟ ଓ ସେବା ବିକ୍ରୟ କରିସାରିବା ପରେ ମୁଦ୍ରାଦ୍ବାରା ଗଚ୍ଛିତ କ୍ରୟଶକ୍ତିକୁ ନିଜ ଇଚ୍ଛା ଅନୁସାରେ ବ୍ୟୟ କରିବାର ସ୍ଵାଧୀନତା ପାଇଥା’ନ୍ତି । ସେ ସ୍ଵାଧୀନଭାବେ ନିଜ କ୍ରୟର ସମୟ, ସ୍ଥାନ ଓ ପରିମାଣ ସ୍ଥିର କରିପାରେ ।
5. ମୁଦ୍ରା ସ୍ଥଗିତ ପ୍ରାପ୍ୟ ପ୍ରଦାନର କିପରି ଏକ ମାନକ ?
Answer:
ମୁଦ୍ରା ସ୍ଥଗିତ ଦେୟ ପ୍ରଦାନର ମାନକ ସ୍ଵରୂପ କାର୍ଯ୍ୟ କରେ । ଆଜି କୌଣସି ଦ୍ରବ୍ୟ କ୍ରୟ କରି ଭବିଷ୍ୟତରେ ଏହାର ପାଉଣା ପରିଶୋଧ କରିବାକୁ ସ୍ଥଗିତ ଦେୟ ପ୍ରଦାନ କୁହାଯାଏ । ଦେଣନେଣ ଏହି ସ୍ଥଗିତ ପରିଶୋଧର ଉଦାହରଣ । ଯେତେବେଳେ ଲୋକମାନେ କୌଣସି ଦ୍ରବ୍ୟ କ୍ରୟ କରନ୍ତି ଏବଂ ଭବିଷ୍ୟତରେ ତା’ର ପାଉଣା ପରିଶୋଧ କରିବାପାଇଁ ପ୍ରତିଜ୍ଞା କରନ୍ତି, ତାହାକୁ ଚୁକ୍ତି କୁହାଯାଏ । ପ୍ରତ୍ୟେକ ବାଣିଜ୍ୟିକ ଚୁକ୍ତି ମୁଦ୍ରା ମାଧ୍ୟମରେ କରାଯାଏ । ଋଣକର୍ତ୍ତାମାନେ ଋଣଦାତାମାନଙ୍କଠାରୁ ଯେଉଁ ଋଣ ନିଅନ୍ତି, ତାହାକୁ ମୁଦ୍ରା ମାଧ୍ୟମରେ ପରିଶୋଧ କରନ୍ତି । ମୁଦ୍ରାର ମୂଲ୍ୟ ଅନ୍ୟାନ୍ୟ ଦ୍ରବ୍ୟ ତୁଳନାରେ ଅପେକ୍ଷାକୃତ ସ୍ଥିର ଥାଏ । ତେଣୁ ମୁଦ୍ରା ମାଧ୍ୟମରେ ଋଣ କାରବାର ହୋଇଥାଏ ।
6. ବିନିମୟ ପତ୍ର କିପରି ଏକ ନିକଟ ମୁଦ୍ରା ?
Answer:
ଯେଉଁ ତରଳ ପରିସମ୍ପତ୍ତି ସହଜରେ ମୁଦ୍ରାକୁ ରୂପାନ୍ତରିତ ହୋଇପାରେ ତାହାକୁ ନିକଟ ମୁଦ୍ରା କୁହାଯାଏ । ବିନିମୟ ପତ୍ର ଏକ ନିକଟ ମୁଦ୍ରା କାରଣ, ଏହା ଏକ ସର୍ଭହୀନ ଲିଖ୍ ଆଦେଶ । ଏଥିରେ କ୍ରେତାଙ୍କ ଉଦ୍ଦେଶ୍ୟରେ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ତିନିଦିନର ରିହାତି ସହିତ ୯୦ ଦିନର ଅବଧୂ ମଧ୍ଯରେ ପଇଠ କରିବାପାଇଁ ଆଦେଶ ଜାରି କରିଥା’ନ୍ତି । ବିକ୍ରେତା ବିଧବଦ୍ଧଭାବେ ଲିଖ୍ ବିନିମୟ ପତ୍ରକୁ ଗ୍ରହଣ କରିବାପାଇଁ କ୍ରେତାଙ୍କ ନିକଟରେ ଉପସ୍ଥାପନ କରନ୍ତି । ବିକ୍ରେତା ବିନିମୟ ପତ୍ରର ପରିପକ୍ବତା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି । ଯେହେତୁ ଦ୍ରବ୍ୟ କ୍ରୟ-ବିକ୍ରୟରେ ବିନିମୟ ପତ୍ର ପ୍ରତ୍ୟକ୍ଷଭାବେ ବ୍ୟବହୃତ ହୋଇପାରେ ନାହିଁ, ତେଣୁ ଏହା ନିକଟ ମୁଦ୍ରା ।
7. ରାଜକୋଷ ପତ୍ରକୁ କାହିଁକି ଅର୍ଥ ବିଲ୍ ବୋଲି କୁହାଯାଏ ?
Answer:
ରାଜକୋଷ ପତ୍ର ସରକାରଙ୍କଦ୍ୱାରା ଜାରି ହୋଇଥିବା ଏକ ପ୍ରତିଶ୍ରୁତି ପତ୍ର । ସାମୟିକ ଆର୍ଥିକ ଅଭାବ ମେଣ୍ଟାଇବାପାଇଁ ସରକାର କେନ୍ଦ୍ରୀୟ ବ୍ୟାଙ୍କ୍ ମାଧ୍ଯମରେ ବାଣିଜ୍ୟିକ ବ୍ୟାଙ୍କ ଓ ବ୍ୟକ୍ତିବିଶେଷଙ୍କୁ ରାଜକୋଷ ପତ୍ର ବିକ୍ରୟ କରନ୍ତି । ଏହି ପତ୍ର ପରିପକ୍ବ ହେବା ପୂର୍ବରୁ ଯଦି ଏହାର ଧାରକ ଅର୍ଥ ଆବଶ୍ୟକ କରନ୍ତି, ତାହାହେଲେ ସେ ଏହାକୁ ବିନିମୟ ପତ୍ର ଭଳି ଯେକୌଣସି ବାଣିଜ୍ୟିକ ବ୍ୟାଙ୍କରେ ଅପହ୍ରାସ କରିପାରିବେ । ରାଜକୋଷ ପତ୍ର ସବୁଦୃଷ୍ଟିରୁ ନିରାପଦ ଓ ତରଳ । ତେଣୁ ଏହାକୁ ‘ପ୍ରଥମ ଶ୍ରେଣୀୟ ବିଲ୍’ ରୂପେ ଗ୍ରହଣ କରାଯାଏ । ବିନିମୟ ପତ୍ର ଏକ ବାଣିଜ୍ୟିକ ସାଧନ ହୋଇଥିବାବେଳେ ରାଜକୋଷ ପତ୍ର ହେଉଛି ଏକ ଅର୍ଥ ବିଲ୍ । ଆଧୁନିକ ଅର୍ଥବ୍ୟବସ୍ଥାରେ ରାଜକୋଷ ପତ୍ର ଏକ ଗୁରୁତ୍ଵପୂର୍ଣ ଋଣ ଉପକରଣ ।
8. ଚାହିଦା ଜମା କିପରି ମୁଦ୍ରା ଅଟେ ?
Answer:
ମୁଦ୍ରା ସର୍ବୋତ୍କୃଷ୍ଟ ତରଳ ପରିସମ୍ପତ୍ତି । ଦ୍ରବ୍ୟ କ୍ରୟବିକ୍ରୟ ପାଇଁ ମୁଦ୍ରା ସିଧାସଳଖ ବ୍ୟବହୃତ ହୋଇଥାଏ । ମୁଦ୍ରା କହିଲେ ପ୍ରଚଳିତ ବିଧ୍ୟାହ୍ୟ ଧାତବ ମୁଦ୍ରା ସହିତ ବାଣିଜ୍ୟିକ ବ୍ୟାଙ୍ଗ୍ରେ ଥିବା ଚାହିଦା ଜମା ବା ଚଳନ୍ତି ଜମାକୁ ବୁଝାଏ । ଚାହିଦା ଜମା ଏକ ବ୍ୟାଙ୍କ ମୁଦ୍ରା । ଏହାକୁ ଚେକ୍, ବ୍ୟାଙ୍କ ଡ୍ରାଫ୍ଟ ଇତ୍ୟାଦି ଆକାରରେ ଦ୍ରବ୍ୟ କ୍ରୟ-ବିକ୍ରୟର ମାଧ୍ୟମ ରୂପେ ବ୍ୟବହାର କରାଯାଏ । ତେଣୁ ବ୍ୟାଙ୍କ ମୁଦ୍ରା ବିଧ୍ୱଂଗ୍ରାହ୍ୟ ମୁଦ୍ରା ପରି ତରଳ ପରିସମ୍ପତ୍ତି । ତେଣୁ ମୁଦ୍ରା ବ୍ୟତିରେକ ଚାହିଦା ଜମା ମଧ୍ୟ ମୁଦ୍ରା ଅନୁରୂପ କାର୍ଯ୍ୟ କରିଥାନ୍ତି ।
9. ମୁଦ୍ରା କିପରି ଋଣ ବ୍ୟବସ୍ଥାର ଆଧାର ଅଟେ ?
Answer:
ଆଧୁନିକ ଅର୍ଥବ୍ୟବସ୍ଥାରେ ଋଣର ଭୂମିକା ଗୁରୁତ୍ଵପୂର୍ଣ୍ଣ । ମୁଦ୍ରା ସମଗ୍ର ଋଣ ବ୍ୟବସ୍ଥାର ଆଧାର । ବାଣିଜ୍ୟିକ ବ୍ୟାଙ୍କ ଋଣ ସୃଷ୍ଟି କରିଥା’ନ୍ତି । ଏହା ମୁଦ୍ରା ବିନା ଅସମ୍ଭବ । ଅନ୍ୟପକ୍ଷରେ ମୁଦ୍ରା ଯୋଗାଣର ଉପଯୁକ୍ତ କଟକଣା ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ନିୟନ୍ତ୍ରଣ କରେ । ତେଣୁ ମୁଦ୍ରା ଅର୍ଥନୈତିକ ସ୍ଥିରତା ଆଣିବାପାଇଁ ସହାୟତା ପ୍ରଦାନ କରିଥାଏ । ତେଣୁ ମଦା ଅର୍ଥନୈତିକ ଜୀବନର ମୂଳପିଣ୍ଡ । ସୂର୍ଯ୍ୟ ଚାରିପାଖେ ପୃଥିବୀ ଘୂରୁଥିବା ଭଳି ସମସ୍ତ ଅର୍ଥବ୍ୟବସ୍ଥା ମୁଦ୍ରା ଚତୁର୍ଦ୍ଦିଗରେ ଘର୍ଣାୟମାନ ।
10. କିପରି ମୁଦ୍ରା ମୂଲ୍ୟ ସ୍ଥାନାନ୍ତରରେ ସହାୟତା ପ୍ରଦାନ କରେ ?
Answer:
ଅର୍ଥନୈତିକ ବୃଦ୍ଧି ସହିତ ବିନିମୟର ମଧ୍ୟ ବୃଦ୍ଧି ଘଟିଅଛି । ବିନିମୟର କ୍ଷେତ୍ର ପ୍ରସାରିତ ହୋଇଛି । ଏକ ସ୍ଥାନରୁ ଅନ୍ୟ ଏକ ଦୂରସ୍ଥାନକୁ ମୂଲ୍ୟର ସ୍ଥାନାନ୍ତରଣର ଆବଶ୍ୟକତା ଉପୁଜୁଛି । କେବଳ ମୁଦ୍ରା ହିଁ ଏହି କାର୍ଯ୍ୟକୁ ସହସା ଓ ସହଜରେ ସମାହିତ କରିପାରିଛି । କାରଣ ମୁଦ୍ରା ସମସ୍ତଙ୍କଦ୍ୱାରା ଗ୍ରହଣୀୟ ଓ ମୂଲ୍ୟର ପରିମାପକ । ପୁନଶ୍ଚ ଋଣ ଦେବା ଓ ଋଣ ଗ୍ରହଣ କରିବା ମୁଦ୍ରା ମାଧ୍ୟମରେ ସମ୍ଭବ ହୋଇଥାଏ । ଏହାଦ୍ୱାରା ମୁଦ୍ରାର କ୍ରୟଶକ୍ତି ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ହସ୍ତାନ୍ତର କରାଯାଇପାରେ । ଜଣେ ବ୍ୟକ୍ତି ପାଖରେ ଥିବା ମୁଦ୍ରାକୁ ସୁଧ ପାଇଁ ଅନ୍ୟ ଜଣକୁ ଋଣ ଦେଇଥା’ନ୍ତି, ଯିଏକି ତାହାକୁ ଅନ୍ୟ ଉତ୍ପାଦନ କାର୍ଯ୍ୟରେ ବିନିଯୋଗ କରିଥା’ନ୍ତି ।
11. ମୁଦ୍ରା କିପରି ବର୍ତ୍ତମାନ ଓ ଭବିଷ୍ୟତ ମଧ୍ଯରେ ସଂଯୋଗ ରକ୍ଷାକରେ ?
Answer:
ମୁଦ୍ରା ମୂଲ୍ୟ ସଞ୍ଚୟ ଆକାରରେ କାର୍ଯ୍ୟକରେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଦୃଷ୍ଟପୂର୍ବ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବା ଉଦ୍ଦେଶ୍ୟରେ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବାକୁ ପଡ଼େ । ମୁଦ୍ରା ସାଧାରଣ କ୍ରୟଶକ୍ତିର ପ୍ରତିନିଧ୍ୱ କରେ ଏବଂ ଏହା ନଗଦ ଆକାରରେ ରହିଥାଏ । ମୂଲ୍ୟ ସଞ୍ଚୟ ଆକାରରେ ମୁଦ୍ରା ଅନ୍ୟାନ୍ୟ ଦ୍ରବ୍ୟଠାରୁ ଉତ୍କୃଷ୍ଟତର ଏବଂ ଲୋକମାନେ ମୁଦ୍ରା ସଞ୍ଚୟ ଆକାରରେ ମୂଲ୍ୟ ସଞ୍ଚୟ କରିଥା’ନ୍ତି । ଏହି ମୂଲ୍ୟ ସଞ୍ଚୟ ବର୍ତ୍ତମାନଠାରୁ ଭବିଷ୍ୟତକୁ କ୍ରୟ ଶକ୍ତିର ସ୍ଥାନାନ୍ତରକୁ ବୁଝାଇଥାଏ । ତେଣୁ ମୁଦ୍ରା ବର୍ତ୍ତମାନ ଓ ଭବିଷ୍ୟତ ମଧ୍ଯରେ ସଂଯୋଗ ରକ୍ଷାକରେ ।
C. ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
1. ମୁଦ୍ରା ଓ ନିକଟ ମୁଦ୍ରା :
Answer:
ମୁଦ୍ରା ସର୍ବୋତ୍କୃଷ୍ଟ ତରଳ ପରିସମ୍ପତ୍ତି । ମୁଦ୍ରା ସର୍ବସାଧାରଣଙ୍କଦ୍ବାରା ଗ୍ରହଣଯୋଗ୍ୟ ହୋଇଥାଏ ଏବଂ ଏହା ପରିମାପର ଏକକ ଅଟେ । ପ୍ରଚଳିତ ଧାତବ ଓ କାଗଜ ବିଧ୍ୱଂଗ୍ରାହ୍ୟ ମୁଦ୍ରା ଏବଂ ବାଣିଜ୍ୟିକ ବ୍ୟାଙ୍କରେ ଥିବା ଚାହିଦା ଜମାକୁ ମୁଦ୍ରା କୁହାଯାଏ । ମୁଦ୍ରା ଆୟ ଉତ୍ପନ୍ନକାରୀ ପରିସମ୍ପରି ନୁହେଁ ।
କିନ୍ତୁ ନିକଟମୁଦ୍ରା ସମ୍ପୂର୍ଣ୍ଣ ତରଳ ନୁହେଁ । ମୁଦ୍ରାରେ ରୂପାନ୍ତରିତ ହେବାପାଇଁ ନିକଟ ମୁଦ୍ରା ଉଭୟ ସମୟ ଓ ବ୍ୟୟ ଆବଶ୍ୟକ କରେ । ବିନିମୟ ପତ୍ର, ରାଜକୋଷ ପତ୍ର, ବଣ୍ଡ ଇତ୍ୟାଦି ନିକଟ ମୁଦ୍ରା । ନିକଟ ମୁଦ୍ରାର ବ୍ୟବହାର ପରୋକ୍ଷ, କାରଣ ପ୍ରଥମେ ଏହାକୁ ମୁଦ୍ରାରେ ରୂପାନ୍ତରିତ କରି ତତ୍ପରେ ଦ୍ରବ୍ୟ କ୍ରୟ ପାଇଁ ବ୍ୟବହାର କରାଯାଏ । ନିକଟ ମୁଦ୍ରା ଆୟ ଉତ୍ପନ୍ନକାରୀ ପରିସମ୍ପତ୍ତି ଅଟେ ।
2. ପଣ୍ୟ ବିନିମୟ ବ୍ୟବସ୍ଥା ଓ ମୁଦ୍ରା ବ୍ୟବସ୍ଥା :
Answer:
ପ୍ରାଚୀନ କାଳରେ ଅର୍ଥବ୍ୟବସ୍ଥାରେ ମୁଦ୍ରା ନଥିଲା କିମ୍ବା ଏହାର ଆବଶ୍ୟକତା ଅନୁଭୂତ ହେଉନଥିଲା । ବ୍ୟକ୍ତିବିଶେଷ ଦ୍ରବ୍ୟର ସିଧାସଳଖ ବିନିମୟ କରୁଥିଲେ । ଏହାକୁ ପଣ୍ୟ ବିନିମୟ ପ୍ରଥା କୁହାଯାଏ । ଦ୍ରବ୍ୟ ଓ ସେବାର ପ୍ରତ୍ୟକ୍ଷ ବିନିମୟ ବ୍ୟବସ୍ଥା ହିଁ ପଣ୍ୟ ବିନିମୟ ବ୍ୟବସ୍ଥା । ମୁଦ୍ରାର ଆବିର୍ଭାବ ସମଗ୍ର ଅର୍ଥବ୍ୟବସ୍ଥାରେ ଏକ ନୂତନ ଯୁଗର ସୂତ୍ରପାତ କଲା ।
ପ୍ରତ୍ୟେକ ଦ୍ରବ୍ୟ ମୁଦ୍ରା ସାହାଯ୍ୟରେ କ୍ରୟ ବିକ୍ରୟ ହେଲା । ମୁଦ୍ରା ଉଭୟ ଦ୍ରବ୍ୟ ଓ ସେବାର ବିନିମୟ ମାଧ୍ୟମ ରୂପେ କାର୍ଯ୍ୟକଲା । ମୁଦ୍ରା ବ୍ୟବସ୍ଥାରେ ମୁଦ୍ରା ପ୍ରତିବଦଳରେ ଦ୍ରବ୍ୟ ବା ସେବା ବିକ୍ରୟ କରି ଅର୍ଜିତ ମୁଦ୍ରାରେ ଆବଶ୍ୟକୀୟ ଦ୍ରବ୍ୟ ବା ସେବା କ୍ରୟ ବିନା ପ୍ରତିବନ୍ଧକରେ ସମ୍ଭବ ହୋଇପାରିଲା ।
3. ବିନିମୟ ପତ୍ର ଓ ରାଜକୋଷ ପତ୍ର :
Answer:
ବିନିମୟ ପତ୍ର ଏକ ସର୍ଭହୀନ ଲିଖ୍ ଆଦେଶ । ଏଥିରେ କ୍ରେତାଙ୍କ ଉଦ୍ଦେଶ୍ୟରେ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ତିନିଦିନର ରିହାତି ସହିତ ୯୦ ଦିନର ଅବଧୂ ମଧ୍ଯରେ ପଇଠ କରିବାପାଇଁ ଆଦେଶ ଜାରି କରିଥା’ନ୍ତି । ବିକ୍ରେତା ବିନିମୟ ପତ୍ର ପ୍ରସ୍ତୁତ କରନ୍ତି । ସେ ବିଧବଦ୍ଧଭାବେ ଲିଖ୍ ବିନିମୟ ପତ୍ରକୁ ଗ୍ରହଣ କରିବାପାଇଁ କ୍ରେତାଙ୍କ ନିକଟରେ ଉପସ୍ଥାପନ କରନ୍ତି । କ୍ରେତା ତାହା ଉପରେ ‘ଗୃହୀତ’ ଲେଖ୍ ସ୍ବାକ୍ଷର କରନ୍ତି । ଏହାପରେ ହିଁ ଉକ୍ତ ବିଲ୍ ଏକ ବିନିମୟଯୋଗ୍ୟ ଉପକରଣରେ ପରିଣତ ହୁଏ ।
ରାଜକୋଷ ପତ୍ର ସରକାରଙ୍କଦ୍ଵାରା ଜାରି ହୋଇଥବା ଏକ ପ୍ରତିଶ୍ରୁତି ପତ୍ର । ଏକ ନିର୍ଦ୍ଦିଷ୍ଟ ଦିନରେ (ସାଧାରଣତଃ ୯୧ ଦିନରେ) ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ପ୍ରଦାନ ପାଇଁ ଏହା ଏକ ଲିଖ୍ ପ୍ରତିଶ୍ରୁତି ପତ୍ର । ରାଜକୋଷ ପତ୍ର ଏକ ଅର୍ଥ ବିଲ୍ ।
4. ବଣ୍ଡ୍ ଓ ଅଂଶ :
Answer:
ନିର୍ଦ୍ଧାରିତ ସୁଧ ହାରରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ପରିଶୋଧ କରିବା ନିମିତ୍ତ କମ୍ପାନୀ ଯେଉଁ ରଣ ସ୍ଵୀକାର୍ଯ୍ୟପତ୍ର ପୁଞ୍ଜି ବଜାରରେ ବିକ୍ରୟ କରନ୍ତି, ତାହାକୁ ବଣ୍ଡ୍ କୁହାଯାଏ । ଏହା ମଧ୍ୟ କମ୍ପାନୀର ଏକ ଦେୟତା ।
କୌଣସି କମ୍ପାନୀର ସଂଗୃହୀତ ମୋଟ ପୁଞ୍ଜିର ଯେଉଁ ଭାଗ ଜଣେ ଅଂଶୀଦାରଙ୍କ ନିଜସ୍ଵ, ତାହାକୁ ଅଂଶ କୁହାଯାଏ । ଏହି ଅଂଶଗୁଡ଼ିକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଅଂଶଗୁଡ଼ିକ ସେମାନଙ୍କ ମୂଲ୍ୟର ବହୁତ ଗୁଣରେ କିଣାବିକା କରାଯାଏ । ପୁଞ୍ଜି କମ୍ପାନୀର ଅଂଶୀଦାରମାନଙ୍କ ଦେୟ ବୋଲି ବିବେଚିତ ହୋଇଥାଏ ଏବଂ ସେମାନେ ଅଂଶରେ ପୁଞ୍ଜି ବିନିଯୋଗ ବାବଦକୁ କମ୍ପାନୀର ଲାଭ ଓ କ୍ଷତିର ଅଂଶୀଦାର ହୋଇଥା’ନ୍ତି ।
5. ବ୍ୟାଙ୍କ୍ ନୋଟ୍ ଓ ବ୍ୟାକ୍ ମୁଦ୍ରା :
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଓ ସରକାରଙ୍କଦ୍ବାରା ପ୍ରଚଳନ କରାଯାଉଥିବା ସମସ୍ତ ନୋଟ୍ ମୁଦ୍ରାକୁ ବ୍ୟାଙ୍କ୍ ନୋଟ୍ କୁହାଯାଏ । ଭାରତରେ ଟଙ୍କିକିଆ କାଗଜ ନୋଟ୍କୁ ବାଦ୍ ଦେଲେ ଆଉ ସମସ୍ତ କାଗଜ ନୋଟ୍ କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ପ୍ରଚଳନ କରାଯାଇଥାଏ । ଟଙ୍କିକିଆ କାଗଜ ନୋଟ୍ କେବଳ କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଚଳନ କରାଯାଇଥାଏ । ବ୍ୟାଙ୍କ୍ ନୋଟ୍ଗୁଡ଼ିକ ବୈଧାନିକ ସ୍ଵୀକୃତିଲାଭ କରିଥା’ନ୍ତି । ସୁତରାଂ ସେସବୁ ମୁଦ୍ରାକୁ ବିଧ୍ୱଂଗ୍ରାହ୍ୟ ମୁଦ୍ରା କୁହାଯାଏ ।
ଯେଉଁ ମୁଦ୍ରା ଚେକ୍ ସାହାଯ୍ୟରେ ଅବାଧରେ ଜଣେ ଲୋକଠାରୁ ଅନ୍ୟ ଜଣକ ପାଖକୁ ହସ୍ତାନ୍ତର ହୁଏ ଅଥବା ଚେକ୍ ମାଧ୍ୟମରେ ସଞ୍ଚାଳନ ହେଉଥିବା ମୁଦ୍ରାକୁ ବ୍ୟାଙ୍କ୍ ମୁଦ୍ରା କୁହାଯାଏ । ବ୍ୟାଙ୍କର ସମସ୍ତ ପ୍ରକାର ଜମାକୁ ମୁଦ୍ରା କୁହାଯାଏ ନାହିଁ; କେବଳ ଚାହିଦା ଜମା ହିଁ ମୁଦ୍ରାର କାମ କରିଥାଏ ।
6. ଚେକ୍ ଓ ମୁଦ୍ରା :
Answer:
ଚେକ୍ ହେଉଛି ମୁଦ୍ରା ହସ୍ତାନ୍ତରର ଏକ ମାଧ୍ୟମ । ଏହା ବାଣିଜ୍ୟିକ ବ୍ୟାଙ୍ଗ୍ର ଏକ ସ୍ବୀକୃତିପ୍ରାପ୍ତ ଋଣ ମାତ୍ର । ଚାହିଦା ଜମାରୁ ଚେକ୍ ସାହାଯ୍ୟରେ ଟଙ୍କା ପ୍ରତ୍ୟାହୃତ ହୁଏ । ଭାରତରେ ବାଣଜ୍ୟିକ ବ୍ୟାକ୍ଗୁଡ଼ିକ ସଞ୍ଚୟ ଜମାରୁ ଚେକ୍ ସାହାଯ୍ୟରେ ଟଙ୍କା ପ୍ରତ୍ୟାହାର କରିବା ଅନୁମୋଦନ କରିଥା’ନ୍ତି ।
ମୁଦ୍ରା ବିହ୍ୟ ଅଟେ । ତେଣୁ ଏହା ସର୍ବସାଧାରଣଙ୍କଦ୍ୱାରା ଗ୍ରହଣଯୋଗ୍ୟ ହୋଇଥାଏ । ମୁଦ୍ରା ଅତ୍ୟନ୍ତ ତରଳ ପରିସମ୍ପତ୍ତି, ଯଦ୍ବାରା ପାଉଣା ପରିଶୋଧରେ ଏହା ଶୀଘ୍ର ଗ୍ରହଣଯୋଗ୍ୟ ହୋଇଥାଏ । ମୁଦ୍ରା, ମୂଲ୍ୟ ପରିମାପର ଏକକ ଅଟେ ।
7. ରୂପାନ୍ତରିତ କାଗଜ ମୁଦ୍ରା ଓ ଅରୂପାନ୍ତରିତ କାଗଜ ମୁଦ୍ରା :
Answer:
ଯେଉଁ କାଗଜ ମୁଦ୍ରାକୁ ସୁନା ବା ରୂପାରେ ରୂପାନ୍ତରିତ କରିହେବ, ତାହାକୁ ରୂପାନ୍ତରିତ କାଗଜ ମୁଦ୍ରା କୁହାଯାଏ । ଏହାକୁ ପ୍ରତ୍ୟେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ପ୍ରଚଳନ କରନ୍ତି । ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର କାଗଜ ମୁଦ୍ରାରେ ଚାହିଦା ମାତ୍ରେ ଧାରକଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥାଆନ୍ତି । ଆମ ଦେଶର ଦୁଇ ଟଙ୍କିଆ ନୋଟ୍ଠାରୁ ଆରମ୍ଭ କରି ଏକ ହଜାର ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ରୂପାନ୍ତରିତ କାଗଜ ମୁଦ୍ରାର ଅନ୍ତର୍ଭୁକ୍ତ ।
ଅନ୍ୟପକ୍ଷରେ ଯେଉଁ କାଗଜ ମୁଦ୍ରାକୁ ସୁନା ବା ରୂପାକୁ ବଦଳା ଯାଇ ପାରିବ ନାହିଁ, ସେହି କାଗଜ ମୁଦ୍ରାକୁ ଅରୂପାନ୍ତରିତ କାଗଜ ମୁଦ୍ରା କୁହାଯାଏ । ଏହାକୁ କେନ୍ଦ୍ରୀୟ ବ୍ୟାଙ୍କ ତିଆରି କରେ ନାହିଁ କିମ୍ବା ଏଥୁରେ ଧାରକକୁ କୌଣସି ପ୍ରତିଶ୍ରୁତି ଦିଆଯାଇନଥାଏ । ଆମ ଦେଶରେ ଏପରି ମୁଦ୍ରାକୁ ଅର୍ଥ ମନ୍ତ୍ରଣାଳୟ ଛାପି ଥାଆନ୍ତି । ଏକ ଟଙ୍କିଆ କାଗଜ ମୁଦ୍ରା ଏହାର ଉଦାହରଣ ଅଟେ ।
8. ପ୍ରାମାଣିକ ମୁଦ୍ରା ଓ ସାଂକେତିକ (ପ୍ରତୀକ) ମୁଦ୍ରା :
Answer:
ଯେଉଁ ମୁଦ୍ରାର ମୁଖାଙ୍କିତ ମୂଲ୍ୟ ତାହାର ଅନ୍ତର୍ନିହିତ ମୂଲ୍ୟ ସହ ସମାନ ଏବଂ ଯାହା ଦେଶର ପ୍ରଧାନ ମୁଦ୍ରା, ତାହାକୁ ପ୍ରାମାଣିକ ମୁଦ୍ରା କୁହାଯାଏ । ଅତୀତରେ ସୁନା, ରୁପା ଭଳି ମୂଲ୍ୟବାନ୍ ଧାତୁରେ ନିର୍ମିତ ମୁଦ୍ରାକୁ ପ୍ରାମାଣିକ ମୁଦ୍ରା କୁହାଯାଉଥିଲା । ଏହାକୁ ମଧ୍ୟ ପୂର୍ଣ୍ଣକାୟ ମୁଦ୍ରା (Full-bodied money) ବୋଲି କୁହାଯାଏ ।
କିନ୍ତୁ ଯେଉଁ ମୁଦ୍ରାର ମୁଖାଙ୍କିତ ମୂଲ୍ୟ ଏହାର ଅନ୍ତର୍ନିହିତ ମୂଲ୍ୟଠାରୁ ଅଧ୍ଵ, ତାହାକୁ ସାଂକେତିକ ମୁଦ୍ରା କୁହାଯାଏ । ଏହା ସାଧାରଣତଃ ତମ୍ବା, ନିକେଲ ଭଳି ନିକୃଷ୍ଟ ଓ ଅପେକ୍ଷାକୃତ ହାଲୁକା ଧାତୁରେ ତିଆରି ହୋଇଥାଏ । ଏହାର ନିଜସ୍ଵ ମୂଲ୍ୟ ସୀମିତ ହେଲେ ମଧ୍ୟ ଅଧ୍ଵତର ମୂଲ୍ୟର ନିଦର୍ଶନ ସ୍ବରୂପ କାର୍ଯ୍ୟକରେ ।
9. ହିସାବ ମୁଦ୍ରା ଓ ପ୍ରକୃତ ମୁଦ୍ରା :
Answer:
ଯେଉଁ ମୁଦ୍ରାର ଏକକଦ୍ଵାରା ଦେଶର ସମସ୍ତ ପ୍ରକାର ଦ୍ରବ୍ୟର ହିସାବ ରଖାଯାଏ, ତାହାକୁ ହିସାବ ମୁଦ୍ରା କୁହାଯାଏ । ଅର୍ଥାତ୍ ଦେଶର ଦ୍ରବ୍ୟ ଓ ସେବାର ମୂଲ୍ୟକୁ ହିସାବ ମୁଦ୍ରାଦ୍ଵାରା ପ୍ରକାଶ କରାଯାଏ । ଭାରତର ଟଙ୍କା, ଆମେରିକାର ଡଲାର, ରୁଷିଆର ରୁବେଲ, ଫ୍ରାନ୍ସର ଫ୍ରାଙ୍କ୍ ଇତ୍ୟାଦି ହିସାବ ମୁଦ୍ରାର ଉଦାହରଣ ।
ଯେଉଁ ମୁଦ୍ରା ପ୍ରକୃତରେ ଦେଶରେ ପ୍ରଚଳିତ ହେଉଥାଏ ଏବଂ ଯେଉଁ ନୋଟ୍ ଓ ଧାତବ ମୁଦ୍ରାଦ୍ଵାରା ଦେୟ ଦିଆଯାଏ, ତାହାକୁ ପ୍ରକୃତ ମୁଦ୍ରା କୁହାଯାଏ । ହିସାବ ମୁଦ୍ରାଦ୍ଵାରା ଦ୍ରବ୍ୟ ଓ ସେବାର ଦାମ୍ ପ୍ରକାଶ କରାଯାଇ ଦେନେଶର ହିସାବ ରଖାଯାଏ । ମାତ୍ର ପ୍ରକୃତ ମୁଦ୍ରାଦ୍ୱାରା ବାସ୍ତବରେ ହିସାବ ନିକାଶ କରାଯାଏ । ପ୍ରଚଳିତ ବିଭିନ୍ନ ମୂଲ୍ୟର କାଗଜ ଓ ଧାତବ ମୁଦ୍ରା ବାସ୍ତବ ମୁଦ୍ରା ଅଟେ ।
10. ବିଧ୍ୱଂଗ୍ରାହ୍ୟ ମୁଦ୍ରା ଓ ଇଚ୍ଛାଧୀନ ମୁଦ୍ରା :
Answer:
ଯେଉଁ ମୁଦ୍ରା ସରକାରଙ୍କ ଆଇନାନୁମୋଦନରେ ପ୍ରଚଳିତ ଓ ପ୍ରାପ୍ୟ ପରିଶୋଧରେ ସର୍ବସାଧାରଣଙ୍କଦ୍ବାରା ଗୃହୀତ, ତାହାକୁ ବିଧ୍ୱଂଗ୍ରାହ୍ୟ ମୁଦ୍ରା କହନ୍ତି । ପ୍ରାପ୍ୟ ପରିଶୋଧ ପାଇଁ ଏହାକୁ କେହି ମନା କରିପାରିବେ ନାହିଁ । ମନା କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଯେଉଁ ମୁଦ୍ରା ପ୍ରଚଳନ ପାଇଁ ସରକାରଙ୍କ ଆଇନ ଅନୁମୋଦନ ନଥାଇ ମଧ୍ୟ ବିନିମୟର ମାଧ୍ୟମ ରୂପେ ଗ୍ରହଣ କରାଯାଏ, ତାହାକୁ ଇଚ୍ଛାଧୀନ ମୁଦ୍ରା କୁହାଯାଏ । କାହା ଇଚ୍ଛା ବିରୁଦ୍ଧରେ ଏହାକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଇପାରେ ନାହିଁ । ତେଣୁ ଏହାକୁ ଇଚ୍ଛାଧୀନ ମୁଦ୍ରା ବୋଲି କୁହାଯାଏ । ଚେକ୍, ଡ୍ରାଫ୍ଟ, ବିନିମୟ ପତ୍ର ଇତ୍ୟାଦି ଇଚ୍ଛାଧୀନ ମୁଦ୍ରାର ଉଦାହରଣ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ମୁଦ୍ରାର ସଂଜ୍ଞା କ’ଣ ? ଏହାର କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବିଭିନ୍ନ ଅର୍ଥନୀତିଜ୍ଞ ମୁଦ୍ରାର ଭିନ୍ନ ଭିନ୍ନ ସଂଜ୍ଞା ଦେଇଛନ୍ତି । କେତେଗୁଡ଼ିଏ ସଂଜ୍ଞା ଅତି ବ୍ୟାପକ ହେଲାବେଳେ ଆଉ କେତେଗୁଡ଼ିଏ ଅତି ସଂକୀର୍ଣ୍ଣ ହୋଇଛି । ଓ୍ବାକରଙ୍କ ମତରେ, ‘ମୁଦ୍ରା ଯାହା କରେ ତାହା ମୁଦ୍ରା l’ ୱାକରଙ୍କର ଏହି ସଂଜ୍ଞା ଅତି ବ୍ୟାପକ । ମୁଦ୍ରା କାର୍ଯ୍ୟ କରୁଥିବା ସମସ୍ତ ଜିନିଷକୁ ଏ ସଂଜ୍ଞା ମୁଦ୍ରା ଅନ୍ତର୍ଭୁକ୍ତ କରିଥାଏ । କିନ୍ତୁ ମୁଦ୍ରା ଅନେକ କାର୍ଯ୍ୟ କରେ ଯାହାକି ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ କରିଥା’ନ୍ତି । ତେଣୁ ମୁଦ୍ରାକୁ ଅନ୍ୟ ଜିନିଷଠାରୁ ପୃଥକ୍ କରିବା ଦରକାର ।
ପ୍ରଫେସର ଡି.ଏଚ୍. ରବର୍ଟସନ ମୁଦ୍ରାର ସଂଜ୍ଞା ଦେବାକୁ ଯାଇ କହିଛନ୍ତି, ‘ଦ୍ରବ୍ୟର ମୂଲ୍ୟ ଦେବାରେ କିମ୍ବା ଅନ୍ୟପ୍ରକାର ବ୍ୟାବସାୟିକ ଦାୟମୁକ୍ତ ହେବାରେ ବ୍ୟାପକଭାବେ ଗୃହୀତ ହେଉଥିବା ଯେକୌଣସି ଜିନିଷ ହିଁ ମୁଦ୍ରା’’(Money is anything which is widely accepted in payment for goods or in the discharge of other kinds of business obligation.) ।
କ୍ରାଉଦରଙ୍କ ପ୍ରଦତ୍ତ ମୁଦ୍ରାର ସଂଜ୍ଞା ଅତି ସନ୍ତୋଷଜନକ ମନେହୁଏ । ତାଙ୍କ ପ୍ରଦତ୍ତ ମୁଦ୍ରାର ସଂଜ୍ଞା ହେଲା, ‘ବିନିମୟର ମାଧମରୂପେ (ଅର୍ଥାତ୍ ଋଣ ପରିଶୋଧର ମାଧ୍ୟମରୂପେ) ସାଧାରଣତଃ ଗୃହୀତ ହେଉଥିବା ଏବଂ ଏକସମୟରେ ମୂଲ୍ୟର ପରିମାପକ ଓ ମୂଲ୍ୟର ନିଧାନ ଆକାରରେ କାର୍ଯ୍ୟ କରୁଥିବା ଯେକୌଣସି ଜିନିଷ ମୁଦ୍ରା ଅଟେ’’ (Money is anything that is generally acceptable as a means of exchange (i.e. as a means of settling debts) and that at the same time acts as a measure and as a store of value.) |
ମୁଦ୍ରାର କାର୍ଯ୍ୟାବଳୀ – ମୁଦ୍ରାର ଚାରିଗୋଟି ପ୍ରଧାନ କାର୍ଯ୍ୟ ରହିଛି । ଏହା ହିସାବର ଏକ ଏକକ, ବିନିମୟର ଏକ ମାଧ୍ୟମ, ମୂଲ୍ୟର ଏକ ନିଧାନ ଏବଂ ଅସ୍ଥଗିତ ପ୍ରାପ୍ୟ ପ୍ରଦାନର ଏକ ମାନକରୂପେ କାର୍ଯ୍ୟ କରିଥାଏ । ସେହି କାରଣରୁ କୁହାଯାଇଥାଏ –
“Money is a matter of functions four
A medium, a measure, a standard, a store.”
(i) ବିନିମୟର ଏକ ମାଧ୍ୟମ (A medium of exchange) – ମୁଦ୍ରା ବିନିମୟ ଏକ ସାଧାରଣ ମାଧ୍ୟମ ଆକାରରେ କାର୍ଯ୍ୟ କରେ । ଏହା ଦ୍ରବ୍ୟର କ୍ରୟବିକ୍ରୟକୁ ସହଜ କରିଥାଏ । ପ୍ରତ୍ୟେକ ଜିନିଷ ମୁଦ୍ରା ସାହାଯ୍ୟରେ କ୍ରୟବିକ୍ରୟ କରାଯାଇଥାଏ ।
ବିନିମୟର ମାଧ୍ୟମ ଆକାରରେ କାର୍ଯ୍ୟ କଲାବେଳେ ମୁଦ୍ରା ସାଧାରଣ କ୍ରୟଶକ୍ତି ଆହରଣ କରିଥାଏ । ମୁଦ୍ରାର ଏହି ବୈଶିଷ୍ଟ୍ୟ ଅର୍ଥନୈତିକ ସ୍ଵାଧୀନତାର ଉତ୍ସ ହୋଇଥାଏ । ବ୍ୟକ୍ତିବିଶେଷ ନିଜର ଦ୍ରବ୍ୟ ଓ ସେବା ବିକ୍ରୟ କରିସାରିବା ପରେ କ୍ରୟଶକ୍ତିକୁ ନିଜର ଇଚ୍ଛାନୁସାରେ ବ୍ୟୟ କରିବାର ସ୍ବାଧୀନତା ପାଇଥା’ନ୍ତି । ସେ ସ୍ଵାଧୀନଭାବେ ନିଜ କ୍ରୟର ସମୟ, ସ୍ଥାନ, ପରିମାଣ ଓ ବିବିଧତା ସ୍ଥିର କରିପାରିବ ! ମୁଦ୍ରା ଲୋକମାନଙ୍କୁ ବିଶେଷୀକରଣପାଇଁ ପ୍ରୋତ୍ସାହନ ଦିଏ । ବିଶେଷୀକରଣ ଉତ୍ପାଦନ ବୃଦ୍ଧି କରିଥାଏ, ଦର ହ୍ରାସ କରେ ଏବଂ ଲୋକମାନଙ୍କର ଜୀବନଧାରଣର ମାନ ବୃଦ୍ଧି କରିଥାଏ ।
(ii) ହିସାବର ଏକ ଏକକ ବା ମୂଲ୍ୟର ଏକ ପରିମାପକ (A unit of account or a measure of value) – ମୁଦ୍ରା ମୂଲ୍ୟର ଏକ ପରିମାପକ ବା ମୂଲ୍ୟର ଏକ ମାନ । ଏହା ହିସାବର ଏକ ଏକକ ହିସାବରେ ବା ମୂଲ୍ୟର ଏକ ସାଧାରଣ ପରିମାପକରୂପେ କାର୍ଯ୍ୟ କରିଥାଏ । ଲମ୍ବର ପରିମାପ ପାଇଁ ଫୁଟ ଓ ମିଟର ମାନକରୂପେ ବ୍ୟବହୃତ ହେବାଭଳି ମୂଲ୍ୟ ପରିମାପ ପାଇଁ ମୁଦ୍ରା ଏକ ମାନକରୂପେ ବ୍ୟବହୃତ ହୋଇଥାଏ । ସମସ୍ତ ଦ୍ରବ୍ୟ ଓ ସେବାର ମୂଲ୍ୟ ପରିମାପ କରିବାରେ ଏହା ବ୍ୟବହୃତ ହୋଇଥାଏ ।
କ୍ରୟ-ବିକ୍ରୟ ହେଉଥିବା ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟକୁ ମୁଦ୍ରାରେ ପ୍ରକାଶ କରାଯାଇଥାଏ । ସମସ୍ତ ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କରାଯାଉଥିବାରୁ ସମାଜର ବିଭିନ୍ନ ପ୍ରକାର ଦ୍ରବ୍ୟ ଓ ସେବା ମଧ୍ଯରେ ବିନିମୟ ହାର ସହଜରେ ଜାଣିହେବ । ବର୍ତ୍ତମାନ ମୁଦ୍ରା ଏହି କାର୍ଯ୍ୟ କରୁଅଛି । ହିସାବର ଏକ ଏକକ ହିସାବରେ ମୁଦ୍ରା ଦ୍ରବ୍ୟ ମୂଲ୍ୟର ପରିମାପ କରିଥାଏ କିମ୍ବା ବିନିମୟ କରାଯାଉଥିବା ଦ୍ରବ୍ୟଗୁଡ଼ିକର ଦରକୁ ମୁଦ୍ରା ଆକାରରେ ପ୍ରକାଶ କରାଯାଇଥାଏ । ସମ୍ପଦ, ଆୟ ଓ ଋଣ ମୁଦ୍ରା ଆକାରରେ କଳନା କରାଯାଇଥାଏ । ମୂଲ୍ୟର ଏକ ପରିମାପକ ଆକାରରେ ମୁଦ୍ରା ଏକ ଗୁଣାତ୍ମକ ଏକକ । ଏହା କେବଳ ଏକ
(iii) ମୂଲ୍ୟର ଏକ ନିଧାନ (A store of value) – ଉପରେ ଆଲୋଚନା କରାଯାଇଥିବା ମୁଦ୍ରାର ଦୁଇଟିଯାକ କାର୍ଯ୍ୟ ଏହାର ଦୁଇଟି ପ୍ରାଥମିକ କାର୍ଯ୍ୟ । ଏହାର ଦୁଇଟି ଦ୍ବିତୀୟ ସ୍ଥାନୀୟ କାର୍ଯ୍ୟ ବା ଗୌଣ କାର୍ଯ୍ୟ ରହିଛି ।
ସେଗୁଡ଼ିକ ହେଲା:
(a) ମୂଲ୍ୟ ନିଧାନ ବା ମୂଲ୍ୟ ସଞ୍ଚୟ ଏବଂ
(b) ଅସ୍ଥଗିତ ପ୍ରାପ୍ୟ ପ୍ରଦାନ ।
ସେଗୁଡ଼ିକ ମୁଦ୍ରାର ପ୍ରାଥମିକ କାର୍ଯ୍ୟରୁ ବ୍ୟୁତ୍ପନ୍ନ ହୋଇଥିବାରୁ ସେଗୁଡ଼ିକୁ ମୁଦ୍ରାର ଗୌଣ କାର୍ଯ୍ୟ କୁହାଯାଇଥାଏ ।
ମୁଦ୍ରା ମୂଲ୍ୟ ନିଧାନ ବା ମୂଲ୍ୟ ସଞ୍ଚୟ ଆକାରରେ କାର୍ଯ୍ୟ କରିଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଦୃଷ୍ଟପୂର୍ବ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବା ଉଦ୍ଦେଶ୍ୟରେ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବାକୁ ପଡ଼ିବ । ମୁଦ୍ରା ସାଧାରଣ କ୍ରୟଶକ୍ତିର ପ୍ରତିନିଧ୍ୟ କରିଥାଏ । ଜଣେ ଇଚ୍ଛା କଲାମାତ୍ରେ ଏହାକୁ ସହଜରେ ଦ୍ରବ୍ୟ ଓ ସେବାରେ ପରିଣତ କରିହୁଏ । ତେଣୁ ମୂଲ୍ୟ ନିଧାନ ବା ମୂଲ୍ୟ ସଞ୍ଚୟ ଆକାରରେ ମୁଦ୍ରା ଅନ୍ୟାନ୍ୟ ଦ୍ରବ୍ୟଠାରୁ ଉତ୍କୃଷ୍ଟତର ଏବଂ ଲୋକମାନେ ମୁଦ୍ରା ସଞ୍ଚୟ ଆକାରରେ ମୂଲ୍ୟ ସଞ୍ଚୟ କରିଥା’ନ୍ତି ।
ମୂଲ୍ୟ ନିଧାନ ବା ମୂଲ୍ୟ ସଞ୍ଚୟ ବର୍ତ୍ତମାନରୁ ଭବିଷ୍ୟତକୁ କ୍ରୟଶକ୍ତିର ସ୍ଥାନାନ୍ତରକୁ ବୁଝାଇଥାଏ । ତେଣୁ ମୁଦ୍ରା ବର୍ତ୍ତମାନ ଓ ଭବିଷ୍ୟତ୍ ମଧ୍ୟରେ ସଂଯୋଗ ରକ୍ଷାକରେ । ଏହି କାର୍ଯ୍ୟ ଯୋଗୁଁ ହିଁ ମୁଦ୍ରା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ବର୍ତ୍ତମାନ ବ୍ୟକ୍ତିବିଶେଷ ସ୍ଵାଧୀନଭାବେ ନିଜ ଇଚ୍ଛାନୁସାରେ ମୁଦ୍ରା ବ୍ୟୟ କରିପାରୁଛନ୍ତି । ସେ ଏହାକୁ ଆଜି ଖର୍ଚ୍ଚ କରିପାରିବ ବା ଭବିଷ୍ୟତ ପାଇଁ ରଖୁପାରିବ । ଏହା ତା’ର ଅର୍ଥନୈତିକ ସ୍ଵାଧୀନତାର ପରିସରକୁ ବ୍ୟାପକ କରିଥାଏ ।
ଦରଦାମ୍ ସ୍ଥିର ରହିଲେ ମୁଦ୍ରା ମୂଲ୍ୟର ଏକ ଉତ୍ତମ ସଞ୍ଚୟରୂପେ କାର୍ଯ୍ୟ କରିପାରିବ । ଯଦି ଦରଦାମ୍ ବୃଦ୍ଧି ପାଇବାକୁ ଲାଗେ ମୁଦ୍ରାର ମୂଲ୍ୟ ଦ୍ରୁତ ବେଗରେ ହ୍ରାସ ପାଇବ । ସେପରି ସ୍ଥଳେ ମୁଦ୍ରା ସଞ୍ଚୟ କରିବାର କୌଣସି ମୂଲ୍ୟ ରହିବ ନାହିଁ । ସ୍ତ୍ରୀତି ସମୟରେ ମୂଲ୍ୟ ସଞ୍ଚୟ ଆକାରରେ ମୁଦ୍ରା ଅପେକ୍ଷା ଭୂମି, କୋଠାବାଡ଼ି ଓ ସୁନା ଆଦି ପରିସମ୍ପତ୍ତି ଅଧ୍ବକ ଆକର୍ଷଣୀୟ ହୋଇଥା’ନ୍ତି । ଯଦି ଦରଦାମ୍ ସ୍ତରର ପ୍ରବଳ ହ୍ରାସବୃଦ୍ଧି ଘଟୁନାହିଁ ବୋଲି ଧରି ନିଆଯାଏ, ତେବେ ମୁଦ୍ରା ମୂଲ୍ୟର ଏକ ଉତ୍ତମ ସଞ୍ଚୟ ରୂପେ କାର୍ଯ୍ୟ କରିଥାଏ ।
(iv) ସ୍ଥଗିତ ପ୍ରାପ୍ୟ ପ୍ରଦାନର ମାନକ (A standard of deferred payments) – ମୁଦ୍ରା ସ୍ଥଗିତ ପ୍ରାପ୍ୟ ପ୍ରଦାନର ଏକ ମାନକରୂପେ କାର୍ଯ୍ୟ କରିଥାଏ । ଏହା ଏପରି ଏକ ଦ୍ରବ୍ୟ ଓ ସେବା ବିନିମୟକୁ ବୁଝାଇଥାଏ ଯାହାର ପ୍ରାପ୍ୟ ପ୍ରଦାନ ପରେ କରାଯାଇଥାଏ । ଭବିଷ୍ୟତରେ କରାଯିବାକୁ ଥିବା ସମସ୍ତ ପ୍ରାପ୍ୟ ପ୍ରଦାନ ଆଜିକାଲି ମୁଦ୍ରା ଆକାରରେ କରାଯାଉଛି । ଧାର ଦେବା ବା କରଜ କରିବା ସ୍ଥଗିତ ପ୍ରାପ୍ୟ ପ୍ରଦାନର ଏକ ଉଦାହରଣ । ଯଦି ଭବିଷ୍ୟତରେ ପ୍ରାପ୍ୟ ପ୍ରଦାନ ଥିବା ଚୁକ୍ତିଗୁଡ଼ିକ ଦ୍ରବ୍ୟ ଆକାରରେ କରାଯାଏ, ତା’ହେଲେ ଗୋଟିଏ ପକ୍ଷ କ୍ଷତିଗ୍ରସ୍ତ ହେଲାବେଳେ ଅପର ପକ୍ଷଟି ଲାଭବାନ୍ ହେବେ ।
ମୁଦ୍ରା ଅଧିକ ବିନାଶୀ, ମୁଦ୍ରା ମୂଲ୍ୟ ଅଧ୍ଵ ସ୍ଥିର ରହିଥାଏ ଏବଂ ଏହା ସାଧାରଣତଃ ସ୍ଵୀକୃତ ହୋଇଥାଏ । ତେଣୁ ଏହା ଋଣ ଦାନ ଓ ଋଣ ଗ୍ରହଣକୁ କମ୍ କ୍ଷତିଗ୍ରସ୍ତ ବା ଭୟସଙ୍କୁଳ କରିଥାଏ । ବର୍ତ୍ତମାନ ବିଶ୍ଵରେ ଋଣ କାରବାର ଅର୍ଥନୈତିକ କାର୍ଯ୍ୟକଳାପକୁ ବିପୁଳଭାବେ ବୃଦ୍ଧି କରିଛି । ଯଦି ମୁଦ୍ରା ମୂଲ୍ୟରେ ପ୍ରବଳଭାବେ ହ୍ରାସବୃଦ୍ଧି ନ ହୁଏ ମୁଦ୍ରା ସ୍ଥଗିତ ପ୍ରାପ୍ୟ ପ୍ରଦାନର ଏକ ଉତ୍ତମ ମାନରୂପେ କାର୍ଯ୍ୟ କରିବ । ଦରଦାମ୍ ବୃଦ୍ଧିପାଇଲେ ଋଣଦାତା କ୍ଷତିଗ୍ରସ୍ତ ହୁଏ, କାରଣ ସେ ବେଶି ପରିମାଣରେ ଅର୍ଥଦେଇ ଭବିଷ୍ୟତରେ କମ୍ ପରିମାଣର ଅର୍ଥ ପାଇଥାଏ । କିନ୍ତୁ ମୁଦ୍ରା ମୂଲ୍ୟ ବୃଦ୍ଧି ପାଇଲେ ଋଣଗ୍ରହୀତା କ୍ଷତିଗ୍ରସ୍ତ ହୋଇଥାଏ ।
(v) ଜାତୀୟ ଆୟର ପରିମାପକ – ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଷ ଉତ୍ପାଦନ କରାଯାଉଥିବା ଦ୍ରବ୍ୟ ସାମଗ୍ରୀ ଓ ସେବାର ମୂଲ୍ୟାୟନ ମୁଦ୍ରା ସାହାଯ୍ୟରେ କରାଯାଏ । ଉତ୍ପାଦିତ ସମସ୍ତ ଦ୍ରବ୍ୟର ମୁଦ୍ରା ମୂଲ୍ୟକୁ ଯୋଗକଲେ ଜାତୀୟ ଆୟ ଜଣାପଡ଼େ; ତେଣୁ ମୁଦ୍ରା ସାହାଯ୍ୟରେ ଜାତୀୟ ଆୟର ପରିମାପ କରାଯାଏ ।
(vi) ମୂଲ୍ୟ ହସ୍ତାନ୍ତର – ମୁଦ୍ରା ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏବଂ ଜଣଙ୍କ ନିକଟରୁ ଅନ୍ୟଜଣଙ୍କୁ ସମ୍ପଦ ହସ୍ତାନ୍ତର ସହଜରେ କରାଯାଇପାରେ । ଯେତେବେଳେ ଜଣେ ବ୍ୟକ୍ତି କୌଣସି ଦ୍ରବ୍ୟ ଅନ୍ୟଜଣଙ୍କୁ ମୁଦ୍ରା ବିନିମୟରେ ବିକ୍ରି କରନ୍ତି, ସେତେବେଳେ ସମ୍ପଦର ହସ୍ତାନ୍ତର ହୁଏ ! ସେହିପରି ଯେତେବେଳେ ଜଣେ ବ୍ୟକ୍ତି ଗ୍ରାମାଞ୍ଚଳରେ ଥିବା ତାଙ୍କର ସମ୍ପଭି ବିକ୍ରିକରି ସହରରେ କ୍ରୟ କରନ୍ତି; ସେତେବେଳେ ସମ୍ପଦର ହସ୍ତାନ୍ତର ହୁଏ । ସୁତରାଂ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଓ ସ୍ଥାନ-ସ୍ଥାନ ମଧ୍ୟରେ ସମ୍ପଦ ହସ୍ତାନ୍ତର ମୁଦ୍ରା ସାହାଯ୍ୟରେ ସମ୍ଭବ ହୁଏ ।
(vii) ଋଣର ଭିତ୍ତି – ମୁଦ୍ରା ଋଣର ଭିତ୍ତିସ୍ୱରୂପ କାର୍ଯ୍ୟ କରେ । ମୁଦ୍ରା ସାହାଯ୍ୟରେ ଋଣ ଦାନ ଓ ଋଣ ପରିଶୋଧ କରାଯାଏ । ଋଣ ମୁଦ୍ରା ସୃଷ୍ଟି, ମୁଦ୍ରା ପରିମାଣଦ୍ୱାରା ନିୟନ୍ତ୍ରିତ ହୁଏ ।
(viii) ଜାତୀୟ ଆୟର ବଣ୍ଟନ – ଜାତୀୟ ଆୟକୁ ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠକଙ୍କ ମଧ୍ୟରେ ମୁଦ୍ରା ଆକାରରେ ବଣ୍ଟନ କରାଯାଇଥାଏ ।