Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Long Answer Questions.
CHSE Odisha 12th Class Economics Chapter 16 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ରାଷ୍ଟ୍ରବିତ୍ତ କ’ଣ ? ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିତ୍ତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଆଧୁନିକ ରାଷ୍ଟ୍ରକୁ କଲ୍ୟାଣକାରୀ ରାଷ୍ଟ୍ର ଆଖ୍ୟା ଦିଆଯାଇଥାଏ । ଏକ ଆଧୁନିକ କଲ୍ୟାଣକାରୀ ରାଷ୍ଟ୍ରର କାର୍ଯ୍ୟାବଳୀ ବହୁଗୁଣରେ ବୃଦ୍ଧି ପାଇଛି । ଏହିସବୁ କାର୍ଯ୍ୟାବଳୀର ସୁଗ୍ଧ ସମ୍ପାଦନ ନିମନ୍ତେ ରାଷ୍ଟ୍ର ସମ୍ବଳ ଆବଶ୍ୟକ କରିଥାଏ । ତେଣୁ ରାଷ୍ଟ୍ରବିତ୍ତ କହିଲେ, କେନ୍ଦ୍ରୀୟ, ରାଜ୍ୟ ବା ସ୍ଥାନୀୟ ସ୍ତରରେ ବିଭିନ୍ନ ସର୍ବସାଧାରଣ ସଂସ୍ଥାମାନେ ଆବଶ୍ୟକ କରୁଥିବା ବିଭକୁ ବୁଝାଏ ।
ଏଠାରେ ସର୍ବସାଧାରଣ ସଂସ୍ଥା କହିଲେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପୌରସଭା ବା ପଞ୍ଚାୟତ ସମିତି ପରି ସ୍ୱାୟତ୍ତଶାସନ ସଂସ୍ଥା ଇତ୍ୟାଦିକୁ ବୁଝାଏ ।
ରାଷ୍ଟ୍ରବିଭକୁ ଲୋକବିର ମଧ୍ୟ କୁହାଯାଏ । ‘ବିଭ’’ ଶବ୍ଦଟି ଏଠାରେ ଅର୍ଥସଂକ୍ରାନ୍ତୀୟ ପ୍ରଶାସନ ଓ ପରିଚାଳନାକୁ ମଧ୍ଯ ସୂଚୀତ କରିଥାଏ । ତେଣୁ ରାଷ୍ଟ୍ରବିତ୍ତ କହିଲେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆର୍ଥିକ କ୍ରିୟାକଳାପର ନିୟନ୍ତ୍ରଣ ଓ ପରିଚାଳନାକୁ ମଧ୍ୟ ସୂଚୀତ କରିଥାଏ ।
ତେଣୁ ରାଷ୍ଟ୍ରବିତ୍ତ କହିଲେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆର୍ଥିକ କ୍ରିୟାକଳାପର ନିୟନ୍ତ୍ରଣ ଓ ପରିଚାଳନାକୁ ବୁଝାଇଥାଏ । ଏହା ଅର୍ଥଶାସ୍ତ୍ରର ସେହି ବିଭାଗର ସୂଚନା ଦିଏ; ଯାହା ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆୟ, ବ୍ୟୟ ଓ ତତ୍ ସଂକ୍ରାନ୍ତୀୟ ନିୟମାବଳୀ ସମସ୍ୟା ଓ ନୀତି ଇତ୍ୟାଦି ସହିତ ସମ୍ପୃକ୍ତ ।
ଅନେକ ଆଧୁନିକ ଅର୍ଥଶାସ୍ତ୍ରୀ ରାଷ୍ଟ୍ରବିତ୍ତକୁ ସରକାରୀ ଚିର (Government finance) ଭାବରେ ମଧ୍ଯ ନାମିତ କରିଛନ୍ତି । ଏହି ସରକାର ଜାତୀୟ ସ୍ତରରେ, ରାଜ୍ୟସ୍ତରରେ ବା ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିପାରେ । ପ୍ରତ୍ୟେକ ସରକାର ବିଭିନ୍ନ କାର୍ଯ୍ୟ ସମ୍ପାଦନ ନିମନ୍ତେ ବିପୁଳ ପରିମାଣ ଅର୍ଥ ଆବଶ୍ୟକ କରନ୍ତି । ଏହି ଅର୍ଥ ସଂଗ୍ରହର ଉପାୟ ଓ ଅର୍ଥବ୍ୟୟର ପଦ୍ଧତି ରାଷ୍ଟ୍ରବିତ୍ତର ପ୍ରଧାନ ଆଲୋଚ୍ୟ ବିଷୟବସ୍ତୁ ।
ବାଷ୍ଟାବଲଙ୍କ ମତରେ, ‘‘ରାଷ୍ଟ୍ରବିତ୍ତ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ବ୍ୟୟ ଓ ଆୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କ ଓ ଆର୍ଥିକ ପ୍ରଶାସନ ଓ ନିୟନ୍ତ୍ରଣକୁ ବୁଝାଏ ।’’
ଶ୍ରୀମତୀ ଉତ୍ସୁଳା ହିକ୍ସ୍ କହିଛନ୍ତି ଯେ- ‘ଯେଉଁ ଉପାୟ ସାହାଯ୍ୟରେ ସରକାର ଅଭାବର ସମଷ୍ଟିଗତ ପରିତୃପ୍ତି ସାଧନ କରିଥାନ୍ତି ଓ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଆହରଣ କରନ୍ତି । ଅର୍ଥଶାସ୍ତ୍ର ପ୍ରଧାନତଃ ତାହାର ପର୍ଯ୍ୟାଲୋଚନା ଓ ମୂଲ୍ୟାୟନ ସହିତ ସମ୍ପୃକ୍ତ ।’’
ଅଧ୍ୟାପକ ଫିଣ୍ଡଲେ ସିରାଜଙ୍କ ମତରେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାଣ୍ଠି ସଂଗ୍ରହ ଓ ବ୍ୟୟ ସଂକ୍ରାନ୍ତୀୟ ନୀତିର ଅଧ୍ୟୟନ ହିଁ ରାଷ୍ଟ୍ରୀୟ କର୍ତ୍ତୃପକ୍ଷଙ୍କ ଆୟ ବ୍ୟୟ ଓ ସେଗୁଡ଼ିକର ପାରସ୍ପରିକ ସମଯୋଜକ ସହିତ ସମ୍ପୃକ୍ତ ।’’ (Public finance is concerned with the income and expenditure of public authorities and with the adjustment of one to the other).
ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ ରାଷ୍ଟ୍ରବିତ୍ତ କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସମସ୍ତ ସ୍ତରରେ କାର୍ଯ୍ୟ କରୁଥିବା ସରକାରଙ୍କର ଆୟ ଓ ବ୍ୟୟ ସମ୍ପର୍କରେ ଅନୁଧ୍ୟାନ କରିଥାଏ ।
ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିର :- ରାଷ୍ଟ୍ରବିତ୍ତ ବା ସରକାରଙ୍କ ବିର ସହିତ ବ୍ୟକ୍ତିବିତ୍ତ ବା ଘରୋଇବିତ୍ତର ତୁଳନାରୁ ରାଷ୍ଟ୍ରବିତ୍ତର ଅଧ୍ୟୟନ ଓ ଅନୁଧ୍ୟାନ ସହଜ ହୁଏ । ଏହି ତୁଳନାରୁ ଆମେ ରାଷ୍ଟ୍ରର ଓ ବ୍ୟକ୍ତିର ଆର୍ଥିକ ସମ୍ପର୍କରେ ଅବଗତ ହୋଇଥାଉ ।
ପାର୍ଥକ୍ୟ :
(୧) ବ୍ୟକ୍ତିବିଶେଷ ନିଜର ବ୍ୟୟକୁ ଆୟ ସହିତ ସମତୁଲ କରିବାକୁ ଚେଷ୍ଟା କରିଥାଏ । ତାହାର ବ୍ୟୟ, ଆୟ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ତାହାର ଆୟ ଅଧିକ ହେଲେ, ସେ ଅଧିକ ବ୍ୟୟ କରିବାକୁ ସକ୍ଷମ ହୁଏ । ଅବଶ୍ୟ ସାମୟିକ ଭାବରେ ସେ ନିଜ ଆୟରୁ ଅଧିକ ବ୍ୟୟ କରିପାରେ । କିନ୍ତୁ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଅଧ୍ବକ ବ୍ୟୟ କରି ଚାଲି ବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ତେଣୁ ସେ ନିଜର ସୀମିତ ସାଧନ ମଧ୍ଯରେ ଜୀବନ ନିର୍ବାହ କରନ୍ତି ।
ସେ ତାଙ୍କର କନାର ପରିମାଣ ଅନୁଯାୟୀ ଜାମାର ଆବର ସ୍ଥିର କରନ୍ତି । କିନ୍ତୁ ସରକାରଙ୍କ କ୍ଷେତ୍ରରେ ବ୍ୟୟ, ଆୟର ପରିମାଣ ନିର୍ଦ୍ଧାରଣ କରିଥାଏ । ସରକାର ପ୍ରଥମେ ସମ୍ଭାବ୍ୟ ବ୍ୟୟକୁ ଅଟକଳ କରି ତାହାପରେ ସେହି ବ୍ୟୟ ନିର୍ବାହ କରିବାପାଇଁ ସଂଗ୍ରହ କରନ୍ତି । ବ୍ୟକ୍ତି ବିଶେଷଙ୍କର ଆୟ ପ୍ରାୟ ସୀମିତ ହୋଇଥିବାରୁ, ଲଗାମଛଡ଼ା ବ୍ୟୟ ତାଙ୍କ ପକ୍ଷରେ ସମ୍ଭବପର ନୁହେଁ; କିନ୍ତୁ ସରକାର ଇଚ୍ଛା କଲେ ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ କରିପାରନ୍ତି ।
ଅବଶ୍ୟ ବେଳେବେଳେ ବ୍ୟକ୍ତିବିଶେଷ କରି ସରକାରଙ୍କୁ ମଧ୍ୟ ନିଜ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ । ସରକାର ଯେତେବେଳେ ଅନୁଭବ କରନ୍ତି ଯେ ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଆଉ ସମ୍ଭବପର ନୁହେଁ, ସେତେବେଳେ ସରକାରଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବାକୁ ପଡ଼େ । ଅନ୍ୟ ପକ୍ଷରେ ବ୍ୟକ୍ତିବିଶେଷ ମଧ୍ଯ ବେଳେବେଳେ ତାଙ୍କର ବ୍ୟୟ ନିର୍ଦ୍ଧାରଣ କରି ସେହି ଆର୍ଥିକ ଦାୟିତ୍ବ ତୁଲାଇବାପାଇଁ ଅଧିକ ଆୟ ଉପାର୍ଜନ କରିବାକୁ ଚେଷ୍ଟା କରିଥା’ନ୍ତି ।
କୌଣସି ବ୍ୟକ୍ତିଙ୍କର ଆର୍ଥିକ ଦାୟିତ୍ଵ ଅଧୂକ ହୋଇଥିଲେ, ସେ କଠିନ ପରିଶ୍ରମ କରି ଅଧୂକ ଉପାର୍ଜନ କରିବାକୁ ବ୍ରତୀ ହୁଅନ୍ତି । ଅବଶ୍ୟ ବେଳେବେଳେ ବ୍ୟକ୍ତିବିଶେଷ କରି ସରକାରଙ୍କୁ ମଧ୍ୟ ନିଜ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ । ସରକାର ଯେତେବେଳେ ଅନୁଭବ କରନ୍ତି ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଆଉ ସମ୍ଭବପର ନୁହେଁ, ସେତେବେଳେ ସରକାରଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବାକୁ ପଡ଼େ ।
ଅନ୍ୟପକ୍ଷରେ ବ୍ୟକ୍ତିବିଶେଷ ମଧ୍ଯ ବେଳେବେଳେ ତାଙ୍କର ବ୍ୟୟ ନିର୍ଦ୍ଧାରଣ କରି ସେହି ଆର୍ଥିକ ଦାୟିତ୍ଵ ଅଧ୍ଵ ହୋଇଥିଲେ, ସେ କଠିନ ପରିଶ୍ରମ କରି ଅଧ୍ବକ ଉପାର୍ଜନ କରିବାକୁ ବ୍ରତୀ ହୁଅନ୍ତି ।
(୨) ବେଳେବେଳେ ନିଅଣ୍ଟିଆ ଭରଣା କରିବାପାଇଁ ଉଭୟ ସରକାର ଓ ବ୍ୟକ୍ତିବିଶେଷଙ୍କୁ ଋଣର ଆଶ୍ରୟ ଗ୍ରହଣ କରିବାକୁ ପଡ଼ିଥାଏ । ତେଣୁ ଆର୍ଥିକ ଅସୁବିଧା ସୃଷ୍ଟି ହେଲେ ସରକାର ନିଜର ନାଗରିକମାନଙ୍କଠାରୁ ଆଭ୍ୟନ୍ତରୀଣ ଋଣ ସଂଗ୍ରହ କରିପାରନ୍ତି ।
ସେହିପରି ସରକାର ବିଦେଶରୁ ମଧ୍ୟ ବୈଦେଶିକ ଋଣ ନେଇପାରନ୍ତି, କିନ୍ତୁ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଆଭ୍ୟନ୍ତରୀଣ ଋଣ ସଂଗ୍ରହ ସମ୍ଭବ ନୁହେଁ । ଅର୍ଥାତ୍ ସେ ନିଜେ ନିଜ ପାଖରୁ ଋଣ ନେଇପାରନ୍ତି ନାହିଁ । ସେ କେବଳ ଅନ୍ୟମାନଙ୍କ ନିକଟରୁ ଅର୍ଥାତ୍ ବାହ୍ୟିକ ଋଣ ଗ୍ରହଣ କରିପାରନ୍ତି ।
(୩) ସରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ, ନୋଟ୍ ଛପାଇ ତାହାର ସମାଧାନ କରିପାରନ୍ତି । ଅଧିକ ନୋଟ ପ୍ରଚଳନ, ସରକାରୀ ଆୟର ଏକ ଅତିରିକ୍ତ ଉତ୍ସ ଭାବରେ କାର୍ଯ୍ୟ କରେ । ଯୁଦ୍ଧକାଳୀନ ଅବସ୍ଥାରେ ବା କ୍ରମାଗତ ନିଅଣ୍ଟିଆ ବଜେଟ୍ ଭରଣାପାଇଁ ସରକାର ଅତିରିକ୍ତ ମୁଦ୍ରା ପ୍ରଚଳନ କରି ଆର୍ଥିକ ସଙ୍କଟର ମୁକାବିଲା କରିଥା’ନ୍ତି । କିନ୍ତୁ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଅତିରିକ୍ତ ମୁଦ୍ରା ପ୍ରଚଳନ ସମ୍ଭବ ନୁହେଁ ।
(୪) ସରକାର ତାଙ୍କ ବଜେଟ୍ ବା ଆୟବ୍ୟୟର ଅଟକଳ ବାର୍ଷିକ ଭିଭିରେ ପ୍ରସ୍ତୁତ କରନ୍ତି । ଏହି ବଜେଟ୍ ଏକ ଆର୍ଥିକ ବର୍ଷପାଇଁଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏପରି କୌଣସି ସମୟ ସୀମା ନ ଥାଏ । ତାଙ୍କ ଆୟବ୍ୟୟର ଅଟକଳ ସ୍ଵଳ୍ପକାଳୀନ ଦୀର୍ଘକାଳୀନ ହୋଇପାରେ ।
(୫) ସରକାର ଓ ବ୍ୟକ୍ତିବିଶେଷଙ୍କର ବ୍ୟୟର ଉଦ୍ଦେଶ୍ୟରେ ମଧ୍ୟ ପାର୍ଥକ୍ୟ ଦେଖାଯାଏ । ପ୍ରତ୍ୟେକ ବ୍ୟକ୍ତି ଲାଭପାଇଁ ଲାଳାୟିତ । ବ୍ୟକ୍ତିଗତ ଲାଭକୁ ସର୍ବାଧିକ କରିବା ତାଙ୍କର ବ୍ୟବସାୟିକ କାର୍ଯ୍ୟାବଳୀର ପ୍ରଧାନ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ବ୍ୟୟ ସାମୂହିକ କଲ୍ୟାଣ ବୃଦ୍ଧିର ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ । ତେଣୁ ଯେଉଁ ସବୁ କ୍ଷେତ୍ରରେ ଦୀର୍ଘକାଳ ପରେ ଲାଭର ଉଦ୍ଭବ ହୁଏ; ସେ ସବୁ କ୍ଷେତ୍ରରେ ଘରୋଇ ବିନିଯୋଗରେ ସମ୍ଭାବନା କ୍ଷୀଣ ହୋଇଥାଏ ।
ବ୍ୟକ୍ତିବିଶେଷ କୌଣସି ଅନୁନ୍ନତ ଅଞ୍ଚଳରେ ରେଳରାସ୍ତା ନିର୍ମାଣ କରିବାକୁ ଆଦୌ ଆଗ୍ରହ ହେବ ନାହିଁ । କାରଣ ଏ ଧରଣର ପ୍ରକଳ୍ପରୁ ଲାଭର ପ୍ରତ୍ୟାଶା ଅତି କ୍ଷୀଣ । କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ସେହି ରେଳରାସ୍ତାର ଆବଶ୍ୟକତା ଥିଲେ ସରକାରଙ୍କୁ ତାହାର ନିର୍ମାଣ ଦାୟିତ୍ଵ ଗ୍ରହଣ କରିବାକୁ ପଡିପାରେ ।
(୬) ଲୋକମାନେ ସର୍ବଦା ନିଜ ଆୟ ବ୍ୟୟ ସମ୍ପର୍କରେ ଗୋପନୀୟତା ରକ୍ଷା କରିବାକୁ ଚାହାନ୍ତି । ଜଣେ ବ୍ୟକ୍ତି ସର୍ବଦା ନିଜର ଆୟର ପରିମାଣ ବା ଋଣ ପରିମାଣ ଅନ୍ୟମାନଙ୍କ ନିକଟରୁ ଗୋପନ ରଖୁବାକୁ ଚେଷ୍ଟା କରିଥାଏ । କିନ୍ତୁ ରାଷ୍ଟ୍ରବିତ୍ତ କ୍ଷେତ୍ରରେ ଗୋପନୀୟତା ରକ୍ଷାର କୌଣସି ପ୍ରଶ୍ନ ନ ଥାଏ । ସର୍ବସାଧାରଣଙ୍କ ଗୋଚରାର୍ଥେ ସରକାର ବାର୍ଷିକ ବଜେଟ୍ ଉପସ୍ଥାପିତ କରିଥା’ନ୍ତି ।
ସରକାରଙ୍କ ଆୟ ବ୍ୟୟ ସଂକ୍ରାନ୍ତରେ ସଂସଦରେ ବିଶଦ ଆଲୋଚନା ହୁଏ । ଖବରକାଗଜ, ଟି.ଭି. ଓ ରେଡ଼ିଓ ପ୍ରଭୃତି ମାଧ ଜରିଆରେ ବଜେଟ୍ର ବିଭିନ୍ନ ଦିଗକୁ ଘେରି ଆଲୋଚନା ହୋଇଥାଏ । ତେଣୁ ରାଷ୍ଟ୍ରବିତ୍ତଙ୍କୁ ସର୍ବସାଧାରଣ ବିତ୍ତ ଓ ବ୍ୟକ୍ତିବିରକୁ ଘରୋଇ (ଗୋପନୀୟ) ବିତ୍ତ ଆଖ୍ୟା ଦିଆଯାଇଥାଏ ।
(୭) ଜଣେ ସାଧାରଣ ବ୍ୟକ୍ତି ହାତରେ ମୋଟ୍ ବ୍ୟୟ ଉପରେ କିଛି ବଳକା ଆୟ ରହିଲେ, ତାହା ତାଙ୍କର ବିଜ୍ଞତା ବୋଲି ବିଚାର କରାଯାଏ । ସେ ଆୟଠାରୁ ବ୍ୟୟ କମ୍ କରିବାକୁ ଚେଷ୍ଟା କରେ । ଅଧିକ ସଞ୍ଚୟ କରି ଜଣେ ବ୍ୟକ୍ତି ବିତ୍ତଶାଳୀ ହୋଇ ନିଜ ସାମାଜିକ ପଦମର୍ଯ୍ୟାଦା ବୃଦ୍ଧି କରିପାରେ । କିନ୍ତୁ ରାଷ୍ଟ୍ରବିତ୍ତରେ ବଳକା ବଜେଟ୍ ସର୍ବଦା ଶୁଭପ୍ରଦ ବୋଲି ଗୃହୀତ ହୁଏନାହିଁ ।
ଉଦାହରଣସ୍ୱରୂପ ଦେଶରେ ମାନ୍ଦାବସ୍ଥା ବିଦ୍ୟମାନ ଥିଲେ ନିଅଣ୍ଟିଆ ବଜେଟ୍ ହିଁ ବାଞ୍ଛନୀୟ । ସରକାର ମୋଟ ବ୍ୟୟର ପରିମାଣ ବର୍ଷିତ କଲେ, ଅଧ୍ଵକ କ୍ରୟକ୍ଷମତା ସୃଷ୍ଟି ହୁଏ । ମୋଟ ଚାହିଦା ବୃଦ୍ଧି ପାଏ । ଅଧ୍ୟାପକ କେନସ୍ ମତ ଦେଇଥିଲେ ଯେ ସରକାର ସର୍ବଦା ନିଅଣ୍ଟିଆ ବଜେଟ୍ କରିବା ଉଚିତ୍ । ସାଧାରଣ ପରିସ୍ଥିତିରେ ସରକାର ବଳକା ବଜେଟ୍ କରିପାରନ୍ତି ।
(୮) ରାଷ୍ଟ୍ର ଏବଂ ବ୍ୟକ୍ତିବିଶେଷ ଉଭୟ ସେମାନଙ୍କ ବ୍ୟୟରୁ ଲବ୍ଧ ଉପଯୋଗିତାକୁ ସର୍ବାଧ୍ଵକ କରିବାକୁ ତତ୍ପର ହୋଇଥାଆନ୍ତି । ସମସୀମାନ୍ତ ଉପଯୋଗିତା ସୂତ୍ରର ନୀତିକୁ ଅନୁସରଣ କରି ପରିତୃପ୍ତିକୁ ସର୍ବାଧ୍ଵ କରାଯାଇପାରେ । ଜଣେ ବ୍ୟକ୍ତି ତାହାର ବ୍ୟୟକୁ ଏପରି ଭାବରେ ବିନ୍ୟାସ କରେ, ତଦ୍ବାରା ସେ ପ୍ରତ୍ୟେକ ପ୍ରକାର ବ୍ୟୟରୁ ସମାନ ଉପଯୋଗିତା ଲାଭ କରିଥାଏ । ଅର୍ଥାତ୍ ବ୍ୟକ୍ତି ପକ୍ଷରେ ସମସୀମାନ୍ତ ଉପଯୋଗିତା ସୂତ୍ରକୁ ଯଥାଯଥ ଭାବରେ ପାଳନ କରିବା ସମ୍ଭବପର ହୋଇଥାଏ ।
ସରକାର ମଧ୍ୟ ଏହି ନିୟମ ଅନୁସାରେ ଚଳୁଥିଲେ ସୁଦ୍ଧା, ସର୍ବଦା ଏହାକୁ ଯଥାଯଥ ଭାବରେ ମାନିବା ସମ୍ଭବ ହୁଏ ନାହିଁ । କାରଣ ସରକାର ଅନେକ ସମୟକ ହୁଏନାହିଁ । କାରଣ ସରକାର ଅନେକ ସମୟରେ ଅଣ-ଅର୍ଥନୈତିକ କାରଣ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ରାଜନୈତିକ ଓ ଅର୍ଥନୈତିକ ଗୋଷ୍ଠୀର ଅଯୌକ୍ତିକ ଚାହିଦା ଆଗରେ ସରକାର ରେଲେଇଲେ ନୀରି ସ୍ଵୀକାର କରିବାକୁ ବାଧ୍ୟ ହୁଅନ୍ତି ।
(୯) ବ୍ୟକ୍ତିବିଶେଷ ଆୟ ସଂଗ୍ରହ ନିମନ୍ତେ କାହାକୁ ବାଧ୍ୟ କରିପାରନ୍ତି ନାହିଁ । କିନ୍ତୁ ସରକାରଙ୍କର ବଳପ୍ରୟୋଗର କ୍ଷମତା ରହିଛି । ସରକାର କାହାରି ଉପରେ କରଧାର୍ଯ୍ୟ କଲେ, ସେ କର ଦେବାକୁ ଅସ୍ବୀକାର କରିପାରିବେ ନାହିଁ ।
(୧୦) ବ୍ୟକ୍ତିବିଶେଷଙ୍କ ପକ୍ଷରେ ଦେବାଳିଆ ହୋଇଯିବା ସମ୍ଭବ । ତାଙ୍କର ମୋଟ ଦେୟର ପରିମାଣ ଯଦି ମୋଟ ପରିସମ୍ପତ୍ତି ଠାରୁ ବଳିଯାଏ; ତେବେ ତାଙ୍କୁ ଦେବାଳିଆ ଘୋଷଣା କରାଯାଏ; କିନ୍ତୁ କୌଣସି ରାଷ୍ଟ୍ରର ପରିସମ୍ପତ୍ତିକୁ ଏତେ ସହଜରେ ନିର୍ଦ୍ଧାରିତ କରିହୁଏ ନାହିଁ । କୌଣସି ରାଷ୍ଟ୍ରର ମୋଟ ପରିସମ୍ପତ୍ତିର ପରିମାଣ ତାହାର ନାଗରିକମାନଙ୍କର ମୋଟ ପରିସମ୍ପତ୍ତି ସହିତ ସମାନ । ତେଣୁ ସାଧାରଣ ଅର୍ଥରେ କୌଣସି ରାଷ୍ଟ୍ରର ଦେବାଳିଆ ହେବା ସମ୍ଭବ ନୁହେଁ ।
(୧୧) ବ୍ୟକ୍ତିବିଶେଷଙ୍କ ପକ୍ଷରେ ଭବିଷ୍ୟତ ଅପେକ୍ଷା ବତ୍ତର୍ମାନ ଅଧିକ ଗୁରୁତ୍ଵପୂର୍ଣ୍ଣ । ଭବିଷ୍ୟତକୁ ସେମାନେ ଅବହେଳା କରିଥାଆନ୍ତି । ସେମାନେ ତେଣୁ ସତ୍ତ୍ବର ଲାଭ ପାଇବାକୁ ତତ୍ପର । ସେମାନଙ୍କ ନିକଟରେ ଭବିଷ୍ୟତର ଆୟ ଅପେକ୍ଷା ବର୍ତ୍ତମାନର ଆୟ ଅଧୁକ କାମ୍ୟ । କିନ୍ତୁ ରାଷ୍ଟ୍ରର କଥା ଅଲଗା । ରାଷ୍ଟ୍ର ଏକ ଚିରସ୍ଥାୟୀ ଅନୁଷ୍ଠାନ । ତେଣୁ ରାଷ୍ଟ୍ରର ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପ୍ରତି ସମାନ ଦାୟିତ୍ଵ ରହିଥାଏ । ତେଣୁ ଅନେକ ସମୟରେ ସରକାର କେବଳ ବର୍ତ୍ତମାନ ପାଇଁ ବ୍ୟୟ ନିର୍ବାହ ନ ଭାର ନ୍ୟସ୍ତ ହୁଏ ସତ, କିନ୍ତୁ ଭବିଷ୍ୟତରେ ତାହାର ସୁଫଳ ମିଳେ ।
2. ରାଷ୍ଟ୍ରୀୟ ଆୟର ବିଭିନ୍ନ ଉତ୍ସଗୁଡ଼ିକ ବର୍ଣ୍ଣନା କର ।
Answer:
ରାଷ୍ଟ୍ରୀୟ ଆୟ ବା ରାଜସ୍ବ ରାଷ୍ଟ୍ରବିତ୍ତର ଏକ ପ୍ରଧାନ ଅଂଶ । ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ରାଷ୍ଟ୍ର ବିପୁଳ ପରିମାଣର ସମ୍ବଳ ବା ରାଜସ୍ବ ଦରକାର କରିଥାଏ । ସାଧାରଣଭାବେ ବର୍ଣ୍ଣନା କଲେ ସରକାର ନିଜର ଆର୍ଥିକ ଆବଶ୍ୟକତାର ପରିପୂରଣ ନିମନ୍ତେ ସମସ୍ତ ସୂତ୍ରରୁ ସଂଗୃହୀତ ଅର୍ଥକୁ ରାଷ୍ଟ୍ରୀୟ ଆୟର ଆଖ୍ୟା ଦିଆଯାଇଥାଏ । ବ୍ୟାପକ ଅର୍ଥରେ ସରକାରୀ ଋଣ, ଅଧିକ ନୋଟ୍ ପ୍ରଚଳନ, ସରକାରୀ ଉଦ୍ୟୋଗରୁ ମିଳୁଥିବା ଲାଭାଂଶ ଇତ୍ୟାଦି ରାଷ୍ଟ୍ରୀୟ ଆୟପ୍ରାପ୍ତିର ଅନ୍ତର୍ଭୁକ୍ତ । କିନ୍ତୁ ରାଷ୍ଟ୍ରୀୟ ରାଜସ୍ଵ ଏକ ସୀମିତ ଧାରଣ କାରଣ କେତେକ ବିଧିବଦ୍ଧ ସୂତ୍ରରୁ ମିଳୁଥିବା ଆୟ ହିଁ ରାଷ୍ଟ୍ରୀୟ ରାଜସ୍ବର ଅନ୍ତର୍ଭୁକ୍ତ ।
ସରକାରୀ ରାଜସ୍ବକୁ ସାଧାରଣଭାବେ ନିମ୍ନଲିଖ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ।
(1) କର (Tax) – କର ହେଉଛି ସରକାରୀ ରାଜସ୍ବର ଏକ ସର୍ବବୃହତ୍ ଅଂଶ । ‘ଜଣେ ବ୍ୟକ୍ତି ବା ବ୍ୟକ୍ତସମୂହ ସରକାରଙ୍କ ସେବା ନିମନ୍ତେ ନିଜ ସମ୍ପରିରୁ ଯେଉଁ ବାଧ୍ୟତାମୂଳକ ଦେୟ ପ୍ରଦାନ କରନ୍ତି, ତାହାକୁ କର କୁହାଯାଏ ।’’ ଅନ୍ୟ ଅର୍ଥରେ, ‘କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନ ଥାଇ ସର୍ବସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ବ୍ୟୟ ନିର୍ବାହ ନିମନ୍ତେ ବ୍ୟକ୍ତିବିଶେଷ ସରକାରଙ୍କୁ ଯେଉଁ ବାଧ୍ୟତାମୂଳକ ଦେୟ ଦିଅନ୍ତି, ତାହାକୁ ‘କର’ କୁହାଯାଏ ।’’
କର ଏକ ବାଧ୍ୟତାମୂଳକ ଦେୟ ହୋଇଥିବାରୁ କରଦାତାଙ୍କର ଏହା ଏକ ଆଇନଗତ କର୍ତ୍ତବ୍ୟ ବୋଲି ବିଚାର କରାଯାଏ । ଏହାକୁ ପ୍ରତ୍ୟାଖ୍ୟାନ କଲେ ଆଇନ ଦୃଷ୍ଟିରେ ଏହା ଅପରାଧ ବୋଲି ବିବେଚିତ ହୋଇଥାଏ । କରରୁ ସଂଗୃହୀତ ଅର୍ଥ ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟୟ କରାଯାଇଥାଏ । କର ପ୍ରଦାନ ବ୍ୟକ୍ତିମାନଙ୍କର ଏକ ନିଜସ୍ବ ଦାୟିତ୍ଵ ।
(2) ପ୍ରଶାସନିକ ରାଜସ୍ଵ (Administrative Revenue) – ପି, ଲାଇସେନ୍ସ ଫି, ଜୋରିମାନା, ବାଜ୍ୟାପ୍ତି, ବିଶେଷ ନିର୍ଦ୍ଧାରଣ (Special Assessment) ଆଦିକୁ ପ୍ରଶାସନିକ ରାଜସ୍ୱ କୁହାଯାଏ ।
(a) ଫିଜ୍ (Fees) – ସର୍ବସାଧାରଣ ସ୍ଵାର୍ଥ ନିହିତ ଥିବା ଏକ ନିର୍ଦ୍ଦିଷ୍ଟ ସେବା ନିମନ୍ତେ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ଫିଜର ପ୍ରତିବଦଳରେ ପ୍ରତ୍ୟକ୍ଷ ସୁବିଧା, ପ୍ରାପ୍ତି ହୋଇଥାଏ । ଉଦାହରଣ ସ୍ଵରୂପ, କଲେଜ ଫି, କଲେଜରେ ପଢୁଥିବା ଛାତ୍ରଙ୍କ ନିମନ୍ତେ ଏକ ବାଧ୍ୟତାମୂଳକ ଦେୟ ଅଟେ ।
(b) ଲାଇସେନ୍ସ ଫିଜ୍ (Licence Fees) – ସରକାର ନିଜେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ନ କରି ଫିଦାତାଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ନିମନ୍ତେ ଅନୁମତି ବା ବିଶେଷ ସୁବିଧା ପ୍ରଦାନ କରିଥା’ନ୍ତି; ଯଥା – ଏକ ମୋଟରଚାଳକ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ଫି ପ୍ରଦାନ କରି ସରକାରଙ୍କଠାରୁ ବିଶେଷ ଅନୁମତି ପ୍ରାପ୍ତ ହୋଇଥା’ନ୍ତି । କେତେକ ଧରଣର କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଏହି ଫି’ର ପ୍ରଧାନ ଉଦ୍ଦେଶ୍ୟ । ମାଦକ ଦ୍ରବ୍ୟର ବିକ୍ରୟ ନିମନ୍ତେ ଲାଇସେନ୍ସ ପ୍ରଚଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସେସବୁ ଦ୍ରବ୍ୟର କ୍ରୟ ବିକ୍ରୟ ଉପରେ ଯଥେଷ୍ଟ ନିୟନ୍ତ୍ରଣ ଜାରି କରିବା ।
(c) ଜୋରିମାନା (Penalty) କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଆଇନର ବିରୁଦ୍ଧାଚରଣ କଲେ ତାହାର ଶାସ୍ତି ସ୍ବରୂପ କର୍ତ୍ତୃପକ୍ଷଙ୍କଦ୍ୱାରା ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥା’ନ୍ତି । ଏହା ଜୋରିମାନା ନାମରେ ପରିଚିତ । ଏହାଦ୍ୱାରା ସରକାର କିଛି ରାଜସ୍ୱ ସଂଗ୍ରହ କରିଥା’ନ୍ତି ।
(d) ବାଜ୍ୟାପ୍ତି (Forleitures) – କେତେକ କ୍ଷେତ୍ରରେ ଚୁକ୍ତିଭଙ୍ଗ ଯୋଗୁଁ ବା ଦାୟିତ୍ୱ ପାଳନରେ ଅକ୍ଷମତା ଯୋଗୁଁ ଅର୍ଥଦଣ୍ଡ ଭାବରେ ବାଜ୍ୟାପ୍ତି କାର୍ଯ୍ୟ କରେ । ଏହା ରାଜସ୍ୱ ସଂଗ୍ରହର ଏକ ନଗଣ୍ୟ ଉତ୍ସ ।
(e) ବିଶେଷ ନିର୍ଦ୍ଧାରଣ (Special Assessment) – ସରକାରଙ୍କ ରାସ୍ତାଘାଟ ନିର୍ମାଣ, ନଦୀବନ୍ଧ ନିର୍ମାଣ ପରି କେତେକ ସ୍ଥାନୀୟ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଉପକୃତ ହେଉଥିବା ସ୍ଥାନୀୟ ଅଧିବାସୀଙ୍କଠାରୁ ଏକ ସମୁନ୍ନତ କର ଆଦାୟ କରିଥା’ନ୍ତି ଯାହାକୁ ବିଶେଷ ନିର୍ଦ୍ଧାରଣ କୁହାଯାଏ । ଏହି ରାଜସ୍ବ ସାଧାରଣଭାବେ ସରକାରୀ କାର୍ଯ୍ୟକ୍ରମରୁ ଲାଭବାନ୍ ହେଉଥିବା ବ୍ୟକ୍ତିମାନଙ୍କଠାରୁ ସଂଗୃହୀତ ହୋଇଥାଏ ।
(3) ବାଣିଜ୍ୟିକ ରାଜସ୍ୱ (Commercial Revenue) – ବାଣିଜ୍ୟିକ ରାଜସ୍ଵ ଦୁଇଟି ଉତ୍ସରୁ ସୃଷ୍ଟି ହୋଇଥାଏ; ଯଥା – ସରକାରୀ ସମ୍ପତ୍ତି କିମ୍ବା ସରକାରୀ ଉଦ୍ୟୋଗ ।
(a) ସରକାରୀ ସମ୍ପରି ରାଜସ୍ବ – ପ୍ରତ୍ୟେକ ଦେଶରେ ଭୂମି, ଖଣି, ଜଙ୍ଗଲ ପରି କେତେକ ସମ୍ପରି ସରକାରଙ୍କ ଅଧିକାରଭୁକ୍ତ ହୋଇଥାଏ । ଏସବୁ ସମ୍ପତ୍ତି ବିକ୍ରୟ କରି କିମ୍ବା ଲିଜ୍ ପ୍ରଦାନ କରି ସରକାର ରାଜସ୍ୱ ଆହରଣ କରିଥା’ନ୍ତି ।
(b) ସରକାରୀ ଉଦ୍ୟୋଗ ରାଜସ୍ଵ – ଆଧୁନିକ ମିଶ୍ରିତ ଅର୍ଥନୀତିରେ ସରକାର ବିଭିନ୍ନ ଦ୍ରବ୍ୟ ସାମଗ୍ରୀ ଓ ସେବାର ଉତ୍ପାଦନ ଓ ବିକ୍ରୟ କରିଥା’ନ୍ତି । ଏହା ସରକାରୀ ଉଦ୍ୟୋଗଲବ୍ଧ ଆୟ ଭାବରେ ବିବେଚିତ ହୋଇଥାଏ । ରେଳବାଇ, ଡାକ ବ୍ୟବସ୍ଥା, ରାଷ୍ଟ୍ରୀୟ ପରିବହନ ଓ ଅନ୍ୟାନ୍ୟ ଶିକ୍ଷୋଦ୍ୟୋଗ ପ୍ରଭୃତିରୁ ଲାଭକୁ ସରକାରୀ ରାଜସ୍ବର ଅନ୍ତର୍ଭୁକ୍ତ କରାଯାଇଥାଏ ।
(4) ଦାନ ଏବଂ ଅନୁଦାନ (Gifts & Grants) – ବ୍ୟକ୍ତିବିଶେଷ, ଘରୋଇ ସଂସ୍ଥା କିମ୍ବା ଅନୁଷ୍ଠାନମାନଙ୍କ ନିକଟରୁ ଦାନ ମିଳିଥାଏ ଯାହା ସମ୍ପୂର୍ଣ ସ୍ବେଚ୍ଛାକୃତ ଅଟେ । ବାତ୍ୟା, ବନ୍ୟା, ମରୁଡ଼ି ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ ପ୍ରଭୃତି ନିର୍ଦ୍ଦିଷ୍ଟ କାରଣ ନିମନ୍ତେ ଏହି ଦାନ ମିଳିଥାଏ । ସେହିପରି ଜାତୀୟ ପ୍ରତିରକ୍ଷା ପାଣ୍ଠି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ମଧ୍ଯ ଦାନ ମିଳିଥାଏ । ଏହା ସରକାରୀ ରାଜସ୍ବର ଅନ୍ତର୍ଭୁକ୍ତ ।
କୌଣସି ସରକାର ଅନ୍ୟ ଏକ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଦେଇଥିବା ଆର୍ଥିକ ସହାୟତାକୁ ଅନୁଦାନ କୁହାଯାଏ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କେତେକ କ୍ଷେତ୍ରରେ ଅନୁଦାନ ପ୍ରଦାନ କରିଥା’ନ୍ତି । ସେହିପରି ବିଦେଶୀ ରାଷ୍ଟ୍ର ବା ସଂସ୍ଥା ଅନୁଦାନ ପ୍ରଦାନ କରିଥା’ନ୍ତି ଯାହା ସରକାରୀ ରାଜସ୍ବର ଅଂଶବିଶେଷ ହୋଇଥାଏ ।
ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସରକାରୀ ରାଜସ୍ବର ଶ୍ରେଣୀ ପ୍ରକରଣ କଠୋର ନୁହେଁ, ବରଂ ବିଭିନ୍ନ ରାଜସ୍ବ ମଧ୍ୟରେ ଥିବା ପାର୍ଥକ୍ୟ ଅତ୍ୟନ୍ତ କ୍ଷୀଣ ।
3. ପ୍ରତ୍ୟକ୍ଷ କର କାହାକୁ କୁହାଯାଏ ? ପ୍ରତ୍ୟକ୍ଷ କରର ସୁବିଧା ଓ ଅସୁବିଧାଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer:
କୌଣସି କରର ସଂଘାତ (ପ୍ରାରମ୍ଭିକ ବୋଝ) ଓ ଆପାତ ( ଅନ୍ତିମ ବୋଝ) ଯେତେବେଳେ ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ, ସେତେବେଳେ ସେହି କରକୁ ପ୍ରତ୍ୟକ୍ଷ କର କୁହାଯାଏ । ପ୍ରକାରାନ୍ତରେ କହିଲେ, ଯେଉଁ କରର ବୋଝକୁ ହସ୍ତାନ୍ତର କରାଯାଇପାରେ ନାହିଁ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଅଧ୍ୟାପକ ଡାଲ୍ଟନ୍ ଏହି ପ୍ରକାର ଶ୍ରେଣୀବିଭାଜନକୁ ସମର୍ଥନ କରନ୍ତି ନାହିଁ । ତାଙ୍କ ମତରେ, ବ୍ୟକ୍ତିଗତ ସେବା ବ୍ୟତୀତ ଅନ୍ୟ ଯେଉଁସବୁ ଦ୍ରବ୍ୟ ଓ ସେବା କ୍ରୟବିକ୍ରୟ ଉପରେ କରଧାର୍ଯ୍ୟ କରାଯାଏ ତାହାକୁ ପରୋକ୍ଷ କର ଏବଂ ଅନ୍ୟ ସମସ୍ତ କରକୁ ପ୍ରତ୍ୟକ୍ଷ କର କୁହାଯାଏ ।
ପ୍ରତ୍ୟକ୍ଷ କରର ନିମ୍ନଲିଖ୍ ସୁବିଧାମାନ ପରିଲକ୍ଷିତ ହୁଏ :
(a) ନ୍ୟାୟୋଚିତ – ପ୍ରତ୍ୟକ୍ଷ କର ଧାର୍ଯ୍ୟ କଲାବେଳେ ବ୍ୟକ୍ତିବିଶେଷଙ୍କ ଆୟ ଓ ସଞ୍ଚୟକୁ ବିଚାର କରାଯାଇ କରଧାର୍ଯ୍ୟ କରାଯାଉଥିବାରୁ ଏହି କର ନ୍ୟାୟୋଚିତ ବିବେଚିତ ହୁଏ । ଏହାଫଳରେ ଧନୀଲୋକମାନଙ୍କ ଉପରେ ଅଧିକ ହାରରେ କର ଧାର୍ଯ୍ୟ କରାଯାଇପାରେ ଅଥବା କରମୁକ୍ତ କରାଯାଇପାରେ । ମୋଟ ଉପରେ କରଦାତାଙ୍କ ସାମର୍ଥ୍ୟ ଅନୁଯାୟୀ ଏହି କର ଧାର୍ଯ୍ୟ କରାଯାଉଥିବାରୁ ଏହାକୁ ନ୍ୟାୟୋଚିତ ବିବେଚନା କରାଯାଏ ।
(b) ନିଶ୍ଚିତତା – କର କର୍ତ୍ତୃପକ୍ଷ ଓ କରଦାତା ଉଭୟ କର ବିଷୟରେ ନିଶ୍ଚିତଭାବରେ ଜାଣିଥା’ନ୍ତି । ଅର୍ଥାତ୍ କେତେ କର ଦେବାକୁ ହେବ ତାହା କରଦାତାମାନଙ୍କୁ ଜଣାଥାଏ । ସେହିପରି ପ୍ରତ୍ୟକ୍ଷ କରସୂତ୍ରରୁ କେତେ ରାଜସ୍ୱ ଆଦାୟ ହେବ ତାହା ସରକାର ଜାଣିଥା’ନ୍ତି । ତେଣୁ କର ଦେୟ ଓ ଆଦାୟରେ ନିଶ୍ଚିତତା ପ୍ରତ୍ୟକ୍ଷ କରର ଏକ ପ୍ରଧାନ ସୁବିଧା ।
(c) ମିତବ୍ୟୟିତା – ପ୍ରତ୍ୟକ୍ଷ କର ଆଦାୟ କରିବାରେ ମିତବ୍ୟୟିତା ଆଚରଣ କରାଯାଇପାରେ । ଏହି ପ୍ରକାର କରକୁ ଆୟର ଉତ୍ପତ୍ତିସ୍ଥଳରୁ ଆଦାୟ କରାଯାଉଥିବାରୁ ଏଥୁ ନିମନ୍ତେ ପ୍ରଶାସନିକ ଖର୍ଚ୍ଚ ସ୍ଵଳ୍ପ ହୋଇଥାଏ ।
(d) ସ୍ଥିତିସ୍ଥାପକ – ପ୍ରତ୍ୟକ୍ଷ କର ସାହାଯ୍ୟରେ ସରକାରଙ୍କ ପକ୍ଷରେ ସହଜରେ ଅଧ୍ବକ ସମ୍ବଳ ସଂଗ୍ରହ କରିବା ସମ୍ଭବପର ହେଉଥିବାରୁ ଏହି କରକୁ ସ୍ଥିତିସ୍ଥାପକ ବୋଲି ବିଚାର କରାଯାଏ । ଉଦାହରଣସ୍ୱରୂପ, ଆୟ କର ବା ମୃତ୍ୟୁ କର ହାର ହ୍ରାସବୃଦ୍ଧି ହୁଏ । କର ହାର ବୃଦ୍ଧି ହେବା ଭୟରେ କେହି ଅଧୁକ ଆୟ କରିବାକୁ ସଙ୍କୁଚିତ ହୁଅନ୍ତି ନାହିଁ ।
(e) ନାଗରିକ ଚେତନାର ବିକାଶ – ପ୍ରତ୍ୟକ୍ଷ କର ନାଗରିକ ଚେତନାର ବିକାଶ ଘଟାଏ । କରଦାତା କରବୋଝ ପ୍ରତ୍ୟକ୍ଷଭାବରେ ବହନ କରୁଥିବାରୁ ସରକାରଙ୍କ ରାଜସ୍ୱ କିପରି ଭାବରେ ଓ କେଉଁ ଉଦ୍ଦେଶ୍ୟରେ ବ୍ୟୟିତ ହେଉଛି ସେଥ୍ୟପ୍ରତି ସଜାଗ ଦୃଷ୍ଟି ରଖୁ’ନ୍ତି ।
ଅସୁବିଧା – ପ୍ରତ୍ୟକ୍ଷ କରର ନିମ୍ନଲିଖତ ଅସୁବିଧାମାନ ଦୃଷ୍ଟିଗୋଚର ହୁଏ ।
(1) ଅସୁବିଧାଜନକ – ପ୍ରତ୍ୟକ୍ଷ କର ମୋଟା ଆକାରରେ ଦେବାକୁ ହୋଇଥାଏ । ଏକକାଳୀନ ବହୁପରିମାଣରେ କର ଦେବାକୁ ହେଉଥିବାରୁ କରଦାତାଙ୍କୁ ଏହି କର ସୁବିଧାଜନକ ମନେହୁଏ ନାହିଁ । ପୁନଶ୍ଚ କରଦାତାଙ୍କୁ କର ସମ୍ବନ୍ଧୀୟ ନିୟମ ବିଷୟରେ ଅବଗତ ହେବାକୁ ପଡ଼ିଥାଏ ଏବଂ ତଦନୁଯାୟୀ ଆୟର ବିବରଣୀ ସରକାରଙ୍କୁ ଦାଖଲ କରିବାକୁ ହୁଏ । ଏହା ମଧ୍ୟ କରଦାତାଙ୍କୁ କେତେକ ଅସୁବିଧାର ସମ୍ମୁଖୀନ କରାଇଥାଏ ।
(2) ସାଧୁତା ଉପରେ ଏକ କର – ଯେଉଁମାନେ ସରକାରଙ୍କୁ ଆୟ ସମ୍ବନ୍ଧୀୟ ଭୁଲ୍ ତଥ୍ୟ ଦେଇ କର ଫାଙ୍କିଦେବାକୁ ସମର୍ଥ ହୁଅନ୍ତି, ସେମାନେ କରବୋଝରୁ ନିସ୍ତାର ପାଆନ୍ତି । ମାତ୍ର ଯେଉଁମାନେ ଆୟର ସଠିକ୍ ବିବରଣୀ ସରକାରଙ୍କୁ ଦିଅନ୍ତି ଏବଂ କର ଦେବାରେ ସାଧୁତା ଆଚରଣ କରନ୍ତି ସେମାନଙ୍କୁ କରବୋଝ ବହନ କରିବାକୁ ହୁଏ । ଏହି କାରଣରୁ ସମାଲୋଚକମାନେ କରନ୍ତି, ତାହା ମନମୁଖୀ ହୋଇଥାଏ ।
(4) ପ୍ରୋତ୍ସାହନ ଅଭାବ – ଉଚ୍ଚ ହାରରେ ପ୍ରତ୍ୟକ୍ଷ କର ଆରୋପିତ ହେଉଥିବାରୁ ଲୋକମାନଙ୍କର ସଞ୍ଚୟ ଓ ବିନିଯୋଗ ଶକ୍ତି ହ୍ରାସପ୍ରାପ୍ତ ହୁଏ । ଫଳତଃ ଦେଶରେ ପୁଞ୍ଜି ଗଠନ ବାଧାପ୍ରାପ୍ତ ହୁଏ ଓ ଉତ୍ପାଦନ ହ୍ରାସ ପାଏ ।
(5) ଲୋକପ୍ରିୟତାର ଅଭାବ – ପ୍ରତ୍ୟକ୍ଷ କର କରଦାତାମାନଙ୍କ ମଧ୍ୟରେ ଆଦୃତ ହୁଏ ନାହିଁ । କାରଣ ସରକାର ବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ମେଣ୍ଟାଇବାପାଇଁ କର ହାର ବାରମ୍ବାର ପରିବର୍ତ୍ତନ କରିଥା’ନ୍ତି । ପ୍ରତିଥର କର ହାର ବୃଦ୍ଧି ପାଉଥିବାରୁ କରଦାତାଙ୍କ ତରଫରୁ ପ୍ରତିବାଦ ପ୍ରକାଶ ପାଏ । ତେଣୁ ପ୍ରତ୍ୟକ୍ଷ କର ଲୋକପ୍ରିୟ ହୋଇପାରେ ନାହିଁ ।
(6) ପାତରଅନ୍ତର ବିଚାର – ଆୟ ଓ ସମ୍ପଦ ଉପରେ କରଧାର୍ଯ୍ୟ କଲାବେଳେ ସରକାର କେତେକଙ୍କୁ କର ପରିସରଭୁକ୍ତ କଲାବେଳେ ଅନ୍ୟ କେତେକଙ୍କୁ କରମୁକ୍ତ କରିଥା’ନ୍ତି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ସମାନ ସୁବିଧା ଓ ସୁଯୋଗର ଅଧିକାରୀ ହୋଇଥିବାରୁ ସମସ୍ତଙ୍କର କିଛି ନା କିଛି ତ୍ୟାଗ ସ୍ବୀକାର କରିବା ଉଚିତ ।
4. ପ୍ରତ୍ୟକ୍ଷ କର ଓ ପରୋକ୍ଷ କର ପରସ୍ପର ପ୍ରତିଯୋଗୀ ନୁହଁନ୍ତି, ସହଯୋଗୀ – ଆଲୋଚନା କର ।
Answer:
ପରୋକ୍ଷ କର ଓ ପ୍ରତ୍ୟକ୍ଷ କର ପରସ୍ପର ପ୍ରତିଯୋଗୀ ନୁହଁନ୍ତି । କର ବ୍ୟବସ୍ଥାରେ ସେମାନେ ପରସ୍ପରକୁ ସହାୟତା କରିଥା’ନ୍ତି । ପରୋକ୍ଷ କରର ସୁବିଧା ଓ ଅସୁବିଧା ସମୂହ ଆଲୋଚନା କଲେ ଏହି ଉକ୍ତିର ସତ୍ୟତା ପ୍ରତିପାଦନ ହୁଏ ।
(1) ସୁବିଧାଜନକ – ପରୋକ୍ଷ କର ସାଧାରଣତଃ ଦ୍ରବ୍ୟ ଓ ସାମଗ୍ରୀ ଉପରେ ଧାର୍ଯ୍ୟ କରାଯାଇଥାଏ । ବିକ୍ରେତା କରକୁ ଦ୍ରବ୍ୟର ଦାମ୍ରେ ଅନ୍ତର୍ଭୁକ୍ତ କରି ଦ୍ରବ୍ୟକୁ ବର୍ଦ୍ଧିତ ଦାମରେ ବିକ୍ରୟ କରିଥା’ନ୍ତି । କ୍ରେତାମାନେ ଦ୍ରବ୍ୟ କ୍ରୟ କଲାବେଳେ ବର୍ଣ୍ଣିତ ଦାମ୍ ଦେଇ କ୍ରୟ କରୁଥିବାରୁ ସେମାନେ କର ବୋଝ ବହନ କରୁଥିବା ଅନୁଭବ କରନ୍ତି ନାହିଁ; କିନ୍ତୁ ପ୍ରତ୍ୟକ୍ଷ କର ଦେବାରେ କରଦାତା କରର ବୋଝ ବିଷୟରେ ସଚେତନ ଥାଆନ୍ତି ।
(2) ପ୍ରଶସ୍ତ ଭିତ୍ତି – ପରୋକ୍ଷ କରର ଉତ୍ସ ବ୍ୟାପକ ଏବଂ ଭିଭି ପ୍ରଶସ୍ତ । କାରଣ ଦେଶରେ ଧନୀ, ଦରିଦ୍ର ସମସ୍ତେ ଏହି କର ପରିସରଭୁକ୍ତ ହୋଇଥା’ନ୍ତି । ଯେଉଁମାନେ ଅଧିକ ପରିମାଣରେ ଦ୍ରବ୍ୟ କ୍ରୟ କରନ୍ତି, ସେମାନଙ୍କୁ ଅଧିକ କରବୋଝ ବହନ କରିବାକୁ ହୋଇଥାଏ ଏବଂ ଯେଉଁମାନେ କମ୍ ପରିମାଣର ଦ୍ରବ୍ୟ କ୍ରୟ କରନ୍ତି, ସେମାନେ କମ୍ କର ଦେଇଥା’ନ୍ତି । ମାତ୍ର ଧନୀ, ଦରିଦ୍ର ସମସ୍ତଙ୍କୁ ଏହି କର ଦେବାକୁ ହୋଇଥାଏ ।
(3) ସ୍ଥିତିସ୍ଥାପକ – ପରୋକ୍ଷ କରରୁ ମିଳୁଥିବା ଆୟ ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ । ସରକାର ଚାହିଁଲେ କର ପରିସର ବୃଦ୍ଧି କରି ବା କର ହାର ବୃଦ୍ଧି କରି ଅକ୍ଳେଶରେ ଅଧୂକ ସମ୍ବଳ ସଂଗ୍ରହ କରିପାରନ୍ତି । ଉଦାହରଣସ୍ୱରୂପ, ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ କର ବସାଇ ସରକାର ଅଧିକ ସମ୍ବଳ ସଂଗ୍ରହ କରିବାକୁ ସମର୍ଥ ହୋଇଥା’ନ୍ତି । କାରଣ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ଅସ୍ଥିତିସ୍ଥାପକ ହୋଇଥିବାରୁ କରଜନିତ ଦାମ୍ ବୃଦ୍ଧି ହେଲେ ସେସବୁର ଚାହିଦା ହ୍ରାସ ହୁଏ ନାହିଁ । ତେଣୁ ଅଧିକ ସମ୍ବଳ ସଂଗ୍ରହ କରିବାପାଇଁ ସରକାର ପରୋକ୍ଷ କର ଉପରେ ଭରସା କରିଥା’ନ୍ତି।
(4) କ୍ଷତିକାରକ ଦ୍ରବ୍ୟର ନିୟନ୍ତ୍ରଣ – ପରୋକ୍ଷ କର ସାହାଯ୍ୟରେ ସରକାର କ୍ଷତିକାରକ ମାଦକ ଦ୍ରବ୍ୟର ଉତ୍ପାଦନ ଓ ଉପଭୋଗକୁ ନିୟନ୍ତ୍ରଣ କରିଥା’ନ୍ତି । ମାଦକ ଦ୍ରବ୍ୟ ଉପରେ କର ହାର ବୃଦ୍ଧି ହେଲେ ତାହାର ଦାମ୍ ବୃଦ୍ଧି ହୋଇ ଚାହିଦାକୁ ହ୍ରାସ କରାଏ । ଏହି କାରଣରୁ ପରୋକ୍ଷ କରକୁ ବ୍ୟୟ ନିୟନ୍ତ୍ରଣକାରୀ କର କୁହାଯାଏ ।
(5) କର ଫାଙ୍କିବା କଷ୍ଟକର – ପରୋକ୍ଷ କରକୁ ଫାଙ୍କିଦେବା ସହଜ ନୁହେଁ । ପରୋକ୍ଷ କର ଦ୍ରବ୍ୟସାମଗ୍ରୀ ଉପରେ ଆରୋପିତ ହେଉଥିବାରୁ କ୍ରେତା ଦ୍ରବ୍ୟ କ୍ରୟ କଲାବେଳେ କର ଦେବାକୁ ବାଧ୍ୟ ହୋଇଥା’ନ୍ତି । ଦ୍ରବ୍ୟ ଉପଭୋଗରୁ ଯେଉଁମାନେ ବିରତ ହୋଇପାରନ୍ତି କେବଳ ସେହିମାନେ କରରୁ ମୁକ୍ତି ପାଇଥା’ନ୍ତି । ସୁତରାଂ ପରୋକ୍ଷ କରକୁ ଫାଙ୍କିଦେବା ସହଜସାଧ୍ୟ ନୁହେଁ ।
(6) ଆୟ ବୈଷମ୍ୟ ହ୍ରାସ – ପ୍ରଗାମୀ ପରୋକ୍ଷ କରକୁ ଆୟ ବୈଷମ୍ୟ ଦୂର କରିବାପାଇଁ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରେ । ଧନିକ ଶ୍ରେଣୀ ଉପଭୋଗ କରୁଥିବା ବିଳାସ ସାମଗ୍ରୀ ଉପରେ ଉଚ୍ଚହାରରେ କର ଆରୋପ କରି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟକୁ କରମୁକ୍ତ କରି ସରକାର ଧନୀ ଓ ଦରିଦ୍ର ମଧ୍ୟରେ ଥିବା ଆୟର ବୈଷମ୍ୟକୁ ଦୂର କରିଥା’ନ୍ତି ।
(7) ଦେଶଜ ଶିଳ୍ପର ସୁରକ୍ଷା – ଆମଦାନି କରାଯାଉଥିବା ଦ୍ରବ୍ୟ ଉପରେ କର ଧାର୍ଯ୍ୟ କରି ସରକାର ଦେଶୀୟ ଶିଳ୍ପକୁ ଉତ୍ସାହିତ କରିପାରନ୍ତି । ଆମଦାନୀ ଶୁଳ୍କ ଆରୋପିତ ହେବା ଫଳରେ ବିଦେଶାଗତ ଦ୍ରବ୍ୟର ଦାମ୍ ବୃଦ୍ଧି ହୋଇ ଚାହିଦାକୁ ହ୍ରାସ କରାଏ । ଏହାଫଳରେ ଦେଶଜ ଦ୍ରବ୍ୟର ଚାହିଦା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ଓ ନିଯୁକ୍ତି କ୍ଷେତ୍ର ସାମ୍ପ୍ରସାରିତ ହୁଏ ।
ପରୋକ୍ଷ କରର ଅସୁବିଧା:
(1) ଅନ୍ୟାୟୋଚିତ – ପରୋକ୍ଷ କର ଧନୀ ଓ ଦରିଦ୍ର ନିର୍ବିଶେଷରେ ଆରୋପିତ ହେଉଥିବାରୁ ଅପେକ୍ଷାକୃତ ସ୍ଵଚ୍ଛ ଆୟକାରୀମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । କରର ବାସ୍ତବ ବୋଝ ଦରିଦ୍ର ଲୋକମାନଙ୍କ ଉପରେ ଅଧିକ ପରିମାଣରେ ପଡୁଥିବାରୁ ଏହି କରକୁ ଅନ୍ୟାୟୋଚିତ ବୋଲି ସମାଲୋଚକମାନେ ମତ ଦେଇଥା’ନ୍ତି ।
(2) ଆୟ ଅନିଶ୍ଚିତ – ପରୋକ୍ଷ କରରୁ ମିଳୁଥିବା ଆୟ ଅନିଶ୍ଚିତ ହୋଇଥାଏ । କାରଣ ଏହି ସୂତ୍ରରୁ ମିଳୁଥିବା ଆୟ ଦ୍ରବ୍ୟ ପାଇଁ ଚାହିଦାର ସ୍ଥିତିସ୍ଥାପକତା ଉପରେ ନିର୍ଭର କରେ । ଦ୍ରବ୍ୟ ପାଇଁ ଚାହିଦା ଯଦି ସ୍ଥିତିସ୍ଥାପକ ହୋଇଥାଏ, ତେବେ କରଜନିତ ଯେଉଁ ଦାମ୍ ବୃଦ୍ଧି ହୁଏ ତାହା ଚାହିଦାକୁ ବହୁଳାଶରେ ଅଥବା ସମ୍ପୂର୍ଣ୍ଣଭାବରେ ହ୍ରାସ କରିଥାଏ । ଚାହିଦା ହ୍ରାସ ହେଲେ ସରକାରଙ୍କ ପରୋକ୍ଷ କର ସୂତ୍ରରୁ ଆୟ ଅନିଶ୍ଚିତ ହୋଇଥାଏ ।
(3) ଅମିତବ୍ୟୟିତା – ପରୋକ୍ଷ କର ପରିସର ଅତି ବ୍ୟାପକ ହୋଇଥିବାରୁ କରି ପ୍ରଶାସନ ବ୍ୟୟବହୁଳ ହୋଇଥାଏ । କାରଣ ବହୁସଂଖ୍ୟକ କର୍ମଚାରୀଙ୍କୁ କର ଆଦାୟ କରିବା ଓ କର ଫାଙ୍କିବାରୁ ନିରୁତ୍ସାହିତ କରିବାପାଇଁ ନିଯୁକ୍ତି କରିବାକୁ ହୁଏ । ସେମାନଙ୍କ ବେତନ ଓ ଭତ୍ତା ବାବଦ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ହୁଏ । ଏପରି ଘୋଡ଼ା ଛ’ଟଙ୍କାକୁ ଦାନା ନ’ଟଙ୍କା ହେଲାଭଳି ଅବସ୍ଥା ସୃଷ୍ଟି ହୁଏ ।
(4) ସାମାଜିକ ଚେତନା – ପରୋକ୍ଷ କର ନାଗରିକମାନଙ୍କ ମଧ୍ୟରେ ସାମାଜିକ ଚେତନା ଓ ସ୍ଵଦେଶବତ୍ସଳତା ସୃଷ୍ଟି କରିପାରେ ନାହିଁ । କାରଣ କର ଦ୍ରବ୍ୟର ଦାମ୍ରେ ଲୁକ୍କାୟିତ ହୋଇ ରହିଥାଏ । ଦେଶବାସୀ କରି ଦେଉଥୁବାଜନିତ ବୋଝକୁ ଅନୁଭବ କରନ୍ତି ନାହିଁ । ତେଣୁ ସେମାନଙ୍କ ମଧ୍ୟରେ ସାମାଜିକ ଚେତନା ବିକାଶଲାଭ କରିପାରେ ନାହିଁ ।
(5) ସମ୍ବଳ ବଣ୍ଟନ କ୍ଷେତ୍ରରେ କୁଫଳ – ପରୋକ୍ଷ କର ଦେଶରେ ସମ୍ବଳ ବଣ୍ଟନର ଧାରାକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଥାଏ । ସେଥ୍ପାଇଁ ଏହି କରକୁ ବିଜ୍ଞତାର ସହିତ ପରିଚାଳନା କରିବା ଆବଶ୍ୟକ ହୁଏ । ସରକାର କରଧାର୍ଯ୍ୟ କଲାବେଳେ କେଉଁ ଦ୍ରବ୍ୟ କର ପରିସରଭୁକ୍ତ ହେବା ବାଞ୍ଛନୀୟ ଓ କେଉଁ ଦ୍ରବ୍ୟ ନୁହେଁ, ତାହା ବିଚାରକୁ ନେଇ ନ ଥା’ନ୍ତି । କରଧାର୍ଯ୍ୟ ହେବା ଫଳରେ କରଭୁକ୍ତ ଦ୍ରବ୍ୟର ଦାମ୍ ବୃଦ୍ଧି ହୋଇ ଚାହିଦା ହ୍ରାସ କରାଏ ।
ଚାହିଦା ହ୍ରାସ ହେଲେ ଉତ୍ପାଦନ ହ୍ରାସ ହୁଏ । ଉତ୍ପାଦନର ଉପାଦାନସମୂହ ନିଯୁକ୍ତି କ୍ଷେତ୍ରରୁ ବିତାଡ଼ିତ ହୋଇଥା’ନ୍ତି । ଫଳରେ ବେକାର ସମସ୍ୟା ଦେଖାଦିଏ । ଉପାଦାନସମୂହ ଅବାଞ୍ଛିତ ଦିଗକୁ ପରିଚାଳିତ ହେବା ଆଶଙ୍କା ମଧ୍ୟ ସର୍ବଦା ରହିଥାଏ ।
ଏହି ଦୁଇ ପ୍ରକାରର କର ମଧ୍ୟରେ ତୁଳନାତ୍ମକ ବିଚାର କଲେ ଜଣାଯାଏ ଯେ ପ୍ରତ୍ୟକ୍ଷ କର ସପକ୍ଷରେ ଯୁକ୍ତି ଖୁବ୍ ବଳିଷ୍ଠ । କାରଣ ପ୍ରତ୍ୟକ୍ଷ କର ବିପକ୍ଷରେ ଥିବା ଯୁକ୍ତି ସଂଶୋଧନକ୍ଷମ । ସରକାର ଅବଶ୍ୟ କେତେକ ଦୃଷ୍ଟିରୁ ପ୍ରତ୍ୟକ୍ଷ କର ଉପରେ ଗୁରୁତ୍ୱ ଆରୋପ କରିଥା’ନ୍ତି । ମାତ୍ର ଏହାର ତାତ୍ପର୍ଯ୍ୟ ନୁହେଁ ଯେ କେବଳ ପ୍ରତ୍ୟକ୍ଷ କର ଜରିଆରେ ଦେଶର ସମ୍ବଳ ବୃଦ୍ଧି କରାଯାଇପାରେ । ରାଜସ୍ୱ ସଂଗ୍ରହ ବ୍ୟତୀତ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ପରୋକ୍ଷ କର ବାଞ୍ଛନୀୟ ବିବେଚିତ ହୁଏ ।
ଉଦାହରଣସ୍ୱରୂପ, ଆମଦାନିକୁ ନିୟନ୍ତ୍ରଣ କରିବା ଓ ରପ୍ତାନିକୁ ଉତ୍ସାହିତ କରିବା, କ୍ଷତିକାରକ ଦ୍ରବ୍ୟ ଉତ୍ପାଦନ ନିୟନ୍ତ୍ରଣ କରିବା ଓ ଦେଶୀୟ ଶିଳ୍ପକୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି କାରଣରୁ ଦେଶରେ ପରୋକ୍ଷ କରର ଗୁରୁତ୍ଵ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପରୋକ୍ଷ କର ଓ ପ୍ରତ୍ୟକ୍ଷ କର – ଉଭୟର ଦେଶ ପାଇଁ ଆବଶ୍ୟକତା ରହିଛି । ଏହି ଅର୍ଥବ୍ୟବସ୍ଥାରେ ପ୍ରତ୍ୟକ୍ଷ କର, ପରୋକ୍ଷ କର ପରସ୍ପର ସହଯୋଗୀ ରୂପେ କାର୍ଯ୍ୟ କରନ୍ତି ।
5. ସରକାରୀ ବ୍ୟୟ କହିଲେ କ’ଣ ବୁଝ ? ରାଜସ୍ଵ ବ୍ୟୟ (Revenue expenditure) ଓ ପୁଞ୍ଜି ବ୍ୟୟ (Capital expenditure) ସମ୍ପର୍କରେ ଆଲୋକପାତ କର ।
Answer:
ସରକାରୀ ବ୍ୟୟ କହିଲେ ସରକାରୀ କର୍ତ୍ତୃପକ୍ଷ, ଯଥା – କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ସରକାର (ପୌର ପରିଷଦ, ଗ୍ରାମପଞ୍ଚାୟତ)ଙ୍କ ଦ୍ବାରା ସାମୁହିକ ଅଭାବ ବା ଆବଶ୍ୟକତାର ପରିତୃପ୍ତି ପାଇଁ କିମ୍ବା ଅର୍ଥନୈତିକ ଏବଂ ସାମାଜିକ କଲ୍ୟାଣ ସାଧନ ପାଇଁ କରାଯାଉଥିବା ଖର୍ଜଗୁଡ଼ିକୁ ହିଁ ବୁଝାଇଥାଏ ।
ସରକାରୀ ବ୍ୟୟ ରାଷ୍ଟ୍ରବିତ୍ତର ଏକ ପ୍ରମୁଖ ଅଂଶ ଯାହା ଆଧୁନିକ ଅର୍ଥବ୍ୟବସ୍ଥାର ସାମୂହିକ ଅର୍ଥନୈତିକ ତଥା ସାମାଜିକ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ । ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ଅର୍ଥନୈତିକ କ୍ରିୟା ଦୃତଗତିରେ ବୃଦ୍ଧିପାଇ ଚାଲୁଥିବାରୁ ସରକାରୀ ବ୍ୟୟର ପ୍ରାଧାନ୍ୟ ବହୁଗୁଣିତ ହୋଇଛି; ଯଥା –
(1) ରାଷ୍ଟ୍ରଦ୍ୱାରା ସମ୍ପାଦିତ ଅର୍ଥନୈତିକ କ୍ରିୟାର ଦୃତ ସମ୍ପ୍ରସାରଣ ।
(2) ସରକାରୀ ବ୍ୟୟ ଅର୍ଥନୈତିକ ପ୍ରକ୍ରିୟାଗୁଡ଼ିକ; ଯଥା – ଉତ୍ପାଦନ, ବଣ୍ଟନ ଓ ସାଧାରଣ ଅର୍ଥନୈତିକ କାର୍ଯ୍ୟକଳାପକୁ ବହୁଭାବରେ ପ୍ରଭାବିତ କରୁଅଛି । ଉପରୋକ୍ତ କାରଣରୁ ସରକାରୀ ବ୍ୟୟର ଅର୍ଥ ପ୍ରକରଣ କରାଗଲେ କୁହାଯାଇ ପାରିବ ଯେ ସରକାରଙ୍କ ପରିଚାଳନା ନିମନ୍ତେ ଓ ସାମାଜିକ କଲ୍ୟାଣର ସୁରକ୍ଷା ନିମନ୍ତେ ଯେଉଁ ବ୍ୟୟ ସଂଘଟିତ ହୁଏ ତାହାହିଁ ସରକାରୀ ବ୍ୟୟ ।
ଏହି ବ୍ୟୟ ସାଧାରଣଭାବେ ସରକାରଙ୍କଦ୍ଵାରା କରାଯାଇଥାଏ ଏବଂ ଦ୍ଵିତୀୟରେ ଏହା ସାମୂହିକ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ । ବାସ୍ତବରେ ସରକାର ନିଜର ସାମାଜିକ ଓ ଅର୍ଥନୈତିକ ପରିସୀମାର ପ୍ରଶସ୍ତୀକରଣ ନିମନ୍ତେ ଏହି ସରକାରୀ ବ୍ୟୟ ଘଟାଇଥା’ନ୍ତି ।
ମୁଖ୍ୟତଃ ସରକାରୀ ବ୍ୟୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ ; ଯଥା –
(a) ରାଜସ୍ବ ହିସାବ ଫର୍ଦ୍ଦରେ ବ୍ୟୟ ( ରାଜସ୍ବ ବ୍ୟୟ)
(b) ପୁଞ୍ଜି ହିସାବ ଫର୍ଦ୍ଦରେ ବ୍ୟୟ (ପୁଞ୍ଜି ବ୍ୟୟ)
(a) ରାଜସ୍ଵ ହିସାବ ଫର୍ଦ୍ଦରେ ବ୍ୟୟ ରାଜସ୍ୱ ବ୍ୟୟ (Revenue Expenditure) – ଯେଉଁ ବ୍ୟୟ ସରକାରଙ୍କଦ୍ଵାରା ସଂଗୃହୀତ ଅର୍ଥଦ୍ଵାରା ସଂଘଟିତ ହୋଇଥାଏ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ । ଏହି ବ୍ୟୟ ସାଧାରଣତଃ ସରକାରଙ୍କ ଚିରାଚରିତ ରାଜସ୍ବ ଉତ୍ସରୁ ପ୍ରାପ୍ତ ଅର୍ଥରୁ ହିଁ ବହନ କରାଯାଇଥାଏ । ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରାଶାସନ ତଥା ଅନ୍ୟାନ୍ୟ ସ୍ଥାୟୀ ସେବା ପ୍ରଦାନକାରୀ କ୍ଷେତ୍ରର ସ୍ଵାଭାବିକ ପରିଚାଳନା ନିମନ୍ତେ ରାଜସ୍ବ ବ୍ୟୟ କରାଯାଇଥାଏ ।
ସଂକ୍ଷେପରେ କହିବାକୁ ଗଲେ, ସରକାରଙ୍କ ଯେଉଁ ବ୍ୟୟ ପରିସମ୍ପତ୍ତି ବା ସମ୍ପଦ ସୃଷ୍ଟି କରିବାରେ ଉପଯୋଗ ହୁଏ ନାହିଁ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ । ସରକାରଙ୍କର ପରିଚାଳନା ବାବଦ ବ୍ୟୟ, ବିଭିନ୍ନ ସ୍ଥାୟୀ ସେବା କ୍ଷେତ୍ର ନିମନ୍ତେ ବ୍ୟୟ, ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ, ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରଦାନଜନିତ ବ୍ୟୟ ଆଦି ଏହି ରାଜସ୍ୱ ବ୍ୟୟର ଅନ୍ତର୍ଭୁକ୍ତ । ରାଜସ୍ବ ବ୍ୟୟର ଗଠନ – ନିମ୍ନଲିଖତ ସରକାରୀ କାର୍ଯ୍ୟ ସାଧନ ନିମନ୍ତେ ଏହି ରାଜସ୍ବ ବ୍ୟୟ କରାଯାଇଥାଏ ।
(1) ସାଧାରଣ ସେବା (General Services) – ପାର୍ଲାମେଣ୍ଟ ପରିଚାଳନା, ନ୍ୟାୟପାଳିକା, ନିର୍ବାଚନ, ମୁଖ୍ୟ ହିସାବ ନିରୀକ୍ଷକଙ୍କ ପରିଚାଳନା ଓ ସରକାଙ୍କଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ଅନୁଷ୍ଠାନମାନଙ୍କ ନିମନ୍ତେ ଖର୍ଚ୍ଚ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଅନ୍ୟ ସାଧାରଣ ସେବା ଅନ୍ତର୍ଭୁକ୍ତ ବ୍ୟୟଗୁଡ଼ିକ ହେଲା – କର ସଂଗ୍ରହଜନିତ ବ୍ୟୟ, ନୋଟ୍ ପ୍ରଚଳନଜନିତ ବ୍ୟୟ ଓ ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ । ଏତଦ୍ବ୍ୟତୀତ ପ୍ରଶାସନିକ ସେବା, ପୋଲିସ୍, ଜେଲ୍, ଯୋଗାଣ, ଜନସ୍ୱାସ୍ଥ୍ୟ ସେବା, ବୈଦେଶିକ ବ୍ୟାପାର ନିମନ୍ତେ ବ୍ୟୟ ଏହି ସାଧାରଣ ସେବାଜନିତ ବ୍ୟୟର ଅନ୍ତର୍ଭୁକ୍ତ ହୋଇଥାଏ ।
(2) ପ୍ରତିରକ୍ଷା ବାବଦ ବ୍ୟୟ (Defence Expenditure) – ବାହ୍ୟଶକ୍ତିଙ୍କ ଆକ୍ରମଣରୁ ରାଷ୍ଟ୍ରକୁ ସୁରକ୍ଷା ଦେବା ନିମନ୍ତେ ପ୍ରତିରକ୍ଷା ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଜାତୀୟ ସମ୍ପତ୍ତିର ସୁରକ୍ଷା, ଦେଶ ଭିତରେ ଶୃଙ୍ଖଳା ରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ବାବଦ ଖର୍ଚ୍ଚ ଏକାନ୍ତ ଅପରିହାର୍ଯ୍ୟ । ଆଧୁନିକ ଯୁଦ୍ଧ ସରଞ୍ଜାମ କ୍ରୟ, ସ୍ଥଳସେନା, ଜଳସେନା ଓ ବାୟୁସେନା ବାହିନୀଙ୍କ ନିମନ୍ତେ ବିପୁଳ ବ୍ୟୟ ଏହି ଶ୍ରେଣୀଭୁକ୍ତ ହୋଇଥା’ନ୍ତି । ସେନାବାହିନୀରେ କାର୍ଯ୍ୟରତ ଯବାନମାନଙ୍କର ଦରମା, ଭତ୍ତା ବାବଦରେ ଖର୍ଚ୍ଚ ଏହି ବ୍ୟୟଭୁକ୍ତ ହୋଇଥାଏ ।
(3) ସାମାଜିକ ସେବା (Social Services) – ଏହି ବିଭାଗର ବ୍ୟୟ ସାଧାରଣଭାବେ ସଚିବାଳୟ, ଶିକ୍ଷା ଓ ସାମାଜିକ କଲ୍ୟାଣ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ନିଯୁକ୍ତି, ଆଣବିକ ଶକ୍ତି ଆଦି ମନ୍ତ୍ରଣାଳୟ ନିମନ୍ତେ ସଂଘଟିତ ହୋଇଥାଏ ।
(4) ଅର୍ଥନୈତିକ ସେବା (Economic Services) – ଅର୍ଥନୈତିକ ପ୍ରଗତି ତଥା ଅଭିବୃଦ୍ଧି ହାରକୁ ଦୃତଗତିରେ ତ୍ୱରାନ୍ବିତ କରିବା ନିମନ୍ତେ ସରକାର ଅର୍ଥନୈତିକ ସେବାକ୍ଷେତ୍ର ନିମନ୍ତେ ବ୍ୟୟବହନ କରିଥା’ନ୍ତି । ଏଥସହ ସଂପୃକ୍ତ ବିଭାଗଗୁଡ଼ିକ ହେଲା – ବାଣିଜ୍ୟ, ପରିବହନ, ଜାହାଜ ଚଳାଚଳ, ଜଳସେଚନ, ଶକ୍ତି, ରାସାୟନିକ ସାର, ଶିଳ୍ପ, କୃଷି, ଇଲେକ୍ଟ୍ରୋନିକ୍ସ । ଏହି ବିଭାଗ ନିମନ୍ତେ ବ୍ୟୟ ଅର୍ଥନୈତିକ ସେବା ଅନ୍ତର୍ଭୁକ୍ତ ହୋଇଥାଏ ।
(5) ରାଜ୍ୟମାନଙ୍କୁ ଅନୁଦାନ (Grants-in Aid to States) – ରାଜ୍ୟମାନଙ୍କର ପ୍ରଶାସନିକ ସୁପରିଚାଳନା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଅନୁଦାନ ପ୍ରଦାନ କରିଥା’ନ୍ତି; ଯାହା ରାଜ୍ୟରେ କାର୍ଯ୍ୟରତ ସରକାରୀ ସର୍ମଚାରୀମାନଙ୍କ ବେତନ ଓ ଭତ୍ତା ନିମନ୍ତେ ବ୍ୟୟ କରାଯାଇଥାଏ ।
ଏତଦ୍ବ୍ୟତୀତ ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ ଓ କରସଂଗ୍ରହଜନିତ ବ୍ୟୟ ରାଜସ୍ବ ବ୍ୟୟର ଅନ୍ୟତମ ଉପାଂଶ ।
ପୁଞ୍ଜି ବ୍ୟୟ (Capital Expenditure) – ଯେଉଁ ବ୍ୟୟ ପୁଞ୍ଜି ସଂଗ୍ରହଜନିତ ପ୍ରାପ୍ତି (ଆୟ); ଯଥା – ଖୋଲାବଜାର ଋଣ, ରିଜର୍ଭ ବ୍ୟାଙ୍କଦ୍ୱାରା ସରକାରଙ୍କୁ ପ୍ରଦତ୍ତ ଋଣ ଏବଂ ଦେଶ ଭିତରେ ଓ ବାହାରେ ଥିବା ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣଦ୍ୱାରା ଭରଣା କରାଯାଇଥାଏ, ତାହାକୁ ପୁଞ୍ଜି ବ୍ୟୟ ବା ପୁଞ୍ଜି ହିସାବ ଫର୍ଦ୍ଦରେ ବ୍ୟୟ (Expenditure on Capital Account) କୁହାଯାଏ ।
ଏତଦ୍ବ୍ୟତୀତ ଏହି ବ୍ୟୟ ଭାର ବୈଦେଶିକ ଋଣ, ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣ ଓ ରାଜ୍ୟ ସରକାରଙ୍କଦ୍ବାରା ପରିଶୋଧ କରାଯାଇଥିବା ଋଣଦ୍ଵାରା ମଧ୍ୟ ବହନ କରାଯାଇଥାଏ । ଏହି ବ୍ୟୟ ସାଧାରଣଭାବେ ଭୂମି ଅଧ୍ଵକୃତ, କୋଠାବାଡ଼ି ନିର୍ମାଣ, ଯନ୍ତ୍ରପାତି ଓ କଳକବ୍ଜା କ୍ରୟ, ଅଂଶଧନରେ ବିନିଯୋଗ ଏବଂ ରାଜ୍ୟ ସରକାରଙ୍କ ଅଗ୍ରୀମ ନିମନ୍ତେ କରାଯାଇଥାଏ ।
(b) ପୁଞ୍ଜି ବ୍ୟୟର ଗଠନ :
(1) ସାଧାରଣ ସେବା (General Services) – କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ମୁଦ୍ରା ପ୍ରସ୍ତୁତି, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କୁ ଚାନ୍ଦା ପ୍ରଦାନ ନିମନ୍ତେ କରାଯାଉଥିବା ବ୍ୟୟ ଏହି ସାଧାରଣ ସେବାଜନିତ ବ୍ୟୟର ଅଂଶବିଶେଷ ଅଟେ । ଅଧିକନ୍ତୁ ଏହି ବ୍ୟୟ କାର୍ଯ୍ୟାଳୟ, ପ୍ରଶାସନିକ ଗୃହ, ଜନସମ୍ପର୍କିତ କାର୍ଯ୍ୟ ନିମନ୍ତେ ମଧ୍ୟ କରାଯାଇଥାଏ ।
(2) ପ୍ରତିରକ୍ଷା ବାବଦ ଖର୍ଚ (Defence Expenditures) – କେନ୍ଦ୍ର ସରକାରଙ୍କଦ୍ଵାରା ପରିଚାଳିତ ସ୍ଥଳ, ଜଳ ଓ ଆକାଶ ବାହିନୀ ନିମନ୍ତେ ଖର୍ଜ ଏହି ଶ୍ରେଣୀଭୁକ୍ତ । ଏହାଛଡ଼ା ବିଭିନ୍ନ କାର୍ଯ୍ୟାଳୟ, ଗୋଳାବାରୁଦ କାରଖାନା, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଏହି ବ୍ୟୟ ସଂଘଟିତ ହୋଇଥାଏ ।
(3) ସାମାଜିକ ସେବା (Social Services) – ମାନବ ସମ୍ବଳର ଦକ୍ଷତା ଓ ଉତ୍ପାଦନଶୀଳତାର ବୃଦ୍ଧି ନିମନ୍ତେ ସାମଜିକ ସେବା ଏକାନ୍ତ ଆବଶ୍ୟକ । ଏହା ମଧ୍ୟ ଜୀବନଧାରଣ ମାନର ଉନ୍ନତି ସାଧନ ନିମନ୍ଦେ ଉଦ୍ଦିଷ୍ଟ । ତେଣୁ ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟସେବା, ପରିବାର କଲ୍ୟାଣ, ଜଳଯୋଗାଣ , ପରିମଳ ବ୍ୟସସ୍ଥା, ଗୃହନିର୍ମାଣ, ନଗର ଉନ୍ନୟନ, ସାମଜିକ ନିରାପତ୍ତା, ବିଜ୍ଞାନର ବିକାଶ ଆଦି କ୍ଷେତ୍ରରେ ସରକାର ବ୍ୟୟ ବହନ କରିଥା’ନ୍ତି ।
(4) ଅର୍ଥନୈତିକ ସେବା (Economic Services) – ଏହି ବ୍ୟୟ ସାଧାରଣଭାବେ ବୈଦେଶିକ ବାଣିଜ୍ୟ, କୃଷି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା; ଯଥା – କ୍ଷୁଦ୍ର ଜଳସେଚନ, ପଶୁପାଳନ, ମତ୍ସ୍ୟଚାଷ ନିମନ୍ତେ କରାଯାଇଥାଏ । ଏତଦ୍ଭିନ୍ନ ଶିଳ୍ପ ଓ ଖଣିଜଦ୍ରବ୍ୟର ବିକାଶ, ଡାକ ଓ ତାର ବିଭାଗ, ପରିବହନ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଏହି ବ୍ୟୟ କରାଯାଇଥାଏ । ଏହାବ୍ୟତୀତ ରାଜ୍ୟ ସରାକାରଙ୍କୁ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରଦତ୍ତ ଋଣ ମଧ୍ୟ ଏହି ବ୍ୟୟଭୁକ୍ତ ହୋଇଥାଏ ।