Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Objective Questions.
CHSE Odisha 12th Class Economics Chapter 4 Objective Questions in Odia Medium
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ଉପଭୋଗ ହେଉଛି :
(A) ଉପଯୋଗିତାର ସୃଷ୍ଟି
(B) ଉପଯୋଗିତାର ଅପଚୟ
(C) ଅଭାବର ପରିତୃପ୍ତି
(D) ଆନନ୍ଦ ଲାଭ
Answer:
(B) ଉପଯୋଗିତାର ଅପଚୟ
2. କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ
3. ଉପଭୋଗ ବୃଦ୍ଧି ସହିତ ମୋଟ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ
Answer:
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ
4. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲାବେଳେ ମୋଟ ଉପଯୋଗିତା :
(A) ସର୍ବାଧିକ ହୁଏ
(B) ସର୍ବନିମ୍ନ ହୁଏ
(C) ଋଣାତ୍ମକ ହୁଏ
(D) ଶୂନ୍ଯ ହୁଏ
Answer:
(A) ସର୍ବାଧିକ ହୁଏ
5. ସୀମାନ୍ତ ଉପଯୋଗିତା ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(D) ନିମ୍ନଗାମୀ ହୋଇଥାଏ
Answer:
(D) ନିମ୍ନଗାମୀ ହୋଇଥାଏ
6. ନିମ୍ନୋକ୍ତ କେଉଁଟି କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସର୍ଭ ନୁହେଁ ?
(A) ସ୍ଵାଭାବିକ ମାନସିକତା
(B) ସମଜାତୀୟ ଦ୍ରବ୍ୟ
(C) ଧାରାବାହିକ ଉପଭୋଗ
(D) ସ୍ଥିର ଜନସଂଖ୍ୟା
Answer:
(D) ସ୍ଥିର ଜନସଂଖ୍ୟା
7. ନିମ୍ନୋକ୍ତ କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିନଥାଏ ?
(A) ମଦ୍ୟପ
(B) ଶିକ୍ଷକ
(C) କିରାଣୀ
(D) ଶ୍ରମିକ
Answer:
(A) ମଦ୍ୟପ
8. ସର୍ବାଧ୍ଵ ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଇବା ଆବଶ୍ୟକ
(B) ବୃଦ୍ଧି ଘଟିବା ଆବଶ୍ୟକ
(C) ସମାନ ହେବା ଆବଶ୍ୟକ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସମାନ ହେବା ଆବଶ୍ୟକ
9. ନିମ୍ନୋକ୍ତ କେଉଁ ଦ୍ରବ୍ୟର ସୀମାନ୍ତ ଉପଯୋଗିତା
ଶୂନ୍ୟ ହୁଏ ନାହିଁ ?
(A) ମୁଦ୍ରା
(B) ରସଗୋଲା
(C) ଆଇସକ୍ରିମ୍
(D) ଉପରୋକ୍ତ ସମସ୍ତ ଦ୍ରବ୍ୟ
Answer:
(A) ମୁଦ୍ରା
10. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ?
(A) କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
(C) ଚାହିଦା ସୂତ୍ର
(D) ଯୋଗାଣ ସୂତ୍ର
Answer:
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
11. ଉପଯୋଗିତାର ବିନାଶକୁ କ’ଣ କୁହାଯାଏ ?
(A) ଖାଦ୍ୟ
(B) ଉପଭୋଗ
(C) ପ୍ରାନ୍ତୀୟ ଉପଯୋଗିତା
(D) ପରିବ୍ୟୟ
Answer:
(B) ଉପଭୋଗ
12. ପ୍ରାନ୍ତୀୟ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା :
(A) ବୃଦ୍ଧି ପାଏ
(B) ସର୍ବାଧିକ ହୁଏ
(C) ହ୍ରାସ ପାଏ
(D) ଶୂନ୍ୟ ହୋଇଥାଏ
Answer:
(C) ହ୍ରାସ ପାଏ
13. ଆଲ୍ଫ୍ରେଡ୍ ମାର୍ଶାଲ୍ଙ୍କ ସମପ୍ରାନ୍ତୀୟ ଉପଯୋଗିତା ନିୟମଟି କେଉଁ ସର୍ଭ ଉପରେ ନିର୍ଭର କରିଥାଏ ?
(A) ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତାର ସ୍ଥିରତା
(B) ସମଜାତୀୟ ଦ୍ରବ୍ୟ
(C) ସ୍ଵାଦ, ଅଭ୍ୟାସ ଏବଂ ରୁଚି ଇତ୍ୟାଦି ଅପରିବର୍ତ୍ତିତ ରହିବା ଆବଶ୍ୟକ
(D) ଉପରୋକ୍ତ ସମସ୍ତ ସର୍ଭ
Answer:
(D) ଉପରୋକ୍ତ ସମସ୍ତ ସର୍ଭ
14. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କିପରି ନିର୍ଣ୍ଣୟ କରାଯାଏ ?
(A) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(B) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା – ଦ୍ରବ୍ୟର ଦର
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(D) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା x ଦ୍ରବ୍ୟର ଦର
Answer:
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
15. କୌଣସି ଦ୍ରବ୍ୟକୁ ଅଧିକରୁ ଅଧିକ ଏକକ ଉପଭୋଗ କରାଗଲେ ପ୍ରତ୍ୟେକ ଦ୍ରବ୍ୟର ଅଧିକ ଏକକରୁ ମିଳୁଥିବା ପରିତୃପ୍ତି :
(A) ବୃଦ୍ଧି ପାଇଥାଏ
(B) ସ୍ଥିର ରହିଥାଏ
(C) କ୍ରମଶଃ ହ୍ରାସ ପାଇଥାଏ
(D) ଶୂନ୍ୟ ହୋଇଥାଏ
Answer:
(C) କ୍ରମଶଃ ହ୍ରାସ ପାଇଥାଏ
16. କୌଣସି ଦ୍ରବ୍ୟକୁ ଅଧିକରୁ ଅଧିକ ଉପଭୋଗ କରାଗଲେ ପ୍ରତ୍ୟେକ ଏକ ଏକକର ଉପଭୋଗରୁ ମିଳୁଥିବା ଉପଯୋଗିତାକୁ :
(A) ଉପଯୋଗିତା କୁହାଯାଏ
(B) ଉପଭୋଗ କୁହାଯାଏ
(C) ମୋଟ ଉପଯୋଗିତା କୁହାଯାଏ
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ
Answer:
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ
B. ଶୂନ୍ୟସ୍ଥାନ ପୂରଣ କର ।
1. ଉପଭୋଗ ହେଉଛି ଉପଯୋଗିତାର ____________ ।
Answer:
ଅପଚୟ
2. ସାମାନ୍ତ ଉପଯୋଗିତା _____________ ହେଲେ, ମୋଟ ଉପଯୋଗିତାସର୍ବାଧ୍ଵ ହୁଏ ।
Answer:
ଶୂନ୍ୟ
3. କୌଣସି ଦ୍ରବ୍ୟ ଅଧିକରୁ ଅଧିକ ଉପଭୋଗ କଲେ ଏହାର ମୋଟ ଉପଯୋଗିତା _____________ ହୁଏ ।
Answer:
ପ୍ରଥମେ ବୃଦ୍ଧି ହୋଇ ହ୍ରାସ
4. ____________ ଏକକର ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ଶେଷ
5. ଗୋଟିଏ ଦ୍ରବ୍ୟ ଅଧ୍ୟକରୁ ଅଧିକ ଉପଭୋଗ କଲେ ତାହାର ସୀମାନ୍ତ ଉପଯୋଗିତା _____________ ହୁଏ ।
Answer:
ହ୍ରାସ
6. ସାମାନ୍ତ ଉପଯୋଗିତା ____________ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଲାଗେ ।
Answer:
ଋଣାତ୍ମକ
7. ଜଣେ ଉପଭୋକ୍ତା __________ ଉପଯୋଗିତାକୁ ସର୍ବାଧ୍ଵ କରିବାକୁ ଚେଷ୍ଟା କରେ ।
Answer:
ମୋଟ
8. ଯେତେବେଳେ ______________ ସର୍ଭଟି ପୂରଣ ହୋଇଥାଏ, ସେତେବେଳେ ଉପଭୋକ୍ତା ତା’ର ସୀମିତ ଆୟରୁ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ।
Answer:
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\) = ମୁଦ୍ରାରୁ ସୀମାନ୍ତ ଉପଯୋଗିତା
9. ସମସୀମାନ୍ତ ଉପଯୋଗିତା ନିୟମର ଅନ୍ୟ ନାମ ____________ ।
Answer:
ସର୍ବାଧିକ ପରିତୃପ୍ତି ସୂତ୍ର
10. ବିଭିନ୍ନ ବିଭାଗ ମଧ୍ୟରେ ବ୍ୟୟର ବଣ୍ଟନ ଓ ବିଭିନ୍ନ ବର୍ଗର ଲୋକଙ୍କ ଉପରେ ଟିକସ ବସାଇବା ସମୟରେ ____________ ନିୟମକୁ ବିତ୍ତମନ୍ତ୍ରୀ ପାଳନ କରିଥା’ନ୍ତି । __________ ।
Answer:
ସମସୀମାନ୍ତ ଉପଯୋଗିତା ନିୟମ
11. ମୋଟ ଉପଯୋଗିତା _____________ ହାରରେ ବୃଦ୍ଧି ପାଏ ।
Answer:
କ୍ରମ ହ୍ରାସମାନ ହାରରେ
12. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅଧୀନରେ ମୁଦ୍ରାର ସୀମାନ୍ତ ଉପଯୋଗିତା ____________ ବୋଲି ଧରାଯାକଅଛି । _________ ।
Answer:
ସ୍ଥିର
13. ଉପଭୋକ୍ତାଙ୍କର ସର୍ବାଧିକ ପରିତୃପ୍ତି ଲାଭ ଲକ୍ଷ୍ୟରେ ଦୁଇଟି ଦ୍ରବ୍ୟର ଦର ସମାନ ହେଲେ _____________ ସମାନ ହେବା ଆବଶ୍ୟକ ।
Answer:
ସୀମାନ୍ତ ଉପଯୋଗିତା
14. ମୁଦ୍ରାରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତା _________ କିମାୃ _____________ ହେବ ନାହିଁ ।
Answer:
ଶୂନ୍ୟ, ଋଣାତ୍ମକ
15. ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ___________ ର ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ମୁଦ୍ରା
16. (ମୋଟ ଉପଯୋଗିତା)n = 40 ଏବଂ (ମୋଟ ଉପଯୋଗିତା)n-1 = 36 ହେଲେ, ସୀମାନ୍ତ ଉପଯୋଗିତା __________ ହେବ ।
Answer:
4
C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଭୋଟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ ।
2. ଉପଯୋଗ ହେଉଛି ଉପଯୋଗିତାର ଅପଚୟ ।
Answer:
ଠିକ୍
3. ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇପାରିବ ।
Answer:
ଭୁଲ୍ ।
ଠିକ୍ – ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହେଇପାରିବ ନାହିଁ ।
4. କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।
5. କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବା ବେଳେ ସୀମାନ୍ତ ଉପଯୋଗିତା ସ୍ଥିର ରହେ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବାବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।
6. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସମସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।
7. ସୀମାନ୍ତ ଉପଯୋଗିତା ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ରେଖା ନିମ୍ନଗାମୀ ହୋଇଥାଏ ।
8. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବାବେଳେ ମୋଟ ଉପଯୋଗିତା ସର୍ବାଧିକ ହୁଏ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେବାବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ ।
9. ଉପଭୋଗଦ୍ଵାରା ଉପଯୋଗିତାର ବୃଦ୍ଧି ସାଧନ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗଦ୍ଵାରା ଉପଯୋଗିତାର କ୍ଷୟ ସାଧନ ହୁଏ ।
10. କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ସମାନ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ଭିନ୍ନ ଭିନ୍ନ ।
11. କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ନୁହେଁ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ।
12. ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:
ଭୁଲ୍ ।
ଠିକ୍ – ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
13. ମୁଦ୍ରାର ସୀମାନ୍ତ ଉପଯୋଗିତା କେବଳ ଧନାତ୍ମକ ।
Answer:
ଠିକ୍ ।
14. ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍ଧ ଉପଯୋଗିତାଠାରୁ କମ୍ ବା ବେଶୀ ହୋଇପାରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍ଧ ଉପଯୋଗିତାଠାରୁ ସର୍ବଦା କମ୍ ହୋଇପାରେ ।
15. ଦ୍ରବ୍ୟଗୁଡ଼ିକର ଦର ସମାନ ସ୍ଥଳେ କେବଳ ସୀମାନ୍ତ ଉପଯୋଗିତାର ସମାନତା ପ୍ରତ୍ୟକ୍ଷ ଭାବେ ସମ୍ଭବ ।
Answer:
ଠିକ୍ ।
16. ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।
17. ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।
Answer:
ଭୁଲ୍ ।
ଠିକ୍ – ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।
18. ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ କ୍ରମହାସମାନ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।
19. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହୁଏ ।
Answer:
ଠିକ୍ ।
20. ଦ୍ରବ୍ୟଟିର ଦର ତାହାର ମୋଟ ଉପଯୋଗିତା ଉପରେ ନିର୍ଭର କରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟଟିର ଦର ତାହାର ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।
21. ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧିକ ହୁଏ ।
22. ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।
23. ମାନସିକ ସ୍ଵସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:ଭୁଲ୍ ।
ଠିକ୍ – ମାନସିକ ସ୍ବସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
24. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧିକ ହୁଏ ।
D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ପ୍ରାପ୍ତ ହେଉଥିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।
2. ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା ।
3. ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା କ’ଣ ହେବ ?
Answer:
ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବ ।
4. ଉପଭୋଗ କାହାକୁ କୁହାଯାଏ ?
Answer:
ଦ୍ରବ୍ୟର ଉପଯୋଗିତାର ଅପଚୟ କରିବା ପ୍ରକ୍ରିୟାକୁ ଉପଭୋଗ କୁହାଯାଏ ।
5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ ।
6. କେଉଁ ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ।
7.ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କହନ୍ତି ।
8. ଜଣେ ଉପଭୋକ୍ତା କେତେବେଳେ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ?
Answer:
ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ଥିବା ଅବସ୍ଥାରେ ଯଦି ଉପଭୋକ୍ତା ଉପଭୋଗ କରେ ସେ ସର୍ବାଧିକ ପରିତୃପ୍ତି ଲାଭ କରିପାରିବେ ।
9. ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ କ’ଣ ?
Answer:
ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ ହେଉଛି ସେ ତାଙ୍କର ସୀମିତ ଆୟକୁ ବିଭିନ୍ନ ଦ୍ରବ୍ୟ କ୍ରୟ କରିବାରେ କିଭଳି ଭାବରେ ବଣ୍ଟନ କଲେ ସର୍ବାଧିକ ପରିତୃପ୍ତି ଲାଭ କରିପାରିବେ ।
10. ସନ୍ତୁଳନ କହିଲେ କ’ଣ ବୁଝ ?
Answer:
ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନ ଶୂନ୍ଯ ଅବସ୍ଥା; ଅର୍ଥାତ୍ ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ୍ଵ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ ।
11. କେତେବେଳେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ ?
Answer:
କୌଣସି ଦ୍ରବ୍ୟର ପ୍ରଥମ ଏକକର ଉପଭୋଗ ସ୍ଥଳେ ଉଭୟ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମ୍ମାନ ।
12. ସୀମାନ୍ତ ଉପଯୋଗିତାର କ୍ରମ ହ୍ରାସ ଘଟେ କାହିଁକି ?
Answer:
ଅଭାବର ତୀବ୍ରତା କ୍ରମଶଃ ହ୍ରାସ ପାଉଥିବାରୁ ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଥାଏ ।
13. ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା
Answer:
ସମୟରେ କେଉଁ ସୂତ୍ରଦ୍ୱାରା ପରିଚାଳିତ ହୁଏ ? ଉ ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।
14. ଜଣେ ଉପଭୋକ୍ତା କେଉଁ ଉପଯୋଗିତାକୁ ସର୍ବାଧିକ କରିବା ନିମନ୍ତେ ଉତ୍ସୁକ ଥାଏ ?
Answer:
ଜଣେ ଉପଭୋକ୍ତା ମୋଟ ଉପଯୋଗିତାକୁ ସର୍ବାଧିକ କରିବା ନିମନ୍ତେ ଉତ୍ସୁକ ଥାଏ ।
15. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧିକ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦାମ୍ ସହ ସମାନୁପାତୀ ହୁଏ, ଉପଭୋକ୍ତା ସର୍ବାଧିକ ପରିତୃପ୍ତି ଲାଭ କରେ ।
16. ଅର୍ଥନୈତିକ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା କେଉଁ ସମୟରେ ଉପଭୋଗ ବନ୍ଦ କରନ୍ତି ?
Answer:
ଯେଉଁ ସମୟରେ ଦ୍ରବ୍ୟରୁ ଲବ୍ଧ ସୀମାନ୍ତ ଉପଯୋଗିତା ଏହାର ଦାମ୍ ସହ ସମାନ ହୁଏ, ସେହି ସମୟରେ ଉପଭୋକ୍ତା ଉପଭୋଗ ବନ୍ଦ କରନ୍ତି ।
17. କେଉଁ ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ।
18. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ।
19. ଦ୍ରବ୍ୟର ଦାମ୍ କେଉଁ ଉପଯୋଗିତା ଉପରେ ନିର୍ଭର କରେ ?
Answer:
ଦ୍ରବ୍ୟର ଦାମ୍ ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।
20. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର କାର୍ଯ୍ୟକାରିତା ପାଇଁ ଦୁଇଟି ସର୍ଭ ଲେଖ ।
Answer:
ସମଜାତୀୟ ଏକକ ଓ ଉପଭୋଗ ନିରବଚ୍ଛିନ୍ନ ଓ ଧାରାବାହିକ ହେବା ଉଚିତ ।
21. କେଉଁ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ?
Answer:
ମୁଦ୍ରା ଓ ବିରଳ ଦୁଶ୍ରାପ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ।
22. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ଦୁଇଟି ଗୁରୁତ୍ଵ ଲେଖ ।
Answer:
ମୂଲ୍ୟର ବିରୋଧାଭାସ ସମସ୍ୟାର ସମାଧାନ ଓ କର ନୀତି ପ୍ରଣୟନ କ୍ଷେତ୍ରରେ ଏହି ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
23. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ୍ୱ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ପ୍ରାପ୍ତ ହେଉଥିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦର ସହ ସମାନୁପାତୀ ହୁଏ, ତେବେ ଉପଭୋକ୍ତା ସର୍ବାଧିକ ପରିତୃପ୍ତି ଲାଭ କରେ ।