BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ

Odisha State Board BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ Textbook Exercise Questions and Answers.

BSE Odisha Class 7 Science Solutions Chapter 6 ତାପ ଓ ତାପ ସଂଚରଣ

Question 1.
ଗୋଟିଏ ଷ୍ଟିଲ୍ ବା ଆଲୁମିନିୟମ୍‌ର ଡେକ୍‌ରେ ପାଣି ନେଇ ଚୁଲ୍ଲୀରେ ବସାଇ ପାଣିକୁ ଗରମ କଲେ ଏ କ୍ଷେତ୍ରରେ ତାପ ସଂଚରଣର କେଉଁ କେଉଁ ପ୍ରକ୍ରିୟା କ୍ରିୟାଶୀଳ ହୋଇଥାଏ ଲେଖ ଏବଂ ବୁଝାଅ ।
Solution:

  • ଗୋଟିଏ ଷ୍ଟିଲ୍ ବା ଆଲୁମିନିୟମ୍‌ର ଡେକ୍‌ରେ ପାଣି ନେଇ ଚୁଲ୍ଲୀରେ ବସାଇ ପାଣିକୁ ଗରମ କଲେ ଏ କ୍ଷେତ୍ରରେ ତାପ ସଂଚରଣର ଦୁଇଟି ପ୍ରକ୍ରିୟା କ୍ରିୟାଶୀଳ ହୋଇଥାଏ ।
  • ପ୍ରଥମତଃ ଷ୍ଟିଲ୍ ବା ଆଲୁମିନିୟମ୍ ଡେକ୍‌ ଧାତୁ ହୋଇଥିବାରୁ ତାହା ପରିବହନ ପ୍ରକ୍ରିୟାରେ ଗରମ ହୋଇଥାଏ ।
  • ଦ୍ବିତୀୟତଃ ପାଣି ତରଳ ପଦାର୍ଥ ହୋଇଥିବାରୁ ପରିଚଳନ ପ୍ରକ୍ରିୟାରେ ତାହା ମଧ୍ୟରେ ତାପ ସଂଚରଣ ହୋଇ ପାଣି ଗରମ ହୋଇଥାଏ ।

Question 2.
ଯଦି ତାପ ଫତରଣ ପାଇ ପରିଦହନ ପରିତଲନ ଭପାପ୍ ସ୍ତକତିରେ ନଥା’ ନ୍ତା ତେବେ ଆମର କ’ ଣ କ’ ଣ ଅସୁବିଧା ଓ ସୁବିଧା ହୁଅନ୍ତା ?
Solution:
ପ୍ରତ୍ୟେକରୁ ତିନୋଟି ଲେଖାଏଁ ଉଦାହରଣ ଦିଅ ।
ଅସୁବିଧା :

  • ଧାତବ ପଦାର୍ଥକୁ ତାପ ପ୍ରୟୋଗକରି ବିଭିନ୍ନ ଆକୃତିର କରି ହୁଅନ୍ତା ନାହିଁ ।
  • ଖଣିରେ ଡେଭିଙ୍କ ନିରାପଦ ବତୀ ବ୍ୟବହାର କରି ହୁଅନ୍ତା ନାହିଁ, ବିସ୍ଫୋରଣ ଘଟନ୍ତା ।
  • ଖଣିଜ ପଥରରୁ ଧାତୁ ନିଷ୍କାସନ କରାଯାଇପାରନ୍ତା ନାହିଁ ।

ସୁବିଧା :

  • ଧାତବ ଜିନିଷର ଗୋଟିଏ ପାର୍ଶ୍ଵ ଗରମ ଥିଲେ ମଧ୍ୟ ଅପର ପାର୍ଶ୍ଵକୁ ଖାଲିହାତରେ ଧରି ହୁଅନ୍ତା ।
  • ରେଳ ଧାରଣା ମଝିରେ ଫାଙ୍କାସ୍ଥାନ ଛାଡ଼ିବା ଆବଶ୍ୟକ ହୁଅନ୍ତା ନାହିଁ ।
  • ଖରାଦିନେ ପାଣି ପାଇପ୍ ତାତିଯାଇ ଗରମ ପାଣି ବାହାରନ୍ତା ନାହିଁ ।

BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ

ପ୍ରତ୍ୟେକରୁ ତିନୋଟି ଲେଖାଏଁ ଉଦାହରଣ ଦିଅ ।
ଅସୁବିଧା :

  • ପାଣି ଗରମ କରିବା କିମ୍ବା ରୋଷେଇ କରିବା କାର୍ଯ୍ୟ କରିହୁଅନ୍ତା ନାହିଁ ।
  • ଦିନବେଳା ସମୁଦ୍ର ସମୀର ପ୍ରବାହିତ ହୁଅନ୍ତା ନାହିଁ, ଫଳରେ ସ୍ଥଳଭାଗରେ ଅତ୍ୟଧିକ ଗରମ ଅନୁଭୂତ ହୁଅନ୍ତା ।
  • ଖରାଦିନେ ଜଳଭାଗର ଜଳ ସୂର୍ଯ୍ୟକରିଣରେ ଅଧିକ ପରିମାଣରେ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି ହୁଅନ୍ତା

ସୁବିଧା :

  • ଘୂର୍ଣ୍ଣିବାତ୍ୟା ହୋଇ କ୍ଷୟକ୍ଷତି ହୁଅନ୍ତା ନାହିଁ ।
  • ଗୋଟିଏ ଘରେ ନିଆଁ ଲାଗିଲେ ତାହା ବାୟୁପ୍ରବାହ ଦ୍ବାରା ଅନ୍ୟଘରକୁ ବ୍ୟାପନ୍ତା ନାହିଁ ।
  • ଖରାଦିନେ ଘର ଭିତରେ ଅତ୍ୟଧ‌ିକ ଗରମ ହୁଅନ୍ତା ନାହିଁ ।

Question 3.
ଗଯୁ ରତୁରେ ଖରାବେଳେ କଳାକନା ନା ଧଲାକନାରେ ତିଆରି କଥା ବ୍ୟବହାର କରିବା ଉପଯୁକୁ ହେବ, ଦୁଖାଥ |
Solution:

  • ଗଯୁ ରତୁରେ ଖରାବେଳେ ଧଲାକନାରେ ତିଆରି କଥା ବ୍ୟବହାର କରିବା ହେବ, ଦୁଖାଥ |
  • କାରଣ ଧଳା ବା ହାଲ୍‌କା ରଙ୍ଗର ଛତା, କଳା ବା ଗାଢ଼ ରଙ୍ଗର ଛତା ଅପେକ୍ଷା କମ୍ ତାପ ଅବଶୋଷଣ କରିଥାଏ ।

Question 4.
ଜ୍ଵର ତାପମାନ ଯନ୍ତ୍ର ଓ ପରୀକ୍ଷାଗାର ତାପମାନ ଯନ୍ତ୍ର ମଧ୍ୟରେ ଥ‌ିବା ଦୁଇଟି ସାମଞ୍ଜସ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।
Solution:
ସାମଞ୍ଜସ୍ୟ

  • ଉଭୟ ତାପମାନ ଯନ୍ତ୍ରରେ ଆମେ ତାପମାତ୍ରା ମାପିଥାଉ ।
  • ଉଭୟ ତାପମାନ ଯନ୍ତ୍ରରେ ପାରଦ ବ୍ୟବହାର କାରାଯାଏ |

ପାର୍ଥକ୍ୟ :

  • ଜ୍ଵର ତାପମାନ ଯନ୍ତର ପରାସ 35°C ଠାରୁ 42°C ପର୍ଯ୍ୟନ୍ତ ହୋଇଥିବା ବେଳେ ପରୀକ୍ଷାଗାର ତାପମାନ ଯନ୍ତ୍ରର ପରାସ 10°C ଠାରୁ −10°C ପର୍ଯ୍ୟନ୍ତ ଅଟେ ।
  • ଜ୍ଵର ତାପମାନ ଯନ୍ତ୍ରଦ୍ୱାରା ଆମେ ଆମ ଶରୀରର ତାପମାତ୍ରା ମାପିଥାଉ; ମାତ୍ର ପରୀକ୍ଷାଗାର ତାପମାନ ଯନ୍ତ୍ରଦ୍ୱାରା ଆମେ ବିଭିନ୍ନ ବସ୍ତୁର ତାପମାତ୍ରା ମାପିଥାଉ ।

Question 5.
ଶୀତଦିନେ ତୁମକୁ ଗୋଟିଏ ମୋଟା କମ୍ବଳ ବା ଦୁଇଟି ପତଳା କମ୍ବଳ ଯୋଗୁଁ ଘୋଡ଼ି ହେବାକୁ ବିକଳ୍ପ ଦିଆଗଲା । ତୁମେ କେଉଁଟି ଓ କାହିଁକି ବାଛିବ ଲେଖ ?
Solution:

  • ଶୀତଦିନେ ଦୁଇଟି ପତଳା କମ୍ବଳ ଯୋଗୁଁ ଘୋଡ଼ି ହେବାକୁ ଅଧ‌ିକ ପସନ୍ଦ କରିବୁ ।
  • କାରଣ କମ୍ବଳ ଦୁଇଟି ମଧ୍ୟରେ ଥ‌ିବା ବାୟୁ ତାପର କୁପରିବାହୀ ଅଟେ । ତେଣୁ ଶରୀରରୁ ତାପ ବାହାରି ବାହାରକୁ ଯାଇପାରେ ନାହିଁ । ଫଳରେ ଆମକୁ ଉଷୁମ ଲାଗେ ।

Question 6.
କାରଣ କତ୍ପଲ କୁଇଟି ମଧ୍ୟରେ ଥିବା ଦାୟ ତାପର କ୍ମପରିବାଦ୍ୱା ଅଟେ। ତେଣ୍ଡ ଶରାରରୁ ପାପ ଦାଦ୍ରାରି ଦାଦ୍ରାରଦୁ ନାମ ଲେଖ।
Solution:

  • ତାପ କୁପରିବାହୀର ଦୁଇଟି ଉଦାହରଣ ହେଲା – ଲ୍ମଦ୍ରା, ଗ୍ରାଫାଲଟ୍।
  • ତାପ କୁପରିବାହୀର ଦୁଇଟି ଉଦାହରଣ ହେଲା – କାଚ, ରବର ।

Question 7.
ଶୂନ୍ୟସ୍ଥାନ ପୂରଣ କର ।
(କ) ଗୋଟିଏ ବସ୍ତୁର ତାପୀୟ ଅବସ୍ଥା ବସ୍ତୁର _________ ସୂଚାଇ ଥାଏ ।
(ଖ) କେଟକ୍ ଫୁଟୁଥିବା ପ୍ରାଣିର ତାପମାନ _________ ତାପମାନ ଯନ୍ତ୍ରଦ୍ୱାରା ମପା ଯାଇପାରିବ ନାହିଁ ।
(ଙ) ଗୋଟିଏ କଳ ତାମତ ଗରମ ପାଣିରେ ତ୍ୱଡାକଲେ ଭଲପ୍କ _________ ହେଲାଯାଏଁ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ ।
(ଚ) _________ ସ୍ଥଳ ସମୀର ସକ୍ରିୟ ହୋଇଥାଏ ।
(ଛ) _________ ରଙ୍ଗର ପୋଷାକ ଶୀତ ଋତୁରେ ପିନ୍ଧାଯାଏ ।
(କ) _________ ସମୁଦ୍ର ସମୀର ସକ୍ରିୟ ହୋଇଥାଏ ।
(ଝ) _________ ପ୍ରକ୍ରିୟାର ପ୍ରଭାବର ଡେଭିଙ୍କ ନିରାପଦ ବତୀ ଏକ ଭଦାଦୃରଣ ଅଟେ ।
Solution:
(କ) ତାପମାତ୍ରା
(ଖ) କୁର
(ଙ) ତାପମାତ୍ରା, ସମାନ
(ଚ) ରାତିରେ
(ଛ) ଗାଢ଼
(ଜ) ଦିନରେ
(ଝ) ତାପ ପରିବହନ

BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ

Question 8.
30°C ତାପମାତ୍ରାରେ ଥ‌ି 1 ଲିଟର ପାଣି ସହିତ 50°C ତାପମାତ୍ରାରେ ଥ‌ିବା \(\frac { 1 }{ 2 }\) ଲିଟର ପାଣି ମିଶାଗଲା । ତେବେ ଏହି ମିଶ୍ରଣର ସର୍ବଶେଷ ତାପମାତ୍ରା
(କ) 20°C ରୁ କମ୍ ହେବ
(ଖ) 50°C ରୁ ବେଶି ହେବ
(ଗ) 80°C ବେଦ
30°C ରୁ ବେଶି ଓ 50°C ରୁ କମ୍ ହେବ
Solution:
(ଘ) 30°C ରୁ ବେଶି ଓ 50°C ରୁ କମ୍ ହେବ ।

Question 9.
40°C ତାପମାତ୍ରାରେ ଥ‌ିବା 10 ଗ୍ରାମର ଗୋଟିଏ ଲୁହାକଣ୍ଟା 40°C ତାପମାତ୍ରାରେ ଥି 1 ଲିଟର ପାଣିରେ ପକାଇ ଦିଆଗଲା, ତେବେ
(କ) ପାଣିରୁ ଲୁହାକଣ୍ଟାକୁ ତାପ ସଞ୍ଚରିତ ହେବ
(ଖ) କୁହାନ୍ନଶାରୁ ପାଣିକୁ ଚାପ ସଶରିପ ହେବ
(ଗ) ପାଣିରୁ ଲୁହାକଣ୍ଟାକୁ ବା ଲୁହାକଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ ନାହିଁ
(ଘ) ପ୍ରଥମ ଅବସ୍ଥାରେ ପାଣିରୁ ଲୁହାକଣ୍ଟାକୁ ଓ କିଛି ସମୟପରେ ଲୁହାକଣ୍ଟାରୁ ପାଣିକୁ ତାପ ସଂଚରିତ ହେବ ।
Solution:
(ଗ) ପାଣିରୁ ଲୁହାକଣ୍ଟାକୁ ବା ଲୁହାକଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ ନାହିଁ

Question 10.
ଗୋଟିଏ ପ୍ଲାଷ୍ଟିକ୍ ଚାମଚ ଆଇସ୍‌କ୍ରିମ୍ କପ୍‌ରେ ପୁରାଇଲେ ତାର ଅନ୍ୟ ପ୍ରାନ୍ତଟି
(କ) ମୋଟେ ଶୀତଳ ହେବ ନାହିଁ ।
(ଗ) ପରିଚଳନ ପ୍ରକ୍ରିୟା ଯୋଗୁଁ ଶୀତଳ ହୋଇଯିବ ।

Question 11.
ଷ୍ଟେନ୍‌ଲେସ୍ ଷ୍ଟିଲ୍ ପାନର ତଳ ପୃଷ୍ଠ ସାଧାରଣତଃ ତମ୍ବାରେ ତିଆରି କରାଯାଇଥାଏ, କାରଣ
(କ) ତମ୍ବାରେ ତିଆରି ତଳପୃଷ୍ଠ ପାନର ସ୍ଥାୟିତ୍ୱ ବଢ଼ାଇଥାଏ ।
(ଖ) ପାନ୍‌ ରଙ୍ଗିନ୍ ଓ ସୁନ୍ଦର ଦେଖାଯାଏ ।
(ଗ) ତମ୍ବା ଏକ ସୁପରିବାହୀ ଅଟେ ।
(ଘ) ଷ୍ଟେନ୍‌ଲେସ୍ ଷ୍ଟିଲ୍ ଅପେକ୍ଷା ତମ୍ବାର ପୃଷ୍ଠ ସହଜରେ ସଫା କରିହୁଏ ।
Solution:
(ଗ) ତମ୍ବା ଏକ ସୁପରିବାହୀ ଅଟେ ।

Question 112.
ଯେଉଁ ଜାଗାରେ ଭୀଷଣ ଖରା ହୁଏ ସେଠି କୋଠା ଘରର ବାହାର କାନ୍ଥକୁ ଧଳାରଙ୍ଗ କରାଯାଏ କାହିଁକି ? ବୁଝାଅ ।
Solution:

  • ଧଳାରଙ୍ଗ, ଅନ୍ୟ ରଙ୍ଗ ତୁଳନାରେ କମ୍ ତାପ ଅବଶୋଷଣ କରିଥାଏ ।
  • ଫଳରେ ତାପରୁ ରକ୍ଷା ପାଇବା ପାଇଁ, ଯେଉଁ ଜାଗାରେ ଭୀଷଣ ଖରା ହୁଏ ସେଠି କୋଠା ଘରର ବାହାର କାନ୍ତକୁ ଧଲାରଲ କରାଯାଇଥାଏ |

Question 13.
ଫଳରେ ତାପରୁ ରକ୍ଷା ପାଇବା ପାଇଁ, ଯେଉଁ ଜାଗାରେ ଭୀଷଣ ଖରା ହୁଏ ସେଠି କୋଠା ଘରର ବାହାର
Solution:

  • ମରୁଭୂମିରେ ସାଧାରଣତଃ ସର୍ବଦା ତାପମାତ୍ରା ଅଧିକ ଥାଏ । ତେଣୁ ସେଠାରେ ଅଧିକ ଗରମ ଅନୁଭୂତ ହୁଏ ।
  • ଯେହେତୁ ଧଳାରଙ୍ଗ କମ୍ ତାପ ଅବଶୋଷଣ କରିଥାଏ, ତେଣୁ ସେଠାକାର ଅଧିବାସୀମାନେ ସର୍ବଦା ଧଳା

Question 14.
ପାଠ୍ୟ ପୁସ୍ତକସ୍ଥ ପୃଷ୍ଠା ୮୧ ରେ ପ୍ରଶ୍ନ ୧୧ରେ ଥ‌ିବା ପରୀକ୍ଷାକୁ ବିଶ୍ଳେଷଣ କରି କହିପାରିବ କି କାଗଜ ସୁପରିବାହୀ ନା କୁପରିବାହୀ ?
Solution:

  • ଧାତୁରେ ତିଆରି ବସ୍ତୁ ମଧ୍ୟରେ ତାପ, ପରିବହନ ପ୍ରକ୍ରିୟାରେ ସଂଚରିତ ହୁଏ । ତମ୍ବା ଧାତୁ ହୋଇଥିବାରୁ ସୁପରିବାହୀ ମାତ୍ର କାଗଜ ତାପ କୁପରିବାହୀ ।
  • ତେଣୁ ତମ୍ବା ଓ କାଠର ମିଳିତ ସ୍ଥାନକୁ କାଗଜରେ ଧରି ମହମବତୀ ଶିଖାକୁ ଦେଖାଇଲେ କାଗଜଟି ହାତକୁ ଗରମ ଲାଗିବ ନାହିଁ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଗରମ ଓ ଥଣ୍ଡା :

  • ଗ୍ରୀଷ୍ମଋତୁରେ ଅଧ‌ିକ ଗରମ ଲାଗେ ଓ ଶୀତଦିନେ ଅଧିକ ଥଣ୍ଡା ହୁଏ । ଚାହାରେ ଆଙ୍ଗୁଠି ବୁଡ଼ାଇଦେଲେ ଗରମ ଲାଗେ ଓ ବରଫକୁ ଛୁଇଁ ଦେଲେ ଥଣ୍ଡା ଲାଗେ ।
  • ଏହି ‘ଗରମ’ ବା ‘ଥଣ୍ଡା’ ଅନୁଭୂତି ହିଁ ଗୋଟିଏ ବସ୍ତୁର ତାପୀୟ ସ୍ଥିତିର ପରିଚାୟକ ଓ ପରିମାପକ ହୋଇନପାରେ ।

→ ତାପମାତ୍ରା :

  • ଡାକ୍ତର ଜ୍ଵର ରୋଗୀର କାଖ ତଳେ ବା ଜିଭ ତଳେ ତାପମାନ ଯନ୍ତ୍ର ବା ଥର୍ମୋମିଟର (Thermometer)ରଖ୍ ଜ୍ଵର-ରୋଗୀର ତାପମାତ୍ରା ମାପନ୍ତି ଓ ସେଥୁରୁ ରୋଗୀର ତାପୀୟ ଅବସ୍ଥା ଜାଣିପାରନ୍ତି ।
  • ଗୋଟିଏ ବସ୍ତୁର ତାପମାତ୍ରା ବସ୍ତୁଟିର ତାପୀୟ ଅବସ୍ଥା ସୂଚାଇଥାଏ ।

→ ଜ୍ଵର ତାପମାନ ଯନ୍ତ୍ରର ଗଠନ ପ୍ରଣାଳୀ :

  • ଜ୍ଵର ତାପମାନ ଯନ୍ତ୍ର ବା ଥର୍ମୋମିଟରର ଦୈର୍ଘ୍ୟ ପ୍ରାୟ 10 ସେ.ମି. ଅଟେ ।
  • ଏହା ଗୋଟିଏ ସରୁ ଏବଂ ଏକ ସମାନ କାଚନଳୀ ଅଟେ ।
  • ଏହାର ଯେଉଁ ପ୍ରାନ୍ତଟି ପତଳା ଓ ଚକ୍ରଚକ୍ କରୁଥାଏ ତାହାକୁ ତାପମାନ ଯନ୍ତ୍ରର ବଲ୍‌ବ କୁହାଯାଏ ।
  • କାଚନଳୀର ଅବଶିଷ୍ଟ ଅଂଶ ଏକ କୈଶିକ କାଚନଳୀ ଅଟେ ।
  • ଏହି କୈଶିକ ନଳୀ ଅଂଶରେ ଦୁଇଟି ସ୍କେଲ୍ ଅଛି । ଗୋଟିଏ ସ୍କେଲ୍‌ର ନାମ °F ଓ ଅନ୍ୟଟିର ନାମ °C ।
  • °C ସ୍କେଲ୍‌ର ଦୁଇ ପ୍ରାନ୍ତର ମାପାଙ୍କ 35 ଓ 42 ଅଟେ ।
  • °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 94 ଓ 108 ଅଟେ ।

BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ

→ ତାପମାନ ଯନ୍ତ୍ରର ପ୍ରାନ୍ତରେ ଥ‌ିବା ବଲ୍‌ବ ପାରଦରେ ପୂର୍ଣ ଅଟେ ।

ଜ୍ଵର ତାପମାନ ଯନ୍ତ୍ରର ବଲ୍‌ବ ଓ କୈଶିକ ନଳୀ ଦିଏ ନାହିଁ । କାରଣ ସ୍ତମ୍ଭର ବଲ୍‌ବରେ ଥ‌ିବା ପାରଦ ସହିତ ସଂଯୋଗ ସେହି ବିଭଙ୍ଗ ପାଖରେ ବିଚ୍ଛିନ୍ନ ହୋଇଯାଏ । କରିବାକୁ ହେଲେ ତାପମାନ ଯନ୍ତ୍ରକୁ ଥରେ ବା ଦୁଇଥର ଝଟ୍‌କା ଦେବାକୁ ପଡ଼େ ।

  • 1592 ରେ ଇଟାଲୀୟ ବୈଜ୍ଞାନିକ ଗାଲିଲିଓ ପ୍ରଥମ ତାପମାନ ଯନ୍ତ୍ର ଉଦ୍ଭାବନ କରିଥିଲେ ।
  • 1655 ରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ତାପମାନ ଯନ୍ତ୍ର ତିଆରି ହୋଇଥିଲା । ପ୍ରଥମେ ତାପମାନ ଯନ୍ତ୍ରରେ ରଙ୍ଗିନ ଆଲ୍‌କୋହଲ୍ ବ୍ୟବହାର ହେଉଥିଲା ।

→ ଜ୍ଵର ତାପମାନ ଯନ୍ତ୍ରରେ ବ୍ୟବହାର :

  • ଜ୍ଵର ତାପମାନ ଯନ୍ତ୍ରରେ ଥ‌ିବା C ଚିହ୍ନିତ ସ୍କେଲ୍‌କୁ ସେଲ୍‌ସିୟସ୍ ସ୍କେଲ୍ (Celsius Scale) ଓ °F ଚିହ୍ନିତ ସ୍କେଲ୍‌କୁ ଫାରେନ୍‌ହାଇଟ୍ ସ୍କେଲ୍ (Fahrenheit Scale) କୁହାଯାଏ ।
  • ଏହାର ଯେକୌଣସି ସ୍କେଲ୍‌ରେ ପାଖାପାଖ୍ ଥିବା ଦୁଇଟି ବଡ଼ ଦାଗର ପରାସ 1°C ଅଟେ । ଦୁଇଟି ବଡ଼ ଦାଗ ମଧ୍ୟରେ 5 ଟି ସମାନ ଭାଗ ଥାଏ ।
    IMG
  • ବ୍ୟବହାର କରିବା ପୂର୍ବରୁ ତାପମାନ ଯନ୍ତ୍ରଟିକୁ ଆଣ୍ଟିସେପଟିକ୍ ଦ୍ରବଣ (Antiseptic Solution) ବା ପାଣିରେ ଧୋଇଦେବା ଉଚିତ୍ ।
  • ତାପମାନ ଯନ୍ତ୍ରକୁ ହାତରେ ଧରି ଥରେ ବା ଦୁଇଥର ଝାଡ଼ିଦେଲେ ତାହାର ପାଠ୍ୟଙ୍କ 35°C ତଳକୁ ଚାଲି ଆସିବ ।
  • ଏହାପରେ ତାପମାନ ଯନ୍ତ୍ରର ବଲ୍‌ବକୁ କାଖ ତଳେ ବା ଜିଭ ତଳେ ପ୍ରାୟ 2 ମିନିଟ୍ ରଖ୍ ଆବଶ୍ୟକ |
  • ତା’ପରେ ତାପମାନ ଯନ୍ତ୍ରକୁ କାଢ଼ିଆଣି ତାପମାତ୍ରାର ପାଠ୍ୟଙ୍କ ନିଆଯାଏ ।
  • ତାପମାନ ଯନ୍ତ୍ରକୁ ଯଦି ପାଟିରେ ଦିଆଯାଏ, ତେବେ ଏହାକୁ କାମୁଡ଼ିବା ଉଚିତ ନୁହେଁ ।

→ ମନୁଷ୍ୟ ଶରୀରର ସାଧାରଣ ତାପମାତ୍ରା :

  • 37°C ବା 98.4°F ଅନେକ ସୁସ୍ଥ ଲୋକଙ୍କର ଦେହର ହାରାହାରି ତାପମାତ୍ରା ଅଟେ । ଏହାକୁ ମଣିଷ ଦେହର ସାଧାରଣ ତାପମାତ୍ରା କୁହାଯାଏ ।
  • ଯଦି ଜଣକୁ ଜ୍ଵର ହୋଇଥାଏ ତେବେ ତାହା ଦେହର ତାପମାତ୍ରା 98.4°F ରୁ ଅଧିକ ଥାଏ ।
  • କିନ୍ତୁ ଖରାରେ ଚାଲିକରି ଆସିଲେ ଅଥବା ଖେଳି କରି ଆସିବା ପରେ ପରେ ଦେହର ତାପମାତ୍ରା 98.4°F ରୁ ଅଧ୍ଵ ଥାଏ । କିନ୍ତୁ କିଛି ସମୟ ଛାଇରେ ବା ପଙ୍ଖାତଳେ ବସିଗଲେ ଦେହର ତାପମାତ୍ରା ପ୍ରାୟ 98.4°F ହୋଇଯାଏ । ତେବେ ଜ୍ଵର ହୋଇଥିଲେ, ପଙ୍ଖାତଳେ ବସିଲେ ମଧ୍ୟ ଦେହର ତାପମାତ୍ରା କମେ ନାହିଁ ।
  • ଜ୍ଵର ତାପମାନ ଯନ୍ତ୍ରର ପରାସ 35°C ଠାରୁ 42°C ଅଟେ ।

→ ତାପମାନ ଯନ୍ତ୍ରରେ ପାରଦର ବ୍ୟବହାର :

  • କୌଣସି ପଦାର୍ଥରେ ତାପ ପ୍ରୟୋଗ କଲେ ତା’ର ତାପମାତ୍ରା ବଢ଼ିଯାଏ ଓ ତାପ ଅପସାରଣ କଲେ ତାପମାତ୍ରା କମିଯାଏ ।
  • ତାପମାତ୍ରା ବଦଳିବାଦ୍ଵାରା ପଦାର୍ଥ ପ୍ରସାରିତ ବା ସଙ୍କୁଚିତ ହୁଏ ।
  • ପଦାର୍ଥର ସଙ୍କୋଚନ ଓ ପ୍ରସାରଣ ଭଳି ଭୌତିକ ଗୁଣ ବ୍ୟବହାର କରି ବୈଜ୍ଞାନିକମାନେ ପଦାର୍ଥର ତାପମାତ୍ରା ମାପିବା କଥା ଚିନ୍ତା କରିଥିଲେ ।
  • ତରଳ ଧାତୁ ପାରଦର କେତେକ ବିଶେଷଗୁଣ ଥିବାରୁ ଏହାକୁ ତାପମାନ ଯନ୍ତ୍ରରେ ବ୍ୟବହାର କରାଯାଏ ।

→ ପାରଦର ବିଶେଷ ଗୁଣ :

  • ପାରଦ ତରଳ ପଦାର୍ଥ (ଧାତୁ) ହୋଇଥିବାରୁ ଯେ କୌଣସି କାଚନଳୀରେ ଏହାକୁ ନେଇ, ତାପ ପ୍ରୟୋଗ କଲେ ଏହାର ପ୍ରସାରଣ ମାପିବା ସହଜ ସାଧ୍ୟ ହୋଇଥାଏ ।
  • ଏହା ଏକ ଅସ୍ବଚ୍ଛ ଏବଂ ଉଜ୍ଜ୍ଵଳ ତରଳ ପଦାର୍ଥ ହୋଇଥିବାରୁ ତାପମାନ ଯନ୍ତ୍ରର କାଚ ମଧ୍ୟ ଦେଇ ସହଜରେ ଚିକ୍ ଚିକ୍ ହୋଇ ଦେଖାଯାଏ ।
  • ଏହା କାଚନଳୀରେ ଲାଗିଯାଏ ନାହିଁ ।
  • ଅନ୍ୟ ତରଳ ପଦାର୍ଥ ତୁଳନାରେ ଅତି କମ୍ ତାପମାତ୍ରା ବୃଦ୍ଧିରେ ଏହା ଅଧିକ ପ୍ରସାରିତ ହୋଇଥାଏ ।
  • କରେ ଏବଂ ତେଣୁ ସେହି ପଦାର୍ଥର ତାପୀୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ସୃଷ୍ଟିକରେ ନାହିଁ ।
  • ଏହା ସହଜରେ ଶୁଦ୍ଧ ଅବସ୍ଥାରେ ମିଳେ ।
  • ଏହାକୁ ନେଇ ଗଠିତ ତାପମାନ ଯନ୍ତ୍ରର ପରାସ (Range) ଯଥେଷ୍ଟ ଅଧିକ ଅଟେ ।

→ ପରୀକ୍ଷାଗାରର ତାପମାନ ଯନ୍ତ୍ର :

  • ପରାଶ୍ରାଗାରରେ ବ୍ୟବହତ ହେଇଥିବା ତାପମାନ ଯନ୍ତକ୍ତ ପରାଯାଗାର ତାପମାନ ଯନ୍ତ୍ର କୃତ୍ରାଯାଏ |
  • ଏହି ଥର୍ମୋମିଟରର ପରିସର – 10°C ରୁ 110°C ।
  • ଏହି ଥର୍ମୋମିଟରରେ ଯେଉଁ ବସ୍ତୁର ତାପମାତ୍ରା ନିର୍ଣ୍ଣୟ କରାଯାଏ, ତାହା ସହ ପାରଦ ବଲ୍‌ବକୁ ଲଗାଇ ରଖାଯାଏ । ବାହାରକୁ କାଢ଼ି ଆଣିଲେ ଥର୍ମୋମିଟର କୈଶିକ ନଳୀ ସିଧା ଥ‌ିବାରୁ ପାରଦ ପତ୍ତନ ତଳକୁ ଖସିଆସେ । ତେଣୁ ଥର୍ମୋମିଟର ବସ୍ତୁ ସହ ଲାଗିଥିବା ସମୟରେ ତାହାର ତାପମାତ୍ରା ନିର୍ଣ୍ଣୟ କରାଯାଏ ।

ପରୀକ୍ଷାଗାରରେ ତାପମାନ ଯନ୍ତ୍ର ବ୍ୟବହାର କଲାବେଳେ ନିମ୍ନଲିଖ୍ ସାବଧାନତା ଅବଲମ୍ବନ କରାଯାଏ ।

ତାପମାନ ଯନ୍ତ୍ରଟିକୁ ସର୍ବଦା ଭୂଲମ୍ବକରି ରଖୁବା ଉଚିତ ।
ତାପମାନ ଯନ୍ତ୍ରର ବଲ୍‌ବଟି ସମ୍ପୂର୍ଣ ଭାବରେ ଜଳ ଭିତରେ ବୁଡ଼ି ରହିବା ଆବଶ୍ୟକ ।
ବଲ୍‌ବଟି ପାତ୍ରର ପାର୍ଶ୍ଵ ତଥା ତଳ ଅଂଶକୁ ଛୁଇଁବା ଉଚିତ ନୁହେଁ ।

→ ତାପ ସଂଚରଣ :

  • ଦୁଇଟି ପଦାର୍ଥ ପରସ୍ପର ସହ ସଂସ୍ପର୍ଶରେ ଆସିଲେ ଅଧ‌ିକ ତାପମାତ୍ରା ବିଶିଷ୍ଟ ବସ୍ତୁରୁ ତାପ କମ୍ ତାପମାତ୍ରା ବିଶିଷ୍ଟ ବସ୍ତୁକୁ ସଂଚରିତ ହୁଏ ।
  • ଭରମ ପଦାର୍ଥରେ ତାପମାତ୍ରା ସମାନ ଦ୍ରୋଲଥିଲେ ସେମାନଙ୍କ ମଧ୍ୟରେ ତାପ ଅବତଣ ଦ୍ୱ ନାହ |
  • ଗୋଟିଏ ବସ୍ତୁରୁ ତାପ ଓ ଅନ୍ୟ ଏକ ବସ୍ତୁକୁ ତିନୋଟି ଉପାୟରେ ସଂଚରିତ ହୁଏ । ସେଗୁଡ଼ିକ ହେଲା – ପରିବହନ, ପରିଚଳନ ଓ ବିକିରଣ ।

→ ପରିବହନ (Conduction) :

  • ବସ୍ତୁର ଯେଉଁ ଅଣୁଗୁଡ଼ିକ ଅଗ୍ନି ସଂସ୍ପର୍ଶରେ ଆସନ୍ତି ସେମାନେ ତାପ ଶକ୍ତି ଗ୍ରହଣ କରନ୍ତି । ଫଳରେ ଏହି ଅଣୁମାନଙ୍କର ହାରାହାରି ଯାନ୍ତ୍ରିକ ଶକ୍ତି ବୃଦ୍ଧିପାଏ ।
  • ତେଣୁ ଏହି ଅଣୁଗୁଡ଼ିକ (ବିସ୍ଥାପିତ ନ ହୋଇ) ତାଙ୍କର ମାଧ୍ୟ-ସ୍ଥାନରେ ରହି ଅଧ୍ଵ ବେଗରେ ପ୍ରକମ୍ପିତ ହୁଅନ୍ତି ।
  • ଏହି କମ୍ପନରତ ଅଣୁ ସେମାନଙ୍କର ପାଖ ଅଣୁକୁ କିଛି କମ୍ପନ ସଞ୍ଚରଣ କରନ୍ତି ।
  • ଏହି ପ୍ରକ୍ରିୟାରେ ଅଣୁଗୁଡ଼ିକ ନିଜ ନିଜ ସ୍ଥାନ ପରିତ୍ୟାଗ କରନ୍ତି ନାହିଁ । କିନ୍ତୁ ତାପଶକ୍ତି ଏ ମୁଣ୍ଡରୁ ସେ ମୁଣ୍ଡକୁ ସଞ୍ଚରିତ ହୁଏ । ଏହା ହିଁ ପରିବହନ ପ୍ରକ୍ରିୟା ।
  • ଯେଉଁ ପଦାର୍ଥ ମଧ୍ଯରେ ତାପ ପରିବହନ ପ୍ରକ୍ରିୟାରେ ସଞ୍ଚରିତ ହୁଏ ସେମାନଙ୍କୁ ତାପ ସୁପରିବାହୀ କୁହାଯାଏ । ସମସ୍ତ ଧାତବ ପଦାର୍ଥ ତାପ ସୁପରିବାହୀ ଅଟେ ।
  • ପ୍ଲାଷ୍ଟିକ୍, କାଠ, କାଚ, ରବର ଇତ୍ୟାଦି କଠିନ ପଦାର୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ତାପ ସଞ୍ଚରିତ ହୁଏ ନାହିଁ । ତେଣୁ ଏଗୁଡ଼ିକୁ ତାପ କୁପରିବାହୀ କୁହାଯାଏ ।

→ ଡେଭିଙ୍କ ନିରାପଦ ବତୀ –

  • ଖଣିମାନଙ୍କରେ ଅନେକ ସମୟରେ ଦହନୀୟ ଗ୍ୟାସ୍ ନିର୍ଗତ ହୋଇଥାଏ । ଫଳରେ ନଗ୍ନ ଅଗ୍ନି ବା ଶିଖାର ସଂସ୍ପର୍ଶରେ ଆସିଲେ ଖଣିରେ ବିସ୍ଫୋରଣ ହେବାର ସମ୍ଭାବନା ଥାଏ ।
  • ଏହି ବିପଦରୁ ରକ୍ଷା ପାଇବାପାଇଁ ଖଣିମାନଙ୍କରେ ଡେଭିଙ୍କର ନିରାପଦ ବତୀ ବ୍ୟବହାର କରାଯାଏ ।
  • ଧାତବ ପଦାର୍ଥର ଅତ୍ୟଧୂକ ତାପ ପରିବହନ କ୍ଷମତାକୁ ବ୍ୟବହାର କରି ଡେଭିଙ୍କର ନିରାପଦ ବତୀରେ ଶିଖାର ଚାରିପଟେ ତମ୍ବା ତାରଜାଲି ଦିଆଯାଇଥାଏ । ତେଣୁ ବତୀର ଶିଖା ତମ୍ବା ତାର ଜାଲି ଅତିକ୍ରମ କରି ବାହାରକୁ ।

BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ

→ ପରିଚାଳନ (Convection) :
(i) ଜଳଥିବା ପାତ୍ରର ନିମ୍ନରୁ ଉତ୍ତପ୍ତ କଲେ ତାହାର ନିମ୍ନ ଅଂଶରେ ଥ‌ିବା ଜଳର ଅଣୁ ବା କଣିକାଗୁଡ଼ିକ ତାପ ଗ୍ରହଣ କରି ପ୍ରଥମେ ଉତ୍ତପ୍ତ ହେବା ଫଳରେ ହାଲୁକା ହୋଇ ଉପରକୁ ଉଠନ୍ତି ।

(ii) ପାଣିର ଉପର ସ୍ତରରେ ଥ‌ିବା ଶୀତଳ ଓ ଭାରୀ କଣିକାଗୁଡ଼ିକ ପାତ୍ରର ପାର୍ଶ୍ଵଦେଇ ନିମ୍ନକୁ ଖସି ତଳ ଅଂଶରୁ ତାପ ଗ୍ରହଣ କରି ପୁନର୍ବାର ଉପରକୁ ଉଠନ୍ତି ।

(iii) କଣିକାଗୁଡ଼ିକର ଏହି ନିରନ୍ତର ତଳ-ଉପର-ତଳ ଗତି ଯୋଗୁଁ ପାଣିରେ ଏକ ପରିଚଳନ ସ୍ରୋତ ସୃଷ୍ଟି ହୁଏ । ଏହି ପ୍ରକ୍ରିୟାରେ ତାପ ସଂଚରିତ ହୋଇ ପାଣିର ସମସ୍ତ ଅଂଶରେ କିଛି ସମୟ ମଧ୍ୟରେ ବ୍ୟାପିଯାଏ । ଫଳରେ ପାତ୍ରରେ ‘ପରିଚଳନ’ କୁହାଯାଏ ।

(iv) ଦିନ ବେଳା ସ୍ଥଳ ଭାଗ, ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ହୋଇଯାଏ । ତେଣୁ ସ୍ଥଳଭାଗର ତାପମାତ୍ରା ଜଳ ଉଠିଯାଏ । ତାହାର ସ୍ଥାନ ପୂରଣ କରିବା ପାଇଁ ଜଳଭାଗ (ସମୁଦ୍ର) ସଂସ୍ପର୍ଶରେ ଥିବା ଶୀତଳ ଓ ଭାରୀ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୁଏ । ଦିନ ବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥ‌ିବା ଏହି ଉପଭୋଗ୍ୟ ପବନକୁ ‘ସମୁଦ୍ର ସମୀର’ (Sea Breeze) କୁହାଯାଏ ।

(v) ରାତିରେ ସ୍ଥଳଭାଗ, ଜଳଭାଗ ତୁଳନାରେ ଶୀଘ୍ର ଶୀତଳ ହୋଇଯାଏ । ଫଳରେ ଜଳଭାଗର ତାପମାତ୍ରା ସ୍ଥଳଭାଗର ତାପମାତ୍ରାଠାରୁ ଅଧିକ ରହେ । ତେଣୁ ରାତିରେ ଜଳଭାଗର ସଂସ୍ପର୍ଶରେ ଥିବା ବାୟୁ ଉତ୍ତପ୍ତ ଓ ହାଲୁକା ହୋଇ ଉପରକୁ ଉଠିଯାଏ ଏବଂ ତାହାର ସ୍ଥାନ ପୂରଣ କରିବାପାଇଁ ସ୍ଥଳଭାଗର ସଂସ୍ପର୍ଶରେ ଥ‌ିବା ଶୀତଳ ଓ ଭାରୀ ବାୟୁ ଜଳଭାଗକୁ ପ୍ରବାହିତ ହୁଏ । ଏହି ପବନକୁ ‘ସ୍ଥଳ ସମୀର’ (Land Breeze) କୁହାଯାଏ ।

(vi) ଖରାଦିନେ କୌଣସି ସ୍ଥାନର ତାପମାତ୍ରା ଅତ୍ମକ ହୋଇଗଲେ ସେ ସ୍ଥାନର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ । ଫଳରେ ତା’ର ସ୍ଥାନ ପୂରଣ କରିବାପାଇଁ ଚାରିପଟୁ ବାୟୁ ଅତି ବେଗରେ ସେ ସ୍ଥାନ ଆଡ଼କୁ ପ୍ରବାହିତ ହୁଏ ।

(vii) ଏହି ବାୟୁ ସ୍ରୋତ ଚାରିପଟୁ ଘୂରି ଘୂରି ମୋଡ଼ି ହୋଇ ସେ ସ୍ଥାନକୁ ଆସୁଥିବାରୁ ସେହି ପ୍ରବାହରେ ଘୂଣ୍ଣବାୟୁ (Whirl Wind) ବା ଖଣ୍ଡିଆଭୂତ ସୃଷ୍ଟି ହୋଇଥାଏ ।

(viii) ପର୍ବତଦ୍ଵାରା ପରିବେଷ୍ଟିତ ଉପତ୍ୟକାରେ ଏ ଅବସ୍ଥା ସୃଷ୍ଟି ହେଲେ ଘୂଣ୍ଣବାୟୁ ସେ ସ୍ଥାନରୁ ବାହାରି ନପାରି ସେ ଉପତ୍ୟକାର ବହୁତ କ୍ଷୟକ୍ଷତି କରିଥାଏ ଏବଂ ଏକ ବିସ୍ତୃତ ଅଞ୍ଚଳରେ ସକ୍ରିୟ ହେଲେ ଘୂଷ୍ଠିବାତ୍ୟା (Cyclone) ସୃଷ୍ଟି ହୋଇଥାଏ ।

→ ବିକିରଣ (Radiation) :
ଯେଉଁ ଉପାୟରେ ତାପ ସୂର୍ଯ୍ୟଠାରୁ ନିର୍ଗତ ହୋଇ ବିନା ମାଧ୍ୟମରେ ଆସି ପୃଥ‌ିବୀରେ ପହଞ୍ଚେ ତାକୁ ବିକିରଣ କହନ୍ତି । ତେଣୁ ମାଧ୍ୟମ ଥାଉ ବା ନ ଥାଉ ଉତ୍ତପ୍ତ ବସ୍ତୁରୁ ତାପ ବିକିରଣଦ୍ବାରା ଚତୁର୍ଦ୍ଦିଗରେ ସଂଚରିତ ହୁଏ ।
ଉଦାହରଣ – (a) ହିଟର ସାମନାରେ ଆମେ ବସିଲେ ଆମେ ବିକିରଣ ଉପାୟରେ ହିଁ ହିଟରରୁ ନିର୍ଗତ ତାପ ପାଇଥାଉ ।
(b) ଆମର ଦେହ ମଧ୍ୟ ଚିକିରଣଦ୍ୱାରା ପରିବେଶକ୍ତି ତାପ ପୃଦାନ କରେ ପାଠ’ଠାରୁ ତାପ ସ୍ତଦୃଶ କରେ |

ଗ୍ରୀଷ୍ମ ଓ ଶୀତ ଋତୁରେ ଆମ ପୋଷାକର ରଙ୍ଗ :
(i) ଆମେ ଶୀତ ଋତୁରେ ପଶମ ବସ୍ତ୍ର ବ୍ୟବହାର କରିଥାଉ କାରଣ ପଶମ ତନ୍ତୁ ତାପ କୁପରିବାହୀ ଅଟେ । ଫଳରେ ପରିବେଶର ତାପମାତ୍ରା ଆମ ଦେହର ତାପାମାତ୍ରାଠାରୁ କମ୍ ହୋଇଥିଲେ ମଧ୍ୟ ଆମ ଦେହର ତାପ ପରିବେଶକୁ
(ii) ଆମେ ଗ୍ରୀଷ୍ମ ଋତୁରେ ଧଳା ବା ହାଲ୍‌କା ରଙ୍ଗର ପୋଷାକ ଏବଂ ଶୀତ ଋତୁରେ ଗାଢ଼ ରଙ୍ଗର ପୋଷାକ ପିନ୍ଧିଥାଉ ।

→ ପାଠ୍ୟବିଷୟ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର :

Question 1.
ତିନୋଟି ପାତ୍ର ‘କ’, ‘ଖ’ ଓ ‘ଗ’ରେ ଯଥାକ୍ରମେ ଗରମ ପାଣି, ସାଧାରଣ କଳ କିମ୍ବା କୂଅ ପାଣି ଓ ବରଫ ମିଶା ପାଣି ନିଆଯାଉ । ବାମ ହାତକୁ ‘କ’ ପାତ୍ରରେ ବୁଡ଼ାଇ ତା’ପରେ ‘ଖ’ ପାତ୍ରରେ ବୁଡ଼ାଯାଉ ଏବଂ ଡାହାଣ ହାତକୁ ‘ଗ’ ପାତ୍ରରେ ବୁଡ଼ାଇ ତା’ପରେ ‘ଖ’ ପାତ୍ରରେ ବୁଡ଼ାଯାଉ । ଏବେ କୁହତ, ‘ଖ’ ପାତ୍ରର ପାଣି ‘ଗରମ ପାଣି’ ନା ‘ଥଣ୍ଡା ପାଣି’ ?
BSE Odisha Class 7 Science Solutions Chapter 6 Img 1
Solution:
‘ଖ’ ପାତ୍ରର ପାଣି ‘ଗରମ ପାଣି’ ବା ‘ଥଣ୍ଡା ପାଣି’ ନୁହେଁ । ଏହି ପାତ୍ରରେ ‘ସାଧାରଣ ପାଣି’ ଅଛି । 37° € ବା 98.4°F କାହାର ଦେହର ତାପମାତ୍ରା ଅଟେ ?

Question 2.
37° C ବା 98.4°F କାହାର ଦେହୁର ତାପମାତ୍ରା ଅଟେ ?
Solution:
37° C ବା 98.4°F ହେଉଛି ସୁସ୍ଥ ବ୍ୟକ୍ତିଙ୍କର ଦେହର ହାରାହାରି ତାପମାତ୍ରା ।

Question 3.
ଜ୍ଵର ତାପମାନ ଯନ୍ତ୍ରର ଦୁଇ ପ୍ରାନ୍ତର ମାପାଙ୍କ 35° C ଓ 42°C କାହିଁକି ଅଟେ ?
Solution:
ମଣିଷ ଦେହର ତାପମାତ୍ରା ସାଧାରଣତଃ 35° C ଠାରୁ କମ୍ ବା 42° C ଠାରୁ ବେଶୀ ହୁଏ ନାହିଁ । ସେଥପାଇଁ ଜ୍ଵର ତାପମାନ ଯନ୍ତ୍ରର ଦୁଇ ପ୍ରାନ୍ତର ମାପାଙ୍କ 35°C ଓ 42°C ଅଟେ ।

Question 4.
ଏପରି ଦୁଇଟି ଅବସ୍ଥା କହ ଯେଉଁଥ‌ିରେ କି ମଣିଷ ଦେହର ତାପମାତ୍ରା 37°C ବା 98.4°F ତଳକୁ ଚାଲିଯିବ ।
Solution:

  • ଜଣେ ବ୍ୟକ୍ତିକୁ ସନ୍ନିପାତ ହେଲେ ତା’ର ଶରୀର ତାପମାତ୍ରା 37° C ବା 98.4°F ତଳକୁ ଚାଲିଯିବ ।
  • ଜଣେ ବ୍ୟକ୍ତି ଅଧିକ ସମୟ ପାଣିଭିତରେ ରହିଲେ ତା’ ଶରୀରର ତାପମାତ୍ରା 37°C ବା 98.4°F ତଳକୁ ଚାଲିଯିବ ।

Question 5.
ତାପ ପ୍ରୟୋଗ କଲେ ପଦାର୍ଥର ତାପମାତ୍ରା ବଢ଼ିବାର ଓ ତାପ ଅପସାରଣ କଲେ ପଦାର୍ଥର ତାପମାତ୍ରା କମିବାର ଦୁଇଟି ଲେଖାଏଁ ଉଦାହରଣ ଦିଅ ।
Solution:
ତାପ ପ୍ରୟୋଗଦ୍ଵାରା ତାପମାତ୍ରା କମିବାର ଉଦାହରଣ –

  • ଲୁହାଛଡ଼କୁ ଜଳୁଥିବା ଚୁଲ୍ଲାରେ କିଛି ସମୟ ପକାଇ ଦେଲେ ତା’ର ତାପମାତ୍ରା ବଢ଼ିଯିବ ।
  • ଜଳକୁ କିଛି ସମୟ ଗରମ କଲେ ତା’ର ତାପମାତ୍ରା ବଢ଼ିଯିବ ।

ତାପ ପ୍ରୟୋଗଦ୍ଵାରା ତାପମାତ୍ରା କମିବାର ଉଦାହରଣ –

  • ଖରାରେ ପଡ଼ିଥିବା ଲୁହାଛଡ଼କୁ କିଛି ସମୟ ଥଣ୍ଡାପାଣିରେ ବୁଡ଼ାଇ ରଖୁଲେ ଲୁହାଛଡ଼ର ତାପମାତ୍ରା କମିଯିବ ।
  • ଷ୍ଟିଲ୍ ଚାମଚକୁ ଫ୍ରିଜମଧ୍ୟରେ କିଛି ସମୟ ରଖ୍ ଦେଲେ ତା’ର ତାପମାତ୍ରା କମିଯିବ ।

Question 6.
ପାରଦର କ’ଣ କ’ଣ ବିଶେଷ ଗୁଣ ଅଛି ବୋଲି ତୁମେ ଭାବୁଛ ବା ଜାଣିଛ ତାହା ତୁମ ଖାତାରେ ଲେଖ ।
Solution:

  • ପାରଦ ଏକ ତରଳ ପଦାର୍ଥ (ଧାତୁ) ହୋଇଥବାରୁ ଯେ କୌଣସି କାଚନଳୀରେ ଏହାକୁ ନେଇ, ତାପ ପ୍ରୟୋଗ କଲେ ଏହାର ପ୍ରସାରଣ ମାପିବା ସହଜ ସାଧ୍ୟ ହୋଇଥାଏ ।
  • ଏହା ଏକ ଅସ୍ବଚ୍ଛ ଏବଂ ଉଜ୍ଜ୍ଵଳ ତରଳ ପଦାର୍ଥ ହୋଇଥିବାରୁ ତାପମାନ ଯନ୍ତ୍ରର କାଚ ମଧ୍ୟ ଦେଇ ସହଜରେ ଚିକ୍ ଚିକ୍ ହୋଇ ଦେଖାଯାଏ ।
  • ଏହା କାଚଳନୀରେ ଲାଗିଯାଏ ନାହିଁ ।
  • ଅନ୍ୟ ତରଳ ପଦାର୍ଥ ତୁଳନାରେ ଅତି କମ୍ ତାପମାତ୍ରା ବୃଦ୍ଧିରେ ଏହା ଅଧିକ ପ୍ରସାରିତ ହୋଇଥାଏ ।
  • ନିର୍ଦ୍ଧାରିତ ପଦାର୍ଥର ତାପମାତ୍ରା ନିର୍ଣ୍ଣୟ କରିବା ପାଇଁ ଏହା ପଦାର୍ଥଠାରୁ ବହୁତ କମ୍ ପରିମାଣର ତାପ ଗ୍ରହଣ କରେ । ତେଣୁ ସେହି ପଦାର୍ଥର ତାପୀୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ସୃଷ୍ଟି କରେ ନାହିଁ ।
  • ଏହା ସହଜରେ ଶୁଦ୍ଧ ଅବସ୍ଥାରେ ମିଳେ |
  • ଏହାର ସ୍ଫୁଟନାଙ୍କ 357°C ଏବଂ ହିମାଙ୍କ – 39°C ହୋଇଥିବାରୁ ଏହାକୁ ନେଇ ଗଠିତ୍ର ତାପମାନ ଯନ୍ତ୍ରର ପରାସ ଯଥେଷ୍ ଅଧିକ ଅଟେ |

BSE Odisha 7th Class Science Solutions Chapter 6 ତାପ ଓ ତାପ ସଂଚରଣ

Question 7.
ଖବର କାଗଜମାନଙ୍କରେ ପ୍ରାୟତଃ ପ୍ରଥମ ପୃଷ୍ଠାରେ ପ୍ରତିଦିନ ପାଣିପାଗ ସମ୍ବନ୍ଧୀୟ ଖବର ନିର୍ଦ୍ଦିଷ୍ଟ ସ୍ତମ୍ଭରେ ପ୍ରକାଶ ପାଇଥାଏ । ସେଥ‌ିରେ ନିର୍ଦ୍ଦିଷ୍ଟ ସହରର ପୂର୍ବଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଉଲ୍ଲିଖ୍ ଥାଏ । ଏହା କିପରି ମପାଯାଏ ?
Solution:
ପାଣିପାଗ ପଯ୍ୟବେଶଣ କେନ୍ଦୁମାନକରେ ଥିବା ତାପମାନ ଯନ୍ତ୍ରଦ୍ୱାରା କୌଣସି ସ୍ଥାନର ସବୋଲ ପତନିମ୍ନ ତାପମାତ୍ରା ମପାଯାଏ ।

Question 8.
ଗୋଟିଏ ବିକର୍‌ରେ ଥ‌ିବା ପାଣିର ତାପମାତ୍ରା ମାପିବାକୁ ତୁମ୍ଭ ସାଙ୍ଗମାନଙ୍କୁ କୁହ । ତୁମ ଓ ତୁମ ସାଥ୍‌ମାନଙ୍କ ଦ୍ବାରା ମପାଯାଇଥିବା ଉକ୍ତ ପାଣିର ତାପମାତ୍ରାର ପାଠ୍ୟଙ୍କ ସମାନ ନା ଭିନ୍ନ ଅଟେ ? ପାଣି ଅପରିବର୍ତ୍ତିତ ଥ‌ିବାରୁ ପାଠ୍ୟଙ୍କରେ ଏପରି ବିଭିନ୍ନତା କାହିଁକି ?
Solution:
ମୁଁ ଓ ମୋ ସାଥୀମାନଙ୍କ ଦ୍ଵାରା ମପାଯାଇଥିବା ଉକ୍ତ ପାଣିର ତାପମାତ୍ରା ବା ପାଠ୍ୟଙ୍କ ଭିନ୍ନ ହେଲା । କାରଣ ପରାଣୀଗରରେ ତାପମାନ ଯନ୍ତ୍ରରେ ବ୍ୟବସ୍ତାର ପ୍ରମପ୍ରଦେ ଅବଲେମୂଳ କରିବାରେ ଏପରି ଘଟିଲା |

Question 9.
ପରୀକ୍ଷାଗାରର ତାପମାନ ଯନ୍ତ୍ର ବ୍ୟବହାର କରି ତୁମେ ତୁମ ଦେହର ତାପମାତ୍ରା ମାପି ପାରିବ କି ? ତୁମର ଉତ୍ତର କାରଣ ସହ ବୁଝାଅ ।
Solution:

  • ପରୀକ୍ଷାଗାର ତାପମାନ ଯନ୍ତ୍ର ବ୍ୟବହାର କରି ଦେହର ତାପମାତ୍ରା ମାପି ହେବ ନାହିଁ ।
  • କାରଣ ପରୀକ୍ଷାଗାର ତାପମାନ ଯନ୍ତ୍ରରେ ବଲ୍‌ବ ଓ କୈଶିକ ନଳୀ ମଧ୍ଯରେ ବିଭଙ୍ଗ (Knick) ନଥ‌ିରୁ ଜିଭ ତଳୁ ବା କାଖ ସନ୍ଧିରୁ ଏହାକୁ କାଢ଼ି ଆଣିଲେ କୈଶିକ ନଳୀରେ ପାରଦ ସ୍ତମ୍ଭଟି ତଳକୁ ଖସିଆସେ ।

Question 10.
ତୁମ ପାଇଁ କାମ ୬.୯ରେ ବର୍ଣ୍ଣିତ ପରୀକ୍ଷାଟିକୁ ତୁମେ ଯଦି ଲୁହା ବା ଆଲୁମିନିୟମ୍ ଦଣ୍ଡ ବଦଳରେ ପ୍ଲାଷ୍ଟିକ୍ ଦଣ୍ଡ ନେଇ କର, ତା’ ହେଲେ କ’ଣ ସେଥ‌ିରେ ଲାଗିଥ‌ିବା ପିନ୍ କଣ୍ଟା ସେହିପରି କ୍ରମାଗତ ଭାବରେ ଖସି ତଳେ ପଡ଼ିବ ?
Solution:
ନା, ପିନ୍‌କଣ୍ଟା କ୍ରମାଗତଭାବେ ତଳକୁ ଖସିପଡ଼ିବ ନାହିଁ ।

Question 11.
ଧର ଗୋଟିଏ ବାଡ଼ି ଅଛି ଯାହାର ଲମ୍ବ ବାଗରେ ଅର୍ଦ୍ଧେକ ତମ୍ବାରେ ତିଆରି ଓ ବାକି ଅର୍ଦ୍ଧେକ କାଠରେ ତିଆରି ତଳ ଚିତ୍ର ଦେଖା | ଏକ୍ତି ଜାଗିରିର ଉତ୍ପା କାଠର ମିଳିତ ସ୍ଥାନକ କାଗଲରେ ଧରି ବାପ ତା ମନ୍ତ୍ରମତଦା ଶିଖାରେ ଦେଖାଇ ଉତ୍ତପ୍ତ କଲେ କ’ଣ ହେବ ? ତୁମର ଉତ୍ତରକୁ ‘ପରିବହନ’ ନୀତି ବ୍ୟବହାର କରି ବୁଝାଅ
BSE Odisha Class 7 Science Solutions Chapter 6 Img 2
(i) ବାଡ଼ିଟିର ତମ୍ବା ଓ କାଠର ମିଳିତ ସ୍ଥାନକୁ କାଗଜରେ ଧରି ଉତ୍ତପ୍ତ କଲେ କାଠ ଉପରେ ଥ‌ିବା କାଗଜଟି ଜଳିଯିବ, ମାତ୍ର ତାମା ଉପରେ ଥିବା କାଲେ କାଲିର ନାହିଁ |
(ii) କାଠ ତାପ କୁପରିବାହୀ ହୋଇଥିବାରୁ ତାପ ସଞ୍ଚରିତ ହୋଇ ନପାରି କାଗଜ ଉପରେ କେନ୍ଦ୍ରୀଭୂତ ହେବାରୁ କାଗଜଟି ଜଳିଗଲା । ମାତ୍ର ତମ୍ବା ତାପ ସୁପରିବାହୀ ହୋଇଥିବାରୁ ତାପ ତମ୍ବା ଦଣ୍ଡରେ ସଞ୍ଚରିତ ହେଲା, କାଗଜ ଉପରେ ହୋଇପାରିଲା ନାହିଁ । ତେଣୁ କାଗଜଟି ଜଳିଲା ନାହିଁ ।

Question 12.
ପାତ୍ରରେ ଥ‌ିବା ପାଣି ଭିତରେ (ତୁମ ପାଇଁ କାମ. ୬.୧୧ରେ ବର୍ଣ୍ଣିତ ପରୀକ୍ଷାରେ) ପୋଟାସିୟମ ପରମାଙ୍ଗାନେଟ୍ ସ୍ଫଟିକ କାହିଁକି ନିଆଯାଇଥିଲା କୁହ ।
Solution:
ପାଣିରେ ପୋଟାସିୟମ ପରିମାଙ୍କନେଟ୍ ସ୍ଥଟିକମୁତିକ୍ତ ଭଲଭାବରେ ଦେଖି ଦେଇଥିଲାବ ପରିବାରୁ ବୁଝିବା ସଦଲ ହୋଇଥାଏ | ତେଣୁ ପୋଟାମିୟମ୍ ପରମାଙ୍କନେଟ୍ ନିଆଯାଇଥାଲ |

Question 13.
ପରିଚଳନଦ୍ୱାରା ବାୟୁରେ ତାପ ସଂଚରଣ ଯୋଗୁଁ ପ୍ରକୃତିରେ ସୃଷ୍ଟି ହେଉଥ‌ିବା ଆଉ ତିନୋଟି ପ୍ରକ୍ରିୟାର ଦୃଷ୍ଟାନ୍ତ ଦିଅ ।
Solution:
ପରିଚଳନ ଦ୍ବାରା ବାୟୁରେ ତାପ ସଂଚରଣ ଯୋଗୁଁ ପ୍ରକୃତିରେ ସୃଷ୍ଟି ହେଉଥିବା ତିନୋଟି ପ୍ରକ୍ରିୟାର ଦୃଷ୍ଟାନ୍ତ ହେଲା–

  • ମରୀଚିକା – ଖରାବେଳେ ମରୁଭୂମିରେ ତୁଷାର୍ଥ ପଥ୍ୟକ ଚକ୍ଷୁରେ ଭ୍ରାନ୍ତ ଜଳଧାରଣା ସୃଷ୍ଟିକରେ ।
  • ଲୁ – ଗ୍ରୀଷ୍ମଋତୁରେ ଅପରାହ୍ନରେ ଗରମ ଝାଞ୍ଜି ପବନ ବହିଥାଏ ।
  • କାଳବୈଶାଖୀ – ଗ୍ରୀଷ୍ମ ଋତୁରେ ଆକସ୍ମିକ ଭାବେ ଝଡ଼ତୋଫାନ ସହ ବର୍ଷା ହୁଏ ।

Question 14.
ବିକିରଣ ଉପାୟରେ ତାପ ସଂଚରଣର ଆଉ କେତୋଟି ଉଦାହରଣ ଦିଅ ।
Solution:

  • ଲଲଂଲରେ ନିଆଁ ଲାଗିଲେ ବିକିରଣ ଉପାୟରେ ତାପ ସଞ୍ଚରଣ ହୁଏ ।
  • କୌଣସି ଅଞ୍ଚଳରେ ତୁଷାରପାତ ହେଲେ ବିକିରଣ ଉପାୟରେ ତାପ ସଞ୍ଚରିତ ହୁଏ ।

Question 15.
ଆମେ କାହିଁକି ସାଧାରଣତଃ ଗ୍ରୀଷ୍ମଋତୁରେ ଧଳା ବା ହାଲ୍‌କା ରଙ୍ଗର ପୋଷାକ ଏବଂ ଶୀତ ଋତୁରେ ଗାଢ଼ ରଙ୍ଗର ପୋଷାକ ପିନ୍ଧିଥାଉ ।
Solution:

  • ଧଳା ବା ହାଲ୍‌କା ରଙ୍ଗର ପୋଷାକ ସୂର୍ଯ୍ୟ କିରଣରୁ କମ୍ ତାପଶକ୍ତି ଶୋଷଣ କରେ । ତେଣୁ ଖରାଦିନେ ଏଭଳି ପୋଷାକ ପିନ୍ଧିଲେ ବେଶି ଗରମ ଜଣାପଡ଼େ ନାହିଁ ।
  • ଗାଢ଼ ରଙ୍ଗର ପୋଷାକ ସୂର୍ଯ୍ୟକିରଣରୁ ଅଧିକ ତାପଶକ୍ତି ଶୋଷଣ କରେ । ତେଣୁ ଶୀତଦିନେ ଗାଢ଼ ରଙ୍ଗର ପୋଷାକ ପିନ୍ଧିଲେ ବେଶି ଥଣ୍ଡା ଲାଗେ ନାହିଁ ।

→ ଆସ, ଜାଣିବା:

  • ଗୋଟିଏ ବସ୍ତୁର ତାପୀୟ ଅବସ୍ଥା ଜାଣିବା ପାଇଁ ଆମର ସ୍ପର୍ଶ ଅନୁଭୂତି ଏକ ନିର୍ଭରଯୋଗ୍ୟ ପଦ୍ଧତି ନୁହେଁ ।
  • ପଦାର୍ଥରେ ଥ‌ିବା ଅଣୁଗୁଡ଼ିକର ଗତିର ବେଗ ବଢ଼ିଲେ ପଦାର୍ଥର ଉଷ୍ଣତା ବଢ଼େ ଓ ଅଣୁଗୁଡ଼ିକର ଗତିର ବେଗ କମିଲେ ପଦାର୍ଥର ଉଷ୍ଣତା କମେ ।
  • ଗୋଟିଏ ବସ୍ତୁର ତାପମାତ୍ରା ବସ୍ତୁଟିର ତାପୀୟ ଅବସ୍ଥା ସୂଚାଇଥାଏ ।
  • ତାପମାନ ଯନ୍ତ୍ର ବା ଥର୍ମୋମିଟର ସାହାଯ୍ୟରେ ତାପମାତ୍ରା ମପାଯାଏ ।
  • ମଣିଷ ଦେହର ତାପମାତ୍ରା ଜାଣିବାପାଇଁ ଜ୍ଵର ତାପମାନ ଯନ୍ତ୍ର ବ୍ୟବହାର କରାଯାଏ । ଏହି ତାପମାନ ଯନ୍ତ୍ରର ପରାସ 35° C ଠାରୁ 42° C ପର୍ଯ୍ୟନ୍ତ ଅଟେ । ଅନ୍ୟ କାର୍ଯ୍ୟ ପାଇଁ ଆମେ ପରୀକ୍ଷାଗାର ତାପମାନ ଯନ୍ତ୍ର ବ୍ୟବହାର କରିଥାଉ । ସେ ତାପମାନ ଯନ୍ତ୍ରର ପରାସ ସାଧାରଣତଃ −10° C ଠାରୁ 110 C ପର୍ଯ୍ୟନ୍ତ ଅଟେ ।
  • ମଣିଷ ଦେହର ସାଧାରଣ ତାପମାତ୍ରା 37 C ବା 98.4° F ଅଟେ ।
  • ଦୁଇଟି ପଦାର୍ଥ ତାପୀୟ ସଂସ୍ପର୍ଶରେ ଆସିଲେ ଅଧ୍ଵ ଉତ୍ତପ୍ତ ପଦାର୍ଥରୁ ତାପ କମ୍ ଉତ୍ତପ୍ତ ପଦାର୍ଥକୁ ସଂଚରିତ ହୋଇଥାଏ ।
  • ତାପ ପରିବହନ ଉପାୟରେ କଠିନ ବସ୍ତୁରେ ସଂଚରିତ ହୁଏ । ସେହିପରି ତାପ ପରିଚଳନ ଉପାୟରେ ତରଳ ଓ ଗ୍ୟାସୀୟ ପଦାର୍ଥରେ ସଂଚରିତ ହୁଏ । ବିକିରଣ ଉପାୟରେ ତାପ ସଂଚରଣ ପାଇଁ କୌଣସି ମାଧ୍ୟମ ଦରକାର ହୁଏ ନାହିଁ । ପାରଦ ଯାହାକି ଏକ ତରଳ ଧାତୁ ଅଟେ କିନ୍ତୁ ସେଣ୍ଡ୍‌ରେ ତାପ ପରିବହନ ଉପାୟରେ ସଂଚରିତ ହୁଏ ।
  • ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିଚଳନ ପ୍ରକ୍ରିୟାର ଉଦାହରଣ ଅଟେ ।
  • ଯେଉଁ ପଦାର୍ଥ ମଧ୍ଯ ଦେଇ ତାପ ସହଜରେ ସଂଚରିତ ହୁଏ ତାକୁ ତାପ ସୁପରିବାହୀ କୁହାଯାଏ ।
  • ଯେଉଁ ପଦାର୍ଥ ମଧ୍ଯ ଦେଇ ତାପ ସହଜରେ ସଂଚରିତ ହୁଏ ନାହିଁ ତାକୁ ତାପ କୁପରିବାହୀ କୁହାଯାଏ ।
  • ଗାଢ଼ ରଙ୍ଗର ବସ୍ତୁ, ହାଲ୍‌କା ରଙ୍ଗର ବସ୍ତୁ ଅପେକ୍ଷା ଅଧିକ ତାପ ବିକିରଣ ଅବଶୋଷଣ କରେ । ସେଥ‌ିପାଇଁ ଗ୍ରୀଷ୍ମଋତୁରେ ଧଳା ବା ହାଲ୍‌କା ରଙ୍ଗର ପୋଷାକ ପିନ୍ଧିଲେ ଆମକୁ ଆରାମ ଲାଗେ |
    ପଶମ ତନ୍ତୁମାନଙ୍କ ମଧ୍ୟରେ ଥିବା ବାୟୁ କୁପରିବାହୀ ଅଟେ ।

Leave a Comment