Go through 7th Class Science Book Odia Medium Question Answer and Class 7 Science Chapter 6 Question Answer Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ to understand textbook questions more clearly.
7th Class Science Chapter 6 Question Answer Odia Medium
Class 7 Science Chapter 6 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ଏଗାର ବର୍ଷର ବାଳକ ରମେଶ ମୁହଁରେ କିଛି ବ୍ରଣ ହୋଇଥିଲା । ତା’ର ମାଆ ତାକୁ କହିଥିଲେ ଯେ ଏହା ଶରୀରରେ ଚାଲିଥିଲା ଜୈବିକ ପରିବର୍ତ୍ତନ ଯୋଗୁଁ ହେଉଛି ।
(i) ରମେଶ ମୁହଁରେ ଏହି ବ୍ରଣ ହେବାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ?
(ii) ଏହି ବ୍ରଣରୁ ଆରାମ ପାଇବା ପାଇଁ ସେ କ’ଣ କରିପାରିବ ?
Answer:
(i) (a) ରମେଶର ବୟସ 11 ବର୍ଷ ଅଟେ । ଏହି କିଶୋରାବସ୍ଥା ସମୟରେ ମୁହଁ ଚର୍ମରେ ବ୍ରଣ ଦେଖାଯିବା ଏକ ସାଧାରଣ ଘଟଣା ଅଟେ ।
(b) ଏହି ବୟସରେ ଚର୍ମରୁ ଅଧିକ ତୈଳାକ୍ତ ପଦାର୍ଥ ସ୍ରବଣ ହୋଇଥାଏ, ଯାହା ଚର୍ମର ଛିଦ୍ରକୁ ବନ୍ଦ କରିଦିଏ । ସଂକ୍ରମଣ ହିଁ ବ୍ରଣ ସୃଷ୍ଟିର କାରଣ ଅଟେ ।
(c) କେତେଗୁଡ଼ିଏ ଚର୍ମ ରୋଗର ବ୍ରଣ ଏକମାତ୍ର ଲକ୍ଷଣ ଅଟେ ।
(ii) ବ୍ରଣରୁ ରକ୍ଷାପାଇବାର ଉପାୟ :
(a) ଦିନକୁ 2 ଥର ଫେସ୍ ସ୍ଵାସ୍ କ୍ରିମ୍ ବ୍ୟବହାର କରି ମୁହଁକୁ ଧୋଇବା ଆବଶ୍ୟକ ଅଟେ ।
(b) ବ୍ରଣକୁ ନଖରେ ଛଣ୍ଡାଇବା ଉଚିତ ନୁହେଁ, କାରଣ ଏହାଦ୍ଵାରା ବୀଜାଣୁ ସଂକ୍ରମଣ ଅଧିକ ହୋଇ କ୍ଷତ ସ୍ଥାନ ବୃଦ୍ଧି ପାଇଥାଏ ।
(c) ସୁଷମ ଖାଦ୍ୟ ଯଥା ଫଳ, ପନିପରିବା ଖାଇବା ସହିତ ଅଧିକ ପରିମାଣର ଜଳ ପିଇବା ଉଚିତ ଅଟେ ।
(d) ତୈଳାକ୍ତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣରୁ ଦୁରେଇ ରହିବା ଆବଶ୍ୟକ ।
(e) ମୁଣ୍ଡର ବାଳ ଓ ହାତକୁ ସର୍ବଦା ପରିଷ୍କାର ରଖୁବା ଆବଶ୍ୟକ ।
(f) ଅନେକ ଦିନ ଧରି ବ୍ରଣ ଭଲ ନହେଲେ, ଚିକିତ୍ସକଙ୍କ ପରମର୍ଶ ନେବା ଆବଶ୍ୟକ ଅଟେ ।
![]()
Question 2.
କିଶୋରମାନଙ୍କ ପାଇଁ ନିମ୍ନଲିଖୁତ ଖାଦ୍ୟସମୂହ ମଧ୍ୟରୁ କେଉଁଟି ଏକ ଭଲ ବିକଳ୍ପ ହେବ ଏବଂ କାହିଁକି ?

Answer:
‘ଖ’ ଥାଳିରେ ରହିଥିବା ଖାଦ୍ୟ ଯଥା ରୁଟି, ଦହି, ପନିପରିବା ତରକାରି ଇତ୍ୟାଦି କିଶୋରାବସ୍ଥା ପାଇଁ ଉପଯୁକ୍ତ ସୁଷମ ଖାଦ୍ୟ ଅଟେ । କିନ୍ତୁ ‘କ’ ଥାଳିରେ ଥିବା ଖାଦ୍ୟ ଯଥା ପିଜା, ବର୍ଗର, ଚିପ୍ସ ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟ ହୋଇଥିବାରୁ ସେଥୁରେ ଭିଟାମିନ ଓ ଧାତୁସାରର ଅଭାବ ରହିଥାଏ । ତେଣୁ ‘ଖ’ ଥାଳି କିଶୋରମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ ।
Question 3.
ନିମ୍ନଲିଖତ ବାକ୍ୟଗୁଡ଼ିକରେ ରେଖାଙ୍କିତ ଶବ୍ଦକୁ ଅର୍ଥବୋଧକ କର ।
(i) ସାଧାରଣତଃ ପ୍ରତି ୨୮–୩୦ ଦିନରେ ଘଟୁଥିବା କିଶୋରୀମାନଙ୍କ ରକ୍ତ ନିର୍ଗତ ହେବା ପ୍ରକ୍ରିୟା ଋତୁସ୍ରାବ ଅଟେ ।
(ii) କିଶୋର ପୁଅମାନଙ୍କ ସ୍ଵରରେ କର୍କଶତାର ସ୍ୱରପେଟିକା ବୃଦ୍ଧି ହେତୁ ହୋଇଥାଏ ।
(iii) ଗୌଣ ଯୌନ ବୈଶିଷ୍ଟ୍ୟଗୁଡ଼ିକ ହେଉଛି କେତେକ ପ୍ରାକୃତିକ ଲକ୍ଷଣ ଯାହା ଶରୀର ଯୁବାବସ୍ଥା ନିମନ୍ତେ ପାଇଁ ପ୍ରସ୍ତୁତ ହେବା ଓ ଆରମ୍ଭ ଚିହ୍ନିତ କରେ ।
(iv) ଆମେ ତମାଖୁ ଓ ମାଦକଦ୍ରବ୍ୟକୁ ନା କହିବା ଉଚିତ କାରଣ ଏଗୁଡ଼ିକ ନିଶାକାରକ ।
Answer:
(i) ପ୍ରଶ୍ନଟି ଅର୍ଥବୋଧକ କରି ଲେଖାଯାଇଛି ।
(ii) ପ୍ରଶ୍ନଟି ଅର୍ଥବୋଧକ କରି ଲେଖାଯାଇଛି ।
(iii) ପ୍ରଶ୍ନଟି ଅର୍ଥବୋଧକ କରି ଲେଖାଯାଇଛି ।
(iv) ପ୍ରଶ୍ନଟି ଅର୍ଥବୋଧକ କରି
![]()
Question 4.
ଶାନ୍ତି ତା’ର ସାଙ୍ଗକୁ କହିଲା ଲେଖାଯାଇଛି । ଯେ ‘‘କିଶୋରାବସ୍ଥା କେବଳ ଶାରୀରିକ ଯେପରିକି ଉଚ୍ଚତା ବୃଦ୍ଧି କିମ୍ବା ଶରୀରର କେଶ ବୃଦ୍ଧି ପରି ପରିବର୍ତ୍ତନ ଆଣିଥାଏ ।’’ ସେ କ’ଣ ଠିକ୍ କହିଲା ? ଶାନ୍ତିର ଏହି ବର୍ଣ୍ଣନାରେ ତୁମେ କ’ଣ ପରିବର୍ତ୍ତନ କରିବ ?
Answer:
ଶାନ୍ତି ତା’ ସାଙ୍ଗକୁ ଆଂଶିକ ସତ୍ୟ କଥା କହିଲା । ଅବଶ୍ୟ କିଶୋରାବସ୍ଥା ଶାରୀରିକ ପରିବର୍ତ୍ତନ ସହ ଜଡ଼ିତ । ଏହି ସମୟରେ ଉଚ୍ଚତା, ଓଜନ ବୃଦ୍ଧି ସହିତ କେଶ ବୃଦ୍ଧି ହୋଇଥାଏ । ଶାନ୍ତିର ଏହି ବର୍ଣ୍ଣନାରେ ଆମେ ନିମ୍ନଲିଖୂତ ପରିବର୍ତ୍ତନ କରିପାରିବା ।
- କିଶୋରବସ୍ଥା କିଶୋର-କିଶୋରୀମାନଙ୍କୁ ପ୍ରଜନନକ୍ଷମ କରାଇଥାଏ । ଏହି ଅବସ୍ଥାକୁ ଯୌବନାରମ୍ଭ କୁହାଯାଏ ।
- କିଶୋରୀମାନଙ୍କଠାରେ ମାସିକ ଋତୁସ୍ରାବ ଆରମ୍ଭ ହୋଇଥାଏ ।
- କିଶୋର-କିଶୋରୀମାନଙ୍କଠାରେ ଆବେଗାତ୍ମକ ଓ ଆଚରଣଗତ ପରିବର୍ତ୍ତନ ହୁଏ ।
- ସୁତରାଂ କିଶୋରାବସ୍ଥା ଏକ ପରିବର୍ତ୍ତନଶୀଳ ସମୟ ଯେଉଁଥରେ କିଶୋର-କିଶୋରୀମାନଙ୍କଠାରେ ଶାରୀରିକ, ପ୍ରଜନନଗତ, ଆବେଗାତ୍ମକ ଓ ବ୍ୟବହାରଗତ ପରିବର୍ତ୍ତନ ସଂଗଠିତ ହୋଇଥାଏ ।
Question 5.
ଶ୍ରେଣୀରେ ଏକ ଆଲୋଚନା ସମୟରେ, କିଛି ଛାତ୍ର ନିମ୍ନଲିଖତ ବିଷୟଗୁଡ଼ିକ ଉଠାଇଥିଲେ । ଏହି ବିଷୟଗୁଡ଼ିକ ଠିକ୍ କି ଭୁଲ୍ ଯାଞ୍ଚ କରିବା ପାଇଁ ତୁମେ ସେମାନଙ୍କୁ କେଉଁ ପ୍ରଶ୍ନ ପଚାରିବ ?
(କ) କିଶୋରମାନଙ୍କୁ ଆଚରଣଗତ ପରିବର୍ତ୍ତନ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।
Answer:
- କିଶୋରାବସ୍ଥାରେ ବାଳକ ବାଳିକାମାନଙ୍କଠାରେ କେଉଁ ପ୍ରକାର ଆଚରଣଗତ ପରିବର୍ତ୍ତନ ଦେଖାଯାଏ ?
- ବ୍ୟବହାରଗତ ପରିବର୍ତ୍ତନକୁ ଅଣଦେଖା କରିବାଦ୍ଵାରା ତୁମର ସଂପର୍କ ସ୍ଥାପନ ଓ ପାଠପଢ଼ା ପ୍ରଭାବିତ ହୋଇଥାଏ ?
- ବ୍ୟବହାରଗତ ପରିବର୍ତ୍ତନ ସମ୍ବନ୍ଧୀୟ ଶିକ୍ଷା ତୁମକୁ ଆତ୍ମବିଶ୍ଵାସୀ ଓ ଦାୟିତ୍ଵବାନ ହେବାରେ ସହାୟକ ହୁଏ କି ?
- ଆବେଗକୁ ବୁଝିବା ଓ ପରିଚାଳନା କରିବା କାହିଁକି ଗୁରୁତ୍ଵପୂର୍ଣ୍ଣ ?
(ଖ) ଯଦି କେହି ଥରେ କ୍ଷତିକାରକ ପଦାର୍ଥ ବ୍ୟବହାର କରନ୍ତି, ତେବେ ସେମାନେ ଯେତେବେଳେ ଚାହିଁବେ ସେତେବେଳେ ବନ୍ଦ କରିପାରିବେ ।
Answer:
- ତୁମେ ଜାଣିଛ କି କେତେକ କ୍ଷତିକାରକ ପଦାର୍ଥ ଥରେ ମାତ୍ର ବ୍ୟବହାର କଲାପରେ କିପରି ଅଭ୍ୟାସରେ ପରିଣତ ହୋଇଯାଇଥାଏ ?
- କ୍ଷତିକାରକ ପଦାର୍ଥଗୁଡ଼ିକ ଶରୀର ଓ ମସ୍ତିଷ୍କ ଉପରେ କିଛି ପ୍ରଭାବ ପକାଇଥାଏ କି
- ତୁମେ ଏପରି କିଛି ଲୋକଙ୍କୁ ଜାଣିଛ କି ଯେଉଁମାନେ ନିଶାସକ୍ତିକୁ ବନ୍ଦ କରିଦେବେ ବୋଲି ସ୍ଥିର କରିଥିଲେ ମାତ୍ର ସହଜରେ ଏପରି କରିପାରି ନଥିଲେ ?
- ବିଶେଷଜ୍ଞ ଓ ଡାକ୍ତରମାନେ କାହିଁକି ଥରେ ମାତ୍ର ନିଶାଦ୍ରବ୍ୟ ସେବନ ନ କରିବାକୁ ଚେତାବନୀ ଦେଇଥା’ନ୍ତି ।
Question 6.
କିଶୋରୀମାନେ କେତେକ ସମୟରେ ମନୋଭାବର ହଠାତ୍ ପରିବର୍ତ୍ତନ (mood swing) ଅନୁଭବ କରନ୍ତି । କିଛି ଦିନ ସେମାନେ ଖୁବ୍ ଉତ୍ସାହୀ (energetic) ଓ ଖୁସି ଅନୁଭବ କରନ୍ତି, ଆଉ କିଛି ଦିନ ସେମାନେ ଉଦାସ ଅନୁଭବ କରିପାରନ୍ତି । ଏହି ବୟସ ସହିତ ଅନ୍ୟ କେଉଁ ଆଚରଣଗତ ପରିବର୍ତ୍ତନ ଜଡ଼ିତ ?
Answer:
ଏହି ବୟସ ସହିତ ସଂପର୍କିତ ଅନ୍ୟ ଆଚରଣଗତ ପରିବର୍ତ୍ତନଗୁଡ଼ିକ ହେଲା –
- ସମ୍ବେଦନଶୀଳତା ବୃଦ୍ଧି
- ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ ପାଇଁ ପଦକ୍ଷେପ ନେବା କିମ୍ବା ଏଥନିମନ୍ତେ ସାମାଜିକ ସଂଗଠନରେ ଯୋଗଦେବା ।
- ନୂତନ କ୍ଷେତ୍ରଗୁଡ଼ିକରେ ଅଧିକ ଆଗ୍ରହ ଦେଖାଇବା ।
- ସାଙ୍ଗସାଥୀଙ୍କ ପ୍ରତି ଅଧିକ ଆକର୍ଷଣ ଅନୁଭବ କରିବା ।
- ମାଦକଦ୍ରବ୍ୟ ପ୍ରତି ଦୂର୍ବଳତା ପ୍ରଦର୍ଶନ କରନ୍ତି ।
![]()
Question 7.
ଶୌଚାଳୟ ବ୍ୟବହାର ସମୟରେ, ମାଳତୀ ଦେଖୁଲା ଯେ ବ୍ୟବହୃତ ସାନିଟାରୀ ପ୍ୟାଡ଼ ଅଳିଆ ପାତ୍ର ପାଖରେ ଏଣେତେଣେ ପଡ଼ିଛି । ଏହା ଦେଖୁ ସେ ଦୁଃଖ୍ତ ହେଲା ଏବଂ ନିଜ ଅନୁଭୂତି ସାଙ୍ଗମାନଙ୍କୁ କହିଲା । ସେମାନେ ଋତୁସ୍ରାବ ପରିଚ୍ଛନ୍ନତା ଏବଂ ସୁସ୍ଥ ପରିମଳ ଅଭ୍ୟାସ ବିଷୟରେ ଆଲୋଚନା କଲେ । ତୁମେ ତୁମ ବନ୍ଧୁମାନଙ୍କୁ ଋତୁସ୍ରାବ ସମୟରେ କେଉଁ ସ୍ଵାସ୍ଥ୍ୟବିଧ୍ ଏବଂ ପରିମଳ ଅଭ୍ୟାସ ବିଷୟରେ ପରାମର୍ଶ ଦେବ ?
Answer:
- ସାନିଟାରୀ ପ୍ୟାଡ଼ଗୁଡ଼ିକ ସର୍ବଦା ଖବରକାଗଜରେ ଗୁଡ଼ାଇ ଅଳିଆ ପାତ୍ର ଭିତରେ ଠିକ୍ ଭାବରେ ଫିଙ୍ଗିବା ଉଚିତ ।
- ସର୍ବଦା ପରିବେଶ ଅନୁକୂଳ ସାନିଟାରୀ ପ୍ୟାଡ଼ ବ୍ୟବହାର କରିବା ଆବଶ୍ୟକ ।
- ସୁଲଭ ମୂଲ୍ୟରେ ଜୈବ ବିଘଟନଶୀଳ ସାନିଟାରୀ ପ୍ୟାଡ଼ଗୁଡ଼ିକୁ ଜନଔଷଧ କେନ୍ଦ୍ର ମାଧ୍ୟମରେ କିଣିବା ।
- ସର୍ବଦା ନିଜର ସ୍ୱଚ୍ଛତା ଓ ଗୋଷ୍ଠୀର ସ୍ୱଚ୍ଛତା ପ୍ରତି ଯଶୀଳ ହେବାକୁ ବୁଝାଇବା ।
- ମନରେ ଲଜ୍ଜା କିମ୍ବା ଦ୍ଵିଧା ନ ରଖ୍ ଋତୁସ୍ରାବ ସମୟର ପରିଷ୍କାର ପରିଚ୍ଛନ୍ନତା ସଂପର୍କରେ ବନ୍ଧୁମାନଙ୍କ ସହ ଆଲୋଚନା କର ।
Question 8.
ମୀନା ଏବଂ ମନୋଜ ସହପାଠୀ ଓ ଭଲ ବନ୍ଧୁ ଥିଲେ । ୧୧ ବର୍ଷ ବୟସରେ, ମୀନାର ବେକ ଆଗ ଭାଗରେ ଏକ ଛୋଟ ଫୁଲା ସୃଷ୍ଟି ହୋଇଥିଲା । ସେ ଡାକ୍ତରଙ୍କ ପାଖକୁ ଯାଇଥିଲା । ଡାକ୍ତର ତାକୁ ଔଷଧ ଦେଇଥିଲେ ଏବଂ ଆୟୋଡ଼ିନ୍ ଯୁକ୍ତ ଖାଦ୍ୟ ଖାଇବାକୁ କହିଥିଲେ । ସେହିପରି, ୧୨ ବର୍ଷ ବୟସରେ ମନୋଜର ବେକର ଆଗ ଭାଗରେ ଏକ ଗଣ୍ଠି ସୃଷ୍ଟି ହୋଇଥିଲା । କିନ୍ତୁ ଡାକ୍ତର ତାକୁ କହିଥିଲେ ଯେ ଏହା ଶରୀର ବୃଦ୍ଧି ହେବାର ଏକ ଲକ୍ଷଣ । ତୁମ ମତରେ, ମୀନା ଏବଂ ମନୋଜକୁ ଡାକ୍ତର ଭିନ୍ନ ଭାବରେ ପରାମର୍ଶ ଦେବାର ସମ୍ଭାବ୍ୟ
କାରଣ କ’ଣ ହୋଇପାରେ ?
Answer:
(i) କିଶୋରାବସ୍ଥାରେ ପୁଅମାନଙ୍କର ଗଳାରେ ଥିବା ସ୍ଵରପେଟିକା ବୃଦ୍ଧି ପାଇଥାଏ । ଏହା ଯୋଗୁଁ ସେମାନଙ୍କ ସ୍ଵର କର୍କଶ ହୋଇଥାଏ, କାରଣ ଗଳାରେ ଥିବା ଏହି ସ୍ୱରପେଟିକା ଆମକୁ କଥା କହିବାରେ ସାହାଯ୍ୟ କରେ ।
(ii) ସ୍ୱରପେଟିକାର ବୃଦ୍ଧି ଗଳାରେ ଏକ ଗଣ୍ଠିଭାବେ ଦେଖଯାଇଥାଏ, ଏହାକୁ ଆଦାମ୍ଙ୍କ ଆପଲ ବୋଲି କୁହାଯାଏ । କେତେଜଣଙ୍କଠାରେ ଏହା ସ୍ପଷ୍ଟ ଭାବେ ଦେଖାଯାଇ ନଥାଏ । ସୁତରାଂ ପୁଅମାନଙ୍କ କ୍ଷେତ୍ରରେ ସ୍ୱରପେଟିକାର ବୃଦ୍ଧି ଏକ ସାଧାରଣ ପ୍ରକ୍ରିୟା ଓ ଏଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ ।
(iii) କିଶୋରୀମାନଙ୍କର ସ୍ୱରପେଟିକାର ବୃଦ୍ଧି ହୋଇଥାଏ, ମାତ୍ର ଏତେ ବୃଦ୍ଧି ହୋଇନଥାଏ । ଆୟୋଡ଼ିନର ଅଭାବରେ ବେଳେବେଳେ ମହିଳାମାନଙ୍କ ବେକରେ ଫୁଲା ଦେଖାଯାଇଥାଏ ଓ ଏହା ଗଳଗଣ୍ଡ ରୋଗର ଲକ୍ଷଣ । ଏଣୁ ଏହାର ଚିକିତ୍ସାପାଇଁ ଆୟୋଡ଼ିନ ଲବଣଯୁକ୍ତ ଖାଦ୍ୟ ଆବଶ୍ୟକ ।
(iv) ତେଣୁ ଡାକ୍ତର ମୀନା ଓ ମନୋଜକୁ ଭିନ୍ନଭାବରେ ପରାମର୍ଶ ଦେଇଥିଲେ ।
Question 9.
କିଶୋରାବସ୍ଥାରେ ପୁଅ ଓ ଝିଅମାନେ କିଛି ଶାରିରୀକ ପରିବର୍ତ୍ତନ ଭୋଗିଥା’ନ୍ତି, ଯାହା ମଧ୍ୟରୁ କିଛି ତଳେ ଲେଖା ଯାଇଛି । (ପ୍ରଶ୍ନ ସହିତ ଉତ୍ତର)
(କ) ସ୍ଵରରେ ପରବର୍ତନ
(ଖ) ସ୍ତନ ବିକାଶ
(ଗ) ନିଶ ବୃଦ୍ଧି
(ଘ) ମୁହଁରେ କେଶ ବୃଦ୍ଧି
(ଛ) କାଖରେ କେଶ ବୃଦ୍ଧି
(ଙ) ମୁହଁରେ ବ୍ରଣ
(ଚ) ଜନନାଙ୍ଗ ଅଞ୍ଚଳରେ କେଶ ବୃଦ୍ଧି
ନିମ୍ନରେ ଦିଆଯାଇଥିବା ସାରଣୀରେ ଏହି ପରବର୍ତ୍ତନଗୁଡ଼ିକୁ ବର୍ଗୀକୃତ କର ।
କିଶୋରାବସ୍ଥାରେ ଶାରୀରିକ ପରିବର୍ତ୍ତନ

Answer:
| କେବଳ ପୁଅମାନଙ୍କଠାରେ ପରିଲକ୍ଷିତ ହୁଏ | କେବଳ ଝିଅମାନଙ୍କଠାରେ ପରିଲକ୍ଷିତ ହୁଏ | ଉଭୟ ପୁଅ ଓ ଝିଅମାନଙ୍କଠାରେ ପରିଲକ୍ଷିତ ହୁଏ |
| ନିଶ ବୃଦ୍ଧି ମୁହଁରେ କେଶ ବୃଦ୍ଧି | ସ୍ତନ ବିକାଶ | ସ୍ୱରରେ ପରବର୍ତ୍ତନ ମୁହଁରେ ବ୍ରଣ ଜନନାଙ୍ଗ ଅଞ୍ଚଳରେ କେଶବୃଦ୍ଧି କାଖରେ କେଶବୃଦ୍ଧି |
![]()
Question 10.
କିଶୋରାବସ୍ଥାରେ ସୁସ୍ଥ ଜୀବନଶୈଳୀ ପାଇଁ ପରାମର୍ଶ ଉଲ୍ଲେଖ କରି ଏକ ପୋଷ୍ଟର ପ୍ରସ୍ତୁତ କର ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ପୋଷ୍ଟର ପ୍ରସ୍ତୁତ କରିବେ ।
ଅନୁସନ୍ଧାନମୂଳକ ପ୍ରକଳ୍ପ
Question 1.
ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି କି ?
Answer:
WHO ର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ସାରା ବିଶ୍ଵରେ ପ୍ରାୟ 45 କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଅଟନ୍ତି । ଭାରତରେ ଏହା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଆମ ଦେଶର ଲୋକଙ୍କ ମଧ୍ୟରେ ଏହି ରୋଗ ଓ ତାହାର ଚିକିତ୍ସା ସମ୍ବନ୍ଧରେ ଅନେକ ଭୁଲ ଧାରଣା ରହିଛି ।
Question 2.
ମାନସିକ ରୋଗରେ କେଉଁ ପ୍ରକାର ଲକ୍ଷଣ ଦେଖାଯାଇଥାଏ ?
Answer:
- ଅତି ଛୋଟ ଛୋଟ କଥାରେ ଅତ୍ୟଧ୍ବକ ଛାନିଆ, ବ୍ୟସ୍ତ, ବିବ୍ରତ ଲାଗିବା ।
- କେତେକ ନିର୍ଦ୍ଦିଷ୍ଟ ବସ୍ତୁ, ସ୍ଥାନ ଓ ପରିସ୍ଥିତି ପ୍ରତି ଭୟ ପ୍ରଦର୍ଶନ କରିବା ।
- ମନ ଅଧିକାଂଶ ସମୟରେ ଦୁଃଖରେ ରହିବା ।
- କାହା ସହିତ ମିଳାମିଶା କରିବାକୁ ଇଚ୍ଛା ନହେବା ।
- ସବୁବେଳେ ଏକୁଟିଆ ରହିବାକୁ ଭଲ ପାଇବା ।
- ମନରେ ଅନାବଶ୍ୟକ ଚିନ୍ତା ବାରମ୍ବାର ଆସିବା ।
- ବାରମ୍ବାର ହାତ, ଗୋଡ଼ ଧୋଇହେବା ।
- ନିଶାସେବନ କରିବା ପାଇଁ ଆଗ୍ରହ ବୃଦ୍ଧି ପାଇବା ।
Question 3.
ମାନସିକ ରୋଗ ହେବାର କାରଣ କ’ଣ ?
Answer:
- ମସ୍ତିଷ୍କରେ ଥିବା କେତେକ ରାସାୟନିକ ପଦାର୍ଥ (ନିଉରୋଟ୍ରାନ୍ସମିଟର)ର ମାତ୍ରାରେ ଅସନ୍ତୁଳନ ।
- ଜିନ୍ଗଗତ କାରଣ ।
- ସମାଜିକ କିମ୍ବା ପାରିପାର୍ଶ୍ଵକ ଚାପ ।
- ମହିଳାମାନଙ୍କ କ୍ଷେତ୍ରରେ ହରମୋନ୍ ଅସନ୍ତୁଳନ ଯୋଗୁଁ ମାନସିକ ଅବସାଦ ଦେଖାଯାଏ ।
- ମହିଳାମାନଙ୍କ କ୍ଷେତ୍ରରେ ଇଷ୍ଟ୍ରକାଜେନ୍ ହରମୋନ କମିଲେ ମାନସିକ ଭାରସାମ୍ୟ ନଷ୍ଟ ହୁଏ ।
![]()
Question 4.
ମାନସିକ ରୋଗର ଚିକିତ୍ସା ସମ୍ଭବ କି ?
Answer:
- ଆଧୁନିକ ଚିକିତ୍ସା ବିଜ୍ଞାନଦ୍ୱାରା ସବୁ ପ୍ରକାର ମାନସିକ ରୋଗର ଚିକିତ୍ସା କରାଯାଇପାରୁଛି ।
- ପ୍ରାରମ୍ଭିକ ଅବସ୍ଥାରେ ରୋଗର ଲକ୍ଷଣକୁ ଚିହ୍ନିବାରେ ବିଳମ୍ବ ହୋଇଥାଏ । ଡେରିରେ ଚିକିତ୍ସା ଆରମ୍ଭ କଲେ ଅଧ୍ଵକ ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ ।
- ସଠିକ ପରାମର୍ଶରେ ଔଷଧ ସେବନ କଲେ ରୋଗର ଲକ୍ଷଣ କ୍ରମଶଃ ହ୍ରାସ ପାଇଥାଏ ।
Question 5.
ଏହି ରୋଗର ଚିକିତ୍ସା ପାଇଁ ଔଷଧ କେତେଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼ିଥାଏ ?
Answer:
- କିଛି ମାନସିକ ସମସ୍ୟା ଅଛି, ଯେଉଁଥିରେ କିଛିମାସ ଔଷଧ ସେବନ କଲେ ରୋଗ ସମ୍ପୂର୍ଣ୍ଣଭାବେ ଭଲ ହୋଇଯାଇଥାଏ ।
- ଏ ପ୍ରକାର ଔଷଧ ଏକ ନିଶା ଅଟେ, ଏ ପ୍ରକାର ଧାରଣା ଭୁଲ ଅଟେ । ଏହି ରୋଗ ପାଇଁ ବ୍ୟବହୃତ ହେଉଥୁବା ଔଷଧଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ।
- ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କଲେ ଏହି ସମସ୍ୟା କେବେ ଦେଖାଦେବ ନାହିଁ ।
Question 6.
‘‘ବାଲ୍ୟ ବିବାହ’’ ଏକ ସାମାଜିକ କୁପ୍ରଥା ।
Answer:
(i) ବାଲ୍ୟ ବିବାହ ହେଉଛି ଯେ କୌଣସି ଆନୁଷ୍ଠାନିକ କିମ୍ବା ଅନୌପଚାରିକ ମିଳନ ଯେଉଁଠାରେ ଅତିକମ୍ରେ ଗୋଟିଏ ପକ୍ଷ 18 ବର୍ଷରୁ କମ୍ ବୟସର ହୋଇଥାଏ । ବିଶେଷକରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏହା ବ୍ୟାପକ ଭାବରେ ରହିଅଛି ।
(ii) କାରଣ
(a) ଦାରିଦ୍ର୍ୟ ଏବଂ ଯୌତୁକ ଆବଶ୍ୟକତା
(b) ସାମାଜିକ ଏବଂ ଲିଙ୍ଗଗତ ଅସମାନତା
(c) ଶିକ୍ଷାର ଅଭାବ
(d) ମାନବିକ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟୟ
(e) ଦୁର୍ବଳ ଆଇନଗତ ଢାଞ୍ଚା
(iii) ପରିଣାମ :
(a) ସ୍ଵାସ୍ଥ୍ୟ ପ୍ରତି ବିପଦ
(b) ଶିକ୍ଷା ଓ ସୁଯୋଗର ଅଭାବ
(c) ହିଂସା ଏବଂ ନିର୍ଯାତନା
(d) ବିକାଶରେ ବାଧା
(iv) ବନ୍ଦ କରିବା ପାଇଁ ପ୍ରୟାସ :
(a) ଝିଅମାନଙ୍କୁ ସଶକ୍ତ କରିବା
(b) ସମ୍ପ୍ରଦାୟକୁ ଜଡ଼ିତ କରିବା
(c) ଆର୍ଥିକ ସହାୟତା ପ୍ରଦାନ କରିବା
(d) ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା
(e) ଘଟଣାକୁ ଲୋକଲୋଚନକୁ ଆଣିବା
୭ । ଜୁନ 21 : ଅନ୍ତର୍ଜାତୀୟ ଯୋଗ ଦିବସ
![]()
ଶୂନ୍ୟସ୍ଥାନ ପୂରଣ କର ।
(i) କିଶୋରାବସ୍ଥା ________ ବର୍ଷ ବୟସରୁ ଆରମ୍ଭ ହୋଇଥାଏ ।
Answer:
10
(ii) ଆମ ଶରୀର ରେ ଉତ୍ପାଦିତ ହେଉଥ୍ ବ । ରାସାୟନିକ ପଦାର୍ଥର ନାମ ______ ଅଟେ ।
Answer:
ହରମୋନ୍
(iii) ହ ର ମୋନ୍ କ୍ଷ ର ଣ _____ ରୁ ଆସୁଥ୍ ବ ସଙ୍କେତଦ୍ୱାରା ସମ୍ପାଦିତ ହୁଏ ।
Answer:
ମସ୍ତିଷ୍କ
(iv) କିଶୋରାବସ୍ଥା ______ ବର୍ଷ ବୟସ ପର୍ଯ୍ୟନ୍ତ ଚାଲି ଥାଏ ।
Answer:
19
(v) କର୍ଣ୍ଣାଟକରେ ମାଗଣା ସାନିଟାରୀ ପ୍ୟାଡ୍ ଯୋଜନା _______ ନାମରେ ପରିଚିତ ଅଟେ ।
Answer:
ଶୁଚି ଯୋଜନା
(vi) ଶିଶୁର ଶରୀର ______ ସମୟରେ ପ୍ରଜନନକ୍ଷମ ଯୁବାବସ୍ଥା ପ୍ରାପ୍ତ ହୋଇଥାଏ ।
Answer:
ବୟସନ୍ଧି
(vii) ଝିଅମାନଙ୍କ ଶରୀରରେ କିଶୋରାବସ୍ଥା ________ ଦ୍ଵାରା ସୂଚିତ ହୋଇଥାଏ ।
Answer:
ଋତୁଚକ୍ର
(viii) କି ଶୋର।ବ ସ୍ଥା ରେ ଘଟୁ ଥ୍ ବ। ପରିବର୍ତ୍ତନ _______ ଦ୍ଵାରା ନିୟନ୍ତ୍ରତ ହୁଏ ।
Answer:
ହରମୋନ୍
(ix) କିଶୋର କିଶୋରୀମାନଙ୍କ ସ୍ଵାସ୍ଥ୍ୟକୁ ଉନ୍ନତି କରିବା ________ ଯୋଜନାର ଲକ୍ଷ୍ୟ ।
Answer:
RKSK
![]()
(x) ଗ୍ରାମାଞ୍ଚଳରେ କିଶୋରୀ ଝିଅମାନଙ୍କୁ _______ ଯୋଜନାରେ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉଛି ।
Answer:
MHS
(xi) ଆମ ଶରୀରରେ ବୃଦ୍ଧି ଓ ବିକାଶର ଦିଗ ________ ଦ୍ଵାରା ନିୟନ୍ତ୍ରିତ ହୁଏ ।
Answer:
ହରମୋନ୍
(xii) କିଶୋରାବସ୍ଥାରେ ________ ଗୁରୁତ୍ଵପୂର୍ଣ୍ଣ ଅଟେ ।
Answer:
ନିୟମିତ ବ୍ୟାୟାମ
(xiii) କିଛି ହରମୋନ୍ _______ କୁ ପ୍ରଭାବିତ କରେ ।
Answer:
ମନ ଓ ଆଚରଣ
(xiv) ଭାରତ ସରକାରଙ୍କ ଦ୍ଵାରା _____ ଆରମ୍ଭ କରାଯାଇଛି ।
Answer:
ନିଶାମୁକ୍ତ ଭାରତ ଅଭିଯାନ
(xv) ସୁଲଭ ମୂଲ୍ୟରେ ______ ସାନିଟାରୀ ପ୍ୟାଡ଼୍ ଜନ ଔଷଧ୍ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଛି ।
Answer:
ଜୈବ ବିଘଟନଶୀଳ
ଉକ୍ତିଟି ଭୁଲ ଥିଲେ (✗) ଓ (✓) ଠିକ୍ ଥିଲେ ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(i) କି ଶୋ ର ବ ସ୍ଥା ଜୀବନର ଏକ ନୂତନ ପର୍ଯ୍ୟାୟ ।
Answer:
(✓)
(ii) ଜାତୀୟ ନିଶାମୁକ୍ତି ହେଜୁଲାଇନ୍ ନମ୍ବର ହେଉଛି
Answer:
(✗)
(iii) ମାଦକ ଦ୍ରବ୍ୟଗୁଡ଼ିକ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
Answer:
(✓)
(iv) କିଶୋରାବସ୍ଥା କେବଳ ଆବେଗିକ ପରିବର୍ତ୍ତନ ଦ୍ଵାରା ଚିହ୍ନିତ ହୋଇଥାଏ ।
Answer:
(✗)
![]()
(v) କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବ କିଶୋରମାନଙ୍କୁ ସୁସ୍ଥ ରଖୁଥାଏ ।
Answer:
(✗)
(vi) ସାନି ଟାରୀ ପ୍ୟାଡ଼ଗୁଡ଼ିକୁ ବୈଦ୍ୟୁତିକ ଅଗ୍ନି କୁଣ୍ଡରେ ଜାଳି ବାଦ୍ଵାରା । ପରି ବେ ଶ ପରିଚ୍ଛନ୍ନତା ସୁନିଶ୍ଚିତ ହୋଇଥାଏ ।
Answer:
(✓)
(vii) କିଶୋରାବସ୍ଥା ହେଉଛି ଶୈଶବରୁ ଯୌବନ ମଧ୍ୟରେ ପରିବର୍ତ୍ତନ ସମୟ ।
Answer:
(✓)
(viii)ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ଅଟେ ।
Answer:
(✓)
(ix) କି ଶୋର । ବ ସ୍ଥାରେ କେବଳ ଶାରୀରି କ ପରିବର୍ତ୍ତନ ହୋଇଥାଏ ।
Answer:
(✗)
(x) ତାମିଲନାଡୁ ଓ ଓଡ଼ିଶାରେ ମାଗଣା ସାନିଟାରୀ ପ୍ୟାଡ୍ ଯୋଜନା ‘ଖୁସି’ ନାମରେ ନାମିତ ଅଟେ ।
Answer:
(✓)
(xi) କିଶୋରୀମାନେ ଆବେଗାତ୍ମକ ଓ ଆଚରଣଗତ ପରିବର୍ତ୍ତନ ଦର୍ଶାଇଥା’ନ୍ତି ।
Answer:
(✓)
(xii) କେ ବ ଳ ସନ୍ତୁ ଳି ତ ଖାଦ୍ୟ କିଶୋରମାନଙ୍କୁ ସୁସ୍ଥ ରହିବାରେ ସାହଯ୍ୟ ଗ୍ର ହ ଣ କରେ ।
Answer:
(✗)
(xiii) ତୁମର ସ୍ଵାସ୍ଥ୍ୟ ଏବଂ ଭବିଷ୍ୟତ ତୁମ ହାତରେ ।
Answer:
(✓)
![]()
(xiv) ସାଇବର ଧମକକୁ ସାଇବର ବୁଲିଂ ମଧ୍ଯ କୁହାଯାଏ ।
Answer:
(✓)
(xv) ଖୁସି ଯୋଜନାରେ ମହାବିଦ୍ୟାଳୟମାନଙ୍କରେ ମାଗଣାରେ ସାନି ଟାରୀ ପ୍ୟାଡ଼ ବଣ୍ଟନ କରାଯାଉଛି ।
Answer:
(✗)
‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହ ଉତ୍ତର)
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) କିଶୋରାବସ୍ଥା | (i) 28 ରୁ 30 ଦିନ |
| (b) ଋତୁସ୍ରାବ ସମୟ | (ii) ଗୋପନୀୟତାକୁ ସୁରକ୍ଷିତ ରଖ୍ ବ |
| (c) ଦୁର୍ବ୍ଯସନ | (iii) ଅନଲାଇନ୍ ପ୍ଲାଟଫର୍ମ |
| (d) ସୋସିଆଲ ମିଡ଼ିଆ | (iv) ମାଦକ ଦ୍ରବ୍ୟ ପ୍ରତି ଆସକ୍ତ |
| (e) ଆଧୁନିକ ପ୍ରଯୁକ୍ତିବିଦ୍ୟା | (v) ଶୈଶବରୁ ଯୌବନ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) କିଶୋରାବସ୍ଥା | (v) ଶୈଶବରୁ ଯୌବନ |
| (b) ଋତୁସ୍ରାବ ସମୟ | (i) 28 ରୁ 30 ଦିନ |
| (c) ଦୁର୍ବ୍ଯସନ | (iv) ମାଦକ ଦ୍ରବ୍ୟ ପ୍ରତି ଆସକ୍ତ |
| (d) ସୋସିଆଲ ମିଡ଼ିଆ | (ii) ଗୋପନୀୟତାକୁ ସୁରକ୍ଷିତ ରଖ୍ ବ |
| (e) ଆଧୁନିକ ପ୍ରଯୁକ୍ତିବିଦ୍ୟା | (iii) ଅନଲାଇନ୍ ପ୍ଲାଟଫର୍ମ |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ସାଇବର ବୁଲିଂ | (i) 10 ରୁ 19 ବର୍ଷ |
| (b) କିଶୋରାବସ୍ଥା | (ii) ସାଇବର ଧମକ |
| (c) ମାଦକ ଦ୍ରବ୍ୟ | (iii) ଚିଡ଼ାଇବା, ମଜାକରିବା |
| (d) ସୋସିଆଲ ମିଡ଼ିଆ | (iv) ଦୁର୍ବ୍ଯସନ |
| (e) ସାଇବର ଧମକ | (v) ଶ୍ରଦ୍ଧାଞ୍ଜଳି ଓ ସଦୟ ହେବା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ସାଇବର ବୁଲିଂ | (ii) ସାଇବର ଧମକ |
| (b) କିଶୋରାବସ୍ଥା | (i) 10 ରୁ 19 ବର୍ଷ |
| (c) ମାଦକ ଦ୍ରବ୍ୟ | (iv) ଦୁର୍ବ୍ଯସନ |
| (d) ସୋସିଆଲ ମିଡ଼ିଆ | (v) ଶ୍ରଦ୍ଧାଞ୍ଜଳି ଓ ସଦୟ ହେବା |
| (e) ସାଇବର ଧମକ | (iii) ଚିଡ଼ାଇବା, ମଜାକରିବା |
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(i) କିଶୋରାବସ୍ଥାରେ ପୁଅମାନଙ୍କ ଗଳାରେ ଥବା କେଉଁ ଅଙ୍ଗ ବୃଦ୍ଧିପାଏ ?
Answer:
ସ୍ୱରପେଟିକା
(ii) କେଉଁ ଅବସ୍ଥାରେ ଉଚ୍ଚତା ବୃଦ୍ଧି ହୁ ହୋଇଥାଏ ?
Answer:
କିଶୋରାବସ୍ଥା
![]()
(iii) ଗୋଟିଏ ଉଭିଦର ଜୀବନଯାତ୍ରା କେଉଁଥୁରୁ ଆରମ୍ଭ ହୋଇଥାଏ ?
Answer:
ମଞ୍ଜିର ଅଙ୍କୁରୋଦ୍ମ
(iv) କିଶୋରାବସ୍ଥା ସାଧାରଣତଃ କେତେ ବର୍ଷ ବୟସ ମଧ୍ୟରେ ଦେଖାଯାଏ ?
Answer:
10 ରୁ 19 ବର୍ଷ
(v) ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟଗୁଡ଼ିକ କେଉଁ ପର୍ଯ୍ୟାୟକୁ ଚିହ୍ନିତ କରେ ।
Answer:
ବୟଃସନ୍ଧି
(vi) କେଉଁ ପ୍ରାଣୀ ଜନ୍ମପରେ ତୁରନ୍ତ ପ୍ରଜନନ କରିପାରିଥା’ନ୍ତି ?
Answer:
ଏକକୋଷୀ ପ୍ରାଣୀ
(vii) ମଞ୍ଜି ଉତ୍ପାଦନ କରବା ପାଇଁ ଉଭିଦଟି କ’ଣ ହେବା ଆବଶ୍ୟକ ଅଟେ ?
Answer:
ପରିପକ୍ଵ
(viii)କେଉଁ ଅବସ୍ଥା ଶରୀରର ଦ୍ରୁତ ବୃଦ୍ଧି ଓ ବିକାଶର ଏକ ଅଭିନବ ପର୍ଯ୍ୟାୟ ?
Answer:
କିଶୋରାବସ୍ଥା
(ix) ସ୍ୱରପେଟିକାର ଅନ୍ୟନାମ କ’ଣ ?
Answer:
ଆଦମଙ୍କ ଆପଲ
(x) କେଉଁ ରୋଗରେ ବ୍ରଣ ଏକମାତ୍ର ଲକ୍ଷଣ ଅଟେ ?
Answer:
ଚର୍ମରୋଗ
(xi) କେଉଁ ଅବସ୍ଥା ଶୈଶବ ଓ ଯୌବନାବସ୍ଥା ମଧ୍ୟରେ ବିକାଶର ଏକ ପର୍ଯ୍ୟାୟ ?
Answer:
କିଶୋରାବସ୍ଥା
![]()
(xii) ପ୍ରଥମ 10 ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ ଅଧୁକାଂଶ ପରିବର୍ତ୍ତନ କାହା ସହିତ ଜଡ଼ିତ ଥାଏ ?
Answer:
ଉଚ୍ଚତା ଓ ଓଜନ
(xiii)କିଶୋରାବସ୍ଥା ମାନବ ଶରୀରକୁ କେଉଁ ଅବସ୍ଥା ପାଇଁ ପ୍ରସ୍ତୁତ କରିଥାଏ ?
Answer:
ଯୌବନାବସ୍ଥା
(xiv)କେଉଁ କ୍ଷମତା ଅର୍ଜନ ପାଇଁ ମନୁଷ୍ୟ ଶରୀର ରେ ବୃଦ୍ଧି ଓ ପରି ପକ୍ବ ତ । ଆବଶ୍ୟକ ?
Answer:
ପ୍ରଜନନ କ୍ଷମତା
(xv) କେତେ ବର୍ଷ ବୟସ ସୁଦ୍ଧା ଋତୁସ୍ରାବ ସ୍ଵାଭାବିକ ଭାବେ ବନ୍ଦ ହୋଇଯାଏ ?
Answer:
45 ରୁ 55 ବର୍ଷ
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ଉଦ୍ଭଦର ଜୀବନଚକ୍ର କିପରି ଭାବେ ସମ୍ପାଦିତ ହୋଇଥାଏ ?
Answer:
- ଉଦ୍ଭିଦର ଜୀବନଚକ୍ର ବିହନ ବା ମଞ୍ଜିର ଅଙ୍କୁରୋଦ୍ମରୁ ଆରମ୍ଭ ହୋଇଥାଏ ।
- ଜଳ, ସୂର୍ଯ୍ୟାଲୋକ ଓ ଉପଯୁକ୍ତ ପୋଷକ ମିଳିଲେ ଏହା ଚାରାରେ ପରିଣତ ହୁଏ ।
- ଏହି ଚାରା କ୍ରମଶଃ ଏକ ତରୁଣ ଉଦ୍ଭଦରେ ପରିଣତ ହୁଏ ।
- ଉଭିଦ ବଢ଼ିବା ସହିତ ଏହାର ଉଚ୍ଚତା, ପତ୍ର, ଫୁଲ ଓ ଫଳ ଧାରଣ କ୍ଷମତା ବୃଦ୍ଧିପାଏ ।
- ଫଳ ମଧ୍ଯରେ ଥିବ ବିହନରୁ ପୁନଃ ନୂତନ ଉଭିଦ ସୃଷ୍ଟି ହୋଇଥାଏ ।
Question 2.
ପ୍ରାଣୀମାନଙ୍କର ଜୀବନ ଚକ୍ର କିପରି ଭାବେ ସମ୍ପାଦିତ ହୋଇଥାଏ ?
Answer:
- ଜନ୍ମ ପରେ ପ୍ରାଣୀମାନେ ବଢ଼ନ୍ତି ଓ ପରିପକ୍ଵ ହୋଇଥା’ନ୍ତି । ପରିପକ୍ବ ହେବା ପରେ ପ୍ରାଣୀମାନେ ପ୍ରଜନନକ୍ଷମ ହୋଇଥା’ନ୍ତି ।
- ଅଣ୍ଡଜ ପ୍ରାଣୀମାନଙ୍କ ଅଣ୍ଡାରୁ ଛୁଆ ଫୁଟି ବାହାରି ଥାଏ ।
- ସ୍ତନ୍ୟପାୟୀ ପ୍ରାଣୀମାନେ ସିଧାସଳଖ ଛୁଆ ଜନ୍ମ କରିଥା’ନ୍ତି ।
- ଉଭୟ ପ୍ରଣାଳୀରେ ସୃଷ୍ଟ ଛୁଆମାନେ ସମୟ ସହିତ ବଢ଼ି ପରିପକ୍ଵ ହୋଇଥା’ନ୍ତି ।
- ଏକକୋଷୀ ପ୍ରାଣୀ ଜନ୍ମପରେ ତୁରନ୍ତ ପ୍ରଜନନ କରିପାରନ୍ତି, କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ ପରିପକ୍ବତା ଆବଶ୍ୟକ ହୋଇଥାଏ ।
![]()
Question 3.
ପ୍ରତ୍ୟେକ ବ୍ୟକ୍ତି କେଉଁ ପର୍ଯ୍ୟାୟଗୁଡ଼ିକ ନିଜ ଜୀବନକାଳରେ ଅନୁଭବ କରିଥା’ନ୍ତି ?
Answer:
- ମଣିଷର ଜୀବନ ଯାତ୍ରାକୁ 5ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି, ଯଥା –
(a) ଶୈଶବ,
(b) ବାଲ୍ୟକାଳ,
(c) କିଶୋର ବ ସ୍ଥା,
(d) ଯୌବନାବସ୍ଥା,
(e) ବୃଦ୍ଧାବସ୍ଥା - ଶୈଶବରୁ ଯୌବନାବସ୍ଥା ପର୍ଯ୍ୟନ୍ତ ଆମ ଶରୀରରେ ଅନେକ ପରିବର୍ତ୍ତନ ହୁଏ ।
- ପ୍ରଥମ 10 ରୁ 12 ବର୍ଷ ପର୍ଯ୍ୟନ୍ତ ଅଧିକାଂଶ ପରିବର୍ତ୍ତନ ଉଚ୍ଚତା ଓ ଓଜନ ସହିତ ଜଡ଼ିତ ଥାଏ ।
- 10 ରୁ 19 ବର୍ଷ ବୟସ ମଧ୍ୟରେ କିଶୋରାବସ୍ଥା ଦେଖାଯାଇଥାଏ ।
Question 4.
କିଶୋରାବସ୍ଥା କାହାକୁ କୁହାଯାଏ ? ଉଚ୍ଚତା ବୃଦ୍ଧି ସହିତ ଏହାର ସମ୍ପର୍କ କ’ଣ ?
Answer:
- ସାଧାରଣତଃ ଶୈଶବ ଓ ଯୌବନାବସ୍ଥା ମଧ୍ୟରେ ବ୍ୟକ୍ତି ଶରୀରର ଦ୍ରୁତ ଅଭିବୃଦ୍ଧି ଓ ବିକାଶକୁ କିଶୋରାବସ୍ଥା କୁହାଯାଏ ।
- ଏହି ପର୍ଯ୍ୟାୟ ପ୍ରାୟ 10 ବର୍ଷ ବୟସରୁ ଆରମ୍ଭ ହୁଏ ଏବଂ 19 ବର୍ଷ ବୟସ ପର୍ଯ୍ୟନ୍ତ ଚାଲୁ ରହିଥାଏ ।
- ଜନ୍ମରୁ ଆମ ଶରୀରର ନିରନ୍ତର ବୃଦ୍ଧି ଏବଂ ବିକାଶ ଉଚ୍ଚତା ବୃଦ୍ଧି ସହିତ ଜଡ଼ିତ ହାଇଥାଏ, ମାତ୍ର କିଶୋରାବସ୍ଥାରେ ଉଚ୍ଚତା ବୃଦ୍ଧି ଦ୍ରୁତ ହୋଇଥାଏ ।
Question 5.
କିଶୋରାବସ୍ଥା ସହିତ ମନୁଷ୍ୟର ସ୍ୱରପେଟିକାର କେଉଁ ପ୍ରକାର ସମ୍ପର୍କ ରହିଥାଏ ?
Answer:
- କିଶୋରାବସ୍ଥାରେ ପୁଅମାନଙ୍କ ଗଳାରେ ସ୍ୱରପେଟିକା ବୃଦ୍ଧି ପାଏ ।
- ଏହାଯୋଗୁଁ ସେମାନଙ୍କ ସ୍ଵର କର୍କଶ ହୋଇଥାଏ, କାରଣ ଗଳାରେ ଥିବା ଏହି ସ୍ୱରପେଟିକା କଥା କହିବାରେ ସାହାଯ୍ୟ କରେ ।
- ଏହା ‘‘ ଆଦମଙ୍କ ଆପଲ’’ ନାମରେ ପରିଚିତ ଅଟେ ।
- କିଶୋରୀ ଝିଅମାନଙ୍କର ମଧ୍ୟ ଏହା ବୃଦ୍ଧି ହୁଏ, ଫଳରେ ସ୍ଵରରେ ସାମାନ୍ୟ ପରିବର୍ତ୍ତନ ଆସି ସୁମଧୁର ହୋଇଥାଏ ।
Question 6.
ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ କାହାକୁ କୁହାଯାଏ ? ଏହାର ଯୌବନାବସ୍ଥା ସହିତ କେଉଁ ପ୍ରକାର ସମ୍ପର୍କ ରହିଥାଏ ?
Answer:
- କିଶୋରାବସ୍ଥାରେ ନିମ୍ନଲିଖୁ ପରିବର୍ତ୍ତନଗୁଡ଼ିକ ସହଜରେ ଲକ୍ଷ୍ୟ କରାଯାଇଥାଏ ଯଥା –
(a) ସ୍ଵର ପରିବର୍ତ୍ତନ,
(b) ପୁଅମାନଙ୍କର ମୁହଁ ଓ ଛାତିରେ କେଶବୃଦ୍ଧି,
(c) ଝିଅମାନଙ୍କର ସ୍ତନର ବିକାଶ,
(d) ମୁଖମଣ୍ଡଳରେ ବ୍ରଣ ଓ
(e) ଉଚ୍ଚତାରେ ବୃଦ୍ଧି । - ଏହି ପରିବର୍ତ୍ତନଗୁଡ଼ିକ ପ୍ରଜନନ ପ୍ରକ୍ରିୟା ସହିତ ସିଧାସଳଖ ଜଡ଼ିତ ନୁହେଁ, ତଥାପି ଏହି ବୈଶିଷ୍ଟ୍ୟପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ପୃଥକ୍ କରି ବାରେ ସାହାଯ୍ୟ କରିଥାଏ ।
- ଏହି କାରଣରୁ ଏଗୁଡ଼ିକୁ ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ କୁହାଯାଏ । ଏହା ଶରୀର ର ଯୌବନାବସ୍ଥା ପାଇଁ ପ୍ରସ୍ତୁତ ହେଉଥିବାର ପ୍ରାକୃତିକ ସଂକେତ ବହନ କରିଥାଏ ।
![]()
Question 7.
ମାସିକ ଋତୁସ୍ରାବ, ମାସିକ ଋତୁଚକ୍ର ଓ ଋତୁସ୍ରାବ କହିଲେ କ’ଣ ବୁଝ ?
Answer:
- କିଶୋରୀମାନଙ୍କ ଶରୀରରେ ଏକ ଗୁରୁତ୍ଵପୂର୍ଣ ଅଭ୍ୟନ୍ତରୀଣ ପରିବର୍ତ୍ତନ ହେଉଛି ମାସିକ ଋତୁସ୍ରାବ ବା ରଜଃସ୍ରାବ ଚକ୍ରର ଆରମ୍ଭ ।
- ଏହା ସାଧାରଣତଃ ପ୍ରତି 28 ରୁ 30 ଦିନରେ ପୁନାରାବୃତ୍ତି ହୋଇଥାଏ । ଏହା ‘ମାସିକ ଋତୁଚକ୍ର’ ଭାବରେ ଜଣାଶୁଣା ଅଟେ ।
- ଅନେକ ସୁସ୍ଥ ଝିଅଙ୍କର 21 ରୁ 35 ଦିନ ବ୍ୟବଧାନ ବିଶିଷ୍ଟ ଦୀର୍ଘ କିମ୍ବା ଛୋଟ ମାସିକ ଋତୁଚକ୍ର ହୋଇଥାଏ ।
- ଋତୁଚକ୍ରର ଯେଉଁ ପର୍ଯ୍ୟାୟରେ ଶରୀରରୁ ରକ୍ତ ନିର୍ଗତ ହୁଏ, ତାହାକୁ ଋତୁସ୍ରାବ କୁହାଯାଏ । ଏହା 3 ରୁ 7 ଦିନ ପର୍ଯ୍ୟନ୍ତ ରହିପାରେ । ଏହି ସମୟରେ ତଳିପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।