CHSE Odisha Class 12 Economics Chapter 8 Questions and Answers in Odia Medium

Odisha State Board CHSE Odisha Class 12 Economics Solutions Chapter 8 ଆୟ Questions and Answers.

CHSE Odisha Class 12 Economics Chapter 8 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ । 

1. ପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲେମ୍ ହୋଇଥାଏ
Answer:
(C) ଆନୁଭୂମିକ ହୋଇଥାଏ

2. ପୂର୍ଣ୍ଣ ପ୍ରତିଯୋଗିତାରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ସୀମାନ୍ତ ଆୟ :
(A) ହ୍ରାସ ପାଏ
(B) ଅପରିବର୍ତିତ ରହେ
(C) ବୃଦ୍ଧି ପାଏ
(D) ଋଣାତ୍ମକ ହୁଏ
Answer:
(B) ଅପରିବର୍ତିତ ରହେ

3. ଅପୂର୍ଣ୍ଣ ପ୍ରତିଯୋଗିତାରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବା ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

4. ଏକାଧ୍ଵର ବଜାରରେ ହାରାହାରି ଆୟରେଖାଟି :
(A) ନିମ୍ନଗାମୀ ହୋଇଥାଏ
(B) ଉଲ୍‌ମ୍ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ନିମ୍ନଗାମୀ ହୋଇଥାଏ

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ ସୀମାନ୍ତ ଆୟଠାରୁ :
(A) ଅଧୂ
(B) କମ୍
(C) ସହ ସମାନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସହ ସମାନ

CHSE Odisha Class 12 Economics Chapter 8 Questions and Answers in Odia Medium

6. ପ୍ରାନ୍ତୀୟ ଆୟ ହେଉଛି :
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥ‌ିବା ଆୟ
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ
(C) ମୋଟ ଉତ୍ପାଦନର ମୂଲ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ

7. ଆୟ କ’ଣ ?
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥିବା ଆୟ
(C) ସୀମାନ୍ତ ଉତ୍ପାଦନର ମୂଲ୍ୟ
(B) ହାରାହାରି ଆୟ
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ
Answer:
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ

8. ସୀମାନ୍ତ ଆୟ ହାରାହାରି ଆୟଠାରୁ ଅଧିକ ହେଲେ ହାରାହାରି ଆୟ କ’ଣ ହୁଏ ?
(A) ବୃଦ୍ଧି ହୁଏ
(B) ହ୍ରାସ ହୁଏ
(C) ଅପରିବର୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ହୁଏ

9. ମୋଟ ଆୟ ଆକଳନ କରିବାର ସୂତ୍ର କ’ଣ ?
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
(B) ବିଶ୍ରିତ ଦ୍ରବ୍ୟର ପରିମାଣ ÷ ଏକକ ପିଛା ଦର
(C) ଦ୍ରବ୍ୟର ପରିମାଣ + ଦର
(D) ଦ୍ରବ୍ୟର ପରିମାଣ – ଦର
Answer:
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର

10. ପ୍ରାନ୍ତୀୟ ଆୟ ନିର୍ଦ୍ଧାରଣ କରିବାର ସୂତ୍ର କେଉଁଟି ?
(A) ମୋଟ୍ ଆୟ ÷ ବିକ୍ରିତ ଦ୍ରବ୍ୟସମୂହ
(B) ଦ୍ରବ୍ୟର ଏକକ ପିଛା ଦର × ବିକ୍ରିତ ଦ୍ରବ୍ୟର ପରିମାଣ
(C) (ମୋଟ ଆୟ)n – (ମୋଟ ଆୟ)n-1
(D) (ମୋଟ ଆୟ)n + (ମୋଟ ଆୟ)n-1
Answer:
(C) (ମୋଟ ଆୟ)n – (ମୋଟ ଆୟ)n-1

11. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ ଆୟ ରେଖା ମୂଳବିନ୍ଦୁଠାରୁ :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଓ ପ୍ରାନ୍ତୀୟ ଆୟରେଖା :
(A) ଉର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍‌ମ୍ବ ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

13. ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ :
(A) ସ୍ଥିର ରହେ
(B) ହ୍ରାସ ପାଏ
(C) ବୃଦ୍ଧି ପାଏ
(D) ଉପରଲିଷ୍କୃତ କୌଣସିଟି ନୁହେଁ
Answer:
(B) ହ୍ରାସ ପାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହା ____________ ।
Answer:
ଆୟ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ _____________ କୁହାଯାଏ ।
Answer:
ମୋଟ ଆୟ

3. ବର୍ତ୍ତମାନର ମୋଟ ଆୟ ଏବଂ _____________ ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।
Answer:
ପୂର୍ବତନ ମୋଟ ଆୟ

4. ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି _____________ ଆକଳନ କରାଯାଏ ।
Answer:
ମୋଟ ଆୟ

CHSE Odisha Class 12 Economics Chapter 8 Questions and Answers in Odia Medium

5. ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ _____________ ସ୍ଥିର ସମ୍ପର୍କ ରହିଛି ।
Answer:
ପ୍ରତ୍ୟକ୍ଷ

6. ମୋଟ ଆୟ = ___________ × ମୋଟ ଉତ୍ପାଦ
Answer:
ଦର

7. ହାରାହାରି ଆୟ = \(\frac{ମୋଟ ଆୟ}{-}\)
Answer:
ମୋଟ ଉତ୍ପାଦ

8. ହାରାହାରି ଆୟରେଖାର ଆକାର ___________ ହେବ ।
Answer:
ଆନୁଭୂମିକ

9. ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ____________ ।
Answer:
ସୀମାନ୍ତ ଆୟ

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ = ସୀମାନ୍ତ ଆୟ = _____________ ।
Answer:
ଦର

11. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ଓ ବିକ୍ରିତ ଏକକ ମଧ୍ୟରେ _____________ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।
Answer:
ପରୋକ୍ଷ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ, ହାରରେ ପ୍ରଥମେ_____________ ବୃଦ୍ଧି ପାଇଥାଏ ଏବଂ ତତ୍ପରେ ହ୍ରାସ ପାଇଥାଏ ।
Answer:
ହ୍ରାସମାନ

13. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ = ଦର > ______________ ।
Answer:
ସୀମାନ୍ତ ଆୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାର ଆୟ ସୀମାନ୍ତ ଆୟ ସହ ସମାନ ।

2. ହାରାହାରି ଆୟ ଓ ଦର ସମାନ !
Answer:
ଠିକ୍ ।

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ ।

4. ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ହାରାହାରି ପରିବ୍ୟୟ ସମାନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ — ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ସମାନ ହୋଇଥାଏ ।

5. ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବନିମ୍ନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବାଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

6. ଦ୍ରବ୍ୟର ହାରାହାରି ଆୟ ତା’ର ଦର ମଧ୍ଯ ସୂଚିତ କରେ ।
Answer:
ଠିକ୍

7. ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ହାରାହାରି ଆୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ପ୍ରାନ୍ତୀୟ ଆୟ କୁହାଯାଏ ।

8. ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ଆୟ କୁହାଯାଏ ।

9. ସୀମାନ୍ତ ଆୟ= ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।
Answer:
ଭୁଲ୍ ।
ଠିକ୍ – ମୋଟ ଆୟ = ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।

10. ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଧନାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଋଣାତ୍ମକ ହୁଏ ନାହିଁ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆୟ କାହାକୁ କୁହାଯାଏ ?
Answer:
କୌଣସି ପ୍ରତିଷ୍ଠାନର ବିକ୍ରୟ ହେଉଥିବା ଦ୍ରବ୍ୟରୁ ମିଳୁଥିବା ଅର୍ଥକୁ ଆୟ କୁହାଯାଏ ।

2. ମୋଟ ଆୟ କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ ।

3. ହାରାହାରି ଆୟ କ’ଣ?
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ ।

5. ସୀମାନ୍ତ ଆୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ କ’ଣ ସମ୍ପର୍କ ରହିଛି ?
Answer:
ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କେଉଁ ଅକ୍ଷ ସହ ସମାନ୍ତର ହୋଇଥାଏ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

8. ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ କାହିଁକି ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ?
Answer:
ପୂର୍ବ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର, ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

9. କେଉଁ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ।

10. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଆୟ କ’ଣ ?
Answer:
ଆୟ କହିଲେ କୌଣସି ପ୍ରତିଷ୍ଠାନଦ୍ୱାରା ବିଭିନ୍ନ ସାଧନଗୁଡିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ କରି ତାହାକୁ ବଜାରରେ ବିକ୍ରିକରି ଯେଉଁ ମୌଦ୍ରିକ ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ ।

2. ମୋଟ ଆୟ କ’ଣ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ପ୍ରାପ୍ତ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ଏଠାରେ କହିବା ବାହୁଲ୍ୟ ଯେ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ ।
∴ ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ହାରାହାରି ଆୟ କ’ଣ?
Answer:
କୌଣସି ପ୍ରତିଷ୍ଠାନଦ୍ୱାରା! ବିକ୍ରୟ କରାଯାଉଥ‌ିବା ଦ୍ରବ୍ୟର ପ୍ରତ୍ୟେକ ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କଲେ ଯେଉଁ ଆୟ ନିର୍ଣ୍ଣୟ କରାଯାଏ ତାହାକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦିତ ଦ୍ରବ୍ୟର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ଏକକ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ ଏବଂ ପୂର୍ବତନ ମୋଟ ଆୟର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କେଉଁ ଆକାର ଧାରଣ କରିଥାଏ ?
Answer:
ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ଏ କ୍ଷେତ୍ରରେ ମୋଟ ଆୟରେଖ ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖାର ଆକାର କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ସ୍ଥିର । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର ରହିଥାଏ । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

8. ଅପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ଆକଳନ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

9. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଦ୍ରବ୍ୟର ଅତିରିକ୍ତ ଏକକ ବିକ୍ରୟ ଫଳରେ ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ । ତତ୍ପରେ, ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କିପରି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା କାହିଁକି ଏକ ଓ ଅଭିନ୍ନ ହୋଇଥାଏ ?
Answer:
ହାରାହାରି ଆୟ ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X-ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟ ରେଖା ଭଳି ଆନୁଭୂମିକ ହେବ । ଫଳରେ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟେ ଏକ ଓ ଅଭିନ୍ନ । ବିଶ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ଦର ସମାନ ରହିଥାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ରହେ । ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ମୋଟ ଆୟରେଖା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ଏକ ସରଳ ରେଖାର ଆକାର ଧାରଣ କରି ଉର୍ଦ୍ଧ୍ୱଗାମୀ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଅର୍ଥାତ୍ ଦର ବୃଦ୍ଧି ପାଇଲେ ବିକ୍ରିତ ଏକକର ପରିମାଣ ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ବିକ୍ରିତ ଏକକର ପରିମାଣ ବୃଦ୍ଧି ପାଏ ତେଣୁ ବିକ୍ରିତ ଉତ୍ପାଦ ପରିମାଣରେ ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

4. ଅପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖାର ଆକୃତି କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ସୀମାନ୍ତ ଆୟ କୁହାଯାଏ । ସାଧାରଣତଃ ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଇଥାଏ । ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ତେଣୁ,

ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ (TRn-1) ଏବଂ ପୂର୍ବତନ ମୋଟ ଆୟ (TR) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ ସାମାନ୍ତ ଆୟ (MR) = (TRn – TRn-1)

2. ମୋଟ ଆୟ ଓ ହାରାହାରି ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ତେଣୁ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ

ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

3. ହାରାହାରି ଆୟ ଓ ସୀମାନ୍ତ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌ ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ,
ସୀମାନ୍ତ ଆୟ (MR) = (TRn – TRn-1)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆୟ କାହାକୁ କହନ୍ତି ? ବିଭିନ୍ନ ପ୍ରକାର ଆୟ ବିଷୟରେ ବର୍ଣ୍ଣନା କର ଓ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର ।
Answer:
ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ଆୟର ବିଭିନ୍ନ ପ୍ରକାର ଧାରଣା ରହିଛି; ଯଥା- ମୋଟ ଆୟ, ହାରାହାରି ଆୟ ଓ ସୀମାନ୍ତ ଆୟ । ସେଗୁଡ଼ିକ ହେଲା :

(1) ମୋଟ ଆୟ- ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଏ । ଅତଏବ, ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

(2) ହାରାହାରି ଆୟ– ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।
ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

(3) ସୀମାନ୍ତ ଆୟ-
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌, ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ, ସୀମାନ୍ତ ଆୟ (MR = TRn – TRn-1)

ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥ‌ିବା ସମ୍ପର୍କ :
ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥିବା ସମ୍ପର୍କକୁ ବିଭିନ୍ନ ବଜାର ପରିପ୍ରେକ୍ଷୀରେ ଆଲୋଚନା କରାଯାଇପାରେ । ବଜାର ସାଧାରଣତଃ ଦୁଇ ପ୍ରକାରର :
(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ଯରେ ସମ୍ପର୍କ :
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ବରଂ, ବଜାରଦ୍ଵାରା ସ୍ଥିରୀକୃତ ଦରରେ ପ୍ରତିଷ୍ଠାନ ଉତ୍ପାଦର ଯେକୌଣସି ପରିମାଣ ବିକ୍ରୟ କରିବାପାଇଁ ବାଧ୍ଯ ହୁଏ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ।

CHSE Odisha Class 12 Economics Chapter 8 Questions and Answers in Odia Medium

ତର (ଟଙ୍କାରେ) ଏକକ ବିକ୍ରିତ ଉତ୍ପାଦର (ସଂଖ୍ୟ।ରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
10 1 10 10 10
10 2 20 10 10
10 3 30 10 10
10 4 40 10 10
10 5 50 10 10

(a) ମୋଟ ଆୟ– ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରିଯାଇଛି । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ବିଶ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ! ତେଣୁ ମୋଟ ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium
ଚିତ୍ରରେ TR ହେଉଛି ମୋଟ ଆୟରେଖା । ଏହା ମୂଳବିନ୍ଦୁ ‘O’ ରୁ ଉତ୍ପତ୍ତି ଲାଭ କରି ସରଳରେଖା ଆକାରରେ ଊର୍ଦ୍ଧ୍ୱଗାମୀ ହୋଇଛି ।

(b) ହାରାହାରି ଆୟ- ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ବପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 1
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ପ୍ରତ୍ୟେକ ବିକ୍ରିତ ଏକକରେ ହାରାହାରି ଆୟ ସମାନ ରହୁଥ‌ିବା ଯୋଗୁଁ ଏହା ଆନୁଭୂମିକ ହୋଇଥାଏ ।

(c) ସୀମାନ୍ତ ଆୟ- କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକର ବିକ୍ରୟ ଫଳରେ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ଆୟ କୁହାଯାଏ । ପ୍ରଥମ ଏକକର ବିକ୍ରୟ ଯୋଗୁଁ ମୋଟ ଆୟ 10 ଟଙ୍କା ଥିଲା । ଦ୍ୱିତୀୟ ଏକକର ବିକ୍ରୟ ଫଳରେ ମୋଟ ଆୟ 20 ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ, ମୋଟ ଆୟରେ 10 ଟଙ୍କା ବୃଦ୍ଧି ପାଇଛି । ଏହି 10 ଟଙ୍କା ଦ୍ଵିତୀୟ ବିକ୍ରିତ ଏକକର ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

ଚିତ୍ରରେ MR ହେଉଛି ସୀମାନ୍ତ ଆୟରେଖା । ଏହା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ।
ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 2
ଚିତ୍ରରେ AR ହେଉଛି ହାରାହାରି ଆୟରେଖା ଓ MR ହେଉଛି ସୀମାନ୍ତ ଆୟରେଖା । ଉଭୟେ ଏକ ଓ ଅଭିନ୍ନ । ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ । ତେଣୁ,
ହାରାହାରି ଆୟ = ସୀମାନ୍ତ ଆୟ = ଦର

(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ :
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କ ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ, ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଥାଏ । ଅର୍ଥାତ୍ ଦରବୃଦ୍ଧି ପାଇଲେ ଦ୍ରବ୍ୟର ବିକ୍ରି ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ଦ୍ରବ୍ୟର ବିକ୍ରି ପରିମାଣ ବୃଦ୍ଧି ପାଏ ।

ବିକ୍ରିତ ଦ୍ରବ୍ୟର ପରିମାଣ (ସଂଖ୍ୟ।ରେ) ଦ୍ରବ୍ୟର ବକାର ଦର (ଟଙ୍କାରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
1 10 10 10 10
2 9 18 9 8
3 8 24 8 6
4 7 28 7 4
5 6 30 6 2
6 5 30 5 0
7 4 28 4 -2

(a) ମୋଟ ଆୟ– ସାରଣୀରୁ ଜଣାଯାଏ ଯେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଉଛି ଏବଂ ତତ୍ପରେ ହ୍ରାସ ପାଉଛି । ଷଷ୍ଠ ଏକକ ପର୍ଯ୍ୟନ୍ତ ମୋଟ ଆୟ 10 ଟଙ୍କାରୁ 30 ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହା ପରେ ହ୍ରାସ ପାଇଛି । ପ୍ରାନ୍ତୀୟ ଆୟ ଋଣାତ୍ମକ ହେଲେ ମୋଟ ଆୟ କମିବାକୁ ଆରମ୍ଭ କରିଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 3
ଚିତ୍ରରେ TR ମୋଟ ଆୟରେଖା । ଏହି ରେଖା ଓ ବିନ୍ଦୁ ପର୍ଯ୍ୟନ୍ତ ଊର୍ଦ୍ଧ୍ୱଗାମୀ ହୋଇଛି ଏବଂ ତତ୍ପରେ ନିମ୍ନଗାମୀ ହୋଇଛି । ‘G’ ବିନ୍ଦୁ ପର୍ଯ୍ୟନ୍ତ ବିକ୍ରିତ ଉତ୍ପାଦ ପରିମାଣ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ହ୍ରାସମାନ ସମ୍ପର୍କ ଏବଂ ତତ୍ପରେ ପରୋକ୍ଷ ସମ୍ପର୍କ ମୋଟ ଆୟରେଖା (TR) ପ୍ରତିଫଳିତ କରୁଛି । OK ପରିମାଣର ଉତ୍ପାଦ ବିକ୍ରୟ କଲାବେଳେ ମୋଟ ଆୟ ସର୍ବାଧିକ ହୋଇଥ‌ିବା ମୋଟ ଆୟରେଖା (TR)ର ‘G’ ବିନ୍ଦୁରେ ପ୍ରତିଷ୍ଠାନ ସନ୍ତୁଳନ ହେବ । ତେଣୁ OK ପରିମାଣଠାରୁ ଅଧିକ ପରିମାଣର ଦ୍ରବ୍ୟ ବିକ୍ରୟ କରିବା ପ୍ରତିଷ୍ଠାନ ପାଇଁ ଉଚିତ ହେବ ନାହିଁ ।

CHSE Odisha Class 12 Economics Chapter 8 Questions and Answers in Odia Medium

(b) ହାରାହାରି ଆୟ- ମୋଟ ଆୟକୁ ଦ୍ରବ୍ୟର ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ହିସାବ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 4
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ଏହା ନିମ୍ନଗାମୀ । ଯେହେତୁ କୌଣସି ହାରାହାରି ଏକକ ଶୂନ୍ୟ ହୋଇପାରେ ନାହିଁ, ହାରାହାରି ଆୟରେଖା X-ଅକ୍ଷର ନିକଟତର ହେଲେ ମଧ୍ୟ ଏହାକୁ ସ୍ପର୍ଶ କରିପାରେ ନାହିଁ ।

(c) ସୀମାନ୍ତ ଆୟ– ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ ଏବଂ ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ଦେଖାଯାଏ, ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium 5
ଚିତ୍ରରେ MR, ସୀମାନ୍ତ ଆୟରେଖା । ଏହା X-ଅକ୍ଷକୁ K ବିନ୍ଦୁରେ ଛେଦ କରୁଛି, ଫଳରେ ଏଠାରେ ସୀମାନ୍ତ ଆୟ ଶୂନ୍ୟ ହୋଇଛି । ଏହା ପ୍ରତିଷ୍ଠାନର ସର୍ବାଧ‌ିକ ଆୟ ବିନ୍ଦୁ । ତତ୍ପରେ ସୀମାନ୍ତ ଆୟରେଖା X ଅକ୍ଷ ଅତିକ୍ରମ କରି ନିମ୍ନଗାମୀ ହୋଇଛି । ଏହା ଋଣାତ୍ମକ ସୀମାନ୍ତ ଆୟକୁ ସୂଚିତ କରୁଛି ।

(d) ବିକ୍ରିତ ଉତ୍ପାଦର ପ୍ରଥମ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ । ତତ୍ପରେ ଉଭୟ ହ୍ରାସ ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ । କାରଣ ସୀମାନ୍ତ ଆୟ 2 ଟଙ୍କା ହାରରେ ହ୍ରାସ ପାଉଥିଲାବେଳେ ହାରାହାରି ଆୟ 1 ଟଙ୍କା ହାରରେ ହ୍ରାସ ପାଉଛି । ତେଣୁ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ ହେଲେ ମଧ୍ୟ ହାରାହାରି ଆୟରେଖା ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ ।
CHSE Odisha Class 12 Economics Chapter 8 Questions and Answers in Odia Medium 6
ଚିତ୍ରରେ ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖାର ଉପରେ ରହିଛି । Y- ଅକ୍ଷର ଯେକୌଣସି ବିନ୍ଦୁରୁ MRର ଆନୁଭୂମିକ ଦୂରତ୍ୱ AR ର ଆନୁଭୂମିକ ଦୂରତ୍ଵର ସର୍ବଦା ଅର୍ଦ୍ଧେକ ।

Leave a Comment