Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Long Answer Questions.
CHSE Odisha 12th Class Economics Chapter 9 Long Answer Questions in Odia Medium
1. ଯୋଗାଣ ସୂତ୍ର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତାଗୁଡ଼ିକ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦାମ୍ରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ଯୋଗାଣ କୁହାଯାଏ । ଏହି ଅର୍ଥରୁ ପ୍ରତୀୟମାନ ହୁଏ ଯେ, ଦ୍ରବ୍ୟର ଯୋଗାଣ ସହ ଏହାର ଦାମ୍ର ଏକ ନିବିଡ଼ ସମ୍ପର୍କ ରହିଛି । ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ସୂତ୍ର ସାହାଯ୍ୟରେ ଅନୁଧ୍ୟାନ ବା ଅଧ୍ୟୟନ କରାଯାଏ ତାହାକୁ ‘ଯୋଗାଣ ସୂତ୍ର’ କୁହାଯାଏ । ଅନ୍ୟ ଅର୍ଥରେ ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯୋଗାଣ ସୂତ୍ର ଅଧ୍ୟୟନ କରିଥାଏ ।
ବ୍ୟାଖ୍ୟା – ଯୋଗାଣ ସୂତ୍ର ଅନୁସାରେ, ‘‘ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଯୋଗାଣର ପରିମାଣ ହ୍ରାସ ଏବଂ ଦାମ୍ ବୃଦ୍ଧି ପାଇଲେ ଏହାର ଯୋଗାଣର ପରିମାଣ ବୃଦ୍ଧି ପାଇଥାଏ । ’’ ଅନ୍ୟପକ୍ଷରେ ଯୋଗାଣ ସୂତ୍ର, ଦ୍ରବ୍ୟର ଯୋଗାଣ ଓ ଏହାର ଦାମ୍ ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ଅନୁଧ୍ୟାନ ବା ଅନୁଶୀଳନ କରିଥାଏ । ଏହି ସୂତ୍ରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, କୌଣସି ଦ୍ରବ୍ୟର ଯୋଗାଣ ଏହାର ଦାମ୍ ଉପରେ ନିର୍ଭରଶୀଳ ଓ ଉଚ୍ଚତର ଦାମ୍ରେ ଯୋଗାଣର ପରିମାଣ ଅଧିକ ହୋଇଥିବାସ୍ଥଳେ ନିମ୍ନତର ଦାମ୍ରେ ଯୋଗାଣର ପରିମାଣ କମ୍ ହୋଇଥାଏ ।
ବିଶ୍ଳେଷଣ – ଦାମ୍ ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥିବା ଏହି ପ୍ରତ୍ୟକ୍ଷ ସମ୍ପର୍କକୁ ଯୋଗାଣସୂଚୀ ମାଧ୍ୟମରେ ବିଶ୍ଳେଷଣ କରାଯାଇପାରେ ।
ବିଭିନ୍ନ ଦାମ୍ରେ ବିକ୍ରି ପାଇଁ ଉପଲବ୍ଧ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବିଭିନ୍ନ ପରିମାଣକୁ ଯେଉଁ ସାରଣୀ ସାହାଯ୍ୟରେ ପ୍ରକାଶ କରାଯାଏ ତାହାକୁ ଯୋଗାଣସୂଚୀ କୁହାଯାଏ । କୌଣସି ନିର୍ଦ୍ଦିଷ୍ଟ ବଜାରରେ ସମସ୍ତ ବିକ୍ରେତା ବିଭିନ୍ନ ଦାମ୍ରେ ଗୋଟିଏ ଦ୍ରବ୍ୟର ଯେଉଁ ବିଭିନ୍ନ ପରିମାଣ ଯୋଗାଇଥା’ନ୍ତି ସେଗୁଡ଼ିକୁ ଏକତ୍ର ମିଶାଇ ବଜାର ଯୋଗାଣସୂଚୀ ପ୍ରସ୍ତୁତ କରାଯାଇଥାଏ । ଅର୍ଥାତ୍ ବଜାର ଯୋଗାଣସୂଚୀ, ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟି ମାତ୍ର । ବଜାର ଯୋଗାଣସୂଚୀ ଏକ ସାରଣୀ ମାଧ୍ୟମରେ ଯୋଗାଣ ସୂତ୍ରକୁ ପ୍ରତିଫଳିତ କରାଏ ।
‘X’ ଦ୍ରବ୍ୟର ବଜାର ଯୋଗାଣସୂଚୀ
‘‘X” ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କା) | ଯୋଗାଣର ପରିମାଣ (ଏକକ) |
1 | 10 |
2 | 20 |
3 | 30 |
4 | 40 |
5 | 50 |
ଉପରୋକ୍ତ ସାରଣୀକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ବଜାରରେ ‘X” ଦ୍ରବ୍ୟର ମୂଲ୍ୟ ଟ. 1.00 ରୁ ଟ.5.00 ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧିହେବା ଫଳରେ ବଜାରର ‘X” ଦ୍ରବ୍ୟର ଯୋଗାଣ 10 ଏକକରୁ 50 ଏକକକୁ କ୍ରମାଗତଭାବେ ବୃଦ୍ଧିପାଇଛି । ଏଥୁରୁ ପ୍ରତୀୟମାନ ଯେ, ଉଚ୍ଚଦାମ୍ରେ ବଜାରରେ ଯୋଗାଣ ଅଧିକ ହୋଇଥିବାବେଳେ କମ୍ ଦାମ୍ରେ ଯୋଗାଣ ସ୍ଵଳ୍ପ ହୋଇଛି । ଏହିପରି ଭାବରେ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଏହାର ଯୋଗାଣ ବୃଦ୍ଧି ପାଏ ଓ ଦାମ୍ ହ୍ରାସ ହେଲେ ଯୋଗାଣ ହ୍ରାସ ହୋଇଥାଏ ।
ଯୋଗାଣ ସୂତ୍ରର ବିଶ୍ଳେଷଣ ରେଖାଚିତ୍ର ମାଧ୍ୟମରେ ମଧ୍ୟ କରାଯାଇପାରେ । ଯୋଗାଣସୂଚୀର ଗାଣିତିକ ତଥ୍ୟକୁ ଜ୍ୟାମିତିକ ପରିଭାଷାରେ ପ୍ରକାଶ କରାଯାଇ ଯୋଗାଣ ସୂତ୍ରର ବିଶ୍ଳେଷଣ ବା ଯୋଗାଣରେଖାର ଅଙ୍କନ କରାଯାଇପାରେ ।
ବୈଖ୍ୟକ ଉପସ୍ଥାପନା – ପାର୍ଶ୍ୱସ୍ଥ ଚିତ୍ରରେ OX ଅକ୍ଷରେ ଯୋଗାଣର ପରିମାଣ ଓ OY- ଅକ୍ଷରେ ଦ୍ରବ୍ୟର ଦାମ୍ ପରିମାପ କରାଯାଇଛି । ଦ୍ରବ୍ୟର ଦାମ୍ ଟ 1.00 ବେଳେ ଦ୍ରବ୍ୟ ଯୋଗାଣର ପରିମାଣ 10 ଏକକ ହୋଇଅଛି । ସେହିପରି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇ ଟ 2.00 ହେଲାବେଳେ ଯୋଗାଣର ପରିମାଣ 20 ଏକକକୁ ବୃଦ୍ଧିପାଇଛି । ଚିତ୍ରରେ ପ୍ରଦର୍ଶିତ ଦ୍ରବ୍ୟ ଦାମ୍ର କ୍ରମାଗତ ବୃଦ୍ଧି ଫଳରେ ଦ୍ରବ୍ୟ ଯୋଗାଣର ପରିମାଣ କ୍ରମାଗତଭାବେ ବୃଦ୍ଧି ପାଇଛି ।
ଦ୍ରବ୍ୟର ଦାମ୍ ଓ ଯୋଗାଣକୁ ଭିଭିକରି ଚିତ୍ରରେ ମିଳୁଥିବା ବିନ୍ଦୁର ସଂଯୋଗ କରାଯାଇ ‘SS’ ଯୋଗାଣରେଖା ଅଙ୍କନ କରାଯାଇଛି । ‘SS’ ଯୋଗାଣରେଖା, ଯୋଗାଣସୂଚୀର ଏକ ଜ୍ୟାମିତିକ ପରିପ୍ରକାଶ । ଏହି ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଛି । ଏହାର ଧନାତ୍ମକ ଅଧୋଗତିରୁ ସ୍ପଷ୍ଟ ହୁଏ ଯେ, ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଦ୍ରବ୍ୟ ଯୋଗାଣ ବୃଦ୍ଧି ପାଏ ଓ ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।
ଯୋଗାଣରେଖା କାହିଁକି ଊର୍ଦ୍ଧ୍ୱଗାମୀ ହୋଇଥାଏ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ତଥା ଧନାତ୍ମକ ସମ୍ପର୍କ ରହିଛି । ଏହି ସମ୍ପର୍କର ସୂତ୍ରପାତ ନିମ୍ନଲିଖୁ କାରଣରୁ ଘଟିଥାଏ ।
ପ୍ରଥମତଃ, କୌଣସି ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଲାଭ-ପ୍ରତ୍ୟାଶାଦ୍ଵାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ । କୌଣସି ଦ୍ରବ୍ୟର ପ୍ରଚଳିତ ଦାମ୍ ଅଧିକ ହେଲେ ତାହାର ଲାଭ-ପ୍ରତ୍ୟାଶା ବୃଦ୍ଧି ପାଏ । ଦାମ୍-ବର୍ଦ୍ଧିଷ୍ଣୁ ପରିସ୍ଥିତିରେ ଉତ୍ପାଦନକାରୀ ଲାଭ- ପ୍ରତ୍ୟାଶାଦ୍ୱାରା ପ୍ରଭାବିତ ହୋଇ ଯୋଗାଣ ବୃଦ୍ଧି କରିବାକୁ ଉତ୍ସାହିତ ହୋଇଥାଏ । ତେଣୁ ଦାମ୍ ବୃଦ୍ଧି ସମୟରେ ଯୋଗାଣର ପରିମାଣ ଅଧିକ ହୁଏ । ଅନ୍ୟ ପକ୍ଷରେ ଦାମ୍ ହ୍ରାସ ସମୟରେ ଲାଭ-ପ୍ରତ୍ୟାଶା ହ୍ରାସ ପାଉଥିବାରୁ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।
ଦ୍ଵିତୀୟତଃ, କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନକାରୀ ନିଜସ୍ଵ ସମ୍ବଳ ସେହି ଦ୍ରବ୍ୟ ପାଇଁ ବିନିଯୋଗ କରିଥା’ନ୍ତି ଯଦ୍ବାରା ସେହି ଦ୍ରବ୍ୟର ଯୋଗାଣ ଅତିରିକ୍ତ ସମ୍ବଳର ବିନିଯୋଗ ଯୋଗୁଁ ବୃଦ୍ଧି ପାଇଥାଏ । କାରଣ ଉଚ୍ଚ ଦାମ୍ ଲାଭ-ପ୍ରତ୍ୟାଶା ବୃଦ୍ଧି କରେ । ଅନ୍ୟ ପକ୍ଷରେ ଦାମ୍ ହ୍ରାସ ହେଲେ ସମ୍ବଳର ବିନିଯୋଗ କମ୍ ଲାଭ-ପ୍ରତ୍ୟାଶା ଯୋଗୁଁ ହ୍ରାସ ପାଏ ଯଦ୍ବାରା ଯୋଗାଣର ପରିମାଣ ହ୍ରାସ ପାଏ ।
ତୃତୀୟତଃ, ଉତ୍ପାଦନର ପରିମାଣ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ପ୍ରଭାବରୁ ଦ୍ରବ୍ୟର ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟରେ ବୃଦ୍ଧି ଘଟେ । ତେଣୁ ଏହା ଯଥାର୍ଥ ଯେ ଦ୍ରବ୍ୟର ଦରବୃଦ୍ଧି ଘଟିଲେ ହିଁ ଅଧିକ ଉତ୍ପାଦନ ଓ ଅଧିକ ବିକ୍ରୟ ସମ୍ଭବ ହୋଇପାରିବ । କାରଣ ଭଚ୍ଚ ଦାମ୍ ହିଁ ଉଚ୍ଚ ପରିବ୍ୟୟକୁ ଭରଣା କରିପାରିବ ।
ସର୍ଭାବଳୀ :
ଯୋଗାଣ ସୂତ୍ରର କାର୍ଯ୍ୟକାରିତା କେତୋଟି ସର୍ଭ ଉପରେ ନିର୍ଭରଶୀଳ । ଯୋଗାଣ ସୂତ୍ରର ବ୍ୟାଖ୍ୟା ଉପସ୍ଥାପନା ସମୟରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହିବାର ସର୍ଭ ଆରୋପ କରାଯାଇଥାଏ । ଏହି ‘ଅନ୍ୟାନ୍ୟ ବିଷୟ’ ଯୋଗାଣ ସୂତ୍ରର ସର୍ଭାବଳୀ ରୂପେ ପରିଚିତ । ଏହି ଅନ୍ୟାନ୍ୟ ବିଷୟରେ ସ୍ଥାନ ପାଇଥିବା ଉପାଦାନଗୁଡ଼ିକ ହେଲା – ବନ୍ୟା, ବାତ୍ୟା, ମରୁଡ଼ିରହିତ ସ୍ଵାଭାବିକ ପରିସ୍ଥିତି, ଅପରିବର୍ତ୍ତିତ ଉତ୍ପାଦନ ପରିବ୍ୟୟ, ଅପରିବର୍ତ୍ତିତ ଉତ୍ପାଦନ କୌଶଳ, ଅନ୍ୟାନ୍ୟ ଦ୍ରବ୍ୟର ସ୍ଥିର ଦାମ୍, ଅପରିବର୍ତ୍ତିତ କର ଓ ସବ୍ସିଡ଼ି, ସ୍ଥିର ଶିଳ୍ପନୀତି, ଅପରିବର୍ତ୍ତିତ ଉତ୍ପାଦନକାରୀଙ୍କ ସଂଖ୍ୟା, ଭବିଷ୍ୟତ୍ ଦର ପ୍ରତ୍ୟାଶା ଇତ୍ୟାଦି ।
ବ୍ୟତିକ୍ରମ / ସୀମାବଦ୍ଧତା :
ଯୋଗାଣ ସୂତ୍ରର ବ୍ୟାପକତା ସତ୍ତ୍ଵେ ଏହି ସୂତ୍ରର କାର୍ଯ୍ୟକାରିତାରେ କେତେକ ବ୍ୟତିକ୍ରମ ଦୃଶ୍ୟମାନ ହୋଇଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଯାଇଛି ।
(1) ବ୍ୟାବସାୟିକ ପତନ ବା ମାନ୍ଦା ଅବସ୍ଥା (Depression)ରେ ଦରଦାମ୍ ଦ୍ରୁତଗତିରେ ହ୍ରାସ ପାଇବାକୁ ଆରମ୍ଭ କରେ ଯାହା ବ୍ୟବସାୟରେ କ୍ଷତିର ପୂର୍ବାଭାସ ଏହି କ୍ଷତିର ଆଶଙ୍କାରେ ବ୍ୟତିବ୍ୟସ୍ତ ହୋଇ ଉତ୍ପାଦନକାରୀ ଏହାକୁ ଏଡ଼ାଇବାପାଇଁ କମ୍ ଦାମ୍ରେ ସେମାନେ ଗଚ୍ଛିତ ରଖିଥିବା ଦ୍ରବ୍ୟକୁ ବିକ୍ରୟ କରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସୁତରାଂ ଦାମ୍ ହ୍ରାସଜନିତ ପରିସ୍ଥିତିରେ ଯୋଗାଣର ପରିମାଣ ବୃଦ୍ଧି ପାଏ । ଏହାଦ୍ଵାରା ଯୋଗାଣ ସୂତ୍ରରେ ବ୍ୟତିକ୍ରମ ଦେଖାଦିଏ ।
(2) ଦୁଷ୍ଟ୍ରାପ୍ୟ ଓ ବିରଳ ଦ୍ରବ୍ୟମାନଙ୍କର ଯୋଗାଣ ସୀମିତ ହୋଇଥିବାରୁ ଏହି ସୂତ୍ର କାର୍ଯ୍ୟ କରି ନଥାଏ । କାରଣ ଏହିସବୁ ଦ୍ରବ୍ୟର ବିଶେଷ ସ୍ଵଳ୍ପତା ଯୋଗୁଁ ଦାମ୍ ଯେତେ ବୃଦ୍ଧିପାଇଲେ ହେଁ ଏମାନଙ୍କର ଯୋଗାଣର ପରିମାଣ ବୃଦ୍ଧି ନହୋଇ ସ୍ଥିର ରହିଥାଏ । ତେଣୁ ଯୋଗାଣ ସୂତ୍ରର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।
(3) ଶ୍ରମ ବଜାରରେ ଯୋଗାଣ ସୂତ୍ରର ବ୍ୟତିକ୍ରମ କେତେକ ସମୟରେ ଅନୁଭୂତ ହୋଇଥାଏ । ଶ୍ରମର ଦାମ୍ ବା ମଜୁରି ବୃଦ୍ଧି ହେଲେ ଶ୍ରମର ଯୋଗାଣ ହ୍ରାସର ସମ୍ଭାବନା ଦେଖାଦିଏ । କାରଣ ମଜୁରି ବୃଦ୍ଧି ଶ୍ରମିକମାନଙ୍କର ଅବସର ନେବାର ଇଚ୍ଛାକୁ ବଳବତ୍ତର ରଖୁଥାଏ ଓ କମ୍ ସମୟ କାର୍ଯ୍ୟରୁ ସେମାନଙ୍କର ଅତ୍ୟାବଶ୍ୟକ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହୋଇଥା’ନ୍ତି ।
ସୁତରାଂ ସେମାନଙ୍କର ଆତ୍ମୀୟମାନଙ୍କୁ ଶ୍ରମ ବଜାରକୁ ପ୍ରବେଶ କରିବାର ଆବଶ୍ୟକତା ଅନୁଭବ କରିନଥା’ନ୍ତି, ଯଦ୍ବାରା ମଜୁରି ବୃଦ୍ଧି ଶ୍ରମିକ ଯୋଗାଣ ହ୍ରାସ କରେ ବୋଲି ପ୍ରତୀୟମାନ ହୋଇଥାଏ ।
(4) ପୁରୁଣା ଦ୍ରବ୍ୟର ଗଚ୍ଛିତ ପରିମାଣକୁ ବିକ୍ରି କରିବାପାଇଁ ଦ୍ରବ୍ୟର ପ୍ରଚଳିତ ଦାମ୍ଭିକୁ ଉତ୍ପାଦନକାରୀ ହ୍ରାସ କରନ୍ତି । ଫଳରେ ନିମ୍ନ ଦାମ୍ରେ ଯୋଗାଣର ପରିମାଣ ଅଧିକ ହୋଇଥାଏ । ପୁନଶ୍ଚ ଦ୍ରବ୍ୟ ନିଲାମ କ୍ଷେତ୍ରରେ କମ୍ ଦାମ୍ରେ ଯୋଗାଣର ପରିମାଣ ଅଧ୍ଵକ ହୋଇଥାଏ । ଏସବୁ ଯୋଗାଣ ସୂତ୍ରର ବ୍ୟତିକ୍ରମର ସୂଚନା ଦେଇଥାଏ ।
(5) ଭବିଷ୍ୟତ୍ର ଦାମ-ପ୍ରତ୍ୟାଶ ଯୋଗାଣ ସୂତ୍ରରେ ବ୍ୟତିକ୍ରମ ଘଟାଇଥାଏ । ଉତ୍ପାଦନକାରୀ ଯଦି ଭବିଷ୍ୟତ୍ର ଦ୍ରବ୍ୟର ଦାମ୍ର ଦ୍ରୁତ ହ୍ରାସ ଆଶଙ୍କା କରନ୍ତି, ତେବେ ସେ ପ୍ରଚଳିତ ଦାମ୍ କିମ୍ବା କମ୍ ଦାମ୍ରେ ବର୍ତ୍ତମାନ ପରିସ୍ଥିତିରେ ଅଧିକ ଦ୍ରବ୍ୟ ବିକ୍ରୟ କରିବାକୁ ଚେଷ୍ଟା କରନ୍ତି । ଫଳରେ କମ୍ ଦାମ୍ରେ ଯୋଗାଣର ପରିମାଣ ବୃଦ୍ଧି ଘଟେ । ଏହା ଯୋଗାଣ ସୂତ୍ରର ଅନ୍ୟତମ ବ୍ୟତିକ୍ରମ ।
ଏସବୁ ସୀମାବଦ୍ଧତା ସତ୍ତ୍ଵେ ‘ଯୋଗାଣ ସୂତ୍ର’ ବ୍ୟାପକ ବ୍ୟାବହାରିକ ମୂଲ୍ୟ ଯୋଗୁଁ ଅର୍ଥଶାସ୍ତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ମୌଳିକ ସୂତ୍ରଭାବେ ଗ୍ରହଣୀୟ ହୋଇପାରିଛି ।
2. ଯୋଗାଣରେ ପରିବର୍ତ୍ତନ ଓ ଯୋଗାଣ ପରିମାଣରେ ପରିବର୍ତ୍ତନ ମଧ୍ଯରେ ପାର୍ଥକ୍ୟ କାରଣ ସହ ରେଖାଚିତ୍ରଦ୍ୱାରା ବୁଝାଅ ।
କିମ୍ବା, ଯୋଗାଣର ବୃଦ୍ଧି ବା ହ୍ରାସ ଏବଂ ଯୋଗାଣର ସଂପ୍ରସାରଣ ବା ସଂକୋଚନ ମଧ୍ୟରେ ଥିବା ପାର୍ଥକ୍ୟ କାରଣ ସହ ପ୍ରତିପାଦନ କର ।
Answer:
ଯୋଗାଣ ସୂତ୍ର ଅନୁସାରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହି କୌଣସି ଏକ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ଓ ଦାମ୍ ହ୍ରାସ ହେଲେ ଯୋଗାଣର ହ୍ରାସ ଘଟିଥାଏ । ଏହି ସୂତ୍ରକୁ ନିବିଡ଼ଭାବରେ ଅନୁଧ୍ୟାନ କରାଗଲେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦୃଷ୍ଟିକୁ ଆସିଥାଏ । ପ୍ରଥମତଃ, ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ଓ ଦ୍ୱିତୀୟରେ, ଦ୍ରବ୍ୟର ଦାମ୍ ପରିବର୍ତ୍ତନ (ହ୍ରାସ ବା ବୃଦ୍ଧି) । ପ୍ରଥମ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ସୂଚନା ମିଳେ ଯେ, ଯୋଗାଣ ସୂତ୍ରର କାର୍ଯ୍ୟକାରିତା ପାଇଁ କେତେକ ସର୍ଭ ପୂରଣର ଆବଶ୍ୟକତା ପଡ଼ିଥାଏ ।
ଏହି ଆରୋପିତ ସର୍ଭାବଳୀ ଅନ୍ୟାନ୍ୟ ବିଷୟଭାବରେ ଯୋଗାଣ ସୂତ୍ରରେ ଉପସ୍ଥାପିତ । ଯଦି ଏହି ସର୍ଭାବଳୀର ଲଙ୍ଘନ କରାଯାଏ ବା ଅନ୍ୟାନ୍ୟ ବିଷୟ ପରିବର୍ତ୍ତିତ ହୁଏ ତେବେ ଦ୍ରବ୍ୟର ଦାମ୍ ଓ ଯୋଗାଣର ପରିମାଣ ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କର ବିଲୋପ ଘଟେ ବା ଯୋଗାଣସୂତ୍ର କାର୍ଯ୍ୟ କରେ ନାହିଁ । କାରଣ ଏସବୁ ବିଷୟ ବାରମ୍ବାର ପରିବର୍ତ୍ତନ ହେଲେ ଦ୍ରବ୍ୟର ଦାମ୍ର ପରିବର୍ତ୍ତନ ନ ହୋଇ ସୁଦ୍ଧା ଯୋଗାଣରେ ହ୍ରାସ ବା ବୃଦ୍ଧି ପରିଲକ୍ଷିତ ହୁଏ । ଯୋଗାଣର ଏହି ହ୍ରାସ ବା ବୃଦ୍ଧିକୁ ‘ଯୋଗାଣରେ ପରିବର୍ତ୍ତନ’ କୁହାଯାଏ ଯାହା ଦର ବ୍ୟତିରେକେ ଅନ୍ୟାନ୍ୟ ବିଷୟର ପରିବର୍ତ୍ତନରୁ ହିଁ ଘଟିଥାଏ ।
ଦ୍ଵିତୀୟ ଦୃଷ୍ଟିକୋଣରୁ ବିଚାର କରାଗଲେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହି ଦ୍ରବ୍ୟର ଦାମ୍ ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ) ହେଲେ ଏହାର ଯୋଗାଣର ପରିମାଣରେ ପରିବର୍ତ୍ତନ (ବୃଦ୍ଧି ଓ ହ୍ରାସ) ଘଟେ । ଯୋଗାଣର ଏହି ପରିବର୍ତ୍ତନ ଦାମ୍ ପରିବର୍ତ୍ତନଜନିତ ଏବଂ ଏହାକୁ ଯୋଗାଣର ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ବା ସଂକୋଚନ କୁହାଯାଏ
ଏହି ତତ୍ତ୍ଵର ବିଶଦ ଆଲୋଚନା ନିମ୍ନରେ ବର୍ଣ୍ଣନା କରାଗଲା ।
(a) ଯୋଗାଣର ପରିବର୍ତ୍ତନ ବା ଯୋଗାଣରେ ବୃଦ୍ଧି ଓ ହ୍ରାସ :
(i) ଯୋଗାଣର ବୃଦ୍ଧି – ଦାମ୍ ବ୍ୟତିରେକ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ହେଲେ ଯୋଗାଣରେ ପରିବର୍ତ୍ତନ ବା ଯୋଗାଣରେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୁଏ । ପ୍ରଥମତଃ, ଯୋଗାଣର ବୃଦ୍ଧି ସୂଚନା ମୁଖ୍ୟତଃ ଦୁଇଟି କାରଣରୁ ମିଳିଥାଏ;
ଯଥା-
- ଅପରିବର୍ତିତ ଦାମ୍ରେ ଅଧିକ ପରିମାଣର ଦ୍ରବ୍ୟ ଯୋଗାଣ,
- କମ୍ ଦାମ୍ରେ ସମପରିମାଣର ଦ୍ରବ୍ୟ ଯୋଗାଣ ।
ଏହି ଦୁଇଟି ଅବସ୍ଥାକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇ ପାରେ ।
ଉପରୋକ୍ତ ଚିତ୍ରରେ ଅନ୍ୟାନ୍ୟ ବିଷୟରେ ପରିବର୍ତ୍ତନ ଘଟି ମୂଳ ଯୋଗାଣ ରେଖା ‘SS’ ଡାହାଣକୁ ଅପସାରିତ ହୋଇ S1S1 ଯୋଗାଣ ରେଖା ଧାରଣ କରିଛି । ଏହା ଦକ୍ଷିଣକୁ ଅପସାରଣ ଫଳରେ ଅପରିବର୍ତ୍ତିତ ମୂଳ ଦାମ୍ (OP) ରେ ଦ୍ରବ୍ୟର ଯୋଗାଣ OQ1 କୁ ବୃଦ୍ଧିପାଇଛି ଯାହା ମୂଳ ଯୋଗାଣଠାରୁ QQ1 ଅଧିକ । ଦ୍ବିତୀୟତଃ ଯୋଗାଣ ରେଖା (SS) ର ଅପସାରଣଦ୍ଵାରା କମ୍ ଦାମ୍ (QP1) ରେ ଦ୍ରବ୍ୟର ଯୋଗାଣ ମୂଳ ଯୋଗାଣ ସହ ସମାନ ରହିଛି ଅର୍ଥାତ୍ ଅପରିବର୍ତ୍ତିତ (OQ) ରହିଛି ଯାହା ପୂର୍ବରୁ ଉଚ୍ଚ ଦାମ୍ (OP) ରେ ଯୋଗାଣ କରାଯାଉଥିଲା ।
(ii) ଯୋଗାଣ ହ୍ରାସ – ଦାମ୍ ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ଯଦି କମ୍ ପରିମାଣର ଦ୍ରବ୍ୟ ଯୋଗାଣ କରାଯାଏ ବା ଦାମ୍ ବୃଦ୍ଧି ହୋଇ ସମପରିମାଣ ଦ୍ରବ୍ୟର ଯୋଗାଣ ହୁଏ, ତେବେ ସେହି ଅବସ୍ଥାକୁ ‘ଯୋଗାଣର ହ୍ରାସ’ କୁହାଯାଏ ।
ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ମୂଳ ଯୋଗାଣ ରେଖା (SS) ବାମକୁ ଅପସାରିତ ହୋଇଛି । ଯଦ୍ବାରା ମୂଳ ଦାମ୍ (OP) ରେ ଯୋଗାଣର ପରିମାଣ OQ (ମୂଳ ଯୋଗାଣ)ରୁ OQ1 କୁ ହ୍ରାସ ପାଇଛି । ଦ୍ଵିତୀୟରେ, ଏହି ଅପସାରଣର ଫଳସ୍ଵରୂପ ଉଚ୍ଚଦାମ୍ (OP1) ରେ ଯୋଗାଣର ପରିମାଣ ମୂଳ ଯୋଗାଣ (OQ) ସହ ସମାନ ହୋଇଛି । ଏହି ଦୁଇଟି ଅବସ୍ଥା ଯୋଗାଣ ହ୍ରାସର ସୂଚନା ଦେଇଥାଏ ।
(b) ଯୋଗାଣ ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ଓ ସଂକୋଚନ :
ଯୋଗାଣର ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ଓ ସଂକୋଚନ ଦାମ୍ର ପରିବର୍ତ୍ତନ ଯୋଗୁ ହିଁ ଘଟିଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଦାମ୍ ବୃଦ୍ଧି ହେଲେ ଯୋଗାଣର ପରିମାଣ ସଂପ୍ରସାରିତ ଓ ଦାମ୍ ହ୍ରାସ ହେଲେ ଯୋଗାଣର ପରିମାଣ ସଂକୁଚିତ ହୋଇଥାଏ ।
ଉପରୋକ୍ତ ରେଖାଚିତ୍ରରେ ଦ୍ରବ୍ୟର ପ୍ରଚଳିତ ଦାମ୍ OP ରେ ଯୋଗାଣର ପରିମାଣ OQ ଅଟେ । ମାତ୍ରା ଦ୍ରବ୍ୟର ଦାମ୍ OP1 କୁ ହ୍ରାସ ପାଇଥିବା ସମୟରେ ଯୋଗାଣ ପରିମାଣ OQ1 କୁ ହ୍ରାସ ପାଇଛି । ଦାମ୍ ହ୍ରାସଜନିତ ଯୋଗାଣ ପରିମାଣର ଏହି ହ୍ରାସକୁ ‘ଯୋଗାଣ ସଂକୋଚନ’ କୁହାଯାଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦାମ୍ OP2 କୁ ବୃଦ୍ଧି ହେବା ଫଳରେ ଯୋଗାଣ ପରିମାଣ OQ2 କୁ ବୃଦ୍ଧି ପାଇଛି । ଦାମ୍ ବୃଦ୍ଧିଜନିତ ଯୋଗାଣର ପରିମାଣର ଏହି ବୃଦ୍ଧିକୁ ‘ଯୋଗାଣର ସଂପ୍ରସାରଣ’ କୁହାଯାଏ ।
ପରିଶେଷରେ ଉପରୋକ୍ତ ଅନୁଶୀଳନରୁ ଅନୁଧ୍ୟାନ କରାଯାଏ ଯେ, ଯୋଗାଣ ପରିବର୍ତ୍ତନ କ୍ଷେତ୍ରରେ ଏକ ନୂତନ ଯୋଗାଣ ରେଖାର ଉତ୍ପତ୍ତି ଘଟେ ଯାହା ମୂଳରେଖାର ବାମ ବା ଡାହାଣକୁ ଅପସାରିତ ହୋଇଥାଏ । କିନ୍ତୁ ଯୋଗାଣର ପରିମାଣ ପରିବର୍ତ୍ତନ (ସଂପ୍ରସାରଣ ଓ ସଂକୋଚନ) କ୍ଷେତ୍ରରେ ସେହି ନିର୍ଦ୍ଦିଷ୍ଟ ଯୋଗାଣ ରେଖା ଅପରିବର୍ତ୍ତିତ ରହି ଏହାର ଅଗ୍ରଗତି ଓ ଅଧୋଗତି ହୋଇଥାଏ ।
ଯୋଗାଣ ପରିବର୍ତ୍ତନର କାରଣ – ଯୋଗାଣର ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ) ନିମ୍ନଲିଖୁ କାରଣ ଯୋଗୁଁ ହୋଇଥାଏ ।
(1) ପ୍ରାକୃତିକ କାରଣ – ପର୍ଯ୍ୟାପ୍ତ ବୃଷ୍ଟିପାତ ଯୋଗୁଁ ଆବଶ୍ୟକ ଜଳଯୋଗାଣ, ଉପଯୁକ୍ତ ପାଗ ଯୋଗୁଁ କୃଷିକ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ ହୁଏ । ଫଳରେ ଦାମ୍ର ବୃଦ୍ଧି ବିନା କୃଷିଜାତ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ । ଅପରପକ୍ଷରେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥାଏ । ତେଣୁ ଦାମ୍ ହ୍ରାସ ନହୋଇ ମଧ୍ୟ ଦ୍ରବ୍ୟର ଯୋଗାଣ ହ୍ରାସ ପାଇଥାଏ ।
(2) ଉତ୍ପାଦନ ପରିବ୍ୟୟରେ ପରିବର୍ତ୍ତନ – ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପାଦାନମାନଙ୍କର ମୂଲ୍ୟବୃଦ୍ଧି ଘଟିଲେ ଯୋଗାଣ ହ୍ରାସ ପାଏ । ଅନ୍ୟପକ୍ଷରେ ଉତ୍ପାଦନ ପରିବ୍ୟୟ ହ୍ରାସ ହେଲେ ଯୋଗାଣ ବୃଦ୍ଧି ହୁଏ । ଯୋଗାଣର ଏହି ବୃଦ୍ଧି ବା ହ୍ରାସ କ୍ଷେତ୍ରରେ ଦ୍ରବ୍ୟର ଦାମ୍ର କୌଣସି ପ୍ରଭାବ ପରିଲକ୍ଷିତ ହୁଏ ନାହିଁ ।
(3) ଉତ୍ପାଦନ କୌଶଳ – ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉତ୍ପାଦନ କୌଶଳରେ ପରିବର୍ତ୍ତନ; ଯଥା – ଉନ୍ନତ ଉତ୍ପାଦନ ପ୍ରଣାଳୀ ତଥା ନୂତନ ଯନ୍ତ୍ରପାତିର ବ୍ୟବହାର ଉତ୍ପାଦନ ତଥା ଯୋଗାଣର ପରିମାଣ ବୃଦ୍ଧି କରିଥାଏ । ଏ କ୍ଷେତ୍ରରେ ଦ୍ରବ୍ୟର ଦାମ୍ର କୌଣସି ଭୂମିକା ନଥାଏ ।
(4) ସରକାରଙ୍କ କର ଓ ସବ୍ସିଡ଼ି ନୀତି – କୌଣସି ଉତ୍ପାଦିତ ସାମଗ୍ରୀ ଉପରେ ସରକାର କରଧାର୍ଯ୍ୟ କଲେ ଏହାର ଉତ୍ପାଦନ ଉପରେ କୁପ୍ରଭାବ ପଡ଼େ; ଫଳରେ ଯୋଗାଣର ପରିମାଣ ହ୍ରାସ ପାଏ । ଅନ୍ୟପକ୍ଷରେ କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ସରକାର ସବ୍ସିଡ଼ି ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି ପାଏ ଯଦ୍ବାରା ଯୋଗାଣ ମଧ୍ୟ ବୃଦ୍ଧି ପାଏ ।
(5) ଶିଳ୍ପନୀତି – ସରକାରଙ୍କଦ୍ବାରା ପ୍ରଣୀତ ଶିଚ୍ଛନୀତି କେତେକ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଫଳରେ ସେସବୁ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଶିଳ୍ପନୀତିରେ କେତେକ ଦ୍ରବ୍ୟ ଉତ୍ପାଦନ ଉପରେ କଠୋର କଟକଣା ଜାରି କରାଯାଇଥାଏ ଯାହା ଦ୍ରବ୍ୟର ଯୋଗାଣକୁ ହ୍ରାସ କରିଥାଏ ।
(6) ଆଭ୍ୟନ୍ତରୀଣ ଶାନ୍ତି ଓ ସ୍ଥିରତା ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ଓ ରାଜନୈତିକ ସ୍ଥିରତା ଉତ୍ପାଦନ ବୃଦ୍ଧିରେ ସହାୟକ ହୁଏ, ଯଦ୍ବାରା ଦ୍ରବ୍ୟଯୋଗାଣ ବୃଦ୍ଧି ପାଏ । ରାଜନୈତିକ ଅସ୍ଥିରତା ଉତ୍ପାଦନ ବ୍ୟାହତ କରେ, ଫଳରେ ଯୋଗାଣ ହ୍ରାସ ପାଏ ।
(7) ଭବିଷ୍ୟତ୍ ଦାମ୍ ପ୍ରତ୍ୟାଶ। – ଭବିଷ୍ୟତ୍ରେ ଦାମ୍ ହ୍ରାସର ଆଶଙ୍କା ପ୍ରକଟିତ ହେଲେ ଉତ୍ପାଦନକାରୀ ପ୍ରଚଳିତ ଦାମ୍ରେ ଅଧିକ ବିକ୍ରି କରିଥା’ନ୍ତି । ଫଳରେ ଦ୍ରବ୍ୟ ଯୋଗାଣ ବୃଦ୍ଧି ପାଏ । ଅପରପକ୍ଷରେ ଭବିଷ୍ୟତ୍ ଦାମ୍ ବୃଦ୍ଧିର ସମ୍ଭାବନା ଥିଲେ ବିକ୍ରେତା ବା ଉତ୍ପାଦନକର୍ତ୍ତା ପ୍ରଚଳିତ ଦାମ୍ରେ ଦ୍ରବ୍ୟ ବିକ୍ରି ନକରି ଗଚ୍ଛିତ କରି ରଖୁ’ନ୍ତି । ଫଳରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।
ଉପରୋକ୍ତ କାରଣରୁ ଦାମ୍ ବ୍ୟତିରେକେ ଦ୍ରବ୍ୟ ଯୋଗାଣ ପ୍ରଭାବିତ ହୋଇଥାଏ ।