CHSE Odisha Class 12 Economics Chapter 9 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Objective & Short Answer Questions.

CHSE Odisha 12th Class Economics Chapter 9 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଏକ ସ୍ଵାଭାବିକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବା ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

2. ଦର ଓ ଯୋଗାଣ ପରିମାଣ ମଧ୍ଯରେ କେଉଁ ସମ୍ପର୍କ ପରିଲକ୍ଷିତ ହୋଇଥାଏ ?
(A) ପ୍ରତ୍ୟକ୍ଷ
(B) ପରୋକ୍ଷ
(C) ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ
(D) ପ୍ରଥମେ ପ୍ରତ୍ୟକ୍ଷ ଓ ତତ୍ପରେ ପରୋକ୍ଷ
Answer:
(A) ପ୍ରତ୍ୟକ୍ଷ

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍‌ମ୍ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(D) ଆନୁଭୂମିକ ହୋଇଥାଏ

4. ନିର୍ଦ୍ଦିଷ୍ଟ ଦରରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ଉତ୍ପାଦନକାରୀ ବିକ୍ରୟ ଲାଗି ଇଚ୍ଛା ପ୍ରକାଶ କରେ ସେହି ପରିମାଣ ହେଉଛି :
(A) ଚାହିଦା
(B) ମୋଟ ଉତ୍ପାଦ
(C) ପରୋକ୍ଷ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପରୋକ୍ଷ

5. ଦର ପରିବର୍ତ୍ତନଠାରୁ ଯୋଗାଣ ପରିମାଣରେ ପରିବର୍ତ୍ତନର ତୀବ୍ରତା ଅଧ୍ବକ ହେଲେ ଯୋଗାଣ ସ୍ଥିତିସ୍ଥାପକତା କ’ଣ ହୁଏ ?
(A) ଏକଠାରୁ ଅଧ୍ଵ
(B) ଏକ ସଙ୍ଗେ ସମାନ
(C) ଏକଠାରୁ କମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଏକଠାରୁ ଅଧ୍ଵ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

6. ଯୋଗାଣ ରେଖା ବାମରୁ ଦକ୍ଷିଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ, ଏହା କେଉଁ ସମ୍ପର୍କ ସ୍ଥାପନ କରେ ?
(A) ଋଣାତ୍ମକ ସମ୍ପର୍କ
(B) ଧନାତ୍ମକ ସମ୍ପର୍କ
(C) କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଧନାତ୍ମକ ସମ୍ପର୍କ

7. ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

8. ଚାହିଦା ସ୍ଥିର ରହି ଯୋଗାଣ ବୃଦ୍ଧି ପାଇଲେ, ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ହ୍ରାସ ପାଏ

9. ଯେତେବେଳେ ଉଭୟ ଚାହିଦା ଓ ଯୋଗାଣ ସମାନ ହାରରେ ବୃଦ୍ଧି ବା ହ୍ରାସ ହୁଅନ୍ତି, ସେତେବେଳେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସ୍ଥିର ରହେ

10. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧିକାର
(C) ଅଚ୍ଛାଧ୍ୟାକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ପୂର୍ଣ୍ଣ ପ୍ରତିଯୋଗିତା

11. ଚାହିଦାର ବୃଦ୍ଧି ହାର ଯୋଗାଣର ବୃଦ୍ଧି ହାରଠାରୁ ଅଧିକ ହେଲେ, ଦାମ୍ :
(A) ବୃଦ୍ଧି ପାଏ
(B) ହ୍ରାସ ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ପାଏ

12. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରର ଅନୁପାତ ଏକ (୧) ହୁଏ; ତାହାକୁ କ’ଣ କୁହାଯାଏ ?
(A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(C) ଏକକ ସ୍ଥିତିସ୍ଥାପକ ଯୋଗାଣ
(D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
Answer:
(C) ଏକକ ସ୍ଥିତିସ୍ଥାପକ ଯୋଗାଣ

13. ଦର ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତା ମାତ୍ରାର ପରିମାପକୁ ଯୋଗାଣର କ’ଣ କୁହାଯାଏ ?
(A) ଯୋଗାଣର ସ୍ଥିତିସ୍ଥାପକତା
(B) ଯୋଗାଣ
(C) ଚାହିଦା
(D) ଚାହିଦାର ସ୍ଥିତିସ୍ଥାପକତା
Answer:
(A) ଯୋଗାଣର ସ୍ଥିତିସ୍ଥାପକତା

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

14. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରଠାରୁ କମ୍ ହୁଏ, ସେତେବେଳେ ଯୋଗାଣର ସ୍ଥିତିସ୍ଥାପକତା କ’ଣ ହୋଇଥାଏ ?
(A) ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(D) ଏକକ ସ୍ଥିତିସ୍ଥାପକ ଯୋଗାଣ
Answer:
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ _____________ କୁହାଯାଏ ।_
Answer:
ଯୋଗାଣ

2. ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ _________ ସହସମ୍ବନ୍ଧ ଥାଏ ।
Answer:
ଧନାତ୍ମକ

3. ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ବୃଦ୍ଧି ପାଇଲେ ଅନ୍ୟ ଦ୍ରବ୍ୟର ଯୋଗାଣ ପରିମାଣ _____________ ହୁଏ ।
Answer:
ହ୍ରାସ

4. ଅନୁପୂରକ ଦ୍ରବ୍ୟର ଦରବୃଦ୍ଧି ହେଲେ ଅନ୍ୟ ଗୋଟିଏ ଦ୍ରବ୍ୟର ଯୋଗାଣ _______________ ଘଟିଥାଏ ।
Answer:
ବୃଦ୍ଧି

5. ଉପାଦାନଗୁଡ଼ିକର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନ ପରିବ୍ୟୟ ବୃଦ୍ଧି ପାଏ, ଫଳରେ ଦ୍ରବ୍ୟର ଯୋଗାଣ ________________ ପାଏ ।
Answer:
ହ୍ରାସ

6. ନୂତନ ଓ ଉନ୍ନତ ମାନର ଉତ୍ପାଦନ କୌଶଳ ପ୍ରୟୋଗଦ୍ଵାରା ଯୋଗାଣ____________ ପାଏ ।
Answer:
ବୃଦ୍ଧି

7. ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ, _____________ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ ।
Answer:
ପ୍ରତ୍ୟକ୍ଷ

8. ଯୋଗାଣରେଖା ଡାହାଣକୁ ______________ ହୋଇଥାଏ ।
Answer:
ଊର୍ଦ୍ଧ୍ୱଗାମୀ

9. ବଜାରରେ ଦ୍ରବ୍ୟର ସର୍ବମୋଟ ଯୋଗାଣକୁ _______________ କୁହାଯାଏ ।
Answer:
ବଜାର ଯୋଗାଣ

10. ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ଯୋଗାଣର ______________ କୁହାଯାଏ।
Answer:
ସ୍ଥିତିସ୍ଥାପକତା

11. ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି________________ ହୁଏ ତେବେ ଯୋଗାଣକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ ।
Answer:
ଅସୀମ

12. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _________________ ରେଖା ସହିତ ସମାନ୍ତରାଳ ହୋଇ ଗତିକରେ ।
Answer:
ଆନୁଭୂମିକ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

13. ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତିତ ନ ହେଲେ, ଯୋଗାଣକୁ _____________ କୁହାଯାଏ ।
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ

14. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣର ସ୍ଥିତିସ୍ଥାପକତା ____________ ଅଟେ ।
Answer:
ଶୂନ୍ୟ

15. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _____________ ଅଟେ ।
Answer:
ଉଲ୍ଲମ୍ବ

16. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ ଅଧ୍ଵ

17. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ କମ୍ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ କମ୍

18. ଦର ପରିବର୍ଭନ ହେଲେ ଯଦି ଯୋଗାଣର ପରିମାଣ ସମାନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ______________ ହୁଏ ।
Answer:
ଏକ

19. ଯୋଗାଣ ଗଚ୍ଛିତ ପରିମାଣର _____________ ଅଟେ ।
Answer:
ଅଂଶ

20. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ _____________ ବୃଦ୍ଧି ପାଏ ।
Answer:
ଦାମ

21. ଚାହିଦା ସ୍ଥିର ରହି _____________ ରେ ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଯୋଗାଣ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ବିପରୀତମୁଖୀ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

2. ଯୋଗାଣରେଖା ବାମରୁ ଡାହାଣୁକୁ ନିମ୍ନଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

4. ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ହୁଏ ।
Answer:
ଭୁଲ୍ ।
ଠିକ୍ – ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହ୍ରାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ହୁଏ ।

5. ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଯୋଗାଣର ହ୍ରାସକୁ ଯୋଗାଣର ସଂକୋଚନ କୁହାଯାଏ ।
Answer:
ଠିକ୍

6. ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ସମ୍ପ୍ରସାରଣ ହୁଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ହୁଏ ।

7. ଯୋଗାଣର ପରିବର୍ତ୍ତନ ହେଲେ ଯୋଗାଣରେଖାର ସ୍ଥାନାନ୍ତର ଘଟେ ।
Answer:
ଠିକ୍ ।

8. ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା 45 ହୋଇ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

9. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ।
Answer:
ଭୁଲ୍ ।
ଠିକ୍ – ସମ୍ପୂର୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଭଲୁମ୍ବ ହୋଇଥାଏ ।

10. ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣ ରେଖା ଓ ର୍ଦ୍ଧ୍ୱଗାମୀ ଓ ଚଟକା ହୋଇଥାଏ ।

11. କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣ ଯେଉଁ ସର୍ବନିମ୍ନ ଦାମରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ବଜାର ଦାମ୍ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣରୁ ଯେଉଁ ସର୍ବନିମ୍ନ ଦାମ୍‌ରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ସଂରକ୍ଷିତ ଦାମ୍ କୁହାଯାଏ ।

12. ଦରରେ ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଦର ବ୍ୟତୀତ ଅନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।

13. ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।
Answer:
ଠିକ୍ ।

14. ବୈଷୟିକ ପ୍ରଗତି ଫଳରେ ଯୋଗାଣ ବୃଦ୍ଧି ହୁଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଯୋଗାଣ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ ଯୋଗାଣ କୁହାଯାଏ ।

2. ଯୋଗାଣ ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ଯୋଗାଣ ସୂତ୍ରର ସଂଜ୍ଞା ହେଲା, ‘ଅନ୍ୟାନ୍ୟ ଅବସ୍ଥା ଅପରିବର୍ତିତ ଥାଇ, ଅଧିକ ଦାମରେ ଯୋଗାଣ ଅଧିକ ଏବଂ କମ୍ ଦାମ୍‌ରେ ଯୋଗାଣ କମ୍ ହୋଇଥାଏ। ସଂକ୍ଷେପରେ କହିବାକୁ ଗଲେ, ଦର ବୃଦ୍ଧି ହେଲେ ଯୋଗାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣ ହ୍ରାସ ହୁଏ।’’

3. ଯୋଗାଣକୁ ପ୍ରଭାବିତ କରୁଥ‌ିବା ଦୁଇଟି ଉପାଦାନର ନାମ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା – (i) ଦ୍ରବ୍ୟର ଦର (ii) ଉତ୍ପାଦନ କୌଶଳ

4. ସାଧାରଣତଃ ଯୋଗାଣରେଖାର ଆକାର କିପରି ?
Answer:
ସାଧାରଣତଃ ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଦାମ୍ ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତାର ମାତ୍ରାର ପରିମାପ ହିଁ ଯୋଗାଣର ସ୍ଥିତିସ୍ଥାପକତା ।

6. କେତେବେଳେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ?
Answer:
ଦ୍ରବ୍ୟର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନ; ଯଥା – ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦିର ପରିବର୍ତ୍ତନ ହେଲେ ଯୋଗାଣରେଖା ବାମକୁ ବା ଡାହାଣକୁ ପରିବର୍ତ୍ତିତ ହୋଇଥାଏ ।

7. କେଉଁ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।

8. କେଉଁ ପରିସ୍ଥିତିରେ ଯୋଗାଣର ସ୍ଥିତିସ୍ଥାପକତା 1 ଠାରୁ ଅଧିକ ?
Answer:
ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ରୁ ଅଧିକ ହେବ ।

9. ଦ୍ରବ୍ୟ ଯୋଗାଣ ଓ ଦ୍ରବ୍ୟ ଭଣ୍ଡାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କୌଣସି ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିକ୍ରୟ ଉଦ୍ଦେଶ୍ୟରେ ବଜାରକୁ ପ୍ରେରଣ କରାଯାଏ, ତାହାକୁ ଦ୍ରବ୍ୟ ଯୋଗାଣ କୁହାଯାଏ ।

10. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ?
Answer:
ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ଓ ଧନାତ୍ମକ ସମ୍ପର୍କ ରହିଛି ।

11. କେଉଁ ଦୁଇଟି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।
Answer:
ଦୁଶ୍ରାପ୍ୟ, ବିରଳ ଦ୍ରବ୍ୟ ଓ ଶ୍ରମବଜାର କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

12. କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ ଦ୍ରବ୍ୟର ଯୋଗାଣରେ କି ପରିବର୍ତ୍ତନ ଘଟିଥାଏ ?
Answer:
କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ, ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଯୋଗାଣ କହିଲେ କ’ଣ ବୁଝ ?
Answer:
ଉତ୍ପାଦିତ ଦ୍ରବ୍ୟର ଯେଉଁ ପରିମାଣ ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ଯରେ ଭିନ୍ନଭିନ୍ନ ଦରରେ ଦ୍ରବ୍ୟର ଯେଉଁ ପରିମାଣ ବଜାରରେ ବିକ୍ରୟ ପାଇଁ ପ୍ରେରଣ କରାଯାଇଥାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା- ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ଵାରା ପ୍ରଭାବିତ ହୁଏ ଓ ସରକାରଙ୍କ ଅନୁସୃତ କରନୀତି, ଶିଳ୍ପନୀତି ଓ ଗମନାଗମନ ନୀତି ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରିଥାଏ ।

3. ଯୋଗାଣ ସୂତ୍ରର ସଂଜ୍ଞା ଉଲ୍ଲେଖ କର ।
Answer:
ଯୋଗାଣ ସୂତ୍ର ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ବଜାରରେ ଏକ ନିର୍ଦ୍ଦିଷ୍ଟ ସମୟରେ ବିକ୍ରୟ ପାଇଁ ଯୋଗାଇ ଦିଆଯାଇଥିବା ଦ୍ରବ୍ୟର ପରିମାଣ ପ୍ରତ୍ୟକ୍ଷ ଭାବରେ ଦାମ୍ ସହିତ ପରିବର୍ତ୍ତିତ ହୋଇଥାଏ । ଅର୍ଥାତ୍ ଦାମ୍ ଓ ଦ୍ରବ୍ୟର ପ୍ରତ୍ୟକ୍ଷ ସମ୍ପର୍କକୁ ହିଁ ଯୋଗାଣ କ୍ରିୟା କୁହାଯାଏ ।

4. ଯୋଗାଣ ସୂଚୀ କହିଲେ କ’ଣ ବୁଝ ?
Answer:
ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଏ । ଏହି ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ଏହାର ଅର୍ଥ ହେଉଛି, ଅଧ୍ବକ ଦରରେ ଯୋଗାଣର ପରିମାଣ ଅଧିକ ଓ କମ୍ ଦରରେ ଯୋଗାଣର ପରିମାଣ କମ୍ ହୁଏ ।

5. କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ କାହିଁକି ଦେଖାଯାଏ ?
Answer:
କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦାମ୍ ବୃଦ୍ଧି ପାଉଥିଲେ ମଧ୍ୟ ଯୋଗାଣ ବୃଦ୍ଧି କରିବା ସମ୍ଭବ ନୁହେଁ । କାରଣ କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ସମୟସାପେକ୍ଷ ଏବଂ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦର ଅଧିକ ହେଲେ କୃଷକମାନଙ୍କର ଆୟ ବୃଦ୍ଧି ହୁଏ । ସେମାନେ ସେମାନଙ୍କର ଉପଜାତ ଦ୍ରବ୍ୟକୁ ଅଧିକ ଉପଭୋଗ କରନ୍ତି । ଫଳରେ ଦ୍ରବ୍ୟର ଯୋଗାଣ ବଜାରରେ ହ୍ରାସ ପାଏ ।

6. ସ୍ଥିର ଯୋଗାଣ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ ଦେଖାଯାଏ କାହିଁକି ?
Answer:
ଏପରି କେତେକ ଦ୍ରବ୍ୟ ଅଛି; ଯଥା- ପୁରାତନ ପାଣ୍ଡୁଲିପି, ମୂଲ୍ୟବାନ୍ ପଥର, ପୁରାତନ ମୁଦ୍ରା ଇତ୍ୟାଦି ଯାହାର ଯୋଗାଣ ସ୍ଥିର । ତେଣୁ ଏଗୁଡ଼ିକର ଦାମ୍ ଯେତେ ବୃଦ୍ଧି ହେଲେ ମଧ୍ୟ ଯୋଗାଣ ବୃଦ୍ଧି କରାଯାଇପାରେ ନାହିଁ । ତେଣୁ ଏସବୁ କ୍ଷେତ୍ରରେ ଯୋଗାଣ ସୂତ୍ର ଲାଗୁ ହୁଏ ନାହିଁ ।

7. ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ଯରେ କେଉଁ ସମ୍ପର୍କ ଅଛି ?
Answer:
ଯଦି କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଏ, ଉତ୍ପାଦନ ଅଧିକ ଲାଭଜନକ ହୋଇଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଅଧିକ ହୁଏ । ଅନ୍ୟପକ୍ଷରେ, ଯଦି ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତାହାହେଲେ ଉତ୍ପାଦନ କମ୍ ଲାଭଜନକ ହୁଏ ଏବଂ ଯୋଗାଣ ହ୍ରାସ ପାଇଥାଏ । ତେଣୁ ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ ।

8. ଯୋଗାଣ କିପରି ପ୍ରଯୁକ୍ତି କୌଶଳଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ୱାରା ପ୍ରଭାବିତ ହୁଏ । ଯେତେବେଳେ କୌଣସି ନୂତନ ପ୍ରଯୁକ୍ତି କୌଶଳର ଉଦ୍ଭାବନ ବା ଆବିଷ୍କାର ହୁଏ, ସେତେବେଳେ ଉତ୍ପାଦନର ପରିବ୍ୟୟ କମିଯାଏ । ତେଣୁ କମ୍ ଖର୍ଚ୍ଚରେ ଉତ୍ପାଦନ ବହୁ ପରିମାଣରେ ହେବା ଫଳରେ ଯୋଗାଣରେ ବୃଦ୍ଧି ଦେଖାଯାଏ ।

9. ଯୋଗାଣର ପରିବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଯୋଗାଣର ସଂପ୍ରସାରଣ ଓ ସଙ୍କୋଚନ ଦ୍ରବ୍ୟର ଦୂର ପରିବର୍ତ୍ତନ ଯୋଗୁଁ ଦେଖାଦେଇଥାଏ, ଯେଉଁଥରେ ଅନ୍ୟ ସମସ୍ତ ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡିକ ସ୍ଥିର ରହିବ ବୋଲି ସର୍ଭ ରଖାଯାଇଥାଏ । ଏହାକୁ ମଧ୍ୟ ଯୋଗାଣର ପରିମାଣରେ ପରିବର୍ତ୍ତନ ବୋଲି କୁହାଯାଏ । ଏହି ସ୍ଥିତିରେ ଯୋଗାଣ ରେଖାର ସ୍ଥାନ ପରିବର୍ତ୍ତନ ହୋଇନଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଯୋଗାଣର ଅର୍ଥ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କର ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ଯ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ । ତେଣୁ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ସମୟ, ଏକ ନିର୍ଦ୍ଦିଷ୍ଟ ଦାମ୍, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ, ଏକ ନିର୍ଦ୍ଦିଷ୍ଟ ବଜାର ଓ ଏକ ନିର୍ଦ୍ଦିଷ୍ଟ ପରିମାଣର ସମାହାରକୁ ବୁଝାଇଥାଏ ।

ଯୋଗାଣ, ଦର ଓ ସମୟର ଆଧାରରେ ନିର୍ଦ୍ଧାରଣ ହୁଏ । ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ । ପ୍ରଫେସର ହାନ୍‌ସେନ୍‌ଙ୍କ ଭାଷାରେ, ‘ଭିନ୍ନ ଭିନ୍ନ ଦରରେ ବଜାରରେ ଯେତିକି ପରିମାଣ ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଆସିଥାଏ, ତାହାକୁ ଯୋଗାଣ କୁହାଯାଏ ।’’

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

2. ଯୋଗାଣ ସୂତ୍ର କ’ଣ ?
Answer:
ଯୋଗାଣ ସୂତ୍ର ବା ଯୋଗାଣ ନିୟମ ଗୋଟିଏ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରେ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ ପ୍ରତ୍ୟକ୍ଷ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକର ଅର୍ଥ ହେଉଛି ଦର ବ୍ୟତୀତ ଯୋଗାଣର ଅନ୍ୟ ନିର୍ଦ୍ଧାରକ ସମୂହ । ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପାଦାନଗୁଡ଼ିକର ଦର, ଉତ୍ପାଦନ କୌଶଳ ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନ ।

ଏହିସବୁ ଉପାଦାନକୁ ସ୍ଥିର ବୋଲି ଧରି ନେଇ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଅଧ୍ୟୟନ କରିବା ଯୋଗାଣ ସୂତ୍ରର ଲକ୍ଷ୍ୟ । ଦର ଓ ଯୋଗାଣର ପରିମାଣ ମଧ୍ୟରେ ଧନାତ୍ମକ ସହସମ୍ବନ୍ଧ ଥାଏ । ଦର ବୃଦ୍ଧି ହେଲେ ଯୋଗାଣର ପରିମାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣର ପରିମାଣ ହ୍ରାସ ହୁଏ

3. ଯୋଗାଣ ସୂଚୀ କ’ଣ ?
Answer:
ଯୋଗାଣ ସୂଚୀ, ଏକ ନିର୍ଦ୍ଦିଷ୍ଟ ସମୟରେ ଦର ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରକାଶ କରେ । ଦର ଓ ଦ୍ରବ୍ୟ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଏକ ସାରଣୀ ସାହାଯ୍ୟରେ ପ୍ରକାଶ କଲେ, ତାହାକୁ ଯୋଗାଣ ସୂଚୀ କୁହାଯାଏ । ଯୋଗାଣ ସୂଚୀ ଦୁଇ ପ୍ରକାରର; ଯଥା- ବ୍ୟକ୍ତିଗତ ଯୋଗାଣ ସୂଚୀ ଓ ବଜାର ଯୋଗାଣ ସୂଚୀ । ବ୍ୟକ୍ତିଗତ ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଯାଏ ।

କିନ୍ତୁ କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହେବ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ ।

4. ଯୋଗାଣରେଖା କ’ଣ ?
Answer:
ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ରେଖା ମାଧ୍ୟମରେ ପ୍ରକାଶ କରାଯାଏ; ତାହାକୁ ଯୋଗାଣ – ରେଖା କୁହାଯାଏ । ଅର୍ଥାତ୍ ଯୋଗାଣରେଖା ଯୋଗାଣ ସୂଚୀର କେବଳ ଏକ ରୈଖ୍କ ପରିପ୍ରକାଶ । ଯୋଗାଣରେଖା ସାଧାରଣତଃ ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ । ଦାମ୍ ଓ ଦ୍ରବ୍ୟର ଯୋଗାଣ ପରିମାଣ ମଧ୍ଯରେ ଏହା ଏକ ଧନାତ୍ମକ ସମ୍ପର୍କ ସ୍ଥାପନ କରିଥାଏ । ଅର୍ଥାତ୍ ଅଧୂକ ଦାମ୍‌ରେ ଅଧ‌ିକ ଯୋଗାଣ ଓ କମ୍ ଦାମ୍‌ରେ କମ୍ ଯୋଗାଣ ହୋଇଥାଏ ।

ବ୍ୟକ୍ତିଗତ ଯୋଗାଣ ସୂଚୀ ଭଳି ବଜାର ଯୋଗାଣ ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଯୋଗାଣର ସ୍ଥିତିସ୍ଥାପକତା କହିଲେ ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ବୁଝାଏ । ଏହା ଯୋଗାଣ ପରିମାଣର ଅନୁପାତିକ ପରିବର୍ତ୍ତନ ଓ ଦରରେ ଆନୁପାତିକ ପରିବର୍ତ୍ତନର ଅନୁପାତ ସହିତ ସମାନ ।

ଯୋଗାଣର ସ୍ଥିତିସ୍ଥାପକତା (E) = \(\frac{ଯୋଗାଣ ପରିମାଣରେ ଆନୁପାତିକ ପରିବର୍ତ୍ତନ}{ଦରରେ ଆନୁପାତିକ ପରିବର୍ତ୍ତନ}\)

ଦର ଏବଂ ଯୋଗାଣ ପରିମାଣ ଏକ ଦିଗରେ ଗତି କରନ୍ତି । ଦର ବୃଦ୍ଧି ହେଲେ ଯୋଗାଣ ପରିମାଣ ବୃଦ୍ଧି ହୁଏ ଓ ଦର ହ୍ରାସ ହେଲେ ଯୋଗାଣ ପରିମାଣ ହ୍ରାସ ହୁଏ । ତେଣୁ, ଯୋଗାଣର ସ୍ଥିତିସ୍ଥାପକତା ସର୍ବଦା ଧନାତ୍ମକ ହୁଏ । ଏହାର ମୂଲ୍ୟ ଶୂନ୍ୟରୁ ଅସୀମ ମଧ୍ୟରେ ରହିଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଯୋଗାଣ ଓ ଭଣ୍ଡାର :
Answer:
ଯୋଗାଣ ଏକ ପ୍ରବାହ ଧାରଣା ! ଭଣ୍ଡାର କହିଲେ ଜଣେ ଯୋଗାଣକାରୀଙ୍କ ପାଖରେ ଥ‌ିବା ସମସ୍ତ ଦ୍ରବ୍ୟକୁ ବୁଝାଏ । ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିଭିନ୍ନ ଦରରେ ଉତ୍ପାଦକ ବିକ୍ରୟ କରନ୍ତି, ତାହାକୁ ଯୋଗାଣ କହନ୍ତି । ତେଣୁ ବାସ୍ତବରେ ଗଚ୍ଛିତ ପରିମାଣ ହିଁ ଯୋଗାଣର ମୂଳଭିତ୍ତି । ଗଚ୍ଛିତ ପରିମାଣ ବ୍ୟତିରେକ ଯୋଗାଣ ସମ୍ଭବ ନୁହେଁ । କିନ୍ତୁ ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣ ପରିମାଣରେ ପରିବର୍ତ୍ତନ ଓ ଯୋଗାଣରେ ପରିବର୍ତ୍ତନ :
Answer:
ଦ୍ରବ୍ୟର ଦର ବୃଦ୍ଧି ଯୋଗୁଁ ତା’ର ଯୋଗାଣର ପରିମାଣର ବୃଦ୍ଧିକୁ ଯୋଗାଣ ପରିମାଣରେ ବୃଦ୍ଧି ବା ଯୋଗାଣର ସମ୍ପ୍ରସାରଣ କୁହାଯାଏ । ଏଠାରେ ଯୋଗାଣ ରେଖାର ପରିବର୍ତ୍ତନ ହୁଏ ନାହିଁ । ସେହିପରି ଦ୍ରବ୍ୟର ଦର ହ୍ରାସ ପାଇଲେ ଯୋଗାଣର ପରିମାଣ ହ୍ରାସ ହୁଏ । ଏହାକୁ ଯୋଗାଣି ପରିମାଣରେ ହ୍ରାସ ବା ଯୋଗାଣର ସଂକୋଚନ କୁହାଯାଏ ।

ଦ୍ରବ୍ୟର ଯୋଗାଣ ତା’ର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦି । ଏହିସବୁ ଉପାଦାନରେ ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ମଧ୍ୟ ପରିବର୍ତ୍ତନ ହୁଏ । ଏହାକୁ ଯୋଗାଣରେ ପରିବର୍ଭନ କୁହାଯାଏ । ଏହାଦ୍ବାରା ଯୋଗାଣରେଖା ବାମକୁ ବା ଡାହାଣକୁ ସ୍ଥାନାନ୍ତରିତ ହୁଏ ।

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି ଅସୀମ ହୁଏ, ତେବେ ଯୋଗାଣକୁ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ କୁହାଯାଏ । ଏହି ଅବସ୍ଥାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଅସୀମ (∞) ।

ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତନ ନ ହେଲେ, ଯୋଗାଣକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ କୁହାଯାଏ । ଏହି କ୍ଷେତ୍ରରେ ଯୋଗାଣ ରେଖା Y-ଅକ୍ଷ ସହିତ ଭଲ୍ଲମ୍ବାକୃତି ବିଶିଷ୍ଟ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଶୂନ୍ୟ ହୋଇଥାଏ ।

4. ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ ଓ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦାମ୍‌ରେ ସାମାନ୍ୟ ପରିବର୍ତ୍ତନ ହେବା ଫଳରେ ଯୋଗାଣର ପ୍ରଭୂତ ପରିବର୍ତ୍ତନ ହେଲେ ଯୋଗାଣକୁ ଅପେକ୍ଷାକୃତ ସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 5% ବୃଦ୍ଧି ହେବା ଯୋଗୁଁ ଯୋଗାଣ 15% ବୃଦ୍ଧି ହେବ, ତେବେ ଯୋଗାଣ ଅପେକ୍ଷାକୃତ ସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ର ଅଧ୍ଵ । ଯୋଗାଣରେଖାର ଆକୃତି ଅପେକ୍ଷାକୃତ ଚଟକା ହେବ ।

ଦାମ୍‌ରେ ପ୍ରଭୂତ ପରିବର୍ତ୍ତନ ହୋଇ ଯୋଗାଣରେ ଯେତେବେଳେ ସ୍ଵଳ୍ପ ପରିବର୍ତ୍ତନ ହୁଏ, ସେତେବଳେ ଯୋଗାଣକୁ ଅପେକ୍ଷାକୃତ ଅସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 15% ବୃଦ୍ଧି ହେବାଯୋଗୁଁ ଯୋଗାଣରେ ମାତ୍ର 5% ବୃଦ୍ଧି ହୁଏ, ତେବେ ଏହି କ୍ଷେତ୍ରରେ ଯୋଗାଣ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ଏକରୁ ‘କମ୍’ । ଏ କ୍ଷେତ୍ରରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହେବ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

5. ଯୋଗାଣ ଓ ଯୋଗାଣ ଫଳନ :
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କ ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ୟ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ ।
ଚାହିଦା ପରି ଦ୍ରବ୍ୟର ଯୋଗାଣ ମଧ୍ୟ କେତେକ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା– ଦ୍ରବ୍ୟର ଦର, ଅନ୍ୟାନ୍ୟ ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର, ପ୍ରଯୁକ୍ତ ଜ୍ଞାନକୌଶଳ, ଉଦ୍ୟୋକ୍ତାଙ୍କର ଆଭିମୁଖ୍ୟ ଇତ୍ୟାଦି । ଏହି ଉପାଦାନଗୁଡ଼ିକ ଓ ଯୋଗାଣ ମଧ୍ୟରେ ଥିବା ଗାଣିତିକ ସମ୍ପର୍କକୁ ଯୋଗାଣ ଫଳନ କୁହାଯାଏ ।

Sx = f(Px, F, P1 …… Px-1, T, G)

ଯେଉଁଠାରେ ‘Sx’ = x ଦ୍ରବ୍ୟର ଯୋଗାଣ, Px = x ଦ୍ରବ୍ୟର ଦାମ୍, F = ଉପାଦାନର ଦାମ୍, P1 …… Px-1 ଅନ୍ୟାନ୍ୟ ଦ୍ରବ୍ୟର ଦାମ୍, T = ପ୍ରଯୁକ୍ତି ବିଦ୍ୟାର ସ୍ତର, ଓ = ପ୍ରତିଷ୍ଠାନର ଆଭିମୁଖ୍ୟକୁ ଦର୍ଶାଇଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବା ଏକାଧ୍ଵକ ଉପାଦାନର ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ ହୋଇଥାଏ । ଦ୍ରବ୍ୟର ଯୋଗାଣ ଉପରେ ଉକ୍ତ ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିକର ପ୍ରଭାବ ଆକଳନ କରିବାକୁ ହେଲେ ଅନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବାକୁ ପଡ଼ିଥାଏ ।

6. ଗୋଦାମଖାଲି ବିକ୍ରି ଓ ନିଲାମ ବିକ୍ରି :
Answer:
ଗୋଦାମଖାଲି ବିକ୍ରି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟକାରୀ ହୁଏ ନାହିଁ । ବିକ୍ରେତା ପୁରୁଣା ଦ୍ରବ୍ୟ ଭଣ୍ଡାରକୁ ନିଃଶେଷ କରିବାକୁ ଇଚ୍ଛା କଲେ ସ୍ଵଚ୍ଛ ଦରରେ ଅଧ୍ଵ ଯୋଗାଣ କରିବେ । ଯଦି କୌଣସି ଏକ କମ୍ପାନୀ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ପୁରୁଣା ଦ୍ରବ୍ୟ କମ୍ ଦରରେ ବିକ୍ରୟ କରିଥା’ନ୍ତି, ତେବେ ସ୍ଵଳ୍ପ ଦରରେ ଅଧ‌ିକ ଯୋଗାଣ ହୁଏ । ସେହିପରି କୌଣସି କମ୍ପାନୀ ବା ବ୍ୟବସାୟୀ ଯଦି ନିଜର ବ୍ୟବସାୟ ବନ୍ଦ କରନ୍ତି, ସେତେବେଳେ ସେ ସ୍ଵଳ୍ପ ଦରରେ ଅଧିକ ଯୋଗାଣ କରନ୍ତି ।

ନିଲାମ ବିକ୍ରୟ କ୍ଷେତ୍ରରେ ଯୋଗାଣ ନିୟମ ମଧ୍ଯ ପ୍ରଯୁଜ୍ୟ ହେବ ନାହିଁ । କାରଣ ନିଲାମ ହେଉଥିବା ଦ୍ରବ୍ୟ ଯେକୌଣସି ଦରରେ ବିକ୍ରୟ ହୁଏ।

7.ବଜାର ଯୋଗାଣସୂଚୀ ଓ ବଜାର ଯୋଗାଣରେଖା :
Answer:
କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହୋଇଥାଏ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦରରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ଭିନ୍ନ ଭିନ୍ନ ପରିମାଣର ତାଲିକାକୁ ବଜାର ଯୋଗାଣସୂଚୀ କୁହାଯାଏ ।

ଅର୍ଥାତ୍ ବ୍ୟକ୍ତିଗତ ଯୋଗାଣସୂଚୀ ଭଳି ବଜାର ଯୋଗାଣସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । କିନ୍ତୁ ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖା ପରି ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

Leave a Comment