Odisha State Board CHSE Odisha Class 12 Foundation of Education Solutions Chapter 5 ଜନ୍ ନ୍ୟୁଇ Questions and Answers.
CHSE Odisha 12th Class Education Solutions Chapter 5 ଜନ୍ ନ୍ୟୁଇ
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ଜନ୍ ଡ୍ୟୁଇ କେବେ ଜନ୍ମ ଗ୍ରହଣ କରିଥିଲେ?
(i) ୧୮୪୯
(ii) ୧୮୫୯
(iii) ୧୮୬୯
(iv)୧୮୧୮
Answer:
(ii) ୧୮୫୯
2. ଜନ୍ ଡ୍ୟୁଇ କେଉଁ ଦେଶର ଦାର୍ଶନିକ ଅଟନ୍ତି ?
(i) ଭାରତ
(ii) ରୁଷିଆ
(iii) ଅଷ୍ଟ୍ରେଲିଆ
(iv) ଆମେରିକା
Answer:
(iv) ଆମେରିକା
3. ଜନ୍ ଡ୍ୟୁଇ କେଉଁ ବିଶ୍ଵବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ?
(i) ହାଭାର୍ଙ
(ii) କେମ୍ବ୍ରିଜ୍
(iii) ଭରମଣ୍ଟ
(iv) କେଉଁଟି ନୁହେଁ
Answer:
(iii) ଭରମଣ୍ଟ
4. ଜନ୍ ନ୍ୟୁଇ କେବେ କଲମ୍ବିଆ ବିଶ୍ବବିଦ୍ୟାଳୟରେ ଶିକ୍ଷା ଓ ଦର୍ଶନ ଶାସ୍ତ୍ରର ପ୍ରଫେସର ଭାବରେ ଯୋଗ ଦେଇଥିଲେ ?
(i) ୧୯୧୪
(ii) ୧୯୩୦
(iii) ୧୯୦୪
(iv) ୧୯୧୫
Answer:
(iii) ୧୯୦୪
5. ଜନ୍ ଡ୍ୟୁଇ ଗବେଷଣାମୂଳକ ବିଦ୍ୟାଳୟ କେବେ ପ୍ରତିଷ୍ଠା କରିଥିଲେ ?
(i)୧୮୯୬
(ii)୧୮୯୦
(iii) ୧୮୮୦
(iv) ୧୮୭୦
Answer:
(i)୧୮୯୬
6. ଜନ୍ ଡ୍ୟୁଇଙ୍କର କର୍ମଭିତ୍ତିକ ଶିକ୍ଷା କେଉଁ ଭାରତୀୟଙ୍କ ଶିକ୍ଷା ଦର୍ଶନରେ ପ୍ରତିଫଳିତ ହୁଏ ?
(i) ଅରବିଦ
(ii) ରବୀନ୍ଦ୍ରନାଥ
(iii) ମହାତ୍ମା ଗାନ୍ଧି
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(iii) ମହାତ୍ମା ଗାନ୍ଧି
7. ନମନୀୟ ପାଠ୍ୟକ୍ରମର କିଏ ଜଣେ ଦୃଢ଼ ସମର୍ଥକ ?
(i) ରବୀନ୍ଦ୍ରନାଥ
(ii) ଶ୍ରୀଅରବିନ୍ଦ
(iii) ଜନ୍ ଡ୍ୟୁଇ
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(iii) ଜନ୍ ଡ୍ୟୁଇ
8. କିଏ କହନ୍ତି, ‘ଶିକ୍ଷକ ଏକାଧାରରେ ଜଣେ ଯୋଜନା ପ୍ରସ୍ତୁତକାରୀ, ପଥପ୍ରଦର୍ଶକ, ଉପଦେଷ୍ଟା ତଥା ନିରୀକ୍ଷକ ଅଟନ୍ତି ?
(i) ଜନ୍ ନ୍ୟୁଇ
(ii) ମହାତ୍ମା ଗାନ୍ଧି
(iii) ଋଷା
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(i) ଜନ୍ ନ୍ୟୁଇ
9. “ଶିକ୍ଷା ହେଉଛି ଅଭିଜ୍ଞତାର ପୁନର୍ଗଠନ’’ – ଏହା କାହାର ଉକ୍ତି ?
(i) ଜନ୍ ଆଡ଼ାମସ୍
(ii) ଜନ୍ ନ୍ୟୁଇ
(iii) ଋଷୋ
(iv) ସ୍ପେନ୍ସର
Answer:
(ii) ଜନ୍ ନ୍ୟୁଇ
10. “ ଜନ୍ ନ୍ୟୁଇଙ୍କ ଶିକ୍ଷା ବ୍ୟବସ୍ଥାର ଅମୂର୍ଷ ଭାବନାର ସ୍ଥାନ ପାଇନାହିଁ “ – ଏହା ତାଙ୍କ ଶିକ୍ଷା ବ୍ୟବସ୍ଥାର କ’ଣ ଅଟେ ?
(i) ସୃରୁପ
(ii) ସପକ୍ଷ ମତ
(iii) ଧର୍ମବାଦ
(iv) କେଉଁଟି ନୁହେଁ
Answer:
(iii) ଧର୍ମବାଦ
11. ଜନ୍ ନ୍ୟୁଇଙ୍କ ପ୍ରୟୋଗବାଦ କାହାକୁ ବିରୋଧ କରେ ?
(i) ଆଦର୍ଶବାଦ
(ii) କର୍ମବାଦ
(iii) ବିପକ୍ଷ ମତ
(iv) ଏଗୁଡ଼ିକ ସମସ୍ତ
Answer:
(i) ଆଦର୍ଶବାଦ
B. ଶୂନ୍ୟସ୍ଥାନ ପୂରଣ କର ।
1. ଜନ୍ ଡ୍ରାଇ ______________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୯୬
2. _______________ ମସିହାରେ ଜନ୍ ନ୍ୟୁଇ ୟୁନିଭରସିଟି ଲାବୋରୋଟରୀ ସ୍କୁଲ ପ୍ରତିଷ୍ଠା କରିଥିଲେ ।
Answer:
୧୮୫୯
3. ୧୯୦୪ ମସିହାରେ ଜନ୍ ଡ୍ରାଇ ____________ ବିଦ୍ୟାଳୟର ଶିକ୍ଷା ଓ ଦର୍ଶନ ବିଭାଗର ମୁଖ୍ୟଭାବେ ନିଯୁକ୍ତି ପାଇଥିଲେ ।
Answer:
କଲମୃିଆ
4. ସମାଜ ଓ ବିଦ୍ୟାଳୟ (The Society and School)ର ଲେଖକ ____________ ।
Answer:
ଜନ୍ ଡ୍ୟୁଇ
5. ଜନ୍ ଡ୍ୟୁଇ ଜଣେ _____________ ଥିଲେ ।
Answer:
ପ୍ରୟୋଗବାଦୀ
6. __________ ଙ୍କ ମତରେ ଅଭିଜ୍ଞତାର ନିରବଚ୍ଛିନ୍ନ ପୁର୍ନଗଠନ ହେଉଛି ଶିକ୍ଷା ।
Answer:
ଜନ୍ ଡ୍ୟୁଇ
7. ଜନ୍ ଡୁଇଙ୍କର ଶିକ୍ଷାର ପ୍ରଥମ ସ୍ତରର ବୟସସୀମା ____________ ।
Answer:
ଚାରି ବର୍ଷରୁ ଆଠ ବର୍ଷ
8. ଜନ୍ ଡୁଇଙ୍କର ଶିକ୍ଷାର ସ୍ତରର ବୟସସୀମା ____________ ।
Answer:
ଚାରି ବର୍ଷରୁ ଆଠ ବର୍ଷ
9. ଜନ୍ ଡ୍ୟୁଇଙ୍କର ଶିକ୍ଷାର ତୃତୀୟ ସ୍ତରର ବୟସସୀମା____________ ।
Answer:
ଚାରି ବର୍ଷରୁ ବର୍ଷ
10. ଜନ୍ ଡ୍ୟୁଇ ___________ ପଦ୍ଧତି ଉପରେ ଗୁରୁତ୍ଵ ଦେଉଥିଲେ ।
Answer:
ପ୍ରୋଜେକ୍ଟ
11. ଜନ୍ ଡ୍ୟୁଇ ___________ ଶୃଙ୍ଖଳାକୁ ବିରୋଧ କରୁଥିଲେ ।
Answer:
ବାହ୍ୟ
C. ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ଜନ୍ ଡ୍ରାଇ ଜଣେ ଆଦର୍ଶବାଦୀ ଥିଲେ ।
Answer:
ଜନ୍ ନ୍ୟୁଇ ଜଣେ ପ୍ରୟୋଗବାଦୀ ଥଲେ ।
2. ପ୍ରାଗ୍ମାଟିଜିମ୍, ଗ୍ରୀକ୍ ଶବ୍ଦ ପ୍ରାଗ୍ମା (Pragma) ଶବ୍ଦରୁ ଆସିଛି, ଯାହାର ଅର୍ଥ ‘ଆଦର୍ଶ’ ଅଟେ ।
Answer:
ପ୍ରାଗ୍ମାଟିଜିମ୍, ଗ୍ରୀକ୍ ଶବ୍ଦ ପ୍ରାଜ୍ମା (Pragma) ଶବ୍ଦରୁ ଆସିଛି, ଯାହାର ଅର୍ଥ ‘କ୍ରିୟାକରଣ’ ଅଟେ ।
3. ‘ମାଇଁ ପେଡ଼ାଗୋଗିକ୍ କ୍ରୀଡ଼ (My Pedagogic Creed) ପୁସ୍ତକର ରଚୟିତା ଉଇଲିୟମ୍ ଜେମ୍ସ ।
Answer:
‘ମାଇଁ ପେଡ଼ାଗୋଗିକ୍ କ୍ରୀଡ଼ (My Pedagogic Creed) ପୁସ୍ତକର ରଚୟିତା ଜନ୍ ନ୍ୟୁଇ ।
4. ପ୍ରୟୋଜନବାଦକୁ ଆଦର୍ଶବାଦ କୁହାଯାଏ ।
Answer:
ପ୍ରୟୋଜନବାଦକୁ ପ୍ରୟୋଗବାଦ କୁହାଯାଏ ।
5. ଜନ୍ ଡ୍ରାଇଙ୍କର ଦର୍ଶନରେ ଆଦର୍ଶବାଦର ଛାପ ପରିଲକ୍ଷିତ ହୋଇଥାଏ ।
Answer:
ଜନ୍ ଡ୍ୟୁଇଙ୍କର ଦର୍ଶନରେ ପ୍ରୟୋଗବାଦର ଛାପ ପରିଲକ୍ଷିତ ହୋଇଥାଏ ।
6. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଦ୍ବିତୀୟ ସ୍ତର ୮ ବର୍ଷରୁ ୧୨ ବର୍ଷ ମଧ୍ୟରେ ଶିକ୍ଷାର୍ଥୀମାନେ ଅଧିକ ଚିନ୍ତାଯୁକ୍ତ ମନୋଯୋଗର ଅଧିକାରୀ ହୋଇଥା’ନ୍ତି ।
Answer:
ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ତୃତୀୟ ସ୍ତର ୧୨ ବର୍ଷରୁ ଊର୍ଦ୍ଧ୍ବରେ ମଧ୍ଯରେ ଶିକ୍ଷାର୍ଥୀମାନେ ଅଧ୍ଯକ ଚିନ୍ତାଯୁକ୍ତ ମନୋଯୋଗର ଅଧିକାରୀ ହୋଇଥା’ନ୍ତି ।
D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।
1. ଜନ୍ ଡ୍ୟୁଇଙ୍କ ପ୍ରଣୀତ ଗୋଟିଏ ପୁସ୍ତକର ନାମ ଲେଖ ।
Answer:
ଜନ୍ ଡୁଇଙ୍କ ପ୍ରଣୀତ ଏକ ପୁସ୍ତକର ନାମ ‘ନିଶ୍ଚିତତାର ଅନ୍ଵେଷଣ’ ।
2. ଜନ୍ ଡ୍ୟୁଇ ଶିକ୍ଷକଙ୍କୁ କିପରି ଅଭିହିତ କରିଛନ୍ତି ?
Answer:
ଜନ୍ ଡ୍ୟୁଇ ଶିକ୍ଷକଙ୍କୁ ‘ପଥପ୍ରଦର୍ଶକ’ ଓ ‘ପରିବେଶ ନିୟନ୍ତ୍ରଣକାରୀ’ ରୂପେ ଅଭିହିତ କରିଛନ୍ତି ।
3. ଜନ୍ ଡ୍ୟୁଇଙ୍କର ଗୋଟିଏ ସପକ୍ଷବାଦୀ ମତ ଲେଖ ।
Answer:
ଜନ୍ ନ୍ୟୁଇଙ୍କର ଗୋଟିଏ ସପକ୍ଷବାଦୀ ମତ ହେଉଛି – ଶିକ୍ଷା ସକ୍ରିୟ, ଗବେଷଣାଲବ୍ଧ, ଆନନ୍ଦମୟ ଓ ପ୍ରୟୋଗବାଦୀ ହେବା ଦରକାର ।
4. ଜନ୍ ଡ୍ୟୁଇଙ୍କ ମତରେ ଶିଶୁର ଶିକ୍ଷା କାହା ମାଧ୍ୟମରେ ସମ୍ଭବ ହୋଇଥାଏ ?
Answer:
ତାଙ୍କ ମତରେ ଶିଶୁର ଶିକ୍ଷା ବାସ୍ତବ ଅଭିଜ୍ଞତା ମାଧ୍ୟମରେ ହିଁ ସମ୍ଭବ ହୋଇଥାଏ ।
5. ଡ୍ୟୁଇଙ୍କର କେଉଁ ତତ୍ତ୍ବ ତାଙ୍କର କରଣବାଦୀ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ?
Answer:
ତାଙ୍କର ‘ସକ୍ରିୟତା ତତ୍ତ୍ବ’ କରଣବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ।
6. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ତାଙ୍କ ମତରେ ଶିକ୍ଷାର ଅର୍ଥ ହେଉଛି, ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ’’ ।
7. ଡ୍ୟୁଇଙ୍କ ମତରେ ଦର୍ଶନର କାର୍ଯ୍ୟ କ’ଣ ?
Answer:
ତାଙ୍କ ମତରେ ଦର୍ଶନର କାର୍ଯ୍ୟ ହେଉଛି ଶିକ୍ଷାକୁ ପରୀକ୍ଷା କରି ତାକୁ ସାମାଜିକ ସ୍ତରରେ ଉପଯୋଗ କରିବା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।
1. ଜନ୍ ଡ୍ୟୁଇଙ୍କର ଲିଖ୍ ଦୁଇଟି ପୁସ୍ତକର ନାମ ଲେଖ ।
Answer:
ଜନ୍ ଡ୍ୟୁଇଙ୍କ ଲିଖ୍ ଦୁଇଟି ପୁସ୍ତକରେ ନାମ ହେଉଛି
(i) ‘ସମାଜ ଓ ବିଦ୍ୟାଳୟ’ ଏବଂ
(ii) ‘ଗଣତନ୍ତ୍ର ଏବଂ ଶିକ୍ଷା’ ।
2. ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ଜନ୍ ନ୍ୟୁଇଙ୍କ ମତରେ ‘ଅଭିଜ୍ଞତାର ପୁନର୍ଗଠନ ହେଉଛି ଶିକ୍ଷା ।’ ପ୍ରତି ମୁହୂର୍ଭରେ ଆମେ ଶିକ୍ଷା ଅର୍ଜନ କରୁ ଏବଂ ତାକୁ ପରିବର୍ତ୍ତନ କରିଥାଉ ।
3. ଜନ୍ ଡ୍ୟୁଇଙ୍କ ଶିକ୍ଷାର ଦୁଇଟି ମୂଳତତ୍ତ୍ବ ଲେଖ ।
Answer:
(i) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ।
(ii) ଶିକ୍ଷା ହିଁ ସାମାଜିକ ପ୍ରକ୍ରିୟା ।
4. ଜନ୍ ନ୍ୟୁଇଙ୍କ ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
(i) ଶିକ୍ଷାର୍ଥୀକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପ୍ ଖୁଆଇ ଚଳିବାର ସାମର୍ଥ୍ୟ ପ୍ରଦାନ କରିବା ।
(ii) ସୁସ୍ଥ ଜୀବନଯାପନ ନିମନ୍ତେ ଶିକ୍ଷାର୍ଥୀର ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
5. ଜନ୍ ଡ୍ୟୁଇଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ କେତୋଟି ସ୍ତରରେ ବିଭକ୍ତ କରିଛନ୍ତି ଓ କ’ଣ କ’ଣ ?
Answer:
ଜନ୍ ଡ୍ୟୁଇ ଶିକ୍ଷାଦାନ ବ୍ୟବସ୍ଥାକୁ ୩ଟି ସ୍ତରରେ ବିଭକ୍ତ କରିଛନ୍ତି; ଯଥା –
(i) ପ୍ରଥମ ଅବସ୍ଥା (୪ ବର୍ଷରୁ ୮ ବର୍ଷ)
(ii) ଦ୍ଵିତୀୟ ଅବସ୍ଥା (୮ ବର୍ଷରୁ ୧୨ ବର୍ଷ)
(iii) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊଦ୍ଧ)
6. ଜନ୍ ଡ୍ୟୁଇଙ୍କର ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
(i) ଜନ୍ ଡ୍ୟୁଇ ଶିଶୁକୈନ୍ଦ୍ରିକ ଶିକ୍ଷା ଉପରେ ଗୁରୁତ୍ଵ ଦେଉଥିଲେ ।
(ii) ସେ ସମସ୍ୟା ସମାଧାନ ଏବଂ ପ୍ରକଳ୍ପ ପଦ୍ଧତି ଉପରେ ଗୁରୁତ୍ଵ ଦେଉଥିଲେ ।
7. ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷକ କିପରି ହେବା ଉଚିତ ?
Answer:
ଜନ୍ ନ୍ୟୁଇଙ୍କ ମତରେ ଶିଶୁ ଅପରିପକ୍ବ ହେତୁ ଶିକ୍ଷକ ଶିଶୁର ବନ୍ଧୁ, ପଥପ୍ରଦର୍ଶକ ଏବଂ ଦାର୍ଶନିକ ଭାବରେ କାର୍ଯ୍ୟ କରିବା ଦରକାର । ଏହା ଶିଶୁର ବିକାଶ କ୍ଷେତ୍ରରେ ସାହାଯ୍ୟ କରିଥାଏ ।
B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।
1. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ଜନ୍ ନ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।
ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ଵ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) | ସମାଜରେ ବଞ୍ଚିରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ତେଣୁ ବାସ୍ତବବାଦ ଏବଂ ପ୍ରୟୋଜନବାଦ ଦୃଷ୍ଟିକୋଣରୁ ବ୍ୟକ୍ତି ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।
2. ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର ଯେକୌଣସି ଦୁଇଟି ମୂଳତତ୍ତ୍ଵ ଆଲୋଚନା କର ।
Answer:
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ – ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭକରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କରୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ଦ! ଅଭିଜ୍ଞତାର ମିଶ୍ରଣ ହୁଏ, ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ସମୟକୁ ନେଇ ଘଟିଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷାଲାଭ କରେ । ଏହାଦ୍ୱାରା ନିଜର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ ।
(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା – ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷାଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ବାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସମାଜଦ୍ବାରା ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ବର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ୱର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।
3. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ଆଲୋଚନା କର ।
Answer:
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ଯରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ଵ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।
ଏହାସତ୍ତ୍ବେ ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା –
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବାପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ ଘଟାଇବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।
4. ଜନ୍ ଡ୍ୟୁଇଙ୍କର ଶିକ୍ଷାର ସ୍ତରକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ୱାରା ଶିଶୁ ସ୍ବାଧୀନତା ପାଇ ନିଜର ବିକାଶ ଘଟାଇପାରିବ । ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –
(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊର୍ଦ୍ଧ୍ବ)
ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ୍ଵ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ଚଳି ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ବଢ଼ିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧିହୋଇ ନ ରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖୁବା ଉପରେ ସେ ଗୁରୁତ୍ବ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।
ଦ୍ଵିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟାକରିଥାଏ । ତେଣୁ ଅନେକ ସମୟରେ ସେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।
ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।
5. ଜନ୍ ଡ୍ୟୁଇଙ୍କର ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।
ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଦେଉଥିଲେ । ସମସ୍ୟା ସମାଧାନ ପଦ୍ଧତିରେ ବିଶେଷତଃ ଏକ କ୍ଷୁଦ୍ର ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ଶିଶୁ ତାକୁ ସମାଧାନ ପାଇଁ ଚେଷ୍ଟା କରେ, ଯେଉଁଥିପାଇଁ ଏହାକୁ ପ୍ରୋଜେକ୍ଟ ବା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ୱ ଦେଇଥା’ନ୍ତି; ଯଥା-
(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।
6. ଜନ୍ ଡ୍ୟୁଇଙ୍କର ଶିକ୍ଷାଜଗତକୁ ଅବଦାନ କ’ଣ ସଂକ୍ଷେପରେ ଲେଖ ।
Answer:
ଶିକ୍ଷାଜଗତକୁ ଜନ୍ ନ୍ୟୁଇଙ୍କର ଅବଦାନ ଅତୁଳନୀୟ । ତାଙ୍କ ମତରେ ଶିକ୍ଷା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ । ଶିକ୍ଷକ ଶିକ୍ଷାର୍ଥୀର ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍ବ୍ୟତୀତ ଜନ୍ ଡୁଇଙ୍କର ଶିକ୍ଷାକ୍ଷେତ୍ରକୁ କେତେକ ସୁଖଦ ଅବଦାନ ଅଛି । ସେଗୁଡ଼ିକ ହେଲା –
(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର ।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟବୋଧ ଉପରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାରେ ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ ଏବଂ ଲକ୍ଷ୍ୟଗୁଡ଼ିକ ବୁଝାଅ ।
Answer:
ଜନ୍ ଡ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ ଥିଲେ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ଵକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଦର୍ଶନର ସେ ଥିଲେ ଯଥାର୍ଥ ବାର୍ତ୍ତାବହ ।
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ପ୍ରୟାସ କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା ! ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।
ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) ସମାଜରେ ବଞ୍ଚି ରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଚନୀୟ । ତେଣୁ ବାସ୍ତବବାଦ ଏବଂ ପ୍ରୟୋଜନବାଦ ଦୃଷ୍ଟିକୋଣରୁ ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।
ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ମଧ୍ୟ ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନପାରେ । ତଥାପି ଜନ୍ ହ୍ୟୁଇ କେତୋଟି ଗୁରୁତ୍ଵପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।
ଜନ୍ ନ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ଯରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ମତରେ, ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।
ତଥାପି ଜନ୍ ନ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା-
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭ କରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ ଘଟାଇବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।
2. ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ଵ ଲେଖ ।
Answer:
ଜନ୍ ଡ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ୱକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଶିକ୍ଷା ଦର୍ଶନର ସେ ଯଥାର୍ଥ ବାର୍ଭାବହ ।
ଜନ୍ ଡ୍ରାଇଙ୍କ ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ୱ ନିମ୍ନରେ ଉଲ୍ଲେଖ କରାଗଲା ।
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ (Education is reconstruction of Experiences) – ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭ କରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କହୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ବା ଅଭିଜ୍ଞତାର ମିଶ୍ରଣ ହୁଏ ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ସମୟକୁ ନେଇ ଘଟିଥାଏ ।
ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷା ଲାଭ କରେ । ଏହାଦ୍ୱାରା ବ୍ୟକ୍ତିର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ ।
(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା (Education is a Social Process) – ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷା ଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ସାମାଜିକ ଦୃଷ୍ଟିକୋଣରୁ ସେ ଅନେକ ସାମାଜିକ ଗୁଣାବଳୀର ଅଧିକାରୀ ହେବା ଦରକାର ।
ପରସ୍ପର ମଧ୍ୟରେ ସୁସମ୍ବନ୍ଧ ନ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ବାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ଵର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ଵର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।
(୩) ଶିକ୍ଷା ହିଁ ଜୀବନ (Education is Life) – ଅଭିଜ୍ଞତା ହିଁ ଶିକ୍ଷାର ଆଧାର । ଶିକ୍ଷା ହିଁ ଜୀବନର ଅନ୍ତଃସ୍ବର । ତେଣୁ ବ୍ୟକ୍ତି ଜୀବନର ପ୍ରତିଟି ସ୍ତରରେ ଶିକ୍ଷା ଲାଭ କରିବାପାଇଁ ସୁଯୋଗ ପାଇଛି ଏବଂ ସେ ତାହା ଗ୍ରହଣ କରିଛି । ସମସ୍ତ ସମସ୍ୟାକୁ ସମାଧାନ କରିବାପାଇଁ ସେ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶେଷକରି ପରିବାରରୁ ବିଦ୍ୟାଳୟ ଯିବା ପରେ ସେ ସେଠାରେ ବିଭିନ୍ନ ପ୍ରକାର ସମାଜର ବିଭିନ୍ନ ସ୍ତରରୁ ଆସିଥିବା ପିଲାମାନଙ୍କ ସହ ମିଶିଥାଏ । ଅନେକ ବିଭିନ୍ନତା ଭିତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ।
ଶେଷରେ ତା’ର ବନ୍ଧୁତ୍ଵଭାବ ହେତୁ ସେଠାରେ ତା’ର ସାମାଜିକ ଗୁଣଗୁଡ଼ିକ ବିକାଶ ଲାଭ କରେ । ବିଦ୍ୟାଳୟକୁ ଏକ କ୍ଷୁଦ୍ର ସମାଜ ରୂପେ ବିବେଚନା କରାଯାଇଥାଏ । ବିଦ୍ୟାଳୟରେ ପିଲାମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିଥା’ନ୍ତି ତାହା ସେମାନଙ୍କର ମୂଳଦୁଆ ଭଳି ଭବିଷ୍ୟତ ଜୀବନରେ ଲାଗିଥାଏ । ଶିଶୁର ଜୀବନ ପରିବାରରୁ ଆରମ୍ଭ ହେଲେ ବି ଶେଷ ହୁଏ ସମାଜର ବିଭିନ୍ନ ଅନୁଷ୍ଠାନରେ । ତେଣୁ ଶିକ୍ଷା ହିଁ ଜୀବନ ।
(୪) ଶିକ୍ଷା ହିଁ ବୃଦ୍ଧି (Education is Growth) – ଶିକ୍ଷା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସାମାଜିକ ଏବଂ ନୈତିକ ବିକାଶରେ ସାହାଯ୍ୟ କରିଥାଏ । ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ତାହାର ବୟସର ବୃଦ୍ଧି ଏବଂ ବିକାଶକୁ ନେଇ ତା’ର ଅଭିବୃଦ୍ଧି ଘଟିଥାଏ । ସେହି ଅନୁଯାୟୀ ତା’ର ଶିକ୍ଷାର ଆବଶ୍ୟକତା ଅଛି । ଏଥିପାଇଁ ନିର୍ଦ୍ଦିଷ୍ଟ ବୟସରେ ବୟସାନୁଯାୟୀ ଶିକ୍ଷା ଦିଆଯିବା ଉଚିତ ।
ବ୍ୟକ୍ତିଙ୍କର ସର୍ବାଙ୍ଗୀନ ବିକାଶ ପରିବେଷ୍ଟନୀଗତ ବା ପରିବେଶଗତ ଅଟେ । ପରିବେଶ ଏବଂ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ଶୈକ୍ଷିକ ଉଦ୍ୟମ କଲେ ଶିକ୍ଷାର ଅଭିବୃଦ୍ଧି ଘଟେ ଏବଂ ଶିଶୁ ପରିବେଷ୍ଟନୀ ସହ ସମାଯୋଜିତ ହୋଇ ଚଳିଥାଏ ।
3. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ସହ ପାଠ୍ୟକ୍ରମ ବିଷୟରେ ଲେଖ ।
Answer:
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।
ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ବି ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ବ ଦିଆ ନଯାଇପାରେ । ତଥାପି ଜନ୍ ଡ୍ୟୁଇ କେତୋଟି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଥା’ନ୍ତି ।
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ବ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ୟରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ବ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।
ତଥାପି ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା –
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ କରିବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।
4. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ସ୍ତର ଓ ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ଡ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାରେ କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ଵାରା ଶିଶୁ ସ୍ଵାଧୀନତା ପାଇ ନିଜର ବିକାଶ ଘଟାଇପାରିବ ।
ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –
(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊର୍ଦ୍ଧ୍ବ)
ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧିକ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ଚଳିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧି ହୋଇ ନରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖୁବା ଉପରେ ସେ ଗୁରୁତ୍ଵ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।
ଦ୍ବିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ତେଣୁ ଅନେକ ସେ ସମୟରେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।
ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।
ପ୍ରାଥମିକ ସ୍ତରରେ ଶିଶୁମାନେ ପଠନ, ଲିଖନ, ହସ୍ତକର୍ମ ଏବଂ ଲେଖଚିତ୍ର ଉପରେ ଗୁରୁତ୍ବ ଦେବା ଉଚିତ । ମାଧ୍ୟମିକ ସ୍ତରରେ ଇତିହାସ, କୃଷି ବିଜ୍ଞାନ, ଶିକ୍ଷା, ସାଧାରଣ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟରକ୍ଷା ବିଷୟ, ଉଚ୍ଚଶିକ୍ଷା ସ୍ତରରେ ସାମାଜିକ, ପ୍ରାକୃତିକ ବିଜ୍ଞାନ ଏବଂ ଗବେଷଣା ଉପରେ ଧ୍ୟାନଦେବା ଦରକାର । ବିଶେଷକରି କୃଷି, ରନ୍ଧନ, ସିଲେଇ ଏବଂ ହସ୍ତଶିଳ୍ପ ଆଦି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବା ଉଚିତ ।
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।
ଣିକ୍ଷ।ଦାନର ପଦ୍ଧତି:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।
ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଦେଉଥିଲେ । ସମସ୍ୟା ସମାଧାନ ପଦ୍ଧତି ବିଶେଷତଃ ଏକ କ୍ଷୁଦ୍ର ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ତାକୁ ସମାଧାନ ପାଇଁ ଚେଷ୍ଟା କରେ, ଯେଉଁଥିପାଇଁ ଏହାକୁ ପ୍ରୋଜେକ୍ଟ ବା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ଵ ଦେଇଥା’ନ୍ତି ।
(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।
6. ଜନ୍ ଡ୍ୟୁଇଙ୍କର ଆଧୁନିକ ଶିକ୍ଷା ପ୍ରତି ଥିବା ଅବଦାନଗୁଡ଼ିକ ଲେଖ ।
Answer:
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ସେ ମତ ଦେଇଥିଲେ ।
ଜନ୍ ଡ୍ୟୁଇଙ୍କ ଶିକ୍ଷାଜଗତକୁ ଅବଦାନ (Contributions of John Dewey towards Education):
ଜନ୍ ଡ୍ୟୁଇଙ୍କର ଶିକ୍ଷା ପ୍ରତି ଅବଦାନ ଅତୁଳନୀୟ ଯାହା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ ଶିକ୍ଷକ ଶିକ୍ଷାର୍ଥୀରେ ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍ବ୍ୟତୀତ ଜନ୍ ନ୍ୟୁଇଙ୍କର ଶିକ୍ଷା କ୍ଷେତ୍ରକୁ ଯେଉଁ ସୁଖଦ ଅବଦାନଗୁଡ଼ିକ ଅଛି ସେଗୁଡ଼ିକ ହେଲା –
(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟବୋଧ ଉପରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାର ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।
BSE Odisha Class 12 Education Notes
ବିଷୟଭିତ୍ତିକ ସୂଚନା
ଜନ୍ ନ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ଵକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଦର୍ଶନର ସେ ବାର୍ତ୍ତାବହ ।
କାବନା (Life History):
ଜନ୍ ନ୍ୟୁଇ ଭରମଣ୍ଟର କର୍ଲିଙ୍ଗଟନ୍ରେ ୧୮୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଚଣ୍ଡ ଧୀଶକ୍ତିସମ୍ପନ୍ନ ଛାତ୍ର ଥିଲେ । ୧୮୭୯ ମସିହାରେ ଭରମଣ୍ଟ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି ସେହି ୧୮୭୯ ମସିହାରେ ଶିକ୍ଷାକତା ବୃତ୍ତି ଅବଲମ୍ବନ କରିଥିଲେ । ପରେ ଉଚ୍ଚଶିକ୍ଷାରେ ଜନ୍ ହପକିନ୍ସ ବିଶ୍ଵବିଦ୍ୟାଳୟରୁ କୃତିତ୍ଵର ସହ ଦର୍ଶନରେ ପି.ଏଚ୍.ଡି. ଶେଷ କରି ମିନେସୋଟା, ମିଚିଗାନ୍ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଭିଜ୍ଞ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ପରେ ସେ ୧୯୦୪ରେ ଶିକ୍ଷା ଏବଂ ଦର୍ଶନ ବିଭାଗର ମୁଖ୍ୟଭାବେ କଲମ୍ବିଆ ବିଶ୍ଵବିଦ୍ୟାଳୟରେ ଅବସ୍ଥାପିତ ହେଲେ । ତାଙ୍କର ଉଦ୍ୟମରେ ଚିକାଗୋରେ ୧୮୯୬ ମସିହାରେ ‘‘ୟୁନିଭରସିଟି ଲାବରୋଟୋରି ସ୍କୁଲ’’ ପ୍ରତିଷ୍ଠା କଲେ ।
ତାଙ୍କଦ୍ୱାରା ଲିଖ୍ ‘ସମାଜ ଓ ବିଦ୍ୟାଳୟ’’ (The Society and School), ଗଣତନ୍ତ୍ର ଓ ଶିକ୍ଷା (Democracy and Education), ମୋର ଶିକ୍ଷାବିଜ୍ଞାନ ନୀତି (My Pedagogic Creed) ଆଦି ପୁସ୍ତକମାନ ସମାଜ ପାଇଁ ଅମୂଲ୍ୟ ଦାନ । ବିଶେଷକରି ଜନ୍ ଡ୍ୟୁଇ ଶିକ୍ଷା, ଶିକ୍ଷାର୍ଥୀ ଏବଂ ଶିକ୍ଷାୟତନ ପାଇଁ ଅନେକ ଗବେଷଣା କରି ନୂତନ ଦିଗ୍ଦର୍ଶନ ଦେଇଛନ୍ତି । ସେ ଜଣେ ପ୍ରୟୋଗବାଦୀ ଥିବାରୁ ଆଦର୍ଶବାଦକୁ ତୀବ୍ର ଭାବରେ ନିନ୍ଦା କରି ବ୍ୟବହାରବାଦ ଏବଂ ପ୍ରୟୋଗବାଦ ଉପରେ ଗୁରୁତ୍ଵ ଦେଇଥିଲେ । କାର୍ଯ୍ୟ ଉପରେ ସେ ବିଶେଷ ଗୁରୁତ୍ୱ ଦେଇ ତା’ର ପରିମାଣକୁ ଅନୁଧ୍ୟାନ କରିବାପାଇଁ ପରାମର୍ଶ ଦେଇଥିଲେ ।
ଶିକ୍ଷାର ଅର୍ଥ (Concept of Education) :
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।
ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) ସମାଜରେ ବଞ୍ଚିରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ତେଣୁ ବାସ୍ତବତାବାଦ ଏବଂ ପ୍ରୟୋଜନତାବାଦ ଦୃଷ୍ଟିକୋଣରୁ ବ୍ୟକ୍ତି ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ୱ (Some basics of Educational Philosophy of John Dewey):
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ (Education is reconstruction of Experiences)
ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭକରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କହୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ବା ଅଭିଜ୍ଞତାର ମିଶ୍ରଣ ହୁଏ, ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ସେ ସମୟକୁ ନେଇ ଘଟିଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷାଲାଭ କରେ । ଏହାଦ୍ୱାରା ନିଜର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ।
(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା (Education is a Social Process):
ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷାଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ସାମାଜିକ ଦୃଷ୍ଟିକୋଣରୁ ସେ ଅନେକ ସାମାଜିକ ଗୁଣାବଳୀର ଅଧିକାରୀ ହେବା ଦରକାର ।
ପରସ୍ପର ମଧ୍ୟରେ ସୁସମ୍ବନ୍ଧ ନ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ୱାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସମାଜଦ୍ୱାରା ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ଵର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ୱର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।
(୩) ଶିକ୍ଷା ହିଁ ଜୀବନ (Education is Life) :
ଅଭିଜ୍ଞତା ହିଁ ଶିକ୍ଷାର ଆଧାର । ଶିକ୍ଷା ହିଁ ଜୀବନର ଅନ୍ତଃସ୍ଵର । ତେଣୁ ବ୍ୟକ୍ତି ଜୀବନର ପ୍ରତିଟି ସ୍ତରରେ ଶିକ୍ଷାଲାଭ କରିବାପାଇଁ ସୁଯୋଗ ପାଇଛି ଏବଂ ସେ ତାହା ଗ୍ରହଣ କରିଛି । ସମସ୍ତ ସମସ୍ୟାକୁ ସମାଧାନ କରିବାପାଇଁ ସେ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶେଷକରି ପରିବାରରୁ ବିଦ୍ୟାଳୟ ଯିବା ପରେ ସେ ସେଠାରେ ବିଭିନ୍ନ ପ୍ରକାର ସମାଜର ବିଭିନ୍ନ ସ୍ତରରୁ ଆସିଥିବା ପିଲାମାନଙ୍କ ସହ ମିଶିଥାଏ । ଅନେକ ବିଭିନ୍ନତା ଭିତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ।
ଶେଷରେ ତା’ର ବନ୍ଧୁତ୍ଵଭାବ ହେତୁ ସେଠାରେ ତା’ର ସାମାଜିକ ଗୁଣଗୁଡ଼ିକ ବିକାଶ ଲାଭ କରେ । ବିଦ୍ୟାଳୟକୁ ଏକ କ୍ଷୁଦ୍ର ସମାଜ ରୂପେ ବିବେଚନା କରାଯାଇଥାଏ । ବିଦ୍ୟାଳୟରେ ପିଲାମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିଥା’ନ୍ତି ତାହା ସେମାନଙ୍କର ମୂଳଦୁଆ ଭଳି ଭବିଷ୍ୟତ ଜୀବନରେ ଲାଗିଥାଏ । ଶିଶୁର ଜୀବନ ପରିବାରରୁ ଆରମ୍ଭ ହେଲେ ବି ଶେଷ ହୁଏ ସମାଜର ବିଭିନ୍ନ ଅନୁଷ୍ଠାନରେ । ତେଣୁ ଶିକ୍ଷା ହିଁ ଜୀବନ ।
(୪) ଶିକ୍ଷା ହିଁ ବୃଦ୍ଧି (Education is Growth):
ଶିକ୍ଷା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସାମାଜିକ ଏବଂ ନୈତିକ ବିକାଶରେ ସାହାଯ୍ୟ କରିଥାଏ । ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ତାହାର ବୟସର ବୃଦ୍ଧି ଏବଂ ବିକାଶକୁ ନେଇ ତା’ର ଅଭିବୃଦ୍ଧି ଘଟିଥାଏ । ସେହି ଅନୁଯାୟୀ ତା’ର ଶିକ୍ଷାର ଆବଶ୍ୟକତା ଅଛି ।
ଏଥିପାଇଁ ନିର୍ଦ୍ଦିଷ୍ଟ ବୟସରେ ବୟସାନୁଯାୟୀ ଶିକ୍ଷା ଦିଆଯିବା ଉଚିତ । ବ୍ୟକ୍ତିଙ୍କର ସର୍ବାଙ୍ଗୀନ ବିକାଶ ପରିବେଷ୍ଟନୀଗତ ବା ପରିବେଶଗତ ଅଟେ । ପରିବେଶ ଏବଂ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ଶୈକ୍ଷିକ ଉଦ୍ୟମ କଲେ ଶିକ୍ଷାର ଅଭିବୃଦ୍ଧି ଘଟେ ଏବଂ ଶିଶୁ ପରିବେଷ୍ଟନୀ ସହ ସମାଯୋଜିତ ହୋଇ ଚଳିଥାଏ ।
ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ (Aims and Objectives of Education):
ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ବି ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନପାରେ; ତଥାପି ଜନ୍ ନ୍ୟୁଇ କେତୋଟି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।
ଶିକ୍ଷାର ଲକ୍ଷ୍ୟ (Aims of Education):
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ୟରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।
ତଥାପି ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା-
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବାପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ କରିବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।
ପାଠ୍ୟକ୍ରମ:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ଡ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ଵାରା ଶିଶୁ ସ୍ବାଧୀନତା ପାଇ ନିଜର ବିକାଶ ଘଟାଇପାରିବ ।
ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –
(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା ( ୧୨ ବର୍ଷରୁ ଊର୍ଦ୍ଧ୍ବ)
ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧିକ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ମିଶିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧିହୋଇ ନ ରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖ୍ବା ଉପରେ ସେ ଗୁରୁତ୍ଵ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।
ଦ୍ୱିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ତେଣୁ ଅନେକ ସମୟରେ ସେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।
ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।
ପ୍ରାଥମିକ ସ୍ତରରେ ଶିଶୁମାନେ ପଠନ, ଲିଖନ, ହସ୍ତକର୍ମ ଏବଂ ଲେଖଚିତ୍ର ଉପରେ ଗୁରୁତ୍ବ ଦେବା ଉଚିତ । ମାଧ୍ୟମିକ ସ୍ତରରେ ଇତିହାସ, କୃଷି ବିଜ୍ଞାନ, ଶିକ୍ଷା, ସାଧାରଣ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟରକ୍ଷା ବିଷୟ, ଉଚ୍ଚଶିକ୍ଷା ସ୍ତରରେ ସାମାଜିକ, ପ୍ରାକୃତିକ ବିଜ୍ଞାନ ଏବଂ ଗବେଷଣା ଉପରେ ଧ୍ୟାନଦେବା ଦରକାର । ବିଶେଷକରି କୃଷି, ରନ୍ଧନ, ସିଲେଇ ଏବଂ ହସ୍ତଶିଳ୍ପ ଆଦି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବା ଉଚିତ ।
ଣିକ୍ଷ।ଦାନର ପଦ୍ଧତି:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।
ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତିରେ ବିଶେଷତଃ ଏକ କ୍ଷୁଦ୍ର କରେ, ଯେଉଁଥିପାଇଁ ଏହାକୁ ପ୍ରୋଜେକ୍ଟ ବା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ବ ଦେଉଥିଲେ । ସମସ୍ୟା ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ଶିଶୁ ତାକୁ ସମାଧାନ ପାଇଁ ଚେଷ୍ଟା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ଵ ଦେଇଥା’ନ୍ତି; ଯଥା-
(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।
ଣିକ୍ଷକ:
ଶିଶୁ ଶିକ୍ଷାର କେନ୍ଦ୍ରବିନ୍ଦୁ । ଶିକ୍ଷାଦାନ ପଦ୍ଧତି ସମସ୍ୟାଭିଭିକ । ପାଠ୍ୟକ୍ରମ ଉପଯୋଗିତାପୂର୍ଣ । ଶିକ୍ଷାର୍ଥୀ ସର୍ବଦା କ୍ରିୟାଭିମୁଖୀ ଏବଂ ସମାଧାନାଭିମୁଖୀ ହେବା ଉଚିତ । କିନ୍ତୁ ଶିକ୍ଷାର୍ଥୀ ଅପରିପକ୍ବ ଅଟେ । ସେ ପ୍ରତ୍ୟକ୍ଷ ଭାବରେ କୌଣସି ସମସ୍ୟାର ନିଜେ ସମାଧାନ କରିବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାଏ; ମାତ୍ର ଶିକ୍ଷକ ବିଚାରଶୀଳ ଏବଂ ଆତ୍ମବିଶ୍ୱାସୀ । ପ୍ରତ୍ୟେକ ମୁହୂର୍ତ୍ତରେ ସେ ଶିକ୍ଷାର୍ଥୀର ବନ୍ଧୁ, ପଥପ୍ରଦର୍ଶକ ଏବଂ ଦାର୍ଶନିକ ଅଟନ୍ତି । ସେଥିପାଇଁ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିଲେ ଅନେକ ସମସ୍ୟାର ସମାଧାନ ଶିକ୍ଷକଙ୍କ ସାହାଯ୍ୟରେ ସମ୍ପାଦନ କରାଯାଇପାରିବ ।
ଣୃଙ୍ଖଳା:
ଶିକ୍ଷାର କେନ୍ଦ୍ରବିନ୍ଦୁ ଶିକ୍ଷାର୍ଥୀ । ସ୍ଵାଧୀନ ଭାବରେ ଏବଂ ମୁକ୍ତ ବାତାବରଣରେ ସେ ଶିକ୍ଷାଲାଭ କରିଥାଏ, ଯାହାଦ୍ଵାରା ଶିକ୍ଷାର୍ଥୀର ସୃଜନଶୀଳ ଶକ୍ତିର ବିକାଶ ସାଧନ ହୋଇଥାଏ । ତେଣୁ ଜନ୍ ନ୍ୟୁଇ ସର୍ବଦା ବାହ୍ୟ ଦଣ୍ଡ ଓ ଭୟକୁ ବିରୋଧ କରୁଥିଲେ । ଏହା ଶିକ୍ଷାର୍ଥୀର ସୃଜନତାଶୀଳତାକୁ ବିକାଶ କରିବା ପରିବର୍ତ୍ତେ ନଷ୍ଟ କରିଦେବ । ତେଣୁ ଶିକ୍ଷାର୍ଥୀକୁ ପ୍ରୟୋଗାତ୍ମକ, କ୍ରିୟାତ୍ମକ କାର୍ଯ୍ୟରେ ବିନିଯୋଗ କରିବାକୁ ଆଦାନପ୍ରଦାନ କଲାଭଳି ବ୍ୟବହାର ଦେଖାଇଲେ ସେ ବିକାଶ ଲାଭ କରିପାରିବ ।
ଅନୁଣାସନ:
ଜନ୍ ଡ୍ୟୁଇ ଶିକ୍ଷକଙ୍କଦ୍ୱାରା କୌଣସି ପ୍ରକାର ଦଣ୍ଡ ପ୍ରଦାନଦ୍ୱାରା ଭୟ ସୃଷ୍ଟି କରିବାର ପକ୍ଷପାତୀ ନଥିଲେ । ସେ ଶିକ୍ଷାର୍ଥୀମାନଙ୍କୁ ବାହ୍ୟ ଚାପ, ବାହ୍ୟ ଦଣ୍ଡରୁ ମୁକ୍ତ ରଖିବାକୁ ଚେଷ୍ଟା କରୁଥିଲେ, ଯାହାଦ୍ୱାରା ଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ଭାବରେ ନିଜକୁ କ୍ରିୟାତ୍ମକ କାର୍ଯ୍ୟରେ ବିନିଯୋଗ କରି ନିଜେ ଫଳ ପ୍ରାପ୍ତି ଅନୁସାରେ ଆତ୍ମସମୀକ୍ଷା କରିଥାଏ । ଶିକ୍ଷାର୍ଥୀ ନିଜେ ନିଜର କାର୍ଯ୍ୟଧାରା ସମ୍ପର୍କରେ ସଚେତନ ହୋଇଥାଏ । ପୁନଶ୍ଚ ଆଗ୍ରହ ଅନୁସାରେ କାର୍ଯ୍ୟ କରିବାଦ୍ଵାରା ସୃଜନଶୀଳ ଶକ୍ତିର ମଧ୍ୟ ବିକାଶ ସାଧନ ହୋଇଥାଏ ।
ଜନ୍ ଡ୍ୟୁଇଙ୍କ ଶିକ୍ଷାଜଗତକୁ ଅବଦାନ (Contributions of John Dewey towards Education):
ଜନ୍ ଡ୍ୟୁଇଙ୍କର ଶିକ୍ଷା ପ୍ରତି ଅବଦାନ ଅତୁଳନୀୟ ଥିଲା । ତାଙ୍କ ମତରେ ଶିକ୍ଷା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ । ଶିକ୍ଷକ ଶିକ୍ଷାର୍ଥୀର ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍ବ୍ୟତୀତ ଜନ୍ ଡ୍ୟୁଇଙ୍କର ଶିକ୍ଷାକ୍ଷେତ୍ରକୁ କେତେକ ସୁଖଦ ଅବଦାନ ଅଛି । ସେଗୁଡ଼ିକ ହେଲା –
(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର ।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ବ ଏବଂ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାରେ ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।
ବାସ୍ତବିକ ପ୍ରତ୍ୟେକ ବ୍ୟକ୍ତି, ପରିବେଶ ଏବଂ ସମାଜ ସହିତ ଜଡ଼ିତ । ପରିବେଶରେ ତା’ର କ୍ରିୟା ପ୍ରତିକ୍ରିୟାର ଅଭିଜ୍ଞତା ସୃଷ୍ଟି ହୋଇଥାଏ । ପୁନଶ୍ଚ ପ୍ରତ୍ୟେକ ଅଭିଜ୍ଞତା ସମୟ ଅନୁଯାୟୀ ପରିବର୍ତ୍ତିତ ଏବଂ ପରିବର୍ଦ୍ଧିତ ହୋଇଥାଏ । ଅନେକ ସମୟରେ ନୂତନ ଅଭିଜ୍ଞତା ପୁରାତନ ଅଭିଜ୍ଞତାକୁ ବଦଳାଇ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିଥାଏ । ଏହା ବ୍ୟକ୍ତି ଏବଂ ସମାଜ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ ।
କ୍ଷୁଦ୍ର ପରିବାରରୁ ଜୀବନ ଆରମ୍ଭ ହୋଇଥାଏ ଏବଂ ଅନେକ ଝଡ଼ଝଞ୍ଜା ଭିତରେ ତାହା ଶେଷରେ ପୂର୍ଣ୍ଣତା ପ୍ରାପ୍ତ ହୁଏ । ତେଣୁ ଜନ୍ ନ୍ୟୁଇଙ୍କ ମତବାଦ ବାସ୍ତବିକ ଗ୍ରହଣଯୋଗ୍ୟ ଏବଂ ସମାଜ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।