CHSE Odisha Class 12 History Chapter 10 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 10 ସୁଫି ଓ ଭକ୍ତି ଆନ୍ଦୋଳନ Short & Long Answer Questions

CHSE Odisha 12th Class History Chapter 10 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । କବୀର କାହାର ଶିଷ୍ୟ ଥିଲେ ? ତାଙ୍କର ଲାଳନ ପାଳନ ଦାୟିତ୍ବ କିଏ ବହନ କରିଥିଲେ ?
Answer:
କବୀର ରାମାନନ୍ଦଙ୍କର ଶିଷ୍ୟ ଥିଲେ । ତାଙ୍କର ଲାଳନପାଳନ ଦାୟିତ୍ଵ ଜଣେ ମୁସଲମାନ ତନ୍ତୀ ନୀରୁ ଓ ତାଙ୍କ ପତ୍ନୀ ନିମା ନେଇଥିଲେ ।

୨ । ଅମୀର ଖୁସ୍ରୁଙ୍କ ସମ୍ପର୍କରେ ଲେଖ ।
Answer:
ଅମୀର ଖୁସ୍ରୁ ସୁଲତାନୀ ଯୁଗର ଖ୍ୟାତାନାମା ସାହିତ୍ୟିକ ତଥା କବି ଥିଲେ । ସେ ସୁଲତାନ ବଲବନ୍‌ଙ୍କ ରାଜତ୍ଵକାଳରୁ ଗିୟାସୁଦ୍ଦିନ୍ ତୋଗଲକଙ୍କ ରାଜତ୍ଵ ପର୍ଯ୍ୟନ୍ତ ରାଜଦରବାର ମଣ୍ଡନ କରିଥିଲେ । ସେ ତାଙ୍କ କବିତାରେ ପ୍ରଥମେ ଉର୍ଦୁଭାଷା ପ୍ରୟୋଗ କରିଥିଲେ । ତାଙ୍କ ରଚିତ ପୁସ୍ତକ ହେଉଛି ଖଜାଇନ୍-ଉଲ୍-ଫୁତୁ ଏବଂ ତାରିଖ-ଇ- ଆଲ୍ଲାଇ ।

୩। ବଲ୍ଲଭାଚାର୍ଯ୍ୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ସେ କେଉଁ ଦେବତାଙ୍କ ଭକ୍ତ ରୂପେ ଖ୍ୟାତ ? ପ୍ରଥମେ ସେ କେଉଁ ରାଜାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ?
Answer:
ବଲ୍ଲଭାଚାର୍ଯ୍ୟ ୧୪୭୯ ଖ୍ରୀଷ୍ଟାବ୍ଦରେ ବାରାଣାସୀଠାରେ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କୃଷ୍ଣଭକ୍ତ ରୂପେ ଖ୍ୟାତ । ପ୍ରଥମେ ସେ ରାଜା କୃଷ୍ଣଦେବରାୟଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ।

୪ । ଇସଲାମ୍ ଧର୍ମର କେଉଁ ନୀତି ହିନ୍ଦୁସନ୍ଥ ଏବଂ ଧର୍ମପ୍ରଚାରକମାନଙ୍କୁ ପ୍ରଭାବିତ କରିଥିଲା ?
Answer:
ଇସଲାମ୍ ଧର୍ମର ଏକେଶ୍ଵରବାଦ ଏବଂ ସାର୍ବଜନୀନ ଭ୍ରାତୃଭାବ ଆଦି ଚିନ୍ତାଧାରା ହିନ୍ଦୁସନ୍ଥ ଏବଂ ଧର୍ମପ୍ରଚାରକମାନଙ୍କୁ ବିଶେଷଭାବେ ପ୍ରଭାବିତ କରିଥିଲା । ଇସଲାମ୍ ଧର୍ମରେ ଜାତିପ୍ରଥା ନଥିଲା ।

୫ । ଚିସ୍ତି ସଂପ୍ରଦାୟର ଅନ୍ୟତମ ସନ୍ଥ ଫରିଦୁଦ୍ଦିନ୍ (ବାବା ଫରିଦ୍)ଙ୍କ ସମ୍ପର୍କରେ ଲେଖ ।
Answer:
ଚିସ୍ତି ସଂପ୍ରଦାୟର ଅନ୍ୟତମ ସୁଫିସନ୍ଥ ଥିଲେ ଫରିବୁଦ୍ଦିନ୍ । ସେ ବାବା ଫରିଦ୍ ନାମରେ ଖ୍ୟାତିଲାଭ କରିଥିଲେ । ଫରିଦ୍ ଆଫଗାନିସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ହାନ୍ସୀ ଥିଲା ତାଙ୍କର ମୁଖ୍ୟ କର୍ମସ୍ଥଳୀ । ତାଙ୍କର ବାଣୀ ଥିଲା, ‘ରାଜା ଓ ସମ୍ଭ୍ରାନ୍ତମାନଙ୍କ ସହିତ ବନ୍ଧୁତା ସ୍ଥାପନ କରନାହିଁ । ତୁମର ଆଧ୍ୟାତ୍ମିକ ଜୀବନ ପ୍ରତି ସେମାନଙ୍କର ସାକ୍ଷାତକୁ ମାରାତ୍ମକ ବୋଲି ବିବେଚନା କର ।’’

CHSE Odisha Class 12 History Chapter 10 Short & Long Answer Questions in Odia Medium

୬ । ଶେଖ୍ ନାସିରୁଦ୍ଦିନ୍‌ଙ୍କ ସମ୍ପର୍କରେ ଲେଖ ।
Answer:
ଚିସ୍ତି ସଂପ୍ରଦାୟର ଶେଷ ବିଖ୍ୟାତ ସୁଫିସନ୍ଥ ଥିଲେ ନାସିରୁଦ୍ଦିନ୍ । ତାଙ୍କୁ ‘ଦିଲ୍ଲୀର ଚିରାଗ୍’ ବୋଲି କୁହାଯାଏ । ୪୫ ବର୍ଷ ବୟସରେ ସେ ଦିଲ୍ଲୀଠାରେ ଶେଖ୍ ନିଜାମୁଦ୍ଦିନ୍ ଆଉଲିଆଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଗୁରୁଙ୍କ ପରି ସେ ଦଳିତ ଓ ଅସହାୟମାନଙ୍କ ଗହଣରେ ସମୟ ଅତିବାହିତ କରୁଥିଲେ । ସେ ମଧ୍ୟ ନିଜକୁ ସୁଲତାନ ଓ ଅମୀରମାନଙ୍କଠାରୁନିଜକୁ ଦୂରେଇ ରଖୁଥିଲେ । ୧୩୩୬ ଖ୍ରୀଷ୍ଟାବ୍ଦରେ ସେ ଦେହତ୍ୟାଗ କରିଥିଲେ ।

୭। ଚୈତନ୍ୟ ପିଲାଦିନେ କେଉଁ କେଉଁ ନାମରେ ପରିଚିତ ଥିଲେ ? ତାଙ୍କ ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ଚୈତନ୍ୟ ପିଲାଦିନେ ବିଶ୍ବମ୍ଭର ଓ ନିମାଇଁ ନାମରେ ପରିଚିତ ଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜଗନ୍ନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ସଚ୍ଚିଦେବୀ ।

୮ । ସୁଫିସନ୍ଥମାନଙ୍କର ପ୍ରଚାର ଫଳରେ ଆଞ୍ଚଳିକ ସାହିତ୍ୟର ବିକାଶ କିପରି ଘଟିଥିଲା ?
Answer:
ସୁଫିସନ୍ଥମାନଙ୍କର ପ୍ରଚାର ଫଳରେ ଆଞ୍ଚଳିକ ସାହିତ୍ୟ, ବିକାଶଲାଭ କରିଥିଲା । ଏହାଦ୍ଵାରା ଗୁରୁମୁଖୀ, ମରାଠୀ, ବଙ୍ଗାଳୀ ଓ ହିନ୍ଦୀ ପ୍ରଭୃତି ଭାଷାଗୁଡ଼ିକର ଉନ୍ନତି ହୋଇଥିଲା । ମୁସଲମାନମାନେ ହିନ୍ଦୀ ଶବ୍ଦଗୁଡ଼ିକ ଗ୍ରହଣ କରିଥିଲେ । ପରିଶେଷରେ ଉର୍ଦୁଭାଷା ଜନ୍ମଲାଭ କରିଥିଲା ।

୯ । ସୁଫିସନ୍ଥମାନେ କିପରି ଇସ୍‌ଲାମ୍ ଧର୍ମରେ ଥ‌ିବା କଠୋରତାକୁ କୋହଳ କରିଦେଇଥିଲେ ?
Answer:
ସୁଫିସନ୍ଥମାନେ ଏକେଶ୍ୱରବାଦ ଉପରେ ବିଶ୍ଵାସ କରୁଥିଲେ ଏବଂ ଜଟିଳ କର୍ମକାଣ୍ଡ ଓ ପୂଜାପଦ୍ଧତିର ବିରୁଦ୍ଧାଚରଣ କରିଥିଲେ । ଭକ୍ତି, ପ୍ରେମ ଓ ସ୍ନେହଦ୍ଵାରା ଈଶ୍ଵରଙ୍କୁ ଆରାଧନା କଲେ ମୋକ୍ଷପ୍ରାପ୍ତି ହୋଇପାରିବ ବୋଲି ସେମାନେ ପ୍ରଚାର କରିଥିଲେ । ଏହାଫଳରେ ଇସଲାମ୍ ଧର୍ମରେ ରହିଥ‌ିବା କଠୋରତା କୋହଳ ହୋଇପାରିଥିଲା ।

୧୦ । ବଲ୍ଲଭାଚାର୍ଯ୍ୟଙ୍କ ଧର୍ମମତ କ’ଣ ଥିଲା ?
Answer:
ବୈଷ୍ଣବଧର୍ମର ଅନ୍ୟତମ ପ୍ରଚାରକ ଥିଲେ ବଲ୍ଲଭାଚାର୍ଯ୍ୟ । କୃଷ୍ଣଙ୍କୁ ପୂଜାକରିବାପାଇଁ ସେ ପରାମର୍ଶ ଦେଇଥିଲେ । ସେ ପ୍ରଚାର କରିଥିଲେ– ବ୍ରହ୍ମ ଓ ମନୁଷ୍ୟ ମଧ୍ୟରେ ପ୍ରଭେଦ ନାହିଁ । ଭକ୍ତଦ୍ଵାରା ଆତ୍ମା ସମସ୍ତ ବନ୍ଧନରୁ ମୁକ୍ତିଲାଭ କରିଥାଏ । ସାଂସାରିକ ଜୀବନ ମୋକ୍ଷପ୍ରାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିପାରିନଥାଏ ।

୧୧ । ଭକ୍ତି ଆନ୍ଦୋଳନ କିପରି ଆଞ୍ଚଳିକ ସାହିତ୍ୟର ବିକାଶ ଘଟାଇବାରେ ସମର୍ଥ ହୋଇଥିଲା ?
Answer:
ସଂସ୍କୃତ ଭାଷା ପରିବର୍ତ୍ତେ ଧର୍ମମତଗୁଡ଼ିକ ଆଞ୍ଚଳିକ ଭାଷାରେ ପ୍ରଚାରିତ ହୋଇଥିଲା । କବୀର ହିନ୍ଦୀରେ, ନାନକ ଗୁରୁମୁଖୀ ଭାଷାରେ ଏବଂ ଶ୍ରୀଚୈତନ୍ୟ ବଙ୍ଗଳା ଭାଷାରେ ପ୍ରଚାର କରିଥିଲେ । ଭକ୍ତିଯୁଗର ସାହିତ୍ୟଗୁଡ଼ିକ ମରାଠୀ, ମୈଥୁଳୀ, ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଲେଖାଯିବାରୁ ଆଞ୍ଚଳିକ ସାହିତ୍ୟର ସମୃଦ୍ଧି ଘଟିଥିଲା । ଭକ୍ତି ଆନ୍ଦୋଳନର ପ୍ରଭାବରେ ତୁଳସୀଦାସ ‘ରାମଚରିତ ମାନସ’ ଲେଖୁଥିଲେ । ହିନ୍ଦୀ ଓ ପାରସିକ ଭାଷାର ମିଶ୍ରଣଯୋଗୁଁ ଉର୍ଦୁଭାଷା ସୃଷ୍ଟି ହୋଇଥଲା ।

୧୨ । ଶିଖ୍ ଧର୍ମର ପ୍ରତିଷ୍ଠାତା କିଏ ଥିଲେ ? ସେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଶିଖ୍ ଧର୍ମର ପ୍ରତିଷ୍ଠାତା ନାନକ ଥିଲେ । ସେ ୧୪୬୯ ଖ୍ରୀଷ୍ଟାବ୍ଦରେ ଲାହୋର ନିକଟବର୍ତ୍ତୀ ତାଲୱନ୍ଦୀ (ଆଧୁନିକ ନାନକୋନା) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୧୩ । ଚୈତନ୍ୟଙ୍କୁ କିଏ କୃଷ୍ଣମନ୍ତ୍ର ପ୍ରଦାନ କଲେ ? ଯେଉଁ ଦୁଇଜଣ ଭକ୍ତଙ୍କ ସହଯୋଗରେ ଚୈତନ୍ୟ ବାଣୀ ପ୍ରଚାର କଲେ ସେମାନଙ୍କ ନାମ କ’ଣ ? ତାଙ୍କ ମୃତ୍ୟୁବେଳକୁ ସେ କେଉଁଠାରେ ଅବସ୍ଥାନ କରିଥିଲେ ?
Answer:
ଈଶ୍ୱରପୁରୀ ନାମକ ଜଣେ ସନ୍ନ୍ୟାସୀ ଚୈତନ୍ୟଙ୍କୁ କୃଷ୍ଣମନ୍ତ୍ର ପ୍ରଦାନ କରିଥିଲେ । ଚୈତନ୍ୟ ଅଦ୍ଵୈତ ଓ ନିତ୍ୟାନନ୍ଦ ନାମକ ଦୁଇଜଣ ଭକ୍ତଙ୍କ ସହଯୋଗରେ ନିଜର ବାଣୀ ପ୍ରଚାର କରିଥିଲେ । ମୃତ୍ୟୁବେଳକୁ ସେ ୧୫୩୩ ଖ୍ରୀ.ଅ.ରେ ପୁରୀଠାରେ ଅବସ୍ଥାନ କରିଥିଲେ ।

୧୪ । ସୁଫିବାଦ କ’ଣ ?
Answer:
ସୁଫିବାଦ ମୁଖ୍ୟତଃ କୋରାନ୍ ଓ ମହମ୍ମଦଙ୍କ ବାଣୀ ଉପରେ ପ୍ରତିଷ୍ଠିତ ହୋଇଥିଲା । ଏହା ମଧ୍ୟ ବ୍ରାହ୍ମଣ୍ୟଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରୁ କେତେକ ଧାରଣା ଗ୍ରହଣ କରିଥିଲା । ‘ସୁଫି ମତବାଦ’ ପ୍ରେମ ଉପରେ ପ୍ରତିଷ୍ଠିତ । ଏକେଶ୍ୱରବାଦ ଉପରେ ଏହା ବିଶ୍ଵାସସ୍ଥାପନ କରିଥାଏ । ଈଶ୍ବର ହିଁ ଚିର ଶାଶ୍ଵତ ଓ ଚିର ମଙ୍ଗଳମୟ । ଭଜନଗାନ କରାଯାଇ ଈଶ୍ଵରଙ୍କୁ ବଶୀଭୂତ କରାଯାଇପାରିବ । ଆତ୍ମା ଓ ପରମାତ୍ମା ମଧ୍ୟରେ ସଂଯୋଗ ରକ୍ଷାକରିବା ଧର୍ମର ପ୍ରକୃତ ଲକ୍ଷ୍ୟ ।

୧୫ । ମହମ୍ମଦ ସରହିନ୍ଦ୍ କିଏ ?
Answer:
ମହମ୍ମଦ ସରହିନ୍ଦ୍ ଥିଲେ ବାକ୍ସିବିଲ୍ଲାଙ୍କ ଶିଷ୍ୟ । ସେ କହୁଥିଲେ ଈଶ୍ଵର ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ ଭୃତ୍ୟ ଓ ମାଲିକ ପରି । ଅନ୍ୟ ସୁଫିମାନେ ମନେ କରୁଥିବା ପ୍ରେମିକ ଓ ପ୍ରିୟଜନଙ୍କ ପରି ନୁହେଁ । ସେ ଅତୀନ୍ଦ୍ରିୟଭାବ ସହିତ ରକ୍ଷଣଶୀଳ ଇସ୍‌ଲାମ ତତ୍ତ୍ଵ ମିଳିତ କରାଇବାପାଇଁ ଚେଷ୍ଟା କରୁଥିଲେ ।

୧୬ । ସୁଫି ମଦବାଦ ପ୍ରସାର ଫଳରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କିପରି ଏକତା ସ୍ଥାପନ କରାଯାଇଥିଲା ?
Answer:
ସୁଫି ମତବାଦ ପ୍ରସାର ଫଳରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ସ୍ଥାପନ ହୋଇପାରିଥିଲା । ପରସ୍ପର ସମ୍ପ୍ରଦାୟ ମଧ୍ୟରେ ଥ‌ିବା ତିକ୍ତତାର ଅବସାନ ଘଟିଥିଲା । ଉଭୟ ସମ୍ପ୍ରଦାୟ ମଧ୍ଯରେ ସାମ୍ୟଭାବ, ଭ୍ରାତୃଭାବ ଓ ସହନଶୀଳତା ବିକାଶ ଲାଭ କରିଥିଲା ।

୧୭ । ସଲିମ୍ ଚିସ୍ତିଙ୍କ ବିଷୟରେ ଯାହା ଜାଣ ଲେଖ ।
Answer:
ସଲିମ୍ ଚିମ୍ପି ଥିଲେ ଚିସ୍ତା ସମ୍ପ୍ରଦାୟର ଅନ୍ୟ ଜଣେ ପ୍ରମୁଖ ସନ୍ଥ । ସେ ଫତେପୁରସିକ୍ରିଠାରେ ଅବସ୍ଥାନ କରୁଥିଲେ । ସମ୍ରାଟ ଆକବର ତାଙ୍କୁ ବାରମ୍ବାର ସାକ୍ଷାତ କରିଥିଲେ । ତାଙ୍କର କବର ଉପରେ ଆକବର ମାର୍ବଲର ଏକ ସ୍ମୃତି ମସ୍‌ଜିଦ୍ ନିର୍ମାଣ କରିଥିଲେ ।

୧୮ । ସୁରୱର୍ଦ୍ଦି ସମ୍ପ୍ରଦାୟ କ’ଣ ?
Answer:
ଥିଲେ ସଇଖ୍ ବାହାଉଦ୍ଦିନ୍ ଜାକାରିୟା ସୁରୱର୍ଦ୍ଦି । ସଦ୍‌ରୁଦ୍ଦିନ ଅରିଫ୍ ଓ ରୁକ୍‌ଦିନ ଆବୁଲ୍ ଫାଡ୍‌ ଏହି ସମ୍ପ୍ରଦାୟର ଦୁଇଜଣ ବିଶିଷ୍ଟ ସନ୍ଥ ଥିଲେ । ମହମ୍ମଦ ତୋଗଲକ ଏବଂ ଫିରୋଜଶାହା ତୋଗଲକଙ୍କ ସମୟରେ ଏହି ସମ୍ପ୍ରଦାୟ ବିଶେଷ ପ୍ରସିଦ୍ଧି ଲାଭ କରିଥିଲା ।

୧୯ । କାଦିର ସମ୍ପ୍ରଦାୟ କହିଲେ କ’ଣ ବୁଝ ?
Answer:
ଅବ୍‌ଦୁଲ୍ କାଦିର୍ ଜିଲାନି ଥୁଲେ କାଦିର ସମ୍ପ୍ରଦାୟର ମୁଖ୍ୟ । ସେ ବାଗ୍‌ରେ ଏହି ସମ୍ପ୍ରଦାୟର ଶୁଭାରମ୍ଭ କରିଥିଲେ । ଭାରତରେ ଏହି ସମ୍ପ୍ରଦାୟର ଶୁଭାରମ୍ଭ କରିଥିଲେ ଶାହା ଜିଆମତୁଲ୍ଲା ଏବଂ ମଖଦୁମ୍ ମହମ୍ମଦ ଜିଲ୍ଲାନି । ସିନ୍ଧୁପ୍ରଦେଶର ଉତ୍ସ ଥିଲା ଏହି ସମ୍ପ୍ରଦାୟର ମୁଖ୍ୟ କାର୍ଯ୍ୟସ୍ଥଳୀ । ଶଇଖ୍ ହମିଦ୍ ଗଞ୍ଜ ବକ୍‌ସ, ଶଇଖ୍ ଦାଉଦ୍ କମାବୀ ଏବଂ ଶଇଖ୍ ମାଲି କାଦିର୍ ଆଦି ଏହି ସମ୍ପ୍ରଦାୟର ଅନ୍ୟତମ ସନ୍ଥରୂପେ ପରିଗଣିତ ହେଉଥିଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୨୦ । ନକ୍‌ବନ୍ଦୀ ସମ୍ପ୍ରଦାୟ କ’ଣ ?
Answer:
ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଖୁଜା ବାହାଉଦ୍ଦିନ୍ ନକ୍‌ବନ୍ଦ । ପ୍ଲୀଜା ବାକ୍ସିବିଲ୍ଲା, ଶଇଖ୍ ଅହମ୍ମଦ ସର୍‌ହିନ୍ଦ୍, ଶଇଖ ବୁର୍‌ହାନ୍ ଏବଂ ଶାହା ୱାଲିଭଲ୍ଲା ଆଦି ଏହି ସମ୍ପ୍ରଦାୟର ଅନ୍ୟତମ ସନ୍ଥ ରୂପେ ପରିଗଣିତ ହେଉଥିଲେ । ଭାରତରେ ଏହି ସନ୍ଥ ବିଶେଷରୂପେ ପ୍ରସିଦ୍ଧ ଲାଭ କରିପାରିନଥିଲେ ।

୨୧ । ନିମ୍ବାର୍କ କିଏ ଓ ସେ କାହିଁକି ପ୍ରସିଦ୍ଧ ?
Answer:
ରାମାନୁଜଙ୍କ ପରେ ନିମ୍ବାର୍କ ଭକ୍ତିମାର୍ଗର ଅନ୍ୟତମ ପୁରୋଧାଭାବେ କାର୍ଯ୍ୟ କରିଥିଲେ । ସେ ଈଶ୍ଵରଭକ୍ତିକୁ ମନୁଷ୍ୟର ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାରରେ ପରିଣତ କରିବାପାଇଁ ଚେଷ୍ଟା କରିଥିଲେ । ସେ ରାଧା ଓ କୃଷ୍ଣଙ୍କୁ ପୂଜା କରୁଥିଲେ । ନିମ୍ବାର୍କ ସର୍ବମୟ ଭଗବାନ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିବାପାଇଁ ଉପଦେଶ ଦେଉଥିଲେ ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ସୁଫିସନ୍ଥମାନଙ୍କ ବାଣୀ ସଂପର୍କରେ ଲେଖ ।
Answer:
ସେମାନେ ତୀବ୍ର ବିରୋଧ କରିଥିଲେ । ଭକ୍ତି ଥିଲା ସେମାନଙ୍କର ମୁଖ୍ୟ ଉପଜୀବ୍ୟ । ଏକେଶ୍ଵରବାଦ ଥିଲା ଏହାର ମୂଳତତ୍ତ୍ଵ । ଭକ୍ତି ଓ ପ୍ରେମ ଥିଲା ଏହାର ଆଧାର । ଭକ୍ତି ଏବଂ ପ୍ରେମ ମାଧ୍ୟମରେ ଈଶ୍ବରଙ୍କୁ ଆରାଧନା କରି ମୋକ୍ଷ ପ୍ରାପ୍ତି କରାଯାଇପାରେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ତେଣୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସୁଫିସନ୍ଥମାନଙ୍କର ଏହି ବାଣୀକୁ ଆନନ୍ଦରେ ଗ୍ରହଣ କରିଥିଲେ । ସୁଫିସନ୍ଥମାନେ ସାମାଜିକ କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ।

୨। ଭକ୍ତି ଆନ୍ଦୋଳନ କାହିଁକି ଜନପ୍ରିୟ ହୋଇପାରିଥିଲା ?
Answer:
ଭକ୍ତି ଆନ୍ଦୋଳନ ଜନପ୍ରିୟ ହେବାର ବହୁ କାରଣ ଅଛି । ପ୍ରଥମତଃ, ଏହି ଆନ୍ଦୋଳନ ସହଜ ଓ ସରଳ ଉପାୟରେ ଈଶ୍ଵରଙ୍କୁ ଆରାଧନା କରିବାପାଇଁ ପଥପ୍ରଦର୍ଶନ କରିଥିଲା । ଦ୍ଵିତୀୟତଃ, ଭକ୍ତିବାଦ ସରଳ ‘ଦୋହା’, ‘ଭଜନ’ ଏବଂ ‘ସଂକୀର୍ତ୍ତନ’ ମାଧ୍ୟମରେ ପ୍ରଚାରିତ ହେବାରୁ ଲୋକମାନେ ଏଥୁପ୍ରତି ଆକର୍ଷିତ ହୋଇଥିଲେ । ତୃତୀୟତଃ, ଭକ୍ତି ଆନ୍ଦୋଳନର ପୁରୋଧାମାନଙ୍କର ନିରାଡ଼ମ୍ବର ଏବଂ ଅମାୟିକ ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷଣ କରିଥିଲା । ଚତୁର୍ଥତଃ, ଏହି ଆନ୍ଦୋଳନର ପ୍ରଚାରକମାନେ ଆଞ୍ଚଳିକ ଭାଷାରେ ନୀତିବାଣୀଗୁଡ଼ିକ ପ୍ରଚାର କରିଥିବାରୁ ଏହା ଜନାଦୃତ ହୋଇଥିଲା । ପଞ୍ଚମତଃ, ଭକ୍ତି ଓ ପ୍ରେମ ବଳରେ ଈଶ୍ଵରଲାଭ କରାଯାଇପାରେ ବୋଲି ପ୍ରଚାରିତ ହେବା ଫଳରେ ସାଧାରଣ ଲୋକମାନେ ଆଶ୍ୱସ୍ତି ଅନୁଭବ କରିଥିଲେ ।

୩ । ଭାରତୀୟ ସମାଜ ଇସ୍‌ଲାମ ଧର୍ମଦ୍ଵାରା କିପରି ପ୍ରଭାବିତ ହୋଇଥିଲା ?
Answer:
ଇସ୍‌ଲାମ ଧର୍ମ ବହୁମାତ୍ରାରେ ଭାରତୀୟ ସମାଜକୁ ପ୍ରଭାବିତ କରିଥିଲା । ସମୟକ୍ରମେ ଭାରତୀୟମାନେ ମୁସଲମାନମାନଙ୍କ ଖାଦ୍ୟପେୟ, ପୋଷାକ-ପରିଚ୍ଛଦ, ଚାଲିଚଳଣ ଓ ରୀତିନୀତିକୁ ଅନୁକରଣ କରିଥିଲେ । ସାମାଜିକ ସ୍ତରରେ ନାରୀ ସ୍ଵାଧୀନତା ସଂକୁଚିତ ହୋଇଥିଲା । ସମାଜରେ ଦାସତ୍ଵ ପ୍ରଥା ପ୍ରଚଳିତ ହେଲା । ସମ୍ଭ୍ରାନ୍ତବଂଶୀୟ ହିନ୍ଦୁମାନେ ଭୋଗବିଳାସରେ ରହି ଦାସଦାସୀମାନଙ୍କୁ ନିଯୁକ୍ତି ଦେଇଥିଲେ । ନୂତନଭାବରେ ବିରିୟାନୀ, କବାବ ଆଦି ଖାଦ୍ୟ ହିନ୍ଦୁସମାଜରେ ପ୍ରଚଳିତ ହେଲା । ମୁସଲମାନମାନଙ୍କୁ ଅନୁକରଣ କରି ହିନ୍ଦୁମାନେ ସାଲୱାର, ପାଇଜାମା, ଅଚକନ, ଲୁଙ୍ଗି ଆଦି ପୋଷାକ ପରିଧାନ କଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୪। ରାମାନୁଜଙ୍କ ସମ୍ପର୍କରେ ଯାହା ଜାଣ ଲେଖ ।
Answer:
ଦ୍ଵାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାମାନୁଜ ବୈଷ୍ଣବ ମତବାଦ ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରଥମେ ଭକ୍ତି ଆନ୍ଦୋଳନର ସୂତ୍ରପାତ କରାଇଥିଲେ । ସେ ଦକ୍ଷିଣ ଭାରତର ଆନ୍ଧ୍ର ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ରାମାନୁଜଙ୍କ ମତରେ, ଭକ୍ତିହିଁ ହେଉଛି ଈଶ୍ଵରପ୍ରାପ୍ତି ପାଇଁ ସର୍ବଶ୍ରେଷ୍ଠ ଉପାୟ । ସର୍ବଶକ୍ତିମୟ ଭଗବାନ୍ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ଲୟର ଏକମାତ୍ର କାରଣ । ନିଜ ପ୍ରାଣରେ ପ୍ରକୃତ ଭକ୍ତି ଉଦ୍ରେକପାଇଁ ମନୁଷ୍ୟ ପକ୍ଷରେ ଗୁରୁଙ୍କର ଆବଶ୍ୟକତା ରହିଛି । ରାମାନୁଜ ସବୁ ମଣିଷକୁ ସମାନ ଦୃଷ୍ଟିରେ ଦେଖୁଥିଲେ ।

୫। ଭକ୍ତି ଆନ୍ଦୋଳନର ଫଳାଫଳ ସଂକ୍ଷେପରେ ଲେଖ ।
Answer:
ଭକ୍ତି ଆନ୍ଦୋଳନର ଫଳାଫଳ ଥିଲା ସୁଦୂରପ୍ରସାରୀ । ପ୍ରଥମତଃ, ଏହି ଆନ୍ଦୋଳନ ଫଳରେ ହିନ୍ଦୁ ଧର୍ମରୁ କୁସଂସ୍କାର ଦୂରହେବା ସହିତ ଜାତି ଜାତି ମଧ୍ୟରେ ପାର୍ଥକ୍ୟ ଦୂରହୋଇ ସେମାନଙ୍କ ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠା ହୋଇଥିଲା । ଦ୍ଵିତୀୟତଃ, ବ୍ରାହ୍ମଣମାନଙ୍କର ପ୍ରତିପତ୍ତି, ମୂର୍ତ୍ତି ଉପାସନା ଆଦି ଜଟିଳ ପୂଜାପଦ୍ଧତିକୁ ପରିହାର କରି ହିନ୍ଦୁମାନେ ଭକ୍ତିଧର୍ମର ସରଳ ମାର୍ଗ ପ୍ରତି ଆକର୍ଷିତ ହୋଇଥିଲେ । ତୃତୀୟତଃ, ଭକ୍ତି ଆନ୍ଦୋଳନଦ୍ୱାରା ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଥିଲା । ହିନ୍ଦୁ ଓ ଇସ୍‌ଲାମ ଧର୍ମର ସମନ୍ଵୟରେ ‘ସତ୍ୟପୀର’ ପୂଜା ସୃଷ୍ଟି ହୋଇଥିଲା । ଚତୁର୍ଥରେ, ଏହି ଆନ୍ଦୋଳନଦ୍ଵାରା ଆଞ୍ଚଳିକ ସାହିତ୍ୟର ଅଭିବୃଦ୍ଧି ସାଧୂତ ହୋଇଥିଲା । ଏହି ସମୟରେ ହିନ୍ଦୀ ଓ ପାରସିକ ଭାଷାର ସମନ୍ଵୟରେ ‘ଉର୍ଦୁ’ ଭାଷାର ଉଦ୍ଭବ ହୋଇଥିଲା ।

୬ । ବ୍ଲାଜା ମଇନୁଦ୍ଦିନ ଚିସ୍ତଙ୍କ ସମ୍ପର୍କରେ ଟିପ୍ପଣୀ ଦିଅ ।
Answer:
ମଧ୍ୟଯୁଗୀୟ ସୁଫି ଆନ୍ଦୋଳନର ସର୍ବପ୍ରଥମ ସନ୍ଥ ଥିଲେ ଧ୍ଵଜା ମଇନୁଦ୍ଦିନ ଚିନ୍ତି । ସେ ୧୧୪୩ ଖ୍ରୀ.ଅ.ରେ ସେଇସ୍ଥାନ ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମତରେ, ଈଶ୍ଵର ପ୍ରେମହିଁ ଥିଲା ସର୍ବଶ୍ରେଷ୍ଠ ଧର୍ମ । ସେ କହିଥିଲେ ଯେ ଭକ୍ତି ମାଧ୍ୟମରେ ଈଶ୍ଵରଙ୍କୁ ପ୍ରାପ୍ତି କରିହେବ ଏବଂ ଏଥ‌ିପାଇଁ ପୂଜାର୍ଚ୍ଚନା, ବ୍ରତ, ତୀର୍ଥଯାତ୍ରାର ଆବଶ୍ୟକତା ନାହିଁ । ଏକେଶ୍ଵରବାଦକୁ ସେ ଗ୍ରହଣ କରିଥିଲେ । ମଣିଷ ମଣିଷ ମଧ୍ୟରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ ।

୭ । ଶେଖ୍ ନିଜାମୁଦ୍ଦିନ୍ ଆଉଲିଆଙ୍କ ସମ୍ବନ୍ଧରେ ଲେଖ ।
Answer:
ନିଜାମୁଦ୍ଦିନ୍ ଆଉଲିଆ ୧୨୩୬ ଖ୍ରୀ.ଅ.ରେ ବାଦାଉନ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ସେ ବାବା ଫରିଦ୍‌ଙ୍କ ପ୍ରଧାନ ଶିଷ୍ୟ ଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ସେ ଦିଲ୍ଲୀର ସାତଜଣ ସ୍କୁଲତାନଙ୍କ ଶାସନକାଳ ଦେଖୁଥିଲେ । ସାର୍ବଜନୀନ ପ୍ରେମ ଓ ବିଶ୍ଵଭ୍ରାତୃତ୍ଵର ବାଣୀ ସେ ପ୍ରଚାର କରିଥିଲେ । ଈଶ୍ଵରଭକ୍ତି ଉପରେ ସେ ପ୍ରାଧାନ୍ୟ ଦେଇଥିଲେ । ମଣିଷ ପ୍ରତି ଦୟା, ସ୍ନେହ ଓ ଶ୍ରଦ୍ଧା ଆଦି ଐଶ୍ଵରିକ ଗୁଣଗୁଡ଼ିକ ପ୍ରଦର୍ଶନ ପାଇଁ ସେ କହିଥିଲେ । ସେ କହିଥିଲେ ଯେ ସବୁମଣିଷ ସମାନ ଓ ଏକ ଈଶ୍ଵରଙ୍କ ସନ୍ତାନ । ଏଣୁ ପରସ୍ପରକୁ ଭଲପାଇବାପାଇଁ ସେ ମାନବ ସମାଜକୁ ଉପଦେଶ ଦେଇଥିଲେ ।

୮। ଭକ୍ତି ଆନ୍ଦୋଳନର ବିଶେଷତ୍ଵ କ’ଣ ଥିଲା ?
Answer:
ଭକ୍ତି ଆନ୍ଦୋଳନର ପ୍ରଧାନ ବିଶେଷତ୍ଵ ଥିଲା ଏକେଶ୍ଵରବାଦ ପ୍ରତିଷ୍ଠା । ଏକମାତ୍ର ଈଶ୍ଵର ଉପାସନା ଉପରେ ପ୍ରାଧାନ୍ୟ ଦେବା ଥିଲା ଭକ୍ତି ଆନ୍ଦୋଳନର ବିଶେଷତ୍ଵ । ଈଶ୍ବର ହେଉଛନ୍ତି ଅଦୃଶ୍ୟ ଓ ନିରାକାର ଏବଂ ଈଶ୍ଵରଙ୍କ ଉପରେ ଦୃଢ଼ ବିଶ୍ଵାସ ତଥା ଭକ୍ତି ରଖୁଲେ ତାଙ୍କୁ ଭଲ କରିହେବ । ଈଶ୍ଵରଙ୍କୁ ଭକ୍ତି ପ୍ରଦର୍ଶନ କରିବା ଥିଲା ଏହାର ଅନ୍ୟ ଏକ ବିଶେଷତ୍ଵ । ପବିତ୍ର ଓ ନୈତିକ ଜୀବନଯାପନ ପାଇଁ ଏହି ଆନ୍ଦୋଳନରେ ଗୁରୁତ୍ଵ ଦିଆଯାଇଥିଲା । ଜଟିଳ ପୂଜାପଦ୍ଧତି, କର୍ମକାଣ୍ଡ, ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ ଓ ମୂର୍ତ୍ତିପୂଜାକୁ ବିରୋଧ କରାଗଲା । ଏହି ଧର୍ମ ଜାତିପ୍ରଥାକୁ ଘୋର ବିରୋଧ କରିଥିଲା ।

୯ । କବୀରଙ୍କ ଧର୍ମମତ ବିଷୟରେ ଲେଖ ।
Answer:
କବୀର ବିଭିନ୍ନ ଜାତିପ୍ରଥା ତଥା ସମ୍ପ୍ରଦାୟ ମଧ୍ୟରେ ଐକ୍ୟଭାବ ପ୍ରତିଷ୍ଠା ପାଇଁ ଶିକ୍ଷା ଦେଇଥିଲେ । ସେ ଏକେଶ୍ୱରବାଦର ପ୍ରବକ୍ତା ଥିଲେ । ତାଙ୍କ ମତରେ, ସବୁ ମଣିଷ ଈଶ୍ଵରଙ୍କ ସନ୍ତାନ । ସେ ମୂର୍ତ୍ତିପୂଜା, ବେଦ, କୋରାନ୍, ହିନ୍ଦୁ ଓ ମୁସଲମାନ ଧର୍ମର ପୂଜାପଦ୍ଧତି, ତୀର୍ଥଯାତ୍ରା, ବ୍ରତ, ଉପବାସ ଇତ୍ୟାଦିରେ ବିଶ୍ଵାସ କରୁ ନ ଥିଲେ । ତାଙ୍କ ମତରେ, ଗୁରୁ ଈଶ୍ଵରଙ୍କଠାରୁ ଶ୍ରେଷ୍ଠ । ଭକ୍ତି ହିଁ ଈଶ୍ୱରପ୍ରାପ୍ତିର ଏକମାତ୍ର ପନ୍ଥା । ସେ ହିନ୍ଦୁ ପଣ୍ଡିତ ଓ ମୁସଲମାନ ମୌଲବୀମାନଙ୍କୁ କଠୋର ସମାଲୋଚନା କରିଥିଲେ । ତାଙ୍କର ଧର୍ମବାଣୀଗୁଡ଼ିକ ‘ବୀଜକ’ ନାମକ ଗ୍ରନ୍ଥରେ ଲିପିବଦ୍ଧ ।

୧୦ । ଗୁରୁ ନାନକଙ୍କ ନୀତିଶିକ୍ଷା କ’ଣ ଥିଲା ?
Answer:
ନାନକ କୌଣସି ଧର୍ମର ଜ୍ଞାନନୀତିକୁ ଗ୍ରହଣ କରି ନ ଥିଲେ । ସେ ଜାତିପ୍ରଥାକୁ ଅସ୍ୱୀକାର କରିଥିଲେ । ସେ ଏକେଶ୍ଵରବାଦ ପ୍ରଚାର କରିଥିଲେ । ଉଭୟ ହିନ୍ଦୁ ଓ ଇସ୍‌ଲାମ ଧର୍ମର ଅନ୍ଧବିଶ୍ଵାସ ଓ କୁସଂସ୍କାରଗୁଡ଼ିକର ସମାଲୋଚନା କରିବା ସଙ୍ଗେ ସଙ୍ଗେ ସହନଶୀଳତା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ପ୍ରେମ, ଭକ୍ତି ଓ ସକର୍ମଦ୍ଵାରା ଈଶ୍ଵରଙ୍କୁ ଲାଭ କରିହେବ ବୋଲି ସେ କହୁଥିଲେ । ନାନକ ନୈତିକତା, ସତ୍ୟ, ଦୟା ଓ ସାଧୁତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ତାଙ୍କ ଧର୍ମବାଣୀ ଆଦିଗ୍ରନ୍ଥ ବା ଗ୍ରନ୍ଥସାହେବରେ ଲିପିବଦ୍ଧ ହୋଇଛି । ସେ ଶିଖୁଧର୍ମର ପ୍ରବର୍ତ୍ତକ ଥିଲେ ।

୧୧ । ଶ୍ରୀଚୈତନ୍ୟଙ୍କ ଧର୍ମମତ କ’ଣ ଥୁଲା ?
Answer:
ଶ୍ରୀଚୈତନ୍ୟ ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ । ସେ ପ୍ରେମ ଓ ମୈତ୍ରୀର ବାଣୀ ପ୍ରଚାର କରି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ । କୃଷ୍ଣଭକ୍ତି କୀର୍ତ୍ତନଦ୍ଵାରା ଈଶ୍ଵରପ୍ରାପ୍ତି ସମ୍ଭବ ବୋଲି ସେ ପ୍ରଚାର କରିଥିଲେ । ସେ ସମଗ୍ର ମାନବଜାତିକୁ ବିଶ୍ବଭ୍ରାତୃତ୍ଵରେ ବାନ୍ଧି ରଖୁବାକୁ ପ୍ରୟାସ କରିଥିଲେ । ସେ ପୂଜାପଦ୍ଧତି, ରୀତିନୀତି ଓ ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟକୁ ଅସ୍ଵୀକାର କରିଥିଲେ । ଈଶ୍ବରଙ୍କ ନାମ ସଂକୀର୍ତ୍ତନ ପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ । ସେ ‘ହରେକୃଷ୍ଣ ହରେରାମ’ ସରଳ ମନ୍ତ୍ର ଜପକରି ଇହଧାମରୁ ମୁକ୍ତି ପାଇବାପାଇଁ ‘ମାନବ ସମାଜକୁ ପରାମର୍ଶ ଦେଇଥିଲେ । ଶ୍ରୀଚୈତନ୍ୟଙ୍କ ଶିଷ୍ୟମାନେ ତାଙ୍କୁ ବିଷ୍ଣୁଙ୍କ ଅବତାରରୂପେ ଗ୍ରହଣ କରି ଗୌରାଙ୍ଗ ମହାପ୍ରଭୁରୂପେ ପୂଜା କରିଥିଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ସୁଫି ଆନ୍ଦୋଳନ ଉପରେ ଏକ ବିଶଦ ବିବରଣୀ ଦିଅ ।
Answer:
ମଧ୍ୟଯୁଗୀୟ ଭାରତ, ଇତିହାସରେ ମୁସଲମାନମାନଙ୍କ ମଧ୍ୟରେ ବହୁ ସମାଜ ସଂସ୍କାରକ, ସାଧୁସନ୍ଥଙ୍କର ଆବିର୍ଭାବ ଘଟିଥିଲା । ସେହି ସାଧୁସନ୍ଥମାନେ ବହୁଧର୍ମର ମତବାଦକୁ ଏକତ୍ରିତ କରି ଇସ୍‌ଲାମ୍ ଧର୍ମକୁ ସରଳ ଓ ସଂସ୍କାରଯୁକ୍ତ କରିବାପାଇଁ ଉଦ୍ୟମ କରିଥିଲେ । ଏହା ସୁଫିବାଦ ନାମରେ ପରିଚିତ । ଏହି ମତବାଦର ପ୍ରବକ୍ତାମାନେ ଇସଲାମ୍ ଧର୍ମକୁ ସରଳ ତଥା ଉଦାର କରିବାପାଇଁ ପ୍ରୟାସୀ ହୋଇଉଠିଲେ । ଏହି ମତାବଲମ୍ବୀର ସନ୍ଥମାନେ ବିଭିନ୍ନ ସଂପ୍ରଦାୟର ପ୍ରତିନିଧ୍ୱ କରୁଥିଲେ । ଭାରତରେ ‘ଚିସ୍ତି’, ସୁରଓର୍ଦ୍ଦି ଏବଂ ନକ୍‌ବନ୍ଦୀ ସୁଫି ସଂପ୍ରଦାୟ ଦେଖାଦେଇଥିଲା ।

ବ୍ଲାଜା ମଇନୁଦ୍ଦିନ୍ ଚିସ୍ତି – ଭାରତରେ ଏହିପ୍ରକାର ମୁସଲମାନ ସାଧୁମାନଙ୍କ ମଧ୍ୟରେ ସର୍ବପ୍ରଥମେ ଥିଲେ ଖୁଜା ମଇନୁଦ୍ଦିନ୍ ଚିନ୍ତି । ସେ ସେଇସ୍ତାନ ନାମକ ସ୍ଥାନରେ ୧୧୪୩ ଖ୍ରୀ.ଅ. ରେ ଜନ୍ମଲାଭ କରିଥିଲେ । ସେ ବହୁସ୍ଥାନ ଭ୍ରମଣ କରି ଶେଷରେ ଭାରତରେ ୧୨୦୦ ଖ୍ରୀ.ଅ. ରେ ପହଞ୍ଚି ଆଜମିରରେ ବସତି ସ୍ଥାପନ କଲେ । ସେ ୧୨୩୪ ଖ୍ରୀ.ଅ. ରେ ଦେହତ୍ୟାଗ କରିଥିଲେ । ସେତେବେଳକୁ ମୁସଲମାନ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇସାରିଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ସୁଫୀ ଶିଷ୍ୟମାନେ ଲୋକମାନଙ୍କ ମଧ୍ୟରେ ଭକ୍ତିଭାବ ପ୍ରଚାର କରି ବୁଲିଥିଲେ । ଈଶ୍ଵର ପ୍ରେମହିଁ ଥିଲା ସୁଫିମତର ମୂଳ ବିଷୟ । ମଇନୁଦ୍ଦିନ ଚିସ୍ତି ଅଦ୍ଵୈତବାଦ ବା ଏକେଶ୍ଵରବାଦ ପ୍ରଚାର କରିଥିଲେ । ତାଙ୍କ ମତରେ, ଈଶ୍ଵର ଏକ ଅଦ୍ଵିତୀୟ, ତାଙ୍କୁ କେବଳ ପବିତ୍ର ହୃଦୟରେ ଭକ୍ତିକଲେ ତାଙ୍କ ଆଶୀର୍ବାଦ ମିଳିପାରିବ ।

ଶେଖ୍ ନିଜାମୁଦ୍ଦିନ୍ ଆଉଲିଆ– ବାବା ଫରିଦ୍‌ଙ୍କ ଶିଷ୍ୟମାନଙ୍କ ମଧ୍ୟରେ ନିଜାମୁଦ୍ଦିନ୍ ଆଉଲିଆ ଥିଲେ ସର୍ବପ୍ରଧାନ । ସେ ୧୨୩୬ ଖ୍ରୀ.ଅ.ରେ ବାଦାଉନ୍ ନାମକ ସ୍ଥାନରେ ଜନ୍ମଲାଭ କରିଥିଲେ । ପରବର୍ତୀ ସମୟରେ ସେ ଦିଲ୍ଲୀଠାରେ ଅବସ୍ଥାନ କରିଥିଲେ । ଦୀର୍ଘ ୬୦ ବର୍ଷକାଳ ସେହି ସ୍ଥାନ ତାଙ୍କର ଆଧ୍ୟାତ୍ମିକ କାର୍ଯ୍ୟର କେନ୍ଦ୍ରସ୍ଥଳ ଥିଲା । ଭାରତୀୟ ମୁସଲମାନମାନଙ୍କର ସେ ଥିଲେ ପ୍ରଧାନ ଧର୍ମଗୁରୁ । ଈଶ୍ଵରଭକ୍ତି ଉପରେ ଗୁରୁତ୍ଵ ପ୍ରଦାନପୂର୍ବକ ସାଂସାରିକ ଆସକ୍ତିରୁ ମୁକ୍ତ ହେବାପାଇଁ ସେ ମନୁଷ୍ୟକୁ ଉପଦେଶ ଦେଇଥିଲେ । ଉଚ୍ଚତର ଆଧ୍ୟାତ୍ମିକ ଚିନ୍ତାପାଇଁ ସଂକୀର୍ଣ୍ଣ ଧର୍ମୀୟ ମନୋଭାବ ତ୍ୟାଗ କରିବା ଉଚିତ ‘ବୋଲି ସେ କହିଥିଲେ ।

ତାଙ୍କ ପ୍ରଚାରିତ ସୁଫି ମତ ଜ୍ଞାନୀ ବ୍ୟକ୍ତିମାନଙ୍କୁ ପଥ ଦେଖାଇଥିଲା । ସେ କହିଥିଲେ, ଈଶ୍ଵରପ୍ରାପ୍ତି ପାଇଁ ଏକମାତ୍ର ଉପାୟ ହେଉଛି ଈଶ୍ୱରପ୍ରେମ । ଯେଉଁମାନେ ପ୍ରେମମାର୍ଗ ଅନୁସରଣ କରିବେ, ସେହିମାନେହିଁ ଈଶ୍ଵର ଉପଲବ୍‌ କରିପାରିବେ । ଈଶ୍ଵର ପ୍ରେମ ମଧ୍ୟରେ ସୁଫିମାନେ ମାନବିକ ପ୍ରେମର ସନ୍ଧାନ ପାଇଥିଲେ । ଈଶ୍ବରଙ୍କୁ ଭଲପାଇବା ଅର୍ଥ ହେଉଛି ତାହାଙ୍କଦ୍ୱାରା ସୃଷ୍ଟି ହୋଇଥିବା ମନୁଷ୍ୟ ସମାଜକୁ ଭଲପାଇବା । ମନୁଷ୍ୟ ପ୍ରତି ଦୟା, ସ୍ନେହ, ମମତା ଓ ଶ୍ରଦ୍ଧା ନ ଥିଲେ ଈଶ୍ଵରପ୍ରାପ୍ତି ଅସମ୍ଭବ । ପ୍ରତ୍ୟେକ ମନୁଷ୍ୟ ପ୍ରାଣରେ ଈଶ୍ଵର ବିରାଜିତ । ତେଣୁ ମଣିଷକୁ ଘୃଣା କରିବା ହେଉଛି ପାପ । ନିଜାମୁଦ୍ଦିନ୍ ଆଉଲିଆ ତାଙ୍କ ଶିଷ୍ୟମାନଙ୍କୁ ସମସ୍ତ ମନୁଷ୍ୟ ସମାଜକୁ ଭଲପାଇବା ପାଇଁ ଉପଦେଶ ଦେଇଥିଲେ ।

ସୁଫି ସନ୍ଥମାନଙ୍କ ଦର୍ଶନ ଥୁଲା ଅତି ଚମତ୍କାର । ସୁଫିମାନେ ଈଶ୍ୱରପ୍ରେମ ତଥା ଏକେଶ୍ୱରବାଦରେ ବିଶ୍ୱାସ କରୁଥିଲେ । ସେମାନଙ୍କ ମତରେ, ଯେଉଁମାନେ ଈଶ୍ବରଙ୍କ ପଦାଙ୍କ ଅନୁସରଣ କରନ୍ତି, ସେମାନେ ଭଗବାନ୍‌ଙ୍କ ସତ୍ତା ଉପଲବ୍‌ଧ କରି ଜୀବନରେ ପ୍ରକୃତ ଆନନ୍ଦ ଲାଭ କରନ୍ତି । ସେମାନଙ୍କ ମତରେ, ଭଗବାନ୍ ସ୍ଵର୍ଗୀୟ, ସୌନ୍ଦର୍ଯ୍ୟମୟ ଅଟନ୍ତି ଏବଂ ତାଙ୍କୁ ପ୍ରେମରୂପକ ଯାଦୁକରୀ ସ୍ପର୍ଶରେ ପ୍ରାପ୍ତ କରିହେବ । ସୁଫିମାନଙ୍କ ମତରେ, ମନୁଷ୍ୟର ତିନିପ୍ରକାର ପ୍ରକୃତି ଦେଖାଯାଏ, ଯଥା – ଶାରୀରିକ, ବୌଦ୍ଧିକ ଓ ଧାର୍ମିକ । ବାସ୍ତବ ଗୁରୁ ଜଣେ ମଣିଷର ଏହି ତିନିପ୍ରକାର ପ୍ରକୃତି ମଧ୍ୟରେ ସମନ୍ଵୟ ରକ୍ଷାକରିବାକୁ ଉଚିତ ଶିକ୍ଷା ପ୍ରଦାନ କରିଥା’ନ୍ତି । ସୁଫିମାନେ ଗୁରୁଙ୍କ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥା’ନ୍ତି । ସେମାନଙ୍କ ମତରେ, ଜଣେ ଗୁରୁ ସତ୍‌ପଥରେ ଚାଲିବାପାଇଁ ତା’ର ଶିଷ୍ୟକୁ ଉତ୍ତମ ଶିକ୍ଷା ପ୍ରଦାନ କରିଥାଏ ଏବଂ ମଣିଷ ଏହି ସୁକର୍ମଦ୍ଵାରା ମୋକ୍ଷପ୍ରାପ୍ତି କରିବାକୁ ସକ୍ଷମ ହୋଇଥାଏ । ସୁଫିଧର୍ମ ପାର୍ଥିବ ଧନସଂପରି ତଥା ଇନ୍ଦ୍ରିୟଗତ ସୁଖକୁ ନିରୋଧ କରିଥିଲା । ସେମାନେ ସରଳ ତଥା ସୁନିୟନ୍ତ୍ରିତ ପବିତ୍ର ଜୀବନଯାପନ କରିବାକୁ ଉପଦେଶ ଦେଇଥିଲେ ।

ସୁଫିଧର୍ମର ସମ୍ବାଜ ଉପରେ ପ୍ରଭାବ :
(କ) ଭକ୍ତିବାଦ :
ସୁଫିସନ୍ଥମାନେ ଥିଲେ ସମାଜ ସୁଧାରକ । ଜାତିପ୍ରଥା, ବହୁଦେବଦେବୀ ପୂଜନ ଏବଂ ଜଟିଳ କର୍ମକାଣ୍ଡକୁ ସେମାନେ ତୀବ୍ର ବିରୋଧ କରୁଥିଲେ । ଭକ୍ତି ଥିଲା ସେମାନଙ୍କର ପ୍ରଧାନ ଉପଜୀବ୍ୟ । ଏକେଶ୍ୱରବାଦ ଥିଲା ଏହାର ମୂଳତତ୍ତ୍ୱ । ଉଭୟ ହିନ୍ଦୁ ଓ ମୁସଲମାନ ସୁଫିସନ୍ଥଙ୍କର ଏହି ବାଣୀକୁ ଆନନ୍ଦରେ ଗ୍ରହଣ କରିଥିଲେ ।

(ଖ) ସାମାଜିକ ଓ ଧାର୍ମିକ ସଂସ୍କାର :
ସମାଜ ଓ ଧର୍ମକ୍ଷେତ୍ରରେ ସୁଫିସନ୍ଥମାନେ ବହୁ ସଂସ୍କାର ଆଣିଥିଲେ । ସେମାନେ ଜାତିପ୍ରଥାର ବିରୋଧ କରିବା ସହିତ ଦଳିତ ଓ ନିଶେଷିତମାନଙ୍କର ଉତ୍‌ଥାନ ନିମିତ୍ତ ପ୍ରଯନ୍ କରିଥିଲେ । ନାରୀମାନଙ୍କର ଉତ୍‌ଥାନ ପାଇଁ ସେମାନେ ଚେଷ୍ଟା କରିଥିଲେ ।

(ଗ) ହିନ୍ଦୁ ମୁସଲମାନ ଏକତା :
ସୁଫିବାଦର ସାଧୁମାନେ ହିନ୍ଦୁ .ଓ ମୁସଲମାନମାନଙ୍କ ଏକତାର ଗୁରୁତ୍ୱ ଆରୋପ କରିଥିଲେ । ସୁଫିଧର୍ମାବଲମ୍ବୀମାନେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ବୈଷମ୍ୟକୁ ଦୂରୀଭୂତ କରି ଧର୍ମ କ୍ଷେତ୍ରରେ ସହନଶୀଳତା ଓ ସଦ୍‌ଭାବ ସୃଷ୍ଟି କରିବାପାଇଁ ଚେଷ୍ଟା କରିଥିଲେ ।

(ଘ) ସ୍ନେହ ଓ ପ୍ରେମ :
ପରସ୍ପରକୁ ସ୍ନେହ କରିବା ଓ ଭଲପାଇବାର ଶିକ୍ଷା ସୁଫି ସନ୍ଥମାନେ ଦେଇଥିଲେ । ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କ ପ୍ରତି ସ୍ନେହ, ମମତା ଏବଂ ପ୍ରେମ ଭାବ ପ୍ରଦର୍ଶନ କରିବା ଉଚିତ, ତା ନହେଲେ ଈଶ୍ୱରପ୍ରାପ୍ତି ଅସମ୍ଭବ । ଏହି ବାଣୀ ପ୍ରଚାରଦ୍ଵାରା ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥିବା ଦୂରତ୍ୱ ହ୍ରାସ ପାଇଥିଲା ।

(‍ଙ) ଆଞ୍ଚଳିକ ସାହିତ୍ୟର ବିକାଶ :
ସୁଫି ସନ୍ଥମାନଙ୍କର ପ୍ରଚାର ଫଳରେ ଆଞ୍ଚଳିକ ସାହିତ୍ୟର ବିକାଶ ସାଧୁତ ହୋଇଥିଲା । ଏହି ଧର୍ମର ପ୍ରଚାର ଫଳରେ ଗୁରୁମୁଖୀ, ମରାଠୀ, ହିନ୍ଦୀ ଓ ବଙ୍ଗଳା ସାହିତ୍ୟ ସୃଷ୍ଟି ହୋଇଥିଲା ।

ସାମାଜିକ ନ୍ୟାୟ, ମାନବିକ ଭ୍ରାତୃତ୍ୱ, ଧର୍ମୀୟ ଉଦାରତା ଓ ବ୍ୟକ୍ତିଗତ ସାଧୁତା ଉପରେ ସୁଫିମାନେ ଗୁରୁତ୍ୱ ଦେଇଥିଲେ । ସେମାନଙ୍କ ପ୍ରଚାରଦ୍ଵାରା ହିନ୍ଦୁ ଓ ମୁସଲମାନ ସମସ୍ତେ ଉପକୃତ ହୋଇଥିଲେ । ସେମାନଙ୍କ ପ୍ରଚାର କାଳରେ ହିନ୍ଦୁମାନଙ୍କ ମଧ୍ୟରେ ଭକ୍ତି ଆନ୍ଦୋଳନ ଦେଖାଦେଇଥିଲା । ସୁଫି ଓ ଭକ୍ତି ଆନ୍ଦୋଳନ ଫଳରେ ଏକ ନୂତନ ଧର୍ମୀୟ ସଚେତନତା ପ୍ରକାଶ ପାଇଥିଲା ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୨। ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା କବୀରଙ୍କ ଜୀବନୀ ଓ ବାଣୀ ଆଲୋଚନା କର ।
Answer:
କବୀର ଥିଲେ ଭକ୍ତି ଆନ୍ଦୋଳନର ଶ୍ରେଷ୍ଠ ପୁରୋଧା । ସେ ବୁଦ୍ଧଙ୍କ ପରି ସଂସାରତ୍ୟାଗୀ ସନ୍ନ୍ୟାସୀ ନ ଥିଲେ ଅଥବା ଅଶୋକଙ୍କ ପରି ଧର୍ମ ପାଇଁ ତରବାରି ପରିତ୍ୟାଗ କରି ନ ଥିଲେ, ବରଂ ସଂସାର ମଧ୍ଯରେ ସଂସାରିକ ଜୀବନଯାତ୍ରା କରି ଭକ୍ତିଦ୍ଵାରା ଈଶ୍ୱରପ୍ରାପ୍ତି ହେବାର ସୂଚନା ସେ ଲୋକମାନଙ୍କୁ ପ୍ରଦାନ କରିଥିଲେ । ତାଙ୍କ ପ୍ରଚାରିତ ଭକ୍ତିଧର୍ମ ମଧ୍ୟଯୁଗୀୟ ଧର୍ମ ସଂସ୍କାର ଆନ୍ଦୋଳନକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା ।

ଜୀବନୀ :
କବୀରଙ୍କ ଜୀବନୀ ରହସ୍ୟାବୃତ ଭାବରେ ରହିଯାଇଛି । ସେ ସମ୍ଭବତଃ ୧୪୪୦ ଖ୍ରୀ.ଅ.ରେ ଜନ୍ମଲାଭ କରି ୧୫୧୦ ଖ୍ରୀ.ଅ.ରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ହିନ୍ଦୁଜନନୀଙ୍କର ପୁତ୍ର ଥିଲେ । ଜନ୍ମ ପରେ ତାଙ୍କ ମାତା ତାଙ୍କୁ ବାରାଣସୀର ଏକ ପୁଷ୍କରଣୀ ନିକଟରେ ଛାଡ଼ି ଚାଲିଯାଇଥିଲେ । ସେହି ପଥରେ ନୀରୁ ନାମକ ଜଣେ ମୁସଲମାନ ତନ୍ତୀ ତାଙ୍କ ସ୍ତ୍ରୀ ନିମାଙ୍କ ସହିତ ଯାଉଥିବାବେଳେ କବୀରଙ୍କୁ ନେଇ ପୁତ୍ରଭାବରେ ନିଜ ଘରେ ପାଳିଥିଲେ । କବୀର ବ୍ରାହ୍ମଣ ହୋଇ ମଧ୍ୟ ଜଣେ ମୁସଲମାନ ଘରେ ମୁସଲମାନରୂପେ ଜୀବନ ଅତିବାହିତ କରିଥିଲେ । ପିତାଙ୍କର ଦାରିଦ୍ର୍ୟଯୋଗୁଁ କବୀର ଉପଯୁକ୍ତ ଶିକ୍ଷା ପାଇପାରି ନଥିଲେ । ଶିକ୍ଷାରୁ ବଞ୍ଚିତ ହୋଇ ପିତାଙ୍କ ସହିତ ବସ୍ତ୍ରବୟନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେ ସଦାସର୍ବଦା ଗଭୀରଭାବରେ ଚିନ୍ତାମଗ୍ନ ରହୁଥିଲେ । ଈଶ୍ଵରଙ୍କ ଉପରେ ତାଙ୍କର ପ୍ରଗାଢ଼ ଆସ୍ଥା ରହିଥିଲା ।

ଯୁବକ ଅବସ୍ଥାରେ କବୀର ରାମାନନ୍ଦଙ୍କ ବାଣୀରେ ଆକୃଷ୍ଟ ହୋଇ ତାଙ୍କୁ ଗୁରୁଭାବରେ ଗ୍ରହଣ କରିଥିଲେ । ସେ ଉଭୟ ହିନ୍ଦୁ ଏବଂ ଇସ୍‌ଲାମ୍ ଧର୍ମର ଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ କରିଥିଲେ । ଏଣୁ ସେ ଉଭୟ ଧର୍ମର ସାରତତ୍ତ୍ଵକୁ ଗ୍ରହଣ କରିପାରିଥିଲେ । କବୀର ବିବାହ କରି ଗୃହସ୍ଥ ଜୀବନ ଆରମ୍ଭ କଲେ ଏବଂ ପିତାଙ୍କ କୌଳିକ ବ୍ୟବସାୟ ଲୁଗାବୁଣାଦ୍ଵାରା ଜୀବିକା ନିର୍ବାହ କରୁଥିଲେ । ଏହା ସହିତ ସେ ଧର୍ମପ୍ରଚାର କାର୍ଯ୍ୟ ଚାଲୁ ରଖୁଥିଲେ । କ୍ରମେ ଜନସାଧାରଣ ତାଙ୍କର ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଆକୃଷ୍ଟ ହେଲେ । ବହୁ ଲୋକ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ସେ ଉଭୟ ଧର୍ମର ଦୁର୍ବଳତାକୁ ବିଦ୍ରୂପ କରିଥିଲେ । ଫଳରେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ଲୋକ ତାଙ୍କୁ ଗୁରୁଭାବରେ ଗ୍ରହଣ କରିଥିଲେ । କବୀରଙ୍କ ମୁଖନିଃସୃତ ବାଣୀକୁ ତାଙ୍କ ଶିଷ୍ୟମାନେ ଲିପିବଦ୍ଧ କରୁଥିଲେ । କବୀରଙ୍କ ବାଣୀଗୁଡ଼ିକ ସଂକଳିତ ହୋଇଥ‌ିବା ଗ୍ରନ୍ଥକୁ ‘ବୀଜକ’ କୁହାଯାଏ । କବୀରଙ୍କ ଭଜନଗୁଡ଼ିକୁ ‘ଦୋହା’ କୁହାଯାଏ ଏବଂ ତାଙ୍କର ଶିଷ୍ୟମାନଙ୍କୁ ‘କବୀରପନ୍ଥୀ’ କହନ୍ତି । କବୀର ହିନ୍ଦୀ ଭାଷାରେ ତାଙ୍କର ବାଣୀଗୁଡ଼ିକ ପ୍ରଚାର କରିଥିଲେ ।

ନୀତିବାଣୀ :
କବୀରଙ୍କ ନୀତିବାଣୀଗୁଡ଼ିକ ଅତ୍ୟନ୍ତ ସରଳ ଓ ମାର୍ମିକ ଥିଲା । ପ୍ରେମ ଥିଲା କବୀରଙ୍କ ମୁଖ୍ୟ ନୀତିବାଣୀ । ଈଶ୍ଵର ପ୍ରାପ୍ତିପାଇଁ ପ୍ରେମ ଓ ଭକ୍ତି ଥିଲା ପରମ ଉପାୟ । ମଣିଷକୁ ଏକତା ସୂତ୍ରରେ ବାନ୍ଧିବାର ମାର୍ଗ ହେଉଛି ପ୍ରେମ । ପାରସ୍ପରିକ ତିକ୍ତତା ପରିହାର କରି ପରସ୍ପରକୁ ପ୍ରେମଭାବରେ ଆବଦ୍ଧ କରିବାପାଇଁ କବୀର ତାଙ୍କର ଶିଷ୍ୟମାନଙ୍କୁ ଉପଦେଶ ଦେଇଥ୍ଲେ । ଈଶ୍ବର ଥିଲେ କବୀରଙ୍କ ଧର୍ମର କେନ୍ଦ୍ରବିନ୍ଦୁ । ସେ ତାଙ୍କୁ ବିଭିନ୍ନ ନାମରେ ଡାକୁଥିଲେ । ତାଙ୍କ ମତରେ ରାମ-ରହିମ୍, କେଶବ–କରିମ୍ , ହରି-ହଜରତ, ଈଶ୍ଵର-ଆଲ୍ଲା ସେହି ପରମେଶ୍ଵରଙ୍କ ବିଭିନ୍ନ ନାମ । ଈଶ୍ବର ପରିବ୍ୟାପ୍ତ ଓ ଅସୀମ । ଯେଉଁ ନାମ ଧରି ଡାକିଲେ ମଧ୍ୟ ଈଶ୍ଵର ଏକ, ଅଭିନ୍ନ ଓ ଅଦ୍ଵିତୀୟ । ତେଣୁ କବୀର ଏକେଶ୍ୱରବାଦ ଉପରେ ଗୁରୁତ୍ଵ ଦେଇଥିଲେ ।

କବୀର ଗୁରୁଙ୍କ ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରିଥିଲେ । ଗୁରୁଙ୍କ ଶିକ୍ଷାହିଁ ମଣିଷକୁ ସଦ୍‌ବୁଦ୍ଧି ପ୍ରଦାନ କରିଥାଏ ବୋଲି କବୀର କହିଥିଲେ । ଈଶ୍ୱରପ୍ରାପ୍ତିର ମାର୍ଗ ଭକ୍ତି ବୋଲି କବୀର ମତବ୍ୟକ୍ତ କରିଥିଲେ । ମନର ପବିତ୍ରତା ଓ ଈଶ୍ବରଙ୍କ ପଦାରବିନ୍ଦରେ ମନୋନିବେଶପୂର୍ବକ ତାଙ୍କୁ ପ୍ରାର୍ଥନା କଲେ ମଣିଷ ତାଙ୍କୁ ଲାଭ କରିଥାଏ । କବୀରଙ୍କ ଅଧ୍ୟାତ୍ମିକ ବାଣୀ ମଧ୍ଯରେ ‘ଆତ୍ମା’ ସମ୍ବନ୍ଧୀୟ ଜ୍ଞାନ ଥୁଲା ଅନ୍ୟତମ । ଆତ୍ମାହିଁ ଜୀବନ, ପ୍ରଶ୍ଵାସ, ଜୀବନ ଓ ଜ୍ଞାନ । ସେ ସୃଷ୍ଟି ଓ ସ୍ରଷ୍ଟା । ଆତ୍ମା ହେଉଛି ଏକ, ଅଭିନ୍ନ ଓ ସ୍ଵୟଂସ୍କୃ । ପୃଥିବୀର ଅସ୍ଥାୟିତ୍ଵ ଉପରେ ସେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ ସେ ପୃଥ‌ିବୀର କ୍ଷଣଭଙ୍ଗୁରତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ ପୃଥ‌ିବୀ ଓ ଆକାଶକୁ ଦୁଇଟି ଘୂର୍ଣାୟମାନ ଚକ୍ରରୂପେ ବର୍ଣ୍ଣନା କରିଥିଲେ ।

ଏହି ଚକ୍ରଦ୍ଵୟ ମଧ୍ୟରେ ଯେଉଁମାନେ ଆସିଥା’ନ୍ତି, ସେମାନେ ମୃତ୍ୟୁବରଣ କରିଥା’ନ୍ତି । ଅତଏବ ପୃଥ‌ିବୀର ସମସ୍ତ ଜିନିଷ କ୍ଷଣଭଙ୍ଗୁର । ଯିଏ ପୃଥ‌ିବୀରେ ଜନ୍ମଗ୍ରହଣ କରିବ, ଅବଶ୍ୟ ମୃତ୍ୟୁବରଣ କରିବ । ଏଥୁରୁ ସ୍ପଷ୍ଟ ଯେ କବୀର ପୃଥ‌ିବୀର ଅସ୍ଥାୟିତ୍ଵ ଉପରେ ବିଶ୍ଵାସ ରଖୁଥିଲେ । କବୀର ଜାତିପ୍ରଥାର ଘୋର ବିରୁଦ୍ଧାଚରଣ କରିଥିଲେ । ଛୁଆଁ-ଅଛୁଆଁ, ସାନ–ବଡ଼ ଏସବୁକୁ ମଣିଷ ତ୍ୟାଗ କରିବା ଉଚିତ ବୋଲି କହିଥିଲେ । ହିନ୍ଦୁମାନଙ୍କ ମୂର୍ତ୍ତିପୂଜା ଉପରେ ତାଙ୍କର ବିଶ୍ଵାସ ନ ଥିଲା । ସେହିପରି ମୁସଲମାନମାନଙ୍କ ନମାଜ, ଉପବାସ ଓ ହଜ୍‌ଯାତ୍ରାକୁ ସେ ସମାଲୋଚନା କରିଥିଲେ । କବୀରଙ୍କ ମତରେ, ଈଶ୍ଵର ଭକ୍ତିପାଇଁ ଆତ୍ମଶୁଦ୍ଧି ଆବଶ୍ୟକ । ମଣିଷ ନିଜ ମନରୁ ଗର୍ବ, ଅହଙ୍କାର, କ୍ରୋଧ, ଲୋଭ, ଅସାଧୁତା ଆଦି ତ୍ୟାଗ କରିବା ଉଚିତ ବୋଲି ସେ ମତପୋଷଣ କରିଥିଲେ ।

କବୀର ହିନ୍ଦୁ ଥୁଲେ କିମ୍ବା ମୁସଲମାନ ଥିଲେ, ସେ ବିଷୟରେ ତର୍କ-ବିତର୍କ ନିରର୍ଥକ । କାରଣ ସେ ଥିଲେ ଜଣେ ପରମଭକ୍ତ, ଯାହାଙ୍କ ଦୃଷ୍ଟିରେ ଭକ୍ତିହିଁ ଥିଲା ଏକମାତ୍ର ଧର୍ମ । କବୀରଙ୍କ ମୃତ୍ୟୁ ପରେ ତାଙ୍କର ଶବ-ସତ୍କାର ମିଳିତଭାବରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ସମ୍ପନ୍ନ କରିଥିଲେ । ଏହିପରି ଭାବରେ କବୀର ଥିଲେ ଜଣେ ଭକ୍ତ ଓ ସଂସ୍କାରକ । ତାଙ୍କର ନୀତିବାଣୀ ସମାଜରୁ ସବୁପ୍ରକାର କୁସଂସ୍କାର ଓ ଅନ୍ଧବିଶ୍ଵାସ ଦୂରକରିବାପାଇଁ ଉଦ୍ଦିଷ୍ଟ ଥିଲା । ତାଙ୍କର ନୀତିବାଣୀ ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲା । ଏଥିପାଇଁ ବହୁସଂଖ୍ୟାରେ ହିନ୍ଦୁ ଓ ମୁସଲମାନମାନେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ବାସ୍ତବିକ, କବୀରଙ୍କ ଧର୍ମବାଣୀ ମଧ୍ୟଯୁଗୀୟ ଧର୍ମସଂସ୍କାର ଆନ୍ଦୋଳନକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୩ । ଭକ୍ତି ଆନ୍ଦୋଳନରେ ଗୁରୁ ନାନକଙ୍କ ଭୂମିକା ନିରୂପଣ କର ।
Answer:
ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଥିଲେ ଗୁରୁ ନାନକ । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବାପାଇଁ ସେ ଆରମ୍ଭ କରିଥିଲେ ଧର୍ମସଂସ୍କାର ଆନ୍ଦୋଳନ । ଶିଖ୍ ଧର୍ମର ପ୍ରବକ୍ତାଭାବେ ସେ ସରଳ ଭକ୍ତିବାଦର ପ୍ରଚାର କରିଥିଲେ । ଜାତିପ୍ରଥାର ଘୋର ବିରୋଧ କରି ଭକ୍ତି ମାଧ୍ୟମରେ ଈଶ୍ଵରପ୍ରାପ୍ତି ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ । ତାଙ୍କ ପ୍ରଚାରିତ ବାଣୀ ‘ଆଦିଗ୍ରନ୍ଥ’ ବା ‘ଗ୍ରନ୍ଥସାହେବ’ରେ ଲିପିବଦ୍ଧ ହୋଇଛି ।

ଜୀବନୀ:
ଗୁରୁ ନାନକ ୧୪୬୯ ଖ୍ରୀ.ରେ ଲାହୋରର ତାଲୱାନ୍ଦୀ (ଆଧୁନିକ ନାନକୋନା) ଗ୍ରାମରେ ଏକ କ୍ଷତ୍ରିୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କାଲୁବେଦୀ ବା କାଲାଚାନ୍ଦ । ବାଲ୍ୟକାଳରୁ ସେ ଚିନ୍ତାଶୀଳ ଓ ଗମ୍ଭୀର ଥିଲେ । ଅଧିକାଂଶ ସମୟ ସାଧୁସନ୍ଥଙ୍କ ଗହଣରେ ରହି ଧର୍ମ ଆଲୋଚନାରେ ଭାଗ ନେଉଥିଲେ । ତାଙ୍କର ଏଭଳି ପରିବର୍ତ୍ତନ ଦେଖୁ ପିତା ଚିନ୍ତିତ ହୋଇପଡ଼ିଥିଲେ । ଥରେ ସେ ଘରୁ ସଉଦାପାଇଁ ୨୦ ଟଙ୍କା ଆଣି ଏହି ଅର୍ଥକୁ ସାଧୁସନ୍ଥଙ୍କ ଭୋଜନରେ ବିନିଯୋଗ କରିଥିଲେ । ଏହାକୁ ‘ସଚ୍ଚା ସଉଦା’ କୁହାଯାଏ । ପୁତ୍ରର ଏଭଳି ବୈରାଗ୍ୟଭାବକୁ ଲକ୍ଷ୍ୟକରି ତାଙ୍କ ପିତା ତାଙ୍କୁ ‘ସୁଲଖଇନ’ ନାମକ ଜଣେ ତରୁଣୀ ସହିତ ବିବାହ କରାଇ ଦେଇଥିଲେ । ଏହାପରେ ତାଙ୍କୁ ବ୍ୟବସାୟରେ ନିଯୁକ୍ତ କରାଯାଇଥିଲା ।

କିନ୍ତୁ ସେ ବ୍ୟବସାୟରେ ମନୋନିବେଶ ନ କରି ସାଧୁସନ୍ଥଙ୍କ ସହିତ ସମୟ ଅତିବାହିତ କଲେ । ମାତ୍ର ୩୦ ବର୍ଷ ବୟସରେ ସେ ନିଜ ଚାକିରିରୁ ଅବ୍ୟାହତି ନେଇ ସାଧୁସନ୍ଥଙ୍କ ସହିତ ମକ୍‌କା, ମଦିନା ଓ ବାଗ୍‌ଦ ଭ୍ରମଣରେ ଯାଇଥିଲେ । ସେଠାରୁ ଫେରି ସେ ରାବୀ ନଦୀକୂଳରେ କର୍ତ୍ତାରପୁରଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ନିଜର ଧର୍ମବାଣୀ ପ୍ରଚାର କଲେ । ଜଣେ ଧର୍ମପ୍ରଚାରକଭାବେ ସେ ପ୍ରଚାର କଲେ ଯେ, ‘‘କେହି ବ୍ୟକ୍ତି ହିନ୍ଦୁ ନୁହେଁ ବା ମୁସଲମାନ ନୁହେଁ, ସମସ୍ତେ ହେଉଛନ୍ତି ମଣିଷ ।’’ ଲୋକେ ତାଙ୍କୁ ଗୁରୁଭାବେ ଭକ୍ତକରି ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ତାଙ୍କ ଶିଷ୍ୟମାନଙ୍କୁ ‘ଶିଖ୍’ କୁହାଗଲା । ସେ ପଞ୍ଜାବୀ ବା ଗୁରୁମୁଖୀ ଭାଷାରେ ନିଜର ଧର୍ମ ପ୍ରଚାର କରିଥିଲେ । ୧୫୩୮ ଖ୍ରୀ. ରେ କର୍ତ୍ତାରପୁରଠାରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ଅଙ୍ଗଦ ନାମକ ଜଣେ ଶିଷ୍ୟଙ୍କୁ ତାଙ୍କର ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ ।

ଧର୍ମବାଣୀ:
ଗୁରୁ ନାନକ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରଖ୍ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ପ୍ରଥମତଃ, ସେ ହିନ୍ଦୁଧର୍ମରେ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ । ଦ୍ଵିତୀୟତଃ, ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ଓ ସମନ୍ଵୟ ଆଣିବାପାଇଁ ଲକ୍ଷ୍ୟ ରଖୁଥିଲେ । ନାନକଙ୍କ ସରଳ ଧର୍ମବାଣୀଗୁଡ଼ିକ ସତ୍ୟ ଓ ବାସ୍ତବତା ଉପରେ ପ୍ରସ୍ଫୁଟିତ ଥିଲା । ଈଶ୍ଵରଙ୍କ ଏକତ୍ଵ ଉପରେ ନାନକ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ତାଙ୍କ ମତରେ, ଈଶ୍ଵର ଏକ ଏବଂ ଅଦ୍ଵିତୀୟ ଏବଂ ସେ ହେଉଛନ୍ତି ନିରାକାର । ଈଶ୍ବର ହେଉଛନ୍ତି ସର୍ବଶକ୍ତିମାନ୍ ଓ ସୃଷ୍ଟିର ଆଦିମୂଳ । ବିଶ୍ଵ ହେଉଛି ଈଶ୍ୱରଙ୍କ ସୃଷ୍ଟି । ସେ ଈଶ୍ଵରଙ୍କୁ ସର୍ବବ୍ୟାପୀ ଓ ସର୍ବଶକ୍ତିମାନରୂପେ ଗ୍ରହଣ କରିଥିଲେ । ଈଶ୍ୱର ସୃଷ୍ଟ ମନୁଷ୍ୟର ଏକମାତ୍ର ଧର୍ମ ହେଉଛି ଈଶ୍ଵରଙ୍କ ନିକଟରେ ଆତ୍ମସମର୍ପଣ କରିବା ଓ ତାଙ୍କ ପ୍ରତି ଅଗାଧ ଭକ୍ତି ପ୍ରଦର୍ଶନ କରିବା ।

ସେ କହିଥିଲେ ଈଶ୍ବରଙ୍କୁ କୌଣସି ଆକୃତି ଭାବରେ ବା ମୂର୍ତ୍ତିରୂପେ ପୂଜା କରିବା ଅନାବଶ୍ୟକ । କେବଳ ଭକ୍ତିଦ୍ଵାରା ଈଶ୍ଵରଙ୍କ ଆଶୀର୍ବାଦ ଲାଭ କରିହେବ । ଈଶ୍ବର କୌଣସି ମନ୍ଦିର ବା ମସ୍‌ଜିଦ୍‌ରେ ଆବଦ୍ଧ ହୋଇ ରହିନାହାନ୍ତି । ସେ କହୁଥିଲେ ଯେ ତୀର୍ଥଯାତ୍ରା କରି ବା ବ୍ରତ, ଉପବାସ କରି ଭଗବାନଙ୍କୁ ଲାଭ କରିହେବ ନାହିଁ । ଈଶ୍ଵରପ୍ରାପ୍ତି ନିମନ୍ତେ କଠୋର ଆତ୍ମଶୁଦ୍ଧି ଏବଂ ଉତ୍ତମ ଚରିତ୍ର ଆବଶ୍ୟକ । ମନୁଷ୍ୟର ନୈତିକତା ଉପରେ ଗୁରୁ ନାନକ ଅଗାଧ ବିଶ୍ଵାସ ରଖୁଥିଲେ । ନୈତିକ ଜୀବନଯାପନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ କହୁଥିଲେ ଯେ, ହୃଦୟ ପବିତ୍ର, ମନ ନିର୍ମଳ ଓ ଉତ୍ତମ ଚରିତ୍ର ହେଲେ ଈଶ୍ଵର ପ୍ରାପ୍ତି ସହଜ ହୋଇଥାଏ । ମିଥ୍ୟା, ଶଠତା, ସ୍ୱାର୍ଥପରତା ଓ କପଟତା ତ୍ୟାଗ କରିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଇଥିଲେ ।

ତାଙ୍କ ମତରେ, ଶାସ୍ତ୍ର ଆଲୋଚନାଦ୍ଵାରା ପୁଣ୍ୟଲାଭ ହୁଏ ନାହିଁ । ପବିତ୍ର ମନୋଭାବ, ନମ୍ରତା, ସାଧୁତା, ଦୟା, କ୍ଷମା ଓ ସତ୍ଵକର୍ମଦ୍ଵାରା ପୁଣ୍ୟଲାଭ ହୁଏ । ସେଥ‌ିପାଇଁ ପ୍ରତ୍ୟେକ ମଣିଷ ସତ୍‌କର୍ମ ତଥା ସତ୍ ଜୀବନଯାତ୍ରା କରିବା ବିଧେୟ । ଭଗବାନ୍‌ଙ୍କ ନାମ ସଂକୀର୍ତ୍ତନଦ୍ଵାରା ମଣିଷ ହୃଦୟରେ ପବିତ୍ରତା ଜାଗ୍ରତ ହୋଇଥାଏ । କବୀରଙ୍କ ଭଳି ଗୁରୁ ନାନକ ଜାତିପ୍ରଥାର ଘୋର ବିରୋଧ କରିଥିଲେ । ଯେ ନିଜକୁ କୌଣସି ଜାତିର ବୋଲି କହୁ ନଥୁଲେ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଓ ବୌଦ୍ଧ ସମସ୍ତେ ଭ୍ରାତୃପ୍ରେମରେ ଆବଦ୍ଧ ହୋଇ ଚଳିବାପାଇଁ ଉପଦେଶ ଦେଇଥୁଲେ । ସେ ଧ୍ୟାନ, ଭକ୍ତି ଓ ଈଶ୍ଵରଙ୍କ ନାମ ସଂକୀର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କର୍ମବାଦ ଉପର ବିଶ୍ଵାସ ରଖୁଥିଲେ । ଏ କ୍ଷଣଭଙ୍ଗୁର ପୃଥିବୀରେ ମୋକ୍ଷହିଁ ପ୍ରତ୍ୟେକ ମାନବର ଏକମାତ୍ର ଲକ୍ଷ୍ୟ ।

ପବିତ୍ର ଜୀବନଯାପନ ଏବଂ ଈଶ୍ଵରଭକ୍ତିଦ୍ଵାରା କେବଳ ଏହି ମୋକ୍ଷପ୍ରାପ୍ତି କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ସେ ବେଦ କିମ୍ବା କୋରାକୁ ବିଶ୍ଵାସ କରୁନଥିଲେ । ସେ ମଧ୍ୟ ବ୍ରାହ୍ମଣ କିମ୍ବା ମୌଲବୀମାନଙ୍କ ପ୍ରଭୁତ୍ଵ ଉପରେ ଆସ୍ଥା ରଖୁନଥିଲେ । ନାନକଙ୍କ ମତରେ, ବାକ୍‌ଚାତୁରୀରେ ଧର୍ମ ନଥାଏ । ନୀରବ ଭାବରେ ବସି ଧ୍ୟାନ କଲେ କିମ୍ବା ତୀର୍ଥସ୍ଥାନକୁ ଯାଇ ସ୍ନାନ କଲେ ଧର୍ମ ଉପାର୍ଜନ ହୁଏନାହିଁ । କଳୁଷିତ ସଂସାରରେ ପବିତ୍ରଭାବରେ ବାସ କରିପାରିଲେ ହିଁ ପ୍ରକୃତ ଧର୍ମର ସନ୍ଧାନ ମିଳେ । ହରିନାମ ଉଚ୍ଚାରଣ, ଗୁରୁଙ୍କ ପ୍ରତି ଭକ୍ତି ଜ୍ଞାପନ ଓ ଦୁଃସ୍ଥ ଲୋକଙ୍କୁ ଅର୍ଥଦାନ କରିବାପାଇଁ ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାନକ ଆତ୍ମା ଉପରେ ବିଶ୍ବାସ ସ୍ଥାପନ କରିଥିଲେ । ସେ ଆତ୍ମା ସମ୍ବନ୍ଧରେ ଅତ୍ୟନ୍ତ ସରଳ ଭାଷାରେ ନିଜର ମତ ଉପସ୍ଥାପନା କରିଥିଲେ । ମଣିଷ ଦୁଷ୍କର୍ମ କଲେ ପାପ କରିଥାଏ । ଏହି ପାପର ବୋଝ ଅଧିକ ହେଲେ ଆତ୍ମା ଉପରକୁ ଯାଇପାରେ ନାହିଁ । ତେଣୁ ତା’ର ନିର୍ବାଣ ହୋଇନଥାଏ । ତେଣୁ ସେ ସତ୍‌କର୍ମ ମାଧ୍ୟମରେ ଈଶ୍ୱରପ୍ରାପ୍ତି ଏବଂ ଆତ୍ମାର ନିର୍ବାଣ ସମ୍ଭବ ବୋଲି ନାନକ ମତବ୍ୟକ୍ତ କରିଥିଲେ ।

ନାନକ ଥିଲେ ଏକେଶ୍ୱରବାଦର ପ୍ରଚାରକ । ସେ ଈଶ୍ଵର ଏକ ଓ ଅଭିନ୍ନ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କୁ ବିଭିନ୍ନ ଧର୍ମର ଲୋକ ଭିନ୍ନ ଭିନ୍ନ ନାମରେ ଡାକିଲେ ମଧ୍ୟ ସେ ଏକ । ଭକ୍ତିଭାବ ମନରେ ରଖ୍ ତାଙ୍କ ନିକଟରେ ଆତ୍ମସମର୍ପଣ କଲେ ସେ ପ୍ରାପ୍ତି ହୋଇଥା’ନ୍ତି ବୋଲି ନାନକ ମତବ୍ୟକ୍ତ କରିଥିଲେ । ଏହା ନାନକଙ୍କ ଏକେଶ୍ବରବାଦ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ନାନକ ଭଜନ ଓ ସୁନ୍ଦର ସୁନ୍ଦର ଉପଖ୍ୟାନ ମାଧ୍ୟମରେ ନିଜର ଧର୍ମବାଣୀ ପ୍ରଚାର କରୁଥିଲେ । ସେ ଗୁରୁମୁଖୀ ଭାଷାରେ ନିଜର ଧର୍ମବାଣୀଗୁଡ଼ିକୁ ପ୍ରଚାର କରିଥିଲେ । ହିନ୍ଦୁ ଓ ଇସ୍‌ଲାମ୍ ଧର୍ମର ମୂଳତତ୍ତ୍ଵଗୁଡ଼ିକୁ ଏକତ୍ର କରି ସେ ‘ଶିଖ୍’ ଧର୍ମ ନାମରେ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ‘ଶିଖ୍’ ଶବ୍ଦର ଅର୍ଥ ହେଉଛି ଶିଷ୍ୟ । ନାନକଙ୍କ ଧର୍ମବାଣୀଗୁଡ଼ିକ ‘ଆଦିଗ୍ରନ୍ଥ’ ନାମକ ପୁସ୍ତକରେ ଲିପିବଦ୍ଧ ହୋଇଛି । ଏହାକୁ ‘ଗ୍ରନ୍ଥସାହେବ’ ମଧ୍ୟ କୁହାଯାଏ । ନାନକଙ୍କ ଶିଷ୍ୟମାନେ ଶିଖ୍ ନାମରେ ପରିଚିତ ହୋଇଥିଲେ ।

ମୃତ୍ୟୁ ପୂର୍ବରୁ ନାନକ ତାଙ୍କ ଉତ୍ତରାଧୁକାରୀ ରୂପେ ଅଙ୍ଗଦ ନାମକ ଜଣେ ଶିଷ୍ୟଙ୍କୁ ମନୋନୀତ କରିଥିଲେ । ସେ ଶିଖ୍ୟାମାନଙ୍କୁ ସଂଗଠିତ କଲେ । କ୍ରମେ କ୍ରମେ ଶିଖ୍ ଧର୍ମର ଅଭ୍ୟୁତ୍‌ଥାନ ଘଟିଲା । ବହୁସଂଖ୍ୟକ ହିନ୍ଦୁ ସେହି ନୂତନ ଧର୍ମରେ ଦୀକ୍ଷିତ ହେଲେ । ଚତୁର୍ଥ ଗୁରୁ ‘ରାମଦାସ’ ଅମୃତସରରେ ପ୍ରସିଦ୍ଧ ସ୍ଵର୍ଣ୍ଣମନ୍ଦିର ନିର୍ମାଣ କରିଥିଲେ । ସେହିଠାରେ ଆଦିଗ୍ରନ୍ଥ ପୂଜିତ ହେଲା ଏବଂ ସ୍ଵର୍ଣ୍ଣମନ୍ଦିର ଶିଖ୍ମାନଙ୍କର ପବିତ୍ର ତୀର୍ଥସ୍ଥାନରେ ପରିଣତ ହେଲା ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୪। ଚୈତନ୍ୟଙ୍କ ଜୀବନୀ ଓ ଧର୍ମବାଣୀ ସମ୍ପର୍କରେ ଆଲୋଚନା କର ।
Answer:
ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତାଭାବେ ଶ୍ରୀଚୈତନ୍ୟ ସମଗ୍ର ଭାରତରେ ପ୍ରସିଦ୍ଧିଲାଭ କରିଥିଲେ । ନିଜର ଧର୍ମବାଣୀ ମାଧ୍ୟମରେ ଭକ୍ତି ଓ ପ୍ରେମର ଶ୍ରେଷ୍ଠ ନିଦର୍ଶନ ପ୍ରଦର୍ଶନ କରିଥିଲେ ଶ୍ରୀଚୈତନ୍ୟ । ତାଙ୍କ ଧର୍ମବାଣୀରେ ପ୍ରେମ ଓ ଭକ୍ତିର ଅପୂର୍ବ ସମନ୍ଵୟ ଘଟିଥିଲା । ସେ ବୈଷ୍ଣବ ଧର୍ମକୁ ଅତ୍ୟନ୍ତ ଜନପ୍ରିୟ କରାଇଥିଲେ ଏବଂ ଅଗଣିତ ନରନାରୀଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରାଇଥିଲେ । ସେ ନିଜର ଧର୍ମବାଣୀକୁ ନାମମହିମା ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର କରିଥିଲେ । ଏହି ସଂକୀର୍ତ୍ତନ ତାଙ୍କୁ ଭକ୍ତି ଆନ୍ଦୋଳନର ଶ୍ରେଷ୍ଠ ପ୍ରଚାରକରୂପେ ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ କରାଇଥିଲା ।

ଜୀବନୀ:
୧୪୮୬ ଖ୍ରୀ.ଅ.ରେ ଶ୍ରୀଚୈତନ୍ୟ ବଙ୍ଗଳାର ନବଦ୍ଵୀପରେ ଜନ୍ମଲାଭ କରିଥିଲେ । ତାଙ୍କର ବାଲ୍ୟନାମ ଥିଲା ନିମାଇଁ ବା ବିଶ୍ଵମ୍ଭର । ତାଙ୍କର ପିତା ଜଗନ୍ନାଥ ମିଶ୍ର ଓ ମାତା ଶଚୀଦେବୀ ପବିତ୍ର ଜୀବନଯାପନ କରୁଥିଲେ । ସେମାନେ ତାଙ୍କର ପୁତ୍ରକୁ ସ୍ନେହରେ ଗୌରାଙ୍ଗ ବୋଲି ଡାକୁଥିଲେ । ବାଲ୍ୟକାଳରୁ ଶ୍ରୀଚୈତନ୍ୟ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ମାତ୍ର ୧୫ ବର୍ଷ ବେଳକୁ ସେ ସଂସ୍କୃତ, ବ୍ୟାକରଣ ଓ ସାହିତ୍ୟରେ ପ୍ରଗାଢ଼ ଜ୍ଞାନ ଅର୍ଜନ କରିସାରିଥିଲେ । ତର୍କଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ୧୮ ବର୍ଷ ବୟସରେ ଲକ୍ଷ୍ମୀ ନାମ୍ନୀ ଏକ କନ୍ୟାକୁ ବିବାହ କରିଥିଲେ । କ୍ରମଶଃ ସଂସାର ପ୍ରତି ତାଙ୍କର ବିତୃଷ୍ଣା ଭାବ ଆସିଥିଲା । ୨୨ ବର୍ଷ ବୟସରେ ସେ ପିତାଙ୍କ ପିଣ୍ଡଦାନ କରିବା ଉଦ୍ଦେଶ୍ୟରେ ଗୟା ଯାତ୍ରା କରିଥିଲେ ।

ସେଠାରେ ସେ ‘ଈଶ୍ୱରପୁରୀ’ ନାମକ ଜଣେ ସାଧୁଙ୍କଠାରୁ କୃଷ୍ଣମନ୍ତ୍ର ଗ୍ରହଣ କରିଥିଲେ । ୨୪ ବର୍ଷ ବୟସରେ ସେ ସଂସାର ତ୍ୟାଗକରି ସନ୍ନ୍ୟାସ ବ୍ରତ ଗ୍ରହଣ କରିଥିଲେ । ସେ ସର୍ବଦା କୃଷ୍ଣନାମ ଗାନକରି ଭାବବିହ୍ଵଳ ହୋଇପଡୁଥିଲେ ଏବଂ ଅନେକ ସମୟରେ ଚେତାଶୂନ୍ୟ ହୋଇପଡୁଥିଲେ । ସେତେବେଳେ ଶ୍ରୀକ୍ଷେତ୍ର ପୁରୀ ବୈଷ୍ଣବଧର୍ମର ମୁଖ୍ୟସ୍ଥଳୀ ଭାବରେ ଭାରତ ପ୍ରସିଦ୍ଧ ଥିଲା । ଶ୍ରୀଚୈତନ୍ୟ ୧୫୧୦ ଖ୍ରୀ.ଅ.ରେ ପ୍ରଥମେ ପୁରୀ ଆଗମନ କରିଥିଲେ । ଦୀର୍ଘ ୧୮ ବର୍ଷକାଳ ପୁରୀରେ ଅବସ୍ଥାନ କରି ସେ ବୈଷ୍ଣବ ଧର୍ମପ୍ରଚାର କରିଥିଲେ । ସେ ଓଡ଼ିଶାର ଗଜପତି ରାଜା ପ୍ରତାପରୁଦ୍ରଦେବଙ୍କୁ ବୈଷ୍ଣବ ଧର୍ମରେ ଦୀକ୍ଷିତ କରାଇଥିଲେ । ଓଡ଼ିଶାରୁ ସେ କାଶୀ, ବୃନ୍ଦାବନ, ମଥୁରା, ବାରାଣସୀ, ଦ୍ଵାରକା ଓ ପ୍ରୟାଗ ଆଦି ସ୍ଥାନ ଭ୍ରମଣ କରି କୃଷ୍ଣନାମ ପ୍ରଚାର କରିଥିଲେ ।

ଶିଷ୍ୟମାନଙ୍କ ମଝିରେ ମୃଦଙ୍ଗ, ଝାଞ୍ଜ ପ୍ରଭୃତିର ତାଳେ ତାଳେ ସେ ତନ୍ମୟ ଚିତ୍ତରେ କୃଷ୍ଣନାମ ଗାନ କରୁଥିଲେ । ସେ ଏହିପରି ୬ ବର୍ଷ ଭ୍ରମଣ କଲାପରେ ପୁନର୍ବାର ପୁରୀ ଯାଇ ସେଠାରେ ଜୀବନର ଅନ୍ତିମ ୧୬ ବର୍ଷ କଟାଇଥିଲେ । ପୁରୀରେ ଅବସ୍ଥାନ କରୁଥିବାବେଳେ ପଞ୍ଚସଖା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଜଗନ୍ନାଥ ଦାସଙ୍କ ଜ୍ଞାନରେ ମୁଗ୍ଧ ହୋଇ ତାଙ୍କୁ ସେ ‘ଅତିବଡ଼ୀ’ ଉପାଧ୍ଧରେ ଭୂଷିତ କରିଥିଲେ । ୧୫୩୩ ଖ୍ରୀ.ଅ.ରେ ଚୈତନ୍ୟ ପୁରୀଧାମରେ ପ୍ରାଣତ୍ୟାଗ କରିଥିଲେ । ଶ୍ରୀଚୈତନ୍ୟଙ୍କ ଧର୍ମବାଣୀ କୃଷ୍ଣଦାସ ରଚିତ ‘ଚୈତନ୍ୟ ଚରିତାମୃତ’ରେ ସଂଗୃହୀତ ହୋଇଛି ।

ଧର୍ମବାଣୀ:
ଜୀବନ ପ୍ରତି ଦୟା ଓ ଭଗବାନ୍‌ଙ୍କ ପ୍ରତି ଭକ୍ତି – ଏହି ପ୍ରେମ-ଧର୍ମ ଚୈତନ୍ୟ ପ୍ରଚାର କରିଥିଲେ । ଜାତିପ୍ରଥାର ସେ ଘୋର ବିରୋଧୀ ଥିଲେ । ବିଶ୍ୱଭ୍ରାତୃତ୍ଵ ପ୍ରଚାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଅସ୍ପୃଶ୍ୟ, ପତିତ, ପାପୀ ଓ ନୀଚ ସମସ୍ତଙ୍କୁ ସେ ପ୍ରେମ ଆଲିଙ୍ଗନ କରୁଥିଲେ । ଯବନ ହରିଦାସ ତାଙ୍କର ଜଣେ ମୁସଲମାନ ଶିଷ୍ୟ ଥିଲେ । ସେଥ‌ିପାଇଁ ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନ ଥିଲେ । ସେ ବ୍ରାହ୍ମଣମାନଙ୍କ ପୂଜାପଦ୍ଧତିକୁ ଆଦୌ ବିଶ୍ଵାସ କରୁ ନ ଥିଲେ । ଈଶ୍ଵରଙ୍କ ସମ୍ମୁଖରେ ସମସ୍ତେ ସମାନ ବୋଲି କହୁଥିଲେ । ଗର୍ବ, ଅହଂକାର ତ୍ୟାଗପୂର୍ବକ ଈଶ୍ଵରଙ୍କ ନାମ ସ୍ମରଣ, ନାମ ସଂକୀର୍ତ୍ତନ ଏବଂ ତାଙ୍କଠାରେ ନିଜକୁ ସମର୍ପଣ କରିବାପାଇଁ ସେ ତାଙ୍କର ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥିଲେ ।

କୃଷ୍ଣପ୍ରେମ ଥିଲା ତାଙ୍କ ଧର୍ମବାଣୀର ମୁଖ୍ୟ ଉପଜୀବ୍ୟ । କୃଷ୍ଣ ଓ ରାଧାଙ୍କ ନାମ ଉଚ୍ଚାରଣ କଲେ ଅପୂର୍ବ ଆନନ୍ଦ ମିଳେ ବୋଲି ସେ କହିଥିଲେ । ଶ୍ରୀଚୈତନ୍ୟ ସଂକୀର୍ତ୍ତନ ଉପରେ ଅଧିକ ଗୁରୁତ୍ଵ ଦେଉଥିଲେ । ତାଙ୍କ ମତରେ, ପ୍ରକୃତ ଈଶ୍ଵର ଉପାସନା ପ୍ରେମ, ଭକ୍ତି, ଗୀତ ଓ ନୃତ୍ୟ ଉପରେ ନିର୍ଭର କରୁଥିଲା । ସଂକୀର୍ତ୍ତନହିଁ ଈଶ୍ୱରପ୍ରାପ୍ତି ପାଇଁ ପ୍ରକୃତ ସାଧନା ଥିଲା । ପ୍ରେମଦ୍ୱାରା ସମସ୍ତଙ୍କୁ ଭ୍ରାତୃତ୍ଵରେ ଆବଦ୍ଧ କରିବାପାଇଁ; ଗର୍ବ, ଅହମିକା, କ୍ଷମତା ଓ ଅର୍ଥମୋହ ପରିତ୍ୟାଗ କରିବାପାଇଁ; ଦୁଃଖୀ, ଦରିଦ୍ର ଓ ଦୁର୍ବଳ ପ୍ରତି ଦୟାଭାବ ପ୍ରଦର୍ଶନ କରିବାପାଇଁ ଏବଂ ହରିପାଦରେ ମନୋନିବେଶ କରିବାପାଇଁ ସେ ଉପଦେଶ ଦେଇଥିଲେ । ସେ ଥିଲେ ମାନବ ପ୍ରେମର ଅବତାର ।

ଶ୍ରୀଚୈତନ୍ୟ ପୁରୋହିତ ଓ ବ୍ରାହ୍ମଣମାନଙ୍କ ସାହାଯ୍ୟ ଅପେକ୍ଷା ଧର୍ମକାର୍ଯ୍ୟରେ ‘ଗୁରୁ’ଙ୍କ ନିର୍ଦ୍ଦେଶ ମାନିବାପାଇଁ କହିଥିଲେ । ବାହ୍ୟିକ କ୍ରିୟାକାଣ୍ଡ ଅପେକ୍ଷା ଭତ୍ତି ଉପରେ ବିଶ୍ଵାସ ରଖୁବାକୁ ସେ ଶିକ୍ଷା ଦେଇଥିଲେ । ଶ୍ରୀଚୈତନ୍ୟ ‘ଅଚିନ୍ତ୍ଯ ଭେଦଭାବ’ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଏହା ଅନୁସାରେ ଈଶ୍ଵର ସୃଷ୍ଟିର ଏକ ଅଂଶ ଏବଂ ଏହାଠାରୁ ଭିନ୍ନ ମଧ୍ୟ । ଅତଏବ ଈଶ୍ଵରଙ୍କ ନାମ ଏବଂ ଅବତାର ମଧ୍ଯରେ କିଛି ପାର୍ଥକ୍ୟ ନାହିଁ । ତେଣୁ ଈଶ୍ଵରଙ୍କ ନାମ ସଂକୀର୍ତ୍ତନ ପାଇଁ ସେ ଉପଦେଶ ଦେଇଥିଲେ । ଏହି ନାମଜପଦ୍ଵାରା ଈଶ୍ଵରପ୍ରାପ୍ତି ଅତ୍ୟନ୍ତ ସହଜ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଶ୍ରୀଚୈତନ୍ୟ ବ୍ରାହ୍ମଣ୍ୟ ପୂଜାପଦ୍ଧତିର ତୀବ୍ର ନିନ୍ଦା କରିଥିଲେ । ଏହା ଶୋଷଣକୁ ପ୍ରଶ୍ରୟ ଦେଉଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ଆଡ଼ମ୍ବରପୂର୍ଣ୍ଣ ଜଟିଳ ପୂଜାପଦ୍ଧତିରୁ ଦୂରରେ ରହି ‘ହରେକୃଷ୍ଣ ହରେରାମ’ – ଏହି ସରଳ ମନ୍ତ୍ର ଜପକରି ଇହଧାମରୁ ମୁକ୍ତି ପାଇବାପାଇଁ ମାନବ ସମାଜକୁ ପରାମର୍ଶ ଦେଇଥିଲେ ।

ଶ୍ରୀଚୈତନ୍ୟଙ୍କ ପ୍ରଚାରଦ୍ଵାରା ବୈଷ୍ଣବ ମତବାଦ ପରିପୁଷ୍ଟ ହୋଇଥିଲା । ବୈଷ୍ଣବ ଧର୍ମ ତତ୍‌କାଳୀନ ସମାଜରେ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା । ସମାଜର ସବୁ ଶ୍ରେଣୀର ଲୋକଙ୍କ ମନରେ ତାଙ୍କ ମତର ପ୍ରଭାବ ପଡ଼ିଥିଲା । ବଙ୍ଗ ଓ ଓଡ଼ିଶାରେ ହରିନାମ ସଂକୀର୍ତ୍ତନ ଏକ ସାଧାରଣ ରୀତିରେ ପରିଣତ ହୋଇଥିଲା । ଶ୍ରୀଚୈତନ୍ୟଙ୍କ ବାଣୀ ପ୍ରତ୍ୟେକ ମାନବର ହୃଦୟରେ ଈଶ୍ଵରଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ କରିଥିଲା । ତାଙ୍କ ପ୍ରଚାର ଫଳରେ ଭକ୍ତି-ସାହିତ୍ୟର ବହୁଳ ଉନ୍ନତି ସାଧୁତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବୈଷ୍ଣବ ଭକ୍ତି ଆନ୍ଦୋଳନ ଅଧ୍ଵତର ବ୍ୟାପକ ଆକାର ଧାରଣ କରିଥିଲା । ତାଙ୍କର ଅନୁଗାମୀମାନେ ତାଙ୍କୁ ବିଷ୍ଣୁଙ୍କର ଅବତାରରୂପେ ଗ୍ରହଣ କରି ‘ଗୌରାଙ୍ଗ ମହାପ୍ରଭୁ’ ରୂପେ ପୂଜା କରିଥିଲେ । ସର୍ବୋପରି ଚୈତନ୍ୟଙ୍କ ଭକ୍ତିମାର୍ଗ ସମାଜରେ ଏକ ଧର୍ମୀୟ ପରିବେଶ ସୃଷ୍ଟି କରିଥିଲା ।

Leave a Comment