CHSE Odisha Class 12 History Chapter 17 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 17 ଭାରତୀୟ ସମ୍ବିଧାନର ଗଠନ Short & Long Answer Questions.

CHSE Odisha 12th Class History Chapter 17 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଭାରତ କାହିଁକି ଏକ ସାର୍ବଭୌମ ରାଷ୍ଟ୍ର ?
Answer:
ଭାରତ ତାହାର ଭୌଗୋଳିକ ସୀମାରେଖା ମଧ୍ଯରେ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଆଦି କ୍ଷେତ୍ରରେ ନିଜର ସର୍ବୋଚ୍ଚ କ୍ଷମତାକୁ ଜାହିର କରୁଥ‌ିବାବେଳେ ପୃଥ‌ିବୀର ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ରକ୍ଷା କ୍ଷେତ୍ରରେ ନିଜର ସ୍ଵାଧୀନତା ପ୍ରକାଶ କରିଥାଏ । ଏଣୁ ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଅଟେ ।

୨। କେଉଁ ଦେଶର ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଏବଂ ଲିଖ୍ତ ସମ୍ବିଧାନ ଅଟେ । ଏହାକୁ କ’ଣ କୁହାଯାଏ ?
Answer:
ଭାରତ ଦେଶର ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଏବଂ ଲିଖ୍ ସମ୍ବିଧାନ ଅଟେ । ଏହାକୁ ‘ଆଇନଜୀବୀମାନଙ୍କର ନନ୍ଦନକାନନ’ କୁହାଯାଏ ।

୩। ମର୍ଲେ-ମିଣ୍ଡୋ ଭାରତ ଶାସନ ଆଇନରେ ଭାରତବାସୀଙ୍କୁ ସନ୍ତୁଷ୍ଟ କରିବାପାଇଁ ନିଆଯାଇଥିବା ପ୍ରଥମ ପଦକ୍ଷେପଟି କ’ଣ ଥିଲା ? ଏଥପାଇଁ କେଉଁମାନେ ମନୋନୀତ ହୋଇଥିଲେ ?
Answer:
ମର୍ଲେ-ମିଣ୍ଡୋ ଭାରତ ଶାସନ ଆଇନରେ ଭାରତବାସୀଙ୍କୁ ସନ୍ତୁଷ୍ଟ କରିବାପାଇଁ ନିଆଯାଇଥ‌ିବା ପ୍ରଥମ ପଦକ୍ଷେପଟି ହେଲା – ଇଂଲଣ୍ଡରେ ଥିବା ଭାରତ ସଚିବଙ୍କ ପରିଷଦରେ ଦୁଇଜଣ ଭାରତୀୟଙ୍କୁ ସ୍ଥାନ ଦିଆଯିବ । ଏଥ‌ିପାଇଁ କେ.ଜି. ଗୁପ୍ତା ଓ ସେୟଦ ହୁସେନ୍ ବିଗ୍ରାମୀ ମନୋନୀତ ହୋଇଥିଲେ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

୪ । ଧର୍ମନିରପେକ୍ଷ ରାଷ୍ଟ୍ର କ’ଣ ? ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ଉଦାହରଣ ଦିଅ ।
Answer:
ଯେଉଁ ଦେଶରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ନଥାଏ, ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖାଯାଏ । କୌଣସି ଧର୍ମକୁ ପ୍ରୋତ୍ସାହିତ କରାଯାଏ ନାହିଁ କି ଉତ୍ସାହିତ କରାଯାଏ ନାହିଁ, ପ୍ରତ୍ୟେକ ଧର୍ମର ପ୍ରସାର ଓ ପ୍ରଚାର ପାଇଁ ପ୍ରତି ନାଗରିକକୁ ସ୍ଵାଧୀନତା ପ୍ରଦାନ କରେ, ସେହି ରାଷ୍ଟ୍ରକୁ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ।

୫। ସାଧାରଣତନ୍ତ୍ର ରାଷ୍ଟ୍ର କ’ଣ ? ଭାରତର ରାଷ୍ଟ୍ରମୁଖ୍ଯ କିଭଳି ନିର୍ବାଚିତ ହୁଅନ୍ତି ?
Answer:
ଯେଉଁ ରାଷ୍ଟ୍ରର ମୁଖ୍ୟ ଜନସାଧାରଣଙ୍କଦ୍ଵାରା ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି, ତାହାକୁ ସାଧାରଣତନ ରାଷ୍ଟ୍ର କୁହାଯାଏ । ଭରତର ରାଷ୍ଟ୍ରମୂଖ୍ୟ ରାଷ୍ଟ୍ରପତି ଜନସାଧାରଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।

୬। ସାର୍ବଜନୀନ ସାବାଳକ ଭୋଟପ୍ରଥା କ’ଣ ?
Answer:
ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ, ଶିକ୍ଷାଗତ ଯୋଗ୍ୟତା, ସମ୍ପରି ଆଦି ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ବୟସ ସୀମାପରେ ଗୋଟିଏ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରିବାକୁ ‘ସାର୍ବଜନୀନ ସାବାଳକ ଭୋଟପ୍ରଥା’ କୁହାଯାଏ । ଭାରତରେ ୩୨୬ ଧାରାର ବ୍ୟବସ୍ଥା ଓ ୬୨ ତମ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ୧୮ ବର୍ଷ ବା ତଦୂର୍ଷ ବୟସର ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରାଯାଇ ସାର୍ବଜନୀନ ସାବାଳକ ଭୋଟପ୍ରଥାକୁ କାର୍ଯ୍ୟକାରୀ କରାଯାଇଛି ।

୭। ସମ୍ବିଧାନର କେଉଁ ଧାରାରେ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ବୋଲି ଉଲ୍ଲେଖ ଅଛି । ଏଥରେ ନାଗରିକମାନଙ୍କ ପାଇଁ ଭାରତ ସରକାର ବି ବ୍ୟବସ୍ଥା କରିଛନ୍ତି ?
Answer:
ଭାରତୀୟ ସମ୍ବିଧାନର ୩୮ ଧାରାରେ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରୂପେ ସଙ୍ଗଠିତ ହେବାକୁ ଚେଷ୍ଟାକରିବ ବୋଲି ଉଲ୍ଲେଖ ରହିଛି । ଭାରତ ସରକାର ନାଗରିକମାନଙ୍କର ମଙ୍ଗଳ କାମନା ପାଇଁ ସାମାଜିକ ନ୍ୟାୟ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟର ବ୍ୟବସ୍ଥା କରିଛନ୍ତି । ସମାଜରୁ ଶୋଷଣ, ଅତ୍ୟାଚାର, ଦାରିଦ୍ର୍ୟ ଓ ଦୁର୍ନୀତିକୁ ଉଚ୍ଛେଦ କରାଯାଇଛି ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ମୁଖବନ୍ଧ ବା ପ୍ରସ୍ତାବନା
Answer:
ପୃଥ‌ିବୀର ଅନ୍ୟାନ୍ୟ ଲିଖ୍ ସମ୍ବିଧାନ ପରି ଭାରତ ସମ୍ବିଧାନର ପ୍ରାରମ୍ଭରେ ଏକ ପ୍ରସ୍ତାବନା ରହିଅଛି । ଏହା ସମ୍ବିଧାନର ଉତ୍ସ, ସରକାର ବା ରାଷ୍ଟ୍ରର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ, ସରକାରର ପ୍ରକାରଭେଦ ଓ ସମ୍ବିଧାନ ଗୃହୀତର ଦିନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥାଏ । ପ୍ରସ୍ତାବନା ଅନୁସାରେ ଭାରତରେ ସର୍ବୋଚ୍ଚ ଶାସନ କ୍ଷମତା ଜନସାଧାରଣଙ୍କ ହସ୍ତରେ ନ୍ୟସ୍ତ । ଏହା ଜନପ୍ରିୟ ସାର୍ବଭୌମତ୍ୱକୁ ସ୍ଵୀକାର କରିଥାଏ । ପ୍ରସ୍ତାବନା ମଧ୍ୟ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କରିଅଛି । ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସର ସ୍ଵାଧୀନତା, ସ୍ଥିତି ଓ ସୁଯୋଗର ସମାନତା, ଭ୍ରାତୃତ୍ଵ ଓ ନ୍ୟାୟପ୍ରତିଷ୍ଠା ଆମ୍ଭ ସମ୍ବିଧାନର ଲକ୍ଷ୍ୟ ବୋଲି ପ୍ରସ୍ତାବନା ସୂଚନା ପ୍ରଦାନ କରିଥାଏ । ପ୍ରସ୍ତାବନା ସୂଚିତ କରେ ଯେ, ୧୯୪୯ ଖ୍ରୀ.ଅ. ନଭେମ୍ବର ୨୬ ତାରିଖରେ ଆମ୍ଭ ସମ୍ବିଧାନ ଗୃହୀତ ହୋଇଥିଲା । ପ୍ରସ୍ତାବନାକୁ ସମ୍ବିଧାନର ମୁଖଶାଳା ବୋଲି ଅଭିହିତ କରାଯାଇଥାଏ । ପ୍ରସ୍ତାବନା ବାସ୍ତବରେ ଏକ ଦର୍ପଣ, ଯାହା ସମ୍ବିଧାନର ରୂପକୁ ପ୍ରତିଫଳିତ କରିଥାଏ । ଭାରତ ସମ୍ବିଧାନ ସମ୍ବନ୍ଧରେ ଅନେକ ଧାରଣା, ପ୍ରସ୍ତାବନା ପ୍ରଦାନ କରୁଥ‌ିବା ଯୋଗୁଁ ଏହାକୁ ସମ୍ବିଧାନର ଆତ୍ମା ବୋଲି କୁହାଯାଏ ।

୨। ଧର୍ମନିରପେକ୍ଷ ରାଷ୍ଟ୍ର
Answer:
ଯେଉଁ ରାଷ୍ଟ୍ରରେ କୌଣସି ରାଷ୍ଟ୍ରୀୟ ଧର୍ମ ନଥାଏ, ତାହାକୁ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଭାରତରେ ବିଭିନ୍ନ ଧର୍ମର ଅସ୍ତିତ୍ବ ଉପଲବ୍ଧି କରାଯାଇଥିଲେ ମଧ୍ୟ କୌଣସି ଧର୍ମକୁ ରାଷ୍ଟ୍ରଧର୍ମଭାବେ ସ୍ବୀକୃତି ଦିଆଯାଇ ନାହିଁ । ସମ୍ବିଧାନର ପ୍ରସ୍ତାବନାରେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଘୋଷଣା କରାଯାଇ ପ୍ରତ୍ୟେକ ନାଗରିକକୁ ଧର୍ମ ଓ ବିଶ୍ଵାସର ସ୍ଵାଧୀନତା ଦିଆଯାଇଛି । ଭାରତରେ ରାଷ୍ଟ୍ରୀୟ ଧର୍ମ ନାହିଁ କି କୌଣସି ଧର୍ମର ପ୍ରସାର ପାଇଁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଟିକସ ବସାଇବା ବା ପ୍ରଭାବ ପକାଇବା କ୍ଷମତା ରାଷ୍ଟ୍ରର ନାହିଁ । ନିଜ ନିଜ ଧର୍ମ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଧର୍ମ ପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୌଳିକ ଅଧୂକାର ଦିଆଯାଇଛି । ଧର୍ମ କ୍ଷେତ୍ରରେ ସର୍ବଦା ନିରପେକ୍ଷତା ଅବଲମ୍ବନ କରାଯାଇଛି । ଶାସନ ଓ ରାଜନୀତିଠାରୁ ଧର୍ମକୁ ଦୂରେଇ ରଖାଯାଇଛି । ଏହି ଚିନ୍ତାଧାରା ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରିବାକୁ ଯାଇ ୧୯୭୬ ମସିହାରେ ସମ୍ବିଧାନର ୪୨ ତମ ସଂଶୋଧନ ଅନୁସାରେ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦ ଯୋଗ କରାଯାଇଛି । ଭାରତରେ ସବୁ ଧର୍ମର ଲୋକ ବସବାସ କରୁଥିବାରୁ ଯଥାର୍ଥରେ ଏହା ଏକ ବହୁ ଧର୍ମର ଦେଶ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶାସନ ବିଧାୟକ ସଭା ବା ସମ୍ବିଧାନ ପ୍ରଣୟନ ସଭାର ଗଠନ ଓ ଲକ୍ଷ୍ୟ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
ରାଷ୍ଟ୍ରରେ ଶାସନ ପରିଚାଳନା ପାଇଁ ଆବଶ୍ୟକ ମୌଳିକ ଆଇନ, ନୀତି ଓ ନିୟମର ସମାହାରକୁ ସମ୍ବିଧାନ କୁହାଯାଏ । ରାଷ୍ଟ୍ରର ମୌଳିକ ଆଇନ ଭାବେ ସମ୍ବିଧାନ ଜାତୀୟ ଆଦର୍ଶ ଓ ଲକ୍ଷ୍ୟ ସ୍ଥିର କରିଥାଏ । ସମ୍ବିଧାନ ହେଉଛି ରାଷ୍ଟ୍ରର ରାଜନୈତିକ ଜାତକ ଓ ଜନ୍ମପତ୍ରିକା, ପ୍ରତ୍ୟେକ ରାଷ୍ଟ୍ରର ସୁପରିଚାଳନା ପାଇଁ ସମ୍ବିଧାନ ଏକ ମୌଳିକ ଅବଶ୍ୟମ୍ଭାବୀ । ଇଂରେଜ ଶାସନ କାଳରେ ଭାରତ ନିଜର ସମ୍ବିଧାନ ପ୍ରସ୍ତୁତ କରିପାରି ନଥିଲା । ଭାରତର ଶାସନ ପାଇଁ ବିଧିବିଧାନ ଓ ସମ୍ବିଧାନ ପ୍ରଣୟନ କରିବା ଆବଶ୍ୟକ ମନେକରି ପ୍ରଥମେ ୧୯୨୭ ଖ୍ରୀ.ଅ.ରେ ଏମ୍.ଏନ୍. ରାୟ ପ୍ରଥମେ ଏକ ଶାସନ ବିଧାୟକ ସଭା ଗଠନ କରିବାପାଇଁ ନିଜର ଦାବି ଉପସ୍ଥାପିତ କରିଥିଲେ ।

ପୁନର୍ବାର ୧୯୩୪ ଖ୍ରୀ.ଅ.ରେ ଭାରତୀୟ ଜାତୀୟ କଂଗ୍ରେସ ବିଧ୍ଵବଦ୍ଧଭାବେ ଭାରତର ସବୁ ଶ୍ରେଣୀର ଲୋକମାନଙ୍କୁ ନେଇ ଏକ ଶାସନ ବିଧାୟକ ସଭା ଗଠନ କରିବାପାଇଁ ନିଜର ଦାବି ଉପସ୍ଥାପିତ କରିଥିଲା; କିନ୍ତୁ ଭାରତୀୟମାନଙ୍କର ଦାବି ପ୍ରତି ବ୍ରିଟିଶ୍ ସରକାର ଦୃଷ୍ଟିପାତ କରି ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାପରେ ଭାରତୀୟ ଜାତୀୟ କଂଗ୍ରେସ ୧୯୩୯ ଖ୍ରୀ.ଅ. ନଭେମ୍ବର ମାସରେ ପୂର୍ବ ଦାବିର ପୁନରାବୃତ୍ତି କରି ଏକ ପ୍ରସ୍ତାବ ଗୃହୀତ କରିଥିଲା । କଂଗ୍ରେସର ଏହି ଦାବି ପ୍ରତି ୧୯୪୦ ଖ୍ରୀ.ଅ.ରେ ଭାରତୀୟ ମୁସଲିମ୍ମାନେ ନିଜର ସମର୍ଥନ ପ୍ରକାଶ କରିଥିଲେ । ଦ୍ୱିତୀୟ ବାଧ୍ୟ କରିଥିଲା । ପରିଶେଷରେ ୧୯୪୬ ଖ୍ରୀ.ଅ. ନଭେମ୍ବର ମାସରେ କ୍ୟାବିନେଟ୍ ମିଶନ୍ ପ୍ରସ୍ତାବ ଅନୁଯାୟୀ ଭାରତରେ ଏକ ପ୍ରତିନିଧୂମୂଳକ ଶାସନ ବିଧାୟକ ସଭା ଗଠିତ ହେବାର ସ୍ଥିର କରାଗଲା ।

ଗଠନ :
ନିର୍ବାଚନ ମାଧ୍ୟମରେ ନିମ୍ନଲିଖ୍ ସଭ୍ୟମାନଙ୍କୁ ନେଇ ଶାସନ ବିଧାୟକ ସଭା ଗଠିତ ହେବାକୁ କ୍ୟାବିନେଟ୍ ମିଶନ୍ ପ୍ରସ୍ତାବ ଦେଇଥିଲା ।

  • ସବୁ ସାମ୍ପ୍ରଦାୟିକ ପ୍ରତିନିଧ୍; ଯଥା – ହିନ୍ଦୁ, ଖ୍ରୀଷ୍ଟିଆନ୍, ଶିଖ୍, ମୁସଲିମ୍ ନିଜ ନିଜର ଜନସଂଖ୍ୟାକୁ ଦୃଷ୍ଟିରେ ରଖ୍ ଏହି ସଭାକୁ ପ୍ରତିନିଧ୍ବ କରିବେ ।
  • ପ୍ରତ୍ୟେକ ପ୍ରଦେଶକୁ ଜନସଂଖ୍ୟାର ଅନୁପାତରେ ପ୍ରତିନିଧୂର ସୁଯୋଗ ଦିଆଯିବା ପାଇଁ ସ୍ଥିର ହୋଇଥିଲା । ପ୍ରତି ଏକ ନିୟୁତ ଜନସଂଖ୍ୟା ପାଇଁ ଜଣେ ପ୍ରତିନିଧୂ ନିର୍ବାଚିତ ହେବେ ।
  • ପ୍ରାଦେଶିକ ବିଧାନସଭାର ସଭ୍ୟମାନେ ଆନୁପାତିକ ଏକକ ହସ୍ତାନ୍ତରୀୟ ପଦ୍ଧତିଦ୍ୱାରା ଶାସନ ବିଧାୟକ ସଭାକୁ
  • ଭାରତୀୟ ଦେଶୀୟ ରାଜ୍ୟମାନଙ୍କରୁ ପ୍ରତିନିଧିମାନେ ନିର୍ବାଚିତ ନହୋଇ ବୁଝାମଣା ମାଧ୍ୟମରେ ମନୋନୀତ ହେବେ ।

କ୍ୟାବିନେଟ୍ ମିଶନର ପ୍ରସ୍ତାବ ଅନୁଯାୟୀ ଶାସନ ବିଧାୟକ ସଭାର ସଭ୍ୟ ସଂଖ୍ୟା ୩୮୯ ହେବ ବୋଲି ସ୍ଥିର ହୋଇଥିଲା । ଦେଶୀୟ ରାଜ୍ୟମାନେ ପ୍ରତିବାଦ ସ୍ବରୂପ ଶାସନ ବିଧାୟକ ସଭାକୁ ସଭ୍ୟ ମନୋନୀତ କଲେ ନାହିଁ । ଏହାଦ୍ୱାରା ଶାସନ ବିଧାୟକ ସଭା ସଭ୍ୟସଂଖ୍ୟା ୨୯୬ କୁ କମି ଆସିଲା । ୧୯୪୬ ଖ୍ରୀ.ଅ. ଜୁଲାଇ ମାସରେ ଶାସନ ବିଧାୟକ ସଭା ଗଠନ ପାଇଁ ନିର୍ବାଚନ ହୋଇଥିଲା । ମୋଟ ୨୯୬ ଟି ଆସନ ମଧ୍ୟରୁ କଂଗ୍ରେସ ୨୧୨, ମୁସଲିମ୍ ଲିଗ୍ ୭୩, ସ୍ଵାଧୀନ ଓ ଅନ୍ୟ ଦଳମାନେ ଅବଶିଷ୍ଟ ଆସନ ପାଇଥିଲେ ।

୧୯୪୬ ଖ୍ରୀ.ଅ. ଡିସେମ୍ବର ୯ ତାରିଖରେ ଶାସନ ବିଧାୟକ ସଭାର ପ୍ରଥମ ବୈଠକ ହୋଇଥିଲା । ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା ପ୍ରଥମେ ଅସ୍ଥାୟୀ ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ସେହି ମାସ ୧୧ ତାରିଖରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତିଭାବେ ନିର୍ବାଚିତ ହେଲେ । ମୁସଲିମ୍ ଲିଗ୍ ଏହି ସଭାରେ ଯୋଗଦାନ କରି ନଥିଲା । ଏହି ସଭା ମୁଖ୍ୟତଃ ଦୁଇଗୋଟି କାର୍ଯ୍ୟ କରିବାପାଇଁ ସ୍ଥିର ହୋଇଥିଲା ।

  • ଭାରତ ପାଇଁ ଏକ ସମ୍ବିଧାନ ପ୍ରଣୟନ କରିବାର ଦାୟିତ୍ଵ ବହନ କରିଥିଲା ।
  • ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏହା ସ୍ଵାଧୀନ ଭାରତର ଅସ୍ଥାୟୀ ସଂସଦ ଭାବରେ କାର୍ଯ୍ୟ ସମ୍ପାଦନ କରିବାପାଇଁ ଦାୟିତ୍ଵ ବହନ କରିଥିଲା ।

ଶାସନ ବିଧାୟକ ସଭା ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟ କରୁଥିଲା । ଶାସନର ବିଭିନ୍ନ ଦିଗପ୍ରତି ଦୃଷ୍ଟିରଖ୍ ଏହି ସଭା କେତେଗୁଡ଼ିଏ କମିଟି ନିଯୁକ୍ତି କରିଥିଲା ଓ ବିଭିନ୍ନ ବିଷୟ ଉପରେ ବିଧିବିଧାନ ପ୍ରସ୍ତୁତ କରିବାରେ ଦାୟିତ୍ଵ କରିଥିଲା । ଏହିପରି ଭାବରେ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନର ପରିଶ୍ରମ ପରେ ଭାରତୀୟ ସମ୍ବିଧାନ ପ୍ରଣୀତ ହୋଇଥିଲା ।

ଆଭିମୁଖ୍ୟ ପ୍ରସ୍ତାବ :
ପଣ୍ଡିତ ଜବାହରଲାଲ ନେହେରୁ ଶାସନ ବିଧାୟକ ସଭାର ପ୍ରଥମ ଅଧିବେଶନରେ ଏକ ଆଭିମୁଖ୍ୟ ପ୍ରସ୍ତାବ ଆଗତ କରିଥିଲେ । ଏହି ଆଭିମୁଖ୍ୟ ପ୍ରସ୍ତାବରେ ସମ୍ବିଧାନର ଉଦ୍ଦେଶ୍ୟ ଓ ଆଦର୍ଶ ନୀତିନିୟମଗୁଡ଼ିକ ଉଲ୍ଲେଖ କରାଯାଇଥିଲା । ନୂତନ ସମ୍ବିଧାନରେ ଭାରତୀୟମାନଙ୍କ ଇଚ୍ଛାର ପ୍ରକୃତ ପ୍ରତିଫଳନ ଆଣିବାପାଇଁ ଏହା ଥିଲା ଏକ ସଂକଳ୍ପ । ଏହି ପ୍ରସ୍ତାବର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

  • ଏହି ପ୍ରସ୍ତାବ ଅନୁଯାୟୀ ଭାରତକୁ ଏକ ସ୍ଵାଧୀନ, ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ କରାଯିବ ଏବଂ ଏହାର ଭବିଷ୍ୟତ ପାଇଁ ଏକ ସମ୍ବିଧାନ ପ୍ରଣୟନ କରାଯିବ ।
  • ବ୍ରିଟିଶ ଅଧ୍ଵତ ଭାରତ, ଭାରତୀୟ ପ୍ରଦେଶ ଓ ନୂତନ ଭାବରେ ଭାରତ ସହିତ ମିଶିକରି ରହିବାକୁ ଚାହୁଁଥିବା ଅଞ୍ଚଳମାନଙ୍କୁ ନେଇ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରସଂଘରେ ପରିଣତ କରାଯିବ ।
  • ଶାସନ ବିଧାୟକ ସଭା ଏହିସବୁ ଅଞ୍ଚଳର ସୀମା ନିର୍ଦ୍ଧାରଣ କରିବ ଏବଂ ସେହି ଅଞ୍ଚଳ ସବୁ ସମ୍ବିଧାନ ଅନୁସାରେ ସ୍ଵୟଂଶାସିତ ସଙ୍ଗଠନ ଭାବରେ ସମ୍ବିଧାନର ପ୍ରଦତ୍ତ ସମସ୍ତ କ୍ଷମତା ଉପଭୋଗ କରିବେ ।
  • ଏହି ପ୍ରସ୍ତାବ ଅନୁଯାୟୀ ସାର୍ବଭୌମ ଭାରତବର୍ଷ ଓ ଏହାର ପ୍ରତ୍ୟେକ ଅଂଶ ଓ ଭାରତ ଶାସନର ସମସ୍ତ କ୍ଷମତା ଭାରତୀୟମାନଙ୍କଠାରୁ ଉଦ୍ଭବ ହେବ ।
  • ଏହି ସମ୍ବିଧାନ ମାଧ୍ୟମରେ ପ୍ରତ୍ୟେକ ଭାରତୀୟକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ, ସୁଯୋଗ, ସ୍ଥିତି ଓ ଆଇନ ଆଗରେ ସମାନତା, ଚିନ୍ତା କରିବା, ମତବ୍ୟକ୍ତ କରିବା, ବିଶ୍ବାସ, ଆସ୍ଥା ଓ ପୂଜାର୍ଚ୍ଚନା, ବୃତ୍ତି, ସଙ୍ଗଠନ ଓ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ସ୍ଵାଧୀନତା ପ୍ରଦାନ କରାଯିବ । ଏହି ସ୍ଵାଧୀନତାକୁ ରାଷ୍ଟ୍ରରେ ଆଇନ ପରିସର ମଧ୍ୟରେ ଉପଭୋଗ କରାଯିବ ।
  • ସଂଖ୍ୟାଲଘୁ ସମ୍ପ୍ରଦାୟ, ଦଳିତ, ଅବହେଳିତ ଏବଂ ଆଦିବାସୀମାନଙ୍କୁ ସମ୍ବିଧାନର ନିୟମ ଅନୁଯାୟୀ ଯଥେଷ୍ଟ ପରିମାଣରେ ସୁରକ୍ଷା ପ୍ରଦାନ କରାଯିବ ।
  • ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷା କରାଯିବ । ଜଳ, ସ୍ଥଳ ଓ ଆକାଶ ସମେତ ସାଧାରଣତନ୍ତ୍ରର ସୀମା ଉପରେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହାର ସାର୍ବଭୌମତ୍ୱ ବଜାୟ ରହିବ ।
  • ଭାରତ ଏକ ପୁରାତନ ରାଷ୍ଟ୍ର ଭାବରେ ବିଶ୍ଵରେ ତା’ର ନ୍ୟାଯ୍ୟ ସ୍ଥାନ ବଜାୟ ରଖୁବା ସଙ୍ଗେ ସଙ୍ଗେ ମାନବଜାତିର କଲ୍ୟାଣ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବ ।

ଉପରୋକ୍ତ ପ୍ରସ୍ତାବଗୁଡ଼ିକ ୧୯୪୭ ଖ୍ରୀ.ଅ. ଜାନୁୟାରୀ ୨୨ ତାରିଖରେ ଶାସନ ବିଧାୟକ ସଭାଦ୍ୱାରା ଗୃହୀତ ହୋଇଥିଲା । ଏହି ପ୍ରସ୍ତାବକୁ ଭାରତୀୟମାନଙ୍କର ଗଣତନ୍ତ୍ରର ସ୍ଵାଧୀନତା, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପ୍ରତି ଥିବା ଆନ୍ତରିକତାର ପ୍ରମାଣ ମିଳିଥାଏ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

୨। ଭାରତ ସମ୍ବିଧାନର ପ୍ରସ୍ତାବନାର ଲକ୍ଷଣ ଓ ଗୁରୁତ୍ଵ ଆଲୋଚନା କର ।
Answer:
ଭାରତ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ସମ୍ବିଧାନର ପ୍ରକୃତି ଆଲୋଚନା କରାଯାଇଥିବାବେଳେ ଦ୍ୱିତୀୟ ଭାଗରେ ସାମ୍ବିଧାନିକ ଆଦର୍ଶ ଓ ନୀତିନିୟମ ବିଷୟ ଉଲ୍ଲେଖ କରାଯାଇଛି ।
ମୁଖବନ୍ଧରେ ଉଲ୍ଲେଖ ଅଛି ଯେ, ‘ଆମେ ଭାରତବାସୀ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ରରେ ପରିଣତ କରିବା ଓ ଏହାର ନାଗରିକମାନଙ୍କୁ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ ଓ ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସ, ଧର୍ମ ଓ ଉପାସନାର ସ୍ଵାଧୀନତା, ମର୍ଯ୍ୟାଦା ଓ ସୁଯୋଗର ସମତା ଦେବାପାଇଁ ଏବଂ ସେମାନଙ୍କ ମଧ୍ୟରେ ବ୍ୟକ୍ତିର ସମ୍ମାନ ଏବଂ ଜାତିର ଓ ଅଖଣ୍ଡତାର ସୁରକ୍ଷା ଓ ମୈତ୍ରୀଭାବର ବିକାଶ ଘଟାଇବାପାଇଁ ଶୁଦ୍ଧପୂତ ମନରେ ସଂକଳ୍ପବଦ୍ଧ ହୋଇ ଆମେ ଏହି ସମ୍ବିଧାନ ସଭାରେ, ଆଜି ୧୯୪୯ ଖ୍ରୀ.ଅ. ନଭେମ୍ବର ମାସ ୨୬ ତାରିଖରେ ଆମେ ଏହି ସମ୍ବିଧାନକୁ ଅନୁମୋଦନ କରି ଆମ ପ୍ରତି ପ୍ରୟୋଗ କରୁଅଛୁ ।”’
ମୁଖବନ୍ଧର ମୌଳିକ ନୀତି – ସମ୍ବିଧାନର ମୁଖବନ୍ଧର ମୌଳିକ ନୀତିଗୁଡ଼ିକ ନିମ୍ନମତେ ଆଲୋଚନା କରାଯାଇପାରେ ।

  • ସମ୍ବିଧାନର ଉତ୍ସ — ଭାରତ ସମ୍ବିଧାନର ପ୍ରସ୍ତାବନାରେ ବ୍ୟବହୃତ ‘ଆମେ ଭାରତବାସୀ’’ ଶବ୍ଦ ସୂଚନା ଦିଏ ଯେ, ଭାରତର ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ । ଭାରତରେ ସର୍ବୋଚ୍ଚ କ୍ଷମତା ଜନସାଧାରଣଙ୍କଠାରେ ନ୍ୟସ୍ତ । ଭାରତର ଜନସାଧାରଣ ସମ୍ବିଧାନ ପ୍ରଣୟନ ସଭା ମାଧ୍ୟମରେ ଏହି ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି । ସୁତରାଂ, ଭାରତର ଜନସାଧାରଣ ହେଉଛନ୍ତି ସମ୍ବିଧାନର ବାସ୍ତବ ଉତ୍ସ । ଏହା ଋଷୋଙ୍କର ଜନପ୍ରିୟ ସାର୍ବଭୌମତ୍ୱର ସୂଚନା ପ୍ରଦାନ କରିଥାଏ ।
  • ଲୋକପ୍ରିୟ ସମ୍ବିଧାନ – ମୁଖବନ୍ଧ ଭାରତୀୟ ସମ୍ବିଧାନକୁ ଏକ ପ୍ରତିନିଧୂମୂଳକ ସମ୍ବିଧାନ ଓ ଶାସନ ବ୍ୟବସ୍ଥା ଭାବରେ ବର୍ଣ୍ଣନା କରିଛି । ମୁଖବନ୍ଧରେ ଘୋଷଣା କରାଯାଇଛି ଯେ ଆମେ ଭାରତବାସୀ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କରିବା ଲାଗି କାୟମନୋବାକ୍ୟରେ ନିଷ୍ପତ୍ତି ଗ୍ରହଣ କରିଛୁ । ଏହା ସୂଚିତ କରିଥାଏ ଯେ, ଭାରତୀୟ ସମ୍ବିଧାନ ପ୍ରଣୟନ ସଭାର କେବଳ ଭାରତୀୟମାନେ ସଦସ୍ୟ ଥିଲେ ଏବଂ ସମ୍ବିଧାନ ପ୍ରଣୟନ ବେଳେ କୌଣସି ବିଦେଶୀ ଶକ୍ତିର ମତାମତକୁ ଗ୍ରହଣ କରାଯାଇ ନଥିଲା I
  • ସାର୍ବଭୌମ ରାଷ୍ଟ୍ର – ଭାରତ ଏକ ସାର୍ବଭୌମ ରାଷ୍ଟ୍ର ବୋଲି ମୁଖବନ୍ଧରେ ଉଲ୍ଲେଖ କରାଯାଇଛି । ଭାରତ ସରକାର ଆଭ୍ୟନ୍ତରୀଣ ଓ ବାହ୍ୟକ୍ଷେତ୍ରରେ ସ୍ଵାଧୀନ ଓ ସର୍ବଶକ୍ତିମାନ ସଂସ୍ଥା ଭାବରେ କାର୍ଯ୍ୟ କରିଥାଏ । ସଂସଦ ସମ୍ବିଧାନକୁ ସଂଶୋଧନ କରିଥାଏ । ଭାରତ ସରକାର ନିଜ ଇଚ୍ଛାରେ ରାଜ୍ୟଗୋଷ୍ଠୀ ବା ଆନ୍ତର୍ଜାତୀୟ ସଙ୍ଗଠନର ସଭ୍ୟପଦ ଗ୍ରହଣ କରିଥା’ନ୍ତି ବା ପରିତ୍ୟାଗ କରିଥା’ନ୍ତି ।
  • ସମାଜବାଦୀ ରାଷ୍ଟ୍ର – ୪୨ ତମ ସମ୍ବିଧାନ ସଂଶୋଧନ ପରେ ମୁଖବନ୍ଧରେ ‘ସମାଜବାଦୀ’ ଶବ୍ଦଟି ଯୋଗକରାଯାଇଛି । ତେଣୁ ୧୯୭୬ ମସିହା ପରଠାରୁ ଭାରତ ଏକ ସମାଜବାଦୀ ରାଷ୍ଟ୍ରରେ ପରିଣତ ହୋଇଛି । ଏହାଦ୍ଵାରା ଭାରତ ସମାଜବାଦୀ ଆଦର୍ଶରେ ଅଗ୍ରସର ହୋଇଛି ।
  • ଧର୍ମନିରପେକ୍ଷ ରାଷ୍ଟ୍ର – ମୁଖବନ୍ଧ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ବର୍ଣ୍ଣନା କରିଛି । ୧୯୭୬ ରେ ୪୨ତମ ସଂଶୋଧନ ପରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଘୋଷଣା କରିଛି । ଧର୍ମଗତ ସ୍ଵାଧୀନତାର ଅଧ୍ୟାର ମାଧ୍ୟମରେ ନାଗରିକମାନଙ୍କୁ ଯେ କୌଣସି ଧର୍ମ ଗ୍ରହଣ, ପ୍ରଚାର ବା ପ୍ରସାର ପାଇଁ ସ୍ଵାଧୀନତା ପ୍ରଦାନ କରାଯାଇଛି । ରାଷ୍ଟ୍ର, ଛୋଟ ବା ବଡ଼ ସବୁ ସମ୍ପ୍ରଦାୟକୁ ସମାନ ସୁଯୋଗ ପ୍ରଦାନ କରିଥାଏ ।
  • ଗଣତାନ୍ତ୍ରିକ ରାଷ୍ଟ୍ର – ମୁଖବନ୍ଧ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିଛି । ଭାରତରେ ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରବର୍ତ୍ତିତ ହୋଇଛି । ଶାସନ କ୍ଷମତା ସର୍ବସାଧାରଣଙ୍କ ଠାରେ ନ୍ୟସ୍ତ ଓ ନିର୍ବାଚିତ ପ୍ରତିନିଧୂମାନେ ଜନମଙ୍ଗଳ ଦୃଷ୍ଟିରୁ ସରକାର ଗଠନ କରି ଶାସନକୁ ଅଧ୍ଵ ଗଣତାନ୍ତ୍ରିକ କରିଥା’ନ୍ତି । ପ୍ରତ୍ୟେକ ସାବାଳକ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ପ୍ରତିନିଧିମାନଙ୍କୁ ନିର୍ବାଚିତ କରନ୍ତି । ଏହି ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର ଗଠନ କରିଥା’ନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ ।
  • ସାଧାରଣତନ୍ତ୍ର – ଭାରତକୁ ସମ୍ବିଧାନ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ବୋଲି ବର୍ଣ୍ଣନା କରିଛି । ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଭାବରେ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ଏଠାରେ କୌଣସି ରାଜା ବା ବଂଶାନୁକ୍ରମିକ ଶାସକ ନଥାନ୍ତି । ଧନୀ-ଦରିଦ୍ର, ଉଚ୍ଚ-ନୀଚ, ଶିକ୍ଷିତ-ଅଶିକ୍ଷିତ ଜାତିଭେଦ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ହୋଇପାରନ୍ତି ।
  • ସମ୍ବିଧାନର ଉଦ୍ଦେଶ୍ୟ – ମୁଖବନ୍ଧର ଦ୍ବିତୀୟ ପର୍ଯ୍ୟାୟରେ ସମ୍ବିଧାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ସମ୍ବିଧାନ ପ୍ରତି ନାଗରିକକୁ ସ୍ଵାଧୀନତା ଓ ନ୍ୟାୟ ପ୍ରଦାନ କରିଛି । ବ୍ୟକ୍ତିର ଜୀବନକୁ ସର୍ବାଙ୍ଗ ସୁନ୍ଦର କରିବାକୁ ରାଷ୍ଟ୍ର ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠା କରିଛି । ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ରାଷ୍ଟ୍ର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଆଚରଣ କରିଥାଏ ।
  • ସମ୍ବିଧାନ ଗୃହୀତ ଦିନ – ପ୍ରସ୍ତାବନାର ଶେଷରେ ଲିଖ୍ ୧୯୪୯ ନଭେମ୍ବର ୨୬ ତାରିଖ ହେଉଛି ସମ୍ବିଧାନ ଗୃହୀତ ଦିବସ । ଏହି ଦିନ ସମ୍ବିଧାନ ପ୍ରଣୟନ ସଭା ସମ୍ବିଧାନକୁ ଗୃହୀତ କରିଥିଲା ।
    ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, ଭାରତ ସମ୍ବିଧାନ ପ୍ରସ୍ତାବନା ପୃଥ‌ିବୀର ଶ୍ରେଷ୍ଠ ସମ୍ବିଧାନଗୁଡ଼ିକ ମଧ୍ୟରୁ ଅନ୍ୟତମ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

୩ । ଭାରତ ସମ୍ବିଧାନର ମୁଖ୍ୟ ଲକ୍ଷଣଗୁଡ଼ିକ ବିଶ୍ଳେଷଣ କର ।
Answer:
ରାଷ୍ଟ୍ରର ଶାସନ ପରିଚାଳନା ପାଇଁ ଆବଶ୍ୟକ ମୌଳିକ ଆଇନ, ନୀତି ଓ ନିୟମର ସମାହାରକୁ ସମ୍ବିଧାନ କୁହାଯାଏ । ରାଷ୍ଟ୍ରର ମୌଳିକ ଆଇନଭାବେ ସମ୍ବିଧାନ ଜାତୀୟ ଆଦର୍ଶ ଓ ଲକ୍ଷ୍ୟ ସ୍ଥିର କରିଥାଏ । ପ୍ରତ୍ୟେକ ରାଷ୍ଟ୍ରର ସୁପରିଚାଳନା ପାଇଁ ସମ୍ବିଧାନ ଏକ ମୌଳିକ ଆବଶ୍ୟକତା । ଭାରତର ସମ୍ବିଧାନ ପ୍ରସ୍ତୁତ କରିବାପାଇଁ ୧୯୪୬ ଖ୍ରୀ.ଅ. ଡିସେମ୍ବର ୯ ତାରିଖରେ ଏକ ଶାସନ ବିଧେୟକ ସଭା କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଭାର ସଦସ୍ୟମାନେ ତତ୍କାଳୀନ ପୃଥ‌ିବୀର ବିଭିନ୍ନ ସମ୍ବିଧାନକୁ ଅଧ୍ୟୟନ କରି ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଏକ ସମ୍ବିଧାନ ଗୃହୀତ କରିଥିଲେ । ଏହି ସମ୍ବିଧାନ ୧୯୫୦ ଖ୍ରୀ.ଅ. ଜାନୁଆରୀ ୨୬ ତାରିଖ ଦିନ କାର୍ଯ୍ୟକାରୀ ହୋଇଥିଲା । ଭାରତ ସମ୍ବିଧାନର ମୌଳିକ ଲକ୍ଷଣମାନ ନିମ୍ନରେ ପ୍ରଦାନ କରାଗଲା ।

(୧) ବୃହତ୍ତମ ଲିଖ୍ ସମ୍ବିଧାନ:
ଭାରତୀୟ ସମ୍ବିଧାନ ପୃଥ‌ିବୀର ସର୍ବବୃହତ୍ ଲିଖ୍ ସମ୍ବିଧାନ ଅଟେ । ଏଥିରେ ସର୍ବମୋଟ ୩୯୫ଟି ଧାରା ଓ ୧୨ଟି ଅନୁସୂଚୀ ରହିଛି ।

(୨) ଉଦ୍ଧୃତ ସମ୍ବିଧାନ:
ଭାରତ ସମ୍ବିଧାନ ଏକ ମୌଳିକ ସମ୍ବିଧାନ ନୁହେଁ । ଏହା ମୁଖ୍ୟତଃ ଏକ ଉଦ୍ଧୃତ ସମ୍ବିଧାନ । ସମ୍ବିଧାନର ବର୍ଣ୍ଣିତ ୩୯୫ଟି ଧାରା ମଧ୍ଯର ପ୍ରାୟତଃ ୨୫୦ଟି ଧାରା ବିଭିନ୍ନ ସମ୍ବିଧାନର ଉଦ୍ଧତ କରାଯାଇଛି । ୧୯୩୫ ମସିହା ଭାରତ ଶାସନ ଆଇନର ଅନେକ ନୀତିକୁ ଏହି ସମ୍ବିଧାନରେ ସ୍ଥାନିତ କରାଯାଇଛି । ସଂସଦୀୟ ସରକାର ବ୍ୟବସ୍ଥା, ସଂସଦର ଆଇନ ପ୍ରଣୟନ ପ୍ରକ୍ରିୟା, ବାଚସ୍ପତିଙ୍କ କ୍ଷମତା, ଏକକ ନାଗରିକତ୍ଵ ପ୍ରଥା, ସର୍ବଭାରତୀୟ ଚାକିରି ବ୍ୟବସ୍ଥା ଇତ୍ୟାଦି ବ୍ରିଟିଶ ସମ୍ବିଧାନରୁ ଉଦ୍ଧୃତ । ସଂଘୀୟ ବ୍ୟବସ୍ଥା, ମୌଳିକ ଅଧିକାର ଓ ରାଷ୍ଟ୍ରପତିଙ୍କ ପଦଚ୍ୟୁତି ପଦ୍ଧତି ଆମେରିକା ସମ୍ବିଧାନରୁ ଉଦ୍ଧୃତ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ଆୟରଲ୍ୟାଣ୍ଡ ସମ୍ବିଧାନରୁ ଆନୀତ ହୋଇଛି । ଅବଶିଷ୍ଟ କ୍ଷମତା କେନ୍ଦ୍ରକୁ ପ୍ରଦାନ ଓ ସପ୍ରିମକୋର୍ଟର ପରାମର୍ଶଦାତା କ୍ଷମତା କାନାଡ଼ା ସମ୍ବିଧାନରୁ ଆସିଅଛି । ଯୁଗ୍ମ ତାଲିକା ଚିନ୍ତାଧାରା ଅଷ୍ଟ୍ରେଲିଆ ସମ୍ବିଧାନରୁ ଓ ରାଷ୍ଟ୍ରପତିଙ୍କ ଜରୁରୀକାଳୀନ କ୍ଷମତା ଜର୍ମାନୀର ୱେମର ସମ୍ବିଧାନରୁ ଉଦ୍ଧୃତ ହୋଇଅଛି ।

(୩) ସଂସଦୀୟ ସରକାର:
ଇଂଲଣ୍ଡପରି ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରଚଳିତ । ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ନିଗୂଢ଼ ସମ୍ପର୍କ ଥିବା ପରିଲକ୍ଷିତ ହୋଇଥାଏ । ସଂସଦୀୟ ଶାସନ ବ୍ୟବସ୍ଥାରେ ଜଣେ ନାମକୁମାତ୍ର ଶାସନକର୍ତ୍ତା ଓ ଅନ୍ୟ ଜଣେ ପ୍ରକୃତ ଶାସନକର୍ତ୍ତା ରହିଥା’ନ୍ତି । ଭାରତରେ ରାଷ୍ଟ୍ରପତି ନାମକୁମାତ୍ର ଶାସନକର୍ତ୍ତା ଭାବରେ କାର୍ଯ୍ୟ କରିବା ସମୟରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସହିତ ପ୍ରକୃତ ଶାସନକର୍ତ୍ତାର କାର୍ଯ୍ୟ କରିଥା’ନ୍ତି । ଓ ବ୍ୟକ୍ତିଗତଭାବେ ଉତ୍ତରଦାୟୀ ରହିଥା’ନ୍ତି । ସଂସଦର ଆସ୍ଥା ଥ‌ିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତାରେ ରହିଥାଏ ।

(୪) ଅର୍ଷ ରାଷ୍ଟ୍ରସଂଘ: ଭାରତ ସମ୍ବିଧାନରେ ସଂଘୀୟ ଶାସନ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ସମ୍ବିଧାନରେ ରାଷ୍ଟ୍ରସଂଘ ବିଷୟ ଉଲ୍ଲେଖ ନାହିଁ । ସମ୍ବିଧାନର ଧାରା-୧ ରେ ଭାରତକୁ ରାଜ୍ୟମାନଙ୍କର ଏକ ସମ୍ମଳନ ବୋଲି ଘୋଷଣା କରାଯାଇଛି । ଭାରତକୁ ଏକ ରାଷ୍ଟ୍ରସଂଘର ଆଖ୍ୟା ଦିଆଯାଇଛି । ରାଷ୍ଟ୍ରସଂଘରେ ୪ଟି ଉପାଦାନ ଥାଏ; ଯଥା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ
  • କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର
  • କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ କ୍ଷମତା ବଣ୍ଟନ
  • ସମ୍ବିଧାନ ଓ ନିରପେକ୍ଷ ନ୍ୟାୟାଳୟ ଭାରତ ସମ୍ବିଧାନରେ ଏହି ଚାରୋଟି ଉପାଦାନ ଥ‌ିବାରୁ ଏହାକୁ ଏକ ସଂଘୀୟ ସମ୍ବିଧାନ କୁହାଯାଏ; ମାତ୍ର କାର୍ଯ୍ୟଦୃଷ୍ଟିରୁ ବିଚାର କଲେ ଭାରତ ଏକ ଐକିକ ରାଷ୍ଟ୍ରପରି କାର୍ଯ୍ୟ କରିଥାଏ ।

(୫) ନମନୀୟତା ଓ ଅନମନୀୟତାର ସମନ୍ୱୟ:
ଯେଉଁ ସମ୍ବିଧାନରେ ସଂଶୋଧନ ପ୍ରଣାଳୀ ଅତ୍ୟନ୍ତ ସରଳ ଅର୍ଥାତ୍ ଦେଶରେ ବ୍ୟବସ୍ଥାପକ ସଭାଦ୍ବାରା ସମ୍ବିଧାନ ସଂଶୋଧନ କରାଯାଇପାରେ, ତାହାକୁ ନମନୀୟ ସମ୍ବିଧାନ କୁହାଯାଏ । ଅପରପକ୍ଷରେ ଯାହା କଷ୍ଟସାଧ୍ୟ ଓ ସଂଶୋଧନ ଧାରା ଅତ୍ୟନ୍ତ ଜଟିଳ ତାହା ଅନମନୀୟ ସମ୍ବିଧାନ । ଆମ ଭାରତୀୟ ସମ୍ବଧାନରେ ଦୁଇଟିଯାକ ପ୍ରଣାଳୀର ସମନ୍ୱୟ କରାଯାଇଛି । ଭାରତ ସମ୍ବିଧାନର ୩୬୮ ଧାରା ଅନୁସାରେ କେତେକ ସାମ୍ବିଧାନିକ ବ୍ୟବସ୍ଥାକୁ ସଂଶୋଧନ କରିବାପାଇଁ ସାଧାରଣ ଗରିଷ୍ଠତା; ଅର୍ଥାତ୍ ଅର୍ବାଧ‌ିକ ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଏହା ଅତ୍ୟନ୍ତ ସହଜସାଧ୍ୟ ବ୍ୟବସ୍ଥା ଅଟେ; ମାତ୍ର ମୌଳିକ ଅଧିକାର ଇତ୍ୟାଦି ବିଷୟରେ ସଂଶୋଧନ ପାଇଁ ଉପସ୍ଥିତ ଥ‌ିବା ଓ ଭୋଟ ଦେଇଥ‌ିବା ସଭ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ଓ ଗୃହର ମୋଟ ସଭ୍ୟଙ୍କ ଅନ୍ଧାଧିକ ଭୋଟ ଆବଶ୍ୟକ । ଏହା ଏକ ଜଟିଳ ପ୍ରକ୍ରିୟା । ତେଣୁ ଭାରତୀୟ ସମ୍ବିଧାନ ସଂଶୋଧନ ପଦ୍ଧତିକ ଅନଧ୍ୟାନକଲେ ଜଣାଯାଏ ଯେ ଏହା ଆମେରିକାର ସମ୍ବିଧାନ ପରି ଜଟିଳ ବା ଅନମନୀୟ ନୁହେଁ କି ବ୍ରିଟିଶ ସମ୍ବିଧାନ ପରି ସରଳ କି ନମନୀୟ ନୁହେଁ । ସାମ୍ବିଧାନିକ ପ୍ରଣେତାମାନେ ଉଭୟ ପଦ୍ଧତିରେ ଏକ ଅପୂର୍ବ ସମନ୍ଵୟ ପ୍ରତିଷ୍ଠା କରିଛନ୍ତି ।

CHSE Odisha Class 12 History Chapter 17 Short & Long Answer Questions in Odia Medium

(୬) ମୌଳିକ ଅଧ୍ୟାର:
ନାଗରିକମାନଙ୍କର ବ୍ୟକ୍ତିତ୍ଵର ବିକାଶ କରିବାପାଇଁ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେମାନଙ୍କୁ କେତେଗୁଡ଼ିଏ ମୌଳିକ ଅଧ୍ୟାର ପ୍ରଦାନ କରାଯାଇଥାଏ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଆମ ସମ୍ବିଧାନର ତୃତୀୟ ଭାଗରେ ୧୨ ଧାରାରୁ ୩୫ ଧାରା ମଧ୍ଯରେ ଛଅଗୋଟି ମୌଳିକ ଅଧୂକାର ଲିପିବଦ୍ଧ ହୋଇଅଛି । ସେହି

  • ସମାନତାର ଅଧିକାର
  • ସ୍ଵାଧୀନତାର ଅଧ୍ୟାର
  • ଶୋଷଣ ବିରୋଧୀ ଅସ୍ଵୀକାର
  • ଧର୍ମ ସ୍ଵାଧୀନତାର ଅଧିକାର
  • ଶିକ୍ଷାଗତ ଅଧ୍ୟାର
  • ସାମ୍ବିଧାନିକ ପ୍ରତିକାର ଅଧିକାର ସରକାର ସାଧାରଣତଃ ନାଗରିକର ମୌଳିକ ଅଧୁକାରରେ ହସ୍ତକ୍ଷେପ କରି ନଥା’ନ୍ତି । ଯଦି କାହାର ମୌଳିକ ଅଧିକାର କ୍ଷୁଣ୍ଣ ହୁଏ; ତେବେ ସେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ତାହା ସୁରକ୍ଷା କରିବାର ବ୍ୟବସ୍ଥା କରିପାରିବ ।

(୭) ମୌଳିକ କର୍ତ୍ତବ୍ୟ:
ଜଣେ ନାଗରିକ ଭାବରେ ଯେପରି ରାଷ୍ଟ୍ରଠାରୁ କେତେଗୁଡ଼ିଏ ଅଧିକାର ଉପଭୋଗ କରୁଛେ, ସେପରି ଭାବରେ ରାଷ୍ଟ୍ରପ୍ରତି ଆମର କେତେକ କର୍ତ୍ତବ୍ୟ ରହିବା ଉଚିତ । ଭାରତୀୟ ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ନାମରେ ୧୧ ଗୋଟି କର୍ତ୍ତବ୍ୟ ଉଲ୍ଲେଖ କରାଯାଇଛି । ୧୯୭୬ ମସିହା ୪୨ ତମ ସମ୍ବିଧାନ ସଂଶୋଧନ ଅନୁସାରେ ମୌଳିକ କର୍ତ୍ତବ୍ୟକୁ ସମ୍ବିଧାନରେ ସ୍ଥାନ ଦିଆଯାଇଛି । ସେହି ମୌଳିକ କର୍ତ୍ତବ୍ୟଗୁଡ଼ିକ ହେଲା –

  • ସମ୍ବିଧାନ, ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ ।
  • ଭାରତର ଜାତୀୟ ସ୍ଵାଧୀନତା ସଂଗ୍ରାମର ଆଦର୍ଶକୁ ଅନୁସରଣ ଓ ସଂରକ୍ଷଣ ।
  • ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତାର ସୁରକ୍ଷା ।
  • ଦେଶ ରକ୍ଷା ଓ ଏଥ‌ିପାଇଁ ଜାତୀୟ ସେବା ।
  • ଭ୍ରାତୃତ୍ଵ ପ୍ରତିଷ୍ଠା ଓ ନାରୀଜାତିର ମର୍ଯ୍ୟାଦାହାନି କରିବାଭଳି କାର୍ଯ୍ୟକଳାପରୁ ବିରତି ।
  • ଆତ୍ମ ବିଭବଶାଳୀ ସଂସ୍କୃତିର ମୂଲ୍ୟାୟନ ଓ ସଂରକ୍ଷଣ ।
  • ପ୍ରାକୃତିକ ପରିବେଶର ସୁରକ୍ଷା ଓ ଜୀବନ୍ତ ପ୍ରାଣୀଙ୍କ ପ୍ରତି ଦୟା ।
  • ବୈଜ୍ଞାନିକ ମନୋବୃତ୍ତି, ମାନବିକତା, ଅନୁସନ୍ଧିତ୍ସା ଓ ସଂସ୍କାରମୂଳକ ମନୋଭାବର ବିକାଶ ।
  • ଜାତୀୟ ସମ୍ପତ୍ତିର ସୁରକ୍ଷା ଓ ହିଂସା ମନୋଭାବ ପରିତ୍ୟାଗ ।
  • ଜାତିର ଉନ୍ନତି ପାଇଁ ବ୍ୟକ୍ତିଗତ ଓ ସାମୂହିକ ଉଦ୍ୟମ ।
  • ଚଉଦ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁକୁ ଶିକ୍ଷାପ୍ରଦାନ କରିବା ପିତାମାତା ଓ ଅଭିଭାବକଙ୍କ କର୍ତ୍ତବ୍ୟ !

(୮) ରାଷ୍ଟ୍ର ନୀତି ନିୟାମକ ତତ୍ତ୍ବ:
ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ ରୁ ୫୧ ମଧ୍ୟରେ ନିର୍ଦେଶମୂଳକ ରାଷ୍ଟ୍ରନୀତି ବା ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵ ଲିପିବଦ୍ଧ । ଏହିସବୁ ନୀତିକୁ କାର୍ଯ୍ୟକାରୀ କରିବାପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିଥା’ନ୍ତି । ସାମାଜିକ ଓ ଅର୍ଥନୈତିକ ପ୍ରକୃତିର ଭାରତକୁ ଏକ ପ୍ରଗତିଶୀଳ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରି ସାମାଜିକ ଓ ଗଣତନ୍ତ୍ର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ ନେଇ ଏହି ନୀତିଗୁଡ଼ିକ ସମ୍ବିଧାନରେ ସ୍ଥାନ ପାଇଥିଲା ।

(୯) ଧର୍ମନିରପେକ୍ଷ ରାଷ୍ଟ୍ର:
ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତ ଏକ ନିରପେକ୍ଷ ରାଷ୍ଟ୍ର । ତେଣୁ ଭାରତର କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ । ଏଠାରେ ରାଷ୍ଟ୍ର, ପ୍ରତ୍ୟେକ ଧର୍ମକୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ପ୍ରତ୍ୟେକ ଭାରତୀୟ ନିଜ ଇଚ୍ଛା ଅନୁସାରେ ଯେ କୌଣସି ଧର୍ମ ଗ୍ରହଣ କରି ପାରିବେ ଓ ଏହାର ପ୍ରସାର ଓ ପ୍ରଚାର କରିପାରିବେ । ଧର୍ମକୁ ନେଇ ଭାରତୀୟ ନାଗରିକମାନଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ । ସମ୍ବିଧାନର ମୌଳିକ ଅଧିକାରରେ ଧର୍ମଗତ ସ୍ବାଧୀନତା ପ୍ରଦାନ କରାଯାଇଛି ।

(୧୦) ସ୍ଵାଧୀନ, ସୁସଂହତ ଓ ନିରପେକ୍ଷ ବିଚାର ସଂସ୍ଥା:
ସମ୍ବିଧାନରେ ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥାର ବ୍ୟବସ୍ଥା କରାଯାଇଛି । ବିଚାର ବିଭାଗ ହେଉଛି ଭାରତ ସମ୍ବିଧାନର ରକ୍ଷାକବଚ ସ୍ବରୂପ । ଭାରତରେ ନିମ୍ନ ନ୍ୟାୟାଳୟଠାରୁ ଆରମ୍ଭ କରି ଉଚ୍ଚତମ ନ୍ୟାୟାଳୟ ପର୍ଯ୍ୟନ୍ତ ସମସ୍ତ ନ୍ୟାୟାଳୟ ଗୋଟିଏ ସୂତ୍ରରେ ବନ୍ଧା । ଏହା ବ୍ୟତୀତ ଜନସାଧାରଣ ଯେପରି ସହଜରେ ଓ ସୁବିଧାରେ ନ୍ୟାୟ ପାଇବେ ସେଥ‌ିପାଇଁ ଭାରତୀୟ ସମ୍ବିଧାନରେ ବହୁ ସ୍ତରୀୟ ବିଚାରାଳୟ ସ୍ଥାପନର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ନିମ୍ନ ବିଚାରାଳୟରୁ ଏହାର ଉପରିସ୍ଥ ବିଚାରାଳୟକୁ ନ୍ୟାୟ ବିଚାର ପାଇଁ ଆବେଦନ କରିବା ଅଧ୍ୟାର ଦିଆଯାଇଛି । ତେଣୁ ଆମ ଦେଶର ଜନସାଧାରଣ ବିଚାର ବିଭାଗଠାରୁ ନିଭୀକ ଓ ନିରପେକ୍ଷ ନ୍ୟାୟ ଆଶା କରିଥା’ନ୍ତି ।

(୧୧) ଏକକ-ନାଗରିକତା:
ସାଧାରଣତଃ ରାଷ୍ଟ୍ରସଂଘରେ ଦ୍ୱୈତ ନାଗରିକତା ପ୍ରଥା ପ୍ରଚଳିତ ଥାଏ; କିନ୍ତୁ ଭାରତ ରାଷ୍ଟ୍ରସଂଘ ହୋଇଥିଲେ ମଧ୍ୟ ଏଠାରେ ଏକକ ନାଗରିକତା ଦେଖିବାକୁ ମିଳିଥାଏ । ଭାରତପରି ଏକ ବହୁ ଭାଷାଭାଷୀ ରାଷ୍ଟ୍ରରେ ଏକକ-ନାଗରିକତ୍ଵ ପ୍ରଥା ଜାତୀୟ ସଂହତି ସ୍ଥାପନ ନିମିତ୍ତ ସହାୟକ ହୋଇଥାଏ ।

(୧୨) ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ର:
ପ୍ରସ୍ତାବନା ଅନୁସାରେ ଭାରତ ଏକ ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ର । ଭାରତ ସରକାର ଏହାର ଭୌଗୋଳିକ ପରିସୀମା ମଧ୍ୟରେ ବାସ କରୁଥିବା ନାଗରିକ ଓ ସଙ୍ଗଠନ ଉପରେ ଅଖଣ୍ଡ ଓ ନିରଙ୍କୁଶ କ୍ଷମତା ପ୍ରୟୋଗ କରିଥାଏ । ଏହା ଆଭ୍ୟନ୍ତରୀଣ ଓ ବୈଦେଶିକ ନୀତିକୁ ସ୍ଵାଧୀନ ଭାବେ ନିର୍ଦ୍ଧାରଣ କରିଥାଏ ।

(୧୩) ସାର୍ବଜନୀନ ସାବାଳକ ଭୋଟପ୍ରଥା:
ଭାରତର ସମ୍ବିଧାନ ଏକ ଗଣତାନ୍ତ୍ରିକ ସମ୍ବିଧାନ । ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଜନ୍ମ, ଶିକ୍ଷା ନିର୍ବିଶେଷରେ ମତଦାନ ଅଧିକାର ପାଇଛନ୍ତି । ଆମ ଦେଶରେ ସାବାଳକତ୍ଵ ବୟସ ସୀମା ୧୮ ବର୍ଷ । ଆମ ଦେଶରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାପାଇଁ ନିର୍ବାଚନ ଆୟୋଗ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଭାରତ ସମ୍ବିଧାନ ପୃଥ‌ିବୀରେ ସବୁଠାରୁ ବୃହତ୍ତମ ଓ ଏକ ମହାନ୍ ଗଣତାନ୍ତ୍ରିକ ସମ୍ବିଧାନ ଅଟେ ।

Leave a Comment