CHSE Odisha Class 12 History Chapter 2(a) Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା Short & Long Answer Questions.

CHSE Odisha 12th Class History Chapter 2(a) Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । କେବେ ଏବଂ କେଉଁମାନଙ୍କଦ୍ଵାରା ହରପ୍‌ପା ସଂସ୍କୃତି ଆବିଷ୍କୃତ ହୋଇଥୁଲା ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ବବିତ୍‌ମାନଙ୍କ ପ୍ରଚେଷ୍ଟାରେ ଦୁଇ ପ୍ରାଚୀନ ନଗରୀ ହରପ୍‌ପା ଓ ମହେଞ୍ଜୋଦାରୋର ଭଗ୍ନାବଶେଷ ମାଟିତଳୁ ଆବିଷ୍କୃତ ହୋଇଥିଲା ।

୨ । ହରପ୍‌ପା ଓ ମହେଞ୍ଜୋଦାରୋ କେଉଁଠାରେ ଅବସ୍ଥିତ ?
Answer:
ହରପ୍‌ପା ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ରାବୀ ନଦୀକୂଳରେ ଏବଂ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ ସିନ୍ଧୁନଦୀ କୂଳରେ ଅବସ୍ଥିତ । ଉଭୟ ନଗରୀ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

୩ । ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:
ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ଦୁର୍ଗ ଅଞ୍ଚଳରେ ଅବସ୍ଥିତ ଥିଲା । ଏହା ଅନେକଗୁଡ଼ିଏ ପ୍ରସ୍ତର ଚଟାଣକୁ ନେଇ ଗଠିତ ହୋଇଥିଲା । ପ୍ରତ୍ୟେକ ଚଟାଣର ଦୈର୍ଘ୍ୟ ଥିଲା 16 ମିଟର ପ୍ରସ୍ଥ ଥିଲା 6 ମିଟର । ବନ୍ୟା, ବାତ୍ୟା, ସଡ଼କ ଆଦି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବାପାଇଁ ଏହି ଶସ୍ୟାଗାର ଯେ ବ୍ୟବହୃତ ହୋଇଥିଲା, ଏଥୁରେ ସନ୍ଦେହର ଅବକାଶ ନାହିଁ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪। କେଉଁଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି ? ଏହାର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ?
Answer:
ମହେଞ୍ଜୋଦାରୋଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି । ଏହାର ଦୈର୍ଘ୍ୟ ୫୫ ମିଟର ଏବଂ ପ୍ରସ୍ଥ ୩୩ ମିଟର ଥଲା ।

୫ । ଲୋଥାଲ୍‌ଠାରେ କେଉଁ ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ ? ଏହା କାହିଁକି ପ୍ରସିଦ୍ଧ ଥିଲା ?
Answer:
ଲୋଥାଲ୍‌ଠାରେ ହରପ୍‌ପା ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ । ଏହା ବାଣିଜ୍ୟ କେନ୍ଦ୍ର ଭାବେ ପ୍ରସିଦ୍ଧ ଥିଲା ।

୬ । ହରପ୍‌ପା ସଭ୍ୟତାର ଅସ୍ତ୍ରଶସ୍ତ୍ର କେଉଁ କେଉଁ ଧାତୁରେ ନିର୍ମିତ ହୋଇଥିଲା ? ହରପ୍‌ପାବାସୀମାନେ କାହିଁକି ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଅସ୍ତ୍ରଶସ୍ତ୍ର ତମ୍ବା ଓ ବ୍ରୋଞ୍ଜରେ ନିର୍ମିତ ହେଉଥିଲା । ସେମାନେ ଶିକାର ପାଇଁ ତଥା ଯୁଦ୍ଧ ଓ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

୭। ହରପ୍‌ପା ସଂସ୍କୃତିର ସ୍ୱର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍ କ’ଣ କହିଛନ୍ତି ?
Answer:
ହରପ୍‌ପା ସଂସ୍କୃତିର ସ୍ବର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍‌ଙ୍କ ଉକ୍ତି ଥିଲା— ‘ସ୍ବର୍ଣ୍ଣ ଅଳଙ୍କାରଗୁଡ଼ିକ ଏତେ ସୁନ୍ଦର, ସୂକ୍ଷ୍ମ ଓ ଆକର୍ଷଣୀୟ ହୋଇଥିଲା ଯେ, ସତେ ଜଣାପଡୁଥିଲା ସେଗୁଡ଼ିକ ୫୦୦୦ ବର୍ଷ ପୂର୍ବେ କୌଣସି ଏକ ଗୃହରୁ ପ୍ରାପ୍ତ ନହୋଇ ଅଧୁନା ଲଣ୍ଡନସ୍ଥିତ ବଣ୍ଟ ରାସ୍ତାରେ ଥ‌ିବା ଯେକୌଣସି ଅଳଙ୍କାର ଦୋକାନରୁ ଅଣାଯାଇଛି ।’’

୮ । ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ କେଉଁ ଚାରିଜନ୍ତୁ ବିଦ୍ୟମାନ ଥିଲେ ?
Answer:
ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ ହସ୍ତୀ, ବ୍ୟାଘ୍ର, ଗଣ୍ଡା ଓ ମଇଁଷି ଏହି ଚାରିଜନ୍ତୁ ବିଦ୍ୟମାନ ଥିଲେ ।

୯ । କେଉଁଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି ? ଏହା କ’ଣ ସୂଚନା ଦେଉଛି ?
Answer:
କାଲିବଙ୍ଗଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି । ଏହି ଚିହ୍ନଗୁଡ଼ିକ ସୂଚନା ଦିଏ ଯେ ହରପପାବାସୀଙ୍କର ମୃତ୍ୟୁପରର ଜୀବନ ଉପରେ ବିଶ୍ଵାସ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସିନ୍ଧୁ ସଭ୍ୟତାର ଅଧ୍ବବାସୀମାନଙ୍କର ସାମାଜିକ ଜୀବନ କିପରି ଥିଲା ?
Answer:
ସିନ୍ଧୁ ସଭ୍ୟତାର ଅଧ୍ଵବାସୀମାନେ ପାରସ୍ପରିକ ସହଯୋଗ ଓ ସୁସଂହିତ ଜୀବନଯାପନ କରୁଥିଲେ । ସେମାନେ ବିଳାସପ୍ରିୟ ଥିଲେ । ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଅଳଙ୍କାର ପିନ୍ଧୁଥିଲେ । ତମ୍ବା, ସୁନା, ରୂପା, ବ୍ରୋଞ୍ଜ ଆଦି ଧାତୁର ବ୍ୟବହାର ଜାଣିଥୁଲେ କିନ୍ତୁ ଲୌହର ବ୍ୟବହାର ଜଣାନଥିଲା । ଧ୍ୱଂସାବଶେଷରୁ ମାଟିରେ ନିର୍ମିତ ମୂର୍ତ୍ତି ଓ ବିଭିନ୍ନ ପ୍ରକାର ଖେଳନା ବାହାରିଛି । ସେମାନେ କଳାପ୍ରିୟ ଥିଲେ । କାରୁକାର୍ଯ୍ୟପୂର୍ଣ୍ଣ ଅଳଙ୍କାର, ଚିତ୍ରିତ ମୃତ୍ତିକାପାତ୍ର ଓ ବହୁବିଧ କ୍ରୀଡ଼ାସାମଗ୍ରୀ ଉତ୍କୃଷ୍ଟ କଳାର ପ୍ରମାଣ ଦେଇଥାଏ । ଯୁଦ୍ଧ ଓ ପ୍ରତିରକ୍ଷା ନିମନ୍ତେ ସେମାନେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ସେମାନେ ମୃତବ୍ୟକ୍ତିକୁ ଅଗ୍ନିରେ ଦାହ କରୁଥିଲେ କିମ୍ବା ସମାଧୁ ଦେଉଥିଲେ । ବହିଃରାଷ୍ଟ୍ର ସହିତ ସେମାନଙ୍କର ବାଣିଜ୍ୟ ସମ୍ପର୍କ ଥିଲା । ସେମାନେ ପାରମ୍ପରିକତାରେ ବିଶ୍ଵାସ କରୁଥିଲେ । ମୋଟାମୋଟି ଭାବରେ ଦେଖୁବାକୁ ଗଲେ ସିନ୍ଧୁ ଅଧ୍ଵବାସୀଙ୍କର ସାମାଜିକ ଜୀବନ ଉନ୍ନତ ଥିଲା ।

୨ । ବୃହତ୍ ସ୍ଵାନାଗାର ସମ୍ପର୍କରେ ଟିପ୍ପଣୀ ପ୍ରଦାନ କର ।
Answer:
ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ଥିଲା ସବୁଠୁ ଆକର୍ଷଣୀୟ । ସ୍ନାନାଗାର ଥ‌ିବା ଗୃହଟିର ଦୈର୍ଘ୍ୟ ୧୮୦ ଫୁଟ (୫୫ ମିଟର), ପ୍ରସ୍ଥ ୧୮୦ ଫୁଟ (୩୩ ମିଟର) । ଜଳାଶୟର ଲମ୍ବା, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ୩୯ ଫୁଟ (୧୨ ମିଟର), ୨୩ ଫୁଟ (୭ ମିଟର) ଓ ୮ ଫୁଟ (୨.୫ ମିଟର) । ଜଳଭଣ୍ଡାର ସହିତ ଗୋଟିଏ କୂପରୁ ନଳ ସାହାଯ୍ୟରେ ନିର୍ମଳ ଜଳଯୋଗାଣ ଓ ଦୂଷିତ ଜଳର ନିଷ୍କାସନ ପାଇଁ ବ୍ୟବସ୍ଥା ଥିଲା । ସ୍ନାନାଗାରକୁ ପ୍ରବେଶ ପାଇଁ ଉଭୟ ପାର୍ଶ୍ଵରେ ଗ୍ୟାଲେରିର ବ୍ୟବସ୍ଥା ଥିଲା । ସ୍ନାନାଗାର ଚାରିପାଖରେ ଭିନ୍ନ ଭିନ୍ନ କୋଠରିମାନ ଦେଖୁବାକୁ ମିଳେ । ସେହି ସୁବୃହତ୍ ସ୍ନାନାଗାର ହେଉଛି ମହେଞ୍ଜୋଦାରୋରୁ ଆବିଷ୍କୃତ ହୋଇଥିବା ବାସଗୃହ ମଧ୍ୟରେ ସର୍ବାଧ‌ିକ ଚିତ୍ତାକର୍ଷକ ।

୩ । ସିନ୍ଧୁ ସଭ୍ୟତାର ସମୟ ନିରୂପଣ କର ।
Answer:
ଭାରତର ସର୍ବପ୍ରାଚୀନ ସିନ୍ଧୁ ସଭ୍ୟତାର ସମୟ ସମ୍ବନ୍ଧରେ ମତପାର୍ଥକ୍ୟ ଦେଖୁବାକୁ ମିଳେ । ସାର୍ ଜନ୍ ମାର୍ଶାଲ୍ ଏହି ସଭ୍ୟତାର ସମୟ ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ସୀମିତ ବୋଲି ମତପୋଷଣ କରିଛନ୍ତି । ପ୍ରନୃତତ୍ତ୍ଵ ବିଭାଗର ମୁଖ୍ୟ ସାର୍ ମର୍ଟିମର ହୁଇଲର ସିନ୍ଧୁ ସଭ୍ୟତାର ସମୟ ଖ୍ରୀ.ପୂ. ୨୫୦୦ ରୁ ୧୫୦୦ ମଧ୍ଯରେ ବୋଲି କହିଥିଲେ । ସମୟ କ୍ରମବିକାଶରେ C -୧୪ Method, ଫ୍ଲୋରେନ୍ ନାଇଟ୍ରୋଜେନ୍ ପରୀକ୍ଷା, ଜୀବାଶ୍ମ ପରୀକ୍ଷାଦ୍ଵାରା ହରପ୍ପା ସଭ୍ୟତାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି; ଯଥା – ପ୍ରାଥମିକ ସଭ୍ୟତା (ଖ୍ରୀ.ପୂ. ୩୫୦୦ ରୁ ୨୬୦୦), ବିକଶିତ ସଭ୍ୟତା (ଖ୍ରୀ.ପୂ. ୨୬୦୦ ରୁ ୧୮୦୦) ଏବଂ ପରବର୍ତ୍ତୀ ସଭ୍ୟତା (ଖ୍ରୀ.ପୂ. ୧୮୦୦ ପରଠାରୁ) ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪ । ହରପ୍ପା ଅଧ୍ବବାସୀଙ୍କ ଧର୍ମଭାବନା ବିଷୟରେ ଟିପ୍ପଣୀ ଦିଅ ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମଭାବନା ଥିଲା ଅନନ୍ୟ । ଭୂଖନନରୁ ଆବିଷ୍କୃତ ହୋଇଥିବା ସିଲ୍ ମୋହର, ବ୍ରୋଞ୍ଜ ଓ କାଦୁଅ ନିର୍ମିତ ମୂର୍ତ୍ତିରୁ ସେମାନଙ୍କ ଧର୍ମବିଶ୍ଵାସ କଥା ଜଣାପଡ଼େ । ସେମାନେ ସୃଷ୍ଟିର ଉତ୍ସ ଭାବରେ ମାତୃଦେବୀଙ୍କୁ ପୂଜା କରୁଥିଲେ । ସେମାନେ ପଶୁପତି ବା ଶିବଙ୍କୁ ଉପାସନା କରୁଥିବାର ପ୍ରମାଣ ମିଳେ । ଏତଦ୍‌ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ଜୀବଜନ୍ତୁ; ଯଥା— ବୃଷଭ, ବ୍ୟାଘ୍ର, ଗଣ୍ଡାର, ମହିଷ, ସର୍ପ ପ୍ରଭୃତିଙ୍କୁ ଆରାଧନା କରୁଥିଲେ । ସେମାନେ ସୂର୍ଯ୍ୟଦେବ ବା ସ୍ଵସ୍ତିକ ଉପାସନା କରୁଥିଲେ । ଅଶ୍ଵତ୍‌ଥ ଗଛ ଓ ନିମ୍ବଗଛକୁ ପୂଜା କରୁଥିଲେ । ସେମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ପ୍ରକଟ କରିଥିଲେ ।

୫। ହରପ୍‌ପା ଅଧିବାସୀମାନଙ୍କର ବାଣିଜ୍ୟ କାରବାର କିଭଳି ଥୁଲା ?
Answer:
ଉନ୍ନତ ଶିଳ୍ପ ସହିତ ହରପ୍ପା ସଭ୍ୟତାର ଅଧ୍ଵବାସୀମାନେ ବାଣିଜ୍ୟ ବ୍ୟବସାୟ ଉପରେ ଗୁରୁତ୍ୱାରୋପ କରୁଥିଲେ । ସେମାନେ ଭାରତ ବାହାରର ବିଭିନ୍ନ ସ୍ଥାନ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ମୋହର, ମାପ ଓ ଓଜନ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ପ୍ରସ୍ତରଖଣ୍ଡ ଏବଂ ବିଭିନ୍ନ ଆମଦାନୀ ଓ ରପ୍ତାନୀ ଦ୍ରବ୍ୟରୁ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଥାଏ । ହରପ୍‌ପା ସଭ୍ୟତାର ବାଣିଜ୍ୟିକ କେନ୍ଦ୍ରସ୍ଥଳଗୁଡ଼ିକ ମଧ୍ୟରୁ ହରପ୍‌ପା ଏବଂ ମହେଞ୍ଜୋଦାରେ ଥିଲା ପ୍ରଧାନ । ସହର ଏବଂ ଏହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ମଧ୍ୟରେ ଯୋଗସୂତ୍ର ସ୍ଥାପନଦ୍ଵାରା ଏହି ସଭ୍ୟତାର ବାଣିଜ୍ୟ ବ୍ୟବସାୟ ବିକାଶଲାଭ କରିଥିଲା । ବିଶେଷକରି ଗହମ, ଯବ, ବିଭିନ୍ନ ଶସ୍ୟ ଏବଂ କାର୍ପାସ୍ ବସ୍ତ୍ର ସେମାନେ ରପ୍ତାନି କରୁଥିଲେ ।

୬ । ହରପ୍‌ପା ଅଧ୍ଵବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସ୍ଵଚ୍ଛଳ ଥିଲା । କୃଷି, ପଶୁପାଳନ, ଶିଳ୍ପ ଏବଂ ବାଣିଜ୍ୟ ବ୍ୟବସାୟଦ୍ଵାରା ସେମାନେ ଏକ ସ୍ଵଚ୍ଛଳ ଆର୍ଥନୀତିକ ଅବସ୍ଥା ସୃଷ୍ଟି କରିଥିଲେ । ହର୍‌ପପାର ଲୋକମାନେ ମୁଖ୍ୟତଃ କୃଷିଜୀବୀ ଥିଲେ । ସେମାନେ ଗହମ, ମେଣ୍ଢା, ହାତୀ, ଘୁଷୁରି, ଓଟ ଆଦି ପଶୁଙ୍କୁ ଗୃହରେ ପାଳନ କରୁଥିଲେ । କୃଷି ସହିତ ପଶୁପାଳନ ମଧ୍ୟ ସେମାନଙ୍କର ଆର୍ଥନୀତିକ ଅବସ୍ଥାକୁ ସ୍ୱଚ୍ଛଳ କରିଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୭ । ସିନ୍ଧୁ ସଭ୍ୟତାକୁ କାହିଁକି ହରପ୍‌ପା ସଭ୍ୟତା ବୋଲି କୁହାଯାଏ ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ୱବିତ୍‌ ମାନଙ୍କର ପ୍ରଚେଷ୍ଟାରେ ହରପ୍‌ପା ଓ ମହେଞ୍ଜୋଦାରୋ, ଦୁଇଟି ନଗରୀର ଧ୍ୱଂସାବଶେଷଶ ଆବିଷ୍କାର କରାଯାଇଥିଲା । ପ୍ରଥମ ନଗରୀ ହରପ୍‌ପା ପଞ୍ଜାବ ପ୍ରଦେଶର ମଣ୍ଟେଗୋମାରୀ ଜିଲ୍ଲାର ଭାବୀ ନଦୀ କୂଳରେ ଏବଂ ଦ୍ଵିତୀୟ ନଗରୀ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁ ନଦୀ କୂଳରେ ଅବସ୍ଥିତ । ସମୟକ୍ରମେ ଭାରତ ଏବଂ ଭାରତ ବାହାରେ ଏପର୍ଯ୍ୟନ୍ତ ଏକହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ଏହି ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଅଛି । ସର୍ବପ୍ରଥମେ ହରପ୍‌ପାରୁ ଆବିଷ୍କୃତ ଏହି ସଭ୍ୟତାର ସାମଞ୍ଜସ୍ୟ ପ୍ରତ୍ୟେକ ସ୍ଥାନରେ ପରିଲକ୍ଷିତ ହୋଇଥାଏ । ତେଣୁ ଐତିହାସିକମାନେ ଭାରତର ସିନ୍ଧୁ ନଦୀକୂଳରେ ଗଢ଼ିଉଠିଥିବା ଏହି ପ୍ରାଚୀନ ସଭ୍ୟତାକୁ ହରପ୍‌ପା ସଭ୍ୟତା ବା ହରପ୍‌ପା ସଂସ୍କୃତି ରୂପେ ଅଭିହିତ କରିଥା’ନ୍ତି ।

୮ । ହରପ୍‌ପା ଅଧିବାସୀମାନଙ୍କର ଲିପି ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଭାଷା ଓ ଲିପି ସମ୍ପର୍କରେ ଏଯାବତ୍ କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ସିଲ୍‌ଗୁଡ଼ିକରୁ ମିଳିଥିବା ଲିପି ଏବଂ ଲେଖର ପାଠୋଦ୍ଧାର ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ଏପର୍ଯ୍ୟନ୍ତ ୪୦୦ରୁ ଊର୍ଦ୍ଧ୍ଵଲେଖ ଆବିଷ୍କୃତ ହୋଇସାରିଅଛି । ସେଗୁଡ଼ିକ କୀଳକ ଲିପିରେ ଲିଖୁତ । ସଭ୍ୟତାର ବିଭିନ୍ନ ପର୍ଯ୍ୟାୟରେ ଏହି ଲିପିଗୁଡ଼ିକର କୌଣସି ପରିବର୍ତ୍ତନ ହୋଇନାହିଁ । କେତେକ ଐତିହାସିକ ଏହାକୁ ତାମିଲ ଆଦି ଦ୍ରାବିଡ଼ ଭାଷାବର୍ଗ ସହିତ ସମ୍ପର୍କ ରହିଥିବାର ବର୍ଣ୍ଣନା କରିଥାନ୍ତି । ମାତ୍ର ପ୍ରଫେସର ଏସ୍.ଆର୍. ରାଓ ଏହି ଲିପିର ପାଠୋଦ୍ଧାର କରିବାପାଇଁ ପ୍ରଯନ୍ତ୍ର କରିଛନ୍ତି । ଏହି ଲିପିରୁ କ୍ରମବିକାଶ ହୋଇ ହିନ୍ଦୀ, ନାଗରୀ ଆଦି ବିଭିନ୍ନ ଭାଷା ଅକ୍ଷରମାନ ସୃଷ୍ଟି ହୋଇଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ବହୁଲିପିର ପାଠୋଦ୍ଧାର କରାଯାଇ ସାରିଲାଣି । ଏହାଦ୍ଵାରା ସିନ୍ଧୁ ସଭ୍ୟତା ବିଷୟରେ ଆଗାମୀ ଦିନଗୁଡ଼ିକରେ ବହୁ ତଥ୍ୟ ଜଣାପଡ଼ିବାର ସମ୍ଭାବନା ଉଜ୍ଜ୍ବଳ ହୋଇଉଠିଛି ।

୯ । ସିନ୍ଧୁ ସଭ୍ୟତାର ବିଲୟର କାରଣଗୁଡ଼ିକ କ’ଣ ଥିଲା ?
Answer:
ଖ୍ରୀଷ୍ଟପୂର୍ବ ୧୭୦୦ରୁ ୧୫୦୦ ମଧ୍ୟରେ କୌଣସି ଏକ ସମୟରେ ହରପ୍‌ପା ସଭ୍ୟତାର ଅବସାନ ଘଟିଛି ବୋଲି ବିଶ୍ଵାସ କରାଯାଏ । ଏହାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନଥିଲେ ମଧ୍ୟ ଏହା କେତେକ କାରଣ ଯୋଗୁ ହୋଇପାରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମର୍ଟିମର୍ ହୁଇଲର୍ କହିଛନ୍ତି ଯେ, ଆକ୍ରମଣ ପାଇଁ ମହେଞ୍ଜୋଦାରୋ ଓ ହରପ୍‌ପା ଧ୍ଵଂସମୁଖରେ ପଡ଼ିଥିଲା । ଅନ୍ୟ କେତେକ ଐତିହାସିକଙ୍କ ମତରେ, ସିନ୍ଧୁ ଉପତ୍ୟକାର ଜଳବାୟୁ ପରିବର୍ତ୍ତନ ଫଳରେ ମହେଞ୍ଜୋଦାରୋ –ହରପ୍‌ପା ପ୍ରାକୃତିକ ଗତିରେ ସଂସପ୍ରାପ୍ତ ହୋଇଯାଇଥିଲା । ସିନ୍ଧୁ ନଦୀର ବନ୍ୟା ଓ ସିନ୍ଧୁ ଉପତ୍ୟକାର ଭୂକମ୍ପ ଏହି ସଭ୍ୟତାର ବିଲୟର ଅନ୍ୟ କାରଣ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ହରପ୍ପା ସଂସ୍କୃତିର ନଗର ପରିକଳ୍ପନାର ମୁଖ୍ୟ ଦିଗଗୁଡ଼ିକ ଉପରେ ଆଲୋକପାତ କର ।
Answer:
ପୃଥ‌ିବୀର ପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରେ ସିନ୍ଧୁ ସଭ୍ୟତା ଅନ୍ୟତମ । ଏହି ସଭ୍ୟତାଟି ସିନ୍ଧୁନଦୀର ଅବବାହିକାରେ ବିକାଶଲାଭ କରିଥିଲା । ୧୯୨୧-୨୨ ଖ୍ରୀ.ଅ.ରେ ସାର୍ ଜନ୍ ମାର୍ଶାଲଙ୍କ ନେତୃତ୍ଵରେ ଭୂଖନନଦ୍ୱାରା ଏହି ସଭ୍ୟତା ଆବିଷ୍କୃତ ହୋଇଥିଲା । ଏହି ସଭ୍ୟତାଟି ସହରୀୟ ସଭ୍ୟତା ଥିଲା । ଭୂଖନନଦ୍ଵାରା ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଆବିଷ୍କୃତ ହୋଇଥିଲା । ହରପ୍ପା ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାର ରାବୀ ନଦୀ କୂଳରେ ଅବସ୍ଥିତ ଥିବା ସ୍ଥଳେ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁନଦୀ କୂଳରେ ଅବସ୍ଥିତ । ସଭ୍ୟତାର ବିକାଶ ସମୟ ଉପରେ ଐତିହାସିକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ସାର୍ ଜନ୍ ମାର୍ଶାଲଙ୍କ ମତରେ, ଏହି ସଭ୍ୟତାଟି ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ଗଢ଼ିଉଠିଥିଲା । ସାର୍ ମର୍ଟିମର୍ ହୁଇଲର୍ ଏହି ସଭ୍ୟତାର ସମୟ ସୀମାକୁ ଖ୍ରୀ.ପୂ. ୨୫୦୦ରୁ ୧୫୦୦ ମଧ୍ୟରେ ସୀମିତ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି । ସମସ୍ତ ଉକ୍ତିକୁ ବିଚାରକୁ ନେଇ ଅନୁମାନ କରାଯାଏ ଯେ ଖ୍ରୀ.ପୂ. ୩୦୦୦ ବେଳକୁ ସିନ୍ଧୁ ସଭ୍ୟତାର ତା’ର ପୂର୍ଣ୍ଣତାଲାଭ କରିଥିଲା ।

  • ନଗର ପରିକଳ୍ପନା – ବାସ୍ତବିକ ସିନ୍ଧୁ ସଭ୍ୟତାର ନଗର ନିର୍ମାଣଶୈଳୀ ଥୁଲା ମନୋଲୋଭା ଓ ଆକର୍ଷଣୀୟ । ସେମାନେ ନିଜର ନିଜସ୍ଵ ଦକ୍ଷତା ଓ ବୁଦ୍ଧି ବଳରେ ଏହି ନଗର ନିର୍ମାଣ କରିଥିଲେ । ନଗର ନିର୍ମାଣ ଓ ନାଗରିକ ଜୀବନଯାପନ ଦୃଷ୍ଟିରୁ ସିନ୍ଧୁ ଅଧ୍ଵବାସୀମାନେ ମିଶର ଓ ମେସୋପୋଟାମିଆଠାରୁ ଉନ୍ନତ ଓ ପ୍ରଗତିଶୀଳ ଥିଲେ ।
  • ଦୁର୍ଗ ଓ ଜନବସତି ଅଞ୍ଚଳ – ହରପ୍ପା ସଭ୍ୟତାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ନଗର ନିର୍ମାଣ । ପ୍ରତ୍ୟେକ ନଗରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଉଚ୍ଚସ୍ଥାନରେ ନିର୍ମିତ ହୋଇଥିଲା ଦୁର୍ଗ । ଏଠାରେ ଶାସକଗୋଷ୍ଠୀ ବା ପୁରୋହିତମାନେ ବସବାସ କରୁଥିଲେ । ଦୁର୍ଗର ନିମ୍ନଭାଗରେ ବିସ୍ତାରଲାଭ କରିଥିଲା ଜନବସତି ଅଞ୍ଚଳ । ନଗରର ଚତୁଃପାର୍ଶ୍ବ ପ୍ରାଚୀର ପରିବେଷ୍ଟିତ ଥିଲା । ହରପ୍ପା ଓ ମହେଞ୍ଜୋଦାରୋର ଗୃହଗୁଡ଼ିକ ପୋଡ଼ାଇଟାରେ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗୃହରେ ଶୟନକକ୍ଷ, ବୈଠକଘର ଓ ରୋଷେଇଘର ଥିଲା । ଗୃହଗୁଡ଼ିକରେ ସ୍ନାନାଗାର ଥିଲା ଏବଂ ଏହାର ଜଳ ନିଷ୍କାସନ ପାଇଁ ଛୋଟ ନାଳଗୁଡ଼ିକ ଥିଲା । ଏହି ଛୋଟ ନାଳଗୁଡ଼ିକ ବଡ଼ ନାଳକୁ ସଂଯୋଗ କରୁଥିଲା । ଗୃହରୁ ନଳା ଦେଇ ମଇଳା ପାଣି ଓ ଆବର୍ଜନା ନିର୍ଗତ ହେଉଥିଲା ଏବଂ ସହରର ମୁଖ୍ୟ ନାଳରେ ପଡ଼ୁଥିଲା ।
  • ରାସ୍ତା – ଅତ୍ୟାଧୁନିକ ନଗର ପରିକଳ୍ପନା ଅନୁଯାୟୀ ରାସ୍ତାର ଉଭୟ ପାର୍ଶ୍ଵରେ ଧାଡ଼ି ଧାଡ଼ି ହୋଇ ଗୃହଗୁଡ଼ିକ ତିଆରି ହୋଇଥିଲା । ରାସ୍ତାଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣକୁ ଲମ୍ବିଥିଲା । ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା । ରାସ୍ତା ଧାରରେ ନିଷ୍କାସନ ନାଳଗୁଡ଼ିକ ସଂଲଗ୍ନ ହୋଇ ନଗରର ଶେଷମୁଣ୍ଡ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ରାସ୍ତାଗୁଡ଼ିକରେ ଆଲୋକର ବ୍ୟବସ୍ଥା ଥିଲା । କେତେକ ମୁଖ୍ୟ ରାସ୍ତାର ଓସାର ୩୪ ଫୁଟ ଥିବାର ଅନୁମାନ କରାଯାଏ ।
  • ସର୍ବସାଧାରଣ ଗୃହ – ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ନିକଟରେ ଆବିଷ୍କୃତ ହୋଇଥିଲା ଏକ ବୃହତ୍ ଗୃହ । ଏହାର ଦୈର୍ଘ୍ୟ ୨୩୦ ଫୁଟ ଓ ପ୍ରସ୍ଥ ୭୮ ଫୁଟ । ଏଥିରେ ୩୩ ଫୁଟ ଲମ୍ବର ବୃହତ୍ ବାରଣ୍ଡା ସଂଲଗ୍ନ ହୋଇଥିବାର ଦେଖାଯାଇଥାଏ । ଏହି ଗୃହରେ କାଠ ନିର୍ମିତ ସ୍ତମ୍ଭମାନ ଲାଗିଥିଲା । ଏହି ଗୃହ ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ବାଦାନୁବାଦ ଦେଖାଯାଇଥାଏ । କେତେକ ଏହାକୁ ଉଚ୍ଚପଦବୀ ଅଳଙ୍କୃତ କରିଥିବା ଶାସକ ଶ୍ରେଣୀର କର୍ମଚାରୀଙ୍କ ବାସଗୃହରୂପେ ବର୍ଣ୍ଣନା କରିଥିବାବେଳେ ଅନ୍ୟମାନେ ଏହାକୁ ସର୍ବସାଧାରଣ ଗୃହ ବୋଲି ବର୍ଣ୍ଣନା କରିଥା’ନ୍ତି ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ବୃହତ୍ ଶସ୍ୟାଗାର – ହରସ୍କାର ଧ୍ୱଂସାବଶେଷ ମଧ୍ୟରୁ ଆବିଷ୍କୃତ ହୋଇଥିବା କେତେଗୁଡ଼ିଏ ଘରକୁ ସାଧାରଣ ଶସ୍ୟାଗାର ବା ଶସ୍ୟଭଣ୍ଡାର ବୋଲି ଅନୁମାନ କରାଯାଇଛି । ପ୍ରତ୍ୟେକଟି ଶସ୍ୟାଗାର ୫୦ ଫୁଟ ଲମ୍ବ ୨୦ ଫୁଟ ଓସାର ଥ‌ିବାର ଅନୁମାନ କରାଯାଏ । ଶସ୍ୟାଗାରଗୁଡ଼ିକ ହରପ୍ପା–ମହେଞ୍ଜୋଦାରୋର ଅର୍ଥନୈତିକ ସମୃଦ୍ଧି ପ୍ରମାଣ କରିଥାଏ । ପ୍ରଚୁର ମାତ୍ରାରେ ଗଚ୍ଛିତ ଶସ୍ୟ ନାଗରିକ ଜୀବନର ସ୍ଵାଚ୍ଛନ୍ଦ୍ୟ ଦିଗରେ ନିଶ୍ଚୟ ସହାୟକ ଥିଲା ।
  • ବୃହତ୍ ସ୍ନାନାଗାର – ମହେଞ୍ଜୋଦାରୋର ସୁବୃହତ୍ ସ୍ନାନାଗାର ସିନ୍ଧୁ ସଭ୍ୟତାର ଏକ ପ୍ରସିଦ୍ଧ ନିଦର୍ଶନରୂପେ ବିବେଚିତ ହୋଇଛି । ସ୍ନାନାଗାର ଅବସ୍ଥିତ ଥ‌ିବା ଗୃହଟିର ଲମ୍ବ ୧୮୦ ଫୁଟ (୫୫ ମିଟର) ଓ ପ୍ରସ୍ଥ ୧୦୮ ଫୁଟ (୩୩ ମିଟର) ଥିଲା । କେବଳ ସ୍ନାନାଗାରର ଲମ୍ବ ୩୯ ଫୁଟ (୧୨ ମିଟର), ପ୍ରସ୍ଥ ୨୩ ଫୁଟ (୭ ମିଟର) ଓ ଗଭୀରତା ୮ ଫୁଟ (୨.୫ ମିଟର) । ସ୍ନାନାଗାରକୁ ପ୍ରବେଶ କରିବାପାଇଁ ଉଭୟ ପାର୍ଶ୍ଵରେ ପାହାଚମାନ ଥିଲା । ସ୍ନାନାଗାରର କାନ୍ଥ ଓ ଚଟାଣ ଖୁବ୍ ଶକ୍ତ ଓ ସୁଦୃଢ଼ଭାବରେ ନିର୍ମିତ ହୋଇଥିଲା । ନିକଟରେ ଏକ ବଡ଼ କୂଅ ମଧ୍ୟରୁ ସ୍ନାନାଗାରକୁ ପାଣି ଆସିବାର ବନ୍ଦୋବସ୍ତ ଥିଲା । ନଳ ଦେଇ ସ୍ନାନାଗାରକୁ ପାଣି ପ୍ରବେଶ ଓ ନିଷ୍କାସିତ ହେଉଥିଲା । ସ୍ନାନାଗାରକୁ ଲାଗି ଛୋଟ ଛୋଟ କୋଠରିମାନ ଥିଲା । ସ୍ନାନାଗାରର ତିନିପାର୍ଶ୍ଵରେ ବସିବାପାଇଁ ଗ୍ୟାଲେରିଗୁଡ଼ିକ ନିର୍ମିତ ହୋଇଥିଲା ।
  • ଜଳ ନିଷ୍କାସନ ବ୍ୟବସ୍ଥା – ନଗର ପରିକଳ୍ପନାରେ ଜଳ ନିଷ୍କାସନ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଥିଲା । ଏହି ସଭ୍ୟତାର ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ଅନ୍ୟ କୌଣସି ପ୍ରାଗୈତିହାସିକ ସଭ୍ୟତାରେ ପରିଦୃଷ୍ଟ ହୁଏ ନାହିଁ । ଉତ୍ତମ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖୁ ସେମାନେ ରାସ୍ତାର ଉଭୟ ପାର୍ଶ୍ଵରେ ନାଳ ବା ନର୍ଦ୍ଦମାଗୁଡ଼ିକ ନିର୍ମାଣ କରିଥିଲେ । ଏଥୁରେ ଦୂଷିତ ଜଳ ଓ ଆବର୍ଜନା ନିଷ୍କାସିତ ହେଉଥିଲା । ନାଳଗୁଡ଼ିକ ଆଚ୍ଛାଦିତ ଥିଲା । ପ୍ରତ୍ୟେକ ଗୃହରୁ ଗୃହପାର୍ଶ୍ଵବର୍ତୀ ରାସ୍ତା ପର୍ଯ୍ୟନ୍ତ ଏବଂ ରାସ୍ତା ପାର୍ଶ୍ଵବର୍ତ୍ତୀ ନାଳରୁ ମୁଖ୍ୟ ନିଷ୍କାସନ ନାଳପର୍ଯ୍ୟନ୍ତ ସଂଯୋଗ ବ୍ୟବସ୍ଥା ରହିଥିଲା । ବାସ୍ତବିକ ସିନ୍ଧୁ ସଭ୍ୟତାର ସୁପରିକଳ୍ପିତ ନଗର ଯୋଜନା, ରୁଚିସମ୍ପନ୍ନ ବାସଗୃହ, ସୁଦୀର୍ଘ ଓ ପ୍ରଶସ୍ତ ରାସ୍ତା, ସୁସ୍ଥ ନାଗରିକ ଜୀବନ, ବୃହତ୍ ସ୍ନାନାଗାର, ବିଶାଳ ଶସ୍ୟାଗାର, ଅଭିନବ ଜଳ ନିଷ୍କାସନ ପଦ୍ଧତି ପ୍ରଭୃତି ବୈଶିଷ୍ଟ୍ୟଗୁଡ଼ିକ ଏହି ସଭ୍ୟତାକୁ ସୁନ୍ଦର, ସରସ ଓ ଆକର୍ଷଣୀୟ କରି ଥିଲା । ଯେତେବେଳେ ମିଶର ବାସୀମାନେ ପିରାମିଡ୍, ମେସୋପୋଟାମିଆବାସୀମାନେ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିଲେ, ସେତେବେଳେ ହରପ୍ପାବାସୀମାନେ ନିଜର ବସବାସ ପାଇଁ ଆକର୍ଷଣୀୟ ଗୃହଗୁଡ଼ିକ ନିର୍ମାଣ କରିଥିଲେ । ଗୃହ ଓ ନଗର ନିର୍ମାଣ କ୍ଷେତ୍ରରେ ସିନ୍ଧୁ ସଭ୍ୟତା ସମଗ୍ର ବିଶ୍ବରେ ଏକ ଅଦ୍ଵିତୀୟ ସ୍ଥାନ ଅଧୁକାର କରିଛି ।

୨ । ହରପ୍ପା ଅଧିବାସୀମାନଙ୍କର ସାମାଜିକ ଓ ଅର୍ଥନୈତିକ ଜୀବନ ଉପରେ ଆଲୋକପାତ କର ।
Answer:
ଏକ ସୁସଂହତ ତଥା ସନ୍ତୁଳିତ ଜୀବନ ଥିଲା ଏହି ସମାଜର ଆଭିମୁଖ୍ୟ । ସହରୀ ସଭ୍ୟତାର ଛାପ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ହରପ୍ପା ସଭ୍ୟତାର ସାମାଜିକ ଜୀବନରେ । ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ହୋଇଥିବା ବିଭିନ୍ନ ପ୍ରକାର ସିଲ୍ ମୋହର, ମୂର୍ତ୍ତି ଓ ଖୋଦିତ ଚିତ୍ରରୁ ଅଧିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନ ବିଷୟରେ ବହୁ ତଥ୍ୟର ପରିଚୟ ମିଳେ । ହରପ୍ପାବାସୀଙ୍କର ସାମାଜିକ ଜୀବନ ବେଶ୍ ଉନ୍ନତ ଓ ପରିମାର୍ଜିତ ଥିଲା ।

  • ବର୍ଷଭେଦ – ହରପାରେ ସଭ୍ୟତା ବିଭିନ୍ନ ବର୍ଣ୍ଣର ଲୋକ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରେ ପ୍ରୋଟୋ – ଅଷ୍ଟ୍ରେଲୀୟ, ମଙ୍ଗୋଲୀୟ, ଭୂମଧ୍ଯସାଗରୀୟ ଓ ଆଲ୍‌ପାନୀୟ ବର୍ଷର ଲୋକ ବାସ କରୁଥିଲେ । ସେମାନଙ୍କ ମଧ୍ୟରେ ସଂହତି ରହିଥିଲା । ସମାଜରେ ଶାନ୍ତି ବିରାଜମାନ କରୁଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ଖାଦ୍ୟ – ହରପ୍ପା ସଭ୍ୟତାର ଅଧିବାସୀମାନେ ଉଚ୍ଚମାନର ସୁସ୍ୱାଦୁ ଖାଦ୍ୟ ଭକ୍ଷଣ କରୁଥିଲେ । ସେମାନଙ୍କ ମୁଖ୍ୟ ଖାଦ୍ୟଦ୍ରବ୍ୟ ମଧ୍ୟରେ ଗହମ, ଧାନ, ଯବ, କ୍ଷୀର, ମାଛ, ମାଂସ, ଫଳମୂଳ ଓ ପନିପରିବା ଆଦି ପ୍ରଧାନ ଥିଲା । ସେମାନେ ମଧ୍ୟ ଛେଳି, କୁକୁଡ଼ା ଓ ଘୁଷୁରି ମାଂସ ଭକ୍ଷଣ କରୁଥିଲେ ।
  • ପୋଷାକ ଓ ପ୍ରସାଧନ – ହରପ୍ପା ସଭ୍ୟତାର ଅଧିବାସୀମାନେ ତୁଳା ଓ ପଶମର ତିଆରି ବସ୍ତ୍ର ପରିଧାନ କରୁଥିଲେ । ପୁରୁଷମାନେ କଟିବସ୍ତ୍ର ବ୍ୟବହାର କରୁଥିଲେ । ଶରୀରର ଉପରିଭାଗରେ ଆଉ ଖଣ୍ଡିଏ ଲୁଗା ପକାଉଥିଲେ । ଉଭୟ ନାରୀ ଓ ପୁରୁଷଙ୍କ ବସ୍ତ୍ର ମଧ୍ୟରେ ବିଶେଷ ଫରକ ନଥିଲା । ବିଭିନ୍ନ ପ୍ରକାରର ପ୍ରସାଧନର ବ୍ୟବହାରରୁ ଏହି ସଭ୍ୟତାର ଲୋକମାନେ ବିଳାସପ୍ରିୟ ଥ‌ିବାର ଅନୁମାନ କରାଯାଏ । ସେମାନେ ବିଭିନ୍ନ ଶୈଳୀରେ କେଶବିନ୍ୟାସ କରୁଥିଲେ । ମୁହଁରେ ପ୍ରଲେପ ବୋଳିବା ସଙ୍ଗେ ସଙ୍ଗେ ଓଠରେ ଅଧରରଞ୍ଜନୀ ଲଗାଉଥିଲେ । ପୁରୁଷମାନେ ଦାଢ଼ି ରଖିବାକୁ ଭଲ ପାଉଥିଲେ ।
  • ଅଳଙ୍କାର – ଧନୀ-ଗରିବ ନିର୍ବିଶେଷରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ଅଳଙ୍କାର ବ୍ୟବହାର କରୁଥୁଲେ । ଧନିକ ଶ୍ରେଣୀର ଲୋକମାନେ ସୁନା, ରୂପା, ହାତୀଦାନ୍ତ ତିଆରି ବହୁମୂଲ୍ୟର ଅଳଙ୍କାର ପରିଧାନ କରୁଥିଲେ । ଦରିଦ୍ରଲୋକେ ତମ୍ବା, ହାଡ଼, ଶଙ୍ଖ ଓ ମାଟି ତିଆରି ଅଳଙ୍କାରରେ ସଜ୍ଜିତ ହେଉଥିଲେ । ସେମାନେ ଶିଙ୍ଗ ଓ ହାତୀଦାନ୍ତରେ ତିଆରି ପାନିଆ ବ୍ୟବହାର କରୁଥିଲେ । ସ୍ତ୍ରୀଲୋକମାନେ ହାର, ମୁଦି, କାନଫୁଲ, ନାକଫୁଲ, ମୁଣ୍ଡକଣ୍ଟା, ବାଜୁବନ୍ଧ ପ୍ରଭୃତି ଅଳଙ୍କାର ବ୍ୟବହାର କରୁଥିଲେ । ପୁରୁଷମାନେ ବ୍ରୋଞ୍ଜ୍ ନିର୍ମିତ କ୍ଷୁର ବ୍ୟବହାର କରୁଥିଲେ ।
  • ମନୋରଞ୍ଜନ – ସିନ୍ଧୁ ଅଧ୍ଵବାସୀମାନଙ୍କର ବିଭିନ୍ନ ପ୍ରକାରର ଅବସର ବିନୋଦନ ଥିଲା । ଭୂଖନନରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଆବିଷ୍କୃତ ହୋଇଛି । ଶିଶୁମାନେ ମାଟିରେ ତିଆରି ପଶୁପକ୍ଷୀ ଓ କ୍ଷୁଦ୍ର କ୍ଷୁଦ୍ର ନରନାରୀଙ୍କ ମୂର୍ତ୍ତିକୁ ଖେଳନା କରି ଖେଳୁଥିଲେ । ଏହି ସଭ୍ୟତାର ଅଧିବାସୀମାନେ ନୃତ୍ୟ, ଗୀତ ଓ ପଶାଖେଳ ମାଧ୍ୟମରେ ଅବସର ବିନୋଦନ କରୁଥିଲେ । ଷଣ୍ଢ ଲଢ଼େଇ, କୁକୁଡ଼ା ଲଢ଼େଇ, ମାଛ ଧରିବା ପ୍ରଭୃତି ମୁଖ୍ୟ ମନୋରଞ୍ଜନ ଥିଲା ।
  • ଗୃହ ଉପକରଣ – ବିଭିନ୍ନ ଧରଣର ତିଆରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସେମାନେ ବ୍ୟବହାର କରୁଥିଲେ । ରୁପା, ତମ୍ବା ବ୍ରୋଞ୍ଜ୍ର ନିର୍ମିତ ପାତ୍ର ବ୍ୟବହାର କରୁଥିଲେ । ବ୍ରୋଞ୍ଜ୍ର ଛୁଞ୍ଚି, କ୍ଷୁର, ହାତୀଦାନ୍ତ ପାନିଆ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କଦ୍ଵାରା ମାଛକଣ୍ଟା, ଥାଳି, ଫୁଲକୁଣ୍ଡ, ଦାଆ, ପ୍ରସାଧନ ବାକ୍ସ ବ୍ୟବହୃତ ହେଉଥିଲା । ଲୌହର ବ୍ୟବହାର ସେମାନଙ୍କୁ ଜଣା ନଥିଲା । ମାଟିପାତ୍ରର ବ୍ୟବହାର ବହୁଳ ଥିଲା । ସେମାନେ ପ୍ରସ୍ତର ପାତ୍ର ମଧ୍ୟ ବ୍ୟବହାର କରୁଥିଲେ ।
  • ଶିକ୍ଷା – ଶିକ୍ଷା କ୍ଷେତ୍ରରେ ମିଶରୀୟ ଓ ସୁମେରୀୟମାନଙ୍କ ପରି ସେମାନେ ଏକପ୍ରକାର ଲିଖନ ପ୍ରଣାଳୀ ଜାଣିଥିଲେ । ଆବିଷ୍କୃତ ହୋଇଥିବା ସିଲ୍ ମୋହର ଉପରେ ଏକପ୍ରକାର ଲିପି ଦେଖୁବାକୁ ମିଳେ । ଏହି ଲିପିଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଇଥିଲା । ଏପର୍ଯ୍ୟନ୍ତ ୩୯୬ଟି ପର୍ଯ୍ୟନ୍ତ ସଂକେତର ତାଲିକା ପ୍ରସ୍ତୁତ କରାଯାଇଛି । ସିନ୍ଧୁ ଲିପିଗୁଡ଼ିକର ପାଠୋଦ୍ଧାର ହୋଇପାରିଲେ ସେ ସମୟର ଶିକ୍ଷା ସମ୍ବନ୍ଧରେ ଅନେକ କଥା ଜଣାପଡ଼ନ୍ତା ।
  • ସୁରକ୍ଷା – ଶତ୍ରୁ ସହିତ ସଂଘର୍ଷ, ଆତ୍ମରକ୍ଷା ତଥା ଶିକାର ପାଇଁ ହରପ୍ପା ଅଧ୍ଵବାସୀମାନେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ତମ୍ବା ଓ ବ୍ରୋଞ୍ଜୁରେ ତିଆରି ଅସ୍ତ୍ରଶସ୍ତ୍ରଗୁଡ଼ିକ ସାମରିକ କାର୍ଯ୍ୟରେ ଲାଗୁଥିଲା । ସେମାନେ ବର୍ଚ୍ଛା, କୁରାଢ଼ି, ଛୁରି ଓ ଧନୁଶର ବ୍ୟବହାର ଜାଣିଥୁଲେ । ଖଣ୍ଡା, ସାଞ୍ଜୁ, ଶିରସ୍ତ୍ରାଣ ଆଦି ବ୍ୟବହାର କରୁଥିଲେ ।
  • ଆର୍ଥନୀତିକ ଅବସ୍ଥା – ହରପ୍ପା ଅଧିବାସୀମାନଙ୍କର ଆର୍ଥିକ ମାନଦଣ୍ଡ ଅତି ଉନ୍ନତ ଓ ସ୍ୱଚ୍ଛଳ ଥିଲା । ଅର୍ଥନୈତିକ କ୍ଷେତ୍ରରେ ସେମାନେ ମିଶର ଓ ମେସୋପୋଟାମିଆବାସୀଙ୍କଠାରୁ ଉନ୍ନତ ଥିଲେ । କୃଷି ଓ ପଶୁପାଳନ ସେମାନଙ୍କର ମୁଖ୍ୟ ଜୀବିକା ଥିଲା ।
  • କୃଷି – ସିନ୍ଧୁନଦୀର ସମତଳ ଉର୍ବର ଉପତ୍ୟକା କୃଷିକାର୍ଯ୍ୟ ପାଇଁ ବେଶ୍ ସହାୟକ ଥିଲା । ସବୁବେଳେ ଅନୁକୂଳ ବୃଷ୍ଟିପାତ ହେଉଥିଲା । କୃଷି ମଧ୍ଯରେ ଧାନ, ଗହମ, ବାର୍ଲି, ଯଅ, ତୁଳା, ରାଶି ଓ ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଚାଷ କରୁଥିଲେ । ପ୍ରଚୁର ପରିମାଣରେ ଶସ୍ୟ ଉତ୍ପନ୍ନ ହେଉଥିଲା । ବଳକା ଶସ୍ୟକୁ ଶସ୍ୟାଗାରରେ ଗଚ୍ଛିତ ରଖୁଥିଲେ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପାଳନ – ହରପ୍ପା ସଭ୍ୟତାର ଅଧ‌ିବାସୀମାନେ ବିଭିନ୍ନ ପ୍ରକାରର ପଶୁପାଳନ କରୁଥିଲେ । ଗୋରୁ, ମହିଷ, ଘୁଷୁରି, ମେଣ୍ଢା, ହାତୀ ଓ ଓଟ ଆଦି ପଶୁଙ୍କୁ ପାଳନ କରୁଥିଲେ । ଘୋଡ଼ା ଓ କୁକୁରର ବ୍ୟବହାର ସେମାନଙ୍କୁ ଅଜଣା ଥିଲା । ଶିଶୁମାନଙ୍କ ଖେଳନା ଉପରେ ଚିତ୍ରିତ ହୋଇଥିବା ମାଙ୍କଡ଼, ମୂଷା, ଠେକୁଆ, ନେଉଳ, ବିଲେଇ ଓ ମୟୂର ଆଦି ଜନ୍ତୁଙ୍କ ଚିତ୍ରରୁ ଜଣାପଡ଼େ ଯେ ସେମାନେ ଏହି ଜୀବଜନ୍ତୁମାନଙ୍କୁ ମଧ୍ୟ ଜାଣିଥିଲେ ।
  • ଶିଳ୍ପ – କୃଷି ବ୍ୟତୀତ ଶିଳ୍ପ କ୍ଷେତ୍ରରେ ମଧ୍ୟ ହରପ୍ପା ଅଧିବାସୀମାନେ ଧୁରନ୍ଧର ଥିଲେ । କୁଶଳୀ କାରିଗର ଭାବରେ ସେମାନେ ବୟନ, ଧାତୁକାମ, ପ୍ରସ୍ତର ଓ ହାତୀଦାନ୍ତର କାମ, ଅଳଙ୍କାର ନିର୍ମାଣ ଓ ଯୁଦ୍ଧାସ୍ତ୍ର ତିଆରି କରିବାରେ ବେଶ୍ ଆଗୁଆ ଥିଲେ ।
  • ମୃତ୍‌ପାତ୍ର – ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥୁଲା ମୃତ୍‌ପାତ୍ର । ହାଣ୍ଡି, ପାନପାତ୍ର, ପ୍ଲେଟ୍, ସୁରେଇ, ଥାଳି, ଛିଦ୍ରଯୁକ୍ତ ଜାର୍, ପିଆଲା ଏବଂ କୁମ୍ଭ ଆଦି ମୃତ୍‌ପାତ୍ର ନିର୍ମାଣ କରିବାରେ ସେମାନେ ଥୁଲେ ସିଦ୍ଧହସ୍ତ । ସେମାନେ ମଧ୍ୟ ଚିତ୍ରିତ ନିର୍ମାଣ କରିଥିଲେ । ସେଣ୍ଡ୍‌ରେ ପାନିଆ, ଦାନ୍ତ, ଲତା, ପତ୍ର, କଉଡ଼ି ଓ କ୍ଷୁଦ୍ର ଗୋଲକ ଆଦି ଚିତ୍ରିତ ହେଉଥିଲା । ଲୋଥାଲଠାରେ ଆଧୁନିକ ମୃତ୍‌ପାତ୍ର ଆବିଷ୍କୃତ ହୋଇଛି ।
  • ବୟନ ଶିଳ୍ପ – ହରୱାର ଅଧିବାସୀମାନେ ଥିଲେ ବିଖ୍ୟାତ ବୁଣାକାର୍ । ସିନ୍ଧୁ ଉପତ୍ୟକାରୁ ବହୁଳ ପରିମାଣରେ କାର୍ପାସ ଓ ତୁଳା ଉତ୍ପାଦିତ ହେଉଥିଲା । ସେମାନେ ସୂତା ଓ ପଶମ ବସ୍ତ୍ର ବୟନ କରିବାରେ ସିଦ୍ଧହସ୍ତ ଥିଲେ । ବ୍ରୋଞ୍ଜ, ହାଡ଼ ଓ ଛୁଞ୍ଚର ଆବିଷ୍କାରରୁ ସେମାନେ ବସ୍ତ୍ରବୟନ କରୁଥିବାର ପ୍ରମାଣ ମିଳେ ।
  • ଅଳଙ୍କାର ଓ ଧାତବ ବସ୍ତୁ ନିର୍ମାଣ – ଆକର୍ଷଣୀୟ ଅଳଙ୍କାର ନିର୍ମାଣ କ୍ଷେତ୍ରରେ ହରପ୍ପାବାସୀମାନେ ଥିଲେ ସିଦ୍ଧହସ୍ତ । ଉଭୟ ପୁରୁଷ ଓ ସ୍ତ୍ରୀଲୋକଙ୍କ ପାଇଁ ଅଳଙ୍କାର ନିର୍ମିତ ହେଉଥିଲା ।
  • ବାଣିଜ୍ୟ – ଶିଳ୍ପ ସହିତ ବାଣିଜ୍ୟିକ କାରବାର ଉପରେ ହରପ୍ପାବାସୀମାନେ ଖୁବ୍ ଗୁରୁତ୍ଵ ଦେଉଥିଲେ । କେବଳ ଭାରତ ନୁହେଁ, ଭାରତ ବାହାରର ବିଭିନ୍ନ ସ୍ଥାନ ସୁମେର, ମିଶର, ପାରସ୍ୟ ଉପସାଗର ଓ ମେସୋପୋଟାମିଆ ସହିତ ମଧ୍ୟ ସେମାନେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ବାଣିଜ୍ୟ କ୍ଷେତ୍ରରେ ମାପ ଓ ଓଜନର ବ୍ୟବହାର ହରପ୍ପା ସଭ୍ୟତାର ଅଧିବାସୀମାନଙ୍କୁ ସମ୍ପୂର୍ଣ୍ଣରୂପେ ଜଣାଥିଲା ।
    ମୋଟ ଉପରେ ହରପ୍ପାବାସୀଙ୍କର ସୁସଂଗଠିତ ସାମାଜିକ ଜୀବନ ଓ ସ୍ୱଚ୍ଛଳ ଅର୍ଥନୀତି ଜୀବନ ଧାରଣର ମାନଦଣ୍ଡକୁ ବୃଦ୍ଧି କରିଥିଲା । କୃଷି, ଶିଳ୍ପ ଓ ବାଣିଜ୍ୟର ଅଭିବୃଦ୍ଧି ହରପ୍ପାବାସୀଙ୍କର ଜୀବନଚର୍ଯ୍ୟାକୁ ସ୍ଵଚ୍ଛନ୍ଦ ଓ ସୁଖମୟ କରିଥିଲା ।

୩ । ହରପ୍ପା ଅଧିବାସୀଙ୍କ ଧର୍ମଭାବନା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ଵାସ ଥିଲା ଅନନ୍ୟ । ସେମାନଙ୍କ ଧର୍ମଧାରଣା ସମ୍ପର୍କିତ କୌଣସି ବିବରଣୀ ଲିପିବଦ୍ଧ ହୋଇ ନଥିଲେ ମଧ୍ୟ ପ୍ରନୃତାତ୍ତ୍ଵିକ ଖନନରୁ ଆବିଷ୍କୃତ ବହୁ ମୋହର, ବ୍ରୋଞ୍ଜ୍ ମୂର୍ତ୍ତି, ପ୍ରସ୍ତର ମୂର୍ତ୍ତି ଓ ଟେରାକୋଟାରେ ନିର୍ମିତ ବହୁ ମୂର୍ତ୍ତିରୁ ସେମାନଙ୍କ ଧର୍ମ ବିଷୟରେ ବହୁ ଧାରଣା ମିଳେ । ଭୂଖନନରୁ ମିଳିଥିବା ମୃତବ୍ୟକ୍ତିମାନଙ୍କର ଶବସତ୍କାର ପ୍ରଣାଳୀ ହରପ୍ପା ସଭ୍ୟତାର ଅଧ‌ିବାସୀଙ୍କର ମୃତ୍ୟୁ ପରର ଜୀବନ ସମ୍ପର୍କିତ ରହିଥ‌ିବା ଜ୍ଞାନ ସମ୍ପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିଥାଏ ।

  • ମାତୃଶକ୍ତିର ଆରାଧନା – ମୃତ୍ତିକା ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ନାରୀମୂର୍ତ୍ତିମାନଙ୍କୁ ଦେଖୁ ଅନୁମାନ କରାଯାଇଛି ଯେ, ସିନ୍ଧୁବାସୀମାନେ ଏକ ମାତୃଶକ୍ତିର ଆରାଧନା କରୁଥିଲେ । ତେଣୁ ମାତୃକା ଉପାସନା ସହିତ ବଳିପ୍ରଥା ପ୍ରଚଳିତ ଥିଲା ବୋଲି ଅନୁମାନ କରାଯାଏ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପତି – ମାତୃଦେବୀ ସହିତ ପୁରୁଷ ଦେବତାଙ୍କର ପୂଜା ପ୍ରଚଳିତ ଥିଲା ବୋଲି ଅନୁମିତ ହୁଏ । ଗୋଟିଏ ସିଲ୍ ଉପରେ ଏକ ଦେବମୂର୍ତ୍ତିର ସୁନ୍ଦର ପ୍ରତିକୃତି ଦେଖିବାକୁ ମିଳେ । ତାହାଙ୍କର ତିନିମୁଖ ଓ ମସ୍ତକ ଉପରେ ଶୃଙ୍ଗ ବିଦ୍ୟମାନ । ସେ ଯୋଗାସନ ଅବସ୍ଥାରେ ଉପବିଷ୍ଟ । ତାହାଙ୍କ ଚାରିପାର୍ଶ୍ବରେ ଚାରିଟି ପଶୁ; ଯଥା- ହସ୍ତୀ, ବ୍ୟାଘ୍ର, ଗଣ୍ଡାର ଏବଂ ମହିଷ ଦେଖୁବାକୁ ମିଳେ । ଅନେକ ଦୃଷ୍ଟିରୁ ବିଶ୍ଳେଷଣ କରି ସେହି ତ୍ରିମୁଖବିଶିଷ୍ଟ ଯୋଗାସନ ଉପବିଷ୍ଟ ପଶୁ ପରିବେଷ୍ଟିତ ଦେବମୂର୍ତ୍ତିକୁ ଶିବ ପଶୁପତି ରୂପେ ଅନୁମାନ କରାଯାଉଛି । ଏହି ମୂର୍ତ୍ତିକୁ ଅନୁଧ୍ୟାନ କରି ସାର୍ ଜନ୍ ମାର୍ଶାଲ ଅନୁମାନ କରିଥିଲେ ଯେ ଶୈବଧର୍ମ ହେଉଛି ଭାରତର ପ୍ରାଚୀନତମ ଧର୍ମ ।
  • ଉପାସନାପୀଠ – ମହେଞ୍ଜୋଦାରୋ ଏବଂ ହରୱାର ଧ୍ବଂସସ୍ତୂପ ମଧ୍ୟରୁ କୌଣସି ପ୍ରକାର ମନ୍ଦିର ବା ଦେବାଳୟ ଆବିଷ୍କୃତ ହୋଇନାହିଁ ତେଣୁ ସେକାଳର ସର୍ବସାଧାରଣ ପୂଜା ଉପାସନା ଇତ୍ୟାଦିର ପରିଚୟ ମିଳିନାହିଁ ।
  • ପଶୁପୂଜା – ମାତୃଶକ୍ତି ଓ ପଶୁପତିଙ୍କ ପୂଜା ବ୍ୟତୀତ ହରପ୍ପା ଅଧ୍ଵବାସୀମାନେ କେତେପ୍ରକାର ପଶୁଙ୍କୁ ପୂଜା କରୁଥୁବାର ପ୍ରମାଣ ମିଳେ । ହରପ୍ପାରୁ ଆବିଷ୍କୃତ ବହୁ ମୋହରରୁ ଜଣାଯାଏ ଯେ ଏହି ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାର ପଶୁଙ୍କୁ ପୂଜା କରୁଥିଲେ । ଶିବଙ୍କ ବାହନରୂପେ ବୃଷଭଙ୍କୁ ପୂଜା କରାଯାଉଥିଲା । ବ୍ୟାଘ୍ର, ହସ୍ତୀ, ଗଣ୍ଡାର ପ୍ରଭୃତି ଜୀବଙ୍କୁ ପୂଜା କରାଯାଉଥିବାର ଅନୁମାନ କରାଯାଏ । ଏପରିକି ସର୍ପପୂଜା ପ୍ରଚଳନ ଥିବାର ପ୍ରମାଣ ମିଳେ ।
  • ବୃକ୍ଷପୂଜା – ବୃକ୍ଷ ଉପାସନା ଥିଲା ହରପ୍ପା ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ହରସ୍କାର ଅଧିବାସୀମାନେ ବଟବୃକ୍ଷକୁ ପୂଜା କରୁଥିବାର ଅନୁମାନ କରାଯାଏ । ବରଗଛ ସହିତ ନିମ୍ବଗଛକୁ ପୂଜା କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି ।
  • ଧାର୍ମିକ ବିଶ୍ଵାସ – ହରପ୍ପା ସଭ୍ୟତାରୁ ବହୁ ଶ୍ମଶାନ ଆବିଷ୍କୃତ ହୋଇଛି । ଜଣାଯାଏ ଯେ, ସେ ସମୟରେ ମୃତ ବ୍ୟକ୍ତିମାନଙ୍କୁ କବର ଦିଆଯାଉଥିଲା । ଶବଗୁଡ଼ିକ ପାଖରେ ମୃତ୍‌ପାତ୍ର, ଅଳଙ୍କାର, ଚୁଡ଼ି, କାନଫୁଲ, ଦର୍ପଣ, ବାଡ଼ି ଆଦି ଜିନିଷ ମିଳିଛି । ଲୋଥାଲରେ ଗୋଟିଏ ସ୍ଥାନରୁ ଦୁଇଟି କଙ୍କାଳ ବାହାରିଛି । ଏଥୁରୁ ଜଣାଯାଏ ଯେ, ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ସ୍ଥାନରେ କବର ଦିଆଯାଉଥିଲା । ହରପ୍ପାରୁ ମଧ୍ୟ କେତେକ ଭସ୍ମପାତ୍ର ଆବିଷ୍କୃତ ହୋଇଛି । ଏଥୁରୁ ଜଣାଯାଏ ଯେ, କେତେକ କ୍ଷେତ୍ରରେ ସେମାନେ ଶବକୁ ଦାହ କରୁଥିଲେ । ହରପ୍ପା ସଭ୍ୟତାର ଲୋକମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ସ୍ଥାପନ କରୁଥିଲେ । ସେମାନେ ଭୂତ, ପ୍ରେତ, ଗୁଣିଗାରେଡ଼ିରେ ବିଶ୍ଵାସ କରୁଥିବାର ଅନୁମାନ କରାଯାଏ । ହରପ୍ପା ସଭ୍ୟତାର ଧର୍ମଧାରଣା ବାସ୍ତବ କ୍ଷେତ୍ରରେ ଥିଲା ମହାନ୍ । ସୌର ଉପାସନା ବୈଦିକ ଯୁଗରୁ ନୁହେଁ, ବରଂ ହରପ୍ପା ସଭ୍ୟତାରୁ ଆରମ୍ଭ ହୋଇଥିଲା । ଶୈବ ଓ ଶାକ୍ତ ଧର୍ମର ଅୟମାରମ୍ଭ ହୋଇଥିଲା ଏହି ହରପ୍ପା ସଭ୍ୟତାରେ । ପରବର୍ତୀ ସମୟରେ ଏହି ଦୁଇ ଧର୍ମ ଭାରତର ବିଶିଷ୍ଟ ଧର୍ମରୂପେ ପ୍ରତିଷ୍ଠିତ ହୋଇଥିଲା ।

Leave a Comment