BSE Odisha 7th Class Maths Solutions Chapter 10 ପରିମିତି InText Questions

Odisha State Board BSE Odisha 7th Class Maths Solutions Chapter 10 ପରିମିତି InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 10 ପରିମିତି InText Questions

ସମାଧାନ କର:
1. ବାବୁ ଗୋଟିଏ 30 ସେ.ମି. ଦୈର୍ଘ୍ୟ ଓ 18 ସେ.ମି. ପ୍ରସ୍ଥର ଆୟତାକୃତି ବିଶିଷ୍ଟ ଚିତ୍ର ଓ ଜନ୍ ଗୋଟିଏ 24 ସେ.ମି. ଦୈର୍ଘ୍ୟର ବର୍ଗୀକୃତି ବିଶିଷ୍ଟ ଚିତ୍ର କରିଥିଲେ। ଉଭୟ ଚିତ୍ରକୁ ଫ୍ରେମ୍ ଦେଇ ବନ୍ଧେଇ କରିବା ପାଇଁ ପ୍ରତି ସେ.ମି.କୁ 3 ଟଙ୍କା ହିସାବରେ କାହାର କେତେ ଖର୍ଚ୍ଚ ହେବ ? କାହା ଚିତ୍ର ବନ୍ଧେଇ ପାଇଁ ଅଧୁକ ଖର୍ଚ୍ଚ ହେବ ?
ସମାଧାନ:
ବାବୁ କରିଥିବା ଆୟତାକୃତି ଚିତ୍ରର ଦୈର୍ଘ୍ୟ (l) = 30 ସେ.ମି. ଓ ପ୍ରସ୍ଥ (b) = 18 ସେ.ମି. 
ପରିସୀମା = 2(l + b) = 2 (30 + 18) ସେ.ମି. = 2 × 48 ସେ.ମି. = 96 ସେ.ମି.
ଜନ୍ କରିଥିବା ଚିତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 24 ସେ.ମି.
∴ ପରିସୀମା = 4 × ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 4 × 24 ସେ.ମି. = 6 ସେ.ମି.
ଆୟତାକୃତି ଚିତ୍ର ଓ ବର୍ଗକୃତି ଚିତ୍ରର ପରିସୀମା ସମାନ ।
1 ସେ.ମି.କୁ 3 ଟଙ୍କା ହିସାବରେ 90 ସେ.ମି.କୁ ଖର୍ଚ୍ଚ ହେବ = 96 × 3 = 288 ଟଙ୍କା
∴ ଉଭୟ ଚିତ୍ର ପାଇଁ ସମାନ 288 ଟଙ୍କା ଖର୍ଚ୍ଚ ହେବ ।

2. ଗୋଟିଏ ବର୍ଗକ୍ଷେତ୍ର ଓ ଗୋଟିଏ ଆୟତକ୍ଷେତ୍ରର ପରିସୀମା ସମାନ ଅଟେ । ଆୟତ କ୍ଷେତ୍ରର ସ୍ଫୁରିପଟେ ତାର ଜାଲି ଦେବା ପାଇଁ ମିଟର ପ୍ରତି 5 ଟଙ୍କା ହିସାବରେ 400 ଟଙ୍କା ଖର୍ଚ୍ଚ ହେଲା। ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ କେତେ ?
ପ୍ରଥମେ ପ୍ରଶ୍ନର ସମାଧାନ କର । ତା’ପରେ ତଳ ପ୍ରଶ୍ନମାନଙ୍କର ଉତ୍ତର ଲେଖ ।
(i) ତାରଜାଲିର ଦୈର୍ଘ୍ୟ ଜାଣିବା ପାଇଁ କ’ଣ କରିବାକୁ ହେବ ?
(ii) ଆୟତ କ୍ଷେତ୍ରର ପରିସୀମା ସହ ତାର ଜାଲିର ଦୈର୍ଘ୍ୟର କ’ଣ ସଂପର୍କ ଅଛି ?
(iii) ଆୟତ କ୍ଷେତ୍ରର ପରିସୀମା କେତେ ?
(iv) ବର୍ଗକ୍ଷେତ୍ରର ପରିସୀମା ଜଣାଥିଲେ ସେଥ‌ିରୁ ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁ କିପରି ଜଣାପଡ଼ିବ ? 
(v) ଏଠାରେ ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କେତେ ହେଲା ?
ସମାଧାନ:
ମିଟର ପ୍ରତି 5 ଟଙ୍କା ହିସାବରେ 400 ଟଙ୍କା ଖର୍ଚ୍ଚ ହେବ = \(\frac{400}{5}\) = 80 ମିଟରକୁ ।
ଅର୍ଥାତ୍ ଆୟତକ୍ଷେତ୍ରର ପରିସୀମା = 80 ମିଟର = ବର୍ଗକ୍ଷେତ୍ରର ପରିସୀମା ।
BSE Odisha 7th Class Maths Solutions Chapter 10 ପରିମିତି InText Questions 1.1
(i) BSE Odisha 7th Class Maths Solutions Chapter 10 ପରିମିତି InText Questions 2
(ii) ଆୟତକ୍ଷେତ୍ରର ପରିସୀମା = ତାରଜାଲିର ଦୈର୍ଘ୍ୟ ।
(iii) ଆୟତକ୍ଷେତ୍ରର ପରିସୀମା = 80 ମି. ।
(iv) BSE Odisha 7th Class Maths Solutions Chapter 10 ପରିମିତି InText Questions 3
(v) ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 20 ମି. ।

BSE Odisha 7th Class Maths Solutions Chapter 10 ପରିମିତି InText Questions

ଉତ୍ତର ନିର୍ଣ୍ଣୟ କର:
(କ) ଗୋଟିଏ ଚୁଡ଼ିର ବ୍ୟାସ 3.5 ସେ.ମି. ହେଲେ ଏହାର ପରିଧୂ ନିର୍ଣ୍ଣୟ କର । 
ସମାଧାନ: 
ଏଠାରେ ଚୁଡ଼ିର ବ୍ୟାସ (d) = 3.5 ସେ.ମି.
∴ ଚୁଡ଼ିର ପରିଧି = πd = \(\frac{22}{7}\) × 3.5 ସେ.ମି. = 11 ସେ.ମି.

(ଖ) ଗୋଟିଏ ଚକର ବ୍ୟାସାର୍ଦ୍ଧ 21 ସେ.ମି. । ଏହା କେତେ ଥର ଘୂରିଲେ ମି. ଦୂରତା ଅତିକ୍ରମ କରିବ ? (π ≈ \(\frac{22}{7}\))
ସମାଧାନ: 
ଏଠାରେ ଚକର ବ୍ୟାସାର୍ଦ୍ଧ (r) = 21 ସେ.ମି.
∴ ଚକର ପରିସ୍ = 2πr = 2 × \(\frac{22}{7}\) × 21 ସେ.ମି. = 132 ସେ.ମି.
ଚକଟି 132 ସେ.ମି. ଦୂରତା ଅତିକ୍ରମ କରେ 1 ଥର ଘୂରିଲେ ।
6600 ସେ.ମି. ଦୂରତା ଅତିକ୍ରମ କରିବ \(\frac{6600}{132}\) = 50 ଥର ଘୂରିଲେ ।
∴ ଚକଟି 50 ଥର ଘୂରିଲେ 66 ମିଟର ଦୂରତା ଅତିକ୍ରମ କରିବ ।

ଉତ୍ତର ଲେଖ:
(କ) 1000 ବର୍ଗ ମି.ମି. ସହ କେତେ ବର୍ଗ ମିଟର ସମାନ ?
ସମାଧାନ: 
1 ମିଟର = 1000 ମିଲିମିଟର
∴ 1 ବର୍ଗମିଟର = (1000)2 ବର୍ଗ ମି.ମି. = 1000000 ବର୍ଗ ମି.ମି.
1000000 ବର୍ଗ ମି.ମି. = 1 ବର୍ଗମିଟର
1000 ବର୍ଗ ମି.ମି. = \(\frac{1}{1000}\) ବର୍ଗମିଟର = 0.001 ବର୍ଗ ମିଟର

(ଖ) 100 ବର୍ଗ.ମି. ସହ କେତେ ବର୍ଗ ସେ.ମି. ସମାନ ?
ସମାଧାନ: 
1 ମି. = 100 ସେ.ମି.
1 ବର୍ଗ ମିଟର = (100 ସେ.ମି.)2 = 10000 ବର୍ଗ ସେ.ମି.
100 ବର୍ଗମିଟର = 100 × 10000 ବର୍ଗ ସେ.ମି. = 10,00,000 ବର୍ଗ ସେ.ମି.

Leave a Comment