CHSE Odisha Class 12 History Chapter 5 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 5 କଳିଙ୍ଗ ଯୁଦ୍ଧ, ମୌର୍ଯ୍ୟ ଶାସନ Short & Long Answer Questions.

CHSE Odisha 12th Class History Chapter 5 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ଅଶୋକ କେଉଁ ବଂଶର ସମ୍ରାଟ ଥିଲେ ଏବଂ ତାଙ୍କର ପିତାଙ୍କର ନାମ କ’ଣ ଥିଲା ?
Answer:
ଅଶୋକ ମୌର୍ଯ୍ୟବଂଶର ସମ୍ରାଟ ଥିଲେ ଏବଂ ତାଙ୍କର ପିତାଙ୍କର ନାମ ବିନ୍ଦୁସାର ଥିଲା ।

୨। ଅଶୋକଙ୍କଦ୍ୱାରା ହୋଇଥିବା ପ୍ରଥମ ଓ ଶେଷ ଯୁଦ୍ଧ କ’ଣ ? ଅଶୋକ କାହିଁକି ଯୁଦ୍ଧ ବର୍ଜନ କରିଥିଲେ ?
Answer:
ଅଶୋକଙ୍କଦ୍ଵାରା ହୋଇଥିବା ପ୍ରଥମ ଓ ଶେଷ ଯୁଦ୍ଧ କଳିଙ୍ଗ ଯୁଦ୍ଧ ଥିଲା । ଅଶୋକ ଉପଲବ୍ଧି କଲେ ଯେ ଯୁଦ୍ଧ ଧ୍ଵଂସର କାରଣ ଅଟେ । ସେଥ‌ିପାଇଁ ସେ ଯୁଦ୍ଧ ବର୍ଜନ କରିଥିଲେ ।

୩ । ଅଶୋକ କେବେ ସିଂହାସନ ଆରୋହଣ କରିଥିଲେ ଏବଂ ତାଙ୍କର ଅଭିଷେକ ଉତ୍ସବ କେବେ ପାଳିତ ହୋଇଥିଲା ?
Answer:
ଅଶୋକ ଖ୍ରୀ.ପୂ. ୨୭୩ରେ ସିଂହାସନ ଆରୋହଣ କରିଥିଲେ; କିନ୍ତୁ ତାଙ୍କର ଅଭିଷେକ ଉତ୍ସବ ଖ୍ରୀ.ପୂ. ୨୬୯ରେ ପାଳିତ ହୋଇଥିଲା ।

CHSE Odisha Class 12 History Chapter 5 Short & Long Answer Questions in Odia Medium

୪ । କଳିଙ୍ଗ ଯୁଦ୍ଧ କେବେ ଓ କେଉଁଠାରେ ସଂଘଟିତ ହୋଇଥିଲା ?
Answer:
କଳିଙ୍ଗ ଯୁଦ୍ଧ ଖ୍ରୀ.ପୂ. ୨୬୧ରେ ଦୟାନଦୀ କୂଳରେ ସଂଘଟିତ ହୋଇଥିଲା ।

୫ । ଅଶୋକଙ୍କ କେଉଁ ଶିଳାଲେଖରେ କଳିଙ୍ଗ ଯୁଦ୍ଧ ବିଷୟରେ ଉଲ୍ଲେଖ ଅଛି ? କଳିଙ୍ଗର ରାଜଧାନୀର ନାମ କ’ଣ ଥିଲା ?
Answer:
ଅଶୋକଙ୍କ କଳିଙ୍ଗଯୁଦ୍ଧ ଆଫଗାନିସ୍ଥାନର ତ୍ରୟୋଦଶ ଅନୁଶାସନରେ ଉଲ୍ଲେଖ ଅଛି । କଳିଙ୍ଗର ରାଜଧାନୀର ନାମ ତୋଷାଳୀ ଥୁଲା !

୬ । କିମ୍ବଦନ୍ତୀ ଅନୁଯାୟୀ କାରୁବାକୀ କିଏ ? କେଉଁ ସ୍ତମ୍ଭଲିପିରେ କାରୁବାକୀଙ୍କ ନାମ ଉଲ୍ଲେଖ କରାଯାଇଛି ?
Answer:
କିମ୍ବଦନ୍ତୀ ଅନୁଯାୟୀ କାରୁବାକୀ ଉତ୍କଳର ଧୀବର କନ୍ୟା ଥିଲେ । ଆହ୍ଲାବାଦ ସ୍ତମ୍ଭଲିପିରେ କାରୁବାକୀଙ୍କ ନାମ ଉଲ୍ଲେଖ କରାଯାଇଛି ।

୭ । ଅଶୋକଙ୍କ ଅଭିଲେଖମାନ କେଉଁ ଲିପି ଓ କେଉଁ ଭାଷାରେ ଉଲ୍ଲେଖ କରାଯାଇଛି ? ଶାହାବାଜଗଡ଼ସ୍ଥିତ ଅଭିଲେଖର ଲିପି କ’ଣ ଥିଲା ?
Answer:
ଅଶୋକଙ୍କ ଅଭିଲେଖମାନ ମୁଖ୍ୟତଃ ବ୍ରାହ୍ମୀଲିପି ଓ ପ୍ରାକୃତ ଲିପିରେ ଉଲ୍ଲେଖ ଅଛି । ଶାହାବାଜଗଡ଼ସ୍ଥିତ ଅଭିଲେଖର ଲିପି ଖରୋଷ୍ଟି ଥିଲା ।

୮। ଅଶୋକଙ୍କୁ କାହିଁକି ଚଣ୍ଡାଶୋକ କୁହାଯାଉଥିଲା ?
Answer:
ଅଶୋକ ନିଷ୍ଠୁର ଓ ରକ୍ତଶୋଷକ ଥିଲେ । ଜଣାଯାଏ ଯେ ସେ ତାଙ୍କର ଅନେଶତ ଭ୍ରାତାଙ୍କୁ ହତ୍ୟାକରି ସିଂହାସନ ଲାଭ କରିଥିଲେ । ନିଷ୍ଠୁର ପ୍ରକୃତି ଯୋଗୁଁ ତାଙ୍କୁ ଚଣ୍ଡାଶୋକ ବୋଲି କୁହାଯାଉଥିଲା ।

୯। ଅଭିଷେକ ସମୟରେ ଜଣେ ମୌର୍ଯ୍ୟ ରାଜା କି ଶପଥ ନେଉଥିଲେ ?
Answer:
ଅଭିଷେକ ସମୟରେ ଜଣେ ମୌର୍ଯ୍ୟ ରାଜା ଶପଥ ନେଉଥିଲେ ଯେ, ‘ଦୈହିକ ଓ ମାନସିକ ଶକ୍ତି ବିନିମୟରେ ସେ ପ୍ରଜାମାନଙ୍କର ମଙ୍ଗଳ କରିବେ, ବୈଦେଶିକ ଆକ୍ରମଣରୁ ଦେଶକୁ ରକ୍ଷା କରିବେ ।’

CHSE Odisha Class 12 History Chapter 5 Short & Long Answer Questions in Odia Medium

୧୦ । ମୌର୍ଯ୍ୟ ଶାସନରେ ବିଚାର ବିଭାଗର ମୁଖ୍ୟ କିଏ ଥିଲେ ? କୌଟିଲ୍ୟ ଉଲ୍ଲେଖ କରିଥିବା ଦୁଇ ପ୍ରକାର ବିଚାରାଳୟର ନାମ କ’ଣ କ’ଣ ?
Answer:
ମୌର୍ଯ୍ୟ ଶାସନରେ ବିଚାର ବିଭାଗର ମୁଖ୍ୟ ରାଜା ଥିଲେ । କୌଟିଲ୍ୟଙ୍କ ମତରେ ସେତେବେଳେ ଧର୍ମସ୍ତ୍ରୀୟ ଓ କଣ୍ଟକଶୋଧନ ନାମକ ଦୁଇପ୍ରକାର ବିଚାରାଳୟ ଥିଲା ।

୧୧ । ଭାଗ କହିଲେ କ’ଣ ବୁଝ ? ଜମିର ଉର୍ବରତା ଅନୁଯାୟୀ କେଉଁ ଅନୁପାତରେ ଭୂରାଜସ୍ୱ ଆଦାୟ ହେଉଥିଲା ?
Answer:
ମୌର୍ଯ୍ୟ ଶାସନରେ ଭୁରାଜସ୍ବକୁ ଭାଗ କୁହାଯାଉଥିଲା । ଜମିର ଉର୍ବରତା ଅନୁଯାୟୀ ଏକ ଷକ୍ଷାଂଶରୁ ଏକ ଚତୁର୍ଥାଂଶ ଭୂ-ରାଜସ୍ବରୂପେ ଆଦାୟ କରାଯାଉଥିଲା ।

୧୨ । ‘ଅର୍ଥଶାସ୍ତ୍ର’ର ରଚୟିତା କିଏ ? ଏହା କେଉଁ ରାଜବଂଶ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଥାଏ ?
Answer:
‘ଅର୍ଥଶାସ୍ତ୍ର’ର ରଚୟିତା କୂଟନୀତିଜ୍ଞ କୌଟିଲ୍ୟ ଅଟନ୍ତି । ଏହା ମୌର୍ଯ୍ୟ ରାଜବଂଶର ରାଜନୀତି ସମ୍ବନ୍ଧରେ ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଥାଏ ।

୧୩ । ମୌର୍ଯ୍ୟ ରାଜାଙ୍କୁ ପରାମର୍ଶ ଦେବାପାଇଁ ଗଠିତ ମନ୍ତ୍ରୀପରିଷଦର କେଉଁମାନେ ସଭ୍ୟ ଥିଲେ ? ଏହି ମନ୍ତ୍ରୀପରିଷଦକୁ କ’ଣ କୁହାଯାଉଥିଲା ?
Answer:
ମୌର୍ଯ୍ୟ ରାଜାଙ୍କୁ ପରାମର୍ଶ ଦେବାପାଇଁ ଗଠିତ ମନ୍ତ୍ରୀପରିଷଦରେ ପ୍ରଧାନମନ୍ତ୍ରୀ, ପୁରୋହିତ, ସେନାପତି ଓ ଯୁବରାଜ ସଭ୍ୟ ଥିଲେ । ଏହି ମନ୍ତ୍ରୀପରିଷଦକୁ ପରିଷା କୁହାଯାଉଥିଲା ।

୧୪ । ଅଶୋକ ଭାରତ ବାହାରେ କେଉଁ କେଉଁ ଦେଶରେ ବୌଦ୍ଧଧର୍ମ ପ୍ରସାର କରିଥିଲେ ? ସିଂହଳର କେଉଁ ସ୍ଥାନରେ ଅଶୋକଙ୍କ ପ୍ରେରିତ କେଉଁମାନେ ବୋଧମ ରୋପଣ କରିଥିଲେ ?
Answer:
ଭାରତ ବାହାରେ ସିଂହଳ, ସିରିଆ, ତିବ୍ବତ, ମାସିଡ଼ନ୍, ମିଶର ଆଦି ଦେଶରେ ଅଶୋକ ବୌଦ୍ଧଧର୍ମ ପ୍ରସାର କରିଥିଲେ । ସିଂହଳର ଅନୁରାଧାପୁରଠାରେ ଅଶୋକଙ୍କ ପ୍ରେରିତ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରା ବୋଧଦ୍ରୁମ ରୋପଣ କରିଥିଲେ ।

୧୫ । ଉପଗୁପ୍ତ କିଏ ? ଅଶୋକଙ୍କର ତାଙ୍କ ସହିତ କି ସମ୍ପର୍କ ଥିଲା ?
Answer:
ଉପଗୁପ୍ତ ଜଣେ ବୌଦ୍ଧ ସନ୍ନ୍ୟାସୀ । ସେ ଅଶୋକଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।

CHSE Odisha Class 12 History Chapter 5 Short & Long Answer Questions in Odia Medium

୧୬ । ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେବାବେଳେ ସେମାନଙ୍କର କେଉଁ ଚାରିଗୋଟି ଗୁଣ ଉପରେ କୌଟିଲ୍ୟ ପ୍ରାଧାନ୍ୟ ଦେଉଥ‌ିଲେ ?
Answer:
ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେବାବେଳେ କୌଟିଲ୍ୟ ଚାରିଗୋଟି ଗୁଣ ବିଚାରକୁ ନେବାପାଇଁ ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା– ରାଜାଙ୍କ ପ୍ରତି ଭୟ, ସାଧୁତା, ବିଭବ ଓ ଆଇନ ଉପରେ ଧାରଣା ।

୧୭ । ଅଶୋକ ତାଙ୍କ ରାଜତ୍ଵ ସମୟରେ କେତେ ଶ୍ରେଣୀର କେଉଁ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ ?
Answer:
ଶିଳାଲିପିରୁ ଜଣାଯାଏ ଯେ ଅଶୋକ ତାଙ୍କ ରାଜତ୍ୱ ସମୟରେ ପ୍ରାଦେଶିକମାନଙ୍କ ପରେ ରାଜୁକ, ମୁକ୍ତି ଓ ମହାମାତ୍ର ନାମକ ତିନିଶ୍ରେଣୀର କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ।

୧୮ । ମୌର୍ଯ୍ୟ ସାମ୍ରାଜ୍ୟର ପ୍ରଧାନ ଆୟ କ’ଣ ଥିଲା ? ଏହାକୁ କ’ଣ କୁହାଯାଉଥିଲା ?
Answer:
ମୌର୍ଯ୍ୟ ସାମ୍ରାଜ୍ୟର ପ୍ରଧାନ ଆୟ ଥିଲା ଭୂରାଜସ୍ବ । ଏହାକୁ ଭାଗ ବୋଲି କୁହାଯାଉଥିଲା ।

୧୯ । ଶାସନର ସୁବିଧା ନିମନ୍ତେ ମୌର୍ଯ୍ୟ ସାମ୍ରାଜ୍ୟକୁ କେତୋଟି ପ୍ରଦେଶରେ ବିଭକ୍ତ କରାଯାଇଥିଲା ଓ କ’ଣ କ’ଣ ?
Answer:
ଶାସନର ସୁବିଧା ନିମନ୍ତେ ମୌର୍ଯ୍ୟ ସାମ୍ରାଜ୍ୟକୁ ପାଞ୍ଚୋଟି ପ୍ରଦେଶରେ ବିଭକ୍ତ କରାଯାଇଥିଲା । ସେଗୁଡ଼ିକ ହେଲା— ମଗଧ, ତକ୍ଷଶିଳା, ତୋଷାଳୀ, ସ୍ଵର୍ଣ୍ଣଗିରି ଓ ଉଜ୍ଜୟିନୀ ।

୨୦ । ଜିଲ୍ଲାର ମୁଖ୍ୟମାନଙ୍କୁ କ’ଣ କୁହାଯାଉଥିଲା ? ସେମାନଙ୍କର ଦାୟିତ୍ଵ କ’ଣ ଥିଲା ?
Answer:
ଜିଲ୍ଲାର ମୁଖ୍ୟମାନଙ୍କୁ ବିଷୟପତି କୁହାଯାଉଥିଲା । ଜିଲ୍ଲାର ଆଇନଶୃଙ୍ଖଳା ରକ୍ଷା କରିବା ଦାୟିତ୍ବ ବିଷୟପତିଙ୍କର ଥିଲା ।

୨୧ । ମୌର୍ଯ୍ୟ ଶାସନ ସମୟରେ ନିଯୁକ୍ତ ରାଜକର୍ମଚାରୀମାନଙ୍କର ପଦପଦବୀ କ’ଣ ଥିଲା ?
Answer:
ମୌର୍ଯ୍ୟ ଶାସନ ସମୟରେ ସମାହର (ରାଜସ୍ୱ ଆଦାୟର ମୁଖ୍ୟ), ସାନ୍ନିଧ୍ଵତ (ରାଜକୋଷ ଅଧିକାରୀ), ଦ୍ଵାରିକ (ଦରବାର ଫାଟକର ମୁଖ୍ୟ), ଅନ୍ତର୍ବେଶିକ (ରାଜଅନ୍ତଃପୁରର ତତ୍ତ୍ଵାବଧାରକ), ପ୍ରସଷ୍ଟି (ବନ୍ଦୀଶାଳର ମୁଖ୍ୟ ନିରୀକ୍ଷକ), ନାୟକ (ନଗର ରକ୍ଷକ), ମୌର (ରାଜଧାନୀର ମୁଖ୍ୟ ତତ୍ତ୍ଵାବଧାରକ), ବ୍ୟବହାରିକ (ଖଣିଜ, ଉତ୍ପାଦିତ ଦ୍ରବ୍ୟର ତତ୍ତ୍ଵାବଧାରକ), ଦଣ୍ଡପାଳ (ପୋଲିସ ବିଭାଗର ମୁଖ୍ୟ), ଦୁର୍ଗପାଳ (ଗୃହ ପ୍ରତିରକ୍ଷା କର୍ମଚାରୀ) ଓ ଅନ୍ତପାଳ (ସୀମାନ୍ତ ପ୍ରତିରକ୍ଷା ବିଭାଗର ମୁଖ୍ୟ) ଆଦି ରାଜକର୍ମଚାରୀମାନେ ଥିଲେ ।

CHSE Odisha Class 12 History Chapter 5 Short & Long Answer Questions in Odia Medium

୨୨ । ସେମାନଙ୍କଠାରୁ କ’ଣ ଗ୍ରହଣ କରୁଥିଲେ ?
Answer:
ନିଯୁକ୍ତି ସମୟରେ ମନ୍ତ୍ରୀମାନଙ୍କର ଦକ୍ଷତା ଓ ସାଧୁତାକୁ ବିଚାରକୁ ନିଆଯାଉଥିଲା । ବିଭିନ୍ନ କାର୍ଯ୍ୟରେ ରାଜା ସେମାନଙ୍କଠାରୁ ଉପଦେଶ ଗ୍ରହଣ କରୁଥିଲେ ।

୨୩ । ମୌର୍ଯ୍ୟ ଶାସନ ସମୟରେ ଗଠିତ ହୋଇଥିବା ମନ୍ତ୍ରୀପରିଷଦର ନାମ କ’ଣ ଥିଲା ଏବଂ ଏହା କେଉଁ ଗ୍ରନ୍ଥରୁ ଜାଣିବାକୁ ମିଳିଥାଏ ?
Answer:
ମୌର୍ଯ୍ୟ ଶାସନ ସମୟରେ ଗଠିତ ହୋଇଥିବା ମନ୍ତ୍ରୀପରିଷଦର ନାମ ପରିଷା ଥିଲା । ଏହା ‘ଅର୍ଥଶାସ୍ତ୍ର’ରୁ ଜାଣିବାକୁ ମିଳିଥାଏ ।

୨୪ । କୌଟିଲ୍ୟଙ୍କ ମତରେ ମୌର୍ଯ୍ୟ ସାମ୍ରାଜ୍ୟରେ କେତେ ପ୍ରକାର ନ୍ୟାୟାଳୟ ରହିଥିଲା ଓ କ’ଣ କ’ଣ ?
Answer:
କୌଟିଲ୍ୟଙ୍କ ମତରେ ମୌର୍ଯ୍ୟ ସାମ୍ରାଜ୍ୟରେ ଦୁଇ ପ୍ରକାର ନ୍ୟାୟାଳୟ ରହିଥିଲା । ଧର୍ମସ୍ତ୍ରୀୟ ନ୍ୟାୟାଳୟରେ ସାମାଜିକ ଓ ଦିୱାନୀ ଏବଂ କଣ୍ଟକଶୋଧନ ନ୍ୟାୟାଳୟରେ ଫୌଜଦାରୀ ସଂକ୍ରାନ୍ତୀୟ ମକଦ୍ଦମା ବିଚାର କରାଯାଉଥିଲା ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଧର୍ମ ମହାମାତ୍ର ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
Answer:
କଳିଙ୍ଗ ଯୁଦ୍ଧର ବିଭୀଷିକା ଅଶୋକଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା ଏବଂ ବୌଦ୍ଧଧର୍ମର ଅହିଂସା ଓ କରୁଣା ପ୍ରତି ସେ ଆକୃଷ୍ଟ ହୋଇଥିଲେ । ବୌଦ୍ଧଧର୍ମର ପ୍ରସାରରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଶୋକ ପ୍ରଜାମାନଙ୍କର ନୈତିକ ତଥା ଆଧ୍ୟାତ୍ମିକ ଉନ୍ନତିପାଇଁ ସର୍ବଦା ତତ୍ପର ଥିଲେ । ଶେଷରେ ଏହି ନୀତିକୁ କାର୍ଯ୍ୟକାରୀ କରିବାପାଇଁ ଅଶୋକ ଧର୍ମ ମହାମାତ୍ର ନାମରେ ଏକ କର୍ମଚାରୀ ଗୋଷ୍ଠୀ ନିଯୁକ୍ତ କରିଥିଲେ । ଜନସାଧାରଣଙ୍କ ମଧ୍ୟରେ ଧର୍ମଭାବ ଜାଗ୍ରତ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏତଦ୍‌ବ୍ୟତୀତ ଦରିଦ୍ର ଓ ଅବହେଳିତ ଜନସାଧାରଣଙ୍କ ବୌଦ୍ଧିକ ଓ ଅର୍ଥନୈତିକ ବିକାଶପାଇଁ ଧର୍ମ ମହାମାତ୍ର ନିଜକୁ ନିୟୋଜିତ କରୁଥିଲେ ।

CHSE Odisha Class 12 History Chapter 5 Short & Long Answer Questions in Odia Medium

୨। ମୌର୍ଯ୍ୟ ଶାସନରେ କଳା ଓ ସ୍ଥାପତ୍ୟ ସମ୍ପର୍କରେ ଲେଖ ।
Answer:
ତୃତୀୟ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତା ଲାଭ କରି ମୌର୍ଯ୍ୟ ଯୁଗର କଳା ଓ ସ୍ଥାପତ୍ୟ ବିକାଶ ଲାଭ କରିଥିଲା । ତାଙ୍କ ସମୟରେ ପ୍ରସ୍ତର ଶିଳ୍ପର ଅଭ୍ୟୁଦୟ ଓ ପ୍ରଭୂତ ପ୍ରଗତି ହୋଇଥିଲା । ପାଟଳୀପୁତ୍ରଠାରେ ନିର୍ମିତ ପ୍ରସ୍ତର ପ୍ରାସାଦ ଚୀନ୍ ପରିବ୍ରାଜକ ଫାହିୟାନ୍‌ଙ୍କୁ ବିସ୍ମିତ କରିଥିଲା । ଅଶୋକଙ୍କର ବିଶାଳ ମସୃଣ କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭଗୁଡ଼ିକ ଭାରତୀୟ କଳା ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଅଟେ । ତାଙ୍କଦ୍ୱାରା ନିର୍ମିତ ବୌଦ୍ଧସ୍ତୂପ, ବିହାର ତତ୍କାଳୀନ ସ୍ଥାପତ୍ୟ ବିକାଶର ସୂଚନା ଦେଇଥାଏ । ଏହି ସ୍ତୂପଗୁଡ଼ିକ ମଧ୍ୟରୁ କେତେକ ଶ୍ରୀନଗର, ତକ୍ଷଶିଳା, ମଥୁରା, କନୌଜ, କୌଶାୟୀ ପ୍ରଭୃତି ସ୍ଥାନରେ ଅବସ୍ଥିତ ।

୩ । ଇଣ୍ଡିକା ଗ୍ରନ୍ଥରୁ କ’ଣ ସବୁ ତଥ୍ୟ ମିଳିଥାଏ ?
Answer:
ମୌର୍ଯ୍ୟ ସାମ୍ରାଜ୍ୟର ଇତିହାସ ଜାଣିବାପାଇଁ ‘ଇଣ୍ଡିକା’ ଏକ ପ୍ରଧାନ ଉପାଦାନ ଅଟେ । ଏହାର ରଚୟିତା ଥିଲେ ଗ୍ରୀକ୍ ରାଷ୍ଟ୍ରଦୂତ ମେଘାସ୍ଥିନିସ୍ । ମେଘାସ୍ଥିନିସ୍ ଗ୍ରୀକ୍ ସେନାଧ୍ୟକ୍ଷ ସେଲ୍ୟୁକ୍‌ସଙ୍କଦ୍ଵାରା ପ୍ରେରିତ ହୋଇ ପାଞ୍ଚବର୍ଷ କାଳ ମୌର୍ଯ୍ୟ ଦରବାରରେ ଅବସ୍ଥାନ କରିଥିଲେ । ସେ ତତ୍‌କାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାକୁ ଉପଲବ୍‌ଧ କରି ‘ଇଣ୍ଡିକା’ ଗ୍ରନ୍ଥ ରଚନା କରିଥିଲେ । ଏହି ପୁସ୍ତକରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର କୃତିତ୍ଵ ସମ୍ବନ୍ଧରେ ସବିଶେଷ ବିବରଣୀ ଜଣାପଡ଼ିଥାଏ । ଏହି ପୁସ୍ତକ ନଷ୍ଟ ହୋଇଯାଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଗ୍ରୀକ୍ ଲେଖକମାନଙ୍କ ପୁସ୍ତକଗୁଡ଼ିକରୁ ଇଣ୍ଡିକାର ଉଦ୍ଧୃତାଂଶ ମିଳିଥାଏ । ଏହି ଉଦ୍ଧୃତାଂଶରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ସୌର ଶାସନ, ସାମରିକ ପରିଷଦ, ମନ୍ତ୍ରୀସଭା ଏବଂ ଭାରତୀୟମାନଙ୍କର ଆର୍ଥିକ, ସାମାଜିକ ଓ ନୈତିକ ଜୀବନ ସମ୍ପର୍କରେ ବହୁ ମୂଲ୍ୟବାନ୍ ତଥ୍ୟ ମିଳିଥାଏ ।

୪ । ରାଜୁକମାନଙ୍କର ଭୂମିକା କ’ଣ ଥିଲା ?
Answer:
ଶିଳାଲିପିରୁ ଜଣାଯାଏ ଯେ, ଅଶୋକ ତିନିଶ୍ରେଣୀର ରାଜକର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ରାଜୁକମାନେ ଥିଲେ ଅନ୍ୟତମ । ରାଜୁକମାନଙ୍କୁ ଲୋକମାନଙ୍କର କଲ୍ୟାଣ ଓ ସମୃଦ୍ଧି କାର୍ଯ୍ୟରେ ଅଶୋକ ବିନିଯୋଗ କରିଥିଲେ । ଇଚ୍ଛା ଅନୁଯାୟୀ ପୁରସ୍କୃତ କରିବା ଓ ଦଣ୍ଡ ଦେବାର କ୍ଷମତା ସେମାନଙ୍କୁ ପ୍ରଦାନ କରାଯାଉଥିଲା । ରାଜୁକମାନଙ୍କର ଜନ୍ମ ଓ ମୃତ୍ୟୁ ସମ୍ବନ୍ଧୀୟ କ୍ଷମତା ଥିଲା । ସେମାନେ ଦୂତମାନଙ୍କ ମାଧ୍ୟମରେ ସମ୍ରାଟଙ୍କ ସହିତ ଯୋଗାଯୋଗ ରଖୁଥିଲେ । ସପ୍ତମ ଶିଳାଲେଖରେ ଉଲ୍ଲେଖ ରହିଛି ଯେ, ରାଜୁକମାନେ ନିଜକୁ ଧର୍ମପ୍ରଚାର କାର୍ଯ୍ୟରେ ନିୟୋଜିତ କରୁଥିଲେ । ସେମାନେ ରଥକମାନଙ୍କୁ କାର୍ଯ୍ୟ ତତ୍ପର ହେବାକୁ ନିର୍ଦ୍ଦେଶ ଦେଉଥିଲେ । ରାଜୁକମାନଙ୍କର କାର୍ଯ୍ୟ ଅଧୁନା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ସହିତ ସମାନ ଥିଲା ।

CHSE Odisha Class 12 History Chapter 5 Short & Long Answer Questions in Odia Medium

୫। ଧର୍ମମହାମାତ୍ରମାନେ କରୁଥିବା ତିନିଗୋଟି କାର୍ଯ୍ୟ ବର୍ଣ୍ଣନା କର।
Answer:
ରାଜ୍ୟାଭିଷେକର ୧୩ ବର୍ଷ ପରେ ଅଶୋକ ‘ଧର୍ମମହାମାତ୍ର’ମାନଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କର କାର୍ଯ୍ୟ ଥୁଲା ଧର୍ମ ସଂସ୍ଥାପନ ଓ ଏହାର ବିକାଶ ଏବଂ ଯେଉଁମାନେ ଧର୍ମ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କର ମଙ୍ଗଳ ଓ ସମୃଦ୍ଧି ସାଧନ, ଶ୍ରମିକ, ନିଃସ୍ଵ ଓ ବୃଦ୍ଧମାନଙ୍କର ସୁଖସୁବିଧା ପାଇଁ ସେମାନେ ନିର୍ଦ୍ଦିଷ୍ଟ ଧ୍ୟାନ ଦେଉଥିଲେ । ନ୍ୟାୟାଳୟ ଦେଉଥ‌ିବା ଦଣ୍ଡଗୁଡ଼ିକୁ ସେମାନେ ସମୀକ୍ଷା କରୁଥିଲେ ଏବଂ ପରିସ୍ଥିତି ଅନୁଯାୟୀ ଦଣ୍ଡ ହ୍ରାସ କରୁଥିଲେ ବା କ୍ଷମତା ପ୍ରଦାନ କରୁଥିଲେ । ରାଜା ଓ ରାଜକର୍ମଚାରୀମାନଙ୍କ ଗୃହରେ ସେମାନେ ନୈତିକତା ଓ ଦାନଶୀଳତାର ବିକାଶ ଘଟାଉଥିଲେ ।

୬ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ ସମ୍ପର୍କରେ ଲେଖ ।
Answer:
ମୌର୍ଯ୍ୟ ସାମ୍ରାଜ୍ୟର ମହୀୟାନ୍ ପ୍ରତିଷ୍ଠାତା ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ । ଏକ ସଙ୍କଟମୟ ସମୟରେ ଚନ୍ଦ୍ରଗୁପ୍ତ ଭାରତର ରାଜନୈତିକ ଦିଗ୍‌ବଳୟରେ ଉଦ୍‌ଭାସିତ ହୋଇ ଉତ୍ତର-ପଶ୍ଚିମର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟଗୁଡ଼ିକୁ ଏକତ୍ରିତ କରି ନନ୍ଦବଂଶର ଧ୍ୱଂସ କରି ନିଜ ଦେଶକୁ ଗ୍ରୀକ୍‌ମାନଙ୍କ ହାତରୁ ମୁକ୍ତକରି ଖ୍ରୀ.ପୂ. ୩୨୧ରେ ମୌର୍ଯ୍ୟ ସାମ୍ରାଜ୍ୟର ମୂଳଭିତ୍ତି ପ୍ରତିଷ୍ଠା କରିଥିଲେ । ଏହି ବଂଶର ପ୍ରତିଷ୍ଠା ହେବାଦ୍ଵାରା ପ୍ରଥମଥର ପାଇଁ ଭାରତରେ ରାଜନୈତିକ ଏକତା ତଥା ଏକବିଧ ଶାସନର ପ୍ରତିଷ୍ଠା ହୋଇପାରିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଥିଲେ ଜଣେ ଅପ୍ରତିଦ୍ଵନ୍ଦୀ ସାର୍ବଭୌମ ସମ୍ରାଟ । କୂଟନୀତିଜ୍ଞ ଚାଣକ୍ୟଙ୍କ ପଥପ୍ରଦର୍ଶନରେ ସେ ଏହି ବିଶାଳ ସାମ୍ରାଜ୍ୟ ଗଢ଼ିଥିଲେ । ସେ ଯେଉଁ ଶାସନ ସଂସ୍ଥା ପ୍ରବର୍ତ୍ତନ କରିଥିଲେ, ତାହା ପରବର୍ତ୍ତୀ ରାଜାମାନଙ୍କ ପାଇଁ ଆଦର୍ଶ ହୋଇ ରହିଥିଲା । ‘କେବଳ ମୌର୍ଯ୍ୟ ଇତିହାସରେ ନୁହେଁ, ସମଗ୍ର ପ୍ରାଚୀନ ଭାରତ ଇତିହାସରେ ସେ ଏକ ସ୍ଵତନ୍ତ୍ର ଆସନର ଅଧ୍ବକାରୀ ଅଟନ୍ତି । ତାଙ୍କୁ ‘‘ପ୍ରଥମ ଜାତୀୟ ସମ୍ରାଟ’’ ରୂପେ ମାନ୍ୟତା ପ୍ରଦାନ କରାଯାଇଥାଏ ।

୭ । ମୌର୍ଯ୍ୟ ଶାସନରେ ଗ୍ରାମିକମାନେ କିପରି ଶାସନ କରୁଥିଲେ ?
Answer:
ଅର୍ଥଶାସ୍ତ୍ରରୁ ଜଣାଯାଏ ଯେ ଗ୍ରାମ ଥିଲା ସ୍ଥାନୀୟ ଶାସନର ସର୍ବନିମ୍ନ ସଂସ୍ଥା । ପ୍ରତ୍ୟେକ ଗ୍ରାମରେ ସ୍ଵାୟତ୍ତ ଶାସନ ପ୍ରଚଳିତ ଥିଲା । ଗ୍ରାମର ମୁଖ୍ୟଙ୍କୁ ଗ୍ରାମିକ କୁହାଯାଉଥିଲା । ସାଧାରଣତଃ ଗ୍ରାମିକ ଜନତାସମୂହର ନେତା ଥିଲେ । ସେ ବେତନ ଉପଭୋଗ କରୁ ନ ଥିଲେ । ଡକାୟତମାନଙ୍କ ଆକ୍ରମଣରୁ ଗାଁକୁ ରକ୍ଷା କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଥିଲା । ସେ ମଧ୍ଯ ଗ୍ରାମରୁ ସରକାରୀ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଉଥିଲେ । ଗ୍ରାମିକମାନଙ୍କୁ ସାହାଯ୍ୟ କରିବାପାଇଁ ଏକ ଗ୍ରାମସଭା ଗଠନ କରାଯାଇଥିଲା । ଗ୍ରାମିକମାନଙ୍କର କାର୍ଯ୍ୟ ଗୋପ ତଦାରଖ କରୁଥିଲେ । ତାଙ୍କର ଦାୟିତ୍ଵରେ ୫ରୁ ୧୦ ଖଣ୍ଡ ପର୍ଯ୍ୟନ୍ତ ଗ୍ରାମ ଥିଲା ।

CHSE Odisha Class 12 History Chapter 5 Short & Long Answer Questions in Odia Medium

୮ । ମୌର୍ଯ୍ୟ ଶାସନରେ ଗୁପ୍ତଚରମାନଙ୍କର ଭୂମିକା କ’ଣ ଥିଲା ?
Answer:
ମୌର୍ଯ୍ୟ ଶାସନରେ ଗୁପ୍ତଚର ପ୍ରଥା ସମ୍ପର୍କରେ କୌଟିଲ୍ୟଙ୍କ ରଚନାରୁ ଆଭାସ ମିଳିଥାଏ । ଚନ୍ଦ୍ରଗୁପ୍ତଙ୍କ ସମୟରେ ଗୁପ୍ତଚର ବିଭାଗ ଖୁବ୍ ବିଶାଳ, ଶକ୍ତିଶାଳୀ ଓ କାର୍ଯ୍ୟକ୍ଷମ ଥିଲା । ସୈନ୍ୟମାନଙ୍କ ପରେ ଗୁପ୍ତଚରମାନଙ୍କ ଭୂମିକା ଥିଲା ଖୁବ୍‌ ଗୁରୁତ୍ଵପୂର୍ଣ୍ଣ । ଅର୍ଥଶାସ୍ତ୍ର ଅନୁଯାୟୀ ଦୁଇପ୍ରକାର ଗୁପ୍ତଚର ଥିଲେ, ଯଥା— କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନିଯୁକ୍ତ ଗୁପ୍ତଚର ବା ସମସ୍ଥାନିକ ଏବଂ ଭ୍ରାମ୍ୟମାଣ ଗୁପ୍ତଚର ବା ସଞ୍ଚାରକ । ରାଜକର୍ମଚାରୀମାନଙ୍କର କାର୍ଯ୍ୟ ଓ ଗତିବିଧ‌ିକୁ ଅନୁଧ୍ୟାନ କରି ରାଜାଙ୍କୁ ଜଣାଇଦେବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା । ସରକାରଙ୍କ ସପକ୍ଷରେ ପ୍ରଚାର କରିବା ମଧ୍ୟ ଥିଲା ସେମାନଙ୍କର ଅନ୍ୟ ଏକ ଦାୟିତ୍ଵ । ସେ ସମୟରେ ପାରାମାନଙ୍କଦ୍ଵାରା ମଧ୍ୟ ସମ୍ବାଦପତ୍ର ପ୍ରେରଣ କରାଯାଉଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । କଳିଙ୍ଗ ଯୁଦ୍ଧର କାରଣ ଓ ଫଳାଫଳ ଆଲୋଚନା କର ।
Answer:
ଅଶୋକଙ୍କ କଳିଙ୍ଗ ଯୁଦ୍ଧ କେବଳ ପ୍ରାଚୀନ ଭାରତ ଇତିହାସରେ ନୁହେଁ, ସମଗ୍ର ପୃଥ‌ିବୀ ଇତିହାସରେ ଏକ ବିଶିଷ୍ଟ ଘଟଣାରୂପେ ପରିଗଣିତ । ମଗଧର ଚିରଶତ୍ରୁ କଳିଙ୍ଗକୁ ପଦାନତ କରିବାପାଇଁ ଅଶୋକ ଖ୍ରୀ.ପୂ. ୨୬୧ରେ କଳିଙ୍ଗ ଆକ୍ରମଣ କରିଥିଲେ ।

  • ଯୁଦ୍ଧର କାରଣ– କଳିଙ୍ଗ ଯୁଦ୍ଧ ପାଇଁ ନିମ୍ନଲିଖୁ କେତୋଟି କାରଣ ଦାୟୀ ଥିଲା ।
    1. ସାମ୍ରାଜ୍ୟ ବିସ୍ତାର- ଅଶୋକ ଜଣେ ସାମ୍ରାଜ୍ୟପିପାସୁ ରାଜା ଥିଲେ । ସାମ୍ରାଜ୍ୟ ବିସ୍ତାର ତାଙ୍କର ରାଜକୀୟ ଗର୍ବ ଓ ଗୌରବର ବିଷୟ ଥିଲା ।
    2. କଳିଙ୍ଗର ଧନ, ଐଶ୍ବର୍ଯ୍ୟ ପ୍ରତି ଲୋଭ– ଅଶୋକଙ୍କ ସମୟରେ କଳିଙ୍ଗ ଧନ ଐଶ୍ବର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ଏହାକୁ ଅଧିକାର କରିବାପାଇଁ ଅଶୋକ ଲୋଭାସକ୍ତ ହୋଇପଡ଼ିଥିଲେ ।
    3. ଉତ୍ତମ ବନ୍ଦର ଓ ପୋତାଶ୍ରୟ– କଳିଙ୍ଗର ଉପକୂଳରେ ଅନେକ ବନ୍ଦର ଓ ପୋତାଶ୍ରୟ ଥିଲା । ଏହା ମାଧ୍ୟମରେ କଳିଙ୍ଗର ଅଧ୍ଵବାସୀମାନେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ଶ୍ରୀଲଙ୍କାରେ ନୌବାଣିଜ୍ୟ କରି ଅର୍ଥନୈତିକ ପ୍ରଗତି ହାସଲ କରିଥିଲେ । ଅଶୋକ ଏହି ବନ୍ଦର, ପୋତାଶ୍ରୟକୁ ଅକ୍ତିଆର କରି ନୌବାଣିଜ୍ୟର ଲାଭ ଉଠାଇବାକୁ ଚାହିଁଥିଲେ । ଫଳତଃ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା ।
    4. ମଗଧର ସୀମାନ୍ତରେ ଶକ୍ତିଶାଳୀ କଳିଙ୍ଗର ଅବସ୍ଥିତି– ନନ୍ଦବଂଶର ପତନଠାରୁ କଳିଙ୍ଗ ଏକ ସ୍ଵାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ରଭାବେ ପ୍ରତିଷ୍ଠା ଲାଭ କରିଥିଲା । ଅଶୋକଙ୍କ ପୂର୍ବରୁ ମୌର୍ଯ୍ୟ ଶାସକମାନେ ଏହାକୁ ଆୟତ୍ତ କରିପାରି ନ ଥିଲେ । ତେଣୁ ଏକ ସମୃଦ୍ଧିଶାଳୀ ସ୍ଵାଧୀନ ରାଷ୍ଟ୍ରର ଅବସ୍ଥିତି ଅଶୋକଙ୍କୁ ଅସହ୍ୟବୋଧ ହୋଇଥିଲା ।
    5. ମଗଧର ଶତ୍ରୁଙ୍କ ସହ କଳିଙ୍ଗର ସମ୍ପର୍କ– କଳିଙ୍ଗ ସ୍ଵାଧୀନତାପ୍ରାପ୍ତି ପରଠାରୁ ମଗଧ ଶତ୍ରୁଭାବେ ଦଣ୍ଡାୟମାନ ହୋଇଥିଲା । ଭାରତର ଦକ୍ଷିଣରେ ଥିବା ଚୋଳ ଏବଂ ପାଠ୍ୟ ଦେଶଦ୍ଵୟ ମଗଧର ଶତ୍ରୁ ଥିଲେ । ସେମାନଙ୍କ ସହ କଳିଙ୍ଗ ସମ୍ପର୍କ ସ୍ଥାପନ କରି ନିଜର ସାମରିକ ଶକ୍ତି ବୃଦ୍ଧି କରିବାରୁ ଅଶୋକ କ୍ରୋଧାନ୍ଵିତ ହୋଇଥିଲେ ।
    6. ଅଶୋକଙ୍କ ଅଳଙ୍କାର ଲୁଟି– କଳିଙ୍ଗର ସାମୁଦ୍ରିକ ନାଗ (ଧୀବର)ମାନେ ଅଶୋକଙ୍କ ଅଳଙ୍କାର ଲୁଟି ନେବାରୁ ସେ କ୍ଷୁବ୍‌ଧ ହୋଇ କଳିଙ୍ଗ ଆକ୍ରମଣ କରିଥିଲେ ।
    7. କାରୁବାକୀ କିମ୍ବଦନ୍ତୀ– ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଧୀବରମାନଙ୍କ ମଧ୍ୟରେ ପ୍ରଚଳିତ ‘କାରୁବାକୀ କିମଦନ୍ତୀ’ ଅନୁସାରେ ଅଶୋକ କଳିଙ୍ଗର କାରୁବାକୀ ନାମ୍ନୀ ଏକ ସୁନ୍ଦରୀ ଧୀବର କନ୍ୟାର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । ରକ୍ଷଣଶୀଳ ସମାଜରେ ଏହା ଅସମ୍ଭବ ଥିବାରୁ ଅଶୋକ କଳିଙ୍ଗକୁ କରାୟତ୍ତ କରି କାରୁବାକୀଙ୍କୁ ନିଜର କରିବାକୁ ଚାହିଁଥିଲେ ।

CHSE Odisha Class 12 History Chapter 5 Short & Long Answer Questions in Odia Medium

  • ଉପରୋକ୍ତ ସମସ୍ତ କାରଣକୁ କେନ୍ଦ୍ର କରି ବହୁ ପ୍ରତୀକ୍ଷିତ କଳିଙ୍ଗ ଯୁଦ୍ଧ ଖ୍ରୀ.ପୂ. ୨୬୧ରେ ଅର୍ଥାତ୍ ଅଶୋକଙ୍କ ରାଜ୍ୟାଭିଷେକର ଅଷ୍ଟମ ବର୍ଷରେ ସଂଘଟିତ ହୋଇଥିଲା । ଅଶୋକ ତାଙ୍କର ବିରାଟ ସୈନ୍ୟବାହିନୀ ସହ କଳିଙ୍ଗ ଆକ୍ରମଣ କରିଥିଲେ । କଳିଙ୍ଗବାସୀ ପ୍ରବଳ ପରାକ୍ରମ ସହିତ ଅଶୋକଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶୋଚନୀୟରୂପେ ପରାଜୟ ବରଣ କରିଥିଲେ । ତ୍ରୟୋଦଶ ଶିଳାଲେଖର ବର୍ଣ୍ଣନା ଅନୁସାରେ ଏହି ଯୁଦ୍ଧରେ କଳିଙ୍ଗ ପକ୍ଷରୁ ୧,୦୦,୦୦୦ ସୈନ୍ୟ ନିହତ ହୋଇଥିଲେ, ୧,୫୦,୦୦୦ ସୈନ୍ୟ ବନ୍ଦୀ ହୋଇଥିଲେ ଏବଂ ୨,୫୦,୦୦୦ କଳିଙ୍ଗ ସୈନ୍ୟ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିହ୍ନ ହୋଇଯାଇଥିଲେ । ଏହି ଯୁଦ୍ଧ ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡ଼ର ପାଦଦେଶରେ ପ୍ରବାହିତ ଦୟାନଦୀ କୂଳରେ ସଂଘଟିତ ହୋଇଥିଲା ଏବଂ ଦୟାନଦୀର ଜଳ ରକ୍ତରଞ୍ଜିତ ହୋଇଥିଲା । ଏହି ଯୁଦ୍ଧରେ ବୌଦ୍ଧ ସନ୍ନ୍ୟାସୀଙ୍କଦ୍ଵାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।
  • ଫଳାଫଳ– କଳିଙ୍ଗ ଯୁଦ୍ଧର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହାର ଭୟାବହତା ଅଶୋକଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା ଏବଂ ତାଙ୍କୁ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ କରାଇଥିଲା । ଦ୍ଵିତୀୟତଃ, ଏହି ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ପ୍ରଚାର ଓ ପ୍ରସାରପାଇଁ ଆତ୍ମନିୟୋଗ କରିଥିଲେ । ତୃତୀୟତଃ, ଅଶୋକ ଏହି ଯୁଦ୍ଧ ପରେ ‘ବିହାର ଯାତ୍ରା’ ବନ୍ଦ କରିଦେଇଥିଲେ ଏବଂ ବୁଦ୍ଧଙ୍କ ଜୀବନୀ ସହିତ ଜଡ଼ିତ ଲୁମ୍ବିନୀ, ସାରନାଥ ଏବଂ କୁଶୀନରା ଇତ୍ୟାଦି ସ୍ଥାନକୁ ‘ଧର୍ମଯାତ୍ରା’ କରିଥିଲେ । ଚତୁର୍ଥତଃ, କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମର ପ୍ରଚାରପାଇଁ ସ୍ତମ୍ଭ, ଶିଳାଲେଖ ଏବଂ ସ୍ତୂପ ଇତ୍ୟାଦି ନିର୍ମାଣ କ୍ଷେତ୍ରରେ ଉଦ୍ୟମ କରିଥିଲେ, ଯାହା ଭାରତୀୟ କଳା ଏବଂ ସ୍ଥାପତ୍ୟର ବିକାଶ ନିମିତ୍ତ ସହାୟକ ହୋଇଥିଲା । ଶେଷରେ ଏହି ଯୁଦ୍ଧପରେ ବିଶ୍ୱଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ଅଶୋକ ଉଦ୍ୟମ କରିଥିଲେ ଏବଂ ସିରିଆ, ମିଶର ଏବଂ ମାସିଡ଼ୋନିଆ ଆଦି ଦେଶକୁ ଶାନ୍ତଦୂତ ପ୍ରେରଣ କରିଥିଲେ ।

୨। ମୌର୍ଯ୍ୟ ପ୍ରଶାସନ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
କିମ୍ବା, ମୌର୍ଯ୍ୟ ଶାସନ ବ୍ୟବସ୍ଥାର ବିଭିନ୍ନ ଦିଗଗୁଡ଼ିକ ଉପରେ ଆଲୋକପାତ କର ।
Answer:
ମୌର୍ଯ୍ୟ ଯୁଗର ଶାସନ ପ୍ରଣାଳୀ ବିଷୟରେ ଜାଣିବାପାଇଁ ଦୁଇଗୋଟି ମୂଲ୍ୟବାନ୍ ଐତିହାସିକ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଗୋଟିଏ ହେଲା କୌଟିଲ୍ୟଙ୍କ ଲିଖିତ ‘ଅର୍ଥଶାସ୍ତ୍ର’ ଏବଂ ଅନ୍ୟଟି ହେଉଛି ଗ୍ରୀକ୍ ରାଷ୍ଟ୍ରଦୂତ ମେଘାସ୍ଥିନିସ୍‌ଙ୍କ ରଚିତ ‘ଇଣ୍ଡିକା’ । ଏହି ଦୁଇ ଉପାଦାନ ବ୍ୟତୀତ ଅନ୍ୟାନ୍ୟ ଉପାଦାନରୁ ମଧ୍ଯ ମୌର୍ଯ୍ୟ ଶାସନର ପରିଚୟ ମିଳେ ।

ରାଜା ଓ ରାଜକ୍ଷମତା –  ରାଜା ଥିଲେ ମୌର୍ଯ୍ୟ ଶାସନର କେନ୍ଦ୍ରବିନ୍ଦୁ । ସେ ଏକାଧାରରେ ଥିଲେ ପ୍ରଶାସନିକ ମୂଖ୍ୟ, ପ୍ରଧାନ ଆଇନ ପ୍ରଣେତା, ସର୍ବୋଚ୍ଚ ବିଚାରପତି ଓ ମୁଖ୍ୟ ସେନାଧ୍ଯକ୍ଷ । ରାଜାଙ୍କ ହସ୍ତରେ ଏକଚ୍ଛତ୍ରବାଦ କ୍ଷମତା ରହିଥିବା ସତ୍ତ୍ବେ ସେ ଏ କ୍ଷମତା ପ୍ରଜାମଙ୍ଗଳ ଶାସନରେ ପ୍ରୟୋଗ କରୁଥିଲେ । କୌଟିଲ୍ୟ କହିଥିଲେ – ‘ଯାହା ରାଜାଙ୍କୁ ଭଲଲାଗେ, ତାହା ଉତ୍ତମ ବୋଲି ବିବେଚନା କରାଯାଇପାରିବ ନାହିଁ, କିନ୍ତୁ ଯାହା ତାଙ୍କର ପ୍ରଜାମାନଙ୍କୁ ଖୁସି କରାଏ, ତାହା ଉତ୍ତମ ବୋଲି ବିଚାର କରାଯିବ ।’’ ସେ ପୁଣି କହିଥିଲେ ରାଜା ହିଁ ହେଉଛନ୍ତି ସରକାର । ସେ ନିଜର ମନ୍ତ୍ରୀ, ପୁରୋହିତ, ଶାସନକର୍ତ୍ତା ଓ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା ସମୟରେ ସେମାନଙ୍କର ଚାରୋଟି ଗୁଣ, ଯଥା – ରାଜାଙ୍କ ପ୍ରତି ଭୟ, ସାଧୁତା, ବିଭବ ଓ ଆଇନ ଉପରେ ଧାରଣା ବିଚାରକୁ ନେଉଥିଲେ । ସେଥ‌ିପାଇଁ ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା ସମୟରେ ସେମାନଙ୍କର ଦକ୍ଷତା ଓ ସାଧୁତାକୁ ବିବେଚନା କରାଯାଉଥିଲା । ରାଜାଙ୍କୁ ପରାମର୍ଶ ଦେବାପାଇଁ ପ୍ରଧାନମନ୍ତ୍ରୀ, ପୁରୋହିତ, ସେନାପତି ଓ ଯୁବରାଜଙ୍କୁ ନେଇ ଗୋଟିଏ ମନ୍ତ୍ରୀପରିଷଦ ଗଠିତ ହୋଇଥିଲା । ସେହିପରି କେତେକ ରାଜକର୍ମଚାରୀମାନେ ହେଲେ- ସମାହାର (ରାଜସ୍ୱ ଆଦାୟ ମୁଖ୍ୟ), ସାନ୍ନିଧ୍ଵତ (ରାଜକୋଷ ଅଧିକାରୀ), ଦ୍ଵାରିକ (ଦରବାର, ଫାଟକର ମୁଖ୍ୟ), ଅନ୍ତର୍ବେଶିକ (ରାଜ ଅନ୍ତଃପୁରର ତତ୍ତ୍ଵାବଧାରକ), ପ୍ରସଷ୍ଟି (ବନ୍ଦୀଶାଳାର ମୁଖ୍ୟ ନିରୀକ୍ଷକ), ନାୟକ (ନଗର ରକ୍ଷକ), ମୌର (ରାଜଧାନୀର ମୁଖ୍ୟ ତତ୍ତ୍ଵାବଧାରକ), ବ୍ୟାବହାରିକ (ଖଣିଜ ଓ ଉତ୍ପାଦିତ ଦ୍ରବ୍ୟର ତତ୍ତ୍ଵାବଧାରକ), ଦଣ୍ଡପାଳ (ପୋଲିସ୍ ବିଭାଗର ମୁଖ୍ୟ), ଦୁର୍ଗପାଳ (ଗୃହ ପ୍ରତିରକ୍ଷା କର୍ମଚାରୀ) ଓ ଅନ୍ତପାଳ (ସୀମାନ୍ତ ପ୍ରତିରକ୍ଷା ବିଭାଗର ମୁଖ୍ୟ) ଇତ୍ୟାଦି । ବିଧବା, ପିତୃମାତୃଶୂନ୍ୟ ବାଳକ, ବାଳିକା, ପଙ୍ଗୁ, ଅସହାୟ ଓ ଦରିଦ୍ରମାନଙ୍କ ମଙ୍ଗଳ କରିବା ଥିଲା ରାଜ୍ୟ ସରକାରଙ୍କର ଦାୟିତ୍ଵ ।

CHSE Odisha Class 12 History Chapter 5 Short & Long Answer Questions in Odia Medium

ସୈନ୍ୟବିଭାଗ :
ରାଜ୍ୟ ଜୟ, ବିଦେଶୀ ଆକ୍ରମଣ ପ୍ରତିହତ ଓ ଆଭ୍ୟନ୍ତରୀଣ ଶାନ୍ତିରକ୍ଷା ନିମିତ୍ତ ଚନ୍ଦ୍ରଗୁପ୍ତ ଏକ ବିଶାଳବାହିନୀ ଗଢ଼ିଥିଲେ । ୬୦୦,୦୦୦ ପଦାତିକ, ୩୦,୦୦୦ ଅଶ୍ଵାରୋହୀ ଓ ୮,୦୦୦ ରଥାରୋହୀଙ୍କୁ ନେଇ ତାଙ୍କ ସୈନ୍ୟବାହିନୀ ଗଠିତ ହୋଇଥିଲା । ସାଧାରଣତଃ ଏହା ରାଜାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା । ସେମାନଙ୍କୁ ନିୟମିତ ଦରମା ଦିଆଯାଉଥିଲା ।

ବିଚାର ଓ ଆଇନ ବ୍ୟବସ୍ଥା :
ଉଭୟ ମେଘାସ୍ଥିନିସ୍ ଓ କୌଟିଲ୍ୟ ସେମାନଙ୍କ ଗ୍ରନ୍ଥରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ବିଚାରଗତ ଶାସନ ବିଷୟରେ ଏକ ସବିଶେଷ ବର୍ଣ୍ଣନା ଦେଇଛନ୍ତି । କୌଟିଲ୍ୟଙ୍କ ମତରେ ଧର୍ମସ୍ତ୍ରୀୟ ଓ କଣ୍ଟକଶୋଧନ ନାମକ ଦୁଇପ୍ରକାର ବିଚାରାଳୟ ଥିଲା । ଧର୍ମସ୍ତ୍ରୀୟ ନ୍ୟାୟାଳୟରେ ସାମାଜିକ, ଦିନୀ ଏବଂ କଣ୍ଟକଶୋଧନ ନ୍ୟାୟାଳୟରେ ଫୌଜଧାରୀ ସଂକ୍ରାନ୍ତୀୟ ମକଦ୍ଦମା ବିଚାର କରାଯାଉଥିଲା । ଧର୍ମସ୍ଥାୟ ନ୍ୟାୟାଳୟରେ ତିନିଜଣ ଧର୍ମସ୍ଥଙ୍କୁ ବିଚାରକ ରୂପେ ଅବସ୍ଥାପିତ କରାଯାଇଥିଲା । ସେମାନଙ୍କୁ ଅନେକ ଜ୍ଞାନୀ ବ୍ରାହ୍ମଣ ସହାୟତା ଦେଉଥିଲେ । ସେହି ପରି କଣ୍ଟକଶୋଧନରେ ଥିଲେ ତିନିଜଣ ଅମାତ୍ୟ ବିଚାରକ, ସେମାନଙ୍କୁ ସହାୟତା ଦେଉଥିଲେ ଗୁପ୍ତଚର ଓ ଆଇନ ପ୍ରତିନିଧୁମାନେ । ସର୍ବୋଚ୍ଚ ସ୍ଥାନରେ ଥିଲା ରାଜାଙ୍କର ବିଚାରାଳୟ । ଉଚ୍ଚ ବିଚାରାଳୟର ରାୟ ବିରୁଦ୍ଧରେ ସେ ଆବେଦନ ଶୁଣୁଥିଲେ ।

ରାଜସ୍ୱ ବିଭାଗ :
ସାମ୍ରାଜ୍ୟର ପ୍ରଧାନ ଆୟ ଥିଲା ଭୂରାଜସ୍ଵ । ଏହାକୁ ଭାଗ ବୋଲି କୁହାଯାଉଥିଲା । ଭୂମିର ଉର୍ବରତା ଅନୁଯାୟୀ ଏକ ଷକ୍ଷାଂଶରୁ ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ଭୂରାଜସ୍ୱ ଆଦାୟ ହେଉଥିଲା । ଭୂ-ରାଜସ୍ୱ ବ୍ୟତୀତ ଜଙ୍ଗଲ, ଖଣି, ବାଣିଜ୍ୟ, ପରିବହନ ଓ ଅବକାରୀ ଶୁଳ୍‌କ ଆଦାୟ କରାଯାଉଥିଲା । ଜଳ, ବାସଗୃହ, ମୁଦ୍ରା, ଜନ୍ମ ଓ ମୃତ୍ୟୁ ଉପରେ ମଧ୍ୟ କର ଲାଗୁ କରାଯାଉଥିଲା । କୌଟିଲ୍ୟ କହୁଥିଲେ ଯେ ରାଜସ୍ୱ ଆଦାୟ କରିବା ନୀତି ଏପରି କାର୍ଯ୍ୟକାରୀ ହେବା ଉଚିତ ଯାହାଦ୍ଵାରା ପ୍ରଜାମାନେ କ୍ରୋଧଭର ହେବେ ନାହିଁ ।

ଗୁପ୍ତଚର ପ୍ରଥା :
ଚନ୍ଦ୍ରଗୁପ୍ତଙ୍କ ଗୁପ୍ତଚର ବିଭାଗ ଥିଲା ଖୁବ୍ ବିଶାଳ, ଶକ୍ତିଶାଳୀ ଓ କାର୍ଯ୍ୟକ୍ଷମ । ସାମ୍ରାଜ୍ୟର ବିଭିନ୍ନ ସ୍ଥାନରୁ ସମ୍ବାଦ ସଂଗ୍ରହ କରିବା ନିମିତ୍ତ ରାଜା ସେମାନଙ୍କୁ ନିଯୁକ୍ତି ଦେଇଥିଲେ । ରାଜକର୍ମଚାରୀମାନଙ୍କର କାର୍ଯ୍ୟ ଓ ଗତିବିଧ‌ି ଅନୁଧ୍ୟାନ କରି ରାଜାଙ୍କୁ ଜଣାଇଦେବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା ।

ପ୍ରାଦେଶିକ ଶାସନ :
ଶାସନର ସୁବିଧା ନିମିତ୍ତ ଚନ୍ଦ୍ରଗୁପ୍ତ ନିଜର ସାମ୍ରାଜ୍ୟକୁ କେତେଗୋଟି ପ୍ରଦେଶରେ ବିଭକ୍ତ କରିଥିଲେ । ଜଣାଯାଏ, ତାଙ୍କର ସାମ୍ରାଜ୍ୟ ମଗଧ, ତକ୍ଷଶିଳା, ତୋଷାଳୀ, ସ୍ଵର୍ଣ୍ଣଗିରି ଓ ଉଜ୍ଜୟିନୀ ଏହିପରି ପାଞ୍ଚଗୋଟି ପ୍ରଦେଶରେ ବିଭକ୍ତ ହୋଇଥିଲା । ପ୍ରାଦେଶିକ ଶାସନର ମୁଖ୍ୟ ରୂପେ ଯେଉଁ ଶାସନକର୍ତ୍ତାମାନଙ୍କୁ ନିଯୁକ୍ତି ଦିଆଯାଇଥୁଲା, ସେମାନଙ୍କୁ କୁମାର କୁହାଯାଉଥିଲା । ସେମାନଙ୍କର ବେତନ ଥିଲା ବାର୍ଷିକ ୧୨୦୦୦ ପଣ । ସାଧାରଣ ପ୍ରଶାସନରେ କୁମାରଙ୍କୁ ସାହାଯ୍ୟ କରିବାପାଇଁ ପ୍ରତ୍ୟେକ ପ୍ରଦେଶରେ ଗୋଟିଏ ଗୋଟିଏ ପରିଷଦ ଗଠନ କରାଯାଇଥିଲା ।

CHSE Odisha Class 12 History Chapter 5 Short & Long Answer Questions in Odia Medium

ଜିଲ୍ଲା ଓ ଗ୍ରାମ ଶାସନ :
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ଜଣାଯାଏ ଯେ, ଗ୍ରାମ ଥିଲା ସ୍ଥାନୀୟ ଶାସନର ସର୍ବନିମ୍ନ ସଂସ୍ଥା । ପ୍ରତ୍ୟେକ ଗ୍ରାମରେ ଏକପ୍ରକାର ସ୍ୱାୟତ୍ତ ଶାସନ ପ୍ରଚଳିତ ଥିଲା । ଗ୍ରାମର ମୁଖ୍ୟଙ୍କୁ ‘ଗ୍ରାମିକ’ କୁହାଯାଉଥିଲା । ସେ ଥିଲେ ଜଣେ ଅଭିଜ୍ଞ ବ୍ୟକ୍ତି । ରାୟଚୌଧୁରୀଙ୍କ କଥାରେ – ‘ଅର୍ଥଶାସ୍ତ୍ର ପ୍ରଦାନ କରିଥିବା ବେତନଭୋଗୀ କର୍ମଚାରୀମାନଙ୍କ ତାଲିକାରୁ ଗ୍ରାମିକମାନଙ୍କୁ ବାଦେବା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ଏହା ସମ୍ଭବତଃ ସୂଚେଇ ଦିଏ ଯେ ଗ୍ରନ୍ଥ ପ୍ରଣେତାଙ୍କ ଦିନଗୁଡ଼ିକରେ ଗ୍ରାମିକମାନେ ରାଜାଙ୍କର ବେତନଭୋଗୀ ଭୃତ୍ୟ ନ ଥିଲେ, କିନ୍ତୁ ଥୁଲେ ଗ୍ରାମର ନିର୍ବାଚିତ କର୍ମଚାରୀ ।’’ ତେଣୁ ଜଣାଯାଏ, ଗ୍ରାମିକ ଗ୍ରାମ ଲୋକମାନଙ୍କଦ୍ଵାରା ନିର୍ବାଚିତ ହେଉଥିଲେ ଓ ସେ ବେତନ ଉପଭୋଗ କରୁ ନ ଥିଲେ । ଗ୍ରାମିକଙ୍କୁ ସାହାଯ୍ୟ କରିବାକୁ ଏକ ଗ୍ରାମସଭା ଗଠନ କରାଯାଇଥିଲା । ପାଞ୍ଚୋଟିରୁ ଦଶଟି ପର୍ଯ୍ୟନ୍ତ ଗ୍ରାମର ଶାସନ ଦାୟିତ୍ଵରେ ରହୁଥିଲେ ‘ଗୋପ’ । ସେ ଗ୍ରାମିକମାନଙ୍କର କାର୍ଯ୍ୟ ତଦାରଖ କରୁଥିଲେ । ସେହିପରି ଗୋପମାନଙ୍କର କାର୍ଯ୍ୟ ତଦାରଖ କରୁଥିଲେ ‘ସ୍ଥାନିକ’ ।

ନଗର ଶାସନ :
ମେଘାସ୍ଥିନିସ୍କଙ୍କ ବିବରଣୀରୁ ଜଣାଯାଏ ଯେ, ସେତେବେଳେ ନଗରଗୁଡ଼ିକରେ ମଧ୍ୟ ସ୍ଵାୟତ୍ତ ଶାସନ ପ୍ରବର୍ତ୍ତନ କରାଯାଉଥିଲା । ମୌର୍ଯ୍ୟମାନଙ୍କର ରାଜଧାନୀ ପାଟଳୀପୁତ୍ର ଥିଲା ଏକ ନଗର । ତିରିଶଜଣ ସଦସ୍ୟ ବିଶିଷ୍ଟ ଏକ ଶାସନ ପରିଷଦଦ୍ଵାରା ଏହା ଶାସିତ ହେଉଥିଲା । ପରିଷଦକୁ ୬ ଗୋଟି ବିଭାଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବିଭାଗରେ ଥିଲେ ୫ଜଣ ସଦସ୍ୟ । ଉକ୍ତ ୬ଟି ବିଭାଗ ମଧ୍ୟ ପୃଥକ୍ ପୃଥକ୍ ଭାବରେ କାର୍ଯ୍ୟ କରୁଥିଲା । ପ୍ରଥମ ବିଭାଗ ଶିଳ୍ପ ଉଦ୍ୟୋଗ ଦାୟିତ୍ଵରେ ଥିଲା । ଏହା କାରିଗରମାନଙ୍କ କଲ୍ୟାଣ ଉପରେ ନଜର ଦେଉଥିଲା । ଦ୍ଵିତୀୟ ବିଭାଗ ବିଦେଶୀମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିଲା ।

ତୃତୀୟ ବିଭାଗ ଜନସଂଖ୍ୟା ଓ ଜନ୍ମମୃତ୍ୟୁର ହିସାବ ରଖୁଥିଲା । ଚତୁର୍ଥ ବିଭାଗ ମାପ ଓ ଓଜନ ଏବଂ କ୍ରୟ ଓ ବିକ୍ରୟ କାର୍ଯ୍ୟ ନିୟନ୍ତ୍ରଣ କରୁଥିଲା । ପଞ୍ଚମ ବିଭାଗ ଉତ୍ପନ୍ନ ଦ୍ରବ୍ୟ ତଦାରଖ କରୁଥିଲା । ପୁରୁଣା ଦ୍ରବ୍ୟକୁ ନୂଆ ଦ୍ରବ୍ୟରେ ମିଶାଇ ନ ଦିଆଯିବାପାଇଁ ଏହା ଦୃଷ୍ଟି ଦେଉଥିଲା । ଷଷ୍ଠ ବିଭାଗ ଥିଲା ବିକ୍ରି କର ଆଦାୟ ଦାୟିତ୍ଵରେ । ଏହିପରି ଭାବରେ ନୀତି, ସଙ୍ଗଠନ ଓ ଆଇନ ଉପରେ ଚନ୍ଦ୍ରଗୁପ୍ତଙ୍କ ଶାସନ ପ୍ରତିଷ୍ଠିତ ଥିଲା । ପରବର୍ତ୍ତୀ ମୌର୍ଯ୍ୟ ରାଜାମାନେ ମଧ୍ୟ ତାଙ୍କ ଶାସନ ବ୍ୟବସ୍ଥା ଗ୍ରହଣ କରିଥିଲେ । ସମଗ୍ର ସାମ୍ରାଜ୍ୟରେ ବ୍ୟବସାୟ ବାଣିଜ୍ୟ, ଶିଳ୍ପ ଓ କୃଷିର ଉନ୍ନତିସାଧନ କରାଯାଇଥିଲା ।

ଲୋକମାନେ ଶାନ୍ତି ଓ ସମୃଦ୍ଧି ମଧ୍ୟରେ ଦିନ ଅତିବାହିତ କରୁଥିଲେ । ମୋଟାମୋଟି ଭାବରେ ସୁଦୃଢ଼ ନୀତି, ବ୍ୟାପକ ସଙ୍ଗଠନ ଓ ଆଇନର ଶାସନ ଥୁଲା ମୌର୍ଯ୍ୟ ଶାସନର ମୂଳଭିତ୍ତି । ଯଦିଓ ରାଜା ଥିଲେ ଏକାଧାରରେ ସର୍ବୋଚ୍ଚ ପ୍ରଶାସକ, ସର୍ବୋଚ୍ଚ ଆଇନପ୍ରଣେତା ଓ ସର୍ବୋଚ୍ଚ ନ୍ୟାୟଦାତା, ତଥାପି ସେ ଥିଲେ ଗୋଟିଏ ସୁଚିନ୍ତିତ ଓ ସୁପରିଚାଳିତ ଶାସନ ସଂସ୍ଥାର ମୁଖ୍ୟ । ଦେଶର ପ୍ରାଚୀନ ପରମ୍ପରା ଓ ସାମୟିକ ଆବଶ୍ୟକତା ଏହି ଦୁଇଟିର ସମନ୍ଵୟ ମୌର୍ଯ୍ୟ ଶାସନରେ ଦେଖିବାକୁ ମିଳିଥିଲା ।

Leave a Comment