CHSE Odisha Class 12 History Chapter 6 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 6 ଗୁପ୍ତଯୁଗର ସାଂସ୍କୃତିକ ବିକାଶ Short & Long Answer Questions.

CHSE Odisha 12th Class History Chapter 6 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ଗୁପ୍ତ ସମାଜରେ ପ୍ରଚଳିତ ଦୁଇ ପ୍ରକାର ବିବାହ ରୀତି କ’ଣ ଥିଲା ? ପ୍ରତିଲୋମ ବିବାହ କିହଲେ କ’ଣ ବୁଝ ?
Answer:
ଗୁପ୍ତ ସମାଜରେ ପ୍ରଚଳିତ ଦୁଇ ପ୍ରକାର ବିବାହର ରୀତି ହେଲା ‘ଅନୁଲୋମ’ ଓ ‘ପ୍ରତିଲୋମ’ । ଉଚ୍ଚ ଜାତିର ସ୍ତ୍ରୀଲୋକ ନୀଚ ଜାତିର ପୁରୁଷକୁ ବିବାହ କରିବା ବିଧୁକୁ ‘ପ୍ରତିଲୋମ’ ବିବାହ କୁହାଯାଉଥିଲା ।

୨ । ‘ସାଂଖ୍ୟକାରିକା’, ‘ସୂତ୍ରାଳଙ୍କାର’ ଓ ‘ଗାଥା ସଂଗ୍ରହ’ ଦର୍ଶନଶାସ୍ତ୍ରଗୁଡ଼ିକ କେଉଁମାନଙ୍କଦ୍ଵାରା ପ୍ରଣୀତ ହୋଇଥିଲା ?
Answer:
ଈଶ୍ୱରକୃଷ୍ଣଙ୍କଦ୍ବାରା ‘ସାଂଖ୍ୟକାରିକା’, ଅସଙ୍ଗଙ୍କଦ୍ବାରା ‘ସୂତ୍ରାଳଙ୍କାର’ ଓ ବସୁବନ୍ଧୁଙ୍କଦ୍ୱାରା ‘ଗାଥାସଂଗ୍ରହ’ ଦର୍ଶନଶାସ୍ତ୍ରଗୁଡ଼ିକ ପ୍ରଣୀତ ହୋଇଥିଲା ।

BSE Odisha

୩ । ଗୁପ୍ତଯୁଗର ଏକ ପ୍ରସିଦ୍ଧ ପୋତାଶ୍ରୟର ନାମ ଲେଖ । ସେ ଯୁଗର ରପ୍ତାନୀ ଓ ଆମଦାନୀ ଦ୍ରବ୍ୟଗୁଡ଼ିକ କ’ଣ ଥିଲା ?
Answer:
ତାମ୍ରଲିପ୍ତି ଗୁପ୍ତଯୁଗର ଏକ ପ୍ରସିଦ୍ଧ ପୋତାଶ୍ରୟ ଥିଲା । ସେ ଯୁଗର ରପ୍ତାନୀ ଦ୍ରବ୍ୟଗୁଡ଼ିକ ହେଲା– ସୂକ୍ଷ୍ମବସ୍ତ୍ର, ହାତୀଦାନ୍ତ ନିର୍ମିତ ଦ୍ରବ୍ୟ, ମସଲା, ପ୍ରବାଳ ଓ ମୁକ୍ତା । ସୁନା, ରୁପା, ଟିଣ, ରେଶମ ଓ କର୍ପୂର ଆଦି ପ୍ରଧାନ ଆମାଦାନୀ ଦ୍ରବ୍ୟ ଥିଲା ।

୪ । ଗୁପ୍ତଯୁଗରେ କିଏ ନିଉଟନ୍‌ଙ୍କ ପୂର୍ବରୁ ମାଧ୍ୟାକର୍ଷଣ ଶକ୍ତି ଉପରେ ସୂଚନା ଦେଇଥିଲେ ? ତାଙ୍କ ରଚିତ ପ୍ରସିଦ୍ଧ ପୁସ୍ତକଗୁଡ଼ିକର ନାମ ଲେଖ ।
Answer:
ଗୁପ୍ତଯୁଗରେ ବ୍ରହ୍ମଗୁପ୍ତ ନିଉଟନ୍‌ଙ୍କ ପୂର୍ବରୁ ମାଧ୍ୟାକର୍ଷଣ ଶକ୍ତି ଉପରେ ସୂଚନା ଦେଇଥିଲେ । ତାଙ୍କ ରଚିତ ପ୍ରସିଦ୍ଧ ପୁସ୍ତକଗୁଡ଼ିକ ହେଲା – ‘ଖଣ୍ଡଖାଦ୍ୟକ’, ‘ବ୍ରହ୍ମସିଦ୍ଧାନ୍ତ’ ଓ ‘ଧ୍ୟାନାଗ୍ରହ’ ।

୫। ଗୁପ୍ତଯୁଗର ଦୁଇଟି ବିଜ୍ଞାନ ଗ୍ରନ୍ଥର ନାମ ଲେଖ ।
Answer:
ଗୁପ୍ତଯୁଗର ଦୁଇଟି ବିଜ୍ଞାନ ଗ୍ରନ୍ଥର ନାମ ହେଲା – ‘ବୃହତ୍ ସଂହିତା’ ଓ ‘ବୃହତ୍ ଜାତକ’ ।

୬ । ଗୁପ୍ତଯୁଗରେ ରଚିତ ହୋଇଥ‌ିବା ଦୁଇଟି ପୁରାଣର ନାମ ଲେଖ ।
Answer:
ଗୁପ୍ତଯୁଗରେ ରଚିତ ହୋଇଥ‌ିବା ଦୁଇଟି ପୁରାଣର ନାମ ହେଲା – ‘ବିଷ୍ଣୁ ପୁରାଣ’, ‘ଭାଗବତ ପୁରାଣ’ ।

୭ । ଗୁପ୍ତଯୁଗରେ ଲେଖାଯାଇଥ‌ିବା ଦୁଇଟି ଅଭିଲେଖର ନାମ ଲେଖ ।
Answer:
ଗୁପ୍ତଯୁଗରେ ଲେଖାଯାଇଥ‌ିବା ଦୁଇଟି ଅଭିଲେଖର ନାମ ହେଲା – ‘ଆଲ୍ଲାହାବାଦ ଅଭିଲେଖ’ ଏବଂ ‘ଭିତ୍ତରି ସ୍ତମ୍ଭାଭିଲେଖ’ ।

୮। ‘ପଞ୍ଚତନ୍ତ୍ର’ର ରଚୟିତା କିଏ ? ଏହା କେଉଁ କେଉଁ ଭାଷାରେ ରଚିତ ହୋଇଥିଲା ?
Answer:
‘ପଞ୍ଚତନ୍ତ୍ର’ର ରଚୟିତା ବିଷ୍ଣୁଶର୍ମା । ଏହା ଜର୍ମାନୀ, ଗ୍ରୀକ୍, ଇଟାଲୀୟ, ସ୍ପେନୀୟ ଓ ଇଂରାଜୀ ଭାଷାରେ ଅନୁବାଦିତ ହୋଇ ବିଶ୍ବରେ ଲୋକପ୍ରିୟ ହୋଇଥିଲା ।

BSE Odisha

୯ । ବିଶାଖାଦର କିଏ ? ତାଙ୍କଦ୍ବାରା ରଚିତ ଦୁଇଟି ନାଟକର ନାମ ଲେଖ ।
Answer:
ବିଶାଖାଦତ୍ତ ଜଣେ ନାଟ୍ୟକାର । ତାଙ୍କଦ୍ବାରା ରଚିତ ଦୁଇଟି ନାଟକର ନାମ ହେଲା ‘ମୁଦ୍ରାରାକ୍ଷସ’ ଓ ‘ଦେବୀ ଚନ୍ଦ୍ରଗୁପ୍ତମ୍’ ।

୧୦ । ଗୁପ୍ତଯୁଗରେ ରଚିତ ହୋଇଥିବା ଶ୍ରେଷ୍ଠ ଅଭିଧାନର ନାମ କ’ଣ ? ଏହା କାହାଦ୍ଵାରା ରଚିତ ହୋଇଥିଲା ?
Answer:
ଗୁପ୍ତଯୁଗରେ ରଚିତ ହୋଇଥିବା ଶ୍ରେଷ୍ଠ ଅଭିଧାନର ନାମ ‘ଅମରକୋଷ’ ଅଟେ । ଏହା ଅମରସିଂହଙ୍କଦ୍ୱାରା ରଚିତ ହୋଇଥିଲା ।

୧୧ । ବରାହମିହିରଙ୍କଦ୍ୱାରା ରଚିତ ପ୍ରସିଦ୍ଧ ପୁସ୍ତକଗୁଡ଼ିକର ନାମ କ’ଣ ?
Answer:
ବରାହମିହିରଙ୍କଦ୍ୱାରା ରଚିତ ପ୍ରସିଦ୍ଧ ପୁସ୍ତକର ନାମ ହେଲା- ‘ପଞ୍ଚସିଦ୍ଧାନ୍ତିକା’, ‘ବୃହତ୍ ସଂହିତା’ ଏବଂ ‘ବୃହତ୍ ଜାତକ’ ।

୧୨ । ଗୁପ୍ତଯୁଗରେ ଶଲ୍ୟ ଚିକିତ୍ସାର ଜନକ କାହାକୁ ଓ କାହିଁକି କୁହାଯାଏ ?
Answer:
ଶୁଶ୍ରୁତଙ୍କୁ ଗୁପ୍ତଯୁଗର ଶଲ୍ୟ ଚିକିତ୍ସାର ଜନକ ବୋଲି କୁହାଯାଏ । ତାଙ୍କଦ୍ୱାରା ରଚିତ ‘ଶୁଶ୍ରୁତ ସଂହିତା’ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏକ ଅନବଦ୍ୟ ସୃଷ୍ଟି ଥ‌ିବାରୁ ତାଙ୍କୁ ଶଲ୍ୟ ଚିକିତ୍ସାର ଜନକ ବୋଲି କୁହାଯାଏ ।

୧୩ ।କାଳିଦାସଙ୍କ ରଚିତ ଦୁଇଟି ମହାକାବ୍ୟ ଏବଂ ଦୁଇଟି ଗୀତି କବିତାର ନାମ ଲେଖ ।
Answer:
କାଳିଦାସଙ୍କ ରଚିତ ଦୁଇଟି ମହାକାବ୍ୟର ନାମ ହେଲା – କୁମାର ସମ୍ଭବମ୍ ଓ ରଘୁବଂଶମ୍ ଏବଂ ଦୁଇଟି ଗୀତି କବିତାର ନାମ ହେଲା – ମେଘଦୂତମ୍ ଓ ଋତୁସଂହାରମ୍ ।

୧୪ ।ଶୂଦ୍ରକ ଏବଂ ବିଶାଖାଦତ୍ତ କେଉଁ ନାଟକଦ୍ଵୟ ରଚନା କରିଥିଲେ ?
Answer:
ଶୂଦ୍ରକ ‘ମୃଚ୍ଛ୍ରକଟିକମ୍’ ଏବଂ ବିଶାଖାଦତ୍ତ ‘ମୁଦ୍ରାରାକ୍ଷସ’ ନାଟକ ରଚନା କରିଥିଲେ ।

୧୫ । ହରିଶେଣ କିଏ ?
Answer:
ହରିଶେଣ ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତଙ୍କ ସନ୍ଧିବିଗ୍ରହକ ବା ଯୁଦ୍ଧ ଓ ସାମରିକ ବିଭାଗର ମନ୍ତ୍ରୀ ଥିଲେ । ସେ ଆଲ୍ଲାହାବାଦ ପ୍ରଶସ୍ତିର ରଚୟିତା ଅଟନ୍ତି । ଏହି ଆଲ୍ଲାହାବାଦ ପ୍ରଶସ୍ତି ସମୁଦ୍ରଗୁପ୍ତଙ୍କ ରାଜତ୍ଵ କାଳର ପ୍ରଧାନ ଐତିହାସିକ ଉପାଦାନ ଅଟେ ।

BSE Odisha

୧୬ । ଗୁପ୍ତଯୁଗରେ ନବରତ୍ନ ପଣ୍ଡିତ କେଉଁମାନେ ଥିଲେ ଓ ସେମାନେ କେଉଁ ସମ୍ରାଟଙ୍କ ରାଜସଭାକୁ ଅଳଂକୃତ କରିଥିଲେ ?
Answer:
କାଳିଦାସ, ବରାହମିହିର, ବରରୁଚି, କ୍ଷପଣକ, ଘଟକର୍ପୂର, ବେତାଳଭଟ୍ଟ, ଅମରସିଂହ, ଧନ୍ବନ୍ତରୀ ଓ ଶଙ୍କୁ ଗୁପ୍ତ ଯୁଗରେ ନବରତ୍ନ ଥିଲେ । ସେମାନେ ଗୁପ୍ତସମ୍ରାଟ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜଦରବାରକୁ ମଣ୍ଡନ କରିଥିଲେ ।

୧୭ । କେଉଁ ଗୁପ୍ତ ସମ୍ରାଟଙ୍କୁ ଭାରତୀୟ ନେପୋଲିୟନ୍ ଭାବରେ ବର୍ଣ୍ଣନା କରାଯାଇଛି ? ସେ କେଉଁ ବୌଦ୍ଧ ଦାର୍ଶନିକଙ୍କର ପୃଷ୍ଠପୋଷକ ଥିଲେ ?
Answer:
ଐତିହାସିକ ଭି. ଏ. ସ୍ମିଥ୍ ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତଙ୍କୁ ଭାରତୀୟ ନେପୋଲିୟନ୍ ଭାବେ ବର୍ଣ୍ଣନା କରିଛନ୍ତି । ସେ ବୌଦ୍ଧ ଦାର୍ଶନିକ ବସ୍ତୁବନ୍ଧୁଙ୍କର ପୃଷ୍ଠପୋଷକ ଥିଲେ ।

୧୮। ଗୁପ୍ତ ଯୁଗରେ କେତୋଟି ଧର୍ମର ଅଭ୍ୟୁଦୟ ଘଟିଥିଲା ? ସେଗୁଡ଼ିକ କ’ଣ କ’ଣ ?
Answer:
ଗୁପ୍ତଯୁଗରେ ତିନୋଟି ଧର୍ମର ଅଭ୍ୟୁଦୟ ଘଟିଥିଲା । ସେଗୁଡ଼ିକ ହେଲା ବୈଷ୍ଣବ, ଶୈବ ଏବଂ ଶାକ୍ତ ଧର୍ମ ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଗୁପ୍ତଯୁଗୀୟ ସମାଜରେ ନାରୀମାନଙ୍କର ସ୍ଥାନ କ’ଣ ଥିଲା ?
Answer:
ଗୁପ୍ତଯୁଗୀୟ ସମାଜରେ ନାରୀମାନଙ୍କ ସ୍ଥାନ ଉଚ୍ଚରେ ନଥିଲା । ପ୍ରାପ୍ତବୟସ୍କା ହେବା ପୂର୍ବରୁ ସେମାନଙ୍କର ବିବାହ ସମ୍ପନ୍ନ ହୋଇଯାଉଥିଲା । ତେଣୁ ସେମାନେ ନିଜର ଭାବନା ସ୍ପଷ୍ଟଭାବେ ବ୍ୟକ୍ତ କରିପାରୁ ନଥିଲେ । ଏହା ଫଳରେ ସେମାନଙ୍କର ଶିକ୍ଷା ବାଧାପ୍ରାପ୍ତ ହେଉଥିଲା । ସମାଜରେ ପରଦାପ୍ରଥା ପ୍ରଚଳିତ ନଥୁଲା । ନାରୀମାନେ ସେମାନଙ୍କ ସ୍ଵାମୀମାନଙ୍କ ସହ ବିଭିନ୍ନ ପର୍ବପର୍ବାଣିରେ ଯୋଗ ଦେଇପାରୁଥିଲେ । ଉଚ୍ଚବଂଶୀୟ ନାରୀମାନେ ବିଦ୍ୟାଶିକ୍ଷା କରୁଥିଲେ ଏବଂ ଶାସ୍ତ୍ରପ୍ରବୀଣା ଥିଲେ । ସମାଜରେ ‘ସତୀପ୍ରଥା’ ପ୍ରଚଳିତ ଥିଲା । ମାତ୍ର ବିଧବା ବିବାହକୁ ସମାଜ ନିରୁତ୍ସାହିତ କରିଥିଲା । ରାଜନୈତିକ କ୍ଷେତ୍ରରେ ନାରୀମାନଙ୍କର ପ୍ରାଧାନ୍ୟ ଦେଖୁବାକୁ ମିଳିଥିଲା ।

BSE Odisha

୨ । କାଳିଦାସଙ୍କ ସଂସ୍କୃତ ସାହିତ୍ୟ ସମ୍ପର୍କରେ ଆଲୋଚନା କର ।
Answer:
ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭା ମଣ୍ଡନ କରୁଥିବା ନବରଙ୍କ ମଧ୍ୟରୁ କାଳିଦାସ ଥିଲେ ସର୍ବଶ୍ରେଷ୍ଠ । ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ତାଙ୍କ ଲେଖନୀ ମୁନରୁ ଝରିଆସିଥୁଲା ‘କୁମାରସମ୍ଭବମ୍’ ଏବଂ ‘ରଘୁବଂଶମ୍’ ନାମକ ଦୁଇଟି ମହାକାବ୍ୟ । ଗୀତିକବିତା ମଧ୍ୟରେ ‘ମେଘଦୂତମ୍’ ଏବଂ ‘ଋତୁସଂହାରମ୍’ ଥିଲା ଅନ୍ୟତମ ସୃଷ୍ଟି । କାଳିଦାସଙ୍କ ରଚିତ ନାଟକଗୁଡ଼ିକ ମଧ୍ୟରେ ‘ଅଭିଜ୍ଞାନ ଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଏବଂ ‘ବିକ୍ରମୋର୍ବଶୀୟମ୍’ ଶ୍ରେଷ୍ଠ ଥିଲା । କାଳିଦାସଙ୍କ ରଚନାଶୈଳୀ ଅତି ସରଳ, ସୁନ୍ଦର ଓ ଚିତ୍ତାକର୍ଷକ ଥିଲା । କାଳିଦାସଙ୍କ ସାହିତ୍ୟକୃତି ପାଇଁ ତାଙ୍କୁ ‘ଭାରତର ସେକ୍‌ସପିୟର’ ରୂପେ ଅଭିହିତ କରାଯାଇଛି ।

୩ । ଆର୍ଯ୍ୟଭଟ୍ଟ କାହିଁକି ପ୍ରସିଦ୍ଧ ?
Answer:
ଆର୍ଯ୍ୟଭଟ୍ଟ ଥିଲେ ଗୁପ୍ତଯୁଗର ଶ୍ରେଷ୍ଠ ବୈଜ୍ଞାନିକ ଏବଂ ଜ୍ୟୋତିର୍ବିଦ୍ । ସେ ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ସୂର୍ଯ୍ୟସିଦ୍ଧାନ୍ତ’ରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂପର୍କରେ ବିଶେଷ ବ୍ୟାଖ୍ୟା କରିଛନ୍ତି । ‘ଆର୍ଯ୍ୟଭଙ୍ଗୀୟମ୍’ରେ ସେ ପାଟୀଗଣିତ, ବୀଜଗଣିତ, ଜ୍ୟାମିତି ଏବଂ ତ୍ରିକୋଣମିତି ସଂପର୍କରେ ବହୁଳ ଆଲୋଚନା କରିଛନ୍ତି । ପୃଥ‌ିବୀ ଇତିହାସକୁ ଗଣିତ କ୍ଷେତ୍ରରେ ସେ ‘ଶୂନ’ର ବ୍ୟବହାର ସଂପର୍କରେ ପ୍ରଥମେ ସୂଚନା ପ୍ରଦାନ କରିଥିଲେ । ‘ଦଶଗୀତିକା ସୂତ୍ର’ ଥିଲା ତାଙ୍କର ଅନ୍ୟ ଏକ ଯୁଗାନ୍ତକାରୀ ପୁସ୍ତକ । ସେ ବୃତ୍ତର ବ୍ୟାସ ଓ ପରିଧ୍ଵ ମଧ୍ୟରେ ଥିବା ଅନୁପାତର ମୂଲ୍ୟ ନିରୂପଣ କରିଥିଲେ । ପୃଥ‌ିବୀ ନିଜ ଅକ୍ଷର ଚତୁର୍ଦ୍ଦିଗରେ ଘୂର୍ଶନ କରୁଥିବା ବିଷୟ ସେ ପ୍ରମାଣ କରିଥିଲେ । ଦିନ ଓ ରାତି ହେବାର କାରଣମାନ ସେ ବ୍ୟାଖ୍ୟା କରିଥିଲେ । ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହମାନଙ୍କର ନିଜର ଆଲୋକ ନାହିଁ ଓ ସେମାନେ ସୂର୍ଯ୍ୟାଲୋକରେ ଆଲୋକିତ ହେଉଥୁବାର ବିଷୟ ସେ ପ୍ରମାଣ କରିଥିଲେ ।

୪ । ଗୁପ୍ତ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ବିଷୟରେ ଟିପ୍ପଣୀ ଦିଅ ।
Answer:
ମନ୍ଦିର ଗଠନରେ ଗୁପ୍ତଯୁଗର ସ୍ଥାପତ୍ୟ ଚରମ ସୋପାନରେ ଉପନୀତ ହୋଇଥିଲା । ତନ୍ମଧ୍ୟରୁ ଝାନ୍ସୀ ଜିଲ୍ଲାର ଦେଓଗଡ଼ସ୍ଥିତ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତିଠାରେ ବିଷ୍ଣୁ ମନ୍ଦିର, କାନପୁରର ଭିତରଗାଓଁ ମନ୍ଦିର ଏବଂ ମଧ୍ୟପ୍ରଦେଶର ଭୂମ୍ରାରେ ଥ‌ିବା ଶିବମନ୍ଦିର ଗୁପ୍ତଯୁଗୀୟ ସ୍ଥାପତ୍ୟର ମହନୀୟ ନିଦର୍ଶନ । ଏତଦ୍‌ବ୍ୟତୀତ ଦିଲ୍ଲୀର ମେହେରୌଲୀର ଲୌହସ୍ତମ୍ଭ, କେଶନଗରର ଗରୁଡ଼ସ୍ତମ୍ଭ ସେମାନଙ୍କ କଳାସ୍ଥାପତ୍ୟର ମନୋରମ ପରିପ୍ରକାଶ । ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା ଗୁପ୍ତ ସ୍ଥାପତ୍ୟର ଅମ୍ଳାନ ସ୍ଥିତି । ଗୁପ୍ତ ଭାସ୍କର୍ଯ୍ୟ ମଧ୍ୟ ଉନ୍ନତିର ଶୀର୍ଷ ସୋପାନରେ ଉପନୀତ ହୋଇଥିଲା । ମନ୍ଦିରଗାତ୍ରରେ ରମଣୀୟ ଓ ଜୀବନ୍ତ ମୂର୍ତ୍ତିଗୁଡ଼ିକ ଖୋଦନ କରାଯାଇଥିଲା । ଗୁପ୍ତଯୁଗର ଭାସ୍କର୍ଯ୍ୟରାଜି ମଧ୍ଯରେ ସାରନାଥର ବୌଦ୍ଧମୂର୍ତ୍ତି, ଦେଓଗଡ଼ର ବିଷ୍ଣୁ, ଶିବ ଓ ଅନ୍ୟ ଦେବତାଙ୍କ ମୂର୍ତ୍ତିମାନ ସୂକ୍ଷ୍ମ କାରୁକାର୍ଯ୍ୟରେ ତିଆରି ହୋଇଥିଲା । ଗୁପ୍ତ ଭାସ୍କର୍ଯ୍ୟରେ ମୂର୍ତ୍ତିଗୁଡ଼ିକରେ ବାହ୍ୟ ସୌନ୍ଦର୍ଯ୍ୟ ସହିତ ଅନ୍ତର୍ନିହିତ ଗୁଣର ମଧୁର ସମାବେଶ ଘଟିଥିଲା ।

BSE Odisha

୫| ଗୁପ୍ତ ଚିତ୍ରକଳା ସମ୍ପର୍କରେ ଲେଖ ।
Answer:
ଗୁପ୍ତଯୁଗୀୟ ଚିତ୍ରକଳା ପୃଥ‌ିବୀ ପ୍ରସିଦ୍ଧ ଥିଲା । କାରଣ ଏହି ଚିତ୍ରକଳାଗୁଡ଼ିକ ଆକର୍ଷଣୀୟ, ଚିତ୍ତାକର୍ଷକ ଓ ମନୋମୁଗ୍‌ଧକର ଥିଲା । ଗୁପ୍ତ ଚିତ୍ରକଳାରେ ବୌଦ୍ଧ ଜାତକ ସମ୍ବନ୍ଧୀୟ ବିଷୟମାନ ସ୍ଥାନ ପାଇଥିଲା । ଚିତ୍ର ମଧ୍ୟରେ ମନୁଷ୍ୟର ଚିନ୍ତା, ଆବେଗ, ଆନନ୍ଦ, ଶୋକ ଓ କରୁଣା ପ୍ରଭୃତି ଭାବ ଚିତ୍ରକରମାନେ ପରିସ୍ଫୁଟନ କରିପାରିଥିଲେ । ସବୁ ଚିତ୍ର ମଧ୍ୟରେ ‘ମାତା-ପୁତ୍ର’, ‘ମୁମୂର୍ଷୁ ରାଜକୁମାରୀ’ ଓ ‘ବୌଦ୍ଧସଭା’ ଚିତ୍ରଗୁଡ଼ିକ ସର୍ବାଧ‌ିକ ଆକର୍ଷଣୀୟ । ଅଜନ୍ତା, ଏଲୋରା ଓ ବାଘଠାରେ ଥିଲା ଗୁହା ଚିତ୍ରମାନ ଗୁପ୍ତଯୁଗୀୟ ଚିତ୍ରକଳାର ଉଦାହରଣ ରୂପେ ରହିଯାଇଛି ।

୬ । ଅଜନ୍ତା ଓ ଏଲୋରାର ଚିତ୍ରକଳା ଉପରେ ଟିପ୍ପଣୀ ପ୍ରଦାନ କର ।
Answer:
ଅଜନ୍ତା ଗୁମ୍ଫାରେ ଥ‌ିବା ଭିଭିଚିତ୍ର ଗୁପ୍ତଯୁଗୀୟ ଚିତ୍ରକଳାର ଅପୂର୍ବ ନିଦର୍ଶନରୂପେ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି । ଅଜନ୍ତାର ଚିତ୍ରକଳା ଥିଲା ସମୁନ୍ନତ । ବୌଦ୍ଧ ଜାତକର ବହୁ ଗଳ୍ପ, ଯକ୍ଷ, ଗନ୍ଧର୍ବ, ଅପ୍‌ସରା, ବୃକ୍ଷ, ଲତା, ପୁଷ୍ପ, ମର୍କଟ ଓ ପକ୍ଷୀ ଇତ୍ୟାଦିଙ୍କ ଚିତ୍ର ଥିଲା ବାସ୍ତବିକ ମନୋମୁଗ୍‌ଧକର । ଗୁପ୍ତ ଚିତ୍ରଶିଳ୍ପୀମାନେ ଉଜ୍ଜ୍ଵଳ ରଙ୍ଗରେ ଆଧ୍ୟାତ୍ମିକ ଓ ସାଂସାରିକ ବିଷୟମାନଙ୍କୁ କେନ୍ଦ୍ରକରି ପ୍ରାକୃତିକ ଓ ଜୀବନ୍ତ ଆକାରରେ ଚିତ୍ର ଅଙ୍କନ କରିପାରୁଥିଲେ । ଅଜନ୍ତାର ୧୯ ନମ୍ବର ଗୁମ୍ଫାରେ ବୁଦ୍ଧଙ୍କର କପିଳବାସ୍ତୁ ପ୍ରତ୍ୟାବର୍ତ୍ତନର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ।

୭ । ଗୁପ୍ତଯୁଗର ଦର୍ଶନ ସମ୍ପର୍କରେ ଆଲୋଚନା କର ।
Answer:
ଗୁପ୍ତଯୁଗରେ ଭାରତୀୟ ଦର୍ଶନଶାସ୍ତ୍ରର ବହୁବିଧ ଉନ୍ନତି ସାଧୁତ ହୋଇଥିଲା । ଉଭୟ ହିନ୍ଦୁ ଓ ବୌଦ୍ଧ ଦାର୍ଶନିକମାନେ ବିଭିନ୍ନ ପ୍ରକାରର ଦର୍ଶନଶାସ୍ତ୍ର ରଚନା କରିଥିଲେ । ହିନ୍ଦୁମାନଙ୍କ ପ୍ରସିଦ୍ଧ ସ୍ମୃତିଶାସ୍ତ୍ରମାନ; ଯଥା- ଯାଜ୍ଞବଲ୍‌କ୍ୟ ସ୍ଥିତି ଓ ବୃହସ୍ପତି ସ୍ମୃତି ଏହି ସମୟରେ ସଙ୍କଳିତ ହୋଇଥିଲା । ମୀମାଂସା, ସାଂଖ୍ୟ ଓ ନ୍ୟାୟ ଦାର୍ଶନିକ ପଦ୍ଧତିମାନ ହିନ୍ଦୁ ଦର୍ଶନକୁ ଅଧ୍ଵକତର ପ୍ରଭାବଶାଳୀ କରିଥିଲା । ଅସଙ୍ଗ ‘ମହାଯାନ ସୂତ୍ରାଳଙ୍କର’ ଓ ‘ବୋଧେସତ୍ତ୍ଵ ଭୂମି’ ନାମକ ଦୁଇଟି ଦର୍ଶନ ଗ୍ରନ୍ଥ ରଚନା କରିଥିଲେ । ବସୁବନ୍ଧୁଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଗାଥା ସଂଗ୍ରହ’, ‘ଅଭିଧର୍ମ କୋଷ’ ଓ ‘ପରମାର୍ଥ ସପ୍ତତି’ ପ୍ରଧାନ ଥିଲା । ବୁଦ୍ଧଘୋଷ ‘ଆଠକଥା’ ଏବଂ ଦିଗ୍‌ଗ ‘ନ୍ୟାୟପ୍ରବେଶ’ ନାମକ ଦାର୍ଶନିକ ଗ୍ରନ୍ଥ ରଚନା କରିଥିଲେ । ବାତ୍ସାୟନ ‘ନ୍ୟାୟଭାଷ୍ୟ’ ରଚନା କରିଥିଲେ ।

BSE Odisha

୮। ବରାହମିହିର କାହିଁକି ପ୍ରସିଦ୍ଧ ?
Answer:
ଗୁପ୍ତଯୁଗର ବୈଜ୍ଞାନିକମାନଙ୍କ ମଧ୍ୟରେ ବରାହମିହିର ଥିଲେ ଅନ୍ୟତମ । ସେ ଥିଲେ ଜଣେ ଜ୍ୟୋତିଷଶାସ୍ତ୍ର ବିଶାରଦ । ଫଳିତ ଜ୍ୟୋତିଷ (Astrology) ଉପରେ ତାଙ୍କର ରଚିତ ପୁସ୍ତକ ‘ବୃହତ୍ ସଂହିତା’ ଏକ ଉପାଦେୟ ପୁସ୍ତକ । ସେ ମଧ୍ଯ ଗଣିତ ଜ୍ୟୋତିଷ (Astronomy) ଉପରେ ‘ପଞ୍ଚସିଦ୍ଧାନ୍ତିକା’ ନାମକ ପୁସ୍ତକ ରଚନା କରିଥିଲେ । ‘ବୃହତ୍‌ଜାତକ’ ଏବଂ ‘ଲଘୁଜାତକ’ ନାମରେ ଅନ୍ୟ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଥିଲେ । ତାଙ୍କର ‘ବୃହତ୍ ସଂହିତା’ ଜ୍ୟୋତିଷ, ଭୂଗୋଳ, ଉଭିଦ ବିଜ୍ଞାନ, ଗ୍ରହନକ୍ଷତ୍ର ସମ୍ପର୍କିତ ଜ୍ଞାନର ଏକ ଚଳନ୍ତି ବିଶ୍ଵକୋଷ ଥିଲା ।

୯। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗୁପ୍ତଯୁଗ କିପରି ଅଗ୍ରଗତି ହାସଲ କରିଥିଲା ?
Answer:
ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଗୁପ୍ତଯୁଗ ଥୁଲା ସୁପ୍ରସିଦ୍ଧ । ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନବଦ୍ୟ ସୃଷ୍ଟି ଥିଲା ଶୁଶ୍ରୁତଙ୍କ ‘ଶୁଶ୍ରୁତ ସଂହିତା’। ତେଣୁ ଶୁଶ୍ରୁତଙ୍କୁ ଆଧୁନିକ ‘ଶଲ୍ୟ ଚିକିତ୍ସାର ଜନକ’ ଭାବେ ଅଭିହିତ କରାଯାଇଥାଏ । ବାଗ୍‌ଭଟ୍ଟଙ୍କ ‘ଅଷ୍ଟାଙ୍ଗ ସଂଗ୍ରହ’ ଏବଂ ‘ଅଷ୍ଟାଙ୍ଗ ହୃଦୟ ସଂହିତା’ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନ୍ୟ ଦୁଇଟି ଅନବଦ୍ୟ ସୃଷ୍ଟି ଥିଲା । ହସ୍ତୀ ଚିକିତ୍ସା ନିମିତ୍ତ ପାଲକଯ୍ୟଙ୍କ ‘ହସ୍ତୟୁର୍ବେଦ’ ଏବଂ ଅଶ୍ଵ ଚିକିତ୍ସା ନିମିତ୍ତ ଶାଳୀହୋତ୍ରଙ୍କ ‘ଅଶ୍ଵଶାସ୍ତ୍ର’ ସେ ସମୟରେ ପଶୁ ଚିକିତ୍ସା ଦିଗରେ ଯଥେଷ୍ଟ ସହାୟକ ହୋଇଥିଲା । ପାତନ ପଦ୍ଧତି ଏବଂ ରୋଗ ସଂକ୍ରମଣ ନିବାରକ ପ୍ରଣାଳୀ ନାଗାର୍ଜୁନଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା ଯାହା ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଆଣିଥିଲା ବୈପ୍ଳବିକ ପରିବର୍ତ୍ତନ ।

୧୦। ଗୁପ୍ତଯୁଗର ସାହିତ୍ୟ ସମ୍ପର୍କରେ ଲେଖ ।
Answer:
ଗୁପ୍ତଯୁଗକୁ ସଂସ୍କୃତ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଇଥାଏ । ଗୁପ୍ତ ସମ୍ରାଟ୍‌ମାନଙ୍କର ପୃଷ୍ଠପୋଷକତା ଯୋଗୁଁ ରାଜସଭା ବହୁ ପଣ୍ଡିତ ଓ ସାହିତ୍ୟିକମାନଙ୍କଦ୍ଵାରା ବିମଣ୍ଡିତ ହୋଇଥିଲା । ତନ୍ମଧ୍ୟରୁ ସମୁଦ୍ରଗୁପ୍ତଙ୍କ ରାଜକବି ହରିସେଣଙ୍କ ନାମ ଉଲ୍ଲେଖଯୋଗ୍ୟ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜଦରବାର ନବରଙ୍କଦ୍ୱାରା ବିମଣ୍ଡିତ ହୋଇଥିଲା । ଏହି ନବରନୁଙ୍କ ମଧ୍ୟରେ କାଳିଦାସ ଥିଲେ ସର୍ବଶ୍ରେଷ୍ଠ । ତାଙ୍କ ଲେଖନୀ ମୁନରୁ ଝରିଆସିଥିଲା ‘କୁମାରସମ୍ଭବମ୍’ ଏବଂ ‘ରଘୁବଂଶମ୍’ନାମକ ଦୁଇଟି ମହାକବ୍ୟ । ଗୀତିକବିତା ମଧ୍ୟରେ ତାଙ୍କର ‘ମେଘଦୂତମ୍’ ଏବଂ ‘ଋତୁସଂହାରମ୍’ ଥିଲା ଅନ୍ୟତମ ସୃଷ୍ଟି । ତାଙ୍କଦ୍ୱାରା ରଚିତ ନାଟକଗୁଡ଼ିକ ଥିଲା ଯଥାକ୍ରମେ– ‘ଅଭିଜ୍ଞାନଶାକୁନ୍ତଳମ୍’, ‘ବିକ୍ରମୋର୍ବଶୀୟମ୍’ ଓ ‘ମାଳବିକାଗ୍ନିମିତ୍ରମ୍’ । ବିଶାଖାଦତ୍ତ ‘ମୁଦ୍ରାରାକ୍ଷସ’ ଓ ‘ଦେବୀ ଚନ୍ଦ୍ରଗୁପ୍ତମ୍’ ଏବଂ ଶୂଦ୍ରକ ‘ମୁଚ୍ଛକଟିକମ୍’ ନାମରେ ନାଟକ ରଚନା କରିଥିଲେ । ଭାରବୀ ତାଙ୍କର ଅନବଦ୍ୟ କାବ୍ୟ ‘କିରାତାର୍ଜୁନୀୟମ୍’ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ଏତଦ୍‌ବ୍ୟତୀତ ବିଷ୍ଣୁଶର୍ମାଙ୍କ‘ପଞ୍ଚତନ୍ତ୍ର’, ଅମରସିଂହଙ୍କ ‘ଅମରକୋଷ’, ଦଣ୍ଡୀଙ୍କର ‘ଦଶକୁମାର ଚରିତ’, ବାତ୍ସାୟନଙ୍କ ‘କାମସୂତ୍ରମ୍’ ଓ ଭର୍ତ୍ତୃହରିଙ୍କ ‘ଶୃଙ୍ଗାରଶତକମ୍’ ସାହିତ୍ୟ ଜଗତରେ ଗୋଟିଏ ଗୋଟିଏ ଅମ୍ଳାନ କୀର୍ତ୍ତି ।

BSE Odisha

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଗୁପ୍ତଯୁଗରେ ପ୍ରଚଳିତ ଧର୍ମ ଉପରେ ଆଲୋକପାତ କର ।
Answer:
ଗୁପ୍ତଯୁଗରେ ଧର୍ମୀୟ ଜାଗରଣ ସୃଷ୍ଟି ହୋଇଥିଲା । ଗୁପ୍ତ ସମ୍ରାଟ୍‌ମାନେ ଥିଲେ ହିନ୍ଦୁ ବ୍ରାହ୍ମଣ୍ୟ ଧର୍ମର ପ୍ରଧାନ ପୃଷ୍ଠପୋଷକ । ଗୁପ୍ତ ସମ୍ରାଟ୍‌ମାନଙ୍କ ପୃଷ୍ଠପୋଷକତାରେ ବ୍ରାହ୍ମଣ୍ୟ ହିନ୍ଦୁଧର୍ମର ଅଭୂତପୂର୍ବ ପୁନରୁତ୍‌ଥାନ ସଂଘଟିତ ହୋଇଥିଲା । ଅବଶ୍ୟ ସେମାନେ ଅନ୍ୟ ଧର୍ମପ୍ରତି ଯଥେଷ୍ଟ ସହନଶୀଳ ଥିଲେ । ସେ ସମୟରେ ବ୍ରାହ୍ମଣ୍ୟ ଧର୍ମ ସହିତ ବୌଦ୍ଧଧର୍ମ ଓ ଜୈନଧର୍ମର ପ୍ରସାର ମଧ୍ଯ ଘଟିଥିଲା ।

  • ବୈଦିକ ଧର୍ମ ଓ ଯଜ୍ଞ – ଗୁପ୍ତଯୁଗରେ ବୈଦିକ ଧର୍ମ ଓ ଯାଗଯଜ୍ଞାଦିର ପୁନଃପ୍ରଚଳନ ହୋଇଥିଲା । ଗୁପ୍ତସମ୍ରାଟ୍ ଦ୍ଵିତୀୟ ଚନ୍ଦ୍ରଗୁପ୍ତ ଓ ପ୍ରଥମ କୁମାରଗୁପ୍ତ ଅଶ୍ଵମେଧ ଯଜ୍ଞ ସମ୍ପନ୍ନ କରାଇଥିଲେ ।
  • ବୈଷ୍ଣବ ଧର୍ମ – ଗୁପ୍ତ ସମ୍ରାଟମାନେ ମୁଖ୍ୟତଃ ବିଷ୍ଣୁଙ୍କର ଉପାସକ ଥିଲେ । ଦ୍ୱିତୀୟ ଚନ୍ଦ୍ରଗୁପ୍ତ ନିଜକୁ ‘ପରମ ଭାଗବତ’ ଉପାଧ୍ଧରେ ଭୂଷିତ କରିଥିଲେ । ବିଭିନ୍ନ ନାମରେ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା । ବିଷ୍ଣୁଙ୍କ ଦଶାବତାର ଉପାସନା ଗୁପ୍ତଯୁଗରେ ପ୍ରସିଦ୍ଧି ଲାଭ କରିଥିଲା । ଦେଓଗଡ଼ର ଦଶାବତାର ମନ୍ଦିର ଏହାର ଜ୍ୱଳନ୍ତ ନିଦର୍ଶନ ।
  • ଶୈବ ଧର୍ମ – ବୈଷ୍ଣବଧର୍ମ ପରି ଶୈବଧର୍ମ ମଧ୍ୟ ଗୁପ୍ତଯୁଗରେ ଏକ ପ୍ରଚଳିତ ଧର୍ମଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କର ଦୁଇଜଣ ମନ୍ତ୍ରୀ ଶିବଙ୍କର ପରମଭକ୍ତ ଥିଲେ ବୋଲି ଜଣାପଡ଼େ । ଗୁପ୍ତ ଅଭିଲେଖରୁ ଶିବଙ୍କର ବିଭିନ୍ନ ନାମ; ଯଥା- ଈଶ, ମହାଭୈରବ, ହରଈଶ୍ଵର, ଜୟେଶ୍ଵର, ମହାଦେବ, ମହେଶ୍ଵର, କପାଳେଶ୍ଵର ଇତ୍ୟାଦି ସମ୍ପର୍କରେ ସୂଚନା ମିଳେ ।
  • ଶାକ୍ତ ଧର୍ମ – ଶକ୍ତି ପୂଜା ଥିଲା ଗୁପ୍ତଯୁଗୀୟ ଧର୍ମର ଅନ୍ୟ ଏକ ଅଙ୍ଗ । ଶାକ୍ତ ଧର୍ମର ଉପାସକମାନେ ଶକ୍ତିଙ୍କର ବିଭିନ୍ନ ରୂପ; ଯଥା- ଭବାନୀ, ଗୌରୀ, ପାର୍ବତୀ ଓ ଦେବୀଙ୍କୁ ପୂଜା କରୁଥିଲେ । ସପ୍ତମାତୃକା ବ୍ୟତୀତ ମହିଷାମର୍ଦ୍ଦିନୀ ଦୁର୍ଗାଙ୍କର ମୂର୍ତ୍ତି ମଧ୍ୟ ପୂଜିତ ହେଉଥିଲା ।
  • ସୂର୍ଯ୍ୟ ଉପାସନା – ଗୁପ୍ତଯୁଗରେ ସୂର୍ଯ୍ୟ ଉପାସନା ମଧ୍ଯ ଧାର୍ମିକ ଜୀବନରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲା । ଗୁପ୍ତଯୁଗରେ ଦଶପୁରଠାରେ ବୟନକାରୀମାନଙ୍କଦ୍ଵାରା ଏକ ସୂର୍ଯ୍ୟମନ୍ଦିର ନିର୍ମିତ ହୋଇଥିଲା । ସ୍କନ୍ଦଗୁପ୍ତଙ୍କ ସମୟରେ ଅନ୍ତର୍ବେଦ ବିଷୟଠାରେ ଦୁଇ କ୍ଷତ୍ରିୟ ବଣିକ ସୂର୍ଯ୍ୟଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଇଥିଲେ ।

BSE Odisha

  • ଅନ୍ୟାନ୍ୟ ଦେବ ଉପାସନା – ବ୍ରାହ୍ମଣ୍ୟଧର୍ମର ବହୁ ଦେବଦେବୀ ଏହି ଯୁଗରେ ପୂଜିତ ହେଉଥିଲେ । ବିଷ୍ଣୁ ଓ ଶିବଙ୍କ ଛଡ଼ା ଅନ୍ୟାନ୍ୟ ଦେବଦେବୀ; ଯଥା- କୁବେର, ବରୁଣ, ଇନ୍ଦ୍ର, କାର୍ତ୍ତିକେୟ, ଗଣେଶ, ଯମ, ରାମ, ହନୁମାନ, କାମଦେବ ଏବଂ ବୃହସ୍ପତି ଇତ୍ୟାଦି ଦେବଗଣ ପୂଜା ପାଉଥିଲେ । ଏହି ଯୁଗରେ ଲୋକମାନେ ଯକ୍ଷ, ଗନ୍ଧର୍ବ, କିନ୍ନର, ବିଦ୍ୟାଧର ଆଦି ଉପଦେବତାମାନଙ୍କୁ ମଧ୍ୟ ପୂଜା କରୁଥିଲେ । ଗୁପ୍ତଯୁଗରେ ମନ୍ତ୍ର ଓ ତନ୍ତ୍ରର ବ୍ୟବହାର ବହୁଳଭାବରେ ଚାଲିଥିଲା । ତନ୍ତ୍ର ଉପାସନାର ପ୍ରାଧାନ୍ୟ ସମାଜରେ ପରିଲକ୍ଷିତ ହୋଇଥିଲା । ସମୟକ୍ରମେ ଏହି ଉପାସନା ସର୍ବଜନାଦୃତ ହୋଇଥଲା । ଦୁର୍ଗା, କାଳୀ, ଅମ୍ବା, ଚଣ୍ଡୀ ତଥା ଅଷ୍ଟଭୁଜା ଦେବୀ ଇତ୍ୟାଦିଙ୍କ ପୂଜନ ସାର୍ବଜନୀନ ଥିଲା ।
  • ବୌଦ୍ଧଧର୍ମ – ଗୁପ୍ତ ସମ୍ରାଟମାନେ ବ୍ରାହ୍ମଣ୍ୟଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ସେମାନେ ଅନ୍ୟାନ୍ୟ ଧର୍ମପ୍ରତି ଉଦାର ଥିଲେ । ସେତେବେଳେ ଯଦିଚ ବୌଦ୍ଧଧର୍ମ ଓ ଜୈନଧର୍ମର ଆଦିପ୍ରଭାବ ହ୍ରାସ ପାଇଆସିଥୁଲା, ତଥାପି ବ୍ରାହ୍ମଣ୍ୟଧର୍ମର ନୂତନତ୍ଵ ଦୃଷ୍ଟିରୁ ବୌଦ୍ଧ ଓ ଜୈନଧର୍ମର ମଧ୍ଯ ପୁନରୁତ୍‌ଥାନ ଘଟିଥିଲା । ଫାହିୟାନଙ୍କ ବିବରଣୀରୁ ଜଣାଯାଏ ଯେ ଗୁପ୍ତଯୁଗରେ କାଶ୍ମୀର, ଆଫଗାନିସ୍ଥାନ ଓ ପଞ୍ଜାବରେ ବୌଦ୍ଧଧର୍ମ ବହୁଳଭାବେ ପ୍ରଚାରିତ ହୋଇଥିଲା । ଗାଙ୍ଗେୟ ଉପତ୍ୟକା, ବିହାର ଓ ବଙ୍ଗଦେଶରେ ବୌଦ୍ଧଧର୍ମ ମଧ୍ୟ ପ୍ରଚଳିତ ଥିଲା । ମଥୁରା, କୌଶାୟୀ, ସାରନାଥ, କୁଶୀନାରା ଏବଂ ମୃଗଶିଖବଣ ଇତ୍ୟାଦି ବୌଦ୍ଧଧର୍ମର ପ୍ରଧାନ ପୀଠସ୍ଥଳୀ ଥିଲା ।
  • ଜୈନଧର୍ମ – ବୌଦ୍ଧଧର୍ମ ପରି ଗୁପ୍ତଯୁଗରେ ଜୈନଧର୍ମର ପ୍ରସାର ମଧ୍ଯ ଘଟିଥିଲା । କଦମ୍ବ, ପଲ୍ଲବ, ଗଙ୍ଗ ଏବଂ ପାଣ୍ଡୁ ଇତ୍ୟାଦି ରାଜ୍ୟରେ ଜୈନଧର୍ମର ପ୍ରାବଲ୍ୟ ରହିଥିଲା । ମଥୁରା, ବଲ୍ଲଭୀ, ପୁଣ୍ଡ୍ରବର୍ତ୍ତନ (ବଙ୍ଗଦେଶ), ମଧ୍ୟପ୍ରଦେଶର ଉଦୟଗିରି ଏବଂ କର୍ଣ୍ଣାଟକରେ ଜୈନଧର୍ମ ମଧ୍ୟ ଲୋକପ୍ରିୟ ହୋଇପାରିଥିଲା । ଫାହିୟାନଙ୍କ ବିବରଣୀରୁ ଜଣାଯାଏ ଯେ ସେହି ସମୟରେ ବ୍ରାହ୍ମଣ୍ୟଧର୍ମ ସହିତ ବୌଦ୍ଧଧର୍ମ ଓ ଜୈନଧର୍ମ ସମାଜରେ ପ୍ରଚଳିତ ଥିଲା ।

୨ । ଗୁପ୍ତଯୁଗରେ ସଂସ୍କୃତ ସାହିତ୍ୟ, ଦର୍ଶନ ଓ ବିଜ୍ଞାନର କିପରି ବିକାଶ ସାଧୁତ ହୋଇଥିଲା– ଆଲୋଚନା କର ।
Answer:
ପ୍ରାଚୀନ ଭାରତରେ ସାହିତ୍ୟ କ୍ଷେତ୍ରରେ ଗୁପ୍ତଯୁଗ ଏକ ଅଭିନବ ଅଧ୍ୟାୟ ସୃଷ୍ଟି କରିଥିଲା । ଗୁପ୍ତଯୁଗକୁ ସଂସ୍କୃତ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ । ଏହି ଯୁଗରେ ସଂସ୍କୃତ ଭାଷାର ଅଭୂତପୂର୍ବ ବିକାଶ ଘଟିଥିଲା । ମ୍ୟାକ୍‌ମୁଲାରଙ୍କ ମତରେ, ‘ଗୁପ୍ତଯୁଗ ହେଉଛି ସଂସ୍କୃତ ଭାଷାସାହିତ୍ୟର ଏକ ପୁନରୁତ୍‌ଥାନ ଯୁଗ ।’’ ସାହିତ୍ୟର ପ୍ରତ୍ୟେକ ବିଭାଗ– କାବ୍ୟ ନାଟକ, କଥା, ବ୍ୟାକରଣ ଓ କାବ୍ୟତତ୍ତ୍ଵ ଇତ୍ୟାଦି ସୃଷ୍ଟିସମ୍ଭାରରେ ପରିପୁଷ୍ଟ ହୋଇଥିଲା ।

  • ସଂସ୍କୃତ ସାହିତ୍ୟ – ଗୁପ୍ତ ରାଜସଭା ଥିଲା ସାହିତ୍ୟର ପୀଠସ୍ଥଳୀ । ଏହି ସଭା ବହୁ ପଣ୍ଡିତ ଓ ସାହିତ୍ୟିକଙ୍କଦ୍ଵାରା ବିମଣ୍ଡିତ ହୋଇଥିଲା । ସମୁଦ୍ରଗୁପ୍ତଙ୍କ ରାଜସଭାରେ ଆହ୍ଲାବାଦ ପ୍ରଶସ୍ତିର ରଚୟିତା ହରିଶେଣ ସ୍ଥାନ ପାଇଥିଲେ । ସମୁଦ୍ରଗୁପ୍ତ ସାହିତ୍ୟ ରଚନା କ୍ଷେତ୍ରରେ ନିଜର ପାରଦର୍ଶିତା ଅର୍ଜନ କରିଥିଲେ । ସେ ‘କବିରାଜ’ ଉପାଧ୍ଧରେ ଭୂଷିତ ହୋଇଥିଲେ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭା ‘ନବରନୁ’ ପଣ୍ଡିତଙ୍କଦ୍ୱାରା ବିମଣ୍ଡିତ ହୋଇଥିଲା । ଏହି ନବରନୁଙ୍କ ମଧ୍ୟରୁ କାଳଜୟୀ କାଳିଦାସ ଥିଲେ ଅନ୍ୟତମ । କାଳିଦାସଙ୍କ ଅନବଦ୍ୟ ସୃଷ୍ଟି ବିଶ୍ଵସାହିତ୍ୟ ଭଣ୍ଡାରକୁ ଓ ଋଦ୍ଧିମନ୍ତ କରିପାରିଛି । ତାଙ୍କ ରଚିତ ମହାକାବ୍ୟ ‘କୁମାରସମ୍ଭବମ୍’ ଓ ‘ରଘୁବଂଶମ୍’, ଗୀତିକାବ୍ୟ ‘ମେଘଦୂତ’ ଓ ‘ଋତୁସଂହାର’ ସାହିତ୍ୟ ଜଗତର ଅମୂଲ୍ୟ ସମ୍ପଦଭାବେ ପରିଗଣିତ ହୁଏ । ଅନ୍ୟାନ ଗ୍ରନ୍ଥ ମଧ୍ୟରେ ବିଷ୍ଣୁଶର୍ମାଙ୍କ ଲିଖ୍ ‘ପଞ୍ଚତନ୍ତ୍ର’, ଅମରସିଂହଙ୍କ ‘ଅମରକୋଷ’, ଦଣ୍ଡୀଙ୍କ ‘ଦଶକୁମାର ଚରିତ’, ବାତ୍ସାୟନଙ୍କ ‘କାମସୂତ୍ର’ ଓ ଭର୍ତ୍ତୃହରିଙ୍କ ‘ଶୃଙ୍ଗାର ଶତକମ୍’ ସାହିତ୍ୟ ଜଗତରେ ଗୋଟିଏ ଗୋଟିଏ ଅମ୍ଳାନ କୀର୍ତ୍ତି ।

BSE Odisha

  • ନାଟକ – ଗୁପ୍ତଯୁଗରେ ସୃଷ୍ଟି ହୋଇଥିଲା କାଳଜୟୀ ନାଟକ । ଏହି ନାଟକଗୁଡ଼ିକ ମୁଖ୍ୟତଃ ଇତିହାସ ଓ ମହାକାବ୍ୟର ବିଷୟବସ୍ତୁ ଉପରେ ଆଧାରିତ ହୋଇଥିଲା । ମହାକବି କାଳିଦାସଙ୍କ ରଚିତ ନାଟକ ‘ଅଭିଜ୍ଞାନ ଶାକୁନ୍ତଳମ୍’, ‘କୁମାର ସମ୍ଭବମ୍’ ଓ ‘ବିକ୍ରମୋର୍ବଶୀୟମ୍’ ସଂସ୍କୃତ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲା । କାଳିଦାସଙ୍କ ଛଡ଼ା ଭାସ ଥିଲେ ପ୍ରସିଦ୍ଧ ନାଟ୍ୟକାର । ସେ ‘ସ୍ଵପ୍ନବାସିବଦଭା’, ‘ଦୂତକାବ୍ୟ’, ‘ପ୍ରତିଭା’, ‘ଉରୁଭଙ୍ଗ’ ପ୍ରଭୃତି ନାଟକ ରଚନା କରିଯାଇଛନ୍ତି । ପ୍ରସିଦ୍ଧ ନାଟ୍ୟକାର ବିଶାଖାଦତ୍ତ ‘ମୁଦ୍ରାରାକ୍ଷସ’ ଓ ‘ଦେବୀ ଚନ୍ଦ୍ରଗୁପ୍ତମ୍’ ନାଟକ ରଚନା କରିଥିଲେ । ଶୂଦ୍ରକ ‘ମୃଚ୍ଛକଟିକମ୍’ ନାଟକର ରଚୟିତା ଥିଲେ । ଏହିପରି ଗୁପ୍ତଯୁଗରେ ଅସଂଖ୍ୟ ନାଟ୍ୟକାର ବହୁ ଯୁଗାନ୍ତକାରୀ ନାଟକମାନ ରଚନା କରିଥିଲେ ।
  • ଗଦ୍ୟ ସାହିତ୍ୟ – କାବ୍ୟ ଓ ନାଟକ ବ୍ୟତୀତ ଗୁପ୍ତଯୁଗରେ ଗଦ୍ୟ-ସାହିତ୍ୟ ମଧ୍ଯ ପରିପୁଷ୍ଟ ହୋଇଥିଲା । ଲେଖକମାନଙ୍କ ମଧ୍ୟରୁ ବିଷ୍ଣୁଶର୍ମାଙ୍କ ‘ପଞ୍ଚତନ୍ତ୍ର’, ଦଣ୍ଡୀଙ୍କ ‘ଦଶକୁମାର ଚରିତ’, ବାତ୍ସାୟନଙ୍କ ‘କାମସୂତ୍ର’, ଭର୍ତ୍ତୃହରିଙ୍କ ‘ଶୃଙ୍ଗାର ଶତକମ୍’ ସାହିତ୍ୟ ଜଗତରେ ଗୋଟିଏ ଗୋଟିଏ ଅମ୍ଳାନ କୀର୍ତ୍ତି । ସୁବନ୍ଧୁ ମଧ୍ଯ ନିଜ ରଚନା ‘ବାସବଦଭା’ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ । ହିତୋପଦେଶ ମଧ୍ୟ ଗୁପ୍ତଯୁଗରେ ରଚିତ ହୋଇଥିଲା ବୋଲି ଅଳଂକାଂଶ ଐତିହାସିକ ମତବ୍ୟକ୍ତ କରିଥା’ନ୍ତି ।
  • ବ୍ୟାକରଣ – ଗୁପ୍ତଯୁଗରେ ସଂସ୍କୃତ ବ୍ୟାକରଣ କ୍ଷେତ୍ରରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା । ଚନ୍ଦ୍ରଗୋମିନ ‘ଚନ୍ଦ୍ର ବ୍ୟାକରଣ’ ରଚନା କରିଥିଲେ । ଜୈନେନ୍ଦ୍ର ବ୍ୟାକରଣ ରଚନା କରିଥିଲେ । ପାଣିନିଙ୍କ ‘ଅଷ୍ଟଧ୍ୟାୟୀ’ ଏବଂ କାତ୍ୟାୟନଙ୍କର କରିଥିଲେ । ବୌଦ୍ଧ ବୈୟାକରଣ ଜିନେନ୍ଦ୍ର ବୁଦ୍ଧି ‘କାଶିକ ବୃତ୍ତି’ ‘ବର୍ଚ୍ଚିକା’କୁ ସଂକ୍ଷିପ୍ତ କରି ଜୈନେନ୍ଦ୍ର ଏହି ଗ୍ରନ୍ଥ ରଚନା ଉପରେ ‘ନ୍ୟାସ’ ନାମକ ଭାଷ୍ୟ ରଚନା କରିଥିଲେ ।
  • ଦର୍ଶନ – ଗୁପ୍ତଯୁଗରେ ପ୍ରଭୂତ ଦର୍ଶନଶାସ୍ତ୍ର ରଚିତ ହୋଇଥିଲା । ହିନ୍ଦୁମାନଙ୍କ ପ୍ରସିଦ୍ଧ ସ୍ମୃତିଶାସ୍ତ୍ରମାନ– ‘ଯାଜ୍ଞବଳ୍‌କ୍ୟ ସ୍ମୃତି’ ଓ ‘ବୃହସ୍ପତି ସ୍ମୃତି’ ଏହି ଗୁପ୍ତଯୁଗରେ ସଂକଳିତ ହୋଇଥିଲା । ମୀମାଂସା, ସାଂଖ୍ୟ ଓ ନ୍ୟାୟ ଦାର୍ଶନିକ ପଦ୍ଧତିମାନ ହିନ୍ଦୁଦର୍ଶନକୁ ପ୍ରଭାବଶାଳୀ କରିଥିଲା । ସୁବିଖ୍ୟାତ ବୌଦ୍ଧ ଦାର୍ଶନିକ ଅସଙ୍ଗ ‘ମହାଯାନ ସୂତ୍ରାଳଙ୍କାର’ ଓ ‘ବୋଧୂସତ୍ତ୍ଵ ଭୂମି’ ନାମକ ଦର୍ଶନ ଗ୍ରନ୍ଥ ରଚନା କରିଥିଲେ । ଦାର୍ଶନିକ ବସ୍ତୁବନ୍ଧୁଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଗାଥା ସଂଗ୍ରହ’, ‘ଅଭିଧର୍ମ କୋଷ’ ଓ ‘ପରମାର୍ଥ ସପ୍ତତି’ ପ୍ରଭୃତି ପ୍ରଧାନ ଥିଲା । ଦାର୍ଶନିକ ବୁଦ୍ଧଘୋଷ ‘ଆଠକଥା’ ଧର୍ମଗ୍ରନ୍ଥ ପ୍ରଣୟନ କରିଥିଲେ । ଦିଗ୍‌ନାଲ୍ ‘ନ୍ୟାୟ ପ୍ରବେଶ’ ରଚନା କରିଥିଲେ ।
  • ବିଜ୍ଞାନ – ପ୍ରାଚୀନ ଗୁପ୍ତଯୁଗରେ ବୈଜ୍ଞାନିକମାନେ ଯେପରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ, ସେପରି ଦୃଷ୍ଟାନ୍ତ ତଦାନୀନ୍ତନ ପୃଥ‌ିବୀର ଅନ୍ୟ କୌଣସି ଦେଶରେ ପ୍ରତୀୟମାନ ହୁଏନାହିଁ । ଏହି ଯୁଗରେ ଜ୍ୟୋତିର୍ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ସାଧୂତ ହୋଇଥିଲା । ସୁପ୍ରସିଦ୍ଧ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ଅତୁଳନୀୟ ଦାନ ପାଇଁ ଆଜି ଭାରତ ଗୌରବାନ୍ଵିତ । ସେ ତାଙ୍କ ପୁସ୍ତକ ‘ସୂର୍ଯ୍ୟସିଦ୍ଧାନ୍ତ’ରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରପରାଗ ସମ୍ପର୍କରେ ବିଶଦ ବ୍ୟାଖ୍ୟା କରିଥିଲେ । ‘ଆର୍ଯ୍ୟଭଟ୍ଟାୟମ୍’ରେ ସେ ପାଟୀଗଣିତ, ବୀଜଗଣିତ, ଜ୍ୟାମିତି ଓ ତ୍ରିକୋଣମିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ‘ଶୂନ’ (Zero)ର ବ୍ୟବହାର ସମ୍ପର୍କରେ ସେ ସର୍ବପ୍ରଥମେ ସୂଚନା ଦେଇଥିଲେ । ସେ ମଧ୍ୟ ବୃତ୍ତର ବ୍ୟାସ ଓ ପରିଧ୍ ମଧ୍ୟରେ ଥ‌ିବା ଆନୁପାତିକ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ପୃଥ‌ିବୀ ନିଜ ଅକ୍ଷ ଚାରିପଟରେ ଘୂରୁଛି ଏହି ତଥ୍ୟ ସେ ପ୍ରଦାନ କରିଥିଲେ । ଗୁପ୍ତ ବୈଜ୍ଞାନିକମାନଙ୍କ ମଧ୍ୟରେ ବରାହମିହିର ଥିଲେ ଅନ୍ୟତମ । ତାଙ୍କ ରଚିତ ‘ବୃହତ୍ ସଂହିତା’ ଜ୍ୟୋତିର୍ବିଜ୍ଞାନ ଉପରେ ଏକ ଅମୂଲ୍ୟ ଗ୍ରନ୍ଥ । ତାଙ୍କର ‘ପଞ୍ଚସିଦ୍ଧାନ୍ତକା’ ଗ୍ରନ୍ଥ ଭାରତୀୟ ଜ୍ୟୋତିଷ ବିଜ୍ଞାନରେ ବାଇବେଲଭାବେ ଗୃହୀତ ହୋଇଥାଏ । ‘ବୃହତ୍ ଜାତକ’ ଓ ‘ଲଘୁ ଜାତକ’ ଗ୍ରନ୍ଥ ମଧ୍ଯ ବରାହମିହିରଙ୍କର ଅନ୍ୟ ଦୁଇଟି ଅନବଦ୍ୟ କୃତି ।

BSE Odisha

  • ବ୍ରହ୍ମଗୁପ୍ତ ହେଉଛନ୍ତି ଗୁପ୍ତଯୁଗରେ ଅନ୍ୟଜଣେ ଜ୍ୟୋତିର୍ବିଦ୍ ଓ ଗଣିତଜ୍ଞ । ସେ ମାଧ୍ୟାକର୍ଷର ଶକ୍ତି ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେ ମଧ୍ଯ ‘ଖଣ୍ଡ ଖାଦ୍ୟକ’ ପୁସ୍ତକ ରଚନା କରିଥିଲେ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗୁପ୍ତ ବୈଜ୍ଞାନିକମାନେ ଅଭୂତ ଦକ୍ଷତା ହାସଲ କରିଥିଲେ । ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଶୁଶ୍ରୁତଙ୍କର ‘ଶୁଶ୍ରୁତ ସଂହିତା’ ଏକ ଅନବଦ୍ୟ ସୃଷ୍ଟି । ବାଗଭଟ୍ଟଙ୍କ ‘ଅଷ୍ଟାଙ୍ଗ ସଂଗ୍ରହ’ ଏବଂ ‘ଅଷ୍ଟାଙ୍ଗ ହୃଦୟ ସଂହିତା’ ଚିକିତ୍ସା ବିଜ୍ଞାନରେ ଦୁଇଟି ଅମୂଲ୍ୟ ଗ୍ରନ୍ଥ । ପାଲକଯ୍ୟଙ୍କ ‘ହସ୍ତୟୁର୍ବେଦ ଏବଂ ଶାଳିହୋତ୍ରଙ୍କ ‘ଅଶ୍ଵଶାସ୍ତ୍ର’ ପଶୁଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହୋଇଥିଲା । ପାତନ ପଦ୍ଧତି ଓ ରୋଗ ସଂକ୍ରମଣ ନିବାରକ ପଦ୍ଧତି ନାଗାର୍ଜୁନଙ୍କଦ୍ଵାରା ଆବିଷ୍କୃତ ହୋଇଥିଲା । ନିର୍ମାଣଶାସ୍ତ୍ର ବା ବାସ୍ତୁବିଦ୍ୟା ଥିଲା ଗୁପ୍ତଯୁଗର ଅନ୍ୟତମ ଅବଦାନ । ଏହି ବିଦ୍ୟାକୁ ଆଧାର କରି ଗୁପ୍ତ କଳା ଓ ସ୍ଥାପତ୍ୟ ଆଦି ନିର୍ମିତ ହେଉଥିଲା । ଗୁପ୍ତଯୁଗରେ ଧାତୁ ନିଷ୍କାସନ ବିଦ୍ୟା (Metallurgy) ଅତି ଉନ୍ନତମାନର ଥିଲା । ଦିଲ୍ଲୀର କୁତବ୍‌ମିନାର ପରିସରରେ ଥିବା ମେହେରୌଲୀ ଲୌହସ୍ତମ୍ଭ ଗୁପ୍ତଯୁଗୀୟ ଧାତୁବିଦ୍ୟାର ଶ୍ରେଷ୍ଠ ନିଦର୍ଶନ । ଏହା ଦୀର୍ଘ ୧୫୦୦ ବର୍ଷ ତଳେ ନିର୍ମିତ ହୋଇଥିଲେ ମଧ୍ୟ ଏଥରେ ଅଦ୍ୟାବଧୂ କଳଙ୍କି ଲାଗିନାହିଁ । ସ୍ଵର୍ଣ୍ଣମୁଦ୍ରାଗୁଡ଼ିକ ଧାତୁବିଦ୍ୟାରେ ଗୁପ୍ତଯୁଗୀୟ ଲୋକଙ୍କ ଦକ୍ଷତାର ପ୍ରମାଣ ଦିଏ । ଏକ ସମୁନ୍ନତ ସାହିତ୍ୟ ସୃଷ୍ଟିର ସ୍ଵାକ୍ଷର ବହନ କରିଥିଲା ଗୁପ୍ତଯୁଗ । ସାହିତ୍ୟ କ୍ଷେତ୍ରରେ ଅପୂର୍ବ ସୃଷ୍ଟି ଗୁପ୍ତଯୁଗକୁ ବିଶେଷତା ପ୍ରଦାନ କରିଥିଲା । ଦର୍ଶନ କ୍ଷେତ୍ରରେ ଗୁପ୍ତଯୁଗ ଥିଲା ଅବିସ୍ମରଣୀୟ । ଗୁପ୍ତ ବୈଜ୍ଞାନିକମାନଙ୍କ ଅନବଦ୍ୟ ସୃଷ୍ଟି ଓ ଅବଦାନରେ ପରିପୁଷ୍ଟ ହୋଇଥିଲା ଗୁପ୍ତଯୁଗର ବିଜ୍ଞାନ । ଉପରୋକ୍ତ ସମସ୍ତ ଦିଗରେ ସାଧୁତ ହୋଇଥିବା ବିକାଶକୁ ଲକ୍ଷ୍ୟକରି ଐତିହାସିକମାନେ ଗୁପ୍ତଯୁଗକୁ ସୁବର୍ଣ୍ଣଯୁଗ ଆଖ୍ୟା ପ୍ରଦାନ କରିଛନ୍ତି ।

୩ । ଗୁପ୍ତଯୁଗର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା ସମ୍ବନ୍ଧରେ ଆଲୋଚନା କର ।
Answer:
କଳା ଓ ସ୍ଥାପତ୍ୟ ଥିଲା ଗୁପ୍ତଯୁଗର ଅନ୍ୟ ଏକ ବିଶେଷତ୍ଵ । ଏହି କଳା ଓ ସ୍ଥାପତ୍ୟ ପାଇଁ ଗୁପ୍ତଯୁଗ ପ୍ରାଚୀନ ଭାରତ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଲାଳିତ୍ୟ, ସମତା ଓ ସୌନ୍ଦର୍ଯ୍ୟ ଥୁଲା ଗୁପ୍ତକଳାର ବିଶେଷତ୍ଵ । କୁଶଳୀ ସ୍ଥପତିମାନଙ୍କ କାରିଗରୀ ହସ୍ତ ସ୍ପର୍ଶରେ ଗୁପ୍ତଯୁଗୀୟ ମୂର୍ତ୍ତିଗୁଡ଼ିକ ହୋଇଉଠିଥିଲା ଜୀବନ୍ତ ଓ ମୂର୍ତିମନ୍ତ । ଗୁପ୍ତଯୁଗର ମନ୍ଦିର, ଭାସ୍କର୍ଯ୍ୟ, ସ୍ଥାପତ୍ୟ ଓ ଚିତ୍ରକଳା – ସବୁଥରେ ଏକ ନୈସର୍ଗିକ ଭାବ ପ୍ରକଟିତ ହୋଇଥିବାର ଦେଖାଯାଇଥାଏ ।

  • ସ୍ଥାପତ୍ୟ – ଗୁପ୍ତଯୁଗରେ ଅନେକ ମନ୍ଦିର ନିର୍ମିତ ହୋଇଥିଲା । ମନ୍ଦିର ସ୍ଥାପତ୍ୟ ଥିଲା ସେ ସମୟର ମୁଖ୍ୟ କଳା । ମନ୍ଦିରଗୁଡ଼ିକରେ ବ୍ରାହ୍ମଣ୍ୟଧର୍ମର ମୂଇଁ ପରିପ୍ରକାଶ ଘଟିଥିଲା । ଗୁପ୍ତ ମନ୍ଦିର ସ୍ଥାପତ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଭୁମ୍‌ରାର ଶିବ ମନ୍ଦିର ଗୁପ୍ତକଳାର ଗୁଣବନ୍ଦନା କରିଥାଏ । ଇଟା ନିର୍ମିତ ମନ୍ଦିରମାନଙ୍କ ମଧ୍ୟରେ ଭିତରଗାଓଁର ମନ୍ଦିର ଆଶ୍ଚର୍ଯ୍ୟଜନକ ମନେହୁଏ । ଭୂମ୍ରାର ଶିବ ମନ୍ଦିର ଗୁପ୍ତଯୁଗୀୟ ମନ୍ଦିର ଶୈଳୀର ଜ୍ଵଳନ୍ତ ନିଦର୍ଶନ ପ୍ରଦର୍ଶନ କରିଥାଏ । ଗର୍ଭଗୃହରେ ଏକମୁଖୀ ଶିବଲିଙ୍ଗ ସହିତ ଗଙ୍ଗା ଓ ଯମୁନାଙ୍କର ବାହନ — ଆରୂଢ଼ା ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ । ନାଚନାକୁଥାରର ପାର୍ବତୀ ମନ୍ଦିର ମଧ୍ୟ ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ଥିଲା । ବିହାରର ରାମଗଡ଼ରେ ଥିବା ମୁକ୍ତେଶ୍ଵରୀ ମନ୍ଦିର, ବୁଦ୍ଧଗୟା ନିକଟସ୍ଥ ମହାବୋଧେ ବୌଦ୍ଧ ମନ୍ଦିର, ନାଳନ୍ଦା ଓ କୁଶୀନରାର ବୁଦ୍ଧ ମନ୍ଦିର, ଅହିଛତ୍ରର ଶିବ ମନ୍ଦିର, ପଦ୍ମାବତୀର ବିଷ୍ଣୁ ମନ୍ଦିର ଏବଂ ଶ୍ରୀପୁରର ଲକ୍ଷ୍ମଣ ମନ୍ଦିର ଗୁପ୍ତଯୁଗର ନିର୍ମାଣ କଳାର ଶ୍ରେଷ୍ଠ ନିଦର୍ଶନ ।

BSE Odisha

  • ସ୍ତମ୍ଭ – ଗୁପ୍ତକଳାର ଅନ୍ୟ ଏକ ଦିଗ ହେଉଛି ପ୍ରସ୍ତର ନିର୍ମିତ ବିଭିନ୍ନ ପ୍ରକାରର ସ୍ତମ୍ଭ । ସ୍ତମ୍ଭଗୁଡ଼ିକ ତିନିଭାଗରେ ବିଭକ୍ତ ହୋଇଥିଲା; ଯଥା— ପ୍ରଶସ୍ତି ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଏବଂ ସ୍ମାରକୀ ସ୍ତମ୍ଭ । ସମୁଦ୍ରଗୁପ୍ତଙ୍କ ପ୍ରୟାଗ ପ୍ରଶସ୍ତି, ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ମେହେରୌଲୀ ଲୌହସ୍ତମ୍ଭ ଏବଂ ସ୍କନ୍ଦଗୁପ୍ତଙ୍କ ଭିତରି ସ୍ତମ୍ଭାଭିଲେଖଗୁଡ଼ିକ ପ୍ରଶସ୍ତି ସ୍ତମ୍ଭରୂପେ ବିବେଚିତ ହୋଇଥାଏ ।
  • ବୌଦ୍ଧ ସ୍ଥାପତ୍ୟ – ଗୁପ୍ତଯୁଗର ସ୍ଥାପତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବୌଦ୍ଧ ସ୍ଥାପତ୍ୟମାନଙ୍କ ମଧ୍ୟରେ ସ୍ତୂପ, ଚୈତ୍ୟ, ମନ୍ଦିର, ବିହାର ଓ ଗୁମ୍ଫାଗୁଡ଼ିକ ବିଶେଷ ଆକର୍ଷଣୀୟ ଥିଲା । ସାରନାଥର ଧାମେଟ୍ ସ୍ତୂପ ଗୁପ୍ତକଳାର ଏକ ବିଶେଷ ଆକର୍ଷଣ । ଗୁପ୍ତ ବୌଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ବୁଦ୍ଧଗୟାର ମହାବୋଧ ମନ୍ଦିର ଅନ୍ୟତମ । ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ଏହି ମନ୍ଦିର ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ସମୟରେ ଅଜନ୍ତା, ବାଘ, ଏଲୋରା ଏବଂ ଔରଙ୍ଗାବାଦଠାରେ ପଥର କଟାଯାଇ ବହୁ ବୌଦ୍ଧ ଗୁମ୍ଫା ନିର୍ମାଣ କରାଯାଇଥିଲା ।
  • ଲୌକିକ ସ୍ଥାପତ୍ୟ – ଲୌକିକ ସ୍ଥାପତ୍ୟ ଗୁପ୍ତ ସ୍ଥାପତ୍ୟର ଅନ୍ୟତମ ଆକର୍ଷଣ ଥିଲା । କୌଶାୟୀ, ଏରଣ ଏବଂ ରାଜଘାଟ ପ୍ରଭୃତି ସ୍ଥାନର ପ୍ରହତାତ୍ତ୍ୱିକ ଖନନ ପରେ ରାଜବାଟୀ, ବହୁତଳ ପ୍ରାସାଦ, ଅଗ୍ନିଶାଳ, ସଙ୍ଗୀତଶାଳ, ନାଟ୍ୟମଣ୍ଡପ, ନ୍ୟାୟଗୃହ ଆଦି ଆବିଷ୍କୃତ ହୋଇଛି ।
  • ଭାସ୍କର୍ଯ୍ୟ – ଭାସ୍କର୍ଯ୍ୟ କ୍ଷେତ୍ରରେ ଗୁପ୍ତ ଶିଳ୍ପୀମାନେ ଅଦ୍ଭୁତ ଦକ୍ଷତା ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ଧର୍ମକୁ ଆଧାର କରି ମୂର୍ତ୍ତିଗୁଡ଼ିକ ନିର୍ମାଣ କରାଯାଇଥିଲା । ଏହି ସମୟରେ ମୂର୍ତ୍ତିଗୁଡ଼ିକରେ ବାହ୍ୟ ସୌନ୍ଦର୍ଯ୍ୟ ସହିତ ଅନ୍ତର୍ନିହିତ ଗୁଣର ମଧୁର ସମନ୍ଵୟ ଘଟିଥିଲା । ମନ୍ଦିରଗାତ୍ରରେ ଗୁପ୍ତ ଶିଳ୍ପୀମାନେ ଜୀବନ୍ତ ଓ ରମଣୀୟ ମୂର୍ତ୍ତିଗୁଡ଼ିକ ଖୋଦନ କରିଥିଲେ । ରାମ ଓ କୃଷ୍ଣଙ୍କୁ କେନ୍ଦ୍ରକରି ମୂର୍ତ୍ତିଗୁଡ଼ିକ ଖୋଦିତ ହୋଇଥିଲା । ଧର୍ମୀୟ ରୀତିରେ ଦଶାବତାର, କାର୍ତ୍ତିକେୟ, ଲକ୍ଷ୍ମୀ, ଗଜଲକ୍ଷ୍ମୀ ଓ ସୂର୍ଯ୍ୟମୂର୍ତ୍ତିଗୁଡ଼ିକ ସୂକ୍ଷ୍ମ କାରୁକାର୍ଯ୍ୟରେ ଖୋଦନ କରାଯାଇଥିଲା । ସାରନାଥର ବୌଦ୍ଧମୂର୍ତ୍ତି ଭାରତୀୟ ଭାସ୍କର୍ଯ୍ୟ ଶିଳ୍ପର ଏକ ଶାଶ୍ଵତ ନିଦର୍ଶନ । ସାରନାଥର ବୁଦ୍ଧମୂର୍ତ୍ତିଠାରେ ଶାନ୍ତ ହସ, କମନୀୟ ମୁଖମଣ୍ଡଳ, ଧ୍ୟାନମୁଦ୍ରା ଏବଂ ଅତିମାନବୀୟ ଗୁଣର ପରିପ୍ରକାଶ ଘଟିଥିଲା ।
  • ଚିତ୍ରକଳା – ପ୍ରାଚୀନ ଭାରତୀୟ ଚିତ୍ରକଳା ଗୁପ୍ତଯୁଗରେ ପୂର୍ଣ୍ଣତା ଲାଭ କରିଥିଲା । ଗୁପ୍ତ ଚିତ୍ରକଳା ମଧ୍ୟରେ ଅଜନ୍ତାର ଚିତ୍ରକଳା ଅତୀବ ରମଣୀୟ ଓ ମୂର୍ତ୍ତିମନ୍ତ ଥିଲା । ବୌଦ୍ଧ ଜାତକର ବହୁ ଗଳ୍ପ, ଯକ୍ଷ, କିନ୍ନର, ଗନ୍ଧର୍ବ, ଅପ୍‌ସରା, ବୃକ୍ଷଲତା, ମାଙ୍କଡ଼ ଓ ପକ୍ଷୀଙ୍କ ଚିତ୍ର ଆଦି ମନୋମୁଗ୍‌ଧକର ଥିଲା । ଅଜନ୍ତା ଗୁମ୍ଫାରେ ପଦ୍ମପାଣି ଓ ଅବଲୋକିତେଶ୍ୱରଙ୍କ ଚିତ୍ର ନିଖୁଣଭାବରେ ଚିତ୍ରିତ ହୋଇଛି । ବାଘ୍ ଗୁମ୍ଫାର ଚିତ୍ରକଳାରେ ରାଜା ମହାଜନଙ୍କ ଚିତ୍ର ସ୍ଥାନ ପାଇଛି । ଅଜନ୍ତା ଗୁମ୍ଫାର ସବୁ ଚିତ୍ର ମଧ୍ୟରେ ‘ମାତା ଓ ପୁତ୍ର’, ‘ମୁମୂର୍ଷୁ ରାଜକୁମାରୀ’ ଓ ‘ବୌଦ୍ଧସଭା’ ଚିତ୍ରଗୁଡ଼ିକ ସର୍ବାଧ‌ିକ ଆକର୍ଷଣୀୟ ।
  • ମୃଣ୍ମୟ କଳା – ଗୁପ୍ତଯୁଗରେ ମୃଣ୍ମୟ କଳା ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା । ପାହାଡ଼ପୁର ଓ ଅହିଛତ୍ର ଆଦି ସ୍ଥାନରେ ଭୂଖନନରୁ ଅନେକ ମୃଣ୍ମୟ ମୂର୍ତ୍ତି ଆବିଷ୍କୃତ ହୋଇଛି । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ପଶୁ, ପକ୍ଷୀ, ଯକ୍ଷ, ନାଗ, ମଣିଷ, ବିଷ୍ଣୁ, କାର୍ତ୍ତିକେୟ, ସୂର୍ଯ୍ୟ ଏବଂ ଗଣେଶ ଆଦି ଦେବତାଙ୍କ ମୂର୍ତ୍ତି ଅନ୍ୟତମ ।
  • ମୁଦ୍ରା ଓ ଅଳଙ୍କାର – ଗୁପ୍ତଯୁଗୀୟ କଳାର ମୁଦ୍ରା, ମୋହର ଏବଂ ଅଳଙ୍କାର ବିଶିଷ୍ଟ ସ୍ଥାନ ଅଧିକାର କରିଥିଲା । ଗୁପ୍ତଯୁଗୀୟ ମୁଦ୍ରାଗୁଡ଼ିକରେ ହସ୍ତୀ ଉପରେ ଉପବେଶନ କରିଥିବା ଲକ୍ଷ୍ମୀ, କୁବେରଙ୍କ ମୁଦ୍ରା ଢାଳୁଥିବାର ଚିତ୍ର, ମୋହର ଏବଂ ମନ୍ଦିର ଗାତ୍ରରେ ବିଭିନ୍ନ ମୂର୍ତ୍ତି ତଥା ଚିତ୍ର ପ୍ରଦର୍ଶିତ ଅଳଙ୍କାରରୁ ସେ ସମୟର କଳା ସମ୍ପର୍କରେ ବିଶେଷ ସୂଚନା ମିଳିଥାଏ ।
  • ଧାତୁକଳା – ଧାତୁକଳାକୁ ପ୍ରସ୍ଫୁଟିତ କରିବାରେ ଗୁପ୍ତଯୁଗ ପ୍ରାଚୀନ ଭାରତ ଇତିହାସରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା ଗୁପ୍ତଯୁଗରେ ସ୍ଵର୍ଣ୍ଣ, ରୌପ୍ୟ ଓ ତାମ୍ର ଧାତୁରେ ମୁଦ୍ରାଗୁଡ଼ିକ ତିଆରି ହୋଇଥିଲା । ବିହାରର ସୁଲତାନଗଞ୍ଜରୁ ମିଳିଥିବା ବୌଦ୍ଧମୂର୍ତ୍ତି, ନାଳନ୍ଦାରେ ଥ‌ିବା ତାମ୍ର ବୌଦ୍ଧମୂର୍ତ୍ତି ଓ ଦିଲ୍ଲୀର ମେହେରୌଲୀ ଲୌହସ୍ତମ୍ଭ ଗୁପ୍ତଯୁଗର ଧାତୁକଳାର ଜ୍ଵଳନ୍ତ ନିଦର୍ଶନ ।

BSE Odisha

  • ସଙ୍ଗୀତ ଓ ନୃତ୍ୟକଳା – ସଙ୍ଗୀତ ଥିଲା ଗୁପ୍ତଯୁଗର ଅନ୍ୟତମ କଳା । ସମୁଦ୍ରଗୁପ୍ତଙ୍କ ମୁଦ୍ରାରେ ବୀଣାବାଦନ କରୁଥିବାର ଚିତ୍ର ଦେଖାଯାଏ । ଲୋକମାନେ ବୀଣାବାଦନ, ଡମ୍ବରୁବାଦନ ଏବଂ ସଙ୍ଗୀତ ଗାୟନରେ ନିଜକୁ ନିମଜ୍ଜିତ କରୁଥିଲେ । ଗୁପ୍ତଯୁଗର ଭାସ୍କର୍ଯ୍ୟରୁ ନୃତ୍ୟ ଏବଂ ସଙ୍ଗୀତ ସମ୍ପର୍କରେ ଜଣାଯାଇଥାଏ । ଅଜନ୍ତା ଚିତ୍ରକଳାର ଅପ୍‌ସରା ଏବଂ ନର୍ତ୍ତକୀର ଚିତ୍ରରୁ ନୃତ୍ୟ ବିଷୟରେ ଜଣାପଡ଼େ ।

Leave a Comment