BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.1

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.1

Question 1.
ଗୋଟିଏ ବୃତ୍ତର ବ୍ୟାସ, ତା’ର ବ୍ୟାସାର୍ଦ୍ଧର 2 ଗୁଣ । ବ୍ୟାସ ପାଇଁ à ଓ ବ୍ୟାସାର୍ଦ୍ଧ ପାଇଁ r ନେଇ ସୂତ୍ରଟି ଲେଖ । ଉତ୍ତରଟି ହେଲା,
ବ୍ୟାସ = 2 × ବ୍ୟାସାର୍ଷ 
∴ d = 2 × r
ଏଠାରେ ଚଳଗୁଡ଼ିକ କ’ଣ ?
ସମାଧାନ:
ଏଠାରେ ଚଳରାଶିଗୁଡ଼ିକ d ଓ 1 ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.1

Question 2.
ବୀଜ ବା ସଂକେତ ବ୍ୟବହାର କରି ନିମ୍ନଲିଖ ଉକ୍ତିଗୁଡ଼ିକୁ ପ୍ରକାଶ କର । କେଉଁଥ୍‌ପାଇଁ କେଉଁ ବୀଜ ବ୍ୟବହାର କଲ ଲେଖ ।
(କ) ସମବାହୁ ତ୍ରିଭୁଜର ପରିସୀମା ତା’ର ପ୍ରତ୍ୟେକ ବାହୁର ତିନିଗୁଣ ।
ସମାଧାନ:
ପରିସୀମାକୁ P ଓ ପ୍ରତ୍ୟେକ ବାହୁ । ନେଲେ P = 3l ହେବ ।

(ଖ) ତୁମ ଶ୍ରେଣୀର ପିଲା ସଂଖ୍ୟା, ପ୍ରତ୍ୟେକ ଧାଡ଼ିରେ ବସିଥିବା ପିଲାସଂଖ୍ୟା ଓ ଧାଡ଼ି ସଂଖ୍ୟାର ଗୁଣଫଳ ସଙ୍ଗେ ସମାନ ।
ସମାଧାନ:
ପ୍ରତ୍ୟେକ ଧାଡ଼ିରେ ବସିଥିବା ପିଲା ସଂଖ୍ୟାକୁ b ଓ ଧାଡ଼ି ସଂଖ୍ୟାକୁ a ଓ ଶ୍ରେଣୀର ପିଲାସଂଖ୍ୟାକୁ n ନେଲେ
n = a × b = ab ହେବ ।

(ଗ) ଗୋଟିଏ ଆୟତଘନାକାର କୋଠରିର ଘନଫଳ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ଗୁଣଫଳ ସହିତ ସମାନ । 
ସମାଧାନ:
ଆୟତଘନାକାର କୋଠରିର ଘନଫଳ = V, ଦୈର୍ଘ୍ୟ = l, ପ୍ରସ୍ଥ = b, ଉଚ୍ଚତା = k ହେଲେ
ଆୟତାଘନାକାର କୋଠରିର ଘନଫଳ = ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତା ବା, V = l × b × h = lbh ହେବ ।

Leave a Comment