CHSE Odisha Class 12 History Chapter 8 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 8 ଦିଲ୍ଲୀରେ ସୁଲତାନୀ ରାଜତ୍ଵ Short & Long Answer Questions.

CHSE Odisha 12th Class History Chapter 8 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଦିୱାନ-ଇ-ରସାଲତଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଦିୱାନ୍-ଇ-ରସାଲତ୍ ଥିଲେ ବୈଦେଶିକ ମନ୍ତ୍ରୀ । ସେ ସର୍ବଦା ବହିର୍ଦେଶମାନଙ୍କ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରୁଥିଲେ । ବିଦେଶକୁ ଦୂତମାନଙ୍କୁ ପ୍ରେରଣ କରିବା ଓ ସେଠାରୁ ଦୂତ ଗ୍ରହଣ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ସେ ଗୁପ୍ତଚରମାନଙ୍କ ମାଧ୍ୟମରେ ବହିର୍ଦେଶଗୁଡ଼ିକର କାର୍ଯ୍ୟକଳାପ ଉପରେ ସଜାଗ ଦୃଷ୍ଟି ରଖୁଥିଲେ ।

୨ । ସୁଲତାନୀ ସମାଜରେ ବିଦ୍ୟାର୍ଥୀମାନଙ୍କୁ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ? ଦେଶରେ କେତୋଟି ମଦ୍ରାସା ଥିଲା ?
Answer:
ସୁଲତାନୀ ସମାଜରେ ବିଦ୍ୟାର୍ଥୀମାନଙ୍କୁ ଆରବୀ ଏବଂ ପାର୍ଶୀ ଭାଷାରେ ଶିକ୍ଷାଦାନ କରାଯାଉଥିଲା । ଦେଶରେ ୩୦ଟି ମଦ୍ରାସା ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୩ । ଦିୱାନ୍-ଇ-ଇନ୍ସା ସମ୍ପର୍କରେ ଲେଖ ।
Answer:
ଏହି ବିଭାଗ ଦାୟିତ୍ଵରେ ସୁଲତାନଙ୍କ ପତ୍ର ବିନିମୟ କାର୍ଯ୍ୟ କରାଯାଉଥିଲା । ସୁଲତାନ ଓ ପ୍ରାଦେଶିକ ଶାସକ ଏବଂ ସୁଲତାନ ଓ କରଦ ରାଜାଙ୍କ ମଧ୍ୟରେ ଏହା ସୁଲତାନଙ୍କ ପତ୍ର ଆଦାନ ପ୍ରଦାନ କରୁଥିଲା । ସୁଲତାନଙ୍କ ସମସ୍ତ ପ୍ରକାର ଘୋଷଣା ଏହି ବିଭାଗଦ୍ଵାରା ପ୍ରକାଶିତ ହେଉଥିଲା ।

୪ । ସୁଲତାନୀ ଶାସନରେ ଆରିଜ୍-ଇ-ମମଲିକ୍‌ଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଆରିଜ୍-ଇ-ମମଲିକ ସାମରିକ୍ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ବିଭାଗକୁ ଦିୱାନ-ଇ-ଆର୍ଜ କୁହାଯାଉଥିଲା । ସୈନ୍ୟମାନଙ୍କୁ ନିଯୁକ୍ତି ଏବଂ ତାଲିମ ଦେବା କାର୍ଯ୍ୟକୁ ସେ ହିଁ କରୁଥିଲେ । ସୈନ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷାକରିବା ଓ ସେମାନଙ୍କୁ ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଓ ଔଷଧ ଯୋଗାଇବା ତାଙ୍କର ଦାୟିତ୍ଵ ଥିଲା ।

୫ । ଅମୀର ଖୁସ୍ରୁ କେଉଁ ସୁଲତାନଙ୍କ ରାଜଦରବାରରେ ଥିଲେ ? ତାଙ୍କଦ୍ୱାରା ଲେଖାହୋଇଥିବା ପୁସ୍ତକର ନାମ କ’ଣ ?
Answer:
ଅମୀର ଖୁସ୍ରୁ ସୁଲତାନ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ରାଜଦରବାରରେ ଥିଲେ । ତାଙ୍କଦ୍ଵାରା ଲିଖ୍ ପୁସ୍ତକର ନାମ ତାରିକ୍-ଇ-ଆଲାଇ ଥିଲା ।

୬। ‘ତାରିକ୍‌-ଇ-ଆଲାଇ’ ପୁସ୍ତକର ରଚୟିତା କିଏ ? ସେ ଏଥ‌ିରେ କେଉଁ ବିଷୟରେ ବର୍ଣ୍ଣନା କରିଛନ୍ତି ?
Answer:
‘ତାରିକ୍-ଇ-ଆଲାଇ’ ପୁସ୍ତକର ରଚୟିତା ଅମୀର ଖୁସ୍ରୁ । ସେ ଏଥିରେ ସୁଲତାନ୍‌ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ଦିଗ୍‌ବିଜୟ କଥା ବର୍ଣ୍ଣନା କରିଛନ୍ତି ।

୭ | ସୁଲତାନୀ ଶାସନରେ ବରିଦ୍‌-ଇ-ମମଲିକ୍ ଏବଂ ସର୍-ଇ-ଜନ୍ଦରଙ୍କ ମୁଖ୍ୟ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ବରିଦ୍-ଇ-ମମଲିକ୍ ଦେଶର ଗୁପ୍ତଚର ବିଭାଗରେ ଏବଂ ସର୍-ଇ-ଜନ୍ଦର ସୁଲତାନଙ୍କ ଦେହରକ୍ଷୀମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ଵରେ ରହିଥିଲେ ।

୮ | ସୁଲତାନୀ ଶାସନରେ ଦିୱାନ୍-ଇ-ଇନ୍‌ସାଙ୍କ ଦାୟିତ୍ୱ କ’ଣ ଥିଲା ? ଏହି ଶାସନରେ କାହାକୁ ଦିୱାନ୍-ଇ-ମମଲିକ୍ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ଦିୱାନ୍-ଇ-ଇନ୍ସ ରାଷ୍ଟ୍ରର ଚିଠିପତ୍ର ଦାୟିତ୍ଵରେ ରହିଥିଲେ । ଏହି ଶାସନରେ ସୈନ୍ୟ ବିଭାଗର ମୁଖ୍ୟଙ୍କୁ ଦିୱାନ-ଇ-ମମଲିକ୍ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୯। କିଏ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ ? ଦିଲ୍ଲୀ ସୁଲତାନମାନେ କେତେ ପ୍ରକାର କର ଆଦାୟ କରୁଥିଲେ ? ସେଗୁଡ଼ିକର ନାମ ଲେଖ ।
Answer:
ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଦିଲ୍ଲୀ ସୁଲତାନମାନେ ପାଞ୍ଚ ପ୍ରକାର କର ଆଦାୟ କରୁଥିଲେ; ସେଗୁଡ଼ିକ ହେଲା – ଜାକତ୍, ଖାରଜ୍, ଖାମସ୍, ଜିଜିୟା ଏବଂ ଉସର୍ ।

୧୦ । ଇକ୍‌ତା କ’ଣ ? ଆଲାଉଦ୍ଦିନ୍ ଖିଲ୍‌ଜୀଙ୍କ ସମୟରେ କେତୋଟି ପ୍ରଦେଶ ଥିଲା ?
Answer:
ସୁଲତାନୀ ଶାସନରେ ପ୍ରଦେଶଗୁଡ଼ିକୁ ଇକ୍‌ତା କୁହାଯାଉଥିଲା । ଆଲାଉଦ୍ଦିନ୍ ଖିଜୀଙ୍କ ସମୟରେ ୧୦ଟି ପ୍ରଦେଶ ଥିଲା ।

୧୧ । କେଉଁ କେଉଁ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥିଲା ? ‘ତାରିଖ୍-ଇ-ଫିରୋଜଶାହୀ’ କିଏ ରଚନା କରିଥିଲେ ?
Answer:
ପାର୍ଶୀ ଓ ହିନ୍ଦୀ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥିଲା । ଜିଆ-ଉଦ୍ଦିନ ବରାନୀ ‘ତାରିଖ-ଇ- ଫିରୋଜଶାହୀ’ ରଚନା କରିଥିଲେ ।

୧୨ । ଶାରିଆତ୍ ଅନୁଯାୟୀ ସୁଲତାନ୍ ଯେଉଁ ପାଞ୍ଚଟି ଉତ୍ସରୁ ଆୟ କରୁଥିଲେ ଓ ସେଗୁଡ଼ିକର ନାମ କ’ଣ ଥିଲା ?
Answer:
ଶାରିଆତ୍ ଅନୁଯାୟୀ ସୁଲତାନ୍ ପାଞ୍ଚଗୋଟି ଉତ୍ସରୁ ଆୟ କରୁଥିଲେ । ସେଗୁଡ଼ିକ ହେଲା – ଉସର୍, ଖାରଜ୍, ଖାମସ୍, ଜାକତ୍ ଏବଂ ଜିଜିୟା ।

୧୩ । ମହତାସିବ୍‌ମାନଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ପ୍ରଧାନ ପ୍ରଧାନ ସହରରେ ମହତାସିବ୍ ନାମକ କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା । ସେମାନେ ଜନସାଧାରଣଙ୍କ ଆଚରଣ ପ୍ରତି ଦୃଷ୍ଟି ଦେଉଥିଲେ, ବଜାର ନିୟନ୍ତ୍ରଣ କରୁଥିଲେ, ମାପ ଓ ଓଜନ ତଦାରଖ କରୁଥିଲେ ଏବଂ ମଦ୍ୟ, ଭାଙ୍ଗ ଓ ଗଞ୍ଜେଇ ପ୍ରଭୃତି ସେବନ ନିଷେଧ କରୁଥିଲେ ।

୧୪ । ସୁଲତାନୀ ଶାସନରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଧାନ କିଏ ଥିଲେ ? ତାଙ୍କ କାର୍ଯ୍ୟାଳୟକୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ମନ୍ତ୍ରୀମାନଙ୍କ ମଧ୍ୟରେ ୱାଜିର ଶ୍ରେଷ୍ଠ ଥିଲେ । ତାଙ୍କ କାର୍ଯ୍ୟାଳୟକୁ ଦିୱାନ୍-ଇ-ଜରାତ୍ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୧୫ । ସୁଲତାନୀ ଶାସନରେ ସର୍ବୋଚ୍ଚ ବିଚାରପତି କିଏ ଥିଲେ ? ବିଚାର ବିଭାଗର ନାମ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ସର୍ବୋଚ୍ଚ ବିଚାରପତି ସୁଲତାନ୍ ଥିଲେ । ବିଚାର ବିଭାଗକୁ ଦିୱାନ୍-ଇ-କ୍ୱାଜା ନାମରେ ଅଭିହିତ କୁରାଯାଇଥିଲା ।

୧୬ । ସୁଲତାନୀ ଶାସନରେ ରାଜସ୍ବ ବିଭାଗର କେଉଁ ପଦବୀଗୁଡ଼ିକ ହିନ୍ଦୁମାନେ ଲାଭ କରୁଥିଲେ ? ସ୍ୱତନ୍ତ୍ର କୃଷି ଦପ୍ତରକୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ରାଜସ୍ୱ ବିଭାଗର ମକଦ୍ଦମ, ଖୁତ୍ ଓ ଚୌଧୁରୀ ଆଦି ପଦବୀଗୁଡ଼ିକ ହିନ୍ଦୁମାନେ ଲାଭ କରୁଥିଲେ । ସେ ସମୟରେ ସ୍ଵତନ୍ତ୍ର କୃଷି ଦପ୍ତରକୁ ଦିୱାନ୍-ଇ- କୋହି କୁହାଯାଉଥିଲା ।

୧୭ । ଜିଜିୟା କ’ଣ ? ଏହା କେଉଁମାନଙ୍କ ଉପରେ ଲାଗୁ ହୋଇନଥିଲା ?
Answer:
ଶାରିଆତ୍ ନିୟମ ଅନୁଯାୟୀ ସୁଲତାନ୍ ସାମ୍ରାଜ୍ୟରୁ ଆଦାୟ କରୁଥିବା ପାଞ୍ଚଗୋଟି କର ମଧ୍ଯରୁ ଜିଜିୟା କର ଥିଲା ଅନ୍ୟତମ । ମହିଳା, ପିଲା, ପଙ୍ଗୁ, ଭିକ୍ଷୁକ ଓ ସନ୍ନ୍ୟାସୀମାନଙ୍କଠାରୁ ଏହି କର ଆଦାୟ ହେଉନଥିଲା । ଏହା ଏକ ଧର୍ମକର ଥିଲା ଏବଂ ମୁସଲମାନମାନଙ୍କ ଉପରେ ଲାଗୁ କରାଯାଇନଥିଲା ।

୧୮ । ସୁଲତାନୀ ଶାସନରେ ସାମ୍ରାଜ୍ୟର ସମସ୍ତ ଜମିକୁ କେଉଁ ଚାରି ଭାଗରେ ବିଭକ୍ତ କରାଯାଉଥିଲା ?
Answer:
ସୁଲତାନୀ ଶାସନରେ ସାମ୍ରାଜ୍ୟର ସମସ୍ତ ଚାଷଜମିକୁ ଚାରି ଭାଗରେ ବିଭକ୍ତ କରାଯାଉଥିଲା; ଯଥା— ଖାଲସା ଜମି, ଇକ୍ତାତାର ଜମି, ହିନ୍ଦୁ ସମ୍ଭ୍ରାନ୍ତମାନଙ୍କ ଜମି ଏବଂ ମୁସଲମାନ ବିଦ୍ୱାନ୍ ବା ସନ୍ୟାସୀମାନଙ୍କୁ ଦାନ ଦିଆଯାଉଥ‌ିବା ଜମି (ଇନାମ ବା ୱାକୁଫ) ।

୧୯ । ସୁଲତାନୀ ରାଜତ୍ଵ କାଳରେ ହିନ୍ଦୁମାନଙ୍କ ଅବସ୍ଥା କିପରି ଥିଲା ?
Answer:
ମୁସଲିମ୍ ଶାସନ ହିନ୍ଦୁମାନଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା । ହିନ୍ଦୁମାନଙ୍କୁ ଶାସନ ବା ସାମରିକ କ୍ଷେତ୍ରରେ ପଦପଦବୀ ମିଳୁନଥିଲା । ଅବଶ୍ୟ ରାଜସ୍ୱ ବିଭାଗରେ କେବଳ ଖୁତ୍, ମକଦ୍ଦମ ଓ ଚୌଧୁରୀ ପଦବୀରେ ହିନ୍ଦୁମାନଙ୍କୁ ରଖାଯାଉଥିଲା । ମୁସଲମାନମାନଙ୍କ ଆଗମନ ଯୋଗୁ ହିନ୍ଦୁ ସମାଜରେ ଜାତିପ୍ରଥା ଅତୀବ କଠୋର ହୋଇଥିଲା । ହିନ୍ଦୁକନ୍ୟାମାନେ ସୁନ୍ଦରୀ ଥିବାରୁ ମୁସଲମାନମାନେ ସେମାନଙ୍କୁ ବିବାହ କରିବାପାଇଁ ପ୍ରଲୋଭିତ କରୁଥିଲେ । ହିନ୍ଦୁ ସମାଜରେ ବାଲ୍ୟବିବାହ ଓ ପର୍ଦା ପ୍ରଥା କ୍ରମଶଃ ପ୍ରବେଶ କରିଥିଲା ।

୨୦ । କେଉଁମାନେ ଖଲିଫାଙ୍କ ପ୍ରତିନିଧ୍ ଭାବେ ଶାସନ କରୁଥିଲେ ? ଖଲିଫାଙ୍କ ସମ୍ମାନ ପାଇଁ ସେମାନେ କ’ଣ କରୁଥିଲେ ?
Answer:
ସୁଲତାନମାନେ ଖଲିଫାଙ୍କ ପ୍ରତିନିଧ୍ ଭାବେ ଶାସନ କରୁଥିଲେ । ଖଲିଫାଙ୍କ ସମ୍ମାନ ପାଇଁ ଖଲିଫାଙ୍କ ନାମରେ ମୁଦ୍ରା ଅଙ୍କନ ଓ ଖୁତ୍ଵା-ପାଠ କରାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୨୧ । ଇବନ ବହୁତା କିଏ ? ସେ କେଉଁ ସମ୍ରାଟଙ୍କ ସମୟରେ ଭାରତକୁ ଆସିଥିଲେ ?
Answer:
ଇବନ ବତ୍ରୁତା ଚତୁର୍ଦ୍ଦଶ ଶତାବ୍ଦୀର ଜଣେ ବୈଦେଶିକ ପର୍ଯ୍ୟଟକ । ସେ ସୁଲତାନ୍ ମହମ୍ମଦ୍-ବିନ୍-ତୋଗଲକ୍‌ଙ୍କ ସମୟରେ ଭାରତକୁ ଆସିଥିଲେ ।

୨୨ । ଅମୀର-ଇ-ଦାଦ୍ କିଏ ? ତାଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ଅମୀର-ଇ-ଦାଦ୍ ନାମକ ଜଣେ କର୍ମଚାରୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ସମ୍ପାଦନ କରୁଥିଲେ । ସେ କାଜିଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁଥିଲେ ଓ ତାଙ୍କ ସହାୟତାରେ ଅପରାଧୀମାନଙ୍କ ବିଚାର କରୁଥିଲେ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ସୁଲତାନୀ ଶାସନରେ ବିଚାର ବ୍ୟବସ୍ଥା କିପରି ଥିଲା ?
Answer:
ସୁଲତାନ ନ୍ୟାୟର ନିର୍ଝର ଥିଲେ ମଧ୍ୟ ଦିୱାନ-ଇ-କ୍‌ଜା (ବିଚାର ବିଭାଗ) ନ୍ୟାୟ ପ୍ରଦାନ କରୁଥିଲା । ଏହି ବିଭାଗର ମୁଖ୍ୟଙ୍କୁ କାଜି-ଉଲ୍-କାଜତ୍ କୁହାଯାଉଥିଲା । ତାଙ୍କୁ ମଧ୍ଯ ସଦର-ଉତ୍ସ–ସଦର କୁହାଯାଉଥିଲା । ପ୍ରତ୍ୟେକ ପ୍ରଦେଶରେ ସୁଲତାନଙ୍କଦ୍ଵାରା କାଜି ବା ସଦରଙ୍କୁ ନିଯୁକ୍ତ କରାଯାଉଥିଲା । ବଡ଼ ବଡ଼ ସହରରେ ସୁଲତାନ ମୀର୍-ଇ- ଦାଦ୍ ନାମକ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ । ଗ୍ରାମରେ ପଞ୍ଚାୟତ ନ୍ୟାୟ ପ୍ରଦାନ କରୁଥିଲା । କ୍ଵାଜି ମୁସଲମାନମାନଙ୍କର ବିଚାର କାଳରେ ‘କୋରାନ୍’ରେ ଲିପିବଦ୍ଧ ନିୟମର ସହାୟତା ନେଉଥିଲେ । ପ୍ରଚଳିତ ରୀତି ଓ ନୀତିକୁ ଆଧାର କରି ସେ ହିନ୍ଦୁମାନଙ୍କୁ ଦଣ୍ଡିତ କରୁଥିଲେ । ସୁଲତାନୀ ଯୁଗର ଦଣ୍ଡ ବ୍ୟବସ୍ଥା ଥିଲା ଅତି ଭୟଙ୍କର । ସାଧାରଣ ଦୋଷ ପାଇଁ ଅଙ୍ଗଚ୍ଛେଦନ ଏବଂ ମୃତ୍ୟୁଦଣ୍ଡ ଦିଆଯାଉଥିଲା ।

୨ । ସୁଲତାନୀ ଶାସନରେ ରାଜସ୍ଵ ବ୍ୟବସ୍ଥା କିପରି ଥୁଲା ?
Answer:
ସୁଲତାନୀ ଶାସନରେ ଉସର୍, ଖାରଜ, ଖାମସ୍, ଜାକତ୍ ଏବଂ ଜିଜିୟା ପ୍ରଭୃତି କର ସରକାରଙ୍କ ଆୟର ପ୍ରଧାନ ପନ୍ଥା ଥିଲା । ‘ଉସର୍’ ଥିଲା ଭୂମି କର ଏବଂ ଏହାର ପରିମାଣ ଥିଲା ସମୁଦାୟ ଉତ୍ପାଦନର ଏକ–ଦଶମାଂଶ । ଏହି କର କେବଳ ମୁସଲମାନ ସଂପ୍ରଦାୟ ଉପଭୋଗ କରୁଥିବା ଜମିରୁ ସଂଗ୍ରହ କରାଯାଉଥିଲା । ଅଣମୁସଲମାନ ସଂପ୍ରଦାୟ ଭୋଗ କରୁଥିବା ଚାଷଜମିରୁ ‘ଖାରଜ୍’ ସଂଗୃହୀତ ହେଉଥିଲା । ଏହି ରାଜସ୍ଵର ପରିମାଣ ଥିଲା ସମୁଦାୟ ଉତ୍ପାଦନର ଏକ-ଦଶମାଂଶ । ମୁସଲମାନ ସଂପ୍ରଦାୟର ଜନସାଧାରଣ ‘ଜାକତ୍’ ନାମରେ ଏକ ଧର୍ମ କର ପ୍ରଦାନ କରୁଥିଲେ । ଅଣମୁସଲମାନ ସଂପ୍ରଦାୟ ଉପରେ ‘ଜିଜିୟା’ କର ଧାର୍ଯ୍ୟ କରାଯାଉଥିଲା । ଏତଦ୍‌ବ୍ୟତୀତ ଖଣି ଓ ଜଙ୍ଗଲ ବିଭାଗରୁ ମଧ୍ଯ ସରକାର ରାଜସ୍ୱ ସଂଗ୍ରହ କରୁଥିଲେ । ବହିଃ ରାଷ୍ଟ୍ରରୁ ଆମଦାନୀ କରାଯାଉଥିବା ବିଭିନ୍ନ ଜିନିଷ ଉପରେ ଶତକଡା ୨୨ ଭାଗ ଆମଦାନୀ ଶୁଳ୍କ ଧାର୍ଯ୍ୟ କରାଯାଉଥିଲା । ପ୍ରଜାମାନଙ୍କୁ ଗୃହ କର ଓ ଚାରଣ କରି ମଧ୍ୟ ଦେବାକୁ ପଡ଼ୁଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୩ । ସୁଲତାନୀ ଶାସନରେ ଭୂରାଜସ୍ଵ ବ୍ୟବସ୍ଥା କିପରି ଥିଲା ?
Answer:
ଭୂରାଜସ୍ୱ ଦିଲ୍ଲୀ ସୁଲତାନମାନଙ୍କ ଆୟର ଏକ ପ୍ରଧାନ ପନ୍ଥା ଥିଲା । ଚୌଧୁରୀ ଏବଂ ମକଦ୍ଦମ ପ୍ରଭୃତି କର୍ମଚାରୀମାନଙ୍କ ସହାୟତାରେ ଭୂରାଜସ୍ୱ ସଂଗୃହୀତ ହେଉଥିଲା । ଅମୀଲ ନାମକ ଜଣେ ରାଜସ୍ଵ କର୍ମଚାରୀ ଚୌଧୁରୀ ଓ ମକଦ୍ଦମମାନଙ୍କଠାରୁ ଭୂରାଜସ୍ୱ ସଂଗ୍ରହ କରୁଥିଲେ । ଇକ୍‌ ବା ପ୍ରାଦେଶିକ ଶାସନ କ୍ଷେତ୍ରରେ ମୁଫ୍ ରାଜସ୍ଵର ପରିମାଣ ଧାର୍ଯ୍ୟ କରୁଥିଲେ । ଭୂରାଜସ୍ୱ ସଂଗ୍ରହ କାର୍ଯ୍ୟ ତଦାରଖ କରିବାପାଇଁ ସୁଲତାନ ପ୍ରତ୍ୟେକ ଇକ୍‌ରେ ‘ସ୍ଵାଜା’ ନାମକ ଏକ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ । ଆଲ୍ଲାଉଦ୍ଦିନ୍ ପ୍ରଥମେ ଭୂରାଜସ୍ୱ ସଂଗ୍ରହ କ୍ଷେତ୍ରରେ ସଂସ୍କାର ପ୍ରବର୍ତ୍ତନ କରିଥିଲେ । ନିଷ୍କର ଜମି ଭୋଗ କରୁଥିବା ମୁସଲମାନମାନଙ୍କଠାରୁ ସେହି ସୁବିଧା ପ୍ରତ୍ୟାହାର କରାଯାଇଥିଲା । ଏଥୁସହିତ ମକଦ୍ଦମ ଓ ଚୌଧୁରୀ ପ୍ରଭୃତି ରାଜସ୍ୱ ଆଦାୟକାରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିଲା । ସେମାନେ ଭୋଗ କରୁଥିବା ଜମି ଉପରେ ରାଜସ୍ୱ ଧାର୍ଯ୍ୟ କରାଯାଇଥିଲା । ଏଥୁସହିତ ଗୃହ କର ଏବଂ ଚାରଣ କର ମଧ୍ୟ ସେମାନଙ୍କଠାରୁ ସଂଗ୍ରହ କରିବାପାଇଁ ସୁଲତାନ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ଉତ୍ପାଦନର ଶତକଡ଼ା ପଚାଶ ଭାଗ ଭୂରାଜସ୍ଵଭାବେ ସଂଗ୍ରହ କରାଯାଉଥିଲା ।

୪। ମୁସଲିମ୍ ରାଜ୍ୟରେ ଉଲେମାମାନଙ୍କ ଭୂମିକା କ’ଣ ଥିଲା ?
Answer:
ସୁଲତାନୀ ଶାସନ ସମୟରେ ସମାଜରେ ଆଭିଜାତ୍ୟ ଶ୍ରେଣୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଶ୍ରେଣୀର ଅନ୍ୟ ଏକ ବର୍ଗ ଥିଲେ ଉଲେମା । ସେମାନେ ଥିଲେ ଜ୍ଞାନୀ ଏବଂ ଗୁଣୀ ଓ ଅଣତୁର୍କ ଜାତୀୟ । ସେମାନେ ଶିକ୍ଷା ଏବଂ ଧାର୍ମିକ ତଥା ଦାତବ୍ୟ ଅନୁଷ୍ଠାନଗୁଡ଼ିକ ନିୟନ୍ତ୍ରଣ କରୁଥିଲେ । ଏହି ଉଲେମାମାନେ ଥିଲେ ସୁଲତାନଙ୍କ ମସ୍ତିଷ୍କ ସଦୃଶ । ସେମାନଙ୍କ ମଧ୍ୟରୁ ଅନେକ କାଜି-ଉଲ୍-ଜାକତ୍, ସଦର-ଉସ୍-ସଦର, କାଜି, ମୁଫ୍ତି ଆଦି ପଦବୀ ଅଳଙ୍କୃତ କରୁଥିଲେ । ସେମାନଙ୍କ ମଧ୍ୟରୁ ଶେଖ୍ ଏବଂ ସୟଦ୍‌ମାନଙ୍କର ସ୍ଥାନ ସମାଜରେ ବହୁ ଉଚ୍ଚରେ ଥିଲା । ଏହି ଉଲେମାମାନେ ବସ୍ତୁତଃ ଆଭ୍ୟନ୍ତରୀଣ ଶାସନକୁ ନିୟନ୍ତ୍ରଣ କରୁଥିଲେ ଏବଂ ସୁଲତାନମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଥିଲେ ।

୫ । ସୁଲତାନୀ ଶାସନରେ ନାରୀମାନଙ୍କର ସ୍ଥାନ କ’ଣ ଥିଲା ?
Answer:
ନାରୀ ସ୍ଵାଧୀନତା ସୁଲତାନୀ ଯୁଗରେ ବହୁପରିମାଣରେ ସଙ୍କୁଚିତ ହୋଇଥିଲା । ଜଣେ ସ୍ଵାମୀ ତା’ର ସ୍ତ୍ରୀକୁ ପରିତ୍ୟାଗ (ତଲାକ୍) କଲେ ସେ ଅନ୍ୟଜଣେ ସ୍ତ୍ରୀକୁ ବିବାହ କରିପାରୁଥିଲା । ସମାଜରେ ବିଧବା ବିବାହ ପ୍ରଥା ପ୍ରଚଳିତ ଥିଲା । ସମ୍ଭ୍ରାନ୍ତବଂଶୀୟ ନାରୀମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶିକ୍ଷାଲାଭରୁ ବଞ୍ଚତ ଥିଲେ । ନାରୀମାନେ ଛୁଞ୍ଜାମ, ସିଲେଇ, ରନ୍ଧନ ଆଦି କର୍ମରେ ପାରଦର୍ଶିତା ଲାଭ କରୁଥିଲେ । ନାରୀମାନେ ବୁର୍ଖା ପରିଧାନ କରୁଥିଲେ । ସାଧାରଣ ମୁସଲମାନମାନେ ଗୋଟିଏ ସ୍ତ୍ରୀ ରଖୁଥିଲେ । ମାତ୍ର ସମ୍ଭ୍ରାନ୍ତବଂଶୀୟ ମୁସଲମାନମାନେ ଏକାଧ୍ଵ (ଚାରିଜଣ) ସ୍ତ୍ରୀ ରଖୁଥିଲେ । କୋରାନ୍‌ର ନିୟମ ଅନୁସାରେ ସମାଜରେ ବହୁବିବାହ ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୬। ଦିଲ୍ଲୀ ସୁଲତାନମାନେ ଖଲିଫାଙ୍କୁ କିପରି ସମ୍ମାନିତ କରୁଥିଲେ ?
Answer:
ଦିଲ୍ଲୀରେ ସୁଲତାନମାନେ ନିଜକୁ ଖଲିଫାଙ୍କ ପ୍ରତିନିଧ‌ି ବୋଲି ବିଚାର କରାଯାଉଥିଲା । ସେମାନେ ଖଲିଫାଙ୍କୁ ସମ୍ମାନୀତ କରୁଥିଲେ । ଖଲିଫାଙ୍କ ନାମ ମୁଦ୍ରାରେ ଉତ୍କର୍ଣ୍ଣ ହୋଇଥିଲା ଏବଂ ତାଙ୍କ ନାମରେ ଖୁତ୍ଵା ପାଠ କରାଯାଉଥିଲା । ଏହାଦ୍ଵାରା ସୁଲତାନମାନଙ୍କର ସାର୍ବଭୌମତ୍ୱ ପ୍ରତିପାଦିତ ହେଉଥିଲା, କିନ୍ତୁ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀ ଓ ମୁବାରକ ଶାହ ଖଲିଫାଙ୍କୁ ଅନ୍ୟମାନଙ୍କ ପରି ସମ୍ମାନିତ କରୁନଥିଲେ ।

୭। ଶାରିଆଡ୍ କହିଲେ କ’ଣ ବୁଝ ?
Answer:
ସୁଲତାନ୍‌ଙ୍କ ରାଜ୍ୟ ଶାରିଆତ୍‌ର ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେଉଥିଲା କାରଣ ଆଇନ ଥିଲା ମୁସଲିମ୍ ରାଜ୍ୟର ପ୍ରକୃତ ସାର୍ବଭୌମ । ମୁସଲମାନମାନେ ବିଶ୍ଵାସ କରୁଥିଲେ ଯେ ଶାରିଆତ୍ ଥିଲା ମହମ୍ମଦଙ୍କୁ ପ୍ରଦାନ କରାଯାଇଥିବା ଈଶ୍ଵରଙ୍କର ମୁଖନିଃସୃତ ବାଣୀ । ଶାରିଆଡ଼ ଥିଲା ଅଣମୁସଲମାନମାନଙ୍କର ସ୍ଵାର୍ଥର ପରିପନ୍ଥୀ, ଅଣମୁସଲମାନମାନଙ୍କୁ ଜିୱି କୁହାଯାଉଥିଲା । ନିଜର ଜୀବନ ଓ ସମ୍ପତ୍ତି ରକ୍ଷା କରିବାପାଇଁ ସେମାନଙ୍କୁ ଜିଜିୟା କର ଦେବାକୁ ପଡୁଥିଲା । ଅଣମୁସଲମାନମାନଙ୍କୁ ଧର୍ମାନ୍ତର କରିବାକୁ ସୁଲତାନ କଠୋର ପଦକ୍ଷେପମାନ ଗ୍ରହଣ କରୁଥିଲେ ।

୮ । ସୁଲତାନୀ ଶାସନ କାଳରେ ପ୍ରାଦେଶିକ ଶାସନରେ ଗଭର୍ଣ୍ଣରଙ୍କ ଭୂମିକା କ’ଣ ଥିଲା ?
Answer:
ସୁଲତାନୀ ଶାସନ କାଳରେ ପ୍ରାଦେଶିକ ଶାସନରେ ଗଭର୍ଣ୍ଣରଙ୍କ ଭୂମିକା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ସେ ନିଜ ପ୍ରଦେଶର ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ବାହ୍ୟଶକ୍ତିର ଆକ୍ରମଣକୁ ପ୍ରତିରୋଧ କରିବାପାଇଁ ଉପଯୁକ୍ତ ପଦକ୍ଷେପମାନ ନେଉଥିଲେ । ସେ ପ୍ରଦେଶର ରାଜସ୍ୱ ଆଦାୟ କରୁଥିଲେ । ବାର୍ଷିକ ଆୟ ବ୍ୟୟ ବିବରଣୀ ସେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରୁଥିଲେ । ପ୍ରାଦେଶିକ ବିଚାରପତି ଭାବରେ ଗଭର୍ଣ୍ଣର ପ୍ରାଦେଶିକ ବିଚାରକୁ ତଦାରଖ କରୁଥିଲେ । ଇସଲାମୀୟ ଆଇନଗୁଡ଼ିକ ଯେପରି ଠିକ୍ ରୂପେ ପ୍ରୟୋଗ କରାଯାଏ ସେଥୁପ୍ରତି ସେ ଦୃଷ୍ଟି ଦେଉଥିଲେ ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୯ । ଦିଲ୍ଲୀ ସୁଲତାନଙ୍କ ଅଧୀନରେ ସୈନ୍ୟମାନଙ୍କର ଯୁଦ୍ଧକୌଶଳ କିପରି ଥିଲା ?
Answer:
ସୁଲତାନ୍ ନିଜେ ରଣକୌଶଳ ପ୍ରସ୍ତୁତ କରୁଥିଲେ । ସୈନ୍ୟମାନଙ୍କୁ ମଧ୍ୟ, ବାମ, ଦକ୍ଷିଣ ଓ ସଂରକ୍ଷିତ, ଏହିପରି ଚାରି ଭାଗରେ ବିଭକ୍ତ କରାଯାଇ ଯୁଦ୍ଧ କରାଯାଉଥିଲା । ଶତ୍ରୁ ସୈନ୍ୟମାନଙ୍କର ଶକ୍ତି କଳ୍ପନା କରିବା ଉଦ୍ଦେଶ୍ୟରେ ଏକ ଆଗୁଆ ବାହିନୀ ପଠାଯାଉଥିଲା ଓ ଜୟ ଲାଭ କରିବାପାଇଁ ଅତର୍କିତ ଭାବରେ ଆକ୍ରମଣ କରାହେଉଥିଲା । ସୀମା ଓ ଦୁର୍ଗଗୁଡ଼ିକରେ ଅଭିଜ୍ଞ ଓ ଧୁରନ୍ଧର ସୈନ୍ୟ ଓ ସେନାପତିଙ୍କୁ ମୁତୟନ କରାଯାଉଥିଲା ।

୧୦ । ସୁଲତାନୀ ଶାସନର ମନ୍ତ୍ରୀମଣ୍ଡଳ ଉପରେ ଧାରଣା ଦିଅ ।
Answer:
ଶାସନର ସୁବିଧା ନିମିତ୍ତ ଦିଲ୍ଲୀର ସୁଲତାନମାନେ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଉଥିଲେ । ସେମାନଙ୍କ ସହିତ ସେ ପ୍ରଶାସନ, ଅର୍ଥ ଓ ବିଚାର ବ୍ୟାପାରରେ ଆଲୋଚନା କରୁଥିଲେ । ସୁଲତାନ ଯେଉଁ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଉଥିଲେ,ସେମାନେ ହେଲେ ୱାଜିର୍, ଆରିଜ୍-ଇ-ମମଲିକ୍, ଦିୱାନ୍-ଇ-ଇସା, ଦିୱାନ୍-ଇ-ରସାଲତ୍, ସଦର-ଉସ୍-ସଦର ଓ ଦିୱାନ୍-ଇ-କ୍ୱାଜା । ମନ୍ତ୍ରୀମାନେ ସୁଲତାନଙ୍କ ଅନୁଗ୍ରହ ଲାଭ କରିବା ପର୍ଯ୍ୟନ୍ତ ନିଜ ନିଜ ପଦବୀରେ ରହିପାରୁଥିଲେ । ବେଳେବେଳେ ନାଏବ ସୁଲତାନ ପଦବୀ ସୃଷ୍ଟି କରାଯାଉଥିଲା । ସୁଲତାନ ରାଜଧାନୀରେ ଅନୁପସ୍ଥିତ ଥ‌ିବା ସମୟରେ ନାଏବ ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

୧୧ । ସୁଲତାନୀ ଶାସନରେ ପୋଲିସ ଶାସନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ସୁଲତାନୀ ଶାସନରେ ସାମ୍ରାଜ୍ୟର ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ରକ୍ଷା କରିବାପାଇଁ ଗୋଟିଏ ପୋଲିସ ବିଭାଗ ରହିଥିଲା । କଟୱାଲ୍ ଥିଲେ ପୋଲିସ ବିଭାଗର ମୁଖ୍ୟ । ବଡ଼ବଡ଼ ସହରରେ କଟୱାଲଙ୍କୁ ନିଯୁକ୍ତି ଦିଆଯାଉଥିଲା । ପ୍ରଧାନ ସହରରେ ମହତାସିବ ନାମକ କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା, ସେମାନେ ଜନସାଧାରଣଙ୍କ ଆଚରଣ ପ୍ରତି ଦୃଷ୍ଟି ଦେଉଥିଲେ, ବଜାର ନିୟନ୍ତ୍ରଣ କରୁଥିଲେ, ମାପ ଓ ଓଜନ ତଦାରଖ କରୁଥିଲେ ଏବଂ ମଦ୍ୟ, ଭାଙ୍ଗ ଓ ଗଞ୍ଜାଇ ପ୍ରଭୃତି ନିଶା ସେବନ ନିଷେଧ କରୁଥିଲେ । ଛୋଟ ସହର ଓ ଗ୍ରାମାଞ୍ଚଳରେ ପୋଲିସ୍ ଶାସନ ଚାଲୁ ନ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୧୨ । ସୁଲତାନୀ ଯୁଗର ସାମରିକ ଶାସନ ବ୍ୟବସ୍ଥା କିପରି ଥୁଲା ?
Answer:
ସାମ୍ରାଜ୍ୟର ଦୃଢ଼ୀକରଣ, ସମ୍ଭ୍ରାନ୍ତମାନଙ୍କୁ ଦମନ ଓ ଆଭ୍ୟନ୍ତରୀଣ ବିଦ୍ରୋହ ଦମନ ନିମିତ୍ତ ସୁଲତାନମାନେ ଏକ ବିଶାଳ ସୈନ୍ୟବାହିନୀ ସଙ୍ଗଠିତ କରିଥିଲେ । ସୁଲତାନୀ ସୈନ୍ୟବାହିନୀକୁ ୪ଗୋଟି ଭାଗରେ ବିଭକ୍ତ କରାଯାଇଥିଲା (୧) ସୁଲତାନଙ୍କ ଅଧୀନରେ ନିଯୁକ୍ତ ସୈନ୍ୟବାହିନୀ, (୨) ପ୍ରାଦେଶିକ ଶାସକ ଓ ସମ୍ଭ୍ରାନ୍ତମାନଙ୍କ ଅଧୀନରେ ଥ‌ିବା ସୈନ୍ୟବାହିନୀ, (୩) ଯୁଦ୍ଧ ସମୟରେ ନିଯୁକ୍ତ ସୈନ୍ୟବାହିନୀ, (୪) ଧର୍ମଯୁଦ୍ଧ ବା ଜିହାଦରେ ଅଂଶଗ୍ରହଣ କରୁଥିବା ମୁସଲମାନ ସ୍ଵେଚ୍ଛାସେବୀ, ତୁର୍କ, ପାରସିକ, ମଙ୍ଗୋଲ, ଆଫଗାନ, ଆରବ, ଆବିସିନୀୟ । ଭାରତୀୟ ମୁସଲମାନ ଓ ହିନ୍ଦୁମାନଙ୍କୁ ନେଇ ସୁଲତାନୀ ସୈନ୍ୟବାହିନୀ ଗଠିତ ହୋଇଥିଲା । ସୈନ୍ୟମାନଙ୍କର ନିଯୁକ୍ତି, ତାଲିମ ଓ ପଦୋନ୍ନତି ନିମିତ୍ତ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରାଯାଇ ପାରି ନ ଥିଲା । ସେହିପରି ପଦାତିକ, ଅଶ୍ଵାରୋହୀ, ଗଜାରୋହୀମାନଙ୍କୁ ନେଇ ସୈନ୍ୟବାହିନୀ ଗଢ଼ାଯାଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସୁଲତାନୀ ସାମ୍ରାଜ୍ୟର ଶାସନ ବ୍ୟବସ୍ଥାର ବିଭିନ୍ନ ବିଭାଗଗୁଡ଼ିକ ଉପରେ ବିବରଣୀ ପ୍ରଦାନ କର ।
Answer:
ଦିଲ୍ଲୀର ସୁଲତାନୀ’ ସାମ୍ରାଜ୍ୟ ‘ଧର୍ମଭିଭିକ’ ଥିଲା । ଦିଲ୍ଲୀରେ ତୁର୍କ ଓ ଆଫଗାନ ଶାସକମାନେ ଦୀର୍ଘ ତିନି ଶହ ବର୍ଷକାଳ ଶାସନକାର୍ଯ୍ୟ ପରିଚାଳନା କରିଥିଲେ । ଏହି ସମୟରେ ଇସ୍‌ଲାମ ଧର୍ମ ଥିଲା ଦେଶର ମୁଖ୍ୟ ତଥା ସ୍ୱୀକୃତ ଧର୍ମ । ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହାକୁ ଏକ ଇସ୍‌ଲାମୀୟ ରାଷ୍ଟ୍ର (Dar-Ul-Islam)ରେ ପରିଣତ କରିବା ସୁଲତାନମାନଙ୍କର ଥିଲା ପ୍ରଧାନ ଉଦ୍ଦେଶ୍ୟ ।
ସୁଲତାନ ଇଲ୍‌ଡ୍‌ମିସ୍, ଆଲ୍ଲାଉଦ୍ଦିନ୍ ଖୁଲ୍‌, ଫିରୋଜଶାହ ତୋଗଲକ ନିଜକୁ ଖଲିଫାଙ୍କର ପ୍ରତିନିଧ୍ଵରୂପେ ବିବେଚନା କରି ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

  • କେନ୍ଦ୍ରୀୟ ଶାସନ – ଦିଲ୍ଲୀର ତୁର୍କ ଶାସକଗଣ ସୁଲତାନ ଉପାଧ୍ ଧାରଣ କରିଥିଲେ । ସୁଲତାନମାନେ ନିଜକୁ ଭଗବାନ ଆଲ୍ଲାଙ୍କ ପ୍ରତିନିଧୁ ବୋଲି ଅଭିହିତ କରିଥିଲେ । ସେମାନେ ଈଶ୍ଵର ପ୍ରଦତ୍ତ ଆଇନ ଅନୁସାରେ ଶାସନ କରୁଥିଲେ । ସୁଲତାନ ଥିଲେ ରାଜ୍ୟର ଶାସନମୁଖ୍ୟ ଏବଂ ତାଙ୍କ ହସ୍ତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇଥିଲା । ସୁଲତାନଙ୍କ କ୍ଷମତା ମୁଖ୍ୟତଃ ସାମରିକ ଶକ୍ତି ଉପରେ ପ୍ରତିଷ୍ଠିତ ଥିଲା । ସୁଲତାନଙ୍କୁ ସାହାଯ୍ୟ କରିବାପାଇଁ ମନ୍ତ୍ରୀମାନେ ତାଙ୍କର ଆଜ୍ଞାଧୀନ କର୍ମଚାରୀରୂପେ କାର୍ଯ୍ୟ କରୁଥିଲେ । ପ୍ରଚଳିତ ପ୍ରଥା ଅନୁଯାୟୀ ସୁଲତାନମାନେ କୋରାନ୍‌ରେ ଲିପିବଦ୍ଧ ଆଇନକୁ ଶାସନକ୍ଷେତ୍ରରେ ଅନୁସରଣ କରୁଥିଲେ ।
    ସୁଲତାନଙ୍କ ପରେ ଦେଶର ସର୍ବୋଚ୍ଚ କ୍ଷମତାସମ୍ପନ୍ନ ବ୍ୟକ୍ତି ଥିଲେ ନାଏବ ବା ଡେପୁଟି ସୁଲତାନ ! ସୁଲତାନଙ୍କ ଅନୁପସ୍ଥିତିରେ ସେ ଶାସନକାର୍ଯ୍ୟ ତଦାରଖ କରୁଥିଲେ ।
  • ମନ୍ତ୍ରୀଗଣ – ଶାସନକାର୍ଯ୍ୟରେ ସହାୟତାପାଇଁ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ଦାସବଂଶ ଶାସନକାଳରେ ଚାରିଜଣ ମନ୍ତ୍ରୀ ସୁଲତାନଙ୍କୁ ଶାସନକାର୍ଯ୍ୟରେ ସାହାଯ୍ୟ କରୁଥିଲେ । ସେମାନେ ହେଲେ– ୱାଜିର, ଦିୱାନ-ଇ-ଆରିଜ୍, ଦିୱାନ-ଇ-ଇସା, ଦିୱାନ-ଇ-ରସାଲତ୍ । ପରବର୍ତ୍ତୀ କାଳରେ ଆଉ ଦୁଇଜଣ ମନ୍ତ୍ରୀ ସଦର-ଉସ୍-ସଦର ଓ ଦିୱାନ- ଇ-କ୍ଵାଜାଙ୍କୁ ନଯୁକ୍ତି ଦିଆଯାଇଥିଲା ।
  • ୱାଜିର – ୱାଜିର ଥିଲେ କେନ୍ଦ୍ରୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ । ସେ ଅର୍ଥବିଭାଗର ମୁଖ୍ୟ ଥିଲେ । ସେ ସାଧାରଣ ପ୍ରଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ସୁଲତାନଙ୍କ ପ୍ରତିନିଧୁଭାବେ ସେ ଅନ୍ୟ ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥ‌ିଲେ । ଅର୍ଥବିଭାଗର ମୁଖ୍ୟ ଭାବରେ ସେ ଦେଶର ଆୟବ୍ୟୟ ସମ୍ବନ୍ଧୀୟ ବିବରଣୀ ନିଜେ ରଖୁଥିଲେ । ରାଜସ୍ୱ ଆଦାୟ ଓ ନିର୍ଦ୍ଧାରଣ କାର୍ଯ୍ୟ ସେ ବୁଝୁଥିଲେ । ୱାଜିରଙ୍କ କାର୍ଯ୍ୟାଳୟକୁ ‘ଦିନ-ଇ-ଓ୍ୱାଜିରାତ୍’ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

  • ଆରିଜ୍-ଇ-ମମ୍‌ଲିକ୍ – ଆରିଜ୍-ଇ-ମମ୍‌ଲିକ୍ ସାମରିକ ବିଭାଗର ମୁଖ୍ୟ ଥିଲେ । ତାଙ୍କ ବିଭାଗକୁ ଦେୱାନ – ଇ-ଆରିଜ୍ କୁହାଯାଉଥିଲା । ସୈନ୍ୟମାନଙ୍କର ନିଯୁକ୍ତି, ତାଲିମ ଓ ସଙ୍ଗଠନ ତାଙ୍କର ପ୍ରଧାନ ଦାୟିତ୍ଵ ଥିଲା । ସୈନ୍ୟବାହିନୀର ଦକ୍ଷତା ଓ ଶୃଙ୍ଖଳା ବୃଦ୍ଧିପାଇଁ ସେ ଦୃଷ୍ଟି ଦେଉଥିଲେ । କୌଣସି ସାମରିକ ଅଭିଯାନରେ ବହିର୍ଗତ ହେବା ପୂର୍ବରୁ ଆରିଜ୍ – ଇ-ମମ୍‌ଲିକ ସୈନ୍ୟବାହିନୀର ସାମରିକ ପ୍ରସ୍ତୁତିପାଇଁ ଆୟୋଜନ କରୁଥିଲେ ।
  • ଦିୱାନ-ଇ-ଇନ୍ସା – ଏହି ବିଭାଗଟି ସୁଲତାନଙ୍କର ସମସ୍ତ ପ୍ରକାରର ଘୋଷଣାକୁ ପ୍ରକାଶ କରୁଥିଲେ । ଏହି ବିଭାଗର ମୁଖ୍ୟ ଥିଲେ ‘ଦେବର-ଇ-ଖାସ୍’ । ଏହି ମନ୍ତ୍ରୀଙ୍କ ମାଧ୍ୟମରେ ସୁଲତାନ ଓ ଅନ୍ୟ ରାଜ୍ୟର ଏବଂ କରଦ ରାଜ୍ୟମାନଙ୍କ ମଧ୍ୟରେ ପତ୍ର ବିନିମୟ ହେଉଥିଲା ।
  • ଦିୱାନଇ–ରସାଲତ୍ – ଏହି ବିଭାଗଟି ବୈଦେଶିକ ବ୍ୟାପାର ପରିଚାଳନା ଦାୟିତ୍ଵ ହାତକୁ ନେଇଥିଲା । ଏହି ବିଭାଗ ମଧ୍ୟ କେତେକ କ୍ଷେତ୍ରରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରୁଥିଲେ ।
  • ସଦର–ଇସ୍–ସଦର – ସଦର-ଉସ୍-ସଦର ଧର୍ମ ସମ୍ବନ୍ଧୀୟ ବ୍ୟାପାରର ମୁଖ୍ୟ ଥିଲେ । ଇସ୍‌ଲାମ ଧର୍ମାବଲମ୍ବୀମାନେ ସେହି ଧର୍ମର ନୀତିନିୟମଗୁଡ଼ିକୁ ଯେପରି ଉତ୍ତମଭାବେ ପାଳନ କରିବେ ସେଥୁପ୍ରତି ସଦର-ଉସ୍-ସଦର ଦୃଷ୍ଟି ଦେଉଥ‌ିଲେ । ସେ ମଧ୍ଯ ଇସ୍‌ଲାମ ଧର୍ମ ସମ୍ବନ୍ଧୀୟ ଆଇନ କାର୍ଯ୍ୟକାରୀ କରୁଥିଲେ । ପଣ୍ଡିତ, ଜ୍ଞାନୀ ଏବଂ ଗରିବ ନିଃସହାୟମାନଙ୍କୁ ଏହି ସଂସ୍ଥା ଆର୍ଥିକ ଭତ୍ତା ପ୍ରଦାନ କରୁଥିଲା । ସୁଲତାନ ମନ୍ତ୍ରୀମାନଙ୍କ ପରାମର୍ଶ ଗ୍ରହଣ କରିବା ସହିତ ସେ ଉଲେମା, ସମ୍ଭ୍ରାନ୍ତ, ବିଶ୍ବସ୍ତ କର୍ମଚାରୀ ଓ ଅନ୍ତରଙ୍ଗ ବନ୍ଧୁଙ୍କୁ ନେଇ ଗଠିତ ଏକ ପରିଷଦର ପରାମର୍ଶ ମଧ୍ୟ ଗ୍ରହଣ କରୁଥିଲେ । ଏହି ପରିଷଦର ନାମ ମସ୍‌ସ୍-ଇ-ଖଲୱାତ୍ ଥିଲା । ଉପରିବର୍ତ୍ତିତ ବିଭାଗଗୁଡ଼ିକ ବ୍ୟତୀତ ରାଜଧାନୀରେ ଅନ୍ୟ କେତୋଟି ବିଭାଗୀୟ ମୁଖ୍ୟ ମଧ୍ଯ ଅବସ୍ଥାନ କରୁଥିଲେ । ‘ବରିଦ୍-ଇ-ଖଇରାତ’ ନାମକ ଏକ ଦାତବ୍ୟ ସଂସ୍ଥା ଫିରୋଜଶାହ ତୋଗଲକ ପ୍ରତିଷ୍ଠା କରିଥିଲେ । ଏହି ବିଭାଗ ମାଧ୍ୟମରେ ଗରିବ ଓ ନିଃସହାୟ ଲୋକଙ୍କୁ ଅର୍ଥଦାନ କରାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

  • ରାଜପ୍ରାସାଦର କର୍ମଚାରୀ– ଓକିଲ୍-ଇ-ଦର, ବାର୍ବକ, ଅମୀର-ଇ-ହାଜିବ୍, ଅମୀର-ଇ-ଶିକାର ଏବଂ ସର- ଇ-ଜନ୍ଦର ପ୍ରଭୃତି ରାଜପ୍ରାସାଦରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରୁଥିଲେ । ଓକିଲ୍-ଇ-ଦର ସୁଲତାନ ଅନୁଚରବର୍ଗ ରୂପେ କାର୍ଯ୍ୟ କରୁଥିଲେ । ବାର୍ବକ ଓ ଅମୀର-ଇ-ହାଜିବ୍ ଏହି ଦୁଇ ପଦବୀ ଜଣେ ଲୋକ ହାତରେ ଥିଲା । ବାର୍ବକ ସୁଲତାନଙ୍କ ଦରବାର ପରିଚାଳନା ଦାୟିତ୍ଵ ବହନ କରିଥିଲେ । ସୁଲତାନ ଶିକାରପାଇଁ ଯାତ୍ରା କରିବାକୁ ଇଚ୍ଛା କରୁଥିଲେ ତାହାର ଆୟୋଜନ କରୁଥିଲେ ଅମୀର-ଇ-ଶିକାର । ସୁଲତାନଙ୍କ ନିରାପତ୍ତାରକ୍ଷୀମାନଙ୍କୁ ଜନ୍ଦର କୁହାଯାଉଥିଲା । ପ୍ରାଦେଶିକ ସାମରିକ ଶାସକ ପ୍ରାଦେଶିକ ଶାସନ କ୍ଷେତ୍ରରେ ଥିଲେ ସର୍ବୋଚ୍ଚ କର୍ତ୍ତା । ସେମାନେ ନିଜ ନିଜ ପ୍ରଦେଶର ନିରାପତ୍ତା ପାଇଁ ସ୍ଵତନ୍ତ୍ର ସାମରିକ ବାହିନୀ ପ୍ରତିଷ୍ଠା କରିଥିଲେ । ଶାସନକାର୍ଯ୍ୟ ପରିଚାଳନା କରିବାପାଇଁ ଅନେକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ଯୁଦ୍ଧ ସମୟରେ ସୁଲତାନଙ୍କୁ ସୈନ୍ୟ ଯୋଗାଇବା ଥୁଲା ପ୍ରାଦେଶିକ ଶାସନକର୍ତ୍ତାଙ୍କର ମୁଖ୍ୟ କାର୍ଯ୍ୟ । ବାର୍ଷିକ ଆୟ-ବ୍ୟୟର ବିବରଣୀ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ପୈଠ କରୁଥିଲେ । ପ୍ରାଦେଶିକ ଶାସକମାନଙ୍କର ବିଶେଷ କ୍ଷମତା ଥିଲା । ଏଣୁ ସମୟ ସମୟରେ ସୁଲତାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନେ ନିଜ ନିଜର ସ୍ଵାଧୀନତା ଘୋଷଣା କରୁଥିଲେ । ଫିରୋଜଶାହଙ୍କ ମୃତ୍ୟୁ ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ପ୍ରାଦେଶିକ ଶାସନ କ୍ଷେତ୍ରରେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ଶାସନଗତ ସୁବିଧାପାଇଁ ବଡ଼ ବଡ଼ ପ୍ରଦେଶଗୁଡ଼ିକୁ କେତେକ ‘ସିକ୍’ରେ ବିଭକ୍ତ କରାଯାଇଥିଲା । ସିକର ଶାସନମୁଖ୍ୟ ଥିଲେ ସିଦାର । ପ୍ରତ୍ୟେକ ସିକ୍ କେତେକ ‘ପ୍ରଗଣା’ରେ ବିଭକ୍ତ ଥିଲା । ପ୍ରଗଣାର ଶାସକଙ୍କୁ ‘ଚୌଧୁରୀ’ କୁହାଯାଉଥିଲା । କେତୋଟି ଗ୍ରାମର ସମ୍ମିଶ୍ରଣରେ ପ୍ରଗଣା ଗଠିତ ହୋଇଥିଲା । ଗ୍ରାମର ପଞ୍ଚାୟତ ସମସ୍ତ ମକଦ୍ଦମା ବିଚାର କରୁଥିଲେ ।

୨ । ସୁଲତାନୀ ଯୁଗର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥୁଲା ଆଲୋଚନା କର ।
Answer:
ମଧ୍ୟଯୁଗର ପ୍ରାରମ୍ଭରୁ ମୁସଲମାନମାନେ ଭାରତକୁ ବହୁବାର ଆକ୍ରମଣ କରିବା ଫଳରେ ତୁର୍କୀସ୍ଥାନ, ଆଫଗାନିସ୍ଥାନ, ପାରସ୍ୟ ଓ ଆରବ ପ୍ରଭୃତି ଦେଶରୁ ବହୁସଂଖ୍ୟକ ମୁସଲମାନ ଭାରତକୁ ଆସି ଏଠାରେ ବସବାସ କରି ରହିଥିଲେ । କାଳକ୍ରମେ ସେମାନେ ଏଠାକାର ଧର୍ମ, ଭାଷା ଓ ସାମାଜିକ ରୀତିନୀତି ସହିତ ନିଜର ସଂସ୍କୃତି ଗଢ଼ିତୋଳିଲେ । ଅବଶ୍ୟ ଏହା ଥିଲା ତତ୍‌କାଳୀନ ହିନ୍ଦୁ ସଂସ୍କୃତିଠାରୁ ଭିନ୍ନ । ଭାରତରେ ମୁସଲମାନ ସଂପ୍ରଦାୟ ମଧ୍ୟରେ ଲୋକଙ୍କର କାର୍ଯ୍ୟକଳାପକୁ ଭିଭିକରି ସମାଜରେ କେତୋଟି ସ୍ଵତନ୍ତ୍ର ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସେଗୁଡ଼ିକ ଥିଲେ ଆଭିଜାତ୍ୟ ଶ୍ରେଣୀ, ପୁରୋହିତ ବା ଉଲେମା ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ଜନସାଧାରଣ ।

ମୁସଲମାନ ସମାଜରେ ଜୀବନଧାରା :
ଆଭିଜାତ୍ୟ ଶ୍ରେଣୀ : ମୁସଲମାନ ସଂପ୍ରଦାୟ ମଧ୍ୟରେ ଆଭିଜାତ୍ୟ ଶ୍ରେଣୀର ଲୋକେ ଥିଲେ ମୁଖ୍ୟତଃ ବିଦେଶାଗତ ମୁସଲମାନମାନଙ୍କର ବଂଶଧର । ସେମାନେ ସମାଜର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହୋଇଥିଲେ । ସେମାନେ ନିଜକୁ ମାଲିକ୍ ଓ ଖାଁ ଉପାଧ୍ଵରେ ଭୂଷିତ କରିଥିଲେ । ସେମାନେ ମଧ୍ୟ ବିଶାଳ ଜାଗିର ବା ନିଷ୍କର ଜମି ଉପଭୋଗ କରୁଥିଲେ । ତେଣୁ ସେମାନେ ସାଧାରଣତଃ ବିଳାସବ୍ୟସନ ଓ ଆଡ଼ମ୍ବର ସହକାରେ ଜୀବନଯାପନ କରୁଥିଲେ । ଏହି ଶ୍ରେଣୀର ଲୋକେ ବର୍ଣ୍ଣାଢ଼ ଓ ମନୋରମ ପ୍ରାସାଦରେ ରହୁଥିଲେ । ସେମାନଙ୍କ ସେବାପାଇଁ ସେମାନେ ଦାସ ଓ ଦାସୀମାନଙ୍କୁ ନିଯୁକ୍ତ କରିଥିଲେ । ମଦ୍ୟପାନ ଓ ଜୁଆଖେଳ ସେମାନଙ୍କ ମଧ୍ୟରେ ଏକ ସାଧାରଣ କଥା ଥିଲା । ସେମାନେ ବହୁପନ୍ଥୀର ନାୟକ ହୋଇ ସେମାନଙ୍କ ଗହଣରେ ଏକ ସ୍ଵପ୍ଲିଳ ଜୀବନଯାପନ କରୁଥିଲେ ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ଉଲେମା ବା ପୁରୋହିତ ଶ୍ରେଣୀ : ଆଭିଜାତ୍ୟ ଶ୍ରେଣୀ ପରି ଉଲେମାମାନେ ମଧ୍ୟ ସମାଜରେ ଉଚ୍ଚ ଆସନ ଅଳଂକୃତ କରିଥିଲେ । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଥିଲା ଊଣାଅଧିକେ ଖାଁ ଓ ମାଲିକଙ୍କ ଜୀବନ ପରି । ଉଲେମାମାନେ ଧର୍ମ କ୍ଷେତ୍ରରେ ଅଖଣ୍ଡ କ୍ଷମତା ବିସ୍ତାର କରିଥିଲେ । କେତେକ କ୍ଷେତ୍ରରେ ସେମାନେ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବାର ପରିଲକ୍ଷିତ ହେଉଥିଲା । ଅବଶ୍ୟ ସୁଲତାନ ଦୁର୍ବଳ ଥିଲେ ସେମାନେ ଏହି କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ।

ମଧ୍ୟବିତ୍ତ ଶ୍ରେଣୀ : ମୁସଲମାନ ସମାଜରେ ମଧ୍ୟବିତ୍ତ ଶ୍ରେଣୀର ଲୋକ ବିଭିନ୍ନ ପ୍ରକାର ବ୍ୟବସାୟରେ ଲିପ୍ତ ଥିଲେ । ତତ୍‌କାଳୀନ ବ୍ୟବସାୟୀ, ହାକିମ୍, ମୁଫତି ବା ନିମ୍ନମାନର ଆଇନବିତ୍ ଥିଲେ ଏହି ଶ୍ରେଣୀର । ସେମାନେ ମୁଖ୍ୟତଃ ସହରାଞ୍ଚଳରେ ବାସ କରୁଥିଲେ ।

ସର୍ବସାଧାରଣ ଶ୍ରେଣୀ : ମୁସଲମାନ ସଂପ୍ରଦାୟ ମଧ୍ୟରେ ସର୍ବସାଧାରଣ ଶ୍ରେଣୀ ଥିଲେ ସବୁଠାରୁ ନିମ୍ନ ଶ୍ରେଣୀ । ସେମାନେ ମୁଖ୍ୟତଃ କୃଷକ, ଶ୍ରମିକ, କାରିଗର ଏବଂ ସୈନ୍ୟ । ସେମାନଙ୍କର ଜୀବନଧାରଣ ଥିଲା ସରଳ ଓ ନିରାଡ଼ମ୍ବର । ଅବଶ୍ୟ ସେମାନେ ହିନ୍ଦୁମାନଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ଉନ୍ନତ ଅବସ୍ଥାରେ ଥିଲେ । ଧର୍ମବିଶ୍ଵାସ ବ୍ୟତୀତ ସେମାନଙ୍କର ଜୀବନଯାପନ ପ୍ରଣାଳୀ ହିନ୍ଦୁମାନଙ୍କ ସହିତ ମିଶିଯାଉଥିଲା । ସେମାନେ କେତେକ ହିନ୍ଦୁପ୍ରଥା ଗ୍ରହଣ କରି ବିଭିନ୍ନ ହିନ୍ଦୁ ପର୍ବପର୍ବାଣି ପାଳନ କରୁଥିଲେ ।

କ୍ରୀତଦାସ :
ସୁଲତାନୀ ରାଜତ୍ଵରେ ଭାରତରେ କ୍ରୀତଦାସ ପ୍ରଥା ଅତି ସାଧାରଣ ଥିଲା । ସୁଲତାନ ଥିଲେ ଆଭିଜାତ୍ୟ ଶ୍ରେଣୀର ଲୋକ । ଧାନାତ୍ମ୍ୟ ବ୍ୟକ୍ତିମାନେ କ୍ରୀତଦାସ ରଖୁଥିଲେ । କ୍ରୀତଦାସମାନେ ବଜାରରେ ବିକ୍ରି ହେଉଥିଲେ । କ୍ରୀତଦାସମାନଙ୍କର ସ୍ଵାଧୀନତା ନଥିଲା କି ସେମାନେ ସମାଜରେ କୌଣସି ସୁବିଧା ଉପଭୋଗ କରୁ ନଥିଲେ । ମାତ୍ର ସେମାନେ ସେମାନଙ୍କର କଠୋର ପରିଶ୍ରମ ବଳରେ ରାଜନୈତିକ ଓ ସାମାଜିକ ସ୍ତରରେ ନିଜର ପ୍ରତିଷ୍ଠା ଅର୍ଜନ କରିପାରିଥିଲେ । ଉଦାହରଣସ୍ୱରୂପ – ଇଲ୍‌ଡ୍‌ମିସ୍ ଓ ଗିୟାସୁଦ୍ଦିନ୍ ବଲବନ୍ କ୍ରୀତଦାସ ହୋଇ ମଧ୍ୟ ନିଜର ପାରଦର୍ଶିତା ବଳରେ ଦିଲ୍ଲୀର ସୁଲତାନ ଆସନ ଅଳଂକୃତ କରିପାରିଥିଲେ ।

ନାରୀମାନଙ୍କର ସ୍ଥାନ :
ମୁସଲମାନ ସମାଜରେ ନାରୀମାନଙ୍କର ସ୍ଥିତି ଅତି ନୂନ ଥିଲା । ସୁଲତାନ ଓ ଆଭିଜାତ୍ୟ ପରିବାରର ବ୍ୟକ୍ତି ମାନେ ବହୁସଂଖ୍ୟକ ରକ୍ଷିତା ଓ ଦାସୀ ରଖୁପାରୁଥିଲେ । ନାରୀସମାଜରେ ପରଦାପ୍ରଥା କଠୋର ଭାବରେ ପ୍ରଚଳିତ ଥିଲା । ମୁସଲମାନ ସମାଜରେ ବିଧବା ବିବାହ ପ୍ରଚଳିତ ଥିଲା । ସ୍ଵାମୀର ମୃତ୍ୟୁପରେ ସ୍ତ୍ରୀକୁ ସତୀ ହେବାକୁ ପଡୁନଥିଲା । ମୁସଲମାନ ସମାଜରେ ଛାଡ଼ପତ୍ର ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ହିନ୍ଦୁ ସମାଜରେ ଜୀବନଧାରା :
ସୁଲତାନୀ ଯୁଗରେ ସମୁଦାୟ ଜନସଂଖ୍ୟାର ସର୍ବମୋଟ ୯୫ ଭାଗ ହିନ୍ଦୁ ଥିଲେ । ତତ୍‌କଳୀନ ହିନ୍ଦୁ ସମାଜରେ ଜାତିପ୍ରଥା କଠୋର ଥିଲା । ବ୍ରାହ୍ମଣମାନେ ସମାଜର ସର୍ବୋଚ୍ଚ ଆସନରେ ଅଧ୍ଵଷ୍ଠିତ ଥିଲେ । ସେମାନେ ସମସ୍ତପ୍ରକାର ସୁବିଧାସୁଯୋଗ ଉପଭୋଗ କରୁଥିଲେ । ଲୋକମାନେ କୁହୁକ, ଯାଦୁ ଓ ହଟଚମକ ବିଦ୍ୟାରେ ବିଶ୍ଵାସ କରୁଥିଲେ । ସେହି ସମୟରେ ବାଳକମାନଙ୍କ ପାଇଁ ଶିକ୍ଷାକେନ୍ଦ୍ରମାନ ଖୋଲିଥିଲା । ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ବିଦ୍ୟାଳୟ ସ୍ଥାପନ କରାଯାଇ ସେଠାରେ ପଠନ, ଲିଖନ ଓ ଗଣିତ ଶିକ୍ଷା ଦିଆଯାଉଥିଲା । ହିନ୍ଦୁମାନଙ୍କର ନୈତିକ ଜୀବନ ଥିଲା ସାଧୁତା ଓ ପବିତ୍ରତାର ପ୍ରତୀକ  ମୁସଲମାନ ନାରୀଙ୍କ ପରି ହିନ୍ଦୁ ନାରୀମାନେ ସମାଜରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିନଥିଲେ । ସମାଜରେ ପୁତ୍ରସନ୍ତାନକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା । ନାରୀ ସ୍ଵାଧୀନତା ଆଦୌ ନଥିଲା । ନାରୀମାନେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହୁଥିଲେ । ସମାଜରେ ପରଦାପ୍ରଥା ପ୍ରଚଳିତ ଥିଲା । କେତେକ କ୍ଷେତ୍ରରେ କୃଷକ ଓ କାରିଗର ଗୋଷ୍ଠୀର ନାରୀମାନେ ବାହାରକୁ ଯିବାପାଇଁ ସ୍ଵାଧୀନତା ପାଇଥିଲେ । ନାରୀଶିକ୍ଷା କେବଳ ଧନିକଶ୍ରେଣୀ ମଧ୍ୟରେ ସୀମିତ ଥିଲା । ପରିବାର ମଧ୍ୟରେ ବହୁପନ୍ଥୀ ବିବାହର ପ୍ରଚଳନ ଥିଲା । ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା । ସମାଜରେ ସତୀପ୍ରଥା ମଧ୍ୟ ରହିଥିଲା, ମାତ୍ର ବିଧବା ପ୍ରଥା ପ୍ରଚଳିତ ନଥିଲା । ମୁସଲମାନ ରାଜତ୍ଵର ଆରମ୍ଭରେ ପ୍ରଶାସନିକ ତଥା ସାମରିକ କ୍ଷେତ୍ରରେ ହିନ୍ଦୁମାନଙ୍କୁ କୌଣସି ପଦବୀ ଦିଆଯାଉନଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେମାନେ ଏହିପ୍ରକାର ସୁବିଧା ଲାଭ କରିପାରିଥିଲେ । ତଥାପି ସାଧାରଣତଃ ବଡ଼ ବଡ଼ ପଦବଦବୀ ସବୁ ମୁସଲମାନମାନଙ୍କୁ ଦିଆଯାଉଥିଲା । ହିନ୍ଦୁମାନେ ନିମ୍ନ ପଦବୀରେ ନିଯୁକ୍ତି ପାଉଥିଲେ । ଅବଶ୍ୟ କେତେକ କ୍ଷେତ୍ରରେ ହିନ୍ଦୁମାନଙ୍କୁ ପ୍ରାଦେଶିକ ଶାସନକର୍ତ୍ତା ଓ ସେନାଧ୍ୟକ୍ଷଭାବେ ନିଯୁକ୍ତି ଦେବାର ଦୃଷ୍ଟାନ୍ତ ରହିଛି । ହିନ୍ଦୁମାନେ ରାଜସ୍ୱ ବିଭାଗର ନିମ୍ନ ପଦପଦବୀରେ ନିଯୁକ୍ତ ହେଉଥିଲେ । ଉକ୍ତ ବିଭାଗରେ ସେମାନେ ଖୁଟ୍, ଚୌଧୁରୀ ଓ ମକଦ୍ଦମ ଆଦି ପଦବୀରେ ନିଯୁକ୍ତ ହେଉଥିଲେ ।

ଅର୍ଥନୈତିକ ଅବସ୍ଥା :
ଶତାବ୍ଦୀ ଶତାବ୍ଦୀ ଧରି ମୁସଲମାନ ଆକ୍ରମଣକାରୀମାନେ ଭାରତର ଧନଦୌଲତଦ୍ଵାରା ଆକର୍ଷିତ ହୋଇ ଏ ଦେଶକୁ ଆକ୍ରମଣ କରିଥିଲେ । ସବୁ ମୁସଲମାନ ଆକ୍ରମଣକାରୀ ଭାରତରୁ ଅଜସ୍ର ଧନଦୌଲତ, ଆକର୍ଷିତ ହୋଇ ଏ ଦେଶକୁ ଆକ୍ରମଣ କରିଥିଲେ । ସବୁ ମୁସଲମାନ ଆକ୍ରମଣକାରୀ ଭାରତରୁ ଅଜସ୍ର ଧନଦୌଲତ, ସୁନାରୂପା ଆଦି ଲୁଣ୍ଠନ କରିଥିଲେ । ମାମୁଦ୍ କେବଳ ଭାରତର ଧନଦୌଲତ ପାଇଁ ଭାରତକୁ ୧୭ ଥର ଆକ୍ରମଣ କରିଥିଲେ । ସମୟକ୍ରମେ ଭାରତରେ ମୁସଲମାନ ଶାସନ ପ୍ରତିଷ୍ଠିତ ହେବାପରେ କେତେକ ସୁଲତାନ ଭାରତର ଅର୍ଥନୈତିକ ପ୍ରଗତି ପାଇଁ ଚେଷ୍ଟା କରିଥିଲେ । ଏ ଦିଗରେ ବଲବନ୍ ଓ ଆଲ୍ଲାଉଦ୍ଦିନ୍ ପ୍ରମୁଖ ବିଶେଷ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଆଲ୍ଲାଉଦ୍ଦିନଙ୍କ ମୃତ୍ୟୁପରେ ଭାରତର ଆର୍ଥିକ ମାନଦଣ୍ଡ କ୍ରମେ ଦୁର୍ବଳ ହୋଇପଡ଼ିଲା । ଏହି ସମୟରେ ମହମ୍ମଦ ତୋଗଲକ ଆର୍ଥିକ ପରିସ୍ଥିତି ସୁଧାରିବାପାଇଁ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ବିଫଳ ହୋଇଥିଲେ । ତୈମୁରଲଙ୍ଗଙ୍କ ଭାରତ ଆକ୍ରମଣ ପରେ ଭାରତର ବାଣିଜ୍ୟ ବ୍ୟବସାୟ କ୍ରମେ ଶିଥୁଳ ହୋଇପଡ଼ିଥିଲା ।

କୃଷି :
କୃଷି ଥିଲା ରାଜସ୍ୱର ପ୍ରଧାନ ଅଙ୍ଗ । ସେତେବେଳେ ଭାରତରେ କାର୍ପାସ, ଆଖୁ, ତୈଳବୀଜ, ଡାଲି, ଲଙ୍କା ପ୍ରଭୃତି ଅର୍ଥକରୀ ଫସଲ ବହୁଳଭାବେ ଚାଷ କରାଯାଉଥିଲା । ଖାଦ୍ୟଶସ୍ୟ ବହୁଳ ପରିମାଣରେ ଉତ୍ପନ୍ନ କରାଯାଉଥିଲା । ଆଲ୍ଲାଉଦ୍ଦିନ୍‌ଙ୍କ ସମୟରେ ଗୋଟିଏ ମହଣ ଗହମର ମୂଲ୍ୟ ମାତ୍ର ୭ ଜିତାଲ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ବାଣିଜ୍ୟ ଓ ଶିଳ୍ପ :
ସୁଲତାନୀ ଯୁଗରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଗତି ହାସଲ ହୋଇପାରିଥିଲା । ସେ ସମୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କଳକାରଖାନାଗୁଡ଼ିକ ସ୍ଥାପିତ ହୋଇଥିଲା । ସୁଲତାନୀ ଯୁଗରେ ଦୁଇପ୍ରକାରର କଳକାରଖାନା ଥୁବାର ପରିଦୃଷ୍ଟ ହୁଏ । ପ୍ରଥମତଃ, ସୁଲତାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାପିତ କାରଖାନା ଓ ଦ୍ଵିତୀୟତଃ, ଘରୋଇ ଉଦ୍ୟମରେ ସ୍ଥାପିତ କାରଖାନା । ସୁଲତାନ୍‌ଙ୍କ କାରଖାନା ମୁଖ୍ୟତଃ ଦିଲ୍ଲୀରେ ଅବସ୍ଥିତ ଥୁଲା, ଯେଉଁଠି ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିଲେ । ସିଲ୍କକ ଓ କାର୍ପାସ ବସ୍ତ୍ର ବହୁଳ ପରିମାଣରେ ଉତ୍ପାଦିତ ହେଉଥିଲା । ସୁନା ଓ ରୁପାରେ ତିଆରି ବିଭିନ୍ନ ଦ୍ରବ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ତିଆରି ହେଉଥିଲା । ଘରୋଇ କାରଖାନାଗୁଡ଼ିକ ମଧ୍ୟରେ କାଗଜକଳ ମୁଖ୍ୟ ଥିଲା । ସେ ସମୟରେ ଜୋତା ତିଆରି, ଅସ୍ତ୍ରଶସ୍ତ୍ର ତିଆରି ଓ ମଦ୍ୟ ଉତ୍ପାଦନ ବହୁଳଭାବରେ ଚାଲିଥିଲା । ବାଣିଜ୍ୟିକ କ୍ଷେତ୍ରରେ ଭାରତ ସେତେବେଳେ ଅନ୍ୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା । ଭାରତରୁ ଉତ୍ପାଦିତ ହେଉଥିବା ସିଲ୍‌କବସ୍ତ୍ର, ଅଫିମ ଓ ଅନ୍ୟାନ୍ୟ ସୌଖୀନ ଅଳଙ୍କାର ବହୁ ଦୂରଦୂରାନ୍ତ ଦେଶକୁ ରପ୍ତାନୀ କରାଯାଇ ବହୁଳ ଅର୍ଥ ଉପାର୍ଜନ କରାଯାଇ ପାରୁଥିଲା । ସେତେବେଳେ ଭାରତ ସହିତ ଚୀନ୍, ମାଳୟ, ଶ୍ରୀଲଙ୍କା, ଭୁଟାନ୍, ତିବ୍ବତ, ପାରସ୍ୟ ପ୍ରଭୃତି ଦେଶ ବାଣିଜ୍ୟିକ କାରବାରରେ ଅଂଶଗ୍ରହଣ କରିଥିଲେ । ଭାରତ ସେତେବେଳେ ବିଭିନ୍ନ ପ୍ରକାରର ଦ୍ରବ୍ୟ, ଯଥା- ମଣି, ମାଣିକ, ମୁକ୍ତା, ହାତୀଦାନ୍ତ, ଚନ୍ଦନକାଠ, ଝୋଟ, ନଡ଼ିଆ, ଲବଙ୍ଗ, କର୍ପୂର ଆଦି ରପ୍ତାନୀ କରି ତା’ର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିଥିଲା । ସାଧୁତା ଓ ସମ୍ଭୋଟତା ପାଇଁ ଭାରତୀୟ ବଣିକମାନେ ବିଦେଶରେ ସମ୍ମାନିତ ହେଉଥିଲେ । ବର୍ହିର୍ବାଣିଜ୍ୟ ଉଭୟ ଜଳପଥ ଓ ସ୍ଥଳପଥ ଦେଇ ଚାଲୁଥିଲା । ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଜଣାଯାଏ ଯେ ସୁଲତାନୀ ଯୁଗରେ ଭାରତର ଅର୍ଥନୈତିକ ପ୍ରଗତି ହାସଲ ହୋଇପାରିଥିଲା । ଫଳରେ ଜନସାଧାରଣଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ଥିଲା ।

Leave a Comment