Odisha State Board CHSE Odisha Class 12 Odia Solutions Grammar ସର୍ଜନାତ୍ମକ ରଚନା Exercise Questions and Answers.
CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା
୧। ଆପଣା ହସ୍ତେ ଜିହ୍ଵା ଛେଦି
ଜଗନ୍ନାଥ ଦାସଙ୍କ ଭାଗତରେ ଲେଖାଅଛି –
ଆପଣା ହସ୍ତେ ଜିହ୍ଵା ଛେଦି,
କେ ତାର ଅଛି ପ୍ରତିବାଦୀ ।
ଜିହ୍ଵା ଆମର ଏକ ଅନ୍ୟତମ ଅଙ୍ଗ ବିଶେଷ । ଜିହ୍ବାର ମୁଖ୍ୟ କାର୍ଯ୍ୟ ଦୁଇଟି । ଜିହ୍ଵା ସାହାଯ୍ୟରେ ଆମେ ଆମ ମନର ଭାବ ପ୍ରକାଶ କରିବାରେ ସମର୍ଥ ହେଉ ଅର୍ଥାତ୍ କଥା କହିଥାଉ ଏବଂ ଉଦର ପୂର୍ତ୍ତି ପାଇଁ ଖାଦ୍ୟ ଗ୍ରହଣ କଲାବେଳେ ତା’ର ସ୍ଵାଦ ବାରିପାରୁ । କିନ୍ତୁ କେହି ଯଦି ନିଜ ହାତରେ ନିଜେ ତାହା କାଟିଦିଏ ତେବେ ସେ ନିଜର କ୍ଷତିସାଧନ କରିଥାଏ ଏବଂ ଅନ୍ୟ କେହି ତା’ର ପ୍ରତିବାଦ କଲେ ମଧ୍ୟ କିଛି ଫଳ ହୁଏନାହିଁ । ଏଠାରେ ମଣିଷ ନାନା ମନ୍ଦକାର୍ଯ୍ୟ କରି ବିପଦକୁ ଡାକିଆଣେ । ସେ ଜାଣିପାରେ ନାହିଁ ଯେ ପ୍ରତ୍ୟେକ ଭଲ କର୍ମର ଭଲ ଫଳ ଏବଂ ମନ୍ଦ କର୍ମର ମନ୍ଦ ଫଳ ଅଛି । ସ୍ଵାର୍ଥ ଏବଂ ଲୋଭ ତାକୁ ଏ ଦିଗରେ ପ୍ରୋତ୍ସାହନ ଦିଅନ୍ତି । ବାହାରକୁ ଚାତୁର୍ଯ୍ୟପୂର୍ଣ୍ଣ ଏବଂ ଚମତ୍କାର ମଣିଷକୁ ଭୋଗିବାକୁ ପଡ଼େ । ଲାଞ୍ଚ-ମିଛ, ସରକାରୀ ପାଣ୍ଠି ଆତ୍ମସାତ୍ କରୁଥିବା ଭଦ୍ର ଭୋଗିଲେ ତାକୁ କେହି ସେ ଲଜ୍ଜାରୁ ରକ୍ଷା କରିପାରନ୍ତି ନାହିଁ ।
ନିଜ ଭାଗ୍ୟ ଆଉ ଭବିଷ୍ୟତକୁ ସହଜରେ ସୁଧାରି ନେବାପାଇଁ ଯଦି କେହି ଭଣ୍ଡବାବାଙ୍କ ଶରଣାଗତ ହୁଏ, ତେବେ ସେହି ବାବାଙ୍କ କବଳରୁ ମୁକ୍ତିପାଇବା ସହଜ ହୁଏ ନାହିଁ । ଅଧ୍ଵକ ଧନପ୍ରାପ୍ତିର ଆଶାରଖ୍ କେହି ଯଦି ଚିଟ୍ଫଣ୍ଟରେ ଅର୍ଥ ବିନିଯୋଗ କରେ, ତେବେ ତା’ର ସମସ୍ତ କ୍ଷତି ପାଇଁ ସେ ନିଜେ ହିଁ ଦାୟୀ । ଛାତ୍ର-ଛାତ୍ରୀମାନେ ପାଠପଢ଼ାରେ ମନ ନ ଦେଇ ଯଦି ପରୀକ୍ଷାରେ ଅସିତ୍ ଉପାୟ ଅବଲମ୍ବନ କରନ୍ତି ସେଠିବି ସଫଳତାର ଯେଉଁ କଳାଦାଗ ଲାଗିଯିବ, ସେଥ୍ପାଇଁ ସେ ନିଜେ ହିଁ ଦୋଷୀ । ମଦ୍ୟପାନ କରିଥିବା ଗାଡ଼ିଚାଳକର ଯଦି ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ ତା’ ପାଇଁ ସେ ନିଜେ ହିଁ ବିପଦର କାରଣ ହେବ । ସବୁ ଜାଣି ମଧ୍ଯ ଯିଏ ନିଜେ ନିଜ ପାଇଁ ଗାତ ଖୋଳେ, ସେଠାରେ ‘ଆ’ ବଳଦ ମୋତେ ବିନ୍ଦ୍’ ପରି ନାନା ‘ଦୁର୍ଯ୍ୟୋଗ ଆସେ । ଏହି ପ୍ରସଙ୍ଗରେ ‘ଆପଣା ହସ୍ତେ ଜିହ୍ଵା ଛେଦି’’ର ପ୍ରବାଦଟି ପ୍ରଚଳିତ ଅଛି ।
୨ । କୁସୁମ ପରଶେ ପଟ ନିସ୍ତରେ
କୁସୁମ ଅର୍ଥାତ୍ ଫୁଲର ମାଳଟିଏ ଗୁନ୍ଥି ଦେବତାଙ୍କ ନିକଟରେ ଅର୍ପଣ କରିବାକୁ ହେଲେ କଦଳୀ – ପଟୁଆର ସାହାଯ୍ୟ ଦରକାର ପଡ଼େ । ପ୍ରକୃତରେ କଦଳୀ-ପଟୁଆର ସେମିତି ଭାଗ୍ୟ ନ ଥାଏ ଯେ ତାହା ଏକାକୀ ଠାକୁରଙ୍କଠାରେ ଶୋଭା ପାଇପାରିବ । ଦାଳୁଅ ଯୋଗେ କାନିସିରି ପାଣି ପାଇବା ପରି ଫୁଲ ଯୋଗୁଁ କଦଳୀ-ପଟୁଆର ହିଁ ଗୁରୁତ୍ଵ ବଢ଼ିଥାଏ । କଦଳୀ-ପଟୁଆ ପରି ହେୟ ବା ନଗଣ୍ୟ ଲୋକଙ୍କ ଜୀବନ ମହତ୍ତ ଲୋକଙ୍କ ସମ୍ପର୍କରେ ଆସି ତା’ର ଘୃଣ୍ୟ ଜୀବନରୁ ନିସ୍ତାର ପାଇଥାଏ ।
ସେଥିପାଇଁ ଶଙ୍କରାଚାର୍ଯ୍ୟ କହିଥିଲେ ଯଦି ଜଣେ କ୍ଷଣକ ପାଇଁ ମଧ୍ୟ ସଜନ ସଙ୍ଗତି କରେ, ତେବେ ତାହା ଏ ଭବସାଗରରୁ ନୌକାସଦୃଶ ତାକୁ ପାର କରିଦେଇ ପାରିବ । ଦସ୍ୟୁ ରତ୍ନାକର ଏକଦା ନାରଦଙ୍କ କରିବାକୁ ସମର୍ଥ ହୋଇଥିଲେ । ଜଗାଇ ମାଧାଇଙ୍କ ପରି ପାପୀ ଚୈତନ୍ୟଙ୍କ ସମ୍ପର୍କରେ ଆସି ହରିନାମ ଭଜିବାରୁ ଏ ପଙ୍କିଳ ସଂସାରରୁ ଉଦ୍ଧାର ପାଇଥିଲେ । ଏହିପରି ଉଦାହରଣ ଅସଂଖ୍ୟ ରହିଛି । ଜଣକର ଉଜ୍ଜ୍ଵଳ ଭବିଷ୍ୟତ ପ୍ରକୃତରେ ମହତ୍ୱାକଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । କଦଳୀ-ପଟୁଆ କୁସୁମ ପରି ପବିତ୍ର ସୃଷ୍ଟି ସହ ଯୋଡ଼ି ହୋଇ ଯେଉଁ ଉଚ୍ଚ ମହତ୍ଲୋକଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । କଦଳୀ-ପଟୁଆ କୁସୁମ ପରି ପବିତ୍ର ସୃଷ୍ଟି ସହ ଯୋଡ଼ି ହୋଇ ଯେଉଁ ଉଚ୍ଚ ସ୍ଥାନରେ ପହଞ୍ଚିଥାଏ, ତାକୁ ଲକ୍ଷ୍ୟ କରି ଏହିପରି କୁହାଯାଇଛି ଯେ ‘କୁସୁମ ପରଶେ ପଟ ନିସ୍ତରେ ।’’
୩ । ଧୀର ପାଣି ପଥର କାଟେ
ଗିରିଗହ୍ଵର ମଧ୍ୟରେ ଝରି ଝରି ବହି ଚାଲିଥିବା ନିର୍ଝରିଣୀ ପରିଶେଷରେ ସୁବୃହତ୍ ନଦୀରେ ପରିଣତ ହୁଏ । ମାତ୍ର ପାର୍ବତ୍ୟ ଶେଯରେ ତା’ର ଗତିରୋଧ କରନ୍ତି କାହିଁ କେତେ ଶିଳାଖଣ୍ଡ । ଧୀରେ ଧୀରେ ବହି ଆସୁଥିବା ଝରଣା ଆଗକୁ ବହିଯିବାର ପ୍ରଚେଷ୍ଟାରୁ ନିବୃତ୍ତ ହୁଏ ନାହିଁ । ଅହରହ ତା’ର ସଂଗ୍ରାମ ପ୍ରାୟ ଜାରି ରହିଥାଏ । ଧୀର ଗତିରେ ତା’ର ଏ ଅବିରତ ଚେଷ୍ଟା ତାକୁ ଶେଷରେ ସଫଳ କରେ ଏବଂ ସେ ଶିଳାଖଣ୍ଡର ବାଧାକୁ ଅତିକ୍ରମ କରି ଆଗକୁ ବହିଯାଏ । ଧୀର ଗତିର ପାଣି ହିଁ ଶିଳାକୁ କ୍ଷୟ କରିପାରେ ଓ ବିଶାଳ ପ୍ରସ୍ତରଖଣ୍ଡ ଶେଷରେ କ୍ଷୁଦ୍ର ବାଲିରେଣୁରେ ପରିଣତ ହୁଏ । ଯାହା ଧୀର ପାଣିଦ୍ଵାରା ସମ୍ଭବ ହୁଏ, ତାହା ଦ୍ରୁତଗତିରେ ବା ପ୍ରଖର ସ୍ରୋତରେ ବହି ଚାଲିଥିବା ପାଣି କରିପାରେ ନାହିଁ ।
ପ୍ରକୃତିର ଏ ଉଦାହରଣରୁ ଆମକୁ ମଧ୍ୟ ଶିଖୁବାର ଅଛି । ଯଦି ଜଣେ ଶାନ୍ତ ଓ ଧୀର ଭାବରେ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକରେ, ତେବେ ସେ ପରିଶେଷରେ ସଫଳ ହୋଇଥାଏ । ଜୀବନର ଚଲାବାଟରେ ହୁଏତ ଅନେକ ବାଧାବିଘ୍ନ ଆସିପାରେ, ତହିଁରେ ବିଚଳିତ ନ ହୋଇ ଜଣେ ତା’ର ପ୍ରଚେଷ୍ଟା ଅବ୍ୟାହତ ରଖିବା ଉଚିତ । ଏହାଦ୍ଵାରା ପ୍ରତ୍ୟେକ ତାଙ୍କ କାର୍ଯ୍ୟରେ ସଫଳ ହୋଇପାରିବେ । ପୂର୍ବର ଗୁରୁ ପରମ୍ପରାଠାରୁ ଆଜିର ବୈଜ୍ଞାନିକ ଆବିଷ୍କାର ଯାଏ, ସର୍ବତ୍ର କେବଳ ନୀରବ ସାଧକ ହିଁ ଶେଷରେ ସିଦ୍ଧିଲାଭ କରିଛନ୍ତି । ଧୀର ଶାନ୍ତ ଭାବରେ କରୁଥିବା କାର୍ଯ୍ୟର ସଫଳତାକୁ ‘ଧୀର ପାଣି ପଥର କାଟେ’’ ବୋଲି କୁହାଯାଇଛି ।
୪। ଲେମ୍ବୁଅତି ଚିପୁଡ଼ିଲେ ପିତା
ଲେମ୍ବୁର ସ୍ଵାଦ ଖଟା । ଆବଶ୍ୟକ ଅନୁଯାୟୀ ଏହାକୁ ଚିପୁଡ଼ି ପିଇଲେ ଏହାର ସ୍ବାଭାବିକ ସ୍ବାଦ ଅନୁଭବ କରିହୁଏ । ମାତ୍ର ସେଇ ଲେମ୍ବୁକୁ ଅତିମାତ୍ରାରେ ଚିପୁଡ଼ିଲେ ଏହା ପିତା ଓ ଅରୁଚିକର ଲାଗିଥାଏ । ପ୍ରକୃତରେ ଆମେ ଜୀବନରେ ସମସ୍ତ କାର୍ଯ୍ୟ ତା’ର ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଲେ ଭଲ। ପ୍ରତି କ୍ଷେତ୍ରରେ ଅତିକଥା ସର୍ବଦା ହାନିକାରକ ହୋଇଥାଏ । ଅତି ପରିଚୟରେ ଗୌରବ ନଷ୍ଟ ହୁଏ, ଅତି ଭକ୍ତିରେ ଚୋରର ଲକ୍ଷଣ ଫୁଟିଉଠେ । ପିଲାମାନଙ୍କୁ ଅତି ଶାସନ କଲେ, ସେମାନେ ପଥ ହୁଡ଼ନ୍ତି, ଅତି କଥନ ଓ ଅତି ତୋଷାମଦ ତା’ର ବିପରୀତ ଫଳ ଦେଇଥାଏ । କଥା ଅଛି ଅତି ଦର୍ପ କରିବାରୁ ରାବଣର ସ୍ଵର୍ଣ୍ଣଲଙ୍କା ଧ୍ଵଂସ ଓ ଶ୍ରୀହୀନ ହୋଇ ଯାଇଥିଲା, ଅତି ଦାନ କରିବାରୁ ବଳିଙ୍କୁ ବାମନାବତାରରେ ଭଗବାନ ପାତାଳପୁରକୁ ଚାପି ଦେଇଥିଲେ । ତେଣୁ ଅତି ହିଁ ସର୍ବଦା ଗର୍ହିତ ହୋଇଥାଏ । ଏହା ବହୁ ଅନର୍ଥ ସୃଷ୍ଟି କରିବା ସହ ନାନା ଅନିଷ୍ଟ ମଧ୍ୟ ଘଟାଇଥାଏ । ଜୀବନରେ ଯେକୌଣସି କ୍ଷେତ୍ରରେ ମାତ୍ରାତ୍ଵିକ ବା ‘ଅତି’ର ପ୍ରୟୋଗ ଅରୁଚିକର ହେବା ସହ ନାନା ବିଘ୍ନ ଘଟାଉଥିବାରୁ କଥିତ ଅଛି ଯେ ‘ଲେମ୍ବୁ ଅତି ଚିପୁଡ଼ିଲେ ପିତା’’ ।
୫। ଅର୍ଥ ହିଁ ଅନର୍ଥର ମୂଳ
ଅର୍ଥ ଜୀବନ ଧାରଣର ମାନଦଣ୍ଡ ଏବଂ – ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପରିବାରଟିଏ ଅର୍ଥ ସାହାଯ୍ୟରେ ହିଁ ଆପଣାର ଭରଣ ପୋଷଣ କରିଥାଏ ଓ ପରିବାରର ବର୍ତ୍ତମାନ ଓ ଭବିଷ୍ୟତକୁ ଗଢ଼ି ତୋଳିବାରେ ମନ ଦେଇଥାଏ । ସେହିପରି ରାଜ୍ୟ ଓ ଦେଶ ମଧ୍ୟ ନିଜ ଅର୍ଥ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଧ୍ୟାନ ଦେଇଥା’ଛି । ସକଳ ପ୍ରକାର କିଣା-ବିକା ପାଇଁ ଅର୍ଥ ଦରକାର । ଡାକ୍ତର ରୋଗୀର ଚିକିତ୍ସା କରିବା, ଅଧ୍ୟାପକ ପାଠ ପଢ଼ାଇବା ଇଞ୍ଜିନିୟର ନିର୍ମାଣ କ୍ଷେତ୍ରରେ ସହଯୋଗ କରିବା, ବୈଜ୍ଞାନିକ ଗବେଷଣା କରିବା ଏବଂ ଓକିଲ ନ୍ୟାୟ ପାଇଁ ଲଢ଼ିବା କାର୍ଯ୍ୟ ଅର୍ଥ ମାଧ୍ୟମରେ ହିଁ ସମ୍ପାଦିତ ହୋଇଥାଏ । ମାତ୍ର ଦୁଃଖର କଥା ନିଜର ପୁଞ୍ଜି ବଢ଼ାଇବାରେ ତଥା ଅର୍ଥ ଉପାର୍ଜନ କରିବାରେ ମଣିଷ ଯେକୌଣସି ଅନ୍ୟାୟ ଓ ଅବିଚାର କରିବାକୁ କୁଣ୍ଠିତ ହୁଏନାହିଁ ।
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଅର୍ଥ ପ୍ରତିଯୋଗିତା ବଢ଼ାଉଥିବାରୁ ଏଠାରେ ପରସ୍ପର ମଧ୍ୟରେ ଲୋଭ, ଆସକ୍ତି, ଈର୍ଷା, ହିଂସା ଓ ପରଶ୍ରୀକାତରତା ଆଦି ମନ୍ଦ ଗୁଣର ବୃଦ୍ଧି ଘଟିଥାଏ । ଅର୍ଥଲୋଭ ମଣିଷକୁ ପଶୁତୁଲ୍ୟ ଭୟାନକ ଓ ହିଂସ୍ର କରି ଦେଇଥାଏ । ଅର୍ଥ ଉପାର୍ଜନର ମାଦକତାରେ ବଶୀଭୂତ ଲୋକେ ଅର୍ଥର ଅପବ୍ୟବହାର କରି ସମାଜରେ ଲାଞ୍ଚ, ମିଛ, ଜାଲ୍, ଜୁଆଚୋରି ଆଦି ନିନ୍ଦିତ କାର୍ଯ୍ୟ କରିବାକୁ ପଶ୍ଚାତ୍ଦ ହୁଅନ୍ତି ନାହିଁ । ଅର୍ଥ ହିଁ ନାନା ଦୁର୍ନୀତି ଓ ଅପରାଧର ମାଧ୍ୟମ ହୋଇଥାଏ । ଅର୍ଥ ମଣିଷକୁ ଏପରି କବଳିତ କରି ରଖିଥାଏ ଯେ ସେ ଆଉ ନିଜ ଆୟତ୍ତରେ ରହେନାହିଁ । ସେଥିପାଇଁ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଭୀଷ୍ମ ଯୁଧ୍ୱଷ୍ଠିରଙ୍କୁ କହିଥିଲେ – ‘ପୁରୁଷ ଅର୍ଥର ଦାସ । ଅର୍ଥ କାହାର ଦାସ ନୁହେଁ । ସେ ଅର୍ଥଦ୍ବାରା କୌରବଙ୍କ ନିକଟରେ ବନ୍ଧା । ଅର୍ଥର ଏହି ଅନର୍ଥ ଓ ବିଷାକ୍ତ ପ୍ରତିକ୍ରିୟା’ ଦେଖୁ କୁହାଯାଇଛି – ‘ଅର୍ଥ ହିଁ ଅନର୍ଥର ମୂଳ’’ ।
୬ । ଅଳ୍ପ ବିଦ୍ୟା ଭୟଙ୍କରୀ
ବିଦ୍ୟାର ଶକ୍ତି ଅକଳନ୍ତି । ଅନ୍ୟକୁ ଧନରତ୍ନ ଦାନ କଲେ ତାହା ସରି ସରି ଆସିଥାଏ । ମାତ୍ର ବିଦ୍ୟାରୂପକ ଧନକୁ ଯେତେ ଦାନ କଲେ ତାହା ସେତେ ବୃଦ୍ଧି ପାଇଥାଏ । ସେଥପାଇଁ ମଣି-ମାଣିକ୍ୟ ଭଣ୍ଡାରର ଅଧିକାରୀ ରାଜା କେବଳ ନିଜ ଦେଶରେ ପୂଜା ପାଉଥିବାବେଳେ ବିଦ୍ଵାନଟିଏ ଦେଶ-ବିଦେଶ ସର୍ବତ୍ର ପୂଜା ପାଇଥାଏ । ବିଦ୍ୟାର ମହତ୍ ଗୁଣ ହେଉଛି ତାହା ଆମର ସମସ୍ତ ସଂକୀର୍ୟତାକୁ ଦୂରକରି ଆମକୁ ମୁକ୍ତ ଓ ଉଦାର କରିଥାଏ । ଯେ ଯେତେ ବିଦ୍ୟା ଅଧ୍ୟୟନ କଲେ ମଧ୍ୟ ତା’ପାଇଁ ଆହୁରି ଅନେକ କିଛି ବାକି ରହିଯାଏ । ପ୍ରକୃତରେ ବିଦ୍ୟା ଅର୍ଜନର ଶେଷ ନାହିଁ । ନିଉଟନ୍ଙ୍କ ପରି ବୈଜ୍ଞାନିକ ବୋଧହୁଏ ସେଥିପାଇଁ କହିଥିଲେ – ‘ମୁଁ ଜ୍ଞାନର ଅନନ୍ତ ବେଳାଭୂମିରୁ କ୍ଷୁଦ୍ର ଉପଳ କେତେଖଣ୍ଡ ମାତ୍ର ସଂଗ୍ରହ କରିଛି ।’’ ଜ୍ଞାନୀ-ଗୁଣୀଜନ ତେଣୁ ନମ୍ର ଓ ବିନୟୀ ହୋଇଥା’ନ୍ତି, ଠିକ୍ ଫଳନ୍ତି ଗଛ ନଇଁପଡ଼ିବା ପରି ।
ଅପରପକ୍ଷରେ ଦେଖାଯାଏ ଯେ ଯେଉଁମାନେ ଅଳ୍ପ ବିଦ୍ୟା ଅଧିକାରୀ ହୋଇଥା’ନ୍ତି, ସେମାନେ ନିଜ ନିଜର ସ୍ଵଳ୍ପ ଜ୍ଞାନକୁ ନେଇ ଗର୍ବରେ ଫାଟିପଡ଼ନ୍ତି । ନିଜେ ସବୁ ଜାଣିଛନ୍ତି ବୋଲି ଓ ଜଣେ ଜଣେ ମହାଜ୍ଞାନୀ ବୋଲି ମନେକରି ଏତେ ଅହଙ୍କାର ଦେଖାଇଥା’ନ୍ତି, ଯାହାକୁ ସହ୍ୟ କରି ହୁଏନା । ସଂସ୍କୃତରେ ଶ୍ଳୋକଟିଏ ଅଛି –
‘‘ ଅଗାଧ ଜଳସଂଚାରୀ ରୋହିତୋ ଜୈବ ଗର୍ବିତ
ଗଣ୍ଡୁଷୋଦକମ।ତ୍ରେଣ ଶଫରୀ ଫର୍ଫରାୟତୋ’’
ଅର୍ଥାତ୍ ଅଗାଧ ଜଳରେ ସଂଚରଣ କରୁଥିବା ରୋହିମାଛ କେବେ ତା’ର ଗର୍ବ ଦେଖାଏ ନାହିଁ । ମାତ୍ର ଗଣ୍ଡୁଷେ ବା ପୋଷେମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ । ଦେଖାଯାଏ, ସୀମିତ ଜ୍ଞାନସମ୍ପନ୍ନ ବ୍ୟକ୍ତି ବା ପୋଷେମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ । ଦେଖାଯାଏ, ସୀମିତ ଜ୍ଞାନସମ୍ପନ୍ନ ବ୍ୟକ୍ତି ବେଙ୍ଗମାନଙ୍କର ରଡ଼ି ପରି ଉଚ୍ଚ କଣ୍ଠରେ ସେମାନଙ୍କ ତଥାକଥ୍ ଜ୍ଞାନର ପାଣ୍ଡିତ୍ୟ ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରକୃତରେ ନିଜର ସ୍ଵଜ୍ଞାନ ଯୋଗୁଁ ଏମାନେ କୌଣସି କାର୍ଯ୍ୟକୁ ସଫଳ ଭାବରେ ପୂରଣ କରିପାରି ନଥା’ନ୍ତି । ଅଳ୍ପଜ୍ଞାନୀ ଲୋକ ନିଜ ସୀମିତ ଜ୍ଞାନର ପ୍ରୟୋଗ କରି ବେଳେବେଳେ ଏପରି ଭୁଲ୍ କରି ବସନ୍ତି ଯେ ଯାହାର ଫଳ ଅତ୍ୟନ୍ତ ଭୟାନକ ହୋଇଥାଏ । ସେଥିପାଇଁ ‘ଅଳ୍ପବିଦ୍ୟା ଭୟଙ୍କରୀ’ ବୋଲି ଯୁଗେ ଯୁଗେ ପ୍ରବାଦ ରହିଛି ।
୭ । ତୁଳସୀ ଦୁଇପତ୍ରରୁ ବାସେ
ଜଣେ ସଚ୍ଛୋଟ ଓ ବଡ଼ମଣିଷ ହେବ, ତା’ହେଲେ ସେହି ପିଲାଟିର ହେତୁ ହେବା ଦିନରୁହିଁ ନିଜର ସୁଗୁଣରେ ସମସ୍ତଙ୍କୁ ଆପଣାର କରି ନେଇଥାଏ । ଅପରପକ୍ଷରେ ଯଦି କୌଣସି ପିଲା ଭବିଷ୍ୟତରେ ଜଣେ ମନ୍ଦ ପ୍ରକୃତିର ଲୋକ ହେବ, ତାହେଲେ ତାହାର ଖଳବୁଦ୍ଧି ବା ଦୁଷ୍ଟବୁଦ୍ଧି ସେହି ପିଲାଦିନରୁହିଁ ପ୍ରକାଶ ପାଇବ । ସେଥିପାଇଁ କୁହାଯାଇଥାଏ ତୁଳସୀ ଦୁଇପତ୍ରରୁ ବାସେ ଏବଂ ବିଛୁଆତି ଦୁଇପତ୍ରରୁ ଗଲୁ କରେ ।
ଭଗବାନ୍ କୃଷ୍ଣ କଂସର ବନ୍ଦୀଘରେ ଜନ୍ମ ନେଇଥିଲେ । କଂସାସୁର, ବସୁଦେବ ଓ ଦେବକୀଙ୍କୁ ଲୁହାର ଶିକୁଳିରେ ବାନ୍ଧି ରଖିଥିଲା । ମାତ୍ର କୃଷ୍ଣ ଜନ୍ମହେବା ପରେ ସେହି ଶିକୁଳି ଖୋଲି ଯାଇଥିଲା । ବନ୍ଦୀଘରର ସବୁଦ୍ୱାର ଫିଟି ଯାଇଥିଲା । ପ୍ରହରୀମାନେ କାଳନିଦ୍ରାରେ ଅଚେତନ ହୋଇଥିଲେ । ସେହି ସୁଯୋଗରେ ବସୁଦେବ ଶିଶୁକୃଷ୍ଣଙ୍କ ଏକ ପାତ୍ରରେ ଶୁଆଇ ନେଇ ରାଜା ନନ୍ଦଙ୍କ ଘରେ ଛାଡ଼ି ଆସିଥିଲା । ଯିବାବାଟରେ ଅନେକ ବିପଦର ସୂଚନା ମିଳିଥିଲେ ମଧ୍ୟ ସବୁକିଛି ଆପେ ଆପେ ଦୂର ହୋଇ ଯାଇଥିଲା । କୃଷ୍ଣ ନନ୍ଦରାଜାଙ୍କ ଘରେ ଏବଂ ସ୍ନେହମୟୀ ଜନନୀଙ୍କ କେଳରେ ବାଲ୍ୟସମୟ ଅପୂର୍ବ ଲୀଳାଖେଳା କରି କଟାଇ ଦେଇଥିଲେ । କୃଷ୍ଣ ଯେ ସାଧାରଣ ଶିଶୁ ନୁହଁନ୍ତି, ତାହା ତାଙ୍କର ପ୍ରତ୍ୟେକ କାର୍ଯ୍ୟରୁ ପ୍ରମାଣିତ ହୋଇଥିଲା । ସେହି ବାଳକଦିନରୁ ସେ ଅନେକ ଅସୁର ଅସୁରୀଙ୍କୁ ମାରିଥିଲେ । କାଳୀୟନାଗର ଗର୍ବକୁ ହରଣ କରିଥିଲେ । ଇନ୍ଦ୍ରର କୋପରୁ ଗୋପପୁରକୁ ରକ୍ଷା କରିଥିଲେ । କ୍ରମେ ସେ ମଥୁରାକୁ ଯାଇ କଂସାସୁରର ମୃତ୍ୟୁର କାରଣ ହୋଇଥିଲେ ।
କୃଷ୍ଣ ପରବର୍ତୀ ସମୟରେ ଆର୍ଯ୍ୟାବର୍ତ୍ତର ନିୟନ୍ତ୍ରଣକାରୀ ଭାବରେ ନିଜର କାର୍ଯ୍ୟ କରିଥିଲେ । ସେ ଯେ ଲୀଳା ପୁରୁଷୋତ୍ତମ ଏବଂ ଦୁଷ୍ଟମାନଙ୍କୁ ବିନାଶ କରି ଧର୍ମ ପ୍ରତିଷ୍ଠା କରିବା ତାଙ୍କର ମୂଳଲକ୍ଷ୍ୟ ଥିଲା, ତାହା କୃଷ୍ଣଙ୍କର ପିଲାଦିନରୁହିଁ ସୂଚନା ମିଳିଥିଲା ।
କେବଳ ଶ୍ରୀକୃଷ୍ଣ କାହିଁକି ଭଗବାନ୍ ବୁଦ୍ଧ, ଯୀଶୁ, ଶଙ୍କର ଆଦି ଧର୍ମପ୍ରଚାରକମାନଙ୍କର ମହନୀୟତା ଅତି ଅଳ୍ପ ବୟସରୁ ପ୍ରମାଣିତ ହୋଇଥିଲା । ତେଣୁ ପିଲାଦିନର ସୁଗୁଣକୁ ଦେଖି କୁହାଯାଇଥାଏ, ‘ତୁଳସୀ ଦୁଇପତ୍ରରୁ ବାସେ’ । କାରଣ ସେହି ପିଲାଦିନହିଁ ବଡ଼ ମଣିଷ ହେବାର ସବୁକିଛି ସୂଚନା ଦେଇଥାଏ ।
୮ । ବିରାଡ଼ି କପାଳକୁ ଶିକା ଛିଡ଼ିବା
ବିଶେଷ ଅର୍ଥ –
ମଣିଷ ଯାହା ଖୋଜୁଥାଏ, ଅକସ୍ମାତ୍ ଯଦି ତାକୁ ସେହି ଖୋଜୁଥିବା ଜିନିଷଟି ମିଳିଯାଏ, ତା’ହେଲେ ସେ ବହୁ ଆତ୍ମପ୍ରସାଦ ଲାଭକରେ । ବିରାଡ଼ି ମାଛ, ଶୁଖୁଆ ଓ କ୍ଷୀର ଆଦି ଖାଇବାପାଇଁ ସବୁବେଳେ ଛକି ରହିଥାଏ । ସୁଯୋଗ ଦେଖିଲେ ସେ ତାହାକୁ ଖାଇଦିଏ । ବିରାଡ଼ି ଭୟରେ ସମସ୍ତେ ମାଛ, ଶୁଖୁଆ ବା କ୍ଷୀର ଓ ଦହିକୁ ଶିକାରେ ରଖିଥା’ନ୍ତି । ବିରାଡ଼ି ଶିକାରୁ ଆଉ କୌଣସି ପ୍ରକାରେ ତାହାକୁ ଖାଇପାରେ ନାହିଁ । ଯଦି ଦୈବାତ୍ ଶିକା ଛିଡ଼ିପଡ଼େ ତାହେଲେ ବିରାଡ଼ିକୁ ଆଉ କଷ୍ଟ କରିବାକୁ ପଡ଼େ ନାହିଁ । ସେ ଖୁସି ମନରେ ମାଛ, ଶୁଖୁଆ ଖାଇଦିଏ । ସାମାଜିକ ସ୍ତରରେ ଯଦି କାହାକୁ ଚାହୁଁଥିବା ଜିନିଷ ମିଳିଯାଏ, ତାହେଲେ କୁହାଯାଏ ବିରାଡ଼ି କପାଳକୁ ଶିକା ଛିଡି଼ଛି ।
ଗଳ୍ପ –
କ୍ଷିତିଶ୍ଵାବୁଙ୍କର ଏକମାତ୍ର ପୁଅ ବାପୁନ୍ । ସେ ଭାରି ମିଠାପ୍ରିୟ । ଘରକୁ ରସଗୋଲା, ଗୋଲାପଜାମୁ, ସନ୍ଦେଶ, ପେଡ଼ା ଆଦି ଯାହା ଆସେ ସେ ତାହାକୁ ଅଧିକ ଖାଇଦିଏ । ସେଥିପାଇଁ ସେ ଟିକିଏ ବୟସ ତୁଳନାରେ ମୋଟା ହୋଇଗଲା । ଡାକ୍ତର ବାପୁକୁ କହିଲେ ମିଠା ଖିଆ କମାଇ ଦେବାକୁ । ବାପା ଓ ମା’ଙ୍କୁ କହିଲେ ପୁଅକୁ ଆଉ ମିଠା ନଦେବାକୁ । ସେହିଦିନୁ ବାପୁନ୍ର ମା’ ଘରକୁ ମିଠା ଆସିଲେ ଫ୍ରିଜ୍ରେ ମିଠା ରଖି ତାଲା ପକାଇ ଦିଅନ୍ତି । ବାପୁନ୍ର ମନ ସବୁବେଳେ ବ୍ୟସ୍ତ ଥାଏ, କିପରି ସୁଯୋଗ ପାଇଲେ ମିଠା ଖାଇବ । ମାତ୍ର ସେ ମିଠା ଖାଇପାରେ ନାହିଁ ।
ଦିନେ ତରତର କରି ଫ୍ରିଜକୁ ତାଲା ପକାଉ ପକାଉ, ତାଲାଟି ଖରାପ ହୋଇଗଲା । ଆଉ ଫ୍ରିଜକୁ ତାଲା ପକାଯାଇ ପାରିଲା ନାହିଁ । ବାପା ମା’ ବାହାରକୁ ଗଲାପରେ ବାପୁନ୍ ମନଖୁସିରେ ଫ୍ରିଜ୍ ଖୋଲି ମିଠା (ରସଗୋଲା) ଖାଇଲା । କାରଣ ସେ ଯେଭଳି ସୁଯୋଗ ଖୋଜୁଥିଲା, ଅକସ୍ମାତ୍ ତାକୁ ସେହି ସୁଯୋଗ ମିଳିଗଲା ।
ମା’ ଘରକୁ ଫେରିଲେ । ଫ୍ରିଜ୍ ଖୋଲି ଦେଖିଲେ ରସଗୋଲା ଟିଫିନ୍ରୁ ଅଧା ରସଗୋଲା ନାହିଁ । ସେ ବାପୁକୁ ପଚାରିଲେ ମାତ୍ର ବାପୁନ୍ କିଛି କହୁନଥାଏ । ବାପାଙ୍କ କାନକୁ କଥା ଗଲା । କ୍ଷିତିଶ୍ ବାବୁ ବାପୁନର ଟକଳା ସ୍ଵଭାବ କଥା ଜାଣନ୍ତି । ସେ ହସି ହସି କହିଲେ, ବାପୁନ୍ ମିଠା ଖାଇଥବ, କାରଣ ବିରାଡ଼ି କପାଳକୁ ଶିକା ଛିଡ଼ିଛି । ଫ୍ରିଜ୍ ତାଲାଟି ଅଚଳ ହୋଇଯିବାରୁ ଏଭଳି ପରିସ୍ଥିତି ଘଟିଛି । ବାପୁନ୍ ସବୁ ଶୁଣି କେବଳ ମୁରୁକି ମୁରୁକି ହସୁଥିଲା ।
୯ । କଳା କନା ବୁଲାଇବା
ବିଶେଷ ଅର୍ଥ –
ଘରୁ ମୂଳପୋଛ କରି ସବୁ ନେଇଯିବା ବା ସର୍ବସ୍ୱାନ୍ତ କରିଦେବା ବା ସର୍ବସ୍ଵ ଲୁଟିନେବା । କେତେକ ଲୋକ ବହୁ କଷ୍ଟକରି ଧନସମ୍ପତ୍ତି ସଂଗ୍ରହ କରିଥା’ନ୍ତି । ଆଶା କରିଥା’ନ୍ତି ସେହି ଧନସମ୍ପତ୍ତି ବା ଟଙ୍କା, ସୁନା, ରୁପା ଆଦି ଜିନିଷ ତାଙ୍କୁ ଭବିଷ୍ୟତରେ ଚଳିବାରେ ସାହାଯ୍ୟ କରିବ । ମାତ୍ର ପ୍ରକୃତରେ ସବୁବେଳେ ସେହି ଆଶା ପୂରଣ ହୁଏ ନାହିଁ । ଚୋର, ଡକାୟତମାନେ ଘରେ ପଶି ସବୁକିଛି ଗଚ୍ଛିତ ଧନକୁ ଲୁଟ କରି ନେଇଯାଆନ୍ତି । ଘରେ କାଣି କଉଡ଼ିଟିଏ ସୁଦ୍ଧା ରଖନ୍ତି ନାହିଁ । ଏଭଳି ପରିସ୍ଥିତିକୁ ବୁଝାଇବାକୁ ଯାଇ କୁହାଯାଏ, ଚୋରମାନେ ଘରୁ କଳାକନା ବୁଲାଇ ସବୁ ନେଇ ଚାଲିଗଲେ ।
ଗଳ୍ପ –
ହରିପୁର ଗ୍ରାମର ମଧୁସୂଦନ ଛୋଟରାୟ ଜଣେ ଜମିଦାର ଶ୍ରେଣୀୟ ଲୋକ । ତାଙ୍କର ଅଗାଧ ଧନସମ୍ପତ୍ତି । ପ୍ରାୟ କେତେକ ବ୍ୟକ୍ତି ଅଛନ୍ତି, ସେମାନଙ୍କର ଯେତିକି ଧନ ଥାଏ, ସେମାନେ ଆହୁରି ଅଧ୍ଵ ଆଶା କରନ୍ତି । ତେଣୁ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଅନ୍ୟର ଦ୍ରବ୍ୟ ପ୍ରତି ଅହେତୁକ ମମତ୍ୱବୋଧ । ସାଧାରଣତଃ ଦୁଃଖୀ, ରଙ୍କୀ ଲୋକମାନେ ତାଙ୍କ ଦ୍ଵାରକୁ ଆସିଲେ, ସେ ବହୁ ବାହାନା ଦେଖାଇ ଫେରାଇ ଦିଅନ୍ତି । ଖାଦ୍ୟପେୟରେ ମଧ୍ଯ ଅତ୍ୟନ୍ତ ସଂକୀର୍ଣ୍ଣମନା । ସବୁଠାରୁ ଦୁଃଖର ବିଷୟ, ତାଙ୍କର ସନ୍ତାନଟିଏ ନାହିଁ । ତେଣୁ ସାନଭାଇର ପୁଅକୁ ସେ ପୁଅ କରିଛନ୍ତି । ଅନେକ ଶୁଭଚିନ୍ତକ ତାଙ୍କୁ ପରାମର୍ଶ ଦେଲେ ଯଜ୍ଞାନୁଷ୍ଠାନ, ଅଷ୍ଟପ୍ରହରୀ, ଭାଗବତ ସପ୍ତାହ ଏହିପରି ଧର୍ମକାର୍ଯ୍ୟ କରିବାଲାଗି ।
ମାତ୍ର ସେସବୁ କରି ପଇସା ଖର୍ଚ୍ଚ କରିବାରେ ସେ ଅନାଗ୍ରହୀ ଥିଲେ । ତାଙ୍କର ସ୍ଵର୍ଣ୍ଣାଳଙ୍କାର, ଏପରିକି ଯେଉଁମାନଙ୍କଠାରୁ ଯାହା ବନ୍ଧକ ରଖୁଛନ୍ତି ସମସ୍ତ ସେ ଘରତଳେ ପୋତିଦିଅନ୍ତି । ତାଙ୍କର ଜଣେ ବିଶ୍ୱସ୍ତ ଭୃତ୍ୟ ଥାଏ । ସେ କେବଳ ଏପ୍ରକାର ଗୁପ୍ତ ରହସ୍ୟ ଜାଣେ । ଚୋରମାନେ କୌଶଳ କରି ସେ ଚାକରକୁ ହାତ କଲେ । ଦିନେ ରାତିରେ ମଧୁସୂଦନ ଛୋଟରାୟ ଶୋଇଥିବା ଅବସ୍ଥାରେ ରାତ୍ର ଅର୍ଥରେ ପଛ ପାଚେରି ଡେଇଁ ଘର ମଧ୍ୟରେ ପ୍ରବେଶ କଲେ । ଯେଉଁ ଘରେ ମଧୁସୂଦନ ଛୋଟରାୟ ଶୁଅନ୍ତି, ସେ ଘର ଖୋଲିବାର ଉପାୟ ଚାକରକୁ ଜଣାଥାଏ। କବାଟ ଖୋଲିଗଲା ପରେ ଚୋରମାନେ ଘର ମଧ୍ଯରେ ପଶି ଛୋଟରାୟଙ୍କ ମୁହଁପାଟି ସବୁ ବାନ୍ଧିଦେଲେ । ତକିଆତଳୁ ଚାବି ବାହାର କରି ଶାବଳ ସାହାଯ୍ୟରେ ଖୋଳି ସବୁ ଜିନିଷ ନେଇ ପଳାଇଗଲେ । ଚୋରମାନେ ଘରେ କଳାକନା ବୁଲାଇ ଚାଲିଗଲା ପରେ ସକାଳେ ପୋଲିସ୍ ଆସିଲେ ସତ ! କିନ୍ତୁ କିଛି ସନ୍ଧାନ ପାଇଲେ ନାହିଁ ।
୧୦ । ଅଣ୍ଟି ଛୁରି ତଣ୍ଟି କାଟେ
ବିଶେଷ ଅର୍ଥ –
ନିଜର ଲୋକ ଅର୍ଥାତ୍ ନିଜର ହୋଇ ସବୁବେଳେ କାମ କରୁଥିବା ଲୋକ ମଧ୍ୟ ବେଳେ ବେଳେ ସ୍ଵାର୍ଥସାଧନ ପାଇଁ ଶତ୍ରୁରୂପରେ କାର୍ଯ୍ୟକରେ । ସମାଜରେ ଏଭଳି ସ୍ବାର୍ଥପର ଲୋକ ଥାଆନ୍ତି, ଯେଉଁମାନେ କେତେବେଳେ ହେଲେ ପର, ଆପଣାର ଭେଦଭାବ ଦେଖନ୍ତି ନାହିଁ । ନିଜର ସ୍ଵାର୍ଥ ପାଇଁ, ପଦପଦବୀ ପାଇଁ, ଟଙ୍କାପଇସା ପାଇଁ ଅନ୍ୟକୁ ମାରିଦେବାର ଯୋଜନା କରିଥା’ନ୍ତି । ଆଗରୁ ଲୋକମାନେ ନିଜର ନିରାପତ୍ତା ପାଇଁ କିମ୍ବା କାର୍ଯ୍ୟସିଦ୍ଧି ପାଇଁ ଅଣ୍ଟାରେ ଛୁରି ଖୋସୁଥିଲେ । ମାତ୍ର ସେହି ଛୁରି ଯଦି ବିପଦର କାରଣ ହୁଏ, ତାହେଲେ କୁହାଯିବ ଅଣ୍ଟି ଛୁରି ତଣ୍ଟି କାଟେ । ନିଜର ବୋଲି ପାଳି ଆସିଥିବା ଓ ପୋଷି ଆସିଥିବା ଲୋକ ଯଦି ଶତ୍ରୁ ଭାବରେ କାମ କରେ, ତାହେଲେ ସେହି ନ୍ୟାୟରେ କୁହାଯାଏ ଅଣ୍ଟି ଛୁରି ତଣ୍ଟି କାଟେ ।
ଗଳ୍ପ –
ଗୋଟିଏ ଦେଶରେ ଜଣେ ରାଜା ଥାଆନ୍ତି । ଏ ସେହି ରାଜାରାଜୁଡ଼ା ଅମଳର କଥା । ରାଜାଙ୍କୁ ପ୍ରତିଦିନ ଖୁର କରିବାପାଇଁ ଜଣେ ନାପିତ ଆସେ । ନାପିତଟି ମହାଚତୁର । ମନ୍ତ୍ରୀଙ୍କ ଇଚ୍ଛା ସେ କିପରି ସେ ରାଜ୍ୟର ରାଜା ହେବେ । ସେ ଦେଖିଲେ ରାଜାଙ୍କ ପାଖଲଗା ଲୋକ ନାପିତ । ତାଙ୍କୁ ହାତ କରିପାରିଲେ, ସେ ଖ୍ର କରୁଥିଲାବେଳେ ଖୁରରେ ରାଜାଙ୍କ ବେକ କାଟି ଦେଇପାରିବ । ତେଣୁ ସେ ନାପିତକୁ ବହୁ ଅର୍ଥ ଦେଲେ । କାମ ସରିଲା ପରେ ଆଉ ଅର୍ଥ ଦେବାର ପ୍ରଲୋଭନ ମଧ୍ୟ ଦେଖାଇଲେ । ରାଜାଙ୍କର ଆଉ ଜଣେ ପାଖଲୋକ ଥାଏ ।
ସେ ପ୍ରତିଦିନ ରାଜଉଆସକୁ ଆସେ । ରାଜାଙ୍କୁ କିଛି ମାଗେ ନାହିଁ । କିନ୍ତୁ କାନ୍ଥରେ ଗୋଟିଏ ଶବ୍ଦ ଲେଖ୍ ଚାଲିଯାଏ । ରାଜା କାରଣ ପଚାରିଲେ, ସେ କିଛି କୁହେ ନାହିଁ । ଦିନେ ନାପିତ ଖ୍ର କରୁଥିବା ଅବସ୍ଥାରେ ଚିନ୍ତାକଲା, ସେହିଦିନ ରାଜାଙ୍କ ବେକ କାଟିବ । ସେତେବେଳେ ରେଜର ନଥିଲା । ତେଣୁ ଖୁରକୁ ମାଜିବା ଅବସ୍ଥାରେ ଚିନ୍ତାକଲା, ରାଜା ତ ସଞ୍ଜା ଖଞ୍ଜି ଦେଇଛନ୍ତି । ପ୍ରତିଦିନ ପାରିଶ୍ରମିକ ବି ଦିଅନ୍ତି । କିନ୍ତୁ ମନ୍ତ୍ରୀ ଆଜି ବହୁ ଅର୍ଥ ଦେଲେ । ପୁଣି ଦେବେ ବୋଲି କହିଛନ୍ତି । ତା’ ହାତ ଟିକିଏ ଥରିବାକୁ ଲାଗିଲା । ସେତିକିବେଳେ ଅପର ଲୋକଟି ରାଜାଙ୍କ କାନ୍ଥରେ ପ୍ରତିଦିନ ଲେଖୁଥିବା ଲେଖା ଉପରେ ରାଜାଙ୍କ ଆଖ୍ ପଡ଼ିଲା ଓ ସେ ତାହା ପଢ଼ିବାକୁ ଲାଗିଲେ । ସେଥିରେ ଲେଖାଥିଲା –
‘‘ଘସର ଘସର ପନ୍ଦର ଘସର ଆଉ କି ଅଛି ପାଣିକି,
ତୁମେ ଯେଉଁ ପାଇଁ ଲସର ପସର ମୁଁ ସେହି କଥା ଜାଣିକି ।’’
ନାପିତ ବିଚାରା ଭୟରେ ଥରହର । ବୋଧହୁଏ ରାଜା ଜାଣିଗଲେଣି । ତେଣୁ ଲମ୍ବହୋଇ ଗୋଡ଼ତଳେ ପଡ଼ି ଭୁଲ ମାଗିଲା । ସବୁକଥା କହିଲା । ମନ୍ତ୍ରୀଙ୍କୁ ଶାସ୍ତି ଦିଆଗଲା । ଯେଉଁ ଲୋକଟି ପ୍ରତିଦିନ ଲେଖନ୍ତି, ତାଙ୍କୁ ମଧ୍ୟ ପୁରସ୍କୃତ କରାଗଲା ।
୧୧ । ତିଳକୁ ତାଳ କରିବା
ବିଶେଷ ଅର୍ଥ –
ଛୋଟ କଥାକୁ ଅତି ବଢ଼େଇ କରି କହିବା । ତିଳ ଏକ ଛୋଟ ଶସ୍ୟ । ତାକୁ ତାଳ ବୋଲି କହିବା ନିହାତି ଅବିଶ୍ଵାସର କଥା । ମାତ୍ର କେତେକ ଛୋଟ କଥା ବା ସାମାନ୍ୟ ଘଟଣାକୁ ବନେଇ ଚୁନେଇ, ଆହୁରି ରଙ୍ଗରୂପ ଦେଇ ଏଭଳି ଉପସ୍ଥାପନ କରନ୍ତି, ଯେ ତାହା ତିଳରୁ ତାଳ ହୋଇଯାଏ ବା ଛୋଟରୁ ହୋଇଯାଏ ବଡ଼ । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କିମ୍ବା ନିଜର ପରାକାଷ୍ଠା ଦେଖାଇବାପାଇଁ ଏଭଳି କୁହାଯାଇଥାଏ । କେତେକଙ୍କର ମଧ୍ୟ ଛୋଟ କଥାକୁ ବଡ଼କରି କହିବା ଏକ ମନ୍ଦ ଅଭ୍ୟାସରେ ପରିଣତ ହୋଇଯାଇଥାଏ । ସେଭଳି ଲୋକଙ୍କୁ ବାହାପିଆ ବା ଗୁଲିଆ ବୋଲି ଆକ୍ଷେପ କରାଯାଇଥାଏ ।
ଗଳ୍ପ –
ଜଣେ ରାଜା ଥିଲେ । ସେତେବେଳେ ରାଜାରାଜୁଡ଼ା ଶାସନ । ରାଜା ଗୋଜା । ଯାହା ବୁଝିଥିବେ, ସହଜରେ ପରିବର୍ତିତ ହେବେ ନାହିଁ । ତାଙ୍କୁ ବୁଝାଇବ କିଏ ? ତାଙ୍କ ପାଖରେ ଜଣେ ପାର୍ଶ୍ଵଚର ଥାଏ । ଜାତିରେ ନାପିତ । ସେ ଟିକିଏ ଧୂର୍ଣ । ସେ ଯାଇଥିଲା ପଡ଼ୋଶୀ ରାଜ୍ୟକୁ ଏକ ସମ୍ବାଦ ନେଇ । ଆସିଲାବେଳେ ଶ୍ୱଶୁର ଘରେ ଗୋଟିଏ ଦିନ ଅଧ୍ଵ ରହିଗଲା । ରାଜସଭା ବସିଛି । ନାପିତ ପାର୍ଶ୍ଵଚର ଜଣକ ଆସି ପହଞ୍ଚଗଲା । ରାଜା ବିଳମ୍ବର କାରଣ ପଚାରିଲେ । ନାପିତ ହାତଯୋଡ଼ି କହିଲା, ମୁଣ୍ଡ ରହିଲେ, ତୁଣ୍ଡ ଖୋଲିବି । କ’ଣ କହିବି ଆଜ୍ଞା, ସେ ରାଜ୍ୟରୁ ଆସିଲାବେଳେ ବାଟରେ ଗୋଟିଏ ବଣ ପଡ଼େ । ମୁଁ ତ ବଣରେ ପଶିଚି ଆଜ୍ଞା, ବଣ ମଧ୍ୟରେ ଶହେଟା ବାଘ କାମୁଡ଼ାକାମୁଡ଼ି ହେଉଛନ୍ତି । ମନ୍ତ୍ରୀ ଅଧ୍ଵ ଚତୁର । ସେ କହିଲେ, ସତ କହିଲ ! ତୁମେ ଶହେଟି ବାଘ ଦେଖୁଛି ।
ନାପିତ ଚାହିଁଲା, କହିଲା, ହେଉ ଶହେ ନ ହୋଇଥିଲେ ପଚାଶ ହୋଇଥେବେ । ମନ୍ତ୍ରୀ କହିଲେ, ନା, ମୋର କାହିଁକି ବିଶ୍ଵାସ ହେଉନି ? ସତ କହିଲୁ ! ନାପିତ କହିଲା, ଓହୋ ! ପଚାଶ ନହେଲେ ଦଶଟି ହୋଇଥବ । ମନ୍ତ୍ରୀ ପୁଣି ମୁଣ୍ଡ ହଲାଇଲେ । କହିଲେ, ନା । ତା’ପରେ ନାପିତ କହିଲା, ଗୋଟିଏ । ମନ୍ତ୍ରୀ ତଥାପି ମନାକଲେ । ଶେଷରେ ନାପିତ କହିଲା, ବଣରେ କିଏ ଗୋଟାଏ ଖସ୍ ଖସ ହେଉଥିଲା । ତେଣୁ ଏହାହିଁ ତିଳରୁ ତାଳ । ଅନେକ ଲୋକ ଅଛନ୍ତି, ସେମାନଙ୍କ ପ୍ରକୃତି ନାପିତ ଭଳି ଛୋଟ କଥାକୁ ବଡ଼ କରିବା ।
୧୨ । ରୁକୁଣା ରଥ ଅଣବାହୁଡ଼ା
ବିଶେଷ ଅର୍ଥ –
ଯାହା ନିଷ୍ପତ୍ତି ନିଆଯାଇଥୁବ କିମ୍ବା ସ୍ଥିର ହୋଇଥବ ତାହାକୁ କେବେବି ନ ବଦଳାଇ କାର୍ଯ୍ୟରେ ପରିଣତ କରିବାକୁ ଏପରି କୁହାଯାଏ । ଅର୍ଥାତ୍ ଯାହା ନିଷ୍ପତ୍ତି ନିଆଯାଇଥବ, ତାହା ନିଶ୍ଚୟ କାର୍ଯ୍ୟକାରୀ ହେବ । ଅନେକ ଲୋକ ଥାଆନ୍ତି, ଯେଉଁମାନେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି, ଆଦେଶ ଦିଅନ୍ତି । ସେହି ଆଦେଶକୁ ବଦଳାଇବାପାଇଁ ସେମାନେ କୌଣସି ସମୟରେ ରାଜି ହୁଅନ୍ତି ନାହିଁ । ସେହି ପରିସ୍ଥିତିକୁ କୁହାଯାଏ – ‘ରୁକୁଣା ରଥ ଅଣବାହୁଡ଼ା’ । ଶ୍ରୀକ୍ଷେତ୍ରରେ ନନ୍ଦିଘୋଷ ଆଦି ତିନି ରଥରେ ଠାକୁର ବିଜେ କଲାଭଳି, ଅଶୋକାଷ୍ଟମୀରେ ଭୁବନେଶ୍ଵରର ଲିଙ୍ଗରାଜଙ୍କ ମନ୍ଦିରର ରୁକୁଣା ରଥରେ ଦିଅଁ ବିଜେ ହୋଇଥା’ନ୍ତି । ସବୁ ରଥଯାତ୍ରାର ବାହୁଡ଼ା ଯାତ୍ରା ଥାଏ, ମାତ୍ର ରୁକୁଣା ରଥର ବାହୁଡ଼ା ଯାତ୍ରା ନଥାଏ । ତେଣୁ କଥାକୁ ନ ବଦଳାଇବା ପ୍ରସଙ୍ଗକ ରୁକୁଣା ରଥ ସହିତ ତୁଳନା କରାଯାଇଛି ।
ଗଳ୍ପ –
ମଧୁପୁର ଗ୍ରାମର ହରିହର ପଟ୍ଟନାୟକ ଜଣେ ଜମିଦାର । ଭାରି ଏକଜିଦିଆ । କିନ୍ତୁ ଲୋକଟା ଟିକିଏ ଦୟାବନ୍ତ । ଯୋଗୀ, ଭିକାରି କେହି ଖାଲି ହାତରେ ଫେରନ୍ତି ନାହିଁ । କିନ୍ତୁ ଟିକିଏ ଭୁଲ୍ ଦେଖିଲେ କଚେରୀ ପର୍ଯ୍ୟନ୍ତ ନଯାଇ ସେ ଫେରିବେ ନାହିଁ । ଦିନକର ଘଟଣା । ସେ ଶୁଣିବାକୁ ପାଇଲେ ଭାଗବତ ଟୁଙ୍ଗିରେ ସନ୍ଧ୍ୟାକାଳୀନ ସଭା ବସିଛି । ସେହିଠାରେ ଗ୍ରାମର ପୂର୍ବତନ ସରପଞ୍ଚ ଗ୍ରାମ ସଡ଼କପାଇଁ ଯେଉଁ ଟଙ୍କା ବ୍ଲକରୁ ଆଣିଥିଲେ, ତହିଁରୁ ବହୁ ଟଙ୍କା ଆତ୍ମସାତ୍ କରି, ରାସ୍ତା ଉପରେ ଦୁଇ ଚାରି ଟୋକେଇ ନାଲିଗୋଡ଼ି ବିଛେଇ ଦେଇଥିବା କଥା ଆଲୋଚନା ହେବ ।
ଜମିଦାର ବାବୁ ଗ୍ରାମର ଜଣେ ମୁଖ୍ୟ ବ୍ୟକ୍ତି । ଗ୍ରାମର ଚୌକିଦାର ତାଙ୍କୁ ମଧ୍ୟ ଡାକିଯାଇଛି । ତାଙ୍କ ଦେହ ସାମାନ୍ୟ ଅସୁସ୍ଥ ଥିଲା । ସେଥପ୍ରତି ସେ ଭୃକ୍ଷେପ ନକରି ସଙ୍ଗେ ସଙ୍ଗେ ବାହାରିଲେ । ସେ ଭାଗବତ ଟୁଙ୍ଗିକୁ ପ୍ରଣାମ କଲେ । ସରପଞ୍ଚ ପ୍ରଥମେ ନିଜର ଦୋଷ ମାନୁ ନଥିଲେ । ତା’ପରେ ସମସ୍ତଙ୍କ ବାଧ୍ୟବାଧକତାରେ ଦୋଷ ମାନିଲେ । ତହିଁ ପରିଦିନ ଜମିଦାର ବ୍ଲକ୍କୁ ଗଲେ । ଚେୟାରମ୍ୟାନ ତଥା ଉନ୍ନୟନ ଅଧିକାରୀଙ୍କୁ ଦେଖାକଲେ । ସେ ଲୋକ ଯେତେ ନେହୁରା ହେଲା ହରିବାବୁ ଶୁଣିଲେ ନାହିଁ । ଥାନାକୁ ଗଲେ । ଶେଷକୁ ସେ ଲୋକ ଜେଲ ଗଲା । ଦୁଇବର୍ଷ କରାଦଣ୍ଡ ଭୋଗିଲା । ଯେଉଁମାନେ ହରିହର ବାବୁଙ୍କୁ ଅର୍ଥ ପ୍ରଲୋଭନ ଦେଖାଇଥିଲେ ସେମାନେ ମଧ୍ୟ ଭାଗବତ ଘର ସମ୍ମୁଖରେ ଭୁଲ୍ ମାଗିଲେ ।
ପରବର୍ତୀ ସମୟରେ ସେହି ହରିବାବୁଙ୍କ ପ୍ରେରଣାରେ ଗାଁ ଲୋକଙ୍କ ଉଦ୍ୟମରେ ଗ୍ରାମ୍ୟ ରାସ୍ତା ନିର୍ମିତ ହୋଇଥିଲା ।
୧୩ । ସମୁଦ୍ରକୁ ଶଙ୍ଖ ପାଣି
ବିଶେଷ ଅର୍ଥ –
ବହୁତ ଆବଶ୍ୟକତା ସମୟରେ, ସାମାନ୍ୟ କିଛିରେ କାର୍ଯ୍ୟ ସାଧନ ହୁଏ ନାହିଁ । ବରଂ ସେଭଳି ପରିସ୍ଥିତିରେ କୁହାଯାଏ, ସମୁଦ୍ରକୁ ଶଙ୍ଖ ପାଣି ! ସମୁଦ୍ର, ଯାହାର ଆଦି, ଅନ୍ତ ଓ ଜଳ ପରିମାଣକୁ କଳନା କରିବା ସାଧାରଣ ଲୋକ ପକ୍ଷରେ ଅସମ୍ଭବ, ସେହିପରି ଆବଶ୍ୟକତା ଥିବା ସମୟରେ ଯଦି ଶଙ୍ଖଭଳି କ୍ଷୁଦ୍ର ପାତ୍ରରେ ଜଳ ଗ୍ରହଣ କରାଯାଏ, ତାହେଲେ ସମୁଦ୍ରର ଗର୍ଭ କେବେବି ପୂରଣ ହେବ ନାହିଁ । ସେହି ଜଳ ସମୁଦ୍ରରେ ପଡ଼ିଲେ ମଧ୍ୟ ତାହାର ସତ୍ତା ଜାଣିହୁଏ ନାହିଁ । ଏଠାରେ ବହୁତ ଆବଶ୍ୟକତାକୁ ସମୁଦ୍ର ସହିତ ଏବଂ ଶଙ୍ଖର ଜଳକୁ ସାମାନ୍ୟ ପରିମାଣ ସହିତ ତୁଳନା କରାଯାଇ ଅର୍ଥ କରାଯାଇଥାଏ ।
ଗଳ୍ପ –
ବିଶାଳ ସମୁଦ୍ର । ଗୋଟିଏ ପଟେ ଛିଡ଼ାହେଲେ ଅନ୍ୟପଟକୁ ଆଖ୍ ପାଏନାହିଁ । ବିଶାଳ, ରାମାୟଣସ୍ଥିତ ଚରିତ୍ର କୁମ୍ଭକର୍ଣ୍ଣ । ଛ’ମାସରେ ଥରେ ଖାଏ । ପର୍ଯ୍ୟାପ୍ତ ଖାଦ୍ୟ ଖାଏ। ତା’ପରେ ମଦ୍ୟପାନ କରେ ଓ ଶୋଇଯାଏ । ଛ’ମାସରେ ଥରେ ଉଠେ । ଶୋଇଥିବା ମଝିରେ କେହି ଉଠାଇବେ ନାହିଁ । ତାକୁ ଉଠାଇବାକୁ ହେଲେ, ବାଜା ଦରକାର । ବହୁ ଲୋକ ଦରକାର । ଥାଳି ଥାଳି ଖାଦ୍ୟ ତା’ ପାଖରେ ବଢ଼ାଯାଏ । ପେଟଟା ଭୀଷଣକାୟ । ଯେପରି ମହାଭାରତର ଭୀମ ଚରିତ୍ର ଅଧ୍ଵ ଖାଏ । ଚାରି ଭାଇଙ୍କର ଯେତିକି ଖାଦ୍ୟ, ମା’ ସେତିକି ତାକୁ ଏକା ଖାଇବାକୁ ଦିଅନ୍ତି । ସେ ଅଧିକ ଖାଏ ଓ ଅଧିକ ଉଭୟ ବଳବାନ୍ ମଧ୍ୟ । ରାମାୟଣ ଯୁଦ୍ଧ ଚାଲିଥାଏ । ରାବଣ ଚିନ୍ତାକଲେ କେତେ ମଲେଣି । ଯିଏ ମରୁଛନ୍ତି, ସ୍ୱର୍ଗପ୍ରାପ୍ତି । ଭାଇ କୁମ୍ଭକର୍ଣ୍ଣ କାହିଁକି ବଞ୍ଚ ହେବ ? କିନ୍ତୁ ଛ’ମାସ ପୂର୍ଣ୍ଣ ହୋଇନାହିଁ ।
ରାବଣର ନିର୍ଦ୍ଦେଶରେ ଖାଦ୍ୟ ଥାଳିକୁ ଥାଳି ଧରି, ମଦ ଧରି ସୈନ୍ୟସାମନ୍ତ ପହଞ୍ଚିଲେ । ଛ’ମାସ ତ୍ ପୂର୍ଣ୍ଣ ହୋଇନି । ବହୁ ବାଜା ବାଜିଲା । ତାଙ୍କ ଦେହକୁ ମଧ୍ଯ ସୈନ୍ୟମାନେ ହାଲୁକା ଅସ୍ତ୍ର ସହାୟତାରେ ଆଘାତ ଦେଲେ । କୁମ୍ଭକର୍ଣ୍ଣ ଉଠିଲା । ଖାଦ୍ୟ ଥୁଆ ହୋଇଛି । ମଦ ମଧ୍ଯ ରଖାଯାଇଛି ମଦ୍ୟପାତ୍ରରେ । ଖାଇଲା, ପିଇଲା । ତଥାପି ନିଅଣ୍ଟ । କାରଣ ତା’ପାଇଁ ଯାହା ଥିଲା, ତାହା ଯଥେଷ୍ଟ ନୁହେଁ । କୁମ୍ଭକର୍ଣ୍ଣର କ୍ଷୁଧା ତୁଳନାରେ ତା’ ନିକଟରେ ଥିବା ଖାଦ୍ୟ ଅତି ସାମାନ୍ୟ । ସେହି ଖାଦ୍ୟ ତା’ ପେଟରେ କୁଆଡ଼େ ପଡ଼ିଲା ଜାଣିହେଲା ନାହିଁ । ତା’ ପେଟ ଭରିବାପାଇଁ ତାକୁ ଛଅମାସର ଖାଦ୍ୟ ଦରକାର ହେଲାବେଳେ ସେହି ଖାଦ୍ୟକୁ ଖାଇ ସେ ଅସନ୍ତୁଷ୍ଟ ହେଲା । ସେ ଖାଦ୍ୟ ତା’ପାଇଁ ଥିଲା ସମୁଦ୍ରକୁ ଶଙ୍ଖ ଭଳି । ସେ ଗର୍ଜନ କଲା । ମୋତେ ଅସମୟରେ ଉଠାଇଲ ! ଖାଇବାକୁ ଦେଉନାହଁ । ସୈନ୍ୟମାନେ ସମସ୍ତ କଥା କହିଲେ । ସେ ଭାଇ ରାବଣଙ୍କ ନିକଟକୁ ଯାଇ ଯୁଦ୍ଧ ନକରିବାପାଇଁ ଅନୁରୋଧ କଲା ବାଧ୍ୟହେ।ଇ ଉ।ଇଙ୍କ ନିର୍ଦେଶରେ ଯୁଦ୍ଧକ୍ଷେତ୍ରକୁ ଯିବାରୁ ଲଢ଼ାଇ କରି ପ୍ରାଣଦେଇ ମୁକ୍ତି ପାଇଲା ।
୧୪ । ମାଙ୍କଡ଼. ହାତରେ ଶାଳଗ୍ରାମ
ବିଶେଷ ଅର୍ଥ –
ଅଯୋଗ୍ୟ ଲୋକ ହାତରେ ଦାୟିତ୍ୱ ଦେବାକୁ ମାଙ୍କଡ଼ ହାତରେ ଶାଳଗ୍ରାମ ଦେବା ବୋଲି କୁହାଯାଏ । ଶାଳଗ୍ରାମ ହେଉଛି ବିଷ୍ଣୁରୂପୀ ପଥର । ଯାହାକୁ ଘରେ ରଖି ଅତି ଭକ୍ତିର ସହିତ ପୂଜା କରାଯାଏ । ପ୍ରାୟ ପ୍ରତ୍ୟେକ ବ୍ରାହ୍ମଣଙ୍କ ଘରେ ଶାଳଗ୍ରାମ ରଖି ପୂଜା କରାଯାଏ । ଶାଳଗ୍ରାମ ପୂଜା ନକରି ଗୃହସ୍ଥ ଜଳ ସୁଦ୍ଧା ଗ୍ରହଣ କରେନାହିଁ । ସେମାନଙ୍କୁ କେବେବି ଅପୂଜା ରଖାଯାଏ ନାହିଁ । ଶାଳଗ୍ରାମର ମହତ୍ତ୍ବ ଆମ ହିନ୍ଦୁ ସଂସ୍କୃତିରେ ଯଥେଷ୍ଟ ମହନୀୟ ଭୂମିକା ଗ୍ରହଣ କରିଛି । ମାତ୍ର ସେହି ଶାଳଗ୍ରାମ ପଥରକୁ କରେ । ଏପରିକି ଚିକ୍କଣିଆ ପଥର ଭାବି ଖେଳିଥାଏ । ସେହି ପରିସ୍ଥିତିକୁ ଆଖି ଆଗରେ ରଖି ଦାୟିତ୍ୱପୂର୍ଣ୍ଣ କାମକୁ ଯଦି ଅଯୋଗ୍ୟ ବ୍ୟକ୍ତି ହାତରେ ନ୍ୟସ୍ତ କରାଯାଏ, ତାହେଲେ ସେ ନିଶ୍ଚୟ କାମକୁ ଓଲଟା ଭାବରେ କରିବ । କାରଣ କାମର ମହତ୍ତ୍ବ ସମ୍ପର୍କରେ ସେ କିଛିହେଲେ ବିଚାର କରିବ ନାହିଁ । ଅର୍ଥାତ୍ ଅଯୋଗ୍ୟ ବ୍ୟକ୍ତି ସଦାକାଳେ ଅସଫଳ ହୋଇଥାଏ । ସେ କାମକୁ ଠିକ୍ ରୂପେ ପରିଶ୍ରମକରି ସମ୍ପନ୍ନ କରିନଥାଏ । ସୁତରାଂ ସେପରି ଲୋକ ଉପରେ ଯଦି ଦାୟିତ୍ୱ ଦିଆଯାଏ ତେବେ ଫଳାଫଳ ନିଶ୍ଚୟ ବିପରୀତ ହେବ, ଏଥିରେ ସନ୍ଦେହ ନାହିଁ ।
ଗଳ୍ପ –
ଜନୈକ ବ୍ୟକ୍ତି ଥିଲେ । ବିବାହର କେତେଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହେଲେନାହିଁ । ଶେଷରେ ସେହି ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଭକ୍ତି ସହକାରେ ଶିବଙ୍କୁ ସେବା ପୂଜା କଲେ । ଶିବ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତାଙ୍କ ନିକଟରେ ଉଭାହେଲେ । ଶିବ ସେହି ସ୍ଵାମୀ-ସ୍ତ୍ରୀଙ୍କୁ କହିଲେ, ତୁମେ ଗୋଟିଏ ବୁଦ୍ଧିମାନ୍ ପୁଅ ନେବ ନା ଅଠରଟି ଓଲାପୁଅ ନେବ । ଏହି ଦମ୍ପତ୍ତି ଭାରି ପିଲା କାଙ୍ଗାଳିଆ ଥଲେ । ଗୋଟିଏ ପୁଅରେ ସେମାନେ ସନ୍ତୁଷ୍ଟ ନଥିଲେ । ତେଣୁ ଅଠରଟି ପୁଅ ମାଗି ବସିଲେ । ଶିବ ତଥାସ୍ତୁ କହି ଚାଲିଗଲେ ।
ଶିବଙ୍କ ଦୟାରୁ ତାଙ୍କୁ ଅଠରଟି ପୁଅ ମିଳିଲା । ପୁଅମାନେ ବଡ଼ ହେଲେ । ମାତ୍ର ସେମାନେ ଓଲା ଥିବାରୁ କୌଣସି କାମକୁ ଯୋଗ୍ୟ ହେଲେ ନାହିଁ । ସବୁବେଳେ ଘରେ ଅଶାନ୍ତି ଲାଗିରହିଲା । ଖାଇବାକୁ ମିଳିଲା ନାହିଁ । ଶେଷରେ ସେମାନେ ଖାଇବାପାଇଁ ଗାଁ ମହାଜନ ଘରେ ଚାକର ରୂପେ ରହିଲେ ।
ମହାଜନ ଜାଣନ୍ତି ସେମାନେ ସମସ୍ତେ ଓଲା । ତେଣୁ ତାଙ୍କୁ ଗାଈ ପାଇଁ ଘାସ ଆଣିବାକୁ ବରାଦ କଲେ । ଓଲାଏ ଘାସ କାଟିବାକୁ ଗଲେ । ଘାସ କାଟି ଘରକୁ ଫେରିଲେ । ଅଠର ଘାସ ବୋଝ କେଉଁଟି ଥୋଇବେ ବୋଲି ଜାଣିପାରିଲେ ନାହିଁ । ବାଡ଼ି ପିଣ୍ଡାରେ ମହାଜନ ଘର’ ବୁଢ଼ୀ ରୁଷିକରି ବସିଥିଲା । ତାହାକୁ ଅଠର ଓଲା ପଚାରିଲେ, ‘ମାଉସୀ ଘାସ କେଉଁଠି ଥୋଇବୁ ।’’ ବୁଢ଼ୀ ରାଗିକରି କହିଲା, ‘ମୋ ମୁଣ୍ଡ ଉପରେ ଥୋଉନା ।’’ ବୁଢ଼ୀ ରାଗିକରି କହୁଛି ବୋଲି ସେମାନେ ଜାଣିପାରିଲେ ନାହିଁ । ବୁଢ଼ୀର କଥାରେ ସେମାନେ ଅଠର ବୋଝ ଘାସ ଦୁଲଦାଲ୍ କରି ତା’ ମୁଣ୍ଡ ଉପରେ ଥୋଇଦେଲେ । ଅଠର ଓଲା ଗାଧୋଇ ଆସି ଖାଇଲେ । ଖାଇସାରିଲା ବେଳକୁ ସମସ୍ତେ ବୁଢ଼ୀକୁ ଖୋଜିଲେ କେଉଁଠି ପାଇଲେ ନାହିଁ । ଅଠର ଓଲାଙ୍କୁ ପଚାରିଲେ, ବୁଢ଼ୀ ଏହିଠାରେ ଥୁଲା କୁଆଡ଼େ ଗଲା । ସେମାନେ କହିଲେ, ବୁଢ଼ୀ ଘାସ ମୁଣ୍ଡେଇ ପିଣ୍ଡାରେ ବସିଛି । ତରତର ହୋଇ ସମସ୍ତେ ଘାସ ବୋଝ କାଢ଼ି ଦେଖିଲାବେଳକୁ ବୁଢ଼ୀ ମରିଯାଇଛି । ମହାଜନ ତାଙ୍କୁ ଘରେ ରଖୁଥିବାରୁ ଅନୁତାପ କଲା ଏବଂ ଏଭଳି ଅଯୋଗ୍ୟ ଲୋକ ହାତରେ କାମ କରାଇଲେ ବିପଦ ପଡ଼ିବ ଭାବି ଘରୁ ତଡ଼ିଦେଲେ । ତେଣୁ କୁହାଯାଏ, ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ ଏଭଳି ଅବସ୍ଥା ଭୋଗିବାକୁ ହୁଏ ।
୧୫ । କଳାକାଠ ପଡ଼ିଯିବା
ବିଶେଷ ଅର୍ଥ –
କୌଣସି ପରିସ୍ଥିତିରେ ହତାଶ ହୋଇପଡ଼ିବା ବା ଅପମାନିତ ହେବାକୁ କଳାକାଠ ପଡ଼ିଯିବା ବୋଲି କୁହାଯାଏ । ଅନେକ ଉପସ୍ଥିତ ହେଲେ, ସେହି ପରିସ୍ଥିତିରୁ କିପରି ନିସ୍ତାର ପାଇବ ସେ ଜାଣିପାରେ ନାହିଁ । ତେଣୁ ସେ ଭୟଭୀତ ହୋଇଯାଏ । ଲୋକଟିର ଅବସ୍ଥାକୁ ଯଥାର୍ଥ ଭାବରେ ବୁଝାଇବାପାଇଁ କୁହାଯାଏ, କଳାକାଠ ପଡ଼ିଗଲା । ପୁନଶ୍ଚ ବେଳେବେଳେ ମଣିଷ ଅଜାଣତରେ ଅତି ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୁଏ । ସେହି ପରିସ୍ଥିତିରେ ତାହାକୁ ବଡ଼ ଅସହାୟ ଲାଗେ । ସେ ଦୁଃଖ ଓ ଅପମାନରେ କଳାକାଠ ପଡ଼ିଯାଏ ।
ଗଳ୍ପ –
ସାଧାରଣତଃ ପୁତ୍ର ବା କନ୍ୟା ଯେତେ ସୁସ୍ଥ ସବଳ ହେଲେ ମଧ୍ୟ ମା’ମାନେ ଏକଥା କହିଥା’ନ୍ତି ‘ପୁଅ ମୋର କଳାକାଠ ପଡ଼ିଗଲାଣି’ । ନିଜର ପଣତକାନିରେ ମୁହଁକୁ ପୋଛିଦିଅନ୍ତି । ମା’ ଯଶୋମତୀ । ନନ୍ଦ, ଯଶୋଦାଙ୍କ ଅଲିଅଳ ପୁଅ କାହ୍ନୁ । ସେ ପ୍ରତିଦିନ ଯାଆନ୍ତ ବଣକୁ ଗାଈ ଚରେଇ ନେବାପାଇଁ । ହାତରେ ବଂଶୀ । ଯେଉଁ ବଂଶୀସ୍ୱନ ଗୋପପୁରକୁ ଉଚ୍ଚାଟିଆ କରେ । ସେହି କାହୁ, ସଞ୍ଜବେଳେ ଫେରନ୍ତି ବଣରୁ । ନିତିଦିନିଆ କଥା । ସେ ଦେବକୀଙ୍କ ସନ୍ତାନ ହେଲେ ମଧ୍ୟ ବଢ଼ିଛନ୍ତି ଗୋପପୁରରେ । ଦିନେ ଦିନେ ଟିକିଏ ବିଳମ୍ବ ହୋଇଗଲେ ମା’ ଯଶୋମତୀ ଅସମ୍ଭାଳ । ସେ ଭୁଲିଯାଆନ୍ତି ତାଙ୍କର କର୍ତ୍ତବ୍ୟ । ବାହାରକୁ ଯାଆନ୍ତି, ପୁଣି ଘର ଭିତରକୁ ଆସନ୍ତି । କାହିଁକି ବିଳମ୍ବ କଲା କାହୁ । ଏତେ ବିଳମ୍ବିତ କେଉଁଦିନ ହୁଏ ନାହିଁ । । କାହ୍ନୁ ବନଭୂମିକୁ ଫେରିଲେ ତାଙ୍କ ମନ ଶାନ୍ତି । ଦିନେ ଶୁଣିଲେ କଂସ ରାକ୍ଷସମାନଙ୍କୁ ବନଭୂମିକୁ ପଠାଉଛି କାହୁ, ଉପରେ ଦାଉ ସାଧବାପାଇଁ । ରାକ୍ଷସମାନେ ବଳଶାଳୀ । ଅତି ନିଷ୍ଠୁର । ତେଣୁ ସେ ଦ୍ଵାରବନ୍ଧକୁ ଧରି କଳାକାଠ ପଡ଼ିଗଲେ । କାଳେ ମୋ କାହ୍ନୁର କ’ଣ ହୋଇଯିବ? ଯଶୋଦାଙ୍କ ନିକଟରେ କାହ୍ନୁ ଥିଲେ ସାଧାରଣ ଶିଶୁ । ସେ କାହୁର ଦୈବୀଗୁଣର ପରିଚୟ ପାଇନଥିଲେ ।
୧୬ । କାଠିକର ପାଠ
ବିଶେଷ ଅର୍ଥ –
ଯାହା କରିବା ସହଜ ନୁହେଁ ଅତି ମୁସ୍କିଲ, ତାହାକୁ କାଠିକର ପାଠ ବୋଲି କୁହାଯାଏ । ଅନେକ କାମ ଅଛି, ଯାହା କରିବା ସହଜ ନୁହେଁ । ସେଇଠି ଆମେ କହୁ ଏ କାମ କରିବା କାଠିକର ପାଠ । ସମଗ୍ର ବର୍ଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ଛୁଟି ବ୍ୟତିରେକେ ଅଧ୍ୟୟନ କରନ୍ତି । କିନ୍ତୁ ଯେତିକି ସମୟ ତାଙ୍କର ଅନ୍ୟଦିଗରେ ବ୍ୟୟିତ ହୁଏ, ତାହା ଅଧ୍ୟୟନ ଦିଗରେ ଲାଗେ ନାହିଁ । ତେଣୁ ପରୀକ୍ଷା ପାଖେଇ ଆସିଲେ, ସେମାନେ ଭୟଭୀତ ହୋଇପଡ଼ନ୍ତି । କିପରି ଏତେଶୀଘ୍ର ପାଠ୍ୟକ୍ରମ ଶେଷ କରିବେ ? କ୍ରମେ କ୍ରମେ ସେମାନେ ରାତି ଉଛିଦ୍ର ରହି ଅନେକ ରୋଗର କବଳିତ ହୁଅନ୍ତି । କିନ୍ତୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରନ୍ତି ନାହିଁ । ତେଣୁ ଏହା ଅନ୍ୟ ଏକ ରୂଢ଼ି ପାଇଁ ମଧ୍ୟ ପ୍ରଯୁଜ୍ୟ; ଯଥା – ‘ବାହାଘର ବେଳେ ବାଇଗଣ ରୁଆ’ । କାରଣ କାମ ସମୟରେ ଯଦି ଜଣେ ପାଗଭିଡ଼େ, ତେଣେ କଚେରୀ ବରଖାସ୍ତ ହୋଇଯିବ । ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ଦରକାର । ସେପରି କଲେ ପରୀକ୍ଷା ଲାଗି ଆଉ ଭୟ ନଥିବ । ମାତ୍ର ପରୀକ୍ଷାର ଅଳ୍ପଦିନ ପୂର୍ବରୁ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀ କହେ ପରୀକ୍ଷାରେ ପାସ୍ କରିବା ‘କାଠିକର ପାଠ’।
ଗଳ୍ପ –
(ଏକ ବିଶେଷ ଅନୁଭୂତିର ଗଳ୍ପ)
ସନିଆ ଓ ସୁନେଇ । ଦୁଇ ପରାଣୀ । ସ୍ଵାମୀ-ସ୍ତ୍ରୀ ଭାବରେ ଘର ସଂସାର କରିଛନ୍ତି । ବିଲବାଡ଼ିରେ ଖଟି ବଞ୍ଚିବାର ସର୍ବନିମ୍ନ ସମ୍ବଳ ସେମାନେ କୌଣସି ପ୍ରକାରେ ଯୋଗାଡ଼ କରନ୍ତି । ସେମାନଙ୍କ ଛୋଟ ପରିବାରର ଭାଗ୍ୟ ଓ ଭବିଷ୍ୟତ ହେଉଛନ୍ତି ଛୋଟ ଛୋଟ ପୁଅଝିଅ – ଧଡ଼ିଆ ଓ ସୁନା । ଅତି ଗେହ୍ଲାରେ ପୁଅଝିଅକୁ ସେମାନେ ପାଳିଥା’ନ୍ତି ।
ମହାବାତ୍ୟାର ସକାଳ ଓଳି । ୧୯୯୯ ମସିହାର’ ଅକ୍ଟୋବର ୨୯ ତାରିଖର ସକାଳୁ ସକାଳୁ ବର୍ଷା ପବନ ଲାଗିଛି ଯେ ଲାଗିଛି । ଟିକିଏ ଛାଡ଼ିବାକୁ ନାହିଁ । ବର୍ଷାର ବେଗକୁ ଦ୍ବିଗୁଣିତ କରୁଛି ପବନ । କ୍ରମଶଃ ପବନ ଅଧିକ ହେବାରୁ ଛୋଟିଆ ଚାଳଘରର ଛପର ଉଡ଼ିଗଲା । ଏଭଳି ପବନକୁ ସନିଆର ଚାଳଘର କେତେ ସମ୍ମୁଖୀନ ହୋଇଥା’ନ୍ତା । ଶେଷରେ ସମୁଦ୍ରର ଜୁଆରି ପାଣି ମାଡ଼ିଆସିଲା । ସନିଆ ପୁଅ ଧଡ଼ିଆକୁ ଏବଂ ଝିଅ ସୁନାକୁ କାଖରେ ଧରିଲା । ସନିଆ ପଛେ ପଛେ ସୁନେଇ ମଧ୍ୟ ଜୁଆର ସୁଅରେ ଭାସିଗଲେ । ନିଜକୁ ନିରାପଦ ସ୍ଥାନରେ ପହଞ୍ଚାଇବା କାଠିକର ପାଠ । କ’ଣ କରିବେ । ଶେଷରେ ସେମାନେ ଯାଇ ଲାଗିଲେ ଏକ ତେନ୍ତୁଳିଗଛର ଡାଳରେ । ପାଣି ସ୍ରୋତକୁ କାଟି ଅତିକଷ୍ଟରେ ସୁନେଇ ଗଛକୁ ଚଢ଼ିଗଲା । ମାତ୍ର ପିଲା ଦୁଇଟିଙ୍କୁ ଧରି ଗଛରେ ଚଢ଼ିବା ସନିଆ ପକ୍ଷରେ ଥୁଲା କାଠିକର ପାଠ । ଏହି ପରିସ୍ଥିତିରେ ସନିଆ ହାତରୁ ପୁଅ ଧଡ଼ିଆ ପାଣିସୁଅରେ ଭାସିଗଲା । ସେହି ପାଣିସୁଅରୁ ପୁଅକୁ ଫେରିପାଇବା ସମ୍ଭବ ନଥିଲା । ସନିଆ ଝିଅକୁ ନେଇ ଗଛଡାଳକୁ ଧରି ଉପରକୁ ଉଠିଗଲା । କ୍ରମେ ରାତି ହୋଇଗଲା ।
ସେହି ରାତି ଥୁଲା କାଳ ରାତି । କାଳ ରାତି ପାହିଲା । ସୁନେଇ ଦେଖିଛି ସନିଆ ହାତରୁ ପୁଅ ପାଣିରେ ଭାସି ଚାଲିଯିବା କଥା । ମାତ୍ର ନିରାପଦରେ ତଳକୁ ଆସିଲା ପରେ ସୁନେଇ ଫୁଲି ଫୁଲି କାନ୍ଦିଲା । ବିକଳ ହୋଇ ସନିଆକୁ ଦୋଷ ଦେଲା । ସନିଆ ନିଜେ ବଞ୍ଚିବ ବୋଲି ପୁଅକୁ ପାଣିକୁ ଠେଲିଦେଇଛି ବୋଲି ନିନ୍ଦାକଲା । ଶେଷରେ ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇଗଲା ।
ପାଗଳୀ – ସୁନେଇକୁ ନେଇ ଘର ସଂସାର କରିବା ଏବଂ ତା’ମନକୁ ବୁଝାଇ ସ୍ବାଭାବିକ କରିବା ସନିଆପାଇଁ କାଠିକର ପାଠ ଥିଲା ।
୧୭ । ଚାଲି ନଜାଣି ବାଟର ଦୋଷ / କାଟି ନଜାଣି କୁରାଢ଼ି ଦୋଷ | ନାଚି ନଜାଣି ଅଗଣା ଖରାପ
ବିଶେଷ ଅର୍ଥ –
ଉପରୋକ୍ତ ରୂଢ଼ିଗୁଡ଼ିକର ଅର୍ଥ ଏକପ୍ରକାର । କୌଣସି ଲୋକ ଠିକ୍ରୂପେ କର୍ମ କରୁନଥିଲେ ଅନ୍ୟକୁ ଦୋଷ ଦେଇ, ନିଜର ଅସାମର୍ଥ୍ୟକୁ ଲୁଚାଇବାକୁ ଚେଷ୍ଟାକରେ । ପ୍ରକୃତରେ ଯଦି ଲୋକଟି ଠିକ୍ରୂପେ କୌଣସି ରାସ୍ତାରେ ଚାଲିପାରୁ ନାହିଁ, ସେଥିପାଇଁ ସେ ନିଜର ଦୋଷକୁ ସ୍ବୀକାର କରେନା, ବରଂ କହେ, ବାଟ ଏପରି ହୋଇଥିବାରୁ ମୁଁ ଚାଲିପାରୁ ନାହିଁ । ମାତ୍ର ସେହି ବାଟଦେଇ ସମସ୍ତେ ଚାଲିଯାଉଛନ୍ତି, କାହାର କିଛି ଅସୁବିଧା ହେଉ ନାହିଁ । ସେହପରି କାଟି ନ ପାରୁଥିବା ବା ନାଚି ନ ଜାଣିଥୁବା ବ୍ୟକ୍ତି ଯଥାକ୍ରମେ କୁରାଢ଼ି ଦୋଷ ବା ଅଗଣା (ନାଚିବା ସ୍ଥାନ) ଖରାପ ବୋଲି କହିଥା’ନ୍ତି । ମାତ୍ର ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଦୋଷକୁ ସମୀକ୍ଷା ନକରି, ଅନ୍ୟକୁ ଦୋଷ ଦେଇ ନିଜର ନିପାରିଲାପଣିଆକୁ ଲୁଚାଇଥା’ନ୍ତି । ସେଭଳି କ୍ଷେତ୍ରରେ କୁହାଯାଏ, ‘ଚାଲି ନଜାଣି ବାଟର ଦୋଷ’ ।
ଗଳ୍ପ –
ରାଜୁବାବୁଙ୍କ ଏକମାତ୍ର ପୁତ୍ର ମଣ୍ଟୁ । ଭାରି ଗେହ୍ଲାରେ ବଢ଼ିଛି । ଜେଜେବାପା ଓ ଜେଜେମା’ଙ୍କର ଗୋଟିଏ ନାତି ହୋଇଥିବାରୁ ସେମାନେ ତାକୁ କିଛି କହନ୍ତି ନାହିଁ । କେବେ କେମିତି ଭଲ ମଣିଷ ହେବାକୁ ଉପଦେଶ ଦେଇଥା’ନ୍ତି । ବଂଶର ମର୍ଯ୍ୟାଦା ରଖିବାକୁ ପରାମର୍ଶ ଦେଇ କହିଥା’ନ୍ତି ।
ମଣ୍ଟୁ ସ୍କୁଲ ଯାଏ । ପାଠ ପଢ଼େ । ଯାହା ପାଠ ଦିଆଯାଇଥାଏ ତାହାକୁ ଅଭ୍ୟାସ କରେ । ମାତ୍ର ପାଠରେ କେତେବେଳେ ନିଷ୍ଠା ନଥାଏ । ସେଥିପାଇଁ ସେ ଭଲ ପାଠ ପଢ଼ିଲେ ମଧ୍ୟ ଶ୍ରେଣୀରେ ପ୍ରଥମ କିମ୍ବା ଦ୍ୱିତୀୟ ହୋଇପାରେ ନାହିଁ । ମଣ୍ଡୁ ନିଜର ପାଠପଢ଼ାରେ ଅଧିକ ମନ ନଦେଇ ବରଂ ଶ୍ରେଣୀରେ ଥିବା ପିଲାମାନଙ୍କୁ ଦୋଷାରୋପ କରେ । ସ୍କୁଲର ଶିକ୍ଷକମାନଙ୍କ ପାଠପଢ଼ା ଠିକ୍ ନୁହେଁ ବୋଲି କହେ । ତେଣୁ ସ୍କୁଲ ବଦଳାଇ ଦେବାକୁ ବାପାଙ୍କ ପାଖରେ କହେ । ବାପା ଓ ଜେଜେମା’ ମଣ୍ଡୁର ଏଭଳି ସ୍ଵଭାବକୁ ଆଦୌ ପସନ୍ଦ କରନ୍ତି ନାହିଁ । ଦିନେ ସନ୍ଧ୍ୟାବେଳେ ଜେଜେମା’ ମଣ୍ଡୁକୁ ଅତି ଆଦରରେ ଡାକିଲେ । ପାଖରେ ବସିବାକୁ କହିଲେ । ମଣ୍ଟୁ ବସିଲା ।
ଥରେ ଗୋଟିଏ ବିଲୁଆ ଯାଉ ଯାଉ ବାଟରେ ଅଙ୍ଗୁର କୋଳି ବଗିଚାଟିଏ ଦେଖିଲା । ଅଙ୍ଗୁର କୋଳିଗୁଡ଼ିକ ପାଚି ପେନ୍ଥା ପେନ୍ଥା ହୋଇ ଓହଳିଥାଏ । ବିଲୁଆ ଅଙ୍ଗୁର କୋଳି ଖାଇବାପାଇଁ ବଗିଚାରେ ପଶିଲା । ଅଙ୍ଗୁରଗୁଡ଼ିକ ବାଡ଼ପୋତା ହୋଇ ଉପରେ ଝୁଲୁଥାଏ । ଅଙ୍ଗୁର ଖାଇବାପାଇଁ, ବିଲୁଆ ବହୁତ ଡେଇଁଲା । ଅଙ୍ଗୁରକୁ ଚାହିଁ ଉପରକୁ ଯେତେ ଡେଇଁଲେ ମଧ୍ୟ, ସେ ଅଙ୍ଗୁରକୁ ପାଇପାରିଲା ନାହିଁ । ନାଚି ନାଚି ବିଲୁଆଟି ଥକିପଡ଼ିଲା । ଏ ଅଙ୍ଗୁରଗୁଡ଼ିକ ଖଟା, ମୁଁ ଏହାକୁ ଖାଇବି ନାହିଁ କହି ସେ ଚାଲିଗଲା । ପ୍ରକୃତରେ ଅଙ୍ଗୁର ଖଟା ନଥିଲା । ଯେହେତୁ ବିଲୁଆ ଖାଇପାରିଲା ନାହିଁ, ସେଥିପାଇଁ ମିଠା ଅଙ୍ଗୁରକୁ ଖଟା କହି ଚାଲି ଯାଇଥିଲା । ଜେଜେମା’ ମଣ୍ଡୁକୁ ବୁଝାଇ କହିଲେ ଯେଉଁମାନେ କାମକୁ ପାରନ୍ତି ନାହିଁ, ସେମାନେ ଅନ୍ୟକୁ ଦୋଷ ଦେଇ ନିଜ ଦୋଷକୁ ଲୁଚାଇଥା’ନ୍ତି ।
ମଣ୍ଟୁ ଜାଣିଲା ଜେଜେମା’ ତା’ ଉଦ୍ଦେଶ୍ୟରେ ଏଭଳି କଥା କହିଛନ୍ତି । ସେ ସ୍କୁଲକୁ ଦୋଷ ଦେଉଥିବାରୁ, ସେ ତାହାକୁ ବୁଝାଇଛନ୍ତି । ମଣ୍ଟୁ ସେହିଦିନଠାରୁ କାହାକୁ କିଛି ନକହି ମନଦେଇ ପାଠ ପଢ଼ିଲା ଏବଂ ଶ୍ରେଣୀରେ ପ୍ରଥମ ହେଲା ।
୧୮। ଅରକ୍ଷିତକୁ ଦଇବ ସାହା
ବିଶେଷ ଅର୍ଥ –
ଅନେକ ସମୟରେ ଦେଖାଯାଏ, ଅତି ଗରିବ, ଧନହୀନ ଲୋକମାନେ ଅଯାଚିତଭାବେ ସାହାଯ୍ୟ ପରେ ବିପଦ ପରିସ୍ଥିତିରୁ ଉଦ୍ଧାର ପାଇଥା’ନ୍ତି । ସେଭଳି ପରିସ୍ଥିତିକୁ କୁହାଯାଏ, ଅରକ୍ଷିତକୁ ଦଇବ ସାହା । କାରଣ ପୁରାଣଶାସ୍ତ୍ରଠାରୁ ଆରମ୍ଭ କରି ଦେଖିଲେ ଜଣାଯାଏ ଯେ, ଯେଉଁମାନେ ଗରିବ, ନମ୍ର, ଈଶ୍ବରବିଶ୍ଵାସୀ, ସମର୍ପଣ ଭାବଧାରାର ସେମାନେ ଈଶ୍ଵରଙ୍କର କୃପା ଲାଭ କରିଥା’ନ୍ତି । ଈଶ୍ଵରକୃପା ଲାଭ କରିବାପାଇଁ ଧନ, ପଦପଦବୀ ଓ ଲୌକିକ ମାନସମ୍ମାନର କୌଣସି ଆବଶ୍ୟକତା ନଥାଏ ।
ଗଳ୍ପ –
ଗାଁର ଶେଷ ମୁଣ୍ଡରେ ରହୁଥାଏ ବିଧବା ଅସହାୟା ସ୍ତ୍ରୀ ଲୋକଟିଏ । ତା’ର ଏକମାତ୍ର ପୁଅ ବ୍ୟତୀତ ଆଉ କେହି ନିଜର ବୋଲି ନଥା’ନ୍ତି । ପୁଅଟିର ପାଠପଢ଼ା ବୟସ ହେବାରୁ, ମା’ଟି ପୁଅକୁ ପାଠ ପଢ଼ିବାପାଇଁ ସ୍କୁଲରେ ନାଁ ଲେଖାଇଦେଲେ । ସ୍କୁଲକୁ ଯିବାପାଇଁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ । କାରଣ ସ୍କୁଲଟି ଥିଲା ଜଙ୍ଗଲର ଆରପଟରେ ।
ପିଲାଟି ସ୍କୁଲକୁ ଯାଏ । ମାତ୍ର ଜଙ୍ଗଲିଆ ରାସ୍ତାରେ ତାହାକୁ ଭାରି ଡର ଲାଗେ । ସେ ଡରି ଡରି ସ୍କୁଲ ଯାଏ । ଫେରିବାବେଳକୁ ଅନ୍ଧାରିଆ ହୋଇଗଲେ, ସେହି ବାଟରେ ଆସିବାକୁ ତା’ର ଇଚ୍ଛା ନ ଥିଲେ ବି ସେ ପାଠ ପଢ଼ିବାକୁ ହେଲେ କଷ୍ଟ କରିବାକୁ ହେବ ସେଥ୍ପାଇଁ ସେପରି କରିବାକୁ ବାଧ୍ୟ ହୁଏ ।
ଦିନେ ପିଲାଟି ମା’କୁ କହିଲା, ମା’, ମୋତେ ଜଙ୍ଗଲ ରାସ୍ତାରେ ଫେରିବାପାଇଁ ଭାରି ଡର ଲାଗୁଛି । ମୁଁ ଆଉ ଏକୁଟିଆ ଯାଇପାରିବି ନାହିଁ । ମା’ ଥୁଲା ଧର୍ମପରାୟଣା ଓ ଈଶ୍ବରବିଶ୍ଵାସୀ । ସେ ପୁଅ ମନରେ ସାହସ ସୃଷ୍ଟି କରିବାପାଇଁ କହିଲା, ଜଙ୍ଗଲ ରାସ୍ତାରେ ଗଲାବେଳେ ତୋ ବଡ଼ଭାଇ ଗୋପାଳକୁ ଡାକିବୁ । ସେ ତୋତେ ଜଙ୍ଗଲ ରାସ୍ତାରେ ଯିବାପାଇଁ ସାହାଯ୍ୟ କରିବ । ତୋତେ ଆଉ ଡର ଲାଗିବ ନାହିଁ ।
ପରଦିନ ପିଲାଟି ସ୍କୁଲକୁ ଗଲାବେଳେ, ହଠାତ୍ ମେଘ ଘୋଟିଆସିଲା । ରାସ୍ତା ଅନ୍ଧାରୁଆ ଦେଖାଗଲା । ପିଲାଟିକୁ ଡର ଲାଗିଲା । ସେ ମା’ କଥାକୁ ମନେପକାଇ, ତା’ର ଗୋପାଳ ଭାଇକୁ ଡାକ ଦେଲା । ଦେଖିଲା ବୁଦା ଉହାଡ଼ରୁ ଏକ ସୁସ୍ଥ ସୁନ୍ଦର କିଶୋରଟିଏ ଆସିଲା । ପିଲାଟିକୁ ପରିଚିତ ଢଙ୍ଗରେ କହିଲା, ମୁଁ ତୋତେ ଜଙ୍ଗଲ ରାସ୍ତା ପାର କରିଦେବି । ତୋତେ ଡର ଲାଗିବ ନାହିଁ । ପିଲାଟି ଘରକୁ ଫେରି ମା’କୁ ସବୁ କହିଲା । ମା’ ଭକ୍ତିରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, ‘ଅରକ୍ଷିତକୁ ଦଇବ ସାହା’ ।