CHSE Odisha Class 12 Logic Unit 3 Objective Questions in Odia Medium

Odisha State Board CHSE Odisha Class 12 Logic Solutions Unit 3 ତର୍କଦୋଷ ଓ ପ୍ରତୀକାତ୍ମକ ତର୍କଶାସ୍ତ୍ର Objective Questions

CHSE Odisha Class 12 Logic Unit 3 Objective Questions in Odia Medium

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ‘ଆ’ ତର୍କବାକ୍ୟର ସମବର୍ତ୍ତିତ ‘ଇ’ ହୁଏ । ମାତ୍ର ‘ଆ’ ତର୍କବାକ୍ୟରୁ ‘ଆ’ ତର୍କବାକ୍ୟ ନିଃସୃତ ହେଲେ କି ପ୍ରକାର ଦୋଷ ଜାତ ହୁଏ ?
(କ) ସରଳ ସମବର୍ତ୍ତନଜନିତ ଦୋଷ
(ଖ) ଅସରଳ ସମବର୍ତ୍ତନଜନିତ ଦୋଷ
(ଗ) ଅବୈଧ ଯୁକ୍ତିଜନିତ ଦୋଷ
(ଘ) କୌଣସିଟି ନୁହେଁ
Answer:
(କ) ସରଳ ସମବର୍ତ୍ତନଜନିତ ଦୋଷ

2. ‘ଓ’ ତର୍କବାକ୍ୟର ସମବର୍ତ୍ତିତ ସମ୍ଭବପର ନୁହେଁ । ମାତ୍ର ‘ଓ’ ତର୍କବାକ୍ୟରୁ କୌଣସି ସିଦ୍ଧାନ୍ତ ଗ୍ରହଣ କଲେ କି ପ୍ରକାର ଦୋଷ ଜାତ ହୋଇଥାଏ ?
(କ) ସରଳ ସମବର୍ତ୍ତନଜନିତ ଦୋଷ
(ଖ) ଅସରଳ ସମବର୍ତ୍ତନଜନିତ ଦୋଷ
(ଗ) ଓ- ତର୍କବାକ୍ୟର ସମବର୍ତ୍ତନଜନିତ ଦୋଷ
(ଘ) ବସ୍ତୁଗତ ବ୍ୟାବର୍ତ୍ତନଜନିତ ଦୋଷ
Answer:
(ଗ) ଓ-ତର୍କବାକ୍ୟର ସମବର୍ତ୍ତନଜନିତ ଦୋଷ

3. ଦିନଗୁଡ଼ିକ ଗରମ ।
∴ ରାତିଗୁଡ଼ିକ ଥଣ୍ଡା ।
ଏହି ଉଦାହରଣଟି କି ପ୍ରକାର ଦୋଷ ନିର୍ଦ୍ଦେଶ କରେ ?
(କ) ସରଳ ସମବର୍ତ୍ତନଜନିତ ଦୋଷ
(ଖ) ଅସରଳ ସମବର୍ତ୍ତନଜନିତ ଦୋଷ
(ଗ) ଓ- ତର୍କବାକ୍ୟର ସମବର୍ତ୍ତନଜନିତ ଦୋଷ
(ଘ) ବସ୍ତୁଗତ ବ୍ୟାବର୍ତ୍ତନଜନିତ ଦୋଷ
Answer:
(ଘ) ବସ୍ତୁଗତ ବ୍ୟାବର୍ତ୍ତନଜନିତ ଦୋଷ

4. ଗୋଟିଏ ତ୍ରିପଦୀଯୁକ୍ତିରେ ତିନୋଟି ପଦ ରହିବା ଉଚିତ । ମାତ୍ର ଗୋଟିଏ ତ୍ରିପଦୀଯୁକ୍ତିରେ ଚାରୋଟି ପଦ ଥିଲେ ତାହା କି ପ୍ରକାର ଦୋଷ ଜାତ ହୋଇଥାଏ ?
(କ) ଚତୁଷ୍ପଦୀ ଦୋଷ
(ଗ) ଅବ୍ଯାପ୍ୟ ହେତୁକ ଦୋଷ
(ଖ) ଅବୈଧପକ୍ଷତା ଦୋଷ
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଚତୁଷ୍ପଦୀ ଦୋଷ

CHSE Odisha Class 12 Logic Unit 3 Objective Questions in Odia Medium

5. ତ୍ରିପଦୀଯୁକ୍ତିର ହେତୁପଦ ଅନ୍ତତଃ ଥରେ ବ୍ୟାପ୍ୟ ହେବା ଉଚିତ । ଯେଉଁ କ୍ଷେତ୍ରରେ ହେତୁପଦ ଥରେ ସୁଦ୍ଧା ବ୍ୟାପ୍ୟ ହୋଇନପାରେ ସେଠାରେ କେଉଁପ୍ରକାର ଦୋଷ ଜାତ ହୋଇଥାଏ ?
(କ) ଅବୈଧ ସାଧ୍ୟତା ଦୋଷ
(ଖ) ଅବୈଧ ପକ୍ଷତା ଦୋଷ
(ଗ) ଅବ୍ଯାପ୍ୟ ହେତୁକ ଦୋଷ
(ଘ) ଚତୁଷ୍ପଦୀ ଦୋଷ
Answer:
(ଗ) ଅବ୍ଯାପ୍ୟ ହେତୁକ ଦୋଷ

6. ତ୍ରିପଦୀଯୁକ୍ତିର ସାଧାରଣ ନିୟମାନୁସାରେ କୌଣସି ପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇ ପକ୍ଷାବୟବରେ ବ୍ୟାପ୍ୟ ହୋଇନଥିଲେ ତାହାକୁ କି ପ୍ରକାର ଦୋଷ କୁହାଯାଏ ?
(କ) ଅବୈଧ ସାଧ୍ୟତା ଦୋଷ
(ଖ) ଅବୈଧ ପକ୍ଷତା ଦୋଷ
(ଗ) ଅବ୍ଯାପ୍ୟ ହେତୁକ ଦୋଷ
(ଘ) ସମସ୍ତ ଉତ୍ତର ଠିକ୍ ଅଟେ
Answer:
(ଖ) ଅବୈଧ ପକ୍ଷତା ଦୋଷ

7. ସାଧୁପଦ ସାଧାବୟବରେ ବ୍ୟାପ୍ୟ ନ ହୋଇ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇଥିଲେ କି ପ୍ରକାର ଦୋଷ ଜାତ ହୋଇଥାଏ ?
(କ) ଅବୈଧ ସାଧ୍ୟତା ଦୋଷ
(ଖ) ଅବୈଧ ପକ୍ଷତା ଦୋଷ
(ଗ) ଉଭୟ ନଞର୍ଥକ ଦୋଷ
(ଘ) ଅବ୍ଯାପ୍ୟ ହେତୁକ ଦୋଷ
Answer:
(କ) ଅବୈଧ ସାଧ୍ୟତା ଦୋଷ

8. କେତେକ ପୁଷ୍ପ ନାଲିରଙ୍ଗର ନୁହେଁ । – ଓ
କୌଣସି ଫଳ ପୁଷ୍ପ ନୁହେଁ । – ଏ
___________________
∴ କେତେକ ଫଳ ନାଲି ରଙ୍ଗର ନୁହେଁ । – ଓ
ଏହା କି ପ୍ରକାର ତର୍କଦୋଷ ଅଟେ ?
(କ) ଅବୈଧ ସାଧ୍ୟତା ଦୋଷ
(ଖ) ଅବୈଧ ପକ୍ଷତା ଦୋଷ
(ଗ) ଉଭୟ ନଞର୍ଥକ ହେତୁବାକ୍ୟ ଦୋଷ
(ଘ) ଉଭୟ ବିଶେଷ ହେତୁବାକ୍ୟ ଦୋଷ
Answer:
(ଗ) ଉଭୟ ନଞର୍ଥକ ହେତୁବାକ୍ୟ ଦୋଷ

9. କେତେକ ଆମ୍ବ ମିଠା ଅଟେ । – ଇ
କେତେକ ଫଳ ଆମ୍ବ ନୁହେଁ । – ଓ
_________________
∴ କେତେକ ଫଳ ମିଠା ନୁହେଁ । – ଓ
ଏହା କି ପ୍ରକାର ତର୍କଦୋଷ ଅଟେ ?
(କ) ଉଭୟ ନଞର୍ଥକ ହେତୁବାକ୍ୟ ଦୋଷ
(ଖ) ଉଭୟ ବିଶେଷ ହେତୁବାକ୍ୟ ଦୋଷ
(ଗ) ଅବୈଧ ସାଧ୍ୟତା ଦୋଷ
(ଘ) କୌଣସିଟି ନୁହେଁ

10. ସୂର୍ଯ୍ୟ ଥିଲେ, ଆଲୋକ ଥାଏ ।
ଆଲୋକ ଅଛି ।
__________
∴ ସୂର୍ଯ୍ୟ ଅଛି ।
ଏହା କି ପ୍ରକାର ତର୍କଦୋଷ ଅଟେ ?
(କ) ଅନୁଗ ସ୍ୱୀକୃତିଭିତ୍ତିକ ଦୋଷ
(ଖ) ପୂର୍ବଗାସ୍ଵୀକୃତିଭିତ୍ତିକ ଦୋଷ
(ଗ) ସ୍ଵୀକୃତିଭିତ୍ତିକ ଅସ୍ଵୀକୃତି ଦୋଷ
(ଘ) ସମସ୍ତ ଉତ୍ତର ଠିକ୍ ଅଟେ
Answer:
(କ) ଅନୁଗ ସ୍ବୀକୃତିଭିତ୍ତିକ ଦୋଷ

11. ଜ୍ଞାନ ଥିଲେ ବିବେକ ଉଦୟ ହୁଏ ।
ଜ୍ଞାନ ନାହିଁ ।
______________
∴ ବିବେକ ଉଦୟ ହୋଇନାହିଁ ।
ଏହା କି ପ୍ରକାର ତର୍କଦୋଷ ଅଟେ ?
(କ) ଅନୁଗ ସ୍ଵୀକୃତିଭିଭିକ ଦୋଷ
(ଖ) ପୂର୍ବଗାସ୍ଵୀକୃତିଭିଭିକ ଦୋଷ
(ଗ) ସ୍ଵୀକୃତିଭିଭିକ ଅସ୍ବୀକୃତି ଦୋଷ
(ଘ) ଅସ୍ଵୀକୃତିଭିତ୍ତିକ ସ୍ବୀକୃତି ଦୋଷ
Answer:
(ଖ) ପୂର୍ବଗାସ୍ଵୀକୃତିଭିଭିକ ଦୋଷ

12. ରୀତା ହୁଏତ ଅସତୀ ଅଥବା ମିଥ୍ୟାବାଦିନୀ ।
ରୀତା ଅସତୀ ।
___________________
∴ ରୀତା ମିଥ୍ୟାବାଦିନୀ ନୁହେଁ ।
ଏହା କି ପ୍ରକାର ତର୍କଦୋଷ ଅଟେ ?
(କ) ଅନୁଗ ସ୍ବୀକୃତିଭିତ୍ତିକ ଦୋଷ
(ଖ) ପୂର୍ବଗାସ୍ଵୀକୃତିଭିଭିକ ଦୋଷ
(ଗ) ସ୍ଵୀକୃତିଭିତ୍ତିକ ଅସ୍ଵୀକୃତି ଦୋଷ
(ଘ) ଅସ୍ଵୀକୃତିଭିତ୍ତିକ ସ୍ୱୀକୃତି ଦୋଷ
Answer:
(ଗ) ସ୍ଵୀକୃତିଭିତ୍ତିକ ଅସ୍ଵୀକୃତି ଦୋଷ

CHSE Odisha Class 12 Logic Unit 3 Objective Questions in Odia Medium

13. ରାମବାବୁ ଉଭୟ ଧନୀ ଓ ନିର୍ଜନ ନୁହନ୍ତି ।
ରାମ ବାବୁ ଧନୀ ନୁହନ୍ତି ।
__________________
∴ ରାମବାବୁ ନିର୍ଶନ ଅଟନ୍ତି ।
ଏହା କି ପ୍ରକାର ତର୍କଦୋଷ ଅଟେ ?
(କ) ପୂର୍ବଗାସ୍ଵୀକୃତିଭିଭିକ ଦୋଷ
(ଖ) ଅନୁଗ ସ୍ଵୀକୃତିଭିଭିକ ଦୋଷ
(ଗ) ସ୍ଵୀକୃତିଭିଭିକ ଅସ୍ବୀକୃତି ଦୋଷ
(ଘ) ଅସ୍ଵୀକୃତିଭିତ୍ତିକ ସ୍ବୀକୃତି ଦୋଷ
Answer:
(ଘ) ଅସ୍ଵୀକୃତିଭିଭିକ ସ୍ୱୀକୃତି ଦୋଷ

14. ପିତା ପୁତ୍ରର ଜନକ ।
ନିମ୍ବଫଳର ସ୍ବାଦ ପିତା ।
___________________
∴ ନିମ୍ବଫଳର ସ୍ଵାଦ ପୁତ୍ରର ଜନକ ।
ଏହା କି ପ୍ରକାରର ତର୍କଦୋଷ ଅଟେ ?
(କ) ବ୍ୟର୍ଥକ ପକ୍ଷଦୋଷ
(ଖ) ବ୍ୟର୍ଥକ ସାଧଦୋଷ
(ଗ) ବ୍ୟର୍ଥକ ହେତୁଦୋଷ
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
Answer:
(ଗ) ବ୍ୟର୍ଥକ ହେତୁଦୋଷ

15. ସ୍ଵର୍ଗ ମାନବର ଅଙ୍ଗ ନୁହେଁ ।
ନାକ ସ୍ଵର୍ଗ ଅଟେ ।
_______________
∴ ନାକ ମାନବର ଅଙ୍ଗ ନୁହେଁ ।
ଏହା କି ପ୍ରକାରର ତର୍କଦୋଷ ଅଟେ ?
(କ) ବ୍ୟର୍ଥକ ପକ୍ଷଦୋଷ
(ଖ) ବ୍ୟର୍ଥକ ସାଧଦୋଷ
(ଗ) ବ୍ୟର୍ଥକ ହେତୁଦୋଷ
(ଘ) ଅବ୍ଯାପ୍ୟ ହେତୁଦୋଷ
Answer:
(କ) ବ୍ୟର୍ଥକ ପକ୍ଷଦୋଷ

16. କର୍ଣ୍ଣ କୌରବଙ୍କ ସଖା ଅଟନ୍ତି ।
କୌରବଙ୍କ ସଖ ଶ୍ରବଣେନ୍ଦ୍ରିୟ ନୁହେଁ ।
______________
∴ ଶ୍ରବଣେନ୍ଦ୍ରିୟ କଣ୍ଠ ନୁହେଁ ।
ଏହା କେଉଁ ତର୍କଦୋଷ ଅଟେ ?
(କ) ବ୍ୟର୍ଥକ ପକ୍ଷ ଦୋଷ
(ଖ) ବ୍ୟର୍ଥକ ସାଧ୍ୟ ଦୋଷ
(ଗ) ବ୍ୟର୍ଥକ ହେତୁ ଦୋଷ
(ଘ) ଅବୈଧ ସାଧ୍ୟତା ଦୋଷ
Answer:
(ଖ) ବ୍ୟର୍ଥକ ସାଧ୍ୟ ଦୋଷ

17. କେଉଁ ବାକ୍ୟଦୋଷକୁ ନାନାର୍ଥ ବାକ୍ୟଦୋଷ ମଧ୍ୟ କୁହାଯାଏ ?
(କ) ବ୍ୟର୍ଥକ ସାଧ୍ୟ ଦୋଷ
(ଖ) ବ୍ୟର୍ଥକ ହେତୁ ଦୋଷ
(ଗ) ତୁଲ୍ୟବିଗ୍ରହ ଦୋଷ
(ଘ) ଶ୍ଳିଷ୍ଟାର୍ଥ ବାକ୍ୟଦୋଷ
Answer:
(ଘ) ଶ୍ଳିଷ୍ଟାର୍ଥ ବାକ୍ୟଦୋଷ

18. କେଉଁ ଦୋଷକୁ ସଦୃଶ ସାଧୁ ଦୋଷ ମଧ୍ୟ କୁହାଯାଏ ?
(କ) କ୍ଳିଷ୍ଟାର୍ଥ ବାକ୍ୟଦୋଷ
(ଖ) ତୁଲ୍ୟ ବିଗ୍ରହ ଦୋଷ
(ଗ) ସମାହାର ଦୋଷ
(ଘ) ଅସମାହାର ଦୋଷ
Answer:
(ଖ) ତୁଲ୍ୟ ବିଗ୍ରହ ଦୋଷ

19. ଯୁକ୍ତି କ୍ଷେତ୍ରରେ ବ୍ୟଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ସମଷ୍ଟିଗତ ଅର୍ଥରେ ଗ୍ରହଣ କଲେ କେଉଁ ଦୋଷ ଜାତ ହୁଏ ?
(କ) କ୍ଳିଷ୍ଟାର୍ଥ ବାକ୍ୟଦୋଷ
(ଖ) ତୁଲ୍ୟ ବିଗ୍ରହ ଦୋଷ
(ଗ) ସମାହାର ଦୋଷ
(ଘ) ଅସମାହାର ଦୋଷ
Answer:
(ଗ) ସମାହାର ଦୋଷ

CHSE Odisha Class 12 Logic Unit 3 Objective Questions in Odia Medium

20. ଯୁକ୍ତି କ୍ଷେତ୍ରରେ ସମଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ବ୍ୟଷ୍ଟିଗତ ଅର୍ଥରେ ଗ୍ରହଣ କଲେ କେଉଁ ଦୋଷ ଜାତ ହୁଏ ?
(କ) କ୍ଳିଷ୍ଟାର୍ଥ ବାକ୍ୟଦୋଷ
(ଖ) ଦୁର୍ବୋଚ୍ଚାରଣ ଦୋଷ
(ଗ) ଅସମାହାର ଦୋଷ
(ଘ) ସମାହାର ଦୋଷ
Answer:
(ଗ) ଅସମାହାର ଦୋଷ

21. ବରଫ ଜଳ ।
ଜଳ ତରଳ ।
___________
∴ ବରଫ ତରଳ ।
ଏହାକୁ କି ପ୍ରକାର ଦୋଷ ବୋଲି କୁହାଯାଏ ?
(କ) ଦୁର୍ବୋଚ୍ଚାରଣ ଦୋଷ
(ଖ) ସମାହାର ଦୋଷ
(ଗ) ଅସମାହାର ଦୋଷ
(ଘ) ଉପାଧ୍ ଦୁଷ୍ଟ ଦୋଷ
Answer:
(ଘ) ଉପାଧ୍ ଦୁଷ୍ଟ ଦୋଷ

22. ‘“ ନବବଧୂର ଗୃହ ପ୍ରବେଶ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ।’’ ଏହା କେଉଁ ପ୍ରକାର ତର୍କଦୋଷ ଅଟେ ?
(କ) ଅତଃ ପରଂ ତସ୍ମାଦତଃ ତର୍କଦୋଷ
(ଖ) କାରଣ ସ୍ଥାନେ ଉପକାରଣ ଗ୍ରହଣ ତର୍କଦୋଷ
(ଗ) ଉପକାରଣ-କାରଣ ତର୍କଦୋଷ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଅତଃ ପରଂ ତସ୍ମାଦତଃ ତର୍କଦୋଷ

23. ‘ମାଡ଼କୁ ମହାଦେବ ଡରିଛନ୍ତି, ତୁମେ କ’ଣ ତାଙ୍କଠାରୁ ବଡ଼ ? ତେଣୁ ତୁମକୁ ଆମ ଯୁକ୍ତିକୁ ମାନିବାକୁ ହେବ ।”’ ଏହା କି ପ୍ରକାର ତର୍କଦୋଷ ?
(କ) ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କଦୋଷ
(ଖ) ଲୋକୋତ୍ତେଜକ ତର୍କଦୋଷ
(ଗ) ଆପଦ୍ବାହି ତର୍କଦୋଷ
(ଘ) ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷ
Answer:
(ଘ) ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷ

24. ନିଜର ବିଧବଦ୍ଧ ଯୁକ୍ତି ଉପସ୍ଥାପନ ନ କରି କଥା କଥାକେ ବେଦ, ପୁରାଣ, ଶାସ୍ତ୍ର, ପ୍ରତିଷ୍ଠିତ ଜ୍ଞାନୀ, ସଦ୍‌ଗୁରୁମାନଙ୍କ ଉକ୍ତିଦ୍ଵାରା ନିଜର ଯୁକ୍ତିକୁ ଉପସ୍ଥାପନ କରିବାକୁ କି ପ୍ରକାର ତର୍କଦୋଷ କୁହାଯାଏ ?
(କ) ଆସ୍ତଦ୍ବାହି ତର୍କଦୋଷ
(ଖ) ଲୋକୋତ୍ତେଜକ ତର୍କଦୋଷ
(ଗ) ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କଦୋଷ
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ

25. କିଏ ପାରମ୍ପରିକ ତର୍କଶାସ୍ତ୍ରର ଜନକ ରୂପେ ପରିଚିତ ?
(କ) ମିଲ୍
(ଖ) ଜେଭନ୍
(ଗ) ଫାଉଲାର
(ଘ) ଆରିଷ୍ଟଟଲ୍
Answer:
(ଘ) ଆରିଷ୍ଟଟଲ୍

26. ନିମ୍ନୋକ୍ତ କେଉଁ ଶାସ୍ତ୍ରଟି ପାରମ୍ପରିକ ତର୍କଶାସ୍ତ୍ର ଉପରେ ଦଣ୍ଡାୟମାନ ହୋଇଛି ?
(କ) ନୀତିଶାସ୍ତ୍ର
(ଖ) ଆଧୁନିକ ତର୍କଶାସ୍ତ୍ର
(ଗ) ଦର୍ଶନଶାସ୍ତ୍ର
(ଘ) କୌଣସିଟି ନୁହେଁ
Answer:
(ଖ) ଆଧୁନିକ ତର୍କଶାସ୍ତ୍ର

CHSE Odisha Class 12 Logic Unit 3 Objective Questions in Odia Medium

27. କେଉଁ ଶାସ୍ତ୍ରର ବିକାଶ ଓ ଉତ୍କର୍ଷ ପ୍ରତୀକାତ୍ମକ ତର୍କଶାସ୍ତ୍ରର ଉତ୍କର୍ଷ ପାଇଁ ବହୁ ପରିମାଣରେ ଦାୟୀ ? (ଖ) ନୀତିଶାସ୍ତ୍ର (ଗ) ଦର୍ଶନଶାସ୍ତ୍ର (ଘ) ସମସ୍ତ ଉତ୍ତର ଠିକ୍
(କ) ଗଣିତଶାସ୍ତ୍ର
(ଖ) ନୀତିଶାସ୍ତ୍ର
(ଗ) ଦର୍ଶନଶାସ୍ତ୍ର
(ଘ) ସମସ୍ତ ଉତ୍ତର ଠିକ୍
Answer:
(କ) ଗଣିତଶାସ୍ତ୍ର

28. କେଉଁ ଶାସ୍ତ୍ରକୁ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ ?
(କ) ନୀତିଶାସ୍ତ୍ର
(ଖ) ଦର୍ଶନଶାସ୍ତ୍ର
(ଗ) ରାଜନୀତିଶାସ୍ତ୍ର
(ଘ) ଗଣିତଶାସ୍ତ୍ର
Answer:
(ଘ) ଗଣିତଶାସ୍ତ୍ର

29. କେଉଁ ଦୁଇଟି ସ୍ଵରୂପ ଉପରେ ପ୍ରତୀକାତ୍ମକ ତର୍କଶାସ୍ତ୍ର ଗୁରୁତ୍ଵ ଦେଇଥାଏ ?
(କ) ବୈଧ ଓ ଅବୈଧ
(ଖ) ଅବରୋହ ଓ ଆରୋହ
(ଗ) ଚଳ ଓ ସ୍ଥିରାଙ୍କ
(ଘ) କୌଣସିଟି ନୁହେଁ
Answer:
(ଗ) ଚଳ ଓ ସ୍ଥିରାଙ୍କ

30. କେଉଁ ତର୍କଶାସ୍ତ୍ରବିଦ୍ ପ୍ରତୀକାତ୍ମକ ତର୍କଶାସ୍ତ୍ରର ତିନୋଟି ଲକ୍ଷଣ ବିଷୟରେ କହିଛନ୍ତି ?
(କ) ଆରିଷ୍ଟଟଲ୍
(ଖ) ସକ୍ରେଟିସ୍
(ଗ) ପ୍ଲେଟୋ
(ଘ) ସି.ଆଇ.ଲିଉଇସ୍
Answer:
(ଘ) ସି.ଆଇ.ଲିଉଇସ୍

31. ନିମ୍ନଲିଖ ମଧ୍ୟରୁ କେଉଁ ଗୋଟିକ ପ୍ରତୀକାତ୍ମକ ତର୍କଶାସ୍ତ୍ରର ଲକ୍ଷଣ ନୁହେଁ ?
(କ) ପ୍ରତ୍ୟୟାତ୍ମକ ଚିହ୍ନର ବ୍ୟବହାର
(ଖ) ଅବରୋହ ପଦ୍ଧତିର ପ୍ରୟୋଗ
(ଗ) ଚଳ ଓ ସ୍ଥିରାଙ୍କ ବ୍ୟବହାର
(ଘ) ତାଦାତ୍ମ୍ୟ ନିୟମର ପ୍ରୟୋଗ
Answer:
(ଘ) ତାଦାତ୍ମ୍ୟ ନିୟମର ପ୍ରୟୋଗ

32. ଧ୍ୱନ୍ୟାତ୍ମକ ଚିହ୍ନ(Phonogram) ବଦଳରେ କେଉଁ ଚିହ୍ନ ପ୍ରତୀକାତ୍ମକ ତର୍କଶାସ୍ତ୍ରର ବିଶେଷ ଉପଯୋଗୀ ହୋଇଥାଏ ?
(କ) ଗାଣିତିକ ଚିହ୍ନ
(ଖ) ଜ୍ୟାମିତିକ ଚିହ୍ନ
(ଗ) ପ୍ରତ୍ୟୟାତ୍ମକ ଚିହ୍ନ
(ଘ) କୌଣସିଟି ନୁହେଁ
Answer:
(ଗ) ପ୍ରତ୍ୟୟାତ୍ମକ ଚିହ୍ନ

33. ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର କ’ଣ ଅଟେ ?
(କ) ଶବ୍ଦ
(ଖ) ବାକ୍ୟ
(ଗ) ଅକ୍ଷର
(ଘ) ଧ୍ଵନି
Answer:
(ଘ) ଧ୍ଵନି

34. ଅକ୍ଷରଗୁଡ଼ିକ ସାହାଯ୍ୟରେ ଲିପିବଦ୍ଧ ଚିହ୍ନକୁ କ’ଣ କୁହାଯାଏ ?
(କ) ପ୍ରତ୍ୟୟାତ୍ମକ ଚିହ୍ନ
(ଖ) ଶବ୍ଦ
(ଗ) ଧ୍ଵନ୍ୟାତ୍ମକ ଚିହ୍ନ
(ଘ) କୌଣସିଟି ନୁହେଁ
Answer:
(ଗ) ଧ୍ଵନ୍ୟାତ୍ମକ ଚିହ୍ନ

35. ଶବ୍ଦ ପରିବର୍ତ୍ତେ ଅବାଚନିକ ପ୍ରତୀକର ବ୍ୟବହାର ପାଇଁ କେଉଁ ଚିହ୍ନ ପ୍ରୟୋଗ କରାଯାଏ ?
(କ) ଧ୍ଵନ୍ଯାତ୍ମକ
(ଖ) ପ୍ରତ୍ୟୟାତ୍ମକ
(ଗ) ଗାଣିତିକ
(ଘ) ଜ୍ୟ।ମିତିକ
Answer:
(ଖ) ପ୍ରତ୍ୟୟାତ୍ମକ

36. ‘ବର୍ଗମୂଳ’ କେଉଁ ଚିହ୍ନ ଅଟେ ?
(କ) ଧ୍ଵନ୍ଯାତ୍ମକ
(ଖ) ପ୍ରତ୍ୟୟାତ୍ମକ
(ଗ) ମୌଳିକ
(ଘ) ଯୌଗିକ
Answer:
(କ) ଧ୍ଵନ୍ୟାତ୍ମକ

CHSE Odisha Class 12 Logic Unit 3 Objective Questions in Odia Medium

37. ‘√’ କେଉଁ ଚିହ୍ନ ଅଟେ ?
(କ) ଧ୍ଵନ୍ଯାତ୍ମକ
(ଖ) ପ୍ରତ୍ୟୟାତ୍ମକ
(ଗ) ମୌଳିକ
(ଘ) ଯୌଗିକ
Answer:
(ଖ) ପ୍ରତ୍ୟୟାତ୍ମକ

38. +, -, ×,+, =, ≡, ∨, ⊃ ଆଦି ଚିହ୍ନଗୁଡ଼ିକୁ କ’ଣ କୁହାଯାଏ ?
(କ) ସ୍ଥିରାଙ୍କ
(ଖ) ଚଳ
(ଗ) ସଂଯୋଜକ
(ଘ) କୌଣସିଟି ନୁହେଁ
Answer:
(କ) ସ୍ଥିରାଙ୍କ

39. କ, ଖ, ଗ (x, Y, z) ଆଦି ବର୍ଷଗୁଡ଼ିକୁ କ’ଣ କୁହାଯାଏ ?
(କ) ସ୍ଥିରାଙ୍କ
(ଖ) ଚଳ
(ଗ) ସଂଯୋଜକ
(ଘ) ସବୁ ଉତ୍ତରଗୁଡ଼ିକ ଠିକ୍
Answer:
(ଖ) ଚଳ

40. ଯାହାର ମୂଲ୍ୟ ପରିବର୍ତ୍ତନଶୀଳ ତାକୁ କ’ଣ କୁହାଯାଏ ?
(କ) ଚଳ
(ଖ) ସ୍ଥିରାଙ୍କ
(ଗ) ଆପାଦନ
(ଘ) ବିରୁଦ୍ଧ
Answer:
(କ) ଚଳ

41. ଯାହାର ମୂଲ୍ୟ ଅପରିବର୍ତିତ ରହେ ତାହାକୁ କ’ଣ କହନ୍ତି ?
(କ) ଚଳ
(ଖ) ସ୍ଥିରାଙ୍କ
(ଗ) ବିକଳ୍ପକ
(ଘ) ବିଯୋଜକ
Answer:
(ଖ) ସ୍ଥିରାଙ୍କ

42. ନାସ୍ତିବାଚକର ଚିହ୍ନ କ’ଣ ଅଟେ ?
(କ) ∨
(ଖ) ∧
(ଗ) ≡
(ଘ) ~
Answer:
(ଘ) ~

43. ଆପାଦନର ଚିହ୍ନ କ’ଣ ଅଟେ ?
(କ) ⊃
(ଖ) •
(ଗ) ≡
(ଘ) ∨
Answer:
(କ) ⊃

44. ସଂଯୋଜକର ଚିହ୍ନ କ’ଣ ଅଟେ ?
(କ) ⊃
(ଖ) •
(ଗ) ≡
(ଘ) ∨
Answer:
(ଖ) •

45. ବୈକଳ୍ପିକର ଚିହ୍ନ କ’ଣ ଅଟେ ?
(କ) ⊃
(ଖ) •
(ଗ) ∧
(ଘ) ∨
Answer:
(ଗ) ∧

46. ବିଯୋଜକର ଚିହ୍ନ କ’ଣ ଅଟେ ?
(କ) ∨
(ଖ) ⊃
(ଗ) •
(ଘ) ∧
Answer:
(କ) ∨

47. ସମତୁଲ୍ୟର ଚିହ୍ନ କ’ଣ ଅଟେ ?
(କ) ∨
(ଖ) ∧
(ଗ) ≡
(ଘ) •
Answer:
(ଗ) ≡

48. ‘ଯଦି …ତେବେ’ର ସ୍ଥିରାଙ୍କ କ’ଣ ଅଟେ ?
(କ) ∨
(ଖ) ⊃
(ଗ) •
(ଘ) ≡
Answer:
(ଖ) ⊃

49. ‘ଏବଂ ର ସ୍ଥିରାଙ୍କ କ’ଣ ଅଟେ ?
(କ) ⊃
(ଖ) ≡
(ଗ) •
(ଘ) ~
Answer:
(ଖ) ≡

CHSE Odisha Class 12 Logic Unit 3 Objective Questions in Odia Medium

50. ନାସ୍ତିସୂଚକ (ନୁହେଁ)ର ସ୍ଥିରାଙ୍କ କ’ଣ ଅଟେ ?
(କ) ⊃
(ଖ) ∨
(ଗ) •
(ଘ) ~
Answer:
(ଘ) ~

51. ବୈକଳ୍ପିକ (କିମ୍ବା)ର ସ୍ଥିରାଙ୍କ କ’ଣ ଅଟେ ?
(କ) •
(ଖ) ∨
(ଗ) ⊃
(ଘ) ≡
Answer:
(ଖ) ∨

52. ବୈକଳ୍ପିକ (ଉଭୟ ନୁହେଁ)ର ସ୍ଥିରାଙ୍କ କ’ଣ ଅଟେ ?
(କ) •
(ଖ) ∧
(ଗ) ∨
(ଘ) ⊃
Answer:
(ଖ) ∧

53. ସମତୁଲ୍ୟ (ସମାର୍ଥବୋଧକ)ର ସ୍ଥିରାଙ୍କ କ’ଣ ଅଟେ ?
(କ) •
(ଖ) ∧
(ଗ) ∨
(ଘ) ≡
Answer:
(ଘ) ≡

54. ଯେତେବେଳେ ଗୋଟିଏ ଅଭିବ୍ୟକ୍ତିର ମୂଲ୍ୟ ତତ୍‌ସନ୍ନିହିତ ଚଳର ମୂଲ୍ୟ ଉପରେ ନିର୍ଭରଶୀଳ ହୁଏ, ତାହାକୁ କ’ଣ କୁହାଯାଏ ?
(କ) ସତ୍ୟସାରଣୀ
(ଖ) ସତ୍ୟଫଳନ
(ଗ) ସ୍ଥିରାଙ୍କ
(ଘ) ଚଳ
Answer:
(ଖ) ସତ୍ୟଫଳନ

55. ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ୱାରା ସମ୍ବନ୍ଧିତ ହେଲେ, ସେହି ସମ୍ବନ୍ଧର ସତ୍ୟଫଳନ ତଦନ୍ତର୍ଗତ ଚଳମାନଙ୍କର ସତ୍ୟ-ମିଥ୍ୟା ମୂଲ୍ୟ ଉପରେ ନିର୍ଭର କରେ । ଏହି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ କ’ଣ କୁହାଯାଏ ?
(କ) ସତ୍ୟଫଳନ
(ଖ) ସ୍ଥିରାଙ୍କ
(ଗ) ସତ୍ୟସାରଣୀ
(ଘ) ଚଳ
Answer:
(ଗ) ସତ୍ୟସାରଣୀ

56. ବିରୁଦ୍ଧ ଫଳନର ମେଟ୍ରିକ୍ସ ସଂଖ୍ୟା (Matrix Number) କ’ଣ ଅଟେ ?
(କ) ୦୦
(ଖ) ୧୦୦୦
(ଗ) ୧୧୧୦
(ଘ) ୧୦୧୧
Answer:
(କ) ୦୦

57. ସଂଯୋଜକ ଫଳନର ମେଟ୍ରିକ୍ସ ସଂଖ୍ୟା (Matrix Number) କ’ଣ ଅଟେ ?
(କ) ୧୧୧୦
(ଖ) ୧୦୦୧
(ଗ) ୧୦୦୦
(ଘ) ୧୦୧୧
Answer:
(ଗ) ୧୦୦୦

58. ବିଯୋଜକ ଫଳନର ମେଟ୍ରିକ୍ସ ସଂଖ୍ୟା (Matrix Number) କ’ଣ ଅଟେ ?
(କ) ୧୧୧୦
(ଖ) ୧୦୦୦
(ଗ) ୦୦
(ଘ) ୧୦୧୧
Answer:
(କ) ୧୧୧୦

59. ବୈକଳ୍ପିକ ଫଳନର ମେଟ୍ରିକ୍ସ ସଂଖ୍ୟା (Matrix Number) କ’ଣ ଅଟେ ?
(କ) ୧୧୧୦
(ଖ) ୧୦୦୦
(ଗ) ୦୧୧୧
(ଘ) କୌଣସିଟି ନୁହେଁ
Answer:
(ଗ) ୦୧୧୧

60. ଆପାଦନ ଫଳନର ମେଟ୍ରିକ୍ସ ସଂଖ୍ୟା (Matrix Number) କ’ଣ ଅଟେ ?
(କ) ୧୦୧୧
(ଖ) ୧୧୧୧
(ଗ) ୧୦୦୧
(ଘ) ୧୦୦୦
Answer:
(କ) ୧୦୧୧

61. ସମତୁଲ୍ୟତା ଫଳନର ମେଟ୍ରିକ୍ସ ସଂଖ୍ୟା (Matrix Number) କ’ଣ ଅଟେ ?
(କ) ୧୧୧୦
(ଖ) ୧୧୧୧
(ଗ) ୧୦୦୧
(ଘ) ୧୦୦୦
Answer:
(ଗ) ୧୦୦୧

62. ଯଦି ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍ସ ସଂଖ୍ୟା ବା ସୂଚକ ସଂଖ୍ୟା କେବଳ ‘୧’କୁ ନେଇ ଗଠିତ ହୋଇଥାଏ ତାକୁ କ’ଣ କୁହାଯାଏ ?
(କ) ପୁନରୁକ୍ତିକ
(ଖ) ବିରୁଦ୍ଧ
(ଗ) ଆପାଦିକ
(ଘ) କୌଣସିଟି ନୁହେଁ
Answer:
(କ) ପୁନରୁକ୍ତିକ

63. ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ସର୍ବଦା ମିଥ୍ୟା। ହୁଏ ଅର୍ଥାତ୍ ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍ସ ସଂଖ୍ୟା କେବଳ ‘o’କୁ ନେଇ ଗଠିତ ହୁଏ ତାକୁ କ’ଣ କୁହାଯାଏ ?
(କ) ଆପାତିକ
(ଖ) ବିରୁଦ୍ଧ
(ଗ) ପୁନରୁକ୍ତିକ
(ଘ) କୌଣସିଟି ନୁହେଁ
Answer:
(ଖ) ବିରୁଦ୍ଧ

64. ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ଅନିଶ୍ଚିତ ହୁଏ ଅର୍ଥାତ୍ କେତେକ କ୍ଷେତ୍ରରେ ସତ୍ୟ ଓ କେତେକ କ୍ଷେତ୍ରରେ ମିଥ୍ୟା ହୁଏ, ସେହି ସୂତ୍ରକୁ କ’ଣ କୁହାଯାଏ ?
(ଖ) ବିରୁଦ୍ଧ
(କ) ଆପାତିକ
(ଗ) ପୁନରୁକ୍ତିକ
(ଘ) କୌଣସିଟି ନୁହେଁ
Answer:
(କ) ଆପାତିକ

CHSE Odisha Class 12 Logic Unit 3 Objective Questions in Odia Medium

B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ‘ଆ’ ତର୍କବାକ୍ୟରୁ ‘ଆ’ ସମବର୍ତ୍ତିତ ହେଲେ କେଉଁ ପ୍ରକାର ଦୋଷ ଜାତ ହୋଇଥାଏ ?
Answer:
ଆ- ତର୍କବାକ୍ୟର ସମବର୍ତ୍ତନଜନିତ ଦୋଷ

2. ‘ଓ’ ତର୍କବାକ୍ୟରୁ ‘ଓ’ ତର୍କବାକ୍ୟ ସମବର୍ତ୍ତିତ ହେଲେ କେଉଁ ଦୋଷ ଜାତ ହୋଇଥାଏ ?
Answer:
‘ଓ’ ତର୍କବାକ୍ୟର ସମବର୍ତ୍ତନଜନିତ ଦୋଷ

3. କୌଣସି ତ୍ରିପଦୀଯୁକ୍ତିରେ ଚାରୋଟି ପଦ ଥିଲେ, କେଉଁ ଦୋଷ ଜାତ ହୋଇଥାଏ ?
Answer:
ଚତୁଷ୍ପଦୀ ଦୋଷ

4. ତ୍ରିପଦୀଯୁକ୍ତିର ହେତୁବାକ୍ୟ ଦ୍ଵୟରେ ଯଦି ହେତୁପଦ ଥରେ ସୁଦ୍ଧା ବ୍ୟାପ୍ୟ ହୋଇନଥାଏ, ତାହାକୁ କ’ଣ କୁହାଯାଏ ?
Answer:
ଅବ୍ଯାପ୍ୟ ହେତୁକ ଦୋଷ

5. ପକ୍ଷପଦ ହେତୁବାକ୍ୟରେ ଅବ୍ଯାପ୍ୟ, ମାତ୍ର ସିଦ୍ଧାନ୍ତରେ ବ୍ୟାପ୍ୟ ହେଲେ ଏହାକୁ କେଉଁ ଦୋଷ ବୋଲି କୁହାଯାଏ ?
Answer:
ଅବୈଧ ପକ୍ଷତା ଦୋଷ

6. ସାପଦ ହେତୁବାକ୍ୟରେ ଅବ୍ୟାପ୍ୟ, ମାତ୍ର ସିଦ୍ଧାନ୍ତରେ ବ୍ୟାପ୍ୟ ହେଲେ କେଉଁ ଦୋଷ ଜାତ ହୋଇଥାଏ ?
Answer:
ଅବୈଧ ସାଧ୍ୟତା ଦୋଷ

7. ତ୍ରିପଦୀଯୁକ୍ତିରେ ଉଭୟ ନଞର୍ଥକ ହେତୁବାକ୍ୟରୁ ସିଦ୍ଧାନ୍ତ ଗ୍ରହଣ କଲେ କେଉଁ ଦୋଷ ଜାତ ହୋଇଥାଏ ?
Answer:
ଉଭୟ ନଞର୍ଥକ ହେତୁବାକ୍ୟ ଦୋଷ

8. ତ୍ରିପଦୀଯୁକ୍ତିରେ ଉଭୟ ବିଶେଷ ହେତୁବାକ୍ୟରୁ ସିଦ୍ଧାନ୍ତ ଗ୍ରହଣ କଲେ କେଉଁପ୍ରକାର ଦୋଷ ଜାତ ହୋଇଥାଏ ?
Answer:
ଉଭୟ ବିଶେଷ ହେତୁବାକ୍ୟ ଦୋଷ

9. ଆଲୋଚନା ବା ଯୁକ୍ତିକାଳରେ ବ୍ୟବହୃତ ପଦ ଗୋଟିଏ ଅର୍ଥରୁ ଅନ୍ୟ ଏକ ଅର୍ଥକୁ ପରିବର୍ତ୍ତିତ ହେଲେ ଯେଉଁ ଦୋଷ ଜାତ ହୋଇଥାଏ, ତାହାକୁ କ’ଣ କହନ୍ତି ?
Answer:
ବ୍ଯର୍ଥକ ପଦ ଦୋଷ

10. କୌଣସି ଯୁକ୍ତିରେ ସାଦୃଶ୍ୟ ଥ‌ିବା ଶବ୍ଦଦ୍ଵୟକୁ ଏକା ଅର୍ଥରେ ଗ୍ରହଣ କଲେ ତାହାକୁ କେଉଁ ଦୋଷ କୁହାଯାଏ ?
Answer:
ସଦୃଶ ସାଧୂ ଦୋଷ

11. ବାକ୍ୟଟି ଉଚ୍ଚାରଣ ସମୟରେ ବିଭିନ୍ନ ଶବ୍ଦମାନଙ୍କର ଦୃଢ଼ ଉଚ୍ଚାରଣ କରିବାଦ୍ୱାରା ଯେଉଁ ବିଭିନ୍ନ ଅର୍ଥ ପ୍ରକାଶ ହୋଇଥାଏ, ତାହାକୁ କେଉଁ ଦୋଷ କୁହାଯାଏ ?
Answer:
ଭଜାରଶଜନିତ ଦୋଷ

12. ଯୁକ୍ତି କ୍ଷେତ୍ରରେ ବ୍ୟଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ସମଷ୍ଟିଗତ ଅର୍ଥରେ ଗ୍ରହଣ କଲେ କେଉଁ ଦୋଷ ଜାତ ହୋଇଥାଏ ?
Answer:
ସମାହାର ଦୋଷ

13. ଯୁକ୍ତିକ୍ଷେତ୍ରରେ ସମଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ବ୍ୟଷ୍ଟିଗତ ଅର୍ଥରେ ଗ୍ରହଣ କଲେ କେଉଁ ଦୋଷ ଜାତ ହୋଇଥାଏ ?
Answer:
ଅସମାହାର ଦୋଷ

14. ଜଳ ପାନୀୟ ଅଟେ ।
ନଳାପାଣି ଜଳ ଅଟେ ।
_________________
∴ ନଳାପାଣି ପାନୀୟ ଅଟେ ।
ଏହା କି ପ୍ରକାର ଦୋଷ ଅଟେ ?
Answer:
ଔପାଧ୍ଵତା ଦୋଷ

15. ‘‘ନବବଧୂର ଗୃହପ୍ରବେଶ ବୃଦ୍ଧବ୍ୟକ୍ତିଙ୍କ ମୃତ୍ୟୁର କାରଣ’’ । ଏହା କେଉଁ ଦୋଷର ଏକ ପ୍ରମୁଖ ଉଦାହରଣ ଅଟେ ?
Answer:
ଅତଃ ପରଂ ତତ୍ସାଦତଃ ଦୋଷ

16. ଅତଃପରଂ ତସ୍ମାଦତଃ ଦୋଷକୁ ଅନ୍ୟ କେଉଁ ନାମରେ ନାମିତ କରାଯାଇଛି ?
Answer:
କାକତାଳୀୟ ନ୍ୟାୟ

17. ‘ବୀଜହିଁ ବୃକ୍ଷର ଏକମାତ୍ର କାରଣ ବୋଲି କୁହାଯାଏ’’ । ଏହାକୁ କେଉଁ ଦୋଷ କୁହାଯାଏ ?
Answer:
କାରଣ ସ୍ଥାନେ ଉପକାରଣ ଗ୍ରହଣ ତର୍କଦୋଷ

18. ସମସ୍ତ ଉପକାରଣକୁ ବିଚାରକୁ ନ ନେଇ ଯେକୌଣସି ଗୋଟିଏ ଅଥବା ଏକ ବିଶିଷ୍ଟ ଉପକାରଣକୁ କାରଣ ବୋଲି ମାନିନେଲେ କେଉଁ ତର୍କଦୋଷ ଜାତ ହୋଇଥାଏ ?
Answer:
ଉପକାରଣ ତର୍କଦୋଷ

19. ନଞର୍ଥକ ଉପକାରଣକୁ ଉପେକ୍ଷା କରିବାଦ୍ୱାରା ଯେଉଁ ତର୍କଦୋଷ ଜାତ ହୁଏ, ତାହାକୁ କେଉଁ ତର୍କଦୋଷ କୁହାଯାଏ ?
Answer:
କାରଣରୁ ନଞର୍ଥକ ଉପକାରଣର ଅନ୍ତର ତଦୋଷ

20. ‘ଦିବସ ପୂର୍ବରୁ ରାତ୍ରି ଆସେ, ରାତ୍ରି ପୂର୍ବରୁ ଦିବସ ଆସେ’’ । ଏହା କେଉଁ ତର୍କଦୋଷର ଉଦାହରଣ ଅଟେ ?
Answer:
ସହକାର୍ଯ୍ୟ କାରଣତା ଦୋଷ

CHSE Odisha Class 12 Logic Unit 3 Objective Questions in Odia Medium

21. ଗୋଟିଏ ଘଟଣାର କେତେକ ବିଶିଷ୍ଟ ଲକ୍ଷଣ ଥାଏ । ଏ କ୍ଷେତ୍ରରେ ଗୋଟିଏ ଲକ୍ଷଣକୁ ଅନ୍ୟ ଲକ୍ଷଣର କାରଣ ବୋଲି ଗ୍ରହଣ କରିବାକୁ କେଉଁ ଦୋଷ କୁହାଯାଏ ?
Answer:
ସହଲକ୍ଷଣ କାରଣତା ଦୋଷ

22. ଅନେକ ସମୟରେ କାରଣକୁ କାର୍ଯ୍ୟଭାବେ ଅଥବା କାର୍ଯ୍ୟକୁ କାରଣଭାବେ ଗ୍ରହଣ କରିବାକୁ କେଉଁ ତର୍କଦୋଷ କୁହାଯାଏ ?
Answer:
କାରଣ-କାର୍ଯ୍ୟ ଭ୍ରମ ତର୍କଦୋଷ

23. ଜଣେ ବିଦେଶୀ ପର୍ଯ୍ୟଟକ କୌଣସି ଦେଶର କେତୋଟି ମାତ୍ର ସମୃଦ୍ଧ ନଗରୀ ପରିଦର୍ଶନ କରି ସମଗ୍ର ଦେଶକୁ ତଦ୍ରୂପ ବୋଲି ବିବେଚନା କଲେ କେଉଁ ତର୍କଦୋଷ ଜାତ ହୁଏ ?
Answer:
ଅବୈଧ ସାମାନ୍ୟକରଣ ଦୋଷ

24. ‘ରେଡ଼ିଓ ମଧ୍ଯ ନିଃଶ୍ଵାସ ପ୍ରଶ୍ଵାସ ନେଇପାରେ, କାରଣ ଏହା ମନୁଷ୍ୟ ତୁଲ୍ୟ କଥାବାର୍ତ୍ତା କରିପାରେ’’ । – ଏହା କେଉଁ ତର୍କଦୋଷର ଉଦାହରଣ ଅଟେ ?
Answer:
ଦୁଷ୍ଟ ବା ଦୁର୍ବଳ ଉପମା ତର୍କଦୋଷ

25. ଯୁକ୍ତି କଲାବେଳେ ପ୍ରତିପାଦ୍ୟ ବିଷୟର ପ୍ରତିଶବ୍ଦକୁ ବ୍ୟବହାର କରି ଅଥବା ତାହାକୁ ଭିନ୍ନ ଅର୍ଥରେ ସ୍ୱୀକାର କରିନେବାଦ୍ୱାରା ଯେଉଁ ତର୍କଦୋଷ ଜାତ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ପ୍ରତିପାଦ୍ୟ ସ୍ଵୀକାର ତର୍କଦୋଷ

26. ପ୍ରତିପାଦ୍ୟ ସ୍ଵୀକାର ତର୍କଦୋଷ କୌଣସି ଯୁକ୍ତିରେ ଗୋଟିଏ ଅଗ୍ରହଣୀୟ ହେତୁବାକ୍ୟରୁ ସିଦ୍ଧାନ୍ତ ଗ୍ରହଣ କରିବାଦ୍ୱାରା କେଉଁ ତର୍କଦୋଷ ଜାତ ହୋଇଥାଏ ?
Answer:
ଅନୁଚିତ ହେତୁବାକ୍ୟ ସ୍ବୀକାର ଦୋଷ

27. ସ୍ଵପକ୍ଷ ଯୁକ୍ତିକୁ ଉପଯୁକ୍ତ ସମର୍ଥନଦ୍ୱାରା ପ୍ରତିପାଦନ କରିବାରେ ଅସମର୍ଥ ହୋଇ ପ୍ରତିପକ୍ଷ ଯୁକ୍ତିର ଅସାରତା ପ୍ରତିପାଦନ କରିବା ଦୋଷକୁ କ’ଣ କୁହାଯାଏ ?
Answer:
ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କଦୋଷ

28. କୌଣସି ମତର ସମର୍ଥନ ବା ବିରୋଧ କରିବା ନିମିତ୍ତ ଯୁକ୍ତିର ଅବତାରଣା ନକରି ଉତ୍ତେଜକ ଭାଷାର ପ୍ରୟୋଗଦ୍ଵାରା ଶ୍ରୋତାମାନଙ୍କର ଭାବାବେଗ ଉଦ୍ରେକ କରିବାର ପ୍ରୟାସକୁ କେଉଁ ତର୍କଦୋଷ କୁହାଯାଏ ? .
Answer:
ଲୋକୋତ୍ତେଜକ ତର୍କଦୋଷ

29. ପ୍ରତିପକ୍ଷର ଅଜ୍ଞତାର ସୁଯୋଗ ନେଇ ନିଜର ମତକୁ ସ୍ଵୀକାର କରାଇନେବା ପ୍ରୟାସକୁ କି ପ୍ରକାର ତର୍କଦୋଷ କୁହାଯାଏ ?
Answer:
‘ପରାଜ୍ଞତା ଦୃଷ୍ଟା ସ୍ଵମତ ପ୍ରତିଷ୍ଠା’ ତର୍କଦୋଷ

30. କଥାକଥାକେ ବେଦ, ପୁରାଣ, ଶାସ୍ତ୍ର, ସୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଉକ୍ତିଦ୍ୱାରା ନିଜର ଯୁକ୍ତିକୁ ଉପସ୍ଥାନ କରିବା କେଉଁ ଦୋଷ ?
Answer:
ଆପ୍ତଦ୍ବାହି ତର୍କଦୋଷ

31. ‘ଆମର ଦାବି ମାନିନିଅ ନଚେତ୍ ଧ୍ବଂସ ପାଇଁ ପ୍ରସ୍ତୁତ ହୁଅ ।’’ ଏହା କେଉଁ ତର୍କଦୋଷର ଉଦାହରଣ ଅଟେ ?
Answer:
ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷ

32. ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷର ଅନ୍ୟ ଏକ ନାମ କ’ଣ ବୋଲି କୁହାଯାଇଥାଏ ?
Answer:
ମୁଷ୍ଟିକାଘାତ ତର୍କଦୋଷ

33. ପାରମ୍ପରିକ ତର୍କଶାସ୍ତ୍ରର ଜନକ କିଏ ?
Answer:
ଆରିଷ୍ଟଟଲ୍

CHSE Odisha Class 12 Logic Unit 3 Objective Questions in Odia Medium

34. କାହାକୁ ଆଧୁନିକ ତର୍କଶାସ୍ତ୍ର ବୋଲି କହନ୍ତି ?
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ର

35. କେଉଁଟି ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧୂତ ଓ ପରିବର୍ଦ୍ଧିତ ସଂସ୍କରଣ ?
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ର

36. କେଉଁ ତର୍କଶାସ୍ତ୍ରକୁ ମଧ୍ଯ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ ?
Answer:
ଗାଣିତିକ ତର୍କଶାସ୍ତ୍ର

37. କିଏ ତର୍କଶାସ୍ତ୍ରର ତିନୋଟି ବୈଶିଷ୍ଟ୍ୟ ଉଲ୍ଲେଖ କରିଛନ୍ତି ?
Answer:
ସି.ଆଇ. ଲିଉଇସ୍

38. ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର କେଉଁ ସୂଚକ ଅଟେ ?
Answer:
ଧ୍ଵନିସୂଚକ

39. ଯାହା ଅବାଚନିକ ଏବଂ ଚିନ୍ତାକୁ ସାକ୍ଷାତ୍ ଭାବରେ ଉପସ୍ଥାପନ କରିଥାଏ, ତାହାକୁ କ’ଣ କୁହାଯାଏ ?
Answer:
ପ୍ରତୀକାତ୍ମକ ଚିହ୍ନ

40. ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଧନ୍ୟାତ୍ମକ ଚିହ୍ନ ପରିବର୍ତ୍ତେ କ’ଣ ବ୍ୟବହାର କରାଯାଏ ?
Answer:
ପ୍ରତୀକାତ୍ମକ ଚିହ୍ନ

41. ‘ପ୍ରଶ୍ନବାଚକ’କୁ କେଉଁ ଚିହ୍ନ କୁହାଯାଏ ?
Answer:
ଧ୍ବନିସୂଚକ

42. ‘+’ କେଉଁ ଚିହ୍ନ ଅଟେ ?
ପ୍ରତୀକାତ୍ମକ ଚିହ୍ନ

43. ଯାହା ପରିବର୍ତ୍ତନଶୀଳ ତାହାକୁ କ’ଣ କୁହାଯାଏ ?
Answer:
ଚଳ

44. ତର୍କଶାସ୍ତ୍ରରେ ଯେଉଁ ଚଳ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ତର୍କଶାସ୍ତ୍ର।ୟ ଚଳ

45. ’ ଯାହା ପରିବର୍ତ୍ତନଶୀଳ ନୁହେଁ ତାହାକୁ କ’ଣ କୁହାଯାଏ ?
Answer:
ସ୍ଥିରାଙ୍କ

46. ତର୍କଶାସ୍ତ୍ରରେ ଯେଉଁ ସ୍ଥିରାଙ୍କ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ?
Answer:
ତର୍କଶାସ୍ତ୍ର।ୟ ସ୍ଥିରାଙ୍କ

47. ଆପାଦନ (ଯଦି ……….ତେବେ) ର ଚିହ୍ନ କ’ଣ ଅଟେ ?
Answer:

CHSE Odisha Class 12 Logic Unit 3 Objective Questions in Odia Medium

48. ସଂଯୋଜକ (ଏବଂ) ର ଚିହ୍ନ କ’ଣ ଅଟେ ?
Answer:

49. ନାସ୍ତିସୂଚକ (ନୁହେଁ) ର ଚିହ୍ନ କ’ଣ ଅଟେ ?
Answer:
~
50. ବିଯୋଜକ (କିମ୍ବା)ର ଚିହ୍ନ କ’ଣ ଅଟେ ?
Answer:

51. ବୈକଳ୍ପିକ (ଉଭୟ ନୁହେଁ)ର ଚିହ୍ନ କ’ଣ ଅଟେ ?
Answer:

52. ସମତୁଲ୍ୟ ( ସମାର୍ଥବୋଧକ)ର ଚିହ୍ନ କ’ଣ ଅଟେ ?
Answer:

53. ଗଣିତରେ ଗୋଟିଏ ଅଭିବ୍ୟକ୍ତିକୁ କ’ଣ କୁହାଯାଏ ?
Answer:
ଫଳନ

54. ଯେତେବେଳେ ଗୋଟିଏ ଅଭିବ୍ୟକ୍ତିର ମୂଲ୍ୟ ତତ୍ ସନ୍ନିହିତ ଚଳ ଉପରେ ନିର୍ଭରଶୀଳ ହୁଏ, ତାହାକୁ କ’ଣ କୁହାଯାଏ ? .
Answer:
ସତ୍ୟଫଳନ

55. ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ୱାରା ସମ୍ବନ୍ଧିତ ହେଲେ, ସେହି ସମ୍ବନ୍ଧର ମୂଲ୍ୟ ନିର୍ଦ୍ଧାରଣ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ସତ୍ୟସାରଣୀ

56. କାହାକୁ ସତ୍ୟଫଳନର ସଂଜ୍ଞା ବୋଲି କହନ୍ତି ?
Answer:
ସତ୍ୟସାରଣୀ

57. ସତ୍ୟଫଳନର ମୂଲ୍ୟ ଯଦି ସଦାସର୍ବଦା ସତ୍ୟ ହୁଏ ଅର୍ଥାତ୍ ଯଦି ସତ୍ୟସାରଣୀର ମୁଖ୍ୟ ବା ସୂଚକ ସଂଖ୍ୟା କେବଳ ‘୧’ କୁ ନେଇ ଗଠିତ ହୁଏ, ତାହାକୁ କ’ଣ କହନ୍ତି ?
Answer:
ପୁନରୁକ୍ତିକ (Tautology)

58. ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ସର୍ବଦା ମିଥ୍ୟା ଅର୍ଥାତ୍ ‘0’ (Zero) ହୁଏ ତେବେ ସେହି ସୂତ୍ରକୁ କ’ଣ କୁହାଯାଏ ?
Answer:
ବିରୁଦ୍ଧ (Contradictory)

59. ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ଅନିଶ୍ଚିତ ହୁଏ ଅର୍ଥାତ୍ କେତେକ କ୍ଷେତ୍ରରେ ସତ୍ୟ ଏବଂ କେତେକ କ୍ଷେତ୍ରରେ ମିଥ୍ୟା ହୁଏ ବା ସୂତ୍ରକୁ କ’ଣ କୁହାଯାଏ ?
Answer:
ଆପାତିକ (Contingent)

60. ଆପାଦନ ଫଳନର ମେଟ୍ରିକ୍‌ସ ସଂଖ୍ୟାଟି କ’ଣ ଅଟେ ?
Answer:
୧୦୧୧

61. ସମତୁଲ୍ୟତା ଫଳନର ମେଟ୍ରିକ୍‌ସ୍ ସଂଖ୍ୟାଟି କ’ଣ ଅଟେ ?
Answer:
୧୦୦୧

62. ବିଯୋଜକ ଫଳନର ମେଟ୍ରିକ୍‌ ସଂଖ୍ୟାଟି କ’ଣ ଅଟେ ?
Answer:
୧୧୧୦

63. ସଂଯୋଜକ ଫଳନର ମେଟ୍ରିକ୍‌ସ ସଂଖ୍ୟାଟି କ’ଣ ଅଟେ ?
Answer:
୧୦୦୦

CHSE Odisha Class 12 Logic Unit 3 Objective Questions in Odia Medium

64. ବିରୁଦ୍ଧ ଫଳନର ମେଟ୍ରିକ୍‌ସ୍ ସଂଖ୍ୟାଟି କ’ଣ ଅଟେ ?
Answer:
୦୦

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ‘ଆ’ ତର୍କବାକ୍ୟର ସମବର୍ତ୍ତିତ ‘ଆ’ ହୁଏ ।
ଏହାକୁ ‘ଆ’ ତର୍କବାକ୍ୟର ଅସରଳ ସମବର୍ତ୍ତନଜନିତ ଦୋଷ କୁହାଯାଏ । (ଭୁଲ୍)
‘ଆ’ ତର୍କବାକ୍ୟର ସମବର୍ଷିତ ‘ଆ’ ହୁଏ ।
Answer:
ଏହାକୁ ‘ଆ’ ତର୍କବାକ୍ୟର ସରଳ ସମବର୍ତ୍ତନଜନିତ ଦୋଷ କୁହାଯାଏ । (ଠିକ୍)

2. ‘ଓ’ ତର୍କବାକ୍ୟର ସମବର୍ତ୍ତନ ସମ୍ଭବ ଅଟେ । (ଭୁଲ୍)
Answer:
‘ଓ’ ତର୍କବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ । (ଠିକ୍)

3. ଜେଭନ୍ ବସ୍ତୁଗତ ବ୍ୟାବର୍ତ୍ତନକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି । (ଭୁଲ୍)
Answer:
ବେନ୍ ବସ୍ତୁଗତ ବ୍ୟାବର୍ତ୍ତନକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି । (ଠିକ୍)

4. ତ୍ରିପଦୀଯୁକ୍ତିରେ କେବଳ ତିନୋଟି ପଦ ରହିଲେ ଚତୁଷ୍ପଦୀ ଦୋଷ ଜାତ ହୋଇଥାଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିରେ ଚାରୋଟି ପଦ ରହିଲେ ଚତୁଷ୍ପଦୀ ଦୋଷ ଜାତ ହୋଇଥାଏ । (ଠିକ୍)

5. ତ୍ରିପଦୀଯୁକ୍ତିରେ ମଧ୍ୟପଦ ଆଦୌ ବ୍ୟାପ୍ୟ ହୋଇ ନ ଥିଲେ ସେଠାରେ ଅବୈଧ ସାଧତା ଦୋଷ ଜାତ ହୁଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିରେ ମଧ୍ୟପଦ ଆଦୌ ବ୍ୟାପ୍ୟ ହୋଇନଥିଲେ ସେଠାରେ ଅବ୍ୟାପ୍ୟ ମଧ୍ୟପଦ ଦୋଷ ଜାତ ହୁଏ । (ଠିକ୍)

6. ତ୍ରିପଦୀଯୁକ୍ତିରେ ପକ୍ଷପଦଟି ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇ ପକ୍ଷାବୟବରେ ଅବ୍ୟାପ୍ୟ ରହିଲେ ଅବୈଧ ସାଧତା ଦୋଷ ଜାତ ହୁଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିରେ ପକ୍ଷପଦଟି ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇ ପକ୍ଷାବୟବରେ ଅବ୍ୟାପ୍ୟ ରହିଲେ ଅବୈଧ ପକ୍ଷତା ଦୋଷ ଜାତ ହୁଏ । (ଠିକ୍)

7. ତ୍ରିପଦୀଯୁକ୍ତିରେ ପକ୍ଷପଦଟି ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇ ପକ୍ଷାବୟବରେ ଅବ୍ୟାପ୍ୟ ରହିଲେ ଅବୈଧ ସାଧତା ଦୋଷ ଜାତ ହୁଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିରେ ପକ୍ଷପଦଟି ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇ ପକ୍ଷାବୟବରେ ଅବ୍ୟାପ୍ୟ ରହିଲେ ଅବୈଧ ପକ୍ଷତା ଦୋଷ ଜାତ ହୁଏ । (ଠିକ୍)

8. ତ୍ରିପଦୀଯୁକ୍ତିର ଉଭୟ ନଞର୍ଥକ ହେତୁବାକ୍ୟରୁ ସିଦ୍ଧାନ୍ତ ମିଳିବା ସମ୍ଭବପର ହୁଏ । (ଭୁଲ୍)
Answer:
ତ୍ରିପଦୀଯୁକ୍ତିର ଉଭୟ ନଞର୍ଥକ ହେତୁବାକ୍ୟରୁ ସିଦ୍ଧାନ୍ତ ମିଳିବା ସମ୍ଭବପର ହୁଏ ନାହିଁ । (ଠିକ୍)

9. ଯାହା ଦେଖାଯାଏ ତାହା ଦୃଶ୍ୟ ।
ଯାହା ଶୁଣାଯାଏ ତାହା ଶ୍ରାବ୍ୟ ।
_________________
∴ ଯାହା କାମନା କରାଯାଏ ତାହା କାମ୍ୟ ।
ଏହା ଉଚ୍ଚାରଣଜନିତ ତର୍କଦୋଷ ଅଟେ । (ଭୁଲ୍ )
Answer:
ଯାହା ଦେଖାଯାଏ ତାହା ଦୃଶ୍ୟ ।
ଯାହା ଶୁଣାଯାଏ ତାହା ଶ୍ରାବ୍ୟ ।
_____________________
∴ ଯାହା କାମନା କରାଯାଏ ତାହା କାମ୍ୟ ।
ଏହା ସଦୃଶ ସାଧୁ ତର୍କଦୋଷର ଏକ ଉଦାହରଣ ଅଟେ । (ଠିକ୍)

10. ‘ଭାଇ ପୂର୍ଣ୍ଣିମାଦିନ ପାଞ୍ଚ ଓ ସାତର ଦୁଇଗୁଣ ପିଠା ଖାଇଲେ’ ।
ଏହା ସମଷ୍ଟିକରଣ ତର୍କଦୋଷ ଅଟେ । (ଭୁଲ୍)
Answer:
ଭାଇ ପୂର୍ଣ୍ଣିମାଦିନ ପାଞ୍ଚ ଓ ସାତର ଦୁଇଗୁଣ ପିଠା ଖାଇଲେ ।
ଏହା ନାନାର୍ଥ ବାକ୍ୟଦୋଷ ଅଟେ । (ଠିକ୍)

CHSE Odisha Class 12 Logic Unit 3 Objective Questions in Odia Medium

11. ନଅ ଏକ ଅଯୁଗ୍ମ ସଂଖ୍ୟା ।
ନଅ ଏକ ଦଶ ଅଟେ ।
__________________
∴ ଦଶ ଏବଂ ଏକ ଅଯୁଗ୍ମ ସଂଖ୍ୟା ।
ଏହା ସଦୃଶ ସାଧୁ ତର୍କଦୋଷ ଅଟେ । (ଭୁଲ୍)
Answer:
ନଅ ଏବଂ ଏକ ଅଯୁଗ୍ମ ସଂଖ୍ୟା ।
ନଅ ଏବଂ ଏକ ଦଶ ଅଟେ ।
________________
∴ ଦଶ ଏକ ଅଯୁଗ୍ମ ସଂଖ୍ୟା ।
ଏହା ସମଷ୍ଟିକରଣ ଦୋଷ ଅଟେ । (ଠିକ୍)

12. ସାତ ଗୋଟିଏ ସଂଖ୍ୟା ।
ତିନି ଓ ଚାରି ସାତ ଅଟେ ।
__________________
∴ ତିନି ଓ ଚାରି ଗୋଟିଏ ସଂଖ୍ୟା।
ଏହା ନାନାର୍ଥ ବାକ୍ୟଦୋଷ ଅଟେ । (ଭୁଲ୍)
Answer:
ସାତ ଗୋଟିଏ ସଂଖ୍ୟା ।
ତିନି ଓ ଚାରି ସାତ ଅଟେ ।
_________________
∴ ତିନି ଓ ଚାରି ଗୋଟିଏ ସଂଖ୍ୟା ।
ଏହା ବ୍ୟଷ୍ଟିକରଣ ଦୋଷ ଅଟେ । (ଠିକ୍)

13. ବାକ୍ୟଟି ଉଚ୍ଚାରଣ କଲାବେଳେ ବିଭିନ୍ନ ଶବ୍ଦର ଦୃଢ଼ ଉଚ୍ଚାରଣ କରିବାଦ୍ୱାରା ସେହି ବାକ୍ୟରୁ ବିଭିନ୍ନ ଅର୍ଥ ପ୍ରକାଶ ହୋଇଥାଏ । ଏହାକୁ ନାନାର୍ଥ ବାକ୍ୟଦୋଷ କୁହାଯାଏ । (ଭୁଲ୍)
Answer:
ବାକ୍ୟଟି ଉଚ୍ଚାରଣ କଲାବେଳେ ବିଭିନ୍ନ ଶବ୍ଦର ଦୃଢ଼ ଉଚ୍ଚାରଣ କରିବାଦ୍ୱାରା ସେହି ବାକ୍ୟରୁ ବିଭିନ୍ନ ଅର୍ଥ ପ୍ରକାଶ ହୋଇଥାଏ । ଏହାକୁ ଉଚ୍ଚାରଣଜନିତ ଦୋଷ କୁହାଯାଏ । (ଠିକ୍)

14. ଜଳ ତରଳ ।
ବରଫ ଜଳ ।
___________
∴ ବରଫ ତରଳ ।
ଏହା ସମଷ୍ଟିକରଣ ତର୍କଦୋଷ ଅଟେ । (ଭୁଲ୍)
Answer:
ଜଳ ତରଳ ।
ବରଫ ଜଳ ।
___________
∴ ବରଫ ତରଳ ।
ଏହା ଔପାଧ୍ଵତା ତର୍କଦୋଷ ଅଟେ । (ଠିକ୍)

15. ନବବଧୂର ଗୃହପ୍ରବେଶ ପରେ ପରେ ବୃଦ୍ଧଙ୍କର ମୃତ୍ୟୁ ହୁଏ । ଏହାକୁ କାରଣାଭାସର ଏକ ଉଦାହରଣ ବୋଲି କୁହାଯାଏ । (ଭୁଲ୍)
Answer:
ନବବଧୂର ଗୃହ ପ୍ରବେଶ ପରେ ପରେ ବୃଦ୍ଧଙ୍କର ମୃତ୍ୟୁ ହୁଏ । ଏହାକୁ ଅତଃ ପରଂ ତସ୍ମାଦତଃ ତର୍କଦୋଷ ବା କାକତାଳୀୟ ନ୍ୟାୟ ବୋଲି କୁହାଯାଏ । (ଠିକ୍)

16. କେବଳ କାରଣର ଆଭାସକୁ ବାସ୍ତବ କାରଣ ବୋଲି ଗ୍ରହଣ କରିନେଲେ ଉପକାରଣ ତର୍କଦୋଷ ଜାତ ହୋଇଥାଏ । (ଭୁଲ୍)
Answer:
କେବଳ କାରଣର ଆଭାସକୁ ବାସ୍ତବ କାରଣ ବୋଲି ଗ୍ରହଣ କରିନେଲେ କାରଣାଭାସ ତର୍କଦୋଷ ଜାତ ହୋଇଥାଏ । (ଠିକ୍)

17. ରେଡ଼ିଓ ମଧ୍ଯ ନିଃଶ୍ବାସ ପ୍ରଶ୍ଵାସ ନେଇପାରେ, କାରଣ ଏହା ମନୁଷ୍ୟ ଭଳି କଥାବାର୍ତ୍ତା କରିପାରେ । ଏହା ସବଳ ଉପମାର ଉଦାହରଣ ଅଟେ । (ଭୁଲ୍)
Answer:
ରେଡ଼ିଓ ମଧ୍ଯ ନିଃଶ୍ବାସ ପ୍ରଶ୍ଵାସ ନେଇପାରେ, କାରଣ ଏହା ମନୁଷ୍ୟ ଭଳି କଥାବାର୍ତ୍ତା କରିପାରେ । ଏହା ଦୁଷ୍ଟ ବା ଦୁର୍ବଳ ଉପମାର ଉଦାହରଣ ଅଟେ । (ଠିକ୍)

18. ‘ଜଗତ ମିଥ୍ୟା ଅଟେ’ କାରଣ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି । ଏହା ଲୋକୋତ୍ତେଜକ ତର୍କଦୋଷ ଅଟେ । (ଭୁଲ୍)
Answer:
‘ଜଗତ ମିଥ୍ୟା ଅଟେ’ କାରଣ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି । ଏହା ଆପ୍ତଦ୍ବାହି ତର୍କଦୋଷ ଅଟେ । (ଠିକ୍)

CHSE Odisha Class 12 Logic Unit 3 Objective Questions in Odia Medium

19. ‘ତୁମେ ମଦ୍ୟପାନ ଅଭ୍ୟାସ ଛାଡ଼ି ଦେଲଣି କି ?’
ଏହା ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷ ଅଟେ । (ଭୁଲ୍)
Answer:
‘ତୁମେ ମଦ୍ୟପାନ ଅଭ୍ୟାସ ଛାଡ଼ି ଦେଲଣି କି ?’ ଏହା ବହୁ ପ୍ରଶ୍ନଦୋଷ ଅଟେ । (ଠିକ୍)

20. ଅବରୋହ ତର୍କଶାସ୍ତ୍ରକୁ ଆଧୁନିକ ତର୍କଶାସ୍ତ୍ର କୁହାଯାଏ । (ଭୁଲ୍)
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ରକୁ ଆଧୁନିକ ତର୍କଶାସ୍ତ୍ର କୁହାଯାଏ । (ଠିକ୍)

21. ଆରୋହ ତର୍କଶାସ୍ତ୍ର, ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧ ଓ ପରିବର୍ଦ୍ଧିତ ସଂସ୍କରଣ । (ଭୁଲ୍)
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ର, ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧ ଓ ପରିବର୍ଦ୍ଧିତ ସଂସ୍କରଣ ।(ଠିକ୍)

22. ଦର୍ଶନଶାସ୍ତ୍ରକୁ ମଧ୍ଯ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ । (ଭୁଲ୍)
Answer:
ଗାଣିତିକ ତର୍କଶାସ୍ତ୍ରକୁ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ ।(ଠିକ୍)

23. ଆରିଷ୍ଟଟଲ୍ ପ୍ରତୀକାତ୍ମକ ତର୍କଶାସ୍ତ୍ରର ସ୍ଵରୂପ ବିଷୟରେ ମତ ପ୍ରଦାନ କରିଛନ୍ତି । (ଭୁଲ୍)
Answer:
ତର୍କଶାସ୍ତ୍ରବିଦ୍ ସି.ଆଇ. ଲିଉଇସ୍ ପ୍ରତୀକାତ୍ମକ ତର୍କଶାସ୍ତ୍ରର ସ୍ଵରୂପ ବିଷୟରେ ମତ ପ୍ରଦାନ କରିଛନ୍ତି । (ଠିକ୍)

24. ପ୍ରତୀକାତ୍ମକ ତର୍କଶାସ୍ତ୍ରର ବିଶେଷ ଲକ୍ଷଣ ହେଉଛି ଯେ ଏଥ‌ିରେ ପ୍ରତ୍ୟୟାତ୍ମକ ଚିହ୍ନ ବଦଳରେ ଧ୍ୱନ୍ୟାତ୍ମକ ଚିହ୍ନ ବ୍ୟବହାର ହୋଇଥାଏ । (ଭୁଲ୍)
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ରର ବିଶେଷ ଲକ୍ଷଣ ହେଉଛି ଯେ ଏଥରେ ଧ୍ୱନ୍ୟାତ୍ମକ ଚିହ୍ନ ପରିବର୍ତ୍ତେ ପ୍ରତ୍ୟୟାତ୍ମକ ଚିହ୍ନର ବ୍ୟବହାର ହୋଇଥାଏ । (ଠିକ୍)

25. କଥ୍ୟ ଭାଷାକୁ ପ୍ରତ୍ୟୟ କୁହାଯାଏ । (ଭୁଲ୍)
Answer:
କଥ୍ତ ଭାଷାକୁ ଧ୍ଵନି କୁହାଯାଏ । (ଠିକ୍)

26. ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ପ୍ରତ୍ୟୟସୂଚକ ଅଟେ । (ଭୁଲ୍)
Answer:
ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ଧ୍ଵନିସୂଚକ ଅଟେ । (ଠିକ୍)

27. ଅକ୍ଷର ସାହାଯ୍ୟରେ ଲିପିବଦ୍ଧ ଚିହ୍ନ ପ୍ରତ୍ୟୟାତ୍ମକ ଅଟେ । (ଭୁଲ୍)
Answer:
ଅକ୍ଷର ସାହାଯ୍ୟରେ ଲିପିବଦ୍ଧ ଚିହ୍ନ ଧ୍ଵନ୍ୟାତ୍ମକ ଅଟେ । (ଠିକ୍)

28. ବର୍ଗମୂଳ ହେଉଛି ପ୍ରତ୍ୟୟାତ୍ମକ ଚିହ୍ନ । (ଭୁଲ)
Answer:
‘√’ ହେଉଛି ପ୍ରତ୍ୟୟାତ୍ମକ ଚିହ୍ନ ।

29. ଯାହା ଅବାଚନିକ ଏବଂ ଚିନ୍ତାକୁ ସାକ୍ଷାତ୍ ଭାବରେ ଉପସ୍ଥାପନ କରିଥାଏ, ତାହାକୁ ଧ୍ଵନ୍ୟାତ୍ମକ ଚିହ୍ନ କୁହାଯାଏ । (ଭୁଲ୍)
Answer:
ଯାହା ଅବାଚନିକ ଏବଂ ଚିନ୍ତାକୁ ସାକ୍ଷାତ୍ ଭାବରେ ଉପସ୍ଥାପନ କରିଥାଏ, ତାହାକୁ ପ୍ରତ୍ୟୟାତ୍ମକ ଚିହ୍ନ କୁହାଯାଏ । (ଠିକ୍)

30. ଯାହା ପରିବର୍ତ୍ତନଶୀଳ ତାହାକୁ ସ୍ଥିରାଙ୍କ କୁହାଯାଏ । (ଭୁଲ୍)
Answer:
ଯାହା ପରିବର୍ତ୍ତନଶୀଳ ତାହାକୁ ଚଳ କୁହାଯାଏ । (ଠିକ୍)

31. ଯାହା ପରିବର୍ତ୍ତନଶୀଳ ତାହାକୁ ସ୍ଥିରାଙ୍କ କୁହାଯାଏ । (ଭୁଲ୍)
Answer:
ଯାହା ପରିବର୍ତ୍ତନଶୀଳ ନୁହେଁ ତାହାକୁ ସ୍ଥିରାଙ୍କ କୁହାଯାଏ । (ଠିକ୍)

32. ଆପାଦନ (ଯଦି………ତେବେ)ର ସ୍ଥିରାଙ୍କ ‘∨’ ଅଟେ । (ଭୁଲ୍)
Answer:
ଆପାଦନ (ଯଦି……..ତେବେ)ର ସ୍ଥିରାଙ୍କ ‘⊃’ ଅଟେ । (ଠିକ୍)

CHSE Odisha Class 12 Logic Unit 3 Objective Questions in Odia Medium

33. ସଂଯୋଜକ (ଏବଂ)ର ସ୍ଥିରାଙ୍କ ‘∧’ ଅଟେ । (ଭୁଲ)
Answer:
ସଂଯୋଜକ (ଏବଂ)ର ସ୍ଥିରାଙ୍କ ‘•’ ଅଟେ-(ଠିକ୍)

34. ନାସ୍ତିସୂଚକ (ନୁହେଁ)ର ସ୍ଥିରାଙ୍କ () ଅଟେ । (ଭୁଲ୍)
Answer:
ନାସ୍ତିସୂଚକ (ନୁହେଁ)ର ସ୍ଥିରାଙ୍କ ‘~ ’ ଅଟେ । (ଠିକ୍)

35. ବିଯୋଜକ (କିମ୍ବା)ର ସ୍ଥିରାଙ୍କ ‘⊃’ ଅଟେ । (ଭୁଲ୍)
Answer:
ବିଯୋଜକ (କିମ୍ବା)ର ସ୍ଥିରାଙ୍କ ‘∨ ’ଅଟେ । (ଠିକ୍)

36. ବୈକଳ୍ପିକ ( ଉଭୟ ନୁହେଁ)ର ସ୍ଥିରାଙ୍କ ‘∨ ’ ଅଟେ । (ଭୁଲ୍)
Answer:
ବୈକଳ୍ପିକ (ଉଭୟ ନୁହେଁ)ର ସ୍ଥିରାଙ୍କ ‘∧’ ଅଟେ । (ଠିକ୍)

37. ସମତୁଲ୍ୟ ( ସମାର୍ଥବୋଧକ)ର ସ୍ଥିରାଙ୍କ ‘=’ ଅଟେ ।(ଭୁଲ୍)
Answer:
ସମତୁଲ୍ୟ (ସମାର୍ଥବୋଧକ)ର ସ୍ଥିରାଙ୍କ ‘≡’ ଅଟେ । (ଠିକ୍)

38. ‘ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ’ ଏହାକୁ ତ • ଥ ଦ୍ଵାରା ପ୍ରତୀକାତ୍ମକ ରୂପ କରାଯାଇପାରେ । (ଭୁଲ୍)
Answer:
ଯଦି ବର୍ଷା ହୁଏ, ତେବେ ବନ୍ୟା  ହୁଏ’ଏହାକୁ ତ ⊃ ଥ ଦ୍ଵାରା ପ୍ରତୀକାତ୍ମକ ରୂପ କରାଯାଇପାରେ । (ଠିକ୍)

39. ‘ସୀତା ସୁନ୍ଦରୀ କିମ୍ବା ଅସୁନ୍ଦରୀ’ ଏହାକୁ ତ ⊃ ଥ ଦ୍ଵାରା ପ୍ରତୀକାତ୍ମକ ରୂପ କରାଯାଇପାରେ । (ଭୁଲ୍)
Answer:
‘ସୀତା ସୁନ୍ଦରୀ କିମ୍ବା ଅସୁନ୍ଦରୀ’ ଏହାକୁ ତ ∨ ଥ ଦ୍ଵାରା ପ୍ରତୀକାତ୍ମକ ରୂପ କରାଯାଇପାରେ । (ଠିକ୍)

40. ଫଳନ (Function) ଶବ୍ଦଟି ବିଜ୍ଞାନ ଶାସ୍ତ୍ରରେ ପ୍ରୟୋଗ କରାଯାଇଥାଏ । (ଭୁଲ୍)
Answer:
ଫଳନ (Function) ଶବ୍ଦଟି ଗଣିତ ଶାସ୍ତ୍ରରେ ପ୍ରୟୋଗ କରାଯାଇଥାଏ। (ଠିକ୍)

41. ଯେତେବେଳେ ଗୋଟିଏ ଅଭିବ୍ୟକ୍ତିର ମୂଲ୍ୟ ତତ୍‌ସନ୍ନିହିତ ଚଳର ମୂଲ୍ୟ ଉପରେ ନିର୍ଭରଶୀଳ ହୁଏ ତାହାକୁ ଚଳ କୁହାଯାଏ । (ଭୁଲ୍)
Answer:
ଯେତେବେଳେ ଗୋଟିଏ ଅଭିବ୍ୟକ୍ତିର ମୂଲ୍ୟ ତନ୍ନିହିତ ଚଳର ମୂଲ୍ୟ ଉପରେ ନିର୍ଭରଶୀଳ ହୁଏ, ସେହି ଅଭିବ୍ୟକ୍ତିଟିକୁ ତନ୍ନିହିତ ଚଳନର ଫଳନ କୁହାଯାଏ । (ଠିକ୍)

42. ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ୱାରା ସମ୍ବନ୍ଧିତ ହେଲେ, ସେହି ସମ୍ବନ୍ଧର ସତ୍ୟଫଳନ ତଦନ୍ତର୍ଗତ ଚଳମାନଙ୍କର ସତ୍ୟ-ମିଥ୍ୟା ଉପରେ ନିର୍ଭର କରେ । ଏହି ମୂଲ୍ୟ ନିର୍ଦ୍ଧାରଣ କରିବାର ରୂପକୁ ସତ୍ୟଫଳନ କୁହାଯାଏ । (ଭୁଲ୍)
Answer:
ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ବାରା ସମ୍ବନ୍ଧିତ ହେଲେ, ସେହି ସମ୍ବନ୍ଧରେ ସତ୍ୟଫଳନ ତଦନ୍ତର୍ଗତ ଚଳମାନଙ୍କର ସତ୍ୟ-ମିଥ୍ୟା ଉପରେ ନିର୍ଭର କରେ । ଏହି ମୂଲ୍ୟ ନିର୍ଦ୍ଧାରଣ କରିବା ରୂପକୁ ସତ୍ୟସାରଣୀ କୁହାଯାଏ । (ଠିକ୍)

43. ବିରୁଦ୍ଧ ଫଳନର ମେଟ୍ରିକ୍‌ ସଂଖ୍ୟା ୧୦୦୦ ଅଟେ । (ଭୁଲ୍)
Answer:
ବିରୁଦ୍ଧ ଫଳନର ମେଟ୍ରିକ୍‌ ସଂଖ୍ୟା ୦୦ ଅଟେ । (ଠିକ୍)

44. ସଂଯୋଜକ ଫଳନର ମେଟ୍ରିକ୍‌ ସଂଖ୍ୟା ୧୧୧୦ ଅଟେ । (ଭୁଲ୍)
Answer:
ସଂଯୋଜକ ଫଳନର ମେଟ୍ରିକ୍‌ ସଂଖ୍ୟା ୧୦୦୦ ଅଟେ । (ଠିକ୍)

45. ଆପାଦନ ଫଳନର ମେଟ୍ରିକ୍‌ ସଂଖ୍ୟା ୧୧୧୧ ଅଟେ । (ଭୁଲ୍)
Answer:
ଆପାଦନ ଫଳନର ମେଟ୍ରିକ୍‌ ସଂଖ୍ୟା ୧୦୧୧ ଅଟେ । (ଠିକ୍)

CHSE Odisha Class 12 Logic Unit 3 Objective Questions in Odia Medium

46. ବିଯୋଜକ ଫଳନର ମେଟ୍ରିକ୍‌ ସଂଖ୍ୟା ୧୧୦୧ ଅଟେ । (ଭୁଲ୍)
Answer:
ବିଯୋଜକ ଫଳନର ମେଟ୍ରିକ୍‌ ସଂଖ୍ୟା ୧୧୧୦ ଅଟେ । (ଠିକ୍)

47. ସମତୁଲ୍ୟତା ଫଳନର ମେଟ୍ରିକ୍‌ ସଂଖ୍ୟା ୧୦୧୧ ଅଟେ । (ଭୁଲ୍)
Answer:
ସମତୁଲ୍ୟତା ଫଳନର ମେଟ୍ରିକ୍‌ ସଂଖ୍ୟା ୧୦୦୧ ଅଟେ । (ଠିକ୍)

48. ଯେଉଁ ସତ୍ୟଫଳନର ମୂଲ୍ୟ ସର୍ବଦା ସତ୍ୟ ବା ‘୧? କୁ ନେଇ ଗଠିତ ହୋଇଥାଏ, ତାହାକୁ ଆପାତିକ ସୂତ୍ର କୁହାଯାଏ । (ଭୁଲ୍)
Answer:
ଯେଉଁ ସତ୍ୟଫଳନର ମୂଲ୍ୟ ସର୍ବଦା ସତ୍ୟ ବା ‘୧’ କୁ ନେଇ ଗଠିତ ହୋଇଥାଏ, ତାହାକୁ ପୁନରୁକ୍ତିକ ସୂତ୍ର କୁହାଯାଏ । (ଠିକ୍)

49. ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟ ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ସର୍ବଦା ମିଥ୍ୟା ବା ‘o’ କୁ ନେଇ ଗଠିତ ହୋଇଥାଏ, ତାହାକୁ ପୁନରୁକ୍ତିକ ସୂତ୍ର କୁହାଯାଏ । (ଭୁଲ୍)
Answer:
ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ସର୍ବଦା ମିଥ୍ୟା ବା ‘o’ ହୋଇଥାଏ, ତାହାକୁ ବିରୁଦ୍ଧ ସୂତ୍ର କୁହାଯାଏ । (ଠିକ୍)

50. ଯେଉଁ ସତ୍ୟସାରଣୀର ମୂଲ୍ୟ କେତେକ କ୍ଷେତ୍ରରେ ସତ୍ୟ ଓ କେତେକ କ୍ଷେତ୍ରରେ ମିଥ୍ୟା ବା ‘୧’ ଏବଂ ‘୦’ ହୋଇଥାଏ, ତାହାକୁ ବିରୁଦ୍ଧ ସୂତ୍ର କୁହାଯାଏ । (ଭୁଲ୍)
Answer:
ଯେଉଁ ସତ୍ୟ ସାରଣୀର ମୂଲ୍ୟ କେତେକ କ୍ଷେତ୍ରରେ ସତ୍ୟ ଓ କେତେକ କ୍ଷେତ୍ରରେ ମିଥ୍ୟା ତାହାକୁ ଆଘାତିକ ସୂତ୍ର କୁହାଯାଏ । (ଠିକ୍)

D. ଶୂନ୍ୟସ୍ଥାନ ପୂରଣ କର ।

1. ‘ଏହା ପରେ ଘଟୁଥ‌ିବାରୁ ଏହାହିଁ କାରଣ ଅଟେ’ ବୋଲି ଯୁକ୍ତି କରିବାକୁ _________ ତର୍କଦୋଷ ଅଟେ।
Answer:
ଅତଃ ପରଂ ତସ୍ମାଦତଃ

2. କାଉ ଉଡ଼ିଗଲା ପରେ ତାଳଗଛରୁ ତାଳଟି ଝଡ଼ିପଡ଼ିଲେ କାଉ ଉଡ଼ିଯିବାକୁ ତାଳ ପଡ଼ିବାର କାରଣ ବୋଲି କହିବାଦ୍ୱାରା ____________ ଦୋଷ ଜାତ ହୁଏ ।
Answer:
କାକତାଳୀୟ ନ୍ୟାୟ

3. କେବଳ କାରଣର ଆଭାସକୁ ବାସ୍ତବ କାରଣ ବୋଲି ଗ୍ରହଣ କରିନେଲେ _________ ଦୋଷ ଜାତ ହୋଇଥାଏ ।
Answer:
କାରଶ।ଭାସ

4. ସମସ୍ତ ଉପକାରଣକୁ ବିଚାରକୁ ନ ନେଇ ଯେକୌଣସି ଗୋଟିଏ ଅଥବା ଏକ ବିଶିଷ୍ଟ ଉପକାରଣକୁ କାରଣ ବୋଲି ____________ ଦୋଷ ଜାତ ହୋଇଥାଏ ।
Answer:
ଉପକାରଣ – କାରଣ ତର୍କଦୋଷ

5. ସଦର୍ଥକ ଓ ନଞର୍ଥକ ଉପକାରଣର ସମଷ୍ଟିରୁ ନଞର୍ଥକ ଉପକାରଣକୁ ଉପେକ୍ଷା କରିବାଦ୍ୱାରା ଯେଉଁ ଦୋଷ ଜାତ ହୁଏ, ____________ କହନ୍ତି ।
Answer:
କାରଣରୁ ନଞର୍ଥକ ଉପକାରଣର ଅନ୍ତର ତର୍କଦୋଷ

6. କାରଣିକତା ବିଷୟରେ ବିଚାର କଲାବେଳେ କେବଳ ଅବ୍ୟବହିତ ଘଟଣାକୁ ବିଚାରକୁ ନେବା ଆବଶ୍ୟକ । ମାତ୍ର ଅତୀତରେ ଘଟିଥିବା କୌଣସି ଏକ ପୂର୍ବବର୍ତ୍ତୀ ଘଟଣାକୁ କାରଣ ଭାବେ ଗ୍ରହଣ କରିନେଲେ _________ ଦୋଷ ଜାତ ହୋଇଥାଏ ।
Answer:
କାରଣ ସ୍ଥାନେ ବ୍ୟବହିତ କାରଣ ସ୍ବୀକାର ଦୋଷ

7. ଗୋଟିଏ ଘଟଣାର କେତେକ ବିଶିଷ୍ଟ ଲକ୍ଷଣ ଥାଏ । ଏ କ୍ଷେତ୍ରରେ ଗୋଟିଏ ଲକ୍ଷଣକୁ ଅନ୍ୟ ଲକ୍ଷଣର କାରଣ ବୋଲି ଗ୍ରହଣ କଲେ ___________ ଦୋଷ ଜାତ ହୋଇଥାଏ ।
Answer:
ସହ ଲକ୍ଷଣ କାରଣତା ଦୋଷ

CHSE Odisha Class 12 Logic Unit 3 Objective Questions in Odia Medium

8. ଅନେକ ସମୟରେ କାରଣକୁ କାର୍ଯ୍ୟଭାବେ ଅଥବା କାର୍ଯ୍ୟକୁ କାରଣଭାବେ ଗ୍ରହଣ କରିବାକୁ ________ ଦୋଷ କୁହାଯାଏ ।
Answer:
କାରଣ-କାର୍ଯ୍ୟ ଭ୍ରମ

9. ଦିବସ ପୂର୍ବରୁ ରାତ୍ରି ଆସେ, ରାତ୍ରି ପୂର୍ବରୁ ଦିବସ ଆସେ । ଏହା __________ ଦୋଷର ଉଦାହରଣ ଅଟେ ।
Answer:
ସହକାର୍ଯ୍ୟ କାରଣତା

10. କେତେକ ଘଟଣାକୁ ପର୍ଯ୍ୟବେକ୍ଷଣ କରି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ନିର୍ଭର ନ କରି ହଠାତ୍ ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ __________ ଦୋଷ କୁହାଯାଏ ।
Answer:
ଅବୈଧ ସାମାନ୍ୟକରଣ

11. ସାଦୃଶ୍ୟ ମାନରେ ସାଦୃଶ୍ୟଗୁଡ଼ିକ ଦୁର୍ବଳ ଥିଲେ କିମ୍ବା ସେଗୁଡ଼ିକ ଯୁକ୍ତିର ସମର୍ଥନ ପାଇଁ ସହାୟକ ହେଉନଥିଲେ _____________ ଦୋଷ ଜାତ ହୁଏ ।
Answer:
ଦୁଷ୍ଟ ଉପମା ବା ଦୁର୍ବଳ ଉପମା

12. ଯୁକ୍ତି କଲାବେଳେ ପ୍ରତିପାଦ୍ୟ ବିଷୟର ପ୍ରତିଶବ୍ଦକୁ ବ୍ୟବହାର କରି ଅଥବା ତାହାକୁ ଭିନ୍ନ ଅର୍ଥରେ ସ୍ୱୀକାର କରିନେବାଦ୍ୱାରା ____________ ତର୍କଦୋଷ ଜାତ ହୁଏ ।
Answer:
ପ୍ରତିପାଦ୍ୟ ସ୍ୱୀକାର

13. ଯୁକ୍ତିରେ ହେତୁବାକ୍ୟର ସତ୍ୟତା ଉପରେ ସିଦ୍ଧାନ୍ତର ସତ୍ୟତା ନିର୍ଭର କରିଥାଏ । ଏକ ଅସିଦ୍ଧ ହେତୁବାକ୍ୟରୁ ସିଦ୍ଧାନ୍ତଟିଏ ନିଷ୍ପନ୍ନ ହେଲାପରେ ତାହା ଗ୍ରହଣୀୟ ହେବା ଉଚିତ ନୁହେଁ । ମାତ୍ର କେତେକ କ୍ଷେତ୍ରରେ ଏଭଳି ସିଦ୍ଧାନ୍ତକୁ ଗ୍ରହଣ ____________ ତର୍କଦୋଷ ଜାତ ହୋଇଥାଏ ।
Answer:
ଅସିଦ୍ଧ ହେତୁବାକ୍ୟ ସ୍ଵୀକାର

14. ଯେଉଁ ବିଷୟରେ ଯୁକ୍ତି କରାଯାଉଅଛି ତାହାର କେନ୍ଦ୍ରବିନ୍ଦୁ ସମ୍ପର୍କରେ ଅଜ୍ଞତା ଯୋଗୁଁ ___________ ତର୍କଦୋଷ ଜାତ ହୋଇଥାଏ ।
Answer:
ଅବାନୁର ପ୍ରସଙ୍ଗ

15. ସ୍ଵପକ୍ଷ ଯୁକ୍ତିକୁ ଉପଯୁକ୍ତ ସମର୍ଥନଦ୍ୱାରା ପ୍ରତିପାଦନ କରିବାରେ ଅସମର୍ଥ ହୋଇ ପ୍ରତିପକ୍ଷ ଯୁକ୍ତିର ଅସାରତା ପ୍ରତିପାଦନ କରିବା ଦୋଷକୁ ___________ ତର୍କଦୋଷ କୁହାଯାଏ ।
Answer:
ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ

16. କୌଣସି ମତର ସମର୍ଥନ ବା ବିରୋଧ କରିବା ନିମିତ୍ତ ଯୁକ୍ତିର ଅବତାରଣା ନ କରି ଉତ୍ତେଜକ ଭାଷାର ପ୍ରୟୋଗଦ୍ଵାରା ଶ୍ରୋତାମାନଙ୍କ ଭାବାବେଗ ଉଦ୍ରେକ କରିବାର ପ୍ରୟାସକୁ _____________ ତର୍କଦୋଷ କୁହାଯାଏ ।
Answer:
ଲେ।କୋଭେଜକ

17. କୌଣସି ମତର ସପକ୍ଷରେ ବା ବିପକ୍ଷରେ ପ୍ରୟୋଜନୀୟ ଯୁକ୍ତି ଉପସ୍ଥାପିତ ନ କରି ଶାସ୍ତ୍ର, ପୁରାଣ ଅଥବା ପ୍ରତିଷ୍ଠିତ ବ୍ୟକ୍ତି ବା ଅନୁଷ୍ଠାନର ମତାମତ ଉପରେ ନିର୍ଭର କରି ସିଦ୍ଧାନ୍ତ ଗ୍ରହଣ କରିବାକୁ _____________ ତର୍କଦୋଷ କୁହାଯାଏ ।
Answer:
ଆପୁଦୃହି

18. ପ୍ରତିପକ୍ଷର ଅଜ୍ଞତାର ସୁଯୋଗ ନେଇ ନିଜର ମତକୁ ସ୍ଵୀକାର କରାଇନେବା ପ୍ରୟାସକୁ _____________ ତର୍କଦୋଷ କୁହାଯାଏ ।
Answer:
ପରାଜ୍ଞତା ଦୃଷ୍ଟି ସ୍ଵମତ ପ୍ରତିଷ୍ଠା

19. ପ୍ରତିପକ୍ଷକୁ ଯୁକ୍ତିଦ୍ୱାରା ପରାଭୂତ ନକରି ଯଦି ବଳ ପ୍ରୟୋଗଦ୍ଵାରା ନିଜ ମତକୁ ଗ୍ରହଣ କରିବାପାଇଁ ବାଧ୍ୟ କରାଯାଏ, ତେବେ ତାହାକୁ ____________ ତର୍କଦୋଷ କୁହାଯାଏ ।
Answer:
ମୁତ୍ ଗର ପ୍ରଦର୍ଣନ

20. ‘ଏହା ନିଷ୍ପନ୍ନ ହେଉନାହିଁ’ ବୋଲି କହିବାକୁ ____________ ଦୋଷ କୁହାଯାଏ ।
Answer:
ନାନୁମିତିକ

CHSE Odisha Class 12 Logic Unit 3 Objective Questions in Odia Medium

21. ପ୍ରତିପକ୍ଷ ସହିତ ‘ହଁ’ ବା ‘ନା’ ଉତ୍ତର ଦେବାକୁ ସର୍ଭ ରଖ୍ ଏକାଧ୍ଵ ଉତ୍ତର ଉପଯୋଗୀ ପ୍ରଶ୍ନ ଜିଜ୍ଞାସା କଲେ ____________ ଦୋଷ ଜାତ ହୋଇଥାଏ ।
Answer:
ବହୁପ୍ରଶୃ

22. ଗୋଟିଏ ପଦ ଦୁଇ ସ୍ଥାନରେ ଦୁଇଟି ଅର୍ଥରେ ବ୍ୟବହୃତ ହେବାଦ୍ଵାରା _____________ ଦୋଷ ଜାତ ହୁଏ ।
Answer:
ବ୍ୟର୍ଥକ ପଦ

23. ଯଦି ସାଧପଦ ତ୍ରିପଦୀଯୁକ୍ତିର ସାଧାବୟବରେ ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥାଏ ତାହାକୁ ______ କୁହାଯାଏ ।
Answer:
ବ୍ୟର୍ଥକ ସାଧପଦ ଦୋଷ

24. ତ୍ରିପଦୀଯୁକ୍ତିର ପକ୍ଷପଦ ପକ୍ଷାବୟବରେ ଦୁଇଟି ଅର୍ଥରେ ବ୍ୟବହୃତ ହେଲେ ତାହାକୁ ____________ କୁହାଯାଏ ।
Answer:
ବ୍ୟର୍ଥକ ପକ୍ଷଦୋଷ

25. ତ୍ରିପଦୀଯୁକ୍ତିରେ ହେତୁପଦ ଉଭୟ ସାଧାବୟବ ଓ ପକ୍ଷାବୟବରେ ଭିନ୍ନ ଅର୍ଥରେ ପ୍ରକାଶ କରୁଥିଲେ ___________ ଦୋଷ ଜାତ ହୁଏ ।
Answer:
ଦୃ୍୍ୟର୍ଥକ ହେତୁ

26. କେତେକ ଶବ୍ଦ ମଧ୍ୟରେ ଆକାରଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ଅର୍ଥଗତ ସାମଞ୍ଜସ୍ୟ ନଥାଏ । ମାତ୍ର ଏଗୁଡ଼ିକୁ ଏକାର୍ଥକ ମନେକରି ଯୁକ୍ତି କଲେ _____________ ଦୋଷ ଜାତ ହୁଏ ।
Answer:
ସଦୃଶ ସାଧୂ

27. ବାକ୍ୟର ରଚନାଭଙ୍ଗୀ ହେତୁ କେତେକ ସ୍ଥଳରେ ଗୋଟିଏ ବାକ୍ୟକୁ ଏକାତ୍ମକ ପ୍ରକାରରେ ଅର୍ଥ କରାଯାଇପାରେ । ମାତ୍ର ବାକ୍ୟକୁ ବକ୍ତାର ଉଦ୍ଦିଷ୍ଟ ଅର୍ଥରେ ଗ୍ରହଣ ନକରି ତଦ୍‌ଭିନ୍ନ ଅର୍ଥରେ ଗ୍ରହଣ କଲେ _____________ ଦୋଷ ଜାତ ହୁଏ ।
Answer:
ଶ୍ଳିଷ୍ଟାର୍ଥ ବାକ୍ୟ

28. ଯୁକ୍ତି କ୍ଷେତ୍ରରେ ବ୍ୟଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ସମଷ୍ଟିଗତ ଅର୍ଥରେ ଗ୍ରହଣ କଲେ _____________ ଦୋଷ ଜାତ ହୁଏ ।
Answer:
ସମାହାର

29. ଯୁକ୍ତି କ୍ଷେତ୍ରରେ ସମଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ବ୍ୟଷ୍ଟିଗତ ଅର୍ଥରେ ଗ୍ରହଣ କଲେ __________ ଦୋଷ ଜାତ ହୁଏ ।
Answer:
ଅସମାହାର

30. ଉଚ୍ଚାରଣ କାଳରେ ଗୋଟିଏ ବାକ୍ୟର ବିଭିନ୍ନ ଶବ୍ଦରେ ଗୁରୁତ୍ବ ପ୍ରଦାନ କଲେ, ବାକ୍ୟର ଅର୍ଥ ଅନେକ ସ୍ଥଳରେ ଭିନ୍ନ ଭିନ୍ନ ହୋଇଯାଏ । ଉଚ୍ଚାରଣ ଦୋଷହେତୁ ବକ୍ତାର ଉଦ୍ଦିଷ୍ଟ ଅର୍ଥ ଭିନ୍ନ ଅନ୍ୟ ଅର୍ଥରେ ବାକ୍ୟକୁ ଗ୍ରହଣ କଲେ __________ ଦୋଷ ଜାତ ହୁଏ ।
Answer:
ଦୁଷ୍ଟେ।ଜାରଶ

31. ଜଳ ତରଳ ।
ବରଫ ଜଳ ।
____________
… ବରଫ ତରଳ ।
ଏହା ________ ଦୋଷ ଅଟେ ।
Answer:
ଉପାଧ୍ ଦୁଷ୍ଟ

32. ___________ କୁ ଆଧୁନିକ ତର୍କଶାସ୍ତ୍ର କୁହାଯାଏ ।
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ର

33. ___________ ହେଉଛି ଆରିଷ୍ଟଟଲ୍‌ଙ୍କର ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧ, ଉନ୍ନତ ତଥା ନୂତନ ସଂସ୍କରଣ ।
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ର

34. ___________ କୁ ମଧ୍ଯ ପ୍ରତୀକାତ୍ମକ ତର୍କଶାସ୍ତ୍ର ବୋଲି କୁହାଯାଏ ।
Answer:
ଗ।ଣିତିକ ତର୍କଶାସ୍ତ୍ର

CHSE Odisha Class 12 Logic Unit 3 Objective Questions in Odia Medium

35. ___________ ପ୍ରତୀକାତ୍ମକ ତର୍କଶାସ୍ତ୍ରର ତିନୋଟି ଲକ୍ଷଣ ବିଷୟରେ ମତ କରିଛନ୍ତି ।
Answer:
ସି.ଆଇ.ଲିଉଇସ୍

36. ପ୍ରତୀକାତ୍ମକ ତର୍କଶାସ୍ତ୍ରରେ __________ ପରିବର୍ତ୍ତେ ପ୍ରତ୍ୟୟାତ୍ମକ ଚିହ୍ନ (Ideogram)ର ବ୍ୟବହାର ହୋଇଥାଏ ।
Answer:
ଧ୍ଵନ୍ୟାତ୍ମକ ଚିହ୍ନ (Phonogram)

37. ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର __________ ଅଟେ ।
Answer:
ଧ୍ଵନିସୂଚକ

38. ଯାହା ଅବାଚନିକ ଏବଂ ଚିନ୍ତାକୁ ସାକ୍ଷାତ୍ ଭାବରେ ଉପସ୍ଥାପନ କରିଥାଏ, ତାହାକୁ ___________ କୁହାଯାଏ ।
Answer:
ପ୍ରତ୍ୟୟାତ୍ମକ ଚିହ୍ନ

39. ଯାହା ପରିବର୍ତ୍ତନଶୀଳ ତାହାକୁ ___________ କୁହାଯାଏ ।
Answer:
ଚଳ

40. ଯାହା ପରିବର୍ତ୍ତନଶୀଳ ନୁହେଁ ତାହାକୁ ___________ କୁହାଯାଏ ।
Answer:
ସ୍ଥିରାଙ୍କ

41. ପ୍ରତୀକାତ୍ମକ ତର୍କଶାସ୍ତ୍ରରେ _____________ ଅପରିବର୍ତ୍ତିତ ରହେ ।
Answer:
ତର୍କଶାସ୍ତ୍ର।ୟ ସ୍ଥିରାଙ୍କ

42. ନାସ୍ତିସୂଚକ (ନୁହେଁ)ର ସ୍ଥିରାଙ୍କ __________ ଅଟେ ।
Answer:
~

43. ଆପାଦନ (ଯଦି …. ହେଲେ) ର ସ୍ଥିରାଙ୍କ _______ ଅଟେ ।
Answer:

44. ସଂଯୋଜକ (ଏବଂ)ର ସ୍ଥିରାଙ୍କ .___________ ଅଟେ ।
Answer:

45. ବିଯୋଜକ (କିମ୍ବା)ର ସ୍ଥିରାଙ୍କ ________ ଅଟେ ।
Answer:

46. ବୈକଳ୍ପିକ (ଉଭୟ ନୁହେଁ)ର ସ୍ଥିରାଙ୍କ ________ ଅଟେ ।
Answer:

47. ସମତୁଲ୍ୟ (ସମାର୍ଥବୋଧକ)ର ସ୍ଥିରାଙ୍କ ________ ଅଟେ ।
Answer:

48. ଯେଉଁ ସ୍ଥିରାଙ୍କଗୁଡ଼ିକ ଦୁଇଟି ତାର୍କିକ ଅଭିବ୍ୟକ୍ତି ମଧ୍ୟରେ ନ ରହିଲେ ଅର୍ଥଶୂନ୍ୟ ହୁଏ, ସେଗୁଡ଼ିକୁ _________ କୁହାଯାଏ ।
Answer:
ଦ୍ବି-ସୀମାନ୍ତ ସ୍ଥିରାଙ୍କ (Binary constants)

49. ସ୍ଥିରାଙ୍କଗୁଡ଼ିକ ତର୍କବାକ୍ୟମାନଙ୍କର ସଂଯୋଜକଭାବେ କାର୍ଯ୍ୟ କରୁଥିବାରୁ ସେଗୁଡ଼ିକୁ ___________ କୁହାଯାଏ ।
Answer:
ତର୍କୀୟ ସଂଯୋଜକ (Logical connectives)

CHSE Odisha Class 12 Logic Unit 3 Objective Questions in Odia Medium

50. ଫଳନ (Function) ଶବ୍ଦଟି ________________ ରେ ପ୍ରୟୋଗ କରାଯାଇଥାଏ ।
Answer:
ଗଣିତଶାସ୍ତ୍ର

51. ଯେତେବେଳେ ଗୋଟିଏ ଅଭିବ୍ୟକ୍ତିର ମୂଲ୍ୟ ତତ୍‌ସନ୍ନିହିତ ଚଳର ମୂଲ୍ୟ ଉପରେ ନିର୍ଭରଶୀଳ ହୁଏ, ସେହି ଅଭିବ୍ୟକ୍ତିକୁ ତନ୍ନିହିତ ଚଳର _________ କୁହାଯାଏ ।
Answer:
ଫଳନ

52. ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ୱାରା ସମ୍ବନ୍ଧିତ ହେଲେ ସେହି ସମ୍ବନ୍ଧର ସତ୍ୟଫଳନ ତଦନ୍ତର୍ଗତ ଚଳମାନଙ୍କର ସତ୍ୟ-ମିଥ୍ୟା ମୂଲ୍ୟ ନିର୍ଦ୍ଧାରଣର ରୂପକୁ __________ କହନ୍ତି ।
Answer:
ସତ୍ୟସାରଣୀ

53. ସତ୍ୟସାରଣୀକୁ ସଂପୃକ୍ତ ସତ୍ୟଫଳନର ଏକ __________ କହନ୍ତି ।
Answer:

54. ସତ୍ୟସାରଣୀରେ ତର୍କବାକ୍ୟର ମୂଲ୍ୟ ________ ଓ _______ ହୋଇଥାଏ ।
Answer:
ସତ୍ୟ(୧) – ମିଥ୍ୟା(୦)

55. ବିରୁଦ୍ଧ ଫଳନର ମେଟ୍ରିକ୍‌ସ୍ ସଂଖ୍ୟା __________ ହୋଇଥାଏ ।
Answer:
୦୦

56. ସଂଯୋଜକ ଫଳନର ମେଟ୍ରିକ୍‌ ସଂଖ୍ୟା ___________ ହୋଇଥାଏ ।
Answer:
୧୦୦୦

57. ବିଯୋଜକ ଫଳନର ମେଟ୍ରିକ୍‌ସ୍ ସଂଖ୍ୟା ___________ ହୋଇଥାଏ ।
Answer:
୧୧୧୦

58. ଆପାଦନ ଫଳନର ମେଟ୍ରିକ୍‌ସ୍ ସଂଖ୍ୟା _________ ହୋଇଥାଏ ।
Answer:
୧୦୧୧

59. ସମତୁଲ୍ୟତା ଫଳନର ମେଟ୍ରିକ୍‌ସ୍ ସଂଖ୍ୟା ____________ ହୋଇଥାଏ ।
Answer:
୧୦୦୧

60. ଯେଉଁ ସତ୍ୟଫଳନର ମୂଲ୍ୟ ସର୍ବଦା ସତ୍ୟ ବା ‘୧’ ହୋଇଥାଏ; ତାକୁ _________ ସୂତ୍ର କହନ୍ତି ।
Answer:
ପୁନରୁକ୍ତିକ

CHSE Odisha Class 12 Logic Unit 3 Objective Questions in Odia Medium

61. ଯେଉଁ ସତ୍ୟ ଫଳନର ମୂଲ୍ୟ ସର୍ବଦା ମିଥ୍ୟା ବା ‘୦’ ହୋଇଥାଏ ତାକୁ _________ ସୂତ୍ର କହନ୍ତି ।
Answer:
ବିରୁଦ୍ଧ

62. ଯେଉଁ ସତ୍ୟଫଳନର ମୂଲ୍ୟ କେତେକ କ୍ଷେତ୍ରରେ ସତ୍ୟ ଓ କେତେକ କ୍ଷେତ୍ରରେ ମିଥ୍ୟା ହୁଏ ଅର୍ଥାତ୍ ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ସ୍ ସଂଖ୍ୟା ‘୧’ ଏବଂ ‘୦’ କୁ ନେଇ ଗଠିତ ହୋଇଥାଏ, ତାହାକୁ __________ କହନ୍ତି ।
Answer:
ଆପାତିକ

Leave a Comment