CHSE Odisha Class 12 Odia Solutions Chapter 1 ଇତିହାସ

Odisha State Board CHSE Odisha Class 12 Odia Solutions Chapter 1 ଇତିହାସ Textbook Exercise Questions and Answers.

CHSE Odisha Class 12 Odia Chapter 1 ଇତିହାସ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ମନୁଷ୍ୟତ୍ବର ବିଶେଷ ଲକ୍ଷଣ କ’ଣ ?
(ଆତ୍ମଜ୍ଞାନ ଲାଭ, ତର୍‌ନିରୂପଣ ପ୍ରୟାସ, ଅନ୍ତଦୃଷ୍ଟି, ଈଶ୍ଵର ଚିନ୍ତା)
Answer:
ତର୍‌ନିରୂପଣ ପ୍ରୟାସ

Question ୨।
କେଉଁ ଶ୍ରେଣୀର ମନୁଷ୍ୟ ପୃଥ‌ିବୀର ନାନାବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ କରନ୍ତି ?
(ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ)
Answer:
ପ୍ରଥମ

Question ୩।
କେଉଁ ଶ୍ରେଣୀର ମନୁଷ୍ୟମାନଙ୍କଠାରେ ବସ୍ତୁର ତତ୍ତ୍ଵ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ ?
(ଏକ ଶ୍ରେଣୀ, ଦୁଇ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଅଷ୍ଟମ ଶ୍ରେଣୀ)
Answer:
ଏକ ଶ୍ରେଣୀ

Question ୪।
ଅନନ୍ତ ପ୍ରକୃତି ସାଙ୍ଗରେ କାହାର ନିତ୍ୟ ଯୋଗ ହୋଇଥାଏ ?
(ମନୁଷ୍ୟ, ଈଶ୍ବର, ପଶୁ, ପକ୍ଷୀ)
Answer:
ମନୁଷ୍ୟ

CHSE Odisha Class 12 Odia Solutions Chapter 1 ଇତିହାସ

Question ୫।
କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ ?
(ବର୍ତ୍ତମାନ, ଅନନ୍ତ ଅତୀତ, ଆଧ୍ୟାତ୍ମିକ, ବୈଷୟିକ)
Answer:
ଅନନ୍ତ ଅତୀତ

Question ୬।
ପାଦମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କ’ଣ ଦେଖିବ ?
(ନରକଙ୍କାଳ, ଦୁଃଖ, ମନ, ପୃଥୁବୀ)
Answer:
ନରକଙ୍କାଳ

Question ୭।
କେଉଁ ରାଷ୍ଟ୍ରବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କର ହୃତ୍‌କମ୍ପ ହୁଏ ?
(ଅସହଯୋଗ ଆନ୍ଦୋଳନ, ସିପାହୀ ବିଦ୍ରୋହ, ଫରାସୀ ରାଷ୍ଟ୍ରବିପ୍ଳବ, ଭୂଦାନ ଆନ୍ଦୋଳନ)
Answer:
ଫରାସୀ ରାଷ୍ଟ୍ରବିପ୍ଳବ

Question ୮।
ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥ‌ିବାର ପ୍ରତ୍ୟକ୍ଷ ହୁଏ ?
(ସାଂପ୍ରତିକ, ଅତୀତ, ଭାବାନ୍ତର, କାଳାନ୍ତର)
Answer:
ଅତୀତ

Question ୯।
ମାନବର ପ୍ରକୃତ ଉନ୍ନତି କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧିତ ?
(ସତ୍ୟ, ମିଥ୍ୟା, ପାପ, ପୁଣ୍ୟ)
Answer:
ସତ୍ୟ

Question ୧୦ ।
ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁଆଡ଼କୁ ?
(ଏକ, ଦୁଇ, ଭିନ୍ନ, ବିଭିନ୍ନ)
Answer:
ଏକ

Question ୧୧ ।
ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା _________ ଶୂନ୍ୟ ନୁହେଁ ।
(ଭାବ, ଅର୍ଥ, କାମ, ମୋକ୍ଷ )
Answer:
ଅର୍ଥ

Question ୧୨ ।
ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ ?
(ଇତିହାସ, ପୁରାଣ, ବିଜ୍ଞାନ, ଦର୍ଶନ)
Answer:
ଇତିହାସ

Question ୧୩ ।
ବ୍ୟକ୍ତିଗତ ଜୀବନ ଇତିହାସକୁ ଆମ୍ଭେମାନେ କେଉଁ ଆଖ୍ୟା ପ୍ରଦାନ କରିଥାଉ ?
(ଆତ୍ମଜୀବନୀ, ଜୀବନ ଚରିତ, ଆତ୍ମଲିପି, ଜୀବନାୟନ)
Answer:
ଜୀବନ ଚରିତ

Question ୧୪ ।
ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତାଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି ?
(ଆଈମା ଗଛ, ଅସୁର ଅସୁରୁଣୀ ଗଳ୍ପ, ଗାଲଗଳ୍ପ, ଗ୍ରାମ୍ୟଗଳ୍ପ)
Answer:
ଗ୍ରାମ୍ୟଗଳ୍ପ

Question ୧୫ ।
ଆମ୍ଭମାନଙ୍କ ଦେଶରେ ଇତିହାସ ବର୍ଣ୍ଣନାବେଳେ କାହାର ମାତ୍ରା ଅତ୍ୟନ୍ତ ଅଧିକ ?
(ଭାବନା, କଳ୍ପନା, ସ୍ଵପ୍ନ, ବାସ୍ତବତା)
Answer:
କଳ୍ପନା

Question ୧୬ ।
ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ ?
(ଧର୍ମ, ଚିକିତ୍ସା, କାବ୍ୟ, ନାଟ୍ୟ)
Answer:
ଧର୍ମ

୧୭ । ଇତିହାସକୁ କେତେଗୁଡ଼ିଏ ଘଟଣାର _________ ବୋଲି କୁହାଯାଏ ।
(କଳ୍ପନା, ସମଷ୍ଟି, ପୁରାଣ, ବର୍ଣ୍ଣନା)
Answer:
ସମଷ୍ଟି

CHSE Odisha Class 12 Odia Solutions Chapter 1 ଇତିହାସ

Question ୧୮ ।
ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ’ଣ ବିଦ୍ୟମାନ ?
(ସୌସାଦୃଶ୍ୟ, ତୁଳନା, ବିଚାର, ବାସ୍ତବତା)
Answer:
ସୌସାଦୃଶ୍ୟ

Question ୧୯ ।
କେଉଁ ଶିକ୍ଷା ମଣିଷ ପାଇଁ ଅଧୂକ ଉପଯୋଗୀ ?
(ଉପଦେଶାତ୍ମକ ଶିକ୍ଷା, ଦୃଷ୍ଟାନ୍ତ ଶିକ୍ଷା, କାଳ୍ପନିକ ଶିକ୍ଷା, ବର୍ଣ୍ଣନାତ୍ମକ ଶିକ୍ଷା )
Answer:
ଦୃଷ୍ଟାନ୍ତ ଶିକ୍ଷା

Question ୨୦ ।
‘ପତନ’ କଥାଟି କେଉଁ ବ୍ୟକ୍ତିର ମସ୍ତକରେ ଉଜ୍ଜ୍ବଳାକ୍ଷରରେ ଲିଖିତ ହୋଇଅଛି ?
( ଅହଙ୍କାରୀ, ମିଥ୍ୟାବାଦୀ, ସତ୍ୟବାଦୀ, କାଳ୍ପନିକ)
Answer:
ଅହଙ୍କାରୀ

Question ୨୧ ।
କେଉଁ ମାନବ ପୃଥ‌ିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ଵାସୀ ହୁଏ ?
(ଧାର୍ମିକ, ବିଶ୍ଵାସୀ, ଅପରିଣାମଦର୍ଶୀ, ପାରଦର୍ଶୀ)
Answer:
ଅପରିଣାମଦର୍ଶୀ

Question ୨୨ ।
କାହାକୁ ଦ୍ଵିତୀୟ ଶିକ୍ଷକ ବୋଲି କୁହାଯାଇଛି ?
(ବେଦ, ଇତିହାସ, ବାଇବେଲ, କୋରାନ)
Answer:
ଇତିହାସ

Question ୨୩ ।
ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ କାହାକୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି?
(ଈଶ୍ଵର, ପରମପିତା, ମହାପୁରୁଷ, ଅସୁର)
Answer:
ମହାପୁରୁଷ

Question ୨୪ ।
ଅତୀତର ସନ୍ତାନ ଭବିଷ୍ୟତର କେଉଁ ରୂପରେ ଦଣ୍ଡାୟମାନ ?
(ପିତା, ମାତା, ଭ୍ରାତା, ଦାତା)
Answer:
ପିତା

Question ୨୫ ।
କାହାର କାର୍ଯ୍ୟ କଦାପି ଅସମ୍ପୂର୍ଣ୍ଣ ରହିବ ନାହିଁ ?
(ବିଧାତା, ଜନତା, ଲୋକତନ୍ତ୍ର, ଗଣତନ୍ତ୍ର)
Answer:
ବିଧାତା

Question ୨୬ ।
ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି ?
(ଯୋଗ୍ୟଲୋକ, ନିରକ୍ଷର, ସ୍ବାକ୍ଷର, ଅଯୋଗ୍ୟ ଲୋକ)
Answer:
ଯୋଗ୍ୟଲୋକ

Question ୨୭ ।
ଈଶ୍ବର ଆମ୍ଭମାନଙ୍କ ଦେଶକୁ କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ ?
(ସରଳ, ବିକୃତ, ଅବସନ୍ନ, ନିଜସ୍ଵ )
Answer:
ବିକୃତ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(ପ୍ରଶ୍ନର ମୂଲ୍ୟ ୧ ନମ୍ବର ।)

Question ୧।
ସଂସାରରେ ସାଧାରଣତଃ କେତେ ଶ୍ରେଣୀର ମନୁଷ୍ୟ
Answer:
ସଂସାରରେ ସାଧାରଣତଃ ଦୁଇ ଶ୍ରେଣୀର ମନୁଷ୍ୟ ଦୃଷ୍ଟ ହୁଅନ୍ତି ।

Question ୨।
କେଉଁ ଶ୍ରେଣୀର ମନୁଷ୍ୟ ପୃଥ‌ିବୀର ନାନାବସ୍ତୁ ଦର୍ଶନ କରନ୍ତି ?
Answer:
ଏକ ଶ୍ରେଣୀର ମନୁଷ୍ୟ ପୃଥ‌ିବୀର ନାନାବସ୍ତୁ ଦର୍ଶନ କରନ୍ତି ।

Question ୩।
କେଉଁ ଶ୍ରେଣୀର ମନୁଷ୍ୟମାନଙ୍କଠାରେ ପୃଥ‌ିବୀର କୌଣସି ବସ୍ତୁର ତତ୍ତ୍ଵ ନିରୂପଣର ପ୍ରୟାସ ଦେଖାଯାଏ ନାହିଁ ?
Answer:
ଏକ ଶ୍ରେଣୀର ମନୁଷ୍ୟମାନଙ୍କଠାରେ ପୃଥ‌ିବୀର କୌଣସି ବସ୍ତୁର ତତ୍ତ୍ଵ ନିରୂପଣର ପ୍ରୟାସ ଦେଖାଯାଏ ନାହିଁ ।

Question ୪।
କେଉଁ ଶ୍ରେଣୀର ମନୁଷ୍ୟ ସୂକ୍ଷ୍ମଦୃଷ୍ଟିସମ୍ପନ୍ନ ଓ ଚିନ୍ତାଶୀଳ ?
Answer:
ଅପର ଶ୍ରେଣୀର ମନୁଷ୍ୟ ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ, ଚିନ୍ତାଶୀଳ ।

Question ୫।
କେଉଁ ଶ୍ରେଣୀର ଲୋକମାନଙ୍କଦ୍ୱାରା ପୃଥ‌ିବୀର ନାନାବିଧ ଉନ୍ନତି ସଂସାଧ୍ୟ ହୁଏ ?
Answer:
ଅପର ଶ୍ରେଣୀର ଲୋକମାନଙ୍କଦ୍ୱାରା ପୃଥ‌ିବୀର ନାନାବିଧ ଉନ୍ନତି ସଂସାଧୂ ହୁଏ ।

Question ୬।
ଚିନ୍ତାଶୀଳତା ସୂକ୍ଷ୍ମଦୃଷ୍ଟି ବା ତତ୍ତ୍ବନିରୂପଣ ପ୍ରୟାସ କାହାର ବିଶେଷ ଲକ୍ଷଣ ?
Answer:
ଚିନ୍ତାଶୀଳତା ସୂକ୍ଷ୍ମଦୃଷ୍ଟି ବା ତତ୍ତ୍ବନିରୂପଣ ପ୍ରୟାସ ପତୁଷ୍ୟତର ବିଶେଷ ଲକ୍ଷଣ ।

Question ୭ ।
ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି କାହା ପ୍ରଭାବରେ ସଂସାଧୂ ହେଉଛି ?
Answer:
ମନୁଷ୍ୟର ଚିନ୍ତାଶୀଳତା ସୂକ୍ଷ୍ମଦୃଷ୍ଟି ବା ତତ୍ତ୍ବନିରୂପଣ ପ୍ରୟାସର ପ୍ରଭାବରେ ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି ସଂସାଧ୍ୟ ହେଉଛି ।

Question ୮।
ମନୁଷ୍ୟ କାହାର ପ୍ରତିକୃତି ?
Answer:
ମନୁଷ୍ୟ ଅନନ୍ତ ଦେବଙ୍କର ପ୍ରତିକୃତି ।

CHSE Odisha Class 12 Odia Solutions Chapter 1 ଇତିହାସ

Question ୯ ।
ପ୍ରକୃତିସ୍ଥ ମନୁଷ୍ୟର ମନ କିପରି ?
Answer:
ପ୍ରକୃତିସ୍ଥ ‘ମନୁଷ୍ୟର ମନ ନିତ୍ଯକ୍ରିୟାଶୀଳ ।

Question ୧୦ ।
ଅନନ୍ତ ପ୍ରକୃତି ସଙ୍ଗେ କାହାର ନିତ୍ୟଯୋଗ ହୋଇଥାଏ ?
Answer:
ପ୍ରକୃତିସ୍ଥ ମନୁଷ୍ୟ ଯାହାର ମନ ନିତ୍ୟକ୍ରିୟାଶୀଳ, ଅନନ୍ତ ପ୍ରକୃତି ସଙ୍ଗେ ତାହାର ନିତ୍ୟଯୋଗ ହୋଇଥାଏ ।

Question ୧୧ ।
ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ କାହାର ଘନିଷ୍ଠ ଭାବରେ ସମ୍ବନ୍ଧ ?
Answer:
ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ବର୍ତ୍ତମାନ ଜୀବର ଘନିଷ୍ଠ ଭାବରେ ସମ୍ବନ୍ଧ ।

Question ୧୨ ।
କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର କିଛି ମୂଲ୍ୟ ରହିବ ନାହିଁ ?
Answer:
ଅତୀତ ଓ ଭବିଷ୍ୟତ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର କିଛି ମୂଲ୍ୟ ରହିବ ନାହିଁ ।

Question ୧୩ ।
ବର୍ତ୍ତମାନ ଯାହାକିଛି ଆମର ନୟନଗୋଚର ହୁଏ, ସମସ୍ତେ କାହାର ସନ୍ତାନ ?
Answer:
ବର୍ତ୍ତମାନ ଆମର ନୟନଗୋଚର ହେଉଥିବା ସମସ୍ତେ ଅତୀତର ସନ୍ତାନ ।

Question ୧୪ ।
ପାଦମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କ’ଣ ଦେଖିବ ?
Answer:
ପାଦମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କେବଳ ନରକଙ୍କାଳ ଦେଖିବ ।

Question ୧୫।
ବର୍ତ୍ତମାନର ଅବସ୍ଥା ପ୍ରାପ୍ତି ପାଇଁ ରାଶି ରାଶି କ’ଣ ପତିତ ହୋଇଅଛି ?
Answer:
ବର୍ତ୍ତମାନର ଅବସ୍ଥା ପ୍ରାପ୍ତି ପାଇଁ ରାଶି ରାଶି ନରଦେହ ପତିତ ହୋଇଅଛି ।

Question ୧୬ ।
କେଉଁ ରାଷ୍ଟ୍ରବିପ୍ଳବ କଥା ସ୍ମରଣ କଲେ ଆମର ହୃଦ୍‌କମ୍ପ ହୁଏ ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ କଥା ସ୍ମରଣ କଲେ ଆମର ହୃତ୍‌କମ୍ପ ହୁଏ ।

Question ୧୭ ।
ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶବାର୍ତ୍ତା ଶ୍ରବଣ କରି ପ୍ରାଣ କ’ଣ ହୁଏ ?
Answer:
ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶ ବାର୍ତ୍ତା ଶ୍ରବଣ କରି ପ୍ରାଣ ଅବସନ୍ନ ହୁଏ ।

Question ୧୮।
ସମଗ୍ର ଅତୀତ ମାନବ ଜାତିର ରକ୍ତ ଓ ମାଂସରୁ କାହାର ସୃଷ୍ଟି ?
Answer:
ସମଗ୍ର ଅତୀତ ମାନବ ଜାତିର ରକ୍ତ ଓ ମାଂସରୁ ବର୍ତ୍ତମାନ ମାନବୋନ୍ନତିର ସୃଷ୍ଟି ।

Question ୧୯ ।
ବର୍ତ୍ତମାନ ମାନବ ସମାଜ ଦେହରେ ଅତୀତ ମାନବ ସମାଜର କ’ଣ ପ୍ରତ୍ୟକ୍ଷ ହୁଏ ?
Answer:
ବର୍ତ୍ତମାନ ମାନବ ସମାଜ ଦେହରେ ଅତୀତ ମାନବ ସମାଜର ଭାବରାଶି ନିହିତ ଥ‌ିବାର ପ୍ରତ୍ୟକ୍ଷ ହୁଏ ।

Question ୨୦ ।
ପରିବର୍ତ୍ତନଶୀଳ ଜଗତରେ ସକଳ ବସ୍ତୁର କ’ଣ ଉପସ୍ଥିତ ହୋଇଅଛି ?
Answer:
ପରିବର୍ତ୍ତନଶୀଳ ଜଗତର ସକଳ ବସ୍ତୁର ରୂପାନ୍ତର, ଭାବାନ୍ତର ଉପସ୍ଥିତ ହୋଇଅଛି ।

Question ୨୧ ।
କାହାର ବିଲୋପ ଅସମ୍ଭବ ?
Answer:
ମାନବର ପ୍ରକୃତ ଉନ୍ନତି ଯାହା ସତ୍ୟ ସଙ୍ଗେ ଘନିଷ୍ଠ ଭାବେ ସମ୍ବନ୍ଧିତ, ତାହାର ବିଲୋପ ଅସମ୍ଭବ ।

Question ୨୨ ।
ସତ୍ୟ ସଙ୍ଗେ ବିରୋଧ ଘଟିଲେ କ’ଣ ହେବ ?
Answer:
ସତ୍ୟ ସଙ୍ଗେ ବିରୋଧ ଘଟିଲେ ତାହାର ବିନାଶ ନିଶ୍ଚୟ ହେବ ।

Question ୨୩ ।
କ’ଣ ପୂର୍ବ ଅପେକ୍ଷା ଉଜ୍ଜ୍ବଳ ଆକାରରେ ପ୍ରତିଭାତ ହୁଏ ?
Answer:
ବିଶୁଦ୍ଧ ସତ୍ୟ ଓ ସାରବସ୍ତୁ ପୂର୍ବ ଅପେକ୍ଷା ଉଜ୍ଜ୍ୱଳ ଆକାରରେ ପ୍ରତିଭାତ ହୁଏ ।

Question ୨୪ ।
ବ୍ୟକ୍ତିଗତ ଜୀବନ ବିଷୟ ଆଲୋଚନା କଲେ ଆମ୍ଭେମାନେ କେଉଁ ବିଷୟ ବୁଝିବାକୁ ସମର୍ଥ ହେଉ ?
Answer:
ବ୍ୟକ୍ତିଗତ ଜୀବନ ବିଷୟ ଆଲୋଚନା କଲେ ଆମ୍ଭେମାନେ ସମଷ୍ଟିଗତ ଜୀବନ ବା ମାନବ ଜାତିର ବିଷୟ ବୁଝିବାକୁ ସମର୍ଥ ହେଉ ।

Question ୨୫ ।
ମାନବ ଜୀବନରେ କ’ଣ ଛଡ଼ା ଆଉ କିଛି ଦେଖାଯାଏ ନାହିଁ ?
Answer:
ମାନବ ଜୀବନରେ କେବଳ କେତେଗୁଡ଼ିଏ ଘଟନାର ସମଷ୍ଟି ଛଡ଼ା ଆଉ ଅଧିକ କିଛି ଦେଖାଯାଏ ନାହିଁ ।

Question ୨୬ ।
ସ୍ଥୂଳଦୃଷ୍ଟି ମାନବ ନିକଟରେ ଜଗତଟା କ’ଣ ?
Answer:
ସ୍ଥୂଳଦୃଷ୍ଟି ମାନବ ନିକଟରେ ଜଗତଟା କେବଳ ବିରୁଦ୍ଧ ଭାବପୂର୍ଣ୍ଣ ।

Question ୨୭ ।
ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର କ’ଣ ଦର୍ଶନ କରେ ?
Answer:
ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର ସର୍ବପ୍ରକାର ବିରୋଧ ମଧ୍ୟରେ ସାମଞ୍ଜସ୍ୟ ଦର୍ଶନ କରେ ।

Question ୨୮ ।
କେଉଁ ଦୁଇ ଜଣ ସମାଜର ଅଙ୍ଗ ଓ ସମାଜ ଉନ୍ନତିର ଉପଯୋଗୀ ?
Answer:
ଐଶ୍ବର୍ଯ୍ୟଶାଳୀ ରାଜା ଓ ଦୀନହୀନ କୃଷକ ଉଭୟେ ସମାଜର ଅଙ୍ଗ ଓ ସମାଜ ଉନ୍ନତିର ଉପଯୋଗୀ ।

Question ୨୯ ।
ଜଣେ ମନୁଷ୍ୟକୁ ଜାଣିବାକୁ ହେଲେ ତା’ର କ’ଣ ଜାଣିବା ଆବଶ୍ୟକ ?
Answer:
ଜଣେ ମନୁଷ୍ୟକୁ ଜାଣିବାକୁ ହେଲେ ତା’ର ସମଗ୍ର ଜୀବନର ଇତିହାସ ଜାଣିବା ଆବଶ୍ୟକ ।

Question ୩୦ ।
ବ୍ୟକ୍ତିଗତ ଜୀବନର ଇତିହାସକୁ ଆମ୍ଭେମାନେ କେଉଁ ଆଖ୍ୟା ପ୍ରଦାନ କରିଥାଉ ?
Answer:
ବ୍ୟକ୍ତିଗତ ଜୀବନର ଇତିହାସକୁ ଆମ୍ଭେମାନେ ଜୀବନଚରିତ ଆଖ୍ୟା ପ୍ରଦାନ କରିଥାଉ ।

Question ୩୧ ।
ଜାତିର ଇତିହାସକୁ ସେଇ ଜାତିର କ’ଣ ବୋଲା ଯାଇପାରେ ?
Answer:
ଜାତିର ଇତିହାସକୁ ସେଇ ଜାତିର ଜୀବନଚରିତ ବୋଲା ଯାଇପାରେ ।

Question ୩୨ ।
ପ୍ରଚଳିତ ଇତିହାସକୁ କାହା ସହିତ ତୁଳନା କରାଯାଇଛି ?
Answer:
ପ୍ରଚଳିତ ଇତିହାସକୁ ଗଭୀରତାଶୂନ୍ୟ ଗ୍ରାମ୍ୟଗଳ୍ପ ସହିତ ତୁଳନା କରାଯାଇଛି ।

Question ୩୩ ।
ପ୍ରଥମାବସ୍ଥାରେ ଇତିହାସର କ’ଣ ନ ଥିଲା ?
Answer:
ପ୍ରଥମାବସ୍ଥାରେ ଇତିହାସର ଅସ୍ଥିତ୍ଵ ନ ଥିଲା ।

Question ୩୪ ।
କେଉଁ ଜାତି କଳ୍ପନାପ୍ରିୟ ଭାବରେ ଖ୍ୟାତ ?
Answer:
ହିନ୍ଦୁ ଜାତି କଳ୍ପନାପ୍ରିୟ ଭାବରେ ଖ୍ୟାତ ।

Question ୩୫ ।
ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କାହାର କଳ୍ପନାମିଶ୍ରିତ ବିବରଣ ?
Answer:
ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କେବଳ କେତେଗୁଡ଼ିଏ କ୍ଷମତାଶାଳୀ ବୀରପୁରୁଷଙ୍କର କଳ୍ପନାମିଶ୍ରିତ ବିବରଣ ।

Question ୩୬ ।
ମନ୍ଦିର ଗୃହରେ ଖୋଦିତ ମୂର୍ତ୍ତି ଓ ଫଳକାଦିରେ ଦେଶର କ’ଣ ଲିଖିତ ହୋଇ ରହିଛି ?
Answer:
ମନ୍ଦିର ଗୃହରେ ଖୋଦିତ ମୂର୍ତ୍ତି ଓ ଫଳକାଦିରେ ଦେଶର ଓ କାଳର ଇତିହାସ ଲିଖିତ ହୋଇରହିଛି ।

Question ୩୭ ।
ବର୍ତ୍ତମାନ ଯୁଗର ଇତିହାସ ଲିଖନ ପ୍ରଣାଳୀ କିପରି ଓ କାହାର ନିକଟବର୍ତ୍ତୀ ?
Answer:
ବର୍ତ୍ତମାନ ଯୁଗର ଇତିହାସ ଲିଖନ ପ୍ରଣାଳୀ ସ୍ଵତନ୍ତ୍ର ଓ ଆଦର୍ଶର ନିକଟବର୍ତ୍ତୀ ।

Question ୩୮ ।
ବର୍ତ୍ତମାନ ଯୁଗର ଇତିହାସରେ ମାନବ ଜୀବନର କେଉଁ ବ୍ୟାପାରର ଯୋଗ ହୋଇଅଛି ?
Answer:
ବର୍ତ୍ତମାନ ଯୁଗର ଇତିହାସରେ ମାନବ ଜୀବନର ସର୍ବବିଧ ବ୍ୟାପାରର ଯୋଗ ହୋଇଅଛି ।

Question ୩୯ ।
ଇତିହାସ ଯେପରି ଭାବରେ ଲିଖିତ ହେଉ କାହା ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ ?
Answer:
ଇତିହାସ ଯେପରି ଭାବରେ ଲିଖିତ ହେଉ ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ ।

Question ୪୦ ।
ଉପଦେଶ ଅପେକ୍ଷା କେଉଁ ଶିକ୍ଷା ଅଧ୍ବକ ଉପଯୋଗୀ ?
Answer:
ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଶିକ୍ଷା ଅଧ୍ବକ ଉପଯୋଗୀ ।

Question ୪୧ ।
ବିପରୀତ ପଥରେ ଗମନ କଲେ କ’ଣ ହେବ ?
Answer:
ବିପରୀତ ପଥରେ ଗମନ କଲେ କେହି କେବେ ଉନ୍ନତି ସୋପାନରେ ଆରୋହଣ କରିପାରିବ ନାହିଁ ।

CHSE Odisha Class 12 Odia Solutions Chapter 1 ଇତିହାସ

Question ୪୨ ।
ଅହଙ୍କାରୀର ମସ୍ତକରେ କେଉଁ କଥା ଉଜ୍ଜ୍ବଳାକ୍ଷରରେ ଲିଗତ ହୋଇ ରହିଛି ?
Answer:
ଅହଙ୍କାରୀର ମସ୍ତକରେ ‘ପତନ’ କଥା ଉଜ୍ଜ୍ବଳାକ୍ଷରରେ ଲିଖିତ ହୋଇ ରହିଅଛି ।

Question ୪୩ ।
ଇତିହାସ ବଜ୍ରଗମ୍ଭୀର ସ୍ୱରରେ କ’ଣ ଘୋଷଣା କରିଅଛି ?
Answer:
ଇତିହାସ ବଜ୍ରଗମ୍ଭୀର ସ୍ଵରରେ ‘ଧର୍ମର ଜୟ, ଅଧର୍ମର ପରାଜୟ’ ଘୋଷଣା କରିଅଛି ।

Question ୪୪ ।
ଅପରିଣାମଦର୍ଶୀ ମାନବ ପୃଥ‌ିବୀର କ’ଣ ଦର୍ଶନ କରି ଅବିଶ୍ଵାସୀ ହୁଏ ?
Answer:
ଅପରିଣାମଦର୍ଶୀ ମାନବ ପୃଥ‌ିବୀରେ ବିପରୀତ ଭାବ ଦର୍ଶନ କରି ଅବିଶ୍ବାସୀ ହୁଏ ।

Question ୪୫ ।
ଇତିହାସକୁ କେଉଁ ଶିକ୍ଷକ ଭାବରେ ଅଭିହିତ କରାଯାଇଛି ?
Answer:
ଇତିହାସକୁ ଦ୍ବିତୀୟ ଶିକ୍ଷକ ଭାବରେ ଅଭିହିତ କରାଯାଇଛି ।

Question ୪୬ ।
କେଉଁ ବସ୍ତୁ ଲାଭ କରିବାପାଇଁ ମହାପୁରୁଷମାନଙ୍କୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି ?
Answer:
ପ୍ରତ୍ୟେକ ପ୍ରୟୋଜନୀୟ ବସ୍ତୁ ଲାଭ କରିବାପାଇଁ ମହାପୁରୁଷମାନଙ୍କୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି ।

Question ୪୭ ।
କେଉଁମାନଙ୍କ ସମ୍ପର୍କରେ କିଞ୍ଚି ଜ୍ଞାନଲାଭ କରିବା ଉଚିତ ?
Answer:
ଯେଉଁ ମହିମାନ୍ଵିତ ପୁରୁଷମାନେ ଆମ୍ଭମାନଙ୍କ ପାଇଁ ଦେହପାତ କରି ଯାଇଛନ୍ତି, ସେମାନଙ୍କ ସମ୍ପର୍କରେ କିଞ୍ଚିତ୍

Question ୪୮।
କିଏ ଭବିଷ୍ୟତର ପିତାରୂପେ ଦଣ୍ଡାୟମାନ ?
Answer:
ଅତୀତର ସନ୍ତାନ ଭବିଷ୍ୟତର ପିତାରୂପେ ଦଣ୍ଡାୟମାନ ।

Question ୪୯ ।
ପୁତ୍ର ପାଇଁ କ’ଣ ରଖିଯିବା ପିତାର କର୍ତ୍ତବ୍ୟ ନୁହେଁ ?
Answer:
ପୁତ୍ର ପାଇଁ କେବଳ ପୈତୃକ ସମ୍ପତ୍ତି ରଖିଯିବା ପିତାର କର୍ତ୍ତବ୍ୟ ନୁହେଁ ।

Question ୫୦ ।
ଜାତି ଅଯୋଗ୍ୟ ହେଲେ ତା’ର ଗତି କୁଆଡ଼େ ?
Answer:
ଜାତି ଅଯୋଗ୍ୟ ହେଲେ ତା’ର ଗତି ରସାତଳକୁ ।

Question ୫୧ ।
ବିଧାତା ଯୋଗ୍ୟତା ଥ‌ିବା ଲୋକକୁ କ’ଣ ଦିଅନ୍ତି ?
Answer:
ବିଧାତା ଯୋଗ୍ୟତା ଥିବା ଲୋକକୁ ଉଚ୍ଚ ଅଧିକାର ଦିଅନ୍ତି ।

Question ୫୨ ।
କେଉଁ ଜାତି କଦାପି ସଭ୍ୟତାର ଉଚ୍ଚତର ସୋପାନରେ ଆରୋହଣ କରିପାରେ ନାହିଁ ?
Answer:
ନୀତିହୀନ ଅନୁଦାର ଜାତି କଦାପି ସଭ୍ୟତାର ଉଚ୍ଚତର ସୋପାନରେ ଆରୋହଣ କରିପାରେ ନାହିଁ ।

Question ୫୩ ।
ମନୁଷ୍ୟର ଅନୁରାଗର କାରଣ କ’ଣ ?
Answer:
ସ୍ବଜାତି ସଙ୍ଗେ ନିକଟ ସମ୍ପର୍କ ହିଁ ମନୁଷ୍ୟର ଅନୁରାଗର କାରଣ ।

Question ୫୪ ।
ମନୁଷ୍ୟର କେଉଁ ଅଭାବକୁ ଦୋଷ ବୋଲି କୁହାଯାଇଛି ?
Answer:
ମନୁଷ୍ୟର ସ୍ବଜାତି ସଙ୍ଗେ ଅନୁରାଗର ଅଭାବକୁ ଦୋଷ ବୋଲି କୁହାଯାଇଛି ।

Question ୫୫ ।
କ’ଣ ଦୃଷ୍ଟିଶକ୍ତିକୁ ହ୍ରାସ କରିଦିଏ ?
Answer:
ସଂକୀର୍ଣ୍ଣତା ଓ ପରଜାତି ବିଦ୍ବେଷ ଦୃଷ୍ଟିଶକ୍ତିକୁ ହ୍ରାସ କରିଦିଏ ।

Question ୫୬ ।
କ’ଣ ଅନ୍ୟ ଜାତିର ମହତ୍ତ୍ବ ଦେଖିବାକୁ ଦିଏ ନାହିଁ ?
Answer:
ସଂକୀର୍ଣ୍ଣତା ଓ ପରଜାତି ବିଦ୍ବେଷଭାବ ଅନ୍ୟ ଜାତିର ମହତ୍ତ୍ବ ଦେଖିବାକୁ ଦିଏ ନାହିଁ ।

Question ୫୭ ।
କ’ଣ ଉନ୍ନତି ଲାଭର ଉତ୍କୃଷ୍ଟ ସହାୟ ?
Answer:
ପୂର୍ବ ଗୌରବର ସ୍ମୃତି ଉନ୍ନତି ଲାଭର ଉତ୍କୃଷ୍ଟ ସହାୟ ।

Question ୫୮ ।
ପୂର୍ବ ଗୌରବର ସ୍ମୃତି କେବଳ ସ୍ମୃତି ବା ବାକ୍ୟମାତ୍ରରେ ଅବସ୍ଥିତ କଲେ କ’ଣ ହେବ ବୋଲି କୁହାଯାଇଛି ?
Answer:
ପୂର୍ବ ଗୌରବର ସ୍ମୃତି କେବଳ ସ୍ମୃତି ବା ବାକ୍ୟମାତ୍ରରେ ଅବସ୍ଥିତ କଲେ କିଛି ଫଳ ଲାଭ ହୁଏ ନାହିଁ ।

Question ୫୯ ।
ଈଶ୍ବର ଆମ୍ଭମାନଙ୍କ ଦେଶକୁ କାହା ହସ୍ତରୁ ଉଦ୍ଧାର କରନ୍ତୁ ବୋଲି କୁହାଯାଇଛି ?
Answer:
ଈଶ୍ବର ଆମ୍ଭମାନଙ୍କ ଦେଶକୁ ଏହି ବିକୃତ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ ବୋଲି କୁହାଯାଇଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।
ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

ବିଷୟ – ଇତିହାସ, ପ୍ରାବନ୍ଧିକ – ବିଶ୍ବନାଥ କର ।

Question ୧।
ଏକ ଶ୍ରେଣୀ ମନୁଷ୍ୟମାନଙ୍କଠାରେ ବସ୍ତୁର କେଉଁ ବିଷୟରେ ପ୍ରୟାସ ଦେଖାଯାଏ ନାହିଁ ?
Answer:
ଏକ ଶ୍ରେଣୀ ମନୁଷ୍ୟମାନଙ୍କଠାରେ ବସ୍ତୁର ତତ୍ତ୍ଵ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ ।

Question ୨।
ଏକ ଶ୍ରେଣୀ ମନୁଷ୍ୟମାନଙ୍କଠାରେ ବସ୍ତୁର କେଉଁ ବିଷୟକ ଚିନ୍ତା ସ୍ଥାନ ପ୍ରାପ୍ତ ହୁଏ ନାହିଁ ?
Answer:
ଏକ ଶ୍ରେଣୀ ମନୁଷ୍ୟମାନଙ୍କଠାରେ କି ପ୍ରଣାଳୀ ବା ତାହାର ସଦ୍‌ବ୍ୟବହାର କରିବାକୁ ହେବ, ଇତ୍ୟାଦି ବିଷୟକ ଚିନ୍ତା ସୂତ୍ରରେ କେଉଁ ବସ୍ତୁ ସେମାନଙ୍କ ନିକଟସ୍ଥ ହେଲା ବା କିପରି ସ୍ଥାନପ୍ରାପ୍ତ ହୁଏ ନାହିଁ ।

Question ୩ ।
ଅପର ଶ୍ରେଣୀର ମନୁଷ୍ୟମାନଙ୍କଦ୍ଵାରା ପୃଥ‌ିବୀର କ’ଣ ସଂସାଧୂ ହୁଏ ?
Answer:
ଅପର ଶ୍ରେଣୀର ମନୁଷ୍ୟମାନଙ୍କଦ୍ୱାରା ପୃଥ‌ିବୀର ନାନାବିଧ ଉନ୍ନତି ସଂସାଧୂ ହୁଏ ।

Question ୪।
ମନୁଷ୍ୟତ୍ଵର ବିଶେଷ ଲକ୍ଷଣ କ’ଣ ?
Answer:
ଚିନ୍ତାଶୀଳତା ସୂକ୍ଷ୍ମଦୃଷ୍ଟି ବା ତର୍‌ନିରୂପଣ ପ୍ରୟାସ ହିଁ ମନୁଷ୍ୟତ୍ବର ବିଶେଷ ଲକ୍ଷଣ ।

Question ୫।
ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ଓ ଚିନ୍ତାଶୀଳ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ କ’ଣ ବୁଝାଯାଏ ?
Answer:
ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ଓ ଚିନ୍ତାଶୀଳ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ, ‘ମନୁଷ୍ୟ ଯେ ଅନନ୍ତ ଦେବଙ୍କର ପ୍ରତିକୃତି’ ବୋଲି ବୁଝାଯାଏ ।

Question ୬ ।
ମନୁଷ୍ୟ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧିତ ?
Answer:
ମନୁଷ୍ୟ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧିତ ।

Question ୭ ।
ମନୁଷ୍ୟର ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ସମ୍ବନ୍ଧ ବିଚ୍ଛିନ୍ନ ହେଲେ କ’ଣ ହେବ ?
Answer:
ମନୁଷ୍ୟର ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ସମ୍ବନ୍ଧ ବିଚ୍ଛନ୍ନ ହେଲେ ମାନବ ଜୀବନର ମୂଲ୍ୟ କିଛି ରହିବ ନାହିଁ ।

Question ୮।
ମନୁଷ୍ୟ କେଉଁଠିକୁ ଅବତରଣ କଲେ ନରକଙ୍କାଳ ଦେଖିବ ?
Answer:
ମନୁଷ୍ୟ ପତୁଷ୍ୟତର ନର୍ମଦେବପୁ ଅବତରଣ କଲେ ନରକଙ୍କାଳ ଦେଖିବ।

Question ୯।
ରାଶି ରାଶି ନର ଦେହ କାହିଁକି ପତିତ ହୋଇଅଛି ?
Answer:
ବର୍ତ୍ତମାନ ଅବସ୍ଥା ଲାଭ କରିବାପାଇଁ ରାଶି ରାଶି ନର ଦେହ ପତିତ ହୋଇଅଛି ।

CHSE Odisha Class 12 Odia Solutions Chapter 1 ଇତିହାସ

Question ୧୦ ।
ଫରାସୀ ରାଷ୍ଟ୍ରବିପ୍ଳବ କଥା ସ୍ମରଣ କଲେ କ’ଣ ହୁଏ ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କର ହୃତ୍‌କମ୍ପ ଉପସ୍ଥିତ ହୁଏ ।

Question ୧୧ ।
କେଉଁ କଥା ଶ୍ରବଣ କଲେ ପ୍ରାଣ ଅବସନ୍ନ ହୋଇପଡ଼େ ?
Answer:
ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶ ବାର୍ତ୍ତା ଶ୍ରବଣ କଲେ ପ୍ରାଣ ଅବସନ୍ନ ହୋଇପଡ଼େ ।

Question ୧୨ ।
ପ୍ରତ୍ୟକ୍ଷୀଭୂତ ବିପ୍ଳବରାଶି ଛଡ଼ା କାହାର ସଂଖ୍ୟା ଗଣନା କରାଯାଇ ପାରିବ ନାହିଁ ?
Answer:
ପ୍ରତ୍ୟକ୍ଷୀଭୂତ ବିପ୍ଳବରାଶି ଛଡ଼ା ନୀରବ ଦେହପାତର ସଂଖ୍ୟା ଗଣନା କରାଯାଇ ପାରିବ ନାହିଁ ।

Question ୧୩ ।
ଅତୀତ ମାନବ ଜାତିର ରକ୍ତମାଂସରୁ କ’ଣ ଉଭୂତ ବୋଲି କୁହାଯାଇଛି ?
Answer:
ସମଗ୍ର ଅତୀତ ମାନବ ଜାତିର ରକ୍ତମାଂସରୁ ବର୍ତ୍ତମାନ ମାନବୋନ୍ନତି ଉଭୂତ ବୋଲି କୁହାଯାଇଛି ।

Question ୧୪ ।
ପୃଥ‌ିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ପୂର୍ବବର୍ତ୍ତୀର କ’ଣ ପରିଲକ୍ଷିତ ହୁଏ ?
Answer:
ପୃଥ‌ିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ପୂର୍ବବର୍ତ୍ତୀର ସକଳପ୍ରକାର ଅବସ୍ଥାର ଚିହ୍ନ ଏବଂ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହାବଶେଷ ପରିଲକ୍ଷିତ ହୁଏ ।

Question ୧୫ ।
କେଉଁଠାରେ ଅତୀତ ମାନବ ସମାଜର ଭାବରାଶି ନିହିତ ଥିବା ପ୍ରତ୍ୟକ୍ଷ ହୁଏ ?
Answer:
ବର୍ତ୍ତମାନ ମାନବ ସମାଜର ଦେହରେ ଅତୀତ ମାନବ ସମାଜର ଭାବରାଶି ନିହିତ ଥ‌ିବା ପ୍ରତ୍ୟକ୍ଷ ହୁଏ ।

Question ୧୬ ।
ଜଗତର ଘୋର ପରିବର୍ତ୍ତନରାଶି ମଧ୍ୟରେ କ’ଣ ଅବସ୍ଥିତି କରୁଅଛି ?
Answer:
ବର୍ତ୍ତମାନ ମାନବ ସମାଜର ଦେହରେ ଅତୀତ ମାନବ ସମାଜର ଭାବରାଶି ନିହିତ ଥ‌ିବା ପ୍ରତ୍ୟକ୍ଷ ହୁଏ ।

Question ୧୭ ।
କାହାର ବିନାଶ ଅନିବାର୍ଯ୍ୟ ?
Answer:
କେବଳ ସତ୍ୟ ସଙ୍ଗେ ବିରୋଧ ଯାହାର, ତାହାର ବିନାଶ ଅନିବାର୍ଯ୍ୟ ।

Question ୧୮।
ମାନବ ସମାଜ ମଧ୍ଯରେ କେଉଁ ବ୍ୟାପାର ଚିରକାଳ ଲାଗିଅଛି ?
Answer:
ମାନବ ସମାଜ ମଧ୍ୟରେ, କେବଳ ସତ୍ୟ ସଙ୍ଗେ ବିରୋଧ ଯାହାର, ତାହାର ବିନାଶ ଅନିବାର୍ଯ୍ୟ, ଏହି ବ୍ୟାପାର ଚିରକାଳ ଲାଗିଅଛି ।

Question ୧୯ ।
ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁଆଡ଼କୁ ବୋଲି କୁହାଯାଇଛି ?
Answer:
ସମସ୍ତ ଘଟଣାର ଲକ୍ଷ୍ୟ ଏକ ଓ ଗତି ଏକ ଆଡ଼କୁ ବୋଲି କୁହାଯାଇଛି ।

Question ୨୦ ।
ସମସ୍ତ ମଣିଷମାନଙ୍କର ଗତି କେଉଁ ନିୟମରେ ନିୟନ୍ତ୍ରିତ ହେଉଅଛି ବୋଲି ଲେଖକ କହିଛନ୍ତି ?
Answer:
ସମସ୍ତ ମଣିଷମାନଙ୍କର ଗତି ଏକ ଆଡ଼କୁ ଏବଂ ଏକ ଅଖଣ୍ଡ ନିୟମରେ ସମସ୍ତ ଘଟଣାବଳୀ ନିୟନ୍ତ୍ରିତ ହୋଇଅଛି ବୋଲି ଲେଖକ କହିଛନ୍ତି ।

Question ୨୧ ।
ବିରୋଧ ମଧ୍ଯରେ କିଏ ସାମଞ୍ଜସ୍ୟ ଦର୍ଶନ କରେ ?
Answer:
ବିରୋଧ ମଧ୍ୟରେ ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର ସାମଞ୍ଜସ୍ୟ ଦର୍ଶନ କରେ ।

Question ୨୨ ।
ଐଶ୍ବର୍ଯ୍ୟଶାଳୀ ରାଜା ଓ ଦୀନହୀନ କୃଷକ ଉଭୟେ କ’ଣ ?
Answer:
ଐଶ୍ୱର୍ଯ୍ୟଶାଳୀ ରାଜା ଓ ଦୀନହୀନ କୃଷକ ଉଭୟେ ସମାଜର ଅଙ୍ଗ ଏବଂ ଉଭୟେ ସମାଜର ଉନ୍ନତିରେ ସହଯୋଗୀ ।

Question ୨୩ ।
ମାନବ ସମାଜ ବିଷୟରେ ଜାଣିବାକୁ ହେଲେ କ’ଣ ଜାଣିବା ଆବଶ୍ୟକ ?
Answer:
ମାନବ ସମାଜ ବିଷୟରେ ଜାଣିବାକୁ ହେଲେ ସମଗ୍ର ଇତିହାସ ଜାଣିବା ଆବଶ୍ୟକ ।

Question ୨୪ ।
ପ୍ରଚଳିତ ଇତିହାସକୁ ଲକ୍ଷ୍ୟ କରି ସୁପ୍ରସିଦ୍ଧ ପଣ୍ଡିତ କ’ଣ କହିଛନ୍ତି ?
Answer:
ପ୍ରଚଳିତ ଇତିହାସକୁ ଲକ୍ଷ୍ୟକରି ସୁପ୍ରସିଦ୍ଧ ପଣ୍ଡିତ କହିଛନ୍ତି, ‘ପ୍ରଚଳିତ ଇତିହାସମାନ ଗଭୀରତାଶୂନ୍ୟ ଗ୍ରାମ୍ୟଗଳ୍ପ ତୁଲ୍ୟ ।’’

Question ୨୫ ।
ପ୍ରାଚୀନ ଚିକିତ୍ସା ଶାସ୍ତ୍ରରେ କାହାର ସମାବେଶ ଦେଖାଯାଏ ?
Answer:
ପ୍ରାଚୀନ ଚିକିତ୍ସାଶାସ୍ତ୍ରରେ ରସିକତା, ଭାବୁକତା, ଅଳଙ୍କାର ଓ ଆଡ଼ମ୍ବରର ସମାବେଶ ଦେଖାଯାଏ ।

Question ୨୬ ।
ପ୍ରାଚୀନ କେଉଁ ଧର୍ମଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ ?
Answer:
ପ୍ରାଚୀନ ବାଇବେଲ ଏବଂ ଆମ୍ଭମାନଙ୍କର ବେଦ ଭଳି ଧର୍ମଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ ।

Question ୨୭ ।
ଦେଶ ଓ କାଳର ଇତିହାସ କେଉଁଠାରେ ଉଜ୍ଜ୍ଵଳ ଅକ୍ଷରରେ ଲିଖିତ ହୋଇଅଛି ?
Answer:
ଦେଶ ଓ କାଳର ଇତିହାସ ମନ୍ଦିର, ଗୃହ, ଖୋଦିତ ମୂର୍ତି ଓ ଫଳକାଦିରେ ଉଜ୍ଜ୍ଵଳ ଅକ୍ଷରରେ ଲିଖିତ ହୋଇଅଛି ।

Question ୨୮ ।
ବର୍ତ୍ତମାନ ଯୁଗର ଇତିହାସରେ କେଉଁ ପ୍ରୟୋଜନୀୟ ବିଷୟର ସମାବେଶ ହୋଇଅଛି ?
Answer:
ବର୍ତ୍ତମାନ ଯୁଗର ଇତିହାସରେ ଜାତିସାଧାରଣର ଆଚାର, ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ସକଳ ପ୍ରକାର ପ୍ରୟୋଜନୀୟ ବିଷୟର ସମାବେଶ ହୋଇଅଛି ।

Question ୨୯ ।
ପାଠକ କାହା ସହିତ ସମ୍ପର୍କ ବିସ୍ମୃତ ହୋଇ ଇତିହାସ ଅଧ୍ୟୟନ କରିବା ବିଡ଼ମ୍ବନା ?
Answer:
ପାଠକ ଯଦି ବର୍ତ୍ତମାନ ସଙ୍ଗେ ଏବଂ ନିଜ ଜୀବନ ସଙ୍ଗେ ଅତୀତର ସମ୍ପର୍କ ବିସ୍ମୃତ ହୋଇ ଇତିହାସ ଅଧ୍ୟୟନ କରେ, ତେବେ ସେ ଅଧ୍ୟୟନ କରିବା ବିଡ଼ମ୍ବନା ।

Question ୩୦ ।
ଇତିହାସରେ ଉପସ୍ଥାପିତ ଘଟଣାର ପଶ୍ଚାଦେଶରେ କାହାର ହସ୍ତ କାର୍ଯ୍ୟ କରୁଅଛି ?
Answer:
ଇତିହାସରେ ଉପସ୍ଥାପିତ ଘଟଣାର ପଶ୍ଚାଦେଶରେ ନିୟମ ବା ନିୟନ୍ତାଙ୍କ ହସ୍ତ କାର୍ଯ୍ୟ କରୁଅଛି ।

Question ୩୧ ।
କେଉଁଠି ଦେଶ ଓ କାଳର ଦୂରତ୍ବ ବିନଷ୍ଟ ହୋଇଯାଏ ?
Answer:
ମନୁଷ୍ୟ ନିଜ ଭିତରେ ସମସ୍ତ ବ୍ରହ୍ମାଣ୍ଡକୁ ପ୍ରତ୍ୟକ୍ଷ କଲେ ଏବଂ ସର୍ବତ୍ର ମଙ୍ଗଳମୟ ବିଧାତାଙ୍କ ପ୍ରତ୍ୟକ୍ଷ ହସ୍ତ ଦର୍ଶନ କରି ସ୍ତମ୍ବିତ ଓ ମୋହିତ ହେଲେ, ସେଠାରେ ଦେଶ ଓ କାଳର ଦୂରତ୍ଵ ବିନଷ୍ଟ ହୋଇଥାଏ ।

Question ୩୨ ।
ଚିନ୍ତାଶୀଳ ପାଠକ ଇତିହାସ ବର୍ଷିତ ସକଳ ପ୍ରକାର ଚିତ୍ରରେ କ’ଣ ଦେଖି ସମୁଚିତ ଶିକ୍ଷାଲାଭ କରନ୍ତି ?
Answer:
ଚିନ୍ତାଶୀଳ ପାଠକ ଇତିହାସ ବର୍ଣ୍ଣିତ ସକଳ ପ୍ରକାର ଚିତ୍ର ନିଜ ଜୀବନର ଏବଂ ସମସାମୟିକ ସମାଜ ମଧ୍ୟରେ ପ୍ରତିବିମ୍ବିତ ଦେଖି ସେଗୁଡ଼ିକରୁ ସମୁଚିତ ଶିକ୍ଷାଲାଭ କରନ୍ତି ।

Question ୩୩ ।
ବୁଦ୍ଧିମାନ ବ୍ୟକ୍ତି ଇତିହାସରୁ କ’ଣ ଅନୁଭବ କରିପାରିବେ ?
Answer:
ବୁଦ୍ଧିମାନ ବ୍ୟକ୍ତି ଇତିହାସରୁ ଏହା ଶିକ୍ଷା ପକ୍ଷରେ କିପରି ଉପଯୋଗୀ, ତାହା ଅନୁଭବ କରିପାରିବେ ।

Question ୩୪ ।
ପ୍ରାଥମିକ ମନୁଷ୍ୟ କିପରି କାଳାତିପାତ କରୁଥୁଲା ?
Answer:
ପ୍ରାଥମିକ ମନୁଷ୍ୟ ଅରଣ୍ୟରେ ଶୀତ, ଗ୍ରୀଷ୍ମ, ବର୍ଷାରେ ଅସହ୍ୟ କ୍ଳେଶ ସହ୍ୟକରି, ଅପକ୍ବ ମାଂସ, ଫଳମୂଳ ଆହାର କରି କାଳାତିପାତ କରୁଥିଲା ।

Question ୩୫ ।
ସୁ-ସନ୍ତାନ ଓ ସୁ-ପିତାର କାର୍ଯ୍ୟ କ’ଣ ?
Answer:
ସୁସନ୍ତାନ ଓ ସୁପିତାର କାର୍ଯ୍ୟ ହେଉଛି, ପୈତୃକ ଧନରାଶି ସଙ୍ଗେ ସ୍ତ୍ରୋପାର୍ଜିତ ସମ୍ପତ୍ତି ଯୋଗ କରିବା ।

Question ୩୬ ।
ଅଯୋଗ୍ୟ ଜାତିର ସଞ୍ଚତ ଧନରାଶି, ଜ୍ଞାନ ଓ ବିଜ୍ଞାନ କାହା ହସ୍ତରେ ସମର୍ପିତ ହେବ ବୋଲି କୁହାଯାଇଛି ?
Answer:
ଅଯୋଗ୍ୟ ଜାତିର ସଞ୍ଚ ଧନରାଶି, ଜ୍ଞାନ ଓ ବିଜ୍ଞାନ ଯୋଗ୍ଯତର ଜାତି ହସ୍ତରେ ସମର୍ପିତ ହେବ ବୋଲି କୁହାଯାଇଛି ।

Question ୩୭ ।
କେଉଁ ଦୁଇ ରାଷ୍ଟ୍ରର ପତନ ହେଲେ ମାନବ ଜାତିର କ୍ଷତି ହେବ ନାହିଁ ?
Answer:
ପ୍ରାଚୀନ ରୋମ ଓ ଭାରତର ପତନ ହେଲେ ସାମଗ୍ରିକ ଭାବରେ ମାନବ ଜାତିର କ୍ଷତି ହେବ ନାହିଁ ।

Question ୩୮ ।
ରୋମ ଓ ଭାରତ ଯାହା ରକ୍ଷାକରି ପାରିଲା ନାହିଁ ତାକୁ ରକ୍ଷା କରିବାକୁ କେଉଁ ଦେଶ ପ୍ରସ୍ତୁତ ଅଛି ?
Answer:
ରୋମ ଓ ଭାରତ ଯାହା ରକ୍ଷା କରିପାରିଲା ନାହିଁ ତା’କୁ ରକ୍ଷା କରିବାକୁ ଇଂଲଣ୍ଡ ଓ ଆମେରିକା ପ୍ରସ୍ତୁତ ଅଛି ।

Question ୩୯ ।
ଇଂଲଣ୍ଡ ଓ ଆମେରିକା ଯେତେବେଳେ ନିଜ ଅଯୋଗ୍ୟତାର ପ୍ରମାଣ ପ୍ରଦର୍ଶନ କରିବେ ସେତେବେଳେ କାହାର ଅଭ୍ୟୁତ୍‌ଥାନ ହେବ ?
Answer:
ଇଂଲଣ୍ଡ ଓ ଆମେରିକା ଯେତେବେଳେ ନିଜ ଅଯୋଗ୍ୟତାର ପ୍ରମାଣ ପ୍ରଦର୍ଶନ କରିବେ, ସେତେବେଳେ ନବ ଇଂଲଣ୍ଡ ଓ ନବ ଆମେରିକାର ଅଭ୍ୟୁତ୍‌ଥାନ ହେବ ।

CHSE Odisha Class 12 Odia Solutions Chapter 1 ଇତିହାସ

Question ୪୦ ।
ଯୋଗ୍ୟତା ନ ଦେଖି କିଏ ଉଚ୍ଚ ଅଧ୍ୟାର ଦିଅନ୍ତି ନାହିଁ ?
Answer:
ଯୋଗ୍ୟତା ନ ଦେଖି ବିଧାତା ଉଚ୍ଚ ଅଧିକାର ଦିଅନ୍ତି ନାହିଁ ।

Question ୪୧ ।
ଯୋଗ୍ୟତାର ଲକ୍ଷଣ କ’ଣ ?
Answer:
ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ପ୍ରଭୃତି ଯୋଗ୍ୟତାର ଲକ୍ଷଣ ।

Question ୪୨ ।
କାହାକୁ ହରାଇ କୌଣସି ବ୍ୟକ୍ତି ବା ସମାଜ ଉନ୍ନତି ଲାଭ କରି ନ ପାରେ ?
Answer:
ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ପ୍ରଭୃତି ଯୋଗ୍ୟତାର ଲକ୍ଷଣ ହରାଇ କୌଣସି ବ୍ୟକ୍ତି ବା ସମାଜ ଉନ୍ନତି ଲାଭ କରି ନ ପାରେ ।

Question ୪୩ ।
ଭୋଗ, ବିଳାସ, ଆମୋଦରେ ଦିନ କଟାଉଥ‌ିବା ବ୍ୟକ୍ତି ସମାଜର କ’ଣ କରିପାରେ ନାହିଁ ?
Answer:
ଭୋଗ, ବିଳାସ, ଆମୋଦରେ ଦିନ କଟାଉଥିବା ବ୍ୟକ୍ତି ସମାଜର ଉନ୍ନତି କରିପାରେ ନାହିଁ କିମ୍ବା ଲବ୍ଧ ଉନ୍ନତି ରକ୍ଷା କରିପାରେ ନାହିଁ ।

Question ୪୪ ।
ପ୍ରତ୍ୟେକ ଜାତିର ଇତିହାସ କେଉଁ ସାକ୍ଷ୍ୟ ପ୍ରଦାନ କରୁଛି ?
Answer:
ନୀତିହୀନ ଅନୁଦାର ଜାତି କଦାପି ସଭ୍ୟତାର ଉଚ୍ଚତର ସୋପାନରେ ଆରୋହଣ କରିପାରିବ ନାହିଁ ବୋଲି ପ୍ରତ୍ୟେକ ଜାତିର ଇତିହାସ ସାକ୍ଷ୍ୟ ପ୍ରଦାନ କରୁଛି ।

Question ୪୫ ।
ବ୍ୟକ୍ତିର ଅଲଙ୍ଘନୀୟ କର୍ତ୍ତବ୍ୟ କ’ଣ ?
Answer:
ବ୍ୟକ୍ତିର ଅଲଙ୍ଘନୀୟ କର୍ତ୍ତବ୍ୟ ହେଉଛି, ସ୍ବଜାତିର ଇତିହାସ ବିଶେଷଭାବରେ ଶିକ୍ଷା କରିବା ।

Question ୪୬ ।
କେଉଁଥୁରୁ ହୃଦୟକୁ ରକ୍ଷା କରିବା ସର୍ବତୋଭାବେ ବିଧେୟ ?
Answer:
ସଂକୀର୍ଣ୍ଣତା ଓ ପରଜାତି ବିଦ୍ବେଷ ଭାବରୁ ହୃଦୟକୁ ରକ୍ଷା କରିବା ସର୍ବତୋଭାବେ ବିଧେୟ ।

Question ୪୭ ।
କ’ଣ ଦୃଷ୍ଟିଶକ୍ତିକୁ ହ୍ରାସ କରିଦିଏ; ଅନ୍ୟ ଜାତିର ମହତ୍ତ୍ବ ଦେଖିବାକୁ ଦିଏନାହିଁ ?
Answer:
ସଂକୀର୍ଣ୍ଣତା ଓ ପରଜାତି ବିଦ୍ବେଷ ଦୃଷ୍ଟିଶକ୍ତିକୁ ହ୍ରାସ କରିଦିଏ, ଅନ୍ୟ ଜାତିର ମହତ୍ତ୍ବ ଦେଖିବାକୁ ଦିଏ ନାହିଁ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ତିରିଶି ଗୋଟି ଶବ୍ଦରେ ଉତ୍ତର ଦିଅ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ବିଷୟ – ଇତିହାସ, ପ୍ରାବନ୍ଧିକ – ବିଶ୍ବନାଥ କର ।

Question ୧ ।
ଏକ ଶ୍ରେଣୀ ମନୁଷ୍ୟ କ’ଣ କରନ୍ତି, କ’ଣ କରନ୍ତି ନାହିଁ ?
Answer:
ପ୍ରାବନ୍ଧିକ ପ୍ରଥମ ଶ୍ରେଣୀର ମଣିଷମାନଙ୍କୁ ଏକ ଶ୍ରେଣୀ ମନୁଷ୍ୟ ବା ସାଧାରଣ ମଣିଷ ଭାବରେ ପରିଚିତ କରାଇଛନ୍ତି । ସେହି ଏକ ଶ୍ରେଣୀ ମନୁଷ୍ୟମାନେ ପୃଥ‌ିବୀର ନାନା ବସ୍ତୁ ଦର୍ଶନ କରନ୍ତି ସମ୍ଭୋଗ କରନ୍ତି । ଅପର ପକ୍ଷରେ ସେମାନେ କୌଣସି ବସ୍ତୁର ତତ୍ତ୍ଵ ନିରୂପଣ କରିବାର ପ୍ରୟାସ କରନ୍ତି ନାହିଁ ।

Question ୨ ।
ଅପର ଶ୍ରେଣୀ ମନୁଷ୍ୟମାନଙ୍କର ସମ୍ପର୍କରେ ପରିଚୟ ଦିଅ ।
Answer:
ପ୍ରାବନ୍ଧିକ ମତରେ ଅପର ଶ୍ରେଣୀର ମଣିଷମାନେ ଅସାଧାରଣ, ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ଓ ଚିନ୍ତାଶୀଳ । ଏହିମାନଙ୍କଦ୍ୱାରା କହିଛନ୍ତି । କାରଣ ଏହାର ପ୍ରଭାବରେ ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ ।

Question ୩।
ପ୍ରକୃତିସ୍ଥ ମନୁଷ୍ୟ କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ଜୀବନର ମୂଲ୍ୟ ରହେ ନାହିଁ ?
Answer:
ପ୍ରାବନ୍ଧିକଙ୍କ ମତରେ ପ୍ରକୃତିସ୍ଥ ମନୁଷ୍ୟର ମନ ନିତ୍ଯ କ୍ରିୟାଶୀଳ । ଅନନ୍ତ ପ୍ରକୃତି ସଙ୍ଗେ ତାହାର ନିତ୍ୟ ଯୋଗ ରହିଅଛି । କାରଣ ସେ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା ରଖିଥାଏ । ଏହି ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ପ୍ରକୃତିସ୍ଥ ମନୁଷ୍ୟ ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ ଜୀବନର କିଛି ମୂଲ୍ୟ ରହେ ନାହିଁ ।

Question ୪ ।
ବିଂଶ ଶତାବ୍ଦୀର ମାନବ ସମାଜର ଭିତ୍ତିଭୂମି କ’ଣ ?
Answer:
ବିଂଶ ଶତାବ୍ଦୀର ମାନବ ବା ବର୍ତ୍ତମାନର ସଭ୍ୟତମ ମାନବ ସମାଜର ଭିତ୍ତିଭୂମି ହେଉଛି, ତାହାର ପାଦମୂଳରୁ ଯେତେ ନିମ୍ନଦେଶକୁ ଅବତରଣ କରିବ, ସେତେ ନରକଙ୍କାଳ ଦେଖିବ । ଅର୍ଥାତ୍ ବର୍ତ୍ତମାନର ଅବସ୍ଥା ଲାଭ କରିବାପାଇଁ, କେତେ ରାଶି ରାଶି ନରଦେହ ପତିତ ହୋଇଛି । ଅକଳନୀୟ ନରଦେହର ପତିତ ରାଶି ହେଉଛି ବିଂଶ ଶତାବ୍ଦୀର ମାନବ ସମାଜର ଭିତ୍ତିଭୂମି ।

Question ୫ ।
ଫରାସୀ ରାଷ୍ଟ୍ରବିପ୍ଳବ କଥା ଶ୍ରବଣ କରି ହୃଦୟ ଓ ମନ କାହିଁକି ସ୍ତମ୍ଭତ ହୋଇଯାଏ ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ କଥା ଶ୍ରବଣ କରି ହୃଦୟ ଓ ମନ ସ୍ତମିତ ହୋଇଯାଏ, କାରଣ ଏହି ବିପ୍ଲବରେ ଲକ୍ଷ ଲକ୍ଷ ମହାପ୍ରାଣୀ ବିନାଶ ହୋଇଛନ୍ତି । ଏହିପରି ସହସ୍ର ସହସ୍ର ବିପ୍ଳବର ବିବରଣ ଲିଖିତ ରହିଥ‌ିବାର ପ୍ରତ୍ୟକ୍ଷ କରି ହୃଦୟ ଓ ମନ ସ୍ତମ୍ଭିତ ହୋଇଯାଏ ।

Question ୬ |
ସକଳ ପ୍ରକାର ବିପ୍ଳବ ମୂଳରେ କେଉଁ ନିରୂଢ଼ କାରଣ ବିଦ୍ୟମାନ ?
Answer:
କେବଳ ମାନବର ପ୍ରକୃତ ଉନ୍ନତିର ସତ୍ୟ ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ ରହିଛି, ସୁତରାଂ ତାହାର ବିଲୋପ ଅସମ୍ଭବ । କେବଳ ସତ୍ୟ ସଙ୍ଗେ ଯେ ବିରୋଧ କରେ, ତାହାର ବିନାଶ ଅନିବାର୍ଯ୍ୟ । ମାନବ ସମାଜ ମଧ୍ୟରେ ଏହି ବ୍ୟାପାର ଚିରକାଳ ଲାଗି ରହିଛି । ସକଳ ପ୍ରକାର ବିପ୍ଳବର ମୂଳରେ ଏହି ନିଗୂଢ଼ କାରଣ ବିଦ୍ୟମାନ ।

Question ୭ |
କ୍ଷୁଦ୍ର ଅଗ୍ନିକଣା ତୁଲ୍ୟ ଗୋଟିଏ ନିଭୃତ ହୃଦୟର ଚିନ୍ତା ପରିବ୍ୟାପ୍ତ ହୋଇ କିପରି ପ୍ରତିଭାତ ହୁଏ ?
Answer:
କ୍ଷୁଦ୍ର ଅଗ୍ନିକଣା ତୁଲ୍ୟ ଗୋଟିଏ ନିଭୃତ ହୃଦୟର ଚିନ୍ତା ପରିବ୍ୟାପ୍ତ ହୋଇ ପ୍ରଚଣ୍ଡ ଅଗ୍ନିକାଣ୍ଡ ସୃଷ୍ଟିକରେ ଏବଂ ତାହାଦ୍ୱାରା ରାଶି ରାଶି ଅସତ୍ୟ, ଅନ୍ୟାୟ, ଅସାମ୍ୟ, ଅପବିତ୍ରତା ଶୁଷ୍କ ତୃଣରାଶି ତୁଲ୍ୟ ଭସ୍ମୀଭୂତ ହୋଇଯାଏ । କେବଳ ବିଶୁଦ୍ଧ ସତ୍ୟଟି, ସାରବସ୍ତୁଟି ପୂର୍ବପେକ୍ଷା ଉଜ୍ଜଳତର ଆକାରରେ ପ୍ରତିଭାତ ହୁଏ ।

Question ୮ |
ପ୍ରକୃତ ରୂପେ ମାନବ ଜୀବନ କିପରି ଗଠିତ ହୁଏ ?
Answer:
ପ୍ରକୃତରୂପେ ମାନବ ଜୀବନ କେତେବେଳେ ଆଲୋକ, କେତେବେଳେ ଅନ୍ଧକାର, କେତେବେଳେ ଉଚ୍ଚ ହାସ୍ୟଧ୍ବନି, କେତେବେଳେ ବା ମର୍ମଭେଦୀ ହାହାକାର, ଏହିପରି ପରସ୍ପର ବିରୁଦ୍ଧ ଓ ପ୍ରତିକୂଳ ଅବସ୍ଥା ଭିତରେ ଗଠିତ ହୁଏ ।

Question ୯ ।
ବ୍ୟକ୍ତି ଓ ସମାଜ ଜୀବନ କିପରି ଉନ୍ନତତର ଅବସ୍ଥାକୁ ନୀତ ହୁଏ ?
Answer:
ବ୍ୟକ୍ତିଗତ ଜୀବନରେ ନାନା ଘଟଣା, ନାନା ପରିବର୍ତ୍ତନ ଭିତରେ ସାରଭୂତ ଜୀବନଟି ଉନ୍ନତ ଆଡ଼କୁ ଅଗ୍ରସର ହୋଇଥାଏ । ସେହିପରି ସମାଜ ଜୀବନ ମଧ୍ୟ ନାନା ଘଟନା ଓ ନାନା ପରିବର୍ତ୍ତନଦ୍ୱାରା ଉନ୍ନତତର ଅବସ୍ଥାକୁ ନୀତ ହୁଏ ।

Question ୧୦ ।
କ’ଣ ଇତିହାସ ପଦବାଚ୍ୟ ନୁହେଁ ?
Answer:
ମନୁଷ୍ୟ କିପରି ହୀନ ଅବସ୍ଥାରୁ କ୍ରମେ କ୍ରମେ ସଭ୍ୟତା ଲାଭ କରିଅଛି, ଏକଥା ବୁଝିବା ପାଇଁ ଗୋଟାକେତେ ରାଜବଂଶର ବିବରଣ ବା ଗୋଟିଏ ଅଧେ ବିଶେଷ ଜାତିର ସ୍ଥୂଳବିବରଣ ପାଠ କଲେ ଚଳିବ ନାହିଁ । ଯେଉଁଥିରେ ମାନବ ପ୍ରକୃତିର କ୍ରମବିକାଶର ଛବି ପ୍ରତିବିମ୍ବିତ ନାହିଁ, ତାହା ପ୍ରକୃତରେ ଇତିହାସ ପଦବାଚ୍ୟ ନୁହେଁ ।

Question ୧୧।
ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସରେ କ’ଣ ଉପସ୍ଥାପନ କରାଯାଇଛି ?
Answer:
ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସରେ କେବଳ କେତେଗୁଡ଼ିଏ କ୍ଷମତାଶାଳୀ ବୀର ପୁରୁଷଙ୍କର କଳ୍ପନାମିଶ୍ରିତ ବିବରଣ ଉପସ୍ଥାପନ କରାଯାଇଛି । ସେହି ବୀରମାନେ ଦେବତା ବା ଦେବ ଅଂଶରେ ଜାତ ଏବଂ ସେମାନଙ୍କର କାର୍ଯ୍ୟକଳାପ ଅଲୌକିକ ବୋଲି କୁହାଯାଇଛି ।

Question ୧୨ ।
ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ପଣ୍ଡିତମାନେ କେଉଁଠାରୁ ସତ୍ୟ ସଂଗ୍ରହ କରି ଆମ୍ଭମାନଙ୍କ ନିକଟରେ ଉପସ୍ଥାପିତ କରିଅଛନ୍ତି ?
Answer:
ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ପଣ୍ଡିତମାନେ ମନୀଷାବଳରେ ସାହିତ୍ୟର ନାନା ବିଭାଗରୁ ଏବଂ ପ୍ରାଚୀନ କୀର୍ତ୍ତି, ଖୋଦିତ ମୂର୍ତ୍ତି ଓ ଫଳକାଦିରୁ ଐତିହାସିକ ସତ୍ୟ ସଂଗ୍ରହ କରି ପ୍ରାଚୀନ ଇତିହାସ ନାମକ ଗୋଟିଏ ଉପାଦେୟ ବସ୍ତୁ ଆମ୍ଭମାନଙ୍କ ନିକଟରେ

Question ୧୩ ।
ବର୍ତ୍ତମାନର ଇତିହାସ କିପରି ?
Answer:
ବର୍ତ୍ତମାନର ଇତିହାସ ସ୍ୱତନ୍ତ୍ର ଓ ଆଦର୍ଶ ନିକଟବର୍ତ୍ତୀ । ଏଥରେ ମାନବ ଜୀବନର ସର୍ବବିଧ ବ୍ୟାପାରର ଯୋଗଅଛି । ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ସକଳ ପ୍ରକାର ପ୍ରୟୋଜନୀୟ ବିଷୟର ସମାବେଶ ଅଛି ।

Question ୧୪ ।
କେଉଁଠାରେ ଦେଶ ଓ କାଳର ଦୂରତ୍ବ ବିନଷ୍ଟ ହୋଇଯାଏ ?
Answer:
ମନୁଷ୍ୟ ବୈଷମ୍ୟରହିତ ଭୂମି ଉପରେ ଦଣ୍ଡାୟମାନ ହୋଇ, ଆପଣା ଭିତରେ ସମଗ୍ର ବ୍ରହ୍ମାଣ୍ଡ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହୋଇଥାଏ । ସେ ସର୍ବତ୍ର ମଙ୍ଗଳମୟ ବିଧାତାଙ୍କ ପ୍ରତ୍ୟକ୍ଷ ହସ୍ତ ଦର୍ଶନ କରି ସ୍ତମ୍ବିତ ଓ ମୋହିତ ହୁଏ ଏବଂ ସେଠାରେ ଦେଶ ଓ କାଳର ଦୂରତ୍ଵ ବିନଷ୍ଟ ହୁଏ ।

Question ୧୫ ।
ଇତିହାସ ପାଠଦ୍ଵାରା ନିଜ ଜୀବନର କେଉଁ ବ୍ୟାପାର ପ୍ରତିଭାତ ହୁଏ ?
Answer:
ଇତିହାସ ପଠନ ସମୟରେ ଆମ୍ଭେମାନେ ଅଲକ୍ଷିତ ଭାବରେ ସେହି ସାଧାରଣ ଭୂମିରେ ଉପସ୍ଥିତ ହୋଇଥାଉ । ସେହି ସମୟରେ ଅତୀତର ସୁଖଦୁଃଖ, ହର୍ଷବିଷାଦ, ଭୟ ବିଭୀଷିକା, ସାହସ ଓ ବିକ୍ରମ, ଜୀବନ ଓ ମୃତ୍ୟୁ ଆମ୍ଭମାନଙ୍କ ନିକଟରେ ଜୀବନ୍ତ ହୋଇଉଠେ ଏବଂ ତାହା ନିଜ ଜୀବନର ବ୍ୟାପାର ତୁଲ୍ୟ

Question ୧୬ ।
ଅନ୍ତରତମ ପ୍ରଦେଶର ସାଧାରଣ ଭୂମିରେ ଠିଆ ହେଲେ ମନୁଷ୍ୟ କାହାର ପ୍ରତ୍ୟକ୍ଷ ଦର୍ଶନ କରି ସ୍ତମ୍ବିତ ଓ ମୋହିତ ହୁଏ ?
Answer:
ଅନ୍ତରତମ ପ୍ରଦେଶର ସାଧାରଣ ଭୂମିରେ ଠିଆ ହେଲେ ମନୁଷ୍ୟ ଆପଣା ଭିତରେ ସମସ୍ତ ବ୍ରହ୍ମାଣ୍ଡ ପ୍ରତ୍ୟକ୍ଷ ଦର୍ଶନ କରିଥାଏ । ସେ ସର୍ବତ୍ର ସର୍ବମଙ୍ଗଳମୟ ବିଧାତାଙ୍କ ପ୍ରତ୍ୟକ୍ଷ ହସ୍ତ ଦର୍ଶନ କରି ସ୍ତମ୍ବିତ ଓ ମୋହିତ ହୁଏ ।

Question ୧୭ ।
ଇତିହାସ ପାଠଦ୍ଵାରା ସକଳ ଅବିଶ୍ଵାସ ତିରୋହିତ ହୋଇ ପ୍ରାଣ କିପରି ପୁଲକିତ ହୁଏ ?
Answer:
ଇତିହାସ ପାଠଦ୍ୱାରା ସକଳ ଅବିଶ୍ବାସ ତିରୋହିତ ହୋଇ, ଦୃଷ୍ଟି ଉଜ୍ଜଳ ହୁଏ । ସର୍ବତ୍ର ସତ୍ୟର ଜୟ, ମଙ୍ଗଳର ଜୟ, ପୁଣ୍ୟର ଜୟ ପ୍ରତ୍ୟକ୍ଷ କରି ପ୍ରାଣ ଆଶା ଓ ବିଶ୍ୱାସରେ ପୁଲକିତ ହୁଏ ।

Question ୧୮ ।
କ’ଣ ନ କଲେ ପିତା ଓ ପୁତ୍ର ଉଭୟଙ୍କୁ କର୍ତ୍ତବ୍ୟ ଲଙ୍ଘନଜନିତ ଅପରାଧ ଭୋଗ କରିବାକୁ ପଡ଼ିବ ?
Answer:
ପୁତ୍ର ପାଇଁ କେବଳ ପୈତୃକ ସମ୍ପତ୍ତି ରଖିଯିବା ପିତାର କର୍ତ୍ତବ୍ୟ ନୁହେଁ । ପୈତୃକ ଧନରାଶି ସଙ୍ଗେ ସ୍ତ୍ରୋପାର୍ଜିତ ସମ୍ପତ୍ତି ଯୋଗ କରିବା ହିଁ ସୁସନ୍ତାନ ଓ ସୁପିତାର କାର୍ଯ୍ୟ । ତାହା ନକଲେ ପିତା ଓ ପୁତ୍ର ଉଭୟଙ୍କୁ କର୍ଭବ୍ୟ ଲଙ୍ଘନଜନିତ ଅପରାଧ ଭୋଗ କରିବାକୁ ପଡ଼ିବ ।

Question ୧୯ ।
ମନୁଷ୍ୟ ସ୍ଵଭାବ କିପରି ବୋଲି ଲେଖକ କହିଛନ୍ତି ?
Answer:
ମନୁଷ୍ୟର ସ୍ବଭାବ ହେଉଛି, ସେ ନିଜେ ହୀନତା ପ୍ରାପ୍ତ ହେଲେ ଅନ୍ୟ ବ୍ୟକ୍ତିର ମହତ୍ତ୍ବ ଦେଖିପାରେ ନାହିଁ । ସେହିପରି ଆପଣା ମଧ୍ୟରେ ଗୌରବର ବିଷୟ କିଛି ନ ଥିଲେ, ସେ ପୂର୍ବ ଗୌରବର ଆସ୍ଫାଳନଦ୍ୱାରା ହୃଦୟକୁ କିଞ୍ଚିତ୍ ଆଶ୍ୱସ୍ତ କରିବାକୁ ଚେଷ୍ଟାକରେ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ଇତିହାସ’ ପ୍ରବନ୍ଧରୁ ପ୍ରାବନ୍ଧିକଙ୍କ ଆଭିମୁଖ୍ୟ ଉପସ୍ଥାପନ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ବାଗ୍ମୀ ବିଶ୍ବନାଥ କର ଜଣେ ଯଶସ୍ବୀ ସ୍ରଷ୍ଟା । ତାଙ୍କ ସମ୍ପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ ପତ୍ରିକାଟି ସେ ସମୟରେ ଓଡ଼ିଆ ସାହିତ୍ୟରେ ସୃଷ୍ଟି କରିଥିଲା ଏକ ବର୍ଷିଳ ଦିଗ୍‌ବଳୟ । ଆଲୋଚ୍ୟ ପ୍ରବନ୍ଧ ‘ଇତିହାସ’ରେ ପ୍ରାବନ୍ଧିକ ଇତିହାସର ମହତ୍ତ୍ବ ପ୍ରତିପାଦିତ କରିଛନ୍ତି । ସଭ୍ୟତା ଓ ସମାଜର ବିକାଶରେ ଇତିହାସର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଯେହେତୁ ପ୍ରାବନ୍ଧିକ କର ଜଣେ ଇତିହାସ ସଚେତନ ବ୍ୟକ୍ତିତ୍ଵ, ସେଥ୍ପାଇଁ ଏଥ‌ିରେ ସେ ଇତିହାସର ଆବଶ୍ୟକତା ଓ ପ୍ରୟୋଜନୀୟତାକୁ ଉପଲବ୍ଧି କରି ନିଜର ଅଭିମତ ପ୍ରଦାନ କରିଛନ୍ତି ।

ପ୍ରାବନ୍ଧିକଙ୍କ ମତରେ ବ୍ୟକ୍ତିଗତ ଜୀବନରେ ଓ ସାମାଜିକ ଜୀବନରେ ବିଭିନ୍ନ ଘଟଣା ଘଟିଥାଏ । ପ୍ରକୃତପକ୍ଷେ ଜଗତର କୌଣସି ଘଟଣା ଅର୍ଥଶୂନ୍ୟ ନୁହେଁ । ଜଣେ ମନୁଷ୍ୟକୁ ଯଥାର୍ଥ ଭାବେ ଜାଣିବାକୁ ହେଲେ, ଯେପରି ତାହାର ସମଗ୍ର ଜୀବନର ଇତିହାସ ଜାଣିବା ଆବଶ୍ୟକ ଠିକ୍ ସେହିପରି ମାନବ ସମାଜର ବିଷୟ ବୁଝିବାକୁ ହେଲେ ସେହି ସମାଜର ସମଗ୍ର ଇତିହାସ ଜାଣିବା ଆବଶ୍ୟକ ।

ଇତିହାସର ମହତ୍ତ୍ବ ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି, କେବଳ ରାଜବଂଶର ବିବରଣ ବା ବିଶେଷ ଜାତିର ବିବରଣ ପାଠ କଲେ, ତାହା ଇତିହାସ ହେବ ନାହିଁ । ସେଭଳି ଇତିହାସକୁ ଗଭୀରତାଶୂନ୍ୟ ଗ୍ରାମ୍ୟଗଳ୍ପ ବୋଲି ସେ ସୂଚାଇ ପ୍ରଥମ ଅବସ୍ଥାରେ ଇତିହାସ ବୋଲି ଗୋଟିଏ ବସ୍ତୁର ଅସ୍ତିତ୍ବ ନଥିଲା । ଭାରତ ଭଳି କୌଣସି ଜାତିର ପୂର୍ବପୁରୁଷମାନେ ଇତିହାସ ରଚନା କରି ନ ଥିଲେ । ମାତ୍ର ସାହିତ୍ୟର ବିଭିନ୍ନ ବିଭାଗ, ଧର୍ମଶାସ୍ତ୍ର, ମନ୍ଦିର, ଗୃହ, ଖୋଦିତ ମୂର୍ତ୍ତି ଓ ଫଳକାଦିରେ

ସେହି ସେହି ଦେଶର ଓ କାଳର ଐତିହାସିକ ତଥ୍ୟ ରହିଥିଲା ବୋଲି ପ୍ରାବନ୍ଧିକ ସ୍ବୀକାର କରିଛନ୍ତି । ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ପଣ୍ଡିତମାନେ ମନୀଷାବଳରେ ଉପରୋକ୍ତ ବିଭାଗରୁ ଇତିହାସର ତଥ୍ୟ ସଂଗ୍ରହ କଲେ ବି ଏହା ପ୍ରକୃତ ଇତିହାସ ନୁହେଁ ।

ବର୍ତ୍ତମାନ ସମୟରେ ଯେଉଁ ଇତିହାସ ରଚନା କରାଯାଉଛି, ସେସବୁର ଲିଖନ ପ୍ରଣାଳୀ ସ୍ଵତନ୍ତ୍ର ଓ ଆଦର୍ଶର ନିକଟବର୍ତ୍ତୀ । ଏଥୁରେ ମାନବ ଜୀବନର ସର୍ବବିଧ ବ୍ୟାପାରର ଯୋଗ ଅଛି । ଜାତି ସାଧାରଣର ଆଚାର, ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ସକଳ ପ୍ରକାର ପ୍ରୟୋଜନୀୟ ବିଷୟର ସମାବେଶ ଏଥ‌ିରେ ରହିଛି । ସେଥ‌ିପାଇଁ ଚିନ୍ତାଶୀଳ ପଣ୍ଡିତମାନେ ଇତିହାସର ବିଭାଗୀକରଣ କରି, ସାହିତ୍ୟ-ଇତିହାସ, ଧର୍ମ-ଇତିହାସ, ବିଜ୍ଞାନ-ଇତିହାସ ଇତ୍ୟାଦି ନାମକରଣ

କେବଳ ଇତିହାସ ରଚନା ନୁହେଁ, ଇତିହାସ ପଠନର ମହତ୍ତ୍ବ ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇଛନ୍ତି । ତାଙ୍କ ମତରେ ଇତିହାସ ଯେପରି ଲିଖିତ ହେଉ, ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ । ‘ପାଠକ ଯେବେ ବର୍ତ୍ତମାନ ସଙ୍ଗେ ଏବଂ ନିଜ ଜୀବନ ସଙ୍ଗେ ଅତୀତର ସମ୍ପର୍କ ବିସ୍ମୃତ ହୋଇ ଇତିହାସ ଅଧ୍ୟୟନ କରନ୍ତି, ତେବେ ସେ ଅଧ୍ୟୟନ ବିଡ଼ମ୍ବନା ମାତ୍ର ।’’

ଇତିହାସ ହେଉଛି ଦୃଷ୍ଟାନ୍ତର ଆକର । ଏହା ଶିକ୍ଷା ପକ୍ଷରେ କେତେ ଉପଯୋଗୀ, ତାହା ବୁଦ୍ଧିମାନ୍ ଲୋକହିଁ ଜାଣିପାରିବେ । ଉଦାହରଣ ସ୍ଵରୂପ ଏକ ବ୍ୟକ୍ତି ବା ଜାତିର କାହିଁକି ଅଧଃପତନ ହେଲା, ସେଥୁରୁ ଇତିହାସ ପାଠକ ଅଧଃପତନର କାରଣକୁ ଠିକ୍ ରୂପେ ବୁଝିପାରିବ । ସୁତରାଂ ଉନ୍ନତିର ଯେ କ୍ରମ ବ୍ୟକ୍ତିଗତ ଜୀବନରେ ବା ଜାତିଗତ ଜୀବନରେ ରହିଛି, ସକଳ ବ୍ୟକ୍ତି ଓ ଜାତି ପକ୍ଷରେ ସେହି କ୍ରମ ରହିବ ।

ଇତିହାସରୁ ଆମ୍ଭେମାନେ ଜାଣିପାରୁ, ଆମେ ଯାହା ବର୍ତ୍ତମାନ ଭୋଗ କରୁଛେ, ତାହାରି କର୍ଷା ଆମେ ନୋହୁଁ । କେତେ ଯାଇଛନ୍ତି । ସେଥ‌ିପାଇଁ ପ୍ରାବନ୍ଧିକ ସୁସନ୍ତାନ ଓ ସୁପିତାର ଉପଯୁକ୍ତ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ କହିଛନ୍ତି, ଇତିହାସ ମାଧ୍ୟମରେ ଆମେ ଜାଣିପାରୁ, ସତ୍ୟ ଓ ସାରବସ୍ତୁ ଯାହା, ତାହାର କଦାପି ବିନାଶ ହୁଏ ନାହିଁ । ଯୋଗ୍ୟତା ଦେଖି ଭଗବାନ ମନୁଷ୍ୟକୁ ଉଚ୍ଚ ଅଧିକାର ଦେଇଥା’ନ୍ତି ।

ବାସ୍ତବରେ ଇତିହାସକୁ ଅଧ୍ୟୟନ କରି, ନିଜର ସ୍ବାଭିମାନକୁ ସମୀକ୍ଷା କରିବାକୁ ପ୍ରାବନ୍ଧିକ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି ।

CHSE Odisha Class 12 Odia Solutions Chapter 1 ଇତିହାସ

Question ୨ ।
‘‘ନୀତିହୀନ ଅନୁଦାର ଜାତି କଦାପି ସଭ୍ୟତାର ଉଚ୍ଚତର ସୋପାନରେ ଆରୋହଣ କରି ନ ପାରେ’’ ପଠିତ ପ୍ରବନ୍ଧ ଅବଲମ୍ବନରେ ଏହାର ସତ୍ୟତା ବିଚାର କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ପ୍ରାବନ୍ଧିକ ବାଗ୍ମୀ ବିଶ୍ଵନାଥ କରଙ୍କ ମୁଦ୍ରାଙ୍କ ସୃଷ୍ଟି କରିଛି ଏକ ଅନବଦ୍ୟ ଇତିହାସ । ଯେତେବେଳେ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ରଚନା ଥୁଲା ବିରଳ, ସେତେବେଳେ ବିଶ୍ଵନାଥ ନିଜସ୍ବ ରୀତିରେ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟକୁ ଦେଇଥିଲେ ଏକ ଦିବ୍ୟ ମର୍ଯ୍ୟାଦା । ତାଙ୍କ ସମ୍ପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ ସେତେବେଳେ ଓଡ଼ିଆ ବିଚାର ଆଲୋଚନା କରିଛନ୍ତି । ପ୍ରାବନ୍ଧିକ ପାରମ୍ପରିକ ରୀତିରେ ରଚନା କରାଯାଉଥ‌ିବା ରାଜା, ରାଜପୁରୁଷ ବା କେତେକ ବିଶେଷ ବଂଶାବଳୀକୁ ନେଇ ରଚନା କରାଯାଇଥିବା ବିବରଣୀକୁ ଯଥାର୍ଥ ଇତିହାସ ବୋଲି ବିଚାର କରିନାହାନ୍ତି । ଯେଉଁ ରଚନାରେ ଜାତି ସାଧାରଣର ଆଚାର, ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ସକଳ ପ୍ରକାର ପ୍ରୟୋଜନୀୟ ବିଷୟର ସମାବେଶ ଥାଏ ତାହାହିଁ ପ୍ରକୃତ ଇତିହାସ ପଦବାଚ୍ୟ । ଏଥରେ ଇତିହାସର ବିଶେଷତା, ସଂସାରର ସ୍ଥିର ସତ୍ୟ ହିଁ ଉନ୍ନତ ହୋଇପାରେ ବୋଲି ଉଦାହରଣ ଦେଇ ବୁଝାଇଛନ୍ତି ।

ଇତିହାସର ଉପାଦେୟତା ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି, ଇତିହାସ ଆମକୁ ଯେଉଁ ଶିକ୍ଷା ଦେଇଥାଏ, ତାହା ଅନ୍ୟ କାହାଠାରୁ ମିଳି ନ ଥାଏ । ଇତିହାସ ହିଁ ଶିକ୍ଷାର ସର୍ବଶ୍ରେଷ୍ଠ ଆଧାର । ଦୁନିଆରେ ଯାହା ସତ୍ୟ ଓ ସାରବସ୍ତୁ ତାହାର କେବେ ବିନାଶ ହୁଏ ନାହିଁ । ମାନବ ସମାଜ ଯେ କ୍ରମଶଃ ଉନ୍ନତି କରିଚାଲିଛି, ସେଥୁରୁ ସେ କେବେହେଲେ ବିଚ୍ୟୁତ ହେବ ନାହିଁ । ସମାଜ ଯେ ଅବିରାମ ଗତିରେ ମଙ୍ଗଳ ଆଡ଼କୁ ଆଗେଇ ଆଗେଇ ଚାଲିଛି ଏଥ‌ିରେ ଦ୍ବିମତ ନାହିଁ । ମାତ୍ର ଅନୁସନ୍ଧାନ କରି ଦେଖୁଲେ ଜଣାଯିବ, ଯେ ଯେଉଁ ବିଷୟରେ ଅଯୋଗ୍ୟ ହେବ; ସେ ସେଥିରୁ ବଞ୍ଚିତ ହେବ । ଯେଉଁ ଜାତି ଅଯୋଗ୍ୟ ହେଲା, ସେ ନିଶ୍ଚୟ ରସାତଳଗାମୀ’ ହେବ ।

ମାତ୍ର ତାହାର ସଞ୍ଚତ ଧନରାଶି, ଜ୍ଞାନ ଓ ବିଜ୍ଞାନ କେବେହେଲେ ନଷ୍ଟ ହେବ ନାହିଁ । ବରଂ ତାହା ଯୋଗ୍ୟତର ଜାତି ହସ୍ତରେ ସମର୍ପିତ ହେବ । ଏହାକୁ ଉଦାହରଣ ଦେଇ ପ୍ରାବନ୍ଧିକ ପ୍ରାଚୀନ ରୋମ ଓ ପ୍ରାଚୀନ ଭାରତର ପତନ ସମ୍ପର୍କରେ ସୂଚନା ଦେଇଛନ୍ତି । ରୋମ ଓ ଭାରତ ଯାହା ରକ୍ଷା କରିପାରିଲେ ନାହିଁ, ତାହାକୁ ଇଂଲଣ୍ଡ ଓ ଆମେରିକା ରକ୍ଷା କରିବାକୁ ପ୍ରସ୍ତୁତ ହେଲେ । ବିଧାତା ଯାହା ଇଚ୍ଛା କରନ୍ତି, ତାହା ନିଶ୍ଚୟ ହେବ । ମାତ୍ର ଯୋଗ୍ୟତା ନ ଦେଖି କାହାକୁ ବିଧାତା ଉଚ୍ଚ ଆସନ ଦିଅନ୍ତି ନାହିଁ । ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ପ୍ରଭୃତି ଯୋଗ୍ୟତାର ଲକ୍ଷଣ । ଏଗୁଡ଼ିକ ଅନୁସରଣ ନ କରି ଯିଏ କେବଳ ଭୋଗ, ବିଳାସ, ଆମୋଦ ଓ ଆଳସ୍ୟର ଦିନ କଟାଏ, ସେଭଳି ବ୍ୟକ୍ତି ବା ସମାଜର ଉନ୍ନତି ଅସମ୍ଭବ । ଯେଉଁମାନେ ନୀତି ବା ଯୋଗ୍ୟତା ନଥାଇ, ଉଦାରଭାବକୁ ପରିହାର କରି ଜୀବନଧାରଣ କରନ୍ତି, ସେମାନେ କଦାପି ଉଚ୍ଚତର ସୋପାନକୁ ଯାଇପାରିବେ ନାହିଁ । ଏହି ସ୍ଥିର ସତ୍ୟକୁ ଇତିହାସ ହିଁ ସାକ୍ଷ୍ୟ ପ୍ରମାଣ ଦେଇଥାଏ ।

ବାସ୍ତବିକ, ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେ ହୋଇଥାଏ ।

Question ୩।
ସାଂପ୍ରତିକ ପରିପ୍ରେକ୍ଷୀରେ ‘ଇତିହାସ’ ପ୍ରବନ୍ଧର ଆବଶ୍ୟକତା ନିରୂପଣ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ବାଗ୍ମୀ ବିଶ୍ବନାଥ କର ଜଣେ ଯଶସ୍ବୀ ସ୍ରଷ୍ଟା । ତାଙ୍କ ସମ୍ପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ ପତ୍ରିକାଟି ସେ ସମୟରେ ଓଡ଼ିଆ ସାହିତ୍ୟରେ ସୃଷ୍ଟି କରିଥିଲା ଏକ ବଣ୍ଠିଳ ଦିଗ୍‌ବଳୟ । ଆଲୋଚ୍ୟ ପ୍ରବନ୍ଧ ଗୁରୁତ୍ଵପୂର୍ଣ୍ଣ । ଯେହେତୁ ପ୍ରାବନ୍ଧିକ କର ଜଣେ ଇତିହାସ ସଚେତନ ବ୍ୟକ୍ତିତ୍ଵ, ସେଥିପାଇଁ ଏଥିରେ ସେ ଇତିହାସର ଆବଶ୍ୟକତା ଓ ପ୍ରୟୋଜନୀୟତାକୁ ଉପଲବ୍ଧି କରି ନିଜର ଅଭିମତ ପ୍ରଦାନ କରିଛନ୍ତି ।

ବର୍ତ୍ତମାନ ସମୟରେ ଯେଉଁ ଇତିହାସ ରଚନା କରାଯାଉଛି, ସେଗୁଡ଼ିକ ସ୍ଵତନ୍ତ୍ର ଓ ଆଦର୍ଶର ନିକଟବର୍ତ୍ତୀ । କାରଣ ଇତିହାସ ରଚନା କରାଯାଉ ନାହିଁ । ଏଥରେ ଜାତି ସାଧାରଣର ଆଚାର, ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ଆଦି ସବୁପ୍ରକାର ପ୍ରୟୋଜନୀୟ ବିଶେଷର ସମାବେଶ ହୋଇଅଛି । ତଥାପି ସ୍ଥୂଳତଃ ଏହା ରାଜନୈତିକ ଇତିହାସ ପଦବାଚ୍ୟ । ଏଥିପାଇଁ କେତେକ ଚିନ୍ତାଶୀଳ ପଣ୍ଡିତ, ସାହିତ୍ୟ-ଇତିହାସ, ଧର୍ମ-ଇତିହାସ, ବିଜ୍ଞାନ-ଇତିହାସ ଇତ୍ୟାଦି ନାମଦେଇ ଭିନ୍ନ ଭିନ୍ନ ବିଭାଗର କ୍ରମିକ ଉନ୍ନତି ବିବରଣ ପୂର୍ବତର ଆକାରରେ ଲିପିବଦ୍ଧ କରିବାକୁ ପ୍ରୟାସ କରିଛନ୍ତି । ଦିନକୁ ଦିନ ଇତିହାସ ଲେଖନ-ପ୍ରଣାଳୀରେ ଉନ୍ନତି ହେଉଅଛି; ମାତ୍ର ପ୍ରକୃତ ଅନୁସନ୍ଧିଷ୍ଣୁ ବ୍ୟକ୍ତି ଏତିକିରେ ସନ୍ତୁଷ୍ଟ ରହିବା ଉଚିତ ନୁହେଁ । ସେ ସବୁଦିନପାଇଁ ମାନବ ସମାଜର ବିଭିନ୍ନ ବିଭାଗରେ ଇତିହାସ ଅନୁସନ୍ଧାନ କରିବାରେ ପ୍ରବୃତ୍ତ ରହିବ । ସାହିତ୍ୟ, ଶିଳ୍ପ, ବାଣିଜ୍ୟ, ଧର୍ମ, ନୀତି, କାବ୍ୟ, ଉପନ୍ୟାସ, ବିଜ୍ଞାନ, ଦର୍ଶନ ସମସ୍ତ ତାହା ନିକଟରେ ଐତିହାସିକ ସତ୍ୟମୟ । ପ୍ରତ୍ୟେକ ବ୍ୟକ୍ତିର ଜୀବନ, ଆହାର, ପରିଚ୍ଛଦ ତାହା ନିକଟରେ ଜୀବନ୍ତ ଇତିହାସରୂପେ ପ୍ରତିଭାତ ହୁଏ ।

ଇତିହାସ ଯେପରି ଭାବରେ ଲେଖା ହେଉ, ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ । ପାଠକ ଯଦି ବର୍ତ୍ତମାନ ସହିତ ଅତୀତର ସମ୍ପର୍କକୁ ବିସ୍ମୃତ ହୁଏ, ତା’ହେଲେ ସେଭଳି ଇତିହାସର କୌଣସି ମୂଲ୍ୟ ନାହିଁ । କାରଣ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ ସାଦୃଶ୍ୟ ରହିଛି । ବୈଷମ୍ୟ ଯେତେ ରହିଲେ ବି, ମୂଳରେ ମାନବପ୍ରକୃତି ଏକ । ଏକା ମାନବ କାହିଁକି, ସମଗ୍ର ବ୍ରହ୍ମାଣ୍ଡର ଅନ୍ତରତମ ପ୍ରଦେଶରେ ଏପରି ଏକ ସାଧାରଣ ଭୂମି ରହିଛି, ଯେଉଁଠାରେ କୌଣସି ପ୍ରକାରଭେଦ ବା ବୈଷମ୍ୟ ଦେଖାଯାଏ ନାହିଁ । ଇତିହାସ ପାଠକଲାବେଳେ ଆମେ ଅନେକ ସମୟରେ, ଅଲକ୍ଷିତ ଭାବରେ ସେହି ସାଧାରଣ ଭୂମିରେ ଉପସ୍ଥିତ ହୋଇଥାଉ । ଏହି ଅବସ୍ଥାରେ ଅତୀତ ପ୍ରତି ହୃଦୟରେ ସହାନୁଭୂତି ସ୍ବତଃ ଜାଗ୍ରତ ହୋଇଥାଏ । ପ୍ରକୃତପକ୍ଷେ ଚିନ୍ତାଶୀଳ ପାଠକ ଇତିହାସରେ ବର୍ଣ୍ଣନା କରାଯାଇଥିବା ସମସ୍ତ ପ୍ରକାର ଘଟଣା ବା ଚିତ୍ର ନିଜ ଜୀବନରେ ବା ସମସାମୟିକ ସମାଜ ମଧ୍ୟରେ ପ୍ରତିବିମ୍ବିତ ଦେଖି ସେଗୁଡ଼ିକରୁ ସମୁଚିତ ଶିକ୍ଷାଲାଭ କରନ୍ତି ।

ପ୍ରାବନ୍ଧିକଙ୍କ ମତରେ, ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଅଧ୍ବକ ଉପଯୋଗୀ । ଇତିହାସ ହେଉଛି ଦୃଷ୍ଟାନ୍ତର ଆକର । କେଉଁ କାରଣ ପାଇଁ କେଉଁ ବ୍ୟକ୍ତିର ଉନ୍ନତି ବା ଅବନତି ହେଲା, ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ବିପରୀତ ଦିଗରେ ଯାଇ କେହି କେବେ ସେଥ‌ିରେ ସଫଳ ହେବା ସମ୍ଭବ ନୁହେଁ । ‘ଧର୍ମର ଜୟ ଓ ଅଧର୍ମର ପରାଜୟ’ ଇତିହାସ ବଜ୍ରଗମ୍ଭୀର ସ୍ଵରରେ ଘୋଷଣା କରିଅଛି । ଅପରିଣାମଦର୍ଶୀ ମାନବ ଅନେକ ସମୟରେ ପୃଥ‌ିବୀରେ ବିପରୀତ ଭାବ ଦର୍ଶନ କରି ଅବିଶ୍ଵାସୀ ହୁଏ । ଇତିହାସ ପାଠଦ୍ଵାରା ସକଳ ଅବିଶ୍ଵାସ ତିରୋହିତ ହୁଏ, ଦୃଷ୍ଟି ଉଜ୍ଜଳ ହୁଏ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ, ଇତିହାସ ପରି ଦ୍ବିତୀୟ ଶିକ୍ଷକ ଆଉ କେହି ହୋଇ ନ ପାରନ୍ତି ।

Question ୪।
‘‘ସ୍ଵ-ଜାତିର ଇତିହାସ ବିଶେଷ ଭାବରେ ଶିକ୍ଷା କରିବାର ପ୍ରତ୍ୟେକ ସ୍ଵଜାତିବତ୍ସଳ ବ୍ୟକ୍ତିର ଅଲଙ୍ଘନୀୟ କର୍ତ୍ତବ୍ୟ ।” ଏହାର ସତ୍ୟତା ବିଚାର କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ବାଗ୍ମୀ ବିଶ୍ବନାଥ କର ଜଣେ ଯଶସ୍ବୀ ସ୍ରଷ୍ଟା । ତାଙ୍କ ସମ୍ପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ ପତ୍ରିକାଟି ସେ ସମୟରେ ଓଡ଼ିଆ ସାହିତ୍ୟରେ ସୃଷ୍ଟି କରିଥିଲା ଏକ ବଣ୍ଡିଳ ଦିଗ୍‌ବଳୟ । ଆଲୋଚ୍ୟ ପ୍ରବନ୍ଧ ‘ଇତିହାସ’ରେ ପ୍ରାବନ୍ଧିକ ଇତିହାସର ମହତ୍ତ୍ବ ପ୍ରତିପାଦିତ କରିଛନ୍ତି । ସଭ୍ୟତା ଓ ସମାଜର ବିକାଶରେ ଇତିହାସର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଯେହେତୁ ପ୍ରାବନ୍ଧିକ କର ଜଣେ ଇତିହାସ ସଚେତନ ବ୍ୟକ୍ତିତ୍ଵ, ସେଥିପାଇଁ ଏଥ‌ିରେ ସେ ଇତିହାସର ଆବଶ୍ୟକତା ଓ ପ୍ରୟୋଜନୀୟତାକୁ ଉପଲବ୍ଧି କରି ନିଜର ଅଭିମତ ପ୍ରଦାନ କରିଛନ୍ତି ।

ଇତିହାସ ଆମକୁ ଆଉ ଗୋଟିଏ ଶିକ୍ଷାଦିଏ, ଯାହାକି ଇତିହାସର ସର୍ବଶ୍ରେଷ୍ଠ ଶିକ୍ଷା । ସତ୍ୟ ଓ ସାରବସ୍ତୁର କଦାପି ବିନାଶ ନାହିଁ । ମାନବସମାଜ ଯେ ଉନ୍ନତି ଲାଭ କରୁଛି, ଏଥରେ ସନ୍ଦେହ ନାହିଁ । ଅନ୍ୟଭାବରେ ପ୍ରକାଶ କଲେ ସମାଜ ଅବିରାମ ଗତିରେ ମଙ୍ଗଳ ଆଡ଼କୁ, ଉନ୍ନତି ଆଡ଼କୁ ଅଗ୍ରସର ହେଉଅଛି । ପ୍ରଭେଦ ଏତିକି ଯେ, ଜଣେ ଯେଉଁ ବିଷୟରେ ଅଯୋଗ୍ୟ ହେଲା ସେ ନିଶ୍ଚୟ ରସାତଳଗାମୀ ହେବ । ତାହାର ସଞ୍ଚ ଧନରାଶି, ଜ୍ଞାନ, ବିଜ୍ଞାନ ସମସ୍ତ ଯୋଗ୍ଯତର ଜାତି ହସ୍ତରେ ସମର୍ପିତ ହେବ ।

ପ୍ରାଚୀନ ରୋମ ଓ ପ୍ରାଚୀନ ଭାରତ ଯାହାକୁ ରକ୍ଷା କରିପାରିନାହିଁ, ତାହାକୁ ରକ୍ଷାକରେ ଇଂଲଣ୍ଡ ଓ ଆମେରିକା । ପୁନଶ୍ଚ ଇଂଲଣ୍ଡ ଓ ଆମେରିକା ଯଦି ନିଜ ଅଯୋଗ୍ୟତା ପ୍ରଦର୍ଶନ କରନ୍ତି, ତା’ହେଲେ ନବଇଂଲଣ୍ଡ ଓ ନବ ଆମେରିକାର ଅଭ୍ୟୁତ୍‌ଥାନ ହେବ । ବିଧାତାଙ୍କର କାର୍ଯ୍ୟ କୌଣସି ସମୟରେ ଅସମ୍ପନ୍ନ ରହିବ ନାହିଁ । ମାତ୍ର ଯୋଗ୍ୟତା ନ ଦେଖି ସେ କାହାକୁ କୌଣସି ଉଚ୍ଚ ଅଧ୍ୟାର ଦିଅନ୍ତି ନାହିଁ । ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ପ୍ରଭୃତି ଯୋଗ୍ୟତାର ଲକ୍ଷଣ । ଏଗୁଡ଼ିକ ହରାଇ କେବଳ ଭୋଗ ବିଳାସରେ ବୁଡ଼ିରହି କୌଣସି ବ୍ୟକ୍ତି ବା ସମାଜ ଉନ୍ନତି ଲାଭ କରେନାହିଁ । ନୀତିହୀନ ଅନୁଦାର କରେ ।

ଇତିହାସ ସମ୍ପର୍କରେ ପ୍ରାବନ୍ଧିକ ବକ୍ତବ୍ୟ ସରିବା ପରେ, ଉପସଂହାର ପର୍ଯ୍ୟାୟରେ, ଇତିହାସ ଅଧ୍ୟୟନର ଉପାଦେୟତା ବିଷୟରେ ସେ ସୂଚନା ଦେଇଛନ୍ତି । ସମଗ୍ର ଭାବରେ ମାନବଜାତିର ଇତିହାସ ଅଧ୍ୟୟନ କଲେ ମଧ୍ୟ, ନିଜର ସ୍ଵଦେଶ ଓ ସ୍ବଜାତି ସମ୍ପର୍କରେ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ରଖିବାକୁ ସେ ଉଲ୍ଲେଖ କରିଛନ୍ତି । କାରଣ ସ୍ବଦେଶ ପ୍ରତି ସମସ୍ତଙ୍କର ଅନୁରାଗ ରହିଥାଏ । ମାତ୍ର
ଏଭଳି ଚିନ୍ତାଧାରାକୁ ବିକୃତ ସ୍ୱଜାତିପ୍ରିୟତା ବୋଲି ପ୍ରାବନ୍ଧିକ କହିଛନ୍ତି । ସଂକୀର୍ଣ୍ଣ ଚିନ୍ତାଧାରାଦ୍ୱାରା କେହି କେବେ ଉନ୍ନତି କରିପାରେ ନାହିଁ ।

ଏହାଦ୍ଵାରା ବ୍ୟକ୍ତିର ଅନିଷ୍ଟ ହୋଇଥାଏ । ପୂର୍ବ ଗୌରବର ସ୍ମୃତିଚାରଣ ଉନ୍ନତି ଲାଭରେ ସହାୟକ ହୋଇଥାଏ । ମାତ୍ର ତାହାକୁ କର୍ମରେ ବ୍ୟବହାର ନକରି କେବଳ ବାକ୍ୟରେ ବ୍ୟବହାର କଲେ କିଛି ଲାଭ ହୋଇ ନ ଥାଏ । ଶେଷରେ ପ୍ରାବନ୍ଧିକ କହିଛନ୍ତି – ‘ଆମ୍ଭେମାନେ ସ୍ବଜାତି ଓ ସ୍ବଜାତିର ଇତିହାସ ମଧ୍ୟରେ ବିଧାତାଙ୍କ ମଙ୍ଗଳ ହସ୍ତ ଦର୍ଶନକରି ଭକ୍ତି ଓ ବିନୟ ସହକାରେ ତାଙ୍କରି ହସ୍ତରେ ସମର୍ପଣ କରୁ । ଜୀବନର ସର୍ବବିଧ ବ୍ୟାପାରରେ ତାଙ୍କରି ମଙ୍ଗଳ ହସ୍ତର ସଙ୍କେତ ଅନୁଭବ କରି ପ୍ରତି ମୁହୂର୍ତ୍ତରେ ତାଙ୍କରି ସେବାରେ, ତାଙ୍କରି କାର୍ଯ୍ୟରେ ବ୍ୟୟକରି ଧନ୍ୟ ହେଉ, କୃତାର୍ଥ ହେଉ ।’’

(କ) ଲେଖକ ପରିଚିତି :

ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅନ୍ୟତମ ଭିଭିସ୍ଥାପକ ହେଉଛନ୍ତି ସଂସ୍କାରକ ସାହିତ୍ୟିକ ବିଶ୍ବନାଥ କର । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଭୀଷ୍ମଦେବ ରୂପେ ସେ ପରିଚିତ । ଓଡ଼ିଆ ଭାଷା ଓ ସାହିତ୍ୟ ଯେତେବେଳେ ଏକ ଆସନ୍ନ ଅଧଃପତନ ଆଡ଼କୁ ମୁହାଁଇଥିଲା, ସେତେବେଳେ ବିଶ୍ଵନାଥଙ୍କ ଆବିର୍ଭାବ ଓ ସାହିତ୍ୟ ସେବାରେ ନିୟୋଜନ, ଓଡ଼ିଆ ସାହିତ୍ୟ ଇତିହାସରେ ସୃଷ୍ଟି କରିଥିଲା କ୍ରାନ୍ତିକାରୀ ଅଧ୍ୟୟ । ବିଶ୍ଵନାଥ କର ଜନ୍ମଗ୍ରହଣ କରିଥିଲେ ନଅଙ୍କ ଦୁର୍ଭିକ୍ଷ ପରି ଏକ ଘଡ଼ିସନ୍ଧି କାଳରେ । ୧୮୬୪ ମସିହାରେ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ବାଗ୍ମୀ ବିଶ୍ଵନାଥ ଜନ୍ମଗ୍ରହଣ କରିଥିଲେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ।

ବିଶ୍ଵନାଥଙ୍କ ପରିବାର ଥିଲା ବେଶ୍ ରକ୍ଷଣଶୀଳ । ଏହା ସତ୍ତ୍ଵେ ତାଙ୍କର ସ୍ଵାଧୀନଚେତା ମନୋଭାବ ତାଙ୍କୁ ଅନେକସ୍ଥଳେ ରକ୍ଷା କରିଥିଲା ରକ୍ଷଣଶୀଳତାର ନିଗଡ଼ରୁ । ଏହାର ଉଦାହରଣ ସ୍ଵରୂପ ତାଙ୍କର ବ୍ରାହ୍ମଧର୍ମ ଗ୍ରହଣକୁ ଧରି ନିଆଯାଇପାରେ । ଏତାଦୃଶ କାର୍ଯ୍ୟ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା । ବିଶ୍ଵନାଥ ମଧ୍ୟ ରକ୍ଷଣଶୀଳ ସମାଜର ତାଡ଼ନା ଓ ନାଲିଆଖିକୁ ନ ଡ଼ରି ସଂସ୍କାରଶୀଳ ଦୃଢ଼ ଚେତନାର ପରିଚୟ ଦେଇଥିଲେ । ଫଳରେ ସେ ଜଣେ ପ୍ରଚଣ୍ଡ ପ୍ରତିଭା ଓ ସଂସ୍କାରକରୂପେ ପ୍ରକାଶିତ ହୋଇପାରିଥିଲେ ଓଡ଼ିଶାର ଜନ-ଦରବାରରେ ।

ସାହିତ୍ୟ ସାଧନା ସେହିପରି ଓଡ଼ିଆ ସାହିତ୍ୟର ପଟ୍ଟ ପରିବର୍ତ୍ତନ କରିଥିଲା । ଓଡ଼ିଆ ସାହିତ୍ୟର ଉନ୍ନତି ନିମିତ୍ତ ୧୮୯୭ ମସିହାରେ ସେ ‘ଉତ୍କଳ ସାହିତ୍ୟ’ ନାମକ ଏକ ଉଲ୍ଲେଖଯୋଗ୍ୟ ସାହିତ୍ୟ ପତ୍ରିକା ପ୍ରକାଶନ କରିଥିଲେ । ଏହି ସାହିତ୍ୟ ପତ୍ରିକାରେ ତତ୍କାଳର ଅନେକ ସୁନାମଧନ୍ୟ ଲେଖକ ଆତ୍ମପ୍ରକାଶ କରିଥିଲେ । ଅନେକ ସାହିତ୍ୟପ୍ରେମୀ ଓ ସାହିତ୍ୟିକ ସୃଷ୍ଟି କରିବାରେ ‘ଉତ୍କଳ ସାହିତ୍ୟ’ ଓ ତା’ର ସମ୍ମାନନୀୟ ସମ୍ପାଦକ ବିଶ୍ଵନାଥଙ୍କ ଭୂମିକା ଚିରସ୍ମରଣୀୟ ହୋଇ ରହିବ ।

ଏହି ସାହିତ୍ୟ ପତ୍ରିକାରେ ତଥାକଥୁତ ଯୁଗସ୍ରଷ୍ଟା କବି ରାଧାନାଥ, କ୍ରାନ୍ତିକାରୀ ଔପନ୍ୟାସିକ ଫକୀରମୋହନ ଓ ଶିବଙ୍କର ଆରାଧକ ମଧୁସୂଦନ ରାଓଙ୍କ ଲେଖାମାନ ନିୟମିତ ରୂପେ ପ୍ରକାଶିତ ହେଉଥିଲା । ଏତଦ୍‌ଭିନ୍ନ ଓଡ଼ିଆ ସାହିତ୍ୟରେ ବର୍ଣ୍ଣବୈଭବ ସୃଷ୍ଟିରେ ଏହି ପତ୍ରିକାଟିର ଅବଦାନ ଥିଲା ଅତୁଳନୀୟ । ଏପରି ଏକ ସାର୍ଥକ ଓ ଯୁଗାନ୍ତକାରୀ ପତ୍ରିକାର ସମ୍ପାଦନା କରି ବାଗ୍ମୀ ବିଶ୍ଵନାଥ ଯେଉଁ ମହତ୍ଵ ହୃଦୟର ପରିଚୟ ଦେଇଥିଲେ, ତାହା କାଳ କାଳ ଧରି ଅଭୁଲା ହୋଇ ରହିବ ।

ପ୍ରାବନ୍ଧିକ ବିଶ୍ଵନାଥ କେବଳ ‘ଉତ୍କଳ ସାହିତ୍ୟ’ ପତ୍ରିକା ପାଇଁ, ଅମର ହୋଇ ରହିବେ ନାହିଁ ବରଂ ସେ ଅମର ହୋଇ ରହିଥ‌ିବେ ତାଙ୍କର ଚିନ୍ତାନିଷ୍ଠ ଗଦ୍ୟରଚନା ପାଇଁ । ଓଡ଼ିଆ ଗଦ୍ୟ ସାହିତ୍ୟରେ ବିଶ୍ଵନାଥଙ୍କ ମୁଦ୍ରାଙ୍କ ବେଶ୍ ପ୍ରଭାବଶାଳୀ । ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ତାଙ୍କର ସ୍ଥାନ ସ୍ୱତନ୍ତ୍ର । ଅନେକ ଚିନ୍ତାନିଷ୍ଠ, ବଳିଷ୍ଠ ତଥା ନିଜସ୍ଵ ରୀତିରେ ପ୍ରବନ୍ଧ ରଚନା କରି ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଦେଇଛନ୍ତି ନୂଆମୋଡ଼ । ବିଶ୍ବନାଥଙ୍କ ବ୍ୟକ୍ତିତ୍ଵ ଓ ସାରସ୍ଵତ ସାଧନା ସମ୍ପର୍କରେ ପ୍ରାବନ୍ଧିକ ଓ ସମାଲୋଚକ ଡଃ ଅସିତ୍ କବି ତାଙ୍କର ଉଲ୍ଲେଖନୀୟ ସମାଲୋଚନା ଗ୍ରନ୍ଥ ‘ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ’ରେ ଯେଉଁ ମତପୋଷଣ କରିଛନ୍ତି, ତାହା ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ ମନେହୁଏ ।

ତାଙ୍କ ମତରେ – ‘୧୮୭୩ ପୂର୍ବରୁ ଲିଖିତ ପ୍ରବନ୍ଧ ଏବଂ ରାଧାନାଥଙ୍କ ‘ବିବେକୀ’ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଦି ପର୍ଯ୍ୟାୟର ପ୍ରଭାତୀ ତାରା । ମଧୁସୂଦନଙ୍କ ‘ପ୍ରବନ୍ଧମାଳା’ ନୂତନ ଅରୁଣୋଦୟର ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ବିଶ୍ବନାଥଙ୍କ ସିଦ୍ଧି ଅନନ୍ୟସାଧାରଣ I ତାଙ୍କର ଅଧିକାଂଶ ପ୍ରବନ୍ଧ ଭିତରେ ତାଙ୍କର ବିଚାରବନ୍ତ, ନିରପେକ୍ଷ ଦୃଷ୍ଟିକୋଣ ଏକାନ୍ତଭାବେ ତିର୍ଯକ । ସେ ବହୁ ସମୟରେ ଯେଉଁ ମତ ଅଭିବ୍ୟକ୍ତ କରିଛନ୍ତି, ତାହା ଯେ କେବଳ ଦୃଢ଼ତାର ସହିତ କରିଛନ୍ତି ତା’ ନୁହେଁ ସେଥ‌ିରେ ହୃଦୟର ଉତ୍ତାପ ଓ ଆବେଗର ସ୍ଫୁରଣ ସ୍ପର୍ଶ ମଧ୍ୟ ଦେଇଛନ୍ତି ।’’

ବିଶ୍ବନାଥଙ୍କ ସାରସ୍ବତ ସାଧନା ବା ଗଦ୍ୟ ରଚନାଗୁଡ଼ିକ ଯେତେ ପ୍ରଭାବଶାଳୀ, ତାଙ୍କ ବାଗ୍ମୀପ୍ରବଣତା ତତୋଽଧ୍ବନ ପ୍ରଭାବନିଷ୍ଠ । ଜଣେ ସୁବକ୍ତା ଭାବରେ ସେ ଥିଲେ ତତ୍କାଳୀନ ସମାଜ ପାଇଁ ଉଦ୍‌ଗାତା ସ୍ଵରୂପ । ତାଙ୍କ ଭାଷଣ ପ୍ରବୃତ୍ତି ଥିଲା ଅନର୍ଗଳ ତଥା ବିଷୟକୈନ୍ଦ୍ରିକ । ନିର୍ଭିକ ଓ ପ୍ରାଞ୍ଜଳରୂପେ ବିଭିନ୍ନ ବିଷୟରେ ସେ ବହୁ ସମୟଧରି ଭାଷଣ ଦେବାର ପଟୁତା ସାମଗ୍ରିକ ରୂପେ ତାଙ୍କର ବ୍ୟକ୍ତିତ୍ଵ ଓ ପ୍ରତିଭା ଥିଲା ତ୍ୟାଗ, ନିଷ୍ଠା, ନିଭୀକତା ଓ ଉତ୍ସର୍ଗୀକୃତ ଜୀବନର ପରିପ୍ରକାଶ ।

ବିଶ୍ଵନାଥଙ୍କର ପ୍ରବନ୍ଧର ସଂଖ୍ୟା ଅଗଣନ ନୁହେଁ । ମାତ୍ର ଯେଉଁ କେତେକ ପ୍ରବନ୍ଧ ସେ ରଚନା କରିଛନ୍ତି, ତାହା ବିଭିନ୍ନ ଦୃଷ୍ଟିକୋଣରୁ ଉନ୍ନତ ମାନର ତଥା ପ୍ରଭାବଶାଳୀ । ତାଙ୍କ ଲିଖିତ ପ୍ରବନ୍ଧଗୁଡ଼ିକ ‘ବିବିଧ ପ୍ରବନ୍ଧ’ ସଂକଳନରେ ସଂକଳିତ । ଏଥ‌ିରେ ସଂକଳିତ ପ୍ରବନ୍ଧମାନଙ୍କର ସେ ଏକାଧାରରେ ଜଣେ ଦ୍ରବ୍ୟଦ୍ରଷ୍ଟା, ସମାଜ ସଂସ୍କାରକ, ବ୍ୟଙ୍ଗକାର ଓ ଦାର୍ଶନିକ ଭାବେ ନିଜକୁ ଉପସ୍ଥାପିତ କରିବାରେ କ୍ଷମଶୀଳ ହୋଇପାରିଛନ୍ତି । ଓଡ଼ିଆ ସାହିତ୍ୟକୁ ବାଗ୍ମୀ ବିଶ୍ବନାଥଙ୍କ ଦାନ କୌଣସି କ୍ଷେତ୍ରରେ ବିସ୍ମୃତ ହେବାରେ ନୁହେଁ ।

ବିଶ୍ଵନାଥଙ୍କ ଚରିତ୍ରରେ ଥିଲା ବିପ୍ଳବର ଝଲକ । ସଂସ୍କାରନିଷ୍ଠ ମନ ନେଇ ସେ ରକ୍ଷଣଶୀଳ ସମାଜ ତଥା ମାନବିକ ପ୍ରବୃତ୍ତିର ସଂସ୍କାର ଚାହିଁଥିଲେ । ଓଡ଼ିଆ ସାହିତ୍ୟର ଉନ୍ନତିକଳ୍ପେ ସେ ଯେଉଁ ଅବଦାନ ଦେଇଛନ୍ତି, ତାହା ଦୁର୍ଲଭ ଓ ଅତୁଳନୀୟ । ଏହି ମହାନ୍ ସାହିତ୍ୟସାଧକ ଇହଲୀଳା ସମ୍ବରଣ କରନ୍ତି ୧୯୩୪ ମସିହାରେ । ପ୍ରବନ୍ଧ ସାହିତ୍ୟର ସେ ଜଣେ ବିରଳ ସ୍ରଷ୍ଟା । ତାଙ୍କ ପାଇଁ ଉଭୟ ସାହିତ୍ୟ ଓ ଜାତି ଗୌରବାନ୍ବିତ ।

(ଖ) ପ୍ରବନ୍ଧ ପମ୍ପର୍କରେ:

‘ଇତିହାସ’ ପ୍ରବନ୍ଧଟି ପ୍ରାବନ୍ଧିକ ବିଶ୍ବନାଥ କରଙ୍କ ‘ବିବିଧ ପ୍ରବନ୍ଧ’ରୁ ସଂଗ୍ରହ କରାଯାଇଛି । ପ୍ରାବନ୍ଧିକଙ୍କ ମତରେ ଇତିହାସରୁ ମାନବ ସମାଜର ଇତିବୃତ୍ତ ଚିହ୍ନିତ ହୋଇଥାଏ । ସୁତରାଂ ସଭ୍ୟତା ଓ ସମାଜର ଅଗ୍ରଗତିରେ ଇତିହାସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଇତିହାସ କେବଳ ରାଜା, ରାଜପୁରୁଷ ବା ପ୍ରଶାସନର ବିବରଣୀକୁ ବୁଝାଏ ନାହିଁ । ସାର୍ଥକ ଇତିହାସ ଜାତିର ସାଧାରଣ ଜୀବନଧାରା, ସାଂସ୍କୃତିକ ଓ ନୃତାତ୍ତ୍ଵିକ ମୂଲ୍ୟବୋଧକୁ ପରିପ୍ରକାଶ କରିଥାଏ । ଇତିହାସ ଓ ଏହାର ପ୍ରୟୋଜନୀୟତାକୁ ଉପଲବ୍ଧି କରି ପ୍ରାବନ୍ଧିକ ବିଶ୍ବନାଥ କର ରଚନା କରିଛନ୍ତି ‘ଇତିହାସ’ ପ୍ରବନ୍ଧ । ପୁନଶ୍ଚ ସ୍ବଜାତିର ଇତିହାସକୁ ଅଧ୍ୟୟନ କରିବା ପ୍ରତ୍ୟେକ ସ୍ଵାଭିମାନୀ ବ୍ୟକ୍ତିର କର୍ତ୍ତବ୍ୟ ବୋଲି ସେ ଆଲୋଚ୍ୟ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ।

(ଗ) ସାରକଥା:

ପ୍ରବନ୍ଧର ପ୍ରାରମ୍ଭରେ ଦୁଇ ଶ୍ରେଣୀର ମନୁଷ୍ୟ ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇଛନ୍ତି । ପ୍ରଥମ ଶ୍ରେଣୀର ମନୁଷ୍ୟ କେବଳ ପାରମ୍ପରିକତାରେ ଜୀବନ ଅତିବାହିତ କରନ୍ତି । ପୃଥ‌ିବୀର ବିଭିନ୍ନ ବସ୍ତୁକୁ ସେମାନେ ଦେଖନ୍ତି, ଉପଭୋଗ କରନ୍ତି ମାତ୍ର ସେହି ବସ୍ତୁରୁ ତତ୍ତ୍ୱକୁ ନିରୂପଣ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । କେଉଁ ଭାବରେ ସେମାନଙ୍କ ନିକଟକୁ ବସ୍ତୁଟି ଆସିଲା ଏବଂ ତାହାକୁ କିପରି ସଦ୍‌ବ୍ୟବହାର କରାଯିବ, ତାହା ସମ୍ବନ୍ଧରେ ଜାଣିବାକୁ ଚାହିଁ ନ ଥା’ନ୍ତି; ମାତ୍ର ଅପର ଶ୍ରେଣୀର ମନୁଷ୍ୟ ହେଉଛନ୍ତି ସୂକ୍ଷ୍ମଦୃଷ୍ଟିସମ୍ପନ୍ନ ଓ ଚିନ୍ତାଶୀଳ । ଏହି ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରଭାବରେ ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି ସମ୍ପର୍କକୁ ଘନିଷ୍ଠ ଭାବରେ ଦେଖିଥା’ନ୍ତି ।

ଆମ୍ଭେମାନେ ଆଜି ଯାହାକୁ ଦେଖୁଛୁ, ସମସ୍ତେ ଅତୀତର ସନ୍ତାନ । ଆଜିର ଜ୍ଞାନ ବିଜ୍ଞାନସମ୍ପନ୍ନ ବିଂଶ ଶତାବ୍ଦୀର ସଭ୍ୟତମ ମାନବ ସମାଜର ପାଦତଳକୁ ଦେଖିଲେ, ଦେଖିବ କେବଳ ନରକଙ୍କାଳ । କାରଣ ବର୍ତ୍ତମାନର ଅବସ୍ଥା ଲାଭ କରିବାପାଇଁ ଅନେକ ନରଦେହ ପତିତ ହୋଇଛି । ସେହିପରି ଗୋଟିଏ ଫରାସୀ ବିପ୍ଳବ କଥା ଚିନ୍ତାକଲେ ଆମମାନଙ୍କର ହୃତ୍‌କମ୍ପ ହୁଏ । ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶ ଶ୍ରବଣ କଲେ ଆମେ ଦୁଃଖରେ ଅବସନ୍ନ ହୋଇପଡ଼ୁ । ମାତ୍ର ଚିନ୍ତାକରି ଦେଖିଲେ, ଆମେ ଯେଉଁଭଳି ଉନ୍ନତିର ସ୍ତରରେ ପହଞ୍ଚୁଛୁ, ସେଥ‌ିରେ ସହସ୍ର ସହସ୍ର ବିପ୍ଳବ ବିବରଣୀ ଲିଖିତ ହୋଇ ରହିଛି । ସେହିପରି ବିପ୍ଳବ ବ୍ୟତୀତ ନୀରବ ଦେହପାତର ସଂଖ୍ୟା ଯେ କେତେ, ତାହା କହିବା ସମ୍ଭବ ନୁହେଁ ।

ପିତାମାତାଙ୍କଠାରୁ ସନ୍ତାନ ଜନ୍ମ ଯେପରି ଧ୍ରୁବ ସତ୍ୟ, ଅତୀତ ମାନବ ଜାତିଠାରୁ ବର୍ତ୍ତମାନ ମାନବ ସୃଷ୍ଟି ସେହିପରି ସତ୍ୟ । ପୃଥ‌ିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ପୂର୍ବବର୍ତ୍ତୀମାନଙ୍କର ଦେହାବଶେଷ ପରିଲକ୍ଷିତ ହେଲାପରି, ବର୍ତ୍ତମାନ ମାନବ ସମାଜର ଦେହରେ ଅତୀତ ମାନବ ସମାଜର ଭାବରାଶି ନିହିତ ରହିଛି । ଜଗତ ସବୁ ସମୟପାଇଁ ପରିବର୍ତ୍ତନ ହେଉଛି । ସବୁବସ୍ତୁର ରୂପାନ୍ତର, ଭାବାନ୍ତର ହେଉଛି । ଏହି ନିତ୍ୟ ପରିବର୍ତ୍ତନ ହୋଇଥାଏ ।

ଫଳରେ ଅନେକଙ୍କ ହୃଦୟରେ ରହିଥ‌ିବା ରାଶି ରାଶି ଅସତ୍ୟ, ଅନ୍ୟାୟ, ଅସାମ୍ୟ, ଅପବିତ୍ରତା, ଅଗ୍ନି ସଂଯୋଗରେ ଶୁଷ୍କ ତୃଣରାଶି ଭସ୍ମୀଭୂତ ହେଲାପରି ନଷ୍ଟ ହୋଇଯାଇଥାଏ । କେବଳ ସେଥ‌ିରେ ବିଶୁଦ୍ଧ ସତ୍ୟଟି, ସାରବସ୍ତୁଟି, ପୂର୍ବାପେକ୍ଷା ଉଜ୍ଜ୍ବଳତର ଆକାରରେ ପ୍ରତିଭାତ ହୋଇଥାଏ । ଜାତି ବିଶେଷର ଉତ୍‌ଥାନ ବା ପତନ ଏହି ନିୟମକୁ ନେଇ ରହିଛି । ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏହି ନିୟମର କାର୍ଯ୍ୟପ୍ରଣାଳୀ ହିଁ ପ୍ରକୃତ ଇତିହାସ । ଏହି ବିବରଣୀକୁ ଯିଏ ଯେଉଁ ପରିମାଣରେ ପାଠ କରିପାରେ, ସେ ସେହି ପରିମାଣରେ ଇତିହାସଜ୍ଞ ।

ବ୍ୟକ୍ତିଗତ ଜୀବନକୁ ଆଲୋଚନା କଲେ ସମଷ୍ଟିଗତ ଜୀବନ ମଧ୍ୟ ବୁଝି ହୋଇଥାଏ । ମାନବ ଜୀବନ ହେଉଛି କେତେଗୁଡ଼ିଏ ଘଟଣାର ସମାହାର । ସମସ୍ତ ଘଟଣାର ଲକ୍ଷ୍ୟ ଏକ ଏବଂ ଗତି ମଧ୍ୟ ଗୋଟିଏ ଆଡ଼କୁ । ଗୋଟିଏ ଘଟଣାରେ ମନୁଷ୍ୟ ଜୀବନ ଯେଉଁଠି ଥୁଲା, ଆଉ ଗୋଟିଏ ଘଟଣା ବେଳକୁ ସେହି ସ୍ଥାନ ବା ସେହି ଅବସ୍ଥାରେ ରହି ନ ଥାଏ । ବେଳେବେଳେ ଦେଖାଯାଏ, ଜୀବନ କିଛିଦୂର ପଛେଇ ଯାଉଛି । ଆଉ କେତେବେଳେ ଦେଖାଯାଏ ସେହି ପଛେଇ ଯାଇଥିବା ଜୀବନ ପୁଣି ପୂରଣ ହୋଇଯାଇଛି ।

ଜୀବନରେ କେତେବେଳେ ଆସେ ଆଲୋକ ତ ଆଉ କେତେବେଳେ ଆସେ ଅନ୍ଧାର । କେତେବେଳେ ଆସେ ହସ ଓ ଆଉ କେତେବେଳେ କାନ୍ଦ । ନିରବଚ୍ଛିନ୍ନ ଭାବରେ ଆଲୋକ ବା ଆନନ୍ଦ ମାନବ ଜୀବନରେ ବା ସମାଜରେ କଦାପି ଦୃଷ୍ଟିଗୋଚର ହୁଏ ନାହିଁ । ସ୍ଥୂଳ ଦୃଷ୍ଟିସମ୍ପନ୍ନ ମଣିଷ କହେ ଜଗତଟା ବିରୁଦ୍ଧତାରେ ପରିପୂର୍ଣ୍ଣ; ମାତ୍ର ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର, ସର୍ବପ୍ରକାର ବିରୋଧ ମଧ୍ଯରେ ଦେଖିଥାଏ ସାମଞ୍ଜସ୍ୟ । ସମସ୍ତଙ୍କର ଗତି ଗୋଟିଏ ଆଡ଼କୁ ଏବଂ ଅଖଣ୍ଡ ନିୟମରେ ସମସ୍ତ ଘଟଣାବଳୀ ବନ୍ଧା । ବ୍ୟକ୍ତିଗତ ଜୀବନ ଓ ସମାଜ ନାନା ପରିବର୍ତ୍ତନ ଭିତରେ ଉନ୍ନତର ଅବସ୍ଥାକୁ ଯାଇଥାଏ । ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଅର୍ଥଶୂନ୍ୟ ନୁହେଁ ।

ମାନବ ସମାଜର ପ୍ରତ୍ୟେକ କ୍ରିୟାକଳାପ ଇତିହାସର ଅନ୍ତର୍ଭୁକ୍ତ । ସେଥ‌ିରେ ଐଶ୍ବର୍ଯ୍ୟଶାଳୀ ରାଜାର ଯେପରି ଭୂମିକା ରହିଛି, ଦରିଦ୍ର କୃଷକର ମଧ୍ୟ ସେହିପରି ଭୂମିକା ରହିଛି । କାରଣ ଉଭୟେ ସମାଜ ଉନ୍ନତିରେ ସହାୟକ ହୋଇଥା’ନ୍ତି । ଜଣେ ମନୁଷ୍ୟକୁ ଜାଣିବାକୁ ହେଲେ ଯେପରି ତାହାର ସମଗ୍ର ଇତିହାସ ଜାଣିବାର ଆବଶ୍ୟକତା ରହିଥାଏ, ଠିକ୍ ସେହିପରି ଗୋଟିଏ ଜୀବନ ଚରିତ କହିଥାଉ, ଠିକ୍ ସେହିପରି ସମାଜ ଜୀବନର ଇତିହାସକୁ ଆମ ଜାତିର ଜୀବନ ଚରିତ କୁହାଯାଇଥାଏ ।

ମନୁଷ୍ୟ ସାଧାରଣ ସ୍ତର ବା ହୀନ ଅବସ୍ଥାରୁ କିପରି ସଭ୍ୟତାର ଶୀର୍ଷ ସ୍ତରରେ ପହଞ୍ଚିଛି, ତାହା ଜାଣିବାପାଇଁ କେବଳ ଜଣେ ଅଧେ ରାଜାର ଇତିହାସ ପଢ଼ିଦେଲେ ହେବ ନାହିଁ । କାରଣ ଯେଉଁଥରେ ମାନବ ପ୍ରକୃତିର କ୍ରମବିକାଶର ଛବି ନାହିଁ, ତାହା ପ୍ରକୃତ ଇତିହାସ ପଦବାଚ୍ୟ ହୋଇ ନ ଥାଏ । ଏହି ଦୃଷ୍ଟିରୁ ବିଚାର କଲେ ପ୍ରକୃତ ଇତିହାସ ଏ ପର୍ଯ୍ୟନ୍ତ ରଚନା କରାଯାଇ ନାହିଁ । ଧାରା କ୍ରମଶଃ ଉନ୍ନତ ହେଉଅଛି । ପ୍ରତିଭାଶାଳୀ ପଣ୍ଡିତମାନେ ଏ କ୍ଷେତ୍ରରେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଉନ୍ନତି, ଆଦର୍ଶର ଅନୁସରଣ କରିବା ହିଁ ମନୁଷ୍ୟର କର୍ତ୍ତବ୍ୟ । ସବୁ ବିଷୟରେ ଦେଖାଯାଏ ଯେ, ମନୁଷ୍ୟର ଲବ୍ଧ ଉନ୍ନତି, ଆଦର୍ଶ ତୁଳନାରେ କିଛି ନୁହେଁ ।

ପ୍ରଥମ ଅବସ୍ଥାରେ ଇତିହାସର ଅସ୍ତିତ୍ଵ ନ ଥିଲା । ଆମ ଦେଶ କାହିଁକି କୌଣସି ଦେଶରେ ଇତିହାସ ରଚନା କରିବାର ଲେଖାଯାଇଥିଲା । ଅବଶ୍ୟ ସ୍ଵୀକାର କରିବାକୁ ହେବ ଯେ ଆମ ଦେଶରେ କଳ୍ପନାର ମାତ୍ରା ଅଧିକ । କାରଣ ହିନ୍ଦୁ ଜାତି ଅଧ୍ଵ କଳ୍ପନାପ୍ରିୟ । ଏପରିକି ଆମ ଦେଶର ଚିକିତ୍ସାଶାସ୍ତ୍ରରେ ରସିକତା, ଭାବୁକତା, ଅଳଙ୍କାର ଓ ଆଡ଼ମ୍ବରର ଯେପରି ସମାବେଶ ରହିଛି, ଅନ୍ୟ ଦେଶର କାବ୍ୟ ନାଟକରେ ମଧ୍ୟ ସେପରି ନାହିଁ । ସୁତରାଂ ଏହି କଳ୍ପନାମିଶ୍ରିତ ବିବରଣୀରୁ ଆମେ ବିଶୁଦ୍ଧ ଇତିହାସ ପାଇ ନ ଥାଉ । ଅନେକ ସମୟରେ ଏହି କଳ୍ପନାର ମିଶ୍ରଣ ପାଇଁ ଇତିହାସ ସାହିତ୍ୟ ସହିତ ମିଶିଯାଇଛି । ପ୍ରାଚୀନ ଧର୍ମଶାସ୍ତ୍ରରେ ଐତିହାସିକ ସତ୍ୟତା ରହିଛି ।

ପୁରାତନ ବାଇବେଲ୍‌ ଏବଂ ଆମ୍ଭମାନଙ୍କର ବେଦ ତାହାର ଉଜ୍ଜ୍ଵଳ ପ୍ରମାଣ ସ୍ୱରୂପ । ସେହିପରି ଭିନ୍ନ ଭିନ୍ନ କାଳର ମନ୍ଦିର, ଗୃହ, ଖୋଦିତ ମୂର୍ତି ଓ ଫଳକାଦିରେ ସେହି ଦେଶର ଓ କାଳର ଇତିହାସ ରହିଛି । ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ସତ୍ୟ ନିର୍ଣ୍ଣୟ କରି, ଆମ ନିକଟରେ ପ୍ରାଚୀନ ଇତିହାସ ନାମକ ଉପାଦେୟ ବସ୍ତୁ ଉପସ୍ଥାପିତ କରିଛନ୍ତି । ମାତ୍ର ସେହି ସଂଗୃହୀତ ଅଂଶ ଇତିହାସ ନୁହେଁ ବୋଲି, ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନେ ଅଭିମତ ଦେଇଛନ୍ତି । ଲେଖକଙ୍କ ମତରେ ପ୍ରକୃତ ଇତିହାସ ପଶ୍ଚାଦେଶରେ ଅନେକ କିଛି ଦେଖିବାକୁ ମିଳେ ଏବଂ ଚିନ୍ତାଶୀଳ ପାଠକମାନେ ତାହା ପାଠ କରିବାକୁ ସମର୍ଥ ହୁଅନ୍ତି ।

ବର୍ତ୍ତମାନ ସମୟରେ ଯେଉଁ ଇତିହାସ ରଚନା କରାଯାଉଛି, ସେଗୁଡ଼ିକ ସ୍ଵତନ୍ତ୍ର ଓ ଆଦର୍ଶର ନିକଟବର୍ତ୍ତୀ । କାରଣ ଏଥ‌ିରେ ମାନବଜୀବନର ସବୁପ୍ରକାର ବ୍ୟାପାର ସଂଯୁକ୍ତ ହୋଇରହିଛି । କେବଳ ରାଜା, ରାଜାପୁରୁଷ ବା ରାଜନୀତି ଘେନି ଇତିହାସ ରଚନା କରାଯାଉ ନାହିଁ । ଏଥରେ ଜାତି ସାଧାରଣର ଆଚାର, ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ପଦବାଚ୍ୟ । ଏଥ‌ିପାଇଁ କେତେକ ଚିନ୍ତାଶୀଳ ପଣ୍ଡିତ, ସାହିତ୍ୟ-ଇତିହାସ, ଧର୍ମ-ଇତିହାସ, ବିଜ୍ଞାନ-ଇତିହାସ ଇତ୍ୟାଦି ନାମଦେଇ ଭିନ୍ନ ଭିନ୍ନ ବିଭାଗର କ୍ରମିକ ଉନ୍ନତି ବିବରଣ ପୂର୍ବତର ଆକାରରେ ଲିପିବଦ୍ଧ କରିବାକୁ ପ୍ରୟାସ କରିଛନ୍ତି । ଦିନକୁ ଦିନ ଇତିହାସ ଲିଖନ ପ୍ରଣାଳୀରେ ଉନ୍ନତି ହେଉଅଛି, ମାତ୍ର ପ୍ରକୃତ ଅନୁସନ୍ଧିସୁ ବ୍ୟକ୍ତି ଏତିକିରେ ସନ୍ତୁଷ୍ଟ ରହିବା ଉଚିତ ନୁହେଁ । ସେ ସବୁଦିନପାଇଁ ମାନବସମାଜର ବିଭିନ୍ନ ବିଭାଗରେ ଇତିହାସ ଅନୁସନ୍ଧାନ କରିବାରେ ପ୍ରବୃତ୍ତ ରହିବ । ସାହିତ୍ୟ, ଶିଳ୍ପ, ବାଣିଜ୍ୟ, ଧର୍ମ, ନୀତି, କାବ୍ୟ, ଉପନ୍ୟାସ, ବିଜ୍ଞାନ, ଦର୍ଶନ ସମସ୍ତ ତାହା ନିକଟରେ ଐତିହାସିକ ସତ୍ୟମୟ । ପ୍ରତ୍ୟେକ ବ୍ୟକ୍ତିର ଜୀବନ, ଆହାର, ପରିଚ୍ଛଦ ତାହା ନିକଟରେ ଜୀବନ୍ତ ଇତିହାସରୂପେ ପ୍ରତିଭାତ ହୁଏ ।

ଇତିହାସ ଯେପରି ଭାବରେ ଲେଖା ହେଉ, ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ । ପାଠକ ଯଦି ବର୍ତ୍ତମାନ ସହିତ ଅତୀତର ସମ୍ପର୍କକୁ ବିସ୍ମ ତ ହୁଏ, ତା’ହେଲେ ସେଭଳି ଇତିହାସର କୌଣସି ମୂଲ୍ୟ ନାହିଁ । କାରଣ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ ସାଦୃଶ୍ୟ ରହିଛି । ବୈଷମ୍ୟ ଯେତେ ରହିଲେ ବି, ମୂଳରେ ମାନବପ୍ରକୃତି ଏକ । ଏକା ମାନବ କାହିଁକି, ସମଗ୍ର ବ୍ରହ୍ମାଣ୍ଡର ଅନ୍ତରତମ ପ୍ରଦେଶରେ ଏପରି ଏକ ସାଧାରଣ ଭୂମି ରହିଛି, ଯେଉଁଠାରେ କୌଣସି ପ୍ରକାରଭେଦ ବା ବୈଷମ୍ୟ ଦେଖାଯାଏ ନାହିଁ । ଇତିହାସ ପାଠକଲାବେଳେ ଆମେ ଅନେକ ସମୟରେ, ଅଲକ୍ଷିତ ଭାବରେ ସେହି ସାଧାରଣ ଭୂମିରେ ଉପସ୍ଥିତ ହୋଇଥାଉ । ଏହି ଅବସ୍ଥାରେ ଅତୀତ ପ୍ରତି ହୃଦୟରେ ସହାନୁଭୂତି ସ୍ଵତଃ ଜାଗ୍ରତ ହୋଇଥାଏ । ପ୍ରକୃତପକ୍ଷେ ଚିନ୍ତାଶୀଳ ପାଠକ ଇତିହାସରେ ବର୍ଣ୍ଣନା କରାଯାଇଥିବା ସମସ୍ତ ପ୍ରକାର ଘଟଣା ବା ଚିତ୍ର ନିଜ ଜୀବନରେ ବା ସମସାମୟିକ ସମାଜ ମଧ୍ୟରେ ପ୍ରତିବିମ୍ବିତ ଦେଖି ସେଗୁଡ଼ିକରୁ ସମୁଚିତ ଶିକ୍ଷାଲାଭ କରନ୍ତି ।

ପ୍ରାବନ୍ଧିକଙ୍କ ମତରେ, ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଅଧ୍ବକ ଉପଯୋଗୀ । ଇତିହାସ ହେଉଛି ଦୃଷ୍ଟାନ୍ତର ଆକର । କେଉଁ କାରଣ ପାଇଁ କେଉଁ ବ୍ୟକ୍ତିର ଉନ୍ନତି ବା ଅବନତି ହେଲା, ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ବିପରୀତ ଦିଗରେ ଯାଇ, କେହି କେବେ ସେଥ‌ିରେ ସଫଳ ହେବା ସମ୍ଭବ ନୁହେଁ । ‘ଧର୍ମର ଜୟ ଓ ଅଧର୍ମର ପରାଜୟ’ ଇତିହାସ ବଜ୍ରଗମ୍ଭୀର ସ୍ୱରରେ ଘୋଷଣା କରିଅଛି । ଅପରିଣାମଦର୍ଶୀ ମାନବ ଅନେକ ସମୟରେ ପୃଥ‌ିବୀରେ ବିପରୀତ ଭାବ ଦର୍ଶନ କରି ଅବିଶ୍ଵାସୀ ହୁଏ । ଇତିହାସ ପାଠଦ୍ଵାରା ସକଳ ଅବିଶ୍ଵାସ ତିରୋହିତ ହୁଏ, ଦୃଷ୍ଟି ଉଜ୍ଜଳ ହୁଏ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ, ଇତିହାସ ପରି ଦ୍ବିତୀୟ ଶିକ୍ଷକ ଆଉ କେହି ହୋଇ ନ ପାରନ୍ତି ।

ଇତିହାସକୁ ଠିକ୍ ଭାବେ ସମୀକ୍ଷା କଲେ, ଏହା ଆମ ପାଇଁ ପରମ ଆଦରର ବସ୍ତୁ ହୋଇପାରିବ । କାରଣ ଆମ୍ଭେମାନେ ବର୍ତ୍ତମାନ ଯାହା ଭୋଗ କରୁଛୁ, ତାହାର କର୍ତ୍ତା ଆମ୍ଭେମାନେ ନୋହୁଁ । ଏହାକୁ ବୁଝାଇବାକୁ ପ୍ରାବନ୍ଧିକ ସ୍ବର୍ଗରୁ ଅଗ୍ନି ଆସିଥିବା ଆଖ୍ୟାୟିକାର ସୂଚନା ଦେଇଛନ୍ତି । ପ୍ରତ୍ୟେକ ପ୍ରୟୋଜନୀୟ ବସ୍ତୁଲାଭ କରିବାପାଇଁ କେତେ ମହାପୁରୁଷ କେତେ କଷ୍ଟ ଓ ଯାତନା ଭୋଗ କରିଛନ୍ତି, ତାହା କଳ୍ପନା କଲେ ସମସ୍ତଙ୍କ ହୃଦୟ ସ୍ତମ୍ଭିତ ହୋଇଯିବ । ଆଜି ଆମେ ଯାହା ଭୋଗ କରୁଛୁ, ପୂର୍ବରୁ ତାହା ନଥିଲା । ପ୍ରାଥମିକ ଅବସ୍ଥାରେ ମନୁଷ୍ୟ ଅରଣ୍ୟରେ ଶୀତ, ଗ୍ରୀଷ୍ମ, ବର୍ଷାର ଅସହ୍ୟ କ୍ଳେଶ ସହୁଥିଲା । ଫଳମୂଳ ଖାଇ ସେ ନିଜର ଜୀବନ ଧାରଣ କରୁଥିଲା ।

ମାତ୍ର ଆମେ ବର୍ତ୍ତମାନ ସୁସ୍ୱାଦୁ ଖାଦ୍ୟରେ ମନତୃପ୍ତ କରୁଅଛୁ । ସୁନ୍ଦର ଗୃହ ନିର୍ମାଣ କରି ନିରାପଦରେ ବାସ କରୁଛୁ । ପ୍ରାବନ୍ଧିକ ଅତୀତ ଓ ବର୍ତ୍ତମାନ ଚଳଣିର ତୁଳନାଦେଇ କହିଛନ୍ତି, “କେତେ ଯୁଗ ଯୁଗାନ୍ତର କଠୋର ତପସ୍ୟାଦ୍ୱାରା ପ୍ରାଚୀନ ପୁରୁଷମାନେ ଆମ୍ଭମାନଙ୍କ ପାଇଁ ଏହି ଅମୂଲ୍ୟ ରତ୍ନ ରାଶି ସଞ୍ଚୟକରି ଯାଇଅଛନ୍ତି ।’’ପୁନଶ୍ଚ ପ୍ରାବନ୍ଧିକଙ୍କ ବିଚାରରେ, ଅତୀତର ସନ୍ତାନ ହେଉଛି ଭବିଷ୍ୟତର ପିତା । ପୁତ୍ର ପାଇଁ କେବଳ ପୈତୃକ ସମ୍ପତ୍ତିକୁ ସାଇତି ରଖିଯିବା ପିତାର ଯଥାର୍ଥ କର୍ତ୍ତବ୍ୟ ନୁହେଁ । ପୈତୃକ ଧନରାଶି ସହିତ, ନିଜ ଅର୍ଜନ ତା’ ସହିତ ଯୋଗ କରିବା ହିଁ ସୁସନ୍ତାନ ଓ ସୁପିତାର କାର୍ଯ୍ୟ । ଏହା ଯଦି ନ ହୁଏ, ପିତା ଓ ପୁତ୍ର ଉଭୟଙ୍କ ପ୍ରତି କର୍ଭବ୍ୟଲଙ୍ଘନଜନିତ ଅପରାଧର ଭାଗୀ ହେବାକୁ ପଡ଼ିବ । ବିଧାତା ନିର୍ଦ୍ଦେଶ ଦେଇ କହିଛନ୍ତି, କାର୍ଯ୍ୟ କର, ସୁଖୀ ହୁଅ । ଏହାର ଆଉ କୌଣସି ବିକଳ୍ପ ନାହିଁ ।

ଇତିହାସ ଆମକୁ ଆଉ ଗୋଟିଏ ଶିକ୍ଷାଦିଏ, ଯାହାକି ଇତିହାସର ସର୍ବଶ୍ରେଷ୍ଠ ଶିକ୍ଷା । ସତ୍ୟ ଓ ସାରବସ୍ତୁର କଦାପି ବିନାଶ ନାହିଁ । ମାନବସମାଜ ଯେ ଉନ୍ନତି ଲାଭ କରୁଛି, ଏଥ‌ିରେ ସନ୍ଦେହ ନାହିଁ । ଅନ୍ୟଭାବରେ ପ୍ରକାଶ କଲେ ସମାଜ ଅବିରାମ ଗତିରେ ମଙ୍ଗଳ ଆଡ଼କୁ ଓ ଉନ୍ନତି ଆଡ଼କୁ ଅଗ୍ରସର ହେଉଅଛି । ପ୍ରଭେଦ ଏତିକି ଯେ ଯିଏ ଯେଉଁ ବିଷୟରେ ଅଯୋଗ୍ୟ ହେଲା ହେବ । ପ୍ରାଚୀନ ରୋମ ଓ ପ୍ରାଚୀନ ଭାରତ ଯାହାକୁ ରକ୍ଷା କରିପାରି ନାହିଁ, ତାହାକୁ ରକ୍ଷାକରେ ଇଂଲଣ୍ଡ ଓ ଆମେରିକା । ପୁନଶ୍ଚ ଇଂଲଣ୍ଡ ଓ ଆମେରିକା ଯଦି ନିଜ ଅଯୋଗ୍ୟତା ପ୍ରଦର୍ଶନ କରନ୍ତି, ତା’ହେଲେ ନବଇଂଲଣ୍ଡ ଓ ନବ ଆମେରିକାର ଅଭ୍ୟୁତ୍‌ଥାନ ହେବ । ବିଧାତାଙ୍କର କାର୍ଯ୍ୟ କୌଣସି ସମୟରେ ଅସମ୍ପନ୍ନ ରହିବ ନାହିଁ । ମାତ୍ର ଯୋଗ୍ୟତା ନ ଦେଖି ସେ କାହାକୁ କୌଣସି ଉଚ୍ଚ ଅଧିକାର ଦିଅନ୍ତି ନାହିଁ । ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ପ୍ରଭୃତି ଯୋଗ୍ୟତାର ଲକ୍ଷଣ । ଏଗୁଡ଼ିକ ହରାଇ କେବଳ ଭୋଗ ବିଳାସରେ ବୁଡ଼ିରହି କୌଣସି ବ୍ୟକ୍ତି ବା ସମାଜ ଉନ୍ନତି ଲାଭ କରେନାହିଁ । ନୀତିହୀନ ଅନୁଦାର ଜାତି କଦାପି ସଭ୍ୟତାର ଉଚ୍ଚତର ସୋପାନରେ ଆରୋହଣ କରି ନ ପାରେ । ପ୍ରତ୍ୟେକ ଜାତିର ଇତିହାସ ଏହାହିଁ ପ୍ରମାଣିତ
କରେ ।

ଇତିହାସ ସମ୍ପର୍କରେ ପ୍ରାବନ୍ଧିକ ବକ୍ତବ୍ୟ ସରିବା ପରେ, ଉପସଂହାର ପର୍ଯ୍ୟାୟରେ, ଇତିହାସ ଅଧ୍ୟୟନର ଉପାଦେୟତା ବିଷୟରେ ସେ ସୂଚନା ଦେଇଛନ୍ତି । ସମଗ୍ର ଭାବରେ ମାନବଜାତିର ଇତିହାସ ଅଧ୍ୟୟନ କଲେ ମଧ୍ୟ, ନିଜର ସ୍ଵଦେଶ ଓ ସ୍ବଜାତି ସମ୍ପର୍କରେ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ରଖିବାକୁ ସେ ଉଲ୍ଲେଖ କରିଛନ୍ତି । କାରଣ ସ୍ଵଦେଶ ପ୍ରତି ସମସ୍ତଙ୍କର ଅନୁରାଗ ରହିଥାଏ । ମାତ୍ର ସେହି ଅନୁରାଗ କୌଣସି ସମୟରେ ସଂକୀର୍ଣ୍ଣ ବିଚାରଧାରାକୁ ପରିପ୍ରକାଶ ନ କରିବା ପାଇଁ ପ୍ରାବନ୍ଧିକ ସଚେତନ କରିଛନ୍ତି । ଏଭଳି ଚିନ୍ତାଧାରାକୁ ବିକୃତ ସ୍ୱଜାତିପ୍ରିୟତା ବୋଲି ପ୍ରାବନ୍ଧିକ କହିଛନ୍ତି । ସଂକୀର୍ଣ୍ଣ ଚିନ୍ତାଧାରାଦ୍ୱାରା କେହି କେବେ ଉନ୍ନତି କରିପାରେ ନାହିଁ ।

ଏହାଦ୍ଵାରା ବ୍ୟକ୍ତିର ଅନିଷ୍ଟ ହୋଇଥାଏ । ପୂର୍ବ ଗୌରବର ସ୍ମୃତିଚାରଣ ଉନ୍ନତି ଲାଭରେ ସହାୟକ ହୋଇଥାଏ । ନାହିଁ । ଏହାଦ୍ଵାରା ବ୍ୟକ୍ତିର ଅନିଷ୍ଟ ହୋଇଥାଏ । ପୂର୍ବ ଗୌରବର ସ୍ମୃତିଚାରଣ ଉନ୍ନତି ଲାଭରେ ସହାୟକ ହୋଇଥାଏ । ମାତ୍ର ତାହାକୁ କର୍ମରେ ବ୍ୟବହାର ନକରି କେବଳ ବାକ୍ୟରେ ବ୍ୟବହାର କଲେ କିଛି ଲାଭ ହୋଇ ନ ଥାଏ । ଶେଷରେ ପ୍ରାବନ୍ଧିକ କହିଛନ୍ତି – ‘ଆମ୍ଭେମାନେ ସ୍ବଜାତି ଓ ସୃଜାତିର ଇତିହାସ ମଧ୍ୟରେ ବିଧାତାଙ୍କ ମଙ୍ଗଳ ହସ୍ତ ଦର୍ଶନ କରି ଭକ୍ତି ଓ ବିନୟ ସହକାରେ ତାଙ୍କରି ହସ୍ତରେ ସମର୍ପଣ କରୁ । ଜୀବନର ସର୍ବବିଧ ବ୍ୟାପାରରେ ତାଙ୍କରି ମଙ୍ଗଳ ହସ୍ତର ସଙ୍କେତ ଅନୁଭବ କରି ପ୍ରତି ମୁହୂର୍ତ୍ତରେ ତାଙ୍କରି ସେବାରେ, ତାଙ୍କରି କାର୍ଯ୍ୟରେ ବ୍ୟୟକରି ଧନ୍ୟ ହେଉ, କୃତାର୍ଥ ହେଉ ।’’

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 1 ଇତିହାସ 1

Leave a Comment