CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Odisha State Board CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ Textbook Exercise Questions and Answers.

CHSE Odisha Class 12 Odia Chapter 3 ତିନି ତୁଣ୍ଡରେ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଶାସନ ପଦ୍ଧତିଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବୋତ୍କୃଷ୍ଟ ?
(ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ)
Answer:
ଗଣତନ୍ତ୍ର

Question ୨।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(ଗଣଙ୍କ, ଜଣଙ୍କ, ରାଜାଙ୍କ, ମନ୍ତ୍ରୀଙ୍କ)
Answer:
ଗଣଙ୍କ

Question ୩ ।
ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି ?
(ପ୍ରଜାଙ୍କୁ, ରାଜାଙ୍କୁ, ନିଜେ ନିଜକୁ, ନିଜେ ଅନ୍ୟକୁ)
Answer:
ନିଜେ ନିଜକୁ

Question ୪ ।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
(ଗଣତନ୍ତ୍ର, ଜନତନ୍ତ୍ର, ସମୂହତନ୍ତ୍ର, ବ୍ୟକ୍ତିତନ୍ତ୍ର)
Answer:
ଗଣତନ୍ତ୍ର

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(ସମଷ୍ଟିଗତ, ବ୍ୟକ୍ତିଗତ, ଗଣତନ୍ତ୍ର, ସ୍ଵାଧୀନ)
Answer:
ଗଣତନ୍ତ୍ର

Question ୬ ।
ଭାରତର ସାମାଜିକ ନ୍ୟାୟର ସ୍ଵରୂପ କିପରି ?
(ଲଙ୍କାରେ ହରି ଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପରାଣ ଢେଙ୍କିଗିଳି ପରି, ଉଷୁନାଧାନ ଗଜା ହେବା ପରି)
Answer:
ଲଙ୍କାରେ ହରି ଶବ୍ଦ ପରି

Question ୭ ।
କୁ-ସଂସ୍କାରପୂର୍ବ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର ଚିଲିକା ମାଛପରି ସ୍ଵପ୍ତିଳ ଓ ଦୁଷ୍ଟ୍ରାପ୍ୟ ?
(ବ୍ୟକ୍ତିଗତ ଅଧିକାର, ସଂପରିଗତ ଅଧିକାର, ଭୋଟଦାନ ଅଧିକାର, ସାମାଜିକ ଅସ୍ଵୀକାର)
Answer:
ବ୍ୟକ୍ତିଗତ ଅଧ୍ୟାର

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ଵାଭାବିକ ?
(ପରୋକ୍ଷ, ପ୍ରତ୍ୟକ୍ଷ, ସ୍ବମ୍ମିଳ, ଦୁଷ୍ପାପ୍ୟ)
Answer:
ପରୋକ୍ଷ

Question ୯ ।
ଗଣତନ୍ତ୍ରର ମେରୁଦଣ୍ଡ କ’ଣ ?
(ଲୋକପ୍ରତିନିଧ୍ ମନୋନୟନ, ଏକକ ମନୋନୟନ, ଏକଛତ୍ରବାଦ, ସାମ୍ରାଜ୍ୟବାଦ)
Answer:
ଲୋକପ୍ରତିନିଧ୍ ମନୋନୟନ

Question ୧୦ ।
ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତାମାନେ କ’ଣ ହେବାପାଇଁ ଉପଯୁକ୍ତ ?
(ଲୋକପ୍ରତିନିଧୁ, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ)
Answer:
ଲୋକପ୍ରତିନିଧୁ

Question ୧୧।
ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କ’ଣ ବିଶେଷ କାମ କରେ ?
(ପ୍ରୋପାଗଣ୍ଡା, ଘୋଷଣା, ରାଜକୀୟ ଢଙ୍ଗ, ସାଧୁତା)
Answer:
ପ୍ରୋପାଗଣ୍ଡା

Question ୧୨ ।
‘ବିରାଡ଼ି ବୈଷ୍ଣବ’ମାନେ ଶାସନ କ୍ଷମତା ପାଇବା ଲୋଭରେ କ’ଣ ହେବାକୁ ବାହାରି ପଡ଼ନ୍ତି ?
(ଭଡ଼ାଟିଆ ଲୋକ, ପ୍ରତିଦ୍ବନ୍ଦୀ, ଜନତାର ପ୍ରତିନିଧୁ, ଶାସକ)
Answer:
ଜନତାର ପ୍ରତିନିଧ୍

Question ୧୩।
କାହାକୁ ଦେଖ୍ ଗୋସେଇଁଙ୍କ ଦେହରୁ ଗମ୍‌ଗମ୍ ଝାଳ ବୋହିଗଲା ?
(ରାଧୁ, ପାଣ୍ଡୁ, ଅଗାଧୁ, ସାଧୁ)
Answer:
ପାଣୁ

Question ୧୪ ।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(୮୦, ୫୦, ୬୦, ୭୦)
Answer:
୬୦

Question ୧୫ ।
କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକି ଗଲା ?
(ରାଧୁ, ଅଗାଧୁ, ଶ୍ୟାମ, ଦାମ)
Answer:
ରାଧୁ

Question ୧୬ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(ଅଗାଧୁ, ରାଧୁ, ମଧୁ, ଫଗୁ)
Answer:
ଅଗାଧୁ

Question ୧୭ ।
ଆଜିର ଶିକ୍ଷିତ ଭୋଟଦାତାମାନେ ଭୋଟ ଦେବାକୁ କ’ଣ ହୋଇଥା’ନ୍ତି ?
(ଉଦାସୀନ, ତତ୍ପର, ସଚେତନ, ଅଚେତନ)
Answer:
ଉଦାସୀନ

Question ୧୮।
ଆଜିର ଜନତା ଜନାର୍ଦ୍ଦନ କାହାପରି ଓଠ ଚାଟି ତରାଜୁ ଧରିଥ‌ିବା ପ୍ରତିନିଧୁମାନଙ୍କୁ ଅନାଇ ରହିଛନ୍ତି ?
(ଦୁଇ ବିରାଡ଼ି, ଦୁଇ ମାଙ୍କଡ଼, ଦୁଇ ଭାଲୁ, ଦୁଇ ଶୃଗାଳ)
Answer:
ଦୁଇ ମାଙ୍କଡ଼

Question ୧୯ ।
ଗଣତନ୍ତ୍ର ଶାସନ ହିଁ _________ ଶାସନ ଏଥ‌ିରେ ସନ୍ଦେହ ନାହିଁ ।
(ଶ୍ରେଷ୍ଠ, କନିଷ୍ଠ, ଅଦରକାରୀ, ଦରକାରୀ)
Answer:
ଶ୍ରେଷ୍ଠ

Question ୨୦ ।
ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ ?
(ଦେଶ, ଜନତା, ଆମେ, ଆପଣମାନେ)
Answer:
ଆମେ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଗଣତନ୍ତ୍ର ସମ୍ପର୍କରେ ଅନେକ କ’ଣ କହନ୍ତି ?
Answer:
ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ବୋଲି ଅନେକ କହନ୍ତି ।

Question ୨।
‘ଗଣତନ୍ତ୍ର’ କାହାକୁ କୁହାଯାଏ ?
Answer:
‘ଗଣତନ୍ତ୍ର’ର ଅର୍ଥ ଗଣ ଶାସନ ବା ଲୋକମାନେ ନିଜକୁ ନିଜେ ଶାସନ କରିବା ।

Question ୩ ।
ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ କ’ଣ ?
Answer:
ଗଣଙ୍କଦ୍ବାରା ଶାସନ ହିଁ ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ ।

Question ୪।
କେଉଁ ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି ?
Answer:
ଗଣତନ୍ତ୍ର ଶାସନରେ ଲୋକେ ନିଜକୁ ନିଜେ ଶାସନ କରନ୍ତି ।

Question ୫।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
Answer:
ଗଣତନ୍ତ୍ର ଶାସନରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ ।

Question ୬ ।
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା କିପରି ମନେହୁଏ ?
Answer:
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା ‘ଲଙ୍କାରେ ହରି ଶବ୍ଦ ପରି’ ମନେହୁଏ ।

Question ୭ ।
ଗଣତନ୍ତ୍ରରେ କେଉଁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ?
Answer:
ଗଣତନ୍ତ୍ରରେ ଜନତାର ପ୍ରତିନିଧୁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮।
ଲୋକପ୍ରତିନିଧ୍ଵ ମନୋନୟନକୁ ଗଣତନ୍ତ୍ରର କ’ଣ ବୋଲି କୁହାଯାଏ ?
Answer:
ଲୋକପ୍ରତିନିଧୁ ମନୋନୟନକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ ।

Question ୯ ।
ନାଗରିକ ଅଧିକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ କେଉଁ ଜ୍ଞାନରେ ସୁଶିକ୍ଷିତ ?
Answer:
ନାଗରିକ ଅଧିକାର ତଥା ପ୍ରତିନିସ୍‌ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ।

Question ୧୦ ।
ଯେଉଁ ଦେଶର ଜନତା ନିଜ ଅଧ୍ୟାକାର ଓ କର୍ତ୍ତବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ କ’ଣ ବିଶେଷ ଭାବରେ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜ ଅଧିକାର ଓ କର୍ଭବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମକରେ ।

Question ୧୧ ।
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ କାହାର ଜୟ ହୁଏ ?
Answer:
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାର ହିଁ ଜୟ ହୁଏ ।

Question ୧୨ ।
ଆଗନ୍ତୁକକୁ ଚିହ୍ନିପାରି ଥଥମତ ଗଳାରେ ପୁରୋହିତ କ’ଣ ପଚାରିଥିଲେ ?
Answer:
ଆଗନ୍ତୁକକୁ ଚିହ୍ନିପାରି ଥତମତ ଗଳାରେ ପୁରୋହିତ ‘ପାଣୁ କିରେ’ ବୋଲି ପଚାରିଲେ ।

Question ୧୩ ।
ଗୋସେଇଁଙ୍କୁ କିଏ ଛେଳିଟିଏ ଦାନ ଦେଇଥିଲେ ?
Answer:
ଗୋସେଇଁଙ୍କୁ ଜଣେ ଯଜମାନ ଛେଳିଟିଏ ଦାନ ଦେଇଥିଲେ ।

Question ୧୪ ।
କାହାକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ?
Answer:
ପାଣୁକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ।

Question ୧୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥ‌ିବା ବିରାଟକାୟ ପୁରୁଷଟି କିଏ ଥିଲା ?
Answer:
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି ଥୁଲା ଅଗାଧୁ ।

Question ୧୬ ।
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ କେଉଁ ଉଦ୍ଦେଶ୍ୟରେ ବାହାରିଛନ୍ତି ?
Answer:
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ ଛେଳିକୁ କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ ବାହାରିଛନ୍ତି ।

Question ୧୭ ।
ଅନେକ କ୍ଷେତ୍ରରେ ପାଣୁ, ରାଧୁ ଓ ଅଗାଧୁମାନଙ୍କର ଜୟ ହେବାର କାରଣ କ’ଣ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ, ସେଠାରେ ପାଣୁ, ରାଧୁ, ଅଗାଧୁମାନଙ୍କର ଜୟ ହେଉଛି ।

Question ୧୮ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୂମାନେ କିପରି କ୍ଷମତା ପାଉଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧିମାନେ ପ୍ରଚାର ଶକ୍ତି ବଳରେ କ୍ଷମତା ପାଉଛନ୍ତି ।

Question ୧୯ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ କେଉଁ ନ୍ୟାୟରେ ସୁବିଧା ବାଣ୍ଟୁଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ ‘ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ’ ସୁବିଧା ବାଣ୍ଟୁଛନ୍ତି ।

Question ୨୦ ।
ଜନତା ଜନାର୍ଦ୍ଦନ କାହା ପରି ଓଠ ଚାପି ପ୍ରତିନିଧୁମାନଙ୍କୁ ଅନାଇ ରହୁଛନ୍ତି ?
Answer:
ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଓଠ ଚାପି ପ୍ରତିନିଧିମାନଙ୍କୁ ଅନାଇ ରହୁଛନ୍ତି ।

Question ୨୧ ।
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ କେଉଁ ଖେଳ ଆରମ୍ଭ ହୁଏ ?
Answer:
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ବାଉଁଶ ରାଣୀ ଖେଳ ଆରମ୍ଭ ହୁଏ ।

Question ୨୨ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
Answer:
ଗଧୂଆ ମେଣ୍ଢାଶାଳରେ ମେଣ୍ଢାର ପୋଷାକରେ ରହେ ।

Question ୨୩ ।
କେଉଁ ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ?
Answer:
ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ।

Question ୨୪ ।
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ କାହାକୁ ଦାୟୀ କରାଯାଇଛି ?
Answer:
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ ଆମ ନିଜକୁ ହିଁ ଦାୟୀ କରାଯାଇଛି ।.

Question ୨୫ ।
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ କାହାର ସଫଳତା ଆଶା କରିବା ବିଡ଼ମ୍ବନା
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା

Question ୧ ।
ଶାସନ କହିଲେ କ’ଣ ବୁଝାଏ ?
Answer:
ଶାସନ କହିଲେ, ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ, ନିଜ ସ୍ତ୍ରୀ କିମ୍ବା ପୁଅଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ ।

Question ୨ ।
ଗଣତନ୍ତ୍ର ଶାସନ କହିଲେ କ’ଣ ବୁଝାଏ ?
Answer:
ଗଣତନ୍ତ୍ର ଶାସନ କହିଲେ ଗଣ ବା ଲୋକଙ୍କଦ୍ୱାରା ଶାସନକୁ ବୁଝାଏ ।

Question ୩ ।
ଗଣତନ୍ତ୍ର ଶାସନ ସମ୍ପର୍କରେ କେଉଁ କଥା କହିବାରେ ବିଶେଷ ତାତ୍ପର୍ଯ୍ୟ ନାହିଁ ?
Answer:
ଗଣତନ୍ତ୍ର ଶାସନରେ, ‘ଗଣଙ୍କ ପାଇଁ’ ବା’ ‘ଗଣଙ୍କ ହିତ ପାଇଁ’, ସେ କଥା କହିବାର ବିଶେଷ ତାତ୍ପର୍ଯ୍ୟ ନାହିଁ ।

Question ୪ ।
ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନ ପାରେ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ।

Question ୫ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନର ସ୍ବାଭାବିକ ପରିଣତିକୁ ପ୍ରାବନ୍ଧିକ କଳ୍ପନାର ବିଳାସ ବୋଲି କହିଛନ୍ତି, କାରଣ ଏଥିରେ ପୁଞ୍ଜିପତିର – ବିଶାଳ ପ୍ରାସାଦ ଓ ଭିକାରିର ପତ୍ରକୁଡ଼ିଆ ତଥା ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତା ଆଣିବା ଅସମ୍ଭବ ।

Question ୬।
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ କ’ଣ ?
Answer:
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ, ଗଣତନ୍ତ୍ରରେ ଯାହା ପ୍ରକାଶ କରାଯାଏ, ପ୍ରକୃତରେ ସେପରି କାର୍ଯ୍ୟ କରିବା ସମ୍ଭବ ନୁହେଁ ।

Question ୭।
ଗଣତନ୍ତ୍ରରେ କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ?
Answer:
ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ନିଜେ ଶାସନ କରିବେ, ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଓ ପ୍ରତିନିଧ‌ି ବାଛିବା ସମ୍ବନ୍ଧରେ ସଚେତନ ସେମାନେ କ’ଣ ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନର ସୁଶିକ୍ଷିତ ଓ ପ୍ରତିନିଧି ବାଛିବା ସମ୍ପର୍କରେ ସଚେତନ, ସେମାନେ ଲେ।କପ୍ରତିନଧି ହେବାପାଇଁ ଉପଯୁକ୍ତ ।

Question ୯ ।
କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ।

Question ୧୦ ।
ପାଣୁ ମୁରୁକି ହସିଦେଇ ଗୋସେଇଁଙ୍କୁ କ’ଣ କହିଲା ?
Answer:
ପାଣୁ ମୁରୁକି ହସିଦେଇ କହିଲା, ‘ଗୋସେଇଁ ମହାପ୍ରଭୁ ! ଏହି ଭୋରୁ ଭୋରୁ କୁକୁରଟିକୁ କାନ୍ଧରେ ବୋହି କୁଆଡ଼ିକି ଚାଲିଛନ୍ତି ।’’

Question ୧୧ ।
ଗୋସେଇଁ କାହିଁକି ଛେଳିକୁ ବୋହି ନେଇ ଯାଉଥିଲେ ?
Answer:
ଗୋସେଇଁ ଯଜମାନ ଘରୁ ଛେଳିଟିକୁ ଆଣିଲାବେଳେ, ଛେଳିଟି ଭିଡ଼ି ଓଟାରି ହେବାରୁ ସେ ତା’କୁ କାନ୍ଧରେ ବୋହି ନେଇ ଯାଉଥିଲେ ।

Question ୧୨ ।
ପାଣୁ ବାଟକାଟି ଯାଉ ଯାଉ କ’ଣ ଟିପ୍ପଣୀ କରିଥିଲା ?
Answer:
ପାଣୁ ବାଟକାଟି ଯାଉ ଯାଉ, ଗୋସେଇଁଙ୍କ ଉପରେ ଟିପ୍‌ପଣୀ ଦେଇ କହିଲା, ‘ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି ? ବଡ଼ ଲୋକଙ୍କୁ ଜବାବ ନାହିଁ ପରା ।’

Question ୧୩ ।
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କ’ଣ କହିଲା ?
Answer:
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କହିଲା, ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା !’

Question ୧୪ ।
ରାଧୁ ବାଟକାଟି ଯାଉ ଯାଉ କ’ଣ ପଦେ ଶୁଣେଇ ଦେଇଗଲା ?
Answer:
ରାଧୁ ବାଟକାଟି ଯାଉ ଯାଉ ପଦେ ଶୁଣେଇ ଦେଇଗଲା, ‘ଛେଳି, ନା ବାଛୁରି, ହଁ ସରଗକୁ ନିଶୁଣୀ ନାହିଁ ଆଉ ……….’ କ’ଣ କହିଲା ଠିକ୍ ଶୁଣାଗଲାନି ।

Question ୧୫ ।
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ କ’ଣ କହିଲା ?
Answer:
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ ଚମକିପଡ଼ିଲା ପରି କହିଲା, ‘ଅବଧାନେ – ଏମିତି ଜାତିଆ କୁକୁରଟାଏ କେଉଁଠୁ ପାଇଲ ? କିଏ ବି ଛେଳି ବୋଲି ଭୁଲ୍ କରି ବସିବ । ଭଲ ଭୁକୁଛି ନା ?”’

Question ୧୬ ।
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ କ’ଣ ହେବେ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ ଅସାଧୁ ପ୍ରଚାରସର୍ବସ୍ୱମାନଙ୍କର ହିଁ ଜୟ ହୋଇଥାଏ ।

Question ୧୭ ।
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ କିପରି ଅନାଇ ରହୁଛନ୍ତି ?
Answer:
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ ଖାଲି ଓଠ ଚାଟି ମିଟିମିଟି କରି ପ୍ରତିନିଧିମାନଙ୍କୁ

Question ୧୮ ।
ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନେ କ’ଣ କରନ୍ତି ?
Answer:
ଯେଉଁ ପ୍ରତିନିଧୁମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍‌ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରୁଛନ୍ତି ।

Question ୧୯ ।
କେଉଁ କଥାର ଅଭାବ ଥିଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ଲେଖକ କହିଛନ୍ତି ?
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା ।

Question ୧ ।
କେଉଁମାନଙ୍କ ପ୍ରବର୍ତ୍ତିତ ଶାସନ ଗଣସମୂହଙ୍କ ହିତପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରେ ?
Answer:
ନିଶ ଉପୁଡ଼ା ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାରଭ୍ରଷ୍ଟ ‘ମ’କାର ବ୍ୟଭିଚାରଗ୍ରସ୍ତ ୟାହିଆ ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସକଗଣ ସେମାନଙ୍କ ପ୍ରବର୍ତ୍ତିତ ଶାସନକୁ ଗଣସମୂହଙ୍କ ହିତ ପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରିଥାଏ ।

Question ୨ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ ।

Question ୩ ।
ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ ସତରେ କାହିଁକି ସେ ତାହା ନୁହେଁ ବୋଲି ମନରେ ପ୍ରଶ୍ନ ଉଠେ ?
Answer:
କୁସଂସ୍କାରପୂର୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ ବ୍ୟକ୍ତିଗତ ଅଧିକାର ଚିଲିକା ମାଛ ପରି ସ୍ଵପ୍ଲିଳ ଓ ଦୁଷ୍ପାପ୍ୟ, ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇଁଆ ପରି କପୋଳକଳ୍ପିତ । ତେଣୁ ମନରେ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ, ସତରେ ତାହା ନୁହେଁ ।

Question ୪ ।
‘ଗଣଙ୍କଦ୍ବାରା’ ଶାସନର ଅର୍ଥ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ଗଣଙ୍କଦ୍ବାରା’ ଶାସନର ଅର୍ଥ ବ୍ୟକ୍ତିଗତ ଭାବରେ କେହି ଶାସନକର୍ତ୍ତା ହୋଇ ନିଜକୁ ଶାସନ କରିବେ ନାହିଁ । ଗଣତନ୍ତ୍ରରେ ଜନତା ବା ଗଣମାନେ ସେମାନଙ୍କ ପ୍ରତିନିଧ‌ିକୁ ବାଛନ୍ତି ଏବଂ ସେହିମାନଙ୍କ ହାତରେ ଶାସନକ୍ଷମତା ଓ ଶାସନଭାର ଜାଣିଶୁଣି ସମର୍ପି ଦେଇଥା’ନ୍ତି । ଲୋକପ୍ରତିନିଧୁ ମନୋନୟନ, ଗଣତନ୍ତ୍ରର ମେରୁଦଣ୍ଡ ।

Question ୫ ।
କେଉଁ ଦେଶର ଭୋଟଦାତାମାନେ ଲୋକ-ପ୍ରତିନିଧି ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅସ୍ଵୀକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକ ପ୍ରତିନିଧ୍ଵ ହେବାପାଇଁ ଉପଯୁକ୍ତ ।

Question ୬ ।
କେଉଁ ଉପଯୁକ୍ତ ବ୍ୟକ୍ତିକୁ ପ୍ରତିନିଧ୍ ରୂପେ ବାଛିବା ଉଚିତ୍ ?
Answer:
ଗଣତନ୍ତ୍ର ଶାସନରେ ଜନପ୍ରତିନିଧିମାନେ ହିଁ ଜନତାଙ୍କୁ ଶାସନ କରିଥା’ନ୍ତି । ତେଣୁ ବ୍ୟକ୍ତିର ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ପର୍କରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିକୁ ହିଁ ପ୍ରତିନିଧୂରୂପେ ବାଛିବା ଉଚିତ ।

Question ୭ ।
କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି ?
Answer:
ଯେଉଁମାନେ ଜନପ୍ରତିନିଧ୍ ହେବାପାଇଁ ନିଜେ ନିଜର ପେଁକାଳି ବଜାଇ, ସଭା ସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ, କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବିରାଡ଼ି ବୈଷ୍ଣବ ଜନପ୍ରତିନିଧ୍ ବୋଲି କୁହାଯାଇଛି ।

Question ୮।
ପାଣୁର ରୂପ କିପରି ଥିଲା ?
Answer:
ପାଣୁ ଥିଲା ପ୍ରଥମ ଠକ ଏବଂ ତାହାର ରୂପ ଥିଲା ଭୟଙ୍କର । କଳା ମଚମଚ ଦେହ ସାଙ୍ଗକୁ କହରା ନିଶ । ମେହେଗାନି କାଠରେ କୁନ୍ଦିଲାପରି ହାତ ଆଉ ଫୁଲ୍‌କା ରୁଟିପରି ଫୁଲି ଉଠିଥିବା ଚୌଡ଼ାଛାତି । ହାତରେ ଧରିଥିଲା ଲାଠି । ତାହାକୁ ଦେଖୁ ବ୍ରାହ୍ମଣ ଗୋସେଇଁଙ୍କ ଆଖି ତାଳୁକୁ ଖୋସି ହୋଇଗଲା, ଆଉ ଦେହରୁ ଗମ୍ ଗମ୍ ଝାଳ ବୋହିଗଲା ।

Question ୯ ।
ଗୋସେଇଁ ମହାରାଜ ସପ୍ରତିଭ ହୋଇସାରିବା ପରେ ପାଣୁକୁ କ’ଣ କହିଥିଲେ ?
Answer:
ଗୋସେଇଁ ମହାରାଜା ପାଣୁକୁ ପ୍ରଥମେ ଦେଖି ଡରିଯାଇଥିଲେ ବି ପରେ ସପ୍ରତିଭ ହୋଇ ପାଣୁକୁ କହିଲେ ‘ହଇରେ ପାଣୁ, ସତରେ କ’ଣ ୬୦ ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏ ନାହିଁ । ଛେଳି କିଏ କୁକୁର କିଏ ତୁ ଚିହ୍ନି ପାରୁନୁ । ଯଜମାନ ଛେଳିଟିଏ ଦାନ କଲେ – ସାଙ୍ଗରେ ଆଣିଲା ବେଳକୁ ସେ ଭିଡ଼ି ଓଟାରି ହେଉଥୁଲା, ବୋହିନେଇ ଯାଉଛି ।’’

Question ୧୦ ।
ରାଧୁର କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ରାଧୁର କଥା ଶୁଣି ପୁରୋହିତଙ୍କ ମନରେ ସନ୍ଦେହ ଦେଖାଦେଲା । ସେ ଛେଳିଟିକୁ କାନ୍ଧରୁ ଓହ୍ଲାଇ ତାହାକୁ ପରଖି ନେଲେ । ନିଜ ଆଖି ଦୁଇଟିକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା, ତାହାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ । ଶେଷରେ କହିଲେ, ‘କିରେ ରାଧୁ – ଛେଳିଟାକୁ ଚିହ୍ନିପାରୁନୁ କିରେ ?”

Question ୧୧ ।
ଅଗାଧୁ କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତ ପାଣୁ ଓ ରାଧୁଠାରୁ ଛେଳିକୁ କୁକୁର ବୋଲି ଶୁଣିଥିଲେ । ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିବାରୁ, ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ । ରାଗରେ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି, ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି, ଯଜମାନକୁ ଅଭିଶାପ ଦେଇ ଦେଇ ଗାଁ ଆଡ଼କୁ ଦଉଡ଼ିଥିଲେ ।

Question ୧୨ ।
ମାଙ୍କଡ଼ଚିତ୍ ମାରୁଥିବା ନେତାମାନେ କ’ଣ କରନ୍ତି ?
Answer:
ମାଙ୍କଡ଼ଚିତ୍ର ମାରୁଥ‌ିବା ନେତାମାନେ ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ତା’ପରେ ଆରମ୍ଭ କରନ୍ତି ବାଉଁଶରାଣୀ ଖେଳ । କେଉଁ ନେତା ଲାଠିଟିଏ ଧରି, ଆଉ କିଏ ରଙ୍ଗ ବେରଙ୍ଗର ଛତାଟିଏ ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ତା’ର ଦଉଡ଼ିରେ କାରସାଦି ଦେଖାଉ ଦେଖାଉ ବେଳେବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।

Question ୧୩ ।
ଲେଖକ ଗଣତନ୍ତ୍ରଙ୍କୁ କାହିଁକି ଦୋଷୀ କରି ନାହାଁନ୍ତି ?
Answer:
ଲେଖକ ଗଣତନ୍ତ୍ରକୁ ଦୋଷୀ କରିନାହାନ୍ତି ବରଂ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି କହିଛନ୍ତି । ଆମେ ଗଣତନ୍ତ୍ର ଶାସନ ପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମର ଏ ଅବସ୍ଥା ପାଇଁ ଆମେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନା ନଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରାଯାଇ ପାରିବ ନାହିଁ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ତିନି ତୁଣ୍ଡରେ’ ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ପ୍ରାବନ୍ଧିକ ଭୁବନେଶ୍ଵର ବେହେରା । ସାଂପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି । ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ, ଲୋକକାହାଣୀ ବା ପୌରାଣିକ ପ୍ରସଙ୍ଗକୁ ଉପସ୍ଥାପନ କରି, ସହଜ ସରଳ ଭାଷାରେ ପ୍ରକାଶ କରନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ମହତ୍ତ୍ଵକୁ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ଶାସନ ସର୍ବୋତ୍କୃଷ୍ଟ ହେଲେ ବି ଅନେକ ସମୟରେ ଲୋକମାନଙ୍କର ଅଶିକ୍ଷା ଓ ନିଜର ଅଧିକାର ସମ୍ପର୍କରେ ଅଜ୍ଞତା ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରୁଛି । ଆକ୍ଷରିକ ଦୃଷ୍ଟିରୁ ବିଚାର କଲେ, ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର । ମାତ୍ର ପ୍ରକୃତରେ ଗଣ ବା ଜନତା ନିଜର ପ୍ରତିନିଧ୍ ବାଛି ପରୋକ୍ଷଭାବରେ ନିଜକୁ ନିଜେ ଶାସନ କରିଥା’ନ୍ତି ।

ସବୁ ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ଶାସନ ହିଁ ଉତ୍କୃଷ୍ଟ । ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ ହିଁ ଗଣତନ୍ତ୍ର ଶାସନ । ଗଣଙ୍କ ପାଇଁ, ଅର୍ଥାତ୍ ଗଣଙ୍କର ହିତ ପାଇଁ, ଗଣଙ୍କଦ୍ବାରା ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ତେଣୁ ଏହି ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ । କେହି ବଡ଼ ନୁହଁନ୍ତି କିମ୍ବା କେହି ସାନ ନୁହଁନ୍ତି । ଗଣଙ୍କଦ୍ଵାରା ଶାସନରେ ଗଣମାନେ ନିଜକୁ ସିଧାସଳଖ ଶାସନକର୍ତ୍ତା ବୋଲି ବିଚାର କରିନାହାଁନ୍ତି । ସିଧାସଳଖ ଶାସନକର୍ତ୍ତା ହୁଅନ୍ତି ଏହି ଗଣ ବା ଜନତାର ପ୍ରତିନିଧ୍ଵ । ସେମାନଙ୍କୁ ଜନତାମାନେ ବାଛନ୍ତି, ସେମାନଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ନିଜେ ସମର୍ପି ଦେଇଥା’ନ୍ତି । ଲୋକ ପ୍ରତିନିଧ୍ଵ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।

ଯେଉଁ ଦେଶରେ ଲୋକେ ଶାସନ ସମ୍ବନ୍ଧରେ ସୁଶିକ୍ଷିତ, ସେମାନେ ଉପଯୁକ୍ତ ପ୍ରତିନିଧୁ ବାଛିଥା’ନ୍ତି । ମାତ୍ର ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶମାନଙ୍କରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମ କରିଥାଏ । ପ୍ରୋପାଗଣ୍ଡା ଯେ କ’ଣ କରିପାରେ ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ବହୁ ପ୍ରଚଳିତ କାହାଣୀ, ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି । ବର୍ତ୍ତମାନ ସମୟରେ ଲୋକମାନଙ୍କୁ ବହୁଭାବରେ ପ୍ରଭାବିତ କରିବାପାଇଁ, ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନଠାରୁ ଆରମ୍ଭ କରି ସଭାସମିତି, ଶୋଭଯାତ୍ରା କରି, ଭଲକୁ ଭେଲ ଓ ଭେଲକୁ ଭଲ କରାଯାଉଛି । ଆଉ ଯେଉଁମାନେ କୌଣସି ଉପାୟରେ ଜନତାଙ୍କୁ ଠକି ପ୍ରତିନିଧ୍ଵ ହେଉଛନ୍ତି, ସେମାନେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି, ନିଜ ସୁବିଧା ଦେଖୁଛନ୍ତି । ଜନତା ଜନାର୍ଦ୍ଦନ କେବଳ ଦୁଇ ବିରାଡ଼ିଙ୍କ ପରି ଓଠ ଚାଟୁଛନ୍ତି ସିନା; ହେଲେ କିଛି କରିପାରୁ ନାହାଁନ୍ତି । ପୁନଶ୍ଚ କେତେକ ନେତା ଦଳବଦଳ କରି ନିଜର ସୁବିଧା ହାସଲ କରିବାକୁ ଚାହୁଁଛନ୍ତି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ ପଦ୍ଧତି ବୋଲି କହିଥିଲେ ବି, ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ, ଏହା ସଫଳ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୨ ।
‘ଗଣତନ୍ତ୍ର’ ଶାସନ ପଦ୍ଧତି ସମ୍ପର୍କରେ ଲେଖକଙ୍କ ଅଭିମତ ବୁଝାଅ ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଜଣେ ଯଶସ୍ବୀ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ । ସମାଜଭିଭିକ ତଥ୍ୟ ସହିତ ସେ ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ ସୁନ୍ଦର ଭାବରେ ବୁଝାଇଥା’ନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ତ୍ରୁଟିବିଚ୍ୟୁତିକୁ ସୁନ୍ଦର ଭାବରେ ବିଭିନ୍ନ କାହାଣୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆମ ସାମାଜିକ ବ୍ୟବସ୍ଥାରେ ଯେତେଗୁଡ଼ିଏ ଶାସନ ପଦ୍ଧତି ରହିଛି, ସେଗୁଡ଼ିକ ମଧ୍ୟରେ ସର୍ବୋତ୍କୃଷ୍ଟ ହେଉଛି ଗଣତନ୍ତ୍ର । ମାତ୍ର ଗଣତନ୍ତ୍ରରେ ଗଣମାନଙ୍କର ଅଶିକ୍ଷା ଓ ଅସଚେତନତା ଗଣତନ୍ତ୍ର ଶାସନକୁ ଉପଯୁକ୍ତ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଉନାହିଁ ।

ଗଣତନ୍ତ୍ର ଶାସନ ହେଉଛି ‘ଗଣଙ୍କଦ୍ବାରା’ ଶାସନ । ଏଥିରେ ଜନତାଙ୍କଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବାହିଁ ସ୍ଵାଭାବିକ । ସିଧାସଳଖ ଭାବରେ ଶାସନ ଦାୟିତ୍ଵ ତୁଲାଇଥା’ନ୍ତି ଜନତାର ପ୍ରତିନିଧ୍ଵ । ସେହି ପ୍ରତିନିଧୁମାନଙ୍କୁ ସେମାନେ ନିଜେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ଦେଇଥା’ନ୍ତି । ସୁତରାଂ ଲୋକ ପ୍ରତିନିଧୂ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ । ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ସେମାନେ କେବଳ ଯଥାର୍ଥ ପ୍ରତିନିଧ୍ ବାଛି ପାରିବେ । ସେ ଦେଶର ଭୋଟଦାତାମାନେ ଲୋକପ୍ରତିନିଧ୍ ହେବାପାଇଁ ଉପଯୁକ୍ତ । ଅନ୍ୟଭାବରେ ବିଚାର କଲେ ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ବେଶି କାମ କରିଥାଏ । ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନ ଥାଏ, ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡା ହିଁ କାର୍ଯ୍ୟ କରିଥାଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନି ତୁଣ୍ଡରେ ଛେଳି କୁକୁର’ କାହାଣୀକୁ ।

ପ୍ରୋପାଗଣ୍ଡା ବା ପ୍ରଚାର ଶକ୍ତି ବଳରେ ଗୁଣହୀନ, ନୀତିହୀନ ପ୍ରତିନିଧୁମାନେ କ୍ଷମତା ପାଇଥା’ନ୍ତି । ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ପିଠା ବାଣ୍ଟିଲା ନ୍ୟାୟରେ ନିଜର ସୁବିଧା ଅନୁସାରେ ପକେଟ ଭରିଥା’ନ୍ତି । ବିଚରା ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ଏହି ପ୍ରତିନିଧ‌ିମାନଙ୍କୁ ମିଟି ମିଟି କରି ଅନାଇ ରହୁଛନ୍ତି । ପୁନଶ୍ଚ ଯେଉଁମାନଙ୍କର ତରାଜୁ ଧରିବାର ସୁଯୋଗ ମିଳେ ନାହିଁ, ସେମାନେ ମାଙ୍କଡ଼ଚିତ୍ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ରାଜନୀତିରେ ଏହି ଖେଳ ସବୁବେଳେ ଲାଗି ରହିଥାଏ ।

ଗଣତନ୍ତ୍ର ଶାସନର ଦୋଷ ନ ଥିଲେ ବି ଗଣଶିକ୍ଷା ଓ ଗଣଚେତନାର ଅଭାବ ହିଁ, ଗଣତନ୍ତ୍ରକୁ ଉପଯୁକ୍ତ ବାଟରେ ନେଇ ପାରୁନାହିଁ । ଆମେ ଯେଉଁଦିନ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ବନ୍ଧରେ ସଚେତନ ହେବା, ସେଦିନ ଗଣତନ୍ତ୍ର ଉପଯୁକ୍ତ କାର୍ଯ୍ୟ କରିବ ।

Question ୩ ।
ସ୍ଵାଧୀନତା ପରବର୍ତ୍ତୀ କାଳର ଗଣତନ୍ତ୍ର କିପରି ପ୍ରୋପାଗଣ୍ଡାଧର୍ମୀ ହୋଇଛି ପଠିତ ପ୍ରସଙ୍ଗ ଭିତ୍ତିରେ ଆଲୋଚନା କର ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ବିଶେଷତା ଥୁଲା, ସେ ବୃତ୍ତିରେ ଇଞ୍ଜିନିୟର ଥିଲେ ବି ପ୍ରବୃତ୍ତିରେ ଥିଲେ ସାହିତ୍ୟ ସ୍ରଷ୍ଟା । ସେ ଏକାଧାରରେ ପ୍ରାବନ୍ଧିକ, ଲଳିତ ନିବନ୍ଧକାର ଓ ରମ୍ୟରଚନା ଲେଖକ ଭାବରେ ସୁପ୍ରତିଷ୍ଠିତ ଥିଲେ ।

ଦୀର୍ଘଦିନଧରି ପରାଧୀନ ରହିଲା ପରେ ଆମ ଦେଶ ସ୍ଵାଧୀନ ହେଲା । ଗଣତନ୍ତ୍ର ନିୟମରେ ଆମ ଦେଶକୁ ଆମେ ଶାସନ କଲେ । ମାତ୍ର ଏହି ଶାସନ ବାହାରକୁ ଯେତେ ଉତ୍ତମ ଜଣାଗଲେ ମଧ୍ୟ, ବାସ୍ତବ କ୍ଷେତ୍ରରେ ତାହା ସେତେ ସଫଳ ହୋଇପାରିଲା ନାହିଁ । ଗଣତନ୍ତ୍ରର ଏହି ବିଫଳତା ପାଇଁ ପ୍ରାବନ୍ଧିକ ଅଶିକ୍ଷା ଓ ଚେତନାର ଅଭାବକୁ ଦାୟୀ କରିଛନ୍ତି ।

ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ୍ୟାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶରେ ଉପଯୁକ୍ତ ପ୍ରତିନିଧୂ ବଛାଯାଇପାରିବ । ମାତ୍ର ବର୍ତ୍ତମାନ ସମୟରେ ଆମ ଦେଶର ଜନତାମାନେ ନିଜ ଅଧ‌ିକାର ତଥା କର୍ତ୍ତବ୍ୟ ସମ୍ବନ୍ଧରେ ଆଦୌ ସଚେତନ ନୁହଁନ୍ତି । ସେମାନେ ପ୍ରତିନିଧ୍ ବାଛିଲାବେଳେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଉପରେ ଅଧ୍ଵ ଧ୍ୟାନ ଦେଇଥା’ନ୍ତି । ସ୍ଵାର୍ଥସର୍ବସ୍ଵ ଲୋକମାନେ, ସାଧାରଣ କରିଛନ୍ତି । ପ୍ରଚାର ବା ପ୍ରୋପାଗଣ୍ଡା ସମ୍ପର୍କରେ ପ୍ରାବନ୍ଧିକ ଲେଖିଛନ୍ତି – ‘ଏପରି ଦେଶମାନଙ୍କରେ କେତେ ବିରାଡ଼ି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନତାର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି, ଆଉ ନିଜେ ନିଜର ପେଁକାଳି ବଜାଇ, ସଭାସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ -ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରିଥା’ନ୍ତି ।’’ ଏହି ପ୍ରଚାରସର୍ବସ୍ଵ ମଣିଷମାନେ କିପରି ଭଲକୁ ଭେଲ କରିଥା’ନ୍ତି, ତାହାକୁ ପ୍ରମାଣ କରିବାପାଇଁ ପ୍ରାବନ୍ଧିକ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପକୁ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରୋପାଗଣ୍ଡାସର୍ବସ୍ଵ ନେତାମାନେ ଅନେକ ଅସାଧୁ ଉପାୟ ଅବଲମ୍ବନ କରନ୍ତି । ଏପରିକି ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନ, ସଭାସମିତି,
ସାଧାରଣ ଲୋକଙ୍କୁ ଭୁଲାଇ ଦେଇଥା’ନ୍ତି । ମିଥ୍ୟା କହି ଥରେ ପ୍ରତିନିଧ୍ ହୋଇଗଲେ, ଲୋକଙ୍କୁ ବହୁଭାବରେ ଶୋଷଣ କରିଥା’ନ୍ତି ।

ବାସ୍ତବିକ ପ୍ରାବନ୍ଧିକ ଏଥୁରେ ଗଣତନ୍ତ୍ରର ଦୁର୍ବଳ ଦିଗକୁ ଉଦାହରଣ ମାଧ୍ୟମରେ ଦେଖାଇଛନ୍ତି ।

Question ୪ ।
‘‘ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର’’ – ଲେଖକଙ୍କ ଏହି ଭକ୍ତିର ସତ୍ୟତା ପ୍ରତିପାଦନ କର ।
Answer:
ପ୍ରାବନ୍ଧିକ ଭୁବନେଶ୍ଵର ବେହେରା ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ବିଚାରରେ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା । ପୂର୍ବରୁ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜ୍ୟର ସର୍ବେସର୍ବା । ଫଳରେ ରାଜା ହେଲେ ସ୍ୱେଚ୍ଛାଚାରୀ । ରାଜତନ୍ତ୍ର ଶାସନର ବିଲୋପ ଘଟିଲା । ସମସ୍ତେ ଆପଣେଇ ନେଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ । ଗଣତନ୍ତ୍ର ଶାସନ ହେଲା ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ । ଏହି ଶାସନ ପଦ୍ଧତି ସର୍ବୋତ୍କୃଷ୍ଟ ଶାସନ ପଦ୍ଧତି । ମାତ୍ର ଏହି ଶାସନ ପଦ୍ଧତିର ସଫଳତା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ, ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି ।

ଗଣତନ୍ତ୍ର ଶାସନରେ ଲୋକମାନେ ସିଧାସିଧ୍ ନିଜକୁ ନିଜେ ଶାସନ କରନ୍ତି ନାହିଁ । ଏଭଳି ଶାସନ କରିବା ସମ୍ଭବ ନୁହେଁ । ସୁତରାଂ ଯେଉଁମାନେ ଶାସନକର୍ତ୍ତା ହୁଅନ୍ତି, ସେମାନେ ଜନତାର ପ୍ରତିନିଧ୍ । ଜନତାମାନେ ତାଙ୍କୁ ନିର୍ବାଚିତ କରି, ତାଙ୍କ ହାତରେ ଶାସନ ଭାର ଦେଇଥା’ନ୍ତି । ଲୋକପ୍ରତିନିଡ୍ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ ।

ଗଣତନ୍ତ୍ରର ସଫଳତା ସମ୍ପର୍କରେ ବିଚାର କରି ପ୍ରାବନ୍ଧିକ କହିଛନ୍ତି, ଯେଉଁ ଦେଶର ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ‌ିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକପ୍ରତିନିଧ ହେବାପାଇଁ ଉପଯୁକ୍ତ । ପ୍ରତ୍ୟେକ ବ୍ୟକ୍ତିଙ୍କର ଦୋଷଗୁଣକୁ ବିଚାର କରିବାକୁ ହେବ । ସେମାନଙ୍କର କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା, ସଛୋଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ନିଜର କର୍ତ୍ତବ୍ୟଜ୍ଞାନ ସମ୍ପର୍କରେ ସଚେତନ ନ ଥା’ନ୍ତି । ମିଥ୍ୟା ପ୍ରଚାର ଓ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ, ସୁବିଧାବାଦୀ ଶୋଷଣ କରନ୍ତି । ପ୍ରାବନ୍ଧିକ ଏହାକୁ ‘ମାଙ୍କଡ଼ ବିରାଡ଼ି’ ଗଳ୍ପ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପ, ‘ମେଣ୍ଢା ଛାଲରେ ଥିବା ଗଧ୍ଵ’ ଗପର ଉଦାହରଣ ଦେଇ ବୁଝାଇଛନ୍ତି ।

ପ୍ରବନ୍ଧର ଶେଷରେ ସେ କହିଛନ୍ତି, ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ । ମାତ୍ର ଗଣତନ୍ତ୍ର ଶାସନକୁ ସଫଳ କରିବାକୁ ହେଲେ ପ୍ରଥମେ ଆମକୁ ଗଣଶିକ୍ଷା ଓ ଗଣଚେତନାରେ ସଚେତନ ହେବାକୁ ପଡ଼ିବ ।

ବାସ୍ତବରେ ପ୍ରାବନ୍ଧିକଙ୍କ ଉକ୍ତି ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Additional Multiple Choice Questions (mcqs) With Answers

Question ୧।
ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ’ଣ କରନ୍ତି ?
(i) ଶାସନ
(ii) ଶୋଷଣ
(iii) ପୀଡ଼ନ
(iv) ଉଦ୍ଧାର
Answer:
(i) ଶାସନ

Question ୨ ।
କେଉଁମାନେ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?
(i) ମାଙ୍କଡ଼
(ii) ଜନତା ଜନାର୍ଦ୍ଦନ
(iii) ଶାସକ
(iv) ଭୋଟଦାତା
Answer:
(ii) ଜନତା ଜନାର୍ଦ୍ଦନ

Question ୩ ।
ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧୂ ନିଜ ହାତରେ କ’ଣ ପାଇଯାଉଛନ୍ତି ?
(i) ନ୍ୟାୟ
(ii) କ୍ଷମତା
(iii) ଶକ୍ତି
(iv) ଅଧିକାର
Answer:
(ii) କ୍ଷମତା

Question ୪ ।
କାହାକୁ ଅଭିଶାପ ଦେଇ ପୁରୋହିତେ ଗାଁ ଆଡ଼କୁ ଦଉଡ଼ିଲେ ?
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଯଜମାନ
Answer:
(iv) ଯଜମାନ

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(i) ସମଷ୍ଟିଗତ
(ii) ବ୍ୟକ୍ତିଗତ
(iii) ଗଣତନ୍ତ୍ର
(iv) ସ୍ଵାଧୀନ
Answer:
(iii) ଗଣତନ୍ତ୍ର

Question ୬ ।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(i) ଗଣଙ୍କ
(ii) ଜଣଙ୍କ
(iii) ରାଜାଙ୍କ
(iv) ମନ୍ତ୍ରୀଙ୍କ
Answer:
(i) ଗଣଙ୍କ

Question ୭।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(i) ୮୦
(ii) ୫୦
(iii) ୬୦
(iv) ୭0
Answer:
(iii) ୬୦

Question ୮ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(i) ଅଗାଧୁ
(ii) ରାଧୁ
(iii) ମଧୁ
(iv) ଫଗୁ
Answer:
(i) ଅଗାଧୁ

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୯ ।
କାହାକୁ ଦେଖ୍ ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?
(i) ରାଧୁ
(ii) ଅଗାଧୁ
(iii) ଶ୍ୟାମ
(iv) ଦାମ
Answer:
(i) ରାଧୁ

Question ୧୦ ।
ଆଲୋଚ୍ୟ ପ୍ରବନ୍ଧ ‘ତିନି ତୁଣ୍ଡରେ’ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) କଥା ଓ ଲଥା
(ii) କହି ନ ଜାଣେ
(iii) ଶୁଣ ପରୀକ୍ଷ
(iv) ଗାଁର ଡାକ
Answer:
(iii) ଶୁଣ ପରୀକ୍ଷ

Question ୧୧ ।
ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?
(i) ମର୍ତ୍ତ୍ୟ କଇର୍ୟା
(ii) ସ୍ଵର୍ଗ କଇର୍ୟା
(iii) ପାତାଳ କଇର୍ୟା
(iv) ଆକାଶ କଇର୍ୟା
Answer:
(iv) ଆକାଶ କଇର୍ୟା

Question ୧୨ ।
ଆମ ଦେଶରେ କେଉଁପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?
(i) ପ୍ରତ୍ୟକ୍ଷ
(ii) ପରୋକ୍ଷ
(iii) ନିରପେକ୍ଷ
(iv) ନ୍ୟାୟପୂର୍ଣ୍ଣ
Answer:
(ii) ପରୋକ୍ଷ

Question ୧୩ ।
କେଉଁ ଦେଶରେ ପ୍ରତିନିଧୂ ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଅଧ‌ିକ କାମ କରେ ?
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ
(ii) ଯେଉଁଠି ଭୋଟର ନିଜର ଅଧ୍ୟାର ଓ ପ୍ରତିନିଧ୍ ବାଛିବାରେ ସଚେତନ
(iii) ଯେଉଁଠି ଭୋଟର ପ୍ରତିନିଧ୍ରର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସଚେତନ
(iv) ଯେଉଁଠି ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ
Answer:
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ

Question ୧୪ ।
ପୁରୋହିତେ ରାସ୍ତାରେ ଭେଟିଥିବା ଲୋକ କିଏ ?
(i) ଅଗାଧୁ
(ii) ରାଧୁ
(iii) ପାଣୁ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୫ ।
ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?
(i) ଯଜମାନ
(ii) ହରିଜନ
(iii) ମହାଜନ
(iv) ବ୍ୟବସାୟୀ
Answer:
(i) ଯଜମାନ

Question ୧୬ ।
ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧୁମାନଙ୍କ କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?
(i) ମାଙ୍କଡ଼ର ପିଠାଖ୍
(ii) ବାଘଛେଳି ଖେଳ
(iii) ବାଉଁଶରାଣୀ ଖେଳ
(iv) ମାଙ୍କଡ଼ କୁମ୍ଭୀର ଖେଳ
Answer:
(iii) ବାଉଁଶରାଣୀ ଖେଳ

Question ୧୭ ।
ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?
(i) ଗଣଚେତନା
(ii) ସଚେତନ ଭୋଟରଙ୍କ ଭୋଟରେ ଅଂଶଗ୍ରହଣ
(iii) ଗଣଶିକ୍ଷା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୮ ।
ଅଗ୍ନାଅଗ୍ନି ବନସ୍ତ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ନିଆଁ
(ii) ଘଞ୍ଚ
(iii) ବୁଦ୍ଧିବୁଦିକିଆ ଜଙ୍ଗଲ
(iv) ନିଆଁରେ ପୋଡ଼ିଯାଇଥିବା ଜଙ୍ଗଲ
Answer:
(ii) ଘଞ୍ଚ

Question ୧୯ ।
ପଠିତ ଗଦ୍ୟାଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?
(i) ଗଣତାନ୍ତ୍ରିକ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବ୍ୟବସ୍ଥା
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ
(iii) ଗଣତନ୍ତ୍ର ଶାସନର ଦୋଷ ଦୁର୍ବଳତା
(iv) ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପାଦେୟତା
Answer:
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ

Question ୨୦ ।
ଭାରତରେ କ’ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?
(i) ବ୍ୟକ୍ତିଗତ ଅଧ୍ଵର
(ii) ଅର୍ଥନୈତିକ ସମତା
(iii) ସାମାଜିକ ନ୍ୟାୟ
(iv) ଛୁଆଁ ଅଛୁଆଁ ଭେଦଭାବ
Answer:
(iii) ସାମାଜିକ ନ୍ୟାୟ

Question ୨୧ ।
ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?
(i) ପ୍ରୋପାଗଣ୍ଡାର
(ii) ଆତ୍ମବଡ଼ିମାର
(iii) ବିବେକର
(iv) ସରଳତାର
Answer:
(i) ପ୍ରୋପାଗଣ୍ଡାର

Question ୨୨ ।
‘ପ୍ରୋପାଗଣ୍ଡାର’ ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?
(i) ଲଙ୍କାରେ ହରିଶବ୍ଦ
(ii) ବାପରାଣ ଢିଙ୍କିଗିଳ୍
(iii) ତିନିତୁଣ୍ଡରେ ଛେଳି କୁକୁର
(iv) ମାଙ୍କଡ଼ର ପିଠାଖ୍
Answer:
(iii) ତିନିତୁଣ୍ଡରେ ଛେଳି କୁକୁର

Question ୨୩ ।
ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?
(i) ରାଜତନ୍ତ୍ର
(ii) ଗଣତନ୍ତ୍ର
(iii) ସାମ୍ୟବାଦ
(iv) ଏକଚ୍ଛତ୍ରବାଦ
Answer:
(ii) ଗଣତନ୍ତ୍ର

Question ୨୪ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
(i) ମେଣ୍ଢା ପୋଷାକ
(ii) ଗଧୂ ପୋଷାକ
(iii) ସାଧା ପୋଷାକ
(iv) ଧଳା ପୋଷାକ
Answer:
(i) ମେଣ୍ଢା ପୋଷାକ

Question ୨୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଜଗୁ
Answer:
(i) ରାଧୁ

(କ) ଲେଖକ ପରିଚିତି :

ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ଭାବରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ ଖ୍ୟାତି ସୁବିଦିତ । ସାମ୍ପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନ ଇତ୍ୟାଦିକୁ ନେଇ ତାଙ୍କ ପ୍ରବନ୍ଧ ସାହିତ୍ୟର ପରିସର ବେଶ୍ ବୈଚିତ୍ରମଣ୍ଡିତ । ତାଙ୍କ ସମ୍ପର୍କରେ ଅଭିମତ ପ୍ରଦାନ କରି କୁହାଯାଇଛି – ‘ଆଧୁନିକ ମଣିଷର ରୀତିନୀତି, ମନସ୍ତତ୍ତ୍ବ, ସଭ୍ୟତା, ଶିକ୍ଷା ପ୍ରଭୃତି ବିବିଧ ବିଷୟକୁ ନେଇ ପ୍ରବନ୍ଧ ରଚନାରେ ଭୁବନେଶ୍ବର ବେହେରା ସୁଖ୍ୟାତି ଅର୍ଜନ କରିଛନ୍ତି । ବିଶ୍ଳେଷଣ କରିବାରେ ତାଙ୍କର କୃତିତ୍ବ ଅନସ୍ବୀକାର୍ଯ୍ୟ ଗଳ୍ପଛଳରେ ଓ କଥ୍ୟ ଭାଷାରେ ସେ ଜୀବନର ଦୁର୍ବଳ ସମସ୍ୟାକୁ ତାଙ୍କର ପ୍ରବନ୍ଧଗୁଡ଼ିକରେ ଆଲୋଚନା କରିଛନ୍ତି ।’’

ପ୍ରାବନ୍ଧିକ ଡକ୍ଟର ଭୁବନେଶ୍ବର ବେହେରା ୧୯୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଗଡ଼ଜାତ କାଶିବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ଭାରତର ଜଣେ ଦକ୍ଷ ଇଞ୍ଜିନିୟର ଭାବେ ପରିଚିତ ହେବାପରେ ବୁର୍ଲା ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ଅଧ୍ଯକ୍ଷରୂପେ ସେ ଅବସ୍ଥାପିତ ହେଲେ । ଅଧ୍ୟାପନା ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତ ଥ‌ିବାରୁ ଇଞ୍ଜିନିୟରଭାବେ ବାହାର ପଇସା ରୋଜଗାର ପ୍ରତି ସେ ବୀତସ୍ପୃହ ଥିଲେ । ତେଣୁ ତାଙ୍କ ଲବ୍ଧଜ୍ଞାନକୁ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ସେ ଶ୍ରେୟସ୍କର ମଣିଥିଲେ ।

ସେତିକିରେ ଶ୍ରୀଯୁକ୍ତ ବେହେରା ସନ୍ତୁଷ୍ଟ ନ ଥିଲେ । ସାହିତ୍ୟ ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା । ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ୱବିଦ୍ୟାଳୟ ତରଫରୁ ‘ସପ୍ତର୍ଷି’ ପତ୍ରିକା ପ୍ରକାଶିତ ହେଲା । ଏହାର ମାନ ଉଚ୍ଚତର ଥିଲା । ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଫେସର ଓ ଅନ୍ୟମାନେ ସାହିତ୍ୟକୁ କିଛି ଦାନ ଦେବାର ସୁଯୋଗ ଏହିଠାରେ ପାଇଲେ । ଅନେକ ନବୀନ ଓ ତରୁଣ ଲେଖକ ମଧ୍ୟ ‘ସପ୍ତର୍ଷି’ଦ୍ବାରା ସୃଷ୍ଟି ହେଲେ ।

ଶ୍ରୀଯୁକ୍ତ ବେହେରା ରମ୍ୟରଚନା ସୃଷ୍ଟି କରିବାରେ ଦକ୍ଷତା ହାସଲ କରିଥିଲେ । ଇଞ୍ଜିନିୟର ଭାବେ ବାହ୍ୟ ଜଗତକୁ ଦେଖୁଥିଲେ ବି ସାହିତ୍ୟିକଭାବେ ମଣିଷ ମନର ଅତଳ ଗହ୍ବରକୁ ସେ ସ୍ପର୍ଶ କରିଥିଲେ । ତାଙ୍କର ପ୍ରତ୍ୟେକ ରଚନାରେ ବିପଥଗାମୀ ମନୁଷ୍ୟ ପାଇଁ ଚେତାବନୀ ରହିଛି । ସେ ଲେଖିଛନ୍ତି – ‘ପାଶ୍ଚାତ୍ୟ ଯୁବଜଗତ ସାଙ୍ଗରେ ତାଳମିଳାଇ ଭାରତୀୟ ଯୁବସମାଜ ଆଜି ପୁରୁଣା ରୀତିନୀତି, ରଙ୍ଗଢଙ୍ଗ, ଚାଲିଚଳନ ବିରୁଦ୍ଧରେ ଆହ୍ଵାନ ଦେଇଛି । ବିପ୍ଳବ କଦାପି ପୁରାତନ ହୋଇପାରେନା । ସୂର୍ଯ୍ୟ କେତେବେଳେ ବୁଢ଼ା ହୁଏନି କି ମା’ ପୃଥ‌ିବୀ କେବେ ବୁଢ଼ୀ ହୁଏନି । ଭାରତୀୟ ଜୀବନଦର୍ଶନ ସତ୍ୟ ଉପରେ ପ୍ରତିଷ୍ଠିତ । ତେଣୁ ସେହି ଜୀବନ ଦର୍ଶନ ପୁରୁଣା ହେବ କିପରି ? ଏକଥା କିନ୍ତୁ ସତ ଯେ ଯୁଗ ଯୁଗର ଅନ୍ଧବିଶ୍ଵାସ ଓ କୁସଂସ୍କାର ଭିତରେ ଏ ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି । ଅଳିଆଗଦା ଭିତରେ ହଜିଲା ରତ୍ନମୁଦିଟିଏ ପରି । କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁ କରୁ ଆମ ଯୁବସମାଜ ଯେପରି ସେହି ଆବର୍ଜନା ସାଙ୍ଗରେ ରତ୍ନମୁଦିକୁ ମଧ୍ଯ ଫିଙ୍ଗି ନ ଦିଅନ୍ତି ।’’

ପ୍ରଫେସର ବେହେରା ଏକାଧାରରେ ଜଣେ ଶିକ୍ଷାବିତ୍, ରମ୍ୟରଚନାକାର, ଗାଳ୍ପିକ ଓ ଭ୍ରମଣକାହାଣୀ ସ୍ରଷ୍ଟା । ତାଙ୍କର ଏକମାତ୍ର ସାର୍ଥକ ଭ୍ରମଣ କାହାଣୀ ହେଉଛି – ‘ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି’ । ଧାରାବାହିକ ଭାବରେ ସେ ଏହାକୁ ମାନସ ସାହିତ୍ୟ ପତିକ୍ରାରେ ପ୍ରକାଶିତ କରୁଥିଲେ । ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ‘ଶୁଣ ପରୀକ୍ଷ’ ଏବଂ ‘କଥା ଓ ଲଥା’ । ‘ଶୁଣ ପରୀକ୍ଷ’ ରମ୍ୟରଚନାପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।

ତାଙ୍କ ଗଳ୍ପରେ କଳ୍ପନାପ୍ରବଣତା ଅପେକ୍ଷା ବାସ୍ତବ ଚିତ୍ର ଅଧ‌ିକ ଥ‌ିବାରୁ ସୁଖପାଠ୍ୟ ହୋଇପାରିଛି । ପଶ୍ଚିମ ଆଫ୍ରିକାସ୍ଥିତ ଲାଇବେରିଆ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସେହି ମହାଦେଶ ସମ୍ପର୍କରେ ଜନ୍ମିଥିବା ଧାରଣାକୁ ସାହିତ୍ୟିକ ଛଟାରେ ଶିକ୍ଷାବିତ୍‌ର ଦୂରଦୃଷ୍ଟି ନେଇ ମନୋଜ୍ଞ ରୂପେ ସେ ପରିବେଷଣ କରିଛନ୍ତି । ଇଞ୍ଜିନିୟର ଭାବରେ ହୀରାକୁଦ ବନ୍ଧ ଯୋଜନାରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନରେ ସମ୍ମାନିତ ସଭ୍ୟଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସମ୍ମାନିତ ସ୍ଥାନ ନିଶ୍ଚିତ ଭାବରେ ରହିଛି ।

(ଖ) ପ୍ରବନ୍ଧ ସମ୍ପର୍କରେ :

ସବୁଲୋକଙ୍କର ଧାରଣା ଯେ ଗଣତନ୍ତ୍ର ଶାସନ ସବୁ ଶାସନ ମଧ୍ୟରେ ସର୍ବୋତ୍କୃଷ୍ଟ । କାରଣ ଗଣତନ୍ତ୍ର ଶାସନ ହେଉଛି,
ହୋଇଥାଏ । ଗଣତନ୍ତ୍ରର ଅର୍ଥ ନୁହେଁ ଗଣ ବା ଲୋକମାନେ ସିଧାସିଧ୍ ଶାସକ ଭାବରେ ପରିଚିତ ହେବା । ଏପରି ଶାସନ ବ୍ୟବସ୍ଥା ଅସମ୍ଭବ । ତେଣୁ ଏହି ଶାସନ ବ୍ୟବସ୍ଥାରେ ଜନ ବା ଗଣ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ ନ କରି ପରୋକ୍ଷ ଭାବରେ ଭାଗ ନେଇଥା’ନ୍ତି । ଗଣଙ୍କଦ୍ଵାରା ନିର୍ବାଚିତ ହୋଇଥିବା ପ୍ରତିନିଧୁମାନେ ଶାସନ କ୍ଷମତା ବା ଶାସନଭାର ଗ୍ରହଣ କରିଥା’ନ୍ତି। ଓ କାର୍ଯ୍ୟଦକ୍ଷତାକୁ ନେଇ ବିଚାର କରିବା ଜନତାର ଦାୟିତ୍ଵ । ଯେଉଁ ରାଜ୍ୟର ଲୋକ ବା ଗଣମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଜ୍ଞ, ସେମାନେ କେବଳ ପ୍ରଚାରକୁ ଆଧାରକରି ପ୍ରତିନିଧ୍ବ ବାଛନ୍ତି, ଫଳରେ ସେମାନେ ଅଯୋଗ୍ୟ ବ୍ୟକ୍ତି ବାଛିବାର ସମ୍ଭାବନା ରହିଥାଏ । ଭଲମନ୍ଦ ବିଚାର କରିବାର ଶକ୍ତି ଯେଉଁଠାରେ ନାହିଁ, ସେଠାରେ ପ୍ରୋପାଗଣ୍ଡାର ହିଁ ଜୟ ହୋଇଥାଏ ।

(ଗ) ସାରକଥା :

ଅନେକ ଗଣତନ୍ତ୍ର ସପକ୍ଷରେ ମତାମତ ଦେଇ କହନ୍ତି, ‘ଯେତେ ଶାସନ ବ୍ୟବସ୍ଥା ରହିଛି, ସବୁଠାରୁ ଗଣତନ୍ତ୍ର ଶାସନ ହେଉଛି ଉତ୍କୃଷ୍ଟ । ଗଣତନ୍ତ୍ର ହେଉଛି, ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’ ଓ ‘ଗଣଙ୍କର ଶାସନ’ । ଏହାକୁ ଗଣଙ୍କର ଶାସନ କହିବାର ବିଶେଷ କିଛି ଅର୍ଥ ଥିଲା ପରି ମନେହୁଏ ନାହିଁ ।’’ ପୂର୍ବରୁ ରାଜାରାଜୁଡ଼ା ଶାସକମାନେ ନିଜକୁ ଭୋଗବିଳାସରେ ବୁଡ଼ାଇ ରଖିଲେ ମଧ୍ୟ, ନିଜର ଡିଣ୍ଡିମ ପିଟି କହୁଥିଲେ ସେମାନେ ଯେଉଁ ଶାସନ ବ୍ୟବସ୍ଥା କରୁଛନ୍ତି, ସବୁଗୁଡ଼ିକ ଗଣଙ୍କ ହିତପାଇଁ । ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ନିଶଉପୁଡ଼ା ରାଜା ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାଁଙ୍କ ସ୍ବେଚ୍ଛାଚାରୀ ମନୋବୃତ୍ତି କଥା ସୂଚନା ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନ ବ୍ୟବସ୍ଥା ହୋଇଥାଏ । ଏଥିରେ ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ପୁନଶ୍ଚ ଏଥରେ ଶାସକ ଓ ଶାସିତ ଏକ ମନେ ହୋଇଥା’ନ୍ତି । ଏହି ବ୍ୟବସ୍ଥାରେ କେହି ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତ ହୋଇ ନ ଥା’ନ୍ତି । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତ ବୋଲି ଯୁକ୍ତି କରାଯାଏ ।

ଆମ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁଭଳି କାର୍ଯ୍ୟକରୁଛି, ସେଗୁଡ଼ିକର ବାସ୍ତବରେ ମୂଲ୍ୟବୋଧ ରହୁନାହିଁ । ସବୁଗୁଡ଼ିକ ହେଉଛି ତାତ୍ତ୍ଵିକ ଓ ପୋଥଗତ । ଯେପରି ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତରେ ସାମାଜିକ ନ୍ୟାୟର କୌଣସି ମୂଲ୍ୟ ନାହିଁ, ସେହିପରି ପୁଞ୍ଜିପତି ଓ ଦରିଦ୍ରଙ୍କ ମଧ୍ୟରେ ଅର୍ଥନୈତିକ ସମତାର ଆଶା କଳ୍ପନାର ବିଳାସ ମାତ୍ର । ସେହିପରି ଶିକ୍ଷାବିହୀନ ମଣିଷ ନିଜର ବ୍ୟକ୍ତିଗତ ଅଧିକାରକୁ ସାବ୍ୟସ୍ତ କରିବା ଅସମ୍ଭବ ବ୍ୟାପାର ।

‘ଗଣଙ୍କଦ୍ବାରା’ ଅର୍ଥ ନୁହେଁ ଜନତା ବ୍ୟକ୍ତିଗତ ଭାବରେ ଶାସକ ହୋଇ ନିଜକୁ ନିଜେ ଶାସନ କରିବ । ଏପରି କରିବା ଅସମ୍ଭବ । ତେଣୁ ଗଣତନ୍ତ୍ରରେ ଜନତାଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷଭାବରେ ହେବାହିଁ ସ୍ୱାଭାବିକ । ଅନ୍ୟ ଭାବରେ ପ୍ରକାଶ କଲେ ଜନତାମାନେ ନିଜର ପ୍ରତିନିଧ‌ିକୁ ବାଛି, ସେହି ପ୍ରତିନିଧିଦ୍ୱାରା ଶାସିତ ହୋଇଥା’ନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ, ‘ଲୋକପ୍ରତିନିଧ୍ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।’

ଯେଉଁ ଦେଶର ଲୋକମାନେ ସୁଶିକ୍ଷିତ ଏବଂ ନିଜର ଅଧିକାର ସମ୍ବନ୍ଧରେ ସଚେତନ, ସେମାନେ ଉପଯୁକ୍ତ ପ୍ରତିନିଧ୍ ବାଛିଦେଇ ପାରିବେ । ମାତ୍ର ଯେଉଁ ଦେଶରେ ଜନତା ନିଜର ଅଧିକାର ସମ୍ବନ୍ଧରେ ଅଜ୍ଞ ଏବଂ କର୍ତ୍ତବ୍ୟଜ୍ଞାନରହିତ ସେଭଳି ଦେଶରେ ଲୋକ କେବଳ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ ନିଜର ପ୍ରତିନିଧି ବାଛିଥା’ନ୍ତି । ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ, ଅନେକ ବ୍ୟକ୍ତି ନିଜର ଡିଣ୍ଡିମ ନିଜେ ପିଟି, ସଭାସମିତି କରି, ଛାତି ପିଟି, ବାହାସ୍ଫୋଟ ମାରି, ପ୍ରତିଦ୍ବନ୍ଦୀମାନଙ୍କର କୁତ୍ସାରଟନା କରି, ଲୋକଙ୍କୁ ଭୟ ଦେଖାଇ, ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରି ପ୍ରତିନିଧ୍ ହେବାର ସୁଯୋଗ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଅପକାରିତା ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇ କହିଛନ୍ତି, ଯେଉଁ ଦେଶରେ ଲୋକମାନେ ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଲାଭ କରିନାହାଁନ୍ତି, ସେହି ଦେଶରେ ପ୍ରୋପାଗଣ୍ଡା ହିଁ ଲୋକଙ୍କୁ ପ୍ରଭାବିତ କରେ । ପ୍ରୋପାଗଣ୍ଡାର ହିଁ ଜୟ ହୁଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ପ୍ରକାଶ କରିଛନ୍ତି ।

ଥରେ ଜଣେ ବ୍ରାହ୍ମଣ ଗୋସେଇଁ, ଯଜମାନ ଘରୁ ଛେଳିଛୁଆଟି ଆଣିଥିଲେ । ଛେଳିଛୁଆଟି ବାଟରେ ନ ଚାଲିବାରୁ ଗୋସେଇଁ ତା’କୁ କାନ୍ଧରେ ବସାଇ ଯାଉଥିଲେ । ବାଟରେ ଯିବା ସମୟରେ ଜଣେ ଭୟଙ୍କର ଦେଖାଯାଉଥ‌ିବା ମଣିଷ, ଯାହା ଦେହରେ ଅମାପ ବଳର ସୂଚନା ମିଳୁଥୁଲା, ସେହି ଲୋକଟି ହାତରେ ଲାଠିଧରି ଗୋସେଇଁଙ୍କ ପାଖରେ ପହଞ୍ଚିଗଲା । ଗୋସେଇଁ ତା’କୁ ଦେଖି ଛାନିଆ ହୋଇଗଲେ ବି ପରେ ‘ପାଣୁ’ ବୋଲି ଚିହ୍ନି ପାରିଥିଲେ ।

‘ପାଣୁ’ ପଣ୍ଡିତଙ୍କୁ ଭୁଲାଇବାକୁ ଚେଷ୍ଟାକଲା । ଛେଳିଛୁଆଟିକୁ କୁକୁର ବୋଲି କହିଲା । ମାତ୍ର ପାଣୁ କଥାରେ ପଣ୍ଡିତ ଭୁଲିଲେ ନାହିଁ । ଦୃଢ଼ ଭାବରେ ପାଣୁକୁ ଜବାବ ଦେଇଥିଲେ । ମାତ୍ର ପାଣୁ ଯିବା ପୂର୍ବରୁ ପଣ୍ଡିତଙ୍କୁ ଆକ୍ଷେପମୂଳକ କଥା କହି ଚାଲି ଯାଇଥିଲା ।

କିଛିବାଟ ଗଲାପରେ ପଣ୍ଡିତଙ୍କ ରାସ୍ତାରେ ପଡ଼ିଲା ବୁଦ୍ଧିବୁଦିକିଆ ଜଙ୍ଗଲ । ବ୍ରାହ୍ମଣ ଗୋସାଇଁ ସେହି ନିରୋଳା ରାସ୍ତାରେ ଯାଉଥିବା ସମୟରେ, ପାଣୁ କଥା ମନେ ମନେ ଭାବୁଥିଲେ । ହଠାତ୍ ପାଣୁ ପରି ଆଉଜଣେ ମଣିଷ ପଣ୍ଡିତଙ୍କ ପାଖରେ ପହଞ୍ଚିଲା । ପଣ୍ଡିତ ଲୋକଟିକୁ ଦେଖ୍ ଚମକି ପଡ଼ିଲେ ବି, ଆଗନ୍ତୁକଟି ନମସ୍କାର କରିବାରୁ, ସେ ତାହାକୁ ଚିହ୍ନି ନେଇଥିଲେ । ଆଗନ୍ତୁକଟି ପଣ୍ଡିତଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟାକଲା । କହିଲା – ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା ।’’ ପୁରୋହିତ ଏଥର ଅଡ଼ୁଆରେ ପଡ଼ିଲେ । ପ୍ରଥମେ ପାଣୁ ଯାହା କହିଥିଲା, ଦ୍ବିତୀୟ ବ୍ୟକ୍ତି ରାଧୁ ମଧ୍ୟ ତାହା କହିଲା । ପଣ୍ଡିତେ କାନ୍ଧରେ ଛେଳିଛୁଆଟିକୁ ବସାଇଥିଲେ ବି ତାଙ୍କ ମନରେ ସନ୍ଦେହ ହେଲା । ପ୍ରାବନ୍ଧିକ ଏହାକୁ ଚମତ୍କାର ଭାବରେ ଲେଖିଛନ୍ତି – ‘ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ ଖୁର ଟିକିଏ ପରଖିନେଲେ । ନିଜ ଆଖି ଦି’ଟାକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା ନା ନାହିଁ ମନେ ପକାଇବାକୁ ଚେଷ୍ଟାକଲେ, ଆଉ କହିଲେ – ‘କିରେ ରାଧୁ – ଛେଳିଟାକୁ ଚିହ୍ନି ପାରୁନୁ କିରେ ?’’ ରାଧୁ ବାଟକାଟି ଯିବାବେଳେ ଗୋସେଇଁଙ୍କୁ ଆକ୍ଷେପ କଲାଭଳି କଥା ପଦିଏ କହିଦେଇ ଚାଲିଗଲା ।

ପୁରୋହିତ ମହାଶୟ ଏଥର ବଡ଼ ଚିନ୍ତାରେ ପଡ଼ିଥିଲେ । ପାଣୁ ଯାହା କହିଥିଲା, ସେହିକଥା ରାଧୁ କହିବାରୁ ଗୋସେଇଁଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେ ଚିନ୍ତାକଲେ, ‘ଯଜମାନ ସତରେ ଗୋଟିଏ କୁକୁର ଦେଇ ତାଙ୍କୁ ଠକି ଦେଇନି ତ !’

ପୁରୋହିତ ସେମିତି ଭାବି ଭାବି ଚାଲିଛନ୍ତି । ଏହାଭିତରେ ବଣବୁଦା ରାସ୍ତାଯାଇ, ଖୋଲାରାସ୍ତା ପଡ଼ିଲାଣି । ଗାଁ ବି ଦୂରରୁ ଦେଖାଯାଉଥାଏ । ରାସ୍ତାରେ ଯାଉ ଯାଉ ତାଙ୍କ ଆଗରେ ହଠାତ୍ ଜଣେ ବିରାଟକାୟ ପୁରୁଷ, ଚାରିହାତିଆ ଠେଙ୍ଗାଧରି ଆବିର୍ଭାବ ହେଲା । ପୁରୋହିତ ତାହାକୁ ଚିହ୍ନିପାରିଲେ । ସେ ଥିଲା ପାଖ ଗାଁର ଅଗାଧୁ । ଅଗାଧୁ ପୁରୋହିତଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ କଲା । ପ୍ରଣାମ କରିବାସହ ଅତି ଚତୁରତାର ସହିତ ଚମକି ପଡ଼ିଲାପରି, ଛେଳିଟିକୁ ଜାତିଆ କୁକୁର ବୋଲି କହିଲା । ତିନିଜଣଙ୍କ କଥା ଶୁଣିବାପରେ ପୁରୋହିତ ଛେଳିଟିକୁ ରାସ୍ତା ଉପରେ କଚାଡ଼ି ଦେଇ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ହଟହଟା ହେଲି ବୋଲି ବିଚାରିଲେ । ପୁନଶ୍ଚ ମନେମନେ ସେ ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଚାଲିଲେ ।

ବ୍ରାହ୍ମଣ ଛାଡ଼ିଯାଇଥବା ଛେଳିଟିକୁ ଅଗାଧୁ ଛାତି ପାଖରେ ଜାବୁଡ଼ି ଧରି ଅନ୍ୟ ଦି’ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ବିଚାରିଲେ। ।

ଆଜି ଆମ ଦେଶରେ ଅନେକ ପାଣୁ, ରାଧୁ ଓ ଅଗାଧୁ ବାହାରିଛନ୍ତି । ସେମାନେ ନିଜର ସୁବିଧା ଅନୁଯାୟୀ ଛେଳିକୁ କୁକୁର ଏବଂ କୁକୁରକୁ ଛେଳି କରିବାର ଯୋଜନା କରୁଛନ୍ତି । ତାଙ୍କର ତିନି ତୁଣ୍ଡ ସାଙ୍ଗକୁ ସେମାନେ ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମା ହଲ୍‌ର ପର୍ଦା, ରେଡ଼ିଓ, ଟେଲିଭିଜନ୍, ପାଲା, ଦାଶକାଠିଆ, ସଭାସମିତି, ଶୋଭାଯାତ୍ରାକୁ ଅନେକ ନୂତନ ଓ ଆଧୁନିକ ଢଙ୍ଗରେ ପ୍ରଚାରର ଅସ୍ତ୍ର କରିଛନ୍ତି । ଏଥ‌ିପାଇଁ ସେମାନଙ୍କ ପାଖରେ ରହିଛି ବହୁତ ଅର୍ଥ ।

ପ୍ରାବନ୍ଧିକ ଏ କ୍ଷେତ୍ରରେ କ୍ଷୋଭର ସହିତ କହିଛନ୍ତି, ‘ଯେଉଁଠି ଶିକ୍ଷିତ ଭୋଟଦାତା ଉଦାସୀନ, ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ହେଉଛି ।’

କେବଳ ପ୍ରଚାର ଶକ୍ତିବଳରେ ଯେଉଁ ଗୁଣହୀନ, ନୀତିହୀନ ଲୋକମାନେ, ଜନତାର ପ୍ରତିନିଧୂ ସାଜୁଛନ୍ତି, ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି ସବୁକିଛି ନିଜ ପକେଟରେ ପୂରାଇ ଦେଉଛନ୍ତି । ତରାଜୁର ଦୁଇ ପାଖ ଖାଲି ହେଲାପରେ ବିରାଡ଼ି ଦୁଇଟି, ମାଙ୍କଡ଼କୁ ଚାହିଁ ରହିଲାପରି, ଜନତା ଜନାର୍ଦ୍ଦନ ଏହି ପ୍ରତିନିଧୂମାନଙ୍କୁ କେବଳ ପ୍ରଶ୍ମିଳ ଆଖିରେ ଚାହିଁଅଛନ୍ତି । ପୁନଶ୍ଚ ଯେଉଁ ପ୍ରତିନିଧୂମାନଙ୍କୁ ତରାଜୁ ଧରିବାର ସୁଯୋଗ ମିଳୁନାହିଁ, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍ ମାରି ରାଜନୈତିକ ଦଳ ପରିବର୍ତ୍ତନ କରୁଛନ୍ତି । ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ଲେଖିଛନ୍ତି, ‘କେଉଁ ନେତା ଲାଠିଟିଏ ଧରି, ଆଉ କିଏ ବା ରଙ୍ଗ ବେରଙ୍ଗର ଛତାଟିଏ ଧରି ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।’

ଯଥା ସମୟରେ ରାଜନୀତିର ଖେଳ ଭାଙ୍ଗିଯାଉଛି, ପୁଣି ନୂତନ ଅଭିନୟ ଆରମ୍ଭ ହେଉଛି ନୂତନ ଢଙ୍ଗରେ । ସେଇ ଜନତାଙ୍କୁ ନେଇ ସେଇ ପ୍ରତିନିଧିମାନେ ଏକାପ୍ରକାର ଖେଳ ଖେଳୁଛନ୍ତି । କେବଳ ସମୟର ଯାହା ବ୍ୟବଧାନ ରହିଛି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ଦାୟୀ କରିନାହାଁନ୍ତି । ଏକ ଲୋକକାହାଣୀର ଉକ୍ତି ମଧ୍ୟରେ ଆମେ ନିଜେ କିପରି ଦାୟୀ ତାହାକୁ ବୁଝାଇଛନ୍ତି । ‘ଗଧ୍ଵ ଯଦି ମେଣ୍ଢାର ପୋଷାକରେ ମେଣ୍ଢାଙ୍କ ଗହଣରେ, ମେଣ୍ଢାଶାଳ ଭିତରେ ପଶି ଗୋଟିଏ ପରେ ଗୋଟିଏ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ, ସେଥ‌ିପାଇଁ ଦୋଷୀ ହେବ କିପରି ?’’

ଗଣତନ୍ତ୍ର ଶାସନ ଶ୍ରେଷ୍ଠଶାସନ ହେଲେବି, ଏବେ ସୁଦ୍ଧା ଆମେ ସେହି ଶାସନପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମେ ଯେଉଁ ଅବସ୍ଥାରେ ପହଞ୍ଚୁଛୁ, ସେଥୂପାଇଁ ଆମେ ନିଜେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ 1

Leave a Comment