BSE Odisha 6th Class Science Solutions Chapter 15 ଆଲୋକ

Odisha State Board BSE Odisha 6th Class Science Solutions Chapter 15 ଆଲୋକ Textbook Exercise Questions and Answers.

BSE Odisha Class 6 Science Solutions Chapter 15 ଆଲୋକ

Question 1.
ତଳ ବାକ୍ୟଗୁଡ଼ିକ ନିଜ ଖାତାରେ ଲେଖ । ଠିକ୍ ବାକ୍ୟ ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ବାକ୍ୟ ପାଖରେ ଛକି (✗) ଚିହ୍ନ ଦିଅ ।
(କ) ଆଲୋକର ଗତିପଥ ସରଳରେଖ୍ୟ ନୁହେଁ ।
(ଖ) ଦର୍ପଣ ଏକ ପ୍ରତିଫଳନ ପୃଷ୍ଠ ।
(ଗ) ଜଡ଼ାତେଲ ଏକ ଅସ୍ୱଚ୍ଛ ପଦାର୍ଥ ।
(ଘ) ବସ୍ତୁର ପ୍ରତିବିମ୍ବ ତା’ର ଛାୟା ନୁହେଁ ।
(ଙ) ନିର୍ମଳ ଜଳ ଏକ ସ୍ୱଚ୍ଛ ପଦାର୍ଥ ।
ଉ –
(କ) (✗)
(ଖ) (✓)
(ଗ) (✗)
(ଘ) (✓)
(ଙ) (✓)

BSE Odisha 6th Class Science Solutions Chapter 15 ଆଲୋକ

Question 2.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଲୋକର ପ୍ରତିଫଳନ …………. ପୃଷ୍ଠରେ ହୁଏ । (ଦର୍ପଣ, ଲେନ୍ସ, ପ୍ରିଜିମ୍)
(ଖ) ପତଳା ପ୍ଲାଷ୍ଟିକ୍ ଗୋଟିଏ …………… ପଦାର୍ଥ । (ସ୍ଵଚ୍ଛ, ଅସ୍ବଚ୍ଛ, ଅଳ୍ପ ସ୍ବଚ୍ଛ)
(ଗ) ଆଲୋକ ଉତ୍ସକୁ ସ୍ଥିର ରଖ୍ ପରଦାକୁ ବସ୍ତୁଠାରୁ ଯେତେ ଦୂରକୁ ନେବା ଛାୟାର ……………. ହେବ । (ସାନ, ବଡ଼, ଅସ୍ପଷ୍ଟ ବଡ଼)
ଉ –
(କ) ଦର୍ପଣ
(ଖ) ଅଳ୍ପ ସ୍ବଚ୍ଛ
(ଗ) ଅସ୍ପଷ୍ଟ ବଡ଼

Question 3.
ନିମ୍ନୋକ୍ତ ଶବ୍ଦଦ୍ଵୟ ମଧ୍ୟରେ ଥିବା ପାର୍ଥକ୍ୟ ୨/୩ଟି ବାକ୍ୟରେ ଲେଖ ।
(କ) ଛାୟା ଓ ପ୍ରତିବିମ୍ବ
(ଖ) ସ୍ଵଚ୍ଛ ପଦାର୍ଥ ଓ ଅସ୍ବଚ୍ଛ ପଦାର୍ଥ
ଉ –
(କ) ଛାୟା ଓ ପ୍ରତିବିମ୍ବ

ଛାୟା ପ୍ରତିବିମ୍ବ
(i) ଆଲୋକ ପଥରେ ଅସ୍ବଚ୍ଛ ବସ୍ତୁ ରଖୁ ଅସ୍ବଚ୍ଛ ବସ୍ତୁ ପଛପଟେ ଛାୟା ସୃଷ୍ଟି ହୁଏ । (i) ପ୍ରତିଫଳନ ପୃଷ୍ଠରେ କୌଣସି ବସ୍ତୁ ରଖୁଲେ ତାହାର ପ୍ରତିବିମ୍ବ ପ୍ରତିଫଳନ ପୃଷ୍ଠରେ ସୃଷ୍ଟି ହୁଏ ।
(ii) ଛାୟାର ଆକାର, ଆଲୋକ, ଅସ୍ଵଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ । (ii) ପ୍ରତିବିମ୍ବର ଆକାର ପ୍ରତିଫଳନ ପୃଷ୍ଠ ଓ ବସ୍ତୁର ଅବସ୍ଥାନ ଉପରେ ନିର୍ଭର କରେ ।

 

(ଖ) ସ୍ଵଚ୍ଛ ପଦାର୍ଥ ଓ ଅସ୍ବଚ୍ଛ ପଦାର୍ଥ

ସ୍ବଚ୍ଛ ପଦାର୍ଥ ଅସ୍ପଷ୍ଟ ପଦାର୍ଥ
(i) ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଯାଇପାରେ, ସେଗୁଡ଼ିକୁ ସ୍ବଚ୍ଛ ପଦାର୍ଥ କୁହାଯାଏ । (i) ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଯାଇପାରେ, ନାହିଁ ସେଗୁଡ଼ିକୁ ଅସ୍ବଚ୍ଛ ପଦାର୍ଥ କୁହାଯାଏ ।
(ii) କାଚ, ଚଷମା, ପାଣି ଆଦି ସ୍ଵଚ୍ଛ ପଦାର୍ଥ (ii) ଖପରା, କାଗଜ, କାର୍ଡ଼ବୋର୍ଡ଼ ଆଦି ଅସ୍ବଚ୍ଛ ପଦାର୍ଥ ।

BSE Odisha 6th Class Science Solutions Chapter 15 ଆଲୋକ

Question 4.
ଆଲୋକ ଏକ ସରଳ ପଥରେ ଗତିକରେ । ଦୁଇଟି ଉଦାହରଣ ଦେଇ ବୁଝାଅ ।
ଉ –
ଉଦାହରଣ – ୧
BSE Odisha 6th Class Science Solutions Chapter 15 ଆଲୋକ - 1
(i) ଗୋଟିଏ ସିଧା ନରମ ପ୍ଲାଷ୍ଟିକ୍ ନଳୀ ନିଆଯାଉ । ଟେବୁଲ ଉପରେ ଏକ ମହମବତି ଜଳାଯାଉ ।
(ii) ଟେବୁଲ ଅପର ପାର୍ଶ୍ଵରେ ଛିଡ଼ାହୋଇ ନଳୀ ମଧ୍ୟଦେଇ ଜଳୁଥିବା ମହମବତିର ଶିଖା ଲକ୍ଷ୍ୟକଲେ ଶିଖାଟି ଦେଖାଯିବ ।
(iii) ସେହି ନଳୀକୁ ସାମାନ୍ୟ ବଙ୍କାର ମହମବତି ଶିଖାକୁ ଲକ୍ଷ୍ୟକଲେ ଶିଖାଟି ଦେଖାଯିବ ନାହିଁ ।

ଉଦାହରଣ – ୨
BSE Odisha 6th Class Science Solutions Chapter 15 ଆଲୋକ - 2
(i) ତିନୋଟି କାର୍ଡ଼ବୋର୍ଡ଼ ନେଇ ପ୍ରତ୍ୟେକର ଠିକ ମଝିରେ ସମାନ ଉଚ୍ଚତାରେ ରନ୍ଧ୍ର କରାଯାଉ ।
(ii) ଜାଳୁଥ‌ିବା ମହମବତି ନିକଟରେ କାର୍ଡ଼ବୋର୍ଡ଼ ତିନୋଟିକୁ ଏପରି ରଖାଯାଉ, ଯେପରିକି ରନ୍ଧ୍ରଗୁଡ଼ିକ ଏକ ସରଳରେଖାରେ ରହିବେ ।
(iii) ଆଲୋକ ଉତ୍ସଠାରୁ ଦୂରରେ ଥିବା କାର୍ଡ଼ବୋର୍ଡ଼ ରନ୍ଧ୍ରଦେଇ ଦେଖ‌ିଲେ ଆଲୋକ ଦେଖାଯିବ । ଏଥ‌ିରୁ ଜଣାପଡ଼େ ଯେ ଆଲୋକ ରଶ୍ମି ସରଳରେଖାରେ ଗତିକରେ ।

Question 5.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ପ୍ରତିବିମ୍ବ ଗଠନପାଇଁ କ’ଣ କ’ଣ ଆବଶ୍ୟକ ?
(ଖ) ଅଳ୍ପ ସ୍ବଚ୍ଛ ପଦାର୍ଥ କ’ଣ ? ୨ଟି ଉଦାହରଣ ଦିଅ ।
(ଗ) ଛାୟା କିପରି ଗଠିତ ହୁଏ ।
ଉ –
(କ) ପ୍ରତିବିମ୍ବ ଗଠନପାଇଁ ପ୍ରତିଫଳନ ପୃଷ୍ଠ ଓ ଆଲୋକ ଆବଶ୍ୟକ ।
(ଖ)
(i) ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଅଳ୍ପ ଅଳ୍ପ ଆସେ, ତାହାକୁ ଅଳ୍ପ ସ୍ବଚ୍ଛ ପଦାର୍ଥ କୁହାଯାଏ ।
(ii) ପତଳା ପ୍ଲାଷ୍ଟିକ୍, ତେଲଲଗା କାଗଜ ଆଦି ଅଳ୍ପ ସ୍ବଚ୍ଛ ପଦାର୍ଥ ।

(ଗ) ଆଲୋକ ପଥରେ ଅସ୍ଵଚ୍ଛ ବସ୍ତୁ ରଖୁଳେ ଅସ୍ବଚ୍ଛ ବସ୍ତୁ ପଛପଟେ ଛାୟା ସୃଷ୍ଟି ହୁଏ ।

BSE Odisha 6th Class Science Solutions Chapter 15 ଆଲୋକ

Question 6.
ଆକାଶରେ ଉଡ଼ୁଥ‌ିବା ପକ୍ଷୀର ଛାୟା କେତେବେଳେ ଭୂମିରେ ପଡ଼େ ତ କେତେବେଳେ ପଡ଼େ ନାହିଁ । ୨/ ୩ଟି ବାକ୍ୟରେ କାରଣ ଲେଖ ।
ଉ –

  • ଆଲୋକ ପଥରେ ଅସ୍ବଚ୍ଛ ବସ୍ତୁ ରଖୁଳେ ଅସ୍ବଚ୍ଛ ବସ୍ତୁ ପଛପଟେ ଛାୟା ସୃଷ୍ଟି ହୁଏ । ଏହି ଛାୟାର ଆକାର, ଆଲୋକ, ଅସ୍ବଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ ।
  • ଭୂମିଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ପକ୍ଷୀଟି ଥିବାବେଳେ ତା’ର ଛାୟା ଭୂମିରେ ସୃଷ୍ଟି ହୁଏ ।
  • ଭୂମିଠାରୁ ଅଧିକ ଦୂରତାରେ ପକ୍ଷୀଟି ଥିବାବେଳେ ତା’ର ଛାୟା ଭୂମିରେ ସୃଷ୍ଟି ହୁଏ ନାହିଁ ।

Question 7.
ରାସ୍ତାକଡ଼ରେ ଥ‌ିବା ବତିଖୁଣ୍ଟ ଦୁର୍ଘଟଣା ରୋକିବାରେ କିପରି ସାହାଯ୍ୟ କରେ ?
ଉ –
ରାସ୍ତାକଡ଼ରେ ଥ‌ିବା ବତିଖୁଣ୍ଟ ଆଲୋକର ଏକ ଉତ୍ସ, ଯାହାକି ରାତିରେ ସଡ଼କ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରେ । ଏହି ବତିଗୁଡ଼ିକ ଅତି ଉଚ୍ଚରେ ଥିଲେ ମଧ୍ୟ ବସ୍ତୁକୁ ଦେଖିବାରେ ସାହାଯ୍ୟ କରେ । ଏହି ଆଲୋକରେ ବସ୍ତୁର ଛାୟା ସୃଷ୍ଟି ହୁଏ ନାହିଁ; ଫଳରେ ରାସ୍ତା ପରିଷ୍କାର ଭାବରେ ଦେଖାଯାଏ ! ତେଣୁ ରାସ୍ତାକଡ଼ରେ ଥିବା ବତିଖୁଣ୍ଟ ଦୁର୍ଘଟଣା ରୋକିବାରେ ସାହାଯ୍ୟ କରେ ।

Question 8.
ଗାଡ଼ିଚାଳକ ସମ୍ମୁଖରେ ଥ‌ିବା ଦର୍ପଣକୁ ଚାଳକର ତୃତୀୟ ନୟନ ବୋଲି କୁହାଯାଏ କାହିଁକି ?
ଉ –
ଗାଡ଼ିଚାଳକ ସମ୍ମୁଖରେ ଥିବା ଦର୍ପଣ ଗାଡ଼ିର ପଛରୁ ଆସୁଥିବା ଯାନବାହାନଗୁଡ଼ିକର ନିର୍ଦ୍ଦିଷ୍ଟ ଦୂରତାକୁ ନିରୂପଣ କରିବାରେ ଯାନବାହାନର ଗତିପଥକୁ ଦେଖ୍ ଉପଯୁକ୍ତ ପ୍ରଦକ୍ଷେପ ନେଇଥା’ନ୍ତି ଓ ନିରାପଦ ଭାବରେ ଗାଡ଼ି ଚଳାଇଥା’ନ୍ତି । ତେଣୁ ଗାଡ଼ିଚାଳକ ସମ୍ମୁଖରେ ଥ‌ିବା ଦର୍ପଣକୁ ଚାଳକର ତୃତୀୟ ନୟନ ବୋଲି କୁହାଯାଇଥାଏ ।

ଆଲୋକ Notes :

→ ଉପକ୍ରମ :

  • ଆଲୋକ ବିଭିନ୍ନ ପଦାର୍ଥକୁ ଦେଖାରେ ସାହାଯ୍ୟ କରେ; ଅର୍ଥାତ୍ ଆଲୋକ ଯେଉଁ ବସ୍ତୁ ଉପରେ ପଡ଼େ ତାହାକୁ ଆମେ ଦେଖାରୁ ।
  • ସୂର୍ଯ୍ୟ, ତାରା, ମହମବତି, ଟର୍ଚ୍ଚ ଇଲେକ୍‌ଟ୍ରିକ୍‌ ବଲ୍‌ବ ପ୍ରଭୃତି ଉଜ୍ଜ୍ବଳ ବସ୍ତୁ । ଏଗୁଡ଼ିକ ଆଲୋକର ଉତ୍ସ |
  • ଟେବୁଲ, ଚେୟାର, ବହିପତ୍ର, ଖଟ ଇତ୍ୟାଦି ଉଜ୍ଜଳ ବସ୍ତୁ ବା ଆଲୋକର ଉତ୍ସ ନୁହଁନ୍ତି ।
    BSE Odisha 6th Class Science Solutions Chapter 15 ଆଲୋକ - 3

    • ରାସ୍ତାରେ ଥିବା ବତିଖୁଣ୍ଟ ମଧ୍ୟ ଆଲୋକର ଏକ ଉତ୍ସ, ଯାହାକି ରାତିରେ ସଡ଼କ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରେ ।
    • ଏହି ବତିଗୁଡ଼ିକ ଅତି ଉଚ୍ଚରେ ଥିଲେ ମଧ୍ୟ ବସ୍ତୁକୁ ଦେଖ‌ିବାରେ ସାହାଯ୍ୟ କରେ । ଏହି ଆଲୋକରେ ବସ୍ତୁର ଛାୟା ସୃଷ୍ଟି ହୁଏ ନାହିଁ; ଫଳରେ ରାସ୍ତା ପରିଷ୍କାର ଭାବରେ ଦେଖାଯାଏ ।

ତୁମପାଇଁ କାମ : ୧

ତୁମ ଚାରିପାଖରେ ଥ‌ିବା କିଛି ବସ୍ତୁ ସଂଗ୍ରହ କର । କାଗଜ, ବ୍ୟାଗ୍, ବାକ୍ସ, କାଚପ୍ଲେଟ, ସିଲଟ, ଖପରା, ନୋଟବହି, କାର୍ଡ଼ବୋଡ଼, ରଙ୍ଗିନ୍ କାଗଜ, ତେଲଲଗା କାଗଜ ପ୍ରଭୃତି । ପ୍ରତ୍ୟେକ ବସ୍ତୁକୁ ଗୋଟିଏ ପରେ ଗୋଟିଏ ଧରି ତା ମଧ୍ଯ

→ ସ୍ୱଚ୍ଛ, ଅସ୍ବଚ୍ଛ, ଅଳ୍ପ ସ୍ବଚ୍ଛ ପଦାର୍ଥ :

(i) ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଯାଇପାରେ, ସେଗୁଡ଼ିକୁ ସ୍ୱଚ୍ଛ ପଦାର୍ଥ କୁହାଯାଏ । କାଚ, ଚଷମା, ପାଣି ଆଦି ସ୍ବଚ୍ଛ ପଦାର୍ଥ ।
BSE Odisha 6th Class Science Solutions Chapter 15 ଆଲୋକ - 4
(ii) ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଆଦୌ ଯାଇପାରେ ନାହିଁ, ତାହାକୁ ଅସ୍ୱଚ୍ଛ ପଦାର୍ଥ କୁହାଯାଏ । ଖପରା, କାଗଜ, କାର୍ଡ଼ବୋର୍ଡ଼ ଆଦି ଅସ୍ବଚ୍ଛ ପଦାର୍ଥ ।
(iii) ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଅଳ୍ପ ଅଳ୍ପ ଆସେ, ତାହାକୁ ଅଳ୍ପ ସ୍ଵଚ୍ଛ ପଦାର୍ଥ କୁହାଯାଏ । ପତଳା ପ୍ଲାଷ୍ଟିକ୍, ତେଲଲଗା କାଗଜ, ରଙ୍ଗିନ୍ କାଗଜ ଆଦି ଅଳ୍ପ ସ୍ବଚ୍ଛ ପଦାର୍ଥ ।

BSE Odisha 6th Class Science Solutions Chapter 15 ଆଲୋକ

Question 1.
ନିମ୍ନ ସାରଣୀଟିକୁ ପୂରଣ କର ।
ଉ –
BSE Odisha 6th Class Science Solutions Chapter 15 ଆଲୋକ - 5

→ ଆଲୋକର ଗତି :
(i) ଆଲୋକ ଉତ୍ସରୁ ଆଲୋକ ସବୁଦିଗକୁ ସରଳରେଖାରେ ଗତିକରେ । ଏହାକୁ ଆଲୋକ ରଶ୍ମି କହନ୍ତି ।
(ii) ରଶ୍ମିମାନଙ୍କର ସମାହାରକୁ ଆଲୋକ ଗୁଚ୍ଛ କହନ୍ତି । ଟର୍ଚ୍ଚ ଓ ଗାଡ଼ିରୁ ଆଲୋକ ଗୁଚ୍ଛ ଆସେ ।
(iii) ଆଲୋକ ଏକ ସରଳରେଖାରେ ଗତିକରେ ।

ତୁମପାଇଁ କାମ – ୨

  • ଗୋଟିଏ ସିଧା ନରମ ପ୍ଲାଷ୍ଟିକ ନଳୀ ସଂଗ୍ରହ କର । ଟେବୁଲ ଉପରେ ମହାମବତିଟିଏ ଜାଳ । ଟେବୁଲର ଅପର ପାର୍ଶ୍ଵରେ ଛିଡ଼ାହୋଇ ନଳୀ ମଧ୍ୟଦେଇ ଜଳୁଥ‌ିବା ମହମବତିର ଶିଖାକୁ ଲକ୍ଷ୍ୟକର । ମହମବତିର ଶିଖାକୁ ଦେଖୁ ତ ! ନଳୀକୁ ସାମାନ୍ୟ ବଙ୍କାଇ ଦିଅ । ତା’ ମଧ୍ୟରେ ମହମବତିର ଶିଖାକୁ ଦେଖ । ଶିଖା ଦେଖିରୁଛ କି ?
  • ସିଧା ନଳୀରେ ଆଲୋକ ଦେଖାଗଲ; କିନ୍ତୁ ବଙ୍କାନଳୀରେ ଦେଖାଗଲା ନାହିଁ । ତେଣୁ ଆଲୋକର ଗତିପଥ ସରଳରେଖ ।
  • ତିନୋଟି କାର୍ଡ଼ବେ।ର୍ଡ଼ରେ ସମାନ ଉଚ୍ଚତାରେ ରନ୍ଧ୍ର କରି ଗୋଟିଏ ମହମବତି ସାହାଯ୍ୟରେ ଏହି ପରୀକ୍ଷା ମଧ୍ୟ କରାଯାଇପାରିବ ।
    BSE Odisha 6th Class Science Solutions Chapter 15 ଆଲୋକ - 6

→ ଛାୟା :

  • ଆଲୋକ ଆଗରେ କୌଣସି ଅସ୍ବଚ୍ଛ ବସ୍ତୁ ରଖୁଲେ ବସ୍ତୁର ପଛପଟେ ଅନ୍ଧକାର ସୃଷ୍ଟି ହୁଏ । ଏହାକୁ ବସ୍ତୁର ଛାୟା କହନ୍ତି ।
  • ଏହି ଛାୟା ଭୂମିରେ ବା ଗୋଟିଏ ପରଦା ଉପରେ ପଡ଼ିଥାଏ । ଏହି ଛାୟାର ଆକାର, ଆଲୋକ, ଅସ୍ବଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ ।
  • ଆଲୋକ ଉତ୍ସ, ଅସ୍ବଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଅନୁସାରେ ଛାୟାର ଆକୃତି ସାନ, ବଡ଼, ସ୍ପଷ୍ଟ ଓ ଅସ୍ପଷ୍ଟ ହୋଇଥାଏ ।
  • ଆଲୋକର ପଥ ସରଳରେଖୀୟ ହୋଇଥିବାରୁ ଅସ୍ବଚ୍ଛ ପଦାର୍ଥର ଛାୟା ସୃଷ୍ଟି ହୁଏ ।

BSE Odisha 6th Class Science Solutions Chapter 15 ଆଲୋକ

ତୁମପାଇଁ କାମ – ୩
BSE Odisha 6th Class Science Solutions Chapter 15 ଆଲୋକ - 7

  • ତୁମ ଶ୍ରେଣୀଗୃହର କବାଟ, ଝରକା ବନ୍ଦ କରି ଗୃହଟିକୁ ଅନ୍ଧାର କର । ଟେବୁଲ ଉପରେ ଅଳ୍ପ ଉପରେ ମହାମବତିଟିଏ ଜାଳ । ମହାମବତି ସମ୍ମୁଖରେ ଲମ୍ବ ଭାବରେ ଇଟାଟିଏ ରଖ । ଧଳା କାର୍ଡ଼ବୋର୍ଡ଼ ଖଣ୍ଡେ ହାତରେ ଧରି ଇଟା ପଛରେ ଦେଖାଅ । ପଟି ଉପରେ ଇଟାର ଛାଇକୁ ଲକ୍ଷ୍ୟ କର । ଇଟାକୁ ମହମବତିର ଶିଖା ଆଡ଼କୁ ଆଣ ଓ ଛାଇକୁ ଦେଖ । ଶିଖାଠାରୁ ଦୂରକୁ ଇଟାକୁ ନିଅ ଓ ଛାଇକୁ ଲକ୍ଷ୍ୟ କର ।
  • ପୁନଶ୍ଚ ମହମବତି ଓ ଇଟାକୁ ସ୍ଥିର ରଖ୍ ପଟିକୁ ଆଗ ପଛ କରି ଛାଇକୁ ଦେଖ । କ’ଣ ସବୁ ଦେଖୁଲ ? ଇଟାଟି ମହମବତିର ଯେତିକି ନିକଟବର୍ତ୍ତୀ ହେଉଛି, ପଟି ଉପରେ ଛାଇର ଆକୃତି ସେହି ଅନୁସାରେ ବଡ଼ ହେଉଛି । ପଟିକୁ ଇଟାଠାରୁ ଯେତେ ଅଧିକ ଦୂରକୁ ନିଆଯାଉଛି, ଛାୟାର ଆକୃତି ସେତେବଡ଼ ହୋଇଯାଉଛି; ମାତ୍ର ଅସ୍ପଷ୍ଟ ଦେଖାଯାଉଛି ।
  • ଆଲୋକର ଉତ୍ସ, ଅସ୍ବଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଅନୁସାରେ ଛାୟାର ଆକୃତି ସାନ, ବଡ଼, ସ୍ପଷ୍ଟ ଓ ଅସ୍ପଷ୍ଟ ହୋଇଥାଏ । ଆଲୋକର ପଥ ସରଳରେଖ୍ ହୋଇଥିବାରୁ ଅସ୍ବଚ୍ଛ ପଦାର୍ଥର ଛାୟା ସୃଷ୍ଟି ହୁଏ ।

→ ପ୍ରତିଫଳନ ପୃଷ୍ଠ :

  • ଦର୍ପଣ ଆଗରେ ଯେ କୌଣସି ବସ୍ତୁ ରଖୁଲେ ତାହାର ପ୍ରତିବିମ୍ବ ଦର୍ପଣରେ ଦେଖାଯାଏ । ଦର୍ପଣ ଓ ପାଣି ପ୍ରଭୃତି ପ୍ରତିଫଳନ ପୃଷ୍ଠ |
  • ପ୍ରତିଫଳନ ପୃଷ୍ଠ ଉପରେ ଆଲୋକ ପଡ଼ିଲେ ଆଲୋକର ପ୍ରତିଫଳନ ହୁଏ ଓ ପ୍ରତିବିମ୍ବ ଗଠିତ ହୁଏ ।
    BSE Odisha 6th Class Science Solutions Chapter 15 ଆଲୋକ - 8

→ ରନ୍ଧ୍ର କ୍ୟାମେରା :

ତୁମପାଇଁ କାମ – ୪
BSE Odisha 6th Class Science Solutions Chapter 15 ଆଲୋକ - 9
ଆଲୋକ ଏକ ସରଳରେଖାରେ ଗତିକରେ ବୋଲି ରନ୍ଧ୍ରକ୍ୟାମେରେ ଓ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ ।

→ ତୁମେ ଜାଣ କି ?

  • ରାସ୍ତାର ଦୁଇପାର୍ଶ୍ବ ଓ ସଡ଼କ ବିଭାଜକଗୁଡ଼ିକରେ ପ୍ରତିଫଳକଗୁଡ଼ିକ ଧାଡ଼ିରେ ରହିଥାଏ । ଏହି ପ୍ରତିଫଳକଗୁଡ଼ିକ ରାତିରେ ଯାନବାହାନଗୁଡ଼ିକୁ ରାସ୍ତାର ଉଚ୍ଚତା ଜଣାଇବା ସହ ଗତିପଥ ଓ ଦିଗ ସମ୍ବନ୍ଧରେ ସୂଚାଇଥାଏ ।
  • ଗାଡ଼ି ଚାଳକ ପାଇଁ ସମ୍ମୁଖରେ ଥ‌ିବା ଦର୍ପଣ (ରିଅର ଭିଉ ଦର୍ପଣ) ତା’ର ତୃତୀୟ ନୟନ ସଦୃଶ ।
  • ପଛରୁ ଆସୁଥ‌ିବା ଯାନବାହାନଗୁଡ଼ିକର ନିର୍ଦ୍ଦିଷ୍ଟ ଦୂରତାକୁ ନିରୂପଣ କରିବାରେ ଏହା ସାହାଯ୍ୟ କରିଥାଏ; ଫଳରେ ଗାଡ଼ିଚାଳକ ପଛରୁ ଆସୁଥିବା ଯାନବାହାନର ଗତିପଥକୁ ଦେଖ୍ ଉପଯୁକ୍ତ ପଦକ୍ଷେପ ନେଇଥା’ନ୍ତି ଓ ନିରାପଦ ଭାବରେ ଗାଡ଼ି ଚଳାଇଥା’ନ୍ତି ।

Leave a Comment