CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Odisha State Board CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Textbook Exercise Questions and Answers.

CHSE Odisha Class 12 Odia Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଆଞ୍ଚଳିକ ସଭାର କେଉଁ ବିଷୟକୁ ସବା ଉପରେ ବିଚାର ପାଇଁ ରଖାଯାଇଥିଲା ? (ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ)
Answer:
କୃଷି

Question ୨।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(ସବା ଉପର, ମଧ୍ୟଭାଗ, ସବାତଳ, ଅନ୍ୟାନ୍ୟ)
Answer:
ସବାତଳ

Question ୩ ।
ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ ?
(ଧର୍ମ, ପୁରାଣ, ଗବେଷଣା, ଯୋଜନା)
Answer:
ଯୋଜନା

Question ୪।
(ବିଜ୍ଞାନ ଯୁଗ, ଉନ୍ନୟନ ଯୁଗ, ଯୋଜନା ଯୁଗ, ବିଶେଷଜ୍ଞ ଯୁଗ)
Answer:
ଯୋଜନା ଯୁଗ

Question ୫।
ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି ?
(ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶର ରିପୋର୍ଟ)
Answer:
ଶିକ୍ଷା ରିପୋର୍ଟ

Question ୬ ।
କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା ?
(ଏସିଆ, ୟୁରୋପ, ଆମେରିକା, ଆଫ୍ରିକା)
Answer:
ଏସିଆ

Question ୭ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନଗରଉନ୍ନୟନ)
Answer:
ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୮ ।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(ଆମେରିକା, ଭାରତ, ଇଂଲଣ୍ଡ, ଜାପାନ)
Answer:
ଭାରତ

Question ୯ ।
ଭାରତବର୍ଷରେ ସବୁକଥା କେଉଁମାନଙ୍କଦ୍ୱାରା ନିୟନ୍ତ୍ରିତ ହୁଏ ?
(କମିଶନର, ବିଶେଷଜ୍ଞ, ଗବେଷକ, ଶାସକ)
Answer:
ଶାସକ

Question ୧୦ ।
ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି – କେଉଁ କାଗଜରେ ଏହା ପ୍ରକାଶିତ ପାଇଥିଲା ?
(ସଣ୍ଡେ ଷ୍ଟାଣ୍ଡାର୍ଡ଼, ଇଲ୍‌ଷ୍ଟ୍ରେଟେଡ଼ ଉଇକ୍ଲି, ଟେଲିଗ୍ରାଫ୍, ଟାଇମ୍ସ ଅଫ୍ ଇଣ୍ଡିଆ)
Answer:
ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୧ ।
ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି ?
(ଅଧୋଗତି, ଉର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି)
Answer:
ଅଧୋଗତି

Question ୧୨ ।
ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି ?
(ପଠନ ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ ବହି)
Answer:
ଶିକ୍ଷା ପଦ୍ଧତି

Question ୧୩ ।
‘‘ସତ୍ୟ ହୋଇଥିଲେ ସାଙ୍ଘାତିକ’’ ନାମରେ ଉପାଗ୍ର ଲେଖା, କେଉଁ କାଗଜରେ ପ୍ରକାଶିତ ହୋଇଥିଲା ?
(ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ଵର ସମ୍ବାଦ ବାହିକା)
Answer:
କଳିଙ୍ଗ

Question ୧୪ ।
ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ ?
(ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା, ଉଚିତ୍ ଶିକ୍ଷା)
Answer:
ମୌଳିକ ଚିନ୍ତା

Question ୧୫ ।
ଆନ୍ଧ୍ରପ୍ରଦେଶର ଛାତ୍ରଟିଏ କ’ଣ ବିକି ଦଶହଜାର ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଇଛି ? (ନୋଟ ବହି, ପ୍ରଶ୍ନପତ୍ର, ପ୍ରଶ୍ନର ଉତ୍ତର, ଖାତା-କଲମ)
Answer:
ପ୍ରଶ୍ନପତ୍ର

Question ୧୬ ।
ବିଶ୍ଵବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ ?
(ଏକ ତୃତୀୟାଂଶ, ଦୁଇ ତୃତୀୟାଂଶ, ତିନି ତୃତୀୟାଂଶ, ସମୁଦାୟ)
Answer:
ଏକ ତୃତୀୟାଂଶ

Question ୧୭ ।
ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷଯାକ କ’ଣ ଆସ୍ତେ ଆସ୍ତେ ବାହାରୁଛି ?
(ଛୁଟି ତାଲିକା, ଛାତ୍ର ଧର୍ମଘଟ, ପରୀକ୍ଷା ଫଳ, ଶ୍ରେଣୀ ନିର୍ଘଣ୍ଟ)
Answer:
ପରୀକ୍ଷା ଫଳ

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୮।
ଆଗେ ମାଟ୍ରିକ୍ୟୁଲେସନ ପାସ୍ କରି ଲୋକେ କେଉଁ କାମ ଚଳାଇ ଦେଉଥିଲେ ?
(ମାଜିଷ୍ଟ୍ରେଟ୍, ଇନିସ୍ପେକ୍ଟର, ତହସିଲଦାର, ବି.ଡ଼ି.ଓ.)
Answer:
ମାଜିଷ୍ଟ୍ରେଟ୍

Question ୧୯ ।
କାହାର ବୋଧହୁଏ ଆଜିକାଲି ପାଠସଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି ?
(ଛାତ୍ରର, ଶିକ୍ଷକର, ଅକ୍ଷରର, କଲେଜର)
Answer:
ଅକ୍ଷରର

Question ୨୦ ।
ବ୍ରିଟିଶମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଉଥିଲେ ?
(ନଡ଼ିଆଗଛ, ଗୁଆଗଛ, ତାଳଗଛ, ଶାଳଗଛ)
Answer:
ତାଳଗଛ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କେଉଁ ବିଷୟ ରଖାଯାଇଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କୃଷିକୁ ରଖାଯାଇଥିଲା ।

Question ୨।
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ କ’ଣ ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ ଥିଲା ଶିକ୍ଷା ।

Question ୩ ।
ସରକାରଙ୍କ ଯୋଜନା ନ ବୁଝିବାର କାରଣ କ’ଣ ?
Answer:
ସରକାରଙ୍କ ଯୋଜନା ନ ବୁଝିବାର କାରଣ ହେଉଛି, ଶିକ୍ଷାର ଅଭାବ ।

Question ୪ ।
ମାଟିକୁ ପାଗକରି ସେଥ‌ିରେ କ’ଣ ପୋତିଲେ ଚଞ୍ଚଳ ଗଛ ଧରେ ?
Answer:
ମାଟିକୁ ପାଗକରି ସେଥ୍ରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ ।

Question ୫ ।
ପଡ଼ିଆରେ ଫସଲ ବୁଣିଲେ କ’ଣ ହେବ ?
Answer:
ପଡ଼ିଆରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି ।

Question ୬ ।
ମଣିଷ ମନକୁ ପ୍ରଥମେ କେଉଁଥ‌ିରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ?
Answer:
ମଣିଷ ମନକୁ ପ୍ରଥମେ ପାଠ ବା ଶିକ୍ଷାରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ।

Question ୭ ।
ଲୋକମାନେ କ’ଣ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି ?
Answer:
ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥ‌ିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି କହିଛନ୍ତି ।

Question ୮ ।
ଭାରତର ଲୋକେ ପାଠ ପଢ଼ିସାରିଲା ପରେ କେଉଁଠୁ ଛାଡ଼ିଆସିବାକୁ ଚାହୁଁନାହାନ୍ତି ?
Answer:
ଭାରତର ଲୋକେ ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ।

Question ୯ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
Answer:
ଭାରତରେ ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

Question ୧୦ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
Answer:
ବମ୍ବେରୁ ବାହାରୁଥିବା କାଗଜଟିର ନାମ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’।

Question ୧୧।
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ କେଉଁ ଶୀର୍ଷକରେ ‘‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ?
Answer:
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ ‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକରେ ‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ।

Question ୧୨ ।
ଭାରତବର୍ଷରେ କେଉଁମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ।

Question ୧୩।
ଆମେରିକାରେ ପଢ଼ୁଥ‌ିବା ଭାରତୀୟ ଛାତ୍ର ଭାରତର କେଉଁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସହିତ ସମାନ ଦରମା ଦେଲେ ଫେରିବେ ବୋଲି କହିଥିଲେ ?
Answer:
ଆମେରିକାରେ ପଢ଼ୁଥିବା ଭାରତୀୟ ଛାତ୍ର ଭାରତର ଗଭର୍ଣରଙ୍କ ସହିତ ସମାନ ଦରମା ଦେଲେ ଫେରିବେ କହିଥିଲେ ।

Question ୧୪ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନିରୀକ୍ଷଣ କରୁଛନ୍ତି ?
Answer:
ଭାରତ ସରକାର ଶିକ୍ଷା କମିଶନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

Question ୧୫ ।
ଶିକ୍ଷା ରାଜ୍ୟରେ ବର୍ତ୍ତମାନ କେଉଁ ଅବସ୍ଥା ଆସି ପହଞ୍ଚିଛି ?
Answer:
ଶିକ୍ଷା ରାଜ୍ୟରେ ବର୍ତ୍ତମାନ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଛି ।

Question ୧୬ ।
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର କ’ଣ ନିର୍ଦ୍ଧାରଣ କରିବା କଷ୍ଟ ?
Answer:
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ ।

Question ୧୭ ।
‘କଳିଙ୍ଗ’ ଖବରକାଗଜ କେଉଁ ଶୀର୍ଷକରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ?
Answer:
ଖବରକାଗଜ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ।

Question ୧୮।
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି ତା’ଠାରୁ ଅଧ୍ଵ କାହା ବିଷୟରେ ଜାଣୁଛନ୍ତି ?
Answer:
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧ୍ଵ ପରୀକ୍ଷା ବିଷୟରେ ଜାଣୁଛନ୍ତି ।

Question ୧୯ ।
ଏବେ କେଉଁ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ?
Answer:
ଏବେ ପ୍ରାଥମିକ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ।

Question ୨୦ ।
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ କ’ଣ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ?
Answer:
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ ସମାନ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ।

Question ୨୧ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
Answer:
ନୋଟ୍ ବହି ପଢ଼ିବା ଲୋକ ମୌଳିକ ପୁସ୍ତକ ଲେଖିପାରିବ ନାହିଁ ।

Question ୨୨ ।
କେଉଁ ପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ।

Question ୨୩ ।
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ କ’ଣ ହେବ ?
Answer:
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ ପନ୍ଦରଟା ବନାନ ଅଶୁଦ୍ଧି ହୋଇଯିବ ଓ ଅକ୍ଷର ଏମିତି ଯେ ଦେଖ‌ିଲେ ଡର ଲାଗିବ ।

Question ୨୪ ।
ଆଜିକାଲି କାହାର ପାଠ ସଙ୍ଗେ ସମ୍ପର୍କ ନାହିଁ ?
Answer:
ଆଜିକାଲି ଅକ୍ଷରର ପାଠ ସଙ୍ଗେ ସମ୍ପର୍କ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୫ ।
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ କିପରି ଥିଲା ?
Answer:
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ ଅଧିକ ଉଚ୍ଚ ଥିଲା ।

Question ୨୬।
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର କ’ଣ କମୁଛି ?
Answer:
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ କମୁଛି ।

Question ୨୭ ।
ପ୍ରାଥମିକଠାରୁ କେଉଁ ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହୋଇଗଲାଣି ?
Answer:
ପ୍ରାଥମିକଠାରୁ ପି.ଏଚ୍.ଡ଼ି. ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହେଲାଣି ।

Question ୨୮ ।
ଏବେ କେଉଁ ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ?
Answer:
ଏବେ ଡି.ଫିଲ୍. ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ।

Question ୨୯ ।
ଏ ଦେଶରେ କେଉଁମାନେ ଲୁଚିକରି ଥା’ନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ?
Answer:
ଏ ଦେଶରେ ଜ୍ଞାନୀ ଗବେଷକମାନେ ଲୁଚିକରି ଥାଆନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ।

Question ୩୦ ।
କେଉଁ ଦେଶରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍ ବାହାରୁଛନ୍ତି ?
Answer:
ଭାରତବର୍ଷରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍. ବାହାରୁଛନ୍ତି ।

Question ୩୧ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ?
Answer:
ନିରନ୍ନ ମୂର୍ଖ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ।

Question ୩୨ ।
କାହା ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ?
Answer:
ପାଠ ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ।

Question ୩୩ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ?
Answer:
ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧।
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଏବଂ ସବାତଳ ବିଚାର ବିଷୟ କ’ଣ ଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଓ ସବାତଳ ବିଚାର ବିଷୟ ଯଥାକ୍ରମେ କୃଷି ଓ ଶିକ୍ଷା ଥିଲା ।

Question ୨।
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ କ’ଣ ହେବ ?
Answer:
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ ଆମକୁ ବହୁତ ପଛରେ ପଡ଼ିଯିବାକୁ ହେବ ।

Question ୩ ।
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି କେଉଁ କଥା କହିଲେ ସେ ବୁଝିପାରିବ ?
Answer:
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ଯୋଜନା କଥା କହିଲେ ସେ ବୁଝିପାରିବ ।

Question ୪ ।
ଏସିଆର ଅଧୁକାଂଶ ଦେଶର ସବୁଠୁ ବଡ଼ ସମସ୍ୟା କ’ଣ ?
Answer:
ଏସିଆର ଅଧିକାଂଶ ଦେଶର ସବୁଠୁ ବଡ଼ ସମସ୍ୟା ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରୁ ନାହିଁ ।

Question ୫ ।
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ କ’ଣ ହେବ ?
Answer:
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରିବ ନାହିଁ ।

Question ୬ ।
ଇଲଷ୍ଟ୍ରେଟେଡ୍ ଉଇକ୍ଲିରେ ଲେଖାଯାଇଥିବା ଅସଲ କଥାଟି କ’ଣ ଥିଲା ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ଲେଖାଯାଇଥିବା; ଅସଲ କଥାଟି ହେଉଛି – ‘ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ’ ।

Question ୭ ।
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ଅଗ୍ରଲେଖରେ କିପରି ମତାମତ ପ୍ରକାଶ ପାଇଥିଲା ?
Answer:
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ନାମକ ଗୋଟିଏ ଅଗ୍ରଲେଖରେ ଅତି ଗର୍ହିତ ଅଥଚ ପ୍ରଣିଧାନଯୋଗ୍ୟ ମତାମତ ପ୍ରକାଶ ପାଇଥିଲା ।

Question ୮ ।
ଭାରତୀୟ ଛାତ୍ରମାନେ କାହିଁକି ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ?
Answer:
ଭାରତରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୯ ।
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ କ’ଣ ହେବ ?
Answer:
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ ଅବସ୍ଥାର ପରିବର୍ତ୍ତନ ହେବ ।

Question ୧୦ ।
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା କେଉଁମାନେ ଜାଣୁଛନ୍ତି ?
Answer:
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା ଯେଉଁମାନେ ଶିକ୍ଷା କଥା ଜାଣୁଛନ୍ତି, ସେହିମାନେ ହିଁ ଜାଣୁଛନ୍ତି ।

Question ୧୧ ।
ବର୍ତ୍ତମାନ କେଉଁ ବିଷୟରେ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ?
Answer:
‘କଳିଙ୍ଗ’ ଖବରକାଗଜରେ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଗୋଟିଏ ଉପାଗ୍ର ଲେଖାରେ, ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯେଉଁ ସୂଚନା ଦେଇଥିଲେ, ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ।

Question ୧୨ ।
ନୋଟ୍ ବହି ପଢ଼ିଲେ ଆମେ କେଉଁ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ?
Answer:
ନୋଟ୍ ବହି ପଢ଼ିଲେ ଆମେ ବିଲାତ, ଆମେରିକା ଓ ଋଷ୍ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ।

Question ୧୩ ।
ମୌଳିକ ପୁସ୍ତକ ଲେଖା ନହେଲେ କ’ଣ ହେବ ?
Answer:
ମୌଳିକ ପୁସ୍ତକ ଲେଖା ନହେଲେ ମୌଳିକ ଚିନ୍ତାର ସ୍ଫୁରଣ ଅସମ୍ଭବ ହେବ ।

Question ୧୪ ।
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ କେଉଁ କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇଥିବା କଥା ବିଚାର ହୋଇଥିଲା ।

Question ୧୫ ।
ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଆଜିକାଲି ପରୀକ୍ଷାଫଳ ବାହାରିବାକୁ ଲେଖକ ହୀରାକୁଦ ବନ୍ଧରୁ ପାଣି ଝରିବା ସହିତ ତୁଳନା କରିଛନ୍ତି ।

Question ୧୬ ।
ଆଗେ ପାଠ ପଢ଼ିବାପାଇଁ କ’ଣ ନ ଥିଲା ?
Answer:
ଆଗେ ପାଠ ପଢ଼ିବାପାଇଁ ବିଶେଷ ସୁବିଧା ନ ଥିଲା କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ନ ଥିଲା ।

Question ୧୭ ।
ଆଉଟ୍ ସାଇଡ଼ର ଶିକ୍ଷାର ଅଧଃପତନ ସମ୍ପର୍କରେ କ’ଣ ମତ ଦେଇଥିଲା ?
Answer:
ଶିକ୍ଷାର ଅଧଃପତନ ସମ୍ପର୍କରେ ଆଉଟ୍ ସାଇଡ଼ର ମତ ଦେଇଥିଲା ଯେ, ବେଙ୍ଗଲି ସାହିତ୍ୟରେ କେମିତି ଅନେକ ଲୋକ ସହଜରେ M.A. ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଉଛନ୍ତି ।

Question ୧୮ ।
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କେଉଁ ପରୀକ୍ଷା ଦେବାକୁ ପଡ଼େନାହିଁ ?
Answer:
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖି କିମ୍ବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ ।

Question ୧୯ ।
କେଉଁ ଦେଶର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ?
Answer:
ଭାରତବର୍ଷର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ।

Question ୨୦ ।
କ’ଣ କଲେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ?
Answer:
ପାଠ ପଢ଼ିଲେ ସେହି ପାଠ ବଳରେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧ ।
ସାଧାରଣ ଲୋକଙ୍କର ଶିକ୍ଷା ନ ଥ‌ିବାରୁ କ’ଣ ହେଉଛି ?
Answer:
ପ୍ରାବନ୍ଧିକଙ୍କ ମତରେ ସାଧାରଣ ଲୋକଙ୍କର ଶିକ୍ଷା ନ ଥିବାରୁ, ସରକାର ଯେଉଁସବୁ ଯୋଜନା କରୁଛନ୍ତି, ତାହାକୁ ସେମାନେ ବୁଝୁ ନାହାଁନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ନାହିଁ । ଫଳରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

Question ୨ ।
କ’ଣ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ?
Answer:
ପ୍ରାବନ୍ଧିକଙ୍କ ମତରେ ଆଜିକାଲିର ଯୋଜନା ଯୁଗରେ ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯଦି ଆମେ ଯୋଜନାକୁ ପକାଇ ରଖିବା, ତା’ହେଲେ ଆମେ ବହୁତ ପଛରେ ପଡ଼ିଯିବ । ତେଣୁ ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

Question ୩ ।
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି କ’ଣ ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି ହେଉଛି, ଭାରତୀୟ ଲୋକେ କାହିଁକି ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି । ସେଥ‌ିରେ ସେ ଆମେରିକାର ସୁଖ ସମ୍ଭୋଗ ଓ ଟଙ୍କାପଇସା କଥା ଛାଡ଼ିଦେଲେ ଅସଲ କଥା ଲେଖିଛନ୍ତି, ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୪ ।
ଭାରତ ସରକାର ଆମେରିକାରେ ଥ‌ିବା ଛାତ୍ର ପାଖକୁ କ’ଣ ଚିଠି ଲେଖିଥିଲେ ?
Answer:
ଭାରତ ସରକାର ଆମେରିକାରେ ଥିବା ଛାତ୍ରଙ୍କ ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ସରକାର ପରି ଧନୀ ନୁହଁନ୍ତି, ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବାପାଇଁ ନିଜ ଦେଶକୁ ଫେରିଆସନ୍ତୁ ।

Question ୫ ।
ଭାରତବର୍ଷରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ କାହିଁକି ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ କାରଣ ଏ ଦେଶରେ ପନ୍ଦର ବର୍ଷ କାମ କଲେ ମଧ୍ୟ ପ୍ରଥମ ପାହାଚରୁ ଦ୍ବିତୀୟ ପାହାଚକୁ ଉଠିହୁଏ ନାହିଁ । ପୁନଶ୍ଚ ଯାହାର ସ୍ପୃହା ଅଛି ସେ ବିଷୟରେ ତାଙ୍କୁ ଯଥାଶୀଘ୍ର ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି ।

Question ୬ ।
ଭାରତ ସରକାର ଶିକ୍ଷା କମିଶନ ବସାଇବାର କାରଣ କ’ଣ ?
Answer:
ପ୍ରାବନ୍ଧିକଙ୍କ ମତରେ ବର୍ତ୍ତମାନ ଶିକ୍ଷାର ସାଧାରଣ ସ୍ତର ଯାହା ହେଲାଣି ଏବଂ ଯେଉଁଭଳି ଭାବେ ଅଧୋଗତି କରୁଛି, ତାହାକୁ ନ ରୋକିଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ଅବସ୍ଥା ବାହାରକୁ ଯାହା ଦେଖାଯାଉଛି ବାସ୍ତବରେ ତାହା ନାହିଁ । ବରଂ ଶିକ୍ଷା ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ସେଥୁପାଇଁ ଭାରତ ସରକାର ଶିକ୍ଷା କମିଶନ ବସାଇଛନ୍ତି ।

Question ୭ ।
ପିଲାଟି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିଲେ କ’ଣ ହେବ ?
Answer:
ପିଲାଟି ଯଦି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିବ ତା’ହେଲେ ସେ କେବଳ ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳମାନ ଶିଖିବ । ସେ ବହିର ଜ୍ଞାନ ଅନୁସନ୍ଧାନ ନକରି ପ୍ରଶ୍ନପତ୍ର କେଉଁଠି ରହିଛି, ସେହି ଅନୁସନ୍ଧାନରେ ଅନେକ ସମୟ ଯାଏ ଫଳରେ ସେ ଜ୍ଞାନ ଅର୍ଜନ କରିପାରେ ନାହିଁ ।

Question ୮ ।
“ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଜଣେ ସ୍କୁଲ ଶିକ୍ଷକ ଲେଖୁଛନ୍ତି ଏବେ କୌଣସି ଅନୁଷ୍ଠାନର ବହୁତ ଛାତ୍ର ଭଲ ଫଳ ଦେଖାଇଥା’ନ୍ତି, ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ହେବ । ପିଲା ଖୁବ୍ ଭଲ କରିଛି ବୋଲି ଶୁଣିଲାମାତ୍ରେ ଆମେ ଯଦି ସନ୍ଦେହ କରିବା ଆରମ୍ଭ କରୁ ଓ ପାଠପଢ଼ାର ପରିଣତି ଯଦି ଏଇୟା ହୁଏ, ତେବେ ଜୀବନଟା କେବଳ ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହୋଇଯିବ ।

Question ୯।
ପରୀକ୍ଷା ବିଷୟରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେବାର କାରଣ କ’ଣ ?
Answer:
ପରୀକ୍ଷା ସମ୍ପର୍କରେ ଅଭିମତ ଦେଇ ପ୍ରାବନ୍ଧିକ ଲେଖିଛନ୍ତି, ଆଗ ଅପେକ୍ଷା ବର୍ତ୍ତମାନ ପରୀକ୍ଷାର ସ୍ତର ବଢ଼ି ବଢ଼ି ଚାଲିଛି । ଏହିସବୁ ପରୀକ୍ଷା ହେବାପରେ ପରୀକ୍ଷା ସମ୍ପର୍କରେ ଆଗରୁ ଯେଉଁ ଅସାଧୁତା ନଥିଲା, ତାହା ସବୁ ଶୁଣିବାକୁ ମିଳୁଛି । ତେଣୁ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ କିଛି ଲାଭ ହେଉ ନାହିଁ ।

Question ୧୦ ।
ଆଗର ମାଟ୍ରିକ୍ୟୁଲେସନ ପାସ୍ ଲୋକେ ଓ ଆଜିର ବି.ଏ. ଛାତ୍ରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖାଯାଏ ?
Answer:
ଆଗେ ଶିକ୍ଷାର ମାନଦଣ୍ଡ ଏତେ ଉଚ୍ଚ ଥିଲା ଯେ ମାଟ୍ରିକ୍ୟୁଲେସନ ପାସ୍ ଲୋକେ ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲେ । ମାତ୍ର ଆଜିର ବି.ଏ. ଛାତ୍ରଙ୍କୁ ଚିଠିଟିଏ ଲେଖୁବାକୁ କହିଲେ ଇଂରାଜୀରେ ଯାହି ତାହି ଲେଖୁଦେବେ, କିନ୍ତୁ ମାତୃଭାଷାରେ ଲେଖିଲାବେଳକୁ ପନ୍ଦରଟା ବନାନ ଅଶୁଦ୍ଧି ବାହାରିବ । ପାଠ ତ ଯାହା ହୋଇଥବ, ଅକ୍ଷର ଦେଖୁଲେ ଡର ମାଡ଼ିବ । ଯେପରିକି ପାଠ ସଙ୍ଗେ ଅକ୍ଷରର ଆଜିକାଲି କୌଣସି ସମ୍ବନ୍ଧ ନାହିଁ ।

Question ୧୧ ।
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ଙ୍କ ମତ କ’ଣ ?
Answer:
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ କହିଛନ୍ତି, ବଙ୍ଗଳା ଭାଷାରେ ଅନେକ ଲୋକ ଏମ୍.ଏ. କରି, ପ୍ରଥମ ଶ୍ରେଣୀ ପାଉଛନ୍ତି । କିନ୍ତୁ ସେହି ପ୍ରଥମ ଶ୍ରେଣୀର କିଛି ମୂଲ୍ୟ ନଥ‌ିବାରୁ ଅଧିକାଂଶ ଡି.ଫିଲ୍. ଓ ପରବର୍ତ୍ତୀ ସମୟରେ ଡି.ଲିଟ୍. କରୁଛନ୍ତି । କାରଣ ଶିକ୍ଷାର ମାନ କମୁଥିବାରୁ ସେପରି କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

Question ୧୨ ।
ଭାରତବର୍ଷର ସ୍ଵାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ ବୋଲି କୁହାଯାଇଛି ?
Answer:
ପି.ଏଚ୍.ଡ଼ି., ଡି.ଲିଟ୍. ବାହାରୁଥିଲେ ହେଁ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ । ତେବେ ଶିକ୍ଷା ବ୍ୟବସ୍ଥାରେ ତଳ ତ ଯାହା ଉପରଟା ଯଦି ଫାଙ୍କା ହୋଇଯାଏ, ତେବେ ଖାଲି ଆବାଜ୍‌ରେ ଭାରତବର୍ଷର ସ୍ଵାଧୀନତାକୁ ସମ୍ଭାଳି ହେବ ନାହିଁ ବୋଲି ପ୍ରାବନ୍ଧିକ ମତ ପୋଷଣ କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ସ୍ଵାଧୀନ ଦେଶର ଶିକ୍ଷାଚିନ୍ତା’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରାକୁ ସରଳ ଭାବରେ ଉପସ୍ଥାପିତ କରିବାରେ ଥିଲେ ଧୁରୀଣ ଶିଳ୍ପୀ । ସଂକ୍ଷିପ୍ତ ଓ ଇଙ୍ଗିତ ଭାବରେ ସେ ଅନେକ କଥା କହିବାକୁ ଚେଷ୍ଟା କରନ୍ତି । ପ୍ରସଙ୍ଗକ୍ରମେ ସେ ଅନେକ ଉଦାହରଣ ଓ ପ୍ରସଙ୍ଗକୁ ଉପସ୍ଥାପନ କରି ନିଜସ୍ଵ ଅଭିମତକୁ ଦୃଢ଼ କରିଥା’ନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’, ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’, ‘କଳିଙ୍ଗ’ ଆଦି ଖବରକାଗଜର ଅଭିମତକୁ ଉଦ୍ଧାର କରି, ବର୍ତ୍ତମାନ ଶିକ୍ଷାର ସ୍ତର କିପରି କ୍ରମଶଃ ବିପର୍ଯ୍ୟୟ ଆଡ଼କୁ ଅଗ୍ରସର ହେଉଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ସରକାରୀ କଳର ଭୂମିକା ଓ ଦୃଢ଼ତାକୁ ସେ ସୁନ୍ଦର ଭାବରେ ଉଲ୍ଲେଖ କରିଛନ୍ତି । ଶେଷରେ ଆମ ଦେଶରେ ତଳସ୍ତରଠାରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପାଇଁ ଯେଉଁଭଳି ପରୀକ୍ଷା ବ୍ୟବସ୍ଥା ହେଉଛି, ତାହାକୁ ଆକ୍ଷେପ କରିବା ସହିତ, ସୁଧୁରିଯିବାର ମାର୍ଗ ମଧ୍ଯ ନିର୍ଣ୍ଣୟ କରିଛନ୍ତି ।

ପ୍ରାବନ୍ଧିକ ନିଜସ୍ଵ ଅଭିଜ୍ଞତା ପ୍ରକାଶ କରି ଲେଖିଛନ୍ତି । ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ସେ ଦେଖିଛନ୍ତି, ଶିକ୍ଷା ବ୍ୟବସ୍ଥାର ବିଚାର ଆଲୋଚନା ସବୁଠାରୁ ଶେଷ ପର୍ଯ୍ୟାୟରେ ରହିଛି। ପଚାରିବାରୁ ସେମାନଙ୍କର ଅଭିମତ, ଲୋକମାନଙ୍କର ଶିକ୍ଷା ସ୍ତର କମ୍ ଥ‌ିବାରୁ ସେମାନେ କୌଣସି ଯୋଜନା ସମ୍ବନ୍ଧରେ ବିଚାର କରିପାରୁ ନାହାଁନ୍ତି । ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ପ୍ରାବନ୍ଧିକଙ୍କ ମତରେ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହର ସହିତ କରିବାକୁ ପଡ଼ିବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରକ୍ଷାହୋଇପାରିବ ।

ପରବର୍ଭୀ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, “ଭ।ରତବର୍ଷରେ ବିଜେଷଜ୍ଞମାନଙ୍କ ମତକୁ କୌଣସି ଦେଇ ବିଚାର କରାଯାଉନାହିଁ । ସରକାର ବା ଶାସକମାନଙ୍କଦ୍ୱାରା ସବୁ ଯୋଜନା ନିୟନ୍ତ୍ରଣ ହୋଇଥାଏ । ଫଳସ୍ବରୂପ ଅନେକ ଭାରତୀୟ ଛାତ୍ର ସୁଖ ସମ୍ଭୋଗ, ଟଙ୍କାପଇସା ଓ ମର୍ଯ୍ୟାଦା ପାଇଁ ଆମେରିକା ପରି ଦେଶକୁ ଚାଲିଯାଉଛନ୍ତି ।

ସେହିପରି ପ୍ରାବନ୍ଧିକ ଶିକ୍ଷାର ଉନ୍ନତି ପାଇଁ ଓ ଶିକ୍ଷାର ମାନଦଣ୍ଡ ଜାଣିବାପାଇଁ ଆମ ଦେଶରେ ପରୀକ୍ଷାର ଯେଉଁ ବ୍ୟବସ୍ଥା ରହିଛି, ସେଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । ସେ କହିଛନ୍ତି ପ୍ରାଥମିକ ସ୍ତରରୁ ଆରମ୍ଭକରି ଶେଷପର୍ଯ୍ୟନ୍ତ ପରୀକ୍ଷା ପଦ୍ଧତି ପିଲାଙ୍କର ଜ୍ଞାନ ବଢ଼ାଇବାରେ ସହାୟକ ହେଉନାହିଁ । ସେହି ପରିପ୍ରେକ୍ଷୀରେ ପ୍ରାବନ୍ଧିକ ନୋଟ୍ ବହି ବ୍ୟବହାରକୁ ବିରୋଧ କରିଛନ୍ତି । ଶେଷରେ ସେ କହିଛନ୍ତି, ଶିକ୍ଷାକୁ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଅବସ୍ଥାର ପରିବର୍ତ୍ତନ ହେବ ।

ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Question ୨ ।
ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରାବନ୍ଧିକଙ୍କ ପ୍ରତିକ୍ରିୟା “ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା” ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି, ଆଲୋଚନା କର ।
Answer:
ଆଧୁନିକ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଜଣେ ଯଶସ୍ଵୀ ପ୍ରତିଭା । ସେ ନିଜସ୍ଵ ସମାଜର ବିଶେଷକରି ସ୍ଵାଧୀନତା ପରବର୍ତ୍ତୀ ସମାଜର ଶିକ୍ଷାର ଉନ୍ନତି ପାଇଁ ବହୁଭାବରେ ଚେଷ୍ଟା କରିଥିଲେ । ପୂର୍ବରୁ ଶିକ୍ଷାର ମାନ ଯେପରି ଥିଲା, ତାହା ବର୍ତ୍ତମାନ ପରିସ୍ଥିତିରେ କମି କମି ଆସୁଛି । ବିଶେଷକରି ପରୀକ୍ଷା ଦେଇ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାରେ ଯେଭଳି ଗୁରୁତ୍ୱ ଦିଆଯାଉଛି, ସେହିପରି ଜ୍ଞାନର ଉନ୍ନତି ପାଇଁ କେହି ଚେଷ୍ଟା କରୁ ନାହାଁନ୍ତି । ପୁନଶ୍ଚ ଯେଉଁମାନେ ଉଚ୍ଚଶିକ୍ଷିତ ହେବାପାଇଁ ବିଦେଶ ଯାଉଛନ୍ତି, ସେମାନେ ଆଉ ସ୍ଵଦେଶକୁ ଫେରୁନାହାନ୍ତି । ପ୍ରାବନ୍ଧିକ ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ଉପରୋକ୍ତ ବିଷୟକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ସହଜ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ବର୍ତ୍ତମାନ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ହେଉଛି । ମାତ୍ର ଜନସାଧାରଣଙ୍କ ଅଶିକ୍ଷା ଓ ନିରକ୍ଷରତା ଯୋଗୁଁ, କୌଣସି ଯୋଜନା ସଫଳ ହୋଇପାରୁ ନାହିଁ । ଆଜିକାଲିର ଏ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ । ଶିକ୍ଷାର ଉନ୍ନତିପାଇଁ ବିଶେଷଜ୍ଞମାନେ ଅନେକ ମତ ଦେଲେ ବି, ସେସବୁ ଯଥାର୍ଥ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ । କାରଣ ଯୋଜନା ଯେତେବେଳେ ଅର୍ଥ ବିଭାଗକୁ ଆସେ, ସେତେବେଳେ ପ୍ରଥମ ଆଘାତ ପଡ଼ିଥାଏ ଶିକ୍ଷା ଉପରେ । ଆମ ଦେଶରେ ଅନେକ ଛାତ୍ର ପାଠ ପଢ଼ିବାପାଇଁ ଆମେରିକା ଯାଉଛନ୍ତି । ମାତ୍ର ପାଠ ମୂଲ୍ୟ ନାହିଁ ।

ପ୍ରାବନ୍ଧିକଙ୍କ ମତରେ, ଶିକ୍ଷା ସାଧାରଣ ସ୍ତରରେ ଯାହା ହେଲାଣି ବା ଯେଉଁ ପ୍ରକାର ଅଧୋଗତି ଦିନକୁ ଦିନ ହୋଇଚାଲିଛି, ତାକୁ ଯଦି ରୋକା ନ ଯାଏ, ତା’ହେଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର, ବାହାରକୁ ଯେତେ ଦେଖା ଗଲେବି, ପ୍ରକୃତରେ ଯେଉଁମାନେ ଶିକ୍ଷାକଥା ଜାଣୁଛନ୍ତି, ସେମାନେ ନିଶ୍ଚୟ ଅନୁଭବ କରୁଥ୍, ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚଗଲାଣି । ସେଥ‌ିପାଇଁ ଭାରତ ସରକାର ବର୍ତ୍ତମାନ ଏକ ଶିକ୍ଷା କମିଶନ ବସାଇ ଭାରତରେ ଶିକ୍ଷାର ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି ।

ସେହିପରି ଶିକ୍ଷାର ସମସ୍ୟା କଥା ବିଚାର କରିବାକୁ ଯାଇ ପ୍ରାବନ୍ଧିକ ପରୀକ୍ଷାରେ ଅବୈଧ ଆଚରଣ, ନୋଟ୍ ବହିର ପ୍ରଚଳନ, ପରୀକ୍ଷାର ଫଳ ପର୍ଯ୍ୟାୟକ୍ରମେ ବାହାରିବା ପ୍ରସଙ୍ଗକୁ ଉଦାହରଣ ଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବାସ୍ତବିକ ପ୍ରାବନ୍ଧିକଙ୍କ ଅଭିମତ ଯୁକ୍ତିଯୁକ୍ତ ମନେହୋଇଥାଏ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୩ ।
ଆମ ଦେଶର ପରୀକ୍ଷା ପଦ୍ଧତି ଓ ଛାତ୍ରମାନଙ୍କ ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପ୍ରାବନ୍ଧିକଙ୍କ ମତର ସତ୍ୟତା ବିଚାର କର ।
Answer:
ପ୍ରଫେସର ଗୋଲୋକବିହାରୀ ଧଳ ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ ପ୍ରାବନ୍ଧିକ । ସେ ଜଣେ ଭାଷାତତ୍ତ୍ବବିତ୍ ଭାବରେ ପରିଚିତ ହେଲେ ବି ଶିକ୍ଷା ଓ ସଂସ୍କୃତିର ଥିଲେ ଜାଗ୍ରତ ପ୍ରହରୀ। ସ୍ବାଧୀନ ଭାରତରେ ଶିକ୍ଷାର ସୁରକ୍ଷା ଓ କ୍ରମୋନ୍ନତି ପାଇଁ ବହୁଭାବରେ ସେ ଚେଷ୍ଟା କରିଛନ୍ତି । ଶିକ୍ଷାର ମାନ କ୍ରମଶଃ କମି କମି ଆସୁଥୁବାରୁ, ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ପଦ୍ଧତିକୁ ସେ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ନେଇ ବିଚାର କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ପ୍ରାବନ୍ଧିକଙ୍କ ଶିକ୍ଷାମନସ୍କ ଚିନ୍ତାଧାରାର ପରିଚୟ ମିଳିଥାଏ ।

ପ୍ରାବନ୍ଧିକ ପ୍ରଥମ ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି, ଆଜିକାଲି ସରକାରୀ ସ୍ତରରେ ଯେତେସବୁ ଯୋଜନା ହେଉଛି, ସେହିସବୁ ଯେଜାନା ଅଶିକ୍ଷା ଓ ନିରକ୍ଷରତାଯୋଗୁଁ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଉନାହିଁ । ପୁନଶ୍ଚ ଆମ ଦେଶର ଅନେକ ଛାତ୍ର ଉଚ୍ଚଶିକ୍ଷା ପାଇଁ ଆମେରିକା ଗଲେ ବି ସେମାନେ ଆଉ, ଦେଶକୁ ଫେରି ଦେଶସେବାରେ ମନୋନିବେଶ କରିବାକୁ ଚାହୁଁ ନାହାଁନ୍ତି । ସେମାନଙ୍କ ମତରେ ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ଉପଯୁକ୍ତ ଭାବେ ମୂଲ୍ୟାୟନ କରାଯାଏ ନାହିଁ ।

ପରେ ଶିକ୍ଷାର ସମସ୍ୟା କଥା ଆଲୋଚନା କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ ଆମ ଦେଶରେ ମୂଳରୁ ଚୂଳଯାଏ ଅର୍ଥାତ୍ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେଉଁଭଳି ପରୀକ୍ଷା ପଦ୍ଧତି ହେଉଛି, ସେଥୁରେ ଛାତ୍ରର ଯଥାର୍ଥ ଗୁଣାତ୍ମକ ମୂଲ୍ୟ ନିର୍ଣ୍ଣୟ କରିବା କଷ୍ଟକର । ଏହାକୁ ସ୍ପଷ୍ଟ କରିବାପାଇଁ, ପ୍ରାବନ୍ଧିକ ‘କଳିଙ୍ଗ’ ଖବରକାଗଜରେ ପ୍ରକାଶ ପାଇଥିବା ଲେଖାର ଉଦାହରଣ ଦେଇଛନ୍ତି । ଆଜିକାଲିର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧିକ ଜାଣୁଛନ୍ତି, ପରୀକ୍ଷା ବିଷୟରେ । ଆମ ଦେଶରେ ନୋଟ୍ ବହିଗୁଡ଼ିକ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ ହୋଇଯାଉଛି ।

ଫଳରେ ନୋଟ୍ ବହି ପଢ଼ିବାଦ୍ୱାରା ଛାତ୍ରମାନଙ୍କର ମୌଳିକ ଜ୍ଞାନ ନଷ୍ଟ ହୋଇଯାଉଛି । ଛାତ୍ରମାନେ ଜ୍ଞାନ ଅର୍ଜନ ଅପେକ୍ଷା ପରୀକ୍ଷାରେ ଅଧ‌ିକ ଗୁରୁତ୍ଵ ଦେଉଥ‌ିବାରୁ, ସେମାନଙ୍କ ଜ୍ଞାନର ସ୍ଫୁରଣ ହୁଏ ନାହିଁ । ଆହୁରି ମଧ୍ୟ ଏଭଳି ସମସ୍ୟା ସମ୍ବନ୍ଧରେ ପ୍ରାବନ୍ଧିକ କହିଛନ୍ତି, ‘ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା, ସେଠିକା ବିଧାନ ସଭାରେ ଆଲୋଚନା ହୋଇଛି ।’ ଏବେ ସବୁସ୍ତରରେ ପରୀକ୍ଷା ହେଲେବି, ଏବେକାର ପରୀକ୍ଷାକୁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ ବିଶେଷ କ’ଣ ଲାଭ ହୋଇଛି । ସେହିପରି ପରୀକ୍ଷଫଳ ପର୍ଯ୍ୟାୟକ୍ରମେ ବାହାରିବାକୁ ଲେଖକ ଆକ୍ଷେପ କରିଛନ୍ତି ।

ଲେଖକ ଯେଉଁଭଳି ଅଭିବ୍ୟକ୍ତି ଦେଇଛନ୍ତି, ତାହା ସ୍ୱାଧୀନ ଭାରତକୁ ନୂତନ ଦିଶା ଦେଖାଇବ, ଏଥ‌ିରେ ସନ୍ଦେହ ନାହିଁ ।

Question ୪।
‘‘ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ’’ ଦେବାପାଇଁ ପ୍ରାବନ୍ଧିକଙ୍କ ଯୁକ୍ତିର ଯଥାର୍ଥତା ବିଚାର କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ପ୍ରଫେସର ଗୋଲୋକବିହାରୀ ଧଳ ଜଣେ ସୁପ୍ରତିଷ୍ଠିତ ଓ ସୁପରିଚିତ ପ୍ରାବନ୍ଧିକ। କେତେକ ସୁଚିନ୍ତିତ ଅଭିମତ ଦେଇଛନ୍ତି । ସେ କେବଳ ମତାମତ ଦେଇ ନାହାଁନ୍ତି ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ପତ୍ର ପତ୍ରିକାର ଲେଖାକୁ ଉଦାହରଣ ରୂପେ ଉଲ୍ଲେଖ କରି ନିଜସ୍ଵ ଅଭିମତର ମୂଲ୍ୟାୟନ କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ ନିଜସ୍ବ ଅଭିଜ୍ଞତା ପ୍ରକାଶ ଛଳରେ କହିଛନ୍ତି, ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ଆଲୋଚନାପାଇଁ ଯେତେ ବିଷୟ ରଖାଯାଇଥିଲା, ସେଥ‌ିରେ କୃଷି ଥିଲା ସବା ଉପରେ ଏବଂ ଶିକ୍ଷା ଥିଲା ସବାତଳେ । ଶିକ୍ଷାକୁ ଶେଷ ସ୍ଥାନରେ ରଖିବାର କାରଣ, ସରକାର ଯେତେ ଯୋଜନା କରୁଛନ୍ତି, କେହି ତା’କୁ ସାକାର କରିବାକୁ ଇଚ୍ଛାକରୁ ନାହାଁନ୍ତି । କାରଣ ସାଧାରଣ ଲୋକଙ୍କର ବିଶେଷ ଶିକ୍ଷା ନାହିଁ । ତେଣୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହ ସହକାରେ କଲେ, ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

ଆମେରିକା ଭଳି ଦେଶକୁ ଯାଇ ପାଠ ପଢୁଛନ୍ତି, ସେମାନେ ପାଠ ପଢ଼ି ସାରିଲାପରେ ଆଉ ଦେଶକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦେଶର ପରିଚାଳନା ପଦ୍ଧତିରେ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲେ, ଏଭଳି ଅବସ୍ଥାରେ ପରିବର୍ତ୍ତନ ଆସିବ ନାହିଁ ।

ଦେଶର ଶିକ୍ଷା ସମସ୍ୟା ନିରୂପଣ ଓ ନିରାକରଣ ପାଇଁ ପ୍ରାବନ୍ଧିକ କେତେକ ମୂଲ୍ୟବାନ୍ ଅଭିମତ ଦେଇଛନ୍ତି । ଦେଶରେ ମୂଳରୁ ଚୂଳଯାଏ, ଯେଉଁଭଳି ପରୀକ୍ଷା ପଦ୍ଧତି ଅନୁସରଣ କରାଯାଉଛି, ସେଥ‌ିରେ ଛାତ୍ରର ଜ୍ଞାନର ନିର୍ଣ୍ଣୟ କରାଯାଇ ପାରୁନାହିଁ । କାରଣ ଛାତ୍ରମାନେ ଜ୍ଞାନ ଅଭିବୃଦ୍ଧି ବଦଳରେ, ନୋଟ୍ ବହି ମାଧ୍ୟମରେ କୌଣସି ପ୍ରକାର ପରୀକ୍ଷାରେ ପାସ୍ କରିବାକୁ ଚାହୁଁଛନ୍ତି । ଅଭିବୃଦ୍ଧି ଘଟୁନାହିଁ । ସେହିପରି ବର୍ତ୍ତମାନ – ଶିକ୍ଷାର ମାନ ଆସ୍ତେ ଆସ୍ତେ କମିବାରେ ଲାଗିଛି । ଏପରକି ପିଏଚ୍.ଡ଼ି., ଡି.ଲିଟ୍, କରୁଥିବା ବ୍ୟକ୍ତି ଜ୍ଞାନ ରାଜ୍ୟରେ ସମ୍ମାନ ପାଉନାହାଁନ୍ତି ।

ପ୍ରବନ୍ଧର ଶେଷ ଭାଗରେ ପ୍ରାବନ୍ଧିକ କହିଛନ୍ତି, ଆମେ କୌଣସି ଉପାୟରେ ଠକିଦେଲେ, ପ୍ରକୃତ ଜ୍ଞାନୀ ହୋଇପାରିବା ନାହିଁ । ଯଦି ପାଠ ପଢ଼ିବା, ତାହାହେଲେ ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇ ପାରିବା । ତେଣୁ ଶିକ୍ଷାକୁ ସବୁବେଳେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଭିତରେ ଥ‌ିବା ଠକିବାର ମାନସିକତା ଦୂରେଇଯିବ ଓ ଆମ ଅବସ୍ଥାର ପରିବର୍ତ୍ତନ ହେବ ।

Additional Multiple Choice Questions (Mcqs) With Answers

Question ୧।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(i) ଆମେରିକା
(ii) ଭାରତ
(iii) ଇଂଲଣ୍ଡ
(iv) କ।ପ।ନ
Answer:
(ii) ଭାରତ

Question ୨ ।
ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କଦ୍ବାରା ଅନୂଦିତ ପୁସ୍ତକ ନୁହେଁ ?
(i) ଗୋଦାନ
(ii) ଗବନ
(iii) ପ୍ରେମାଶ୍ରମ
(iv) ଯୁଦ୍ଧ ଓ ଶାନ୍ତି
Answer:
(iv) ଯୁଦ୍ଧ ଓ ଶାନ୍ତି

Question ୩।
ପ୍ରାବନ୍ଧିକ ଶ୍ରୀଯୁକ୍ତ ଧଳ କେଉଁ ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ?
(i) ଭାଷାତତ୍ତ୍ବବିଦ୍
(ii) ଅନୁବାଦକ
(iii) ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୪ ।
ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା’’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଆମେରିକାର ଅନୁଭୂତି
(ii) ବିଚାର ଆଲୋଚନା
(iii) ଓଡ଼ିଆ କେବେ
(iv) ଲଣ୍ଡନ ଚିଠି
Answer:
(ii) ବିଚାର ଆଲୋଚନା

Question ୫ ।
ସରକାରଙ୍କ ଯୋଜନାକୁ ସାଧାରଣ ଲୋକେ ଜାଣୁନାହାନ୍ତି କାହିଁକି ?
(i) ସରକାରୀ ଅଫିସରମାନେ ବ୍ରିଟିଶ ଲୋକଙ୍କ ପରି ଆଚରଣ କରୁଥ୍ରୁ
(ii) ଲୋକମାନେ ଖୁବ୍ ଦରିଦ୍ର ଥ‌ିବାରୁ
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ
(iv) ସରକାରୀ ଯୋଜନା ଅର୍ଥସବୁ ବାଟମାରଣା ହୋଇଯିବା ଯୋଗୁଁ
Answer:
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ

Question ୬ ।
ଆମ ଦେଶର ଶାସନ ବ୍ୟବସ୍ଥାରେ କେଉଁମାନଙ୍କର ବିଶେଷ ମୂଲ୍ୟ ନଥାଏ ?
(i) ବିଶେଷଜ୍ଞ
(ii) ଶାସକ
(iii) ସରକାରୀ ଅଫିସର
(iv) ରାଜନୈତିକ କର୍ମକର୍ତ୍ତା
Answer:
(i) ବିଶେଷଜ୍ଞ

Question ୭ ।
‘‘ଇଲଷ୍ଟ୍ରେଟେଡ୍ ଉଇକି’’ କହିଲେ କାହାକୁ ବୁଝାଇଥାଏ ?
(i) ଦୈନିକ ଇଂରାଜୀ ସମ୍ବାଦପତ୍ର
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ
(iii) ଦୈନିକ ହିନ୍ଦୀ ସମ୍ବାଦପତ୍ର
(iv) ମାସିକ ଇଂରାଜୀ ପତ୍ରିକା
Answer:
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ

Question ୮ ।
ଆଜିକାଲି ପାଠ ସଙ୍ଗେ କାହାର ସମ୍ପର୍କ ନାହିଁ ବୋଲି କୁହାଯାଇଛି ?
(i) ପୁସ୍ତକ
(ii) ଅକ୍ଷର
(iii) ଛାତ୍ରଛାତ୍ରୀ
(iv) ଶିକ୍ଷକ
Answer:
(ii) ଅକ୍ଷର

Question ୯ ।
ପ୍ରାବନ୍ଧିକ ବିଭିନ୍ନ ଘଟଣାର ଅବତାରଣା କରି କାହାର ଅଧୋଗତି ସମ୍ପର୍କରେ କହିଛନ୍ତି ?
(i) ସରକାରୀ ଯୋଜନା
(ii) ପରୀକ୍ଷା ପ୍ରଣାଳୀ
(iii) ଶିକ୍ଷା ବ୍ୟବସ୍ଥା
(iv) ପୁସ୍ତକ ରଚନା
Answer:
(iii) ଶିକ୍ଷା ବ୍ୟବସ୍ଥା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୦ ।
ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କ କ’ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି ?
(i) ଗୁଣାତ୍ମକ ମାନ
(ii) ଭ୍ରମ
(iii) ସଠିକ୍ ମୂଲ୍ୟାୟନ
(iv) ପାସ୍ ହାର
Answer:
(i) ଗୁଣାତ୍ମକ ମାନ

Question ୧୧ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି ?
(i) ଶେଷସ୍ଥାନ
(ii) ଶୀର୍ଷସ୍ଥାନ
(iii) ମଧ୍ଯମ ସ୍ଥାନ
(iv) ଉପଯୁକ୍ତ ସ୍ଥାନ
Answer:
(ii) ଶୀର୍ଷସ୍ଥାନ

Question ୧୨ ।
ପୂର୍ବରୁ ପାଠ ପଢ଼ିବାର ସୁବିଧା ନଥିଲେ ମଧ୍ୟ ପାଠର ମାନଦଣ୍ଡ କିପରି ଥିଲା ?
(i) ଉଚ୍ଚ
(ii) ନୀଚ
(iii) ଅଧୋଗତି
(iv) ଶୋଚନୀୟ
Answer:
(i) ଉଚ୍ଚ

Question ୧୩ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନରୀକ୍ଷଣ କରୁଛନ୍ତି ?
(i) ଉତ୍ତୀର୍ଣ୍ଣହାର ହ୍ରାସ
(ii) ପରୀକ୍ଷା ପଦ୍ଧତି
(iii) ଭାରତୀୟ ଶିକ୍ଷା ପରିସ୍ଥିତି
(iv) ନୋହିର ପ୍ରଚଳନ
Answer:
(iii) ଭାରତୀୟ ଶିକ୍ଷା ପରିସ୍ଥିତି

Question ୧୪ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ବାଧୀନତା ରହିପାରିବ ନାହିଁ ?
(i) ଛାତ୍ରଛାତ୍ରୀ
(ii) ବୟସ୍କ ବ୍ୟକ୍ତି
(iii) ନିରନ୍ନ ମୂର୍ଖ
(iv) ଏନ୍.ସି.ସି.ରେ ଭର୍ତ୍ତିହୋଇଥିବା ଲୋକ
Answer:
(iii) ନିରନ୍ନ ମୂର୍ଖ

Question ୧୫ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
(i) ଗବେଷକଙ୍କର
(ii) ବୈଜ୍ଞାନିକଙ୍କର
(iii) ଦାର୍ଶନିକଙ୍କର
(iv) ବିଶେଷଜ୍ଞଙ୍କର
Answer:
(iv) ବିଶେଷଜ୍ଞଙ୍କର

Question ୧୬ ।
ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ’ଣ ହୁଏ ?
(i) ଗଛ ଉଠେ ନାହିଁ
(ii) ଗୋରୁ ଚରିଯା’ନ୍ତି
(iii) ଲାଭ ହୁଏ
(iv) କ୍ଷତି ହୁଏ
Answer:
(ii) ଗୋରୁ ଚରିଯା’ନ୍ତି

Question ୧୭ ।
ଏବେ ମାଟ୍ରିକ୍ ପାଠ କେଉଁଠିକି ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
(i) ବୃଦ୍ଧିକି
(ii) ପେଡ଼ିକି
(iii) ଧାଡ଼ିକି
(iv) ଜ୍ଞାନକୁ
Answer:
(ii) ପେଡ଼ିକି

Question ୧୮ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼
(ii) ଉଇକି
(iii) କଳିଙ୍ଗ
(iv) ନବଯୁଗ
Answer:
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୯ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
(i) ସାହିତ୍ୟ
(ii) ଗଣିତ
(iii) ମୌଳିକ
(iv) ବିଜ୍ଞାନ
Answer:
(iii) ମୌଳିକ

Question ୨୦ ।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାରେ କେଉଁ ବିଷୟ ସବାତଳେ ଆଲୋଚିତ ହେବାକୁ ରଖାଯାଇଥିଲା ?
(i) କୃଷି
(ii) ସ୍ଵାସ୍ଥ୍ୟ
(iii) ଗମନାଗମନ
(iv) ଶିକ୍ଷା
Answer:
(iv) ଶିକ୍ଷା

Question ୨୧ ।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(i) ସବା ଉପର
(ii) ମଧ୍ୟଭାଗ
(iii) ସବାତଳ
(iv) ଅନ୍ୟାନ୍ୟ
Answer:
(iii) ସବାତଳ

Question ୨୨ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(i) ଶିକ୍ଷା
(ii) ସ୍ଵାସ୍ଥ୍ୟ
(iii) ଶିଳ୍ପ
(iv) ନଗର ଉନ୍ନୟନ
Answer:
(i) ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୩ ।
କେଉଁମାନେ ପାଠପଢ଼ି ସାରିଲାପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି ?
(i) ଇଂରେଜମାନେ
(ii) ଭାରତୀୟମାନେ
(iii) ଏସୀୟମାନେ
(iv) ଜାପାନୀମାନେ
Answer:
(ii) ଭାରତୀୟମାନେ

Question ୨୪ ।
ବମ୍ବେରୁ ପ୍ରକାଶିତ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ର କେଉଁ ଶିରୋନାମାରେ ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି ମତପ୍ରକାଶ ପାଇଥିଲା ?
(i) ଶାସକ ଓ ବିଶେଷଜ୍ଞ
(iii)ଶିକ୍ଷା ଓ ଯୋଜନା
(ii) ଯୋଜନା ଓ ବିଶେଷଜ୍ଞ
(iv) ସବୁଗୁଡ଼ିକ
Answer:
(i) ଶାସକ ଓ ବିଶେଷଜ୍ଞ

(କ) ଲେଖକ ପରିଚିତି :

ଆଧୁନିକ ପ୍ରବନ୍ଧ ସାହିତ୍ୟରେ ପ୍ରଫେସର ଗୋଲୋକବିହାରୀ ଧଳ ଏକ ପରିଚିତ ନାମ । ତାଙ୍କ ସମ୍ପର୍କରେ କୁହାଯାଇଛି – ‘‘ଭାଷାତତ୍ତ୍ବବିତ୍, ଅନୁବାଦକ ଓ ପ୍ରାବନ୍ଧିକ ଭାବରେ ଗୋଲୋକବିହାରୀ ଧଳଙ୍କ ଖ୍ୟାତି ସୁବିଦିତ । ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରା ନିକଟରେ ସରସଭାବରେ ଉପସ୍ଥାପିତ କରାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ । ସଂକ୍ଷିପ୍ତତା ଓ ଇଙ୍ଗିତାରକତ ତାଙ୍କ ପ୍ରବନ୍ଧର ଅନ୍ୟତମ ବୈଶିଷ୍ଟ୍ୟ । ବ୍ୟଙ୍ଗ, ବିଦ୍ରୁପ ଓ ସ୍ବଭାବସୁଲଭ ରସିକତାରେ ତାହାଙ୍କ ରଚନା ସରସ ଓ ସୁଖପାଠ୍ୟ ।’’

ପ୍ରଫେସର ଧଳ ୧୯୨୧ ମସିହାରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଢ଼ିଅ ଗ୍ରାମରେ ‘ଜନ୍ମଗ୍ରହଣ କରିଥିଲେ । ଜଣେ ମେଧାବୀ ଛାତ୍ର ଭାବରେ ସେ କାଳରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ୧୯୫୪ ମସିହାରେ ପାଟନାରୁ ସଂସ୍କୃତ ଭାଷା ଓ ସାହିତ୍ୟରେ ସେ ଏମ୍. ଏ. ପାଶ୍ କରି ଅଧାପନାକୁ ବୃତ୍ତିଭାବରେ ଗ୍ରହଣ କରି ନେଇଥିଲେ । ୧୯୫୧ ମସିହାରେ ସେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡିଗ୍ରୀ ଲାଭ କରିଥିଲେ । ସେ ଥିଲେ ଜଣେ ମେଧାବୀ, ସୁଶୃଙ୍ଖଳ, କର୍ମତତ୍ପର ମଣିଷ ଓ ସୁଶିକ୍ଷକ । ଭାରତର ବିଶିଷ୍ଟ ଧ୍ୱନିବିତ୍ ଭାବେ ସେ ଥିଲେ ଯଶସ୍ବୀ; ମାତ୍ର ଦୁଇବର୍ଷ ପାଇଁ ରେଭେନ୍ସା କଲେଜର ଓଡ଼ିଆ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟକରି ୧୯୭୪ ମସିହା ଜୁନ୍ ୨୬ ତାରିଖରେ ତାଙ୍କର ଆକସ୍ମିକ ତିରୋଧାନ ଘଟିଲା ।

ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଖାଲି ଯେ ଜଣେ ସାଧାରଣ ଅଧ୍ୟାପକ ଥିଲେ ତା’ ନୁହେଁ, ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଥିଲା ବେଶ୍ ପ୍ରଭାବଶାଳୀ । ତାଙ୍କର ବ୍ୟକ୍ତିଗତ ଜୀବନ କଠୋର ଶୃଙ୍ଖଳା, ଆଦର୍ଶ ଓ ନୀତିରେ ଥିଲା ଆବଦ୍ଧ । ନିଜର ବିଚାର ସିଦ୍ଧାନ୍ତରେ ସେ ଥିଲେ ଅଟଳ । ଏସବୁ ବ୍ୟତୀତ ଜଣେ ଉଦାର ମଣିଷ, ଦୟାଶୀଳ ବ୍ୟକ୍ତି ଓ ପ୍ରଭାବଶାଳୀ ପରୋପକାରୀ ଅଧ୍ୟାପକ ଭାବେ ସ୍ଵର୍ଗତ ଧଳ ଥିଲେ ବେଶ୍ ଜନପ୍ରିୟ ଓ ଛାତ୍ରବତ୍ସଳ ।

ଖ୍ୟାତିସମ୍ପନ୍ନ ସାହିତ୍ୟିକ ତଥା ଭାଷାବିତ୍ ଭାବେ ଅଧ୍ୟାପକ ଧଳ ବହୁଭାବରେ ପରିଚିତ ଥିଲେ । ୧୯୭୪ ମସିହା ଅଗଷ୍ଟ ସଂଖ୍ୟା ମାସିକ ‘ନବରବି’ ପତ୍ରିକାରେ ତାଙ୍କ ସମ୍ପର୍କରେ ଦୁର୍ଗାଚରଣ କୁଅଁର ଲେଖିଥିଲେ – ‘‘ଭାଷାବିଜ୍ଞାନ ଓ ଧ୍ବନିବିଜ୍ଞାନରେ ନିଜର ପାଣ୍ଡିତ୍ୟ ତଥା ମୌଳିକ ଗବେଷଣା ପାଇଁ ଅଧ୍ୟାପକ ଧଳ କେବଳ ଓଡ଼ିଶା କାହିଁକି ସାରା ଭାରତରେ ସୁଖ୍ୟାତି ଅର୍ଜନ କରିଥିଲେ । କଠିନ ବିଜ୍ଞାନ ବିଷୟରେ ନାନା କୌତୁକପ୍ରଦ ଦୃଷ୍ଟାନ୍ତଦ୍ଵାରା ସରଳ ଓ ସାଧାରଣ ବୋଧଗମ୍ୟ କରିବାର ଶୈଳୀ ଥିଲା ତାଙ୍କର ଏକାନ୍ତ ନିଜସ୍ବ । ଯେଉଁମାନେ ତାଙ୍କର ବକ୍ତୃତା ଶୁଣିଛନ୍ତି ଏହାର ସତ୍ୟତା ସହଜରେ ଉପଲବ୍ଧି କରିପାରିବେ ।’’

ଅଧ୍ୟାପକ ଧଳଙ୍କ ଜୀବନର ଦୁଃଖ ଥିଲା ଯେ, ସେ ବିଦେଶରୁ ଶିକ୍ଷାଲାଭ କରି ଫେରିବା ପରେ ତାଙ୍କର ନୂତନ ଶିକ୍ଷାର ବିନିଯୋଗ ପାଇଁ ଓଡ଼ିଶାରେ ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନ ଥିଲା । ଏହା ଥିଲା ପ୍ରଫେସର ଧଳଙ୍କ ପାଇଁ ଏକ ବିଶେଷ ସମସ୍ୟା ।

ପ୍ରଫେସର ଧଳ ଆଗ୍ରା ବିଶ୍ବବିଦ୍ୟାଳୟରେ ତିନି ବର୍ଷ ଧରି ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ । ସେଠାରେ ସେ ଅଧ୍ୟାପନା ଓ ଗବେଷଣାର ସୁବିଧା ଲାଭ କରିଥିଲେ । ଜଣେ ବହୁ ପଠନପିପାସୁ ଓ ପୁସ୍ତକ ଅଧ୍ୟୟନକାରୀଭାବେ ସ୍ଵର୍ଗତ ଧଳ ପରିଚିତ ଥିଲେ । ଏଥିପାଇଁ ନିଜ ଘରେ ସେ ଏକ ବିରାଟ ଲାଇବ୍ରେରୀ କରିଥିଲେ ।

ନିଜର ଯୋଗ୍ୟତା ବଳରେ ପ୍ରଫେସର ଧଳ ଦିଲ୍ଲୀ ମେଟ୍‌ଫ୍ ହାଉସ୍‌ରେ ଆଇ.ଏ.ଏସ୍. ଅଫିସରମାନଙ୍କୁ ଭାଷାତତ୍ତ୍ବ ଶିକ୍ଷାଦେବାଠାରୁ ଆରମ୍ଭକରି ଆଗ୍ରା, ପୁନା, ମହୀଶୂର ପ୍ରଭୃତି ବିଶିଷ୍ଟ ସ୍ଥାନମାନଙ୍କରେ ଭାଷାତତ୍ତ୍ଵର ଅଧ୍ୟାପକଭାବେ କାର୍ଯ୍ୟ କରିବାକୁ ଡାକରା ପାଇଥିଲେ । ପୁନଶ୍ଚ ଜାତୀୟ ଅନୁବାଦ ଟ୍ରଷ୍ଟରେ ସଦସ୍ୟ ତଥା ଭାରତୀୟ ଭାଷାତତ୍ତ୍ଵ ସମିତିର କାର୍ଯ୍ୟନିର୍ବାହୀ କମିଟିର ସଭ୍ୟଭାବେ କାର୍ଯ୍ୟ କରିବାକୁ ସେ ସୁଯୋଗ ପାଇଥିଲେ । ଏସବୁ ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ସେ ଅନେକ ଚିନ୍ତାଶୀଳ ଶିକ୍ଷାଧର୍ମୀ ପୁସ୍ତକ ରଚନା କରିଯାଇଛନ୍ତି । ସେଗୁଡ଼ିକ ହେଲା

(୧) ଆମେରିକା ଅନୁଭୂତି (ଭ୍ରମଣ କାହାଣୀ), (୨) ଲଣ୍ଡନ ଚିଠି (ଭ୍ରମଣ କାହାଣୀ), (୩) ଗୋଦାନ (ଅନୁବାଦ), (୪) ପ୍ରତିଜ୍ଞା (ଅନୁବାଦ), (୫) କେନେଡ଼ିଙ୍କ ଜୀବନୀ (ଅନୁବାଦ), (୬) ଭାରତ ମୋର ଘର (ଅନୁବାଦ), (୭) ପ୍ରେମଚାନ୍ଦଙ୍କ ଗଳ୍ପମାଳା (ଅନୁବାଦ), (୮) ପ୍ରେମାଶ୍ରମ (ଅନୁବାଦ), (୯) ଭାଷାଶାସ୍ତ୍ର ପରିଚୟ (ଭାଷାବିଜ୍ଞାନ ଆଲୋଚନା), (୧୦) ବିଚାର ଆଲୋଚନା (ପ୍ରବନ୍ଧ), (୧୧) ଧ୍ବନିବିଜ୍ଞାନ (ଭାଷାଶାସ୍ତ୍ର ଆଲୋଚନା), (୧୨) ଧୂସର ପଣତ (ଅନୁବାଦ), (୧୩) ମଣିଷର ଭାଷା, (୧୪) ଅମର ମଣିଷ, (୧୫) ଓଡ଼ିଆ କେବେ, (୧୬) ଗାନ୍ଧିଜୀ ଓ ଭାଷା ସମସ୍ୟା, (୧୭) ପେଟ୍‌ ପବନ, ମୁଖକୀ ବାତ୍ (ହିନ୍ଦୀ), (୧୮) ଧ୍ବନିବିଜ୍ଞାନ (ହିନ୍ଦୀ) ।

ପ୍ରଫେସର ଧଳ ପ୍ରୌଢ଼ ସ୍ବାକ୍ଷରମାନଙ୍କ ଉଦ୍ଦେଶ୍ୟରେ ‘ଟଙ୍କା ସୁନାର ସଂସାର’, ‘ନୂଆ ଗାଁ’, ‘ନୂଆ ସହର’, ‘ଆମ ସ୍ଵାଧୀନ ସଂସାର’ ନାମକ ଲେଖାମାନ ଲେଖି ବେଶ୍ ଜନପ୍ରିୟ ମଧ୍ୟ ହୋଇଥିଲେ । କାଳକ୍ରମେ ପ୍ରଫେସର ଧଳ ବା ଭାଷାତତ୍ତ୍ଵବିଦ୍ ଧଳଙ୍କୁ ଲୋକେ ହୁଏତ ଭୁଲିପାରନ୍ତି; ମାତ୍ର ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।

(ଖ) ପ୍ରବନ୍ଧ ସମ୍ପର୍କରେ :

ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ, ପ୍ରାବନ୍ଧିକ ସ୍ଵାଧୀନ ଭାରତବର୍ଷର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କରାଯାଉଥିଲା । ପ୍ରାବନ୍ଧିକ ତୁଳନାତ୍ମକ ବିଚାରଧାରା ପ୍ରକାଶ କରି କହିଛନ୍ତି, ଆମେରିକା ଓ ଇଂଲଣ୍ଡ ଅପେକ୍ଷା ଆମ ଦେଶରେ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରିବାପାଇଁ ଖସଡ଼ା ପ୍ରସ୍ତୁତ କରାଗଲା । ମାତ୍ର ଯୋଜନା ମଧ୍ୟରେ ଶିକ୍ଷାକଥାକୁ ଶେଷରେ ବିଚାର ନିର୍ଦ୍ଦେଶ କରିଛନ୍ତି । ପରୀକ୍ଷାର ସବୁସ୍ତରରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାରୁ, ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରାଯାଇ ପାରୁନାହିଁ । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ଶିକ୍ଷାକୁ ଯଦି ଶୀର୍ଷସ୍ଥାନରେ ରଖାଯାଇ ବିଚାର କରାଯାଏ, ତା’ହେଲେ ଆମ ଦେଶରେ ଯେଉଁ ଅବସ୍ଥା ଦେଖାଦେଇଛି, ତାହାର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବର୍ଣ୍ଣନା କରାଯାଇଛି ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ନିଜସ୍ୱ ଅଭିଜ୍ଞତା ପ୍ରକାଶ କରି ପ୍ରବନ୍ଧଟି ଆରମ୍ଭ କରିଛନ୍ତି । ଥରେ ସେ ଜିଲ୍ଲା ପରିଷଦମାନଙ୍କଦ୍ୱାରା ପରିଚାଳିତ ଏକ ଆଲୋଚନା ସଭା ଦେଖ‌ିବାର ସୁଯୋଗ ପାଇଥିଲେ । ସେହି ସଭାର ଆଲୋଚନାରେ ସେ ଦେଖିଥିଲେ କୃଷିକୁ ଶୀର୍ଷସ୍ଥାନ ଦେଉଥିଲାବେଳେ, ଶିକ୍ଷାକୁ ସର୍ବଶେଷରେ ବିଚାର କରାଯାଇଥିଲା । କୃଷିକୁ ପ୍ରଥମେ ବିଚାର କରାଯିବାରେ କିଛି ଦ୍ବିମତ ନ ଥିଲା;

ମାତ୍ର ଶିକ୍ଷାକୁ ଶେଷରେ ବିଚାର କରାଯିବା ପ୍ରାବନ୍ଧିକଙ୍କ ମନରେ ଭିନ୍ନ ଭାବ ସୃଷ୍ଟି କରିଥିଲା । ସେଦିନ ସଭାରେ ଯାହାସବୁ ବିଚାର କରାଯାଇଥିଲା, ସେଥୁରୁ ଜଣାଯାଇଥିଲା, ସରକାର ଅନେକ ଯୋଜନା କରୁଥିଲେ ବି, ତାହାକୁ ଲୋକମାନେ ବୁଝୁନାହାଁନ୍ତି; ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ଏହାର ମୂଳକାରଣ ହେଉଛି ସାଧାରଣ ଲୋକଙ୍କର ଶିକ୍ଷା ନାହିଁ । ଏକ ଉଦାହରଣ ଦେଇ କହିଛନ୍ତି – ‘ମାଟିକୁ ପାଗକରି ସେଥ‌ିରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ; କିନ୍ତୁ ପଡ଼ିଆ ଭୂଇଁରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି । ତେଣୁ ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ ଯୋଜନା କଥା କହିଲେ ସେ ବୁଝି ପାରିବେ ।’ କେବଳ ଶିକ୍ଷାଦେଇ ପରେ ଯୋଜନା ପ୍ରସ୍ତୁତ କଲେ, ଆମେ ଦେଶର ଅଗ୍ରଗତିରେ ପଛରେ ପଡ଼ିଯିବା । ତେଣୁ ଏକାଦିକ୍ରମେ ଆମେ ଯେତିକି ଯେତିକି ଅନ୍ୟ ବିଷୟରେ ଯୋଜନା କରିବା, ସେହି ଅନୁସାରେ ଶିକ୍ଷା ଉପରେ ଅନେକ ଗୁଣ ଗୁରୁତ୍ଵ ଦେଲେ, ଯୋଜନାଗୁଡ଼ିକ ସଫଳ ହୋଇପାରିବ ଏବଂ ଯୋଜନା ଓ ଶିକ୍ଷା ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ପାରିବ । ଜାତିସଂଘ ମଧ୍ୟ ଅନୁରୂପ ମତଦେଇ କହିଛି, ଲୋକମାନେ ଶିକ୍ଷା ଦୃଷ୍ଟିରୁ ଦୁର୍ବଳ ଥ‌ିବାରୁ ଉନ୍ନୟନ କାର୍ଯ୍ୟଗୁଡ଼ିକ ଅଗ୍ରସର ହୋଇପାରୁ ନାହିଁ । ଏସିଆର ଅଧ୍ଵଂକାଂଶ ଦେଶରେ ଏହାହିଁ ହେଉଛି ସବୁଠାରୁ ବଡ଼ ସମସ୍ୟା ।

ଆମ ଦେଶ ସ୍ଵାଧୀନ ହେବା ପରେ, ଶିକ୍ଷାର ପ୍ରସାର ପାଇଁ ବହୁ ଚେଷ୍ଟା ଚାଲିଛି । ଉନ୍ନୟନ ନାଁରେ ଯେଉଁ ଲମ୍ବା ଲମ୍ବା ରିପୋର୍ଟ ପ୍ରସ୍ତୁତ ହେଉଛି, ସେହି ରିପୋର୍ଟକୁ ଦେଖି ଆମେ ମୁଗ୍ଧ ହୋଇଯାଉଛୁ । ମାତ୍ର ସେହି ରିପୋର୍ଟ ଅନୁସାରେ କେତେ କାର୍ଯ୍ୟ ହେଉଛି ତା’ର ମୌଳିକ ମୂଲ୍ୟ ବିଷୟରେ ବିଶେଷ ଚିନ୍ତା କରିବାକୁ ଆମକୁ ବେଳ ନାହିଁ । କେବଳ ଶିକ୍ଷା ବିଷୟରେ ନୁହେଁ, ସବୁ ବିଷୟରେ ଅଳ୍ପ ବହୁତେ ସେହିଭଳି ହେଉଛି । ଆମର ଶାସନ ପଦ୍ଧତି ଏପରି ହୋଇଛି ଯେ, ଯେକୌଣସି ବିଷୟରେ ସବୁ ହୋଇସାରିବା ପରେ, ଯୋଜନାଗୁଡ଼ିକ ଯେତେବେଳେ ଅର୍ଥ ବିଭାଗକୁ ଯାଏ, ଅର୍ଥ ସଚିବ ପ୍ରଥମେ ଶିକ୍ଷା ଉପରେ ଆଘାତ ଦେଇଥା’ନ୍ତି ।

ଆଉ ଫେରୁ ନାହାଁନ୍ତି ପ୍ରାବନ୍ଧିକ ତାହାର ସ୍ପଷ୍ଟୀକରଣ ଦେଇଛନ୍ତି । ଏହାକୁ ପ୍ରମାଣ କରିବାପାଇଁ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’ ଏବଂ ବମ୍ବେରୁ ବାହାରୁଥିବା ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ ଖବରକାଗଜର ଉକ୍ତିକୁ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ସେମାନେ ଆମେରିକାରେ ସୁଖସମ୍ଭୋଗ ସହିତ ଅଧ‌ିକ ଟଙ୍କା ପାଉଛନ୍ତି ଏବଂ ସେମାନଙ୍କର ଅଭିମତକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉଛି । ଭାରତରେ ବିଶେଷଜ୍ଞମାନଙ୍କର କୌଣସି ମୂଲ୍ୟ ନାହିଁ; କାରଣ ସବୁକଥା ଶାସକମାନଙ୍କଦ୍ୱାରା ନିୟନ୍ତ୍ରତ ହୋଇଥାଏ । ଫଳସ୍ବରୂପ ଆମ ଦେଶରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ ନାହିଁ କିମ୍ବା ସ୍ପୃହା ରହୁନାହିଁ । ପୁନଶ୍ଚ ଯେଉଁମାନଙ୍କର ସ୍ପୃହା ଅଛି ସେମାନଙ୍କୁ ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି । ଏ ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି – ‘ଏହି ସମ୍ପର୍କରେ ଦେଶର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲା ପର୍ଯ୍ୟନ୍ତ ଅବସ୍ଥାର କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ।’’

ଶିକ୍ଷା କ୍ଷେତ୍ରରେ ବଡ଼ ବଡ଼ ଯୋଜନା ଓ ବଡ଼ ବଡ଼ ବିଶେଷଜ୍ଞଙ୍କ କଥାକୁ ଛାଡ଼ିଦେଲେ ସାଧାରଣ ସ୍ତରରେ ଶିକ୍ଷାର ଯେପରି ଅଧୋଗତି ହେଉଛି, ତାହାକୁ ନ ରୋକିଲେ, ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର ଯେତେ ବାହାରକୁ ଦେଖାଯାଉଥିଲେ ମଧ୍ୟ, ବାସ୍ତବରେ ଶିକ୍ଷାର ସେତେଟା ଉନ୍ନତି ହେଉନାହିଁ । ଶିକ୍ଷା ଯେପରି ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିର ନିରାକରଣ ପାଇଁ ଭାରତ ସରକାର ଏକ ଶିକ୍ଷା କମିଶନ ବସାଇ ଭାରତୀୟ ଶିକ୍ଷା ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ବି ପ୍ରାବନ୍ଧିକ ଆମ ଦେଶର ପରୀକ୍ଷା ପଦ୍ଧତି ସମ୍ପର୍କରେ ସୂଚନା ଦେଇଛନ୍ତି । କାରଣ ଆମ ଦେଶର ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ରହିଛି, ସେଥୁରୁ ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର । ଶିକ୍ଷା କମିଶନଙ୍କୁ ପ୍ରାବନ୍ଧିକ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ପୁନଶ୍ଚ ‘କଳିଙ୍ଗ’ ନାମକ ଖବର କାରଣ ବର୍ତ୍ତମାନର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁନାହାଁନ୍ତି, ତା’ଠାରୁ ଅଧ‌ିକ ଜାଣୁଛନ୍ତି ପରୀକ୍ଷା ବିଷୟରେ । ସେଥ୍ପାଇଁ ସେମାନେ ନୋଟ୍ ବହି ବ୍ୟବହାର କରୁଛନ୍ତି ।

ଏଭଳି ମାନସିକତାକୁ ଆକ୍ଷେପ କରି ପ୍ରାବନ୍ଧିକ କହିଛନ୍ତି – ‘‘ନୋଟ୍ ବହି ପଢ଼ି, ଭୋଟ୍ ଦେଇ ପୃଥ‌ିବୀରେ କେଉଁଠି କେବେ ଗଣତନ୍ତ୍ର ତିଷିଲାଣି ? ରାତି ପାହିଲେ ଯେଉଁ ବିଲାତ, ଆମେରିକା ଓ ରୁଷ କଥା ଆମେ କହୁଛୁ ଓ ସେମାନଙ୍କ ସଙ୍ଗେ ସମକକ୍ଷ ହେବାପାଇଁ ଚେଷ୍ଟା କରୁଛୁ, ଏମିତି ନୋଟ୍ ବହି ପଢ଼ି କ’ଣ ଆମେ ସମାନ ହୋଇପାରିବୁ ।’’ ବାସ୍ତବରେ ନୋଟବହି ପଢ଼ିବାଦ୍ୱାରା ପିଲାର କୌଣସି ସମୟରେ ମୌଳିକତାର ଉନ୍ନତି ହୁଏ ନାହିଁ । ପ୍ରକୃତରେ ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖାଯିବ ନାହିଁ, ସେହି ଦେଶରେ ମୌଳିକ ଚିନ୍ତା ପରିପ୍ରକାଶ ହେବ ନାହିଁ ।

ଆମ ଦେଶର ପରୀକ୍ଷା ପଦ୍ଧତିର ମୂଲ୍ୟାୟନ କରି ପ୍ରାବନ୍ଧିକ କହିଛନ୍ତି, ‘ପିଲା ଯଦି ପ୍ରାଥମିକ ପରୀକ୍ଷାରୁ ନୋଟ୍ ବହି ପଢ଼େ ଏବଂ ବହିର ଜ୍ଞାନ ଆହରଣ ଅପେକ୍ଷା ଅଧିକ ପରୀକ୍ଷା ସମ୍ପର୍କରେ ଚିନ୍ତାକରେ, ତେବେ ସେ କେବେହେଲେ ଜ୍ଞାନ ଅର୍ଜନ କରିପାରିବ ନାହିଁ ।’’ ଏବେ ଆନ୍ଧ୍ର ପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା ବିଷୟ, ସେଠାକାର ବିଧାନସଭାରେ ବିଚାର ହୋଇଛି । ସେହିପରି ଜଣେ ସ୍କୁଲ ଶିକ୍ଷକ ଖୋଲାଖୋଲି ଭାବରେ ଗୋଟିଏ ପ୍ରବନ୍ଧରେ ଲେଖିଛନ୍ତି, ଯେଉଁ ଅନୁଷ୍ଠାନରେ ଅଧ୍ବକ ଛାତ୍ର ଭଲ ଫଳ ଦେଖାଉଛନ୍ତି, ତା’ହେଲେ ସେଠିକାର ଫଳାଫଳକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ହେବ । ପିଲା ଯଦି ଭଲ କରିଛି, ତାହା ଶୁଣିଲା ମାତ୍ରେ ଆମେ ସନ୍ଦେହ କରିବା, ତା’ହେଲେ ସେଭଳି ପାଠର ମୂଲ୍ୟ କିଛି ନାହିଁ । ପୁନଶ୍ଚ ଏବେ ଦିନକୁ ଦିନ ପରୀକ୍ଷା ବଢ଼ୁଛି । ମାଇନର ପରୀକ୍ଷା, ଅପର ପ୍ରାଇମେରୀ ପରୀକ୍ଷା ଏବେ ଚାଲୁହୋଇଛି । ମାତ୍ର କହୁଛନ୍ତି, ଏଭଳି ପରୀକ୍ଷା ହେଉଛି, ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା, ଆଉ କିଛି ନୁହେଁ ।

କେବଳ ତଳ ସ୍ତର ନୁହେଁ ଉପର ସ୍ତରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳୁଛି । ଫଳରେ ବିଶ୍ବବିଦ୍ୟାଳୟର ପରୀକ୍ଷାରେ ଯେତିକି ପିଲା ପାସ୍ କରୁଛନ୍ତି, ତା’ର ଏକ ତୃତୀୟାଂଶ ପିଲା ଅବୈଧ ଆଚରଣରେ ଦଣ୍ଡିତ ହେଉଛନ୍ତି । ଆଗରୁ ପରୀକ୍ଷାଫଳ ଏକାଥରକେ ବାହାରୁଥିଲା, ଆଜିକାଲି ବର୍ଷଯାକ ପରୀକ୍ଷା ଫଳ ବାହାରୁଛି ।

ଆଗରୁ ପାଠର ମାନ ଅଧିକ ଥୁଲା, ଫଳରେ ସେତେବେଳେ ମାଟ୍ରିକ୍ ପାସ୍ କରିଥିବା ପିଲା ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲା; ମାତ୍ର ବର୍ତ୍ତମାନର ମାଟ୍ରିକ୍ ପାସ୍‌ର କୌଣସି ମୂଲ୍ୟ ନାହିଁ । ପ୍ରାବନ୍ଧିକଙ୍କ ଭାଷାରେ ‘ଏବେ ମାଟ୍ରିକ୍ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ ।’’ ବର୍ତ୍ତମାନର ବି.ଏ. ଛାତ୍ରକୁ ଚିଠିଟିଏ ଲେଖିବାକୁ କହିଲେ, ଇଂରାଜୀରେ ଯାହିତାହି ଲେଖିଦେବେ, ମାତ୍ର ମାତୃଭାଷାରେ ଲେଖିଲାବେଳେ ଅନେକ ବନାନ ଅଶୁଦ୍ଧ ହେବ । ପାଠ ସହିତ ମଧ୍ଯ ଅକ୍ଷର ପ୍ରତି କେହି ଯତ୍ନବାନ୍ ହେଉ ନ ଥ‌ିବା ମଧ୍ୟ ପ୍ରାବନ୍ଧିକ ସୂଚନା ଦେଇଛନ୍ତି ।

ଆଗେ ପାଠପଢ଼ାର ବହୁତ ଅସୁବିଧା ଥିଲା । ଲୋକମାନଙ୍କର ପାଠ ପ୍ରତି ଆଗ୍ରହ ନ ଥିଲା । ତଥାପି ସେ ସମୟର ପାଠ ପଢ଼ାର ମାନଦଣ୍ଡ ଉଚ୍ଚ ଥିଲା । ବର୍ତ୍ତମାନ ସମୟରେ ପାଠ ପଢ଼ିବାପାଇଁ ନାନା ସୁବିଧା ଆବିଷ୍କୃତ ହେଉଛି, ଲୋକମାନେ ପାଠର ମୂଲ୍ୟ ବୁଝିଲେଣି, ହେଲେ ପାଠର ମାନ କମିବାରେ ଲାଗିଛି । ପ୍ରାଥମିକ ସ୍ତରଠାରୁ ପି.ଏଚ୍.ଡ଼ି. ସ୍ତର ପର୍ଯ୍ୟନ୍ତ ଅବସ୍ଥା ସମାନ ହୋଇଛି । ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼’ରେ ‘ଆଉଟ୍ ସାଇଡ଼ର’ ନାଁ ଦେଇ ଜଣେ ଲେଖିଥିଲେ, ବେଙ୍ଗଲି ସାହିତ୍ୟରେ ଲୋକମାନେ ପରୀକ୍ଷାରେ କିପରି ପ୍ରଥମ ଶ୍ରେଣୀରେ ପାସ୍‌ କରୁଛନ୍ତି । ତେଣୁ ପ୍ରଥମ ଶ୍ରେଣୀର କୌଣସି ମୂଲ୍ୟ ନ ଥ‌ିବାରୁ, ଅନେକ ଡି.ଫିଲ୍., ଡି. ଲିଟ୍. ଆଦି କରୁଛନ୍ତି । ପ୍ରାବନ୍ଧିକଙ୍କ ମତରେ କେବଳ ବଙ୍ଗଳା ବିଭାଗରେ ଏଭଳି ହେଉଛି ତାହା ନୁହେଁ, ସବୁ ବିଭାଗରେ ମଧ୍ୟ ଏପରି ହେଉଛି । ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖିବାକୁ ପଡ଼ୁନାହିଁ । ଏଭଳି ଠକାମିକୁ ପ୍ରାବନ୍ଧିକ ଆକ୍ଷେପ କରିଛନ୍ତି । ଉପଯୁକ୍ତ ଶିକ୍ଷାଦେଲେ, ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇପାରିବୁ ।

ତେଣୁ ପ୍ରାବନ୍ଧିକ ପ୍ରବନ୍ଧର ଶେଷରେ କହିଛନ୍ତି – ‘‘ଶିକ୍ଷାକୁ ଆମ ବିଚାରରେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ ଏ ଅବସ୍ଥାର ପରିବର୍ତ୍ତନ କେବଳ ଆଶା କରାଯାଇ
ପାରେ ।’’

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:

  1. ରିପୋର୍ଟ – ବିବରଣୀ
  2. ନିରକ୍ଷର – ଅକ୍ଷର ନ ଶିଖିଥିବା
  3. ଉନ୍ନୟନ – ଉନ୍ନତିମୂଳକ
  4. ମୁଗ୍ଧ – ସନ୍ତୁଷ୍ଟ
  5. ଇଲଷ୍ଟ୍ରେଟେଡ଼ ଉଇକ୍ଲି – ଏକ ଇଂରାଜୀ ସାପ୍ତାହିକ ଖବରକାଗଜ
  6. ଗର୍ହିତ – ଯାହା ହିତକର ନୁହେଁ
  7. ଗଭର୍ଷର – ରାଜ୍ୟପାଳ
  8. ଷ୍ଟାଣ୍ଡାର୍ଡ଼ – ସ୍ତର
  9. ସ୍ପୃହା – ଇଚ୍ଛା / ଆଗ୍ରହ
  10. ନିରୁପାୟ – ଉପାୟ ନ ଥିବା / ଅସହାୟ
  11. ଅବୈଧ – ବେନିୟମଯୁକ୍ତ
  12. ନିଃସ୍ପୃହ – ଉଦାସୀନ
  13. ସ୍ଫୁରଣ – ପ୍ରକାଶ
  14. ଅନୁସନ୍ଧାନ – ଖେ।ଜିବା
  15. ମାନଦଣ୍ଡ – ମାପଯନ୍ତ୍ର
  16. ଶିକ୍ଷା କମିଶନ – ଶିକ୍ଷା ଆୟୋଗ (ଶିକ୍ଷା କର୍ମ ସମ୍ପାଦନ ନିମନ୍ତେ ଗଠିତ କାର୍ଯ୍ୟନିର୍ବାହିକା ମଣ୍ଡଳୀ ।)
  17. ଆଉଟ୍ ସାଇଡ଼ର – ବାହାର ଲୋକ ।
  18. ପି.ଏଚ୍.ଡ଼ି. – Doctor of Philosophy
  19. ଡି. ଲିଟ୍. – Doctor of Letters
  20. ନିରନ୍ତ – ଖାଦ୍ୟ ଖାଇ ପାରୁ ନ ଥ‌ିବା ଅଭାବୀ ଲୋକ

Leave a Comment