CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Odisha State Board CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି Textbook Exercise Questions and Answers.

+2 2nd Year Odia Optional Chapter 11 ଆଧ୍ୟାତ୍ମିକ ଭିତ୍ତି Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧ ।
ବେଦାନ୍ତ ଦର୍ଶନ ଓ ସାଂଖ୍ୟ ଦର୍ଶନରେ ଦୁଃଖକୁ କେତେ ଶ୍ରେଣୀରେ ବିଭକ୍ତ କରାଯାଇଛି ?
(କ) ଦୁଇ
(ଖ) ପାଞ୍ଚ
(ଗ) ତିନି
(ଘ) ଚାରି
ଉ –
(ଗ) ତିନି

Question ୨ ।
ଗୀତାର କେଉଁ ଅଧ୍ୟାୟରେ ଶ୍ରୀକୃଷ୍ଣ ଆପଣାକୁ ବିଦ୍ୟାମାନଙ୍କ ମଧ୍ୟରେ ଆଧ୍ୟାତ୍ମବିଦ୍ୟା ବୋଲି କହିଛନ୍ତି
(କ) ଦଶମ
(ଖ) ପ୍ରଥମ
(ଗ) ଚତୁର୍ଥ
(ଘ) ଏକାଦଶ
ଉ –
(କ) ଦଶମ

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୩ ।
କେଉଁ ନଦୀ କୂଳରେ ପ୍ରଥମେ ଆର୍ଯ୍ୟମାନଙ୍କ କଣ୍ଠରୁ ଦିବ୍ୟଗୀତିକା ପ୍ରକାଶ ପାଇଥିଲା ?
(କ) ବ୍ରହ୍ମପୁତ୍ର
(ଖ) ଗଙ୍ଗା
(ଗ) ଯମୁନା
(ଘ) ସରସ୍ଵତୀ
ଉ –
(ଘ) ସରସ୍ଵତୀ

Question ୪ ।
ଗୁରୁଙ୍କର ସନ୍ତୋଷଭାଜନ ହେଲେ ଶିଷ୍ୟମାନେ କ’ଣ ଲାଭ ପାଇଁ ଉପଯୁକ୍ତ ହୁଅନ୍ତି ?
(କ) ବେଦଜ୍ଞାନ
(ଖ) ବ୍ରହ୍ମଜ୍ଞାନ
(ଗ) ସାଧାରଣ ଜ୍ଞାନ
(ଘ) ଦୈବଜ୍ଞାନ
ଉ –
(ଖ) ବ୍ରହ୍ମଜ୍ଞାନ

Question ୫ ।
ବ୍ରହ୍ମଶକ୍ତି ହିଁ ବିଶ୍ଵର ମୂଳ ପଦାର୍ଥ ବା ମୂଳ କାରଣ ରୂପେ ବିଦ୍ୟମାନ ବୋଲି କାହାଦ୍ଵାରା ପ୍ରତିପାଦିତ ହୋଇଛି ?
(କ) ବେଦାନ୍ତ ଦର୍ଶନ
(ଖ) ସାଂଖ୍ୟ ଦର୍ଶନ
(ଗ) ପୁରାଣ ଶାସ୍ତ୍ର
(ଘ) ଶ୍ରୀମଦ୍ ଭଗବଦ୍ ଗୀତା
ଉ –
(କ) ବେଦାନ୍ତ ଦର୍ଶନ

Question ୬ ।
ପ୍ରାଚୀନ ଭାରତର କେଉଁ କ୍ଷେତ୍ରରେ ଆଧ୍ୟାତ୍ମିକତା ମୂଳ ମନ୍ତ୍ର ରୂପେ ବିଦ୍ୟମାନ ?
(କ) ପୌବାଣିକ
(ଖ) ଆର୍ଥନୀତିକ
(ଗ) ନୈତିକ
(ଘ) ସାମାଜିକ
ଉ –
(ଗ) ନୈତିକ

Question ୭ ।
କର୍ମ ଭକ୍ତି ସମନ୍ବିତ ଓ ଜ୍ଞାନର ସାଧକ ନ ହେଲେ ତାହା କେଉଁଥ‌ିରେ ପରିଣତ ହୁଏ ?
(କ) କୁକର୍ମ
(ଖ) ଅକର୍ମ
(ଗ) ସୁକର୍ମ
(ଘ) କର୍ମ
ଉ –
(ଖ) ଅକର୍ମ

Question ୮ ।
କିଏ ରାଷ୍ଟ୍ରର ବ୍ୟକ୍ତିମାନଙ୍କ ଚକ୍ଷୁରେ ‘ମହତୀ ଦେବତା’ର ସ୍ବରୂପ ?
(କ) ସେନାପତି
(ଖ) ମନ୍ତ୍ରୀ
(ଗ) ପ୍ରଜା
(ଘ) ରାଜା
ଉ –
(ଘ) ରାଜା

Question ୯ ।
ସ୍ନାନ ଜଳରେ କେଉଁମାନଙ୍କୁ ଆରୋପ କରି ପ୍ରାଚୀନ ଭାରତର ବ୍ୟକ୍ତି ସ୍ନାନ କରୁଥିଲା ?
(କ) ଗଙ୍ଗାଦି ତୀର୍ଥମାନଙ୍କୁ
(ଖ) ଦେବତାମାନଙ୍କୁ
(ଗ) ରାଜାମାନଙ୍କୁ
(ଘ) ହିମାଳୟ ଆଦି ପର୍ବତମାନଙ୍କୁ
ଉ –
(କ) ଗଙ୍ଗାଦି ତୀର୍ଥମାନଙ୍କୁ

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୧୦ ।
ପ୍ରଭୁଙ୍କୁ ଖାଦ୍ୟ ସମର୍ପଣ କରି ଭାରତବାସୀ କେଉଁ ରୂପରେ ଗ୍ରହଣ କରୁଥିଲେ ?
(କ) ପ୍ରସାଦ
(ଖ) ଭୋଜନ
(ଗ) ଉଚ୍ଚିଷ୍ଟ
(ଘ) ଅନ୍ନ
ଉ –
(କ) ପ୍ରସାଦ

Question ୧୧ ।
କେଉଁ ବେଦରୁ ଚତୁର୍ବର୍ଣ୍ଣ ପ୍ରସଙ୍ଗ ଜଣାପଡ଼େ ?
(କ) ଯଜୁର୍ବେଦ
(ଖ) ଅଥର୍ବବେଦ
(ଗ) ଉଦ୍ଦିଷ୍ଟ
(ଘ) ସାମବେଦ
ଉ –
(ଗ) ଋଗ୍‌ବେଦ

Question ୧୨ ।
‘ଚତୁର୍ବ ମୟାସୃଷ୍ଟ ଗୁଣକର୍ମ ବିଭାଗଶଃ’ – ଏହି ଉକ୍ତି କେଉଁଥୁରୁ ଉଦ୍ଧାର କରାଯାଇଛି ?
(କ) ମହାଭାରତ
(ଖ) ଗୀତା
(ଗ) କମିଳସଂହିତା
(ଘ) ରାମାୟଣ
ଉ –
(ଖ) ଗୀତା

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ଦେବତା ଓ ଦୈବୀ ଶକ୍ତି ହେତୁରୁ ଯେଉଁ ଦୁଃଖ ଘଟେ, ତାହା କି ପ୍ରକାର ଦୁଃଖ ?
ଉ –
ଦେବତା ଓ ଦୈବୀ ଶକ୍ତି ହେତୁରୁ ଯେଉଁ ଦୁଃଖ ଘଟେ, ତାହା ହେଉଛି ଆଧିଦୈବିକ ଦୁଃଖ ।

Question ୨ ।
ଆଧ୍ୟାତ୍ମିକ ଦୁଃଖ କହିଲେ କ’ଣ ବୁଝ ?
ଉ –
ଯେଉଁ ଦୁଃଖ କେବଳ ଭୋକ୍ତାର ଦେହ ଓ ମନରୁ ଜାତ ହୁଏ, ତାହା ହିଁ ଆଧ୍ୟାତ୍ମିକ ଦୁଃଖ ।

Question ୩ ।
‘ଆଧ୍ୟାତ୍ମିକ’ ଶବ୍ଦର ଅର୍ଥ କ’ଣ ?
ଉ –
ଆଧ୍ୟାତ୍ମିକ ଶବ୍ଦର ଅର୍ଥ ହେଉଛି- ଜୀବାତ୍ମାସଂକ୍ରାନ୍ତ-ଅର୍ଥାତ୍ ଯାହା ଜୀବାତ୍ମାର ଶାରୀରିକ ଓ ମାନସିକ କ୍ରିୟା-

Question ୪ ।
ଆଧ୍ୟାତ୍ମିକ ଭିଭିକ’ଣ ?
ଉ –
ଆଧ୍ୟାତ୍ମିକ ଭିଭି କହିଲେ ବୁଝିବାକୁ ହେବ, ପରାତ୍ପର ଆମ୍ବଶକ୍ତି ବା ଐଶୀଶକ୍ତିର ଅସ୍ଥିତ୍ଵରେ ବିଶ୍ଵାସ ।

Question ୫ ।
ପ୍ରାଚୀନ ଭାରତରେ ଗ୍ରନ୍ଥକାରମାନେ ଗ୍ରନ୍ଥ ରଚନା ଓ ଗ୍ରନ୍ଥ ସମାପ୍ତି ନିମିତ୍ତ ଆରମ୍ଭରୁ କାହାର କୃପା ଭିକ୍ଷା କରିଛନ୍ତି ?
ଉ –
ପ୍ରାଚୀନ ଭାରତରେ ଗ୍ରନ୍ଥକାରମାନେ ଗ୍ରନ୍ଥ ରଚନା ଓ ଗ୍ରନ୍ଥ ସମାପ୍ତି ନିମିତ୍ତ ଆରମ୍ଭରୁ ଦେବଶକ୍ତିର କୃପାଭିକ୍ଷା କରିଛନ୍ତି ।

Question ୬ ।
କାହାକୁ ସନ୍ତୁଷ୍ଟ କରି ବ୍ୟାସଦେବ ବିରାଟ ପୁରାଣ ପରମ୍ପରା ସୃଷ୍ଟି କରିଥିଲେ ?
ଉ –
ବାଗ୍‌ଦେବୀଙ୍କୁ ସନ୍ତୁଷ୍ଟ କରି ବ୍ୟାସଦେବ ବିରାଟ ପୁରାଣ ପରମ୍ପରା ସୃଷ୍ଟି କରିଥିଲେ।

Question ୭ ।
ଗର୍ଭାଧାନଠାରୁ ଆରମ୍ଭ କରି ଭାରତୀୟ ଜୀବନ କାହା ଭିତ୍ତିରେ ଚାଳିତ ହୋଇଆସିଛି ?
ଉ –
ଗର୍ଭାଧାନଠାରୁ ଆରମ୍ଭ କରି ଭାରତୀୟ ଜୀବନ ଆଧ୍ୟାତ୍ମିକ ଭିତ୍ତିରେ ଚାଳିତ ହୋଇଆସିଛି ।

Question ୮ ।
କେଉଁମାନଙ୍କୁ ଦମନ କରି ଅମୃଶୁଦ୍ଧି ବଳରେ ଭାରତୀୟ ଜୀବନ ନୈତିକତାର ଚରମ ସୀମାକୁ ଗତି କରିବାକୁ ସତତ ସଚେଷ୍ଟ ଥିଲା ?
ଉ –
ଷଡ଼ରିପୁମାନଙ୍କୁ ଦମନ କରି ଅମୃଶୁଦ୍ଧି ବଳରେ ଭାରତୀୟ ଜୀବନ ନୈତିକତାର ଚରମ ସୀମାକୁ ଗତି କରିବାକୁ ସତତ ସଚେଷ୍ଟ ଥିଲା ।

Question ୯ ।
ଆଜି ମାନବ ନିଜକୁ କ’ଣ ବୋଲି କହି ଆପଣାର ତଥା ସମାଜ ବା ଜାତିର ଅକଲ୍ୟାଣ ସାଧନ କରୁଅଛି ?
ଉ –
ଆଜି ମାନବ ନିଜକୁ ‘କର୍ମାହଂ’ ବୋଲି କହି ଆପଣାର ତଥା ସମାଜ ବା ଜାତିର ଅକଲ୍ୟାଣ ସାଧନ କରୁଅଛି ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୧୦ ।
ଗାନ୍ଧିଜୀଙ୍କ କେଉଁ ନୀତି ସାରା ପୃଥିବୀକୁ ପ୍ରଭାବିତ କରି ଆସୁଅଛି ?
ଉ –
ଗାନ୍ଧିଜୀଙ୍କ ଅହିଂସା ନୀତି ସାରା ପୃଥିବୀକୁ ପ୍ରଭାବିତ କରି ଆସୁଅଛି।

Question ୧୧ ।
ସରସ୍ଵତୀ ନଦୀ କୂଳରେ କେଉଁମାନଙ୍କ କଣ୍ଠରୁ ଦିବ୍ୟଗୀତ ଝରିଥିଲା ?
ଉ –
ସରସ୍ଵତୀ ନଦୀକୂଳରେ ଆର୍ଯ୍ୟଋଷିବୃନ୍ଦଙ୍କ କଣ୍ଠରୁ ଦିବ୍ୟଗୀତ ଝରିଥିଲା ।

Question ୧୨ ।
କିଏ ବେଦର ଶ୍ରେଣୀବିଭାଗ କରି ସେଥିରେ ନିହିତ ତତ୍ତ୍ଵକୁ ପୁରାଣ ଆକାରରେ ପ୍ରକାଶ କରିଥିଲେ ?
ଉ –
ବ୍ୟାସ ମହର୍ଷି ବେଦର ଶ୍ରେଣୀବିଭାଗ କରି ସେଥିରେ ନିହିତ ତତ୍ତ୍ଵକୁ ପୁରାଣ ଆକାରରେ ପ୍ରକାଶ କରିଥିଲେ ।

Question ୧୩ ।
ଶିଷ୍ୟମାନେ କିପରି ବ୍ରହ୍ମଜ୍ଞାନ ଲାଭ ପାଇଁ ଉପଯୁକ୍ତ ବିବେଚିତ ହୁଅନ୍ତି ?
ଉ –
ଶିଷ୍ୟମାନେ ଗୁରୁଙ୍କର ସନ୍ତୋଷଭାଜନ ହେଲେ ବ୍ରହ୍ମଜ୍ଞାନ ଲାଭ ପାଇଁ ଉପଯୁକ୍ତ ବିବେଚିତ ହୁଅନ୍ତି ।

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧ ।
ପରମାତ୍ମାଶ୍ରୟୀ ଆଧ୍ୟାତ୍ମିକତା କ’ଣ ବୁଝାଇ ଦିଅ।
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଆଧ୍ୟାତ୍ମିକ ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି ପରମାତ୍ମାଶ୍ରୟୀ – ଯାହା ପରମାତ୍ମା ବା ଐଶୀଶକ୍ତି ସହିତ ସଂପୃକ୍ତ। ଯାହା ପରମାତ୍ମା ବା ଐଶୀଶକ୍ତି ସହିତ ସଂପୃକ୍ତ।

Question ୨ ।
ଭୌତିକବାଦର ସ୍ବରୂପ ନିର୍ଣ୍ଣୟ କର ।
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଭୌତିକବାଦର ସ୍ଵରୂପ ହେଉଛି- ଏ ବିଶ୍ଵ ଜଗତ ନିର୍ଜୀବ ଭୌତିକ ତଥା ଚୈତନ୍ୟହୀନ ଜଡ଼ ପରମାଣୁମାନଙ୍କର ଉଦ୍ଦେଶ୍ୟହୀନ ଅନିୟନ୍ତ୍ରତ ଗତି ଓ ଆକସ୍ମିକ ମିଳନରୁ କାଳକ୍ରମେ ଉଦ୍‌ଭୂତ ହୋଇଅଛି ଏବଂ ଜୀବ ମାତ୍ରକେ ସେମାନଙ୍କର ଉକ୍ତ ଗତି ଓ ମିଳନର ଫଳ । ଏହାକୁ ଜଡ଼ବାଦ ବୋଲି ମଧ୍ୟ କୁହାଯାଏ ।

Question ୩ ।
ବେଦର ଆଦ୍ୟ ଉତ୍ସରଣ କିପରି ଘଟିଥିଲା ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ପୁରାଣ ପ୍ରସିଦ୍ଧ ଭାରତଭୂମିରେ ଆର୍ଯ୍ୟଋଷିବୃନ୍ଦ ଯେତେବେଳେ ପୁଣ୍ୟତୋୟା ସରସ୍ଵତୀ ନଦୀ କୂଳରେ ପ୍ରକୃତିର ବିରାଟତା ଓ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ସଦର୍ଶନ କଲେ, ସେତେବେଳେ ସେମାନଙ୍କ କଣ୍ଠରୁ ଯେଉଁ ଦିବ୍ୟଗୀତିସମୂହ ବାହାରି ପଡ଼ିଥିଲା ସେଗୁଡ଼ିକ ବେଦ ରୂପରେ ପରିଚିତ ହେଲା ଓ ସେଇଠୁ ହିଁ ବେଦର ଆଦ୍ୟ ଉତ୍ସରଣ ଘଟିଥିଲା ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୪ ।
ବେଦାନ୍ତ ଦର୍ଶନ କ’ଣ ପ୍ରତିପାଦିତ କରିଅଛି ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ପ୍ରତିପାଦିତ କରିଅଛି, ଏକ ଅଦ୍ବିତୀୟ ଅଖଣ୍ଡ ସଚ୍ଚିଦାନନ୍ଦ ବ୍ରହ୍ମଶକ୍ତି ହିଁ ବିଶ୍ଵର ମୂଳ ପଦାର୍ଥ ବା ମୂଳ କାରଣ ରୂପେ ବିଦ୍ୟମାନ – ବିଶ୍ବର ଯାବତୀୟ ବିଭାଗ ବସ୍ତୁ ଓ ପ୍ରକ୍ରିୟାରେ ପ୍ରକାଶମାନ।

Question ୫ ।
ଭାରତୀୟ ଦେବମନ୍ଦିରମାନଙ୍କର କଳାନୈପୁଣ୍ୟ କି ବାର୍ତ୍ତା ଦେଇଥାଏ ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଭାରତୀୟ ଦେବମନ୍ଦିରମାନଙ୍କର କଳାନୈପୁଣ୍ୟ କେବଳ ଦେବଶକ୍ତିର ମହତ୍ତ୍ଵ ପ୍ରତିପାଦନ ସକାଶେ ଅଭିପ୍ରେତ ବୋଲି ପ୍ରାଣକୁ ସଂସାର ଜଞ୍ଜାଳରୁ ଆଧ୍ୟାତ୍ମିକତା ଆଡ଼କୁ ଟାଣି ନେବାପାଇଁ ଉଦ୍ଦିଷ୍ଟ।

Question ୬ ।
ପ୍ରାଚୀନ ଭାରତରେ କିପରି ରାଜନୀତି କ୍ଷେତ୍ରରେ ଆଧ୍ୟାତ୍ମିକତା ମୂଳନୀତି ଥିଲା, ଉଲ୍ଲେଖ କର।
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ପ୍ରାଚୀନ ଭାରତରେ ରାଜର୍ଷି ଜନକ ରାଜା ଥିଲେ। ସହସ୍ର ସହସ୍ର ଗାଭୀଙ୍କୁ ସ୍ପଶ୍ଚିମଣ୍ଡିତ କରି ଆଧ୍ୟାତ୍ମବିଦ୍ୟା-ବିଶାରଦ କେବଳ ସେତିକି ନୁହେଁ, ରାଜା ପ୍ରଜାଙ୍କ ସମ୍ପର୍କ ଏହି ଆଧ୍ୟାତ୍ମିକତା ଉପରେ ପ୍ରତିଷ୍ଠିତ ଥିଲା। ରାଜା ପ୍ରଜା ତଥା ରାଷ୍ଟ୍ରର ବ୍ୟକ୍ତିମାନଙ୍କ ଚକ୍ଷୁରେ ‘ମହତୀ ଦେବତା’ ସ୍ଵରୂପ ଥିଲେ। ଏହିପରି ଭାବେ ପ୍ରାଚୀନ ଭାରତରେ ରାଜନୀତି କ୍ଷେତ୍ରରେ ଆଧ୍ୟାତ୍ମିକତା ମୂଳନୀତି ଥିଲା।

Question ୭ ।
ମାନବର କର୍ମକ୍ଷେତ୍ର କିଭଳି ହେବା ଉଚିତ ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ମାନବର କର୍ମକ୍ଷେତ୍ର ଭକ୍ତି ଓ ଜ୍ଞାନର ସହେଯାଗରେ ପରିଚାଳିତ ହେବା ଉଚିତ। କର୍ମ ଭକ୍ତି ସମନ୍ବିତ ଓ ଜ୍ଞାନର ସାଧକ ନହେଲେ ଅକର୍ମରେ ପରିଣତ ହୁଏ । ସୁତରାଂ ମାନବର କର୍ମକ୍ଷେତ୍ର ତାହାର ନୈତିକ ଜୀବନ, ଶାସ୍ତ୍ରୋକ୍ତ ବିଧିବିଧାନର ବଶବର୍ତ୍ତୀ – ତେଣୁ ଆଧ୍ୟାତ୍ମିକ ଭିଭି ଉପରେ ଦଣ୍ଡାୟମାନ ହେବା ଉଚିତ।

Question ୮ ।
ଆଧ୍ୟାତ୍ମିକତା ଅଧୋଗତିର କାରଣ ବୋଲି କେତେକ ମନେକରନ୍ତି କାହିଁକି ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଅନେକଙ୍କ ମତରେ ଭାରତର ଆଧ୍ୟାତ୍ମିକତା ମାନବକୁ କର୍ମହୀନ ଶିକ୍ଷା ଦେଇଥାଏ। ନିଜ କର୍ମକୁ ତ୍ୟାଗ କରି କେବଳ ମାତ୍ର ଈଶ୍ଵର ଭକ୍ତି ଉପରେ, ଆରାଧନା ଉପରେ ମନୋନିବେଶ କରିଥାଏ। ଅନେକ କ୍ଷେତ୍ରରେ କର୍ମ ସଂପାଦନା ନିମନ୍ତେ ତା’ର ଉଦାସୀନତା ଆଧ୍ୟାତ୍ମିକତାର ପ୍ରକୃତ ଅର୍ଥକୁ ବ୍ୟଙ୍ଗ କରେ। ଏହିସବୁ କାରଣରୁ ଆଧ୍ୟାତ୍ମିକତା ଭାରତର ଅଧୋଗତି ବୋଲି କେତେକ ମନେକରନ୍ତି ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ଓ ଉତ୍ତର | ୩୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
ବେଦାନ୍ତ ଦର୍ଶନ ଓ ସାଂଖ୍ୟ ଦର୍ଶନ ଦୃଷ୍ଟିରୁ ଆଧ୍ୟାତ୍ମିକତାର ଅର୍ଥ ଲେଖ ।
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ବେଦାନ୍ତ ଦର୍ଶନର ସୁଖ ଦୁଃଖ-ବିଭାଗ ସଂପର୍କରେ ଓ ସାଂଖ୍ୟ ଦର୍ଶନର ଦୁଃଖତ୍ରୟ ସଂପର୍କରେ ଆଧ୍ୟାତ୍ମିକତାର ଗୋଟିଏ ଅର୍ଥ ଦେଖିବାକୁ ମିଳେ । ଉଭୟ ଦର୍ଶନରେ ଭୋକ୍ତାର ଦେହ ଓ ମନରୁ ଯେଉଁ ଦୁଃଖ ଜାତ ହୁଏ ତାହାକୁ ଆଧ୍ୟାତ୍ମିକ ଦୁଃଖ ଅର୍ଥାତ୍ ଯାହା ଜୀବାତ୍ମାର ଶାରୀରିକ ଓ ମାନସିକ କ୍ରିୟା-ପ୍ରକ୍ରିୟାରୁ ଜାତ ।

Question ୨ ।
ପରମାତ୍ମାକୁ ଆଶ୍ରୟ କରି ଘଟୁଥିବା ବ୍ୟାପାରମାନଙ୍କୁ କ’ଣ କୁହାଯାଏ ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ପରମାତ୍ମାକୁ ଆଶ୍ରୟ କରି ଅର୍ଥାତ୍ ପରମେଶ୍ଵରଙ୍କ ଆଶ୍ରୟ କରି ଜଗତରେ ନାନା ବ୍ୟାପାରମାନ ଘଟେ, ତେବେ ଏହି ଯେଉଁ ବ୍ୟାପାରମାନ ଘଟେ ସେହିସବୁ ପରମାତ୍ମା ବା ଐଶୀଶକ୍ତି ସହିତ ସଂପୃକ୍ତ। ତେଣୁ ଏଇ ବ୍ୟାପାରକୁ ବିଶେଷ ଅର୍ଥରେ ଆଧ୍ୟାତ୍ମିକ ହିଁ କୁହାଯାଏ।

Question ୩ ।
‘ଆଧ୍ୟାତ୍ମିକ’ର ଅର୍ଥ ‘ପରମାତ୍ମାଶ୍ରୟୀ’- ବୋଲି କାହିଁକି କୁହାଯାଇଛି ?
ଉ –
ପ୍ରବନ୍ଧ – ଆଧ୍ୟାତ୍ମିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଆଧ୍ୟାତ୍ମିକତାର ଅନ୍ୟ ଏକ ଅର୍ଥ ହେଉଛି- ଯାହା ‘ପରମାତ୍ମାଶ୍ରୟୀ’, ଯାହା ପରମାତ୍ମା ବା ଐଶଶକ୍ତି ସହିତ ସଂପୃକ୍ତ ଏହି ଅର୍ଥରେ ‘ଆଧ୍ୟାତ୍ମିକ’ ଶବ୍ଦଟି ‘ଭୌତିକ’ ବା ‘ଜଡ଼ାତ୍ମକ’ ଶବ୍ଦର ବିପରୀତ । ତେବେ ପରମାତ୍ମା ବା ପରମେଶ୍ଵରଙ୍କୁ ଆଶ୍ରୟକରି ଜଗତରେ ଯେଉଁ ଘଟଣା ବା ବ୍ୟାପାରମାନ ଘଟେ, ସେଇସବୁ ଏଇ ଅର୍ଥରେ ଆଧ୍ୟାତ୍ମିକ।

Question ୪ ।
ବ୍ୟାସ ମହର୍ଷି ବେଦର ଶ୍ରେଣୀବିଭାଗ କରି କିଭଳି ଜନସାଧାରଣଙ୍କ ଆଧ୍ୟାତ୍ମିକ ଭାବ ବିକଶିତ କରିଛନ୍ତି ?
ଉ –
ପ୍ରବନ୍ଧ – ଆଧ୍ୟାମ୍ବିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ବିଷୟକ ତଥ୍ୟମାନ ପୁରାଣାକାରରେ ପ୍ରକାଶ କରି ଜନସାଧାରଣଙ୍କୁ ଭାବରେ ଭାବମୟ କରିବାକୁ ଯାଇଛନ୍ତି। ଏହିଭଳି ବ୍ୟାସ ମହର୍ଷି ବେଦର ଶ୍ରେଣୀବିଭାଗ କରି ସେଥିରେ ନିହିତ ଥିବା ସୃଷ୍ଟି ପ୍ରକ୍ରିୟାର ମୂଳତତ୍ତ୍ୱ ଓ ମାହାତ୍ମ୍ୟ ଏବଂ ଜୀବନ ବ୍ୟାସ ମହର୍ଷି ବେଦର ଶ୍ରେଣୀବିଭାଗ କରି ଜନସାଧାରଣଙ୍କ ଆଧ୍ୟାତ୍ମିକ ଭାବ ବିକଶିତ କରିଛନ୍ତି ।

Question ୫ ।
ଉପନିଷଦଗୁଡ଼ିକରେ ବ୍ରହ୍ମାପାସନା ପ୍ରସଙ୍ଗ କେଉଁଥିପାଇଁ ବର୍ଣ୍ଣନା କରାଯାଇଛି ?
ଉ –
ପ୍ରବନ୍ଧ – ଆଧ୍ୟାମ୍ବିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଉପନିଷଦଗୁଡିକରେ ସର୍ବପ୍ରଥମେ ବ୍ରହ୍ମୋପାସନା କରିସାରି ରଷିମାନେ ଶିଷ୍ୟବର୍ଗଙ୍କ ସହ ଆଲୋଚନାରେ ପ୍ରବୃତ୍ତ ହୋଇଥାନ୍ତି। ବ୍ରହ୍ମାଙ୍କ ଧ୍ୟାନ କରି ମନଃଶାନ୍ତି ଓ ଚିତ୍ତଶୁଦ୍ଧି ଆଣିବାପାଇଁ ଆଲୋଚନାର ଆରମ୍ଭରେ ଏହିପରି ସ୍ତୁତି ଓ ପ୍ରାର୍ଥନାର ଆବଶ୍ୟକତା ରହିଛି।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୬ ।
‘ ବାକ୍ ଶକ୍ତି ହିଁ ବ୍ରହ୍ମ ଶକ୍ତି’, କାହିଁକି କୁହାଯାଇଛି ?
ଉ –
ପ୍ରବନ୍ଧ – ଆଧ୍ୟାମ୍ବିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଭାରତୀୟମାନେ ବାଗ୍‌ଦେବୀଙ୍କୁ ବିଦ୍ୟାଦାତ୍ରୀ ରୂପେ ସର୍ବଦା ପୂଜା କରିଆସିଛନ୍ତି। ଏହି ବାଗ୍‌ଦେବୀଙ୍କୁ ସନ୍ତୁଷ୍ଟ କରି ବ୍ୟାସଦେବ ବିରାଟ ପରମ୍ପରା ସୃଷ୍ଟି କରିଥିଲେ ଏବଂ ବ୍ରହ୍ମା ସନତ୍ କୁମାରଙ୍କୁ ଜ୍ଞାନ ଦାନ କରିଥିଲେ । ଏଇ ବିଶ୍ଵାସରେ ଚାଳିତ ହୋଇ ବାକ୍‌ଶକ୍ତି ହିଁ ବ୍ରହ୍ମଶକ୍ତି ବୋଲି କୁହାଯାଇଛି ।

Question ୭ ।
ଷଡ଼ରିପୁଙ୍କୁ ଦମନ କରିବାଦ୍ଵାରା କି କି ଲାଭ ହୁଏ ?
ଉ –
ପ୍ରବନ୍ଧ – ଆଧ୍ୟାମ୍ବିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ଷଡ଼ରିପୁ ଦମନ କରିବାଦ୍ୱାରା ଆତ୍ମଶୁଦ୍ଧି ବଳରେ ଭାରତୀୟ ଜୀବନ ନୈତିକତାର ଚରମସୀମାକୁ ଗତି କରିଥାଏ । ଜୀବନର ଲକ୍ଷ୍ୟ ଇନ୍ଦ୍ରିୟ ସୁଖ ନୁହେଁ, ଭୋଗବିଳାସ ନୁହେଁ, କେବଳ ଇନ୍ଦ୍ରିୟ ସଂଯମ ଆଉ ଏଇ ଇନ୍ଦ୍ରିୟ ସଂଯମତା ହିଁ ହୋଇଥାଏ ।

Question ୮ ।
ପ୍ରାଚୀନ ଭାରତର ରାଜନୀତି କ୍ଷେତ୍ରରେ ଅଧ୍ୟାତ୍ମିକତାର ସ୍ଥାନ କ’ଣ ଥିଲା ?
ଉ –
ପ୍ରବନ୍ଧ – ଆଧ୍ୟାମ୍ବିକ ଭିଭି
ପ୍ରାବନ୍ଧିକ – ରନ୍‌କର ପତି

ପ୍ରାଚୀନ ଭାରତରେ ରାଜନୀତି କ୍ଷେତ୍ରରେ ଆଧ୍ୟାତ୍ମିକତା ମୂଳନୀତି ରୂପେ କାର୍ଯ୍ୟକାରୀ ହୋଇଥିଲା। ସେ ସମୟରେ ରାଜା ପ୍ରଜା ତଥା ରାଷ୍ଟ୍ରର ବ୍ୟକ୍ତିମାନଙ୍କ ଭିତରେ ଯେଉଁ ସଂପର୍କ ଥିଲା ତାହା ଆଧ୍ୟାତ୍ମିକତା ଉପରେ ପ୍ରତିଷ୍ଠିତ ଥିଲା । ରାଜା, ପ୍ରଜା ତଥା ରାଷ୍ଟ୍ରର ବ୍ୟକ୍ତିମାନଙ୍କ ଦୃଷ୍ଟିରେ ମହତୀ ଦେବତାର ସ୍ଵରୂପ ଥିଲା। ରାଜର୍ଷି ଜନକ ଥିଲେ ଏହାର ଉଦାହରଣ ।

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
ପଠିତ ପ୍ରବନ୍ଧ ଅନୁସରଣରେ ଆଧ୍ୟାତ୍ମିକ ଶବ୍ଦର ତାତ୍ତ୍ଵିକ ଅର୍ଥ ବିଶ୍ଳେଷଣ କର ।
ଉ –
ପ୍ରତିଷ୍ଠା କରିପାରିଛନ୍ତି, ସେମାନଙ୍କ ମଧ୍ୟରୁ ରନ୍‌କର ପତି ଏକ ବହୁଚର୍ଚ୍ଚିତ ଓ ପରିଚିତ ନାମ। ଓଡିଶାର ସଂସ୍କୃତି, ପରମ୍ପରା, ଶିକ୍ଷା, ନାନା ସମସ୍ୟା ଆଦିକୁ ନେଇ ତାଙ୍କ ମୌଳିକ ବିଚାରର ସ୍ପଷ୍ଟ ରୂପ ଦେଖିବାକୁ ମିଳେ ତାଙ୍କ ପ୍ରବନ୍ଧସମୂହରେ। ବହୁ ଶାସ୍ତ୍ର ଅଧ୍ୟୟନଜନିତ ଅଭିଜ୍ଞତା, ଦର୍ଶନର ଅଧ୍ୟାପନାଜନିତ ଅନୁଭୂତି, ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ଆଦିର ମିଶ୍ରଣରେ ତାଙ୍କ ସୃଷ୍ଟିଗୁଡିକ ଯେମିତି ପ୍ରଭାବଶାଳୀ ସେମିତି ଭାବଗମ୍ଭୀର ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକୁ ନେଇ ‘ପ୍ରବନ୍ଧ ପ୍ରକାଶ’ ପ୍ରଥମଭାଗ ଓ ଦ୍ବିତୀୟଭାଗ ଓଡ଼ିଆ ସାହିତ୍ୟଗାରରେ ଅମୂଲ୍ୟ ସଂପତ୍ତି ଭାବରେ ବିଦ୍ୟମାନ ।

ଆଲୋଚ୍ୟ ‘ ଆଧ୍ୟାତ୍ମିକ ଭିଭି’ ପ୍ରବନ୍ଧ ତାଙ୍କର ଏକ ବହୁପଠିତ ଓ ଆଦୃତ ପ୍ରବନ୍ଧ । ଏଥିରେ ପ୍ରାବନ୍ଧିକ ଆଧ୍ୟାତ୍ମିକର ବିଶ୍ଲେଷଣ କରିଛନ୍ତି ।

‘ ଆଧ୍ୟାତ୍ମିକ’ ଏକ ତାତ୍ତ୍ଵିକ ଶବ୍ଦଟିଏ। ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥରେ ଏହାର ସଂଜ୍ଞାକୁ ବୁଝାଇଦେବା ଏତେ ସହଜ ନୁହେଁ। ଏହି ‘ ଆଧ୍ୟାତ୍ମିକ’ ଶବ୍ଦଟି ପ୍ରଧାନତଃ ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥିବାର ଦେଖାଯାଏ। ବେଦାନ୍ତ-ଦର୍ଶନର ସୁଖ ଦୁଃଖ ବିଭାଗ ସଂପର୍କରେ ଓ ସାଂଖ୍ୟ ଦର୍ଶନର ‘ଦୁଖତ୍ରୟ’ ସଂପର୍କରେ ଏହାର ଗୋଟିଏ ଅର୍ଥ ଦେଖିବାକୁ ମିଳେ। ଉଭୟ ଦର୍ଶନରେ ଦୁଃଖକୁ ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ, ଏହି ତିନି ଶ୍ରେଣୀରେ ବିଭାଗୀକରଣ କରାଯାଇଛି ।

ଦେବତା ବା ଦୈବୀଶକ୍ତି ଯୋଗୁଁ ଯେଉଁ ଦୁଃଖ ଘଟେ, ତାହା ଆଧିଦୈବିକ ଦୁଃଖ। ବହିର୍ଜଗତ ପୃଥିବୀ ଆଦି ପଞ୍ଚମହାଭୂତରେ ଗଠିତ ବସ୍ତୁମାନଙ୍କ ସଂସ୍ପର୍ଶରେ ଯେଉଁ ଦୁଃଖ ମିଳେ, ତାହା ଆଧିଭୌତିକ ଦୁଃଖ। ତେବେ ଯେଉଁ ଦୁଃଖ ଭୋକ୍ତାର ଦେହ ଓ ମନରୁ ଜାତ ହୁଏ ତାହା ହିଁ ଆଧ୍ୟାତ୍ମିକ। ଏ ସମ୍ପର୍କରେ ‘ଆଧ୍ୟାତ୍ମିକ’ ଶବ୍ଦଟିର ଅର୍ଥ ହେଉଅଛି-
‘ଜୀବାତ୍ମାସଂକ୍ରାନ୍ତ’ – ଅର୍ଥାତ ଯାହା ଜୀବାତ୍ମାର ଶାରୀରିକ ଓ ମାନସିକ କ୍ରିୟା-ପ୍ରକ୍ରିୟାରୁ ଜାତ। ଏତଦ୍‌ବ୍ୟତୀତ ଏହାର ଅନ୍ୟ ଏକ ଅର୍ଥ ହେଉଛି, ଯାହା ‘ପରମାତ୍ମାଶ୍ରୟୀ’ – ଯାହା ପରମାତ୍ମା ବା ଐଶୀଶକ୍ତି ସହିତ ସଂପୃକ୍ତ। ଏହି ଅର୍ଥରେ ‘ଆଧ୍ୟାତ୍ମିକ’ ଶବ୍ଦଟି ‘ଭୌତିକ’ ବା ‘ ଜଡ଼ାତ୍ମକ’ ଶବ୍ଦର ବିପରୀତ। ପରମାତ୍ମା ବା ପରମେଶ୍ଵରଙ୍କୁ ଆଶ୍ରା କରି ଜଗତରେ ଯେଉଁ ବ୍ୟାପାରମାନ ଘଟେ, ସେସବୁ ଏଇ ଅର୍ଥରେ ଆଧ୍ୟାତ୍ମିକ।

ତେବେ ଶବ୍ଦଟିର ମୂଳ ଅର୍ଥ ପ୍ରତି ଦୃଷ୍ଟିଦେଲେ ଏହାର ଅର୍ଥ ଆହୁରି ସ୍ପଷ୍ଟ ହେବ । ଯାହା ଆତ୍ମାକୁ ଅଧିକାର କରି ରହିଅଛି ଅର୍ଥାତ ଯାହା ଆମାଶ୍ରୟୀ ତାହା ହିଁ ଆଧ୍ୟାତ୍ମିକ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୨ ।
ଜ୍ଞାନ କ୍ଷେତ୍ରରେ କିଭଳି ଆଧ୍ୟାତ୍ମିକତା ପରିଲକ୍ଷିତ ହୋଇଛି ଆଲୋଚନା କର।
କିମ୍ବା
ପ୍ରାଚୀନ ଭାରତରେ ଜ୍ଞାନ କ୍ଷେତ୍ରରେ ଆଧ୍ୟାତ୍ମିକତାର ପ୍ରଭାବ ସଂପର୍କରେ ଅଲୋକପାତ କର।
ଉ –
ସ୍ଵାଧୀନତା ପୂର୍ବବର୍ତୀ ଓଡିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବେଶ୍ ପ୍ରଭାବଶାଳୀ ପ୍ରାବନ୍ଧିକଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ ସେମାନଙ୍କ ମଧ୍ୟରୁ ରନ୍‌କର ପତି ଅନ୍ୟତମ ସାରସ୍ଵତ ସାଧକ। ସମସ୍ୟାର ଉପସ୍ଥାପନା ଓ ଏହାର ବିଶ୍ଳେଷଣରେ ସମାଧାନର ପନ୍ଥା ନିର୍ଣ୍ଣୟ ଏବଂ ମୌଳିକ ଦୃଷ୍ଟିଭଙ୍ଗୀର ସ୍ଵତନ୍ତ୍ରତାକୁ ନେଇ ସେ ଓଡ଼ିଆ ପାଠକ ପାଖରେ ସେ ଯେମିତି ଉଚ୍ଚ ପ୍ରଶଂସିତ ସେମିତି ବେଶ୍ ପରିଚିତ। ନୈତିକତା, ଆଧ୍ୟାତ୍ମିକତା, ପାରମ୍ପାରିକତା, ଆଦର୍ଶବାଦିତା, ତଥା ନ୍ୟାୟନିଷ୍ଠତାର ସ୍ଵାଦଭରା ତାଙ୍କ ପ୍ରବନ୍ଧାବଳୀ ଯେପରି ଭାବଗର୍ଭକ ସେମିତି ପ୍ରେରଣାଦାୟକ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡିକୁ ନେଇ ‘ପ୍ରବନ୍ଧ ପ୍ରକାଶ’ ପ୍ରଥମଭାଗ ଓ ଦ୍ବିତୀୟଭାଗ ଓଡ଼ିଆ ସାହିତ୍ୟାଗାରରେ ଅମୂଲ୍ୟ ସଂପତ୍ତି ଭାବରେ ବିଦ୍ୟମାନ ।

ଆଲୋଚ୍ୟ ‘ ଆଧ୍ୟାତ୍ମିକ ଭିଭି’ ପ୍ରବନ୍ଧ ତାଙ୍କର ଏକ ବହୁପଠିତ ଓ ଆଦୃତ ପ୍ରବନ୍ଧ । ଏଥିରେ ପ୍ରାବନ୍ଧିକ ଆଧ୍ୟାତ୍ମିକର ସଂଜ୍ଞା ନିର୍ଣ୍ଣୟ କରିବା ସହିତ ଏହାର ଭିତ୍ତିଭୂମି କିପରି ଜୀବନକୁ ସୁମାର୍ଗରେ ପରିଚାଳିତ କରିପାରିବ, ତାହା ଯଥାର୍ଥ ଭାବରେ ବିଶ୍ଳେଷଣ କରିଛନ୍ତି। ଏହା ସହିତ ଆଧ୍ୟାତ୍ମିକତା କିପରି ଜ୍ଞାନ ସହ ସଂପୃକ୍ତ ତାହା ମଧ୍ୟ ଆଲୋଚିତ।

ଆମର ଏଇ ଭାରତଭୁମି ଚିରକାଳ ଜ୍ଞାନର ପୂଜାସ୍ଥଳ। ସତ୍ୟ ଶିବ ସୁନ୍ଦରର ଉପାସନା ପୀଠ। ଆର୍ଯ୍ୟମାନଙ୍କର ଅଧୃଷ୍ଠାନ କ୍ଷେତ୍ର। ଆଉ ଏଇ ଆର୍ଯ୍ୟଋଷିବୃନ୍ଦ ଏଇ ପୁଣ୍ୟପୀଠରେ ସେମାନଙ୍କ ଦିବ୍ୟବାଣୀ ଓ ଜ୍ଞାନଚର୍ଚ୍ଚାକୁ ମାନବର ହିତଲାଗି ରଖିଯାଇଛନ୍ତି।

ସାଧନ କରିବାପାଇଁ ଉଦ୍ଦିଷ୍ଟ। ଏଇ ଶାସ୍ତ୍ରମାନଙ୍କରେ ଜନସାଧାରଣଙ୍କୁ ଆଧ୍ୟାତ୍ମିକ ଭାବରେ ଭାବମୟ କରିବାକୁ ପ୍ରୟାସ ଭାରତର ଜ୍ଞାନ କ୍ଷେତ୍ରରେ ଯଦି ଆମେ ଦୃଷ୍ଟିନିବେଶ କରିବା, ତେବେ ଏହା ଉପରେ ଆଧ୍ୟାତ୍ମିକତାର ପ୍ରଭାବକୁ ମୂଲ୍ୟାୟନ କରିପାରିବା। ପ୍ରାଚୀନ ଭାରତର ଜ୍ଞାନକ୍ଷେତ୍ର ପ୍ରତି ଦୃଷ୍ଟି ଦେଲେ ଆମେ ଦେଖିବା ପ୍ରତିଟି ଗ୍ରନ୍ଥ, ଶାସ୍ତ୍ରକୁ ସ୍ରଷ୍ଟା ତଥା ଗ୍ରନ୍ଥକାରମାନେ କୌଣସି ନା କୌଣସି ଦେବଶକ୍ତି ନିକଟରେ ଉତ୍ସର୍ଗ କରିଛନ୍ତି। ଗ୍ରନ୍ଥର ଆରମ୍ଭରୁ ଦେବଶକ୍ତିର କୃପାଭିକ୍ଷା ପ୍ରବୃତ୍ତ ହୋଇଛନ୍ତି |

ଏଇ ଆଧ୍ୟାତ୍ମିକତାର ପ୍ରଭାବରେ ଗୁରୁଭକ୍ତିକୁ ଭାରତୀୟ ଜ୍ଞାନମାର୍ଗରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। ଜ୍ଞାନ ଅର୍ଜନ ନିମନ୍ତେ ଗୁରୁଙ୍କ ପ୍ରତି ଆନୁଗତ୍ୟର ଅପରିହାର୍ଯ୍ୟତା ଉପରେ ବେଶି ଦୃଷ୍ଟି ଦିଆହେଇଛି । ଏହା ସହିତ ଆଧ୍ୟାତ୍ମିକତାର ପ୍ରଭାବରେ ବାଗ୍‌ଦେବୀଙ୍କ ଅରାଧନା ଓ ପୂଜାର୍ଚ୍ଚନାକୁ ଜ୍ଞାନ ଅର୍ଜନ କ୍ଷେତ୍ରରେ ମୁଖ୍ୟ କର୍ମ ବୋଲି ନିର୍ଦେଶ ହୋଇଛି । ଏମିତିକି ଏଇ ଆଧ୍ୟାତ୍ମିକ ଜ୍ଞାନ ହିଁ ମୋକ୍ଷଲାଭର ଉପାୟ। ଏହାଛଡ଼ା ଜ୍ୟୋତିର୍ବିଜ୍ଞାନ, ଆୟୁର୍ବେଦ ପ୍ରଭୃତି ଶାସ୍ତ୍ରମାନ ଏଇ ଆଧ୍ୟାତ୍ମିକ ଭିଭି ଉପରେ ହିଁ ରଚିତ।

Question ୩ ।
‘ଭାରତ କିପରି ସତ୍ୟ ଶିବ ସୁନ୍ଦରର ଉପାସକ’’ – ବ୍ୟାଖ୍ୟା କର ।
ଉ –
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସରେ ରତ୍ନାକର ପତିଙ୍କ ନାମ ସର୍ବାଦୌ ସ୍ମରଣୀୟ | ଦର୍ଶନ ବିଭାଗର ଅଧ୍ୟାପକ ଭାବେ ତାଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ବେଶ୍ ବଳିଷ୍ଠ ତଥା ରୁଚିପୂର୍ଣ । ଜୀବନ ସହିତ ଜଡ଼ିତ ନାନା ସମସ୍ୟାକୁ ସରଳ, ସହଜ ଓ ନୀତିପୂର୍ଣ୍ଣ ଭାବରେ ସମାଧାନର ସୂତ୍ର ବାହାର କରିବା ଥିଲା ତାଙ୍କ ପ୍ରବନ୍ଧର ଆଧାର । ତାଙ୍କ ନୀତିନିଷ୍ଠ ପ୍ରବନ୍ଧଗୁଡ଼ିକ ‘ ପ୍ରବନ୍ଧ ପ୍ରକାଶ’ ପ୍ରଥମ ଓ ଦ୍ଵିତୀୟ ଭାଗରେ ଉଲ୍ଲିଖତ । ଆଲୋଚ୍ୟ ପ୍ରବନ୍ଧ ‘ ଆଧ୍ୟାତ୍ମିକ ଭିଭି’ ଏକ ତତ୍ତ୍ଵମୂଳକ ଉପାଦେୟ ପ୍ରବନ୍ଧ ଯେଉଁଥରେ ଆଧ୍ୟାତ୍ମିକତାର ଭିଭିକୁ ନିରୀକ୍ଷଣ କରିବା ସହିତ ତାହାର ତତ୍ତ୍ଵପୂର୍ଣ୍ଣ ଦିଗକୁ ବ୍ୟାଖ୍ୟା କରିଛନ୍ତି ।

ପୁଣ୍ୟଭୂମି ଭାରତବର୍ଷ କେଉଁ ଆଦିମ କାଳରୁ ସତ୍ୟ, ଶିବ ଓ ସୁନ୍ଦରର କଥା କହି ଆସିଛି । ସତ୍ ଚିତ୍ ଆନନ୍ଦର ମୂର୍ତିମନ୍ତ ବିଗ୍ରହ ଭାରତ । ସତ୍ୟ ଶିବ ସୁନ୍ଦରର ଉପାସକ ଭାବେ ସର୍ବବିଦିତ । ଏହି ତ୍ରିବିଧ ଆଦର୍ଶକୁ ବିଶ୍ଵ କାରଣର ବିଭିନ୍ନ ବିଭାଗ ରୂପେ ଧରି ପ୍ରାଚୀନ ଭାରତ ତାହାର ସମାଜ, ରାଜନୀତି ଓ ନୈତିକ ଜୀବନ ଗଢ଼ି ଆସିଛି । ଭାରତୀୟ ସମାଜର ବିଭିନ୍ନ କ୍ଷେତ୍ରରେ ଆଧ୍ୟାତ୍ମିକ ଦୃଷ୍ଟି ପୂରି ରହିଅଛି । ମନୁ, ପରାଶର ଆଦି ମହର୍ଷିମାନଙ୍କ ସ୍ମୃତି ଶାସ୍ତ୍ରମାନଙ୍କରେ ସାମାଜିକ, ପାରବାରିକ ଓ ବ୍ୟକ୍ତିଗତ ଜୀବନର ପରିଚାଳନା ନିମିତ୍ତ ଯେଉଁ ବିଧ୍ଵବିଧାନ ରହିଛି ତାହା ଆଧ୍ୟାତ୍ମିକ ଭିଭିରେ ପ୍ରତିଷ୍ଠିତ ।

ମୋଟ ଉପରେ କହିଲେ ପ୍ରାବନ୍ଧିକ ଉକ୍ତ ପ୍ରବନ୍ଧରେ ଆଧ୍ୟାତ୍ମିକ ଭିତ୍ତିଭୂମିକୁ ଗର୍ଭାଧାନଠାରୁ ଆରମ୍ଭ କରି ଭାରତୀୟ ଜୀବନ ଚଳଣିର ବିଭିନ୍ନ ଦିଗରେ ସ୍ୱୟଂଚାଳିତ ହୋଇ ଆସୁଅଛି ବୋଲି ବର୍ଣ୍ଣନା କରିଛନ୍ତି । ବାସ୍ତବିକ ପ୍ରବନ୍ଧଟି ତତ୍ତ୍ଵଧର୍ମୀ ପ୍ରବନ୍ଧ ଭାବେ ହୃଦୟସ୍ପର୍ଶୀ ହୋଇଛି ।

Question ୪ ।
ପ୍ରାଚୀନ ଭାରତରେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପ କିପରି ଆଧ୍ୟାତ୍ମିକ ଭାବାପନ୍ନ ଥିଲା- ଆଲୋଚନା କର ।
ଉ –
ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶଧାରାରେ ଜଣେ ଅନନ୍ୟ ଗଦ୍ୟକାରିଗର, ଅଦ୍ୱିତୀୟ ପ୍ରବନ୍ଧପ୍ରତିଭା ପ୍ରାବନ୍ଧିକ ରନ୍‌କର ପତି । ସାତ୍ତ୍ଵିକ ବିଚାରଧାରାକୁ ନେଇ ସକାରାତ୍ମକ ଦୃଷ୍ଟିରୁ ଭାରତୀୟ ଦର୍ଶନର ଅଭିଜ୍ଞାନ ସହ ସେ ଯେଉଁପରି ଭାବରେ ଓଡ଼ିଆ ପ୍ରବନ୍ଧର ଏକ ନୂତନଧାରା ସୃଷ୍ଟି କରିଥିଲେ ତାହା ହିଁ ପ୍ରମାଣ କରେ ତାଙ୍କ ପ୍ରତିଭାର ମହନୀୟତା ଓ ତାଙ୍କ ଜ୍ଞାନର ବ୍ୟାପକତା । ନୈତିକତା, ଆଧ୍ୟାତ୍ମିକତା, ପାରମ୍ପାରିକତା ଓ ଆଦର୍ଶବାଦିତାର ସ୍ବାଦକୁ ନେଇ ତାଙ୍କ ପ୍ରବନ୍ଧାବଳୀ ଯେମିତି ଭାବୋଦ୍ଦୀପକ, ସେମିତି ଜ୍ଞାନପ୍ରଦାୟକ, ଯାହାର ପ୍ରମାଣ ବହନ କରେ ତାଙ୍କର ଅନନ୍ୟ ପ୍ରବନ୍ଧ କୃତି ‘ପ୍ରବନ୍ଧ ପ୍ରକାଶ’ର ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ।

ଆଲୋଚ୍ୟ ‘ଆଧ୍ୟାତ୍ମିକ ଭିଭି’ ତାଙ୍କର ଏକ ଅନନ୍ୟ ପ୍ରବନ୍ଧ । ଏଥ‌ିରେ ଭାରତୀୟଙ୍କ ଜୀବନଯାପନ କ୍ଷେତ୍ରରେ ଆଧ୍ୟାତ୍ମିକତାର ପ୍ରଭାବ କିପରି ପରିଲକ୍ଷିତ ତାହା ଆଲୋଚିତ । କରିଥାନ୍ତି । ଭାରତର ସମାଜ କ୍ଷେତ୍ରରେ ଏହି ଆଧାରରେ ଆଧ୍ୟାତ୍ମିକତାର ପ୍ରଭାବ ବେଶ୍ ସ୍ପଷ୍ଟଭାବରେ ପରିଦୃଶ୍ୟ । ମନୁ, ଯାହା ହେଉନା କାହିଁକି ଏହି ଆଧ୍ୟାତ୍ମିକ ଭିଭିରେ ହିଁ ପ୍ରତିଷ୍ଠିତ । ଗର୍ଭାଧାନଠାରୁ ଆରମ୍ଭକରି ଭାରତୀୟ ଜୀବନ ଏଇ ଆଧ୍ୟାତ୍ମିକ ଭିଭିରେ ଚାଳିତ ହୋଇ ଆସିଅଛି । ଧନଜନ ଗୋପଲକ୍ଷ୍ମୀ ସବୁଥିରେ ଦେଖାଯାଏ ଏଇ ଆଧ୍ୟାତ୍ମିକର ପ୍ରଭାବ ।

ଚରମସୀମାକୁ ଗତି କରିବା ହିଁ ଥିଲା ଦୈନନ୍ଦିନ ଜୀବନର ମୁଖ୍ୟ ଲକ୍ଷ୍ୟ । ଭାରତୀୟଙ୍କ କର୍ମକ୍ଷେତ୍ର ଭକ୍ତି ଓ ଜ୍ଞାନର ସହଯୋଗରେ ପରିଚାଳିତ ।

ପ୍ରତ୍ୟେକ ଭାରତୀୟର ଦୈନନ୍ଦିନ କାର୍ଯ୍ୟକଳାପ ସର୍ବଦା ଆଧ୍ୟାତ୍ମିକ ଭାବାପନ୍ନ ଥିଲା । ପ୍ରଭାତର ଜାଗ୍ରତରେ ଈଶ୍ଵରଙ୍କୁ ପ୍ରାର୍ଥନା ସହ ଦିନଚର୍ଯ୍ୟା ଆରମ୍ଭ ହେଉଥିଲା । ତରୁତୃଣରେ, କାଷ୍ଠପାଷାଣରେ ଦେବଶକ୍ତି ନିହତ ଥ‌ିବାର ବିଶ୍ୱାସ ରଖ୍ ସେମାନଙ୍କୁ ଦୈନନ୍ଦିନ ଜୀବନଯାତ୍ରାରେ ଯଥେଷ୍ଟ ଗୁରୁତ୍ବ ଦେଉଥିଲା । ସ୍ନାନଜଳରେ ଗଙ୍ଗାଦି ତୀର୍ଥମାନଙ୍କୁ ଆରୋପ କରି ପ୍ରାଚୀନ ଭାରତର ବ୍ୟକ୍ତି ସ୍ନାନ କରୁଥିଲା । ତା’ର ଦୈନନ୍ଦିନ ଭୋଜନକୁ ଈଶ୍ବରଙ୍କୁ ସମର୍ପଣ କରି ସେ ଭକ୍ଷଣ କରୁଥିଲା ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

Question ୫ ।
‘ପ୍ରାଚୀନ ଭାରତର ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଜୀବନ ନିୟମିତ ନ ହେଲେ ଆଧୁନିକ ଯୁଗର ଦୁର୍ଗତିରୁ ରକ୍ଷା ନାହିଁ’ – ଉକ୍ତିଟିର ଅର୍ଥ ବୁଝାଇ ଦିଅ ।
ଭ-
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଯେଉଁ ପ୍ରଭାବଶାଳୀ ପ୍ରାବନ୍ଧିକଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ ସେ ନାମ ନିରେ ରନ୍‌କର ପତି। ସମସ୍ୟାର ଉପସ୍ଥାପନା ଓ ଏହାର ବିଶ୍ଳେଷଣରେ ସମାଧାନର ପନ୍ଥା ନିର୍ଣ୍ଣୟ ଏବଂ ମୌଳିକ ଦୃଷ୍ଟିଭଙ୍ଗୀର ସ୍ଵତନ୍ତ୍ରତାକୁ ନେଇ ସେ ଓଡ଼ିଆ ପାଠକ ପାଖରେ ସେ ଖୁବ୍ ଉଚ୍ଚ ପ୍ରଶଂସିତ । ନୈତିକତା, ଆଧ୍ୟାତ୍ମିକତା, ପାରମ୍ପାରିକତା, ଆଦର୍ଶବାଦିତା, ତଥା ନ୍ୟାୟନିଷ୍ଠତାର ସ୍ଵାଦଭରା ତାଙ୍କ ପ୍ରବନ୍ଧାବଳୀ ଯେପରି ଭାବଗର୍ଭକ ସେମିତି ପ୍ରେରଣାଦାୟକ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକୁ ନେଇ ‘ପ୍ରବନ୍ଧ ପ୍ରକାଶ’ ପ୍ରଥମଭାଗ ଓ ଦ୍ବିତୀୟଭାଗ ଓଡ଼ିଆ ସାହିତ୍ୟାଗାରରେ ଅମୂଲ୍ୟ ସଂପତ୍ତି ଭାବରେ ବିଦ୍ୟମାନ ।

ଆଲୋଚ୍ୟ ‘ ଆଧ୍ୟାତ୍ମିକ ଭିଭି’ ପ୍ରବନ୍ଧ ତାଙ୍କର ଏକ ବହୁ ପଠିତ ଓ ଆଦୃତ ପ୍ରବନ୍ଧ । ଏଥିରେ ପ୍ରାବନ୍ଧିକ ଆଧ୍ୟାତ୍ମିକର ବିଶ୍ଳେଷଣ କରିଛନ୍ତି । ଏହି ଆଧ୍ୟାତ୍ମିକତା କିପରି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ତା’ର ପ୍ରଭାବ ପକାଇଛି ତାହା ଉପସ୍ଥାପିତ। ଭାବାପନ୍ନ ଥିଲା। ତାହାର ବିଶ୍ଵାସ, କାଷ୍ଠପାଷାଣ-ତରୁ-ତୃଣରେ ଦେବଶକ୍ତି ନିହିତ। ସାମାନ୍ୟ ଟିକିଏ ଦାନ୍ତକାଠି ପାଇଁ ବା

ମୃତ୍ତିକା ପାଇଁ ପ୍ରଥମେ ଭକ୍ତିର ସହିତ ବୃକ୍ଷ ବା ପୃଥିବୀକୁ ପ୍ରାର୍ଥନା କରିବାକୁ ପଡୁଥିଲା। ସ୍ନାନଜଳରେ ଗଙ୍ଗାଦି ତୀର୍ଥମାନଙ୍କୁ ଆରୋପ କରି ପ୍ରାଚୀନ ଭାରତର ବ୍ୟକ୍ତି ସ୍ନାନ କରୁଥିଲା। ଦୈନନ୍ଦିନ ପାନ-ଭୋଜନରେ ମଧ୍ୟ ଏଇ ଭାବ ପୂରି ରହିଥିଲା। ଏଇ ଆଧ୍ୟାତ୍ମିକତାର ପ୍ରଭାବରେ ଖାଦ୍ୟ ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କରି ଭାରତବାସୀ ପ୍ରସାଦ ରୂପେ ଗ୍ରହଣ କରୁଥିଲେ ।

ଠିକ୍ ସେହିପରି ବ୍ୟକ୍ତିଗତ ଜୀବନଠାରୁ ସାମୂହିକ ଜୀବନ ପର୍ଯ୍ୟନ୍ତ ଆଧ୍ୟାତ୍ମିକତାର ପ୍ରଭାବରେ ପ୍ରଭାବିତ ଥିଲା। ଉଭୟ ବ୍ୟକ୍ତିଗତ ଓ ସମଷ୍ଟିଗତ ଜୀବନ ଆଧ୍ୟାତ୍ମିକ ଭିଭିରେ ଚାଳିତ ହୋଇ ସୁଶୃଙ୍ଖଳ ଓ ସୁଖଶାନ୍ତିପୂର୍ଣ୍ଣ ରହିଥିଲା। ଯଦିଓ କେହି କେହି ଏହାକୁ ଭାରତର ଅଧୋଗତିର କାରଣ ବୋଲି ଚିହ୍ନିତ କରିଛନ୍ତି, ତଥାପି ଏହାର ଗୁରୁତ୍ଵ ସର୍ବାଧିକ ମନେହୁଏ। ଭାରତର ଅଧ୍ୟାତ୍ମିକତା କେତେବେଳେ ବି ଭାରତୀୟଙ୍କୁ କର୍ମହୀନତା ଶିକ୍ଷା ଦେଇନାହିଁ। ବରଂ ସେମାନଙ୍କୁ ନିର୍ଭିକ , କର୍ମପ୍ରବଣ ଓ କର୍ତ୍ତବ୍ୟନିଷ୍ଠ ହେବାକୁ ଶିକ୍ଷା ଦେଇଅଛି। ସ୍ଵାମୀ ବିବେକାନନ୍ଦଙ୍କଠାରୁ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଏବଂ ଆହୁରି ଅନେକ ବିଦ୍ୱାନ୍ ଆଧ୍ୟାତ୍ମିକତାର ସପକ୍ଷରେ ଯୁକ୍ତି ବାଢ଼ନ୍ତି ।

ଏଇ ଅଧ୍ୟାତ୍ମିକତା ଭାରତର ଅନ୍ୟତମ ବିଶେଷତ୍ଵ ଭାବେ ସମଗ୍ର ବିଶ୍ଵକୁ ପ୍ରେରଣା ଦେଇ ଆସିଛି । ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏହାର ଭୂମିକାକୁ ଅସ୍ଵୀକାର କରିବା କାଠିକର ପାଠ। ହେଲେ ଆଧ୍ୟାତ୍ମିକତାକୁ ଦୃଢ଼କରି ନଧରି କେବଳ ଅନୁଷ୍ଠାନ ସଫଳ ହେବନାହିଁ । ବାସ୍ତବିକ ଆଧୁନିକ ଯୁଗରେ ମାନବ ସମାଜର ଦୁର୍ଗତି ପ୍ରତି ଦୃଷ୍ଟି ଦେଲେ ମନେହେବ ଯେ ପ୍ରାଚୀନ ଭାରତର ସେଇ ଆଧ୍ୟାତ୍ମିକ ଦୃଷ୍ଟିକୋଣ ବେଶ୍ ଭଲ ଥିଲା ଓ ଜୀବନକୁ ନାନାଭାବେ ନିୟନ୍ତ୍ରତ କରୁଥିଲା, ତେଣୁ ସେପରି ବିଶ୍ଵସ୍ତ ହେବା ବରଂ ଶ୍ରେୟସ୍କର।

ବାସ୍ତବିକ ପ୍ରାବନ୍ଧିକଙ୍କ ଏତାଦୃଶ ମୂଲ୍ୟାୟନ ଯଥାର୍ଥ ମନେହୁଏ।

ଓଡ଼ିଆ ପ୍ରବନ୍ଧର ସୃଷ୍ଟି ଓ ସମ୍ଭାବନା :

ଓଡ଼ିଆ ସାହିତ୍ୟରେ ପ୍ରବନ୍ଧର ଜନ୍ମଲଗ୍ନ ସେତେ ପ୍ରାଚୀନ ନୁହେଁ; କିନ୍ତୁ ଆଧୁନିକ କାଳରେ ଏହି ବିଭାଗଟି ସୃଷ୍ଟି ହୋଇଥିଲେ ମଧ୍ୟ ଏକ ସ୍ଵୟଂସମ୍ପୂର୍ଣ୍ଣ କଳାତ୍ମକ ବିଭାଗରେ ଏହାର ସ୍ଵୀକୃତି ବେଶ୍ ସମ୍ମାନଜନକ । ପାଶ୍ଚାତ୍ୟ ଭାବ ଓ ସାହିତ୍ୟିକ ଚେତନାର ସଂକ୍ରମଣରୁ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ସୃଷ୍ଟି ସମ୍ଭବ ହୋଇଛି ।

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ସଂକ୍ଷିପ୍ତ ଧାରା :

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶ ପର୍ବ ପ୍ରତି ଦୃଷ୍ଟିପାତ କଲେ ଏହା ଯେ ଦୀର୍ଘଦିନର ନୁହେଁ, ତାହା ସହଜରେ କୁହାଯାଇପାରେ । ତେବେ ଏହାର ବିକାଶଧାରାକୁ ସାଧାରଣ ଭାବରେ ତିନିଗୋଟି ବିଭାଗରେ ବିଭକ୍ତ କରାଯାଇପାରେ ।

(କ) ଆଦି ପର୍ଯ୍ୟାୟ – ୧୮୬୬-୧୯୯୦
(ଖ) ମଧ୍ୟ ପର୍ଯ୍ୟାୟ – ୧୯୯୧-୧୯୪୭
(ଗ) ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟ – ୧୯୪୭ଠାରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ

(କ) ଆଦି ପର୍ଯ୍ୟାୟ :

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଦି ପର୍ଯ୍ୟାୟରେ ସର୍ବପ୍ରଥମ ପ୍ରାବନ୍ଧିକ ଭାବରେ କବିବର ରାଧାନାଥଙ୍କୁ ଗ୍ରହଣ କରାଯାଇପାରେ । ୧୮୭୩ ମସିହାରେ ସେ ‘ବିବେକୀ’ ପ୍ରବନ୍ଧ ରଚନା କରିଥିଲେ । ଏହି ପ୍ରବନ୍ଧଟି ହେଉଛି ତାଙ୍କର ଏକ ଚିନ୍ତାମୂଳକ ଦୀର୍ଘ ପ୍ରବନ୍ଧ । ଏଥ‌ିରେ କବିବର ରାଧାନାଥ ରାୟଙ୍କର ଚିନ୍ତାଗତ, ଗାମ୍ଭୀର୍ଯ୍ୟ ଓ ମୌଳିକ ଦୃଷ୍ଟିକୋଣ ପ୍ରକାଶ ପାଇଛି ।

କବିବର ରାଧାନାଥଙ୍କ ପରେ ତାଙ୍କର ପ୍ରିୟ ପଟ୍ଟଶିଷ୍ୟ ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ଅଭାବ ଲକ୍ଷ୍ୟ କରି ପ୍ରଥମେ ଏହି ଅଭାବ ଦୂର କରିବାପାଇଁ ପାଠ୍ୟପୁସ୍ତକ ରଚନା କରିବାକୁ ପ୍ରଯତ୍ନ କରିଥିଲେ । ଏହି ସମୟରେ ସେ କେତେକ ଶିକ୍ଷାମୂଳକ ଓ ଉପାଦେୟ ପ୍ରବନ୍ଧ ରଚନା କରିଥିଲେ ଯାହା ‘ସାହିତ୍ୟ କୁସୁମ’ ଏବଂ ‘ସାହିତ୍ୟ ପ୍ରସଙ୍ଗ’ ପ୍ରଭୃତି ପାଠ୍ୟପୁସ୍ତକରେ ସ୍ଥାନ ପାଇଛି । ମଧୁସୂଦନଙ୍କର ପ୍ରବନ୍ଧଗୁଡ଼ିକର ଭାବ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ଭାଷା ମଧ୍ୟ ସଂସ୍କୃତାନୁସାରୀ । ବିଶେଷତଃ ସେ ଶିକ୍ଷାମୂଳକ ପ୍ରବନ୍ଧ ରଚନା କରିବାରେ ସିଦ୍ଧି ଅର୍ଜନ କରିପାରିଛନ୍ତି ।

ଏହାପରେ ଊନବିଂଶ ଶତକର ଶେଷ ଦଶକ ଆଡ଼କୁ ଅନ୍ୟ କେତେକ ପ୍ରାବନ୍ଧିକଙ୍କ କୃତିରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଯଥେଷ୍ଟ ମର୍ଯ୍ୟଦା ଲାଭ କରିଛି । ଯେଉଁ ପ୍ରାବନ୍ଧିକମାନେ ଏଇ ସମୟର ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧି କରିଯାଇଛନ୍ତି, ସେମାନେ ହେଲେ ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, ପଣ୍ଡିତ ବିଶ୍ଵନାଥ କର, ପ୍ୟାରିମୋହନ ଆଚାର୍ଯ୍ୟ, ସାଧୁଚରଣ ରାୟ, କୃଷ୍ଣପ୍ରସାଦ ଚୌଧୁରୀ, ଗୋପାଳଚନ୍ଦ୍ର ପ୍ରହରାଜ, ପଣ୍ଡିତ ଗୋପୀନାଥ ନନ୍ଦ ଓ ଶ୍ୟାମସୁନ୍ଦର ରାଜଗୁରୁ ପ୍ରମୁଖ ବହୁ ପ୍ରାବନ୍ଧିକ ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

(ଖ) ମଧ୍ୟ ପର୍ଯ୍ୟାୟ :

ବିଂଶ ଶତକର ଆଦ୍ୟ ପଦଠାରୁ ସ୍ଵାଧୀନତା ପ୍ରାପ୍ତି ବା ୧୯୪୭ ମସିହା ପର୍ଯ୍ୟନ୍ତ ସମୟସୀମାକୁ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମଧ୍ୟ ପର୍ଯ୍ୟାୟ ବୋଲି କୁହାଯାଇପାରେ । ପ୍ରାୟ ଏଇ ଅର୍ଦ୍ଧ ଶତାବ୍ଦୀ ଭିତରେ ଅନେକ ଘଟଣା ଘଟିଯାଇଛି ଓ ସଭ୍ୟତା, ସଂସ୍କୃତି, ସମାଜ, ରାଜନୀତି, ଅର୍ଥନୀତି ଏବଂ ଜ୍ଞାନବିଜ୍ଞାନ କ୍ଷେତ୍ରରେ ମଧ୍ୟ ବହୁବିଧ ପରିବର୍ତ୍ତନ ଆସିଛି । ଏଇ ସମୟର ଯାବତୀୟ ପରିବର୍ତ୍ତନ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ପ୍ରତିଫଳିତ ହୋଇଅଛି । ସେ ସମୟର ପ୍ରାବନ୍ଧିକମାନେ ହେଲେ ପଣ୍ଡିତ ଗୋପୀନାଥ ନନ୍ଦ, ତାରିଣୀଚରଣ ରଥ, ପଣ୍ଡିତ ମୃତ୍ୟୁଞ୍ଜୟ ରଥ, ଗୋପବନ୍ଧୁ ଦାସ, ପଦ୍ମଚରଣ ପଟ୍ଟନାୟକ, ନନ୍ଦକିଶୋର ବଳ, ନୀଳକଣ୍ଠ ଦାସ, ଚନ୍ଦ୍ରମୋହନ ମହାରଣା, କୃପାସିନ୍ଧୁ ମିଶ୍ର, ରାମଶଙ୍କର ରାୟ ଓ ଶ୍ରୀବତ୍ସ ପଣ୍ଡା ।

ଓଡ଼ିଆ ପ୍ରବନ୍ଧ ସାହିତ୍ୟ ନିଜକୁ ପ୍ରତିଷ୍ଠିତ କରି ପରେ ପରେ ବିଚିତ୍ର ବର୍ଷବିଭାରେ ହୋଇଉଠିଲା ବର୍ଷବିଭୋର । ପ୍ରବନ୍ଧ ସାହିତ୍ୟରେ ଦେଖାଦେଲା ରମ୍ୟରଚନା । କେତେକ ମଧ୍ୟ ଏହାକୁ ଲଳିତ ନିବନ୍ଧ ବୋଲି କହିଥା’ନ୍ତି । ଏଇ ଧରଣର ରଚନା ସର୍ବପ୍ରଥମେ ବ୍ୟାସକବି ଫକୀରମୋହନଙ୍କ ଲେଖନୀରେ ଆତ୍ମପ୍ରକାଶ କରିପାରିଥିଲା । ଏହା ପରେ ରଚନା କଲେ, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇ ମହାନ୍ତିଙ୍କ ପାଞ୍ଜି’, ‘ବାଇ ନାନୀଙ୍କ ବୁଜୁଳି’, ‘ଆମ ଘରର ହାଲଚାଲ’ ଇତ୍ୟାଦି । ଏଗୁଡ଼ିକ ପ୍ରବନ୍ଧତୁଲ୍ୟ ଗମ୍ଭୀର ନୁହଁନ୍ତି ବରଂ ଲଘୁଧର୍ମୀ ଓ ସରସ ରଚନା ।

ଏହି ସମୟରେ ପ୍ରାବନ୍ଧିକ ଶଶୀଭୂଷଣ ରାୟ, ଅଧ୍ୟାପକ ବିପିନବିହାରୀ ରାୟ ଅନେକ ଉପାଦେୟ ପ୍ରବନ୍ଧ ରଚନା କରିଛନ୍ତି । ଅଧ୍ୟାପକ ରତ୍ନାକର ପତି ବହୁ ଦାର୍ଶନିକ ତତ୍ତ୍ବ ସମ୍ବଳିତ ପ୍ରବନ୍ଧ ରଚନା କରିଛନ୍ତି । ପୁନଶ୍ଚ ଏହି ସମୟରେ ମୋହିନୀମୋହନ ସେନାପତି, ବ୍ରଜବିହାରୀ ମହାନ୍ତି, ଜଳନ୍ଧର ଦେବ, ପଣ୍ଡିତ ବାସୁଦେବ ମହାପାତ୍ର, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ଡକ୍ଟର ପ୍ରାଣକୃଷ୍ଣ ପରିଜା, ଜଗବନ୍ଧୁ ସିଂହ, କପିଳେଶ୍ଵର ଦାସ, ବଂଶୀଧର ସାମନ୍ତରାୟ ଏବଂ କାଳିଆ ପାଣିଗ୍ରାହୀ ପ୍ରମୁଖ ବହୁ କୃତବିଦ୍ୟ ପ୍ରାବନ୍ଧିକଙ୍କଦ୍ୱାରା ସମୃଦ୍ଧ ହେଲା ଓଡ଼ିଆ ପ୍ରବନ୍ଧ ସାହିତ୍ୟ ।

(ଗ) ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟ :

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଯଥାର୍ଥ ଉନ୍ନତି ସ୍ଵାଧୀନତା ପରଠାରୁ ସମ୍ଭବ ହେଲା । ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣାଦ୍ଵାରା ଓଡ଼ିଆ ସାହିତ୍ୟର ସମାଲୋଚନା ଦିଗଟି ହେଲା ଉନ୍ନତ । ଯେଉଁ ଗବେଷକବୃନ୍ଦ ଏଥ‌ିରେ କୃତିତ୍ଵ ପ୍ରଦର୍ଶନ କରିଥିଲେ, ସେମାନେ ହେଲେ ଡକ୍ଟର କରୁଣାକର କର, ଆର୍ତ୍ତବଲ୍ଲଭ ମହାନ୍ତି, କୁଞ୍ଜବିହାରୀ ଦାଶ, ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର, ନଟବର ସାମନ୍ତରାୟ, ଡକ୍ଟର କୃଷ୍ଣଚରଣ ସାହୁ, ଡକ୍ଟର କୃଷ୍ଣଚରଣ ବେହେରା, ଡକ୍ଟର ଦେବେନ୍ଦ୍ର ମହାନ୍ତି, ଡକ୍ଟର ବାସୁଦେବ ସାହୁ, ଡକ୍ଟର ନିତ୍ୟାନନ୍ଦ ଶତପଥୀ, ଡକ୍ଟର ବୈଷ୍ଣବଚରଣ ସାମଲ, ଡକ୍ଟର ସାବିତ୍ରୀ ଦେବୀ, ଡକ୍ଟର ରେଖା ମହାନ୍ତି, ଡକ୍ଟର ରତ୍ନାକର ଚଇନି ଓ ଆହୁରି ଅନେକ କୃତି ଗବେଷକ ଏବଂ ଅଧ୍ୟାପକ ।

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଧୁନିକ ପର୍ବରେ ଏକ ଉଲ୍ଲେଖଯୋଗ୍ୟ ବିଭାଗ ହେଉଛି ରମ୍ୟ ରଚନା । ପ୍ରଥମେ ଫକୀରମୋହନଙ୍କଦ୍ଵାରା ସ୍ଵୀକୃତି ଲାଭ କରି, ଗୋପାଳଚନ୍ଦ୍ର ପ୍ରହରାଜଙ୍କଦ୍ଵାରା ଏହା ହୋଇଥିଲା ପ୍ରତିଷ୍ଠିତ । ପରବର୍ତ୍ତୀ କାଳରେ ନିତ୍ୟାନନ୍ଦ ମହାପାତ୍ର, କୁଞ୍ଜବିହାରୀ ଦାଶ, ଚନ୍ଦ୍ରଶେଖର ରଥ, ଭୁବନେଶ୍ଵର ବେହେରା, ମହାପାତ୍ର ନୀଳମଣି ସାହୁ, ଚୌଧୁରୀ ହେମକାନ୍ତ ମିଶ୍ର, ବାମାଚରଣ ମିତ୍ର, ବସନ୍ତ କୁମାର ଶତପଥୀ ପ୍ରଭୃତି ବହୁ ଲେଖକ ଏ ଦିଗରେ ସଫଳତା ପାଇଛନ୍ତି ।

ବହୁ ମୌଳିକ ପ୍ରବନ୍ଧ ସୃଷ୍ଟି କରି ଚାଲିଛନ୍ତି । ଏହା ଫଳରେ ପ୍ରବନ୍ଧ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ବଳ ସମ୍ଭାବନାମୟ ବୋଲି ଜଣାଯାଏ ।

ପ୍ରାବନ୍ଧିକ ପରିଚିତି :

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶଧାରାରେ ଗୋଟିଏ ବହୁ ପ୍ରତିଷ୍ଠିତ ଓ ପରିଚିତ ନାମ ରନ୍‌କର ପତି । ଜୀବନ ଜଗତ ସଂପର୍କିତ ନାନା ଜଟିଳ ବିଷୟ ସମ୍ବଳିତ ତଥ୍ୟର ଦାର୍ଶନିକ ବିଶ୍ଳେଷଣ ତାଙ୍କ ପ୍ରବନ୍ଧର ଆଭିମୁଖ୍ୟ। ନୈତିକତା, ଆଧ୍ୟାତ୍ମିକତା, ପାରମ୍ପରିକତା, ଆଦର୍ଶବାଦିତା ତଥା ନ୍ୟାୟନିଷ୍ଠତାର ସ୍ଵାଦ ଭରିଦେବାରେ ଲେଖକ ସତତ ସଚେଷ୍ଟ। ସମସ୍ୟାର ସୂକ୍ଷ୍ମ ବିନ୍ୟାସ ସହ ତା’ର ସମାଧାନ ପାଇଁ ସ୍ଵକୀୟ ଇଙ୍ଗିତ ପ୍ରଦାନରେ ପ୍ରାବନ୍ଧିକ ରତ୍ନାକର ବେଶ୍ ଆଗ୍ରହୀ । ସମସ୍ୟାର ଯୁକ୍ତିଯୁକ୍ତ ସମାଧାନ ପନ୍ଥା ନିର୍ଦ୍ଧାରଣ କରିବାପାଇଁ ସେ ଯେଉଁ ପ୍ରସଙ୍ଗମାନ ଉଦ୍ଧାର କରନ୍ତି,ତାହା ତାଙ୍କ ବହୁଶାସ୍ତ୍ର ଅଧ୍ୟୟନର ଫଳଶ୍ରୁତି। ମାନସିକ ଶୁଦ୍ଧତା ଓ ଉତ୍‌ଥାନ ପାଇଁ ଉଦ୍ଦିଷ୍ଟ ତାଙ୍କର ପ୍ରବନ୍ଧଗୁଡିକ ଅତ୍ୟନ୍ତ ଉପାଦେୟ। ପ୍ରାବନ୍ଧିକ ରନ୍‌କର ପତି ଦର୍ଶନଶାସ୍ତ୍ରରେ ଜଣେ ଉଚ୍ଚକୋଟୀର ଅଧ୍ୟାପକ ଥିଲେ। ଅଧ୍ୟାପକ ପତି ରଚନା କରିଥିବା ପ୍ରବନ୍ଧଗୁଡିକ ଯେମିତି ତାତ୍ତ୍ଵିକ ସେମତି ଭାବଗମ୍ଭୀର |

ରନ୍ଧାକର ପତି ରଚନା କରିଥିବା ପ୍ରବନ୍ଧଗୁଡିକୁ ‘ପ୍ରବନ୍ଧ ପ୍ରକାଶ’ ପ୍ରଥମ ଭାଗ ଓ ‘ପ୍ରବନ୍ଧ ପ୍ରକାଶ’ ଦ୍ଵିତୀୟ ଭାଗ ଶୀର୍ଷକ ଗ୍ରନ୍ଥଦ୍ୱୟରେ ସଂକଳିତ ହୋଇଛି ।

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

ବିଷୟ ପ୍ରବେଶ :

ଆଲୋଚ୍ୟ ପ୍ରବନ୍ଧ ‘ ଆଧ୍ୟାତ୍ମିକ ଭିଭି’ ଏକ ବହୁପଠିତ ଓ ଆଦୃତ ରଚନା । ପ୍ରାବନ୍ଧିକ ଏଥିରେ ଆଧ୍ୟାତ୍ମିକତାର ସଂଜ୍ଞା ନିର୍ଣ୍ଣୟ କରିବା ସହିତ ଏହାର ଭିତ୍ତିଭୂମିରେ କିପରି ଜୀବନ ସୁମାର୍ଗରେ ପରିଚାଳିତ ହୋଇପାରିବ, ତାହା ଯଥାର୍ଥ ଭାବରେ ବିଶ୍ଳେଷଣ କରିଛନ୍ତି। ଅମ୍କୁ ଯାହା ଅଧିକାର କରିଛି ବା ଆଶ୍ରା କରିଛି, ତାହା ହିଁ ଆଧ୍ୟାତ୍ମିକତା । ଏହା ଆଧ୍ୟାତ୍ମିକତା ଭାବନାର ମୌଳିକ ବିଶେଷତ୍ବ। ଭାରତୀୟ ଦର୍ଶନରେ ଏହାର ଗୁରୁତ୍ଵ କାଳେ କାଳେ ଉପଲବ୍‌ଧ ହୋଇଆସୁଛି। ବେଦ, ବେଦାନ୍ତ, ପୁରାଣ, ଧର୍ମଶାସ୍ତ୍ର ଓ ଅନ୍ୟାନ୍ୟ ଦର୍ଶନଶାସ୍ତ୍ରରେ ଆଧ୍ୟାତ୍ମିକତାର ଯେଉଁ ନିରବିଚ୍ଛିନ୍ନ ଜୟଗାନ କରାଯାଇଛି, ତାହାର ଭିତ୍ତି ଦୃଢୀଭୂତ ହେବା ବାଞ୍ଛନୀୟ ।

ପ୍ରାଚୀନକାଳରେ ଜୀବନର ସକଳ କ୍ଷେତ୍ରରେ ଆଧ୍ୟାତ୍ମିକତାର ଉପେଯାଗ ହେଉଥିଲା। ପୂର୍ବେ ଜ୍ଞାନଚର୍ଚ୍ଚା, ଗ୍ରନ୍ଥରଚନା, କଳାନୈପୁଣ୍ୟ, ରାଜନୀତି, ଦୈନନ୍ଦିନ ଜୀବନଚର୍ଯ୍ୟା ପ୍ରଭୃତି ପ୍ରତିଟି କ୍ଷେତ୍ରରେ ଆଧ୍ୟାତ୍ମିକତାର ମହକ ବାରିହୋଇ ପଡୁଥିଲା। ସଂପ୍ରତି ମନୁଷ୍ୟ ଜଡ଼ବାଦ ପ୍ରଭାବରେ ଏହି ମହାର୍ଘ ପ୍ରତୀତିଠାରୁ ଦୂରେଇ ଯିବାରୁ ବହୁ ଦୁର୍ଗତିର ସମ୍ମୁଖୀନ ହେଉଛି। ପ୍ରାଚୀନ ଭାରତର ଆଧ୍ୟାତ୍ମିକ ଦୃଷ୍ଟିକୁ ପୁନର୍ବାର ଆପଣାର କରିପାରିଲେ ସକଳ ସଂକଟ ଦୂର ହେବ ବୋଲି ପ୍ରାବନ୍ଧିକ ଯେଉଁ ବିଶ୍ଵାସ ଉପସ୍ଥାପନା କରିଛନ୍ତି, ତାହା ଯଥାର୍ଥ ମନେହୁଏ।

ପ୍ରାବନ୍ଧିକ ରତ୍ନାକର ପତି ଜଣେ ଆଦର୍ଶବାଦୀ, ଦାର୍ଶନିକ ଓ ଭାବୁକତାପୂର୍ଣ୍ଣ ପ୍ରବନ୍ଧ ରଚୟିତା ଭାବେ ସୁପରିଚିତ । ‘ପ୍ରବନ୍ଧ ପ୍ରକାଶ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ତାଙ୍କ ଉଲ୍ଲେଖଯୋଗ୍ୟ କୀର୍ତ୍ତି । ମାନସିକ ଶୁଦ୍ଧତା ଓ ଉତ୍ଥାନ ପାଇଁ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକ ଅତ୍ୟନ୍ତ ଉପାଦେୟ । ଆଲୋଚ୍ୟ ପ୍ରବନ୍ଧ ‘ ଆଧ୍ୟାତ୍ମିକ ଭିଭି’ ଏକ ତତ୍ତ୍ଵମୂଳକ ପ୍ରବନ୍ଧ ରୂପେ ବହୁପଠିତ ଓ ଆଦୃତ ରଚନା । ଏଥରେ ପ୍ରାବନ୍ଧିକ ଆଧ୍ୟାତ୍ମିକତାର ସଂଜ୍ଞା ନିଷ୍କ୍ରିୟ କରିବା ସହିତ ଏହାର ଭିତ୍ତିଭୂମିରେ କିଭଳି ଜୀବନ ସୁମାର୍ଗରେ ପରିଚାଳିତ ହୋଇପାରିବ, ତାହା ଯଥାର୍ଥ ଭାବରେ ବିଶ୍ଳେଷଣ କରିଛନ୍ତି ।

‘ଆଧ୍ୟାତ୍ମିକ’ ଏକ ତାତ୍ତ୍ଵିକ ଶବ୍ଦଟିଏ। ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥରେ ଏହାର ସଂଜ୍ଞାକୁ ବୁଝାଇଦେବା ଏତେ ସହଜ ନୁହେଁ। ଏହି ‘ଆଧ୍ୟାତ୍ମିକ’ ଶବ୍ଦଟି ପ୍ରଧାନତଃ ଦୁଇଟି ଅର୍ଥରେ ବ୍ୟବହୃତ ହୋଇଥିବାର ଦେଖାଯାଏ। ବେଦାନ୍ତ-ଦର୍ଶନର ସୁଖ ଦୁଃଖ ବିଭାଗ ସଂପର୍କରେ ଓ ସାଂଖ୍ୟ ଦର୍ଶନର ‘ଦୁଖତ୍ରୟ’ ସଂପର୍କରେ ଏହାର ଗୋଟିଏ ଅର୍ଥ ଦେଖିବାକୁ ମିଳେ। ଉଭୟ ଦର୍ଶନରେ ଦୁଃଖକୁ ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ, ଏହି ତିନି ଶ୍ରେଣୀରେ ବିଭାଗୀକରଣ କରାଯାଇଛି।

ଦେବତା ବା ଦୈବୀଶକ୍ତି ଯୋଗୁଁ ଯେଉଁ ଦୁଃଖ ଘଟେ, ତାହା ଆଧିଦୈବିକ ଦୁଃଖ। ବହିର୍ଜଗତ ପୃଥିବୀ ଆଦି ପଞ୍ଚମହାଭୂତରେ ଗଠିତ ବସ୍ତୁମାନଙ୍କ ସଂସ୍ପର୍ଶରେ ଯେଉଁ ଦୁଃଖ ମିଳେ, ତାହା ଆଧିଭୌତିକ ଦୁଃଖ। ତେବେ ଯେଉଁ ଦୁଃଖ ଭୋକ୍ତାର ଦେହ ଓ ମନରୁ ଜାତ ହୁଏ ତାହା ହିଁ ଆଧ୍ୟାତ୍ମିକ। ଏ ସମ୍ପର୍କରେ ‘ଆଧ୍ୟାତ୍ମିକ’ ଶବ୍ଦଟିର ଅର୍ଥ ହେଉଅଛି – ‘ଜୀବାତ୍ମାସଂକ୍ରାନ୍ତ’ – ଅର୍ଥାତ ଯାହା ଜୀବାତ୍ମାର ଶାରୀରିକ ଓ ମାନସିକ କ୍ରିୟା-ପ୍ରକ୍ରିୟାରୁ ଜାତ। ଏତଦ୍‌ବ୍ୟତୀତ ଏହାର ଅନ୍ୟ ଏକ ଅର୍ଥ ହେଉଛି, ଯାହା ‘ପରମାତ୍ମାଶ୍ରୟୀ’ – ଯାହା ପରମାତ୍ମା ବା ଐଶୀଶକ୍ତି ସହିତ ସଂପୃକ୍ତ। ଏହି ଅର୍ଥରେ ‘ଆଧ୍ୟାତ୍ମିକ’ ଶବ୍ଦଟି ‘ଭୌତିକ’ ବା ‘ ଜଡ଼ାତ୍ମକ’ ଶବ୍ଦର ବିପରୀତ। ପରମାତ୍ମା ବା ପରମେଶ୍ଵରଙ୍କୁ ଆଶ୍ରା କରି ଜଗତରେ ଯେଉଁ ବ୍ୟାପାରମାନ ଘଟେ, ସେସବୁ ଏଇ ଅର୍ଥରେ ଆଧ୍ୟାତ୍ମିକ।

ଆମର ଏଇ ଭାରତଭୁମି ଚିରକାଳ ଜ୍ଞାନର ପୂଜାସ୍ଥଳ। ସତ୍ୟ ଶିବ ସୁନ୍ଦରର ଉପାସନା ପୀଠ। ଆର୍ଯ୍ୟମାନଙ୍କର ଅଧ୍ଵଷ୍ଠାନ କ୍ଷେତ୍ର । ଆଉ ଏଇ ଆର୍ଯ୍ୟଋଷିବୃନ୍ଦ ଏଇ ପୁଣ୍ୟପୀଠରେ ସେମାନଙ୍କ ଦିବ୍ୟବାଣୀ ଓ ଜ୍ଞାନଚର୍ଚ୍ଚାକୁ ମାନବର ହିତଲାଗି ରଖିଯାଇଛନ୍ତି । ନାନା ଶାସ୍ତ୍ରମାନ ରଚନା କରିଯାଇଛନ୍ତି । ଏଇ ଶାସ୍ତ୍ରମାନଙ୍କର ନୀତି ନିୟମମାନ ଭାରତୀୟ ଜୀବନର ସକଳ ଦିଗର ବିକାଶକୁ ସାଧନ କରିବାପାଇଁ ଉଦ୍ଦିଷ୍ଟ। ଏଇ ଶାସ୍ତ୍ରମାନଙ୍କରେ ଜନସାଧାରଣଙ୍କୁ ଆଧ୍ୟାତ୍ମିକ ଭାବରେ ଭାବମୟ କରିବାକୁ ପ୍ରୟାସ କରାଯାଇଛି ।

ଭାରତର ଜ୍ଞାନ କ୍ଷେତ୍ରରେ ଯଦି ଆମେ ଦୃଷ୍ଟିନିବେଶ କରିବା, ତେବେ ଏହା ଉପରେ ଆଧ୍ୟାତ୍ମିକତାର ପ୍ରଭାବକୁ ମୂଲ୍ୟାୟନ କରିପାରିବା। ପ୍ରାଚୀନ ଭାରତର ଜ୍ଞାନକ୍ଷେତ୍ର ପ୍ରତି ଦୃଷ୍ଟି ଦେଲେ ଆମେ ଦେଖିବା ପ୍ରତିଟି ଗ୍ରନ୍ଥ, ଶାସ୍ତ୍ରକୁ ସ୍ରଷ୍ଟା ତଥା ଗ୍ରନ୍ଥକାରମାନେ କୌଣସି ନା କୌଣସି ଦେବଶକ୍ତି ନିକଟରେ ଉତ୍ସର୍ଗ କରିଛନ୍ତି। ଗ୍ରନ୍ଥର ଆରମ୍ଭରୁ ଦେବଶକ୍ତିର କୃପାଭିକ୍ଷା ପ୍ରବୃତ୍ତ ହୋଇଛନ୍ତି ।

ଏଇ ଆଧ୍ୟାତ୍ମିକତାର ପ୍ରଭାବରେ ଗୁରୁଭକ୍ତିକୁ ଭାରତୀୟ ଜ୍ଞାନମାର୍ଗରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଜ୍ଞାନ ଅର୍ଜନ ବାଗ୍ଦେବୀଙ୍କ ଅରାଧନା ଓ ପୂଜାର୍ଚ୍ଚନାକୁ ଜ୍ଞାନ ଅର୍ଜନ କ୍ଷେତ୍ରରେ ମୁଖ୍ୟ କର୍ମ ବୋଲି ନିର୍ଦ୍ଦେଶ ହୋଇଛି। ଏମିତିକି ଏଇ ବାଗ୍‌ଦେବୀଙ୍କ ଅରାଧନା ଓ ପୂଜାର୍ଚ୍ଚନାକୁ ଜ୍ଞାନ ଅର୍ଜନ କ୍ଷେତ୍ରରେ ମୁଖ୍ୟ କର୍ମ ବୋଲି ନିର୍ଦ୍ଦେଶ ହୋଇଛି। ଏମିତିକି ଏଇ ଆଧ୍ୟାତ୍ମିକ ଜ୍ଞାନ ହିଁ ମୋକ୍ଷଲାଭର ଉପାୟ। ଏହାଛଡ଼ା ଜ୍ୟୋତିର୍ବିଜ୍ଞାନ, ଆୟୁର୍ବେଦ ପ୍ରଭୃତି ଶାସ୍ତ୍ରମାନ ଏଇ ଆଧ୍ୟାତ୍ମିକ ଭିତ୍ତି ଉପରେ ହିଁ ରଚିତ ।

କରିଥାନ୍ତି । ଭାରତର ସମାଜ କ୍ଷେତ୍ରରେ ଏହି ଆଧାରରେ ଆଧ୍ୟାତ୍ମିକତାର ପ୍ରଭାବ ବେଶ୍ ସ୍ପଷ୍ଟଭାବରେ ପରିଦୃଶ୍ୟ । ମନୁ, ପରାଶର ଆଦି ମହର୍ଷିମାନେ ସ୍ବରଚିତ ଶାସ୍ତ୍ରମାନଙ୍କରେ ସାମାଜିକ, ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ପରିଚାଳନା ନିମନ୍ତେ ଯାହା ହେଉନା କାହିଁକି ଏହି ଆଧ୍ୟାତ୍ମିକ ଭିତ୍ତିରେ ହିଁ ପ୍ରତିଷ୍ଠିତ । ଗର୍ଭାଧାନଠାରୁ ଆରମ୍ଭକରି ଭାରତୀୟ ଜୀବନ ଏଇ ଆଧ୍ୟାତ୍ମକ ଭିଭିରେ ଚାଳିତ ହୋଇ ଆସିଅଛି । ଧନଜନ ଗୋପଲକ୍ଷ୍ମୀ ସବୁଥରେ ଦେଖାଯାଏ ଏଇ ଆଧ୍ୟାତ୍ମିକର ପ୍ରଭାବ ।

ଦୈନନ୍ଦିନ ଜୀବନ ଆଧ୍ୟାତ୍ମିକତା ସହ ଗତିଶୀଳ । ଷଡ଼ରିପୁକୁ ଦମନକରି ଆତ୍ମଶୁଦ୍ଧି ବଳରେ ଭାରତୀୟ ଜୀବନ ନୈତିକତାର ପରିଚାଳିତ । ଚରମସୀମାକୁ ଗତି କରିବା ହିଁ ଥିଲା ଦୈନନ୍ଦିନ ଜୀବନର ମୁଖ୍ୟ ଲକ୍ଷ୍ୟ । ଭାରତୀୟଙ୍କ କର୍ମକ୍ଷେତ୍ର ଭକ୍ତି ଓ ଜ୍ଞାନର ସହଯୋଗରେ ପରିଚାଳିତ ।

ପ୍ରାର୍ଥନା ସହ ଦିନଚର୍ଯ୍ୟା ଆରମ୍ଭ ହେଉଥିଲା । ତରୁତୃଣରେ, କାଷ୍ଠପାଷାଣରେ ଦେବଶକ୍ତି ନିହତ ଥ‌ିବାର ବିଶ୍ୱାସ ରଖ୍ ସେମାନଙ୍କୁ ବ୍ୟକ୍ତି ସ୍ନାନ କରୁଥିଲା । ତା’ର ଦୈନନ୍ଦିନ ଭୋଜନକୁ ଈଶ୍ବରଙ୍କୁ ସମର୍ପଣ କରି ସେ ଭକ୍ଷଣ କରୁଥିଲା ।

ଏଇ ଅଧ୍ୟାତ୍ମିକତା ଭାରତର ଅନ୍ୟତମ ବିଶେଷତ୍ଵ ଭାବେ ସମଗ୍ର ବିଶ୍ଵକୁ ପ୍ରେରଣା ଦେଇ ଆସିଛି । ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଭାଗବଣ୍ଟାରେ ଆବଦ୍ଧ ରହିଲେ କିମ୍ବା କଳହ ବିସମ୍ବାଦର କ୍ଷେତ୍ରରେ ପରିଣତ ହେଲେ ଏଇ ପୃଥିବୀର କୌଣସି ଅନୁଷ୍ଠାନ ସଫଳ ହେବନାହିଁ । ବାସ୍ତବିକ ଆଧୁନିକ ଯୁଗରେ ମାନବ ସମାଜର ଦୁର୍ଗତି ପ୍ରତି ଦୃଷ୍ଟି ଦେଲେ ମନେହେବ ଯେ ପ୍ରାଚୀନ ଭାରତର ସେଇ ଆଧ୍ୟାତ୍ମିକ ଦୃଷ୍ଟିକୋଣ ବେଶ୍ ଭଲ ଥିଲା ଓ ଜୀବନକୁ ନାନାଭାବେ ନିୟନ୍ତ୍ରିତ କରୁଥିଲା, ତେଣୁ ସେପରି ବିଶ୍ୱସ୍ତ ହେବା

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି

କଠିନ ଶବ୍ଦ ଓ ତା’ର ଅର୍ଥ :

CHSE Odisha Class 12 Optional Odia Solutions Chapter 11 ଆଧ୍ୟାତ୍ମିକ ଭିତ୍ତି - 1

Leave a Comment