CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

Odisha State Board CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର Textbook Exercise Questions and Answers.

+2 2nd Year Odia Optional Chapter 14 ଛୋଟ ହିଁ ସୁନ୍ଦର Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧ ।
ବିଜ୍ଞାନ କେବେଠାରୁ ରହସ୍ୟବାଦ ଆଡ଼କୁ ଢ଼ଳିଛି ?
(କ) ବିଂଶ ଶତାବ୍ଦୀ ଶେଷରୁ
(ଖ) ବିଂଶ ଶତାବ୍ଦୀ ଆରମ୍ଭରୁ
(ଗ) ଊନବିଂଶ ଶତାବ୍ଦୀରୁ
(ଘ) ଊନବିଂଶ ଶତାବ୍ଦୀ ଶେଷରୁ
ଉ –
(ଖ) ବିଂଶ ଶତାବ୍ଦୀ ଆରମ୍ଭରୁ

Question ୨ ।
ପୂର୍ବରୁ ରହସ୍ୟବାଦ ସହ କାହାର ଅହି ନକୁଳ ସମ୍ପର୍କ ଥିଲା ?
(କ) ବିଜ୍ଞାନର
(ଖ) ଦର୍ଶନର
(ଗ) ଭୂଗୋଳର
(ଘ) ଧର୍ମର
ଉ –
(କ) ବିଜ୍ଞାନର

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

Question ୩ ।
ପଦାର୍ଥର ସଂଶ୍ଳେଷଣରୁ ଚେତନା ଜାତ ବୋଲି କାହାର ବିଶ୍ଵାସ ?
(କ) ସାହିତ୍ୟର
(ଖ) ରହସ୍ୟବାଦର
(ଗ) ଧର୍ମମତର
(ଘ) ବିଜ୍ଞାନର
ଉ –
(ଖ) ରହସ୍ୟବାଦର

Question ୪ ।
ପ୍ରକୃତିକୁ ଦାସୀ ପରି ଖଟାଅ- ଏହି ଭାବନା କାହା ଲେଖାରେ ଦେଖ‌ିବାକୁ ମିଳେ ?
(କ) ଡାରଉଚ୍ଚନ୍
(ଖ) ଦେକାର୍ତେ
(ଗ) ବେକନ୍
(ଘ) ଆଇନ୍‌ଷ୍ଟାଇନ୍
ଉ –
(ଗ) ବେକନ୍

Question ୫ ।
ସାହସ, ବୀରତ୍ଵ, ପ୍ରତିଦ୍ବନ୍ଦିତା ମନୋଭାବ କାହାର ସଦ୍‌ଗୁଣ ?
(କ) ବାଳକର
(ଖ) ବାଳିକର
(ଗ) ପୁରୁଷର
(ଘ) ନାରୀର
ଉ –
(ଗ) ପୁରୁଷର

Question ୬ ।
ନାରୀର ପ୍ରଧାନ ନେତ୍ର କ’ଣ ?
(କ) ଅନ୍ତର୍ବେଧ
(ଖ) ବହିର୍ବୋଧ
(ଗ) ସ୍ଥିରତା
(ଘ) ଗତିଶୀଳତା
ଉ –
(କ) ଅନ୍ତର୍ବୋଧ

Question ୭ ।
କେଉଁ ନାରୀ ପରି ପ୍ରକୃତି ମଣିଷଠାରୁ ଅସରନ୍ତି ଭଣ୍ଡାର ଲୁଚାଇ ରଖୁଛି ?
(କ) ଲୋଭୀ
(ଖ) ଉଦାର
(ଗ) ଧନୀ
(ଘ) ଜ୍ଞାନୀ
ଉ –
(କ) ଲୋଭୀ

Question ୮ ।
କିଏ ଆମର ମାଆ ବୋଲି କୁହାଯାଇଛି ?
(କ) ବୃକ୍ଷଲତା
(ଖ) ଆକାଶ
(ଗ) ନଦା
(ଘ) ପ୍ରକୃତି
ଉ –
(ଘ) ପ୍ରକୃତି

Question ୯ ।
“ଜୁର” ଶବ୍ଦର ଅର୍ଥ କ’ଣ ?
(କ) ବିଶିଷ୍ଟ
(ଖ) ଶିଷ୍ଟ
(ଗ) ନଷ୍ଟ
(ଘ) କଷ୍ଟ
ଉ –
(ଗ) ନଷ୍ଟ

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

Question ୧୦ ।
କେଉଁ ମସିହା ପରେ ସ୍କୁମାଚରଙ୍କ “Small is Beautiful” ବହି ପ୍ରକାଶ ପାଇଲା ?
(କ) ୧୯୮୫
(ଖ) ୧୯୭୦
(ଗ) ୧୯୮୦
(ଘ) ୧୯୯୦
ଉ –
(ଖ) ୧୯୭୦

Question ୧୧ ।
ପୃଥ‌ିବୀର ସମୁଦାୟ କଞ୍ଚାମାଲର ୪୦ ଭାଗ କେଉଁ ଦେଶରେ ଅଛି ?
(କ) ଆମେରିକାରେ
(ଖ) ଚୀନ୍‌ରେ
(ଗ) ଆମେରିକାରେ
(ଘ) ଜାପାନରେ
ଉ –
(କ) ଆମେରିକାରେ

Question ୧୨ ।
ସ୍କୁମାଚାର କାହାଙ୍କଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ?
(କ) ଗାନ୍ଧୀଙ୍କଦ୍ଵାରା
(ଖ) ଚର୍ଚ୍ଚିଲଙ୍କଦ୍ଵାରା
(ଗ) ବେକନ୍‌ଙ୍କଦ୍ଵାରା
(ଘ) ଦେକାର୍ଡେଙ୍କଦ୍ବାରା
ଉ –
(କ) ଗାନ୍ଧୀଙ୍କଦ୍ଵାରା

Question ୧୩ ।
ଟେକ୍‌ନୋଲୋଜି ଯାନ୍ତ୍ରିକ ହେବା ପରିବର୍ତ୍ତେ କାହାର ସ୍ପର୍ଶ ପାଇବା ଏକାନ୍ତ ଆବଶ୍ୟକ ?
(କ) ବାତ୍ସଲ୍ୟର
(ଖ) ଦିବ୍ୟତ୍ବର
(ଗ) ଭ୍ରାତୃତ୍ଵର
(ଘ) ମାନବୀୟତାର
ଉ –
(ଘ) ମାନବୀୟତାର

Question ୧୪ ।
ବୌଦ୍ଧଧର୍ମରେ କେଉଁ ପନ୍ଥା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ?
(କ) ଉଚ୍ଚତମ ପନ୍ଥା
(ଖ) ମଧ୍ୟମ ପନ୍ଥା
(ଗ) ଉତ୍ତମ ପନ୍ଥା
(ଘ) ସର୍ବୋତ୍ତମ ପନ୍ଥା
ଉ –
(ଖ) ମଧ୍ୟମ ପନ୍ଥା

Question ୧୫ ।
ଆନନ୍ଦ ପାଇବା ଭଳି ସୃଜନାତ୍ମକ କର୍ମରୁ ମଣିଷକୁ କିଏ ବଞ୍ଚିତ କରେ ?
(କ) ରାଜନୀତି
(ଖ) ଅର୍ଥନୀତି
(ଗ) ବିଜ୍ଞାନ
(ଘ) ଟେକ୍‌ନୋଲୋଜି
ଉ –
(ଘ) ଟେକ୍‌ନୋଲୋଜି

ଅତିରିକ୍ତ ପ୍ରଶ୍ନ ଓ ଉତ୍ତର

Question ୧ ।
ପୂର୍ବେ କିଏ ମୂଳ ବସ୍ତୁ ରୂପେ ବିବେଚିତ ହେଉଥିଲା ?
(କ) ପଦାର୍ଥ
(ଖ) ଶକ୍ତି
(ଗ) ବିଜ୍ଞାନ
(ଘ) ଜଗତ
ଉ –
(କ) ପଦାର୍ଥ

Question ୨ ।
ବ୍ରହ୍ମାଣ୍ଡର ଭିଭି ଓ ସାରସତ୍ତା କ’ଣ ବୋଲି ପ୍ରାବନ୍ଧିକଙ୍କ ମତ ?
(କ) ଈଶ୍ଵର
(ଖ) ଚେତନା
(ଗ) ମୂଳାବସ୍ଥା
(ଘ) ଯାତନା
ଉ –
(ଖ) ଚେତନା

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ବିଂଶ ଶତାବ୍ଦୀର ବିଜ୍ଞାନ କିପରି ଭାବରେ ଜଗତକୁ ଦେଖିବାକୁ ଆଗ୍ରହୀ ହୋଇଛି ?
ଉ –
ବିଂଶ ଶତାବ୍ଦୀର ବିଜ୍ଞାନ ରହସ୍ୟବାଦ ଆଡ଼କୁ ଢଳିବା ସହିତ ସାମଗ୍ରିକ ଭାବେ ଜଗତକୁ ଦେଖିବାକୁ ଆଗ୍ରହୀ ହୋଇଛି ।

Question ୨ ।
ପୂର୍ବ କେତେ ଶତାବ୍ଦୀ ଧରି ପଦାର୍ଥ ମୂଳବସ୍ତୁ ରୂପେ ବିବେଚିତ ହେଉଥିଲା ?
ଉ –
ପୂର୍ବ ତିନି ଶତାବ୍ଦୀ ଧରି ପଦାର୍ଥ ମୂଳବସ୍ତୁ ରୂପେ ବିବେଚିତ ହେଉଥିଲା ।

Question ୩ ।
ରହସ୍ୟବାଦ ଅନୁସାରେ ଜଗତର ମୂଳସତ୍ତା କ’ଣ ?
ଉ –
ରହସ୍ୟବାଦ ଅନୁସାରେ ଜଗତର ମୂଳସତ୍ତା ହେଉଛି – ଚେତନା ।

Question ୪ ।
କାହାର ଜୟଧ୍ବନି ଦେଇ ବିଜ୍ଞାନ ଯାନ୍ତ୍ରିକ ବାଟେ ମାଡି ଚାଲିଲା ?
ଉ –
ପୌରୁଷର ଜୟଧ୍ୱନି ଦେଇ ବିଜ୍ଞାନ ଯାନ୍ତ୍ରିକ ବାଟେ ମାଡ଼ି ଚାଲିଲା।

Question ୫ ।
କେଉଁ ଭାବର ଜାଗରଣ ହେବା ମଣିଷ ପକ୍ଷରେ ଶୁଭଙ୍କର ହେବ ?
ଉ –
ନାରୀଭାବର ଜାଗରଣ ହେବା ମଣିଷ ପକ୍ଷରେ ଶୁଭଙ୍କର ହେବ।

Question ୬ ।
ପୁରୁଷର ପ୍ରଧାନ ନେତ୍ର କଣ ?
ଉ –
ପୁରୁଷର ପ୍ରଧାନ ନେତ୍ର ହେଉଛି- ଜ୍ଞାନ।

Question ୭ ।
କାହାର ଭଣ୍ଡାର ଅସରନ୍ତି ନୁହେଁ ?
ଉ –
ପ୍ରକୃତିର ଭଣ୍ଡାର ଅସରନ୍ତି ନୁହେଁ ।

Question ୮ ।
ସ୍କୁମାଚାରଙ୍କ କେଉଁ ବହିଟିକୁ ସମାଲୋଚନା କରି ଗାଡ଼ିଆନ୍ କାଗଜ ଏହାକୁ ‘Buddhist Ecomomics’ ବୋଲି କହିଥିଲେ ?
ଉ –
ସ୍କୁମାଚାରଙ୍କ ‘Small is beautiful’ ବହିଟିକୁ ସମାଲୋଚନା କରି ଗାଡ଼ିଆନ୍ କାଗଜ ଏହାକୁ ‘Buddhist Ecomomics’ ବୋଲି କହିଥିଲେ ।

Question ୯ ।
ନିଉକ୍ଲିୟର୍ ମଳଦ୍ଵାରା କଣ ହେବ ?
ଉ –
ନିଉକ୍ଲିୟର୍ ମଳଦ୍ଵାରା ସୃଥିବୀକୁ ଭୟଙ୍କର ବିପଦ ମାଡ଼ିଆସିବ ।

Question ୧୦ ।
ଆଧୁନିକ ମଣିଷର ଦୁର୍ଦ୍ଦଶା ପାଇଁ କିଏ ଦାୟୀ ?
ଉ –
ଆଧୁନିକ ମଣିଷର ଦୁର୍ଦ୍ଦଶା ପାଇଁ ଟେକ୍‌ନୋଲୋଜି ହିଁ ଦାୟୀ

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

(ଗ) କ୍ଷୁଦ୍ର ଉତ୍ତର ମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧ |
ଛୋଟ ହିଁ ସୁନ୍ଦର ପ୍ରବନ୍ଧଟି କେଉଁ ପୁସ୍ତକ ଅବଲମ୍ବନରେ ରଚିତ।
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ଛୋଟ ହିଁ ସୁନ୍ଦର ପ୍ରବନ୍ଧଟି ସ୍କୁମାଚାରଙ୍କ ‘Small is beautiful’ ପୁସ୍ତକ ଅବଲମ୍ବନରେ ରଚିତ।

Question ୨ ।
କେଉଁ ଚିନ୍ତାଶୀଳ ଲେଖକଦ୍ଵୟ ଆଧୁନିକ ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇ ନେଲେ ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ବେକନ୍ ଓ ଦେକାର୍ତେ ଏହି ଚିନ୍ତାଶୀଳ ଲେଖକଦ୍ଵୟ ଆଧୁନିକ ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇ ନେଲେ।

Question ୩ ।
ନାରୀ ଜାଗରଣଠାରୁ କେଉଁ ଭାବର ଜାଗରଣ ଅନେକ ବଡକଥା ବୋଲି କୁହାଯାଇଛି ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ନାରୀ ଜାଗରଣଠାରୁ ନାରୀ ଭାବର ଜାଗରଣ ଅନେକ ବଡ଼କଥା ବୋଲି କୁହାଯାଇଛି।

Question ୪ ।
କେଉଁ ମଣିଷଟି ଅସଂପୂର୍ଣ୍ଣ ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ଜ୍ଞାନ ସାଧନାରେ ଉପରକୁ ଉଠିଥିବା ଅଥଚ ଅନ୍ତର୍ବୋଧ ନଥିବା ମଣିଷଟି ଅସଂପୂର୍ଣ୍ଣ ।

Question ୫ ।
ଭଲଭାବରେ ବଞ୍ଚିବାକୁ ହେଲେ ମଣିଷ କାହାକୁ ଦାସୀ ପରି ଖଟେଇବାପାଇଁ ଉଚିତ ମଣୁଥିଲା ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ଭଲଭାବରେ ବଞ୍ଚିବାକୁ ହେଲେ ମଣିଷ ପ୍ରକୃତିକୁ ଦାସୀ ପରି ଖଟେଇବାପାଇଁ ଉଚିତ ମଣୁଥିଲା ।

Question ୬ ।
ଅର୍ଥନୀତିଜ୍ଞଙ୍କ ଆହ୍ବାନକ୍ରମେ ମଣିଷ କାହାକୁ ଈଶ୍ବରଙ୍କ ଆସନରେ ବସାଇଲା ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ଅର୍ଥନୀତିଜ୍ଞଙ୍କ ଆହ୍ବାନକ୍ରମେ ମଣିଷ ଅର୍ଥ ଉପାର୍ଜନକୁ ଈଶ୍ବରଙ୍କ ଆସନରେ ବସାଇଲା।

Question ୭ ।
କେଉଁ କଥାକୁ ଆମେରିକାବାସୀ ସଫଳ ଅର୍ଥନୈତିକ ବ୍ୟବସ୍ଥାର ପ୍ରମାଣପତ୍ର ବୋଲି ଭାବନ୍ତି ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ବିଭବ କଥାକୁ ଆମେରିକାବାସୀ ସଫଳ ଅର୍ଥନୈତିକ ବ୍ୟବସ୍ଥାର ପ୍ରମାଣପତ୍ର ବୋଲି ଭାବନ୍ତି।

Question ୮ ।
ବର୍ତ୍ତମାନର ଅର୍ଥନୀତି ସାଂପ୍ରତିକ ସମସ୍ୟାର ସମାଧାନ ଦିଗରେ ଅସମର୍ଥ କାହିଁକି ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

କାରଣ ବର୍ତ୍ତମାନର ଅର୍ଥନାତି ଊନବିଂଶ ଶତାବ୍ଦୀର ବୈଜ୍ଞାନିକ ବିଶ୍ଵାସ ଉପରେ ନିର୍ଭରଶୀଳ ହୋଇଥିବାରୁ ସାଂପ୍ରତିକ ସମସ୍ୟାର ସମାଧାନ ଦିଗରେ ଅସମର୍ଥ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୁଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ। ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
ଜଗତକୁ ଏକ ଯନ୍ତ୍ର ଭାବି କ’ଣ କରିବା ପାଇଁ ବେକନ୍ ଇଙ୍ଗିତ କରୁଥିଲେ ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ବେକନ୍ କହୁଥିଲେ ଜଗତ ଏକ ଯନ୍ତ୍ର । ତାକୁ ଅକ୍ତିଆର କର, ଭୋଗ କର । ପ୍ରକୃତିକୁ ଦାସୀ ପରି ଖଟାଅ। ସେ ହିଁ ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇ ହୋଇଥିଲେ ।

Question ୨ ।
ନାରୀ ଭାବର ଜାଗରଣ କହିଲେ କ’ଣ ବୁଝାଏ ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ସଦ୍‌ଗୁଣ ରହିଛି; ଯଥା- ଦୟା, ସେବା, ସହନଶୀଳ ମନୋଭାବ ଆଦି। ଆହୁରି ମଧ୍ୟ ନାରୀର ପ୍ରଧାନ ନେତ୍ର ଅନ୍ତର୍ବୋଧ। ଏଇ ସବୁଥିରେ ଜାଗରଣ ଆସିବା ଲୋଡ଼ା।

Question ୩ ।
ନାରୀ ପୁରୁଷ ଖାଲି ଲିଙ୍ଗ ଦୃଷ୍ଟିରୁ ଅଲଗା, ନଚେତ ସବୁ ଦୃଷ୍ଟିରୁ ସମାନ –ଏପରି ଘଟିବା ଶୁଭ କଥା ନୁହେଁ କାହିଁକି ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ନାରୀ ପୁରୁଷ ଖାଲି ଲିଙ୍ଗ ଦୃଷ୍ଟିରୁ ଅଲଗା, ନଚେତ ସବୁ ଦୃଷ୍ଟିରୁ ସମାନ – ଏପରି ଘଟିବା ଶୁଭ କଥା ନୁହେଁ, କାରଣ ଏପରି ହେଲେ ନାରୀ ତାହାର ସ୍ଵାଭାବିକ ଗୁଣଗୁଡ଼ିକୁ ହରାଇବ। ଦୟାଶୂନ୍ୟ ବୀର ପରି କେବଳ ବଳରେ ବିକାଶ ଢଳିବ ।

Question ୪ ।
ଦୟାଶୂନ୍ୟ ବଡ଼ ବୀର ସଂପର୍କରେ କ’ଣ କୁହାଯିବ ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ପ୍ରାବନ୍ଧିକ ଦୟାଶୂନ୍ୟ ବୀର ପ୍ରସଙ୍ଗରେ କହିଛନ୍ତି, ବୀର ହୁଏତ ବଳରେ ନିଜର ମହନୀୟତାକୁ ପରିପ୍ରକାଶ କରିପାରିବ; ମାତ୍ର ତା’ର ହୃଦୟରେ ମାନବୀୟ ଆଚରଣ ତଥାପି ରହିନଥିବ। ଯେମିତିକି ଜ୍ଞାନ ସାଧନାରେ ଶୀର୍ଷକୁ ଉଠିଥିବା ବ୍ୟକ୍ତି ଅନ୍ତର୍ବୋଧ ନଥିବା କାରଣରୁ ଆସଂପୂର୍ଣ୍ଣ ସେମିତି ବୀର ବୟାଶୂନ୍ୟ ହେଲେ ଅସଂପୂର୍ଣ୍ଣ ।

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

Question ୫ ।
ବୀରଭୋଗ୍ୟ ବସୁନ୍ଧରା ନୀତିଟି କ’ଣ୍ ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ବୀରଭୋଗ୍ୟ ବସୁନ୍ଧରା ନୀତିଟି ହେଉଛି ଶକ୍ତି ବଳରେ ଜଗତକୁ ଭୋଗ କରିବା। ସପ୍ତଦଶ ଶତାବ୍ଦୀରେ ଆଧୁନିକ ବିଜ୍ଞାନର ଅଭ୍ୟୁଦୟଠାରୁ ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ପୁରୁଷ ପ୍ରଧାନ କାଳରେ ମଣିଷ ଭଲଭାବରେ ବଞ୍ଚିବାକୁ ପ୍ରକୃତିକୁ ଦାସୀ ଭାବେ ଖଟାଇବାକୁ, ତା’ର ଗଚ୍ଛିତ ଭଣ୍ଡାରକୁ ଉପେଯାଗ କରିବାକୁ ଉଚିତ ମନେକରିଛନ୍ତି।

Question ୬ ।
ପ୍ରକୃତିକୁ ଦାସୀ ପଣରେ ଖଟାଇବାର ଅର୍ଥ ବୁଝାଇଦିଅ ।
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ପ୍ରକୃତିକୁ ଦାସୀ ପଣରେ ଖଟାଇବାର ଅର୍ଥ- ପ୍ରକୃତିରେ ଗଚ୍ଛିତ ଥିବା ଭଣ୍ଡାରକୁ ବିନିଯୋଗ କରିବା। ତାକୁ ଅଧିକରୁ ଅଧିକ ନିଜ କାମରେ ଲାଗାଇବା। ତା’ ଅଣ୍ଟିରୁ ସେସବୁକୁ ଛଡ଼ାଇ ଆଣି ନିଜର ପ୍ରାପ୍ୟ ଆଦାୟ କରିବାସହ ବୀର ପରି ବଞ୍ଚିବା ।

Question ୭ ।
ଲେଖକ ସ୍କୁମାଚାର ଆମେରିକାକୁ କାହିଁକି ସମାଲୋଚନା କରିଛନ୍ତି ?
ଉ –
ପ୍ରବନ୍ଧ – ଛୋଟ ହିଁ ସୁନ୍ଦର
ପ୍ରାବନ୍ଧିକ – ଶରତ କୁମାର ମହାନ୍ତି

ବର୍ତ୍ତମାନ ଆମେରିକା ବିଶ୍ଵର ସବୁଠାରୁ ବିଭବଶାଳୀ ଦେଶ। ଆମେରିକାର ବିଭବ ହିଁ ତାହାର ଆର୍ଥନୀତିକ ବ୍ୟବସ୍ଥାର ସଫଳତାର ପ୍ରାମାଣପତ୍ର । ପୃଥିବୀର ସମୁଦାୟ କଞ୍ଚାମାଲର ୪୦ ଭାଗ ଆମେରିକାରେ ଏବଂ ପୃଥିବୀ ଲୋକସଂଖ୍ୟାର ମାତ୍ର ୬ ଭାଗ ଆମେରିକାରେ । ତେଣୁ ଲେଖକ ସ୍କୁମାଚାର ୬ଭାଗ ଲୋକଙ୍କ ପାଇଁ ୪୦ ଭାଗ କଞ୍ଚାମାଲ ଥିବା ଯୋଗୁ ଆମେରିକାକୁ ସମାଲୋଚନା କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
‘ଛୋଟ ହିଁ ସୁନ୍ଦର’ ପ୍ରବନ୍ଧର ଆଭିମୁଖ୍ୟ ଆକଳନ କର ।
ଉ –
ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ପ୍ରଚଣ୍ଡପ୍ରତିଭା ଓ ବହୁପରିଚିତ ବ୍ୟକ୍ତିତ୍ଵ ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ବିଜ୍ଞାନ ବିଷୟସମ୍ବଳିତ ପ୍ରବନ୍ଧ ରଚନାରେ ସମ୍ଭବତଃ ସେ ଜଣେ ଅପ୍ରତିଦ୍ବନ୍ଦ୍ବ ଗଦ୍ୟଶିଳ୍ପୀ । ବିଜ୍ଞାନ ବିଷୟସମ୍ବଳିତ ପ୍ରବନ୍ଧ ରଚନାରେ ସେ ଅଧୂକ ନିଷ୍ଠା ବ୍ୟକ୍ତ କରିଥିଲେ ମଧ୍ୟ ଦର୍ଶନ, ଇତିହାସ, ଧର୍ମ, କଳା, ସାହିତ୍ୟ ଇତ୍ୟାଦି ପ୍ରତି ତାଙ୍କ ଆଗ୍ରହର ଅଭାବ ନାହିଁ । ଶରତ କୁମାରଙ୍କ ପ୍ରବନ୍ଧଗୁଡ଼ିକରେ ବିଶ୍ୱଦୃଷ୍ଟି ପରିଲକ୍ଷିତ । ତଥ୍ୟ ଓ ତତ୍ତ୍ଵ ଆଶ୍ରିତ ତାଙ୍କ ପ୍ରବନ୍ଧାବଳୀ ଯେମିତି ପ୍ରଭାବଶାଳୀ, ବ୍ୟଙ୍ଗ ଓ ଶାଣିତ ଦୃଷ୍ଟିଭଙ୍ଗୀରେ ତାଙ୍କ ପ୍ରବନ୍ଧକଳା ସେମିତି ହୃଦୟସ୍ପର୍ଶୀ ।

ତାଙ୍କ ସ୍ମରଣୀୟ ପ୍ରବନ୍ଧଗ୍ରନ୍ଥଗୁଡ଼ିକ ମଧ୍ୟରୁ ‘ବିଜ୍ଞାନ ଦୃଷ୍ଟି’, ‘ଆକାଶର ଆହ୍ୱାନ’, ‘ଆଟମ୍ଭରୁ କ୍ଵାଣ୍ଟମ୍’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ବୋଦାଙ୍କ ଦାଦାଗିରି ଓ ଅନ୍ୟାନ୍ୟ ପ୍ରବନ୍ଧ’, ‘ସଂସ୍କୃତି ଓ ଅପସଂସ୍କୃତି’, ‘ଏଣୁତେଣୁ କିଛି’, ‘ବିବର୍ତ୍ତନଶୀଳ ମଣିଷର ସଂଗ୍ରାମ’, ‘ଗ୍ରୀକ୍‌ତିର ଜୀବନଗାଥା’, ‘ଛତ୍ରପତି ବିବେକାନନ୍ଦ’, ‘ଗାନ୍ଧିମଣିଷ’ ଆଦି ପ୍ରବନ୍ଧଗ୍ରନ୍ଥ ଅନ୍ୟତମ ।

‘ଛୋଟ ହିଁ ସୁନ୍ଦର’ ପ୍ରାବନ୍ଧିକଙ୍କ ଏକ ବହୁଚର୍ଚ୍ଚିତ ପ୍ରବନ୍ଧ । ଏହି ପ୍ରବନ୍ଧଟି ତାଙ୍କର ‘ଆଧୁନିକତାର ରୂପରେଖ’ ପ୍ରବନ୍ଧ ସଂକଳନରୁ ଗୃହୀତ । ଏଥ‌ିରେ ବିଜ୍ଞାନର ଅତ୍ୟଧିକ ଯାନ୍ତ୍ରିକତା ଓ ବସ୍ତୁବାଦିତା କିପରି ପୃଥ‌ିବୀ ପାଇଁ କ୍ଷତିକାରକ, ତାହା ଦର୍ଶାଇଛନ୍ତି ପ୍ରାବନ୍ଧିକ । ପ୍ରଥମରୁ କହିବାକୁ ଗଲେ ଏହି ‘ଛୋଟ ହିଁ ସୁନ୍ଦର’ ପ୍ରବନ୍ଧଟିକୁ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ଅର୍ଥନୀତିଜ୍ଞ ସ୍କୁମାଚାରଙ୍କ ବହୁଚର୍ଚ୍ଚିତ ଗ୍ରନ୍ଥ ‘Small is beautiful’ ଦ୍ଵାରା ପ୍ରଭାବିତ ହୋଇ ରଚନା କରିଛନ୍ତି । ଖ୍ରୀଷ୍ଟାବ୍ଦ ୧୯୭୦ ପରେ ସ୍କୁମାଚାରଙ୍କ ଏହି ‘ଛୋଟ ହିଁ ସୁନ୍ଦର’ ପୁସ୍ତକ ପ୍ରକାଶ ପାଇଥିଲା । ପାଶ୍ଚାତ୍ୟ ବିଜ୍ଞାନ ଓ ପ୍ରାଚ୍ୟ ଦର୍ଶନର ଏକ ଅପୂର୍ବ ମିଳନର ଏହି ବହିଟି ସମଗ୍ର ବିଶ୍ଵମାନସିକତା ଉପରେ ତା’ର ପ୍ରଭାବ ପକାଇଥଲା । ସୁତରାଂ ‘ଛୋଟ ହିଁ ସୁନ୍ଦର’ ତଥା ‘Small is beautiful’ ବହିର ପ୍ରଭାବରେ ରଚିତ ହୋଇଥିବାରୁ ଏଇ ପ୍ରବନ୍ଧର ନାମ ‘ଛୋଟ ହିଁ ସୁନ୍ଦର’ ହେବା ସ୍ଵାଭାବିକ ମନେହୁଏ ।

ବଢ଼ିଛି ଏବଂ ପଦାର୍ଥ ଆଡ଼କୁ ଢଳିଛି । ବେକନ୍ ଓ ଦେକାର୍ତା ପ୍ରଭୃତି ଆଧୁନିକ ଚିନ୍ତାଶୀଳ ବ୍ୟକ୍ତିତ୍ବ ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇନେଲେ । ପ୍ରକୃତିକୁ ଅଧ୍ୟରୁ ଅଧ୍ଵ ଲୁଣ୍ଠନ କରି ତାକୁ ଉପଭୋଗ କରିବାପାଇଁ ଆଧୁନିକ ମାନବକୁ ଆହ୍ଵାନ ମିଳିଲା । ପ୍ରକୃତିର ସେବା କରିବା ପରିବର୍ତ୍ତେ ତା’ର ଶୋଷଣ କରିବାକୁ ଆଧୁନିକ ମାନବ ବ୍ରତଭାବେ ଗ୍ରହଣ କଲା । ପ୍ରକୃତିକୁ ଦାସୀପଣରେ ଖଟାଇବାକୁ ମନକଲା, ଯାହା ସମଗ୍ର ବିଶ୍ଵର ଚିନ୍ତାନାୟକଙ୍କୁ ବିଶେଷଭାବରେ ଚିନ୍ତା କରିବାକୁ ବ୍ୟସ୍ତ କରିପକାଇଲା ।

ପ୍ରକୃତି ଆମର ମାଆ । ମଣିଷର ଏଇ ଉପଲବ୍‌ଧୁ ବହୁ ପ୍ରାଚୀନ କାଳରୁ ହୋଇଛି । ଆଧୁନିକ ବିଜ୍ଞାନର ଜାଗରଣ ସହିତ ମଣିଷ ଏଇ ଉପଲବ୍‌ଧିକୁ ଏଡ଼େଇଗଲା । ହେଲେ ନିକଟ ଅତୀତରେ ମଣିଷର ଏଇ ମନୋଭାବରେ ପରିବର୍ତ୍ତନ ଆସିଛି । ପରିବେଶ ସଚେତନ ହୋଇଉଠୁଥ‌ିବା ଏଇ ମଣିଷ ପ୍ରକୃତିକୁ ପୁଣିଥରେ ମାଆ ରୂପରେ ଫେରି ପାଇବାକୁ ଚେଷ୍ଟାକଲା ଏବଂ ସେଥ‌ିରେ ସଫଳ ହେଲା ମଧ୍ଯ ।

ଟେକ୍ନୋଲୋଜିର ବିକାଶ ତଥା ବିସ୍ତାରକୁ ଯେତେବେଳେ ୧୯୫୦/୬୦ ମସିହା ବେଳକୁ ରୋକିବା ନିମନ୍ତେ ସ୍କୁମାଚାର ଅଙ୍କୁଶ ଲଗାଇଲେ ଅର୍ଥାତ୍ ପ୍ରକୃତିର କଞ୍ଚାମାଲ ଅସରନ୍ତି ନୁହେଁ ବୋଲି ସଚେତନଧର୍ମୀ ଘୋଷଣା କରିଲେ ସେତେବେଳେ ଜନସଚେତନତା ବଢିଲା ।

ମଣିଷ ଆବଶ୍ୟକତା ଅନୁସାରେ ଅଳ୍ପ ଯନ୍ତ୍ରପାତିଦ୍ୱାରା ପରିମିତ ବିକାଶ ମଧ୍ଯରେ ବଞ୍ଚିବା ଦରକାର । ଦ୍ରୁତ ଓ ଅତ୍ୟଧିକ ବିକାଶ ନାଆଁରେ ପ୍ରକୃତିକୁ ଧ୍ୱଂସ କରିଦେଇ ଭବିଷ୍ୟତ ଅନ୍ଧାର କରିଦେବା ବିଜ୍ଞାନର ଲକ୍ଷ୍ୟ ନହେଉ । ଭୋଗବାଦୀ ଅର୍ଥନୀତି ବଦଳରେ ପରିବେଶଭିଭିକ ଓ ମାନବୀୟ ମୂଲ୍ୟବୋଧଯୁକ୍ତ ଅର୍ଥନୀତି ବିଶ୍ୱ ପାଇଁ ଶୁଭଙ୍କର ହେବ । ପୂର୍ବରୁ ଗତ ତିନି ଶତାବ୍ଦୀ ଧରି ଆଧୁନିକ ବିଜ୍ଞାନ କେବଳ ପଦାର୍ଥକୁ ଯେଉଁ ଗୁରୁତ୍ଵ ଦେଇ ଆସୁଥିଲା, ତାହା ବିଂଶ ଶତାବ୍ଦୀ ଆରମ୍ଭରେ ପରିବର୍ତ୍ତିତ ହେବା ଏକ ଭଲ ଲକ୍ଷଣ ବୋଲି ଲେଖକଙ୍କ ମତ । ରହସ୍ୟବାଦର ଚେତନାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବାଦ୍ଵାରା ବିଜ୍ଞାନର ଗତି ପରିବର୍ତ୍ତିତ ହୋଇଛି । ବିଜ୍ଞାନର ଏଇ ଗତି ପରିବର୍ତ୍ତନ ହିଁ ଲେଖକଙ୍କ ଆଭିମୁଖ୍ୟ ।

ବାସ୍ତବିକ ପ୍ରାବନ୍ଧିକଙ୍କ ଆଲୋକପାତ ଯଥାର୍ଥ ଓ ପ୍ରସଙ୍କୋଚିତ ମନେହୁଏ ।

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

Question ୨ ।
ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇ ନେବାଦ୍ବାରା ମଣିଷର କି କି କ୍ଷତି ହୋଇଛି ବର୍ଣ୍ଣନା କର ।
ଉ –
ବିଜ୍ଞାନଭିତ୍ତିକ ପ୍ରବନ୍ଧର ସ୍ରଷ୍ଟାଭାବେ ଶ୍ରୀଯୁକ୍ତ ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟରେ ସର୍ବତ୍ର ପରିଚିତ । ତାଙ୍କ ପ୍ରବନ୍ଧ ବହୁ ଜଟିଳ ସମସ୍ୟାର ସରଳ ଓ ସହଜ ମାର୍ଗରେ ଉନ୍ମୋଚନ କରିବାରେ ସହାୟକ ହୋଇଥାଏ । ବହୁ ପ୍ରବନ୍ଧର ସ୍ରଷ୍ଟା ଭାବେ ନିଜର ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛନ୍ତି । ‘ଆଟମ୍ଭରୁ କ୍ଵାଣ୍ଟମ’, ‘ବିଜ୍ଞାନ ଦୃଷ୍ଟି’, ‘ସୂର୍ଯ୍ୟ ପରିବାର’ । ଏହିଭଳି ପ୍ରବନ୍ଧ ସଙ୍କଳନ ‘ ଆଧୁନିକତାର ରୂପରେଖ’ରୁ ସଂଗୃହୀତ । ବିଜ୍ଞାନର ଅତ୍ୟଧିକ ଯାନ୍ତ୍ରିକତା ଓ ବସ୍ତୁବାଦିତା କିଭଳି ପୃଥ‌ିବୀ ପାଇଁ କ୍ଷତିକାରକ ତାହା ଉକ୍ତ ପ୍ରବନ୍ଧରେ ଦର୍ଶାଇ ଦିଆଯାଇଛି ।

ମଣିଷ ସକଳ ସୃଷ୍ଟିର ନିୟାମକ । ବିଜ୍ଞାନକୁ ସେଇ ହିଁ ରୂପରେଖ ଦେଇଛି । ପ୍ରତି ମୁହୂର୍ଭରେ ଆଜି ବିଜ୍ଞାନ ମଣିଷକୁ ଅଭିନବ ଉଦ୍ଭାବନମାନ ଯୋଗାଇ ଆସିଛି । ପ୍ରତି ପଦକ୍ଷେପରେ ବିଜ୍ଞାନ ନିକଟରେ ଆତ୍ମସମର୍ପଣ କରୁଛି । ବିଜ୍ଞାନ ତା’ ଜୀବନକୁ ଏପରି ନିୟନ୍ତ୍ରିତ କରିଛି ଯେ ପ୍ରତି ମୁହୂର୍ତ୍ତରେ ସେ ବିଜ୍ଞାନର ଅପ୍ରତିହତ ପ୍ରଭାବକୁ ସ୍ଵୀକାର କରୁଛି । ବେକନ୍ ଓ ଦେକାର୍ତ୍ତେ ଆଧୁଡ଼ିକ ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇ ନେଲେ । ବିଜୟର ବୈଜୟନ୍ତୀ ଉଡ଼ାଇ ବିଜ୍ଞାନ ଯାନ୍ତ୍ରିକ ବାଟେ ଦ୍ରୁତ ପଥରେ ଆଗେଇ ଚାଲିଲା । ସେମାନଙ୍କ ଭାବନରେ ଜଗତ ଏକ ଯନ୍ତ୍ର, ତାକୁ ନିଜ ଅଧୀନରେ ରଖୁ ଭୋଗ କର । ଜୀବନକୁ ଆନନ୍ଦ ଦିଅ । ପ୍ରକୃତିକୁ ଦାସୀ ରୂପେ ଖଟାଇ ଅହେତୁକୀ ଆନନ୍ଦ ଗ୍ରହଣ କର ।

ଦ୍ରୁତ ପଥରେ ଆଗେଇ ଚାଲିଲା । ସେମାନଙ୍କ ଭାବନରେ ଜଗତ ଏକ ଯନ୍ତ୍ର, ତାକୁ ନିଜ ଅଧୀନରେ ରଖୁ ଭୋଗ କର । ଜୀବନକୁ ଆନନ୍ଦ ଦିଅ । ପ୍ରକୃତିକୁ ଦାସୀ ରୂପେ ଖଟାଇ ଅହେତୁକୀ ଆନନ୍ଦ ଗ୍ରହଣ କର ।

ସମାଜରେ ବିଜ୍ଞାନର ଦ୍ରୁତ ପ୍ରଗତି ସତ୍ତ୍ଵେ ପ୍ରକୃତିକୁ ଲୁଣ୍ଠନ କରିବା ଓ ନାରୀ ନିର୍ଯାତନା ଅବ୍ୟାହତ ରଖିବା ଏକ ପରମ୍ପରା ଜାରି ରହିଛି । ମଣିଷ ଆଜି ବି ନାନା ପରିବର୍ତ୍ତନର ନାରାବାଜ ଦେଉଥିଲେ ମଧ୍ୟ ଏବେ ବି ମଣିଷ ପ୍ରତି ନିର୍ଦ୍ଦୟ ଆଚରଣ କରୁଛି । ନାରୀ ନିର୍ଯାତନା ବନ୍ଦ ହୋଇନାହିଁ । ମାତ୍ର ଏସବୁ ଭିତରେ ଦେଖୁହୁଏ ଯେ ଏ ଦୁଇଟିର ବିପରୀତ ଦିଗରେ ସ୍ରୋତ ପ୍ରବାହିତ ହେଲାଣି । ବିପରୀତ ଦିଗରେ ଧାବିତ ଏଇ ସ୍ରୋତ ତିନିଶହ ବର୍ଷ ଧରି ଚାଲିଥିବା ପ୍ରକୃତି ଶୋଷଣ ବା ନାରୀ ନିର୍ଯାତନା ଅଳ୍ପ କେତେ ବର୍ଷ ଭିତରେ ବନ୍ଦ କରିଦେବା ସମ୍ଭବ ନୁହେଁ ବୋଲି ଲେଖକ ମତ ରଖୁଛନ୍ତି ।

ହେଲେ ନାରୀଠାରେ ଥ‌ିବା ଦୟା, ସେବା, ସହନଶୀଳତାକୁ ପ୍ରଗତି ପଥରେ ଆଗେଇ ନେବ । ସଦ୍‌ଗୁଣର ଅଧିକାରୀ ହେତୁ ତା’ର ଅନ୍ତର୍ବୋଧ ଜାଗ୍ରତ ହେବ । ସେହିଭଳି ପୁରୁଷର ମାନବୀୟ ଗୁଣ ସାହସ, ବୀରତ୍ଵ ପ୍ରତିଦ୍ବନ୍ଦିତା ଆଦି ସଦ୍‌ଗୁଣର ଅଧିକାରୀ ସମାଜର ବିକାଶ ଦିଗରେ ସହାୟକ ହେବ । ତେଣୁ ଲେଖକ ଏଠାରେ ନାରୀ ଯେଭଳି ସମକକ୍ଷ ହେବାକୁ ଚେଷ୍ଟା କରୁଛି ନାରୀ ଜାଗରଣର ଏ ଭାବନା ସମାଜ ପାଇଁ ଶୁଭଙ୍କର ନୁହେଁ । ଜ୍ଞାନ ସାଧନାରେ ଶୀର୍ଷକୁ ଉଠିଥିବା ଅଥଚ ଅନ୍ତର୍ବୋଧ ନ ଥ‌ିବା ମଣିଷଟି ଅସମ୍ପୂର୍ଣ୍ଣ ।

ବିଜ୍ଞାନ ବଳରେ ଦ୍ରୁତ ବିକାଶ ନାଁରେ ମଣିଷ ନିଜର ଯେଉଁ ଅଭୂତପୂର୍ବ କ୍ଷତି ସାଧନ କରୁଛି । ଲେଖକ ସେ ସମ୍ପର୍କରେ ପାଠକଙ୍କୁ ସଚେତନ କରିଛନ୍ତି ।

Question ୩ ।
ପରିବେଶ ସଚେତନ ମଣିଷ ପ୍ରକୃତିକୁ କିଭଳି ପୁଣିଥରେ ମାଆ ରୂପରେ ଫେରି ପାଇଛି, ବିଶ୍ଳେଷଣ କର ।
ଉ –
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ବିଜ୍ଞାନାଧାରିତ ଗଦ୍ୟରଚନା ଦୃଷ୍ଟିରୁ ଯେଉଁ କେତେଜଣ ପ୍ରାବନ୍ଧିକ ସେମାନଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ସର୍ବାଗ୍ରେ ସ୍ମରଣୀୟ । ଓଡ଼ିଶାର ସଂସ୍କୃତି ପରମ୍ପରା, ବିଶ୍ଵର ବିଭିନ୍ନ ଦର୍ଶନତତ୍ତ୍ଵ ଯେମିତି ମୁଖ୍ୟ ପ୍ରସଙ୍ଗ ପାଲଟିଛି ତାଙ୍କ କୃତିରେ ଠିକ୍ ସେମିତି ବିଜ୍ଞାନ ପାଲଟିଛି ଅନନ୍ୟ ଆଧାର ତାଙ୍କ ପ୍ରବନ୍ଧରେ । ତାଙ୍କ ପ୍ରବନ୍ଧଗୁଡ଼ିକ ବୁଦ୍ଧିଦୀପ୍ତ, ଶାଣିତ ଓ ସ୍ୱତନ୍ତ୍ର ।

ତାଙ୍କ ସ୍ମରଣୀୟ ପ୍ରବନ୍ଧ ଗ୍ରନ୍ଥଗୁଡ଼ିକ ମଧ୍ୟରୁ ‘ଅସ୍ତିତ୍ଵବାଦର ମର୍ମକଥା’, ‘ବୋଦାଙ୍କ ଦାଦାଗିରି’ ଓ ଅନ୍ୟାନ୍ୟ ପ୍ରବନ୍ଧ ‘ବିବର୍ତ୍ତନଶୀଳ’, ‘ଗାନ୍ଧୀମଣିଷ’, ‘ଆଧୁନିକତାର ରୂପରେଖ’, ‘ମଣିଷର ସଂଗ୍ରାମ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ଛୋଟ ହିଁ ସୁନ୍ଦର’ ପ୍ରବନ୍ଧଟି ତାଙ୍କର ଏକ ଚର୍ଚ୍ଚିତ ପ୍ରବନ୍ଧ । ଏଥ‌ିରେ ତାଙ୍କର ‘ଆଧୁନିକତାର ରୂପରେଖ’ ପ୍ରବନ୍ଧ ସଂକଳନରୁ ଗୃହୀତ । ବିଜ୍ଞାନର ଅତ୍ୟଧିକ ବ୍ୟବହାରଜନିତ ସମସ୍ୟାକୁ ଗୁରୁତ୍ବାରୋପ କରିଛନ୍ତି ଏହି ପ୍ରବନ୍ଧରେ ।

ବିଂଶ ଶତକରେ ରହସ୍ୟବାଦ ଓ ବିଜ୍ଞାନର ସମନ୍ବୟ ପ୍ରଗତି ପରିଚୟ ପାଲଟି ପାରିବ ବୋଲି ପ୍ରାବନ୍ଧିକ ମତ ଦେଇଛନ୍ତି । ମାନବ ସମାଜର ଆବଶ୍ୟକତାନୁସାରେ ଅଳ୍ପ ଯାନ୍ତ୍ରିକ ସାହାଯ୍ୟ ନେଇ ବଞ୍ଚିବାକୁ ପ୍ରାବନ୍ଧିକ ନିଜ ପ୍ରବନ୍ଧ ମାଧ୍ୟମରେ ଘୋଷଣା କରିଛନ୍ତି । ବିଂଶ ଶତକର ପ୍ରଥମାର୍ଦ୍ଧ ଯାଏଁ ବିଜ୍ଞାନର ଅତ୍ୟଧିକ ପ୍ରୟୋଗ ଓ ଯାନ୍ତ୍ରିକ ବିକାଶ ମାନବକୁ ନିର୍ଭୟ କରିଦେଇଛି । ଫଳରେ ପ୍ରକୃତିକୁ ଦାସୀ ଭାବରେ ଖଟାଇବାକୁ ଓ ତା’ର ସର୍ବସ୍ଵ ଉପଭୋଗ କରିବାକୁ ମାନବ ସ୍ଥିର କରିନେଇଛି । ନିଜର ସମସ୍ତ ପ୍ରାପ୍ୟ ପ୍ରକୃତିଠାରୁ ଆଦାୟ କରିବାକୁ ଚେଷ୍ଟା କରିଛି ।

ତେବେ ଏଇ ଜୀବନାଦର୍ଶରେ ପରିବର୍ତ୍ତନ ଆସିଛି । ବିଂଶ ଶତକରେ ପ୍ରଥମାର୍କ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନୀତି ସଂପୂର୍ଣ ନ ହେଲେ ବି ସାମାନ୍ୟ ବଦଳିବାର ଦେଖାଦେଇଛି । ପ୍ରକୃତି ଆମର ମା’ ଏହିପରି ଜ୍ଞାନକରିବା ଆରମ୍ଭ କରିଛି । ପ୍ରକୃତି ପ୍ରତି କଠୋର ହୋଇ ଆସୁଥ‌ିବା ମାନବ ସମାଜ ପୁନଃ ପ୍ରକୃତିର ଯନ୍ତ୍ର ନେବାକୁ ଚାହିଁଛି । ତା’ର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାକୁ ଚାହିଁଛି । ଯାହା ଏଇ ପୃଥ‌ିବୀ ପାଇଁ ଶୁଭଙ୍କର ।

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

Question ୪ ।
ଅର୍ଥନୀତିରେ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା କରିବାର ହେତୁ କ’ଣ ସୂଚାଇ ଦିଅ ।
ଉ –
ସ୍ଵାଧୀନୋତ୍ତର ଓଡ଼ିଆ ପ୍ରବନ୍ଧ ସାହିତ୍ୟଧାରାରେ ଜଣେ ପ୍ରଚଣ୍ଡ ପ୍ରତିଭା ଓ ବିଚକ୍ଷଣ ବ୍ୟକ୍ତିତ୍ଵ ଭାବରେ ବହୁଚର୍ଚ୍ଚିତ ଓ ପରିଚିତ ଗଦ୍ୟକାର ହେଉଛନ୍ତି ଶରତ କୁମାର ମହାନ୍ତି । ବିଜ୍ଞାନ ସମ୍ବଳିତ ତାଙ୍କ ରଚନାବଳୀ ଓଡ଼ିଆ ପ୍ରବନ୍ଧାଗାରରେ ଗୋଟିଏ ଗୋଟିଏ ଅମୂଲ୍ୟନିସ୍ । ସ୍ବତନ୍ତ୍ର ଉପସ୍ଥାପନା, ଦୃଷ୍ଟିଭଙ୍ଗୀର ଗଭୀରତା ଓ ଗଭୀର ମନନଶୀଳତା ତାଙ୍କ ପ୍ରବନ୍ଧକୁ ଯେମିତି ରୂଚିପୂର୍ଣ କରିଛି ସେମିତି କରିଛି ଜ୍ଞାନଗର୍ଭକ ।

ତାଙ୍କ ସ୍ମରଣୀୟ ପ୍ରବନ୍ଧ ଗ୍ରନ୍ଥଗୁଡ଼ିକ ମଧ୍ୟରୁ ‘ଅସ୍ତିତ୍ଵବାଦର ମର୍ମକଥା’, ‘ବୋଦାଙ୍କ ଦାଦାଗିରି’ ଓ ଅନ୍ୟାନ୍ୟ ପ୍ରବନ୍ଧ ‘ବିବର୍ତ୍ତନଶୀଳ’, ‘ଗାନ୍ଧୀମଣିଷ’, ‘ଆଧୁନିକତାର ରୂପରେଖ’, ‘ମଣିଷର ସଂଗ୍ରାମ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ଛୋଟ ହିଁ ସୁନ୍ଦର’ ପ୍ରବନ୍ଧଟି ତାଙ୍କର ଏକ ଚର୍ଚ୍ଚିତ ପ୍ରବନ୍ଧ । ଏଥରେ ତାଙ୍କର ‘ଆଧୁନିକତାର ରୂପରେଖ’ ପ୍ରବନ୍ଧ ସଂକଳନରୁ ଗୃହୀତ । ବିଜ୍ଞାନର ଅତ୍ୟଧିକ ବ୍ୟବହାରଜନିତ ସମସ୍ୟାକୁ ଗୁରୁତ୍ବାରୋପ କରିଛନ୍ତି ଏହି ପ୍ରବନ୍ଧରେ ।

ସମୟର ପରିବର୍ତ୍ତନରେ ମଣିଷ ଅର୍ଥ ଉପାର୍ଜନକୁ ଈଶ୍ବରଙ୍କ ଆସନରେ ବସାଇଲା । ସମୟର ବିବର୍ତ୍ତନ ପ୍ରକ୍ରିୟାରେ ଅର୍ଥନୀତିଜ୍ଞ ସ୍କମାଚାର ଏହା ବିରୁଦ୍ଧରେ ସ୍ଵର ଉଠାଇଥିଲେ ତାଙ୍କ ‘Small is Beautiful’ ଗ୍ରନ୍ଥ ମାଧ୍ୟମରେ । ଏଥ‌ିରେ ସେ ଆମେରିକାର ଉଦାହରଣ ଦେଇ ବୁଝାଇଛନ୍ତି । ପୃଥ‌ିବୀର ସମୁଦାୟ କଞ୍ଚାମାଲର ୪୦ ଭାଗ ଆମେରିକାରେ କିନ୍ତୁ ତା’ର ଲୋକସଂଖ୍ୟା ମାତ୍ର ଛଅଭାଗ । ଫଳତଃ ଖୁବ୍ ସୁଖ ବିଳାସପୂର୍ଣ୍ଣ ଓ ଶାନ୍ତିପୂର୍ଣ ଜୀବନ ବାଉଁଛନ୍ତି ଆମେରିକାବାସୀ । ସେଠାକାର ଲୋକଙ୍କ ପ୍ରଧାନଲକ୍ଷ୍ୟ ଅଧ‌ିକରୁ ଅଧ‌ିକ ଆୟ କରିବା, ଅର୍ଥ ଉପା୍ଜନ କରିବା । ଯିଏ ଯେତେ ଉଚ୍ଚମାନର ଜୀବନ ଜିଇଁଲା ସେ ସେତେ ଉନ୍ନତ ଓ ଧନୀ ବିବେଚିତ ହେବା ଫଳରେ ଧନଅର୍ଜନ ଓ ଉଚ୍ଚମାନର ଜୀବନ ହିଁ ଆମେରିକୀୟଙ୍କ ସବୁ କିଛି । ଯଦିଓ ସ୍ଫୁମାଚାର ଆମେରିକାକୁ ସମାଲୋଚନା କରିଛନ୍ତି ତଥାପି ଏହା ଅଳ୍ପ ବହୁତେ ପ୍ରାୟ ସବୁ ଦେଶରେ ଦେଖାଯାଉଛି । ଅର୍ଥନୀତି ହିଁ ମାନବୀୟ ମୂଲ୍ୟବୋଧ ନିର୍ଦ୍ଧାରଣ କରୁଛି । ତେବେ ସ୍କମାଚାର ନିଜ ପୁସ୍ତକରେ ଏହି ଅର୍ଥନୈତିକ ଅର୍ଥନୀତିର ଦଂଶନକୁ ସଂଶୋଧନ କରି, ଅର୍ଥନୀତିକୁ ମାନବୀୟ ମୂଲ୍ୟବୋଧ ଉପରେ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି ।

ବାସ୍ତବିକ ପ୍ରାବନ୍ଧିକ ବିଚାର ଓ ବିଶ୍ଳେଷଣ ସ୍ବାଗତଯୋଗ୍ୟ ।

Question ୫ ।
ବସ୍ତୁବାଦୀ ଅର୍ଥନୀତି ଓ ବୌଦ୍ଧ ଅର୍ଥନୀତି ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କର ।
ଉ –
ଆଧୁନିକ ପ୍ରବନ୍ଧର ସ୍ବାଧୀନତା ପରବର୍ତ୍ତୀ କାଳଖଣ୍ଡରେ ଜଣେ ବଳିଷ୍ଠ ପ୍ରବନ୍ଧପ୍ରତିଭା ହେଉଛନ୍ତି ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ବିଜ୍ଞାନର ନାନା ତଥ୍ୟ, ଦର୍ଶନର ନାନା ତତ୍ତ୍ବ ଓ ଜୀବନଯାତ୍ରାର ଅଜସ୍ର ଅନୁଭୂତି ଅଭିଜ୍ଞତାକୁ ନେଇ ତାଙ୍କ ପ୍ରବନ୍ଧ ପାଠକର ଖୁବ୍‌ ପ୍ରିୟ ଓ ପ୍ରଶଂସନୀୟ ହୋଇପାରିଛି । ତାଙ୍କ ପ୍ରବନ୍ଧଗୁଡ଼ିକରେ ବିଶ୍ବ ଦୃଷ୍ଟି ପରିଲକ୍ଷିତ ।

ତାଙ୍କ ସ୍ମରଣୀୟ ପ୍ରବନ୍ଧ ଗ୍ରନ୍ଥଗୁଡ଼ିକ ମଧ୍ୟରୁ ‘ଅସ୍ତିତ୍ଵବାଦର ମର୍ମକଥା’, ‘ବୋଦାଙ୍କ ଦାଦାଗିରି’ ଓ ଅନ୍ୟାନ୍ୟ ପ୍ରବନ୍ଧ ‘ବିବର୍ତ୍ତନଶୀଳ’, ‘ଗାନ୍ଧୀମଣିଷ’, ‘ଆଧୁନିକତାର ରୂପରେଖ’, ‘ମଣିଷର ସଂଗ୍ରାମ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ଛୋଟ ହିଁ ସୁନ୍ଦର’ ପ୍ରବନ୍ଧଟି ତାଙ୍କର ଏକ ଚର୍ଚ୍ଚିତ ପ୍ରବନ୍ଧ । ଏଥରେ ତାଙ୍କର ‘ଆଧୁନିକତାର ରୂପରେଖ’ ପ୍ରବନ୍ଧ ସଂକଳନରୁ ଗୃହୀତ । ବିଜ୍ଞାନର ଅତ୍ୟଧିକ ବ୍ୟବହାରଜନିତ ସମସ୍ୟାକୁ ଗୁରୁତ୍ବାରୋପ କରିଛନ୍ତି ଏହି ପ୍ରବନ୍ଧରେ ।

ଆଧୁନିକ କାଳଖଣ୍ଡରେ ଜୀବନ ଅର୍ଥ ସର୍ବସ୍ଵ ହୋଇପଡିଛି । ଏହା ଅନେକ ଅର୍ଥନୀତିଜ୍ଞ, ସମାଜତତ୍ତ୍ଵବିଦ୍ ଦାର୍ଶନିକ ତଥା ସାହିତ୍ୟିକ ଚିନ୍ତାନାୟକଙ୍କୁ ଆଦୌ ଉଚିତ ମନେ ହୋଇନାହିଁ । ଏହାର ପ୍ରତିରୋଧ କରିଛନ୍ତି ସେମାନେ । ଯାହାର ଏକ ବଳିଷ୍ଠ ଉଦାହରଣ ସ୍ଫୁମାଚାରଙ୍କ ‘Small is Beautiful’ ଗ୍ରନ୍ଥ । ଏଥ‌ିରେ ସେ ଆମେରିକାବାସୀଙ୍କ ଅର୍ଥଲାଳସାକୁ ସମାଲୋଚନା କରିଛନ୍ତି । ପ୍ରାବନ୍ଧିକ ସ୍ତୁମାଚାରଙ୍କ ଏହି ବିଚାରରେ ପ୍ରଭାବିତ ହୋଇ ଉକ୍ତ ପ୍ରବନ୍ଧଟି ଉଲ୍ଲେଖ କରିଥିବାରୁ ଏଥିରେ ତାଙ୍କ ମତ ମଧ୍ୟ ଭଲ ଆଧାରିତ । ପ୍ରଚଳିତ ଜୀବନଧାରାରେ ଅର୍ଥ କିପରି ସର୍ବସ୍ଵ ପାଲଟି ମାନବୀୟ ଗୁଣାବଳୀକୁ ନିୟନ୍ତ୍ରଣ କରୁଛି ତାହାକୁ ପ୍ରାବନ୍ଧିକ ମଧ୍ୟ ଆଲୋଚ୍ୟ କରିଛନ୍ତି ।

ପ୍ରଚଳିତ ବସ୍ତୁବାଦୀ ଅର୍ଥନୈତିକ ସିଷ୍ଟମରେ ଜଣେ ବ୍ୟକ୍ତି ହାରାହାରି ଯେତିକି ଗ୍ରାସ କରୁଛି, ତାହାହିଁ ଜାତିର ଜୀବନଯାପନର ମାନଦଣ୍ଡ । ତେଣୁ ପ୍ରଚୁର ଉତ୍ପାଦନ କରି ହାରାହାରି ଗ୍ରାସ ପରିମାଣ ବଢ଼ାଉଥବା ଦେଶର ଅର୍ଥନୈତିକ ସମୃଦ୍ଧି ସ୍ବୀକୃତି । ହେଲେ ବୌଦ୍ଧ ଅର୍ଥନୀତିରେ ଏହି ଦୁଇଟାଙ୍କ ଅର୍ଥାତ୍ ଉତ୍ପାଦନ ବୃଦ୍ଧି ଓ ହାରାହାରି ଗ୍ରାସର ବୃଦ୍ଧିକୁ ସଂପୂର୍ଣ ଅସ୍ବୀକାର କରେନା । ମାତ୍ର ଏହା ସାଙ୍ଗକୁ ମଣିଷ ଠିକ୍ ପଥରେ ଚଳୁଛି କି ନା କେତେଦୂର ମଧ୍ଯମପନ୍ଥ ଅବଲମ୍ବନ କରିବାକୁ ସମର୍ଥ ହେଉଛି । ବୌଦ୍ଧ ଅର୍ଥନୀତିରେ ଏହି କଥା ମପାଯାଏ ।

ପ୍ରାବନ୍ଧିକ ବସ୍ତୁବାଦୀ ଅର୍ଥନୀତି ଓ ବୌଦ୍ଧ ଅର୍ଥନୀତି ମଧ୍ୟରେ ସୁନ୍ଦର ତୁଳନା କରିଛନ୍ତି ।

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

ପ୍ରାବନ୍ଧିକ ପରିଚିତି :

ବିଂଶ ଶତକର ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଅନ୍ୟତମ ବଳିଷ୍ଠ ଉଚ୍ଚାରଣ, ଦମ୍ଭିଲା ସ୍ଵର ହେଉଛନ୍ତି ପ୍ରାବନ୍ଧିକ ଶରତ କୁମାର ମହାନ୍ତି। ବିଜ୍ଞାନ ବିଷୟ ସମ୍ବଳିତ ପ୍ରବନ୍ଧ ରଚନାରେ ସମ୍ଭବତଃ ସେ ଜଣେ ଅପ୍ରତିଦ୍ଵନ୍ଦୀ ଗଦ୍ୟଶିଳ୍ପୀ। ବିଜ୍ଞାନ ବିଷୟ ସମ୍ବଳିତ ପ୍ରବନ୍ଧ ରଚନାରେ ସେ ଅଧିକ ନିଷ୍ଠା ବ୍ୟକ୍ତ କରିଥିଲେ ମଧ୍ୟ ଦର୍ଶନ, ଇତିହାସ, ଧର୍ମ, କଳା, ସାହିତ୍ୟ, ଇତ୍ୟାଦି ପ୍ରତି ତାଙ୍କ ଆଗ୍ରହର ଅଭାବ ନାହିଁ। ଶରତ କୁମାରଙ୍କ ପ୍ରବନ୍ଧଗୁଡ଼ିକରେ ବିଶ୍ଵଦୃଷ୍ଟି ପରିଲକ୍ଷିତ। ଭାରତ, ଗ୍ରୀସ୍, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶର ବହୁ ବିଷୟ ତାଙ୍କ ପ୍ରବନ୍ଧର ବପୁ ନିର୍ମାଣରେ ସହାୟକ । ଗଣିତ ଅଧ୍ୟାପନାରେ ଜୀବିକା ବିତାଇଥିବା ଏଇ ପ୍ରଭାବଶାଳୀ ଲେଖକଙ୍କ ପ୍ରବନ୍ଧମାଳା ପାଠକୀୟ ମାନସର ପରିପୋଷକ । ଜଟିଳ ତତ୍ତ୍ଵକୁ ଯଥାସମ୍ଭବ ସରଳ ସାର୍ଥକ ଭାବରେ ଉପସ୍ଥାପନା କରିବାରେ ତାଙ୍କର ସବୁଦ୍ୟମ ନିଶ୍ଚିତଭାବେ ପ୍ରଶଂସନୀୟ ।

ରଚନାବଳୀ : ‘ବିଜ୍ଞାନ ଦୃଷ୍ଟି’, ‘ଆକାଶର ଆହ୍ବାନ’, ‘ଆଟମ୍‌ରୁ କ୍ଵାଣ୍ଟମ୍’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ବୋଦାଙ୍କ ଦାଦାଗିରି ଓ ଅନ୍ୟାନ୍ୟ ପ୍ରବନ୍ଧ’, ‘ସଂସ୍କୃତି ଓ ଅପସଂସ୍କୃତି’, ‘ଏଣୁତେଣୁ କିଛି’, ‘ବିବର୍ତ୍ତନଶୀଳ ମଣିଷର ସଂଗ୍ରାମ’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ଛତ୍ରପତି ବିବେକାନନ୍ଦ’, ‘ଗାନ୍ଧିମଣିଷ’ଆଦି ପ୍ରବନ୍ଧଗ୍ରନ୍ଥ ସହ ସେ ଆଉ କିଛି ଜୀବନୀ ଗ୍ରନ୍ଥ ମଧ୍ଯ ସୃଷ୍ଟି କରିଛନ୍ତି। ‘ଗାନ୍ଧିମଣିଷ’ ଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।’

ବିଷୟ ପ୍ରବେଶ :

‘ଛୋଟ ହିଁ ସୁନ୍ଦର’ ପ୍ରାବନ୍ଧିକଙ୍କ ଏକ ବହୁଚର୍ଚ୍ଚିତ ପ୍ରବନ୍ଧ। ଏହି ପ୍ରବନ୍ଧଟି ତାଙ୍କର ‘ଆଧୁନିକତାର ରୂପରେଖ’ ପ୍ରବନ୍ଧ ସଂକଳନରୁ ଗୃହୀତ। ଏଥିରେ ବିଜ୍ଞାନର ଅତ୍ୟଧିକ ଯାନ୍ତ୍ରିକତା ଓ ବସ୍ତୁବାଦିତା କିପରି ପୃଥିବୀ ପାଇଁ କ୍ଷତିକାରକ , ତାହା ଦର୍ଶାଇଛନ୍ତି ପ୍ରାବନ୍ଧିକ । ବିଜ୍ଞାନ ଓ ରହସ୍ୟବାଦର ସମନ୍ଵୟରେ ପ୍ରଗତି ସମ୍ଭବ ହୋଇପାରିବ ବୋଲି ଲେଖକ ଯୁକ୍ତି ଉପସ୍ଥାପନ କରିଛନ୍ତି । ମଣିଷ ଆବଶ୍ୟକତା ଅନୁସାରେ ଅଳ୍ପ ଯନ୍ତ୍ରପାତିଦ୍ଵାରା ପରିମିତ ବିକାଶ ମଧ୍ୟରେ ବଞ୍ଚିବା ଦରକାର। ଦ୍ରୁତ ଓ ଅତ୍ୟଧିକ ବିକାଶ ନାଆଁରେ ପ୍ରକୃତିକୁ ଧ୍ୱଂସ କରିଦେଇ ଭବିଷ୍ୟତ ଅନ୍ଧାର କରିଦେବା ବିଜ୍ଞାନର ଲକ୍ଷ୍ୟ ନହେଉ। ଭୋଗବାଦୀ ଅର୍ଥନୀତି ଧରି ଆଧୁନିକ ବିଜ୍ଞାନ କେବଳ ପଦାର୍ଥକୁ ଯେଉଁ ଗୁରୁତ୍ଵ ଦେଇ ଆସୁଥିଲା, ତାହା ବିଂଶ ଶତାବ୍ଦୀ ଆରମ୍ଭରେ ପରିବର୍ତ୍ତିତ ହେବା ଏକ ଭଲ ଲକ୍ଷଣ ବୋଲି ଲେଖକଙ୍କ ମତ। ରହସ୍ୟବାଦର ଚେତନାକୁ ଗୁରୁତ୍ଵ ଦେବାକୁ ଆରମ୍ଭ କରିବାଦ୍ଵାରା ବିଜ୍ଞାନର ଗତି ପରିବର୍ତ୍ତିତ ହୋଇଛି।

ବ୍ରିଟିଶ୍ ଅର୍ଥନୀତିଜ୍ଞ ସ୍କୁମାଚାରଙ୍କଦ୍ଵାରା ପ୍ରକାଶିତ “Small is beautiful”(୧୯୭୩) ନାମକ ପ୍ରସିଦ୍ଧ ଗ୍ରନ୍ଥ ) କରାଇଦିଏ।

ବିଷୟର ସାରକଥା :

କ୍ରମଶଃ ବଢ଼ିଛି ଏବଂ ପଦାର୍ଥ ଆଡ଼କୁ ଢଳିଛି । ବେକନ୍ ଓ ଦେକାର୍ତା ପ୍ରଭୃତି ଆଧୁନିକ ଚିନ୍ତାଶୀଳ ବ୍ୟକ୍ତିତ୍ବ ବିଜ୍ଞାନକୁ ଯାନ୍ତ୍ରିକତା ବାଟରେ ମତେଇନେଲେ । ପ୍ରକୃତିକୁ ଅଧ‌ିକରୁ ଅଧିକ ଲୁଣ୍ଠନ କରି ତାକୁ ଉପଭୋଗ କରିବାପାଇଁ ଆଧୁନିକ ମାନବକୁ ଆହ୍ଵାନ ମିଳିଲା । ପ୍ରକୃତିର ସେବା କରିବା ପରିବର୍ତ୍ତେ ତା’ର ଶୋଷଣ କରିବାକୁ ଆଧୁନିକ ମାନବ ବ୍ରତଭାବେ ଗ୍ରହଣ କଲା । ପ୍ରକୃତିକୁ ଦାସୀପଣରେ ଖଟାଇବାକୁ ମନକଲା, ଯାହା ସମଗ୍ର ବିଶ୍ଵର ଚିନ୍ତାନାୟକଙ୍କୁ ବିଶେଷଭାବରେ ଚିନ୍ତା କରିବାକୁ ବ୍ୟସ୍ତ କରିପକାଇଲା ।

ପ୍ରକୃତି ଆମର ମାଆ । ମଣିଷର ଏଇ ଉପଲବ୍‌ଧୂ ବହୁ ପ୍ରାଚୀନ କାଳରୁ ହୋଇଛି । ଆଧୁନିକ ବିଜ୍ଞାନର ଜାଗରଣ ସହିତ ମଣିଷ ଏଇ ଉପଲବ୍‌ଧିକୁ ଏଡ଼େଇଗଲା । ହେଲେ ନିକଟ ଅତୀତରେ ମଣିଷର ଏଇ ମନୋଭାବରେ ପରିବର୍ତ୍ତନ ଆସିଛି । ପରିବେଶ ସଚେତନ ହୋଇଉଠୁଥ‌ିବା ଏଇ ମଣିଷ ପ୍ରକୃତିକୁ ପୁଣିଥରେ ମାଆ ରୂପରେ ଫେରି ପାଇବାକୁ ଚେଷ୍ଟାକଲା ଏବଂ ସେଥିରେ ସଫଳ ହେଲା ମଧ୍ୟ ।

ବାସ୍ତବିକ୍ ପ୍ରକୃତିକୁ ଶୋଷଣ କରିବା ସହିତ ନାରୀ ନିର୍ଯାତନା ସମାନ ବୋଲି ଲେଖକ ମତ ଦେଇଛନ୍ତି । ସମ୍ପ୍ରତି ସମାଜରେ ବିଜ୍ଞାନର ଦ୍ରୁତ ପ୍ରଗତି ସତ୍ତ୍ଵେ ପ୍ରକୃତିକୁ ଲୁଣ୍ଠନ କରିବା ଓ ନାରୀ ନିର୍ଯାତନା ଅବ୍ୟାହତ ରଖିବା ଏକ ପରମ୍ପରା ଜାରି ରହିଛି । ମଣିଷ ଆଜି ବି ନାନା ପରିବର୍ତ୍ତନର ନାରାବାଜ ଦେଉଥିଲେ ମଧ୍ୟ ଏବେ ବି ମଣିଷ ପ୍ରତି ନିର୍ଦ୍ଦୟ ଆଚରଣ କରୁଛି । ନାରୀ ନିର୍ଯାତନା ବନ୍ଦ ହୋଇନାହିଁ । ମାତ୍ର ଏସବୁ ଭିତରେ ଦେଖୁହୁଏ ଯେ ଏ ଦୁଇଟିର ବିପରୀତ ଦିଗରେ ସ୍ରୋତ ପ୍ରବାହିତ ହେଲାଣି । ବିପରୀତ ଦିଗରେ ଧାବିତ ଏଇ ସ୍ରୋତ ତିନିଶହ ବର୍ଷ ଧରି ଚାଲିଥିବା ପ୍ରକୃତି ଶୋଷଣ ବା ନାରୀ ନିର୍ଯାତନା ଅଳ୍ପ କେତେ ବର୍ଷ ଭିତରେ ବନ୍ଦ କରିଦେବା ସମ୍ଭବ ନୁହେଁ ବୋଲି ଲେଖକ ମତ ରଖୁଛନ୍ତି ।

ହେଲେ ନାରୀଠାରେ ଥିବା ଦୟା, ସେବା, ସହନଶୀଳତାକୁ ପ୍ରଗତି ପଥରେ ଆଗେଇ ନେବ । ସଦ୍‌ଗୁଣର ଅଧିକାରୀ ହେତୁ ତା’ର ଅନ୍ତର୍ବୋଧ ଜାଗ୍ରତ ହେବ । ସେହିଭଳି ପୁରୁଷର ମାନବୀୟ ଗୁଣ ସାହସ, ବୀରତ୍ଵ ପ୍ରତିଦ୍ବନ୍ଦ୍ବତା ଆଦି ସଦ୍‌ଗୁଣର ଅଧିକାରୀ ସମାଜର ବିକାଶ ଦିଗରେ ସହାୟକ ହେବ । ତେଣୁ ଲେଖକ ଏଠାରେ ନାରୀ ଯେଭଳି ସମକକ୍ଷ ହେବାକୁ ଚେଷ୍ଟା କରୁଛି ନାରୀ ଜାଗରଣର ଏ ଭାବନା ସମାଜ ପାଇଁ ଶୁଭଙ୍କର ନୁହେଁ । ଜ୍ଞାନ ସାଧନାରେ ଶୀର୍ଷକୁ ଉଠିଥିବା ଅଥଚ ଅନ୍ତର୍ବୋଧ ନ ଥିବା ମଣିଷଟି ଅସମ୍ପୂର୍ଣ୍ଣ ।

ବିଂଶ ଶତକରେ ରହସ୍ୟବାଦ ଓ ବିଜ୍ଞାନର ସମନ୍ବୟ ପ୍ରଗତି ପରିଚୟ ପାଲଟି ପାରିବ ବୋଲି ପ୍ରାବନ୍ଧିକ ମତ ଦେଇଛନ୍ତି । କରିଛନ୍ତି । ବିଂଶ ଶତକର ପ୍ରଥମାର୍ଦ୍ଧ ଯାଏଁ ବିଜ୍ଞାନର ଅତ୍ୟଧିକ ପ୍ରୟୋଗ ଓ ଯାନ୍ତ୍ରିକ ବିକାଶ ମାନବକୁ ନିର୍ଭୟ କରିଦେଇଛି । ଫଳରେ ପ୍ରକୃତିକୁ ଦାସୀ ଭାବରେ ଖଟାଇବାକୁ ଓ ତା’ର ସର୍ବସ୍ଵ ଉପଭୋଗ କରିବାକୁ ମାନବ ସ୍ଥିର କରିନେଇଛି । ନିଜର ସମସ୍ତ ପ୍ରାପ୍ୟ ପ୍ରକୃତିଠାରୁ ଆଦାୟ କରିବାକୁ ଚେଷ୍ଟା କରିଛି ।

ତେବେ ଏଇ ଜୀବନାଦର୍ଶରେ ପରିବର୍ତ୍ତନ ଆସିଛି । ବିଂଶ ଶତକରେ ପ୍ରଥମାର୍ଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନୀତି ସଂପୂର୍ଣ ନ ହେଲେ ବି ସାମାନ୍ୟ ବଦଳିବାର ଦେଖାଦେଇଛି । ପ୍ରକୃତି ଆମର ମା’ ଏହିପରି ଜ୍ଞାନକରିବା ଆରମ୍ଭ କରିଛି । ପ୍ରକୃତି ପ୍ରତି କଠୋର ହୋଇ ଆସୁଥ‌ିବା ମାନବ ସମାଜ ପୁନଃ ପ୍ରକୃତିର ଯନ୍ତ୍ର ନେବାକୁ ଚାହିଁଛି । ତା’ର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାକୁ ଚାହିଁଛି । ଯାହା ଏଇ ପୃଥ‌ିବୀ ନିଜର ସମସ୍ତ ପ୍ରାପ୍ୟ ପ୍ରକୃତିଠାରୁ ଆଦାୟ କରିବାକୁ ଚେଷ୍ଟା କରିଛି ।

CHSE Odisha Class 12 Optional Odia Solutions Chapter 14 ଛୋଟ ହିଁ ସୁନ୍ଦର

କଠିନ ଶବ୍ଦ ଓ ତାର ଅର୍ଥ :

ରହସ୍ୟବାଦ – ଗୂଢ଼ତତ୍ତ୍ଵ
ଅହିନକୁଳ ସମ୍ପର୍କ – ତିକ୍ତ ସମ୍ପର୍କ (ସାପ ନେଉଳ ମଧ୍ୟରେ ସମ୍ପର୍କ)
ଧାବିତ – ଧାଉଥିବା
ଶୁଭଙ୍କର – ମଙ୍ଗଳମୟ / ଶୁଭପ୍ରଦ
ଅନ୍ତର୍ବୋଧ – ମନର ଜ୍ଞାନ ବା ଅନ୍ତରର ଜ୍ଞାନ
ପ୍ରାପ୍ୟ – ପାଇବାର ବସ୍ତୁ
ଯଥେଚ୍ଛା – ଯେମିତି ଇଚ୍ଛା ସେମିତି
ଜୁର – ନଷ୍ଟ
ଅଙ୍କୁଶ – ପ୍ରତିବନ୍ଧକ / ଆଙ୍କୁଡ଼ା
ସିଷ୍ଟମ୍ – ବ୍ୟବସ୍ଥା
ଗ୍ରାସ – ଭୋଜନ / ଗ୍ରହଣ
ମାନଦଣ୍ଡ – ମାପକ
ପରିହାର – ତ୍ୟାଗ
ସଂଶ୍ଳେଷଣ – ଏକତ୍ରୀକରଣ / ସଂଯୋଗ ସାଧନା
ଜାତ – ସୃଷ୍ଟି
ବିଭବଶାଳୀ – ଐଶ୍ବର୍ଯ୍ୟବନ୍ତ

Leave a Comment