Odisha State Board CHSE Odisha Class 12 Optional Odia Solutions Chapter 19 ଅଳଙ୍କାର Textbook Exercise Questions and Answers.
+2 2nd Year Odia Optional Chapter 19 ଅଳଙ୍କାର Question Answer
(କ) ୧ ନମ୍ବର ବିଶିଷ୍ଟ ଗୋଟିଏ ବାକ୍ୟ ବା ଶବ୍ଦରେ ଉତ୍ତରମୂଳକ ପ୍ରଶ୍ନବଳୀ ।
Question ୧।
ସାହିତ୍ୟରେ ଅଳଙ୍କାର କହିଲେ କ’ଣ ବୁଝ ?
ଉ –
କାବ୍ୟ କବିତାକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଷକ ଉପାଦାନର ପ୍ରୟୋଜନ ହୁଏ ବା ବ୍ୟବହାର କରାଯାଏ ତାହାକୁ ‘ଅଳଙ୍କାର’ କୁହାଯାଏ ।
Question ୨।
ସାହିତ୍ୟରେ ଅଳଙ୍କାର ମୁଖ୍ୟତଃ କେତେପ୍ରକାର ଉଲ୍ଲେଖ କର ।
ଉ –
ସାହିତ୍ୟରେ ବ୍ୟବହୃତ ହେଉଥିବା ଅଳଙ୍କାର ଦୁଇ ପ୍ରକାରର । ସେହି ଦୁଇଟି ହେଉଛି – ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ।
Question ୩ ।
ଶବ୍ଦାଳଙ୍କାର କାହାକୁ କୁହାଯାଏ ?
ଉ –
ଶବ୍ଦର ବୈଚିତ୍ର୍ୟ କାରକ ଧର୍ମକୁ ଶବ୍ଦାଳଙ୍କାର କୁହାଯାଏ ।
Question ୪।
ଅର୍ଥାଳଙ୍କାର କାହାକୁ କୁହାଯାଏ ?
ଉ –
ଯେଉଁ ଅଳଙ୍କାରଦ୍ୱାରା କାବ୍ୟରେ ବ୍ୟବହୃତ ଶବ୍ଦର ଅର୍ଥ ସୌନ୍ଦର୍ଯ୍ୟ ତଥା ଚିତ୍ତାକର୍ଷକ ହୋଇଥାଏ ତାହାକୁ ଅର୍ଥାଳଙ୍କାର କୁହାଯାଏ ।
Question ୫।
ଅନୁପ୍ରାସ ଅଳଙ୍କାରର ସଂଜ୍ଞା ନିର୍ଦ୍ଦେଶ କର ?
ଉ –
ବାକ୍ୟ ମଧ୍ୟରେ ଏକ ପ୍ରକାର ବ୍ୟଞ୍ଜନ ବର୍ଣ୍ଣର ପୁନଃପୁନଃ ଆବୃତ୍ତିକୁ ଅନୁପ୍ରାସ ଅଳଙ୍କାର କୁହାଯାଏ ।
Question ୬ ।
ଛେକାନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ ?
ଉ –
ଅନେକ ବ୍ୟଞ୍ଜନ ବର୍ଣ୍ଣର ସାମ୍ୟ ରହି କ୍ରମାନୁସାରେ ଥରେ ମାତ୍ର ପୁନରାବୃତ୍ତି ହେଲେ ତାହା ଛେକାନୁପ୍ରାସ ହୁଏ ।
Question ୭ ।
ବୃତ୍ୟନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ ?
ଉ –
ଯେବେ ବାକ୍ୟ ମଧ୍ୟରେ ଏକ କିମ୍ବା ଏକାଧ୍ଵ ବ୍ୟଞ୍ଜନ ବର୍ଣ୍ଣ କ୍ରମାନୁସାରେ ବା କ୍ରମ ନ ଥାଇ ବାରମ୍ବାର ଆଚରି ହୁଅନ୍ତି, ତାହା ବୃତ୍ୟନୁପ୍ରାସ ହୁଏ ।
Question ୮। ଶ୍ରୁତ୍ୟାନୁପ୍ରାସ ଅଳଙ୍କାର କ’ଣ ?
ଉ –
ଯେଉଁଠି କଣ୍ଠ, ତାଳୁ, ମୂର୍ଦ୍ଧା, ଓଷ୍ଠ ଓ ଦନ୍ତ ପ୍ରଭୃତି ଉଚ୍ଚାରଣ ସ୍ଥାନମାନଙ୍କରେ ଏକତ୍ର ଉଚ୍ଚାର୍ଯ୍ୟ ହେତୁକ ବ୍ୟଞ୍ଜନର ସାଦୃଶ୍ୟ ପରିଲକ୍ଷିତ ହୁଏ ତାହା ଶ୍ରୁତ୍ୟାନୁପ୍ରାସ ହୁଏ ।
Question ୯
ଲାଟାନୁପ୍ରାସ ଅଳଙ୍କାର କ’ଣ ?
ଉ –
ଯେଉଁଠାରେ ବାରମ୍ବାର ବ୍ୟବହୃତ ଶବ୍ଦ ଅର୍ଥଗତ ସାମ୍ୟ ରକ୍ଷା କରି ଭିନ୍ନ ଭିନ୍ନ ଅଭିପ୍ରାୟର ଦ୍ୟୋତକ ହୁଅନ୍ତି, ତାହା ଲାଟାନୁପ୍ରାସ ହୁଏ ।
Question ୧୦ ।
ଅନ୍ୟାନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ ?
ଉ –
ପଦ୍ୟରେ ଅନ୍ତବର୍ଣ୍ଣ ଓ ଉପାନ୍ତ ସ୍ବରର ସମତା ରହି ପୁନଃପୁନଃ ଉଚ୍ଚାରଣ ହେଲେ ଅନ୍ୟାନୁପ୍ରାସ ହୁଏ ।
Question ୧୧ ।
‘ଯମକ’ ଅଳଙ୍କାର କହିଲେ କ’ଣ ବୁଝ ?
ଉ –
ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ପୁନରାବୃତ୍ତିକୁ ‘ଯମକ’ କୁହାଯାଏ ।
Question ୧୨ ।
‘ଆଦ୍ୟଯମକ’ ଅଳଙ୍କାର କାହାକୁ କୁହାଯାଏ ?
ଉ –
ପାଦର ଆଦ୍ୟରେ ଯମକ ରହିଲେ ଆଦ୍ୟ ଯମକ ହୁଏ ।
Question ୧୩ ।
‘ମଧ୍ୟଯମକ’ ଅଳଙ୍କାର କାହାକୁ କୁହାଯାଏ ?
ଉ –
ପାଦର ମଧ୍ୟରେ ଯମକ ଥିଲେ ‘ମଧ୍ୟଯମକ’ ଅଳଙ୍କାର ହୁଏ ।
Question ୧୪ ।
‘ପ୍ରାନ୍ତଯମକ’ ଅଳଙ୍କାର କାହାକୁ କୁହାଯାଏ ?
ଉ –
ପଦର ପ୍ରାନ୍ତରେ ଯମକ ରହିଲେ ‘ଅନ୍ତ୍ଯ’ ବା ପ୍ରାନ୍ତ ଯମକ ‘ ଅଳଙ୍କାର କୁହାଯାଏ ।
Question ୧୫ ।
‘ମାଳଯମକ’ ଅଳଙ୍କାର କ’ଣ ?
ଉ – କୁହାଯାଏ, ଯେଉଁଠାରେ ନକାରାତ୍ମକ ଊର୍ଜ୍ଜା ରହିଥାଏ, ସେଠାରେ କେବେ ବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ କି ସେଠି କୌଣସି ଉନ୍ନତି ହୋଇ ନଥାଏ।
Question ୧୬ ।
‘ସର୍ବଯମକ’ ଅଳଙ୍କାର କ’ଣ ?
ଉ –
ପଦର ସର୍ବତ୍ର ଯମକ ରହିଲେ ସର୍ବଯମକ ବା ମହାଯମକ ଅଳଙ୍କାର ହୁଏ ।
Question ୧୭ ।
‘ଶ୍ଳେଷ’ ଅଳଙ୍କାର କ’ଣ ଉଲ୍ଲେଖ କର ?
ଉ –
ଯେଉଁ ସ୍ଥଳରେ ଗୋଟିଏ ଶବ୍ଦ ଥରେମାତ୍ର ବ୍ୟବହୃତ ହୋଇ ଦୁଇ ବା ତହିଁରୁ ଅଧିକ ଅର୍ଥ ପ୍ରକାଶ କରୁଥାଏ, ସେଠାରେ ଶ୍ଳେଷ ଅଳଙ୍କାର ହୁଏ ।
Question ୧୮।
‘ଶ୍ଳେଷ’ ଅଳଙ୍କାର କେତେ ପ୍ରକାର ଓ କ’ଣ କ’ଣ ଲେଖ ।
ଉ –
ଶ୍ଳେଷ ଅଳଙ୍କାର ତିନିପ୍ରକାରର । ଯଥା – (i) ଅଭଙ୍ଗ, (ii) ସଭଙ୍ଗ (iii) ଭଙ୍ଗାଭଙ୍ଗ
Question ୧୯ ।
ଉପମା ଅଳଙ୍କାର କାହାକୁ କୁହାଯାଏ ?
Question ୨୦ ।
ଉପମେୟ କାହାକୁ କୁହାଯାଏ ?
ଉ –
କାବ୍ୟ କବିତାରେ ଯେଉଁ ପ୍ରକୃତ ବର୍ଣ୍ଣନୀୟ ବସ୍ତୁକୁ ତୁଳନା ଦିଆଯାଇଥାଏ ତାହାକୁ ‘ଉପମେୟ’ କୁହାଯାଏ ।
Question ୨୧ ।
ଉପମାନ କାହାକୁ କୁହାଯାଏ ?
ଉ –
କାବ୍ୟରେ ପ୍ରକୃତ ବସ୍ତୁକୁ ଯାହା ସହିତ ତୁଳନା କରାଯାଏ ତାହାକୁ ‘ଉପମାନ’ କହନ୍ତି ।
Question ୨୨ ।
ଉପମାବାଚକ ଶବ୍ଦ କ’ଣ ଉଲ୍ଲେଖ କର ।
ଉ –
ପମା ବାଚକ ଶବ୍ଦ । ଯଥା – ପରି, ତୁଲ୍ୟ, ସଦୃଶ, ପ୍ରାୟ ଇତ୍ୟାଦି ଉପମା ବାଚକ ଶବ୍ଦ ବା ସାଦୃଶ୍ୟ ବାଚକ ଶବ୍ଦ !
Question ୨୩ ।
ସାଧାରଣ ଧର୍ମ କ’ଣ ?
ଉ –
ରମଣୀୟ, ବର୍ଭୁଳ ଇତ୍ୟାଦି ।
Question ୨୪ ।
ମାଳୋପମା କାହାକୁ କୁହାଯାଏ ?
ଉ –
ଯେଉଁଠାରେ ଗୋଟିଏ ଉପମେୟ ସହିତ ଅନେକ ଉପମାନ ଦିଆଯାଏ ସେଠାରେ ମାଳୋପମା ଅଳଙ୍କାର ହୁଏ ।
Question ୨୫ ।
ପୂର୍ଣ୍ଣୋପମା କାହାକୁ କୁହାଯାଏ ?
ଉ –
ଯେଉଁଠାରେ ଉପମେୟ, ଉପମାନ, ଉପମା ବାଚକ ଶବ୍ଦ ଓ ସାଧାରଣ ଧର୍ମର ସ୍ପଷ୍ଟ ଉଲ୍ଲେଖ ଥାଏ, ସେଠାରେ ପୂର୍ଣ୍ଣୋପମା ହୁଏ ।
Question ୨୬ ।
ଲୁପ୍ରୋପମା କାହାକୁ କୁହାଯାଏ ?
ଉ –
ଯେଉଁଠାରେ ଉପମାନ, ଉପମେୟ, ସାଧାରଣଧର୍ମ ଓ ସାଦୃଶ୍ୟବାଚକ ଶବ୍ଦମାନଙ୍କ ମଧ୍ୟରୁ ଗୋଟିକର ବା ଦୁଇଟିର ଲୋପ ହୋଇଥାଏ ତାହକୁ ଲୁପ୍ରୋପମା କହନ୍ତି ।
Question ୨୭ ।
ରୂପକ ଅଳଙ୍କାର କ’ଣ ଉଲ୍ଲେଖ କର ।
ଉ –
ଉପମାନ ଓ ଉପମେୟର ଅଭେଦ କଥନକୁ ରୂପକ ଅଳଙ୍କାର କୁହାଯାଏ ।
Question ୨୮ ।
ସାଙ୍ଗ ରୂପକ ଅଳଙ୍କାରର କହିଲେ କ’ଣ ବୁଝ ?
ଉ –
ଯେଉଁଠାରେ ଅଙ୍ଗରେ କୌଣସି ବସ୍ତୁର ଆରୋପ କରାଯାଇ ତାହାର ଅଙ୍ଗୀଭୂତ ବସ୍ତୁମାନଙ୍କରେ ଅନ୍ୟ ସବୁ ବସ୍ତୁର ଆରୋପ କରାଯାଇଥାଏ, ସେଠାରେ ସାଙ୍ଗରୂପକ ଅଳଙ୍କାର ହୁଏ ।
Question ୨୯ ।
ନିରଙ୍ଗରୂପକ ଅଳଙ୍କାରର ସଂଜ୍ଞା ଉଲ୍ଲେଖ କର ।
ଉ –
ଯେଉଁଠାରେ ଗୋଟିଏ ଉପମେୟରେ ଗୋଟିଏ ମାତ୍ର ଉପମାନର ଆରୋପ ହୋଇଥାଏ ଅଥବା ଅଭେଦ କଳ୍ପନା କରାଯାଇଥାଏ, ସେଠାରେ ନିରଙ୍ଗ ରୂପକ ଅଳଙ୍କାର ହୁଏ ।
Question ୩୦ ।
ପରମ୍ପରିତ ରୂପକ ଅଳଙ୍କାରର ସଂଜ୍ଞା ନିରୂପଣ କର ।
ଉ –
ଯେଉଁଠାରେ ଆରୋପ ଅନ୍ୟ ଏକ ଆରୋପର ହେତୁ ହୁଏ ସେଠାରେ ‘ପରମ୍ପରିତ ରୂପକ ଅଳଙ୍କାର ହୁଏ ।
Question ୩୧ ।
ବ୍ୟତିରେକ ଅଳଙ୍କାର କାହାକୁ କୁହାଯାଏ ?
ଉ –
ଉପମାନଠାରୁ ଉପମେୟର ଆଧିକ୍ୟ ଅଥବା ନୂନତା ବର୍ଣ୍ଣିତ ହେଲେ ବ୍ୟତିରେକ ଅଳଙ୍କାର ହୁଏ ।
Question ୩୨ ।
ଉତ୍ପ୍ରେକ୍ଷା ଅଳଙ୍କାର କାହାକୁ କୁହାଯାଏ ?
ଉ –
ପ୍ରକୃତ ବସ୍ତୁରେ ଅପ୍ରାକୃତ ବସ୍ତୁର ସମ୍ଭାବନା କରାଗଲେ, ସେଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ।
Question ୩୩ ।
ବିଭାବନା ଅଳଙ୍କାର କାହାକୁ କୁହାଯାଏ ?
ଉ –
କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର ହୁଏ ।
Question ୩୪ ।
ଭିନ୍ନାର୍ଥବୋଧକ ସମୋଚ୍ଚାରିତ ଶବ୍ଦର ପୁନରାବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ ?
ଉ –
‘ଯମକ’ ଅଳଙ୍କାର କୁହାଯାଏ ।
Question ୩୫ ।
ପଦର ସର୍ବତ୍ର ଯମକ ରହିଲେ କେଉଁ ଅଳଙ୍କାର ହୁଏ ?
ଉ –
ସର୍ବଯମକ ଅଳଙ୍କାର ହୁଏ ।
Question ୩୬ ।
ଏକ ପ୍ରକାର ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତି ହେଲେ କେଉଁ ଅଳଙ୍କାର ହୁଏ ?
ଉ –
ବୃତ୍ତାନୁପ୍ରାସ ।
Question ୩୭ ।
ପଦ ମଧ୍ୟରେ ଉଚ୍ଚାରିତ ଗୋଟିଏ ଶବ୍ଦ ଏକାଧ୍ଵକ ଅର୍ଥରେ ପ୍ରୟୋଗ ହେଲେ କେଉଁ ଅଳଙ୍କାର ହୁଏ ?
ଉ –
ଶ୍ଳେଷ ଅଳଙ୍କାର ।
Question ୩୮ ।
ଉପମେୟ ଓ ଉପମାନର ସାଦୃଶ୍ୟ କଥ୍ତ ହେଲେ କେଉଁ ଅଳଙ୍କାର ହୁଏ ?
ଉ –
ଉପମା ଅଳଙ୍କାର ।
Question ୩୯ ।
ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ, କେଉଁ ଉପମା ଅଳଙ୍କାର ହୋଇଥାଏ ?
ଉ –
ମାଳୋପମା ଅଳଙ୍କାର କୁହାଯାଏ ।
Question ୪୦ ।
ଉପମାନ ଓ ଉପମେୟ ମଧ୍ଯରେ ଅଭେଦ କଥନକୁ କେଉଁ ଅଳଙ୍କାର କୁହାଯାଏ ?
ଉ –
ରୂପକ ଅଳଙ୍କାର କୁହାଯାଏ ।
Question ୪୧ ।
କାରଣ ବିନା କାର୍ଯ୍ୟର ଉତ୍ପତ୍ତି ହେଲେ କେଉଁ ଅଳଙ୍କାର ହୁଏ ?
ଉ –
ବିଭାବନା ଅଳଙ୍କାର ହୁଏ ।
Question ୪୨ ।
ଉପମାନଠାରୁ ଉପମେୟର ଆଧିକ୍ୟ କଥ୍ ହେଲେ କେଉଁ ଅଳଙ୍କାର ହୁଏ ?
ଉ –
ବ୍ୟତିରେକ ଅଳଙ୍କାର ହୁଏ।
Question ୪୩ ।
ନିମ୍ନଲିଖ ପଦର ଅଳଙ୍କାର ନିରୂପଣ କର ।
(କ) ଉତ୍କଳ-କମଳା-ବିଳାସ ଦୀର୍ଘିକା
ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା ।
ଉ –
ବୃତ୍ୟନୁପ୍ରାସ ଅଳଙ୍କାର ।
(ଖ) “କଷ୍ଟ ମହୀଧର ମହୀଧର କଣ୍ଟକ
କଳମଷ ବାରଣ ବାରଣ ଅନ୍ତକ ।’’
ଉ –
ଲାଟାନୁପ୍ରାସ ଅଳଙ୍କାର ।
(ଗ) ‘ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ।”
ଉ –
ପୂର୍ଣ୍ଣୋପମା ଅଳଙ୍କାର ।
(ଘ) ନୀଳିମାରେ ବାମା ଚାରୁ କେଶପାଶ
ତୋ ନୀଳ ବୀଚିକୁ କଲା ଉପହାସ ।’’
ଉ –
ବ୍ୟତିରେକ ଅଳଙ୍କାର ।
(ଙ) “ଶ୍ଵେତାଙ୍ଗ ଚଢ଼େଇଗୁହା ସମୁଦ୍ଗତ
ନୀର ଭେଦି କିବା ଉଠେ ଐରାବତ ।”
ଉ –
ବାତ୍କ୍ଷା ଅଳଙ୍କାର ।
(ଚ) “ବାବୁ ନାକଶିରୀ ଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ ।’’
ଉ –
ଭଙ୍ଗାଭଙ୍ଗ ଶ୍ଳେଷ ଅଳଙ୍କାର ।
(ଛ) “ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ
ଭ୍ରମନ୍ତି ଭ୍ରମରେ ଭ୍ରମରେ ଏ ଶୋଭିତ ।”
ଉ –
ମଧ୍ଯ ଯମକ ଅଳଙ୍କାର ।
(ଜ) “ବରଜୀବ ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ ।”
ଉ –
ଆଦ୍ୟ ଯମକ ଅଳଙ୍କାର ।
(ଝ) “ଭବ ତଳେ ବିଭୁଦୟା ମୂର୍ତିମତୀ
ଧଉଳି ଦର୍ପଣ ଦୟା ସ୍ରୋତସ୍ଵତୀ ।”
ଉ –
ନିରଙ୍ଗ ରୂପକ ଅଳଙ୍କାର ।
(ଞ) “ବିନ୍ଦୁ ବିନ୍ଦୁ ଜଳ ରହିଛି ଚାରୁ କୁଟିଳ ବାଳେ,
ତୁଷାର ବୃଷ୍ଟି କି ହୋଇଛି ନବ ତମାଳ ଦଳେ ।”
ଉ –
ଉତ୍ପ୍ରେକ୍ଷା ଅଳଙ୍କାର ।
(ଖ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ । (୫ ନମ୍ବର ନମ୍ବର ବିଶିଷ୍ଟ ।)
Question ୧।
ସଂଜ୍ଞା ଓ ସ୍ଵରୂପ ସହ ଅନୁପ୍ରାସ ଅଳଙ୍କାରର ଦୃଷ୍ଟାନ୍ତ ଦିଅ ।
ଉ –
ଅନୁପ୍ରାସ ଏକ ଶବ୍ଦାଳଙ୍କାର । ଏହାଦ୍ଵାରା ବର୍ଣ୍ଣଗତ ଶ୍ରୁତିମାଧୁର୍ଯ୍ୟ ସୃଷ୍ଟିହୁଏ ।
ଲକ୍ଷଣ : ପଦ ମଧ୍ଯରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାହାକୁ ‘ଅନୁପ୍ରାସ’ ଅଳଙ୍କାର କୁହାଯାଏ ।
ଉଦାହରଣ :
ଉତ୍କଳ-କମଳା-ବିଳାସ ଦୀର୍ଘିକା
ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା ।’’(ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ଦୁଇଟିଯାକ ପାଦରେ ‘କ/ଳ/ମ’ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଆବୃତ୍ତ ହୋଇଛି । ତେଣୁ ଏହିଟିରେ ‘ଅନୁପ୍ରାସ’ ଅଳଙ୍କାର ବ୍ୟବହୃତ ହୋଇଛି ।
ଅନୁପ୍ରାସ ଅଳଙ୍କାରକୁ ଛେକାନୁପ୍ରାସ, ବୃତ୍ୟନୁପ୍ରାସ – ଏପରି ଭାବରେ ବିଭକ୍ତ କରାଯାଏ ।
(୧) ଛେକାନୁପ୍ରାସ : ବହୁ ବ୍ୟଞ୍ଜନବର୍ଣ୍ଣର ସାମ୍ୟରହି କ୍ରମାନୁସାରେ ବାରମ୍ବାର ଆବୃତ୍ତ ହେଲେ ଛେକାନୁପ୍ରାସ ଅଳଙ୍କାର ହୁଏ।
ଉଦାହରଣ :
“ଦେଖ୍ ନବ କଳିକା ବକାଳିକାମାଳିକା ଆଳି କାଳିକା କାନ୍ତ ସ୍ମରି
ରକ୍ଷା କେମନ୍ତ କରି କରିବା ମତ୍ତକରୀ ଗତିକି ଏମନ୍ତ ବିଚାରି,
ଗୋ ସହଚରୀ !” (ଲାବଣ୍ୟବତୀ – ଉପେନ୍ଦ୍ରଭଞ୍ଜ)
ଏହି ଦୃଷ୍ଟାନ୍ତରେ ‘ଳ’ ଓ ‘ର’ ‘କ’ ପର୍ଯ୍ୟାୟକ୍ରମେ ଉଚ୍ଚାରିତ ହୋଇଥିବାରୁ ଏହା ଛେକାନୁପ୍ରାସ ଅଳଙ୍କାର ହୋଇଅଛି ।
(୨) ବୃତ୍ତାନୁପ୍ରାସ : ପର୍ଯ୍ୟାୟକ୍ରମେ ହେଉ ବା ନ ହେଉ ଯେବେ ଗୋଟିଏ ବ୍ୟଞ୍ଜନବର୍ଣ୍ଣ ବାକ୍ୟ ମଧ୍ଯରେ ବାରମ୍ବାର ଉଚ୍ଚାରିତ ହୁଏ, ତେବେ ତାକୁ ବୃତ୍ୟନୁପ୍ରାସ ଅଳଙ୍କାର କୁହାଯାଏ ।
ଉଦାହରଣ :
ଉତ୍କଳ-କମଳା-ବିଳାସ ଦୀର୍ଘିକା
ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା ।’’(ଚିଲିକା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ‘କ’ ଓ ‘ଳ’ ବ୍ୟଞ୍ଜନବର୍ଣ୍ଣର ବାରମ୍ବାର ଆବୃଦ୍ଧି ହୋଇଥିବାରୁ ବୃତ୍ତାନୁପ୍ରାସ ଅଳଙ୍କାର ହୋଇଅଛି ।
(୩) ଶୃତ୍ୟନୁପ୍ରାସ : ସାଧାରଣତଃ କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ, ଓଷ୍ଠ ପ୍ରଭୃତି ମଧ୍ୟରୁ ଯେ କୌଣସି ସ୍ଥାନରୁ ଉଚ୍ଚାରିତ ବ୍ୟଞ୍ଜନବର୍ଷ ମାନଙ୍କର ଆବୃଦ୍ଧିକୁ ଶ୍ରୁତ୍ୟନୁପ୍ରାସ ଅଳଙ୍କାର କୁହାଯାଏ । ଏହା ଶ୍ରୁତିପ୍ରିୟ ହେତୁ ଏହାର ନାମ ଶ୍ରୁତ୍ଯାନୁପ୍ରାସ ।
ଉଦାହରଣ :
“ପର ପରଜାଙ୍କ ବିତ୍ତ ହରିଲେ ବଲେ
ସୁର ସୁରଦ୍ବେଷ ତ୍ରାସେ ବିରସ ହେଲେ ।” (ବିଦଗ୍ଧ ଚିନ୍ତାମଣି -ଅଭିମନ୍ୟୁ ସାମନ୍ତସିଂହାର)
ପ୍ରଥମ ପାଦରେ ବ୍ୟବହୃତ ଓଷ୍ୟ ବ୍ୟଞ୍ଜନବର୍ଣ୍ଣ ‘ପ’ ଓ ‘ବ’ ଓ ଦ୍ବିତୀୟ ପାଦରେ ଦନ୍ତ୍ଯ ବ୍ୟଞ୍ଜନବର୍ଣ୍ଣ ‘ସ’ର ପୁନରାବୃତ୍ତି ହୋଇଥିବାରୁ ଏହା ଶ୍ରୁତ୍ୟନୁପ୍ରାସ ଅଳଙ୍କାର ହୋଇଅଛି ।
(୪) ଲାଟାନୁପ୍ରାସ : ଏହା ପଦଗତ ଅନୁପ୍ରାସ ଅଟେ । ଶବ୍ଦ ଓ ଅର୍ଥ ଉଭୟଙ୍କ ପୁନରୁକ୍ତି ହେବା ସତ୍ତ୍ବେ ସେ
“କଷ୍ଟ ମହୀଧର ମହୀଧର କଣ୍ଟକ
କଳମଷ ବାରଣ ବାରଣ ଅନ୍ତକ ।” (ରସ କଲ୍ଲୋଳ – ଦୀନକୃଷ୍ଣ ଦାସ)
ଏହି ଦୃଷ୍ଟାନ୍ତରେ ‘ମହୀଧର’, ‘ବାରଣ’ ଶବ୍ଦମାନଙ୍କରେ ତାତ୍ପର୍ଯ୍ୟଗତ ପ୍ରଭେଦ ପରିଲକ୍ଷିତ ହୋଇଥାରୁ ଅଳଙ୍କାର ହୋଇଅଛି ।
(୫) ଅନ୍ୟାନୁପ୍ରାସ : ପାଦର ଅନ୍ତବ୍ୟଞ୍ଜନବର୍ଣ୍ଣ ଓ ଉପାନ୍ତବର୍ଣ୍ଣ (ଅନ୍ତଃ ବ୍ୟଞ୍ଜନ ବର୍ଣ୍ଣର ପୂର୍ବ ଓ ପରବର୍ତ୍ତୀ ସ୍ୱରବର୍ଣ୍ଣ)ର ସମତା ରହି ଆବୃତ୍ତ କରାଗଲେ ଅନ୍ତାନୁପ୍ରାସ ଅଳଙ୍କାର ହୁଏ ।
“ଅପ୍ରାକୃତ ପ୍ରେମ ତା‘ ନାମ କାମ
ଆୟଭ ରହେକି ସେ ହେଲେ ବାମ ।” (ବିଦଗ୍ଧ ଚିନ୍ତାମଣି – ଅଭିମନ୍ୟୁ ସାମନ୍ତସିଂହାର)
ଏହି ଦୃଷ୍ଟାନ୍ତରେ ପ୍ରଥମ ଓ ଦ୍ଵିତୀୟ ପାଦର ଅନ୍ତଃ ବ୍ୟଞ୍ଜନ ବର୍ଣ୍ଣ ‘ମ୍’ର ଉପାସ୍ଥ୍ୟ ସ୍ୱରବର୍ଣ୍ଣ ‘ଆ’ ଓ ‘ଅ’ ସହ ଆବୃତ୍ତ ହୋଇଥିବାରୁ ଅନ୍ୟାନୁପ୍ରାସ ଅଳଙ୍କାର ହୋଇଅଛି ।
Question ୨।
ସଂଜ୍ଞା ଓ ସ୍ଵରୂପ ନିର୍ଦ୍ଦେଶ କରି ଯମକ ଅଳଙ୍କାରର ଦୃଷ୍ଟାନ୍ତ ଦିଅ ।
ଉ –
ଯମକ ଏକ ଶବ୍ଦାଳଙ୍କାର । କବିତା ପଡ୍ ରେ ଭିନ୍ନାର୍ଥବୋଧକ ଏକ ଶବ୍ଦର ଅଳଙ୍କାର’ କୁହାଯାଏ । ଏହା ମୁଖ୍ୟତଃ ଚାରିପ୍ରକାରର । ନିମ୍ନମତେ ଉଦାହରଣ ଦିଆଯାଇ ଚାରିପ୍ରକାର ଯମକ ବିଷୟରେ ସୂଚେଇ ଦିଆଯାଉଛି ।
(କ) “ବରଜୀବ ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ ।”
ଏଠାରେ ପ୍ରତ୍ୟେକ ଧାଡ଼ିର ଆଦ୍ୟରେ ‘ବରଜୀବ ରସେ|ବରଜି ବରଷେ’ ସମୋଚ୍ଚାରିତ ଶବ୍ଦର ପୁନରାବୃତ୍ତି ଘଟିଛି । ପ୍ରଥମ ଧାଡ଼ିର ବରଜୀବ ରସେ – ଅର୍ଥ ହେଉଛି ‘ଗୋରସ’ । ଦ୍ୱିତୀୟ ଧାଡ଼ିର ବରଜି ବରଷେ – ଅର୍ଥ ହେଉଛି ‘ଏକ ବର୍ଷ ପାଇଁ ତ୍ୟାଗକରି’ । ଗୋଟିଏ ଶବ୍ଦ ଭିନ୍ନ ଅର୍ଥରେ ଏକାଧ୍ଵବାର ବ୍ୟବହୃତ ହୋଇ ପାଦର ଆଦ୍ୟରେ ଥାଇ ଶବ୍ଦ ଚମତ୍କାରିତା ସୃଷ୍ଟି କରୁଥିରୁ ଏଠାରେ ‘ଆଦ୍ୟଯମକ ଅଳଙ୍କାର’ ହୋଇଛି ।
(ଖ) “ଦେଖରେ ନଳିନୀ ନଳିନୀ, ନଳିନିରେ ପୂରିତ
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।”
ଏଠାରେ ପ୍ରଥମ ପତ୍ତିରେ ମଝିରେ ‘ନଳିନୀ’ ଓ ନଳିନି’ ଶବ୍ଦଟି – ‘ରାଜକନ୍ୟା, ପୁଷ୍କରିଣୀ, ପଦ୍ମଫୁଲ’ ଏପରି ତିନୋଟି ଅର୍ଥରେ ବାରମ୍ବାର ବ୍ୟବହୃତ ହୋଇଛି । ସେହିପରି ଦ୍ବିତୀୟ ପଙ୍କ୍ତିରେ ‘ଭ୍ରମରେ’ ଶବ୍ଦଟି ମଝିରେ – ‘ଭଅଁର, ଭୁଲରେ, ‘ଭଉଁରୀବତ୍’ ଏ ପ୍ରକାର ତି ନୋଟି ଅର୍ଥରେ ବାରମ୍ବାର ପ୍ରୟୋଗ ହୋଇଛି । ତେଣୁ ପାଦ ମଝିରେ ଗୋଟିଏ ଶବ୍ଦ ବାରମ୍ବାର ଚମତ୍କାରିତା ସୃଷ୍ଟି କରୁଥ୍ରୁ ‘ମଧ୍ୟଯମକ ଅଳଙ୍କାର’ ହୋଇଛି ।
(ଗ) “ସରବେ ନାଚିଲେ ସଲିଳେ
ଅପୂର୍ବ ଶୋଭାସେ ସଲୀଳେ ।”
ଏଠାରେ ଉଭୟ ପକ୍ତିରେ ଶେଷରେ ବା ପ୍ରାନ୍ତରେ ‘ସଲିଳେ|ସଲୀଳେ’ ଶବ୍ଦ ବାରମ୍ବାର ବ୍ୟବହୃତ ହୋଇଛି ଓ ‘ଜଳରେ ଲୀଳାର ସହିତ’- ଏ ପ୍ରକାର ଭିନ୍ନାର୍ଥ ପ୍ରକାଶ କରୁଛି । ଗୋଟିଏ ଶବ୍ଦ ପ୍ରତ୍ୟେକ ପାଦର ପ୍ରାନ୍ତରେ ଭିନ୍ନାର୍ଥରେ ବ୍ୟବହୃତ ହୋଇ ଚମତ୍କାରିତା ସୃଷ୍ଟି କରୁଥ୍ରୁ ‘ପ୍ରାନ୍ତଯମକ ଅଳଙ୍କାର’ ହୋଇଛି ।
ଅହି ମକର ତାପ ନାଶେ ଶୋଭାସାରସ ଚକ୍ରେ ।’’
ଏଠାରେ ଉଭୟ ପାଦର ସର୍ବାଙ୍ଗରେ ଭିନ୍ନାର୍ଥବୋଧକ ହୋଇ ଏକପ୍ରକାର ଶବ୍ଦର ପୁନରାବୃତ୍ତି ଘଟିଛି । ତେଣୁ ଏହି ପଙ୍କ୍ତିରେ ‘ସର୍ବଯମକ ଅଳଙ୍କାର’ ହୋଇଛି । ପ୍ରଥମ ପାଦରେ ଶବ୍ଦଗୁଡ଼ିକ ‘ସର୍ପ, ମଗରମାଛ, ପଦ୍ମସମୂହ’ ଅର୍ଥରେ ଓ ଦ୍ଵିତୀୟ ପାଦରେ ‘ସୂର୍ଯ୍ୟ ଓ ସାରସମଣ୍ଡଳୀ ବା ହଂସପ’କୁ ବୁଝାଉଛି । ମାତ୍ର ଏକ ପ୍ରକାର ଶବ୍ଦମେଳି ଶାବ୍ଦିକ ଚମତ୍କାରିତା
Question ୩ ।
ଶ୍ଳେଷ ଅଳଙ୍କାରର କାହାକୁ କୁହାଯାଏ ? ଉଦାହରଣ ସହ ଦର୍ଶାଅ ?
ଉ –
ଶ୍ଳେଷ ଅଳଙ୍କାର :
ଲକ୍ଷଣ : ‘ଶ୍ଳେଷ’ ଏକ ଶବ୍ଦାଳଙ୍କାର । ଏଥରେ ଗୋଟିଏ ଶବ୍ଦ ଥରେ ପରେ ବ୍ୟବହୃତ ହୋଇଥାଏ । ମାତ୍ର ବିଭିନ୍ନ ପ୍ରକାରର ଦ୍ଵିତ୍ଵ ଅର୍ଥ ପ୍ରଦାନ କରିଥାଏ । ଦ୍ବିତ୍ଵ ଅର୍ଥ ପ୍ରଦାନ କରୁଥିବା ଶବ୍ଦକୁ ‘ଶ୍ଳିଷ୍ଟ’ ଶବ୍ଦ କୁହାଯାଏ ।
ସୁତରାଂ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଥରେ ମାତ୍ର ବ୍ୟବହୃତ ହୋଇ ବିଭିନ୍ନ ଚାତୁରୀର ଅର୍ଥ ପ୍ରକାଶ କଲେ ଶ୍ଳେଷ ଅଳଙ୍କାର ହୁଏ ।
ଶ୍ଳେଷ ଅଳଙ୍କାର ତିନିପ୍ରକାରର; ଯଥା – (୧) ସଭଙ୍ଗ, (୨) ଅଭଙ୍ଗ, (୩) ସଭଙ୍ଗାଭଙ୍ଗ ବା ଭଙ୍ଗାଭଙ୍ଗ ।
ଶବ୍ଦକୁ ଭାଙ୍ଗି ଦ୍ବିତ ଅର୍ଥ ପ୍ରକାଶ ପାଇଲେ ‘ସଭଙ୍ଗ ଶ୍ଳେଷ’ ହୁଏ ।
ଶବ୍ଦକୁ ନଭାଙ୍ଗି ଦ୍ବିତ୍ଵ ଅର୍ଥ ପ୍ରକାଶ ପାଇଲେ ‘ଅଭଙ୍ଗ ଶ୍ଳେଷ’ ହୁଏ ।
ଶବ୍ଦକୁ ଭାଙ୍ଗି ଓ ନଭାଙ୍ଗି ଦ୍ବିତ୍ଵ ଅର୍ଥ ପ୍ରକାଶ ପାଇଲେ ‘ସଭଙ୍ଗାଭଙ୍ଗ ଶ୍ଳେଷ’ ଅଳଙ୍କାର ହୁଏ ।
ଉଦାହରଣ –
“ବାବୁ ନାକଶିଣୀ ଦାନ ଏ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ ।”
ବ୍ୟାଖ୍ୟା – ଏଠାରେ ପ୍ରଥମ ପାଦରେ ଅଭଙ୍ଗ ଶ୍ଳେଷ ଅଳଙ୍କାର ହୋଇଛି । ‘ନାକଶିରୀ ଦାନ’ ଏ ଶବ୍ଦଟିକୁ ନଭାଙ୍ଗି ଅର୍ଥ ହେଉଛି – ସ୍ବର୍ଗଶିରୀ ଦାନ ଏବଂ ଅନ୍ୟ ଏକ ଅର୍ଥ ହେଉଛି – ନାସିକା ଛେଦନ କରିବା । ଶବ୍ଦଟିକୁ ନଭାଙ୍ଗି ଦୁଇଟି ଅର୍ଥ ପ୍ରକାଶ ପାଉଥିବାରୁ ଏଠାରେ ‘ଅଭଙ୍ଗ ଶ୍ଳେଷ’ ଅଳଙ୍କାର ହୋଇଛି ।
ଦ୍ବିତୀୟ ପାଦରେ ‘ବିହର କାନନ କର’ ପଦଟିକୁ ଭାଙ୍ଗିଲା ପରେ ଦ୍ବୈତାର୍ଥ ପ୍ରକାଶ ପାଉଛି – କାନ ହରଣ କର ଓ ଆଲିଙ୍ଗନ କର ନାହିଁ । ପଦକୁ ଭାଙ୍ଗି ଅର୍ଥ କରାଯାଉଥିବାରୁ ଦ୍ଵିତୀୟ ପାଦଟିରେ ‘ସଭଙ୍ଗ ଶ୍ଳେଷ’ ଅଳଙ୍କାର ହୋଇଛି ।
ପୁନଶ୍ଚ ପ୍ରଥମ ପାଦରେ ଅଭଙ୍ଗ ରୀତିରେ ଓ ଦ୍ବିତୀୟ ପାଦରେ ସଭଙ୍ଗ ରୀତିରେ ଦୁଇଟି ଲେଖାଏଁ ଅର୍ଥ ପ୍ରକାଶ ପାଉଥିବାରୁ ସମୁଦାୟ କବିତା ପଲ୍ଲିଟି ‘ଭଙ୍ଗାଭଙ୍ଗ ଶ୍ଳେଷ’ ଅଳଙ୍କାରର ଦୃଷ୍ଟାନ୍ତ ହୋଇପାରିଛି ।
Question ୪।
ଉପମା ଅଳଙ୍କାରର ସଂଜ୍ଞା ନିର୍ଦ୍ଦେଶ କରି ଉଦାହରଣ ମାଧ୍ଯମରେ ବୁଝାଇ ଲେଖ ?
ଊ –
ସମାନଧର୍ମ ଥିବା ଭିନ୍ନଜାତୀୟ ବସ୍ତୁରୁ ସାଦୃଶ୍ୟ କଥନକୁ ‘ଉପମା’ ଅଳଙ୍କାର କୁହାଯାଏ । ଉପମା ସାଦୃଶ୍ୟ ଧର୍ମ । ଯାହାକୁ ବର୍ଣ୍ଣନା କରାଯାଏ ତାହା ‘ଉପମେୟ’ । ଉପମେୟକୁ ଯେଉଁ ବସ୍ତୁ ସହ ତୁଳନା କରାଯାଏ ତାହା ‘ଉପମାନ’ । ଯେଉଁ ଗୁଣ ବା ଧର୍ମକୁ କେନ୍ଦ୍ରକରି ତୁଳନା ହୁଏ – ତାହା ସାଧାରଣ ଧର୍ମ । ସାଧାରଣ ଧର୍ମକୁ ସୂଚିତ କରୁଥିବା ପଦକୁ ଉପମାର୍ବାଚକ ଶବ୍ଦ (ଯଥା, ତଥା, ଯେହ୍ନେ ତେହ୍ନେ, ଯେପରି ସେପରି, ଆଦି) କୁହାଯାଏ । ଏହି ଚାରୋଟି ଉପାଦାନର ଗୁରୁତ୍ଵକୁ ନେଇ ଉପମା ଅଳଙ୍କାର ମୁଖ୍ୟତଃ ପୂର୍ଣ୍ଣୋପମା, ଲୁୟୋପମା ଓ ମାଲୋପମା – ଏପରି ଭାବେ ବିଭକ୍ତ ହୋଇଥାଏ । ଉଦାହରଣ ସ୍ଵରୂପ –
(୧) ପୂର୍ଣ୍ଣୋପମା : ଯେଉଁ ଉପମା ଅଳଙ୍କାରରେ ଚାରୋଟିଯାକ ଉପମା ଅଳଙ୍କାରର ଉପାଦାନ ଥାଇ ଉପମାନ ଓ ଉପମେୟ ମଧ୍ୟରେ ସାଦୃଶ୍ୟ କଥିତ ହୋଇଥାଏ ତାକୁ ‘ପୂର୍ଣ୍ଣୋପମା ଅଳଙ୍କାର’ କୁହାଯାଏ ।
ଉଦାହରଣ :
“ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ।” (ଶରତ – ମଧୁସୂଦନ ରାଓ)
ବ୍ୟାଖ୍ୟା : କବି ମଧୁସୂଦନ ରାଓ ଶରତ କବିତାରେ ଶରତ ଋତୁର ବର୍ଣ୍ଣନା କରୁଛନ୍ତି । ଏଠାରେ ଲକ୍ଷ୍ୟ ହେଉଛି ଆକାଶରେ ଭାସିଯାଉଥିବା ମେଘ । ତେଣୁ ମେଘ ହେଲା ଉପମେୟ । ସୁନୀଳ ଅମ୍ବରରେ ଭାସି ଯାଉଥିବା ଖଣ୍ଡଖଣ୍ଡ ଧଳାମେଘକୁ କବି ସମୁଦ୍ରରେ ଭାସୁଥିବା ବୋଇତ ସହ ତୁଳନା କରିଛନ୍ତି । ଏଠାରେ ବୋଇତ ହେଉଛି ଉପମାନ । କାରଣ ଅଧିକ ଭାସିବା ପ୍ରାକୃତିକ ଗୁଣଧର୍ମୀ ବସ୍ତୁ ହେଲା ‘ବୋଇତ’ । ମେଘ ବାୟୁରେ ଭାସୁଥିବା ବେଳେ ବୋଇତ ଜଳରେ ଭାସେ । ଜଳ ସହିତ ହିଁ ଭାସିବା ଗୁଣ ଅଧିକ ସମ୍ପୃକ୍ତ । ସାଧାରଣ ଧର୍ମ ହେଉଛି ‘ଭାସିବା’, ଉପମାବାଚକ ଶବ୍ଦ ହେଉଛି ‘ଯଥା’- । ଅତଏବ ଏଠାରେ ଉପମେୟ, ଉପମାନ, ସାଧାରଣ ଧର୍ମ ବା ଗୁଣ ଏବଂ ଉପମାବାଚକ ଚିହ୍ନ ବିଦ୍ୟମାନ ଥିବାରୁ ଏହା ‘ପୂର୍ଣ୍ଣୋପାମା ଅଳଙ୍କାର’ ।
ଲୁସ୍ତୋପମା ଅଳଙ୍କାର :
ଉପମା ଅଳଙ୍କାରର ଚାରୋଟି ଉପାଦାନ ଉପମେୟ, ଉପମାନ, ଉପମାବାଚକ ଶବ୍ଦ ଓ ସାଧାରଣ ଧର୍ମ ମଧ୍ୟରୁ କୌଣସି ଗୋଟିଏ ବା ଏକାଧ୍ଵକ ଉପାଦାନ ଯଦି ଲୁପ୍ତ ରହେ ତେବେ ତାହାକୁ ‘ଲୁପ୍ତପମା ଅଳଙ୍କାର’ କୁହାଯାଏ ।
ଯଥା –
“ଅଦୃଶ୍ୟେ ସୋମଫୁଲ ବିତରେ ବାସ
ସାତ୍ତ୍ଵିକର ନଥାଏ ନାମେ ପ୍ରୟାସ ।’’ (ତୁଳସୀ ସ୍ତବକ-ରାଧାନାଥ)
ଏଠାରେ ଉପମେୟ-ସୋମଫୁଲ, ଉପମାନ-ସାତ୍ତ୍ଵିକ, ଉପମାବାଚକ ଶବ୍ଦ (ଲୁପ୍ତ ଅଛି), ସାଧାରଣ ଧର୍ମ-ମହନୀୟତା (ଲୁପ୍ତ) ଏଣୁ ଏହା ଲୁପ୍ତପମା ଅଳଙ୍କାରର ଏକ ସାର୍ଥକ ଉଦାହରଣ ।
ମାଳୋପମା ଅଳଙ୍କାର : ଯେଉଁଠାରେ ଗୋଟିଏ ଉପମେୟ ପାଇଁ ଏକାଧ୍ଵକ ଉପମା ପ୍ରୟୋଗ କରାଯାଏ, ସେଠାରେ ‘ମାଳୋପମା ଅଳଙ୍କାର’ ହୋଇଥାଏ ; ଯଥା –
“ମିଶିଯାଏ ଯଥା ପ୍ରଭାତୀତାରା ରବି କିରଣେ,
ମିଶିଯାଏ ଯଥା ଜୀବାତ୍ମା ବିଶ୍ବା ଆତ୍ମା ଚରଣେ,
ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ,
ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ ।” (ଚନ୍ଦ୍ରଭାଗା – ରାଧାନାଥ ରାୟ)
ଏଠାରେ ଉପମେୟ ହେଉ ଅବଳା ଚନ୍ଦ୍ରଭାଗା, ଯିଏ ସମୁଦ୍ରର ନୀଳ ତରଙ୍ଗରେ ଲମ୍ଫ ଦେଇ ଅଦୃଶ୍ୟ ହୋଇଯାଇଛି । କବି ଏହାକୁ ଏକାଧ୍ଵକ ଉପମାନ ସହ ତୁଳନା କରିଛନ୍ତି । ପ୍ରଭାତୀତାରା ଯେପରି ରବିକିରଣରେ ନିଷ୍ପ୍ରଭ ହୋଇ ଆକାଶରେ ମିଶିଯାଏ; ଜୀବାତ୍ମା ଯେପରି ପରମାତ୍ମାଙ୍କ ଦେହେରେ ମିଶି ମୋକ୍ଷପ୍ରାପ୍ତ ହୁଏ ଓ ନିଜକୁ ନିଶ୍ଚିହ୍ନ କରିଦିଏ; ଯେପରି ଚପଳା ବା ବିଜୁଳି ନୀଳମେଘ ଅଙ୍ଗରେ ଚମକି ଉଠି ପୁଣି ବିଲୀନ… ହୋଇଥାଏ; ସେପରି ଅବଳା ଚନ୍ଦ୍ରଭାଗାର ସମୁଦ୍ରରେ ବିଲୁପ୍ତି ଘଟିଛି । ଏଠାରେ ଗୋଟିଏ ଉପମେୟପାଇଁ ଏକାଧ୍ଵ ଉପମାନର ପ୍ରୟୋଗ ହୋଇଥିବାରୁ ‘ମାଳୋପମା ଅଳଙ୍କାର’ ହୋଇଛି ।
Question ୫।
ରୂପକ ଅଳଙ୍କାର କାହାକୁ କୁହାଯାଏ ? ଉଦାହରଣ ସହ ପ୍ରତିପାଦନ କର ?
ଉ –
ଯେଉଁଠାରେ ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଥ୍ତ ହୋଇଥାଏ, ସେଠାରେ ରୂପକ ଅଳଙ୍କାର ହୁଏ । ଭିନ୍ନ ଭିନ୍ନ ହେଲେ ମଧ୍ୟ ଦୁହିଁଙ୍କୁ ଅଭିନ୍ନ ବୋଲି ଧରାଯାଏ । ଏଥିରେ ଉପମେୟଠାରେ ଉପମାନର ଆରୋପ କରାଯାଏ । ଏହା ମୁଖ୍ୟତଃ ତିନି ଭାଗରେ ବିଭକ୍ତ । ଯଥା – (୧) ପରମ୍ପରିତ ରୂପକ, (୨) ସାଙ୍ଗ ରୂପକ, (୩) ନିରଙ୍ଗ ରୂପକ ।
(୧) ପରମ୍ପରିତ ରୂପକ : ଯେଉଁଠାରେ ଗୋଟିଏ ବସ୍ତୁର ଆରୋପ ନିମିତ୍ତ ଅନ୍ୟ ଏକ ବସ୍ତୁର ଆରୋପ ଆବଶ୍ୟକ ହୋଇଥାଏ, ସେଠାରେ ପରମ୍ପରିତ ରୂପକ ଅଳଙ୍କାର ହୋଇଥାଏ ।
ଉଦାହରଣ :
“ଆଶା ପାରିଜାତ ଫୁଟିବ ହୃଦ ନନ୍ଦନ ବନେ
ଜ୍ଞାନ-ଭକ୍ତ-କର୍ମ ସୌରଭ ବ୍ୟାପିଯିବ ଭୁବନେ ।” (କୁସୁମାଞ୍ଜଳି – ମଧୁସୂଦନ ରାଓ)
ଏହି ଦୃଷ୍ଟାନ୍ତରେ ଆଶାକୁ ପାରିଜାତ ରୂପେ ବର୍ଣ୍ଣନା କରିବାରୁ ହୃଦୟରେ ନନ୍ଦନବନର ଆରୋପ କରାଯାଇଛି
(୨) ସାଙ୍ଗ ରୂପକ : ଯେଉଁଠାରେ ଉପମେୟର ବିଭିନ୍ନ ଅଙ୍ଗରେ ଉପମାନର ବିଭିନ୍ନ ଅଙ୍ଗ ଆରୋପିତ ହୁଏ, ସେଠାରେ ସାଙ୍ଗ ରୂପକ ଅଳଙ୍କାର ହୋଇଥାଏ ।
ଉଦାହରଣ :
“କବିତା ବନିତା କବି ତା ପିତା,
କହିବା ଲୋକ ତା’ର ଉପମାତା,
କଲେ ତାକୁ ଭୋଗ ରସିକ ନେତା,
କେତେ ହେଁ ଅବା ରହଇ ଯୋଗ୍ୟତା,
କୁମତି ଗୁଆଁର,
କେବଳ ବଇମାତ୍ର ଭାଇ ତାର ।”
ଏହି ଦୃଷ୍ଟାନ୍ତରେ ‘କବିତା’ରେ ‘ବନିତା’ର ଆରୋମ କରାଯିବାରୁ, ସେହି ଅନୁସାରେ କବିଙ୍କୁ ତା’ର ପିତା, କହିବା ଲୋକଙ୍କୁ ତା’ର ଉପମାତା, ପାଠକଙ୍କୁ ତା’ର ଉପଭୋକ୍ତା ଏବଂ ଗୁଆଁର (ମୂର୍ଖ)କୁ ତା’ର ବୈମାତ୍ରେୟ ଭାବରେ ଆରୋପିତ କରାଯାଇଛି । ତେଣୁ ଏହା ସାଙ୍ଗରୂପକ ଅଳଙ୍କାର ।
(୩) ନିରଙ୍ଗ ରୂପକ : ଯେଉଁଠାରେ ଗୋଟିଏ ଉପମେୟରେ ଗୋଟିଏ ଉପମାନର ଆରୋପ ହୋଇଥାଏ, ସେଠାରେ ନିରଙ୍ଗ ରୂପକ ଅଳଙ୍କାର ହୁଏ।
ଉଦାହରଣ :
“ଭବତଳେ ବିଭୁଦୟା ମୂର୍ତିମତୀ
ଧଉଳି-ଦର୍ପଣ ଦୟା ସ୍ରୋତସ୍ଵତୀ ।” (ଚିଲିକା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ଦୟା ନଦୀରେ ବିଭୁଦୟାର ଅଭେଦ ପରିକଳ୍ପିତ ହୋଇଥିବାରୁ ନିରଙ୍ଗ ରୂପକ ଅଳଙ୍କାର ହୋଇଛି ।
Question ୬ ।
ଉପମା ଓ ରୂପକ ଅଳଙ୍କାର ମଧ୍ୟରେ ଥିବା ପାର୍ଥକ୍ୟ ସଦୃଷ୍ଟାନ୍ତ ଦର୍ଶାଅ ?
ଉ –
ଉପମା ଓ ରୂପକ ଉଭୟ ଅର୍ଥାଳଙ୍କାର । ଉଭୟରେ ଉପମାନ ଓ ଉପମେୟର ଉପସ୍ଥିତି ଥାଏ । ଉପମା ଅଳଙ୍କାରରେ ଉପମାନ ଓ ଉପମେୟ ମଧ୍ୟରେ ସାଦୃଶ୍ୟ କଥା ହୁଏ । ମାତ୍ର ରୂପକ ଅଳଙ୍କାରରେ ଏ ଉଭୟ ମଧ୍ୟରେ ଉପମାନର ଉତ୍କର୍ଷ – ଅପକର୍ଷଗୁଣ ଉପରେ ଗୁରୁତ୍ଵ ଦିଆଯାଏ । ଉପମା ଓ ରୂପକ ଉଭୟ ଅଳଙ୍କାରରେ ଗୋଟିଏ ସାଧାରଣ ଧର୍ମ ଥାଏ । ଉପମାରେ ସାଦୃଶ୍ୟ ବା ସାଧାରଣ ଧର୍ମକୁ ନେଇ ଉପମାନ ଓ ଉପମେୟ ମଧ୍ୟରେ ସାଦୃଶ୍ୟ ଦେଖାଯାଏ । ମାତ୍ର ରୂପକରେ ଉପମାନ ଓ ଉପମେୟ ଭିନ୍ନ ଭିନ୍ନ ହୋଇଥାଏ ଓ ଉଭୟ ଭିତରେ ଅଭେଦ କଥନକୁ କବିମାରେ ଗୁରୁତ୍ୱ ଦିଅନ୍ତି।
ଉପମା ଅନ୍ଙ୍କାରରେ ‘ଯଥା, ତଥା’ ଆଦି ଉପମାବାଚକ ଶବ୍ଦ ଥାଏ । ରୂପକ ଅଳଙ୍କାରରେ ‘ପ୍ରାୟ, ପରି, ଭଳି, ସମ, ଯେହ୍ନେ’ ଆଦି ରୂପକସୂଚକ ଶବ୍ଦ ବ୍ୟବହାର ହୁଏ ।
ଅଭେଦ କଥନର ଢଙ୍ଗକୁ ନେଇ ରୂପକ ପରମ୍ପରିତ, ନିରଙ୍ଗ ଓ ସାଙ୍ଗରୂପକ – ଏପରି ତିନିଭାଗରେ ବିଭକ୍ତ । ସାଦୃଶ୍ୟ କଥନ ଓ ଏଥିପାଇଁ ଉପମାବାଚକ ଶବ୍ଦର ପ୍ରୟୋଗ-ଅପ୍ରୟୋଗକୁ ନେଇ ଉପମା ଅଳଙ୍କାର ମୁଖ୍ୟତଃ ପୂର୍ଣ୍ଣୋପମା, ଲୁପ୍ତପମା, ମାଳୋପମା – ଏପରି ଭାବରେ ବିଭକ୍ତ ହୋଇଥାଏ ।
(କ) ଉପମା ଅଳଙ୍କାରର ଦୃଷ୍ଟାନ୍ତ :
ଖଣ୍ଡଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ (ଶରତ – ମଧୁସୂଦନ)
ଏଠାରେ ‘ମେଘ’- ଉପମେୟ
ଏଠାରେ ‘ବୋଇତ’- ଉପମାନ
ସାଧାରଣ ଧର୍ମ – ଭାସିବା
ଉପମାବାଚକ ଶବ୍ଦ – ଯଥା
ସୁତରାଂ ଉପମାବାଚକ ଶବ୍ଦ ‘ଯଥା’ର ଉପସ୍ଥିତିରେ ‘ଭାସିବା’ ସାଧାରଣ ଧର୍ମକୁ ନେଇ ସୁନୀଳ ଅମ୍ବରର ଧଳାମେଘ ଓ ନୀଳସମୁଦ୍ରର ବୋଇତ ମଧ୍ୟରେ ଅର୍ଥାତ୍ ଉପମେୟ ଓ ଉପମାନ ଭିତରେ ସାଦୃଶ୍ୟ କଥା ହୋଇଛି । ଏଠାରେ ଉପମାନ, ଉପମେୟ, ଉପମାବାଚକ ଶବ୍ଦ ଓ ଉପମାସୂଚକ ଧର୍ମ – ସବୁର ଉପସ୍ଥିତି ଥିବାରୁ ପୂର୍ଣ୍ଣୋପମା ଅଳଙ୍କାର ହୋଇଛି ।
ରୂପକ ଅଳଙ୍କାରର ଦୃଷ୍ଟାନ୍ତ :
“ଆଶା ପାରିଜାତ ଫୁଟିବ ହୃଦ ନନ୍ଦନ ବନେ
ଜ୍ଞାନ ଭକ୍ତି କର୍ମ ସୌରଭ ବ୍ୟାପିଯିବ ଭୁବନେ ।” (ମଧୁସୂଦନ)
ଏଠାରେ ଆଶାକୁ ପାରିଜାତ ଓ ହୃଦୟକୁ ନନ୍ଦନର ବନ ରୂପେ ଅଭେଦ ଢଙ୍ଗରେ କଳ୍ପନା କରାଯାଇଛି । ତେଣୁ ‘ରୂପକ ଅଳଙ୍କାର’ ହୋଇଛି ।
Question ୭ ।
ବ୍ୟତିରେକ ଅଳଙ୍କାରର ସଂଜ୍ଞା ଓ ସ୍ବରୂପ ସଦୃଷ୍ଟାନ୍ତ ଉଲ୍ଲେଖ କର ?
ଉ –
ବ୍ୟତିରେକ ଅଳଙ୍କାର :
ଲକ୍ଷଣ : ବ୍ୟତିରେକ ଏକ ଉତ୍କର୍ଷ ଅପକର୍ଷ କଥନଧର୍ମୀ ଅର୍ଥାଳଙ୍କାର । ଉପମାନଠାରୁ ଉପମେୟର ଆଧ୍ୟା ଅଥବା ନୂନତା ପ୍ରକାଶ ପାଇଲେ ‘ବ୍ୟତିରେକ ଅଳଙ୍କାର’ ହୋଇଥାଏ ।
ଅଥବା, ଯେଉଁ ଅଳଙ୍କାରଦ୍ୱାରା ଉପମାନଠାରୁ ଉପମେୟର ଆଧିକ୍ୟ ବା ଉତ୍କର୍ଷ ଅଥବା ନ୍ୟୁନତା ବର୍ଣ୍ଣିତ ହୋଇଥାଏ, ତାହାକୁ ‘ବ୍ୟତିରେକ ଅଳଙ୍କାର’ କୁହାଯାଏ ।
ଉଦାହରଣ :
“ନୀଳିମାରେ ବାମା ଚାରୁକେଶ ପାଶ
ତୋ ନୀଳ ବିଚିକି କଲା ଉପହାସ ।”
ବ୍ୟାଖ୍ୟା : ଏଠାରେ ଉପମାନ ‘ଚିଲିକାର ନୀଳବିଚି’ । ଉପମେୟ ନାୟିକା ‘ପଦ୍ମାବତୀର କେଶପାଶ’ । ଉପମେୟ ‘କେଶପାଶ’ର ସୌନ୍ଦର୍ଯ୍ୟ ତା’ର ଉତ୍କର୍ଷ ଗୁଣରେ ‘ଚିଲିକାର ନୀଳବିଚି’କା ଉପହାସ କରୁଛି । ଉପମାନଠାରୁ ଉପମେୟର ଆଧ୍ୟାକ୍ୟ କଥା ହୋଇଥିବାରୁ ଏ ପକ୍ତିଟିରେ ‘ବ୍ୟତିରେକ ଅଳଙ୍କାର’ ହୋଇଛି ।
Question ୮ ।
ସଂଜ୍ଞା, ଲକ୍ଷଣ ଓ ଉଦାହରଣ ସହ ବିଭାବନା ଅଳଙ୍କାର ବୁଝାଇ ଦିଅ ।
ଉ –
ବିଭାବନା ଅଳଙ୍କାର : କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର ହୁଏ ।
ଉଦାହରଣ :
“କେ ବୋଲଇ ମୁହିଁ ଅଟଇ ପୁଲିଶ
ବିନା ମେଘେ ସୃଜି ପାରଇ କୁଳିଶ ।” (ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ କାରଣ (ମେଘ) ବିନା କାର୍ଯ୍ୟର ଉତ୍ପତ୍ତି (କୁଳିଶ ସୃଜିବା) ବର୍ଣ୍ଣିତ ହେବାରୁ ବିଭାବନା ଅଳଙ୍କାର ହୋଇଛି ।
Question ୯।
ଉତ୍ପ୍ରେକ୍ଷା ଅଳଙ୍କାର କାହାକୁ କୁହାଯାଏ, ସଦୃଷ୍ଟାନ୍ତ ବ୍ୟାଖ୍ୟା କର ।
ଉ –
ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା କରାଗଲେ, ସେଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ । ଏହା ଦୁଇ ପ୍ରକାର । ଯଥା – (୧) ବାତ୍କ୍ଷା, (୨) ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର ।
(୧) ବାତ୍କ୍ଷା : ଯେଉଁଠାରେ ବାଚକ ଶବ୍ଦ (କି, କିବା, ଅବା, ବା, ସତେ, ଯେପରି, ଯେହ୍ନେ, ସିନା ଇତ୍ୟାଦି) ପ୍ରୟୋଗ ଦ୍ୱାରା ପ୍ରକୃତ ବସ୍ତୁକୁ ଅପ୍ରକୃତ ବସ୍ତୁରୂପେ ସମ୍ଭାବନା କରାଯାଏ, ସେଠାରେ ବାଚ୍ଯାତ୍ମକ୍ଷା ଅଳଙ୍କାର ହୋଇଥାଏ ।
ଉଦାହରଣ :
“ଚୁମ୍ବି ଚରଣକୁ ଚିକୁରରାଜି ଦୋଳେ ଚରମେ
ମଦନ କେତନ ଉଡ଼ଇ କିବା ଶୋଭା ଆଶ୍ରମେ ।” (ଚନ୍ଦ୍ରଭାଗା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ପ୍ରକୃତବସ୍ତୁ (ନାୟିକା ଚନ୍ଦ୍ରଭାଗା)ର ଚିକୁରରାଜି (କେଶଗୁଚ୍ଛ)କୁ ମଦନ କେତନ ଓ ଚରମ ବାଚ୍ୟକ୍ଷା ଅଳଙ୍କାର ହୋଇଛି ।
(୨) ପ୍ରତୀୟମାନ ଉକ୍ଷା ଅଳଙ୍କାର : ଯେଉଁଠାରେ ବାଚକ ଶବ୍ଦ ଉହ୍ୟ ରହି ପ୍ରକୃତ ବସ୍ତୁକୁ ଅପ୍ରକୃତ ବସ୍ତୁରୂପେ ସମ୍ଭାବନା କରାଯାଇଥାଏ, ସେଠାରେ ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ।
ଉଦାହରଣ :
“ନ ହେଲେ ଏ ଘନକୁନ୍ତଳା ଘନ ସହିତ ତାରା
ଖସି ପଡ଼ିବାରୁ ଧରାରେ ବହିଯାଉଛି ଧାରା ।’’ (ତପସ୍ବିନୀ – ଗଙ୍ଗାଧର ମେହେର)
ଏହି ଦୃଷ୍ଟାନ୍ତରେ ଉପମେୟ ଘନକୁନ୍ତଳା (ସୀତା)ଙ୍କୁ ଉପମାନ ଘନ ସହିତ ତାରା ରୂପେ ସମ୍ଭାବନା କରାଯାଇଛି ଏବଂ ବାଚକ ଶବ୍ଦ ନଥିବାରୁ ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର ହୋଇଛି ।
Introduction :
ଓଡ଼ିଆ ବ୍ୟାକରଣରେ ଅଳଙ୍କାରର ପରିଭାଷା ହେଉଛି – ‘ଅଳଂକରୋତି ଇତି ଅଳଙ୍କାରଃ’ ଅର୍ଥାତ୍ ଯାହା କାବ୍ୟକୁ ଅଳଙ୍କୃତ ବା ସୁଶୋଭିତ କରେ, ତାହା ହେଉଛି ଅଳଙ୍କାର । ସେହିପରି ‘ଅଳଂକ୍ରିୟତେ ଅନେନ ଇତି ଅଳଙ୍କାରଃ’’ ଅର୍ଥାତ୍ ଯାହାଦ୍ଵାରା ଅଳଙ୍କୃତ ବା ଭୂଷିତ କରାଯାଏ, ତାହା ଅଳଙ୍କାର । ଆଚାର୍ଯ୍ୟ ଦଣ୍ଡୀ ତାଙ୍କ ‘କାବ୍ୟାଦର୍ଶ’ ଗ୍ରନ୍ଥରେ କହିଛନ୍ତି – “କାବ୍ୟ-ଶୋଭାକରାନ୍ ଧର୍ମାନ୍ ଅଳଂଙ୍କାରାନ୍ ପ୍ରଚକ୍ଷ୍ଯତେ” ଅର୍ଥାତ୍ ଯେଉଁ ଧର୍ମ କାବ୍ୟର ଶୋଭା ବା ସୌନ୍ଦର୍ଯ୍ୟ ବର୍ଦ୍ଧିତ କରେ, ତାହାହିଁ ଅଳଙ୍କାର ।
ଅଳଙ୍କାରର ସଂଜ୍ଞା, ସ୍ଵରୂପ ଓ ପ୍ରକାର :
ସଂଜ୍ଞା :
ଯାହା ମଣ୍ଡନ କରେ ତାହା ଅଳଙ୍କାର । ଶରୀର ଅଳଙ୍କାର ଦ୍ବାରା ଭୂଷିତ ହେଉଥିବାରୁ ତାହା ସୁନ୍ଦର ହୋଇଥାଏ । ସେହିପରି କାବ୍ୟ-କବିତାକୁ ଯାହା ସରସ ସୁନ୍ଦର ଓ ରମଣୀୟ କରେ ସେହି ଶବ୍ଦ ଓ ଅର୍ଥର ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନକୁ ‘ଅଳଙ୍କାର’ କୁହାଯାଏ । ଶବ୍ଦଯୁକ୍ତ ଓ ଅର୍ଥଯୁକ୍ତ ଅଳଙ୍କାର ପଦର ଶୋଭା ବୃଦ୍ଧି କରେ । ଏହାକୁ ଶୁଣି ବୁଝି ପାଠକ ମନ ଆମୋଦିତ ହୁଏ । ସେଥିପାଇଁ ଅଳଙ୍କାରକୁ କାବ୍ୟର ବୈଶିଷ୍ଟ୍ୟ ରୂପେ ଗ୍ରହଣ କରାଯାଏ ।
(କ) ଶବ୍ଦ ଅଳଙ୍କାର (ଶବ୍ଦାଳଙ୍କାର)
(ଖ) ଅର୍ଥ ଅଳଙ୍କାର (ଅର୍ଥାଳଙ୍କାର)
(କ) ଶବ୍ଦାଳଙ୍କାର :
ଯେଉଁ ଅଳଙ୍କାର ଦ୍ବାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିମଧୁର ହୋଇଥାଏ ତାହାକୁ ‘ଶବ୍ଦାଳଙ୍କାର’ କୁହାଯାଏ । ଅନୁପ୍ରାସ, ଯମକ ଓ ଶ୍ଳେଷ ପ୍ରଭୃତି ଏକ ଏକ ଶବ୍ଦାଳଙ୍କାର ।
୧. ଅନୁପ୍ରାସ :
ଅନୁପ୍ରାସ ଏକ ଶବ୍ଦାଳଙ୍କାର । ଏହାଦ୍ଵାରା ବର୍ଣ୍ଣଗତ ଶ୍ରୁତିମାଧୁର୍ଯ୍ୟ ସୃଷ୍ଟିହୁଏ ।
ଲକ୍ଷଣ : ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାହାକୁ ‘ଅନୁପ୍ରାସ’ ଅଳଙ୍କାର କୁହାଯାଏ ।
ଉଦାହରଣ :
“ଉତ୍କଳ-କମଳା-ବିଲାସ ଦୀର୍ଘିକା
ମରାଳ-ମାଳିନୀ-ନୀଳାମ୍ବୁ – ଚିଲିକା ।” (ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ଦୁଇଟିଯାକ ପାଦରେ ‘କ/ଳ/ମ’ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଆବୃତ୍ତ ହୋଇଛି । ତେଣୁ ଏହିଟିରେ ‘ଅନୁପ୍ରାସ’ ଅଳଙ୍କାର ବ୍ୟବହୃତ ହୋଇଛି ।
ମନେରଖୁବାକୁ ହେବ – ଅନୁପ୍ରାସ ଅଳଙ୍କାରକୁ ଛେକାନୁପ୍ରାସ, ବୃତ୍ୟନୁପ୍ରାସ, ଶ୍ରୁତ୍ୟନୁପ୍ରାସ, ଲାଟାନୁପ୍ରାସ ଓ ଅନ୍ୟାନୁପ୍ରାସ ଭେଦରେ ବିଭକ୍ତ ।
(୧) ଛେକାନୁପ୍ରାସ : ବହୁ ବ୍ୟଞ୍ଜନବର୍ଣ୍ଣର ସାମ୍ୟରହି କ୍ରମାନୁସାରେ ବାରମ୍ବାର ଆବୃତ୍ତ ହେଲେ ଛେନାକୁପ୍ରାନ ଅଳଙ୍କାର ହୁଏ।
“ଦେଖି ନବ କଳିକା ବକାଳିକାମାଳିକା ଆଳି କାଳିକା କାନ୍ତ ସ୍ମରି
ରକ୍ଷା କେମନ୍ତ କରି କରିବା ମତ୍ତକରୀ ଗତିକି ଏମନ୍ତ ବିଚାରି,
ଗୋ ସହଚରୀ !” (ଲାବଣ୍ୟବତୀ -ଉପେନ୍ଦ୍ରଭଞ୍ଜ)
ଏହି ଦୃଷ୍ଟାନ୍ତରେ ‘ଳ’ ଓ ‘ର’ ‘କ’ ପର୍ଯ୍ୟାୟକ୍ରମେ ଉଚ୍ଚାରିତ ହୋଇଥିବାରୁ ଏହା ଛେକାନୁପ୍ରାସ ଅଳଙ୍କାର
(୨) ବୃତ୍ୟନୁପ୍ରାସ : ପର୍ଯ୍ୟାୟକ୍ରମେ ହେଉ ବା ନହେଉ ଯେବେ ଗୋଟିଏ ବ୍ୟଞ୍ଜନବର୍ଣ୍ଣ ବାକ୍ୟ ମଧ୍ୟରେ ବାରମ୍ବାର ଉଚ୍ଚାରିତ ହୁଏ, ତେବେ ତାକୁ ବୃତ୍ୟନୁପ୍ରାସ ଅଳଙ୍କାର କୁହାଯାଏ ।
ଉଦାହରଣ :
“ଉତ୍କଳ-କମଳା-ବିଲାସ ଦୀର୍ଘିକା
ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା ।” (ଚିଲିକା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ‘କ’ ଓ ‘ଳ’ ବ୍ୟଞ୍ଜନବର୍ଣ୍ଣର ବାରମ୍ବାର ଆବୃଦ୍ଧି ହୋଇଥିବାରୁ ବୃଧ୍ୟାନୁପ୍ରାସ ଅଳଙ୍କାର ହୋଇଅଛି ।
(୩) ଶ୍ରୁତ୍ୟନୁପ୍ରାସ : କଣ୍ଠ, ତାଳୁ, ମୂର୍ଷା, ଦନ୍ତ ଓ ଓଷ୍ଠମାନଙ୍କ ମଧ୍ୟରୁ ଯେ କୌଣସି ସ୍ଥାନରୁ ଉଚ୍ଚାରିତ ବ୍ୟଞ୍ଜନବର୍ଣ୍ଣ ମାନଙ୍କର ଆବୃତ୍ତିକୁ ଶ୍ରୁତ୍ୟନୁପ୍ରାସ ଅଳଙ୍କାର କୁହାଯାଏ ।
ଉଦାହରଣ :
“ପର ପରଜାଙ୍କ ବିଭ ହରିଲେ ବଳେ
ସୁର ସୁରଦ୍ବେଷ ତ୍ରାସେ ବିରସ ହେଲେ ।” (ବିଦଗ୍ଧ ଚିନ୍ତାମଣି-ଅଭିମନ୍ୟୁ ସାମନ୍ତସିଂହାର)
ପ୍ରଥମ ପାଦରେ ବ୍ୟବହୃତ ଓଷ୍ୟ ବ୍ୟଞ୍ଜନବର୍ଣ୍ଣ ‘ପ’ ଓ ‘ବ’ ଓ ଦ୍ବିତୀୟ ପାଦରେ ଦତ୍ୟ ବ୍ୟଞ୍ଜନବର୍ଣ୍ଣ ‘ସ’ର ପୁନରାବୃତ୍ତି ହୋଇଥିବାରୁ ଏହା ଶ୍ରୁତ୍ୟନୁପ୍ରାସ ଅଳଙ୍କାର ହୋଇଅଛି ।
(୪) ଲାଟାନୁପ୍ରାସ : ଏହା ପଦଗତ ଅନୁପ୍ରାସ ଅଟେ । ଶବ୍ଦ ଓ ଅର୍ଥ ଉଭୟଙ୍କ ପୁନରୁକ୍ତି ହେବା ସତ୍ତ୍ବେ ସେ ଉଭୟଙ୍କ ମଧ୍ୟରେ କୌଣସି ତାତ୍ପର୍ଯ୍ୟଗତ ପାର୍ଥକ୍ୟ ଥିଲେ ଲାଟାନୁପ୍ରାସ ଅଳଙ୍କାର ହୁଏ।
ଉଦାହରଣ :
“କଷ୍ଟ ମହୀଧର ମହୀଧର କଷ୍ଟକ
କଳମଷ ବାରଣ, ବାରଣ ଅନ୍ତକ ।” (ରସ କଲ୍ଲୋଳ – ଦୀନକୃଷ୍ଣ ଦାସ)
ଏହି ଦୃଷ୍ଟାନ୍ତରେ ‘ମହୀଧର’, ‘ବାରଣ’ ଶବ୍ଦମାନଙ୍କରେ ତାତ୍ପର୍ଯ୍ୟଗତ ପ୍ରଭେଦ ପରିଲକ୍ଷିତ ହୋଇଥିବାରୁ ଲାଟାନୁପ୍ରାସ ଅଳଙ୍କାର ହୋଇଅଛି ।
(୫) ଅନ୍ୟାନୁପ୍ରାସ : ପାଦର ଅନ୍ତବ୍ୟଞ୍ଜନବର୍ଣ୍ଣ ଓ ଉପାନ୍ତବର୍ଣ୍ଣ (ଅନ୍ତଃ ବ୍ୟଞ୍ଜନ ବର୍ଣ୍ଣର ପୂର୍ବ ଓ ପରବର୍ତ୍ତୀ ସ୍ୱରବର୍ଣ୍ଣ)ର ସମତା ରହି ଆବୃତ୍ତ କରାଗଲେ ଅନ୍ତାନୁପ୍ରାସ ଅଳଙ୍କାର ହୁଏ ।
ଉଦାହରଣ :
“ଅପ୍ରାକୃତ ପ୍ରେମ ତା’ ନାମ କାମ
ଆୟତ୍ତ ରହେକି ସେ ହେଲେ ବାମ ।” (ବିଦଗ୍ଧ ଚିନ୍ତାମଣି – ଅଭିମନ୍ୟୁ ସାମନ୍ତସିଂହାର )
ଏହି ଦୃଷ୍ଟାନ୍ତରେ ପ୍ରଥମ ଓ ଦ୍ଵିତୀୟ ପାଦର ଅନ୍ତଃ ବ୍ୟଞ୍ଜନ ବର୍ଣ୍ଣ ‘ମ୍’ର ଉପାସ୍ଥ୍ୟ ସ୍ଵରବର୍ଣ୍ଣ ‘ଆ’ ଓ ‘ଅ’ ସହ ଆବୃତ୍ତ ହୋଇଥିବାରୁ ଅନ୍ତାନୁପ୍ରାସ ଅଳଙ୍କାର ହୋଇଅଛି ।
୨. ଯମକ :
ଯମକ ଏକ ଶବ୍ଦାଳଙ୍କାର । ଏହି ଶବ୍ଦାଳଙ୍କାରରେ ସମାନ ଶବ୍ଦର ବାରମ୍ବାର ବ୍ୟବହାର ଘଟିଥାଏ; ସୁତରାଂ –
ଭିନ୍ନାର୍ଥବୋଧକ ଏକପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଯମକ ଅଳଙ୍କାର କୁହାଯାଏ ।
ଉଦାହରଣ :
“ବରଜୀବ ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ ।” (କବିସୂର୍ଯ୍ୟ ବଳଦେବ ରଥ)
ଏଠାରେ ବରଜୀବ ରସେ | ବରଜି ବରଷେ – ସମୋଚ୍ଚାରଣର ଶବ୍ଦଟି ଦୁଇଥର ବ୍ୟବହୃତ ହୋଇଛି । ମାତ୍ର ଦୁଇଟି ସ୍ଥାନରେ ଏହି ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ହୋଇଛି । ପ୍ରଥମ ପାଦରେ ‘ବରଜୀବ ରସେ’ ଅର୍ଥ ବରଜୀବ ବା ଗାଈର ରସକୁ (ଗାଈକ୍ଷୀର ) ବୁଝାଉଛି । ଦ୍ଵିତୀୟ ପାଦରେ ‘ବରଜି ବରଷେ’ ଅର୍ଥାତ୍ ଗୋଟିଏ ବର୍ଷ ବର୍ଜନ କରି ଅର୍ଥ ପ୍ରକାଶ ପାଉଛି । ଗୋଟିଏ ଶବ୍ଦ ବାରମ୍ବାର ଆବୃତ୍ତ ହୋଇ ଭିନ୍ନ ଅର୍ଥ ପ୍ରଦାନ କରୁଥିବାରୁ ଏ ଦୃଷ୍ଟାନ୍ତଟିରେ ‘ଯମକ’ ଅଳଙ୍କାର ହୋଇଛି ।
ମନେରଖ : ଏହି ଯମକ ଅଳଙ୍କାର ମୁଖ୍ୟତଃ ୫ ପ୍ରକାରର; ଯଥା – ଆଦ୍ୟ ଯମକ, ମଧ୍ଯ ଯମକ, ପ୍ରାନ୍ତ ଯମକ, ମାଳ ଯମକ ଓ ସର୍ବ ଯମକ ।
(୧) ଆଦ୍ୟଯମକ : ପାଦର ଆରମ୍ଭରେ ଯମକ ରହିଲେ, ତାହାକୁ ଆଦ୍ୟ ଯମକ କୁହାଯାଏ ।
ଉଦାହରଣ :
“ବିପଦ ବି ପଦ ଚଞ୍ଚୁ ଘାତରେ ବିହାନ୍ତେ
ବୀର ସେ ବିରସେ ତମ କାମଶର କୃତେ ।” (ବୈଦେହୀଶ ବିଳାସ – ଉପେନ୍ଦ୍ର ଭଞ୍ଜ)
ଏହି ଦୃଷ୍ଟାନ୍ତରେ ପ୍ରଥମ ପାଦରେ ଥିବା ବିପଦ ଓ ବି ପଦ ଦ୍ବିତୀୟ ପାଦରେ ଥିବା ବୀର ସେ ବିରସେ ଉଚ୍ଚାରଣ ଦୃଷ୍ଟିରୁ ସମାନ । ମାତ୍ର ବିପଦର ଅର୍ଥ ବିପତ୍ତି, ବି ପଦର ଅର୍ଥ ପକ୍ଷୀର ପାଦ ଏବଂ ବୀର ସେ ର ଅର୍ଥ ସେ ହେଉଛନ୍ତି ବୀର, ବିରସେର ଅର୍ଥ ମନଦୁଃଖରେ ଭିନ୍ନ ଅର୍ଥ ହେବାରୁ ଯମକ ଅଳଙ୍କାର ହୋଇଅଛି । ପାଦର ଆଦ୍ୟରେ ଥିବାରୁ ଏହା ଆଦ୍ୟ ଯମକ ଅଳଙ୍କାର ।
(୨) ମଧ୍ୟଯମକ : ଭିନ୍ନାର୍ଥବୋଧକ ସମୋଚ୍ଚାରିତ ଶବ୍ଦର ପୁନରାବୃତ୍ତି ପାଦର ମଧ୍ୟରେ ଥିଲେ ମଧ୍ୟଯମକ ଅଳଙ୍କାର ହୁଏ ।
ଉଦାହରଣ :
“ବ୍ୟାକୁଳ ସଲିଳ – ଚର ସଲୀଳ ତେଜିଲେ
ବାଡ଼ ଲେଖା ଲେଖାଚିତ୍ର ଭାବକୁ ଭଜିଲେ ।”
ଏହି ଦୃଷ୍ଟାନ୍ତରେ ପ୍ରଥମ ପାଦ ମଧ୍ୟରେ ଥିବା ‘ସଲିଳ’ର ଅର୍ଥ ଜଳ ଏବଂ ‘ସଲୀଳ’ର ଅର୍ଥ କ୍ରୀଡ଼ା । ଦ୍ୱିତୀୟ ପାଦ ମଧ୍ୟରେ ଥିବା ‘ଲେଖା’ର ଅର୍ଥ ଚିତ୍ର ଏବଂ ‘ଲେଖା’ର ଅର୍ଥ ଲେଖାଯାଇଥିବା । ପାଦର ମଧ୍ୟରେ ଥିବାରୁ ଏହା
(୩) ପ୍ରାନ୍ତଯମକ : ଭିନ୍ନାର୍ଥବୋଧକ ସମ୍ମୋଚ୍ଚାରିତ ଶବ୍ଦର ପୁନରାବୃତ୍ତି ପାଦର ଶେଷରେ ଥିଲେ ପ୍ରାନ୍ତଯମକ ଅଳଙ୍କାର ହୁଏ।
ଉଦାହରଣ :
“କ୍ଷେପଣୀ କ୍ଷେପଣେ ତୋହରି ସଲିଳେ
ହୀରକର ଉତ୍ସ ଉଠିଲା ସଲୀଳେ ।”
ଏହି ଦୃଷ୍ଟାନ୍ତରେ ପ୍ରଥମ ପାଦ ପ୍ରାନ୍ତରେ ବ୍ୟବହୃତ, ‘ସଲିଳେ’ର ଅର୍ଥ ଜଳରେ ଏବଂ ଦ୍ଵିତୀୟ ପାଦ ପ୍ରାନ୍ତରେ ‘ସଲୀଳେ’ର ଅର୍ଥ ଲୀଳା ସହିତ ଭିନ୍ନାର୍ଥବୋଧକ ସମ୍ମୋଚ୍ଚାରିତ ହୋଇଥିବାରୁ ପ୍ରାନ୍ତଯମକ ଅଳଙ୍କାର ହୋଇଅଛି ।
(୪) ମାଳଯମକ : ଭିନ୍ନାର୍ଥବୋଧକ ସମ୍ମୋଚ୍ଚାରିତ ଶବ୍ଦସମୂହ ପାଦ ମଧ୍ୟରେ ମାଳବଦ୍ଧ ଭାବରେ ଥିଲେ ମାଳଯମକ ଅଳଙ୍କାର ହୁଏ।
ଉଦାହରଣ :
“ବୃହଭାନୁ ଭାନୁ ଭାନୁ ପ୍ରଭା ତାପ ନାହିଁ
ବୃତ ତମାଳମାଳ ମାଳତୀ ଲତା ଯହିଁ ।” (ବୈଦେହୀଶ ବିଳାସ – ଉପେନ୍ଦ୍ର ଭଞ୍ଜ)
ଏହି ଦୃଷ୍ଟାନ୍ତରେ ‘ଭାନୁ’ ଓ ‘ମାଳ’ ଶବ୍ଦ ଭିନ୍ନ ଅର୍ଥରେ ବାରମ୍ବାର ପ୍ରୟୋଗ ହୋଇଥିବାରୁ ମାଳଯମକ ଅଳଙ୍କାର ହୋଇଅଛି । ବୃହଭାନୁ -ଅଗ୍ନି, ଭାନୁ-ସୂର୍ଯ୍ୟ, ଭାନୁପ୍ରଭା-କିରଣ, ତମାଳ-ବୃକ୍ଷବିଶେଷ, ମାଳ-ସମୂହ, ମାଳତୀ-ଲତାବିଶେଷ ।
(୫) ସର୍ବଯମକ : ପଦର ସମସ୍ତ ପାଦରେ ସମାନ ସମାନ ଶବ୍ଦ ପୃଥକ ପୃଥକ ଅର୍ଥରେ ପ୍ରୟୋଗ କରାଯାଇଥିଲେ ସର୍ବଯମକ ଅଳଙ୍କାର ହୁଏ।
ଉଦାହରଣ :
“ଅହି-ମକର ତାପ ନାଶେ ଶୋଭା ସାରସଚକ୍ରେ
ଅହିମକର ତାପ ନାଶେ ଶୋଭା ସାରସଚକ୍ରେ ।” (ଲାବଣ୍ୟବତୀ – ଉପେନ୍ଦ୍ର ଭଞ୍ଜ)
ଏହି ଦୃଷ୍ଟାନ୍ତରେ ପ୍ରଥମ ପାଦରେ ବ୍ୟବହୃତ ଅହି-ସାପ, ମକର-କୁମ୍ଭୀର, ତାପ-ଦୁଃଖ, ସାରସ-ପଦ୍ମ, ଚକ୍ରେ- ସମୂହରେ ଅର୍ଥରେ ବ୍ୟବହୃତ ହୋଇଥିବା ବେଳେ ଦ୍ଵିତୀୟ ପାଦରେ ଅହିମକର-ସୂର୍ଯ୍ୟ, ତାପ-ଉଷ୍ମତା, ସାରସ-ହଂସ, ଚକ୍ର-ଚକ୍ରବାକ ଆଦି ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥିବାରୁ ସର୍ବଯମକ ଅଳଙ୍କାର ହୋଇଅଛି ।
୩. ଶ୍ଳେଷ :
ଶ୍ଳେଷ ଗୋଟିଏ ଶବ୍ଦାଳଙ୍କାର ।
ଲକ୍ଷଣ : ଯେଉଁ ଅଳଙ୍କାରରେ ଗୋଟିଏ ଶବ୍ଦ ଦୁଇ ବା ତହିଁରୁ ଅଧ୍ଵ ଭିନ୍ନ ଅର୍ଥ ପ୍ରକାଶ କରେ ତାହାକୁ ‘ଶ୍ଳେଷ’ ଅଳଙ୍କାର କୁହାଯାଏ ।
ମନେରଖ : ଶ୍ଳେଷ ଅଳଙ୍କାରରେ ଯେଉଁ ମୂଳ ଶବ୍ଦଟି ଏକାଧିକ ଅର୍ଥ ପ୍ରକାଶ କରୁଥାଏ ତାହାକୁ କ୍ଳିଷ୍ଟପଦ କୁହାଯାଏ । ଶ୍ଳିଷ୍ଟପଦର ଅର୍ଥକରଣ ଭଙ୍ଗୀକୁ ନେଇ ଏହି ଅଳଙ୍କାରକୁ ତିନି ଭାଗରେ ବିଭକ୍ତ କରାଯାଏ; ଯଥା – ଅଭଙ୍ଗ ଶ୍ଳେଷ, ସଭଙ୍ଗ ଶ୍ଳେଷ ଓ ଭଙ୍ଗାଭଙ୍ଗ ଶ୍ଳେଷ ।
ଉଦାହରଣ :
“ବାବୁ ନାକଶିରୀଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ ।’’ (ଉପେନ୍ଦ୍ର ଭଞ୍ଜ)
ଏହି ଦୃଷ୍ଟାନ୍ତରେ ପ୍ରଥମ ପାଦରେ ଥିବା ‘ନାକଶିରୀ’ ଓ ‘ଦାନ’ ପଦ ଦୁଇଟି କ୍ଲଷ୍ଟପଦ । ଏ ପଦ ଦୁଇଟି ଅଭଙ୍ଗ (ନଭାଙ୍ଗି) ରୂପେ ଦୁଇଟି ଭିନ୍ନ ଅର୍ଥ ପ୍ରକାଶ କରୁଛି ।
(୧) ଅଭଙ୍ଗ ଶ୍ଳେଷ – ଯେଉଁଠାରେ ଶବ୍ଦକୁ ନ ଭାଙ୍ଗି ଭିନ୍ ଭିନ୍ନ ଅର୍ଥ କରାଯାଏ, ସେଠାରେ ଅଭଙ୍ଗ ଶ୍ଳେଷ ହୁଏ ।
ଉଦାହରଣ :
“ମନ୍ଦାକ୍ଷରେ କାହା ମୁଖ ତୁ ଚାହିଁବୁ ନାହିଁ,
ଧୀଆନରେ ତାପରା ରସିବୁ ଅବା କାହିଁ ।”
ଏହି ଦୃଷ୍ଟାନ୍ତରେ ମନ୍ଦାକ୍ଷ – ଲଜ୍ଜା, ମନ୍ଦାକ୍ଷ – ସଂକୁଚିତ ନେତ୍ର, ଧୀଆନ – ଧ୍ୟାନ, ଧୀଆନରେ – ଅନ୍ଯବୁଦ୍ଧିରେ । ଏଠାରେ ପ୍ରଥମ ପାଦରେ ମନ୍ଦାକ୍ଷ ଓ ଦ୍ଵିତୀୟ ପାଦରେ ଧୀଆନ ଶବ୍ଦ ଅଭଙ୍ଗଭାବେ ଦୁଇଟି ଅର୍ଥ ପ୍ରକାଶ କରୁଥିବାରୁ ଅଭଙ୍ଗ ଶ୍ଳେଷ ଅଳଙ୍କାର ହୋଇଅଛି ।
(୨) ସଭଙ୍ଗ ଶ୍ଳେଷ : ଯେଉଁଠାରେ ଶବ୍ଦକୁ ଭାଙ୍ଗି ଭିନ୍ନ ଭିନ୍ନ ଅର୍ଥ କରାଯାଏ ସେଠାରେ ସଭଙ୍ଗ ଶ୍ଳେଷ ହୁଏ ।
ଉଦାହରଣ :
“ମଧୁପର ପଦ ଅନନ୍ତ ଶେଯେ
ପଦ୍ମାକାରର ମଣ୍ଡନତା ସର୍ଭେ ।” (ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର – କବି ଯଦୁମଣି)
ମଧୁପର (ବିଷ୍ଣୁ)ଙ୍କର ପଦ ଅନନ୍ତ (ଅନନ୍ତ ନାଗ) ଶେଯେ ଥିବାବେଳେ ପଦ୍ମାକାରର (ଲକ୍ଷ୍ମୀଙ୍କର ହାତ)ର ସୌନ୍ଦର୍ଯ୍ୟ ବିଧାନ କରେ । କାରଣ ଲକ୍ଷ୍ମୀ ବିଷ୍ଣୁଙ୍କର ପାଦ ସ୍ପର୍ଶ କରିଥା’ନ୍ତି । ଏଠାରେ ପଦକୁ ଭାଙ୍ଗି ଅର୍ଥ କରାଯାଇଥିବାରୁ ସଭଙ୍ଗ ଶ୍ଳେଷ ଅଳଙ୍କାର ହୋଇଅଛି ।
(୩) ଭଙ୍ଗାଭଙ୍ଗ : ଯେଉଁଠାରେ କୌଣସି ରଚନାରେ ଅଭଙ୍ଗ ଏବଂ ସଭ୍ୟଙ୍ଗ ଉଭୟ ଶ୍ଳେଷଥାଏ ଓ ଦ୍ବିବିଧ ଅର୍ଥ ପ୍ରକାଶ କରୁଥାଏ, ତାହାକୁ ଭଙ୍ଗାଭଙ୍ଗ ଶ୍ଳେଷ କୁହାଯାଏ ।
ଉଦାହରଣ :
“ବାବୁ ନାକଶିରୀ ଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ ।” (ବୈଦେହୀଶ ବିଳାସ – ଉପେନ୍ଦ୍ର ଭଞ୍ଜ)
ପଦର ପ୍ରଥମ ପାଦରେ ଥିବା ‘ନାକଶିରୀ’ ଏବଂ ‘ଦାନ’ ପଦ ଦୁଇଟିକୁ ନଭାଙ୍ଗି ଭିନ୍ନଭିନ୍ନ ଅର୍ଥ ପ୍ରକାଶ କରୁଅଛି –
ନାକଶିରୀ – ସ୍ଵର୍ଗ ସମ୍ପଦ ଏବଂ ନାସିକାର ସୌନ୍ଦର୍ଯ୍ୟ
ଦାନ – ଦେବା ଏବଂ ଛେଦନ କରିବା
ପଦକୁ ନ ଭାଙ୍ଗି ଦୁଇଟି ଅର୍ଥ ପ୍ରକାଶ କରୁଥିବାରୁ ଏହା ଅଭଙ୍ଗ ଶ୍ଳେଷ ।
ପଦର ଦ୍ଵିତୀୟ ପାଦରେ ଥିବା ‘ବିହର’ ଓ ‘କାନନ’ ପଦ ଦ୍ଵୟକୁ ନଭାଙ୍ଗି ଗୋଟିଏ ଅର୍ଥ ଏବଂ ଏହି ପଦକୁ ଭାଙ୍ଗି ଅନ୍ୟ ଅର୍ଥ ପ୍ରକାଶ କରୁଛି ।
ଅଭଙ୍ଗ ଅର୍ଥ – ‘ବିହର କାନନ କର ଆଲିଙ୍ଗନକୁ’ ଅର୍ଥ ହେଲା – କାନନରେ ବିହାର କରି ଆଲିଙ୍ଗନ କର ।
ସଭଙ୍ଗ ଅର୍ଥ – ‘ବି-ହର କାନ-ନ କର ଆଲିଙ୍ଗନକୁ’ ଅର୍ଥ ହେଲା – କାନକୁ ଛେଦନ କର ଓ ଆଲିଙ୍ଗନ କର ନାହିଁ ।
(ଖ) ଅର୍ଥାଳଙ୍କାର :
ଶବ୍ଦର ଅର୍ଥ ଉପରେ ଗୁରୁତ୍ବ ଆରୋପ କରି ଯେଉଁ ଅଳଙ୍କାରର ସୃଷ୍ଟି, ତାହା ଅର୍ଥାଳଙ୍କାର । ଅର୍ଥାଳଙ୍କାରର ଭିଭିଭୂମି ହେଉଛି ଅର୍ଥ ବା ଭାବ । ଯାହାଦ୍ୱାରା କାବ୍ୟରେ ବ୍ୟବହୃତ ଅର୍ଥ ରମଣୀୟ । ଓ ଚିତ୍ତାକର୍ଷକ ହୋଇଥାଏ ।
କାବ୍ୟର ଯଥାର୍ଥ ସୌନ୍ଦର୍ଯ୍ୟ ଅର୍ଥାଳଙ୍କାର ଉପରେ ନିର୍ଭରଶୀଳ । ଉପମା, ରୂପକ, ବ୍ୟତିରେକ, ଉତ୍ପ୍ରେକ୍ଷା, ଇତ୍ୟାଦି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ।
ଉପମା :
ସମଧର୍ମବିଶିଷ୍ଟ ଦୁଇଟି ଭିନ୍ନ ଭିନ୍ନ ଜାତୀୟ ବସ୍ତୁର ସାଦୃଶ୍ୟ କଥିତ ହେଲେ ଉପମା ଅଳଙ୍କାର ହୋଇଥାଏ । ଅର୍ଥାତ୍ ଉପମେୟ ଓ ଉପମାନର ସାଦୃଶ୍ୟ କଥିତ ହେଲେ ଉପମା ଅଳଙ୍କାର ହୁଏ । ଉପମାର ଚାରୋଟି ଅଙ୍ଗ ହେଉଛି – ଉପମେୟ, ଉପମାନ, ଉପମାବାଚକ ଶବ୍ଦ ଓ ସାଧାରଣ ଧର୍ମ ।
ଉପମେୟ – ଯାହା ବିଷୟରେ କୁହାଯାଏ ବା ଯେଉଁ ବସ୍ତୁକୁ ତୁଳନା କରାଯାଏ, ତାହା ଉପମେୟ ।
ଉପମାନ – ଯାହା ସହିତ ଉପମେୟକୁ ତୁଳନା କରାଯାଏ, ତାହା ଉପମାନ ।
ଉପମାବାଚକ ଶବ୍ଦ – ଯେଉଁ ଶବ୍ଦ ଉପମାନ ଓ ଉପମେୟ ମଧ୍ୟରେ ଥିବା ସାଧାରଣ ଧର୍ମକୁ ସଂଯୁକ୍ତ କରେ, ତାହା ଉପମାବାଚକ ଶବ୍ଦ ବା ଶବ୍ଦ । ଯଥା – ପ୍ରାୟ, ପରି, ଯଥା, ତଥା, ଯେହ୍ନେ, ଯେସନ, ତୁଲ୍ୟ ଇତ୍ୟାଦି ।
ସାଧାରଣ ଧର୍ମ – ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣଦ୍ୱାରା ତୁଳନା କରାଯାଏ, ତାହା ସାଧାରଣ ଧର୍ମ ଅଟେ ।
ଉଦାହରଣ :
“ମୁହଁଟି ଚନ୍ଦ୍ରପରି ସୁନ୍ଦର ।’’
ଏହି ଦୃଷ୍ଟାନ୍ତରେ ‘ମୁହଁ’, ତୁଳନୀୟ; ତେଣୁ ଏହା ଉପମେୟ । ମୁହଁ ଚନ୍ଦ୍ର ସହିତ ତୁଳନା କରାଯାଉଥିବାରୁ ‘ଚନ୍ଦ୍ର’ ହେଉଛି ଉପମାନ । ‘ପରି’ ଶବ୍ଦ ଉଭୟଙ୍କ ମଧ୍ୟରେ ସହଯୋଗ ରକ୍ଷା କରୁଥିବାରୁ ଏହା ଉପମା ବାଚକ ଶବ୍ଦ । ଶବ୍ଦ ହେଉଛି ସାଧାରଣ ଧର୍ମ, ଯାହା ଉପମେୟ ଓ ଉପମାନକୁ ସାଧାରଣ ଗୁଣଦ୍ଵାରା ତୁଳନା କରାଯାଇଥାଏ ।
ଉପମା ଅଳଙ୍କାରକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ । ଯଥା –
(୧) ପୂଣ୍ଡୋପମା (୨) ଲୁପ୍ରୋପମା (୩) ମାଳୋପମା ।
(୧) ପୂର୍ଣ୍ଣୋପମା : ଯେଉଁଥିରେ ଉପମେୟ, ଉପମାନ, ଉପମାବାଚକ ଶବ୍ଦ ଏବଂ ସାଧାରଣ ଧର୍ମର ପ୍ରୟୋଗ ହୋଇଥାଏ, ସେଠାରେ ପୂର୍ଣ୍ଣୋପମା ଅଳଙ୍କାର ହୁଏ ।
ଉଦାହରଣ :
“ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ।”
ଏହି ଦୃଷ୍ଟାନ୍ତରେ ସୁନୀଳ ଅମ୍ବରରେ ଖଣ୍ଡ ଖଣ୍ଡ ଧଳା ମେଘ ଉପମେୟ; ବୋଇତ ନୀଳ ସମୁଦ୍ରରେ ଉପମାନ; ଭାସିବା – ସାଧାରଣ ଧର୍ମ ଓ ‘ଯଥା’ ଉପମାବାଚକ ଶବ୍ଦ । (ନୀଳ ସମୁଦ୍ରରେ ବୋଇତ ଭାସିବା ପରି ଆକାଶରେ ଧଳାମେଘ ଭାସୁଛି ।)
(୨) ଲୁପ୍ତପମା : ଯେଉଁଠାରେ ଉପମାନ, ଉପମେୟ, ଉପମା ବାଚକ ଶବ୍ଦ ଓ ସାଧାରଣ ଧର୍ମ ମଧ୍ୟରୁ ଏକ ବା ଏକାଧ୍ଵକ ଅଙ୍ଗର ଲୋପ ହୋଇଥାଏ, ସେଠାରେ ଲୁସ୍ତୋପମା ଅଳଙ୍କାର ହୁଏ ।
ଉଦାହରଣ :
“ଯେତେ ରୁଣ୍ଡ ହୋଇଛନ୍ତି ନୃପତିଗଣ
ତୁଳାରାଶି ଅଗ୍ନି ଆମ୍ଭ ସାୟକ ଜାଣ ।” (ରୁକ୍ମିଣୀ ବିଭା କାର୍ତ୍ତିକ ଦାସ)
ଏହି ଦୃଷ୍ଟାନ୍ତରେ ଉପମେୟ – ନୃପତିଗଣ, ଉପମାନ – ତୁଳାରାଶି, ସାଧାରଣ ଧର୍ମ – ରୁଣ୍ଡହେବା, ଉପମାବାଚକ ଶବ୍ଦ ନାହିଁ, ତେଣୁ ଏହା ଲୁପ୍ରୋପମା ଅଳଙ୍କାର ।
(୩) ମାଳୋପମା : ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ ସେଠାରେ ମାଳୋପମା ଅଳଙ୍କାର ହୁଏ ।
ଉଦାହରଣ :
“ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ
ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ
ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ
ମିଶିଗଲା ଯଥା ଅବଳା ସେହି ନୀଳ ତରଙ୍ଗେ ।
ଏହି ଦୃଷ୍ଟାନ୍ତରେ ଏକମାତ୍ର ଉପମେୟ ‘ଅବଳା’ ଏବଂ ଏକାଧ୍ଵକ ଉପମାନ ‘ପ୍ରଭାତୀ ତାରା’, ‘ଜୀବାତ୍ମା’ ଓ ‘ଚପଳା’ ଆଦି ବ୍ୟବହୃତ ହୋଇଛି । ସାଧାରଣ ଧର୍ମ ମିଶିଯିବା ଏବଂ ବାଚକ ଶବ୍ଦ ହେଉଛି ‘ଯଥା’ ଓ ‘ତଥା’; ତେଣୁ ଏହା ମାନୋପମା ଅଳଙ୍କାର ହୋଇଅଛି ।
ରୂପକ :
ଯେଉଁଠାରେ ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କସ୍ତୁତ ହୋଇଥାଏ, ସେଠାରେ ରୂପକ ଅଳଙ୍କାର ହୁଏ । ଭିନ୍ନ ଭିନ୍ନ ହେଲେ ମଧ୍ୟ ଦୁହିଁଙ୍କୁ ଅଭିନ୍ନ ବୋଲି ଧରାଯାଏ । ଏଥିରେ ଉପମେୟଠାରେ ଉପମାନର ଆରୋପ କରାଯାଏ । ଏହା ମୁଖ୍ୟତଃ ତିନି ଭାଗରେ ବିଭକ୍ତ । ଯଥା – (୧) ପରମ୍ପରିତ ରୂପକ, (୨) ସାଙ୍ଗ ରୂପକ, (୩) ନିରଙ୍ଗ ରୂପକ ।
(୧) ପରମ୍ପରିତ ରୂପକ : ଯେଉଁଠାରେ ଗୋଟିଏ ବସ୍ତୁର ଆରୋପ ନିମିତ୍ତ ଅନ୍ୟ ଏକ ବସ୍ତୁର ଆରୋପ ଆବଶ୍ୟକ ହୋଇଥାଏ, ସେଠାରେ ପରମ୍ପରିତ ରୂପକ ଅଳଙ୍କାର ହୋଇଥାଏ ।
ଉଦାହରଣ :
“ଆଶା ପାରିଜାତ ଫୁଟିବ ହୃଦ ନନ୍ଦନ ବନେ
ଜ୍ଞାନ-ଭକ୍ତ-କର୍ମ ସୌରଭ ବ୍ୟାପିଯିବ ଭୁବନେ ।” (କୁସୁମାଞ୍ଜଳି – ମଧୁସୂଦନ ରାଓ)
ଏହି ଦୃଷ୍ଟାନ୍ତରେ ଆଶାକୁ ପାରିଜାତ ରୂପେ ବର୍ଣ୍ଣନା କରିବାରୁ ହୃଦୟରେ ନନ୍ଦନବନର ଆରୋପ କରାଯାଇଛି ଏବଂ ଜ୍ଞାନ-ଭକ୍ତ-କର୍ମକୁ ପାରିଜାତର ସୌରଭ ସହ ଅଭେଦ କଳ୍ପନା କରାଯାଇଛି । ତେଣୁ ଏହା ପରମ୍ପରିତ ରୂପକ ହୋଇଛି ।
(୨) ସାଙ୍ଗ ରୂପକ : ଯେଉଁଠାରେ ଉପମେୟର ବିଭିନ୍ନ ଅଙ୍ଗରେ ଉପମାନର ବିଭିନ୍ନ ଅଙ୍ଗ ଆରୋପିତ ହୁଏ, ସେଠାରେ ସାଙ୍ଗ ରୂପକ ଅଳଙ୍କାର ହୋଇଥାଏ ।
ଉଦାହରଣ :
“କବିତା ବନିତା କବି ତା ପିତା,
କହିବା ଲୋକ ତା’ର ଉପମାତା,
କଲେ ତାକୁ ଭୋଗ ରସିକ ନେତା,
କେତେ ହେଁ ଅବା ରହଇ ଯୋଗ୍ୟତା,
କୁମତି ଗୁଆଁର,
କେବଳ ବଇମାତ୍ର ଭାଇ ତାର ।” (ରସକଲ୍ଲୋଳ – ଦୀନକୃଷ୍ଣ ଦାସ)
ଏହି ଦୃଷ୍ଟାନ୍ତରେ ‘କବିତା’ରେ ‘ବନିତା’ର ଆରୋମ କରାଯିବାରୁ, ସେହି ଅନୁସାରେ କବିଙ୍କୁ ତା’ର ପିତା, କହିବା ଲୋକଙ୍କୁ ତା’ର ଉପମାତା, ପାଠକଙ୍କୁ ତା’ର ଉପଭୋକ୍ତା ଏବଂ ଗୁଆଁର (ମୂର୍ଖ)କୁ ତା’ର ବୈମାତ୍ରେୟ ଭାବରେ ଆରୋପିତ କରାଯାଇଛି । ତେଣୁ ଏହା ସାଙ୍ଗରୂପକ ଅଳଙ୍କାର ।
(୩) ନିରଙ୍ଗ ରୂପକ : ଯେଉଁଠାରେ ଗୋଟିଏ ଉପମେୟରେ ଗୋଟିଏ ଉପମାନର ଆରୋପ ହୋଇଥାଏ, ସେଠାରେ ନିରଙ୍ଗ ରୂପକ ଅଳଙ୍କାର ହୁଏ।
ଉଦାହରଣ :
“ଭବତଳେ ବିଭୁଦୟା ମୂର୍ତିମତୀ
ଧଉଳି – ଦର୍ପଣ ଦୟା ସ୍ରୋତସ୍ୱତୀ ।” (ଚିଲିକା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ଦୟା ନଦୀରେ ବିଭୁଦୟାର ଅଭେଦ ପରିକଳ୍ପିତ ହୋଇଥିବାରୁ ନିରଙ୍ଗ ରୂପକ ଅଳଙ୍କାର ହୋଇଛି ।
ଉତ୍ପ୍ରେକ୍ଷା ଅଳଙ୍କାର :
ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା କରାଗଲେ, ସେଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ । ଏହା ଦୁଇ ପ୍ରକାର । ଯଥା – (୧) ବାତ୍କ୍ଷା, (୨) ପ୍ରତୀୟମାନ ଉକ୍ଷା ଅଳଙ୍କାର ।
(୧) ବାତ୍କ୍ଷା : ଯେଉଁଠାରେ ବାଚକ ଶବ୍ଦ (କି, କିବା, ଅବା, ବା, ସତେ, ଯେପରି, ଯେହ୍ନେ, ସିନା ଇତ୍ୟାଦି) ପ୍ରୟୋଗ ଦ୍ଵାରା ପ୍ରକୃତ ବସ୍ତୁକୁ ଅପ୍ରକୃତ ବସ୍ତୁରୂପେ ସମ୍ଭାବନା କରାଯାଏ, ସେଠାରେ ବାତ୍କ୍ଷା ଅଳଙ୍କାର ହୋଇଥାଏ ।
ଉଦାହରଣ :
“ଚୁମ୍ବି ଚରଣକୁ ଚିକୁରରାଜି ଦୋଳେ ଚରମେ
ମଦନ କେତନ ଉଡ଼ଇ କିବା ଶୋଭା ଆଶ୍ରମେ ।” (ଚନ୍ଦ୍ରଭାଗା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ପ୍ରକୃତିବସ୍ତୁ (ନାୟିକା ଚନ୍ଦ୍ରଭାଗା)ର ଚିକୁରରାଜି (ପୃଷ୍ଠଦେଶ)କୁ ଶୋଭାଶ୍ରମ ରୂପେ ସମ୍ଭାବନା କରାଯାଇଥିବାରୁ ଏବଂ ବାତ୍ୟେକ୍ଷା ଅଳଙ୍କାର ହୋଇଛି ।
(୨) ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର : ଯେଉଁଠାରେ ବାଚକ ଶବ୍ଦ ଉହ୍ୟ ରହି ପ୍ରକୃତ ବସ୍ତୁକୁ ଅପ୍ରକୃତ ବସ୍ତୁରୂପେ ସମ୍ଭାବନା କରାଯାଇଥାଏ, ସେଠାରେ ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ।
ଉଦାହରଣ :
“ନ ହେଲେ ଏ ଘନକୁନ୍ତଳା ଘନ ସହିତ ତାରା
ଖସି ପଡ଼ିବାରୁ ଧରାରେ ବହିଯାଉଛି ଧାରା” (ଚନ୍ଦ୍ରଭାଗା – ରାଧାନାଥ ରାୟ)
ବ୍ୟତିରେକ ଅଳଙ୍କାର :
ଉପମାନଠାରୁ ଉପମେୟର ଆଧିକ୍ୟ ବର୍ଣ୍ଣିତ ହେଲେ ବ୍ୟତିରେକ ଅଳଙ୍କାର ହୁଏ ।
ଉଦାହରଣ :
“ନୀଳମାରେ ବାମା ଚାରୁ କେଶପାଶ
ତୋ ନୀଳ ବୀଚିକି କଲା ଉପହାସ ।” (ଚିଲିକା – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ ଉପମାନ ‘ଚିଲିକାର ନୀଳ ବୀଚି’ ଅପେକ୍ଷା ଉପମେୟ ‘ପଦ୍ମାବତୀଙ୍କ କେଶପାଶ’ର ଆଧ୍ୟା ବର୍ଣ୍ଣିତ ହୋଇଥିବାରୁ ବ୍ୟତିରେକ ଅଳଙ୍କାର ହୋଇଛି ।
ବିଭାବନା ଅଳଙ୍କାର : କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର ହୁଏ ।
ଉଦାହରଣ :
“କେ ବୋଲଇ ମୁହିଁ ଅଟଇ ପୁଳିଶ
ବିନା ମେଘେ ସୃଜି ପାରଇ କୁଳିଶ ।” (ଦରବାର – ରାଧାନାଥ ରାୟ)
ଏହି ଦୃଷ୍ଟାନ୍ତରେ କାରଣ (ମେଘ) ବିନା କାର୍ଯ୍ୟର ଉତ୍ପତ୍ତି (କୁଳିଶ ସୃଜିବା) ବର୍ଣ୍ଣିତ ହେବାରୁ ବିଭାବନା ଅଳଙ୍କାର ହୋଇଛି ।