BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Odisha State Board BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ Important Questions and Answers.

BSE Odisha Class 6 Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ମୂଳତ୍ରାଣ କ’ଣ ? ଏହାର କାର୍ଯ୍ୟ ଲେଖ ।
ଉ –

  • ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ଟୋପିଭଳି ଥ‌ିବା ଅଂଶକୁ ମୂଳତ୍ରାଣ କୁହାଯାଏ ।

Question 2.
ଦୁଇଟି ସମାନ୍ତରାଳ ଶିରାବିନ୍ୟାସ ଓ ଦୁଇଟି ଜାଲକ ଶିରାବିନ୍ୟାସ ପତ୍ରର ଉଦାହରଣ ଦିଅ ।
ଉ –

  • କଦଳୀପତ୍ର ଓ ଧାନ ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ।
  • ଆମ୍ବ ଓ ପଣସ ପତ୍ରରେ ଜାଲକ ଶିରାବିନ୍ୟାସ ଦେଖାଯାଏ ।

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question 3.
ଭଣ୍ଡାର ମୂଳ କ’ଣ ? ଏହାର ଦୁଇଟି ଉଦାହରଣ ଦିଅ ।
ଉ –

  • କେତେକ ଉଭିଦର ପ୍ରଧାନମୂଳ ରୂପାନ୍ତରିତ ହୋଇ ଭଣ୍ଡାରମୂଳରେ ପରିଣତ ହୁଏ ।
  • ଦୁଇଟି ଭଣ୍ଡାର ମୂଳର ଉଦାହରଣ ହେଲା – ମୂଳା, ଗାଜର ।

Question 4.
ଆସ୍ଥାନିକ ରୂପାନ୍ତରିତ ମୂଳ କାହାକୁ କୁହାଯାଏ ?
ଉ –

  • ବରଗଛର ଓହଳ ବାହାରି ମାଟି ଭିତରକୁ ଯାଇଥାଏ । ଏହା ବରଗଛକୁ ଟେକିରଖୁଥାଏ । ଏହାକୁ ସ୍ତମ୍ଭମୂଳ କହନ୍ତି ।
  • କିଆଗଛରୁ ବାହାରିଥିବା ମୂଳ କିଆଗଛକୁ ଠେସିରଖେ । ଏହାକୁ ଠେସମୂଳ କୁହାଯାଏ ।
    ଏ ସମସ୍ତ ପ୍ରକାର ମୂଳକୁ ରୂପାନ୍ତରିତ ମୂଳ କୁହାଯାଏ ।

Question 5.
ବୃନ୍ତର ଉପସ୍ଥିତି ଅନୁଯାୟୀ ପତ୍ରକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକର ନାମ ସହ ଉଦାହରଣ ଲେଖ ।
ଉ –

  • ବୃନ୍ତର ଉପସ୍ଥିତି ଅନୁଯାୟୀ ପତ୍ର ଦୁଇପ୍ରକାର; ଯଥା – ସବୃନ୍ତକ ପତ୍ର ଓ ଅବୃନ୍ତକ ପତ୍ର ।
  • ଆମ୍ବ ଓ ପଣସ ଗଛର ପତ୍ର ସବୃନ୍ତକ ପତ୍ର ଏବଂ ରଙ୍ଗଣୀ ଗଛର ପତ୍ର ଅବୃନ୍ତକ ପତ୍ର ।

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question 6.
କଖାରୁ କାଣ୍ଡକୁ ଦୁର୍ବଳ କାଣ୍ଡ କାହିଁକି କୁହାଯାଏ ?
ଉ –

  • କଖାରୁ ଏକ ଲତାଜାତୀୟ ଉଭିଦ ଓ ଏହାର କାଣ୍ଡ ସରୁ ଓ ନରମ ।
  • ତେଣୁ କଖାରୁଗଛ ସିଧା ଭୂମି ଉପରେ ଠିଆହୋଇପାରେ ନାହିଁ ଓ ଆକର୍ଷୀ ସହାୟତାରେ ଗୁଡ଼ାଇହୋଇ ଉଠେ । ତେଣୁ କଖାରୁ କାଣ୍ଡକୁ ଦୁର୍ବଳ କାଣ୍ଡ କୁହାଯାଏ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ମୂଳତ୍ରାଣ ଓ ମୂଳଲୋମ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 1

Question 2.
ମୌଳିକ ପତ୍ର ଓ ଯୌଗିକ ପତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 2

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question 3.
କାଣ୍ଡର ବିଭିନ୍ନ ଅଂଶ ବିଷୟରେ ଆଲୋଚନା କର ।
ଉ –

  • କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ, ତାହାକୁ ଗଣ୍ଠି କହନ୍ତି ।
  • ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
  • ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସେହିଠାରେ କାଣ୍ଡ ଓ ପତ୍ରର ମଧ୍ୟବର୍ତ୍ତୀ ସ୍ଥାନକୁ କକ୍ଷ କହନ୍ତି । ଏହି କକ୍ଷରେ କଢ଼ି ବା କଳିକା ଥାଏ ।
  • ଏହି କକ୍ଷ କଳିକାଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି ।

Question 4.
ଚିତ୍ରସହ ଗୋଟିଏ କୃଷ୍ଣଚୂଡ଼ା ଫୁଲର ବିଭିନ୍ନ ଅଂଶର ନାମ ଲେଖୁ କାର୍ଯ୍ୟ ବର୍ଣ୍ଣନା କର ।
ଉ –
କୃଷ୍ଣଚୂଡ଼ା ଫୁଲର ଗୋଟିଏ ବୃନ୍ତ ଅଛି । ବୃନ୍ତବ୍ୟତୀତ ଫୁଲର ଆଉ ଚାରିପ୍ରକାର ଅଂଶ ଥାଏ । ସେଗୁଡ଼ିକ ହେଉଛି-ବୃତ୍ତିଚକ୍ର, ପାଖୁଡ଼ା ବା ଦଳଚକ୍ର, ପୁଂକେଶର ଓ ଗର୍ଭକେଶର ।
ବୃତ୍ତିଚକ୍ର – ଫୁଲଟି କଢ଼ ଅବସ୍ଥାରେ ଥିଲେ ବୃଭିଚକ୍ର ହିଁ ବାହାରକୁ ଦେଖାଯାଏ । ତେଣୁ ଏହାକୁ ପ୍ରଥମ ଚକ୍ର କୁହାଯାଏ ।
ଦଳଚକ୍ର – କଢ଼ ବଡ଼ ହେଲାପରେ ଦଳଚକ୍ର ଦେଖାଯାଏ । ପୁଂକେଶର ଚକ୍ର ଚାରିପାଖରେ ଦଳଚକ୍ର ଘେରିରହିଥାଏ । ଏଥ‌ିରେ ପାଞ୍ଚଟି ଦଳ ବା ପାଖୁଡ଼ା ଥାଏ । ଦଳଚକ୍ରକୁ ବୃତ୍ତିଚକ୍ର ଘେରିରହିଥାଏ । ଏହା ରଙ୍ଗୀନ ହୋଇଥିବାରୁ ଫୁଲଟି ସୁନ୍ଦର ଦେଖାଯାଏ ।
ପୁଂକେଶର ଚକ୍ର – କୃଷ୍ଣଚୂଡ଼ା ଫୁଲର ଭିତରକୁ ଗର୍ଭଚକ୍ର ଥାଏ । ଗର୍ଭଚକ୍ରକୁ ଘେରିରହିଥାଏ ପୁଂକେଶର ଚକ୍ର । ଏଥ‌ିରେ ଦଶଟି ପୁଂକେଶର ଅଛି । ଫୁଲର ପ୍ରତ୍ୟେକ ପୁଂକେଶରରେ ଗୋଟିଏ ଦଣ୍ଡ ଓ ତା’ ଅଗରେ ଗୋଟିଏ ପରାଗପେଟିକା ଥାଏ । ପରାଗପେଟିକାରେ ପରାଗ ପୂର୍ଣ୍ଣହୋଇ ରହିଥାଏ ।
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 3
ଗର୍ଭକେଶର ଚକ୍ର – ଫୁଲର ଭିତରକୁ ଥ‌ିବା ଗର୍ଭଚକ୍ର ଗୋଟିଏ ଗର୍ଭକେଶରକୁ ନେଇ ଗଠିତ । ପ୍ରତି ଗର୍ଭାଶର ଅଗ୍ରଭାଗରେ ଗର୍ଭଶୀର୍ଷ, ମଧ୍ୟଭାଗରେ ଗର୍ଭଦଣ୍ଡ ଏବଂ ତଳ ଭାଗରେ ଗର୍ଭଶୟ ଥାଏ । ପାକଳ ପରାଗ ପରିପକ୍ବ ଗର୍ଭଶୀର୍ଷରେ ପଡ଼ିଲେ ପରାଗ ସଙ୍ଗମ ହୁଏ । ପରାଗସଙ୍ଗମର କିଛିଦିନ ପରେ ଗର୍ଭାଶୟଟି ଫଳରେ ପରିଣତ ହୁଏ । ଗର୍ଭାଶୟ ମଧ୍ଯରେ ଗୋଟିଏ ବା ଗୁଡ଼ିଏ ଡିମ୍ବକୋଷ ରହିଥା’ନ୍ତି । ଫଳ ମଧ୍ୟରେ ଏଗୁଡ଼ିକ ବୀଜରେ ପରିଣତ ହୁଅନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ମୂଳର ଅଗ୍ରଭାଗରେ ଥିବା ଅତିକ୍ଷୁଦ୍ର ଟୋପିଭଳି ଅଂଶକୁ ………………. କୁହାଯାଏ ।
(ଖ) ଆଖୁ ଗଛର ଦୁଇଗଣ୍ଠି ମଧ୍ୟରେ ଥ‌ିବା ଅଂଶକୁ ………………. କୁହାଯାଏ ।
(ଗ) କଲରା, କଖାରୁ, ପୋଇ ଆଦି ଗଛର କାଣ୍ଡ ……………… କୁହାଯାଏ ।
(ଙ) ଧାନ ଗଛ ପତ୍ରରେ …………….. ଶିରାବିନ୍ୟାସ ହୋଇଥାଏ ।
(ଚ) ସାରୁ ଓ ଓଲୁଅ ଉଭିଦର …………. ।
(ଛ) ମୂଳା ଓ ଗାଜର ଉଦ୍ଭଦର …………. ।
(ଜ) କଖାରୁ ଗଛର ଆକର୍ଷୀ ଗଛର …………. ।
(ଝ) କିଆ ଗଛର କାଣ୍ଡରୁ ବାହାରିଥ‌ିବା ଚେରକୁ …………… ମୂଳ କୁହାଯାଏ ।
(ଞ) ………… ଓ ………… କୁ ଉଭିଦର ଜନନ ଅଙ୍ଗ କୁହାଯାଏ ।
ଉ –
(କ) ମୂଳତ୍ରାଣ
(ଖ) ପବ
(ଗ) ଦୁର୍ବଳ
(ଙ) ପତ୍ରକ
(ଚ) ରୂପାନ୍ତରିତ କାଣ୍ଡ
(ଛ) ରୂପାନ୍ତରିତ ମୂଳ
(ଜ) ରୂପାନ୍ତରିତ କାଣ୍ଡ
(ଝ) ଠେସ
(ଞ) ଫୁଲ, ଫଳ

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଉଦ୍ଭଦ ମୂଳରେ ଥ‌ିବା କେଉଁ ଅଂଶ ମାଟିରୁ ଜଳ ଶୋଷଣ କରେ ?
(i) ଶାଖାଚେର
(ii) ପ୍ରଶାଖାଚେର
(iii) ମୂଳତ୍ରାଣ
(iv) ମୂଳଲୋମ
ଉ –
(କ) ମୂଳଲୋମ

(ଖ) ଅମୃତଭଣ୍ଡାର ପତ୍ର କେଉଁ ପ୍ରକାର ପତ୍ର ?
(i) ସରଳ
(ii) ଜଟିଳ
(iii) ମୌଳିକ
(iv) ଯୌଗିକ
ଉ –
(ଖ) ମୌଳିକ

(ଗ) ନିମ୍ନଲିଖ ମଧ୍ୟରୁ କେଉଁ ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ?
(i) ଅମୃତଭଣ୍ଡା
(ii) କଖାରୁ
(iii) କଦଳୀପତ୍ର
(iv) କଲରା
ଉ –
(ଗ) କବଳୀପତ୍ର

(ଘ) ଫୁଲର ତୃତୀୟ ଚକ୍ରକୁ କ’ଣ କୁହାଯାଏ
(i) ପୁଂକେଶର
(ii) ଗର୍ଭକେଶର
(iii) ବୃରିମଣ୍ଡଳ
(iv) ଦଳମଣ୍ଡଳ
ଉ –
(ଘ) ପୁଂ-କେଶର

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

(ଙ) ନିମ୍ନଲିଖ ମଧ୍ୟରୁ କେଉଁଟି ରୂପାନ୍ତରିତ ମୂଳ ?
(i) ଆଳୁ
(ii) ପିଆଜ
(iii) ଗାଜର
(iv) ଅଦା
ଉ –
(ଡ) ଅବା

Question 3.
ବାମ ପାର୍ଶ୍ବର ଶବ୍ଦଦ୍ୱୟର ସମ୍ପର୍କକୁ ଦେଖ୍ ଦକ୍ଷିଣ ପାର୍ଶ୍ବର ଶବ୍ଦ ସହିତ ଖାପଖାଇଥ‌ିବା ଶବ୍ଦକୁ (?) ଚିହ୍ନ ସ୍ଥାନରେ ଲେଖ ।

(କ) ସପ୍ତଫେଣୀ ଗଛର କଣ୍ଟା : ରୂପାନ୍ତରିତ ପତ୍ର :: ହଳଦୀ : (?) ।
(ଖ) ଅଦା : ରୂପାନ୍ତରିତ କାଣ୍ଡ :: ସାଲଗମ୍ : (?) ।
(ଗ) ଶିମ୍ବ : ଯୌଗିକ ପତ୍ର :: ଆମ୍ବ : (?)
(ଘ) ଅମୃତଭଣ୍ଡା ପତ୍ର : ଜାଲକ ଶିରା ବିନ୍ୟାସ :: କଦଳୀପତ୍ର : (?) ।
(ଙ) ପଣସ : ମୌଳିକ ପତ୍ର :: ନିମ୍ବ : (?) ।
(ଚ) ପୋଇ : ଦୁର୍ବଳ କାଣ୍ଡ :: ବାଇଗଣ : (?) ।
(ଛ) କିଆ : ଠେସମୂଳ :: ବରଗଛର ଓହଳ : (?) ।
(ଜ) ଫୁଲର ପ୍ରଥମ ଚକ୍ର : ବୃତ୍ତିଚକ୍ର :: ଦ୍ଵିତୀୟ ଚକ୍ର : (?) ।
ଉ –
(କ) ରୂପାନ୍ତରିତ କାଣ୍ଡ
(ଖ) ରୂପାନ୍ତରିତ ମୂଳ
(ଗ) ମୌଳିକ ପତ୍ର
(ଘ) ସମାନ୍ତରାଳ ଶିରାବିନ୍ୟାସ
(ଙ) ଯୌଗିକ ପତ୍ର
(ଚ) ସବଳ କାଣ୍ଡ
(ଛ) ସ୍ତମ୍ଭ ମୂଳ
(ଜ) ଦଳଚକ୍ର

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଅଦା ଏକ ରୂପାନ୍ତରିତ ମୂଳତ୍ରାଣ ।
(ଖ) ଡିମ୍ବକୋଷ ଗର୍ଭାଶୟରେ ପରିଣତ ହୁଏ ।
(ଗ) ପତ୍ରର ଓସାରିଆ ଅଂଶକୁ କକ୍ଷକଳିକା କହନ୍ତି ।
(ଘ) ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ନାଭିସୂତ୍ର କହନ୍ତି ।
(ଙ) ପୋଇର କାଣ୍ଡ ସବଳ ।
ଉ –
(କ) ଅଦା ଏକ ରୂପାନ୍ତରିତ କାଣ୍ଡ ।
(ଖ) ଡିମ୍ବକୋଷ ବୀଜରେ ପରିଣତ ହୁଏ ।
(ଗ) ପତ୍ରର ଓସାରିଆ ଅଂଶକୁ ଫଳକ କହନ୍ତି ।
(ଘ) ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
(ଙ) ବାଉଁଶର କାଣ୍ଡ ସବଳ ।

Question 5.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ଉଦ୍ଭଦର ମୂଳ ମାଟି ଭିତରେ ଥାଏ । (✓)
(ଖ) କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରି ଥାଏ, ତାହାକୁ ପବ କୁହାଯାଏ । (✗)
(ଗ) ପୋଇର କାଣ୍ଡ ସବଳ କାଣ୍ଡ । (✗)
(ଘ) ଅଦା ଏକ ରୂପାନ୍ତରିତ କାଣ୍ଡ । (✓)
(ଙ) ମୂଳା ଓ ଗାଜର ଉଭିଦର ଗୁଚ୍ଛମୂଳ । (✗)
(ଚ) ଧାନର ମୂଳ ରୂପାନ୍ତରିତ ମୂଳ । (✗)
(ଛ) ଅମୃତଭଣ୍ଡାର ପତ୍ର ଯୌଗିକ ପତ୍ର । (✗)

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 4
ଉ –
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 5

BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

(ଖ)
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 6
ଉ –
BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 7

Leave a Comment