Odisha State Board CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ Textbook Exercise Questions and Answers.
+2 2nd Year Odia Optional Chapter 5 ତାକୁ କିଏ ବୋଲୁଥାଇ ଗୋ Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question ୧।
କାକ କୋଳରେ କାହା ଭଳି ଗୋପନାରୀ କୃଷ୍ଣଙ୍କ ପାଳିଥିଲେ ?
(କ) ଶୁକ
(ଖ) ଶାରୀ
(ଗ) ପିକ
(ଘ) କପୋତ
ଉ –
(ଗ) ପିକ
Question ୨ ।
ପୋଷନ୍ତା ଥଳକୁ ଛାଡ଼ି କୃଷ୍ଣ କେଉଁଠି ରହିଲେ ?
(କ) ଗୋପ
(ଖ) ବୃନ୍ଦାବନ
(ଗ) ଦ୍ଵାରକା
(ଘ) ମଥୁରା
ଉ –
(ଘ) ମଥୁରା
Question ୩ ।
ବର ବେଶ ଧରି କିଏ ଆସି ଲଜ୍ଜାରେ ଫେରିଗଲା ?
(କ) ଜଳନ୍ଧର
(ଖ) ଶିଶୁପାଳ
(ଗ) ବୈଲୋଚନ
(ଘ) ବାଳି
ଉ –
(ଖ) ଶିଶୁପାଳ
Question ୪ ।
କୃଷ୍ଣ କୂଟ କରି କାହାର ଚୁଟି ଉପାଡ଼ିଥିଲେ ?
(କ) ରାବଣ
(ଖ) ବୈଲୋଚନ
(ଗ) ବଳି
(ଘ) ବାଳୀ
ଉ –
(ଖ) ବୈଲୋଚନ
Question ୫ ।
ବିନା ଦୋଷରେ ବାଳିକୁ କିଏ ବିନାଶ କରିଥିଲେ ?
(କ) ସୁଗ୍ରୀବ
(ଖ) ହନୁମାନ
(ଗ) ରାମ
(ଘ) ଲକ୍ଷ୍ମଣ
ଉ –
(ଗ) ରାମ
Question ୬ |
ବାମନ ବଳିକୁ କେଉଁଠାକୁ ପ୍ରେରଣ କରିଥିଲେ ?
(କ) ସ୍ୱର୍ଗପୁରକୁ
(ଖ) ମର୍ତ୍ତ୍ୟପୁରକୁ
(ଗ) ପାତାଳପୁରକୁ
(ଘ) କୈଳାସପୁରକୁ
ଉ –
(ଖ) ମର୍ତ୍ତ୍ୟପୁରକୁ
Question ୭ ।
ଜଳନ୍ଧର ସ୍ତ୍ରୀର ସତୀତ୍ଵ କିଏ ହରଣ କରିଥିଲେ ?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ବିଷ୍ଣୁ
(ଘ) ଇନ୍ଦ୍ର
ଉ –
(ଗ) ବିଷ୍ଣୁ
Question ୮ |
ଜଳନ୍ଧରକୁ କିଏ ବଧ କରିଥିଲେ ?
(କ) ରାମ
(ଖ) ବିଷ୍ଣ
(ଗ) ହର
(ଘ) ବ୍ରହ୍ମା
ଉ –
(ଗ) ହର
Question ୯।
ବେଲାଳସେନ କାହାର ପୁତ୍ର ?
(କ) ଯୁଧ୍ର
(ଖ) ଭୀମ
(ଗ) ଅର୍ଜୁନ
(ଘ) ସହଦେବ
ଉ –
(ଖ) ଭୀମ
Question ୧୦ ।
ଗୁରୁ ଦ୍ରୋଣଙ୍କୁ କିଏ ବଧ କରିଥିଲେ ?
(କ) ଅର୍ଜୁନ
(ଖ) ଭୀମ
(ଗ) କୃଷ୍ଣ
(ଘ) ଧୃଷ୍ଟଦ୍ୟୁମ୍ନ
ଉ –
(ଘ) ଧୃଷ୍ଟଦ୍ୟୁମ୍ନ
Question ୧୧ ।
ଦ୍ରୋଣଙ୍କୁ ମାରିବାପାଇଁ ଧୃଷ୍ଟଦ୍ୟୁମ୍ନଙ୍କୁ କିଏ ଆଖୁ ଠାରିଥିଲେ ?
(କ) ଯୁକ୍ଷିର
(ଖ) ଦ୍ରୁପଦ
(ଗ) ଅର୍ଜୁନ
(ଘ) କୃଷ୍ଣ
ଉ –
(ଘ) କୃଷ୍ଣ
Question ୧୨ ।
ରାସ ମଣ୍ଡଳରୁ କାହାର ଭୁଜ ଧରି କୃଷ୍ଣ ଘେନି ଯାଇଥିଲେ ?
(କ) ରାଧା
(ଖ) ବିଶାଖା
(ଗ) ଲଳିତା
(ଘ) ବ୍ରଜଦେବୀ
ଉ –
(ଘ) ବ୍ରଜଦେବୀ
Question ୧୩ ।
କାହାକୁ କୁଶ ମୁନ ଭୁଷି କୃଷ୍ଣ କଣା କରିଥିଲେ ?
(କ) ବଳି
(ଖ) ଶୁକ୍ର
(ଗ) ବୈଲୋଚନ
(ଘ) ଜଳ
ଉ –
(ଖ) ଶୁକ୍ର
Question ୧୪ ।
ଗୋରୁହତ୍ୟା ଦୋଷ କାହାକୁ ଲାଗିଥିଲା ?
(କ) ବ୍ରହ୍ମା
(ଖ) ବିଷ୍ଣୁ
(ଗ) ମହେଶ
(ଘ) ଇନ୍ଦ୍ର
ଉ –
(ଗ) ମହେଶ
Question ୧୫ ।
କିଏ ଷଣ୍ଢାସୁରକୁ କୌତୁକରେ ମାରିଥିଲେ ?
(କ) ସୂର୍ଯ୍ୟ
(ଖ) ଇନ୍ଦ୍ର
(ଗ) ଶିବ
(ଘ) କୃଷ୍ଣ
ଉ
(ଘ) କୃଷ୍ଣ
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧ ।
କାକ କୋଳରେ ପିକ ପରି କିଏ କାହାକୁ ପାଳନ କରିଥିଲେ ?
ଉ –
କାକ କୋଳରେ ପିକ ପରି ଶ୍ରୀକୃଷ୍ଣ ନନ୍ଦ ଯଶୋଦା ଓ ରୋଗୀମାନଙ୍କଦ୍ଵାରା ପାଳିତ ହୋଇଥିଲା ।
Question ୨ ।
ମାମୁ ଓ ଭଣଜା ଏଠାରେ କାହା କାହାକୁ କୁହାଯାଇଛି ?
ଉ –
ମଥୁରାରାଜା କଂସାସୁରଙ୍କୁ ମାମୁ ଓ ଦେବକୀପୁତ୍ର ଶ୍ରୀକୃଷ୍ଣଙ୍କୁ ଭଣଜା ଭାବରେ ପୁରାଣରେ ବର୍ଣ୍ଣନା କରାଯାଇଛି ।
Question ୩।
ଶିଶୁପାଳ ବିବାହ ନ କରି କାହିଁକି ଫେରିଗଲା ?
ଉ –
ଶିଶୁପାଳଙ୍କ ଭାବିପତ୍ନୀ ରୁକ୍ମିଣୀଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେବୀମନ୍ଦିରରୁ ଅପହରଣ କରିନେଇଥିବାରୁ ସେ ବିବାହ ନକରି ଅପମାନିତ ହୋଇ ଫେରିଗଲେ ।
Question ୪।
ସୂର୍ପଣଖା କାହିଁକି ହତଶିରୀ ହେଲା ?
ଉ –
ଶ୍ରୀରାମଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଅଭିଳାଷ ଶୋଷଣ କରିଥିବାରୁ ଅନୁଜ ଲକ୍ଷ୍ମଣ ତାଙ୍କର ନାସା, କର୍ଣ୍ଣ, ଛେଦନ କରି ତାକୁ ହତଶ୍ରୀ କରିଦେଇଥିଲେ ।
Question ୫ ।
କୂଟ କରି କାହାର ଚୁଟି କୃଷ୍ଣ ଉପାଡ଼ିଥିଲେ ?
ଉ –
ମାଳତୀ ରୂପରେ ମୋହିନୀ ମୂର୍ତ୍ତିଧାରଣ କରି ଭଗବାନ ଶ୍ରୀକୃଷ୍ଣ ବୈଲୋଚନର ଆୟୁଷ ଚୁଟି ଉପାଡ଼ି ତାକୁ ବଧ କରିଥିଲେ ।
Question ୬।
ଜନକସୂତାଙ୍କୁ କିଏ କେଉଁଠାରୁ ହରଣ କରିଥିଲା ?
ଉ –
ମଥୁରାରାଜା କଂସାସୁରଙ୍କୁ ମାମୁ ଓ ଦେବକୀପୁତ୍ର ଶ୍ରୀକୃଷ୍ଣଙ୍କୁ ଭଣଜା ଭାବରେ ପୁରାଣରେ ବର୍ଣ୍ଣନା କରାଯାଇଛି ।
Question ୭।
ବାଳିକୁ ଛଳନାରେ କିଏ ବିନାଶ କରିଥିଲେ ?
ଉ –
କିଷ୍କିନ୍ଧ୍ୟା ରାଜ ବାଳିକୁ ଭଗବାନ ଶ୍ରୀରାମଚନ୍ଦ୍ର ବିନାଶ କରିଥିଲେ ।
Question ୮।
ବଳିକୁ କିଏ ଛଳନାରେ କେଉଁଠାକୁ ପ୍ରେରଣ କରିଥିଲେ ?
ଉ –
ଦୈତରାଜ ବଳିକୁ ତିନିପାଦ ଭୂମି ମାଗିବା ଛଳରେ ଭଗବାନ ବାମନ ପାତାଳପୁରୀକୁ ପ୍ରେରଣ କରିଥିଲେ ।
Question ୯ ।
ଜଳନ୍ଧର ବୀର କାହାର ଶାଳକ ଥିଲେ ?
ଉ –
ଜଳନ୍ଧର ବୀର ଶିବଙ୍କ କୋପରୂପକ ଅଗ୍ନିରୁ ସମୁଦ୍ରରୁ ଜନ୍ମ ହୋଇଥିବାରୁ ସାଗରକନ୍ୟା ଲକ୍ଷ୍ମୀଙ୍କର ସାନୁଜ (ସାନଭାଇ) ଓ ଭଗବାନ ବିଷ୍ଣୁଙ୍କର ଶାଳକ ଥିଲେ ।
Question ୧୦ ।
ଜଳନ୍ଧରକୁ କିଏ ବଧ କରିଥିଲେ ?
ଉ –
ଭଗବାନ ବିଷ୍ଣୁଙ୍କ ନିର୍ଦ୍ଦେଶରେ କୈଳାସପତି ମହାଦେବ ଶିବ ଜଳନ୍ଧରକୁ ବଧ କରିଥିଲେ ।
Question ୧୧।
କୃଷ୍ଣଙ୍କର ସୁହୃଦ ବାନ୍ଧବ କିଏ ଥିଲେ ?
ଉ –
ପଞ୍ଚପାଣ୍ଡବମାନେ ଶ୍ରୀକୃଷ୍ଣଙ୍କର ସୁହୃଦ ବାନ୍ଧବ ଥିଲେ ।
Question ୧୨ ।
ବେଲାଳସେନକୁ କିଏ ବଧ କରିଥିଲେ ?
ଉ –
ବେଲାଳସେନକୁ ଭଗବାନ ଶ୍ରୀକୃଷ୍ଣ କପଟରେ ବଧ କରିଥିଲେ ।
Question ୧୩ ।
ବେଲାଳସେନ କାହାର ପୁତ୍ର ଥିଲେ ?
ଉ –
ବେଲାଳସେନା ଭୀମଙ୍କର ପୁତ୍ର ଥିଲେ ।
Question ୧୪ ।
ଗୁରୁ ଦ୍ରୋଣଙ୍କୁ କିଏ ମାରିଥିଲେ ?
ଉ –
ଗୁରୁ ଦ୍ରୋଣଙ୍କୁ ଧୃଷ୍ଟଦ୍ୟୁମ୍ନ ବଧ କରିଥିଲେ ।
Question ୧୫ ।
ଶୁକ୍ରଙ୍କ ଚକ୍ଷୁକୁ କିପରି କୃଷ୍ଣ ନଷ୍ଟ କରିଥିଲେ ?
ଉ –
ବଳିଙ୍କଠାରୁ ଦାନ ଗ୍ରହଣ ସମୟରେ କୀଟ ରୂପରେ କମଣ୍ଡଳୁ ଛିଦ୍ରରେ ଅବସ୍ଥାନ କରିଥିବା ଶୁକ୍ରାଚାର୍ଯ୍ୟଙ୍କ ଚକ୍ଷୁକୁ ଭଗବାନ ବାମନ କୁଶମୁନରେ ବିଦ୍ଧକରି ନଷ୍ଟ କରିଦେଇଥିଲେ ।
Question ୧୬ ।
ଗୋରୁହତ୍ୟା ଦୋଷ କାହାକୁ ଲାଗିଥିଲା ?
ଉ –
ଭଗବାନ ଶଙ୍କର ବେଦମାତା କପିଳା ଗାଈକୁ ତ୍ରିଶୁଳରେ ହତ୍ୟା କରିଥିବାରୁ ସେ ଗୋହତ୍ୟା ପାପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
Question ୧୭ ।
ଗୋପୀମାନେ କେଉଁଠି ଜଳକେଳି କରୁଥିଲେ ?
ଉ –
ଗୋପୀମାନେ ସମୁନାନଦୀରେ ଜଳକେଳି କରୁଥିଲେ ।
(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧।
ଭଣଜା ମାମୁଙ୍କୁ ଜୀବନରେ ମାରିଲେ କାହିଁକି ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଦେବତା ଓ ସାଧୁମାନଙ୍କର ସୁରକ୍ଷା ପାଇଁ ଦେବକୀପୁତ୍ର ଶ୍ରୀକୃଷ୍ଣ ଅତ୍ୟାଚାରୀ କଂସମାମୁଙ୍କୁ ହତ୍ୟା କରିଥିଲେ ।
Question ୨।
ଶିଶୁପାଳ କାହାକୁ ବିବାହ କରିବାକୁ ଆସିଥିଲେ ଓ କାହିଁକି ଫେରିଗଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଭୀଷ୍ମଙ୍କ କନ୍ୟା ରୁକ୍ମିଣୀଙ୍କୁ ବିବାହ କରିବାକୁ ଆସିଥିବା ଶିଶୁପାଳ ଚଣ୍ଡୀ ମନ୍ଦିରରୁ ତାଙ୍କ ଭାବିପତ୍ନୀ ରୁକ୍ମିଣୀଙ୍କର କୃଷ୍ଣଙ୍କଦ୍ବାରା ଅପହରଣ ହୋଇଥିବା ସମ୍ବାଦ ଶୁଣି ଅପମାନିତ ହୋଇ ପେରିଗଲେ ।
Question ୩।
ସୂର୍ପଣଖା କିଏ ଓ ତାକୁ ହତଶିରୀ କଲା କିଏ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ସୂର୍ପଣଖା ଲଙ୍କାଧୂପତି ରାବଣର ଭଗ୍ନୀ । ସେ ଶ୍ରୀରାମଙ୍କର କମନୀୟ ରୂପଶ୍ରୀରେ ମୁଗ୍ଧ ହୋଇ ତାଙ୍କୁ ବିବାହ ଜିଦ୍ କରିବାରୁ ଅନୁଜ ଲକ୍ଷ୍ମଣ ଜ୍ୟେଷ୍ଠଭ୍ରାତାଙ୍କ ନିର୍ଦ୍ଦେଶରେ ତା’ର ନାସା, କଣ୍ଠ ଛେଦନ କରି ତାକୁ ହତଶ୍ରୀ କରିଦେଇଥିଲେ ।
Question ୪ ।
ବୈଲୋଚନର୍ ମୃତ୍ୟୁ କିପରି ହେଲା ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ବିଷ୍ଣୁ ମାଳତୀକନ୍ୟା ରୂପରେ ବୈଲୋଚନକୁ ବଶୀଭୂତ କରି ତା’ର ଆୟୁଷ ଚୁଟି ଉପାଡ଼ି ଦେବାରୁ ତା’ର ମୃତ୍ୟୁ ହୋଇଥିଲା ।
Question ୫।
ସିନ୍ଧୁକୁ କିଏ କାହା ସାହାଯ୍ୟରେ ବାନ୍ଧିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ବାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ଶ୍ରୀରାମଚନ୍ଦ୍ର ବାନରସେନାଙ୍କ ସହାୟତାରେ ସିନ୍ଧୁରେ ସେତୁବନ୍ଧ ସ୍ଥାପନ କରିଥିଲେ ।
Question ୬ ।
ବାମନ କିଏ ଓ ସେ କାହିଁକି ଭିକାରି ହୋଇଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କ ଅଧିକାରୀଙ୍କଦ୍ବାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଅସୁରରାଜା ବଳିଙ୍କୁ ପାତାଳଗାମୀ କରିବାପାଇଁ ଭଗବାନ ବାମନ ଅବତାର ଧାରଣ କରି ତିନିପାଦ ଭୂମି ଭିକ୍ଷା ମାଗିଥିଲେ ।
Question ୭ |
ଜଳନ୍ଧରର ସତୀ ସ୍ତ୍ରୀକୁ କିଏ ହରଣ କରିଥିଲେ ଓ କାହିଁକି ?
ଉ – ‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି କବି ଗୌରଚରଣଙ୍କ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଅସୁରରାଜ ଜଳନ୍ଧରର ଅତ୍ୟାଚାରରୁ ଦେବତାମାନଙ୍କୁ ମୁକ୍ତିଦେବା ନିମନ୍ତେ ଭଗବାନ ବିଷ୍ଣୁ ଜଳନ୍ଧରର
Question ୮ ।
ବେଲାଳସେନକୁ କୃଷ୍ଣ କାହିଁକି ବଧ କରିଥିଲେ ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ବେଲାଳସେନର ଅପୂର୍ବ ବୀରତ୍ଵରେ ଚମତ୍କୃତ ହୋଇ ମହାଭାରତ ଯୁଦ୍ଧକୁ ଅରଞ୍ଜନବ୍ୟାପୀ ବିସ୍ତାରିତ କରିବା ଅଭିପ୍ରାୟରେ ଶ୍ରୀକୃଷ୍ଣ ତା’ର ମୁଣ୍ଡକାଟ କରିଥିଲେ ।
Question ୯ ।
କାହାର ଇଙ୍ଗିତରେ କିଏ ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଥିଲେ ।
Question ୧୦ ।
ଶୁକ୍ରାଚାର୍ଯ୍ୟ କିଏ ? ତାଙ୍କୁ କୁଶ ମୁନରେ କିଏ ଭୁସିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଶୁକ୍ରାଚାର୍ଯ୍ୟ ଦୈତ୍ୟଗୁରୁ ଅଟନ୍ତି ଓ ଭଗବାନ ବାମନ ତାଙ୍କୁ ବଳିଠାରୁ ଦାନଗ୍ରହଣ ସମୟରେ କୁଶମୁନରେ ଭୁସିଥିଲେ ।
Question ୧୧ ।
ଗୋପୀମାନେ କେଉଁଠି ଜଳକେଳି କରୁଥିଲେ ଏବଂ ତାଙ୍କ ବସନ କିଏ ଚୋରାଇ ନେଇଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଗୋପୀମାନେ ଯମୁନା ନଦୀରେ ଜଳକେଳି କରୁଥିଲାବେଳେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କର ବସ୍ତ୍ରହରଣ। କରିଥିଲେ ।
Question ୧୨ ।
କବିତାର ଶେଷରେ କବି ଗୋପୀଗଣଙ୍କ ଉଦ୍ଦେଶ୍ୟରେ କ’ଣ କହିଛନ୍ତି ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । କବିତାର ଶେଷରେ କବି ଗୋପୀମାନଙ୍କୁ ଜଗତର ସ୍ରଷ୍ଟା ମହାମହିମ ଶ୍ରୀକୃଷ୍ଣଙ୍କର ନିନ୍ଦା ନକରିବାପାଇଁ ଉପଦେଶ ପ୍ରଦାନ କରିଛନ୍ତି ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧ ।
କାକ କୋଳେ ପିକ ପାଳିଲା ପରାୟେ ସେବିଥିଲେ ଗୋପନାରୀ ଏହି ପଦଟିର ଅର୍ଥ ବୁଝାଇଦିଅ ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ଶ୍ରୀକୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁତ୍ର ହୋଇ ମଧ୍ୟ ଗୋପପୁରରେ ନନ୍ଦରାଜା ଓ ଯଶୋଦାଙ୍କ ପରିତ୍ୟାଗ କରି ଜନ୍ମଭୂମି ମଥୁରାରେ ଅବସ୍ଥାନ କଲେ । କୋଇଲି ଛୁଆ କାଉ ବସାରେ ଲାଳିତ ପାଳିତ ହୋଇ ପୁନରାୟ କୋଇଲି ପାଖକୁ ପ୍ରତ୍ୟାବର୍ତ୍ତନ କରି ଶ୍ରୀକୃଷ୍ଣଙ୍କର ଗୋପପୁର ପରିବର୍ତ୍ତେ ମଥୁରା ଅବସ୍ଥାନକୁ କବି ତୁଳନା କରିଛନ୍ତି ।
Question ୨ ।
ଚଣ୍ଡୀ ପୁରରୁ କିଏ କନ୍ୟାକୁ କେମିତି ଭଣ୍ଡି ନେଇଗଲା ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଚେଦିରାଜ ଶିଶୁପାଳଙ୍କୁ ବିବାହ କରିବାପାଇଁ ଭୀଷ୍ମଙ୍କ ନନ୍ଦିନୀ ରୁକ୍ମିଣୀ ଚଣ୍ଡୀ ମନ୍ଦିରକୁ ପୂଜା ଛଳରେ ଯାତ୍ରା କରିଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଦ୍ଵାରକା ପତି ଶ୍ରୀକୃଷ୍ଣ ସେହିଠାରୁ ତାଙ୍କୁ ଅପହରଣ କରିନେଇଥିଲେ ।
Question ୩ ।
ବୈଲୋଚନ ବୀରକୁ କେଉଁଭଳି ଭାବରେ କୃଷ୍ଣ ହତ୍ୟା କରିଥିଲେ ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ବୈଲୋଚନ ଅତ୍ୟନ୍ତ ଅତ୍ୟାଚାରୀ ଥିଲା । ସୃଷ୍ଟିର କଲ୍ୟାଣପାଇଁ ଭଗବାନ ମାଳତୀକନ୍ୟା ରୂପ ଧାରଣ କରି ବୈଲୋଚନକୁ ବଶୀଭୂତ କରିଥିଲେ । ସମୟ ଓ ସୁଯୋଗ ପାଇ ତା’ର ଆୟୁଷ ଚୁଟିକୁ ଉପାଡ଼ି ଦେଇଥିଲେ ଯାହା କରିଦେଇଥିଲେ ।
Question ୪।
ବଳି ରାଜାଙ୍କୁ ଛଳନାରେ ବାମନରୂପୀ ବିଷ୍ଣୁ କିପରି ପାତାଳଗାମୀ କରାଇଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ବଳି ରାଜାଙ୍କୁ ବାମନ ମୂର୍ତ୍ତି ଧାରଣ କରି ଭଗବାନ ବିଷ୍ଣୁ ତିନିପାଦ ଭୂମି ଦାନ ମାଗିଥିଲେ । ପ୍ରଥମ ଦୁଇପାଦରେ ସ୍ଵର୍ଗ ଓ ମର୍ତ୍ତ୍ୟକୁ ଦାନରୂପେ ପ୍ରଦାନକଲାପରେ ତୃତୀୟ ପାଦ ନିମନ୍ତେ ସେ ତା’ର ମସ୍ତକକୁ ଦେଖାଇ ଦେଇଥିଲା । ତୃତୀୟ ୟାଙ୍କୁ ତା’ର ମସ୍ତକ ଉପରେ ରଖ୍ ତାକୁ ପାତାଳଗାମୀ କରିଦେଇଥିଲେ ।
Question ୫।
ସତୀ ପତ୍ନୀଙ୍କୁ କିପରି କିଏ ହରଣ କରିଥିଲେ ଏବଂ କାହିଁକି ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ରାକ୍ଷସରାଜ ଜଳନ୍ଧର ତ୍ରିପୁର ବିଜୟୀ ଥିଲା । ତା’ର ଅତ୍ୟାଚାରରେ ଦେବତାମାନେ ଅତିଷ୍ଠ ହୋଇପଡ଼ିଥିଲେ । ଜଳନ୍ଧର ପତ୍ନୀ ବୃନ୍ଦାବତୀଙ୍କ ସ୍ଵଧର୍ମନେଇ ଜଳନ୍ଧରର ଦୁର୍ଜୟ ଓ ଖୁବ୍ ଶକ୍ତିଶାଳୀ ଥିଲା । ଭଗବାନ ବିଷ୍ଣୁ ଦେବଗଣଙ୍କ ସୁରକ୍ଷାପାଇଁ ଛଦ୍ମବେଶରେ ଜଳନ୍ଧର ରୂପ ଧାରଣ କରି ତା’ର ସତୀ-ସ୍ୱାଧୀ ପତ୍ନୀର ସ୍ଵଧର୍ମ ନଷ୍ଟ କରିଦେଇଥିଲେ । ଫଳରେ ଜଳନ୍ଧର ଅନାୟାସରେ କୈଳାସପତି ଶିବଙ୍କଦ୍ଵାରା ନିଧନ ହୋଇଥିଲେ ।
Question ୬ |
ବେଲାଳସେନ ବିଷୟରେ ଯାହାଜାଣ ଲେଖ ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଭୀମପୁତ୍ର ବେଲାଳସେନ ଅତ୍ୟନ୍ତ ବଳଶାଳୀ ଓ ଦୁର୍ଜୟ ବୀର ଥିଲା । ସେ ଅପରଦିନ ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ପରିସମାପ୍ତି କରିଦେଇ ବିଜୟୀ ହୋଇପାରିଥାନ୍ତା; ମାତ୍ର ଶ୍ରୀକୃଷ୍ଣ ମହାଭାରତକୁ ଅଠରଦିନ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିବାପାଇଁ କପଟ ଆଚରଣ କରି ବେଲାଳସେନର ମୁଣ୍ଡକାଟ କରାଇଥିଲେ ।
Question ୭ |
ଧୃଷ୍ଟଦ୍ୟୁମ୍ନ ଗୁରୁ ଦ୍ରୋଣଙ୍କୁ କାହିଁକି ବଧ କରିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଧୃଷ୍ଟଦ୍ୟୁମ୍ନଙ୍କ ପିତା ପାଞ୍ଚାଳରାଜ ଦ୍ରୁପଦ ଓ ଦ୍ରୋଣଙ୍କ ମଧ୍ୟରେ ପ୍ରବଳ ଶତ୍ରୁତା ଥିଲା। ମହାଭାରତ ଯୁଦ୍ଧରେ ଗୁରୁ ଦ୍ରୋଣ ଦ୍ରୁପଦଙ୍କୁ ନିଧନ କରିଥିବାରୁ ନିଜ ପିତୃହତ୍ୟାର ପ୍ରତିଶୋଧ ନେବାପାଇଁ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ସଂଜ୍ଞାହୀନ ଗୁରୁ ଦ୍ରୋଣଙ୍କୁ ବଧ କରିଥିଲେ ।
Question ୮।
ବ୍ରଜଦେବୀ କିଏ ଏବଂ ତାଙ୍କୁ କୃଷ୍ଣ ରାସ ମଣ୍ଡଳୀରୁ ନେଇ କ’ଣ କରିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କାନ୍ଧରେ ବସାଇ ନେଇଯାଇଥିବା ସମୟରେ ସେ ନିଜକୁ ଅନ୍ୟମାନଙ୍କଠାରୁ ଭାଗ୍ୟବତୀ ମନେକରି ଗର୍ବ କରିଥିଲେ । ଫଳରେ ‘ଗର୍ବଗଞ୍ଜନ’ ହରି ତାଙ୍କୁ କାନ୍ଧରୁ ନିର୍ଜନ ବନରେ ନିକ୍ଷେପ କରି ଅସହାୟ ଅବସ୍ଥାରେ ପରିତ୍ୟାଗ କରିଥିଲେ ।
Question ୯।
ଶୁକ୍ରାଚାର୍ଯ୍ୟଙ୍କୁ କେଉଁ ଉଦ୍ଦେଶ୍ୟରେ ବାମନ ରୂପୀ ବିଷ୍ଣୁ କଣା କରି ଦେଇଥଳେ ?
ଉ –
‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ ଅବସ୍ଥାନ କରି ଦାନର ସଂକଳକୁ ପ୍ରତିରୋଧ କରିଥିଲେ । କମଣ୍ଡଳୁରୁ ଜଳସ୍ରୋତ ବନ୍ଦ ହୋଇଯିବାରୁ ସଂକଳ୍ପରେ ବାଧା ସୃଷ୍ଟି ହେଲା । ଶୁକ୍ରାଚାର୍ଯ୍ୟଙ୍କ ଚକ୍ରାନ୍ତ ବୁଝିପାରି ଭଗବାନ୍ ବାମନ କୁଶମୁନରେ ଭୁସିଦେଇ ତାଙ୍କୁ କଣା କରିଦେଲେ ।
Question ୧୦ ।
ଈଶ୍ବରଙ୍କୁ ଗୋରୁହତ୍ୟା ଦୋଷ କାହିଁକି ଲାଗିଥିଲା ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାକାରୀଙ୍କର ଏକ ଭକ୍ତିରସାତ୍ମକ ଭକ୍ଷଣ କରି ଦେଇଥିଲେ । ମହାଦେବ ଶିବ ଏହି ସାମାନ୍ୟ ଦୋଷରେ କ୍ରୋଧାନ୍ଵିତ ହୋଇ ତ୍ରିଶୂଳ ପ୍ରୟୋଗ କରି କୈଳାସ ପରିତ୍ୟାଗ କରିଥିଲେ ।
(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧।
“ତାଙ୍କୁ କିଏ ବୋଲୁଥାଇ ଗୋ” କବିତାର ମୂଲ୍ୟାୟନ କର ।
କିମ୍ବା, ପଠିତ କବିତାର ବୈଶିଷ୍ଟ୍ୟ ପ୍ରତିପାଦନ କର ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଉକ୍ତ କବିତାରେ କବି ନିଜର ଇଷ୍ଟ ଓ ଆରାଧ୍ୟାଙ୍କର ବିଭିନ୍ନ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ନଦୀର ଧାରା ଉପଧାରାକୁ ଶୁଷ୍କ ବାଲୁକାରାଶି ପରି ପ୍ରତୀତ ହେଉଥିଲେ ହେଁ ତା’ର ଅଭ୍ୟନ୍ତରରେ ସ୍ନିଗ୍ଧ ବାରି ସମସ୍ତଙ୍କପାଇଁ ଶାନ୍ତିଦାୟକ ହୋଇଥାଏ । ସେହିପରି ଭଗବାନଙ୍କର ପ୍ରତ୍ୟେକ ନିଷ୍ଠୁରତାର ଅନ୍ତରାଳରେ କରୁଣାର ଦିବ୍ୟସ୍ରୋତ ସତତ ପ୍ରବାହିତ ।
ଭକ୍ତିମାର୍ଗରେ ଭକ୍ତ ଭଗବାନଙ୍କଠାରେ ରାଗ, ଅଭିମାନ, ଛଳୋକ୍ତି ଓ କଟୂକ୍ତି ମାଧ୍ୟମରେ ତାଙ୍କର ମହିମାଗାନ କରିଥାଏ । ଭକ୍ତକବି ଦୀନକୃଷ୍ଣ ଦାସ ଜଗନ୍ନାଥଙ୍କୁ, “ସର୍ପଜଣାଣ” ରେ “କାଳସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି” ବୋଲି କଟୂକ୍ତି ପ୍ରୟୋଗ କରିଥିଲେ । ସେହିପରି କବି ଗୌରଚରଣ ପଠିତ କବିତାରେ ଭଗବାନଙ୍କର ‘ପରମ ଦୟାଳୁ’ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି –
“ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାକୁ ହରି” ।
କ୍ରମାନ୍ୱୟରେ ସେ ପ୍ରିୟ ଠାକୁରଙ୍କର ବିଭିନ୍ନ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଙ୍କର କରୁଣା ସାଗର ନାମରେ ବ୍ୟଙ୍ଗୋକ୍ତି ବା ସାଟାୟାର ପ୍ରୟୋଗ କରିଛନ୍ତି । ପ୍ରଥମରେ ଭଣଜା ହୋଇ ସେ ମାମୁଙ୍କର ହତ୍ୟା କରିଥିଲେ । କୋଇଲି ଛୁଆ ବଡ଼ ହୋଇ କାଉବସା ଛାଡ଼ି ନିଜର ମା’ଙ୍କ ପାଖକୁ ଚାଲିଗଲା ପରି ଛାଡ଼ି ପଳାଇଲେ ରହିଲେ ମଥୁରା ପୁରୀ’’ ବୋଲି ଉଲ୍ଲେଖ । ରୁକ୍ମିଣୀଙ୍କୁ ବିବାହକରି ନିଜର ମାଉସୀପୁଅ ଭାଇ ଚେଦିରାଜ ଶିଶୁପାଳର ଅପମାନ କରିଛନ୍ତି । ସୂର୍ପଣଖାର ଅନାବିଳ ପ୍ରେମରେ ବିଶ୍ୱାସଘାତକତା କରି ଭାଇ ଲକ୍ଷ୍ମଣଙ୍କଦ୍ବାରା ତା’ର ନାକ, କାନ କାଟି ତାକୁ ହତଶ୍ରୀ କରିଛନ୍ତି । ମାଳତୀ କନ୍ୟାରୂପେ ବୈଲୋଚନରେ ମନୋହରଣ କରି ତା’ର ଆୟୁଷ ଚୁଟିକୁ କାଟି ତାକୁ ମୃତ୍ୟୁପଥକୁ ପ୍ରେରଣ କରିଛନ୍ତି ।
କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କବି ଜନକନନ୍ଦିନୀ ସୀତା ହରଣ ପରେ ବିନା କାରଣରେ ବାଳିକୁ ମାରିବା ଓ ସମୁଦ୍ରରେ ସେତୁ ବାନ୍ଧିବା କାର୍ଯ୍ୟ ଉପରେ ଭକ୍ତକବି ଶ୍ରୀରାମଙ୍କୁ ସମାଲୋଚନା କରିଛନ୍ତି । ସେହିପରି ବାଳିକୁ ପାତାଳରେ ଚାପିବା, ଶୁକ୍ରାଚାର୍ଯ୍ୟଙ୍କର ଚକ୍ଷୁ କଣା କରିବା, ସୁହୃଦ ଶାଳକ ଜଳନ୍ଧର ସହ ବିଶ୍ଵାସଘାତକତା ଆଚରଣ କରି ତା’ର ମୃତ୍ୟୁର କାରଣ ହେବା ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ବିନାଶ ପାଇଁ ଧୃଷ୍ଟଦ୍ୟୁମ୍ନଙ୍କୁ ଇଙ୍ଗିତ କରିବା ପ୍ରଭୃତି କାର୍ଯ୍ୟକୁ କବି ଭଗବାନଙ୍କର ହୃଦୟହୀନତା ଓ ଅନ୍ୟାୟ ଆଚରଣ ରୂପେ ଚିତ୍ରଣ କରି ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
କବିତାର ଶେଷ ପର୍ଯ୍ୟାୟରେ ବ୍ରଜଦେବୀକୁ ଅନ୍ୟାୟ ଭାବରେ ପ୍ରତ୍ୟାଖ୍ୟାନ କରିବା, ଷାଣ୍ଟାସୁରକୁ ମାରି ଗୋହତ୍ୟା ପାପରେ ଭାଗୀଦାର ନହେବା ଏବଂ ଗୋପୀମାଙ୍କର ବସ୍ତ୍ରହରଣ କରିବା ପ୍ରଭୃତି ଶ୍ରୀକୃଷ୍ଣଙ୍କର ନିନ୍ଦନୀୟ କାର୍ଯ୍ୟକଳାପ ଉପରେ କବି ଆଲୋକପାତ କରିଛନ୍ତି ।
ମାତ୍ର କବିତାଟିର ଉପସଂହାରରେ କବି ବାସ୍ତବ ସତ୍ୟକୁ ଉନ୍ମୋଚନ କରିଛନ୍ତି । ଗୋପୀମାନଙ୍କୁ ଭଗବାନଙ୍କ ନିନ୍ଦା ନକରିବାପାଇଁ ନିବେଦନ କରିବା ସହ “ଜଗତ ଯାକର ପ୍ରଭୁ ସେ ଅଟନ୍ତି ମହାମହିମା ତାଙ୍କରି” ବୋଲି ଈଶ୍ଵରଙ୍କର ଅନ୍ତସ୍ରୋତା ଫଲ୍ଗୁ ନଦୀପରି ଈଶ୍ବରଙ୍କର ବିଧାନ ବଡ଼ ବିଚିତ୍ର । କବି ଏହି ଚିରନ୍ତନୀ ସତ୍ୟକୁ ପଠିତ କବିତାରେ ଉନ୍ମୋରବେଲାଳସେନର ନ କରିଛନ୍ତି । କବିତାଟି “ବ୍ୟାଜସ୍ତୁତି” ଅଳଙ୍କାର ପ୍ରୟୋଗରେ ଚମତ୍କାର ହୋଇପାରିଛି ।
Question ୨ ।
କିମ୍ବା, ଏକ ବ୍ୟଙ୍ଗାରସାତ୍ମକ କବିତା ଭାବରେ ଗୋପୀମାନଙ୍କ ଅଭିମାନ କିପରି କବିତାରେ ପରିସ୍ଫୁଟିତ ହୋଇଛି ବିଶ୍ଳେଷଣ କର ।
ଉ –
‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି ଭକ୍ତକବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଉକ୍ତ ଓ ଭଗବାନଙ୍କ ସମ୍ପର୍କରେ ରାଗ, ଅଭିମାନ, ଥଟ୍ଟା, ପରିହାସ, ନିନ୍ଦା ସ୍ତୁତି ପ୍ରଭୃତି ସମସ୍ତ ପ୍ରକାର ସମ୍ପର୍କର ପ୍ରଚଳନ ରହିଛି । ଏକଥା କବି ଆଲୋଚ୍ୟ କବିତା ମାଧ୍ୟମରେ ପ୍ରମାଣିତ କରିଛନ୍ତ । ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ଆଠବର୍ଷର ମଧୁର ସମ୍ପର୍କର ସମସ୍ତ ବନ୍ଧନଛିନ୍ନ କରି ବିନାଦ୍ଧିଧାରେ ବ୍ରଜଧାମ ପରିତ୍ୟାଗ କରି ମଥୁରା ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ଗୋପୀମାନେ ଶ୍ରୀକୃଷ୍ଣଙ୍କ ଦୟାଳୁ ଭାବମୂର୍ତ୍ତିରେ ସନ୍ଧିହାନ ହୋଇଛନ୍ତି । ଶ୍ରୀକୃଷ୍ଣଙ୍କର କାର୍ଯ୍ୟକଳାପକୁ ସେମାନେ ବିପରୀତ ଭାବରେ ଗ୍ରହଣ କରିଛନ୍ତି । ଭକ୍ତକବି ଗୌରଚରଣ ଗୋପୀମାନଙ୍କୁ ମାଧ୍ୟମକରି ନିଜର ଆରାଧ୍ୟଙ୍କୁ ଛଳୋକ୍ତି ପ୍ରୟୋଗ କରିଛନ୍ତି –
‘‘ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି’’।
କବି ଶ୍ରୀକୃଷ୍ଣଙ୍କୁ ଏଠାରେ ତୀବ୍ର ସମାଲୋଚନା କରି ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟିକରି ଗୋଟିଏ ପରେ ଗୋଟିଏ ଲେଖାଁ ଉଦାହରଣମାନ ଦେଇଚାଲିଛନ୍ତି । ପ୍ରଥମରେ ସେ ନିଜର ମାମୁଙ୍କୁ ହତ୍ୟା କରିଛନ୍ତି । ଏକଥା ଅଦ୍ଭୁତପୂର୍ବ ପୂର୍ବରୁ କୌଣସି ଭଣଜାଙ୍କଦ୍ବାରା ଏପରି ଗର୍ହିତ ଅପରାଧ କେବେ ହୋଇନଥିଲା । ତେଣୁ କବି ଛଳୋକ୍ତି ମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି – “କାହିଁ ଦେଖୁଅଛ ମାମୁକୁ ଭଣଜା ଜୀବନେ ପକାଏ ମାରି” । ସୃଷ୍ଟିର କଲ୍ୟାଣ ପାଇଁ ଭଗବାନ ଶ୍ରୀକୃଷ୍ଣ କଂସମାମୁକୁ ମାରିଥିଲେ । କବି ଏକଥା ଭଲ ଭାବରେ ଜାଣିଥିଲେ ମଧ୍ୟ ସରଳା ଗୋପୀମାନଙ୍କ ମନରେ କୌତୁକରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ଭାବରେ ତାଙ୍କର ଦୋଷତ୍ରୁଟିଗୁଡ଼ିକର ଖୋଳତାଡ଼ କରି ଗୋପାଙ୍ଗନାମାନଙ୍କର ଭ୍ରମ ସୃଷ୍ଟି କରିଛନ୍ତି । ପ୍ରଥମତଃ କୋଇଲି ଛୁଆ ପରି କାଉବସାରେ ଶ୍ରୀକୃଷ୍ଣ ଗୋପପୁରରେ ବଢ଼ିଥିଲେ । ବର୍ଷିତ ପିକ, କାକବସା ପରିତ୍ୟାଗ କରି ସ୍ଵସ୍ଥାନକୁ ଫେରିଗଲାପରି ଶ୍ରୀକୃଷ୍ଣ ଗୋପପୁର ପରିତ୍ୟାଗ କରି ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୋପୀମାନଙ୍କୁ ସେ ପ୍ରତାରଣା କରିଛନ୍ତି । ଏକା ଗୋପୀମାନଙ୍କ ପାଇଁ ନୁହେଁ ବିଭିନ୍ନ ଅବତାରରେ ବହୁତ ଲୋକଙ୍କ ସହ ଭଗବାନ ଏହିପରି କରି ଚଣ୍ଡୀମନ୍ଦିରରୁ ତାଙ୍କର ଭାବିପତ୍ନୀ ହେବାକୁ ଯାଉଥିବା ରୁକ୍ମିଣୀଙ୍କୁ ଅପହରଣ କରିଛନ୍ତି ।
“ବିନା ଦୋଷେ ସିନ୍ଧୁ ବାନ୍ଧି ପକାଇଲେ
ବାଳିକି ବିନାଶ କରି ।”
ସେହିପରି ବଳିକୁ ପାତାଳଗାମୀ କରିବା, ଶାଳକ ଜଳନ୍ଧରର ପତ୍ନୀକୁ ପ୍ରତାରିତ କରି ତା’ର ମୃତ୍ୟୁର କାରଣ ହେବା ମଧ୍ୟ ନିନ୍ଦନୀୟ । ପ୍ରିୟ ପାଣ୍ଡବଙ୍କର ମଧ୍ୟରୁ ଭୀମପୁତ୍ର ବେଲାଳସେନର ନିଧନ କରିବା ମଧ୍ୟ ସ୍ବଜନ ବିରୋଧୀ କାର୍ଯ୍ୟକଳାପ ଅଟେ ।
କବିତାର ପରବର୍ତ୍ତୀ ଗୁରୁଦ୍ରୋଣଙ୍କୁ ଧୃଷ୍ଟଦ୍ୟୁମ୍ନଙ୍କଦ୍ୱାରା ହତ୍ୟା କରାଇବା ଓ ରାସ ମଣ୍ଡଳୀରୁ ବିଶ୍ଵାସରେ ସାଥ୍ରେ ଆଖ୍ କଣା କରିବା ଓ ଷଣ୍ଢାସୁର ହତ୍ୟାକରି ଗୋହତ୍ୟା ପାତକରେ ଭାଗୀ ହେବାକୁ ମଧ୍ୟ ଶ୍ରୀକୃଷ୍ଣ କୁଣ୍ଠାବୋଧ କରିନାହାନ୍ତି । କବିତାର ଉପସଂହାରରେ ଗୋପୀମାରେ ସେମାନଙ୍କର ବିଗ୍ରହରଣ ନେଇ ଅଭିଯୋଗ କରିଛନ୍ତି ।
ମାତ୍ର କବି କବିତାର ଉପସଂହାରରେ ନିଜର ସମସ୍ତ ଛଳୋକ୍ତିର ପରିଚୟ ଦେଇ ଭଗବାନଙ୍କୁ ମହିମାମୟ ଓ ପରମ ଦୟାଳୁ ରୂପେ ଚିତ୍ରଣ କରିଛନ୍ତି । ଯାହା ସେ ପୂର୍ବରୁ ବର୍ଣ୍ଣନା କରିଥିଲେ ତାହା ଛଳୋକ୍ତି ମାତ୍ର । ସେସବୁର ଅନ୍ତରାଳରେ ସୃଷ୍ଟିର କଲ୍ୟାଣ ବିଦ୍ୟମାନ । ବ୍ୟାଜସ୍ତୁତି ମାଧ୍ୟମରେ କବି ଏହି ଭକ୍ତିରସାତ୍ମକ କବିତାଟି ରଚନାକରି ଶେଷରେ ଗୋପୀମାନଙ୍କର ଭ୍ରମଦୂରକରି କବିତାର ଉପସଂହାରରେ ଉଲ୍ଲେଖ କରିଛନ୍ତି –
“ଗଉର ଚରଣ ବୋଲେ ଗୋପୀଗଣ
ହରିଙ୍କି ନିନ୍ଦା ନ କରି
ଜଗତ ଯାକର ପ୍ରଭୁ ସେ ଅଟନ୍ତି
ମହାମହିମା ତାଙ୍କରି ।”
Question ୩।
ଛଳୋକ୍ତିରେ ଶ୍ରୀକୃଷ୍ଣଙ୍କର ଗୁଣ କୀର୍ତ୍ତନ କରି ତାଙ୍କର ମହତ୍ତ୍ବ ପ୍ରତିପାଦନ କରିବା କବିଙ୍କର ଲକ୍ଷ୍ୟ, ପଠିତ କବିତା ଅବଲମ୍ବନରେ ଏହା ପ୍ରମାଣ କର ।
କିମ୍ବା, ଛଳୋକ୍ତିରେ ଗୋପୀମାନଙ୍କର ଅଭିମାନକୁ କବି ଗୌରଚରଣ କିପରି ବର୍ଣ୍ଣନା କରିଛନ୍ତି ଆଲୋଚନା କର ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ଭକ୍ତକବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଉକ୍ତ ଓ ଭଗବାନଙ୍କ ସମ୍ପର୍କରେ ରାଗ, ଅଭିମାନ, ଥଟ୍ଟା, ପରିହାସ, ନିନ୍ଦା ସ୍ତୁତି ପ୍ରଭୃତି ସମସ୍ତ ପ୍ରକାର ସମ୍ପର୍କର ପ୍ରଚଳନ ରହିଛି । ଏକଥା କବି ଆଲୋଚ୍ୟ କବିତା ମାଧ୍ୟମରେ ପ୍ରମାଣିତ କରିଛନ୍ତ । ଶ୍ରୀକୃଷ୍ଣ ଗୋପୀମାନଙ୍କ ସେମାନେ ବିପରୀତ ଭାବରେ ଗ୍ରହଣ କରିଛନ୍ତି । ଭକ୍ତକବି ଗୌରଚରଣ ଗୋପୀମାନଙ୍କୁ ମାଧ୍ୟମକରି ନିଜର ଆରାଧ୍ୟଙ୍କୁ ଛଳୋକ୍ତି ପ୍ରୟୋଗ କରିଛନ୍ତି –
‘‘ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି’’।
କବି ଶ୍ରୀକୃଷ୍ଣଙ୍କୁ ଏଠାରେ ତୀବ୍ର ସମାଲୋଚନା କରି ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟିକରି ଗୋଟିଏ ପରେ ଗୋଟିଏ ଲେଖାଁ ଉଦାହରଣମାନ ଦେଇଚାଲିଛନ୍ତି । ପ୍ରଥମରେ ସେ ନିଜର ମାମୁଙ୍କୁ ହତ୍ୟା କରିଛନ୍ତି । ଏକଥା ଅଶ୍ରୁତପୂର୍ବ ପୂର୍ବରୁ କୌଣସି ଭଣଜାଙ୍କଦ୍ବାରା ଏପରି ଗର୍ହିତ ଅପରାଧ କେବେ ହୋଇନଥିଲା। ତେଣୁ କବି ଛଳୋକ୍ତି ମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି – “କାହିଁ ଦେଖୁଅଛ ମାମୁକୁ ଭଣଜା ଜୀବନେ ପକାଏ ମାରି” । ସୃଷ୍ଟିର କଲ୍ୟାଣ ପାଇଁ ଭଗବାନ ଶ୍ରୀକୃଷ୍ଣ କଂସମାମୁକୁ ମାରିଥିଲେ । କବି ଏକଥା ଭଲ ଭାବରେ ଜାଣିଥିଲେ ମଧ୍ୟ ସରଳା ଗୋପୀମାନଙ୍କ ମନରେ କୌତୁକରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ପରବର୍ତ୍ତୀ ପର୍ଯ୍ୟାୟରେ ଭଗବାନଙ୍କର ବିଭିନ୍ନ କାର୍ଯ୍ୟକଳାପର ମଙ୍ଗଳମୟ ବିଧାନକୁ ଅଭ୍ୟନକୁ ରଖ୍ ବାହ୍ୟ ଭାବରେ ତାଙ୍କର ଦୋଷତ୍ରୁଟିଗୁଡ଼ିକର ଖୋଳତାଡ଼ କରି ଗୋପାଙ୍ଗନାମାନଙ୍କର ଭ୍ରମ ସୃଷ୍ଟି କରିଛନ୍ତି । ପ୍ରଥମତଃ କୋଇଲି ଛୁଆ ପରି କାଉବସାରେ ଶ୍ରୀକୃଷ୍ଣ ଗୋପପୁରରେ ବଢ଼ିଥିଲେ । ବର୍ଦ୍ଧିତ ପିକ, କାକବସା ପରିତ୍ୟାଗ କରି ସ୍ୱସ୍ଥାନକୁ ଫେରିଗଲାପରି ଶ୍ରୀକୃଷ୍ଣ ଗୋପପୁର ପରିତ୍ୟାଗ କରି ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୋପୀମାନଙ୍କୁ ସେ ପ୍ରତାରଣା କରିଛନ୍ତି । ଏକା ଗୋପୀମାନଙ୍କ ପାଇଁ ନୁହେଁ ବିଭିନ୍ନ ଅବତାରରେ ବହୁତ ଲୋକଙ୍କ ସହ ଭଗବାନ ଏହିପରି କରି ଚଣ୍ଡୀମନ୍ଦିରରୁ ତାଙ୍କର ଭାବିପତ୍ନୀ ହେବାକୁ ଯାଉଥିବା ରୁକ୍ମିଣୀଙ୍କୁ ଅପହରଣ କରିଛନ୍ତି ।
ପରବର୍ତ୍ତୀ ପର୍ଯ୍ୟାୟରେ ସେ ରାମ ଅବତାରରେ ସୂର୍ପଣଖାର ଅନାବିଳ ପ୍ରେମରେ ବିଶ୍ୱାସଘାତକତା କରି ସାନଭାଇ ଲକ୍ଷ୍ମଣଙ୍କଦ୍ବାରା ତା’ର ନାସା, କଣ୍ଠ ଛେଦନ କରିଛନ୍ତି । ମାଳତୀ କନ୍ୟା ରୂପେ ବଳିଙ୍କ ପିତା ବୈଲୋଚନର ମନକୁ ବଶୀଭୂତ କରି ତା’ର ପ୍ରାଣନାଶ କରିଛନ୍ତି । ସୀତାଙ୍କ ଅପହରଣ ପାଇଁ ବିନାଦୋଷରେ ସମୁଦ୍ରକୁ ବନ୍ଧନ ଓ ବାଳିର ବିନାଶ ମଧ୍ଯ ନିନ୍ଦନୀୟ ଅଟେ । କବି ଛଳୋକ୍ତି ମାଧ୍ୟମରେ କହିଛନ୍ତି –
“ବିନା ଦୋଷେ ସିନ୍ଧୁ ବାନ୍ଧି ପକାଇଲେ
ବାଳିକି ବିନାଶ କରି । ”
ସେହିପରି ବଳିକୁ ପାତାଳଗାମୀ କରିବା, ଶାଳକ ଜଳନ୍ଧରର ପତ୍ନୀକୁ ପ୍ରତାରିତ କରି ତା’ର ମୃତ୍ୟୁର କାରଣ ହେବା ମଧ୍ଯ ନିନ୍ଦନୀୟ । ପ୍ରିୟ ପାଣ୍ଡବଙ୍କର ମଧ୍ୟରୁ ଭୀମପୁତ୍ର ବେଲାଳସେନର ନିଧନ କରିବା ମଧ୍ୟ ସ୍ଵଜନ ବିରୋଧୀ କାର୍ଯ୍ୟକଳାପ ଅଟେ ।
କବିତାର ପରବର୍ତ୍ତୀ ଗୁରୁଦ୍ରୋଣଙ୍କୁ ଧୃଷ୍ଟଦ୍ୟୁମ୍ନଙ୍କଦ୍ୱାରା ହତ୍ୟା କରାଇବା ଓ ରାସ ମଣ୍ଡଳୀରୁ ବିଶ୍ଵାସରେ ସାଥ୍ରେ ଆଖ୍ କଣା କରିବା ଓ ଷଣ୍ଢାସୁର ହତ୍ୟାକରି ଗୋହତ୍ୟା ପାତକରେ ଭାଗୀ ହେବାକୁ ମଧ୍ୟ ଶ୍ରୀକୃଷ୍ଣ କୁଣ୍ଠ!ବୋଧ କରିନାହାନ୍ତି । କବିତାର ଉପସଂହାରରେ ଗୋପୀମାନେ ସେମାନଙ୍କର ବସ୍ତ୍ରହରଣ ନେଇ ଅଭିଯୋଗ କରିଛନ୍ତି ।
ପରମ ଦୟାଳୁ ରୂପେ ଚିତ୍ରଣ କରିଛନ୍ତି । ଯାହା ସେ ପୂର୍ବରୁ ବର୍ଣ୍ଣନା କରିଥିଲେ ତାହା ଛଳୋକ୍ତି ମାତ୍ର । ସେସବୁର ଅନ୍ତରାଳରେ ସୃଷ୍ଟିର କଲ୍ୟାଣ ବିଦ୍ୟମାନ । ବ୍ୟାଜସ୍ତୁତି ମାଧ୍ୟମରେ କବି ଏହି ଭକ୍ତିରସାତ୍ମକ କବିତାଟି ରଚନାକରି ଶେଷରେ ଗୋପୀମାନଙ୍କର ଭ୍ରମଦୂରକରି କବିତାର ଉପସଂହାରରେ ଉଲ୍ଲେଖ କରିଛନ୍ତି –
“ଗଉର ଚରଣ ବୋଲେ ଗୋପୀଗଣ
ହରିଙ୍କି ନିନ୍ଦା ନ କରି
ଜଗତ ଯାକର ପ୍ରଭୁ ସେ ଅଟନ୍ତି
ମହାମହିମା ତାଙ୍କରି ।”
Question ୪।
କର ।
କିମ୍ବା, ପଠିତ କବିତା ଅବଲମ୍ବନରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳାବତାର ଉପରେ ଆଲୋକପାତ କର ।
ଉ –
‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି ଭକ୍ତକବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଆଲୋଚ୍ୟ କବିତାଟିରେ କବି ବ୍ୟାଜସ୍ତୁତି ମାଧ୍ୟମରେ ନିଜର ପ୍ରିୟ ପ୍ରଭୁ ଶ୍ରୀକୃଷ୍ଣଙ୍କର ଲୀଳାଗାନ କରିଛନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ରାଗ ଅଭିମାନ ନିନ୍ଦାସ୍ତୁତି ଓ ଥଟ୍ଟା ଛଳୋକ୍ତିର ପ୍ରଚଳନ ଅଛି । ଭଗବାନ ଭାବଗ୍ରାହୀ ଭକ୍ତର ଗାଳିକୁ ମଧ୍ୟ ଆନନ୍ଦରେ ଗ୍ରହଣ କରିଥା’ନ୍ତି ।
କବି ଦୀନକୃଷ୍ଣ ଦାସ ‘ସର୍ପ ଜଣାଣ’ରେ ତାଙ୍କୁ “କାଳସର୍ପ” ଭାବରେ ଚିତ୍ରଣ କରିଛନ୍ତି । କବି ବଳରାମ ଦାସ ‘ଭାବ ସମୁଦ୍ର’ରେ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ କଟୁକ୍ତି ପ୍ରୟୋଗ କରି ପରିଶେଷରେ ତାଙ୍କୁ ସମୁଦ୍ର କୂଳରୂ ସେ ନଯିବା ପର୍ଯ୍ୟନ୍ତ ରଥାଟଣା ବନ୍ଦ ରଖିବାକୁ ବାଧ୍ୟ କରିଛନ୍ତି । ଏଠାରେ ପଠିତ କବିତାରେ କବି ଗୌରଚରଣ ସେହିପରି ଛଳୋକ୍ତି ପ୍ରୟୋଗ କରିଥିଲେ ମଧ୍ୟ ନିଜର ପ୍ରିୟ ପ୍ରଭୁଙ୍କର ଲୀଳା ବର୍ଣ୍ଣନା ତାଙ୍କର ମୂଳଲକ୍ଷ୍ୟ ଅଟେ ।
ପ୍ରଥମରେ ସୃଷ୍ଟିର କଲ୍ୟାଣ ପାଇଁ ଶ୍ରୀକୃଷ୍ଣ ଭଗବାନ ଅତ୍ୟାଚାରୀ କଂସର ଧ୍ବଂସ ସାଧନ କରିଛନ୍ତି । ଭଣଜା ହୋଇ ମଧ୍ୟ ସେ ଜଗତ କଲ୍ୟାଣ ପାଇଁ ମାମୁଙ୍କୁ ହତ୍ୟା କରିଛନ୍ତି । କର୍ତ୍ତବ୍ୟର ଆହ୍ଵାନରେ ସେ ବ୍ରଜଧାମର ସମସ୍ତ ମାୟାମମତା ପରିତ୍ୟାଗ କରି ମଥୁରା ପ୍ରତ୍ୟାବର୍ତ୍ତନ କରିଛନ୍ତି । ରୁକ୍ମିଣୀଙ୍କୁ ବିବାହ କରି ସେ ଦୁଷ୍ଟ ଶିଶୁପାଳକୁ ଉଚିତ ଶିକ୍ଷା ଦେଇଛନ୍ତି । ଏକପତ୍ନୀ ବ୍ରତଧାରୀ ଶ୍ରୀରାମ ରାବଣଭଗ୍ନୀ ସୂର୍ପଣଖାର ବିବାହ ପାଇଁ ଜିଦ୍ଖୋର ମନୋବୃତ୍ତି ନିମନ୍ତେ ତା’ର ଉପଯୁକ୍ତ ଦଣ୍ଡବିଧାନ କରିଛନ୍ତି । ଅତ୍ୟାଚାରୀ ବୈଲୋଚନକୁ ମାଳତୀ କନ୍ୟାରୂପେ ବିମୋହିତ କରି ତା’ର ମୃତପଥକୁ ପରିଷ୍କାର କରିବା ମଧ୍ୟ ଭଗବାନଙ୍କର ବିଧାନ ସୃଷ୍ଟିର କଲ୍ୟାଣ ପାଇଁ ଅଭିପ୍ରେତ ।
ସେହିପରି ଅତ୍ୟାଚାରୀ ରାବଣର ବିନାଶ ପାଇଁ ସେ ସମୁଦ୍ରରେ ସେତୁ ବାନ୍ଧିଥିଲେ । ଅହଙ୍କାରୀ ବାଳିର ନିଜର ସାନଭାଇକୁ ବିନାକାରଣରେ ରାଜ୍ୟରୁ ବିତାଡ଼ିତ କରି ତା’ର ପତ୍ନୀ ରୋମାକୁ ଅପହରଣ କରିବା ଅନ୍ୟାୟ ପାଇଁ ଶ୍ରୀରାମ ତାକୁ ନିଧନ କରିଥିଲେ । ବଳିର ଦାନୀପଣର ଅଭିମାନକୁ ପୂର୍ଣ୍ଣ କରିବାପାଇଁ ସେ ତାକୁ ପାତାଳଗାମୀ କରିଛନ୍ତି ।
ଗଞ୍ଜନ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ପରିତ୍ୟାଗ କରିଛନ୍ତି । ଦୈତଗୁରୁ ଶୁକ୍ରାଚାର୍ଯ୍ୟ ଦାନକାର୍ଯ୍ୟ ପରି ପୁଣ୍ୟ ସଂକଳ୍ପରେ ବାଧା ସୃଷ୍ଟି କରିବାରୁ ଭଗବାନ ବାମନ ଅବତାରରେ ତା’ର ଚକ୍ଷୁକୁ କଣା କରିଦେଇଛନ୍ତି । ଦୁଷ୍ଟ ସଂହାର ନିମନ୍ତେ ସେ ଛଦ୍ମବେଶୀ ଦୈତ୍ୟ ଷଣ୍ଢାସୁରର ନିଧନ କରିଛନ୍ତି । ଗୋପୀଙ୍କ ବସ୍ତ୍ରହରଣ କରି ତାଙ୍କୁ ଭକ୍ତିମାର୍ଗରେ ସମର୍ପଣ ସୂତ୍ରକୁ ଦେଇଛନ୍ତି ।
ଏହିପରି ଭଗବାନଙ୍କର ଶ୍ରୀକୃଷ୍ଣ, ଶ୍ରୀରାମ, ବାମନ ଓ ବିଷ୍ଣୁ ଅବତାରର ଲୀଳା କାହାଣୀମାନ ଆଲୋଚ୍ୟ କବିତାଟିରେ କବି ବ୍ୟାଜସ୍ତୁତି ମାଧ୍ୟମରେ ବର୍ଣ୍ଣନା କରି ପରିଶେଷରେ ତାଙ୍କୁ ଜଗତପତି ଭାବରେ ପରିଚୟ ଦେଇ ଉଲ୍ଲେଖ କରିଛନ୍ତି –
“ଜଗତଯାକର ପ୍ରଭୁ ସେ ଅଟନ୍ତି
ମହାମହିମା ତାଙ୍କରି ।”
Question ୫ ।
ପଠିତ ଭଜନଟିରୁ କବି ଗୌରଚରଣଙ୍କର ମହନୀୟ କବିପ୍ରାଣର ପରିଚୟ ଦିଅ ।
କିମ୍ବା ଅନ୍ତସ୍ରୋତା ଫଲ୍ଗୁଧାର ପରି ପଠିତ କବିତାରେ କବିଙ୍କର ବିଭୁପ୍ରେମ କିପରି ଆତ୍ମଗୋପନ କରିଛି ତାହା ଆଲୋଚନା କର ।
ଉ –
କବି ଗୌରଚରଣ ଅଧିକାରୀଙ୍କର ‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି ଏକ ଭକ୍ତିରସାତ୍ମକ କବିତା ଅଟେ । କବି ଛଳୋକ୍ତି ମାଧ୍ୟମରେ ନିଜ ପ୍ରିୟ ପ୍ରଭୁଙ୍କର ଗୁଣ କୀର୍ତ୍ତନ କରିଛନ୍ତି । କବିତାଟି ବାହ୍ୟ ଭାବରେ ମଙ୍ଗଳମୟ ବିଧାନ ଅଭିପ୍ରେତ ରହିଅଛି ।
ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ମାନ-ଅଭିମାନ, ନିନ୍ଦା-ସ୍ତୁତି ଓ ଛଳ-ଥଟ୍ଟାର ପ୍ରଚଳନ ମଧ୍ୟ ଭକ୍ତିମାର୍ଗର ଅନ୍ତର୍ଗତ । ଭଗବାନଙ୍କର ପ୍ରତ୍ୟକ୍ଷ ଭାବରେ ସ୍ତୁତିଗାନ କରିବା ଅପେକ୍ଷା ପରୋକ୍ଷରେ ତାଙ୍କର ଗୁଣ ସଂକୀର୍ତ୍ତନ ଅତ୍ୟଧିକ ପ୍ରଭାବଶାଳୀ ପରିବେଷଣ କରାଯାଏ । ମୃଦଙ୍ଗର ତାଳାନୁଯାୟୀ ପରୋକ୍ଷରେ ଛଳୋକ୍ତି ମାଧ୍ୟମରେ ହରି ମହିମାଗାନ ପାଇଁ କବି
କବିତାର ବୈଶିଷ୍ଟ୍ୟ ରୂପେ ନିର୍ଣ୍ଣୟ କରାଯାଏ । ଏଠାରେ କବିଙ୍କର ସିଦ୍ଧହସ୍ତତା ଓ ମହନୀୟତା ପ୍ରତିପାଦନ କରାଯାଏ । ପରିସ୍ଫୁଟନ କରିଛନ୍ତି । କବିତାଟିର ଆବୃତ୍ତି ମାତ୍ରକେ ରାମ, କୃଷ୍ଣ, ବାମନ, ବିଷ୍ଣୁ ପ୍ରଭୃତିଙ୍କର ରୂପଚିତ୍ର ଓ ସେମାନଙ୍କର
ଏହିଠାରେ ହିଁ କବିଙ୍କର ବୈଶିଷ୍ଟ୍ୟ ଓ କବିତାର ସାର୍ଥକତା ଯାହା ଦୃଶ୍ୟପଟରେ ଛବିଟିଏପରି ଉଦ୍ଭାସିତ ହୋଇଉଠେ । ତେଣୁ କୁହାଯାଏ –
“The poetry is a speaking picture and the picture is a mute poetry” ଚିତ୍ର ଓ ଚିତ୍ର ନୀରବ କବିତା ଅଟେ ।
ମାନଙ୍କୁ ପାଠକର ଦୃଶ୍ୟପଟ୍ଟରେ ପରିସ୍ଫୁଟିତ କରିଛନ୍ତି ତାହା ସିନେମାର ଚଳଚ୍ଚିତ୍ର ପରି ରୋଚକ ଓ ଚମକପ୍ରଦ । ସଙ୍ଗୀତର ତାଳେ ତାଳେ ସଂକୀର୍ତନ ମାଧ୍ୟମରେ ଏହା ଆହୁରି ଜୀବନ୍ତ ହୋଇଉଠେ । ବିଶେଷକରି ଛଳୋକ୍ତି ଓ ବ୍ୟାଜସ୍ତୁତିର ପ୍ରୟୋଗ କବିତାଟିକୁ ଏପରି ଚିତ୍ତାକର୍ଷକ କରିଛି ଯେ, ଆବୃତ୍ତିମାତ୍ରକେ ଏହା ଭକ୍ତିରସ ସହ ବ୍ୟଙ୍ଗରସର ଅଫୁରନ୍ତ ସ୍ରୋତରେ ପାଠକକୁ କବିତାଟିକୁ ଏପରି ଚିତ୍ତାକର୍ଷକ କରିଛି ଯେ, ଆବୃତ୍ତିମାତ୍ରକେ ଏହା ଭକ୍ତିରସ ସହ ବ୍ୟଙ୍ଗରସର ଅଫୁରନ୍ତ ସ୍ରୋତରେ ପାଠକକୁ ବିମୋହିତ କରେ । ଏହିଠାରେ ତ ଗୋଟିଏ କବିର ବୈଶିଷ୍ଟ୍ୟ ପଠିତ ଓ ସାର୍ଥକତା ରହିଥାଏ ଯାହା ପଠିତ କବିତାଟିରେ କବି ରଚନା କରିଥିବାରୁ କବି ଗୌରଚରଣଙ୍କର ମହନୀୟତା କବିତାଟିର ପ୍ରତି ପୃଷ୍ଠାରେ ଜୀବନ୍ତ ହୋଇଉଠିଛି ।
କବି ପରିଚିତି :
ବୈଷ୍ଣବ ସମ୍ପ୍ରଦାୟର ସୁନାମଧନ୍ୟ କବି ଗୌରଚରଣ ଅଧିକାରୀ ୧୮୧୪ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରି ୧୯୮୦ ମସିହାରେ ଇହଲୀଳା ସମ୍ବରଣ କରିଥିଲେ । ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବାପରେ କବି ନିଜର ସାରସ୍ଵତ ସୃଜନୀଶକ୍ତି ମାଧ୍ୟମରେ ଅନେକ କାବ୍ୟ, କବିତା, ଭଜନ, ଜଣାଣ ଓ ଚଉତିଶାମାନ ରଚନା କରି ବୈଷ୍ଣବ ପଦାବଳୀ ସାହିତ୍ୟର ସମୃଦ୍ଧି ସାଧନ କରିବା ସହିତ ପାଠକ ମଣ୍ଡଳୀଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲା । ସରଳ ତରଳ ଶବ୍ଦ ସଂଯୋଜନା ମାଧ୍ୟମରେ ତାଙ୍କର ଭାବପୂର୍ଣ୍ଣ ଭକ୍ତିରସାତ୍ମକ ରଚନାଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର ଅଟେ ।
ନିଜର ଜୀବନକାଳ ମଧ୍ୟରେ କବି ଅନେକ ଜଣାଣ, ଭଜନ, ଚଉତିଶା, ମନଶିକ୍ଷା ଓ ଚୌପଦୀମାନ ରଚନା କରି ବୈଷ୍ଣବ ପଦ୍ୟସାହିତ୍ୟକୁ ଜନପ୍ରିୟ କରିବା ସହିତ ଓଡ଼ିଆ ବାଣୀଭଣ୍ଡାରକୁ ମଧ୍ୟ ପରିପୁଷ୍ଟ କରିଛନ୍ତି । ଓଡ଼ିଶାର ଜନସାଧାରଣ ଓ ସଂକୀର୍ତ୍ତନ ମଣ୍ଡଳୀମାନଙ୍କରେ କବି ଗୌରୀଚରଣ ଅଧିକାରୀଙ୍କର ଭଜନ ଓ ଭକ୍ତିରସାତ୍ମକ ସଙ୍ଗୀତଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।
କରି ମାଧ୍ୟମରେ ଭକ୍ତ ଭଗବାନଙ୍କର ବିଭିନ୍ନ ଆପତ୍ତିଜନକ କୀର୍ତ୍ତିଗୁଡ଼ିକ ଉପରେ କଟାକ୍ଷପାତ କରି ଛଳୋକ୍ତି ପ୍ରୟୋଗ ଶୈଳୀରେ କବିତା ରଚନା “ବ୍ୟାଜସ୍ତୁତି” ଅଟେ । ଉପରକୁ ଶୁଷ୍କ ବାଲୁକାପରି ମନେହେଲେ ହେଁ ଅନ୍ତସ୍ରବା ଫଲ୍ଗୁଧାରା ପରି କବି ହୃଦୟର ନିଭୃତ ଭକ୍ତିଧାରା “ବ୍ୟାଜସ୍ତୁତି”ମୂଳକ କବିତାମାନଙ୍କରେ ପରିପୂର୍ଣ୍ଣ ଥାଏ । ଆଲୋଚ୍ୟ “ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ଏକ ‘ବ୍ୟାଜସ୍ତୁତି’ମୂଳକ କବିତା ଅଟେ । ଓଡ଼ିଶାର ଭଜନ ଓ ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ଏହି ଭଜନଟି ଅତ୍ୟନ୍ତ ଜନପ୍ରିୟତା ଲାଭକରିଛି ।
ବିଷୟ ପ୍ରବେଶ :
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ବ୍ୟାଜସ୍ତୁତି’ମୂଳକ ଭକ୍ତରସାତ୍ମକ କବିତା । ଛଳୋକ୍ତି ମାଧ୍ୟମରେ ଭଗବାନଙ୍କର ଲୀଳା କୀର୍ତ୍ତନ ଓ ମହିମାଗାନ ଭକ୍ତ କବିତାର ବିଶେଷତ୍ଵ ଅଟେ । କବି ବିଭିନ୍ନ ପୁରାଣରେ ଭଗବାନଙ୍କର ଲୀଳା କାହାଣୀମାନ ବର୍ଣ୍ଣନା କରି କବିତାଟିକୁ ଛଳୋକ୍ତି ସହିତ ରଚନା କରିଛନ୍ତି । କବିଙ୍କର ପୌରାଣିକ ଅଭିଜ୍ଞତା, ରଚନାର ଅଭିନବ ଶବ୍ଦ ସଂଯୋଜନା ସର୍ବୋପରି ଛଳୋକ୍ତି ମାଧ୍ୟମରେ ନିଜର ଆରାଧଙ୍କର ଲୀଳା କୀର୍ତ୍ତନ କବିତାଟିର ପୃଷ୍ଠଭୂମି ଅଟେ । ଏହି କବିତାଟିରେ ‘‘ବ୍ୟାଜସ୍ତୁତି’’ ଅଳଙ୍କାରର ପ୍ରୟୋଗ ଓଡ଼ିଶାର ସଂକୀର୍ତ୍ତନ ମଣ୍ଡଳୀଦ୍ଵାରା ଅତ୍ୟନ୍ତ ସମାଦୃତ ହୋଇଛି ।
କବିତାର ସାରକଥା :
‘‘ତାଙ୍କୁ କିଏ ବୋଲୁଥାଇ ଗୋ’ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଛଳୋକ୍ତିପୂର୍ଣ୍ଣ କବିତା ଅଟେ । ଏହି ଭଗବତ୍ ଭକ୍ତିର ଏକ ଅଭିନମ ଶୈଳୀ । ନିଜର ଇଷ୍ଟ ଓ ଆରାଧଙ୍କ ବିଭିନ୍ନ ଆପତ୍ତିଜନକ ଲୀଳାକାହାଣୀକୁ ଭକ୍ତ ଭଜନର ଲକ୍ଷଣ ଅଟେ । ଉପରକୁ ଶୁଷ୍କ ବାଲୁକାରାଶି ତୁଲ୍ୟ ପ୍ରତୀୟମାନ ହେଲେ ହେଁ ଅନ୍ତସ୍ରୋତା ଫଲ୍ଗୁଧାରା ପରି ଉକ୍ତ କବିତାଟିର ଅନ୍ତରାଳରେ କବିଙ୍କର ଅନାବିଳ ଭକ୍ତସ୍ରୋତ ପ୍ରବାହିତ ହେଉଅଛି ।
ଭଗବାନ କରୁଣାମୟ ଓ କରୁଣାସିନ୍ଧୁ ଭାବରେ ଭକ୍ତଜନ ମାନସରେ ପରମ ସ୍ଵାଗତଯୋଗ୍ୟ ହୋଇଛନ୍ତି । ମାତ୍ର କବି ତାଙ୍କ କରୁଣାସିନ୍ଧୁ ନାମରେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଶ୍ରୀକୃଷ୍ଣଙ୍କଦ୍ୱାରା ପ୍ରତାରିତା ହୋଇଥିବା ଗୋପୀମାନଙ୍କ ମାଧ୍ୟମରେ କବିତାର ଆଦ୍ୟରେ କବି ଜିଜ୍ଞାସା କରିଛନ୍ତି । ତାଙ୍କୁ “କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି ?” ଭଗବାନଙ୍କ ପରମ ଦୟାଳୁ ନାମରେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରି କବି ବିଭିନ୍ନ ଅଭିଯୋଗମାନ ଉପସ୍ଥାପନ କରିଛନ୍ତି ।
ପ୍ରଥମରେ ନିଜର ମାତୁଳ କଂସାସୁରକୁ ବଧକରି ନିଜ ହୃଦୟହୀନତାର ପରିଚୟ ଦେଇଥିଲେ । ଉପରକୁ ଏହା ଅନ୍ୟାୟ ବୋଲି ପ୍ରତୀୟମାନ ହେଉଥିଲେ ହେଁ ଅନ୍ତସ୍ରୋତ, ଫଲ୍ଗୁପରି ଏହାର ଅନ୍ତର୍ନିହିତ ଭାବଧାରା ସୃଷ୍ଟିର କଲ୍ୟାଣପାଇଁ ଅଭିପ୍ରେତ ଥିଲା । କଂସାସୁର ଅତ୍ୟାଚାରରୁ ତ୍ରିଭୁବନକୁ ମୁକ୍ତି ପ୍ରଦାନ କରି ଧର୍ମ ସଂସ୍ଥାପନ ଲକ୍ଷ୍ୟରେ କରିଥିଲେ ମାତ୍ର ଠିକ୍ କାଉ ବସାରେ କୋଇଲି ଛୁଆ ବଡ଼ ହୋଇ ନିଜର ମାଆକୋଳକୁ ଫେରିଗଲା ପରି ଶ୍ରୀକୃଷ୍ଣ ବ୍ରଜଧାମ ଓ ପାଳିତ ପିତାମାତା ନନ୍ଦ ଯଶୋଦାଙ୍କୁ ପରିତ୍ୟାଗ କରି ମଥୁରା ପ୍ରତ୍ୟାଗମନ କରିଥିଲେ । ଶ୍ରୀକୃଷ୍ଣଙ୍କର ଏହି ହୃଦୟହୀନତା ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କବି ମତବ୍ୟକ୍ତ କରିଛନ୍ତି ।
ସେହିପରି ଶିଶୁପାଳର ଆଶାରେ ଧୂଳି ପକାଇ ରୁକ୍ମିଣୀଙ୍କୁ ଚଣ୍ଡୀମନ୍ଦିରରୁ ଅପହରଣ କରିବା ମଧ୍ୟ ଅନ୍ୟ ଏକ ଅଭିଯୋଗ ଅଟେ । ଶ୍ରୀରାମଙ୍କ କମନୀୟ ରୂପକାନ୍ତିରେ ବିମୋହିତ ସୂର୍ପଣଖାର ପ୍ରେମକୁ ପ୍ରତ୍ୟାଖ୍ୟାନ କରି କପଟରେ ତା’ର ନାକ କାନ ଛେଦନ କରିବା ମଧ୍ୟ ନିଷ୍ଠୁରତାର ପରିଚୟ ଦିଏ । ବୈଲୋଚନ ବୀରକୁ ପତ୍ନୀ ରୂପରେ ତାର କେଶକୁ ଉପାଡ଼ି ବଧ କରିବା ଭଗବାନଙ୍କର ପ୍ରତାରଣାକୁ ବୁଝାଏ । ଜନକନନ୍ଦିନୀ ସୀତାଙ୍କୁ ରାବଣ ଅପହରଣ କରିଥିଲା । ମାତ୍ର ଭଗବାନ ଶ୍ରୀରାମଚନ୍ଦ୍ର ବିନାଦୋଷରେ ସମୁଦ୍ରକୁ ଦୁଇଭାଗ କରି ତେଣୁ ବାନ୍ଧିବା ଓ କିଷ୍କିନ୍ଧ୍ୟା ରାଜା ବାଳିକୁ ବିନାଶ କରିବା ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରେ । ସେହିପରି ଛଳନାରେ ଦାନବୀର ବଳିକୁ ପାତାଳପୁରକୁ ଚାପିଦେବା ଭଗବାନଙ୍କର ନିଷ୍ଠୁରତାର ପରିଚୟ ଦିଏ ।
ବିଷ୍ଣୁଙ୍କର ଶାଳକ ଅଟେ । ମାତ୍ର ଭଗବାନ ସୁହୃଦ ବାନ୍ଧବ ଭାବରେ ତାର ଗୃହରେ ଅବସ୍ଥାନ କରି ତା’ର ପତ୍ନୀ ବୃନ୍ଦାବତୀଙ୍କ ସତୀତ୍ଵ ନାଶ କରିବା ସହିତ ଜଳନ୍ଧରକୁ ଶିବଙ୍କଦ୍ୱାରା ବିନାଶ କରାଇଥିଲେ । କବି ଭଗବାନଙ୍କର ଏହି କାର୍ଯ୍ୟକୁ ହୃଦୟହୀନତା ରୂପରେ ଚିତ୍ରଣ କରି କବିତାରେ ବର୍ଣ୍ଣନା କରିଛନ୍ତି –
“ଜଳନ୍ଧର ବୀର ଶାଳକ ତାଙ୍କର
ଭାବେ ରହି ତାର ପୁରୀ
ହରି ତା ସତୀକି ପୁଣି ତା ପତିକି
ହର କରେ ବଧ କରି ।”
କବିତାଟିର ପରବର୍ତ୍ତୀ ପର୍ଯ୍ୟାୟରେ ଚିର ଅନୁଗତ ପାଣ୍ଡବଙ୍କ ମଧ୍ୟରୁ ଭୀମପୁତ୍ର ବେଲାଳସେନଙ୍କର କପଟରେ ମୁଣ୍ଡ କାଟିଦେବା ଓ ଧୃଷ୍ଟଦ୍ୟୁମ୍ନଙ୍କଦ୍ଵାରା ସଂଜ୍ଞାହୀନ ଦ୍ରୋଣଗୁରୁଙ୍କର ବଧ କରାଇବା ମଧ୍ୟ ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟିକରେ । ରାସମଣ୍ଡଳରୁ ବ୍ରଜଦେବୀଙ୍କୁ ସୂହୃଦତା ଦେଖାଇ ନିରାଶ୍ରୟରେ ଜଙ୍ଗଲରେ ପ୍ରତ୍ୟାଖ୍ୟାନ ଏବଂ ବ୍ରାହ୍ମଣ ଶୁକ୍ରାଚାର୍ଯ୍ୟଙ୍କର ଚକ୍ଷୁନଷ୍ଟ ମଧ୍ୟ ଭଗବାନଙ୍କର ହୃଦୟହୀନତାର ପରିଚୟ ଦିଏ ।
କୈଳାସରୁ ନିର୍ବାସିତ ହୋଇଥିଲା । ମାତ୍ର ଶ୍ରୀକୃଷ୍ଣ ବିନାଦ୍ଵିଧାରେ ଷଣ୍ଢାସୁରକୁ ହତ୍ୟାକରି ମଧ୍ୟ ପାପପୁଣ୍ୟରୁ ଊର୍ଦ୍ଧ୍ବରେ ରହିଗଲେ । କବି ଏହି ରହସ୍ୟ ଉନ୍ମୋଚନପାଇଁ ଜିଜ୍ଞାସାର ସ୍ଵର ଉତ୍ତୋଳନ କରିଛନ୍ତି –
‘ଯେଉଁ ଗୋରୁ ହତ୍ୟା ଶ୍ଵରେ ଲାଗିଲା
ଗଲେ କୈଳାସୁଁ ବାହାରି
କଉତୁକେ ଷଣ୍ଡା – ସୁରକୁ ମାଇଲେ
ପାପପୁଣ୍ୟ ନ ବିଚାରି ।”
କବିତାଟିର ଶେଷ ପର୍ଯ୍ୟାୟରେ ଗୋପୀମାନଙ୍କର ବସ୍ତ୍ରହରଣ ପାଇଁ ସେମାନଙ୍କର ଅଭିଯୋଗକୁ ଖଣ୍ଡନ କରି ଗୌରଚରଣ ସେମାନଙ୍କୁ ନିଜର ଇଷ୍ଟ ଆରଧ ଶ୍ରୀକୃଷ୍ଣଙ୍କର ନିନ୍ଦା ପାଇଁ ନିଷେଧ କରିଛନ୍ତି । ଭଗବାନ ମଙ୍ଗଳମୟ ଓ ତାଙ୍କର ମହିମା ଅବର୍ଣ୍ଣନୀୟ । ତାଙ୍କର ପ୍ରତ୍ୟେକ ନିଷ୍କରୁଣ କାର୍ଯ୍ୟ ମୂଳରେ ସୃଷ୍ଟିର କଲ୍ୟାଣ ବିଦ୍ୟମାନ । ଅନ୍ତସ୍ରୋତା ଫଲ୍ଗୁ ଉପରକୁ ଶୁଷ୍କ ବାଲୁକାରାଶି ତୁଲ୍ୟ ପ୍ରତୀତ ହେଉଥିଲେ ମଧ୍ୟ ତା’ର ଅଭ୍ୟନ୍ତରରେ ସ୍ନିଗ୍ଧ ବାରିଧାରା ସତତ ପ୍ରବାହିତ । ସେହିପରି ଭଗବତ୍ବିଧାନ ବାହ୍ୟ ଭାବରେ ରୁକ୍ଷ ହେଲେ ମଧ୍ୟ ତା’ର ଅନ୍ତରାଳରେ କରୁଣାର ଦିବ୍ୟସ୍ରୋତ ଚିର ବିଦ୍ୟମାନ ।
କଠିନ ଶବ୍ଦାର୍ଥ ଓ ସୂଚନା :