CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Odisha State Board CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା Textbook Exercise Questions and Answers.

+2 2nd Year Odia Optional Chapter 4 ଉଠ ନିଶି ପାହିଲା Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧ ।
ମନ୍ଦିରରେ କିଏ ଡାକ ଦେଲା ?
(କ) ପିକ
(ଖ) ଶୁକ
(ଗ) ଶାରୀ
(ଘ) କଜଳପାତି
ଉ –
(ଖ) ଶୁକ

Question ୨ ।
ବୃକ୍ଷରେ କିଏ ରାବିଲା ?
(କ) ପିକ
(ଖ) ବକ
(ଗ) ଡାହୁକ
(ଘ) ଶୁକ
ଉ –
(କ) ପିକ

Question ୩ ।
କେଉଁମାନେ ପ୍ରଖର ଭାବରେ ଡାକ ଛାଡ଼ିଲେ ?
(କ) କୁମ୍ଭାଟୁଆ
(ଖ) ଖଞ୍ଜନ
(ଗ) ବଣି
(ଘ) କୁକ୍କୁଟ
ଉ –
(ଘ) କୁକ୍କୁଟ

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୪ ।
କେଉଁଥରେ କୃଷ୍ଣଙ୍କ ଶ୍ରୀମୁଖ ପଖାଳିବେ ବୋଲି ଯଶୋଦା କହିଛନ୍ତି ?
(କ) କ୍ଷୀର
(ଖ) ଦଧ୍
(ଗ) ବାସନୀର
(ଘ) ମହୁ
ଉ –
(ଘ) ମହୁ

Question ୫ ।
ନଦୀ କୂଳକୁ କ’ଣ ନେଇ କୃଷ୍ଣ ଆହାର କରିବେ ?
(କ) ଲବଣୀ
(ଖ) ସର
(ଗ) ଆଧାମ
(ଘ) ଦଧ୍ଅନ୍ନ
ଉ –
(ଘ) ଦଧ୍ଅନ୍ନ

Question ୬ ।
ଶୀଘ୍ର ଶଯ୍ୟାତ୍ୟାଗ ନ କଲେ କ’ଣ ଉଛୁର ହୋଇଯିବ ?
(କ) ବଣକୁ ଯିବା
(ଖ) ଖେଳିବାକୁ ଯିବା
(ଗ) ଗୋ ଗୋଷ୍ଠୀ ନେଇଯିବା
(ଘ) ଯମୁନାକୁ ଯିବା
ଉ –
(ଗ) ଗୋ ଗୋଷ୍ଠୀ ନେଇଯିବା

Question ୭।
ସିଂହଦ୍ଵାରରେ କିଏ ଡାକୁଛନ୍ତି ?
(କ) ଗୋପନାରୀ
(ଖ) ଯଶୋଦା
(ଗ) ଗୋପସୁତ
(ଘ) ରାଧିକା
ଉ –
(ଗ) ଗୋପସୁତ

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୮ |
ଦିନକର କାହାକୁ କହନ୍ତି ?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ତାରା
(ଘ) ଗ୍ରହାଣୁ
ଊ –
(କ) ସୂର୍ଯ୍ୟ

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ମନ୍ଦିର ଓ ବୃକ୍ଷରେ କିଏ କିଏ ଡାକ ଦେଲେ ?
ଉ –
ମନ୍ଦିରରେ ଶୁକ ଓ ବୃକ୍ଷରେ ପିକ ଡାକଦେଇ ପ୍ରଭାତର ଆଗମନର ସୂଚନା ଦେଲେ ।

Question ୨ ।
ପ୍ରଖର ରାବ କାହାର ବୋଲି ଦର୍ଶାଯାଇଛି ?
ଉ –
କୁକ୍କୁଟର ପ୍ରଖର ରାବବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୩ ।
କୃଷ୍ଣଙ୍କର ମୁଖ ପଖାଳିବାକୁ ଯଶୋଦା କ’ଣ ରଖୁଛନ୍ତି ?
ଉ –
ଶ୍ରୀକୃଷ୍ଣଙ୍କର ମୁଖ ପ୍ରକ୍ଷାଳନ ପାଇଁ ମା’ ଯଶୋଦା ପାତ୍ରରେ ସୁବାସିତ ଜଳ ପୂର୍ଣ୍ଣ କରି ରଖୁଥିଲେ ।

Question ୪।
କଦଳୀ ସହିତ କ’ଣ ଗୋଳିକରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କହିଛନ୍ତି ?
ଉ –
କଦଳୀ ସହିତ ଅମୃତପାଣି ଓ ଲବଣୀ ଗୋଳିକରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କହିଛନ୍ତି ।

Question ୫ ।
ଖଣ୍ଡ ସହିତ କ’ଣ ମିଶାଇ ଯଶୋଦା କୃଷ୍ଣଙ୍କୁ ଭୁଞ୍ଜାଇବେ ?
ଉ –
ଖଣ୍ଡ ସହି, ଅଧାମ, ଗୋଟିକା ଓ ପୁଳି ମିଶାଇ ଯଶୋଦା କୃଷ୍ଣଙ୍କୁ ଭୁଞ୍ଜାଇବେ ବୋଲି କହିଛନ୍ତି ।

Question ୬ ।
କ’ଣ ପାଇଁ ପଥଶ୍ରମ ହୋଇଥବ ବୋଲି ଯଶୋଦା କହିଛନ୍ତି ?
ଉ –
ବତ୍ସା ଚରାଇବାକୁ ଗୋଗୋଷ୍ଠକୁ ଯାଇ କୃଷ୍ଣଙ୍କର ପଥଶ୍ରମ ହୋଇଥବ ବୋଲି ଯଶୋଦା କହିଛନ୍ତି ।

Question ୭ |
‘ଅଶକତ ହୁଏ କି ଶରୀର’ – କିଏ କାହାକୁ କାହିଁକି କହିଛନ୍ତି ?
ଉ –
ହୋଇଥବ ବୋଲି ଆଶଙ୍କା କରି କହିଛନ୍ତି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୮ ।
‘ଦିନକର’ର ଅର୍ଥ କ’ଣ ?
ଉ –
‘ଦିନକର’ର ଅର୍ଥ ସୂର୍ଯ୍ୟକୁ ବୁଝାଇଥାଏ ।

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । (ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
‘ଉଠ ନିଶି ପାହିଲା’ର କବି କିଏ ? ତାଙ୍କ ନାମ ଲେଖ ।
ଉ –
‘ଉଠ ନିଶି ପାହିଲା’ ଯଶୋଦାଙ୍କ ମାତୃହୃଦୟ ବାତ୍ସଲ୍ୟରସମୟ ଏକ ଛାନ୍ଦ ଅଟେ । ଏହାର କବିଙ୍କ ନାମ ବନମାଳୀ ଦାସ ଅଟେ ।

Question ୨।
ନିଶି ଶେଷରେ କେଉଁ କେଉଁ ପକ୍ଷୀ କେଉଁ କେଉଁଠାରେ ଡାକ ଦେଲେ ?
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ ଛାନ୍ଦଟି କବି ବନମାଳୀ ଦାସଙ୍କର ‘ବୈଷ୍ଣବ ପଦାବଳୀ’ର ଅନ୍ତର୍ଗତ ଅଟେ । ଗୋପପୁରରେ ନିଶାର ଅବସାନ ସହ ମନ୍ଦିରରେ ଶୁକ, ବୃକ୍ଷରେ କାକ ଓ ପିକ ଓ କୁକ୍କୁଟ ପ୍ରଭୃତିଙ୍କ ପକ୍ଷୀଙ୍କର କୂଜନ ପ୍ରଭାତର ସୂଚନା ଦେଇଥିଲା ।

Question ୩।
କୃଷ୍ଣଙ୍କ ଶ୍ରୀମୁଖ ସେ କିପରି ପଖାଳିବେ ବୋଲି ଯଶୋଦା କହିଛନ୍ତି ?
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ ଛାନ୍ଦଟି କବି ବନମାଳୀ ଦାସଙ୍କର ଅଟେ । ଜନନୀ ଯଶୋଦା ପୁତ୍ର ଶ୍ରୀକୃଷ୍ଣଙ୍କ ମୁଖ ପ୍ରକ୍ଷାଳନ ପାଇଁ ପାତ୍ରରେ ସୁବାସିତ ଜଳ ଭରି ରଖୁଛନ୍ତି ବୋଲି କହିଥିଲେ ।

Question ୪।
କ’ଣ କ’ଣ ଖାଦ୍ୟ ଗୋଳିକରି ଯଶୋଦା କୃଷ୍ଣଙ୍କୁ ଖୁଆଇବେ ବୋଲି କହିଛନ୍ତି ?
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ‘ବୈଷ୍ଣବ ପଦାବଳୀ’ର ଅନ୍ତର୍ଗତ ଅଟେ । ସହ ଅଧାମ, ଗୋଟିକା, ପୁଳି ମଧ୍ଯ ଖଣ୍ଡ ସହିତ ତାଙ୍କୁ ଖାଇବାକୁ ଦେବେ ବୋଲି କହିଛନ୍ତି ।

Question ୫ ।
କୃଷ୍ଣ କାହିଁକି ଆଶଙ୍କିତ ହୋଇଯାଇଛନ୍ତି ବୋଲି ଯଶୋଦା ଭାବୁଛନ୍ତି ?
(ବି.ଦ୍ର. – ମୂଳ କବିତାରେ ‘ଆଶଙ୍କିତ’ ପରିବର୍ତ୍ତେ ‘ଅଶକତ’ ଉଲ୍ଲେଖ ଅଛି ।)
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ‘ବୈଷ୍ଣବ ପଦାବଳୀ’ର ଅନ୍ତର୍ଗତ ଅଟେ । ଏଠାରେ ଗୋଗୋଷ୍ଠକୁ ବତ୍ସା ଚରାଇବାକୁ ଯାଇ ପଥଶ୍ରମ ପାଇଥିବାରୁ ଶ୍ରୀକୃଷ୍ଣ ଅଶକତ ବା ଅବଶ ହୋଇଯାଇଛନ୍ତି ବୋଲି ଜନନୀ ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
କୃଷ୍ଣ ଉଠିଲେ ତାଙ୍କ ମୁଖ ଯଶୋଦା କିଭଳି ପଖାଳିବେ ବୋଲି କହିଛନ୍ତି ?
ଉ –
‘ଉଠ ନିଶି ପାହିଲା’’ ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଗୋପପୁରରେ ପ୍ରଭାତର ଆଗମନରେ ବିଭିନ୍ନ ପକ୍ଷୀଙ୍କର କୂଜନ ଶ୍ରୁତିଗୋଚର ହୋଇଛି । ଜନନୀ ଯଶୋଦା ଆଦରର ପୁଅ ଶ୍ରୀକୃଷ୍ଣଙ୍କୁ ଶଯ୍ୟାତ୍ୟାଗ ପାଇଁ ଆହ୍ଵାନ କରିଛନ୍ତି । ଜଳପାତ୍ରରେ ସୁବାସିତ ଜଳ ପୂର୍ଣ୍ଣକରି ସେ ତାଙ୍କର ପୁତ୍ର ଶ୍ରୀକୃଷ୍ଣଙ୍କର ମୁଖ ପ୍ରକ୍ଷାଳନ ନିମନ୍ତେ ବ୍ୟଗ୍ର ହୋଇଉଠିଛନ୍ତି ।

Question ୨ ।
କି? କି ଖାଦ୍ୟ ଦେବାର ଲୋଭ ଦେଖାଇ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଜାଗ୍ରତ କରାଇବାର ପ୍ରଚେଷ୍ଟା କରିଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶାର ଅବସାନ ସହିତ ବିଭିନ୍ନ ପକ୍ଷୀମାନଙ୍କର କାକଳିରେ ଗୋପପୁର ମୁଖରିତ ହୋଇଉଠିଛି । ମାତ୍ର ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗରେ ବିଳମ୍ବ କରିଛନ୍ତି । ଜନନୀ ଯଶୋଦା ତାଙ୍କୁ କଦଳୀ, ଲବଣୀକୁ ପାଣି ସହିତ ଗୋଳି ଏବଂ ଅଧାମ, ଗୋଟିକା, ପୁଳିକୁ ଖଣ୍ଡ ସହିତ ମିଶାଇ ଖାଇବାକୁ ଦେବେ ବୋଲି ଖାଦ୍ୟପ୍ରିୟ କହ୍ନାଇକୁ ପ୍ରଲୋଭନ ଦେଖାଇ ଶଯ୍ୟାତ୍ୟାଗ ପାଇଁ ଆହ୍ଵାନ କରିଛନ୍ତି । ଗୋଗୋଷ୍ଠର ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ସେ ଦଧ୍ଵନ୍ନର ବ୍ୟବସ୍ଥା କରିଛନ୍ତି ବୋଲି ପୁତ୍ର କହ୍ନେଇକୁ ସୂଚେଇ ଦେଇଛନ୍ତି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୩।
କୃଷ୍ଣଙ୍କୁ ପଥଶ୍ରମ ହୋଇଥବ ବୋଲି ଯଶୋଦା କାହିଁକି ଭାବୁଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶାର ଅବସାନ ସହିତ ବିଭିନ୍ନ ପକ୍ଷୀଙ୍କର କାକଳିରେ ଗୋପପୁର ମୁଖରିତ ହୋଇଉଠିଛି । ମାତ୍ର ସୁକୁମାର ଶ୍ରୀକୃଷ୍ଣ ନିଶାର ଅବସାନ ସହିତ ବିଭିନ୍ନ ପକ୍ଷୀଙ୍କର କାକଳିରେ ଗୋପପୁର ମୁଖରିତ ହୋଇଉଠିଛି । ମାତ୍ର ସୁକୁମାର ଶ୍ରୀକୃଷ୍ଣ ପଥଶ୍ରାମ ପାଉଥବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

Question ୪।
ସିଂହଦ୍ଵାରରେ ଗୋପସୁତମାନେ କୃଷ୍ଣଙ୍କୁ ଡାକି କ’ଣ କହିଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶାର ଅବସାନ ସହ ଗୋପପୁର କୋଳାହଳମୟ ଓ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପକ୍ଷୀଙ୍କର କାକଳି ପ୍ରଭାତର ଆଗମନକୁ ସୂଚାଇ ଦେବା ସହ ଗୋପସୁତମାନେ ଗୋଚାରଣକୁ ଯିବାପାଇଁ ନନ୍ଦରାଜାଙ୍କ ସିଂହଦ୍ଵାରରେ ସମବେତ ହୋଇଛନ୍ତି । ମାତ୍ର ସୁକୁମାର ଶ୍ରୀକୃଷ୍ଣ ସେପର୍ଯ୍ୟନ୍ତ ଶଯ୍ୟାତ୍ୟାଗ କରିନାହାନ୍ତି । ତେଣୁ ସାଥୀ ବାଳକମାନେ ବ୍ୟସ୍ତ ବିବ୍ରତ ହୋଇ ଆକାଶରେ ସୂର୍ଯ୍ୟଙ୍କର ଅବସ୍ଥିତିକୁ ସୂଚାଇଦେବା ସହ ଗୋଗୋଷ୍ଠକୁ ଯିବାପାଇଁ ବିଳମ୍ବ ହୋଇଯାଉଛି ବୋଲି ଦେଇଛନ୍ତି ।

Question ୫ ।
କବିତାର ଶେଷରେ କବି ବନମାଳୀ ଭକ୍ତି ଭାବରେ କ’ଣ କହିଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶିର ଅବସାନ ସହିତ ଗୋପପୁର ଚଳଚଞ୍ଚଳ ହୋଇଉଠିଛି । ମା’ ଯଶୋଦାଙ୍କର ଆହ୍ଵାନ ଓ ଚାଟୁକ୍ତି ସତ୍ତ୍ଵେ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିନାହାନ୍ତି । ସାଥୀ ବାଳକମାନେ କୃଷ୍ଣଙ୍କର ନିଦ୍ରାଭଙ୍ଗ ପାଇଁ ତତ୍ପର ହୋଇ ଗୋଚାରଣ ପାଇଁ ସୂଚନ ଜାଗରିତ ହେବାପାଇଁ ନିବେଦନ କରି କବିତାଟିର ଉପସଂହାର କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧।
‘‘ଉଠ ନିଶି ପାହିଲା’’ କବିତାର ଭାବଧର୍ମ ବିଶ୍ଳେଷଣ କର ।
କିମ୍ବା, ‘ଉଠ ନିଶି ପାହିଲା’’ ଶୀର୍ଷକ କବିତାଟି ଭକ୍ତିମାର୍ଗର କେଉଁ ଭାବକୁ ସୂଚାଇଦିଏ ତାହା ଆଲୋଚନା କର ।
ଉ –
ଜନନୀ ଯଶୋଦାଙ୍କର ବାତ୍ସଲ୍ୟରସର ଅନ୍ତସ୍ରାବୀ ଫଲ୍‌ଗୁ ନିରବିଚ୍ଛନ୍ନ ଭାବରେ ପ୍ରବାହନାମ ରହିଛି । କବି ବନମାଳୀ ଦାସ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲାପରେ ନିଜର ସାହିତ୍ୟ ମାଧ୍ୟମରେ ସେହି ଧର୍ମ ଅନ୍ତର୍ଭୁକ୍ତ ଅନେକ ଜଣାଣ, ଭଜନ ଓ ଚଉତିଶାମାନ ରଚନା କରିଥିଲେ । ବୈଷ୍ଣବ ଧର୍ମମାର୍ଗରେ ନବଧା ଭକ୍ତିର ପ୍ରଚଳନ ଅଛି । ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର ପ୍ରଭୃତି ଭାବାମାନ ନେଇ ଭକ୍ତ ଭଗବାନଙ୍କ ସହିତ ନିଜର ଭକ୍ତିଭାବାତ୍ମକ ସମ୍ବନ୍ଧକୁ ସୁଦୃଢ଼ କରିଥାଏ ।

ବିଶେଷକରି ବାଲଗୋପାଳଙ୍କର ବାତ୍ସଲ୍ୟ ଭାବରେ ବୈଷ୍ଣବ କବିମାନେ ସମଧିକ ଭାବରେ ଅନୁପ୍ରାଣିତ ହୋଇଥା’ନ୍ତି । ଜନନୀ ଯଶୋଦାଙ୍କର ବାତ୍ସଲ୍ୟମମତା ସମସ୍ତ ବୈଷ୍ଣବ କବିମାନଙ୍କର ସାହିତ୍ୟକୁ ରସମୟ କରି ଦେଇଅଛି । କବି ବନମାଳୀ ଦାସ ମଧ୍ୟ ‘ଉଠ ନିଶି ପାହିଲା’’ ଶୀର୍ଷକ କବିତାରେ ଏକମାତ୍ର ହୃଦୟର ଆବେଗ, ଉଦ୍‌ବେଗ ଓ ବାତ୍ସଲ୍ୟ ମମତାକୁ ନେଇ କବିତାଟିକୁ ରସାପ୍ତ ଓ ଶ୍ରୁତିମଧୁର କରି ପାଠକ ସମାଜର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି ।

ଆଲୋଚ୍ୟ କବିତାଟିରେ ଗୋପପୁରରେ ନିଶାର ଅବସାନ ହୋଇଛି । ବିଭିନ୍ନ ପକ୍ଷୀଙ୍କର କାକଳିରେ ଗୋପପୁର ଚଳଚଞ୍ଚଳ ହୋଇଛି । ପ୍ରଭାତର ଆଗମନରେ ମଧ୍ଯ ପୁତ୍ର ଶ୍ୟାମଘନ ଶଯ୍ୟାରେ ନିଦ୍ରାଗତ । ମା’ ଯଶୋଦାଙ୍କର ମାତୃପ୍ରାଣ ବିଭିନ୍ନ ଆଶଙ୍କାରେ ଉଦ୍‌ବେଳିତ । ପୁଅର ନିଦ୍ରାଭଙ୍ଗ କରିବାପାଇଁ ସେ ନାନା ପ୍ରକାର ଚାଟୁକ୍ତି ପ୍ରୟୋଗ କରିଛନ୍ତି । ପ୍ରଥମରେ ସେ ବଂଶୀଧରଙ୍କୁ ବା ଶ୍ରୀକୃଷ୍ଣଙ୍କୁ ସେ ସେ ଶୁକ, ପିକ, କାକ ଓ କୁକ୍କୁଟ ପକ୍ଷୀର କୂଜନ ସମ୍ପର୍କରେ ସୂଚନାଦେଇ ପ୍ରଭାତର ଆଗମନକୁ ତାଙ୍କୁ ଅବଗତ କରାଇଛନ୍ତି । ପୁଅର ମୁଖ ଧୌତ ପାଇଁ ସେ ଝରିରେ ସୁବାସିତ ଜଳପୂର୍ଣ କରିଛନ୍ତି । ମାତୃ ହୃଦୟର ଏହି ବାତ୍ସଲ୍ୟପ୍ରେମ ଅତି ଜୀବନ୍ତ ଭାବରେ କବିଙ୍କ ଲେକନୀରେ ପରିସ୍ଫୁଟନ ହୋଇଉଠିଛି

X X ‘‘ଉଠ ମୋର ବନମାଳୀ
ଶ୍ରୀମୁଖ ଦେବି ପଖାଳି ଝରିରେ ରଖୁଛି ବାସନାର ହେ ।’’

ଜଳରେ ତାଙ୍କ ପୁତ୍ର ମୁଖ ପ୍ରକ୍ଷାଳନ ଅପେକ୍ଷା ସେ ତା’ପାଇଁ ସ୍ଵତନ୍ତ୍ର ଭାବରେ ସୁବାସିତ ଜଳର ବ୍ୟବସ୍ଥା କରିଛନ୍ତି । ପୁଅର ପ୍ରାତଃଭୋଜନ ପାଇଁ ସେ କଦଳୀ, ଲବଣୀ, ସର, ଅଧାମ, ଗୋଟିକା ପ୍ରଭୃତି ସୁସ୍ୱାଦୁ ଖାଦ୍ୟର ଆୟୋଜନ କରିଛନ୍ତି । କୃଷ୍ଣ ଗୋଗୋଷ୍ଠକୁ ଗଲେ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କର ପ୍ରିୟ ଖାଦ୍ୟ ଦଧ୍ଵନ୍ନର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଏହିପରି ବିଭିନ୍ନ ପ୍ରଲୋଭନ ଓ ଚାଟୁକ୍ତି ପରେ ମଧ୍ୟ କହ୍ନେଇ ଶଯ୍ୟାତ୍ୟାଗ କରିନାହାନ୍ତି ।

ଯଶୋଦାଙ୍କ ମାତୃପ୍ରାଣ କାରଣ ଅନୁସନ୍ଧାନ କରି ଶେଷରେ ସ୍ଥିର କରି ନେଇଛି ଯେ –
ବାଛୁରୀ ଚରାଇ ଯାଇ – କାଲି ପଶଶ୍ରମ ପାଇ,
ଅଳସଇ ଅଛ ଶୋଇ,-ଅଶକତ ହୁଏ କି ଶରୀର ହେ ।’’

ମା ଯଶୋବନ୍ତୀ ପୁଅର ପଥଶ୍ରମ କଥା ଚିନ୍ତାକରି ଉଦ୍‌ବିଗ୍ନ ହୋଇଉଠିଛନ୍ତି । ମାତୃହୃଦୟର ଏହି ଅନାବିଳ ମମତା କବିତାଟିକୁ ବାତ୍ସଲ୍ୟ ଭାବରେ ରସାଣିତ କରିଛି । ଗୋପସୁତମାନେ ଏକ୍‌ତ୍ରିତ ହୋଇ ପ୍ରିୟସଖା ଶ୍ରୀକୃଷ୍ଣଙ୍କୁ ସୂର୍ଯ୍ୟଙ୍କ ଉପସ୍ଥିତି ସମ୍ବନ୍ଧରେ ଅବଗତ କରାଇ ଗୋଗୋଷ୍ଠ ଯିବାପାଇଁ ବିଳମ୍ବ ହେବାର ସୂଚନା ଦେଇଛନ୍ତି । ଏହା ସଖ୍ୟ ଭାବର ଲକ୍ଷଣକୁ ପ୍ରତିପାଦିତ କରେ । ସର୍ବଶେଷରେ କବି ମଧ୍ୟ ସେମାନଙ୍କ ସହ ସ୍ବର ମିଳାଇ ଇଷ୍ଟଦେବତାକୁ ଜାଗ୍ରତ ହେବାପାଇଁ ନିବେଦନ କରିବା ସହ ନିଜକୁ – ‘ବନମାଳୀ ଚରଣେ କିଙ୍କର’’ ପଦରେ ଦାସ୍ୟ ଭାବରେ ସୂଚନା ଦେଇଛନ୍ତି ।

ସର୍ବଶେଷରେ ଆଲୋଚ୍ୟ କବିତାଟି ବାତ୍ସଲ୍ୟ ଭାବପ୍ରଧାନ ହେଲେ ମଧ୍ୟ ଏହି କବିତାରେ ସଖ୍ଯ ଭାବ ସହିତ ଦାସ୍ୟ ଭାବର ମଧ୍ୟ ସୁନ୍ଦର ସମନ୍ଵୟ ଅନୁଭବ କରିହୁଏ ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୨ ।
‘‘ଉଠ ନିଶି ପାହିଲା’’ କବିତାରୁ କବିଙ୍କ ଭକ୍ତିମତ୍ତାର ପରିଚୟ ଦିଅ ।
କିମ୍ବା, ‘‘ଉଠ ନିଶି ପାହିଲା’’ କବିତାକୁ ଭିରି କରି କବିଙ୍କ ଭାବଭକ୍ତିର ବିଶ୍ଳେଷଣ କର ।
ଉ –
“ଉଠ ନିଶି ପାହିଲା” କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । କବି ବନମାଳୀ ଦାସ ଜାତିରେ କରଣ ଥିଲେ ଓ କବିଙ୍କର କୌଳିକ ସଂଜ୍ଞା ପଟ୍ଟନାୟକ ଥିଲା । ବୈଷ୍ଣବ ଦୀକ୍ଷା ଗ୍ରହଣ ପରେ ସେ ବନମାଳୀ ଦାସ ନାମରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରି ନିଜକୁ କୃଷ୍ଣ ଭାବସ୍ରୋତରେ ନିମଜ୍ଜିତ କରିଥିଲେ । କବିଙ୍କର ସମସ୍ତ ରଚନା ବୈଷ୍ଣବ ଚେତନାମୂଳକ ଓ ତାହା ଭକ୍ତିରସରେ ରସାଣିତ ।

ବୈଷ୍ଣବ ପଦାବଳୀ ରଚନାରେ ସେ ଅଦ୍ଵିତୀୟ ସ୍ରଷ୍ଟା ଥିଲେ । ଆଲୋଚ୍ୟ କବିତାଟି ଏକ ଭକ୍ତରସାତ୍ମକ କବିତା ଯେଉଁଥରେ କବି ନିଜର ହୃଦୟର ଭାବୋଚ୍ଛାସକୁ ପରିପ୍ରକାଶ କରିଛନ୍ତି । କବି ଶ୍ରୀକୃଷ୍ଣଙ୍କୁ ନିଜର ଇଷ୍ଟ ବା ଆରାଧ ମନେ କରି ତାଙ୍କର ଅନୁଗତ ଦାସ ଭାବରେ ଦାସ୍ୟଭାବର ଅନୁସରଣ କରୁଥିଲେ । କବିତାଟିର ଶେଷ ଭାଗରେ ସେ ‘ବନମାଳୀ ଚରଣେ କିଙ୍କର’’ ପଦରେ ଏହି ଅନୁଗତ ଦାସ୍ୟ ଭାବର ସ୍ପଷ୍ଟ ପରିଚୟ ଦେଇଛନ୍ତି ।

କବି ଇଷ୍ଟଦେବ ଶ୍ରୀକୃଷ୍ଣଙ୍କର ଦାସାନୁଦାସ, ତାଙ୍କ ଶ୍ରୀଚରଣର ସେବକ । ସବୁ ବୈଷ୍ଣବ କବିମାନଙ୍କ ପରି ବ୍ରଜଧାମର ଲୀଳା ବର୍ଣ୍ଣନାରେ ସେ ସିଦ୍ଧହସ୍ତ ଥିଲେ । ବାଳଗୋବିନ୍ଦ କୃଷ୍ଣଙ୍କର ନିଦ୍ରାଭଙ୍ଗ ପାଇଁ ସେ ମାତା ଯଶୋବନ୍ତୀ ଓ ଗୋପସୁତମାନଙ୍କୁ ନିୟୋଜିତ କରିଥିଲେ । ଶ୍ରୀକୃଷ୍ଣ ସେବ୍ୟ ଓ ସେ ସେବକ । ତେଣୁ ନିଜ ଆରାଧ୍ୟାଙ୍କର ନିଦ୍ରାଭାଙ୍ଗିବା ପାଇଁ ସେ ବିଭିନ୍ନ ଆଡ଼ମ୍ବରର ଆୟୋଜନ କରିଛନ୍ତି ।

ଗୋପପୁରରେ ନିଶି ଅବସାନ ସହିତ ଶୁକ, ପିକ, କାକ ଓ କୁକ୍କୁଟର କୂଜନରେ ପ୍ରକୃତି ଚଳଚଞ୍ଚଳ ହୋଇ ଉଠିଛି । ମାତା ଯଶୋଦାଙ୍କ ମାଧ୍ୟମରେ କବି ଶ୍ରୀକୃଷ୍ଣଙ୍କୁ ବଂଶୀଧର, ବନମାଳୀ ପ୍ରଭୃତି ନାମରେ ସମ୍ବୋଧନ କରି ଶର୍ଯ୍ୟାତ୍ୟାଗ ଯାଇ ଆହ୍ଵାନ ଜଣାଇଛନ୍ତି ।

କବିତାର ନୈସର୍ଗିକ ମାଧୁରୀରେ ସେ ପ୍ରିୟ ପ୍ରଭୁଙ୍କର ଦିନଚର୍ଯ୍ୟ ବର୍ଣ୍ଣନା କରିଛନ୍ତି । ରାଜାଧୁରାଜାଙ୍କ ପରି ମା ଯଶୋଦା ତାଙ୍କ ପାଇଁ ସୁବାସିତ ନୀରରେ ମୁଖ ପଖାଳିବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଏଥୁସହିତ ପ୍ରାତଃଭୋଜନ ପାଇଁ ସେ ଲବଣୀ ଓ କଦଳୀର ଆୟୋଜନ କରିଛନ୍ତି । ଏଣ୍ଟ୍‌ସହିତ ଅଧାମ, ଗୋଟିକା, ପୁଳି ପ୍ରଭୃତି ଦୁଗ୍ଧଜାତ ସୁମିଷ୍ଟ ସୁସ୍ୱାଦୁ

ନଦୀକୂଳେ ଭୋଜନ କରିବେ ।

ନିଜର ସୃଜନୀ ଶକ୍ତି ମାଧ୍ୟମରେ କବି ଯଶୋଦାଙ୍କୁ ଉପଲକ୍ଷ୍ୟ କରି ନିଜ ପ୍ରିୟ ଠାକୁରଙ୍କ ପାଇଁ ଏସବୁ ମାନସିକ ପ୍ରସ୍ତୁତି କରିଛନ୍ତି । ସୁକୁମାର କୃଷ୍ଣ ପଥଶ୍ରମ ପାଇଛନ୍ତି – ଏଥ‌ିପାଇଁ କବି ଯଶୋଦାଙ୍କ ମାତୃହୃଦୟରେ ବାତ୍ସଲ୍ୟରସର ଅବତାରଣା କରିଛନ୍ତି –

“ x x x କାଲି ପଥଶ୍ରମ ପାଇ
ଅଳସଇ ଅଛ ଶୋଇ – ଅଶକତ ହୁଏ କି ଶରୀର ।”

କରିଛନ୍ତି – “ସିଂହଦ୍ଵାରେ ଗୋପସ୍ତୁତ ଡାକରି ଉଠ ଅଚ୍ୟୁତ” ପଦରେ ।

କବିତାରେ ଉପସଂହାରରେ କବି ନିଜର ବାହ୍ୟ ଭାବର ବାସ୍ତବ ପରିଚୟ ଦେଇ “ବନମାଳୀ ଚରଣେ କିଙ୍କର” ଅତ୍ୟୁକ୍ତି ହେବନାହିଁ ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୩ ।
ସରଳ ଓ ଆବେଗମୟ ଶବ୍ଦ ବିନ୍ୟାସ ଉକ୍ତ ଗୀତିକାକୁ ଅତ୍ୟନ୍ତ ଜୀବନ୍ତ କରି ବୋଳିଛି ଆଲେ।ଚନା କର ।
କିମ୍ବା, ପଠିତ କବିତାଟି ସରଳ ସାବଲୀଳ ଶବ୍ଦ ସଂଯୋଜନା ମାଧ୍ୟମରେ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ହୋଇଛି ବିଶ୍ଳେଷଣ କର।
ଉ –
ଆଲୋଚ୍ୟ ‘ଉଠ ନିଶି ପାହିଲା’’ ଶୀର୍ଷକ କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଆବେଗଧର୍ମୀ ଭକ୍ତିରସାତ୍ମକ କବିତା । କବିଙ୍କ ସାବଲୀଳ ସରଳ ଶବ୍ଦବିନ୍ୟାସ ମାଧ୍ୟମରେ କବିତାଟି ଅତ୍ୟନ୍ତ ରୋଚକ ଓ ଶ୍ରୁତିମଧୁର ହୋଇପାରିଛି । ବନମାଳୀ ଦାସ ବୈଷ୍ଣବ ସମ୍ପ୍ରଦାୟର କବି ଥିଲେ । ଏହି ସମ୍ପ୍ରଦାୟର ଭକ୍ତମାନେ ସାଧାରଣତଃ ଭଜନ କୀର୍ତ୍ତନପ୍ରିୟ ହୋଇଥିବାରୁ ବିଭିନ୍ନ ପଦାବଳୀ ମାଧ୍ୟମରେ ଏମାନେ ଇଷ୍ଟଦେବଙ୍କର ଯଶ ଓ ନାମ ସଂକୀର୍ତ୍ତନ କରିଥା’ନ୍ତି ।

କବି ବନମାଳୀ ଦାସ ମଧ୍ୟରେ ଆଲୋଚ୍ୟ କବିତାଟିକୁ ସେହି ସଂକୀର୍ତ୍ତନ ଶୈଳୀରେ ସୁମଧୁର ସରଳ ଶବ୍ଦ ସଂଯୋଜନା କରି ଶ୍ରୁତିମଧୁର କରିଛନ୍ତି । କବିତାଟିର ପ୍ରାରମ୍ଭରେ ପ୍ରକୃତିର ସୀମିତ ବର୍ଣନା ଅତ୍ୟନ୍ତ ରୋଚକ ହୋଇଅଛି । ରାତିର ଅବସାନ ପରେ ପ୍ରଭାତର ସ୍ନିଗ୍ଧ ପରିବେଶକୁ କବି ପ୍ରଥମେ ପ୍ରକୃତି ମାଧ୍ୟମରେ ସୂଚାଇ ଦେଇଛନ୍ତି । ଏହି ବର୍ଣ୍ଣନା ଅତ୍ୟନ୍ତ ସରଳ, ସାବଲୀଳ ଓ ନୈସର୍ଗିକ ହୋଇଛି । ଶୁକ, କାକ, ପିକ ଓ କୁକ୍କୁଟ ପ୍ରଭୃତି ପ୍ରଭାତର ଅଗ୍ରଦୂତ ଅଟନ୍ତି । ଏଇମାନଙ୍କ ସୁମଧୁର କାକଳିରେ ପଲ୍ଲୀ ପ୍ରକୃତି ଜୀବନ୍ତ ହୋଇଉଠେ । କବି ନିଜର ଦୂରଦୃଷ୍ଟି ଓ ଅଭିଜ୍ଞତା ବଳରେ ଏଇ –

“ଉଠ ନିଶି ପାହିଲା ଏଥର ହେ ବଂଶୀଧର
ମନ୍ଦିରେ ଡାକିଲେ ଶୁକ, ବୃକ୍ଷରେ ରାବିଲେ କାକ,
କୁହୁକୁହୁ ରଟେ ପିକ, କୁକ୍କୁଟ ଡାକିଲେ ପରଖର ହେ ।” (୧)

ପକ୍ଷୀମାନଙ୍କର ସ୍ଵଭାବ ଓ ଭାବ ସହିତ ସେ ଅତି ସୁନ୍ଦର ଭାବରେ କବିତାରେ ସେମାନଙ୍କର ସଂଯୋଜନା କରିଛନ୍ତି । ଶୁକପକ୍ଷୀ ଗୃହପାଳିତ ଓ ମଣିଷମାନଙ୍କ ପରି ସେ ଡାକିପାରେ, କାଉ ତା’ର ରାଉ ରାଉ ରାବ କରିଥାଏ, କୋଇଲିର କୁହୁତାନ ଏବଂ କୁକ୍କୁଟର ପ୍ରଖର ଡାକକୁ କବି କ୍ରମ ଅନୁସାରେ କବିତାରେ ସଂଯୋଜନା କରି ଚମତ୍କାର ଭାବରେ ଉପସ୍ଥାପନା କରିଛନ୍ତି ।

ସେହିପରି “ଡାକେ ଯଶୋବନ୍ତୀ ଭାଳି, ଉଠ ମୋର ବନମାଳୀ” ପଦରେ କବି ମାତୃପ୍ରାଣର ଆବେଗ ଓ ଅନୁରୋଧକୁ ଅତି ଜୀବନ୍ତ ଭାବରେ ପରିସ୍ଫୁଟନ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କୃଷ୍ଣଙ୍କର ପ୍ରାତଃ ଭୋଜନ ପାଇଁ ଯଶୋଦାଙ୍କଦ୍ଵାରା ପ୍ରସ୍ତୁତ ଖାଦ୍ୟମାନ ମଧ୍ୟ ମାତୃହୃଦୟର ସ୍ଵାଭାବିକ ସହଜ ଭାବାବେଗକୁ ଉଦ୍‌ବେଳିତ କରେ । ସର, ଲବଣୀ, ଗୋଟିକା, ପାଚିଲା କଦଳୀ ଓ ଦଧ୍ଵନ୍ନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଖାଦ୍ୟ । ଏସବୁକୁ ଯଶୋଦାଙ୍କଦ୍ଵାରା ପ୍ରସ୍ତୁତ କରାଇବା କବିଙ୍କର ଆବେଗଧର୍ମୀ ହୃଦୟର ପରିଚୟ ଦିଏ ।

ପୁଅର ରୁଚି ଅନୁଯାୟୀ ଭୋଜନ ପ୍ରସ୍ତୁତ କରି ମା’ ପ୍ରାଣର ଆବେଗରେ “ଉଠ ମୋର ବନମାଳୀ, ଶ୍ରୀମୁଖ ଦେବି ପଖାଳି, ଝରିରେ ରଖୁଛି ବାସନୀର” ପଦଟି ଯଶୋଦାଙ୍କର ଅନାବିଳ ବାତ୍ସଲ୍ୟ ମମତାକୁ ପରିସ୍ଫୁଟିତ କରିଥାଏ । କବିଙ୍କ ସରଳ ସାବଲୀଳ ଆବେଗମୟ ଶବ୍ଦ ବିନ୍ୟାସ ମାଧ୍ୟମରେ କବିତାଟି ଅତ୍ୟନ୍ତ ଜୀବନ୍ତ ହୋଇଉଠିଛି ।

କବିତାର ଉପସଂହାରରେ କବି “ଉଠ ପ୍ରଭୁ ଚକ୍ରଧର, ଯିବାକୁ ହେବ ଉଛୁର” ଶବ୍ଦ ସଂଯୋଜନା ମାଧ୍ୟମରେ କବିତାର ସାବଲୀଳତାକୁ ଅତ୍ୟନ୍ତ ସ୍ପଷ୍ଟ କରିଦେଇଛନ୍ତି । ଶେଷରେ ନିଜକୁ ଇଷ୍ଟଙ୍କର ଚରଣ କିଙ୍କର ଭାବରେ ନିଜର ପରିଚୟ ଦେଇ କବି ଅତ୍ୟନ୍ତ ଚମତ୍କାର ଢଙ୍ଗରେ କବିତାଟିର ପରିସମାପ୍ତି କରିଛନ୍ତି ।

କବିତାଟିର ଆଦ୍ୟଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ସୁନ୍ଦର ସାହିତ୍ୟିକତା, ସାବଲୀଳ ଶବ୍ଦ ସଂଯୋଜନା ଓ ସରଳ ପ୍ରକାଶଶୈଳୀ ଏହାକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କରିଅଛି ।

Question ୪।
ଉକ୍ତ ଗୀତିକାରେ ଯଥାର୍ଥ ଭାବରେ ମାତୃ ହୃଦୟର କମନୀୟ ଆବେଗ ପରିସ୍ଫୁଟିତ ହୋଇଛି, ଆଲୋଚନା କର ।
କିମ୍ବା, ପଠିତ କବିତାକୁ ଭିଭିକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତାର ପରିଚୟ ଦିଅ ।
ଉ –
“ଉଠ ରାତି ପାହିଲା” ଶୀର୍ଷକ କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଭକ୍ତିରସପୂର୍ଣ୍ଣ କବିତା । ଏହି କବିତାରେ ବାତ୍ସଲ୍ୟରସର ଅତ୍ୟନ୍ତ ମନୋଜ୍ଞ ପରିପ୍ରକାଶ ହୋଇଛି । କବି ବୈଷ୍ଣବ ସମ୍ପ୍ରଦାୟରେ ଦୀକ୍ଷିତ ହେଲାପରେ ସାଧାରଣତଃ ବ୍ରଜଲୀଳା, କୃଷ୍ଣଚରିତ ପ୍ରଭୃତିକୁ ନେଇ ଅନେକ ବୈଷ୍ଣବ ପଦ୍ୟାବଳୀମାନ ରଚନା କରିଛନ୍ତି । ପ୍ରତ୍ୟେକ ବୈଷ୍ଣବ କବିମାନଙ୍କ ରଚନାରେ ଯଶୋଦାଙ୍କ ବାତ୍ସଲ୍ୟ ଓ ରାଧାଙ୍କ ପ୍ରେମ ଏକ ଅବିଚ୍ଛେଦ୍ୟ ଅଙ୍ଗରୂପେ ସେମାନଙ୍କର ସାରସ୍ଵତ ସୃଷ୍ଟିସମୂହକୁ ସମୃଦ୍ଧିସମ୍ପନ୍ନ କରିଅଛି ।

ବିଶେଷକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତା ସମସ୍ତ ମଧ୍ୟଯୁଗୀୟ କବିମାନଙ୍କ ରଚନାରେ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ ହୋଇଉଠିଛି । ଭକ୍ତଚରଣ ଦାସଙ୍କର “ମଥୁରାମଙ୍ଗଳ”ରେ, “ଆରେ ବାବୁ ଶ୍ୟାମଘନ” ପଂକ୍ତିଠାରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘କଳାମାଣିକରେ’ ପ୍ରଭୃତି କବିତାରେ ଏକ ଅନାବିଳ ମାତୃହୃଦୟର ନିରବିଚ୍ଛିନ୍ନ ଫଲ୍‌ଗୁ ନିରନ୍ତର ପ୍ରବାହିତ ହେଉଛି । କବି ଗୋପାଳକୃଷ୍ଣ ପ୍ରଭୃତି ବୈଷ୍ଣବ କବିଗଣ ନିଜସ୍ବ ଶୈଳୀରେ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ସେମାନଙ୍କର ରଚନାରେ ପରିବେଷଣ କରିଛନ୍ତି ।

କବି ବନମାଳୀ ଦାସ ମଧ୍ଯ ଅନ୍ୟମାନଙ୍କ ପରି ତାଙ୍କର “ପଦାବଳୀ” ମାନଙ୍କରେ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରିଛନ୍ତି । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିରେ ମାତୃହୃଦୟର ବାତ୍ସଲ୍ୟ ମମତା ଅତ୍ୟନ୍ତ କମନୀୟ ଓ ଆବେଗଧର୍ମୀ ଅଟେ । କବିତାଟିର ଅୟମାରମ୍ଭ ରାତ୍ରିର ଅବସାନ ଓ ପ୍ରଭାତର ଆଗମନରେ ସଂଯୋଜନା କରାଯାଇଛି ।

ପ୍ରଭାତର ଆଗମନୀ ସହିତ ଗୋପପୁର ଚଳଚଞ୍ଚଳ ହୋଇଉଠିଛି । ମାତ୍ର ପୁତ୍ର ଶ୍ରୀକୃଷ୍ଣ ଶଯ୍ୟାରେ ନିଦ୍ରାଗତ । ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ଦେଇଛନ୍ତି – ଉଠ ନିଶି ପାହିଲା ଏଥର ହେ ବଂଶୀଧର ପଦ ମାଧ୍ୟମରେ । ମା’ ପୁଅକୁ ବଂଶୀଧର ସମ୍ବୋଧନ କରିବାରେ କବିଙ୍କର ସୁନ୍ଦର ଭାବ ସମ୍ବେଦନା ରହିଛି । ପକ୍ଷୀମାନଙ୍କର କୂଜନରେ ଗୋପପୁରୀ ମୁଖରିତ; ମାତ୍ର ତାଙ୍କ ପୁଅ କହ୍ନେଇର ବଂଶୀର ସ୍ବର ନୀରବ ରହିଯାଇଛି । ତେଣୁ ଯଶୋଦା ପୁଅକୁ ପ୍ରେରଣା ଦେଇ ଶଯ୍ୟାତ୍ୟାଗ କରି ପ୍ରକୃତି ସହିତ ସ୍ବର ମିଳାଇବାପାଇଁ ବଂଶୀଧର ବୋଲି ସମ୍ବୋଧନ କରିଛନ୍ତି ।

ଜନନୀ ଯଶୋଦା ପୁତ୍ରର ନିଦ୍ରା ଭାଙ୍ଗିବା ପୂର୍ବରୁ ମୁଖ ପଖାଳିବାପାଇଁ ସୁବାସିତ ଜଳ ରଖୁଛନ୍ତି । ପୁଅକୁ ସେ ନିଜ ହାତରେ ମୁହଁ ଧୋଇଦେବେ । କବି “ଶ୍ରୀମୁଖ ଦେବି ପଖାଳି” ପଦ ମାଧ୍ୟମରେ ମାତୃହୃଦୟର ସହଜାତ ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରାଇଛନ୍ତି । “ମା ହସ୍ତ ଭୋଜନ” ର ମହତ୍ଵ ରହିଛି । ମା’ ସନ୍ତାନର ମନଲାଖ୍ ଖାଦ୍ୟ ପ୍ରସ୍ତୁତ କରିଥାଏ । ତେଣୁ ଯଶୋଦା ସର, ଲବଣୀ ପ୍ରିୟ କହ୍ନେଇ ପାଇଁ ଲବଣୀ, ପାଚିଲା କଦଳୀ, ସର, ଗୋଟିକା ଅଧାମ ପ୍ରଭୃତି ପୁଅର ରୁଚି ମୁତାବକ ପ୍ରାତଃଭୋଜନ ପ୍ରସ୍ତୁତ କରିଛନ୍ତି । କବି ସୁନ୍ଦର ଭାବରେ ତାହା କବିତାରେ ପରିସ୍ଫୁଟନ କରିଛନ୍ତି –

“ଅମୃତ ପାଣି କଦଳୀ – ଲବଣୀ ସଙ୍ଗତେ ଗୋଳି,
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।” (୩)

ଶ୍ରୀକୃଷ୍ଣଙ୍କର ମଧ୍ୟାହ୍ନ ଭୋଜନ ପାଇଁ ସେ ତାଙ୍କର ପ୍ରିୟ ଖାଦ୍ୟ ଦହିଭାତ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପୁଅକୁ ସମସ୍ତ ପ୍ରଲୋଭନ ଦେଖାଇ ଚାଟୁକ୍ତି ପ୍ରୟୋଗ ପରେ ମଧ୍ୟ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିନାହାନ୍ତି । ଯଶୋଦାଙ୍କ ମନରେ ଆଶଙ୍କା ଆସିଛି । ପୁତ୍ରର ଗୋଚାରଣଜନିତ ପଥଶ୍ରମ କଥା ମନକୁ ଆଣି ସେ ଉଦ୍‌ବିଗ୍ନା ହୋଇଉଠିଛିନ୍ତି । ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ରସଭରା ଏକ କମନୀୟ ଭାବାବେଗ ନେଇ କବିତାଟିର ଉପସଂହାର ହୋଇଅଛି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୫।
ପଠିତ କବିତାରେ ବାତ୍ସଲ୍ୟରସର ପରିସ୍ଫୁରଣ କିପରି ହୋଇଛି ଆଲୋଚନା କର ।
କିମ୍ବା, ପଠିତ କବିତାକୁ ଭିଭିକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟମମତାର ପରିଚୟ ଦିଅ ।
ଉ –
“ଉଠ ରାତି ପାହିଲା” ଶୀର୍ଷକ କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଭକ୍ତିରସପୂର୍ଣ୍ଣ କବିତା । ସାଧାରଣତଃ ବ୍ରଜଲୀଳା, କୃଷ୍ଣଚରିତ ପ୍ରଭୃତିକୁ ନେଇ ଅନେକ ବୈଷ୍ଣବ ପଦ୍ୟାବଳୀମାନ ରଚନା କରିଛନ୍ତି । ପ୍ରତ୍ୟେକ ବୈଷ୍ଣବ କବିମାନଙ୍କ ରଚନାରେ ଯଶୋଦାଙ୍କ ବାତ୍ସଲ୍ୟ ଓ ରାଧାଙ୍କ ପ୍ରେମ ଏକ ଅବିଚ୍ଛେଦ୍ୟ ଅଙ୍ଗରୂପେ ସେମାନଙ୍କର ସାରସ୍ବତ ସୃଷ୍ଟିସମୂହକୁ ସମୃଦ୍ଧିସମ୍ପନ୍ନ କରିଅଛି ।

ବିଶେଷକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତା ସମସ୍ତ ମଧ୍ୟଯୁଗୀୟ କବିମାନଙ୍କ ରଚନାରେ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ ହୋଇଉଠିଛି । ଭକ୍ତଚରଣ ଦାସଙ୍କର “ମଥୁରାମଙ୍ଗଳ”ରେ, “ଆରେ ବାବୁ ଶ୍ୟାମଘନ” ପଂକ୍ତିଠାରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘କଳାମାଣିକରେ’ ପ୍ରଭୃତି କବିତାରେ ଏକ ଅନାବିଳ ମାତୃହୃଦୟର ନିରବିଚ୍ଛିନ୍ନ ଫଲ୍‌ଗୁ ନିରନ୍ତର ପ୍ରବାହିତ ହେଉଛି । କବି ଗୋପାଳକୃଷ୍ଣ ପ୍ରଭୃତି ବୈଷ୍ଣବ କବିଗଣ ନିଜସ୍ବ ଶୈଳୀରେ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ସେମାନଙ୍କର ରଚନାରେ ପରିବେଷଣ କରିଛନ୍ତି ।

କବି ବନମାଳୀ ଦାସ ମଧ୍ଯ ଅନ୍ୟମାନଙ୍କ ପରି ତାଙ୍କର “ପଦାବଳୀ” ମାନଙ୍କରେ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରିଛନ୍ତି । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିରେ ମାତୃହୃଦୟର ବାତ୍ସଲ୍ୟ ମମତା ଅତ୍ୟନ୍ତ କମନୀୟ ଓ ଆବେଗଧର୍ମୀ ଅଟେ । କବିତାଟିର ଅୟମାରମ୍ଭ ରାତ୍ରିର ଅବସାନ ଓ ପ୍ରଭାତର ଆଗମନରେ ସଂଯୋଜନା କରାଯାଇଛି ।

ପ୍ରଭାତର ଆଗମନୀ ସହିତ ଗୋପପୁର ଚଳଚଞ୍ଚଳ ହୋଇଉଠିଛି । ମାତ୍ର ପୁତ୍ର ଶ୍ରୀକୃଷ୍ଣ ଶଯ୍ୟାରେ ନିଦ୍ରାଗତ । ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ଦେଇଛନ୍ତି – ଉଠ ନିଶି ପାହିଲା ଏଥର ହେ ବଂଶୀଧର ପଦ ମାଧ୍ୟମରେ । ମା’ ପୁଅକୁ ବଂଶୀଧର ସମ୍ବୋଧନ କରିବାରେ କବିଙ୍କର ସୁନ୍ଦର ଭାବ ସମ୍ବେଦନା ରହିଛି । ପକ୍ଷୀମାନଙ୍କର କୂଜନରେ ଗୋପପୁରୀ ମୁଖରିତ; ମାତ୍ର ତାଙ୍କ ପୁଅ କହ୍ନେଇର ବଂଶୀର ସ୍ବର ନୀରବ ରହିଯାଇଛି । ତେଣୁ ଯଶୋଦା ପୁଅକୁ ପ୍ରେରଣା ଦେଇ ଶଯ୍ୟାତ୍ୟାଗ କରି ପ୍ରକୃତି ସହିତ ସ୍ବର ମିଳାଇବାପାଇଁ ବଂଶୀଧର ବୋଲି ସମ୍ବୋଧନ କରିଛନ୍ତି ।

ଜନନୀ ଯଶୋଦା ପୁତ୍ରର ନିଦ୍ରା ଭାଙ୍ଗିବା ପୂର୍ବରୁ ମୁଖ ପଖାଳିବାପାଇଁ ସୁବାସିତ ଜଳ ରଖୁଛନ୍ତି । ପୁଅକୁ ସେ ନିଜ ହାତରେ ମୁହଁ ଧୋଇଦେବେ । କବି “ଶ୍ରୀମୁଖ ଦେବି ପଖାଳି” ପଦ ମାଧ୍ୟମରେ ମାତୃହୃଦୟର ସହଜାତ ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରାଇଛନ୍ତି । “ମା ହସ୍ତ ଭୋଜନ”ର ମହତ୍ତ୍ବ ରହିଛି। ମା’ ସନ୍ତାନର ମନଲାଖ୍ ଖାଦ୍ୟ ପ୍ରସ୍ତୁତ କରିଥାଏ । ତେଣୁ ଯଶୋଦା ସର, ଲବଣୀ ପ୍ରିୟ କହ୍ନେଇ ପାଇଁ ଲବଣୀ, ପାଚିଲା କଦଳୀ, ସର, ଗୋଟିକା ଅଧାମ ପ୍ରଭୃତି ପୁଅର ରୁଚି ମୁତାବକ ପ୍ରାତଃଭୋଜନ ପ୍ରସ୍ତୁତ କରିଛନ୍ତି । କବି ସୁନ୍ଦର ଭାବରେ ତାହା କବିତାରେ ପରିସ୍ଫୁଟନ କରିଛନ୍ତି –

“ଅମୃତ ପାଣି କଦଳୀ – ଲବଣୀ ସଙ୍ଗତେ ଗୋଳି,
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଚାଇବି ସର ହେ।” (୩)

ଶ୍ରୀକୃଷ୍ଣଙ୍କର ମଧ୍ୟାହ୍ନ ଭୋଜନ ପାଇଁ ସେ ତାଙ୍କର ପ୍ରିୟ ଖାଦ୍ୟ ଦହିଭାତ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପୁଅକୁ ସମସ୍ତ ପ୍ରଲୋଭନ ଦେଖାଇ ଚାଟୁକ୍ତି ପ୍ରୟୋଗ ପରେ ମଧ୍ୟ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିନାହାନ୍ତି । ଯଶୋଦାଙ୍କ ମନରେ ଆଶଙ୍କା ଆସିଛି । ପୁତ୍ରର ଗୋଚାରଣଜନିତ ପଥଶ୍ରମ କଥା ମନକୁ ଆଣି ସେ ଉଦ୍‌ବିଗ୍ନା ହୋଇଉଠିଛିନ୍ତି । ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ରସଭରା ଏକ କମନୀୟ ଭାବାବେଗ ନେଇ କବିତାଟିର ଉପସଂହାର ହୋଇଅଛି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

କବି ପରିଚିତି :

ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଆ ଗୀତି କବିତା କ୍ଷେତ୍ରରେ ବନମାଳୀ ଦାସଙ୍କ ସାରସ୍ଵତ ସୃଷ୍ଟି ଉଲ୍ଲେଖନୀୟ । ପୁରୀ ଜିଲ୍ଲାର ଏକ କରଣ ପରିବାରେ କବି ଜନ୍ମଗ୍ରହଣ କରିଥିଲେ । କବିଙ୍କର କୌଳିକ ସଂଜ୍ଞା ପଟ୍ଟନାୟକ ଥିଲା ଓ ଗୁରୁଦୀକ୍ଷା ଗ୍ରହଣ ପରେ ସେ ବନମାଳୀ ଦାସ ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦାରିଦ୍ର୍ୟର କଷାଘାତରେ କରି ଶ୍ରୀଜଗନ୍ନଥଙ୍କର ଶରଣାଗତ ହୋଇଥିଲେ ।

କରିଙ୍କର ସାହିତ୍ୟ ଉପରେ ପ୍ରଭାବ ପକାଇଥିଲା । ତେଣୁ ଭକ୍ତିଭାବ ସମ୍ବଳିତ କବିତାମାନ ରଚନା କ୍ଷେତ୍ରରେ ସେ ସିଦ୍ଧହସ୍ତ ଥିଲେ । ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦତ୍ଵ ଦର୍ଶନ ତାଙ୍କ ଜୀବନର ଆଦର୍ଶ ଥିଲା । କବି ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବୃନ୍ଦାବନ ଧାମରେ ଦେହତ୍ୟାଗ କରିଥିଲେ ।

କବିଙ୍କର ସାରସତ୍ଵ ସୃଷ୍ଟିସମ୍ପଦ ମଧ୍ୟରେ ସଂସ୍କୃତ ‘ରାମାୟଣ ଚମ୍ପୂ’ ଅନୁକରଣରେ ‘ସଚ୍ଚିତ୍ର ରାମାୟଣ’ ରଚନା ଏକ ଉଲ୍ଲେଖନୀୟ ଅବଦାନ । ଏତଦ୍‌ବ୍ୟତୀତ ସେ ଅସଂଖ୍ୟ ଜଣାଣ, ଭଜନ ଓ ପଦାବଳୀମାନ ରଚନା କରି ଓଡ଼ିଆ ବହୁଚର୍ଚ୍ଚିତ ସ୍ରଷ୍ଟାର ଗୌରବ ଲାଭ କରିଛନ୍ତି । ବୈଷ୍ଣବ ପଦାବଳୀ ରଚନା କ୍ଷେତ୍ରରେ କବି ସିଦ୍ଧହସ୍ତ ଥିଲେ । କବିଙ୍କର ଶତାଧ୍ଵ ବୈଷ୍ଣବ କବିତା ‘ବନମାଳୀ ପଦାବଳୀ’ ନାମରେ ପ୍ରକାଶିତ ହୋଇଛି । ‘ଚାଟ ଇଚ୍ଛାବତୀ’ ଓ ‘ବନମାଳୀ ରାହାସ’ ନାମରେ ଦୁଇଖଣ୍ଡ ପୁସ୍ତକ ତାଙ୍କ ନାମରେ ପ୍ରକାଶିତ ।

ବିଷୟ ପ୍ରବେଶ :

ବୈଷ୍ଣବ ଧର୍ମରେ ନବଧା ଭକ୍ତିର ପ୍ରଚଳନ ଅଛି । ଶାନ୍ତ, ଦାସ୍ୟ ସଖ୍ୟ, ବାତ୍ସଲ୍ୟ, ମଧୁର ପ୍ରଭୃତି ଭକ୍ତି ମାଧ୍ୟମରେ ଭକ୍ତି ଓ ଭଗବାନଙ୍କର ସମ୍ପର୍କ ଗଢ଼ିଉଠେ । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିକୁ କବି ବାତ୍ସଲ୍ୟ ଭାବରେ ଉଦ୍‌ବେଳିତ ହୋଇଉଠିଛି । ରାତ୍ରିର ଅବସାନ ପରେ ଜନନୀ ଯଶୋଦା ଆଦରର ପୁତ୍ର ଶ୍ରୀକୃଷ୍ଣଙ୍କୁ ନିଜର କରିଦେଇଅଛି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

କରିତାର ସାରକଥା :

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବୈଷ୍ଣବ ପଦାବଳୀ ରଚନା କରି କବି ବନମାଳୀ ଦାସ ଅସଂଖ୍ୟା ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିରେ ଜନନୀ ଯଶୋଦାଙ୍କର ଅନାବିଳ ମାତୃହୃଦୟର ବାତ୍ସଲ୍ୟପ୍ରେମ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ ହୋଇଉଠିଛି । ଓଡ଼ିଆର ମାତୃପ୍ରାଣର ବାତ୍ସଲ୍ୟଧାରା ନିରବିଚ୍ଛିନ୍ନ ଭାବରେ ଯଶୋଦାଙ୍କର ହୃଦୟରେ ପ୍ରବାହିତ ହୋଇଉଠିଛି ।

ନିଶି ଅବସାନ ପରେ ପ୍ରଭାତର ଆଗମନୀ ହୋଇଛି। ଶୁକ, ପିକ, କୁକ୍କୁଟ ପ୍ରଭୃତି ପକ୍ଷୀମାନଙ୍କର ମଧୁର କଳରବର ଗୋପପୁର ମୁଖରିତ । ସୁକୁମାର ଶ୍ରୀକୃଷ୍ଣଙ୍କର ଆଳସ୍ୟ ନିଦ୍ରାରେ ମାତୃହୃଦୟ ବ୍ୟସ୍ତ ବିବ୍ରତ । ଅଲିଅଳ ଆଦରର ପୁଅକୁ ସେ ବାତ୍ସଲ୍ୟ ରାଗରେ ସୁମଧୁର ସଙ୍ଗୀତ ଗାଇ ନିଦ୍ରାଭଙ୍ଗ ପାଇଁ ପ୍ରଚେଷ୍ଟା କରିଛନ୍ତି । ମାତୃହୃଦୟର ଶ୍ରୀକୃଷ୍ଣଙ୍କୁ ସେ ବିଭିନ୍ନ ପକ୍ଷୀମାନଙ୍କର ସୁମଧୁର ମୂର୍ଚ୍ଚନାମାନ ଶ୍ରୁତିପଟରେ ଶୁଣିବାପାଇଁ ସଚେତନ କରାଇ ଦେଇଛନ୍ତି । କବି ଜନନୀ ଯଶୋଦାଙ୍କ ବାତ୍ସଲ୍ୟ ମମତାକୁ କବିତାରେ ରୂପ ଦେଇଛନ୍ତି –

“ଉଠ ନିଶି ପାହିଲା ଏଥର ହେ ବଂଶୀଧର
ମନ୍ଦିରେ ଡାକିଲେ ଶୁକ, ବୃକ୍ଷରେ ଡାକିଲେ କାକ,
କୁହୁ କୁହୁ ରଟେ ପିକ, କୁକୁଟ ଡାକିଲେ ପରଖର ହେ।” (୧)

ମାତା ଯଶୋଦା ବଂଶୀଧର କୃଷ୍ଣଙ୍କୁ ଶୁକ, ପିକ, କାକ ଓ କୁକ୍କୁଟଙ୍କର କୁଜନ ସମ୍ପର୍କରେ ଅବଗତ କରାଇ ପ୍ରଭାତ ଆଗମନର ବାର୍ତ୍ତା ସୂଚାଇ ଦେଉଛନ୍ତି । ଏମାନଙ୍କର ସୁମଧୁର ମୂର୍ଚ୍ଚନାରେ ଗୋପପୁର ମୁଖରିତ । ମାତ୍ର ବଂଶୀଧର କୃଷ୍ଣ ନିଦ୍ରାଗତ । ତାଙ୍କର ବଂଶୀରେ ସୁମଧୁର ରାଗ ଫୁଟାଇବାପାଇଁ ମାତା ଯଶୋଦା ଏଠାରେ ପୁତ୍ରକୁ “ବଂଶୀଧର” ନାମରେ ଆହ୍ବାନ କରୁଛନ୍ତି ।

ପୁତ୍ରର ମୁଖ ପ୍ରକ୍ଷାଳନ ପାଇଁ ସେ ସୁବାସିତ ନୀର କୁମ୍ଭରେ ଭରିଦେଇଛନ୍ତି । ଶ୍ରୀକୃଷ୍ଣ ପ୍ରାତଃଭୋଜନ ପାଇଁ ତାଙ୍କର ପ୍ରିୟ ଖାଦ୍ୟ ସର, ଲବଣୀ, ଅଧାମ, ଗୋଟିକା ଓ ପାଚିଲା କଦଳୀ ପ୍ରଭୃତି ଆୟୋଜନ କରିଛନ୍ତି । ଗୋଗୋଷ୍ଠକୁ ପାଇଁ ସେ ଦଧୂଅନ୍ନ ପ୍ରସ୍ତୁତ କରିଛନ୍ତି ଯାହା ସେ ସାଥ୍‌ରେ ନେଇ ନଦୀକୂଳରେ ଗୋଚାରଣ ଅବସରରେ ଭୋଜନ କରିବେ । ଏହିପରି ବିଭିନ୍ନ ଚାଟୁକ୍ତି ଓ ପ୍ରଲୋଭନ ସତ୍ତ୍ବେ ମଧ୍ୟ କହ୍ନେଇର ଅଳସ ନିଦ ଭାଙ୍ଗିନାହିଁ ।

ଅନାବିଳ ମାତୃପ୍ରାଣ ଆଶଙ୍କାରେ ବିବ୍ରତ ହୋଇଉଠିଛି । ହୁଏତ ଗୋଗୋଷ୍ଠୀକୁ ବତ୍ସା ଚରାଇବାକୁ ଯାଇ ଅତ୍ୟଧ୍ଵ ପରିଶ୍ରମଜନିତ କ୍ଳାନ୍ତିରେ ପୁତ୍ର ତାଙ୍କର ଅବଶ ହୋଇ ବିଛଣା ତ୍ୟାଗ କରିପାରୁ ନାହିଁ । ପୁତ୍ରର ଶାନ୍ତ କ୍ଳାନ୍ତ ଶରୀରକୁ ବିଚାର କରି ମା ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି ।

ପରବର୍ତୀ ସମୟରେ ଗୋପସୁତମାନେ ନନ୍ଦରାଜାଙ୍କର ସିଂହଦ୍ଵାର ପାଖରେ ସମବେତ ହୋଇ ଗଗନରେ ପ୍ରଭାତ ସୂର୍ଯ୍ୟଙ୍କର ସୁନେଲି କୀରଣ ବିଷୟରେ ଶ୍ରୀକୃଷ୍ଣଙ୍କୁ ସଚେତନ କରାଇ ଦେଇଛନ୍ତି । ଏଥିସହିତ ଗୋଚାରଣ ପାଇଁ ବିଳମ୍ବ ହେଉଥ‌ିବାର ସୂଚନା ଦେବା ସହିତ କବିତାଟିର ଉପସଂହାର ହେଇଅଛି । ଭକ୍ତକବି ସେହି ବ୍ରଜରାଜ ଶ୍ରୀକୃଷ୍ଣଙ୍କର ଚରଣରେ ନିଜକୁ ସମର୍ପଣ କରିବା ସହିତ କବିତାଟିର ପରିସମାପ୍ତି କରାଯାଇଅଛି ।

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା - 1

Leave a Comment