Odisha State Board CHSE Odisha Class 12 Optional Odia Solutions Chapter 8 ସାବରମତୀର ମହାମାନବର ଚରଣ ତଳେ Textbook Exercise Questions and Answers.
+2 2nd Year Odia Optional Chapter 8 ସାବରମତୀର ମହାମାନବର ଚରଣ ତଳେ Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question ୧।
ସାବରମତୀ କାହାର ନାମ ?
(କ) ନଦୀର
(ଖ) ପାହାଡ଼ର
(ଗ) ପ୍ରଦେଶର
(ଘ) ପୁଷ୍କରିଣୀର
ଉ –
(କ) ନଦୀର ।
Question ୨।
‘ମହାମାନବ’ କହିଲେ କାହାକୁ ବୁଝାଏ ?
(କ) ନେହେରୁ
(ଖ) ମହାତ୍ମା ଗାନ୍ଧି
(ଗ) ସର୍ଦାର ପଟେଲ
(ଘ) ଲୋକମାନ୍ୟ ତିଳକ
ଉ –
(ଖ) ମହାତ୍ମା ଗାନ୍ଧି ।
Question ୩ ।
ସାବରମତୀ ଆଶ୍ରମ କେଉଁ ପ୍ରଦେଶରେ ଅବସ୍ଥିତ ?
(କ) ମହାରାଷ୍ଟ୍ର
(ଖ) ଗୁଜରାଟ
(ଗ) ବିହାର
(ଘ) ଓଡ଼ିଶା ଟ
ଉ –
(ଖ) ଗୁଜରାଟ ।
Question ୪।
ଦୃଶଦ୍ବତୀ କାହାର ନାମ ?
(କ) ଏକ ନଦୀର ନାମ
(ଖ) ଏକ ପାହାଡ଼ର ନାମ
(ଗ) ଏକ ପ୍ରଦେଶର ନାମ
(ଘ) ଏକ ସହରର ନାମ
ଉ –
(କ) ଏକ ନଦୀର ନାମ ।
Question ୫।
ଦ୍ଵାରକା ଦେବତା କିଏ ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଶିବ
(ଘ) ବ୍ରହ୍ମା
ଉ –
(କ) ଶ୍ରୀକୃଷ୍ଣ ।
Question ୬।
କପିଳବାସ୍ତୁ ତ୍ୟାଗକରି କିଏ ଦୂରକୁ ଚାଲିଯାଇଥିଲେ ?
(କ) ମହାବୀର
(ଖ) ଗୌତମବୁଦ୍ଧ
(ଗ) ଅଶୋକ
(ଘ) ଖାରବେଳ
ଉ –
(ଖ) ଗୌତମବୁଦ୍ଧ ।
Question ୭ |
ନିମାଇଁ କିଏ ?
(କ) ରାମକୃଷ୍ଣ ପରମହଂସ
(ଖ) ବିବେକାନନ୍ଦ
(ଗ) ଶ୍ରୀଚୈତନ୍ୟ
(ଘ) ରାମାନୁଜ
ଉ –
(ଗ) ଶ୍ରୀଚୈତନ୍ୟ ।
Question ୮ |
ସବୁରି ମରମେ କାହାର ଜୀବନ ବତୀ ଜଳୁଚି ?
(କ) ନିମାଇଁ
(ଖ) ଦ୍ଵାରକା ଦେବତା
(ଗ) ବୁଦ୍ଧଦେବ
(ଘ) ମହାତ୍ମା ଗାନ୍ଧି
ଉ –
(ଘ) ମହାତ୍ମା ଗାନ୍ଧି ।
Question ୧୦ ।
କୋଟି ଗରିବର ଅଶୁକୁ ଗାନ୍ଧି କ’ଣ କଲେ ?
(କ) କଟିମେଖଳା
(ଖ) କଣ୍ଠମାଳା
(ଗ) ଶିରୋଭୂଷଣ
(ଘ) ମଥାତିଳକ
ଉ –
(ଗ) ଶିରୋଭୂଷଣ ।
Question ୧୧ ।
ନିର୍ଯାତନର ଦହନ ଜଳାକୁ ଗାନ୍ଧିଜୀ କେଉଁଠି ଧାରଣ କଲେ ?
(କ) ବକ୍ଷରେ
(ଖ) କଣ୍ଠରେ
(ଗ) ଶିରରେ
(ଘ) ପାଦରେ
ଉ –
(କ) ବକ୍ଷରେ ।
Question ୧୨ ।
କାହାର ଆସନକୁ ମହାମାନବ କୁସୁମମୟ କରିଦେଲେ ?
(କ) ସ୍ଵାଧୀନତା ସଂଗ୍ରାମୀର
(ଖ) ଶିଳ୍ପପତିର
(ଗ) ଶିକ୍ପପତିର
(ଘ) ନିଷ୍ପେଷିତର
ଉ –
(ଘ) ନିଷ୍ପେଷିତର ।
Question ୧୩ ।
ଦୀନବନ୍ଧୁ ବୋଲି କାହାକୁ ସମ୍ବୋଧନ କରାଯାଇଛି ?
(କ) ମହାତ୍ମା ଗାନ୍ଧି
(ଖ) ବୁଦ୍ଧଦେବ
(ଗ) ନିମାଇଁ
(ଘ) କପିଳବାୟୁର ରାଜା
ଉ –
(କ) ମହାତ୍ମା ଗାନ୍ଧି ।
Question ୧୪ ।
କଟୀତଟେ ଦୀନକୌପୀନ କିଏ ଧାରଣ କରିଥିଲେ ?
(କ) ନେହେରୁ
(ଖ) ଗାନ୍ଧିଜୀ
(ଗ) ଶ୍ରୀକୃଷ୍ଣ
(ଘ) ନିମାଇଁ
ଉ –
(ଖ) ଗାନ୍ଧିଜୀ ।
Question ୧୫ ।
ମହାମାନବଙ୍କର ପଥ କିପରି ଥିଲା ?
(କ) ପୁଷ୍ପମୟ
(ଖ) ଲବଣୀମୟ
(ଗ) କଣ୍ଟକମୟ
(ଘ) ସଲିଳମୟ
ଉ –
(ଗ) କଣ୍ଟକମୟ ।
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧।
ମହାମାନବଙ୍କ ଚରଣ ସ୍ପର୍ଶରେ ହିମାଳୟର ଅବସ୍ଥା କ’ଣ ହୋଇଥିଲା ?
ଉ –
ମହାମାନବଙ୍କ ଚରଣ ସ୍ପର୍ଶରେ ହିମାଳୟ ବିଗଳିତ ହୋଇଥିଲା ।
Question
ବିନ୍ଧ୍ୟ କାହିଁକି ଉଲ୍ଲସିତ ହୋଇଉଠିଥିଲା ?
ଉ –
ମହାମାନବଙ୍କର ଚରଣ ବନ୍ଦନାରେ ବିନ୍ଧ୍ୟ ଉଲ୍ଲସିତ ହୋଇଉଠିଥିଲା ।
Question ୩ ।
ସାଗର ଉଚ୍ଛୁଳି ଉଠିବାର କାରଣ କ’ଣ ?
ଉ –
ମହାମାନବଙ୍କର ପଦସ୍ପର୍ଶ ପାଇ ସାଗର ଉଛୁଳି ଉଠିଥିଲା ।
Question ୪ ।
କ’ଣ ଭେଦକରି ତରୁଣ ତପନ ହସିଉଠେ ?
ଉ –
ନିବିଡ଼ ତିମିର ଭେଦକରି ତରୁଣ ତପନ ହସିଉଠେ ।
Question ୫ ।
ମାନବ ମୁକ୍ତିପଥରେ କେଉଁଠି ଅନେକ ହୋମାନଳ ଜଳି ଉଠିଥିଲା ?
ଉ –
ମାନବ ମୁକ୍ତିପଥରେ ବୃଶଦ୍ବତୀ ନଦୀର ଶାନ୍ତତଟରେ ଅନେକ ହୋମାନଳ ଜଳି ଉଠିଥିଲା ।
Question ୬ |
ଉ –
ଦୃଶଦ୍ବତୀର ଶାନ୍ତତଟରେ ଅନେକ ହୋମାନଳ ଜଳି ଉଠିଥିଲା ।
Question ୭ ।
ଦ୍ଵାରକାର ଦେବତା କିଏ ?
ଉ –
ଦ୍ଵାରକାର ଦେବତା ଶ୍ରୀକୃଷ୍ଣ ।
Question ୮ |
ଦ୍ଵାରକାର ଦେବତା କ’ଣ ପାଇଁ ଥରେ ଜଗି ଉଠିଥିଲେ ?
ଉ –
ଦ୍ଵାରକାର ଦେବତା ମହାଭାରତ ସମର ପାଇଁ ଥରେ ଜଗି ଉଠିଥିଲେ ।
Question ୯।
କପିଳବାସ୍ତୁ ତେଜି ଭିକ୍ଷା ମାଗିବାପାଇଁ କିଏ ଦୂରକୁ ଚାଲିଯାଇଥିଲେ ?
ଉ –
କପିଳବାସ୍ତୁ ତେଜି ଭିକ୍ଷା ମାଗିବାପାଇଁ ଗୌତମବୁଦ୍ଧ ଦୂରକୁ ଚାଲିଯାଇଥିଲେ ।
Question ୧୦ ।
ନିମାଇଁ କାହାର ତୀର ଚହଲାଇ ଦେଇଥିଲେ ?
ଉ –
ନିମାଇଁ ପୂର୍ବସାଗର ତୀର ଚହଲାଇ ଦେଇଥିଲେ ।
Question ୧୧ ।
ଗାନ୍ଧିଙ୍କଦ୍ୱାରା ଦୃଶଦ୍ବତୀ କ’ଣ ପାଲଟିଥିଲା ?
ଉ –
ଗାନ୍ଧିଙ୍କଦ୍ଵାରା ଦୃଶଦ୍ବତୀ ସାବରମତୀ ପାଲଟି ଯାଇଥିଲା ।
Question ୧୨ ।
ନିଷ୍ପେଷିତର ଆସନକୁ ଗାନ୍ଧି କ’ଣ କରିଦେଲେ ?
ଉ –
ନିଷ୍ପେଷିତର ଆସନକୁ ଗାନ୍ଧି କୁସୁମମୟ କରିଦେଲେ ।
Question ୧୩ ।
ଚରଖାଚକ୍ର ଧରି ଗାନ୍ଧି କେଉଁଠି ଉଭା ହୋଇଥିଲେ ?
ଉ –
ଚରଖାଚକ୍ର ଧରି ଗାନ୍ଧି ଏ ଦେଶରେ ଉଭା ହୋଇଥିଲେ ।
Question ୧୪।
ଧରଣୀ କାହାଦ୍ଵାରା ପ୍ଲାବିତ ହୋଇଥିଲା ?
ଉ –
ଧରଣୀ ଗାନ୍ଧିଙ୍କର ସତବଚନରେ ପ୍ଲାବିତ ହୋଇଥିଲା ।
Question ୧୫ ।
ଆଜି ଏ ଯୁଗର ଅର୍ଘ୍ୟ ପ୍ରଦୀପ କେଉଁଠି ଜଳେ ?
ଉ –
ଆଜି ଏ ଯୁଗର ଅର୍ଘ୍ୟ ପ୍ରଦୀପ ମରମେ ଜଳେ ।
(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧।
‘କୋଟି ଜନ ମନ ବନ୍ଦନା ଗାନ ପ୍ରବାହ ଚଳେ’ – କେଉଁଠି ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । କୋଟି ଜନ ମନ ବନ୍ଦନା ଗାନ ପ୍ରବାହିତ ହୋଇଛି, ସାବରମତୀର ମହାମାନବ ଗାନ୍ଧିଙ୍କ ଚରଣ ତଳେ ।
Question ୨।
ଦୃଶଦ୍ବତୀର ଶାନ୍ତ-ତଟର ବିଶେଷତ୍ଵ କ’ଣ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ଦୃଶଦ୍ବତୀର ଶାନ୍ତି-ତଟର ବିଶେଷତ୍ଵ ହେଉଛି, ଏହି ନଦୀତଟରେ ପ୍ରାଚୀନ ମୁନିଋଷିମାନେ ମାନବଜାତିର ମଙ୍ଗଳ ପାଇଁ ଅନେକ ଯାଗଯଜ୍ଞ କରିଥିଲେ ।
Question ୩।
କେଉଁ ପଥରେ ସେମାନେ ଜୟତିଳକ ଘେନିଯାଇଥିଲେ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ଏହି ସନାତନ ଦୃଶଦ୍ବତୀର ତଟରେ, ଅର୍ଥାତ୍ ଏହି ଆର୍ଯ୍ୟାବର୍ଷର ପଥରେ ସେମାନେ ଜୟତିଳକ ଘେନିଯାଇଥିଲେ ।
Question ୪।
ବନଗିରି ନଭ କ’ଣ ଶୁଣିଲେ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ବନଗିରି ନଭ ମାନବ-ମାଙ୍ଗଳିକ ଶୁଣିଲେ ।
Question ୫।
ସବୁରି ମରମେ ଜଳଇ ତୁମର ଜୀବନ ବତୀ – ପ୍ରସଙ୍ଗ ନିର୍ଦେଶ କର ।
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ ଯାହା କରିଯାଇଛନ୍ତି, ସେଥିପାଇଁ ସମସ୍ତଙ୍କର ମନରେ ତାଙ୍କ ପ୍ରତି ଜୀବନ ବତୀ ଜଳୁଛି ବୋଲି କବି କହିଛନ୍ତି ।
Question ୬।
ସୁମେରୁ କୁମେରୁ ପୂରି ଦୂବଦାରୁ ଶୁଣିଲେ ଡାକ – କାହାର ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ସୁମେରୁଠାରୁ ଆରମ୍ଭକରି କୁମେରୁ ପର୍ଯ୍ୟନ୍ତ, ଛୋଟ ଦୂବଠାରୁ ଆରମ୍ଭକରି ଦାରୁ ପର୍ଯ୍ୟନ୍ତ ସମସ୍ତେ ଗାନ୍ଧିଙ୍କର ଅହିଂସା ମନ୍ତ୍ରର ଡାକରା ଶୁଣିଥିଲେ ।
Question ୭।
ବନ୍ଧୁକ ତୀର ତରବାରୀ ମୁନ କାହିଁକି ଜଡ଼ ହୋଇଗଲା ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ଗାନ୍ଧିଙ୍କର ଅହିଂସା ମନ୍ତ୍ର ସମଗ୍ର ଧରଣୀକୁ ପ୍ଲାବିତ କରିଥିବାରୁ ହିଂସାର ଅସ୍ତ୍ର ବନ୍ଧୁକ ତୀର ତରବାରି ମୁନ ଜଡ଼ ହୋଇଯାଇଥିଲା ।
Question ୮ |
ଏଇ ସୁବିପୁଳ ବିଶ୍ବବାସୀ ଚମକି ଚାହିଁଲେ କାହିଁକି ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ଗାନ୍ଧିଙ୍କ ଅହିଂସା ମନ୍ତ୍ରର ବାଣୀ ଶୁଣିଲା ପରେ, ଏହି ସୁବିପୁଳ ବିଶ୍ଵବାସୀ, ସେହି ମନ୍ତ୍ରର ପ୍ରଭାବକୁ ଚମକି ଚାହିଁଲେ ।
Question ୯।
ସାବରମତୀର ମହାମାନବ କିଏ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ସାବରମତୀର ମହାମାନବ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ।
Question ୧୦ ।
ସାବରମତୀର ମହାମାନବଙ୍କ ବର୍ଣ୍ଣନା ପ୍ରସଙ୍ଗରେ ଅନ୍ୟ କେଉଁମାନଙ୍କ କଥା ଉପସ୍ଥାପନ କରାଯାଇଛି ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ସାବରମତୀର ମହାମାନବଙ୍କ ବର୍ଣ୍ଣନା ପ୍ରସଙ୍ଗରେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀକୃଷ୍ଣ, ଅହିଂସା ଓ ବୌଦ୍ଧଧର୍ମର ପ୍ରଚାରକ ଗୌତମବୁଦ୍ଧ ଓ ବୈଷ୍ଣବଧର୍ମ ବା ପ୍ରେମଧର୍ମର ପ୍ରଚାରକ ଶ୍ରୀଚୈତନ୍ୟଙ୍କ କଥା ଉପସ୍ଥାପନ କରାଯାଇଛି ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧ ।
ଗଳେ ହିମାଚଳ ଉଛୁଳେ ସାଗର, ବିନ୍ଧ୍ୟ ଲସେ – କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ
ଦିବ୍ୟସ୍ପର୍ଶରେ ହିମାଳୟ ବିଗଳିତ ହୋଇଉଠେ, ସାଗର ଉଛୁଳିଉଠେ ଓ ବିନ୍ଧ୍ୟପର୍ବତ ଉଲ୍ଲସିତ ହୋଇଉଠେ ।
Question ୨।
ନିବିଡ଼ ତିମିର ଭେଦି କି ତରୁଣ ତପନ ହସେ – କାହିଁକି ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ସାବରମତୀ ଆଶ୍ରମରେ ପରାଧୀନ ଭାରତର ପରିବର୍ତ୍ତନ ଆଣିବାପାଇଁ ଗାନ୍ଧିଜୀ ଚେଷ୍ଟା କରିଥିଲେ । ଫଳରେ ତାଙ୍କ ପାଦତଳେ ଆଜି କୋଟି କୋଟି ଜନମନ ବନ୍ଦନା ଗାନ କରୁଛନ୍ତି । ତାଙ୍କରି ପ୍ରଭାବ ଏପରି ଥିଲା ଯେ, ତାଙ୍କର ପାଦସ୍ପର୍ଶରେ କେବଳ ହିମାଳୟ ବିଗଳିତ ହେଉନଥୁଲା, ସାଗର ଉଚ୍ଛୁଳୁ ନଥୁଲା, ବିନ୍ଧ୍ୟ ପର୍ବତ ଉଲ୍ଲସିତ ହୋଇ ଉଠୁନଥିଲା କହିଛନ୍ତି ।
Question ୩ ।
ଅନେକ ହୋମାନଳ କେଉଁଠି କାହିଁକି ଜଳିଥିଲା ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ ମଙ୍ଗଳ ପାଇଁ ଅନେକ ଯାଗଯଜ୍ଞ କରିଥିଲେ । ସେହି ଯଜ୍ଞର ହୋମାନଳରେ ସମଗ୍ର ଆର୍ଯ୍ୟବର୍ଷ ମଙ୍ଗଳମୟ ହେଉଥିଲା ।
Question ୪।
କପିଳବାସ୍ତୁ ତେଜି କିଏ କାହିଁକି ଭିକ୍ଷା ମାଗିଥିଲେ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । କପିଳବାସ୍ତୁ ତେଜି ଗୌତମ ଦିନେ ଜୀବନର ପ୍ରକୃତ ଶାନ୍ତି ସନ୍ଧାନରେ ବାହାରି ଯାଇଥିଲେ । ସେ ଭିକ୍ଷୁଭାବରେ, ଭିକ୍ଷାବୃତ୍ତି କରି ମାନବ ମୁକ୍ତିର ବାର୍ତ୍ତା ବୁଲି ବୁଲି ପରିପ୍ରଚାର କରିଥିଲେ । ଶେଷରେ ବୁଦ୍ଧଦେବ ଭାବରେ ପତିତମାନଙ୍କୁ ସେ ନିର୍ବାଣର ମାର୍ଗ ଦେଖାଇଥିଲେ ।
Question ୫।
ପରମକାମ୍ୟ କିଏ କାହା ପାଇଁ ବିତରଣ କରିଥିଲେ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ନିମାଇଁ ଯିଏକି ପରବର୍ତ୍ତୀ ସମୟରେ ଚୈତନ୍ୟଭାବରେ ପରିଚିତ ହୋଇଥିଲେ ସେ ମାନବ ପାଇଁ ପରମକାମ୍ୟ ବିତରଣ କରି ଚାଲିଥିଲେ । ଚୈତନ୍ୟ ଥିଲେ ଭକ୍ତି ଆନ୍ଦୋଳନର ଅନ୍ୟତମ ପୁରୋଧା । ସେ ବୈଷ୍ଣବଧର୍ମ ମାଧ୍ୟମରେ
Question ୬।
‘ଧାଇଁଲେ-ଆବାଳ-ବୃଦ୍ଧ-ବନିତା-ତରୁଣୀ-ଯୁବା’- କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିବାପାଇଁ ଲାଗିପଡ଼ିଲେ, ତାଙ୍କଦ୍ବାରା ଅନେକ କର୍ମୀ ଓ ସଂଗ୍ରାମୀ ପ୍ରଭାବିତ ହୋଇଥିଲେ । ସେ ଚରଖା ଚଳାଇ ନିଜ ହାତରେ ସୁତା କାଟି ସ୍ବଦେଶୀ ଜିନିଷ ବ୍ୟବହାର କରିବାପାଇଁ ସମସ୍ତଙ୍କୁ ପ୍ରେରଣା ଦେଉଥିଲେ । ନିଜେ ଆଣ୍ଠୁ ନ ଲୁଚୁ ଥିବା ବସ୍ତ୍ର ପିନ୍ଧିଥିଲେ । ତାଙ୍କରିଦ୍ୱାରା ପ୍ରଭାବିତ ଦେଶର ସବୁ ଶ୍ରେଣୀର ମଣିଷ ଅହିଂସା ଆନ୍ଦୋଳନରେ ଯୋଗ ଦେଇଥିଲେ ।
Question ୭।
ଯୁଗେ ଯୁଗେ ତମେ ମରଣେ ମାରିଚ ବଜ୍ରାଘାତେ – ଏହାର ତାତ୍ପର୍ଯ୍ୟ କ’ଣ ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । କବି ମହାମାନବ ମହାତ୍ମା ଗାନ୍ଧିଙ୍କୁ ଯୁଗପୁରୁଷ ଭାବରେ ଗ୍ରହଣ କରିନେଇଛନ୍ତି । ଫଳରେ ସେ ତାଙ୍କୁ ଶ୍ରୀକୃଷ୍ଣ, କରିଯାଇଛନ୍ତି, ସେଥ୍ପାଇଁ ସେ ମରି ମଧ୍ୟ ଅମର ହୋଇ ରହିବେ । ଯାହାକୁ କି କବି ଯୁଗେ ଯୁଗେ ମୃତ୍ୟୁକୁ ବଜ୍ରାଘାତ କରି ମୃତ୍ୟୁଜୟୀ ହୋଇଛନ୍ତି ବୋଲି ସୂଚାଇ ଅଛନ୍ତି ।
Question ୮।
ସାବରମତୀର ତଟ ତରୁ ତଳ କୁଟୀର ପାଶେ କି ଘଟଣା ଘଟିଥିଲା ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ସାବରମତୀ ନଦୀର ତଟ ପ୍ରଦେଶରେ ମହାମାନବ ମହାତ୍ମା ଗାନ୍ଧି ଆଶ୍ରମ ଗଠନ କରିଥିଲେ । ସେହି ଆଶ୍ରମ କୁଟୀରରେ ରହି କୁଟି ଖାଇ ଓ କାଟି ପିନ୍ଧି ଦେଶର ଜନତାଙ୍କୁ ସ୍ଵାବଲମ୍ବୀ ହେବାର ଆହ୍ଵାନ ଦେଇଥିଲେ । ସେ ନିଜେ ମଧ୍ୟ ଚରଖା ଚଳାଇ ସୂତା କାଟୁଥିଲେ । ସେ ଆଣ୍ଠୁଲୁଚୁ ନଥିବା ବସ୍ତ୍ର ପିନ୍ଧି ସମସ୍ତଙ୍କ ମନରେ ଅହିଂସା ଆନ୍ଦୋଳନରେ ଯୋଗଦେଇ, ସତ୍ୟାଗ୍ରହୀ ହେବାପାଇଁ ପ୍ରେରଣା ଦେଇଥିଲେ ।
Question ୯ ।
କାହା ସମ୍ମୁଖରେ କାହିଁକି ଭୀମ କୁଳୀଶ ସମ ବିଘ୍ନ ଆସିଥିଲା ?
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ ଗାନ୍ଧିଜୀ ପ୍ରେରଣା ଦେଇଥିଲେ । ତାଙ୍କରି ପ୍ରେରଣାରେ ଅନୁପ୍ରାଣିତ ହୋଇ ଦେଶର ଆବାଳ-ବୃଦ୍ଧ-ବନିତା-ତରୁଣୀ- ଯୁବା, ସମସ୍ତେ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଚଳାଇଲେ । ଆନ୍ଦୋଳନରୁ ଦୂରେଇ ଯିବାପାଇଁ, ଗାନ୍ଧିଜୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସିଥିଲା, ଯାହାକୁ କି କବି ଭୟଙ୍କର ବଜ୍ର ସମ ବାଧା ଆସିଥିଲା ବୋଲି କହିଛନ୍ତି ।
Question ୧୦ ।
‘ସେ କାଳେ ହେ ଯୋଗି, କି ଅବା ମନ୍ତ୍ର ଗାଇଲ ବସି’ – ପ୍ରସଙ୍ଗ ନିରୂପଣ କର ।
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ କବି ଗୋଦାବରୀଶ ମହାପାତ୍ର ଏହା ଉଲ୍ଲେଖ କରିଛନ୍ତି । ଗାନ୍ଧିଜୀ ସ୍ଵାଧୀନତା ସଂଗ୍ରାମରେ ଯୋଗଦେବାଦ୍ୱାରା, ତାଙ୍କ ଜୀବନରେ ଅନ୍ଧକାର ଘୋଟି ଆସିଥିଲା । ସଂଗ୍ରାମୀ ଭାବରେ ତାଙ୍କର ପଥ ହୋଇଥିଲା କଣ୍ଟକମୟ । ଅନେକ ପ୍ରକାର ବାଧାବିଘ୍ନ ଆସିଥିଲେ ବି ଗାନ୍ଧିଜୀ, କୌଣସି ସମୟରେ ମୃତ୍ୟୁକୁ ଭୟ କରିନଥିଲେ । ବରଂ ଅହିଂସା ମନ୍ତ୍ରଦ୍ୱାରା, ଯୋଗୀ ଭାବରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ବୋଲି କବି କହିଛନ୍ତି ।
(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧ ।
‘ସାବରମତୀର ମହାମାନବର ଚରଣ ତଳେ’ କବିତାର ଭାବଧର୍ମ ବିଶ୍ଳେଷଣ କର ।
ଉ –
କବି ଗୋଦାବରୀଶ ମହାପାତ୍ର ଥିଲେ, ଜାତୀୟତାବାଦୀ କବି । ଜାତିର ଓ ସମାଜର ମଙ୍ଗଳ କାମନା ପାଇଁ ସେ ଲେଖନୀ ଚାଳନା କରିଥିଲେ । ପୁନଶ୍ଚ ସେ ଥିଲେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର । ସତ୍ୟବାଦୀ ଗୋଷ୍ଠୀ ସ୍ତରରେ ଗାନ୍ଧିଜୀ ଯେଉଁ ଆନ୍ଦୋଳନର ଡାକରା ଦେଇଥିଲେ, ସେହିଭଳି ଆନ୍ଦୋଳନର ବାର୍ତ୍ତା ଶୁଣାଇଥଲେ ଉତ୍କଳମଣି ଗୋପବନ୍ଧୁ । ଗୋପବନ୍ଧୁଙ୍କ ଅନୁପ୍ରାଣିତ ଗୋଦାବରୀଶଙ୍କ ଦୃଷ୍ଟିରେ ଗାନ୍ଧିଜୀ ଥିଲେ ଅସାଧାରଣ ମଣିଷ । ସେ ଥିଲେ ଯୁଗପୁରୁଷ । ସତେଯେପରି ପରାଧୀନ ଭାରତକୁ ସ୍ଵାଧୀନ କରିବାପାଇଁ ସେ ଧରାବତରଣ କରିଥିଲେ । ତେଣୁ ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କବି ‘ସାବରମତୀର ମହାମାନବର ଚରଣ ତଳେ’ ଭଳି କବିତା ରଚନା କରିଥିଲେ ।
କବିତାର ଆରମ୍ଭରେ କବି, ସାବରମତୀରେ ଆଶ୍ରମ ଗଠନ କରି କୋଟି ଜନତାର ମନ କିଣି ନେଇଥିବା ମହାମାନବ ମହାତ୍ମା ଗାନ୍ଧିଙ୍କ ଚରଣତଳେ ବନ୍ଦନା ଗାନ କରିଛନ୍ତି । ଗାନ୍ଧିଜୀଙ୍କର ଶକ୍ତି ଥିଲା ଅସାଧାରଣ । ତାଙ୍କ ଶକ୍ତିର ପରିଚୟ ପାଇଥିଲା ସମଗ୍ର ଭାରତବର୍ଷ । ସେ ବିଶ୍ଵରେ ନିଜର ସୁନାମକୁ ବଜାୟ ରଖୁଥିଲେ । ଜାତିର ପିତା ଭାବରେ ସେ ପରିଚିତ ହୋଇଥିଲେ । ତାଙ୍କରି ନେତୃତ୍ବର ମହତ୍ତ୍ଵ ଓ ବ୍ୟକ୍ତିତ୍ଵର ପ୍ରଭାବରେ ଇଂରେଜ ସରକାର ଦେଶକୁ ପରାଧୀନତା କବଳରୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ ।
ଗୁଜରାଟରେ ପ୍ରବାହିତ ସାବରମତୀ ତୀରରେ ସେ ସାବରମତୀ ବା ସତ୍ୟାଗ୍ରହ ଆଶ୍ରମ ସ୍ଥାପନ କରିଥିଲେ । ସେ ଯେଭଳି ଭାବରେ ସମସ୍ତଙ୍କୁ ପ୍ରେରଣା ଦେଉଥିଲେ, ସେଥ୍ପାଇଁ କୋଟି କୋଟି ଜନମନ ବନ୍ଦନାଗାନ କରୁଛନ୍ତି ବୋଲି କବି କହିଛନ୍ତି । ତାଙ୍କର ପ୍ରଭାବ ଏତେ ମାର୍ମିକ ଥିଲା ଯେ, ତାଙ୍କର ପାଦସ୍ପର୍ଶରେ ହିମାଳୟ ବିଗଳିତ ହୋଇ ଯାଉଥିଲା, ସାଗର ଉଛୁଳି ଉଠୁଥୁଲା, ବିନ୍ଧ୍ୟ ପର୍ବତ ମଧ୍ଯ ଉଲ୍ଲସିତ ହୋଇ ଉଠୁଥିଲା । ତାଙ୍କରି ପାଇଁ ପରାଧୀନତାର ଘନ ଅନ୍ଧକାର ଦୂରେଇ ଯାଇ, ଭାରତବର୍ଷ ସ୍ଵାଧୀନତାର ନବୀନ ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଥିଲା ।
ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମର ବିଶେଷ୍ୟତାକୁ ପ୍ରମାଣ କରିବାପାଇଁ, କବି ତାହାକୁ ଦୃଶଦ୍ବତୀ ନଦୀତଟ ସହିତ ତୁଳନା କରିଛନ୍ତି । କାରଣ ଅତୀତରେ ଦୃଶଦବତୀ ନଦୀତଟରେ କେତେ ହୋମାନଳ ଜଳିଥିଲା, ମାନବଜାତିର ମୁକ୍ତି କାମନା ପାଇଁ । ଅନୁରୂପ ଭାବେ ଗାନ୍ଧିଜୀ ସେଠାରେ ଆଶ୍ରମ ଗଠନ କରି ମାନବଜାତିର କଲ୍ୟାଣ କାମନା କରିଥିଲେ । ସମସ୍ତଙ୍କୁ ପରାଧୀନତାର ମାନସିକତାରୁ ବାହାରି ଆସିବାପାଇଁ ପ୍ରେରଣା ଦେଇଥିଲେ ।
ମାନବ ଜାତିର ମୁକ୍ତି ପାଇଁ ଓ ପରାଧୀନ ଭାରତକୁ ସ୍ଵାଧୀନ କରିବାପାଇଁ ସେ ଯେପରି ଅବତାର ଭାବରେ ଜନ୍ମଗ୍ରହଣ କରିଥିଲେ । ସେଥିପାଇଁ କବି ମହାମାନବ ମହାତ୍ମା ଗାନ୍ଧିଙ୍କୁ ମହାଭାରତରେ ଧର୍ମର ଯୁଦ୍ଧ ନିୟନ୍ତ୍ରଣ କରିଥି ସହିତ ତୁଳନା କରିଛନ୍ତି ।
ଗାନ୍ଧିଜୀ ଯୋଗସାଧକ ତପସ୍ଵୀ ଭାବରେ ସମସ୍ତଙ୍କୁ ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲେ । ଫଳରେ ଅହିଂସାର ବାର୍ତ୍ତା ଓ ପ୍ରଭାବ ସମଗ୍ର ଭୂଭାଗକୁ ଚମକାଇ ଦେଇଥିଲା। ଫଳରେ ସେ ହୋଇଥିଲେ ମରଣଜୟୀ ଯାହାକୁ କି କବି କହିଛନ୍ତି, ‘ଯୁଗେ ଯୁଗେ ତୁମେ ମରଣେ ମାରିଚ ବଜ୍ରାଘାତ’ । ମରଣ ଗାନ୍ଧିଜୀଙ୍କ ନିକଟରେ ହାର୍ ମାନିଥିଲା ।
ବାସ୍ତବରେ ଗାନ୍ଧିଜୀଙ୍କ ପ୍ରତି ନିଜର ଭକ୍ତିଭାବ ଓ ତାଙ୍କର ଅସାଧାରଣତା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ହିଁ ଆଲୋଚ୍ୟ କବିତାର ଆଭିମୁଖ୍ୟ । କବିତାର ଆଭିମୁଖ୍ୟ ।
Question ୨।
ପଠିତ କବିତାରେ ପ୍ରତିଫଳିତ ମହାମାନବଙ୍କ ପ୍ରଭାବ ବର୍ଣ୍ଣନା କର ।
ଉ –
ଗୀତାର ବାଣୀ ହେଉଛି, ଯେତେବେଳେ ଅଧର୍ମ ଅନ୍ୟାୟର ପ୍ରାବଲ୍ୟର ଧରାପୃଷ୍ଠ କଳୁଷିତ ହୋଇଯାଏ, ସେତେବେଳେ ସତ୍ୟର ପରିପ୍ରଚାର ପାଇଁ, କଳୁଷିତ ମଣିଷଙ୍କର ବିନାଶ ପାଇଁ, ଧରାପୃଷ୍ଠରେ ମହାମାନବମାନେ ଅବତାର ରୂପେ ଜନ୍ମ ଗ୍ରହଣ କରିଥା’ନ୍ତି । ତାଙ୍କରି ପ୍ରଭାବରେ, ସତ୍ୟନ୍ୟାୟର ପ୍ରତିଷ୍ଠା ହୋଇଥାଏ । କବି ଗୋଦାବରୀଶ ମହାପାତ୍ର, ମହାମାନବ ମହାମା ଗାନ୍ଧିଙ୍କର ମହତ୍ତ୍ଵକୁ ପ୍ରମାଣିତ କରିବାପାଇଁ ସାବରମତୀର ମହାମାନବର ଚରଣ ତଳେ କବିତା ରଚନା କରିଛନ୍ତି ।
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବ୍ୟକ୍ତିତ୍ଵର ପ୍ରଭାବ ଓ ନେତୃତ୍ଵର ମହତ୍ତ୍ଵ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ଗୁଜରାଟରେ ପ୍ରବାହିତ ସାବରମତୀ ନଦୀ ତୀରର ସେ ସତ୍ୟାଗ୍ରହ ଆଶ୍ରମ ସ୍ଥାପନ କରିଥିଲେ । ତାଙ୍କ ପାଦତଳେ ଆଜି କୋଟି କୋଟି ଜନମନ ବନ୍ଦନା ଗାନ କରୁଛନ୍ତି । ତାଙ୍କର ପ୍ରଭାବ ଏପରି ଥୁଲା ଯେ ତାଙ୍କର ପାଦ ସ୍ପର୍ଶରେ ହିମାଳୟ ପର୍ବତ ବିଗଳିତ ହୋଇଉଠୁଥିଲା । ପରିବ୍ୟାପ୍ତ ବିନ୍ଧ୍ୟ ପର୍ବତମାଳା ଉଲ୍ଲସିତ ହୋଇଉଠୁଥିଲା ଏବଂ ସାଗର ଉଛୁଳି ଉଠୁଥିଲା । ଅର୍ଥାତ୍ ସମଗ୍ର ଭାରତବର୍ଷ ତାଙ୍କରି ପ୍ରେରଣାରେ ନୂତନ ପୁଲକରେ ପୁଲକିତ ହେଉଥିଲା । ଆଲୋକିତ ହୋଇଥିଲେ ।
କବି, ମହାମାନବ ମହାତ୍ମା ଗାନ୍ଧିଙ୍କୁ ଦିବ୍ୟପୁରୁଷ ଓ ଅବତାର ଭାବରେ ଗ୍ରହଣ କରିନେବାପାଇଁ, ତାଙ୍କୁ ଶ୍ରୀକୃଷ୍ଣ, ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ, ଠିକ୍ ଅନୁରୂପଭାବେ ମହାତ୍ମା ଗାନ୍ଧି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଇଂରେଜମାନଙ୍କ ଗୁଳିଗୋଳାକୁ ସେ ଖାତିର କରିନଥିଲେ, ଜେଲ୍ ଜୋରିମାନା ତାଙ୍କ ମନରେ ଭୟ ସୃଷ୍ଟି କରିନଥୁଲା, ବରଂ ସେ କଣ୍ଟକିତ ପଥର ଯାତ୍ରୀ ହୋଇଥିଲେ ।
ଗାନ୍ଧିଜୀଙ୍କ ଉତ୍ସର୍ଗୀକୃତ ଜୀବନ ତାଙ୍କୁ କରିଥିଲା ମରଣଜୟୀ । ସତ୍ୟ ଓ ଅହିଂସା ଅସ୍ତ୍ର ବଳରେ ସେ ନିଜର ଅସାଧାରଣ ବ୍ୟକ୍ତିତ୍ଵର ପ୍ରମାଣ ଦେଇଥିଲେ । ମୃତ୍ୟୁ ଚିନ୍ତାକୁ ସେ ଖାତିର କରିନଥିଲେ । ବରଂ ମରଣ ତାଙ୍କ ନିକଟରେ ହାର୍ ମାନିଥିଲା ।
Question ୩ ।
ନିବିଡ଼ ତିମିର ଭେଦ କରି ତରୁଣ ତପନ କିପରି ହସି ଉଠିଥିଲା ବୁଝାଇ ଦିଅ ।
ଉ –
କବି ଗୋଦାବରୀଶ ମହାପାତ୍ର ଥିଲେ, ଜାତୀୟ ବାଦୀ କବିତା ‘ସାବରମତୀର ମହାମାନବର ଚରଣ ତଳେ’ ତା ଏକ ଅନନ୍ୟ କବିତା । ଉକ୍ତ କବିତାରେ କବି ମହାମାନବ, ଯୋଗୀପୁରୁଷ, ଜାତୀୟତାବାଦୀ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବିଚାର କରିଛନ୍ତି । ଭାରତକୁ ସ୍ଵାଧୀନ କରିବାପାଇଁ ସେ ସତ୍ୟାଗ୍ରହୀ ଭାବରେ ଅହିଂସା ଆନ୍ଦୋଳନ କରିଥିଲେ । ଅହିଂସା ମନ୍ତ୍ର ଓ ଅହିଂସା ଅସ୍ତ୍ରକୁ ବିଦେଶୀ ଇଂରେଜମାନେ ସମ୍ମୁଖୀନ ହୋଇ ପାରିନଥିଲେ । ସେହି ନୂତନ ଅସ୍ତ୍ରଦ୍ୱାରା, ଭାରତକୁ ସ୍ୱାଧୀନ କରିବାରୁ ହୃଦୟାବେଗକୁ ଅତି ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।
କରିଥିଲେ । କବିତାର ଆରମ୍ଭରେ ସେହି ମହାମାନବଙ୍କର କବି ବନ୍ଦନା ଗାନ କରିଛନ୍ତି । ସାବରମତୀ ଆଶ୍ରମ ଗଠନ ଯେଭଳି ପ୍ରେରଣା ଦେଇଛନ୍ତି, ସେଥିପାଇଁ ସେ ଆଉ ସାଧାରଣ ହୋଇ ନାହାଁନ୍ତି । ସେ ହୋଇଛନ୍ତି ଅନନ୍ୟସାଧାରଣ । ସେ ଇଂରେଜମାନଙ୍କର ଜେଲ୍ ଜୋରିମାନା, ଗୁଳିଗୋଳାକୁ ଖାତିର ନକରି, ଦେଶକୁ ସ୍ଵାଧୀନ କରିବା ଲକ୍ଷ୍ୟରେ ଯେଭଳି କର୍ମକରି ଯାଇଥିଲେ, ସେଥିପାଇଁ କୋଟି ଜନମନ ତାଙ୍କୁ ପ୍ରଣାମ ଜଣାଇଛନ୍ତି ।
ଗାନ୍ଧିଙ୍କର ଗତି ଥିଲା ଅନତିକ୍ରମଣୀୟ । ସେଥିପାଇଁ ତାଙ୍କରି ସ୍ପର୍ଶରେ ‘ଗଳେ ହିମାଳୟ’ । ଅର୍ଥାତ୍ ଦୀର୍ଘ ପର୍ବତ ପାଇଁ ଭାରତ ସ୍ଵାଧୀନ ହୋଇଥିଲା । ତାଙ୍କରି ପାଇଁ ଦୀର୍ଘଦିନ ଧରି ଅମାଅନ୍ଧାରରେ ବୁଡ଼ିରହିଥିବା ଭାରତୀୟମାନେ ସ୍ଵାଧୀନତାର ସୁଖ ସୂର୍ଯ୍ୟ ଦେଖୁବାର ଅବସର ପାଇଲେ । କବି ଗାନ୍ଧିଜୀଙ୍କ ଅପୂର୍ବ ଶକ୍ତିର ପରିଚୟ ଦେବାକୁ ଯାଇ ଉଦ୍ଭାସିତ ହୋଇ ଉଠିଥିଲା ।
Question ୪ ।
ମହାମାନବର ଚରଣତଳେ କୋଟିଜନମନ କାହିଁକି ବନ୍ଦନା ଗାନ କରୁଥିଲେ, ତାହା ନିଜ ଭାଷାରେ ଲେଖ ।
ଉ –
କବି ଗୋଦାବରୀଶ ମହାପାତ୍ର, ‘ସାବରମତୀର ମହାମାନବର ଚରଣ ତଳେ’ କବିତାରେ, ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଅନନ୍ୟସାଧାରଣ ଭାବଧାରାର ସୂଚନା ଦେଇଛନ୍ତି । କବିଙ୍କ ଦୃଷ୍ଟିରେ ଗାନ୍ଧିଜୀ ଥୁଲେ ଯୁଗପୁରୁଷ ଯେ ମରଣଜୟୀ । ଏହି ମହାମାନବଙ୍କ ପାଦତଳେ କୋଟି ଜନମନ ବନ୍ଦନା ଗାନ କରିଥିଲେ ।
ଗାନ୍ଧିଜୀ ଥିଲେ ଦିବ୍ୟଶକ୍ତିର ଅଧିକାରୀ । ସେ ସତ୍ୟାଗ୍ରହୀ ଭାବରେ ଅହିଂସା ଆନ୍ଦୋଳନରେ ଯୋଗଦେବା ପୂର୍ବରୁ ୧୯୧୭ ମସିହାରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କରି ପ୍ରଭାବ ଏପରିଥିଲା ଯେ, ତାଙ୍କର ପାଦସ୍ପର୍ଶରେ ହିମାଳୟ ବିଗଳିତ ହୋଇଯାଇଥିଲା, ସାଗର ଉଛୁଳି ଉଠୁଥୁଲା, ବିନ୍ଧ୍ୟପର୍ବତ ମଧ୍ଯ ଉଲ୍ଲସିତ ହୋଇ ଉଠୁଥିଲା ଏବଂ ଘନ ଅନ୍ଧକାର ଅପସରିଯାଇ, ସେଠାରେ ନବୀନ ସୂର୍ଯ୍ୟର ଆଲୋକ ଉଦ୍ଭାସିତ ହୋଇ ଉଠୁଥିଲା । ମାନବ ଜାତିର ମଙ୍ଗଳ ପାଇଁ ଅନେକ ଯାଗଯଜ୍ଞ କଲାଭଳି, ଗାନ୍ଧିଜୀ ମଧ୍ୟ ସାବରମତୀ ଆଶ୍ରମରେ ଭାରତକୁ ସ୍ଵାଧୀନ କରିବାପାଇଁ ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଇଥିଲେ । କବି ଗାନ୍ଧିଙ୍କୁ ମହାମାନବ ଭାବରେ ଅବତାର ଗ୍ରହଣ କରିଥିବା କହିଛନ୍ତି । ସେଥିପାଇଁ ସେ ତାଙ୍କୁ ଦ୍ଵାରକା ଦେବତା ଶ୍ରୀକୃଷ୍ଣ, କପିଳବାୟୁର ରାଜକୁମାର ଭଗବାନ ବୁଦ୍ଧ, ଭକ୍ତି ଆନ୍ଦୋଳନର ପୁରୋଧା ଶ୍ରୀଚୈତନ୍ୟଙ୍କ ସହିତ ତୁଳନା କରିଛନ୍ତି । ତେଣୁ ସମସ୍ତଙ୍କ ଦୃଷ୍ଟିରେ ଗାନ୍ଧି ଥିଲେ ଅନନ୍ୟସାଧାରଣ । ସେ ଅହିଂସା ଅସ୍ତ୍ର ବଳରେ ଇଂରେଜ ସରକାରଙ୍କ ହୃଦୟରେ କମ୍ପନ ସୃଷ୍ଟି କରିଥିଲେ ।
ଏହି ଅହିଂସା ଅସ୍ତ୍ର ସମ୍ମୁଖରେ ସମଗ୍ର ବିଶ୍ଵ ଚମକି ଯାଇଥିଲା । ସଂଗ୍ରାମୀ ଭାବରେ ଗାନ୍ଧିଙ୍କର ଗତିପଥ ଥିଲା ଭୀମ ଭୟଙ୍କର । ସେ ଯେପରି କଣ୍ଟକପୂର୍ଣ ପଥରେ ପାଦଦେଇ ଚାଲୁଥିଲେ । ଏତେ କଷ୍ଟ ସ୍ଵୀକାର କଲେ ମଧ୍ୟ, ସେ କୌଣସି ସମୟରେ ଭୀରୁଭାବ ପ୍ରଦର୍ଶନ କରିନଥିଲେ । କାରଣ ସତ୍ୟ, ଅହିଂସା ଓ ନିର୍ଭୟତା ତାଙ୍କ ସଂଗ୍ରାମର ମୂଳମନ୍ତ୍ର ଥିଲା । ମୃତ୍ୟୁଚିନ୍ତାକୁ ବେଖାତିର କରି ଗାନ୍ଧି ନିଜ କର୍ତ୍ତବ୍ୟପଥରେ ଅଗ୍ରସର ହୋଇଥିଲେ ।
ଗାନ୍ଧିଜୀଙ୍କର ତ୍ୟାଗପୂତ ଜୀବନ ଓ ଅହିଂସା ଆନ୍ଦୋଳନ ବଳରେ ଭାରତକୁ ସ୍ୱାଧୀନ କରିଥିବାରୁ, ତାଙ୍କ ଚରଣତଳେ କୋଟି ଜନମନ ବନ୍ଦନା ଗାନ କରୁଥିଲେ ବୋଲି କବି କହିଛନ୍ତି ।
Question ୫ ।
ଭାରତର ମୁକ୍ତି ସଂଗ୍ରାମର ମହାତ୍ମା ଗାନ୍ଧିଙ୍କ ଭୂମିକା ପଠିତ କବିତା ଆଧାରରେ ନିରୂପଣ କର ।
ଉ –
‘ସାବରମତୀର ମହାମାନବର ଚରଣ ତଳେ’ କବିତାର କବି ଗୋଦାବରୀଶ ମହାପାତ୍ର । ସେ ଥିଲେ ଜଣେ ଜାତୀୟତାବାଦୀ ଅନୁଚିନ୍ତାର କବି । ପୁନଶ୍ଚ ସେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରଭାବରେ, ଗୋପବନ୍ଧୁଙ୍କଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଥିଲେ । ସେ ବୁଝିଥିଲେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ମୁକ୍ତି ସଂଗ୍ରାମରେ ଭୂମିକାକୁ । ତେଣୁ ଗାନ୍ଧିଜୀ କବିଙ୍କ ବିଚାରରେ ସାଧାରଣ ମାନବ ନୁହଁନ୍ତି, ସେ ହେଉଛନ୍ତି ମହାମାନବ ।
ଦୀର୍ଘଦିନ ଧରି ଭାରତ ଇଂରେଜମାନଙ୍କଦ୍ୱାରା ଶାସିତ ହୋଇ ଆସିଥିଲା । ଭାରତୀୟମାନେ ବୀର, ସାହସୀ ଓ ଯୋଦ୍ଧା ହେଲେ ବି, ଚତୁର ବଣିକଜାତି ଇଂରେଜମାନେ ମନରେ ବିଭେଦ ଭାବ ଆଣିଥିଲେ । ଆକୁମାରୀ ହିମାଚଳ ଆଉ ଗୋଟିଏ ମନର ହୋଇ ରହିନଥିଲା। ଭାରତ ଖଣ୍ଡ ଖଣ୍ଡ ହେଲାପରେ ଗୋଟିଏ ପରେ ଗୋଟିଏ ଖଣ୍ଡକୁ ନିଜ ହାତକୁ ନେଇ, ସମଗ୍ର ଭାରତକୁ ନିଜ ଅଧୀନରେ ରଖିଲେ । ଫଳସ୍ଵରୂପ ସମଗ୍ର ଭାରତ ହେଲା ପରାଧୀନ । ଇଂରେଜମାନେ ଅତ୍ୟାଚାର ଚଳାଇଲେ । ସେହି ସମୟରେ ଭାରତବର୍ଷରେ ଜନ୍ମ ନେଲେ ମହାତ୍ମା ଗାନ୍ଧି । ତାଙ୍କ ଜୀବନର ଲକ୍ଷ୍ୟ ଥିଲା, ପରାଧୀନ ଭାରତକୁ ସ୍ଵାଧୀନ କରିବା। ସେ ପ୍ରଥମେ ଆକୁମାରୀ ହିମାଚଳ ସମସ୍ତ ଭାରତୀୟଙ୍କ ମନରେ ନିଜର ଅଧିକାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ । ପ୍ରାଚୀନ ଦୃଶଦ୍ବତୀ ନଦୀ ପରି ସାବରମତୀ ତଟରେ ଏକ ଆଶ୍ରମ ସ୍ଥାପନ କଲେ । ଗରିବ ଓ ନିର୍ଯାତିତମାନଙ୍କୁ ବରାଭୟ ପ୍ରଦାନ କରିଥିଲେ । ବିଦେଶୀ ବସ୍ତ୍ର ବର୍ଜନ କରି କାଟି ପିନ୍ଧି କୁଟି ଅଦ୍ଭୁତ ପ୍ରଭାବ ସୃଷ୍ଟି କରି ପାରିଥିଲେ । ମୁକ୍ତି ସଂଗ୍ରାମରେ ଯୋଗ ଦେଇ ତାହାର ନେତୃତ୍ଵ ସେ ନେଇଥିଲେ । ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ, ଶହ ଶହ ସଂଖ୍ୟାରେ ଆବାଳ-ବୃଦ୍ଧ-ବନିତା-ତରୁଣୀ-ଯୁବା, ଆଶ୍ରମ ଜୀବନକୁ ଆପଣେଇ ନେଇଥିଲେ ।
ଗୁଳିଗୋଳା, ଜେଲ୍ ଜୋରିମାନାକୁ ସେ ଖାତିର୍ କରିନଥିଲେ । ଗାନ୍ଧିଜୀଙ୍କ ପ୍ରେରଣା ପାଇ ଶହ ଶହ ସଂଖ୍ୟାରେ ମୁକ୍ତି ଆଶାୟୀ ସଂଗ୍ରାମୀମାନଙ୍କୁ ଦେଖ୍, ବିଦେଶୀ ଶାସକ ମନରେ ଭୟ ସୃଷ୍ଟି ହୋଇଥିଲା । ଅହିଂସା ସଂଗ୍ରାମ ନିକଟରେ ଇଂରେଜ ଜାତି ପରାଜିତ ହୋଇଥିଲା । ଅହିଂସାର ମହତ୍ତ୍ବକୁ ସାରା ବିଶ୍ଵ ଜାଣିଲା । ସମଗ୍ର ବିଶ୍ଵରେ ଅର୍ଥାତ୍ ସୁମେରୁଠାରୁ କୁମେରୁ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କର ଅହିଂସାର ବାର୍ତ୍ତା ସମସ୍ତଙ୍କୁ ଚମକାଇଦେଲା । ଅହିଂସା ମନ୍ତ୍ର ଓ ଅହିଂସା ଅସ୍ତ୍ର ନିକଟରେ ହିଂସାର ଅସ୍ତ୍ର ପରାଜିତ ହେଲା । ସତେଯେପରି ହିଂସାର ଅସ୍ତ୍ର ବନ୍ଧୁକ, ତୀର, ତରବାରିର ମୁନ ଜଡ଼ ପାଲଟିଗଲା । କାରଣ ଗାନ୍ଧିଙ୍କ ବାର୍ତ୍ତା ଓ ନେତୃତ୍ଵରେ ସମସ୍ତ ସଂଗ୍ରାମୀ ଦେଖାଇଦେଲେ, ଖଣ୍ଡା ତରବାରି ବଳରେ କାହାର ହୃଦୟକୁ ଜୟକରି ହେବନାହିଁ । ଧର୍ମ ପ୍ରତିଷ୍ଠା ପାଇଁ, ସତ୍ୟଶାନ୍ତିର ପରିପ୍ରଚାର ପାଇଁ ଗାନ୍ଧିଜୀ ଥିଲେ ସତେଯେପରି ଭଗବାନଙ୍କ ଅବତାର । ଗାନ୍ଧିଜୀଙ୍କ ପାଇଁ ପରାଧୀନ ଭାରତ ସ୍ଵାଧୀନ ଭାରତରେ ପରିଣତ ହୋଇଥିଲା ।
ମହାତ୍ମା ଗାନ୍ଧିଙ୍କର ମୁକ୍ତ ସଂଗ୍ରାମର ଭୂମିକାକୁ କବି ଅତି ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।
କବି ପରିଚିତି :
ପୁରାଣପ୍ରସିଦ୍ଧ ପୁରୀ ଜିଲ୍ଲାର ପ୍ରାକୃତିକ ଦୃଶ୍ୟବହୁଳ ବାଣପୁର ଥାନାର ଛବିଳ କୁମାରଙ୍ଗ ଶାସନରେ ୧୮୯୮ ଖ୍ରୀଷ୍ଟାବ୍ଦରେ ଆଧୁନିକ ଓଡ଼ିଆ ସାହିତ୍ୟର ବହୁମୁଖୀ ପ୍ରତିଭା ଗୋଦାବରୀଶ ଭୂମିଷ୍ଠ ହୋଇଥିଲେ । “ସାହିତ୍ୟିକ ଗୋଦାବରୀଣ ମହାପାତ୍ର ସ୍ମରଣିକା” ଗ୍ରନ୍ଥରେ “ଜୀବନରୁ କିଞ୍ଚତ୍” ଶିରୋନାମାରେ ତାଙ୍କ ସମ୍ପର୍କରେ କୁହାଯାଇଛି – ‘‘ତାଙ୍କ ପିତାଙ୍କ ନାମ ଶ୍ରୀ ଦୟାନିସ୍ ମହାପାତ୍ର ଓ ମାତାଙ୍କ ନାମ ଗେହ୍ଲା ଦେବୀ । ଗୋଦାବରୀଶ ପିତାଙ୍କର ତୃତୀୟ ପୁତ୍ର (ଦ୍ଵିତୀୟ ସ୍ତ୍ରୀଙ୍କର ଦ୍ଵିତୀୟ ପୁତ୍ର) ଥିଲେ । ତାଙ୍କୁ ଯେତେବେଳେ ମାତ୍ର ଦୁଇବର୍ଷ, ସେତେବେଳେ ତାଙ୍କ ପିତା ଇହଧାମରୁ ବିଦାୟ ନେଲେ । ତେଣୁ ମାତା ଗେହୀଦେବୀ ଉଭୟ ମାତା ଓ ପିତାରୂପରେ ଗୋଦାବରୀଶଙ୍କର ଲାଳନ ପାଳନର ସମସ୍ତ ଭାର ବହନ କରିଥିଲେ । ବାଲ୍ୟାବସ୍ଥାରେ ସେ ଅତ୍ୟନ୍ତ ଚଞ୍ଚଳ ପ୍ରକୃତିର ଥିଲେ । ତାଙ୍କର ଅତ୍ୟନ୍ତ ଚଞ୍ଚଳ ଦୌଡ଼ାଦୌଡ଼ି ଦେଖୁ ଗାଁ ଲୋକ ତାଙ୍କୁ ‘ହରିଣ ଗୋଦାବରୀ’ ବୋଲି ଡାକୁଥିଲେ । ଶୈଶବାବସ୍ଥାରୁ ହିଁ ଗୋଦାବରୀଶଙ୍କ କବିତାର ସ୍ଫୁରଣ ହୋଇଥିଲା ।’’
ବାଲ୍ୟଶିକ୍ଷା ଯଦିଓ ଗ୍ରାମ ଚାଟଶାଳୀରେ ସେ ଆରମ୍ଭ କରିଥିଲେ ତଥାପି ତାଙ୍କ ଛାତ୍ରଜୀବନରେ ଏକ ନବୀନ ଅଧ୍ୟାୟ ଉନ୍ମୋଚନ ହେଲା ସେତିକିବେଳେ ଯେତେବେଳେ ବାଣପୁର ମାଇନର ସ୍କୁଲରେ ସେ ଶିକ୍ଷାଲାଭ କରିଥିଲେ । ଆଦୃତି ଲାଭ କରିପାରିଥିଲା । ‘ସାହିତ୍ୟିକ ଗୋଦାବରୀଶ ମହାପାତ୍ର ସ୍ମରଣିକା’ ଗ୍ରନ୍ଥରେ ସେ ସମ୍ପର୍କରେ ବିବୃତି ହେଉଛି – ‘ସେ ଏହି ବାଣପୁର ସ୍କୁଲରେ ଛାତ୍ର ଥିଲାବେଳେ ୧୯୧୦ରେ ସେଠାରେ ଛାତ୍ରସମିତିର ବାର୍ଷିକ ଉତ୍ସବରେ ସଭାପତି ଥିଲେ ସ୍ୱନାମଧନ୍ୟ ‘ମୁକୁର’ ପତ୍ରିକାର ସମ୍ପାଦକ ଶ୍ରୀ ବ୍ରଜସୁନ୍ଦର ଦାସ । ସେ ଗୋଦାବରୀଶଙ୍କର ଏହି ‘ବାଣପୁର’ ଲେଖା ପଢ଼ି ଏତେ ମୁଗ୍ଧ ହୋଇଯାଇଥିଲେ ଯେ, ସେ କବି ମହାପାତ୍ରଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜ୍ଞାପନ କରିବା ସଙ୍ଗେ ସଙ୍ଗେ, ସେଇ ଲେଖାକୁ ସେ ନିଜ ପତ୍ରିକାରେ ୧୯୧୮ ମସିହାରେ ପ୍ରକାଶ କରାଇଥିଲେ । ଏହି ‘ବାଣପୁର’ କବିତା ଲେଖିବାରେ ତାଙ୍କୁ କବିବର ରାଧାନାଥ ରାୟଙ୍କ ‘ଚିଲିକା’ କାବ୍ୟ ବିଶେଷ ଭାବରେ ପ୍ରଭାବିତ କରିଥିଲା ।’’
୧୯୧୬ ମସିହା ଗୋଦାବରୀଶଙ୍କ ଜୀବନରେ ନୂତନ ଅଧ୍ୟାୟ ଉନ୍ମୋଚନ କରିଥିଲା । ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରରୂପେ ଏହି ବର୍ଷ ସେ ନିଜ ପ୍ରତିଭା ବଳରେ କବି ଗୋଦାବରୀଶ ମିଶ୍ରଙ୍କୁ ଆକୃଷ୍ଟ କରିଥିଲା । ୧୯୨୧ ମସିହାରେ ଭାରତର ମୁକ୍ତି ସଂଗ୍ରାମରେ ଯୋଗଦାନ କରି ନିଜର ଗଭୀର ସ୍ଵଦେଶପ୍ରେମର ପରିଚୟ ଦେଇଥିଲେ । ଗୁରୁମାନେ ତାଙ୍କୁ କିଭଳି ଦୃଷ୍ଟିରେ ଦେଖୁଥିଲେ, ତାହା ତାଙ୍କର ତିରୋଭାବ ପରେ ଆଚାର୍ଯ୍ୟ ହରିହର ଦାସଙ୍କ ଲେଖାରୁ ସହଜରେ ଅନୁ ମେୟ ।
କବି ଗୋଦାବରୀଶ ଥିଲେ ସବୁଜଯୁଗର ସମସାମୟିକ କବି । ମାତ୍ର ତାଙ୍କର କାବ୍ଯସାଧନା ସତ୍ୟବାଦୀ ଯୁଗର ଉତ୍ତର ସାଧକଭାବେ ତାଙ୍କୁ ପରିଚିତ କରାଇଥିଲା । ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଯେଉଁ କାବ୍ୟ-ଜୀବନର ଅନୁସରଣ କରିଛନ୍ତି, ତାହା ମୁଖ୍ୟତଃ ତିନୋଟି ସ୍ତରଦେଇ ଗତିଶୀଳ ହୋଇଛି । ପ୍ରଥମ ପର୍ଯ୍ୟାୟରେ କବି ରାଶି ରାଶି କବିତା ରଚନା କରିଥିଲେ ମଧ୍ୟ ଏସବୁ କବିତାରେ କିଶୋରସୁଲଭ ଉଲ୍ଲାସର ମାତ୍ରା ଅଧ୍ଵ । ୧୯୧୪-୧୫ରେ ଯଥାକ୍ରମେ ରାଧାନାଥଙ୍କ ‘ଚିଲିକା’ ଓ ‘ତୁଳସୀ ସ୍ତବକ’ର ଅନୁସରଣରେ ରଚିତ ‘ବାଣପୁର’ ଓ ‘ପ୍ରଭାତ କୁସୁମ’ କବିତା । କିନ୍ତୁ ୧୯୨୦-୨୧ ମସିହା ବେଳକୁ କାବ୍ୟଚେତନାରେ ଯେଉଁ ବିପ୍ଳବାତ୍ମକ ପରିବର୍ତ୍ତନ ଆସିଛି ତାହା ସତ୍ୟବାଦୀ କାବ୍ୟାଦର୍ଶନର ପ୍ରତିଫଳନ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ପରିବର୍ତ୍ତନର ସୁସ୍ପଷ୍ଟ ମୁଦ୍ରାଙ୍କ ବହନ କରି ତାଙ୍କର ଆଦ୍ୟକବି ଜୀବନର ପ୍ରତିଫଳନ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ପରିବର୍ତ୍ତନର ସୁସ୍ପଷ୍ଟ ମୁଦ୍ରାଙ୍କ ବହନ କରି ତାଙ୍କର ଆଦ୍ୟକବି ଜୀବନର ଓ ପରିଣତ ବୟସର କେତେକ କବିତା ନେଇ ‘ଯେ ଫୁଲ ଫୁଟିଥିଲା’ ଶିରୋନାମାରେ ଏକ ପୁସ୍ତକ କବିଙ୍କ ମୃତ୍ୟୁପରେ ୧୯୬୮ ମସିହାରେ ସଙ୍କଳିତ ହୋଇଅଛି । ଏଥିରେ କବି ସତ୍ୟବାଦୀ ଯୁଗର ସାଧକ ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶ କାବ୍ୟଶୈଳୀ, ଭାଷାପ୍ରୟୋଗ ଓ କଥାବସ୍ତୁଦ୍ଵାରା ପୂର୍ଣଭାବରେ ପ୍ରଭାବିତ ହୋଇଥିଲେ ।
ସାମାଜିକ କୁସଂସ୍କାର ଓ ଅସଙ୍ଗତି ବିରୁଦ୍ଧରେ ସତ୍ୟବାଦୀ କାବ୍ୟଚେତନା ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲା, ପରି ସେ ଯୌବନକୁ ଉପଭୋଗ ଓ କାମନାର ବା ସ୍ଵପ୍ନ ଓ ପ୍ରଣୟ ବେଦିକା ରୂପରେ ନଦେଖୁ ଏହାକୁ ଅଜସ୍ର ଶକ୍ତି, ସାମର୍ଥ୍ୟ ଓ ସଙ୍ଗଠନର ପ୍ରତୀକ ଭାବେ ବରଣ କରିଛନ୍ତି । କବିଙ୍କର କବିତାକୁ ଦ୍ଵିତୀୟ ପୃଥିବୀ ମହାଯୁଦ୍ଧ ଓ ଭାରତର ସ୍ଵାଧୀନତା ଲାଭ ପରି ଦୁଇଟି ଜୀବନ୍ତ ଘଟଣା ସହିତ କ୍ରମେ ଜମିଦାରୀ ଲୋପ ଓ ମାନବିକତାର ପ୍ରତିଷ୍ଠା ଦିଗରେ ମହାତ୍ମା ଗାନ୍ଧିଙ୍କ ଅବଦାନ ବହୁଭାବରେ ପ୍ରଭାବିତ କରିଥିଲା । ଏହି ଭାବଦ୍ବାରା ରଚିତ ‘ମୁକୁଟର ପରାଜୟ’ (୧୯୪୭), ‘ଜମିଦାରର ମୃତ୍ୟୁ’ (୧୯୪୭), ‘ମୁକୁଟ ଓ କୌପୀନ’ (୧୯୪୭) କବିତାରେ ତାଙ୍କର ସାମାଜିକ ଆଭିମୁଖ୍ୟ ଓ ସାମ୍ୟବାଦା ଦୃଷ୍ଟିଭଙ୍ଗୀ ବେଶ୍ ପ୍ରକଟିତ ।
ତୃତୀୟ ପର୍ଯ୍ୟାୟରେ କବି ଗୋଦବାରୀଶ ମୁଖ୍ୟତଃ ଜଣେ ଉଗ୍ରପନ୍ଥୀ ସମାଜ ସଂସ୍କାରକ ଭାବେ ତାଙ୍କ କବିତାରେ ତୀକ୍ଷ୍ଣ ରାଜନୈତିକ ବ୍ୟଞ୍ଜନା ଓ ବ୍ୟଙ୍ଗ ପ୍ରକାଶ କରି ମୃତ୍ୟୁ ପର୍ଯ୍ୟନ୍ତ ନିର୍ଭିକ ଲେଖନୀ ଚାଳନା କରିଯାଇଛନ୍ତି । ଏହି ଦୋଷ, ଦୁର୍ବଳତା, ଅସଙ୍ଗତି ଓ ଅଧୋଗତିରେ ମର୍ମାହତ କବି ସବୁଠାରେ ନିଆଁଖୁଣ୍ଟାର ଚେତାବନୀ ଶୁଣଶଇଛନ୍ତି ।
କବି କବିତା କ୍ଷେତ୍ରରେ ଯେପରି ପାରଦର୍ଶିତା ଲାଭ କରିଛନ୍ତି, ଅନୁରୂପ ଭାବରେ ଗଳ୍ପ କ୍ଷେତ୍ରରେ ମଧ୍ୟ ସିଦ୍ଧିଲାଭ କରିଛନ୍ତି । ତାଙ୍କ ରଚିତ ଗଳ୍ପଗୁଡ଼ିକ ହେଉଛି, ‘ଏବେ ମଧ୍ୟ ବଞ୍ଚିଛି’, ‘ମାଟିର ମାୟା’, ‘ଗରିବର ଭଗବାନ’, ‘ନୀଳ ମାଷ୍ଟ୍ରାଣୀ’, ‘ମଦଦୋକାନର ଇତିହାସ’, ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଇତ୍ୟାଦି । ତାଙ୍କଦ୍ୱାରା ରଚିତ ଉପନ୍ୟାସଗୁଡ଼ିକ ହେଲା, ‘ରକ୍ତପାତ’, ‘ବିଦ୍ରୋହ’, ‘ରାଜଦ୍ରୋହୀ’, ‘ଗ୍ରାମପଥେ’ ଇତ୍ୟାଦି ।
ଗୋଦାବରୀଶ ଥିଲେ ଏକ ବହୁମୁଖୀ ପ୍ରତିଭା । ଗଳ୍ପ, ଉପନ୍ୟାସ, କବିତା, ଜୀବନୀ, ଶିଶୁ ସାହିତ୍ୟକୁ ତାଙ୍କର ଦାନ ଅବିସ୍ମରଣୀୟ । ଭାରତ ସରକାର, ‘କେନ୍ଦ୍ର ସାହିତ୍ୟ ଏକାଡ଼େମୀ’ ଓ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଦ୍ଵାରା ସେ ପୁରସ୍କୃତ ହୋଇଥିଲେ । ୧୯୬୫ ନଭେମ୍ବର ୨୫ ତାରିଖରେ ସେ ଅମର ପଥର ଯାତ୍ରୀ ହୋଇଥିଲେ । କବିତାର ସାରକଥଲ଼େ ।
କବିତାର ସାରକଥା :
‘ହେ ମୋର କଲମ’ କବିତା ସଙ୍କଳନରୁ ଗୃହୀତ ହୋଇଛି । କବିତାଟିରେ କବି ମହାମାନବ ମହାତ୍ମା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଗାନ୍ଧିଜୀଙ୍କ ପାଦତଳେ କୋଟି ଜନବନ୍ଦନା ଗାନ କରିଛନ୍ତି ।
ମହାତ୍ମା ଗାନ୍ଧି ଥିଲେ ଜାତିର ଜନକ । ସେ ନିଜର ତ୍ୟାଗପୂତ ଜୀବନ ଓ କର୍ମନିଷ୍ଠା ବଳରେ ପରାଧୀନ ଭାରତକୁ ସ୍ଵାଧୀନ କରିଥିଲେ । ଶୃଙ୍ଖଳଯୁକ୍ତ ଭାରତମାତାକୁ ଶୃଙ୍ଖଳମୁକ୍ତ କରିଥିଲେ । ଦୀର୍ଘଦିନ ଧରି ବିଦେଶୀମାନଙ୍କ ହାତରେ ରହିଥିବା ଭାରତୀୟମାନଙ୍କୁ ସେ ସ୍ଵାଧୀନତାର ସ୍ଵାଦ ଚଖାଇଥିଲେ । ପରାଧୀନ ଭାରତକୁ ସ୍ଵାଧୀନ କରିବାପାଇଁ ସେ ଅହିଂସା ଅସ୍ତ୍ର ଧାରଣ କରିଥିଲେ, ଯେଉଁ ଅସ୍ତ୍ର ଧାରଣ କରି ସମଗ୍ର ବିଶ୍ବମାନବ କେବେମଧ୍ୟ ଏତେବଡ଼ କାର୍ଯ୍ୟ ସମାପ୍ତ କରିନଥିଲେ । ଫଳରେ ସେ ହେଲେ ବିଶ୍ଵବନ୍ଦିତ, ଅନନ୍ୟସାଧାରଣ । ସେହି ମହାମାନବଙ୍କ ଅବର୍ତ୍ତମାନରେ କବି ତାଙ୍କ ପ୍ରତି ହୃଦୟାବେଗ ଜଣାଇଛନ୍ତି ।
ଗୁଜରାଟରେ ପ୍ରବାହିତ ଏକ ନଦୀ ସାବରମତୀ । ସେହି ନଦୀ ତୀରରେ ଜାତିର ପିତା ମହାତ୍ମା ଗାନ୍ଧି ଇତିହାସ ପ୍ରସିଦ୍ଧ ଆଶ୍ରମ ଗଠନ କରିଥିଲେ । ସେହି ଆଶ୍ରମ ସାବରମତୀ ଆଶ୍ରମ ଭାବରେ ପରିଚିତ ହୋଇଥିଲା । କବିତାର ଆରମ୍ଭରେ କବି ଉଲ୍ଲେଖ କରିଛନ୍ତି, ସାବରମତୀ ଆଶ୍ରମ ଗଠନ କରି ଦେଶର ଓ ଜାତିର ଉନ୍ନତି ପରିକଳ୍ପନା ଓ ସ୍ଵାଧୀନତା ଆଣିବାର ମାନସିକତା ନେଇଥିବା ମହାମାନବ ମହାତ୍ମା ଗାନ୍ଧିଙ୍କର ଚରଣ ତଳେ, କୋଟି ଜନମନ ବନ୍ଦନା ଗାନ କରୁଛି । କାରଣ ସେ ଦେଶ ପାଇଁ ଯାହା କରିଛନ୍ତି, କୋଟି କୋଟି ଭାରତୀୟଙ୍କ ମନରେ ଯେଭଳି ପ୍ରେରଣା ଦେଇଛନ୍ତି, ସେଥ୍ପାଇଁ ସେ ଆଉ ସାଧାରଣ ହୋଇ ରହି ନାହାଁନ୍ତି । ସେ ହୋଇଛନ୍ତି, ମହାମାନବ । ସେ ଇଂରେଜମାନଙ୍କର ଜେଲ ଜୋରିମାନା, ଗୁଳିଗୁଳାକୁ ଖାତିର୍ ନକରି, ଦେଶକୁ ସ୍ଵାଧୀନ କରିବା ଲକ୍ଷ୍ୟରେ ଯେପରି କର୍ମକରି ଯାଇଥିଲେ, ସେଥିପାଇଁ କବି କହିଛନ୍ତି, ‘ଗଳେ ହିମାଳୟ’ । ଅର୍ଥାତ୍ ଦୀର୍ଘ ପର୍ବତ ହିମାଳୟର ବରଫ ମଧ୍ଯ ଗାନ୍ଧିଜୀଙ୍କ ଶକ୍ତି ଆଗରେ ହାର ମାନିଯିବ । ତା’ର ବରଫରାଶି ତରଳିଯିବ ଏବଂ ବିଗଳିତ ଭାବଧାରାରେ ନଇଁ ପଡ଼ିବ । ପୁନଶ୍ଚ ପରିବ୍ୟାପ୍ତ ସାଗର ଶକ୍ତିର ପରିଚୟ ପାଇବା ପରେ । ସେହିପରି ପରାଧୀନତାର ଅମାଅନ୍ଧାର ଦୂରେଇଦେଇ, ଯିଏ ସ୍ଵାଧୀନତାର ସୂର୍ଯ୍ୟ ନିଜର ସତ୍ତା ପରିପ୍ରକାଶ କରିଥାଏ । ପଦଟିରେ କବି, ମହାମାନବ ମହାତ୍ମା ଗାନ୍ଧିଙ୍କର ବିଶେଷତାକୁ ବିଶେଷ ଭାବରେ ପ୍ରମାଣିତ କରାଇଛନ୍ତି ।
କବିତାର ଦ୍ଵିତୀୟ ପଦରେ କବି, ଯୁଗପୁରୁଷମାନଙ୍କର ତ୍ୟାଗପୂତ ଜୀବନର ସୂଚନା ଦେଇ, ତାଙ୍କ ସହିତ ଜାତିର ପିତାଙ୍କୁ ତୁଳନା କରିଛନ୍ତି । ଗୀତାର ବାଣୀ ରହିଛି, ଯେତେବେଳେ ଅଧର୍ମ, ଅନ୍ୟାୟ ଓ ପାପର ଭାର ବଢ଼ିଯାଏ, ସେତେବେଳେ ମହାପୁରୁଷମାନେ ଧରାବତରଣ କରି, ଧର୍ମର ପ୍ରତିଷ୍ଠା କରନ୍ତି ଓ ନ୍ୟାୟର ମର୍ଯ୍ୟାଦା ଦେଇଥା’ନ୍ତି । ସାରା ମାନବ ସମାଜରେ ଯାଗଯଜ୍ଞ କରି ଶାନ୍ତି ପ୍ରତିଷ୍ଠା କରାଇଥା’ନ୍ତି । କବି ତାହାର ଉଦାହରଣ ଦେଇ କହିଛନ୍ତି, ଅତୀତରେ ମାନବର ମୁକ୍ତ କାମନା ପାଇଁ ବା ଧର୍ମ ସଂସ୍ଥାପନ ପାଇଁ, ପ୍ରାଚୀନ ଆର୍ଯ୍ୟାବର୍ତ୍ତର ଦୃଶଦବତୀ ନଦୀତଟରେ ହୋଇଥିଲା । ଏହି ମାନବ ଚଳଣିରେ, ପରିଚାଳିତ ପଥଧାରରେ କେତେ କେତେ ଜୟତିଳକରେ ଧାର୍ମିକ ପୁରୁଷମାନେ ନିଜର ସତ୍ତାକୁ ପରିପ୍ରକାଶ ଓ ପରିପ୍ରଚାର କରିଥିଲେ ।
ଧର୍ମ ସଂସ୍ଥାପନ ପାଇଁ ହୋଇଥିଲା ମହାଭାରତ ମହାସମର । ସେହି ସମରରେ କେବଳ କୌରବ ପାଣ୍ଡବମାନେ ଯୁଦ୍ଧ କରୁନଥିଲେ, ବରଂ ତାହା ଥିଲା ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ । ଅଶାନ୍ତି ବିରୁଦ୍ଧରେ ଶାନ୍ତିର ଜୟଯାତ୍ରା । ଏହି ଯୁଦ୍ଧରେ ସ୍ଵୟଂ ପରମପୁରୁଷ, ଦ୍ଵାରକାଧୂପତି ଶ୍ରୀକୃଷ୍ଣ ମଧ୍ଯ ନାମକୁ ମାତ୍ର ସାରଥ୍ ହେଲେ ବି ଯୁଦ୍ଧକୁ ନିୟନ୍ତ୍ରଣ କରୁଥିଲେ । ଫଳସ୍ଵରୂପ ଅନ୍ୟାୟ, ଅଧର୍ମୀ କୌରବମାନଙ୍କର ବିନାଶ ହୋଇଥିଲା । ସେହିପରି ଭଗବାନଙ୍କର ଅନ୍ୟତମ ଅବତାର ଭଗବାନ ବୁଦ୍ଧଙ୍କର ଶାନ୍ତିର ବାର୍ତ୍ତା ସମ୍ପର୍କରେ କବି ସୂଚନା ଦେଇଛନ୍ତି । ଭଗବାନ ବୁଦ୍ଧ କପିଳବାସ୍ତୁ ରାଜକୁମାର ହୋଇ ମଧ୍ୟ, ରାଜ ଭୋଗବିଳାସକୁ ପରିତ୍ୟାଗ କରି, ଜନମାନବର ନିର୍ମାଣ ପାଇଁ ତପସ୍ୟା କରିଥିଲେ । ତପସ୍ୟା କରିବାର ପରିଣତିରେ ପାଇଥିଲେ ସତ୍ୟର ସନ୍ଧାନ । ପ୍ରଚାର କରିଥିଲେ
ଅବଗତ କରାଇ ପତିତ ଜନମାନଙ୍କୁ ନିର୍ବାଣ ପ୍ରାପ୍ତିପାଇଁ ବାଟ ବତାଇ ଦେଇଥିଲେ । କବି ବୈଷ୍ଣବଧର୍ମର ପରିପ୍ରଚାରକ ଓ ଧର୍ମୀୟ ଆନ୍ଦୋଳନରେ ସ୍ଵତନ୍ତ୍ର ଭୂମିକା ନେଇଥିବା ଶ୍ରୀଚୈତନ୍ୟଙ୍କ ଉକ୍ତିମତ୍ତାର ସୂଚନା ଦେଇଛନ୍ତି । ଶ୍ରୀଚୈତନ୍ୟଙ୍କ ପିଲାଦିନର ନାମ ଥିଲା ନିମାଇଁ । ସେ ଧର୍ମୀୟ ଭାବଧାରାରେ ସମଗ୍ର ପୂର୍ବ ଭାରତରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଅହିଂସାର ବାର୍ତ୍ତା । ନିଜକୁ ଭିକ୍ଷୁଭାବରେ ସଜାଇଦେଇ, ସଂଘ ଗଠନ କରି ଜନମାନସରେ ଦୁଃଖର କାରଣ ସମ୍ପର୍କରେ ପିଲାଦିନର ନାମ ଥିଲା ନିମାଇଁ । ସେ ଧର୍ମୀୟ ଭାବଧାରାରେ ସମଗ୍ର ପୂର୍ବ ଭାରତରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।
କବିଙ୍କ ଭାଷାରେ –
“ଲାଗିଲା ସମର, ଜାଗିଲେ ଦ୍ଵାରକା ଦେବତା ଥରେ,
ମାଗିଲେ ଭିକ୍ଷା କପିଳବାସ୍ତୁ ତେଜି କେ ଦୂରେ ।
ପୂର୍ବ ସାଗର ତୀର ଚହଲାଇ କେଉଁ ନିମାଇଁ
ବିତରି ଚାଲିଲେ ପରମ କାମ୍ୟ ମାନବ ପାଇଁ ।”
ଉପରୋକ୍ତ ଧର୍ମ ସଂସ୍ଥାପକ ଓ ଧର୍ମପରିପ୍ରଚାରକମାନେ ସ୍ବୀୟ ଧର୍ମୀୟ ଭାବରେ ପତିତମାନଙ୍କୁ ଉଦ୍ଧାର କରିଥିଲେ କରିଦେଲେ । ଦୀର୍ଘଦିନଧରି ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇଥିବା ମଣିଷମାନଙ୍କ ହୃଦୟରେ ସମ୍ଭାବନାର ବାଣୀ ଶୁଣାଇଲେ । ଗାନ୍ଧିଜୀଙ୍କ ପାଇଁ ଗରିବ ଓ ଓ ନିର୍ଯାତିତମାନେ ବରାଭୟ ଲାଭକଲେ । ସେମାନେ ଦଳିତ, ପରପଦାନତ ଯନ୍ତ୍ରଣାରୁ ମୁକ୍ତି ଲାଭକଲେ । ଫଳରେ ସମସ୍ତଙ୍କ ମନରେ ଗାନ୍ଧିଜୀ ସ୍ଵତନ୍ତ୍ର ଜାଗାଟିଏ ନିର୍ଣ୍ଣୟ କରିପାରିଥିଲେ । କୋଟି କୋଟି ନରନାରୀ ପରାଧୀନ ଭାବରେ ଯେପରି ଦଣ୍ଡିତ ଓ ନିର୍ଯ୍ୟାତିତ ହେଉଥିଲେ, ସେମାନଙ୍କର ସେଥୁ ମୁକ୍ତି ମିଳିଲା । କାରଣ ସମସ୍ତ ହୃଦୟର ଭାଷାକୁ ଓ ବୁଝିପାରିଥିଲେ । ନିର୍ଯାତିତ ମଣିଷର ହୃଦୟର ଦହନ-ଜ୍ଵାଳାକୁ ସେ କଠୋର ହୋଇଉଠିଲା । ସମସ୍ତେ ଯେପରି ସତ୍ୟ ଓ ଶାନ୍ତର ସଂଗ୍ରାମକୁ ନିଜର ବରଦାନ ବୋଲି ମନେକଲେ ।
ପରାଧୀନ ଭାରତକୁ ସ୍ଵାଧୀନ କରିବାପାଇଁ, ଜାତିର ପିତା ମହାମାନବ ମହାତ୍ମା ଗାନ୍ଧି ସାବରମତୀ ଆଶ୍ରମକୁ ସମସ୍ତଙ୍କ ପ୍ରେରଣାଭୂମି ଭାବରେ ଗଠନ କଲେ । ସେଠାରେ ସମସ୍ତଙ୍କୁ କହିଲେ କୁଟି ଖାଇଲେ ଏବଂ କାଟି ପିନ୍ଧିଲେ ସମସ୍ତଙ୍କ ପ୍ରେରଣାଭୂମି ଭାବରେ ଗଠନ କଲେ । ସେଠାରେ ସମସ୍ତଙ୍କୁ କହିଲେ କୁଟି ଖାଇଲେ ଏବଂ କାଟି ପିନ୍ଧିଲେ ଆମେ ସ୍ବାବଲମ୍ବୀ ହୋଇପାରିବା । ଆମକୁ ବିଦେଶୀ ଦ୍ରବ୍ୟ ବର୍ଜନ କରିବାକୁ ହେବ । ଗାନ୍ଧିଜୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ, ଦେଶର ଅଗଣିତ ନରନାରୀ ବିଦେଶୀ ବସ୍ତ୍ର ବର୍ଜନ କରି ଖଦଡ଼ ବସ୍ତ୍ର ପିନ୍ଧିଲେ । ଦିନକୁ ଦୁଇଓଳି ଅରଟରେ ସୂତା କାଟିଲେ । ଗାନ୍ଧିଜୀ କେବଳ ପରାମର୍ଶଦାତା ନଥିଲେ, ସେ ମଧ୍ଯ ନିଜେ କର୍ମକରି ସମସ୍ତଙ୍କୁ ଦେଖାଇ ଦେଉଥିଲେ । ନିଜେ ଆଣ୍ଠୁ ଲୁଚୁ ନଥିବା ଖଦଡ଼ ଧୋତି ପିନ୍ଧି, ଖଣ୍ଡିଏ ଚଦର ଦେହରେ ପକାଇ ସମସ୍ତଙ୍କର ସେ ପ୍ରେରଣାଦାତା ହୋଇଥିଲେ । ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ, ଶହ ଶହ ସଂଖ୍ୟାରେ ଆବାଳ-ବୃଦ୍ଧ-ବନିତା-ତରଣୀ-ଯୁଗ ବା ଆଶ୍ରମ ଜୀବନ ଆପଣେଇ ନେଇଥିଲେ ।
ଗାନ୍ଧିଜୀ ଜାଣିଥୁଲେ ସଂଗ୍ରାମୀର ଜୀବନ ସହଜ ସରଳ ଜୀବନ ନୁହେଁ । ଏଥିପାଇଁ ପ୍ରାଣପାତ ଉଦ୍ୟମ କରିବାକୁ ପଡ଼ିବ । ଗୁଳିଗୋଳାର ସମ୍ମୁଖୀନ ହେବାକୁ ପଡ଼ିବ । ଜେଲ ଜୋରିମାନା ଭଳି କଣ୍ଟକିତ ପଥରେ ବାଟ ଚାଲିବାକୁ ହେବ ।
କଲେ । ଅହିଂସା ସଂଗ୍ରାମ ନିକଟରେ ସେମାନେ ପରାଜିତ ହେଲେ । ଯେଉଁ ଅହିଂସା ସଂଗ୍ରାମ ସାରାବିଶ୍ଵରେ ଅପରିଚିତ ଥୁଲା, ସେଭଳି ସଂଗ୍ରାମର ମହତ୍ତ୍ବ ସମସ୍ତେ ହୃଦୟଙ୍ଗମ କଲେ । ସମଗ୍ର ବିଶ୍ଵରେ ଅର୍ଥାତ୍ ସୁମେରୁଠାରୁ କ୍ରମେରୁ ପର୍ଯ୍ୟନ୍ତ
ଅହିଂସା ମନ୍ତ୍ର ଓ ଅହିଂସା ଅସ୍ତ୍ର ନିକଟରେ ହିଂସାର ଅସ୍ତ୍ର ପରାଜିତ ହେଲା । ସତେଯେପରି ହିଂସାର ଅସ୍ତ୍ର ବନ୍ଧୁକ, ତୀର, ତରବାରୀର ମୁନ ଜଡ଼ ପାଲଟିଗଲା । କାରଣ ଗାନ୍ଧିଜୀଙ୍କ ବାର୍ତ୍ତା ଓ ନେତୃତ୍ଵରେ ସମସ୍ତ ସଂଗ୍ରାମୀ ଦେଖାଇଦେଲେ, ଖଣ୍ଡା ତରବାରି ବଳରେ କାହାର ହୃଦୟକୁ ଜୟକରି ହେବ ନାହିଁ । ଧର୍ମ (ମାନବର ମୁକ୍ତିକାମନା)ର ପ୍ରତିଷ୍ଠା ପାଇଁ, ସତ୍ୟ ଶାନ୍ତର ପରିପ୍ରଚାର ପାଇଁ ଶ୍ରୀକୃଷ୍ଣ, ବୁଦ୍ଧଦେବ ଓ ନିମାଇଁଙ୍କ ପରି ମହାତ୍ମା ଗାନ୍ଧି ଥିଲେ ଭଗବାନଙ୍କ ଅବତାର । କାରଣ ଗାନ୍ଧିଜୀ କୌଣସି ସମୟରେ ମରଣକୁ ଭୟ କରୁନଥିଲେ । ସତ୍ୟ, ଅହିଂସା ଓ ନିର୍ଭୟତା ତାଙ୍କ ସଂଗ୍ରାମର ମୂଳମନ୍ତ୍ର ଥିଲା ।
ମୃତ୍ୟୁ ହାର ମାନିଥିଲା ।
କଠିନ ଶବ୍ଦାର୍ଥ ଓ ସୂଚନା :